Odisha State Board BSE Odisha 10th Class History Notes Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି will enable students to study smartly.
BSE Odisha Class 10 History Notes Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
→ ସ୍ଵାଧୀନତାପ୍ରାପ୍ତି ସମୟରେ ଭାରତର ଆର୍ଥନୀତିକ ଅବସ୍ଥା:
- ଦୁଇଶହ ବର୍ଷର ବ୍ରିଟିଶ୍ ଔପନିବେଶିକ ଶାସନ ଭାରତର ଅର୍ଥନୀତିକୁ ରଗଣ ଓ ପଙ୍ଗୁ କରିଦେଇଥିଲା ।
- ସମଗ୍ର ବିଶ୍ବରେ ଶିଳ୍ପାୟନ ଓ ଆର୍ଥନୀତିକ ପ୍ରଗତି ଘଟିଥିବା ସତ୍ତ୍ବେ ସାମ୍ରାଜ୍ୟବାଦୀ ଶାସନଦ୍ୱାରା ଊନବିଂଶ ଓ ବିଂଶ ଶତାବ୍ଦୀର ଆଦ୍ୟଭାଗରେ ଭାରତ ଓ ଭାରତ ଭଳି ଦେଶରେ କୌଣସି ପ୍ରଗତି ପରିଲକ୍ଷିତ ହୋଇନଥିଲା ।
- ଭାରତରେ ପରିବ୍ୟାପ୍ତ ଦାରିଦ୍ର୍ୟ, ନିରକ୍ଷରତା ଓ ଅଜ୍ଞାନତା, ବିପର୍ଯ୍ୟସ୍ତ କୃଷିବ୍ୟବସ୍ଥା, ଶିଳ୍ପାୟନ କ୍ଷେତ୍ରରେ ସ୍ଥାଣୁତା, ହସ୍ତ ଓ କୁଟୀର ଶିଳ୍ପର ଅଧୋଗତି ଭଳି ଅନେକଗୁଡ଼ିଏ ଆର୍ଥନୀତିକ ସମସ୍ୟା ମୁଣ୍ଡଟେକି ସାରିଥିଲା ।
- ଏସବ ସରେ ସାଧୀନତାବେଳକୁ ଭାରତର ଏହି ବିପର୍ଯ୍ୟସ୍ତ ଅର୍ଥବ୍ୟବସ୍ଥାକୁ ବିକାଶର ଦ୍ଵାରଦେଶରେ ପହଞ୍ଚାଇ ଦେବାପାଇଁ କେତେକ ସୁବିଧା ଉପଲବ୍ଧ ଥିଲା; ଯଥା – କେତେକ ପୁଞ୍ଜିପତି ଓ ଉଦ୍ୟୋଗପତିଙ୍କ ଉପସ୍ଥିତି, ପର୍ଯ୍ୟାପ୍ତ ଖଣିଜ ସମ୍ପଦ ଓ ପ୍ରାକୃତିକ ବିଭବ, ଭାରତୀୟମାନଙ୍କ ମାଲିକାନାରେ ଥିବା ବ୍ୟାଙ୍କ, ବୀମା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଆର୍ଥିକ ଉପଚାର ।
→ ସ୍ଵାଧୀନତା ପରବର୍ତ୍ତୀ ଭାରତୀୟ ଅର୍ଥନୀତିକୁ ସୁଧାରିବା ନିମନ୍ତେ ପଦକ୍ଷେପ:
- ଭାରତ ସ୍ଵାଧୀନ ହେବାପରେ ଭାରତୀୟ ଅର୍ଥନୀତିକୁ ସୁଧାରିବାପାଇଁ ଆତ୍ମନିର୍ଭରଶୀଳତା, ଆମଦାନି ହ୍ରାସ କରି ବ୍ୟାବସାୟିକ ସନ୍ତୁଳନ ରକ୍ଷା, ଦ୍ରୁତ ଶିଳ୍ପାୟନ, ଜମିଦାରୀ ପ୍ରଥା ଉଚ୍ଛେଦ, ଭୂସଂସ୍କାର କାର୍ଯ୍ୟକ୍ରମ ତଥା ସମବାୟ ଆନ୍ଦୋଳନର ସଶକ୍ତିକରଣ ଇତ୍ୟାଦି ପଦକ୍ଷେପ ନେବାର ଆବଶ୍ୟକତା ଥିଲା ।
- ଭାରତରେ ଏକ ପ୍ରକାର ମିଶ୍ରିତ ଅର୍ଥନୀତିର ପରିବେଶ ସୃଷ୍ଟି ଏବଂ ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ଭାରତର ଆର୍ଥନୀତିକି ପ୍ରଗତି ସ୍ରୋତରେ ସାମିଲ କରିବା ଆବଶ୍ୟକ ଥିଲା
- ସ୍ଵାଧୀନତା ପ୍ରାପ୍ତି ପରେ ଶିଳ୍ପାୟନ ଉଦ୍ଦେଶ୍ୟରେ ଏକ ବ୍ୟାପକ ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତ ପଦକ୍ଷେପ ନିଆଗଲା ।
- ଦେଶୀୟ ରାଜ୍ୟଗୁଡ଼ିକର ଭାରତ ସହ ମିଶ୍ରଣ ପରେ ଅନେକ ପଦାର୍ଥର ମାଲିକାନା ସ୍ୱତ୍ଵ ସରକାରଙ୍କ ହାତରେ ରହିବାରୁ ଖଣିଜ ସମ୍ପଦର ବିନିଯୋଗ ଏବଂ ନିରଙ୍କୁଶ ବାଣିଜ୍ୟ, ସାରା ଦେଶରେ ଅବାଧ ଯୋଗାଯୋଗ, ଗମନାଗମନ ଓ ପରିବହନ କ୍ଷେତ୍ରରେ ଥିବା ସମସ୍ତ ପ୍ରତିବନ୍ଧକ ଦୂରୀଭୂତ ହୋଇପାରିଥିଲା ।
→ ଯୋଜନା ଆୟୋଗ ଓ ପଞ୍ଚବାର୍ଷିକ ଯୋଜନା:
- ୧୯୫୦ ମସିହା ମାର୍ଚ୍ଚ ୧୫ ତାରିଖରେ ଭାରତ ସରକାରଙ୍କଦ୍ବାରା ଗଠିତ ଯୋଜନା ଆୟୋଗରେ ପ୍ରଧାନମନ୍ତ୍ରୀ ଚେୟାରମ୍ୟାନ୍ ରହିଥିଲେ ।
- ୧୯୫୧ରୁ ୧୯୫୬ ମସିହା ପର୍ଯ୍ୟନ୍ତ ପ୍ରଥମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହେଲା । ଏହି ଯୋଜନାକାଳରେ ସ୍ବାଧୀନ ଭାରତରେ କୃଷି ଓ ଜଳସେଚନ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିଲା ।
- ୧୯୫୨ ମସିହା ଅଗଷ୍ଟ ୬ ତାରିଖରେ ଭାରତରେ ‘ଜାତୀୟ ଉନ୍ନୟନ ପରିଷଦ’ ପ୍ରତିଷ୍ଠା କରାଗଲା ।
- ୧୯୫୬ରୁ ୧୯୬୧ ମସିହା ପର୍ଯ୍ୟନ୍ତ ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହେଲା । ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ପି.ସି. ମାହାଲାନୋବିସ୍ ଏହି ଯୋଜାନର ରୂପରେଖ ପ୍ରସ୍ତୁତ କରିଥିଲେ । ଏହାର ଲକ୍ଷ୍ୟ ଥିଲା ଭାରତୀୟ ସମାଜରେ ସମାଜବାଦୀ ବ୍ୟବସ୍ଥାର ପ୍ରଚଳନ କରିବା ।
- ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା କାଳରେ ବିଦେଶୀ ଜ୍ଞାନକୌଶଳକୁ ଉପଯୋଗ କରି ୩ ଗୋଟି ସମନ୍ବିତ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା ।
- ୧୯୬୧ରୁ ୧୯୬୬ ମସିହା ପର୍ଯ୍ୟନ୍ତ ତୃତୀୟ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହେଇଥିଲା । ଏହି ସମୟ ମଧ୍ୟରେ ୧୯୬୨ ମସିହାରେ ଚୀନ୍ର ଭାରତ ଆକ୍ରମଣ ଓ ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ଯୋଗୁଁ ଏହି ଯୋଜନା ସଫଳ ହୋଇପାରି ନଥିଲା । ଜାତୀୟ ଆୟ ୩୦% ବୃଦ୍ଧି କରିବା ଓ ମୁଣ୍ଡପିଛା ଆୟ ଅନ୍ୟୁନ ୧୭% ବୃଦ୍ଧି କରିବା ଏହି ଯୋଜନାର ଲକ୍ଷ୍ୟ ଥିଲା ।
- ୧୯୬୬ରୁ ୧୯୬୯ ମସିହା ମଧ୍ୟରେ ତିନୋଟି ବାର୍ଷିକ ଯୋଜନା କାର୍ଯ୍ୟକାରୀ ହୋଇଥିଲା ।
- ୧୯୬୯ରୁ ୧୯୭୪ ମସିହା ପର୍ଯ୍ୟନ୍ତ ୪ର୍ଥ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହେଲା । କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି, ଜୀବନଧାରଣ ମାନର ଉନ୍ନତି, ସମତା ଓ ସାମାଜିକ ନ୍ୟାୟ, ଧନୀ ଦରିଦ୍ରଙ୍କ ମଧ୍ୟରେ ତାରତମ୍ୟ ହ୍ରାସ ଏହି ଯୋଜନାର ଲକ୍ଷ୍ୟ ଥିଲା । ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ଯୋଗୁଁ ଏହି ଯୋଜନା ଆଶାନୁରୂପ ସଫଳତା ପାଇପାରିଲା ନାହିଁ । ଏହି ଯୋଜନା କାଳରେ ଦରଦାମ୍ ଆଶାତୀତ ଭାବରେ ବୃଦ୍ଧି ପାଇଥିଲା ।
- ୧୯୬୯ ମସିହାରେ ୧୪ଟି ବ୍ୟାଙ୍କକୁ ଜାତୀୟକରଣ କରାଗଲା ଓ ବ୍ୟାଙ୍କ ତଥା ଅନ୍ୟାନ୍ୟ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଲୋକଙ୍କ ନିକଟତର କରାଗଲା ।
- ୧୯୭୪ରୁ ୧୯୭୯ ମସିହା ମଧ୍ୟରେ ପଞ୍ଚମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହେଲା । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଥିଲା ‘ଅର୍ଥନୈତିକ ଆତ୍ମନିର୍ଭରଶୀଳତା’ ହାସଲ । । ଏହି ଯୋଜନାକୁ ୧୯୭୮ ମସିହାରୁ ବନ୍ଦ କରି ଦିଆଗଲା ।
- ପଞ୍ଚମ ପଞ୍ଚବାର୍ଷିକ ଯୋଜନା କାଳରେ ଜବାହର ରୋଜଗାର ଯୋଜନା କାର୍ଯ୍ୟକାରୀ ହେଲା ।
- ୧୯୮୦ରୁ ୧୯୮୫ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ଷଷ୍ଠ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଲକ୍ଷ୍ୟ ଥିଲା ଦାରିଦ୍ର୍ୟ ଦୂରୀକରଣ । କୃଷି ଓ ଶିଳ୍ପ ପାଇଁ ଭିତ୍ତିଭୂମି ପ୍ରତିଷ୍ଠା ଏହାର ଅନ୍ୟତମ ଲକ୍ଷ୍ୟ ଥିଲା ।
- ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି, ନିଯୁକ୍ତି ସୁଯୋଗ, ଆଧୁନିକୀକରଣ, ଆତ୍ମନିର୍ଭରଶୀଳତା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଇତ୍ୟାଦି ଲକ୍ଷ୍ୟ ରଖ୍ ୧୯୮୫ରୁ ୧୯୯୦ ମସିହା ମଧ୍ୟରେ ସପ୍ତମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହେଲା । ଏହି ଯୋଜନା କାଳରେ ଖାଦ୍ୟ ଉତ୍ପାଦନ ମଧ୍ୟ ୩.୨୩% ବୃଦ୍ଧି ପାଇଲା ।
- ୧୯୯୨ରୁ ୧୯୯୭ ମସିହା ପର୍ଯ୍ୟନ୍ତ ଚାଲିଲା ଅଷ୍ଟମ ପଞ୍ଚବାର୍ଷିକ ଯୋଜନା । ଏହି ଯୋଜନା କାଳରେ ବାର୍ଷିକ ହାରାହାରି ଅଭିବୃଦ୍ଧି ଧାର୍ଯ୍ୟ ଲକ୍ଷ୍ୟଠାରୁ ୧.୨% ଅଧିକ ଅର୍ଥାତ୍ ୬.୮% ହେଲା ।
- ବିଂଶ ଶତାବ୍ଦୀର ଶେଷବେଳକୁ ୧୯୯୭ ମସିହାରେ ଆରମ୍ଭ ହେଲା ‘ନବମ ପଞ୍ଚବାର୍ଷିକ ଯୋଜନା’ । ଏହାର ଉଦ୍ଦେଶ୍ୟ ଥିଲା – କୃଷି ଓ ଗ୍ରାମ୍ୟ ବିକାଶ, ଦାରିଦ୍ର୍ୟ ଦୂରୀକରଣ, ଦରଦାମ୍ ସ୍ଥିର ରଖୁବା ସହ ଦେଶର ସମସ୍ତ ଲୋକଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇଦେବା ।
- ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ୨୦୦୨ରୁ ୨୦୦୭ ମସିହା ମଧ୍ୟରେ କାର୍ଯ୍ୟକାରୀ ହେଲା ଦଶମ ପଞ୍ଚବାର୍ଷିକ ଯୋଜନା । ଏହାପରେ ୨୦୦୭ ମସିହାରୁ ଆରମ୍ଭ ହୋଇ ୨୦୧୨ ମସିହା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲା ‘ଏକାଦଶ ପଞ୍ଚବାର୍ଷିକ ଯୋଜନା’ ।
→ ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ସରକାରୀ ଯୋଜନାସମୂହ:
- ୧୯୭୮ ମସିହାରେ ସମନ୍ବିତ ଗ୍ରାମ୍ୟ ଉନ୍ନୟନ ଯୋଜନା ଏବଂ ଗ୍ରାମାଞ୍ଚଳ ନାରୀ ଓ ଶିଶୁ ବିକାଶ ଯୋଜନା ଆରମ୍ଭ ହେଲା ।
- ୧୯୯୯ ମସିହାରେ ସ୍ଵର୍ଣ୍ଣଜୟନ୍ତୀ ଗ୍ରାମ୍ୟ ସ୍ଵରୋଜଗାର ଯୋଜନା ଆରମ୍ଭ ହେଲା ।
- ୨୦୦୦ ମସିହାରେ ‘ପ୍ରଧାନମନ୍ତ୍ରୀ ଗ୍ରାମୋଦୟ ଯୋଜନା’ ଆରମ୍ଭ ହେଲା । ଏହାର ଦୁଇଟି ମୁଖ୍ୟ ବିଭାଗ ଥିଲା; ଯଥା – (୧) ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ (୨) ‘ଇନ୍ଦିରା ଆବାସ’ ଯୋଜନା ।
- ୨୦୦୦ ମସିହାରେ ଗରିବ ଲୋକମାନଙ୍କ ପାଇଁ ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବାପାଇଁ ‘ଅନ୍ତୋଦୟ ଅନ୍ନ ଯୋଜନା’ ଆରମ୍ଭ ହେଲା ।
- ଅନ୍ତୋଦୟ ଅନ୍ନ ଯୋଜନା ମାଧ୍ୟମରେ ଏକ କୋଟି ଦରିଦ୍ର ଲୋକଙ୍କୁ କି.ଗ୍ରା. ପ୍ରତି ୨ ଟଙ୍କା ଦରରେ ଗହମ ଓ ନଅ ଟଙ୍କା ଦରରେ ୩୫ କି.ଗ୍ରା. ଚାଉଳ ଦିଆଗଲା ।
- ୧୯୫୨ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଭାରତରେ ପ୍ରାୟ ଏକଶହ ଦାରିଦ୍ର୍ୟ ଓ ବେକାରୀ ଦୂରୀକରଣ ଯୋଜନା କାର୍ଯ୍ୟକାରୀ ହେବାରେ ଲାଗିଛି ଯାହା ଦେଶରେ ଗରିବ ଓ ବେକାରମାନଙ୍କର ଅଭାବନୀୟ ଅବସ୍ଥା ବହୁମାତ୍ରାରେ ଦୂର କରିବାରେ ସହାୟକ ହୋଇପାରିଛି ।
→ ଭାରତୀୟ ଅର୍ଥନୀତିର କାର୍ଯ୍ୟକ୍ରମ ବ୍ୟବସ୍ଥା:
- ସମୟକ୍ରମେ ଉଦ୍ୟୋଗପତିମାନେ ଅନେକ ଶିଳ୍ପ ପ୍ରତିଷ୍ଠା କଲେ । ରାସ୍ତାଘାଟ, ରେଳପଥ, ଜଳସେଚନ, ପରିବହନ ଆଦିର ବିକାଶ ପାଇଁ ପୁଞ୍ଜି ବିନିଯୋଗ କରାଗଲା ଓ ହରିତ୍କ୍ରାନ୍ତି ଜରିଆରେ ଖାଦ୍ୟାଭାବକୁ ଦୂର କରିଦିଆଗଲା ।
- ସରକାରୀ ଉଦ୍ୟୋଗରେ ପରିଚାଳିତ କେତେକ ଉଦ୍ୟୋଗ ଲାଭଦାୟକ ପ୍ରମାଣିତ ହେଲା ।
- ୧୯୯୭ ମସିହାରେ ୯ଟି ଲାଭଜନକ ସରକାରୀ ଉଦ୍ୟୋଗକୁ ଭାରତ ସରକାର ‘ନବରତ୍ନ’ ଆଖ୍ୟା ପ୍ରଦାନ କରିଥିଲେ ଯାହାର ସଂଖ୍ୟା ଏବେ ୧୬ରେ ପହଞ୍ଚିଲାଣି ।
- ସ୍ଵାଧୀନତା ପରେ ପରେ ଭାରତୀୟ ଅର୍ଥନୀତିର ମୂଳମନ୍ତ୍ର ଥିଲା ‘ମିଶ୍ରିତ ଓ ନିୟନ୍ତ୍ରିତ ଅର୍ଥନୀତି’ । ଏଥିରେ ଉଭୟ ସରକାରୀ ଓ ଘରୋଇ ଉଦ୍ୟୋଗକୁ ପ୍ରୋତ୍ସାହନ ଦିଆଯାଉଥିଲା ।
- ୧୯୫୬ ମସିହାରେ ଏକ ନୂଆ ଶିଳ୍ପନୀତି ସଂକଳ୍ପ ଉଦ୍ଘୋଷିତ ହେଲା ଓ ସମାଜବାଦୀ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ ହେଲା ।
- ୧୯୯୧ ମସିହାରେ ବିଶ୍ଵ ଅର୍ଥନୀତିର ପରିବର୍ତ୍ତନ ସହ ଭାରତୀୟ ଅର୍ଥନୀତିରେ ଅନେକ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଲା ଏବଂ ‘ମିଶ୍ରିତ ଅର୍ଥନୀତି’ ସ୍ଥାନରେ ଭାରତରେ ‘ବିମୁକ୍ତ ଓ ଅବାଧ ଅର୍ଥନୀତି’ ଅବଲମ୍ବନ କରାଗଲା ଓ ଭାରତରେ ମୁକ୍ତ ଅର୍ଥନୀତିର ଯୁଗ ଆରମ୍ଭ ହେଲା । ଏହି ପରିବର୍ତ୍ତିତ ଆର୍ଥନୀତିକ କାର୍ଯ୍ୟକ୍ରମ ବ୍ୟବସ୍ଥାକୁ ‘ଆର୍ଥନୀତିକ ଉଦାରୀକରଣ’ କୁହାଯାଏ ।
- ଏହି ବ୍ୟବସ୍ଥାରେ ଘରୋଇ ଉଦ୍ୟୋଗକୁ ପ୍ରୋତ୍ସାହିତ କରାଗଲା । ସରକାରୀ ଉଦ୍ୟୋଗ ପାଇଁ ସଂରକ୍ଷିତ ୧୭ଟି କ୍ଷେତ୍ରକୁ ୩କୁ ହ୍ରାସ କରାଗଲା ।
- ଘରୋଇ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାପାଇଁ ଲାଇସେନ୍ସ, କଞ୍ଚାମାଲ ଆମଦାନୀ, ମୂଲ୍ୟ ନିର୍ଦ୍ଧାରଣ ଓ ବଣ୍ଟନ ପ୍ରଭୃତି କଟକଣାକୁ କୋହଳ କରାଗଲା ।
- ଜଗତୀକରଣ ଯୋଗୁଁ ଭାରତରେ ପୁଞ୍ଜିନିବେଶ ପାଇଁ ପଥ ପରିଷ୍କୃତ ହେଲା । ଏପରିକି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ୭୬ ପ୍ରତିଶତ ବିଦେଶୀ ପୁଞ୍ଜିନିବେଶକୁ ଗ୍ରହଣ କରାଯାଇଛି ।
- ବିଶ୍ଵ ଅର୍ଥନୀତି ମହାସ୍ରୋତରେ ସାମିଲ ହେବା ହେଉଛି ଜଗତୀକରଣ ଯାହାଦ୍ଵାରା ବିଦେଶୀ ପୁଞ୍ଜିନିବେଶ ସମ୍ଭବ ହୁଏ ଓ ବିଦେଶୀ ବଜାର ମଧ୍ଯ ଉନ୍ମୁକ୍ତ ହୁଏ ।
- ଏସବୁ ଆର୍ଥନୀତିକ ସଂସ୍କାର ଫଳରେ ଭାରତୀୟ ଶିଳ୍ପ ଏବେ ଆନ୍ତର୍ଜାତିକ ଶିଳ୍ପ ସହ ପ୍ରତିଯୋଗିତା କରିପାରୁଛି ।
ଐତିହାସିକ ଘଟଣାବଳୀ ଓ ସମୟ
୧୯୫୦ ଖ୍ରୀ.ଅ. – (ମାର୍ଚ୍ଚ ୧୫) ଭାରତ ସରକାରଙ୍କ ଯୋଜନା ଆୟୋଗ ଗଠନ ।
୧୯୫୧ରୁ ୧୯୫୬ ଖ୍ରୀ.ଅ. – ପ୍ରଥମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ।
୧୯୫୨ ଖ୍ରୀ.ଅ. – (ଅଗଷ୍ଟ ୬) ଜାତୀୟ ଉନ୍ନୟନ ପରିଷଦ ପ୍ରତିଷ୍ଠା ।
୧୯୫୬ ଖ୍ରୀ.ଅ. – ଭାରତର ଏକ ନୂଆ ଶିଳ୍ପନୀତି ସଂକଳ୍ପ ଉଦ୍ଘୋଷିତ ।
୧୯୫୬ ରୁ ୧୯୬୧ ଖ୍ରୀ.ଅ. – ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ।
୧୯୬୧ ରୁ ୧୯୬୬ ଖ୍ରୀ.ଅ. – ତୃତୀୟ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ।
୧୯୬୨ ଖ୍ରୀ.ଅ. – ଚୀନ୍ର ଭାରତ ଉପରେ ଆକ୍ରମଣ ।
୧୯୬୫ ଖ୍ରୀ.ଅ. – ଭାରତ-ପାକିସ୍ତାନ ଯୁଦ୍ଧ ।
୧୯୬୯ରୁ ୧୯୭୪ ଖ୍ରୀ.ଅ. – ଚତୁର୍ଥ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ।
୧୯୬୯ ଖ୍ରୀ.ଅ. – ଭାରତରେ ୧୪ଟି ବ୍ୟାଙ୍କର ଜାତୀୟକରଣ ।
୧୯୭୧ ଖ୍ରୀ.ଅ. – ଭାରତ-ପାକିସ୍ତାନ ଯୁଦ୍ଧ ।
୧୯୭୪ ରୁ ୧୯୭୯ ଖ୍ରୀ.ଅ. – ପଞ୍ଚମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ।
୧୯୭୮ ଖ୍ରୀ.ଅ. – ଭାରତରେ ସମନ୍ବିତ ଗ୍ରାମ୍ୟ ଉନ୍ନୟନ ଯୋଜନାର ଶୁଭାରମ୍ଭ ।
୧୯୮୦ ରୁ ୧୯୮୫ ଖ୍ରୀ.ଅ. – ଷଷ୍ଠ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ।
୧୯୮୫ରୁ ୧୯୯୦ ଖ୍ରୀ.ଅ. – ସପ୍ତମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ।
୧୯୯୧ ଖ୍ରୀ.ଅ. – ଭାରତରେ ‘ମୁକ୍ତ ଅର୍ଥନୀତି’ର ଯୁଗ ଆରମ୍ଭ ।
୧୯୯୨ରୁ ୧୯୯୭ ଖ୍ରୀ.ଅ. – ଅଷ୍ଟମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ।
୧୯୯୭ ଖ୍ରୀ.ଅ. – ନବମ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ।
୧୯୯୭ ଖ୍ରୀ.ଅ. – ସ୍ଵର୍ଣ୍ଣଜୟନ୍ତୀ ସହରୀ ରୋଜଗାର ଯୋଜନାର ଆରମ୍ଭ ଓ ଭାରତ ସରକାଙ୍କଦ୍ଵାରା ୯ଟି ଲାଭଜନକ ସରକାରୀ ଉଦ୍ୟୋଗକୁ ‘ନବରତ୍ନ’ ମାନ୍ୟତା ପ୍ରଦାନ ।
୧୯୯୯ ଖ୍ରୀ.ଅ. – ଭାରତରେ ସ୍ଵର୍ଣ୍ଣଜୟନ୍ତୀ ଗ୍ରାମ୍ୟ ସ୍ଵରୋଜଗାର ଯୋଜନା ଆରମ୍ଭ ।
୨୦୦୦ ଖ୍ରୀ.ଅ. – ଭାରତରେ ପ୍ରଧାନମନ୍ତ୍ରୀ ଗ୍ରାମୋଦୟ ଯୋଜନା ଆରମ୍ଭ ।
୨୦୦୨ରୁ ୨୦୦୭ ଖ୍ରୀ.ଅ. – ଦଶମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ।
୨୦୦୭ରୁ ୨୦୧୨ ଖ୍ରୀ.ଅ. – ଏକାଦଶ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ।