BSE Odisha 10th Class Odia Solutions Chapter 12 ନରେନ୍‌ରୁ ବିବେକାନନ୍ଦ

Odisha State Board BSE Odisha 10th Class Odia Solutions Chapter 12 ନରେନ୍‌ରୁ ବିବେକାନନ୍ଦ Textbook Exercise Questions and Answers.

BSE Odisha Class 10 Odia Solutions Chapter 12 ନରେନ୍‌ରୁ ବିବେକାନନ୍ଦ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ପ୍ରାଣର ଅଭାବ-ପ୍ରାଣହୀନ, ସେହିପରି କ’ଣ ହେବ ଲେଖ ?
(କ) ତେଜର ଅଭାବ
(ଖ) ଉଦ୍ୟମର ଅଭାବ
(ଗ) ଆଶାର ଅଭାବ
(ଘ) ଉଦ୍ଦେଶ୍ୟର ଅଭାବ
Answer:
(କ) ତେଜର ଅଭାବ – ତେକହାନ
(ଖ) ଉଦ୍ୟମର ଅଭାବ – ଉଦ୍ୟମହାନ
(ଗ) ଆଶାର ଅଭାବ – ଆଶାହାନ
(ଘ) ଉଦ୍ଦେଶ୍ୟର ଅଭାବ – ଉଦ୍ଦେଶ୍ୟହାନ

Question ୨।
ନିମ୍ନ ଶବ୍ଦଗୁଡ଼ିକ ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ଜଟିଳ, ସୂକ୍ଷ୍ମ, ଦୃତ, ସ୍ଵାର୍ଥ, ଆଦର୍ଶ

ଶବ୍ଦ ବିଗରତ ଶବ୍ଦ
ଜଟିଳ ସରଳ
ସୂକ୍ଷ୍ମ ସ୍ଥଳ
ଦ୍ରୁତ ମନ୍ଥର
ସ୍ଵାର୍ଥ ନିଃସ୍ଵାର୍ଥ
ଆଦର୍ଶ ଅନାଦର୍ଶ

Question ୩ ।
ବ୍ୟାସବାକ୍ୟ ସହ ସମାସର ନାମ ଲେଖ ।
ଅନଭିଜ୍ଞ, ଅନାସକ୍ତ, ନିଃସ୍ଵ, ସହଯାତ୍ରୀ
Answer:
ନାହିଁ ଅଭିଜ୍ଞତା ଯାହାର ସେ – ନିଷେଧାର୍ଥକ ବହୁବ୍ରୀହି ସମାସ ।
ନାହିଁ ଆସକ୍ତି ଯାହାର ସେ – ନିଷେଧାର୍ଥକ ବହୁବ୍ରୀହି ସମାସ ।
ନାହିଁ ସ୍ବ ଯାହାର – ନିଷେଧାର୍ଥକ ବହୁବ୍ରୀହି ସମାସ ।
ସହ ଯାତ୍ରା ଯାହାର – ବହୁବ୍ରୀହି ସମାସ ।

BSE Odisha 10th Class Odia Solutions Chapter 12 ନରେନ୍‌ରୁ ବିବେକାନନ୍ଦ

Question ୪।
‘ଗୁଣରେ ଯିଏ ମୁଗ୍ଧ’ ‘ଗୁଣମୁଗ୍ଧ’, ସେହିପରି ‘ମୁଗ୍‌ଧ’ ଶେଷରେ ଥାଇ ଅନ୍ୟ ପାଞ୍ଚଟି ଶବ୍ଦ ଗଢ଼ ।
Answer:
ଜ୍ଞାନମୁଗ୍‌ଧ, ଆହାରମୁଗ୍ଧ, ବିହାରମୁଗ୍ଧ, ବିଷୟମୁଗ୍ଧ, ପ୍ରଣୟମୁଗ୍ଧ ।

Question ୫।.
ସୂତ୍ରପାତ, ଆଲୋକପାତ ଭଳି ‘ପାତ’ ଯୋଗ ହୋଇଥ‌ିବା ଏହି ପ୍ରସଙ୍ଗରୁ ଶବ୍ଦଗୁଡ଼ିକ ବାଛି ଲେଖ ।
Answer:
ରେଖାପାତ, ଯତିପାତ, ଦୃଷ୍ଟିପାତ, କାଳାତିପାତ, କର୍ଣ୍ଣପାତ

Question ୬।
ବିବେକ + ଆନନ୍ଦ = ବିବେକାନନ୍ଦା ସେହିପରି କ’ଣ ହେବ ଲେଖା
ହୃତ୍ + ଆନନ୍ଦ, ବ୍ରହ୍ମ + ଆନନ୍ଦ, ନିତ୍ୟ + ଆନନ୍ଦ, ପରମ + ଆନନ୍ଦ
Answer:
ହୃତ୍ + ଆନନ୍ଦ = ହୃଦାନନ୍ଦ
ବ୍ରହ୍ମ + ଆନନ୍ଦ = ନିତ୍ୟାନନ୍ଦ
ନିତ୍ୟ + ଆନନ୍ଦ = ବ୍ରହ୍ମାନନ୍ଦ
ପରମ + ଆନନ୍ଦ = ପରମାନନ୍ଦ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୭।
‘ନରେନ୍ ଦୁଇ ପିତାଙ୍କୁ ହରାଇଲା’ କହିବାର କାରଣ କ’ଣ ?
Answer:
ବିଶ୍ଵନାଥ ଦତ୍ତ ଥୁଲେ ନରେନ୍‌ଙ୍କ ପିତା । କିନ୍ତୁ ନରେନ୍‌ଙ୍କୁ ବିବେକାନନ୍ଦରୂପେ ପୁନର୍ଜନ୍ମ ପ୍ରଦାନ କରିଥିଲେ ଗୁରୁ ଶ୍ରୀରାମକୃଷ୍ଣ । ପିତା ବିଶ୍ଵନାଥ ଦତ୍ତ ସଂସାରରୁ ବିଦାୟ ନେବାର ବର୍ଷକ ପରେ ଗୁରୁପିତା ଶ୍ରୀରାମକୃଷ୍ଣ ଇହଧାମ ତ୍ୟାଗ କରିବାରୁ ନରେନ୍ ଦୁଇ ପିତାଙ୍କୁ ହରାଇଲେ ବୋଲି କୁହାଯାଇଛି ।

Question ୮।
ମହାନ୍ କର୍ମ କିଏ ସମ୍ପାଦନ କରିଥା’ନ୍ତି ?
ଦୃଢ଼ମନା ମଣିଷ ହିଁ ମହତ୍ କର୍ମ ସମ୍ପାଦନ କରିଥା’ନ୍ତି । କାରଣ, ଦୃଢ଼ମନା ମଣିଷ ଜଗତ୍ଵବକ୍ଷରେ କେବେ ଆପଣାଙ୍କୁ ଏକୁଟିଆ ମନେକରେ ନାହିଁ । ଜୀବନର ଲକ୍ଷ୍ୟ ଓ କର୍ମକୁ ଭଲଭାବେ ନିରୀକ୍ଷଣ କରିଥିବା ସେହି ନିଷ୍ଠାବାନ୍ ମଣିଷ ସ୍ବୀୟ ଦୃଢ଼ ମନୋବଳ ମାଧ୍ୟମରେ ଜଗତର ମହତ୍ କର୍ମକୁ ଏକାକୀ ସମ୍ପାଦନ କରିଥାଏ ।

Question ୯।
ନାରେନ୍‌ଙ୍କ ମନରେ କେଉଁ ଗ୍ୟାକୁଳତା ଥିଲା ବୋଲି ଲେଖକ କହିଛନ୍ତି ?
Answer:
ନିର୍ବିକଳ୍ପ ସମାଧୂର ଦିବ୍ୟ ଅନୁଭୂତି ପାଇବା ନିମନ୍ତେ ନରେନ୍‌ଙ୍କ ହୃଦୟରେ ବ୍ୟାକୁଳତା ଥିଲା । କାରଣ ଦିନେ ଠାକୁର ଶ୍ରୀରାମକୃଷ୍ଣ ନରେନ୍‌ଙ୍କୁ ତାଙ୍କ ଇଚ୍ଛା ସମ୍ପର୍କରେ ପ୍ରଶ୍ନ କରିଥିଲେ । ଉତ୍ତରରେ ସେ ଶୁକଦେବଙ୍କ ପରି ଏକାଦିକ୍ରମେ ୫/୬ ଦିନ ସମାଧ୍ଧରେ ଲୀନ ହୋଇ ପରେ ଟିକିଏ ତଳକୁ ଆସି ଶରୀର ରକ୍ଷାପାଇଁ କିଛି ଖାଦ୍ୟ ଗ୍ରହଣ କରି ପୁଣି ସମାଧିରେ ବୁଡ଼ି ଯିବାର ଇଚ୍ଛା ପ୍ରକାଶ କରିଥିଲେ । ଏଥୁ ସମାଧ୍ୱସ୍ଥ ହେବାପାଇଁ ନରେନ୍‌ଙ୍କ ପ୍ରାଣର ବ୍ୟାକୁଳତା ପ୍ରତୀୟମାନ ହୁଏ ।

BSE Odisha 10th Class Odia Solutions Chapter 12 ନରେନ୍‌ରୁ ବିବେକାନନ୍ଦ

Question ୧୦ ।
ସମାଧ୍ଧରେ ବୁଡ଼ି ନ ଯିବାପାଇଁ ଶ୍ରୀରାମକୃଷ୍ଣ ନରେନ୍‌ଙ୍କୁ କାହିଁକି କହିଥିଲେ ?
Answer:
ଠାକୁର ଶ୍ରୀରାମକୃଷ୍ଣ, ଭାବିଥିଲେ, ନରେନ୍ ଗୋଟିଏ ପ୍ରକାଣ୍ଡ ବଟବୃକ୍ଷ ହୋଇ ତା’ର ଛାୟାରେ ହଜାର ହଜାର ମଣିଷକୁ ଆଶ୍ରୟ ଦେବ । କିନ୍ତୁ ନରେନ୍ ତା’ ନ ହୋଇ ସମାଧ୍ୱସ୍ଥ ହୋଇ କେବଳ ନିଜର ମୁକ୍ତିମାର୍ଗ ଖୋଜୁଥିବାରୁ ଶ୍ରୀରାମକୃଷ୍ଣ ନରେନ୍‌ଙ୍କୁ ସମାଧ୍ଧରେ ବୁଡ଼ି ନ ଯିବାପାଇଁ କହିଥିଲେ ।

Question ୧୧।
ସନ୍ନ୍ୟାସୀର କେଉଁ ଧର୍ମକୁ ବିବେକାନନ୍ଦ ବାଛି ନେଇଥିଲେ ?
Answer:
ବିବେକାନନ୍ଦ ଧ୍ୟାନ, ଧାରଣା, ଯୋଗ, ସମାଧ, ଇହଲୋକବିମୁଖ ସନ୍ନ୍ୟାସୀର ଆଦର୍ଶ ପରିହାର କରି ତେଜହୀନ, ଉଦ୍ୟମହୀନ, ପ୍ରାଣହୀନ, ଉତ୍‌ଥାନ ଶକ୍ତିରହିତ ଭାରତର ଅଭ୍ୟୁତ୍‌ଥାନ ପାଇଁ ସଂଗ୍ରାମ ତଥା ବିଶାଳ ବୁଭୁକ୍ଷୁ ଜନସମଷ୍ଟିରେ ଦୁର୍ଦ୍ଦଶା ମୋଚନାର୍ଥେ ସେବାବ୍ରତ ଆଚରଣ କରି ଈଶ୍ଵରୋପଲବ୍‌ଧ କରିବାର ଧର୍ମକୁ ବାଛି ନେଇଥିଲେ ।

Question ୧୨ ।
ଜନତା ଜନାର୍ଦ୍ଦନ କାହିଁକି ଅବହେଳିତ ଅବସ୍ଥାରେ ଥିଲା ?
Answer:
ଜନତା ଜନାର୍ଦ୍ଦନ- ଅର୍ଥାତ୍ ଲୋକମାନେ ହିଁ ଦେବତା । ଏହି ଦେବତା ସଦୃଶ ଲୋକମାନଙ୍କର ସୁଖ, ଦୁଃଖ, ଅଭାବ, ଅସୁବିଧା ବୁଝି ସେସବୁର ସମାଧାନ କରିବା ରାଜା ଓ ରାଜନୀତିଜ୍ଞମାନଙ୍କର କର୍ତ୍ତବ୍ୟ । କିନ୍ତୁ ସେମାନେ ନିଜ କର୍ତ୍ତବ୍ୟ ନ କରି ବରଂ ଜନତା ଜନାର୍ଦ୍ଦନଙ୍କୁ ସ୍ବୀୟ ରାଜନୈତିକ ଛଳନାର ଶିକାର କରୁଥିବାରୁ ସେମାନେ ଅବହେଳିତ ଅବସ୍ଥାରେ କାଳ କାଟୁଥିଲେ ।

Question ୧୩ ।
ଇହଧାମ ତ୍ୟାଗ ପୂର୍ବରୁ ଶ୍ରୀରାମକୃଷ୍ଣଙ୍କର ଶିଷ୍ୟ ନରେନ୍ ପ୍ରତି ଆଦେଶ କ’ଣ ଥିଲା ?
Answer:
ଇହଧାମ ତ୍ୟାଗ ପୂର୍ବରୁ ଠାକୁର ଶ୍ରୀରାମକୃଷ୍ଣ ନିଜର ତରୁଣ ଶିଷ୍ୟମାନଙ୍କୁ ନରେନ୍‌ଙ୍କ ହାତରେ ସମର୍ପଣ କରିବା ସହିତ ନରେନ୍‌ଙ୍କୁ ଜଗତର କଲ୍ୟାଣ ସାଧନ କରିବାରେ ବ୍ରତୀ ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

Question ୧୪ ।
ଶିଷ୍ୟମାନେ କେଉଁଠାରେ ନିଜର କ୍ଷେତ୍ର ପ୍ରସ୍ତୁତ କଲେ ?
Answer:
ଠାକୁର ଶ୍ରୀରାମକୃଷ୍ଣ ଇହଧାମ ତ୍ୟାଗ କରିବା ପରେ ତାଙ୍କ ତରୁଣ ଶିଷ୍ୟମାନେ ନିଃସ୍ବ ଓ ସଂସାର ଅନଭିଜ୍ଞ ହୋଇଯାଇଥିଲେ । ସେମାନଙ୍କୁ ଠାକୁରଙ୍କର ଜଣେ ଗୃହସ୍ଥ ଭକ୍ତ ଶ୍ରୀ ସୁରେଶ ଚନ୍ଦ୍ର ମିତ୍ର ବରାହନଗରଠାରେ ଥ‌ିବା ତାଙ୍କର ଗୋଟିଏ ପୁରୁଣା କୋଠା ଛାଡ଼ିଦେଲେ । ସେହି ପରିତ୍ୟକ୍ତ ଭୂତକୋଠିରେ ହିଁ ଶିଷ୍ୟମାନେ ନିଜର କ୍ଷେତ୍ର ପ୍ରସ୍ତୁତ କରିଥିଲେ ।

Question ୧୫ ।
ସ୍ଵାମୀ ରାମକୃଷ୍ଣାନନ୍ଦ ମଠ ଛାଡ଼ି ବାହାରକୁ ଯାଇନଥିଲେ କାହିଁକି ?
Answer:
ଶ୍ରୀରାର୍ମକୃଷ୍ଣଙ୍କ ତରୁଣ ଶିଷ୍ୟମାନେ ସନ୍ନ୍ୟାସୀ ହେବାପରେ ଜଣ ଜଣ ହୋଇ ତୀର୍ଥଯାତ୍ରାରେ ବାହାରି ଯାଇଥିଲେ । ସେମାନଙ୍କ ମଧ୍ୟରୁ କିଏ କେତେବେଳେ ମଠକୁ ଫେରିବ, ତାକୁ ଅପେକ୍ଷାକରି ସ୍ବାମୀ ରାମକୃଷ୍ଣାନନ୍ଦ ଏକୁଟିଆ ମଠକୁ ଜଗି ରହିଥିଲେ। ତେଣୁ ସେ କେବେହେଲେ ମଠ ଛାଡ଼ି ବାହାରକୁ ଯାଇ ନ ଥିଲେ ।

Question ୧୬ ।
ପ୍ରଥମ କରି ବିବେକାନନ୍ଦ କେଉଁଠାକୁ ଯାତ୍ରା କରିଥିଲେ ?
Answer:
ବିବେକାନନ୍ଦ ପ୍ରଥମ କରି ୧୮୮୬ରେ ପରିଭ୍ରମଣରେ ବାହାରିଥିଲେ । ସେ ହିମାଳୟ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରି ବାଟରେ ବନାରସ, ଅଯୋଧ୍ୟା, ବୃନ୍ଦାବନ, ଆଗ୍ରା ଓ ଲକ୍ଷ୍ନୌ ପ୍ରଭୃତି ତୀର୍ଥସ୍ଥାନ ଭ୍ରମଣ କରିଥିଲେ ।

BSE Odisha 10th Class Odia Solutions Chapter 12 ନରେନ୍‌ରୁ ବିବେକାନନ୍ଦ

Question ୧୭ ।
ବିବେକାନନ୍ଦ ଭୋକରେ ରହୁଥ‌ିବାର କାରଣ କ’ଣ ?
Answer:
ବିବେକାନନ୍ଦଙ୍କ ପରିଭ୍ରମଣର ଉଦ୍ଦେଶ୍ୟ ଥିଲା ବିଶାଳ ଭାରତବର୍ଷ ତଥା ତା’ର ଦରିଦ୍ର ଜନତା ସହିତ ଘନିଷ୍ଠଭାବେ ପରିଚିତ ହେବା । ତେଣୁ ସେ ଅଯୋଧ୍ୟା, ବୃନ୍ଦାବନ, ଆଗ୍ରା ପ୍ରଭୃତି ସ୍ଥାନ ଭ୍ରମଣ କଲାବେଳେ ଦରିଦ୍ର ଲୋକଙ୍କର ଦୁଃଖକୁ ଅଙ୍ଗେ ନିଭାଇବାପାଇଁ ସେ ଦିନ ଦିନ ଭୋକ ଉପାସରେ ରହୁଥିଲେ ।

Question ୧୮ ।
ବିବେକାନନ୍ଦ ଉଦ୍ଦେଶ୍ୟହୀନ ଭାବରେ ପାଦରେ ଚାଲି ଚାଲି ଭାରତସାରା ବୁଲିଥିଲେ କାହିଁକି ?
Answer:
ଦୁଇଥର ଭ୍ରମଣ ଅଭିଜ୍ଞତାରୁ ସମାଜରେ ଜମି ରହିଥିବା କୁଢ଼ କୁଢ଼ ଆବର୍ଜନାକୁ ଦୂର କରିବାର ବ୍ୟାକୁଳତା ବିବେକାନନ୍ଦଙ୍କୁ ଶାନ୍ତିରେ ରଖାଇ ଦେଇନଥିଲା । କିଛି ବାଟ ନ ପାଇବାର କ୍ରୋଧରେ ଝଡ଼ପରି ମଠ ତ୍ୟାଗ କରି ଉଦ୍ଦେଶ୍ୟହୀନ ଭାବେ ଚାଲି ଚାଲି ସାରା ଦେଶ ବୁଲିଥିଲେ ।

Question ୧୯ ।
କେଉଁ ଘଟଣାରେ ବିବେକାନନ୍ଦଙ୍କ ହୃଦୟ ବିଚଳିତ ହୋଇଥିଲା ?
Answer:
ମାରୁଥ‌ିବା ସେହି ସାନ୍ତାଳମାନଙ୍କର ତାଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତିର ଆତିଥ୍ୟ ଦେଖୁ ତାଙ୍କ ହୃଦୟ ହାହାକାର କରିଉଠିଥିଲା । ଭୋକିଲା ଲୋକଙ୍କର ଦୁଃଖ ନିଜ ଆଖ୍ୟାରେ ଦେଖୁ ବିବେକାନନ୍ଦଙ୍କ ହୃଦୟ ବିଗଳିତ ହୋଇଉଠୁଥିଲା । ଥରେ ସେ ଆଦିବାସୀ ବସ୍ତିରେ ସାନ୍ତାଳଙ୍କର ଅତିଥ୍ ହୋଇଥିବାବେଳେ ଦିନକୁ ମୁଠାଏ ଭାତ ନ ପାଇ ଗଛର ପତ୍ର ଓ ଚେର ଖାଇ ଭୋକ

Question ୨୫ ।
ଭୋକିଲା ଲୋକଙ୍କର ଦୁଃଖକୁ ନିଜ ଆଖରେ ଦେଖ୍ ତାଙ୍କ ହୃଦୟ ବିଗଳିତ ହେଲା ।
Answer:
‘ଭୋକିଲା ପେଟରେ ଧର୍ମ ଅନାବଶ୍ୟକ’ – ଏହି ଉକ୍ତିଟି ମାର୍କ ବା ତାଙ୍କର ଅନୁଗାମୀଙ୍କର ବୋଲି ଅନୁମାନ କରିବା ସ୍ଵାଭାବିକ ହେଲେ ମଧ୍ୟ ଯଥାର୍ଥରେ ଏ ଉଦ୍ଭଟି ଥିଲା ଠାକୁର ଶ୍ରୀରାମକୃଷ୍ଣଙ୍କର । କାରଣ ଏହି ଉକ୍ତିଟିକୁ ନରେନ୍ ତାଙ୍କ ଗୁରୁ ଠାକୁର ଶ୍ରୀରାମକୃଷ୍ଣଙ୍କଠାରୁ ଶୁଣିଥିଲୋ ।

Question ୨୧ ।
ମଣିଷର ପ୍ରକୃତ ଶତ୍ରୁ କିଏ ବୋଲି ବିବେକାନନ୍ଦ ଭାବିଲେ ?
Answer:
ବିବେକାନନ୍ଦ ଦେଖିଲେ ସାରା ଦେଶରେ ଦାରିଦ୍ର୍ୟର ନିରଙ୍କୁଶ ରାଜତ୍ଵ । ଦି’ଓଳି ଦି’ମୁଠା ଖାଇବାକୁ ନପାଇ ଅଗଶିତି ମଣିଷ ଅଦ୍ଧାହାର ଅନାହାରରେ କାଳାତିପାତ କରୁଛନ୍ତି। ତେଣୁ ପ୍ରବଳ ପ୍ରତାପା ଦାରିଦ୍ର୍ୟରୂପା ରାଷସକୁ ର୍ହିଁ ବିବେକାନନ୍ଦ ମଣିଷର ପ୍ରକୃତ ଶତ୍ରୁ ବୋଲି ବିବେଚନା କରିଥିଲେ ।

Question ୨୨ ।
ବିବେକାନନ୍ଦଙ୍କର ଅସଲ ଶକ୍ତି କ’ଣ ?
Answer:
ଚୁମ୍ବକ ଲୁହାକୁ ତା’ ଆଡ଼କୁ ଟାଣିନେବା ପରି ଲୋକମାନଙ୍କୁ ଉପଦେଶ ଦେଇ ଧର୍ମ ଓ ତ୍ୟାଗମାର୍ଗର ପଥ୍ୟକ କରାଇବା ହିଁ ଥିଲା ବିବେକାନନ୍ଦଙ୍କର ଅସଲ ଶକ୍ତି ।

Question ୨୩ ।
ଶେଷରେ ବିବେକାନନ୍ଦ କ’ଣ କରିବାକୁ ସ୍ଥିର କଲେ ?
Answer:
କାଟୁଥିବା ଜନତାର ମଙ୍ଗଳ ପାଇଁ ବହୁ ସମ୍ଭାବନାମୟ ବିଦେଶ ଯାତ୍ରାରେ ଯିବାପାଇଁ ସେ ସଂକଳ୍ପବଦ୍ଧ ହୋଇଥିଲେ । ଶେଷରେ ବିବେକାନନ୍ଦ ସ୍ଥିର କରିଥିଲେ ଯେ ତାଙ୍କୁ ଦରିଆପାରି ଯିବାକୁ ପଡ଼ିବ । ଦୁଃଖ ଦାରିଦ୍ର୍ୟ ଭିତରେ କାଳ

ସପ୍ରସଙ୍ଗ ସରଳାର୍ଥ

Question ୨୪ ।
ଭାରତୀୟ ଦର୍ଶନରେ, ମନୁଷ୍ୟର ସେବା
Answer:
ଭାରତୀୟ ଦର୍ଶନରେ ……………………..ଈଶ୍ୱର ସେବା ।
ପ୍ରଦତ୍ତ ଗଦ୍ୟାଂଶଟି ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ରଚିତ ‘ଛତ୍ରପତି ବିବେକାନନ୍ଦ’ ପୁସ୍ତକର କାୟକର କାୟଦଂଶ ‘ନରେନ୍‌ରୁ ବିବେକାନନ୍ଦ’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏଠାରେ ପ୍ରାବନ୍ଧିକ ଭାରତୀୟ ଦର୍ଶନର ମହାନ୍ ବାଣୀ ‘ମନୁଷ୍ୟର ସେବା ହିଁ ଈଶ୍ୱର ସେବା’ ଉପରେ ଆଲୋକପାତ କରିଛନ୍ତି । କରିଛନ୍ତ୍ରା ସମଗ୍ର ବିଶ୍ଵରେ ଭାରତୀୟ ଦର୍ଶନର ସ୍ବାତନ୍ତ୍ର୍ୟ ରହିଛି । ଅସହାୟ, ଦୁଃଖୀ, ଦରିଦ୍ରର ସେବାକୁ ଈଶ୍ବରଙ୍କ ସେବା ସହ ସମକକ୍ଷ ଭାବେ ବର୍ଣ୍ଣନା କରିଛନ୍ତି ପ୍ରାଚୀନ ଭାରତର ମହାନ୍  ନିକଗଣ । ଈଶ୍ବରଙ୍କ ସେବାଦ୍ଵାରା ଯେଉଁ ପୁଣ୍ୟଫଳ ପ୍ରାପ୍ତି ହୁଏ; ଦୁଃଖ, ଦୁର୍ବିପାକରେ ସଢ଼ୁଥ‌ିବା ଲୋକଙ୍କ ସେବା, ତା’ ତୁଳନାରେ କୌଣସି ଗୁଣରେ ନ୍ୟୁନ ନୁହେଁ । ଏହା ଉପଲବ୍ଧି କରିଥିଲେ ସ୍ଵାମୀ ବିବେକାନନ୍ଦ । ଗୁରୁ ଶ୍ରୀରାମକୃଷ୍ଣଙ୍କ ନିର୍ଦ୍ଦେଶରେ ମାନବ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ସେ ସମଗ୍ର ଭାରତବର୍ଷ ପଦବ୍ରଜରେ ଭ୍ରମଣ କରିଥିଲେ ।

ଜନତାକୁ ଜନାର୍ଦ୍ଦନ ଜ୍ଞାନ କରି ସେମାନଙ୍କ ସେବାରେ ଈଶ୍ଵରୋପଲବ୍ଧି କରିଥିଲେ ସେ । ‘ଜନତା ଜନାର୍ଦ୍ଦନ’ ସମ୍ପ୍ରତି ରାଜନୈତିକ ଛଳନାର ଶିକାର ହୋଇ ବହୁକ୍ଷେତ୍ରରେ ଦୁଃଖ ଦୁର୍ଦ୍ଦଶାରେ ଘାଣ୍ଟି ହେଉଥ‌ିବା ପରିଲକ୍ଷିତ ହେଉଥ‌ିବାରୁ ଏହି ଶବ୍ଦଦ୍ଵୟ  ପରେ ମଇଳା ଜମିଯାଇଛି ବୋଲି ପ୍ରାବନ୍ଧିକ କହିଛନ୍ତି । କିନ୍ତୁ ବିବେକାନନ୍ଦ ନର ମଧ୍ୟରେ ନାରାୟଣ ଦର୍ଶନ କରିପାରିଥିଲେ । ଦୁଃଖୀ, ଦରିଦ୍ର ଜନତାଙ୍କ ମଧ୍ୟରେ ଜନାର୍ଦ୍ଦନଙ୍କ ସ୍ୱରୂପ ସାକ୍ଷାତ୍ କରିଥିଲେ ସେ । ତେଣୁ ଭାରତୀୟ ଦର୍ଶନର ମହାନ୍ ବାଣୀ ତାଙ୍କ କର୍ମରେ ହିଁ ସାର୍ଥକତା ଲାଭ କରିଥିଲା । ତାଙ୍କ ପାଇଁ ମାନବ ସେବା ହୋଇଥିଲା ବାସ୍ତବରେ ମାଧବଙ୍କ ସେବା । ଦର୍ଶନଶାସ୍ତ୍ରର ବାଣୀ କେବଳ ଉଚ୍ଚାରଣଦ୍ୱାରା ନୁହେଁ ବରଂ କାର୍ଯ୍ୟକ୍ଷେତ୍ରରେ ଏହାର ପ୍ରୟୋଗଦ୍ଵାରାହିଁ ସମାଜର ମଙ୍ଗଳ ସାଧୁ ହୁଏ।

BSE Odisha 10th Class Odia Solutions Chapter 12 ନରେନ୍‌ରୁ ବିବେକାନନ୍ଦ

Question ୨୫ ।
ଭୋକିଲା ଲୋକଙ୍କର ଦୁଃଖକୁ ନିଜ ଆଖରେ ଦେଖ୍ ତାଙ୍କ ହୃଦୟ ବିଗଳିତ ହେଲା ।
Answer:
ଭୋକିଲା ଲୋକଙ୍କ ……………………. ବିଗଳିତ ହେଲା ।
ପ୍ରୋକ୍ତ ଗଦ୍ୟାଂଶଟି ମନନଶାଳ ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ରଚିତ ‘ନରେନ୍ ରୁ ବିବେକାନନ୍ଦ’ ଶାର୍ଷକ ପ୍ରବନ୍ଧିରୁ ଉଦ୍ଧତା ଏଠାରେ ଲେଖକ ବିଶ୍ୱବିଜୟା ସାମା ବିବେକାନନ୍ଦଙ୍କ ଉଦାର ମାନବିକତା ସମ୍ପର୍କରେ ଆରଲାକପାତ କରିଛନ୍ତି। ଶ୍ରୀରାମକୃଷ୍ଣ ସ୍ବାମୀଜୀଙ୍କୁ ତାଙ୍କ ଜୀବନର କର୍ମ ଓ ଲକ୍ଷ୍ୟ ସମ୍ପର୍କରେ ଉଚିତ ମାର୍ଗ ପ୍ରଦର୍ଶନ କରାଇଥିଲେ । ଏକଦା ନିବିକ ସମାଧ୍ ର ଦିବ୍ୟାନନ୍ଦ ଲାଭ ପ୍ରାପ୍ତି ପାଇଁ ଗୁରୁକୃପା କାମନା କରୁଥ୍ ବା ବିବେକାନନ୍ଦଙ୍କୁ ବିଶାଳ ଜନସମଷ୍ଟିର କୁଭୁକ୍ଷା ଓ ଦୁଃଖ, ଦୁର୍ଦ୍ଦଶା ଦୂର କରି ସେବା ଓ ତ୍ୟାଗ ମଧ୍ୟରେ ଈଶ୍ଵରୋପଲବ୍ଧି ଲାଭ କରିବାକୁ ପରାମର୍ଶ ଦେଇଥିଲେ । ଗୁରୁଜୀଙ୍କ ପରାମର୍ଶକ୍ରମେ ବିବେକାନନ୍ଦ ସାରା ଭାରତବର୍ଷ ଭ୍ରମଣ କରି ସବୁଶ୍ରେଣୀର ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ଧନୀ-ଦରିଦ୍ର, ଦର୍ଶନ କରିବାକୁ ସକ୍ଷମ ହୋଇଥିଲେ ।

ରାଜା, ମହାରାଜାଙ୍କ ଅପେକ୍ଷା ଦୀନ, ଦରିଦ୍ରଙ୍କ ଆତିଥ୍ୟ ଗ୍ରହଣ କରି ସେମାନଙ୍କ ସୁଖ ଦୁଃଖରେ ସମଭାଗୀ ହେବାକୁ ପସନ୍ଦ କରୁଥିଲେ । ସବୁ ଶ୍ରେଣୀର ଲୋକଙ୍କ ଘନିଷ୍ଠ ସମ୍ପର୍କରେ ଆସି ମଣିଷ ପ୍ରତି ତାଙ୍କ ହୃଦୟରେ ଗଭୀର ଶ୍ରଦ୍ଧା ଓ କରୁଣା ସୃଷ୍ଟି ହୋଇଥିଲା । ଭୋକିଲା ଲୋକଙ୍କ ଦୁଃଖ ନିଜ ଆଖ୍ୟାରେ ଦେଖ‌ିଲେ ତାଙ୍କ ହୃଦୟ ଦୁଃଖରେ ଭାଙ୍ଗିପଡ଼ୁଥିଲା । ଏକଦା ଆଦିବାସୀ ବସ୍ତିରେ ସାନ୍ତାଳମାନଙ୍କ ଆତିଥ୍ୟ ଗ୍ରହଣ କରିଥିଲେ ସ୍ୱାମୀଜୀ । ଦିନକୁ ମୁଠାଏ ଭାତ ନ ପାଇ ଗଛର ପତ୍ର ଓ ଚେର ଖାଇ କ୍ଷୁଧା ନିବାରଣ କରୁଥିବା ସାନ୍ତାଳମାନେ ଶ୍ରଦ୍ଧା ଓ ଭକ୍ତିର ସହ ତାଙ୍କ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଉଥ‌ିବା ଲକ୍ଷ୍ୟକରି ତାଙ୍କ ହୃଦୟ ହାହାକାର କରି ଉଠିଥିଲା । ଦୁଃଖ ଓ କ୍ରୋଧରେ ସେହି ଦୁଃଖୀ ଦରିଦ୍ରଙ୍କ ପାଇଁ କିଛି କରି ନ ପାରିବାର ଅକ୍ଷମତା ତାଙ୍କୁ ବିବ୍ରତ କରିଥିଲା । ନିଜକୁ ବାଘର ଆହାର ଭାବେ ଉତ୍ସର୍ଗ କରିବାକୁ ସେ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ । ବୁଭୁକ୍ଷୁ ଲୋକଙ୍କ ଦୁଃଖରେ ତାଙ୍କ ହୃଦୟ କିପରି ବିଗଳିତ ହୋଇଉଠୁଥୁଲା, ତାହା ଏହି ଘଟଣାରୁ ସ୍ପଷ୍ଟ ପ୍ରତିଭାତ ହୁଏ ।

Question ୨୬ ।
ଦରିଦ୍ର ନାରାୟଣଙ୍କ ସେବା ହିଁ ସନ୍ନ୍ୟାସୀର ଯଥାର୍ଥ ବ୍ରତ ।
Answer:
ଦରିଦ୍ର ନାରାୟଣଙ୍କ ……………………… ଯଥାର୍ଥ ବ୍ରତ ।
ପ୍ରଦତ୍ତ ଗଦ୍ୟାଶଟି ପ୍ରଖ୍ୟାତ ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ରଚିତ ‘ନରେନ୍‌ରୁ ବିବେକାନନ୍ଦ’ ଶୀର୍ଷକ ପ୍ରବନ୍ଧରୁ ଅନିତା ଏଠାରେ ପ୍ରାବନ୍ଧିକ ବିବେକାନନ୍ଦଙ୍କ ବିଚାରରେ ନରନାରାୟଣଙ୍କ ସେବା ହିଁ ସନ୍ନ୍ୟାସୀର ଯଥାର୍ଥ ବ୍ରତ, ଏହା ଉପସ୍ଥାପନ କରିଛନ୍ତି । ଠାକୁର ଶ୍ରୀରାମକୃଷ୍ଣଙ୍କ ନିର୍ଦ୍ଦେଶକ୍ରମେ ବିବେକାନନ୍ଦ ସମଗ୍ର ଭାରତବର୍ଷ ଭ୍ରମଣ କରି ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ସଂସ୍ପର୍ଶରେ ଆସିଥିଲେ । ଦି ଓଳି ଦି ମୁଠା ଖାଇବାକୁ ପାଉନଥିବା ବୁଭୁକ୍ଷୁ ଲୋକଙ୍କୁ ଦେଖ୍ ବିବେକାନନ୍ଦ ମର୍ମେ ମର୍ମେ ଅନୁଭବ କରିଥିଲେ ଯେ “‘ଭୋକିଲା ପେଟରେ ଧର୍ମ ଅନାବଶ୍ୟକ ।’’ ସାରା ଦେଶରେ ଦାରିଦ୍ର୍ୟର ନିରଙ୍କୁଶ ରାଜତ୍ଵ ଓ ବୁଭୁକ୍ଷୁ ଜନତାଙ୍କ ପାଇଁ କିଛି କରି ନ ପାରିବାର ଅକ୍ଷମତା ତାଙ୍କୁ ମ୍ରିୟମାଣ କରୁଥିଲା ।

ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଲକ୍ଷ୍ୟ କରି ତାଙ୍କ ସନ୍ନ୍ୟାସୀ ମନ ବିଚଳିତ ହୋଇଉଠିଲା । ସନ୍ନ୍ୟାସୀ ଜୀବନର ନିତ୍ୟ ନୈମିଭିକ ଧ୍ୟାନ, ଧାରଣା, ସମାଧ୍ ଓ ଇହଲୋକ ବିମୁଖତା ଆଦି ଆଦର୍ଶ ତ୍ୟାଗ କରି ସେ ବିଶାଳ ବୁଭୁକ୍ଷୁ ଜନସମଷ୍ଟିର ଦୁର୍ଦ୍ଦଶାମୋଚନ ନିମନ୍ତେ ଦରିଦ୍ର ନରନାରାୟଣଙ୍କ ସେବାରେ ନିଜକୁ ଉତ୍ସର୍ଗ କଲେ । ସେବା ଓ ତ୍ୟାଗ ହିଁ ସନ୍ୟାସୀର ଯଥାର୍ଥ ବ୍ରତ ବୋଲି ସେ ଅନୁଭବ କଲେ । ଦୁଃଖୀ ଲୋକଙ୍କ ସେବା ମାଧ୍ୟମରେ ସେ ଈଶ୍ବରଙ୍କୁ ଉପଲବ୍ଧି କଲେ । ଦାରିଦ୍ର୍ୟ ରୂପୀ ଶତ୍ରୁକୁ ବିନାଶ କରିବାକୁ ଯାଇ ଜନତା ଜନାର୍ଦ୍ଦନଙ୍କ ସେବାରେ ନିଜ ସନ୍ନ୍ୟାସ ଜୀବନର ସାର୍ଥକତା ଉପଲବ୍ଧି କରିଥିଲେ ସ୍ୱାମୀଜୀ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୨୭ ।
ବିବେକାନନ୍ଦଙ୍କର ଭାରତ ପରିଭ୍ରମଣର ଉଦ୍ଦେଶ୍ୟ ଓ ପରିଣତି ଆଲୋଚନା କର । କିମ୍ବା, କେଉଁ ଉଦ୍ଦେଶ୍ୟ ନେଇ ବିବେକାନନ୍ଦ ସମଗ୍ର ଭାରତ ପରିଭ୍ରମଣ କରିଥିଲେ ଏବଂ ଏହାର ଫଳାଫଳ କ’ଣ ହେଲା ? କିମ୍ବା ପରିବ୍ରାଜକ ବିବେକାନନ୍ଦଙ୍କର ପଦବ୍ରଜରେ ଭାରତ ଭ୍ରମଣର ଲକ୍ଷ୍ୟ ଓ ତା’ର ପରିଣତି ସମ୍ପର୍କରେ ଆଲୋଚନା କର ।
Answer:
ସାରସ୍ବତ ଚେତନାସ୍ନାତ ତପସ୍ୟାଶ୍ରମର ନିରବଚ୍ଛିନ୍ନ ସାଧକ ଶରତ କୁମାର ମହାନ୍ତି ବିଜ୍ଞାନ, ଦର୍ଶନ, ସମାଜ, ସାହିତ୍ୟ, ସଂସ୍କୃତି ତଥା ଆଧ୍ୟାତ୍ମିକତା ସମ୍ପର୍କିତ ପ୍ରବନ୍ଧମାନ ରଚନା କରି ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି । ସ୍ତ୍ରୀୟ ସାରସ୍ବତ ସାଧନା ଓ ବୈଜ୍ଞାନିକ ଚେତନାରେ ସେ ଉତ୍କଳର ଆଧୁନିକ ପ୍ରବନ୍ଧ ସାହିତ୍ୟ ଭଣ୍ଡାରକୁ ଯେଭଳି ଭାବେ ସମୃଦ୍ଧ କରିଛନ୍ତି ତା’ର ପଟାନ୍ତର ନାହିଁ । ତାଙ୍କ ସୃଷ୍ଟିସମ୍ଭାର ମଧ୍ୟରେ ବୈଜ୍ଞାନିକ ତଥ୍ୟସମ୍ବଳିତ ‘ବିଜ୍ଞାନ ଦୃଷ୍ଟି’, ‘ଆକାଶର ଆହ୍ୱାନ’ ପ୍ରଭୃତି ପ୍ରବନ୍ଧ ତଥା ସାହିତ୍ୟ, ସଂସ୍କୃତି ତଥା ଜୀବନୀ ଆଧାରିତ ‘ଗ୍ରୀକ୍‌ତିର ଜୀବନ ଗାଥା’, ‘ଗାନ୍ଧି ମଣିଷ’, ‘ଗାନ୍ଧି ପରିବାର’, ‘ବୋଦାଙ୍କ ଦାଦାଗିରି’ ଇତ୍ୟାଦି ପ୍ରବନ୍ଧ ପ୍ରାବନ୍ଧିକଙ୍କ ଅମ୍ଳାନ ସାରସ୍ଵତ ପ୍ରତିଭାର ପରିଚୟ ପ୍ରଦାନ କରେ ।

ପ୍ରାବନ୍ଧିକଙ୍କ ‘ଛତ୍ରପତି ବିବେକାନନ୍ଦ’ ପୁସ୍ତକକୁ ସଂଗ୍ରହାତ ‘ନରେନକୁ ବିବେକାନନ୍ଦ’ ଶାର୍ଷକ ପ୍ରଣୟରେ ଭାରତରର୍ଷର ମହାନ୍ ସନ୍ଥ ବିବେକାନନ୍ଦଙ୍କ ଜୀବନୀର କିୟଦଂଶକୁ ଭାବପୂର୍ଣ୍ଣ ଭଙ୍ଗୀରେ ଲେଖକ ଉପସ୍ଥାପନ କରିଛନ୍ତି । ସ୍ବାମୀଜୀଙ୍କର ଆଦ୍ୟ ସନ୍ୟାସ ଜୀବନର ବହୁ ଗୁରୁତ୍ଵପୂର୍ଣ୍ଣ ଘଟଣାବଳୀ ସହ ସମଗ୍ର ଭାରତବର୍ଷ ପରିଭ୍ରମଣର ଉଦ୍ଦେଶ୍ୟ ତଥା ପରିଣତି ଉପରେ ଥିଲେ।କପାତ କରିଛନ୍ତି ପ୍ରାବନ୍ଧିକା

ଶ୍ରୀରାମକୃଷ୍ଣ ଦୃଢ଼ମନା ବୀରପୁରୁଷ ନରେନ୍‌ଙ୍କୁ ଜୀବନର କର୍ମ ଓ ଲକ୍ଷ୍ୟ ସମ୍ପର୍କରେ ଉପଯୁକ୍ତ ପଥପ୍ରଦର୍ଶନ କରିଥିଲେ । ନରେନ୍‌ରୁ ବିବେକାନନ୍ଦରେ ପରିଣତ ହେବାପରେ ଶ୍ରୀରାମକୃଷ୍ଣ ତାଙ୍କୁ ତେଜହୀନ, ଉଦ୍ୟମହୀନ, ପ୍ରାଣହୀନ, ଉତ୍‌ଥାନ ଶକ୍ତିରହିତ ଭାରତବର୍ଷର ଅଭ୍ୟୁତ୍‌ଥାନ ନିମନ୍ତେ ସଂଗ୍ରାମ କରିବାପାଇଁ ପରାମର୍ଶ ଦେଇଥିଲେ । ବିଶାଳ, ବୁଭୁକ୍ଷୁ ଜନତାର ଦୁର୍ଦ୍ଦଶା ମୋଚନ ପାଇଁ ସେବାବ୍ରତ ଆଚରଣ କରିବାକୁ ଉପଦେଶ ଦେଇଥିଲେ । ଜଗତ କଲ୍ୟାଣ ସାଧନରେ ନିଜକୁ ଉତ୍ସର୍ଗ କରିବାକୁ ପରାମର୍ଶ ଦେଇ ସେ ଇହଧାମ ତ୍ୟାଗ କରିଥିଲେ ।

ଗୁରୁଜୀ ଠାକୁର ଶ୍ରୀରାମକୃଷ୍ଣଙ୍କ ଉପଦେଶାନୁସାରେ ୧୮୮୬ ମସିହାରେ ବିବେକାନନ୍ଦ ଭାରତ ପରିଭ୍ରମଣରେ ବହିର୍ଗତ ହେଲେ । ଭାରତର ଦରିଦ୍ର, ଅସହାୟ ଜନତା ସହିତ ଘନିଷ୍ଠଭାବେ ପରିଚିତ ହେବା ଥିଲା ତାଙ୍କ ପରିଭ୍ରମଣର ମୁଖ୍ୟ ଉଦ୍ଦେଶ୍ୟ। ସେ ଅନ୍ତର୍ବୋଧଦ୍ଵାରା ଜାଣିପାରିଥିଲେ ଯେ ସ୍ବୀୟ କର୍ମପନ୍ଥା ସ୍ଥିର କରିବା ପୂର୍ବରୁ ଦେଶ ସମ୍ପର୍କରେ ସ୍ଥୂଳ ଜ୍ଞାନଲାଭ କରିବା ଆବଶ୍ୟକ । ପ୍ରଥମେ ହିମାଳୟ ଉଦ୍ଦେଶ୍ୟରେ ଯାତ୍ରାରମ୍ଭ କରି ଅଯୋଧା, ବୃନ୍ଦାବନ, ଆଗ୍ରା, ଲକ୍ଷ୍ନୌ ପ୍ରଭୃତି ତୀର୍ଥସ୍ଥାନ ଭ୍ରମଣ କଲେ । ଯୋଗ୍ୟ ଶିଷ୍ୟ ସଦାନନ୍ଦଙ୍କ ସହ ଦିନ ଦିନ ଭୋକ ଉପାସରେ କଟାଇ ଦରିଦ୍ର ଲୋକଙ୍କର ଦୁଃଖ, ଦୁର୍ଦ୍ଦଶାକୁ ଉପଲବ୍ଧ କଲେ । ଶାରୀରିକ ଅସୁସ୍ଥତା ହେତୁ ତାଙ୍କୁ ବରାହନଗର ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିଥିଲା ।

ଦୁଇବର୍ଷ ପରେ ଦ୍ବିତୀୟବାର ସ୍ୱାମୀଜୀ ଆଲ୍ଲାହାବାଦ, ଗାଜୀପୁର ଓ ହରିଦ୍ଵାରକୁ ପରିଭ୍ରମଣରେ ଯାଇଥିଲେ । ସମାଜର ସବୁଶ୍ରେଣୀର ଲୋକଙ୍କ ଘନିଷ୍ଠ ସମ୍ପର୍କରେ ଆସିବା ଫଳରେ ମଣିଷ ପ୍ରତି ତାଙ୍କର ଶ୍ରଦ୍ଧା ଓ କରୁଣା ଗଭୀରତର ହେଲା । ଭୋକିଲା ଲୋକଙ୍କର ଦୁଃଖ ସ୍ଵଚକ୍ଷୁରେ ଦେଖ୍ ତାଙ୍କ ହୃଦୟ ବିଚଳିତ ହେଲା । ଏକଦା ଏକ ସାନ୍ତାଳ ବସ୍ତିରେ ଆତିଥ୍ୟ ଗ୍ରହଣ କରି ସ୍ଵାମୀଜୀ । ଗଛର ପତ୍ର, ଚେର ଖାଇ କ୍ଷୁଧା ନିବାରଣ କରୁଥିବା ସାନ୍ତାଳମାନଙ୍କ ଦୁର୍ଦ୍ଦଶା ଦେଖୁ ସେ ବ୍ୟଥ୍‌ତ ହୋଇଥିଲେ । ଦୁଃଖରେ, କ୍ରୋଧରେ ସରଳ ଲୋକମାନଙ୍କ ପାଇଁ କିଛି କରି ନ ପାରିବାର ଅକ୍ଷମତାରେ ସେ ଭାଙ୍ଗିପଡ଼ିଥିଲେ ।

ଭ୍ରମଣ ଅଭିଜ୍ଞତାରୁ ସ୍ୱାମୀଜୀ ସମାଜରେ ଜମି ରହିଥିବା କୁଢ଼ କୁଢ଼ ଆବର୍ଜନାକୁ ଦେଖୁରିଥିଲେ । ସେସବୁ ଦୂର କରିବାପାଇଁ ତାଙ୍କ ମନରେ ବ୍ୟାକୁଳତା ପ୍ରକାଶ ପାଇଥିଲା । ଅନାହାର ଓ ଅର୍ଦ୍ଧାହାରରେ କାଳ କାଟୁଥିବା ବୁଭୁକ୍ଷୁ ଜନତାଙ୍କ ଦୁର୍ଦ୍ଦଶା ଲକ୍ଷ୍ୟକରି ସେ ଗୋଟିଏ ନୂତନ ଜ୍ଞାନଲାଭ କଲେ। ତାହା ହେଲା-

‘ଭୋକିଲା ପେଟରେ ଧର୍ମ ଅନାବଶ୍ୟକ ।’

ସ୍ଵାମୀଜୀ ଅନୁଭବ କଲେ ଯେ ଦରିଦ୍ର ନାରାୟଣଙ୍କ ସେବା ହିଁ ସନ୍ନ୍ୟାସୀର ଯଥାର୍ଥ ବ୍ରତ । ସାରା ଦେଶରେ ଦାରିଦ୍ର୍ୟର ନିରଙ୍କୁଶ ରାଜତ୍ଵ ଦେଖ୍ ସେ ନିଜକୁ ସ୍ଵୀକାର କଲେ । ମଣିଷକୁ ସ୍ପର୍ଶ ମାତ୍ରକେ ବଦଳାଇ ଦେବାର ଶକ୍ତି ବୁଦ୍ଧ, ଖ୍ରୀଷ୍ଟ ଓ ଶ୍ରୀରାମକୃଷ୍ଣଙ୍କଠାରେ ରହିଥିବା ସେ ଜାଣିଥିଲେ । ମଣିଷ ଉପରେ ସେହି ନିର୍ଦ୍ଦିଷ୍ଟ ପ୍ରଭାବ ପକାଇବାର ଶକ୍ତି ହାସଲ କରିବାକୁ ପ୍ରତିଜ୍ଞା କରି ସେ ବରାହନଗର ତ୍ୟାଗ କଲେ । ଯିବାପୂର୍ବରୁ କହିଥିଲେ-

‘‘ଯେତେବେଳେ ଏ ଗଳିତ ସମାଜ ଉପରେ ମୁଁ ବୋମା ପରି ଫାଟି ନ ପଡ଼ିଛି ଏବଂ ସମାଜ ମୋତେ କୁକୁର ପରି ଅନୁସରଣ ନ କରିଛି, ସେତେଦିନ ଯାଏ ମୁଁ ଫେରିବି ନାହିଁ ।’’

ସାରା ଦେଶରେ ବ୍ୟାପୀ ରହିଥିବା ପ୍ରବଳ ପ୍ରତାପୀ ଦାରିଦ୍ର୍ୟ ଦାନବ ବିରୁଦ୍ଧରେ ସେ ଯୁଦ୍ଧର ଡାକରା ଦେଲେ । ଯୁଦ୍ଧ ଘୋଷଣା କରିବା ପୂର୍ବରୁ ଛତ୍ରପତି ସନ୍ୟାସୀ ବେଶରେ ଆକୁମାରୀ ହିମାଚଳ ପଦବ୍ରଜରେ ଭ୍ରମଣ କରି ଯୋଦ୍ଧାମାନଙ୍କୁ ଠାବ କଲେ । ଧନୀ, ରାଜା, ମହାରାଜା, ପଣ୍ଡିତ ତଥା ଅନୁରକ୍ତ ସୈନିକମାନେ ତାଙ୍କଠାରୁ ଏକ ରହସ୍ୟମୟ ଇସାରା ପାଇ ତାଙ୍କ ଆଦେଶକୁ ଅପେକ୍ଷାକରି ରହିଲେ । ସାରା ଭାରତବର୍ଷ ପରିଭ୍ରମଣ ସମାପ୍ତ କରି କ୍ଲାନ୍ତ ବିବେକାନନ୍ଦ କନ୍ୟାକୁମାରୀଠାରେ ସମୁଦ୍ର ଭିତରେ ଏକ ପ୍ରସ୍ତରଖଣ୍ଡ ଉପରେ ଧ୍ୟାନସ୍ଥ ଥିଲାବେଳେ ବିଶ୍ବନିୟନ୍ତାଙ୍କ ରହସ୍ୟମୟ ନିର୍ଦ୍ଦେଶ ପାଇ ଚିକାଗୋ ଧର୍ମସମ୍ମିଳନୀରେ ଯୋଗଦେବାପାଇଁ ସ୍ଥିର କରିଥିଲେ ।

BSE Odisha 10th Class Odia Solutions Chapter 12 ନରେନ୍‌ରୁ ବିବେକାନନ୍ଦ

Question ୨୮ ।
କେଉଁ କେଉଁ ଘଟଣାବଳୀ ବିବେକାନନ୍ଦଙ୍କୁ ଗୃହତ୍ୟାଗୀ ସନ୍ନ୍ୟାସୀ ପରିବର୍ତ୍ତେ ସମାଜ ସଂସ୍କାରକ ହେବାରେ ସହାୟକ ହୋଇଥିଲା, ଆଲୋଚନା କର । କିମ୍ବା, ଯେଉଁ ଘଟଣାଗୁଡିକ ବିବେକାନନ୍ଦଙ୍କୁ ସମାଜ ସଂସ୍କାରକ ରୂପେ ସ୍ୱୀକୃତି ଦେଇଛି ତାହାର ସ୍ବରୂପ ଉନ୍ମୋଚନ କର ।
Answer:
ସ୍ଵାଧୀନତୋତ୍ତର ଓଡ଼ିଆ ପ୍ରବନ୍ଧ ସାହିତ୍ୟ-କାନନ ଯେଉଁ କତିପ୍ରିୟ ସାଧକଗଣଙ୍କ ଅତନ୍ଦ୍ର ସାଧନାରେ ପୁଷିତ ଓ ସୁରଭିତ, ସେମାନଙ୍କ ମଧ୍ୟରେ ଶରତ କୁମାର ମହାନ୍ତି ଅନ୍ୟତମ । ବିଜ୍ଞାନ, ଦର୍ଶନ, ସମାଜ, ସାହିତ୍ୟ, ସଂସ୍କୃତି ତଥା ଆଧ୍ୟାତ୍ମିକତା ସମ୍ବନ୍ଧରେ ଉଚ୍ଚକୋଟୀର ପ୍ରବନ୍ଧମାନ ରଚନା କରି ସେ ଆଧୁନିକ ପ୍ରବନ୍ଧ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି ।

‘ନରେନ୍‌ରୁ ବିବେକାନନ୍ଦ’ ଶୀର୍ଷକ ପ୍ରବନ୍ଧଟି ପ୍ରାବନ୍ଧିକଙ୍କ ‘ଛତ୍ରପତି ବିବେକାନନ୍ଦ’ ପୁସ୍ତକର କିୟଦଂଶ । ଏହି ପ୍ରବନ୍ଧରେ ପ୍ରାବନ୍ଧିକ ଭାରତବର୍ଷର ପ୍ରଖ୍ୟାତ ସନ୍ଥ, ସନ୍ନ୍ୟାସୀ ବିକୋନନ୍ଦଙ୍କ ଜୀବନର କିଛି ଗୁରୁତ୍ଵପୂର୍ଣ୍ଣ ଘଟଣାବଳୀ ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ ତ୍ୟାଗପୂତ ଜାବନାଦର୍ଶ ଉପରେ ଆଲୋକପାତ କରିଛନ୍ତି। ଶ୍ରୀରାମକୃଷ୍ଣ ତାଙ୍କ ପ୍ରିୟ ଶିଷ୍ୟ, ଦୃଢ଼ମନା ବିବେକାନନ୍ଦଙ୍କୁ ଜୀବନର କର୍ମ ଓ ଲକ୍ଷ୍ୟ ସମ୍ପର୍କରେ ଉତ୍ତମରୂପେ ଶିକ୍ଷା ଦେଇଥିଲେ । ସେ ହିଁ ତାଙ୍କୁ ନରେନ୍‌ରୁ ବିବେକାନନ୍ଦ ରୂପେ ଗଢ଼ି ତୋଳିବାକୁ ଧାତ୍ରୀର ଭୂମିକା ନିର୍ବାହ କରିଥିଲେ ଓ ଦକ୍ଷିଣେଶ୍ବର ଏନ୍ତୁତ଼ିଶାଳରେ ହି ଏହି ମହାମନାଷାଙ୍କ ଜନ୍ମ ହୋଇଥ୍ ଲା।

ବିବେକାନନ୍ଦଙ୍କ ଜନ୍ମପ୍ରକ୍ରିୟା ଥିଲା ଜଟିଳ, ସୂକ୍ଷ୍ମ ଓ ରହସ୍ୟମୟ । ଶ୍ରୀରାମକୃଷ୍ଣଙ୍କ ସହ ପାଞ୍ଚ ଛଅବର୍ଷର ନିବିଡ଼ ସମ୍ପର୍କ ଓ ସେହି ସମୟସୀମା ମଧ୍ୟରେ ଦ୍ରୁତଭାବେ ଘଟିଯାଇଥବା ସୂକ୍ଷ୍ମ ଘଟଣାପ୍ରବାହ ଦେଇ ନରେନ୍ ବିବେକାନନ୍ଦରେ ପରିଣତ ହେଲେ । ଶ୍ରୀରାମକୃଷ୍ଣଙ୍କ ସାନ୍ନିଧ ପ୍ରାପ୍ତି ପରେ ନରେନ୍‌ଙ୍କ ମନରେ ଥିଲା ନିର୍ବିକଳ୍ପ ସମାଧୂର ଦିବ୍ୟାନୁଭୂତି ଅଭୀପ୍‌ସା । ବିନା ଗୁରୁକୃପାରେ ତାହା ଲାଭକରିବା ସମ୍ଭବ ନୁହେଁ । ଏକଥା ମଧ୍ୟ ନରେନ୍ ଜାଣିଥିଲେ । ଶ୍ରୀରାମକୃଷ୍ଣଙ୍କ ଇହଧାମ ତ୍ୟାଗର ଅଳ୍ପ କିଛିଦିନ ପୂର୍ବରୁ ଏକଦା ସନ୍ଧ୍ୟା ସମୟରେ ନରେନ୍‌ଙ୍କର ବହୁଆକାଙ୍‌କ୍ଷିତ ପରମ ଶୁଭମୁହୂର୍ତ୍ତଟି ଉପସ୍ଥିତ ହେଲା । ଜ୍ଞାନଶୂନ୍ୟଭାବେ ସେ ସମାଧିରେ ଡୁବିଗଲେ । ରାତି ୯ଟା ସମୟକୁ ତାଙ୍କର ସମାଧି ଭଙ୍ଗ ହେଲା । ସମାଧୁରୁ ଉତ୍‌ତ ନରେନ୍‌ଙ୍କ ଅନ୍ତର ଅପୂର୍ବ ଦିବ୍ୟ ଆନନ୍ଦରେ ପୂରି ଉଠିଥାଏ। ଠାକୁର ଶ୍ରୀରାମକୃଷ୍ଣ ତାଙ୍କ ନିକଟକୁ ଆସି କହିଲେ-

‘‘ତା’ ହେଲେ ମାଆ ତତେ ସବୁ ଦେଖାଇଦେଲେ । ତେବେ ବର୍ତ୍ତମାନଠାରୁ ଏସବୁର ତାଲା ବନ୍ଦ ହେଲା ଓ ଚାବି ମୋ ପାଖରେ ରହିଲା । ଯେତେବେଳେ ସବୁକାର୍ଯ୍ୟ ଶେଷ ହେବ, ସେତେବେଳେ ଏହା ପୁଣି ଫେରି ପାଇବୁ ।’’

ନରେନ୍‌ଙ୍କୁ ଠାକୁର ଏପରି କରିବା ପାଶ୍ଚାତ୍ରରେ ପୃଷ୍ଠଭୂମି ଅବଶ୍ୟ ଥିଲା । ଉଲ୍ଲିଖିତ ଘଟଣାର କିଛିଦିନ ପୂର୍ବରୁ ସେ କ’ଣ ଚାହାଁନ୍ତି ବୋଲି ଠାକୁର ନରେନ୍‌ଙ୍କୁ ପଚାରିଥିଲେ । ଉତ୍ତରରେ ନରେନ୍ ତାଙ୍କ ମନର ଅବଦମିତ ଅଭୀପ୍‌ସା ପ୍ରକାଶ କରି କହିଥିଲେ ଯେ ସେ ଶୁକଦେବଙ୍କ ପରି ଏକାଦିକ୍ରମେ ପାଞ୍ଚଛଅ ଦିନ ସମାଧ୍ଧରେ ଲୀନ ହୋଇ ରହିବାକୁ ଚାହାନ୍ତି । କେବଳ ଦେହରକ୍ଷା ପାଇଁ କିଛି ଖାଦ୍ୟ ଗ୍ରହଣ କରି ପୁଣି ସମାଧ୍ଧରେ ବୁଡ଼ିଯିବାକୁ ତାଙ୍କର ଗଭୀର ଇଚ୍ଛା । ତାଙ୍କର ଏହି ଉତ୍ତର ଶୁଣି ଶ୍ରୀରାମକୃଷ୍ଣ ସେଦିନ ନରେନ୍‌ଙ୍କୁ ଧକ୍‌କାର କରି କହିଥିଲେ-

‘‘ତୋତେ ଏକଥା କହିବାକୁ ଲଜ୍ଜାବୋଧ ହେଉନାହିଁ ? ଭାବିଥିଲି, ତୁ ଗୋଟାଏ ପ୍ରକାଣ୍ଡ ବଟବୃକ୍ଷ ପରି ହେବୁ ଏବଂ ତୋ’ଛାଇରେ ହଜାର ହଜାର ମଣିଷ ଆଶ୍ରୟ ପାଇବେ, କିନ୍ତୁ ତା’ ନହୋଇ ତୁ କେବଳ ନିଜର ମୁକ୍ତି ଚାହୁଁଛୁ ?’’

ଗୁରୁଜୀଙ୍କର ଏହି କଠୋରବାଣୀ ନରେନ୍‌ଙ୍କ ଚିତ୍ତବୃତ୍ତିକୁ ଦୋହଲାଇ ଦେଇଥିଲା । ଗୋଟିଏ ଦିଗରେ ଧ୍ୟାନ, ଧାରଣା, ଯୋଗ, ସମାଧ, ଇହଲୋକ ବିମୁଖ ସନ୍ନ୍ୟାସୀର ଆଦର୍ଶ, ଅନ୍ୟଦିଗରେ ତେଜହୀନ, ପ୍ରାଣହୀନ, ଉଦ୍ୟମହୀନ ତଥା ଉତ୍‌ଥାନ ଶକ୍ତିରହିତ ଭାରତବର୍ଷକୁ ଉତ୍‌ତ କରାଇବା ପରି ବିଶାଳ ଦାୟିତ୍ବବୋଧ । ଏହି ଦୃହ ମଧ୍ୟରେ ସାମୟିକଭାବେ ବିଚଳିତ ହୋଇପଡ଼ିଥିଲେ ବିବେକାନନ୍ଦ । ସେ ସମୟକୁ ଶ୍ରୀରାମକୃଷ୍ଣ ଇହଧାମ ତ୍ୟାଗ କରିଥିଲେ ମଧ୍ୟ ଠାକୁରଙ୍କ ସେହି କର ବାଣୀ ତାଙ୍କୁ ଜୀବନର ଲକ୍ଷ୍ୟ ଓ କର୍ମପନ୍ଥାର ପଥ ପ୍ରଦର୍ଶନ କରିଥିଲା ।

ବିଶାଳ ରୁଭୁକ୍ଷୁ ଜନସମଷ୍ଟିର ଦୁର୍ଦ୍ଦଶା ମୋଚନ ନିମନ୍ତେ ସେବିବ୍ରତ ଆଚରଣ ମଧ୍ୟରେ ସେ ଈଶରୋ ସେ ଈଶ୍ବରୋପଲବ୍ଧିକୁ ଶ୍ରେୟ ପ୍ରଦାନ କରିଥିଲେ । ଭାରତୀୟ ଦର୍ଶନରେ ପ୍ରଦର୍ଶିତ ‘ମନୁଷ୍ୟର ସେବା ହିଁ ଈଶ୍ୱର ସେବା’ ପଥକୁ ଜୀବନର ଆଦର୍ଶଭାବେ ସେ ଗ୍ରହଣ କରି ନେଇଥିଲେ । ଏପରି ସିଦ୍ଧାନ୍ତ ନେଇ ଜନତାଙ୍କ ସେବାକୁ ଜନାର୍ଦ୍ଦନଙ୍କ ପ୍ରତି ପୂଜାର୍ଯ୍ୟ ବୋଲି ବିବେଚନା କରିବାର ଦୃଷ୍ଟାନ୍ତ ଥୁଲା ଅଭୂତପୂର୍ବ । ନିଜର ପରମପୁଜ୍ୟ ଗୁରୁ, ଠାକୁର ଶ୍ରୀରାମକୃଷ୍ଣଙ୍କ ବାଣୀ ହିଁ ବିବେକାନନ୍ଦଙ୍କୁ ଗୃହତ୍ୟାଗୀ ସନ୍ନ୍ୟାସୀ ପରିବର୍ତ୍ତେ ସମାଜ ସଂସ୍କାରକ କରାଇ ପାରିଥିଲା ।

BSE Odisha 10th Class Odia Solutions Chapter 12 ନରେନ୍‌ରୁ ବିବେକାନନ୍ଦ

Question ୨୯ ।
ଅଧ୍ୟୟନରୁ ଅର୍ଜିତ ଜ୍ଞାନ, ଅଭିଜ୍ଞତା ଓ ଜୀବନର ନିବିଡ଼ ଅନୁଭୂତିରୁ ଜୀବନ୍ୟାସ ପାଇ କ୍ରିୟାଶୀଳ ହୁଏ । ପଠିତ ପ୍ରବନ୍ଧ ଅନୁସରଣରେ ଏ ଉକ୍ତିର୍ ଯଥାର୍ଥତା ପ୍ରତିପାଦନ କର । କିମ୍ବା, ଅଭିଜ୍ଞତା ଓ ଅନୁଭୂତି କିପରି ଅଧ୍ୟୟନରୁ ଅର୍ଜିତ ଜ୍ଞାନକୁ ବି ପ୍ରଭାବିତ କରିପାରେ – ବିବେକାନନ୍ଦଙ୍କ ଚରିତ୍ର ଦେଇ ଏହାର ସତ୍ୟତା ପ୍ରତିପାଦନ କର ।
Answer:
ତ୍ତତ୍କଳର ଆଧୁନିକ ପ୍ରବନ୍ଧ ସାହିତ୍ୟକୁ ରଦ୍ଧିମନ୍ତ କରିବା କ୍ଷେତ୍ରରେ ଯେଉଁ ପ୍ରାଥତଯଶା ସାରସ୍ଵତ ସାଧକଗଣଙ୍କର ଅବଦାନ ନିହିତ, ସେମାନଙ୍କ ମଧ୍ୟରେ ପ୍ରାବନ୍ଧିକ ଶରତ କୁମାର ମହାନ୍ତି ଅନ୍ୟତମ । ତାଙ୍କ ପ୍ରବନ୍ଧର ବିଷୟବସ୍ତୁମାନ ବିଜ୍ଞାନ, ଦର୍ଶନ, ସମାଜ, ସାହିତ୍ୟ, ସଂସ୍କୃତି ତଥା ଆଧ୍ୟାତ୍ମିକତା ଉପରେ ଆଧାରିତ । ପ୍ରାବନ୍ଧିକଙ୍କ ସୃଷ୍ଟିନିଚୟ ମଧ୍ଯରେ ‘ବିଜ୍ଞାନ ଦିଗନ୍ତ’, ଆଟମରୁ କ୍ଵାଣ୍ଟମ୍’, ‘ଏଣୁ ତେଣୁ କିଛି’, ‘ସଂସ୍କୃତି ଓ ଅପସଂସ୍କୃତି’, ‘ବୋଦାଙ୍କ ଦାଦାଗିରି’ ପ୍ରଭୃତି ବହୁଚର୍ଚ୍ଚିତ କୃତିରାଜି ତାଙ୍କ ଅସାମାନ୍ୟ ସାରସ୍ଵତ ପ୍ରତିଭା ନୈପୁଣ୍ୟର ପରିଚାୟକା

ପ୍ରାବନ୍ଧିକଙ୍କ ‘ଛତ୍ରପତି ବିବେକାନନ୍ଦ’ ପୁସ୍ତକର କିୟଦଂଶ ‘ନରେନ୍ ରୁ ବିବେକାନନ୍ଦ’ ଶୀର୍ଷକ ପ୍ରବନ୍ଧରେ ପ୍ରାବନ୍ଧିକ ସନ୍ତ ବିବେକାନନ୍ଦଙ୍କ ଜୀବନୀର କିଛି ଉପାଦେୟ ଦିଗ ଉପରେ ଆଲୋକପାତ କରି ତାଙ୍କ ଅର୍ଜିତ ଜ୍ଞାନ, ସ୍ଵଅନୁଭୂତି ଓ ଅଭିଜ୍ଞତା ବଳରେ କିପରି କ୍ରିୟାଶୀଳ ହୋଇଥିଲା ତାହା ଉପସ୍ଥାପନ କରିଛନ୍ତି ।

ଶ୍ରୀରାମକୃଷ୍ଣଙ୍କ ସାନ୍ନିଧ୍ୟ ଲାଭ କଲାପରେ ତାଙ୍କ ମନରେ ନିର୍ବିକଳ୍ପ ସମାଧୁ ଦିବ୍ଯାନୁଭବ ଲାଭର ଅଭୀପ୍‌ସା ଜାଗ୍ରତ ହୋଇଥିଲା । ତାଙ୍କ ମନର ଅଭିଳାଷ ଶୁଣିବା ପରେ ଶ୍ରୀରାମକୃଷ୍ଣ ତାଙ୍କୁ ସ୍ବାର୍ଥପର ବୋଲି ଧକ୍‌କାର କରି ମାନବ ସେବାରେ ଜୀବନ ଉତ୍ସର୍ଗ କରିବାକୁ ପରାମର୍ଶ ଦେଇଥିଲେ । ଇହଧାମ ତ୍ୟାଗ ପରେ ଠାକୁର ତାଙ୍କ ତରୁଣ ଶିଷ୍ୟମାନଙ୍କ ଦାୟିତ୍ଵ ନରେନ୍‌ଙ୍କ ଉପରେ ନ୍ୟସ୍ତ କରି ଜଗତ କଲ୍ୟାଣରେ ବ୍ରତୀ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ସନ୍ନ୍ୟାସୀ ବା ଶ୍ରୀରାମକୃଷ୍ଣଙ୍କ ଶିଷ୍ୟଭାବେ ପରିଚୟ ସୃଷ୍ଟି କରିପାରି ନଥୁବା ସେହି ନିଃସ୍, ଅସହାୟ, ସଂସାର ଅନଭିଜ୍ଞ ଯୁବକ ଗଣଜୀବନର ନିଷ୍ଠୁର ବାସ୍ତବତାର ସମ୍ମୁଖୀନ ହେଲେ ।

ବହୁ ଦୁଃଖ କଷ୍ଟରେ ଜୀବନ ଅତିବାହିତ କଲେ । ସମସ୍ତେ ଉଚ୍ଚଶିକ୍ଷିତ ତଥା ସ୍ଵଚ୍ଛଳ ପରିବାରରୁ ଆସିଥିଲେ ମଧ୍ୟ ସେଠାରେ ମାସ ମାସ ଧରି କଇଁଚିକାକୁଡ଼ି ପତ୍ରସିଝା ଓ ଲୁଣ ଲଗାଇ ଭାତ ଖାଇଲେ । ବାହାରକୁ ଯିବାପାଇଁ ସେମାନଙ୍କ ନିକଟରେ ଖଣ୍ଡିଏ ଭଲ ବସ୍ତ୍ର ନଥିଲା । ଦାରିଦ୍ର୍ୟର ଏହି ନିଷ୍ଠୁର ତାଡ଼ନା ମଧ୍ୟରେ କିନ୍ତୁ ସେମାନେ ଠାକୁରଙ୍କ ଆଦର୍ଶ ଓ ପ୍ରେମ ପଥରୁ ବିଚ୍ୟୁତ ନହୋଇ ଏକାଠି ରହିଥିଲେ । ଏହିପରି ଦୁଃଖରେ କାଳ କାଟୁଥିଲାବେଳେ ଗୋଟିଏ ଘଟଣା ତାଙ୍କ ସହ ସମସ୍ତ ସାଥୀଙ୍କର ଜୀବନର ଗତି ପରିବର୍ତ୍ତନ କଲା । ସାଥୀ ବାବୁରାମ (ସ୍ଵାମୀ ପ୍ରେମାନନ୍ଦ)ଙ୍କ ମାଆଙ୍କ ନିମନ୍ତ୍ରଣ ରକ୍ଷାକରି ସେମାନେ ଗୁରୁଭାଇଙ୍କ ଆଶ୍ଚପୁର ଗ୍ରାମକୁ ଗଲେ । ଡିସେମ୍ବର ମାସ ଶୀତ ରାତିରେ ଧୁନି ଲଗାଇ ଧର୍ମାଲୋଚନା କରୁଥିବାବେଳେ ନରେନ୍ଦ୍ରନାଥ ଭାବବିହ୍ବଳ ହୋଇ ଯୀଶୁଙ୍କ କଥା କହିଲେ । ନରେନ୍‌ଙ୍କ କଣ୍ଠରୁ ପରମ କାରୁଣିକ ଯୀଶୁଙ୍କର ଅପୂର୍ବ ତ୍ୟାଗ ଓ ପ୍ରେମର କାହାଣୀ ସଭିଙ୍କ ହୃଦୟରେ ଗଭୀର ରେଖାପାତ କଲା । ସେହିଠାରୁ ହିଁ ଅଗ୍ନିକୁ ସାକ୍ଷୀ ରଖ୍ ସଭିଏଁ ସନ୍ନ୍ୟାସ ବ୍ରତ ଗ୍ରହଣ କଲେ ।

୧୮୮୬ ମସିହାରେ ହିମାଳୟ ଯାତ୍ରାରେ ଯାଇ ନରେନ୍ ବନାରସ, ଅଯୋଧ୍ୟା, ବୃନ୍ଦାବନ, ଆଗ୍ରା ଓ ଲକ୍ଷ୍ନୌ ପ୍ରଭୃତି ତୀର୍ଥସ୍ଥାନ ଭ୍ରମଣ କଲେ । ଦ୍ଵିତୀୟଥର ଆଲ୍ଲାହାବାଦ, ଗାଜୀପୁର ଦେଇ ହରିଦ୍ଵାର ଗଲେ । ପୁନଶ୍ଚ ତୃତୀୟଥର ପାଇଁ ପଦବ୍ରଜରେ ସାରା ଦେଶ ଭ୍ରମଣରେ ବାହାରିଲେ । ତାଙ୍କ ଅନ୍ତର୍ବୋଧରୁ ସେ କର୍ମପନ୍ଥା ସ୍ଥିର କରିବାକୁ ଦେଶର ଅବସ୍ଥା ଅନୁଧ୍ୟାନ କରିବା ଗୁରୁତ୍ୱପୂର୍ଣ ବୋଲି ଅନୁଭବ କଲେ । ଭାରତବର୍ଷର ଧନୀ, ଦରିଦ୍ର, ଉଚ୍ଚନୀଚ ଭେଦଭାବ ଭୁଲି ସବୁ ଶ୍ରେଣୀ ଲୋକଙ୍କ ସଂସ୍ପର୍ଶରେ ଆସିଲେ । ଦିନେ ସାନ୍ତାଳମାନଙ୍କର ଅତିଥୁ ହୋଇଥିବାବେଳେ ଦିନକୁ ମୁଠାଏ ଭାତ ନପାଇ ଚେର, ମୂଳ, ପତ୍ର ଖାଇ ଭୋକ ମାରୁଥିବା ସେହି ସାନ୍ତାଳମାନଙ୍କର ତାଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତିର ସତ୍କାର ଲକ୍ଷ୍ୟକରି ତାଙ୍କ ହୃଦୟ ହାହାକାର କରିଉଠିଲା । ସାରାଦେଶରେ ଅର୍ଦ୍ଧାହାର ଓ ଅନାହାରରେ କାଳ କାଟୁଥିବା ଲୋକଙ୍କ ଦୁଃଖଦୁର୍ଦ୍ଦଶା ଲକ୍ଷ୍ୟକରି ସେ ପୂର୍ବରୁ ଶୁଣିଥିବା ‘ଭୋକିଲା ପେଟରେ ଧର୍ମ ଅନାବଶ୍ୟକ’କୁ ଉପଲବ୍ଧ କଲେ । ସାରାଦେଶରେ ଦାରିଦ୍ର୍ୟ ଦାନବର ନିରଙ୍କୁଶ ରାଜତ୍ଵ ବିରୋଧରେ ସଂଗ୍ରାମ କରିବାକୁ ସେ ଦୃଢ଼ସଂକଳ୍ପ କଲେ ।

ମଣିଷ ପ୍ରତି ଉଦାର ଓ ସହନଶୀଳ ଦୃଷ୍ଟିକୋଣ ଗଢ଼ିବାରେ ପରିବ୍ରାଜକ ସନ୍ନ୍ୟାସୀଙ୍କର ଅସାଧାରଣ ଅଭିଜ୍ଞତା ତାଙ୍କୁ ସାହାଯ୍ୟ କରିଥିଲା । ଉଚ୍ଚ ଆଦର୍ଶ ଓ ଶୁଦ୍ଧପୂତ ଜୀବନରୁ ସ୍ଖଳନକୁ ନରେନ ଆଦୌ ସହ୍ୟ କରିପାରୁ ନଥିଲେ । ପରେ ମଣିଷକୁ ଦେଖୁଲା ପରେ ସେ ସମ୍ବେଦନଶୀଳ ଓ ଉଦାର ହେଲେ । ସବୁ ଶ୍ରେଣୀର ଲୋକଙ୍କ ଘନିଷ୍ଟ ସମ୍ପର୍କରେ ଆସି ମଣିଷ ପ୍ରତି ତାଙ୍କର ଶ୍ରଦ୍ଧା ଓ କରୁଣା ଗଭୀରତର ହୋଇଥିଲା ।

ଏକଦା କେତେଜଣ ଗୁଜୁରାଟୀ ପଣ୍ଡିତ ସ୍ଵାମୀଜୀଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ତାଙ୍କ ସହ ଜ୍ଞାନ-ଭକ୍ତି-ବୈରାଗ୍ୟ ବିଷୟକ ଆଲୋଚନା ଆରମ୍ଭ କଲେ । ସଂସ୍କୃତ ଭାଷାରେ ବକ୍ତୃତା ଦେଲାବେଳେ ସ୍ଵାମୀଜୀଙ୍କର ଏକ ବ୍ୟାକରଣଗତ ତ୍ରୁଟି ଉପରେ ଗୁରୁତ୍ୱ ଦେଇ ଚର୍ଚ୍ଚା ଛାଡ଼ିଦେଇ ପଣ୍ଡିତମାନେ ‘ଆମେ ଜିତିଗଲୁ’ ବୋଲି କହିବାକୁ ଲାଗିଲେ । କିନ୍ତୁ ସ୍ବାମୀଜୀ ଅପ୍ରତିଭ ନ ହୋଇ ଅପରାଧ ପାଇଁ କ୍ଷମା ମାଗିଲେ । ବିବେକାନନ୍ଦଙ୍କର ଜ୍ଞାନ ଓ ପାଣ୍ଡିତ୍ୟର ପଟାନ୍ତର ନଥିଲା । ଶାସ୍ତ୍ରଘୋଷ ପଣ୍ଡିତଗଣ ବହୁଯୁଗଧରି ବେଦ, ବେଦାନ୍ତ ଓ ମହାନ୍ ଧର୍ମଶାସ୍ତ୍ର ଉପରେ ଯେତେ ଆବର୍ଜନା କୁଢ଼ାଇଥିଲେ, ସେସବୁ ଦୂର କରିବାରେ ବିବେକାନନ୍ଦଙ୍କର ଐତିହାସିକ ଭୂମିକା ଥିଲା । ବାସ୍ତବରେ ଜ୍ଞାନ ଅପେକ୍ଷା ଅଭିଜ୍ଞତା ମଣିଷକୁ ପ୍ରକୃତ ଦିଗ୍‌ଦର୍ଶନ ଦେଇଥାଏ । ବିବେକାନନ୍ଦଙ୍କ ଜବନରୁ ତାହା ସ୍ପଷ୍ଟ ଉପଲବ୍ଧ ହୁଏ ।

ତୁମ ପାଇଁ କାମ

Question ୩୦ ।
ଶରତ କୁମାର ମହାନ୍ତିଙ୍କ ଲିଖ୍ ‘ଛତ୍ରପତି ବିବେକାନନ୍ଦ’ ପୁସ୍ତକଟି ପାଠ କରି ।

Question ୩୧ ।
ବିବେକାନନ୍ଦଙ୍କ ଲେଖା ଓ ବାଣୀଗୁଡ଼ିକୁ ସଂଗ୍ରହ କରି ଲେଖ ।

Question ୩୨ ।
ଶ୍ରୀରାମକୃଷ୍ଣଙ୍କ ଜୀବନୀ ସଂଗ୍ରହ କରି ପଢ଼ ।
[ସୂଚନା : ‘ତୁମ ପାଇଁ କାମ’ର ଉତ୍ତରଗୁଡ଼ିକ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ପ୍ରସ୍ତୁତ କରନ୍ତୁ ।]

ଅତିରିକ୍ତ ଦାର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧ ।
ଦେଶର ଯୁବଗୋଷ୍ଠୀର ଉତ୍‌ଥାନ ପାଇଁ ସ୍ଵାମୀ ବିବେକାନନ୍ଦଙ୍କର ଭାରତ ଭ୍ରମଣ କିପରି ସହାୟକ ହୋଇପାରିଥିଲା, ସେ ସମ୍ପର୍କରେ ପଠିତ ପ୍ରବନ୍ଧଟି ପାଠ କରି ତୁମର ନିଜସ୍ବ ମତ ପ୍ରଦାନ କର ।
Answer:
ଓଡ଼ିଆ ପ୍ରବନ୍ଧ ସାହିତ୍ୟର ମାନବୃଦ୍ଧି କରିଥି ସଫଳ ପ୍ରାବନ୍ଧିକମାନଙ୍କ ମଧ୍ୟରେ ଶରତ କୁମାର ମହାନ୍ତି ଅଗ୍ରଗଣ୍ୟ । ସେ ଥିଲେ ବିଜ୍ଞାନ, ଦର୍ଶନ, ସମାଜ, ସାହିତ୍ୟ, ସଂସ୍କୃତି ଏବଂ ଆଧ୍ୟାତ୍ମିକତା ସମ୍ବନ୍ଧରେ ଅସଂଖ୍ୟ ପ୍ରବନ୍ଧ ରଚନା କରିଛନ୍ତି । ସେ ଜଣେ ମନନଶୀଳ ପ୍ରାବନ୍ଧିକ । ତାଙ୍କ ଲିଖ୍ ବିଜ୍ଞାନ ବିଷୟକ ପ୍ରବନ୍ଧ ସଂକଳନ ମଧ୍ୟରେ ‘ବିଜ୍ଞାନ ଦୃଷ୍ଟି’ ‘ଆକାଶର ଆହ୍ୱାନ’, ‘ଆଟମରୁ କ୍ଵାଣ୍ଟମ୍’, ‘ବିଜ୍ଞାନ ଦିଗନ୍ତ’ ଏବଂ ‘ଏକବିଂଶ ଶତାବ୍ଦୀର ନଷ୍ଟ ପରିବେଶ’ ପ୍ରଭୃତି ପ୍ରଧାନ । ଅନ୍ୟ ସଂକଳନଗୁଡ଼ିକ ମଧ୍ୟରେ ତାଙ୍କର ‘ସକ୍ରେଟିସ୍ ଓ ପ୍ଲେଟୋ’, ‘ଅସ୍ତିତ୍ଵବାଦର ମର୍ମକଥା’, ‘ଗ୍ରୀକ୍‌ତିର ଜୀବନଗାଥା’, ‘ଛତ୍ରପତି ବିବେକାନନ୍ଦ’, ‘ଗାନ୍ଧି ମଣିଷ’, ଇତ୍ୟାଦି ବହୁ ପୁସ୍ତକ ଲୋକପ୍ରିୟତା ଅର୍ଜନ କରିପାରିଛି । ପଠିତ ‘ନରେନ୍‌ରୁ ବିବେକାନନ୍ଦ’ ପ୍ରବନ୍ଧଟି ଲେଖକଙ୍କ ‘ଛତ୍ରପତି ବିବେକାନନ୍ଦ’ ପୁସ୍ତକର ଅଂଶବିଶେଷ । ଏଥିରେ ସେ ଭାରତବର୍ଷର ଜଣେ ପ୍ରଖ୍ୟାତ ସନ୍ନ୍ୟାସୀ ତଥା ସନ୍ଥ ବିବେକାନନ୍ଦଙ୍କ ଜୀବନର କିଛି ଉପାଦେୟ ତଥ୍ୟ ସହିତ ତାଙ୍କର ଭାରତ ଭ୍ରମଣ ଦେଶର ଯୁବଶକ୍ତି ପାଇଁ କିପରି ସହାୟକ ହୋଇପାରିଛି, ତାହା ବର୍ଣ୍ଣନା କରିଛନ୍ତି ।

ବିବେକାନନ୍ଦଙ୍କ ଭାରତ ପରିଭ୍ରମଣର ଉଦ୍ଦେଶ୍ୟ ଥିଲା ବିଶାଳ ଭାରତବର୍ଷ ତଥା ତା’ର ଦରିଦ୍ର ଜନତା ସହିତ ଘନିଷ୍ଠ ଭାବେ ପରିଚିତ ହେବା । ଇହଧାମ ତ୍ୟାଗ ପୂର୍ବରୁ ଏହାହିଁ ଥିଲା ତାଙ୍କୁ ତାଙ୍କର ଗୁରୁ ରାମକୃଷ୍ଣ ପରମହଂସଙ୍କ ନିର୍ଦ୍ଦେଶ । ସେ ତାଙ୍କୁ ଜୀବନର କର୍ମ ଓ ଲକ୍ଷ୍ୟ ସମ୍ପର୍କରେ ଅନେକ ଦିଗ୍‌ଦର୍ଶନ ଦେଇଥିଲେ । ନିଜର ମୋକ୍ଷ ପାଇଁ ନିର୍ବିକଳ୍ପତା କାମନା କରିଥିବା ଯୁବସନ୍ନ୍ୟାସୀ ବିବେକାନନ୍ଦଙ୍କୁ ସ୍ଵାର୍ଥପର ପରି ନିଜର୍ ମୋକ୍ଷ କଥା ଚିନ୍ତା ନକରି ପ୍ରକାଣ୍ଡ ବଟବୃକ୍ଷ ହୋଇ ସ୍ବୀୟ ଛାୟାରେ ହଜାର ହଜାର ମଣିଷଙ୍କୁ ଆଶ୍ରୟ ଦେବାର ଶିକ୍ଷା ପ୍ରଦାନ କରିଥିଲେ ସେ ।

ଏଣୁ ଜୀବନର ଗତିପଥ ତାଙ୍କର ପରିବର୍ତ୍ତନ ହୋଇଥିଲା । ଏଣୁ ସମଗ୍ର ଭାରତବର୍ଷ ପରିଭ୍ରମଣ କରି ସେ ବିଶାଳ ବୁଭୁକ୍ଷୁ ଜନସମଷ୍ଟିର ଦୁର୍ଦ୍ଦଶା ମୋଚନ ନିମନ୍ତେ ସେବାବ୍ରତକୁ ଆଦର୍ଶଭାବେ ଗ୍ରହଣ କରିଥିଲେ । ତେଣୁ ସେ ୧୮୮୬ ରେ ପ୍ରଥମେ ହିମାଳୟ ଉଦ୍ଦେଶ୍ୟରେ ଯାତ୍ରାକରି ଅଯୋଧ୍ୟା, ବୃନ୍ଦାବନ, ଆଗ୍ରା, ଲକ୍ଷ୍ନୌ ପ୍ରଭୃତି ସ୍ଥାନ ଓ ତା’ର ଦୁଇବର୍ଷ ପରେ ଆଲ୍ଲାହାବାଦ, ଗାଜୀପୁର, ହରିଦ୍ଵାର ଭ୍ରମଣ କରିଥିଲେ । ଏହି ଦୁଇଥର ଭ୍ରମଣ ଅଭିଜ୍ଞତାରୁ ସେ ଦେଖୁଲେ ସମାଜରେ ଜମିରହିଥିବା କୁଢ଼ କୁଢ଼ ସାମାଜିକ ଆବର୍ଜନା ।

ସେସବୁକୁ ଦୂର କରିବାର ବ୍ୟାକୁଳତା ତାଙ୍କ ଅନ୍ତରକୁ ଆନ୍ଦୋଳିତ କରିଥିଲା । ଏସବୁ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ଦେଶର ଯୁବଶକ୍ତି ହିଁ ଏକମାତ୍ର ସମର୍ଥ ବୋଲି ସେ ହୃଦୟଙ୍ଗମ କରିଥିଲେ ଏବଂ ଏଥିପାଇଁ ଯୁବସାମଜକୁ ବାରମ୍ବାର ଆହ୍ଵାନ କରି ଏ ଦେଶର ହୃତ ଗୌରବ ଓ ପରମ୍ପରାକୁ ସେ ସେମାନଙ୍କ ନିକଟରେ ବୟାନ କରି ତା’ର ପୁନରୁଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ଅନୁଭବ ଓ ଭାବପ୍ରବଣତାରେ ଯୁବଗୋଷ୍ଠୀ ସର୍ବଦା ସମୃଦ୍ଧ । ଏଣୁ ଭାରତ ଭ୍ରମଣ ସମୟରେ ଯୁବସମାଜକୁ ତ୍ୟାଗ, ନିଷ୍ଠା ଓ ସେବାର ସନ୍ଦେଶ ପ୍ରଦାନ କରିଥିଲେ । ଦରିଦ୍ର ନାରାୟଣ ସେବାକୁ ସନ୍ୟାସୀର ଯଥାର୍ଥ ବ୍ରତ ବୋଲି ସିଦ୍ଧାନ୍ତ ଗ୍ରହଣ କରି ଦେଶରେ ରାଜତ୍ଵ କରୁଥିବା ପ୍ରବଳ ପ୍ରତାପୀ ଦାରିଦ୍ର୍ୟ ଦାନବ ବିରୋଧରେ ଯୁଦ୍ଧଘୋଷଣା କଲେ । ଧନୀ, ରାଜା, ମହାରାଜା, ପଣ୍ଡିତ, ତଥା ଯୁବ ସମାଜ ତାଙ୍କ ଅନୁରକ୍ତ ସୈନିକ ସାଜି ତାଙ୍କଠାରୁ କି ଏକ ରହସ୍ୟମୟ ଇସାରା’ ପାଇଁ ତାଙ୍କ ଆଦେଶକୁ ଅପେକ୍ଷା କରି ରହିଲେ ।

BSE Odisha 10th Class Odia Solutions Chapter 12 ନରେନ୍‌ରୁ ବିବେକାନନ୍ଦ

ବିଗତ ବର୍ଷର ହାଇସ୍କୁଲ ପରୀକ୍ଷା (ବାର୍ଷିକ ଓ ସପ୍ଲିମେଣ୍ଟାରୀ)ର ପ୍ରଶ୍ନୋତ୍ତର

Question 1.
କ’ଣ ଦେଖୁ ବିବେକାନନ୍ଦଙ୍କ ହୃଦୟ ବିଗଳିତ ହୋଇଥିଲା ?
Answer:
ଭୋକିଲା ଲୋକାଙ୍କ ଦୁଃଖ

Question 2.
କେଉଁ ରାଜାଙ୍କ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ବାଈଜୀ ମୀରା ଭଜନ ଗାଇଥିଲେ ?
Answer:
କ୍ଷେତରା

BSE Odisha 10th Class Odia Solutions Chapter 12 ନରେନ୍‌ରୁ ବିବେକାନନ୍ଦ

Question 3.
ନରେନ୍‌କୁ କି ନିର୍ଦେଶ ଦେଇ ଶ୍ରୀରାମକୃଷ୍ଣ ବିଦାୟ ନେଲେ ?
Answer:
ଜଗତର କଲ୍ୟାଣ ସାଧନ କରିବାକୁ

Question 4.
ବିବେକାନନ୍ଦ ସମସ୍ତଙ୍କ ହୃଦୟରେ କେଉଁ ଭାବ ଜାଗ୍ରତ କରିବାକୁ ଚେଷ୍ଟା କରୁଥିଲେ ?
Answer:
ସେବା ଭାବ

Question 5.
ସାରା ଭାରତବର୍ଷ ଘୂରିବୁଲି ବିବେକାନନ୍ଦ କେଉଁଠାରେ ପହଞ୍ଚିଲାବେଳକୁ କ୍ଲାନ୍ତ ହୋଇ ପଡ଼ିଥିଲେ ?
Answer:
କନ୍ୟାକୁମାରାରେ

Question 6.
ସନ୍ନ୍ୟାସୀର ଯଥାର୍ଥ ବ୍ରତ କ’ଣ ବୋଲି ବିବେକାନନ୍ଦ ଠିକ୍ କରିଥିଲେ ?
Answer: ଦରିଦ୍ର ନାରାୟଣଙ୍କ ସେବା

Question 7.
ସମୁଦ୍ର ଭିତରେ ଥ‌ିବା ଭାରତର ଶେଷ ଭୂଖଣ୍ଡ ରୂପେ ରହିଥ‌ିବା ପାହାଡ଼ ପାଖକୁ ବିବେକାନନ୍ଦ କିପରି ଯାଇଥିଲେ ?
Answer:
ପହଁରି ପହଁରି

Question 8.
କ’ଣ ଦେଖି ବିବେକାନନ୍ଦଙ୍କ ହୃଦୟ ବିଗଳିତ ହୋଇଥିଲା ?
Answer:
ଭୋକିଲା ଲୋକଙ୍କର ଦୁଃଖ ଦେଖିି

Question 9.
ସନ୍ନ୍ୟାସୀର କେଉଁ ଧର୍ମକୁ ବିବେକାନନ୍ଦ ବାଛି ନେଇଥିଲେ ?
Answer:
ସେବାଧର୍ମ

ପରୀକ୍ଷା ଉପଯୋଗୀ ଅତିରି

(A) ।ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

Question 1.
କେଉଁ ଧାତ୍ରୀ କେଉଁ ଏନ୍ତୁଡ଼ିଶାଳରେ ନରେନ୍‌ଙ୍କୁ ବିବେକାନନ୍ଦ ଭାବରେ ଜନ୍ମ ଦେଇଥିଲେ ?
Answer:
ସ୍ବୟଂ ରାମକୃଷ୍ଣ ଧାତ୍ରୀ ଭାବରେ ଦକ୍ଷିଣେଶ୍ଵରର ଏନ୍ତୁଡ଼ିଶାଳରେ ନରେନ୍‌ଙ୍କୁ ବିବେକାନନ୍ଦ ଭାବରେ ଜନ୍ମ ଦେଇଥିଲେ।

Question 2.
ଶ୍ରୀରାମକୃଷ୍ଣଙ୍କ ଅନ୍ତେ ତାଙ୍କର ଶିଷ୍ୟମାନେ କେଉଁଠାରେ ନିଜର କ୍ଷେତ୍ର ପ୍ରସ୍ତୁତ କରିଥିଲେ ?
Answer:
ଶ୍ରୀରାମ୍ବକୃଷ୍ଣଙ୍କ ଅନ୍ତେ ତାଙ୍କର ଜଣେ ଗୃହସ୍ଥ ଭକ୍ତ ଶ୍ରୀ ସୁରେଶ ଚନ୍ଦ୍ର ମିତ୍ର ବରାହନଗରଠାରେ ଥ‌ିବା ତାଙ୍କର ଗୋଟିଏ ପୁରୁଣା କୋଠାକୁ ଗୁରୁଦେବଙ୍କ ଶିଷ୍ୟମାନଙ୍କ ଉଦ୍ଦେଶ୍ୟରେ ଛାଡ଼ିଦେଲେ, ଯେଉଁଠାରେ ହିଁ ଶିଷ୍ୟମାନେ ନିଜର କ୍ଷେତ୍ର ପ୍ରସ୍ତୁତ କରିଥିଲେ ।

Question 3.
ବିବେକାନନ୍ଦ ସମୁଦ୍ର କୂଳର ଅଳ୍ପ ଦୂରରେ ଥ‌ିବା ପାହାଡ଼ ନିକଟକୁ କିପରି ଯାଇଥିଲେ ?
Answer:
ସମୁଦ୍ର କୂଳରେ ଅଳ୍ପ ଦୂରରେ ଥ‌ିବା ପାହାଡ଼ ନିକଟକୁ ଯିବା ନିମନ୍ତେ ବିବେକାନନ୍ଦଙ୍କ ନିକଟରେ ଅର୍ଥ ନ ଥ‌ିବାରୁ ସେ ସାର୍କସଙ୍କୁଳ ଜଳକୁ ଭୟ ନ କରି ପହଁରି ପହଁରି ପାହାଡ଼ ନିକଟକୁ ଯାଇଥିଲେ ।

Question 4.
ବିବେକାନନ୍ଦ ତପସ୍ୟା କରିଥ‌ିବା ପାହାଡ଼ ସହ ହନୁମାନଙ୍କର କି ସମ୍ପର୍କ ଅଛି ବୋଲି ପ୍ରାବନ୍ଧିକ କହିଛନ୍ତି ?
Answer:
ବିବେକାନନ୍ଦ ତାପସ୍ୟା କରିଥ୍ ବା ପାହାଡ଼ ଉପରେ ଦିନେ ସାତାଦେବାଙ୍କ ଠାବ କରିବାପାଇଁ ମହାବାର ହନୁମାନ ଏକା ଲମ୍ଫକେ ସମୁଦ୍ର ପାର ହୋଇଯାଇଥିଲେ ବୋଲି ପ୍ରାବନ୍ଧିକ କହିଛନ୍ତି ।

BSE Odisha 10th Class Odia Solutions Chapter 12 ନରେନ୍‌ରୁ ବିବେକାନନ୍ଦ

Question 5.
ବିବେକାନନ୍ଦ ରାଜାରାଜୁଡ଼ାଙ୍କ ସହ କାହିଁକି ସମ୍ପର୍କ ରଖୁଥିଲେ ?
Answer:
ରାଜାଙ୍କ ହାତରେ ପ୍ରଜାଙ୍କର ମଙ୍ଗଳ ନିମନ୍ତେ ଇଚ୍ଛା ଜାଗ୍ରତ କରିବାପାଇଁ ଏବଂ ପ୍ରଜାଙ୍କର କଲ୍ୟାଣ କରିବା ଉଦ୍ଦେଶ୍ୟରେ ବିବେକାନନ୍ଦ ରାଜାରାଜୁଡ଼ାଙ୍କ ସହ ସମ୍ପର୍କ ରଖୁଥିଲେ ।

Question 6.
ଗଙ୍ଗାକୂଳକୁ ଗଲାବେଳେ ଗୁଜୁରାଟୀ ପଣ୍ଡିତମାନେ କ’ଣ କୁହାକୁହି ହେଉଥିଲେ ?
Answer:
ଗଙ୍ଗାକୂଳକୁ ଗଲାବେଳେ ଗୁଜୁରାଟୀ ପଣ୍ଡିତମାନେ କୁହାକୁହି’ ହେଉଥା’ନ୍ତି ଯେ ସ୍ଵାମୀଜୀ ତାଦୃଶ ପଣ୍ଡିତ ନୁହଁନ୍ତି ହେଲେ ତାଙ୍କ ଚକ୍ଷୁରେ ଏକ ମୋହିନୀ ଶକ୍ତି ଅଛି ଯେଉଁ ଶକ୍ତି ବଳରେ ସେ ଦିଗ୍‌ବିଜୟ କରିଛନ୍ତି ।

Question 7.
ବିବେକାନନ୍ଦଙ୍କ ଉପରେ କେଉଁ ଘଟଣା ଗଭୀର ରେଖାପାତ କରିଥିଲା ?
Answer:
ବିବେକାନନ୍ଦ ଉଚ୍ଚ ଆଦର୍ଶ ଓ ଶୁଦ୍ଧପୂତ ଜୀବନରୁ ସ୍ଖଳନକୁ ସହ୍ୟ କରିପାରୁ ନଥିଲେ, ତଥାପି କ୍ଷେତରୀର ବାଈଜୀଙ୍କଦ୍ୱାରା ଆବେଗପୂର୍ଣ୍ଣ କଣ୍ଠରେ ଗାନ କରାଯାଇଥିବା ମୀରାଭଜନ ତାଙ୍କ ଉପରେ ଗଭୀର ରେଖାପାତ କରିଥିଲା ।

Question 8.
କେଉଁ କେଉଁ ରାଜାମାନେ ବିବେକାନନ୍ଦଙ୍କୁ ବିଶେଷ ଭକ୍ତି କରୁଥିଲେ ?
Answer:
ମହୀଶୂର ମହାରାଜା ସାର୍ ଓୟାଦିଆର ବାହାଦୂର, ରାଜୋୟାରାର ରାଜା, କ୍ଷେତରୀ ଓ କୋଲାପୁରର ରାଜା ତଥା ଦାକ୍ଷିଣାତ୍ୟର ଅନେକ ରାଜା ବିବେକାନନ୍ଦଙ୍କୁ ବିଶେଷ ଭକ୍ତି କରୁଥିଲେ ।

Question 9.
ଶରତ କୁମାର ମହାନ୍ତି ପ୍ରବୃତ୍ତିରେ କ’ଣ ଥିଲେ ?
Answer:
ଶରତ କୁମାର ମହାନ୍ତି ପ୍ରବୃତ୍ତିରେ ମନନଶାଳ ପ୍ରାବନ୍ଧିକ ଥିଲେ ।

Question 10.
ଶୁକଦେବଙ୍କ ପରି ଏକାଦିକ୍ରମେ ପାଞ୍ଚ ଛଅ ଦିନ ସମାଧ୍ଧରେ ଲୀନ ହେବାକୁ ଇଚ୍ଛା ପ୍ରକାଶ କରିବାରୁ ନରେନ୍‌ଙ୍କୁ ରାମକୃଷ୍ଣ ଧ୍ୟାର କଲେ କାହିଁକି ?
Answer:
ଶୁକଦେବଙ୍କ ପରି ଏକାଦିକ୍ରମେ ପାଞ୍ଚ ଛଅ ଦିନ ସମାଧ୍ଧରେ ଲୀନ ହେବାକୁ ଇଚ୍ଛା ପ୍ରକାଶ କରିବାରୁ ନରେନ୍‌ଙ୍କୁ ରାମକୃଷ୍ଣ ଧିକ୍କାର କଲେ କାରଣ ସେ କେବଳ ନିଜର ମୁକ୍ତି ଚାହୁଁଥିଲେ ।

Question 11.
ଭାରତୀୟ ଦର୍ଶନର ବିଶେଷ ବିଶେଷତ୍ବ କେଉଁଟି ?
Answer:
ଭାରତୀୟ ଦର୍ଶନର ବିଶେଷ ବିଶେଷତ୍ୱ ହେଉଛି ମନୁଷ୍ୟର ସେବାକୁ ଈଶ୍ବର ସେବା ବୋଲି ମନେ କରିବା ।

Question 12.
ବିବେକାନନ୍ଦଙ୍କର ପ୍ରଥମ ଶିଷ୍ୟ ଶରତ ଚନ୍ଦ୍ର ଗୁପ୍ତଙ୍କର ସନ୍ୟାସୀ ନାମ କ’ଣ ଥିଲା ?
Answer:
ବିବେକାନନ୍ଦଙ୍କର ପ୍ରଥମ ଶିଷ୍ୟ ଶରତ ଚନ୍ଦ୍ର ଗୁପ୍ତଙ୍କର ସନ୍ୟାସୀ ନାମ ସ୍ଵାମୀ ସଦାନନ୍ଦ ଥିଲା ।

Question 13.
ନରେନ୍‌ଙ୍କ ମନରେ କେଉଁ ବ୍ୟାକୁଳତା ଥିଲା ଓ ଏଥୁରୁ ତାଙ୍କୁ ବିରତ ରହି ଜନତା ଜନାର୍ଦ୍ଦନ ସେବାରେ ଜୀବନ ବିତାଇବାକୁ କିଏ ପଥ ପ୍ରଦର୍ଶନ କରିଥିଲେ ?
Answer:
ନିର୍ବିକଳ୍ପ ସମାଧୂର ଦିବ୍ୟାନୁଭୂତି ଲାଭ କରିବାପାଇଁ ନରେନ୍‌ଙ୍କ ମନରେ ବ୍ୟାକୁଳତା ଥୁଲା, ମାତ୍ର ଶ୍ରୀରାମକୃଷ୍ଣ ଏଥୁରୁ ତାଙ୍କୁ ବିରତ ରହି ଜନତା ଜନାର୍ଦ୍ଦନ ସେବାରେ ଜୀବନ ବିତାଇବାକୁ ପଥ ପ୍ରଦର୍ଶନ କରିଥିଲେ ।

(B) । ଗୋଟିଏ ପଦ ବା ଶବ୍ଦରେ ଉତ୍ତର ଦିଅ ।

Question 1.
ପ୍ରାବନ୍ଧିକ ଶରତ କୁମାର ମହାନ୍ତି କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ?
Answer:
ଜରିପଡ଼ା

Question 2.
ଶରତ କୁମାର ମହାନ୍ତିଙ୍କୁ ବୃତ୍ତି କ’ଣ ଥିଲା ?
Answer:
ଅଧ୍ୟାପନା

Question 3.
ଶରତ କୁମାର ମହାନ୍ତି ପ୍ରବୃତ୍ତିରେ କେଉଁ ପ୍ରାବନ୍ଧିକ ଥିଲେ ?
Answer:
ମନନଶୀଳ ପ୍ରାବନ୍ଧିକ

BSE Odisha 10th Class Odia Solutions Chapter 12 ନରେନ୍‌ରୁ ବିବେକାନନ୍ଦ

Question 4.
‘ନରେନ୍‌ରୁ ବିବେକାନନ୍ଦ’ ପ୍ରବନ୍ଧିଟି ପ୍ରାବନ୍ଧିକଙ୍କ କେଉଁ ପୁସ୍ତକରୁ ଆସିଅଛି ?
Answer:
ଛତ୍ରପତି ବିବେକାନନ୍ଦ

Question 5.
ନରେନ୍‌ଙ୍କର ନିର୍ବିକଳ୍ପ ସମାଧର ଦିବ୍ୟାନୁଭୂତି ଲାଭ ନିମନ୍ତେ ବ୍ୟାକୁଳତା କଥା କିଏ ଜାଣିଥିଲେ ?
Answer:
ରାମକୃଷ୍ଣ ପରମହଂସ

Question 6.
ନରେନ୍ କେଉଁ ସମୟରେ ଜ୍ଞାନଶୂନ୍ୟ ହୋଇ ସମାଧୁରେ ବୁଡ଼ିଗଲେ ?
Answer:
ସନ୍ଧ୍ୟାବେଳେ

Question 7.
କେତେବେଳେ ନରେନ୍‌ଙ୍କର ସମାଧି ଭଙ୍ଗ ହେଲା ?
Answer:
ନଅଟାରେ

Question 8.
‘ଜନତା ଜନାର୍ଦ୍ଦନ’ – କେଉଁ ଛଳନାର ଶିକାର ହେବା କଥା ପ୍ରାବନ୍ଧିକ କହିଛନ୍ତି ?
Answer:
ରାଜନୈତିକ

Question 9.
ପ୍ରାବନ୍ଧିକ କେଉଁ ଶବ୍ଦଯୁଗଳଙ୍କ ନିକଟରେ କ୍ଷମା ମାଗିଛନ୍ତି ?
Answer:

Question 10.
ବାବୁରାମଙ୍କର ସନ୍ନ୍ୟାସୀ ନାମ କ’ଣ ?
Answer:
ସ୍ଵାମୀ ପ୍ରେମାନନ୍ଦ

Question 11.
କେଉଁ ମାସରେ ନରେନ୍ ଗୁରୁଭାଇଙ୍କ ସହ ଆଣ୍ଡପୁରକୁ ଯାଇଥିଲେ ?
Answer:
ଡିସେମ୍ବର

BSE Odisha 10th Class Odia Solutions Chapter 12 ନରେନ୍‌ରୁ ବିବେକାନନ୍ଦ

Question 12.
ନରେନ୍ ଓ ତାଙ୍କ ଗୁରୁଭାଇମାନେ କେଉଁ ଭାବରେ ଉଦ୍‌ବୁଦ୍ଧ ହୋଇ ସନ୍ୟାସ ବ୍ରତ ଗ୍ରହଣ ପାଇଁ ସଂକଳ୍ପ କଲେ ?
Answer:
ଖ୍ରୀଷ୍ଟ ଭାବରେ

Question 13.
ଯେଉଁ ରାତିରେ ନରେନ୍ ଓ ତାଙ୍କ ଗୁରୁଭାଇମାନେ ସନ୍ନ୍ୟାସୀ ବ୍ରତ ଗ୍ରହଣ ପାଇଁ ସଂକଳ୍ପ କରିଥିଲେ ସେହି ରାତିଟି କି ରାତି ଥିଲା ?
Answer:
ଖ୍ରୀଷ୍ଟମାସ ଇଭ୍ର ରାତି

Question 14.
ସ୍ଵାମୀ ରାମକୃଷ୍ଣାନନ୍ଦଙ୍କର ସନ୍ୟାସୀ ହେବାର ପୂର୍ବ ନାମ କ’ଣ ଥିଲା ?
Answer:
ଶଶିଭୂଷଣ

Question 15.
କେଉଁ ସନ୍ୟାସୀ ଏକୁଟିଆ ମଠକୁ ଜଗି ରହିଥିଲେ ?
Answer:
ସ୍ଵାମୀ ରାମକୃଷ୍ଣାନନ୍ଦ

Question 16.
ବିବେକାନନ୍ଦ ପାଓହାରୀ ବାବାଙ୍କୁ କେଉଁଠାରେ ସାକ୍ଷାତ କରିଥିଲେ ?
Answer:
ଗାଜୀପୁରରେ

Question 17.
ପାଓହାରୀ ବାବାଙ୍କ କେଉଁ ଗୁଣରେ ବିବେକାନନ୍ଦ ଆକୃଷ୍ଟ ହୋଇଥିଲେ ?
Answer:
ସିଦ୍ଧି ଓ ବ୍ୟକ୍ତିତ୍ଵ

Question 18.
‘ବୁଭୁକ୍ଷୁ ଜନତା ପାଇଁ ଆମେ ସନ୍ନ୍ୟାସୀଗଣ କ’ଣ କରିଛୁ ?’ – ଏକଥା କିଏ ଭାବୁଥିଲେ ?
Answer:
ବିବେକାନନ୍ଦ

Question 19.
ବିବେକାନନ୍ଦ କେଉଁ ରୂପରେ ବିଶାଳ ଭାରତବର୍ଷର ପ୍ରତି କୋଣକୁ ଖେଦି ଯାଇଥିଲେ ?
Answer:
ସନ୍ନ୍ୟାସୀ ରୂପରେ

BSE Odisha 10th Class Odia Solutions Chapter 12 ନରେନ୍‌ରୁ ବିବେକାନନ୍ଦ

Question 20.
ବିବେକାନନ୍ଦଙ୍କ ସନ୍ନ୍ୟାସୀ ରୂପ ମଧ୍ଯରୁ କେଉଁ ରୂପ ଧରାପଡ଼ି ଯାଉଥୁଲା ?
Answer:
ସେନାପତି ରୂପ

Question 21.
ନରେନ୍ ବିବେକାନନ୍ଦ ହୋଇ କେଉଁଠାକୁ ଚାଲିଗଲେ ?
Answer:
ଚିକାଗୋକୁ

Question 22.
‘ଭୋକିଲା ପେଟରେ ଧର୍ମ ଅନାବଶ୍ୟକ’ – ଏହି ଉକ୍ତିଟି ବିବେକାନନ୍ଦ କାହାଠାରୁ ଶୁଣିଥିଲେ ?
Answer:
ରାମକୃଷ୍ଣଙ୍କଠାରୁ

Question 23.
ବାଈଜୀ କେଉଁ ଭଜନ ଗାଇଥିଲେ ?
ମୀରା ଭଜନ

Question 24.
ନରେନ୍‌ଙ୍କୁ କେତେବର୍ଷ ହୋଇ ଥିବାବେଳେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା ?
Answer:
୨୧ ବର୍ଷ

Question 25.
ସ୍ଵାମୀ ବିବେକାନନ୍ଦଙ୍କୁ ନରେନ୍‌ରୁ ବିବେକାନନ୍ଦରେ ପରିଣତ କରିବାର ଏନ୍ତୁଡ଼ିଶାଳ ରୂପେ କେଉଁ ସ୍ଥାନଟି ପରିଚିତ ?
Answer:
ଦକ୍ଷିଣେଶ୍ବର

Question 26.
କେଉଁ ସ୍ଥାନର ଭୂତକୋଠିଟି ଗୋଟିଏ ପବିତ୍ର ସ୍ଥାନରେ ପରିଣତ ହେଲା ?
Answer:
ବରାହନଗର

Question 27.
ବିବେକାନନ୍ଦଙ୍କର ପ୍ରଥମ ଶିଷ୍ୟ ଶରତ ଚନ୍ଦ୍ର ଗୁପ୍ତଙ୍କର ସନ୍ୟାସୀ ନାମ କ’ଣ ଥିଲା ?
Answer:
ସ୍ଵାମୀ ସଦାନନ୍ଦ

Question 28.
ସ୍ଵାମୀ ପ୍ରେମାନନ୍ଦ ସନ୍ନ୍ୟାସ ଗ୍ରହଣ ପୂର୍ବରୁ କେଉଁ ନାମରେ ପରିଚିତ ଥିଲେ ?
Answer:
ବାବୁରାମ

Question 29.
ନୈନିତାଲରେ ସ୍ଵାମୀଜୀ କାହାକୁ କ୍ଷେତରୀର ବାଈଜୀଙ୍କ କଥା କହିଥିଲେ ?
Answer:
ଭଗିନୀ ନିବେଦିତା

Question 30.
ଭୋକିଲା ପେଟରେ ଧର୍ମ ଅନାବଶ୍ୟକ’- ଏକଥା କିଏ କହିଥିଲେ ?
Answer:
ରାମକୃଷ୍ଣ ପରମହଂସ

BSE Odisha 10th Class Odia Solutions Chapter 12 ନରେନ୍‌ରୁ ବିବେକାନନ୍ଦ

Question 31.
ଆମେରିକାରୁ କେଉଁ ରାଜାଙ୍କ ପାଖକୁ ଚିଠିରେ ଲେଖିଥିଲେ ?
Answer:
ମହୀଶୂରର ମହାରାଜ

Question 32.
ନରେନ୍‌ଙ୍କ ମାତାଙ୍କ ନାମ କ’ଣ ଥିଲା ?
Answer:
ଭୁବନେଶ୍ଵରୀ ଦେବୀ

Question 33.
କାହାକୁ ହରାଇ ନରେନ୍ ସଂସାରରେ ଏକୁଟିଆ ହୋଇଗଲେ ?
Answer:
ଦୁଇ ପିତାଙ୍କୁ

Question 34.
ନିର୍ବିକଳ୍ପ ସମାଧୂର ଦିବ୍ୟ ଅନୁଭୂତି କାହା ବିନା ଲଭ୍ୟ ନୁହେଁ ?
Answer:
ଗୁରୁକୃପା ବିନା

Question 35.
ସାନ୍ତାଳମାନେ କ’ଣ ଖାଇ ଭୋକ ମାରୁଥିଲେ ?
Answer:
ଗଛର ଚେର ପତ୍ର

Question 36.
ବାଈଜୀ ଗୀତ ଗାଇବାକୁ ପ୍ରସ୍ତୁତ ହେଉଥ‌ିବା ଦେଖୁ କିଏ ରାଗିଯାଇ ଉଠିଯିବାକୁ ବସିଲେ ?
Answer:
ବିବେକାନନ୍ଦ

Question 37.
ଦକ୍ଷିଣେଶ୍ଵରରେ ଓ ବରାହନଗରରେ ଗୁରୁଭାଇମାନଙ୍କର କାହା ସହିତ ପରିଚୟ ହୋଇନଥୁଲା ?
Answer:
ବିବେକାନନ୍ଦଙ୍କ ସହ

Question 38.
ଚିଲ, ଶାଗୁଣା ଖୁବ୍ ଉଚ୍ଚରେ ଉଡ଼ନ୍ତି, କିନ୍ତୁ ସେମାନଙ୍କ ଦୃଷ୍ଟି କାହା ଉପରେ ରହିଥାଏ ?
Answer:
ତଳେ ଗୋରୁମଢ଼ ଉପରେ

Question 39.
ବିବେକାନନ୍ଦ ସମସ୍ତଙ୍କ ହୃଦୟରେ କାହାର ମହିମା ଜାଗ୍ରତ କରିବାକୁ ଯତ୍ନ କରିଥିଲେ ?
Answer:
ସେବାର ମହିମା

Question 40.
କାହା ହାତରେ ହଜାର ହଜାର ପ୍ରଜାଙ୍କର ମଙ୍ଗଳବିଧାନର କ୍ଷମତା ରହିଛି ?
Answer:
ରାଜାଙ୍କ ହାତରେ

Question 41.
ଧର୍ମ ମହାସଭା କେଉଁଠାରେ ଆୟୋଜିତ ହୋଇଥିଲା ?
Answer:
ଚିକଗୋରେ

BSE Odisha 10th Class Odia Solutions Chapter 12 ନରେନ୍‌ରୁ ବିବେକାନନ୍ଦ

Question 42.
କନ୍ୟାକୁମାରୀରେ ଜଗଜ୍ଜନନୀ କନ୍ୟା ବେଶରେ କାହା ପ୍ରତୀକ୍ଷାରେ ଥାଆନ୍ତି ?
Answer:
ମହାଦେବଙ୍କର

Question 43.
ବିବେକାନନ୍ଦ ନାଉରିକୁ ଦେବାପାଇଁ ପଇସା ନ ଥ‌ିବାରୁ ସମୁଦ୍ରରେ କିପରି ଭାବରେ ପାହାଡ଼ ପାଖକୁ ଯାଇଥିଲେ ?
Answer:
ପହଁରି ପହଁରି

Question 44.
ଜଗତରେ ସବୁ ମହାନ୍ କର୍ମ କାହାଦ୍ବାରା ସମ୍ପନ୍ନ ହୋଇଛି ?
Answer:
ଏକୁଟିଆ ମଣିଷଦ୍ୱାରା

Question 45.
ନରେନ୍‌ଙ୍କୁ ତାଙ୍କ ଜୀବନର କର୍ମ ଓ ଲକ୍ଷ୍ୟ କିଏ ଭଲଭାବେ ଦେଖାଇ ଦେଇଥିଲେ ?
Answer:
ଗୁରୁ ଶ୍ରୀରାମକୃଷ୍ଣ

Question 46.
ନରେନ୍‌ରୁ ବିବେକାନନ୍ଦଙ୍କୁ ଜନ୍ମ ଦେବାପାଇଁ ଏନ୍ତୁଡ଼ିଶାଳ କିଏ ହୋଇଥଲା ?
Answer:
ଦକ୍ଷିଣେଶ୍ବର

Question 47.
ନରେନ୍‌ରୁ ବିବେକାନନ୍ଦଙ୍କୁ ଜନ୍ମ ଦେବା ପାଇଁ ଧାତ୍ରୀ କିଏ ହୋଇଥିଲେ ?
Answer:
ସ୍ବୟଂ ରାମକୃଷ୍ଣ

Question 48.
ସନ୍ନ୍ୟାସୀର କେଉଁ ଧର୍ମକୁ ବିବେକାନନ୍ଦ ବାଛି ନେଇଥିଲେ ?
Answer:
ସେବାଧର୍ମ

Question 49.
ଇହଧାମ ତ୍ୟାଗ କରିବା ପୂର୍ବରୁ ରାମକୃଷ୍ଣ ନରେନ୍‌ଙ୍କ ହାତରେ କାହାକୁ ସମର୍ପି ଦେଇଥିଲେ ?
Answer:
ତାଙ୍କର ତରୁଣ ଶିଷ୍ୟମାନଙ୍କୁ

BSE Odisha 10th Class Odia Solutions Chapter 12 ନରେନ୍‌ରୁ ବିବେକାନନ୍ଦ

Question 50.
ବାବୁରାମଙ୍କ ମାଆଙ୍କର ନିମନ୍ତ୍ରଣ ରକ୍ଷାକରି ବିବେକାନନ୍ଦ ଗୁରୁଭାଇଙ୍କ ସହ କେଉଁ ଗ୍ରାମକୁ ଯାଇଥିଲେ ?
Answer:
ଆଣ୍ଡପୁରକୁ

Question 51.
ଦିନେ ରାତିରେ ନରେନ୍ଦ୍ରନାଥ ଭାବବିହ୍ଵଳ ହୋଇ କାହା କଥା କହିବାକୁ ଲାଗିଲେ ?
Answer:
ଯିଶୁଙ୍କ କଥା

Question 52.
ନବୀନ ସନ୍ନ୍ୟାସୀଗଣ କେତେ ଖ୍ରୀଷ୍ଟାବ୍ଦରେ ସନ୍ନ୍ୟାସ ଗ୍ରହଣ କରିଥିଲେ ?
Answer:
୧୮୮୭

Question 53.
ନରେନ୍‌ଙ୍କର ସନ୍ନ୍ୟାସୀ ନାମ କ’ଣ ?
Answer:
ସ୍ଵାମୀ ବିବେକାନନ୍ଦ

Question 54.
ବିବେକାନନ୍ଦ ପ୍ରଥମକରି କେବେ ପରିଭ୍ରମଣରେ ବାହାରିଥିଲେ ?
Answer:
୧୮୮୬ରେ

Question 55.
ବିବେକାନନ୍ଦଙ୍କ ପ୍ରଥମ ଶିଷ୍ୟଙ୍କର ନାମ କ’ଣ ?
Answer:
ଶ୍ରୀ ଶରତଚନ୍ଦ୍ର ଗୁପ୍ତା

Question 56.
କନ୍ୟାକୁମାରୀରେ କିଏ କନ୍ୟା ବେଶରେ ଦେବ ଦେବ ମହାଦେବଙ୍କ ପ୍ରତୀକ୍ଷାରେ ଥାଆନ୍ତି ?
Answer:
ଜଗଜ୍ଜନନୀ

Question 57.
ଶରୀର ଉପରେ କ୍ରମାଗତ ଅତ୍ୟାଚାର ଫଳରେ ଗୁରୁ ଶିଷ୍ୟ ଦୁହିଁଙ୍କର କ’ଣ ହେଲା ?
Answer:
ବେମାର ପଡ଼ିଲେ

Question 58.
କିଛି ବାଟ ନ ପାଇବାର କ୍ରୋଧରେ ବିବେକାନନ୍ଦ ତୃତୀୟଥର ପାଇଁ କ’ଣ କଲେ ?
Answer:
ମଠ ପରିତ୍ୟାଗ କଲେ

Question 59.
ବିବେକାନନ୍ଦ କିପରି ଦେଶସାରା ବୁଲିଥିଲେ ?
Answer:
ପାଦରେ ଚାଲି ଚାଲି

Question 60.
ସତୀ ସୀତାଙ୍କୁ ଠାବ କରିବାପାଇଁ କିଏ ଏକା ଲମ୍ଫରେ ସମୁଦ୍ର ପାର ହୋଇଥିଲେ ?
Answer:
ହନୁମାନ

Question 61.
ବିବେକାନନ୍ଦଙ୍କ ଉପଲକ୍ଷେ ଆୟୋଜିତ ଉତ୍ସବରେ କିଏ ଗୀତ ଗାଇବାକୁ ପ୍ରସ୍ତୁତ ହେଲେ ?
Answer:
ଜଣେ ବାଈଜୀ

(C) ଶୂନ୍ୟସ୍ଥାନ ପୂରଣ କର ।

Question 1.
ଶ୍ରୀରାମକୃଷ୍ଣଙ୍କ ଇହଧାମ ତ୍ୟାଗର ବର୍ଷେ ପୂର୍ବରୁ …………………………. ସଂସାର ତ୍ୟାଗ କରିଥିଲେ ।
Answer:
ବିଶ୍ଵନାଥ ଦତ୍ତ

Question 2.
……………………. ଙ୍କୁ ହରାଇ ନରେନ୍ ସଂସାରରେ ଏକୁଟିଆ ହୋଇଗଲେ ।
Answer:
ଦୁଇ ପିତା

Question 3.
ଶ୍ରାରାମକୃଷ୍ଣଙ୍କ ସହିତ ନରେନ୍ ଙ୍କର ……………………. ବର୍ଷର ନିବିଡ଼ ସମ୍ପର୍କ ଥିଲା ।
Answer:

Question 4.
‘ବର୍ତ୍ତମାନଠାରୁ ଏସବୁର ତାଲା ବନ୍ଦ ଏବଂ ଚାବି ମୋ ପାଖରେ ରହିଲା ……………………….. କହିଥିଲେ ।
Answer:
ଶ୍ରୀରାମକୃଷ୍ଣ

BSE Odisha 10th Class Odia Solutions Chapter 12 ନରେନ୍‌ରୁ ବିବେକାନନ୍ଦ

Question 5.
ଶୁକଦେବଙ୍କ ପରି ଏକାଦିକ୍ରମେ ପାଞ୍ଚ ଛଅ ଦିନ ସମାଧ୍ଧରେ ଲୀନ ହେବାକୁ ………………………. ଇଞ୍ଜା। କରିଥିଲେ।
Answer:
ନରେନ୍

Question 6.
ଧ୍ୟାନ, ଧାରଣା, ଯୋଗ ଓ ସମାଧ୍ ……………………. ର ଆଦର୍ଶ ଅଟେ ।
Answer:

Question 7.
ଭାରତର ଦକ୍ଷିଣ ସାମାନ୍ତର ମୁଖ୍ୟ ଭୂମି…………………..।
Answer:

Question 8.
ସମୁଦ୍ର ………………………… ମାନଙ୍କଦ୍ଵାରା ସଙ୍କୁଳିତ ଥିଲା ।
Answer:
ସାର୍କ

Question 9.
ଶ୍ରୀରାମକୃଷ୍ଣ ପୃଥ‌ିବୀରୁ ବିଦାୟ ନେବାବେଳକୁ ନରେନ୍‌ଙ୍କୁ ………………………. ବର୍ଷ ହୋଇଥିଲା ।
Answer:
ବାଇଶ

Question 10.
ନରେନ୍‌ଙ୍କ ପିତାଙ୍କ ନାମ …………………………… ଥିଲା ।
Answer:
ବିଶ୍ଵନାଥ ଦତ୍ତ

Question 11.
‘ତୁ ଗୋଟିଏ ପ୍ରକାଣ୍ଡ ବଟବୃକ୍ଷ ପରି ହେବୁ ଏବଂ ତୋ’ଛାଇରେ ହଜାର ହଜାର ମଣିଷ ଆଶ୍ରୟ ପାଇବେ’’- ଏକଥା ରାମକୃଷ୍ଣ ………………… ଙ୍କୁ କହିଥିଲେ ।
Answer:
ବିବେକାନନ୍ଦ

Question 12.
ବିବେକାନନ୍ଦ …………………….. କୁ ଜନାର୍ଦ୍ଦନରୂପେ ପୂଜା କରିବାକୁ ଆଗେଇ ଆସିଥିଲେ ।
Answer:
ଜନତା

Question 13.
ଇହଧାମ ତ୍ୟାଗ କରିବା ପୂର୍ବରୁ ରାମକୃଷ୍ଣ ନରେନ୍‌ଙ୍କ ହାତରେ ତାଙ୍କର ………………………… ମାନଙ୍କୁ ସମର୍ପି ଦେଇଥିଲେ।
Answer:
ତରୁଣ ଶିଷ୍ୟ

Question 14.
ସୁରେଶ ଚନ୍ଦ୍ର ମିତ୍ର ରାମକୃଷ୍ଣଙ୍କର ଜଣେ ……………………. ଥିଲେ ।
Answer:
ଗୃହସ୍ଥ ଭକ୍ତ

Question 15.
ଶିଷ୍ୟମାନେ ……………………… ରେ ନିଜର କ୍ଷେତ୍ର ପ୍ରସ୍ତୁତ କଲେ ।
Answer:
ବରାହନଗର

Question 16.
ନବୀନ ସନ୍ନ୍ୟାସୀଗଣ ……………………….. ଖ୍ରୀଷ୍ଟାବ୍ଦରେ ସନ୍ନ୍ୟାସ ଗ୍ରହଣ କରିଥିଲେ ।
Answer:
୧୮୮୭

BSE Odisha 10th Class Odia Solutions Chapter 12 ନରେନ୍‌ରୁ ବିବେକାନନ୍ଦ

Question 17.
ବିବେକାନନ୍ଦ ପ୍ରଥମକରି ……………………….. ରେ ପରିଭ୍ରମଣରେ ବାହାରିଥିଲେ ।
Answer:
୧୮୮୬

Question 18.
ବିବେକାନନ୍ଦଙ୍କ ପ୍ରଥମ ଶିଷ୍ୟଙ୍କର ନାମ …………………………. ଥିଲା ।
Answer:
ଶ୍ରୀ ଶରତଚନ୍ଦ୍ର ଗୁପ୍ତା

Question 19.
ଶରତଚନ୍ଦ୍ର ଗୁପ୍ତାଙ୍କର ସନ୍ୟାସୀ ନାମ …………………… ଥିଲା ।
Answer:
ସ୍ଵାମୀ ସଦାନନ୍ଦ

Question 20.
କନ୍ୟାକୁମାରୀରେ ଜଗଜ୍ଜନନୀ …………………….. ବେଶରେ ଦେବଦେବ ମହାଦେବଙ୍କ ପ୍ରତୀକ୍ଷାରେ ଥାଆନ୍ତି ।
Answer:
କନ୍ୟା

(D) ଠିକ୍ ଉକ୍ତି ପାଇଁ ‘T’ ଓ ଭୁଲ୍ ଭକ୍ତି ପାଇଁ ‘F’ ଲେଖ ।

1. ବିବେକାନନ୍ଦଙ୍କ ଉପଲକ୍ଷେ ଆୟୋଜିତ ଉତ୍ସବରେ ଜଣେ ଶିଷ୍ୟ ଗୀତ ଗାଇବାକୁ ପ୍ରସ୍ତୁତ ହେଲେ ।
2. ନରେନ୍ ବିବେକାନନ୍ଦ ହୋଇ ହିମାଳୟକୁ ଚାଲିଗଲେ ।
3. ‘ଭୋକିଲା ପେଟରେ ଧର୍ମ ଅନାବଶ୍ୟକ’ – ଏହି ଉକ୍ତିଟି ବିବେକାନନ୍ଦ ରାମକୃଷ୍ଣଙ୍କଠାରୁ ଶୁଣିଥିଲେ ।
4. ବୁଭୁକ୍ଷୁ ଜନତା ପାଇଁ ଆମେ ସନ୍ନ୍ୟାସୀଗଣ କ’ଣ କରିଛୁ ?’ – ଏକଥା ବିବେକାନନ୍ଦ ଭାବୁଥିଲେ ।
5. ମହୀଶୂରର ମହାରାଜାଙ୍କ ନାମ ସାର୍ ଓୟାଦିଆର୍ ବାହାଦୂର ଥିଲା ।
6. ଭୋକିଲା ଲୋକଙ୍କ ଦୁଃଖ ଦେଖୁ ବିବେକାନନ୍ଦଙ୍କ ହୃଦୟ ବିଗଳିତ ହୋଇଥିଲା ।
7. କ୍ଷେତରୀ ରାଜାଙ୍କ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ବାଈଜୀ ମୀରାଭଜନ ଗାଇଥିଲେ ।
8. ବିବେକାନନ୍ଦ ସମସ୍ତଙ୍କ ହୃଦୟରେ ଭ୍ରାତୃଭାବ ଜାଗ୍ରତ କରିବାକୁ ଚେଷ୍ଟା କରୁଥିଲେ ।
9. ସମୁଦ୍ର ଭିତରେ ଥ‌ିବା ପାହାଡ଼ ପାଖକୁ ବିବେକାନନ୍ଦ ପହଁରି ପହଁରି ଯାଇଥିଲେ ।
10. ବସନ୍ତରାତିରେ ଧୁନି ଲଗାଇ ତା’ ଚାରିପଟେ ବସି ସମସ୍ତେ ଆଲୋଚନା କରନ୍ତି ।
11. ନରେନ୍ ଓ ତାଙ୍କ ଗୁରୁଭାଇ ଖ୍ରୀଷ୍ଟ ଭାବରେ ଉଦ୍‌ବୁଦ୍ଧ ହୋଇ ସନ୍ୟାସ ବ୍ରତ ଗ୍ରହଣ ପାଇଁ ସଂକଳ୍ପ କଲେ ।
12. ଦୁଇଥର ଭ୍ରମଣ ଅଭିଜ୍ଞତାରୁ ବିବେକାନନ୍ଦ ସମାଜରେ କୁଢ଼ କୁଢ଼ ଆବର୍ଜନା ଜମି ରହିଥିବାର ଦେଖୁଥିଲେ ।
13. ବରାହନଗରର ଭୂତକୋଠିଟି ଗୋଟିଏ ପବିତ୍ର ସ୍ଥାନରେ ପରିଣତ ହେଲା ।
14. ‘ଦୀନ ଦୁଃଖୀଙ୍କର ସେବା କରିବାର କାମନାରେ ଆପଣଙ୍କ ହୃଦୟ ପ୍ରଜ୍ଵଳିତ ହେଉଥାଉ’- ଏକଥା ବିବେକାନନ୍ଦ ଆମେରିକାରୁ ମହୀଶୂର ମହାରାଜାଙ୍କ ପାଖକୁ ଚିଠିରେ ଲେଖୁଥିଲେ ।
15. ସାନ୍ତାଳମାନେ ଗଛର ଚେରପତ୍ର ଖାଇ ଭୋକ ମାରୁଥିଲେ ।
16. ମଣିଷକୁ ନ ବଦଳାଇ ପୁରୁଣା ସମାଜକୁ ଭାଙ୍ଗି ହେବ ନାହିଁ ବୋଲି ବିବେକାନନ୍ଦ ମନେ କରିଥିଲେ ।
17. ବିବେକାନନ୍ଦ ସମସ୍ତଙ୍କ ହୃଦୟରେ ସେବାର ମହିମା ଜାଗ୍ରତ କରିବାକୁ ଯତ୍ନ କରିଥିଲେ ।
18. ମନ୍ତ୍ରୀଙ୍କ ହାତରେ ହଜାର ହଜାର ପ୍ରଜାଙ୍କର ମଙ୍ଗଳବିଧାନର କ୍ଷମତା ରହିଛି ।
19. ରାମକୃଷ୍ଣଙ୍କ ମନରେ ନିର୍ବିକଳ୍ପ ସମାଧୂର ଦିବ୍ୟାନୁଭୂତି ଲାଭକରିବା ବ୍ୟାକୁଳତା ଥିଲା ।
20. ନରେନ୍‌ଙ୍କୁ ଜଗତର କଲ୍ୟାଣ ସାଧନ କରିବାକୁ ନିର୍ଦ୍ଦେଶ ଦେଇ ରାମକୃଷ୍ଣ ଇହଧାମ ତ୍ୟାଗ କଲେ ।
Answer:
1. ବିବେକାନନ୍ଦଙ୍କ ଉପଲକ୍ଷେ ଆୟୋଜିତ ଉତ୍ସବରେ ଜଣେ ଶିଷ୍ୟ ଗୀତ ଗାଇବାକୁ ପ୍ରସ୍ତୁତ ହେଲେ । (F)
2. ନରେନ୍ ବିବେକାନନ୍ଦ ହୋଇ ହିମାଳୟକୁ ଚାଲିଗଲେ । (F)
3. ‘ଭୋକିଲା ପେଟରେ ଧର୍ମ ଅନାବଶ୍ୟକ’ – ଏହି ଉକ୍ତିଟି ବିବେକାନନ୍ଦ ରାମକୃଷ୍ଣଙ୍କଠାରୁ ଶୁଣିଥିଲେ । (T)
4. ବୁଭୁକ୍ଷୁ ଜନତା ପାଇଁ ଆମେ ସନ୍ନ୍ୟାସୀଗଣ କ’ଣ କରିଛୁ ?’ – ଏକଥା ବିବେକାନନ୍ଦ ଭାବୁଥିଲେ । (T)
5. ମହୀଶୂରର ମହାରାଜାଙ୍କ ନାମ ସାର୍ ଓୟାଦିଆର୍ ବାହାଦୂର ଥିଲା । (T)
6. ଭୋକିଲା ଲୋକଙ୍କ ଦୁଃଖ ଦେଖୁ ବିବେକାନନ୍ଦଙ୍କ ହୃଦୟ ବିଗଳିତ ହୋଇଥିଲା । (T)
7. କ୍ଷେତରୀ ରାଜାଙ୍କ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ବାଈଜୀ ମୀରାଭଜନ ଗାଇଥିଲେ । (T)
8. ବିବେକାନନ୍ଦ ସମସ୍ତଙ୍କ ହୃଦୟରେ ଭ୍ରାତୃଭାବ ଜାଗ୍ରତ କରିବାକୁ ଚେଷ୍ଟା କରୁଥିଲେ । (F)
9. ସମୁଦ୍ର ଭିତରେ ଥ‌ିବା ପାହାଡ଼ ପାଖକୁ ବିବେକାନନ୍ଦ ପହଁରି ପହଁରି ଯାଇଥିଲେ ।(T)
10. ବସନ୍ତରାତିରେ ଧୁନି ଲଗାଇ ତା’ ଚାରିପଟେ ବସି ସମସ୍ତେ ଆଲୋଚନା କରନ୍ତି । (F)
11. ନରେନ୍ ଓ ତାଙ୍କ ଗୁରୁଭାଇ ଖ୍ରୀଷ୍ଟ ଭାବରେ ଉଦ୍‌ବୁଦ୍ଧ ହୋଇ ସନ୍ୟାସ ବ୍ରତ ଗ୍ରହଣ ପାଇଁ ସଂକଳ୍ପ କଲେ । (T)
12. ଦୁଇଥର ଭ୍ରମଣ ଅଭିଜ୍ଞତାରୁ ବିବେକାନନ୍ଦ ସମାଜରେ କୁଢ଼ କୁଢ଼ ଆବର୍ଜନା ଜମି ରହିଥିବାର ଦେଖୁଥିଲେ । (T)
13. ବରାହନଗରର ଭୂତକୋଠିଟି ଗୋଟିଏ ପବିତ୍ର ସ୍ଥାନରେ ପରିଣତ ହେଲା । (T)
14. ‘ଦୀନ ଦୁଃଖୀଙ୍କର ସେବା କରିବାର କାମନାରେ ଆପଣଙ୍କ ହୃଦୟ ପ୍ରଜ୍ଵଳିତ ହେଉଥାଉ’- ଏକଥା ବିବେକାନନ୍ଦ ଆମେରିକାରୁ ମହୀଶୂର ମହାରାଜାଙ୍କ ପାଖକୁ ଚିଠିରେ ଲେଖୁଥିଲେ । (T)
15. ସାନ୍ତାଳମାନେ ଗଛର ଚେରପତ୍ର ଖାଇ ଭୋକ ମାରୁଥିଲେ । (T)
16. ମଣିଷକୁ ନ ବଦଳାଇ ପୁରୁଣା ସମାଜକୁ ଭାଙ୍ଗି ହେବ ନାହିଁ ବୋଲି ବିବେକାନନ୍ଦ ମନେ କରିଥିଲେ । (T)
17. ବିବେକାନନ୍ଦ ସମସ୍ତଙ୍କ ହୃଦୟରେ ସେବାର ମହିମା ଜାଗ୍ରତ କରିବାକୁ ଯତ୍ନ କରିଥିଲେ । (T)
18. ମନ୍ତ୍ରୀଙ୍କ ହାତରେ ହଜାର ହଜାର ପ୍ରଜାଙ୍କର ମଙ୍ଗଳବିଧାନର କ୍ଷମତା ରହିଛି । (F)
19. ରାମକୃଷ୍ଣଙ୍କ ମନରେ ନିର୍ବିକଳ୍ପ ସମାଧୂର ଦିବ୍ୟାନୁଭୂତି ଲାଭକରିବା ବ୍ୟାକୁଳତା ଥିଲା । (F)
20. ନରେନ୍‌ଙ୍କୁ ଜଗତର କଲ୍ୟାଣ ସାଧନ କରିବାକୁ ନିର୍ଦ୍ଦେଶ ଦେଇ ରାମକୃଷ୍ଣ ଇହଧାମ ତ୍ୟାଗ କଲେ । (T)

(E) ସ୍ତମ୍ଭ ମିଳନ କର ।

Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବାଇଶ ବର୍ଷ ଦିବ୍ୟ ଅନୁତିକ
ଏକୁଟିଆ ସତ ଦୁର୍ବଳ ନୁହଁନ୍ତି
ଦକ୍ଷିଣେଶ୍ଵର ସଂସାର ଅନଭିଜ୍ଞ ଯୁବକ
ରାମକୃଷ୍ଣ ଏନ୍ତୁଡ଼ିଶାଳ
ନିର୍ବକଞ୍ଜ ସମାଧ୍ ଧାତ୍ରା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବାଇଶ ବର୍ଷ ସଂସାର ଅନଭିଜ୍ଞ ଯୁବକ
ଏକୁଟିଆ ସତ ଦୁର୍ବଳ ନୁହଁନ୍ତି
ଦକ୍ଷିଣେଶ୍ଵର ଦିବ୍ୟ ଅନୁତିକ
ରାମକୃଷ୍ଣ ଧାତ୍ରା
ନିର୍ବକଞ୍ଜ ସମାଧ୍ ଏନ୍ତୁଡ଼ିଶାଳ

BSE Odisha 10th Class Odia Solutions Chapter 12 ନରେନ୍‌ରୁ ବିବେକାନନ୍ଦ

Question 2
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
କଠୋର କଥା ଶ୍ରା ସୁରେଶ ଚନ୍ଦ୍ର ମିତ୍ର
ମନୁଷ୍ୟ ସେବା ଚଡ଼ ଦ୍ବନ୍ଦର ସମାଧାନ
ଜନତା ଜନାର୍ଦ୍ଦନ ପରିତ୍ୟକ୍ତ ଭୂତକାଠି
ଗୃହସ୍ଥ ଭକ୍ତ ଈଶ୍ୱର ସେବା
ପୁରୁଣା କୋଠା ରାଜନୈତିକ ଛଳନାର ଶିକାର

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
କଠୋର କଥା ଚଡ଼ ଦ୍ବନ୍ଦର ସମାଧାନ
ମନୁଷ୍ୟ ସେବା ଈଶ୍ୱର ସେବା
ଜନତା ଜନାର୍ଦ୍ଦନ ରାଜନୈତିକ ଛଳନାର ଶିକାର
ଗୃହସ୍ଥ ଭକ୍ତ ଶ୍ରା ସୁରେଶ ଚନ୍ଦ୍ର ମିତ୍ର
ପୁରୁଣା କୋଠା ପରିତ୍ୟକ୍ତ ଭୂତକାଠି

Question 3
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ନରେନ୍ଦ୍ରନାଥ ଭାବବିହ୍ୱଳ ମଠ ଛାଡ଼ି ବାହାରକୁ ଯାଇନାହାଁନ୍ତି
ଅଗ୍ନିକୁ ସାକ୍ଷା ରଖ୍ କୁଢ଼ କୁଢ଼ ଆବର୍ଜନା
ଥରେ ଫିଟିଗଲେ ଶିଶୁଙ୍କ କଥା
ରାମକୃଷ୍ଣ।ନନ୍ଦ ସନ୍ନ୍ୟାସ ବ୍ରତ ଗ୍ରହଣ
ଭ୍ରମଣ ଅଭିଜ୍ଞତା ଆଉ ଏକାଠି ହୋଇ ନ ପାରନ୍ତି

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ନରେନ୍ଦ୍ରନାଥ ଭାବବିହ୍ୱଳ ଶିଶୁଙ୍କ କଥା
ଅଗ୍ନିକୁ ସାକ୍ଷା ରଖ୍ ସନ୍ନ୍ୟାସ ବ୍ରତ ଗ୍ରହଣ
ଥରେ ଫିଟିଗଲେ ଆଉ ଏକାଠି ହୋଇ ନ ପାରନ୍ତି
ରାମକୃଷ୍ଣ।ନନ୍ଦ ମଠ ଛାଡ଼ି ବାହାରକୁ ଯାଇନାହାଁନ୍ତି
ଭ୍ରମଣ ଅଭିଜ୍ଞତା କୁଢ଼ କୁଢ଼ ଆବର୍ଜନା

Question 4
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଆବେଗପୂର୍ଣ୍ଣ କଣ୍ଠରେ ବାଈଜାଙ୍କ ସଙ୍ଗୀତ ଦୁଇଜଣ ଗମ୍ଗାଙ୍କ ସହିତ
ନୈନା ସରୋବର ନିକଟରେ ସନ୍ନ୍ୟାସାର ଯଥାର୍ଥ ବ୍ରତ
ଭୋକିଲା ପେଟରେ ଅସ୍ଥିରେ ନିର୍ମିତ ଅମୋଘ ଅସ୍ତ
ଦରିଦ୍ର ନାରାୟଣଙ୍କ ସେବା ଗଭାରରେ ରେଖାପତ କରିଥିଲା
ବିଧାଚି ମହର୍ଷ ଧର୍ମ ଅନାବଶ୍ୟକ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଆବେଗପୂର୍ଣ୍ଣ କଣ୍ଠରେ ବାଈଜାଙ୍କ ସଙ୍ଗୀତ ଗଭାରରେ ରେଖାପତ କରିଥିଲା
ନୈନା ସରୋବର ନିକଟରେ ଦୁଇଜଣ ଗମ୍ଗାଙ୍କ ସହିତ
ଭୋକିଲା ପେଟରେ ଧର୍ମ ଅନାବଶ୍ୟକ
ଦରିଦ୍ର ନାରାୟଣଙ୍କ ସେବା ସନ୍ନ୍ୟାସାର ଯଥାର୍ଥ ବ୍ରତ
ବିଧାଚି ମହର୍ଷ ଅସ୍ଥିରେ ନିର୍ମିତ ଅମୋଘ ଅସ୍ତ

କରି ପରିଚୟ

ଓଡ଼ିଆ ପ୍ରବନ୍ଧି ସାହିତ୍ୟର ମାନବୃଦ୍ଧି କରିଥିବା ସଫଳ ପ୍ରାବନ୍ଧିକମାନଙ୍କ ମଧ୍ୟରେ ଶରତ କୁମାର ମହାନ୍ତି ଅଗ୍ରଗଣ୍ୟ। ଓଡ଼ିଆ ପ୍ରବନ୍ଧ ସାହିତ୍ୟର ମାନବୃଦ୍ଧି କରିଥିବା ସଫଳ ପ୍ରାବନ୍ଧିକମାନଙ୍କ ମଧ୍ୟରେ ଶରତ କୁମାର ମହାନ୍ତି ଅଗ୍ରଗଣ୍ୟ । ସେ ବିଜ୍ଞାନ, ଦର୍ଶନ, ସମାଜ, ସାହିତ୍ୟ, ସଂସ୍କୃତି ଏବଂ ଆଧ୍ୟାତ୍ମିକତା ସମ୍ବନ୍ଧରେ ଅସଂଖ୍ୟ ପ୍ରବନ୍ଧ ରଚନା କରିଛନ୍ତି । ସେ ଜଣେ ମନନଶୀଳ ପ୍ରାବାନ୍ଧିକ । ତାଙ୍କ ଲିଖ୍ ବିଜ୍ଞାନ ବିଷୟକ ପ୍ରବନ୍ଧ ସଂକଳନ ମଧ୍ୟରେ ‘ବିଜ୍ଞାନ ଦୃଷ୍ଟି’, ‘ଆକାଶର ଆହ୍ବାନ’, ‘ଆଟମରୁ କ୍ଵାଣ୍ଟମ୍’, ‘ବିଜ୍ଞାନ ଦିଗନ୍ତ’ ଏବଂ ‘ଏକବିଂଶ ଶତାବ୍ଦୀର ନଷ୍ଟ ପରିବେଶ’ ପ୍ରଭୃତି ପ୍ରଧାନ । ଅନ୍ୟ ସଂକଳନଗୁଡ଼ିକ ମଧ୍ୟରେ ତାଙ୍କର ‘ସକ୍ରେଟିସ୍ ଓ ପ୍ଲେଟୋ’, ‘ଅସ୍ତିତ୍ଵବାଦର ମର୍ମକଥା’, ‘ଗ୍ରୀକ୍‌ତିର ଜୀବନଗାଥା’, ‘ଛତ୍ରପତି ବିବେକାନନ୍ଦ’, ‘ଗାନ୍ଧି ମଣିଷ’ ଇତ୍ୟାଦି ବହୁ ପୁସ୍ତକ ଲୋକପ୍ରିୟତା ଅର୍ଜନ କରିପାରିଛି ।

କବିତାର ପ୍ଠଷ୍ଠଭୂମି

ନରେନ୍ ରୁ ବିବେକାନନ୍ଦ ପ୍ରବନ୍ଧର ଅଂଶବିଶେଷ । ଏଥିରେ ପ୍ରାବନ୍ଧିକ ଅତ୍ୟନ୍ତ ହୃଦୟସ୍ପର୍ଶୀ ତଥା ସହଜବୋଧ୍ୟ ଭାଷାରେ ଭାରତବର୍ଷର ଜଣେ ପ୍ରଖ୍ୟାତ ସନ୍ନ୍ୟାସୀ ତଥା ସନ୍ଥ ବିବେକାନନ୍ଦଙ୍କ ଜୀବନୀର କିଛି ଉପାଦେୟ ଅଂଶ ବର୍ଣ୍ଣନା କରିଛନ୍ତି ।

ପ୍ରବନ୍ଧର ମର୍ମବାଣା

ପିତା ବିଶ୍ଵନାଥ ଦତ୍ତ ଇହଧାମ ତ୍ୟାଗ କରିବାର ବର୍ଷକ ପରେ ଗୁରୁ ଶ୍ରୀରାମକୃଷ୍ଣ ପୃଥ‌ିବୀରୁ ବିଦାୟ ନେଲେ । ଉଭୟ ପିତାଙ୍କୁ ହରାଇ ସଂସାରରେ ଚଳିବା ତଥା ସଂସାରକୁ ଚଳାଇବାପାଇଁ ସମ୍ପୂର୍ଣ ଏକୁଟିଆ ହୋଇଗଲେ ବାଇଶ ବର୍ଷର ସଂସାର ଅନଭିଜ୍ଞ ଯୁବକ ନରେନ୍ । କିନ୍ତୁ ସେ ଦୁର୍ବଳ ନଥିଲେ । ସେହି ଦୃଢ଼ମନା ବୀରପୁରୁଷ ନରେନ୍‌ଙ୍କୁ ଗୁରୁ ଶ୍ରୀରାମକୃଷ୍ଣ ତାଙ୍କ ଜୀବନର କର୍ମ ଓ ଲକ୍ଷ୍ୟ ଭଲଭାବେ ଦେଖାଇ ଦେଇଥିଲେ । ନରେନ୍‌ରୁ ବିବେକାନନ୍ଦଙ୍କୁ ଜନ୍ମ ଦେବାପାଇଁ ଦକ୍ଷିଣେଶ୍ବର ହୋଇଥିଲା ଏନ୍ତୁଡ଼ିଶାଳ ଏବଂ ସ୍ବୟଂ ରାମକୃଷ୍ଣ ହୋଇଥିଲେ ଧାତ୍ରୀ । ବିବେକାନନ୍ଦଙ୍କର ଜନ୍ମପ୍ରକ୍ରିୟା ଥିଲା ଜଟିଳ, ସୂକ୍ଷ୍ମ ଓ ରହସ୍ୟମୟ, ତାକୁ ବୁଝିବାର ଆଶା କରିବା ଧୃଷ୍ଟତା ମାତ୍ର ।

ଗୁରୁ ରାମକୃଷ୍ଣ ନରେନ୍‌ଙ୍କୁ ଯେଉଁ ନିର୍ଦ୍ଦିଷ୍ଟ ମାର୍ଗର ପଥକ କରାଇଥିଲେ ତା’ର ସୂଚନା କେତୋଟି ବିଶିଷ୍ଟ ଘଟଣାରୁ ପ୍ରତୀୟମାନ ହୁଏ । ନିର୍ବିକଳ୍ପ ସୁମାଧୁର ଦିବ୍ୟ ଅନୁଭୂତି ଲାଭକରିବା ନିମନ୍ତେ ନରେନ୍‌ଙ୍କ ହୃଦୟର ବ୍ୟାକୁଳତା ସମ୍ପର୍କରେ ଭଲଭାବରେ ଅବଗତ ଥା’ନ୍ତି ଠାକୁର ଶ୍ରୀରାମକୃଷ୍ଣ । ନରେନ୍ ମଧ୍ୟ ଜାଣିଥାଆନ୍ତି, ବିନା ଗୁରୁକୃପାରେ ଏହା ଲଭ୍ୟ ନୁହେଁ । ଶ୍ରୀରାମକୃଷ୍ଣଙ୍କ ଇହଧାମ ତ୍ୟାଗର ଅଳ୍ପଦିନ ପୂର୍ବରୁ ଦିନେ ସନ୍ଧ୍ୟାବେଳେ ନରେନ୍‌ଙ୍କର ବହୁ ଆକାଂକ୍ଷିତ ଶୁଭମୁହୂର୍ତ୍ତ ଉପସ୍ଥିତ ହେଲା । ଜ୍ଞାନଶୂନ୍ୟ ହୋଇ ସମାଧୁରେ ବୁଡ଼ିଗଲେ ସେ । ରାତ୍ରି ନଅଟା ବେଳକୁ ସମାଧି ଭଙ୍ଗ ହେବାବେଳକୁ ତାଙ୍କ ହୃଦୟ ଅପୂର୍ବ ଦିବ୍ୟାନନ୍ଦରେ ପରିପୂର୍ଣ୍ଣ ଥାଏ । ଏହି ସମୟରେ ଠାକୁର ତାଙ୍କ ପାଖକୁ ଆସି କହିଲେ, ‘ତା’ହେଲେ ମାଆ ତତେ ସବୁ ଦେଖାଇଦେଲେ । ତେବେ ବର୍ତ୍ତମାନଠାରୁ ଏସବୁର ତାଲା ବନ୍ଦ ହେଲା ଓ ଚାବି ମୋ ପାଖରେ ରହିଲା । ଯେତେବେଳେ ସବୁ କାର୍ଯ୍ୟ ଶେଷ ହେବ, ସେତେବେଳେ ଏହା ପୁଣି ଫେରି ପାଇବୁ।’’

ଏହି ଘଟଣାର କିଛିଦିନ ପୂର୍ବରୁ ଦିନେ ଠାକୁର ଶ୍ରୀରାମକୃଷ୍ଣ ନରେନ୍‌ଙ୍କୁ ସେ କ’ଣ ଚାହାନ୍ତି ବୋଲି ପଚାରିଥିଲେ । ଉତ୍ତରରେ ନରେନ୍ କହିଥିଲେ, ‘ମୋର ଇଚ୍ଛା ହୁଏ ଶୁକଦେବଙ୍କ ପରି ଏକାଦିକ୍ରମେ ପାଞ୍ଚ ଛଅଦିନ ସମାଧ୍ଧରେ ଲୀନ ହୋଇ ରହିବି, ପରେ ଟିକିଏ ତଳକୁ ଆସି ଦେହରକ୍ଷା ପାଇଁ କିଛି ଖାଦ୍ୟ ଗ୍ରହଣ କରି ପୁଣି ସମାଧୁରେ ବୁଡ଼ିଯିବି।’’ ତାଙ୍କଠାରୁ ଏକଥା ଶୁଣି ଠାକୁର ପ୍ରଥମ ଥର ପାଇଁ ନରେନ୍‌ଙ୍କୁ ଧୂକ୍‌କାର କରି କହିଥିଲେ, ‘‘ତୋତେ ଏକଥା କହିବାକୁ ଲଜ୍ଜାବୋଧ ହେଉନାହିଁ ? ଭାବିଥୁଲି, ତୁ ଗୋଟିଏ ପ୍ରକାଣ୍ଡ ବଟବୃକ୍ଷ ହେବୁ ଏବଂ ତୋ ଛାଇରେ ହଜାର ହଜାର ମଣିଷ ଆଶ୍ରୟ ପାଇବେ, କିନ୍ତୁ ତା’ ନ ହୋଇ ତୁ କେବଳ ତୋର ମୁକ୍ତି ଚାହୁଁଛୁ ?”’

ଠାକୁରଙ୍କର ଏହି କଠୋର କଥା ନରେନ୍‌ଙ୍କ ଅନ୍ତରରେ ଚାଲିଥିବା ଏକ ବଡ଼ ଦ୍ଵହର ସମାଧାନ କରିଦେଇଥିଲା । ଗୋଟିଏ ପଟେ ଧ୍ୟାନ, ଧାରଣା, ଯୋଗ, ସମାଧୁ, ଇହଲୋକବିମୁଖ ସନ୍ନ୍ୟାସୀର ଆଦର୍ଶ, ଅନ୍ୟପଟେ ତେଜହୀନ, ଉଦ୍ୟମହୀନ, ପ୍ରାଣହୀନ, ଉତ୍‌ଥାନ ଶକ୍ତିରହିତ ଭାରତର ଅଭ୍ୟୁତ୍‌ଥାନ ପାଇଁ ସଂଗ୍ରାମ । ବିଶାଳ, ବୁଭୁକ୍ଷୁ ଜନସମଷ୍ଟିର ଦୁର୍ଦ୍ଦଶା ମୋଚନାର୍ଥେ ସେବାବ୍ରତ ଆଚରଣ । ଠାକୁରଙ୍କର ସେହି ଧୃକ୍‌କାର ଫଳରେ ‘ମନୁଷ୍ୟର ସେବାହିଁ’ ଈଶ୍ବର ସେବା କୁ ଜୀବନର ବ୍ରତ ଭାବେ ବିବେଚନା କରି ବିବେକାନନ୍ଦ ଜନତାକୁ ଜନାର୍ଦ୍ଦନ ରୂପେ ପୂଜା କରିବାକୁ ଯେପରି ଆଗେଇ ଆସିଥିଲେ, ତାହା ପ୍ରାଚୀନ ଭୂଖଣ୍ଡରେ ବିରଳ ।

କଲ୍ୟାଣ ସାଧନ କରିବାକୁ ନିର୍ଦ୍ଦେଶ ଦେଇ ବିଦାୟ ନେଲେ । ସେତେବେଳକୁ ନିଃସ୍ବ, ଅନଭିଜ୍ଞ ଯୁବକ କେତେଜଣଙ୍କ ପକ୍ଷରେ କିଛି କରିବା ସମ୍ଭବ ନଥିଲା । ଶ୍ରୀରାମକୃଷ୍ଣଙ୍କର ଜଣେ ଭକ୍ତ ଶ୍ରୀ ସୁରେଶ ଚନ୍ଦ୍ର ମିତ୍ର ବରାହନଗରଠାରେ ଥ‌ିବା ଏକ ପୁରୁଣା କୋଠାକୁ ଏହି ଯୁବକ ଶିଷ୍ୟମାନଙ୍କୁ ଛାଡ଼ିଦେଲେ । ନରେନ୍ ଠାକୁରଙ୍କର ପବିତ୍ର ଦେହାବଶେଷ ଏବଂ ବ୍ୟବହୃତ ଜିନିଷପତ୍ର ଧରି ସଦଳବଳେ ବରାହନଗର ଆସିଲେ । ପରିତ୍ୟକ୍ତ ଭୂତକୋଠି ପବିତ୍ର ସ୍ଥାନରେ ପରିଣତ ହେଲା । ଏମାନେ ସମସ୍ତେ ସ୍ବଚ୍ଛଳ ପରିବାରର ଏବଂ ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ କଇଁଚିକାକୁଡ଼ି ପତ୍ର ସିଝା ଓ ଲୁଣ ଲଗାଇ ଭାତ ଖାଇଲେ । ବାହାରକୁ ଯିବାପାଇଁ ଖଣ୍ଡେ ଲୁଗା ନ ପାଇଲେ ମଧ୍ୟ ଠାକୁରଙ୍କ ଆଦର୍ଶ ଓ ପ୍ରେମ ସେମାନଙ୍କୁ ଏକତ୍ର ରଖିବା ସହ ମନୋବଳକୁ ଦୃଢ଼ କରିଥିଲା ।

ଦିନେ ବାବୁରାମ (ସ୍ଵାମୀ ପ୍ରେମାନନ୍ଦ)ଙ୍କ ମାଆଙ୍କର ନିମନ୍ତ୍ରଣ ରକ୍ଷାକରି ନରେନ୍ ଗୁରୁଭାଇଙ୍କ ସହିତ ଆଣ୍ଡପୁର ଗଲେ । ସେଠାରେ ଖ୍ରୀଷ୍ଟମାସ ଇଭ୍ରାତିରେ ଭାବବିହ୍ବଳ ନରେନ୍‌ଙ୍କ କଣ୍ଠରୁ ପରମ କାରୁଣିକ ଯିଶୁଙ୍କ ଅପୂର୍ବ ପ୍ରେମ ଓ ତ୍ୟାଗର କାହାଣୀ ଶୁଣି ସମସ୍ତେ ଉଦ୍‌ବୁଦ୍ଧ ହେଲେ ଏବଂ ଅଗ୍ନିକୁ ସାକ୍ଷୀ ରଖ୍ ସନ୍ୟାସବ୍ରତ ଗ୍ରହଣ କରିବାକୁ ସଂକଳ୍ପ କଲେ । ତତ୍‌ପରେ ବରାହନଗରକୁ ଫେରି ୧୮୮୭ ମସିହା ଜାନୁୟାରୀ ମାସରେ ପାରମ୍ପରିକ ଶାସ୍ତ୍ରୀୟ ବିଧ୍ ଅନୁଯାୟୀ ସନ୍ନ୍ୟାସ ଗ୍ରହଣ କଲେ ।

ଶ୍ରୀ ରାମକୃଷ୍ଣଙ୍କ ଷୋଳଜଣ ସନ୍ନ୍ୟାସୀ ଶିଷ୍ୟ ଥିଲେ । ସେମାନେ ହେଲେ – ସ୍ଵାମୀ ବିବେକାନନ୍ଦ (ନରେନ୍ଦ୍ରନାଥ ), ସ୍ଵାମୀ ବ୍ରହ୍ମାନନ୍ଦ (ରାଖାଲ ଚନ୍ଦ୍ର), ସ୍ଵାମୀ ପ୍ରେମାନନ୍ଦ (ବାବୁରାମ), ସ୍ବାମୀ ଯୋଗାନନ୍ଦ (ଯୋଗେନ୍ଦ୍ରନାଥ), ସ୍ଵାମୀ ନିରଞ୍ଜନାନନ୍ଦ (ନିରଞ୍ଜନ), ସ୍ଵାମୀ ରାମକୃଷ୍ଣାନନ୍ଦ (ଶଶିଭୂଷଣ), ସ୍ଵାମୀ ଶିବାନନ୍ଦ (ତାରକାନାଥ), ସ୍ଵାମୀ ତୁରୀୟାନନ୍ଦ (ହରିନାଥ), ସ୍ଵାମୀ ଅଭେଦାନନ୍ଦ (କାଳୀପ୍ରସାଦ), ସ୍ଵାମୀ ସାରଦାନନ୍ଦ (ଶରତଚନ୍ଦ୍ର), ସ୍ଵାମୀ ଅଦ୍ଵୈତାନନ୍ଦ (ଗୋପାଳ), ସ୍ଵାମୀ ଅଭୁତାନନ୍ଦ (ଲାଟୁ), ସ୍ଵାମୀ ତ୍ରିଗୁଣାନନ୍ଦ (ସାରଦା), ସ୍ଵାମୀ ସୁବୋଧାନନ୍ଦ (ସୁବୋଧ), ସ୍ଵାମୀ ଅଖଣ୍ଡାନନ୍ଦ (ଗଙ୍ଗାଧର) ଏବଂ ସ୍ଵାମୀ ବିଜ୍ଞାନାନନ୍ଦ (ହରିପ୍ରସନ୍ନ) ।

ଏମାନେ ସମସ୍ତେ ଗୋଟିଏ ମଠର ବାବାଜୀ, ଜଣେ ଗୁରୁଙ୍କର ଶିଷ୍ୟ । ସନ୍ନ୍ୟାସ ଧର୍ମ ଗ୍ରହଣ ପରେ ନବୀନ ସନ୍ନ୍ୟାସୀଗଣ ଜଣ ଜଣ ହୋଇ ତୀର୍ଥଯାତ୍ରାରେ ବାହାରିଗଲେ । ପରିବ୍ରାଜକ ଜୀବନର ଦୁର୍ବାର ଆକର୍ଷଣକୁ ହୃଦୟରେ ଚାପିଧରି ନରେନ୍ ମଠର ସଙ୍ଗଠନ କାର୍ଯ୍ୟରେ ଲାଗିପଡ଼ିଲେ । କିନ୍ତୁ ଉଡ଼ିଯାଇଥିବା ପକ୍ଷୀଦଳଙ୍କ ଭିତରୁ କିଏ କେତେବେଳେ ଫେରିବ ତାକୁ ଅପେକ୍ଷା କରି ସ୍ଵାମୀ ରାମକୃଷ୍ଣାନନ୍ଦ ଏକୁଟିଆ ମଠକୁ ଜଗି ରହିଥା’ନ୍ତି ।

ବିଶାଳ ଭାରତବର୍ଷ ଓ ତା’ର ଦରିଦ୍ର ଜନତା ସହିତ ଘନିଷ୍ଠଭାବେ ପରିଚିତ ହେବାର ଲକ୍ଷ୍ୟ ନେଇ ବିବେକାନନ୍ଦ ୧୮୮୬ ମସିହାରେ ପ୍ରଥମକରି ପରିଭ୍ରମଣରେ ବାହାରିଲେ । ହିମାଳୟ ଅଭିମୁଖେ ଯାତ୍ରା ଆରମ୍ଭ କରି ବନାରସ, ଅଯୋଧ୍ୟା, ବୃନ୍ଦାବନ, ଆଗ୍ରା, ଲକ୍ଷ୍ନୌ ପ୍ରଭୃତି ତୀର୍ଥସ୍ଥାନ ଭ୍ରମଣ କରୁଥିବାବେଳେ ବାଟରେ ଅପ୍ରତ୍ୟାଶିତ ଭାବେ ତାଙ୍କର ପ୍ରଥମ ଶିଷ୍ୟଙ୍କୁ ଗ୍ରହଣ କରିଥିଲେ । ସେ ଥିଲେ ହାଥରାସ ନାମକ ଗୋଟିଏ ଛୋଟ ଷ୍ଟେସନର ଷ୍ଟେସନ୍‌ମାଷ୍ଟର ଶ୍ରୀ ଶରତ ଚନ୍ଦ୍ର ଗୁପ୍ତ । ତାଙ୍କର ସନ୍ୟାସୀ ନାମ ହେଉଛି ସ୍ଵାମୀ ସଦାନନ୍ଦ । ଗୁରୁଶିଷ୍ୟ ଦୁହେଁ ଭୋକ ଉପାସରେ ଦିନ କାଟି ଦରିଦ୍ରଙ୍କ ଦୁଃଖ ଅଙ୍ଗେ ନିଭାଇ ଥିଲେ । ଶରୀର ଉପରେ କ୍ରମାଗତ ଅତ୍ୟାଚାର କରି ଦୁହେଁ ବେମାର ପଡ଼ି ଶେଷରେ ବରାହନଗର ଫେରିଆସିଲେ ।

ଦୁଇ ବର୍ଷ ପରେ ବିବେକାନନ୍ଦ ଦ୍ଵିତୀୟବାର ଭ୍ରମଣରେ ବାହାରିଲେ । ଆଲ୍ଲାହାବାଦ ଓ ଗାଜୀପୁର ଦେଇ ହରିଦ୍ଵାର ଗଲେ । ଗାଜୀପୁରରେ ସିଦ୍ଧଯୋଗୀ ପାଓହାରୀ ବାବାଙ୍କ ସିଦ୍ଧି ଓ ବ୍ୟକ୍ତିତ୍ଵଦ୍ଵାରା ଆକୃଷ୍ଟ ହୋଇ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କରିବାକୁ ମନ ମଧ୍ୟରେ ସ୍ଥିର କରିଥିଲେ ମଧ୍ୟ ରାତିରେ କେହି ଜଣେ ତାଙ୍କୁ ବାରମ୍ବାର ବାରଣ କରିବାରୁ ସେ ବରାହନଗର ଫେରି ଆସିଥିଲେ ।

ଦୁଇଥର ଭ୍ରମଣ ଅଭିଜ୍ଞତାରୁ ସମାଜରେ କୁଢ଼ କୁଢ଼ ହୋଇ ଜମିରହିଥିବା ଆବର୍ଜନାକୁ ଦୂର କରିବାର ବ୍ୟାକୁଳତା ତାଙ୍କୁ ଶାନ୍ତିରେ ରଖାଇ ଦେଇ ନ ଥିଲା । ତାଙ୍କ ଭିତରେ ଥିବା ପ୍ରଚଣ୍ଡ ଶକ୍ତି ନିର୍ଗମପଥ ନ ପାଇ ସର୍ବଦା ତାଙ୍କୁ ଅସ୍ଥିର କରିଥିଲା । କିଛି ବାଟ ନ ପାଇବାର କ୍ରୋଧରେ ସେ ଝଡ଼ପରି ତୃତୀୟଥର ପାଇଁ ମଠତ୍ୟାଗ କଲେ । ଅନ୍ତର୍ବୋଧଦ୍ଵାରା ସେ ଜାଣିପାରିଥିଲେ ଯେ କର୍ମପନ୍ଥା ସ୍ଥିର କରିବାପାଇଁ ତାଙ୍କୁ ଭଲଭାବେ ଦେଶକୁ ତନଖ୍ ନେବାକୁ ପଡ଼ିବ । ସେନାପତି ଯୁଦ୍ଧକ୍ଷେତ୍ରକୁ ପରଖ୍ ନେବା ପରି ସେ ଏ ବିଶାଳ ଦେଶର ପ୍ରତିକୋଣକୁ ପାଦରେ ଚାଲି ଚାଲି ଖେଦି ଯାଇଥିଲେ । ତାଙ୍କ ସନ୍ନ୍ୟାସୀ ରୂପ ଭିତରୁ ସେନାପତି ଧରା ପଡ଼ିଯାଉଥିଲା । ସେହି ଅନାମଧେୟ ସନ୍ନ୍ୟାସୀଙ୍କ ତେଜରେ ବିସ୍ମିତ ହୋଇ ରାଜା ମହାରାଜାମାନେ ତାଙ୍କୁ ଦିନକ ପାଇଁ ଅତିଥିରୂପେ ପାଇ ଆପଣାକୁ କୃତାର୍ଥ ମନେ କରୁଥିଲେ ।

ଧନୀ, ଦରିଦ୍ର, ଉଚ୍ଚଜାତି, ନୀଚଜାତି ଭେଦଭାବ ଭୁଲି ସମାଜର ସବୁଶ୍ରେଣୀର ଲୋକଙ୍କ ସହିତ ଘନିଷ୍ଠ ସଂସ୍ପର୍ଶରେ ଆସି ମଣିଷ ପାଇଁ ତାଙ୍କ ହୃଦୟରେ ସୃଷ୍ଟି ହୋଇଥିଲା ଶ୍ରଦ୍ଧା ଓ କରୁଣା । ରାଜା ମହାରାଜାଙ୍କ ଆତିଥ୍ୟ ଅପେକ୍ଷା ଦୀନ ଦରିଦ୍ରଙ୍କ ଆତିଥ୍ୟ ଗ୍ରହଣକରି ସେହି ଭୋକିଲା ଲୋକଙ୍କର ଦୁଃଖ ନିଜ ଆଖ‌ିରେ ଦେଖୁ ତାଙ୍କ ହୃଦୟ ବିଗଳିତ ହୋଇଉଠିଥିଲା । ଦିନେ ସେ ଆଦିବାସୀ ସାନ୍ତାଳ ବସ୍ତିରେ ଅତିଥ୍‌ ହୋଇ ଲକ୍ଷ୍ୟକଲେ, ଦିନକୁ ମୁଠାଏ ଭାତ ନ ପାଇ ଗଛର ପତ୍ର ଚେର ଖାଇ ଭୋକ ମେଣ୍ଟାଉଥ‌ିବା ସାନ୍ତାଳମାନେ ଶ୍ରଦ୍ଧା ଓ ଭକ୍ତିରେ ତାଙ୍କ ସତ୍କାର ପାଇଁ ବିଶେଷ ଧ୍ୟାନ ଦେଉଛନ୍ତି । ହାହା କାର କରିଉଠିଲା ତାଙ୍କ ହୃଦୟ । ସେହି ସରଳ ଲୋକମାନଙ୍କ ପାଇଁ କିଛି କରି ନ ପାରିବାର ଅକ୍ଷମତାରେ ଭାଙ୍ଗିପଡ଼ି ବିବେକାନନ୍ଦ ଦୁଃଖ ଓ କ୍ରୋଧରେ ବାଘର ଆହାର ହେବା ଉଦ୍ଦେଶ୍ୟରେ ଜଙ୍ଗଲ ମଧ୍ୟକୁ ପଶିଗଲେ । ବାଘ ଭେଟ ହେଲା ସତ, କିନ୍ତୁ ବାଘ ତାଙ୍କୁ ଦେଖ୍ ବାଟ ଭାଙ୍ଗି ଚାଲିଗଲା ।

ଉଚ୍ଚ ଆଦର୍ଶ ଓ ଶୁଦ୍ଧପୂତ ଜୀବନରୁ ସ୍ଖଳନକୁ ସହ୍ୟ କରିପାରୁନଥୁବା ନରେନ୍ ମଣିଷକୁ ଦେଖୁବାପରେ ହେଲେ ସମ୍ବର୍ଦ୍ଧନା ଜଣାଇବାକୁ ଆୟୋଜିତ ଏକ ଉତ୍ସବରେ ଜଣେ ବାଈଜୀ ଗୀତ ଗାଇବାକୁ ପ୍ରସ୍ତୁତ ହେବା ଦେଖୁ ବିବେକାନନ୍ଦ ରାଗିଯାଇ ଉଠିଯିବାକୁ ବସିଲେ। ସନ୍ନଦାସାଙ୍କ ମନୋଭାବ ବାଈଜାଙ୍କୁ ଅଛପା ନାର୍ହି। ସେ ମାରାଭଜନ ଗାଇଲେ-

“ପ୍ରଭୁ ମେରା ଅବଗୁଣ ଚିତ ନ ଧରେ।
ସମଦରଶୀ ହୈ ନାମ ତୁମ୍‌ହାରା,
ଚାହେ ତୋ ପାର କରୋ ।”

କଣ୍ଠରେ ବାଈଜୀଙ୍କର ଏ ସଙ୍ଗୀତ ବିବେକାନନ୍ଦଙ୍କ ଉପରେ ଗଭୀର ରେଖାପାତ କରିବା ସହ ତାଙ୍କ ହୃଦୟରେ ଏକ ବଡ଼ ପରିବର୍ତ୍ତନର ସୂତ୍ରପାତ କରିଥିଲା । ଏହି ବାଈଜୀ ପ୍ରସଙ୍ଗ ସ୍ବାମୀଜୀ ତାଙ୍କ ଶିଷ୍ୟମାନଙ୍କୁ ଏକାଧିବାର କହିବା ସହ ଅନେକ ବର୍ଷପରେ ସେ ତାଙ୍କ ଭଗିନୀ ନିବେଦିତାଙ୍କୁ ମଧ୍ୟ ନୈନୀତାଠାରେ ଏହା ଶୁଣାଇଥିଲେ ।

ପରିବ୍ରାଜକ ସନ୍ନ୍ୟାସୀଭାବେ ବିବେକାନନ୍ଦ ଜ୍ଞାନାର୍ଜନ ନିମନ୍ତେ ଅନେକ ସୁଯୋଗ ଲାଭ କରିଥିଲେ । ଦେଶରେ ଯେଉଁଠି ଜ୍ଞାନୀପଣ୍ଡିତଙ୍କୁ ଦେଖୁଛନ୍ତି, ସେମାନଙ୍କଠାରୁ ଜ୍ଞାନ ଆହରଣ ନିମନ୍ତେ ଚେଷ୍ଟା କରିବା ସହିତ ଦେଶର ଐତିହ୍ୟ ଓ ଶାସ୍ତ୍ରପୁରାଣ ଚର୍ଚ୍ଚା କରିଛନ୍ତି । ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବା ଫଳରେ ବିବେକାନନ୍ଦ ଯେଉଁ ଜ୍ଞାନ ଓ ଅଭିଜ୍ଞତା ଅର୍ଜନ କରିଥିଲେ. ତାହା ତାଙ୍କୁ କୌଣସି ଶାସ୍ତ୍ରପୁରାଣ ଦେଇପାରି ନ ଥା’ନ୍ତା । କାରଣ ଅଧ୍ୟୟନରୁ ଅର୍ଜିତ ଜ୍ଞାନ ଅଭିଜ୍ଞତା ଓ ଜୀବନର ନିବିଡ଼ ଅନୁଭୂତିରୁ ଜୀବନ୍ୟାସ ପାଇ କ୍ରିୟାଶୀଳ ହୁଏ । ସାରାଦେଶରେ ଦି’ଓଳି ଦି’ମୁଠା ଖାଇବାକୁ ପାଉନଥିବା ଅଗଣିତ ଭୋକିଲା ମଣିଷକୁ ଦେଖୁ ବିବେକାନନ୍ଦ ଲାଭ କରିଥିବା ନୂତନ ଜ୍ଞାନଟି ହେଲା, ‘ଭୋକିଲା ପେଟରେ ଧର୍ମ ଅନାବଶ୍ୟକ ।’

ଗୁରୁ ଶ୍ରୀରାମକୃଷ୍ଣଙ୍କ ଶ୍ରୀମୁଖରୁ ଶୁଣିଥ‌ିବା ଏହି ପଦଟିର ସତ୍ୟତାକୁ ସେ ଦେଶର ଅନ୍ଦିକନ୍ଦି ବୁଲି ମର୍ମେ ମର୍ମେ ଅନୁଭବ କରିଥିଲେ । ତେଣୁ ସେ ଦରିଦ୍ରନାରାୟଣଙ୍କ ସେବା ହିଁ ସନ୍ନ୍ୟାସୀଙ୍କ ଯଥାର୍ଥ ବ୍ରତ ବୋଲି ସିଦ୍ଧାନ୍ତ ଗ୍ରହଣ କଲେ । ଜୟ ପରାଜୟର ଊର୍ଦ୍ଧ୍ବକୁ ଉଠିଥ‌ିବା ଅନାସକ୍ତ ସନ୍ନ୍ୟାସୀ ବ୍ୟତୀତ ପ୍ରବଳପ୍ରତାପୀ ଅଜେୟ ଦାରିଦ୍ର୍ୟ ଦାନବ ବିରୋଧରେ ଆଉ କେହି ଖଡ୍‌ଗ ଉତ୍ତୋଳନ କରିପାରିବେ ନାହିଁ ବୋଲି ବିବେଚନା କଲେ । ମଣିଷର ଦୀର୍ଘଶ୍ଵାସ ଓ ଅଶ୍ରୁରୁ ଶତ୍ରୁସଂହାର ଅସ୍ତ୍ର ନିର୍ମାଣର ମନ୍ତ୍ର ଜାଣିଥିବା ସେହି ତରୁଣ ସନ୍ନ୍ୟାସୀ ପ୍ରତିଟି ଆର୍ତ୍ତନାଦ ତଥା ପ୍ରତିବୁନ୍ଦା ଅଶୁକୁ ସଂଗ୍ରହ କରି ତାଙ୍କ ବିଶାଳ ହୃଦୟରେ ସଞ୍ଚ କରି ରଖୁବାପାଇଁ ଆକୁମାରୀ ହିମାଚଳ ପଦବ୍ରଜରେ ବୁଲିଥିଲେ । ତରୁଣ ସନ୍ନ୍ୟାସୀ ବିବେକାନନ୍ଦ ବରାହନଗରରୁ ଯାତ୍ରା ଆରମ୍ଭକରି ରାଜପୁତାନା, ଜୟପୁର, ଆଜମୀର୍ ସେଠାରୁ ଜୁନାଗଡ଼, ପୋରବନ୍ଦର, ଦ୍ଵାରକା, ବମ୍ବେ, ପୁନା ଦେଇ ଶେଷରେ ପହଞ୍ଚିଲେ ଦକ୍ଷିଣ ଭାରତରେ ।

ଖ୍ରୀଷ୍ଟ, ବୁଦ୍ଧ ଓ ଶ୍ରୀରାମକୃଷ୍ଣଙ୍କ ପରି ଅବତାରଙ୍କର ମଣିଷଙ୍କୁ ସ୍ପର୍ଶ ମାତ୍ରକେ ବଦଳେଇ ଦେବାର ଶକ୍ତି ଥିଲା । ମଣିଷ ଉପରେ ସେହି ନିର୍ଦ୍ଦିଷ୍ଟ ପ୍ରଭାବ ପକାଇବାର ଶକ୍ତି ହାସଲ କରିବାକୁ ପ୍ରତିଜ୍ଞାବଦ୍ଧ ହୋଇ ବିବେକାନନ୍ଦ ବରାହନଗର ତ୍ୟାଗ କରିଥିଲେ । ଯିବାବେଳେ ଗୁରୁଭାଇମାନଙ୍କୁ କହିଥିଲେ, ଯେତେଦିନ ପର୍ଯ୍ୟନ୍ତ ସ୍ପର୍ଶମାତ୍ରକେ ଅପରର ଜୀବନ ପରିବର୍ତ୍ତିତ କରିବାପରି ଶକ୍ତି ଅର୍ଜନ କରି ନ ପାରିବି, ସେତେଦିନ ଯାଏ ଫେରିବି ନାହିଁ ।

ବିଦାୟ ନେବାବେଳେ ସେ କହିଥିଲେ, ‘‘ମୁଁ ଯାଉଛି, ଯେତେଦିନ ଏହି ଗଳିତ ସମାଜ ଉପରେ ବୋମାପରି ଫାଟି ନ ପଡ଼ିଛି ଏବଂ ସମାଜ ମୋତେ କୁକୁର ପରି ଅନୁସରଣ ନ କରିଛି, ସେତେଦିନ ଯାଏ ଆଉ ମୁଁ ଫେରିବି ନାହିଁ ।’’ ମଣିଷକୁ, ନ ବଦଳେଇ ପୁରୁଣା ସମାଜକୁ ଭାଙ୍ଗି ନୂତନ ସମାଜ ଗଠନ ଅସମ୍ଭବ ବୋଲି ବିବେଚନା କରି ପ୍ରତିଜ୍ଞା ସାର୍ଥକ ବିବେକାନନ୍ଦ ଧନୀ-ଦରିଦ୍ର ନିର୍ବିଶେଷରେ ସମସ୍ତଙ୍କ ହୃଦୟରେ ସେବାର ମହିମା ଜାଗ୍ରତ କରିବାକୁ ଚେଷ୍ଟା କରିଥିଲେ । ସାରାଦେଶରେ ଏହି ଅଚିହ୍ନା ସନ୍ନ୍ୟାସୀ ଅନେକ ଗୁଣମୁଗ୍‌ଧ ବନ୍ଧୁ, ସହକର୍ମୀ ଓ ଅନୁଗତ ଶିଷ୍ୟ ସୃଷ୍ଟି କରିଥିଲେ ମଧ୍ୟ ତାଙ୍କର ବିଶେଷ ପ୍ରଭାବ ଅନୁଭୂତ ହୋଇଥିଲା ମାଡ୍ରାସ୍‌ରେ । ଯୁଦ୍ଧ ଘୋଷଣା କରିବା ପୂର୍ବରୁ ଛତ୍ରପତି ସନ୍ୟାସୀ ବେଶରେ ତାଙ୍କ ଯୋଦ୍ଧାମାନଙ୍କୁ ଠାବ କରିଗଲେ । ଧନୀ, ରାଜା ମହାରାଜା, ପଣ୍ଡିତଠାରୁ ଆରମ୍ଭକରି ସାଧାରଣ ଜନତା ମଧ୍ୟରେ ଥ‌ିବା ଅନୁରକ୍ତ ସୈନିକମାନେ ଛଦ୍ମବେଶୀ ଛତ୍ରପତିଙ୍କଠାରୁ ଆଦେଶକୁ ଅପେକ୍ଷା କରି ରହିଲେ ।

ଧନୀ-ଦରିଦ୍ର, ମୂର୍ଖ-ପଣ୍ଡିତ ନିର୍ବିଶେଷରେ ସମସ୍ତେ ଜଣେ ନିଃସ୍ଵ ସନ୍ନ୍ୟାସୀ ପ୍ରତି ଆକୃଷ୍ଟ ହୋଇଥିଲେ । ତାଙ୍କ ହଟଚମଟ ବିଦ୍ୟା ଦେଖ୍ ନୁହେଁ କିମ୍ବା ତାଙ୍କ ଶିଷ୍ୟ ହେଲେ ବା ପୂଜାକଲେ ରାଜ୍ୟ ବା ବଡ଼ ଚାକିରି ମିଳିବାର ପ୍ରତିଶ୍ରୁତି ପାଇଁ ନୁହେଁ, ବରଂ ତାଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କର ବଞ୍ଚିବାର ଢଙ୍ଗ ବଦଳି ଯାଇଥିଲା । କିଛି ପାଇବା ପରିବର୍ତ୍ତେ ଦେବାପାଇଁ ସମସ୍ତେ ଆଗଭର ହେଉଥିଲେ । ଏହାର ମୂଳରେ ନିହିତ ଥିଲା ବିବେକାନନ୍ଦଠାରେ ଥିବା ଶକ୍ତିର ଉଦ୍‌ଭାସନ । ସ୍ଵାମୀ ଶୁଦ୍ଧି।ନନ୍ଦଙ୍କ ପ୍ରତ୍ୟକ୍ଷ।ନୁଭୂତିରୁ ଏହା ପ୍ରତାୟମାନ ହୁଏ ।

ସ୍ଵାମୀଜୀ ଆମେରିକାରୁ ଫେରିବା ପରେ ଥରେ ଗୁଜୁରାଟୀ ପଣ୍ଡିତମାନଙ୍କ ସହ ଧର୍ମ ଆଲୋଚନା କରୁଥିଲେ । ସଂସ୍କୃତ ଭାଷାରେ ସେ କହୁଥିବାବେଳେ ଗୋଟିଏ ବ୍ୟାକରଣଗତ ତ୍ରୁଟି ହେତୁ ପଣ୍ଡିତମାନେ ଜ୍ଞାନ-ଭକ୍ତି-ବୈରାଗ୍ୟର ଚର୍ଚ୍ଚା ଛାଡ଼ି ସ୍ଵାମୀଜୀଙ୍କୁ ହରାଇଦେଲେ ବୋଲି ଆନନ୍ଦରେ ଗଙ୍ଗାକୂଳକୁ ଯାଉଥିବାବେଳେ ପରସ୍ପର କଥାବାର୍ତ୍ତା ହେଉଥିଲେ । ‘‘ସ୍ଵାମୀଜୀ ତାଦୃଶ ପଣ୍ଡିତ ନୁହଁନ୍ତି, ତେବେ ଏହାଙ୍କ ଚକ୍ଷୁରେ ଏକ ମୋହିନୀ ଶକ୍ତି ଅଛି । ସେହି ଶକ୍ତି ବଳରେ ସେ ଦିଗ୍‌ବିଜୟ କରିଛନ୍ତି।’’

ପଣ୍ଡିତମାନେ ସ୍ଵାମୀଜୀଙ୍କର ସେହି ଶକ୍ତିର ଉତ୍ସକୁ ଠିକ୍‌ଭାବେ ବାରିପାରିଥିଲେ । ଶତ୍ରୁ ମିତ୍ର କେହି ମଧ୍ୟ ସ୍ଵାମୀଜୀଙ୍କର ସେହି ମୋହିନୀ ଶକ୍ତି ନିକଟରୁ ଖସିଯାଇ ପାରୁନଥିଲେ । ଚୁମ୍ବକ ଲୁହାକୁ ତା’ ଆଡ଼କୁ ଟାଣିନେବା ପରି ସ୍ଵାମୀଜୀ ସେହି ଶକ୍ତିବଳରେ ଲୋକମାନଙ୍କୁ ଧର୍ମ ଓ ତ୍ୟାଗମାର୍ଗ ଆଡ଼କୁ ଟାଣି ନେଉଥିଲେ । ହଜାର ହଜାର ଦରିଦ୍ର ଲୋକଙ୍କୁ ଉପଦେଶ ଦେଇ ସତ୍ଵକର୍ମ ପ୍ରତି ଆକୃଷ୍ଟ କରାଇବା ଅପେକ୍ଷା ଜଣେ ରାଜାଙ୍କୁ ସେ ଦିଗରେ ନେଇପାରିଲେ ସମାଜର ଅଧ୍ଵ ମଙ୍ଗଳ ହେବ ବୋଲି ବିବେକାନନ୍ଦ ଅନୁଭବ କରିଥିଲେ । କାରଣ, ଗରିବ ପ୍ରଜାର ଇଚ୍ଛା ଥିଲେ ମଧ୍ୟ ସତ୍‌କାର୍ଯ୍ୟ କରିବାର କ୍ଷମତା ନାହିଁ ।

କିନ୍ତୁ ରାଜାଙ୍କ ହାତରେ ହଜାର ହଜାର ପ୍ରଜାଙ୍କର ମଙ୍ଗଳବିଧାନର କ୍ଷମତା ଥିଲେ ମଧ୍ୟ ସେପରି କରିବାର ଇଚ୍ଛା ନାହିଁ । ଯଦି କୌଣସି ଉପାୟରେ ତାଙ୍କ ହୃଦୟରେ ସେହି ଇଚ୍ଛାକୁ ଜାଗ୍ରତ କରାଯାଇ ପାରିବ, ତେବେ ତାଙ୍କ ପ୍ରଜାଙ୍କର ଅବସ୍ଥା ବଦଳିଯିବା ସହ ଜଗତର କଲ୍ୟାଣ ସାଧୁ ହେବ । ସେଥ‌ିପାଇଁ ଥରେ ସେ ଆମେରିକାରୁ ମହୀଶୂର ମହାରାଜା ସାର୍ ଓୟାଦିଆର ବାହାଦୂରଙ୍କ ନିକଟକୁ ଚିଠିରେ ଲେଖୁଥଲେ, ‘‘ଦୀନଦୁଃଖୀଙ୍କର ସେବା କରିବାର କାମନାରେ ଆପଣଙ୍କ ହୃଦୟ ପ୍ରଜ୍ଵଳିତ ହେଉଥାଉ– ଏହାହିଁ ଈଶ୍ଵରଙ୍କ ନିକଟରେ ବିବେକାନନ୍ଦଙ୍କର ପ୍ରାର୍ଥନା ।’’

ମହୀଶୂରର ମହାରାଜାଙ୍କ ବ୍ୟତୀତ ରାଜୋୟାରା, କ୍ଷେତରୀ, କୋଲାପୁରର ରାଜା, ଦାକ୍ଷିଣାତ୍ୟର ଅନେକ ରାଜା ବିବେକାନନ୍ଦଙ୍କୁ ଭକ୍ତି କରୁଥିଲେ । ଏପରିକି ଚିକାଗୋ ମହାଧର୍ମ ସଭାରେ ଯୋଗଦେବା ପାଇଁ ଆବଶ୍ୟକ ଅର୍ଥ ଗ୍ରହଣ ନିମନ୍ତେ ମହୀଶୂର ମହାରାଜା ତାଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ସ୍ବାମୀଜୀ ତାହା ଗ୍ରହଣ ନ କରି ଉତ୍ସାହୀ ଶିଷ୍ୟମାନଙ୍କଦ୍ୱାରା ସର୍ବସାଧାରଣରୁ ସଂଗୃହୀତ ଚାନ୍ଦାକୁ ବିଦେଶଯାତ୍ରାର ସମ୍ବଳରୂପେ ଗ୍ରହଣ କରିଥିଲେ ।

ବିଦେଶଯାତ୍ରା ପୂର୍ବରୁ ବିବେକାନନ୍ଦ ଦକ୍ଷିଣ ଭାରତର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରି ଶେଷରେ ରାମେଶ୍ଵର ଦେଇ ଭାରତର ଦକ୍ଷିଣ ସୀମାନ୍ତର ପୁଣ୍ୟଭୂମି କନ୍ୟାକୁମାରୀରେ ପହଞ୍ଚିଲେ । ସେଠାରେ ଦେଖ‌ିଲେ ସମୁଦ୍ରକୂଳର ଅଳ୍ପଦୂରରେ ମୁଣ୍ଡଟେକି ଛିଡ଼ା ହୋଇଛି ଦକ୍ଷିଣ ଦିଗରେ ଭାରତର ଶେଷଭୂଖଣ୍ଡ ରୂପେ ପାହାଡ଼ଟିଏ। ନାଉରିକୁ ଦେବାପାଇଁ ପଇସା ନ ଥ‌ିବାରୁ ନିର୍ଭୟରେ ସେହି ସାର୍କସଙ୍କୁଳ ସମୁଦ୍ରକୁ ପହଁରି ପହଁରି ବିବେକାନନ୍ଦ ପହଞ୍ଚଥଲେ ପାହାଡ଼ ନିକଟରେ । ଭାରତବର୍ଷର ସେହି ଶେଷ ପ୍ରସ୍ତରଖଣ୍ଡ ଉପରେ ଉପବେଶନ କରି ବିବେକାନନ୍ଦ ଧ୍ୟାନସ୍ଥ ହେଲେ । ସେହି ସ୍ଥାନରୁ ଦିନେ ସତୀସୀତାଙ୍କୁ ଠାବ କରିବା ପାଇଁ ହନୁମାନ୍ ଏକା ଲମ୍ଫକେ ସମୁଦ୍ର ପାର ହୋଇଥିଲେ । ଯେଉଁଠି ଜଗଜ୍ଜନନୀ କନ୍ୟାବେଶରେ ମହାଦେବଙ୍କ ପ୍ରତୀକ୍ଷାରେ ଥାଆନ୍ତି, ଭବିଷ୍ୟତ ପାଇଁ ବହୁ ଆଶା ଓ ଆକାଂକ୍ଷା ବହନ କରୁଥିବା ସେହି ପବିତ୍ର ପୀଠରେ ଜଗଦମ୍ବାଙ୍କର ଚରଣବନ୍ଦନା କରି ବିବେକାନନ୍ଦ ବହୁ ସମ୍ଭାବନାମୟ ବିଦେଶଯାତ୍ରାରେ ଯିବାପାଇଁ ସଂକଳ୍ପବଦ୍ଧ ହେଲେ ।’’

BSE Odisha 10th Class Odia Solutions Chapter 12 ନରେନ୍‌ରୁ ବିବେକାନନ୍ଦ

କାଠିନ ଶବ୍ଦାର୍ଥ ଓ ଟିପ୍ପଶା

  • ଶ୍ରାରାମକୃଷ୍ଣ – ଠାକୁର ଶ୍ରୀରାମକୃଷ୍ତ ପରମହଂସ
  • ଅନଭିଜ୍ଞ – ଅଭିଜ୍ଞତାବିହାନ
  • ଦୃଢ଼ମନା – ସ୍ଥିରଚିତ୍ତ
  • ଏନ୍ତୁଡ଼ିଶାଳ – ଯେଉଁଠି ସନ୍ତାନ-ସନ୍ତତି ଜନ୍ମଗ୍ରହଣ
  • ନିର୍ବିକଳ୍ପି – ଯାହାର ବିକଳ୍ପ ବା ଆନ୍ୟରୂପ ନାହିଁ ନିତ୍ୟ ସଂଶୟ ରହିତ/ଅଦ୍ୱିତୀୟ
  • ସୋଟନାର୍ଥେ – ମୁକ୍ତ କରିବାପାଇଁ
  • ଜନତା ଜନାର୍ଦ୍ଦନ – ଲୋକମାନେ ହିଁ ଦେବତା
  • ଗିରିଗ୍ରାଜକ – ଭ୍ରମଣକାରା
  • ନିଗମପଥ – ନିର୍ଗମନି ପଥ ଅର୍ଥାତ୍ ବାହାରିବା ପାଇଁ ବାଟ
  • ଅପ୍ରତିଭ – ଅପ୍ରସ୍ତୁତ
  • ତାମସିକତା – ତମୋଗୁଣ ସମ୍ପନ୍ନ
  • ଅନୁରକ୍ତ – ଭଲପାଇବା
  • ସଂକବଦ୍ଧ – ପ୍ରତିଜ୍ଞ।ବଦ୍ଧି
  • ସାର୍କସଙ୍କୁଳ – ସାର୍କ ନାମଧେୟ ସମୁଦ୍ରର ଏକ ବିଶାଳକ।ୟ ଭୟଙ୍କର ମାଛମାନଙ୍କଦ୍ୱାରା ପରିବେଷ୍ଠିତ
  • କାଶି କଉଡ଼ିଟିଏ ମଧ୍ୟ ନଥିଲା – ଆଦୌ ପଇସା ନଥିଲା
  • ପଦବ୍ରଜରେ – ପାଦରେ ଚାଲି ଚାଲି
  • ରଖି ହିନ୍ଦୁଭି – ଯୁଦ୍ଧକାଳରେ ବାଜୁଥିବା ବାଦ୍ୟ ବିଶେଷ
  • ଅଙ୍ଗେ ନିଭାଇବା – ନିଜେ ଅନୁଭବ କରିବା
  • ଶୁକଦେବ – ପୁରାଣମୁନି ବ୍ୟାସଦେବଙ୍କ ପୁତ୍ରା ସେ ପ୍ରହଜ୍ଞାନା ଥିଲେ
  • ସମାଧ୍ – ଅଷ୍ଟାଙ୍ଗ ଯୋଗର ଶେଷ ଅଙ୍ଗ
  • କହିଲେ।କ – ମର୍ତ୍ତ୍ୟମଣ୍ଡଳ / ସଂସାର
  • ଅମୋଘ ଅନ୍ତ – ଯେଉଁ ଅସ୍ତ କୌଣସି ପରିସ୍ଥିତିରେ ବ୍ୟର୍ଥ ହୁଏ ନାହିଁ
  • ମର୍ମେ ମର୍ମେ – ହୃଦୟରେ

BSE Odisha 10th Class Life Science Important Questions Chapter 8 ଶକ୍ତିର ଉତ୍ସ

Odisha State Board BSE Odisha 10th Class Life Science Important Questions Chapter 8 ଶକ୍ତିର ଉତ୍ସ Important Questions and Answers.

BSE Odisha Class 10 Life Science Important Questions 8 ଶକ୍ତିର ଉତ୍ସ

Objective Type Questions with Answers

A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ନୂତନ ଉଭିଦର 4ଟି ଉଦାହରଣ ଦିଅ ।
ଉ-
ବୃକ୍ଷ, ଉଭିଦ, ଶସ୍ୟ, ଶୈବାଳ ଇତ୍ୟାଦି ।

2. ଅବଶେଷର 4ଟି ଉଦାହରଣ ଦିଅ ।
ଉ-
କୁଟା, କୁଣ୍ଡା, ଆଖୁଖଦା, ଜଙ୍ଗଲର ଅବଶେଷ ଇତ୍ୟାଦି ।

BSE Odisha 10th Class Life Science Important Questions Chapter 8 ଶକ୍ତିର ଉତ୍ସ

3. ଆବର୍ଜନାର 4ଟି ଉଦାହରଣ ଦିଅ ।
ଉ-
ଅପଘଟନଯୋଗ୍ୟ ଆବର୍ଜନା, ମଳ, ନାଳ ନର୍ଦ୍ଦମାର ଅଳିଆ, କାରଖାନାର ଜୈବ ଆବର୍ଜନା, ଗୋବର, ଇତ୍ୟାଦି ।

4. ଧାତୁ ନିର୍ମିତ ଡୋମରେ କିଣ୍ବନରୁ କେଉଁ ଗ୍ୟାସ୍ ଉତ୍ପାଦିତ ହୁଏ ?
ଉ-
ମିଥେନ, କାର୍ବନ ଡାଇଅକ୍ସାଇଡ୍, ହାଇଡ୍ରୋଜେନ, ହାଇଡ୍ରୋଜେନ୍ ସଲଫାଇଡ୍ ।

5. ଆଷ୍ଟ୍ରାସାଇଟ୍ କୋଇଲାରେ କାର୍ବନ ପରିମାଣ ଦର୍ଶାଅ ।
ଉ-
ଆଷ୍ଟ୍ରାସାଇଟ୍ କୋଇଲାରେ କାର୍ବନ୍‌ର ପରିମାଣ ପ୍ରାୟ 94% ରୁ 98% ।

6. ବିଟୁମିନସ୍ କୋଇଲାରେ କାର୍ବନ ପରିମାଣ ଦର୍ଶାଅ ।
ଉ-
ବିଟୁମିନ୍‌ସ୍ କୋଇଲାରେ କାର୍ବନ୍‌ ପରିମାଣ ପ୍ରାୟ 79% ରୁ 93% ।

7. ଲିଗ୍‌ ନାଇଟ୍ କୋଇଲାରେ କାର୍ବନର ପରିମାଣ ଦର୍ଶାଅ ।
ଉ-
ଲିଗ୍‌ନାଇଟ୍ କୋଇଲାରେ କାର୍ବନ୍‌ର ପରିମାଣ ପ୍ରାୟ 72% 78% ।

8. ପିଟ୍ କୋଇଲାରେ କାର୍ବନର ପରିମାଣ ଦର୍ଶାଅ ।
ଊ-
ପିଟ୍ ଜାତୀୟ କୋଇଲାରେ ପ୍ରାୟ 44% ରୁ 71% କାର୍ବନ୍ ଥାଏ ।

9. ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ କିପରି ସୃଷ୍ଟି ??
ଉ-
ମୃତ ଉଭିଦର ଦେହାବଶେଷରୁ କୋଇଲା ଏବଂ ସାମୁଦ୍ରିକ ଜୀବ ଓ ଉଦ୍ଭଦର ଦେହାବଶେଷରୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ସୃଷ୍ଟି ହୋଇଥାଏ ।

10. ତାପଜ ବିଦ୍ୟୁତ୍ ଶକ୍ତି କାହାକୁ କୁହାଯାଏ ?
ଉ-
କୋଇଲାରୁ ସୃଷ୍ଟ ଶକ୍ତି ତାପଜ ଶକ୍ତି ଭାବେ ଘରେ ଓ ଶିଳ୍ପ କ୍ଷେତ୍ରରେ ବ୍ୟବହୃତ ହୋଇଥାଏ । ଏଥି ମଧ୍ୟ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି । ଏହାକୁ ତାପଜ ବିଦ୍ୟୁତ୍ ଶକ୍ତି (Thermal electricity) କୁହାଯାଏ ।

11. କୋକ୍‌ର 2ଟି ବ୍ୟବହାର ଲେଖ ।
ଊ-
(କ) ଧାତୁ ନିଷ୍କାସନରେ ବ୍ୟବହୃତ ହୁଏ ।

12. ଅଶୋଧୀତ ତୈଳ କାହାକୁ କୁହାଯାଏ ?
ଉ-
ଭୂଗର୍ଭର ସଚ୍ଛିଦ୍ର ଶିଳାସ୍ତର ମଧ୍ଯରେ ପ୍ରକୃତି ଏହି ମୂଲ୍ୟବାନ ପଦାର୍ଥକୁ ସଞ୍ଚୟ କରି ରଖୁଛି । ଏହି ସମ୍ପ୍ର ପେଟ୍ରୋଲିୟମ୍‌ ଅଶୋଧ ତୈଳ କୁହାଯାଏ ।

13. ପ୍ରାକୃତିକ ଗ୍ୟାସ୍ କାହାକୁ କୁହାଯାଏ ?

ଭୂଗର୍ଭର ସଚ୍ଛିଦ୍ର ଶିଳାସ୍ତର ମଧ୍ୟରେ ପ୍ରକୃତି ଏହି ପେଟ୍ରୋଲିୟମ୍ ସହ ମିଶି କିଛି ଗ୍ୟାସ୍ ମଧ୍ୟ ଆସିଥାଏ । ଏହି ଗ୍ୟାସ୍‌କୁ ପ୍ରାକୃତିକ ଗ୍ୟାସ୍ କୁହାଯାଏ ।

14. ଭାରତର କେଉଁଠାରେ ପ୍ରାକୃତିକ ଗ୍ୟାସ୍ ଗଚ୍ଛିତ ଥ‌ିବାର ସୂଚନା ମିଳୁଛି ?

ଆମ ଦେଶର ରାଜସ୍ଥାନ, ମୁମ୍ବାଇ ଉପକୂଳ ଅଞ୍ଚଳ ଏବଂ କୃଷ୍ଣା ଓ ଗୋଦାବରୀ ନଦୀର ତ୍ରିକୋଣଭୂମି (Delta) ଅଞ୍ଚଳରେ ପ୍ରଚୁର ପରିମାଣରେ ପ୍ରାକୃତିକ ଗ୍ୟାସ୍ ଗଚ୍ଛିତ ଥ‌ିବାର ସୂଚନା ମିଳେ ।

15. ଅମ୍ଲବୃଷ୍ଟିର କାରଣ କ’ଣ ?
ଉ-
କୋଇଲା ଓ ପେଟ୍ରୋଲିୟମ୍ ଜଳିବା ଦ୍ଵାରା ପ୍ରଦୂଷଣ ହୋଇଥାଏ । ତା’ଛଡ଼ା ଏହାଦ୍ଵାରା କାବିନ୍, ଯାହାକି ପରବର୍ତ୍ତୀ ସମୟରେ ଅମ୍ଳବୃଷ୍ଟିର କାରଣ ହୋଇଥାଏ ।

B ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

1. ଯେଉଁ ପ୍ରକ୍ରିୟାରେ ପେଟ୍ରୋଲିୟମ୍କୁ ବିଶୋଧନ କରାଯାଏ ତାହାକୁ କ’ଣ କୁହାଯାଇଥାଏ ?
2. ଷ୍ଟିଲ୍‌ ତିଆରି ପାଇଁ ବିଜାରକ ଭାବେ କାହାକୁ ବ୍ୟବହାର କରାଯାଏ ?
3. ଗୁଜରାଟର କେଉଁଠାରେ ପ୍ରାକୃତିକ ଗ୍ୟାସ୍‌କୁ ପାଇପ୍‌ଦ୍ବାରା ଯୋଗାଇ ଦିଆଯାଉଛି ?
4. କେଉଁ କୋଇଲାରୁ କମ୍ ଶକ୍ତି ମିଳିଥାଏ ?
5. ଗୋବର ଗ୍ୟାସ୍ ଜାଳେଣି ଶୁଖୁଲା ଗୋବର ଠାରୁ କେତେ ଗୁଣ ଦକ୍ଷ ?
6. ଅମ୍ଳଜାନ ଅନୁପସ୍ଥିତିରେ ଜୈବ ପଦାର୍ଥର ବିଘଟନ ଦ୍ଵାରା କେଉଁ ଗ୍ୟାସ୍ ଉତ୍ପନ୍ନ ହୁଏ ?
7. କେଉଁ ପ୍ରଣାଳୀରେ ଜୈବ ପଦାର୍ଥରୁ ଜୈବ ଶକ୍ତି ଉତ୍ପାଦିତ ହୁଏ ନାହିଁ ?
BSE Odisha 10th Class Life Science Important Questions Chapter 8 ଶକ୍ତିର ଉତ୍ସ 1
9. କେଉଁ ପ୍ରକ୍ରିୟା ଦ୍ବାରା କୋଇଲାକୁ କୋଲ୍‌ରେ ପରିଣତ କରାଯାଏ ?
10. ଗୋବର ଗ୍ୟାସ୍‌ରେ ମିଥେନ୍‌ର ପରିମାଣ ଶତକଡ଼ା କେତେ ?
11. ଗୋବରକୁ ସିଧା ଖତ କଲେ ଶତକଡ଼ା ପ୍ରାୟ କେତେ ଭାଗ ନଷ୍ଟ ହୁଏ ?
12. ଗୋବର ଗ୍ୟାସ୍ ପ୍ଲାଣ୍ଟର ପ୍ରବେଶ ପାତ୍ରରେ ଗୋବର ଓ ପାଣିର ଅନୁପାତ କେତେ ଥାଏ ?
13. 4 – 5 ଗାଈ ଗୋରୁଙ୍କ ଗୋବରରେ ଗୋବର ଗ୍ୟାସ୍ କରିପାରିବେ ?
14. ଭୂଗର୍ଭର ସହିଦ୍ର ଶିଳାସ୍ତର ମଧ୍ଯରେ କ’ଣ ସଞ୍ଚିତ ହୋଇ ରହିଥାଏ ?
15. ଗୁଜରାଟର କେଉଁଠାରେ ନାଭିକୀୟ ଶକ୍ତିରୁ ବିଦ୍ୟୁତ୍ କେନ୍ଦ୍ର ଅଛି ?
16. କର୍ଣ୍ଣାଟକର କେଉଁଠାରେ ନାଭିକୀୟ ପାରମାଣବିକ କେନ୍ଦ୍ର ଅଛି ?
17. କାର୍ବନର ପରିମାଣ ଅନୁଯାୟୀ କୋଇଲାକୁ କେତୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି ?
18. ସାମୁଦ୍ରିକ ଜୀବଙ୍କ ଦେହାବଶେଷରୁ କ’ଣ ସୃଷ୍ଟି ହୋଇଥାଏ ?
19. ଗୋବର ଓ ବିଭିନ୍ନ ଆବର୍ଜନାରୁ ଉତ୍ପାଦିତ ଗ୍ୟାସ୍ କ’ଣ ଅଟେ ?
20. ଆମ ଦେଶରେ ଥ‌ିବା ଗୋରୁ ଓ ମଇଁଷିଙ୍କଠାରୁ ବର୍ଷକୁ ପ୍ରାୟ କେତେ କୋଟି ଟନ୍ ଗୋବର ମିଳିଥାଏ ?

Answer
1. ଆଂଶିକ ପାତନ
2. କୋକ୍
3. ବରୋଦା
4. ପିଟ୍
5. 6
6. ଜୈବ ଗ୍ୟାସ୍
7. ପଚନ
8. ପ୍ରାକୃତିକ ଗ୍ୟାସ୍
9. ଅନ୍ତର୍ଧୂମ ପାତନ
10. 65-75
11. 25.
12. 4:5
13. 7-8
14. ଅଶୋଧ ତୈଳ
15. କାକ୍ରାପୁର
16. କାଇଗା
17. 4
18. ପେଟ୍ରୋଲିୟମ୍
19. ମିଥେନ୍
20. 90

BSE Odisha 10th Class Life Science Important Questions Chapter 8 ଶକ୍ତିର ଉତ୍ସ

C ଶୂନ୍ୟସ୍ଥାନ ପୂରଣ କର ।

1. . ଆମ ପୃଥ‌ିବୀ ପୃଷ୍ଠରେ 1 ବର୍ଗମିଟର ଅଞ୍ଚଳରେ ଲମ୍ବ ଭାବରେ ପ୍ରାୟ ……………. ସୌରଶକ୍ତି ପଡ଼ିଥାଏ ।
2. ଯେଉଁ ଉପକରଣ ଦ୍ଵାରା ସୌର ତାପରେ ରୋଷେଇ ତାହାକୁ କୁରାଯାଏ । …………….. କୁହାଯାଏ ।
3. ଯେଉଁ ଉପକରଣ ଦ୍ବାରା ସୌରଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ତାହାକୁ କୁରାଯାଏ । ……………. କୁହାଯାଏ ।
4. ଏକ ସୌର ସେଲ୍ ଆଲୋକିତ ହେଲେ ପ୍ରାୟ …………………….. W ପର୍ଯ୍ୟନ୍ତ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୁଏ ।
5. ପବନ କଳ ସାହାଯ୍ୟରେ ବାୟୁର ଗତିଜ ଶକ୍ତିକୁ ଉପଯୋଗ କରି ………………… ଚଳାଇ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ ।
6. ପବନ କଳଦ୍ଵାରା ପୁରୀରୁ ବାର୍ଷିକ ପ୍ରାୟ ………………….. ମେଗାୱାଟ୍ ଶକ୍ତି ମିଳିପାରୁଛି ।
7. କନ୍ୟାକୁମାରୀଠାରେ ସ୍ଥାପିତ ପବନ ଶକ୍ତି କ୍ଷେତ୍ରରୁ ପ୍ରାୟ ……………… ମେଗାୱାଟ୍ ଶକ୍ତି ଉତ୍ପାଦନ କରାଯାଇପାରୁଛି ।
8. ରାନ୍ସ ନଦୀ ମୁହାଣରେ ଜୁଆର ଓ ଭଟ୍ଟା ମଧ୍ୟରେ ଜଳପତ୍ତନର ଉଚ୍ଚତାରେ ପ୍ରାୟ …………….. ମିଟର ପାର୍ଥକ୍ୟ ରହେ ।
BSE Odisha 10th Class Life Science Important Questions Chapter 8 ଶକ୍ତିର ଉତ୍ସ 2
BSE Odisha 10th Class Life Science Important Questions Chapter 8 ଶକ୍ତିର ଉତ୍ସ 3
11. ଅମ୍ଳଜାନ ଅନୁପସ୍ଥିତିରେ ଜୈବ ପଦାର୍ଥର ବିଘଟନ ଦ୍ଵାରା ନିର୍ଗତ ଗ୍ୟାସ୍‌ ମିଶ୍ରଣକୁ …………………. ଦ୍ଵାରା ନିର୍ଗତ ଗ୍ୟାସ୍‌ର ମିଶ୍ରଣକୁ କୁହାଯାଏ ।
12. କୃଷିଜାତ ଦ୍ରବ୍ୟ ଆବର୍ଜନାରୁ ମିଳୁଥିବା ଶକ୍ତିକୁ ……………………. କୁହାଯାଏ ।
13. ଆମ ଦେଶରେ ପ୍ରାୟ …………………… କୋଟି ଗୋରୁ ଗାଈ ଓ ମଇଁଷି ଅଛନ୍ତି ।
14. ଗୋବରରୁ ଉତ୍ପନ୍ନ ଗ୍ୟାସରେ ମିଥେନ୍‌ ପରିମାଣ …………………… ଶତକଡା ଅଟେ ।
15. ଗୋବରକୁ ସିଧା ଖତ କଲେ ଶତକଡ଼ା ପ୍ରାୟ ……………………. ନଷ୍ଟ ହୋଇଥାଏ ।
16. ପ୍ଲେଟଟିଏ ତଳେ ପଡ଼ିଲେ ସ୍ଥିତିଜ ……………………. ଶକ୍ତି ରୂପାନ୍ତରିତ ହୁଏ ।
17. ଏକ ମିନିଟ୍‌ରେ ପ୍ରତି ବର୍ଗ ସେ.ମି. ପାଇଁ ସୌର ପ୍ରବାହର ପରିମାଣ ……………. କ୍ୟାଲୋରୀ ।
18. ନିର୍ମଳ ମେଘମୁକ୍ତ ଆକାଶରେ ପ୍ରତିଦିନ ପ୍ରାୟ ………………………… Kwh/mଙ୍କ ଶକ୍ତି ମିଳିଥାଏ ।
19. ସୌରସେଲ ଉପରେ ପ୍ରଥମ ସଫଳ ଗବେଷଣା ………………………. ମସିହାରେ ହୋଇଥିଲା ।
20. ପବନ କଳରେ ବ୍ୟବହୃତ ପ୍ରଲେପର ଗୁଡ଼ିକର ବ୍ୟାସ ପ୍ରାୟ ………………….. ମିଟର ।
21. ଆମ ଦେଶରେ …………………… ମସିହାରୁ ପବନ କଳ ସାହାଯ୍ୟରେ ପାଣି ଉଠାଇବା ବ୍ୟବସ୍ଥା କରାଯାଇଥିଲା ।
22 ……………… ମସିହାରେ ଫରାସୀ ବୈଜ୍ଞାନି କମାନେ ଜୁଆରରୁ ଶକ୍ତି ସଂଗ୍ରହ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।
23. ସମୁଦ୍ରର ପୃଷ୍ଠଭାଗ ଜଳ ଓ 2 କି.ଗ୍ରା. ଗଭୀର ଜଳ ମଧ୍ୟରେ ତାପମାତ୍ରାର ପାର୍ଥକ୍ୟ ………….. °C ଅଟେ ।
24. ଭାରତ ସରକାର …………………. ମସିହାରୁ ଜଳ ବିଦ୍ୟୁତ୍ ଯୋଗାଣ ଆଇନ ପ୍ରଣୟନ କରିଛନ୍ତି ।
25. ଗୋବର ଓ ବିଭିନ୍ନ ଆବର୍ଜନାରୁ ଉତ୍ପାଦିତ ଗ୍ୟାସ ହେଉଛି ………………. ।
26. ଭାରତରେ ଥିବା ଗୋରୁ ଓ ମଇଁଷିମାନଙ୍କଠାରୁ ବର୍ଷକୁ ପ୍ରାୟ ……………. କୋଟି ଟନ୍ ଗୋବର ମିଳେ ।
27. ଗୋବର ଗ୍ୟାସ୍ ପ୍ଲାଣ୍ଟରେ ଗୋବର ଓ ପାଣି …………………… ଅନୁପାତରେ ମିଶାଇ ମଣ୍ଡ କରାଯାଏ ।
28. ଆନ୍ତଃସାଇଟ୍ କୋଇଲାରେ କାର୍ବନର ପରିମାଣ ……………….. ।
29. ବିଟୁମିନସ୍ କୋଇଲାରେ କାର୍ବନର ପରିମାଣ ……………………….. ।
30. ଲି ଗ୍‌ ନାଇଟ୍ କୋଇଲାରେ କାର୍ବନର ପରିମାଣ …………………… ।

Answers
1. 1.2 K.watt
2. ସୌରବୁଲା
3. ସୌରସେଲ୍
4. 7
5. ଜେନେରେଟର
6. 5.5
7. 380
8. 14
9. ମଧ୍ୟପ୍ରଦେଶ
10. 1.602 x 10-19
11. ଜୈବଗ୍ୟାସ
12. ଜୈବଶକ୍ତି
13. 30
14. 65-75
15. 50 ଭାଗ
16. ଶଦ୍ଦ
17. 2
18. 4ରୁ7
19. 1954
20. 6
21. 1966
22. 1961
23. 20
24. 48
25. ମିଥେନ
26.90
27. 4:5
28. 94ରୁ98
29. 79ରୁ 93
30. 72ରୁ 78

BSE Odisha 10th Class Life Science Important Questions Chapter 8 ଶକ୍ତିର ଉତ୍ସ

(D) ନିମ୍ନସ୍ଥ ଭକ୍ତିଗୁଡିକରୁ କେଉଁଟି ଠିକ୍ (✓ ) ବା ଭୁଲ୍ (✗) ଦର୍ଶାଅ ।

1. ସୌରରନ୍ଧକରେ ପ୍ରତିଫଳକ ରୂପେ ଉତ୍ତଳ ପ୍ରତିଫଳକ ଲଗାଯାଏ ।
2. ସୌରସେଲରେ ସୌରଶକ୍ତିର ସିଧାସଳଖ ବିନିଯୋଗ ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟି କରିବା ପଦ୍ଧତିକୁ ଆଲୋକ ଭୋଲ୍‌ଟୀୟ ପ୍ରଭାବ କୁହାଯାଏ ।
3. ଜର୍ମାନୀକୁ ପବନର ଦେଶ ବୋଲି କୁହାଯାଏ ।
4. ତାପମାତ୍ରାର ପାର୍ଥକ୍ୟ 20°C ନ ହେଲେ ରୂପାନ୍ତରଣ ପାୱାର ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇ ନଥାଏ ।
5. ଗୋବର ଗ୍ୟାସ୍ ପ୍ଲାଣ୍ଟରେ କୋଷ୍ଟ୍ରିଡିୟମ୍ ନାମକ ବ୍ୟାକ୍ଟେ ରିଆ ଅମ୍ଳଜାନ ଅନୁପସ୍ଥିତିରେ ବଢ଼ି ଗୋବର ଗ୍ୟାସ୍ ଉତ୍ପନ୍ନ କରେ ।
6. ଆମ ଦେଶରେ କର୍ଣ୍ଣାଟକ ଓ ଗୁଜୁରାଟ ରାଜ୍ୟରେ ପବନକଳ ବହୁଳଭାବେ ପ୍ରଚଳିତ ।
7. . ସୌରସେଲ୍ଫ ଆଲୋକିତ ହେଲେ ପ୍ରାୟ 10 ରୁ 20 V ଭୋଲ୍ଟେଜ ପର୍ଯ୍ୟନ୍ତ ବିଭବାନ୍ତର ସୃଷ୍ଟି କରିପାରେ ।
8. ସୌରଚୁଲ୍ଲାର ପ୍ରତିଫଳକରୂପେ ଅବତଳ ଦର୍ପଣକୁ ବ୍ୟବହାର କରାଯାଏ ।
9. ସୌରଚୁଲ୍ଲାର ଭିତରପାର୍ଶ୍ଵରେ କଳାରଙ୍ଗର ପ୍ରଲେପ ଦିଆଯାଇଥାଏ ।
10. ମେଘମୁକ୍ତ ଆକାଶରେ ପ୍ରତିଦିନ 10 14kwh ପରିମାଣର ସୌରଶକ୍ତି l ବର୍ଗମିଟର ଅଞ୍ଚଳ ପାଏ ।

Answers
1. (✗)
2. (✓)
3. (✗)
4. (✓)
5. (✗)
6. (✓)
7. (✗)
8. (✓)
9. (✓)
10. (✗)

E ‘କ’ ସ୍ତମ୍ଭରେ ପ୍ରଥମ ଯୋଡାର ସମ୍ପର୍କକୁ ଲକ୍ଷ୍ୟକରି ‘ଖ’ ସ୍ତମ୍ଭରେ ଦ୍ଵିତୀୟଟିରେ ଶୂନ୍ୟସ୍ଥାନ ପୂରଣ କର ।

1. ‘କ’ ସ୍ତମ୍ଭ ଖ’ ସ୍ତମ୍
ପେଟ ତଳେ ପଡ଼ିବା : କିତିକ → ଣଦ୍ଦଶକ୍ତ ମହିମବତାକଳିବା:
ଜଳ ଶକ୍ତି : ନବୀକରଣ ଯୋଗ୍ୟ କୋଇଲା ଶକ୍ତି :
ଆଧାରପାତ୍ର : ସୌରଭୁଲା P, N ପ୍ରକାର ସିଲିକନ୍ :
ତାପକୋଷୀ ଆଚ୍ଛାଦାନ : ସୌରସେଲ୍ ପ୍ରପେଲର୍ :
ଅବତଳ ପ୍ରତିଫଳକ : ସୌରସେଲ୍ ସ୍କୁ ଇସ୍‌ଗେଟ୍ :

Answer

ଉ ‘କ’ ସ୍ତମ୍ଭ ଖ’ ସ୍ତମ୍
ପେଟ ତଳେ ପଡ଼ିବା : କିତିକ → ଣଦ୍ଦଶକ୍ତ ମହିମବତାକଳିବା: ରାସାୟନିକ → ତାପ ଶକ୍ତି
ଜଳ ଶକ୍ତି : ନବୀକରଣ ଯୋଗ୍ୟ କୋଇଲା ଶକ୍ତି : ନବୀକରଣ ଆଯେ।ଗ୍ୟ
ଆଧାରପାତ୍ର : ସୌରଭୁଲା P, N ପ୍ରକାର ସିଲିକନ୍ : ସୋଲ।ର ସେଲ
ତାପକୋଷୀ ଆଚ୍ଛାଦାନ : ସୌରସେଲ୍ ପ୍ରପେଲର୍ : ପବନ କଳ
ଅବତଳ ପ୍ରତିଫଳକ : ସୌରସେଲ ସ୍କୁ ଇସ୍‌ଟ୍ : ଜୁଆର ଶକ୍ତି

 

2. ‘କ’ ସ୍ତମ୍ଭ ଖ’ ସ୍ତମ୍
ପବନଦେଶ : ଡେନ୍‌ମାର୍କ ପବନ ଶକ୍ତି କ୍ଷେତ୍ର (ଭାରତ) :
ବିଦ୍ୟୁତ୍‌ବିଭାବାନ୍ତର : ସୋଲାରସେଲ ଜେନେରେଟର :
କୋଇଲା : ତାପଜବିଦ୍ୟୁତ୍‌ଉତ୍ପାଦନ ଗୋବର :
ୟୁରାନିୟମ୍ : ନାଭିକୀୟ ଶକ୍ତି ଗୋବର :
ଗୁଜରାଟ : କାକ୍ରାପୁର ମହାରାଷ୍ଟ୍ର :

Answer

ଉ ‘କ’ ସ୍ତମ୍ଭ ଖ’ ସ୍ତମ୍
ପବନଦେଶ : ଡେନ୍‌ମାର୍କ ପବନ ଶକ୍ତି କ୍ଷେତ୍ର (ଭାରତ) :  କନ୍ୟାକୁମାରା
ବିଦ୍ୟୁତ୍‌ବିଭାବାନ୍ତର : ସୋଲାରସେଲ ଜେନେରେଟର : ପବନ କଳ
କୋଇଲା : ତାପଜବିଦ୍ୟୁତ୍‌ଉତ୍ପାଦନ ଗୋବର : ଗୋବର ଗ୍ୟାସ ପ୍ଲାଣ୍ଟ
ୟୁରାନିୟମ୍ : ନାଭିକୀୟ ଶକ୍ତି ଗୋବର : ଜୈବଶକ୍ତି
ଗୁଜରାଟ : କାକ୍ରାପୁର ମହାରାଷ୍ଟ୍ର : ତାରାପୁର

 

3. ‘କ ସ୍ତମ୍ଭ ଖ’ ସ୍ତମ୍
ଗୋବର : ଜୈବ ଜାଳେଣୀ ଜୈବ ଆବର୍ଜନା :
ଶୈବାଳ : ନୂତନ ଉଭିଦ ଆଖୁଖଦା :
କୁଣ୍ଡା : ଅବଶେଷ ନାଳନର୍ଦ୍ଦମାର ଅଳିଆ :
ଗୋବରରୁ ଜାଳେଣୀ : 30% କଷିକାତଅବଣେଷରୁକାଳେଶୀ :
ନବାକରଣଯେ।ଗ୍ୟ :ସୌରଶକ୍କ୍ତି ନବୀକରଣ ଅଯୋଗ୍ୟ :

Answer

ଉ ‘କ ସ୍ତମ୍ଭ ଖ’ ସ୍ତମ୍
ଗୋବର : ଜୈବ ଜାଳେଣୀ ଜୈବ ଆବର୍ଜନା : ଜୈବଶକ୍ତି
ଶୈବାଳ : ନୂତନ ଉଭିଦ ଆଖୁଖଦା : ଅବଶେଷ
କୁଣ୍ଡା : ଅବଶେଷ ନାଳନର୍ଦ୍ଦମାର ଅଳିଆ : ଆବର୍ଜନା
ଗୋବରରୁ ଜାଳେଣୀ : 30% କୃଷିଜାତ ଅବଶେଷରୁ ଜାଳେଣୀ : 34%
ନବାକରଣଯେ।ଗ୍ୟ :ସୌରଶକ୍କ୍ତି ନବୀକରଣ ଅଯୋଗ୍ୟ : କୋଇଲା


BSE Odisha 10th Class Life Science Important Questions Chapter 8 ଶକ୍ତିର ଉତ୍ସ

Multiple Choice Questions (Mcqs) With Answers

1. ଗୋବର ଗ୍ୟାସ୍‌ର କେଉଁଟି ମୁଖ୍ୟ ଉପାଦାନ ?
(A) ଅଙ୍ଗାରକାମ୍ଳ
(B) ମିଥେନ
(C) ହାଇଡ୍ରୋଜେନ୍
(D) ଯବକ୍ଷାରଜାନ
Answer
(B) ମିଥେନ

2. କେଉଁ ଶକ୍ତି ପରିବର୍ତ୍ତିତ ହୋଇ ଜୀବଜଗତକୁ ଜୈବ
(A) ଆଲୋକ
(B) ପବନ
(C) ଜୁଆର
(D) ଢେଉ
Answer
(A) ଆଲୋକ

3. କେଉଁଟି ପ୍ରାକୃତିକ ଗ୍ୟାସ୍‌ର ମୁଖ୍ୟ ଉପାଦାନ ?
(A) ଅଙ୍ଗାରକାମ୍ଳ
(B) ମିଥେନ୍
(C) ଅମ୍ଳଜାନ
(D) ଯବକ୍ଷାରଜାନ
Answer
(B) ମିଥେନ୍

4. ଗୋବର ଗ୍ୟାସ୍ ପ୍ରସ୍ତୁତିରେ କେଉଁ ବ୍ୟାକ୍ଟେରିଆ ନିୟୋଜିତ ହୋଇଥାଏ ?
(A) ନାଇଟ୍ରେଟ୍ ପ୍ରସ୍ତୁତକାରୀ
(B) ମିଥାନୋଜେନ୍
(C) ଗନ୍ଧକ
(D) ରସାୟଶ୍ଳେଷଣ
Answer
(B) ମିଥାନୋଜେନ୍

5. କେଉଁ କୋଇଲାରେ କାର୍ବନ୍‌ର ପରିମାଣ ସବୁଠାଙ୍କୁ କମ୍ ?
(A) ଲିଗ୍‌ନାଇଟ୍
(B) ପିଟ୍
(C) ବିଟୁମିନସ୍
(D) ଆଡ୍ଡାସାଇଟ୍
Answer
(B) ପିଟ୍

6. କେଉଁ ଶକ୍ତିଟି ନବୀକରଣ ଯୋଗ୍ୟ ନୁହେଁ ?
(A) ଭୂତାପଜ
(B) ସମୁଦ୍ର ତରଙ୍ଗ
(C) ନାଭିକୀୟ
(D) କୋଇଲା
Answer
(D) କୋଇଲା

7. ପ୍ରାକୃତିକ ଗ୍ୟାସ୍‌ର ମୁଖ୍ୟ ଉପାଦାନ କ’ଣ ?
(A) ମିଥେନ୍
(B) ଅମ୍ଳଜାନ
(C) ଅଙ୍ଗାରକାମ୍ଳ
(D) ଉଦ୍‌ଜାନ
Answer
(A) ମିଥେନ୍

8. କେଉଁ ପ୍ରକାର କୋଇଲାରୁ ଅଧ୍ଵକ ଶକ୍ତି ମିଳିଥାଏ ?
(A) ବିଟୁମିନ୍ସ
(B) ଆନ୍ତଃସାଇଟ୍
(C) ଲିଗ୍‌ ନାଇଟ୍
(D) ପିଟ୍
Answer
(B) ଆନ୍ତଃସାଇଟ୍

9. ସର୍ବୋତ୍କୃଷ୍ଟ କୋଇଲା କେଉଁଟି ?
(A) ଲିଗ୍‌ନାଇଟ୍
(B) ବିଟୁମିନ୍ସ
(C) ପିଟ୍
(D) ଆଷ୍ଟ୍ରାସାଇଟ୍
Answer
(D) ଆଷ୍ଟ୍ରାସାଇଟ୍

BSE Odisha 10th Class Life Science Important Questions Chapter 8 ଶକ୍ତିର ଉତ୍ସ

10. କେଉଁଟି ଏକ ନବୀକରଣ ଅଯୋଗ୍ୟ ଶକ୍ତିର ଉତ୍ସ ?
(A) ଜଳଶକ୍ତି
(B) ପେଟ୍ରୋଲିୟମ୍
(C) ବାୟୁଶକ୍ତି
(D) ସୌରଶକ୍ତି
Answer
(B) ପେଟ୍ରୋଲିୟମ୍

11. ଜୈବଶକ୍ତି କେଉଁ ପ୍ରଣାଳୀରେ ଜୈବ ପଦାର୍ଥରୁ ମିଳି ନ ଥାଏ ?
(A) ଅପଘଟନ
(B) ଅନ୍ତର୍ଧୂମ ପାତନ
(C) ତରଳୀକରଣ
(D) ଗ୍ୟାସୀକରଣ
Answer
(B) ଅନ୍ତର୍ଧୂମ ପାତନ

12. କେଉଁଟି ପ୍ରାକୃତିକ ଗ୍ୟାସର ମୁଖ୍ୟ ଉପାଦାନ ଅଟେ ?
(A) ମିଥେନ୍
(B) ଇଥେନ୍
(C) ପ୍ରୋପେନ୍‌
(D) ବ୍ୟୁଟେନ୍
Answer
(A) ମିଥେନ୍

13. କେଉଁଟି ସବୁଠାରୁ ଭଲ କୋଇଲା ଅଟେ ?
(A) ପିଟ୍
(B) ଆଷ୍ଟ୍ରାସାଇଟ୍
(C) ବିଟୁମିନ୍ସ
(D) ଲିଗ୍‌ନାଇଟ୍
Answer
(B) ଆଷ୍ଟ୍ରାସାଇଟ୍

14. ଗୋବର ଗ୍ୟାସ୍‌ରେ ମିଥେନ୍‌ର ପରିମାଣ ଶତକଡ଼ା କେତେ ?
(A) 45-55
(B) 55-65
(C) 65-75
(D) 75-85
Answer
(C) 65-75

15. ଗୋବରକୁ ସିଧା ଖତ କଲେ ଶତକଡ଼ା ପ୍ରାୟ କେତେ ଭାଗ ନଷ୍ଟ ହୁଏ ?
(A) 10
(B) 15
(C) 25
(D) 35
Answer
(C) 25

16. ଗୋବର ଗ୍ୟାସ୍ ପ୍ଲାଣ୍ଟର ପ୍ରବେଶ ପାତ୍ରରେ ଗୋବର ଓ ପାଣିର ଅନୁପାତ କେତେ ଥାଏ ?
(A) 2:3
(B) 3 :4
(C) 4 : 5
(D) 5:6
Answer
(C) 4 : 5

BSE Odisha 10th Class Life Science Important Questions Chapter 8 ଶକ୍ତିର ଉତ୍ସ 4

1. ସୌରଶକ୍ତି ବିଷୟରେ ଏକ ବିବରଣୀ ପ୍ରଦାନ କର । ଏହା ଉପରେ ନିର୍ଭର କରି କାର୍ଯ୍ୟ ଉପକରଣ ଗୁଡ଼ିକର ନାମ ଲେଖ ।
ଉ-

  • ସୂର୍ଯ୍ୟ ପ୍ରାୟ ପାଞ୍ଚଶହ କୋଟି ବର୍ଷ ହେଲା ସୌରମଣ୍ଡଳକୁ ବିପୁଳ ଶକ୍ତି ଯୋଗାଇ ଆସୁଛି ଓ ଆହୁରି ଅନେକ କୋଟି ବର୍ଷ ପର୍ଯ୍ୟନ୍ତ ଏହିପରି ଶକ୍ତି ଯୋଗାଉଥ‌ିବ ।
  • ଏହା ଅନନ୍ତ ଆକାଶକୁ ଯେତେ ଶକ୍ତି ବିକିରଣ କରେ ତାହାର ଅତ୍ୟନ୍ତ ସ୍ଵଳ୍ପଭାଗ ପ୍ରାୟ 50 ନିୟୁତ ଭାଗରୁ । ଭାଗ ପୃଥ‌ିବୀ ପୃଷ୍ଠରେ ପହଞ୍ଚିଥାଏ । ଏକ ନିର୍ଦ୍ଦିଷ୍ଟ ପରି ମାଣ ର ସୌର ପ୍ରବାହ କୁହାଯାଏ ।
  • ଏକ ମିନିଟ୍‌ରେ ପ୍ରତି ବ.ସେ.ମି.କୁ ଏହାର ପରିମାଣ ହେଉଛି 2 କ୍ୟାଲୋରୀ । ଏହା ଏକ ସ୍ଥିରୀଙ୍କ ।
  • ଯେଉଁ ଶକ୍ତି ପୃଥ‌ିବୀ ପୃଷ୍ଠରେ ପହଞ୍ଚେ ତା’ର ପ୍ରାୟ ଅଧା ପୃଥ‌ିବୀ ଅବଶୋଷଣ କରେ ଏବଂ ଅବଶିଷ୍ଟ ଚାଲିଯାଏ । ଏହି ପ୍ରତିଫଳନକୁ ଆଲବେଡ଼ୋ କହନ୍ତି ।
  • ଅବଶୋଷିତ ଶକ୍ତି ପୃଥ‌ିବୀ ପୃଷ୍ଠରେ ଥ‌ିବା କୋଇଲା ଓ ପେଟ୍ରୋଲଜାତ ଶକ୍ତିଠାରୁ ଯଥେଷ୍ଟ ଅଧ୍ଵ ।
  • ଆମ ପୃଥ‌ିବୀରେ ଏକ ବର୍ଗମିଟର ଅଞ୍ଚଳରେ ଲମ୍ବଭାବରେ ପ୍ରାୟ 1.2 କିଲୋୱାଟ ସୌରଶକ୍ତି ପଡ଼ିଥାଏ ।
  • ହିସାବରୁ ଜଣାଯାଇଛି ଏକ ବର୍ଷ ମଧ୍ୟରେ ଭାରତ ଯେଉଁ ସୌରଶକ୍ତି ଲାଭ କରିଥାଏ ତାହା 5000 ନିୟୁତ କିଲୋୱାଟ ଆଓ୍ବାର ଶକ୍ତିଠାରୁ ଅଧ‌ିକ । ନିର୍ମଳ ମେଘମୁକ୍ତ ଆକାଶରେ ପ୍ରତିଦିନ ପ୍ରାୟ 4 ରୁ 7 KWh/m2 ଶକ୍ତି ମିଳିଥାଏ ।
  • ସୌର କୁ କର ବା ବୁର୍ଲା ଓ ସୌର ଜଳଉତ୍ତାପକର କାର୍ଯ୍ୟପଦ୍ଧତି ଏହି ନୀତି ଉପରେ ଆଧାରିତ ।

BSE Odisha 10th Class Life Science Important Questions Chapter 8 ଶକ୍ତିର ଉତ୍ସ

2. ସୋଲାର ସେଲ୍‌ର ଗଠନ ଚିତ୍ର ସହ ବୁଝାଅ ।
ଉ-
ସୌରସେଲ ଉପରେ ପ୍ରଥମ ସଫଳ ଗବେଷଣା 1954 ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ବେଲ୍‌ ଫୋନ୍ ଲାବୋରେଟୋରିରେ କରାଯାଇଥିଲା ।

  • ସୌର ସେଲ୍ ରେ ସୌରଶକ୍ତି ସିଧାସଳଖ ବିନିଯୋଗ କରି ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟିକରେ । ତେଣୁ ଏହି ପଦ୍ଧତିକୁ ଆଲୋକ ଭୋଲ୍‌ୟ ପ୍ରଭାବ କୁହାଯାଏ ।
  • ସୌରସେଲ୍‌ରେ N-ପ୍ରକାର ସିଲିକନ୍‌କୁ P- ପ୍ରକାର ସିଲିକନ୍ ଉପରେ ଚପାଇ ରଖାଯାଇଛି ।

BSE Odisha 10th Class Life Science Important Questions Chapter 8 ଶକ୍ତିର ଉତ୍ସ 5

  • ସିଲିକନ୍‌ର ପରମାଣୁର ବାହ୍ୟତମ କକ୍ଷରେ 4 ଟି ଇଲେକ୍‌ଟ୍ରନ୍ ଥ‌ିବାରୁ ଏହା ଚତୁଃସଂଯୋଜୀ । ସିଲିକନ୍ ସ୍ଫଟିକରେ ଆର୍ସେନିକ୍ ମିଶାଇ N- ପ୍ରକାର ସିଲିକନ୍ ହୁଏ ।
  • ଆର୍ସେନିକ୍ ପଞ୍ଚସଂଯୋଜୀ ହୋଇଥ‌ିବାରୁ ସିଲିକନ୍ ସହିତ ମିଶିବା ବେଳେ ଗୋଟିଏ ଇଲେକ୍‌ ଟ୍ରନ୍ ବଳି ପଡ଼େ ଏବଂ ଏହି ମୁକ୍ତ ଇଲେକ୍‌ଟ୍ରନ୍‌ ଚାର୍ଜବାହକ ରୂପେ କାର୍ଯ୍ୟ କରେ ।
  • ଏହା ବିଯୁକ୍ତ ଚାର୍ଜ ହୋଇଥିବାରୁ ଏପରି ଆର୍ସେନିକ ମିଶା ସିଲିକନ୍‌କୁ N-ପ୍ରକାର ସିଲିକନ୍ କୁହାଯାଏ ।
  • ସିଲିକନ୍‌ରେ ବୋରନ୍ ଖାଦ ମିଶାଇଲେ ତାହାକୁ P ପ୍ରକାର ସିଲିକନ୍ କହନ୍ତି ।
  • N-ପ୍ରକାର ସିଲିକନ୍ ଓ P-ପ୍ରକାର ସିଲିକନ୍ ଉପରେ ସୂର୍ଯ୍ୟକିରଣ ପଡ଼ିଲେ ଯୁକ୍ତ ଓ ବିଯୁକ୍ତ ଅଗ୍ରମଧ୍ଯରେ ବିଭବାନ୍ତର ସୃଷ୍ଟି ହୁଏ । ଉଭୟ ଅଗ୍ରକୁ ତାରଦ୍ଵାରା ସଂଯୋଗ କଲେ ବିଦ୍ୟୁତ୍ ପ୍ରବାହ ହୋଇଥାଏ ।
  • ଏକ ସୌର ସେଲ୍ ଆଲୋକିତ ହେଲେ ପ୍ରାୟ 0.5 ରୁ 10 V ପର୍ଯ୍ୟନ୍ତ ଭୋଲଟେଜ୍ ସୃଷ୍ଟି କରିପାରିବ ଏବଂ 1.0 W ପର୍ଯ୍ୟନ୍ତ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇପାରିବ । ଅଧ୍ଵ ବିଦ୍ୟୁତ୍ ବିଭବାନ୍ତର ପାଇଁ ଗୁଡ଼ିଏ ସେଲ୍‌କୁ ପକ୍ତିରେ ଓ ସ୍ତମ୍ଭରେ ସଜାଇ ସୋଲାର ପ୍ୟାନେଲ ତିଆରି କରାଯାଏ ।

BSE Odisha 10th Class Life Science Important Questions Chapter 8 ଶକ୍ତିର ଉତ୍ସ 6

1. ସୌର ପ୍ରବାହ ଓ ଆଲବେଡ଼େ କହିଲେ କ’ଣ ବୁଝ ?
ଊ-

  • ସୂର୍ଯ୍ୟ ଅନନ୍ତ ଆକାଶରୁ ଯେତେ ଶକ୍ତି ବିକିରଣ ସ୍ୱଚ୍ଛ ଭାଗ ପୃଥ‌ିବୀପୃଷ୍ଠରେ ପହଞ୍ଚିଥାଏ (ପ୍ରାୟ 50 ନିୟୁତ ଭାଗରୁ l ଭାଗ) ଏହାକୁ ସୌର ପ୍ରବାହ କହନ୍ତି ।
  • ଏକ ନିର୍ଦ୍ଦିଷ୍ଟ ପରିମାଣରୁ ସୌରଶକ୍ତି ପୃଥ‌ିବୀକୁ ମିଳିଥାଏ । ଏକ ମିନିଟ୍‌ରେ ପ୍ରତି ବର୍ଗସେ.ମି.କୁ ଏହାର ପରିମାଣ ପ୍ରାୟ 2 କ୍ୟାଲୋରୀ । ଏହା ଏକ ସ୍ଥିରାଙ୍କ ।
  • ଯେଉଁ ଶକ୍ତି ପୃଥ‌ିବୀପୃଷ୍ଠରେ ପହଞ୍ଚେ ତା’ର ପ୍ରାୟ ଅଧା ପୃଥ‌ିବୀ ଅବଶୋଷଣ କରେ ଏବଂ ଅବଶିଷ୍ଟ ପ୍ରତିଫଳିତ ଓ ବିକିରିତ ହୋଇ ମହାକାଶକୁ ଚାଲିଯାଏ । ଏହି ପ୍ରତିଫଳନକୁ ‘ଆଲ୍‌ବେଡ଼ୋ’ କହନ୍ତି ।

2. ଜୀବାଶ୍ମ ଇନ୍ଧନକୁ ନବୀକରଣ ଅଯୋଗ୍ୟ ଶକ୍ତିର ଉତ୍ସ ବୋଲି କୁହାଯାଏ କାହିଁକି ?
ଉ-

  • ମୃତ ଉଭିଦ ଦେହାବଶେଷରୁ କୋଇଲା ଓ ବ ଓ ଉଦ୍ଭବର ଦେହାବଶେଷରୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ସୃଷ୍ଟି ହୁଏ ।
  • ପ୍ରକୃତିରେ କୋଇଲା, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍‌ ପରିମାଣ ସୀମିତ ।
  • ଏହି ପଦାର୍ଥଗୁଡ଼ିକ ଥରେ ବ୍ୟବହାର ହେଲାପରେ ଆଉ ଥରେ ବ୍ୟବହାର କରିହୁଏ ନାହିଁ । ଏଣୁ କୁହାଯାଏ ।

3. ଜୈବ ଗ୍ୟାସ କାହାକୁ କୁହାଯାଏ ? ଏହା କିପରି ଉତ୍ପାଦନ କରାଯାଏ ?
ଊ –

  • ଅମ୍ଳଜାନ ଅନୁପସ୍ଥିତିରେ ଜୈବପଦାର୍ଥର ବିଘଟନ ଦ୍ଵାରା ନିର୍ଗତ ଗ୍ୟାସର ମିଶ୍ରଣକୁ ଜୈବଗ୍ୟାସ କୁହାଯାଏ । ଗୋବରରୁ ଏହି ଗ୍ୟାସ ମିଳୁଥ‌ିବାରୁ ଏହାକୁ ଗୋବର ଗ୍ୟାସ୍ ବୋଲି କୁହାଯାଏ ।
  • ଗୋବର ଓ ବିଭିନ୍ନ ଆବର୍ଜନାରୁ ଯେଉଁ ଗ୍ୟାସ ଉତ୍ପାଦିତ ହୋଇଥାଏ ତାହା ହେଉଛି ମିଥେନ୍ ।
  • ଆମ ଦେଶରେ ଗୋରୁ ମଇଁଷିଙ୍କ ସଂଖ୍ୟା ପ୍ରାୟ 30 କୋଟି ଗୋବରରୁ ମିଳୁଥିବା ଜାଳେଣି ପ୍ରାୟ 30 ଭାଗ । କୃଷିଜାତ ଅବଶେଷରୁ ମିଳୁଥି ଜାଳେଣି ପ୍ରାୟ 34 ଭାଗ ।
  • ଆମ ଦେଶରେ ଗୋରୁ ମଇଁଷିଙ୍କଠାରୁ ପ୍ରାୟ ୨୦ କୋଟି ଟନ୍ ଗୋବର ମିଳିଥାଏ ।
  • ଗୋବର ଗ୍ୟାସ ପ୍ଳାଣ୍ଟ ନିର୍ମାଣ ପାଇଁ ସରକାରଙ୍କଠାରୁ ଆର୍ଥିକ ସହାୟତା ମିଳିଥାଏ ।
  • ଚାରି ବା ପାଞ୍ଚଟି ଗାଈଗୋରୁଙ୍କ ଗୋବରରୁ ଏକ ପ୍ଲାଣ୍ଟ ନିର୍ମାଣ କରାଗଲେ ଏକ ସାତ ଆଠ ଜଣିଆ ପରିବାର ନିମନ୍ତେ ଗ୍ୟାସ ମିଳିଥାଏ ।

4. ଗୋବର ଗ୍ୟାସ୍ ପ୍ଲାଣ୍ଟରେ ଧାତୁନିର୍ମିତ ଡୋମ୍ବର କାର୍ଯ୍ୟକାରିତା ଲେଖ ।
ଊ –

  • ଏହା କୂପକୁ ଘୋଡ଼ାଇ ସଂପୂର୍ଣ୍ଣ ରୂପେ ବାୟୁରୋଧୀ କରିଥାଏ ।
  • କୂପଟି ବାୟୁରୋଧୀ ହେବାଦ୍ଵାରା ଅମ୍ଳଜାନ ଅନୁପସ୍ଥିତିରେ ବଢ଼ିପାରୁଥିବା ମିଆନୋଜେନ୍ ଓ ଅନ୍ୟାନ୍ୟ ବ୍ୟାକ୍ଟେରିଆ ଏହି ମିଶ୍ରଣରୁ ବିଶ୍ବନଦ୍ୱାରା ମି, ବାବନ ଡାଇଅକ୍‌ସାଇଡ୍ ହାଇଡ୍ରୋଜେନ୍ ସଲଫାଇନ୍ ଗ୍ୟାସ୍ ଉପୂଜ କରନ୍ତି ।
  • ଏଥ‌ିରେ ଥ‌ିବା ମିଥେନ୍ ପରିମାଣ ଶତକଡ଼ା 65-75 ଭାଗ । ଗ୍ୟାସ୍ ଚାପରେ ଡୋମଟି ଉପର କୁ ଉଠେ । ଏହି ମିଥେନ୍ ଗ୍ୟାସ୍ ଦହନୀୟ ଅଟେ ।

BSE Odisha 10th Class Life Science Important Questions Chapter 8 ଶକ୍ତିର ଉତ୍ସ

5. ସୌରଚୁଲାର କାର୍ଯ୍ୟ ସଂକ୍ଷେପରେ ଲେଖ । (ଚିତ୍ର ଅନାବଶ୍ଯକ)
ଊ –

  • ଧାତୁ ନିର୍ମିତ ଆଧାର ପାତ୍ରର ବାହାର ପାଖରେ ଓ ତାପଶୋଷୀ ଆଛାଦନର ଭିତର ପାର୍ଶ୍ଵରେ ବା ପ୍ରତିଫଳନ କରୁଥିବା ପୃଷ୍ଠଠାରୁ ଅଧିକ ତାପ ଶୋଷଣ କରେ ।
  • ତାପଶୋଷୀ ଆଚ୍ଛାଦନର ଉପରି ଭାଗକୁ କାଚ ଫଳକରେ ଆଦୃତ କରାଯାଇଥିବାରୁ ଅନ୍ୟନ୍ତର ତାପମାତ୍ରା ବୃଦ୍ଧିପାଏ କାରଣ ଅବଶୋଷିତ ତାପ ସହଜରେ ବାହାରିପାରେ ନାହିଁ ।
  • ଅଧ୍ଵ ପ୍ରତିଫଳନ ପାଇଁ ପ୍ରତିଫଳକର ଭିତର ସେଇଟୁଲାଇ ଅଭ୍ୟନ୍ତର ତାପମାତ୍ରା ବୃଦ୍ଧିପାଏ ଓ ରୋଷେଇ କାର୍ଯ୍ୟ କରାଯାଏ ।

6. ସୌରଶକ୍ତି ଜୀବାଶ୍ମ ଇନ୍ଧନ ଅପେକ୍ଷା ଅଧ୍ଵ ଉପଯୋଗୀ କାହିଁକି ?
ଉ-
ସୌରଶକ୍ତି ଜୀବାଶ୍ମ ଇନ୍ଧନ ଅପେକ୍ଷା ଅଧ୍ଵ ଉପଯୋଗୀ କାହିଁକି ?

  • ସୌରଶକ୍ତି ଏକ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଅଟେ ।
  • ଏହି ପ୍ରକାର ଶକ୍ତି ଉତ୍ସରୁ ଶକ୍ତି ବ୍ୟବହାର କଲାପରେ ପୁନର୍ବାର ସେହି ଉତ୍ସ ସୃଷ୍ଟି କରିହୁଏ ବା ପ୍ରାକୃତିକ ଉପାୟରେ ସେ ସମସ୍ତ ଶକ୍ତି ଉତ୍ସରୁ ବାରମ୍ବାର ଶକ୍ତି ମିଳିଥାଏ । ଯାହା ଜୀବାଶ୍ମ ଇନ୍ଧନଦ୍ୱାରା ସମ୍ଭବ ନୁହେଁ ।
  • ସୌରପ୍ରବାହ ଦ୍ଵାରା ପୃଥ‌ିବୀପୃଷ୍ଠରେ 1 ମିନିଟ୍‌ରେ ପ୍ରତି ବର୍ଗ ସେ.ମି.ରେ ପ୍ରାୟ 2 କ୍ୟାଲୋରୀ ଶକ୍ତି ମିଳିଥାଏ ଓ ଏହା ଏକ ସ୍ଥିରାଙ୍କ ଅଟେ ।

7. ଉତ୍ତମ ଶକ୍ତି ଉତ୍ସ କିପରି ବିବେଚନା କରାଯାଏ ?
ଊ-

  • ଶାରିରୀକ ପରିଶ୍ରମ ପାଇଁ ପେଶୀରେ ସଞ୍ଚ ଶକ୍ତି, ଯନ୍ତ୍ର ପରିଚାଳନା ପାଇଁ ବିଦ୍ୟୁତ୍ ଶକ୍ତି, ବ୍ୟବହାର ଉପଯୋଗୀ ଶକ୍ତି କୌଣସି ଏକ ଶକ୍ତି ଉତ୍ସରୁ ହିଁ ଆସିଥାଏ ।
  • ଏହି ଶକ୍ତି ଉତ୍ସଗୁଡ଼ିକର ପ୍ରଭାରଭେଦ, ସେଗୁଡ଼ିକର ଆବଶ୍ୟକତା ଓ ସର୍ବୋପରି ସଂରକ୍ଷଣ ବିଷୟରୁ ହିଁ ଉତ୍ତମ ଶକ୍ତି ଉତ୍ସ ବିବେଚିତ ହୋଇଥାଏ ।
  • ଯେଉଁ ଶକ୍ତି ଉତ୍ସ (କ) ପ୍ରତି ଘନଫଳ ବା ବସ୍ତୁତ୍ୱ ପ୍ରତି ଅଧ୍ବକ କାର୍ଯ୍ୟ କରିପାରେ, (ଖ) ସହଜରେ ଉପଲବ୍ଧ ହୋଇପାରେ, (ଗ) ସହଜରେ ସଂରକ୍ଷଣ କରାଯାଇପାରେ, ଏବଂ (ଘ) ସର୍ବୋପରି କମ ବ୍ୟୟସାପେକ୍ଷ ହୋଇଥାଏ, ତାହାକୁ ଆମେ ଏକ ଉତ୍ତମ ଶକ୍ତି ଉତ୍ସ ବୋଲି କହିପାରିବା ।

8. ଶକ୍ତିର ରୂପାନ୍ତରଣ ଉଦାହରଣ ସହ ବୁଝାଅ ।
ଉ-

  • ଶକ୍ତି ବିଭିନ୍ନ ପ୍ରକାରରେ ଉପଲବ୍ଧ ହୁଏ ଏବଂ ଏକ ପ୍ରକାରର ଶକ୍ତି ଅନ୍ୟ ଏକ ପ୍ରକାର ଶକ୍ତିକୁ ରୂପାନ୍ତରିତ ହୋଇପାରେ ।
  • ଉଦାହରଣ – I : ଆମେ ଯଦି ଏକ ଉଚ୍ଚସ୍ଥାନରୁ ଏକ ପ୍ଲେଟ୍‌କୁ ତଳକୁ ପକାଉ, ପ୍ଲେଟ୍‌ଟି ତଳେ ପଡ଼ିବା ବେଳେ ସେଥୁରେ ଥ‌ିବା ସ୍ଥିତିଜ ଶକ୍ତି ହୋଇଥାଏ ।
  • ଉଦାହରଣ- II : ଆମେ ଯଦି ଏକ ମହମବତୀକୁ ଜାଳିବା, ମହମରେ ଥ‌ିବା ରାସାୟନିକ ଶକ୍ତି ତାପଶକ୍ତିରେ ରୂପାନ୍ତରିତ ହୁଏ’।
  • ଶକ୍ତି ଏକ ରୂପରୁ ଅନ୍ୟ ରୂପକୁ ରୂପାନ୍ତରିତ ହେବା ପରିପ୍ରେକ୍ଷୀରେ ଆମେ ମହବତୀ ଜଳିବା ଉଦାହରଣକୁ ବିଚାର କରିବା ।

9. କେବଳ ନାମାଙ୍କିତ ଚିତ୍ର ପ୍ରଦାନ କର । ବର୍ଣ୍ଣନା ଅନାବଶ୍ୟକ ।
(a) ସୌରଚୁଲା
(b) ସୌରସେଲ୍
(c) ପବଳ କଳ
(d) ଜୁଆରରୁ ଶକ୍ତି ଉତ୍ପାଦନ ପ୍ରଣାଳୀ
(e) ନଦୀବନ୍ଧ ଯୋଜନା ସୌରଚୁଲା –
ଉ-
(a) ସୌରଚୁଲା

BSE Odisha 10th Class Life Science Important Questions Chapter 8 ଶକ୍ତିର ଉତ୍ସ 7
BSE Odisha 10th Class Life Science Important Questions Chapter 8 ଶକ୍ତିର ଉତ୍ସ 8
BSE Odisha 10th Class Life Science Important Questions Chapter 8 ଶକ୍ତିର ଉତ୍ସ 9

ଉ-
1. ଉତ୍ତମ ଶକ୍ତିର ଉତ୍ସରେ କେଉଁ ଲକ୍ଷଣ ମାନ ଦେଖାଯାଏ ?
ଉ-

  • ପ୍ରତି ଘନଫଳ ବା ବସ୍ତୁତ୍ବ ପ୍ରତି ଅଧ‌ିକ କାର୍ଯ୍ୟ
  • ସହଜରେ ଉପଲବ୍‌ଧ ହୋଇପାରେ ।
  • ସହଜରେ ସଂରକ୍ଷଣ କରାଯାଇପାରେ ।
  • ସର୍ବୋପରି କମ୍ ବ୍ୟୟସାପେକ୍ଷ ହୋଇପାରେ ।

2. କବୀକରଣ ଯୋଗ୍ୟ ଶକ୍ତିର ଉତ୍ସଗୁଡ଼ିକ ସମ୍ବନ୍ଧରେ ଲେଖ ।
ଉ-

  • ପ୍ରାକୃତିକ ଉପାୟରେ ଯେଉଁ ଉତ୍ସରୁ ଶକ୍ତି ବାରମ୍ବାର ମିଳି ଥାଏ ଓ ଶକ୍ତି ବ୍ୟବହାର କଲାପରେ ବାରମ୍ବାର ଉତ୍ସ ସୃଷ୍ଟି କରି ହୁଏ କୁହାଯାଏ ।
  • ଏହି ଶକ୍ତି ଉତ୍ସର ଉଦାହରଣ- ଜୈବବସ୍ତୁତ୍ୱରୁ ଜାତ ଶକ୍ତି, ବାୟୁ ଶକ୍ତି, ନାଭିକୀୟ ଶକ୍ତି ଇତ୍ୟାଦି ।

BSE Odisha 10th Class Life Science Important Questions Chapter 8 ଶକ୍ତିର ଉତ୍ସ

3. ପବନ କଳରୁ ବିଦ୍ୟୁତ୍ ଶକ୍ତି କିପରି ଉତ୍ପନ୍ନ ହୁଏ ?
ଉ-

  • ପବନ କଳରେ କେତେକ ପ୍ରପେଲ ର ଲଗାଯାଇଛି ଯାହାର ବ୍ୟାସ ପ୍ରାୟ 6 ମିଟର ।
  • ପବନ ପ୍ରବାହିତ ହେଲେ ପ୍ରପେଲର ଘୁରେ ଏବଂ ଘୁରିବା ସହ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହୁଏ ।

4. ସୌର ରନ୍ଧକ ଥ‌ିବା ତାପଶୋଷୀ ଆଚ୍ଛାଦନ କାହାକୁ କହନ୍ତି ? ଏହାର କାର୍ଯ୍ୟ କ’ଣ ?
ଭ-

  • ଆଧାର ପାତ୍ର ଗୁଡ଼ିକୁ ର ଖା ଯାଇଥ‌ି ଆବୃତ୍ତ କରାଯାଇଥାଏ । ଏହାକୁ ତାପଶୋଷୀ ଆଚ୍ଛାଦନ କୁହାଯାଏ ।
  • ଏହି ଆଚ୍ଛାଦନ ଦ୍ଵାରା ପାତ୍ରର ଭିତର ପାର୍ଶ୍ଵର ତାପମାତ୍ରା ବୃଦ୍ଧି ପାଇଥାଏ ଓ ପାତ୍ର ଦ୍ଵାରା ଅବଶୋଷିତ ତାପ ସହଜରେ କାଚ ବାହାରକୁ ଯାଇପାରେ ନାହିଁ ।

5. କେଉଁ ପରିସ୍ଥିତିରେ ପବନ କଳ କାର୍ଯ୍ୟ କରିପାରିବ ନାହିଁ ?
ଉ-

  • ପବନର ବେଗ ଅତ୍ୟଧ୍ଵକ କମିଗଲେ ପବନ ଚକି ସମ୍ଭବପର ହୁଏ ନାହିଁ ।
  • ପବନର ବେଗ ଅତ୍ୟଧୁକ ବା ପବନ ଅଧ୍ଵ ବେଗରେ ବହିଲେ ପବନ ଚକି ଭାଙ୍ଗିଯାଏ ।

6. ରାନସ୍ ନଦୀ ମୁହାଣରେ କିପରି ଶକ୍ତି ଉତ୍ପାଦନ କରାଯାଏ ?
ଉ-

  • ରାନସ୍ ନଦୀ ମୁହାଣରେ ଜୁଆର ଓ ଭଟ୍ଟା ମଧ୍ୟରେ ରହେ । ଦିନ ମଧ୍ୟରେ ଦୁଇଥର ଜୁଆର ଓ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ । ଜୁଆର ଶକ୍ତି ସଂଗ୍ରହପାଇଁ ନଦୀ ମୁହାଣରେ ପ୍ରାୟ 20 Km ସୁଇସ୍ ଗେଟ୍ ଲଗାଯାଏ । ଉଚ୍ଚ ସମୟରେ ଗେଟ୍‌କୁ ଖୋଲି ଦିଆଯାଏ ଓ ଜୁଆର ଗେଟ୍ ବନ୍ଦ କରାଯାଏ ।
  • ଜଳ ପତ୍ତନରୁ ଜଳ ନିୟନ୍ତ୍ରଣ ଭାବରେ ସମୁଦ୍ରକୁ ଖଲାସ କରାଯାଏ । ଏହି ଖଲାସ ହେଉଥ‌ିବା ଜଳସ୍ରୋତରେ ଟରବାଇନ୍ ଘୁରାଇ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରାଯାଏ ।

7. ସୁଇସ୍ ଗେଟ୍‌ର କାର୍ଯ୍ୟ ଲେଖ ।
ଊ-

  • ନଦୀ ମୁହାଣରେ ଜଳାଶୟ ନିର୍ମାଣ କରାଯାଇ ଯେଉଁ ଗେଟ୍ ଲଗାଯାଏ ତାହାକୁ ସୁଇସ୍ ଗେଟ୍
  • ଜଳ ପତ୍ତନରୁ ଜଳ ନିୟନ୍ତ୍ରଣ ଭାବରେ ସମୁଦ୍ରକୁ ଖଲାସ କରାଯାଏ । ଏହି ଖଲାସ ହେଉଥ‌ିବା ଜଳସ୍ରୋତରେ ଟରବାଇନ୍ ଘୁରାଇ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରାଯାଏ ।

8. ଢେଉରୁ କିପରି ଶକ୍ତି ସଂଗ୍ରହ କରାଯାଏ ?
ଉ-

  • ଜୁଆର ପରି ଢେଉରେ ଥ‌ିବା ଗତିଜ ଶକ୍ତିକୁ ବିନିଯୋଗ କରି ବିଦ୍ୟୁତ୍ ଶକ୍ତି ଉତ୍ପାଦନ ପ୍ରବଳ ବାୟୁପ୍ରବାହ ହେବାଦ୍ଵାରା ଢେଉ ସୃଷ୍ଟି ହୋଇଥାଏ ।
  • ଢେଉ ଶକ୍ତିକୁ ସଂଗ୍ରହ କରି ଟରବାଇନ୍ ଚଳାଇ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇଥାଏ ।

BSE Odisha 10th Class Life Science Important Questions Chapter 8 ଶକ୍ତିର ଉତ୍ସ 10
ଉ-

  • ନଦୀରେ ବନ୍ଧ ପକାଇ ଏକ ବୃହତ୍ ଜଳଭଣ୍ଡାର ସୃଷ୍ଟି କରାଯାଏ । ପରେ ଜଳକୁ ଉଚ୍ଚ ପତ୍ତନରୁ ନିମ୍ନ ପତ୍ତନକୁ ପ୍ରବଳ ବେଗରେ ଛଡ଼ାଯାଏ । ସେଥୁରୁ ଜାତ ହେଉଥ‌ିବା ଜଳସ୍ରୋତ ଶକ୍ତି ଟରବାଇନ୍ ଘୁରାଇବାରେ ବ୍ୟବହୃତ ହୁଏ ।
  • ଟର ବାଇନ୍ ସହ ସଂଯୁକ୍ତ ଜେନେରେ ଟର ଆର୍ମେଚର ଘୁରିବାଦ୍ଵାରା ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୁଏ ।

10. ଭୂ-ତାପୀୟ ଶକ୍ତିର ଉପକାରିତାଗୁଡ଼ିକ ଲେଖ ।
ଊ-

  • ଏହି ଶକ୍ତି ବର୍ଷର ସବୁ ସମୟରେ ସଂଗ୍ରହ କରାଯାଇପାରେ । ଏହା ପରିବେଶ ପ୍ରଦୂଷଣ କରେ ନାହିଁ ।
  • ଅନ୍ୟ ଉପାୟରେ ଉତ୍ପାଦିତ ବିଦ୍ୟୁତ୍ ଶକ୍ତି ତୁଳନାରେ ଏହି ଉପାୟରେ ଉତ୍ପାଦିତ ବିଦ୍ୟୁତ୍ ଶକ୍ତିର ଖର୍ଚ୍ଚ ପରିମାଣ କମ୍ ।

11. ଭୂ-ତାପଜ ଶକ୍ତି କ’ଣ ? କେଉଁ ଦେଶରେ ଭୂତାପୀୟ ଶକ୍ତିର ବ୍ୟବହାର ଅଧିକ ?
ଉ-

  • ପୃଥ୍ବୀ ଅଭ୍ୟନ୍ତରରେ ଥ‌ିବା ତାପଶକ୍ତି କୁ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ନିୟନ୍ତ୍ରଣ କରି ଭୂ-ତାପଜ ଶକ୍ତି କୁହାଯାଏ ।
  • ନିଉଜିଲ୍ୟାଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ପ୍ରକାରର ଶକ୍ତିର ବ୍ୟବହାର ବହୁଳ ଅଟେ ।

BSE Odisha 10th Class Life Science Important Questions Chapter 8 ଶକ୍ତିର ଉତ୍ସ

12. ମାସ୍‌ମା କ’ଣ ? ମାମା ଯେଉଁ ସ୍ଥାନରେ ରହିଥାଏ ସେହି ସ୍ଥାନକୁ କ’ଣ କୁହାଯାଏ ?
ଉ-

  • ପୃଥ‌ିବୀର ଗଭୀରତମ ସ୍ଥାନଗୁଡ଼ିକ ଉତ୍ତପ୍ତ ଏଠାରେ ଶିଳାଗୁଡ଼ି କ ତରଳିଯାଇଥାଏ ଏହି ତରଳ ଶିଳାକୁ ମାମା କୁହାଯାଏ ।
  • ତରଳ ଶିଳା ବା ମାସ୍‌ମା ଯେଉଁ ସ୍ଥାନମାନଙ୍କରେ ରହିଥାଏ ସେହି ସ୍ଥାନକୁ ଉତ୍ତପ୍ତ ସ୍ଥାନ କହନ୍ତି ।

13. ସୌର ଚୁଲାର 2ଟି ଉପକାରିତା ଲେଖ ।

  • କୌଣସି ଇନ୍ଧନର ଆବଶ୍ୟକତା ପଡ଼େ ନାହିଁ ।
  • ପ୍ରତିଫଳକର ଭିତର ପୃଷ୍ଠକୁ ଅତି ମସୃଣ କରାଯାଇଥ‌ିବାରୁ ରୋଷେଇ ଦ୍ରବ୍ୟ ଅଧ‌ିକ ତାପମାତ୍ରାରେ ଗରମ କରାଯାଏ ।

14. ନାଭିକୀୟ ଶକ୍ତି ବିନିଯୋଗର 2ଟି ପ୍ରତିବନ୍ଧକ ଲେଖ ?
ଉ-

  • ଏହି ବିଭାଜନ ପ୍ରକ୍ରିୟାର ଏକ ବିଶେଷ ଅସୁବିଧା ଏହାର ଠିକ୍ ଉପାୟରେ ପରିଚାଳନା । ଏହା ସମ୍ଭାବନା ରହିଥାଏ ।
  • ନାଭିକୀୟ ଶକ୍ତି କେନ୍ଦ୍ରର ପ୍ରତିଷ୍ଠାରେ ଅତ୍ୟଧ୍ଵ ଖର୍ଚ୍ଚ, ପରିବେଶ ପ୍ରଦୂଷଣର ଯଥେଷ୍ଟ ସମ୍ଭାବନା ଓ ଗୁରୁ ପରମାଣୁର ସୀମିତ ଲଭ୍ୟତା ଏହି ଶକ୍ତିର ବିନିଯୋଗ ଦିଗରେ ପ୍ରତିବନ୍ଧକ ଅଟେ ।

15. ଜୀବାଶ୍ମ ଇନ୍ଧନର 2ଟି ଉପକାରିତା ଲେଖ ।
ଉ-

  • କୋଇଲାକୁ ଶକ୍ତିଉତ୍ସଭାବେ ବ୍ୟବହାରକରି ଶିଳ୍ପ ବିପ୍ଳବ ସମ୍ଭବ ହୋଇପାରିଛି ।
  • ଶିଳ୍ପ ଅଭିବୃଦ୍ଧିରୁ ହିଁ ମନୁଷ୍ୟର ଜୀବନଶୈଳୀରେ ପରିବର୍ତ୍ତନ ଘଟିଛି ।

16. ସୌରଶକ୍ତି ଜୀବାଶ୍ମ ଇନ୍ଧନ ଅପେକ୍ଷା ଅଧୂକ ଉପଯୋଗୀ କାହିଁକି ?
ଉ-
ସୌରଶକ୍ତି ଜୀବାଶ୍ମ ଇନ୍ଧନ ଅପେକ୍ଷା ଅଧ୍ଵ ଉପଯୋଗୀ କାରଣ –

  • ସୌରଶକ୍ତି ଏକ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଅଟେ ।
  • ଏହି ପ୍ରକାର ଶକ୍ତି ଉତ୍ସରୁ ଶକ୍ତି ବ୍ୟବହାର କଲାପରେ ପୁନର୍ବାର ସେହି ଉତ୍ସ ସୃଷ୍ଟି କରିହୁଏ ବା ପ୍ରାକୃତିକ ଉପାୟରେ ସେ ସମସ୍ତ ଶକ୍ତି ଉତ୍ସରୁ ବାରମ୍ବାର ଶକ୍ତି ମିଳିଥାଏ । ଯାହା ଜୀବାଶ୍ମ ଇନ୍ଧନଦ୍ୱାରା ସମ୍ଭବ ନୁହେଁ ।
  • ସୌରପ୍ରବାହ ଦ୍ଵାରା ପୃଥ‌ିବୀପୃଷ୍ଠରେ l ମିନିଟ୍‌ରେ ପ୍ରତି ବର୍ଗ ସେ.ମି.ରେ ପ୍ରାୟ 2 କ୍ୟାଲୋରୀ ଶକ୍ତି ମିଳିଥାଏ ଓ ଏହା ଏକ ସ୍ଥିରାଙ୍କ ଅଟେ ।

17. ସୌରଶକ୍ତି ବାୟୁପ୍ରବାହ ପାଇଁ କିପରି ଦାୟୀ ବୁଝାଅ ।
ଉ-

  • ସୂର୍ଯ୍ୟକିରଣ ପ୍ରଭାବରେ ବାୟୁମଣ୍ଡଳର ବିଭିନ୍ନ ସ୍ଥାନ ସମାନ ଭାବେ ଉତ୍ତପ୍ତ ହୋଇ ନଥିବାରୁ ଅଟେ ।
  • ବାୟୁ ଚାପର ଏହି ପାର୍ଥକ୍ୟ ଯୋଗୁଁ ବାୟୁସ୍ରୋତ ସୃଷ୍ଟି ହୋଇଥାଏ । ଏହି କାରଣରୁ ସୌରଶକ୍ତି ବାୟୁ ପ୍ରବାହପାଇଁ ଦାୟୀ ଅଟେ ।

BSE Odisha 10th Class Life Science Important Questions Chapter 8 ଶକ୍ତିର ଉତ୍ସ

18. ଉତ୍ତମ ଶକ୍ତଉ କାହାକୁ କୁହାଯାଏ ?
ଉ-
ଯେଉଁ ଶକ୍ତି ଉତ୍ସ

  • ପ୍ରତି ଘନଫଳ ବା ବସ୍ତୁତ୍ଵ ପ୍ରତି ଅଧ୍ବକ କାର୍ଯ୍ୟ କରିପାରେ,
  • ସହଜରେ ଉପଲବ୍ଧ ହୋଇପାରେ,
  • ସହଜରେ ସଂରକ୍ଷଣ କରାଯାଇପାରେ, ଏବଂ
  • ସର୍ବୋପରି କମ ବ୍ୟୟସାପେକ୍ଷ ହୋଇଥାଏ, ତାହାକୁ ଏକ ଉତ୍ତମ ଶକ୍ତି ଭାବେ ବିବେଚିତ ହୋଇଥାଏ ।

19. ଢେଉରୁ କିପରି ଶକ୍ତି ଉତ୍ପାଦନ କରାଯାଏ ?
ଉ-

  • ଜୁଆର ପରି ଢେଉରେ ଥ‌ିବା ଗତିଜଶକ୍ତିକୁ ବିନିଯୋଗ କରି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇପାରିବ ।
  • ସମୁଦ୍ରର ଉପରିଭାଗରେ ପ୍ରବଳ ବାୟୁପ୍ରବାହରୁ ଢେଉର ସୃଷ୍ଟି ।
  • ଏହି ଢେଉଶକ୍ତିକୁ ସଂଗ୍ରହ କରି ଟର୍‌ବାଇନ୍ ଚଳାଇ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇପାରୁଛି ।

20. ଆମ ରାଜ୍ୟରେ ଥିବା ଜଳ ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକର ନାମ ଲେଖ ।
ଉ-
ଆମ ରାଜ୍ୟରେ ହୀରାକୁଦ, ମାଛକୁ ଣ୍ଡ, ବାଲିମେଳା ରେଙ୍ଗାଲି, ଉପର କୋଲାବ, ଉପର ଇନ୍ଦ୍ରାବତୀ ଆଦି ଜଳବିଦ୍ୟୁତ୍ ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି ।

BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

Odisha State Board BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା Textbook Exercise Questions and Answers.

BSE Odisha Class 10 Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧ ।
ଦୁଃ + ଭାଗ୍ୟ = ଦୁର୍ଭାଗ୍ୟ ।
ଏହିପରି ‘ଦୁଃ’ ଉପସର୍ଗ ଲଗାଇ ଆଉ ଚାରୋଟି ଶବ୍ଦ ଲେଖ ।
Answer:
ଦୁଃ + ଚିନ୍ତ୍ରା = ଦୁଶ୍ଚିନ୍ତ୍ରୀ
ଦୁଃ + ଛେଦ୍ୟ = ଦୁଃଶ୍ଵେଦ୍ୟ
ଦୁଃ + ସମୟ = ଦୁଃସମୟ
ଦୁଃ + ଭାବନା = ଦୁର୍ଭାବନା
ଦୁଃ + ସହ = ଦୁଃସହ
ଦୁଃ + ଯୋଗ = ଦୁର୍ଯ୍ୟୋଗ

Question ୨।
‘ଅନ୍ତବସ୍ତ୍ର’ପରି ଆଉ ଚାରୋଟି ଯୋଡ଼ାଶବ୍ଦ ପଠିତ ବିଷୟରୁ ଚୟନ କର ।
Answer:
‘ବିଦ୍ୟାବୁଦ୍ଧି’, ‘ରଙ୍ଗରୂପ’, ‘ଘରଦ୍ଵାର’, ‘ହାଣ୍ଡିମାଠିଆ’, ରାସ୍ତାଘାଟ, କାନ୍ଥବାଡ଼

BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

Question ୩ ।
ଯେପରି ‘ମନସ୍’ ଶବ୍ଦରେ ‘ଇକ’ ପ୍ରତ୍ୟୟ ଲାଗି ମାନସିକ ହୋଇଛି ସେହିପରି ଆଉ ଚାରୋଟି ‘ଇକ’ ପ୍ରତ୍ୟୟ ଯୁକ୍ତ ଶବ୍ଦ ଲେଖ ।
Answer:
‘ଗଣିତ’ ଶବ୍ଦରେ ‘ଇକ’ ପ୍ରତ୍ୟୟ ଲାଗି ‘ଗାଣିତିକ’ ହୁଏ ।
‘ଦିନ’ ଶବ୍ଦରେ ‘ଇକ’ ପ୍ରତ୍ୟୟ ଲାଗି ‘ଦୈନିକ’ ହୁଏ ।
‘ରାଜସ୍’ ଶବ୍ଦରେ ‘ଇକ’ ପ୍ରତ୍ୟୟ ଲାଗି ‘ରାଜସିକ’ ହୁଏ ।
‘ବାଚ୍’ ଶବ୍ଦରେ ‘ଇକ’ ପ୍ରତ୍ୟୟ ଲାଗି ‘ବାଚିକ’ ହୁଏ ।

Question ୪।
ସନ୍ଧିବିଚ୍ଛେଦ କର ।
ସର୍ବୋତ୍କୃଷ୍ଟ, ନିରଳସ, ନିରବଚ୍ଛିନ୍ନ, ନିଶ୍ଚୟ, ଉନ୍ମୋଚନ
Answer:
ସର୍ବୋତ୍କୃଷ୍ଟ = ସର୍ବ + ଉତ୍କୃଷ୍ଟ
ନିରଳସ = ନିଃ + ଅଳସ
ନିରବଚ୍ଛିନ୍ନ = ନିଃ + ଅବଚ୍ଛିନ୍ନ
ବିଶ୍ଵଯୁ = ନିଃ + ଚୟ
ଉନ୍ନୋଚନ = ଉତ୍ + ମୋଚନ

Question ୫।
ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ଜ୍ଞାନୀ, ଆମଦାନି, ସନ୍ଦେହ, ଆରମ୍ଭ, ସୁଯୋଗ, ଆଦର୍ଶ

ଶବ୍ଦ ବିପର।ତ।ର୍ଥ ବୋଧକ ଶବ୍ଦ
ଜ୍ଞାନା ଅଜ୍ଞାନ
ଆମଦାନି ରପ୍ତାନି
ସନ୍ଦେହ ନିଃସନ୍ଦେହ
ଆରମ୍ଭ ଶେଷ
ସୁଯୋଗ ଦୁର୍ଯୋଗ
ଆଦର୍ଶ ଅନାଦର୍ଶ

Question ୬ ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭ ଯୋଗ କର ।

ଗଣତନ୍ତ୍ର ମାତୃଭାଷା
ହିବ୍ର ଗାନ୍ଧିଜା
ମାତୃଭୂମି ପୁରା
ଅଦୃଶ୍ୟଦ୍ରଷ୍ଠା ଇଜ୍ ରାଇଲ
ସଂସୃତିକେନ୍ଦ୍ର ଟେକ୍ ନିକାଲ ଇଡ଼ିୟମ
କୃଷି ଆଞ୍ଚଳିକ

Question ୭।
ପ୍ରଦତ୍ତ ଉତ୍ତରଗୁଡ଼ିକରୁ ଠିକ୍ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଅନ୍ନଦାଶଙ୍କରଙ୍କର ମାତୃଭାଷା ଥ୍ ଲା ………………………. । ( ଓଡ଼ିଆ, ବଙ୍ଗଳା, ଇଂରାଜୀ, ହିନ୍ଦୀ)
Answer:
ବଙ୍ଗଳା

(ଖ) ଇଜ୍‌ରାଇଲ ସହତ ……………….. ଭାଷା ସମ୍ପର୍କିତା
(ହିନ୍ଦୀ, ଇଂରାଜୀ, ହିବ୍ର, ଆରବା)
Answer:
ହିବ୍ର,

(ଗ) …………………………… ସ୍ଵଭାବ କବି ଅଟନ୍ତି ।
(ମଧୁସୂଦନ ରାଓ, ମାୟାଧର ମାନସିଂହ, ଗଙ୍ଗାଧର ମେହେର, ଉପେନ୍ଦ୍ର ଭଞ୍ଜ)
Answer:
ଗଙ୍ଗାଧର ମେହେର

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୮ ।
ଜନତାର ପ୍ରଥମ ପ୍ରୟୋଜନ କ’ଣ ?
Answer:
ପ୍ରାବନ୍ଧିକ ଗୋଲୋକବିହାରୀ ଧଳ, ‘ମାତୃଭାଷା ଓ ଲୋକଶିକ୍ଷା’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ପ୍ରାବନ୍ଧିକଙ୍କ ମତରେ ଆଞ୍ଚଳିକ ଭାଷା ହେଉଛି ଜନତାର ପ୍ରଥମ ପ୍ରୟୋଜନ ।

Question ୯ ।
ଦେଶଭକ୍ତ ବୋଲି କାହାକୁ କୁହାଯାଇପାରିବ ନାହିଁ ?
Answer:
ପ୍ରାବନ୍ଧିକ ଗୋଲୋକବିହାରୀ ଧଳ ‘ମାତୃଭାଷା ଓ ଲୋକଶିକ୍ଷା’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ପ୍ରାବନ୍ଧିକଙ୍କ ମତରେ ଯେଉଁ ଲୋକର ମାତୃଭାଷା’ପ୍ରତି ମମତା ନାହିଁ, ତାହାକୁ କେବେ ଦେଶଭକ୍ତ ବୋଲି କୁହାଯାଇପାରିବ ନାହିଁ ।

BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

Question ୧୦ ।
ଗଣତନ୍ତ୍ରର ମୂଳମନ୍ତ୍ର କହିଲେ କ’ଣ ବୁଝ ?
Answer:
ପ୍ରାବନ୍ଧିକ ଗୋଲୋକବିହାରୀ ଧଳ ‘ମାତୃଭାଷା ଓ ଲୋକଶିକ୍ଷା’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ପ୍ରାବନ୍ଧିକଙ୍କ ମତରେ ଗଣତନ୍ତ୍ରର ମୂଳମନ୍ତ୍ର ହେଉଛି ଶିକ୍ଷା, କାରଣ ଲୋକେ ଉପଯୁକ୍ତ ଶିକ୍ଷା ନ ପାଇବା ପର୍ଯ୍ୟନ୍ତ ଗଣତନ୍ତ୍ର ସଫଳ ହୋଇପାରେ ନାହିଁ ।

Question ୧୧।
ସମୂହ ଜନତା ଅଳ୍ପସମୟ ମଧ୍ୟରେ କିପରି ଶିକ୍ଷିତ ହୋଇପାରିବେ ?
Answer:
ପ୍ରାବନ୍ଧିକ ଗୋଲୋକବିହାରୀ ଧଳ ‘ମାତୃଭାଷା ଓ ଲୋକଶିକ୍ଷା’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ପ୍ରାବନ୍ଧିକଙ୍କ ମତରେ ସମୂହ-ଜନତା ଅଳ୍ପସମୟ ମଧ୍ୟରେ ମାତୃଭାଷା ମାଧ୍ୟମରେ ଶିକ୍ଷିତ ହୋଇପାରିବେ । ମାତୃଭାଷା ହିଁ ଜନତାଙ୍କୁ ଶିକ୍ଷିତ କରିବାପାଇଁ ସର୍ବୋତ୍କୃଷ୍ଟ ମାଧ୍ୟମ ।

Question ୧୨ ।
ବିଦେଶୀ ଭାଷା ଲୋକମାନଙ୍କ ଭିତରେ ସହଜରେ ପ୍ରସାରିତ ନ ହେବାର କାରଣ କ’ଣ ?
Answer:
ପ୍ରାବନ୍ଧିକ ଗୋଲୋକବିହାରୀ ଧଳ ‘ମାତୃଭାଷା ଓ ଲୋକଶିକ୍ଷା’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ବିଦେଶୀ ଭାଷା ଲୋକମାନଙ୍କ ଭିତରେ ସହଜରେ ପ୍ରସାରିତ ନ ହେବାର କାରଣ ହେଉଛି ବିଦେଶୀ ଭାଷା ପାଇଁ ଅଧ୍ଵ ମାନସିକ ପରିଶ୍ରମ କରିବାକୁ ହୋଇଥାଏ । ମାତୃଭାଷା ପାଇଁ ମନ ଭିତରେ ଯେପରି ଭୂର୍ଭି ହୁଏ, ବିଦେଶୀ ଭାଷା ପାଇଁ ମନ ଭିତରେ ସେପରି ଭାବ ରହିନଥାଏ । ବିଦେଶୀ ଭାଷାକୁ ବାସ୍ତବ ଜୀବନରେ ବ୍ୟବହାର କରାଯାଇନଥାଏ ।

Question ୧୩ ।
କେଉଁ ଅପ୍ରାକୃତିକ ପାଚେରିକୁ ଭାଙ୍ଗିବାପାଇଁ ଗାନ୍ଧିଜୀ ପ୍ରଥମେ ପ୍ରୟାସ କରିଥିଲେ ?
Answer:
ପ୍ରାବନ୍ଧିକ ଗୋଲୋକବିହାରୀ ଧଳ ‘ମାତୃଭାଷା ଓ ଲୋକଶିକ୍ଷା’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ପ୍ରାବନ୍ଧିକଙ୍କ ମତରେ ଆମ ଦେଶର ଲୋକେ ଇଂରାଜୀ ପାରଙ୍ଗମ ଓ ଇଂରାଜୀ ଅପାରଗ ଭାବରେ ଦୁଇଭାଗରେ ବିଭକ୍ତ ହୋଇଛନ୍ତି ।ଏହି ପାଠୁଆ ଓ ଅପାଠୁଆ ଭିତରେ ରହିଛି ଅଦୃଶ୍ୟ ପାଚେରି । ଏହି ଅପ୍ରାକୃତିକ ପାଚେରିକୁ ଭାଙ୍ଗିବାପାଇଁ ଗାନ୍ଧିଜୀ ପ୍ରଥମେ ପ୍ରୟାସ କରିଥିଲେ ।

Question ୧୪ ।
କୃଷି ବିଷୟକ ଶିକ୍ଷା ମାତୃଭାଷାରେ ହେଲେ କି ସୁଫଳ ହୁଅନ୍ତା ?
Answer:
ପ୍ରାବନ୍ଧିକ ଗୋଲୋକବିହାରୀ ଧଳ ‘ମାତୃଭାଷା ଓ ଲୋକଶିକ୍ଷା’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ପ୍ରାବନ୍ଧିକଙ୍କ ମତରେ କୃଷି ବିଷୟକ ଶିକ୍ଷା ମାତୃଭାଷାରେ ହେଲେ, ଦେଶରେ ଇଂରାଜୀ ଅନଭିଜ୍ଞ ଅଥଚ ଭଲ ଭଲ ଅଭିଜ୍ଞ କୃଷକମାନେ କୃଷି କଲେଜରେ ସାମୟିକ ଶିକ୍ଷା ନେଇପାରିଥା’ନ୍ତେ ଏବଂ କୃଷି ଛାତ୍ରମାନେ ସେମାନଙ୍କ ପାଇଁ ସରଳ ପୁସ୍ତକମାନ ସହଜରେ ଲେଖୁପାରିଥା’ନ୍ତେ ।

Question ୧୫ ।
ମାତୃଭାଷା ସମ୍ପର୍କରେ ଗାନ୍ଧିଜୀ ଓ ରବୀନ୍ଦ୍ରନାଥଙ୍କ ଦୃଷ୍ଟିକୋଣ କିପରି ଥିଲା ?
Answer:
ପ୍ରାବକ୍ଷିକ ଗୋଲୋକବିହାରା ଧଳ ‘ମାତୃଭାଷା ଓ ଲୋକଶିକ୍ଷା’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ପ୍ରାବନ୍ଧିକଙ୍କ ବିଚାରରେ ଗାନ୍ଧିଜୀ ଓ ରବୀନ୍ଦ୍ରନାଥ ମାତୃଭାଷା ସମ୍ପର୍କରେ ଯାହା କହୁଥିଲେ, ସେମାନେ କେବଳ ଜାତୀୟତା ସ୍ରୋତରେ ଭାସିଯାଇ ସେପରି କହୁନଥିଲେ, ବରଂ ସେମାନଙ୍କର ଦୃଷ୍ଟିକୋଣ ଥିଲା ଖୁବ୍ ବାସ୍ତବ ।

BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

Question ୧୬ ।
ରୁଷ୍ ସରକାର ପ୍ରତ୍ୟେକ ସୋଭିଏଟ୍‌ରେ ଲୋକମାନଙ୍କୁ କେଉଁ ଅଧିକାର ଦେଇଛନ୍ତି ?
Answer:
ପ୍ରାବନ୍ଧିକ ଗୋଲୋକବିହାରୀ ଧଳ ‘ମାତୃଭାଷା ଓ ଲୋକଶିକ୍ଷା’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ରୁଷ୍ ସରକାର ପ୍ରତ୍ୟେକ ସୋଭିଏଟ୍‌ରେ ଲୋକମାନଙ୍କୁ ସେମାନଙ୍କର ମାତୃଭାଷାରେ ଶିକ୍ଷା ଓ ଶାସନ ଚଳାଇବାର ଅଧିକାର ଦେଇଛନ୍ତି ।

Question ୧୭ ।
ଗାଁ ଗହଳରେ ଇଂରେଜୀ ପଢୁଆ ବି.ଡ଼ି.ଓ. ଏବଂ ପଞ୍ଚାୟତ ଇଞ୍ଜିନିୟରଙ୍କ ଉଦାହରଣ ଦେଇ ଲେଖକ କି
Answer:
ପ୍ରାବନ୍ଧିକ ଗୋଲୋକବିହାରୀ ଧଳ ‘ମାତୃଭାଷା ଓ ଲୋକଶିକ୍ଷା’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଗାଁ ଦୟନୀୟ ପରିସ୍ଥିତି ସମ୍ପର୍କରେ କହିଛନ୍ତି । କାରଣ ବି.ଡ଼ି.ଓ ଓ ପଞ୍ଚାୟତ ଇଞ୍ଜିନିୟର ଇଂରାଜୀରେ କଥାବାର୍ତ୍ତା ହେଉଥିଲାବେଳେ,

Question ୧୮ ।
କେଉଁ ଘଟଣାପାଇଁ ସ୍କଟଲାଣ୍ଡରେ ମାସ ମାସ ଧରି ଆନ୍ଦୋଳନ ଚାଲିଥିଲା ?
Answer:
ପ୍ରାବନ୍ଧିକ ଗୋଲୋକବିହାରୀ ଧଳ ‘ମାତୃଭାଷା ଓ ଲୋକଶିକ୍ଷା’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଲଣ୍ଡନରେ ଗୋଟିଏ ଷ୍ଟ୍ରିଟ୍ ଅଛି, ଯାହାର ନାଁ ହେଉଛି ‘Conduit Street’ । ବି.ବି.ସି. ସମ୍ବାଦ ପ୍ରଚାରବେଳେ ସେହି ଷ୍ଟ୍ରୀଟ୍‌ର ନାଁକୁ

Question ୧୯ ।
କେଉଁମାନଙ୍କୁ ‘ରିଙ୍ଗ୍ ଲିଡ଼ର’ କୁହାଯାଉଥିଲା ?
Answer:
ପ୍ରାବନ୍ଧିକ ଗୋଲୋକବିହାରୀ ଧଳ ‘ମାତୃଭାଷା ଓ ଲୋକଶିକ୍ଷା’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଫକୀରମୋହନ ସେନାପତିଙ୍କ ପରି ଯେଉଁମାନେ ଓଡ଼ିଆ ଭାଷାର ଉନ୍ନତି କଥା ଚିନ୍ତା କରୁଥିଲେ, ସେମାନଙ୍କୁ ‘ରିଙ୍ଗ୍ ଲିଡ଼ର’ ବୋଲି କୁହାଯାଉଥିଲା।

Question ୨୦ ।
ଶାସିତଙ୍କୁ ଶାସକଙ୍କଠାରୁ କିଏ ଦୂରେଇ ରଖୁଛି ବୋଲି ଲେଖକ କହିଛନ୍ତି ?
Answer:
ପ୍ରାବନ୍ଧିକ ଗୋଲୋକବିହାରୀ ଧଳ ‘ମାତୃଭାଷା ଓ ଲୋକଶିକ୍ଷା’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଶାସିତଙ୍କୁ ଶାସକଙ୍କଠାରୁ ଇଂରେଜୀ ଭାଷା ଦୂରେଇ ରଖୁଛି ବୋଲି ଲେଖକ କହିଛନ୍ତି ।

ସପ୍ରସଙ୍ଗ ସରଳାର୍ଥ

Question ୨୧ ।
‘ମାତୃଭାଷାରେ ମନୁଷ୍ୟର ଯେଉଁ ଭୂର୍ଭି ହୁଏ, ଅନ୍ୟ କୌଣସି ଦ୍ଵିତୀୟ ଭାଷାରେ ତା’ ହୁଏ ନାହିଁ ।’’
Answer:
ମାତୃଭାଷାରେ …………………………. ତା’ ହୁଏ ନାହିଁ ।

ଉଦ୍ଧୃତାଂଶଟି ପ୍ରଖ୍ୟାତ ପ୍ରାବନ୍ଧିକ, ପ୍ରବୀଣ ଅନୁବାଦକ, ସଫଳ ଭ୍ରମଣକାହାଣୀ ଲେଖକ ଓ ପ୍ରମୁଖ ଭାଷାବିଜ୍ଞାନୀ ପ୍ରଫେସର ଗୋଲୋକବିହାରୀ ଧଳଙ୍କ ରଚିତ ‘ଓଡ଼ିଆ କେବେ’ପୁସ୍ତକରୁ ସଂଗୃହୀତ ‘ମାତୃଭାଷା ଓ ଲୋକଶିକ୍ଷା’ଶ୍ରୀର୍ଷକ ପ୍ରବନ୍ଧରୁ ଆନୀତ । ଏଠାରେ ପ୍ରାବନ୍ଧିକ ଜନଜାବନରେ ମାତୃଭାଷାର ସ୍ୱତଃସ୍ପର୍ତ୍ତତା ଉପରେ ଆଲେ।କପାତ କରିଛନ୍ତି।

ଗାନ୍ଧିଜୀ ବ୍ୟକ୍ତି ଜୀବନରେ ମାତୃଭାଷାକୁ ମାତୃସ୍ତନ୍ୟ ସହ ତୁଳନା କରିଛନ୍ତି । ମାତୃଗର୍ଭରୁ ଜନ୍ମହେବା ପରଠାରୁ ବିଦ୍ୟାଳୟକୁ ଯିବାପର୍ଯ୍ୟନ୍ତ ସେ କେବଳ ମାତୃଭାଷା ହିଁ ଶୁଣିବାକୁ ପାଏ ଓ ଭାବ ଆଦାନ ପ୍ରଦାନ କରିଥାଏ । ଅନ୍ୟ କୌଣସି ଦ୍ଵିତୀୟ ଭାଷା ଶିକ୍ଷା କଲା ପରେ ମଧ୍ୟ ମାତୃଭାଷା ତା’ପାଇଁ ସହଜ ଓ ସରଳ ବିବେଚିତ ହୋଇଥାଏ । ପ୍ରାବନ୍ଧିକଙ୍କ ମତରେ ଇଂରାଜୀ ଭାଷାକୁ ଆମେ ଦେଢ଼ଶହ ବର୍ଷ ଧରି ଚଳାଇ ଆସିଥିଲେ ମଧ୍ୟ ଶତକଡ଼ା ଦେଢ଼ ଜଣ ଲୋକ ଇଂରାଜୀ ଶିଖ୍ ପାରିନାହାନ୍ତି । ବିଦେଶୀ ଭାଷା ଅପେକ୍ଷା ମାତୃଭାଷାରେ ସବୁକାମ ସହଜ ଓ ସୁବିଧାରେ କରାଯାଇପାରେ । ଶହେ ପୃଷ୍ଠାରେ ମାତୃଭାଷା ପଢ଼ିବାକୁ ଆମକୁ ଯେତିକି ସମୟ ଲାଗେ ସେହି ସମୟ ମଧ୍ୟରେ ସେତିକି ପୃଷ୍ଠା ଇଂରାଜୀ ପଢ଼ିବା କଦାପି ସମ୍ଭବ ନୁହେଁ ।

ମାତୃଭାଷାରେ କହିବା ଏବଂ ଶୁଣିବାପାଇଁ ଆମେ ସହଜ ବୋଧକରୁ । ସେ ଭାଷା ସ୍ୱତଃସ୍ଫୁର୍ତ୍ତ ଭାବେ ଆମକୁ ଆକର୍ଷିତ କରିଥାଏ । ଜ୍ଞାନ ସହଜରେ ପ୍ରସାରିତ ହେବାପାଇଁ ମାତୃଭାଷା ହିଁ ପ୍ରକୃଷ୍ଟ ମାଧ୍ୟମ । ସମୂହ ଜନତାକୁ ଶିକ୍ଷିତ କରାଇବାପାଇଁ ମାତୃଭାଷା ହିଁ ସର୍ବୋତ୍କୃଷ୍ଟ ମାଧ୍ୟମ । ଏହି ପରିପ୍ରେକ୍ଷୀରେ ପ୍ରାବନ୍ଧିକ ବିଶିଷ୍ଟ ଲେଖକ ଅନ୍ନଦାଶଙ୍କର ରାୟଙ୍କ ଉଦାହରଣ ଉପସ୍ଥାପନ କରିଛନ୍ତି । ଓଡ଼ିଶାରେ ବାଲ୍ୟ, କୈଶୋର ଓ ଯୌବନ କାଟି ଓଡ଼ିଆ ଭାଷାରେ ଖାତି ଅର୍ଜନ କଲାପରେ ମଧ୍ୟ ସେ ଶେଷରେ ମାତୃଭାଷା ବଙ୍ଗଳାରେ ଲେଖାଲେଖି କଲେ । ମାତୃଭାଷା ମାଧ୍ୟମର ସ୍ବତଃସ୍ଫୁର୍ଭତା ସମ୍ପର୍କରେ ତାଙ୍କ ସ୍ଵୀକାରୋକ୍ତି ପ୍ରଣିଧାନଯୋଗ୍ୟ ।

BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

Question ୨୨ ।
କିନ୍ତୁ ଆମ ଦେଶର ଜ୍ଞାନ ଭଣ୍ଡାରଟା ଇଂରେଜୀରେ ଥ‌ିବାରୁ କୋଟି କୋଟି ଜନତା ଆଖ୍ ଥାଉଁ ଥାଉଁ ଅନ୍ଧ ।
Answer:
କିନ୍ତୁ ଆମ ଦେଶରେ ……………….. …… ଥାଉଁ ଥାଉଁ ଅନ୍ଧ।
ପ୍ରୋକ୍ତ ଗଦ୍ୟାଶଟି ପ୍ରଖ୍ୟାତ ଶିକ୍ଷାବିତ୍ ପ୍ରଫେସର ଗୋଲୋକବିହାରୀ ଧଳଙ୍କ ରଚିତ ‘ଓଡ଼ିଆ କେବେ’ ପୁସ୍ତକରୁ ଗୃହୀତ ‘ମାତୃଭାଷା ଓ ଲୋକଶିକ୍ଷା’ ଶୀର୍ଷକ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ଲେଖକ ମାତୃଭାଷା ଓ ଇଂରାଜୀ ଭାଷା ମଧ୍ୟରେ ଏକ ତୁଳନାତ୍ମକ ତଥ୍ୟ ଉପସ୍ଥାପନ କରି ବହୁ ଆବଶ୍ୟକ ଜ୍ଞାନପ୍ରଦାନକାରୀ ପୁସ୍ତକ ମାତୃଭାଷାରେ ରଚିତ ହୋଇନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ।

ସମୂହ ଜନତାକୁ ଶିକ୍ଷିତ କରାଇବାପାଇଁ ମାତୃଭାଷା ଭିନ୍ନ ଅନ୍ୟ କୌଣସି ଭାଷା ଫଳପ୍ରଦ ହୋଇପାରିବ ନାହିଁ । କାରଣ କେବଳ ମାତୃଭାଷାରେ ହିଁ ସାଧାରଣ ଲୋକଙ୍କୁ ସହଜ ଓ ସରଳ ଭାବେ ବୁଝାଇ ଦିଆଯାଇପାରେ । ବିଲାତ ପରି ଦେଶରେ ସାଧାରଣ ପଶୁପାଳନଠାରୁ ଉଡାଜାହାଜ ଉଡ଼ାଇବା ପର୍ଯ୍ୟନ୍ତ ସମସ୍ତ ଜ୍ଞିନକୁ ସରଳ ଙ୍ଗରାଜା ଭାଷାରେ ଚୁଝାଇ ଲେଖାଯାଇଥାଏ ଯାହା ପାଠ କରି ଲୋକମାନେ ଜ୍ଞାନ ଅର୍ଜନ କରିବାକୁ ଆଗ୍ରହ ପ୍ରକାଶ କରିଥାଆନ୍ତି । ଜ୍ଞାନ ସହଜରେ ଲୋକମାନଙ୍କ ମଧ୍ୟରେ ବିସ୍ତୃତ ହୋଇଥାଏ । ମାତ୍ର ଆମ ଦେଶରେ ଗୁରୁତ୍ଵପୂର୍ଣ୍ଣ ଜ୍ଞାନପ୍ରଦାନକାରୀ ପୁସ୍ତକମାନ ଇଂରାଜୀରେ ପ୍ରଚଳିତ ।

ପ୍ରାବନ୍ଧିକଙ୍କ ଭାଷାରେ ଜ୍ଞାନଭଣ୍ଡାର ରହିଯାଇଛି ଙ୍ଗରାଜା ଭାଷାରୋ ଆମ କୃଷିପ୍ରଧାନ ରାଜ୍ୟରେ କୃଷି ସମ୍ପର୍କତ ଶିକ୍ଷାଲାଭ କରୁଥ୍ ବା ଛାତ୍ରମାନେ ପରବର୍ତ୍ତା ସମୟରେ କୃଷିଯେତ୍ରରେ ପ୍ରୟେ।ଗ ନିମିତ୍ତ ଜ୍ଞାନକୁ ପ୍ରସାରଣ କରିବାକୁ ସହଜବୋଧ କରିପାରନ୍ତି ନାହିଁ । ପ୍ରାବନ୍ଧିକଙ୍କ ମତରେ କୃଷି ବିଶ୍ଵବିଦ୍ୟାଳୟ ମାତୃଭାଷାରେ ପୁସ୍ତକ ପ୍ରଣୟନ କଲେ ସାଧାରଣ କୃଷକ ମଧ୍ୟ ତାହା ପାଠ କରି ଲବ୍ଧଜ୍ଞାନକୁ କୃଷିରେ ପ୍ରୟୋଗ କରିବାପାଇଁ ସମର୍ଥ ହୋଇପାରିବ । କେବଳ କୃଷିବିଜ୍ଞାନ ନୁହେଁ ଅନ୍ୟ ସମସ୍ତ ଜ୍ଞାନପ୍ରଦାନକାରୀ ପୁସ୍ତକମାନ ଙ୍ଗରାଜାରେ ଲିଖିତ ହୋଇଥିବାରୁ ସାଧାରଣ ବର୍ଗର ଲୋକେ ସେହି ଜ୍ଞାନ ଆହରଣ କରିପାରେ ସକ୍ଷମ ହୋଇପାରୁ ନାହାଁନ୍ତି । ସେମାନେ ଆଖ୍ ଥାଇ ମଧ୍ୟ ଅନ୍ଧ ଲୋକ ପରି ଉପଯୁକ୍ତ ମାର୍ଗଦର୍ଶନରେ ଅସମର୍ଥ ହେଉଛନ୍ତି ।

Question ୨୩ ।
ବାସ୍ତବରେ ଲୋକଙ୍କ ହାତକୁ କ୍ଷମତାଦେଇ ତାଙ୍କ ନିଜ ଭାଷାରେ ଶାସନ କାର୍ଯ୍ୟ ଚଳାଇବାପାଇଁ ସୁଯୋଗ ନଦେଲେ ସେ କ୍ଷମତାର କିଛି ଅର୍ଥ ନାହିଁ ।
Answer:
ବାସ୍ତବରେ ଲୋକଙ୍କ ହାତରେ …………………………… କିଛି ଅର୍ଥ ନାର୍ହି।
ଉଦ୍ଧୃତାଂଶଟି ପ୍ରଖ୍ୟାତ ପ୍ରାବନ୍ଧିକ, ଭାଷା ବିଜ୍ଞାନୀ, ତଥା ଭ୍ରମଣକାହାଣୀ ଲେଖକ ପ୍ରଫେସର ଗୋଲୋକବିହାରୀ ଧଳଙ୍କ ରଚିତ ‘ଓଡ଼ିଆ କେବେ’ ପୁସ୍ତକରୁ ସଂଗୃହୀତ ‘ମାତୃଭାଷା ଓ ଲୋକଶିକ୍ଷା’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏଠାରେ ଲେଖକ ଗଣତନ୍ତ୍ର ଶାସନର ସଫଳତା ନିମନ୍ତେ ମାତୃଭାଷା ଶିକ୍ଷାର ମହତ୍ତ୍ବ ଉପସ୍ଥାପନ କରିଛନ୍ତି ।

ଗଣତନ୍ତ୍ରର ମୂଳମନ୍ତ୍ର ହେଲା ଶିକ୍ଷା । ପ୍ରତ୍ୟେକ ମତଦାତା ଉପଯୁକ୍ତ ଶିକ୍ଷା ନ ପାଇବା ପର୍ଯ୍ୟନ୍ତ ଗଣତନ୍ତ୍ର ସଫଳ ହୋଇପାରିବ ନାହିଁ । ସେଥୂପାଇଁ ଗାନ୍ଧିଜୀ ମୂକ ଜନତାକୁ ତା’ର ମାତୃଭାଷାର ଅଧିକାର ଦେବାପାଇଁ ବ୍ୟାକୁଳ ଥିଲେ । ଗଣତନ୍ତ୍ର ଶାସନ ପଦ୍ଧତିରେ ସାଧାରଣ ଲୋକଙ୍କୁ ଶାସକ ନିର୍ବାଚନ କରିବାରେ ଅଧୂକାର ଦିଆଯାଇଛି । କିନ୍ତୁ ସରକାରୀ କାଗଜପତ୍ରାଦିରେ ଇଂରାଜୀ ଭାଷା ପ୍ରାଧାନ୍ୟ ବିସ୍ତାର କରିଛି । ଗ୍ରାମାଞ୍ଚଳରେ ବି.ଡ଼ି.ଓ. ଓ ପଞ୍ଚାୟତରେ କାର୍ଯ୍ୟରତ ଇଞ୍ଜିନିୟରମାନେ ଇଂରାଜୀରେ କଥାବାର୍ତ୍ତା କରୁଥିଲାବେଳେ ସାଧାରଣ ଲୋକ କିଛି ବୁଝିପାରନ୍ତି ନାହିଁ । ଇଂରାଜୀ ଅନଭିଜ୍ଞ ସରପଞ୍ଚ ନୀରବରେ ମୁଣ୍ଡ ଟୁଙ୍ଗାରିବା ଛଡ଼ା ଆଉ କିଛି ଜାଣିପାରନ୍ତି ନାହିଁ । ଇଂରେଜ ଶାସକମାନେ ତାଙ୍କ ପ୍ରତାପ ବଳରେ ଜନତାକୁ ଦୂରରେ ରଖୁଥିଲେ, କିନ୍ତୁ ଦେଶୀ ସରକାର ଇଂରାଜୀ

ବଳରେ ସାଧାରଣ ଜନତାକୁ ନିଜଠାରୁ ଦୂରରେ ରଖୁଛନ୍ତି । ସୋଭିଏତ୍ ରୁଷ୍ ସରକାର ଲୋକମାନଙ୍କୁ ସେମାନଙ୍କର ମାତୃଭାଷାରେ ଶିକ୍ଷା ଓ ଶାସନ ଚଳାଇବାର ଅଧିକାର ଦେଇଛନ୍ତି । ବିଶ୍ଵର ବହୁ ରାଷ୍ଟ୍ର ମାତୃଭାଷା ମାଧ୍ୟମରେ ହିଁ ଶାସନ କାର୍ଯ୍ୟ ପରିଚାଳନା କରୁଥିଲାବେଳେ ଆମ ଦେଶରେ ସାଧାରଣ ଲୋକଙ୍କୁ ନିଜ ଭାଷାରେ ଶାସନ ଚଳାଇବାର ସୁଯୋଗ ନ ଦେଇ କେବଳ ଶାସନ କ୍ଷମତା ଅଧିକାର ପ୍ରଦାନ କରାଯାଇଛି ବୋଲି କହିବାର କୌଣସି ଯଥାର୍ଥତା ନାହିଁ । ଇଂରାଜୀ ଭାଷା ଶାସନର ମାଧ୍ୟମ ହୋଇ ରହିଥ‌ିବା ପର୍ଯ୍ୟନ୍ତ ମାତୃଭାଷା ପ୍ରତି କାହାରି ଦୃଷ୍ଟି ଫେରିବ ନାହିଁ ବୋଲି ପ୍ରାବନ୍ଧିକ ଦୃଢୋକ୍ତି ପ୍ରକାଶ କରିଛନ୍ତି।

BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

Question ୨୪ ।
ବଥ ସିନା ବଥାଏ, ଆବୁ କାହାର ବଥାଏ ନାହିଁ ।
Answer:
ବଥ ସିନା ……………….. ବଥାଏ ନାହିଁ ।
ପ୍ରୋକ୍ତ ଗଦ୍ୟାଶଟି ପ୍ରଖ୍ୟାତ ଭାଷାତତ୍ତ୍ବବିତ୍, ପ୍ରବୀଣ ଶିକ୍ଷାବିତ୍ ପ୍ରାବନ୍ଧିକ ଗୋଲୋକବିହାରୀ ଧଳଙ୍କ ରଚିତ ‘ଓଡ଼ିଆ କେବେ’ ପୁସ୍ତକରୁ ସଂଗୃହୀତ ‘ମାତୃଭାଷା ଓ ଲୋକଶିକ୍ଷା’ ଶୀର୍ଷକ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ଲେଖକ ମାତୃଭାଷାର ଉନ୍ନତି ନିମିତ୍ତ ନିଜକୁ ନିଷ୍ଠାର ସହ ଚେଷ୍ଟା କରିବାକୁ ପଡ଼ିବ ବୋଲି ଦୃଢ଼ ଆହ୍ବାନ ପ୍ରକାଶ କରିଛନ୍ତି।

ମାତୃଭୂମି ଓ ମାତୃଭାଷା ପ୍ରତି ମମତ୍ୱବୋଧ ନଥିବା ବ୍ୟକ୍ତିକୁ ଅଜ୍ଞାନ ବୋଲି ସ୍ବଭାବକବି ଯାହା କହିଛନ୍ତି ତାହା ପ୍ରତ୍ୟେକ ବ୍ୟକ୍ତି ଉପଲବ୍ଧି କରିବା ଆବଶ୍ୟକ । ବ୍ୟାସକବି ଫକୀରମୋହନ ସେନାପତି ଓଡ଼ିଆ ଭାଷାର ଉନ୍ନତି କଳ୍ପେ ବହୁ ପ୍ରଚେଷ୍ଟା କରିଥିଲେ । ମାତୃଭାଷାର ସୁରକ୍ଷା ଓ ଉନ୍ନତି ପାଇଁ ବହୁ ଜାତିପ୍ରେମୀ ଆନ୍ଦୋଳନ ଚଳାଇ ଭାଷାକୁ ଜୀବନ୍ତ କରି ରଖୁ ଆସିଛନ୍ତି । ତଥାପି ଇଂରାଜୀ ଭାଷା ପ୍ରଭାବରେ ମାତୃଭାଷା ଅଦ୍ୟାବଧୂ ସରକାରୀ ଭାଷା ଭାବେ ପୂର୍ବ ପରିଚିତି ଲାଭ କରିପାରି ନାହିଁ। ଏଥ୍ ନିମିତ୍ତ ଓଡ଼ିଆ ଭାଷାଭାଷୀ ଜନସାଧାରଣଙ୍କୁ ନିଷ୍ଠାପର ଭାବେ ମାତୃଭାଷାର ସମ୍ମାନ ଓ ପ୍ରତିଷ୍ଠା ପ୍ରତି ଯତ୍ନବାନ୍ ହେବାକୁ ପଡ଼ିବ । ଏଥ‌ିପାଇଁ ନିରଳସ, ନିରବଚ୍ଛିନ୍ନ ସାଧନାର ଆବଶ୍ୟକତା ରହିଛି । ବିଦେଶୀ ଶାସନ ତଳେ ଓଡ଼ିଆ ଭାଷାର ହିଁ ସବୁଠାରୁ ଅଧିକ ଗତିରୋଧ ହୋଇଛି ।

ଏହା ଏକ ଆବୁ ଭାବେ ହୁଏତ ଆମକୁ କିଛି ଯନ୍ତ୍ରଣା ଦେଉନାହିଁ । ପୂଜ ଓ ବଦରକ୍ତରେ ଭରା ବଥ ହୋଇଥିଲେ ତାହା ଯନ୍ତ୍ରଣାଦାୟକ ହୋଇଥାଏ ଓ ଡାକ୍ତରଖାନାରେ ଡାକ୍ତରଙ୍କ ଅପରେସନଦ୍ୱାରା ଆରୋଗ୍ୟ କରାଯାଇପାରନ୍ତା । ମାତୃଭାଷାର ଉନ୍ନତି ପାଇଁ କେଉଁ ବଙ୍ଗାଳୀ, ମରାଠୀ ବା ଅଣଓଡ଼ିଆ ଆସି ପଦକ୍ଷେପ ଗ୍ରହଣ କରିବେ ନାହିଁ । ଆଗ୍ରହ ସହକାରେ ଓଡ଼ିଆମାନଙ୍କୁ ହିଁ ଏଥ‌ିପାଇଁ କାର୍ଯ୍ୟ କରିବାକୁ ହେବ, ସ୍ଵର ଉତ୍ତୋଳନ କରିବାକୁ ହେବ ଏବଂ ଉନ୍ନତିକଳ୍ପେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ ବୋଲି ପ୍ରାବନ୍ଧିକ ଆବେଗଭରା ଆହ୍ୱାନ ଜଣାଇଛନ୍ତି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୨୫ ।
ମାତୃଭାଷା ଶିକ୍ଷା ହିଁ ଦେଶ ଓ ଜାତିର ପ୍ରଗତିର ପରିଚାୟକ – ଆଲୋଚନା କର । କିମ୍ବା, ଦେଶ ଓ ଜାତିର ବିକାଶ ନିମନ୍ତେ ମାତୃଭାଷାକୁ ଶିକ୍ଷା ଓ ଶାସନର ମାଧ୍ଯମରୂପେ ଗ୍ରହଣ କରିବା ଅତ୍ୟନ୍ତ ଅପରିହାର୍ଯ୍ୟ – ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କର ।
Answer:
ବିଶିଷ୍ଟ ଭାଷାତତ୍ତ୍ବବିତ୍, ପ୍ରବୀଣ ଅନୁବାଦକ ପ୍ରଖ୍ୟାତ ଭ୍ରମଣ କାହାଣୀ ଲେଖକ ତଥା ଭାବାତ୍ମକ ପ୍ରାବନ୍ଧିକଭାବେ ପ୍ରଫେସର ଗୋଲୋକବିହାରୀ ଧଳ ଓଡ଼ିଆ ସାହିତ୍ୟ ଜଗତରେ ସୁପରିଚିତ । ତାଙ୍କ ସୃଷ୍ଟିସମ୍ଭାର ମଧ୍ୟରେ ‘ମଣିଷର ଭାଷା’, ‘ଓଡ଼ିଆ କେବେ’, ‘ବିଚାର ଆଲୋଚନା’ ଆଦି ପ୍ରବନ୍ଧ ପୁସ୍ତକ, ‘ଲଣ୍ଡନ ଚିଠି’, ‘ଆମେରିକା ଅନୁଭୂତି’, ‘ଗଙ୍ଗାରୁ ଗୋଦାବରୀ’ ଆଦି ଭ୍ରମଣ କାହାଣୀ, ‘ଧ୍ବନିବିଜ୍ଞାନ’ପରି ଭାଷା ବିଜ୍ଞାନ ସମ୍ବନ୍ଧୀୟ ପୁସ୍ତକଗୁଡ଼ିକ ପ୍ରାବନ୍ଧିକଙ୍କ ସାରସ୍ବତ ପ୍ରତିଭାର ପରିଚାୟକ । ଆଲୋଚ୍ୟ ‘ମାତୃଭାଷା ଓ ଲୋକଶିକ୍ଷା’ ଶୀର୍ଷକ ପ୍ରବନ୍ଧଟି ଲେଖକଙ୍କ ‘ଓଡ଼ିଆ କେବେ’ ପୁସ୍ତକରୁ ସଂଗୃହୀତ । ଏହି ପ୍ରବନ୍ଧରେ ପ୍ରାବନ୍ଧିକ ଲୋକଶିକ୍ଷା ପାଇଁ ମାତୃଭାଷାର ଉପାଦେୟତା ତଥା ଦେଶ ଓ ଜାତିର ପ୍ରଗତିରେ ମାତୃଭାଷା ଶିକ୍ଷାର ଗୁରୁତ୍ଵପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଛନ୍ତି ।

ଗାନ୍ଧିଜୀଙ୍କ ମତରେ ଯେଉଁ ଲୋକର ମାତୃଭାଷା ପ୍ରତି ମମତା ନାହିଁ, ତାକୁ କେବେ ଦେଶଭକ୍ତ କୁହାଯାଇ ପାରେନା । ଓଡ଼ିଆ କବି ମଧ୍ଯ ମାତୃଭୂମି ପ୍ରତି ମମତ୍ୱବୋଧ ନଥିବା ବ୍ୟକ୍ତିକୁ ଅଜ୍ଞାନଭାବେ ଅଭିହିତ କରିଛନ୍ତି । ମାତ୍ର ଦୁଃଖର ବିଷୟ ଏହି ଯେ, ସଂପ୍ରତି ମାତୃଭାଷା ଜାଣି ନଥିବା ବ୍ୟକ୍ତି ହିଁ ଲୋକଚକ୍ଷୁରେ ଜ୍ଞାନୀଭାବେ ବିବେଚିତ ହେଉଛନ୍ତି । ଗାନ୍ଧିଜୀଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରାବନ୍ଧିକ କହିଛନ୍ତି ଯେ

‘‘ଗାନ୍ଧିଜୀ ମାତୃଭାଷାକୁ ମାତୃସ୍ତନ୍ୟ ପରି ମୂଲ୍ୟବାନ୍ ମନେ କରୁଥିଲେ ।’’

ମାତୃଭାଷା ଜାଣି ନଥ‌ିବା ଜ୍ଞାନୀ ଲୋକମାନଙ୍କର ମାତୃଭାଷା ପ୍ରତି ଅବହେଳା ହିଁ ଜାତି ପକ୍ଷରେ ଘୋର ଦୁର୍ଭାଗ୍ୟର କାରଣ ତଥା ଦେଶ ପ୍ରଗତିରେ ବାଧକ । ଶିକ୍ଷାକୁ ଗଣତନ୍ତ୍ର ବୋଲି କୁହାଯାଇଛି । କାରଣ ପ୍ରତ୍ୟେକ ମତଦାତା ଉପଯୁକ୍ତ ଶିକ୍ଷା ପାଇବା ପର୍ଯ୍ୟନ୍ତ ଗଣତନ୍ତ୍ର ସଫଳ ହୋଇପାରିବ ନାହିଁ । ସମୂହ ଜନତାକୁ ଅଳ୍ପ ସମୟ ମଧ୍ୟରେ ଶିକ୍ଷିତ କରିବାପାଇଁ ମାତୃଭାଷା ହିଁ ସର୍ବୋତ୍କୃଷ୍ଟ ମାଧ୍ୟମ । ଆମ ଦେଶରେ ଇଂରେଜୀ ଶିକ୍ଷା ଦେଢ଼ଶହ ବର୍ଷଧରି ଚାଲିଥିଲେ ମଧ୍ୟ ଶତକଡ଼ା ଦେଢ଼ଜଣ ଭାରତୀୟ ଇଂରେଜୀ ଶିଖ୍ ପାରିନାହାନ୍ତି । ଏତଦ୍‌ଭିନ୍ନ ପୃଥ‌ିବୀର ଅନ୍ୟ କୌଣସି ଦେଶରେ ବିଦେଶୀ ଭାଷାରେ ସମୂହ ଶିକ୍ଷାର ଉଦାହରଣ
ଜାତି ଓ ଦେଶ ପ୍ରଗତିରେ ମାତୃଭାଷା ଶିକ୍ଷାର ଗୁରୁତ୍ଵପୂର୍ଣ୍ଣ ଭୂମିକା ଆଲୋଚନା କରିବାକୁ ଯାଇ ପ୍ରାବନ୍ଧିକ କହିଛନ୍ତି ଯେ-

‘‘ମାତୃଭାଷାରେ ମନୁଷ୍ୟର ଯେଉଁ ଭୂର୍ଭି ହୁଏ, ଅନ୍ୟ କୌଣସି ଦ୍ୱିତୀୟ ଭାଷାରେ ତା’ ହୁଏ ନାହିଁ ।’’

ବାସ୍ତବିକ ମାତୃଭାଷାରେ ଯେତେ ସହଜ ଓ ସୁବିଧାରେ ମନର କଥା ପ୍ରକାଶ କରିହେବ ଅନ୍ୟ କୌଣସି ଭାଷା ମାଧ୍ୟମରେ ତାହା ସମ୍ଭବ ନୁହେଁ । ବିଦେଶୀ ଭାଷା ମାଧ୍ୟମରେ ଶିକ୍ଷା ସହଜରେ ଲୋକଙ୍କ ଭିତରେ ପ୍ରସାରିତ ହୋଇପାରେ ନାହିଁ । ସ୍କୁଲ, କଲେଜର ଶିକ୍ଷା ସମାପ୍ତି ପରେ ସାଧାରଣତଃ ଲୋକମାନେ ବିଦେଶୀ ଭାଷା ବ୍ୟବହାର କରିନଥା’ନ୍ତି । ଯେଉଁ କେତେଜଣ ଇଂରେଜୀ ଜାଣିଥାଆନ୍ତି ମାତୃଭାଷା ପରି ତାକୁ କେହି ବ୍ୟବହାର କରନ୍ତି ନାହିଁ । ତା’ଛଡ଼ା ମାତୃଭାଷାରେ ଯେତେ ଶୀଘ୍ର ଯେତେ କାମ କରିହେବ, ବିଦେଶୀ ଭାଷାରେ ସେତେ ଶୀଘ୍ର କରିହେବ ନାହିଁ ।

ଇଂରେଜ ଶାସକମାନେ ସାଧାରଣ ଜନତାକୁ ନିଜ ପ୍ରତାପ ବଳରେ ଦୂରେଇ ରଖୁଥିଲେ । ମାତ୍ର ଦେଶୀ ସରକାର ଇଂରେଜୀ ଭାଷା ବଳରେ ସାଧାରଣ ଲୋକଙ୍କୁ ଦୂରେଇ ରଖୁଛନ୍ତି । ଯେଉଁମାନେ ଇଂରାଜୀ ପଢ଼ିପାରୁଛନ୍ତି ବା ବୁଝିପାରୁଛନ୍ତି, ସେମାନଙ୍କର ସେହି ପାରଙ୍ଗମତା ପାଇଁ ସେମାନଙ୍କ ମନରେ ଆତ୍ମ ଅଭିମାନ ରହିଛି । ପକ୍ଷାନ୍ତରେ ଯିଏ ପଢ଼ି ନ ପାରୁଛି ବା ଇଂରେଜୀ ବୁଝି ନ ପାରୁଛି, ତା’ର ସେହି ଅପାରଗତା ପାଇଁ ତା’ମନରେ ଗୋଟାଏ ହୀନମନ୍ୟତା ଭାବ ସୃଷ୍ଟି ହେଉଛି । ପାଠୁଆ ଓ ଅପାଠୁଆ କରୁଛି ।

ମାତୃଭାଷା ମାଧ୍ୟମରେ କୃଷି ବିଷୟରେ ଶିକ୍ଷା ଦିଆଗଲେ କୃଷକମାନେ ଶିକ୍ଷିତ ହୋଇପାରିବେ ଏବଂ କୃଷିକ୍ଷେତ୍ରରେ ବିଦେଶୀ ଜ୍ଞାନ କୌଶଳ ପ୍ରୟୋଗ କରି ଉତ୍ପାଦନ ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ । କୃଷି ମହାବିଦ୍ୟାଳୟରେ ମାତୃଭାଷା ମାଧମ ଶିକ୍ଷା ପ୍ରଦାନ କଲେ ଇଂରେଜୀ ଅନଭିଜ୍ଞ ଦାୟିତ୍ୱସମ୍ପନ୍ନ କୃଷକମାନେ ସେଠାରେ ସାମୟିକଭାବେ ଶିକ୍ଷାଲାଭ କରିପାରନ୍ତେ ଓ ଆମ କୃଷିପ୍ରଧାନ ରାଜ୍ୟର କୃଷି ପ୍ରଗତି ଆଶାନୁରୂପ ହୋଇପାରନ୍ତା । ସେହିପରି ସ୍ୱାସ୍ଥ୍ୟ ପ୍ରସଙ୍ଗ, ଶାସନ କାର୍ଯ୍ୟ ଓ ସ୍ବାଭିମାନ ସୁରକ୍ଷା ଦିଗରେ ମାତୃଭାଷା ମାଧମ ଶିକ୍ଷା ଗୁରୁତ୍ଵପୂର୍ଣ୍ଣ ସରକାରୀ ସ୍ତରରେ ଏଥୁନିମିତ୍ତ ଦୃଢ଼ ପଦକ୍ଷେପ
ଜରୁରୀ, ଯଦ୍ବାରା ଦେଶ ଓ ଜାତି ପ୍ରଗତି ପଥରେ ଗତି କରିପାରିବ ।

BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

Question ୨୬ ।
ମାତୃଭାଷା ପ୍ରତି ଓଡ଼ିଆମାନଙ୍କର ଯେଉଁ ଉଦାସୀନତା ପରିଲକ୍ଷିତ ହୁଏ, ତାହାର ଦୂରୀକରଣ କିପରି କରାଯାଇପାରିବ ଲେଖା କିମ୍ବା, ମାତୃଭାଷାର ଉନ୍ନତି ପାଇଁ କ’ଣ କରାଯାଇପାରିବ ବୋଲି ପ୍ରାବନ୍ଧିକ କହିଛନ୍ତି, ଆଲୋଚନା କର ।
Answer:
ଓଡ଼ିଆ ଗଦ୍ୟଭାଷାକୁ ନିଜସ୍ବ କଳାକୌଶଳରେ ରୁଚିକର ତଥା ସୁଖପାଠ୍ୟ କରାଇପାରିଥିବା ଯଶସ୍ବୀ ପ୍ରଫେସର ଗୋଲୋକବିହାରୀ ଧଳ ଏକାଧାରରେ ଥିଲେ ଜଣେ ପ୍ରଖ୍ୟାତ ଭାଷାବିଜ୍ଞାନୀ, ବିଶିଷ୍ଟ ପ୍ରାବନ୍ଧିକ, ଦକ୍ଷ ଅନୁବାଦକ ଏବଂ ପ୍ରବୀଣ ଭ୍ରମଣ ସାହିତ୍ୟକାର । ତାଙ୍କର ସରଳ, ସାବଲୀଳ ଭାଷା ଓ ଭାବାତ୍ମକ ଶୈଳୀରେ ରଚିତ ସାରସ୍ଵତ ସୃଷ୍ଟିଗୁଡ଼ିକ ମନୋଜ୍ଞ ଓ ରସାଣିତ ।

ପ୍ରାବନ୍ଧିକଙ୍କ ଭାଷା ବିଜ୍ଞାନ ସମ୍ବନ୍ଧୀୟ ପୁସ୍ତକ ମଧ୍ୟରେ ‘ମଣିଷର ଭାଷା’ ଓ ‘ଧ୍ବନିବିଜ୍ଞାନ’, ‘ଭାଷାଶାସ୍ତ୍ର ପରିଚୟ’; ଭ୍ରମଣ ସାହିତ୍ୟ ମଧ୍ୟରେ ‘ଲଣ୍ଡନ ଚିଠି’, ‘ଆମେରିକା ଅନୁଭୂତି’, ‘ଗଙ୍ଗାରୁ ଗୋଦାବରୀ’; ଅନୁବାଦ ସାହିତ୍ୟ ମଧ୍ୟରେ ‘ଗୋଦାନ’, ‘ଗବନ’, ‘ବନ୍ଦୀ ନେହେରୁ’, ‘ବିସ୍ମୃତିର ଚିତ୍ର’ଏବଂ ପ୍ରବନ୍ଧ ସାହିତ୍ୟ ‘ଓଡ଼ିଆ କେବେ’, ‘ବିଚାର ଆଲୋଚନା’ ଆଦି ତାଙ୍କର ଅମ୍ଳାନ ସାରସ୍ଵତ ପ୍ରତିଭାର ପରିଚୟ ପ୍ରଦାନ କରେ ।ଆଲୋଚ୍ୟ ‘ମାତୃଭାଷା ଓ ଲୋକଶିକ୍ଷା’ପ୍ରବନ୍ଧଟି ଲେଖକଙ୍କ ‘ଓଡ଼ିଆ କେବେ’ପୁସ୍ତକରୁ ସଂଗୃହୀତ । ପ୍ରବନ୍ଧଟିରେ ପ୍ରାବନ୍ଧିକଙ୍କ ଓଡ଼ିଆ ଭାଷାପ୍ରୀତି ପ୍ରଚ୍ଛନ୍ନଭାବେ ପରିଦୃଷ୍ଟ । ମହାନ୍ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଭାଷାରେ-

“ମାତୃଭ୍ ମି ମାତୃଭାଷାରେ ମମତା
ଯା’ହୃଦେ ଜନମି ନାହିଁ,
ତାକୁ ଯେବେ ଜ୍ଞାନା ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ ?”

ମାତୃଭାଷାକୁ ଅନାଦର କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ଶାଣିତ ବାକ୍ୟବାଣ ପ୍ରଦାନ କରି ବହୁ ଶିକ୍ଷାବିତ୍ ଜ୍ଞାନୀ, ଗୁଣୀ, ଜାତିପ୍ରେମୀ, ମାତୃଭାଷାର ସୁରକ୍ଷା ନିମନ୍ତେ ଏକ ଜନ ଆନ୍ଦୋଳନ ଗଢ଼ି ତୋଳିବାକୁ ବହୁବାର ଆହ୍ଵାନ କରିଛନ୍ତି । ମାତୃଭାଷା ପ୍ରତି ବୀତସ୍ପୃହତାକୁ ଦେଶଦ୍ରୋହ, ଜାତିଦ୍ରୋହଭାବେ ବର୍ଣ୍ଣନା କରିଛନ୍ତି । ଗାନ୍ଧିଜୀ ଓ ରବୀନ୍ଦ୍ରନାଥଙ୍କ ପରି ମହାମନୀଷୀମାନେ ମଧ୍ୟ ମାତୃଭାଷା ପ୍ରତି ମମତ୍ୱବୋଧ ଜାଗ୍ରତ କରିବାପାଇଁ ଉପଦେଶ ଦେଇଯାଇଛନ୍ତି । ଗାନ୍ଧିଜୀଙ୍କ ମତରେ, ଇଂରାଜୀ ଶିକ୍ଷା ଶାସନର ମାଧ୍ୟମ ହୋଇ ରହିଥିବା ପର୍ଯ୍ୟନ୍ତ ଆଞ୍ଚଳିକ ଭାଷା ପ୍ରତି କାହାରି ଦୃଷ୍ଟି ଫେରିବ ନାହିଁ ।

ସଂପ୍ରତି ଓଡ଼ିଆମାନଙ୍କଠାରେ ମାତୃଭାଷା ପ୍ରତି ଉଦାସୀନତା ଲକ୍ଷ୍ୟକରି ପ୍ରାବନ୍ଧିକ ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେମାନଙ୍କ ମନରେ ମାତୃଭାଷା ପ୍ରୀତି ଜାଗ୍ରତ କରିବାପାଇଁ ସେ କେତେକ ଗୁରୁତ୍ଵପୂର୍ଣ୍ଣ ପରାମର୍ଶ ପ୍ରଦାନ କରିଛନ୍ତି । ପାଠକମାନଙ୍କ ମଧ୍ୟରେ ଏକ ଜାଗରଣ ସୃଷ୍ଟି କରିବାପାଇଁ ଆଲୋଚ୍ୟ ପ୍ରବନ୍ଧ ‘ମାତୃଭାଷା ଓ ଲୋକଶିକ୍ଷା’ ନିଶ୍ଚିତଭାବେ ଉପଯୋଗୀ ହେବ ଏଥ‌ିରେ ସନ୍ଦେହ ନାହିଁ ।

ମାତୃଭାଷା ମାତୃସ୍ତନ୍ୟ ପରି ମୂଲ୍ୟବାନ୍ । ତଥାପି ମାତୃଭାଷା ପ୍ରତି ଓଡ଼ିଆମାନେ ବିମୁଖ ହେବାର ବହୁବିଧ କାରଣ ରହିଛି । ପ୍ରାବନ୍ଧିକଙ୍କ ମତରେ ଇଂରାଜୀ ଭାଷାରେ ପାରଙ୍ଗମ ଥିବା ବ୍ୟକ୍ତି ଏବଂ ଇଂରାଜୀ ଜାଣିନଥିବା ବ୍ୟକ୍ତିଙ୍କ ମଧ୍ୟରେ ଗଢ଼ିଉଠିଥିବା ଏକ ଅଦୃଶ୍ୟ ପାଚେରି ଜାତିର ଐକ୍ୟ ରକ୍ଷା ଦୃଷ୍ଟିରୁ ବାଧକ । ଇଂରାଜୀ ପଢ଼ାଲେଖାରେ ଅପାରଗତା ପାଇଁ ସୃଷ୍ଟି ହେଉଥ‌ିବା ନ୍ୟୁନମନ୍ୟତା ବ୍ୟକ୍ତିକୁ ଶାସନ କଳ ସହ ସମ୍ପର୍କ ରକ୍ଷା କରିବାରେ ବାଧା ସୃଷ୍ଟି କରୁଛି । ପ୍ରାବନ୍ଧିକଙ୍କ ଭାଷାରେ-

“ଇଂରେଜ ଶାସକମାନେ ତାଙ୍କ ପ୍ରତାପ ବଳରେ ଜନତାକୁ ଦୂରରେ ରଖୁଥିଲେ, କିନ୍ତୁ ଦେଶୀ ସରକାର ଇଂରାଜୀ ବଳରେ ଲୋକଙ୍କୁ ଦୂରରେ ରଖିଛନ୍ତି ।”

ମୂକ ଜନତାକୁ ମାତୃଭାଷାର ଅଧିକାର ଦେବାପାଇଁ ଗାନ୍ଧିଜୀ ବ୍ୟାକୁଳ ଥିଲେ । ପ୍ରାବନ୍ଧିକଙ୍କ ମତରେ, ସୋଭିଏତ୍ ରୁଷ୍ ଭଳି ଓଡ଼ିଶାରେ ଲୋକମାନଙ୍କୁ ମାତୃଭାଷାରେ ଶିକ୍ଷା ଓ ଶାସନ ଚଳାଇବାର ଅଧିକାର ଦେବା ସର୍ବାଦୌ ଆବଶ୍ୟକ । ଲୋକଙ୍କ ହାତକୁ କ୍ଷମତା ଦେଇ ସେମାନଙ୍କୁ ମାତୃଭାଷାରେ ଶାସନ କାର୍ଯ୍ୟ ଚଳାଇବାକୁ ସୁଯୋଗ ନଦେଲେ ସେ କ୍ଷମତା ଅର୍ଥହୀନ ହେବ । ସରକାରୀ କାଗଜପତ୍ରରେ ଇଂରେଜୀ ବଦଳରେ ମାତୃଭାଷା ବ୍ୟବହୃତ ହେଲେ ସାଧାରଣ ଜନତା ପାଇଁ ବହୁ ଅସୁବିଧା ଅଚିରେ ଦୂର ହେବ ।

ଶିକ୍ଷା ସମ୍ପର୍କରେ ଗଠିତ ତାରାଚାନ୍ଦ କମିଟି, ମୁଦାଲିୟର କମିଟି, ରାଧାକୃଷ୍ଣ କମିଟି ଓ ଜାକିର ହୁସେନ୍ କମିଟି ଆଦି ସମସ୍ବରରେ କହିଛନ୍ତି ଯେ ମାତୃଭାଷା ଶିକ୍ଷା ସବୁଶିକ୍ଷାର ମୂଳମନ୍ତ୍ର । ମାତ୍ର ଇଂରେଜୀ ଭାଷାର ଐନ୍ଦ୍ରଜାଲିକ ପ୍ରଭାବରୁ ଅଦ୍ୟାବଧୂ ଆମକୁ ମୁକ୍ତି ମିଳିନାହିଁ କି ମାତୃଭାଷା ପ୍ରତି ଆମର ସମ୍ମାନ ଆସିନାହିଁ । ଆମ ବିବାହ, ବ୍ରତ ଆଦିରେ ଆମେ ନିମନ୍ତ୍ରଣପତ୍ର ଲେଖାଗଲେ ଇଂରେଜୀ ପଢ଼ିନଥିବା ସାଧାରଣ ଲୋକ ସେସବୁ ପଢ଼ିପାରନ୍ତେ । ଅବଶ୍ୟ ସରକାରୀ ଦପ୍ତରମାନଙ୍କରେ ଏବେ ଓଡ଼ିଆରେ ଦପ୍ତର ନାମ ଲେଖାଯିବାକୁ ଆରମ୍ଭ କରାଯାଇଛି । ବର୍ତ୍ତମାନ ଯୋଜନାମୟ ଦେଶରେ ଯେଉଁସବୁ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି ସେସବୁକୁ ଇଂରେଜୀ ବଦଳରେ ଓଡ଼ିଆ ଭାଷାରେ ରାସ୍ତାପାର୍ଶ୍ଵରେ ଉଲ୍ଲେଖ କରାଗଲେ, ତାହା ସହଜରେ ଲୋକମାନଙ୍କ ପାଖରେ ପହଞ୍ଚିପାରିବ । ସାଧାରଣ ଲୋକଙ୍କ ପାଇଁ ସରକାରୀ ସ୍ତରରେ କେଉଁ ସବୁ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି ସେ ସମ୍ପର୍କରେ ସେମାନେ ଅବଗତ ହୋଇପାରିବେ । କୃଷି ମହାବିଦ୍ୟାଳୟଗୁଡ଼ିକର ପାଠ୍ୟକ୍ରମ ଓଡ଼ିଆ ଭାଷାରେ ରଚିତ ହେଲେ ଆମ କୃଷିପ୍ରଧାନ ରାଜ୍ୟର ସାଧାରଣ ଜନତା ମଧ୍ୟ ପରୋକ୍ଷରେ ଉପକୃତ ହୋଇପାରିବେ ।

ଚିନ୍ତାଶୀଳ ଶିକ୍ଷାବିତ୍‌ଙ୍କର । ଓଡ଼ିଆ ଭାଷାସାହିତ୍ୟକୁ ତଦନୁରୂପ ସମୃଦ୍ଧି ତଥା ପ୍ରଗତିଶୀଳ କରିବା ଅବଶ୍ୟ କବି, ଲେଖକ, ଗବେଷକମାନଙ୍କ ଦାୟିତ୍ଵ । ସେଥୂପାଇଁ ନିରଳସ, ନିରବଚ୍ଛିନ୍ନ ସାଧନା ଆବଶ୍ୟକ । ଏସବୁ କ୍ଷେତ୍ରରେ ପ୍ରତ୍ୟେକ ଓଡ଼ିଆ ଲୋକର ଭାଷାର ଉନ୍ନତି ପାଇଁ ଚିନ୍ତା ତଥା କାର୍ଯ୍ୟକରିବା ଆବଶ୍ୟକ । ନିଜ ଭାଷାର ସୁରକ୍ଷା ତଥା ପ୍ରଗତି ନିମିତ୍ତ ନିଜେ ଆଗଭର ନହେଲେ ହୁଏତ ଦିନେ ଏ ଭାଷାର ବିଲୋପ ସାଧୁ ହେବ ।

BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

Question ୨୭ ।
ମାତୃଭାଷାର ପ୍ରସାର ପାଇଁ ପ୍ରାବନ୍ଧିକ ଯେଉଁ ଚିନ୍ତନ ପ୍ରୟାସ କରିଛନ୍ତି, ତାହା ପଠିତ ପ୍ରବନ୍ଧକୁ ଭିଭିକରି ବିଶ୍ଳେଷଣ କର । କିମ୍ବା, ମାତୃଭାଷାର ପ୍ରସାର ପାଇଁ ପ୍ରାବନ୍ଧିକଙ୍କ ଯୁକ୍ତିକୁ ଉଲ୍ଲେଖ କର ।
Answer:
ଓଡ଼ିଆ ପ୍ରବନ୍ଧ ସାହିତ୍ୟ କ୍ଷେତ୍ରରେ ପ୍ରଫେସର ଗୋଲୋକବିହାରୀ ଧଳ ହେଉଛନ୍ତି ଅନ୍ୟତମ ଯଶସ୍ବୀ ସ୍ରଷ୍ଟା । ସେ ଥିଲେ ଏକାଧାରରେ ଜଣେ ବିଶିଷ୍ଟ ଭାଷାତତ୍ତ୍ବବିତ୍, ପ୍ରଖ୍ୟାତ ଅନୁବାଦକ, ପ୍ରବୀଣ ଭ୍ରମଣ ସାହିତ୍ୟ ଲେଖକ ଓ ଭାବାତ୍ମକ ପ୍ରାବନ୍ଧିକ । ତାଙ୍କର ସରଳ, ସାବଲୀଳ, ଭାବଗର୍ଭକ, ମନ୍ମୟ ଗଦ୍ୟଶୈଳୀ ତାଙ୍କ ସୃଷ୍ଟିନିଚୟକୁ ସୁଖପାଠ୍ୟ ତଥା ମନୋଜ୍ଞ କରିପାରିଛି । ତାଙ୍କ ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ‘ଲଣ୍ଡନ ଚିଠି’, ‘ଆମେରିକା ଅନୁଭୂତି’, ‘ମଣିଷର ଭାଷା’, ‘ଧ୍ବନିବିଜ୍ଞାନ’, ‘ବିସ୍ମିତର ଚିତ୍ର’, ‘ଓଡ଼ିଆ କେବେ’ ଓ ‘ବିଚାର ଆଲୋଚନା’ ପ୍ରଭୃତି ପ୍ରାବନ୍ଧିକଙ୍କ ଅନନ୍ୟ ପ୍ରତିଭାର ସ୍ବାକ୍ଷର ବହନ କରେ ।

ଉପାଦେୟତା ଓ ଲୋକଶିକ୍ଷା ପାଇଁ ତାହାର ଉପଯୋଗିତା ସମ୍ପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ମାତୃଭାଷାର ପ୍ରସାର ପାଇଁ ବହୁ ଚିନ୍ତାଶୀଳ ମତାମତ ପ୍ରଦାନ କରିଛନ୍ତି । ମାତୃଭାଷା ଯେ ସବୁ ଶିକ୍ଷାର ମୂଳମନ୍ତ୍ର, ଏହା ଶିକ୍ଷା ବିଷୟରେ ଗଠିତ ସବୁ କମିଟି ଯଥା ତାରାଚାନ୍ଦ କମିଟି, ମୁଦାଲିୟର କମିଟି, ରାଧାକୃଷ୍ଣ କମିଟି ଓ ଜାକିର ହୁସେନ କମିଟି ସମସ୍ବରରେ ମତପୋଷଣ କରିଛନ୍ତି । କିନ୍ତୁ ଇଂରାଜୀ ଭାଷାର ଅନୁପ୍ରବେଶ ଆମ ରାଜ୍ୟରେ ମାତୃଭାଷା ଶିକ୍ଷାର ପ୍ରଧାନ ବାଧକରୂପେ ଉଭା ହୋଇଛି । ଯଦ୍ବାରା ମାତୃଭାଷା ପ୍ରତି ଲୋକଙ୍କର ସମ୍ମାନ ତଥା ମାତୃଭାଷା ସୁରକ୍ଷା ଦିଗରେ ନୈତିକ ଦାୟିତ୍ୱବୋଧ କ୍ରମେ ହ୍ରାସ ପାଇବାରେ ଲାଗିଛି । ମାତୃଭାଷା ଶିକ୍ଷାର ଏତାଦୃଶ ପତନୋନୁ ଖୀ ଅବସ୍ଥା ଲକ୍ଷ୍ୟକରି ପ୍ରାବନ୍ଧିକ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ଆମ ଦେଶର ଭାଷା” ପରିସ୍ଥିତି ଏପରି ଦୟନୀୟ ଯେ ମାତୃଭାଷାରେ ଅଜ୍ଞ ବ୍ୟକ୍ତି ଜ୍ଞାନୀଭାବେ ପରିଚିତ ହେଉଛି । ଏହି ଜ୍ଞାନୀ ଲୋକମାନଙ୍କର ମାତୃଭାଷା ବିମୁଖତା ହିଁ ଜାତିପକ୍ଷରେ ଘୋର ଦୁର୍ଭାଗ୍ୟର କାରଣ । କାରଣ ଜ୍ଞାନୀ, ପଦସ୍ଥ, ଶାସନକଳର ଲୋକମାନଙ୍କର ମାତୃଭାଷା ବିମୁଖତା ହିଁ ଜାତିପକ୍ଷରେ ଘୋର ଦୁର୍ଭାଗ୍ୟର କାରଣ । କାରଣ ଜ୍ଞାନୀ, ପଦସ୍ଥ, ଶାସନକଳର ନିୟାମକମାନେ ମାତୃଭ।ଷା ପ୍ରତି ଉଦାସାନ ହେବାଫଳରେ ମାତୃଭାଷାର ଅଗ୍ରଗତି ଅସମ୍ଭବ ଅସମ୍ଭବ ହୋଇପଡ଼ିଛି। ଗାନ୍ଧିଜା ତେଣୁ ମତପୋଷଣ କରିଥିଲେ ଯେ, ଇଂରାଜୀ ଶିକ୍ଷା ଶାସନର ମାଧ୍ୟମ ହୋଇ ରହିଥ‌ିବା ପର୍ଯ୍ୟନ୍ତ ଆଞ୍ଚଳିକ ଭାଷାଗୁଡ଼ିକ ପ୍ରତି କାହାରି ଦୃଷ୍ଟି ଫେରିବ ନାହିଁ । ପ୍ରାବନ୍ଧିକ ମାତୃଭାଷା ଶିକ୍ଷାର ପ୍ରସାର ପାଇଁ ଚାରିଗୋଟି ଗୁରୁତ୍ଵପୂର୍ଣ୍ଣ ପରାମର୍ଶ ପ୍ରଦାନ କରିଛନ୍ତି ।

  • ଆଞ୍ଚଳିକ ଭାଷା ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ହେଲେ ଇଂରେଜୀ ଆଧ୍ଵପତ୍ୟକୁ କମାଇବାକୁ ହେବ ।
  • ଜନତାର ସାମୂହିକ ଶିକ୍ଷା ପାଇଁ ମାତୃଭାଷା ହିଁ ପ୍ରକୃତ ମାଧ୍ୟମ ।
  • ଶାସିତକୁ ଶାସକଙ୍କଠାରୁ ଦୂରରେ ରଖୁଛି ଇଂରେଜୀ ଭାଷା ।
  • ମାତୃଭାଷା ପାଇଁ ଅଭିମାନ ଓ ମାତୃଭାଷାର ଉନ୍ନତି ସାଧନ କାମ୍ୟ ।

ମାତୃଭାଷାର ପ୍ରସାର ପାଇଁ ଅନ୍ୟ ଭାଷା ବିଶେଷତଃ ଇଂରେଜୀ ଭାଷା ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ହେବ । ହେବ । ଜନତାର ସାମୁହିକ ଶିକ୍ଷା କେବଳ ମାତୃଭାଷାରେ ହିଁ ସହଜସାଧ୍ୟ । ତେଣୁ ସରକାରୀ ସ୍ତରରେ ପ୍ରସ୍ତୁତ ଯୋଜନାମାନ ମାତୃଭାଷାରେ ହିଁ ପ୍ରକାଶ କରିବା ଆବଶ୍ୟକ, ଯଦ୍ବାରା ଜନସାଧାରଣ ଯୋଜନା ସମ୍ପର୍କରେ ଅବଗତ ହେବା ସଙ୍ଗେ ସଙ୍ଗେ ଏହାର ସଫଳ ରୂପାୟନ ଦିଗରେ ପୂର୍ଣ୍ଣ ସହଯୋଗ ପ୍ରଦାନ କରିପାରିବେ

ସାଧାରଣତଃ ଯେକୌଣସି ବ୍ୟକ୍ତି ମାତୃଭାଷା ମାଧ୍ୟମରେ ଯେପରି ମୁକ୍ତଭାବେ ନିଜ ଭାବ ପ୍ରକାଶ କରିବାରେ ସମର୍ଥ ହେବ, ଅନ୍ୟ କୌଣସି ଭାଷା ମାଧ୍ୟମରେ ତାହା କରିବା ସମ୍ଭବ ନୁହେଁ । ମାତୃଭାଷାରେ ହିଁ ମନୁଷ୍ୟର ଯେଉଁ ସ୍କର୍ଭି ହୁଏ, ଅନ୍ୟ କୌଣସି ଦ୍ୱିତୀୟ ଭାଷାରେ ତାହା ହୋଇନପାରେ । ଗଣତନ୍ତ୍ର ଶାସନର ସାର୍ଥକତା ପାଇଁ ପ୍ରତ୍ୟେକ ଲୋକ ମାତୃଭାଷାରେ ଶିକ୍ଷିତ ହୋଇ ନିଜ ଅଧିକାର ଓ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ ହୋଇପାରିବ । ସରକାରୀ ସ୍ତରରେ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କଲେ ମାତୃଭାଷା ସମୃଦ୍ଧ ହୋଇପାରିବ । ମାତୃଭାଷା ଓ ମାତୃଭୂମି ସମ୍ପର୍କିତ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଉକ୍ତି ପ୍ରଣିଧାନଯୋଗ୍ୟ ।

“ମାତଭୂମି ମାତୃଭାଷ।ରେ ମମତା
ଯା ହୃଦେ ଜନମି ନାର୍ହି,
ତାକୁ ଯଦି ଜ୍ଞାନା ପାଖରେ ଶୁଣିବା
ଅଜ୍ଞାନ ରହିବେ କାର୍ହି?”

ସମସ୍ତ ଉତ୍କଳୀୟଙ୍କ ମନରେ ମାତୃଭାଷା ପ୍ରତି ଅଭିମାନ ରହିବା ସର୍ବାଦୌ ଗୁରୁତ୍ଵପୂର୍ଣ୍ଣ । ମାତୃସ୍ତନ୍ୟ ସମ ନିଜ ମାତୃଭାଷାର ସୁରକ୍ଷା ତଥା ପ୍ରସାର ଦିଗରେ ସର୍ବନିମ୍ନ କର୍ଭବ୍ୟ ବିଷୟରେ ସଚେତନ ହେଲେ ମାତୃଭାଷା ସ୍ବତଃ ପ୍ରଗତିପଥରେ ଗତି କରିପାରିବ । ନିଜ ଭାଷା ପାଇଁ ନିଜେ କିଛି ତ୍ୟାଗ ସ୍ଵୀକାର ନକଲେ ଅନ୍ୟ କେହି ସାହାଯ୍ୟ କରିପାରିବେ ନାହିଁ । ଅବଶ୍ୟ ଏଥ‌ିପାଇଁ ନିରଳସ ଓ ନିରବଚ୍ଛିନ୍ନ ସାଧନାର ଆବଶ୍ୟକତା ରହିଛି ।

BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

Question ୨୮ ।
‘ଜନତାର ସାମୂହିକ ଶିକ୍ଷା ପାଇଁ ମାତୃଭାଷା ହିଁ ପ୍ରକୃତ ମାଧ୍ୟମ’ – ଉକ୍ତିଟିର ସତ୍ୟତା ପ୍ରତିପାଦନ କର । କିମ୍ବା, ସର୍ବସାଧାରଣଙ୍କର ସର୍ବାଙ୍ଗୀନ କଲ୍ୟାଣ ପାଇଁ ମାତୃଭାଷାର ଅବଦାନ ଅନସ୍ବୀକାର୍ଯ୍ୟ – ଆଲୋଚନା କର ।
Answer:
ଉତ୍କଳର ବାଣୀଭଣ୍ଡାର ଆଧୁନିକ ପ୍ରବନ୍ଧ ସାହିତ୍ୟ ତଥା ଭ୍ରମଣ କାହାଣୀ ଲେଖକମାନଙ୍କ ମଧ୍ୟରେ ଯେଉଁ କତିପୟ ପ୍ରଥ୍ ତଯଶା ସାରସ୍ଵତ ସାଧକଗଣଙ୍କ ଅବଦାନରେ ରର୍ଦ୍ଧିମନ୍ତ୍ର ସେମାନଙ୍କ ମଧ୍ୟରେ ପ୍ରଫେସର ଗୋଲୋକବିହାରା ଧଳ ଅନ୍ୟତମ। ସରଳ ସାବଲୀଳ ଭାଷା, ଭାବାତ୍ମକ ଶୈଳୀ ତଥା ଶିକ୍ଷାପ୍ରଦ ଓ ବୌଦ୍ଧିକ ଚେତନାଦୀପ୍ତ ତଥ୍ୟସମ୍ବଳିତ ଉପାଦାନରେ ସ୍ବୀୟ କାଳଜୟୀ କରିବା ତାଙ୍କ ଅନନ୍ୟ ସାଧାରଣ ପ୍ରତିଭାର ପରିଚୟ । ପ୍ରାବନ୍ଧିକଙ୍କ ସାରସ୍ବତ ସୃଷ୍ଟିସମ୍ଭାର ମଧ୍ୟରେ ‘ଲଣ୍ଡନ ଚିଠି’, ‘ଆମେରିକା ଅନୁଭୂତି’, ‘ଗଙ୍ଗାରୁ ଗୋଦାବରୀ’, ‘ଓଡ଼ିଆ କେବେ’, ‘ବିଚାର ଆଲୋଚନା’ ଆଦି ପୁସ୍ତକରେ ପ୍ରାବନ୍ଧିକଙ୍କ ପ୍ରତିଭାନୈପୁଣ୍ୟ ସର୍ବଜନାଦୃତ ।

ପ୍ରାବନ୍ଧିକଙ୍କ ‘ଓଡ଼ିଆ କେବେ’ ପୁସ୍ତକରୁ ସଂଗୃହୀତ ‘ମାତୃଭାଷା ଓ ଲୋକଶିକ୍ଷା’ ପ୍ରବନ୍ଧରେ ଲେଖକ ଜନତାର ସାମୂହିକ ଶିକ୍ଷାଭାବେ ମାତୃଭାଷାର ଉପାଦେୟତା ଓ ଲୋକଶିକ୍ଷା ପାଇଁ ତାହାର ଉପଯୋଗିତା ଉପରେ ଆଲୋକପାତ କରିଛନ୍ତି । ଜନତାର ପ୍ରଥମ ପ୍ରୟୋଜନ ହେଉଛି ଆଞ୍ଚଳିକ ଭାଷା । ଅନ୍ନ, ବସ୍ତ୍ର ପରି ତା’ର ନିଜର ଭାଷା ହିଁ ପ୍ରଥମ ଆବଶ୍ୟକତା । ମାତୃଭାଷାରେ ହିଁ ସେ ନିଜର ଭାବନାକୁ ପରିପ୍ରକାଶ କରିପାରେ । ଗାନ୍ଧିଜୀ ମାତୃଭାଷାକୁ ମାତୃସ୍ତନ୍ୟ ପରି ମୂଲ୍ୟବାନ୍ ମନେକରୁଥିଲେ । ତାଙ୍କ ମତରେ, ମାତୃଭାଷା ପ୍ରତି ମମତ୍ୱବୋଧ ନଥିବା ବ୍ୟକ୍ତି କଦାପି ଦେଶପ୍ରେମୀ ହୋଇନପାରେ । ସେଥ‌ିପାଇଁ ସେ ଅର୍ଥନୀତି କ୍ଷେତ୍ରରେ ବିଦେଶୀ ଜିନିଷ ବର୍ଜନ ଓ ଭାଷା କ୍ଷେତ୍ରରେ ଇଂରେଜୀ ଭାଷା ବର୍ଜନକୁ ଗୁରୁତ୍ୱ ଦେବାକୁ ଆହ୍ଵାନ ଦେଇଥିଲେ । ବଡ଼ ବରଗଛ ତଳେ ଛୋଟ ବରକୋଳି ଗଛ ଉଧେଇ ନ ପାରିବା ପରି ଇଂରେଜୀ ଭାଷାର ପ୍ରଭାବ ମୁକ୍ତ ନହେବା ପର୍ଯ୍ୟନ୍ତ ମାତୃଭାଷାର ପ୍ରଗତି ସାଧୁ ହୋଇପାରିବ ନାହିଁ ।

ଶିକ୍ଷା ହିଁ ଗଣତନ୍ତ୍ରର ମୂଳମନ୍ତ୍ର । ପ୍ରତ୍ୟେକ ମତଦାତା ଉପଯୁକ୍ତ ଶିକ୍ଷା ନ ପାଇବା ପର୍ଯ୍ୟନ୍ତ ଗଣତନ୍ତ୍ର ସଫଳ ହୋଇପାରିବ ନାହିଁ । ସମୂହ ଜନତାକୁ ଅଳ୍ପ ସମୟ ମଧ୍ୟରେ ଶିକ୍ଷିତ କରିବାକୁ ହେଲେ ମାତୃଭାଷା ହିଁ ସର୍ବୋତ୍କୃଷ୍ଟ ମାଧ୍ୟମ । ପ୍ରାବନ୍ଧିକଙ୍କ ମତାନୁସାରେ-

‘‘ମାତୃଭାଷାରେ ମନୁଷ୍ୟର ଯେଉଁ ଭୂର୍ଭି ହୁଏ, ଅନ୍ୟ କୌଣସି ଦ୍ୱିତୀୟ ଭାଷାରେ ତା’ ହୁଏ ନାହିଁ ।’’

ବିଦେଶୀ ଭାଷାରେ ସାମୂହିକ ଶିକ୍ଷାର ଉଦାହରଣ ବିଶ୍ବର ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳେନାହିଁ । ତା’ଛଡ଼ା ମାତୃଭାଷାରେ ଯେତେ ଶୀଘ୍ର କାମ କରିହେବ ଅନ୍ୟ କୌଣସି ଭାଷାରେ ତାହା ସମ୍ଭବ ନୁହେଁ । ମାତୃଭାଷା ମାଧ୍ୟମରେ ଶିକ୍ଷା ସହଜରେ ଲୋକଙ୍କ ମଧ୍ୟରେ ପ୍ରସାରିତ ହୋଇପାରିଥାଏ। ଏତଦ୍‌ଭିନ୍ନ କୌଣସି ବିଦେଶୀ ଭାଷାକୁ ମାତୃଭାଷା ପରି ବ୍ୟବହାର କରିବା ମଧ୍ୟ ସ୍ଵାଭାବିକ ନୁହେଁ । ପରିବାରର ସମସ୍ତ ସଦସ୍ୟ ଇଂରେଜୀ ଭାଷା ଜାଣି ନଥିବାରୁ ପାଠୁଆ ପୁଅଝିଅଙ୍କ ଇଂରେଜୀ ବହିରୁ ସେମାନେ କୌଣସି ଜ୍ଞାନ ଆହରଣ କରିପାରନ୍ତି ନାହିଁ । ତେଣୁ ଜ୍ଞାନ ପ୍ରସାରିତ ନହୋଇ ସଙ୍କୁଚିତ ହୋଇରହେ । ପରେ ଟେବୁଲ ଉପରେ ଥ‌ିବା ଖଣ୍ଡେ ବହି ଯଦି ମାତୃଭାଷାରେ ଲିଖୁତ ହୋଇଥାଏ, ତେବେ ଘରର ଯେକୌଣସି ଲୋକ ସେଥୁପ୍ରତି ଆଗ୍ରହ ପ୍ରକାଶ କରିବା ସ୍ଵାଭାବିକ ।

ସେହିପରି କୃଷି ସମ୍ପର୍କିତ ଖଣ୍ଡିଏ ପୁସ୍ତକ ଓଡ଼ିଆ ଭାଷାରେ ଲେଖା ହୋଇଥିଲେ ଯେକୌଣସି କୃଷକ ମନରେ ତାହା ପଢ଼ିବାପାଇଁ କୌତୂହଳ ସୃଷ୍ଟି ହେବା ସ୍ଵାଭାବିକ । ଅଭିଜ୍ଞ କୃଷକମାନଙ୍କର ପ୍ରଦତ୍ତ ମତାମତ ତଥା ଅନୁଭୂତି ସହଜରେ ପ୍ରସାରିତ ହୋଇପାରିବ କେବଳ ମାତୃଭାଷା ମାଧ୍ୟମରେ । ବିଲାତ ପ୍ରଭୃତି ଦେଶରେ ବିଲେଇ, କୁକୁର ପାଳନଠାରୁ ଆରମ୍ଭକରି ଉଡ଼ାଜାହାଜ ଉଡ଼େଇବା ପର୍ଯ୍ୟନ୍ତ ସବୁ ପ୍ରକାର ଜ୍ଞାନକୁ ସରଳ ଭାଷାରେ ଲୋକେ ବୁଝିପାରିଲା ପରି ଭାଷାରେ ଲେଖାଯାଇଛି । ଫଳତଃ ଜ୍ଞାନ ସହଜରେ ବିସ୍ତୃତ ହୋଇପାରୁଛି । ଏ ସମ୍ପର୍କରେ ପ୍ରାବନ୍ଧିକ କହିଛନ୍ତି-

‘କିନ୍ତୁ ଆମ ଦେଶରେ ଜ୍ଞାନ ଭଣ୍ଡାରଟା ଇଂରେଜୀରେ ଥିବାରୁ କୋଟି କୋଟି ଜନତା ଆଖୁ ଥାଉ ଥାଉ ଅନ୍ଧ ।”

ମାତୃଭାଷା ହିଁ ସାମୂହିକ ଜନତାକୁ ଶିକ୍ଷିତ କରିପାରେ । ଗଣତନ୍ତ୍ର ରାଷ୍ଟ୍ରରେ ମତଦାତାମାନଙ୍କୁ ଶିକ୍ଷିତ ନ କଲେ ସେମାନେ ନିଜ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ସଚେତନ ହୋଇପାରିବେ ନାହିଁ । ତେଣୁ ସରକାରୀ ସ୍ତରରେ ମାତୃଭାଷା ଶିକ୍ଷା ଉପରେ ଗୁରୁତ୍ଵ ପ୍ରଦାନ କରିବା ଜରୁରୀ । ପ୍ରାବନ୍ଧିକଙ୍କ ମତରେ ‘ଇଂରେଜୀ ଉଠିଯାଇ କାଗଜପତ୍ର ଯେଉଁଦିନ ଓଡ଼ିଆରେ ହୋଇଯିବ, ସେଦିନ ସାଧାରଣ ଲୋକଙ୍କର ଅନେକ ଅସୁବିଧା ଉଠିଯିବ ।’’

ଶିକ୍ଷା ସମ୍ପର୍କୀୟ ଯେତେ କମିଟି ଗଠିତ ହୋଇଛି ସମସ୍ତେ ସମସ୍ତରରେ ଗୋଟିଏ କଥା କହିଛନ୍ତି ଯେ ମାତୃଭାଷା ଶିକ୍ଷା ହିଁ ସବୁ ଶିକ୍ଷାର ମୂଳମନ୍ତ୍ର । ଗାନ୍ଧିଜୀ ଓ ରବୀନ୍ଦ୍ରନାଥଙ୍କ ପରି ମହାମନୀଷୀମାନେ ମଧ୍ୟ ମାତୃଭାଷା ଶିକ୍ଷା ଉପରେ ଗୁରୁତ୍ବ ଆରୋପ କରିଛନ୍ତି । ଇଂରାଜୀ ଭାଷା ହିଁ ଶାସକ ଓ ଶାସିତଙ୍କ ମଧ୍ୟରେ ବ୍ୟବଧାନ ସୃଷ୍ଟି କରୁଛି ବୋଲି ପ୍ରାବନ୍ଧିକ ଦୃଢୋକ୍ତି ପ୍ରକାଶ କରିବା ସହ ସମୂହ ଜନତା ପାଇଁ ମାତୃଭାଷା ମାଧମ ଶିକ୍ଷାକୁ ପ୍ରାଧାନ୍ୟ ଦେବାପାଇଁ ପରାମର୍ଶ ପ୍ରଦାନ କରିଛନ୍ତି ।

ତୁମ ପାଇଁ କାମ

Question ୨୯ ।
ଓଡ଼ିଆ ଭାଷାକୁ ସମୃଦ୍ଧ କରିବାପାଇଁ ଯେଉଁମାନଙ୍କର ତ୍ୟାଗ ଓ ସାଧନା ଉଲ୍ଲେଖନୀୟ ସେହି ମହାନ୍ ସ୍ରଷ୍ଟାମାନଙ୍କର ଜୀବନୀ ପାଠ କର ।

Question ୩୦ ।
ଜନଜାବନରେ ମାତୃଭାଷାର ଆବଶ୍ୟକତା – ଏହି ପ୍ରସଙ୍ଗରେ ଏକ ତର୍କସଭାର ଆୟୋଜନ କର ।
[ସୂଚନା : ‘ତୁମ ପାଇଁ କାମ’ର ଉତ୍ତରଗୁଡ଼ିକ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ପ୍ରସ୍ତୁତ କରନ୍ତୁ ।]

BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

ବିଗତ ବର୍ଷର ହାଇସ୍କୁଲ ପରୀକ୍ଷା (ବାର୍ଷିକ ଓ ସପ୍ଲିମେଣ୍ଟାରୀ)ର ପ୍ରଶ୍ନୋତ୍ତର

Question 1.
ଆଞ୍ଚଳିକ ଭାଷା ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ହେଲେ କାହାର ଆଧ୍ୟତ୍ୟକୁ କମାଇବାକୁ ହେବ ?
Answer:
ଙ୍ଗରେଜା

Question 2.
ଛୋଟକୁ ରକ୍ଷା କରିବାକୁ ହେଲେ କ’ଣ କରିବାକୁ ହେବ. ?
Answer:
ବଡ଼କୁ ବାରଣ କରିବାକୁ ହେବ

Question 3.
ଦେଶୀ ସରକାର କାହା ବଳରେ ଲୋକଙ୍କୁ ଦୂରରେ ରଖୁଛନ୍ତି ?
Answer:
ଅର୍ଥ

BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

Question 4.
ହିବୁ ଭାଷା ଏବେ କେଉଁ ଦେଶର ରାଜ୍ୟଭାଷା ହୋଇଛି ?
Answer:
ଇଜ୍ ଚାଇଲ

Question 5.
ଗାନ୍ଧିଜୀ ମାତୃଭାଷାକୁ କେଉଁ ଭଳି ମୂଲ୍ୟବାନ୍ ମନେ କରୁଥିଲେ ?
Answer:
ସୁନା

Question 6.
ଜନତାର ସାମୂହିକ ଶିକ୍ଷା ପାଇଁ କେଉଁ ଭାଷା ପ୍ରକୃତ ମାଧ୍ୟମ ?
Answer:
ଙ୍ଗରେଜା ଭାଷା

Question 7.
କେଉଁମାନଙ୍କୁ ‘ରିଙ୍ଗ୍ ଲିଡ଼ର’ କୁହାଯାଉଥିଲା ?
Answer:
ଓଡ଼ିଆ ଭାଷାର ଉନ୍ନତି କଥା ଚିନ୍ତା କରୁଥ୍ଥ୍ ବା ଲୋକଙ୍କୁ

ପରୀକ୍ଷା ଉପଯୋଗୀ ଅତିରି

(A) ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

Question 1.
ଭାଷା ସମସ୍ୟା କହିବା ମାତ୍ରେ ଲୋକେ କ’ଣ ବୁଝନ୍ତି ଓ କେଉଁ କଥା ସେମାନଙ୍କ ମନକୁ ଆସେ ନାହିଁ ?
Answer:
ଭାଷା ସମସ୍ୟା କହିଲା ମାତ୍ରେ ଲୋକେ ହିନ୍ଦୀ-ଇଂରେଜୀ ବିବାଦ କଥା ବୁଝନ୍ତି, ଆଞ୍ଚଳିକ ଭାଷା କଥା ସେମାନଙ୍କ ମନକୁ ଆସେ ନାହିଁ ।

Question 2.
ଅର୍ଥନୀତି କ୍ଷେତ୍ରରେ ଗାନ୍ଧିଜୀ କ’ଣ ଆହ୍ଵାନ ଦେଇଥିଲେ ?
Answer:
ଅର୍ଥନୀତି କ୍ଷେତ୍ରରେ ଗାନ୍ଧିଜୀ ବିଦେଶୀ ବର୍ଜନ କରି ସ୍ଵଦେଶୀ ବ୍ୟବହାର କରିବାପାଇଁ ଆହ୍ବାନ ଦେଇଥିଲେ ।

Question 3.
ଭାଷା କ୍ଷେତ୍ରରେ ଗାନ୍ଧିଜୀଙ୍କ ଘୋଷଣା ଓ ଆହ୍ଵାନ କ’ଣ ଥିଲା ?
Answer:
ଭାଷା କ୍ଷେତ୍ରରେ ଗାନ୍ଧିଜୀ ଇଂରେଜୀ ଭାଷାକୁ ଛାଡ଼ି ମାତୃଭାଷାକୁ ସମୃଦ୍ଧ କରିବାକୁ ଘୋଷଣା କରିବା ସହିତ ହିନ୍ଦୀକୁ କେନ୍ଦ୍ରଭାଷା ତଥା ରାଜ୍ୟ ଲୋକମାନଙ୍କର ମାତୃଭାଷାକୁ ସେମାନଙ୍କର ରାଜ୍ୟଭାଷା କରିବାକୁ ଆହ୍ଵାନ ଦେଇଥିଲେ ।

Question 4.
କାହାକୁ ଦେଶଭକ୍ତ ବୋଲି କୁହାଯାଇ ପାରିବ ନାହିଁ ?
Answer:
ଯେଉଁ ବ୍ୟକ୍ତିର ହୃଦୟରେ ମାତୃଭାଷା ପ୍ରତି ମମତା ନାହିଁ, ସେହି ବ୍ୟକ୍ତିକୁ ଦେଶଭକ୍ତ ବୋଲି କୁହାଯାଇ ପାରିବ ନାହିଁ ।

BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

Question 5.
ଇଂରେଜୀ ଭାଷା ପ୍ରଭାବରେ ଆମ ଦେଶରେ ପରିସ୍ଥିତି କିପରି ହେଲା ?
Answer:
ଇଂରେଜୀ ଭାଷା ପ୍ରଭାବରେ ଆମ ଦେଶରେ ମାତୃଭାଷା ନଜାଣି ମଧ୍ୟ ଲୋକେ ଜ୍ଞାନୀଭାବେ ବିବେଚିତ ହେଲେ । ଅସମ୍ଭବ ହେଲା ।

Question 6.
ହିବୁଭାଷା’ ରାଜ୍ୟଭାଷାରେ ପରିଣତ ହେଲା କିପରି ?
Answer:
ମୃତପ୍ରାୟ ହିନ୍ଦୁ ଭାଷାକୁ ଉଠାଇବାପାଇଁ ବିଦେଶୀ ଭାଷାକୁ ବିରୋଧ ସହିତ ସ୍କୁଲରେ ବିଦେଶୀ ଭାଷା ଭୁଲ୍ ବୋଲି ପିଲାଙ୍କୁ ଶିକ୍ଷା ଦିଆଗଲା, ଫଳରେ ହିବୁ ସହିତ ପ୍ରତିଯୋଗିତା କରୁଥିବା ଅନ୍ୟ ଭାଷା ପଛରେ ପଡ଼ିଯିବାରୁ ହିବୁଭାଷା ଇଜ୍‌ରାଇଲ୍‌ର ରାଜ୍ୟଭାଷାରେ ପରିଣତ ହେଲା ।

Question 7.
ମହାତ୍ମା ଗାନ୍ଧି କ’ଣ ଆହ୍ବାନ ଦେଇଥିଲେ ଓ କ’ଣ ଘୋଷଣା କରିଥିଲେ ?
Answer:
ମହାତ୍ମା ଗାନ୍ଧି ଅର୍ଥନୀତି କ୍ଷେତ୍ରରେ ବିଦେଶୀ ଜିନିଷ ବର୍ଜନ କରି ସ୍ଵଦେଶୀ ଜିନିଷ ବ୍ୟବହାର କରିବାକୁ ଆହ୍ଵାନ ଦେଇଥିଲେ ଏବଂ ଭାଷା କ୍ଷେତ୍ରରେ ଇଂରେଜୀ ଛାଡ଼ି ମାତୃଭାଷାକୁ ସମୃଦ୍ଧ କରିବାକୁ ଘୋଷଣା କରିଥିଲେ ।

Question 8.
ମାତୃଭାଷାର ଅଗ୍ରଗତି ଅସମ୍ଭବ ହେଲା କାହିଁକି ?
Answer:
ସମାଜରେ ଯେଉଁମାନେ ଜ୍ଞାନୀ, ପଦସ୍ଥ, ଯାହାଙ୍କ କଥାରେ ମୂଲ୍ୟ ଥିଲା, ସେମାନେ ମାତୃଭାଷା ପ୍ରତି ଉଦାସୀନ ରହିବା ଫଳରେ ମାତୃଭାଷାର ଅଗ୍ରଗତି ଅସମ୍ଭବ ହୋଇପଡ଼ିଲା ।

Question 9.
ଅନ୍ନଦାଶଙ୍କର ରାୟ କାହିଁକି ଓଡ଼ିଆ ଛାଡ଼ି ବଙ୍ଗଳାରେ ଲେଖିଲେ ?
Answer:
ଅନ୍ନଦାଶଙ୍କରଙ୍କର ମାତୃଭାଷା ବଙ୍ଗଳା ହୋଇଥିବାରୁ ସେହି ଭାଷାରେ ତାଙ୍କର ଯେଉଁ ସ୍ଵାଭାବିକ ଘୂର୍ତ୍ତି ହେବ, ଓଡ଼ିଆ ଭାଷାରେ ତାହା ହୋଇପାରିବ ନାହିଁ ବୋଲି ଅନୁଭବ କରି ସେ ଓଡ଼ିଆ ଭାଷାକୁ ଛାଡ଼ି ତାଙ୍କ ମାତୃଭାଷା ବଙ୍ଗଳାରେ ଲେଖିଲେ

Question 10.
ଇଂରେଜୀ ବିରୋଧରେ ଆମମାନଙ୍କର ପ୍ରଧାନ ଅଭିଯୋଗ କ’ଣ ?
Answer:
ଇଂରେଜୀ ବିରୋଧରେ ଆମମାନଙ୍କର ପ୍ରଧାନ ଅଭିଯୋଗ ଥିଲା ଏ ଭାଷା ଦେଢ଼ଶହ ବର୍ଷ ହେଲା.ପ୍ରଚଳିତ ହେଲେହେଁ ଶତକଡ଼ା ଦେଢ଼ଜଣ ଏ ଭାଷାକୁ ଆୟତ୍ତ କରିପାରି ନାହାନ୍ତି ।

Question 11.
ଆମ ଦେଶର କୋଟି କୋଟି ଜନତା ଆଖୁ ଥାଉଁ ଥାଉଁ ଅନ୍ଧ କିପରି ?
Answer:
ଆମ ଦେଶର ଜ୍ଞାନ ଭଣ୍ଡାରଟା ଇଂରେଜୀରେ ଥିବାରୁ ଆମ ଦେଶର କୋଟି କୋଟି ଜନତା ଆଖୁ ଥାଉଁ ଥାଉଁ ଅନ୍ଧ ।

Question 12.
ଭାଷା କ୍ଷେତ୍ରରେ ଗାନ୍ଧିଜୀ କ’ଣ ଘୋଷଣା କଲେ ?
Answer:
ଭାଷା କ୍ଷେତ୍ରରେ ଗାନ୍ଧିଜୀ ଇଂରେଜୀକୁ ଛାଡ଼ି ମାତୃଭାଷାକୁ ସମୃଦ୍ଧ କରିବାପାଇଁ ଘୋଷଣା କଲେ ।

BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

Question 13.
ଗଣତନ୍ତ୍ର କେତେବେଳେ ସଫଳ ହୋଇପାରିବ ?
Answer:
ପ୍ରତ୍ୟେକ ଭୋଟର ଉପଯୁକ୍ତ ଶିକ୍ଷା ପାଇଲେ ଗଣତନ୍ତ୍ର ସଫଳ ହୋଇପାରିବ ।

(B) । ଗୋଟିଏ ପଦ ବା ଶବ୍ଦରେ ଉତ୍ତର ଦିଅ ।

Question 1.
ପ୍ରାବନ୍ଧିକ ଗୋଲୋକବିହାରୀ ଧଳ କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ?
Answer:
ଗଞ୍ଜେଇଡ଼ିହ

Question 2.
ଗୋଲୋକବିହାରୀଙ୍କର ଗୋଟିଏ ଭ୍ରମଣ ସାହିତ୍ୟ ପୁସ୍ତକର ନାମ ଲେଖ ।
Answer:
ଗଙ୍ଗାରୁ ଗୋଦାବରୀ

Question 3.
ଗୋଲୋକବିହାରୀ ଧଳଙ୍କର ଭାଷା ବିଜ୍ଞାନ ସମ୍ବନ୍ଧୀୟ ଗୋଟିଏ ପୁସ୍ତକର ନାମ ଲେଖ ।
Answer:
ମଣିଷର ଭାଷା

Question 4.
ଗୋଲୋକବିହାରୀ ଧଳଙ୍କର ଏକ ଅନୂଦିତ ପୁସ୍ତକର ନାମ ଲେଖ ।
Answer:
ଗୋଦାନ

Question 5.
ଆମ ଦେଶରେ ଭାଷା ସମସ୍ୟା କଥା କହିଲେ କେଉଁ ଭାଷା କଥାଟା ବେଶି ମନକୁ ଆସେ ନାହିଁ ?
Answer:
ଆଞ୍ଚଳିକ ଭାଷା କଥା

Question 6.
ମାତୃଭୂମି ମାତୃଭାଷାରେ ମମତା ଯା’ ହୃଦେ ଜନମି ନାହିଁ
Answer:
ଗଙ୍ଗାଧର ମେହେର

Question 7.
ତାକୁ ଯଦି ଜ୍ଞାନୀ-ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ? ପଦଟି କେଉଁ କବି ରଚନା କରିଛନ୍ତି ?
Answer:
ଆଞ୍ଚଳିକ ଭାଷା

BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

Question 8.
ଭାବପ୍ରକାଶରେ କେଉଁ ଭାଷା ସର୍ବଶ୍ରେଷ୍ଠ ?
Answer:
ଆଞ୍ଚଳିକ ଭାଷା

Question 9.
ମାତୃଭାଷାରେ ଶାସନକାର୍ଯ୍ୟ ଚଳେଇଲେ କେଉଁମାନେ ପରସ୍ପରର ନିକଟତର ହେବେ ?
Answer:
ଶାସକ ଓ ଶାସିତ

Question 10.
କେଉଁ ଭାଷାର ପ୍ରଚାର ଓ ପ୍ରସାର ହେଲେ ଜାତିର ସ୍ଵାଭିମାନ ବଢ଼େ ?
Answer:
ମାତୃଭାଷା

Question 11.
ଅନ୍ନଦାଶଙ୍କର ଆଇ.ସି.ଏସ୍. ହେବା ପର୍ଯ୍ୟନ୍ତ କେଉଁ ରାଜ୍ୟରେ ଜୀବନ କାଟିଥିଲେ ?
Answer:
ଓଡ଼ିଶା

Question 12.
ନିଜକୁ ପ୍ରକାଶ କରିବାପାଇଁ କେଉଁ ଭାଷା ସବୁଠାରୁ ସହଜ ଓ ସ୍ଵାଭାବିକ ମାଧ୍ୟମଟି ?
Answer:
ମାତୃଭାଷା

Question 13.
ଅନ୍ନ ବସ୍ତ୍ର ପରି ସାଧାରଣ ଜନତାର ଅତ୍ୟାବଶ୍ୟକ ଆବଶ୍ୟକତା କ’ଣ ?
Answer:
ନିଜର ଭାଷା

Question 14.
ବିଦେଶ ଭ୍ରମଣ ସମୟରେ ଜଣେ ଅପରିଚିତ ବ୍ୟକ୍ତିଠାରୁ ମାତୃଭାଷା ଶୁଣିଲେ କିପରି ଲାଗେ ?
Answer:
ଭଲ

Question 15.
ଶାସିତଙ୍କୁ ଶାସକଙ୍କଠାରୁ କେଉଁ ଭାଷା ଦୂରରେ ରଖୁଛି ?
Answer:
ଇଂରେଜୀ ଭାଷା

BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

Question 16.
ପ୍ରାବନ୍ଧିକଙ୍କର ‘ମାତୃଭାଷା ଓ ଲୋକଶିକ୍ଷା’ ପ୍ରବନ୍ଧଟି ତାଙ୍କ ରଚିତ କେଉଁ ପୁସ୍ତକରୁ ସଂଗୃହୀତ ?
Answer:
ଓଡ଼ିଆ କେବେ

Question 17.
କେଉଁ ଦେଶରେ ହିବୁ ଭାଷା ପାଇଁ ଭାଷା କାଉନ୍‌ସିଲ୍ ଅଛି ?
Answer:
ଇଜ୍ଇଲ୍‌ରେ

Question 18.
ପ୍ରାଚୀରପତ୍ରସବୁ କେଉଁ ଭାଷାରେ ଲେଖାଯାଇଥିଲେ ଲୋକ ଓ ସରକାର ଉଭୟଙ୍କର ଲାଭ ହୋଇଥା’ନ୍ତା ?
Answer:
ମାତୃଭାଷାରେ

Question 19.
ରାଉରକେଲାରେ ନିର୍ମିତ ତାରଘରୁ କେଉଁ ଅକ୍ଷରରେ ଲିଖ୍ ନାମକୁ ଲିଭାଇ ଦେବାପାଇଁ କେନ୍ଦ୍ର ସରକାରୀ ହାକିମ ନିର୍ଦ୍ଦେଶ ଦେଇଥିଲେ ?
Answer:
ଓଡ଼ିଆ

Question 20.
ସ୍କଟ୍‌ଣ୍ଡର ଲୋକମାନଙ୍କର କେଉଁ ଭାଷା ପାଇଁ ଯଥେଷ୍ଟ ଚେତନା ଓ ସମ୍ମାନ ଅଛି ?
Answer:
ନିଜ ଭାଷା ପାଇଁ

Question 21.
ଅର୍ଥନୀତି କ୍ଷେତ୍ରରେ ବିଦେଶୀ ବର୍ଜନ କରି ସ୍ଵଦେଶୀ ବ୍ୟବହାର କରିବାପାଇଁ କିଏ ଡାକ ଦେଇଥିଲେ ?
Answer:
ଗାନ୍ଧିଜୀ

BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

Question 22.
କେଉଁ ଭାଷା କେନ୍ଦ୍ର ଭାଷା ହେବ ବୋଲି ଗାନ୍ଧିଜୀ ଆହ୍ବାନ ଦେଇଥିଲେ ?
Answer:
ହିନ୍ଦୀ ଭାଷା

Question 23.
ଗାନ୍ଧିଜୀଙ୍କ ଦୃଷ୍ଟିରେ ଯେଉଁ ଲୋକର ମାତୃଭାଷା ପ୍ରତି ମମତା ନାହିଁ, ତା’କୁ କ’ଣ କୁହାଯାଇ ନ ପାରେ ?
Answer:
ଦେଶଭକ୍ତ

Question 24.
ବିଜୁଳି ବତି ଜଳୁଥ‌ିବା ପର୍ଯ୍ୟନ୍ତ ଲୋକେ କେଉଁ ଦୀପକୁ ଚାହିଁବେ ନାହିଁ ?
Answer:
ଛୋଟ ଦୀପକୁ

Question 25.
ଛୋଟକୁ ରକ୍ଷା କରିବାକୁ ହେଲେ କାହାକୁ ବାରଣ କରିବାକୁ ହେବ ?
Answer:
ବଡ଼କୁ

Question 26.
ଦେଶର କ୍ଷୁଦ୍ରଶିଳ୍ପମାନଙ୍କୁ ବଞ୍ଚାଇ ରଖୁବାକୁ ହେଲେ କେଉଁ ଆମଦାନୀକୁ ବାରଣ କରିବାକୁ ହେବ ?
Answer:
ବିଦେଶୀ ଆମଦାନିକୁ

Question 27.
ଇଜୁରାଇଲ୍‌ର ଆଧୁନିକ ଭାଷୀର ନାମ କ’ଣ ?
Answer:
ହିବ୍ର

Question 28.
ଭାଷାକୁ ନିର୍ଦ୍ଦେଶ ଦେବା ପାଇଁ ପୃଥ‌ିବୀର ସବୁ ସଭ୍ୟ ଦେଶରେ କେଉଁ ଏକାଡେମୀ ଅଛି ?
Answer:
ଭାଷା ଏକାଡେମା

BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

Question 29.
ଇଜ୍‌ରାଇଲ୍‌ରେ ହିବୁ ଭାଷାର ଉନ୍ନତି ପାଇଁ କ’ଣ ଗଠନ କରାଯାଇଛି ?
Answer:
ଭାଷା କାଉନ୍‌ସିଲ୍

Question 30.
ଜନତାକୁ ଅଳ୍ପ ସମୟ ମଧ୍ୟରେ ଶିକ୍ଷିତ କରିବାକୁ ହେଲେ ସର୍ବୋତ୍କୃଷ୍ଟ ମାଧ୍ୟମଟି କେଉଁ ଭାଷା ?
Answer:
ମାତୃଭାଷା

Question 31.
ବିଶିଷ୍ଟ ଲେଖକ ଅନ୍ନଦାଶଙ୍କର ରାୟ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:
ଢେଙ୍କାନାଳରେ

Question 32.
ବିଦେଶୀ ମାଧ୍ୟମର ଅପ୍ରାକୃତିକ ପାଚେରିକୁ ଭାଙ୍ଗିବାପାଇଁ କିଏ ପ୍ରଥମେ ପ୍ରୟାସ କରିଥିଲେ ?
Answer:
ଗାନ୍ଧିଜୀ

Question 33.
ଇଂରେଜ ଶାସକମାନେ କିପରି ଜନତାକୁ ଦୂରେଇ ରଖୁଥିଲେ ?
Answer:
ପ୍ରତାପ ବଳରେ

Question 34.
ଦେଶ ସରକାର ଲୋକଙ୍କୁ କିପରି ଦୂରେଇ ରଖୁଛନ୍ତି ?
Answer:
ଇଂରେଜୀ ବଳରେ

BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

Question 35.
ମୂକ ଜନତାକୁ ତା’ର ମାତୃଭାଷାର ଅଧିକାର ଦେବାପାଇଁ କିଏ ବ୍ୟାକୁଳ ହେଉଥିଲେ ?
Answer:
ଖାନ୍ଧିଜୀ

Question 36.
ଋଷ୍ ସରକାର ଲୋକମାନଙ୍କୁ କେଉଁ ଭାଷାରେ ଶିକ୍ଷା ଓ ଶାସନ ଚଳାଇବାକୁ ଅଧିକାର ଦେଇଛନ୍ତି ?
Answer:
ସେମାନଙ୍କ ମାତୃଭାଷାରେ

Question 37.
ଗାନ୍ଧିଜୀ ଓ ରବୀନ୍ଦ୍ରନାଥଙ୍କ ଦୃଷ୍ଟିକୋଣ କିପରି ଥୁଲା ?
Answer:
ଖୁବ୍ ପ୍ରାକ୍ଟିକାଲ୍

Question 38.
ସମସ୍ତ ଶିକ୍ଷା କମିଟି ସମସ୍ୱରରେ କ’ଣ କହିଥିଲେ ?
Answer:
ମାତୃଭାଷା ସବୁ ଶିକ୍ଷାର ମୂଳମନ୍ତ୍ର

BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

Question 39.
ଷ୍ଟ୍ରିଟ୍‌ର ନାମୋଚ୍ଚାରଣକୁ ପସନ୍ଦ ନ କରି କେଉଁ ଦେଶର ଲୋକେ ମାସ ମାସ ଧରି ଆନ୍ଦୋଳନ କରିଥିଲେ ?
Answer:
ସ୍କଣ୍ଡର

Question 40.
ଆମ ଭାଷା ସାହିତ୍ୟକୁ ବିଶେଷ ପ୍ରଗତିଶୀଳ କରିବା ପାଇଁ କ’ଣ ଆବଶ୍ୟକ ?
Answer:
ନିରଳସ, ନିରବଚ୍ଛିନ୍ନ ସାଧନା

Question 41.
ବିଦେଶୀ ଶାସନ ତଳେ ସବୁଠାରୁ କେଉଁ ଭାଷାର ବେଶି ଗତିରୋଧ ହୋଇଛି ?
Answer:
ଓଡ଼ିଆ ଭାଷାର

Question 42.
ଓଡ଼ିଶା ବହୁକାଳ ପର୍ଯ୍ୟନ୍ତ କେଉଁ ପ୍ରଦେଶମାନଙ୍କ ସଙ୍ଗେ ଯୋଡ଼ା ହୋଇ ରହିଥିଲା ?
Answer:
ବଙ୍ଗ ଓ ବିହାର

Question 43.
କେଉଁମାନେ ଏବେ ବି ପୂରା ଓଡ଼ିଆ ହୋଇନାହାନ୍ତି ?
Answer:
ଓଡ଼ିଶାର ବାବୁଶ୍ରେଣୀ

Question 44.
ଓଡ଼ିଶାରେ କେତୋଟି ଗଡ଼ଜାତ ଥିଲା ?
Answer:
୨୬ଟି

(C) ଶୂନ୍ୟସ୍ଥାନ ପୂରଣ କର ।

Question 1.
ପ୍ରକୃତରେ ଜନତାର ପ୍ରଥମ ପ୍ରଯ୍ଟେ।ଜନ ……………….।
Answer:
ଆଞ୍ଚଳିକ ଭାଷା ହିବୁ

Question 2.
ପାନ୍ଧିଜା ମାତୃଭାଷାକୁ ………………… ପରି ମୂଲ୍ୟବାନ୍ ମାନେ କରୁଥ୍ ଲୋ
Answer:
ମାତୃସ୍ତନ୍ୟ

Question 3.
ଛୋଟକୁ ରକ୍ଷା କରିବାକୁ ହେଲେ ………………… କୁ ଚାରଣ କରିବାକୁ ହେବା
Answer:
ବଡ଼

BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

Question 4.
ଦେଶର କ୍ଷୁଦ୍ରଶିଜ୍ଞିମାନଙ୍କୁ ଗଞ୍ଚାର ରଖିବାକୁ ହେଲେ …………………. କୁ ବାରଣ କରିବାକୁ ହେବା
Answer:
ବିଦେଶୀ ଆମଦାନି

Question 5.
ଲକ୍ରାଇଲ୍‌ର ଆଧୁନିକ ଭାଷାର ନାମ …………………।
Answer:
ବଙ୍ଗଳା

Question 6.
ଆଞ୍ଚଳିକ ଭାଷା ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ହେଲେ ………………. ର ଆଧ୍ ପତ୍ୟକୁ କମାଇବାକୁ ହେବା
Answer:
ଇଂରେଜା

Question 7.
ଦେଶା ସରକାର ……………………. ବାଳରେ ଲୋକଙ୍କୁ ଦୂରେଇ ରଖିଛନ୍ତି।
Answer:
ଇଂରେଜୀ

Question 8.
ହିବ୍ର ଭାଷା ଏବେ ………………….. ଦେଶର ରାଜ୍ୟଭାଷା ହୋଇଚ୍ଛା
Answer:
ଇଜ୍‌ରାଇଲ୍

Question 9.
………………… ମାନଙ୍କୁ ‘ରିଙ୍ଗ ଲିଡ଼ର’ କୁହାଯାଉଥିଲା ।
Answer:
ମାତୃଭାଷା ଚିନ୍ତକଙ୍କୁ

Question 10.
ପ୍ର।ବଷିକ ଗୋଲୋକବିହାରା ଧଳ ରେଭେନ୍‌ସା କକଲେଜର …………………… ବିଭାଗର ପ୍ରଫେସର୍ ଥିଲେ।
Answer:
ଓଡ଼ିଆ ଶିକ୍ଷା

Question 11.
ଅନ୍ନଦାଶଙ୍କର ………………. ହେବା ପର୍ଯ୍ୟନ୍ତ ଓତ଼ିଶାରେ ଜାଟିଥ୍ ଲୋAnswer:
Answer:
ଆଇ.ସି.ଏସ୍.

Question 12.
“ମାତୃଭାଷା ଓ ଲେ।କଶିକ୍ଷା” ପ୍ରବନ୍ଧର ପ୍ର।ବନ୍ଧିକ ………………….
Answer:
ଗୋଲୋକବିହାରୀ ଧଳ

BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

Question 13.
ଜାତିର ଜନକ …………………………. ମାତୃଭାଷାକୁ ମାତୃସ୍ତନ୍ୟ ପରି ମୂଲ୍ୟବାନ ମନେ କରୁଥିଲେ ।
Answer:
ମହାତ୍ମା ଗାନ୍ଧି

Question 14.
ଗଣତନ୍ତ୍ରର ମୂଳମନ୍ତ୍ର …………………….
Answer:
ଶିକ୍ଷା

Question 15.
ଶ୍ରୀଯୁକ୍ତ ଅନ୍ନଦାଶଙ୍କର ରାୟ ବର୍ତ୍ତମାନ ………………………… ଭାଷାରେ ଲେଖୁଛନ୍ତି ।
Answer:
ବଙ୍ଗଳା

Question 16.
ନିଜକୁ ପ୍ରକାଶ କରିବାପାଇଁ ସବୁଠାରୁ ସହଜ ଓ ସ୍ଵାଭାବିକ ମାଧ୍ୟମଟି …………………… ।
Answer:
ମାତୃଭାଷା

Question 17.
ଇଂରେଜୀ ଭାଷା ପାରଙ୍ଗମତା ଓ ଅପାରଗତାକୁ ନେଇ ଦେଶ ଯେଉଁ ଦୁଇଟି ଭାଗରେ ବିଭକ୍ତ ହୋଇଛି, ତାହା …………………..।
Answer:
ପାଠୁଆ ଓ ଅପାଠୁଆ

Question 18.
ବିଦେଶୀ ମାଧ୍ୟମର ଅପ୍ରାକୃତିକ ପାଚେରିକୁ ଭାଙ୍ଗିବାପାଇଁ ………………………. ପ୍ରଥମେ ପ୍ରୟାସ କରିଥିଲେ ।
Answer:
ଗାନ୍ଧିଜୀ

Question 19.
ବିଦେଶୀ ଶାସନ ତଳେ ସବୁଠାରୁ …………………………. ଭାଷାର ବେଶି ଗତିରୋଧ ହୋଇଛି ।
Answer:
ଓଡ଼ିଆ

Question 20.
ଫକୀରମୋହନଙ୍କ ପରି ଯେଉଁମାନେ ଓଡ଼ିଆ ଭାଷା ପାଇଁ ଚିନ୍ତା କରୁଥିଲେ, ସେମାନଙ୍କୁ ……………………….କୁହାଯାଉଥିଲା ।
Answer:
ରିଙ୍ଗ୍ ଲିଡ଼ର

(D) ଠିକ୍ ଉକ୍ତି ପାଇଁ ‘T’ ଓ ଭୁଲ୍ ଉକ୍ତି ପାଇଁ ‘F’ ଲେଖ ।

1. ଜନତାକୁ ଅଳ୍ପ ସମୟ ମଧ୍ୟରେ ଶିକ୍ଷିତ କରିବାର ସର୍ବୋତ୍କୃଷ୍ଟ ମାଧ୍ୟମ ହେଉଛି ଇଂରେଜୀ ଭାଷା ।
2. ବିଶିଷ୍ଟ ଲେଖକ ଅନ୍ନଦାଶଙ୍କର ରାୟ କଟକରେ ଜନ୍ମଗ୍ରହଣ କରିଥିଲେ ।
3. ମାତୃଭାଷାରେ ପ୍ରାଚୀରପତ୍ର ଲେଖାହେଲେ ଲୋକ ଓ ସରକାର ଉଭୟଙ୍କର ଲାଭ ହେବ ।
4. ମୂକ ଜନତାକୁ ତା’ର ମାତୃଭାଷାର ଅଧିକାର ଦେବାପାଇଁ ଗାନ୍ଧିଜୀ ବ୍ୟାକୁଳ ହେଉଥିଲେ । ପୋଲାଣ୍ଡବାସୀଙ୍କ ମାତୃଭାଷାର ନାମ ପୋଲିସ୍ ।
6. ସ୍କଲାଣ୍ଡର ଲୋକମାନଙ୍କର ନିଜ ଭାଷା ପାଇଁ ଯଥେଷ୍ଟ ଚେତନା ଓ ସମ୍ମାନ ନାହିଁ ।
7. ମରାଠୀ ଭାଷା କେନ୍ଦ୍ର ଭାଷା ହେବ ବୋଲି ଗାନ୍ଧିଜୀ ଆହ୍ବାନ ଦେଇଥିଲେ ।
୫. ପ୍ରାବନ୍ଧିକଙ୍କ ଦୃଷ୍ଟିରେ ଯେଉଁ ଲୋକର ମାତୃଭାଷା ପ୍ରତି ମମତା ନାହିଁ, ତା’କୁ ଦେଶଭକ୍ତ କୁହାଯାଇ ନ ପାରେ ।
୨. ଇଂରେଜୀ ଭାଷା ପ୍ରଭାବରେ ଆମ ଦେଶରେ ଭାଷାର ପରିସ୍ଥିତି ଏପରି ହେଲା ଯେ ଲୋକେ ମାତୃଭାଷା ନ ଜାଣି ମଧ୍ଯ ଜ୍ଞାନୀ ହେଲେ ।
10. ଇଜ୍‌ରାଇଲ୍‌ରେ ହିବୁ ଭାଷାକୁ ଉଠାଇବାପାଇଁ ସ୍କୁଲ୍‌ରେ ପିଲାମାନଙ୍କୁ ବିଦେଶୀ ଭାଷା ବ୍ୟବହାର କରିବା ଭୁଲ୍ ବୋଲି ଶିକ୍ଷା ଦିଆଗଲା ।
11. ଭାଷାକୁ ନିର୍ଦ୍ଦେଶ ଦେବାପାଇଁ ପୃଥ‌ିବୀର ସବୁ ସଭ୍ୟ ଦେଶରେ ଭାଷା ଏକାଡ଼େମୀ ଅଛି ।
12. ଇନ୍‌ରାଇଲ୍‌ରେ ହିବୁ ଭାଷାର ଉନ୍ନତି ପାଇଁ ଭାଷା କାଉନ୍‌ସିଲ୍ ଅଛି ।
13. N.M.E.P. କହିଲେ ନ୍ୟାସନାଲ ମେଲେରିଆ ଇରାଡ଼ିକେସନ ପ୍ରୋଗ୍ରାମ୍‌କୁ ବୁଝାଏ ।
14. ଫରାସୀ ଶାସକମାନେ ପ୍ରତାପ ବଳରେ ଜନତାକୁ ଦୂରେଇ ରଖୁଥିଲେ ।
15. ଦେଶୀ ସରକାର ଲୋକଙ୍କୁ ହିନ୍ଦୀ ବଳରେ ଦୂରେଇ ରଖୁଛନ୍ତି ।
16. ଋଷ୍ ସରକାର ଲୋକମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷା ଓ ଶାସନ ଚଳାଇବାକୁ ଅଧିକାର ଦେଇଛନ୍ତି ।
17. ଗାନ୍ଧିଜୀ ଓ ରବୀନ୍ଦ୍ରନାଥଙ୍କ ଦୃଷ୍ଟିକୋଣ ଖୁବ୍ ପ୍ରାକ୍ଟିକାଲ୍ ଥିଲା ।
18. ଆମ ଭାଷା ସାହିତ୍ୟକୁ ବିଶେଷ ପ୍ରଗତିଶୀଳ କରିବାପାଇଁ ନିରଳସ, ନିରବଚ୍ଛିନ୍ନ ସାଧନା ଆବଶ୍ୟକ ।
Answer:
1. ଜନତାକୁ ଅଳ୍ପ ସମୟ ମଧ୍ୟରେ ଶିକ୍ଷିତ କରିବାର ସର୍ବୋତ୍କୃଷ୍ଟ ମାଧ୍ୟମ ହେଉଛି ଇଂରେଜୀ ଭାଷା । (F)
2. ବିଶିଷ୍ଟ ଲେଖକ ଅନ୍ନଦାଶଙ୍କର ରାୟ କଟକରେ ଜନ୍ମଗ୍ରହଣ କରିଥିଲେ । (F)
3. ମାତୃଭାଷାରେ ପ୍ରାଚୀରପତ୍ର ଲେଖାହେଲେ ଲୋକ ଓ ସରକାର ଉଭୟଙ୍କର ଲାଭ ହେବ । (T)
4. ମୂକ ଜନତାକୁ ତା’ର ମାତୃଭାଷାର ଅଧିକାର ଦେବାପାଇଁ ଗାନ୍ଧିଜୀ ବ୍ୟାକୁଳ ହେଉଥିଲେ । ପୋଲାଣ୍ଡବାସୀଙ୍କ ମାତୃଭାଷାର ନାମ ପୋଲିସ୍ । (T)
6. ସ୍କଲାଣ୍ଡର ଲୋକମାନଙ୍କର ନିଜ ଭାଷା ପାଇଁ ଯଥେଷ୍ଟ ଚେତନା ଓ ସମ୍ମାନ ନାହିଁ । (F)
7. ମରାଠୀ ଭାଷା କେନ୍ଦ୍ର ଭାଷା ହେବ ବୋଲି ଗାନ୍ଧିଜୀ ଆହ୍ବାନ ଦେଇଥିଲେ । (F)
8. ପ୍ରାବନ୍ଧିକଙ୍କ ଦୃଷ୍ଟିରେ ଯେଉଁ ଲୋକର ମାତୃଭାଷା ପ୍ରତି ମମତା ନାହିଁ, ତା’କୁ ଦେଶଭକ୍ତ କୁହାଯାଇ ନ ପାରେ । (T)
9. ଇଂରେଜୀ ଭାଷା ପ୍ରଭାବରେ ଆମ ଦେଶରେ ଭାଷାର ପରିସ୍ଥିତି ଏପରି ହେଲା ଯେ ଲୋକେ ମାତୃଭାଷା ନ ଜାଣି ମଧ୍ଯ ଜ୍ଞାନୀ ହେଲେ। (T)
10. ଇଜ୍‌ରାଇଲ୍‌ରେ ହିବୁ ଭାଷାକୁ ଉଠାଇବାପାଇଁ ସ୍କୁଲ୍‌ରେ ପିଲାମାନଙ୍କୁ ବିଦେଶୀ ଭାଷା ବ୍ୟବହାର କରିବା ଭୁଲ୍ ବୋଲି ଶିକ୍ଷା ଦିଆଗଲା । (T)
11. ଭାଷାକୁ ନିର୍ଦ୍ଦେଶ ଦେବାପାଇଁ ପୃଥ‌ିବୀର ସବୁ ସଭ୍ୟ ଦେଶରେ ଭାଷା ଏକାଡ଼େମୀ ଅଛି । (T)
12. ଇନ୍‌ରାଇଲ୍‌ରେ ହିବୁ ଭାଷାର ଉନ୍ନତି ପାଇଁ ଭାଷା କାଉନ୍‌ସିଲ୍ ଅଛି । (T)
13. N.M.E.P. କହିଲେ ନ୍ୟାସନାଲ ମେଲେରିଆ ଇରାଡ଼ିକେସନ ପ୍ରୋଗ୍ରାମ୍‌କୁ ବୁଝାଏ ।
14. ଫରାସୀ ଶାସକମାନେ ପ୍ରତାପ ବଳରେ ଜନତାକୁ ଦୂରେଇ ରଖୁଥିଲେ । (F)
15. ଦେଶୀ ସରକାର ଲୋକଙ୍କୁ ହିନ୍ଦୀ ବଳରେ ଦୂରେଇ ରଖୁଛନ୍ତି । (F)
16. ଋଷ୍ ସରକାର ଲୋକମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷା ଓ ଶାସନ ଚଳାଇବାକୁ ଅଧିକାର ଦେଇଛନ୍ତି । (T)
17. ଗାନ୍ଧିଜୀ ଓ ରବୀନ୍ଦ୍ରନାଥଙ୍କ ଦୃଷ୍ଟିକୋଣ ଖୁବ୍ ପ୍ରାକ୍ଟିକାଲ୍ ଥିଲା । (T)
18. ଆମ ଭାଷା ସାହିତ୍ୟକୁ ବିଶେଷ ପ୍ରଗତିଶୀଳ କରିବାପାଇଁ ନିରଳସ, ନିରବଚ୍ଛିନ୍ନ ସାଧନା ଆବଶ୍ୟକ । (T)

(E) ସ୍ତମ୍ଭ ମିଳନ କର ।

Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଢେଙ୍କାନାଳ ଗଗନ
ଉଚ୍ଚଶିକ୍ଷା ବିଭାଗ ଲଣ୍ଡନ ଚିଠି
ଭାଷାବିଜ୍ଞାନା ଗଞ୍ଜଇତିହ
ଭ୍ରମଣ ସାହିତ୍ୟ ମଣିଷର ଭାଷା
ଅନୂଦିତ ପୁସ୍ତକ ଓଡ଼ିଆ ଅଧ୍ୟାପକ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଢେଙ୍କାନାଳ ଗଞ୍ଜଇତିହ
ଉଚ୍ଚଶିକ୍ଷା ବିଭାଗ ଓଡ଼ିଆ ଅଧ୍ୟାପକ
ଭାଷାବିଜ୍ଞାନା ମଣିଷର ଭାଷା
ଭ୍ରମଣ ସାହିତ୍ୟ ଲଣ୍ଡନ ଚିଠି
ଅନୂଦିତ ପୁସ୍ତକ ଗଗନ
‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ

BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

Question 2
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଆଞ୍ଚଳିକ ଭାଷା ହିବ୍ର
ଗାନ୍ଧିଜା ବିଦେଶା ବର୍ଜନ
ବଡ଼ ବରଗଛ ଜନତାର ପ୍ରଥମ ପ୍ରୟାଜନ
ଇଜ୍ରରାଇଲ୍ ଛୋଟ ବରକେ।ଳି ଗଛ
ପୋଲାଣ୍ଡ ପୋଲିସ୍

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଆଞ୍ଚଳିକ ଭାଷା ଜନତାର ପ୍ରଥମ ପ୍ରୟାଜନ
ଗାନ୍ଧିଜା ବିଦେଶା ବର୍ଜନ
ବଡ଼ ବରଗଛ ଛୋଟ ବରକେ।ଳି ଗଛ
ଇଜ୍ରରାଇଲ୍ ହିବ୍ର
ପୋଲାଣ୍ଡ ପୋଲିସ୍

Question 3
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମାତୃଭାଷା ପାଠୁଆ ଓ ଅପାଠୁଆ
ବିଦେଶା ଭାଷା କାଳକ୍ରମେ ଭୁଲି ଯାଉଛନ୍ତି
ବିଲାତ ଦେଶ ସହଜ ଓ ସ୍କାଭାବିକ ମାଧ୍ୟମ
ଅଦୃଶ୍ୟ ପାଚେରି ସବୁସ୍ତ୍ରକାର ଜ୍ଞାନକୁ ସରଳ ଭାଷାରେ ଲେଖାଯାଇଛି
ଟେକ୍ ନିକାଲ ଇତିୟ୍ଟମ୍ ପ୍ରସାରିତ ହୋଇପାରେ ନାର୍ହି

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମାତୃଭାଷା ସହଜ ଓ ସ୍କାଭାବିକ ମାଧ୍ୟମ
ବିଦେଶା ଭାଷା ପ୍ରସାରିତ ହୋଇପାରେ ନାର୍ହି
ବିଲାତ ଦେଶ ସବୁସ୍ତ୍ରକାର ଜ୍ଞାନକୁ ସରଳ ଭାଷାରେ ଲେଖାଯାଇଛି
ଅଦୃଶ୍ୟ ପାଚେରି ପାଠୁଆ ଓ ଅପାଠୁଆ
ଟେକ୍ ନିକାଲ ଇତିୟ୍ଟମ୍ କାଳକ୍ରମେ ଭୁଲି ଯାଉଛନ୍ତି

Question 4
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଇଂରେଜାରେ ଳେଖା ପୁରା
ଗାନ୍ଧିଜା ଓ ରବାନ୍ଦ୍ରନାଥ ମାତୃଭାଷା ସବୁ ଭାଷାର ମୂଳମନ୍ତ୍ର
ଶିକ୍ଷା କମିଟି ଦୃଷ୍ଟିକୋଣ ପ୍ରାକ୍ଟିକାଲ
ଓଡ଼ିଶାର ସଂସ୍କୃତି କେନ୍ଦ୍ର ଅକ୍ଷ ଆଗରେ ଗତି ଜଳିଲା ପରି

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଇଂରେଜାରେ ଳେଖା ଅକ୍ଷ ଆଗରେ ଗତି ଜଳିଲା ପରି
ଗାନ୍ଧିଜା ଓ ରବାନ୍ଦ୍ରନାଥ ଦୃଷ୍ଟିକୋଣ ପ୍ରାକ୍ଟିକାଲ
ଶିକ୍ଷା କମିଟି ମାତୃଭାଷା ସବୁ ଭାଷାର ମୂଳମନ୍ତ୍ର
ଓଡ଼ିଶାର ସଂସ୍କୃତି କେନ୍ଦ୍ର ପୁରା

BSE Odisha 10th Class Odia Solutions Chapter 11 ମାତୃଭାଷା ଓ ଲୋକଶିକ୍ଷା

Question 5
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
କାଉନ୍ ସିଲ୍ ପୋଲାଣ୍ଡବାସାଙ୍କ ମାତୃଭାଷା
ନିରବଚ୍ଛିନ୍ନ ସମଷ୍ଠି
ସ୍କୂର୍ତ୍ତ ସ୍ତଶାସନିକ ପରିଷଦ
ସମୂହ ଅବିରତ ଭାବରେ
ପୋଲିସ୍‌ ଉତ୍ସାହ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
କାଉନ୍ ସିଲ୍ ସ୍ତଶାସନିକ ପରିଷଦ
ନିରବଚ୍ଛିନ୍ନ ଅବିରତ ଭାବରେ
ସ୍କୂର୍ତ୍ତ ଉତ୍ସାହ
ସମୂହ ସମଷ୍ଠି
ପୋଲିସ୍‌ ପୋଲାଣ୍ଡବାସାଙ୍କ ମାତୃଭାଷା


କରି ପରିଚୟ

ଗୋଲୋକବିହାରୀ ଧଳ ଓଡ଼ିଆ ପ୍ରବନ୍ଧ ସାହିତ୍ୟ କ୍ଷେତ୍ରରେ ଜଣେ ଶ୍ରେଷ୍ଠ ବ୍ୟକ୍ତିତ୍ଵ । ଭାଷାତତ୍ତ୍ୱବିତ୍‌ଭାବେ ସେ ବେଶ୍ ସଂସ୍କାର ବିଧାନ ତାଙ୍କ ପ୍ରବନ୍ଧର ଚରମ ଲକ୍ଷ୍ୟ । ଶିକ୍ଷା ଓ ଭାଷା ସମସ୍ୟା ଉପରେ ଆଧାରିତ ତାଙ୍କ ପ୍ରବନ୍ଧଗୁଡ଼ିକରେ ଶିକ୍ଷକ ଜାବନ ଅନୁଭ୍ଜତି ପ୍ରତିଫଳିତା

ସୃଜନାଭିମୁଖ୍ୟ

ପ୍ରାବନ୍ଧିକ ଧଳ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ଇଂରାଜୀ, ବଙ୍ଗଳା ଭାଷାରେ ଜଣେ କୃତବିଦ୍ୟ ବିଦ୍ବାନ୍ ଭାବରେ ପ୍ରଥତଯଶା । ବୃତ୍ତିରେ ଅଧ୍ୟାପକ ହୋଇଥ୍ଗାରୁ ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ ଚିନ୍ତାମ୍ବଳକ ସମସ୍ୟାଭିତ୍ତିକ ପ୍ରବଦ୍ଧରାଜି ଅବଦାନ ଦିଗରୁ ତାଙ୍କର ବିଶେଷତା ସୁଦୂରପ୍ରସାରୀ । ପ୍ରବନ୍ଧ ରଚନା କ୍ଷେତ୍ରରେ ସେ ସମୟ ଓ ସଂସ୍କୃତିର ପଟାନ୍ତର ପ୍ରତି ସର୍ବଦା ସଚେତନ । ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ବିଶ୍ଵପ୍ରୀତି, ନବୀନ ଅଭିରୁଚି, ସମାଜତାନ୍ତ୍ରିକ ମୂଲ୍ୟବୋଧ, ବାସ୍ତବ ସମସ୍ୟା ଓ ଜାତୀୟତାବାଦୀ ଉପଲବ୍ଧା ତାଙ୍କ ପ୍ରବନ୍ଧରେ ବିଷୟବସ୍ତୁରୂପେ ଗ୍ରହଣୟ ହୋଇଛି।

କବିତାର ପ୍ଠଷ୍ଠଭୂମି

‘ମାତୃଭାଷା ଓ ଲୋକଶିକ୍ଷା’ ପ୍ରବନ୍ଧଟି ପ୍ରାବନ୍ଧିକଙ୍କଦ୍ବାରା ରଚିତ ‘ଓଡ଼ିଆ କେବେ’ ବହିରୁ ସଂଗୃହୀତ । ଏଥିରେ ପ୍ରାବନ୍ଧିକ ମାତୃଭାଷାର ଉପାଦେୟତା ସମ୍ପର୍କରେ ଗୁରୁତ୍ଵ ଦେଇଛନ୍ତି । ମାତୃଭାଷାକୁ ସେ ଅନ୍ନବସ୍ତ୍ର ପରି ନିହାତି ଦରକାରୀ ବୋଲି ପ୍ରମାଣ କରିଛନ୍ତି । ଜାତିର ଜନକ ମହାତ୍ମା ଗାନ୍ଧି ବିଦେଶୀ ବର୍ଜନ ସହିତ ସ୍ଵଦେଶୀ ଗ୍ରହଣ ପାଇଁ ବିଶେଷକରି ମାଧ୍ୟମରେ ଲୋକମାନେ ସହଜରେ ସବୁ ବିଷୟରେ ଶିକ୍ଷାଗ୍ରହଣ କରିପାରିବେ । ଆଜିର ଏହି ଯୋଜନାମୟ ଦେଶରେ ଯଦି ମାତୃଭାଷା ଆଧାରରେ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇ ଦିଆଯାଆନ୍ତା, ତା’ହେଲେ ଯୋଜନା ସଫଳ ହୁଅନ୍ତା । ତେଣୁ ଆଞ୍ଚଳିକ ଭାଷା ଉପରେ ଗୁରୁତ୍ଵ ଦେଇ ଇଂରାଜୀ ଭାଷାର ଆଧ୍ୟତ୍ୟକୁ କମାଇଦେଲେ, ଶାସକ ଓ ଶାସିତ ମଧ୍ୟରେ ସମ୍ପର୍କ ନିକଟତର ହୋଇପାରିବ ।

କରିବାର ମଧିବାଶା

ଆମ ଦେଶରେ ଆଜି ଭାଷା ସମସ୍ୟା ଦେଖାଦେଇଛି । ଲୋକମାନେ ଆଞ୍ଚଳିକ ଭାଷାକୁ ଛାଡ଼ି ଇଂରାଜୀ ଭାଷାକୁ ଆଦରି ନେଉଛନ୍ତି । କିନ୍ତୁ ଜାତିର ଜନକ ମହାତ୍ମା ଗାନ୍ଧି ଇଂରେଜୀ ଭାଷାକୁ ଛାଡ଼ି ମାତୃଭାଷାକୁ ସମୃଦ୍ଧ କରିବାପାଇଁ ଆହ୍ୱାନ  ଣାଇଥିଲେ। ସେ ବୁଝାଇଥିଲେ କେନ୍ଦ୍ରରେ ରହିବ ହିନ୍ଦୀ ଭାଷା ଏବଂ ପ୍ରତ୍ୟେକ ପ୍ରଦେଶ ନିଜର ମାତୃଭାଷାକୁ ହିଁ ଭାବପ୍ରକାଶର ମାଧ୍ୟମ ଭାବେ ଗ୍ରହଣ କରିବାକୁ ପଡ଼ିବ । ଏପରିକି ଗାନ୍ଧିଜୀ ମାତୃଭାଷାକୁ ମାତୃସ୍ତନ୍ୟ ପରି ମୂଲ୍ୟବାନ୍  ନେକରିଥିଲେ। ମାତୃଭାଷାର ଉନ୍ନତି ପାଇଁ ଅନେକ କବି କହିଥିଲେ, ମାତୃଭାଷାର ଉନ୍ନତି ହିଁ ପ୍ରକୃତରେ ଜ୍ଞାନୀ ହେବାର ଲକ୍ଷଣ । କିନ୍ତୁ ଇଂରେଜୀ ଭାଷାର ପ୍ରଭାବରେ ଆମ ଲୋକମାନଙ୍କର ବିଚାରଧାରା ବଦଳିଯାଇଛି । ସେମାନେ ଚିନ୍ତା କରୁଛନ୍ତି, ମାତୃଭାଷା ନଜାଣି ମଧ୍ୟ ଲୋକ ଜ୍ଞାନୀ ହୋଇପାରେ । ଏଭଳି ଜ୍ଞାନୀମାନେ ମାତୃଭାଷାକୁ ଅବହେଳା କରିବା ଜାତିପକ୍ଷରେ ଘୋର ଦୁର୍ଭାଗ୍ୟର କାରଣ । ଇଂରେଜୀ ଭାଷା ପ୍ରଭାବକୁ ଲକ୍ଷ୍ୟକରି ଗାନ୍ଧିଜୀ ବୁଝିଥିଲେ, ଇଂରେଜୀ ଭାଷା ଶିକ୍ଷା ଓ ଶାସନର ମାଧ୍ଯମ ହୋଇ ରହିଥ‌ିବା  ର୍ଯ୍ୟନ୍ତ ଆଞ୍ଚଳିକ ଭାଷା ଉପରେ କେହି ଗୁରୁତ୍ଵ ଦେବେନାହିଁ ।

ଏହାକୁ ବୁଝାଇବାକୁ ଯାଇ ସେ ଉଦାହରଣ ଦେଇ କହିଥିଲେ, ବଡ଼ ବରଗଛ ତଳେ ଛୋଟ ବରକୋଳି ଗଛଟିଏ ଯେପରି ଉଧେଇ ପାରେ ନାହିଁ, ବିଜୁଳିବତି ଜଳୁଥୁବାଯାଏ ଛୋଟ ଦୀପକୁ ଯେପରି କେହି ଚାହାଁନ୍ତି ନାହିଁ, ଠିକ୍ ସେହିପରି ଇଂରେଜୀ ଭାଷାର ପ୍ରଭାବ ଥ‌ିବା ପର୍ଯ୍ୟନ୍ତ କେହି ଆଞ୍ଚଳିକ ଭାଷାର ମହତ୍ତ୍ଵକୁ ଅନୁଭବ କରିବେ ନାହିଁ । ଛୋଟକୁ ରକ୍ଷା କରିବାପାଇଁ ବଡ଼କୁ ବାରଣ କରିବାପାଇଁ ପଡ଼ିବ, ଯେପରି ଇଜ୍‌ରାଇଲର ଆଧୁନିକ ହିବୁ ଭାଷା ମୃତ ଅବସ୍ଥାରୁ ଉଠି ରାଜ୍ୟଭାଷାରେ ପରିଣତ ହୋଇଥିଲା । ହିବୁ ଭାଷାର ଉନ୍ନତି ପାଇଁ ଅନ୍ୟଭାଷା ବିରୁଦ୍ଧରେ ପ୍ରଚାର କରାଯାଇଥିଲା । ସ୍କୁଲ୍‌ରେ ପିଲାମାନଙ୍କୁ ହିନ୍ଦୁ ଭାଷା ଶିଖୁବାପାଇଁ ରୀତିମତ ଯୋଜନା କରାଗଲା । ପରିଣତିରେ ଅନ୍ୟ ଭାଷାକୁ ପଛରେ ପକାଇ ହିବୁ ଭାଷା ଆଗେଇ, ଚାଲିଲା। ଇଜ୍‌ରାଇଲରେ ହିନ୍ତୁ ପାଇଁ ଗୋଟିଏ ଭାଷା କାଉନ୍‌ସିଲ୍ ଗଠନ କରାଯାଇଥିଲା ।

ଗଣତନ୍ତ୍ର ଶାସନର ମୂଳ ହେଉଛି ଶିକ୍ଷା । ପ୍ରତ୍ୟେକ ନାଗରିକ ବା ଭୋଟର ସେମାନଙ୍କର ଅଧିକାର, କର୍ତ୍ତବ୍ୟ, ସୁବିଧା ସୁଯୋଗ ଜାଣିବାପାଇଁ ଶିକ୍ଷାର ଆବଶ୍ୟକତା ରହିଛି । ସମୂହ ଜନତାକୁ ସହଜରେ, ଅଳ୍ପ ସମୟରେ ଶିକ୍ଷିତ କରିବାପାଇଁ ମାତୃଭାଷାର ଯଥେଷ୍ଟ ମହତ୍ତ୍ବ ରହିଛି । ବିଦେଶୀ ଭାଷାରେ ସମୂହ ଶିକ୍ଷା ସମ୍ଭବ ପ୍ରକାରାନ୍ତରେ ବୁଝାଇଛନ୍ତି । ଇଂରେଜୀ ଶିକ୍ଷା ଏ ଦେଶରେ ବହୁବର୍ଷ ପ୍ରଚଳିତ ରହି ଆସିଥିଲେ ବି, ସେମିତି କୌଣସି ଉଲ୍ଲେଖଯୋଗ୍ୟ ଇଂରାଜୀ ଶିକ୍ଷିତ ବାହାରି ପାରିନାହାଁନ୍ତି । ପୁନଶ୍ଚ ପୁସ୍ତକ ପଠନ କ୍ଷେତ୍ରରେ ଦେଖିବାକୁ ଗଲେ, ଆମେ ଆମର ମାତୃଭାଷାର ପୁସ୍ତକକୁ ଯେତେ ସହଜରେ ପଢ଼ି ଶେଷ କରିପାରିବା, ଇଂରେଜୀ ଭାଷାର ପୁସ୍ତକକୁ ତୁଳନାତ୍ମକ।

ହୁଏ, ଅନ୍ୟ କୌଣସି ଦ୍ବିତୀୟ ଭାଷାରେ ତା’ ହୁଏନାହିଁ ।’’ଏହାକୁ ବୁଝାଇବାକୁ ଯାଇ ପ୍ରାବନ୍ଧିକ ବିଶିଷ୍ଟ ଲେଖକ ଅନ୍ନଦାଶଙ୍କର ରାୟଙ୍କର ଉଦାହରଣ ଦେଇଛନ୍ତି । ଅନ୍ନଦାଶଙ୍କର ରାୟ ଢେଙ୍କାନାଳରେ ଜନ୍ମହୋଇ ଆଇ.ସି.ଏସ୍. ହେବା ପର୍ଯ୍ୟନ୍ତ ଓଡ଼ିଶାରେ ରହିଥିଲେ । ଓଡ଼ିଶାରେ ରହି ଓଡ଼ିଆଭାଷାରେ ସେ ଅନେକ ସାହିତ୍ୟ ମଧ୍ୟ ସୃଷ୍ଟି କରିଥିଲେ । ସାହିତ୍ୟ ସୃଷ୍ଟିକରି ଖୁବ୍ ଖ୍ୟାତି ମଧ୍ୟ ଅର୍ଜନ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜର ମାତୃଭାଷା ବଙ୍ଗଳାରେ ଲେଖାଲେଖୁ କରିବାକୁ ପସନ୍ଦ କରିଥିଲେ । ସେ ୧୯୬୩ ଜୁନ୍‌ରେ କଟକର ଗୋଟିଏ ସଭାରେ ସ୍ଵୀକାର କରିଥିଲେ ଯେ ବାସ୍ତବରେ ନିଜର ମାତୃଭାଷା ବଙ୍ଗଳାରେ ହିଁ ସେ ନିଜର ସ୍ଵତସୂର୍ଭଭାବରେ ପରିପ୍ରକାଶ କରିପାରିବେ; ଯାହାକି ତାଙ୍କ ପାଇଁ ସହଜ ଓ ସ୍ଵାଭାବିକ ମାଧ୍ୟମ ହୋଇପାରିବ ବୋଲି ସେ ଭାବିଥିଲେ । ତେଣୁ ସେ ବଙ୍ଗଳା ଭାଷାରେ ଲେଖିବାକୁ ପସନ୍ଦ କଲେ ।

ବିଦେଶୀ ଭାଷାରେ ଶିକ୍ଷାଦେବାରେ ପ୍ରଧାନ ଅସୁବିଧା ହେଉଛି, ଏହା ସହଜରେ ଲୋକଙ୍କ ଭିତରେ ପ୍ରସାରିତ ହୋଇପାରେ ନାହିଁ । ବିଦେଶୀ ଭାଷାକୁ ହୁଏତ ଶିକ୍ଷାନୁଷ୍ଠାନରେ ବ୍ୟବହାର କରାଯାଇପାରେ, ମାତ୍ର ଘରକୁ ଫେରିଲେ ସେମାନେ ମାତୃଭାଷାରେ ହିଁ କଥାବାର୍ତ୍ତା କରିଥା’ନ୍ତି । ସୁତରାଂ ବିଦେଶୀ ଭାଷାକୁ ମାତୃଭାଷା ପରି ବ୍ୟବହାର କରିବା ସହଜ କିମ୍ବା ସ୍ଵାଭାବିକ ନୁହେଁ । ଅନେକ ସମୟରେ ଦେଖାଯାଏ, ପାଠୁଆ ପୁଅଝିଅଙ୍କ ବହିରୁ ପରିବାରର ଅନ୍ୟମାନେ କୌଣସି ପ୍ରକାର ଜ୍ଞାନ ଆହରଣ କରିପାରନ୍ତି ନାହିଁ । ମାତ୍ର ମାତୃଭାଷାରେ ଲେଖାଯାଇଥିବା ପୁସ୍ତକକୁ ଟେବୁଲ୍ ଉପରେ ଥୁଆହୋଇଥବାର ଦେଖ‌ିଲେ, ସମସ୍ତେ ପୁସ୍ତକଟିକୁ ଆଗ୍ରହର ସହିତ ଉଠାଇ ନେଇ ପଠନ କରିବେ । ଉଦାହରଣ ସ୍ଵରୂପ, ଧାନଚାଷ ବିଷୟରେ ଖଣ୍ଡିଏ ପୁସ୍ତକ ରଚନା କରାଯାଇଥିଲେ, କୃଷକଟି ସହଜରେ କୌତୂହଳ ପ୍ରକାଶକରି ନିଶ୍ଚୟ ପୁସ୍ତକଟିକୁ ପଠନ କରିବ । ବିଲାତରେ ସବୁକିଛି ବିଷୟ, ଏପରିକି ବିଲେଇ, କୁକୁର ପାଳିବାଠାରୁ ଆରମ୍ଭକରି ଉଡ଼ାଜାହାଜ ପର୍ଯ୍ୟନ୍ତ ବିଷୟକୁ ମାତୃଭାଷାରେ ରଚନା କରାଯାଇଥିବାରୁ, ସେମାନେ ସହଜରେ ଜ୍ଞାନଲାଭ କରିଥା’ନ୍ତି । ଏଣୁ ଆମ୍ଭେମାନେ ଆମର ଜ୍ଞାନଭଣ୍ଡାରକୁ ଇଂରେଜୀରେ ପ୍ରକାଶ ନକରି ମାତୃଭାଷାରେ ପ୍ରକାଶ କଲେ, ସମସ୍ତେ ସହଜରେ ଜ୍ଞାନୀ ହୋଇପାରିବେ ।

ମାତୃଭାଷାରେ ଶିକ୍ଷାବ୍ୟବସ୍ଥା ନ ଥିବାରୁ ଆମେ ଅନେକ କିଛି ହରାଇ ବସିଛୁ । କୃଷିକ୍ଷେତ୍ରରେ ବିଦେଶୀ ମାଧ୍ୟମରେ ଶିକ୍ଷା ଯୋଗୁ, ମାତୃଭାଷାରେ କୃଷିକୁ ନେଇ ସୃଷ୍ଟି ହୋଇଥିବା ଅନେକ ଲୋକଉକ୍ତି ବା ପ୍ରବଚନକୁ ଆମେ ଭୁଲିବାକୁ ବସିଲୁଣି । ଇଂରେଜୀ ପଢୁଆ ଲୋକମାନେ ମାତୃଭାଷାରେ ପଢ଼ିବାପାଇଁ ଅନିଚ୍ଛା ପ୍ରକାଶ କରନ୍ତି କାରଣ ମାତୃଭାଷାରେ କୃଷି ବିଷୟରେ ଟେକ୍‌ନିକାଲ୍ ଶବ୍ଦ ତିଆରି ହେବାର ସମ୍ଭାବନା ନାହିଁ । ଏହାକୁ ଆଳକରି ଆମ ଭାଷାରେ ପାରିଭାଷିକ ଶବ୍ଦ ନ ଥିବାରୁ ଏ ସମ୍ପର୍କରେ ଲେଖାପଢ଼ା କରିବା ସମ୍ଭବ ନୁହେଁ ବୋଲି କୁହନ୍ତି । ଓଡ଼ିଶାରେ ଯେତେବେଳେ କୃଷି କଲେଜ ସ୍ଥାପନ କରାଗଲା, ସେହି ସମୟରେ ଓଡ଼ିଆ ମାଧ୍ୟମ ବା ମାତୃଭାଷାରେ ଶିକ୍ଷାଦେବାପାଇଁ କେହି କେହି ପରାମର୍ଶ ଦେଇଥିଲେ । ମାତ୍ର ଆମର ଆବଶ୍ୟକ ଶକ୍ତି ଓ ସାହସ ନ ଥିବାରୁ ଏହା ସମ୍ଭବ ହେଲାନାହିଁ । ଯଦି ମାତୃଭାଷାରେ କୃଷିଶିକ୍ଷାର ବ୍ୟବସ୍ଥା ହୋଇଥା’ନ୍ତା, ତା’ହେଲେ ଇଂରାଜୀ ଅନଭିଜ୍ଞ ଓ ଭଲ ଭଲ ଅଭିଜ୍ଞ କୃଷକ ସାମୟିକ ଶିକ୍ଷାଗ୍ରହଣ କରି ନିଜର କୃଷିକୁ ଉନ୍ନତ କରାଇ ପାରିଥା’ନ୍ତେ । ଆମର କୃଷିଛାତ୍ରମାନେ ଆମ ଭାଷାରେ କୃଷି ସମ୍ବନ୍ଧୀୟ ଉପାଦେୟ ପୁସ୍ତକ ରଚନା କରିଥା’ନ୍ତେ । ବାସ୍ତବ କୃଷକଙ୍କଠାରୁ ଦୂରେଇ ରହି ଯେଉଁ କୃଷି ବ୍ୟବସ୍ଥାର ଶିକ୍ଷା ପ୍ରଚଳନ କରାଗଲା, ତାହା ସଫଳତା ଲାଭ କରିପାରିବ ନାହିଁ ।

ଆଜିର ସମୟ ହେଉଛି ଯୋଜନାମୟ ସମୟ । ଦେଶର ଉନ୍ନତି ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ଏହା ଲୋକମାନଙ୍କ ନିକଟରେ ପହଞ୍ଚାଇବାପାଇଁ କାନ୍ଥ, ବାଡ଼ ସବୁଆଡ଼େ ପ୍ରାଚୀରପତ୍ର ଲଗାଯାଉଛି । ଯେଉଁ ପ୍ରାଚୀରପତ୍ର ମାତୃଭାଷାରେ ଲେଖାଯାଇଛି, ତାହାକୁ ଅକ୍ଷର ଚିହ୍ନିଥ‌ିବା ସାଧାରଣ ଲୋକ ମଧ୍ୟ ପଢ଼ିପାରୁଛି; କିନ୍ତୁ ସେହି ଯୋଜନାକୁ ଇଂରାଜୀ ଭାଷାରେ ଲେଖାଗଲେ, ତାହାକୁ ସମସ୍ତେ ପଢ଼ିପାରିବେ ନାହିଁ । କେବଳ ଯେଉଁମାନେ ଇଂରାଜୀ ଭାଷା ଜାଣିଥୁବେ ସେହିମାନେ ହିଁ ତାହାକୁ ପଢ଼ିପାରିବେ । ତେଣୁ ଯେଉଁ ଯୋଜନା ସରକାର ଲୋକମାନଙ୍କ ନିକଟରେ ପହଞ୍ଚାଇବାପାଇଁ
ଚାହୁଁଛନ୍ତି, ତାହାକୁ ମାତୃଭାଷା ବା ଓଡ଼ିଆରେ ଲେଖାଗଲେ ଲୋକେ ଓ ସରକାର ଉଭୟଙ୍କର ଲାଭ ହୋଇଥା’ନ୍ତା ।

ରାସ୍ତାଘାଟରେ ଅନେକ ନିର୍ଦ୍ଦେଶନାମା ଲେଖାଯାଇଛି । ସେହି ନିର୍ଦ୍ଦେଶନାମାସବୁ ଇଂରେଜୀ ଭାଷାରେ । ମାତ୍ର ସେହି ନିର୍ଦ୍ଦେଶନାମା ଯଦି ଇଂରେଜୀ ସହିତ ଓଡ଼ିଆ ଭାଷାରେ ଲେଖାଯା’ନ୍ତା, ତା’ହେଲେ ଯେକୌଣସି ଓଡ଼ିଆପଢ଼ା ଲୋକ ସେଥୁରୁ ଜ୍ଞାନ ଆହରଣ କରିପାରନ୍ତା । ଏହାକୁ ଆକ୍ଷେପ କରି ପ୍ରାବନ୍ଧିକ କହିଛନ୍ତି ‘ଇଂରେଜ ଶାସକମାନେ ତାଙ୍କ ପ୍ରତାପ ବଳରେ ଜନତାକୁ ଦୂରେଇ ରଖୁଥିଲେ, କିନ୍ତୁ ଦେଶୀ ସରକାର ଇଂରେଜୀ ବଳରେ ଲୋକଙ୍କୁ ଦୂରେଇ ରଖୁଛନ୍ତି ।’’ ଏଥିପାଇଁ ଗାନ୍ଧିଜୀ ମୂକଜନତାଙ୍କୁ ମାତୃଭାଷାର ଅଧିକାର ଦେବାପାଇଁ ବ୍ୟାକୁଳ ହୋଇଥିଲେ । ରୁଷ୍ ସରକାର ସେମାନଙ୍କ ଲୋକଙ୍କୁ ମାତୃଭାଷାରେ ଶିକ୍ଷା ଓ ଶାସନ ଚଳାଇବାର ଅଧିକାର ଦେଇଛନ୍ତି । ବାସ୍ତବରେ ଲୋକମାନେ ଯଦି ମାତୃଭାଷାରେ ଶାସନକାର୍ଯ୍ୟ କରିବାପାଇଁ ସୁଯୋଗ ନ ପାଆନ୍ତି, ତା’ହେଲେ ସେଭଳି କ୍ଷମତା ପ୍ରଦାନର କୌଣସି ମୂଲ୍ୟ ନାହିଁ । ଯେଉଁଦିନ ଇଂରେଜୀ ଉଠିଯାଇ କାଗଜପତ୍ର ସବୁ ଓଡ଼ିଆରେ ଲେଖାଯିବ, ସେଦିନ ସାଧାରଣ ଲୋକଙ୍କ ପାଇଁ ଆଉ କୌଣସି ସମସ୍ୟା ରହିବ ନାହିଁ ।

ଗାନ୍ଧିଜୀ ଓ ରବୀନ୍ଦ୍ରନାଥ ଯାହାସବୁ ମାତୃଭାଷା ସମ୍ବନ୍ଧରେ କହୁଥିଲେ, ସେମାନେ କେବଳ ଜାତୀୟତା ସ୍ରୋତରେ ଭାସିଯାଇ ସେପରି କହୁନଥିଲେ । ବରଂ ସେମାନେ ବାସ୍ତବ ଦୃଷ୍ଟିରୁ ବିଚାରକରି ସେପରି କହୁଥିଲେ । ଶିକ୍ଷା ବିଷୟରେ ଅନେକ କମିଟି ବସିଥିଲା । ସମସ୍ତେ ମାତୃଭାଷା ଶିକ୍ଷାର ମୂଳମନ୍ତ୍ର ବୋଲି ସ୍ଵୀକାର କରିଥିଲେ । ତଥାପି ଆମ ଲୋକମାନଙ୍କ ଉପରୁ ଇଂରେଜୀ ଭାଷାର ପ୍ରଭାବ କମୁନାହିଁ । ବିବାହ, ବ୍ରତ ନିମନ୍ତ୍ରଣରେ, ଲୋକସଭାରେ, ପୁଅଝିଅଙ୍କ ନାଁ ଦେବାରେ ଇଂରେଜୀ ଭାଷାକୁ ଅନୁସରଣ କରାଯାଇଛି ଓ ବ୍ୟବହାର ମଧ୍ୟ କରାଯାଉଛି ।

ଆମ ସଂସ୍କୃତି ସହର ପୁରୀ । ସେଠାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚହୋଇ ସୁନ୍ଦର ରେଳଷ୍ଟେସନ କରାଗଲା । ସେହି ରେଳଷ୍ଟେସନର ପୋର୍ଟିକୋ ଛାତ ଉପରେ ଶାମୁକା ସାହାଯ୍ୟରେ ହିନ୍ଦୀ ଓ ଓଡ଼ିଆ ଭାଷାରେ ‘ପୁରୀ’ ନାମ ଲେଖାଗଲା । ମାତ୍ର ଓଡ଼ିଆରେ ‘ପୁରୀ’ ଶବ୍ଦକୁ ଭୁଲ୍‌ରେ ‘ପୂରି’ ବୋଲି ଲେଖାଗଲା । କେନ୍ଦ୍ର ସରକାରଙ୍କର ଇଞ୍ଜିନିୟର କିମ୍ବା କଣ୍ଟ୍ରାକ୍ଟର କାହାକୁ ହେଲେ ’ଓଡ଼ିଆ ଜଣାନଥିବା ସ୍ପଷ୍ଟ ହୋଇଗଲା । ସେହିପରି ରାଉରକେଲାରେ କେନ୍ଦ୍ର ସରକାର ଯେଉଁ ତାରଘର ତିଆରି କଲେ, ସେଥୁରେ ଘରର ନାଁଟା ଉଭୟ ହିନ୍ଦୀ ଓ ଓଡ଼ିଆରେ ଲେଖାଗଲା । ମାତ୍ର ସେହି ଘର ଯେତେବେଳେ ଉନ୍ମୋଚନ କରାଗଲା, ସରକାରୀ ହାକିମ ଓଡ଼ିଆ ଅକ୍ଷରକୁ ଉଠାଇ ଦେବାକୁ ନିର୍ଦେଶ ଦେଲେ । ଏଥରୁ ଓଡ଼ିଶାରେ ଓଡ଼ିଆ ଲୋକଙ୍କର ଉଦାସୀନତାର ସ୍ତର ସହଜରେ ଜଣାଯାଇଥାଏ । ଲଣ୍ଡନରେ ଗୋଟିଏ ସ୍ତ୍ରୀଟ୍ ଅଛି, ନାଁ ହେଉଛି Conduit Street । ବି.ବି.ସି. ସମ୍ବାଦ ପ୍ରଚାରବେଳେ ସେହି Streetର ନାମକୁ ଠିକ୍ ରୂପେ ଉଚ୍ଚାରଣ କରାଗଲା ନାହିଁ । ପ୍ରତିକ୍ରିୟାସ୍ୱରୂପ ସ୍କଟଲାଣ୍ଡର ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଲା । ଭୁଲ୍ ଉଚ୍ଚାରଣ ପାଇଁ ମାସ ମାସ ଧରି ଆନ୍ଦୋଳନ ଚାଲିଲା । ଶେଷରେ ଇଂଲଣ୍ଡ ଓ ସ୍କଟଲାଣ୍ଡକୁ ସନ୍ତୁଷ୍ଟ କଲାଭଳି ଏକ ଉଚ୍ଚାରଣ ଗୃହୀତ ହେଲା । ଏଭଳି କାରଣ ହେଉଛି, ନିଜ ମାତୃଭାଷା ପ୍ରତି ଯଥେଷ୍ଟ ସଚେତନା ଓ ସମ୍ମାନବୋଧ ।

ଆମେ ଘରୁ ବାହାରିଲାବେଳେ ମନେ ମନେ ଭାବୁ ଆମକୁ ସମେସ୍ତ ଚିହ୍ନନ୍ତୁ ଓ ଜାଣନ୍ତୁ । ସେହିପରି ଦେଶ ବାହାରେ ରହିଥିଲାବେଳେ ଭାବୁ, ଆମ ରାଜ୍ୟର କଳା, ସଂସ୍କୃତି ଓ ଭାଷାକୁ ସମସ୍ତେ ଜାଣନ୍ତୁ । ଏଭଳି ହେଲେ ଆମେ ଖୁସି ହୋଇଥାଉ । ଏଭଳି ଅଭିମାନ ସମସ୍ତଙ୍କ ମନରେ ରହିବା ଉଚିତ । ଏହା ନ ରହିଲେ କୌଣସି ବ୍ୟକ୍ତି ନିଜ ଦେଶ, ଜାତି, ଭାଷା, ସଂସ୍କୃତିର ସୁନାମ ପାଇଁ ଚେଷ୍ଟାକରିବ ନାହିଁ । ପ୍ରାବନ୍ଧିକ ନିଜସ୍ଵ ଅଭିଜ୍ଞତା ପ୍ରକାଶ କରି ଲେଖୁଛନ୍ତି, ତାଙ୍କୁ ଅନେକ ସମୟରେ ଓଡ଼ିଶାବାସୀ ଭାବରେ କେହି ଠିକ୍‌ରୂପେ ଜାଣିପାରନ୍ତି ନାହିଁ । ବରଂ ଅନ୍ୟ ପ୍ରଦେଶର ଲୋକେ ତାଙ୍କୁ ‘ଓଡ଼ିଶା’ କ’ଣ ‘ବିହାର-ଓଡ଼ିଶା’ ବୋଲି ପଚାରନ୍ତି ଏବଂ ଓଡ଼ିଆ ଲୋକେ ‘ତେଲୁଗୁ’ ନା ‘ବଙ୍ଗଳା’ ଭାଷା କହନ୍ତି ବୋଲି ପଚାରନ୍ତି । ଏଥିପାଇଁ ଲେଖକଙ୍କ ମନରେ ସାମୟିକ ବିରକ୍ତି ଆସିଥାଏ । ସେ ବିଚାରନ୍ତି, ବିଲାତ ପରି ଏତେ ଟିକିଏ ରାଜ୍ୟକୁ ଯଦି ସମସ୍ତେ ଜାଣୁଛନ୍ତି, ତାହେଲେ, ଓଡ଼ିଶାକୁ ଜାଣୁନାହାଁନ୍ତି କାହିଁକି ? ଭାରତୀୟ ଭାଷାର ଉଦାହରଣ ଦେଲେ, ସମସ୍ତେ ପ୍ରଥମେ ହିନ୍ଦୀ, ବଙ୍ଗଳା, ଗୁଜୁରାଟୀ, ମରାଠୀ, ତେଲଗୁ, ତାମିଲ୍‌ ନାଁ କହୁଛନ୍ତି, କେହି ସଙ୍ଗେ ସଙ୍ଗେ ଓଡ଼ିଆ ବୋଲି କହୁନାହାଁନ୍ତି । ଏଭଳି ନ କହିବାର କାରଣ ହେଉଛି ଆମ ରାଜ୍ୟକୁ ଓ ଆମର ଭାଷାକୁ ବିଶେଷଭାବେ ଆମେ ପ୍ରଗତିଶୀଳ କରିପାରିନାହୁଁ । ଏଥପାଇଁ ନିରଳସ, ନିରବଚ୍ଛିନ୍ନ ସାଧନା ଦରକାର ।

ଓଡ଼ିଆ ଭାଷାର । କାରଣ ଓଡ଼ିଶା ବହୁକାଳ ଧରି କେବଳ ବ୍ରିଟିଶମାନଙ୍କ ତଳେ ନଥୁଲା, ଅଧିକ ପରିମାଣରେ ଥିଲା ବଙ୍ଗ ଓ ବିହାରବାସୀଙ୍କ ତଳେ । ପୁଣି ଓଡ଼ିଶାରେ ଛବିଶଟା ଗଡ଼ଜାତ ଅଞ୍ଚଳ ରହିଥିଲା । ସେପରି କ୍ଷେତ୍ରରେ ଓଡ଼ିଶାରେ କେହି ବାବୁ ନଥିଲେ । ବାବୁ ଥିଲେ କେବଳ ବଙ୍ଗୀୟ ଭଦ୍ରଲୋକ । ଓଡ଼ିଶା କିମ୍ବା ଓଡ଼ିଆ ପାଇଁ କେହି ଚିନ୍ତା କରୁନଥିଲେ । ସେ ସମୟରେ ଫକୀରମୋହନ ସେନାପତିଙ୍କ ପରି ଯେଉଁ କେତେଜଣ ଓଡ଼ିଆ କଥା ଚିନ୍ତା କରୁଥିଲେ, ସେମାନଙ୍କୁ କୁହାଯାଉଥିଲା ‘ରଙ୍ଗ ଲିଡ଼ର’ । ଆମ କଥା ଆମକୁ ବୁଝିବାକୁ ହେବ, ଆମ ପାଇଁ ଆମକୁ କାମ କରିବାକୁ ହେବ । ଆମ ପାଇଁ କୌଣସି ସମୟରେ ହିନ୍ଦୀଲୋକ କିମ୍ବା ମରାଠୀ ଲୋକ କାମ କରିବେ ନାହିଁ । କାରଣ କେହି ଅନ୍ୟର ଉନ୍ନତି ପାଇଁ ଆନ୍ତରିକତାର ସହିତ କାମ କରନ୍ତି ନାହିଁ । କଥାରେ ଅଛି, ‘ବଥ ସିନା ବଥାଏ, ଆବୁ କାହାର ବଥାଏ ନାହିଁ ।’’ ଆମର ଉନ୍ନତି ପାଇଁ ଆମକୁ ନିମ୍ନଲିଖୁତ ବିଷୟ ପ୍ରତି ସତର୍କ ହେବାକୁ ପଡ଼ିବ ।

(୧) ଆଞ୍ଚଳିକ ଭାଷା ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ହେଲେ ଇଂରେଜୀ ଆଧ‌ିପତ୍ୟକୁ କମାଇବାକୁ ହେବ ।
(୨) ଜନତାର ସାମୂହିକ ଶିକ୍ଷା ପାଇଁ ମାତୃଭାଷା ହିଁ ପ୍ରକୃତ ମାଧ୍ୟମ ।
(୩) ଶାସିତଙ୍କୁ ଶାସକଙ୍କଠାରୁ ଦୂରରେ ରଖିଛି ଇଂରେଜୀ ଭାଷା ।
(୪) ମାତୃଭାଷା ପାଇଁ ଅଭିମାନ ଓ ମାତୃଭାଷାର ଉନ୍ନତି ସାଧନା ଆମର କାମ୍ୟ ।
ଏଭଳି ବିଚାରଦ୍ଵାରା ଆମମାନଙ୍କର ମାତୃଭାଷାର ଉପାଦେୟତା ଓ ଉନ୍ନତି ପାଇଁ କିଭଳି ପଦକ୍ଷେପ ନିଆଯାଇପାରିବ, ତାହା ସମସ୍ତେ ବୁଝିପାରିବେ ।

କାଠିନ ଶବ୍ଦାର୍ଥ ଓ ଟିପ୍ପଶା

  • ବିବାଦ – ସଂଘର୍ଷି
  • ମାତୃଭାଷା – ମା’ପାଖରୁ ଓ ନିଜ ଜନ୍ନମାଟିରୁ ଶିଖିଥ୍‌ବା ଭାଷା
  • ଲୋକଶିକ୍ଷା – ସାଧାରଣ ଲୋକଙ୍କୁ ଶିକ୍ଷା
  • ପ୍ରୟୋଜନ – ଆବଶ୍ୟକ
  • ଅନ୍ନବସ୍ତ – ଖାଇବାପାଇଁ ଭାତ ଓ ବିନ୍ଦିରାପାଇଁ ଲୁଗା/ସର୍ବନିମ୍ନ ଆବଶ୍ୟକତା
  • ବର୍ଜନ – ତ୍ୟାଗ
  • ସମୃଦ୍ଧି – ଉନ୍ନତି
  • ପଦସ୍ଥ – ପଦରେ ଅଧିଷୃତ ହୋଇଥ୍ ବା/ପଦାଧକାରା
  • ଉପାଦାନ – କୌସି ପ୍ରକାର ଆଗ୍ରହ ନଦେଖାଇବା / ଅନାଗ୍ରହ
  • ଅଗ୍ରଗତି – ଆଗକୁ ଆଗକୁ ଯିବା
  • ବାରଣ – ମନା
  • ଆଦୋନା – ବାହାରୁ ଆସୁଥିବା
  • କାଉନ୍‌ସିଲ – ପ୍ରଶାସନିକ ପରିଷଦ
  • ଗଶତନ୍ତ୍ର – ଲୋକମାନଙ୍କଦ୍ୱାରା ଓ ଲୋକମାନଙ୍କ ପାଇଁ ଚାଲୁଥିବା ଶାନ ବ୍ୟବସ୍ଥା
  • ସମୂହ – ସମଷ୍ଟି
  • ସର୍ବୋକୃଷ୍ଣ – ସବୁଠାରୁ ଭଲ / ସର୍ବ ଉକ୍‌ଷ୍ଣ
  • ସ୍କୂର୍ତ୍ତ – ଚଞ୍ଚଳତା / ଫ୍ଜର୍ତ୍ତ / ଉତ୍ସାହ
  • ଅନ୍ନଦାଶଙ୍କର ରାୟ – ଓଡ଼ିଶା ସାହିତ୍ୟର ସବୁଜଯୁଗ ବା ଅନେକ ରୋମାଣ୍ଟିକ୍ କବିତା ଲେଖୁଥିଲେ । କାଳିନ୍ଦୀ ଚରଣ ପାଣି ଗ୍ରା ହୀ, ବୈକୁଣ୍ଠନଥ କାଳିନ୍ଦ।ଚରଣ ପାଣିଗ୍ରାହା, ବୈକୁଣ୍ଠନାଥ ପଟ୍ଟନାୟକ, ଶରତ ମୁଖାର୍ଜୀ ଓ ହରିହର ମହାପାତ୍ରଙ୍କ
  • ସହିତ ମିଶି ସେ ଏକ ସାହିତ୍ୟ ଅନୁଷ୍ଠାନ ଗଠନ କରିଥିଲେ ।
  • ହିବ୍ର – ଇଜରାଇଲର ଆଧୁନିଲର ଆଧୁନିକ ଭାଷା
  • ନୁନମନ୍ୟତା – ନିଜକୁ ଛୋଟ ବୋଲି ମନେକରିବା
  • ପ୍ରୟାସ – ଚେଷ୍ଠା
  • ଇତ଼ିୟମ୍ – ଲୋକତ୍ତକ୍ତି / ପ୍ରବଚନ
  • ଆଳ କରି – ମାଧ୍ୟମ କରି
  • ଗତାନୁଗତିକ – ପ୍ରଚଳିତ ଧାରା
  • ଅଭିଜ୍ଞ – ଯାହାର ଅଭିଜ୍ଞତା ଓ ଅନୁଭବ ରହିଥାଏ
  • ରତିଙ୍କ ଶ୍ରାଦ୍ଧ – ଆୟୋଜନ ବଡ଼ ଜଣାପଡୁଥ୍ଲେ ହେଁ ଫଳାଫଳ ନ୍ୟୁନା (ଅଜା ଯୁଦ୍ଧେ, ରଷିଶ୍ରାଦ୍ଧେ, ପ୍ରଭାତେ ମେଘଢ଼ମ୍ବରୁ, ଦାମ୍ପତ୍ୟ କଳହଶ୍ଲୈବ, ବହ୍ବାଡ଼ମ୍ବରେ ଲଘୁକ୍ରିୟା)
  • ଉନ୍ନୟନ – ଉନ୍ନତିମୂଳକ
  • caution – ସତର୍କ ରୁହ
  • Dangerous curve – ବିପଦପୂର୍ଣ୍ଣ ଗୋଡ଼ସ୍ଥାନ
  • Sharp bend ahead – ବିପଦପୂର୍ଣ୍ଣ ମୋଡ଼ସ୍ଥାନ
  • Bazar area ahead – ଆଗକୁ ତିଖ ବୁଲାଶି ରର୍ହଛି
  • Drive slow – ଧାରେ ଗାଡ଼ି ଚଳାଅ
  • ଦୃଷ୍ଟିକୋଣ ପ୍ରାକୃକାଲ – ଦେଖିବାର ବିଚାରଧାରା ପାସ୍ତବ
  • ଇନ୍ଦ୍ରଜାଲ – ଯାହୁବିଦ୍ୟା / ପ୍ରଭାବିତ କରିବାର ଶକ୍ତି
  • ସୁହାଇଲା ଭଳି – ସୁବିଧା ହେଲାଭଳି
  • ପ୍ରଗତିଶାଳ – ଆଗେଇଯିବାର ଭାବ
  • ନିରଳସ – ଆଳସ୍ୟ ହାନ / ଶ୍ରମରେ ଅକାତର
  • ‘ରିଙ୍ଗ ଲିଡର’ – ନିର୍ଦ୍ଦେଶ ଦେଇ ପରିଚାଳନା କରାଉଥିବା ଲୋକ
  • ବଥ ସିନା ବଥାଏ, ଆବୁ କାହାର ନଥାଏ କାହିଁ – ଏହା ଏକ କଢ଼ି। ନିଜର ଲୋକ ହିଁ ନିଜର ଲୋକ ପାଇଁ ବ୍ୟସ୍ତ ହୋଇଥାଏ ଓ ସାହାଯ୍ୟ କରିଥାଏ । ପର ମଣିଷ ସ୍ଟେପରି କରିନଥାଏ ।
  • ଆଧ୍ ପତ୍ୟ – ଅଧିକ ପ୍ରଭାବ
  • ସାମୂହିକ – ସମସ୍ତଙ୍କର

BSE Odisha 10th Class Maths Solutions Geometry Chapter 6 ଅଙ୍କନ Ex 6(e)

Odisha State Board BSE Odisha 10th Class Maths Solutions Geometry Chapter 6 ଅଙ୍କନ Ex 6(e) Textbook Exercise Questions and Answers.

BSE Odisha Class 10 Maths Solutions Geometry Chapter 6 ଅଙ୍କନ Ex 6(e)

Question 1.
△ABC ଅଙ୍କନ କର ଯାହାର BC = 6 ସେ.ମି., m∠BAC = 60 ଏବଂ \(\overline{\mathrm{AD}})\) ମଧ୍ଯମାର ଦୈର୍ଘ୍ୟ 4.5 ସେ.ମି. । △ABCର ଏକ ସଦୃଶ ତ୍ରିଭୁଜ 3.5 ସେ.ମି. ବ୍ୟାସାର୍କ ବିଶିଷ୍ଟ ବୃତ୍ତରେ ଅନ୍ତର୍ଲିଖନ କର ।
Solution:
(i) \(\overline{\mathrm{BC}})\) ଅଙ୍କନ କର ଯାହାର ଦୈର୍ଘ୍ୟ 6 ସେ.ମି. ।
(ii) \(\overline{\mathrm{BC}})\) ର ସମଦ୍ବିଖଣ୍ଡକ ଲମ୍ବ L ଅଙ୍କନ କର ଓ \(\overline{\mathrm{BC}})\) ର ମଧ୍ୟବିନ୍ଦୁର ନାମ D ଦିଅ ।
(iii) ∠PBC ଅଙ୍କନ କର ଯାହାର ପରିମାଣ 30° |
(iv) \( \overrightarrow{\mathrm{BP}}\) ଓ L ର ଛେଦବିନ୍ଦୁର ନାମ O ନିଅ ।
(v) Oକୁ କେନ୍ଦ୍ରକରି OB ପରିମିତ ବ୍ୟାସାର୍ଦ୍ଧ ନେଇ ଏକ ବୃତ୍ତ ଅଙ୍କନ କର ।
BSE Odisha 10th Class Maths Solutions Geometry Chapter 6 IMG 9
(vi) D ବିନ୍ଦୁରୁ 4.5 ସେ.ମି. ଦୈର୍ଘ୍ୟ ବିଶିଷ୍ଟ ଏକ ଚାପ ଅଙ୍କନ କର ଯାହା ଅଙ୍କିତ ବୃତ୍ତକୁ A ବିନ୍ଦୁରେ ଛେଦ କରିବ ।
(vii) \(\overline{\mathrm{AB}})\) ଓ \(\overline{\mathrm{AC}})\) ଅଙ୍କନ କରି △ABCର ଅଙ୍କନ ଶେଷ କର ।
(viii) 3.5 ସେ.ମି. ବ୍ୟାସାର୍ଷ ବିଶିଷ୍ଟ ଆଉ ଏକ ବୃତ୍ତ ଅଙ୍କନ କରି ବୃତ୍ତରେ ଏକ ବିନ୍ଦୁ A’ ନିଅ ଓ ଉକ୍ତ ବୃତ୍ତର କେନ୍ଦ୍ର O’ ନିଅ । \(\overline{\mathrm{O}^{\prime} \mathrm{A}^{\prime}}\) ଅଙ୍କନ କର ।
(ix) \(\overline{\mathrm{O}^{\prime} \mathrm{A}^{\prime}}\) ପ୍ରତି A’ ବିନ୍ଦୁରେ ଏକ ଲମ୍ବ ଅଙ୍କନ କରି ଏହାର ନାମ \(\stackrel{\leftrightarrow}{XY}\) ନିଅ ।
(x) ∠A’B’ ଅଙ୍କନ କର ଯାହାର ପରିମାଣ ∠ACBର ପରିମାଣ ସହ ସମାନ ହେବ ଓ B’ ବୃତ୍ତ ଉପରିସ୍ଥ ଏକ ବିନ୍ଦୁ ହେବ । ସେହିପରି ∠YA’C’ ଅଙ୍କନ କର ଯାହାର ପରିମାଣ ∠ABCର ପରିମାଣ ସହ ସମାନ ହେବ ଓ C’ ବୃତ୍ତ ଉପରିସ୍ଥ ଏକ ବିନ୍ଦୁ ହେବ ।
(xi) A’B’C’ ବିନ୍ଦୁରେ ଏକ ଲମ୍ବ ଅଙ୍କନ କରି ଏହାର ନାମ △ABC ~ △A’B’C’ |
BSE Odisha 10th Class Maths Solutions Geometry Chapter 6 IMG 10

BSE Odisha 10th Class Maths Solutions Geometry Chapter 6 ଅଙ୍କନ Ex 6(e)

Question 2.
△ABC ଅଙ୍କନ କର ଯାହାର BC = 6 ସେ.ମି., m∠B = 60 ଏବଂ \(\overline{\mathrm{AD}})\) ଲମ୍ବର ଦୈର୍ଘ୍ୟ 4.5 ସେ.ମି. । △ABCର ଏକ ସଦୃଶ ତ୍ରିଭୁଜ 2.5 ସେ.ମି. ବ୍ୟାସାର୍ଷ ବିଶିଷ୍ଟ ବୃତ୍ତରେ ପରିଲିଖନ କର ।
Solution:
(i) L ରେଖା ଅଙ୍କନ କରି ଏହା ଉପରେ D ବିନ୍ଦୁ ଚିହ୍ନଟ କର ଏବଂ L ପ୍ରତି D ବିନ୍ଦୁରେ ଏକ ଲମ୍ବ \( \overrightarrow{\mathrm{DX}}\) ଅଙ୍କନ କର । \( \overrightarrow{\mathrm{DX}}\) ଉପରେ A ଏକ ବିନ୍ଦୁ ନିଅ ଯେପରି AD = 4.5 ସେ.ମି. ହେବ ।
BSE Odisha 10th Class Maths Solutions Geometry Chapter 6 IMG 11
(ii) ∠DAY ଅଙ୍କନ କର ଯେପରି m∠DAY = 30°, \( \overrightarrow{\mathrm{AY}}\) ଓ L ରେଖାର ଛେଦବିନ୍ଦୁର ନାମ B ଦିଅ । B ବିନ୍ଦୁରୁ 6 ସେ.ମି. କର ଯାହା L କୁ C ବିନ୍ଦୁରେ ଛେଦ କରିବ । \(\overline{\mathrm{AC}})\) ଅଙ୍କନ କର ।
(iii) 2.5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଆଉ O ନିଅ । \(\overline{\mathrm{OP}})\) ଏକ ବ୍ୟାସାର୍ଷ ଅଙ୍କନ କର ।
(iv) \(\overline{\mathrm{OM}})\) ଓ \(\overline{\mathrm{ON}})\) ବ୍ୟାସାର୍ଦ୍ଧ ଦ୍ଵୟ ଅଙ୍କନ କର ଯେପରି m∠MOP = ∠ACBର ବହିଃସ୍ଥ କୋଣର ପରିମାଣ ଓ m∠PON = ∠ABCର ବହିଃସ୍ଥ କୋଣର ପରିମାଣ ସହ ସମାନ ।
(v) M, N ଓ P ବିନ୍ଦୁରେ ବୃତ୍ତପ୍ରତି ସ୍ପର୍ଶକମାନ ଅଙ୍କନ କର ।
(vi) M ଓ N ବିନ୍ଦୁରେ ଅଙ୍କିତ ସ୍ପର୍ଶକ ଦ୍ବୟର ଛେଦବିନ୍ଦୁ, N ଓ P ବିନ୍ଦୁରେ ଅଙ୍କିତ ସ୍ପର୍ଶକଦ୍ବୟର ଛେଦବିନ୍ଦୁ P ଓ M ବିନ୍ଦୁରେ ଅଙ୍କିତ ସ୍ପର୍ଶକଦ୍ବୟର ଛେଦବିନ୍ଦୁ ଯଥାକ୍ରମେ A’, B’ ଓ C’ ହେଉ ।
(vii) △ABC ~ △A’B’C’
BSE Odisha 10th Class Maths Solutions Geometry Chapter 6 IMG 12

Question 3.
କୌଣସି △XYZ ଅଙ୍କନ କର । △XYZ ର ସଦୃଶ ତ୍ରିଭୁଜ ଅଙ୍କନ କର ଯାହାର ପ୍ରତ୍ୟେକ ବାହୁର ଦୈର୍ଘ୍ୟ, ଦତ୍ତ ତ୍ରିଭୁଜର ଅନୁରୂପ ବାହୁର ଦୁଇ-ତୃତୀୟାଂଶ ହେବ ।
Solution:
(i) ଯେକୌଣସି △XYZ ଅଙ୍କନ କର ।
(ii) △XYZର \(\overline{\mathrm{YZ}})\) କୁ 2 : 1 ଅନୁପାତରେ ଅନ୍ତର୍ବିଭକ୍ତ କରି Y’ ବିନ୍ଦୁ ଚିହ୍ନଟ କର ଯେପରି YY’ : Y’Z = 2 : 1 ହେବ ।
(iii) \(\overline{\mathrm{XZ}})\) ସହ ସମାନ୍ତର କରି Y’ ବିନ୍ଦୁରେ ଅଙ୍କିତ ରେଖା \(\overline{\mathrm{XY}})\) କୁ ଯେଉଁ ବିନ୍ଦୁରେ ଛେଦ କରିବ ତାହାର ନାମ X’ ଦିଅ ।
BSE Odisha 10th Class Maths Solutions Geometry Chapter 6 IMG 13
(iv) △X’YZ ~ △XYZ

Question 4.
△ABC ଅଙ୍କନ କର ଯାହାର BC = 5.7 ସେ.ମି., m∠B = 60 ଏବଂ \(\overline{\mathrm{BE}})\) ମଧ୍ଯମାର ଦୈର୍ଘ୍ୟ 4.8 ସେ.ମି. । ତ୍ରିଭୁଜଟି ଅଙ୍କନ କରି 2.3 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତରେ ପରିଲିଖନ କର । ବିଶ୍ଳେଷଣ ଚିତ୍ର :
Solution:
(i) \(\overline{\mathrm{BC}})\) ଅଙ୍କନ କର ଯେପରି BC = 5.7 ସେ.ମି. । \(\overline{\mathrm{BC}})\) ର ସମଦ୍ଵିଖଣ୍ଡକ ଲମ୍ବ ଅଙ୍କନକରି \(\overline{\mathrm{BC}})\) ର ମଧ୍ୟବିନ୍ଦୁ D ଚିହ୍ନଟ କର ।
(ii) BC ର D ବୃତ୍ତରେ ∠EDC ଅଜନ୍ କର ଯେପରି m∠EDC = 60° |
(iii) B କୁ କେନ୍ଦ୍ରକରି 4.8 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ଚାପ ଅଙ୍କନ କର ଓ ଚାପଟି \( \overrightarrow{\mathrm{DF}}\) କୁ ଯେଉଁ ବିନ୍ଦୁରେ ଛେଦ କରିବ ତା’ର ନାମ E ଦିଅ ।
BSE Odisha 10th Class Maths Solutions Geometry Chapter 6 IMG 14
(iv) \( \overrightarrow{\mathrm{CE}}\) ଅଙ୍କନ କର ଓ \( \overrightarrow{\mathrm{CE}}\) ଉପରେ A ବିନ୍ଦୁ ଚିହ୍ନଟ କର ଯେପରି CE = EA ହେବ । \(\overline{\mathrm{AB}})\) ଅଙ୍କନ କର । △ABC ଆବଶ୍ୟକୀୟ ତ୍ରିଭୁଜ ।
(v) 2.3 ସେ.ମି. ବ୍ୟାସାର୍ଷ ବିଶିଷ୍ଟ ବୃତ୍ତ ଅଙ୍କନ କରି 2 ନମ୍ବର ପରି ତ୍ରିଭୁଜ A’B’C’ ପରିଲିଖନ କର ।
BSE Odisha 10th Class Maths Solutions Geometry Chapter 6 IMG 15

BSE Odisha 10th Class Maths Solutions Geometry Chapter 6 ଅଙ୍କନ Ex 6(e)

Question 5.
△ABC ଅଙ୍କନ କର ଯାହାର BC = 5.3 ସେ.ମି., m∠B = 60° ଏବଂ m∠C = 45° । 2.5 ସେ.ମି. ବ୍ୟାସାର୍ଷ ବିଶିଷ୍ଟ ଏକ ବୃତ୍ତରେ △ABCର ଏକ ସଦୃଶ ତ୍ରିଭୁଜ ଅନ୍ତର୍ଲିଖନ କର ।
ବିଶ୍ଳେଷଣ ଚିତ୍ର :
Solution:
(i) \(\overline{\mathrm{BC}})\) ଅଙ୍କନ କର ଯେପରି BC = 5.3 ସେ.ମି. ।
(ii) ∠PBC ଅଙ୍କନ କର ଯେପରି m∠PBC = 60° |
(iii) \(\overline{\mathrm{BC}})\) ର ଯେଉଁ ପାର୍ଶ୍ବରେ P ଅବସ୍ଥିତ, ସେହି ପାର୍ଶ୍ବରେ ∠QCB ଅବସ୍ଥିତ, ସେହି ପାର୍ଶ୍ବରେ m∠QCB = 45° |
(iv) \( \overrightarrow{\mathrm{CQ}}\) ଓ \( \overrightarrow{\mathrm{BP}}\) ର ଛେଦବିନ୍ଦୁର ନାମ A ଦିଅ ।
(v) 2.5 ସେ.ମି. ବ୍ୟାସାର୍ଷ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କରି କେନ୍ଦ୍ରର ନାମ O ଦିଅ । ଏକ ବ୍ୟାସାର୍ଦ୍ଧ \(\overline{\mathrm{OD}})\) ନିଅ ।
BSE Odisha 10th Class Maths Solutions Geometry Chapter 6 IMG 16
(vi) \(\overline{\mathrm{OD}})\) ପ୍ରତି D ବିନ୍ଦୁରେ \( \overrightarrow{\mathrm{DX}}\) ଲମ୍ବ ଅଙ୍କନ କରି \( \overrightarrow{\mathrm{XD}}\) ଉପରେ Y ଏକ ବିନ୍ଦୁ ନିଅ ।
(vii) \(\overline{\mathrm{YD}})\) ଉପରେ ∠YDR ଅଙ୍କନ କର ଯେପରି m∠YDR = m∠C = 45° ବୃତ୍ତକୁ E ବିନ୍ଦୁରେ ଛେଦକରୁ ।
(viii) ସେହିପରି ∠XDS ଅଙ୍କନ କର ଯେପରି m∠XDS = m∠B = 60° ଓ \( \overrightarrow{\mathrm{DS}}\) ବୃତ୍ତକୁ F ବିନ୍ଦୁରେ ଛେଦକରୁ । \(\overline{\mathrm{YD}})\) ଅଙ୍କନ କର । △ABC ~ △DEF ।
BSE Odisha 10th Class Maths Solutions Geometry Chapter 6 IMG 17

Question 6.
△ABC ଅଙ୍କନ କର ଯାହାର BC = 7 ସେ.ମି., m∠B = 60° ଏବଂ b + c = 11.2 ସେ.ମି. । ତ୍ରିଭୁଜଟି ଅଙ୍କନ କରି ଏହାର ସଦୃଶକୋଣୀ ଏକ ତ୍ରିଭୁଜ 1.5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତରେ ପରିଲିଖନ କର ।
Solution:
(i) △DBC ଅଙ୍କନ କର ଯାହାର BC = 7 ସେ.ମି., m∠DBC = 60° ଓ BD = 11.2 ସେ.ମି. ।
BSE Odisha 10th Class Maths Solutions Geometry Chapter 6 IMG 18
(ii) 1.5 ସେ.ମି. ବ୍ୟାସାର୍ଷ ବିଶିଷ୍ଟ ବୃତ୍ତ ଅଙ୍କନ କରି Q. No. 2 ର ଅଙ୍କନ ପରି ବୃତ୍ତରେ △A’B’C’ ପରିଲିଖନ କର, ଯେପରି ABC ~ △A’B’C’ ହେବ ।
BSE Odisha 10th Class Maths Solutions Geometry Chapter 6 IMG 19

Question 7.
△ABC ଅଙ୍କନ କର ଯାହାର m∠A = 75°, AC = 9 ସେ.ମି., AB = 6 ସେ.ମି. । ତ୍ରିଭୁଜଟି ଅଙ୍କନ କରି ଏହାର ଏକ ସଦୃଶକୋଣୀ ତ୍ରିଭୁଜ 2 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତରେ ଅନ୍ତର୍ଲିଖନ କର ।
Solution:
(i) AC ଅଙ୍କନ କର ଯାହାର ଦୈର୍ଘ୍ୟ 9 ସେ.ମି. ।
(ii) ∠XAC ଅଙ୍କନ କର ଯେପରି M∠XAC = 75° |
(iii) A ବିନ୍ଦୁକୁ କେନ୍ଦ୍ରକରି 6 ସେ.ମି. ପରିମିତ ଏକ ଚାପ ଅଙ୍କନ କର ଯେପରି ଚାପଟି \( \overrightarrow{\mathrm{AX}}\) କୁ B ବିନ୍ଦୁରେ ଛେଦ କରିବ । \(\overline{\mathrm{BC}})\) ଅଙ୍କନ କର ।
BSE Odisha 10th Class Maths Solutions Geometry Chapter 6 IMG 20
(iv) 2 ସେ.ମି. ବ୍ୟାସାର୍ଷ ବିଶିଷ୍ଟ ବୃତ୍ତ ଅଙ୍କନ କରି Q.1 ର ଅଙ୍କନ ପରି ଏହାର ସଦୃଶ କୋଣୀ ତ୍ରିଭୁଜ A’B’C’ ଅଙ୍କନ କର ।
BSE Odisha 10th Class Maths Solutions Geometry Chapter 6 IMG 21

BSE Odisha 10th Class Maths Solutions Geometry Chapter 6 ଅଙ୍କନ Ex 6(d)

Odisha State Board BSE Odisha 10th Class Maths Solutions Geometry Chapter 6 ଅଙ୍କନ Ex 6(d) Textbook Exercise Questions and Answers.

BSE Odisha Class 10 Maths Solutions Geometry Chapter 6 ଅଙ୍କନ Ex 6(d)

Question 1.
(i) 6.5 ସେ.ମି. ଦୀର୍ଘ \(\overline{\mathrm{AB}})\) ଅଙ୍କନ କରି ଏହାର ମଧ୍ୟବିନ୍ଦୁର ଅବସ୍ଥାନ ନିରୂପଣ କର ।
Solution:
(a) 6.5 ସେ.ମି. ଦୈର୍ଘ୍ୟ ବିଶିଷ୍ଟ \(\overline{\mathrm{AB}})\) ଅଙ୍କନ କର ।
(b) \(\overline{\mathrm{AB}})\) ର A ଓ B ଠାରେ ଯଥାକ୍ରମେ \( \overrightarrow{\mathrm{AX}}\) ଓ \( \overrightarrow{\mathrm{BY}}\) ରଶ୍ମି ଅଙ୍କନ କର, ଯେପରି X ଓ Y \(\overline{\mathrm{AB}})\) ର ବିପରୀତ ପାର୍ଶ୍ବରେ ରହିବେ ଏବଂ m∠BAX = m∠ABY ହେବ । ଫଳରେ \( \overrightarrow{\mathrm{AX}}\) || \( \overrightarrow{\mathrm{BY}}\) |
BSE Odisha 10th Class Maths Solutions Geometry Chapter 6 IMG 1
(c) କୁ କେନ୍ଦ୍ର ଓ ଏକ ସୁବିଧାଜନକ ବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର ଓ ଏହି ଚାପ ଯେଉଁ ବିନ୍ଦୁରେ \( \overrightarrow{\mathrm{AX}}\) କୁ ଛେଦକରିବ ତା’ର ନାମ P ଦିଅ ।
(d) Bକୁ କେନ୍ଦ୍ର ଓ ପୂର୍ବୋକ୍ତ ପରିମିତ ବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର ଓ ଏହି ଚାପ ଯେଉଁ ବିନ୍ଦୁରେ \( \overrightarrow{\mathrm{BY}}\)କୁ ଛେଦ କରିବ ତା’ର ନାମ Q ଦିଅ ।

(e) \(\overline{\mathrm{PQ}})\) ଅଙ୍କନ କର ଓ ତାହା ଯେଉଁ ବିନ୍ଦୁରେ \(\overline{\mathrm{AB}})\) କୁ ଛେଦକରିବ ତା’ର ନାମ R ଦିଅ । ବର୍ତ୍ତମାନ R, \(\overline{\mathrm{AB}})\) ର ମଧ୍ୟବିନ୍ଦୁ ।
[ବି.ଦ୍ର. \(\overline{\mathrm{AB}})\) ର ସମଦ୍ବିଖଣ୍ଡକ ଲମ୍ବ ଅଙ୍କନ କରି ‘R’ ବିନ୍ଦୁ ଚିହ୍ନଟ କରାଯାଇପାରିବ ।

(ii) 76 ସେ.ମି. ଦୀର୍ଘ \(\overline{\mathrm{PQ}})\) ଅଙ୍କନ କରି ଏହାକୁ 4 ସମାନ ଭାଗ କର ।
Solution:
(a) 76 ସେ.ମି. ଦୈର୍ଘ୍ୟ ବିଶିଷ୍ଟ \(\overline{\mathrm{PQ}})\) ଅଙ୍କନ କର ।
(b) \(\overline{\mathrm{PQ}})\) ର P ଓ Q ଠାରେ ଯଥାକ୍ରମେ \( \overrightarrow{\mathrm{PX}}\) ଓ \( \overrightarrow{\mathrm{QY}}\) ରଶ୍ମି ଅଙ୍କନ କର,
ଯେପରି X ଓ Y, \(\overline{\mathrm{PQ}})\) ର ବିପରୀତ ପାର୍ଶ୍ଵରେ ରହିବେ ଏବଂ m∠QPX = m∠PQY ହେବ । ଫଳରେ
\( \overrightarrow{\mathrm{PX}}\) || \( \overrightarrow{\mathrm{QY}}\) ହେବ |
(c)P କୁ କେନ୍ଦ୍ର ଓ ଏକ ସୁବିଧାଜନକ ବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର ଓ ଏହି ଚାପ ଯେଉଁ ବିନ୍ଦୁରେ \( \overrightarrow{\mathrm{PX}}\) କୁ ଛେଦକରିବ ତା’ର ନାମ A1 ଦିଅ ।
\( \overrightarrow{\mathrm{PX}}\) ଉପରେ A2 ଓ A3 ଚିହ୍ନଟ କର ଯେପରି PA1 = A1A2 = A2A3 |
BSE Odisha 10th Class Maths Solutions Geometry Chapter 6 IMG 2
(d) ପୂର୍ବୋକ୍ତ ପ୍ରଣାଳୀ ଅବଲମ୍ବନ କରି \( \overrightarrow{\mathrm{QY}}\) ଉପରେ B1, B2, B3 ବିନ୍ଦୁ ତିନୋଟି ଚିହ୍ନଟ କର ଯେପରି PA1 = QB1 = B1B2 = B2B3
(e) \(\overleftrightarrow{\mathrm{A}_3 \mathrm{~B}_1}, \overleftrightarrow{\mathrm{A}_2 \mathrm{~B}_2}, \overleftrightarrow{\mathrm{A}_1 \mathrm{~B}_3}\) ଅଙ୍କନ କର ଓ ଯେଉଁ ବିନ୍ଦୁରେ ଉକ୍ତ ରେଖାମାନ \(\overline{\mathrm{PQ}})\) କୁ ଛେଦ କରିବେ ସେଗୁଡ଼ିକୁ ଯଥାକ୍ରମେ R1, R2 ଓ R3 ଭାବେ ନାମିତ କର ।
ବର୍ତ୍ତମାନ \(\overline{\mathrm{PQ}})\) ସମାନ ଚାରିଭାଗରେ ବିଭକ୍ତ ହୋଇପାରିଲା ।
[ବି.ଦ୍ର. \(\overline{\mathrm{PQ}})\) ର ସମଦ୍ଵିଖଣ୍ଡକ ଲମ୍ବ ଅଙ୍କନ ଦ୍ବାରା R2 ଚିହ୍ନଟ କରାଯାଇ ପାରିବ । ତତ୍ପରେ \(\overline{\mathrm{PR}_2}\) ଓ \(\overline{\mathrm{R}_2 \mathrm{Q}}\) ର ସମଦ୍ବିଖଣ୍ଡକ ଲମ୍ବ ଅଙ୍କନ କରାଇ ଯଥାକ୍ରମେ R1 ଓ R3 ଚିହ୍ନଟ କରାଯାଇ ପାରିବ, ଯାହାଦ୍ଵାରା \(\overline{\mathrm{PQ}})\) ସମାନ ଚାରିଭାଗରେ ବିଭକ୍ତ ହୋ ଆରିବ ।]

BSE Odisha 10th Class Maths Solutions Geometry Chapter 6 ଅଙ୍କନ Ex 6(d)

Question 2.
7-2 ସେ.ମି. ଦୈର୍ଘ୍ୟ ବିଶିଷ୍ଟ ଏକ ରେଖାକୁ ସମାନ 6 ଭାଗ କର ।
Solution:
(a) 7.2 ସେ.ମି. ଦୈର୍ଘ୍ୟ ବିଶିଷ୍ଟ \(\overline{\mathrm{AB}})\) ଅଙ୍କନ କର ।
(b) \(\overline{\mathrm{AB}})\) ର A ଓ B ଠାରେ ଯଥାକ୍ରମେ \( \overrightarrow{\mathrm{AX}}\) ଓ \( \overrightarrow{\mathrm{BY}}\) ରଶ୍ମି ଅଙ୍କନ କର, ଯେପରି X ଓ Y, \(\overline{\mathrm{AB}})\)ର ବିପରୀତ ପାର୍ଶ୍ବରେ ରହିବେ ଏବଂ m∠BAX = m∠ABY ହେବ ।
ଫଳରେ \( \overrightarrow{\mathrm{AX}}\) || \( \overrightarrow{\mathrm{BY}}\) |
(c) A କୁ କେନ୍ଦ୍ର ଓ ଏକ ସୁବିଧାଜନକ ବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର ଓ ଏହି ଚାପ ଯେଉଁ ବିନ୍ଦୁରେ \( \overrightarrow{\mathrm{AX}}\) କୁ ଛେଦକରିବ ତାର ନାମ P1 ଦିଅ । ଏହିପରି ଚାପ ଅଙ୍କନ ପ୍ରଣାଳୀରେ \( \overrightarrow{\mathrm{AX}}\) ଉପରେ P2, P3, P4 ବିନ୍ଦୁମାନ ଚିହ୍ନିତକର ସେପରି AP1 = P1P2 = P2P3 = P3P4 = P4P5 ହେବ ।
BSE Odisha 10th Class Maths Solutions Geometry Chapter 6 IMG 3
(d) ସୋପାନ (iii)ପରି BY ଉପରେ Q1, Q2, Q3, Q4 ଓ Q5 ବିନ୍ଦୁମାନ ଚିହ୍ନଟ କର, ଯେପରି BQ1 = Q1Q2 = Q3Q4 = Q4Q5 = AP1 ହେବ ।
(e) \(\stackrel{\leftrightarrow}{\mathrm{P}_5 \mathrm{Q}_1}, \stackrel{\leftarrow}{\mathrm{P}_4 \mathrm{Q}_2}, \stackrel{\leftarrow}{\mathrm{P}_3 \mathrm{Q}_3}, \stackrel{\leftarrow}{\mathrm{P}_2 \mathrm{Q}_4}, \stackrel{\leftarrow}{\mathrm{P}_1 \mathrm{Q}_5}\) ଅଙ୍କନ କର ଓ ଯେଉଁ ବିନ୍ଦୁରେ ଉକ୍ତ ରେଖାମାନ \(\overline{\mathrm{AB}})\) କୁ ଛେଦ କରିବେ, ସେଗୁଡ଼ିକୁ ଯଥାକ୍ରମେ R1, R2, R3, R4, ଓ R5 ଭାବେ ନାମିତ କର । ବର୍ତ୍ତମାନ \(\overline{\mathrm{AB}})\) ସମାନ ଛଅଭାଗରେ ବିଭକ୍ତ ହୋଇପାରିଲା ।

Question 3.
64 ସେ.ମି. ଦୀର୍ଘ ବିଶିଷ୍ଟ \(\overline{\mathrm{AB}})\) ଅଙ୍କନ କରି ଏହାକୁ 3 : 2 ଅନୁପାତରେ ଅନ୍ତର୍ବିଭାଜନ କରୁଥ‌ିବା ବିନ୍ଦୁର ଅବସ୍ଥାନ ନିରୂପଣ କର ।
Solution:
(a) 64 ସେ.ମି. ଦୈର୍ଘ୍ୟ ବିଶିଷ୍ଟ ରେଖାଖଣ୍ଡ \(\overline{\mathrm{AB}})\) ଅଙ୍କନ କର ।
(b) \(\overline{\mathrm{AB}})\) ର A ଓ B ବିନ୍ଦୁଠାରେ ଯଥାକ୍ରମେ \( \overrightarrow{\mathrm{AX}}\) ଓ \( \overrightarrow{\mathrm{BY}}\) ରଶ୍ମି ଅଙ୍କନ କର ଯେପରି X ଓ Y, \(\overline{\mathrm{AB}})\) ର ବିପରୀତ ପାର୍ଶ୍ଵରେ ଅବସ୍ଥାନ କରିବେ ଓ m∠XAB m∠ABY ହେବ ।
BSE Odisha 10th Class Maths Solutions Geometry Chapter 6 IMG 4
ଫଳରେ \( \overrightarrow{\mathrm{AX}}\) || \( \overrightarrow{\mathrm{BY}}\) |
(c) \( \overrightarrow{\mathrm{AX}}\) ଉପରେ R ଓ \( \overrightarrow{\mathrm{BY}}\) ଉପରେ S ଚିହ୍ନଟ କର, ଯେପରି AR = 3 ସେ.ମି. ଓ BS = 2 ସେ.ମି. ହେବ ।
(d) \(\overleftrightarrow{\mathrm{RS}}\) ଅଙ୍କନ କର ।
(e) \(\overleftrightarrow{\mathrm{RS}}\) ଓ \(\overline{\mathrm{AB}})\)ର ଛେଦବିନ୍ଦୁକୁ P ନାମ ଦିଅ । ବର୍ତ୍ତମାନ \(\overline{\mathrm{AB}})\) ରେଖାଖଣ୍ଡ P ବିନ୍ଦୁରେ ଅନ୍ତର୍ବିଭାଜିତ ହେଲା ।

Question 4.
65 ସେ.ମି. ଦୀର୍ଘ \(\overline{\mathrm{BC}})\) ଅଙ୍କନ କରି ଏହାକୁ 5 : 3 ଅନୁପାତରେ ଅନ୍ତର୍ବିଭାଜନ ଓ ବହିର୍ବିଭାଜନ କରୁଥିବା ବିନ୍ଦୁଦ୍ଵୟ ନିରୁପଣ କର ।
Solution:
BSE Odisha 10th Class Maths Solutions Geometry Chapter 6 IMG 5
(a) 6.5 ସେ.ମି. ଦୈର୍ଘ୍ୟବିଶିଷ୍ଟ \(\overline{\mathrm{BC}})\) ଅଙ୍କନ କର ।
(b) \(\overline{\mathrm{BC}})\) ର B ଓ C ବିନ୍ଦୁଠାରେ ଯଥାକ୍ରମେ \( \overrightarrow{\mathrm{BX}}\) ଓ \( \overrightarrow{\mathrm{CY}}\) ରଶ୍ମି ଅଙ୍କନ କର ଯେପରି, X ଓ Y \(\stackrel{\leftrightarrow}{\mathrm{BC}}\) ର ବିପରୀତ ପାର୍ଶ୍ଵରେ ଅବସ୍ଥାନ କରିବେ ଓ m∠XBC = m∠BCY ହେବ ।
(c) \( \overrightarrow{\mathrm{BX}}\) ଉପରେ R ଓ \( \overrightarrow{\mathrm{CY}}\) ଉପରେ S ଚିହ୍ନଟ କର, ଯେପରି BR = 5 ସେ.ମି. ଓ CS = 3 ସେ.ମି. ହେବ ।
(d) \(\overleftrightarrow{\mathrm{RS}}\) ଅଙ୍କନ କର ତାହା \(\overline{\mathrm{BC}})\) କୁ P ବିନ୍ଦୁରେ ଛେଦକରୁ ।
(e) \( \overrightarrow{\mathrm{CY}}\) ର ବିପରୀତ ରଶ୍ମି \( \overrightarrow{\mathrm{CZ}}\) ଅଙ୍କନ କର ।
(f) \( \overrightarrow{\mathrm{CZ}}\) ଉପରେ S1 ବିନ୍ଦୁ ଚିହ୍ନଟ କର, ଯେପରି CS1 = 3 ସେ.ମି. ହେବ ।
(g) \(\overleftrightarrow{\mathrm{RS}}_1\) ଅଙ୍କନ କର ତାହା \(\overline{\mathrm{BC}})\) କୁ Q ବିନ୍ଦୁରେ ଛେଦ କରିବ ।
(h) ବରମାନ P ଓ Q, \(\overline{\mathrm{BC}})\) ର ଯଥାକ୍ରମେ ଅନ୍ତେଜିଉନ୍ତ ଦନ୍ଦ୍ର ଏବଂ ବସ୍ତିବରକ୍ତ ବୁଦ୍ |
(i) ଏଠାରେ BP : PC : 5 : 3 ଏବଂ BQ : CQ = 5 : 3 |

BSE Odisha 10th Class Maths Solutions Geometry Chapter 6 ଅଙ୍କନ Ex 6(d)

Question 5.
7.5 ସେ.ମି. ଦୀର୍ଘ \(\overline{\mathrm{PQ}})\) ଅଙ୍କନ କରି ଏହାକୁ ଦୁଇଟି ଅଂଶରେ ଭାଗ କର, ଯେପରିକି ସେମାନଙ୍କର ଦୈର୍ଘ୍ୟର ଅନୁପାତ 4 : 3 ହେବ । ଏକ ଆୟତଚିତ୍ର ଅଙ୍କନ କର ଯାହାର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ \(\overline{\mathrm{PQ}})\) ର ଦୁଇ ଅଂଶର ଦୈର୍ଘ୍ୟ ସହ ସମାନ ।
Solution:
(a) 7.5 ସେ.ମି. ଦୈର୍ଘ୍ୟ ବିଶିଷ୍ଟ \(\overline{\mathrm{PQ}})\) ଅଙ୍କନ କର ।
(b) \(\overline{\mathrm{PQ}})\) ର P ଓ Q ବିନ୍ଦୁଠାରେ ଯଥାକ୍ରମେ \( \overrightarrow{\mathrm{PX}}\) ଓ \( \overrightarrow{\mathrm{QY}}\) ରଶ୍ମି ଅଙ୍କନ କର
ଯେପରି X, Y ଓ \(\stackrel{\leftrightarrow}{\mathrm{PQ}}\) ର ବିପରୀତ ପାର୍ଶ୍ଵରେ ଅବସ୍ଥାନ କରିବେ ଓ m∠XPQ = m∠PQY ହେବ ।
(c) \( \overrightarrow{\mathrm{PX}}\) ଉପରେ R ଓ \( \overrightarrow{\mathrm{QY}}\) ଉପରେ S ଚିହ୍ନଟ କର, ଯେପରି PR = 4 ସେ.ମି. ଓ QS = 3 ସେ.ମି. ହେବ ।
BSE Odisha 10th Class Maths Solutions Geometry Chapter 6 IMG 6
(d) \(\overleftrightarrow{\mathrm{RS}}\) ଅଙ୍କନ କର ତାହା \(\overleftrightarrow{\mathrm{PQ}}\) କୁ M ବିନ୍ଦୁରେ ଛେଦକରୁ । ବର୍ତ୍ତମାନ \(\overline{\mathrm{PQ}}\) ରେଖାଖଣ୍ଡ M ବିନ୍ଦୁରେ ଅଳ୍ପବିକାକତ ହେଲା |
BSE Odisha 10th Class Maths Solutions Geometry Chapter 6 IMG 7
(e) PM କୁ ଦୈର୍ଘ୍ୟରୂପେ ଅଙ୍କନ କର ।
(f) P ବିନ୍ଦୁରେ ଲମ୍ବ ଅଙ୍କନ କରି \(\overline{\mathrm{PO}})\) ଅଂଶ ଛେଦନ କର ଯେପରି PO = MQ |
(g) P କେନ୍ଦ୍ର ଓ PM ବ୍ୟାସାର୍ଦ୍ଧ ପରିମିତ ଚାପ ଏବଂ M କେନ୍ଦ୍ର ଓ OP ବ୍ୟାସାର୍ଦ୍ଧ ପରିମିତ ଚାପ ପରସ୍ପରକୁ N ବିନ୍ଦୁରେ ଛେଦକରୁ ।
(h) ବର୍ତ୍ତମାନ PONM ଆବଶ୍ୟକୀୟ ଆୟତଚିତ୍ର ।

Question 6.
△ABCରେ BC = 6.5 ସେ.ମି., \(\overline{\mathrm{BY}})\) ମଧ୍ଯମାର ଦୈର୍ଘ୍ୟ 6 ସେ.ମି. ଓ \(\overline{\mathrm{CZ}})\) ମଧ୍ଯମାର ଦୈର୍ଘ୍ୟ 5.5 ସେ.ମି. । ତ୍ରିଭୁଜଟି ଅଙ୍କନ କର ।
Solution:
(a) \(\overline{\mathrm{BC}})\) ରେଖାଖଣ୍ଡ ଅଙ୍କନ କର ଯାହାର ଦୈର୍ଘ୍ୟ 6.5 ସେ.ମି. ହେବ ।
(b) \(\overline{\mathrm{BC}})\) ର ମଧ୍ୟବିନ୍ଦୁ D ନିରୂପଣ କର ଏବଂ \(\overline{\mathrm{BC}})\) ରେଖା ଉପରେ X ଏପରି ଏକ ବିନ୍ଦୁ ନିଅ ଯେପରିକି CD = CX ହେବ ।
BSE Odisha 10th Class Maths Solutions Geometry Chapter 6 IMG 8
(c) B ଓ X କୁ କେନ୍ଦ୍ରକରି ଯଥାକ୍ରମେ 6 ସେ.ମି. ଓ 6.5 ସେ.ମି. ବ୍ୟାସାର୍କକୁ ନେଇ ଦୁଇଟି ଚାପ ଅଙ୍କନ କର ଯେପରିକି ସେମାନେ ପରସ୍ପରକୁ Y ବିନ୍ଦୁରେ ଛେଦ କରିବେ ।
(d) \( \overrightarrow{\mathrm{CY}}\) ରେଖାଖଣ୍ଡ ଉପରେ A ଏପରି ଏକ ବିନ୍ଦୁ ଯେପରିକି CY = AY ହେବ ।
(e) A, B କୁ ଯୋଗକରି △ABC ସମ୍ପୂର୍ଣ୍ଣ କର ।

BSE Odisha 10th Class Maths Solutions Geometry Chapter 6 ଅଙ୍କନ Ex 6(c)

Odisha State Board BSE Odisha 10th Class Maths Solutions Geometry Chapter 6 ଅଙ୍କନ Ex 6(c) Textbook Exercise Questions and Answers.

BSE Odisha Class 10 Maths Solutions Geometry Chapter 6 ଅଙ୍କନ Ex 6(c)

Question 1.
4 ସେ.ମି. ବ୍ୟାସାର୍ଷ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କରି ଏଥରେ ସମବାହୁ ତ୍ରିଭୁଜ ଅନ୍ତର୍ଲିଖନ କର ।
Solution:
(i) 4 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କର ।
(ii) \( \overrightarrow{\mathrm{OA}}\) ବ୍ୟାସାର୍ଦ୍ଧ ଅଙ୍କନ କରି ଏହା ଉପରେ 120° ପରିମିତ କୋଣ ∠AOB ଅଙ୍କନ କରାଯାଉ ।
(iii) \(\overline{\mathrm{OB}})\) ଉପରେ ପୂର୍ବପରି O ବିନ୍ଦୁରେ ଆଉ ଏକ 120° ପରିମିତ କୋଣ ∠BOC ଅଙ୍କନ କରାଯାଉ ।
(iv) ଫଳରେ ବୃତ୍ତରେ A,B,C ତିନିଗୋଟି ବିନ୍ଦୁ ମିଳିବ ।
BSE Odisha 10th Class Maths Solutions Geometry Chapter 6 IMG 1
(v) ଏହି A,B,C ବିନ୍ଦୁମାନଙ୍କୁ ପର୍ଯ୍ୟାୟକ୍ରମେ ଯୋଗକଲେ ଆବଶ୍ୟକୀୟ ବୃତ୍ତାନ୍ତର୍ଲିଖ ସମବାହୁ ତ୍ରିଭୁଜ ମିଳିବ ।
(vi) ଏହାର \(\overline{\mathrm{AB}})\) ବାହୁର ଦୈର୍ଘ୍ୟ ମାପି ଲେଖ ।

BSE Odisha 10th Class Maths Solutions Geometry Chapter 6 ଅଙ୍କନ Ex 6(c)

Question 2.
3.5 ସେ.ମି. ବ୍ୟାସାର୍କ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କରି ଏଥୁରେ ଏକ ସମବାହୁ ତ୍ରିଭୁଜ ପରିଲିଖନ କର ।
Solution:
(i) 3.5 ସେ.ମି. ବ୍ୟାସାର୍କ ବିଶିଷ୍ଟ ବୃତ୍ତ ଅଙ୍କନ କର ।
(ii) ବୃତ୍ତ ଉପରିସ୍ଥ X ଏକ ବିନ୍ଦୁ ନିଅ । OX ବ୍ୟାସାର୍ଦ୍ଧ ପରିମିତ ଚାପ ନେଇ ବୃତ୍ତକୁ ଛଅଟି ସର୍ବସମ ଚାପରେ ବିଭକ୍ତ କର ।
(ii) ଗୋଟିଏ ଛାଡ଼ି ଗୋଟିଏ ଚିହ୍ନିତ ବିନ୍ଦୁକୁ ଠ ବିନ୍ଦୁ ସହ ଯୋଗକରି \(\overline{\mathrm{OX}})\), \(\overline{\mathrm{OY}})\), \(\overline{\mathrm{OZ}})\) ବ୍ୟାସାର୍ଦ୍ଧ ଅଙ୍କନ କର ।
(iv) X, Y, Z ବିନ୍ଦୁରେ \(\overline{\mathrm{OX}})\), \(\overline{\mathrm{OY}})\), \(\overline{\mathrm{OZ}})\) ପ୍ରତି କମ୍ ଅଙ୍କନ କରି ତିନିଟି ସ୍ପର୍ଶକ ଅଙ୍କନ କର । ସ୍ପର୍ଶକତ୍ରୟର ଛେଦବିନ୍ଦୁ A,B,C ହେଉ ।
BSE Odisha 10th Class Maths Solutions Geometry Chapter 6 IMG 2
(v) △ABC ଦତ୍ତ ବୃତ୍ତର ପରିଲିଖ୍ ସମବାହୁ ତ୍ରିଭୁଜ ହେବ ।

Question 3.
2.5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କରି ଏଥ‌ିରେ ଏକ ବର୍ଗଚିତ୍ର ଅନ୍ତର୍ଲିଖନ କର । ଅଙ୍କନ ପ୍ରଣାଳୀ :
Solution:
(i) 2.5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କର ।
(ii) ଯେକୌଣସି ଏକ ବ୍ୟାସ \(\overline{\mathrm{AC}})\) ଅଙ୍କନ କର ।
BSE Odisha 10th Class Maths Solutions Geometry Chapter 6 IMG 3
(iii) AC ର ସମଦ୍ବିଖଣ୍ଡକ ଲମ୍ବ BD ଅଙ୍କନ କର, ଯାହା ବୃତ୍ତକୁ B ଓ D ବିନ୍ଦୁରେ ଛେଦକରୁ ।
(iv) ବୃତ୍ତ ଉପରେ ଚାରିଗୋଟି ବିନ୍ଦୁ A, B, C, D ଚିହ୍ନଟ କରି ସେଗୁଡ଼ିକୁ ପର୍ଯ୍ୟାୟକ୍ରମେ ଯୋଗକଲେ ABCD ଆବଶ୍ୟକ ବୃତ୍ତାନ୍ତର୍ଲିଖ୍ ବର୍ଗଚିତ୍ର ହେବ ।

Question 4.
1.5 ସେ.ମି. ବ୍ୟାସାର୍କ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କରି ଏଥରେ ଏକ ବର୍ଗଚିତ୍ର ପରିଲିଖନ କର ।
Solution:
(i) 1.5 ସେ.ମି. ବ୍ୟାସାର୍ଷ ବିଶିଷ୍ଟ ବୃତ୍ତ ଅଙ୍କନ କର ।
(ii) ଯେକୌଣସି ଏକ ବ୍ୟାସ PR ଅଙ୍କନ କର ।
(iii) PR ବ୍ୟାସର ସମଦିଖପ୍ରକ ଲମ୍ବ \(\overline{\mathrm{SQ}})\) ଅଙ୍କନ କର ।
BSE Odisha 10th Class Maths Solutions Geometry Chapter 6 IMG 4
(iv) P, Q, R, S ବର୍ଗଚିତ୍ର ଫଳରେ CD, BC, AB ଲମ୍ବମାନ ଅଙ୍କନ କର । ଫଳରେ ଅଙ୍କିତ ଲମ୍ବଗୁଡ଼ିକ P, Q, R, S ବିନ୍ଦୁରେ ବୃତ୍ତର ସ୍ପର୍ଶକ ହେବ ।
(v) ABCD ଆବଶ୍ୟକ ପରିଲିଖ୍ ବର୍ଗଚିତ୍ର ହେବ ।

Question 5.
3.5 ସେ.ମି. ବ୍ୟାସାର୍କ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କରି ଏଥରେ ଏକ ସୁଷମ ଷଡ଼ଭୁଜ ଅନ୍ତର୍ଲିଖନ କର ।
Solution:
BSE Odisha 10th Class Maths Solutions Geometry Chapter 6 IMG 5
(i) 3.5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତଟିଏ ଅଙ୍କନ କର ।
(ii) ବୃତ୍ତ ଉପରିସ୍ଥ ଏକ ବିନ୍ଦୁ A ନିଆଯାଉ ।
(iii) OA ପରିମିତ ବ୍ୟାସାର୍ଦ୍ଧ ନେଇ ବୃତ୍ତକୁ ଛଅଟି ସମାନ ଚାପରେ ବିଭକ୍ତ କର ।
(iv) A, B, C, D, E, F ବୃତ୍ତାନ୍ତର୍ଲିଖ୍ ସୁଷମ ଷଡ଼ଭୁଜ ଅଙ୍କନ କର ।

BSE Odisha 10th Class Maths Solutions Geometry Chapter 6 ଅଙ୍କନ Ex 6(c)

Question 6.
3.8 ସେ.ମି. ବ୍ୟାସାର୍କ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କରି ଏକ ସୁଷମ ଷଡ଼ଭୁଜ ପରିଲିଖନ କର ।
Solution:
(i) 3.8 ସେ.ମି. ବ୍ୟାସାର୍କ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କର ଯାହାର କେନ୍ଦ୍ର O । \(\overline{\mathrm{PS}})\) ବ୍ୟାସ ଅଙ୍କନ କର ।
(ii) କେନ୍ଦ୍ରରେ m∠SOT = m∠TOU = 60° କୋଣ ଅଙ୍କନ କର ଏବଂ \(\overline{\mathrm{QT}})\) ଏବଂ \(\overline{\mathrm{RU}})\) ବ୍ୟାସ ଅଙ୍କନ କର ।
BSE Odisha 10th Class Maths Solutions Geometry Chapter 6 IMG 6
(iii) P, Q, R, S, T, U ମଧ୍ୟ ଦେଇ ବ୍ୟାସମାନଙ୍କ ପ୍ରତି ଲମ୍ବମାନ ଅଙ୍କନ କର । ଫଳରେ \(\overline{\mathrm{AB}})\), \(\overline{\mathrm{BC}})\), \(\overline{\mathrm{CD}})\), \(\overline{\mathrm{DE}})\), \(\overline{\mathrm{EF}})\), \(\overline{\mathrm{AB}})\) ବୃତ୍ତର ସ୍ପର୍ଶକ ହେବ ।
(iv) ABCDEF ପରିଲିଖ୍ ସୁଷମ ଷଡ଼ଭୁଜ ହେବ ।

Question 7.
4 ସେ.ମି. ବ୍ୟାସାର୍କ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କରି ଏଥ‌ିରେ ଏକ ସୁଷମ ଷଡ଼ଭୁଜ ପରିଲିଖନ କର ।
Solution:
(i) 4 ସେ.ମି. ବ୍ୟାସାର୍କ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କର ଯାହାର କେନ୍ଦ୍ର O । \(\overline{\mathrm{PS}})\) ବ୍ୟାସ ଅଙ୍କନ କର ।
(ii) କେନ୍ଦ୍ରରେ m∠SOT = m∠TOU = 60° କୋଣ ଅଙ୍କନ କର ଏବଂ QT ଏବଂ RU ବ୍ୟାସ ଅଙ୍କନ କର ।
BSE Odisha 10th Class Maths Solutions Geometry Chapter 6 IMG 7
(iii) P, Q, R, S, T, U ମଧ୍ୟ ଦେଇ ବ୍ୟାସମାନଙ୍କ ପ୍ରତି ଲମ୍ବମାନ ଅଙ୍କନ କର । ଫଳରେ AB, BC, CD, DE, EF, AB ବୃତ୍ତର ସ୍ପର୍ଶକ ହେବ ।
(iv) ABCDEF ପରିଲିଖ୍ ସୁଷମ ଷଡ଼ଭୁଜ ହେବ ।

Question 8.
7.5 ସେ.ମି. ବ୍ୟାସ ବିଶିଷ୍ଟ ଏକ ବୃତ୍ତରେ ଏକ ସମକୋଣୀ ସମଦ୍ବିବାହୁ ତ୍ରିଭୁଜ ଅନ୍ତର୍ଲିଖନ କର ।
ଅଙ୍କନ ପ୍ରଣାଳୀ :
(i) \(\overline{\mathrm{BC}})\) ରେଖାଖଣ୍ଡ ଅଙ୍କନ କର ଯାହାର ଦୈର୍ଘ୍ୟ 7.5 ସେ.ମି. ଏବଂ \(\overline{\mathrm{BC}})\) ବ୍ୟାସର ସମର୍ଦ୍ଦିଖଣ୍ଡକ ଲମ୍ବ ଅଙ୍କନ କରି O କୁ କେନ୍ଦ୍ର ଏବଂ \(\overline{\mathrm{OB}})\) ବା \(\overline{\mathrm{OC}})\) କୁ ବ୍ୟାସାର୍ଷ ନେଇ ବୃତ୍ତ ଅଙ୍କନ କର ।
(ii) \(\overline{\mathrm{BC}})\) ର ଲମ୍ବ ସମନ୍ୱଖଣ୍ଡକ ବୃତ୍ତକୁ A ବିନ୍ଦୁରେ ଛେଦ କରିବ ।
BSE Odisha 10th Class Maths Solutions Geometry Chapter 6 IMG 8
(iii) \(\overline{\mathrm{AB}})\), \(\overline{\mathrm{AC}})\) ଅଙ୍କନ କରି △ABC ସମ୍ପୂର୍ଣ୍ଣ କର ।
(iv) △ABC ଆବଶ୍ୟକ ଅନ୍ତର୍ଲିଖ୍ ସମକୋଣୀ ସମଦ୍ବିବାହୁ ତ୍ରିଭୁଜ ।

Question 9.
8 ସେ.ମି. ବ୍ୟାସ ବିଶିଷ୍ଟ ଏକ ବୃତ୍ତରେ ଏକ ସମକୋଣୀ ସମଦ୍ବିବାହୁ ତ୍ରିଭୁଜ ପରିଲିଖନ କର ।
Solution:
(i) \(\overline{\mathrm{BG}})\) ଅଙ୍କନ କର ଯାହାର ଦୈର୍ଘ୍ୟ 8 ସେ.ମି. |
(ii) \(\overline{\mathrm{BG}})\) ର ମଧ୍ୟବିନ୍ଦୁ ଚିହ୍ନିତ କର । ଠାକୁ କେନ୍ଦ୍ର ଏବଂ \(\overline{\mathrm{OB}})\) କୁ ବ୍ୟାସାର୍ଦ୍ଧ ନେଇ ଏକ ବୃତ୍ତ ଅଙ୍କନ କର ।
BSE Odisha 10th Class Maths Solutions Geometry Chapter 6 IMG 9
(iii) \(\overline{\mathrm{OB}})\) ର ଠ ବିନ୍ଦୁରେ 90° ପରିମିତ ∠BOA ଅଙ୍କନ କର ।
(iv) \(\overline{\mathrm{OB}})\) ବିନ୍ଦୁରେ m∠BOC = 135° କୋଣ ଅଙ୍କନ କର ।
(v) ବୃତ୍ତ ଉପରେ A, B, C ବିନ୍ଦୁ ଚିହ୍ନଟ କରି ଏବଂ ପ୍ରତ୍ୟେକ ବିନ୍ଦୁରେ ସ୍ପର୍ଶକ ଅଙ୍କନ କରି ଆବଶ୍ୟକୀୟ DEF ସମକୋଣୀ ସମଦ୍ବିବାହୁ ତ୍ରିଭୁଜ ଅଙ୍କନ କର ।
(vi) ADEF ଆବଶ୍ୟକ ସମକୋଣୀ ସମଦ୍ବିବାହୁ ତ୍ରିଭୁଜ ।

Question 10.
9 ସେ.ମି. ବ୍ୟାସ ବିଶିଷ୍ଟ ଏକ ବୃତ୍ତରେ ABC ସମଦିବାହୁ ତ୍ରିଭୁଜ ଅନ୍ତର୍ଲିଖନ କର ଯାହାର ଭୂମି BC = 7 ସେ.ମି. |
Solution:
(i) 9 ସେ.ମି. ବ୍ୟାସ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କର ଯାହାର କେନ୍ଦ୍ର O ହେବ ।
(ii) ବୃତ୍ତର ଏକ ଜ୍ୟା \(\overline{\mathrm{BC}})\) ଅଙ୍କନ କର ଯାହାର ଦୈର୍ଘ୍ୟ 7 ସେ.ମି. ହେବ ।
(iii) \(\overline{\mathrm{BC}})\) ର ଲମ୍ବ ସମଦ୍ବିଖଣ୍ଡକ ଅଙ୍କନ କର ଯାହା ବୃତ୍ତର ପରି A ବିନ୍ଦୁରେ ଛେଦ କରିବ ।
BSE Odisha 10th Class Maths Solutions Geometry Chapter 6 IMG 10
(iv) \(\overline{\mathrm{AB}})\) ଓ \(\overline{\mathrm{AC}})\) ଅଙ୍କନ କରି △ ABC (ସମଦ୍ବିବାହୁ) ସମ୍ପୂର୍ଣ୍ଣ କର ।

BSE Odisha 10th Class Maths Solutions Geometry Chapter 6 ଅଙ୍କନ Ex 6(c)

Question 11.
3 ସେ.ମି. ବ୍ୟାସାର୍କ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କରି ତହିଁରେ 7 ସେ.ମି. ଉଚ୍ଚତା ବିଶିଷ୍ଟ ଏକ ସମଙ୍ଗିବାହୁ ତ୍ରିଭୁଜ ପରିଲିଖନ କର ।
Solution:
(i) 3 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କର, ଯାହାର କେନ୍ଦ୍ର O ହେଉ ।
(ii) D, ବୃତ୍ତ ଉପରିସ୍ଥ ଏକ ବିନ୍ଦୁ ହେଉ । \( \overrightarrow{\mathrm{DO}}\) ଉପରେ A ଏକ ବିନ୍ଦୁ ନିଅ ଯେପରି DA = 7 ସେ.ମି. ହେଉ ।
(iii) \(\overline{\mathrm{AO}})\) ର ମଧ୍ୟବିନ୍ଦୁ M ନିର୍ଣ୍ଣୟ କର । M କୁ କେନ୍ଦ୍ର ଏବଂ \(\overline{\mathrm{MO}})\) କୁ ବ୍ୟାସାର୍ଷ ବିଶିଷ୍ଟ ବୃତ୍ତ ଅଙ୍କନ କର ଯାହା ବୃତ୍ତକୁ ଓ C ବିନ୍ଦୁରେ ଛେଦ କରିବ ।
BSE Odisha 10th Class Maths Solutions Geometry Chapter 6 IMG 11
(iv) ବର୍ଦ୍ଧିତ \( \overrightarrow{\mathrm{AB}}\) ଓ \( \overrightarrow{\mathrm{AC}}\), D ବିନ୍ଦୁରେ ବୃତ୍ତ ପ୍ରତି ଅଙ୍କିତ ସ୍ପର୍ଶକକୁ ଯଥାକ୍ରମେ P ଓ Q ବିନ୍ଦୁରେ ଛେଦ କରିବେ ।
(v) △APQ ବୃତ୍ତର ପରିଲିଖ ସମଦ୍ବିବାହୁ ତ୍ରିଭୁଜ ଯାହାର ଉଚ୍ଚତା 7 ସେ.ମି. ।

Question 12.
4 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କର ତହିଁରେ 6 ସେ.ମି. ଉଚ୍ଚତା ବିଶିଷ୍ଟ ଏକ ସମଦ୍ବିବାହୁ ତ୍ରିଭୁଜ ଅନ୍ତର୍ଲିଖନ କର ।
Solution:
(i) 4 ସେ.ମି. ବ୍ୟାସାର୍କ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କର ।
(ii) MN ବ୍ୟାସ ଅଙ୍କନ କରି ଏହା ଉପରିସ୍ଥ ଏକ ବିନ୍ଦୁ P ନଥ ଯେପରିକି M-P-N 19° MP = 6 ସେ.ମି. ହେବ ।
(iii) P ବିନ୍ଦୁରେ ଅଙ୍କିତ ଲମ୍ବ ବୃତ୍ତକୁ B ଓ C ବିନ୍ଦୁରେ ଛେଦ କରୁ ।
BSE Odisha 10th Class Maths Solutions Geometry Chapter 6 IMG 12
(iv) \(\overline{\mathrm{MB}})\) ଓ \(\overline{\mathrm{MC}})\) ଅଙ୍କନ କରି ଆବଶ୍ୟକୀୟ △ABC ସମଦ୍ବିବାହୁ ତ୍ରିଭୁଜ ସମ୍ପୂର୍ଣ୍ଣ କର ।

Question 13.
2.5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କରି ତହିଁରେ ଏକ ସମଦ୍ବିବାହୁ ତ୍ରିଭୁଜ ପରିର୍ଲିଖନ କର ଯାହାର ଶୀର୍ଷକୋଣ 45 ହେବ ।
Solution:
(i) 2.5 ସେ.ମି. ବ୍ୟାସାର୍ଷ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କର ।
(ii) ବୃତ୍ତର କେନ୍ଦ୍ରରେ m∠AOB = 135° ଅଙ୍କନ କର ।
∠AOBର ସମଦ୍ବିଖଣ୍ଡକ \(\overline{\mathrm{OP}})\) ଅଙ୍କନ କର। \( \overrightarrow{\mathrm{PO}}\) ବୃତ୍ତକୁ C ବିନ୍ଦୁରେ ଛେଦକରୁ ।
BSE Odisha 10th Class Maths Solutions Geometry Chapter 6 IMG 13
(iii) A, B ଓ C ବିନ୍ଦୁରେ ବୃତ୍ତ ପ୍ରତି ସ୍ପର୍ଶକ ତ୍ରୟ ଅଙ୍କନ କଲେ ଆବଶ୍ୟକ △POR ପରିଲିଖୁ ସମଦିବାହୁ ତ୍ରିଭୁଜ ପାଇବା ।

Question 14.
ଏକ ଆୟତଚିତ୍ରର ଦୈର୍ଘ୍ୟ 7.5 ସେ.ମି., ପ୍ରସ୍ଥ 4 ସେ.ମି. । ଆୟତ ଚିତ୍ରଟି ଅଙ୍କନ କରି ଏହାର ପରିବୃତ୍ତ ଅଙ୍କନ କର ।
Solution:
(i) BC ଅଙ୍କନ କର, ଯାହାର ଦୈର୍ଘ୍ୟ 7 ସେ.ମି.|
(ii) B ବିହ୍ନରେ m∠XBC = 90° କର ଏବଂ \( \overrightarrow{\mathrm{BX}}\) ଉପରେ A ବିନ୍ଦୁ ଚିହ୍ନିତ କର ଯେପରିକି BA = 4 ସେ.ମି. ହେବ ।
(iii) A ଓ Cକୁ କେନ୍ଦ୍ରକରି ଯଥାକ୍ରମେ 7.5 ସେ.ମି. ଓ 4 ସେ.ମି. ବ୍ୟାସାର୍ଦ୍ଧ ପରିମିତ ଚାପ ନେଇ D ବିନ୍ଦୁ ଚିହ୍ନିତ କର ।
(iv) ABCD ଆୟତଚିତ୍ର ଅଙ୍କନ କର ।
BSE Odisha 10th Class Maths Solutions Geometry Chapter 6 IMG 14
(v) ଆୟତଚିତ୍ରର କର୍ଣ୍ଣଦ୍ଵୟ ଅଙ୍କନ କର, ଛେଦବିନ୍ଦୁ O ହେଉ ।
(vi) Oକୁ କେନ୍ଦ୍ରକରି \(\overline{\mathrm{OA}})\) କିମ୍ବା \(\overline{\mathrm{OA}})\) କିମ୍ବା \(\overline{\mathrm{OC}})\) କିମ୍ବା \(\overline{\mathrm{OD}})\) କୁ ବ୍ୟାସାର୍ଦ୍ଧ ନେଇ ଆୟତଚିତ୍ରର ପରିବୃତ୍ତ ଅଙ୍କନ କର ।

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ

Odisha State Board BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ  Textbook Exercise Questions and Answers.

BSE Odisha Class 10 Life Science Solutions Chapter 8 ଶକ୍ତିର ଉତ୍ସ

Question 1.
ସୌର ଚୁଲାର ଗଠନ ଓ କାର୍ଯ୍ୟକାରିତା ଚିତ୍ର ସହ ବୁଝାଅ ।
ଉ-
ଯେଉଁ ଉପକରଣଦ୍ଵାରା ସୌର ତାପରେ ରୋଷେଇ କରାଯାଏ, ତାହାକୁ ସୌରଚୁଲା କୁହାଯାଏ । ଏଥିରେ ସୌରତାପ ସିଧାସଳଖ ରୋଷେଇ ଦ୍ରବ୍ୟକୁ ଗରମ କରିଥାଏ ।
(I) ସୌରଚୁଲାର ଗଠନ – ସୌରଚୁଲା ନିମ୍ନଲିଖ ତିନୋଟି ଅଂଶଗୁଡ଼ିକୁ ନେଇ ଗଠିତ ହୋଇଥାଏ; ଯଥା- (କ) ଆଧାର ପାତ୍ର, (ଖ) ତାପଶୋଷୀ ଆଚ୍ଛାଦନ, (ଗ) ପ୍ରତିଫଳକ ।
(କ) ଆଧାର ପାତ୍ର – ଏଥରେ ଜଳ ଓ ରନ୍ଧାଦ୍ରବ୍ୟ ରଖିବାପାଇଁ ପାତ୍ରମାନ ଥାଏ । ଅଧିକ ତାପ ଅବଶୋଷଣ ପାଇଁ ଏହି ପାତ୍ରଗୁଡ଼ିକର ବାହାର ପାଖରେ କଳା ରଙ୍ଗର ପ୍ରଲେପ ଦିଆଯାଇଥାଏ ।

(ଖ) ତାପଶୋଷୀ ଆଚ୍ଛାଦନ – ଆଧାର ପାତ୍ରର ଭିତରପାର୍ଶ୍ଵରେ କଳାରଙ୍ଗର ପ୍ରଲେପ ଦିଆଯାଇଥାଏ । ଏହାର ଉପରିଭାଗକୁ କାଚ ଫଳକରେ ଆବୃତ କରାଯାଇଥାଏ । ଫଳରେ
ପାତ୍ରର ଭିତର ପାର୍ଶ୍ଵର ତାପମାତ୍ରା ବୃଦ୍ଧିପାଏ । ପାତ୍ରଦ୍ୱାରା ଅବଶୋଷିତ ତାପ ସହଜରେ କାଚ ଆବରଣର ବାହାରକୁ ଯାଇପାରେ ନାହିଁ ।

(ଗ) ପ୍ରତିଫଳକ – ସୂର୍ଯ୍ୟକିରଣକୁ ସିଧା କିମ୍ବା ଅବତଳ ପ୍ରତିଫଳକ ସାହାଯ୍ୟରେ କେନ୍ଦ୍ରୀଭୂତ କରି ଆଧାର ପାତ୍ର ମଧ୍ୟକୁ ପକାଯାଏ । ସୂର୍ଯ୍ୟର ଅବସ୍ଥାନ ଅନୁସାରେ ଏହାକୁ ବିଭିନ୍ନ ଦିଗରେ ଘୂରାଇ ସୂର୍ଯ୍ୟକିରଣକୁ ଆଧାରପାତ୍ର ଉପରେ ଫୋକସ୍ କରାଯାଇଥାଏ । ସାଧାରଣତଃ ଆଲୁମିନିୟମ ଧାତୁ କିମ୍ବା କାଚରେ ପ୍ରତିଫଳକ ତିଆରି ହୋଇଥାଏ । ଅଧ୍ବକ ପ୍ରତିଫଳନ ପାଇଁ ପ୍ରତିଫଳକର ଭିତରପୃଷ୍ଠକୁ ଅତି ମସୃଣ କରାଯାଇଥାଏ ।
BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 1

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ

(II) ସୌରଚୁଲାର କାର୍ଯ୍ୟ –

  • ଧାତୁ ନିର୍ମିତ ଆଧାର ପାତ୍ରର ବାହାର ପାଖରେ ଓ ତାପଶୋଷୀ ଆଛାଦନର ଭିତର ପାର୍ଶ୍ଵରେ କଳାରଙ୍ଗର ପ୍ରଲେପ ଥ‌ିବାରୁ ଏହା ଧଳା ପୃଷ୍ଠ ବା ପ୍ରତିଫଳନ କରୁଥିବା ପୃଷ୍ଠଠାରୁ ଅଧିକ ତାପ ଶୋଷଣ କରେ ।
  • ତାପଶୋଷୀ ଆଚ୍ଛାଦନର ଉପରି ଭାଗକୁ କାଚ ଫଳକରେ ଆବୃତ କରାଯାଇଥିରୁ ଅଭ୍ୟନ୍ତର ତାପମାତ୍ରା ବୃଦ୍ଧିପାଏ କାରଣ ଅବଶୋଷିତ ତାପ ସହଜରେ ବାହାରିପାରେ ନାହିଁ ।
  • ଅଧ୍ବକ ପ୍ରତିଫଳନ ପାଇଁ ପ୍ରତିଫଳକର ଭିତର ପୃଷ୍ଠକୁ ଅତି ମସୃଣ କରାଯାଇଥାଏ ଫଳରେ ସୌରଚୁଲାର ଅଭ୍ୟନ୍ତର ତାପମାତ୍ରା ବୃଦ୍ଧିପାଏ ଓ ରୋଷେଇ କାର୍ଯ୍ୟ କରାଯାଏ ।

Question 2.
ଜୁଆରରୁ କିପରି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିହେବ ବର୍ତ୍ତନ କର ।
ଉ-

  • ଘୂର୍ଣାୟମାନ ପୃଥ‌ିବୀ ଉପରେ ଚନ୍ଦ୍ରର ମାଧ୍ୟାକର୍ଷଣ ପ୍ରଭାବ ଯୋଗୁଁ ସମୁଦ୍ରଜଳର ଉତ୍‌ଥାନପତନ ପରିଲକ୍ଷିତ ହୁଏ ଓ ଜୁଆର ସୃଷ୍ଟିହୁଏ ।
  • ସମୁଦ୍ରଜଳର ଉତ୍‌ଥାନପତନରୁ ଜୁଆର ଶକ୍ତିର ସୃଷ୍ଟି ହୋଇଥାଏ । ସମୁଦ୍ର ତଟବର୍ତ୍ତୀ ସ୍ଥାନରେ ପିଟି ହେଉଥ‌ିବା ଢେଉର ଶକ୍ତି ଯଥେଷ୍ଟ ଅଧ୍ଵ ରହିଥାଏ ।
  • 1961 ମସିହାରେ ଫରାସୀ ବୈଜ୍ଞାନିକମାନେ ଜୁଆରରୁ ଶକ୍ତି ସଂଗ୍ରହ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ ।
  • ରାନ୍ସ ନଦୀ ମୁହାଣରେ ଜୁଆର ଓ ଭଟ୍ଟା ମଧ୍ଯରେ ଜଳପତ୍ତନର ଉଚ୍ଚତାରେ ପ୍ରାୟ 14 ମିଟର ପାର୍ଥକ୍ୟ ରହେ । ଦିନକ ମଧ୍ୟରେ ଦୁଇଥର ଜୁଆର ଓ ଭଟ୍ଟା ହୋଇଥାଏ । ସେହି ଜୁଆରରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ ।
  • ଜୁଆରଶକ୍ତି ସଂଗ୍ରହ ପାଇଁ ନଦୀ ମୁହାଣରେ ପ୍ରାୟ 20 କି.ମି. ଲମ୍ବର୍ ଜଳାଶୟ ନିର୍ମାଣ କରାଯାଇ ସେଥ‌ିରେ ସ୍କୁ ଇସ୍ ଗେଟ୍ ଲଗାଯାଏ ।
  • ଉଚ୍ଚ ଜୁଆର ସମୟରେ ସେହି ଗେଟ୍‌ ଖୋଲିଦିଆଯାଏ । ଜଳାଶୟ ମଧ୍ୟକୁ ଜଳ ପ୍ରବେଶ କଲାପରେ ଗେଟ୍ ବନ୍ଦ କରାଯାଏ । ପରେ ଉଚ୍ଚପତ୍ତନରୁ ଜଳକୁ ନିୟନ୍ତ୍ରିତଭାବେ ସମୁଦ୍ରକୁ ଖଲାସ କରାଯାଏ ।
  • ଏହି ଖଲାସ ହେଉଥ‌ିବା ଜଳସ୍ରୋତରେ ଟର୍‌ବାଇନ୍ ଚଳାଇ ବିଦ୍ୟୁତ୍‌ଶକ୍ତି ଉତ୍ପାଦନ କରାଯାଏ ।

Question 3.
ପବନକଳର ଚିତ୍ର ଅଙ୍କନ କରି ଏହାର କାର୍ଯ୍ୟକାରିତା ଆଲୋଚନା କର ।
ଉ-
ପବନ କଳର କାର୍ଯ୍ୟକାରିତା :

  • ପବନକଳ ସାହାଯ୍ୟରେ ବାୟୁର ଗତିଜ ଶକ୍ତିକୁ ଉପଯୋଗ କରି ଜେନେରେଟର ଚଳାଇ ବିଦ୍ୟୁତଶକ୍ତି ଉତ୍ପାଦନ କରାଯାଏ ।
  • ବାୟୁ ପ୍ରବାହ ହେଲେ ପବନକଳର ପ୍ରପେଲର ଘୂରେ ଓ ଏଥ୍ ସହିତ ସଂଯୁକ୍ତ ଜେନେରେଟର ଘୁରିଥାଏ, ଫଳରେ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୁଏ ।
  • ଗୋଟିଏ ପବନକଳରୁ ଉତ୍ପାଦିତ ଶକ୍ତି ଏତେ ଅଧିକ ନୁହେଁ । ତେଣୁ ଏକା ସାଙ୍ଗରେ ଗୋଟିଏ ସ୍ଥାନରେ ଅନେକ ପବନ କଳ ସ୍ଥାପନ -କରାଯାଇଥାଏ । ଏହାକୁ ପବନ ଶକ୍ତି କେନ୍ଦ୍ର ବା ପବନ ଶକ୍ତି କ୍ଷେତ୍ର କୁହାଯାଏ ।

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 2

  • ଏହି ଶକ୍ତି କେନ୍ଦ୍ରଗୁଡ଼ିକରୁ ଉତ୍ପତ୍ତି ସମୂହ ଶକ୍ତି ବ୍ୟବସାୟିକ କ୍ଷେତ୍ରରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କ୍ଷେତ୍ରରେ ସହାୟକ ହୋଇଥାଏ ।
  • ପବନର ବେଗ ଅତ୍ୟଧିକ କମିଗଲେ ବା ବଢ଼ିଗଲେ ବିଦ୍ୟୁତ୍ ଜେନେରେଟର ଚଳାଇବା ସମ୍ଭବ ହୁଏ ନାହିଁ ।
  • ସାଧାରଣତଃ ବିଦ୍ୟୁତ୍ ସରବରାହ ସୁବିଧା ନଥ‌ିବା ଦୂରସ୍ଥ କୃଷିକ୍ଷେତ୍ରମାନଙ୍କରେ ଜଳସେଚନ ପାଇଁ ପମ୍ପ ଚଳାଇବାରେ ପବନ କଳ ବିଶେଷ ସହାୟକ ହୋଇଥାଏ ।

Question 4.
ସୂର୍ଯ୍ୟ ସକଳ ଶକ୍ତିର ଆଧାର – ଏ ଉକ୍ତିର ଯଥାର୍ଥତା ଦର୍ଶାଅ ।
ଉ-

  • ପୃଥ‌ିବୀ ପୃଷ୍ଠରେ ଯେତେପ୍ରକାର ଶକ୍ତି ଉପଲବ୍ଧ, ସେଗୁଡ଼ିକର ମୂଳଉତ୍ସ ସୂର୍ଯ୍ୟ ଅଟେ ।
  • ଜଳସ୍ରୋତ ଓ ବାୟୁ ସ୍ରୋତଠାରୁ ଆରମ୍ଭ କରି ବୃକ୍ଷଲତାଦିରେ ଥ‌ିବା ଜୈବ ରାସାୟନିକ ଶକ୍ତି, ଜୀବାଶ୍ମ ଶକ୍ତି ଆଦି ସମସ୍ତ ଶକ୍ତି ସୌର ଶକ୍ତିରୁ ହିଁ ସୃଷ୍ଟି ହୋଇଥାଏ ।
  • ଜଳସ୍ରୋତ ସାଧାରଣତଃ ସୂର୍ଯ୍ୟକିରଣ ପ୍ରଭାବରେ ଉତ୍ପନ୍ନ ହେଉଥ‌ିବା ବୃଷ୍ଟିପାତ ଯୋଗୁଁ ସମ୍ଭବ ହୋଇଥାଏ ।
  • ସୂର୍ଯ୍ୟକିରଣ ପ୍ରଭାବରେ ବାୟୁମଣ୍ଡଳର ବିଭିନ୍ନ ସ୍ଥାନ ସମାନଭାବେ ଉତ୍ତପ୍ତ ହେଉନଥ‌ିବାରୁ ବାୟୁଚାପରେ ପାର୍ଥକ୍ୟ ରହେ । ଏହାଯୋଗୁ ବାୟୁସ୍ରୋତ ସୃଷ୍ଟି ହୋଇଥାଏ ।
  • ଜଳସ୍ରୋତରେ ଉପଲବ୍ଧ ଗତି ଶକ୍ତିକୁ ଆମ୍ଭେମାନେ ଡଙ୍ଗା, ବୋଇତ ଇତ୍ୟାଦି ଚଳାଇବାରେ ବିନିଯୋଗ କରିଥାଉ ।
  • ବାୟୁସ୍ରୋତକୁ ବ୍ୟବହାର କରି ପବନ ଚକ୍ରିଠାରୁ ଆରମ୍ଭକରି ପାଲଟଣା ବୋଇତ ପ୍ରଭୃତି ଚଳାଇବା ସମ୍ଭବ ହୋଇଥାଏ ।
  • ବୃକ୍ଷଲତାରେ ଥିବା ଜୈବରାସାୟନିକ ଶକ୍ତିକୁ ସେମାନେ ଆଲୋକଶ୍ଳେଷଣ ପଦ୍ଧତିରେ ସୂର୍ଯ୍ୟାଲୋକରୁ ଲାଭ କରିଥାନ୍ତି । ଏହି ଶକ୍ତି ଖାଦ୍ୟ-ଖାଦକ ଶୃଙ୍ଖଳରେ ଅନ୍ୟାନ୍ୟ ଜନ୍ତୁମାନଙ୍କୁ ସ୍ଥାନାନ୍ତରିତ ହୋଇଥାଏ ।
  • ଭୂମିକମ୍ପ ବା ଅନ୍ୟ କୌଣସି ପ୍ରାକୃତିକ ଉପାୟରେ ଜଙ୍ଗଲପୂର୍ଣ ଭୂଖଣ୍ଡ ଓ ଜୀବଜନ୍ତୁ ମାଟି ତଳେ ପୋତିହୋଇଗଲେ କାଳକ୍ରମେ ଅତ୍ୟଧିକ ଚାପ ଓ ତାପ ଯୋଗୁଁ ତାହା କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ରେ ରୂପାନ୍ତରିତ ହୋଇଥାଏ । ତାହା ହେଉଛି ଜୀବାଶ୍ମ ଜାଳେଣି ଏବଂ ସେଗୁଡ଼ିକ ବ୍ୟବହାର କରି ଆମେ ତାପ ଶକ୍ତି, ବିଦ୍ୟୁତ୍ ଶକ୍ତି ଓ ଯାନ୍ତ୍ରିକ ଶକ୍ତି ଆଦି ପାଇଥାଉ ।
  • ଏ ସବୁକୁ ବିଚାର କଲେ ସ୍ପଷ୍ଟ ହୁଏ ଯେ ସୂର୍ଯ୍ୟ ହିଁ ସକଳ ଶକ୍ତିର ଆଧାର ଏବଂ ଅସରନ୍ତି ଶକ୍ତିର ଉତ୍ସ ଅଟନ୍ତି ।

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ

Question 5.
ଗୋବର ଗ୍ୟାସ୍ ପ୍ଲାଣ୍ଟର ଚିତ୍ର ଅଙ୍କନ କରି ତାହାର ବିଭିନ୍ନ ଅଂଶର କାର୍ଯ୍ୟ ଉଲ୍ଲେଖ କର ।
ଉ-
ଗୋବରଗ୍ୟାସ ପ୍ଲାଣ୍ଟରେ ନିମ୍ନଲିଖ୍ ଅଂଶ ରହିଥାଏ; ଯଥା-
(କ) ପ୍ରବେଶ ପାତ୍ର :

  • ଏଥ‌ିରେ ଗୋବର ଓ ପାଣି 4:5 ଆୟତନ ଅନୁପାତରେ ମିଶାଇ ଭଲଭାବରେ ଫେଣ୍ଟି ମଣ୍ଡ କରାଯାଏ ଓ ଏହି ମଣ୍ଡକୁ ପ୍ରବେଶ ପାତ୍ରରେ ଭର୍ତ୍ତି କରାଯାଏ ।
  • ଏହି ମିଶ୍ରଣ ଏକ ନଳଭିତର ଦେଇ ଆପେ ଆପେ ଡାଇଜେଷ୍ଟର କୂପକୁ ଚାଲିଯାଏ ।

(ଖ) ଡାଇଜେଷ୍ଟର କୂପ :

  • ଏହାର ଚାରିକାନ୍ଥ ଇଟା ଓ ସିମେଣ୍ଟରେ ତିଆରି ହୋଇଥାଏ । ଏହାର ପ୍ରାୟ ଏକ ତୃତୀୟାଂଶ ଭୂମିର ଉପରକୁ ଓ ଦୁଇ ତୃତୀୟାଂଶ ଭୂମିଠାରୁ ତଳକୁ ଥାଏ ।
  • ଗୋବର ଓ ପାଣିର ମିଶ୍ରଣ ଏଠାରେ ଜମା ହୁଏ ।

(ଗ) ଧାତୁନିମତ ଡୋମ୍ :

  • ସାଧାରଣତଃ ଏହି ଡୋମିଟ ଇସ୍ପାତ୍ରରେ ନିର୍ମିତ ।
  • ଏବେ ସିମେଣ୍ଟ ଓ କଂକ୍ରି ଟ୍‌ରେ ଡୋମ୍ ନିର୍ମାଣ କରାଯାଉଛି । ଏହା କୂପକୁ ସମ୍ପୂର୍ଣ୍ଣରୂପେ ଘୋଡ଼ାଇ ବାୟୁରୋଧୀ କରିଦିଏ ।
  • ଅମ୍ଳଜାନ ଅନୁପସ୍ଥିତିରେ ବଢ଼ି ପାରୁ ଥ‌ିବା ମିଥାନୋଜେନ୍ ଓ ମିଶ୍ରଣରୁ କିଣ୍ବନ ଦ୍ବାରା ମିଥେନ୍, ଡାଇଅକ୍ ସାଇଡ୍, ହାଇଡ୍ରୋଜେନ୍, ହାଇଡ୍ରୋଜେନ ସଲଫାଇଡ୍ ଗ୍ୟାସ୍ ଉତ୍ପନ୍ନ କରନ୍ତି । ଏଥୁରେ ମିଥେନ୍ ଗ୍ୟାସ୍ ଶତକଡ଼ା ପ୍ରାୟ 65-75 ଭାଗ ଥାଏ । ଗ୍ୟାସ୍ ଚାପରେ ଡୋମ୍ଟି ଉପରକୁ ଉଠେ

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 3

(ଘ) ନିର୍ଗମନଳୀ :

  • ଏହି ଧାତବନଳୀ ବାଟଦେଇ ଗ୍ୟାସ୍ ରୋଷେଇଘର ଚୂଲାକୁ ଯାଏ ।
  • ନିୟନ୍ତ୍ରିତ ଚାପରେ ଏହାକୁ ଜଳାଇବାର ବ୍ୟବସ୍ଥା ହୋଇଥାଏ ।

Question 6.
ସୋଲାର ସେଲ୍ କ’ଣ ? ଏହାର ଉପକାରିତା ଉଲ୍ଲେଖ କର ।
ଉ-

  • ସୌରଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ପରିଣତ କରିବାପାଇଁ ବ୍ୟବହୃତ ଉପକରଣକୁ ସୋଲାର ସେଲ୍ କୁହାଯାଏ ।
  • ଏଥିରେ ସୌରଶକ୍ତିର ସିଧାସଳଖ ବିନିଯୋଗ ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟିକରେ । ଏହି ପଦ୍ଧତିକୁ ଆଲୋକ ଭୋଲଟୀୟ ପ୍ରଭାବ କୁହାଯାଏ ।
  • ଭୋଲଟୀୟ ସେଲରେ ଯେପରି ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟି ହୁଏ, ସେହିପରି ଏକ ଅର୍ବପରିବାହୀ ପଦାର୍ଥରେ

ସୋଲାର ସେଲ୍‌ର ଉପକାରିତା :

  • ଯାନବାହନ ଚଳାଇବାରେ ଏବଂ ରେଡ଼ିଓ ଟେଲିଭିଜନ୍‌ର ଯନ୍ତ୍ରପାତିରେ ସୌରସେଲ୍ ବ୍ୟବହାର କରାଯାଉଛି ।
  • ଦୁର୍ଗମ ବରଫାବୃତ ପାର୍ବତ୍ୟାଞ୍ଚଳରେ ଓ ମହାକାଶ ଉପଗ୍ରହରେ ଯନ୍ତ୍ରପାତି ଚଳାଇବାପାଇଁ ସୋଲାର ସେଲ୍ ମାଧ୍ୟମରେ ସୌରଶକ୍ତି ବ୍ୟବହାର କରିବା ସମ୍ଭବ ହେଲାଣି ।
  • ସୌରସେଲ୍ ତିଆରିପାଇଁ ବ୍ୟବହାର ହେଉଥ‌ିବା ବିଶେଷ ଧରଣର ସିଲିକନ୍ ସହଜରେ ଉପଲବ୍‌ଧ ହୁଏନାହିଁ । ସୌର ସେଲ୍‌ର ସଂପୂର୍ଣ ତିଆରି ପ୍ରକ୍ରିୟା ମଧ୍ୟ ଅତ୍ୟନ୍ତ ବ୍ୟୟବହୁଳ । ପ୍ୟାନେଲ୍ ପ୍ରସ୍ତୁତି ପାଇଁ ସେଲ୍ ଓ ସେଲ୍‌କୁ ଯୋଡ଼ିବାପାଇଁ ବ୍ୟବହୃତ ସିଲଭର ଏହି ଖର୍ଚ୍ଚକୁ ବହୁଗୁଣିତ କରିଥାଏ ।

Question 7.
ନଦୀବନ୍ଧ ଯୋଜନାଦ୍ଵାରା କିପରି ଶକ୍ତି ଉତ୍ପାଦନ କରାଯାଏ ?
ଉ-
BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 4

  • ଦୀବନ୍ଧ ଯୋଜନା ଦ୍ଵାରା ନଦୀରେ ବନ୍ଧ ପକାଇ ଏକ ବୃହତ୍ ଜଳଭଣ୍ଡାର ସୃଷ୍ଟି କରାଯାଏ । ପରେ ଜଳକୁ ଉଚ୍ଚପତ୍ତନରୁ ନିମ୍ନ ପତ୍ତନକୁ ପ୍ରବଳ ବେଗରେ ଛଡ଼ାଯାଏ ।
  • ସେଥୁରୁ ସୃଷ୍ଟି ହେଉଥ‌ିବା ଜଳସ୍ରୋତର ଶକ୍ତି ଟର୍‌ବାଇନ୍ ଘୂରାଇବାରେ ବ୍ୟବହୃତ ହୁଏ ।
  • ଟର୍‌ବାଇନ୍ ସହ ସଂଯୁକ୍ତ ଜେନେରେଟରର ଆର୍ମେଚର ଘୂରିବା ଦ୍ବାରା ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୁଏ ।

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ

Question 8.
ପାର୍ଥକ୍ୟ ଦର୍ଶାଅ :
BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 9
BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 5

(ଖ) ଜଳ ବିଦ୍ୟୁତ୍ ଶକ୍ତି ଓ ତାପଜ ବିଦ୍ୟୁତ୍ ଶକ୍ତି
BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 6

(ଗ) ସାମୁଦ୍ରିକ ତାପଜ ଶକ୍ତି ଓ ଭୂତାପଜ ଶକ୍ତି
BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 7

(ଘ) ସୌରଚୁଲା ଓ ସୋଲାର ସେଲ୍
BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 8

Question 9.
ସଂକ୍ଷେପରେ ଉତ୍ତର ଦିଅ ।
(କ) ସୌର ଚୁଲାର 2ଟି ଉପକାରିତା ଲେଖ ।
ଉ-

  • କୌଣସି ଇନ୍ଧନର ଆବଶ୍ୟକତା ପଡ଼େ ନାହିଁ ।
  • ପ୍ରତିଫଳକର ଭିତର ପୃଷ୍ଠକୁ ଅତି ମସୃଣ କରାଯାଇଥିବାରୁ ରୋଷେଇ ଦ୍ରବ୍ୟ ଅଧିକ ତାପମାତ୍ରାରେ ଗରମ କରାଯାଏ ।

(ଖ) ନାଭିକୀୟ ଶକ୍ତି ବିନିଯୋଗର 2ଟି ପ୍ରତିବନ୍ଧକ ଲେଖ ।
ଉ-

  • ଏହି ବିଭାଜନ ପ୍ରକ୍ରିୟାର ଏକ ବିଶେଷ ଅସୁବିଧା ହେଉଛି ବ୍ୟବହୃତ ପରମାଣୁର ସଂରକ୍ଷଣ ଓ ଏହାର ଠିକ୍ ଉପାୟରେ ପରିଚାଳନା । ଏହା ହୋଇନପାରିଲେ ପରିବେଶ ପ୍ରଦୂଷଣର ଯଥେଷ୍ଟ ସମ୍ଭାବନା ରହିଥାଏ ।
  • ନାଭିକୀୟ ଶକ୍ତି କେନ୍ଦ୍ରର ପ୍ରତିଷ୍ଠାରେ ଅତ୍ୟଧ୍ଵ ଖର୍ଚ୍ଚ, ପରିବେଶ ପ୍ରଦୂଷଣର ଯଥେଷ୍ଟ ସମ୍ଭାବନା ଓ ଗୁରୁ ପରମାଣୁର ସୀମିତ ଲଭ୍ଯତା ଏହି ଶକ୍ତିର ବିନିଯୋଗ ଦିଗରେ ପ୍ରତିବନ୍ଧକ ଅଟେ ।

(ଗ) ଜୀବାଶ୍ମ ଇନ୍ଧନର 2ଟି ଉପକାରିତା ଲେଖ ।

  • କୋଇଲାକୁ ଶକ୍ତିଉତ୍ସଭାବେ ବ୍ୟବହାରକରି ଶିଳ୍ପ ବିପ୍ଳବ ସମ୍ଭବ ହୋଇପାରିଛି ।
  • ଶିଳ୍ପ ଅଭିବୃଦ୍ଧିରୁ ହିଁ ମନୁଷ୍ୟର ଜୀବନଶୈଳୀରେ ପରିବର୍ତ୍ତନ ଘଟିଛି

(ଘ) ସୌରଶକ୍ତି ଜୀବାଶ୍ମ ଇନ୍ଧନ ଅପେକ୍ଷା ଅଧିକ ଉପଯୋଗୀ କାହିଁକି ?
ଉ-

  • ସୌରଶକ୍ତି ଏକ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଅଟେ ।
  • ଏହି ପ୍ରକାର ଶକ୍ତି ଉତ୍ସରୁ ଶକ୍ତି ବ୍ୟବହାର କଲାପରେ ପୁନର୍ବାର ସେହି ଉତ୍ସ ସୃଷ୍ଟି କରିହୁଏ ବା ପ୍ରାକୃତିକ
  • ସୌରପ୍ରବାହ ଦ୍ବାରା ପୃଥ‌ିବୀପୃଷ୍ଠରେ l ମିନିଟ୍‌ରେ ପ୍ରତି ବର୍ଗ ସେ.ମି.ରେ ପ୍ରାୟ 2 କ୍ୟାଲୋରୀ ଶକ୍ତି ମିଳିଥାଏ ଓ ଏହା ଏକ ସ୍ଥିରାଙ୍କ ଅଟେ ।

(ଙ) ସୌରଶକ୍ତି ବାୟୁପ୍ରବାହ ପାଇଁ କିପରି ଦାୟୀ ବୁଝାଅ ।
ଉ-
ସୂର୍ଯ୍ୟକିରଣ ପ୍ରଭାବରେ ବାୟୁମଣ୍ଡଳର ବିଭିନ୍ନ ସ୍ଥାନ ସମାନ ଭାବେ ଉତ୍ତପ୍ତ ହୋଇ ନଥିବାରୁ ବାୟୁଚାପରେ ପାର୍ଥକ୍ୟ ରହେ । ବାୟୁ ଚାପର ଏହି ପାର୍ଥକ୍ୟ ଯୋଗୁଁ ବାୟୁସ୍ରୋତ ସୃଷ୍ଟି ହୋଇଥାଏ । ଏହି କାରଣରୁ ସୌରଶକ୍ତି ବାୟୁ ପ୍ରବାହପାଇଁ ଦାୟୀ ଅଟେ ।

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ

Question 10.
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(କ) ପିଟ୍‌ରେ ପ୍ରାୟ କେତେ ପରିମାଣ କାର୍ବନ ରହିଥାଏ ?
ଉ-
ପିଟ୍‌ରେ ପ୍ରାୟ 44% ରୁ 71% ପରିମାଣ କାର୍ବନ ରହିଥାଏ ।

(ଖ) କୋକ୍‌କୁ କେଉଁ କାର୍ଯ୍ୟ ପାଇଁ ବ୍ୟବହୃତ ହୁଏ ?
ଉ-
କୋକ୍‌କୁ ଷ୍ଟିଲ୍ ତିଆରିପାଇଁ ବିଜାରକ ରୂପେ ବ୍ୟବହୃତ କରାଯାଏ ।

(ଗ) ଆଂଶିକ ପାତନ ପ୍ରକ୍ରିୟା କ’ଣ ?
ଉ-
ଆଂଶିକ ପାତନ ହେଲା ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ କେବଳ ଗୋଟିଏ ଉପାଦାନ ସଂଗୃହୀତ ହେବା ।

(ଘ) କେଉଁଗୁଡ଼ିକ ଜୀବାଶ୍ମ ଇନ୍ଧନ ଶ୍ରେଣୀଭୁକ୍ତ ?
ଉ- କୋଇଲା, ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସଗୁଡ଼ିକ ଜୀବାଶ୍ମ ଇନ୍ଧନ ଶ୍ରେଣୀଭୁକ୍ତ ଅଟେ ।

(ଙ) ନାଭିକୀୟ ଶକ୍ତି କିପରି ମିଳିଥାଏ ?
ଉ-
ନାଭିକୀୟ ଶକ୍ତି ଗୁରୁ ପରମାଣୁର ନାଭିକୀୟ ବିଭାଜନ ଘଟିଲେ ମିଳିଥାଏ ।

Question 11.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(କ) ସୌରଶକ୍ତି କେଉଁ ପ୍ରକାର ଶକ୍ତିର ଏକ ଉଦାହରଣ ?
ଉ-
ନବୀକରଣ ଯୋଗ୍ୟ

(ଖ) ପ୍ରାକୃତିକ ଗ୍ୟାସ କେଉଁ ପ୍ରକାର ଶକ୍ତିର ଉଦାହରଣ ?
ଉ-
ନବୀକରଣ ଅଯୋଗ୍ୟ

(ଗ) ଗୋବର ଗ୍ୟାସ୍‌ରେ କେଉଁ ଗ୍ୟାସ୍ ଅଧ୍ଵ ପରିମାଣରେ ଥାଏ ?
ଉ-
ମିଥେନ୍ ଗ୍ୟାସ୍

(ଘ) କେଉଁ ଦେଶରେ ପବନ କଳ ଅଧିକ ବ୍ୟବହାର କରାଯାଏ ?
ଉ-
ନେଦରଲ୍ୟାଣ୍ଡ / ଡେନ୍‌ମାର୍କ

(ଙ) କେଉଁ ପ୍ରକାର କୋଇଲା ସବୁଠାରୁ ଉତ୍କୃଷ୍ଟ ?
ଉ- ଆନ୍‌ସାଇଟ୍

Question 12.
ଶୂନ୍ୟସ୍ଥାନ ପୂରଣ କର ।
(କ) ଏକ ସୌର ଜଳଉତ୍ତାପକ ଯନ୍ତ୍ରରେ ……………………. ଦିନଗୁଡ଼ିକରେ ପାଣି ଗରମ କରାଯାଇପାରିବ ନାହିଁ ।
(ଖ) ଗୋବର ଗ୍ୟାସ୍ ଏକ ………………… ପ୍ରକାର ଶକ୍ତିର ଅନ୍ତର୍ଭୁକ୍ତ ।
(ଗ) ଜୁଆର ଶକ୍ତି ଏକ ……………………. ପ୍ରକାର ଶକ୍ତିର ଉତ୍ସ ।
(ଘ) କୋଇଲା ଏକ ………………… ଶକ୍ତିର ଡତ୍ପ ।
(ଙ) ଗୋବର ଗ୍ୟାସରେ ମୁଖ୍ୟତଃ ………………….. ଗ୍ୟାସ୍ ଅଧ‌ିକ ପରିମାଣରେ ଥାଏ ।
(ଚ) ଆଲୋକଶ୍ଳେଷଣ ପଦ୍ଧତିରେ ସୌରଶକ୍ତି ………………….. ରେ ପରିଣତ ହୁଏ ।
(ଛ) ପେଟ୍ରୋଲିୟମ୍‌ର ବିଭିନ୍ନ ଉତ୍ପାଦ ………………………… ପଦ୍ଧତିରେ ମିଳିଥାଏ ।
(ଜ) ପୃଥ‌ିବୀ ଉପରେ ର ମାଧ୍ୟାକର୍ଷଣ …………………….. ର ପ୍ରଭାବ ଯୋଗୁଁ ସମୁଦ୍ରରେ ଜୁଆର ସୃଷ୍ଟି ହୁଏ ।

Answers
(କ) ବର୍ଷାଦିନ
(ଖ) ନବୀକରଣ ଯୋଗ୍ୟ
(ଗ) ନବୀକରଣ ଯୋଗ୍ୟ
(ଘ) ନବୀକରଣ ଅଯୋଗ୍ୟ
(ଙ) ମିଥେନ୍
(ଚ) ଜୈବରାସାୟନିକ ଶକ୍ତି |ଶର୍କରା
(ଛ) ଆଂଶିକ ପାତନ
(ଜ) ଚନ୍ଦ୍ର

Question 13.
ବାକ୍ୟରେ ଚିହ୍ନିତ ରେଖାଙ୍କିତ ଶବ୍ଦ | ଶବ୍ଦପୁଞ୍ଜକୁ ବଦଳାଇ ଠିକ୍ ବାକ୍ୟ ଲେଖ ।
(କ) ପିଟ୍ ସର୍ବୋତ୍କୃଷ୍ଟ ମାନ କୋଇଲା ଅଟେ ।
ଉ-
’ପିଟ୍ ନିକୃଷ୍ଟ ମାନ କୋଇଲା ଅଟେ ।

(ଖ) ସୌରଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ପରିଣତ କରିବା ପାଇଁ ସୋଲାର ସେଲ୍‌ ବ୍ୟବହାର କରାଯାଏ ।
ଉ-
ସୌରଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ପରିଣତ କରିବା ପାଇଁ ସୋଲାର ସେଲ୍ ବ୍ୟବହାର କରାଯାଏ ।

(ଗ) ଯେଉଁ ଉପକରଣଦ୍ଵାରା ସୌର ତାପରେ ରୋଷେଇ କରିହୁଏ ତାକୁ ଡାଇଜେଷ୍ଟର କୁହନ୍ତି ।
ଉ-
ଯେଉଁ ଉପକରଣଦ୍ଵାରା ସୌର ତାପରେ ରୋଷେଇ କରିହୁଏ ତାକୁ ସୋଲାର କୁକର କୁହନ୍ତି ।

(ଘ) ଅମ୍ଳଜାନ ଅନୁପସ୍ଥିତିରେ ଜୈବପଦାର୍ଥର ବିଘଟନଦ୍ୱାରା ନିର୍ଗତ ଗ୍ୟାସ୍‌ର ମିଶ୍ରଣକୁ ପ୍ରାକୃତିକ ଗ୍ୟାସ କୁହାଯାଏ ।
ଉ-
ଅମ୍ଳଜାନ ଅନୁପସ୍ଥିତିରେ ଜୈବପଦାର୍ଥର ବିଘଟନଦ୍ୱାରା ନିର୍ଗତ ଗ୍ୟାସ୍‌ର ମିଶ୍ରଣକୁ ଜୈବ ଗ୍ୟାସ କୁହାଯାଏ ।

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ

(ଙ) ଭୂ-ଅଭ୍ୟନ୍ତରରେ ଥ‌ିବା ତାପଶକ୍ତିକୁ ନାଭିକୀୟ ଶକ୍ତି କୁହାଯାଏ ।
ଉ-
ଭୂ-ଅଭ୍ୟନ୍ତରରେ ଥ‌ିବା ତାପଶକ୍ତିକୁ ଭୂ-ତାପଜ ଶକ୍ତି କୁହାଯାଏ ।

Question 14.
ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖ୍ ତୃତୀୟ ସହ ସମ୍ପର୍କିତ ଶବ୍ଦଟି କ’ଣ ହେବ ଲେଖ ।
(କ) ସୌରଶକ୍ତି : ନବୀକରଣ ଯୋଗ୍ୟ : : କୋଇଲା : …………………….. ।
(ଖ) ନିକୃଷ୍ଟ ମାନ କୋଇଲା : ପିଟ୍ : : ସର୍ବୋତ୍କୃଷ୍ଟ କୋଇଲା : …………………….. ।
(ଗ) ଅଶୋଧ ତୈଳର ଆଂଶିକ ପାତନ : ପେଟ୍ରୋଲିୟମ୍ : : କୋଇଲାର ଅନ୍ତର୍ଧୂମ ପାତନ : …………………….. ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Odisha State Board BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ Textbook Exercise Questions and Answers.

BSE Odisha Class 10 Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ବିପରୀତାର୍ଥବୋଧକ ଶବ୍ଦ ଲେଖି ।
ନୈତିକ, ଉନ୍ନତି, ପ୍ରାଚୀନ, ଇଚ୍ଛାକୃତ, ଅକ୍ଷୁଣ୍ଣ, ପୂର୍ବବର୍ତ୍ତୀ, ବିକାଶ, ସଂଯୋଗ
Answer:

ଶବ୍ଦ ବିଷରାତ ଶବ୍ଦ
ନୈତିକ ଆନୈତିକ
ଉନ୍ନତି ଅବନତି
ପ୍ରାଚୀନ ଅର୍ବାଚନ/ନବାନ/ନୂତନ
ଇଚ୍ଛାକୃତ ଅନିଛାକୃତ
ଅକ୍ଷୁଣ୍ଣ କ୍ଷୁର୍ଣ୍ଣ
ପୂର୍ବବର୍ତ୍ତୀ ପରିବର୍ତ୍ତା
ବିକାଶ ବିଲୟ/ବିନାଶ
ସଂଯୋଗ ବିଯୋଗ

Question ୨।
ନିମ୍ନଲିଖତ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଠନ କର ।
ବୈଷୟିକ, ମାନବିକତା, ଆରୋହଣ, ଅନବରତ, ଦୁରୂହ, ବିସ୍ତୃତ, ବିଚଳିତ
Answer:
ବୈଷୟିକ – ପ୍ରାଚୀନ ରୋମୀୟ ସଭ୍ୟତାରେ ବୈଷୟିକ ଉନ୍ନତିର ନିଦର୍ଶନ ମିଳେ ।
ମାନବିକତା – ଦୁର୍ଘଟଣାରେ କ୍ଷତବିକ୍ଷତ ହୋଇଥିବା ଅନ୍ଧଟିକୁ ସାହାଯ୍ୟ ନ କରି ଚାଲିଯିବା ମାନବିକତା ନୁହେଁ।
ଆରୋହଣ – ଉତ୍ତୁଙ୍ଗ ହିମାଳୟ ଆରୋହଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ।
ଅନବରତ – ଅନବରତ ମୋବାଇଲ୍‌ରେ ଖେଳିବା ବା ଦୂରଦର୍ଶନ ଦେଖ‌ିବା କ୍ଷତିକାରକ ଅଟେ ।
ଦୁରୂହ – କଠିନ ପରିଶ୍ରମ ନ କଲେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଦୁରୂହ ହୋଇପଡ଼ିବ ।
ବିସ୍ତୃତ – ଦିଗନ୍ତ ବିସ୍ତୃତ ମରୁଭୂମି ପଥ ପ୍ରାଣରେ ଭୀତିସଞ୍ଚାର କରେ । ବିଚଳିତ ଅବସ୍ଥାରେ ମଣିଷ ସଠିକ୍ ନିର୍ଣ୍ଣୟ ନେଇପାରେ ନାହିଁ ।
ବିଚଳିତ – ବିଚଳିତ ଅବସ୍ଥାରେ ମଣିଷ ସଠିକ୍ ନିର୍ଣ୍ଣୟ ନେଇପାରେ ନାହିଁ ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question ୩।
ସନ୍ଧିବିଚ୍ଛେଦ କର ।
ଅନ୍ୟାନ୍ୟ, ଅନ୍ତର୍ଗତ, ସଂଯୋଗ,ଆୟୁର୍ବେଦ, ମନସ୍ତତ୍ତ୍ଵ, ଉଲ୍ଲିଖ
Answer:
ଅନ୍ୟାନ୍ୟ = ଅନ୍ୟ + ଅନ୍ୟ
ଅନ୍ତର୍ଗତ = ଅନ୍ତଃ + ଗତ
ସଂଯୋଗ = ସମ୍ + ଯୋଗ
ଆୟ୍ମର୍ବୈଦ = ଆୟୁ + ବେଦ
ମନସ୍ତତ୍ତ୍ୱ = ମନଃ + ତତ୍ତ୍ବ
ତ୍ତଲ୍ଲିଖ୍ ତ = ଉତ୍ + ଲିଖୁତ

Question ୪।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ପ୍ରକୃତି ପ୍ରତ୍ୟୟ ନିର୍ଣ୍ଣୟ କର ।
ଶାରୀରିକ, ମାନସିକ, ପାର୍ବତୀୟ, ଭାରତୀୟ, ତ୍ୟାଗ, ସର୍ବାଙ୍ଗୀନ, କରଣୀୟ, ବୈଜ୍ଞାନିକ, କର୍ତ୍ତବ୍ୟ
Answer:
ଶରୀର+ଇକ (ତଦ୍ଧିତ ଇକ ପ୍ରତ୍ୟୟ) ପର୍ବତ+ଶୟ (ଈୟ ପ୍ରତ୍ୟୟ)
ପାର୍ବତାୟ = ପର୍ବତ + ଈୟ (ଈୟ ପ୍ରତ୍ୟୟ)
ତ୍ୟାଗ = ତ୍ୟଜ୍ + ଅ (କୃଦନ୍ତ୍ର ଅ ପ୍ରତ୍ୟୟ)
କରଶାୟ = କୃ + ଅନାୟ (ଅନାୟ ପ୍ରତ୍ୟୟ)
କର୍ତ୍ତବ୍ୟ = କୃ + ତବ୍ୟ (‘ତ’ ପ୍ରତ୍ୟୟ)
ମାନସିକ = ମାନସ୍ + ଇକ (ଉଦ୍ଧିତ ରକ ପ୍ରତ୍ୟୟ)
ଭାରତାୟ = ଭାରତ + ଈୟ ( ଈୟ ପ୍ରତ୍ୟୟ)
ସର୍ବାଙ୍ଗୀନ = ସର୍ବ + ଅଙ୍ଗ + ଈନ (ଈନ ପ୍ରତ୍ୟୟ)
ବୈଜ୍ଞାନିକ = ବିଜ୍ଞାନ + ଇକ (ତଦ୍ଧିତ ଇକ ପ୍ରତ୍ୟୟ)

Question ୫।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ହସ୍ତୀ, ମାନବ, ‘ଧ୍ଵଜା, ପର୍ବତ
Answer:
ହସ୍ତା – ଗଜ, କରୀ, ହାତୀ
‘ଧ୍ଵଜା – ପତାକା, ବାନା
ମାନବ – ନର, ମନୁଷ୍ୟ
ପର୍ବତ – ଶୈଳ, ଗିରି, ପାହାଡ

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question ୬।
ନିମ୍ନଲିଖତ ଶବ୍ଦଗୁଡ଼ିକୁ ସଂଶୋଧନ କରି ଲେଖ ।
ଶାରିରୀକ, ସାହାର୍ଯ୍ୟ, ସଶ୍ଳିଷ୍ଟ, ଆଶୀର୍ବାଦ
Answer:
ଶାରିରୀକ – ଶାରୀରିକ
ସାହାର୍ଯ୍ୟ – ସାହାଯ୍ୟ
ସଶ୍ଳିଷ୍ଟ – ସଂଶ୍ଲିଷୃ
ଆଶୀର୍ବାଦ – ଆଶାର୍ବାଦ

Question ୭ ।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ଅର୍ଥଗତ ପାର୍ଥକ୍ୟ ଦର୍ଶାଅ ।
ଲକ୍ଷ-ଲକ୍ଷ୍ୟ, କୁଳ-କୂଳ, ଚରିତ-ଚରିତ୍ର
Answer:
ଲକ୍ଷ – ସଂଖ୍ୟା ବିଶେଷ
ଲକ୍ଷ୍ୟ – ଉଦ୍ଦେଶ୍ୟ, ଏକାଗ୍ରତା
କୁଳ – ବଂଶ
କୂଳ – ତଟ / ନଦୀତୀର
ଚରିତ – ପ୍ରସଙ୍ଗ / ଉପାଖ୍ୟାନ
ଚରିତ୍ – ଆବରଣ / ସ୍ଵଭାବ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୮
ଆମେ ସଭ୍ୟତା ଆଖ୍ୟା କାହାକୁ ଦେଇଥାଉ ?
Answer:
ମାନବ ଯେଉଁ ବୈଷୟିକ, ଶାରୀରିକ, ମାନସିକ ଓ ନୈତିକ ଉନ୍ନତି ତଥା ଜ୍ଞାନ ସାଧନ କରିଥାଏ, ଆମେ ତାକୁ ହିଁ ସଭ୍ୟତା ଆଖ୍ୟା ଦେଇଥାଉ ।

Question ୯ ।
ରୋମୀୟ ଓ ଭାରତୀୟ ସଭ୍ୟତାର ଆଦର୍ଶ ମଧ୍ଯରେ ପାର୍ଥକ୍ୟ କ’ଣ ?
Answer:
ରୋମୀୟ ସଭ୍ୟତାର ମୂଳଭିତ୍ତି ବୈଷୟିକ ଉନ୍ନତି ଉପରେ ପ୍ରତିଷ୍ଠିତ ଥିଲା । ଭୋଗ ଥିଲା ସେହି ସଭ୍ୟତାର ଆଦର୍ଶ । ସେହି ବୈଷୟିକ ଉନ୍ନତିର ନିଦର୍ଶନ ଥିଲା ଇଚ୍ଛାକୃତ । କିନ୍ତୁ ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ । ଭାରତର ବୈଷୟିକ ଉନ୍ନତି ଥିଲା ତ୍ୟାଗଧର୍ମର ଏକତମ ସ୍ଵତଃସମ୍ଭୂତ ଫଳ ।

Question ୧୦ ।
ଭାରତୀୟ ସଭ୍ୟତାର ଆଦର୍ଶ କହିଲେ କ’ଣ ବୁଝ ?
Answer:
ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ । ସର୍ବବିଧ ବୈଷୟିକ ଜଞ୍ଜାଳକୁ ସେ ବିପଦର କାରଣ ବୋଲି ମନେ କରୁଥିଲେ ମଧ୍ୟ ତ୍ୟାଗଧର୍ମ ମାଧ୍ୟମରେ ସାଧନ କରିଥିଲା ବୈଷୟିକ ଉନ୍ନତି, ଯାହାର ସୃଷ୍ଟି ଇଚ୍ଛାକୃତ ନୁହେଁ ବରଂ ତ୍ୟାଗଧର୍ମର ଏକତମ ସ୍ଵତଃସମ୍ଭୂତ ଫଳ । କାରଣ ଭାରତର ବୈଶିଷ୍ଟ୍ୟ ହେଉଛି ଆଧ୍ୟାତ୍ମିକତା ।

Question ୧୧ ।
ଗୃହସ୍ଥର ପଥ କେତେବେଳେ ପୃଥକ୍ ହୋଇଯାଏ ?
Answer:
ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ । ସେହି ତ୍ୟାଗମାର୍ଗରେ ଦୀକ୍ଷିତ ହୋଇଥିବା ଭାରତୀୟ ଗୃହସ୍ଥଟି ବିଷୟ ଜଞ୍ଜାଳର ପରିବେଷ୍ଟନୀ ମଧ୍ୟରେ ଥିଲେ ମଧ୍ୟ ପାରିପାର୍ଶ୍ବକ ପଦାର୍ଥ ସହ ଜଡ଼ିତ ନ ଥିଲା । ସେହି ତ୍ୟାଗମାର୍ଗରେ ଗତିକରି ଯେତେବେଳେ ସେ ବିଷୟର ମାଲିକ ହୁଏ, ସେତେବେଳେ ତା’ର ପଥ ଭୋଗମାର୍ଗଗାମୀ ଜାତିଠାରୁ ପୃଥକ୍ ହୋଇଯାଏ ।

Question ୧୨ ।
ବର୍ତ୍ତମାନର ପୃଥ‌ିବୀରେ ସଭ୍ୟତାର ଆଦର୍ଶଟି କ’ଣ ?
Answer:
ମାନବର ସର୍ବାଙ୍ଗୀନ ଉନ୍ନତିସାଧନ, ବୈଷୟିକ, ଶାରୀରିକ, ମାନସିକ, ନୈତିକ ଉନ୍ନତି ସହିତ ବିଶ୍ଵମାନବିକତାର ପ୍ରତିଷ୍ଠା ଓ ବିରାଟ ସୃଷ୍ଟିରହସ୍ୟର ଉଦ୍‌ଘାଟନ ଓ ତାହା ମୂଳରେ ନିହିତ ଥିବା ମହାଶକ୍ତିର ସ୍ଵରୂପ ନିରୂପଣ ହିଁ ବର୍ତ୍ତମାନ ପୃଥ‌ିବୀରେ ସଭ୍ୟତାର ଆଦର୍ଶ ଭାବେ ବିବେଚିତ ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question ୧୩ ।
ଜଡ଼ ବିଜ୍ଞାନ କେତେ ଭାଗରେ ବିଭକ୍ତ ଓ କ’ଣ କ’ଣ ?
Answer:
ଜଡ଼ ବିଜ୍ଞାନ ଦୁଇ ଭାଗରେ ବିଭକ୍ତ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ । ଏହି ଦୁଇ ବିଜ୍ଞାନ ମଧ୍ୟ ନାନା ବିଭାଗ ଓ ଉପବିଭାଗମାନଙ୍କରେ ବିଭକ୍ତ । ପଦାର୍ଥ ବିଜ୍ଞାନ ଆଲୋକ, ଉତ୍ତାପ, ବିଦ୍ୟୁତ୍, ଶବ୍ଦ ପ୍ରଭୃତି ବିଭିନ୍ନ ତତ୍ତ୍ୱାନୁସନ୍ଧାନର ବିଭାଗରେ ବିଭକ୍ତ। ରସାୟନ ବିଜ୍ଞାନ ମଧ୍ୟ ସେହିପରି ବିଭିନ୍ନ ବିଭାଗରେ ବିଭକ୍ତ ।

Question ୧୪।
ଆମେ କେଉଁ ଉପକରଣରୁ ବୈଷୟିକ ସୁଖ ସମୃଦ୍ଧି ଲାଭ କରିଥାଉଁ ?
Answer:
ଜଡ଼ ବିଜ୍ଞାନ ବଳରେ ଆମେ ବିଭନ୍ନ ଧାତୁ ଓ ଉପାଦାନ ବିଶୁଦ୍ଧ ଭାବରେ ଆହରଣ କରିବା ସହ ରେଳ, ମଟର, ଉଡ଼ାଜାହାଜ, ବୁଡ଼ାଜାହାଜ, ବେତାରଯନ୍ତ୍ର, ଟେଲିଭିଜନ୍, ଟେଲିଫୋନ୍ ପ୍ରଭୃତି ବିବିଧ ଉପକରଣରୁ ବୈଷୟିକ ସୁଖ ସମୃଦ୍ଧି ଲାଭ କରୁଅଛୁ ।

Question ୧୫ ।
ଜୀବ ବିଜ୍ଞାନର ଚର୍ଚ୍ଚାରୁ କି ସନ୍ଧାନ ମିଳିଥାଏ ?
Answer:
ଜୀବ ବିଜ୍ଞାନ ଦୁଇ ଭାଗରେ ବିଭକ୍ତ – ପ୍ରାଣୀ ବିଜ୍ଞାନ ଓ ଉଭିଦ ବିଜ୍ଞାନ । ଏଗୁଡ଼ିକର ଚର୍ଚ୍ଚାରୁ ପ୍ରାଣୀର ବିଭିନ୍ନ ଗଠନ, ପ୍ରକ୍ରିୟା ଏବଂ କେଉଁ’ ଶକ୍ତି ବଳରେ ସେମାନେ ଜୀବନର ଅଧିକାରୀ ହୋଇପାରିଛନ୍ତି, ତାହାର ସନ୍ଧାନ ମିଳିଥାଏ ।

Question ୧୬ ।
ଆମ୍ଭମାନଙ୍କର ଜ୍ଞାନର ସୀମା ଆମେ କିପରି ବିସ୍ତୃତ କରିଥାଉଁ ?
Answer:
ଜଡ଼ ଓ ଜୀବ ବିଜ୍ଞାନର ସମ୍ମିଶ୍ରଣ ଓ ସହଯୋଗିତାରୁ ଆମ୍ଭେମାନେ ଶରୀରତତ୍ତ୍ଵ, ଆୟୁର୍ବେଦ (ଡାକ୍ତରୀ), ମନସ୍ତତ୍ତ୍ଵ, କୃଷିବିଜ୍ଞାନ, ପୃଥ‌ିବୀତତ୍ତ୍ଵ, ଜ୍ୟୋତିଷ ପ୍ରଭୃତି ନାନାବିଧ ଶାସ୍ତ୍ର ବଳରେ ଆମ୍ଭମାନଙ୍କର ଜ୍ଞାନର ସୀମା ବୃଦ୍ଧି କରିଥାଉ

Question ୧୭ ।
ଜୀବ ବିଜ୍ଞାନରୁ ଜୀବନ୍ତର ଶରୀର ସମ୍ପର୍କରେ କି ଧାରଣା ମିଳେ ?
Answer:
ଜୀବନ୍ତର ଶରୀର ବିଭିନ୍ନ ଜଡ଼ ଉପାଦାନରେ ଗଠିତ ବୋଲି ଜୀବ ବିଜ୍ଞାନର ଆଲୋଚନାରୁ ପ୍ରତୀୟମାନ ହୁଏ । ଗର୍ତ୍ତମାନର ବିଶ୍ଳେଷଣ ଅନୁଯାୟା ପୂର୍ବର ପଞ୍ଚଭୂତ ଅଶେଷ ଉପାଦାନର ସମଷ୍ଟିରୂପେ ନିରୂପିତ ହୋଇଅଛି । ଏହି ବିବିଧ ଜଡ଼ ଉପାଦାନର ସମାବେଶ ସହ ଜୀବନ୍ତ ଶକ୍ତିର ବିକାଶ ଜୀବନ୍ତକୁ ସମ୍ଭବ କରିଛି ବୋଲି ଧାରଣା ମିଳେ ।

Question ୧୮ ।
ବୈଜ୍ଞାନିକମାନେ ମାନବକୁ ଧ୍ଵଂସପଥର ପଥ୍ୟକ କରୁଛନ୍ତି ବୋଲି ଲେଖକ କାହିଁକି କହିଛନ୍ତି ?
Answer:
ବୈଜ୍ଞାନିକମାନେ ବିଜ୍ଞାନ ବଳରେ ମାରାତ୍ମକ ଗ୍ୟାସ୍ ଓ ବିସ୍ଫୋରକ ପରି ଅନେକ ଆଶ୍ଚର୍ଯ୍ୟଜନକ ପଦାର୍ଥ ଉଦ୍ଭାବନ କରିଛନ୍ତି । ଫଳରେ ତା’ ବଳରେ ସଂସାରର ଧ୍ବଂସ ସାଧନ କରିବା ସହିତ ମାନବକୁ ଧ୍ୱଂସ ପଥର ପଥ୍ୟକ କରୁଛନ୍ତି ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question ୧୯ ।
ମୈତ୍ରୀର ଧ୍ଵଜା କେତେବେଳେ ଉଡ଼ିବ ବୋଲି ପ୍ରବନ୍ଧରେ କୁହାଯାଇଛି ?
Answer:
ଯେତେବେଳେ ବିଜ୍ଞାନ ଚରମ ଉନ୍ନତି ଲାଭ କରିବା ସହିତ ସଭ୍ୟତା ଉନ୍ନତିର ଶେଷ ସୋପାନରେ ଉପନୀତ ହେବ, ସେତେବେଳେ ଆଧୁନିକ ସଭ୍ୟତାର ଆଦର୍ଶକୁ ସମସ୍ତେ ଜାଣିବାକୁ ସମର୍ଥ ହେବେ ଏବଂ ସଂସାରରେ ଉଡ଼ିବ ମୈତ୍ରୀର ଧ୍ଵଜା ।

Question ୨୦ ।
ବିଜ୍ଞାନର ଅନ୍ଧକାର ସ୍ଥାନଟି ଅପସାରିତ ହେଲେ କ’ଣ ହେବ ବୋଲି ଲେଖକ କହିଛନ୍ତି ?
Answer:
ସେତେବେଳେ ଆମ୍ଭେମାନେ ଯାବତୀୟ ବିଷୟରେ ଜ୍ଞାନଲାଭ କରି ସଭ୍ୟତାର ଭିତ୍ତି ସ୍ଥାପନ କରିବା ସହିତ ଉନ୍ନତିର ଶିଖରରେ ବିଜ୍ଞାନର ଅନ୍ଧକାର ଦିଗଟି ଅପସାରିତ ହେଲେ ଚତୁର୍ଦ୍ଦିଗରେ ଉଦ୍‌ଭାସିତ ହୋଇଉଠିବ ଆଲୋକମୟ ପ୍ରଭାବ ପହଞ୍ଝାପାରିବା ।

ସପ୍ରସଙ୍ଗ ସରଳାର୍ଥ

Question ୨୧ ।
ତ୍ୟାଗ ମାର୍ଗରେ ଦୀକ୍ଷିତ ହୋଇ ଯେତେବେଳେ ସେ ବିଷୟର ମାଲିକ ହୁଏ, ସେତେବେଳେ ଭୋଗମାର୍ଗଗାମୀ ଜାତିଠାରୁ ତା’ର ପଥ ସମ୍ପୂର୍ଣ୍ଣ ପୃଥକ୍ ହୋଇଯାଏ ।
Answer:
ତ୍ୟାଗ ମାର୍ଗରେ ଦୀକ୍ଷିତ ……………………… ପୃଥକ୍ ହୋଇଯାଏ ।
ପ୍ରଦତ୍ତ ଗଦ୍ୟାଶଟି ବିଶିଷ୍ଟ ଶିକ୍ଷାବିତ୍ ତଥା ଉଭିଦ ବିଜ୍ଞାନୀ ବଂଶୀଧର ସାମନ୍ତରାୟଙ୍କଦ୍ୱାରା ରଚିତ ‘ସଭ୍ୟତା ଓ ବିଜ୍ଞାନ’ ଶୀର୍ଷକ ପ୍ରବନ୍ଧରୁ ଗୃହୀତ । ଏଠାରେ ପ୍ରାବନ୍ଧିକ ବିଭିନ୍ନ ଜାତିମାନଙ୍କ ସଭ୍ୟତାର ଆଦର୍ଶ ଉପସ୍ଥାପନ ପରିପ୍ରେକ୍ଷାରେ ଭାରତାୟମାନଙ୍କ ସ୍ୱାତନ୍ତ୍ର୍ୟ ତଥା ବୈଶିଷ୍ଟ୍ୟ ପ୍ରତିପାଦନ କରିଛନ୍ତି ।

ସାଧାରଣତଃ ବ୍ୟକ୍ତିର ବୈଷୟିକ, ଶାରୀରିକ, ମାନସିକ ତଥା ନୈତିକ ଉନ୍ନତି ତଥା ସାଧୂ ଜ୍ଞାନକୁ ସଭ୍ୟତାର ଆଖ୍ୟା ପ୍ରଦାନ କରାଯାଇଥାଏ । ଏ ଦୃଷ୍ଟିରୁ ବିଭିନ୍ନ ଯୁଗରେ ବିଭିନ୍ନ ଜାତିର ଏହି ସଭ୍ୟତାର ଆଦର୍ଶରେ ଭିନ୍ନତା ପରିଲକ୍ଷିତ ହୁଏ । ରୋମ, ଗ୍ରୀସ୍ ଓ ମିଶର ଆଦି ଦେଶମାନଙ୍କର ସଭ୍ୟତା ପ୍ରଗତିର ମୂଳଭିଭି ବୈଷୟିକ ଉନ୍ନତି ଉପରେ ଆଧାରିତ ଥିଲା । ଭୋଗ ହିଁ ଥିଲା ସେହିସବୁ ସଭ୍ୟତାର ଆଦର୍ଶ । ସେମାନଙ୍କ ବୈଷୟିକ ଉନ୍ନତି ଇଚ୍ଛାକୃତ ଥିଲା । କିନ୍ତୁ ଭାରତୀୟ ସଭ୍ୟତାର ଆଦର୍ଶ ତ୍ୟାଗ ଓ ଆତ୍ମସଂଯମ ଉପରେ ପର୍ଯ୍ୟବସିତ ଥିଲା । ସର୍ବବିଧ ବୈଷୟିକ ଜଞ୍ଜାଳକୁ ସେମାନେ ବିପଦର ହେତୁ ବୋଲି ଭାବୁଥୁଲେ ।

ତଥାପି ତ୍ୟାଗଧର୍ମ ମାଧ୍ୟମରେ ହିଁ ସେହି ବୈଷୟିକ ଉନ୍ନତି ସମ୍ଭବ ହୋଇପାରିଥିଲା ଯାହା ଅନ୍ୟ ଜାତିର ସଭ୍ୟତାଠାରୁ କୌଣସି ଗୁଣରେ ନ୍ୟୁନତର ନୁହେଁ । ବିଷୟ ଜଞ୍ଜାଳର ପରିବେଷ୍ଟନୀ ମଧ୍ୟରେ ରହିଥିଲେ ମଧ୍ୟ ପାରିପାର୍ଶ୍ବକ ପଦାର୍ଥ ସହ ସେ ସଂଶ୍ଳିଷ୍ଟ ନଥିଲା । ତ୍ୟାଗଧର୍ମ ମାର୍ଗ ଦେଇ ଗତି କରୁଥିଲାବେଳେ ସେ ବିଷୟର ମାଲିକ ହେଉଥିଲା । ତା’ର ବୈଷୟିକ ସୃଷ୍ଟି ଓ ଉନ୍ନତି ଇଚ୍ଛାକୃତ ନଥିଲା, ବରଂ ତାହା ଥିଲା ତ୍ୟାଗମାର୍ଗର ଏକତମ ସ୍ଵୟଂସମ୍ଭୂତ ଫଳ । ଭାରତର ବୈଶିଷ୍ଟ୍ୟ ଥିଲା ତା’ର  ଆଧ୍ୟାତ୍ମିକତା । ତ୍ୟାଗମାର୍ଗ ହିଁ ଏହାର ଅନ୍ୟତମ ମୁଖ୍ୟ ବିଭାବ । ତେଣୁ ଭାରତୀୟମାନଙ୍କ ବୈଷୟିକ ଉନ୍ନତିର ପଥ ଭୋଗମାର୍ଗଗାମୀ ଜାତିମାନଙ୍କ ପଥଠାରୁ ସମ୍ପୂର୍ଣ୍ଣ ପୃଥକ୍ ଥିଲା ।

Question ୨୨ ।
ଭାରତର ବୈଶିଷ୍ଟ୍ୟ ତା’ର ଆଧ୍ୟାମିକତା ।
ଭାରତର ବୈଶିଷ୍ଟ୍ୟ ……………….. ଆଧ୍ୟାତ୍ମିକତା ।
ପ୍ରଦତ୍ତ ଗଦ୍ୟାଶଟି ପ୍ରଖ୍ୟାତ ଉଭିଦ ବିଜ୍ଞାନୀ ତଥା ମହାନ୍ ଶିକ୍ଷାବିତ୍ ବଂଶୀଧର ସାମନ୍ତରାୟଙ୍କ ରଚିତ ‘ସଭ୍ୟତା ଓ ବିଜ୍ଞାନ’ ଶୀର୍ଷକ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ପ୍ରାବନ୍ଧିକ ବିଭିନ୍ନ ଜାତିର ସଭ୍ୟତାର ଆଦର୍ଶ ଆଲୋଚନା ଅବସରରେ ମହାନ୍ ଭାରତୀୟ ଜାତିର ସ୍ବାତନ୍ତ୍ର୍ୟ ଓ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଛନ୍ତି ବିଭିନ୍ନ ଯୁଗରେ ବିଭିନ୍ନ ଜାତିର ସଭ୍ୟତାର ଆଦର୍ଶ ଥିଲା ଭିନ୍ନ ଭିନ୍ନ ।

ଗ୍ରୀସ୍, ରୋମ ଓ ମିଶର ପରି ଦେଶମାନଙ୍କର ସଭ୍ୟତାର ଆଦର୍ଶ ବୈଷୟିକ ଉନ୍ନତି ଉପରେ ଥିଲା ପର୍ଯ୍ୟବସିତ । ସେହି ଉନ୍ନତି ସେମାନଙ୍କର ଇଜାକୃତ କାର୍ଯ୍ୟଧାରାଦ୍ବାରା ସମ୍ଭବ ହେଉଥିଲା । ଭୋଗ ଥିଲା ସେହି ସଭ୍ୟତାର ଆଦର୍ଶ । ମାତ୍ର ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ । ସର୍ବବିଧ ବୈଷୟିକ ଜଞ୍ଜାଳକୁ ସେମାନେ ବିପଦର ହେତୁ ବୋଲି ଭାବୁଥୁଲେ । ତଥାପି ସେମାନଙ୍କ ବୈଷୟିକ ଉନ୍ନତି ତ୍ୟାଗଧର୍ମ ମାଧ୍ୟମରେ ହିଁ ସମ୍ଭବ ହୋଇଥିଲା ଯାହା ଅନ୍ୟାନ୍ୟ ଜାତିର ବୈଷୟିକ ଉନ୍ନତିଠାରୁ କଦାପି ନୂନତର ନୁହେଁ। ଭାରତୀୟ ହିନ୍ଦୁମାନଙ୍କ ମତରେ ବିଭିନ୍ନ ଦର୍ଶନଶାସ୍ତ୍ର ନିହିତ ପ୍ରଣାଳୀଦ୍ବାରା ବିଶ୍ଵ ବିରାଟ ଶକ୍ତି ସମ୍ପର୍କିତ ତତ୍ତ୍ଵ ନିରୂପିତ ହୋଇପାରେ।

ଆଧ୍ୟାତ୍ମିକ ପଥରେ ଅଗ୍ରସର ହେଲେ ପ୍ରଥମେ ଜୀବନର ଉଦ୍ଦେଶ୍ୟ ହୃଦୟଙ୍ଗମ ନହେଲେ ହେଁ, ଲକ୍ଷ୍ୟସ୍ଥଳରେ ଉପନୀତ ହେଲାପରେ ସମସ୍ତ କାର୍ଯ୍ୟକାରଣ ସ୍ପଷ୍ଟ ପ୍ରତିଭାତ ହେବ । ମାତ୍ର ଏହାର ସାଧନ ନିମିତ୍ତ ଶାରୀରିକ ଓ ମାନସିକ ଉନ୍ନତି ସର୍ବାଦୌ କରଣୀୟ । ଏହା କେବଳ ଶିକ୍ଷା, ସଂଯମ ଓ ବ୍ରହ୍ମଚର୍ଯ୍ୟ ପାଳନରେ ସମ୍ଭବ ହୁଏ ଓ ଏଥିପାଇଁ କଠୋର ସାଧନା ଅବଶ୍ୟ ଅପରିହାର୍ଯ୍ୟ । ସର୍ବୋପରି ବିଶ୍ବର ଅନ୍ୟାନ୍ୟ ଜାତିର ସଭ୍ୟତାର ଉନ୍ନତି ମାର୍ଗ ଭୋଗସର୍ବସ୍ଵ ଇଚ୍ଛା ଉପରେ ଆଧାରିତ ହୋଇଥିଲାବେଳେ ଭାରତୀୟ ସଭ୍ୟତାର ମୂଳାଧାର ଆଧ୍ୟାତ୍ମିକତା ଉପରେ ପର୍ଯ୍ୟବସିତ ହୋଇଥିଲା ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question ୨୩ ।
ଏହାର ଶେଷଫଳ କ’ଣ ହେବ, ତାହା ଭବିଷ୍ୟତ ଗର୍ଭରେ ନିହିତ, ବର୍ତ୍ତମାନ କେବଳ ପରୀକ୍ଷଣ ହିଁ ଚାଲିଛି ।
Answer:
ଏହାର ଶେଷ ଫଳ ………….. ପରୀକ୍ଷଣ ହିଁ ଚାଲିଛି ।
ପ୍ରୋକ୍ତ ଗଦ୍ୟାଶଟି ପ୍ରଖ୍ୟାତ ଶିକ୍ଷାବିତ୍ ତଥା ପ୍ରବୀଣ ଉଭିଦ ବିଜ୍ଞାନୀ ବଂଶୀଧର ସାମନ୍ତରାୟଙ୍କ ରଚିତ ‘ସଭ୍ୟତା ଓ ବିଜ୍ଞାନ’ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏଠାରେ ଲେଖକ ବିଜ୍ଞାନ ବଳରେ ‘ବିଶ୍ଵ ବିରାଟ ଶକ୍ତିର କଳନା ତଥା ଜଡ଼ ଓ ଜୀବନ୍ତ ସହ ଏହାର ସମ୍ପର୍କ? ଏହି ତଥ୍ୟର ଗବେଷଣା ଓ ପରାକ୍ଷସର ସଫଳତା ସମ୍ବନ୍ଧିରେ ଆଶାବାଦା ମାନସିକତା ପରିପ୍ରକାଶ କରିଛନ୍ତିା

ମାନବର ସର୍ବାଙ୍ଗୀନ ଉନ୍ନତି ସାଧନ ହିଁ ଆଧୁନିକ ସଭ୍ୟତାର ଲକ୍ଷ୍ୟ । ବ୍ୟକ୍ତିର ବୈଷୟିକ, ଶାରୀରିକ, ମାନସିକ ତଥା ନୈତିକ ଉନ୍ନତି ସହ ବିଶ୍ଵମାନବିକତାର ପ୍ରତିଷ୍ଠାନ ଓ ବିରାଟ ସୃଷ୍ଟି ରହସ୍ୟର ଉଦ୍‌ଘାଟନ ତଥା ତା’ ମୂଳରେ ସନ୍ନିହିତ ମହାଶକ୍ତିର ସ୍ଵରୂପ ନିରୂପଣ ହିଁ ଆଧୁନିକ ସଭ୍ୟତାର ଆଦର୍ଶ । ସଭ୍ୟତାର ସେହି ଲକ୍ଷ୍ୟସ୍ଥଳରେ ଉପନୀତ ହେବା ନିମନ୍ତେ ମାନବ ବିଜ୍ଞାନକୁ ହିଁ ଅବଲମ୍ବନ ଭାବେ ଗ୍ରହଣ କରି ତା’ ସାହାଯ୍ୟରେ ଗବେଷଣା ଅବ୍ୟାହତ ରଖୁଛି । ଜଡ଼ ଓ ଜୀବ ବିଜ୍ଞାନର ସହଯୋଗିତାରେ ଜ୍ଞାନର ସୀମା ବିସ୍ତୃତ କରିବା ସହ ନାନାବିଧ ବୈଷୟିକ, ମାନସିକ ଓ ଶାରୀରିକ ଉନ୍ନତି ଲାଭକରିବା ପାଇଁ ପ୍ରଚେଷ୍ଟା ଜାରି ରଖୁଛି ।

ଅନ୍ୟ ରାଷ୍ଟ୍ରମାନେ ନିଜ ନିଜ ସଭ୍ୟତାର ଉତ୍କର୍ଷ ପ୍ରମାଣ କରିବାକୁ ଚେଷ୍ଟିତ ଥିଲାବେଳେ ଆମେ କାର୍ଯ୍ୟରେ ସେସବୁ ସାଧନ କରି ତାହାର ଯଥାର୍ଥତା ପ୍ରତିପାଦନ କରିବାକୁ ପୂର୍ଣ ସକ୍ଷମ ହୋଇନଥିଲେ ମଧ୍ୟ କିଛି ମାତ୍ର ନିରୂପିତ ହୋଇପାରିଛି । ଲକ୍ଷ୍ୟସ୍ଥଳରେ ପହଞ୍ଚାବା ଯଦିଓ ସମୟସାପେକ୍ଷ, ଏ ସମ୍ପର୍କରେ ଗବେଷଣା ଓ ପରୀକ୍ଷଣ କ୍ରିୟାଶୀଳ ରହିଛି । ଏହାର ଶେଷଫଳ ଭବିଷ୍ୟତ ଗର୍ଭରେ ନିହିତ ଥିଲେ ମଧ୍ୟ ଲକ୍ଷ୍ୟସ୍ଥଳ ପ୍ରାପ୍ତି ନିମିତ୍ତ ବିଜ୍ଞାନ ହିଁ ଅବଲମ୍ବନୀୟ । ଆଧୁନିକ ସଭ୍ୟତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବାପାଇଁ ବିଜ୍ଞାନ ହିଁ ଆମକୁ ପଥ ପ୍ରଦର୍ଶନ କରି ଚାଲିବ ବୋଲି ପ୍ରାବନ୍ଧିକ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Question ୨୪ ।
ବିରାଟ ସାଗର ଆଜି ଦୁର୍ଲକ୍ଷ୍ୟ ହୋଇନାହିଁ କି ତୁଙ୍ଗ ହିମାଳୟ ଦୁରୂହ ହୋଇ ରହିନାହିଁ ।
Answer:
ବିରାଟ ସାଗର ଆଜି……………………. ହୋଇ ରହିନାହିଁ ।
ପ୍ରଦତ୍ତ ଗଦ୍ୟାଶଟି ପ୍ରଖ୍ୟାତ ପ୍ରାବନ୍ଧିକ ଓ ଖ୍ୟାତିସମ୍ପନ୍ନ ଉଦ୍ଭଦ ବିଜ୍ଞାନୀ ବଂଶୀଧର ସାମନ୍ତରାୟଙ୍କ ରଚିତ ‘ସଭ୍ୟତା ଓ ର୍ବଜ୍ଞାନ’ ଶାର୍ଷକ ପ୍ରବନ୍ଧରୁ ଉଦ୍ଘିତା ଏଠାରେ ପ୍ରାବନ୍ଧିକ ବିଜ୍ଞାନର ଜୟଗାନ କରି ମାନବର ସର୍ବବିଧ ବୈଷୟିକ ଉନ୍ନତିରେ ବିଜ୍ଞାନର ଅଭୂତପୂର୍ବ ଅବଦାନକୁ ଉପସ୍ଥାପନ କରିଛନ୍ତିା

ଜଡ଼ ବିଜ୍ଞାନ ବଳରେ ଜଡ଼ ପଦାର୍ଥର ଘାତ, ପ୍ରତିଘାତ, କ୍ରିୟା ପ୍ରତିକ୍ରିୟା, ବ୍ୟବହାର, ଆକର୍ଷଣ, ଗତି ଓ ମିଳନ ପ୍ରକ୍ରିୟା ପ୍ରଭୃତି ବିଭିନ୍ନ ବିଷୟରେ ସମ୍ୟକ୍ ଜ୍ଞାନ ଆହରଣ କରିବା ସମ୍ଭବ ହୋଇପାରିଛି । ସେହି ଜଡ଼ ବିଜ୍ଞାନ ବଳରେ ବିଭିନ୍ନ ଧାତୁ ଓ ଉପାଦାନ ବିଶୁଦ୍ଧଭାବରେ ଆହରଣ କରିବା ସମ୍ଭବ ହୋଇପାରିଛି । ବିଜ୍ଞାନ ବଳରେ ଆମେ ସୌରଜଗତ ଭିନ୍ନ ଅନ୍ୟ ଜଗତର ଗ୍ରହ, ତାରା ଓ ଉପଗ୍ରହର ନିୟନ୍ତ୍ରଣ ଓ ସେଗୁଡ଼ିକର ଶକ୍ତିର ବିକାଶ ଓ କାର୍ଯ୍ୟପ୍ରଣାଳୀର ରୂପରେଖ ଜାଣିବାରେ କ୍ଷମ ହୋଇପାରିଛୁ ।

ବର୍ତ୍ତମାନ ମାନବ ଯେଉଁ ବୈଷୟିକ ଉନ୍ନତି ସାଧନ କରିବାରେ ସକ୍ଷମ ହୋଇପାରିଛି ପୂର୍ବବର୍ତୀ ମାନବ ସେସବୁ କଳ୍ପନା ମଧ୍ୟ କରିପାରି ନଥିଲା କି ସ୍ବପ୍ନରେ ସୁଦ୍ଧା ଭାବିପାରି ନଥିଲା । ଜଡ଼ ବିଜ୍ଞାନ ବଳରେ ବର୍ତ୍ତମାନର ମାନବ ପ୍ରକୃତିରେ ସଂଘଟିତ ଯାବତୀୟ । କ୍ରିୟାଗୁଡ଼ିକ ହୃଦୟଙ୍ଗମ କରିପାରୁଛି । ରେଳ, ମଟର, ଉଡ଼ାଜାହାଜ, ବୁଡ଼ାଜାହାଜ, ବେତାରଯନ୍ତ୍ର, ରେଡ଼ିଓ, ଟେଲିଭିଜନ, ଫଳରେ ଅନନ୍ତ ସାଗର, ଅସୀମ ଆକାଶ କି ନଭଶ୍ଚୁମ୍ବୀ ତୁଷାରାଚ୍ଛାଦିତ ହିମାଳୟ ଅଜେୟ ହୋଇ ରହିନାହିଁ । ସବୁଠି ବିଜ୍ଞାନ ତା’ର ବିଜୟ ବୈଜୟନ୍ତୀ ଉଡ଼ାଇ ପାରିଛି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୨୫ ।
ସଭ୍ୟତାର ବିକାଶରେ ବିଜ୍ଞାନର ଥିବା ଅବଦାନ ପଠିତ ପ୍ରବନ୍ଧାନୁସରଣରେ ଆଲୋଚନା କର । [2017(A) କିମ୍ବା, ମାନବ ସଭ୍ୟତାର ଉନ୍ନତିରେ ବିଜ୍ଞାନ କିପରି ସହାୟକ ହୋଇଛି ଆଲୋଚନା କର ।
Answer:
ପ୍ରଖ୍ୟାତ ଉଭିଦ ବିଜ୍ଞାନୀ, ବିଶିଷ୍ଟ ଶିକ୍ଷାବିତ୍ ବଂଶୀଧର ସାମନ୍ତରାୟ ପ୍ରବନ୍ଧ ରଚନା ତଥା ଶିଶୁ ସାହିତ୍ୟ ରଚନା କ୍ଷେତ୍ରରେ ଜଣେ ଲବ୍ଧପ୍ରତିଷ୍ଠ ବ୍ୟକ୍ତିତ୍ଵ । ମାସିକ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶିତ ‘ସଭ୍ୟତା ଓ ବିଜ୍ଞାନ’ ଶୀର୍ଷକ ପ୍ରବନ୍ଧଟି ବୈଜ୍ଞାନିକ ତଥ୍ୟସମ୍ବଳିତ ଏକ ଚିନ୍ତାମୁଳକ ରଚନା ଯେଉଁଥ୍ରେ ପ୍ରାବନ୍ଧିକ ସଭ୍ୟତାର ବିକାଶରେ ବିଜ୍ଞାନର ଅବଦାନକୁ ଆଲେ।ଚନା କରିଛନ୍ତି । ‘ଦରିଆ ପାରିର ସୁନା’ ଓ ‘ଶିଶୁର ବୀଣା’ ତାଙ୍କର ଦୁଇ ପ୍ରମୁଖ ରଚନା ।

ସମଗ୍ର ବିଶ୍ଵରେ ସଭ୍ୟତାର ଆଦର୍ଶ ହେଉଛି ମାନବର ସର୍ବାଙ୍ଗୀନ ଉନ୍ନତି ସାଧନ । ବାସ୍ତବିକତା ଦୃଷ୍ଟିରୁ ଦେଖ‌ିଲେ ମାନବ ପ୍ରାପ୍ତ ବୈଷୟିକ, ଶାରୀରିକ, ମାନସିକ ତଥା ନୈତିକ ଉନ୍ନତି ସମ୍ପର୍କୀୟ ଜ୍ଞାନସାଧନ ହିଁ ସଭ୍ୟତା ପଦବାଚ୍ୟ । ବିଭିନ୍ନ କାଳରେ ଓ ବିଭିନ୍ନ ଯୁଗରେ ସଭ୍ୟତାର ଆଦର୍ଶ ଥିଲା ଭିନ୍ନଭିନ୍ନ । ପ୍ରାଚୀନ ରୋମୀୟ, ଗ୍ରୀସୀୟ ଓ ମିଶରୀୟ ସଭ୍ୟତା ଥିଲା ଭୋଗଉପରେ ଆଧାରିତ । ମାତ୍ର ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ । ପ୍ରାଚୀନ ଭାରତୀୟମାନେ ବୈଷୟିକ ଜଞ୍ଜାଳକୁ ବିପଦର ହେତୁ ବୋଲି ଭାବୁଥିଲେ । ଆଧ୍ୟାତ୍ମିକତା ଥିଲା ଭାରତୀୟ ସଭ୍ୟତାର ବୈଶିଷ୍ଟ୍ୟ । କିନ୍ତୁ ସଂପ୍ରତି ସାରା ପୃଥ‌ିବୀରେ ବୈଷୟିକ, ଶାରୀରିକ, ମାନସିକ ତଥା ନୈତିକ ଉନ୍ନତି ସହିତ ବିଶ୍ବମାନବିକତାର ପ୍ରତିଷ୍ଠାନ ଓ ବିର୍ରାଟ ସୃଷ୍ଟିରହସ୍ୟର ଉଦ୍‌ଘାଟନ ହେଉଛି ସଭ୍ୟତାର ଆଦର୍ଶ ।

ବିଜ୍ଞାନ ବଳରେ ଆମ୍ଭେମାନେ ସଭ୍ୟତାର ଉଚ୍ଚତମ ସୋପାନ ଆରୋହଣ କରିବାପାଇଁ ଉଦ୍‌ଯୋଗ ଲଗାଇ ଚାଲିଛୁ । ଜଡ଼ ଓ ଜୀବନ୍ତ ବିଷୟରେ ସୁସଂବଦ୍ଧ, ଶୃଙ୍ଖଳିତ ସମ୍ୟକ୍ ଜ୍ଞାନକୁ ବିଜ୍ଞାନରୂପେ ବ୍ୟବହାର କରି ବିଶ୍ବବ୍ରହ୍ମାଣ୍ଡର ପ୍ରତ୍ୟେକ ପଦାର୍ଥ ବିଷୟରେ ଜ୍ଞାନ ଲାଭ କରୁଛୁ । ସଂପ୍ରତି ବିରାଟ ସୃଷ୍ଟି ରହସ୍ୟର ଉଦ୍‌ଘାଟନ ଏବଂ ତା’ ମୂଳରେ ସନ୍ନିହିତ ଥବା ମହାଶକ୍ତିର ସ୍ଵରୂପ ନିରୂପଣ ହିଁ ସଭ୍ୟତାର ଲକ୍ଷ୍ୟ ହୋଇଛି । ଏହି ଲକ୍ଷ୍ୟର ପରିପୂର୍ତି ନିମନ୍ତେ ମାନବ ବିଜ୍ଞାନକୁ ହିଁ ଅବଲମ୍ବନଭାବେ ଗ୍ରହଣ କରଛି ।

ଜଡ଼ ବିଜ୍ଞାନ ବଳରେ ପ୍ରକୃତି ବକ୍ଷରେ ସଂଘଟିତ ଯାବତୀୟ କ୍ରିୟାଗୁଡ଼ିକୁ ମାନବ ହୃଦୟଙ୍ଗମ କରିପାରୁଛି । ସୌରଜଗତ ପରି ଅନେକ ବିରାଟ ଜଗତ, ବିବିଧ ଗ୍ରହ, ଉପଗ୍ରହ, ତାରକା ଆଦି ଶକ୍ତିର ବିକାଶ ତଥା କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ସମ୍ୟକ ଜ୍ଞାନ ଲାଭ କରିବାରେ ସକ୍ଷମ ହୋଇ ପାରୁଛି । ଜଡ଼ ବିଜ୍ଞାନ ବଳରେ ମାନବ ବୈଷୟିକ ଉନ୍ନତି କ୍ଷେତ୍ରରେ ଅଭୂତପୂର୍ବ ସଫଳତା ଲାଭ କରିପାରିଛି, ଯାହା ପୂର୍ବବର୍ତୀ ମାନବର ସ୍ବପ୍ନତୀତ ଥିଲା । ତା’ରି ବଳରେ ବିଭିନ୍ନ ଧାତୁ ଓ ଉପାଦାନକୁ ବିଶୁଦ୍ଧ ଭାବରେ ଗ୍ରହଣ କରିବା ସହ ରେଳ, ମଟର, ଉଡ଼ାଜାହାଜ, ବୁଡ଼ାଜାହାଜ, ଟେଲିଫୋନ୍, କମ୍ପ୍ୟୁଟର ପ୍ରଭୃତି ବିବିଧ ଉପକରଣରେ ବୈଷୟିକ ସୁଖ ସମୃଦ୍ଧି ସମ୍ପାଦନରେ ମାନବ ସମର୍ଥ ହୋଇପାରିଛି । ତା’ ନିକଟରେ ବିରାଟ ସାଗର ଆଜି ଦୁର୍ଲଘଂ ହୋଇନାହିଁ, ଅନନ୍ତ ଆକାଶ ବିସ୍ମୟଭାବେ ଉଭା ହୋଇନାହିଁ କି ତୁଙ୍ଗ ହିମାଳୟ ଦୁରୂହ ହୋଇ ରହିନାହିଁ । ମାନବ ସଭ୍ୟତାକୁ ଏହା ଜଡ଼ ବିଜ୍ଞାନର ଶ୍ରେଷ୍ଠ ଅବଦାନ ।

ଜଡ଼ ବିଜ୍ଞାନ ଓ ଜୀବ ବିଜ୍ଞାନର ସଂଯୋଗରୁ ନାନା ଉପବିଭାଗ ସୃଷ୍ଟି ହୋଇ ସଭ୍ୟତାର ଉନ୍ନତିରେ ଅଶେଷ କଲ୍ୟାଣ ସାଧନ କରିଛି । ଜୀବ ବିଜ୍ଞାନ ଦୁଇଭାଗରେ ବିଭକ୍ତ; ଯଥା- ପ୍ରାଣୀ ବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ । ପ୍ରାଣୀର ବିଭିନ୍ନ ଗଠନ, ପ୍ରକ୍ରିୟା ତଥା ତା’ ମଧ୍ୟରେ ଥିବା ଜୀବନୀ ଶକ୍ତି ପ୍ରାଣୀ ବିଜ୍ଞାନ ଚର୍ଚ୍ଚାରୁ ଉପଲବ୍ଧ । ବିଭିନ୍ନ ପ୍ରଣାଳୀ ବିଶ୍ଳେଷଣ ଓ ସଂଶ୍ଳେଷଣ ବଳରେ ଜୀବନ୍ତ ବସ୍ତୁର ବିଭିନ୍ନ ସମସ୍ୟା ନିରୂପିତ ହୋଇ ପାରୁଛି । ବୈଜ୍ଞାନିକମାନଙ୍କର ଏ ଦିଗରେ ଉଦ୍‌ଯୋଗ ଅବ୍ୟାହତ ରହିଛି ।

ଜୀବବିଜ୍ଞାନ ବଳରେ ଆମ୍ଭେମାନେ ଆଣବିକ ଜୀବନ୍ତ ପଦାର୍ଥଠାରୁ ଆରମ୍ଭକରି ବିଶାଳକାୟ ତିମି, ହସ୍ତୀ, ବଟବୃକ୍ଷ ପର୍ଯ୍ୟନ୍ତ ସବୁର ବିଶ୍ଳେଷଣ କରି ବିଭିନ୍ନ ପ୍ରକ୍ରିୟା ଓ ସମସ୍ୟା ସମାଧନରେ ଅନେକ ପରିମାଣରେ ସଫଳତା ଲାଭ କରିପାରିଛୁ । ଜଡ଼ ଓ ଜୀବ ବିଜ୍ଞାନର ସମ୍ମିଶ୍ରଣ ଓ ସହଯୋଗିତାରୁ ଆମ୍ଭେ ଶରୀର ତତ୍ତ୍ବ, ଆୟୁର୍ବେଦ, ମନସ୍ତତ୍ତ୍ଵ, କୃଷିବିଜ୍ଞାନ, ପୃଥୁବୀ ତତ୍ତ୍ବ ତଥା ଜ୍ୟୋତିଷ ଶାସ୍ତ୍ର ପ୍ରଭୃତି ନାନାବିଧ ଶାସ୍ତ୍ରବଳରେ ଆମ୍ଭମାନଙ୍କ ଜ୍ଞାନର ସୀମା ବିସ୍ତୃତ କରିପାରିଥାଉ । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଆଶାନୁରୂପ ଗବେଷଣାଦ୍ୱାରା ସଂପ୍ରତି ବହୁ ଜଟିଳ ରୋଗ କବଳରୁ ମୁକ୍ତି ଲାଭ କରିବାରେ ଆମେ ସମର୍ଥ ।

ବିଜ୍ଞାନକୁ ପଥପ୍ରଦର୍ଶକ ରୂପେ ବରଣ କରି ଆଧୁନିକ ସଭ୍ୟତା ତା’ର ଲକ୍ଷ୍ୟପଥରେ ପହଞ୍ଚିବାପାଇଁ ଉଦ୍‌ଯୋଗ କରିଚାଲିଛି । ବିଜ୍ଞାନ ବଳରେ ହିଁ ଆମ୍ଭେମାନେ ଅନେକ ଦୂର ଅଗ୍ରସର ହୋଇପାରିଛୁ । ଅତୀତ ପ୍ରତି ଦୃଷ୍ଟିପାତ କରି ବର୍ତ୍ତମାନକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେବ ଯେ ବିଜ୍ଞାନ ଆଶାତୀତ ଭାବେ ସଭ୍ୟତା ଅନ୍ଵେଷଣରେ ବାଟ ଦେଖାଇ ଚାଲିଛି । ଭବିଷ୍ୟତରେ ଏହି ଜ୍ଞାନଲାଭପୂର୍ବକ ଏକ ଅଲୌକିକ ସଭ୍ୟତାର ସର୍ବ।ଙ୍ଗାନ ଉନ୍ନତି କରିବା ସହ ଜ୍ଞାନଲାଭପୂର୍ବକ ଏକ ଅଥଲୌକିକ ସଭ୍ୟତାର ଅଧିକାରୀ ହାଇପାରିବା ଅଧିକାରୀ ହାଇପାରିବ ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question ୨୬ ।
ଭାରତୀୟ ସଭ୍ୟତା ଓ ବାହ୍ୟ ସଭ୍ୟତା ସମ୍ପର୍କରେ ଲେଖକଙ୍କ ଦୃଷ୍ଟିଭଙ୍ଗୀ ପ୍ରତିପାଦନ କର । [2015(A) କିମ୍ବା, ପାଶ୍ଚାତ୍ୟ ସଭ୍ୟତା ତଥା ଭାରତୀୟ ସଭ୍ୟତା ମଧ୍ୟରେ ଥ‌ିବା ପାର୍ଥକ୍ୟ ସମ୍ପର୍କରେ ପ୍ରାବନ୍ଧିକଙ୍କ ଅଭିମତ ଉପସ୍ଥାପନ କର ।
Answer:
ପ୍ରବୀଣ ଶିକ୍ଷାବିତ୍ ବଂଶୀଧର ସାମନ୍ତରାୟ ଓଡ଼ିଶାର ଜଣେ ଲବ୍ଧପ୍ରତିଷ୍ଠ ଉଭିଦ ବିଜ୍ଞାନୀ । ବିଜ୍ଞାନ ସମ୍ବନ୍ଧୀୟ ପ୍ରବନ୍ଧ ଓ ଶିଶୁ ସାହିତ୍ୟ ରଚନା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଅବଶ୍ୟ ସ୍ଵୀକାର୍ଯ୍ୟ । ‘ଉତ୍କଳ ସାହିତ୍ୟ’ ମାସିକ ପତ୍ରିକାରେ ତାଙ୍କର ଅନେକ ବୈଜ୍ଞାନିକ ତଥ୍ୟ ସମ୍ବଳିତ ପ୍ରବନ୍ଧ ପ୍ରକାଶ ପାଇଥିଲା । ‘ଦରିଆ ପାରିର ସୁନା’ ଓ ‘ଶିଶୁର ବୀଣା’ ପ୍ରଭୃତି କେତୋଟି ରଚନା ତାଙ୍କ ପ୍ରତିଭାର ପରିଚୟ ପ୍ରଦାନ କରେ ।

‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରାବନ୍ଧିକଙ୍କ ‘ସଭ୍ୟତା ଓ ବିଜ୍ଞାନ’ ଶୀର୍ଷକ ପ୍ରବନ୍ଧରେ ଲେଖକ ମାନବକୁ ଉନ୍ନତତରରୁ ଉନ୍ନତ କରାଇବା ଦିଗରେ ବିଜ୍ଞାନର ଅବଦାନ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଭାରତୀୟ ସଭ୍ୟତା ସହ ଅନ୍ୟ ଦେଶର ସଭ୍ୟତାର ଏକ ତୁଳନାତ୍ମକ ବିବରଣୀ ପ୍ରଦାନ କରିଛନ୍ତି । ସଭ୍ୟତାର ସଂଜ୍ଞା ନିରୂପଣ କରିବାକୁ ଯାଇ ପ୍ରାବନ୍ଧିକ କହିଛନ୍ତି ଯେ- ‘ମାନବ ଯେଉଁ ବୈଷୟିକ, ଶାରୀରିକ, ମାନସିକ ଓ ନୈତିକ ଉନ୍ନତି ଏବଂ ଜ୍ଞାନ ସାଧନ କରିଥାଏ, ତାହାକୁ ଆମ୍ଭେମାନେ ସଭ୍ୟତା ଆଖ୍ୟା ଦେଇଥାଉ ।’

ଇତିହାସର ପ୍ରାଚୀନ ଆଦିମ ମାନବ କିମ୍ବା ଅଧୁନାତନ ନିଟ୍ରୋ ବା ପାର୍ବତୀୟ ବନ୍ୟଜାତିର ମାନବମାନଙ୍କ ସହିତ ଆଧୁନିକ ମାନବକୁ ତୁଳନା କଲେ ସଭ୍ୟତାର ବାସ୍ତବ ଅର୍ଥ ବା ମୂଲ୍ୟ ବିଷୟରେ ସ୍ପଷ୍ଟ ଧାରଣା ମିଳିଥାଏ । କାଳ, ସ୍ଥାନ ଓ ଯୁଗ ଅନୁସାରେ ସଭ୍ୟତାର ଆଦର୍ଶ ଭିନ୍ନ ଭିନ୍ନ ଥିବାର ପ୍ରମାଣ ମିଳେ । ଏପରିକି କୌଣସି ଜାତି ଏହି ସଭ୍ୟତାର ଏକ ଅଂଶବିଶେଷକୁ ଆଦର୍ଶଭାବେ ଗ୍ରହଣ କରିଥିଲାବେଳେ ଅନ୍ୟ ଏକ ଜାତି ଅନ୍ୟ ଏକ ଦିଗ ପ୍ରତି ଆକୃଷ୍ଟ ହୋଇ ତାହାକୁ ଆଦର୍ଶଭାବେ ବିବେଚନା କରୁଥିଲେ । କେତେକ ଅଧିକାଂଶକୁ ଆଦର୍ଶଭାବେ ଗ୍ରହଣ କରି ଏହାର ସାଧନକୁ ଭିନ୍ନ ଭିନ୍ନ ପଥଦେଇ ନିରୂପଣ କରିବାକୁ ଯାଉଥିଲେ । କେତେକ ସାଧନର ମାର୍ଗକୁ ଚିନ୍ତାରେ ନିରୂପିତ କରିବାକୁ ଚେଷ୍ଟିତ ଥିଲେ ତ କେତେକ କାର୍ଯ୍ୟରେ ଚେଷ୍ଟିତ ଥିଲେ । ଏହି ପରିପ୍ରେକ୍ଷୀରେ ଭାରତୀୟ ସଭ୍ୟତା ଓ ବାହ୍ୟ ସଭ୍ୟତା ସମ୍ପର୍କରେ ପ୍ରାବନ୍ଧିକ ଏକ ତୁଳନାତ୍ମକ ଟିପ୍‌ପଣୀ ପ୍ରଦାନ କରିଛନ୍ତି ।

ପ୍ରାଚୀନ ଗ୍ରୀସୀୟ ରୋମୀୟ ସଭ୍ୟତାରେ ସେମାନେ ଯାବତୀୟ ବୈଷୟିକ ଉନ୍ନତିକୁ ସଭ୍ୟତାର ଆଦର୍ଶରୂପେ ଗ୍ରହଣ କରିଥିଲେ । ଭୋଗ ଥିଲା ସେମାନଙ୍କ ସଭ୍ୟତାର ଆଦର୍ଶ । ପ୍ରାଚୀନ ମିଶରୀୟ ସଭ୍ୟତା ମଧ୍ୟ ସେହି ଆଦର୍ଶରେ ଅନୁପ୍ରାଣିତ ଥିଲା। ମାତ୍ର ଭାରତୀୟ ସଭ୍ୟତା ଭିନ୍ନ ଏକ ଆଦର୍ଶ ଉପରେ ପର୍ଯ୍ୟବସିତ ଥିଲା । ସେ ଆଦର୍ଶ ତ୍ୟାଗ ଓ ଆମ୍ବ ସଂଯମ ଉପରେ ଆଧାରିତ । ସେମାନେ ସର୍ବବିଧ ବୈଷୟିକ ଜଞ୍ଜାଳକୁ ବିପଦର ହେତୁ ବୋଲି ଭାବୁଥିଲେ । ପ୍ରାଚୀନ ଗ୍ରୀସ ଓ ରୋମ୍ ସଭ୍ୟତାର ବୈଷୟିକ ଉନ୍ନତିର ନିଦର୍ଶନ ଯାହାକିଛି ପରିଦୃଷ୍ଟ ହୁଏ ସେ ସମସ୍ତ ଇଚ୍ଛାକୃତ । ଅର୍ଥାତ୍‌ ମନୁଷ୍ୟ ନିଜ ଇଚ୍ଛାନୁସାରେ ବୈଷୟିକ କ୍ଷେତ୍ରରେ ବହୁବିଧ ପଦକ୍ଷେପ ଗ୍ରହଣ କରି ଉନ୍ନତିର ପନ୍ଥା ନିର୍ଦ୍ଧାରଣ କରିଛି । ଭାରତର ବୈଷୟିକ ଉନ୍ନତି ରୋମୀୟ ଓ ଗ୍ରୀସୀୟ ନିଦର୍ଶନମାନଙ୍କ ତୁଳନାରେ କୌଣସି ଗୁଣରେ ନୂନତର ନୁହେଁ । ଭାରତୀୟ ସଭ୍ୟତାର ସୃଷ୍ଟି ଓ ଉନ୍ନତି ଇଚ୍ଛାକୃତ ନୁହେଁ । ତାହା ତ୍ୟାଗମାର୍ଗର ଏକତମ ସ୍ଵତଃସମ୍ଭୂତ ଫଳ । ପ୍ରାବନ୍ଧିକଙ୍କ ଭାଷାରେ-

“ଭାରତର ବୈଶିଷ୍ଟ୍ୟ ତା’ର ଆଧ୍ୟାମିକତା”

ଭାରତୀୟ ସଭ୍ୟତାରେ ବୈଷୟିକ ଉନ୍ନତିମାନ ତ୍ୟାଗଧର୍ମ ଦେଇ ସମ୍ଭବ ହୋଇଥିଲା । ବିଷୟ ଜଞ୍ଜାଳ ପରିବେଷ୍ଟିତ ଗୃହସ୍ଥ ଯାବତୀୟ ପାରିପାର୍ଶ୍ବକ ପଦାର୍ଥ ସହିତ ସଂଶ୍ଳିଷ୍ଟ ନଥିଲା । ତ୍ୟାଗଧର୍ମରେ ଦୀକ୍ଷିତ ହୋଇ ଯେତେବେଳେ ସେ ବିଷୟର ମାଲିକ ହୁଏ, ସେତେବେଳେ ଭୋଗ ମାର୍ଗଗାମୀ ଜାତିଠାରୁ ତା’ର ପଥ ସଂପୂର୍ଣ୍ଣ ପୃଥକ୍ ହୋଇଯାଏ ।

ଭୋଗମାର୍ଗଗାମୀ ଜାତି ସଭ୍ୟତାର ଉନ୍ନତି ସାଧନର ବହୁବିଧ ମାର୍ଗ ନିର୍ଣ୍ଣୟରେ ସଦା ଚେଷ୍ଟିତ ରହି ଲକ୍ଷ୍ୟ ସ୍ଥଳରେ ଉପନୀତ ହୋଇଛନ୍ତି ବୋଲି ଦାବି କରୁଥିଲାବେଳେ ଭାରତରେ ହିନ୍ଦୁମାନେ ତ୍ୟାଗଧର୍ମରେ ଦୀକ୍ଷିତ ହୋଇ ମଧ୍ୟ ସେହି ଲକ୍ଷ୍ୟସାଧନ କରିଥିବା କଥା କହିଥାଆନ୍ତି । ସେମାନଙ୍କ ମତରେ ବିଭିନ୍ନ ଦର୍ଶନ ଶାସ୍ତ୍ର ନିହିତ ପ୍ରଣାଳୀଦ୍ଵାରା ବିଶ୍ଵ ବିରାଟ ଶକ୍ତିକୁ ମାନବ ନିରୂପଣ କରିବାରେ ସମର୍ଥ । ସେହି ପଥରେ ଯାଇ ଲକ୍ଷ୍ୟସ୍ଥଳରେ ଉପସ୍ଥିତ ହେଲାପରେ ହିଁ ସମସ୍ତ ତଥ୍ୟ ସ୍ପଷ୍ଟ ପ୍ରତିଭାତ ହେବ । ଏହାର ସାଧନ ପାଇଁ ପ୍ରଥମେ ଶାରୀରିକ ତଥା ମାନସିକ ଉନ୍ନତି ସର୍ବାଦୌ କରଣୀୟ ବୋଲି ଭାରତୀୟ ହିନ୍ଦୁମାନେ ମତପୋଷଣ କରିଥାଆନ୍ତି ।

ଯାହା କେବଳ ଶିକ୍ଷା, ସଂଯମ ଓ ବ୍ରହ୍ମଚର୍ଯ୍ୟ ପାଳନରେ ସମ୍ଭବ ଓ ଏଥ‌ିପାଇଁ କଠୋର ସାଧନା ଆବଶ୍ୟକ । ପୁନଶ୍ଚ ସେମାନେ କହନ୍ତି ଯେ ସେମାନେ ସଭ୍ୟତାର ଉଚ୍ଚତମ ସୋପାନ ଆରୋହଣ କରିଥିଲେ ହେଁ ତାହାର ବିଲୋପ ସାଧନ କରିଛନ୍ତି ସଭ୍ୟତାର ଜାତି । ସେମାନଙ୍କ ମତ ଉଦ୍ଧାର କରି ପ୍ରାବନ୍ଧିକ କହିଛନ୍ତି ଯେ-

‘ଯେତେଦିନ ପର୍ଯ୍ୟନ୍ତ ଭାରତୀୟ ସଭ୍ୟତା ଉପରେ ବାହାରୁ କେହି ହସ୍ତକ୍ଷେପ କରିପାରିନଥିଲେ, ତାହା ସେ ପର୍ଯ୍ୟନ୍ତ ଅକ୍ଷୁଣ୍ଣ ଥିଲା ।’’ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଉଭୟ ଜାତି ନିଜ ନିଜ ସଭ୍ୟତାର ଉତ୍କର୍ଷ ପ୍ରମାଣ କରିବାକୁ ସଦା ଚେଷ୍ଟିତ । ସର୍ବୋପରି ବିଶ୍ଵରେ ସମସ୍ତ ଜାତିମାନଙ୍କର ସଭ୍ୟତାର ଲକ୍ଷ୍ୟ ସାଧନ ମାର୍ଗ ମଧ୍ୟରେ ଭିନ୍ନତା ରହିଛି ।

Question ୨୭ ।
‘ସଭ୍ୟତା ଓ ବିଜ୍ଞାନ ପରସ୍ପର ଆଶ୍ରୟୀ’- ଏହାର ଯଥାର୍ଥତା ନିଜର ଅନୁଭୂତିରୁ ଲେଖ ।
କିମ୍ବା, ଏକ ସୁସଭ୍ୟ ପୂର୍ଣ ବିକଶିତ ମାନବ ସମାଜ ପାଇଁ ବିଜ୍ଞାନର ଭୂମିକା ଅନସ୍ବୀକାର୍ଯ୍ୟ- ଏହାର ଯଥାର୍ଥତାକୁ ବୁଝାଇ ଲେଖ ।
Answer:
ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ପ୍ରାବନ୍ଧିକ ବଂଶୀଧର ସାମନ୍ତରାୟ ଜଣେ ଲବ୍ଧପ୍ରତିଷ୍ଠ ବ୍ୟକ୍ତିତ୍ଵ । ଜଣେ ସଫଳ ଉଦ୍ଭଦବିଜ୍ଞାନୀ, ଶିଶୁ ସାହିତ୍ୟିକ ତଥା ସାରସ୍ଵତ ସାଧକଭାବେ ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ବିଜ୍ଞାନଭିଭିକ ତାଙ୍କର ବହୁ ପ୍ରବନ୍ଧ ବିଭିନ୍ନ ପତ୍ର-ପତ୍ରିକାରେ ପ୍ରକାଶିତ ହୋଇଛି । ‘ଦରିଆପାରିର ସୁନା’ଓ ‘ଶିଶୁର ବୀଣା’ ଆଦି ରଚନାମାନ ତାଙ୍କ ସାରସ୍ବତ ପ୍ରତିଭାର ପରିଚୟ ବହନ କରେ । ଆଲୋଚ୍ୟ ପ୍ରବନ୍ଧ ‘ସଭ୍ୟତା ଓ ବିଜ୍ଞାନ’ରେ ପ୍ରାବନ୍ଧିକ ସଭ୍ୟତାର ବିକାଶରେ ବିଜ୍ଞାନର ଅବଦାନ ବିଷୟ ଉପସ୍ଥାପନ କରି ଆଧୁନିକ ଯୁଗରେ ମାନବ ବିଜ୍ଞାନକୁ ଅବଲମ୍ବନ କରି ଉନ୍ନତିର ସୋପାନ ଆରୋହଣ କରିବା ସମ୍ଭବ ବୋଲି ଯୁକ୍ତି ଉପସ୍ଥାପନ କରିଛନ୍ତି।

ସାଧାରଣତଃ ମାନବ ଯେଉଁ ବୈଷୟିକ, ଶାରୀରିକ, ମାନସିକ ତଥା ନୈତିକ ଉନ୍ନତି ପ୍ରାପ୍ତ ହୋଇଛି ଏବଂ ଜ୍ଞାନସାଧନ କରିଛି ତାହାକୁ ହିଁ ସଭ୍ୟତା ଭାବେ ଅଭିହିତ କରାଯାଇଥାଏ । କୌଣସି ବିଷୟରେ ସମ୍ୟକ୍ ଜ୍ଞାନକୁ ବିଜ୍ଞାନ କୁହାଯାଏ । ସଭ୍ୟତାର ଉତ୍କର୍ଷ ସାଧନ ନିମନ୍ତେ ବିଜ୍ଞାନ ହିଁ ପ୍ରାଚୀନ କାଳରୁ ମାନବକୁ ପଥ ପ୍ରଦର୍ଶନ କରିଆସିଛି । ସଭ୍ୟତା ହେଉଛି କୌଣସି ଜାତିର ଆଦର୍ଶ ଓ ଲକ୍ଷ୍ୟ । ବିଜ୍ଞାନ ହେଉଛି ସେହି ଲକ୍ଷ୍ୟପ୍ରାପ୍ତିର ପ୍ରଧାନ ଅବଲମ୍ବନ । ଲକ୍ଷ୍ୟପ୍ରାପ୍ତି ପାଇଁ ଅବଲମ୍ବନ ହିଁ ଅପରିହାର୍ଯ୍ୟ । ବିଜ୍ଞାନକୁ ଅବଲମ୍ବନ କରି ଆଜିର ମାନବ ବିଶ୍ବବ୍ରହ୍ମାଣ୍ଡର ଜଡ଼ ଓ ଜୀବନ୍ତ ପ୍ରତ୍ୟେକ ପଦାର୍ଥ ବିଷୟରେ ସମ୍ୟକ୍ ଜ୍ଞାନ ଲାଭ କରିପାରିଛି ଏବଂ କଳା, ଦର୍ଶନ, ମନସ୍ତତ୍ତ୍ବ ଓ ଇତିହାସ ପ୍ରଭୃତିକୁ ବିଜ୍ଞାନର ଅନ୍ତର୍ଭୁକ୍ତ କରି ସଭ୍ୟତାର ଉତ୍ତତମ ସୋପାନ ଆରୋହଣ କରିବାରେ ସଦା ପ୍ରୟାସ କରିଚାଲିଛି ।

ଜଡ଼ ବିଜ୍ଞାନର ମୌଳିକ ବିଷୟ ଗଣିତଶାସ୍ତ୍ର ବଳରେ ମାନବ ତା’ର ଜଟିଳତମ ସମସ୍ୟାକୁ ଅନାୟାସରେ ସମାଧାନ କରିବାରେ ସମର୍ଥ ହୋଇପାରୁଛି । ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ସହାୟତାରେ ସେ ପ୍ରକୃତି ବକ୍ଷରେ ସଂଘଟିତ ଯାବତୀୟ କ୍ରିୟାକୁ ଅନୁଧ୍ୟାନ କରିବାପାଇଁ ସକ୍ଷମ ହୋଇପାରୁଛି । ସୌରଜଗତ ପରି ଅନ୍ୟ ଜଗତର ଗ୍ରହ, ଉପଗ୍ରହ, ତାରକାଦିର ଗତି, ପ୍ରକୃତି ଓ କାର୍ଯ୍ୟପ୍ରଣାଳୀ ବିଷୟରେ ଅବଗତ ହେବାରେ ବିଜ୍ଞାନର ଅବଦାନ ଅବଶ୍ୟ ସ୍ଵୀକାର୍ଯ୍ୟ । ଜଡ଼ ବିଜ୍ଞାନ ବଳରେ ଜଡ଼ ପଦାର୍ଥର ଘାତ, ପ୍ରତିଘାତ, କ୍ରିୟା, ପ୍ରତିକ୍ରିୟା, ବ୍ୟବହାର, ଆକର୍ଷଣ, ଗତି ଓ ମିଳନ ପ୍ରକ୍ରିୟା ପ୍ରଭୃତି ବିଭିନ୍ନ ବିଷୟ ଆଲୋଚନା କରି ଆମ୍ଭେମାନେ ଜଡ଼ ବିଷୟରେ ସମ୍ୟକ୍ ଜ୍ଞାନଲାଭ କରିପାରୁଛୁ । ଜଡ଼ ବିଜ୍ଞାନ ବଳରେ ବିଭିନ୍ନ ଧାତୁ ଓ ଉପାଦାନ ବିଶୁଦ୍ଧଭାବରେ ଆହରଣ କରିବା ସମ୍ଭବ ହୋଇପାରିଛି ।

ଆମ ଦୈନନ୍ଦିନ ଜୀବନଯାତ୍ରାରେ ରେଳ, ମଟର, ଉଡ଼ାଜାହାଜ, ବେତାର ଯନ୍ତ୍ର, ରେଡ଼ିଓ, ଟେଲିଭିଜନ, ଟେଲିଫୋନ ଆଦି ବିବିଧ ଉପକରଣ ବୈଷୟିକ ସୁଖ ପ୍ରଦାନ କରିବାସହ ଯୋଗାଯୋଗ, ପରିବହନ ତଥା ଗମନାଗମନ କ୍ଷେତ୍ରରେ ବହୁ ସୁବିଧା ଉପଲବ୍ଧ କରାଇ ପାରିଛି ।

ଜୀବ ବିଜ୍ଞାନ ବଳରେ ଆମ୍ଭେମାନେ ଆଣବିକ ଜୀବନ୍ତ ପଦାର୍ଥଠାରୁ ଆରମ୍ଭକରି ବିଶାଳକାୟ ହସ୍ତୀ, ତିମି ଓ ବଟବୃକ୍ଷ ପର୍ଯ୍ୟନ୍ତ ସବୁ ସଜୀବ ପଦାର୍ଥର ବିଶ୍ଳେଷଣ ପୂର୍ବକ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକ୍ରିୟା ତଥା ପ୍ରତିକ୍ରିୟା ସମ୍ପର୍କରେ ଜ୍ଞାନଲାଭ କରିବାରେ ସମର୍ଥ ହୋଇପାରିଛୁ । ଜଡ଼ ଓ ଜୀବ ବିଜ୍ଞାନର ସମ୍ମିଶ୍ରଣ ଓ ସହଯୋଗିତାରୁ ଆମ୍ଭେମାନେ ଶରୀରତତ୍ତ୍ବ, ଆୟୁର୍ବେଦ, ମନସ୍ତତ୍ତ୍ବ, କୃଷି ବିଜ୍ଞାନ, ପୃଥ‌ିବୀତତ୍ତ୍ବ ତଥା ଜ୍ୟୋତିଷ ପ୍ରଭୃତି ବିବିଧ ଶାସ୍ତ୍ର ବିଷୟରେ ଜ୍ଞାନର ସୀମାକୁ ବିସ୍ତୃତ କରି ପାରିଛୁ । ବିଜ୍ଞାନର ବିଭିନ୍ନ ବିଭାଗର ସାହାଯ୍ୟରେ ଇଞ୍ଜିନିୟରିଂ ପ୍ରଭୃତିରେ ପରାକାଷ୍ଠା ଲାଭ କରିପାରିଛୁ । ଯଦ୍ୱାରା ଆମେ ଆମର ବୈଷୟିକ, ମାନସିକ ଓ ଶାରୀରିକ ଉନ୍ନତି ସଂପାଦନ କରିବା ସହ ବିଭିନ୍ନ ରୋଗ କବଳରୁ ମୁକ୍ତିଲାଭ କରିପାରିଛୁ । ବିଭିନ୍ନ ସାମୟିକ ପଦାର୍ଥ ବଳରେ ମାନବର ବିଭିନ୍ନ ରୋଗ ଓ ରୋଗର ଜୀବାଣୁ ପ୍ରଭୃତି ନଷ୍ଟ କରାଯାଇ ପାରୁଛି । ସେଗୁଡ଼ିକର ଅପକାରିତା କେବଳ ମାନବର ଜ୍ଞାନର ଅଳ୍ପତା ଯୋଗୁ ହିଁ ସଂଘଟିତ ହେଉଅଛି । ବିଜ୍ଞାନ ଏଥପାଇଁ ଆଦୌ ଦାୟୀ ନୁହେଁ।

ମାନବ ଅଶେଷ ଜଡ଼ ଉପାଦାନର ସମଷ୍ଟି ପଞ୍ଚଭୂତକୁ ଜୀବନ୍ତ କରି ରଖିଥ‌ିବା ସେହି ଅଜ୍ଞାତ ଶକ୍ତିର କଳନା ପାଇଁ ସଭ୍ୟତାର ଏକ ନୂତନ ପଥର ଅନୁସନ୍ଧାନ ଅବ୍ୟାହତ ରଖୁଛି । ବିଜ୍ଞାନକୁ ପାଥେୟଭାବେ ଗ୍ରହଣ କରି ସଭ୍ୟତା ଉନ୍ନତରୁ ଉନ୍ନତତର ହେବାରେ ଲାଗିଛି । ବିଜ୍ଞାନ ବିନା ସଭ୍ୟତାର ଉନ୍ନତି ଅସମ୍ଭବ । କେତେକ ବିଜ୍ଞାନକୁ ଧ୍ବଂସପଥର କାରଣଭାବେ ସମାଲୋଚନା କରୁଥିଲେ ମଧ୍ୟ ବାସ୍ତବରେ ସେଥ‌ିପାଇଁ ବିଜ୍ଞାନକୁ ଦାୟୀ କରାଯାଇ ନପାରେ । ମାନବ ଯେତେବେଳେ ସଭ୍ୟତାର ପ୍ରକୃତ ଅର୍ଥ ବୁଝିବ ସେତେବେଳେ ହିଁ ବିଜ୍ଞାନକୁ ଆଉ ଦୋଷାରୋପ କରିବାରୁ ନିବୃତ୍ତ ହେବ । ଆମ୍ଭେମାନେ ଅତୀତ ପ୍ରତି ଦୃଷ୍ଟିପାତ କରି ବର୍ତ୍ତମାନକୁ ତୁଳନା କଲେ ସଭ୍ୟତା ଓ ବିଜ୍ଞାନ ଯେ ପରସ୍ପର ଆଶ୍ରୟୀ ଏହା ସ୍ଵୀକାର କରିବାକୁ ବାଧ୍ୟ ହେବ ।

ତୁମ ପାଇଁ କାମ

ପ୍ରାବନ୍ଧିକଙ୍କର ଅନ୍ୟାନ୍ୟ ବିଜ୍ଞାନଭିତ୍ତିକ ପ୍ରବନ୍ଧ ସଂଗ୍ରହ କରି ପଢ଼ିବାକୁ ଚେଷ୍ଟା କର ।
Question ୨୯ ।
ବିଭିନ୍ନ ଦେଶର ସଭ୍ୟତା ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଲେଖୁ ଶିକ୍ଷକଙ୍କୁ ଦେଖାଅ ।

Question ୩୦ ୮
ଶ୍ରେଣୀରେ ‘ସଭ୍ୟତା ଓ ବିଜ୍ଞାନ’ ଶୀର୍ଷକ ଏକ ତର୍କସଭାର ଆୟୋଜନ କର ।
[ସୂଚନା : ‘ତୁମ ପାଇଁ କାମ’ର ଉତ୍ତରଗୁଡ଼ିକ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ପ୍ରସ୍ତୁତ କରନ୍ତୁ ।]

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

ବିଗତ ବର୍ଷର ହାଇସ୍କୁଲ ପରୀକ୍ଷା (ବାର୍ଷିକ ଓ ସପ୍ଲିମେଣ୍ଟାରୀ)ର ପ୍ରଶ୍ନୋତ୍ତର

Question 1.
ଭାରତର ବୈଶିଷ୍ଟ୍ୟ କ’ଣ ?
Answer:
ତା’ର ଆଧ୍ୟାତ୍ମିକତା

Question 2.
ଗଣିତଶାସ୍ତ୍ର ବିଜ୍ଞାନର କେଉଁ ବିଭାଗର ଅନ୍ତର୍ଗତ ?
Answer:
ଜଡ଼ ବିଜ୍ଞାନ

Question 3.
ଆଧୁନିକ ସଭ୍ୟତା ତା’ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କାହାକୁ ପଥ ପ୍ରଦର୍ଶକ ରୂପେ ବରଣ କରିନେଇଛି ?
Answer:
ବିଜ୍ଞାନକୁ ତ୍ୟାଗ ଓ ଆତ୍ମସଂଯମ କେଉଁ ସଭ୍ୟତାର ଆଦର୍ଶ ଥିଲା ?

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question 4.
ତ୍ୟାଗ ଓ ଆତ୍ମସଂଯମ କେଉଁ ସଭ୍ୟତାର ଆଦର୍ଶ ଥିଲା ?
Answer: ଭାରତାୟ

Question 5.
ଯେତେବେଳେ ଆଧୁନିକ ସଭ୍ୟତାର ଆଦର୍ଶ ପ୍ରତ୍ୟେକ ଜାଣିବେ ସେତେବେଳେ କ’ଣ ହେବ ?
Answer:
ମୈତ୍ରୀର ଧ୍ଵଜା ଉଡ଼ିବ

Question 6.
ଜଡ଼ବିଜ୍ଞାନ ମୂଳରେ ଆମର କେଉଁ ଶାସ୍ତ୍ର ନିହିତ ?
Answer:
ଗଣିତଶାସ୍ତ୍ର

Question 7.
ମୈତ୍ରୀର ଧ୍ଵଜା କେତେବେଳେ ଉଡ଼ିବ ବୋଲି ପ୍ରବନ୍ଧରେ କୁହାଯାଇଛି ?
Answer:
ଯେତେବେଳେ ଆଧୁନିକ ସଭ୍ୟତାର ଆଦର୍ଶ ଜାଣି ହେବ ।

ପରୀକ୍ଷା ଉପଯୋଗୀ ଅତିରି

(A) ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

Question 1.
ପ୍ରାବନ୍ଧିକଙ୍କ ମତରେ ବିଜ୍ଞାନର ବ୍ୟାପକ ଅର୍ଥ ଓ ବ୍ୟବହୃତ ଅର୍ଥ କ’ଣ ଲେଖ ।
Answer:
ପ୍ରାବନ୍ଧିକଙ୍କ ମତରେ ବ୍ୟାପକ ଅର୍ଥରେ ଯେକୌଣସି ବିଷୟରେ ସମ୍ୟକ୍ ଜ୍ଞାନ ହିଁ ବିଜ୍ଞାନ; କିନ୍ତୁ ବ୍ୟବହୃତ ଅର୍ଥରେ ସାଧାରଣତଃ ଜଡ଼ ଓ ଜୀବନ୍ତ ବିଷୟରେ ସୁସଂବଦ୍ଧ, ଶୃଙ୍ଖଳିତ ସମ୍ୟକ୍ ଜ୍ଞାନ ହିଁ ବିଜ୍ଞାନ

Question 2.
ଜଡ଼ ବିଜ୍ଞାନ ବଳରେ ଆମେ କେଉଁ ଜ୍ଞାନ ଲାଭକରୁ ?
Answer:
ଜଡ଼ ବିଜ୍ଞାନ ବଳରେ ଆମେ ଜଡ଼ ପଦାର୍ଥର ଘାତ, ପ୍ରତିଘାତ, କ୍ରିୟା, ପ୍ରତିକ୍ରିୟା, ବ୍ୟବହାର, ଆକର୍ଷଣ, ଗତି, ମିଳନ ପ୍ରକ୍ରିୟା ପ୍ରଭୃତି ବିଭିନ୍ନ ବିଷୟ ଆଲୋଚନା କରି ଜଡ଼ ବିଷୟରେ ସମ୍ୟକ୍ ଜ୍ଞାନ ଲାଭକରୁ ।

Question 3.
ଜଡ଼ ଉପାଦାନରେ ମଧ୍ୟ ଶକ୍ତି ନିହିତ ଅଛି- ଉଦାହରଣ ମାଧ୍ୟମରେ ବୁଝାଇଦିଅ ।
Answer:
ଜଡ଼ ଉପାଦାନରେ ମଧ୍ୟ ଶକ୍ତି ନିହିତ ଅଛି । ଏହାର ପ୍ରମାଣ ପାଇଁ ପ୍ରାବନ୍ଧିକ ଗେଙ୍ଗୁଟି ପଥରର ଉଦାହରଣ ଦେଇଛନ୍ତି । ଗେଙ୍ଗୁଟି ପଥରରେ ପାଣି ଢାଳିଲେ ତହିଁରୁ ଚୂନ, ଅଙ୍ଗୀରକାମ୍ଳ ବାଷ୍ପ ଓ ବିଶେଷ ଉତ୍ତାପ ବାହାରେ । ସେହି ଉତ୍ତାପ ହିଁ ଶକ୍ତିର ଏକ ଅବସ୍ଥା ମାତ୍ର । ଏଥୁରୁ ଜଡ଼ ଉପାଦାନରେ ଶକ୍ତି ଥିବା ପ୍ରମାଣିତ ହୁଏ ।

Question 4.
ଆଧୁନିକ ସଭ୍ୟତାର ବିପକ୍ଷବାଦୀମାନେ କ’ଣ କହନ୍ତି ?
Answer:
ଆଧୁନିକ ସଭ୍ୟତାର ବିପକ୍ଷବାଦୀମାନେ କହନ୍ତି ଯେ ଏହି ସତ୍ୟତା ମାନବର ଈଶ୍ଵର ବିଶ୍ଵାସ କମାଇଦେଇ ତାକୁ ବିପଥଗାମୀ କରିଛି । ସର୍ବତ୍ର ଆତ୍ମସଂଯମର ଅଭାବ ପରିଲକ୍ଷିତ ହେବା ସହ ମାନବ ମାନବ ମଧ୍ୟରେ ସ୍ନେହ ପରିବର୍ତ୍ତେ ହିଂସା ଓ ଦ୍ବେଷ ଚରମ ସୋପାନରେ ଉପନୀତ ହୋଇଛି ।

Question 5.
ବିସ୍ଫୋରକ ଓ ମାରାତ୍ମକ ଗ୍ୟାସ୍ ବଳରେ ଅଶେଷ କ୍ଷତି ହେଉଥିଲେ ମଧ୍ୟ କେଉଁ ହିତକର କାର୍ଯ୍ୟ ସାଧୂତ ହେଉଛି ?
Answer:
ବିଭିନ୍ନ ମାରାତ୍ମକ ଗ୍ୟାସ୍ ବଳରେ ମାନବର ବିଭିନ୍ନ ରୋଗ ଓ ରୋଗର ଜୀବାଣୁ ନଷ୍ଟ କରାଯାଇ ମାନବକୁ ରକ୍ଷା କରାଯାଇ ପାରୁଛି ।

Question 6.
ସଭ୍ୟତା ନୂନତର ବା ଉଚ୍ଚତର ବୋଲି ନିରୂପିତ ହୋଇଥାଏ କିପରି ?
Answer:
ବିଭିନ୍ନ ବିଭାଗର ବିଭିନ୍ନ ପରିମାଣର ଉନ୍ନତି ଅନୁସାରେ ସଭ୍ୟତା ନୂନତର ବା ଉଚ୍ଚତର ନିରୂପିତ ହୋଇଥାଏ ।

Question 7.
ଅନେକତ୍ର ବିଭିନ୍ନ ବିଜ୍ଞାନ ଓ ଶିକ୍ଷାର ପ୍ରସାର ହୋଇପାରୁ ନାହିଁ କାହିଁକି ?
Answer:
ଆଜିଯାଏ ବିଶ୍ବମାନବିକତାର ବିକାଶ ହୋଇପାରି ନ ଥ‌ିବାରୁ ବିଭିନ୍ନ ବିଜ୍ଞାନ ଓ ଶିକ୍ଷାର ପ୍ରସାର ହୋଇପାରୁ ନାହିଁ ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question 8.
କେଉଁମାନଙ୍କୁ ପଞ୍ଚଭୂତ କୁହାଯାଏ ?
Answer:
କ୍ଷିତ୍, ଅପ୍, ତେଜ, ମରୁତ୍ ଓ ବ୍ୟୋମକୁ ପଞ୍ଚଭୂତ କୁହାଯାଏ ।

Question 10.
ଆର୍ଯ୍ୟମାନେ ସଭ୍ୟତାର ଉଚ୍ଚତମ ସୋପାନକୁ ଆରୋହଣ କରିଥିଲେ ମଧ୍ୟ କେଉଁମାନେ ତା’ର ବିଲୋପ ସାଧନ କରିଥିଲେ ?
Answer:
ଆର୍ଯ୍ୟମାନେ ସଭ୍ୟତାର ଉଚ୍ଚତମ ସୋପାନକୁ ଆରୋହଣ କରିଥିଲେ ମଧ୍ୟ ସଭ୍ୟତର ଜାତି ତା’ର ବିଲୋପ . ସାଧନ କରିଥିଲେ ।

Question 11.
ଆମେ ଜୀବବିଜ୍ଞାନ ବଳରେ କେଉଁ କ୍ଷେତ୍ରରେ ସଫଳ ମନୋରଥ ହୋଇପାରିଛୁ ?
Answer:
ଜୀବବିଜ୍ଞାନ ବଳରେ ଆମ୍ଭେମାନେ ଆଣବିକ ଜୀବନ୍ତ ପଦାର୍ଥଠାରୁ ଆରମ୍ଭକରି ବିଶାଳକାୟ ହସ୍ତୀ, ତିମି ଓ ବଟବୃକ୍ଷ

(B) ଗୋଟିଏ ଶବ୍ଦ/ପଦରେ ଉତ୍ତର ଲେଖ ।

Question 1.
ଲେଖକଙ୍କର ‘ସଭ୍ୟତା ଓ ବିଜ୍ଞାନ’ ପ୍ରବନ୍ଧ କେଉଁ ପତ୍ରିକାରେ ପ୍ରକାଶିତ ହୋଇଥିଲା ?
Answer:
ଉତ୍କଳ ସାହିତ୍ୟ ପତ୍ରିକା

Question 2.
ଆଧୁନିକ ସଭ୍ୟତା ତା’ ଲକ୍ଷ୍ୟସ୍ଥଳରେ ପହଞ୍ଚିବାପାଇଁ କାହାକୁ ପଥପ୍ରଦର୍ଶକ ରୂପେ ବରଣ କରିନେଇଛି ?
Answer:
ବିଜ୍ଞାନକୁ,

Question 3.
ତ୍ୟାଗ ଓ ଆତ୍ମସଂଯମ କେଉଁ ସଭ୍ୟତାର ଆଦର୍ଶ ଥିଲା ?
Answer:
ଭାରତୀୟ,

Question 4.
ଜଡ଼ ବିଜ୍ଞାନ ମୂଳରେ ଆମର କେଉଁ ଶାସ୍ତ୍ର ନିହିତ ?
Answer:
ଗଣିତଶାସ୍ତ୍ର

Question 5.
ପ୍ରାବନ୍ଧିକ ବଂଶୀଧର ସାମନ୍ତରାୟ କେନ୍ଦ୍ରାପଡ଼ା ଜିଲ୍ଲାର କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ?
Answer:
ବଡ଼ପଡ଼ା

Question 6.
‘ସଭ୍ୟତା ଓ ବିଜ୍ଞାନ’ ପ୍ରବନ୍ଧଟି ଉତ୍କଳ ସାହିତ୍ୟର କେଉଁ ସଂଖ୍ୟାରେ ପ୍ରକାଶିତ ହୋଇଥିଲା ? ,
Answer:
୧୯୪୨ ସାଲ ଜ୍ୟେଷ୍ଠ ସଂଖ୍ୟା

Question 7.
ଦକ୍ଷିଣ ଆଫ୍ରିକାର ଆଦିମ କଳାଜାତିର ମଣିଷକୁ କ’ଣ କୁହାଯାଏ ?
Answer:
ନିଗ୍ରୋ

Question 8.
କେଉଁ ପ୍ରଣାଳୀଦ୍ୱାରା ବିଶ୍ବର ବିରାଟ ଶକ୍ତିକୁ ମାନବ ନିରୂପଣ କରିପାରିବ ବୋଲି ହିନ୍ଦୁମାନେ କୁହନ୍ତି ?
Answer:
ଦର୍ଶନଶାସ୍ତ୍ର ନିହିତ

Question 9.
ଆଜିପର୍ଯ୍ୟନ୍ତ ଆମ୍ଭେମାନେ ସଭ୍ୟତାର କେଉଁ ସ୍ଥାନରେ ପହଞ୍ଚି ପାରିନାହୁଁ ବୋଲି ପ୍ରାବନ୍ଧିକ କହିଛନ୍ତି ?
Answer:
ଉଚ୍ଚତମ ସୋପାନରେ

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question 10.
କେଉଁ ବିଜ୍ଞାନ ବଳରେ ପ୍ରକୃତିରେ ସଂଘଟିତ ଯାବତୀୟ କ୍ରିୟାକୁ ଆମ୍ଭେମାନେ ହୃଦୟଙ୍ଗମ କରିପାରୁଛୁ ?
Answer:
ଜଡ଼ ବିଜ୍ଞାନ

Question 11.
ବୈଷୟିକ ସୁଖ ସମୃଦ୍ଧି ସମ୍ପାଦନରେ କେଉଁ ବିଜ୍ଞାନ ଆମର ସହାୟକ ହୋଇଅଛି ?
Answer:
ଜଡ଼ ବିଜ୍ଞାନ

Question 12.
ଉତ୍ତାପ କେଉଁ ଶକ୍ତିର ଏକତମ ଅବସ୍ଥା ?
Answer:
ପ୍ରବହମାନ ଶକ୍ତିର

Question 13.
ଆଧୁନିକ ସଭ୍ୟତାରେ ସର୍ବତ୍ର କାହାର ଅଭାବ ପରିଲକ୍ଷିତ ହେଉଛି ? କେଉଁମାନେ କହନ୍ତି ?
Answer:
ସଂଯମର

Question 14.
ଆଧୁନିକ ସଭ୍ୟତାର ଆଦର୍ଶକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ କିଏ କାର୍ଯ୍ୟକ୍ରମ ଆରମ୍ଭ କରିଛି ?
Answer:
ଜାତିସଂଘ

Question 15.
ଈଶ୍ଵର ସର୍ବତ୍ର ବିଦ୍ୟମାନ ଓ ତାଙ୍କଠାରେ ବିଶ୍ବାସ ସ୍ଥାପନ କର୍ତ୍ତବ୍ୟ ଏହା
Answer:
ବିପକ୍ଷବାଦୀମାନେ

Question 16.
ପଥପ୍ରଦର୍ଶକର ଦୋଷଗୁଡ଼ିକ କେଉଁଥୁରୁ ଜାତ ବୋଲି ପ୍ରାବନ୍ଧିକ କହିଛନ୍ତି ?
Answer:
ପାରିପାଶ୍ୱିକ ପଦାର୍ଥରୁ

Question 17.
ଯାହାକୁ ଲଙ୍ଘନ କରିବା କଷ୍ଟକର ତାହା କ’ଣ ?
Answer:
ଦୁର୍ଘ୍ୟ

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question 18.
କାହା ବଳରେ ଆମେ ଆଜି ଦୂରଦେଶକୁ ଉଡ଼ିଯାଇ ପାରିବାକୁ ସମର୍ଥ ହୋଇଛୁ
Answer:
ଜଡ଼ ବିଜ୍ଞାନ ବଳରେ

Question 19.
ବୃକ୍ଷର ବିଶ୍ଳେଷଣ ନିମନ୍ତେ ଆମେ କେଉଁ ବିଜ୍ଞାନର ସାହାଯ୍ୟ ନେଉ ?
Answer:
ଉଭିଦ ବିଜ୍ଞାନ

Question 20.
କେଉଁ ବିଜ୍ଞାନ ମୂଳରେ ଆମ୍ଭମାନଙ୍କର ଗଣିତଶାସ୍ତ୍ର ନିହିତ ?
Answer:
ଜଡ଼ ବିଜ୍ଞାନ

(C) ଶୂନ୍ୟସ୍ଥାନ ପୂରଣ କର ।

Question 1.
1. ସାଧାରଣତଃ ଜଡ଼ ଓ ଜୀବନ୍ତ ବିଷୟରେ ସୁସମ୍ବନ୍ଧ, ଶୃଙ୍ଖଳିତ ସମ୍ୟକ୍ ଜ୍ଞାନକୁ ……………………… ରୂପେ ବ୍ୟବହାର କରାଯାଏ ।
Answer:
ବିଜ୍ଞାନ

Question 2.
ପଦାର୍ଥ ବିଜ୍ଞାନ ……………….. ବିଜ୍ଞାନର ଅନ୍ତର୍ଗତ।
Answer:
ଜଡ଼

Question 3.
ଆଲୋକ, ଉତ୍ତାପ, ବିଦ୍ୟୁତ୍ ଓ ଶବ୍ଦ ପ୍ରଭୃତି ବିଭିନ୍ନ ତତ୍ତ୍ୱାନୁସନ୍ଧାନର ବିଭାଗମାନଙ୍କରେ ବିଭକ୍ତ ହୋଇଥିବା ବିଜ୍ଞାନର ନାମ ………………..।
Answer:
ପଦାର୍ଥ ବିଜ୍ଞାନ

Question 4.
ଜଡ଼ ପଦାର୍ଥର ଘାତ, ପ୍ରତିଘାତ, କ୍ରିୟା-ପ୍ରତିକ୍ରିୟା ପ୍ରଭୃତି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିବା ବିଜ୍ଞାନର ନାମ ………………..।
Answer:
ଜଡ଼ ବିଜ୍ଞାନ

Question 5.
ଜାବନ ଏକ …………………. ର ଅବସ୍ଥା ।
Answer:
ଶକ୍ତି

Question 6.
……………………….. ବିଜ୍ଞାନର ସଂଯୋଗରୁ ନାନା ବିଭାଗ ସୃଷ୍ଟି ହୋଇ ଅଶେଷ କଲ୍ୟାଣ ସାଧୂତ ହୋଇପାରିଛି ।
Answer:
ଜଡ଼ ଓ ଜୀବ

Question 7.
ଆମେ ଜୀବନ୍ତ ପଦାର୍ଥକୁ ବିଶ୍ଳେଷଣ କରି ତା’ର ବିବିଧ ପ୍ରକ୍ରିୟା ତଥା ସମସ୍ୟା ସମାଧାନରେ ସଫଳ ହୋଇପାରୁଥ‌ିବା ବିଜ୍ଞାନଟି ……………………।
Answer:
ଜୀବ ବିଜ୍ଞାନ

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question 8.
ବିଭିନ୍ନ ଜାତୀୟ ଉପାଦାନର ସମ୍ମିଶ୍ରଣ ସହିତ ଜୀବନ୍ତ ଶକ୍ତିର ସଂଯୋଗ ହେଲେ …………………………. ସମ୍ଭବ ହୋଇଥାଏ ।
Answer:
ଜୀବନ୍ତ ପଦାର୍ଥ

Question 9.
ଗଣିତଶାସ୍ତ୍ର ………………….. ବିଜ୍ଞାନର ଅନ୍ତର୍ଗତ ।
Answer:
ଜଡ଼ ବିଜ୍ଞାନ

Question 10.
ପ୍ରାବନ୍ଧିକଙ୍କ ଅନେକ ବିଜ୍ଞାନ ସମ୍ବନ୍ଧୀୟ ରଚନା ………………………. ପତ୍ରିକାରେ ପ୍ରକାଶ ପାଇଥିଲା ।
Answer:
ଉତ୍କଳ ସାହିତ୍ୟ

Question 11.
ସୃଷ୍ଟି ରହସ୍ୟ ଭେଦ କରିବା ………………………ପଦବାଚ୍ୟ ।
Answer:
ଧର୍ମ

Question 12.
ଗେଙ୍ଗୁଟି ପଥରରେ ପାଣି ଢାଳିଲେ ତହିଁରୁ ………………………… ବାଷ୍ପ ବାହାରେ ।
Answer:
ଅଙ୍ଗାରକାମ୍ଳ

Question 13.
ଭାରତର ବୈଷୟିକ ଉନ୍ନତିର ନିଦର୍ଶନ ଥିଲା ……………………..।
Answer:
ଅନିଚ୍ଛାକୃତ

Question 14.
ଭାରତର ବୈଷୟିକ ଉନ୍ନତି ……………………… ର ଏକତମ ସ୍ଵତଃସମ୍ଭୂତ ଫଳ ମାତ୍ର ।
Answer:
ତ୍ୟାଗମାର୍ଗର

Question 15.
ମାନବ ଯେଉଁ ବୈଷୟିକ, ଶାରୀରିକ, ମାନସିକ ଓ ନୈତିକ ଉନ୍ନତି କରିଥାଏ ଆମେ ତା’କୁ …………………….. ଆଖ୍ୟା ଦେଇଥାଭା
Answer:
ସଭ୍ୟତା

Question 16.
ପ୍ରାଚୀନ ରୋମୀୟ ଓ ଗ୍ରୀସୀୟ ସଭ୍ୟତାର ଆଦର୍ଶ …………………….. ଥିଲା ।
Answer:
ଭୋଗ

Question 17.
ଭାରତୀୟମାନେ ସର୍ବବିଧ ବୈଷୟିକ ଜଞ୍ଜାଳକୁ ………………………. ର ହେତୁ ବୋଲି ଭାବୁଥିଲେ ।
Answer:
ବିପଦ

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question 18.
ଭାରତୀୟମାନଙ୍କର ବୈଷୟିକ ଉନ୍ନତି ………………………. ଦେଇ ସମ୍ଭବ ହୋଇଥିଲା ।
Answer:
ତ୍ୟାଗଧର୍ମ

Question 19.
ଜଡ଼ ବିଜ୍ଞାନ …………………………… ଭାଗରେ ବିଭକ୍ତ ।
Answer:
ଦୁଇ

Question 20.
…………………. ବିଜ୍ଞାନ ବଳରେ ଆମ୍ଭେମାନେ ଜଡ଼ ବିଷୟରେ ସମ୍ୟକ୍ ଜ୍ଞାନ ଲାଭ କରୁଅଛୁ ।
Answer:
ଜଡ଼

(D ) ଠିକ୍ ଉକ୍ତି ପାଇଁ T ଓ ଭୁଲ୍ ଉକ୍ତି ପାଇଁ F ଲେଖ ।

1. ବିଜ୍ଞାନର ଅନୁଶୀଳନରେ ଆମେ ସର୍ବତ୍ର ଜ୍ଞାନର ଅବସ୍ଥିତି ବିଭିନ୍ନ ଅବସ୍ଥାରେ ଦେଖିବାକୁ ପାଉ ।
2. ଆଧୁନିକ ସଭ୍ୟତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଆମ୍ଭେମାନେ ଇତିହାସକୁ ଅବଲମ୍ବନ କରିଥାଉ ।
3. ଯେକୌଣସି ବିଷୟରେ ସମ୍ୟକ୍ ଜ୍ଞାନକୁ ବିଜ୍ଞାନ କୁହାଯାଏ ।
4. ଜଡ଼ ବିଜ୍ଞାନ ମୂଳରେ ଗଣିତଶାସ୍ତ୍ର ନିହିତ ଅଛି ।
5. ବର୍ତ୍ତମାନର ସଭ୍ୟତା ଗତିପଥରେ ଅବସ୍ଥିତ ।
6. ଶକ୍ତି ବଳରେ ପ୍ରତ୍ୟେକ ପଦାର୍ଥ ଅନ୍ୟ ସହିତ ସମ୍ବନ୍ଧ ସ୍ଥାପନ କରିବାରେ ଅକ୍ଷମ ହୋଇଅଛି ।
7. ଜୀବ ବିଜ୍ଞାନ ୩ ଭାଗରେ ବିଭକ୍ତ ।
8. ଗେଙ୍ଗୁଟି ପଥରରେ ପାଣି ଢାଳିଲେ ତହିଁରୁ ଚୂନ, ଅଙ୍ଗାରକାମ୍ଳ ବାଷ୍ପ ଓ ଉତ୍ତାପ ବାହାରେ ।
9. ଆଧୁନିକ ସଭ୍ୟତା ମାନବର ଈଶ୍ୱରବିଶ୍ଵାସ କମେଇ ଦେଇ ତାକୁ ବିପଥଗାମୀ କରିଛି ବୋଲି ବିପକ୍ଷବାଦୀମାନେ କହନ୍ତି ।
10. ବୈଜ୍ଞାନିକମାନେ ମାରାତ୍ମକ ଗ୍ୟାସ୍ ଓ ବିସ୍ଫୋରକ ଉଦ୍ଭାବନ କରି ମାନବକୁ ସଂସପଥର ପଥକ କରୁଛନ୍ତି ।
11. ବିଜ୍ଞାନର କେତେକ ଆଶ୍ଚର୍ଯ୍ୟଜନକ ପଦାର୍ଥ ବଳରେ ଯେଉଁ ଧ୍ଵଂସ ସାଧୂତ ହେଉଅଛି, ତାହା ସାହିତ୍ୟର ଦୋଷ ନୁହେଁ ।
12. ଆଧୁନିକ ସଭ୍ୟତା ବିଜ୍ଞାନକୁ ପଥପ୍ରଦର୍ଶକ ବୋଲି ଧରି ନେଇଥିଲା ।
13. ଡିନାମାଇଟ୍‌ ନାମକ ବିସ୍ଫୋରକ ସାହାଯ୍ୟରେ ତୁଙ୍ଗ ଗିରି ଫଟାଇ ଈପ୍‌ସିତ କାର୍ଯ୍ୟ କରାଯାଇପାରୁଛି ।
14. ବିଜ୍ଞାନ ଆଶାତୀତ ଭାବରେ ଆମ୍ଭମାନଙ୍କୁ ନ୍ୟାୟ ଅନ୍ଵେଷଣର ପଥ ଦେଖାଇ ଆସିଛି ।
15. ଜଡ଼ ବିଜ୍ଞାନ ବଳରେ ଆମ୍ଭେମାନେ ବିଭିନ୍ନ ଅଧାତୁ ଓ ଉପାଦାନ ବିଶୁଦ୍ଧ ଭାବରେ ଆହରଣ କରିପାରିଛୁ ।
Answer:
1. ବିଜ୍ଞାନର ଅନୁଶୀଳନରେ ଆମେ ସର୍ବତ୍ର ଜ୍ଞାନର ଅବସ୍ଥିତି ବିଭିନ୍ନ ଅବସ୍ଥାରେ ଦେଖିବାକୁ ପାଉ । (F)
2. ଆଧୁନିକ ସଭ୍ୟତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଆମ୍ଭେମାନେ ଇତିହାସକୁ ଅବଲମ୍ବନ କରିଥାଉ । (F)
3. ଯେକୌଣସି ବିଷୟରେ ସମ୍ୟକ୍ ଜ୍ଞାନକୁ ବିଜ୍ଞାନ କୁହାଯାଏ । (T)
4. ଜଡ଼ ବିଜ୍ଞାନ ମୂଳରେ ଗଣିତଶାସ୍ତ୍ର ନିହିତ ଅଛି । (T)
5. ବର୍ତ୍ତମାନର ସଭ୍ୟତା ଗତିପଥରେ ଅବସ୍ଥିତ । (T)
6. ଶକ୍ତି ବଳରେ ପ୍ରତ୍ୟେକ ପଦାର୍ଥ ଅନ୍ୟ ସହିତ ସମ୍ବନ୍ଧ ସ୍ଥାପନ କରିବାରେ ଅକ୍ଷମ ହୋଇଅଛି । (F)
7. ଜୀବ ବିଜ୍ଞାନ ୩ ଭାଗରେ ବିଭକ୍ତ । (F)
8. ଗେଙ୍ଗୁଟି ପଥରରେ ପାଣି ଢାଳିଲେ ତହିଁରୁ ଚୂନ, ଅଙ୍ଗାରକାମ୍ଳ ବାଷ୍ପ ଓ ଉତ୍ତାପ ବାହାରେ । (T)
9. ଆଧୁନିକ ସଭ୍ୟତା ମାନବର ଈଶ୍ୱରବିଶ୍ଵାସ କମେଇ ଦେଇ ତାକୁ ବିପଥଗାମୀ କରିଛି ବୋଲି ବିପକ୍ଷବାଦୀମାନେ କହନ୍ତି ।
10. ବୈଜ୍ଞାନିକମାନେ ମାରାତ୍ମକ ଗ୍ୟାସ୍ ଓ ବିସ୍ଫୋରକ ଉଦ୍ଭାବନ କରି ମାନବକୁ ସଂସପଥର ପଥକ କରୁଛନ୍ତି । (T)
11. ବିଜ୍ଞାନର କେତେକ ଆଶ୍ଚର୍ଯ୍ୟଜନକ ପଦାର୍ଥ ବଳରେ ଯେଉଁ ଧ୍ଵଂସ ସାଧୂତ ହେଉଅଛି, ତାହା ସାହିତ୍ୟର ଦୋଷ ନୁହେଁ । (F)
12. ଆଧୁନିକ ସଭ୍ୟତା ବିଜ୍ଞାନକୁ ପଥପ୍ରଦର୍ଶକ ବୋଲି ଧରି ନେଇଥିଲା । (T)
13. ଡିନାମାଇଟ୍‌ ନାମକ ବିସ୍ଫୋରକ ସାହାଯ୍ୟରେ ତୁଙ୍ଗ ଗିରି ଫଟାଇ ଈପ୍‌ସିତ କାର୍ଯ୍ୟ କରାଯାଇପାରୁଛି । (T)
14. ବିଜ୍ଞାନ ଆଶାତୀତ ଭାବରେ ଆମ୍ଭମାନଙ୍କୁ ନ୍ୟାୟ ଅନ୍ଵେଷଣର ପଥ ଦେଖାଇ ଆସିଛି । (F)
15. ଜଡ଼ ବିଜ୍ଞାନ ବଳରେ ଆମ୍ଭେମାନେ ବିଭିନ୍ନ ଅଧାତୁ ଓ ଉପାଦାନ ବିଶୁଦ୍ଧ ଭାବରେ ଆହରଣ କରିପାରିଛୁ । (F)

(E) ସ୍ତମ୍ଭ ମିଳନ କର ।

Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଜଡ଼ ବିଜ୍ଞାନ ଜଡ଼ ଉପାଦାନରେ ଗଠିତ
ଜାବନ ଶକ୍ତି ବୈଷୟିକ ଉନ୍ନତି
ଜୀବନ୍ତ ଶରୀର ଗଣିତ ଶାସ୍ତ୍ର
ଉଦ୍ଭିଦ ବିଜ୍ଞାନ ପ୍ରବହମାନ ଶକ୍ତି
ଗ୍ରାସାୟ ସଭ୍ୟତା ବିଶ୍ଵ ମାନବିକତା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଜଡ଼ ବିଜ୍ଞାନ ଗଣିତ ଶାସ୍ତ୍ର
ଜାବନ ଶକ୍ତି ପ୍ରବହମାନ ଶକ୍ତି
ଜୀବନ୍ତ ଶରୀର ଜଡ଼ ଉପାଦାନରେ ଗଠିତ
ଉଦ୍ଭିଦ ବିଜ୍ଞାନ ବିଶ୍ଵ ମାନବିକତା
ଗ୍ରାସାୟ ସଭ୍ୟତା ବୈଷୟିକ ଉନ୍ନତି

Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ  ‘ଖ’ ସ୍ତମ୍ଭ
ସଭ୍ୟତାର ଆଦର୍ଶ ପ୍ରତିଷ୍ଠାନ
ବିଜ୍ଞାନ ଓ ଶିକ୍ଷାର ପ୍ରସାର ବଡ଼ ଓ ଜାବନ୍ତ ବିଷୟ
ଗଣିତ ଶାସ୍ତ୍ର ନାନାବିଧ ଶାସ୍ତ୍ର
ଦେଶ ମାନବିକତାର ମାନବର ସର୍ବାଙ୍ଗାଶ ଉନ୍ନତି
ବଡ଼ ଓ ଜାବ ବିଜ୍ଞାନଈ ସମ୍ମିଶ୍ରଣ ଜଡ଼ ଓ ଜାବନ୍ତ ବିଷୟ
ଜାବ ବିଜ୍ଞାନ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ସଭ୍ୟତାର ଆଦର୍ଶ ମାନବର ସର୍ବାଙ୍ଗାଶ ଉନ୍ନତି
ବିଜ୍ଞାନ ଓ ଶିକ୍ଷାର ପ୍ରସାର ଜାବ ବିଜ୍ଞାନ
ଗଣିତ ଶାସ୍ତ୍ର ଜଡ଼ ଓ ଜାବନ୍ତ ବିଷୟ
ଦେଶ ମାନବିକତାର ପ୍ରତିଷ୍ଠାନ
ବଡ଼ ଓ ଜାବ ବିଜ୍ଞାନଈ ସମ୍ମିଶ୍ରଣ ନାନାବିଧ ଶାସ୍ତ୍ର

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question 3
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଅଧୁନାତନ ଆଜିକାଲିକା
ଭାରତର ବୈଶିଷ୍ଟ୍ୟ ଆଧ୍ୟାତ୍ମକତା
ଅଲୌକିକ ଅସାମାନ୍ୟ
ଗ୍ରାମାୟ ସଭ୍ୟତା ବୈଷୟିକ ଉନ୍ନତି
ଆମ୍ ଫଳାପ ଭାରତୀୟ ସଭ୍ୟତା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଅଧୁନାତନ ଆଜିକାଲିକା
ଭାରତର ବୈଶିଷ୍ଟ୍ୟ ଆଧ୍ୟାତ୍ମକତା
ଅଲୌକିକ ଅସାମାନ୍ୟ
ଗ୍ରାମାୟ ସଭ୍ୟତା ବୈଷୟିକ ଉନ୍ନତି
ଆମ୍ ଫଳାପ ଭାରତୀୟ ସଭ୍ୟତା

କରି ପରିଚୟ

ଆଧୁନିକ ଓଡ଼ିଆ ସାହିତ୍ୟର ବିଜ୍ଞାନ ତଥା ଶିଶୁସାହିତ୍ୟ ବିଭାଗରେ ସ୍ବୀୟ ସାରସ୍ଵତ ଲେଖନୀ ଚାଳନା କରି ସୁସମୃଦ୍ଧ କରିଥିବା ପ୍ରାବନ୍ଧିକମାନଙ୍କ ମଧ୍ୟରେ ବଂଶୀଧର ସାମନ୍ତରାୟ ଥିଲେ ଅନନ୍ୟ ପ୍ରତିଭାର ଅଧିକାରୀ । ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା ଉଭିଦ ବିଜ୍ଞାନୀ ଭାବେ ଓଡ଼ିଶାରେ ସୁପରିଚିତ ସେହି ପ୍ରଥଯଶା ବିଜ୍ଞାନୀ ପୁରୁଷଙ୍କ ଅନେକ ବିଜ୍ଞାନ ସମ୍ବନ୍ଧୀୟ ରଚନା ପ୍ରକାଶ ପାଇଥିଲା ‘ଉତ୍କଳ ସାହିତ୍ୟ’ ପତ୍ରିକାରେ । ‘ଦରିଆପାରିର ସୁନା’ ଓ ‘ଶିଶୁର ବୀଣା’ ପ୍ରଭୃତି ସାରସ୍ଵତ ସୃଷ୍ଟି ତାଙ୍କୁ ପାଠକ ହୃଦୟରେ ଅମର କରି ରଖୁବ ଏହା ନିଃସନ୍ଦେହ । ପାଠକ ହୃଦୟରେ ଅମର କରି ରଖୁବ ଏହା ନିଃସନ୍ଦେହ ।

ସୃଜନାଭିମୁଖ୍ୟ

ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା ଉଭିଦ ବିଜ୍ଞାନୀ ଭାବେ ବଂଶୀଧର ସାମନ୍ତରାୟ ଥିଲେ ଓଡ଼ିଶାର ଜନମାନସରେ ସୁପରିଚିତ । ସେ ବିଲାତରୁ ଉଭିଦ ବିଜ୍ଞାନରେ ଉଚ୍ଚତର ଶିକ୍ଷାଲାଭ ପରେ ଓଡ଼ିଶାର ଶିକ୍ଷା ବିଭାଗରେ ଅଧ୍ୟାପକ ଭାବେ ଯୋଗଦାନ କରିଥିଲେ ଓ ତତ୍‌ପରେ ରେଭେନ୍ସା କଲେଜର ଅଧ୍ୟକ୍ଷ ପଦ ମଣ୍ଡନ କରିଥିଲେ। ବିଜ୍ଞାନ ସମ୍ବନ୍ଧୀୟ ପ୍ରବନ୍ଧ ତଥା ଶିଶୁ ସାହିତ୍ୟ ରଚନା କରିବାରେ ସେ ଥିଲେ ଅତ୍ୟନ୍ତ ଆଗ୍ରହୀ ।

କବିତାର ପ୍ଠଷ୍ଠଭୂମି

‘ସଭ୍ୟତା ଓ ବିଜ୍ଞାନ’ ଶୀର୍ଷକ ପ୍ରବନ୍ଧଟି ୧୯୪୨ ସାଲ ଜ୍ୟେଷ୍ଠ ସଂଖ୍ୟା ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶ ପାଇଥିଲା । ସଭ୍ୟତାର ବିକାଶରେ ବିଜ୍ଞାନର ଅବଦାନ ବିଷୟ ଏହି ପ୍ରବନ୍ଧର ମୁଖ୍ୟସ୍ୱର । ବିଜ୍ଞାନ ହିଁ ସଭ୍ୟତା ଅନ୍ଵେଷଣରେ ଯଥାର୍ଥ ପଥପ୍ରଦର୍ଶକ ସାଜିଥାଏ । ସେହି ବିଜ୍ଞାନକୁ ଅବଲମ୍ବନ କରି ହିଁ ଆଧୁନିକ ମଣିଷ ଉନ୍ନତି ପଥରେ ଅଗ୍ରସର ହୋଇପାରିବ ବୋଲି ଏହି ପ୍ରବନ୍ଧରେ ପ୍ରାବନ୍ଧିକ ମତବ୍ୟକ୍ତ କରିଛନ୍ତି ।

ପ୍ରବନ୍ଧର ମର୍ମବାଣା

ପ୍ରାବନ୍ଧିକଙ୍କ ମତରେ ମଣିଷ ଯେଉଁ ବୈଷୟିକ, ଶାରୀରିକ, ମାନସିକ, ନୈତିକ ଉନ୍ନତି ତଥା ଜ୍ଞାନସାଧନ କରିଥାଏ, ତାହା ହିଁ ସଭ୍ୟତା ପଦବାଚ୍ୟ । ଏହି ସଭ୍ୟତା ବିଭିନ୍ନ ବିଭାଗରେ ବିଭିନ୍ନ ପରିମାଣର ଉନ୍ନତି ଅନୁଯାୟୀ ନୂନତର ବା ଉଚ୍ଚତର ଭାବେ ନିର୍ୟ୍ୟତ ହୋଇଥାଏ । ଆମ୍ଭେମାନେ ଯଦି ନିଜକୁ ପ୍ରାଚୀନ ଆଦିମାନବ କିମ୍ବା ଅଧୁନାତନ ନିସ୍ରୋ ବା ବନ୍ୟଜାତିମାନଙ୍କ ସହିତ ତୁଳନା କରିବା ତା’ହେଲେ ସଭ୍ୟତାର ଅର୍ଥ ତଥା ତା’ର ମୂଲ୍ୟ ନିଶ୍ଚିତଭାବେ ଆମ୍ଭମାନଙ୍କ ଦୃଷ୍ଟି ସମ୍ମୁଖରେ ଉଦ୍‌ଭାସିତ ହୋଇଉଠିବ, ଏହା ନିଃସନ୍ଦେହ ।

ଏହି ସଭ୍ୟତାର ଆଦର୍ଶ ବିଭିନ୍ନ କାଳରେ ବିଭିନ୍ନ ଯୁଗରେ ବିଭିନ୍ନ ଜାତିମାନଙ୍କ ମଧ୍ୟରେ ଥିଲା ଭିନ୍ନ ଭିନ୍ନ । ପ୍ରାଚୀନ ମିଶରୀୟ ସଭ୍ୟତା, ରୋମୀୟ ତଥା ଗ୍ରୀସୀୟ ସଭ୍ୟତାର ମୂଳଭିଭି ଥୁଲା ବୈଷୟିକ ଉନ୍ନତି । ଭୋଗ ଥିଲା ସେମାନଙ୍କ ସଭ୍ୟତାର ଆଦର୍ଶ । ସେହି ଭୋଗମାର୍ଗଗାମୀ ଜାତିର ସଭ୍ୟତାର ନିଦର୍ଶନ ଥିଲା ଇଚ୍ଛାକୃତ, ଯାହା ବୈଷୟିକ ଉନ୍ନତିର ପୃଷ୍ଠଭୂମିରେ ହେର୍ତ୍ତଥ୍ଲା ପ୍ରତିଫଳିତା

କିନ୍ତୁ ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମର ପ୍ରତିଫଳନ । ସମଗ୍ର ବୈଷୟିକ ଜଞ୍ଜାଳକୁ ସେମାନେ ବିପଦର କାରଣ ମନେକରୁଥିଲେ ମଧ୍ୟ ତ୍ୟାଗଧର୍ମ ମାଧ୍ୟମରେ ସେମାନଙ୍କର ବୈଷୟିକ ଉନ୍ନତି ସମ୍ଭବ ହୋଇଥିଲା । ବିଷୟ ଜଞ୍ଜାଳର ପରିବେଷ୍ଟନୀ ମଧ୍ଯରେ ଥାଇ ମଧ୍ୟ ଗୃହସ୍ଥ ପାରିପାର୍ଶ୍ବକ ପଦାର୍ଥ ସହିତ ସଂଶ୍ଳିଷ୍ଟ ନଥିଲା । ତ୍ୟାଗମାର୍ଗରେ ଦୀକ୍ଷିତ ହୋଇ ଯେତେବେଳେ ସେ ବିଷୟର ମାଲିକ ହୁଏ, ସେତେବେଳେ ଭୋଗମାର୍ଗଗାମୀ ଜାତିଠାରୁ ତା’ର ପଥ ସମ୍ପୂର୍ଣ୍ଣ ପୃଥକ୍ ହୋଇଯାଏ । ରୋମୀୟ ଓ ଗ୍ରୀସୀୟ ସ୍ୱେଚ୍ଛାକୃତ ବୈଷୟିକ ଉନ୍ନତିଠାରୁ ଭାରତର ବୈଷୟିକ ଉନ୍ନତି କୌଣସି ଗୁଣରେ ନୂନତର ନୁହେଁ । କାରଣ ତା’ର୍ ସୃଷ୍ଟି ଇଚ୍ଛାକୃତ ନୁହେଁ, ତ୍ୟାଗମାର୍ଗର ଏକତମ ସ୍ଵତଃସମ୍ଭୂତ ଫଳମାତ୍ର । ଭାରତର ବୈଶିଷ୍ଟ୍ୟ ତା’ର ଆଧ୍ୟାମିକତା ।

ବର୍ତ୍ତମାନର ପୃଥ‌ିବୀରେ ସଭ୍ୟତାର ଆଦର୍ଶ ହେଉଛି ମାନବର ସର୍ବାଙ୍ଗୀନ ଉନ୍ନତି ସାଧନ । ବୈଷୟିକ, ଶାରୀରିକ, ମାନସିକ ଓ ନୈତିକ ଉନ୍ନତି ସହିତ ବିଶ୍ବମାନବିକତାର ପ୍ରତିଷ୍ଠା ତଥା ବିରାଟ ସୃଷ୍ଟିରହସ୍ୟର ଉଦ୍‌ଘାଟନ ଏବଂ ତା’ ମୂଳରେ ନିହିତ ଥ‌ିବା ମହାଶକ୍ତିର ସ୍ଵରୂପ ନିରୂପଣ ହିଁ ବର୍ତ୍ତମାନ ସଭ୍ୟତାର ଆଦର୍ଶ । ବିଭିନ୍ନ କାଳରେ ବିଭିନ୍ନ ଜାତି ଏହାର ଅଂଶ- ବିଶେଷକୁ ସଭ୍ୟତାର ଆଦର୍ଶରୂପେ ଧରିନେଇଥିଲେ ତ, ଆଉ କେତେକ ଜାତି ଅଧିକାଂଶକୁ ନିଜ ସଭ୍ୟତାର ଆଦର୍ଶରୂପେ ଗ୍ରହଣ କରିଥିଲେ । କିନ୍ତୁ ସେମାନଙ୍କର ସାଧନାର ପଥ ଥିଲା ଭିନ୍ନ । ସେହି ପଥକୁ କେତେକ ଜାତି ଚିନ୍ତାଦ୍ୱାରା ନିରୂପିତ କରିବାକୁ ଚେଷ୍ଟିତ ଥିଲେ ତ ଅନ୍ୟ କେତେକ କାର୍ଯ୍ୟଦ୍ୱାରା ନିରୂପିତ କରିବାକୁ ଚେଷ୍ଟିତ ଥିଲେ । କିନ୍ତୁ ହିନ୍ଦୁମାନେ ହିଁ ଉପନୀତ ହୋଇଥିଲେ ଲକ୍ଷ୍ୟସ୍ଥଳରେ । ସେମାନଙ୍କ ଦର୍ଶନଶାସ୍ତ୍ରନିହିତ ପ୍ରଣାଳୀଦ୍ଵାରା ମାନବ ବିଶ୍ବର ବିରାଟ ଶକ୍ତିକୁ ନିରୂପଣ କରିବାପାଇଁ ସମର୍ଥ ହେବା ସହ ସେହି ପଥରେ ଗତିକଲେ ଜୀବନର ଉଦ୍ଦେଶ୍ୟ ହୃଦୟଙ୍ଗମ ନ ହେଲେ ମଧ୍ୟ ଲକ୍ଷ୍ୟସ୍ଥଳରେ ଉପନୀତ ହେବାମାତ୍ରେ ସେ ସକଳ ସ୍ପଷ୍ଟ ଉଦ୍‌ଭାସିତ ହୋଇଉଠିବ । କିନ୍ତୁ ତା’ର ସାଧନ ପାଇଁ ଆବଶ୍ୟକ ଶାରୀରିକ ଓ ମାନସିକ ଉନ୍ନତି, ଯାହା କେବଳ ଶିକ୍ଷା, ସଂଯମ ଓ ବ୍ରହ୍ମଚର୍ଯ୍ୟ ପାଳନରେ ସମ୍ଭବ । ସେଥ୍ପାଇଁ ଆବଶ୍ୟକ କଠୋର ସାଧନା ।

ଆର୍ଯ୍ୟମାନଙ୍କ ମତରେ, ସେମାନେ ସଭ୍ୟତାର ଉଚ୍ଚତମ ସୋପାନକୁ ଆରୋହଣ କରିଥିଲେ ମଧ୍ୟ ସଭ୍ୟତର ଜାତି ତା’ର ବିଲୋପସାଧନ କରିଥିଲେ । ଯେତେଦିନ ପର୍ଯ୍ୟନ୍ତ ଭାରତୀୟ ସଭ୍ୟତା ଉପରେ କାହାର ହସ୍ତକ୍ଷେପ ହୋଇପାରି ନଥୁଲା, ସେତେଦିନ ପର୍ଯ୍ୟନ୍ତ ତାହା ଥିଲା ଅକ୍ଷୁଣ୍ଣ । ସେହିପରି ଅନ୍ୟ ଜାତିମାନେ ମଧ୍ୟ ସ୍ବୀୟ ସଭ୍ୟତାର ଉତ୍କର୍ଷ ପ୍ରମାଣ କରିବାପାଇଁ ସତତ ଚେଷ୍ଟିତ ହେଉଛନ୍ତି ।

ଅନ୍ୟାନ୍ୟ ସଭ୍ୟତା ପରି ବର୍ତ୍ତମାନର ଆଧୁନିକ ସଭ୍ୟତା ମଧ୍ୟ ତା’ର ଲକ୍ଷ୍ୟସ୍ଥଳରେ ଉପନୀତ ହୋଇପାରି ନାହିଁ । କାରଣ ଆଜିପର୍ଯ୍ୟନ୍ତ ଆମ୍ଭେମାନେ ଆଦର୍ଶର ଉଚ୍ଚତମ ସୋପାନରେ ପହଞ୍ଚି ପାରିନାହୁଁ । ସେଥ‌ିପାଇଁ ବହୁସମୟ ଆବଶ୍ୟକ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ କେବଳ ପରୀକ୍ଷଣର ସମୟ । ଫଳ ଭବିଷ୍ୟତ ଗର୍ଭରେ ନିହିତ । କିନ୍ତୁ ଆଧୁନିକ ସଭ୍ୟତାର ଲକ୍ଷ୍ୟସ୍ଥଳରେ ଉପନୀତ ହେବାକୁ ଆଜି ଆମ୍ଭମାନଙ୍କର ପ୍ରଧାନ ଅବଲମ୍ବନ ହୋଇଛି ବିଜ୍ଞାନ ।

ବ୍ୟାପକ ଅର୍ଥରେ ବିଜ୍ଞାନ ହେଲା କୌଣସି ବିଷୟରେ ସମ୍ୟକ୍ ଜ୍ଞାନ । ମାତ୍ର ସାଧାରଣତଃ ଜଡ଼ ଓ ଜୀବନ୍ତ ବିଷୟରେ ସୁସଂବଦ୍ଧ, ଶୃଙ୍ଖଳିତ ସମ୍ୟକ୍ ଜ୍ଞାନ ହିଁ ବିଜ୍ଞାନ ପଦବାଚ୍ୟ । ସୁତରାଂ ବ୍ୟାପକ ଓ ସାଧାରଣ ଅର୍ଥ ମଧ୍ୟରେ କୌଣସି ପ୍ରଭେଦ ନାହିଁ । କାରଣ ଜଡ଼ ଓ ଜୀବନ୍ତ କହିଲେ ବିଶ୍ବବ୍ରହ୍ମାଣ୍ଡର ସକଳ ପଦାର୍ଥର ଏକତ୍ରିତ ଅବସ୍ଥା । ଏଣୁ ଏମାନଙ୍କ ବିଭାବ ବିଷୟକ ଜ୍ଞାନ ହିଁ ବିଶ୍ବର ପ୍ରତ୍ୟେକ ପଦାର୍ଥ ସମ୍ବନ୍ଧୀୟ ଜ୍ଞାନ ଅଟେ । ସୁତରାଂ କଳାବିଦ୍ୟା, ଦର୍ଶନ, ଇତିହାସ, ମନସ୍ତତ୍ତ୍ଵ ମଧ୍ୟ ବିଜ୍ଞାନର ଅନ୍ତର୍ଗତ ।

ଏହି ବିଜ୍ଞାନ ବଳରେ ଆମ୍ଭେମାନେ ସଭ୍ୟତାର ଉଚ୍ଚତମ ସୋପାନ ଆରୋହଣ କରିବାପାଇଁ ଉଦ୍ୟମରତ । ସେହି ଜଡ଼ବିଜ୍ଞାନ ମୂଳରେ ନିହିତ ଆମ୍ଭମାନଙ୍କ ଗଣିତଶାସ୍ତ୍ର । ଯାହା ବଳରେ ଅନାୟାସରେ ସମାଧୃତ ହୋଇପାରୁଛି ଜଟିଳତମ ସମସ୍ୟାରାଜି। ଏହି ଜଡ଼ ବିଜ୍ଞାନ ଦୁଇଭାଗରେ ବିଭକ୍ତ; ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ । ଏହି ଦୁଇ ବିଜ୍ଞାନର ମଧ୍ୟ ରହିଛି ବିବିଧ ବିଭାଗ ଓ ଉପବିଭାଗ । ଆଲୋକ, ଉତ୍ତାପ, ବିଦ୍ୟୁତ୍, ଶବ୍ଦ ପ୍ରଭୃତି ବିବିଧ ତତ୍ତ୍ୱାନୁସନ୍ଧାନର ବିଭାଗଗୁଡ଼ିକରେ ବିଭକ୍ତ ପଦାର୍ଥ ବିଜ୍ଞାନ । ସେହିପରି ରସାୟନ ବିଜ୍ଞାନର ମଧ୍ୟ ରହିଛି ବିଭିନ୍ନ ବିଭାଗ ।

ଏହି ଜଡ଼ ବିଜ୍ଞାନ ବଳରେ ପଦାର୍ଥର ଘାତ, ପ୍ରତିଘାତ, କ୍ରିୟା, ପ୍ରତିକ୍ରିୟା, ବ୍ୟବହାର, ଆକର୍ଷଣ, ଗତି ଓ ମିଳନ ପ୍ରକ୍ରିୟା ପ୍ରଭୃତି ବିଷୟ ଆଲୋଚନା କରି ଆମ୍ଭେମାନେ ଅର୍ଜନ କରୁ ଜଡ଼ ସମ୍ବନ୍ଧୀୟ ସମ୍ୟକ୍ ଜ୍ଞାନ । ଏହି ଜଡ଼ ବିଜ୍ଞାନର ଅନୁଶୀଳନ ତଥା ଚର୍ଚ୍ଚାର ଫଳସ୍ୱରୂପ ଆଜି ଆମେ ପ୍ରକୃତି ବକ୍ଷରେ ସଙ୍ଘଟିତ ଯାବତୀୟ କ୍ରିୟାକୁ ଉପଲବ୍‌ଧ କରିପାରୁଛୁ । ଆମ ସୌରଜଗତ ପରି ଅନେକ ବିରାଟଜଗତ, ଗ୍ରହ, ତାରା, ଉପଗ୍ରହର ନିୟନ୍ତ୍ରଣ ତଥା ସେଗୁଡ଼ିକର ଶକ୍ତିର ବିକାଶ ଓ କାର୍ଯ୍ୟପ୍ରଣାଳୀ ଜାଣିପାରୁଛୁ । ସେହି ଶାସ୍ତ୍ର ବଳରେ ପ୍ରତ୍ୟେକ ପଦାର୍ଥ ଅନ୍ୟ ସହିତ ସମ୍ବନ୍ଧ ସ୍ଥାପନ କରିବାରେ କ୍ଷମ ହୋଇପାରିଛି ।

ସୁତରାଂ ବୈଷୟିକ ଉନ୍ନତିରେ ଆମ୍ଭେମାନେ ଏତେଦୂର ଅଗ୍ରସର ହୋଇଅଛୁ ଯେ, ତାହା ପୂର୍ବବର୍ତୀ ମାନବ ସ୍ଵପ୍ନରେ ଭାବିପୂର୍ବ କି ନା ସନ୍ଦେହ । ଏହି ଜଡ଼ ବିଜ୍ଞାନ ବଳରେ ଆମ୍ଭେମାନେ ବିଭିନ୍ନ ଧାତୁ ଓ ଉପାଦାନ ବିଶୁଦ୍ଧଭାବରେ ଆହରଣ କରିବା ସହ ରେଳ, ମଟର, ଉଡ଼ାଜାହାଜ, ବୁଡ଼ାଜାହାଜ, ବେତାର, ଟେଲିଭିଜନ୍, ଟେଲିଫୋନ୍ ପ୍ରଭୃତି ବିବିଧ ଉପକରଣରେ ବୈଷୟିକ ସୁଖ ସମୃଦ୍ଧି ସମ୍ପାଦନରେ ସମର୍ଥ ହୋଇପାରିଛୁ । ବିରାଟ ସାଗର ଆଜି ଦୁର୍ଲଫ୍ୟୁ ହୋଇନାହିଁ, କିମ୍ବା ତୁଙ୍ଗ ହିମାଳୟ ଦୁରୂହ ହୋଇ ରହିନାହିଁ ।

ଜଡ଼ ବିଜ୍ଞାନ ଓ ଜୀବବିଜ୍ଞାନର ସଂଯୋଗରୁ ବିବିଧ ବିଭାଗ ସୃଷ୍ଟି ହୋଇ ସଂସାରର ଅଶେଷ କଲ୍ୟାଣ ସାଧନ କରିପାରିଛି । ଜୀବ ବିଜ୍ଞାନ ଦୁଇଭାଗରେ ବିଭକ୍ତ – ପ୍ରାଣୀ ବିଜ୍ଞାନ (Zoology) ଏବଂ ଉଦ୍ଭଦ ବିଜ୍ଞାନ (Botany) । ଏମାନଙ୍କ ଚର୍ଚ୍ଚାରୁ ପ୍ରାଣୀର ବିଭିନ୍ନ ଗଠନ, ପ୍ରକ୍ରିୟା ଏବଂ ଯେଉଁ ଶକ୍ତି ବଳରେ ସେମାନେ ଜୀବନର ଅଧିକାରୀ ତା’ର ସନ୍ଧାନ ମିଳେ । ବିଭିନ୍ନ ପ୍ରଣାଳୀ ବିଶ୍ଳେଷଣ ଓ ସଂଶ୍ଳେଷଣ ବଳରେ ଜୀବନ୍ତ ବସ୍ତୁର ବିବିଧ ସମସ୍ୟା ନିରୂପିତ ହେବାର ଉଦ୍ୟମ ଅବ୍ୟାହତ ରହିଛି । ବର୍ତ୍ତମାନ ବୈଜ୍ଞାନିକମାନେ ଜୀବନ୍ତ ପଦାର୍ଥ ସୃଷ୍ଟି କରିବାରେ ଅସମର୍ଥ ହୋଇଥିଲେ ମଧ୍ୟ କରାଯାଇଥିବା ଗବେଷଣାକୁ ଭିତ୍ତିକରି ଚିନ୍ତାଶୀଳ ମନୀଷୀଗଣ ମତବ୍ୟକ୍ତ କରନ୍ତି ଯେ, ଦିନେ ନା ଦିନେ ମାନବ ଜୀବନ୍ତ ପଦାର୍ଥ ସୃଷ୍ଟି କରିବାପାଇଁ ସମର୍ଥ ହୋଇପାରିବ । ମାତ୍ର ତାହା ବହୁଦୂର ଭବିଷ୍ୟତରେ କି ନିକଟରେ ହେବ ତାହା କହିବା ଧୃଷ୍ଟତା ମାତ୍ର ।

ଏହି ଜୀବବିଜ୍ଞାନ ବଳରେ ଆମ୍ଭେମାନେ ଆଣବିକ ଜୀବନ୍ତ ପଦାର୍ଥଠାରୁ ଆରମ୍ଭକରି ବିଶାଳକାୟ ହସ୍ତୀ, ତିମି ଓ ବଟବୃକ୍ଷ ପର୍ଯ୍ୟନ୍ତ ବିଶ୍ଳେଷଣ କରି ବିଭିନ୍ନ ପ୍ରକ୍ରିୟା ଓ ସମସ୍ୟା ସାଧନରେ ସଫଳକାମ ହେଉଅଛୁ । ଜଡ଼ ଓ ଜୀବ ବିଜ୍ଞାନର ସମ୍ମିଶ୍ରଣ ଓ ସହଯୋଗିତାରୁ ଆମ୍ଭେମାନେ ଶରୀରତତ୍ତ୍ଵ, ଆୟୁର୍ବେଦ (ଡାକ୍ତରୀ), ମନସ୍ତତ୍ତ୍ଵ, କୃଷିବିଜ୍ଞାନ, ପୃଥ‌ିବୀତତ୍ତ୍ଵ, ଜ୍ୟୋତିଷ ପ୍ରଭୃତି ନାନାବିଧ ଶାସ୍ତ୍ରବଳରେ ଆମ୍ଭମାନଙ୍କ ଜ୍ଞାନର ସୀମା ବିସ୍ତୃତ କରିଅଛୁ । ବିଭିନ୍ନ ବିଭାଗର ସାହାଯ୍ୟ ବଳରେ ଇଞ୍ଜିନିୟରିଙ୍ଗ୍ ପ୍ରଭୃତିରେ ପରାକାଷ୍ଠା ଲାଭ କରିଅଛୁ । ଏହାରି ବଳରେ ଆମ୍ଭେମାନେ ବହୁପରିମାଣରେ ବୈଷୟିକ, ମାନସିକ ତଥା ଶାରୀରିକ ଉନ୍ନତି ଲାଭ କରିବା ସହିତ ବିବିଧ ରୋଗକବଳରୁ ମୁକ୍ତିଲାଭ କରିଅଛୁ । ବିଶ୍ବମାନବିକତାର ବିକାଶ ହୋଇପାରି ନଥୁବାରୁ ଅନେକତ୍ର ଏହି ବିଜ୍ଞାନ ତଥା ଶିକ୍ଷାର ପ୍ରସାର ହୋଇପାରୁ ନାହିଁ । କିନ୍ତୁ ଏହାଦ୍ବାରା ଉନ୍ନତି ଯେ ଅବଶ୍ୟମ୍ଭାବୀ ଏହା ନିଃସନ୍ଦେହ ।

ଜୀବ ବିଜ୍ଞାନର ପର୍ଯ୍ୟାଲୋଚନାରୁ ସ୍ପଷ୍ଟ ପ୍ରମାଣିତ ଯେ, ଜୀବନ୍ତର ଶରୀର ବିଭିନ୍ନ ଜଡ଼ ଉପାଦାନରେ ଗଠିତ । ପୂର୍ବର ପଞ୍ଚଭୂତ ବର୍ତ୍ତମାନ ବିଶ୍ଳେଷଣଦ୍ଵାରା ଅଶେଷ ଉପାଦାନର ସମଷ୍ଟିରୂପେ ନିରୂପିତ ହୋଇଛି । ଏହି ବିବିଧ ଜଡ଼ ଉପାଦାନର ସମାବେଶ ସହ ଜୀବନ୍ତ ଶକ୍ତିର ବିକାଶ ହିଁ ଜୀବନ୍ତକୁ ସମ୍ଭବ କରିପାରିଛି । ଉଦାହରଣସ୍ୱରୂପ, ଗେଙ୍ଗୁଟି ପଥରରେ ଜଳ ଢାଳିଲେ ତହିଁରୁ ଚୂନ, ଅଙ୍ଗାରକାମ୍ଳ ବାଷ୍ପ ଏବଂ ଉତ୍ତାପ ବାହାରେ । ଏହି ଉତ୍ତାପ ଶକ୍ତିର ଏକ ଅବସ୍ଥା । ଆମେ ଚୂନ ଓ ଅଙ୍ଗାରକାମ୍ଳ ବାଷ୍ପକୁ ଏକତ୍ର କରି ଗେଙ୍ଗୁଟି ପଥର ପ୍ରସ୍ତୁତ କଲେ, ସେଥ‌ିରେ ଶକ୍ତି ସଂଯୋଗ ଆବଶ୍ୟକ । ସୁତରାଂ ବିଭିନ୍ନ ପଦାର୍ଥରେ ଶକ୍ତିର ସଂଯୋଗ ଓ ବିଯୋଗଦ୍ଵାରା ପଦାର୍ଥଗୁଡ଼ିକ ବିଭିନ୍ନ ଅବସ୍ଥାକୁ ପ୍ରାପ୍ତ ହୋଇଥା’ନ୍ତି ।

ବିଭିନ୍ନ ଜାତୀୟ ଉପାଦାନର ସମ୍ମିଶ୍ରଣ ସହିତ ଶକ୍ତିର ସଂଯୋଗଦ୍ଵାରା ହିଁ ଜୀବନ୍ତର ସମ୍ଭବ ହୁଏ । କିନ୍ତୁ ସେହି ଜୀବନ୍ତ ଶକ୍ତି ଜଡ଼ ମଧ୍ୟରେ ସଂଯୋଗ ଓ ବିଯୋଗ କରୁଥିବା ଶକ୍ତି କିମ୍ବା ତାହାଠାରୁ ସମ୍ପୂର୍ଣ୍ଣ ପୃଥକ୍ ତାହା ଏ ପର୍ଯ୍ୟନ୍ତ ସ୍ଥିରୀକୃତ ହୋଇନାହିଁ । ହୁଏତ ସେହି ଜୀବନ୍ତ ଶକ୍ତି ପ୍ରଚ୍ଛନ୍ନ ଶକ୍ତି (Potential Energy) କିମ୍ବା ଆଲୋକ ଓ ଉତ୍ତାପ ପରି ପ୍ରବହମାନ ଶକ୍ତି (Kinetic Energy) ର ଏକତମ ଅବସ୍ଥା ହୋଇପାରେ, ମାତ୍ର ଜୀବନ ଏକ ଶକ୍ତିର ଅବସ୍ଥା ବିଶେଷ, ଏହା ସର୍ବସ୍ବୀକୃତ ।

ଆଧୁନିକ ସଭ୍ୟତାର ବିପକ୍ଷବାଦୀଙ୍କ ମତ ଯେ, ଏହି ସଭ୍ୟତା ମାନବର ଈଶ୍ୱରବିଶ୍ଵାସକୁ କମେଇଦେବା ସହ ତାକୁ ବିପଥଗାମୀ କରାଉଛି । ସର୍ବତ୍ର ପରିଲକ୍ଷିତ ହେଉଛି ସଂଯମର ଅଭାବ । ମାନବର ମାନବ ପ୍ରତି ସ୍ନେହ ସୌହାର୍ଜ୍ୟ ପରିବର୍ତ୍ତେ ହିଂସା, ଦ୍ବେଷ ଚରମ ସୋପାନରେ ଉପନୀତ ହୋଇଛି । ବୈଜ୍ଞାନିକମାନଙ୍କଦ୍ୱାରା ଉଦ୍ଭାବିତ ମାରାତ୍ମକ ଗ୍ୟାସ୍ ଓ ବିସ୍ଫୋରକ ମାନବକୁ ଧ୍ବଂସ୍‌ଥର ପଥ୍ୟକ କରୁଛି ।

କିନ୍ତୁ ପ୍ରାବନ୍ଧିକଙ୍କ ମତରେ ବିଜ୍ଞାନର କେତେକ ଆଶ୍ଚର୍ଯ୍ୟଜନକ ପଦାର୍ଥ ବଳରେ ଧ୍ୱଂସ ସାଧୂ ହେଉଅଛି ସତ୍ୟ, ମାତ୍ର ତାହା ବିଜ୍ଞାନର ଦୋଷ ନୁହେଁ । ସାଧାରଣ ମଣିଷ ସଭ୍ୟତାର ଅର୍ଥ ବୁଝିଲେ ହିଁ ଏହାର ଅବସାନ ହେବ । ବିଜ୍ଞାନର ଚରମ ଉନ୍ନତି ବିନା ଆମ୍ଭେମାନେ ସଭ୍ୟତାର ଶେଷ ଉନ୍ନତିରେ ପହଞ୍ଚିପାରିବା ନାହିଁ । ସେହି ଶେଷ ସୀମାପର୍ଯ୍ୟନ୍ତ ପରିଦୃଷ୍ଟ ହେଉଥ‌ିବା ବ୍ୟତିକ୍ରମଗୁଡ଼ିକ ସବୁକାଳରେ ସବୁଯୁଗରେ ହେଉଥିବା ଏବଂ ହେବା ସମ୍ଭବ ମଧ୍ଯ । ଯେତେବେଳେ ଆଧୁନିକ ସଭ୍ୟତାର ଆଦର୍ଶ ସମସ୍ତେ ଜାଣିବେ, ସେତେବେଳେ ମୈତ୍ରୀର ଧ୍ଵଜା ଉଡ଼ିବ । ଜାତିସଂଘ ଏହାର ସୂତ୍ରପାତ କରିଥିଲେ ମଧ୍ୟ ତା’ର କାର୍ଯ୍ୟପ୍ରଣାଳୀକୁ ସମସ୍ତେ ଗ୍ରହଣ କରିନାହାନ୍ତି ।

କିନ୍ତୁ ଭବିଷ୍ୟତରେ ଯେତେବେଳେ ସମସ୍ତେ ନିଜ ପ୍ରତି କର୍ତ୍ତବ୍ୟକୁ ବୁଝିପାରିବେ, ସେତେବେଳେ ଏସବୁ ଅନର୍ଥ ଦୂରୀଭୂତ ହେବା ସହ ବିଜ୍ଞାନର ବିସ୍ଫୋରକ ଓ ମାରାତ୍ମକ ଗ୍ୟାସ୍ ବଳରେ ଅଶେଷ କ୍ଷତି ସାଧନ ହେଉଥିଲେ ମଧ୍ୟ ବହୁ ବିଶ୍ଵହିତକର କାର୍ଯ୍ୟ ସାନ୍ତ ହେଉଅଛି ବୋଲି ହୃଦୟଙ୍ଗମ କରିପାରିବେ । ଡିନାମାଇଟ୍ ନାମକ ବିସ୍ଫୋରକ ସାହାଯ୍ୟରେ ତୁଙ୍ଗଗିରି ଫଟାଇ ଈପ୍‌ସିତ କାର୍ଯ୍ୟ ସାଧନ କରାଯାଇପାରୁଛି । ବିଭିନ୍ନ ସାମୟିକ ପଦାର୍ଥ ବଳରେ ବିବିଧ ମାରାତ୍ମକ ରୋଗ ଓ ରୋଗର ବୀଜାଣୁ ନଷ୍ଟ କରାଯାଇପାରୁଛି । ସୁତରାଂ ମାନବର ଅପକାରିତା ବିଜ୍ଞାନ ବଳରେ ନୁହେଁ ବରଂ ତା’ର ଜ୍ଞାନରେ ଅଳ୍ପତା ଯୋଗୁଁ ହିଁ ସଂଘଟିତ ହେଉଅଛି ।

ଅନ୍ୟ କେତେକ ମତ ଦିଅନ୍ତି ‘ଯେ, ବିଜ୍ଞାନ ହିଁ ମାନବ ହୃଦୟରୁ କମାଇଦେଇଛି ଧର୍ମଭାବ ଓ ଈଶ୍ୱରବିଶ୍ଵାସ । ସେମାନେ ପ୍ରାଚୀନ ସଭ୍ୟତାକୁ ନିଜର ଆଦର୍ଶ ବୋଲି ଧରିନେଇ ଈଶ୍ଵର ବିଦ୍ୟମାନ ଓ ତାଙ୍କଠାରେ ବିଶ୍ଵାସ ସ୍ଥାପନ କର୍ତ୍ତବ୍ୟ ବୋଲି ବିବେଚନା କରି ନିଶ୍ଚିତ ଅଛନ୍ତି । କିନ୍ତୁ ବର୍ତ୍ତମାନର ସଭ୍ୟତା ଗତିପଥରେ ଅବସ୍ଥିତ । ତାହା ଲାଭ ନିମନ୍ତେ ଅତୀତ ଅଭିଜ୍ଞତାର ସାହାଯ୍ୟ ନେବା ଆବଶ୍ୟକ । କିନ୍ତୁ ଅତୀତ କଥାକୁ ମାନିନେବା ଉଚିତ ନୁହେଁ । ବିଜ୍ଞାନ ବଳରେ ଈଶ୍ଵରରୂପକ ସେହି ବିରାଟ ଶକ୍ତିର କଳନା କରିବାକୁ ଗବେଷଣାପଥରେ ଅଗ୍ରସର ହେଉଥିବାବେଳେ ପ୍ରଥମରୁ ତାଙ୍କର ଉପସ୍ଥିତିକୁ ବିଶ୍ଵାସ କରିନେବାର ଯଥାର୍ଥତା ନାହିଁ । ଏଥ୍ଯୋଗୁଁ ହିଁ ଧର୍ମଭାବର ହୋଇଛି ମୈଥୁଲ୍ୟ ଓ ଈଶ୍ୱରବିଶ୍ଵାସର ହୋଇଛି ଅପଚୟ ।

ବିଜ୍ଞାନର ଅନୁଶୀଳନ ବଳରେ ସର୍ବତ୍ର ପରିଲକ୍ଷିତ ହୁଏ ଶକ୍ତିର ଅବସ୍ଥିତି, ଜୀବନ୍ତରେ ଥ‌ିବା ଶକ୍ତି ସେହି ବିରାଟ ଶକ୍ତିର ଏକତମ ଅନସ୍ଥା । ତେଣୁ ସେହି ଶକ୍ତି କ’ଣ ଏବଂ ଜଡ଼ ତଥା ଜୀବନ୍ତ ସହିତ ତା’ର ସମ୍ପର୍କକୁ ଜାଣିବାପାଇଁ ଚେଷ୍ଟିତ ଥ‌ିବାବେଳେ ଧର୍ମଭାବ କମିଯାଇଛି ବୋଲି କହିବା ସମ୍ପୂର୍ଣ୍ଣ ଅଯୌକ୍ତିକ। କାରଣ, ସୃଷ୍ଟି ରହସ୍ୟ ଭେଦ କରିବା ହିଁ ଧର୍ମ ପଦବାଚ୍ୟ । ସେହି ଧର୍ମର ଏକ ନୂତନ ପଥର ଅନୁସନ୍ଧାନରେ ନିଯୁକ୍ତ ଥିବାବେଳେ ଅର୍ଷପଥରେ ନୈରାଶ୍ୟଜର୍ଜରିତ ନ କରି, ପ୍ରାଚୀନ ପଥଦେଇ ଅଗ୍ରସର ହେବାପାଇଁ ଉପଦେଶ ନ ଦେଇ, ସେହି ନୂତନ ପଥରେ ଗତିକରି ଅମ୍ଭେମାନେ କେତେ ସଫଳକାମ ହୋଇପାରୁଛୁ, ତାହା ହିଁ ଦେଖୁବା ଉଚିତ ।

ଆଧୁନିକ ବୈଜ୍ଞାନିକ ପ୍ରଣାଳୀର ଅନୁଗାମୀ ବିବିଧ ରୀତିନୀତି ଶିକ୍ଷା ସଭ୍ୟତାରେ ଥ‌ିବା ଦୋଷଗୁଡ଼ିକୁ ସଂଶୋଧନ କରିବା ଆବଶ୍ୟକ । କୌଣସି ବିଷୟରେ ଅଜ୍ଞତା କେବେହେଲେ କଲ୍ୟାଣକର ହୁଏ ନାହିଁ । ଘରଟିରେ ତାଲା ପକାଇ ଖୋଲିବାକୁ ବାରଣ କଲେ ତାହାକୁ ଖୋଲିବାକୁ ହିଁ ମନରେ ସୃଷ୍ଟି ହୁଏ କୌତୂହଳ । ବରଂ ତାଲାଟା ଖୋଲି ତା’ର ଅପକାରିତା’ ଦର୍ଶାଇ ସେଥୁରୁ ରକ୍ଷାପାଇବାର ଉପାୟ ନିରୂପଣ କରିବା ଉଚିତ । ବର୍ତ୍ତମାନର ବିଜ୍ଞାନ ତାହା ହିଁ କରିଛି । ଆଜି ଆଧୁନିକ ମାନବ ପ୍ରତ୍ୟେକ ବିଷୟରେ ଜ୍ଞାନଲାଭ କରି ସଭ୍ୟତାର ଭିଭିସ୍ଥାପନ ନିମନ୍ତେ ସତତ ଚେଷ୍ଟିତ । ଯେତେବେଳେ ସେ ସମସ୍ତ ଦିଗଟି ଅପସରି ଯିବ, ସେତେବେଳେ ଉଦ୍‌ଭାସିତ ହୋଇଉଠିବ ଆଲୋକମୟ ପ୍ରଭାବ ।

ପ୍ରାଚୀନ ସଭ୍ୟତା ଏହି ବିଜ୍ଞାନକୁ ପଥପ୍ରଦର୍ଶକ ଭାବେ ଧରିନେଇଥଲା । ଆଜି ଆଧୁନିକ ମାନବ ମଧ୍ୟ ସେହି ବିଜ୍ଞାନକୁ ପଥପ୍ରଦର୍ଶକ ରୂପେ ବରଣ କରିନେଇଛି । ସେହି ପଥପ୍ରଦର୍ଶକର ଦୋଷ ରୂପେ ଯାହା ବର୍ଣ୍ଣନା କରାଯାଉଛି, ବାସ୍ତବରେ ତାହା ସବୁ ପାରିପାର୍ଶ୍ବକ ପଦାର୍ଥଗୁଡ଼ିକରୁ ଜାତ । ବିଜ୍ଞାନ ନିଘୋଷ। ଅତୀତକୁ ଦୃଷ୍ଟିପାତ କରି ବର୍ତ୍ତମାନକୁ ଅବଲୋକନ କଲେ ସ୍ପଷ୍ଟ ପ୍ରତିଭାତ ହୁଏ ଯେ, ବିଜ୍ଞାନ ହିଁ ଆଶାତୀତ ଭାବରେ ସଭ୍ୟତା ଅନ୍ଵେଷଣରେ ପଥ ପ୍ରଦର୍ଶନ କରିଆସିଛି । ତେଣୁ ‘ ଦିନେ ନା ଦିନେ ସେହି ବିଜ୍ଞାନରୂପକ ପଥପ୍ରଦର୍ଶକ ସାହାଯ୍ୟରେ ଯାବତୀୟ ବିଷୟରେ ସର୍ବାଙ୍ଗୀନ ଉନ୍ନତି ତଥା ଜ୍ଞାନ ଲାଭକରି ଆମେ ଏକ ଅଲୌକିକ ସଭ୍ୟତାର ଅଧିକାରୀ ହୋଇପାରିବା ଏହା ନିଃସନ୍ଦେହ ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

କାଠିନ ଶବ୍ଦାର୍ଥ ଓ ଟିପ୍ପଶା

  • ବୈଷୟିକ – ବିଷୟ ସମ୍ବନ୍ଧାୟ
  • ନ୍ୟୁନତର – ଛୋଟ/ତୁଚ୍ଛ
  • ଅଧୁନାତନ – ଆଜିକାଲିକା
  • ଆମ୍ବ ସଂଯମ – ନିଜକୁ ନିୟନ୍ତ୍ରଣରେ ରଖିବା
  • ପରିବେଷ୍ଠିତ – ଚାରିପଟୁ ଘେରା/ଆଚ୍ଛାଦିତ
  • ଗୃହସ୍ଥ – ସଂସାରା / ଗୃହା
  • ସଂଶ୍ଲିଷୃ – ଜଡିତ/ଅନ୍ତର୍ଭୁକ୍ତ
  • ନିଦର୍ଶନ – ଦୃଷ୍ଟାନ୍ତି / ଉଦାହରଣ/ ଚିହ୍ନ
  • ଉତ୍କର୍ଷ – ଶ୍ରେଷ୍ଠତା
  • ଦୁର୍ଲଙ୍ଘ୍ୟ – ଯାହା ଳଙ୍ଘନ କରିବା କଷ୍ଟକର
  • ଦ୍ମରୂହ – କଷ୍ଠସାଧ୍ୟ
  • ସଫଳ ମନୋରଥ – ଯାହାର କାମନା ସିଦ୍ଧି ହୋଇଛି
  • ନିଗ୍ରୋ – ଦକ୍ଷିଣ ଆଫ୍ରିକାର ଆଦିମ କଳାଜାତିର ମଣିଷ
  • ପ୍ରଞ୍ଚ୍ଚିଭୂତ – କ୍ଷିତି, ଆପ୍, ତେଜଃ, ମରୁତ୍, ବ୍ୟୋମ
  • ପ୍ରବହମାନ – ଯାହା ବହିଯାଉଥିବା ଅବସ୍ଥାରେ ରହିଛି
  • ଦ୍ଵେଷ – ହିଂସାୟକ୍ତ କରାଗସଂ
  • ତୁଙ୍ଗ ଗିରି – ଉଚ୍ଚ ପାହାଡ଼
  • ଅଳ୍ପେଶ – ଅନାୟାସ/ ବିନା କୃଷ୍ଣରେ
  • ଅନୁଗାମା – ପଛେ ପଛେ ଗମନ
  • ଅପସାରିତ – ଯାହାକୁ ଜ୍ଵର କରାଇ ଦିଆଯାଇଛି
  • ଉଦ୍ଯୋଗ – ଉଦ୍ୟମ / ଚେଷ୍ଟା
  • ଥିଲେକିକ – ଅସାମାନ୍ୟ, ମର୍ତ୍ତ୍ୟରେ ଯାହା ଦୁର୍ଲଭ
  • ଆହରଣ – ଗ୍ରହ

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Odisha State Board BSE Odisha 10th Class Odia Solutions Chapter 9 ଜନ୍ମଭୂମି Textbook Exercise Questions and Answers.

BSE Odisha Class 10 Odia Solutions Chapter 9 ଜନ୍ମଭୂମି

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
‘ଆୟୁସୂର୍ଯ୍ୟ’ – ଏହାର ଠିକ୍ ବ୍ୟାସବାକ୍ୟଟି ଚିହ୍ନାଅ ।
(କ) ଆୟୁ ଓ ସୂର୍ଯ୍ୟ
(ଖ) ଆୟୁ ରୂପକ ସୂର୍ଯ୍ୟ
(ଗ) ଆୟୁର ସୂର୍ଯ୍ୟ
(ଘ) ଆୟୁ ଅଟେ ସୂର୍ଯ୍ୟ
Answer:
(ଖ) ଆୟୁ ରୂପକ ସୂର୍ଯ୍ୟ

Question ୨
‘ଧର୍ମାନ୍ତର’ – ଏହାର ବିଗ୍ରହବାକ୍ୟ କ’ଣ ହେବ ?
(କ) ଧର୍ମ ଓ ଅନ୍ତର
(ଖ) ଧର୍ମରୁ ଅନ୍ତର
(ଗ) ଅନ୍ୟ ଧର୍ମ
(ଘ) ଧର୍ମର ଅନ୍ତର
Answer:
(ଗ) ଅନ୍ୟ ଧର୍ମ (ଧର୍ମରୁ ଅନ୍ତର)

Question ୩।
‘ପୁନର୍ଜନ୍ମ’ ଶବ୍ଦ ପାଇଁ ନିମ୍ନଲିଖତ ସନ୍ଧିରୁ ଠିକ୍ ସନ୍ଧିଟି ବାଛି ଲେଖ ।
(କ) ପୁନର୍ + ଜନ୍ମ
(ଖ) ପୁନ + ଜନ୍ମ
(ଗ) ପୁନ + ର୍ଜନ୍ମ
(ଖ) ପୁନ + ଜନ୍ମ
Answer:
(ଘ) ପୁନଃ + ଜନ୍ମ

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question ୪।
‘ଶୁଷ୍କ’ ଶବ୍ଦଟି କିପରି ଗଠିତ ହୋଇଛି?
(କ) ଶୁଷ୍ + ତ
(ଖ) ଶୁଷ୍ + କ
(ଗ) ଶୋଷ୍ + କ
(ଘ) ଶୋଷ୍ + ତ
Answer:
(ଖ) ଶୁଷ୍ + କ

Question ୫।
ନିମ୍ନୋକ୍ତ ଶବ୍ଦଗୁଡ଼ିକ ମଧ୍ୟରୁ ଶୁଦ୍ଧ ଶବ୍ଦଟି ବାଛ ।
(କ) ଶାରିରୀକ
(ଖ) ଶାରୀରୀକ
(ଗ) ଶାରୀରିକ
(ଘ) ଶାରିରିକ
Answer:
(ଗ) ଶାରୀରିକ

Question ୬।
ଗ୍ରାମ ମଧ୍ୟରେ ଏକପରିବାରତ୍ଵର ପରମ୍ପରା ସ୍ଵରୂପ ନିମ୍ନଲିଖ ମଧ୍ୟରୁ ଯେଉଁ ଉକ୍ତିଟି ଗ୍ରହଣୀୟ ଲେଖ ।
(କ) ଲୋକଙ୍କୁ ଡାକିଆଣି ମନବୋଧ ଚଉତିଶା ଆଦିର ବ୍ୟାଖ୍ୟା ଶୁଣାଇବା ।
(ଖ) ରଜ ପ୍ରଭୃତି ବିଭିନ୍ନ ପର୍ବ ମିଳିମିଶି ପାଳନ କରିବା ।
(ଗ) ଗ୍ରାମରେ ଜାତି ବର୍ଣ୍ଣ ନିର୍ବିଶେଷରେ ଭାଇ, ଭଉଣୀ, କକା, ଖୁଡ଼ୀ ଆଦି ଭାବରେ ସମ୍ପର୍କ ରଖୁବା ।
(ଘ) ପିଣ୍ଡାରେ ବସି ଗ୍ରାମକୁ ଆସୁଥିବା ଅତିଥିମାନଙ୍କୁ କୁଶଳ ଜିଜ୍ଞାସା କରିବା ।
Answer:
(ଗ) ଗ୍ରାମରେ ଜାତି ବର୍ଣ୍ଣ ନିର୍ବିଶେଷରେ ଭାଇ, ଭଉଣୀ, କକା, ଖୁଡ଼ୀ ଆଦି ଭାବରେ ସମ୍ପର୍କ ରଖୁବା ।

Question ୭।
ନିମ୍ନରେ ପ୍ରଦତ୍ତ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ବିଶାଳ, ସ୍ମରଣ, ଅସ୍ଵୀକାର, ଅବାଞ୍ଛିତ, ପ୍ରଶଂସା, ମଧୁର
Answer:

ଶବ୍ଦ ବିପରାତ ଶବ୍ଦ
ବିଶାଳ କ୍ଷୁଦ୍ର
ସ୍ମରଣ ବିସ୍ମରଣ
ଅସ୍ୱାକାର ସ୍ୱାକାର
ଅବାଞ୍ଛତ ପାଞ୍ଚତ
ପ୍ରଶଂସା ନିନ୍ଦା
ମଧୁର ତିକ୍ତ

Question ୮।
ନିମ୍ନଲିଖତ ଶବ୍ଦଗୁଡ଼ିକୁ ଉପଯୁକ୍ତ ବାକ୍ୟରେ ପ୍ରୟୋଗ କର ।
ଅଭିଜାତ, ପ୍ରତ୍ୟୟ, ସିକ୍ତ, ପ୍ରବଞ୍ଚନା, ଅକର୍ମା, ଶୀର୍ଷ
Answer:
ଅଭିଜାତ – ଅଭିଜାତ ଘରର ପିଲାମାନେ ମାନମର୍ଯ୍ୟାଦାର ସହ ଚଳନ୍ତି ।
ପ୍ରତ୍ୟୟ – ସେ ଯେଭଳି ମିଛୁଆ ପିଲା, ତା’ କଥାରେ ମୋର ସାମାନ୍ୟ ପ୍ରତ୍ୟୟ ନାହିଁ ।
ସିକ୍ତ – ଶିଶିର ସିକ୍ତ ସକାଳ ଦେହକୁ ଥରାଇଦିଏ ।
ପ୍ରବଞ୍ଚନା – ବୁଦ୍ଧିମାନ ବ୍ୟକ୍ତି କୌଣସି ସମୟରେ ପ୍ରବଞ୍ଚନାର ଶିକାର ହୁଏ ନାହିଁ ।
ଅକର୍ମା – ଅକର୍ମାମାନେ ଭୂମିକୁ ନିନ୍ଦା କରିଥା’ନ୍ତି ।
ଶୀର୍ଷ – ଖାଦ୍ୟ ବିନା ଦେହ ଶୀର୍ଘ ହୋଇଯାଏ ।

Question ୯।
ପାଦରେ ଦଳିଦେବା, ପାର ପାଇବା, କଣ୍ଟ କରିବା : ଏହି ରୂଢ଼ିଗୁଡ଼ିକୁ ବାକ୍ୟରେ ବ୍ୟବହାର କର ।
Answer:
ପାଦରେ ଦଳିଦେବା – ସମସ୍ତଙ୍କ ପରାମର୍ଶକୁ ପାଦରେ ଦଳିଦେଇ, ସେ ନିଜ ଇଚ୍ଛାନୁସାରେ କାମ କରିଯାଉଛନ୍ତି ।
ପାର ପାଇବା – ପ୍ରଭୁଙ୍କର କରୁଣା ହେଲେ, ଆମେ ଭବସାଗରରୁ ପାର ପାଇପାରିବା ।
କଣ୍ଡ କରିବା – ସେ ଶନିବାର ଦିନ ସହରରୁ ଫେରିବେ ବୋଲି କଣ୍ଟ କରି ଯାଇଛନ୍ତି ।

Question ୧୦ ।
ଶ୍ରମକୁ ଯେ ଜୀବନ ଧାରଣର ପନ୍ଥା ବୋଲି ଗ୍ରହଣ କରନ୍ତି, ତାଙ୍କୁ କୁହାଯାଏ ଶ୍ରମଜୀବୀ । ସେହିଭଳି ଶେଷରେ ଜୀବୀ ଥ‌ିବା ଆଉ ପାଞ୍ଚଟି ଶବ୍ଦ ଲେଖ ।
Answer:
କୃଷିକୁ ଯେ ଜୀବନ ଧାରଣର ପନ୍ଥା ବୋଲି ଗ୍ରହଣ କରନ୍ତି, ତାଙ୍କୁ କୁହାଯାଏ – କୃଷିଜାବା
ମତ୍ସ୍ୟକୁ ଯେ ଜୀବନ ଧାରଣର ପନ୍ଥା କୃଷିଜୀବୀ ବୋଲି ଗ୍ରହଣ କରନ୍ତି, ତାଙ୍କୁ କୁହାଯାଏ – ମତ୍ସ୍ୟଜାବା
ବୁଦ୍ଧିକୁ ଯେ ଜୀବନ ଧାରଣର ପନ୍ଥା ମତ୍ସ୍ୟଜୀବୀ ବୋଲି ଗ୍ରହଣ କରନ୍ତି, ତାଙ୍କୁ କୁହାଯାଏ – ବୁଦ୍ଧିଜାବା
ଭିକ୍ଷାକୁ ଯେ ଜୀବନ ଧାରଣର ପନ୍ଥା ବୁଦ୍ଧିଜୀବୀ ବୋଲି ଗ୍ରହଣ କରନ୍ତି, ତାଙ୍କୁ କୁହାଯାଏ – ଭିକ୍ଷାଜାବା
କର୍ମକୁ ଯେ ଜୀବନ ଧାରଣର ପନ୍ଥା ଭିକ୍ଷାଜୀବୀ ବୋଲି ଗ୍ରହଣ କରନ୍ତି, ତାଙ୍କୁ କୁହାଯାଏ – କର୍ମଜୀବୀ

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question ୧୧ ।
ବାମ ପାଖରେ ଥ‌ିବା ଶବ୍ଦ ସହ ଡାହାଣ ପାଖରେ ଥ‌ିବା ଉପଯୁକ୍ତ ଶବ୍ଦକୁ ଯୋଡ଼ି ସ୍ୱତନ୍ତ୍ର ବାକ୍ୟରେ ପ୍ରୟୋଗ କରା
ଶସ୍ୟଶ୍ୟାମଳା – ଧାନ୍ୟ
ସ୍ତପାକୃତ – ପ୍ରାସାଦ
ସ୍ୱର୍ଣ୍ଣଶାର୍ଷ – ଜାବ
ଯୁକ୍ତିବାଦା – ଧରଣା
ଅଭ୍ରଂକଷ – ବ୍ୟଥା
ଦୋଳାୟମାନ – ଆହବ
ଆହତୁକ – ପଦପଲ୍ଲବ ମେଘ
Answer:
ଶସ୍ୟଶ୍ୟାମଳା – ଧାନ୍ ଶା ପଲ୍ଲୀ ଅଞ୍ଚଳର ଶସ୍ୟଶାମଳା ଧରଣୀର ଦୃଶ୍ୟ ସମସ୍ତଙ୍କ ମନକୁ ବିମୋହିତ କରେ ।
ସ୍ତପାକୃତ ମେଘ – ଆଷାଢ଼ ମାସରେ ଆକାଶର ସ୍ତୁପୀକୃତ ମେଘ ଧରଣୀକୁ ଜଳମୟ କରିଦିଏ ।
ସ୍ୱର୍ଣ୍ଣଶାର୍ଷ ଧାନ୍ୟ – ଶୀତଋତୁରେ କୃଷିକ୍ଷେତ୍ରବ୍ୟାପୀ ସ୍ଵଶୀର୍ଷ ଧାନ୍ୟ ଦେଖୁ କୃଷକର ମନ ଆନନ୍ଦରେ ବିଭୋର ହୋଇଉଠେ ।
ଯୁକ୍ତିବାଦା ଜାବ – ଯେଉଁମାନେ ପ୍ରତି କଥାରେ ଯୁକ୍ତି କରିଥା’ନ୍ତି, ସେମାନଙ୍କୁ ଆକ୍ଷେପ କରି ଯୁକ୍ତିବାଦୀ ଜୀବ ବୋଲି କୁହାଯାଇଥାଏ ।
ଅଭ୍ରଂକଷ ପ୍ରାସାଦ – ସମୃଦ୍ଧିଶାଳୀ ନଗରୀରେ ଅଭ୍ରଂକଷ ପ୍ରାସାଦ ଦେଖ‌ିବାକୁ ମିଳିଥାଏ।
ଦୋଳାୟମାନ ପଦପଲ୍ଲବ – ରଜଦୋଳିରେ ଦୋଳି ଖେଳୁଥିବା ବାଳିକାମାନଙ୍କର ଦୋଳାୟମାନ ପଦପଲ୍ଲବ ଦର୍ଶକର ମନକୁ ଆମୋଦିତ କରିଥାଏ।
ଆହତୁକ ବ୍ୟଥା – ବର୍ତ୍ତମାନ ସମୟରେ ବୃଦ୍ଧି ପିତାମାତା ସେମାନଙ୍କ ପୁଅଝଅମାନଙ୍କ ପାଇଁ ଅହେତୁକ ବ୍ୟଥାରେ ରହୁଛନ୍ତି।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧୨ ।
ଲେଖକ ଜନ୍ମଭୂମି ପଲ୍ଲୀକୁ ନିଜର ମା’ବୋଲି ଭାବିଛନ୍ତି କାହିଁକି ?
Answer:
ଲେଖକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଜନ୍ମଭୂମି ପଲ୍ଲୀକୁ ନିଜର ମା’ ବୋଲି ଭାବିଛନ୍ତି । ଲେଖକ ମାତୃଗର୍ଭରୁ ପଡ଼ି ପ୍ରଥମେ ସେହି ପଲ୍ଲୀର ଭୂମି ସ୍ପର୍ଶ କରିଥିଲେ ଏବଂ ସେହି ପଲ୍ଲୀର ଫଳ, ପୁଷ୍ପ, ଶାକ, ତଣ୍ଡୁଳରେ ନିଜର ଶିଶୁପ୍ରାଣକୁ ପରିପୁଷ୍ଟ କରିଥିଲେ ବୋଲି ସେ ଏପରି ଭାବିଛନ୍ତି ।

Question ୧୩ ।
ଜନ୍ମଭୂମିକୁ ଧାତ୍ରୀ ଓ ଶିକ୍ଷୟିତ୍ରୀ କହିବାର କାରଣ କ’ଣ ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଜନ୍ମଭୂମିକୁ ଧାତ୍ରୀ ଓ ଶିକ୍ଷୟିତ୍ରୀ ବୋଲି କହିଛନ୍ତି । ଧାତ୍ରୀ ଯେପରି ସେବା ଯତ୍ନକରି ଶିଶୁକୁ ବଢ଼ାଏ ଏବଂ ଶିକ୍ଷୟିତ୍ରୀ ଯେପରି ଶିଶୁକୁ ଅନେକ କଥା ଶିଖାଏ, ଠିକ୍ ସେହିପରି ଶିଖୁବାର ସୁଯୋଗ ପାଇଛନ୍ତି ।

Question ୧୪ ।
‘‘ଏ ସମସ୍ତ ମୋ’ର ଜନ୍ମଭୂମି’’ – ଏହି ବାକ୍ୟାଶରେ ‘ଏ ସମସ୍ତ’ କାହାକୁ ବୁଝାଉଛି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ‘ଏ ସମସ୍ତ ମୋ’ର ଜନ୍ମଭୂମି ଏହି ବାକ୍ୟାଶରେ ‘ଏ ସମସ୍ତ’ ଏସିଆ ମହାଦେଶ, ଭାରତବର୍ଷ, ଓଡ଼ିଶା ପ୍ରଦେଶ ଓ ଲେଖକ ଜନ୍ମଲାଭ କରିଥିବା ପଲ୍ଲୀଗ୍ରାମ ଖ୍ଙ୍ଗ୍‌କୁ ବୁଝାଉଛି ।

Question ୧୫ ।
ବୟସ ବଢ଼ିବା ସହ ଲେଖକଙ୍କର ଜନ୍ମଭୂମି ସହିତ ସମ୍ବନ୍ଧ କିପରି ହୋଇଛି ବୋଲି ସେ କହିଛନ୍ତି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ବୟସ ବଢ଼ିବା ସହ ଲେଖକଙ୍କର ଜନ୍ମଭୂମି ସହିତ ସମ୍ବନ୍ଧ ଦିନକୁ ଦିନ କ୍ଷୀଣ ହୋଇ, ଶେଷରେ ଲୀନ ହେବାକୁ ବସିଛି ବୋଲି ସେ କହିଛନ୍ତି ।

Question ୧୬ ।
ସମୟସ୍ରୋତରେ ଲେଖକ କିପରି ଭାସି ଚାଲିଛନ୍ତି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଲେଖକଙ୍କର ଜନ୍ମଭୂମିକୁ ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ସମୟ ସ୍ରୋତରେ ଲେଖକ ଏକ ନିଃସହାୟ ଶୁଷ୍କ ତୃଣ ପରି ଭାସି ଚାଲିଛନ୍ତି ବୋଲି କହିଛନ୍ତି ।

Question ୧୭ ।
ଜନ୍ମଭୂମିର କେଉଁ ରୂପ ଲେଖକଙ୍କର ଆଖ୍ ଆଗରେ ଭାସିଯାଏ ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଲେଖକଙ୍କର ଜନ୍ମଭୂମିକୁ ଫେରିଯିବାପାଇଁ ନୈତିକ ସାହସ ନଥିଲେ ବି, ତାଙ୍କ ଜନ୍ମଭୂମିର ରାଶି ରାଶି ଶାଳତରୁ ମଧ୍ୟରେ ନଦୀ ପରିବେଷ୍ଟିତ ଭଞ୍ଜ କୀର୍ତ୍ତିକିରୀଟିନୀ କମନୀୟ ରୂପଶୋଭା ଆଖ୍ ଆଗରେ ଭାସିଯାଏ ।

Question ୧୮।
ଧର୍ମାନ୍ତର ପରେ ଲୋକର କି ପରିବର୍ତ୍ତନ ହୋଇଥାଏ ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଧର୍ମାନ୍ତର ପରେ, ଧର୍ମାନ୍ତର ଦୀକ୍ଷିତ ବ୍ୟକ୍ତି ନବଗୃହୀତ ଧର୍ମ ନିକଟରେ ନିଜର ସମସ୍ତ ମାନବିକତାକୁ ହରାଇ ବସିଥାଏ । ଏପରିକି ନିଜର ନାମ, ପଦବୀ, ଭାଷା, ଆହାର, ବ୍ୟବହାର, ବେଶଭୂଷା ଆଦିକୁ ବଦଳାଇ ଦିଏ ଓ ଶେଷକୁ ଜାତୀୟତା ଭୁଲି ନିଜ ଜନ୍ମଭୂମିକୁ ସୁଦ୍ଧା ଅସ୍ବୀକାର କରିଥାଏ ।

Question ୧୯ ।
ପଲ୍ଲୀରେ ଏକପରିବାରତ୍ଵ ଗଢ଼ିଉଠିବାର କି ପ୍ରମାଣ ମିଳେ ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ବହୁ ବାଦବିସମ୍ବାଦ ସତ୍ତ୍ବେ ପଲ୍ଲୀଗ୍ରାମର ନରନାରୀଙ୍କ ମଧ୍ୟରେ ଜାତି-ଧର୍ମ ନିର୍ବିଶେଷରେ ଏକପରିବାରତ୍ଵର ପରମ୍ପରା ଗଢ଼ିଉଠିଥାଏ । ପଲ୍ଲୀରେ ଏକ- ପରିବାରତ୍ଵ ଗଢ଼ିଉଠିଥିବାର ପ୍ରମାଣ ହେଉଛି, ପଲ୍ଲୀରେ କେହି ଭାଇ, କେହି ଭଉଣୀ, କେହି କକା, କେହି ଖୁଡ଼ୀ ଇତ୍ୟାଦି ଭାବରେ ସମସ୍ତ ଗ୍ରାମବାସୀ ପରସ୍ପର ମଧ୍ୟରେ ପରିଚିତ ହୋଇଥା’ନ୍ତି ।

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question ୨୦ ।
‘ସାର ମାଉସୀ’ ଲେଖକଙ୍କୁ ଆଗେ କ’ଣ କହି ପଚାରୁଥୁଲା ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ‘ସାର ମାଉସୀ’ ଲେଖକଙ୍କୁ ଆଗେ ‘କେବେ ଆସିଲୁ ବାପା !’ କହି ପଚାରୁଥିଲା ।

Question ୨୧ ।
‘ସାର ମାଉସୀ’ର ପ୍ରଶ୍ନ ପଚାରିବାରେ ପରେ କି ପରିବର୍ତ୍ତନ ଆସିଛି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ‘ସାର ମାଉସୀ’ ଆଗେ ଦେଖ‌ିବା ମାତ୍ରେ ପଚାରୁଥୁଲା, ‘କେବେ ଆସିଲୁ ବାପା !’ ଆଜିକାଲି ଦେଖାହେଲେ ସେ କହେ, ‘କେବେ ଆସିଲ ବାବୁ !’ ସାର ମାଉସୀଙ୍କ ପ୍ରଶ୍ନରେ ଏବେ ଏହି ପରିବର୍ତ୍ତନ ଆସିଛି ।

Question ୨୨ ।
‘ଗୋବିନ୍ଦ ଭାଇ’ କି ପ୍ରକାର ଲୋକ ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଗ୍ରାମ ମଝିରେ କୁଟିର ଭିତରେ ରହିଥ‌ିବା ଗୋବିନ୍ଦ ଭାଇ ଥିଲା ଆଜୀବନ ଅକର୍ମା ଓ ଅବିବାହିତ । ସେ ଲେଖକଙ୍କୁ ଆଗେ ଦେଖାହେଲେ, ବହୁ ମାନ ସମ୍ମାନ ସହିତ କୁଟିରରେ ବସାଇ ମନବୋଧ ଚଉତିଶା ବ୍ୟାଖ୍ୟା କରୁଥିଲା । ମାତ୍ର ଲେଖକ ଶିକ୍ଷିତ ହୋଇ ସହରବାସୀ ହେଲାପରେ, ଗୋବିନ୍ଦ ଭାଇର ସେହିଭଳି ବ୍ୟବହାର ରହିନଥିଲା । ଲେଖକ ଶତଚେଷ୍ଟା କଲେ ବି ଆଉ ତା’ର ପୂର୍ବ ପ୍ରତ୍ୟୟ ଫେରିପାଇ

Question ୨୩ ।
ଗୋବିନ୍ଦ ଭାଇ ଲେଖକଙ୍କୁ କୁଟିରରେ ବସାଇ କି ପ୍ରକାର ବ୍ୟବହାର ଦେଖାଉଥିଲେ ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଗୋବିନ୍ଦ ଭାଇ ଲେଖକଙ୍କୁ ସମ୍ମାନର ସହିତ କୁଟିରରେ ବସାଇ, ଆନ୍ତରିକତାର ସହିତ ମନବୋଧ ଚଉତିଶାର ବ୍ୟାଖ୍ୟା ଶୁଣାଉଥିଲା ।

Question ୨୪ ।
‘ଗ୍ରାମଟିଯାକ ନବାଗତ ଅତିଥିରେ ପରିପୂର୍ଣ୍ଣ ହୋଇଗଲାଣି’– ଏଠାରେ କେଉଁ ନବାଗତ ଅତିଥିଙ୍କ କଥା ଲେଖକ କହିଛନ୍ତି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଦୀର୍ଘଦିନ ସହରରେ ରହିଲା ପରେ, ଲେଖକ ଗ୍ରାମକୁ ଫେରି ଛୋଟ ଛୋଟ ପିଲାମାନଙ୍କୁ ଦେଖୁଛନ୍ତି, ଯେଉଁମାନେକି ତାଙ୍କ ପାଇଁ ଥିଲେ ନିହାତି ଅପରିଚିତ୍ର । ସେହି ଅପରିଚିତ ଗ୍ରାମ୍ୟଶିଶୁଙ୍କୁ ଲେଖକ ‘ନବାଗତ ଅତିଥ୍‌’ ବୋଲି କହିଛନ୍ତି ।

Question ୨୫ ।
ଗ୍ରାମର ଶିଶୁ ସମାବେଶ ଉପରେ ଲେଖକ କି ଅଭିମତ ଦେଇଛନ୍ତି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଗ୍ରାମର ଶିଶୁମାନଙ୍କ ବିଷୟରେ ଅଭିମତ ଦେଇ କହିଛନ୍ତି ଯେ, ଗ୍ରାମର ଯେଉଁଆଡ଼େ ଚାହିଁଲେ ଶୀର୍ଣ୍ଣ, ମଳିନ, ଉଲଗ୍ନ, କୃଶୋଦର, ଲମ୍ବୋଦର, ଅବାଞ୍ଛିତ, ଅବହେଳିତ ଶିଶୁମାନଙ୍କର ସମାବେଶ ଦେଖାଯାଏ । ଯେହେତୁ ଲେଖକ ତାଙ୍କ ପାଇଁ ଅପରିଚିତ ଥିଲେ, ତେଣୁ ସେମାନେ ଲେଖକଙ୍କୁ ଦେଖ‌ିଲେ, ଆଫ୍ରିକାରୁ ନୂଆ ହୋଇ ଆସିଥିବା ଜେବ୍ରା ବା ଜିରାଫକୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲା ପରି, ଖାଲି ଚାହିଁଥା’ନ୍ତ୍ରି ।

Question ୨୬ ।
ଏଇ ଶିଶୁମାନେ ଲେଖକଙ୍କୁ ଏବେ ଦେଖୁଲେ କିପରି ବ୍ୟବହାର ଦେଖାଇଥା’ନ୍ତି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଲେଖକ ଦୀର୍ଘଦିନଧରି ଗ୍ରାମରେ ଅନୁପସ୍ଥିତ ଥିବାରୁ ଗ୍ରାମର ଶିଶୁମାନେ କେହି ତାଙ୍କୁ ଜାଣିନଥିଲେ କିମ୍ବା ଚିହ୍ନିନଥିଲେ । ଫଳରେ ଏଇ ଶିଶୁମାନେ ଲେଖକଙ୍କୁ ଏବେ ଦେଖିଲେ ଆଫ୍ରିକାରୁ ନୂଆ ଆସିଥିବା ଜେବ୍ରା ବା ଜିରାଫକୁ ଚାହିଁଲା ପରି ଲେଖକଙ୍କୁ ଚାହିଁ ରହୁଥିଲେ ।

Question ୨୭ ।
ଗ୍ରାମର ସାଧାରଣ ଯୁବକମାନେ କିପରି ସମୟ ବିତାନ୍ତି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଗ୍ରାମର ସାଧାରଣ ଯୁବକମାନେ ଯେଉଁମାନେ କି ଶିକ୍ଷିତ କିମ୍ବା ଅଷ୍ଟଶିକ୍ଷିତ, ସେମାନେ ଚାକିରି ନପାଇ ଜନ୍ମଭୂମିକୁ ଛାଡ଼ିପାରନ୍ତି ନାହିଁ । ସେମାନେ ପ୍ରଧାନତଃ ରାଜନୀତିର ଆଶ୍ରୟ ନେଇ ସମୟ ବିତାନ୍ତି । ସେମାନଙ୍କ ଭିତରୁ କେହି ହୋଇଥାଏ କଂଗ୍ରେସୀ, କେହି ଗଣତନ୍ତ୍ରୀ, କମ୍ୟୁନିଷ୍ଟ ଓ କେହି ସୋସିଆଲିଷ୍ଟ । ରାଜନୀତି ବୋଇଲେ ସେମାନେ ବୁଝିଥା’ନ୍ତି – ବିପ୍ଳବ, ଦଙ୍ଗା ଓ ହଣାକଟା । ଦେଶକୁ କିପରି ଗଠନ କରାଯିବ, ଏହା ସେମାନଙ୍କ ମୁଣ୍ଡକୁ ଜୁଟେ ନାହିଁ ।

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question ୨୮ ।
ଗ୍ରାମ୍ୟ ଯୁବକମାନଙ୍କ ସହିତ ପଲ୍ଲୀପ୍ରକୃତିର ଶୋଭା ଉପଭୋଗ କରିବା ଲେଖକଙ୍କ ପକ୍ଷରେ କାହିଁକି ସମ୍ଭବ ହୁଏ ନାହିଁ ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଗ୍ରାମ୍ୟ ଯୁବକମାନେ ତତ୍‌କାଳୀନ ରାଜନୀତି ସହିତ ନିଜକୁ ସାମିଲ୍ କରି ଦେଇଥିବାରୁ, ରାଜନୀତିକ ମତବାଦ ଅନୁସାରେ, ସେମାନଙ୍କର ମାନସିକ ପରିବର୍ତ୍ତନ ହୋଇଛି । ପଲ୍ଲୀର ପ୍ରାକୃତିକ ଶୋଭାରେ ସେମାନେ ଦେଖୁଛନ୍ତି ରାଜନୀତିକ ମତବାଦର ସଂକେତ ବା ଚିହ୍ନ । ଫଳରେ ଗ୍ରାମ୍ୟ ଯୁବକମାନଙ୍କ ସହିତ ପଲ୍ଲୀ ପ୍ରକୃତିର ଶୋଭା ଉପଭୋଗ କରିବା ଲେଖକଙ୍କ ପକ୍ଷରେ ସମ୍ଭବପର ହୁଏ ନାହିଁ ।

Question ୨୯ ।
ଶିକ୍ଷିତ ଲୋକେ ପଲ୍ଲୀର କର୍ମଯୋଜନାରେ ଅଂଶଗ୍ରହଣ ନକରି ପାରିବାର କାରଣ କ’ଣ ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଶିକ୍ଷିତ ଲୋକେ ପଲ୍ଲୀର କର୍ମଯୋଜନାରେ ଅଂଶଗ୍ରହଣ ନକରି ପାରିବାର କାରଣ ହେଉଛି, ସେମାନେ ପଲ୍ଲୀର ଶୃଙ୍ଖଳିତ କର୍ମଯୋଜନାରେ ନିଜକୁ ସାମିଲ୍ କରିପାରନ୍ତି ନାହିଁ । ସେମାନଙ୍କ ଭୌତିକ ଶକ୍ତିର ଓ ନୈତିକ ଶକ୍ତିର ଅଭାବ ରହିଥାଏ ।

Question ୩୦ ।
କେଉଁ ପର୍ବରେ ଦୋଳିଖେଳର ପ୍ରାଧାନ୍ୟ ଥାଏ ?
Answer: ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ପଲ୍ଲୀଭୂଇଁରେ ରଜପର୍ବରେ ଦୋଳିଖେଳର ପ୍ରାଧାନ୍ୟ ଥାଏ ।

Question ୩୧ ।
‘ରଜପର୍ବ ଶେଷ ହେବା ପରେ ନିଷ୍ଠୁର ବାସ୍ତବତା ଆସି ପଡ଼େ’- ଏକଥା ଲେଖକ କହିବାର ଉଦ୍ଦେଶ୍ୟ କ’ଣ ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଶିକ୍ଷିତମାନେ କାୟକ୍ଲେଶ ଓ ଆଭିଜାତ୍ୟ ମଧ୍ୟରୁ ଆଭିଜାତ୍ୟକୁ ଅବ୍ଲକ ପସନ୍ଦ କରନ୍ତି, କାରଣ ଶିକ୍ଷିତମାନେ ଆଭିଜାତ୍ୟକୁ ଛାଡ଼ିବା ଅସମ୍ଭବ ମନେକରିଥା’ନ୍ତି । ଯେହେତୁ ଶିକ୍ଷିତମାନଙ୍କ ପକ୍ଷେ ଆଭିଜାତ୍ୟ ଛାଡ଼ିବା ସମ୍ଭବ ନୁହେଁ, ତେଣୁ ଶାରୀରିକ ଶ୍ରମ ଛାଡ଼ିବା ହିଁ
ସମ୍ଭବ ହୋଇଥାଏ ।

Question ୩୨ ।
ଶିକ୍ଷିତମାନେ କାୟକ୍ଳେଶ ଓ ଆଭିଜାତ୍ୟ ମଧ୍ୟରୁ କେଉଁଟିକୁ ଅଧ୍ବକ ପସନ୍ଦ କରନ୍ତି ଓ କାହିଁକି ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଶିକ୍ଷିତମାନେ କାୟକ୍ଲେଶ ଓ ଆଭିଜାତ୍ୟ ମଧ୍ୟରୁ ଆଭିଜାତ୍ୟକୁ ଅଧ୍ୟକ ପସନ୍ଦ କରନ୍ତି, କାରଣ ଶିକ୍ଷିତମାନେ ଆଭିଜାତ୍ୟକୁ ଛାଡ଼ିବା ଅସମ୍ଭବ ମନେକରିଥା’ନ୍ତି । ଯେହେତୁ ଶିକ୍ଷିତମାନଙ୍କ ପକ୍ଷେ ଆଭିଜାତ୍ୟ ଛାଡ଼ିବା ସମ୍ଭବ ନୁହେଁ, ତେଣୁ ଶାରୀରିକ ଶ୍ରମ ଛାଡ଼ିବା ହିଁ ସମ୍ଭବ ହୋଇଥାଏ ।

Question ୩୩ ।
କିଭଳି ଲୋକ ଜୀବନ-ଯୁଦ୍ଧରେ ଦିଗ୍‌ବିଜୟୀ ବୀର ବୋଲି ପରିଚିତ ହୁଏ ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ମାନବର ସମସ୍ତ ନୀତିକୁ ପାଦରେ ଦଳିଦେଇ, ଊର୍ଦ୍ଧାଶ୍ଵାସରେ ଧାଇଁ ଯେ ଯେତେ ବେଶି ଧନ ଅର୍ଜନ କରିପାରେ, ସେ ସେତେ ବେଶି ଜୀବନ-ଯୁଦ୍ଧରେ ଦିଗ୍‌ବିଜୟୀ ବୀର ବୋଲି ପରିଚିତ ହୁଏ ।

Question ୩୪ ।
ଗ୍ରାମର ବିଦ୍ୟାର୍ଥୀମାନଙ୍କ ସମ୍ପର୍କରେ କି ପ୍ରକାର ଧାରଣା ପ୍ରଥମେ ସୃଷ୍ଟି ହୋଇଥାଏ ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଗ୍ରାମର ବିଦ୍ୟାର୍ଥୀମାନେ ପିତା-ମାତାଙ୍କ ଆଶାଭରସାର ସ୍ଥଳ ହୋଇଥା’ନ୍ତି ଓ ସେମାନେ ଗ୍ରାମର ବୃଦ୍ଧମାନଙ୍କର ପ୍ରଶଂସାର ପାତ୍ର ହୋଇ ଗ୍ରାମଭୂମି ମଣ୍ଡନ କରିଥା’ନ୍ତି । ସେମାନେ ଯେ ଭବିଷ୍ୟତରେ ପିତା-ମାତାଙ୍କର ଯତ୍ନ ନେବେ ଓ ଗ୍ରାମର ଉନ୍ନତି ବିଧାନ କରିବେ – ଏହି ପ୍ରକାରର ଧାରଣା ଗ୍ରାମରେ ପ୍ରଥମେ ସୃଷ୍ଟି ହୋଇଥାଏ ।

Question ୩୫ ।
ଶିକ୍ଷିତମାନଙ୍କ ଗ୍ରାମ ଛାଡ଼ି ପଳାଇଯିବା ସହ କେଉଁ ପୌରାଣିକ କଥାର ତୁଳନା କରାଯାଇଛି ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଶିକ୍ଷିତମାନଙ୍କ ଗ୍ରାମ ଛାଡ଼ି ପଳାଇଯିବା ସହ ଶ୍ରୀକୃଷ୍ଣ ଗୋପପୁର ଛାଡ଼ି ପଳାଇଯିବା କଥାର ତୁଳନା କରାଯାଇଛି ।

Question ୩୬ ।
ଶ୍ରୀକୃଷ୍ଣଙ୍କୁ ମହାଭାରତର କର୍ଣ୍ଣଧାର କୁହାଯାଇଛି କାହିଁକି ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ମହାଭାରତ ଯୁଦ୍ଧର ଅଗ୍ରଗତି ଓ ଫଳାଫଳ ଶ୍ରାକୃଷ୍ଣଙ୍କଦ୍ୱାରା ହିଁ ନିୟନ୍ତ୍ରିତ ହୋଇଥିଲା ଏଣୁ ଶ୍ରୀକୃଷ୍ଣଙ୍କୁ ମହାଭାରତର କର୍ଣ୍ଣଧାର ବୋଲି କୁହାଯାଇଛି।

Question ୩୭ ।
ଶ୍ରୀକୃଷ୍ଣଙ୍କ ବଂଶର ଶେଷ ଅବସ୍ଥା କ’ଣ ହୋଇଥିଲା ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଶ୍ରୀକୃଷ୍ଣଙ୍କ ବଂଶଧରମାନେ ପ୍ରଭାସତୀର୍ଥର ଏରକାର ବନରେ ପରସ୍ପରକୁ ହାଣି ଧ୍ୱଂସ ହୋଇଯାଇଥିଲେ ।

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question ୩୮ ।
ଭଲ ବିଶ୍ବବାସୀ କହିଲେ କ’ଣ ବୁଝାଯାଏ ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଯେଉଁ ଶିକ୍ଷିତ ବ୍ୟକ୍ତି ନିଜର ମହାନୁଭବତାର ପରିକୁ ପଲ୍ଲୀଗ୍ରାମରୁ ଆରମ୍ଭ କରି ବିଶ୍ଵପର୍ଯ୍ୟନ୍ତ ପରିବ୍ୟାପ୍ତ କରିଛନ୍ତି, ସେମାନେ ଲେଖକଙ୍କର ନମସ୍ୟ । ସେଭଳି ବ୍ୟକ୍ତିଙ୍କୁ ଭଲ ଗ୍ରାମବାସୀ, ଭଲ ଓଡ଼ିଶାବାସୀ, ଭଲ ଭାରତବାସୀ ଓ ଶେଷରେ ଭଲ ବିଶ୍ଵବାସୀ ଭାବରେ ବୁଝାଯାଇଥାଏ।

ସପ୍ରସଙ୍ଗ ସରଳାର୍ଥ

Question ୩୯ ।
ସମୟ-ସ୍ରୋତରେ ନିଃସହାୟ ଶୁଷ୍କ ତୃଣ ପରି ମୁଁ ଭାସି ଚାଲିଛି ।
Answer:
ସମୟ ସ୍ରୋତରେ ……………………. ମୁଁ ଭ।ସି ଚାଲିଛି।
ପ୍ରଦତ୍ତ ଗଦ୍ୟାଶଟି ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ରଚିତ ‘ଜନ୍ମଭୂମି’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏଠାରେ ଲେଖକ ନିଜ ଜନ୍ମଭୂମି ସେବାରେ ନିଜକୁ ଉତ୍ସର୍ଗ କରିବାରେ ଅସାମର୍ଥ୍ୟ ପ୍ରକାଶ କରି ନିଜକୁ ସମୟ-ସ୍ରୋତରେ ଏକ ଭାସମାନ ତୃଣଖଣ୍ଡ ସହ ତୁଳନା କରିଛନ୍ତି । ପଲ୍ଲୀ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଓ ପାଶ୍ଚାତ୍ୟ ଶିକ୍ଷାରେ ଶିକ୍ଷିତ ହୋଇଥ‌ିବା ଯୁବସମାଜର ପ୍ରତିନିଧୁଭାବେ ପ୍ରାବନ୍ଧିକ ନିଜକୁ ପରିଚିତ କରାଇଛନ୍ତି । ସଂପ୍ରତି ଜନନୀ, ଧାତ୍ରୀ ଓ ଶିକ୍ଷୟିତ୍ରୀ ଭୂମିକା ଗ୍ରହଣ କରିଥିବା ଯେଉଁ ସ୍ବର୍ଗାଦପି ଗରୀୟସୀ ଜନ୍ମଭୂମି ବ୍ୟକ୍ତିକୁ ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ ଦେଇ ତା’ ବାଲ୍ୟ ଓ କୌଶୋର ଜୀବନରେ ଇନ୍ଦ୍ରଧନୁର ବର୍ଣ୍ଣାଳୀ ସୃଷ୍ଟି କରିଥିଲା, ସେହି ଜନ୍ମଭୂମି ସହ ତା’ର ସମ୍ପର୍କ ନିବିଡ଼ରୁ ନିବିଡ଼ତର ହେବା ପରିବର୍ତ୍ତେ ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି ।

ଏହାର କାରଣ ସ୍ଵରୂପ ଲେଖକ କାଳର ଅପ୍ରତିହତ ଗତିର ପ୍ରଭାବକୁ ଦାୟୀ କରିଛନ୍ତି । କାଳ ହସ୍ତରେ କ୍ରୀଡ଼ନକ ସାଜିଛି ଆଧୁନିକ ଶିକ୍ଷିତ ସଂପ୍ରଦାୟ । ଫଳରେ ସେ ତା’ର ନିଜସ୍ଵ ସ୍ଥିତି ହରାଇ ବସିଛି । କାଳର ଅବାରିତ ସ୍ରୋତରେ ନିଃସହାୟ ଶୁଷ୍କ ତୃଣଖଣ୍ଡ ଭାସି ଚାଲିଲା ପରି ବିଳାସ ବ୍ୟସନ ତଥା ସହରୀ ଜୀବନର ରଙ୍ଗୀନ ନିଶାରେ ମସଗୁଲ୍ ରହିବାପାଇଁ ଆୟର ବହୁବିଧ ପନ୍ଥା ନିର୍ଦ୍ଧାରଣ କରିବାକୁ ସେ ସହରାଞ୍ଚଳକୁ ନିଜ କର୍ମଭୂମିଭାବେ ବାଛି ନେଇଛି । ଫଳତଃ ଇଚ୍ଛା ଥିଲେ ମଧ୍ୟ ଜନ୍ମଭୂମି ସହ ସମ୍ପର୍କ ରକ୍ଷା କରିପାରୁ ନାହିଁ । ସମାଜରେ ପ୍ରତିଷ୍ଠା ଲାଭ କରିବାକୁ ଜନ୍ମଭୂମି ପ୍ରତି ଉଦାସୀନ ହୋଇ ସହରୀ ସଭ୍ୟତାକୁ ଆପଣେଇ ନେଇଛି । ପ୍ରାବନ୍ଧିକ ଜନ୍ମଭୂମିକୁ ଫେରିଯିବାର ନୈତିକ ସାହସ ହରାଇଛନ୍ତି ବୋଲି ସ୍ବୀକାର କରିଛନ୍ତି l ପରୋକ୍ଷରେ ଜନ୍ମଭୂମି ବିମୁଖତା ଦେଶ ଓ ଦଶ ପାଇଁ କଦାପି ଶୁଭଙ୍କର ନୁହେଁ ବୋଲି ସତର୍କ କରାଇଛନ୍ତି ।

Question ୪୦ ।
ଏହା ମଧ୍ୟ ତାଙ୍କର୍ କୃତକର୍ମର ପରିଣାମ ।
Answer:
ଏହା ମଧ୍ଯ ……………… ପରିଣାମ ।
ପ୍ରୋକ୍ତ ଗଦ୍ୟାଶଟି ପ୍ରଖ୍ୟାତ ପ୍ରାବନ୍ଧିକ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ରଚିତ ‘ପ୍ରବନ୍ଧ ମାନସ’ପୁସ୍ତକରୁ ସଂଗୃହୀତ ‘ଜନ୍ମଭୂମି’ ଶୀର୍ଷକ ପ୍ରବନ୍ଧବୁ ଆନାତା ଏଠାରେ ଲେଖକ ଦ୍ଵାରକାଧୀଶ, ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଜନ୍ମଭୂମି ଗୋପପୁର ପ୍ରତି ବିଶ୍ଵାସଘାତକତା ଓ ଅବହେଳାର ଭୟଙ୍କର ପରିଣାମ ଉପରେ ଆଲୋକପାତ କରିଛନ୍ତି ।

ନନ୍ଦନନ୍ଦନ ଗୋପୀନାଥ ଶ୍ରୀକୃଷ୍ଣ ତିନିଦିନକୁ କଣ୍ଟ କରି ଗୋପପୁର ଛାଡ଼ି ମଥୁରା ଆସିଥିଲେ । ମାତ୍ର ପିତାମାତା ନନ୍ଦ- ଯଶୋଦାଙ୍କର ଅନାବିଳ ବାତ୍ସଲ୍ୟ, ଗୋପାଳ ବାଳକଙ୍କ ସଙ୍ଗସୁଖ, ପ୍ରେମମୟୀ ରାଧା ଓ ଗୋପାଙ୍ଗନାମାନଙ୍କ ପବିତ୍ର ପ୍ରେମ ପ୍ରତି ବିଶ୍ୱାସଘାତକତା କରି ଆଉ ଗୋପପୁର ଫେରି ନଥିଲେ। ବିପୁଳ ରାଜ୍ୟ, ଅପରିସୀମ ବିଭବ, ଅଭ୍ରଂକଷ ପ୍ରାସାଦ, ଅଷ୍ଟପାଟବଂଶୀ ’ ଓ ଅଗଣିତ ପୁତ୍ରକନ୍ୟା ମେଳରେ, ରାଜଐଶ୍ଵର୍ଯ୍ୟ ଓ ଭୋଗବିଳାସରେ ନିମଗ୍ନ ରହି ଜନ୍ମଭୂମିକୁ ସଂପୂର୍ଣ୍ଣ ଭୁଲିଗଲେ । ମାତ୍ର ଜନ୍ମଭୂମି ପ୍ରତି ବିଶ୍ୱାସଘାତକତାଜନିତ ଅପରାଧ ପାଇଁ ତାଙ୍କ ପରି ଯୁଗାବତାରଙ୍କୁ ମଧ୍ୟ ଦଣ୍ଡ ଭୋଗ କରିବାକୁ ପଡ଼ିଥିଲା । ତାଙ୍କ ବିଶାଳ ଦ୍ଵାରକା ରାଜପ୍ରାସାଦ ଅତଳ ଜଳଧୂ ଗର୍ଭରେ ବିଲୀନ ହେଲା, ତାଙ୍କ ମଦ୍ୟପ ବଂଶ ଗୋଷ୍ଠୀ ପ୍ରଭାସ ତୀର୍ଥର ଏରକାର ବନରେ ନିଶାସକ୍ତଭାବେ ପରସ୍ପର ମଧ୍ୟରେ ହଣାହଣି ହୋଇ ଧ୍ବସ୍ତ ହୋଇଗଲେ । ଶେଷରେ ମହାଭାରତ ମହାସମରର ମହାନାୟକ ଶ୍ରୀକୃଷ୍ଣ ଶିଆଳି ଲତିକାର ଦୋଳିରେ ବିଶ୍ରାମରତ ଥିବାବେଳେ ବ୍ୟାଧର ଲୌହ ଶରାଘାତରେ ପ୍ରାଣ ବିସର୍ଜନ କଲେ । ପ୍ରତି ଅବିଚାର ଓ ବିଶ୍ବାସଘାତକତାର ଫଳସ୍ବରୂପ ତାଙ୍କର ଏତାଦୃଶ ବିନାଶ ହେଲା ବୋଲି କହି ପ୍ରାବନ୍ଧିକ ପଲ୍ଲୀବିମୁଖ ଶିକ୍ଷିତ ସମାଜକୁ ସତର୍କ କରାଇ ଦେଇଛନ୍ତି ।

Question ୪୧ ।
ଏମାନେ ପୁଷିତ ପଳାଶବନରେ ଦେଖନ୍ତି ବିଦ୍ରୋହର ବହ୍ନି, ସ୍ଥଳପଦ୍ମରେ ଦେଖନ୍ତି ଆହବର ରକ୍ତ ଓ ଆନତ ଦେଖନ୍ତି ଅନାଗତ ଯୁଗର ରକ୍ତକେତନ ।
Answer:
ସେମାନେ ପୁଷ୍ଟିତ ପଳାଶ ……………. ରକ୍ତକେତନା
ପ୍ରଦତ୍ତ ପଦ୍ୟାଂଶଟି ଉଃ କୃଷ୍ଣଚନ୍ଦ୍ର ପାଣିଗ୍ରାହାଙ୍କ ‘ପ୍ରପ୍ତନ୍ଧ ମାନସ’ ପୁସ୍ତକରୁ ‘ଜନ୍ନଭୂମି’ ଣାର୍ଷକ ପ୍ରବନ୍ଧରୁ ଆନାତା ଏଠାରେ ଲେଖକ ଗ୍ରାମର ଅଶକ୍ଷତ ଯୁବକମାନଙ୍କଠାରେ ପରିଦୃଷ୍ଠ ସଂକାର୍ଣ୍ଣି ରାଜନୀତ ତଥା ରାଜନାତ ପ୍ରଭାବରେ ସେମାନଙ୍କ କଳୁଷିତ ମାନସିକତା ଉପରେ ଆଲୋକପାତ କରିଛନ୍ତି ।

ସଂପ୍ରତି ପଲ୍ଲୀର ଶାନ୍ତ, ସୁସ୍ଥ, ସାଂସ୍କୃତିକ ତଥା ସାମାଜିକ ପରିବେଶରାଜନୈତିକ ନେତୃବୃନ୍ଦଙ୍କ ହାତବାରିସି ସାଜିଥିବା ଅଶିକ୍ଷିତ ଓ ଅର୍ଦଶିକ୍ଷିତ ଯୁବକମାନଙ୍କ ସଂକୀର୍ଣ ସ୍ଵାର୍ଥକୈନ୍ଦ୍ରିକ ଚିନ୍ତାଧାରାରେ କଳୁଷିତ ହେବାରେ ଲାଗିଛି । ସେହି ଯୁବକମାନଙ୍କ ମଧ୍ୟରୁ କେହି କଂଗ୍ରେସୀ, କେହି ଗଣତନ୍ତ୍ରୀ, କେହି ସୋସିଆଲିଷ୍ଟ ବା କେହି କମ୍ୟୁନିଷ୍ଟ ଆଦି ଦଳର ମତବାଦଦ୍ଵାରା ପ୍ରଭାବିତ ହୋଇ ଦଳୀୟ ନେତାମାନଙ୍କର ଅନ୍ଧ ସମର୍ଥକ ସାଜିଛନ୍ତି । ପଲ୍ଲୀର ଅନୁପମ ପ୍ରାକୃତିକ ଶୋଭା ସେମାନଙ୍କୁ ବିପ୍ଲବ, ରକ୍ତପାତ, ଯୁଦ୍ଧ ଓ ସଂଗ୍ରାମର ବିଭୀଷିକା ପ୍ରାୟ ପ୍ରତୀୟମାନ ହେଉଛି । ସଂକୀର୍ୟ ରାଜନୀତିର ବିଷ ପ୍ରଭାବରେ ସେମାନଙ୍କ ମାନସିକତା ଏପରି କଳୁଷିତ ହୋଇଉଠିଛି ଯେ ସେମାନଙ୍କ ସହ ପଲ୍ଲୀର ମନୋରମ ରୂପମାଧୁରୀ ଉପଭୋଗ କରିବା ସମ୍ଭବ ହୋଇପାରୁ ନାହିଁ । ପୁଷିତ ପଳାଶ ବନର ଲାଲିମା ସେମାନଙ୍କୁ ବିଦ୍ରୋହର ଅଗ୍ନିଶିଖା, ସ୍ଥଳପଦ୍ମର ସୁଷମା ଯୁଦ୍ଧଭୂମିର ରକ୍ତାକ୍ତ ଦୃଶ୍ୟ ଓ କୃଷ୍ଣଚୂଡ଼ାର ମାଧୁରିମା ଅନାଗତ ଯୁଗର ରକ୍ତବର୍ତ୍ତୀ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୪୨ ।
ପଲ୍ଲୀକୋଳକୁ ଫେରିଯିବାର ତାଙ୍କର ନୈତିକ ସାହସ ନାହିଁ ବୋଲି ଲେଖକ୍ କାହିଁକି କହିଛନ୍ତି ?[2014(A) କିମ୍ବା, ନିଜର ଜନ୍ମମାଟି ପଲ୍ଲୀକୁ ଯିବା ନିମନ୍ତେ ପ୍ରାବନ୍ଧିକ କାହିଁକି ଅସହାୟତା ପ୍ରକାଶ କରିଛନ୍ତି ତାହା ପଠିତ ପ୍ରବନ୍ଧ
Answer:
ପ୍ରାବନ୍ଧିକ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଆଧୁନିକ ପ୍ରବନ୍ଧ ସାହିତ୍ୟରେ ଜଣେ ସୁପରିଚିତ ତଥା ସୁପ୍ରତିଷ୍ଠିତ ପ୍ରତିଭା । ଜାବନର ଅନ୍ତିରଙ୍ଗ ସ୍ପର୍ଶଦେଇ ସେ ଓଡ଼ିଶାର ଚିତ୍ର – ଚରିତ୍ର – ଘଟଣାକୁ ରୂପ ପ୍ରଦାନ କରିଛନ୍ତିା ତାଙ୍କ ସାରସ୍ଵତ କୃତିଗୁଡିକ ମଧ୍ୟରେ ‘ଇତିହାସ ଓ କିମ୍ବଦନ୍ତୀ’, ‘ପ୍ରବନ୍ଧ ମାନସ’, ‘ସାରଳା ମହାଭାରତରେ ଐତିହାସିକ ଚିତ୍ର’ ଓ ‘ମୋ ସମୟର ଓଡ଼ିଶା’ ଇତ୍ୟାଦି ପ୍ରାବନ୍ଧିକଙ୍କ ଅନନ୍ୟସାଧାରଣ ପ୍ରତିଭାର ପରିଚାୟକା ପ୍ରବନ୍ଧ ‘ଜନ୍ମଭୂମି’ ଲେଖକଙ୍କ ‘ପ୍ରବନ୍ଧ ମାନସ’ ପୁସ୍ତକରୁ ସଂଗୃହୀତ । ଚାଲ୍ଲା କି ରାମାୟଣରେ ଶ୍ରୀରାମଚନ୍ଦ୍ରଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗରେ ଲକ୍ଷ୍ମଣଙ୍କୁ କହିଥ୍ ଲେ

‘ଅପି ସ୍ଵର୍ଣ୍ଣମୟୀ ଲଙ୍କା ଲକ୍ଷ୍ମଣ ନ ମେ ରୋଚତେ,
ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ ।’’

ଯୁଗେ ଯୁଗେ ଜନ୍ମଭୂମିର ମହତ୍ତ୍ବ ପରିକୀର୍ତିତ ହୋଇଆସିଛି । କିନ୍ତୁ ପରିତାପର ବିଷୟ, ଆଜିର ଶିକ୍ଷିତ ସମାଜ ସେହି ଜନ୍ମିଭୂମି ପଲ୍ଲାଗ୍ରାମ ପ୍ରତି ବାତସୃହା

ପ୍ରାବନ୍ଧିକ ଉଃ ପାଣିଗ୍ରାହା ‘ଜନ୍ମଭୂମି’ ପ୍ରବନ୍ଧରେ ସଂପ୍ରତି ଶିକ୍ଷିତ ମଧ୍ୟରେ ପରିଦୃଷ୍ଟ ପଲ୍ଲବି ମୁଖତା ତଥା ସହରାଭିମୁଖା ମାନସିକତାକୁ ସ୍ଵଅଭିଜ୍ଞତା ସହ ସମ୍ପର୍କୀକୃତ କରାଇଛନ୍ତି । ନିଜକୁ ଶିକ୍ଷିତ ତଥା ଅଭିଜାତ ଗୋଷ୍ଠୀର ପ୍ରତିନିଧୁଭାବେ ବିବେଚନା କରି ଜନ୍ମଭୂମି ପ୍ରତି ନିଜ ନୈତିକ କର୍ଭବ୍ୟରୁ ସେ ବିଚ୍ୟୁତ ହୋଇଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି । ନିଜ ଜନ୍ମସ୍ଥାନ ପଲ୍ଲୀଭୂମିକୋଳକୁ ଫେରିଆସିବାପାଇଁ ନୈତିକ ସାହାସ ସଞ୍ଚୟ କରିବାରୁ ନାହାନ୍ତି ବୋଲି ଗର୍ଭାର ଅନୁତାପ ଓ ଅନୁଶୋଚନା ମଧ୍ୟରେ

ତାଙ୍କ ମନ ବିଷାଦିତ ହୋଇଉଠିଛି । ଏହା ଲେଖକଙ୍କ ବ୍ୟକ୍ତିଗତ ସମସ୍ୟା ନୁହେଁ । ଲେଖକଙ୍କ ମୁଗ୍ଧ ଅନୁଭବରେ ପ୍ରତିଫଳିତ ହୁଏ ସମାଜର ବାସ୍ତବ ଚିତ୍ର । ଏ ସମସ୍ୟା ସମଗ୍ର ଶିକ୍ଷିତ ସମାଜର ସମସ୍ୟା । ପ୍ରଚଳିତ ପାଶ୍ଚାତ୍ୟମୁଖୀ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଆଧୁନିକ ଶିକ୍ଷିତ ଗୋଷ୍ଠୀ ନିଜର ସମସ୍ତ ମାନବିକତାକୁ ଉତ୍ସର୍ଗ କରି ନିଜ ଜନ୍ମଭୂମିକୁ ବିସ୍ମ ତ ହେଉଛନ୍ତି । ଶିକ୍ଷା ସମାପ୍ତି ପରେ ସତେଯେପରି ସେମାନେ ପୁନର୍ଜନ୍ମ ଲାଭ କରୁଛନ୍ତି । ଆବଶ୍ୟକବେଳେ କିଛି ଅର୍ଥଦାନ କରି ଜନ୍ମଭୂମି ପ୍ରତି ନିଜ କର୍ତ୍ତବ୍ୟ ଶେଷ ହୋଇଛି ବୋଲି ସେମାନେ ତୃପ୍ତିଲାଭ କରୁଛନ୍ତି । ଅଥଚ ଜନ୍ମଭୂମି ସହ ନିଜକୁ ବିଜଡ଼ିତ କରି ପଲ୍ଲୀର ସୁଖ ଦୁଃଖରେ ଅଂଶୀଦାର – ହେବାକୁ ଇଚ୍ଛାପ୍ରକାଶ କରୁନାହାନ୍ତି । ପ୍ରାବନ୍ଧିକ ଜନ୍ମଭୂମି ପ୍ରତି ନିଜ କର୍ତ୍ତବ୍ୟ ସମ୍ପାଦନ କରିବାରେ ଅସହାୟତା ପ୍ରକାଶ କରି କହିଛିନ୍ତି-

‘‘ସମୟ ସ୍ରୋତରେ ନିଃସହାୟ ଶୁଷ୍କ ତୃଣପରି ମୁଁ ଭାସି ଚାଲିଛି ।’’

ମାତୃଗର୍ଭରୁ ପଡ଼ି ଯେଉଁଠାରେ ସେ ପ୍ରଥମେ ଭୂମି ସ୍ପର୍ଶ କରିଥିଲେ, ଯେଉଁଠାରେ ପାଇଥିଲେ ରୂପ, ରସ, ଗନ୍ଧ, ପ୍ରଥମ ପରିଚୟ, ସେହି ପଲ୍ଲୀଗ୍ରାମ ପ୍ରତି ବୟଃପ୍ରାପ୍ତି ପରେ ସମ୍ପର୍କର ନିବିଡ଼ତା ଘନିଷ୍ଠତର ହେବା ପରିବର୍ତ୍ତେ ସମ୍ବନ୍ଧ କ୍ରମଶଃ ଛିନ୍ନ ହେବାରେ ଲାଗିଛି । ଏଥ‌ିପାଇଁ ବହୁ କାରଣ ଦର୍ଶାଇଥିଲେ ମଧ୍ୟ ପ୍ରାବନ୍ଧିକ ନିଜକୁ ଅପରାଧୀ ଭାବେ ବିବେଚନା କରିଛନ୍ତି । ମହାନୁଭବତାର ପରିଧକୁ ଜିଲ୍ଲା ଗ୍ରାମରୁ ଆରମ୍ଭକରି ସମଗ୍ର ବିଶ୍ଵ ପରିବ୍ୟାପ୍ତ କରାଇଥ୍ବା ଶିକ୍ଷିତ ବ୍ୟକ୍ତିଙ୍କୁ ନମସ୍ୟ ଭାବେ ବର୍ଣ୍ଣନା କରିଛନ୍ତି ସେ ।

ପ୍ରାବନ୍ଧିକଙ୍କ ମତରେ ନିଜ ପଲ୍ଲାଗ୍ରାମରେ ଗଢିଉଠିଥିବା ଏକପରିବାରଦ୍ବ ପରମ୍ପରା ସହ ସେ ନିଜକୁ ଏବେ ସାମିଲ କରିପାରୁ ନାହାନ୍ତି । ସାର ମାଉସୀ କି ଗୋବିନ୍ଦ ଭାଇଙ୍କ ବ୍ୟବହାରରେ ପ୍ରାବନ୍ଧିକ ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି । ନବାଗତ ଅତିଥିଙ୍କଦ୍ୱାରା ପରିପୂର୍ଣ୍ଣ ଗ୍ରାମର ଶୀର୍ଶ, ମଳିନ, ଉଲଗ୍ନ ଶିଶୁମାନେ ତାଙ୍କୁ ଆଫ୍ରିକାରୁ ନବାଗତ ଜେବ୍ରା ବା ଜିରାଫ ପରି ଚାହିଁ ରହନ୍ତି । ଗ୍ରାମବାସୀଙ୍କ ମଧ୍ୟରୁ ଚାକିରି ପାଇ ନଥ‌ିବା ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଯୁବକମାନେ କୌଣସି ନା କୌଣସି ରାଜନୈତିକ ଦଳର ଅନ୍ଧ ସମର୍ଥକ ସାଜିବା ଫଳରେ ସେମାନଙ୍କ ମାନସିକତାରେ ଏକ ପ୍ରକାର ପରିବର୍ତ୍ତନ ପରିଲକ୍ଷିତ ହେଉଛି । ପ୍ରତ୍ୟେକ ବିଷୟରେ ରଚନାତ୍ମକ ଦିଗ ପ୍ରତି ଆଖୁ ବୁଜିଦେଇ ଏମାନେ ଏହାର ଧ୍ଵଂସାତ୍ମକ ଦିଗଟିକୁ ହିଁ ଦେଖୁଛନ୍ତି । ପ୍ରାବନ୍ଧିକଙ୍କ ଭାଷାରେ –

‘ଏମାନେ ପୁଷିତ ପଳାଶ ବନରେ ଦେଖନ୍ତି ବିଦ୍ରୋହର ବହ୍ନି, ସ୍ଥଳ-ପଦ୍ମରେ ଦେଖନ୍ତି ଆହବର ରକ୍ତ ଓ ଆନତ କୃଷ୍ଣଚୂଡ଼ାରେ ଦେଖନ୍ତି ଅନାଗତ ଯୁଗର ରକ୍ତ କେତନ ।’’ ଗ୍ରାମର ଶୃଙ୍ଖଳିତ କର୍ମ ଯୋଜନାରେ ମଧ୍ୟ ଲେଖକ ନିଜକୁ ଖାପ ଖୁଆଇବାକୁ ଅସମର୍ଥ । ଶାରୀରିକ ଶକ୍ତିର ଅଭାବ ନଥିଲେ ମଧ୍ୟ ଏଥ‌ିପାଇଁ ନିଜ ନୈତିକ ବଳ ନଥ‌ିବାର ଅନୁଭବ କରିଛନ୍ତି ସେ । ଏଣୁ ସେ ମନ ଓ କର୍ମରେ ଜନ୍ମଭୂମିଠାରୁ ବିଚ୍ୟୁତ।

ସମୟର ଗଡାଳିକା ପ୍ରବାହରେ ଭାସିଯାଉଥ‌ିବା ଅନୁଭବ କରି ତାଙ୍କ ଭଳି ଶିକ୍ଷିତ ସହରାଭିମୁଖୀ ଯୁବକ ଗୋଷ୍ଠୀ ନିଜକୁ ଅଭିଜାତ ଶ୍ରେଣୀଭୁକ୍ତ କରି ଶାରୀରିକ କ୍ଳେଶଯୁକ୍ତ ଗ୍ରାମ୍ୟଜୀବନ ପ୍ରତି ବୀତସ୍ପୃହ ହୋଇଉଠୁଛନ୍ତି । ଏହି ଶିକ୍ଷିତ ପଲ୍ଲୀ ସନ୍ତାନମାନଙ୍କ ଉପରେ ସେମାନଙ୍କ ପିତାମାତା ତଥା ଗ୍ରାମବାସୀ ପଲ୍ଲୀର ଉନ୍ନତିକଵେ ଗଢ଼ି ତୋଳିଥିବା ଆଶାସୌଧ ଅମାନବିକତାର ଧକ୍କାରେ ଟଳି ପଡ଼ିଛି । ପଲ୍ଲୀ ଜନନୀ ଆଜି ତା’ର ଶିକ୍ଷିତ ସନ୍ତାନମାନଙ୍କୁ ହରାଇ ବସିଛି । ପରୋକ୍ଷରେ ପ୍ରାବନ୍ଧିକ ସ୍ବର୍ଗାଦପି ଗରୀୟସୀ ଜନ୍ମଭୂମି ପ୍ରତି ଆଜିର ଶିକ୍ଷିତ ସମାଜର ବିମୁଖତାର ଦୃଢ଼ ନିନ୍ଦା କରିଛନ୍ତି ।

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question ୪୩।
ଗ୍ରାମରେ ଦେଖାଯାଉଥ‌ିବା ଏକପରିବାରତ୍ଵ ପରମ୍ପରା ସମ୍ପର୍କରେ ପଠିତ ପ୍ରବନ୍ଧକୁ ଭିତ୍ତି କରି ବର୍ଣ୍ଣନା କର । କିମ୍ବା, ‘ଆତ୍ମୀୟତା ଥୁଲା ଗ୍ରାମ୍ୟ ସଭ୍ୟତାରେ’ – ‘ଜନ୍ମଭୂମି’ ପ୍ରବନ୍ଧ ଆଧାରରେ ଏହି ଉକ୍ତିଟିର ଯାଥାର୍ଯ୍ୟ ପ୍ରତିପାଦନ କର ।
Answer:
ପ୍ରଖ୍ୟାତ ପ୍ରାବନ୍ଧିକ, ବିଜ୍ଞ ପ୍ରତ୍ନତାତ୍ତ୍ୱିକ ଗବେଷକ ତଥା ପ୍ରସିଦ୍ଧ ଐତିହାସିକ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓଡ଼ିଆ ସାହିତ୍ୟରେ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରୀ । ତାଙ୍କ ପ୍ରବନ୍ଧଗୁଡ଼ିକରେ ସତ୍ୟ ଓ ତଥ୍ୟର ସୁମଧୁର ସମନ୍ବୟ, ଅକାଟ୍ୟ ଯୁକ୍ତି ତଥା ମନ୍ଦ୍ରଗମ୍ଭୀର ଭାଷା ତାଙ୍କ ରଚନାକୁ ଅନୁପମ ମର୍ଯ୍ୟାଦା ପ୍ରଦାନ କରିଛି । ତାଙ୍କ ସାରସ୍ବତ କୃତିଗୁଡ଼ିକ ମଧ୍ୟରେ ‘ପ୍ରବନ୍ଧ ମାନସ’, ‘ଇତିହାସ ଓ କିମ୍ବଦନ୍ତୀ’, ‘ସାରଳା ମହାଭାରତରେ ଐତିହାସିକ ଚିତ୍ର’ ଓ ଆତ୍ମଜୀବନୀ ‘ମୋ ସମୟର ଓଡ଼ିଶା’ ଲେଖକଙ୍କ ଅସାଧାରଣ ପ୍ରତିଭାର ପରିଚାୟକା

ପ୍ରାବନ୍ଧିକଙ୍କ ‘ଜନ୍ମଭୂମି’ ଶୀର୍ଷକ ପ୍ରବନ୍ଧ ସ୍ୱରଚିତ ‘ପ୍ରବନ୍ଧ ମାନସ ରୁ ସଂଗୃହୀତ ଯେଉଁଥରେ ସେ ଜନ୍ମଭୂମିର ପ୍ରକୃତ ଅର୍ଥ ସନ୍ଧାନ ପୂର୍ବକ ନିଜ ପଲ୍ଲୀ ଜନ୍ମମାଟିର ଅନନ୍ୟ ମହତ୍ତ୍ବ ଦର୍ଶାଇଛନ୍ତି । ‘ବସୁଧୈବ କୁଟୁମ୍ବକମ୍’ ମହାବାଣୀ ଉପରେ ଆଧାରିତ ପ୍ରବନ୍ଧଟି ଲେଖକଙ୍କ ଜନ୍ମଭୂମି ପ୍ରତି ଅନ୍ତରର ଗଭୀର ଅନୁରାଗର ବାଙ୍ମୟ ପରିପ୍ରକାଶ । ଶତ ବାଲ୍ୟସ୍ଥ ତିଦ୍ୱାରା ପବିତ୍ରିତ ତାଙ୍କ ଅନୁଭୂତିର ଶାବଲ୍ୟରେ ପ୍ରବନ୍ଧଟି ରମ୍ୟ ଓ ମନୋଜ୍ଞ, ଯେଉଁଥରେ ପ୍ରାବନ୍ଧିକଙ୍କ ଗଭୀର ମାତୃଭୂମି ପ୍ରୀତି, ପ୍ରଚଣ୍ଡ ଦେଶାତ୍ମବୋଧ ତଥା ଉଦାର ମାନବିକତାର ସ୍ଵର ସ୍ବାକ୍ଷର ସ୍ପଷ୍ଟ ପ୍ରତିଭାତ ହୋଇଛି ।

ଜୀବନର ସମସ୍ତ ସୌଭାଗ୍ଯ ଓ ସମୃଦ୍ଧି ସତ୍ତ୍ଵେ ପ୍ରାବନ୍ଧିକ ଡଃ ପାଣିଗ୍ରାହୀ ଜନ୍ମଭୂମିର ମମତାସିକ୍ତ ସ୍ମୃତି ଓ ଅନୁଭୂତିକୁ ବିସ୍ମରି ନାହାନ୍ତି । ସେହି ସ୍ମୃତିର କେତୋଟି ସ୍ନିଗ୍ଧ ମୁହୂର୍ଭର୍ ରୋମନ୍ଥନ କରିଛନ୍ତି ‘ଜନ୍ମଭୂମି’ ପ୍ରବନ୍ଧରେ । ରାଶି ରାଶି ଶାଳତରୁ ମଧ୍ୟରେ ତଟିନୀ-ବେଷ୍ଟିତ ଭଞ୍ଜ-କୀର୍ତ୍ତି କିରୀଟିନୀ ମୟୂରଭଞ୍ଜର ଖୁଚିଂ ହେଉଛି ଲେଖକଙ୍କ ଜନ୍ମଭୂମି । ମାତୃଗର୍ଭରୁ ଭୂମିଷ୍ଠ ହୋଇ ସେହି ପଲ୍ଲୀ ଗ୍ରାମରେ ସେ ପାଇଥିଲେ ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ । ମାତା, ଧାତ୍ରୀ, ଶିକ୍ଷୟିତ୍ରୀ ପରି ସେହି ଜନ୍ମଭୂମି ତାଙ୍କୁ ଶୈଶବରୁ କୈଶୋର ପର୍ଯ୍ୟନ୍ତ ଦେଇ ଆସିଥିଲା ଅଯାଚିତ ସାହଚର୍ଯ୍ୟ । ମାତ୍ର ଉଚ୍ଚଶିକ୍ଷା ପ୍ରାପ୍ତି ପରେ ସହରାଞ୍ଚଳ ହିଁ ତାଙ୍କ କର୍ମଭୂମି ହୋଇଥିଲା । କ୍ରମେ ଜନ୍ମମାଟି ପଲ୍ଲୀଗ୍ରାମ ସହ ତାଙ୍କର ସମ୍ପର୍କ କ୍ଷୀଣରୁ କ୍ଷୀଣତର ହେବାକୁ ଲାଗିଲା। ଏପରିକି ପରବର୍ତୀ ସମୟରେ ସେଠାକୁ ଫେରିଯିବାକୁ ନିଜ ନୈତିକ ସାହସ ହରାଇ ବସିଛନ୍ତି ସେ । କିନ୍ତୁ ନିଜ ଜନ୍ମଭୂମି ପଲ୍ଲୀ ଗ୍ରାମର ସମସ୍ତ ସ୍କତି ତାଙ୍କ ମାନସପଟରେ ବାରମ୍ବାର ଉଦ୍ଭାସିତ ହୋଇଛି।

ପଲ୍ଲାଗ୍ରାମର ଲୋକମାନଙ୍କ ମଧ୍ୟରେ ଏକ ନିଆରା ସାମାଜିକ ସମ୍ପର୍କ ଗଢ଼ି ତ୍ତଠିଥାଏ। ସମସ୍ତ ନରନାରାଙ୍କ ମଧ୍ୟରେ ଗଢ଼ିଉଠିଥାଏ ଏକପରିବାରତ୍ଵର ପରମ୍ପରା । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସେମାନେ ଗୋଟିଏ ପରିବାରର ସଦସ୍ୟ ପରି ପାରସ୍ପରିକ ସ୍ନେହ, ସୌହାର୍ଘ୍ୟ, ସମ୍ପର୍କ ଓ ସହଯୋଗ ମଧ୍ଯରେ ବସବାସ କରନ୍ତି । ସମ୍ପତ୍ତିବାଡ଼ି ସମ୍ପର୍କିତ ଅଥବା ସାଧାରଣ ଯୁକ୍ତିତର୍କକୁ କେନ୍ଦ୍ରକରି ପୃଷ୍ଠ ବାଦବିସମ୍ବାଦ ସତ୍ତ୍ ସେମାନେ ଶାନ୍ତିପୂର୍ଣ୍ଣ ସହାବସ୍ଥରିକ ଓ ପାରସ୍ପରିକ ବୁଝ।ମଶା ନାତିରେ ବିଶ୍ଵାସ କରିଥା’ନ୍ତି । ରକ୍ତଗତ ସମ୍ପର୍କ ନଥିଲେ ମଧ୍ୟ କେହି ଭାଇ, କେହି ଭଉଣୀ କେହି କକା ବା ଖୁଡ଼ୀ ଇତ୍ୟାଦି ଭାବେ ସମସ୍ତ ଗ୍ରାମବାସୀ ପରସ୍ପର ମଧ୍ୟରେ ପରିଚିତ ହୋଇଥାନ୍ତି ।

‘ଆଖୁ ଦୂର, ମନରୁ ଦୂର ନ୍ୟାୟରେ ପ୍ରାବନ୍ଧିକଙ୍କର ଗ୍ରାମବାସୀଙ୍କ ସହ ଏ ସମ୍ପର୍କ କ୍ରମେ ଦୂରେଇ ଯାଇଛି । ପ୍ରାବନ୍ଧିକ ଅନୁଭବ କରିଛନ୍ତି ଯେ ଗ୍ରାମଟିଯାକର ଭାଇ-ଭଉଣୀ, କକା-ଖୁଡ଼ୀ, ମାମୁ- ମାଈଁ, ମଉସା -ମାଉସୀ ଇତ୍ୟାଦି ସବୁ ପର ହୋଇଗଲେଣି। ଗ୍ରାମବାସୀଙ୍କ ମଧ୍ୟରେ ରହିଥ‌ିବା ଏହି ମଧୁର ସମ୍ବନ୍ଧ କ୍ରମେ ବିଲୁପ୍ତ ହେବାକୁ ଲାଗିଲାଣି । ଗ୍ରାମମୁଣ୍ଡରେ ମମତାବୋଳା ଆଦର ସମ୍ବୋଧନରେ ପରିବର୍ତ୍ତନ ଲକ୍ଷ୍ୟକରିଛନ୍ତି ପ୍ରାବନ୍ଧିକ । ଗ୍ରାମମଝିରେ ଆଜୀବନ ଅକର୍ମା ଓ ଅବିବାହିତ ରହିଥ‌ିବା ଗୋବିନ୍ଦ ଭାଇ ଏବେ ଆଉ ଲେଖକଙ୍କୁ ‘ମନବୋଧ ଚଉତିଶା’ ବ୍ୟାଖ୍ୟା କରି ଶୁଣାଇବାକୁ ସାହସ କରିପାରୁନାହିଁ । ପ୍ରାବନ୍ଧିକଙ୍କ ଭାଷାରେ-

‘ଆଜି ମୁଁ ଶତଚେଷ୍ଟା କଲେ ମଧ୍ୟ ତା’ର ପୂର୍ବ ପ୍ରତ୍ୟୟ ଫେରିପାଏ ନାହିଁ ।’’

ଗ୍ରାମବାସାମାନେ ମୁଖ୍ୟତଃ କୃଷିଜାବା ହୋଇଥ୍ବାରୁ ସେମାନଙ୍କ ମଧ୍ୟରେ ଶ୍ରମକିନ୍ଦ୍ରିକ ପାରସ୍ଥଗିକ ସହଯୋଗ ଓ କୃଷିଭିତ୍ତିକ ସାହଚର୍ଯ୍ୟ ସେମାନଙ୍କୁ ଏକପରିବାରତ୍ନ ପରମ୍ପରା ମଧ୍ୟରେ ବାନ୍ଧିରଖୁଥାଏ । ନିଦାଘର ନିରାଟ ଝାଞ୍ଜିରେ, ଆଷାଢ଼ର ବାରିପାତରେ, ହେମନ୍ତର କାକରରେ ବା ଶୀତର କାଲୁଆ ପବନରେ କ୍ଷେତବାଡ଼ିରେ କର୍ମରତ ରହି ସେମାନଙ୍କ ପରସ୍ପର ସହ ଏକପରିବାର ଭଳି ଘନିଷ୍ଠ ହୋଇଥା’ନ୍ତି । ପଲ୍ଲୀବାସୀଙ୍କ ନିତ୍ୟନୈମିତ୍ତିକ କର୍ମଯୋଜନାରେ ନିଜକୁ ସାମିଲ୍ କରିବାରେ ଅକ୍ଷମ ପ୍ରାବନ୍ଧିକ ନିଜେ ମଧ୍ୟ ନୈତିକ ଶକ୍ତିର ଅନୁଭବ କରିଛିନ୍ତି। ସୁହର ସହରରେ ରହି ଗ୍ରାମବାସୀମାନଙ୍କର ସେହି ଆମ୍ବାୟତାର ନିବିଡ଼ ବନ୍ଧନକୁ ମାନସ ପଟରେ ଅଙ୍କନ କରିଛନ୍ତି । ମାତ୍ର କେବଳ ନିଜ ମୁଗ୍ଧ ଅନୁଭବରେ ପଲ୍ଲୀବାସୀଙ୍କ ସହ ବିତାଇଥବା ଦିନ କେତୋଟିର ସୁମଧୁର ସ୍କତି ରୋମନ୍ଥିନ କରିଛନ୍ତି।

Question ୪୪ ।
ମନୁଷ୍ୟକୁ ବହୁ ପରିମାଣରେ ପରମ୍ପରାର ଦାସ ବୋଲି କହିବାର ଯଥାର୍ଥତା କ’ଣ ? . କିମ୍ବା, ମନୁଷ୍ୟ ଯୁକ୍ତିବାଦୀ ଜୀବ ହେଲେ ମଧ୍ୟ ସେ ବହୁ ପରିମାଣରେ ଗତାନୁଗତିକତାର ଦାସ– ଉକ୍ତିଟିର ସତ୍ୟତା ପଠିତ ପ୍ରବନ୍ଧାନୁସରଣରେ ପ୍ରତିପାଦନ କର ।
Answer:
ପ୍ରଥଯଶ ପ୍ରାବନ୍ଧିକ, ସଫଳ ଗବେଷକ, ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ ତଥା ଉଚ୍ଚକୋଟୀର ଐତିହାସିକ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଥୁଲେ ଅନନ୍ୟ ବହୁମୁଖୀ ପ୍ରତିଭାର ଅଧିକାରୀ । ସମୁନ୍ନତ ଭାଷା, ଉନ୍ନତ ମାର୍ଜିତ ଶୈଳୀ ଓ ରସାଳ ଭାବଧାରା ମାଧ୍ୟମରେ ପ୍ରାଣସ୍ଥର୍ଶା ତଥା ବାସ୍ତବଧର୍ମା ପ୍ରବନ୍ଧ ରଚନା ଲେଖକଙ୍କ ସୃଷ୍ଟିର ସ୍ୱାତନ୍ତ୍ୟା ତାଙ୍କ ସାରସ୍ବତ କୃତିଗୁଡ଼ିକ ମଧ୍ୟରେ ‘ପ୍ରବନ୍ଧ ମାନସ’, ‘ମୋ ସମୟର ଓଡ଼ିଶା’, ‘ଇତିହାସ ଓ କିମ୍ବଦନ୍ତୀ’, ‘ସାରଳା ମହାଭାରତରେ ଐତିହାସିକ ଚିତ୍ର ’ ଆଦି ପୁସ୍ତକ ପ୍ରାବକ୍ଷିକଙ୍କ ଅମ୍ଳାନ ସାରସ୍ଵତ ପ୍ରତିଭାର ନିଦର୍ଶନା

ଆଲୋଚ୍ୟ ପ୍ରବନ୍ଧ ‘ଜନ୍ମଭୂମି’ ଲେଖକଙ୍କ ‘ପ୍ରବନ୍ଧ ମାନସ’ ପୁସ୍ତକରୁ ସଂଗୃହୀତ ଯେଉଁଥରେ ପ୍ରାବନ୍ଧିକଙ୍କ ପଲ୍ଲୀପ୍ରୀତି, ଦେଶାତ୍ମବୋଧ ଓ ଉଦାର ମାନବିକତା ସରଳ ଗଦ୍ୟଶୈଳୀ ମଧ୍ଯରେ ଅଭିବ୍ୟକ୍ତି ଲାଭ କରିଛି । ଗତାନୁଗତିକତା ତଥା ପରମ୍ପରାର ଦାସ ସାଜିଥ‌ିବା ପାଶ୍ଚାତ୍ୟ ସଭ୍ୟତାପ୍ରେମୀ ଶିକ୍ଷିତ ବ୍ୟକ୍ତିମାନଙ୍କର ପଲ୍ଲୀବିମୁଖତାର କାରଣ ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ମୁଦୁ ଅପେକ୍ଷା ମାଧ୍ୟମରେ ଜନ୍ମଭୂମି ପ୍ରତି ଅନୁରାଗ ସୃଷ୍ଟି କରିବାହିଁ ପ୍ରବନ୍ଧର ଉପଜୀବ୍ୟ ବସ୍ତୁ ।

‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ ।’’

ଜନ୍ମସ୍ଥାନର ମାଧୁରିମାମୟ କୋଳ ହିଁ ମନୁଷ୍ୟର ଈପ୍‌ସିତ ସ୍ବର୍ଗ । ପ୍ରତ୍ୟେକ ବ୍ୟକ୍ତିର ଶିଶୁପ୍ରାଣକୁ ପଲ୍ଲୀର ଫୁଲ-ଫଳ, ଶାକ-ତଣ୍ଡୁଳ ପରିପୁଷ୍ଟ କରିଥାଏ। ପଲ୍ଲୀଭୂମି ହିଁ ମାତା, ଧାତ୍ରୀ, ଶିକ୍ଷୟିତ୍ରୀ ରୂପେ ତାକୁ ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ ପ୍ରଦାନ କରେ । ସେହି ପଲ୍ଲୀଜନନୀ ତା’ପାଇଁ ଚିର ପୂଜ୍ୟ, ଚିର ନମସ୍ୟା ଓ ବନ୍ଦନୀୟା । ପରବର୍ତ୍ତୀ ସମୟରେ ତ୍ରା’ ସହ ସମ୍ପର୍କ କ୍ରମଶଃ ନିବିଡ଼ରୁ ନିବିଡ଼ତର ହେବା ସ୍ଵାଭାବିକ । ପରନ୍ତୁ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ଉଚ୍ଚଶିକ୍ଷିତ ହେବାର କାମନା ନେଇ ପଲ୍ଲୀଭୂମି ତ୍ୟାଗ କରୁଥିବା ବ୍ୟକ୍ତି ସହରାଭିମୁଖୀ ହୋଇ ଶେଷରେ ଜନ୍ମଭୂମି ପଲ୍ଲୀଗ୍ରାମ ପ୍ରତି ବୀତସ୍ପୃହ ହୋଇପଡ଼େ । ଆଧୁନିକ ଯୁବସମାଜର ଏତାଦୃଶ ମନୋବୃତ୍ତିର ମୁଖ୍ୟ କାରଣ ରୂପେ ଆଭିଜାତ୍ୟର ଅହଙ୍କାର ତଥା ଗତାନୁଗତିକତାର ଅନ୍ଧାନୁସରଣକୁ ଦାୟୀ କରିଛନ୍ତି।

ପଲ୍ଲୀଯୁବକ ଗ୍ରାମଭୂମି ତ୍ୟାଗ କରି ଉଚ୍ଚଶିକ୍ଷା ପ୍ରାପ୍ତିପାଇଁ ଆସେ ସହରକୁ । ପାଶ୍ଚାତ୍ୟ ଜୀବନାଦର୍ଶ, ରୀତିନୀତି ତଥା ପରମ୍ପରା ଓ ସଂସ୍କୃତି ନିକଟରେ ନିଜକୁ ନିର୍ବିଚାରରେ ସମର୍ପଣ କରିଦିଏ । ମାନବିକତାକୁ ଜଳାଞ୍ଜଳି ଦେଇ ବିଳାସବ୍ୟସନର ପ୍ରାଚୁର୍ଯ୍ୟ ମଧ୍ୟରେ ସହରୀ ଚଳଣିକୁ ଆପଣେଇ ନିଏ । ପରମ୍ପରାକୁ ଜାବୋଡ଼ିଧରି ନିଜକୁ ଅଭିଜାତ ଗୋଷ୍ଠୀର ସଦସ୍ୟରୂପେ ପରିଚାର ନୈତିଙ୍କ ସାହସ ତା’ର ଲୋପ ପାଇଯାଇଥାଏ।

‘ଶିକ୍ଷା ସମାପନ ସଙ୍ଗେ ସଙ୍ଗେ ସେମାନଙ୍କର ଏକ ପ୍ରକାର ପୁନର୍ଜନ୍ମ ଘଟିଥାଏ ।’’

ପରମ୍ପରା – ସ୍ରୋତରେ ନିଃସହାୟ ଶୁଷ୍କ ତୃଣସମ ଭାସିଚାଲେ ଶିକ୍ଷିତ ଯୁବକା ସେତେବେଳେ ପଲ୍ଲାକେ।ଳକୁ ପ୍ରତ୍ୟାବର୍ତ୍ତନ କରିବାର ନୈତିକ ସାହସ ତା’ର ଲୋପ ପାଇଯାଇଥାଏ । ପ୍ରାବନ୍ଧିକଙ୍କ ଭାଷାରେ-

“ମନୁଷ୍ୟ ବହୁ ପରିମାଣରେ ପରମ୍ପରାର ଦାସ”

ଉଦାହରଣ ଦେଇ ପ୍ରାବନ୍ଧିକ କହିଛନ୍ତି ଯେ ଶୀତପ୍ରଧାନ ଦେଶର ଅଭିଜାତ ବର୍ଗର ଚିହ୍ନ ସ୍ୱରୂପ ପରିଗଣିତ ନେକ୍‌ଟାଇ ବା ଗଳାବନ୍ଧିନାକୁ ଭାରତ ଭଳି ଗ୍ରାଷ୍ଟପ୍ରଧାନ ଦେଶରେ ପରିଧାନ କରି ଶିକ୍ଷିତ ଗୋଷ୍ଠୀ ଗଳହଘର୍ମ ହୁଅନ୍ତି ସିନା ଆଭିଚ୍ଚାତ୍ୟର ଅନ୍ଧାନୁସରଣରୁ ନିଜକୁ ମୁକ୍ତ କରିପାରନ୍ତି ନାହିଁ ।

ଶ୍ରମ ବିମୁଖତା ହେଉଛି ଆଭିଜାତ୍ୟର ଅନ୍ୟ ଏକ ଚିହ୍ନ । ପାଶ୍ଚାତ୍ୟ ଶିକ୍ଷାରେ ଶିକ୍ଷିତ ବ୍ୟକ୍ତି ଶାରୀରିକ ଶ୍ରମକୁ ଘୃଣା କରିଥାଆନ୍ତି । ଏଣୁ ପଲ୍ଲୀବାସୀଙ୍କ ସ୍ଵାଭାବିକ ଶୃଙ୍ଖଳିତ କର୍ମଯୋଜନାରେ ଅଂଶଗ୍ରହଣ କରିବା ସେମାନଙ୍କ ପକ୍ଷେ ଅସମ୍ଭବ ହୋଇଉଠେ । ଜୀବନଯୁଦ୍ଧରେ ଦିଗ୍‌ବିଜୟୀ ବୀରଭାବେ ପରିଗଣିତ ହେବାପାଇଁ ଆୟର ବହୁବିଧ ପନ୍ଥା ଉଦ୍‌ଘାଟନ ପୂର୍ବକ ପାର୍ଥିବ ସୁଖସମ୍ଭୋଗରେ ମ୍ୟୁହମାନ ମାନବ ମାନବିକତାକୁ ହତ୍ୟା କରିଚାଲେ । ତେଣୁ ପଲ୍ଲୀର ଏକପରିବାରତ୍ଵ ପରମ୍ପରାରେ ସାମିଲ୍ ହୋଇ ମାନବିକ ମଧୁର ସମ୍ପର୍କ ସ୍ଥାପନ କରିବା ତା’ପାଇଁ ସୁଦୂର ପରାହତ ହୋଇପଡ଼େ ।

ପ୍ରାବନ୍ଧିକ ନିଜକୁ ତଥାକଥ ଅଭିଜାତ ବର୍ଗର ଓ ଶିକ୍ଷିତ ସଂପ୍ରଦାୟର ପ୍ରତିନିଧୁଭାବେ ବର୍ଣ୍ଣନା କରି ପଲ୍ଲୀର ଦୁରବସ୍ଥା ନିମନ୍ତେ ନିଜକୁ ତଥା ନିଜେ ପ୍ରତିନିଧ୍ୟ କରୁଥିବା ଶ୍ରେଣୀକୁ ଦାୟୀ କରିଛନ୍ତି । ତଙ୍ଗେ ସଙ୍ଗେ ଉଦାହରଣ ମାଧ୍ୟମରେ ଶ୍ରୀକୃଷ୍ଣଙ୍କ ଉପାଖ୍ୟାନ ଉପସ୍ଥାପନ କରି ପଲ୍ଲା ବିମୁଖତାର ଭୟାବହତା ତଥା ପ୍ରିମେୟ ପରିଚିତି ବିଷୟରେ ସତର୍କ କରାଇ ଦେଇଛିନ୍ତି । ପ୍ରାବନ୍ଧିକଙ୍କ ବାସ୍ତବଧର୍ମୀ ମତାମତ ପ୍ରବନ୍ଧଟିରେ ଭରିଦେଇଛି ଅଫୁରନ୍ତ ପ୍ରାଣପ୍ରାଚୁର୍ଯ୍ୟ ।

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question ୪୫ ।
ପଲ୍ଲୀର ଶିକ୍ଷିତ ସଂପ୍ରଦାୟ ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ ତୁଳନା କେତେଦୂର ଯୁକ୍ତିଯୁକ୍ତ ବୁଝାଇ ଲେଖ ।
କିମ୍ବା, ଜନ୍ମଭୂମି ପ୍ରତି ବିଶ୍ୱାସଘାତକତା କରି କେହି ପାର ପାଇ ନାହାନ୍ତି – ଉକ୍ତିଟିର ଯଥାର୍ଥତା ପଠିତ ପ୍ରବନ୍ଧାନୁସରଣରେ ଆଲୋଚନା କର ।
Answer:
ବିଶିଷ୍ଟ ପ୍ରାବନ୍ଧିକ, ସଫଳ ଗବେଷକ ତଥା ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଥୁଲେ ଅନନ୍ୟ ବହୁମୁଖୀ ପ୍ରତିଭାର ଅଧିକାରୀ । ସାରସ୍ବତ ସାଧନାର ଉତ୍ତାଳ ଫଲ୍‌ଗୁରେ ଚିରତଲ୍ଲୀନ ଏହି ପ୍ରଜ୍ଞାପୁରୁଷଙ୍କର ସୃଷ୍ଟି ଯେଭଳି ଉଚ୍ଚକୋଟୀର ଓ ଭାବଗମ୍ଭୀର, ସେହିଭଳି ପ୍ରାଣସ୍ପର୍ଶୀ ଓ ବାସ୍ତବଧର୍ମୀ । ଲେଖକଙ୍କ ସାରସ୍ବତ ସୃଷ୍ଟିସମ୍ଭାର ମଧ୍ଯରେ ‘ପ୍ରବନ୍ଧ ମାନସ’, ‘ମୋ ସମୟର ଓଡ଼ିଶା’, ‘ଇତିହାସ ଓ କିମ୍ବଦନ୍ତୀ’, ‘ସାରଳା ମହାଭାରତରେ ଐତିହାସିକ ଚିତ୍ର’ ଆଦି ତାଙ୍କ ଅନନ୍ୟ ପ୍ରତିଭାର ପରିଚୟ ବହନ କରେ । ଆଲୋଚ୍ୟ ପ୍ରବନ୍ଧ ‘ଜନ୍ମଭୂମି’ ଲେଖକଙ୍କ ‘ପ୍ରବନ୍ଧ ମାନସ’ ପୁସ୍ତକରୁ ସଂଗୃହୀତ ।

ସଂପ୍ରତି ପଲ୍ଲୀଗ୍ରାମରେ ଜନ୍ମିତ ତଥା ପାଶ୍ଚାତ୍ୟ ଶିକ୍ଷାରେ ଶିକ୍ଷିତ ଯୁବଗୋଷ୍ଠୀଙ୍କଠାରେ ପରିଦୃଷ୍ଟ ନଗର ଉନ୍ମୁଖତା ତଥା ପଲ୍ଲୀ ବିମୁଖତା ପ୍ରାବନ୍ଧିକଙ୍କ ମନରେ ଗଭୀର ଉଦ୍‌ବେଗର କାରଣ ହୋଇଛି । ଜନ୍ମଭୂମି ପ୍ରତି ବୀତସ୍ପୃହ ଆଧୁନିକ ଶିକ୍ଷିତ ସଂପ୍ରଦାୟକୁ ଏ ଦିଗରେ ସଚେତନ କରିବାକୁ ଯାଇ ପ୍ରାବନ୍ଧିକ ପ୍ରକାଶ କରିଛନ୍ତି ଯେ ନିଜ ଜନ୍ମଭୂମି ପ୍ରତି ବିଶ୍ୱାସଘାତକତା ତଥା ପ୍ରବଞ୍ଚନା ପରି ଅନୈତିକତାର ପରିଣାମ ଯୁଗାବତାର ଶ୍ରୀକୃଷ୍ଣଙ୍କୁ ମଧ୍ୟ ଭୋଗ କରିବାକୁ ପଡ଼ିଥିଲା ।

ଜନନୀ ଓ ଜନ୍ମଭୂମି ଯେ ସ୍ବର୍ଗଠାରୁ ବଡ଼ ଏଥ‌ିରେ ଦ୍ବିରୁକ୍ତି ନାହିଁ । ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଜନ୍ମଭୂମି ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ ଭୂମିକାରେ ଅବତୀର୍ଣ୍ଣ ହୁଏ । ଶୈଶବରୁ କୈଶୋର ପର୍ଯ୍ୟନ୍ତ ଯେଉଁ ପଲ୍ଲୀଗ୍ରାମ ବ୍ୟକ୍ତିକୁ ରୂପ, ରସ, ଗନ୍ଧ, ପରିଚୟ ଶିକ୍ଷାଦେଇ ଜୀବନ ଦିଗନ୍ତରେ ଆଙ୍କିଦିଏ ଆଶା ଇନ୍ଦ୍ରଧନୁର ବର୍ଣ୍ଣାଳୀ, ସେହି ପଲ୍ଲୀଜନନୀର ମମତାସିକ୍ତ ସ୍ମୃତି ଓ ଅନୁଭୂତିକୁ ପାସୋରି ଦେଇ ପାଶ୍ଚାତ୍ୟ ଶିକ୍ଷାରେ ଶିକ୍ଷିତ ଆଧୁନିକ ଯୁବ ସଂପ୍ରଦାୟ ଜନ୍ମଭୂମି ପ୍ରତି ବିମୁଖ ହୋଇପଡ଼େ । ସେମାନଙ୍କଠାରେ ସେହି ବୀତସ୍ପୃହତା ଅବଶ୍ୟ ଦିନେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ପ୍ରାବନ୍ଧିକ ଶିକ୍ଷିତ ସମାଜକୁ ସତର୍କ କରିଦେଇଛନ୍ତ୍ରି ।

ଦ୍ଵାପର ଯୁଗର ମହାନାୟକ ଶ୍ରୀକୃଷ୍ଣ ଗୋପପୁର ନନ୍ଦ-ଯଶୋଦାଙ୍କ ଅନାବିଳ ସ୍ନେହ, ଗୋପୀ ଗୋପାଳଙ୍କ ଅସୀମ ମମତା ଲାଭକରି ଶୈଶବରୁ କୈଶୋରରେ ପଦାର୍ପଣ କରିଥିଲେ । ଗୋପପୁର, ଯମୁନା କୂଳର କଦମ୍ବମୂଳ ଥିଲା ତାଙ୍କ କୈଶୋର ଜୀବନର କ୍ରୀଡ଼ାଭୂମି । କ୍ରୀଡ଼ାସାଥୀ ଗୋପାଳବାଳକଙ୍କ ଅନ୍ତରଙ୍ଗ ସଙ୍ଗସୁଖ, ଗୋପାଙ୍ଗନାଙ୍କ ଅନାବିଳ ପ୍ରେମ ଓ ଭଲପାଇବା, ସର୍ବୋପରି ନନ୍ଦ, ଯଶୋଦାଙ୍କ ବାତ୍ସଲ୍ୟ ସ୍ନେହକୁ ଜଳାଞ୍ଜଳି ଦେଇ କଂସ ନିସୂଦନ ଉଦ୍ଦେଶ୍ୟରେ ଗୋପପୁର ଛାଡ଼ି ଚାଲିଗଲେ ମଥୁରା । ତିନିଦିନ ପାଇଁ କଷ୍ଟ କରି ଯାଇଥିଲେ ମଧ୍ୟ ଆଉ ଜନ୍ମଭୂମି ମଥୁରାକୁ ଫେରିନଥିଲେ । ମଥୁରାରୁ ହାରିକା ଦୀର୍ଘପଥ ଅତିକ୍ରମ କରି ସେ ବିପୁଳ ରାଜ୍ୟ, ଅପରିସୀମ ବିଭବ, ଅଭ୍ରଂକଷ ପ୍ରାସାଦ, ଅଷ୍ଟପାଟବଂଶୀ ଓ ଅଗଣିତ ପୁତ୍ରକନ୍ୟାର ଅଧିକାରୀ

ହୋଇ ମହାସମାରୋହରେ ରଚନା କଲେ ଐଶ୍ବର୍ଯ୍ୟଲୀଳା । ଅନ୍ୟାୟ, ଅନୀତି, ପକ୍ଷପାତିତା ତଥା ବିଶ୍ୱାସଘାତକତାରେ ଜର୍ଜରିତ ହେଲା ‘ମଥୁରା ମଙ୍ଗଳ’, କୃଷ୍ଣ କେଶବଙ୍କ ଜୀବନ ଚରିତ । ଜନ୍ମଭୂମି ପ୍ରତି ଅନାଦର ଓ ପ୍ରବଞ୍ଚନାର ଦୁରନ୍ତ ଦୁଷ୍ପରିଣାମରୁ ସେ ମୁକ୍ତି ପାଇପାରିଲେନି । କାଳର ଅପ୍ରତିରୋଧ୍ୟ ଶକ୍ତି ନିକଟରେ ନାରାୟଣୀ ଶକ୍ତିର ପରାଜୟ ହେଲା । ତାଙ୍କ ନଉଶ୍ଚୁମ୍ବୀ ରାଜନବର, ବିଳାସସୌଧ ସିନ୍ଧୁର କରାଳ ଗର୍ଭରେ ନିମଗ୍ନ ହେଲା । ପୁତ୍ର, ପୌତ୍ରାଦି କାଦମ୍ବରୀ ମଦ୍ୟପାନପୂର୍ବକ ପ୍ରଭାସ ତୀର୍ଥର ଏରକାର ବନରେ ମଦମତ୍ତ ଅବସ୍ଥାରେ ମୃତ୍ୟୁବରଣ କଲେ । ରାଜ୍ୟହୀନ ପରିବାର-ପରିଜନ ତଥା ଗୃହଶୂନ୍ୟ ଭାବେ ଲୀଳାମୟ କୃଷ୍ଣ ଶିଆଳି ଲତାର ଘୁମନ୍ତଦୋଳିରେ ବିଶ୍ରାମରତ ଥିବାବେଳେ ନିର୍ବୋଧ ବ୍ୟାଧର ଲୌହଶର ଯୁଗପୁରୁଷଙ୍କ ପାର୍ଥିବ ଲୀଳାବସାନ ଘଟାଇଲା ।

ଗଳ୍ଲାର ଶିକ୍ଷିତ ସଂପ୍ରଦାୟକୁ ଶ୍ରାକୃଷ୍ଣଙ୍କ ସହ ତୁଳନା କରିବା ପଶୁ।ତ୍ଭାଗରେ ପ୍ରାବନ୍ଧିକଙ୍କ ଇଙ୍ଗିତ ସୃଷ୍ଟା ଶ୍ରାକୃଷ୍ଣଙ୍କ ନବରାଜ୍ୟ ଦ୍ଵାରକା ସାଗରର ଅତଳ ଗର୍ଭରେ ଲୀନ ହୋଇଥିଲେ ମଧ୍ୟ ଗୋପପୁର ଅଦ୍ୟାବଧୂ ପୂର୍ବବତ୍ ରହିଅଛି । ଯମୁନାକୂଳ ନୀପକୁଞ୍ଜର ମଧୁଗନ୍ଧରେ ଆଜି ମଧ୍ୟ ଗୋପ, ବୃନ୍ଦାବନକୁ ଆମୋଦିତ କରୁଛି । କଦମ୍ବର ସ୍ନିଗ୍ଧ ଛାୟାରେ ପ୍ରମତ୍ତ ମୟୂରର ସ୍ଵର ନୀରବି ନାହିଁ । ନଗରର ପ୍ରତୀକ ଦ୍ଵାରକା ନିଜ ଅସ୍ଥିତ୍ଵ ହରାଇଥିଲାବେଳେ ପଲ୍ଲୀଭୂମିର ପ୍ରତୀକ ଗୋପ-ବୃନ୍ଦାବନ ଆଜି ମଧ୍ୟ ପୂର୍ବବତ୍ ବିଦ୍ୟମାନା ଆଧୁନିକ ଦିନେ ହୁଏତ ଧ୍ଵଂସମ୍ପୂଖରେ ନିଃଶେଷ ହୋଇଯାଇପାରେ ମାତ୍ର ଗିଲ୍ଲାର ବିନାଶ ନାହିଁ

କୃଷ୍ଣଙ୍କ ପରି ଆଜିର ଯୁବ ସଂପ୍ରଦାୟ ପଲ୍ଲୀଭୂମି ତ୍ୟାଗ କରି ଉଚ୍ଚଶିକ୍ଷା ପ୍ରାପ୍ତି ପାଇଁ ଆସେ ସହରକୁ । ଶିକ୍ଷାଲାଭ ପରେ ସେହି ପାଶ୍ଚାତ୍ୟ ସଭ୍ୟତା ନିକଟରେ ସେ ନିଜ ମାନବିକତାକୁ ଉତ୍ସର୍ଗ କରିଦେଇ ଭୁଲିଯାଏ ନିଜ ଜନ୍ମଭୂମି ପଲ୍ଲୀଗ୍ରାମକୁ । ସହରର ଚାକଚକ୍ୟ, ବିଳାସ -ବ୍ୟସନର ପର୍ଯ୍ୟାପ୍ତ ସୁଯୋଗ, ନଭଶ୍ଚୁମ୍ବୀ ସୌଧମାଳାର ବର୍ଣ୍ଣାଢ଼ୀ ପରିବେଶ ଓ ରଙ୍ଗୀନ ଆଲୋକମାଳାର ମାୟାପୁରୀ ତା’ର ଚକ୍ଷୁରେ ବୋଳିଦିଏ ଯାଦୁର ଅଞ୍ଜନ । ଜନ୍ମସ୍ଥାନର ମାଧୁରିମାମୟ କ୍ରୋଡ଼ ତା’ର ବିସ୍ମରଣ ହୁଏ । ସହରାଞ୍ଚଳର ଜୀବନଶୈଳୀ ତାକୁ ଦିଏ ସ୍ୱର୍ଗସୁଖ । ସେ ଭୁଲିଯାଏ ଜନ୍ମଭୂମି ପ୍ରତି ତା’ର କର୍ତ୍ତବ୍ୟବୋଧକୁ I ପଲ୍ଲୀଗ୍ରାମର ହଳକର୍ଷିତ ଜଳବର୍ଷିତ ଶାନ୍ତିପ୍ରଦ ମାଟିଗନ୍ଧ ତାକୁ ଆକୃଷ୍ଟ କରିପାରେ ନାହିଁ । ସହରାଞ୍ଚଳର ଯନ୍ତ୍ର ଓ ମନ୍ତ୍ରରେ ମୁଗ୍ଧ ହୋଇ ସେ ଭୁଲିଯାଏ ପଲ୍ଲୀର ଶ୍ରୀ ଓ ସୌନ୍ଦର୍ଯ୍ୟ ।

ଜୀବନ ଓ ଜୀବିକାର ଉନ୍ନତିକଳ୍ପ ପଲ୍ଲୀ ଜନତା ଗ୍ରାମଭୂମି ତ୍ୟାଗକରି ସହରାଭିମୁଖୀ ହେବା ଫଳରେ ସଂପ୍ରତି ପଲ୍ଲୀ ଜନନୀ ସେମାନଙ୍କ ଶିକ୍ଷିତ ସନ୍ତାନଙ୍କୁ ହରାଇ ବସିଛି। Oliver Gold Smithଙ୍କ ପରି ସଂବେଦନଶୀଳ କବି ‘Deserted Village’ କାବ୍ୟରେ ଏହି ଶ୍ରୀହୀନ ପଲ୍ଲୀର ଇତିକଥା ରଚନା କରିଛନ୍ତି ।

ଅର୍ଥ-ସ୍ଵାର୍ଥ-ସର୍ବସ୍ଵ ଶିକ୍ଷିତ ସଂପ୍ରଦାୟ କୃଷ୍ଣଙ୍କ ପରି ନିଜ ଜନ୍ମଭୂମି ପ୍ରତି ଯେଭଳିଭାବେ ବିଶ୍ୱାସଘାତକତା କରି ଚାଲିଛନ୍ତି ତା’ର ପରିଣାମ ଦିନେ ଭୟାବହ ପରିସ୍ଥିତି ସୃଷ୍ଟି କରିବ ବୋଲି ଲେଖକ ଦୃଢୋକ୍ତି ପ୍ରକାଶ କରିଛନ୍ତି । ନବ୍ୟ-ସଭ୍ୟ-ଶିକ୍ଷିତ ଯୁବକମାନଙ୍କର ପଲ୍ଲୀଗ୍ରାମ ପ୍ରତି ଚରମ ଉଦାସୀନତା ଓ ବିଦ୍ବେଷଭାବକୁ ପ୍ରକାରାନ୍ତରେ ସମାଲୋଚନା କରିଛନ୍ତି ସେ । ଗଭୀର ମାତୃଭୂମି ପ୍ରୀତି ଓ ଉଦାର ମାନବିକତାର ସ୍ଵର ଝଙ୍କାରରେ ଝଙ୍କୃତ ପ୍ରବନ୍ଧ ‘ଜନ୍ମଭୂମି’ ଡଃ ପାଣିଗ୍ରାହୀଙ୍କ ଆନ୍ତରିକ ଅନୁରାଗର ବାଙ୍ମୟ ପରିପ୍ରକାଶ ।

Question ୪୬ ।
ଏହି ପ୍ରବନ୍ଧରେ ଲେଖକ ଶିକ୍ଷିତ ସମାଜକୁ କି ପରାମର୍ଶ ଦେଇଛନ୍ତି ?. କିମ୍ବା, ଶିକ୍ଷିତ ସମାଜ କିପରି ପୂଜ୍ୟ ଓ ନମସ୍ୟ ହୋଇପାରିବେ ତାହାକୁ ‘ଜନ୍ମଭୂମି’ ପ୍ରବନ୍ଧ ଆଧାରରେ ଆଲୋଚନା କର ।
Answer:
ବୃତ୍ତିରେ ଇତିହାସ ଅଧ୍ୟାପକ ଓ ପ୍ରତ୍ନତାତ୍ତ୍ଵିକ ଗବେଷକ ପ୍ରଫେସର ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରବୃତ୍ତି ଦୃଷ୍ଟିରୁ ଥିଲେ ନିରଳସ ସାହିତ୍ୟ ସାଧକ । ଏହି ପ୍ରଜ୍ଞାପୁରୁଷଙ୍କ ପ୍ରବନ୍ଧଗୁଡ଼ିକ ତଥ୍ୟ ସମ୍ବଳିତ ତଥା ସତ୍ୟ ଉପରେ ପର୍ଯ୍ୟବସିତ । ତାଙ୍କ ସାରସ୍ବତ କୃତିଗୁଡ଼ିକ ମଧ୍ୟରେ ‘ପ୍ରବନ୍ଧ ମାନସ’, ‘ଇତିହାସ ଓ କିମ୍ବଦନ୍ତୀ’, ‘ସାରଳା ମହାଭାରତରେ ଐତିହାସିକ ଚିତ୍ର ’ଏବଂ ଆତ୍ମଜୀବନୀ ‘ମୋ ସମୟର ଓଡ଼ିଶା’ ପ୍ରାବନ୍ଧିକଙ୍କ ଅମ୍ଳାନ ପ୍ରତିଭାର ପରିଚାୟକ ।
ମୋ ସମୟର ଓଡ଼ିଶା’ ପ୍ରାବନ୍ଧିକଙ୍କ ଅମ୍ଳାନ ପ୍ରତିଭାର ପରିଚାୟକ ।

ଲେଖକଙ୍କ ‘ପ୍ରବନ୍ଧ ମାନସ’ ପୁସ୍ତକରୁ ସଂଗୃହୀତ ‘ଜନ୍ମଭୂମି’ ଶୀର୍ଷକ ପ୍ରବନ୍ଧରେ ଶିକ୍ଷିତ ସମାଜରେ ପରିଦୃଷ୍ଟ ନଗର ଉନ୍ମୁଖତା ତଥା ପଲ୍ଲୀବିମୁଖତା ପ୍ରାବନ୍ଧିକଙ୍କ ମନରେ ଉଦ୍‌ବେଗ ପ୍ରକାଶ କରିଛି । ଗତାନୁଗତିକତା ତଥା ପରମ୍ପରାର ଦାସ ସାଜିଥ୍ବା ପାଣ୍ଠାତ୍ୟ ସଭ୍ୟତାପ୍ରେମା ଶିକ୍ଷିତ ବ୍ୟକ୍ତିମାନଙ୍କର ଗ୍ରାମ୍ୟସଭ୍ୟତା ପ୍ରତି ବାତ ବାତସ୍ପହତାର କାରଣ ଅନୁଧ୍ୟାନ କରିବା ପୂର୍ବକ ସେମାନଙ୍କ ଉଦାସୀନତାର ପରିଣାମ ଭବିଷ୍ୟତରେ ଯେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ଏ ଦିଗରେ ସତର୍କ କରାଇଛନ୍ତି । ମୁଦୁ ଅପେକ୍ଷା ମାଧ୍ୟମରେ ସେ ଶିକ୍ଷିତ ଗୋଷ୍ଠୀଙ୍କୁ ପରୋକ୍ଷରେ ବହୁ ଗୁରୁତ୍ଵପୂର୍ଣ୍ଣ ପରାମର୍ଶ ପ୍ରଦାନ କରିଛନ୍ତି ।

ପ୍ରତ୍ୟେକ ବ୍ୟକ୍ତିର ଶିଶୁପ୍ରାଣକୁ ଫୁଲ, ଫଳ, ଶାକ-ତଣ୍ଡୁଳ ଯୋଗରେ ପରିପୁଷ୍ଟ କରିବା ସଙ୍ଗେ ସଙ୍ଗେ ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ ସାଜି ପଲ୍ଲୀଜନନୀ ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ କରାଏ । ସେ ଦୃଷ୍ଟିରୁ ସେ ସଭିଙ୍କ ପାଇଁ ଚିରନମସ୍ୟା, ପୂଜ୍ୟ ଓ ବନ୍ଦନୀୟା । ତାହା ସହ ସମ୍ପର୍କ ପରବର୍ତ୍ତୀ ସମୟରେ ନିବିଡ଼ରୁ ନିବିଡ଼ତର ହେବା ପରିବର୍ତ୍ତେ ସଂପ୍ରତି ପଲ୍ଲୀଗ୍ରାମ ଛାଡ଼ି ଉଚ୍ଚଶିକ୍ଷା ନିମିତ୍ତ ସହରାଞ୍ଚଳ ଯାଉଥିବା ଯୁବଗୋଷ୍ଠୀ ପରବର୍ତ୍ତୀ ସମୟରେ ନିଜ ଜନ୍ମଭୂମି ପ୍ରତି ବୀତସ୍ପୃହ ହୋଇଉଠେ ।

ତଥା ଅର୍ଥ, କ୍ଷମତା ଓ ପ୍ରଭୁତ୍ଵର ଅହଙ୍କାର ହେତୁ ସେମାନଙ୍କାରେ ପଲ୍ଲୀବିମୁଖତା ପରି ଅମାନବିକତା ପରିଲକ୍ଷିତ ହୁଏ । ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’ ପରି ମହାନ୍ ବାଣୀ ସେମାନଙ୍କ ପାଇଁ ଅର୍ଥହୀନ ତଥା ଅବାସ୍ତବ ହୋଇଉଠେ । ଏଥିପାଇଁ ପ୍ରାବନ୍ଧିକ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ତଥା ଗତାନୁଗତିକତାର ଅନ୍ଧି।ନୁସରଣକୁ ଦାୟା କରିଛନ୍ତି। ଶିକ୍ଷାଗତ ଯୋଗ୍ୟତ। ତଥା ଅର୍ଥ, କ୍ଷମତା ଓ ପ୍ରଭୁତ୍ଵର ଅହଙ୍କାର ହେତୁ ସେମାନଙ୍କଠାରେ ପଲ୍ଲୀବିମୁଖତା ପରି ଅମାନବିକତା ପରିଲକ୍ଷିତ ହୁଏ । ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’ ପରି ମହାନ୍ ବାଣୀ ସେମାନଙ୍କ ପାଇଁ ଅର୍ଥହୀନ ତଥା ଅବାସ୍ତବ ହୋଇଉଠେ । ଏଥପ୍ରତି ସଚେତନ ହେବାପାଇଁ ପ୍ରାବନ୍ଧିକ ପରୋକ୍ଷରେ ପରାମର୍ଶ ଦେଇଛନ୍ତି । ଲେଖକ ପୁନଶ୍ଚ କହିଛନ୍ତି ଯେ-

‘‘ମନୁଷ୍ୟ ବହୁପରିମାଣରେ ପରମ୍ପରାର ଦାସ ।’’

ଉଚ୍ଚଶିକ୍ଷା ଲାଭପରେ ପର୍ଯ୍ୟାପ୍ତ ଆୟ ହେତୁ ଶିକ୍ଷିତ ଗୋଷ୍ଠୀ ନିଜକୁ ଅଭିଜାତ ଗୋଷ୍ଠୀ ଅନ୍ତର୍ଭୁକ୍ତ ବୋଲି ମନେକରେ । ଆଭିଜାତ୍ୟର ଚିହ୍ନ ସ୍ୱରୂପ ପୋଷାକ ପରିଚ୍ଛଦ ପରିଧାନ ସହ ଆଧୁନିକ ଜୀବନଶୈଳୀ ମଧ୍ଯରେ ସେ ଶାରୀରିକ ଶ୍ରମଠାରୁ ଦୂରେଇ ଯାଇ ବିଳାସ ବ୍ୟସନର ପ୍ରାଚୁର୍ଯ୍ୟ ମଧ୍ଯରେ ଜୀବନକୁ ଉପଭୋଗ କରିବାକୁ ଶ୍ରେୟ ମନେକରେ । ପୁନଶ୍ଚ ଜୀବନ ଯୁଦ୍ଧରେ ଦିଗ୍‌ବିଜୟୀ ବୀରଭାବେ ପରିଚିତ ହେବାପାଇଁ ସେ ଉଶ୍ଵାସରେ ଧାଇଁ ଆୟର ପନ୍ଥା ବିସ୍ତାର କରିବାକୁ ଲାଗେ । କାରଣ ସେ ଅନୁଭବ କରେ ଯେ ଆଦର ଓ ପ୍ରଶଂସା ପାଇବାପାଇଁ ଧନର ଭୂମିକା ଗୁରୁତ୍ଵପୂର୍ଣ୍ଣ । ସେମାନେ କିନ୍ତୁ ଭୁଲିଯିବା ଉଚିତ ନୁହେଁ, ଜନ୍ମଭୂମି ତ୍ୟାଗକରି ବିପୁଳ ରାଜ୍ୟ ଅପରିସୀମ ବିଭବ ଓ ଅଭ୍ରଂକକ୍ଷ ପ୍ରାସାଦ ଓ ଅଷ୍ଟପାଟବଂଶୀଙ୍କ ଅଧିକାରୀ ଯୁଗାବତାର ଶ୍ରୀକୃଷ୍ଣଙ୍କୁ ଦିନେ ରାଜ୍ୟହୀନ, ଗୃହହୀନ, ଧନହୀନ ଓ ପୁତ୍ରକନ୍ୟାହୀନ ହୋଇ ଅପ୍ରତ୍ୟାଶିତ ମୃତ୍ୟୁର ସମ୍ମୁଖୀନ ଅନୈତିକ ଏବଂ ଏ ଦିଗରେ ବେଳହୁଁ ସାବଧାନ ହେବାପାଇଁ ପ୍ରାବନ୍ଧିକଙ୍କ ପରାମର୍ଶ ଅବଶ୍ୟ ଗୁରୁତ୍ୱପୂର୍ଣ୍ଣ ।

ଶ୍ରମବିମୁଖତାକୁ ଆଭିଜାତ୍ୟର ଚିହ୍ନ ଭାବେ ଗ୍ରହଣ କରିଥ୍ବା ଶିକ୍ଷିତ ଗୋଷ୍ଠା ପିଲ୍ଲାବାସୀଙ୍କ ଶ୍ଠଙ୍ଖଳିତ କର୍ମଯୋଜନାରେ ନିଜକୁ ସାମିଲ କରିବାକୁ ଅକ୍ଷମତା ପ୍ରକାଶ କରିଥାଆନ୍ତି । ଶାରୀରିକ ସୁସ୍ଥତା ପାଇଁ କର୍ମମୁଖର ଜୀବନଯାପନ ଶୈଳୀର ଆବଶ୍ୟକତା ଅନସ୍ବୀକାର୍ଯ୍ୟ । ତେଣୁ ଶିକ୍ଷିତ ଗୋଷ୍ଠୀ ଏଥପ୍ରତି ଧ୍ୟାନଦେବା ଅବଶ୍ୟ ବିଧେୟ । ଆଭିଜାତ୍ୟର ଗର୍ବରେ ଜନ୍ମଭୂମି ପଲ୍ଲୀଗ୍ରାମରେ ଜାତି-ଧର୍ମ- ବର୍ଣ୍ଣ ନିର୍ବିଶେଷରେ ଗଢ଼ିଉଠିଥ‌ିବା ମହାନ୍ ଏକପରିବାରତ୍ଵ ପରମ୍ପରାରେ ସେ ନିଜକୁ ଖାପଖୁଆଇ ନ ପାରିବା ସର୍ବାଦୌ ଅନୁଚିତ । ଜନ୍ମଭୂମି ପଲ୍ଲୀଗ୍ରାମବାସୀଙ୍କ ଆତ୍ମୀୟତାର ନିବିଡ଼ ବନ୍ଧନକୁ ହେୟ ମନେକରି ସେମାନଙ୍କ ସହ ସମ୍ପର୍କ ଛିନ୍ନ କରିବା କଦାପି ମାନବିକତାର ପରିଚାୟକ ନୁହେଁ । ଇଂରେଜ କବି ସେକ୍ସପିୟରଙ୍କ ମତରେ-

‘He, who hath not said this is my own my native land is beast.” ଜନ୍ମମାଟିକୁ ନେଇ ଯେ ଗର୍ବ ନକରେ ସେ ପଶୁତୁଲ୍ୟ । ପ୍ରତ୍ୟେକ ବ୍ୟକ୍ତି ନିଜ ଜନ୍ମସ୍ଥାନକୁ ଅନ୍ତରଙ୍ଗଭାବେ ଭଲ ପାଇବା ଉଚିତ । ସହରୀ ଚାକଚକ୍ୟରେ ବୁଡ଼ିରହି ମଳିନ ଜନ୍ମମାଟି ପ୍ରତି ଯଥାସମ୍ଭବ କର୍ତ୍ତବ୍ୟରୁ ବିରତ ହେବା ଅବଶ୍ୟ ଅନୈତିକ ଓ ଅମାନବିକ ଏଥ‌ିରେ ସନ୍ଦେହର ଅବକାଶ ନାହିଁ । ସେହି ଶିକ୍ଷିତମାନେ ହିଁ ଆମର ନମସ୍ୟ ଯେଉଁମାନେ ସେମାନଙ୍କର ମହାନୁଭବତାର ପରିକୁ ପଲ୍ଲୀଗ୍ରାମରୁ ଆରମ୍ଭକରି ବିଶ୍ବ ପର୍ଯ୍ୟନ୍ତ ପରିବ୍ୟାପ୍ତ କରିପାରିଛନ୍ତି । ପ୍ରବନ୍ଧର ଉପସଂହାର କରି ପ୍ରାବନ୍ଧକ କହିଛନ୍ତି ‘‘ଯେ ଭଲ ଗ୍ରାମବାସୀ ନୁହେଁ; ସେ ଭଲ ଓଡ଼ିଶାବାସୀ ନୁହେଁ, ସେ ଭଲ ଭାରତବାସୀ ନୁହେଁ ଓ ଯେ ଭଲ ଭାରତବାସୀ ନୁହେଁ ସେ ଭଲ ବିଶ୍ବବାସୀ ହୋଇନପାରେ ।’’

Question ୪୭ ।
ଗ୍ରାମରେ ରଜ, କୁମାର ପୂର୍ଣ୍ଣିମା ଭଳି ବିଭିନ୍ନ ପର୍ବପର୍ବାଣିରେ ଯେଉଁସବୁ ଗୀତ ବୋଲାଯାଏ, ସେସବୁ ସଂଗ୍ରହ କରି ତୁମ ସାହିତ୍ୟ ଶିକ୍ଷକଙ୍କୁ ଦେଖାଅ ।
Answer:
ପଲ୍ଲୀକବି ନନ୍ଦକିଶୋର ବଳ, ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ, ଡ. କୁଞ୍ଜବିହାରୀ ଦାସଙ୍କ ପଲ୍ଲୀଗୀତ ସଂକଳନରୁ ଏସବୁ ଗୀତ ସଂଗ୍ରହ କର ଏସବୁ ଗୀତ ସଂଗ୍ରହ କରା

ତୁମ ପାଇଁ କାମ

Question ୪୮ ।
ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଲିଖ୍ ଅନ୍ୟାନ୍ୟ ବହି ପଢ଼। ବିଶେଷତଃ ତାଙ୍କ ଆତ୍ମଜୀବନୀ- ‘ମୋ ସମୟର ଓଡ଼ିଶା’ ପୁସ୍ତକ ପଢ଼ା

Question ୪୯ ।
ପଲ୍ଲୀ କବିତାଗୁଡ଼ିକୁ ମନେରଖ୍ ନିଜ ନିଜ ମଧ୍ୟରେ ପଦ୍ୟାନ୍ତ ପ୍ରତିଯୋଗିତା କର ।

Question ୫୦ ।
ତୁମ ଜନ୍ମଭୂମି ସମ୍ପର୍କରେ ତୁମେ ଏକ କବିତା କିମ୍ବା ପ୍ରବନ୍ଧ ଲେଖୁ ତୁମ ସାହିତ୍ୟ ଶିକ୍ଷକଙ୍କୁ ଦେଖାଅ ।
[ସୂଚନା : ‘ତୁମ ପାଇଁ କାମ’ର ଉତ୍ତରଗୁଡ଼ିକ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ପ୍ରସ୍ତୁତ କରନ୍ତୁ ।]

BSE Odisha 10th Class Odia Solutions Chapter 9 ଜନ୍ମଭୂମି

ବିଗତ ବର୍ଷର ହାଇସ୍କୁଲ ପରୀକ୍ଷା (ବାର୍ଷିକ ଓ ସପ୍ଲିମେଣ୍ଟାରୀ)ର ପ୍ରଶ୍ନୋତ୍ତର

Question 1.
ଲେଖକ କାହାକୁ ତାଙ୍କର ଜନ୍ମଭୂମି ବୋଲି କହିଛନ୍ତି ?
Answer:
ପଲ୍ଲୀ ମାଟିକୁ

Question 2.
ଦ୍ଵାରକାର ରାଜଭୋଗରେ ଶ୍ରୀକୃଷ୍ଣଙ୍କ ପାଦ କିପରି ରକ୍ତାଭ ହୋଇଥିଲା ?
Answer:
ନବପଲ୍ଲବ ପରି

Question 3.
ଗାଁର ଯେଉଁ ନବ ଯୁବକମାନେ ଚାକିରି ନ ପାଇ ଜନ୍ମଭୂମି ଛାଡ଼ି ନାହାଁନ୍ତି, ସେମାନେ କାହାର ଆଶ୍ରୟ ନେଇଛନ୍ତି ?
Answer:
ରାଜନୀତିର

Question 4.
ଜନ୍ମଭୂମି ପ୍ରବନ୍ଧଟି ପ୍ରାବନ୍ଧିକଙ୍କର କେଉଁ ପୁସ୍ତକରୁ ସଂଗୃହୀତ ?
Answer:
ପ୍ରବନ୍ଧ ମାନସ

Question 5.
ଜନ୍ମଭୂମିକୁ ଫେରିଯିବାପାଇଁ ଲେଖକଙ୍କର କ’ଣ ଅଭାବ ରହିଛି ?
Answer:
ନୈତିକ ସାହାସ

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question 6.
ଭାରତୀୟ ଅର୍ଥନୈତିକ ବେଷ୍ଟନୀରେ କାହାକୁ ଥୋଇ ଦିଆହୋଇଛି ?
Answer:
ପାଶ୍ଚାତ୍ୟ ଶିକ୍ଷା ପଦ୍ଧତିକୁ

Question 7.
ଧର୍ମାନ୍ତର ପରେ ଦୀକ୍ଷିତ ବ୍ୟକ୍ତି ଧର୍ମ ପାଖରେ କ’ଣ ଉତ୍ସର୍ଗ କରିଥାଏ ?
Answer:
ପାଶ୍ଚାତ୍ୟ ଶିକ୍ଷା ପଦ୍ଧତିକୁ

Question 8.
ପୂର୍ବରୁ ଦେଖାହେଲେ ଗୋବିନ୍ଦାଭାଇ ଲେଖକଙ୍କୁ କୁଟିରରେ ବସାଇ କାହାର ବ୍ୟାଖ୍ୟା ଶୁଣାଉଥିଲା ?
Answer:
ମାନିଗରିକତା

Question 9.
‘ସିକ୍ତଭୂମିର ସୁଗନ୍ଧ ଓ ବନ୍ୟଯୂଥର ପରିମଳ’ରେ କେଉଁ ପର୍ବ ଆରମ୍ଭ ହୁଏ ?
Answer:
ମଳରୋଧ ଚଉତିଶାର

Question 10.
ସାର ମାଉସୀ ଲେଖକଙ୍କୁ ଆଗେ କ’ଣ କହି ପଚାରୁଥୁଲା ?
Answer:
କେବେ ଆସିଲୁ ବାପା ?

ପରୀକ୍ଷା ଉପଯୋଗୀ ଅତିରି

(A) ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

Question 1.
ଗ୍ରାମର ଶୃଙ୍ଖଳିତ କର୍ମଯୋଜନା କ’ଣ ?
Answer:
ଗ୍ରୀଷ୍ମର ଝାଞ୍ଜି, ବର୍ଷାର ଝଡ଼ ଓ ହେମନ୍ତର ଶୀତକୁ ଖାତିର ନ କରି ଗ୍ରାମବାସୀମାନେ ଯେଉଁ କର୍ମ କରି ଚାଲନ୍ତି, ସେହି କାମହିଁ ଗ୍ରାମର ଶୃଙ୍ଖଳିତ କର୍ମଯୋଜନା ।

Question 2.
କୃଷ୍ଣ ଦ୍ଵାରକା ଯାଇ ସେଠାରେ କେଉଁ ବିଭବର ଅଧିକାରୀ ହୋଇଥିଲେ ?
Answer:
କୃଷ୍ଣ ମଥୁରାରୁ ଦ୍ଵାରକାରେ ଉପନୀତ ହୋଇ ସେଠାରେ ବିପୁଳ ରାଜ୍ୟ ସ୍ଥାପନ କରି ଅପରସୀମ ବିଭବର ଅଧିକାରୀ ହୋଇ ଅଭ୍ରଂକଷ ପ୍ରାସାଦ ନିର୍ମାଣ କରିଥିଲେ ।

Question 3.
ଶ୍ରୀକୃଷ୍ଣ କେଉଁମାନଙ୍କୁ ପ୍ରବଞ୍ଚନା କରି ଗୋପପୁର ଛାଡ଼ି ଆସିଲେ ?
Answer:
ଶ୍ରୀକୃଷ୍ଣ ଗୋପପୁରରେ ନନ୍ଦ, ଯଶୋଦା ଓ ଗୋପୀ-ଗୋପାଳଙ୍କୁ ପ୍ରବଞ୍ଚନା କରି ଗୋପପୁର ଛାଡ଼ି ଆସିଲେ ।

Question 4.
ଆଜି ମଧ୍ୟ କୃଷ୍ଣଙ୍କ ମାତୃଭୂମିରେ କ’ଣ ପୂର୍ବପରି ରହିଛି ?
Answer:
ଆଜି ମଧ୍ୟ କୃଷ୍ଣଙ୍କ ମାତୃଭୂମି ଗୋପ, ବୃନ୍ଦାବନ, ଯମୁନା, ଗୋପୀ, ଗୋପାଳ ପ୍ରଭୃତି ପୂର୍ବପରି ରହିଛନ୍ତି ।

Question 5.
ଶ୍ରୀକୃଷ୍ଣ କାହିଁକି ଲତିକା ଦୋଳାରେ ନିଜର ଅବଶ ଅଂଶକୁ ଢାଳିଦେଲେ ?
Answer:
ରାଜ୍ୟହୀନ, ଗୃହହୀନ, ଧନହୀନ ଓ ପୁତ୍ରକନ୍ୟାହୀନ ହୋଇଥିବାରୁ ଶ୍ରୀକୃଷ୍ଣ ନିବିଡ଼ ଅରଣ୍ୟର ଲତିକା ଦୋଳାରେ ନିଜର ଅବଶ ଅଙ୍ଗକୁ ଢାଳିଦେଇଥିଲେ ।

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question 6.
କେଉଁ ଗବେଷଣା ଗ୍ରନ୍ଥଟି ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ଇଂରାଜୀ ଲିଖ୍ ଏକ ଗବେଷଣା ଗ୍ରନ୍ଥ ?
Answer:
‘ଭୁବନେଶ୍ୱରର ପ୍ରତ୍ନତାତ୍ତ୍ଵିକ ଅବଶେଷ’ ନାମକ ଉପାଦେୟ ଗ୍ରନ୍ଥଟି ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ଇଂରାଜୀ ଲିଖ୍ ଏକ ଗବେଷଣାଗ୍ରନ୍ଥ ।

Question 7.
ଗ୍ରାମର ଉନ୍ନତି ନିମନ୍ତେ ପ୍ରାବନ୍ଧିକଙ୍କର ଏକମାତ୍ର ଅବଶେଷ କର୍ତ୍ତବ୍ୟ କ’ଣ ?
Answer:
ଗ୍ରାମର ଉନ୍ନତି ନିମନ୍ତେ ଅର୍ଥଦାନ ହିଁ ପ୍ରାବନ୍ଧିକଙ୍କର ଏକମାତ୍ର ଅବଶେଷ କର୍ତ୍ତବ୍ୟ ।

Question 8.
ପୁରାତନୀ ଗାଥା କ’ଣ ଭେଦ କରି ଆଜି ଆମ୍ଭମାନଙ୍କ ପାଖରେ ପହଞ୍ଚିଛି ?
Answer:
ପୁରାତନୀ ଗାଥା ବହୁ ଶତାବ୍ଦୀର ବିସ୍ମୃତି ଭେଦ କରି ଆଜି ଆମ୍ଭମାନଙ୍କ ପାଖରେ ପହଞ୍ଚିଛି ।

Question 9.
କେଉଁମାନେ ପ୍ରବଞ୍ଚନା କରିଥା’ନ୍ତି ?
Answer:
ଯେଉଁମାନେ ଗ୍ରୀସୀୟ ଦେବତା ଏଟ୍‌ଲାସ ପରି ସମସ୍ତ ବିଶ୍ବର ଭାର ବହନ କରିଛନ୍ତି କହି କୁବ୍‌ଜ ହୋଇ ଚାଲନ୍ତି, ସେହିମାନେ ପ୍ରବଞ୍ଚନା କରିଥା’ନ୍ତି ।

Question 10.
‘ଭଞ୍ଜକୀର୍ତ୍ତି’ କହିଲେ କ’ଣ ବୁଝ ?
Answer:
‘ଭଞ୍ଜକୀର୍ତ୍ତି’ କହିଲେ ମୟୂରଭଞ୍ଜର ଭଞ୍ଜବଂଶର ରାଜାମାନଙ୍କ କୀର୍ତ୍ତିକୁ ବୁଝାଏ ।

Question 11.
ଗ୍ରାମବାସୀମାନେ କେଉଁ ସମୟରେ ଧରଣୀର ବକ୍ଷ ଚିରି ନୂଆ ମେଘକୁ ଚାହିଁ ରହନ୍ତି ?
Answer:
ଗ୍ରାମବାସୀମାନେ ଗ୍ରୀଷ୍ମଋତୁରେ ଧରଣୀର ବକ୍ଷ ଚିରି ନୂଆ ମେଘକୁ ଚାହିଁ ରହନ୍ତି ।

Question 12.
ରଜପର୍ବର ପରିସମାପ୍ତି ପରେ ଗ୍ରାମବାସୀମାନେ କାହାର ସମ୍ମୁଖୀନ ହୁଅନ୍ତି ?
Answer:
ରଜପର୍ବର ପରିସମାପ୍ତି ପରେ ଗ୍ରାମବାସୀମାନେ ନିଷ୍ଠୁର ବାସ୍ତବତାର ସମ୍ମୁଖୀନ ହୁଅନ୍ତି ।

Question 13.
‘ପଦପଲ୍ଲବ’ କହିଲେ କ’ଣ ବୁଝ ?
Answer:
‘ପଦପଲ୍ଲବ’ କହିଲେ କଅଁଳ ପତ୍ର ପରି କୋମଳ ପାଦକୁ ବୁଝାଏ ।

Question 14.
ଲେଖକ ପଲ୍ଲୀକୁ ଧାତ୍ରୀ କହିବାର କାରଣ କ’ଣ ?
Answer:
ଲେଖକ ପଲ୍ଲୀକୁ ଧାତ୍ରୀ କହିବାର କାରଣ ହେଉଛି, ସେ ପଲ୍ଲୀକୋଳରେ ଜନ୍ମନେବା ପରେ ପଲ୍ଲୀଜନନୀ ହିଁ ତାଙ୍କୁ ଫୁଲ, ଫଳ, ଶାକ, ତଣ୍ଡୁଳ ପ୍ରଦାନ କରି ଧାତ୍ରୀଙ୍କ ପରି ପାଳନ କରିଛି ।

Question 15.
‘‘ଏ ସମସ୍ତ ମୋର ଜନ୍ମଭୂମି’’- ଏହି ବାକ୍ୟାଶରେ ଏ ସମସ୍ତ କାହାକୁ ବୁଝାଉଛି ?
Answer:
ଏ ସମସ୍ତ ଶବ୍ଦଟି ବ୍ୟାପକ ଅର୍ଥରେ ବିଶାଳ ଏସିଆ ମହାଦେଶ, ବିଶାଳ ଭାରତବର୍ଷ, ଓଡ଼ିଶା ପ୍ରଦେଶ ଓ ଜନ୍ମସ୍ଥାନ

Question 16.
ଧର୍ମାନ୍ତର ଗ୍ରହଣ ପରେ ଲୋକର କି ପରିବର୍ତ୍ତନ ହୋଇଥାଏ ?
Answer:
ଧର୍ମାନ୍ତର ଗ୍ରହଣ ପରେ ଲୋକଟି ସେହି ଧର୍ମ ପାଖରେ ନିଜର ସମସ୍ତ ମାନବିକତାକୁ ଉତ୍ସର୍ଗ କରି ନିଜର ନାମ, ପଦବୀ, ଭାଷା, ଆଚାର, ବ୍ୟବହାର, ବେଶଭୂଷାକୁ ବଦଳାଇ ଦେବା ସହ ପରିଶେଷରେ ସ୍ବୀୟ ଜାତୀୟତା ଭୁଲି ଜନ୍ମଭୂମିକୁ ମଧ୍ୟ ଅସ୍ବୀକାର କରିଥାଏ ।

Question 17.
ସାର ମାଉସୀର ପ୍ରଶ୍ନରେ କି ପରିବର୍ତ୍ତନ ଆସିଛି ?
Answer:
ଆଗେ ସାର ମାଉସୀ ହୃଦୟର ସ୍ନେହ, ମମତା ଓ ଆପଣାର ଭାବ ନେଇ ‘କେବେ ଆସିଲୁ ବାପା’ ବୋଲି ସମ୍ବୋଧନ କରୁଥିଲେ ବି ପରବର୍ତ୍ତୀ ସମୟରେ ତାହାକୁ ପରିବର୍ତ୍ତନ କରି ‘କେବେ ଆସିଲ ବାବୁ’ ବୋଲି ପ୍ରଶ୍ନ କରିଛି ।

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question 18.
ଗୋବିନ୍ଦ ଭାଇ କି ପ୍ରକାରର ଲୋକ ?
Answer:
ଗୋବିନ୍ଦ ଭାଇ ଆଜୀବନ ଅକର୍ମା ଓ ଅବିବାହିତ ଲୋକ, ଯେ କି ସଂସାର ବିରୋଧରେ ବିଦ୍ରୋହ ଘୋଷଣା କରେ ଏବଂ ଶ୍ରୋତାଙ୍କୁ ଚଉତିଶା ଶୁଣାଇବାକୁ ମନରେ ରଖିଥାଏ ପ୍ରବଳ ଆଗ୍ରହ ।

Question 19.
ଗ୍ରାମରେ ନବାଗତ ଅତିଥ୍ୟ କିଏ ବୋଲି ଲେଖକ ଅଭିମତ ପୋଷଣ କରିଛନ୍ତି ?
Answer:
ଗ୍ରାମରେ ଜନ୍ମଗ୍ରଦଶ କରିଥିବା ନୂତନ ଶିଶୁମାନଙ୍କୁ ଲେଖକ ନବାଗତ ଅତିଥିର ଆଖ୍ୟା ପ୍ରଦାନ କରିଛନ୍ତି।

Question 20.
ଗ୍ରାମର ବିଦ୍ୟାର୍ଥୀମାନଙ୍କ ସମ୍ପର୍କରେ ପ୍ରଥମେ କି ପ୍ରକାର ଧାରଣା ସୃଷ୍ଟି ହୋଇଥାଏ ?
Answer:
ଗ୍ରାମର ବିଦ୍ୟାର୍ଥୀମାନେ ଭବିଷ୍ୟତରେ ପିତାମାତାଙ୍କର ଯତ୍ନ ନେବେ ଓ ଗ୍ରାମର ଉନ୍ନତି ବିଧାନ କରିବେ ବୋଲି ଗ୍ରାମର ଲୋକମାନଙ୍କର ଧାରଣା ଥାଏ ।

Question 21.
ଶ୍ରୀକୃଷ୍ଣଙ୍କ ବଂଶର ଶେଷ ଅବସ୍ଥା କ’ଣ ହୋଇଥିଲା ?
Answer:
ଶ୍ରୀକୃଷ୍ଣଙ୍କ ବଂଶଧରମାନେ ପରିଶେଷରେ ପ୍ରଭାସ ତୀର୍ଥର ଏରକାର ବନରେ ପରସ୍ପର ହଣାହଣି ହୋଇ ଧ୍ବଂସ ହୋଇଯାଇଥିଲେ ।

Question 22.
.ଭଲ ବିଶ୍ୱବାସୀ କହିଲେ କ’ଣ ବୁଝ ?
Answer:
ଯେଉଁ ବ୍ୟକ୍ତି ତାଙ୍କର ମହାନୁଭବତାର ପରିଧ୍ଵ ପଲ୍ଲୀଗ୍ରାମରୁ ଆରମ୍ଭ କରି ବିଶ୍ବ ପର୍ଯ୍ୟନ୍ତ ପରିବ୍ୟାପ୍ତ କରିପାରନ୍ତି, ସେମାନେ ହିଁ ଭଲ ବିଶ୍ଵବାସୀଭାବେ ବିବେଚିତ ହୁଅନ୍ତି ।

(B) ଗୋଟିଏ ପଦ ବା ଶବ୍ଦରେ ଉତ୍ତର ଦିଅ ।

Question 1.
‘ଜନ୍ମଭୂମି’ ପ୍ରବନ୍ଧଟି କେଉଁ ଭାବନାରେ ପରିପୁଷ୍ଟ ?
Answer:
ବସୁଧୈବ କୁଟୁମ୍ବକମ୍

Question 2.
ପ୍ରାବନ୍ଧିକଙ୍କ ଜନ୍ମମାଟି ପଲ୍ଲୀ କାହାଦ୍ଵାରା ପରିବେଷ୍ଟତା ?
Answer:
ଅରଣ୍ୟ

Question 3.
ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ଇଂରାଜୀ ଲିଖ୍ ଏକ ଗବେଷଣାଗ୍ରନ୍ଥର ନାମ କ’ଣ ?
Answer:
ଭୁବନେଶ୍ୱରର ପ୍ରତ୍ନତାତ୍ତ୍ତିକ ଅବଶେଷ

Question 4.
ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଜନ୍ମଭୂମି ସହିତ ପ୍ରାବନ୍ଧିକଙ୍କ ସମ୍ପର୍କ କିପରି ହୋଇଛି ବୋଲି ସେ କହିଛନ୍ତି ?
Answer:
କ୍ଷୀଣ

Question 5.
ପ୍ରାବନ୍ଧିକ ଜାତିସ୍ମର ପରି କାହାକୁ ସ୍ମରଣ କରିଛନ୍ତି ?
Answer:
ପଲ୍ଲୀଜନନୀକୁ

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question 6.
ପ୍ରାବନ୍ଧିକଙ୍କ ଜନ୍ମଭୂମି କେଉଁ ବଂଶର ରାଜାମାନଙ୍କ କୀର୍ତ୍ତିରେ ଉଦ୍‌ଭାସିତା ?
Answer:
ଭଞ୍ଜ ବଂଶର

Question 7.
ଗ୍ରାମର କେଉଁଠାରେ ସାର ମାଉସୀର ଘର ଥିଲା ?
Answer:
ଗ୍ରାମ ମୁଣ୍ଡରେ

Question 8.
ଶିକ୍ଷିତମାନେ -ବିଦ୍ୟାର୍ଥୀ ଜୀବନରେ କେଉଁମାନଙ୍କର ପ୍ରଶଂସାର ଦୃଷ୍ଟାନ୍ତ ହୋଇଥା’ନ୍ତି ?
Answer:
ଗ୍ରାମ ବୃଦ୍ଧମାନଙ୍କର

Question 9.
ଶ୍ରୀକୃଷ୍ଣ କେଉଁ ସ୍ଥାନରୁ ଦ୍ଵାରକା ପର୍ଯ୍ୟନ୍ତ ଦୀର୍ଘପଥ ଅତିକ୍ରମ କରିଥିଲେ ?
Answer:
ମଥୁରାରୁ

Question 10.
ଶ୍ରୀକୃଷ୍ଣଙ୍କ ପଦଦ୍ବୟ ଦ୍ଵାରକାର ରାଜଭୋଗରେ କିପରି ରକ୍ତାଭ ହୋଇଉଠିଥିଲା ?
Answer:
ନବପଲ୍ଲବ ପରି

Question 11.
କେଉଁମାନଙ୍କ ସହ ଶ୍ରୀକୃଷ୍ଣ ପ୍ରବଞ୍ଚନା କରିଥିଲେ ବୋଲି ପ୍ରାବନ୍ଧିକ କହିଛନ୍ତି ?
Answer:
ଗୋପପୁରବାସୀଙ୍କ ସହ

Question 12.
ରଜପର୍ବରେ ଗ୍ରାମବାସୀମାନେ କେଉଁ ଖେଳରେ ମାତି ଥାଆନ୍ତି ?
Answer:
ଦୋଳି ଖେଳ

Question 13.
ଯେଉଁମାନେ ଗ୍ରୀସୀୟ ଦେବତା ଏଟ୍‌ଲାସ୍ ପରି ସମସ୍ତ ବିଶ୍ବର ଭାର ବହନ କରିଛନ୍ତି ବୋଲି କହି କୁବ୍‌ଜ ହୋଇଚାଲନ୍ତି, ସେମାନେ ପ୍ରକୃତରେ କ’ଣ କରିଥା’ନ୍ତି ?
Answer:
ପ୍ରବଞ୍ଚନା

Question 14.
‘ଜନ୍ମଭୂମି’ ପ୍ରବନ୍ଧଟି ପ୍ରାବନ୍ଧିକଙ୍କର କେଉଁ ପ୍ରବନ୍ଧ ପୁସ୍ତକରୁ ଆସିଅଛି ?
Answer:
ପ୍ରବନ୍ଧ ମାନସ

Question 15.
ପ୍ରାବନ୍ଧିକ ଆୟୁକୁ କାହା ସହିତ ତୁଳନା କରିଛନ୍ତି ?
Answer:
ସୂର୍ଯ୍ୟଙ୍କ ସହ

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question 16.
ଶିକ୍ଷା ସମାପନ ସଙ୍ଗେ ସଙ୍ଗେ ଶିକ୍ଷିତମାନଙ୍କର କ’ଣ ଘଟିଥାଏ ବୋଲି ପ୍ରାବନ୍ଧିକ କହିଛନ୍ତି ?
Answer:
ପୁନର୍ଜନ୍ମ

Question 17.
ସାର ମାଉସୀ ଗ୍ରାମମୁଣ୍ଡରେ କେଉଁ ସ୍ଥାନରେ ବହୁବର୍ଷ ଧରି ପ୍ରସ୍ତର ମୂର୍ତ୍ତିଟି ପରି ବସି ଆସିଛନ୍ତି ?
Answer:
ଛୋଟ ପିଣ୍ଡାରେ

Question 18.
ଗୋବିନ୍ଦ ଭାଇ କାହାକୁ ଦୁର୍ଗ କରି ସମଗ୍ର ବିଶ୍ଵ ବିରୋଧରେ ବିଦ୍ରୋହ ଘୋଷଣା କରୁଥିଲା ?
Answer:
ତା’ର କ୍ଷୁଦ୍ର କୁଟୀରକୁ

Question 19.
ଗ୍ରାମଯାକ କେଉଁ ଅତିଥିମାନଙ୍କଦ୍ୱାରା ପରିପୂର୍ଣ୍ଣ ହୋଇଗଲାଣି ବୋଲି ପ୍ରାବନ୍ଧିକ କହିଛନ୍ତି ?
Answer:
ନବାଗତ ଅତିଥ୍

Question 20.
ପଲ୍ଲୀର କର୍ମଯୋଜନାରେ ଅଂଶଗ୍ରହଣ କରିବାପାଇଁ ପ୍ରାବନ୍ଧିକଙ୍କ ନିକଟରେ କେଉଁ ଶକ୍ତିର ଅଭାବ ନ ଥିଲା ?
Answer:
ଭୌତିକ ଶକ୍ତି

Question 21.
କିଏ ଶଶିକଳା ପରି ଦୀନା ଓ କ୍ଷୀଣା ହୋଇଯାଇଥିଲେ ?
Answer:
ରାଧା

Question 22.
ଦ୍ଵାରକା ନିକଟରେ କେଉଁ ତୀର୍ଥସ୍ଥାନ ଅବସ୍ଥିତ ?
Answer:
ପ୍ରଭାସତୀର୍ଥ

Question 23.
କାହାର ଲୌହଶର ଶ୍ରୀକୃଷ୍ଣଙ୍କର ପଦକୁ ବିଦ୍ଧ କରିଥିଲା ?
Answer:
ବ୍ଯାଧର

Question 24.
ଏଟ୍‌ଲାସ କେଉଁ ଦେଶୀୟ ଦେବତା ଅଟନ୍ତି ?
Answer:
ଗ୍ରୀସୀୟ

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question 25.
ଗୋପପୁର ଓ ମଥୁରା ମଧ୍ୟରେ କେଉଁ ନଦୀ ବହିଚାଲିଛି ?
Answer:
ଯମୁନା

Question 26.
ଶ୍ରୀକୃଷ୍ଣ କେଉଁଠାରେ ତାଙ୍କର ଅଭ୍ରଂକଷ ପ୍ରାସାଦ ନିର୍ମାଣ କରାଇଥିଲେ ?
Answer:
ଦ୍ଵାରକାରେ

Question 27.
ପ୍ରାବନ୍ଧିକ ତାଙ୍କ ଜନ୍ମଭୂମିକୁ କେଉଁମାନଙ୍କ ସହ ତୁଳନା କରିଛନ୍ତି ?
Answer:
ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ ସହିତ

Question 28.
ଯେ ପୂର୍ବଜନ୍ମର ଘଟଣାବଳୀକୁ ସ୍ମରଣ କରିପାରେ ତା’କୁ କ’ଣ କୁହାଯାଏ ?
Answer:
ଜାତିସ୍ମର

Question 29.
ପଲ୍ଲୀଗ୍ରାମର ନରନାରୀଙ୍କ ମଧ୍ୟରେ ଜାତି-ଧର୍ମ ନିର୍ବିଶେଷରେ କ’ଣ ଗଢ଼ି ଉଠିଥାଏ ?
Answer:
ଏକ ପରିବାରତ୍ଵର ପରମ୍ପରା

Question 30.
ଆଗେ ସାର ମାଉସୀ ପ୍ରାବନ୍ଧିକଙ୍କୁ ଦେଖୁବାମାତ୍ରେ କ’ଣ ବୋଲି ପଚାରୁଥିଲା ?
Answer:
କେବେ ଆସିଲୁ ବାପା

Question 31.
ଆଜିକାଲି ସାର ମାଉସୀ ପ୍ରାବନ୍ଧିକଙ୍କୁ ଦେଖ‌ିଲେ କ’ଣ ପଚାରେ ?
Answer:
କେବେ ଆସିଲ ବାବୁ ?

Question 32.
ଗୋବିନ୍ଦ ଭାଇ ପ୍ରାବନ୍ଧିକଙ୍କୁ କୁଟୀରରେ ବସାଇ କ’ଣ ବ୍ୟାଖ୍ୟା କରୁଥିଲା ?
Answer:
ମନବୋଧ ଚଉତିଶା

Question 33.
ଗ୍ରାମରେ ନବାଗତ ଅତିଥ୍ୟ ବୋଲି ପ୍ରାବନ୍ଧିକ କେଉଁମାନଙ୍କୁ ଲକ୍ଷ୍ୟକରି କହିଛନ୍ତି ?
Answer:
ଶିଶୁମାନଙ୍କୁ

Question 34.
ଆଫ୍ରିକାରୁ ନବାଗତ ଜେବ୍ରା ବା ଜିରାକୁ ଚାହିଁ ରହିଲା ପରି ଶିଶୁମାନେ ପ୍ରବନ୍ଧରେ କାହାକୁ ଚାହିଁ ରହନ୍ତି
Answer:
ପ୍ରାବନ୍ଧିକଙ୍କୁ

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question 35.
ରୋଗାଦି କାରଣରୁ ଯେଉଁମାନଙ୍କ ପେଟ ବାହାରି ପଡ଼ିଥାଏ, ସେମାନଙ୍କୁ କ’ଣ କୁହାଯାଏ ?
Answer:
ଲମ୍ବୋଦର

Question 36.
ରାଜନୈତିକ ମତବାଦ ଅନୁସାରେ କେଉଁମାନଙ୍କ ମାନସିକ ପରିବର୍ତ୍ତନ ଘଟିଯାଇଛି ?
Answer:
ଶିକ୍ଷିତ ଓ ଅର୍ଦଶିକ୍ଷିତ ନବଯୁବକମାନଙ୍କର

Question 37.
ଗ୍ରାମବାସୀମାନେ କେଉଁ ଋତୁରେ ଧରଣୀର ବକ୍ଷ ଚିରି ନୂଆ ମେଘକୁ ଚାହିଁ ରହନ୍ତି ?
Answer:
ଗ୍ରୀଷ୍ମଋତୁରେ

Question 38.
କେଉଁମାନଙ୍କ ସମବେତ ଯତ୍ନରେ ଧରଣୀ ଶସ୍ୟଶ୍ୟାମଳା ହୋଇଉଠେ ?
Answer:
ଶ୍ରମଜୀବୀମାନଙ୍କ

Question 39.
କେଉଁ ପର୍ବର ପରିସମାପ୍ତି ପରେ ଗ୍ରାମବାସୀମାନେ ନିଷ୍ଠୁର ବାସ୍ତବତାର ସମ୍ମୁଖୀନ ହୁଅନ୍ତି ?
Answer:
ରଜପର୍ବର

(C) ଶୂନ୍ୟସ୍ଥାନ ପୂରଣ କର ।

Question 1.
ପ୍ରାବନ୍ଧିକ ……………………….. କୁ ତାଙ୍କ ଜନ୍ମଭୂମି ବୋଲି କହିଛନ୍ତି ।
Answer:
ପଲ୍ଲୀ

Question 2.
ଏହା ଭିତରେ ମୋର ପୁନର୍ଜନ୍ମ ଘଟିଯାଇଛି । ଏହି ବାକ୍ୟରେ ‘ମୋର’ ପଦଟି ……………………. ଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି।
Answer:
ପ୍ରାବନ୍ଧିକ

Question 3.
‘ତଣ୍ଡୁଳ’ କହିଲେ ……………………….. କୁ ବୁଝାଯାଏ ।
Answer:
ଚାଉଳ

Question 4.
ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ……………………… ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।
Answer:
ମୟୂରଭଞ୍ଜ

Question 5.
ଗ୍ରାମରେ ନିବାଗତ ଅତିଥ୍ ବୋଲି ପ୍ରାବନ୍ଧିକ ………………. ମାନଙ୍କୁ ଲକ୍ଷ୍ୟକରି କହିଛନ୍ତି ।
Answer:
ଶିଶୁ

Question 6.
ମହାଭାରତରେ ମହାସମରକୁ…………………… ଅଙ୍ଗୁଳି ନିର୍ଦ୍ଦେଶରେ ଚଳାଇଥିଲେ ।
Answer:
ଶ୍ରୀକୃଷ୍ଣ

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question 7.
ରୋଗାଦି କାରଣରୁ ଯେଉଁମାନଙ୍କ ପେଟ ବାହାରି ପଡ଼ିଥାଏ, ସେମାନଙ୍କୁ ………………… କୁହାଯାଇଛିା
Answer:
ଲମ୍ବୋଦର

Question 8.
ରଜପର୍ବରେ ଗ୍ରାମବାସୀମାନେ ………………….. ଖେଳରେ ରତ ହୁଅନ୍ତି।
Answer:
ରଜ

Question 9.
……………… ମାନଙ୍କ ସମବେତ ଯତ୍ନରେ ଧାରଣା ଶସ୍ୟଶ୍ୟାମଳା ହୋଇଉଠେ।
Answer:
ଶ୍ରମଜୀବୀ

Question 10.
ହେମନ୍ତରେ ଗ୍ରାମଭୂମି …………………………. ରେ ପରିପୂର୍ଣ୍ଣ ହୋଇଯାଏ ।
Answer:
ସ୍ଵର୍ଣ୍ଣଶୀର୍ଷ ଧାନ୍ୟ

Question 11.
ସ୍ତୂପୀକୃତ – ଶବ୍ଦଟିର ଅର୍ଥ …………………… ।
Answer:
ସ୍ତର ବା ଥାକ ଥାକ ହୋଇ ଜମି ରହିଥିବା

Question 12.
କାୟିକ ଶ୍ରମଦ୍ବାରା ଯେଉଁମାନେ ଜୀବିକା ନିର୍ବାହ କରନ୍ତି, ସେମାନଙ୍କୁ ……………………….. କୁହାଯାଇଛି ।
Answer:
ଶ୍ରମଜୀବୀ

Question 13.
‘ସ୍ତୁପୀକୃତ ମେଘ ଘନ-ଶ୍ୟାମ ଗିରିରାଜିର ମସ୍ତକରୁ ଧୀରେ ଧୀରେ ଅଗଣିତ ଶାଳତରୁ ଉପରକୁ ଆନତ ହୋଇଆସେ । ଏଠାରେ “ଘନଶ୍ୟାମ ଗିରିରାଜି”’ ……………………..କୁ ଲକ୍ଷ୍ୟ କରି କୁହାଯାଇଛି ।
Answer:
ଶିମିଳିପାଳ ପର୍ବତ

Question 14.
ମନୁଷ୍ୟ ବହୁ ପରିମାଣରେ …………………. ର ଦାସ ।
Answer:
ଗତାନୁଗତିକତା

Question 15.
ସମସ୍ତ ଶିକ୍ଷିତ ………………… ଶ୍ରେଣୀର ଅନ୍ତର୍ଭୁକ୍ତ।
Answer:
ଅଭିଜାତ

Question 16.
ବୃନ୍ଦାବନର ପୁଷିତ କଦମ୍ବରେ ଆଜି ମଧ୍ୟ ……………………… ‘ର ଉଦ୍ଧତ ନୃତ୍ୟ ଦେଖାଯାଏ ।
Answer:
ମୟୂର

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question 17.
ପ୍ରଭାସ ତୀର୍ଥଟି ……………………….. ନିକଟବର୍ତ୍ତୀ ତୀର୍ଥସ୍ଥାନ ଅଟେ ।
Answer:
ଦ୍ଵାରକା

Question 18.
ବ୍ୟାଧର ଲୌହଶର …………………………. ଙ୍କର ପଦବିଦ୍ଧ କରିଥିଲା ।
Answer:
ଶ୍ରୀକୃଷ୍ଣ

(D) ଠିକ୍ ଉକ୍ତି ପାଇଁ “I” ଓ ଭୁଲ୍ ଉକ୍ତି ପାଇଁ “F” ଲେଖ

1. କୃଷ୍ଣଙ୍କର ଅଭ୍ରଂକଷ ପ୍ରାସାଦ ନଦୀଗର୍ଭରେ ନିମଗ୍ନ ହୋଇଗଲା ।
2. ପରିଶେଷରେ ମହାଭାରତର କର୍ଣ୍ଣଧାର ରାଜ ଅନ୍ତଃପୁରରେ ନିଜ ଅବଶ ଅଙ୍ଗକୁ ଢାଳିଦେଲେ ।
3. ‘ଅଷ୍ଟପାଟବଂଶୀ’ କହିଲେ ଶ୍ରୀକୃଷ୍ଣଙ୍କ ଅଷ୍ଟପତ୍ନୀଙ୍କୁ ବୁଝାଯାଏ ।
4. ପ୍ରତିଶ୍ରୁତି ରକ୍ଷା ଲାଗି ପୃଥ‌ିବୀକୁ ଦୁଇ ହାତରେ ଟେକି ରଖୁଥ‌ିବା ଗ୍ରୀସୀୟ ଦେବତାଙ୍କ ନାମ ଏଟ୍‌ଲାସ୍ ।
5. ‘ଗାଥା’ କହିଲେ କବିତାକୁ ବୁଝାଏ ।
6. ଧର୍ମାନ୍ତର ପରେ ଦୀକ୍ଷିତ ବ୍ୟକ୍ତି ଧର୍ମ ପାଖରେ ମାନବିକତା ଉତ୍ସର୍ଗ କରିଥାଏ ।
7. ‘ସିକ୍ତଭୂମିର ସୁଗନ୍ଧ ଓ ବନ୍ୟଯୂଥର ପରିମଳ’ରେ ଦୋଳ ପର୍ବ ଆରମ୍ଭ ହୁଏ ।
8. ପ୍ରାବନ୍ଧିକ ତାଙ୍କ ଜନ୍ମଭୂମିରେ ରୂପ, ରସ, ଗନ୍ଧ ଓ ସ୍ପର୍ଶର ପ୍ରଥମ ପରିଚୟ ପାଇଥିଲେ ।
9. ଶିକ୍ଷିତମାନେ ବିଦ୍ୟାର୍ଥୀ ଜୀବନରେ ପିତାମାତାଙ୍କର ଆଶା ଭରସାର ସ୍ଥଳ ହୋଇଥାଆନ୍ତି ।
10. ଗୋପପୁରରେ ବଳରାମଙ୍କ ପାଦ ଗୋଚାରଣଦ୍ଵାରା କଠିନ ହୋଇଥିଲା ।
11. ଶିକ୍ଷା ସମାପନ ସଙ୍ଗେ ସଙ୍ଗେ ଶିକ୍ଷିତମାନଙ୍କର ଏକ ପ୍ରକାର ପୁନର୍ଜନ୍ମ ଘଟିଥାଏ ବୋଲି ପ୍ରାବନ୍ଧିକ କହିଛନ୍ତି ।
12. ଗୋବିନ୍ଦ ଭାଇ ଥିଲା ବିବାହିତ ।
13. ସୀତା ଶଶିକଳା ପରି ଦୀନା ଓ କ୍ଷୀଣା ହୋଇଯାଇଥିଲେ ।
14. ପ୍ରାବନ୍ଧିକ ତାଙ୍କ ଜନ୍ମଭୂମିକୁ ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ ସହିତ ତୁଳନା କରିଛନ୍ତି ।
15. ଯେ ପୂର୍ବଜନ୍ମର ଘଟଣାବଳୀକୁ ସ୍ମରଣ କରିପାରେ ତା’କୁ ଜାତିସ୍ମର କୁହାଯାଏ ।
Answer:
1. କୃଷ୍ଣଙ୍କର ଅଭ୍ରଂକଷ ପ୍ରାସାଦ ନଦୀଗର୍ଭରେ ନିମଗ୍ନ ହୋଇଗଲା । (F)
2. ପରିଶେଷରେ ମହାଭାରତର କର୍ଣ୍ଣଧାର ରାଜ ଅନ୍ତଃପୁରରେ ନିଜ ଅବଶ ଅଙ୍ଗକୁ ଢାଳିଦେଲେ । (F)
3. ‘ଅଷ୍ଟପାଟବଂଶୀ’ କହିଲେ ଶ୍ରୀକୃଷ୍ଣଙ୍କ ଅଷ୍ଟପତ୍ନୀଙ୍କୁ ବୁଝାଯାଏ । (T)
4. ପ୍ରତିଶ୍ରୁତି ରକ୍ଷା ଲାଗି ପୃଥ‌ିବୀକୁ ଦୁଇ ହାତରେ ଟେକି ରଖୁଥ‌ିବା ଗ୍ରୀସୀୟ ଦେବତାଙ୍କ ନାମ ଏଟ୍‌ଲାସ୍ ।
5. ‘ଗାଥା’ କହିଲେ କବିତାକୁ ବୁଝାଏ । (F)
6. ଧର୍ମାନ୍ତର ପରେ ଦୀକ୍ଷିତ ବ୍ୟକ୍ତି ଧର୍ମ ପାଖରେ ମାନବିକତା ଉତ୍ସର୍ଗ କରିଥାଏ । (T)
7. ‘ସିକ୍ତଭୂମିର ସୁଗନ୍ଧ ଓ ବନ୍ୟଯୂଥର ପରିମଳ’ରେ ଦୋଳ ପର୍ବ ଆରମ୍ଭ ହୁଏ । (F)
8. ପ୍ରାବନ୍ଧିକ ତାଙ୍କ ଜନ୍ମଭୂମିରେ ରୂପ, ରସ, ଗନ୍ଧ ଓ ସ୍ପର୍ଶର ପ୍ରଥମ ପରିଚୟ ପାଇଥିଲେ । (T)
9. ଶିକ୍ଷିତମାନେ ବିଦ୍ୟାର୍ଥୀ ଜୀବନରେ ପିତାମାତାଙ୍କର ଆଶା ଭରସାର ସ୍ଥଳ ହୋଇଥାଆନ୍ତି । (F)
10. ଗୋପପୁରରେ ବଳରାମଙ୍କ ପାଦ ଗୋଚାରଣଦ୍ଵାରା କଠିନ ହୋଇଥିଲା । (T)
11. ଶିକ୍ଷା ସମାପନ ସଙ୍ଗେ ସଙ୍ଗେ ଶିକ୍ଷିତମାନଙ୍କର ଏକ ପ୍ରକାର ପୁନର୍ଜନ୍ମ ଘଟିଥାଏ ବୋଲି ପ୍ରାବନ୍ଧିକ କହିଛନ୍ତି ।
12. ଗୋବିନ୍ଦ ଭାଇ ଥିଲା ବିବାହିତ । (F)
13. ସୀତା ଶଶିକଳା ପରି ଦୀନା ଓ କ୍ଷୀଣା ହୋଇଯାଇଥିଲେ । (F)
14. ପ୍ରାବନ୍ଧିକ ତାଙ୍କ ଜନ୍ମଭୂମିକୁ ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ ସହିତ ତୁଳନା କରିଛନ୍ତି । (T)
15. ଯେ ପୂର୍ବଜନ୍ମର ଘଟଣାବଳୀକୁ ସ୍ମରଣ କରିପାରେ ତା’କୁ ଜାତିସ୍ମର କୁହାଯାଏ । (T)

(E) ସ୍ତମ୍ଭ ମିଳନ କର ।

Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଆୟ ଦୃଶ
ଧର୍ମାନ୍ତର ସାହସ
ଶୁଷ୍କ ସୂର୍ଯ୍ୟ
ନୈତିକ କର୍ତ୍ତବ୍ୟ
ଅବଶେଷ ଭାଷିତ
‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଆୟ ସୂର୍ଯ୍ୟ
ଧର୍ମାନ୍ତର ଭାଷିତ
ଶୁଷ୍କ ଦୃଶ
ନୈତିକ ସାହସ
ଅବଶେଷ କର୍ତ୍ତବ୍ୟ

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question 2
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମଧୁର ସମ୍ବନ୍ଧ
କ୍ଷୁଦ୍ର ଅକର୍ମା
ପ୍ରସ୍ତର ଅତିଥି
ଆକାରନ କୁଟାର
ନବାଗତ ମୂର୍ତ୍ତି

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମଧୁର ସମ୍ବନ୍ଧ
କ୍ଷୁଦ୍ର କୁଟାର
ପ୍ରସ୍ତର ମୂର୍ତ୍ତି
ଆକାରନ ଅକର୍ମା
ନବାଗତ ଅତିଥି

Question 3
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ସାହିତ୍ୟ ପଳାଶ
ପୁଷ୍ଠିତ ଝ।ଞ୍ଜି
ନିଦାଘ ରାଧା
ଆଭିଜାତ୍ୟ ଚିହ୍ନ
ପ୍ରେମମୟା ଚର୍ଚ୍ଚା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ସାହିତ୍ୟ ଚର୍ଚ୍ଚା
ପୁଷ୍ଠିତ ପଳାଶ
ନିଦାଘ ଝ।ଞ୍ଜି
ଆଭିଜାତ୍ୟ ଚିହ୍ନ
ପ୍ରେମମୟା ରାଧା

Question 4
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଦିଗ୍ବିଜୟା ଶ୍ରମ
ଶାରୀରିକ ଘାଟ ବଂଶା
ଅଭ୍ରଂକଷ ଗାଥା
ଅଷ୍ଟ ବାର
ପୁରାତନା ପ୍ରାସାଦ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଦିଗ୍ବିଜୟା ବାର
ଶାରୀରିକ ଶ୍ରମ
ଅଭ୍ରଂକଷ ପ୍ରାସାଦ
ଅଷ୍ଟ ଘାଟ ବଂଶା
ପୁରାତନା ଗାଥା

କରି ପରିଚୟ

ପାଣିଗ୍ରାହୀ ସୁପରିଚିତ । ତାଙ୍କର ସାହିତ୍ୟ ସୃଷ୍ଟି ଜୀବନର ଅନୁଭୂତି ସମ୍ବଳିତ କେତେକ ତଥ୍ୟକୁ ନେଇ ଆଧାରିତ । ସହଜ ଅଧ୍ୟୟନଓ ଅଧ୍ୟାପନାର ଜୀବନ ପର୍ଯ୍ୟାୟ ମଧ୍ୟରେ ଜଣେ ଐତିହାସିକର ଭୂମିକା ଗ୍ରହଣ କରିବାରେ ଡଃ କୃଷ୍ଣଚନ୍ଦ୍ର ସାବଲାଳ ଶୈଳୀରେ ଐତିହାସିକ ତଥ୍ୟାବଳାକୁ କାହାଶାର ସ୍ପର୍ଶଦେଇ ପାଠକୀୟ ସ୍ଵାକୃତି ଲାଭ କରିବାରେ ସେ ଏକ ଅନନ୍ୟ ଚରିତ୍ର । ‘ପ୍ରବନ୍ଧ ମାନସ’, ‘ଇତିହାସ ଓ କିମ୍ବଦନ୍ତୀ’, ‘ଭାରତୀୟ ପ୍ରତ୍ନତତ୍ତ୍ୱ’, ‘ଓଡ଼ିଶା ସଂସ୍କୃତି ଓ ଇତିହାସରେ ଯାଜପୁର’, ‘ସାରଳା ସାହିତ୍ୟରେ ଐତିହାସିକ ଚିତ୍ର’ ଏବଂ ‘ମୋ ସମୟର ଓଡ଼ିଶା’ ଇତ୍ୟାଦି ତାଙ୍କର ସାର୍ଥକ ସୃଷ୍ଟିସମ୍ଭାର ।

ସୃଜନାଭିମୁଖ୍ୟ

ଡଃ ପାଣିଗ୍ରାହୀ ଜଣେ ସୁପରିଚିତ ଐତିହାସିକ । ସେ ଥିଲେ ବୃତ୍ତିରେ ଅଧ୍ୟାପକ । ତାଙ୍କର ଜୀବନାନୁଭୂତିକୁ ନେଇ ସେ ସାହିତ୍ୟ ସୃଷ୍ଟି କରନ୍ତି । ସତ୍ୟ ସହିତ ତତ୍ତ୍ଵର ସମନ୍ବୟ, ଅକାଟ୍ୟ ଯୁକ୍ତି ଓ ମଦ୍ର-ଗମ୍ଭୀର ଭାଷା ତାଙ୍କ ପ୍ରବନ୍ଧକୁ ଦେଇଛି ଅନୁପମ ମର୍ଯ୍ୟାଦା । ସହଜ ସାବଲୀଳ ଶୈଳୀରେ ଐତିହାସିକ ତଥ୍ୟକୁ କାହାଣୀର ସ୍ପର୍ଶଦେଇ ସେ ପାଠକ ସମାଜ ଆଗରେ ଉପସ୍ଥାପନ କରିଥା’ନ୍ତି । ସେଥ‌ିପାଇଁ ତାଙ୍କ ଲେଖାଗୁଡ଼ିକ ସୁଖପାଠ୍ୟ ଓ ଆକର୍ଷଣୀୟ ।

କବିତାର ପ୍ଠଷ୍ଠଭୂମି

‘ଜନ୍ମଭୂମି’ ପ୍ରବନ୍ଧଟି ପ୍ରାବନ୍ଧକଙ୍କର ‘ପ୍ରବନ୍ଧମାନସ’ ପୁସ୍ତକରୁ ସଂଗୃହାତା ଏଥିରେ ପ୍ରାବନ୍ଧିକ ଜନ୍ମଭୂମିର ପ୍ରକୃତ ଅର୍ଥ ବୁଝାଇଛନ୍ତି । ଅରଣ୍ୟ ପ୍ରକୃତି ବିଶିଷ୍ଟ ନିଜ ପଲ୍ଲୀ ଜନ୍ମମାଟିର ଅନନ୍ୟ ମହତ୍ତ୍ଵକୁ ସେ ଦର୍ଶାଇଛନ୍ତି । ନିଜ ଗ୍ରାମ ସମ୍ବନ୍ଧରେ ନିଜର ବାଲ୍ୟଯୌବନର ସ୍ମୃତି, ପଲ୍ଲୀଜୀବନର ଶୃଙ୍ଖଳିତ ଧାରା, ପଲ୍ଲୀବାସୀଙ୍କର ଏକପରିବାରତ୍ୱ ସମ୍ପର୍କରେ ଲେଖକ ସୂଚନା ଦେଇଛନ୍ତି । ପୁନଶ୍ଚ ପଲ୍ଲୀରେ ଆଧୁନିକ ରାଜନୀତିର ପ୍ରବେଶ ଫଳରେ ପଲ୍ଲୀ ସରଳତା ବିଲୋପ ହୋଇଛି ବୋଲି କହିଛନ୍ତି । ଗ୍ରାମରୁ ରାଜ୍ୟ, ଦେଶ ଓ ବିଶ୍ବବାସୀ ହେବାପାଇଁ ପ୍ରକାରାନ୍ତରେ ସେ ଆହ୍ୱାନ ଜଣାଇଛନ୍ତି । ଉକ୍ତ ପ୍ରବନ୍ଧର ମୂଳସୂତ୍ର ହେଉଛି ‘ବସୁଧୈବ କୁଟୁମ୍ବକମ୍’ର ଭାବନାକୁ ଜାଗ୍ରତ କରାଇବା । ଉଦାର ବିଶ୍ୱମାନବ ହେବାଠାରୁ ଜନ୍ମଭୂମି କ୍ଷୁ ପ୍ରଗ୍ରାମ ଖିବିଙ୍ଗ୍ କଶେ ସାଧାରଣ ନାଗରିକ ହେବାକୁ ପ୍ରକାଶିତ ହୋଇଛି। ହେବାକୁ ପ୍ରାବନ୍ଧିକଙ୍କ ଆକୁଳତା ପ୍ରକାଶିତ ହୋଇଛି ।

କରିବାର ମଧିବାଶା

ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରଥମେ ଜନ୍ମଭୂମିର ପ୍ରକୃତ ପରିଚୟ ଦେଇଛନ୍ତି । ବିଶାଳ ପୃଥ‌ିବୀ ଭିତରେ ଏସିଆ ମହାଦେଶ, ଏସିଆ ଭିତରେ ଭାରତବର୍ଷ, ଭାରତ ଭିତରେ ଓଡ଼ିଶା ଏବଂ ସେହି ଓଡ଼ିଶା ଭିତରେ ତାଙ୍କର ପଲ୍ଲୀଗ୍ରାମ । ସେହି ପଲ୍ଲୀଗ୍ରାମରେ ସେ ଜନ୍ମ ନେଇଥିଲେ । ଏହି ସମସ୍ତ ଭୂଭାଗ କେହି କାହାରିଠାରୁ ଅଲଗା ନୁହଁନ୍ତି । କେହି ବିଚ୍ଛିନ୍ନ ନୁହଁନ୍ତି । ବ୍ୟାପକ ଦୃଷ୍ଟିରୁ ବିଚାର କଲେ ଏହି ସମସ୍ତ ହେଉଛି ଲେଖକଙ୍କର ଜନ୍ମଭୂମି । ତଥାପି ଯେଉଁ ଭୂମି ଉପରେ ସେ ପ୍ରଥମେ ମାତୃଗର୍ଭରୁ ଜନ୍ମ ନେଲେ, ପ୍ରଥମେ ଭୂମି ସ୍ପର୍ଶ କଲେ, ତାହାହିଁ ହେଉଛି ତାଙ୍କ ପାଇଁ ପ୍ରକୃତ ଜନ୍ମଭୂମି । କାରଣ ସେହି ମାଟିର ରୂପ, ରସ, ଗନ୍ଧର ସ୍ପର୍ଶ ସେ ପ୍ରଥମେ ପାଇଥିଲେ । ସେହି ମାଟିରୁ ଉପୁଜିଥ‌ିବା ଫଳ ପୁଷ୍ପରେ, ଶାକ ତଣ୍ଡୁଳରେ ନିଜର ଶରୀର ରକ୍ଷା କରିଥିଲେ । ସେଠାକାର ସୁଖଦୁଃଖରେ ସେ ନିଜକୁ ସାମିଲ୍ କରାଇ ଦେଇଥିଲେ ।

ବୟସ ବଢ଼ିବା ସଙ୍ଗେ ସଙ୍ଗେ ଲେଖକଙ୍କ ସମ୍ପର୍କର ସେତୁ କ୍ରମଶଃ ଦୁର୍ବଳ ହୋଇଛି । ଏପରିକି କ୍ରମେ କ୍ରମେ ସେହି ସମ୍ପର୍କରେ ଧାରା କ୍ଷୀଣରୁ କ୍ଷୀଣତର ହୋଇ ଲୀନ ହେବାକୁ ବସିଛି । ସେହି ଜନ୍ମଭୂମିରୁ କର୍ତ୍ତବ୍ୟ ଆହ୍ଵାନରେ ସେ ଦୂରରେ ରହିଛନ୍ତି । ସେଠାକୁ ଫେରିବାକୁ ତାଙ୍କର ଆଉ ସାହସ ହେଉନାହିଁ। ବରଂ ତାଙ୍କର ହୋଇଛି ପୁନର୍ଜନ୍ମ । ସେ କେବଳ ଜାତିସ୍ମର ଭଳି ତାଙ୍କର ପ୍ରାକୃତିକ ପରିବେଶରେ ପରିପୂର୍ଣ ଜନ୍ମଭୂମିକୁ ମନେ ପକାଇଛନ୍ତି ।

ଶିକ୍ଷିତ ବ୍ୟକ୍ତି ଭାବରେ ଗ୍ରାମରୁ ଦୂରରେ ରହି ଗ୍ରାମ୍ୟଜୀବନକୁ ସେ ବିସ୍ତୃତ ହୋଇଛନ୍ତି । ଏଭଳି ସମସ୍ୟାକୁ ଏକ ସାର୍ବଜନୀନ ସମସ୍ୟା ଭାବରେ ଲେଖକ ସୂଚିତ କରିଛନ୍ତି । ଧର୍ମାନ୍ତର ବ୍ୟକ୍ତି ଭଳି ନିଜର ସମସ୍ତ ମାନବିକତାକୁ ସେ ଭୁଲିଛନ୍ତି। ପ୍ରଚଳିତ ଶିକ୍ଷାକୁ ଗ୍ରହଣ କରିଥିବାରୁ ଶେଷରେ ସେ ନିଜର ଜନ୍ମଭୂମି ନିକଟରୁ ଦୂରେଇ ରହିଛନ୍ତି ଏବଂ ତାହାକୁ ପାସୋର ଦେଇଛନ୍ତି । କେବେ କେମିତି ପଲ୍ଲୀଜୀବନକୁ ଫେରିଯାଇ ସେଠାରେ କିଛିକାଳ ରହିବା ତାଙ୍କ ପକ୍ଷେ ସମ୍ଭବ ହୋଇନାହିଁ ।

ଲେଖକ ପଲ୍ଲୀଜୀବନର ବିଶେଷତ୍ବ ପ୍ରତିପାଦନ କରିବାକୁ ଯାଇ, ପଲ୍ଲୀଜୀବନରେ ମିଳିମିଶି ଚଳିବା, ପରସ୍ପର ପରସ୍ପରର ସୁଖ ଦୁଃଖରେ ଭାଗହେବା କଥାକୁ ସ୍ମରର୍ଣ କରିଛନ୍ତି । ଗୋଟିଏ ଗାଁ ଯେପରି ହୋଇଥାଏ ଗୋଟିଏ ପରିବାର। ସେମାନଙ୍କ ଭିତରୁ କିଏ ଭାଇ ଭଉଣୀ, କିଏ କକା ଖୁଡ଼ୀ ଇତ୍ୟାଦି ସମ୍ପର୍କ ନେଇ ଚଳିବାକୁ ହୋଇଥାଏ । ମାତ୍ର ସମୟ ଅନୁସାରେ ସେଭଳି ବିଚାରବୋଧ ଗାଁରୁ ଦୂରେଇ ଯାଇଛି । ଗାଁରେ ଥ‌ିବା ସାର ମାଉସୀର ସ୍ନେହଭରା ଡାକ କିପରି ବଦଳି ଯାଇଛି । ଯେଉଁ ଆଜୀବନ ଅକର୍ମା ଗୋବିନ୍ଦ ଭାଇ ମନବୋଧ ଚଉତିଶା ଶୁଣାଉଥିଲା, ସେ ଆଉ ସେଭଳି ସମ୍ଭାଷଣ ଜଣାଉନାହିଁ । ନିଜସ୍ଵ ଅଭିଜ୍ଞତାକୁ ପ୍ରକାଶ କରି ଲେଖକ ପୁନଶ୍ଚ କହିଛନ୍ତି, ଆଜିକାଲି ଅନେକ ନୂଆମୁହଁ ଦେଖିବାକୁ ମିଳୁଛି, ଯେଉଁମାନେ ତାଙ୍କୁ ଚିହ୍ନି ନାହାଁନ୍ତି ବରଂ ଅପରିଚିତ ଦୃଷ୍ଟିରେ ଚାହିଁଛନ୍ତି ।

ଗ୍ରାମବାସୀଙ୍କ ମଧ୍ୟରୁ ଯେଉଁ ଶିକ୍ଷିତ ବ୍ୟକ୍ତିମାନେ କୌଣସି ଚାକିରିବାକିରି ନପାଇ ଗାଁରେ ରହିଛନ୍ତି, ସେମାନେ ରାଜନୀତିକୁ ଆପଣେଇ ନେଇଛନ୍ତି । ଫଳରେ ସେହି ଶିକ୍ଷିତ ବା ଅର୍ଜଶିକ୍ଷିତଙ୍କ ଭିତରୁ କିଏ କଂଗ୍ରେସୀ ହେଉଛନ୍ତି ତ ଆଉକେହି ଗଣତନ୍ତ୍ରୀ, କମ୍ୟୁନିଷ୍ଟ ବା ସୋସିଆଲିଷ୍ଟ ଭାବରେ ନିଜକୁ ପରିଚିତ କରାଉଛନ୍ତି । ସେମାନେ ପଲ୍ଲୀର ପ୍ରାକୃତିକ ଶୋଭାରେ କିମ୍ବା ସାହିତ୍ୟଚର୍ଚ୍ଚାରେ ନିଜକୁ ସାମିଲ୍ କରାଇ ପାରୁନାହାଁନ୍ତି । ବରଂ ସେହି ପ୍ରକୃତିର ଅପରୂପ ଶୋଭାକୁ ରାଜନୈତିକ ମତବାଦ ଅନୁସାରେ ବିଚାର କରୁଛନ୍ତି। ଗ୍ରାମବାସୀଙ୍କ ମନରୁ ଲେଖକ ଦୂରେଇ ଯାଇଛନ୍ତି । କର୍ମରୁ ବିଚ୍ୟୁତ ହୋଇଛନ୍ତି। କାରଣ ଏମାନଙ୍କ କର୍ମଯୋଜନାରେ ସେ ନିଜକୁ ସାମିଲ କରାଇ ପାରିନାହାଁନ୍ତି । ଋତୁକ୍ରମରେ କୃଷିପ୍ରଧାନ ଗ୍ରାମ୍ୟ ଜୀବନର ଶୃଙ୍ଖଳାରେ ତାଙ୍କର ସ୍ଥାନ ପାଇବା ଅସମ୍ଭବ ବୋଲି ସେ ସ୍ଵୀକାର କରିଛନ୍ତି । କାରଣ ଗ୍ରୀଷ୍ମର ଝାଞ୍ଜିରେ, ବର୍ଷାର ଝଡ଼ରେ ବା ହେମନ୍ତର ଶୀତରେ ତାଙ୍କର କର୍ମଯୋଜନା ସ୍ଥାନ ପାଇପାରିବ ନାହିଁ ବୋଲି ସେ ଜାଣି ପାରିଛନ୍ତି ।

ମନୁଷ୍ୟ ବହୁ ପରିମାଣରେ ଗତାନୁଗତିକତାର ଦାସ । ଆଭିଜାତ୍ୟର ଚିହ୍ନ ବୋଲି ମଣିଷ କାୟ-କ୍ଲେଶ ବା ଶାରୀରିକ ପରିଶ୍ରମ କରିବାକୁ ଚାହେଁନାହିଁ । ସମସ୍ତ ଶିକ୍ଷିତ କାୟ-କ୍ଳେଶ ସହିବାକୁ ଅକ୍ଷମ ନହେଲେ ବି, ନିଜକୁ ଅଭିଜାତ୍ୟ ଗୋଷ୍ଠୀ ଗାଁରେ ରହି ଶାରୀରିକ ପରିଶ୍ରମ କରି ଜୀବନ ଧାରଣ କରନ୍ତି, ସେମାନେ ଆର୍ଥିକ ବ୍ୟବଧାନକୁ କମ୍ କରିପାରନ୍ତି ନାହିଁ ।

ଅର୍ଥ ବଳରେ ହେଉ, ଭାଗ୍ୟ ବଳରେ ହେଉ ବା ଅଧ୍ୟବସାୟ ବଳରେ ଯେଉଁମାନେ ଶିକ୍ଷିତ ହୋଇ ସହରରେ ରହନ୍ତି, ସେମାନେ କୌଣସି ସମୟରେ ଗାଁକୁ ଫେରିବାକୁ ଚାହାଁନ୍ତି ନାହିଁ । ଏହି କାରଣରୁ ବହୁ ପଲ୍ଲୀଜନନୀ ସେମାନଙ୍କ ଶିକ୍ଷିତ ସନ୍ତାନକୁ ପାଖରେ ପାଇନଥା’ନ୍ତି ଯେଉଁ ପଲ୍ଲୀବାସୀ ବାଳକ ପାଇଁ ଅନେକ ସମ୍ଭାବନାର ସ୍ବପ୍ନ ଦେଖାଯାଇଥାଏ, ସେମାନେ ସମୟକ୍ରମେ ଗ୍ରାମବାସୀଙ୍କର ଅପହଞ୍ଚ ହୋଇଯାଇଥା’ନ୍ତି। ଏହି ପ୍ରସଙ୍ଗରେ ପ୍ରାବନ୍ଧିକ ଗୋପପୁରର ଶ୍ରୀକୃଷ୍ଣଙ୍କ କଥା। ଉଲ୍ଲେଖ କରିଛନ୍ତି। ଶ୍ରୀକୃଷ୍ଣ ଗୋପୀ, ଗୋପାଳଙ୍କ ନିକଟକୁ ଫେରିଆସିବାପାଇଁ ତିନିଦିନ ସମୟ ନେଇଥିଲେ, ମାତ୍ର ସେ ଆଉ. ମଥୁରାରୁ ଗୋପକୁ ଫେରିନଥିଲେ । କୃଷ୍ଣଙ୍କର ଏହି ଅନୈତିକ ବା ବିଶ୍ଵାସଘାତକତାର ପରିଣାମ ତାଙ୍କୁ ଭୋଗ କରିବାକୁ ପଡ଼ିଥିଲା ।

କୃଷ୍ଣ ମଥୁରାରୁ ଦ୍ଵାରକା ଯାଇଥିଲେ । ସେଠାରେ ବିଳାସ ବ୍ୟସନରେ ରହିଥିଲେ । ମାତ୍ର କୃଷ୍ଣଙ୍କର ଆକାଶଛୁଆଁ ପ୍ରାସାଦ ଓ ରାଜଧାନୀ ଦ୍ଵାରକା ଅତଳ ଜଳରେ ନିମଗ୍ନ ହୋଇଥିଲା । ତାଙ୍କ ବଂଶଗୋଷ୍ଠୀ ଓ ସାଙ୍ଗସାଥୀ ପ୍ରଭାସ ତୀର୍ଥର ଏରକାର ବନରେ ପରସ୍ପର ମଧ୍ୟରେ ହଣାହଣି ହୋଇ ଧ୍ୱଂସ ହୋଇଗଲେ । ନିଜେ କୃଷ୍ଣ ରାଜ୍ୟହୀନ, ଧନହୀନ ଗୃହହୀନ ସେ ମୃତ୍ୟୁଲାଭ କରିଥିଲେ । କୃଷ୍ଣଙ୍କର ଦ୍ଵାରକା ଆଜି ଆଉ ନାହିଁ । ମାତ୍ର ସେ ଯେଉଁ ମାତୃଭୂମି, ଗୋପ, ଗୋପର ବୃନ୍ଦାବନ ଓ ଯମୁନା ନଦୀକୁ ଉପେକ୍ଷା କରିଥିଲେ, ତାହା ଅଦ୍ୟାବଧୂ ରହିଛି । କୃଷ୍ଣଙ୍କର ଏହି ଚରିତରୁ ଜନ୍ମଭୂମିକୁ ଉପେକ୍ଷା କରିଥିବା ଶିକ୍ଷିତମାନଙ୍କର ବହୁତ କଥା ଶ୍ରିଖ୍ରାବାର ରହିଛି।

ପ୍ରବନ୍ଧର ଶେଷ ପର୍ଯ୍ୟାୟରେ ପ୍ରାବନ୍ଧିକ କହିଛନ୍ତି, ଯେଉଁ ଅଳ୍ପ କେତେଜଣ ଶିକ୍ଷିତ ସେମାନଙ୍କର ମହାନୁଭବତାକୁ ପଲ୍ଲୀଗ୍ରାମରୁ ଆରମ୍ଭକରି ବିଶ୍ବବ୍ୟାପୀ କରିଛନ୍ତି ସେମାନେ ଆମର ନମସ୍ୟ । ଯେଉଁମାନେ ପାଶ୍ଚାତ୍ୟ ଶିକ୍ଷାରେ ଶିକ୍ଷିତ ହେଲେବି, ପାଶ୍ଚାତ୍ୟ ଶିକ୍ଷାର ପରମ୍ପରାକୁ ଛିନ୍ନ କରି ସେମାନଙ୍କର ମହାନୁଭବତାକୁ ଦିଲ୍ଲୀରୁ ନିଜର ପଲ୍ଲୀ ପର୍ଯ୍ୟନ୍ତ ବ୍ୟାପ୍ତ ରଖୁଛନ୍ତି ସେମାନେ ନମସ୍ୟ । ଯେଉଁମାନେ ପଲ୍ଲୀଭୂଇଁ ବା ନିଜର ଜନ୍ମଭୂମିକୁ ପୂରାପୂରି ପାସୋରି ଦେଇ ଗ୍ରୀସୀୟ ଦେବତା ଏଟ୍‌ଲାସ ପରି ସମସ୍ତ ବିଶ୍ଵର ଭାର ବହନ କରିଛନ୍ତି ବୋଲି କୁବ୍‌ଜ ହୋଇ ଚାଲନ୍ତି, ସେମାନେ ଠିକ୍ କଥା କହନ୍ତି ନାହିଁ । ସେମାନେ କେବଳ ପ୍ରବଞ୍ଚନା କରିଥା’ନ୍ତି । ବାସ୍ତବରେ ଯେ ଭଲ ଗ୍ରାମବାସୀ ନୁହେଁ, ସେ ଭଲ ଓଡ଼ିଶାବାସୀ ନୁହେଁ, ଯେ ଭଲ ଓଡ଼ିଶାବାସୀ ନୁହେଁ, ସେ ଭଲ ଭାରତବାସୀ ନୁହେଁ ଓ ଯେ ଭଲ ଭାରତବାସୀ ନୁହେଁ, ସେ ଭଲ ବିଶ୍ବବାସୀ ହୋଇନପାରେ ।

BSE Odisha 10th Class Odia Solutions Chapter 9 ଜନ୍ମଭୂମି

କାଠିନ ଶବ୍ଦାର୍ଥ ଓ ଟିପ୍ପଶା

  • ବିଛିନ୍ନ – ଅଲଗା
  • ସ୍ପର୍ଶ କଲି – ବିପଦ/ବିପର୍ଯ୍ୟୟ
  • ଶାକ – ଶାଗ
  • ତଣ୍ଡୁଳ – ଚାଉଳ
  • ଧାତ୍ରା – ଧାଈମା’/ପାଳନକର୍ତ୍ତ୍ରୀ
  • ଆୟସୂର୍ଯ୍ୟ – ଆୟୁ ରୂପକ ସୂର୍ଯ୍ୟ
  • କ୍ଷାଶ – ଶାର୍ଣ୍ଣ/ କୃଶ
  • ଶୁଷ୍କ – ଶୁଖିଲା
  • ନିଃହାୟ – ଅସହାୟ
  • ଲାନ – ଲୁପ୍ତ
  • ନୈତିକ – ନାତି ସମ୍ବିନ୍ଧାୟ
  • ଜାତିସ୍ଵର – ଯେ ପୂର୍ବଜନ୍ମର ଘଟଣାବଳା ଚରଣ କରିପାରେ ବା ମନେ ପକାଇପାରେ
  • ରାଣି ରାଣି – ବହୁପରିମାଣ
  • ତଟି ନାବେଷୃତ – ନଦାଘେରା
  • ଭଞ୍ଜ କାର୍ତ୍ତି – ମୟୂରଭଞ୍ଜର ଭଞ୍ଜବଂଶର ରାଜାମାନଙ୍କ କାର୍ତ୍ତ
  • ବିରାଟିନା – କିରାଟଯୁକ୍ତା ବା ମୁକୁଟ – ମଣ୍ଡିତ।
  • ଧର୍ମାନ୍ତର – ଅନ୍ୟ ଧର୍ମ
  • ମାନବିକତା – ମଣିଷପଣିଆ
  • ଉତ୍ସର୍ଗ – ସମର୍ପଣ
  • ସମାପନ – ଶେଷ
  • ବାଦ – ଋତୁତା
  • ବିସମ୍ବିାନ୍ଦ – ଖରାପ ଖବର
  • ମନବେଧ – ଏହି ଜନପ୍ରିୟ ଚଉତିଶାଟି ବୈରାଗ୍ୟ ଓ ଭକ୍ତିଭାବ ସମ୍ବଳିତ । ଏହାର ରଚୟିତା ହେ ଉଛନ୍ତି ଶେଷଭାଗର କବି ଭକ୍ତଚରଣ ଦାସ ।
  • ପ୍ରତ୍ୟୟ – ବିଶ୍ଵାସ
  • ନବାଗତ – ନିଆ ହୋଇ ଆସିଥିବା
  • ଶାର୍ଣ୍ଣ – ଦୁର୍ବଳ
  • ଉଲଗ୍ନ – ଅଙ୍ଗଲା
  • କୃଶୋଦର – (କୃଶ + ଉପର) ଅପୁଷ୍ପତା ହେତୁ ଯେଉଁମାନଙ୍କ ପେଟ ଶିଯାଇଥାଏ
  • ଲମ୍ବୋଦର – (ଲମ୍ବ + ଡଦର )ଏଠାରେ ରୋଗୀଦି କାରଣରୁ ଯେଉଁମାନଙ୍କ ପେଟ ବାହାରି ପଡ଼ିଥାଏ
  • ଅବାଞ୍ଚତ – ଯାହାକୁ ଆମେ ଗାହୁନା କିମ୍ବା ଇଚ୍ଛା କରୁନା
  • ଅବହେଳିତ – ଯାହାର କୌଣସି ପ୍ରକାର ସେବା, ଯତ୍ନ ନିଆଯାଏ ନାହିଁ
  • ସମାବେଶ – ସମ୍ମଳନ
  • ଜେବ୍ରା – ଆଫ୍ରିକୀୟ ପଶୁବିଶେଷ, ଯାହାର ଦେହ ଘୋଡ଼ା ଭଳି ଓ ସେଥ‌ିରେ ପଟା ପଟା କଳାଧଳା ଦାଗ ରହିଥାଏ
  • ଜିରାଫ – ଆଫ୍ରିକୀୟ ପଶୁବିଶେଷ, ଯାହାର ବେଳ ବଡ଼ ଲମ୍ବା
  • ପୁଷ୍ଠିତ ପଳାଶ – ଫୁଲ ଫୁଟିଥିବା ଗାଳିଧୁଆ, ଲାଲ ରଙ୍ଗର ପେନ୍ନା ପେନ୍ନା ଫୁଲ ବିଶେଷ
  • ବହ୍ନି – ନିଆଁ/ଅଗ୍ନି
  • ଆହବ – ଯୁନ୍ଧ
  • ଅନାଗତ – ଯାହା ଆସିନାର୍ହି/ ଭବିଷ୍ୟତ
  • ରକ୍ତକେତନ – ନାଲି ପତାକା
  • କ୍ଲେଶ – କଷ୍ଣ
  • ନିଦାଘ – ପ୍ରାତ୍ନ
  • ଧରଶା – ପୃଥିବା/ପାଟି
  • ସ୍ତ୍ରପାକୃତ – ସ୍ତର ସ୍ତର ହୋଇ ରହିଥିବା / ଜମା ହୋଇ ରହିଥିବା
  • ଆନତ – ନଇଁ ଆସିଥିବା
  • ଚାରିପାତ – କୃଷ୍ଣପାତ
  • ସିକ୍ତ – ଓଦା
  • ଯୂଥ୍ – ଯଇଫୁଲ
  • ପରିମଳ – ସୁବାସ, ରେଭ
  • ଉଦବେଳ – ଉଛୁଳୁଥ୍ବାବା
  • ମହାସମାରେ।ହରେ -ଖୁର୍ ଜାକଚ୍ଚମକରେ
  • ଧାରାହତ – ବର୍ଷଧାରାଦ୍ଵାରା ଆହତ
  • ସ୍କର୍ଣ୍ଣ – ଶର୍ଷ ଧାନ୍ୟରେ – ସୁନାର ଧାନରେ/ ପଚିଲା ଧାନକଶ୍ତାରେ
  • ଶ୍ରମଜାବା – କାୟିକ ବା ଶାରୀରିକ ଶ୍ରମରେ
  • ଭୌଗିକ – ଶାରୀରିକ (ଶରୀର ପଞ୍ଚଭୂତ ବା ପଞ୍ଚ ମହାଭୂତକୁ ନେଇ ଗଠିତ । ଏହି ପଞ୍ଚଭୂତ ହେଉଛି କ୍ଷିତି, ଆପ, ତେଜ, ମରୁତ୍ଵ, ବ୍ୟୋମ ।)
  • ଆଭିଜାତ୍ୟ – ସଂଭ୍ରାନ୍ତପଣିଆ /ଉଚ୍ଚବଂଶାୟ ବ୍ୟକ୍ତିର ସମ୍ମାନ
  • ଅଧ୍ୟବସାୟ – ପରିଶ୍ରମ ପାଠ କରିବା
  • କୁଣ୍ଡ – ଚୁକ୍ତ / କଥା ଦେବା
  • ଶଶିକଳା ପରି – ଚନ୍ଦ୍ରକଳା ପରି (କୃଷ୍ଣପକ୍ଷରେ ଚନ୍ଦ୍ର ଯେପରି କ୍ଷୟ ହୋଇଥାଏ ।)
  • ବିଭାବ – ସମ୍ପଦ
  • ଅପରିସାମ – ଅସାମ/ବହୁତ
  • ଅଭ୍ରଂକଷ – ଆକାଶଛୁଆଁ
  • ଅଷ୍ଟପାଟବଂଶୀ – ଶ୍ରୀ କୃ ଷ୍ଣଙ୍କର ଆଠଜଣ ପତ୍ନୀ। ସେମାନକର ନାମ ହେଲା ରୁକ୍ମିଶା, ସତ୍ୟଭାମା, ଜାମ୍ବବତୀ, କାଳିନ୍ଦୀ, ମିତ୍ରବିନ୍ଦା, ସତ୍ୟା, ଭଦ୍ରା ଓ ଲକ୍ଷଣା ।
  • ପରିଶାମ – ଶେଷଫଳ
  • ଜଳଧ୍ – ସମୁଦ୍ର
  • ନିମଗ୍ନ ହୋଇଗଲା – ବୁଡ଼ିଗଲା
  • ପ୍ରଭାବତୀର୍ଥ – ଦ୍ଵାରକା ନିକଟବର୍ତ୍ତୀ ପାର୍ଥସ୍ଥାନ
  • ଏରକାର ବନ – ଶର ବାଣ
  • କର୍ଣ୍ଣଧାର – ମଙ୍ଗୁଆଳ
  • ଆବଶ – କ୍ଳାନ୍ତ
  • ପଦପଲ୍ଲବ – କଅଁଳ ପତ୍ର ପରି କୋମଳ ପାଦ
  • ରକ୍ତାଭ – ରକ୍ତବର୍ଣ୍ଣ ସଦୃଶ
  • ଗାଥା – କାହାଶା / କିମ୍ବଦନ୍ତୀ
  • ଅହେତୁକ – ଅକରଣ
  • ଅନାହୃତ – ଅନିମନ୍ତ୍ରିତ, ଭକା ଯାଇନଥ୍ ବା
  • ମହାନଭାବତା -ଉଦାର ହୃଦୟ ଭାବ
  • ପରିଧ୍ – ବତ୍ତର ଚେଷ୍ଠନ ଦରଖା
  • ଟଲାସ୍ – ଗ୍ରୀସୀୟ ଦେବତା । ପ୍ରତିଶ୍ରୁତି ରକ୍ଷା କରିବାଲାଗି ସେ ପୃଥ୍ବାକୁ ନିଜର ଦୁଇହାତରେ ଟେକି ଧରିଥିଲେ ।
  • କୁବଜ – କୁଜା
  • ପ୍ରବଞ୍ଚନା – ଠକାମି/ଛଳନା
  • ନିଗଡ଼ – ଶିକୁଳି / ବନ୍ଧନ

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ

Odisha State Board BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ will enable students to study smartly.

BSE Odisha Class 10 Life Science Notes Chapter 8 ଶକ୍ତିର ଉତ୍ସ

→ଶକ୍ତିର ବର୍ଗୀକରଣ (Classification of Energy) :

  • ଶକ୍ତି ବିଭିନ୍ନ ପ୍ରକାରରେ ଉପଲବ୍ଧ ହୁଏ ଏବଂ ଏକ ପ୍ରକାରର ଶକ୍ତି ଅନ୍ୟ ବିଷୟବସ୍ତୁର ରୂପରେଖ ଏକ ପ୍ରକାର ଶକ୍ତିକୁ ରୂପାନ୍ତରିତ ହୋଇପାରେ ।
  • ଏକ ଉଚ୍ଚସ୍ଥାନରୁ ଏକ ପ୍ଲେଟ୍‌କୁ ତଳକୁ ପକାଇଲେ, ପ୍ଲେଟ୍‌ଟି ତଳେ ପଡ଼ିବା ବେଳେ ସେଥ‌ିରେ ଥ‌ିବା ସ୍ଥିତିଜ ଶକ୍ତି ସାଧାରଣତଃ ଶବ୍ଦ ଶକ୍ତିକୁ ରୂପାନ୍ତରିତ ହୋଇଥାଏ ।
  • ଏକ ମହମବତିକୁ ଜାଳିଲେ, ମହମରେ ଥ‌ିବା ରାସାୟନିକ ଶକ୍ତି ତାପଶକ୍ତିରେ ରୂପାନ୍ତରିତ ହୋଇଥାଏ ।
  • କାର୍ଯ୍ୟ କରିବାବେଳେ ବ୍ୟବହୃତ ଶକ୍ତି ରୂପାନ୍ତରିତ ହୁଏ ଏବଂ ବ୍ୟବହାର ପରେ ରୂପାନ୍ତରିତ ଶକ୍ତିକୁ ତାହାର ପୂର୍ବବର୍ତ୍ତୀ ରୂପକୁ ଫେରାଯାଇପାରେ ନାହିଁ ।

→ଉତ୍ତମ ଶକ୍ତି ଉତ୍ସର ସଂଜ୍ଞା :
1. ଶାରିରୀକ ପରିଶ୍ରମ ପାଇଁ ପେଶୀରେ ସଞ୍ଚ ଶକ୍ତି, ଯନ୍ତ୍ର ପରିଚାଳନା ପାଇଁ ବିଦ୍ୟୁତ୍ ଶକ୍ତି, ରାନ୍ଧିବାପାଇଁ ତାପ ଶକ୍ତି ବା ଅନ୍ୟ ଯେକୌଣସି ବ୍ୟବହାର ଉପଯୋଗୀ ଶକ୍ତି କୌଣସି ଏକ ଶକ୍ତି ଉତ୍ସରୁ ହିଁ ଆସିଥାଏ ।

ଯେଉଁ ଶକ୍ତି ଉତ୍ସ (କ) ପ୍ରତି ଘନଫଳ ବା ବସ୍ତୁତ୍ଵ ପ୍ରତି ଅଧ‌ିକ କାର୍ଯ୍ୟ କରିପାରେ, (ଖ) ସହଜରେ ଉପଲବ୍ଧ ହୋଇପାରେ, (ଗ) ସହଜରେ ସଂରକ୍ଷଣ କରାଯାଇପାରେ ଏବଂ (ଘ) ସର୍ବୋପରି କମ ବ୍ୟୟସାପେକ୍ଷ ହୋଇଥାଏ, ତାହାକୁ ଆମେ ଏକ ଉତ୍ତମ ଶକ୍ତି ଉତ୍ସ ବୋଲି କହିପାରିବା ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ

→ଶକ୍ତିର ଉତ୍ସ (Sources of Energy) :
ଲଭ୍ୟତା ଦୃଷ୍ଟିରୁ ଶକ୍ତିଉତ୍ସକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇପାରେ, ଯଥା-
(କ) ନବୀକରଣଯୋଗ୍ୟ ବା ଅସରନ୍ତି ଶକ୍ତିଉତ୍ସ (Renewable source of energy)
(ଖ) ନବୀକରଣ ଅଯୋଗ୍ୟ ବା ସରନ୍ତି ଶକ୍ତିଉତ୍ସ (Non-renewable source of energy)

→ନବୀକରଣଯୋଗ୍ୟ ଶକ୍ତିଉତ୍ସ (Renewable source of energy) :

  • ଏହି ପ୍ରକାର ଶକ୍ତିଉତ୍ସରୁ ଶକ୍ତି ବ୍ୟବହାର କଲାପରେ ପୁନର୍ବାର ସେହି ଉତ୍ସ ସୃଷ୍ଟି କରିହୁଏ ବା ପ୍ରାକୃତିକ ଉପାୟରେ ସେ ସମସ୍ତ ଶକ୍ତିଉତ୍ସରୁ ବାରମ୍ବାର ଶକ୍ତି ମିଳିଥାଏ ।
  • ଏହି ପ୍ରକାର ଶକ୍ତିଉତ୍ସଗୁଡ଼ିକ ପ୍ରାୟ ଅସରନ୍ତି ଏବଂ ସେଗୁଡ଼ିକରେ ପ୍ରଚୁର ପରିମାଣରେ ଶକ୍ତି ଗଚ୍ଛିତ ଥାଏ ।
  • ସୌରଶକ୍ତି, ଜୈବବସ୍ତୁତ୍ଵରୁ ଜାତ ଶକ୍ତି, ଜଳ ଶକ୍ତି, ବାୟୁ ଶକ୍ତି, ନାଭିକୀୟ ଶକ୍ତି, ଭୂତାପଜ ଶକ୍ତି ଓ ସମୁଦ୍ରତରଙ୍ଗଜାତ ଶକ୍ତି ଇତ୍ୟାଦି ଏ ପ୍ରକାର ଶକ୍ତିର ଉଦାହରଣ ଅଟନ୍ତି ।

(1) ସୂର୍ଯ୍ୟ ସକଳ ଶକ୍ତିର ଆଧାର :

  • ପୃଥ‌ିବୀ ପୃଷ୍ଠରେ ଯେତେପ୍ରକାର ଶକ୍ତି ଉପଲବ୍ଧ ହେଉଛି ସେଗୁଡ଼ିକର ମୂଳଉତ୍ସ ହେଉଛି ସୂର୍ଯ୍ୟ ।
  • ଜଳସ୍ରୋତ ଓ ବାୟୁ ସ୍ରୋତଠାରୁ ଆରମ୍ଭ କରି ବୃକ୍ଷଲତା ଇତ୍ୟାଦିରେ ଥ‌ିବା ଜୈବ ରାସାୟନିକ ଶକ୍ତି, ଜୀବାଶ୍ମ ଶକ୍ତି ଆଦି ସମସ୍ତ ଶକ୍ତି ସୌର ଶକ୍ତିରୁ ସୃଷ୍ଟି ହୋଇଥାଏ ।
  • ଏହି ପ୍ରକାର ଶକ୍ତିଉତ୍ସରୁ ଶକ୍ତି ବ୍ୟବହାର କଲାପରେ ପୁନର୍ବାର ସେହି ଉତ୍ସ । ସୃଷ୍ଟି କରିହୁଏ ବା ପ୍ରାକୃତିକ ଉପାୟରେ
  • ଏହି ପ୍ରକାର ଶକ୍ତିଉତ୍ସଗୁଡ଼ିକ ପ୍ରାୟ ଅସରନ୍ତି ଏବଂ ସେଗୁଡ଼ିକରେ ପ୍ରଚୁର ପରିମାଣରେ ଶକ୍ତି ଗଚ୍ଛିତ ଥାଏ । ହେତୁ ବାୟୁସ୍ରୋତ ସୃଷ୍ଟି ହୋଇଥାଏ ।
  • ବାୟୁସ୍ରୋତକୁ ବ୍ୟବହାର କରି ପବନ ଚକ୍ରିଠାରୁ ଆରମ୍ଭକରି ପାଲଟଣା ବୋଇତ ପ୍ରଭୃତି ଚଳାଇବା ସମ୍ଭବ ହୋଇଥାଏ ।
  • ବୃକ୍ଷଲତାରେ ଥ‌ିବା ଜୈବରାସାୟନିକ ଶକ୍ତି ସେମାନେ ଆଲୋକଶ୍ଳେଷଣ ପଦ୍ଧତିରେ ସୂର୍ଯ୍ୟାଲୋକରୁ ପାଇଥାନ୍ତି । ଏହି ଶକ୍ତିକୁ ଖାଦ୍ୟ-ଖାଦକ ଶୃଙ୍ଖଳରେ ଅନ୍ୟାନ୍ୟ ଜନ୍ତୁ ବିନିଯୋଗ କରିଥାନ୍ତି ।
  • ଏ ସବୁକୁ ବିଚାର କଲେ ଏଥୁରୁ ସ୍ପଷ୍ଟ ହୁଏ, ଯେ ସୂର୍ଯ୍ୟ ହିଁ ସକଳ ଶକ୍ତିର ଆଧାର ଏବଂ ଅସରନ୍ତି ଶକ୍ତିର ଉତ୍ସ ଅଟନ୍ତି ।

(2) ସୌରଶକ୍ତି (Solar energy) :

  • ସୂର୍ଯ୍ୟ ପ୍ରାୟ ପାଞ୍ଚଶହ କୋଟି ବର୍ଷ ହେଲା ସୌରମଣ୍ଡଳକୁ ବିପୁଳ ଶକ୍ତି ଯୋଗାଇ ଆସୁଛି ଏବଂ ଆହୁରି ଅନେକ କୋଟି ବର୍ଷ ପର୍ଯ୍ୟନ୍ତ ସେହିପରି ଶକ୍ତି ଯୋଗାଉଥ‌ିବ ।
  • ଜଳସ୍ରୋତ ସାଧାରଣତଃ ସୂର୍ଯ୍ୟକିରଣ ପ୍ରଭାବରେ ଉତ୍ପନ୍ନ ହେଉଥ‌ିବା ବୃଷ୍ଟିପାତ ଯୋଗୁଁ ସମ୍ଭବ ହୋଇଥାଏ । ସୂର୍ଯ୍ୟକିରଣ ପ୍ରଭାବରେ ବାୟୁମଣ୍ଡଳର ବିଭିନ୍ନ ସ୍ଥାନ ସମାନଭାବେ ଉତ୍ତପ୍ତ ହେଉନଥ‌ିବାରୁ ବାୟୁଚାପରେ ପାର୍ଥକ୍ୟ ଅର୍ଥାତ୍ ଏକ ନିର୍ଦ୍ଦିଷ୍ଟ ପରିମାଣର ସୌରଶକ୍ତି ପୃଥ‌ିବୀକୁ ମିଳିଥାଏ । ଏହାକୁ ସୌର ପ୍ରବାହ କୁହାଯାଏ ।
  • ଏକ ମିନିଟ୍‌ରେ ପ୍ରତି ବର୍ଗ ସେ.ମି.କୁ ଏହାର ପରିମାଣ ହେଉଛି ପ୍ରାୟ 2 କ୍ୟାଲୋରୀ ଅଟେ ।
  • ଯେଉଁଶକ୍ତି ପୃଥ‌ିବୀପୃଷ୍ଠରେ ପହଞ୍ଚେ ତାର ପ୍ରାୟ ଅଧା ପୃଥ‌ିବୀ ଅବଶୋଷଣ କରେ ଏବଂ ଅବଶିଷ୍ଟ ପ୍ରତିଫଳିତ ଓ ବିକିରିତ ହୋଇ ମହାକାଶକୁ ଚାଲିଯାଏ । ଏହି ପ୍ରତିଫଳନକୁ ‘ଆଲ୍‌ବେଡ଼େ’ କୁହାଯାଏ ।

ଆମ ଦେଶ ବର୍ଷର ଅଧିକାଂଶ ସମୟରେ ପ୍ରଚୁର ସୌରଶକ୍ତି ଲାଭ କରିଥାଏ । ହିସାବରୁ ଜଣାଯାଏ ଯେ, ଏକ ବର୍ଷ ମଧ୍ୟରେ ଭାରତ ଯେଉଁ ସୌରଶକ୍ତି ଲାଭ କରିଥାଏ ତାହା 5000 ନିୟୁତ କିଲୋୱାଟ୍ ଆଓ୍ବାର ଶକ୍ତିଠାରୁ ଅଧୂକ । ନିର୍ମଳ ମେଘମୁକ୍ତ ଆକାଶରେ ପ୍ରତିଦିନ ପ୍ରାୟ 4 ରୁ 7 Kwh/m’ ଶକ୍ତି ମିଳିଥାଏ ।

  • ଏକ କଳାପୃଷ୍ଠ, ଧଳାପୃଷ୍ଠ ବା ପ୍ରତିଫଳନ କରୁଥିବା ପୃଷ୍ଠଠାରୁ ଅଧିକ ତାପ ଅବଶୋଷଣ କରେ ।
  • ସୌର କୁକର୍ ବା ଚୁଲା ଓ ସୌର ଜଳଉତ୍ତାପକର କାର୍ଯ୍ୟପଦ୍ଧତି ଏହି ନୀତି ଉପରେ ଆଧାରିତ ।

(3) ସୌରଚୁଲା :

  • ଯେଉଁ ଉପକରଣ ଦ୍ଵାରା ସୌରତାପରେ ରୋଷେଇ କରାଯାଏ, ତାହାକୁ ସୌରଚୁଲା କୁହାଯାଏ ।
  • ଏଥ‌ିରେ ସୌରତାପ ସିଧାସଳଖ ରୋଷେଇ ଦ୍ରବ୍ୟକୁ ଗରମ କରିଥାଏ ।

→କାର୍ଯ୍ୟ ପଦ୍ଧତି :
1. ଗୋଟିଏ ସୌରଚୁଲାର ପ୍ରଧାନ ଅଂଶଗୁଡ଼ିକ ହେଲା-ଆଧାରପାତ୍ର, ତାପଶୋଷୀ ଆଚ୍ଛାଦନ ଓ ପ୍ରତିଫଳକ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 1

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ

→(କ) ଆଧାର ପାତ୍ର :

  • ଏଥୁରେ ଜଳ ଓ ରନ୍ଧାଦ୍ରବ୍ୟ ରଖୁବାପାଇଁ ପାତ୍ରମାନ ଥାଏ ।
  • ଅଧିକ ତାପ ଅବଶୋଷଣ ପାଇଁ ଏହି ପାତ୍ରଗୁଡ଼ିକର ବାହାର ପାଖରେ କଳା ରଙ୍ଗର ପ୍ରଲେପ ଦିଆଯାଇଥାଏ । ବୃଦ୍ଧିପାଏ ।
  • ପାତ୍ରଦ୍ଵାରା ଅବଶୋଷିତ ତାପ ସହଜରେ କାଚ ଆବରଣରି ବାହାରକୁ ଯାଇପାରେ ନାହିଁ ।

→(ଗ) ପ୍ରତିଫଳକ :

  • ସୂର୍ଯ୍ୟକିରଣକୁ ସିଧା କିମ୍ବା ଅବତଳ ପ୍ରତିଫଳକ ସାହାଯ୍ୟରେ କେନ୍ଦ୍ରୀଭୂତ କରି ଆଧାର ପାତ୍ର ମଧ୍ୟକୁ ପକାଯାଏ ।
  • ଏହା ଅନନ୍ତ ଆକାଶକୁ ଯେତେ ଶକ୍ତି ବିକିରଣ କରେ ତାହାର ଅତ୍ୟନ୍ତ ସ୍ଵଭାଗ ପୃଥ‌ିବୀପୃଷ୍ଠରେ ପହଞ୍ଚିଥାଏ
  • ସାଧାରଣତଃ ଆଲୁମିନିୟମ୍ ଧାତୁ କିମ୍ବା କାଚରେ ପ୍ରତିଫଳକ ତିଆରି ହୋଇଥାଏ । ଅଧୂକ ପ୍ରତିଫଳନ ପାଇଁ ପ୍ରତିଫଳକର ଭିତରପୃଷ୍ଠକୁ ଅତି ମସୃଣ କରାଯାଇଥାଏ ।
  • ଅବସ୍ଥାନ ଅନୁସାରେ ଏହାକୁ ବିଭିନ୍ନ ଦିଗରେ ଘୂରାଇ ସୂର୍ଯ୍ୟକିରଣକୁ ଆଧାରପାତ୍ର ଉପରେ ଫୋକସ୍ କରାଯାଇଥାଏ । ଓ ରୋଷେଇ କରାଯାଏ ।

(4) ସୋଲାର ସେଲ୍ (Solar cell) :

  • ସୌରଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ପରିଣତ କରିବାପାଇଁ ବ୍ୟବହୃତ ଉପକରଣକୁ ସୌର ସେଲ୍ କୁହାଯାଏ ।
  • ଯାନବାହନ ଚଳାଇବାରେ ଏବଂ ରେଡ଼ିଓ ଓ ଟେଲିଭିଜନ୍‌ର ଯନ୍ତ୍ରପାତିରେ ଏହି ସୌର ସେଲ୍ ବ୍ୟବହାର କରାଯାଉଅଛି।

ସୌର ସେଲ୍ ଉପରେ ପ୍ରଥମ ସଫଳ ଗବେଷଣା 1954 ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ବେଲ୍‌ ଟେଲିଫୋନ୍ ପରୋକ୍ଷ ଉପାୟରେ ସୌର ତାପରେ ଜଳ ଗରମକରି ସେଥୁରୁ ସୃଷ୍ଟ ଜଳୀୟବାଷ୍ପ ସାହାଯ୍ୟରେ ଟରବାଇନ୍ ଘୂରାଇ ବିଦ୍ୟୁତ୍ ଉତ୍ପାଦନ କରିବା ସମ୍ଭବ ହେଲା ।

  • ସୌର ସେଲ୍‌ରେ ସୌରଶକ୍ତିର ସିଧାସଳଖ ବିନିଯୋଗ ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟିକରେ । ତେଣୁ ଏହି ପଦ୍ଧତିକୁ ଆଲୋକ ଭୋଲ୍‌ଟୀୟ ପ୍ରଭାବ କୁହାଯାଏ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 2

  • ଭୋଲ୍‌ଟୀୟ ସେଲ୍‌ରେ ଯେପରି ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟିହୁଏ, ସେହି ପରି ଏକ ପ୍ରକ୍ରିୟାର ନାମକରଣ ଏହିପରି ହୋଇଅଛି ।
  • ସୌର ସେଲ୍‌ରେ N-ପ୍ରକାର ସିଲିକନ୍ କୁ P- ପ୍ରକାର ସିଲିକନ୍ ଉପରେ ଚପାଇ ରଖାଯାଏ ।
  • ସିଲିକନ୍ ସ୍ଫଟିକରେ ଆର୍ସେନିକ୍ ମିଶାଇ N- ପ୍ରକାର ସିଲିକନ୍ ହୁଏ ।
  • ସିଲିକନ୍ ସହିତ ମିଶିବା ବେଳେ ଗୋଟିଏ ଇଲେକଟ୍ରନ୍ ବଳି ପଡ଼େ ଓ ଏହି ମୁକ୍ତ ଇଲେକଟ୍ରନ୍ ଚାର୍ଜବାହକ ରୂପେ କାର୍ଯ୍ୟକରେ ।
  • ଏହା ବିଯୁକ୍ତ ଚାର୍ଜ ହୋଇଥବାରୁ ଏପରି ଆର୍ସେନିକ୍ ମିଶା ସିଲିକନ୍‌କୁ N-ପ୍ରକାର ସିଲିକନ୍‌ କୁହାଯାଏ ।
  • ପାତ୍ରଦ୍ୱାରା ଅବଶୋଷିତ ତାପ ସହଜରେ କାଚ ଆବରଣରି ବାହାରକୁ ଯାଇପାରେ ନାହିଁ ।
  • ସେହିପରି ଯଦି ସିଲିକନ୍‌ରେ ବୋରନ୍ ଖାଦ ମିଶିଥାଏ ତାହା P-ପ୍ରକାର ସିଲିକନ୍ ହୁଏ । N-ପ୍ରକାର ସିଲିକନ୍ ଓ P-ପ୍ରକାର ସିଲିକନ୍ ଉପରେ ସୂର୍ଯ୍ୟକିରଣ ପଡ଼ିଲେ ଯୁକ୍ତ ଓ ବିଯୁକ୍ତ ଅଗ୍ରମଧ୍ଯରେ ବିଭବାନ୍ତର ସୃଷ୍ଟିହୁଏ ।
  • ଉଭୟ ଅଗ୍ରକୁ ପରିବାହୀ ତାରଦ୍ଵାରା ସଂଯୋଗ କଲେ ବିଦ୍ୟୁତ୍ ପ୍ରବାହ ହୁଏ ।
  • ଏହି ଉପକରଣରେ ଆଲୋକ ପଡୁଥିବା ପର୍ଯ୍ୟନ୍ତ ବିଦ୍ୟୁତ୍ ପ୍ରବାହ ଚାଲୁରହେ । ଏହିପରି ଭାବରେ ସୌରସେଲ୍‌ରେ ସୌରଶକ୍ତି ବିଦ୍ୟୁତ୍ ଶକ୍ତିରେ ପରିଣତ ହୋଇଥାଏ ।
  • ଏକ ସୌରସେଲ୍ ଆଲୋକିତ ହେଲେ ପ୍ରାୟ 0.5 ରୁ 1.0V ପର୍ଯ୍ୟନ୍ତ ଭୋଲ୍ଟେଜ ସୃଷ୍ଟି କରିପାରେ ଏବଂ ପ୍ରାୟ 0.7 W ପର୍ଯ୍ୟନ୍ତ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିପାରେ ।
  • ଅଧ୍ଵ ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟିପାଇଁ ଗୁଡ଼ିଏ ସୌର ସେଲ୍‌କୁ ପଙ୍‌କ୍ତି ଓ ସ୍ତମ୍ଭରେ ସଜାଇ ସଂଯୁକ୍ତ କରାଯାଏ ଓ ଏହାକୁ ସୋଲାର ସେଲ୍ ପ୍ୟାନେଲ୍ କୁହାଯାଏ ।

ସୌରସେଲ୍ ତିଆରିପାଇଁ ବ୍ୟବହାର ହେଉଥ‌ିବା ବିଶେଷ ଧରଣର ସିଲିକନ୍ ସହଜରେ ଉପଲବ୍‌ଧ ହୁଏନାହିଁ । ସୌରସେଲ୍‌ର ସଂପୂର୍ଣ୍ଣ ତିଆରି ପ୍ରକ୍ରିୟା ମଧ୍ୟ ଅତ୍ୟନ୍ତ ବ୍ୟୟବହୁଳ । ପ୍ୟାନେଲ୍ ପ୍ରସ୍ତୁତି ପାଇଁ ସେଲ୍ ଓ ସେଲ୍‌କୁ ଯୋଡ଼ିବାପାଇଁ ବ୍ୟବହୃତ ସିଲଭର ଏହି ଖର୍ଚ୍ଚକୁ ବହୁଗୁଣିତ କରିଥାଏ ।

→ପବନ ଶକ୍ତି (Wind energy) :

  • ପବନ ଶକ୍ତିର ବ୍ୟବହାର ଅତି ପ୍ରାଚୀନ । ପ୍ରାୟ ପାଞ୍ଚହଜାର ବର୍ଷପୂର୍ବେ ମିଶର (ଇଜିପ୍‌ଟ)ରେ ପବନଶକ୍ତି ବ୍ୟବହାର କରି ପାଲଟଣା ଡଙ୍ଗା ଚଳାଯାଉଥିଲା ।
  • ବହୁକାଳରୁ ସମୁଦ୍ରତଟ ଦେଶମାନଙ୍କରେ ପାଲଟଣା ଜାହାଜରେ ନୌବାଣିଜ୍ୟ ଚାଲୁଥିଲା । କାଳକ୍ରମେ ପବନ କଳ ସାହାଯ୍ୟରେ କାଠଚିରା, ଅଟାପେଷା, ତେଲପେଡ଼ା ଇତ୍ୟାଦି ଅନେକ କାର୍ଯ୍ୟ କରାଗଲା ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 3

  • ଭୂପୃଷ୍ଠ ବା ଜଳାଶୟ ସୂର୍ଯ୍ୟକିରଣ ଦ୍ବାରା ଅସନ୍ତୁଳିତ ଭାବେ ଗରମ ହେଲେ ସେ ସ୍ଥାନକୁ ପବନ ବହିବାକୁ ଆରମ୍ଭ କରେ । ବାୟୁର ଏହି ଗତିଜ ଶକ୍ତିକୁ ବିଭିନ୍ନ ପ୍ରକାର କାର୍ଯ୍ୟ କରିବାପାଇଁ ବ୍ୟବହାର କରାଯାଇପାରେ ।
  • ପବନ କଳ ସାହାଯ୍ୟରେ ବାୟୁର ଗତିଜ ଶକ୍ତିକୁ ଉପଯୋଗ କରି ଜେନେରେଟର୍‌ (Generator) ଚଳାଇ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇଥାଏ ।
  • ଏହି କଳରେ କେତେଗୁଡ଼ିଏ ପ୍ରପେଲର୍ ଖଞ୍ଜା ଯାଇଥାଏ । ଏହାର ବ୍ୟାସ ପ୍ରାୟ ୪ ମିଟର ଅଟେ ।
  • ଏହି କଳକୁ ଏକ ଉଚ୍ଚ ଇସ୍ପାତ୍ ନିର୍ମିତ ଟାୱାର ଉପରେ ରଖାଯାଇଥାଏ । ବାୟୁ ପ୍ରବାହ ଯୋଗୁଁ ପ୍ରପେଲର୍ ଘୂରେ ଏବଂ ତତ୍‌ସହିତ ସଂଯୁକ୍ତ ଜେନେରେଟର୍‌କୁ ଘୂରାଏ । ଫଳତଃ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହୁଏ ।
  • ଡେନ୍‌ମାର୍କ ସରକାରଙ୍କ ସହାୟତାରେ ଓଡ଼ିଶା ସରକାର ପୁରୀ ସମୁଦ୍ରକୂଳରେ କେତେକ ପବନ କଳ ସ୍ଥାପନ କରିଛନ୍ତି । ଏଥୁରୁ ବାର୍ଷିକ ପ୍ରାୟ 5.5 ମେଗାଓ୍ବାଟ୍ ଶକ୍ତି ମିଳିପାରୁଛି । ସେହିପରି କୋଣାର୍କର ସମୁଦ୍ରକୂଳରେ ମଧ୍ୟ କେତେଗୁଡ଼ିଏ ପବନ କଳ ସ୍ଥାପନ କରାଯାଇଅଛି ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ

ଡେନ୍‌ମାର୍କକୁ ‘ପବନର ଦେଶ’ ବୋଲି କୁହାଯାଏ । ଏହି ଦେଶର 25 ପ୍ରତିଶତରୁ ଅଧିକ ବିଦ୍ୟୁତ୍ ଶକ୍ତି ଚାହିଦା ପବନ କଳଦ୍ଵାରା ମେଣ୍ଟାଯାଇଥାଏ । ପବନ ଶକ୍ତିକୁ ବ୍ୟବହାର କରି ବିଦ୍ୟୁତ୍ ଉତ୍ପାଦନ କରିବାରେ ଜର୍ମାନୀର ବିନିଯୋଗ କରି ପ୍ରାୟ 45000 ମେଗାଓ୍ବାଟ୍ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇପାରିବ । ଭାରତର ବୃହତ୍ତମ ‘ପବନଶକ୍ତି କ୍ଷେତ୍ର’ କନ୍ୟାକୁମାରୀଠାରେ ସ୍ଥାପନ କରାଯାଇଛି ଏବଂ ଏଠାରେ ପ୍ରାୟ 380 ମେଗାଓ୍ବାଟ୍ ବିଦ୍ୟୁତ୍ ।

  • ଗୋଟିଏ ପବନ କଳରୁ ଉତ୍ପାଦିତ ଶକ୍ତି ଏତେ ଅଧିକ ନୁହେଁ । ତେଣୁ ଏକାସାଙ୍ଗରେ ଗୋଟିଏ ସ୍ଥାନରେ ଅନେକ ପବନ କଳ ସ୍ଥାପନ କରାଯାଇଥାଏ । ଏହାକୁ ପବନ ଶକ୍ତି କେନ୍ଦ୍ର ବା ପବନ ଶକ୍ତି କ୍ଷେତ୍ର କୁହାଯାଇଥାଏ । ଏହି କ୍ଷେତ୍ରଗୁଡ଼ିକର ସମୂହ ଶକ୍ତି ବ୍ୟାବସାୟିକ କ୍ଷେତ୍ରରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ସହାୟକ ହୋଇଥାଏ ।

→ଜଳଶକ୍ତି (Hydro energy) :
1. ବାୟୁପରି ଜଳରୁ ମଧ୍ୟ ଶକ୍ତି ଉତ୍ପାଦନ କରି ବ୍ୟବହାର କରାଯାଇପାରୁଛି । ଏହାକୁ ଜଳଶକ୍ତି କୁହାଯାଏ । ନିମ୍ନୋକ୍ତ ପ୍ରକାରରେ ଜଳଶକ୍ତିକୁ ବ୍ୟବହାର କରାଯାଏ ।

→ଜୁଆର ଶକ୍ତି (Tidal energy) :

  • ପ୍ରଭାବ ଯୋଗୁଁ ସମୁଦ୍ରଜଳର ଉତ୍‌ଥାନ ପତନ ପରିଲକ୍ଷିତ ହୁଏ ଓ ଜୁଆର ସୃଷ୍ଟିହୁଏ । ସମୁଦ୍ରଜଳର ଉତ୍‌ଥାନପତନରୁ ଜୁଆର ଶକ୍ତିର ସୃଷ୍ଟି । ସମୁଦ୍ର ତଟବର୍ତ୍ତୀ ସ୍ଥାନରେ ପିଟି ହେଉଥ‌ିବା ଢେଉର ଶକ୍ତି ଯଥେଷ୍ଟ ଅଧିକ ।
  • 1961 ମସିହାରେ ଫରାସୀ ବୈଜ୍ଞାନିକମାନେ ଜୁଆରରୁ ଶକ୍ତି ସଂଗ୍ରହ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 4

  • ରାନ୍ସ ନଦୀ ମୁହାଣରେ ଜୁଆର ଓ ଭଟ୍ଟା ଦିନକ ମଧ୍ୟରେ ଦୁଇଥର ଜୁଆର ଓ ଭଟ୍ଟା ମଧ୍ୟରେ ଜଳପତ୍ତନର ଉଚ୍ଚତାରେ ପ୍ରାୟ 14 ମିଟର ପାର୍ଥକ୍ୟ ରହେ । ହୋଇଥାଏ । ସେହି ଜୁଆରରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ ।
  • ଜୁଆରଶକ୍ତି ସଂଗ୍ରହ ପାଇଁ ନଦୀ ମୁହାଣରେ ପ୍ରାୟ 20 କି.ମି. ଲମ୍ବର ଜଳାଶୟ ନିର୍ମାଣ କରାଯାଇ ସେଥ‌ିରେ ସ୍କୁ ଇସ୍ ଗେଟ୍ ଲଗାଯାଏ ।
  • ଉଚ୍ଚ ଜୁଆର ସମୟରେ ସେହି ଗେଟ୍‌ ଖୋଲିଦିଆଯାଏ । ଜଳାଶୟ ମଧ୍ୟକୁ ଜଳ ପ୍ରବେଶ କଲାପରେ ଗେଟ୍ ବନ୍ଦ କରାଯାଏ । ପରେ ଉଚ୍ଚପତ୍ତନରୁ ଜଳକୁ ନିୟନ୍ତ୍ରିତଭାବେ ସମୁଦ୍ରକୁ ଖଲାସ କରାଯାଏ ।
  • ଏହି ଖଲାସ ହେଉଥ‌ିବା ଜଳସ୍ରୋତରେ ଟର୍‌ବାଇନ୍ ଚଳାଇ ବିଦ୍ୟୁତଶକ୍ତି ଉତ୍ପାଦନ କରାଯାଏ ।
  • କରି ବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ । ଏହା କରାଗଲେ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ଓ ଜଳସେଚନରେ ଦେଶ ସମୃଦ୍ଧ ହୋଇପାରିବ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 5

→ତରଙ୍ଗ ଶକ୍ତି (Wave energy) :

  • ଜୁଆର ପରି ଢେଉରେ ଥ‌ିବା ଗତିଜଶକ୍ତିକୁ ବିନିଯୋଗ କରି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇପାରିବ ।
  • ସମୁଦ୍ରର ଉପରିଭାଗରେ ପ୍ରବଳ ବାୟୁପ୍ରବାହରୁ ଢେଉର ସୃଷ୍ଟି । ଏହି ଢେଉଶକ୍ତିକୁ ସଂଗ୍ରହ କରି ଟର୍‌ବାଇନ୍ ଚଳାଇ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇପାରୁଛି ।

ଜଳବିଦ୍ୟୁତ୍ ଶକ୍ତି :
→ନଦୀବନ୍ଧ ଯୋଜନା (River dam project) :

  • ପକାଇ ଏକ ବୃହତ୍ ଜଳଭଣ୍ଡାର ସୃଷ୍ଟି କରାଯାଏ । ପରେ ଜଳକୁ ଉଚ୍ଚପତ୍ତନରୁ ନିମ୍ନ ପତ୍ତନକୁ ପ୍ରବଳ ବେଗରେ ଛଡ଼ାଯାଏ ।
  • ସେଥୁରୁ ସୃଷ୍ଟି ହେଉଥ‌ିବା ଜଳସ୍ରୋତର ବ୍ୟବହୃତ ହୁଏ ।
  • ଟର୍‌ବାଇନ୍ ସହ ସଂଯୁକ୍ତ ଜେନେରେଟରର ଆର୍ମେଚର ଘୂରିବା ଦ୍ବାରା ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୁଏ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 6

1948 ମସିହାରୁ ଭାରତ ସରକାର ଜଳବିଦ୍ୟୁତ୍ ଯୋଗାଣ ଆଇନ ପ୍ରଣୟନ କରିଛନ୍ତି । ଜଳ ବିଦ୍ୟୁତ୍ ଉତ୍ପାଦନ ଓ ବଣ୍ଟନ କାର୍ଯ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହେଉଛି । ଆମ ରାଜ୍ୟରେ ହୀରାକୁଦ, ମାଛକୁଣ୍ଡ, ବାଲିମେଳା, ରେଙ୍ଗାଲି, ଉପର କୋଲାବ, ଉପର ଇନ୍ଦ୍ରାବତୀ ଆଦି ଜଳବିଦ୍ୟୁତ୍ ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି । ଜଳଶକ୍ତିର କ୍ଷମତା ଯଥେଷ୍ଟ ଅଧିକ । ଏହାକୁ ସହଜରେ ଅନ୍ୟ ଶକ୍ତିରେ ରୂପାନ୍ତରିତ କରାଯାଇପାରେ । କିନ୍ତୁ ସେ ଶକ୍ତିକୁ ସଫଳ ଉପାୟରେ ସଂଗ୍ରହ କରି ବ୍ୟାବସାୟିକ କ୍ଷେତ୍ରରେ ଉପଯୁକ୍ତ ଭାବରେ ବିନିଯୋଗ କରିପାରିଲେ ଶକ୍ତି ଚାହିଦା ପୂରଣ ହୋଇପାରିବ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ

→ସାମୁଦ୍ରିକ ତାପଜଶକ୍ତି (Ocean thermal energy) :

  • ସମୁଦ୍ରର ପୃଷ୍ଠଭାଗ ଓ ଆଭ୍ୟନ୍ତରୀଣ ଜଳମଧ୍ୟରେ ଥିବା ତାପମାତ୍ରାର ପ୍ରଭେଦକୁ ବ୍ୟବହାର କରି ଶକ୍ତି ସଂଗ୍ରହ କରାଯାଇପାରିବ । ସାଗର ବା ମହାସାଗରର ପୃଷ୍ଠଭାଗ ଜଳ ସୂର୍ଯ୍ୟତାପରେ ଉତ୍ତପ୍ତ ହୁଏ କିନ୍ତୁ ଅତି ଗଭୀରରେ ଥ‌ିବା ଜଳ ଅପେକ୍ଷାକୃତ ଥଣ୍ଡା ଥାଏ ।
  • ତାପଜ ଶକ୍ତି ରୂପାନ୍ତରଣ କେନ୍ଦ୍ର ମାନଙ୍କରେ ତାପଜ ଶକ୍ତିରେ ରୂପାନ୍ତରିତ କରାଯାଏ । ଏହି ପ୍ରକାର ଶକ୍ତିକୁ ସାମୁଦ୍ରିକ ତାପଜ ଶକ୍ତି କୁହାଯାଏ । ଏହାକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରାଯାଇପାରୁଛି ।
  • ସମୁଦ୍ରର ପୃଷ୍ଠଭାଗ ଜଳ ଓ 2 କି.ମି. ଗଭୀର ଜଳ ମଧ୍ଯରେ ତାପମାତ୍ରାର ପାର୍ଥକ୍ୟ 20°C ବା 293°K ହେଲେ, ରୂପାନ୍ତରଣ ପାୱାର ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଥାଏ ।
  • ପୃଷ୍ଠଭାଗର ତାପ ତରଳ ଏମୋନିଆ ଓ କ୍ଲୋରୋଫ୍ଲୋରୋକାର୍ବନ (CFC)କୁ ବାଷ୍ପୀଭୂତ କରିବାରେ ବ୍ୟବହୃତ ହୁଏ । ପରେ ଏହି ବାଷ୍ପ ଜେନେରେଟର୍‌ର ଟର୍‌ବାଇନ୍ ଘୂରାଇବାରେ ସାହାଯ୍ୟ କରେ ।
  • ଅତି ଗଭୀରରେ ଥ‌ିବା ଥଣ୍ଡାଜଳକୁ ପମ୍ପସାହାଯ୍ୟରେ ଉପରକୁ ଉଠାଯାଇ ବାଷ୍ପକୁ ଥଣ୍ଡାକରି ପୁଣି ତରଳ ଅବସ୍ଥାକୁ ଅଣାଯାଏ ।
  • ଏହି ପ୍ରକ୍ରିୟାରେ ବର୍ଷର ସବୁ ସମୟରେ ଶକ୍ତି ଉପଲବ୍ଧ ହୋଇପାରେ । ଏଥିପାଇଁ ପବନର ଗତି ଉପରେ ନିର୍ଭର କରିବାକୁ ପଡ଼େନାହିଁ ।

→ଭୂତାପଜ ଶକ୍ତି (Geothermal energy) :

  • ପ୍ରକ୍ରିୟା ଦ୍ବାରା ନିୟନ୍ତ୍ରଣ କରି କରାଯାଇପାରେ । ଏହାକୁ ଭୂତାପଜ ଶକ୍ତି କୁହାଯାଏ ।
  • ଅତ୍ୟନ୍ତ ଉତ୍ତପ୍ତ । ଏହି ତାପରେ ତରଳ ଶିଳା କୁ ମା ମା କୁହାଯାଏ ।
  • ପରିବର୍ତ୍ତନ ଏହି ମା ମାକୁ ଉପରକୁ ଠେଲିଦିଏ । ଫଳରେ ରହି ଯାଏ । ଏହି ସ୍ଥାନ ଗୁ ଡ଼ି କୁ ‘ଉତ୍ତପ୍ତ ସ୍ଥାନ’ ବୋଲି କୁହାଯାଏ,

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 7

  • ଭୂତଳ ଜଳ ଉତ୍ତପ୍ତ ସ୍ଥାନମାନଙ୍କର ସଂସ୍ପର୍ଶରେ ଆସି ବାଷ୍ପରେ ପରିଣତ ହୁଏ । ସ୍ଥାନେ ସ୍ଥାନେ ଏହି ଉତ୍ତପ୍ତ ଜଳ ଫାଟ ପାଇ ଭୂପୃଷ୍ଠକୁ ଚାଲିଆସେ । ଏହାକୁ ଉଷ୍ଣ ପ୍ରସ୍ରବଣ କୁହାଯାଏ ।
  • ଶିଳାଖଣ୍ଡ ମଧ୍ୟରେ ରହି ଏହି ବାଷ୍ପ ଉଚ୍ଚ ଚାପ ସୃଷ୍ଟିକରେ । ଏହି ସ୍ଥାନ ପର୍ଯ୍ୟନ୍ତ ପାଇପ ଭର୍ତ୍ତି କରି ଏହି ବାଷ୍ପକୁ ସଂଗ୍ରହ କରାଯାଏ ।
  • ଅତ୍ୟଧ‌ିକ ଚାପରେ ଥ‌ିବା ଏହି ଜଳୀୟ ବାଷ୍ପ ଜେନେରେଟର୍‌ର ଟଇବାଇକୁ ଘୂରାଏ ଏବଂ ସେଥୁରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୋଇଥାଏ ।
  • କେତେକ ସ୍ଥାନରେ ଜଳୀୟବାଷ୍ପ ଓ ଉତ୍ତପ୍ତ ଜଳ, ବିନା ପାଇପ୍‌ରେ ପୃଷ୍ଠଭାଗକୁ ଚାଲିଆସେ । ଏହାକୁ ବ୍ୟବହାର କରି ମଧ୍ୟ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇଥାଏ ।

ଅନ୍ୟ ଶକ୍ତି ତୁଳନାରେ ଭୂତାପଜ ଶକ୍ତି ଅଧ‌ିକ ଉପାଦେୟ ଅଟେ । ବର୍ଷର ସବୁ ସମୟରେ ଏହି ଶକ୍ତି ସଂଗ୍ରହ କରାଯାଇପାରେ । ଏହା ପରିବେଶ ପ୍ରଦୂଷଣ କରେନାହିଁ । ଅନ୍ୟ ଉପାୟରେ ଉତ୍ପାଦିତ ବିଦ୍ୟୁତଶକ୍ତି ତୁଳନାରେ ଏହି ଉପାୟରେ ଉତ୍ପାଦିତ ବିଦ୍ୟୁତଶକ୍ତି ନିମନ୍ତେ ଖର୍ଚ୍ଚ ଯଥେଷ୍ଟ କମ୍ । ନିଉଜିଲାଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ପ୍ରକାର ଶକ୍ତିର ବହୁଳ ବ୍ୟବହାର ହେଉଛି । ଆମ ଦେଶର ମଧ୍ୟପ୍ରଦେଶରେ ଭୂତାପଜ ଶକ୍ତିର ଉପଯୋଗ

→ଆଣବିକ ଶକ୍ତି (Nuclear energy) :

  • ନାଭିକୀୟ ବିଭାଜନ ଦ୍ବାରା ୟୁରାନିୟମ୍, ପ୍ଲା ଟୋନିୟମ୍ ବା ଥୋରିୟମ୍ ପରି କୌଣସି ଗୁରୁ ପରମାଣୁର ନାଭିକୀୟ ବିଭାଜନ ଘଟିଲେ ଏହା ଲଘୁ ନାଭିକରେ ପରିଣତ ହୁଏ । ଏହି ପ୍ରକ୍ରିୟାରେ ପ୍ରଚୁର ଶକ୍ତି ନିର୍ଗତ ହୁଏ । ଏହାକୁ ନାଭିକୀୟ ଶକ୍ତି କୁହାଯାଏ ।
  • ଉଦାହରଣ : ଏକ ୟୁରାନିୟମ୍ ପରମାଣୁର ବିଭାଜନରୁ ଯେତେ ଶକ୍ତି ଜାତ ହୁଏ ତାହା କୋଇଲାରେ ଥିବା ଏକ କାର୍ବନ ପରମାଣୁର ଦହନରୁ ଜାତ ଶକ୍ତିଠାରୁ ପ୍ରାୟ 10 ନିୟୁତ ଗୁଣ ଅଧ୍ଵ ଅଟେ । ଏହି ନାଭିକୀୟ ପ୍ରତିକ୍ରିୟାଦ୍ୱାରା ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ ।

ନାଭିକୀୟ ବିଭାଜନରେ ପ୍ରାଥମିକ ବସ୍ତୁତ୍ୱ ଓ ପରିବର୍ତ୍ତିତ ବସ୍ତୁତ୍ୱ ମଧ୍ଯରେ ଜାତ ପାର୍ଥକ୍ୟ (∆m), ଶକ୍ତିରେ ପରିଣତ ହୁଏ । ଏହା ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କର ବିଖ୍ୟାତ ସମୀକରଣ E = mc? ଦ୍ବାରା ନିର୍ଦ୍ଧାରଣ କରାଯାଇପାରେ, ଯେଉଁଥରେ E ହେଉଛି ଶକ୍ତି, m ବସ୍ତୁତ୍ଵ ଓ c ହେଉଛି ଶୂନ୍ୟରେ ଆଲୋକର ଗତି । ନାଭିକୀୟ ବିଜ୍ଞାନରେ ଶକ୍ତି ev vam gial Fall | (1 ev = 1.602 × 10-19 Joules).

  • ଆମ ଦେଶର ତାରାପୁର (ମହାରାଷ୍ଟ୍ର), ରାଣା ପ୍ରତାପ ସାଗର (ରାଜସ୍ତାନ), କଲ୍ପକମ୍ ତାମିଲନାଡୁ), ନାରୋରା (ଉତ୍ତରପ୍ରଦେଶ), କାକ୍ରାପୁର (ଗୁଜୁରାଟ), ନଇଗା (କର୍ଣ୍ଣାଟକ) ଆଦି ସ୍ଥାନମାନଙ୍କରେ ନାଭିକୀୟ ଶକ୍ତିରୁ
  • ଏହିପରି ଭାବରେ ଉତ୍ପାଦିତ ବିଦ୍ୟୁତଶକ୍ତି ସମସ୍ତ ଉତ୍ପାଦିତ ଶକ୍ତିର 3%ରୁ କମ୍ । ଅନେକ ବିଭବଶାଳୀ ଦେଶ ଏହି ଉପାୟରେ 30%ରୁ ଅଧିକ ଶକ୍ତି ଉତ୍ପାଦନ କରୁଛନ୍ତି ।

→ଜୈବ ଶକ୍ତି (Bioenergy) :

1. କାଠକୁ ଜାଳେଣିଭାବେ ବ୍ୟବହାର କରାଯାଏ । ଏହାଛଡ଼ା ଗୋବରକୁ ମଧ୍ୟ ଜାଳେଣି ଭାବେ ବ୍ୟବହାର କରାଯାଇଥାଏ । ଏହି ସମସ୍ତ ପ୍ରକାର ଜାଳେଣି ଉଭିଦ ଓ ପ୍ରାଣୀମାନଙ୍କଠାରୁ ମିଳୁଥିବାରୁ ଏହାକୁ ‘ଜୈବ ଜାଳେଣି’ ବା ଜୈବ ବସ୍ତୁତ୍ଵରୁ ପ୍ରସ୍ତୁତ ଜାଳେଣି କୁହାଯାଏ ।
2. କାଠ, ଗୋବର, ପରିବାଚୋପା, ଆବର୍ଜନା ଓ କେତେକ କୃଷିଜାତ ଜୈବ ଆବର୍ଜନାରୁ ଶକ୍ତି ମିଳିଥାଏ । ଏହି ଶକ୍ତିକୁ ‘ଜୈବଶକ୍ତି’ କୁହାଯାଏ । ଜୈବଶକ୍ତି ଜୈବ ପଦାର୍ଥରେ ନିହିତ ଥାଏ । ଜୈବ ପଦାର୍ଥକୁ ସାଧାରଣତଃ ତିନିଶ୍ରେଣୀରେ ବିଭକ୍ତ କରାଯାଇପାରେ, ଯଥା-
(କ) ନୂତନ ଉଭିଦ : ବୃକ୍ଷ, ଉଭିଦ, ଶସ୍ୟ, ଶୈବାଳ ଇତ୍ୟାଦି;
(ଖ) ଅବଶେଷ : କୁଟା, କୁଣ୍ଡା, ଆଖୁଖଦା, ଜଙ୍ଗଲର ଅବଶେଷ
(ଗ) ଆବର୍ଜନା : ଅପଘଟନଯୋଗ୍ୟ ଆବର୍ଜନା, ମଳ, ନାଳ ନର୍ଦ୍ଦମାର ଅଳିଆ, କାରଖାନାର ଜୈବ ଆବର୍ଜନା, ଗୋବର ଇତ୍ୟାଦି ।

ଦହନ, ତାପ ଅପଘଟନ, ଗ୍ୟାସୀକରଣ ଓ ତରଳୀକରଣ ପ୍ରଣାଳୀରେ ଜୈବ ପଦାର୍ଥରୁ ଜୈବଶକ୍ତି ଉତ୍ପାଦନ କରାଯାଏ ।

(1) ଜୈବଗ୍ୟାସ :

  • ଅମ୍ଳଜାନ ଅନୁପସ୍ଥିତିରେ ଜୈବ ପଦାର୍ଥର ବିଘଟନଦ୍ୱାରା ନିର୍ଗତ ଗ୍ୟାସ୍‌ର ମିଶ୍ରଣକୁ ‘ଜୈବଗ୍ୟାସ୍’ କୁହାଯାଏ ।
  • ବିଶେଷ କ୍ଷେତ୍ରରେ ଗୋବରରୁ ଏହି ଗ୍ୟାସ୍ ମିଳୁଥିବାରୁ ଓ ଗୋବର ପ୍ରାରମ୍ଭିକ ପଦାର୍ଥଭାବେ ବ୍ୟବହାର କରାଯାଉଥିବାରୁ ଏହାକୁ ସାଧାରଣରେ ଗୋବର ଗ୍ୟାସ୍ ବୋଲି ମଧ୍ୟ କୁହାଯାଇଥାଏ । ଗୋବର ଓ ବିଭିନ୍ନ ଆବର୍ଜନାରୁ ଉତ୍ପାଦିତ ଗ୍ୟାସ ହେଉଛି ମିଥେନ୍ ।

ଆମ ଦେଶରେ ପ୍ରାୟ 30 କୋଟି ଗୋରୁ, ମଇଁଷି ଆଦି ଅଛନ୍ତି । ସେମାନଙ୍କ ଗୋବରରୁ ପ୍ରାୟ ଶତକଡ଼ା 30 ଭାଗ ଜାଳେଣି ମିଳିଥାଏ ଏବଂ ଶତକଡ଼ା 34 ଭାଗ ଜାଳେଣି କୃଷିଜାତ ଅବଶେଷରୁ ମିଳେ । ଦେଶରେ ଥ‌ିବା ଗୋରୁ ଓ ମଇଁଷିମାନଙ୍କଠାରୁ ବର୍ଷକୁ ପ୍ରାୟ ୨୦ କୋଟି ଟନ୍ ଗୋବର ମିଳେ । ସେଥ‌ିପାଇଁ ଗୋବରରୁ ଉତ୍କୃଷ୍ଟ ଉପାୟରେ ଶକ୍ତି ଉତ୍ପାଦନପାଇଁ ଗ୍ରାମବାସୀମାନଙ୍କୁ ସରକାରୀ ଆର୍ଥିକ ସହାୟତା ମଧ୍ୟ ମିଳୁଛି ।

  • ଚାରି ପାଞ୍ଚଟି ଗାଈଗୋରୁଙ୍କ ଗୋବରରେ ଏକ ଗୋବର ଗ୍ୟାସ୍ ପ୍ଲାଣ୍ଟ କଲେ ଏହା ସାତ ଆଠଜଣିଆ ପରିବାରର ରୋଷେଇପାଇଁ ଗ୍ୟାସ୍ ଯୋଗାଇପାରିବ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ

(2) ଗୋବର ଗ୍ୟାସ୍ ପ୍ଲାଣ୍ଟର ଗଠନ :
ଗୋବର ଗ୍ୟାସ୍ ପ୍ଲାଣ୍ଟରେ ନିମ୍ନଲିଖ୍ତ ଅଂଶ ରହି ଥାଏ। ଯଥା-ପ୍ରବେଶପାତ୍ର, ଡାଇଜେଷ୍ଟ କୂପ, ଧାତୁନିମତ ଡ଼ୋମ୍ ଓ ନିର୍ଗମ ନଳୀ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 8

→(କ) ପ୍ରବେଶ ପାତ୍ର :

  • ଏଥ‌ିରେ ଗୋବର ଓ ପାଣି 4:5 ଆୟତନ ଅନୁପାତରେ ମିଶାଇ ଭଲଭାବରେ ଫେଣ୍ଟି ପାତ୍ରରେ ଭର୍ତ୍ତି କରାଯାଏ ।
  • ଏହି ମିଶ୍ରଣ ଏକ ନଳଭିତର ଦେଇ ଆପେ ଆପେ ଡାଇଜେଷ୍ଟର କୂପକୁ ଚାଲିଯାଏ ।

→(ଖ) ଡାଇଜେଷ୍ଟର କୂପ :
1. ଏହାର ଚାରିକାନ୍ଥ ଇଟା ଓ ସିମେଣ୍ଟରେ ତିଆରି ହୋଇଥାଏ । ଏହାର ପ୍ରାୟ ଏକ ତୃତୀୟାଂଶ ଭୂମିର ଉପରକୁ ଓ ଦୁଇ ତୃତୀୟାଂଶ ଭୂମିଠାରୁ ତଳକୁ ଥାଏ । ଗୋବର ଓ ପାଣିର ମିଶ୍ରଣ ଏଠାରେ ଜମା ହୁଏ ।

→(ଗ) ଧାତୁନିର୍ମିତ ଡୋମ୍ :

  • ସାଧାରଣତଃ ଏହି ଡୋମଟି ଇସ୍ପାତ୍ରରେ ନିର୍ମିତ ।
  • ଏବେ ସିମେଣ୍ଟ ଓ କଂକ୍ରିଟ୍‌ରେ ଡୋମ୍ ନିର୍ମାଣ କରାଯାଉଛି । ଏହା କୂପକୁ ସମ୍ପୂର୍ଣ୍ଣରୂପେ ଘୋଡ଼ାଇ ବାୟୁରୋଧୀ କରିଦିଏ ।
  • ଅମ୍ଳଜାନ ଅନୁପସ୍ଥିତିରେ ବଢ଼ି ପାରୁଥ‌ିବା ମିଥାନୋଜେନ୍ ଓ ଅନ୍ୟାନ୍ୟ ବ୍ୟାକ୍ଟେରିଆ ଏହି ମିଶ୍ରଣରୁ କିଣ୍ବନ ଦ୍ବାରା ମିଥେନ୍, କାର୍ବନ ଡାଇଅକ୍‌ସାଇଡ୍, ହାଇଡ୍ରୋଜେନ୍, ହାଇଡ୍ରୋଜେନ ସଲଫାଇଡ୍ ଗ୍ୟାସ୍ ଉତ୍ପନ୍ନ କରନ୍ତି । ଏଥୁରେ ମିଥେନ୍ ଗ୍ୟାସ୍ ଶତକଡ଼ା ପ୍ରାୟ 65-75 ଭାଗ ଥାଏ । ଗ୍ୟାସ୍ ଚାପରେ ଡୋମ୍ ଉପରକୁ ଉଠେ ।

→(ଘ) ନିର୍ଗମନଳୀ :

  • ଏହି ଧାତବନଳୀ ବାଟଦେଇ ଗ୍ୟାସ୍ ରୋଷେଇଘର ଚୂଲାକୁ ଯାଏ ।
  • ନିୟନ୍ତ୍ରିତ ଚାପରେ ଏହାକୁ ଜଳାଇବାର ବ୍ୟବସ୍ଥା ହୋଇଥାଏ ।

ଗୋବର ଗ୍ୟାସ୍ ଏକ ଅତ୍ୟନ୍ତ ଉତ୍କୃଷ୍ଟ ଧରଣର ଜାଳେଣି ଓ ଶୁଖୁଲା ଗୋବର ଠାରୁ ଜାଳେଣି ହିସାବରେ ପ୍ରାୟ 6 ଗୁଣ ଦକ୍ଷ । ଏଥରେ ଧୂଆଁ ହୁଏନାହିଁ । ଫଳରେ ଘର କଳା ହୁଏ ନହିଁ । ଧୂମବିହୀନ ହୋଇଥିବାରୁ ଚକ୍ଷୁ ବା ପରିବେଶ ପ୍ରଦୂଷଣ ହେବାର ଆଶଙ୍କା ନଥାଏ ବା ଗୋବର ଜମି ରହି ମଶା, ମାଛି ଜନ୍ମନ୍ତ ନାହିଁ । ଗୋବରକୁ ସିଧା ଖତକଲେ ଶତକଡ଼ା ପ୍ରାୟ 50 ଭାଗ ନଷ୍ଟ ହୁଏ । ଗୋବର ଗ୍ୟାସ୍ ବାହାର କଲାପରେ ଖଦାକୁ ଖତଭାବେ ବ୍ୟବହାର କରାଯାଇପାରେ ଓ ଏଥରେ ମାତ୍ର ଶତକଡ଼ା 25 ଭାଗ ନଷ୍ଟହୁଏ । ଗୋବର ଖଦାର ଦୁର୍ଗନ୍ଧ ନଥାଏ ଓ ଏହା ମାଟିରେ ଭଲଭାବେ ମିଶିପାରେ । ଜୈବଗ୍ୟାସରୁ ରୋଷେଇ କରିବା, ବତି ଜଳାଇବା ବ୍ୟତୀତ ଜେନେରେଟର ଚଳାଇ ବିଦ୍ୟୁତ୍ ଉତ୍ପାଦନ କରାଯାଇପାରେ ଓ ବୈଦ୍ୟୁତିକ ଉପକରଣ ମଧ୍ଯ ଚଳାଯାଇପାରେ ।

→ନବୀକରଣ ଅଯୋଗ୍ୟ ଶକ୍ତି ଉତ୍ସ (Non-renewable source of energy) :
1. ଏହି ପ୍ରକାର ଶକ୍ତି ଉତ୍ସର ପରିମାଣ ସୀମିତ ।
2. BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 9
3. ଏହି ଶକ୍ତି ଉତ୍ସଗୁଡ଼ିକର ନବୀକରଣ ସମ୍ଭବପର ନୁହେଁ; ଅବିରତ ବ୍ୟବହାର କରିବାଦ୍ଵାରା ସେଗୁଡ଼ିକ ସମୟକ୍ରମେ ଶେଷ ହୋଇଯାଏ ।
4. ଉଦାହରଣ : କୋଇଲା, ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଇତ୍ୟାଦି ।

(1) ଜୀବାଶ୍ମ ଇନ୍ଧନ (Fossil Fuel) :

  • ପୁରାତନକାଳରେ କାଠ ହିଁ ଏକମାତ୍ର ତାପଜ ଶକ୍ତିର ଉତ୍ସଭାବେ ବ୍ୟବହୃତ ହେଉଥିଲା । କ୍ରମେ କୋଇଲା, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍‌ ଆଦି ବ୍ୟବହାର କରାଗଲା । ଏହି ସବୁକୁ ଜୀବାଶ୍ମ ଇନ୍ଧନ ଶ୍ରେଣୀଭୁକ୍ତ କରାଯାଇଛି
  • ମୃତ ଉଭିଦର ଦେହାବଶେଷରୁ କୋଇଲାର ଏବଂ ସାମୁଦ୍ରିକ ଜୀବ ଓ ଉଭିଦର ଦେହାବଶେଷରୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ସୃଷ୍ଟି ହୋଇଥାଏ ।
  • ପ୍ରକୃତିରେ କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ପରିମାଣ ସୀମିତ । ଥରେ ବ୍ୟବହାର ପରେ ଏହି ଶକ୍ତିର ପୁନର୍ବ୍ଯବହାର ହୋଇପାରେ ନାହିଁ । ତେଣୁ ଏମାନଙ୍କୁ ନବୀକରଣ ଅଯୋଗ୍ୟ ଶକ୍ତି ଉତ୍ସ ବୋଲି କୁହାଯାଏ

(2). କୋଇଲା :
ଶ୍ରେଣୀ ବିଭାଗ କରାଯାଇଛି :
(i) ଆନ୍ତଃସାଇଟ୍ – ଏହା ସବୁଠାରୁ ଉତ୍କୃଷ୍ଟ ଧରଣର କୋଇଲା, ଏଥିରେ କାର୍ବନ୍‌ର ପରିମାଣ ପ୍ରାୟ 94% ରୁ ୨୫% ।
(ii) ବିଟୁମିନ୍‌ସ୍‌ – ଏହି ପ୍ରକାର କୋଇଲାରେ କାର୍ବନ୍‌ର ପରିମାଣ ପ୍ରାୟ 79% ରୁ 93% ।
(iii) ଲିଗ୍‌ନାଇଟ୍ – ଏଥରେ କାର୍ବନ୍‌ ପରିମାଣ ପ୍ରାୟ 72% ରୁ 78% ।
(iv) ପିଟ୍ – ଏହି ଜାତୀୟ କୋଇଲାରେ ପ୍ରାୟ 44% ରୁ 71% କାର୍ବନ୍ ଥାଏ ।

  • ବହୁବର୍ଷଧରି କୋଇଲା ଏକ ଶକ୍ତି ଉତ୍ସରୂପେ ବ୍ୟବହୃତ ହେଉଛି ।
  • ଭୂତଳ ମଧ୍ୟରେ ପରସ୍ତ ପରସ୍ତ ଭାବେ ଚଟାଣ ଆକାରରେ କୋଇଲା ଗଚ୍ଛିତ ହୋଇ ରହିଥାଏ ।
  • କୋଇଲାର ମୁଖ୍ୟ ଉପାଦାନ ହେଉଛି ଅଙ୍ଗାରକ ବା କାର୍ବନ୍ । କାର୍ବନ୍ ବ୍ୟତୀତ ଏଥିରେ ଅନେକ ଯୌଗିକ ପଦାର୍ଥ ରହିଛି ।
  • ଅଧିକ କାର୍ବନ ଥିବାକୋଇଲାରୁ ଅଧ୍ଵକ ଶକ୍ତି ମିଳିଥାଏ । କୋଇଲା ଜଳିବାଦ୍ଵାରା କାର୍ବନ୍ ଅକ୍‌ସିଜେନ ସହିତ ପ୍ରତିକ୍ରିୟା କରି କାର୍ବନ୍ ଡାଇଅକସାଇଡ୍ ସୃଷ୍ଟି କରେ ଓ ଏଥୁସହିତ ପ୍ରଚୁର ପରିମାଣରେ ତାପ ନିର୍ଗତ ହୁଏ ।
  • କୋଇଲାରୁ ସୃଷ୍ଟ ଶକ୍ତି ତାପଜ ଶକ୍ତି ଭାବେ ଘରେ ଓ ଶିଳ୍ପକ୍ଷେତ୍ରରେ ବ୍ୟବହୃତ ହୋଇଥାଏ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 10

ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ତାପଶକ୍ତି ପାଣିକୁ ବାଷ୍ପରେ ପରିଣତ କରେ; ଜଳୀୟ ବାଷ୍ପରେ ଟର୍‌ବାଇନ୍ ଘୂରେ ଓ ତାହା ବିଦ୍ୟୁତ ଉତ୍ପାଦକକୁ ଘୂରାଇବାକୁ ବିଦ୍ୟୁତ୍ ଶକ୍ତି ମିଳିଥାଏ ।

  • ଏଥୁରୁ ମଧ୍ୟ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି । ଏହାକୁ ତାପଜ ବିଦ୍ୟୁତ୍ ଶକ୍ତି କୁହାଯାଏ ।
  • ଓଡ଼ିଶାର ତାଳଚେରଠାରେ ତାପଜ ବିଦ୍ୟୁତଶକ୍ତି ଉତ୍ପାଦନ କେନ୍ଦ୍ର ଅଛି ।
  • କୋଇଲାକୁ ଅନ୍ତର୍ଧୂମ ପାତନ ପ୍ରକ୍ରିୟା ଦ୍ବାରା କୋକ୍‌ରେ ପରିଣତ କରାଯାଇ ଏହି କୋକ୍‌କୁ କେତେକ ଧାତୁର ନିଷ୍କାସନ ପାଇଁ ବ୍ୟବହାର କରାଯାଉଛି ।
  • ଷ୍ଟିଲ୍ ତିଆରି ପାଇଁ ବିଜାରକ ଭାବରେ ମଧ୍ୟ କୋକ୍‌କୁ ବ୍ୟବହାର କରାଯାଇଥାଏ । .

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ

(3) ପେଟ୍ରୋଲିୟମ୍ :

  • ପେଟ୍ରୋଲିୟମ୍ ହେଉଛି ହାଇଡ୍ରୋଜେନ୍ ଓ କାର୍ବନ୍‌ରୁ ତିଆରି ଅନେକ ହାଇଡ୍ରୋକାର୍ବନ୍ ଯୌଗିକର ଜଟିଳ ମିଶ୍ରଣ ।
  • ଏଥ‌ିରେ କିଛି ପରିମାଣରେ ଅମ୍ଳଜାନ, ଯବକ୍ଷାରଜାନ ଓ ସଲ୍ଫରଯୁକ୍ତ କାର୍ବନ୍‌ର ଯୌଗିକ ଥାଏ ।
  • ଭୂଗର୍ଭର ସଚ୍ଛିଦ୍ର ଶିଳାସ୍ତର ମଧ୍ୟରେ ପ୍ରକୃତି ଏହି ମୂଲ୍ୟବାନ ପଦାର୍ଥକୁ ସଞ୍ଚୟ କରି ରଖିଛି । ଏହି ସଞ୍ଚ ପେଟ୍ରୋଲିୟମ୍କୁ ଅଶୋଧ ତୈଳ କୁହାଯାଏ ।
  • ଏହି ପଦ୍ଧତିରେ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ କେବଳ ଗୋଟିଏ ଉପାଦାନ ସଂଗୃହୀତ ହୋଇଥାଏ ।

(4) ପ୍ରାକୃତିକ ଗ୍ୟାସ୍ :

  • ଭୂଅଭ୍ୟନ୍ତରରୁ ପେଟ୍ରୋଲିୟମ୍ ଉତ୍ତୋଳନବେଳେ ପେଟ୍ରୋଲିୟମ୍ ସହ ମିଶି କିଛି ଗ୍ୟାସ୍ ମଧ୍ୟ ଆସିଥାଏ । ଏହି ଗ୍ୟାସ୍‌କୁ ପ୍ରାକୃତିକ ଗ୍ୟାସ୍ କୁହାଯାଏ ।
  • ବେଳେବେଳେ କେତେକ ତୈଳ କୂପରୁ ଖଣିଜ ତୈଳ ପରିବର୍ତ୍ତେ କେବଳ ପ୍ରାକୃତିକ ଗ୍ୟାସ୍ ନିର୍ଗତ ହୋଇଥାଏ ।
  • ଏହି ଗ୍ୟାସ୍‌ର ମୁଖ୍ୟ ଉପାଦାନ ହେଉଛି ମିଥେନ୍ । ଜାଳେଣି ଭାବରେ ଘରେ ଓ କାରଖାନାରେ ଏହାର ବହୁଳ ଜରିଆରେ ବିଭିନ୍ନ ସ୍ଥାନକୁ ପଠାଯାଏ ।
  • ଏହି ଗ୍ୟାସ୍‌କୁ ଉତ୍ତୋଳନ କରାଯାଇ ବଡ଼ ବଡ଼ ବାୟୁରୁଦ୍ଧ ଟାଙ୍କିମାନଙ୍କରେ ରଖାଯାଏ ଓ ଏହି ଟାଙ୍କିରୁ ପାଇପ୍ ଜରିଆରେ ବିଭିନ୍ନ ସ୍ଥାନକୁ ପଠାଯାଏ ।
  • ଆମ ଦେଶର ଗୁଜୁରାଟର ବରୋଦାରେ ପ୍ରାକୃତିକ ଗ୍ୟାସ୍‌ ଘରୋଇ ବ୍ୟବହାର ପାଇଁ ପାଇପ୍‌ଦ୍ବାରା ଯୋଗାଇ.ଦିଆଯାଉଛି ।

ଆମ ଦେଶର ରାଜସ୍ଥାନ, ମୁମ୍ବାଇ ଉପକୂଳ ଅଞ୍ଚଳ ଏବଂ କୃଷ୍ଣା ଓ ଗୋଦାବରୀ ନଦୀର ତ୍ରିକୋଣଭୂମି ଅଞ୍ଚଳରେ ପ୍ରଚୁର ପରିମାଣରେ ପ୍ରାକୃତିକ ଗ୍ୟାସ୍ ଗଚ୍ଛିତ ଥିବାର ସୂଚନା ମିଳେ ।

  • କୋଇଲା ଓ ପେଟ୍ରୋଲିୟମ୍ ଜଳିବାଦ୍ୱାରା ପ୍ରଦୂଷଣ ହୋଇଥାଏ । ତା’ଛଡ଼ା ଏହାଦ୍ଵାରା କାର୍ବନ୍, ଯବକ୍ଷାରଜାନ ଓ ଗନ୍ଧକର ଅକ୍‌ସାଇଡ୍ ନିର୍ଗତ ହୁଏ, ଯାହାକି ପରବର୍ତୀ ସମୟରେ ଅମ୍ଳବୃଷ୍ଟିର କାରଣ ହୋଇଥାଏ ।
  • ଜୀବାଶ୍ମ ଇନ୍ଧନ ଜଳିବାଦ୍ୱାରା ନିର୍ଗତ ଗ୍ୟାସ୍‌ଗୁଡ଼ିକ ମଧ୍ୟ ବାୟୁମଣ୍ଡଳରେ ସବୁଜ କୋଠରି ପ୍ରଭାବର ପ୍ରମୁଖ କାରଣ ।
  • ଦହନ ପ୍ରକ୍ରିୟାରେ ନିୟନ୍ତ୍ରଣ, କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ଉନ୍ନତ ପଦ୍ଧତିରେ ମାରାତ୍ମକ ଗ୍ୟାସ୍‌ଗୁଡ଼ିକର ନିର୍ଗମନକୁ ରୋକାଯାଇପାରିଲେ ଏହି ପ୍ରଦୂଷଣକୁ କମାଯାଇପାରିବ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 11

BSE Odisha 10th Class History Solutions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

Odisha State Board BSE Odisha 10th Class History Solutions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ Textbook Exercise Questions and Answers.

BSE Odisha Class 10 History Solutions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

୧। ପ୍ରଶ୍ନଗୁଡ଼ିକର ଉତ୍ତର ୬୦ଟି ଶବ୍ଦରେ ଲେଖ ।

(କ) ଦେଶୀୟ ରାଜ୍ୟମାନଙ୍କରେ ପ୍ରଚଳିତ ଥ‌ିବା ‘ପ୍ରଜାମାରଣ’ ପ୍ରଥାଗୁଡ଼ିକ ବିଷୟରେ ଏକ ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
Answer:

  • ଦେଶୀୟ ରାଜ୍ୟମାନଙ୍କରେ ବେଠି, ବେଗାରୀ, ମାଗଣ, ରସଦ ଓ ଭେଟି ପ୍ରଭୃତି ‘ପ୍ରଜାମାରଣ’ ପ୍ରଥାଗୁଡ଼ିକ ପ୍ରଚଳିତ ଥିଲା । ଏହିସବୁ ପ୍ରଥା ଯୋଗୁଁ ପ୍ରଜାମାନଙ୍କୁ ରାଜା ବା ରାଜକର୍ମଚାରୀମାନଙ୍କ ପାଇଁ ଅର୍ଥଦାନ ବା ଶ୍ରମଦାନ ବା ଦ୍ରବ୍ୟଦାନ କରିବାକୁ ପଡୁଥିଲା ।
  • ରାସ୍ତା, ରାଜପ୍ରାସାଦ ପ୍ରଭୃତି ନିର୍ମାଣ ପାଇଁ ପ୍ରଜାମାନେ ବିନା ପାରିଶ୍ରମିକରେ କରୁଥିବା ଶ୍ରମଦାନକୁ ‘ବେଠି’ କୁହାଯାଉଥିଲା ।
  • ରାଜା ଓ ରାଜକର୍ମଚାରୀମାନଙ୍କୁ ବିନା ପାଉଣାରେ ପାଲିଙ୍କି ବା ସବାରୀରେ ଗୋଟିଏ ଶିବିରରୁ ଅନ୍ୟ ଶିବିରକୁ ବୋହିବା ପ୍ରଥାକୁ ‘ବେଗାରୀ’ କୁହାଯାଉଥିଲା ।
  • ରାଜକୀୟ ବିବାହ ଓ ଅନ୍ୟାନ୍ୟ ଉତ୍ସବମାନଙ୍କରେ ପ୍ରଜାମାନେ ଅର୍ଥ ଓ ଦ୍ରବ୍ୟ ଆକାରରେ ଉପହାର ଦେୟ ପ୍ରଦାନ କରିବା ପ୍ରଥାକୁ ‘ମାଗଣ’ କୁହାଯାଉଥିଲା ।
  • ରାଜା ଓ ରାଜକର୍ମଚାରୀମାନଙ୍କ ମଫସଲ ଅଞ୍ଚଳକୁ ଗସ୍ତ ସମୟରେ ସେମାନଙ୍କର ମାଗଣା ଖାଦ୍ୟପେୟର କରିବା ପ୍ରଥାକୁ ‘ରସଦ’ କୁହାଯାଉଥିଲା । ସେହିପରି ପର୍ବପର୍ବାଣି ବା ବିବାହ ସମୟରେ ରାଜଉଆସକୁ ଉପହାର ପଠାଇବା ପ୍ରଥାକୁ ‘ଭେଟି’ କୁହାଯାଉଥିଲା ।

BSE Odisha 10th Class History Solutions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

(ଖ) ପ୍ରଜାମଣ୍ଡଳ ଆନ୍ଦୋଳନରେ କି କି ମୁଖ୍ୟ ଦାବି ଥିଲା ?
Answer:
ପ୍ରଜାମଣ୍ଡଳ ଆନ୍ଦୋଳନର ମୁଖ୍ୟ ଦାବିଗୁଡ଼ିକ ନିମ୍ନ ପ୍ରକାର ଥିଲା –

  • ବେଠି, ବେଗାରୀ, ମାଗଣ, ରସଦ ଓ ଭେଟି ପ୍ରଭୃତି ଅନ୍ୟାୟ ପ୍ରଥାକୁ ବନ୍ଦ କରିବା ।
  • ପ୍ରଜାମାନଙ୍କୁ ଅଭିବ୍ୟକ୍ତିର ଅଧିକାର, ଗଣମାଧ୍ୟମର ସ୍ଵାଧୀନତା ଅଧିକାର, ସଂଘ ଗଠନ କରିବାର ଅଧିକାର ପ୍ରଭୃତି ମୌଳିକ ନାଗରିକ ଅଧିକାର ପ୍ରଦାନ କରିବା ।
  • ଚାଷଜମି ଉପରେ ରୟତର ଅଧିକାର ସମ୍ପର୍କିତ ସ୍ପଷ୍ଟ ନିୟମ ପ୍ରଚଳନ କରିବା ।
  • ଏକଚାଟିଆ ବାଣିଜ୍ୟ କାରବାରକୁ ବନ୍ଦ କରିବା ।
  • ଜଙ୍ଗଲଜାତ ଦ୍ରବ୍ୟର ସୁବିନିଯୋଗ ଓ ଆଦିବାସୀ ଜନଜାତିମାନଙ୍କୁ ଜଙ୍ଗଲଜାତ ଦ୍ରବ୍ୟ ଉପଯୋଗ କରିବାର ଅଧ୍ୟାର ପ୍ରଦାନ କରିବା ।

(ଗ) ପୁନର୍ଗଠିତ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟିରେ କେଉଁମାନେ ସଦସ୍ୟ ଥିଲେ ଏବଂ ଏହାର କି କି ପ୍ରସ୍ତାବ ଥିଲା ?
Answer:

  1. ଗଡ଼ଜାତମାନଙ୍କରେ ପ୍ରଜାମଣ୍ଡଳ ଆନ୍ଦୋଳନ ଚାଲୁଥିବାବେଳେ, ଓଡ଼ିଆ ଗଡ଼ଜାତମାନଙ୍କରେ ଶାସନ ବ୍ୟବସ୍ଥା କାର୍ଯ୍ୟକାରିତାର ତଦନ୍ତ କରିବାକୁ ୧୯୩୮ ମସିହାରେ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟି ପୁନର୍ଗଠିତ ହେଲା ।
  2. ଏହି ପୁନର୍ଗଠିତ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟିର ଅଧ୍ୟକ୍ଷ ରହିଲେ ହରେକୃଷ୍ଣ ମହତାବ ।
  3. ଏହାର ସମ୍ପାଦକ ଥିଲେ ସାରଙ୍ଗଧର ଦାସ ଏବଂ ଅନ୍ୟ ଦୁଇଜଣ ସଭ୍ୟରୂପେ ଲାଲ୍‌ମୋହନ ପଟ୍ଟନାୟକ ଓ ବଳବନ୍ତରାୟ ମେହେଟ୍ଟା କାର୍ଯ୍ୟ କରୁଥିଲେ ।
  4. ୧୯୩୯ ମସିହାରେ ଉକ୍ତ କମିଟିର ବିବରଣୀରେ ଗଡ଼ଜାତ ପ୍ରଜାମାନଙ୍କ ଦୁଃଖଦୁର୍ଦ୍ଦଶା ଓ ଅରାଜକତା ବିଷୟରେ ଉଲ୍ଲେଖ କରାଯାଇଥିଲା । ଗଡ଼ଜାତମାନଙ୍କରେ ବିଧ୍ ବ୍ୟବସ୍ଥାର ପ୍ରଚଳନ ଓ ପ୍ରଜାମାନଙ୍କର ଦୁଃଖ ଲାଘବ ନିମନ୍ତେ କମିଟି କେତେକ ପ୍ରସ୍ତାବ ମଧ୍ୟ ଦେଇଥିଲେ ।
  5. ଏହି କମିଟିର ମୁଖ୍ୟ ପ୍ରସ୍ତାବ ଥିଲା, ଗଡ଼ଜାତ ଶାସନ ଉପରେ ଅଧୀକ୍ଷଣ କ୍ଷମତା ବ୍ରିଟିଶ୍ ପ୍ରତିନିଧ୍ଵଙ୍କଠାରୁ ହସ୍ତାନ୍ତର କରି ଓଡ଼ିଶା ସରକାରଙ୍କ ହାତରେ ନ୍ୟସ୍ତ କରାଯିବ । ମହତାବ କମିଟିର ଏହି ବିବରଣୀକୁ ଓଡ଼ିଶା ସହିତ ଗଡ଼ଜାତ ମିଶ୍ରଣର ପ୍ରାଥମିକ ସୂଚନା ବୋଲି ଗ୍ରହଣ କରାଯାଏ ।

BSE Odisha 10th Class History Solutions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

(ଘ) ଓଡ଼ିଶା ସହିତ ଓଡ଼ିଆ ଭାଷାଭାଷୀ ଗଡ଼ଜାତଗୁଡ଼ିକ ମିଶାଇ ଦେବାପାଇଁ ଭାରତ ସ୍ଵାଧୀନତା ପାଇବା ପୂର୍ବରୁ ମହତାବ କ’ଣ କରିଥିଲେ ?
Answer:

  • ୧୯୩୯ ମସିହାରେ ହରେକୃଷ୍ଣ ମହତାବଙ୍କ ଅଧ୍ୟକ୍ଷତାରେ ପୁନର୍ଗଠିତ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟିର ବିବରଣୀରେ ଗଡ଼ଜାତ ଶାସନ ଉପରେ ଅଧୀକ୍ଷଣ କ୍ଷମତା ବ୍ରିଟିଶ୍ ରାଜପ୍ରତିନିଧ୍ଵଙ୍କ ହାତରୁ ଆସି ଓଡ଼ିଶା ସରକାରଙ୍କ ହସ୍ତରେ ନ୍ୟସ୍ତ କରାଯିବା ଲାଗି ପ୍ରସ୍ତାବ ଦିଆଯାଇଥିଲା । ମହତାବ କମିଟିର ଏହି ବିବରଣୀକୁ ଓଡ଼ିଶା ସହ ଓଡ଼ିଆ ଭାଷାଭାଷୀ ଗଡ଼ଜାତ ମିଶ୍ରଣର ପ୍ରାଥମିକ ସୂଚନା ବୋଲି ଗ୍ରହଣ କରାଯାଏ ।
  • ଏଥପାଇଁ ମହତାବ ୧୯୩୯ ମସିହା ଅଗଷ୍ଟ ମାସରେ ଭାରତର ତତ୍‌କାଳୀନ ଭାଇସ୍ରାୟ ଲର୍ଡ଼ ଲିନ୍‌ଲିଷ୍ଟୋଙ୍କୁ ସାକ୍ଷାତ୍ କରି ଓଡ଼ିଶାର ଗଡ଼ଜାତ ଅଞ୍ଚଳର ଶାସନ ବ୍ୟବସ୍ଥାରେ ସୁଧାର ପାଇଁ ଓଡ଼ିଶା ପ୍ରାଦେଶିକ ସରକାରଙ୍କ ହସ୍ତକ୍ଷେପ ଜରୁରୀ ବୋଲି ବୁଝାଇଥିଲେ ।
  • ପୁନଶ୍ଚ, ୧୯୪୨ ମସିହାରେ ସାର୍ ଷ୍ଟାଫୋର୍ଡ଼ କ୍ରିପ୍‌ସ୍‌ଙ୍କୁ ମଧ୍ଯ ସେ ଏହି ମିଶ୍ରଣ ବିଷୟରେ ସାକ୍ଷାତ୍ କରିଥିଲେ । ପରେ ୧୯୪୬ ମସିହା ଏପ୍ରିଲ୍ ୬ ତାରିଖରେ ଗଡ଼ଜାତ ମିଶ୍ରଣ ସପକ୍ଷରେ ଯୁକ୍ତି ବାଢ଼ିବା ଉଦ୍ଦେଶ୍ୟରେ ମହତାବ କ୍ୟାବିନେଟ୍ ମିଶନକୁ ସାକ୍ଷାତ୍ କରିଥିଲେ ।
  • ଅଧ୍ଵନ୍ତୁ, ମହତାବଙ୍କ ପ୍ରଚେଷ୍ଟା ଫଳରେ ଓଡ଼ିଶା କଂଗ୍ରେସ କମିଟି ତରଫରୁ କ୍ୟାବିନେଟ୍ ମିଶନକୁ ଦିଆଯାଇଥ‌ିବା ସ୍ମାରକପତ୍ରରେ ଓଡ଼ିଆ ଭାଷାଭାଷୀ ୨୬ଟି ଗଡ଼ଜାତକୁ ଓଡ଼ିଶା ପ୍ରଦେଶ ସହିତ ସର୍ବାନ୍ତକରଣରେ ମିଶାଇଦେବାକୁ ସ୍ପଷ୍ଟ ଭାବରେ ଦାବି ଉପସ୍ଥାପନା କରାଯାଇଥିଲା ।
  • ଫଳରେ କ୍ୟାବିନେଟ୍ ମିଶନ ମଧ୍ଯ ମହତାବଙ୍କର ଏହି ମିଶ୍ରଣ ଆଭିମୁଖ୍ୟଦ୍ୱାରା ପ୍ରଭାବିତ ହୋଇଥିଲେ । ମହତାବ ଏ ବିଷୟରେ ଗଡ଼ଜାତ ରାଜାମାନଙ୍କ ପାଖକୁ ୧୯୪୬ ମସିହା ମେ ୧୦ ତାରିଖ ଓ ଜୁନ୍ ୨୯ ତାରିଖରେ ୨ ଥର ଚିଠି ମଧ୍ୟ ଲେଖୁଥିଲେ ।

(ଙ) ନୀଳଗିରିରୁ କିପରି ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ?
Answer:

  • ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ଦେଶୀୟ ରାଜ୍ୟ ବିଭାଗର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ପ୍ରମୁଖ ସଚିବ ଭି.ପି. ମେନନ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିବାକୁ ସମୟ, ସୁଯୋଗର ଅପେକ୍ଷାରେ ଥ‌ିବାବେଳେ ନୀଳଗିରିର ଘଟଣା ପ୍ରବାହ ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିଥିଲା ।
  • ନୀଳଗିରିର ପ୍ରଜାମଣ୍ଡଳ ଯଥେଷ୍ଟ ସକ୍ରିୟ ଥିଲା । ନୀଳଗିରିର ରାଜା ପ୍ରଜାମଣ୍ଡଳ ଆନ୍ଦୋଳନକୁ ଦମନ କରିବାକୁ ତାଙ୍କର ପୋଲିସ୍‌ବାହିନୀକୁ ଶକ୍ତିଶାଳୀ କଲେ ଓ ଗୁର୍ଖାମାନଙ୍କୁ ପୋଲିସ୍ ବାହିନୀରେ ନିଯୁକ୍ତି ଦେଲେ ।
  • ପ୍ରଜାମଣ୍ଡଳ ଆନ୍ଦୋଳନରେ ଯୋଗ ଦେଇଥିବା ଲୋକମାନଙ୍କର ଘରଦ୍ଵାର ପୋଡ଼ିଦେଇ ସେମାନଙ୍କର ଧନସମ୍ପତ୍ତି ଲୁଣ୍ଠନ କରିବାକୁ ନୀଳଗିରିର ରାଜା ସରଳ ଆଦିବାସୀ ଜନଜାତିର ଲୋକମାନଙ୍କୁ ପ୍ରରୋଚିତ କରି ନିୟୋଜିତ କରିଥିଲେ । ଏହିପରି ନୀଳଗିରିରେ ପ୍ରଜା ଆନ୍ଦୋଳନ ବ୍ୟାପକ ରୂପ ଧାରଣ କଲା ।
  • ଓଡ଼ିଶା ସରକାର ଭାରତ ସରକାରଙ୍କ ନିକଟକୁ ନୀଳଗିରିର ଏପରି ଉଦ୍‌ବେଗଜନକ ଆଇନ ଶୃଙ୍ଖଳା ପରିସ୍ଥିତି ଉଲ୍ଲେଖକରି ବିବରଣୀ ପ୍ରେରଣ କଲେ । ସେତେବେଳେ ହରେକୃଷ୍ଣ ମହତାବ ଦିଲ୍ଲୀରେ ଥ‌ିବାରୁ ଏ ବିଷୟରେ ସର୍ଦ୍ଦାର ପଟେଲଙ୍କ ସହିତ ବିଚାର ବିମର୍ଶ କରିଥିଲେ । ଭାରତ ସରକାର ନିକଟସ୍ଥ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ସହାୟତାରେ ନୀଳଗିରିକୁ ଦଖଲ କରିବାକୁ ଓଡ଼ିଶା ସରକାରଙ୍କୁ କ୍ଷମତା ପ୍ରଦାନ କଲେ ।
  • ମହତାବଙ୍କ ଅନୁପସ୍ଥିତିରେ ମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସୁପରିଚାଳନାରେ ୧୯୪୭ ମସିହା ନଭେମ୍ବର ୧୪ ତାରିଖରେ ନୀଳଗିରିକୁ ଓଡ଼ିଶା ସରକାର ଦଖଲ କରିନେଲେ । ଏହି ନୀଳଗିରି ରାଜ୍ୟର ମିଶ୍ରଣ ପ୍ରକ୍ରିୟାରୁ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟାର ଶୁଭାରମ୍ଭ ହୋଇଥିଲା ।

BSE Odisha 10th Class History Solutions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) କେଉଁ ଭିଭିରେ ଓଡ଼ିଶାର ଗଡ଼ଜାତଗୁଡ଼ିକ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଥିଲା ଏବଂ କେଉଁ ଗଡ଼ଜାତଗୁଡ଼ିକ ‘ଗ’ ଶ୍ରେଣୀଭୁକ୍ତ ଥିଲା ?
Answer:

  1. ଓଡ଼ିଶୀର ଗଡ଼ଜାତଗୁଡ଼ିକୁ ସେମାନଙ୍କର ଆୟତନ ଦୃଷ୍ଟିରୁ ‘କ’, ‘ଖ’ ଓ ‘ଗ’ ଭାବରେ ତିନି ଶ୍ରେଣୀରେ ବିଭକ୍ତ କରାଯାଇଥିଲା ।
  2. ତନ୍ମଧ୍ୟରୁ ତିନୋଟି ଗଡ଼ଜାତ ଯଥା – (୧) ପାଲଲହଡ଼ା, (୨) ତିଗିରିଆ, (୩) ରଣପୁର ‘ଗ’ ଶ୍ରେଣୀଭୁକ୍ତ ଥିଲା ।

(ଖ) ବେଠି ଓ ଭେଟି ମଧ୍ୟରେ ପାର୍ଥକ୍ୟ କ’ଣ ?
Answer:

  • ବେଠି ଓ ଭେଟି ମଧ୍ୟରେ ମୁଖ୍ୟ ପାର୍ଥକ୍ୟ ହେଉଛି ଏହି ଯେ ‘ବେଠି’ ହେଉଛି ବିନା ପାରିଶ୍ରମିକରେ କରାଯାଉଥ‌ିବା ଶ୍ରମଦାନ; ମାତ୍ର ‘ଭେଟି’ ହେଉଛି ଅନିଚ୍ଛାକୃତଭାବେ କରାଯାଉଥିବା ଦ୍ରବ୍ୟ କିମ୍ବା ଅର୍ଥ ଦାନ ।
  • ରାସ୍ତାଘାଟ, ରାଜପ୍ରାସାଦ ପ୍ରଭୃତି ନିର୍ମାଣକାର୍ଯ୍ୟ ପାଇଁ ପ୍ରଜାମାନେ ବିନା ପାରିଶ୍ରମିକରେ କରୁଥିବା ଶ୍ରମଦାନକୁ ‘ବେଠି’ କୁହାଯାଉଥିଲା; ମାତ୍ର ପର୍ବପର୍ବାଣି କିମ୍ବା ବିବାହ ଉତ୍ସବ ସମୟରେ ରାଜଉଆସକୁ ଉପହାର ପଠାଇବା ପ୍ରଥାକୁ ‘ଭେଟି’ କୁହାଯାଉଥିଲା

(ଗ) କେବେ ଏବଂ କେଉଁଠାରେ ପ୍ରଜା ଆନ୍ଦୋଳନ ଆରମ୍ଭ ହୋଇଥିଲା ?
Answer:

  1. ପ୍ରଜା ଆନ୍ଦୋଳନ ୧୯୨୨ ମସିହାରେ ଆରମ୍ଭ ହୋଇଥିଲା ।
  2. ଏହି ଆନ୍ଦୋଳନ ଢେଙ୍କାନାଳରେ ଆରମ୍ଭ ହୋଇଥିଲା ।

(ଘ) ଓଡ଼ିଆ ଗଡ଼ଜାତ ପ୍ରଜା ସମ୍ମିଳନୀର ପ୍ରଥମ ଅଧ‌ିବେଶନ କେଉଁଠାରେ ଏବଂ କାହା ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ?
Answer:

  • ଓଡ଼ିଆ ଗଡ଼ଜାତ ପ୍ରଜା ସମ୍ମିଳନୀର ପ୍ରଥମ ଅଧିବେଶନ ‘କଟକ’ଠାରେ ଅନୁଷ୍ଠିତ ହୋଇଥିଲା ।
  • ଏହା ଭୁବନାନନ୍ଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

BSE Odisha 10th Class History Solutions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

(ଙ) ସାରଙ୍ଗଧର ଦାସ କିଏ ? କେବେ ଏବଂ କେଉଁଠାରେ ପ୍ରଜା ସମ୍ମିଳନୀର ଦ୍ୱିତୀୟ ଅଧୂବେଶନ ଅନୁଷ୍ଠିତ ହୋଇଥିଲା ?
Answer:

  • ସାରଙ୍ଗଧର ଦାସ ଓଡ଼ିଶା ଗଡ଼ଜାତ ପ୍ରଜା ସମ୍ମିଳନୀର ଆବାହକ ତଥା ପୁନର୍ଗଠିତ ଗଡ଼ଜାତ ତଦନ୍ତ କମିଟିର ସମ୍ପାଦକ ଥିଲେ ।
  • ୧୯୩୭ ମସିହା ଜୁନ୍ ୨୩ ତାରିଖରେ କଟକଠାରେ ପ୍ରଜା ସମ୍ମିଳନୀର ଦ୍ଵିତୀୟ ଅଧ୍ବବେଶନ ଅନୁଷ୍ଠିତ ହୋଇଥିଲା ।

(ଚ) କେଉଁ ଅଞ୍ଚଳଗୁଡ଼ିକର ଦେଶୀୟ ରାଜାମାନେ ମିଶ୍ରଣ ବିରୋଧରେ ଏକ ସଂଘ ଗଠନ କରିଥିଲେ ?
Answer:

  1. ଓଡ଼ିଶା ଓ ଛତିଶଗଡ଼ର ଅଣଚାଳିଶଟି ଦେଶୀୟ ରାଜ୍ୟର ରାଜାମାନେ ମିଶ୍ରଣ ବିରୋଧରେ ଏକ ସଂଘ ଗଠନ କରିଥିଲେ ।
  2. ଏହା‘ପୂର୍ବାଞ୍ଚଳ ଗଡ଼ଜାତ ସଂଘ’ ନାମରେ କାର୍ଯ୍ୟକ୍ଷମ ହେଲା ।

(ଛ) କେବେ ଏବଂ କେଉଁଠାରେ ଅନୁଷ୍ଠିତ ଗଡ଼ଜାତ ରାଜାମାନଙ୍କର ସମ୍ମିଳନୀରେ ସର୍ଦ୍ଦାର ପଟେଲ ଯୋଗ ଦେଇଥିଲେ ?
Answer:
୧୯୪୭ ମସିହା ଡିସେମ୍ବର ୧୪ ତାରିଖରେ କଟକଠାରେ ଅନୁଷ୍ଠିତ ଗଡ଼ଜାତ ରାଜାମାନଙ୍କର ସମ୍ମିଳନୀରେ ସର୍ଦାର ପଟେଲ ଯୋଗ ଦେଇଥିଲେ ।

(ଜ) ମୟୂରଭଞ୍ଜର ରାଜା ମିଶ୍ରଣ ଚୁକ୍ତିରେ ସ୍ବାକ୍ଷର କରିବାପାଇଁ କାହିଁକି କିଛିଦିନ ସମୟ ନେଇଥିଲେ ?
Answer:

  • ପୂର୍ବରୁ ମୟୂରଭଞ୍ଜରେ ଲୋକପ୍ରତିନିଧୂମୂଳକ ସରକାର ଗଠିତ ହୋଇସାରିଥିଲା ।
  • ତେଣୁ ମୟୂରଭଞ୍ଜର ମହାରାଜା ତାଙ୍କ ମନ୍ତ୍ରୀମଣ୍ଡଳ ସହିତ ଆଲୋଚନା ନକରି ମିଶ୍ରଣ ଚୁକ୍ତିପତ୍ରରେ ସ୍ଵାକ୍ଷର କରିବେ ନାହିଁ ବୋଲି ଯୁକ୍ତି ବାଢ଼ିଲେ ଓ ଏଥ‌ିପାଇଁ କିଛିଦିନ ସମୟ ନେଇଥିଲେ ।

(ଝ) ଷଢ଼େଇକଳା ଓ ଖରସୁଆଁ କାହିଁକି ବିହାର ସହିତ ମିଶିଯାଇଥିଲା ?
Answer:

  • ଷଢ଼େଇକଳା ଓ ଖରସୁଆଁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ମୟୂରଭଞ୍ଜ ପ୍ରଥମେ ଓଡ଼ିଶାରେ ନ ମିଶିବାରୁ ଏହି ଦୁଇ ରାଜ୍ୟ ମଧ୍ୟରେ ପ୍ରତ୍ୟକ୍ଷଭାବେ ଯୋଗାଯୋଗ ହୋଇପାରି ନଥିଲା ।
  • ତେଣୁ ଏହି ଦୁଇଟି ରାଜ୍ୟର ରାଜାମାନେ ସେମାନଙ୍କ ପୂର୍ବ ମତକୁ ପରିବର୍ତ୍ତନ କରି ବିହାର ସହିତ ମିଶିଯିବାପାଇଁ ସ୍ଥିର କଲେ । ଏଣୁ ଭାରତ ସରକାର ୧୯୪୮ ମସିହା ମେ ୧୮ ତାରିଖରୁ ସେ ଦୁଇଟି ଗଡ଼ଜାତକୁ ଓଡ଼ିଶାରୁ କାଢ଼ିନେଇ ବିହାରରେ ମିଶାଇ ଦେଇଥିଲେ ।

BSE Odisha 10th Class History Solutions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

(ଞ) ଗଡ଼ଜାତଗୁଡ଼ିକର ପ୍ରତିନିଧୁମାନଙ୍କ ସହିତ ଓଡ଼ିଶା ବିଧାନସଭାର ଅଧ‌ିବେଶନ ପ୍ରଥମେ କେବେ ଓ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
Answer:

  1. ଗଡ଼ଜାତଗୁଡ଼ିକର ପ୍ରତିନିଧୁମାନଙ୍କ ସହିତ ଓଡ଼ିଶା ବିଧାନସଭାର ଅଧୂବେଶନ ପ୍ରଥମେ ୧୯୪୯ ମସିହା ଅକ୍ଟୋବର ୧୦ ତାରିଖରେ ଅନୁଷ୍ଠିତ ହୋଇଥିଲା ।
  2. ଏହି ଐତିହାସିକ ବିଧାନସଭାର ଅଧ୍ଵବେଶନ ଓଡ଼ିଶାର ନୂଆ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ବୌଦରେ ପ୍ରଜାମଣ୍ଡଳ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା ?
Answer:
୧୯୩୦ ମସିହାରେ ବୌଦରେ ପ୍ରଜାମଣ୍ଡଳ ଆନ୍ଦୋଳନ ଆରମ୍ଭ ହୋଇଥିଲା ।

(ଖ) ନୀଳଗିରିରେ କିଏ ପ୍ରଜାମଣ୍ଡଳ ଗଠନ କରିଥିଲେ ?
Answer:
ସାରଙ୍ଗଧର ଦାସ ନୀଳଗିରିରେ ପ୍ରଜାମଣ୍ଡଳ ଗଠନ କରିଥିଲେ ।

(ଗ) ୧୯୩୯ ଅଗଷ୍ଟରେ କିଏ ଓଡ଼ିଶା ଗଡ଼ଜାତ ମିଶ୍ରଣ ସମ୍ପର୍କରେ ଭାଇସ୍‌ୟଙ୍କୁ ସାକ୍ଷାତ୍‌ କରିଥିଲେ ?
Answer:
୧୯୩୯ ମସିହା ଅଗଷ୍ଟ ମାସରେ ହରେକୃଷ୍ଣ ମହତାବ ଓଡ଼ିଶା ଗଡ଼ଜାତ ମିଶ୍ରଣ ସମ୍ପର୍କରେ ଭାଇସ୍‌ୟଙ୍କୁ ସାକ୍ଷାତ୍ କରିଥିଲେ ।

(ଘ) କିଏ ହରେକୃଷ୍ଣ ‘ମହତାବଙ୍କୁ ‘ପର୍ଶୁରାମ’ ଆଖ୍ୟା ଦେଇଥିଲେ ?
Answer:
କଳାହାଣ୍ଡିର ମହାରାଜା ହରେକୃଷ୍ଣ ମହତାବଙ୍କୁ ‘ପର୍ଶୁରାମ’ ଆଖ୍ୟା ଦେଇଥିଲେ ।

BSE Odisha 10th Class History Solutions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

(ଙ) ହରେକୃଷ୍ଣ ମହତାବଙ୍କ ଅନୁପସ୍ଥିତିରେ କିଏ ନୀଳଗିରି ଦଖଲ କାର୍ଯ୍ୟ ପରିଚାଳନା କରିଥିଲେ ?
Answer:
ହରେକୃଷ୍ଣ ମହତାବଙ୍କ ଅନୁପସ୍ଥିତିରେ ଓଡ଼ିଶା ସରକାରଙ୍କର ଜଣେ.ମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନୀଳଗିରି ଦଖଲ କାର୍ଯ୍ୟ ପରିଚାଳନା କରିଥିଲେ ।

(ଚ) କେବେ ମୟୂରଭଞ୍ଜ ଓଡ଼ିଶାରେ ମିଶିଲା ?
Answer:
୧୯୪୯ ମସିହା ଜାନୁଆରୀ ୧ ତାରିଖରେ ମୟୂରଭଞ୍ଜ ଓଡ଼ିଶା ସହିତ ମିଶିଥିଲା ।

(ଛ) ଚୂଡ଼ାନ୍ତ ଭାବରେ କେତୋଟି ଗଡ଼ଜାତ ଓଡ଼ିଶାରେ ମିଶିଲା ?
Answer:
ଚୂଡ଼ାନ୍ତ ଭାବରେ ଚବିଶଟି ଗଡ଼ଜାତ ଓଡ଼ିଶାରେ ମିଶିଲା ।

(ଜ) ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶା ବିଧାନସଭାରେ କେତୋଟି ଆସନ ବୃଦ୍ଧି ପାଇଥିଲା ଏବଂ ସମୁଦାୟ ଆସନ ସଂଖ୍ୟା କେତେ ହୋଇଥିଲା ?
Answer:
ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶା ବିଧାନସଭାରେ ୩୧ଟି ଆସନ ବୃଦ୍ଧି ପାଇଥିଲା ଏବଂ ସମୁଦାୟ ଆସନ ସଂଖ୍ୟା ୯୧ ହୋଇଥିଲା ।

(ଝ) ଗଡ଼ଜାତଗୁଡ଼ିକ ମିଶିବା ପରେ ଓଡ଼ିଶାର ଜିଲ୍ଲାଗୁଡ଼ିକର ପୁନର୍ଗଠନ ପରେ କେତୋଟି ଜିଲ୍ଲା ସୃଷ୍ଟି ହେଲା ?
Answer:
ଗଡ଼ଜାତଗୁଡ଼ିକ ମିଶିବା ପରେ ଓଡ଼ିଶାର ଜିଲ୍ଲାଗୁଡ଼ିକର ପୁନର୍ଗଠନ ପରେ ତେରଟି (୧୩) ଜିଲ୍ଲା ସୃଷ୍ଟି ହେଲା ।

BSE Odisha 10th Class History Solutions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

୪। ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ମିଶ୍ରଣ ପୂର୍ବରୁ ଓଡ଼ିଆ ଭାଷାଭାଷୀ ଗଡ଼ଜାତମାନଙ୍କର ସଂଖ୍ୟା କେତେ ଥିଲା ?
(i) ୧୩
(ii) ୨୫
(iii) ୨୬
(iv) ୨୭
Answer:
(iii) ୨୬

(ଖ) ଗଡ଼ଜାତମାନଙ୍କରେ ଗୋଟିଏ ଶିବିରରୁ ଅନ୍ୟ ଶିବିରକୁ ରାଜା ବା ରାଜକର୍ମଚାରୀମାନଙ୍କୁ ବିନା ପାଉଣାରେ ପାଲିଙ୍କି ବା ସବାରୀରେ ବୋହିନେବା ପ୍ରଥାକୁ କ’ଣ କୁହାଯାଉଥିଲା ?
(i) ବେଠି
(ii) ବେଗାରୀ
(iii) ରସଦ
(iv) ମାଗଣ
Answer:
(ii) ବେଗାରୀ

(ଗ) କିଏ ପୁନର୍ଗଠିତ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟିର ସମ୍ପାଦକ ଥିଲେ ?
(i) ହରେକୃଷ୍ଣ ମହତାବ
(ii) ସାରଙ୍ଗଧର ଦାସ
(iii) ବଳବନ୍ତରାୟ ବେହେଟ୍ଟା
(iv) ପଟ୍ଟାଭି ସୀତାରାମାୟା
Answer:
(ii) ସାରଙ୍ଗଧର ଦାସ

(ଘ) କେଉଁ ସ୍ଥାନରୁ ଭାରତରେ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ?
(i) ମୟୂରଭଞ୍ଜ
(ii) ନୀଳଗିରି
(iii) ଜୁନାଗଡ଼
(iv) କଳାହାଣ୍ଡି
Answer:
(iii) ମୟୂରଭଞ୍ଜ

(ଡ) କେଉଁ ଗଡ଼ଜାତର ରାଜା କଟକ ସମ୍ମିଳନୀ ସମୟରେ ମିଶ୍ରଣ ଚୁକ୍ତିପତ୍ରରେ ସ୍ଵାକ୍ଷର କରି ନଥିଲେ ?
(i) ଷଢ଼େଇକଳା
(ii) ଖରସୁଆଁ
(iii) ମୟୂରଭଞ୍ଜ
(iv) କଳାହାଣ୍ଡି
Answer:
(ii) ସାରଙ୍ଗଧର ଦାସ

BSE Odisha 10th Class History Solutions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

(ଚ) ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶା ବିଧାନସଭାର ସଭ୍ୟସଂଖ୍ୟା ୬୦ରୁ ବଢ଼ି _______ ହେଲା ।
(i) ୯୦
(ii) ୯୧
(iii) ୯୨
(iv) ୯୩
Answer:
(ii) ୯୧

୫ | ପାଠରେ ଦିଆଯାଇଥ‌ିବା ‘ତୁମ ପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା .ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)