Odisha State Board BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ Textbook Exercise Questions and Answers.
BSE Odisha Class 10 Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ
Question 1.
ଫାଇଟୋହରମୋନ୍ କ’ଣ ? ସେଗୁଡ଼ିକର ପ୍ରକାରଭେଦ ଓ କାର୍ଯ୍ୟ ବର୍ଣ୍ଣନା କର ।
ଉ-
ଫାଇଟୋହରମୋନ୍ – ଉଦ୍ଭଦରେ ଥିବା ହରମୋନକୁ ଫାଇଟୋହରମୋନ୍ କୁହାଯାଏ ।
ଫାଇଟୋହରମୋନ୍ର ପ୍ରକାରଭେଦ – ଉଦ୍ଭଦରେ ଥିବା ଫାଇଟୋହରମୋନ୍ଗୁଡ଼ିକୁ ମୁଖ୍ୟତଃ 5 ଭାଗରେ ବିଭକ୍ତ କର।ଯ।ଇଛି: ଯଥା-
- ଅକ୍ସିନ୍
- ଜିବରେଲିନ୍
- ସାଇଟୋକାଇନିନ୍
- ଏଥ୍ଲିନ୍
- ଆବ୍ସିକ୍ ଅମ୍ଳ
(i) ଫାଇଟୋହରମୋନ୍ ଉଭିଦର ବିଭିନ୍ନ ଜୈବ ପ୍ରକ୍ରିୟାର ନିୟନ୍ତ୍ରଣ ଓ ସମନ୍ଵୟ ରକ୍ଷାକରିବା ସହିତ ମୁଖ୍ୟତଃ ଦୁଇପ୍ରକାର କାର୍ଯ୍ୟ କରିଥାଏ, ଯଥା- ବୃଦ୍ଧି ନିୟନ୍ତ୍ରଣ ଓ ଚଳନଶକ୍ତିର ନିୟନ୍ତ୍ରଣ ।
ବୃଦ୍ଧି ନିୟନ୍ତ୍ରଣ – ଫାଇଟୋହରମୋନ୍ ଦୁଇ ପ୍ରକାରର; ଯଥା – ବୃଦ୍ଧିକାରକ ହର୍ମୋନ୍ ଓ ବୃଦ୍ଧିହ୍ରାସକ ହରମୋନ୍ ।
ବୃଦ୍ଧିକାରକ ହରମୋନ୍ :
(ii) ଫାଇଟୋହର୍ମୋନ୍ ମଧ୍ଯରୁ ଅକ୍ସିନ୍, ଜିବରେଲିନ୍ ଓ ସାଇଟୋକାଇନିନ୍ ପ୍ରଭୃତି ବୃଦ୍ଧିକାରକ ହରମୋନ ଅଟନ୍ତି ।
(iii) ଜିବରେଲିନ୍ ଓ ଅକ୍ସିନ୍ ଶାଖା ଓ କାଣ୍ଡର ବୃଦ୍ଧିରେ ସହାୟକ ହୋଇଥା’ନ୍ତି ।
(iv) ସାଇଟୋକାଇନିନ୍ କୋଷ ବିଭାଜନର ହାର ବୃଦ୍ଧି କରିଥାଏ ଓ ଏହି ହରମୋନ୍ ସାଧାରଣତଃ କ୍ଷିପ୍ରଭାବେ-
(v) କାଣ୍ଡ ଓ ମୂଳର ଅଗ୍ରଭାଗରେ କୋଷ ବୃଦ୍ଧିକାରକ ହରମୋନ୍ ବହୁ ପରିମାଣରେ ଥବାରୁ ସେଠାରେ ବହୁଳ ତଥା ତ୍ବରାନ୍ବିତ କୋଷ ବିଭାଜନ ହୋଇ ଅଗ୍ରଭାଗ ବୃଦ୍ଧିପାଏ ।
ବୃଦ୍ଧିହ୍ରାସକ ହରମୋନ୍ :
(vi) ଅଗ୍ରଭାଗ ତଳକୁ ହର୍ମୋନ୍ର ପରିମାଣ କ୍ରମଶଃ ହ୍ରାସ ପାଉଥିବାରୁ ବୃଦ୍ଧି ପରିମାଣ ମଧ୍ଯ ତଦନୁସାରେ କମ୍ ହୋଇଥାଏ ।
(vii) ଉଭିଦମାନଙ୍କରେ କେତେକ ବୃଦ୍ଧିହ୍ରାସକ ହର୍ମୋନ୍ ରହିଥା’ନ୍ତି । ଆକ୍ସିସିକ୍ ଏସିଡ୍ ଓ ଏଥୁଲିନ୍ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ ।
(viii) ଏହି ହରମୋନ୍ଗୁଡ଼ିକ ସାଧାରଣତଃ ଉଭିଦର ବୃଦ୍ଧି ହ୍ରାସ କରିବା, ପତ୍ର, ଫୁଲ, ଫଳ ଝଡ଼ାଇବା ସହିତ ଉଭିଦର ବାର୍ଷକ୍ୟ ତ୍ବରାନ୍ବିତ କରିଥା’ନ୍ତି । ପାଚିଲା ଫଳ, ଫୁଲ ଓ ପତ୍ର ଝଡ଼ିବା ପୂର୍ବରୁ ସେଥିରେ ଏହି ବୃଦ୍ଧିହ୍ରାସକ
ଚଳନଶକ୍ତିର ନିୟନ୍ତ୍ରଣ :
- ଆଲୋକ, ମାଧ୍ୟାକର୍ଷଣ ବଳ ପରି ବାହ୍ୟ ଉଦ୍ଦୀପନାଦ୍ୱାରା ପ୍ରଭାବିତ ହୋଇ ହରମୋନ୍ଗୁଡ଼ିକ ଉଦ୍ଭଦର ଚଳନଶକ୍ତିକୁ ନିୟନ୍ତ୍ରଣ କରିଥା’ନ୍ତି ।
- ଉଭିଦରେ ଦୁଇ ପ୍ରକାର ଚଳନ ଦେଖାଯାଏ । ଯଥା କାଣ୍ଡର ଆଲୋକାନୁବର୍ତ୍ତନ ଓ ଚେରର ଜ୍ୟାନୁବର୍ତ୍ତନ ।
- ଆଲୋକାନୁବର୍ତ୍ତନ – ଉଭିଦର କାଣ୍ଡ ଆଲୋକ ଆଡ଼କୁ ଗତି କରିବାକୁ ଅନୁକୂଳ ଆଲୋକାନୁବର୍ତ୍ତନ ଓ ଚେର ଆଲୋକର ବିପରୀତ ଦିଗରେ ଗତି କରିବାକୁ ପ୍ରତିକୂଳ ଆଲୋକାନୁବର୍ତ୍ତନ କୁହାଯାଏ ।
- କ୍ୟାନୁବର୍ତ୍ତନ – ମାଧ୍ୟାକର୍ଷଣ ବଳଦ୍ଵାରା ଉଭିଦର ମୂଳ ପୃଥିବୀର କେନ୍ଦ୍ର ଆଡ଼କୁ ଆକର୍ଷିତ ହେବାକୁ ଜ୍ୟାନୁବର୍ତନ କୁହାଯାଏ ।
Question 2.
ବାହ୍ୟ ଉଦ୍ଦୀପନା କ’ଣ ? ଏହା ଫଳରେ ଉଦ୍ଭଦରେ ଦେଖାଯାଉଥିବା ଜ୍ୟାନୁବର୍ତ୍ତନ ବର୍ଣ୍ଣନା କର ।
ଉ-
ବାହ୍ୟ ଉଦ୍ଦୀପନା :
(i) ଆଲୋକ, ମାଧ୍ୟାକର୍ଷଣ ବଳ, ଜଳ, ରାସାୟନିକ ପଦାର୍ଥ ପ୍ରଭୃତି ଉଭିଦର କାଣ୍ଡ, ଚେର ଓ ପତ୍ରର ଅଗ୍ରଭାଗରେ ପ୍ରତିକ୍ରିୟା ସୃଷ୍ଟି କରିଥା’ନ୍ତି । ଫଳରେ ସେଠାରେ ହର୍ମୋନ୍ କ୍ଷରଣ ବୃଦ୍ଧି ପାଉଥିବାରୁ ଏହାକୁ ବାହ୍ୟ ଉଦ୍ଦୀପନା କୁହାଯାଏ ।
ଜ୍ୟାନୁବର୍ତ୍ତନ –
(ii) ବା ଏହାର ଅଂଶବିଶେଷ ମାଟି ତଳକୁ ଗତି କରିଥାଏ । ଏହାକୁ ଜ୍ୟାନୁବର୍ତ୍ତନ ବା ମାଧ୍ୟାକର୍ଷଣ ଅନୁବର୍ତ୍ତନ କୁହାଯାଏ ।
(iii) ମାଧ୍ୟାକର୍ଷଣ ବଳ ପ୍ରଭାବରେ ଉଭିଦର ଚେର ଓ ମୂଳ ପୃଥିବୀର କେନ୍ଦ୍ରଆଡ଼କୁ ଆକର୍ଷିତ ହୋଇଥାଏ । ଏହାକୁ ଅନୁକୂଳ ଜ୍ୟାନୁବର୍ତ୍ତନ କୁହାଯାଏ ।
(iv) ଉଭିଦର କାଣ୍ଡ ଚେରର ବିପରୀତ ଦିଗକୁ ଗତିକରେ । ଏହାକୁ ପ୍ରତିକୂଳ ଜ୍ୟାନୁବର୍ତ୍ତନ କୁହାଯାଏ ।
(v) ମାଧ୍ୟାକର୍ଷଣ ବଳ, କାଣ୍ଡ, ଚେର ଓ ପତ୍ରର ଅଗ୍ରଭାଗରେ ପ୍ରତିକ୍ରିୟା ସୃଷ୍ଟିକରେ । ଫଳରେ ସେଠାରେ ହରମୋନ୍ କ୍ଷରଣ ବୃଦ୍ଧିପାଏ ଓ ସେଗୁଡ଼ିକର ବୃଦ୍ଧି ହରମୋନ୍ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।
Question 3.
ଏକ ପରୀକ୍ଷାଦ୍ବାରା ଉଭିଦରେ ଅକ୍ସିର ପ୍ରଭାବ ଦର୍ଶାଅ ।
- ଗୋଟିଏ କୋନିକାଲ୍ ଫ୍ଲସ୍କରେ ପାଣି ଭର୍ତ୍ତି କରାଯାଉ ।
- ଫ୍ଲାସ୍କର ବେକକୁ ଏକ ତାରଜାଲିରେ ଆଚ୍ଛାଦନ କରାଯାଉ ।
- ତାର ଜାଲି ଉପରେ 2 ବା 3ଟି ସଦ୍ୟ ଅଙ୍କୁ ରୋଦ୍ ଗମ ହୋଇଥିବା ବିନ୍ ମଞ୍ଜି
- ଏକପାଖ ଖୋଲାଥିବା ଏକ ମୋଟା କାଗଜ ବାକ୍ସ ନିଆଯାଉ ।
- ଫ୍ଲାସ୍କଟିକୁ ବର୍ତ୍ତମାନ ଏହି ବାକ୍ସ ମଧ୍ଯରେ ଏପରିଭାବରେ ରଖାଯାଉ ଯେପରି ଝରକାରେ ଆସୁଥିବା ଆଲୋକ ବାକ୍ସର ଖୋଲାପାର୍ଶ୍ଵ ଦେଇ ସଦ୍ୟ ଅଙ୍କୁରିତ ଉଭିଦ ଉପରେ ପଡ଼ିବ ।
ପର୍ଯ୍ୟବେକ୍ଷଣ :
- ଦୁଇ ତିନିଦିନ ପରେ ସେଗୁଡ଼ିକୁ ଲକ୍ଷ୍ୟ କଲେ ଦେଖାଯିବଯେ ଉଦ୍ଭଦଟି କ୍ରମଶଃ ଆଲୋକୋନ୍ମୁ ଖୀ ହୋଇ ଆଲୋକ ଆଡ଼କୁ ବଙ୍କେଇ ଯାଇଛି ।
- ସିଦ୍ଧାନ୍ତ – ଯେତେବେଳେ କ୍ରମବର୍ଦ୍ଧିଷ୍ଣୁ ଉଭିଦଟି ଆଲୋକ ପାଏ, ସେତେବେଳେ ଏହାର ଅଗ୍ରଭାଗରେ ଅକ୍ସିନ୍ ସଂଶ୍ଳେଷିତ ହୁଏ । ଯେତେବେଳେ ଏକ ନିର୍ଦ୍ଦିଷ୍ଟ ଦିଗରୁ ଆଲୋକ ଆସେ ଅକ୍ସିନ୍ ବିପରୀତ ଦିଗକୁ ପରିବାହିତ ହୁଏ । ଅକ୍ସିନ୍ ପରିମାଣ ବଢ଼ିବାରୁ ସେଠାରେ ଥିବା କୋଷଗୁଡ଼ିକର ବୃଦ୍ଧି ଘଟେ । ଫଳତଃ ଅନ୍ଧାରରେ ଥିବା “ପାର୍ଶ୍ଵ ଆଲୋକ ପଟକୁ ଥିବା ପାର୍ଶ୍ବ ଅପେକ୍ଷା ଅଧିକ ଲମ୍ବା ହୋଇଥାଏ । କ୍ରମଶଃ ଉଭିଦଟି ଆଲୋକ ଆଡ଼କୁ ବଙ୍କେଇଯାଏ ।
Question 4.
ମାନବ ମସ୍ତିଷ୍କର ବିଭିନ୍ନ ଅଂଶର ନାମ ଓ କାର୍ଯ୍ୟର ଏକ ବିବରଣୀ ଦିଅ ।
ଉ-
ମାନବ ମସ୍ତିଷ୍କର ବିଭିନ୍ନ ଅଂଶର ନାମ :
ମାନବ ମସ୍ତିଷ୍କ ତିନି ଭାଗରେ ବିଭକ୍ତ; ଯଥା-
(I) ଅଗ୍ରମସ୍ତିଷ୍କ,
(II) ମଧ୍ଯ ମସ୍ତିଷ୍କ,
(III) ପଶ୍ଚ ମସ୍ତିଷ୍କ
ମାନବ ମସ୍ତିଷ୍କର ବିଭିନ୍ନ ଅଂଶର କାର୍ଯ୍ୟ-
(I) ଅଗ୍ରମସ୍ତିଷ୍କ :
(i) ଅଗ୍ରମସ୍ତିଷ୍କରେ ଘ୍ରାଣପାଳି, ପ୍ରମସ୍ତିଷ୍କ ଓ ପଶ୍ଚଅଗ୍ରମସ୍ତିଷ୍କ ରହିଛି । ଅଗ୍ରମସ୍ତିଷ୍କରେ ଥିବା ଘ୍ରାଣପାଳି ମନୁଷ୍ୟଠାରେ ଅତି କ୍ଷୀଣଭାବେ ରହିଥାଏ । ତେଣୁ ମନୁଷ୍ୟର ଘ୍ରାଣଶକ୍ତି ଦୁର୍ବଳ । କିନ୍ତୁ କୁକୁର, ବିଲେଇ ଓ ବାଘ ଇତ୍ୟାଦି ପ୍ରାଣୀଙ୍କଠାରେ ଘ୍ରାଣପାଳି ଉନ୍ନତ ହୋଇଥିବାରୁ ସେମାନଙ୍କର ଘ୍ରାଣଶକ୍ତି ପ୍ରଖର ।
ପ୍ରମସ୍ତିଷ୍କ :
(ii) ପ୍ରମସ୍ତିଷ୍କ ମସ୍ତିଷ୍କର ସବୁଠାରୁ ବଡ଼ ଅଂଶ ଏବଂ ଏହାର ଉପରିଭାଗ ବହୁଳଭାବେ ଭାଙ୍ଗଯୁକ୍ତ । ଆମର ସ୍ମରଣ ଶକ୍ତି ଏହି ଭାଙ୍ଗ ଉପରେ ନିର୍ଭର କରିଥାଏ ।
(iii) ପ୍ରମସ୍ତିଷ୍କ ତାପ, କଷ୍ଟ, ଚାପ, ସ୍ପର୍ଶ ପରି ଉଦ୍ଦୀପନାକୁ ଗ୍ରହଣକରି ପ୍ରତିକ୍ରିୟା ପ୍ରକାଶ କରିବାରେ ସାହାଯ୍ୟ କରେ ।
(iv) ଏଥୁସହିତ କୌଣସି ଘଟଣା ବିଷୟରେ ଶୁଣି, ଭାବି, କଥା ମାଧ୍ୟମରେ ମନର ଆବେଗ ପ୍ରକାଶ କରିବା କାର୍ଯ୍ୟ ମଧ୍ଯ ମସ୍ତିଷ୍କର ଏହି ଅଂଶ ନିୟନ୍ତ୍ରଣ କରେ ।
ପଶ୍ଚଅଗ୍ରମସ୍ତିଷ୍କ :
(v) ପଶ୍ଚଅଗ୍ରମସ୍ତିଷ୍କର ଉପରିଭାଗରେ ପିନିଆଲ ଗ୍ରନ୍ଥି ରହିଛି । ଏହାର ନିମ୍ନଭାଗରେ ଥିବା ହାଇପୋଥାଲାମସ୍ ଆମ ଶରୀରର ହୃନ୍ଦନ, ରକ୍ତଚାପ, ନିଦ୍ରା, ଭୟ, ରାଗ, ଆନନ୍ଦ ଇତ୍ୟାଦି ନିୟନ୍ତ୍ରଣ କରେ ।
(II) ମଧ୍ୟମସ୍ତିଷ୍କ :
- ମଧ୍ୟମସ୍ତିଷ୍କ ଦୁଇଯୋଡ଼ା ବର୍ତ୍ତୁଳ ନିଦାପିଣ୍ଡକୁ ନେଇ ଗଠିତ ।
- ଉପର ଦୁଇଟି ପିଣ୍ଡ, ଦୃଷ୍ଟି ସମ୍ବନ୍ଧୀୟ ପ୍ରତିକ୍ଷେପକୁ ନିୟନ୍ତ୍ରଣ କରୁଥିବାବେଳେ ନିମ୍ନଭାଗର ଦୁଇଟି ପିଣ୍ଡ ଶରୀରର ଶ୍ରବଣ ସମ୍ବନ୍ଧୀୟ ପ୍ରତିକ୍ଷେପକୁ ନିୟନ୍ତ୍ରଣ କରେ ।
(III) ପଶ୍ଚ ମସ୍ତିଷ୍କ :
- ପଶ୍ଚିମସ୍ତିଷ୍କର ଆଗ ଅଂଶରେ ରହିଛି ଅନୁମସ୍ତିଷ୍କ । ଏହା ମସ୍ତିଷ୍କର ଦ୍ଵିତୀୟ ବୃହତ୍ତମ ଭାଗ !
- ଏହା ଶରୀରର ସନ୍ତୁଳନ ଓ ଭାରସାମ୍ୟ ରକ୍ଷାକରେ ।
- କୌଣସି କାରଣରୁ ହଠାତ୍ ଗୋଡ଼ ଖସିଗଲେ ବା ଝୁଣ୍ଟି ପଡ଼ିଯିବା ଅବସ୍ଥାରେ ଶରୀରର ଭାରସାମ୍ୟ ରକ୍ଷାକରି ଠିକ୍ ଭାବରେ ଦୁଇ ଗୋଡ଼ରେ ଠିଆହେବା ପାଇଁ ଏହା ଦାୟୀ ଅଟେ ।
- ମସ୍ତିଷ୍କର ସୁଷୁମ୍ନାଶୀର୍ଷ ଅନୁମସ୍ତିଷ୍କର ପଛକୁ ରହିଛି । ଏହା ଆମ ଶରୀରର ଶ୍ଵାସକେନ୍ଦ୍ର ଓ ହୃତ୍କେନ୍ଦ୍ର । ରକ୍ତଚାପ, ଛିଙ୍କ, କାଶ, ବାନ୍ତି ଓ ଖାଦ୍ୟ ଗିଳିବା ପରି କାର୍ଯ୍ୟକୁ ସୁଷୁମ୍ନାଶୀର୍ଷକ ନିୟନ୍ତ୍ରଣ କରିଥାଏ ।
Question 5.
ପ୍ରତିକ୍ଷେପ କ୍ରିୟା କ’ଣ ? ଆମ ଶରୀରରେ ଘଟୁଥିବା ଏକକ ସିନାପ୍ଟିକ ପ୍ରତିକ୍ଷେପ ବର୍ଣନା କର ।
ଉ-
ପ୍ରତିକ୍ଷେପ କ୍ରିୟା :
- ମସ୍ତିଷ୍କ ଆମ ସ୍ନାୟୁସଂସ୍ଥାର ମୁଖ୍ୟ ଅଟେ I ଆମ ଶରୀରରେ ଘଟୁଥିବା ସବୁ ଘଟଣାର ଖବର ମସ୍ତିଷ୍କ ପାଖରେ ପହଞ୍ଚେ ।
- ମସ୍ତିଷ୍କ ସବୁ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ସମନ୍ଵୟ ରକ୍ଷା କରି ଶରୀରକୁ ନିଜର ନିୟନ୍ତ୍ରଣରେ ରଖେ ।
- ମସ୍ତିଷ୍କ ବା ସୁଷୁମ୍ନାକାଣ୍ଡ ଦ୍ୱାରା ପରିଚାଳିତ ସ୍ବତଃସ୍ଫୁର୍ଭ ଓ ସ୍ଵତଃପ୍ରବୃତ୍ତ ପ୍ରକ୍ରିୟାକୁ ପ୍ରତିକ୍ଷେପ କ୍ରିୟା କୁହାଯାଏ ।
ଏକକ ସିନାପ୍ଟିକ୍ ପ୍ରତିକ୍ଷେପ :
- ଆମ ଶରୀରରେ ସମ୍ପାଦିତ ହେଉଥିବା ସବୁଠାରୁ ସରଳ ପ୍ରତିକ୍ଷେପ କ୍ରିୟାରେ
- ସୁଷୁମ୍ନାକାଣ୍ଡ,
- ଗୋଟିଏ ସେନ୍ସରୀ ସ୍ନାୟୁ ଓ
- ଗୋଟିଏ ମୋଟର ସ୍ନାୟୁ ସଂଶ୍ଳିଷ୍ଟ ହୋଇଥାଏ ।
- ସେନ୍ସରୀ ସ୍ନାୟୁ ଗ୍ରାହୀଅଙ୍ଗରୁ ଆବେଗ ଆଣି ସୁଷୁମ୍ନାକାଣ୍ଡ ନିକଟରେ ପହଞ୍ଚାଏ ।
- ସୁଷୁମ୍ନାକାଣ୍ଡ ଖବର ଗ୍ରହଣ କରି ତୁରନ୍ତ କାର୍ଯ୍ୟକାରୀ ଅଙ୍ଗକୁ ମୋଟର ସ୍ନାୟୁ ମାଧ୍ୟମରେ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଏ ।
- ଏହି ପ୍ରକ୍ରିୟାରେ ମାତ୍ର ଗୋଟିଏ ସେନ୍ସରୀ ସ୍ନାୟୁ ଓ ଗୋଟିଏ ମୋଟର ସ୍ନାୟୁ ସଂଶ୍ଳିଷ୍ଟ ଥିବାରୁ ଏହାକୁ ଏକକ
- ଶରୀରରେ ସେନ୍ସରୀ ସ୍ନାୟୁ, ସୁଷୁମ୍ନାକାଣ୍ଡ ଓ ମୋଟର ସ୍ନାୟୁର ଅବସ୍ଥିତି ଏକ ଜ୍ୟାମିତିକ ଚାପ (Arc) ଆକାରରେ ଥିବାରୁ ଏହାକୁ ପ୍ରତିକ୍ଷେପ ଚାପ କୁହାଯାଏ ।
Question 6.
ସ୍ନାୟୁକୋଷର ଗଠନ ଏବଂ କାର୍ଯ୍ୟ ବର୍ଣ୍ଣନା କର ।
ଉ-
ଉଚ୍ଚ ସ୍ନାୟୁକୋଷର ଗଠନ :
- ସ୍ନାୟୁକୋଷ ଆମ ସ୍ନାୟୁତନ୍ତ୍ରର ଗଠନିକ ଏବଂ କ୍ରିୟାତ୍ମକ ଏକକ ଅଟେ ।
- ସ୍ନାୟୁକୋଷରେ ଗୋଟିଏ ନ୍ୟଷ୍ଟି ବା ନ୍ୟୁକ୍ଲିଅସ୍ ଓ
- ନ୍ୟଷ୍ଟି ଥିବା ଅଂଶକୁ ସେଲବଡ଼ି କୁହାଯାଏ ।
- ପ୍ରତ୍ୟେକ ସ୍ନାୟୁ କୋଷର ଗୋଟିଏ ପଟରେ ଅନେକଗୁଡ଼ିଏ କ୍ଷୁଦ୍ର ଶାଖାୟିତ ତନ୍ତୁ ଥାଏ । ଏଗୁଡ଼ିକୁ ଡେନ୍ସାଇଟ୍ କୁହାଯାଏ ।
- ଡେନ୍ସାଇଟ୍ର ଠିକ୍ ବିପରୀତ ପଟରେ ସେଲବଡ଼ିରୁ ଏକ ଲମ୍ବ ଆକସନ୍ ବାହାରିଥାଏ ।
- ସ୍ନାୟୁକୋଷ ଆମ ଶରୀରର ସବୁଠାରୁ ଲମ୍ବା କୋଷ ଅଟେ ।
- ସେଲ୍ବଡ଼ିର ଯେଉଁ ସ୍ଥାନରୁ ଆକସନ ବାହାରିଥାଏ ବିଭାଜିତ ହୋଇ ଟେଲୋଡେନ୍ସିଆ ସୃଷ୍ଟି ହୁଏ ଓ ଟେଲୋଡେନ୍ଡ୍ରିଆର ଅଗ୍ରଭାଗ ସ୍ତ୍ରୀତ ହୋଇ ଏଣ୍ଡ୍ନବ୍ ତିଆରି ହୋଇଥାଏ ।
ସ୍ନାୟୁକୋଷର କାର୍ଯ୍ୟ :
- ଆଖୁ, ନାକ, କାନ, ଜିଭ ଓ ଚର୍ମ ଆମର ଗ୍ରାହୀଅଙ୍ଗ ଅଟନ୍ତି ।
- ଆମେ ଆଖୁ ଆଗରେ ଯାହା ଦେଖୁଛୁ ତା’ର ଖବର ଆଖ୍ ଭିତରେ ଥିବା ସ୍ନାୟୁକୋଷର ଡେନ୍ସାଇଟ୍ ଗ୍ରହଣ କରି ମସ୍ତିଷ୍କକୁ ପଠାଏ । ସେହିପରି ପରିବେଶରେ ସୃଷ୍ଟି ହେଉଥିବା ଶବ୍ଦକୁ କାନ ଭିତରେ ଥିବା ସେନ୍ସରୀ କୋଷର ଡେଡ୍ରାଇଟ୍ ଗ୍ରହଣ କରିଥା’ନ୍ତି ।
- ଖଟା, ମିଠା, ପିତା ପରି ସ୍ବାଦକୁ ଜିଭରେ ଥିବା ସେନ୍ସରୀ ସ୍ନାୟୁର ଡେନ୍ସାଇଟ୍ ଗ୍ରହଣ କରେ ।
- ଡେନ୍ସାଇଟ୍ ସଂଗ୍ରହ କରୁଥିବା ସ୍ନାୟବିକ ଆବେଗ ବିଦ୍ୟୁତ୍ ରାସାୟନିକ ପ୍ରକ୍ରିୟାଦ୍ଵାରା ସ୍ନାୟୁକୋଷର ଆକ୍ସନ୍ ମଧ୍ୟଦେଇ ସଞ୍ଚରିତ ହୋଇ ସିନାପସ୍ ନିକଟରେ ପହଞ୍ଚାଏ ।
- ଆକ୍ସନ୍ର ଶେଷଭାଗରେ ବାର୍ତ୍ତା ପହଞ୍ଚିଲେ ସେଠାରୁ ଏସିଟିଲ୍କୋଲିନ୍ ନାମକ ଏକ ପ୍ରକାର ରାସାୟନିକ ପଦାର୍ଥର କ୍ଷରଣ ହୁଏ ଓ ଏହା ଏକ ସ୍ନାୟବିକ ସଞ୍ଚାରକ ଅଟେ ।
- ଏହା ପରବର୍ତ୍ତୀ ସ୍ନାୟୁକୋଷର ଡେଡ୍ରାଇଟ୍ରେ ଏକ ନୂଆ ବିଦ୍ୟୁତ୍ ରାସାୟନିକ ଆବେଗ ସୃଷ୍ଟିକରେ । ଏହିପରି ଭାବରେ ବାର୍ତ୍ତା ଗୋଟିଏ ସ୍ନାୟୁକୋଷରୁ ଅନ୍ୟ ସ୍ନାୟୁକୋଷରୁ ଦ୍ରୁତଗତିରେ ପ୍ରସାରିତ ହୋଇ ଶେଷରେ ମସ୍ତିଷ୍କଠାରେ ପହଞ୍ଚେ ।
Question 7.
ସଂକ୍ଷେପରେ ଉତ୍ତର ଦିଅ ।
(କ) ସିନାପ୍ସ୍ କହିଲେ କ’ଣ ବୁଝ ?
ଉ-
ଗୋଟିଏ ସ୍ନାୟୁକୋଷର ଆକସନ୍ର ଶାଖାଯୁକ୍ତ ଶେଷଭାଗ ନିକଟବର୍ତ୍ତୀ ଅନ୍ୟ ସ୍ନାୟୁକୋଷର ଡେଡ୍ରାଇଗୁଡ଼ିକର ଅତି ନିକଟରେ ଥାଏ । ଏହି ସ୍ଥାନକୁ ସିନାପ୍ସ୍ କୁହାଯାଏ ।
(ଖ) ଭାସୋପ୍ରେସିର କାର୍ଯ୍ୟ ଲେଖ ।
ଉ-
ଭାସୋପ୍ରେସିନ୍ର ପ୍ରଭାବରୁ ବୃକ୍କର ମୂତ୍ରଜନ ନଳିକାରୁ ଜଳ ପୁନଃଶୋଷିତ ହୁଏ । ସେଥିପାଇଁ ଏହି ହର୍ମୋନ୍ର ଅନ୍ୟ ନାମ ହେଉଛି ଏକ୍ସିଡାଇୟୁରେଟିକ ହର୍ମୋନ୍ । ଯଦି କୌଣସି କାରଣବଶତଃ ପିଟୁଇଟାରିରୁ ଅଳ୍ପ ପରିମାଣର ଭାସୋପ୍ରେସିନ୍ କ୍ଷରିତ ହୁଏ, ତେବେ ସେହି ବ୍ୟକ୍ତି ଗୋଟିଏ ଦିନରେ ପାଖାପାଖୁ 20 ଲିଟର ପର୍ଯ୍ୟନ୍ତ ପରିସ୍ରା କରେ । ଏହି ଅବସ୍ଥାକୁ ଡଶଇବେଟିସ୍ ଇନ୍ୟସିପିଡ଼ସ୍ ବା ବହୁମୂତ୍ର ରୋଗ କୁହାଯାଏ ।
(ଗ) ଆଇଲେଟ୍ସ୍ ଅଫ୍ ଲାଙ୍ଗର୍ହାନସ୍ କେଉଁଠି ଥାଏ ? ଏହାର କୋଷଗୁଡ଼ିକର ନାମ ଓ କାର୍ଯ୍ୟ ଲେଖ ।
ଉ-
- ଆମ ଶରୀରରେ ପାକସ୍ଥଳୀର ଠିକ୍ ତଳକୁ ଗ୍ରହଣୀଫାସ ମଧ୍ୟରେ ଗୋଟିଏ ଅଗ୍ନ୍ୟାଶୟ ରହିଛି ।
- ଏହା ଏକ ମିଶ୍ରିତ ଗ୍ରନ୍ଥି, କାରଣ ଏଥୁରୁ ଏନ୍ଜାଇମ୍ ଓ ହର୍ମୋନ୍ ଉଭୟ କ୍ଷରିତ ହୁଏ ।
- ଅଗ୍ନ୍ୟାଶୟର ହର୍ମୋନ୍ କ୍ଷରଣ କରୁଥିବା ଅଂଶକୁ ଆଇଲେସ୍ ଅଫ୍ ଲାଙ୍ଗରହା କୁହାଯାଏ ।
- ଏହି ଅଂଶରେ ଆଲ୍ଫା-କୋଷ, ବିଟା-କୋଷ ଓ ଡେଲ୍ କୋଷ ପରି ସ୍ରାବୀ କୋଷମାନ ରହିଥାଏ ।
- ଆଲ୍ଫା -କୋଷରୁ ଗୁ କାଗନ୍, ବିଟା-କୋଷରୁ ଇନ୍ସୁଲିନ୍ ଓ ଡେଲଟା-କୋଷରୁ ସୋମାଟୋଷ୍ଟାଟିନ୍ ହର୍ମୋନ୍ କ୍ଷରିତ ହୁଏ ।
- ଇନ୍ସୁଲିନ୍ ଶରୀରରେ ଶର୍କରା (Glucose) ପରିମାଣ ସ୍ଥିର ରଞ୍ଝାରେ ସାହାଯ୍ୟକରେ ।
- ଇନ୍ସୁଲିନ୍ର ଅଭାବରେ ରକ୍ତରେ ଶର୍କରା ପରିମାଣ ବଢ଼ି ମଧୁମେହ ରୋଗ (ଡାଇବେଟିସ୍ ମେଲିଟସ୍) ହୁଏ ।
(ଘ) ଅନ୍ତଃସ୍ରାବୀ ଗ୍ରନ୍ଥି ଓ ବହିଃସ୍ରାବୀ ଗ୍ରନ୍ଥି ମଧ୍ୟରେ ପ୍ରଭେଦ ଦର୍ଶାଅ ।
ଉ-
ଅନ୍ତଃସ୍ରାବୀ ଗ୍ରନ୍ଥି
- ଏଥୁରୁ ହର୍ମୋନ୍ କ୍ଷରିତ ହୁଏ ।
- କ୍ଷରିତ ହର୍ମୋନ୍ ସିଧାସଳଖ ରକ୍ତରେ ମିଶେ ।
- ଉଦାହରଣ : ପିଟୁଇଟାରି, ଥାଇରଏଡ୍ ଇତ୍ୟାଦି।
ବହିଃସ୍ରାବୀ ଗ୍ରନ୍ଥ
- ଏଥିରୁ ଏନ୍ଜାଇମ୍ ଓ ଅନ୍ୟ ପଦାର୍ଥ କ୍ଷରିତ ହୁଏ ।
- କ୍ଷରିତ ପଦାର୍ଥ ନିର୍ଦ୍ଦିଷ୍ଟ ନାଳ ଦେଇ ଗ୍ରନ୍ଥି ବାହାରକୁ ଆସେ ।
- ଉଦାହରଣ : ଲାଳଗ୍ରନ୍ଥି, ଯକୃତ୍ ଇତ୍ୟାଦି ।
Question 8.
ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
ଉ-
(କ) ହର୍ମୋନ୍
ହୋଇଥାଏ । ଉଭିଦରେ ଥିବା ହରମୋନ୍କୁ ଫାଇଟୋହରମୋନ୍ କୁହାଯାଏ । ଏହା ମୁଖ୍ୟତଃ 5 ପ୍ରକାରର; ଯଥା- ଅକ୍ସିନ୍, ଜିବରେଲିନ୍, ସାଇଟୋକାଇନିନ୍, ଏଥୁଲିନ୍, ଆବ୍ସିକ୍ ଅମ୍ଳ ।
- ହରମୋନ୍ ଉଦ୍ଭଦରେ ଆଲୋକାନୁବର୍ତ୍ତନ, ଜ୍ୟାନୁବର୍ତ୍ତନ, ଅନ୍ତକୁଞ୍ଚନ ଗତି, ଷ୍ଟୋମାଟାର ଗତି ଓ ଫଳ ପାଚିବା ଇତ୍ୟାଦିକୁ ନିୟନ୍ତ୍ରଣ କରେ ।
- ପ୍ରାଣୀ ଶରୀରରେ ବିଭିନ୍ନ ଅନ୍ତଃସ୍ରାବୀ ଗ୍ରନ୍ଥିରୁ କ୍ଷରିତ ହରମୋନ୍ଦ୍ୱାରା ରାସାୟନିକ ସମନ୍ବୟ ସମ୍ଭବ ହୋଇଥାଏ ।
- ହରମୋନ୍ ସିଧାସଳଖ ରକ୍ତରେ ମିଶେ ଓ ଏହା ମାଧ୍ୟମରେ ଦୂର ସ୍ଥାନକୁ ଯାଇ ନିର୍ଦ୍ଦିଷ୍ଟ ଅଙ୍ଗରେ କାର୍ଯ୍ୟ କରେ ।
- କାର୍ଯ୍ୟ ସରିବା ପରେ ହରମୋନ୍ ନଷ୍ଟ ହୋଇଯାଏ । ତେଣୁ ଏହା ଥରେ ମାତ୍ର କାର୍ଯ୍ୟକ୍ଷମ ଅଟେ ।
(ଖ) ବାମନତା ଓ ଅତ୍ରିକାୟତ୍ଵ
ଉ-
- ଏଡିନୋହାଇପୋଫାଇସିସ୍ରୁ କ୍ଷରିତ ହର୍ମୋନ୍ର ନାମ ଗ୍ରୋଥ୍ ହରମୋନ୍ ଅଟେ ।
- ଏହା ଶରୀରର ବୃଦ୍ଧି ନିୟନ୍ତ୍ରଣ କରେ ।
- ବାଲ୍ୟାବସ୍ଥାରେ ଏହାର କ୍ଷରଣ କମ୍ ହେଲେ ବ୍ୟକ୍ତିର ଶରୀର ବାମନପ୍ରାୟ ହୁଏ । ଏହାକୁ ‘ବାମନତା’ କୁହାଯାଏ ।
- ଯଦି ଏହାର କ୍ଷରଣ ଅଧ୍ଵ ହୁଏ, ଅତ୍ୟଧିକ ବୃଦ୍ଧି ଘଟି ବ୍ୟକ୍ତି ୫ ଓ ୨ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୁଏ । ଏହାକୁ ଅତିକାୟତ୍ଵ କୁହାଯାଏ ।
(ଗ) ଡେଡ୍ରାଇଟ୍ ଓ ଆକ୍ସନ୍
ଉ-
- ପ୍ରତ୍ୟେକ ସ୍ନାୟୁକୋଷର ଗୋଟିଏ ପଟରେ ଅନେକଗୁଡ଼ିଏ କ୍ଷୁଦ୍ର ଶାଖାୟିତ ତନ୍ତୁ ଥାଏ । ଏଗୁଡ଼ିକୁ ଡେଡ୍ରାଇଟ୍ କୁହାଯାଏ ।
- ଡେନ୍ସାଇଟ୍ର ଠିକ୍ ବିପରୀତ ପଟରେ ସେଲବଡ଼ିରୁ ଏକ ଲମ୍ବ ଆକସନ୍ ବାହାରିଥାଏ ।
- ଗ୍ରାହୀ ଅଙ୍ଗମାନଙ୍କଠାରୁ ଆସୁଥିବା ଉଦ୍ଦୀପନାକୁ ସ୍ନାୟୁକୋଷର ଡେଡ୍ରାଇଟ୍ ଗ୍ରହଣ କରେ ।
- ଡେନ୍ଡ୍ରାଇଟ୍ ସଂଗ୍ରହ କରୁଥିବା ସ୍ନାୟବିକ ଆବେଗ ବିଦ୍ୟୁତ୍ ରାସାୟନିକ ପ୍ରକ୍ରିୟାଦ୍ଵାରା ସ୍ନାୟୁକୋଷର ଆକ୍ସନକୁ ସଞ୍ଚରିତ ହୁଏ ।
(ଘ) ଡାଇବେଟିସ୍ ଇନ୍ସିପିଡସ୍ ଓ ଡାଇବେଟିସ୍ ମେଲିଟସ୍
ଉ-
- ଯଦି କୌଣସି କାରଣବଶତଃ ପିଟୁଇଟାରିରୁ ଅଳ୍ପ ପରିମାଣର ଭାସୋପ୍ରେସିନ୍ କ୍ଷରିତ ହୁଏ, ତେବେ ସେହି ବ୍ୟକ୍ତି ଗୋଟିଏ ଦିନରେ ପାଖାପାଖୁ 20 ଲିଟର ପର୍ଯ୍ୟନ୍ତ ପରିସ୍ରା କରେ । ଏହି ଅବସ୍ଥାକୁ ଡାଇବେଟିସ୍ ଇନ୍ସିପିଡସ୍ ବା ବହୁମୂତ୍ର ରୋଗ କୁହାଯାଏ ।
- ଇନ୍ସୁଲିନ୍ର ଅଭାବରେ ରକ୍ତରେ ଶର୍କରା ପରିମାଣ ବଢ଼ିଗଲେ ଡାଇବେଟିସ୍ ମେଲିଟସ୍ ବା ମଧୁମେହ ରୋଗ ହୋଇଥାଏ ।
(ଙ) ଅକ୍ସିର କାର୍ଯ୍ୟ
ଉ-
- ଏହି ହରମୋନ୍ ଜୀବକୋଷର ବୃଦ୍ଧି, ଫୁଲ ଓ ଫଳର ଗଠନ ଆଦି ବିଭିନ୍ନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ଏହା ଉଦ୍ଭଦର ବୃଦ୍ଧି ନିୟନ୍ତ୍ରଣ କରେ ।
- ଏହା ଉଦ୍ଭଦର ବୃଦ୍ଧି ନିୟନ୍ତ୍ରଣ କରେ ।
- ଏହି ହରମୋନ ଉଭିଦର ଶାଖା ଓ କାଣ୍ଡର ବୃଦ୍ଧିରେ ସହାୟକ ହୋଇଥାଏ ।
Question 9.
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(କ) ଏସିଟିଲ୍କୋଲିନ୍ର କାର୍ଯ୍ୟ କ’ଣ ?
ଉ-
- ସ୍ନାୟୁକୋଷରେ ଥିବା ଆକ୍ସନ୍ର ଶେଷଭାଗରେ ବାର୍ତ୍ତା ପହଞ୍ଚିଲେ ସେଠାରୁ ଏସିଟିଲ୍କୋଲିନ୍ ନାମକ ଏକ ପ୍ରକାର ରାସାୟନିକ ପଦାର୍ଥର କ୍ଷରଣ ହୁଏ ।
- ଏହା ଏକ ସ୍ନାୟବିକ ସଞ୍ଚାରକ ଅଟେ ।
- ଏହା ପରବର୍ତ୍ତୀ ସ୍ନାୟୁକୋଷର ଡେଡ୍ରାଇଟ୍ରେ ଏକ ନୂଆ ବିଦ୍ୟୁତ୍ ରାସାୟନିକ ଆବେଗ ସୃଷ୍ଟିକରେ ।
- ଏହିପରି ଭାବରେ ବାର୍ତ୍ତା ଗୋଟିଏ ସ୍ନାୟୁକୋଷରୁ ଅନ୍ୟ ସ୍ନାୟୁକୋଷକୁ ଦ୍ରୁତଗତିରେ ପ୍ରସାରିତ ହୋଇ ଶେଷରେ
(ଖ) ଏଡ୍ରିନାଲ୍କୁ ଆପଦକାଳୀନ ଗ୍ରନ୍ଥି କୁହାଯାଏ କାହିଁକି ?
ଉ-
- ଏଡ୍ରିନାଲ ଗ୍ରନ୍ଥିରୁ ଅନେକଗୁଡ଼ିଏ ହରମୋନ୍ କ୍ଷରିତ ହୁଏ ଓ ସେଥୁମଧ୍ୟରୁ ଏଡ୍ରିନାଲିନ୍ ହରମୋନ ଅନ୍ୟତମ
- ଏହି ହର୍ମୋନ୍ ଆକସ୍ମିକ ଆଘାତ, ଭୟ, ଅବଶ ଓ ଉତ୍ତେଜିତ ଅବସ୍ଥାରେ କ୍ଷରିତ ହୁଏ ।
- ଉପରୋକ୍ତ କାର୍ଯ୍ୟମାନଙ୍କ ଯୋଗୁ ଏହି ଗ୍ରନ୍ଥିକୁ ‘ଆପଦକାଳୀନ ଗ୍ରନ୍ଥି’ କୁହାଯାଏ ।
(ଗ) ଇଣ୍ଟ୍ରୋଜେନ୍ର କାର୍ଯ୍ୟ କ’ଣ ?
ଉ-
- ଡିମ୍ବାଶୟରୁ ଇଷ୍ଟୋଡ୍ରେନ୍ ନାମକ ହରମୋନ୍ କ୍ଷରଣ ହୁଏ ।
- ଏହି ହର୍ମୋନ୍ର ପ୍ରଭାବରେ ବାଳିକାମାନଙ୍କ ଶରୀରରେ ସ୍ତ୍ରୀ-ଗୌଣ ଲିଙ୍ଗୀୟ ଲକ୍ଷଣମାନ ଦେଖାଯାଏ ।
(ଘ) ଅଗ୍ନ୍ୟାଶୟକୁ କାହିଁକି ମିଶ୍ରିତ ଗ୍ରନ୍ଥି କୁହାଯାଏ ?
ଉ-
ଅଗ୍ନ୍ୟାଶୟକୁ ଏକ ମିଶ୍ରିତ ଗ୍ରନ୍ଥି କୁହାଯାଏ, କାରଣ ଏଥୁରୁ ଏନ୍ଜାଇମ୍ ଓ ହରମୋନ୍ ଉଭୟ କ୍ଷରିତ ହୋଇଥାଏ ।
(ଙ) ଲାଜକୁଳୀ ଲତାରେ କି ପ୍ରକାର ଗତି ଦେଖାଯାଏ ?
- ଲାଜକୁଳୀ ଲତାର ଡାଳ କିମ୍ବା ପତ୍ରକୁ ଛୁଇଁଦେବା ମାତ୍ରେ ଲତାରେ ଥିବା ପତ୍ରଗୁଡ଼ିକ ନଇଁଯାଇ ଝାଉଁଳି ପଡ଼େ ।
- ସ୍ପର୍ଶ ପ୍ରତି ଅନୁକ୍ରିୟା ପ୍ରଦର୍ଶନ ସ୍ୱରୂପ ପତ୍ରଗୁଡ଼ିକ ଜାକି ହୋଇଯା’ନ୍ତି ।
- ଲାଜକୁଳୀ ଲତାର ଏହି ଗତିକୁ ଅନ୍ତର୍କୁଞ୍ଚନ ଗତି କୁହାଯାଏ ।
- ଏହା ସ୍ପର୍ଶଜନିତ ଉଦ୍ଦୀପନାର ଏକ ବିଶେଷ ଉଦାହରଣ ଅଟେ ।
Question 10.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(କ) ମଣିଷ ଶରୀରରେ କେତେ ଯୋଡ଼ା କ୍ରାନିଆଲ୍ ସ୍ନାୟୁ ରହିଛି ?
(ଖ) ସୁଷୁମ୍ନାକାଣ୍ଡର ବାହ୍ୟ ଆବରଣକୁ କ’ଣ କୁହାଯାଏ ?
(ଗ) ଆଣ୍ଟିଡାଇୟୁରେଟିକ୍ ହରମୋନ୍ର ଅନ୍ୟ ନାମ କ’ଣ ?
(ଘ) କେଉଁଟି ଏକ ସାମୟିକ ଅନ୍ତଃସ୍ରାବୀ ଗ୍ରନ୍ଥି ?
(ଙ) ଉଭିଦର ଚେରରେ କେଉଁ ପ୍ରକାର ଗତି ପରିଲକ୍ଷିତ ହୁଏ ?
Answers
(କ) 12 ଯୋଡ଼ା
(ଖ) ମେନିଞ୍ଜେସ୍
(ଗ) ଭାସୋପ୍ରେସିନ୍
(ଙ) ଜ୍ଯାନୁବର୍ତ୍ତନ
Question 11.
ଶୂନ୍ୟସ୍ଥାନ ପୂରଣ କର ।
(କ) ଉଭିଦର ଫଳ ଓ ଫୁଲ ଝଡ଼ିବା ସହ ବାର୍ଦ୍ଧକ୍ୟ ତ୍ୱରାନ୍ବିତ ହେବା ଏଥୁଲିନ୍ ଓ ……………………. ଦ୍ଵାରା ନିୟନ୍ତ୍ରିତ ।
(ଖ) ହରମୋନ୍ ଭ୍ରୁଣକାଣ୍ଡର ……………………… ରେ ତିଆରି ହୁଏ ।
(ଗ) ମସ୍ତିଷ୍କର ………………….. ଭାଗ ଆମ ସ୍ମୃତି ପାଇଁ ଦାୟୀ ।
(ଘ) ଆମ ଶରୀରର ସନ୍ତୁଳନ ଓ ଭାରସାମ୍ୟ ମସ୍ତିଷ୍କର ………………… ନିୟନ୍ତ୍ରଣ କରେ ।
(ଙ) ମସ୍ତିଷ୍କର ଅଗୋଚରରେ ଶରୀରରେ ଘଟୁଥିବା ଅତି ଜରୁରୀ କାର୍ଯ୍ୟକୁ ………………….. କୁହାଯାଏ ।
(ଚ) ସ୍ନାୟୁକୋଷରେ ……………….. ନଥିବାରୁ ଏହା ବିଭାଜିତ ହୋଇପାରେ ନାହିଁ ।
Answers
(କ) ଆବ୍ସିକ୍ ଅମ୍ଳ
(ଖ) ଅଗ୍ରଭାଗ
(ଗ) ଅଗ୍ରମସ୍ତିଷ୍କ (ପ୍ରମସ୍ତିଷ୍କ )
(ଘ) ଅନୁମସ୍ତିଷ୍କ
(ଙ) ପ୍ରତିକ୍ଷେପ କ୍ରିୟା
(ଚ) ସେଣ୍ଡ୍ରୋଜୋମ୍
Question 12.
ବାକ୍ୟରେ ଚିହ୍ନିତ ରେଖାଙ୍କିତ ଶବ୍ଦ|ଶବ୍ଦପୁଞ୍ଜକୁ ବଦଳାଇ ଠିକ୍ ବାକ୍ୟ ଲେଖ ।
(କ) ଉଭିଦର କାଣ୍ଡ ଆଲୋକ ଆଡ଼କୁ ଗତି କରିବାକୁ ଜ୍ୟାନୁବର୍ତ୍ତନ କୁହାଯାଏ ।
ଉ-
ଉଭିଦର କାଣ୍ଡ ଆଲୋକ ଆଡ଼କୁ ଗତି କରିବାକୁ ଆଲୋକାନୁବର୍ତ୍ତନ କୁହାଯାଏ ।
(ଖ) ଉଦ୍ଭଦରେ ଥିବା ହର୍ମୋନ୍ଗୁଡ଼ିକୁ ଟ୍ରପିକ୍ ହରମୋନ୍ କୁହାଯାଏ ।
ଉ-
ଉଭିଦରେ ଥିବା ହର୍ମୋନ୍ଗୁଡ଼ିକୁ ଫାଇଟୋ ହରମୋନ୍ କୁହାଯାଏ ।
(ଗ) ଥାଇରଏଡ଼ ଗ୍ରନ୍ଥିରୁ ଅକ୍ସିଟୋସିନ୍ ହରମୋନ୍ କ୍ଷରିତ ହୁଏ ।
ଉ-
ଥାଇରଏଡ଼ ଗ୍ରନ୍ଥିରୁ ଥାଇରକ୍ସିନ୍ ହରମୋନ୍ କ୍ଷରିତ ହୁଏ ।
(ଘ) ବାଲ୍ୟାବସ୍ଥାରେ ପ୍ରୋଲାକ୍ଟିନ ହରମୋନ୍ କ୍ଷରଣ କମ୍ ହେଲେ ବ୍ୟକ୍ତିର ଶରୀର ବାମନ ପ୍ରାୟ ହୁଏ ।
ଉ-
ବାଲ୍ୟାବସ୍ଥାରେ ଗ୍ରୋଥ ହରମୋନ କ୍ଷରଣ କମ୍ ହେଲେ ବ୍ୟକ୍ତିର ଶରୀର ବାମନ ପ୍ରାୟ ହୁଏ ।
(ଙ) ଅଗ୍ନ୍ୟାଶୟକୁ ଆପଦକାଳୀନ ଗ୍ରନ୍ଥି କୁହାଯାଏ ।
ଉ-
ଏଡ୍ମିନାଲ ଗ୍ରନ୍ଥି ଆପଦକାଳୀନ ଗ୍ରନ୍ଥି କୁହାଯାଏ ।
Question 13.
ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖ୍ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି କ’ଣ ହେବ ଲେଖ ।
(କ) ବାମନତା : ଗ୍ରୋଥ ହରମୋନ୍ :: ରୂପାନ୍ତରଣ : ………………….
(ଖ) ଡିମ୍ବାଶୟ : ଇଣ୍ଟ୍ରୋଜେନ୍ :: ଶୁକ୍ରାଶୟ : ………………….
(ଗ) ଫୁଲ ଝଡ଼ିବା : ଏଥୁଲିନ୍ :: ଫୁଲ ଧରିବା : ………………….
(ଘ) ଏଡ୍ରିନାଲ ଗ୍ରନ୍ଥି : ଅନ୍ତଃସ୍ରାବୀ :: ଯକୃତ୍ : ………………….
(ଙ) ଗର୍ଭାବସ୍ଥା ହର୍ମୋନ୍ : ପ୍ରୋଜେଷ୍ଟିରନ୍ :: ଗର୍ଭସଞ୍ଚାର ନିର୍ଣ୍ଣାୟକ ହରମୋନ୍ : ………………….
Answers
(କ) ଥାଇରକ୍ସିନ୍,
(ଖ) ଟେଷ୍ଟୋଷ୍ଟିରନ୍,
(ଗ) ଫ୍ଲୋରିଜେନ୍ ଓ ଫାଇଟୋକ୍ରୋମ୍,
(ଘ) ବହିଃସ୍ରାବୀ ଗ୍ରନ୍ଥି,
(ଙ) ନ୍ୟୁମାନ୍ କୋରିଓନିକ୍ ଗୋନାଡୋଟ୍ରଫିକ୍ ହର୍ମୋନ୍