Odisha State Board BSE Odisha 10th Class History Notes Chapter 7 ଓଡ଼ିଆ ଜାତୀୟତାର ବିକାଶ will enable students to study smartly.
BSE Odisha Class 10 History Notes Chapter 7 ଓଡ଼ିଆ ଜାତୀୟତାର ବିକାଶ
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:
- ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓଡ଼ିଶା ଇତିହାସରେ ଏକ ଘଟଣାବହୁଳ ବ୍ୟାପାର ।
- ଊନବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ଓଡ଼ିଆ ଜାତୀୟତାର ବିକାଶ ଘଟିଥିଲା ।
→ ଉପକ୍ରମ :
- ମହାନ୍ ଗଙ୍ଗବଂଶୀ ଓ ସୂର୍ଯ୍ୟବଂଶୀ ନରପତିମାନଙ୍କ ଶାସନ କାଳରେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଓଡ଼ିଶା ୧୫୬୮ ମସିହାରେ ସ୍ଵାଧୀନତା ହରାଇ ମୁସଲମାନ ଶାସନାଧୀନ ହୋଇଥିଲା ।
- ଓଡ଼ିଶାରେ ପ୍ରଥମେ ଆଫଗାନ୍ ଏବଂ ପରେ ମୋଗଲ ଓ ମରହଟ୍ଟାମାନେ ଶାସନ କରିବା ପରେ ସର୍ବଶେଷରେ ୧୮୦୩ ମସିହାରେ ଇଂରେଜମାନଙ୍କଦ୍ବାରା ଅଧିକୃତ ହେଲା ।
- ୧୫୫୯ରୁ ୧୫୬୮ ମସିହା ପର୍ଯ୍ୟନ୍ତ ରାଜତ୍ଵ କରିଥିବା ମୁକୁନ୍ଦଦେବ ଥିଲେ ଓଡ଼ିଶାର ଶେଷ ସ୍ଵାଧୀନ ହିନ୍ଦୁ ରାଜା ।
- ଇଂରେଜ ଶାସନାଧୀନ ଓଡ଼ିଶାରେ ପାଶ୍ଚାତ୍ୟ ଶିକ୍ଷା ଓ ଧର୍ମଧାରା ପ୍ରସାରଲାଭ କରିଥିଲା । ମାତ୍ର ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷର ବୟାବହତା ଓଡ଼ିଆମାନଙ୍କ ଚିନ୍ତା ଚେତନାରେ ନୂତନ ଭାବନା ଜାଗ୍ରତ କରାଇ ସେମାନଙ୍କୁ ନୂତନ ଓଡ଼ିଶା ନିର୍ମାଣ ସ୍ଵପ୍ନ ଦେଖାଇଲା ।
→ ଇଂରେଜ ଶାସନାଧୀନ ଓଡ଼ିଶାରେ ଶିକ୍ଷାର ପ୍ରସାର :
- ଊନବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ଇଂରେଜ ସରକାରଙ୍କର ମନୋଭାବ ପରିବର୍ତ୍ତନ ହେବାଦ୍ଵାରା ଓଡ଼ିଶାରେ ଇଂରାଜୀ ଶିକ୍ଷାର ପ୍ରସାର ଘଟିଲା ।
- ୧୮୨୩ ଖ୍ରୀ.ଅ.ରେ ଖ୍ରୀଷ୍ଟିୟାନ୍ ଧର୍ମପ୍ରଚାରକମାନଙ୍କଦ୍ୱାରା କଟକରେ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ଏବଂ ୧୮୪୧ ଖ୍ରୀ.ଅ.ରେ ବ୍ରିଟିଶ୍ ସରକାର ଏହାର ପରିଚାଳନା ଭାର ନିଜ ହାତକୁ ନେଇଥିଲେ ।
- ୧୮୩୦ ମସିହାରେ ଓଡ଼ିଆ ରକ୍ଷଣଶୀଳ ସମ୍ପ୍ରଦାୟର ଉପେକ୍ଷା ଫଳରେ ବୌଦ୍ଧିକ ବିକାଶଧାରା ବାଧାପ୍ରାପ୍ତ ହୋଇଥିଲା ।
- ୧୮୫୪ ମସିହାରେ ଚାର୍ଲସ୍ ଉଙ୍କ ପାଠ୍ୟକ୍ରମ ସଂସ୍କାର ନିୟମ ପ୍ରଣୟନ ଓ ୧୮୫୭ ମସିହାରେ କୋଲ୍କତା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଓଡ଼ିଶାରେ ଶିକ୍ଷାର ପ୍ରସାର ଦିଗରେ ସହାୟକ ହୋଇଥିଲା ।
- ୧୮୫୮ ମସିହାରେ ଓଡ଼ିଶାରେ ପୁରୀ, କଟକ ଓ ବାଲେଶ୍ଵର ଜିଲ୍ଲାର ସଦର ମହକୁମାରେ ଥିବା ତିନିଗୋଟି ଜିଲ୍ଲା ସ୍କୁଲ ସହ ସରକାରୀ ଓ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟ ମିଶି ସର୍ବମୋଟ ୩୩ଟି ବିଦ୍ୟାଳୟ ଥିଲା ।
- ବିଦ୍ୟାଳୟର ସଂଖ୍ୟାବୃଦ୍ଧି ଓ ସେଗୁଡ଼ିକୁ ସରକାରୀ ଅନୁଦାନ ପ୍ରଦାନ ବହୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାପ୍ରତି ଆକୃଷ୍ଟ କରିଥିଲା ।
- ବାସ୍ତବରେ ଇଂରାଜୀ ଶିକ୍ଷାର ପ୍ରସାର ଫଳରେ ବିଭାଜିତ ଓଡ଼ିଶାରେ ଶିକ୍ଷିତ ଯୁବକମାନଙ୍କ ମନରେ ଏକ ନବଜାଗରଣ ସୃଷ୍ଟି ହୋଇଥିଲା ।
- ୧୮୬୭ ମସିହାରେ କଟକ ଜିଲ୍ଲା ସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ ଭାବେ ଉନ୍ନୀତ କରାଗଲା ଏବଂ ଏହା କୋଲକତା ବିଶ୍ଵବିଦ୍ୟାଳୟ ସହିତ ସହବନ୍ଧିତ ହେଲା ।୧୮୬୮ ଜାନୁୟାରୀ ୨୦ରେ ୬ ଜଣ ଛାତ୍ରଙ୍କୁ ନେଇ ଶିକ୍ଷାଦାନ ଆରମ୍ଭ ହେଲା ।
- ଉତ୍କଳଗୌରବ ମଧୁସୂଦନ ଦାସ ୧୮୬୮ ମସିହାରେ କଟକ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟରୁ ଏଫ୍.ଏ. ପାଶ୍ କଲେ ।
- ୧୮୭୦ ମସିହାରେ କୋଲକତା ବିଶ୍ଵବିଦ୍ୟାଳୟରୁ ବି.ଏ. ପାଶ୍ କରି ମଧୁସୂଦନ ଦାସ ଓଡ଼ିଶାର ପ୍ରଥମ ସ୍ନାତକ ହୋଇଥିଲେ । ୧୮୭୩ ମସିହାରେ ଏମ୍.ଏ. ପାଶ୍ କରି ଏବଂ ୧୮୭୮ ମସିହାରେ ବି.ଏଲ୍. ଡିଗ୍ରୀ ହାସଲ କରି ଯଥାକ୍ରମେ ସ୍ନାତକୋତ୍ତର ଓ ଆଇନ ଡିଗ୍ରୀ ପ୍ରାପ୍ତ କରିବାରେ ସେ ପ୍ରଥମ ଓଡ଼ିଆ ଥିଲେ ।
- ୧୮୭୬ ମସିହାରେ କଟକରେ ସ୍ଥାପିତ ହୋଇଥିବା ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ ସ୍ନାତକ ମହାବିଦ୍ୟାଳୟରୂପେ ଉନ୍ନୀତ ହୋଇଥିଲା । କମିଶନର ଟି.ଇ. ରେଭେନ୍ସାଙ୍କ ନାମରେ ଉକ୍ତ ମହାବିଦ୍ୟାଳୟଟି ପରବର୍ତ୍ତୀ ସମୟରେ ରେଭେନ୍ସା କଲେଜ ନାମରେ ପରିଚିତ ହେଲା ।
- ରେଭେନ୍ସା କଲେଜରେ ଉଚ୍ଚତର ଶିକ୍ଷାଲାଭର ସୁଯୋଗ ପାଇ ଓଡ଼ିଶାରେ ଏକ ଉଚ୍ଚଶିକ୍ଷିତ ଯୁବଗୋଷ୍ଠୀ ସୃଷ୍ଟି ହେଲେ ଯେଉଁମାନେ ଓଡ଼ିଆ ଭାଷା, ସଂସ୍କୃତି ତଥା ଓଡ଼ିଆମାନଙ୍କର ଏକତ୍ରୀକରଣ ପାଇଁ ସ୍ଵର ଉତ୍ତୋଳନ କରିଥିଲେ ।
→ ଓଡ଼ିଆ ଭାଷା, ସାହିତ୍ୟ ଓ ସମ୍ବାଦପତ୍ରର ବିକାଶ :
- ଓଡ଼ିଶାରେ ଛାପାଖାନା ପ୍ରତିଷ୍ଠା ଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ ନିମନ୍ତେ ସହାୟକ ହେଲା ଏବଂ ସାହିତ୍ୟ ଓ ସମ୍ବାଦପତ୍ର ପ୍ରକାଶନ ସହଜ ହେଲା ।
- ୧୮୩୭ ମସିହାରେ ଓଡ଼ିଶାରେ ପ୍ରଥମ ମୁଦ୍ରଣ ଯନ୍ତ୍ର କଟକ ମିଶନ୍ ପ୍ରେସ୍ ନାମରେ ସ୍ଥାପନ କରାଗଲା ।
- ଉତ୍କଳ ଦୀପିକା, ସମ୍ବାଦବାହିକା, ବୋଧଦାୟିନୀ, ସମ୍ବଲପୁର ହିତୈଷିଣୀ ଆଦି ସମ୍ବାଦପତ୍ରର ପ୍ରକାଶନ ହେଲା ।
- ୧୮୬୬ରେ ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ କଟକରୁ ଉତ୍କଳଦୀପିକା, ୧୮୬୮ରେ ଫକୀରମୋହନ ସେନାପତିଙ୍କ ସମ୍ପାଦନାରେ ବାଲେଶ୍ବରରୁ ସମ୍ବାଦ ବାହିକା ଓ ବୋଧଦାୟିନୀ, ୧୮୮୯ରେ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦନାରେ ବାମଣ୍ଡାରୁ ସମ୍ବଲପୁର ହିତୈଷିଣୀ ପ୍ରକାଶିତ ହେଲା ।
- ଭାଷା ବିବାଦ ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟତାଭାବ ସୃଷ୍ଟି କରିବାରେ ସହାୟକ ହୋଇଥିଲା ।
- ୧୮୦୩ ମସିହାରେ ଇଂରେଜମାନଙ୍କଦ୍ଵାରା ଓଡ଼ିଶା ଅଧ୍ଵତ ହେବା ପରେ କେବଳ କଟକ, ପୁରୀ ଓ ବାଲେଶ୍ଵର ଜିଲ୍ଲାକୁ ନେଇ ଶାସିତ ହେଉଥିଲା । ପୂର୍ବରୁ ମରହଟ୍ଟାମାନେ ପାର୍ଶୀ ଭାଷାକୁ ରାଜଭାଷା ରୂପେ ମାନ୍ୟତା ଦେଇଥିବାରୁ ଓଡ଼ିଆ ଭାଷା ଓ ସଂସ୍କୃତି ଭୂଲୁଣ୍ଠିତ ହୋଇଥିଲା ।
- ଇଂରେଜମାନେ ମଧ୍ୟ ଓଡ଼ିଶାକୁ ବଙ୍ଗଳାର ଅଂଶରୂପେ ବିବେଚନା କରି ବଙ୍ଗୀୟ ରାଜକର୍ମଚାରୀଙ୍କୁ ଓଡ଼ିଶାରେ ଅବସ୍ଥାପିତ କଲେ ଯେଉଁମାନେ କି ବଙ୍ଗଳା ଭାଷା ପ୍ରଚାରରେ ନିମଗ୍ନ ରହିଲେ ।
- ୧୮୪୯ ମସିହାରେ କଟକରେ ବଙ୍ଗଳା ଭାଷାକୁ ସରକାରୀ ଭାଷାରୂପେ ସ୍ବୀକୃତି ଦିଆଗଲା ।
- ଓଡ଼ିଆ ପାଠ୍ୟପୁସ୍ତକର ସ୍ଵଳ୍ପ ଆଳରେ କେତେକ ପ୍ରଭାବଶାଳୀ ବଙ୍ଗୀୟ ବ୍ୟକ୍ତି ଓଡ଼ିଶାର ବିଦ୍ୟାଳୟମାନଙ୍କରେ ବଙ୍ଗଳା ଭାଷା ପ୍ରଚଳନ ପାଇଁ ଉଦ୍ୟମ କଲେ । ଫଳରେ ନିଜ ଭାଷାର ସୁରକ୍ଷା ପାଇଁ ଓଡ଼ିଆମାନଙ୍କ ମନରେ ଜାତୀୟ ଚେତନା ସୃଷ୍ଟି ହେଲା । ଓଡ଼ିଶାର କେତେକ ବଙ୍ଗଭାଷୀ ମଧ୍ଯରେ ଏ ଦିଗରେ ସମର୍ଥ ଜଣାଇଥିଲେ ।
- ମାଡ୍ରାସ୍ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ତେଲୁଗୁ ଭାଷା ସରକାରୀ ଭାଷାରୂପେ ପ୍ରଚଳିତ ହେବାରୁ ଓଡ଼ିଆ ଭାଷା ଅବହେଳିତ ହେଲା । ଫଳସ୍ୱରୂପ ଗଞ୍ଜାମର ଓଡ଼ିଆମାନେ ୧୮୭୦ ସେପ୍ଟେମ୍ବରରେ ରସୁଲକୋଣ୍ଡାଠାରେ ସଭା କରି ସମସ୍ତ ଓଡ଼ିଆମାନଙ୍କୁ ଏକତ୍ରିତ ହେବା ପାଇଁ ଆହ୍ଵାନ ଦେଲେ ।
- ପୁନଶ୍ଚ ସମ୍ବଲପୁର ଜିଲ୍ଲାରେ ହିନ୍ଦୀକୁ ସରକାରୀ ଭାଷାରୂପେ ପ୍ରଚଳନ କରାଗଲା ଓ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ହିନ୍ଦୀ ଭାଷାରେ ଶିକ୍ଷାଦାନକରାଗଲା । ଏହାକୁ ସେ ଅଞ୍ଚଳର ଜନସାଧାରଣ ବିରୋଧ କଲେ ।
- ‘ସମ୍ବଲପୁର ହିତୈଷିଣୀ’ ପତ୍ରିକା ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟତା ଜାଗରଣ କରି ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ପ୍ରଯତ୍ନ କଲା । ସମ୍ବଲପୁରବାସୀଙ୍କ ଉଦ୍ୟମ ଫଳରେ ଓଡ଼ିଆ ଭାଷା ପୁନଃ ପ୍ରଚଳିତ ହେଲା ।
- ମଧୁସୂଦନ ଦାସ, ଗୋପାଳଚନ୍ଦ୍ର ପ୍ରହରାଜ, ଲକ୍ଷ୍ମୀକାନ୍ତ ମହାପାତ୍ର, ଗୋପବନ୍ଧୁ ଦାସ, ରାଧାନାଥ ରାୟ, ମଧୁସୂଦନ ରାଓ ଓ ଗଙ୍ଗାଧର ମେହେର ପ୍ରଭୃତି ଆଧୁନିକ ଓଡ଼ିଆ ସାହିତ୍ୟର ପୁରୋଧାଗଣ ଜାତୀୟତାବାଦୀ ଲେଖା ମାଧ୍ୟମରେ ଓଡ଼ିଶାର ନରନାରୀଙ୍କୁ ଉଦ୍ବୁଦ୍ଧ କରିଥିଲେ ।
→ ବିଭିନ୍ନ ଅନୁଷ୍ଠାନ ଗଠନ :
- ୧୮୮୨ ମସିହାରେ ରାଧାନାଥ ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ ଏବଂ ଗୌରୀଶଙ୍କର ରାୟ ପ୍ରମୁଖ ମନୀଷୀଗଣ ଓଡ଼ିଆ ଭାଷା ଓ ସଂସ୍କୃତିର ଉନ୍ନତି ନିମନ୍ତେ କଟକରେ ଉତ୍କଳ ସଭା ନାମକ ଏକ ଅନୁଷ୍ଠାନ ଗଠନ କରିଥିଲେ ଏବଂ ଏହା ଜାତୀୟତାବାଦ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।
- ବାଲେଶ୍ଵରରେ ‘ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା’ ଗଠନ କରାଯାଇଥିଲା ।
- କଟକରେ ‘ଉତ୍କଳ ଭାଷା ଉଦ୍ଦୀପନୀ ସଭା’ ଓ ‘ଉତ୍କଳ ଉଲ୍ଲାସିନୀ ସଭା’ ଗଠନ କରାଯାଇଥିଲା ।
- ବ୍ରହ୍ମପୁର (ଗଞ୍ଜାମ)ରେ ‘ଉତ୍କଳ ହିତବାଦିନୀ ସଭା’ ଗଠନ କରାଯାଇଥିଲା ।
- ଉକ୍ତ ଅନୁଷ୍ଠାନଗୁଡ଼ିକ ଓଡ଼ିଆ ଜାତୀୟ ଜାଗରଣକୁ ବଳବତ୍ତର କରିଥିଲା ।
→ ଧାର୍ମିକ ନବଜାଗରଣ :
- ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାର ଧର୍ମ କ୍ଷେତ୍ରରେ ନବଚେତନାର ପ୍ରଭାବ ପରିଲକ୍ଷିତ ହୋଇଥିଲା ।
- ଖ୍ରୀଷ୍ଟଧର୍ମ ଓ ବ୍ରାହ୍ମଧର୍ମ ବିରୋଧରେ ଏକ ସଂସ୍କାରଧର୍ମୀ ଧର୍ମରୂପେ ସତ୍ୟ ମହିମା ଧର୍ମର ଆବିର୍ଭାବ ଘଟିଲା ।
- ମହିମା ଧର୍ମର ପ୍ରଧାନ ପ୍ରବର୍ତ୍ତକ ଥିଲେ ମହିମା ଗୋସ୍ଵାମୀ ଓ ଭୀମଭୋଇ ଥିଲେ ଏହି ଧର୍ମର ମୁଖ୍ୟ ପ୍ରଚାରକ ।
- ଭୀମଭୋଇଙ୍କ କବିତାଗୁଡ଼ିକ ଓଡ଼ିଆମାନଙ୍କ ମନରେ ନିଃସ୍ୱାର୍ଥ ସେବା, ଜାତିପ୍ରୀତି ଓ ଆତ୍ମବଳି ଭାବନା ସୃଷ୍ଟି କରିଥିଲା ।
- ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ ପରେ ଇଂରେଜମାନେ ଅନେକ ଜନହିତକର କାର୍ଯ୍ୟର ଯୋଜନା ପ୍ରସ୍ତୁତ କରିଥିଲେ ।
→ ଇଂରେଜମାନଙ୍କ ଜନହିତକର କାର୍ଯ୍ୟ:
- ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ ପରେ ଇଂରେଜମାନେ ଅନେକ ଜନହିତକର କାର୍ଯ୍ୟର ଯୋଜନା ପ୍ରସ୍ତୁତ କରିଥିଲେ ।
- କମିଶନର ଟି.ଇ. ରେଭେନ୍ସା ଆଳି ଓ ବାଙ୍କୀଠାରେ ନୂତନ ବନ୍ଧ ନିର୍ମାଣ ତଥା ପୁରୁଣା ବନ୍ଧର ମରାମତି କରାଇଥିଲେ । ବାଣିଜ୍ୟର ଉନ୍ନତି ପାଇଁ ମଧ୍ୟ ପକ୍କା ସଡ଼କ ନିର୍ମାଣ କରାଯାଇଥିଲା ।
- ଫଳରେ ଓଡ଼ିଶା ଭାରତର ଅନ୍ୟ ପ୍ରଦେଶ ସହ ସଂଯୋଜିତ ହେବାଦ୍ଵାରା ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟ ଭାବନା ଦୃଢ଼ ହୋଇ ପାରିଥିଲା ।
- ୧୮୮୨ ମସିହାରେ ଭାଇସ୍ରାଏ ଲର୍ଡ଼ ରିପନ୍ଙ୍କଦ୍ୱାରା ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରାଗଲା ।
- ସ୍ଥାନୀୟ ଶାସନ ସଂସ୍ଥାକୁ ନିର୍ବାଚିତ ପ୍ରତିନିଧୂମାନଙ୍କୁ ପଠାଇ ଓଡ଼ିଆମାନେ ରାଜନୀତିକ ଜ୍ଞାନ ଆହରଣ କରିପାରିଲେ ।
- ଜାତୀୟ କଂଗ୍ରେସର ବିଭିନ୍ନ ଅଧ୍ଵଂଶନରେ ତଥା ଅନ୍ୟାନ୍ୟ ଜାତୀୟ ସମ୍ମିଳନୀରେ ଓଡ଼ିଆ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ଯୋଗଦାନ ଜାତୀୟତା ଜାଗରଣରେ ସହାୟକ ହେଲା ।
- ଏସବୁଦ୍ଵାରା ଓଡ଼ିଆମାନେ ନିଜର ଇତିହାସ ଓ ଐତିହ୍ୟ, ଭାଷା ଓ ସଂସ୍କୃତି ତଥା ଐକ୍ୟଭାବ ଓ ସଂହତି ସମ୍ପର୍କରେ ଅର୍ଧକ ସଚେତନ ହେଲେ ।
ଐତିହାସିକ ଘଟଣାବଳୀ ଓ ସମୟ:
୧୫୬୮ ଖ୍ରୀ.ଅ. – ଓଡ଼ିଶାର ସ୍ଵାଧୀନତା ବିଲୋପ ।
୧୮୦୩ ଖ୍ରୀ.ଅ. – ଇଂରେଜମାନଙ୍କଦ୍ଵାରା ଓଡ଼ିଶା ଅଧିକୃତ ।
୧୮୨୩ ଖ୍ରୀ.ଅ. – ଖ୍ରୀଷ୍ଟିୟାନ୍ ଧର୍ମପ୍ରଚାରକମାନଙ୍କଦ୍ୱାରା କଟକରେ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ।
୧୮୩୦ ଖ୍ରୀ.ଅ. – ଓଡ଼ିଆ ରକ୍ଷଣଶୀଳ ସମ୍ପ୍ରଦାୟର ଉପେକ୍ଷା ଫଳରେ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ।
୧୮୩୭ ଖ୍ରୀ.ଅ. – ଓଡ଼ିଶାରେ ପ୍ରଥମ ମୁଦ୍ରଣ ଯନ୍ତ୍ର କଟକ ମିଶନ ପ୍ରେସ୍ ନାମରେ ପ୍ରତିଷ୍ଠା ।
୧୮୪୧ ଖ୍ରୀ.ଅ. – ହିତକାରୀ ଦାତବ୍ୟ ବିଦ୍ୟାଳୟର ପରିଚାଳନା ଭାର ବ୍ରିଟିଶ୍ ସରକାରଙ୍କ ହସ୍ତରେ ନ୍ୟସ୍ତ ।
୧୮୪୯ ଖ୍ରୀ.ଅ. – କଟକ କଲେକ୍ଟରଙ୍କଦ୍ଵାରା ବଙ୍ଗଳା ଭାଷାକୁ ସରକାରୀ ଭାଷାଭାବେ ସ୍ବୀକୃତି ପ୍ରଦାନ ।
୧୮୫୪ ଖ୍ରୀ.ଅ. – ଚାର୍ଲସ୍ ଉଙ୍କ ପାଠ୍ୟକ୍ରମ ସଂସ୍କାର ଆଇନ ପ୍ରଣୟନ ।
୧୮୫୭ ଖ୍ରୀ.ଅ. – କୋଲ୍କତା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ।
୧୮୬୬ ଖ୍ରୀ.ଅ. – ଓଡ଼ିଶାରେ ପୁରୀ, କଟକ ଓ ବାଲେଶ୍ଵର ଜିଲ୍ଲାର ସଦର ମହକୁମାରେ ଜିଲ୍ଲା ସ୍କୁଲ ପ୍ରତିଷ୍ଠା ।
୧୮୬୬ ଖ୍ରୀ.ଅ. – କଟକରେ ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ ପ୍ରକାଶିତ ।
୧୮୬୭ ଖ୍ରୀ.ଅ. – ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ।
୧୮୬୮ ଖ୍ରୀ.ଅ. – କଟକ ଜିଲ୍ଲା ସ୍କୁଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ ଭାବେ ମାନ୍ୟତାପ୍ରାପ୍ତ ।
୧୮୬୮ ଖ୍ରୀ.ଅ. – କଟକର ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ ।
୧୮୬୮ ଖ୍ରୀ.ଅ. – ବାଲେଶ୍ଵରରେ ଫକୀରମୋହନ ସେନାପତିଙ୍କ ସମ୍ପାଦନାରେ ସମ୍ବାଦପତ୍ର ‘ସମ୍ବାଦବାହିକା’ ଓ ‘ବୋଧଦାୟିନୀ’ ପ୍ରକାଶିତ ।
୧୮୭୦ ଖ୍ରୀ.ଅ. – ମଧୁସୂଦନ ଦାସଙ୍କର ପ୍ରଥମ ଓଡ଼ିଆ ଭାବେ କୋଲକତା ବିଶ୍ଵବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ ।
୧୮୭୩ ଖ୍ରୀ.ଅ. – ଗଞ୍ଜାମବାସୀଙ୍କଦ୍ୱାରା ସମସ୍ତ ଓଡ଼ିଆମାନଙ୍କୁ ରସୁଲକୋଣ୍ଡାଠାରେ ସଭାକରି ଏକତ୍ର ହେବାପାଇଁ ଆହ୍ବାନ ।
୧୮୭୬ ଖ୍ରୀ.ଅ. – ମଧୁସୂଦନ ଦାସଙ୍କର ସ୍ନାତକୋତ୍ତର ଡିଗ୍ରୀ ହାସଲ ।
୧୮୭୮ ଖ୍ରୀ.ଅ. – କଟକର ଉଚ୍ଚ ବିଦ୍ୟାଳୟ ବା ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ ସ୍ନାତକ ମହାବିଦ୍ୟାଳୟ ରୂପେ ମାନ୍ୟତାପ୍ରାପ୍ତ ।
୧୮୮୨ ଖ୍ରୀ.ଅ. – ମଧୁସୂଦନ ଦାସଙ୍କର ବି.ଏଲ୍. ଡିଗ୍ରୀ ହାସଲ ।
୧୮୮୨ ଖ୍ରୀ.ଅ. – ଲର୍ଡ଼ ରିପନ୍ଙ୍କଦ୍ୱାରା ‘ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା’ ପ୍ରଣୟନ ।
୧୮୮୯ ଖ୍ରୀ.ଅ. – ନୀଳମଣି ବିଦ୍ୟାରତ୍ନଙ୍କଦ୍ୱାରା ବାମଣ୍ଡାରୁ ‘ସମ୍ବଲପୁର ହିତୈଷିଣୀ’ ସମ୍ବାଦପତ୍ର ପ୍ରକାଶିତ ।