Odisha State Board BSE Odisha Class 9 History Notes Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା will enable students to study smartly.
BSE Odisha Class 9 History Notes Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ :
- କୌଣସି ସମାଜରେ ଏହାର ସଭ୍ୟମାନଙ୍କ ଜରିଆରେ ତଥା ସାମୂହିକ ମୂଲ୍ୟବୋଧରେ ଥିବା ପରିପକ୍ବତା ଓ ମାର୍ଜିତ ଚିନ୍ତାଧାରାର ପ୍ରତିଫଳନ ହେଉଛି ସଂସ୍କୃତି ।
- ଆଚାର ଓ ବ୍ୟବହାର, ଖାଦ୍ୟ ଓ ପୋଷକ, ଭାଷା ଓ ସାହିତ୍ୟ, ଶିକ୍ଷା ଓ ଜ୍ଞାନ, ବିଜ୍ଞାନ ଓ ବୈଷୟିକ ବିଦ୍ୟା, ଧର୍ମ ଓ ବିଶ୍ଵାସ, ପ୍ରଥା ଓ ପରମ୍ପରା, ପର୍ବପର୍ବାଣି ଓ ରୀତିନୀତି, ନୃତ୍ୟ ଓ ସଙ୍ଗୀତ ଏବଂ କଳା ଓ ସ୍ଥାପତ୍ୟ ହେଉଛି ସଂସ୍କୃତିର ଉପାଦାନ ।
ବିଷୟବସ୍ତୁର ରୂପରେଖ:
- ଭାରତୀୟ ସଂସ୍କୃତିର ବୈଶିଷ୍ୟ
- ଭାରତୀୟ ସଂସ୍କୃତିର ସ୍ବାତନ୍ତ୍ର୍ୟ
→ ଭାରତୀୟ ସଂସ୍କୃତିର ବୈଶିଷ୍ଟ୍ୟ :
- ସାଧାରଣତଃ ଭାରତୀୟ ସଂସ୍କୃତିର ନିମ୍ନୋକ୍ତ ବୈଶିଷ୍ଟ୍ୟମାନ ପରିଲକ୍ଷିତ ହୋଇଥାଏ ।
(୧) ପ୍ରାଚୀନତା
(୨) ନିରବଚ୍ଛିନ୍ନତା
(୩) ଉଦାରତା
(୪) ନିରପେକ୍ଷତା
(୫) ବ୍ୟାପକତା
(୬) ସାର୍ବଜନୀନତା
→ ଭାରତୀୟ ସଂସ୍କୃତିର ସ୍ବାତନ୍ତ୍ର୍ୟ:
- ଭାରତର ବିଭିନ୍ନ କ୍ଷେତ୍ରରେ ଓ ସାମାଜିକ ସ୍ଥିତିରେ ଅଞ୍ଚଳ ଅଞ୍ଚଳ ମଧ୍ୟରେ ପାର୍ଥକ୍ୟ ଥିଲେ ସୁଦ୍ଧା ସମସ୍ତ ଅଧିବାସୀଙ୍କ ମଧ୍ୟରେଐକ୍ୟଭାବ ଦୃଷ୍ଟିଗୋଚର ହୁଏ ।
- ‘‘ବିଭିନ୍ନତାରେ ଏକତା’’ ହେଉଛି ଭାରତୀୟ ସଂସ୍କୃତିର ସ୍ବାତନ୍ତ୍ର୍ୟ ।
- ପୌରାଣିକ ତଥ୍ୟାନୁସାରେ ଭାରତ ଜମ୍ବୁଦ୍ଵୀପର ଏକ ଅଂଶବିଶେଷ ଥିଲା ଓ ଏହା ରାଜା ଭରତଙ୍କ ନାମାନୁସାରେ ଭାରତବର୍ଷ ନାମରେ ନାମିତ ହୋଇଥିଲା ।
→ ଭୌଗୋଳିକ ବିଭିନ୍ନତାରେ ଏକତା :
- ଭାରତର ଭିନ୍ନ ଭିନ୍ନ ସ୍ଥାନର ପ୍ରାକୃତିକ ଲକ୍ଷଣଗୁଡ଼ିକ ମଧ୍ୟରେ ଅନେକ ପ୍ରଭେଦ ଦେଖାଯାଇଥାଏ ।
- ଭୌଗୋଳିକ ସ୍ଥିତିର ପ୍ରଭେଦ ଯୋଗୁଁ ଭାରତରେ ଭିନ୍ନ ଭିନ୍ନ ପ୍ରକାର ଜଳବାୟୁ ଅନୁଭୂତ ହୁଏ ।
- ଏସବୁ ସତ୍ତ୍ଵେ ପ୍ରତ୍ୟେକ ଭାରତୀୟ ନିଜକୁ ଭରତସନ୍ତତି ରୂପେ ମନେକରି ଏକତା ମନୋଭାବ ପୋଷଣ କରନ୍ତି । ଭାରତୀୟ ମୁନିଋଷିଗଣ ସମଗ୍ର ଭାରତରେ ପ୍ରବାହିତ ଗଙ୍ଗା, ଯମୁନା, ନର୍ମଦା, କାବେରୀ ପ୍ରଭୃତି ନଦୀମାନଙ୍କୁ ଦେବୀରୂପେ ବର୍ଣ୍ଣନା କରି ଭାରତୀୟମାନଙ୍କ ମନରେ ଭାବଗତ ଐକ୍ୟ ଜାଗ୍ରତ କରିଛନ୍ତି ।
→ ରାଜନୈତିକ ବିଭିନ୍ନତାରେ ଏକତା :
- ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଭାରତ ଷୋହଳଟି ମହାଜନପଦ ବା ରାଜ୍ୟରେ ବିଭକ୍ତ ହୋଇଥିଲା ।
- ପ୍ରାଚୀନ ଯୁଗରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଅଶୋକ, ସମୁଦ୍ରଗୁପ୍ତ, ବିକ୍ରମାଦିତ୍ୟ ପ୍ରଭୃତି ଭାରତରେ ବିଶାଳ ସାମ୍ରାଜ୍ୟ ଗଠନ କରି ଲୋକମାନଙ୍କୁ ଏକ ଶାସନାଧୀନ କରି ସେମାନଙ୍କ ମନରେ ଏକତା ଭାବ ଜାଗ୍ରତ କରିଥିଲେ ।
- ମଧ୍ୟଯୁଗରେ ଶିବାଜୀ ଭାରତର ଅନେକ କ୍ଷୁଦ୍ର ରାଜ୍ୟ ଜୟ କରି ସେଗୁଡ଼ିକୁ ଏକ ଶାସନାଧୀନ କରି ସମସ୍ତଙ୍କ ମନରେ ଏକତାଭାବ ଜାଗ୍ରତ କରିଥିଲେ ।
- ଦେଶ ସ୍ଵାଧୀନ ହେବା ପରେ ଓ ଗଡ଼ଜାତଗୁଡ଼ିକର ମିଶ୍ରଣ ହେବାପରେ ଭାରତ ବିଭିନ୍ନ ପ୍ରଦେଶରେ ବିଭକ୍ତ ହୋଇଥିଲେ ସୁଦ୍ଧା ଏକ ସମ୍ବିଧାନ, ଏକ ଜାତୀୟ ପତାକା, ଏକ ଜାତୀୟ ଗାନ, ଏକ ଜାତୀୟ ସଙ୍ଗୀତ ଏବଂ ସର୍ବୋପରି ଏକ ନାଗରିକତ୍ବ ସମସ୍ତ ଭାରତୀୟଙ୍କ ମଧ୍ୟରେ ରାଜନୈତିକ ଏକତା ଆଣିପାରିଛି ।
→ ଜାତିଗତ ବିଭିନ୍ନତାରେ ଏକତା :
- ଭାରତରେ ବିଭିନ୍ନ ପ୍ରକାର ଜାତିର ଲୋକ ବାସ କରନ୍ତି ।
- ନୃତତ୍ତ୍ୱବିଦ୍ ଡକ୍ଟର ବିରଜା ଶଙ୍କର ଗୁହାଙ୍କ ମତରେ ଭାରତରେ ଛଅ ପ୍ରକାର ଜାତିର ଲୋକ ଅଛନ୍ତି । ସେମାନେ ହେଲେ – ନେଗ୍ରିଟୋ, ପ୍ରୋଟୋ-ଅଷ୍ଟ୍ରୋଲଏଡ୍, ମଙ୍ଗୋଲଏଡ୍, ମେଡ଼େଟେରେନିଆନ୍ ବା ଦ୍ରାବିଡ଼ିଆନ୍, ପଶ୍ଚିମ ବ୍ରାସିସେଫାଲସ୍ ଓ ନରଡ଼ିକ୍ ବା ଇଣ୍ଡୋ-ଆରିଆନ୍ ।
- ଏହାଛଡ଼ା ବିଦେଶାଗତ ଲୋକମାନେ ଭାରତରେ ସ୍ଥାୟୀଭାବେ ବସବାସ କରି ଭାରତୀୟ ଜୀବନଯାପନ ପ୍ରଣାଳୀକୁ ଆଦରି ନେଇ ମୂଳ ଭାରତୀୟଙ୍କ ସହ ମିଶିଯାଇ ନିଜକୁ ଭାରତୀୟ ଭାବେ ପରିଚିତ କରାଉଛନ୍ତି ।
→ ଧର୍ମଗତ ବିଭିନ୍ନତାରେ ଏକତା :
- ଭାରତରେ ମୁଖ୍ୟତଃ ଛଅଟି ଧର୍ମ ସମ୍ପ୍ରଦାୟର ଲୋକ ବାସ କରନ୍ତି । ପୁନଶ୍ଚ ପ୍ରତ୍ୟେକ ସମ୍ପ୍ରଦାୟର ଲୋକେ ମଧ୍ୟ ବିଭିନ୍ନ ଗୋଷ୍ଠୀରେ ବିଭାଜିତ ହୋଇଛନ୍ତି ।
- ଭାରତରେ ବସବାସ କରୁଥିବା ମୁଖ୍ୟ ଧର୍ମସଂପ୍ରଦାୟ ଓ ସେଗୁଡ଼ିକ ବିଭାଜିତ ହୋଇଥିବା ବିଭିନ୍ନ ଗୋଷ୍ଠୀର ତାଲିକା ନିମ୍ନରେ ପ୍ରଦତ୍ତ ହୋଇଛି ।
- ଭାରତରେ ଧର୍ମଗତ ବିଭିନ୍ନତା ଥିଲେ ସୁଦ୍ଧା ସମସ୍ତ ଧର୍ମାବଲମ୍ବୀଙ୍କ ମଧ୍ୟରେ ଥିବା ସମନ୍ବୟ, ସହନଶୀଳତା ଓ ସହଯୋଗ ଯୋଗୁଁ ଐକ୍ୟଭାବ ପ୍ରତିଷ୍ଠିତ ହୋଇପାରିଛି ।
- ଭାରତର ବିଭିନ୍ନ ଧର୍ମ ଅନୁଷ୍ଠାନ ବା ଆନ୍ଦୋଳନର ନାମ ଏବଂ ସେଗୁଡ଼ିକର ପ୍ରତିଷ୍ଠା ବା ଆରମ୍ଭ ସମୟ ନିମ୍ନ ସାରଣୀରେ ହୋଇଛି ।
→ ଭାଷାଗତ ବିଭିନ୍ନତାରେ ଏକତା :
- ଭାରତର ସମ୍ବିଧାନରେ ୨୨ଟି ଭାଷାକୁ ସ୍ବୀକୃତି ଦିଆଯାଇଛି ।
- ଆମ ଦେଶରେ ପ୍ରାୟ ୧୬୫୨ଟି ମାତୃଭାଷା ଥିବାର ଅନୁମାନ କରାଯାଇଥାଏ । ଏତଦ୍ବ୍ୟତୀତ ୫୪୪ଟି କଥ ଭାଷା ଅଛି ।
- ସ୍ଵାଧୀନ ଭାରତରେ ହିନ୍ଦୀ ରାଷ୍ଟ୍ରଭାଷା ଭାବରେ ସ୍ଵୀକୃତି ପାଇଲା । ହିନ୍ଦୀ, ଇଂରାଜୀ ଓ ଆଞ୍ଚଳିକ ଭାଷାକୁ ନେଇ ତ୍ରିଭାଷା ନୀତି ପ୍ରବର୍ତ୍ତନ ହେଲା ।
- ଭାରତର ସର୍ବପୁରାତନ ଭାଷା ହେଉଛି ‘ପ୍ରାକୃତ’ । ପରେ ‘ପାଲି’ ଓ ‘ସଂସ୍କୃତ’ ଭାଷାର ପ୍ରଚଳନ ହେଲା ।
- ସ୍ବାଧୀନ ଭାରତର ରାଷ୍ଟ୍ରଭାଷା ହିନ୍ଦୀ ଭାରତୀୟମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ସହାୟକ ହୋଇଛି ।
→ କଳାଗତ ବିଭିନ୍ନତାରେ ଏକତା :
- ଭାରତର ଚିତ୍ରକଳା, ଶିଳ୍ପକଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ବାଦ୍ୟ, ନୃତ୍ୟ, ସଙ୍ଗୀତ ଓ ସାହିତ୍ୟ ଭଳି ପ୍ରତ୍ୟେକ ପ୍ରକାର କଳାର ଢଙ୍ଗ ଓ ଶୈଳୀରେ ବିବିଧତା ଦେଖାଯାଏ ।
- ଭାରତ ଓ ଗ୍ରୀକ୍ ଶୈଳୀର ମିଶ୍ରଣରେ ଇଣ୍ଡୋ-ଗ୍ରୀକ୍ କଳାଶୈଳୀ ଏବଂ ହିନ୍ଦୁ ଓ ମୁସଲମାନଙ୍କ ଶୈଳୀର ମିଶ୍ରଣରେ ଇଣ୍ଡୋ- ଇସ୍ଲାମିକ୍ ଶୈଳୀରେ ନିର୍ମିତ ଅନେକ ସ୍ମାରକୀ ଭାରତୀୟଙ୍କ ମନରେ ଗର୍ବ ଆଣି ଏକତା ଭାବ ଜାଗ୍ରତ
- ଭାରତୀୟ ସଂସ୍କୃତିର ସ୍ବାତନ୍ତ୍ର୍ୟ ହେଉଛି ବିଭିନ୍ନତାରେ ଏକତା । ଏହି ବିବିଧତା ଭାରତୀୟ ସଂସ୍କୃତିକୁ ଉନ୍ନତ ଓ ସମୃଦ୍ଧ କରିପାରିଛି ।
ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ
୩୨୭ ଖ୍ରୀ.ପୂ. – ଗ୍ରୀକ୍ ସମ୍ରାଟ୍ ଆଲେକ୍ଜାଣ୍ଡାର୍ଙ୍କ ଭାରତ ଆକ୍ରମଣ ।
୧୮୩୫ ଖ୍ରୀ.ଅ. – ଭାରତର ଗଭର୍ଣ୍ଣର ଜେନେରାଲ୍ ତଥା ବଡ଼ଲାଟ୍ ଲର୍ଡ ଇଉଲିୟମ୍ ବେଣ୍ଟିକ୍ଙ୍କଦ୍ୱାରା ପାଶ୍ଚାତ୍ୟ ଶିକ୍ଷା ପ୍ରଚଳନ ।
୧୮୫୨ ଖ୍ରୀ.ଅ. – ଭାରତରେ ଦୂରକୁ ବାର୍ତ୍ତା ପ୍ରେରଣ ପାଇଁ ତାର ବ୍ୟବସ୍ଥା ପ୍ରଚଳନ ।
୧୮୫୩ ଖ୍ରୀ.ଅ. – ବମ୍ବେଠାରୁ ଥାନେ ପର୍ଯ୍ୟନ୍ତ ପ୍ରଥମ ରେଳପଥ ଉନ୍ମୋଚନ ।
୧୮୫୪ ଖ୍ରୀ.ଅ. – ଲର୍ଡ ଡେଲ୍ହାଉସୀଙ୍କଦ୍ୱାରା ଭାରତରେ ଏକ ସମାନ ଶିକ୍ଷା ପ୍ରଣାଳୀ ଓ ସ୍ଥାନୀୟ ଭାଷାରେ ପ୍ରାଥମିକ ଶିକ୍ଷାଦାନ ବ୍ୟବସ୍ଥା ପ୍ରବର୍ତ୍ତନ ।
୧୮୫୪ ଖ୍ରୀ.ଅ. – ଭାରତରେ ଡାକସେବା ପ୍ରଚଳନ ।