Odisha State Board BSE Odisha Class 9 History Notes Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ will enable students to study smartly.
BSE Odisha Class 9 History Notes Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:
- ପୃଥିବୀର ବୈପ୍ଳବିକ ଇତିହାସର ମୂକସାକ୍ଷୀ ହେଉଛି ରୁଷ୍ ବିପ୍ଳବ ।
- ରୁଷ୍ ବିପ୍ଳବ ସାମ୍ୟବାଦ, ସମାଜବାଦ ଓ ସମତାର ବାର୍ତ୍ତା ପ୍ରସାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
- ଏହା ମଧ୍ଯ ପୃଥିବୀର ଅନେକ ଦେଶର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାରେ ସହାୟତା କରିଥିଲା ।
- ୧୯୧୭ ମସିହାର ରୁଷ୍ ବିପ୍ଳବ ପୃଥିବୀରେ ଏକ କ୍ରାନ୍ତିକାରୀ ଯୁଗର ଶୁଭାରମ୍ଭ କରିଥିଲା ।
- ଫରାସୀ ବିପ୍ଳବ ୧୭୮୯ ମସିହାରେ ସାମ୍ୟ, ସମାନତା ଓ ମୈତ୍ରୀର ବାର୍ତ୍ତା ପ୍ରଚାର କରିଥିଲାବେଳେ ରୁଷ୍ ବିପ୍ଳବ, ସାମ୍ୟବାଦ, ସମାଜବାଦ ଓ ସମତାର ମନ୍ତ୍ର ପ୍ରଚାର କରିବାରେ କୌଣସି ଗୁଣରେ କମ୍ ନଥିଲା
ସ୍ୱେଚ୍ଛାଚାରୀ ଶାସନ :
- ରୁଷିଆରେ ପ୍ରାୟ ଏକ ଶହ ବର୍ଷରୁ ଊର୍ଦ୍ଧ୍ବ ଧରି ରୋମାନୋଭ୍ ବଂଶ ଶାସନ କରି ଆସୁଥିଲେ । ସେମାନଙ୍କର ଶାସନ ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ଥିଲା ଓ ସେମାନେ ଏକଚ୍ଛତ୍ରବାଦୀ ଭାବରେ ରାଜତ୍ଵ କରୁଥିଲେ । ସମ୍ରାଟମାନଙ୍କୁ ‘ଜାର୍’ ବୋଲି କୁହାଯାଉଥିଲା ।
- ରୁଷିଆରେ ଶେଷ ପାଞ୍ଚଜଣ ଜାର ଅତ୍ୟନ୍ତ ନିଷ୍ଠୁର ଓ କ୍ରୂର ଥିଲେ ।
- ପ୍ରଥମ ଆଲେକ୍ଜାଣ୍ଡାର ଜଣେ ଅତ୍ୟାଚାରୀ ଶାସକ ଥିଲେ । ସେ ପ୍ରତିକ୍ରିୟାଶୀଳ ନୀତି ପ୍ରବର୍ତ୍ତନ କରିଥିଲେ ।
- ଦ୍ଵିତୀୟ ଆଲେକ୍ଜାଣ୍ଡାର ରୁଷିଆରେ ପ୍ରଚଳିତ ଥିବା ଦାସତ୍ଵ ଓ କୃଷିଭୃତ୍ୟ ପ୍ରଥା ଉଚ୍ଛେଦ କରିଥିଲେ ଓ ତୃତୀୟ ଆଲେକ୍ଜାଣ୍ଡାର ଜଣେ ନିଷ୍ଠୁର ଓ ନିରଙ୍କୁଶ ଶାସନ ପ୍ରବର୍ତ୍ତନ କରିଥିଲେ ।
- ପ୍ରଥମ ନିକୋଲାସ୍ ଜଣେ ଅତ୍ୟାଚାରୀ ଶାସକ ଥିଲେ । ସେ ପ୍ରଗତିଶୀଳ ଚିନ୍ତାଧାରାକୁ ବିରୋଧ କରୁଥିଲେ । ଶେଷରେ ଦ୍ବିତୀୟ ନିକୋଲାସ୍ଙ୍କ ଶାସନ କାଳରେ ଜନଅସନ୍ତୋଷ ଘନୀଭୂତ ହୋଇ ବିପ୍ଳବର ସୂତ୍ରପାତ ହୋଇଥିଲା ।
ବିଷୟବସ୍ତୁର ରୂପରେଖ:
- ରୁଷ୍ ବିପ୍ଳବର କାରଣସମୂହ
- ବିପ୍ଳବର ସୂତ୍ରପାତ
- ଫେବୃଆରୀ ବିପ୍ଳବର ଫଳାଫଳ
- ଅକ୍ଟୋବର ବିପ୍ଳବ
- ରୁଷ୍ ବିପ୍ଳବର ଫଳାଫଳ
ରୁଷ୍ ବିପ୍ଳବର କାରଣ:
- ସ୍ୱେଚ୍ଛାଚାରୀ ଶାସନ
- ସାମାଜିକ ବୈଷମ୍ୟ
- ଅର୍ଥନୈତିକ ଅସମାନତା
- ଶିଳ୍ପ ବିପ୍ଳବର ପ୍ରଭାବ
- ବୌଦ୍ଧିକ ଚେତନା
- ଭିନ୍ନ ଭିନ୍ନ ଦଳ ଗଠନ
- ଅପାରଗ ଅମଲାତନ୍ତ୍
- ନିରୁତ୍ସାହିତ ସୈନ୍ୟବାହିନୀ
- ରକ୍ତାକ୍ତ ରବିବାର
- ଷମତାବିହୀନ ତୁମା
- ଜାରିନା ଓ ରାସ୍ପୁଟିନ୍ଙ୍କ ହସ୍ତକ୍ଷେପ
- ବିଶ୍ଵଯୁଦ୍ଧରେ ରୁଷିଆର ପରାଜୟ
ସାମାଜିକ ବୈଷମ୍ୟ :
- ରୁଷ୍ ସମାଜରେ ଦୁଇ ଶ୍ରେଣୀର ଲୋକେ ବାସ କରୁଥିଲେ । ସେମାନଙ୍କୁ ଥିଲାବାଲା ବା ଧନୀକ ଶ୍ରେଣୀ ଓ ନ ଥୁଲାବାଲା ବା କୃଷକ ଗୋଷ୍ଠୀ ବୋଲି କୁହାଯାଉଥିଲା ।
- ଥୁଲାବାଲା ବା ଧନୀକ ଶ୍ରେଣୀର ଲୋକମାନେ ସମସ୍ତ ପ୍ରକାର କ୍ଷମତା ଉପଭୋଗ କରୁଥିଲେ । ତା’ସହିତ ଦେଶର ସମସ୍ତ ଜମିର ମାଲିକ ଥିଲେ । ମାତ୍ର ନ ଥିଲାବାଲା ବା ଶ୍ରମିକ ଓ କୃଷକ ଶ୍ରେଣୀର
- ଲୋକମାନେ ସବୁଥିରୁ ବଞ୍ଚିତ ଥିଲେ ।
- ଏହି ସାମାଜିକ ବୈଷମ୍ୟ ଲୋକମାନଙ୍କ ମଧ୍ୟରେ ଶ୍ରେଣୀ ସଂଘର୍ଷ ମନୋଭାବ ସୃଷ୍ଟି କରିଥିଲା ଓ ଏହା ପରବର୍ତ୍ତୀ ଅବସ୍ଥାରେ ଏକ ବିପ୍ଲବରେ ପରିଣତ ହେଲା ।
→ ଭୋଦ୍କା – ରୁଷିଆରେ ଗହମରୁ ପ୍ରସ୍ତୁତ ହେଉଥିବା ଏକ ନିଶାକାରୀ ପାନୀୟ ।
ଅର୍ଥନୈତିକ ଅସମାନତା :
- ଅସମାନତା ସୃଷ୍ଟି ହୋଇଥିଲା, ଯାହାଫଳରେ ସମାଜରେ ଶୋଷକ ଓ ଶୋଷିତ ଶ୍ରେଣୀ ସୃଷ୍ଟି ହୋଇଥିଲେ ।
- କୃଷକମାନଙ୍କର ଅବସ୍ଥାରେ ପରିବର୍ତ୍ତନ ପାଇଁ କୃଷିଭୃତ୍ୟ ପ୍ରଥା ଉଚ୍ଛେଦ କରାଯିବା ସତ୍ତ୍ବେ ସେମାନଙ୍କର ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିନଥିଲା
- ରୁଷ୍ ସମାଜରେ କୃଷକମାନେ ସର୍ବହରା ବା ପ୍ରୋଲେତାରିଏତ୍ ଭାବରେ ପରିଚିତ ହେଲେ, ଯାହାକି ବିପ୍ଳବ ପାଇଁ ବାଟ ସୁଗମ କରିଥିଲା ।
→ ପ୍ରୋଲେତାରିଏତ୍ – ରୁଷିଆର ସର୍ବହରା କୃଷକମାନଙ୍କୁ ପ୍ରୋଲେତାରି ଏତ୍ କୁହାଯାଉଥିଲା ।
ଶିଳ୍ପ ବିପ୍ଳବର ପ୍ରଭାବ :
- ଶିଳ୍ପ ବିପ୍ଳବର ପ୍ରଭାବ ରୁଷିଆର ଶ୍ରମିକମାନଙ୍କର ଜୀବନଧାରାରେ କୌଣସି ପରିବର୍ତ୍ତନ ଆଣିପାରିନଥିଲା ।
- ଯନ୍ତ୍ରପାତିର ପ୍ରୟୋଗ ଫଳରେ ଅନେକ ଶ୍ରମିକଙ୍କୁ ଛଟେଇ କରାଯାଉଥିଲା । ସେମାନଙ୍କୁ କମ୍ ପାରିଶ୍ରମିକରେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିଲା ।
- ପୁଞ୍ଜିପତି ଓ ଶ୍ରମିକମାନଙ୍କ ମଧ୍ୟରେ ସମ୍ପର୍କ ଅଧିକ ଖରାପ ହେଲା ଓ ଶ୍ରମିକମାନେ ନିଜର ସମସ୍ୟାର ସମାଧାନ ପାଇଁ ସଂଘମାନ ଗଠନ କରିଥିଲେ । ଶିଳ୍ପକ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ବୌଦ୍ଧିକ ଚେତନା :
- ରୁଷିଆର ପ୍ରଗତିଶୀଳ ମତବାଦଗୁଡ଼ିକର ପ୍ରଚାରରେ ଜାର୍ଙ୍କ ପ୍ରତିବନ୍ଧକ ସତ୍ତ୍ଵେ ଅନେକ ପାଶ୍ଚାତ୍ୟ ସାହିତ୍ୟ ରୁଷ୍ ଭାଷାରେ ଅନୂଦିତ ହୋଇ ଶିକ୍ଷିତ ଲୋକମାନଙ୍କଦ୍ୱାରା ପାଠ କରାଯାଇଥିଲା ।
- ରୁଷର ଚିନ୍ତାଶୀଳ ଲେଖକ ଯଥା – କାର୍ଲ ମାର୍କସ୍, ଲିଓ ଟଲଷ୍ଟୟ,ଦସ୍ତୋଭସ୍କି, ମାକ୍ସିମ୍ ଗୋର୍କୀ ଓ ଲାଭରୋଭ୍ ରୁଷ୍ ବିପ୍ଳବ ପାଇଁ ପ୍ରେରଣା ଯୋଗାଇଥିଲା ।
→ କାର୍ଲମାର୍କଙ୍କ କମ୍ୟୁନିଷ୍ଟମାନି ଫେଷ୍ଟୋ ୧୮୪୮ ମସିହାରେ ଦାସକ୍ୟାପିଟାଲ୍ ୧୮୬୭ରେ ପ୍ରକାଶ ପାଇଥିଲା
ଭିନ୍ନ ଭିନ୍ନ ଦଳ ଗଠନ :
- ରୁଷର ସବୁଠାରୁ ଗରିବ ଓ ଶ୍ରମିକଗୋଷ୍ଠୀମାନେ ବିଭିନ୍ନ ଦଳ ଗଠନ କରି ଜାରଙ୍କ ସ୍ୱେଚ୍ଛାଚାରିତା ଓ ଶୋଷକ ଶ୍ରେଣୀ ଅନ୍ୟାୟ ବିରୁଦ୍ଧରେ ବିପ୍ଳବ କରିଥିଲେ ।
- ରୁଷରେ ୧୮୯୫ ମସିହାରେ ଶ୍ରମିକମାନେ ସାମାଜିକ ଗଣତାନ୍ତ୍ରିକ ଦଳ ଓ ୧୯୦୧ ରେ ଭୂମିହୀନ କୃଷକମାନେ ସାମାଜିକ ବିପ୍ଳବୀ ଦଳ ଗଠନ କରିଥିଲେ ।
- ୧୯୦୩ ମସିହାରେ ଶ୍ରମିକମାନଙ୍କ ଦଳ ଦୁଇଭାଗରେ ବିଭକ୍ତ ହୋଇଥିଲା ଯଥା –ମେନ୍ସେଭିକ୍ ଓ ବୋଲ୍ସେଭିକ୍ ।
- ମାରତୋଭ୍ଙ୍କଦ୍ଵାରା ମେନ୍ସେଭିକ୍ ଓ ଲେନିନ୍ଙ୍କଦ୍ୱାରା ବୋଲ୍ସେଭିକ୍ ଦଳ ପରିଚାଳିତ ହେଉଥିଲା ।
ଅପାରଗ ଅମଲାତନ୍ତ୍ର :
- ରୁଷିଆର ଅମଲାତନ୍ତ୍ରର ଅଧିକାଂଶ ଲୋକ ଧନୀକ ଶ୍ରେଣୀର ଥିଲେ । ସେମାନଙ୍କର ସାଧାରଣ ଲୋକଙ୍କ ପ୍ରତି କୌଣସି ସହାନୁଭୂତି ନଥିଲା । ଗରିବ ଲୋକଙ୍କୁ ସେମାନେ ଶୋଷଣ କରୁଥିଲେ ।
- ସେଠାରେ ଅମଲାତନ୍ତ୍ରର ଦକ୍ଷତାର ଅଭାବ, ପ୍ରିୟାପ୍ରୀତି ତୋଷଣ ଓ ଦୁର୍ନୀତି ଯୋଗୁ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା । ସେମାନେ ଏହାର ପରିବର୍ତ୍ତନ ପାଇଁ ସୁଯୋଗ ଅପେକ୍ଷାରେ ଥିଲେ ।
ନିରୁତ୍ସାହିତ ସୈନ୍ୟବାହିନୀ :
- ଜାର୍ ରୁଷିଆର ସୈନ୍ୟବାହିନୀକୁ ଅତ୍ୟାବଶ୍ୟକ ସୁବିଧା ସୁଯୋଗ ଯୋଗାଇବାପାଇଁ ଆଗ୍ରହ ପ୍ରକାଶ କରିନଥିଲେ ।
- ସୈନ୍ୟମାନେ ଭୋକ ଉପାସ ଓ ଯୁଦ୍ଧ ଉପକରଣର ଅଭାବ ଯୋଗୁଁ ମୃତ୍ୟୁବରଣ କରିଥିଲେ ।
- ସୈନ୍ୟବାହିନୀରେ ଆଧୁନିକ ଅସ୍ତ୍ରଶସ୍ତ୍ରର ଅଭାବ ସହିତ କ୍ରିମିଆ ଯୁଦ୍ଧ, ରୁଷ୍-ଜାପାନ ଯୁଦ୍ଧରେ ରୁଷର ପରାଜୟ ଫଳରେ ଜାର୍ ଶାସନର ଦୁର୍ବଳତା ପ୍ରକାଶ ପାଇଲା ଓ ଜନସାଧାରଣ ଅପମାନବୋଧ କଲେ ।
ରକ୍ତାକ୍ତ ରବିବାର :
- ୧୯୦୫ ଜାନୁଆରୀ ୨୨ ତାରିଖରେ ଧର୍ମଯାଜକ ଫାଦର ଗ୍ୟ।ପନ୍ ଙ୍କ ନେତୃତ୍ୱରେ ଜନସାଧାରଣ ସେଣ୍ମପିଟରସ୍ ବସ୍ଥିତି ଜାର୍ଙ୍କ ରାଜପ୍ରାସାଦକୁ ଦାବିପତ୍ର ଦେବାପାଇଁ ଶୋଭାଯାତ୍ରା କରି ଯାଇଥିଲେ ।
- ଜାର୍ଙ୍କ ନିର୍ଦ୍ଦେଶରେ ସୈନ୍ୟମାନେ ଶୋଭାଯାତ୍ରାକାରୀଙ୍କ ଉପରେ ଗୁଳି ଚାଳନା କରିବା ଫଳରେ ଅନେକ ମୃତ୍ୟୁବରଣ କଲେ ଓ ବହୁସଂଖ୍ୟକ ଆହତ ହେଲେ । ଏହାକୁ ରୁଷ୍ ଇତିହାସରେ ‘ରକ୍ତାକ୍ତ ରବିବାର’ କୁହାଯାଏ ।
ଷମତାବିହୀନ ତୁମା:
୧୯୦୫ ମସିହାରେ ଜାର୍ ଦ୍ବିତୀୟ ନିକୋଲାସ୍ଙ୍କ ରୁଷର ନିର୍ବାଚିତ ସଂସଦ ‘ଡୁମା’ ଆହ୍ଵାନ କରିବାର ନିର୍ଦ୍ଦେଶ ବିରୋଧରେ ଜନ ଆନ୍ଦୋଳନ ଦେଖାଦେବାରୁ ଜାର୍ ଅକ୍ଟୋବର ଇସ୍ତାହାର ଘୋଷଣା କଲେ ଓ ଡୁମାକୁ ଆଇନ ପ୍ରଣୟନ କ୍ଷମତା ପ୍ରଦାନ କରିଥିଲେ ।
- କ୍ରିମିଆ ଯୁଦ୍ଧ – ୧୮୫୪ ମସିହା
- ରୁଷ-ଜାପାନ ଯୁଦ୍ଧ – ୧୯୦୪ ମସିହା
- ଲେନିନ୍ଙ୍ଗ୍ରାଡ଼ – ରୁଷିଆର ଦ୍ୱିତୀୟ ବୃହତ୍ତମ ସହର
- ଡୁମା – ରୁସ୍ର ପାର୍ଲିଆମେଣ୍ଟ
- ୧୯୦୬ ମେ ୬ ତାରିଖ – ପ୍ରଥମ ଡୁମା
- ୧୯୦୭ ମାର୍ଚ୍ଚ – ଦ୍ବିତୀୟ ଡୁମା ଆହୂତ
- ୧୯୧୨ ମସିହା – ତୃତୀୟା ଡୁମା ଗଠନ
ଜାରିନା ଓ ରାସ୍ପୁଟିନ୍ଙ୍କ ହସ୍ତକ୍ଷେପ :
- ଜାର୍ ଦ୍ୱିତୀୟ ନିକୋଲାସ୍ଙ୍କ ପତ୍ନୀ ଜାରିନା ଆଲେକ୍ଜାଣ୍ଡ୍ରା ଜଣେ ଅହଙ୍କାରୀ, ସଂକୀର୍ଣ୍ଣମନା ଓ ଅତ୍ୟନ୍ତ କ୍ଷମତାଲୋଭୀ ନାରୀ ଥିଲେ ।
- ରାସ୍ଟିନ ନାମକ ଜଣେ ଭଣ୍ଡ ସନ୍ନ୍ୟାସୀଙ୍କଦ୍ୱାରା ସେ ପ୍ରଭାବିତ ହୋଇଥିଲେ । ସେ ତାଙ୍କୁ ଅଖଣ୍ଡ କ୍ଷମତା ପ୍ରଦାନ କରିଥିଲେ । ଯାହାଫଳରେ ରୁଷ୍ଠରେ ଦୁର୍ନୀତି ଓ ବିଭ୍ରାନ୍ତିକର ବାତାବରଣ ଦେଖାଦେଇଥିଲା ।
- ରୁଷରେ ରାଜପରିବାର ପ୍ରତି ଅସନ୍ତୋଷ ବୃଦ୍ଧି ପାଇଥିଲା ଓ ଲୋକମାନେ ଶାସନରେ ପରିବର୍ତ୍ତନ ଆବଶ୍ୟକ କଲେ ।
→ ରାସ୍ପୁଟିନଙ୍କ ପୂରାନାମ – ଗ୍ରିଗୋରୀ ଏଫମୋଭିଚ୍ । ରାଜକୁମାର ୟୁସୁପୋଷ୍ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ।
ଜାରିନା ଓ ରାସ୍ପୁଟିନ୍ଙ୍କ ହସ୍ତକ୍ଷେପ :
ଜାର୍ ଦ୍ୱିତୀୟ ନିକୋଲାସ୍କଙ୍କ ପତ୍ନୀ ଜାରିନା ଆଲେକ୍ଜାଣ୍ଡ୍ରା ଜଣେ ଅହଙ୍କାରୀ, ସଂକୀର୍ଣ୍ଣମନା ଓ ଅତ୍ୟନ୍ତ କ୍ଷମତାଲୋଭୀ ନାରୀ ଥିଲେ ।
ରାସ୍ପୁଟିନ ନାମକ ଜଣେ ଭଣ୍ଡ ସନ୍ୟାସୀଙ୍କଦ୍ୱାରା ସେ ପ୍ରଭାବିତ ହୋଇଥିଲେ । ସେ ତାଙ୍କୁ ଅଖଣ୍ଡ କ୍ଷମତା ପ୍ରଦାନ କରିଥିଲେ । ଯାହାଫଳରେ ରୁଷରେ ଦୁର୍ନୀତି ଓ ବିଭ୍ରାନ୍ତିକର ବାତାବରଣ ଦେଖାଦେଇଥିଲା ।
ରୁଷରେ ରାଜପରିବାର ପ୍ରତି ଅସନ୍ତୋଷ ବୃଦ୍ଧି ପାଇଥିଲା ଓ ଲୋକମାନେ ଶାସନରେ ପରିବର୍ତ୍ତନ ଆବଶ୍ୟକ କଲେ ।
ବିଶ୍ବଯୁଦ୍ଧରେ ରୁଷିଆର ପରାଜୟ :
- ପ୍ରଥମ ବିଶ୍ଵ ଯୁଦ୍ଧରେ ରୁଷିଆ ଜର୍ମାନୀ ବିରୋଧରେ ମିତ୍ରଶକ୍ତି ସପକ୍ଷରେ ଯୋଗଦେଇଥିଲା ଏବଂ ଜର୍ମାନୀଠାରୁ ପରାଜୟ ବରଣ କରିଥିଲା ।
- ସେହି ସମୟରେ ରୁଷିଆର ଆର୍ଥିକ ଅବନତି ହେବାକୁ ଲାଗିଲା । ଏହା ଅସନ୍ତୁଷ୍ଟ ଜନତାଙ୍କୁ ଜାରଙ୍କ ବିରୋଧରେ ବିପ୍ଳବ କରିବାପାଇଁ ଉତ୍ତେଜିତ କରିଥିଲା ।
ବିପ୍ଳବର ସୂତ୍ରପାତ :
ରୁଷ୍ ବିପ୍ଳବର ଆଶୁ କାରଣ ଥିଲା ଖାଦ୍ୟଶସ୍ୟ, ପୋଷାକ, ଜାଳେଣି ପ୍ରଭୃତି ଦୈନନ୍ଦିନ ଆବଶ୍ୟକତାର ଅଭାବ । ଏସବୁପ୍ରତି ଜାର୍ଙ୍କ ଉଦାସୀନତା ଯୋଗୁଁ ରୁଷିବାସୀ ବିପ୍ଳବର ପନ୍ଥା ଗ୍ରହଣ କରିଥିଲେ ।
ବିପ୍ଳବ ଓ ଦ୍ବିତୀୟଟି ଥିଲା ଅକ୍ଟୋବର ବିପ୍ଳବ ।
ଫେବୃଆରୀ ବିପ୍ଳବ :
- ୧୯୧୭ ମସିହା ମାର୍ଚ୍ଚ ୮ ତାରିଖରେ ପ୍ରାୟ ଏକ ଲକ୍ଷ ଲୋକ ପେଟ୍ରୋଗାଡ଼ ସହର ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଥିରେ ହଜାର ହଜାର ସଂଖ୍ୟାରେ ମହିଳା ମଧ୍ୟ ଯୋଗ
- ଦେଇଥିଲେ । ଆହୁରି ମଧ୍ୟ ସୈନ୍ୟବାହିନୀର ଲୋକମାନେ ଏହି ବିଦ୍ରୋହରେ ଯୋଗ ଦେଇଥିଲେ ।
- ଜାର୍ ଉୁମାକୁ ଭାଙ୍ଗିସେଇଥ୍ ଲେ ଓ ସୈନ୍ୟବାହି ଆଦୋଳନକାରୀମାନଙ୍କୁ ନେଇ ‘ସୋଭିଏତ୍’ ଗଠିତ ହେଲା ।
- ମାର୍ଚ୍ଚ ୧୫ ତାରିଖରେ ଜାର୍ ଶାସନ ଓ ରୋମାନୋଭ୍ ରାଜବଂଶର ଅବସାନ ଘଟିଥିଲା ।
- ପ୍ରିନ୍ସ ଲୋଭୋଭ୍ଙ୍କ ନେତୃତ୍ବରେ ସେଠାରେ କାମଚଳା ସରକାର ଗଠିତ ହୋଇଥିଲା ।
→ ଫେବୃୟାରୀ ବିପ୍ଳବ – ସେ ସମୟରେ ପ୍ରଚଳିତ କ୍ୟାଲେଣ୍ଡର ଅନୁଯାୟୀ ମାର୍ଚ୍ଚ ୧୨ ତାରିଖଟି ଫେବୃୟାରୀ ୨୭ ତାରିଖ ଥିଲା, ତେଣୁ ଏହାକୁ ଫେବୃୟାରୀ ବିପ୍ଳବ କୁହାଯାଏ ।
ଅକ୍ଟୋବର ବିପ୍ଳବ :
- ଲେନିନ୍ ଓ ଟ୍ରଟସ୍କିଙ୍କ ନେତୃତ୍ୱରେ ବୋଲ୍ସେଭିକ୍ ବିପ୍ଳବ ବା ଅକ୍ଟୋବର ବିପ୍ଳବ ଆରମ୍ଭ ହୋଇଥିଲା ।
- ୧୯୧୭ ମସିହା ନଭେମ୍ବର ୭ ତାରିଖରେ ବୋଲସେଭିକ୍ମାନେ ବିନା ରକ୍ତପାତରେ ରୁଷିଆରେ ସରକାର ଗଠନ କରିଥିଲେ ।
- ଏହି ବିପ୍ଳବ ଏକ ସାମାଜିକ ବିପ୍ଳବ ଥିଲା । ଦେଶରେ ସାମ୍ୟବାଦ ଓ ସମାଜବାଦ ପ୍ରତିଷ୍ଠା ହେଲା ।
- ନଭେମ୍ବର ୭ ତାରିଖ ରୁଷ୍ କ୍ୟାଲେଣ୍ଡର ଅକ୍ଟୋବର ମାସରେ ପଡୁଥିବାରୁ ଏହାକୁ ଅକ୍ଟୋବର ବିପ୍ଳବ କୁହାଯାଏ । ବିପ୍ଳବ ପରେ ଲେନିନ୍ ପ୍ରଧାନ ମନ୍ତ୍ରୀ ଓ ଟ୍ରଟସ୍କି ବୈଦେଶିକ ମନ୍ତ୍ରୀ ହୋଇଥିଲେ ।
→ ଅକ୍ଟୋବର ବିପ୍ଳବ – ରୁଷ୍ ବିପ୍ଳବ ସମୟରେ ପ୍ରଚଳିତ ମାସର ୨୫ ତାରିଖ ହୋଇଥିବାରୁ ଏହାକୁ ଅକ୍ଟୋବର ବିପ୍ଳବ କୁହାଯାଏ ।
ରୁଷ୍ ବିପ୍ଳବର ଫଳସ୍ଵରୂପ ରାଜନୈତିକ ପରିବର୍ତ୍ତନ :
- ଜାମାନଙ୍କର ଏକଚ୍ଛତ୍ର ଶାସନ ଲୋପ ପାଇଥିଲା ।
- ଦେଶର ଶାସନ ପ୍ରୋଲେତାରିଏନ୍ଙ୍କ ହାତକୁ ଗଲା । ରୁଷିଆରେ ଏକଦଳୀୟ ରାଷ୍ଟ୍ର ଗଠିତ ହେଲା ।
- ୧୯୧୮ ମସିହାରେ ରୁଷିଆ ‘ରୁଷୀୟ ସୋସିଆଲିଷ୍ଟ ଫେଡ଼େରେଟିଭ୍ ସୋଭିଏତ୍ ରିପବ୍ଲିକ୍’ ଭାବରେ ନାମିତ ହେଲା ।
- ସମ୍ବିଧାନ ଅନୁସାରେ ୧୯୨୪ ମସିହାରେ ଏହାକୁ ‘‘ୟୁନିୟନ୍ ଅଫ୍ ସୋଭିଏତ୍ ସୋସିଆଲିଷ୍ଟ ରିପବ୍ଲିକସ୍’’ କୁହାଗଲା । ସର୍ବ-ରୁଷିଆ ସୋଭିଏତ୍ କଂଗ୍ରେସ ରୁଷର ସଂସଦ ଭାବେ କାର୍ଯ୍ୟ କଲା ।
ଅର୍ଥନୈତିକ ପରିବର୍ତ୍ତନ :
- ସମସ୍ତ ଘରୋଇ ଶିଳ୍ପ କାରଖାନା ଓ ବ୍ୟାଙ୍କଗୁଡ଼ିକର ଜାତୀୟକରଣ ହେଲା ଏବଂ ସେଗୁଡ଼ିକ ସରକାରଙ୍କ ନିୟନ୍ତ୍ରଣାଧୀନ ହେଲା ।
- ଦେଶର ସମସ୍ତ ସମ୍ପଦ ରାଷ୍ଟ୍ରୀୟ ସମ୍ପତ୍ତି ରୂପେ ଘୋଷିତ ହୋଇଥିଲା ।
- ଶ୍ରମିକମାନଙ୍କଦ୍ୱାରା ଗଠିତ କମିଟିଦ୍ଵାରା କାରଖାନାର ଉତ୍ପାଦନ ଓ ଆବଣ୍ଟନ ବ୍ୟବସ୍ଥା ପରିଚାଳନା କରାଗଲା ।
ସାମାଜିକ ପରିବର୍ତ୍ତନ :
- ପୁରାତନ ପାଠ୍ୟକ୍ରମ ଓ ଶିକ୍ଷାଦାନ ପଦ୍ଧତିକୁ ବଦଳାଇ ସାମ୍ୟବାଦ ଓ ସମାଜବାଦ ସମ୍ବନ୍ଧରେ ଅଧୂକ ଶିକ୍ଷା ଦିଆଗଲା।
ଶିକ୍ଷା କ୍ଷେତ୍ରରେ ଧର୍ମର ପ୍ରଭାବକୁ ଲୋପ କରିଦିଆଗଲା। - କଳା ଓ ସ୍ଥାପତ୍ୟ କ୍ଷେତ୍ରରେ ନୂତନତ୍ଵ ଦେଖାଦେଲା ।
→ ରୁଷିଆ ଓ ଜର୍ମାନୀ ମଧ୍ୟରେ ୧୯୧୭ରେ ସ୍ବାକ୍ଷରିତ ସନ୍ଧିକୁ ବ୍ରେଷ୍ଟ-ଲିତୋଭସ୍କ ସନ୍ଧି କୁହାଯାଏ ।
ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରଭାବ :
- ଅନେକ ଦେଶରେ ଦରିଦ୍ର ନିଷ୍ପେଷିତ ଜନସାଧାରଣ ସାମ୍ୟବାଦ ଓ ସାମାଜିକ ସମାନତା ପ୍ରତି ଆକୃଷ୍ଟ ହେଲେ ।
- ସାରା ବିଶ୍ଵରେ ଶ୍ରମିକ ଶ୍ରେଣୀ ପାଇଁ ରୁଷ୍ ବିପ୍ଳବ ପ୍ରେରଣା ଯୋଗାଇଥିଲା ଓ ଶିଳ୍ପାୟିତ ରାଷ୍ଟ୍ରମାନଙ୍କରେ ଶ୍ରମିକ ଆନ୍ଦୋଳନ ଆରମ୍ଭ ହୋଇଥିଲା ।
- ପୋଲାଣ୍ଡ, ହଙ୍ଗେରୀ, ୟୁଗୋସ୍ଲୋଭିଆ, ଚୀନ୍, ଚେକୋସ୍ଲୋଭିଆ, ରୁମାନିଆ, ବୁଲଗେରିଆ ପ୍ରଭୃତି ଦେଶମାନଙ୍କରେ ସାମ୍ୟବାଦ ପ୍ରତିଷ୍ଠା ହୋଇଥିଲା ।
- ରୁଷିଆ ସହ ଇଂଲାଣ୍ଡ, ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲୀର ଆଦର୍ଶବାଦକୁ ନେଇ କଳହର ସୂତ୍ରପାତ ହୋଇଥିଲା ।
- ଆନ୍ତର୍ଜାତିକ ବ୍ୟାପାରରେ ରୁଷିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ଓ ବିଶ୍ୱରାଜନୀତିରେ ପୁଞ୍ଜିବାଦର ଏକଚାଟିଆ ଆଧ୍ୟାତ୍ୟକୁ ପ୍ରତିରୋଧ କରିପାରିଥିଲା ।
ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ :
୧୭୮୯ ଖ୍ରୀ.ଅ. – ଫରାସୀ ରାଷ୍ଟ୍ର ବିପ୍ଳବ ସଂଘଟିତ ।
୧୮୦୧-୧୮୨୫ ଖ୍ରୀ.ଅ. – ଜାର୍ ପ୍ରଥମ ଆଲେକ୍ଜାଣ୍ଡାରଙ୍କ ଶାସନ ସମୟ ।
୧୮୧୮ ଖ୍ରୀ.ଅ. – ଜର୍ମାନୀର ରାଇନ୍ଲାଣ୍ଡରେ କାର୍ଲ ମାର୍କ୍ସଙ୍କର ଜନ୍ମ ।
୧୮୨୫-୧୮୫୫ ଖ୍ରୀ.ଅ. – ଜାର୍ ପ୍ରଥମ ନିକୋଲାସ୍ଙ୍କ ଶାସନ ସମୟ ।
୧୮୪୮ ଖ୍ରୀ.ଅ. – କାର୍ଲ ମାର୍କଙ୍କଦ୍ୱାରା ‘କମ୍ୟୁନିଷ୍ଟ ମାନିଫେଷ୍ଟା’ ପୁସ୍ତକ ପ୍ରକାଶିତ ।
୧୮୫୪ ଖ୍ରୀ.ଅ. – କ୍ରିମିଆ ଯୁଦ୍ଧ ସଂଘଟିତ ।
୧୮୫୫ ଖ୍ରୀ.ଅ. – (ମାର୍ଚ୍ଚ ୨) ଜାର୍ ପ୍ରଥମ ନିକୋଲାସ୍କଙ୍କ ମୃତ୍ୟୁ ।
୧୮୬୧ ଖ୍ରୀ.ଅ. – ଜାର୍ ଦ୍ୱିତୀୟ ଆଲୋକ୍ଜାଣ୍ଡାରଙ୍କ ଶାସନ ସମୟ ।
୧୮୫୫-୧୮୮୧ ଖ୍ରୀ.ଅ. – ଜାର୍ ଦ୍ୱିତୀୟ ଆଲେକ୍ଜାଣ୍ଡାରଙ୍କଦ୍ଵାରା ଦେଶରୁ ଦାସତ୍ଵ ପ୍ରଥା ଲୋପ ପାଇଁ ଘୋଷଣା ।
୧୮୬୭ ଖ୍ରୀ.ଅ. – କାର୍ଲ ମାର୍କସ୍ ଓ ଫ୍ରେଡ଼େରିକ୍ ଏଞ୍ଜେଲ୍ସଙ୍କଦ୍ବାରା ‘ଦ କ୍ୟାପିଟାଲ’ ପୁସ୍ତକ ପ୍ରକାଶିତ ।
୧୮୭୦ ଖ୍ରୀ.ଅ. – ରୁଷିଆରେ ଲେନିନ୍ଙ୍କର ଜନ୍ମ ।
୧୮୮୧-୧୮୯୪ ଖ୍ରୀ.ଅ. – ଜାର୍ ତୃତୀୟ ଆଲେକ୍ଜାଣ୍ଡାରଙ୍କର ଶାସନ ସମୟ ।
୧୮୮୩ ଖ୍ରୀ.ଅ. – ଲଣ୍ଡନଠାରେ କାର୍ଲ ମାର୍କଙ୍କର ମୃତ୍ୟୁ ।
୧୮୯୪-୧୯୧୭ ଖ୍ରୀ.ଅ. – ଜାର୍ ଦ୍ୱିତୀୟ ନିକୋଲାସ୍ଙ୍କର ଶାସନ ସମୟ ।
୧୮୯୫ ଖ୍ରୀ.ଅ. – ଅସନ୍ତୁଷ୍ଟ ଶ୍ରମିକମାନଙ୍କଦ୍ୱାରା ‘ସାମାଜିକ ଗଣତାନ୍ତ୍ରିକ ଦଳ’ ଗଠନ ।
୧୯୦୦ ଖ୍ରୀ.ଅ. – ଲେନିନ୍ଙ୍କର ନିର୍ବାସନ ଦଣ୍ଡରୁ ମୁକ୍ତି ।
୧୯୦୧ ଖ୍ରୀ.ଅ. – କୃଷକମାନଙ୍କଦ୍ଵାରା ‘ସାମାଜିକ ବିପ୍ଳବୀ ଦଳ’ ଗଠନ ।
୧୯୦୩ ଖ୍ରୀ.ଅ. – ସାମାଜିକ ଗଣତାନ୍ତ୍ରିକ ଦଳ ୨ ଭାଗରେ ବିଭକ୍ତ, ଯଥା – (କ) ମେସେଭିକ୍ ଦଳ, (ଖ) ବୋଲ୍ସେଭିକ୍ ଦଳ ।
୧୯୦୪ ଖ୍ରୀ.ଅ. – ରୁଷ୍-ଜାପାନ ଯୁଦ୍ଧ ।
୧୯୦୫ ଖ୍ରୀ.ଅ. – (ଜାନୁୟାରୀ ୨୨) ରକ୍ତାକ୍ତ ରବିବାର ।
୧୯୧୬ ଖ୍ରୀ.ଅ. – (ଡିସେମ୍ବର) ରାସ୍ପୁଟିନ୍ଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।
୧୯୧୭ ଖ୍ରୀ.ଅ. – ରୁଷ୍ ବିପ୍ଳବ ସଂଘଟିତ; (ନଭେମ୍ବର ୭) ବୋଲ୍ସେଭିକ୍ ସ୍ୱେଚ୍ଛାସେବୀମାନଙ୍କଦ୍ୱାରା ପେଟ୍ରୋଗ୍ରାଡ୍ ସହରର ରେଳଷ୍ଟେସନ, ସାମରିକ ଦୁର୍ଗ, ଟେଲିଗ୍ରାଫ୍ ଓ ଟେଲିଫୋନ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଦଖଲ; ରୁଷିଆରେ ସୋଭିଏତ୍ ସାଧାରଣତନ୍ତ୍ର ସ୍ଥାପିତ; (ଡିସେମ୍ବର୧୫) ବ୍ରେଷ୍ଟ -ଲିତୋଭସ୍କଠାରେ ଜର୍ମାନୀ ସହ ଯୁଦ୍ଧବିରତି ବୁଝାମଣା ସ୍ବାକ୍ଷର କରି ରୁଷିଆ ପ୍ରଥମ ବିଶ୍ୱଯୁଦ୍ଧରୁ ଓହରିଗଲା ।
୧୯୧୮ ଖ୍ରୀ.ଅ. – ରୁଷିଆ ‘ରୁଷୀୟ ସୋସିଆଲିଷ୍ଟ ଫେଡ଼େରେଟିଭ୍ ସୋଭିଏତ୍ ରିପବ୍ଲିକ୍’ ନାମରେ ନାମିତ ଓ (ମାର୍ଚ୍ଚ ୩ ତାରିଖ) ରୁଷ୍ ଓ ଜର୍ମାନୀ ମଧ୍ୟରେ ବ୍ରେଷ୍ଟ-ଲିତୋଭସ୍କ ସନ୍ଧି ସ୍ବାକ୍ଷରିତ ।
୧୯୨୪ ଖ୍ରୀ.ଅ. – ରୁଷିଆ ‘ୟୁନିଅନ୍ ଅଫ୍ ସୋଭିଏତ୍ ସୋସିଆଲିଷ୍ଟ ରିପବ୍ଲିକ୍ସ୍’ ନାମରେ ପରିଚିତ ଓ ଲେନିନ୍ଙ୍କର ମୃତ୍ୟୁ ।