Odisha State Board BSE Odisha 10th Class Physical Science Important Questions Chapter 2 ଅମ୍ଳ, କ୍ଷାରକ ଓ ଲବଣ Important Questions and Answers.
BSE Odisha 10th Class Physical Science Important Questions Chapter 2 ଅମ୍ଳ, କ୍ଷାରକ ଓ ଲବଣ
Objective Type Questions with Answers
A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. ଧାତୁ ଅମ୍ଳରୁ କ’ଣ ଅପସାରଣ କରିଥାଏ ?
ଉ-
ହାଇଡ୍ରୋଜେନ୍
2. NaOH ଦ୍ରବଣରେ ଲିଟ୍ସ୍ ଦ୍ରବଣର ରଙ୍ଗ କିପରି ?
ଉ-
ନୀଳ
3. ପିଜୁଳିରେ କେଉଁ ଅମ୍ଳ ରହିଥାଏ ?
ଉ-
ଅକ୍ଲିକ୍ ଏସିଡ଼୍
4. ପ୍ରତିଅମ୍ଳ କାହାକୁ ପ୍ରଶମନ କରନ୍ତି ।
ଉ-
କ୍ଷାରକ
5. ଗାଢ଼ NaOH ଫେନଲଫ୍ଲିନ୍ ଦ୍ରବଣରେ ମିଶାଇଲେ ଦ୍ରବଣର ରଙ୍ଗ କ’ଣ ହେବ ?
ଉ-
ବର୍ଣ୍ଣହୀନରୁ ଗୋଲାପୀ
6. ଖାଇବା ପୂର୍ବରୁ ପାଟିର ଲାଳରେ pH କାଗଜର ରଙ୍ଗ କ’ଣ ?
ଉ-
ସବୁଜ
7. ଗୋଟିଏ ଧାତବ ଅକ୍ସାଇଡ୍ ଅମ୍ଳ ସହ ରାସାୟନିକ ପ୍ରତିକ୍ରିୟା କଲେ କ’ଣ ସୃଷ୍ଟିହୁଏ ?
ଉ-
ଲବଣ ଓ ଜଳ
8. କ୍ୟାଟାୟନ ଦ୍ରବଣର କେଉଁ ଗୁଣକୁ ଦର୍ଶାଏ ?
ଉ-
ଅମ୍ଳୀୟ
9. ସବଳ କ୍ଷାର ଜଳରେ ଦ୍ରବୀଭୂତ ହୋଇ କ’ଣ ଉତ୍ପନ୍ନ କରେ ?
ଉ-
OH–
10. ଗୋଟିଏ ସବଳ ଅମ୍ଳ ଓ ଗୋଟିଏ ସବଳ କ୍ଷାରକରେ ପ୍ରସ୍ତୁତ ଲବଣର pH କେତେ ?
ଉ-
7
11. ପାଚକ ରସର pH କେତେ ?
ଉ-
1.2
12. ପିମ୍ପୁଡ଼ି ପାଟିରେ କେଉଁ ଅମ୍ଳ ଥାଏ ?
ଉ-
ମିଥାନୋଇକ୍
13. ତେନ୍ତୁଳିରେ କେଉଁ ଅମ୍ଳ ଥାଏ ?
ଉ-
ଟାରଟାରିକ୍ ଅମ୍ଳ
14. 8 ମିଲି ଲି.ର ଏକ କ୍ଷାରୀୟ ଦ୍ରବଣ 4 ମିଲି ଲି.ର ଏକ ଅମ୍ଳୀୟ ଦ୍ରବଣଦ୍ବାରା ସମ୍ପୂର୍ଣ୍ଣ ପ୍ରଶମିତ ହୁଏ । ତେବେ ସେହି 5 ମିଲି ଲି.ର ସେହି କ୍ଷାରୀୟ ଦ୍ରବଣକୁ ପ୍ରଶମିତ କରିବାକୁ କେତେ ପରିମାଣର ଅମ୍ଳୀୟ ଦ୍ରବଣ ଆବଶ୍ୟକ ?
ଉ-
2.5 ମିଲି ଲି.
15. ଗାଢ଼ ଅମ୍ଳ ଜଳରେ ମିଶାଇବା କେଉଁ ପ୍ରକ୍ରିୟାର ଅନ୍ତର୍ଗତ ?
ଉ-
ଅତି ତାପଉତ୍ପାଦୀ
16. ଲେମ୍ବୁ ରସରେ କେଉଁ ଏସିଡ୍ ରହିଥାଏ ?
ଉ-
ସାଇଟ୍ରିକ୍
17. H3O– ଆୟନର ଗାଢ଼ତା ବଢ଼ିଲେ pHର ମୂଲ୍ୟ କ’ଣ ହୁଏ ?
ଉ-
କମେ
18. ଶୁକ୍ର ଗ୍ରହର ବାୟୁମଣ୍ଡଳରେ କେଉଁ ଏସିଡ୍ ଅଛି ?
ଉ-
H2SO4
19. ଅଜୀର୍ଣ୍ଣ ସମୟରେ ପାକସ୍ଥଳୀରୁ କେଉଁ ଅମ୍ଳ କ୍ଷରଣ ହୁଏ ?
ଉ-
HCl
20. NaOH, KOH, NH4OH ମଧ୍ୟରୁ କେଉଁଟି ଏକ ଦୁର୍ବଳ କ୍ଷାର ?
ଉ-
NH4OH
21. pH କାଗଜରେ ଲାଲ ବର୍ଣ୍ଣର pH ର ମୂଲ୍ୟ କେତେ ?
ଉ-
1
22. କଳ ପାଣିର ହାରାହାରି PH କେତେ ?
ଉ-
7.1
23. ଅମ୍ଳର ସବଳତା କାହାଉପରେ ନିର୍ଭର କରିଥାଏ ?
ଉ-
H+ର ସଂଖ୍ୟା
24. ଦହିରେ କେଉଁ ଅମ୍ଳ ଅଛି ?
ଉ-
ଲାକ୍ଟିକ୍ ଏସିଡ୍
25. ଦାନ୍ତର ବହିରାବରଣ କେଉଁ ଉପାଦାନକୁ ନେଇ ଗଠିତ ?
ଉ-
କ୍ୟାଲ୍ସିୟମ୍ ଫସ୍ଫେଟ୍
26. କ୍ଲୋରୋଆଲ୍କିଲ୍ ପ୍ରଣାଳୀରେ ଉତ୍ପନ୍ନ ହେଉଥିବା ଆଲକିଲ୍ର ନାମ କ’ଣ ?
ଉ-
NaOH
27. ପାନୀୟ ଜଳକୁ ଜୀବାଣୁ ମୁକ୍ତ କରିବା ପାଇଁ ସେଥୁରେ କେଉଁ ଯୌଗିକ ବ୍ୟବହାର କରାଯାଏ ?
ଉ-
CaOCl2
28. ଶୀତବସ୍ତ୍ରକୁ ବିରଞ୍ଜନ କରିବା ପାଇଁ ସେଣ୍ଡ୍ରେ କ’ଣ ବ୍ୟବହାର କରାଯାଏ ?
ଉ-
CaOCl2
29. ରନ୍ଧନକୁ ଦ୍ରୁତତର କରିବା ପାଇଁ ସେଥୁରେ କ’ଣ ବ୍ୟବହାର କରାଯାଏ ?
ଉ-
NaHCO3
30. ସୋଡ଼ିୟମ୍ ହାଇଡ୍ରୋଜେନ୍ କାର୍ବୋନେଟ୍କୁ ଉତ୍ତପ୍ତ କଲେ କେଉଁ ଗ୍ୟାସ୍ ଉତ୍ପନ୍ନ ହୁଏ ?
ଉ-
CO2
31. ଜଳର ଆୟନିକ ଗୁଣଫଳ କେତେ ?
ଉ-
10-14
32. HCN, H2CO3 ଏବଂ HNO3 ମଧ୍ୟରୁ କେଉଁଟି ସବଳ ଅମ୍ଳ ?
ଉ-
HNO3
33. ଜଳର ସ୍ଥାୟୀ କ୍ଷରତ୍ଵ ଦୂର କରିବା ପାଇଁ କେଉଁ ଯୌଗିକ ବ୍ୟବହାର କରାଯାଏ ?
ଉ-
Na2CO3 10H2O
34. କପର ସଲ୍ଫେଟ୍ ସ୍ଫଟିକରୁ ଜଳ ଅପସାରଣ କଲେ ଲବଣର ରଙ୍ଗ କ’ଣ ହେବ ?
ଉ-
ଧଳା
35. କପର ସଲ୍ଫେଟ୍ ସ୍ଫଟିକରେ କେତୋଟି ଜଳର ଅଣୁ ଅଛି ?
ଉ-
5
36. ଜିପ୍ସମ୍ ସ୍ଫଟିକରେ କେତୋଟି ଜଳ ଅଣୁ ଅଛି ?
ଉ-
2
37. ଅମ୍ଳ ବର୍ଷାର pH ମୂଲ୍ୟ କେତେ ?
ଉ-
5.6 ରୁ କମ୍
38. କ୍ଷାରସୋଡ଼ାକୁ ବାୟୁରେ ଖୋଲା ରଖିଲେ କେଉଁ ଯୌଗିକ ଉତ୍ପନ୍ନ ହୁଏ ?
ଉ-
Na2CO3H2O
39. ଜିପ୍ସମ୍କୁ କେତେ K ତାପମାତ୍ରା ପର୍ଯ୍ୟନ୍ତ ଉତ୍ତପ୍ତ କଲେ ଏହା ଜଳ ଅଣୁ ହରାଏ ?
ଉ-
373
40. 1 ଲି. ଦ୍ରବଣର pH = 6 ଏଥରେ pH = 7 ଥିବା ୨ ଲି. ଦ୍ରବଣ ମିଶାଇଲେ ନୂତନ ଦ୍ରବଣର pH = 9 କେତେ ?
ଉ-
7
41. ବେକିଂ ସୋଡ଼ାର ରାସାୟନିକ ସଂକେତଟି ଲେଖ ।
ଉ-
NaHCO3
42. ଅଗ୍ନି ନିର୍ବାପକ ଯନ୍ତ୍ରରେ କେଉଁ ଗ୍ୟାସ୍ ବ୍ୟବହୃତ ହୁଏ ?
ଉ-
NaHCO3
43. ବୋରାକ୍ ପ୍ରସ୍ତୁତିରେ କେଉଁ ଯୌଗିକ ବ୍ୟବହାର କରାଯାଏ ?
ଉ-
Na2CO3 10H2O
44. ଭିନେଗାର କେଉଁ ଅମ୍ଳ ପ୍ରସ୍ତୁତ କରିଥାଏ ?
ଉ-
CH3COOH
45. ଜଳୀୟ ଦ୍ରବଣରେ FeCl2 ର pH ମୂଲ୍ୟ କେତେ ?
ଉ-
7 ରୁ କମ୍
46. ଶରୀରର ସବୁଠାରୁ ଅଧ୍ବକ ଶକ୍ତ ପଦାର୍ଥଟି କ’ଣ ?
ଉ-
କ୍ୟାଲ୍ସିୟମ୍ ଫସ୍ଫେଟ୍
47. 0.04 ମୋଲ୍ HCI, 4 ଲି. ଦ୍ରବଣରେ pH ମାନ କେତେ ?
ଉ-
2
48. pH = 2 ଦ୍ରବଣରେ 10 ଲି. ଜଳ ମିଶାଇଲେ pH କେତେ ?
ଉ-
3
49. ହଳଦୀରେ କେଉଁ ଅମ୍ଳ ଅଛି ?
ଉ-
ଗାରଟାଚିକ୍ ଏସିଡ୍
50. NaHCO3 ଓ HCI ର ପ୍ରତିକ୍ରିୟାରୁ କେଉଁ ଲବଣ ସୃଷ୍ଟିହୁଏ ?
ଉ-
NaCl
51. ଧାତବ କାର୍ବୋନେଟ୍ ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ ସହ ପ୍ରତିକ୍ରିୟା କରି ଉତ୍ପନ୍ନ ହେଉଥିବା ଗ୍ୟାସ୍ କ’ଣ ?
ଉ-
CO2
52. ଅମ୍ଳୀୟ ପଦାର୍ଥ ଜଳରେ କେଉଁ ଆୟନ ପ୍ରଦାନ କରେ ?
ଉ-
H+(aq) ଆୟନ
53. ଏକ ଅମ୍ଳୀୟ ଦ୍ରବଣରେ ଫେନଲଫ୍ଲିନର ବର୍ଷ କ’ଣ ?
ଉ-
ବର୍ଣ୍ଣହୀନ
54. ଏକ ଅମ୍ଳୀୟ ଦ୍ରବଣର pH ମୂଲ୍ୟ କେତେ ?
ଉ-
0 ରୁ 7
55. ଏକ କ୍ଷାରୀୟ ଦ୍ରବଣର pH ମୂଲ୍ୟ କେତେ ?
ଉ-
7 ରୁ 14
56. ଏକ ପ୍ରଶମିତ ଦ୍ରବଣ ବା ବିଶୁଦ୍ଧ ଜଳର pH ମୂଲ୍ୟ କେତେ ?
ଉ-
7
57. ରକ୍ତର ହାରାହାରି PH ମୂଲ୍ୟ କେତେ ?
ଉ-
7.4
58. କେଉଁ ଲବଣଦ୍ଵାରା ଜଳର ସ୍ଥାୟୀ ଖରତ୍ଵ ଦୂର ହୁଏ ?
ଉ-
ସୋଡ଼ିୟମ୍ କାର୍ବୋନେଟ୍
59. ଧାତବ ଅକ୍ସାଇଡ଼କୁ କ’ଣ କୁହାଯାଏ ?
ଉ-
କ୍ଷାରୀୟ ଅକ୍ସାଇଡ୍
B ଶୂନ୍ୟସ୍ଥାନ ପୂରଣ କର ।
1. ଅମ୍ଳ ନ1ଲ ଲିଗମସକୁ …………………… ରଙ୍ଗ କରିଦିଏ ।
2. କ୍ଷାର ଲାଲ୍ ଲିଟମସ୍କୁ ……………… ରଙ୍ଗ କରିଦିଏ ।
3. ଧଳା ଲୁଗାର ହଳଦିଆ ତରକାରୀ ଦାଗରେ ସାବୁନ ଘଷିଲେ ……………… ରଙ୍ଗ ହୋଇଥାଏ |
4. ଯେତେବେଳେ ଲିଟମସ୍ ଦ୍ରବଣ ଅମ୍ଳୀୟ କିମ୍ବା କ୍ଷାରୀୟ ନୁହେଁ ଏହାର ରଙ୍ଗ ……………………. |
5. ପୋଟାସିୟମ୍ ତ୍ୟଚ୍ଚତ୍ରକୁସ|ଇଡ୍କୁ ମିଥାଇଲ୍ ଅରେଞ ସତ ମିଶାଇଲେ …………… ରର୍ଚ୍ଚ ହୁଏ
6. ସୋଡ଼ିୟମ୍ କ୍ଲୋରାଇଡ୍ର ଜଳୀୟ ଦ୍ରବଣକୁ ………………….. କୁହାଯାଏ ।
7. Ca(OH)(aq) + CO2(aq) → + H2O(l) |
8. ସୋଡ଼ିସମ୍ ଜିଙ୍କେଟର ରାସାୟନିକ ସଂକେତ ………………… |
9. CaCO3(s) + H2O(l) + CO2(aq) →
10. ଧାତୁ ଅମ୍ଳରୁ ………………. ଅପସାରଣ କରେ ।
11. ଅମ୍ଳ ଓ କ୍ଷାର ମଧ୍ୟରେ ହେଉଥିବା ରାସାୟନିକ ପ୍ରତିକିୟାକୁ …………… କହନ୍ତି |
12. କପର (II) କ୍ଲୋରାଇଡ୍ର ରଙ୍ଗ ……………………. |
13. ଜଳରେ ଅମ୍ଳ ମିଶାଇଲେ ଏକ ଆୟତନ ପ୍ରତି ……………………. ଖାତତା କମିଯାଏ
14. pH ସ୍କେଲରେ p ର ଅର୍ଥ ……………………. |
15. ଖାଇବା ପୂର୍ବରୁ ଜିଭ ଲାଳର ହାରାହାରି pH ……………… |
16. ପାକସ୍ଥଳୀ ………………… ଏସିଡ୍ ପ୍ରସ୍ତୁତ କରେ ।
17. ପାଟିର pH …………….. ରୁ କମ୍ ହୋଇଗଲେ ଦନ୍ତକ୍ଷୟ ଆରମ୍ଭ ହୋଇଯାଏ ।
18. ଦାନ୍ତର ବହିରାବରଣ ………………. ରେ ଗଠିତ ।
19. ଟମାଟୋରେ ………………. ଏସିଡ୍ ଅଛି ।
20. କ୍ୟାଲସିୟମ୍ ସଲଫେଟ୍ …………………. ରଙ୍ଗ ହୁଏ ।
21. ବେକିଂ ସୋଡ଼ା ଓ ………………………. ର ମିଶ୍ରଣରେ ବେକିଂ ପାଉଡ଼ର ତିଆରି ।
22. ଧୋଇବା ସୋଡ଼ା ସ୍ଫଟିକର ………….. ଟି ଜଳ ଅଣୁ ଅଛି ।
23. ଭାଙ୍ଗିଯାଇଥିବା ହାଡ଼କୁ ଠିକ୍ ସ୍ଥାନରେ ରଖୁବାରେ ବ୍ୟବହାର କରୁଥିବା ରାସାୟନିକ ପଦାର୍ଥଟି ……………………. |
24. CaOCl2 ର ସାଧାରଣ ନାମ …………………….. |
25. କ୍ଷାରକ ଓ ଅମ୍ଳ ଜଳରେ ଦ୍ରବୀଭୂତ ଏକ ……………… ପ୍ରତିକ୍ରିୟା |
26. ବିସ୍କୁଟ ପ୍ରସ୍ତୁତି ପାଇଁ ……………….. ପାଉଡ଼ର ବ୍ୟବହାର କରାଯାଏ ।
27. ସୋଡ଼ିୟମ୍ କ୍ଲୋରାଇଡ୍ ଲବଣକୁ …………………….. ଜଳରୁ ପୃଥକ୍ କରାଯାଏ ।
28. ବ୍ରାଇନ୍ ………………. ର ଦ୍ରବଣ ଅଟେ ।
29. ରନ୍ଧନକୁ ଦ୍ରୁତତର କରିବା ପାଇଁ ……………………. ଯୌଗିକ ବ୍ୟବହାର କରାଯାଏ ।
30. ଜିପ୍ସମ୍ବର ରାସାୟନିକ ସଂକେତ …………………. |
31. କ୍ୟାଲସିୟମ୍ ଅକ୍ସାକ୍ଲୋରାଇଡ୍ର ସାଧାରଣ ନାମ ………………….. |
32. ଖରଜଳକୁ ମୃଦୁ କରିବାପାଇଁ ବ୍ୟବହୃତ ସୋଡ଼ିୟମ୍ ଯୌଗିକର ନାମ ………………….. |
33. କଲିଚୂନର ରାସାୟନିକ ନାମ ………………… |
34. ଅମ୍ଳଗୁଡ଼ିକ ଦ୍ରବଣରେ ……………………. ଆଯନ ଉତ୍ପନ କରନ୍ତି |
35. ଧୋଇବା ସୋଡ଼ାର ରାସାୟନିକ ସଂକେତ ………………………. |
36. ଧାତବ ଅକ୍ସାଇଡ୍ ଅମ୍ଳ ସହିତ ରାସାୟନିକ ପ୍ରତିକ୍ରିୟା କରି ……………………. ସୃଷ୍ଟି କରେ ।
37. କ୍ଷାରକଗୁଡ଼ିକ ଜଳରେ …………………….. ଆୟନ ପ୍ରଦାନ କରନ୍ତି ।
38. କ୍ୟାଲ୍ସିୟମ୍ ସଲଫେଟ୍ ହେମିହାଇଡ୍ରେଟ୍କୁ ………………. କୁହାଯାଏ ।
39. ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ଜଳ ସହିତ ମିଶିଲେ …………………….. ରେ ପରିଣତ ହୁଏ ।
40. ଜଳଯୋଜିତ କପର୍ ସଲଫେଟ୍ରର ରାସାୟନିକ ସଂକେତ ………………………… |
Answer:
1. ଲାଲ୍
2. ନୀଳ
3. ଲୋହିତ ବାଦାମୀ
4. ନୀଳ ଲୋହିତ
5. ହଳଦିଆ
6. ବ୍ରାଇନ୍
7. CaCO3(s)
8. Na2ZnO2
9. Ca(HCO3)2 (aq)
10. ହାଇଡ୍ରୋଜେନ
11. ପ୍ରଶମନୀକରଣ
12. ନୀଳସବୁଜ
13. (H3O+)
15. 7.4
16. HCl
17. 5.5
18. କ୍ୟାଲ୍ସିୟମ୍ ଫସ୍ଫେଟ୍
19. ଅକ୍ଜାଲିକ୍
20. H2SO4
21. ଟାରଗାରିକ୍ ଏସିଡ୍
22.10 ଟି
23. ପ୍ଲାଷ୍ଟର ଅଫ୍ ପ୍ୟାରିସ୍
24. ବ୍ଲିଚିଂ ପାଉଡ଼ର
25. ତାପ ଉତ୍ପାଦୀ
26. ବେକିଂ
27. ସମୁଦ୍ର
28. NaCl
29. ସୋଡ଼ିୟମ୍ ହାଇଡ୍ରୋଜେନ୍ କାର୍ବୋନେଟ୍
30. CaSO4, 2H2O
31. ବ୍ଲିଚିଂପାଉଡ଼ର
32. ସୋଡ଼ିୟମ୍ କାର୍ବୋନେଟ୍
33. କ୍ୟାଲସିୟମ୍ ଅକସାଇଡ୍ (CaO)
34. ହାଇଡ୍ରୋଜେନ୍
35. Na2CO3, 10H2O
36. ଲବଣ ଓ ଜଳ
37. ହାଇଡ୍ରକ୍ସାଇଡ (OH–)
38. ପ୍ଳାଷ୍ଟର ଅଫ୍ ପ୍ୟାରିସ୍
39. ଜିପ୍ସମ୍
40. CuSO4, 5H2O
C ଠିକ୍ ଉକ୍ତି ପାଇଁ ( ✓) ବା ଭୁଲ ଉକ୍ତି ପାଇଁ (x) ଲେଖ ।
1. ରନ୍ଧନକୁ ଦ୍ରୁତତର କରିବାପାଇଁ NaHCO3 ବ୍ୟବହାର କରାଯାଏ ।
2. ସୋଡ଼ିୟମ୍ ହାଇଡ୍ରୋଜେନ୍ କାର୍ବୋନେଟ୍କୁ ଉତ୍ତପ୍ତ କଲେ Na2CÔ3 ଉତ୍ପନ୍ନ ହୁଏ ।
3. ପାଟିର pH 5.5 ରୁ ଅଧିକ ହେଲେ ଦନ୍ତକ୍ଷୟ ହୁଏ ।
4. ଜଳର ଆୟନିକ ଗୁଣଫଳ 10-14 ।
5. ଧୋଇବା ସୋଡ଼ାରେ ସ୍ଫଟିକ ଜଳ ଅଣୁସଂଖ୍ୟା 10 |
6. କପର୍ ସଲ୍ଫେଟ୍ ସ୍ଫଟିକରେ 12ଟି ଜଳର ଅଣୁ ଅଛି ।
7. ଜିପ୍ସମ୍ ସ୍ଫଟିକରେ 4ଟି ଜଳ ଅଣୁ ଅଛି ।
8. ଜିପ୍ସମ୍କୁ 373K ତାପମାତ୍ରା ପର୍ଯ୍ୟନ୍ତ ଉତ୍ତପ୍ତ କଲେ ଏହା ଜଳ ଅଣୁ ହରାଏ ।
9. ସୋଡ଼ିୟମ୍ ନାଇଟ୍ରେଟ୍ HNO3ଏସିଡ୍ରୁ ମିଳିପାରିବ ।
10. ବେକିଂ ସୋଡ଼ାର ମୁଖ୍ୟ ରାସାୟନିକ ସଂକେତ NaHCO3 |
11. ଅଗ୍ନି ନିର୍ବାପକ ଯନ୍ତ୍ରରେ NaHCO3 ବ୍ୟବହୃତ ହୁଏ ।
12. Cl2, Ca(OH)2 ସହ ପ୍ରତିକ୍ରିୟା କରି ବ୍ଲିଚିଂ ପାଉଡ଼ର ପ୍ରସ୍ତୁତ କରେ ।
13. ଭିନେଗାର HNO3 ଅମ୍ଳ ପ୍ରସ୍ତୁତ କରିଥାଏ ।
14. ଜଳୀୟ ଦ୍ରବଣରେ FeCl2 ର pH ମୂଲ୍ୟ 7 ରୁ କମ୍ ।
15. 0.04 ମୋଲ୍ HCl, 4 ଲି. ଦ୍ରବଣରେ pH ମାନ 4 ।
16. ଶୁକ୍ରଗ୍ରହର ବାୟୁମଣ୍ଡଳରେ ସଲଫ୍ୟୁରିକ୍ ଏସିଡ୍ର ଏକ ବହଳିଆ ଧଳା, ହଳଦିଆ, ବାଦଲରେ ଆଚ୍ଛାଦିତ ହୋଇଥାଏ ।
17. HCl ନୀଳ ଲିଟ୍ସ୍କୁ ଲାଲ୍ କରେ ।
18. ଯେତେବେଳେ ଲିସ୍ ଦ୍ରବଣ ଅମ୍ଳୀୟ କିମ୍ବା କ୍ଷାରୀୟ ନୁହେଁ ଏହାର ବର୍ଣ୍ଣ ଲୋହିତ ବାଦାମୀ ।
19. ହଳଦୀରେ ଟାଟାରିକ୍ ଏସିଡ଼୍ ଅଛି
20. ଧାତୁ ଅମ୍ଳରୁ H2 ଅପସାରଣ କରେ
21. ଧାତୁ ଅମ୍ଳରୁ H2 ଗ୍ୟାସ୍ ଅପସାରଣ କରି ଅବଶିଷ୍ଟ ଅଂଶରେ ମିଳିତ ହୋଇ କ୍ଷାର ଉତ୍ପନ୍ନ କରେ ।
22. ଏକ ପ୍ରଶମିତ ଦ୍ରବଣର pH = 0 |
23. ସମସ୍ତ କ୍ଷାରକ ଜଳରେ ଦ୍ରବୀଭୂତ ହୁଅନ୍ତି ।
24. ମିଥାଇଲ୍ ଅରେଞ୍ଜ ଓ ଫେନଲ୍ ଥାଲିନ୍ ଅମ୍ଳ କ୍ଷାର ଜାଣିବାପାଇଁ ସଂଶ୍ଳେଷିତ ସୂଚକ ।
25. ବର୍ଷା ଜଳର pH 5.6 ରୁ କମ୍ ହେଲେ ତାକୁ ଅମ୍ଳବର୍ଷା ବୋଲି କୁହାଯାଏ ।
26. ଜିପ୍ମ୍ର ସ୍ଫଟିକରେ ଥିବା ସ୍ଫଟିକ ଜଳଅଣୁ ସଂଖ୍ୟା 2 ।
27. ସବଳ କ୍ଷାର ଜଳରେ ଦ୍ରବୀଭୂତ ହୋଇ H+ ଦିଏ ।
28. କପର ସଲ୍ଫେଟ୍ ସ୍ଫଟିକରୁ ଜଳ ଅପସାରଣ କଲେ ଲବଣର ରଙ୍ଗ ନୀଳ ।
29. କ୍ଲୋରୋଆଲ୍କିଲ୍ ପ୍ରଣାଳୀରେ ଉତ୍ପନ୍ନ ହେଉଥିବା ଆଲକଲ୍ର ନାମ NaOH |
30. ସବଳ ଅମ୍ଳ ଓ ଦୁର୍ବଳ କ୍ଷାରରୁ ପ୍ରସ୍ତୁତ ଲବଣ ହେଉଛି କ୍ଷାରୀୟ ଲବଣ ।
Answer:
1. ✓
2. ✓
3. x
4. ✓
5. ✔
6. x
7. x
8. ✓
9.✔
10. ✔
11. ✔
12. ✔
13. ×
14.✔
15. x
16. ✔
17. ✔
18. ×
19. ✔
20. ✔
21. x
22. x
23. x
24.✔
25.✔
26. ✔
27. ×
28. x
29. ✔
30. x
D ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।
E ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. ରାସାୟନିକ ସଂଶ୍ଳେଷିତ ସୂଚକଗୁଡ଼ିକ କ’ଣ ?
ଭ–
ମିଥାଇଲ୍ ଅରେଞ୍ଜ ଓ ଫେନଲ୍ଫ୍ଲିନ୍ ।
2. ଲିଟମସ୍ ଦ୍ରବଣ କିପରି ପ୍ରସ୍ତୁତ କରାଯାଏ ?
ଉ-
ଲିଟମସ୍ ଦ୍ରବଣ ଏକ ନୀଳ ଲୋହିତ ରଞ୍ଜକ । ଏହା ଥାଲୋଫାଇଟା ଶ୍ରେଣୀର ଶୈବାଳିକାରୁ ନିଷ୍କାସନ କରାଯାଏ ।
3. କେଉଁ ଫୁଲର ପାଖୁଡ଼ା ଅମ୍ଳ ଓ କ୍ଷାରର ଉପସ୍ଥିତ ସୂଚାଏ ?
ଉ-
ହାଇଡ୍ରୋନ୍ଜିଆ, ପେଟୁନିଆ ଓ ଜେରାନିୟମର ପାଖୁଡ଼ା ଅମ୍ଳ ଓ କ୍ଷାରର ଉପସ୍ଥିତି ସୂଚାଏ ।
4. ଘ୍ରାଣସୂଚକ କାହାକୁ କହନ୍ତି ?
ଉ-
ଗୋଟିଏ ଅମ୍ଳ ଓ ଗୋଟିଏ କ୍ଷାରକ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟି ଲବଣ ଓ ଜଳ ଉତ୍ପନ୍ନ ହୁଏ । ଏହି ପ୍ରତିକ୍ରିୟାକୁ କହନ୍ତି
5. ପ୍ରଣମନ1କରଣ ପ୍ରତିକ୍ରିଯା କାହାକୁ କହନ୍ତି
ଉ-
ଗୋଟିଏ ଅମ୍ଳ ଓ ଗୋଟିଏ କ୍ଷାରକ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟି ଲବଣ ଓ ଜଳ ଉତ୍ପନ୍ନ ହୁଏ । ଏହି ପ୍ରତିକ୍ରିୟାକୁ ପ୍ରଣମନ1କରଣ ପ୍ରତିକ୍ରିଯା କହନ୍ତି |
6. ଲବଣ କାହାକୁ କତୂନ୍ତି
ଭ–
ଧାତୁ ଅମ୍ଳଗୁଡ଼ିକରୁ ହାଇଡ୍ରୋଜେନ୍ ଗ୍ୟାସ୍ ଅପସାରଣ କରି ଅମ୍ଳର ଅବଶିଷ୍ଟ ଅଂଶରେ ମିଳିତ ହୋଇ ଯେଉଁ ଯୌଗିକ ଉତ୍ପନ୍ନ କରେ, ତାକୁ ଲବଣ କହନ୍ତି ।
7. ଧାତବ ଅକ୍ସାଇଡ୍କୁ କ୍ଷାରୀୟ ଅକ୍ସାଇଡ୍ କାହିଁକି କୁହାଯାଏ ?
ଉ-
କ୍ଷାରକ ଓ ଅମ୍ଳ ପ୍ରତିକ୍ରିୟା ଭଳି ଧାତବ ଅକ୍ସାଇଡ୍ ଅମ୍ଳ ସହିତ ରାସାୟନିକ ପ୍ରତିକ୍ରିୟା କଲେ ଲବଣ ଓ ଜଳ ଉତ୍ପନ୍ନ
8. ଆଲ୍କାଲି କାହାକୁ କହନ୍ତି ?
ଉ–
ଯେଉଁ କ୍ଷାରକଗୁଡ଼ିକ ଜଳରେ ଦ୍ରବଣୀୟ ହୋଇ (OH– ) ଆୟନ ଦିଏ, ସେଗୁଡ଼ିକୁ କ୍ଷାର ବା ଆଲ୍କାଲି କହନ୍ତି ।
9. ଲଘୁକରଣ କାହାକୁ କହନ୍ତି ?
ଉ–
ଜଳରେ ଅମ୍ଳ ବା କ୍ଷାରକ ମିଶାଇବା ଦ୍ଵାରା ଏକକ ଆୟତନ ପ୍ରତି H3O+/OH– ଆୟନଗୁଡ଼ିକର ଗାଢ଼ତା କମିଯାଏ । ଏହି ପ୍ରକ୍ରିୟାକୁ ଲଘୁକରଣ କହନ୍ତି ।
10. pH ର ସଂଜ୍ଞା ଲେଖ ।
ଊ–
pH ହେଉଛି ଏକ ସଂଖ୍ୟା ଯାହାକି ଅମ୍ଳୀୟ ବା କ୍ଷାରୀୟ ପ୍ରକୃତି ସୂଚାଏ ।
11. ସବଳ ଅମ୍ଳ କାହାକୁ କହନ୍ତି ?
ଊ–
ଯେଉଁ ଅମ୍ଳଗୁଡ଼ିକ ଅଧିକ ପରିମାଣର H+ ଆୟନ ଦେଇଥା’ନ୍ତି ସେଗୁଡ଼ିକୁ ସବଳ ଅମ୍ଳ କହନ୍ତି ।
12. ସବଳ କ୍ଷାର କାହାକୁ କୁହାଯାଏ ?
ଭ–
ଯେଉଁ କ୍ଷାର ଅଧିକ ପରିମାଣର OH– ଆୟନ ଦେଇଥାଏ ତାହାକୁ ସବଳ କ୍ଷାର କହନ୍ତି ।
13. ଅମ୍ଳ ବର୍ଷା କାହାକୁ କହନ୍ତି ?
ଭ—
ବର୍ଷା ଜଳରେ pH 5.6 ରୁ କମ୍ ହେଲେ ତାକୁ ଅମ୍ଳ ବର୍ଷା କୁହାଯାଏ ।
14. ପ୍ରତି ଅମ୍ଳ କ’ଣ ?
ଉ–
ପେଟର ଯନ୍ତ୍ରଣା ଉପଶମ ପାଇଁ ଲୋକମାନେ ଯେଉଁ କ୍ଷାରକ ବ୍ୟବହାର କରନ୍ତି ତାହାକୁ ପ୍ରତିଅମ୍ଳ କୁହାଯାଏ ।
15. ଏକ ଦ୍ରବଣର ସର୍ବାଧିକ ଓ ସର୍ବନିମ୍ନ PH ମୂଲ୍ୟ କେତେ ?
ଉ
PH ର ସର୍ବାଧିକ ମୂଲ୍ୟ = 14
pH ର ସର୍ବନିମ୍ନ ମୂଲ୍ୟ = 0
16. କଠିନ ଖଣିଜ ଲବଣ କାହାକୁ କୁହାଯାଏ ?
ଉ-
ପୃଥିବୀର ବିଭିନ୍ନ ସ୍ଥାନରେ କଠିନ ଲବଣ ଗଚ୍ଛିତ ହୋଇ ରହିଥାଏ । ଅଶୁଦ୍ଧତା କାରଣରୁ ବୃହତ୍ ସ୍ପଟିକଗୁଡ଼ିକ ଅନେକ ସମୟରେ ବାଦାମୀ ଦେଖାଯାଏ । ଏହାକୁ କଠିନ ଖଣିଜ ଲବଣ କୁହାଯାଏ ।
17. ବେକିଂ ପାଉଡ଼ର ପାଉଁରୁଟିକୁ ନରମ କରେ କିପରି ?
ଉ–
ବେକିଂ ପାଉଡ଼ରକୁ ଗରମ କଲେ ସେଥୁରୁ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ବାହାରି ପାଉଁରୁଟିକୁ ଫୁଲାଇ ଦେଇ ନରମ ଓ ସଚ୍ଛିଦ୍ର କରିଥାଏ । .
18. ସ୍ଫଟିକ ଜଳ କାହାକୁ କହନ୍ତି ?
ଉ–
ଲବଣର ସଂକେତ ଏକକରେ ରହିଥିବା ନିର୍ଦ୍ଦିଷ୍ଟ ସଂଖ୍ୟକ ଜଳ ଅଣୁକୁ ସ୍ଫଟିକ ଜଳ କହନ୍ତି ।
19. .ପ୍ଲାଷ୍ଟର ଅଫ୍ ପ୍ୟାରିସ୍ କାହାକୁ କହନ୍ତି ?
ଉ–
ଜିପସମକୁ 373K ତାପମାତ୍ରାରେ ଉତ୍ତପ୍ତ କଲେ ଏହା ଜଳ ଅଣୁ ହରାଏ ଏବଂ କ୍ୟାଲ୍ସିୟମ୍ ସଲଫେଟ୍ ହେମିହାଇଡ୍ରେଟ୍ରେ ପରିଣତ ହୁଏ । ଏହାକୁ ପ୍ଲାଷ୍ଟରଅଫ୍ ପ୍ୟାରିସ୍ କହନ୍ତି ।
20. ଅଧ୍ବକ ପରିମାଣର କ୍ଷାରକ ସୋଡ଼ିୟମ ହାଇଡ୍ରକ୍ସାଇଡ୍ ଦ୍ରବଣରେ ଦ୍ରବୀଭୂତ ହେଲେ ହାଇଡ୍ରକ୍ସାଇଡ୍ ଆୟନର ଗାଢ଼ତା କିପରି ପ୍ରଭାବିତ ହୁଏ ?
ଉ–
କ୍ଷାରକଗୁଡ଼ିକ ସୋଡ଼ିୟମ୍ ହାଇଡ୍ରକ୍ସାଇଡ୍ ଦ୍ରବଣରେ ଦ୍ରବୀଭୂତ ହେଲେ ଏକକ ଆୟତନ ପ୍ରତି ହାଇଡ୍ରକ୍ସାଇଡ୍ ଆୟନ (OH–)ର ଗାଢ଼ତା ବୃଦ୍ଧିପାଏ ।
21. ଏକ ଅମ୍ଳୀୟ ଦ୍ରବଣରେ ଲଘୁକରଣ ପ୍ରକ୍ରିୟାଦ୍ଵାରା ହାଇଡ୍ରୋନିୟମ୍ ଆୟନର ଗାଢ଼ତା କିପରି ପ୍ରଭାବିତ ହୋଇଥାଏ ?
ଉ–
ଅମ୍ଳୀୟ ଦ୍ରବଣର ଲଘୁକରଣ ପ୍ରକ୍ରିୟାଦ୍ଵାରା H+ ଆୟନର ଗାଢ଼ତା ହ୍ରାସ ପାଇଥାଏ । ତେଣୁ ଦ୍ରବଣର ଅମ୍ଳୀୟ ଗୁଣ ହ୍ରାସପାଏ ।
22. ଗୋଟିଏ ଅମ୍ଳର ଜଳୀୟ ଦ୍ରବଣ ବିଦ୍ୟୁତ୍ ପରିବହନ କରିପାରେ କାହିଁକି ?
ଉ-
ଅମ୍ଳ ଜଳରେ ବିଘଟିତ ହୋଇ H+ ଆୟନ ଦେଉଥିବାରୁ ଅମ୍ଳର ଜଳୀୟ ଦ୍ରବଣ ବିଦ୍ୟୁତ୍ ପରିବହନ କରିପାରେ ।
23. ଖର ଜଳକୁ ମୃଦୁ ଜଳରେ ପରିଣତ କରିବା ପାଇଁ ଯେଉଁ ସୋଡ଼ିୟମ୍ ଯୌଗିକ ବ୍ୟବହାର କରାଯାଏ, ତା’ର ନାମ କ’ଣ ?
ଉ-
ଖରଜଳକୁ ମୃଦୁ ଜଳରେ ପରିଣତ କରିବା ପାଇଁ ଧୋଇବା ସୋଡ଼ା ବା ସୋଡ଼ିୟମ୍ କାର୍ବୋନେଟ୍ (Na2CO3) ବ୍ୟବହାର କରାଯାଏ ।
24. କେଉଁ ପଦାର୍ଥ କ୍ଲୋରିନ୍ ସହ ରାସାୟନିକ ପ୍ରତିକ୍ରିୟାକରି ବ୍ଲିଚିଂ ପାଉଡ଼ର ଉତ୍ପନ୍ନ କରେ ?
ଉ-
ଶର୍ମିତ ଚୁନ ଓ କ୍ଲୋରିନ୍ର ରାସାୟନିକ ପ୍ରତିକ୍ରିୟା ଫଳରେ ବ୍ଲଟିଂପାଉଡ଼ର ଉତ୍ପନ୍ନ ହୁଏ ।
25. ସୋଡ଼ିୟମ୍ ହାଇଡ୍ରୋଜେନ୍ କାର୍ବୋନେଟ୍ର ଦ୍ରବଣକୁ ଗରମ କଲେ କ’ଣ ଘଟିବ, ସମ୍ପୃକ୍ତ ରାସାୟନିକ ପ୍ରତିକ୍ରିୟା ପାଇଁ ସମ1କରଣଟି ଲେଖ |
ଉ-
ସୋଡ଼ିୟମ୍ ହାଇଡ୍ରୋଜେନ୍ କାର୍ବୋନେଟ୍ର ଦ୍ରବଣକୁ ଗରମ କଲେ ସେଥୁ ସୋଡ଼ିୟମ୍ କାର୍ବୋନେଟ୍, କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ଓ ଜଳ ବାହାରିବ ।
26. ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ଓ ଜଳ ମଧ୍ୟରେ ରାସାୟନିକ ପ୍ରତିକ୍ରିୟାକୁ ଦର୍ଶାଇବା ପାଇଁ ଏକ ସମୀକରଣ ଲେଖ ।
ଉ-
27. ଟ୍ରୁଥ୍ପେଷ୍ଟ ଦନ୍ତକ୍ଷୟକୁ ନିବାରଣ କରେ କିପରି ?
ଉ-
ଟୁଥେଷ୍ଟ କ୍ଷାରୀୟ, ଯାହାକି ଦାନ୍ତ ଘଷିଲେ ପାଟିର ଅମ୍ଳ କମିଯାଏ ଓ ଦନ୍ତକ୍ଷୟର ନିବାରଣ କରିଥାଏ ।
28. ସୋଡ଼ିୟମ୍ ହାଇଡ୍ରୋଜେନ୍ କାର୍ବୋନେଟ୍କୁ ଉତ୍ତପ୍ତ କଲେ କ’ଣ ମିଳେ ସମୀକରଣଟି ଲେଖ ।
ଉ-
29. ଟ୍ୟାପ୍ ଜଳ, ସମୁଦ୍ର ଜଳ ଓ ପାତିତ ଜଳ ମଧ୍ୟରୁ କେଉଁଟି ବିଦ୍ୟୁତ୍ ସୁପରିବାହୀ ଓ କାହିଁକି ?
ଉ-
ସମୁଦ୍ର ଜଳରେ ପ୍ରଚୁର ଲବଣ ଥାଏ, ଯାହାକି ଆୟନ ଦେଇଥାଏ । ତେଣୁ ସମୁଦ୍ର ଜଳ ବିଦ୍ୟୁତ୍ ସୁପରିବାହୀ ଅଟେ ।
30. ବ୍ଲିଚିଂପାଉଡ଼ର ପ୍ରସ୍ତୁତିର ରାସାୟନିକ ସମୀକରଣ ଲେଖ ।
ଉ-
Ca(OH)2 + Cl2 → CaOCl2 + H2O
31. ଅମ୍ଳ କ’ଣ ?
ଉ–
ଅମ୍ଳ ପାଟିକୁ ଖଟା ଲାଗେ ଏବଂ ଏହା ନୀଳ ଲିଟ୍ସ୍କୁ ଲାଲ୍ କରିଦିଏ ।
32. କ୍ଷାରକ କ’ଣ ?
ଊ–
କ୍ଷାରକ ପାଟିକୁ ଖାରିଆ ଲାଗେ ଏବଂ ଏହା ଲାଲ୍ ଲିଟ୍ସ୍କୁ ନୀଳ କରିଦିଏ ।
33. ଅମ୍ଳ-କ୍ଷାରକ ସୂଚକ କ’ଣ ?
ଉ-
ଏକ ଦ୍ରବଣ ଅମ୍ଳୀୟ କିମ୍ବା କ୍ଷାରୀୟ କିମ୍ବା ଅମ୍ଳ-କ୍ଷାର ନୁହେଁ (ନିରପେକ୍ଷ) ତାହା ଏହି ଅମ୍ଳ-କ୍ଷାରକ ସୂଚକରୁ ଜଣାପଡ଼େ ।
34. pH ସ୍କେଲ୍ର ବ୍ୟବହାର କ’ଣ ?
ଉ-
ଏକ ପଦାର୍ଥର ଜଳୀୟ ଦ୍ରବଣ ଅମ୍ଳୀୟ କିମ୍ବା କ୍ଷାରୀୟ କିମ୍ବା ଅମ୍ଳ-କ୍ଷାରୀୟ ନୁହେଁ ତାହା pH ସ୍କେଲ୍ରୁ ଜଣାପଡ଼େ ।
35. ଆଲକାଲି କ’ଣ ?
ଉ-
ଯେଉଁ କ୍ଷାରକ ଜଳରେ ଦ୍ରବୀଭୂତ ହୋଇଥାଏ, ତାହାକୁ କ୍ଷାର ବା ଆଲକାଲି କହନ୍ତି ।
F ପ୍ରଥମଯୋଡ଼ିର ସମ୍ପର୍କକୁ ଲକ୍ଷ୍ୟ କରି ଦ୍ୱିତୀୟ ଯୋଡ଼ିର ଶୂନ୍ୟସ୍ଥାନ ପୂରଣ କର ।
1. ଜଳଯୋଜିତ CuSO4 : 5H2O :: ଜଳଯୋଜିତ Na2CO3 : ………………..
2. ଅତ୍ୟଧ୍ବକ ଅମ୍ଳୀୟ : pH = 0 :: ଅତ୍ୟଧିକ କ୍ଷାରୀୟ : ………………………..
3. ଅମ୍ଳ : H± ଆୟନ :: କ୍ଷାରକ : ……………………..
4. ନୀଳ ଲିଟ୍ସ୍କୁ ଲାଲ୍ : ଅମ୍ଳ :: ଲାଲ୍ ଲିଟ୍ସ୍କୁ ନୀଳ : ………………………..
5. ଅମ୍ଳ : ଖଟା :: କ୍ଷାର : …………………………
6. ଗନ୍ଧକାମ୍ଳ + ଫେନଲ୍ଫ୍ଲିନ୍ : ବର୍ଣ୍ଣହୀନ :: NaOH + ଫେନଲଫ୍ଲିନ୍ : ………………………..
7. ଧାତୁ + ଅମ୍ଳ : H2 ଗ୍ୟାସ୍ :: ଧାତୁ + କ୍ଷାର : ……………………….
8. ଧାତବ ଅକ୍ସାଇଡ୍ : କ୍ଷାରୀୟ :: ଅଧାତବ ଅକ୍ସାଇଡ୍ : ……………………
9. ଅମ୍ଳ : H+ :: କ୍ଷାରକ : …………………………
10. KOH ଦ୍ରବଣ : CO2 :: CaCl2 : ……………….
11. HCI ଜଳ ଉପସ୍ଥିତିରେ : H+ ଅଲଗା :: HCI ଜଳ ଅନୁପସ୍ଥିତିରେ : …………………………..
12. ଜଳ + ଅମ୍ଳ : ତାପଉତ୍ପାଦୀ :: ଜଳ + କ୍ଷାର : ……………………..
13. pH = 0 : ଅତ୍ୟଧ୍ଵ ଅମ୍ଳୀୟ : pH = 14 :
14. H3O+ ର ଗାଢ଼ତା ଅଧିକ : pH ମୂଲ୍ୟ କମ୍ :: OH– ର ଗାଢ଼ତା ଅଧିକ : …………………………
15. pH ମୂଲ୍ୟ < 7 : ଅମ୍ଳୀୟ :: PH ର ମୂଲ୍ୟ > 7 : ………………….
16. କଲିଚୂନ : Ca0:: ଶିମିତ ଚୂନ : …………………………
17. ଲେମ୍ବୁରସ : ପ୍ରାୟ 2.2 :: ପାଚକ ରସ : ……………………….
18. 1M NaOH : 14 :: 1M HCl : ………………
19. କଫି : ଅମ୍ଳୀୟ :: ଜିଭ ଲାଳ ଖାଇବା ପୂର୍ବରୁ : ………………………
20. ମିଲିକ୍ ଅଫ୍ ମ୍ୟାଗ୍ନେସିୟା : ପ୍ରାୟ 10 :: ସୋଡ଼ିୟମ୍ ହାଇଡ୍ରକ୍ସାଇଡ୍ : ………………………..
21. ଲେମ୍ବୁ : ସାଇଟ୍ରିକ୍ ଅମ୍ଳ : : ପିମ୍ପୁଡ଼ି ଦଂଶନ : ……………………..
22. ପୋଟାସିୟମ୍ ସଲଫେଟ୍ : K2SO4 : ସୋଡ଼ିୟମ୍ ନାଇଟ୍ରେଟ୍ : ……………………..
23. ତେନ୍ତୁଳି : ଟାର୍ଟାରିକ୍ ଏସିଡ୍ :: କମଳା : …………………………….
24. NaOH : ସବଳକ୍ଷାର :: H2SO4 ……………..
25. ସବଳ ଅମ୍ଳ + ଦୁର୍ବଳ କ୍ଷାର : ଅମ୍ଳୀୟ ଲବଣ :: ସବଳ କ୍ଷାରକ + ଦୁର୍ବଳ ଅମ୍ଳ : ………………………
26. H2SO4 + KOH : K2SO4 :: H2SO4 + NaOH : ……………….
27. କ୍ଷାର ସୋଡ଼ା : Na2CO3.10H2O :: ଖାଇବା ସୋଡ଼ା : ……………………..
28. ସୋଡ଼ା ଅମ୍ଳ ନିଆଁଲିଭା ଯନ୍ତ୍ର : NaHCO3 :: ଜଳର ସ୍ଥାୟୀ ଖରତ୍ଵ ଦୂର ; ………………………….
29. NH4Cl ର ଜଳୀୟ ଦ୍ରବଣ : ଅମ୍ଳୀୟ :: Na2CO3ର ଜଳୀୟ ଦ୍ରବଣ : ……………………..
30. CaSO2\(\frac { 1 }{ 2 }\)H2O : ପ୍ଲାଷ୍ଟର ଅଫ୍ ପ୍ୟାରିସ୍ :: CaSO22H2O : ………………..
Answer
1.10 H2O
2. pH = 14
3. OH– ଆୟନ
4. କ୍ଷାର
5. ଖାରିଆ
7. H2 ଗ୍ୟାସ୍
୫. ଅମ୍ଳୀୟ
9. (OH–)
10. H2O
11. H+ ଅଲଗା ହୋଇ ପାରେ ନାହିଁ
12. ତାପଉତ୍ପାଦୀ
13. ଅତ୍ୟକ କ୍ଷାରୀୟ
14. pH ମୂଲ୍ୟ ଅଧ୍ୟା
15. କ୍ଷାରୀୟ
16. Ca(OH)2
17. ପ୍ରାୟ 1. 2
18. 0
19. କ୍ଷାରୀୟ
20. ପ୍ରାୟ 14
21. ଫରମିକ୍ ଏସିଡ୍
22. NaNO3
23. ସାଇଟ୍ରିକ୍ ଏସିଡ୍
24. ସବଳ ଅମ୍ଳ
26. Na2SO4
27. NaHCO3
28. Na2CO3 10 H2O
29. ଯାର1ୟ
30. ଜିପ୍ସମ୍ ।
SUBJECTIVE TYPE QUESTIONS WITH ANSWERS
1. ଲବଣ କାହାକୁ କହନ୍ତି ? ଅମ୍ଳୀୟ, କ୍ଷାରୀୟ ଓ ପ୍ରଶମିତ ଲବଣ କିପରି ସୃଷ୍ଟି ହୁଏ ଉଦାହରଣ ଦେଇ ବୁଝାଅ ଶୁକ୍ର ଗ୍ରହରେ ଜୀବନଧାରଣ ସମ୍ଭବ ନୁହେଁ କାହିଁକି ? ଏକ ମୃଦୁ କ୍ଷାରକର ନାମ ଲେଖ ।
ଉ
(i) କ୍ଷାରର କାଟାୟନ ଓ ଅମ୍ଳର ଏନାୟନର ସଂଯୋଗରୁ ଲବଣ ସୃଷ୍ଟି ହୁଏ ।
ଉଦାହରଣ –ସୋଡ଼ିୟମ ହାଇଡ୍ରକ୍ସାଇଡ୍ ସହ ହାଇଡ୍ରୋକ୍ଲୋରିକ୍ ଏସିଡ୍ର ରାସାୟନିକ ପ୍ରତିକ୍ରିୟା ଘଟିଲେ ସୋଡ଼ିୟମ୍ କ୍ଲୋରାଇଡ୍ ଲବଣ ଓ ଜଳ ଉତ୍ପନ୍ନ ହୁଏ ।
NaOH(aq) + HCl(aq) → NaCl(aq) + H2O(l)
(ii) ସବଳ ଅମ୍ଳ ଓ ଦୁର୍ବଳ କ୍ଷାର ସହ ପ୍ରତିକ୍ରିୟା କରି ଅମ୍ଳୀୟ ଲବଣ ସୃଷ୍ଟି ହୁଏ ।
ଉଦାହରଣ – ହାଇଡ୍ରୋକ୍ଲୋରିକ୍ ଏସିଡ୍ (ସବଳ ଅମ୍ଳ) ସହ ଏଲୁମିନିୟମ୍ ହାଇଡ୍ରକ୍ସାଇଡ୍ର (ଦୁର୍ବଳ କ୍ଷାର)ର ରାସାୟନିକ ପ୍ରତିକ୍ରିୟାରୁ ଏଲୁମିନିୟମ୍ କ୍ଲୋରାଇଡ୍ ନାମକ ଅମ୍ଳୀୟ ଲବଣ ମିଳେ ।
3HCl(aq) + Al (OH)3(aq) → AlCl3(aq) + 3H2O(l)
(iii) ଏକ ସବଳ କ୍ଷାର ସହ ଏକ ଦୁର୍ବଳ ଅମ୍ଳ ରାସାୟନିକ ପ୍ରତିକ୍ରିୟା କରି କ୍ଷାରୀୟ ଲବଣ ଦେଇଥାଏ ।
ଉଦାହରଣ – ସୋଡ଼ିୟମ୍ ହାଇଡ୍ରକ୍ସାଇଡ୍ (ସବଳ କ୍ଷାର) ସହ ଦୁର୍ବଳ ଅମ୍ଳ କାର୍ବୋନିକ୍ ଏସିଡ୍ର ପ୍ରତିକ୍ରିୟାରୁ ସୋଡ଼ିୟମ୍ ହାଇଡ୍ରୋଜେନ୍ କାର୍ବୋନେଟ୍ ନାମକ କ୍ଷାରୀୟ ଲବଣ ସୃଷ୍ଟିହୁଏ ।
NaOH(aq) + H2CO3(aq) → NaHCO3(aq) + H2O(l)
(iv) ସବଳ ଅମ୍ଳ ସହ ସବଳ କ୍ଷାରର ପ୍ରତିକ୍ରିୟାରୁ ପ୍ରଶମିତ ଲବଣ ସୃଷ୍ଟି ହୁଏ ।
ଉଦାହରଣ – ସୋଡ଼ିୟମ୍ ହାଇଡ୍ରକ୍ସାଇଡ୍ (ସବଳ କ୍ଷାର) ସହ ହାଇଡ୍ରୋକ୍ଲୋରିକ୍ ଏସିଡ୍ (ସବଳ ଅମ୍ଳ) ପ୍ରତିକ୍ରିୟା କରି ସୋଡ଼ିୟମ୍ କ୍ଲୋରାଇଡ୍ ଓ ଜଳ ଉତ୍ପନ୍ନ କରେ ।
NaOH(aq) + HCl(aq) → NaCl(aq) + H2O(l)
(v) ଶୁକ୍ର ଗ୍ରହର ବାୟୁମଣ୍ଡଳ ସଫ୍ୟୁରିକ୍ ଏସିଡ୍ର ଏକ ବହଳିଆ-ଧଳା-ହଳଦିଆ ବାଦଲରେ ଗଠିତ । ତେଣୁ ଏହି
ଗ୍ରହରେ ଜୀବନଧାରଣ ସମ୍ଭବ ନୁହେଁ ।
(vi) ମ୍ୟାଗ୍ନେସିୟମ୍ ହାଇଡ୍ରକ୍ସାଇଡ୍ ଏକ ମୃଦୁ କ୍ଷାରକ ଅଟେ ।
2. ଅମ୍ଳ ଓ କ୍ଷାରକର ରାସାୟନିକ ଧର୍ମ ମଧ୍ୟରେ ତୁଳନାତ୍ମକ ବିବରଣୀ ପ୍ରଦାନ କର ।
ଭ—
(i)(a) ଅମ୍ଳ ଧାତୁ ସହ ପ୍ରତିକ୍ରିୟା କରି ଧାତବ ଲବଣ ଓ ହାଇଡ୍ରୋଜେନ୍ ଗ୍ୟାସ୍ ଉତ୍ପନ୍ନ କରେ ।
ଅମ୍ଳ + ଧାତୁ → ଧାତବ ଲବଣ + ହାଇଡ୍ରୋଜେନ୍ ଗ୍ୟାସ୍
(b) କେତେକ କ୍ଷାରକ ଧାତୁ ସହ ପ୍ରତିକ୍ରିୟା କରି ଲବଣ ଓ ହାଇଡ୍ରୋଜେନ୍ ଗ୍ୟାସ୍ ଉତ୍ପନ୍ନ କରେ ।
(ii) (a) ଅମ୍ଳ କ୍ଷାରକ ସହ ପ୍ରତିକ୍ରିୟା କରି ଲବଣ ଓ ଜଳ ଦିଏ ।
NaOH(aq) + HCl(aq) → NaCl(aq) + H2O(l)
(b) କ୍ଷାରକ ଅମ୍ଳ ସହ ପ୍ରତିକ୍ରିୟା କରି ଲବଣ ଓ ଜଳ ଦିଏ ।
NaOH(aq) + CH3COOH(aq) → CH3COONa(aq) + H2O(l)
(iii) (a) ଧାତବ ଅକ୍ସାଇଡ୍ ଅମ୍ଳ ସହ ପ୍ରତିକ୍ରିୟା କରି ଲବଣ ଓ ଜଳ ଉତ୍ପନ୍ନ କରେ ।
ଧାତବ ଅକ୍ସାଇଡ୍ + ଅମ୍ଳ → ଲବଣ + ଜଳ
CuO(s) + H2SO4 (aq) → CuSO4(aq)+H2O(l)
(b) ଧାତବ ଅକ୍ସାଇଡ୍ କ୍ଷାରକ ସହ ପ୍ରତିକ୍ରିୟା କରି ଲବଣ ଓ ଜଳ ଉତ୍ପନ୍ନ କରେ ।
Ca(OH)2(aq) + CO2(aq) → CaCO3(aq) + H2O(l)
(iv) (a) ଅମ୍ଳ ଜଳରେ ଦ୍ରବୀଭୂତ ହୋଇ H+ ଆୟନ ଦିଏ ।
(b) କ୍ଷାରକ ଜଳରେ ଦ୍ରବୀଭୂତହୋଇ OH– ଆୟନ ଦିଏ ।
3. ଧାତବ ଓ ଅଧାତବ ଅକ୍ସାଇଡ୍ର ଯଥାକ୍ରମେ କ୍ଷାରୀୟ ଓ ଅମ୍ଳୀୟ ପ୍ରକୃତି ଦୁଇଟି ଭିନ୍ନ ଭିନ୍ନ ଉଦାହରଣ ନେଇ
ବୁଝାଅ । କ୍ଲୋରୋ-ଆଲ୍କିଲ୍ କ’ଣ ? ଏଥୁରୁ ଉତ୍ପନ୍ନ H2 ଓ Cl2ର ବ୍ୟବହାର ଲେଖ ।
ଊ–
ଧାତବ ଅକ୍ସାଇଡ୍ କ୍ଷାରୀୟ, ଏଗୁଡ଼ିକ ଅମ୍ଳ ସହ ପ୍ରତିକ୍ରିୟା କରି ଲବଣ ଓ ଜଳ ସୃଷ୍ଟି କରନ୍ତି ।
ଉଦାହରଣ :
(i) କପର ଅକସାଇଡ୍ HCl ସହ ପ୍ରତିକ୍ରିୟା କରି କପର କ୍ଲୋରାଇଡ୍ ଓ ଜଳ ଉତ୍ପନ୍ନ କରେ ।
CuO(s) + 2HCl(aq) → CuCl2(aq) + H2O(l)
(ii) ଅଧାତବ ଅକ୍ସାଇଡ୍ କ୍ଷାର ସହ ପ୍ରତିକ୍ରିୟା କରି ଲବଣ ଓ ଜଳ ସୃଷ୍ଟି କରେ, ତେଣୁ ଅଧାତବ ଅକ୍ସାଇଡ୍ ଅମ୍ଳୀୟ ।
ଉଦାହରଣ :
ଶମିତଚୂନର ଦ୍ରବଣରେ CO2 ଗ୍ୟାସ୍ର ପ୍ରତିକ୍ରିୟାରୁ କ୍ୟାଲସିୟମ କାର୍ବୋନେଟ୍ (ଲବଣ) ଓ ଜଳ ସୃଷ୍ଟି ହୁଏ ।
Ca (OH)2(aq) + CO2(g) → CaCO3(s) + H2O(l)
(iii) ବ୍ରାଇନ୍ରେ ବିଦ୍ୟୁତ ସ୍ରୋତ ପ୍ରବାହିତ କରାଇଲେ ସୋଡ଼ିୟମ୍ କ୍ଲୋରାଇଡ୍ର ବିଘଟନ ଘଟି ସୋଡ଼ିୟମ ହାଇଡ୍ରକ୍ସାଇଡ୍ ଏବଂ କ୍ଲୋରିନ୍ ଗ୍ୟାସ ଉତ୍ପନ୍ନ ହୁଏ । ଏହାକୁ କ୍ଲୋରୋଆଲ୍କିଲ୍ ପ୍ରଣାଳୀ କହନ୍ତି ।
H2 ଓ Cl2ର ବ୍ୟବହାର :
- H2 ଗ୍ୟାସ୍କୁ ଇନ୍ଧନ ରୂପେ ବ୍ୟବହାର କରାଯାଏ ।
- ଏହାକୁ ବନସ୍ପତି ଘିଅ ପ୍ରସ୍ତୁତିରେ ବ୍ୟବହାର କରଯାଏ ।
- H2ରୁ ଏମୋନିଆ ପ୍ରସ୍ତୁତ ହୁଏ ଯାହାକି ରାସାୟନିକ ସାର ପ୍ରସ୍ତୁତିରେ ବ୍ୟବହୃତ ହୁଏ ।
- Cl2 ଗ୍ୟାସ୍ ଜଳ ବିଶୋଧନ ପାଇଁ ବ୍ୟବହୃତ ହୁଏ ।
- Cl2 ଗ୍ୟାସ୍ P.V.C. ପାଇପ୍, ସିଏଫ୍ସି ବିଶୋଧକ, କୀଟନାଶକ ପାଇଁ ବ୍ୟବହୃତ ହୁଏ ।
- ବିଭିନ୍ନ ପ୍ରସାଧନ ସାମଗ୍ରୀ ଓ ଔଷଧ ପ୍ରସ୍ତୁତିରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ ।
4. PH କ’ଣ ? pH ସ୍କେଲ୍ କ’ଣ ? ଏଥୁରୁ ଅମ୍ଳ ଓ କ୍ଷାର କିପରି ଜଣାଯାଏ ? ପ୍ଳାଷ୍ଟର ଅଫ୍ ପ୍ୟାରିସର ପ୍ରସ୍ତୁତି ଲେଖ ।
ଊ–
(i) କୌଣସି ଦ୍ରବଣରେ ହାଇଡ୍ରୋଜେନ୍ ଆୟନର ଗାଢ଼ତା ମାପ କରିବାପାଇଁ pH ସ୍କେଲ୍ ନାମରେ ଏକ ସ୍କେଲ୍ର ବିକାଶ କରାଯାଇଛି । ଏହା ‘0’ ରୁ 14 ମଧ୍ୟରେ ସୂଚିତ ହୋଇଛି ।
(ii) ‘Potenz’ ନାମକ ଜର୍ମାନ୍ ଶବ୍ଦରୁ pH ର p ଅଛନ୍ତି ।
pH ହେଉଛି ଏକ ସଂଖ୍ୟା ଯାହା ଏକ ଦ୍ରବଣର ଅମ୍ଳୀୟ କିମ୍ବା କ୍ଷାରୀୟ ପ୍ରକୃତିକୁ ସୂଚାଏ ।
(iii) ପ୍ରଶମିତ ଦ୍ରବଣର pH = 7
ଅମ୍ଳୀୟ ଦ୍ରବଣର pH < 7 କ୍ଷାରୀୟ ଦ୍ରବଣର pH > 7
pHର ମୂଲ୍ୟ 7 ଠାରୁ 14 ପର୍ଯ୍ୟନ୍ତ ବୃଦ୍ଧି ହେଲେ ସୂଚାଏ ଯେ ଦ୍ରବଣର OH– ଆୟନର ଗାଢ଼ତା ବୃଦ୍ଧି ଘଟୁଛି ଅର୍ଥାତ୍ କ୍ଷାରର ଗାଢ଼ତା ବଢ଼ୁଛି । କିନ୍ତୁ pH ର ମୂଲ୍ୟ 7ରୁ ( ପର୍ଯ୍ୟନ୍ତ ହ୍ରାସ ପାଇଲେ ସୂଚାଏ ଯେ ଦ୍ରବଣର H+ ଆୟନର ଗାଢ଼ତା ବୃଦ୍ଧି ପାଉଛି ଅର୍ଥାତ୍ ଅମ୍ଳୀୟ ଗୁଣ ବୃଦ୍ଧି ଘଟୁଛି ।
(iv) ଜିପସମ୍କୁ 373 K ତାପମାତ୍ରାରେ ଉତ୍ତପ୍ତ କଲେ ଏହା ଜଳ ଅଣୁ ହରାଏ ଏବଂ କ୍ୟାଲ୍ ସିୟମ୍ ସଲଫେଟ୍ ହେମିହାଇଡ୍ରେଟ୍ରେ ପରିଣତ ହୁଏ । ଏହାକୁ ପ୍ଳାଷ୍ଟର ଅଫ୍ ପ୍ୟାରିସ୍ କହନ୍ତି ।
CaSO2 \(\frac { 1 }{ 2 }\)H2O + 1\(\frac { 1 }{ 2 }\)HO → CaSO42H2O କ୍ୟାଲସିୟମ ସଲ୍ଫେଟର ଦୁଇଟି ସଙ୍କେତ ଗୋଟିଏ ଜଳ ଅଣୁକୁ ମିଳିତ ଭାବେ ଭାଗ ଭାଗ କରିଥା’ନ୍ତି ।
(v) ଏହା ଧଳା ପାଉଡର ଏବଂ ଏହା ଅତ୍ୟନ୍ତ ଶକ୍ତ ଅଟେ । ଜଳ ସହ ମିଶି ପୁନର୍ବାର ଜିପ୍ସମ୍ରେ ପରିଣତ ହୁଏ ।
ସଂକ୍ଷିପ୍ତ ଭତ୍ତରମୂଳକ ପ୍ରଶ୍ନୋତ୍ତର
1. ପ୍ରାଣସୂଚକ କହିଲେ କ’ଣ ବୁଝ । ପରୀକ୍ଷାଟି ବୁଝାଅ ?
ଉ
ଯେଉଁ ପଦାର୍ଥର ଗନ୍ଧ ଅମ୍ଳୀୟ ଓ କ୍ଷାରୀୟ ମାଧ୍ୟମରେ ପରିବର୍ତ୍ତନ ହୋଇଥାଏ, ତାହାକୁ ଘ୍ରାଣସୂଚକ କହନ୍ତି ।
ପରୀକ୍ଷଣ :
- ସରୁ ସରୁ ହୋଇ କଟାଯାଇଥିବା ପିଆଜ ଓ ସଫା ଲୁଗାପଟିକୁ ଏକ ପ୍ଲାଷ୍ଟିକ୍ ବ୍ୟାଗରେ ରଖି ମୁହଁକୁ ଭଲଭାବରେ ବାନ୍ଧି ଫ୍ରିଜ୍ ମଧ୍ୟରେ ସମ୍ପୂର୍ଣ ଗୋଟିଏ ରାତି ରଖାଯାଉ ।
- ଲୁଗାପଟିକୁ ବାହାର କରି ତା’ର ଗନ୍ଧ ଶୁଙ୍ଘାଯାଉ । ପଟି ଉପରେ କିଛି ବୁନ୍ଦା ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଦ୍ରବଣ ଓ ଅନ୍ୟ ପଟିରେ କିଛି ବୁନ୍ଦା ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଦ୍ରବଣ ଓ ଅନ୍ୟ ପଟିରେ କିଛି ବୁନ୍ଦା ସୋଡ଼ିୟମ ହାଇଡ୍ରେକସାଇଡ୍ ଦ୍ରବଣ ପକାଯାଉ ।
- ଲୁଗାପଟି ଦ୍ଵୟକୁ ପାଣିରେ ଧୋଇ ଗନ୍ଧ ପରୀକ୍ଷା କରାଯାଉ ।
- ଲଘୁ ଭାନିଲା ଅତର, ଲବଙ୍ଗ ତେଲ ନେଇ ପରୀକ୍ଷା କରାଯାଉ ।
ପର୍ଯ୍ୟବେକ୍ଷଣ :
ଲଘୁ ଭାନିଲା ଅତର, ଲବଙ୍ଗ ତେଲ, ପିଆଜର ଗନ୍ଧ ଲଘୁ ସୋଡ଼ିୟମ୍ ହାଇଡ୍ରକ୍ସାଇଡ୍ ଦ୍ରବଣରେ
ସିଦ୍ଧାନ୍ତ –
ଉକ୍ତ ପରୀକ୍ଷଣରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ ଲବଙ୍ଗ, ପିଆଜ ଓ ଲଘୁ ଭାନିଲା ଅତର ଅମ୍ଳୀୟ ଓ କ୍ଷାରୀୟ ଦ୍ରବଣ ଚିହ୍ନଟ କରିବାପାଇଁ ବ୍ୟବହୃତ ହୁଏ ।
2. ସମସ୍ତ ଅମ୍ଳ ମଧ୍ୟରେ ଓ ସମସ୍ତ କ୍ଷାର ମଧ୍ୟରେ ଥିବା ସମାନତା କ’ଣ ଲେଖ ।
ଉ –
(i) ସମସ୍ତ ଅମ୍ଳ ଧାତୁ ସହ ପ୍ରତିକ୍ରିୟା କରି ଧାତବ ଲବଣ ଓ ହାଇଡ୍ରୋଜେନ୍ ଗ୍ୟାସ୍ ଉତ୍ପନ୍ନ କରନ୍ତି ।
ଉଦାହରଣ : Mg(s) + 2HCl(aq) → MgCI2(aq) + H2(g)
(ii) ଅମ୍ଳଗୁଡ଼ିକର ଜଳୀୟ ଦ୍ରବଣ ବିଦ୍ୟୁତ୍ ପରିବହନ କରିଥାଏ ।
(iii) ଅମ୍ଳଗୁଡ଼ିକ ଜଳରେ ବିଯୋଜିତ ହୋଇ H+ ଆୟନ କାଟାୟନ ଦେଇଥାଏ ।
ଉଦାହରଣ :
(iv) କେତେକ କ୍ଷାର ଜଳରେ ଦ୍ରବୀଭୂତ ହୋଇ OH– ଆୟନ ଦେଇଥାଏ ।
ଉଦାହରଣ : NaOH → Na+ + OH–
OH– ଯୋଗୁଁ NaOH କ୍ଷାରୀୟ ଅଟେ ।
3. ଅମ୍ଳ ଓ କ୍ଷାରକର ଲଘୁକରଣ କ’ଣ ଏହା କିପରି କରାଯାଏ ? ଏହାଦ୍ଵାରା H+ ଓ OH–ର ଗାଢ଼ତାର କି ପରିବର୍ତ୍ତନ ହୁଏ ? NaOH ଦ୍ରବଣରେ NaO ମିଶାଇଲେ କ’ଣ ହେବ ?
ଉ
- ଜଳରେ ଅମ୍ଳ ବା କ୍ଷାରକ ମିଶାଇଲେ ଏକକ ଆୟନ ପ୍ରତି H3O+ / OH– ଆୟନର ଗାଢ଼ତା କମିଯାଏ ଏହିପରି ପ୍ରକ୍ରିୟାକୁ ଲଘୁକରଣ କୁହାଯାଏ ।
- ଏହି ପ୍ରକ୍ରିୟା ଅତ୍ୟନ୍ତ ତାପ ଉତ୍ପାଦୀ ହୋଇଥ୍ରୁ ଜଳରେ ଅଳ୍ପ ଅଳ୍ପ ଅମ୍ଳ କିମ୍ବା କ୍ଷାର ମିଶାଇ ଅନବରତ ଘଣ୍ଟାଯାଏ ।
- ଏହାଦ୍ଵାରା ଏକକ ଆୟନ ପ୍ରତି H3O+ କିମ୍ବା OH– ଆୟନର ଗାଢ଼ତା କମିଥାଏ ।
- NaOH ଦ୍ରବଣରେ NaOH ମିଶାଇଲେ OH– ର ଗାଢ଼ତା ବଢ଼ିଯିବ ।
4. ଲବଣର pH କ’ଣ ଉଦାହରଣ ଦେଇ ବୁଝାଅ ।
ଉ-
(i) ଗୋଟିଏ ସବଳ ଅମ୍ଳ ଏବଂ ଗୋଟିଏ ସବଳ କ୍ଷାରକରେ ପ୍ରସ୍ତୁତ ଲବଣର pHର ମୂଲ୍ୟ । ।
HCl + NaOH → NaCl + H2O
HCl ଏକ ସବଳ ଅମ୍ଳ ଓ NaOH ଏକ ସବଳ କ୍ଷାରକ । ଏହି ଦୁଇଟିର ରାସାୟନିକ ପ୍ରକ୍ରିୟାରୁ ସୃଷ୍ଟ NaCI ଅମ୍ଳ କ୍ଷାର ଗୁଣବିହୀନ ଲବଣ ମିଳେ ଯାହାର pH ର ମୂଲ୍ୟ 7 ।
(ii) ଗୋଟିଏ ସବଳ ଅମ୍ଳ ସହ ଗୋଟିଏ ଦୁର୍ବଳ କ୍ଷାରକର ରାସାୟନିକ ପ୍ରତିକ୍ରିୟାଦ୍ୱାରା ସୃଷ୍ଟ ଲବଣ ଅମ୍ଳୀୟ ଅଟେ । H2SO4 ସବଳ ଅମ୍ଳ ସହ ZnO ଦୁର୍ବଳ କ୍ଷାରକରେ ପ୍ରସ୍ତୁତ ଲବଣର pHର ମୂଲ୍ୟ 7ଠାରୁ କମ୍ ।
H2SO4 + NnO → ZnSO4 + H2O
(iii)
ଗୋଟିଏ ଦୁର୍ବଳ ଅମ୍ଳ ସହ ଗୋଟିଏ ସବଳ କ୍ଷାରକର ଲବଣଟି କ୍ଷାରୀୟ ଅଟେ ଯାହାର pH ର ମୂଲ୍ୟ 7ଠାରୁ ଅଧିକ CH3COOH ଦୁର୍ବଳ ଅମ୍ଳ ଓ NaOH ସବଳ କ୍ଷାରକରେ ପ୍ରସ୍ତୁତ ଲବଣ CH3COONaର pH ର ମୂଲ୍ୟ 7ଠାରୁ ଅଧିକ ।
NaOH + CH3COOH → CH3COONa + H2O
5. ଅମ୍ଳତା କ’ଣ ? ଏହାକୁ କିପରି ପ୍ରତିହତ କରାଯାଏ ?
ଉ-
(i) ଆମର ପାକସ୍ଥଳୀ ହାଇଡ୍ରୋକ୍ଲୋରିକ୍ ଏସିଡ୍ (HCl) ପ୍ରସ୍ତୁତ କରେ । ଏହା ପାକସ୍ଥଳୀର କୌଣସି କ୍ଷତି ନ କରି ଖାଦ୍ୟ ହଜମ କରାଇବାରେ ସାହାଯ୍ୟ କରେ; କିନ୍ତୁ ଅଜୀର୍ଣ୍ଣ ସମୟରେ ପାକସ୍ଥଳୀରୁ ଅଧିକ ପରିମାଣର ଅମ୍ଳ ଉତ୍ପନ୍ନ ହୁଏ, ପେଟ ଯନ୍ତ୍ରଣା ହୁଏ ଓ ଅସ୍ଥିରତା ଦେଖାଯାଏ । ଏହି ଅବସ୍ଥାକୁ ଅମ୍ଳତା କହନ୍ତି ।
(ii) ପେଟ ଯନ୍ତ୍ରଣା ଓ ଅସ୍ଥିରତାରୁ ମୁକ୍ତି ପାଇବାପାଇଁ ଲୋକମାନେ କେତେକ କ୍ଷାରକ ବ୍ୟବହାର କରିଥା’ନ୍ତି । ଏହାକୁ ପ୍ରତି ଅମ୍ଳ କହନ୍ତି ।
(iii) ଅମ୍ଳ ଜନିତ ଯନ୍ତ୍ରଣାରୁ ଉପଶମ ପାଇଁ ମୃଦୁ କ୍ଷାରକ, ମିଲ୍କ ଅଫ୍ ମ୍ୟାଗ୍ନେସିଆ (ମ୍ୟାଗ୍ନେସିୟମ ହାଇଡ୍ରକ୍ସାଇଡ୍), ବେକିଂ ସୋଡ଼ା ଆଦି ମଧ୍ୟ ବ୍ୟବହାର କରାଯାଏ ।
6. ଘରେ ପିଠା ପ୍ରସ୍ତୁତିରେ ବେକିଂ ସୋଡ଼ା ବ୍ୟବହାର କରିଥା’ନ୍ତି, ଏହା ଖାଦ୍ୟର’ କି ସ୍ବାଦ ଆଣେ ଏବଂ ବେଜିଂ ସୋଡ଼ାକୁ ବେକିଂ ପାଉଡ଼ରରେ ଘରେ କିପରି ପ୍ରସ୍ତୁତ କରିବ ?
ଉ-
(i) ବେକିଂ ସୋଡ଼ା ହେଉଛି ସୋଡ଼ିୟମ ହାଇଡ୍ରୋଜେନ୍ କାର୍ବୋନେଟ୍ । ଏହାକୁ ଉତ୍ତପ୍ତ କଲେ ଏହା ସୋଡ଼ିୟମ୍ କାର୍ବୋନେଟ୍ରେ ପରିଣତ ହୁଏ, ଯାହାକି ସାମନ୍ୟ ପିତା ଅଟେ ।
(ii) ବେକିଂ ସେଠାରେ ଆବଶ୍ୟକ ପରିମାଣର ତେନ୍ତୁଳି (ଟାର୍ଟାରିକ୍ ଏସିଡ୍) ମିଶାଇଲେ ଏହା ବେକିଂ ପାଉଡ଼ରରେ ପରିଣତ ହୁଏ ।
(iii) ଟାର୍ଟାରିକ୍ ଅମ୍ଳ ସୋଡ଼ିୟମ୍ କାର୍ବୋନେଟ୍ର କ୍ଷାରୀୟ ଗୁଣକୁ ପ୍ରତିହତ କରେ ଯାହାକି ଖାଦ୍ୟର ସ୍ବାଦ ବଢ଼ାଇବାରେ ସାହାଯ୍ୟ କରେ ।
7. ବ୍ଲିଚିଂ ପାଉଡ଼ର ଓ ଧୋଇବା ସୋଡ଼ାର କେବଳ ବ୍ୟବହାରଗୁଡ଼ିକ ଲେଖ ।
ଉ-
ବ୍ଲିଚିଂ ପାଉଡ଼ର :
- ବୟନଶିଳ୍ପରେ କପାସୂତା ଓ ଶଣ ବସ୍ତ୍ରକୁ, କାଗଜକଳରେ କାଠମଣ୍ଡକୁ ଏବଂ ଇସ୍ତ୍ରୀରେ ସଫା ଲୁଗାକୁ ବିରଞ୍ଜନ କରିବାରେ ବ୍ୟବହୃତ ହୁଏ ।
- ରାସାୟନିକ ଶିଳ୍ପରେ ଜାରକ ରୂପେ ବ୍ୟବହାର କରାଯାଏ ।
- ଜୀବାଣୁ ନାଶକାରୀ ପଦାର୍ଥ ଭାବରେ ପାନୀୟ ଜଳକୁ ଜୀବାଣୁମୁକ୍ତ କରିବାପାଇଁ ବ୍ୟବହୃତ ହୁଏ ।
ଧୋଇବା ସୋଡ଼ା :
- କାଚ, ସାବୁନ, କାଗଜ ଶିଳ୍ପରେ ବ୍ୟବହାର କରାଯାଏ ।
- ବୋରାକ୍ସ ପରି ସୋଡିୟମ୍ ଯୌଗିକ ଉତ୍ପାଦନ କରିବା ପାଇଁ ବ୍ୟବହୃତ ହୁଏ ।
- ଘର ସଫା କରିବା କାର୍ଯ୍ୟରେ ବ୍ୟବହୃତ ହୁଏ ।.
- ଜଳର ସ୍ଥାୟୀ କ୍ଷରତ୍ଵ ଦୂର କରିବାରେ ବ୍ୟବହୃତ ହୁଏ ।
8. NaHCO3କୁ କାହିଁକି ମହୁମାଛି ଦଂଶନ ଜାଗାରେ ଏବଂ ବେକିଂ ପାଉଡ଼ର ପ୍ରସ୍ତୁତିରେ, ନିଆଁଲିଭା ଯନ୍ତ୍ରରେ ବ୍ୟବହାର କରାଯାଏ ?
ଉ-
- ସୋଡ଼ିୟମ୍ ବାଇକାର୍ବୋନେଟ୍ (NaHCO3) କ୍ଷାରୀୟ ହୋଇଥିବାରୁ ମହୁମାଛିର ଦଂଶନଜନିତ ମିଥାନୋଇକ୍ ଏସିଡ୍ ସହ ପ୍ରତିକ୍ରିୟା କରି ମିଥାନୋଇକ୍ ଏସିଡ୍ର ପ୍ରଭାବରୁ ପ୍ରତିହତ କରିଥାଏ ।
- ବେକିଂ ସୋଡ଼ା ଟାରଟାରିକ୍ ଅମ୍ଳ ସହ ପ୍ରତିକ୍ରିୟା କରି ଏବଂ ଜଳସହ ମିଶାଇ ଉତ୍ତପ୍ତ କଲେ CO2 ନିର୍ଗତ ହୁଏ ।
- ନିଆଁଲିଭା ଯନ୍ତ୍ରରେ NaHCO3 ଅମ୍ଳ ସହ ପ୍ରତିକ୍ରିୟା କରି CO2 ଗ୍ୟାସ୍ ଉତ୍ପନ୍ନ କରେ, ଯାହାକି ନିଆଁକୁ ଲିଭେଇଦିଏ ।
9. ପ୍ରଶମନୀକରଣ ଓ ଲଘୁ କରଣ କ’ଣ ବୁଝାଅ ।
ଉ-
- ଅମ୍ଳଗୁଡ଼ିକ ଜଳରେ H+ ଆୟନ ଓ କ୍ଷାରକଗୁଡ଼ିକ OH– (ag) ଆୟନ ଦିଅନ୍ତି ।
- ଅମ୍ଳର H+ ଓ କ୍ଷାରକର OH– ମିଶି ଜଳ ଉତ୍ପନ୍ନ କରନ୍ତି । ତେଣୁ ଏହାକୁ ପ୍ରଶମନୀକରଣ ରାସାୟନିକ ପ୍ରତିକ୍ରିୟା କ ହନ୍ତି ।
ଅମ୍ଳ +କ୍ଷାରକ → ଲବଣ + ଜଳ
HX + MOH → MX +HOH
H+(aq) + OH–(aq) → H2O(l) - ଜଳରେ ଅମ୍ଳ ବା କ୍ଷାରକ ମିଶାଇଲେ ଏକକ ଆୟତନ ପ୍ରତି H3O+ /OH– ଆୟନଗୁଡିକର ଗାଢ଼ତା ହ୍ରାସ ପାଏ ।
10. ବ୍ଲିଚିଂ ପାଉଡ଼ରକୁ ବାୟୁରେ ରଖୁଲେ , କପର ସଲ୍ଫେଟ୍କୁ ଉତ୍ତପ୍ତ କଲେ, ଶର୍ମିତଚୂନ ଦେଇ କ୍ଲୋରିନ୍ ଗ୍ୟାସ ପ୍ରବାହିତ ହେଲେ ହେଉଥିବା ପ୍ରତିକ୍ରିୟାକୁ ସମୀକରଣ ସହ ଲେଖ ।
ଉ-
(i) କ୍ଲିଚିଂ ପାଉଡ଼ରକୁ ବାୟୁରେ ରଖିଲେ ଏହା CO2 ସହ ପ୍ରତିକ୍ରିୟା କରି CaCO3ରେ ପରିଣତ ହୁଏ ।
CaOCl2(s) + CO2(g) → CaCO3(s)
(ii) ନୀଳ କପର ସଲ୍ଫେଟ୍ ସ୍ଫଟିକକୁ ଉତ୍ତପ୍ତ କଲେ ଧଳା କପର ସଲ୍ଫେଟ୍ CuSO4 ଉତ୍ପନ୍ନ ହେବ ।
(iii) Ca(OH)2 ମଧ୍ୟଦେଇ CO2ର ପ୍ରବେଶ କରାଇଲେ CaCO3 ଓ H2O ଉତ୍ପନ୍ନ ହେବ ।
Ca(OH)2 + CO2 → CaCO3 + H2O
ଅତିସଂଯିପ୍ର ଉତ୍ତରମ୍ଜଲକ ପ୍ରଣ୍ଟୋତ୍ତର
1. ଦର୍ଶାଅ ଯେ ଉଦ୍ଜାନ ଥିବା ସମସ୍ତ ଯୌଗିକ ଅମ୍ଳୀୟ ନୁହଁନ୍ତି ?
ଉ-
(i) C2H5OH, C2H12O6 ଭଳି ଯୌଗିକ ଯେଉଁଥରେ ହାଇଡ୍ରୋଜେନ୍ ଥିଲେ ମଧ୍ୟ ଏହା ଅମ୍ଳୀୟ ନୁହଁନ୍ତି । କାରଣ ଯେଉଁ ପଦାର୍ଥ ଜଳରେ ଦ୍ରବୀଭୂତ ହୋଇ H+ ଆୟନ ଦିଏ ତାହାକୁ ଅମ୍ଳ କହନ୍ତି ।
(ii) ଏହିଭଳି ଯୌଗିକଗୁଡ଼ିକର ଦ୍ରବଣ ବିଦ୍ୟୁତ୍ ପରିବହନ କରନ୍ତି ନାହିଁ କିମ୍ବା ଜଳରେ ବିଯୋଜିତ ହୁଅନ୍ତି ନାହିଁ ।
2. NH4OH ଧାତବ ହାଇଡ୍ରକ୍ସାଇଡ୍ ନ ହେଲେ ମଧ୍ୟ କ୍ଷାର ଅଟେ କାହିଁକି ?
ଉ –
- ଧାତବ ହାଇଡ୍ରକ୍ସାଇଡ୍ କ୍ଷାର ଅଟନ୍ତି, କାରଣ ଧାତବ ହାଇଡ୍ରକ୍ସାଇଡ୍ ଅମ୍ଳ ସହ ପ୍ରତିକ୍ରିୟାକରି ଲବଣ ଓ ଜଳ ଉତ୍ପନ୍ନ କରେ ।
- ସେହିପରି NH4OH ଅମ୍ଳ ସହ ପ୍ରତିକ୍ରିୟା କରି ଲବଣ ଓ ଜଳ ଦିଏ ।
NH4OH + HCl → NH4Cl + H2O
3. ଧାତବ ଅକ୍ସାଇଡ୍ କ୍ଷାରୀୟ ହୋଇଥିଲାବେଳେ ଅଧାତବ ଅକସାଇଡ୍ ଅମ୍ଳୀୟ ହୋଇଥାଏ – ବୁଝାଅ ।
ଊ –
(i) ଧାତବ ଅକ୍ସାଇଡ୍ ଅମ୍ଳ ସହ ପ୍ରତିକ୍ରିୟା କରି ଲବଣ ଓ ଜଳ ଦିଏ ।
CuO(s) + 2HCl(aq) → CuCl2(aq) + H2O
(ii) କିନ୍ତୁ ଅଧାତବ ଅକ୍ସାଇଡ୍ ଜଳ ସହ ପ୍ରତିକ୍ରିୟା କରି ଅମ୍ଳ ଦିଏ ।
CO2 + H2O → H2CO3
(iii) କିମ୍ବା ଅଧାତବ ଅକ୍ସାଇଡ୍ କ୍ଷାର ସହ ପ୍ରତିକ୍ରିୟା କରି ଲବଣ ଓ ଜଳ ଦିଏ ।
Ca(OH)2 + CO2 → CaCO3 + H2O
4. ଲବଣ ‘X’ ଜଳରେ ଦ୍ରବୀଭୂତ ହୋଇ ଦ୍ରବଣ ଦିଏ ଏବଂ ଲାଲ୍ ଲିଟମସ୍କୁ ନୀଳରେ ପରିଣତ କରେ – ସମୀକରଣ ସହ ବୁଝାଅ ।
ଭ—
(i) ସୋଡ଼ିୟମ ହାଇଡ୍ରୋଜେନ୍ କାର୍ବୋନେଟ୍ କିମ୍ବା ସୋଡ଼ିୟମ୍ କାର୍ବୋନେଟ୍ ଭଳି ଯୌଗିକ କ୍ଷାରୀୟ (X) ହୋଇପାରେ କାରଣ ଏଭଳି ଯୌଗିକ ସବଳ କ୍ଷାର NaOH ସହ ଦୁର୍ବଳ ଅମ୍ଳ H2CO3ର ରାସାୟନିକ ପ୍ରତିକ୍ରିୟାରୁ ପ୍ରସ୍ତୁତ ।
(ii) 2NaOH + H2CO3 → Na2CO3 + 2H2O
ଯାହାକି ଲାଲ୍ ଲିଟମସ୍କୁ ନୀଳ କରେ ।
5. ଦୁଇଟି ଲବଣର ନାମ ଲେଖ ଓ ଯେଉଁ ଅମ୍ଳ ଓ କ୍ଷାରରୁ ପ୍ରସ୍ତୁତ ଲେଖ ।
ଉ –
- ସୋଡ଼ିୟମ୍ କ୍ଲୋରାଇଡ୍ (NaCI) → HCI ଅମ୍ଳ ଓ NaOH କ୍ଷାର
- ସୋଡ଼ିୟମ୍ ଏସିଟେଟ୍ (CH3COONa)→ CH3COOH ଅମ୍ଳ ଓ NaOH କ୍ଷାର |
6. X ଏକ ଯୌଗିକ ଯାହାକି ଅଗ୍ନି ନିର୍ବାପକ ଯନ୍ତ୍ରରେ ବ୍ୟବହୃତ ହୁଏ ଏବଂ ମୃଦୁ ଅସଂକ୍ଷାରକ । Xର ନାମ, ସଙ୍କେତ ଓ ପ୍ରସ୍ତୁତିର ରାସାୟନିକ ସମୀକରଣ ଲେଖ ।
ଉ –
X ହେଉଛି NaHCO – ଖାଇବା ସୋଡ଼ା
NaCl + H2O + CO2 + NH3 → NH4Cl + NaHCO3
7. ଚୂନପାଣିରେ CO2କିଛିମାତ୍ରାରେ ପ୍ରବେଶ କରାଇଲେ ଏବଂ ଅଧିକ ମାତ୍ରାରେ ଏହି ଗ୍ୟାସ ପ୍ରବେଶ କରାଇଲେ କ’ଣ ହେବ ସମୀକରଣ ସହ ଲେଖ ।
ଉ –
(i) କାର୍ବନ ଡାଇଅକ୍ସାଇଡକୁ ଚୂନପାଣିରେ ପ୍ରବେଶ କରାଇଲେ ଧଳା କ୍ୟାଲ୍ସିୟମ୍ କାର୍ବୋନେଟ୍ ଅବକ୍ଷେପ ସୃଷ୍ଟି ହୁଏ ।
Ca(OH)2(aq) + CO2(aq) → CaCO3(s) + H2O(l)
(ii) ଅଧିକ CO2 ପ୍ରବେଶ କରାଇଲେ CaCO3 ଜଳରେ ଦ୍ରବଣୀୟ Ca(HCO3)ରେ ପରିଣତ ହେବ ।
CaCO3(s) + H2O(l) + CO2(g) → Ca(HCO3)2(aq)
8. ସ୍ଫଟିକ ଜଳ କ’ଣ ? ସ୍ଫଟିକ ଜଳ ଥିବା ଧଳାରଙ୍ଗର ଦୁଇଟି ଯୌଗିକର ନାମ ଲେଖ ଏବଂ ଏହାର ରାସାୟନିକ ସଙ୍କେତ ଲେଖ ।
ଉ –
ଲବଣର ସଙ୍କେତ ଏକକରେ ରହିଥିବା ନିର୍ଦ୍ଦିଷ୍ଟ ସଂଖ୍ୟକ ଜଳ ଅଣୁକୁ ସ୍ଫଟିକ ଜଳ କହନ୍ତି ।
- ଧୋଇବା ସୋଡ଼ା – Na2CO3 10H2O
- ଜିପ୍ସମ – CaSO4 2H2O
- ପ୍ଲାଷ୍ଟର ଅଫ୍ ପ୍ୟାରିସ୍ – CaSO2 \(\frac { 1 }{ 2 }\)H2O
- ମ୍ୟାଗ୍ନେସିୟମ ସଲ୍ଫେଟ୍ – MgSO4 7 H2O
9. ଖାଇବା ସୋଡ଼ାର ପ୍ରସ୍ତୁତି ପ୍ରଣାଳୀ ସମୀକରଣ ସହ ଦର୍ଶାଅ ।
ଉ
(i) ସୋଡ଼ିୟମ୍ କ୍ଲୋରାଇଡ୍ର ଜଳୀୟ ଦ୍ରବଣରେ ଅଙ୍ଗାରକାମ୍ଳ ଓ ଏମୋନିଆ ଗ୍ୟାସ୍ ପ୍ରବେଶ କରାଇଲେ ଖାଇବା ସୋଡ଼ା ପ୍ରସ୍ତୁତ ହୁଏ । ଏହାର ରାସାୟନିକ ନାମ ହେଉଛି ସୋଡ଼ିୟମ୍ ହାଇଡ୍ରୋଜେନ୍ କାର୍ବୋନେଟ୍ ।
(ii) ସମୀକରଣ : NaCl + H2O + CO2 + NH3 → NaHCO3 + NH4Cl
10. pH ସ୍କେଲ୍ କ’ଣ ? ଏହା ସାହାଯ୍ୟରେ ବିଭିନ୍ନ ଦ୍ରବଣର ଅମ୍ଳୀୟ ଓ କ୍ଷାରୀୟ ଗୁଣ କିପରି ନିର୍ଣ୍ଣୟ କରାଯାଏ ?
ଉ –
- PH ହେଉଛି ଏକ ସଂଖ୍ୟା ଯାହା ଏକ ଦ୍ରବଣର ଅମ୍ଳୀୟ କିମ୍ବା କ୍ଷାରୀୟ ପ୍ରକୃତି ସୂଚାଏ ।
- PH ହେଉଛି ଏକ ସାର୍ବଜନୀନ ସୂଚକରେ ପୂର୍ଣ୍ଣ ହୋଇଥିବା କାଗଜ ।
- କୌଣସି ଦ୍ରବଣରେ ବୁଡ଼ାଇଲେ ଯଦି pH 7 ରୁ କମ୍ ହୁଏ ତେବେ ଅମ୍ଳୀୟ, ଯଦି 7 ରୁ ଅଧିକ ହୁଏ ତେବେ ତାହା କ୍ଷାରୀୟ ଏବଂ 7 ହେଲେ ତାହା ଅମ୍ଳୀୟ କିମ୍ବା କ୍ଷାରୀୟ ନୁହେଁ ।
11. କ୍ଷାରସୋଡ଼ାର ସଙ୍କେତ ଲେଖ । କିପରି ଖାଇବାସୋଡ଼ାରୁ କ୍ଷାରସୋଡ଼ା ପ୍ରସ୍ତୁତ କରାଯାଏ ?
ଉ –
- କ୍ଷାରସୋଡ଼ାର ରାସାୟନିକ ସଙ୍କେତ Na2CO3, 10H2O |
- ପ୍ରସ୍ତୁତି : ଖାଇବା ସୋଡ଼ାକୁ ଉତ୍ତପ୍ତ କଲେ ସେଥୁରୁ କ୍ଷାର ସୋଡ଼ା ମିଳେ ।
12. ଲିଟ୍ସ ଦ୍ରବଣ କ’ଣ ? ଏହା କେଉଁଥୁରୁ ନିଷ୍କାସନ କରାଯାଏ ?
ଉ –
- ଲିସ୍ ଦ୍ରବଣ ଏକ ନୀଳ ଲୋହିତ ରଞ୍ଜକ ଓ ଏହା ଅମ୍ଳ-କ୍ଷାରକର ଚିହ୍ନଟ ପାଇଁ ପ୍ରାକୃତିକ ସୂଚକ ଭାବେ ବ୍ୟବହୃତ ହୁଏ ।
- ଏହା ଥାଲୋଫାଇଟା ଶ୍ରେଣୀର ଶୈବାଳିକାରୁ ନିଷ୍କାସନ କରାଯାଏ । ଯେତେବେଳେ ଲିଗ୍ମସ୍ ଦ୍ରବଣ ଅମ୍ଳୀୟ କିମ୍ବା କ୍ଷାରୀୟ ନୁହେଁ, ସେତେବେଳେ ଏହାର ବର୍ଣ୍ଣ ନୀଳଲୋହିତ ହୋଇଥାଏ ।
13. ପିମ୍ପୁଡ଼ି ଦଂଶନରୁ କେଉଁ ଅମ୍ଳ ମିଳେ ? ପିମ୍ପୁଡ଼ି କାମୁଡ଼ାର ଯନ୍ତ୍ରଣାର ଉପଶମ ପାଇବା ପାଇଁ ଉପାୟଟି ଲେଖ ।
ଉ –
- ପିମ୍ପୁଡ଼ି କାମୁଡ଼ିଲେ ସାଧାରଣତଃ ମିଥାନୋଇକ୍ ଏସିଡ୍ ବା ଫରମିକ୍ ଏସିଡ୍ ମିଳିଥାଏ ।
- ଯନ୍ତ୍ରଣା ଉପଶମ ପାଇଁ ଖାଇବା ସୋଡ଼ା (NaHCO3)କୁ ଯନ୍ତ୍ରଣା ହେଉଥିବା ଜାଗାରେ ଲଗାଇବା ଉଚିତ ।
14. ‘ପିତ୍ତଳ (Brass) ଏବଂ ତମ୍ବା (Copper) ପାତ୍ରରେ କାହିଁକି ଦହି ଓ ଖଟା ଜିନିଷ ରଖାଯାଏ ନାହିଁ ?
ଊ–
- ଦହି ଓ ଅନ୍ୟାନ୍ୟ ଖଟା ଜାତୀୟ ଜିନିଷରେ ବିଭିନ୍ନ ପ୍ରକାର ଅମ୍ଳ ଥୁବାରୁ, ସେଗୁଡ଼ିକ ତମ୍ବା ଓ ପିତ୍ତଳ (Cu + Zn) . ପାତ୍ରର ପୃଷ୍ଠ ସହିତ ପ୍ରତିକ୍ରିୟା କରି କପର୍ (II) ଓ ଜିଙ୍କ୍ (II) ଯୌଗିକ ଗଠନ କରନ୍ତି ।
- ଏହି ଯୌଗିକଗୁଡ଼ିକ ମନୁଷ୍ୟ ଶରୀର ପାଇଁ ବିଷ ଭଳି କାର୍ଯ୍ୟ କରୁଥିବାରୁ ଉପରୋକ୍ତ ପାତ୍ରଗୁଡ଼ିକରେ ଦହି ଓ ଖଟା ଜିନିଷ ରଖାଯାଏ ନାହିଁ ।
15. ପ୍ଳାଷ୍ଟର ଅଫ୍ ପ୍ୟାରିସକୁ କାହିଁକି ଏକ ଆଦ୍ର-ପ୍ରତିରୋଧ ପାତ୍ରରେ ରଖୁବା ଉଚିତ୍ ।
ଊ–
(i) ପ୍ଲାଷ୍ଟର ଅଫ୍ ପ୍ୟାରିସ୍ (CaSO4\(\frac { 1 }{ 2 }\)H2O) ଜଳ କିମ୍ବା (ଆର୍ଦ୍ରବାୟୁ ସଂସ୍ପର୍ଶରେ ଆସିଲେ ତାହା ଗ୍ରହଣ କରି ଜିପ୍ସମ୍ (CaSO4, 2H2O) ରେ ପରିଣତ ହୁଏ ।
CaSO4 \(\frac { 1 }{ 2 }\)H2O + 1\(\frac { 1 }{ 2 }\)H2O → CaSO4 2H2O
(ii) ସେଥିପାଇଁ ପ୍ଲାଷ୍ଟର ଅଫ୍ ପ୍ୟାରିସ୍କୁ ଏକ ଆର୍ଦ୍ରତା ପ୍ରତିରୋଧୀ ପାତ୍ରରେ ରଖାଯାଏ ।
16. ପ୍ଳାଷ୍ଟର୍ ଅଫ୍ ପ୍ୟାରିସ୍ର ଦୁଇଟି ବ୍ୟବହାର ଲେଖ ।
ଉ –
- କଣ୍ଢେଇ, ସାଜସଜ୍ଜା ସରଞ୍ଜାମ ଏବଂ ପୃଷ୍ଠକୁ ଚିକ୍କଣ କରିବା ପାଇଁ ପ୍ଳାଷ୍ଟର ଅଫ୍ ପ୍ୟାରିସ୍ ବ୍ୟବହାର କରାଯାଏ ।
- ^ଡ଼ ଭାଙ୍ଗିଯାଇଥିଲେ ବ୍ୟାଣ୍ଡେଜ୍ ପାଇଁ ଏହା ବ୍ୟବହାର କରାଯାଏ । ଦନ୍ତ ଚିକିତ୍ସାରେ ମଧ୍ୟ ଏହା ବ୍ୟବହୃତ ହୁଏ ।
17. H+(aq) ଆୟନ ଗୁଡ଼ିକର ଗାଢ଼ତା ଦ୍ରବଣର ପ୍ରକୃତି ଉପରେ କି ପ୍ରଭାବ ପ୍ରକାଇଥାଏ ?
ଭ –
(i) H+ ଆୟନର ଗାଢ଼ତା [H+] = 10-7 ମୋଲ୍/ଲିଟରରୁ ଅଧିକ ହେଲେ ଦ୍ରବଣଟି ଅମ୍ଳୀୟ ହୋଇଥାଏ ।
(ii) [H+]aq = 10-7 ମୋଲ|ଲିଟରରୁ କମ୍ ହେଲେ ଦ୍ରବଣଟି କ୍ଷାରୀୟ ହୋଇଥାଏ । ଏକ ପ୍ରଶମିତ ଦ୍ରବଣର ଗାଢ଼ତା 10-7 ମୋଲ୍/ଲିଟର ।
18. ଚୂନପାଣିରେ ଅଧ୍ବକ ଅଙ୍ଗାରକାମ୍ଳ ଗ୍ୟାସ୍ ପ୍ରବେଶ କରାଇଲେ କ’ଣ ସୃଷ୍ଟି ହୁଏ ? ଏହି ପ୍ରତିକ୍ରିୟାଟିକୁ ସମତୁଲ ସମୀକରଣ ମାଧ୍ୟମରେ ଦର୍ଶାଅ ।
ଭ –
(i) ଚୂନପାଣିରେ ଅଧିକ CO2 ଗ୍ୟାସ୍ ପ୍ରବେଶ କରାଇଲେ ଦ୍ରବଣୀୟ କ୍ୟାଲ୍ସିୟମ୍ ବାଇକାର୍ବୋନେଟ୍ ସୃଷ୍ଟି ହୁଏ । ଦ୍ରବଣଟି ବର୍ଣ୍ଣହୀନ ହୋଇଯାଏ ।
(ii) ସମୀକରଣ :
19. HCl, HNO3 ଇତ୍ୟାଦି ଜଳରେ ଦ୍ରବୀଭୂତ ହୋଇ ଅମ୍ଳୀୟ ଲକ୍ଷଣ ପ୍ରଦର୍ଶନ କରନ୍ତି । ଆଲ୍କହଲ୍ ଏବଂ ଗ୍ଲା କୋଜ୍ ଭଳି ଯୌଗିକଗୁଡ଼ିକର ଜଳୀୟ ଦ୍ରବଣ ଅମ୍ଳୀୟ ଲକ୍ଷଣ ଦେଖାନ୍ତି ନାହିଁ କାହିଁକି ?
ଭ –
(i) HCl, HNO3 ହେଉଛନ୍ତି ସବଳ ଅମ୍ଳ । ଜଳରେ ବିଘଟିତ ହୋଇ ସହଜରେ H+ ଆୟନ ଦେଇଥା’ନ୍ତି । ତେଣୁ ଅମ୍ଳୀୟ ଲକ୍ଷଣ ପ୍ରଦର୍ଶନ କରନ୍ତି ।
(ii) ଆଲକହଲ୍ ଏବଂ ଗ୍ଲୁକୋଜ୍ ପରି ଜୈବିକ ଅମ୍ଳ ଜଳରେ ସହଜରେ ବିଘଟିତ ହୋଇ H+ ଆୟନ ଦେଇପାରନ୍ତି ନାହିଁ । ତେଣୁ ଏଗୁଡ଼ିକ ଅମ୍ଳୀୟ ଲକ୍ଷଣ ଦେଖାନ୍ତି ନାହିଁ ।
20. ଏକ ଅମ୍ଳର ଗାଢ଼ତା ହ୍ରାସ କରିବା ପାଇଁ ପରାମର୍ଶ ଦିଆଯାଇଥାଏ ଯେ ଅମ୍ଳକୁ ଜଳରେ ମିଶାଇବା ଉଚିତ କିନ୍ତୁ ଜଳକୁ ଅମ୍ଳରେ କାହିଁକି ନୁହେଁ ?
ଉ
(i) ଜଳରେ ଅମ୍ଳ ବା କ୍ଷାରକ ମିଶାଇବାଦ୍ୱାରା ଏକକ ଆୟତନ ପ୍ରତି H3O+/OH– ଆୟନଗୁଡ଼ିକର ଗାଢ଼ତା କମିଯାଏ । ଅମ୍ଳଟି ଲଘୁକୃତ ହୋଇଥାଏ ବା ତା’ର ଗାଢ଼ତା ହ୍ରାସ ପାଇଥାଏ ।
(ii) ଅମ୍ଳ ଓ କ୍ଷାର ଜଳର ଉପସ୍ଥିତିରେ ହିଁ ଯଥାକ୍ରମେ H+ ଓ OH– ଆୟନ ଦେଇଥାଏ ।
21. ପାଉଁରୁଟି କିମ୍ବା କେକ୍ ପ୍ରସ୍ତୁତି ବେଳେ ସେଥିରେ ବେକିଂ ପାଉଡର କାହିଁକି ମିଶାଯାଇଥାଏ ?
ଉ
(i) ବେକିଙ୍ଗ୍ ପାଉଡ଼ରକୁ ଗରମ କଲେ କିମ୍ବା ଜଳରେ ମିଶାଇଲେ ସେଥୁରୁ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହୋଇଥାଏ । NaHCO3 + H+ (ଅମ୍ଳରୁ)→ CO2 + H2O + ଅମ୍ଳର ସୋଡ଼ିୟମ୍ ଲବଣ
(ii) ରାସାୟନିକ ପ୍ରତିକ୍ରିୟା ସମୟରେ ସୃଷ୍ଟି ହେଉଥିବା କାର୍ବନ ଡାଇଅକ୍ସାଇଡ୍ ପାଉଁରୁଟି କିମ୍ବା କେକ୍କୁ ଫୁଲାଇ ଦେଇ ନରମ ଓ ସଚ୍ଛିଦ୍ର କରିଥାଏ । ସେଥିପାଇଁ ପାଉଁରୁଟି ଓ କେକ୍ ପ୍ରସ୍ତୁତି ସମୟରେ ବେକିଂ ପାଉଡ଼ର
ମିଶାଯାଇଥାଏ ।
22. ପାତିତ ଜଳ ବିଦ୍ୟୁତ୍ ପରିବହନ କରିପାରେ ନାହିଁ କିନ୍ତୁ ବର୍ଷା ଜଳ ତାହା କରିପାରେ କାହିଁକି ?
ଊ–
- ବର୍ଷାଜଳରେ ବିଭିନ୍ନ ଲବଣ ଦ୍ରବୀଭୂତ ହୋଇ ରହିଥିବାରୁ ଏହା ବିଘଟିତ ହୋଇ ଆୟନ ଦେଇଥାଏ । ତେଣୁ ଏହା ବିଦ୍ୟୁତ୍ ପରିବହନ କରେ ।
- ତିତ ଜଳ ବିଶ୍ଳେଷିତ ହୋଇ ଆୟନ ସୃଷ୍ଟିକରେ ନାହିଁ । ତେଣୁ ଏହା ବିଦ୍ୟୁତ୍ ପରିବହନ କରେ ନାହିଁ ।