Odisha State Board BSE Odisha 10th Class History Solutions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି Textbook Exercise Questions and Answers.
BSE Odisha Class 10 History Solutions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି
୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।
(କ) ସ୍ଵାଧୀନତା ପରେ ଭାରତରେ ଥିବା ଫରାସୀ ଉପନିବେଶ ସମ୍ପର୍କରେ ଏକ ଟିପ୍ପଣୀ ଲେଖ ।
Answer:
- ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ଵାଧୀନ ହେଲା ପରେ ମଧ୍ୟ ଭାରତର ପୂର୍ବ ଉପକୂଳରେ
- ପୁଦୁଚେରୀ, ଚନ୍ଦନନଗର, କରାଇକଲ, ମାହେ ଓ ୟାନାମ୍ ଏହି ପୁଦୁଚେରୀ ଉପନିବେଶର ଅନ୍ତର୍ଭୁକ୍ତ ଥିଲା ।
- ଏଥୁମଧ୍ୟରୁ ପୁଦୁଚେରୀ, କରାଇକଲ ଓ ୟାନାମ୍ କରମଣ୍ଡଳ ଉପକୂଳରେ ଏବଂ ମାହେ ମାଲାବାର ଉପକୂଳରେ ଓ. ଚନ୍ଦନନଗର ବଙ୍ଗଳାରେ ଅବସ୍ଥିତ ଥିଲା ।
- ଭାରତରେ ଫରାସୀ ଉପନିବେଶର ସର୍ବମୋଟ ଆୟତନ ଥୁଲା ୫୧୦ ବର୍ଗ କି.ମି. । ୧୯୩୬ ମସିହାରେ ଏହାର ଲୋକସଂଖ୍ୟା ଥିଲା ୨,୯୮,୫୫୧ ।
- ମୁଦୁଚେରୀ (ପଣ୍ଡିଚେରୀ) ଫରାସୀ ଉପନିବେଶମାନଙ୍କର ସଦର ମହକୁମା ଥିଲା ।
(ଖ) ଗୋଆରେ ନିଜର ଶାସନ ଜାରି ରଖୁବାପାଇଁ ୧୯୪୭ ମସିହାରୁ ୧୯୬୧ ମସିହା ପର୍ଯ୍ୟନ୍ତ ପର୍ତ୍ତୁଗୀଜ୍ମାନେ କେଉଁ ପଦକ୍ଷେପମାନ ନେଇଥିଲେ ?
Answer:
- ୧୯୪୭ ମସିହାରେ ଭାରତ ସ୍ଵାଧୀନ ହେବା ପରେ ଗୋଆ ତଥା ଅନ୍ୟାନ୍ୟ ପର୍ତ୍ତୁଗୀଜ୍ ଉପନିବେଶଗୁଡ଼ିକରେ ନିଜର ଶାସନ ଜାରି ରଖୁବାପାଇଁ ଗୋଆର ପର୍ତ୍ତୁଗୀଜ୍ ଶାସକ ଭାରତ ସରକାରଙ୍କ କୂଟନୈତିକ ସମାଧାନ ପ୍ରସ୍ତାବକୁ ଗ୍ରହଣ କଲେ ନାହିଁ ।
- ଗୋଆ, ଦାମନ, ଡିଉର ଜନସାଧାରଣଙ୍କଦ୍ବାରା ୧୯୫୫ ମସିହା ଅଗଷ୍ଟ ୧୫ ତାରିଖରେ ପ୍ରଦର୍ଶିତ ଏକ ବଡ଼ ଧରଣର ବିକ୍ଷୋଭକୁ ଦମନ କରିବାପାଇଁ ପର୍ତ୍ତୁଗୀଜ୍ ସରକାରଙ୍କର ଦାମନରୁ ସୈନ୍ୟପ୍ରେରଣ ଉଦ୍ୟମକୁ ଭାରତୀୟ ସୈନ୍ୟବାହିନୀ ବାଧା ଦେବାରୁ ପର୍ତ୍ତୁଗାଲ ସରକାର ଆନ୍ତର୍ଜାତିକ ନ୍ୟାୟାଳୟରେ ଏହା ବିରୋଧରେ ଏକ ଅର୍ଜି ଦାଖଲ କଲେ ।
- ୧୯୬୦ ମସିହାରେ ଆନ୍ତର୍ଜାତିକ ନ୍ୟାୟାଳୟ ଏହି ଅର୍ଜିଟିକୁ ଖାରଜ କରିଦେଲେ । ସେହି ବର୍ଷ ଡିସେମ୍ବରରେ ଜାତିସଂଘର ସାଧାରଣ ସଭା ପର୍ତ୍ତୁଗାଲ୍ ବାହାରେ ଥିବା ପର୍ତ୍ତୁଗୀଜ୍ ଉପନିବେଶଗୁଡ଼ିକୁ ପର୍ତ୍ତୁଗାଲର ରାଜ୍ୟ ଭାବରେ ବିବେଚନା କରିବା ଦାବିକୁ ଅଗ୍ରାହ୍ୟ କରିଦେଲେ ।
- ସମସ୍ତ କୂଟନୈତିକ ଉଦ୍ୟମ ତଥା ଆମେରିକାର ଉଦ୍ୟମ ବିଫଳ ହେବାରୁ ୧୯୬୧ ମସିହା ଡିସେମ୍ବର ୧୮ ତାରିଖରେ ଭାରତୀୟ ସୈନ୍ୟବାହିନୀ ଗୋଆରେ ପ୍ରବେଶ କଲେ ଏବଂ ପର୍ତ୍ତୁଗୀଜ୍ ସରକାର ଏହାକୁ ଏକ ଆକ୍ରମଣ ବୋଲି ବର୍ଣ୍ଣନା କରି ସୁରକ୍ଷା ପରିଷଦରେ ପ୍ରସଙ୍ଗ ଉପସ୍ଥାପନ କଲେ ।
- ଋଷୀୟ ଭିଟୋ ପ୍ରୟୋଗ ଫଳରେ ଭାରତର ସୈନ୍ୟ ପ୍ରତ୍ୟାହାର ପ୍ରସ୍ତାବ ଅକାମୀ ହୋଇଗଲା ।
(ଗ) ୧୯୬୧ ମସିହାରେ କେଉଁ ପରିସ୍ଥିତିରେ ଭାରତୀୟ ସୈନ୍ୟବାହିନୀ ଗୋଆରେ ପ୍ରବେଶ କଲେ ?
Answer:
- ଗୋଆର ପର୍ତ୍ତୁଗୀଜ୍ ଶାସକମାନେ ଜନସାଧାରଣଙ୍କ ସୁଖସୁବିଧା ପ୍ରତି ଦୃଷ୍ଟି ଦେଉନଥିଲେ । ସେମାନଙ୍କ ଅତ୍ୟାଚାରରେ ଜନସାଧାରଣ ଅତିଷ୍ଠ ହୋଇ ଉଠିଥିଲେ ।
- ୧୯୫୫ ମସିହା ଅଗଷ୍ଟ ୧୫ ତାରିଖରେ ଗୋଆର ପର୍ତ୍ତୁଗୀଜ୍ ଶାସକଙ୍କ ବିରୁଦ୍ଧରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଉପରେ ପର୍ତ୍ତୁଗୀଜ୍ ପୋଲିସ୍ ଗୁଳିଚାଳନା କରିବାରୁ ୨୨ ଜଣ ଅହିଂସ ସତ୍ୟାଗ୍ରହୀ ମୃତ୍ୟୁବରଣ କରିଥିଲେ ।
- ୧୯୬୧ ମସିହାରେ ପର୍ତ୍ତୁଗୀଜ୍ ଜୁଲମର ସ୍ପଷ୍ଟ ଚିତ୍ର ପରିଲକ୍ଷିତ ହେଲା । ଭାରତର ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ଜରିଆରେ ଏହି ସମସ୍ୟାର ସମାଧାନ କରିବାକୁ ଚାହିଁଲେ ।
- ଗୋଆରୁ ପର୍ତ୍ତୁଗୀଜ୍ମାନଙ୍କୁ ବିତାଡ଼ିତ କରିଦେବାପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ବଢ଼ିଚାଲିଲା । ଏଣେ ଆମେରିକା ସରକାରଙ୍କ ବୁଝାମଣା ପ୍ରସ୍ତାବ ପ୍ରତି ମଧ୍ୟ ପର୍ତ୍ତୁଗୀଜ୍ ସରକାର କର୍ଣ୍ଣପାତ କଲେ ନାହିଁ ।
- ଶେଷରେ ବାଧ୍ୟହୋଇ ୧୯୬୧ ମସିହା ଡିସେମ୍ବର ୧୮ ତାରିଖରେ ଭାରତୀୟ ସୈନ୍ୟବାହିନୀ ଗୋଆରେ ପ୍ରବେଶ କଲେ ।
(ଘ) ପର୍ତ୍ତୁଗୀଜ୍ ଉପନିବେଶଗୁଡ଼ିକ କିପରି ଭାରତର ଭିନ୍ନ ଭିନ୍ନ ପାହ୍ୟାର ଅଂଶ ହେଲେ ?
Answer:
- ୧୯୬୧ ମସିହା ଡିସେମ୍ବର ୧୯ ତାରିଖରେ ଗୋଆର ଭାରତ ସହିତ ମିଶ୍ରଣ ହେଲା ପରେ ଦାମନ ଓ ଡିଉକୁ ଗୋଆ ସହ ମିଶାଇ ଏକ କେନ୍ଦ୍ରଶାସିତ ଅଞ୍ଚଳ ସୃଷ୍ଟି କରାଗଲା ।
- ୧୯୮୭ ମସିହା ମେ ୩୦ ତାରିଖ ଦିନ ଗୋଆକୁ ଭାରତର ୨୫ ତମ ରାଜ୍ୟ ପାହ୍ୟା ପ୍ରଦାନ କରାଗଲା ।
- ଦାମନ ଓ ଡିଉକୁ ଗୋଆରୁ ଅଲଗା କରି ଦିଆଯାଇ ପୂର୍ବବତ୍ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ରଖାଗଲା ।
- ୧୯୬୧ ମସିହା ଅଗଷ୍ଟ ୧୧ ତାରିଖରେ ଦାଦ୍ରା ଓ ନଗରହାବେଳିକୁ ଭାରତ ସହ ମିଶାଇ ଦିଆଗଲା ।
- ଦାଦ୍ରା ଓ ନଗରହାବେଳିକୁ ଏକ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ମିଳିଲା ।
(ଙ) ପୁଦୁଚେରୀ ଅଧୀନରେ ଥିବା ଫରାସୀ ଶାସନାଧୀନ ଅନ୍ତଃକ୍ଷେତ୍ରଗୁଡ଼ିକ କିପରି ଭାରତ ସହିତ ମିଶିଲେ ?
Answer:
- ଭାରତର ସ୍ଵାଧୀନତା ଲାଭ ପରେ ପୁଦୁଚେରୀ ଅଧୀନରେ ଥିବା ଫରାସୀ ଶାସନାଧୀନ ଅନ୍ତଃକ୍ଷେତ୍ରଗୁଡ଼ିକୁ ଭାରତ ସହିତ ମିଶାଇ ଦେବାପାଇଁ ଫରାସୀ ସରକାରଙ୍କ ସହିତ ଆଲୋଚନା ହୋଇଥିଲା ।
- ୧୯୪୮ ମସିହାରେ ଫ୍ରାନ୍ସ ଓ ଭାରତ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଫରାସୀ ଅନ୍ତଃକ୍ଷେତ୍ରଗୁଡ଼ିକରେ ଗଣଭୋଟ କରାଇବାପାଇଁ ସ୍ଥିର ହୋଇଥିଲା ।
- ୧୯୪୯ ଜୁନ୍ ୧୯ରେ ଚନ୍ଦନନଗରରେ ହୋଇଥିବା ଗଣଭୋଟ ଭାରତ ସପକ୍ଷରେ ଯିବା ପରେ ୧୯୫୦ ମସିହା ମେ ୨ ତାରିଖ ଦିନ ଏହା ଭାରତର ଅନ୍ତର୍ଭୁକ୍ତ ହୋଇଯାଇଥିଲା ।
- ୧୯୫୪ ମସିହାରେ ଭାରତ ସପକ୍ଷବାଦୀ ଜନ ଆନ୍ଦୋଳନକାରୀମାନେ ୟାନାମ୍ ଓ ମାହେଲେ ଫରାସୀ ଶାସକ ଏଡ଼ୱାର୍ଡ଼ ଗୋବର୍ଟଙ୍କ ଉଦ୍ୟମକୁ ପ୍ରତିହତ କରି କ୍ଷମତା ଦଖଲ କରିନେଇଥିଲେ ।
- ୧୯୫୪ ମସିହା ଅକ୍ଟୋବର ମାସରେ ପୁଦୁଚେରୀ ଓ କରାଇକଲ୍ରେ ହୋଇଥିବା ଜନମତ ଭାରତ ସପକ୍ଷରେ ଯିବା ଫଳରେ ଏହାର ଶାସନ କ୍ଷମତା ମଧ୍ୟ ଭାରତ ସରକାରଙ୍କ ହାତକୁ ଆସିଲା ।
୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।
(କ) ପର୍ତ୍ତୁଗୀଜ୍ ଶାସିତ ଭାରତରେ ଅବସ୍ଥିତ ଅନ୍ତଃକ୍ଷେତ୍ରଗୁଡ଼ିକର ଭୌଗୋଳିକ ଅବସ୍ଥିତି ବିଷୟରେ ଆଲୋକପାତ କର ।
Answer:
- ଗୋଆ, ଦାମନ, ଡିଉ, ଦାଦ୍ରା ଓ ନଗରହାବେଳି ଆଦି ଭାରତରେ ପର୍ତ୍ତୁଗୀଜ୍ ଶାସିତ ଅନ୍ତଃକ୍ଷେତ୍ର ଥିଲା ।
- ଏସବୁ ଅନ୍ତଃକ୍ଷେତ୍ରଗୁଡ଼ିକ ଭାରତର ପଶ୍ଚିମ ଉପକୂଳରେ ଅବସ୍ଥିତ ଥିଲା ।
(ଖ) ଫରାସୀ ଶାସନାଧୀନ ଅନ୍ତଃକ୍ଷେତ୍ରଗୁଡ଼ିକ ଭାରତର କେଉଁ ଅଞ୍ଚଳରେ ଅବସ୍ଥିତ ଥୁଲା ?
Answer:
- ଫରାସୀ ଶାସନାଧୀନ ଅନ୍ତଃକ୍ଷେତ୍ରଗୁଡ଼ିକ ମଧ୍ୟରେ ପୁଦୁଚେରୀ, କରାଇକଲ୍ ଓ ୟାନାମ୍ କରମଣ୍ଡଳ ଉପକୂଳରେ ଅବସ୍ଥିତ ଥିଲା ।
- ମାହେ ମାଲବାର ଉପକୂଳରେ ଓ ଚନ୍ଦନନଗର ବଙ୍ଗଳାରେ ଅବସ୍ଥିତ ଥିଲା ।
(ଗ) ପର୍ତ୍ତୁଗୀଜ୍ମାନେ କାହା ସହାୟତାରେ ଓ କେବେ ଗୋଆ ଅଧିକାର କରିଥିଲେ ?
Answer:
- ପର୍ତ୍ତୁଗୀଜ୍ମାନେ ବିଜୟନଗର ସମ୍ରାଟଙ୍କ ସହାୟତାରେ ଗୋଆ ଅଧିକାର କରିଥିଲେ ।
- ୧୫୧୦ ମସିହାରେ ସେମାନେ ଗୋଆ ଅଧିକାର କରିଥିଲେ ।
(ଘ) କେବେ ଓ କାହିଁକି ଗୋଆ, ଦାମନ ଓ ଡିଉର ଜନସାଧାରଣ ଏକ ବିରାଟ ବକ୍ଷୋଭ ପ୍ରଦର୍ଶନ କରିଥିଲେ ?
Answer:
- ଗୋଆରେ ପର୍ତ୍ତୁଗୀଜ୍ ଶାସକମାନେ ଜନସାଧାରଣଙ୍କ ସୁଖସୁବିଧା ପାଇଁ ଦୃଷ୍ଟି ଦେଉନଥିଲେ ।
- ସେମାନଙ୍କର ଅତ୍ୟାଚାରରେ ଅତିଷ୍ଠ ହୋଇ ଗୋଆ, ଦାମନ ଓ ଡିଉର ଜନସାଧାରଣ ୧୯୫୫ ମସିହା ଅଗଷ୍ଟ ୧୫ ତାରିଖ ଦିନ ଏକ ବିରାଟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
(ଙ) ଆନ୍ତର୍ଜାତିକ ନ୍ୟାୟାଳୟରେ ପର୍ତ୍ତୁଗୀଜ୍ ସରକାର କି ପ୍ରାର୍ଥନା କରିଥିଲେ ?
Answer:
- ଦାମନରୁ ପର୍ତ୍ତୁଗୀଜ୍ ସୈନ୍ୟ ପ୍ରେରଣ କରିବାର ପ୍ରଚେଷ୍ଟାକୁ ଭାରତୀୟ ସୈନ୍ୟବାହିନୀ ବାଧା ଦେଇଥିଲେ ।
- ଏହା ବିରୁଦ୍ଧରେ ପର୍ତ୍ତୁଗୀଜ୍ ସରକାର ଆନ୍ତର୍ଜାତିକ ନ୍ୟାୟାଳୟରେ ଏକ ପ୍ରାର୍ଥନା କରିଥିଲେ ଯେ ଭାରତରେ ଥିବା ପର୍ତ୍ତୁଗୀଜ୍ ଅନ୍ତଃକ୍ଷେତ୍ରଗୁଡ଼ିକୁ ପର୍ତ୍ତୁଗୀଜ୍ ସୈନ୍ୟ ପ୍ରେରଣ ପାଇଁ ଅନୁମତି ଦେବାକୁ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ।
(ଚ) ଗୋଆରୁ ପର୍ତ୍ତୁଗୀଜ୍ମାନଙ୍କୁ ବିତାଡ଼ିତ କରିବାପାଇଁ ଭାରତ ସରକାର କି ପଦକ୍ଷେପମାନ ଗ୍ରହଣ କରିଥିଲେ ?
Answer:
- ସ୍ଵାଧୀନତା ପରେ ଭାରତ ପ୍ରଥମେ ପର୍ତ୍ତୁଗୀଜ୍ ଶାସକଙ୍କ ସହିତ ଗୋଆ ସମସ୍ୟାର କୂଟନୈତିକ ସମାଧାନ କରିବାକୁ ଚେଷ୍ଟା କରିଥିଲେ ।
- ୧୯୬୧ ମସିହାରେ ଭାରତର ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ଜରିଆରେ ଗୋଆ ସମସ୍ୟାରା ସମାଧାନ ଉଦ୍ୟମରେ ବିଫଳ ହେବାପରେ ଭାରତ ସରକାର ଶେଷରେ ୧୯୬୧ ମସିହା ଡିସେମ୍ବର ୧୮ ତାରିଖରେ ଗୋଆକୁ ଭାରତୀୟ ସୈନ୍ୟବାହିନୀ ପ୍ରେରଣ କରିଥିଲେ ।
(ଛ) କେବେ ଗୋଆକୁ ରାଜ୍ୟ ପାହ୍ୟା ଦିଆଯାଇଥିଲା ? ଏହାପରେ ଭାରତରେ ସମୁଦାୟ ରାଜ୍ୟ ସଂଖ୍ୟା କେତେ ହେଲା ?
Answer:
- ୧୯୮୭ ମସିହା ମେ ମାସ ୩୦ ତାରିଖ ଦିନ ଗୋଆକୁ ରାଜ୍ୟ ପାହ୍ୟା ପ୍ରଦାନ କରାଯାଇଥିଲା ।
- ଏହାପରେ ଭାରତର ସମୁଦାୟ ରାଜ୍ୟସଂଖ୍ୟା ବୃଦ୍ଧିପାଇ ୨୫ ହୋଇଥିଲା ।
(ଜ) ଦାଦ୍ରା ଓ ନଗରହାବେଳିର ସ୍ଵାଧୀନତା ପାଇଁ କେଉଁ ଅନୁଷ୍ଠାନଗୁଡ଼ିକ କାର୍ଯ୍ୟ କରିଥିଲେ ?
Answer:
- ଦାଦ୍ରାର ସ୍ଵାଧୀନତା ପାଇଁ ‘ଗୋଆର ମିଳିତ ସାମ୍ମୁଖ୍ୟ’ ନାମକ ଏକ ଜନ ଅନୁଷ୍ଠାନ କାର୍ଯ୍ୟ କରିଥିଲା ।
- ସେହିପରି ‘ଆଜାଦ୍ ଗୋମନ୍ତକ ଦଳ’ ନଗରହାବେଳିର ସ୍ଵାଧୀନତା ପାଇଁ କାର୍ଯ୍ୟ କରିଥିଲା ।
(ଝ) ଭାରତରେ ଥିବା ଫରାସୀ ଅନ୍ତଃକ୍ଷେତ୍ର ଜନମତର ଫଳାଫଳ କ’ଣ ଥିଲା ?
Answer:
- ୧୯୪୯ ମସିହା ଜୁନ୍ ୧୯ ତାରିଖରେ ଚନ୍ଦନନଗରରେ ହୋଇଥିବା ଗଣଭୋଟରେ ଭାରତ ସହ ମିଶିବା ପାଇଁ ୩,୪୬୩ ଓ ଫରାସୀ ଉପନିବେଶ ସପକ୍ଷରେ ୧୧୪ ଜଣ ମତ ସାବ୍ୟସ୍ତ କଲେ । ଫଳରେ ଚନ୍ଦନନଗର ୧୯୫୦ ମସିହା ମେ ୨ ତାରିଖରେ ବିଧ୍ଵବଦ୍ଧ ଭାବେ ଭାରତରେ ମିଶିଗଲା ।
- ସେହିପରି ୧୯୫୪ ମସିହା ଅକ୍ଟୋବରରେ ପୁଦୁଚେରୀ ଓ କରାଇକଲ୍ରେ ହୋଇଥିବା ଜନମତ ଭାରତ ସପକ୍ଷରେ ଯିବାରୁ ଏହି ଦୁଇ ଅନ୍ତଃକ୍ଷେତ୍ରର ମଧ୍ୟ ଭାରତ ସହିତ ସମ୍ମିଶ୍ରଣ ଘଟିଥିଲା ।
(ଞ) ୧୯୫୪ ଅକ୍ଟୋବରରେ କେଉଁ ଅଞ୍ଚଳଗୁଡ଼ିକରେ ଜନମତ ନିଆଯାଇଥିଲା ?
Answer:
୧୯୫୪ ମସିହା ଅକ୍ଟୋବର ମାସରେ ଫରାସୀ ଅନ୍ତଃକ୍ଷେତ୍ର ପୁଦୁଚେରୀ ଓ କରାଇକଲ୍ରେ ଜନମତ ନିଆଯାଇଥିଲା ।
୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) ମାହେ କେଉଁଠାରେ ଅବସ୍ଥିତ ଥିଲା ?
Answer:
ମାହେ ମାଲବାର ଉପକୂଳରେ ଅବସ୍ଥିତ ଥିଲା ।
(ଖ) ଭାରତରେ ଥିବା ଫରାସୀ ଉପନିବେଶମାନଙ୍କର ସଦର ମହକୁମା କେଉଁଠାରେ ଥିଲା ?
Answer:
ଭାରତରେ ଥିବା ଫରାସୀ ଉପନିବେଶମାନଙ୍କର ସଦର ମହକୁମା ପୁଦୁଚେରୀଠାରେ ଥିଲା ।
(ଗ) କେଉଁମାନଙ୍କ ଶାସନ ସମୟରେ ଗୋଆ ମୁସଲମାନ ଶାସନ ଅଧୀନକୁ ଆସିଲା ?
Answer:
ଖୁମାନଙ୍କ ଶାସନ ସମୟରେ ଗୋଆ ମୁସଲମାନ ଶାସନ ଅଧୀନକୁ ଆସିଲା ।
(ଘ) ଗୋଆ, ଦାମନ ଓ ଡିଉ ଜନସାଧାରଣଙ୍କ ବିକ୍ଷୋଭରେ ପୋଲିସ୍ ଗୁଳିଚାଳନା ଫଳରେ କେତେଜଣ ମରିଥିଲେ ?
Answer:
ଗୋଆ, ଦାମନ ଓ ଡିଉ ଜନସାଧାରଣଙ୍କ ବିକ୍ଷୋଭରେ ପୋଲିସ୍ ଗୁଳିଚାଳନା ଫଳରେ ୨୨ ଜଣ ଅହିଂସ ସତ୍ୟାଗ୍ରହୀଙ୍କର ମୃତ୍ୟୁ ଘଟିଥିଲା ।
(ଙ) କେଉଁଦିନ ଭାରତୀୟ ସୈନ୍ୟବାହିନୀ ଗୋଆରେ ପ୍ରବେଶ କଲେ ?
Answer:
୧୯୬୧ ମସିହା ଡିସେମ୍ବର ମାସ ୧୮ ତାରିଖରେ ଭାରତୀୟ ସୈନ୍ୟବାହିନୀ ଗୋଆରେ ପ୍ରବେଶ କଲେ ।
(ଚ) କେଉଁଦିନ ଏକ ଜନ ଅନୁଷ୍ଠାନ ଦାଦ୍ରା ଅନ୍ତଃକ୍ଷେତ୍ରକୁ ପର୍ତ୍ତୁଗୀଜ୍ମାନଙ୍କ କବଳରୁ ଉଦ୍ଧାର କରି ନିଜ ନିୟନ୍ତ୍ରଣକୁ ଆଣିଲେ ?
Answer:
୧୯୫୪ ମସିହା ଜୁଲାଇ ୨୪ ତାରିଖ ଦିନ ‘ଗୋଆର ମିଳିତ ସାମ୍ମୁଖ୍ୟ’ ନାମକ ଏକ ଜନ ଅନୁଷ୍ଠାନ ଦାଦ୍ରା ଅନ୍ତଃକ୍ଷେତ୍ରକୁ ପର୍ତ୍ତୁଗୀଜମାନଙ୍କ କବଳରୁ ଉଦ୍ଧାର କରି ନିଜ ନିୟନ୍ତ୍ରଣକୁ ଆଣିଲେ ।
(ଛ) କେଉଁଦିନ ନଗରହାବେଳି ଦଖଲ କରାଯାଇଥିଲା ?
Answer:
୧୯୫୪ ମସିହା ଅଗଷ୍ଟ ୨ ତାରିଖ ଦିନ ନଗରହାବେଳି ଦଖଲ କରାଯାଇଥିଲା ।
(ଜ) ଚନ୍ଦନନଗର ବିଧ୍ଵବଦ୍ଧଭାବେ କେବେ ଭାରତରେ ମିଶିଥିଲା ?
Answer:
୧୯୫୦ ମସିହା ମେ ମାସ ୨ ତାରିଖ ଦିନ ଚନ୍ଦନନଗର ବିଧ୍ଵବଦ୍ଧ ଭାବରେ ଭାରତ ସହିତ ମିଶିଥିଲା ।
(ଝ) ପୁଦୁଚେରୀ ଓ କରାଇକଲର ବାସ୍ତବ ଶାସନ କ୍ଷମତା ଭାରତ ସରକାରଙ୍କ ଅଧୀନକୁ କେବେ ଆସିଲା ?
Answer:
ପୁଦୁଚେରୀ ଓ କରାଇକଲର ବାସ୍ତବ ଶାସନ କ୍ଷମତା ଭାରତ ସରକାରଙ୍କ ଅଧୀନକୁ ୧୯୫୪ ମସିହା ନଭେମ୍ବର ମାସ ୧ ତାରିଖ ଦିନ ଆସିଲା ।
(ଞ) ଫରାସୀ ଉପନିବେଶଗୁଡ଼ିକର ଭାରତରେ ମିଶ୍ରଣକୁ ଫରାସୀ ଜାତୀୟ ସଭା କେବେ ଅନୁମୋଦନ କଲା ?
Answer:
ଫରାସୀ ଉପନିବେଶଗୁଡ଼ିକର ଭାରତରେ ମିଶ୍ରଣକୁ ଫରାସୀ ଜାତୀୟ ସଭା ୧୯୬୨ ମସିହା ମେ ମାସରେ ଅନୁମୋଦନ କରାଥିଲା ।
୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।
(କ) କେଉଁଟି ପର୍ତ୍ତୁଗୀଜ୍ ଉପନିବେଶ ନୁହେଁ ?
(i) ଦାଦୁା
(ii) ଦାମନ୍
(iii) ନଗରହାବେଳି
(iv) ମାହେ
Answer:
(iv) ମାହେ
(ଖ) କେବେ ଗୋଆର ପର୍ତ୍ତୁଗୀଜ୍ ଗଭର୍ଣ୍ଣର ଶରଣପତ୍ରରେ ସ୍ଵାକ୍ଷର କଲେ ?
(i) ୧୯୬୧ ଡିସେମ୍ବର ୧୮
(ii) ୧୯୬୧ ଡିସେମ୍ବର ୧୯
(iii) ୧୯୬୧ ଅଗଷ୍ଟ ୧୧
(iv) ୧୯୪୭ ମଇ ୩୦
Answer:
(ii) ୧୯୬୧ ଡିସେମ୍ବର ୧୯
(ଗ) ଗୋଆରେ କେବେ ସାଧାରଣ ନିର୍ବାଚନ ହେଲା ?
(i) ୧୯୬୦
(iii) ୧୯୬୩
(ii) ୧୯୬୧
(iv) ୧୯୬୭
Answer:
(iii) ୧୯୬୩
(ଘ) ୧୯୪୯ ଜୁନ୍ ୧୯ରେ କେଉଁଠାରେ ଗଣଭୋଟ ଅନୁଷ୍ଠିତ ହୋଇଥିଲା ?
(i) ପୁଦୁଚେରା
(ii) ୟାନାମ୍
(iii) ଚନ୍ଦନନଗର
(iv) କରାଇକଲ
Answer:
(iii) ଚନ୍ଦନନଗର
(ଙ) ଏଓ୍ୱାର୍ଡ଼ ଗୋବର୍ଟ କେଉଁଠାରେ ଜନଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରିଥିଲେ ?
(i) ଟୋଆ
(ii) ପୁଦୁଚେରୀ
(iii) ଡାମନ
(iv) ୟାନାମ୍
Answer:
(iv) ୟାନାମ୍
୫. ପାଠରେ ଦିଆଯାଇଥିବା ‘‘ତୁମପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
- ଭାସ୍କୋଡ଼ାଗାମାଙ୍କ ଭାରତକୁ ଜଳପଥ ଆବିଷ୍କାର ସମ୍ପର୍କରେ ଏକ ବର୍ଣ୍ଣନା ପ୍ରଦାନ କର ।
Answer:
ପର୍ତ୍ତୁଗାଲର ରାଣୀଙ୍କର ଅନୁମତି ପାଇ ପର୍ତ୍ତୁଗୀଜ୍ ନାବିକ ଭାସ୍କୋଡ଼ାଗାମା ୧୪୯୮ ଖ୍ରୀଷ୍ଟାବ୍ଦରେ ଭାରତକୁ ଜଳପଥ ଆବିଷ୍କାର କରିବା ଲକ୍ଷ୍ୟରେ ଆଫ୍ରିକାର ଉତ୍ତମାଶା ଅନ୍ତରୀପଠାରେ ପହଞ୍ଚିଲେ । ସେଠାରୁ କେତେଜଣ ଭାରତୀୟ ବ୍ୟବସାୟୀଙ୍କ ସହାୟତାରେ ଭାରତକୁ ଜଳପଥ ଆବିଷ୍କାର ନିମନ୍ତେ ଅଗ୍ରସର ହୋଇ ଶେଷରେ ଭାରତର ପଶ୍ଚିମ ଉପକୂଳସ୍ଥ କାଲିକଟ୍ (କୋଝିକୋଡ଼) ଠାରେ ପହଞ୍ଚିଲେ । ସେତେବେଳେ ‘ଜାମୋରିନ୍’ ଉପାଧ୍ଧାରୀ ଜଣେ ହିନ୍ଦୁ ରାଜା କାଲିକଟ୍ର ଶାସକ ଥିଲେ । ତାଙ୍କ ଅନୁମତିକ୍ରମେ ପର୍ତ୍ତୁଗୀଜ୍ମାନେ ଭାରତରେ ବାଣିଜ୍ୟ କରିବାକୁ ଅନୁମତି ପାଇଥିଲେ ।
- ଗୋଆ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗରହାବେଳିର ରାଜଧାନୀମାନଙ୍କର ନାମ, ଲୋକମାନଙ୍କର ମୁଖ୍ୟ ଭାଷା ଏବଂ ଦର୍ଶନୀୟ ସ୍ଥାନଗୁଡ଼ିକର ଏକ ବିବରଣୀ ପ୍ରସ୍ତୁତ କର ।
Answer:
ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତାରେ ବିବରଣୀ ପ୍ରସ୍ତୁତ କରିବେ
- ପଦୁଚେରୀର ଭାଷା, ନୃତ୍ୟଗୀତ ଓ ଦର୍ଶନୀୟ ସ୍ଥାନଗୁଡ଼ିକ ସମ୍ପର୍କରେ ଏକ ବିବରଣୀ ପ୍ରସ୍ତୁତ କର ।
Answer:
ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ବିବରଣୀ ପ୍ରସ୍ତୁତ କରିବେ ।