Odisha State Board BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ Important Questions and Answers.
BSE Odisha Class 9 Political Science Important Questions Chapter 6 ଭାରତୀୟ ଜାତୀୟତାବାଦ
Subjective Type Questions With Answers
ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ଜାତୀୟତାବାଦ ବା ରାଷ୍ଟ୍ରୀୟତାବାଦ କ’ଣ ? ଏହାର ଉପାଦାନଗୁଡ଼ିକ ଲେଖ ।
Answer:
- ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମା ମଧ୍ୟରେ ମଧ୍ୟରେ ଥିବା ଜାତି, ବର୍ଣ୍ଣ, ଧର୍ମ, ଭାଷା ଓ ଦେଶାତ୍ମବୋଧରେ ଉଦ୍ ବୁଦ୍ଧ ହେଲେ ଜାତୀୟତାବାଦ ଜନ୍ମନିଏ । ସ୍ଵାଧୀନତା ଓ ଜଡ଼ିତ ।
- ଏହା ଦେଶପ୍ରୀତି, ରାଷ୍ଟ୍ର ପ୍ରତି ଆନୁଗତ୍ୟ, ଦେଶପ୍ରାଣତା ତଥା ଦେଶ ପାଇଁ ଆମ୍ବୋତ୍ସର୍ଗକୁ ବୁଝାଏ । ଏହା ଏପରି ଏକ ମନୋଭାବ ଯାହା ଉଚ୍ଚ-ନୀଚ, ଧନୀ-ଗରିବ ଇତ୍ୟାଦି ମାନସିକ ସଂକୀର୍ଣ୍ଣତାଠାରୁ ବହୁ ଊର୍ଦ୍ଧ୍ବରେ ।
- ଜାତୀୟତାବାଦର ପ୍ରଧାନ ଉତ୍ସ ହେଉଛି ସମାନ ପ୍ରକାରର ପରମ୍ପରା, ସଂସ୍କୃତି ଓ ଐତିହ୍ୟ ।
- ଜାତୀୟତାବାଦ ବା ରାଷ୍ଟ୍ରୀୟତାବାଦର ଉପାଦାନଗୁଡ଼ିକ ହେଉଛି :
(କ) ଭୌଗୋଳିକ ଅଖଣ୍ଡତା, (ଖ) ଜନ୍ମ ବା ଜାତିଗତ ଐକ୍ୟ, (ଗ) ଭାବଗତ ଏବଂ ସାଂସ୍କୃତିକ ଐକ୍ୟ, (ଘ) ସାହିତ୍ୟ ତଥା ଭାଷାଗତ ଐକ୍ୟ, (ଙ) ଧର୍ମଗତ ଐକ୍ୟ, (ଚ) ଅର୍ଥନୈତିକ ବିକାଶ, (ଛ) ଆନ୍ତର୍ଜାତିକ କ୍ରୀଡ଼ା ଓ ଅନ୍ୟାନ୍ୟ ପ୍ରତିଯୋଗିତା, (ଜ) ଯୁଦ୍ଧର ଭୟ, (ଝ) ଦେଶାତ୍ମବୋଧ, (ଞ) ସ୍ୱାୟତ୍ତ ଶାସନ ବା ସ୍ବରାଜ ।
୨। ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବ କିପରି ବିକାଶ ଘଟାଇଲା ?
Answer:
- ଉନବିଂଶ ଶତାବ୍ଦୀରେ ଭାରତରେ ଇଂରାଜୀ ଭାଷା ଓ ପାଶ୍ଚାତ୍ୟ ଶିକ୍ଷାର ପ୍ରଚଳନ ଭାରତୀୟ ଜାତୀୟତା ଚିନ୍ତାଧାରାର ବିକାଶ ପାଇଁ ସହାୟକ ହେବା ସହ ରାଜନୈତିକ ଚିନ୍ତାଧାରାକୁ ନୂତନ ଦିଗ୍ଦର୍ଶନ ଦେଇଥିଲା ।
- ଗଭର୍ଣ୍ଣର ଜେନେରାଲ ଉଇଲିୟମ୍ ବେଣ୍ଟିକ୍ଙ୍କ ଉଦ୍ୟମ ତଥା ଲର୍ଡ଼ ମ୍ୟାକଲେ ଓ ରାଜା ରାମମୋହନ ରାୟଙ୍କ ସହଯୋଗରେ ୧୮୩୫ ମସିହାରେ ଭାରତରେ ଇଂରାଜୀ ଶିକ୍ଷା ପ୍ରଚଳନ ଆରମ୍ଭ ହେଲା ।
- ପାଶ୍ଚାତ୍ୟ ଶିକ୍ଷାର ପ୍ରସାର ହେବାରୁ ଭାରତୀୟମାନେ ପାଶ୍ଚାତ୍ୟ ରାଜନୀତି ବିଜ୍ଞାନୀ ଜନ୍ ଷ୍ଟୁଆର୍ଟ ମିଲ୍, ହରବର୍ଟ ସ୍ପେନସର ଓ ହେଲେ । ମାଜିନୀ, ଗାରିବାଲ୍, ଋଷା ଓ ମଣ୍ଡେସ୍କୁଙ୍କ ପରି ସ୍ୱାଧୀନଚେତା ଲେଖକଙ୍କ ଦେଶର ସ୍ଵାଧୀନତା ପ୍ରାପ୍ତି ଲାଗି ପ୍ରୋତ୍ସାହନ ଯୋଗାଇଲା ।
- ଆମେରିକାର ସ୍ୱାଧୀନତା ସଂଗ୍ରାମ, ଫରାସୀ ବିପ୍ଳବ ଓ ଇଟାଲୀ ଏବଂ ଜର୍ମାନୀର ଏକତ୍ରୀକରଣ ଆଦି ଘଟଣାବଳୀ ଭାରତର ଏକତ୍ରୀକରଣ ଆଦି ଘଟଣାବଳୀ ଭାରତର ମୁକ୍ତି ସଂଗ୍ରାମକୁ ଜୋରଦାର କରିବାପାଇଁ ଇଚ୍ଛାଶକ୍ତି ଯୋଗାଇଲା ଓ ଜାତୀୟ ଜାଗରଣ ସୃଷ୍ଟି କରାଇବାରେ ସହାୟକ ହେଲା ।
୩ । ଇଂରେଜ ଶାସକମାନଙ୍କଦ୍ୱାରା ଅର୍ଥ ନୈ ତି କ ଶୋଷଣ କିପରି ଜାତୀୟତାବାଦକୁ ଜନ୍ମ ଦେଇଥିଲା ?
Answer:
- ଇଂରେଜ ଶାସକମାନଙ୍କଦ୍ୱାରା ଅର୍ଥ ନୈ ତି କ ପତନ ଘଟିଲା । ଇଂରେଜମାନେ ଭାରତରେ ବାଣିଜ୍ୟ କରିବାର ମୂଳ ଲକ୍ଷ୍ୟ ଥିଲା ଅଧିକ ଆର୍ଥିକ ଲାଭ ।
- ସେମାନେ ଭାରତରୁ ଶସ୍ତାରେ କଞ୍ଚାମାଲ କିଣିଲେ, ନିଜ ଦେଶର କଳକାରଖାନାରେ ସେଗୁଡ଼ିକର ଉତ୍ପାଦିତ ଦ୍ରବ୍ୟକୁ ଭାରତରେ ଅଧ୍ଵକ ଦାମ୍ରେ ବିକ୍ରିକଲେ । ଏହା ଫଳରେ ଭାରତୀୟ କଳକାରଖାନାରେ ଉତ୍ପାଦନ ବନ୍ଦ ହେଲା । କୁଟୀର ଶିଳ୍ପର ପତନ ଘଟିଲା । କ୍ଷତିଗ୍ରସ୍ତ ହେଲା ।
- ଦାଦାଭାଇ ନାରୋଜୀ ଇଂରେଜମାନଙ୍କ କାର୍ଯ୍ୟ ତଥା ଭାରତରୁ ବହୁ ପରିମାଣରେ କଞ୍ଚାମାଲ ଇଂଲଣ୍ଡକୁ ଚାଲି ଯାଉଥିବା ଦେଖୁ ଏହାକୁ ‘ବିତ୍ତର ବହିଃ ପ୍ରବାହ ତତ୍ତ୍ବ’ ଆଖ୍ୟା ଦେଇଥିଲେ ।
- ଇଂରେଜମାନେ ଖଜଣା ହାର ବୃଦ୍ଧି କରିବାରୁ ଗରିବ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ ।
- ଜନ୍ମ ନେଲା । ଦାଦାଭାଇ ନାରୋଜୀ, ରାଣାଡ଼େ, ଚି ନ୍ତାନାୟକ ମାନେ ରାଣାଡ଼େ, ପ୍ରଭୃ ତି ଅର୍ଥନୈତିକ ଶୋଷଣର କୁ ପ୍ରଭାବ ଭାରତରେ ଜାତୀୟତାବାଦର ବିକାଶରେ ସହାୟକ ହୋଇଥିଲା ।
୪। ଭାରତୀୟ ଐତିହ୍ୟ ଓ ସଂସ୍କୃତିର ପୁନଃଜାଗରଣ ଭାରତୀୟ ଜାତୀୟ ସ୍ତରରେ କିଭଳି ଏକ ନବଜାଗରଣ ସୃଷ୍ଟି କରିଥିଲା ?
Answer:
- ଭାରତ ଏକ ବିଶାଳ ଦେଶ । ଏହାର ଐତିହ୍ୟ ଅତି ପ୍ରାଚୀନ । କିନ୍ତୁ ଦୀର୍ଘକାଳବ୍ୟାପୀ ସେମାନେ ପୂର୍ବ ଐତିହ୍ୟକୁ ହରାଇବସିଲେ ଓ ଧୀରେ ଧୀରେ ହୀନମନ୍ୟତାର ଶିକାର ହେଲେ ।
- ଏହି ସମୟରେ ସାର୍ ଉଇଲିୟମ୍ ଜୋନ୍ସ, ଭାରତର ଗୌରବ, ସଂସ୍କୃତି ଓ ଐତିହ୍ୟ ସମ୍ପର୍କିତ ବହୁ ଉପାଦେୟ ପୁସ୍ତକ ରଚନା କରିଥିଲେ । ଏହାଦ୍ଵାରା ଭାରତର ଐତିହ୍ୟ ଓ ପରମ୍ପରାର ପୁନଃ ଜାଗରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା ।
- ଏ ଦିଗରେ ଏ ଭାରତୀୟ ଐତିହାସି କ ରାଜେନ୍ଦ୍ରଲାଲ ମିତ୍ର ଓ ଭଣ୍ଡାରକରଙ୍କ ଅବଦାନ ଉଲ୍ଲେଖଯୋଗ୍ୟ ଥିଲା ।
- ଉଇଲିୟମ ଜୋନ୍ସ ୧୭୮୪ ମସିହାରେ ସୋସାଇଟି ଅଫ୍ ବେଙ୍ଗଲ’ ପ୍ରତିଷ୍ଠା କରିଥିଲେ ।
- ଗୌରବମୟ ଐତିହ୍ୟ ପୁନରୁଦ୍ଧାର ହେବାରୁ ଏହା ଭାରତର ଜାତୀୟ ସ୍ତରରେ ଏକ ନବଜାଗରଣ ସୃଷ୍ଟି କଲା ।
୫। ଭାରତରେ ଜାତୀୟତା ବିକାଶରେ ଭାରତୀୟ ଜାତୀୟ କଂଗ୍ରେସର କେଉଁସବୁ ଅବଦାନ ଥିଲା ?
Answer:
- ୧୮୮୫ ମସିହାରେ ‘ଭାରତୀୟ ଜାତୀୟ କଂଗ୍ରେସ’ ପ୍ରତିଷ୍ଠା ହୋଇଥିଲା । ଏହାର ଜନ୍ମଦାଦା ଥିଲେ ଆଲାନ୍ ଅକ୍ସାଭିଆନ୍ ହ୍ୟୁମ୍ । ଉଦ୍ଦେଶ୍ୟ ଥିଲା। ଅସନ୍ତୁ ଷ୍ଟ ଭାରତୀୟମାନେ ବିଦ୍ରୋହରୁ ନିବୃତ୍ତ ରହି ଏହି ସଂଘ’ ମାଧ୍ୟମରେ ସମସ୍ତ ସମସ୍ୟା ଓ ଅଭିଯୋଗଗୁଡ଼ିକ ସରକାରଙ୍କ ପାଖରେ ଉପସ୍ଥାପନା କରିବେ ।
- ଭାରତୀୟ ଜାତୀୟ କଂଗ୍ରେସର ମୂଳଲକ୍ଷ୍ୟ ଥିଲା ଜାତୀୟ ଚେତନାର ଅଭିବୃଦ୍ଧି, ଦେଶାତ୍ମବୋଧ ଭାବର ପ୍ରସାର ଓ ଜାତୀୟ ଏକତାର ବିକାଶ କରିବା ।
- ୧୮୮୫ ମସିହା ଜାତୀୟ କଂଗ୍ରେସ ଭାରତୀୟ ଜାତୀୟତା ଭାବଧାରାକୁ ଅଧିକ ବ୍ୟାପକ ଓ ସୁଦୃଢ଼ କରିଥିଲା ଏବଂ ସ୍ବାଧୀନତା ସଂଗ୍ରାମକୁ ଅଧିକ ଜୋରଦାର କରିଥିଲା ।
- ଭାରତୀୟ ଜାତୀୟ କଂଗ୍ରେସର ଏକ ଶକ୍ତିଶାଳୀ ଜନ ଆନ୍ଦୋଳନ ଯୋଗୁଁ ଭାରତର ସ୍ଵାଧୀନତା ସଂଗ୍ରାମ ଓ ଭାରତୀୟ ଜାତୀୟତାବାଦର ପ୍ରସାର ଘଟିଲା ।
- ଯାହାଫଳରେ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ପରାଧୀନ ଭାର ତ ସ୍ଵାଧୀନତା ଲାଭ କଲା ଓ ଏକ ସ୍ବାଧୀନ ରାଷ୍ଟ୍ରରେ ପରିଣତ ହେଲା ।
କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ଜାତୀୟତାବାଦ କିପରି ଜନ୍ମଲାଭ କରିଥାଏ ?
Answer:
- ଜାତୀୟତାବାଦ ଏକ ମନ ସ୍ତାତ୍ତି କ ଭାବୋଚ୍ଛାସ ।
- ଗୋଟିଏ ରାଷ୍ଟ୍ରରେ ବସବାସ କରୁ ଥିବା ବ୍ୟକ୍ତି ସମୂହ ଯେତେବେଳେ ସେମାନଙ୍କ ଭିତରେ ଥିବା ଜାତି, ବର୍ଣ୍ଣ, ଧର୍ମ, ଭାଷା ଏବଂ ଆଞ୍ଚଳି ବି ଭି ନ୍ନତାକୁ କ ଭୁ ଲି ଯାଇ ଦେଶାତ୍ମବୋଧରେ ଉଦ୍ ବୁଦ୍ଧ ହୁ ଅନ୍ତି, ସେତେବେଳେ ଜାତୀୟତାବାଦ ଜନ୍ମ ନେଇଥାଏ ।
୨। ଭାରତୀୟ ଜାତୀୟତାବାଦ କହିଲେ କ’ଣ ବୁଝ ?
Answer:
- ଭାରତ ଦୀର୍ଘ ୨୦୦ ବର୍ଷରୁ ଅଧିକ ସମୟ ବିଦେଶୀ ଶାସନାଧୀନ ରହିବା ଫଳରେ ଭାର ତୀୟମାନେ ଶୋଷଣର ଶିକାର ହୋଇଥିଲେ।ବିଦେଶୀ ଶାସନ ବିରୋଧରେ ଘୃଣା ଓ ବିତୃଷ୍ଣା ବୃଦ୍ଧି ପାଇଥିଲା ।
- ଏଥ୍ ନିମନ୍ତେ ଯେଉଁ ଐକ୍ୟାତ୍ମିକ ଚେତନା ଜାଗ୍ରତ ହୋଇଥିଲା ଓ ବିଦେଶୀ ଶାସନ କବଳରୁ ମାତୃଭୂମିକୁ ମୁକ୍ତ କରିବାର ଯେଉଁ ସମଷ୍ଟିଗତ ଜନଜାଗୃତି ସୃଷ୍ଟି ହୋଇଥିଲା, କୁହାଯାଏ ।
୩। ଇଂରେଜମାନେ କେଉଁ ସୁଯୋଗ ପାଇ ସମଗ୍ର ଭାରତକୁ ନିଜର ଶାସନାଧୀନ କରିପାରିଥିଲେ ?
Answer:
- ଇଂରେଜ ଶାସନର ପ୍ରାରମ୍ଭରେ ଭାରତରେ ରାଜନୈତିକ ଏକତାର ଅଭାବ ଥିଲା । ମରହଟ୍ଟା, ଶିଖ୍, ଜାଠ, ମୁସଲମାନମାନେ ପରସ୍ପର ବିରୋଧୀ ହେଲେ ।
- ଫଳରେ ଏହି କଳହର ସୁଯୋଗ ନେଇ ଇଂରେଜମାନେ ସମଗ୍ର ଭାରତକୁ ନିଜର ଶାସନାଧୀନ କରିପାରିଥିଲେ ।
୪। ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା ଫଳରେ ଜାରତୀୟମାନକର କେଉଁ କେଉଁ କ୍ଷେତରେ ଆଶାତୀତ ପରିବର୍ତ୍ତନ ଘଟିଥିଲା ?
Answer:
- ଶାସନ କାର୍ଯ୍ୟ ସୁରୁଖୁରୁରେ ଚଳାଇବାପାଇଁ ଇଂରେଜ ସରକାର ଭାରତରେ ରେଳପଥ ଓ ରାସ୍ତାଘାଟ ନିର୍ମାଣ କରିବା ସହିତ ଡାକ ଓ ଟେଲିଗ୍ରାଫ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା ।
- ଏହାଦ୍ଵାରା ଭାରତୀୟମାନଙ୍କର ସାମାଜିକ, ଶିକ୍ଷାଗତ, ବୌଦ୍ଧିକ ଓ ରାଜନୈତିକ ଜୀବନରେ ଆଶାତୀତ ପରିବର୍ତ୍ତନ ଘଟିଲା ।
୫। କେଉଁ ମୁଖ୍ୟ ଘଟଣାବଳୀ ଭାରତର ମୁକ୍ତି ସଂଗ୍ରାମକୁ ଅଧ୍ଵକ ଜୋରଦାର କରିବାପାଇଁ ଭାରତୀୟ ଶିକ୍ଷିତ ଯୁବଶକ୍ତିକୁ ମାନସିକ ଇଚ୍ଛାଶକ୍ତି ଯୋଗାଇଥିଲା ?
Answer:
ଆମେରିକାର ସ୍ବାଧୀନତା ସଂଗ୍ରାମ, ଫରାସୀ ବିପ୍ଳବ ଓ ଇଟାଲୀ ଏବଂ କର୍ମାନୀର ଏକତ୍ରୀକରଣ ଆଦି ଘଟଣାବଳୀ ଭାରତର ମୁକ୍ତି ସଂଗ୍ରାମକୁ ଅଧ୍ଵ ଜୋର୍ଦାର କରିବାପାଇଁ ଭାରତୀୟ ଶିକ୍ଷିତ ଯୁବଶକ୍ତିକୁ ମାନସିକ ଇଚ୍ଛାଶକ୍ତି ଯୋଗାଇଥିଲା ।
୬। ଭାରତରୁ ବହୁ ପରିମାଣର କଞ୍ଚାମାଲ ଇଂଲଣ୍ଡକୁ ଚାଲିଯାଉଥିବା ଦେଖ୍ କିଏ ଏହାକୁ କିପରି ଆଖ୍ୟା ଦେଇଥିଲେ ?
Answer:
ଭାରତରୁ ବହୁ ପରିମାଣର କଞ୍ଚାମାଲ ଇଂଲଣ୍ଡକୁ ଚାଲିଯାଉଥିବା ଦେଖ୍ ଦାଦାଉଇ ନ।ରେଜା ଏହାକୁ ‘ବିତ୍ତର ବହିଃ ପ୍ରବାହ ତତ୍ତ୍ଵ’ ଅଖ୍ୟା ଦେଇଥିଲେ ।
୭ । କେଉଁ ସାମା କ ଅବୁଷନବୁବିକର ନେତତରେ ବିଭିନ୍ନ ଧର୍ମୀୟ କୁ-ସଂସ୍କାର ଓ ସାମାଜିକ ଅନ୍ଧବିଶ୍ଵାସ ଲୋପ ପାଇଲା ?
Answer:
‘ବ୍ରାହ୍ମ ସମାଜ’, ‘ଆର୍ଯ୍ୟ ସମାଜ’, ‘ରାମକୃଷ୍ଣ ମିଶନ’ ଆନ୍ଦି ସାମାଜିକ ଅନଷ୍ଣନଭିକର ନେତାଦ୍ୱାରେ ବିଭିନ ଧର୍ମୀୟ କୁସଂସ୍କାର ଓ ସାମାଜିକ ଅନ୍ଧବିଶ୍ଵାସ ଲୋପ ପାଇଲା ।
୮। ନବଜାଗରଣର ସୂତ୍ରପାତ କିପରି ହେଲା ଓ ଏହା ଫଳରେ କେଉଁ କ୍ଷେତ୍ରରେ ପ୍ରସାର ଘଟିଲା ?
Answer:
- ସାମାଜିକ କ୍ଷେତ୍ରରେ ଜାତିପ୍ରଥା, ସତୀଦାହ ପ୍ରଥା, ଅସ୍ପୃଶ୍ୟତାର ବିଲୋପ ହେବା ଫଳରେ ଏକ ‘ନବଜାଗରଣ’ର ସୂତ୍ରପାତ ଘଟିଲା ।
- ଏହା ଫଳରେ ଭାରତରେ ଜାତୀୟ ଚେତନାର ପ୍ରସାର ଘଟିଲା ।
୯। ଜାତୀୟତାବାଦୀ ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ବଙ୍କିମ ଚନ୍ଦ୍ରଙ୍କର କେଉଁ ମୁଖ୍ୟ ଭୂମିକା ରହିଛି ?
Answer:
- ବଙ୍କି ମଚନ୍ଦ୍ର ସ୍ୱରଚି ତ ଭପନସ ‘ଆନନ୍ଦ ମଠ’ରେ ଭାରତର ଜାତୀୟତା ଉପରେ ବିଶେଷ ଗୁରୁତ୍ଵ ଦେଇଥିଲେ ।
- ତାଙ୍କଦ୍ୱାରା ରଚିତ ‘ବନ୍ଦେ ମାତରମ୍’ ସଇଂ।ତାରା ଜାରତୀୟମାନକ ହୁଦୟରେ ଦେଶପ୍ରେମ ଜାଗ୍ରତ ହୋଇଥିଲା ।
୧୦। କେଉଁ ଲେଖକବୃନ୍ଦ ଦେଶଭକ୍ତି ଓ ଦେଶପ୍ରେମକୁ ପ୍ରୋତ୍ସାହିତ କରିଥିଲେ ?
Answer:
ବଙ୍କିମଚନ୍ଦ୍ର, ରବୀନ୍ଦ୍ରନାଥ ଠାକୁର, ସୁବ୍ରମଣ୍ୟମ୍ ଭାରତୀ ଓ ବିଷ୍ଣୁ ଶାସ୍ତ୍ରୀଙ୍କ ଭଳି ମହାନ୍ ଲେଖକବୃନ୍ଦ ସେମାନଙ୍କ ଲେଖାରେ ଦେଶଭକ୍ତି ଓ ଦେଶପ୍ରେମକୁ ପ୍ରୋତ୍ସାହିତ କରିଥିଲେ ।
Objective Type Questions With Answers
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। ଜାତୀୟତାବାଦ କହିଲେ କ’ଣ ବୁଝ ?
Answer:
ଜାତୀୟତାବାଦ କହିଲେ ଦେଶାତ୍ମବୋଧ, ଦେଶପ୍ରୀତି, ରାଷ୍ଟ୍ର ପ୍ରତି ଆନୁଗତ୍ୟ, ଦେଶପ୍ରାଣତା ତଥା ଦେଶ ପାଇଁ ଆୟୋତ୍ସର୍ଗକୁ ବୁଝାଏ ।
୨। ଜାତୀୟତାବାଦ କେଉଁଥୁରୁ ସୃଷ୍ଟି ହୋଇଥାଏ ?
Answer:
ଜାତୀୟତାବାଦ ଲୋକମାନଙ୍କର ଏକାତ୍ମବୋଧ, ଏକତା ତଥା ଦେଶାତ୍ମବୋଧରୁ ସୃଷ୍ଟି ହୋଇଥାଏ ।
୩। ଜାତୀୟତାବାଦ କେଉଁଭଳି ସଂକୀର୍ଣ୍ଣତାଠାରୁ ବହୁ ଊର୍ଦ୍ଧ୍ବରେ ରହିଛି ?
Answer:
ଜାତୀୟତାବାଦ ଏପରି ଏକ ମନସ୍ତାତ୍ତ୍ଵିକ ଭାବଧାରା ଯାହା ଉଚ୍ଚ-ନୀଚ, ଧନୀ-ଗରିବ ଇତ୍ୟାଦି ମାନସିକ ସଂକୀର୍ଣ୍ଣତାଠାରୁ ବହୁ ଊର୍ଦ୍ଧ୍ବରେ ରହିଛି ।
୪ । ଜାତୀୟତାବାଦର ପ୍ରଧାନ ଉତ୍ସ କ’ଣ ?
Answer:
ସମାନ ପ୍ରକାରର ପରମ୍ପରା, ସଂସ୍କୃତି ଓ ଐତିହ୍ୟ ହେଉଛି ଜାତୀୟତାବାଦର ପ୍ରଧାନ ଉତ୍ସ ।
୫। ଜାତୀୟତାବାଦର ଲକ୍ଷଣଗୁଡ଼ିକ କ’ଣ ?
Answer:
ଦେଶ ପ୍ରତି ନିଃସର୍ଭ ଆନୁଗତ୍ୟ, ଦେଶପ୍ରାଣତା, ଦେଶ ପାଇଁ ଆୟୋତ୍ସର୍ଗ ଜାତୀୟତାବାଦର ଲକ୍ଷଣ ।
୬। ଗୋଟିଏ ଦେଶର ବିକାଶ କେତେବେଳେ କ୍ଷିପ୍ର ହୋଇଥାଏ ?
Answer:
ଦେଶର ଲୋକମାନଙ୍କର ଦେଶପ୍ରୀତି ଯେତେ ସୁଦୃଢ଼ ହେବ, ଦେଶର ବିକାଶ ସେତେ କ୍ଷିପ୍ର ହେବ ।
୭। କେଉଁ ଦେଶଗୁଡ଼ିକର ଜାତୀୟତାଭାବ ସେ ଦେଶକୁ ଅଧ୍ବକ ଉନ୍ନତ ଓ ବିକଶିତ କରିପାରିଛି ?
Answer:
ଜାପାନ ଓ ଜର୍ମାନୀ ପରି ଦେଶର ଅଧିବାସୀମାନଙ୍କ ମଧ୍ୟରେ ଥିବା ସୁଦୃଢ଼ ଜାତୀୟତାଭାବ ସେ ଦେଶକୁ ଅଧିକ ଉନ୍ନତ ଓ ବିକଶିତ କରିପାରିଛି ।
୮। ଆଲ୍ଫ୍ରେଡ୍ ଗ୍ରାଜିଆ ଦେଇଥିବା ଜାତୀୟତାବାଦର ସଂଜ୍ଞା ଉଲ୍ଲେଖ କର ।
Answer:
ଆଲଫ୍ରେଡ୍ ଗ୍ରାଜିଆଙ୍କ ପ୍ରଦତ୍ତ ଜାତୀୟବାଦର ସଂଜ୍ଞାର ଓଡ଼ିଆ ଭାଷାନ୍ତର ହେଉଛି –‘ଜାତୀୟତାବାଦ ଏକତ୍ଵର, ରାଜନୈତିକ ଏକତାର ଏବଂ ଦେଶର ସ୍ଵାଧୀନତାର ଏକ ଅନୁଭବ, ଯାହା ଜନସମଷ୍ଟିକୁ ଏକ ଜାତି ତଥା ଏକ ରାଷ୍ଟ୍ରରେ ପରିଣତ କରିଥାଏ ।’’
୯। କେଉଁ କାରଣରୁ ପରାଧୀନ ଭାରତରେ ଏକ ନୂତନ ଜାତୀୟତାବାଦର ବିକାଶ ସହଜସାଧ୍ୟ ହୋଇପାରିଲା ?
Answer:
ଇଂରେଜ ଶାସନର କୁପ୍ରଭାବ ତଥା ଅନ୍ୟ କେତେକ ପାରିପାଶ୍ୱିକ ଅବସ୍ଥା ଯୋଗୁଁ ପରାଧୀନ ଭାରତରେ ଏକ ନୂତନ ଜାତୀୟତାବାଦର ବିକାଶ ସହଜସାଧ୍ୟ ହୋଇପାରିଲା ।
୧୦। କେଉଁସବୁ ବ୍ୟବସ୍ଥାର ପ୍ରଚଳନ ଭାରତୀୟମାନଙ୍କ ମଧ୍ୟରେ ଏକତା ମନୋଭାବ ସୃଷ୍ଟି କରିବାରେ ସହାୟକ ହୋଇଥିଲା ?
Answer:
ଇଂରେଜ ଶାସନ କାଳରେ ସମସ୍ତ ଭାରତୀୟଙ୍କ ପାଇଁ ସମାନ ପ୍ରକାରର ପ୍ରଶାସନିକ ବ୍ୟବସ୍ଥା, ନ୍ୟାୟାଳୟ ବ୍ୟବସ୍ଥା, ମୁଦ୍ରା ପ୍ରଚଳନ ବ୍ୟବସ୍ଥାର ପ୍ରଚଳନ ଭାରତୀୟ ଜନସାଧାରଣଙ୍କ ମଧ୍ୟରେ ଏକତା ମନୋଭାବ ସୃଷ୍ଟି କରିବାରେ ସହାୟକ ହୋଇଥିଲା ।
୧୧ । କେଉଁ ଇଂରେଜ ଶାସକଙ୍କ ସମୟରେ ଭାରତରେ ଇଂରାଜୀ ଭାଷାର ପ୍ରଚଳନ ହୋଇଥିଲା ?
Answer:
ବଡ଼ଲାଟ୍ ଉଇଲିୟମ୍ ବେଷ୍ଟିକ୍ଙ୍କ ସମୟରେ ଭାରତରେ ଇଂରାଜୀ ଭାଷାର ପ୍ରଚଳନ ହୋଇଥିଲା ।
୧୨ । ଇଂରେଜ ଶାସନକାଳରେ କେଉଁ କେଉଁ ସ୍ଥାନରେ ନୂତନ ବିଶ୍ବବିଦ୍ୟାଳୟମାନ ସ୍ଥାପିତ ହୋଇଥିଲା ?
Answer:
ଇଂରେଜ ଶାସନ କାଳରେ କଲିକତା ଓ ମାନ୍ଦ୍ରାଜଠାରେ ନୂତନ ବିଶ୍ଵବିଦ୍ୟାଳୟମାନ ସ୍ଥାପିତ ହୋଇଥିଲା ।
୧୩। ଭାରତରେ ଉଚ୍ଚଶିକ୍ଷାର ପ୍ରସାର କିପରି ଘଟିଲା ?
Answer:
କଲିକତା ଓ ମାନ୍ଦ୍ରାଜଠାରେ ନୂତନ ବିଶ୍ଵବିଦ୍ୟାଳୟମାନ ସ୍ଥାପିତ ହୋଇଥିଲା । ସ୍ଥାପନ ହେବା ଫଳରେ ଭାରତରେ ଉଚ୍ଚଶିକ୍ଷାର ପ୍ରସାର ଘଟିଲା ।
୧୪ । ଭାରତୀୟମାନଙ୍କ ପାରମ୍ପରିକ ଅର୍ଥନୀତିର ମେରୁଦଣ୍ଡ କିପରି ଭାଙ୍ଗିଗଲା ?
Answer:
ଇଂରେଜମାନଙ୍କର ପୁଞ୍ଜିବାଦୀ ତଥା ସାମ୍ରାଜ୍ୟବାଦୀ ଅର୍ଥନୀତି ଭାରତରେ ପ୍ରଚଳିତ ହେବା ଫଳରେ ଭାରତୀୟ ପାରମ୍ପରିକ ଅର୍ଥନୀତିର ମେରୁ ଦଣ୍ଡ ଭାଙ୍ଗିଯାଇଥିଲା ।
୧୫ । କେଉଁମାନେ ଇଂରେଜ ଶାସକମାନଙ୍କଦ୍ୱାରା ଭାରତୀୟମାନଙ୍କ ଅର୍ଥନୈତିକ ଶୋଷଣର କୁପ୍ରଭାବ ବିରୋଧରେ ପ୍ରତିବାଦ କରିଥିଲେ ?
Answer:
ଦାଦାଭାଇ ନାରୋଜୀ, ରାଣାଡ଼େ, ଗୋପାଳକୃଷ୍ଣ ଗୋଖଲେ ପ୍ରଭୃତି ଇଂରେଜ ଶାସକମାନଙ୍କଦ୍ୱାରା ଭାରତୀୟମାନଙ୍କର ଅର୍ଥନୈତିକଶୋଷଣର କୁପ୍ରଭାବ ବିରୋଧରେ ପ୍ରତିବାଦ କରିଥିଲେ ।
୧୬ । ନବ-ସାମାଜିକ ଶ୍ରେଣୀ କେଉଁ କାର୍ଯ୍ୟରେ ମୁଖ୍ୟ ସହାୟକର ଭୂମିକା ଗ୍ରହଣ କରିଥିଲା ?
Answer:
ନବ-ସାମାଜିକ ଶ୍ରେଣୀ ଦେଶପ୍ରେମ ସୃଷ୍ଟି କରିବାରେ ମୁଖ୍ୟ ସହାୟକର ଭୂମିକା ଗ୍ରହଣ କରିଥିଲା ।
୧୭ । କିଏ ‘ରୟାଲ୍ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲ’ ପ୍ରତିଷ୍ଠା କରିଥିଲେ ?
Answer:
ଉଇଲିୟମ୍ ଜୋନ୍ସ ‘ ରୟାଲ୍ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲ’ ପ୍ରତିଷ୍ଠା କରିଥିଲେ ।
୧୮। ୧୮୭୭ ସୁଦ୍ଧା ପ୍ରକାଶ ପାଉଥିବା କେତୋଟି ମୁଖ୍ୟ ସମ୍ବାଦପତ୍ରର ନାମ ଲେଖ ।
Answer:
୧୮୭୭ ସୁଦ୍ଧା ପ୍ରକାଶ ପାଉଥିବା ମୁଖ୍ୟ ସମ୍ବାଦପତ୍ରଗୁଡ଼ିକ ହେଉଛି – ‘ସମ୍ବାଦ କୌମୁଦି’, ‘ଟାଇମ୍ସ ଅଫ୍ ଇଣ୍ଡିଆ’, ‘ଅମୃତ ବଜାର ପତ୍ରିକା’ ଓ ‘ଷ୍ଟେଟ୍ସମ୍ୟାନ୍’ ।
୧୯। ସମ୍ବାଦପତ୍ର ଗୁଡ଼ିକ କିଭଳି ଭୂମିକା। ଗ୍ରହଣ କରିଥିଲା ?
Answer:
‘ ସମ୍ବାଦପତ୍ରଗୁଡ଼ିକ ମାଧ୍ୟମରେ ଭାରତୀୟମାନେ ନିଜର ଆପତ୍ତି ଓ ଅଭିଯୋଗ ଜଣାଇ ପାରୁଥିଲେ ଓ ଏଥିରେ ଜନମତ ପ୍ରତିଫଳିତ ହେଉଥିଲା ।
୨୦। ଆଇ. ସି.ଏସ୍. ପରୀକ୍ଷା ପାଇଁ ବୟସସୀମା କେତେ ରୁ କେତେ ବର୍ଷକୁ କମାଇ ଦିଆଯାଇଥିଲା ।
Answer:
ଆଇ.ସି.ଏସ୍ ପରୀକ୍ଷା ପାଇଁ ବୟସସୀମା ୨୧ ରୁ ୧୯ ବର୍ଷକୁ ହ୍ରାସ କରାଯାଇଥିଲା ।
B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
୧ । କିଏ ଭାରତୀୟ ଜାତୀୟ କଂଗ୍ରେସର ଜନ୍ମଦାତା ଥିଲେ ?
୨। ‘ବନ୍ଦେ ମାତରମ୍’ ସଙ୍ଗୀତର ରଚୟିତା କିଏ ଥିଲେ ?
୩। ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନରେ କିଏ ସଭାପତିତ୍ୱ କରିଥିଲେ ?
୪। କେଉଁ ମସିହାରେ ଭାରତରେ ଇଂରେଜୀ ଭାଷାର ପ୍ରଚଳନ ହୋଇଥିଲା ?
୫। ‘ରୟାଲ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲ’କେଉଁଠାରେ ପ୍ରତିଷ୍ଠିତ ହୋଇଥିଲା ?
୬। କେଉଁ ସ୍ଥାନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧୂବେଶନ ଅନୁଷ୍ଠିତ ହୋଇଥିଲା ?
୭ । କିଏ ‘ଆନନ୍ଦମଠ’ ରଚନା କରିଥିଲେ ?
୮। କିଏ ‘ବ୍ରାହ୍ମ ସମାଜ’ ପ୍ରତିଷ୍ଠା କରିଥିଲେ ?
୯।‘ରାମକୃଷ୍ଣ ମିଶନ’ର ସ୍ଥାପୟିତା କିଏ ?
୧୦। ‘ରୟାଲ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲ’ର ପ୍ରତିଷ୍ଠାତା କିଏ ଥିଲେ ?
Answers
୧। ଆଲାନ୍ ଅକ୍ଟାଭିଆନ୍ ହ୍ୟୁମ୍
୨। ବଙ୍କିମଚନ୍ଦ୍ର,
୩। ଉମେଶ ଚନ୍ଦ୍ର ବାନାର୍ଜୀ
୪। ୧୮୩୫ ମସିହା
୫। କଲିକତା
୬। ବମ୍ବେ
୭। ବଙ୍କିମଚନ୍ଦ୍ର
୮। ରାଜା ରାମମୋହନ ରାୟ
୯। ସ୍ଵାମୀ ବିବେକାନନ୍ଦ
୧୦। ଉଇଲିୟମ୍ ଜୋନ୍ସ
C ଶୂନ୍ୟସ୍ଥାନ ପୂରଣ କର ।
୧। ____________ ବିଭିନ୍ନତା ମଧ୍ୟରେ ଏକତା ପ୍ରତିଷ୍ଠା କରେ ।
Answer:
ଦେଶାତ୍ମବୋଧ
୨। ଦେଶର ଅଖଣ୍ଡତା, ଅଗ୍ରଗତି ଓ ସୁରକ୍ଷା ____________ ଉପରେ ନିର୍ଭର କରେ ।
Answer:
ଜାତୀୟତାବାଦ
୩। __________ ‘ବ୍ରାହ୍ମ ସମାଜ’ ପ୍ରତିଷ୍ଠା କରିଥିଲେ ।
Answer:
ରାଜା ରାମମୋହନ ରାୟ
୪। ______________ ‘ଆର୍ଯ୍ୟ ସମାଜ’ ପ୍ରତିଷ୍ଠା ‘କରିଥିଲେ ।
Answer:
ଦୟାନନ୍ଦ ସରସ୍ୱତୀ
୫। __________________ ‘ରାମକୃଷ୍ଣ ମିଶନ’ ପ୍ରତିଷ୍ଠା କରିଥିଲେ ।
Answer:
ସ୍ବାମୀ ବିବେକାନନ୍ଦ
୬। ‘ଆନନ୍ଦମଠ’ ପୁସ୍ତକ ______________ ରଚନା କରିଛନ୍ତି ।
Answer:
ବଙ୍କିମଚନ୍ଦ୍ର
୭। ______________ ମସିହାରେ ‘ରୟାଲ ଏସିଆଟିକ୍ ସୋସାଇଟି ପ୍ରତିଷ୍ଠା ହୋଇଥିଲା ।
Answer:
୧୭୮୪
୮। ______________ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠା ହୋଇଥିଲା ।
Answer:
୧୮୮୫
୯। ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧ୍ଵବେଶନ ____________ ଠାରେ ଅନୁଷ୍ଠିତ ହୋଇଥିଲା ।
Answer:
ବମ୍ବେ
୧୦। ____________ ଦିନ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧ୍ଵବେଶନ ବସିଥିଲା ।
Answer:
୧୮୮୫ ମସିହା ଡିସେମ୍ବର ୨୮ ଓ ୨୯ ତାରିଖ
୧୧। ______________ ଜାତୀୟ କଂଗ୍ରେସର ପ୍ରଥମ ଅଧ୍ଵବେଶନରେସଭାପତିତ୍ୱ କରିଥିଲେ ।
Answer:
ଉମେଶ ଚନ୍ଦ୍ର ବାନାର୍ଜୀ
୧୨। ଜାତୀୟ କଂଗ୍ରେସର ପ୍ରଥମ ଅଧୂବେଶନରେ_______________ ଜଣ ପ୍ରତିନିଧ୍ଵ ଯୋଗ ଦେଇଥିଲେ ।
Answer:
୭୨
D. ଠିକ୍ ଉକ୍ତି ପାଇଁ (✓ ) ଓ ଭୁଲ୍ ଉକ୍ତି ପାଇଁ (X) ଚିହ୍ନ ଦିଅ ।
୧। ୧୯୪୭ ଜାନୁୟାରୀ ୨୬ରେ ଭାରତ ଏକ ସାର୍ବଭୌମ ରାଷ୍ଟ୍ର ରୂପେ ପରିଗଣିତ ହେଲା ।
୨ । ଭାରତରେ ଇଂରେଜମାନେ ୧୮୫୩ ମସିହାରେ ଇଂରାଜୀ ଶିକ୍ଷା ପ୍ରଚଳନ କରିଥିଲେ ।
୩। ପ୍ରଥମେ ଆମ ଦେଶରେ କଲିକତା ଓ ମାନ୍ଦ୍ରାଜରେ ନୂତନ ବିଶ୍ବବିଦ୍ୟାଳୟମାନ ସ୍ଥାପନ କରାଯାଇଥିଲା ।
୪। ‘‘ବିତ୍ତର ବହିଃ ପ୍ରବାହ ତତ୍ତ୍ବ ’’ ସର୍ଦ୍ଦାର ପଟେଲ ଦେଇଥିଲେ ।
୫। ‘‘ଆନନ୍ଦ ମଠ’’ ଉପନ୍ୟାସର ରଚୟିତା ଥିଲେ ରବୀନ୍ଦ୍ରନାଥ ଠାକୁର ।
୬। ବଙ୍କିମଚନ୍ଦ୍ର ବନ୍ଦେ ମାତରମ୍’’ ସଙ୍ଗୀତ ରଚନା କରିଥିଲେ । ”
୭। ‘ରୟାଲ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲ’ ଭଣ୍ଡାରକର ପ୍ରତିଷ୍ଠା କରିଥିଲେ ।
୮। ୧୮୭୭ ମସିହା ସୁଦ୍ଧା ଭାରତରେ ୬୨ ଗୋଟି ସମ୍ବାଦପତ୍ର ପ୍ରକାଶ ପାଇଥିଲା ।
୯୮ ଭାରତୀୟ ଜାତୀୟ କଂଗ୍ରେସ ୧୯୮୫ ମସିହାରେ ଗଠିତ ହୋଇଥିଲା ।
୧୦ । ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନରେ ଦାଦାଭାଇ ନାରୋଜୀ ସଭାପତିତ୍ୱ କରିଥିଲେ ।
Answers
୧। (×)
୨। (×)
୩ । (√)
୪ । (×)
୫। (×)
୬ | (√)
୭। (×)
୮। (√)
୯। (×)
୧୦। (×)
E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।
F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।
୧। ଭାରତରେ ଇଂରେଜୀ ଭାଷାର ପ୍ରଚଳନ ୧୮୫୩ ମସିହାରେ କରାଯାଇଥିଲା ।
୨। ବ୍ରିଟିଶ ଶାସନ କାଳରେ ଲକ୍ଷ୍ନୌଠାରେ ଏକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ।
୩। ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନ କଲିକତା ଠାରେ ବସିଥିଲା ।
୪୮ ‘ଆନନ୍ଦ ମଠ’ ଉପନ୍ୟାସ ଗୋପିନାଥ ମହାନ୍ତି ଲେଖୁଥିଲେ ।
୫ । ଜନ୍ ଷ୍ଟୁଆର୍ଟ ମିଲ୍ ଜଣେ ପାଶ୍ଚାତ୍ୟ ମଣ୍ଡିତ ଥିଲେ ।
୬। ସ୍ଵାମୀ ବିବେକାନନ୍ଦ ମିଶନ ଶକ୍ତିର ପ୍ରତିଷ୍ଠା ଥିଲେ।
୭। ଲର୍ଡ ଉଇଲିୟମ୍ ବେଣ୍ଟିକ ଇଂଲଣ୍ଡର ଗଭର୍ଣ୍ଣର ଜେନେରାଲ ଥିଲେ ।
୮। ବ୍ରାହ୍ମ ସମାଜ ପ୍ରତିଷ୍ଠା କରିବାରେ ସ୍ବାମୀ ଦୟାନନ୍ଦ ସରସ୍ଵତୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
୯୮ ଭାରତୀୟମାନଙ୍କୁ ଇଂରେଜମାନେ ଜୁଲି ବୋଲି ସମ୍ବୋଧନ କରୁଥିଲେ ।
୧୦। ‘ରୟାଲ ଏସିଆଟିକ୍ ସୋସାଇଟ୍’ ବମ୍ବେଠାରେ ଗଠନ କରାଯାଇଥିଲା ।
୧୧ । ଭାରତୀୟ ଜାତୀୟ କଂଗ୍ରେସ ୧୯୮୫ ମସିହାରେ ଗଠନ କରାଯାଇଥିଲା ।
୧୨ । ‘ବିତ୍ତର ବହିଃ ପ୍ରଭାବ ତତ୍ତ୍ଵ’ ବିଷୟରେ ରାମମୋହନ ରାୟ କହିଥିଲେ ।
Answers
୧। ୧୮୩୫
୨। କଲିକତା
୩। ବମ୍ବେ
୪। ବଙ୍କିମଚନ୍ଦ୍ର
୫। ରାଜନୀତି ବିଜ୍ଞାନୀ
୬। ରାମକୃଷ୍ଣ ମିଶନର
୭। ଭାରତର
୮। ରାଜାରାମମୋହନ ରାୟ
୯। କୁଲି
୧୦। କଲିକତା
୧୧। ୧୮୮୫
୧୨ । ଦାଦାଭାଇ ନାରୋଜୀ
G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।
1. କେଉଁ ମସିହାରେ ଭାରତରେ ଇଂରେଜୀ ଭାଷାର ପ୍ରଚଳନ ହୋଇଥିଲା ?
(A) ୧୮୩୦
(B) ୧୮୩୨
(C) ୧୮୩୫
(D) ୧୮୩୭
Answer:
(C) ୧୮୩୫
2. ନିମ୍ନଲିଖୂତ ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ଭାରତର ଶାସକ ଥିଲେ ?
(A) ଜନ୍ ଷ୍ଟୁଆର୍ଟ ମିଲ୍
(B) ହରବର୍ଟ ସ୍ପେନସର୍
(C) ଏଡ଼ମଣ୍ଡ ବର୍କ
(D) ଉଇଲିୟମ୍ ବେଣ୍ଟିକ୍
Answer:
(D) ଉଇଲିୟମ୍ ବେଣ୍ଟିକ୍
3. ନିମ୍ନୋକ୍ତ କେଉଁ ସ୍ଥାନରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ?
(A) କଲିକତା
(B) ଗୋଆ
(C) ହରିଦ୍ଵାର
(D) ଗୌହାଟୀ
Answer:
(A) କଲିକତା
4.ନିମ୍ନଲିଖ୍ କେଉଁ ବ୍ୟକ୍ତିଙ୍କ ବୈପ୍ଳବିକ ଚିନ୍ତାଧାରା ଭାରତୀୟମାନଙ୍କୁ ସ୍ବାଧୀନତା ପ୍ରାପ୍ତି ଲାଗି ପ୍ରୋତ୍ସାହନ ଯୋଗାଇଥିଲା ?
(A) ରାଣାଡ଼େ
(C) ଲର୍ଡ଼ ମ୍ୟାକ୍
(B) ମାଜିନୀ
(D) ଆଲଫ୍ରେଡ୍ ଗ୍ରାଜିଆ
Answer:
(B) ମାଜିନୀ
5. ନିମ୍ନୋକ୍ତ କେଉଁଠାରେ ‘ରୟାଲ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲ’ ପ୍ରତିଷ୍ଠିତ ହୋଇଥିଲା ?
(A) ଦିଲ୍ଲୀ
(B) ମୁର୍ଶିଦାବାଦ
(C) କଲିକତା
(D) ବମ୍ବେ
Answer:
(C) କଲିକତା
6. ୧୮୭୭ ମସିହା ସୁଦ୍ଧା ଇଂରାଜୀ ଓ ଦେଶୀୟ ଭାଷାରେ ନିମ୍ନୋକ୍ତ କେତେଗୋଟି ସମ୍ବାଦପତ୍ର ପ୍ରକାଶ ପାଇଥିଲା ?
(A) ୫୮ ଟି
(B) ୬୨ ଟି
(C) ୬୮ ଟି
(D) ୭୮ ଟି
Answer:
(B) ୬୨ ଟି
7. ନିମ୍ନୋକ୍ତ କେଉଁ ସ୍ଥାନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧୂବେଶନ ଅନୁଷ୍ଠିତ ହୋଇଥିଲା ?
(A) ଦିଲ୍ଲୀ
(B) ଲାହୋର
(C) ବମ୍ବେ
(D) କଲିକତା
Answer:
(C) ବମ୍ବେ
8. କେବେ ସୁଦ୍ଧା ଇଂରାଜୀ ଓ ଦେଶୀୟ ଭାଷାରେ ୬୨ ଗୋଟି ସମ୍ବାଦପତ୍ର ପ୍ରକାଶ ପାଇଥିଲା ?
(A) ୧୮୬୭
(B) ୧୮୭୨
(C) ୧୮୭୫
(D) ୧୮୭୭
Answer:
(D) ୧୮୭୭
9. ଆଇ.ସି.ଏସ୍. ପରୀକ୍ଷାର ବୟସସୀମା କେତେବର୍ଷକୁ ଉଦ୍ଦେଶ୍ୟମୂଳକ ଭାବେ ହ୍ରାସ କରାଯାଇଥିଲା ?
(A) ୨୩ ବର୍ଷ
(B) ୨୨ ବର୍ଷ
(C) ୧୯ ବର୍ଷ
(D) ୧୮ ବର୍ଷ
Answer:
(C) ୧୯ ବର୍ଷ
10. କେଉଁ ମାନେ ଭାରତୀୟମାନଙ୍କୁ ‘କୁଲି’ ବୋଲି ଅପମାନିତ କରି ଶାରୀରିକ ନିର୍ଯାତନା ଦେଉଥିଲେ ?
(A) ପର୍ତ୍ତୁଗୀଜ୍
(B) ଡଚ୍
(C) ଇଂରେଜ
(D) ଡେନ୍
Answer:
(C) ଇଂରେଜ