Odisha State Board BSE Odisha Class 9 History Notes Chapter 15 ଓଡ଼ିଶାର ଐତିହ୍ୟ will enable students to study smartly.
BSE Odisha Class 9 History Notes Chapter 15 ଓଡ଼ିଶାର ଐତିହ୍ୟ
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
ଓଡ଼ିଶାର ଐତିହ୍ୟ :
- ପ୍ରାଚୀନ ଓ ମଧ୍ୟଯୁଗର ଓଡ଼ିଶା ଉତ୍କଳ, କଳିଙ୍ଗ, କଙ୍ଗୋଦ, କୋଶଳ, ଉଡ୍ର ଆଦି ନାମରେ ପରିଚିତ ଥିଲା ଏବଂ ଭାରତୀୟ ଐତିହ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା ।
- ଓଡ଼ିଶାର ଐତିହ୍ୟରେ ଜଗନ୍ନାଥ ଚେତନା, ସାହିତ୍ୟ, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଚିତ୍ରକଳା, ସଂଗୀତ, ନୃତ୍ୟ ତଥା ପର୍ବପର୍ବାଣିର ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଛି ।
ବିଷୟବସ୍ତୁର ରୂପରେଖ:
- ଓଡ଼ିଶାର ଐତିହ୍ୟ
- ଭାଷା ଓ ସାହିତ୍ୟ
- ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ଚିତ୍ରକଳା
- ଗୀତ, ନୃତ୍ୟ ଓ ବାଦ୍ୟ
- ହସ୍ତଶିଳ୍ପ
- ସାମୁଦ୍ରିକ ବାଣିଜ୍ୟ
- ପର୍ବପର୍ବାଣି
ଜଗନ୍ନାଥ ଚେତନା :
- ଓଡ଼ିଶାର ଐତିହ୍ୟରେ ଜଗନ୍ନାଥ ଚେତନା ଓତପ୍ରୋତ ଭାବରେ ଜଡ଼ିତ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମଗ୍ର ମାନବ ସମାଜର ସଂଯୋଜକ, କଲ୍ୟାଣକାରୀ ଓ ରକ୍ଷାକର୍ତ୍ତା ଭାବେ ସେ ବିବେଚିତ ହୋଇଥା’ନ୍ତି ।
- ପୁରୀର ବିଶ୍ଵପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ମହାମିଳନ ଘଟିଥାଏ । ଏହି ଚେତନା ସମସ୍ତଙ୍କୁ ସ୍ନେହ, ପ୍ରେମ, ଭ୍ରାତୃଭାବର ଏକତା ଓ ସଂହିତା ଡୋରିରେ ସମସ୍ତଙ୍କୁ ବାନ୍ଧି ରଖୁରିଛି ।
ଭାଷା ଓ ସାହିତ୍ୟ :
- ଖ୍ର।ଷ୍ମପୂର୍ବ ପଥମ ଶତାବ୍ଦୀରେ ଭୁବନେଶ୍ୱର ଉଦୟଗିରିରେ ପାଲି – ପ୍ର।କୄତ ଭାଷାରେ ଲିଖ୍ ହାତୀଗୁମ୍ଫା ଶିଳାଲେଖାକୁ ଓଡ଼ିଶାର ପ୍ରଥମ ସ୍ବଦେଶୀ ସାହିତ୍ୟ ଭାବେ ଗ୍ରହଣ କରାଯାଇଥାଏ ।
- ଓଡ଼ିଆ ଭାଷା ମାଗଧୀ-ପ୍ରାକୃତ ଭାଷାରୁ ଉତ୍ପତ୍ତି ଲାଭ କରି ଖ୍ରୀଷ୍ଟୀୟ ୧୦ମ ଶତାବ୍ଦୀରେ ଇଣ୍ଡୋ-ଆରିଆନ୍ ଭାଷା ରୂପେ ପ୍ରଚଳିତ ହେଲା ।
- ପ୍ରାଚୀନ ଓଡ଼ିଆ ସାହିତ୍ୟ ସୃଷ୍ଟି କରିଥିବା ସ୍ରଷ୍ଟାମାନେ ହେଲେ ଯଥା – କଳସା ଚଉତିଶା-ବତ୍ସା ଦାସ, ବିଲଙ୍କା ରାମାୟଣ– ସାରଳା ଦାସ, ରାମ-ବିଭା – ଅର୍ଜୁନ ଦାସ ।
- ମଧ୍ୟଯୁଗରେ ସାହିତ୍ୟ ରଚନା କରିଥିବା କବିମାନେ ହେଲେ; ଯଥା – ଓଡ଼ିଆ ରାମାୟଣ ବଳରାମ ଦାସ, ଜଗନ୍ନାଥ ଦାସ, ରସକଲ୍ଲୋଳ – ଦୀନକୃଷ୍ଣ ଦାସ, ମଥୁରା ମଙ୍ଗଳ – ଭକ୍ତଚରଣ ଦାସ,
- ସମରତରଙ୍ଗ – ବ୍ରଜନାଥ ବଡ଼ଜେନା, ଗୀତଗୋବିନ୍ଦ – ଜୟଦେବ, ବୈଦେହୀଶ ବିଳାସ – ଉପେନ୍ଦ୍ର ଭଞ୍ଜ, ସ୍ତୁତି ଚିନ୍ତାମଣି – ଭୀମଭୋଇ, ମହୀମଣ୍ଡଳ ଗୀତା. – ଅରକ୍ଷିତ ଦାସ, କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ – ବଳଦେବ ରଥ ।
→ ପ୍ରତି ବର୍ଷ ଏପ୍ରିଲ ମାସ ୧୮ ତାରିଖକୁ ବିଶ୍ୱ ଐତିହ୍ୟ ଦିବସ ଭାବେ ପାଳନ କରାଯାଇଥାଏ ।
→ ‘ଚଉତିଶା’ ଚଉତିରିଶ ପଦ ବିଶିଷ୍ଟ କବିତା । ଏହାର ପ୍ରତ୍ୟେକ ପଦ କ୍ରମାନ୍ୱୟରେ ଓଡ଼ିଆ ବର୍ଣ୍ଣମାଳାର ପ୍ରତ୍ୟେକ ବ୍ୟଞ୍ଜନ ବର୍ଣ୍ଣରେ ଆରମ୍ଭ ହୋଇଥାଏ ।
→ ଆଧୁନିକ ଓଡ଼ିଆ ସାହିତ୍ୟ କୃତି – ଫକୀରମୋହନ ସେନାପତି – ଛ’ମାଣ ଆଠ ଗୁଣ୍ଠ, ମାମୁ, ପ୍ରାୟଶ୍ଚିତ୍ତ, ଲଛମା, କବିବର ରାଧାନାଥ ରାୟ – ଚିଲିକା, ଦରବାର, ମହାଯାତ୍ରା, ଗଙ୍ଗାଧର ମେହେର ତପସ୍ବିନୀ, ପ୍ରତୟବଲ୍ଲରୀ, କୀଚକ ବଧ, ଇନ୍ଦୁମତୀ ।
ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ଚିତ୍ରକଳା :
ମନ୍ଦିର ସ୍ଥାପତ୍ୟ :
- ମନ୍ଦିର ସ୍ଥାପତ୍ୟ କ୍ଷେତ୍ରରେ ଓଡ଼ିଶାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ଏହାର ମନ୍ଦିର ସ୍ଥାପତ୍ୟ ଶୈଳୀକୁ କଳିଙ୍ଗ ଶୈଳୀ କୁହାଯାଏ ।
- ଭାରତର ଅନ୍ୟ ସ୍ଥାନମାନଙ୍କରେ ନିର୍ମିତ ମନ୍ଦିରଗୁଡ଼ିକର ନାଗର, ବେସର ଓ ଦ୍ରାବିଡ଼ ଶୈଳୀଠାରୁ କଳିଙ୍ଗ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଗ୍ରହଣ କରାଯାଇଛି ।
→ ଓଡ଼ିଶାର ସର୍ବ ପ୍ରଥମ ଭାସ୍କର୍ଯ୍ୟ ହେଉଛି ଧଉଳିପାହାଡ଼ ଉପରେ ଥିବା ସମ୍ରାଟ ଅଶୋକଙ୍କର ଶିଳାଲେଖ ଓ ପଥରମୂର୍ତ୍ତି ।
ମନ୍ଦିର ଭାସ୍କର୍ଯ୍ୟ :
- ଓଡ଼ିଶାର ମନ୍ଦିରଗୁଡ଼ିକର ବାହାର ପାର୍ଶ୍ଵରେ ଖୋଦିତ ହୋଇଥିବା ଆଶ୍ଚର୍ଯ୍ୟଜନକ ଓ ଅତ୍ୟନ୍ତ ମନୋରମ ଭାସ୍କର୍ଯ୍ୟ ଏକ ଶକ୍ତିଶାଳୀ ଐତିହ୍ୟ ବହନ କରିଥାଏ ।
- ଓଡ଼ିଶାର ମନ୍ଦିର ଭାସ୍କର୍ଯ୍ୟର ସବୁଠାରୁ ଜୀବନ୍ତ ଉଦାହରଣ ହେଉଛି କୋଣାର୍କର ସୂର୍ଯ୍ୟ ମନ୍ଦିର । ଏହାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ପାଇଁ ଏହାକୁ ବିଶ୍ଵ ଐତିହ୍ୟ ସ୍ମାରକୀ ରୂପେ ମାନ୍ୟତା ଦିଆଯାଇଛି ଏବଂ ବିଶ୍ଵର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ସ୍ଥାନ ଦିଆଯାଇଛି ।
ଓଡ଼ିଶାର ଦୁର୍ଗ : ବାରବାଟୀ ଦୁର୍ଗ (କଟକ), ଖୋରଧାଗଡ଼ ଦୁର୍ଗ, ଗଡ଼ମାଣିତ୍ରି ଦୁର୍ଗ, ସାରଙ୍ଗଗଡ଼ ଦୁର୍ଗ, ରାଇବଣିଆ ଦୁର୍ଗ ଓ ଅସୁରଗଡ ଦୁର୍ଗ ଅନ୍ୟତମ।
ଚିତ୍ରକଳା : କଳାହାଣ୍ଡି ଜିଲ୍ଲାର ଗୁଡ଼ହାଣ୍ଡି, ନୂଆପଡ଼ା ଜିଲ୍ଲାର ଯୋଗୀମଠଠାରେ ଭାରତୀୟ ଚିତ୍ରକଳାର ନିଦର୍ଶନ ଦେବାକୁ ମିଳେ ।
ପୁରୀ ଜିଲ୍ଲାର ରଘୁରାଜପୁର ପଟ୍ଟଚିତ୍ର ବିଶ୍ବ ଇତିହାସରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିପାରିଛି । ଏହି ଗ୍ରାମଟିକୁ ଏକ ଐତିହ୍ୟ ଗ୍ରାମ ଭାବେ ଘୋଷଣା କରାଯାଇଛି !
→ ଚମତ୍କାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଯୋଗୁଁ ମୁକ୍ତେଶ୍ଵର ମନ୍ଦିରକୁ ‘ଓଡ଼ିଶା ସ୍ଥାପତ୍ୟ କଳାର ମଣି’’ ବୋଲି କୁହାଯାଏ ।
ଗୀତ, ନୃତ୍ୟ ଓ ବାଦ୍ୟ :
- ଓଡ଼ିଶାର ଐତିହ୍ୟ ପ୍ରତି ଗୀତ, ନୃତ୍ୟ ଓ ବାଦ୍ୟର ବିଶେଷ ଅବଦାନ ରହିଛି । ଏହାର ପ୍ରାଚୀନ ମନ୍ଦିର ଗାତ୍ରରେ ଖୋଦିତ ହୋଇଥିବା ଗାୟନ ଓ ବାଦନ ଏବଂ ନର୍ତ୍ତକୀମନଙ୍କ ଚିତ୍ରରୁ ଆମର ନୃତ୍ୟ ଗୀତର ପରିଚୟ ମିଳିଥାଏ ।
- ଜୟଦେବଙ୍କ ଗୀତଗୋବିନ୍ଦ ଓ ସାଲବେଗଙ୍କ ଭଜନ ଓଡ଼ିଶାର ସର୍ବାଦୃତ ଭକ୍ତି ସଙ୍ଗୀତ । ଓଡ଼ିଶୀ ନୃତ୍ୟ ଭାରତର ଏକ ପ୍ରଧାନ ଶାସ୍ତ୍ରୀୟ ନୃତ୍ୟଭାବେ ମାନ୍ୟତା ପାଇଛି । ମାହାରୀ ଶୈଳୀର ନୃତ୍ୟରୁ ଓଡ଼ିଶୀ ନୃତ୍ୟର ସୃଷ୍ଟି ହୋଇଛି ।
- ଓଡ଼ିଶାର ଜନପ୍ରିୟ ଲୋକନୃତ୍ୟ ମଧ୍ୟରେ ରଣପା ନାଚ, ଚଇତି ଘୋଡ଼ା ନାଚ, ଦଣ୍ଡନାଚ, ଘୁମରା ନାଚ, ଛଉନାଚ ଅନ୍ୟତମ ।
- ଚାଙ୍ଗୁ, ମୃଦଙ୍ଗ, ଝାଞ୍ଜ, ଢୋଲ, ମହୁରୀ, ତୂରୀ, ଘଣ୍ଟ, ମାଦଳ ଓଡ଼ିଶାର ଐତିହ୍ୟସମ୍ପନ୍ନ ବାଦ୍ୟଯନ୍ତ୍ର ।
ହସ୍ତଶିଳ୍ପ :
- ଭାରତର ବିଭିନ୍ନ ଅଞ୍ଚଳରେ ଓ ଭାରତ ବାହାରେ ପ୍ରାୟ ସମସ୍ତ ଦେଶରେ ଜନପ୍ରିୟତା ଲାଭ କରିଥିବା ଓଡ଼ିଶାର କେତେକ ନିଜସ୍ବ ହସ୍ତଶିଳ୍ପର ଓଡ଼ିଶାର ଐତିହ୍ୟ ପ୍ରତି ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଛି ।
- ରଙ୍ଗିନ ଚାନ୍ଦୁଆ – ପିପିଲି, ରୁପାର ତାରକସି କାମ – କଟକ, ଶିଙ୍ଗକାମ – ପରଳାଖେମୁଣ୍ଡି, କଂସାବାସନ – ବାଳକାଟି, ମଠା ଶାଢ଼ି – ବ୍ରହ୍ମପୁର, ପଶାପାଲି ଶାଢ଼ି – ସମ୍ବଲପୁର ।
- ଓଡ଼ିଶାର ସହର ଓ ଏହାର ପରିଚୟ :
କଟକ – ରୌପ୍ୟ ନଗରୀ, ବ୍ରହ୍ମପୁର – ରେଶମ ନଗରୀ, ରାଉରକେଲା – ଇସ୍ପାତ ନଗରୀ, ବରଗଡ଼ – ହସ୍ତତନ୍ତ ନଗରୀ, ଭୁବନେଶ୍ଵର – ମନ୍ଦିରମାଳିନୀ ନଗରୀ, ପୁରୀ – ଶ୍ରୀକ୍ଷେତ୍ର, କୋଣାର୍କ – ଅର୍କକ୍ଷେତ୍ର ।
ସାମୁଦ୍ରିକ ବାଣିଜ୍ୟ:
- ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ବା ସାମୁଦ୍ରିକ ବାଣିଜ୍ୟ ଓଡ଼ିଶାର ଐତିହ୍ୟକୁ ସମୃଦ୍ଧ କରିଛି ।
- ଓଡ଼ିଶାର ସାଧବ ବାଲି, ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଦ୍ବୀପକୁ ବୋଇତରେ କୃଷିଜାତ ଦ୍ରବ୍ୟ, ହସ୍ତଶିଳ୍ପ, ହସ୍ତତନ୍ତ ପ୍ରସ୍ତୁତ ସାମଗ୍ରୀ ଓ ମସଲା ନେଇ ଯାଉଥିଲେ ଓ ସେଗୁଡ଼ିକୁ ବିକ୍ରୟ କରି ପ୍ରଚୁର ଧନରନ୍ ଆଣୁଥିଲେ ।
- ପ୍ରାଚୀନ କାଳରେ ତାମ୍ରଲିପ୍ତି, ପାଲୋର, ପିମ୍ପୁଣ୍ଡ, ଚେଳିତାଲୋ ବନ୍ଦର ଆଦି ଓଡ଼ିଶା ନୌବାଣିଜ୍ୟର ଆଧାର ଥିଲା ।
- କାଳିଦାସ ରଘୁବଂଶମ୍ କାବ୍ୟରେ କଳିଙ୍ଗ ରାଜାଙ୍କୁ ‘ମହୋଦଧୂପତି’ ଭାବେ ବର୍ଣ୍ଣନା କରିଛନ୍ତି ।
ପର୍ବପର୍ବାଣି :
- ଓଡ଼ିଶାର ପର୍ବପର୍ବାଣି ସମ୍ପର୍କୀୟ ଓଡ଼ିଆ ପ୍ରବାଦ ‘ବାର ମାସରେ ତେର ପର୍ବ’ରୁ ଜଣାଯାଏ ଯେ ଓଡ଼ିଶାର ପର୍ବଗୁଡ଼ିକ ଐତିହ୍ୟ ସମ୍ପନ୍ନ ।
- ବୈଶାଖ ମାସ – ପଣା ସଂକ୍ରାନ୍ତି, ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା, ଜ୍ୟେଷ୍ଠ ମାସ – ସାବିତ୍ରୀ ବ୍ରତ, ଶୀତଳ ଷଷ୍ଠୀ, ସ୍ନାନ ଯାତ୍ରା , ଆଷାଢ଼ ର ଜପର୍ବ, ର ଥଯାତ୍ରା, ଶ୍ରାବଣ – ଗହ୍ମାପୂର୍ଣ୍ଣିମା, ଝୁଲଣଯାତ୍ରା, ଭାଦ୍ରବ – ନୂଆଖାଈ, ଖୁଦୁରୁକୁଣୀ, ଆଶ୍ୱିନ – ମହାଳୟା, କୁମାର ପୂର୍ଣ୍ଣିମା, ଲକ୍ଷ୍ମୀପୂଜା, କାର୍ତ୍ତିକ – ବଡ଼ ଓଷା, କାର୍ତ୍ତିକ ପୂର୍ଣ୍ଣିମା, ମାର୍ଗଶିର – ମାଣବସା ଗୁରୁବାର, ପ୍ରଥମାଷ୍ଟମୀ, ପୌଷ – ଶାମ୍ବ ଦଶମୀ, ଧନୁ ଯାତ୍ରା, ମାଘ ମକର ସଂକ୍ରାନ୍ତି, ଚନ୍ଦ୍ରଭାଗା ସ୍ନାନ, ଫାଲ୍ଗୁନ – ଜାଗର, ଚୈତ୍ର – ଅଶୋକାଷ୍ଟମୀ ।
→ ଏଗୁଡ଼ିକ ବ୍ୟତୀତ ରାକ୍ଷୀପୂର୍ଣିମା, ଗଣେଶ ଚତୁର୍ଥୀ, ଜନ୍ମାଷ୍ଟମୀ, ଦୁର୍ଗାପୂଜା, କାଳୀପୂଜା, ଦୋଳପୂର୍ଣ୍ଣିମା, ହୋଲି, ରାମନବମୀ ଇତ୍ୟାଦି ପର୍ବ ଓଡ଼ିଶାର ଐତିହ୍ୟକୁ ମହାନ୍ କରିଥାଏ ।
ପର୍ବପର୍ବାଣିର ଧାର୍ମିକ ଉଦ୍ଦେଶ୍ୟ :
ବିଷୁବ ସଂକ୍ରାନ୍ତି – ଓଡ଼ିଆ ନବବର୍ଷ ।
ଅକ୍ଷୟ ତୃତୀୟା – ଚାଷୀ ବିହନ ଅନୁକୂଳ କରେ ।
ଶୀତଳ ଷଷ୍ଠୀ – ଶିବ ପାର୍ବତୀଙ୍କର ବିବାହ ।
ଗହ୍ମା ପୂର୍ଣ୍ଣିମା – ଗାଈ ଓ ବଳଦଙ୍କୁ ପୂଜା କରାଯାଏ ।
ଖୁଦୁରୁକୁଣୀ – ଝିଅମାନେ ମା’ ମଙ୍ଗଳାଙ୍କୁ ପୂଜା କରନ୍ତି ।
ମହାଳୟା – ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ ।
କୁମାର ପୂଣ୍ଣିମା – କାର୍ତ୍ତିକେୟଙ୍କ ଭଳି ସ୍ଵାମୀ ପାଇବା ପାଇଁ ଝିଅମାନଙ୍କର ସୂର୍ଯ୍ୟ ଓ ଚନ୍ଦ୍ର ପୂଜା ।
ପ୍ରଥମାଷ୍ମମୀ – ଜ୍ୟେଷ୍ଠ ସନ୍ତାନ ପାଇଁ ଷଠୀଦେବୀଙ୍କୁ ପୂଜା କରାଯାଏ ।
ଶାମ୍ୱ ଦଶମୀ – ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଏ ।
ଜାଗର – ସାରା ରାତି ଦୀପ ଜାଳି ଶିବଙ୍କୁ ଆରାଧନା କରାଯାଏ ।
ଅଶୋକାଷ୍ମମୀ – ଲିଙ୍ଗରାଜ ମହାପ୍ରଭୁଙ୍କୁ ରଥଯାତ୍ରାରେ ନିଆଯାଇଥାଏ ।