Odisha State Board BSE Odisha 8th Class History Notes Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ will enable students to study smartly.
BSE Odisha Class 8 History Notes Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:
- ଭାରତକୁ ବାଣିଜ୍ୟ ଉଦ୍ଦେଶ୍ୟ ଆସିଥ୍ ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ ୧୭୫୭ ଖ୍ରୀ.ଅ.ର ପଲାସୀ ଯୁଦ୍ଧରେ ବିଜୟୀ ହୋଇ ବଙ୍ଗରେ ଶାସନ ଆରମ୍ଭ କଲେ ।
- ଦେଶର ରାଜନୈତିକ ଦୁର୍ବଳତାର ସୁଯୋଗ ନେଇ କ୍ରମଶଃ ଅନ୍ୟାନ୍ୟ ଅଞ୍ଚଳକୁ ନିଜ ଅଧିକାରକୁ ଆଣି ଶାସନ କରିବାକୁ ଲାଗିଲେ ।
- ଇଂରେଜମାନଙ୍କର ବଙ୍ଗରେ ଶାସନ ଆରମ୍ଭ କଲେ, ଯାହା କ୍ରମଶଃ ସମଗ୍ର ଦେଶକୁ ବିସ୍ତାରିତ ହୋଇଥିଲା ।
- ୧୭୫୭ ଖ୍ରୀ.ଅ.ରୁ ୧୮୫୭ ଖ୍ରୀ.ଅ. ମଧ୍ୟରେ ସମଗ୍ର ଦେଶ ଇଂରେଜ ଶାସନାଧୀନ ହୋଇଥିଲା ।
- ତୁର୍କ ଓ ମୋଗଲ ଶାସନଠାରୁ ଇଂରେଜ ଶାସନ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଭାରତରୁ ଅଧିକ ଧନ ନେବା ଇଂରେଜ ଶାସକମାନଙ୍କ ଉଦ୍ଦେଶ୍ୟ ଥିଲା ।
- ଇଂଲଣ୍ଡରେ ଆରମ୍ଭ ହୋଇଥିବା ଶିଳ୍ପ ବିପ୍ଳବ ପାଇଁ ନୂଆ ନୂଆ କଳକାରଖାନା ବସାଇବା ଲାଗି ଆବଶ୍ୟକ ଧନ, କଞ୍ଚାମାଲ ଓ ଖାଦ୍ୟଶସ୍ୟ ଭାରତରୁ ସଂଗୃହୀତ ହେଲା । ଏହା ସହିତ କଳକାରଖାନାରୁ ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ଭାରତରେ କ୍ଷେତ୍ର ପ୍ରସ୍ତୁତ ହୋଇଥିଲା ।
- ତୁର୍କ ଓ ମୋଗଲମାନେ ଭାରତକୁ ନିଜର ବାସସ୍ଥଳୀ ମନେକରି ଶାସନ କରୁଥିଲାବେଳେ ଇଂରେଜ ଶାସନରେ ଭାରତ ଏକ ଉପନିବେଶ ହୋଇଥିଲା ।
→ ମନେରଖ :
- ଶିଳ୍ପ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ଆମୂଳଚୂଳ ପରିବର୍ତ୍ତନକୁ ଶିଳ୍ପ ବିପ୍ଳବ କୁହାଯାଏ ।
- ଏହି ବିପ୍ଳବ ପୂର୍ବରୁ ଜନସାଧାରଣଙ୍କର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ହସ୍ତନିର୍ମିତ ଥିଲା ।
- ଅଷ୍ଟାଦଶ ଶତାବ୍ଦୀରେ ଶିଳ୍ପକ୍ଷେତ୍ରରେ କେତେକ ଉଦ୍ଭାବନ ଓ ଆବିଷ୍କାର ଫଳରେ ମାନବ ଜାତିର ଜୀବନଧାରଣ ଅବସ୍ଥାର ସମ୍ପୂର୍ଣ୍ଣ ପରିବର୍ତ୍ତନ ଘଟିଲା ।
- ସେ ସମୟରେ ଉଦ୍ଭାବିତ ଜିନିଷଗୁଡ଼ିକ ମଧ୍ୟରେ ଜେମ୍ସ ହାରଗ୍ରେଭସ୍ଙ୍କର ୱିମିଂଜେନି (୧୭୬୪), ସାମୁଏଲ୍ କ୍ରମ୍ପନ୍ଙ୍କର ସ୍କ୍ରିନିଂ ମ୍ୟୁଲ୍ (୧୭୭୯), ଏଡ଼ମଣ୍ଡ କାର୍ଟରାଇଟ୍ଙ୍କର ପାୱାର ଲୁମ୍ (୧୭୮୫), ନିଉ କମେନ୍ଙ୍କ ଷ୍ଟିମ୍ ଇଞ୍ଜିନ୍ (୧୭୮୫) ଓ ଜେମ୍ ୱାଙ୍କର ବାଷ୍ପୀୟ ଶକ୍ତି ପ୍ରଭୃତି ଏକ ନୂତନ ଯନ୍ତ୍ରଯୁଗର ସୂତ୍ରପାତ କରିଥିଲା ।
- ସମାଜର ସମସ୍ତ କ୍ଷେତ୍ରରେ ଆମୁଳଚୂଳ ପରିବର୍ତ୍ତନ ନ ଆଣିଲେ ଇଂରେଜ ଶାସନ ଭାରତରେ ଲାଭପ୍ରଦ ହେବନାହିଁ ଜାଣି ଇଂଲଣ୍ଡର ସ୍ଵାର୍ଥରକ୍ଷା ଲାଗି ଇଂରେଜମାନେ ଭାରତରେ ଶିକ୍ଷା, ସଂସ୍କୃତି ଓ ଆର୍ଥିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଥିଲେ ।
→ ଶିକ୍ଷା :
- ଇଂରେଜ ଶାସନ ପୂର୍ବରୁ ହିନ୍ଦୁମାନଙ୍କ ପାଇଁ ଚାଟଶାଳୀ, ମଠ ଓ ଟୋଲ୍ ଥିବାବେଳେ ମୁସଲମାନମାନଙ୍କ ପାଇଁ ମଦ୍ରାସା ଓ ମକତବ ପାରମ୍ପରିକ ଶିକ୍ଷାକେନ୍ଦ୍ର ଥିଲା ।
- ମଠ ଓ ଟୋଲ୍ରେ ସଂସ୍କୃତ ଶିକ୍ଷା, ଚାଟଶାଳୀରେ ଓଡ଼ିଆ ଶିକ୍ଷା ଦିଆଯାଉଥିଲା । ଧର୍ମଶାସ୍ତ୍ର, ଗଣିତ ଓ ତର୍କଶାସ୍ତ୍ର ଏହାର ପ୍ରଧାନ ବିଷୟ ଥିଲା । ମଦ୍ରାସା ଓ ମକତବରେ ଆରବୀୟ ଓ ପାର୍ସୀ ଭାଷା ଶିକ୍ଷା ଦିଆଯାଉଥିଲା ।
- ଇଂରେଜ ଶାସନ ଆରମ୍ଭ ହେବାର ଅର୍ଦ୍ଧ ଶତାବ୍ଦୀ ପର୍ଯ୍ୟନ୍ତ ସରକାର ପାରମ୍ପରିକ ଶିକ୍ଷା ବଦଳରେ ଆଧୁନିକ ଶିକ୍ଷା ଦେବାକୁ ଆଗ୍ରହ ପ୍ରକାଶ କରିନଥିଲେ ।
- ଭାରତରେ ଆଧୁନିକ ଶିକ୍ଷାର ପ୍ରସାର ଇଂରେଜ ସରକାର ଚାହୁଁନଥିଲାବେଳେ ସରକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ଦେଶର ପ୍ରଚଳିତ ସାମାଜିକ ନୀତି ନିୟମଗୁଡ଼ିକ ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ଥିଲା ।
- ଉପରୋକ୍ତ କାରଣରୁ ଶାସନ ଆରମ୍ଭରେ ଇଂରେଜମାନେ ଦେଶର ପାରମ୍ପରିକ ଦେଶୀୟ ଶିକ୍ଷାକୁ ସାମାନ୍ୟ କିଛି ସହାୟତା ପ୍ରଦାନ କରିଥିଲେ । ଏହି କାରଣରୁ ୧୭୮୧ ମସିହାରେ ବଡ଼ଲାଟ୍ ୱାରେନ୍ ହେଜିଂସ୍ କଲିକତାରେ ଏକ ମଦ୍ରାସା ଏବଂ ଏହାର ଦଶବର୍ଷ ପରେ ଜନାଥନ ଡକାନ ବନାରସରେ ହିନ୍ଦୁ ଆଇନ ଓ ଦର୍ଶନ ଶିକ୍ଷା ନିମନ୍ତେ ଏକ ସଂସ୍କୃତ କଲେଜ ସ୍ଥାପନ କରିଥିଲେ ।
- ଇଂଲଣ୍ଡରେ ଆଧୁନିକ ଶିକ୍ଷାର ପ୍ରସାର ଚାଲିଥିବାବେଳେ ଇଂରେଜ ସରକାର ଭାରତର ପାରମ୍ପରିକ ଶିକ୍ଷାକୁ ସହଯୋଗ କରୁଥିବାରୁ ଖ୍ରୀଷ୍ଟିଆନ୍ ମିସ୍ନାରୀମାନେ ଏହାର ଦୃଢ଼ ବିରୋଧ କରିଥିଲେ ।
- ଦେଶରେ ସଂସ୍କୃତ କଲେଜ ଓ ମଦ୍ରାସା ଶିକ୍ଷାର ପ୍ରଚଳନ ହେଲେ ଭାରତୀୟମାନେ ପାଶ୍ଚାତ୍ୟ ସଂସ୍କୃତି ପ୍ରତି ଆକୃଷ୍ଟ ହେବେ ନାହିଁ ବୋଲି ଖ୍ରୀଷ୍ଟିଆନ୍ ମିସ୍ରୀମାନେ ମତ ପ୍ରଦାନ କରିଥିଲେ । ସେମାନଙ୍କ ମତରେ, ଆଧୁନିକ ଶିକ୍ଷାର ପ୍ରଚଳନ ହେଲେ ଶିକ୍ଷିତ ଭାରତୀୟମାନେ ପାଶ୍ଚାତ୍ୟ ଧର୍ମ, ସଂସ୍କୃତି ତଥା ଆଚରଣକୁ ଆପଣେଇବାକୁ ଆଗ୍ରହ ପ୍ରକାଶ କରିବେ ।
→ ଚାର୍ଟର ଆଇନ :
- ଶିଳ୍ପ ବିପ୍ଳବର ଆବଶ୍ୟକତାକୁ ପୂରଣ କରିବା ଲାଗି ସମଗ୍ର ଭାରତବର୍ଷରେ ଶିକ୍ଷା, ସଂସ୍କୃତି ଆଦିରେ ପରିବର୍ତ୍ତନ ଆଣିବା ଜରୁରୀ ଥିଲା ।
- ଇଷ୍ଟଇଣ୍ଡିଆ କମ୍ପାନୀକୁ ନିଜ କର୍ତ୍ତୃତ୍ବାଧୀନ କରିବା ଉଦ୍ଦେଶ୍ୟରେ ବ୍ରିଟିଶ୍ ପାର୍ଲାମେଣ୍ଟରେ ବିଭିନ୍ନ ସମୟରେ ଗୃହୀତ ଆଇନଗୁଡ଼ିକ ମଧ୍ୟରୁ ଚାର୍ଟର ଆଇନ ଅନ୍ୟତମ ଥିଲା ।
- ପ୍ରଥମ ଚାର୍ଟର ଆଇନ ୧୭୯୩ ଖ୍ରୀ.ଅ.ରେ ଗୃହୀତ ହୋଇଥିଲା । ତା’ପରେ ପ୍ରତି କୋଡ଼ିଏ ବର୍ଷ ବ୍ୟବଧାନରେ ୧୮୧୩, ୧୮୩୩ ଏବଂ ୧୮୫୩ ମସିହାରେ ଏହି ଆଇନ ପ୍ରଣୀତ ହୋଇଥିଲା ।
- ୧୮୧୩ ମସିହାରେ ପ୍ରଣୀତ ଚାର୍ଟର ଆଇନ ଅନୁଯାୟୀ କମ୍ପାନୀ ଆଧୁନିକ ବିଜ୍ଞାନ ଶିକ୍ଷାର ପ୍ରସାର ଉଦ୍ଦେଶ୍ୟରେ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଥିଲେ । ମାତ୍ର ଦୀର୍ଘ ୧୦ ବର୍ଷ ମଧ୍ୟରେ ସେହି ସ୍ଵଳ୍ପ ପରିମାଣର ଟଙ୍କା ମଧ୍ୟ ଖର୍ଚ୍ଚ ହୋଇପାରିନଥିଲା । ଏହି ଆଇନ ଅନୁଯାୟୀ ଖ୍ରୀଷ୍ଟିଆନ୍ ମିସ୍ନାରୀମାନଙ୍କୁ ଭାରତରେ ଧର୍ମ ଓ ସଂସ୍କୃତି ପ୍ରଚାର ପାଇଁ କମ୍ପାନୀ ଅନୁମତି ଦେଇଥିଲେ ।
→ ପାଶ୍ଚାତ୍ୟ ଶିକ୍ଷାର ଆରମ୍ଭ :
- ଊନବିଂଶ ଶତାବ୍ଦୀର ତୃତୀୟ ଚତୁର୍ଥ ଦଶକରେ ଭାରତୀୟ ଶିକ୍ଷାନୀତିରେ ଏକ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଇଂଲଣ୍ଡର କେତେକ ବୁଦ୍ଧିଜୀବୀ ଭାରତରେ ପାଶ୍ଚାତ୍ୟ ଶିକ୍ଷାର ପ୍ରସାର ପାଇଁ ଦାବି କରୁଥିଲାବେଳେ ଅନ୍ୟ କେତେକ ବୁଦ୍ଧିଜୀବୀ ପାରମ୍ପରିକ ଦେଶୀୟ ଶିକ୍ଷାକୁ ଅବ୍ୟାହତ ରଖିବାପାଇଁ ଦାବି କରୁଥିଲେ ।
- କେତେକ ବୁଦ୍ଧିଜୀବୀ କହିଲେ ଯେ ପାଶ୍ଚାତ୍ୟ ଶିକ୍ଷାର ପ୍ରସାର ହେଲେ ଆଧୁନିକ ବିଜ୍ଞାନ ଓ ସମାଜଶାସ୍ତ୍ର ସମ୍ବନ୍ଧୀୟ ଜ୍ଞାନ ଆହରଣ ସହଜ ହେବ । ଦ୍ଵିତୀୟ’ଗୋଷ୍ଠୀ ମତରେ ଆଧୁନିକ ଶିକ୍ଷା ପାଇଲେ ଗଣତନ୍ତ୍ର ଚିନ୍ତାଧାରାର ବିକାଶ ହେବ । ଫଳରେ ଭାରତୀୟମାନେ ଇଂରେଜ ସରକାରର ବିରୋଧ କରିବେ । କିନ୍ତୁ କେହିହେଲେ ଭାରତରେ ଶିକ୍ଷାରେ ମାତୃଭାଷାକୁ ଗୁରୁତ୍ଵ ଦେଲେ ନାହିଁ ।
→ ଲର୍ଡ ମାକଲେଙ୍କ ନୀତି :
- ଭାରତରେ ପାଶ୍ଚାତ୍ୟ ଶିକ୍ଷା ପ୍ରଦାନ ବ୍ୟୟବହୁଳ ହୋଇଥିବାରୁ ସ୍ଵଳ୍ପ କେତେକ ଭାରତୀୟଙ୍କୁ ଶିକ୍ଷିତ କରାଇ ସେମାନଙ୍କଦ୍ୱାରା କିରାଣୀ ଓ ନିମ୍ନଶ୍ରେଣୀର କାମ କରାଯାଇପାରିବ ବୋଲି କମ୍ପାନୀ କାର୍ଯ୍ୟକାରୀ ପରିଷଦର ଆଇନ ସଭ୍ୟ ଲର୍ଡ ମାକ୍ ଯୁକ୍ତି କରିଥିଲେ ।
- ତେଣୁ ୧୮୩୫ ମସିହାରେ ସେ ଇଂରାଜୀ ମାଧ୍ୟମରେ ଭାରତରେ ଆଧୁନିକ ପାଶ୍ଚାତ୍ୟ ଶିକ୍ଷାର ପ୍ରଚଳନ ହେବ ବୋଲି ସରକାରଙ୍କର ନିଷ୍ପତ୍ତି ଶୁଣାଇଥିଲେ ।
- ମାକଲେଙ୍କର ଏହି ନୀତିକୁ ଅନେକ ଇଂରେଜ ବୁଦ୍ଧିଜୀବୀ ସମର୍ଥନ କଲେ ନାହିଁ ।
→ ଉସ୍ ଡେସ୍ଚ୍ :
- ମାକଲେଙ୍କ ଶିକ୍ଷାନୀତିକୁ ଅନେକ ବିରୋଧ କରିବାରୁ ବ୍ରିଟିଶ୍ ପାର୍ଲାମେଣ୍ଟର ନିର୍ଦେଶରେ କମ୍ପାନୀ ନିୟନ୍ତ୍ରଣ ବୋର୍ଡର ସଭାପତି ଚାର୍ଲସ ଉଡ୍ଙ୍କ ଅଧ୍ୟକ୍ଷତାରେ ୧୮୫୩ ମସିହାରେ ଶିକ୍ଷା ସମ୍ବନ୍ଧୀୟ ଏକ ତଦନ୍ତ ଆରମ୍ଭ ହୋଇ ୧୮୫୪ ମସିହାରେ ରିପୋର୍ଟ ପ୍ରକାଶ ପାଇଥିଲା, ଯାହାକୁ ଉଡ୍ସ ଡେସ୍ଚ୍ କୁହାଯାଏ । ଏହାପରେ ହାଇସ୍କୁଲ ପ୍ରତିଷ୍ଠା ଓ ଭାରତୀୟ ଭାଷା ଶିକ୍ଷା ମଧ୍ୟ ବିଧବଦ୍ଧଭାବେ ଅଳ୍ପକିଛି ପ୍ରୋତ୍ସାହନ ପାଇଲା ।
ମନେରଖ :
ପ୍ରଥମ ଭାରତୀୟଭାବେ ବଙ୍ଗଳା ଉପନ୍ୟାସ ‘ଆନନ୍ଦମଠ’ ଲେଖକ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ୧୮୬୮ ଖ୍ରୀ.ଅ.ରେ ବିଶ୍ବବିଦ୍ୟାଳୟ ଉପାଧ୍ ପାଇଥିଲେ ।
- ଏହି ଦସ୍ତାବିଜ୍ ଅନୁସାରେ ସରକାର ଗଣଶିକ୍ଷାକୁ ମହତ୍ତ୍ବ ଦେବେ ବୋଲି ଆଶ୍ବାସନା ଦେଇଥିଲେ ।
- ଏହି ଶିକ୍ଷାନୀତି ଅନୁସାରେ ପ୍ରତ୍ୟେକ ପ୍ରଦେଶରେ ସ୍ଵତନ୍ତ୍ର ଶିକ୍ଷା ବିଭାଗ ଗଠିତ ହେଲା ଏବଂ ୧୮୫୭ରେ କଲିକତା, ବମ୍ବେ ଓ ମାଡ୍ରାସ୍ରେ ତିନୋଟି ବିଶ୍ଵବିଦ୍ୟାଳୟ ସ୍ଥାପିତ ହେଲା ।
- ଦେଶରେ ଅନେକ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ସ୍ଥାପିତ ହୋଇଥିଲା ।
- ୧୮୬୮ ମସିହାରେ ଓଡ଼ିଶାର କଟକରେ ଏକ କଲେଜ ଆରମ୍ଭ ହୋଇଥିଲା ଯାହାପରେ ଇଂରେଜ ପ୍ରଶାସକ ଟି.ଇ. ରେଭେନ୍ସାଙ୍କ ନାମରେ ରେଭେନ୍ସା କଲେଜ ନାମରେ ନାମିତ ହୋଇଥିଲା ।
→ ପାରମ୍ପରିକ ଶିକ୍ଷାର ଅଧଃପତନ :
- ଆଧୁନିକ ପାଶ୍ଚାତ୍ୟ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ହେବାପରେ ଚାଟଶାଳୀ, ମକ୍ତବ, ମଦ୍ରାସା, ଟୋଲ୍ ଆଦି ପାରମ୍ପରିକ ଦେଶୀୟ ଶିକ୍ଷାକେନ୍ଦ୍ରଗୁଡ଼ିକୁ ଅବହେଳା କରାଗଲା ।
- ୧୮୪୪ ମସିହାରେ ପ୍ରଣୀତ ନିୟମାନୁଯାୟୀ ସରକାରୀ ଚାକିରୀ ପାଇବାଲାଗି ଇଂରାଜୀ ଜ୍ଞାନ ଜରୁରୀ ଥୁଲା, ଅର୍ଥାତ୍ ପାରମ୍ପରିକ ଶିକ୍ଷା ସଂସ୍ଥାନରୁ ପାସ୍ କରିଥିବା ଶିକ୍ଷାର୍ଥୀ ସରକାରୀ ଚାକିରି ପାଇଁ ଅଯୋଗ୍ୟ ବିବେଚିତ ହୋଇଥିଲେ ।
- ଆଧୁନିକ ଶିକ୍ଷାର ପ୍ରସାର ଲାଗି ଖ୍ରୀଷ୍ଟିଆନ୍ ମିସ୍ରୀମାନେ ଅନେକ ସ୍କୁଲ କଲେଜ ସ୍ଥାପନ କରିଥିଲେ ।
- ଦେଶରେ ଶିକ୍ଷିତ ବୁଦ୍ଧିଜୀବୀମାନେ ଆଧୁନିକ ଶିକ୍ଷାର ପ୍ରସାର ଚାହୁଁଥିଲାବେଳେ ବ୍ରିଟିଶ୍ ସରକାର ଏହା ଚାହୁଁନଥିଲେ । ସ୍ଵଳ୍ପ କେତେକ ଭାରତୀୟଙ୍କୁ ଉଚ୍ଚଶିକ୍ଷିତ କରି କିରାଣୀ ବର୍ଗ ତିଆରି କରିବା ସେମାନଙ୍କର ଲକ୍ଷ୍ୟ ଥିଲା ।
- ନୂତନ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ପରେ ସ୍ଵଳ୍ପ ଖର୍ଚ୍ଚରେ ଚାଲୁଥିବା ପାରମ୍ପରିକ ଦେଶୀୟ ଶିକ୍ଷାନୁଷ୍ଠାନଗୁଡ଼ିକ ଲୋପ ପାଇଗଲା ।
→ ନାରୀଶିକ୍ଷା ପ୍ରତି ଅବହେଳା :
- ନାରୀ ଶିକ୍ଷିତା ହେଲେ ମଧ୍ୟ ସେ ଅଫିସ୍ରେ କିରାଣି ଚାକିରି କରିବ ନାହିଁ — ଏହି ଆଶଙ୍କା ସରକାର ନାରୀ ଶିକ୍ଷାକୁ ଅବହେଳା କରିଥିଲେ ।
- ଫଳରେ ୧୯୨୧ ମସିହା ବେଳକୁ ଦେଶର ମାତ୍ର ୨୨ ପ୍ରତିଶତ ମହିଳା ଶିକ୍ଷାଲାଭ କରିଥିଲେ ।
ମନେରଖ :
୧୮୭୩ ମସିହାରେ ଓଡ଼ିଶାରେ ପ୍ରଥମ କରି ନାରୀଶିକ୍ଷା ପାଇଁ କଟକରେ ରେଭେନ୍ସା ହିନ୍ଦୁ ବାଳିକା ବିଦ୍ୟାଳୟ ପ୍ରତିଷ୍ଠା କରାଗଲା ।
→ ବିଜ୍ଞାନ ଓ ବୈଷୟିକ ଶିକ୍ଷା :
- ଇଂରେଜ ସରକାର ବିଜ୍ଞାନ ଓ ବୈଷୟିକ ଶିକ୍ଷା ପ୍ରତି ଯଥେଷ୍ଟ ଗୁରୁତ୍ଵ ଦେଇନଥିଲେ ।
- ୧୮୯୯ ଖ୍ରୀ.ଅ.ରେ ବମ୍ବେ ବିଶ୍ୱବିଦ୍ୟାଳୟରେ ପ୍ରଥମକରି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଦିଆଗଲା ।
- ସେତେବେଳେ ସ୍କୁଲ ପରି ଜଣେ ବିଜ୍ଞାନ ଅଧ୍ୟାପକଙ୍କୁ ପଦାର୍ଥ ବିଜ୍ଞାନ, ରସାୟନ ବିଦ୍ୟା, ଜୀବ ବିଜ୍ଞାନ ଆଦି ବିଜ୍ଞାନର ସମସ୍ତ ବିଷୟ ପଢ଼ାଇବାକୁ ହେଉଥିଲା ।
- ୧୮୭୫ ମସିହା ବେଳକୁ ସମଗ୍ର ଦେଶରେ କେବଳ ବମ୍ବେ, ମାନ୍ଦ୍ରାଜ ଏବଂ କଲିକତାରେ ତିନୋଟି ମେଡ଼ିକାଲ କଲେଜ ଥିଲା । ଓଡ଼ିଶାରେ ପ୍ରଥମକରି ୧୮୭୬ ମସିହାରେ କଟକରେ ଏକ ମେଡ଼ିକାଲ ସ୍କୁଲ ଆରମ୍ଭ ହୋଇଥିଲା ।
- ଇଂରେଜ ଶାସନରେ ବୈଷୟିକ ଶିକ୍ଷା ବିଶେଷ ପ୍ରଗତି କରିନଥିଲ। । ଉତ୍ତର ପ୍ରଦେଶର ରୁକିଠାରେ ପ୍ରଥମେ ଇଂରେଜ ସରକାର ଏକ ଇଞ୍ଜିନିୟରିଂ କଲେଜ ସ୍ଥାପନ କରିଥିଲେ, ମାତ୍ର ତହିଁରେ କେବଳ ଇଉରୋପୀୟ ଛାତ୍ରଙ୍କ ପାଇଁ ପ୍ରବେଶାତ୍କାର ରହିଥିଲା ।
- ୧୯୩୦ ମସିହା ବେଳକୁ ସମଗ୍ର ଦେଶରେ ମାତ୍ର ୧୦ଟି ଇଞ୍ଜିନିୟରିଂ କଲେଜ ରହିଥିଲା । କିନ୍ତୁ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଇଞ୍ଜିନିୟରିଂ ପାଠର ଆବଶ୍ୟକତାକୁ ଅନୁଭବ କରି ସରକାର ଅନେକ ଇଞ୍ଜିନିୟରିଂ କଲେଜ ଖୋଲିବାକୁ ବାଧ୍ୟ ହୋଇଥିଲେ ।
ମନେରଖ :
୧୮୮୪ ମସିହାରେ ଓଡ଼ିଶାରେ ପ୍ରଥମ କରି ବାଲେଶ୍ଵର ନିକଟରେ ଏକ ଶିଳ୍ପ ତାଲିମ ସ୍କୁଲ ଓ କଟକରେ ଏକ ସର୍ଭେ ସ୍କୁଲ ସ୍ଥାପିତ ହୋଇଥିଲା । ସର୍ଭେ ସ୍କୁଲଟି ପରେ ଇଞ୍ଜିନିୟରିଂ ସ୍କୁଲରେ ପରିଣତ ହୋଇଥିଲା ।
- ଔପନିବେଶିକ ସ୍ଵାର୍ଥରକ୍ଷା ପାଇଁ ସରକାର ଲାଗୁ କରିଥିବା ଶିକ୍ଷା ବ୍ୟବସ୍ଥା ପ୍ରଭାବରେ ପାରମ୍ପରିକ ଦେଶୀୟ ଶିକ୍ଷାର ପତନ ହେଲା । ନାରୀଶିକ୍ଷା ଓ ବୈଷୟିକ ଶିକ୍ଷାର ପ୍ରସାର ହେଲା ନାହିଁ ଓ ନିରକ୍ଷରତା ବୃଦ୍ଧି ପାଇଲା ।
- ଏତେସବୁ ତ୍ରୁଟିବିଚ୍ୟୁତି ସତ୍ତ୍ଵେ ନୂତନ ଶିକ୍ଷା ବ୍ୟବସ୍ଥା ଯୋଗୁଁ ଦେଶର ମଧ୍ୟ ଅନେକ ମଙ୍ଗଳ ହେଲା । ଶିକ୍ଷିତ ଲୋକଙ୍କ ମଧ୍ୟରୁ ଅନେକ ବୁଦ୍ଧିଜୀବୀ ଏକ ନିର୍ଦ୍ଦିଷ୍ଟ ବର୍ଗ ଭାବରେ ଜନଚେତନାର ପ୍ରତିନିଧୂ କଲେ ଏବଂ ଜାତୀୟ ଆନ୍ଦୋଳନକୁ ନେତୃତ୍ଵ ଦେଲେ ।
- ପାଶ୍ଚାତ୍ୟ ଓ ଆଧୁନିକ ବିଚାରସମ୍ପନ୍ନ ହୋଇ ସେମାନେ ଦେଶର ସ୍ବାଭିମାନ ପାଇଁ ସ୍ବର ଉତ୍ତୋଳନ କଲେ । ପରବର୍ତୀ ସମୟରେ ଦେଶର ବିକାଶ ଓ ଉନ୍ନତି ପାଇଁ ଏହି ନୂଆ ଶିକ୍ଷା ବ୍ୟବସ୍ଥା ଭିଭି ସଦୃଶ କାର୍ଯ୍ୟ କରିଥିଲା ।
→ ସମାଜ ସଂସ୍କାର :
- ପ୍ରାଚୀନ କାଳରୁ ଭାରତୀୟ ସମାଜରେ ଜାତିପ୍ରଥା, ବାଲ୍ୟବିବାହ, ସତୀଦାହ ପ୍ରଥା, ନରବଳି ପ୍ରଥା ଆଦି କୁସଂସ୍କାର ପ୍ରଚଳିତ ଥିଲା । ଶାସନର ପ୍ରାରମ୍ଭିକ କାଳରେ ସରକାର ତହିଁରେ ହସ୍ତକ୍ଷେପ କରିନଥିଲେ ହେଁ ଭାରତ ଭଳି ଏକ ବିଶାଳ ଉପନିବେଶକୁ ପାଶ୍ଚାତ୍ୟ ସଂସ୍କୃତିର ଅନୁଗାମୀ କରିବା ନିମନ୍ତେ ସାମାଜିକ ପରମ୍ପରାରେ ହସ୍ତକ୍ଷେପ କରିଥିଲେ ।
- ଯେଉଁ ସାମାଜିକ ପ୍ରଥାଗୁଡ଼ିକରେ ହସ୍ତକ୍ଷେପ କଲେ ଇଂରେଜ ସ୍ବାର୍ଥ ସାଧୂତ ହେବ କେବଳ ସେହି ପ୍ରଥାରେ ସରକାର ହସ୍ତକ୍ଷେପ କଲେ । କିନ୍ତୁ ଜାତିପ୍ରଥା ଭଳି କୁସଂସ୍କାରକୁ ଲୋପ କରିବାକୁ ବ୍ୟବସ୍ଥା କରାଗଲା ନାହିଁ । କାରଣ ଏହି ଜାତିଗତ ଭେଦଭାବ ଭାରତୀୟମାନଙ୍କ ମଧ୍ୟରେ ଏକତା ସୃଷ୍ଟି କରିନପାରିବା ଇଂରେଜ ଶାସନପାଇଁ ଔପନିବେଶିକ ସ୍ଵାର୍ଥ ସାଧନ କରୁଥିଲା ।
→ ସତୀପ୍ରଥା :
- ଉତ୍ତର ଭାରତ ଏବଂ ବଙ୍ଗ ପ୍ରଦେଶର କୁଳୀନ ଓ ଉଚ୍ଚବର୍ଗରେ ସତୀପ୍ରଥା ନାମକ ଏହି କୁସଂସ୍କାର ପ୍ରଚଳିତ ଥିଲା । ଏହି ପ୍ରଥା ଅନୁଯାୟୀ ମୃତ ପତିର ଚିତାରେ ତା’ର ପତ୍ନୀକୁ ଆତ୍ମଦାହ କରିବାକୁ ପଡୁଥିଲା । ଏଭଳି ଦାହ ହେଉଥିବା ପତ୍ନୀକୁ ‘ସତୀ’ ଆଖ୍ୟା ମିଳୁଥିଲା ।
ମନେରଖ :
୧୮୧୫ରୁ ୧୮୧୮ ମସିହା ମଧ୍ୟରେ କେବଳ ବଙ୍ଗପ୍ରଦେଶର ୮୦୦ ମହିଳା ସତୀପ୍ରଥାର ଶିକାର ହୋଇଥିଲେ ।
- ସମାଜର ରକ୍ଷଣଶୀଳ ଗୋଷ୍ଠୀ ଏହାକୁ ଏପରି ସମର୍ଥନ କରୁଥିଲେ ଯେ ମୋଗଲ ସମ୍ରାଟ ଆକବର ଓ ଆଉରଙ୍ଗଜେବ୍ ଏବଂ ମରାଠା ପେଶ ତଥା ଜୟପୁରର ରାଜା ଜୟସିଂହ ଏହାକୁ ଉଚ୍ଛେଦ କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ ।
- ୧୮୨୯ ମସିହାରେ ବଡ଼ଲାଟ ଲର୍ଡ ଉଇଲିୟମ୍ ବେଣ୍ଟିଙ୍ଗ୍ ସତୀପ୍ରଥାକୁ ଆଇନ ଦୃଷ୍ଟିରୁ ଅପରାଧ ବୋଲି ଘୋଷଣା କରିଥିଲେ ।
→ କନ୍ୟା ହତ୍ୟା :
- ରାଜପୁତ ତଥା ଅନ୍ୟ କେତେକ ଜାତିରେ କନ୍ୟା ହତ୍ୟା ଥିଲା ଅନ୍ୟ ଏକ ଅମାନବୀୟ କୁସଂସ୍କାର ।
- ଯୁଦ୍ଧରେ ପୁରୁଷମାନଙ୍କର ବହୁସଂଖ୍ୟାରେ ମୃତ୍ୟୁ ଘଟୁଥିବାରୁ କନ୍ୟା ବିବାହର ସମସ୍ୟା, ଯୌତୁକ ସମସ୍ୟା ଶେଷରେ କୃଷି ପାଇଁ ଅନୁପଯୁକ୍ତ ଭାବି କନ୍ୟା ସନ୍ତାନକୁ ହତ୍ୟା କରାଯାଉଥିଲା ।
- ୧୭୯୫ ଖ୍ରୀ.ଅ. ଏବଂ ୧୮୦୨ ଖ୍ରୀ.ଅ.ରେ ସରକାର ଏହି ପ୍ରଥାର ନିଷେଧାଜ୍ଞା ଜାରି କରିଥିଲେ ମଧ୍ୟ ବେଣ୍ଟିକ୍ ଓ ହାର୍ଡ଼ିଞ୍ଜଙ୍କ ସମୟରେ ଏହାକୁ କଡ଼ାକଡ଼ି ଭାବରେ ଲାଗୁ କରାଗଲା ।
- ଏତଦ୍ବ୍ୟତୀତ ନରବଳି ପ୍ରଥାକୁ ସରକାର ବନ୍ଦ କରିବା ସହିତ ୧୮୫୬ ମସିହାରେ ବିଧବା ବିବାହ ଆଇନସମ୍ମତ ବୋଲି ଆଦେଶ ଜାରି କରିଥିଲେ ।
→ ଭାରତୀୟ ନବଜାଗରଣ-ସାମାଜିକ-ଧାର୍ମକ ସଂସ୍କାର ଆନ୍ଦୋଳନ :
- ଶିକ୍ଷାବ୍ୟବସ୍ଥା ପ୍ରଚଳନ ହେଲାପରେ ଊନବିଂଶ ଶତାବ୍ଦୀରେ ଦେଶରେ ଏକ ଆଧୁନିକ ଶିକ୍ଷିତ ବୁଦ୍ଧିଜୀବୀ ବର୍ଗର ଅଭ୍ୟୁଦୟ ହେଲା ।
- ଦେଶକୁ ଏକ ଆଧୁନିକ ଓ ଉନ୍ନତ ରାଷ୍ଟ୍ରଭାବେ ଗଢ଼ିବାକୁ ହେଲେ ଶିକ୍ଷାର ପ୍ରସାର ସହିତ କୁସଂସ୍କାର ସବୁ ଦୂର କରିବାକୁ ହେବ । ସେଥିପାଇଁ ଏହି ବୁଦ୍ଧିଜୀବୀମାନେ ସଂସ୍କାରକର ଭୂମିକା ନେଇ ଜନଚେତନା ସୃଷ୍ଟିକଲେ ଓ କୁସଂସ୍କାରଗୁଡ଼ିକୁ ଉଚ୍ଛେଦ କରିବାରେ ଇଂରେଜ ସରକାରଙ୍କୁ ସହଯୋଗ କଲେ ।
→ ରାଜା ରାମମୋହନ ରାୟ ଓ ବ୍ରାହ୍ମ ସମାଜ :
- ସମାଜ ସଂସ୍କାର ଆନ୍ଦୋଳନର ପ୍ରମୁଖ ନେତା ରାଜା ରାମମୋହନ ରାୟ ସମାଜରେ ସଂସ୍କାର ଆଣିବାପାଇଁ ୧୮୩୦ ମସିହାରେ ବ୍ରାହ୍ମ ସମାଜ ସ୍ଥାପନ କରିଥିଲେ । ଏହି ସମାଜ ନାରୀଶିକ୍ଷା ପ୍ରସାର ଓ ସତୀପ୍ରଥାର ଉଚ୍ଛେଦ ପାଇଁ ଇଂରେଜ ସରକାରଙ୍କୁ ସହଯୋଗ କରିଥିଲା ଏବଂ ମୂର୍ତ୍ତିପୂଜା, ସତୀପ୍ରଥା, ବହୁବିବାହ ପ୍ରଥା, ଜାତିପ୍ରଥା ତଥା ପର୍ଦାପ୍ରଥାକୁ ବିରୋଧ କରୁଥିଲା ।
- ସଂସ୍କାର ଆନ୍ଦୋଳନକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଏହି ସମାଜର ଶାଖା ମାନ୍ଦ୍ରାଜ (ଚେନ୍ନାଇ) ଓ ବମ୍ବେ (ମୁମ୍ବାଇ)ରେ ଗଠିତ ହୋଇଥିଲା ।
- ସଂସ୍କୃତ, ପାର୍ସୀ, ଆରବୀକ, ହିନ୍ଦି, ଇଂରାଜୀ, ଲାଟିନ୍, ଫରାସୀ ଓ ବଙ୍ଗଳା ଭାଷା ପ୍ରଭୃତି ଜାଣିଥିବା ରାଜା ରାମମୋହନ ରାୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନର ସମନ୍ବିତ ଅଧ୍ୟୟନ ବିନା ପ୍ରକୃତ ଜ୍ଞାନ ସମ୍ଭବ ନୁହେଁ ବୋଲି କହୁଥିଲେ ।
ମନେରଖ :
କେଶବ ଚନ୍ଦ୍ର ସେନ ଏବଂ ମହର୍ଷି ଦେବେନ୍ଦ୍ର ନାଥ ଠାକୁର ବ୍ରାହ୍ମ ସମାଜର ଦୁଇଜଣ ପ୍ରମୁଖ ସଂସ୍କାରକ ଥିଲେ ।
→ ସ୍ଵାମୀ ବିବେକାନନ୍ଦ ଓ ରାମକୃଷ୍ଣ ମିଶନ :
- ୧୮୯୭ ମସିହାରେ ସମାଜ ସଂସ୍କାର ପାଇଁ ସ୍ଵାମୀ ବିବେକାନନ୍ଦ ନିଜ ଗୁରୁ ରାମକୃଷ୍ଣ ପରମହଂସଙ୍କ ନାମରେ ‘ରାମକୃଷ୍ଣ ମିଶନ’ ପ୍ରତିଷ୍ଠା କରିଥିଲେ ।
- ତାଙ୍କ ମତରେ, ‘ମାନବ ସେବାହିଁ ଈଶ୍ଵର ସେବା’’। ସମାଜରେ ସମାନତା, ବ୍ୟକ୍ତି ସ୍ଵାଧୀନତା ଓ ମୁକ୍ତ ବିଚାରକୁ ମହତ୍ତ୍ବ ଦେବାକୁ ହେଲେ ଜାତି ପ୍ରଥା, କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ବିରୋଧ କରିବାକୁ ହେବ ବୋଲି ବିବେକାନନ୍ଦ ଯୁକ୍ତି କରୁଥିଲେ । ସେ ଥିଲେ ଜଣେ ପ୍ରକୃତ ମାନବବାଦୀ ।
- ଜନସେବାକୁ ଧର୍ମସଂସ୍କାରର ମୂଳ ଆଧାରରୂପେ ପ୍ରତିଷ୍ଠା କରିବାକୁ ଯାଇ ରାମକୃଷ୍ଣ ମିଶନ ବହୁସଂଖ୍ୟାରେ ବିଦ୍ୟାଳୟ, ଚିକିତ୍ସାଳୟ, ପାଠାଗାର ତଥା ଅନାଥାଶ୍ରମ ସ୍ଥାପନ କରିଥିଲେ ।
→ ମହାଦେବ ଗୋବିନ୍ଦ ରାଣାଡ଼େ ଓ ପ୍ରାର୍ଥନା ସମାଜ :
- ୧୮୬୭ ମସିହାରେ ମହାଦେବ ଗୋବିନ୍ଦ ରାଣାଡ଼େ ବମ୍ବେଠାରେ ‘ପ୍ରାର୍ଥନା ସମାଜ’ ପ୍ରତିଷ୍ଠା କରିଥିଲେ । ରାମକୃଷ୍ଣ ଭଣ୍ଡାରକର ଥିଲେ ତାଙ୍କର ମୁଖ୍ୟ ସହଯୋଗୀ ।
- ପ୍ରାର୍ଥନା ସମାଜ ଜାତିପ୍ରଥା ଓ ଅସ୍ପୃଶ୍ୟତାର ତୀବ୍ର ବିରୋଧ କରୁଥିଲା ଏବଂ ବିଧବା ବିବାହ, ନାରୀଶିକ୍ଷା ଓ ହିନ୍ଦୁ ମୁସଲମାନ ଏକତାର ବଡ଼ ସମର୍ଥକ ଥିଲା ।
- ରାଣାଡ଼େଙ୍କ ମତରେ ହିନ୍ଦୁ ମୁସଲମାନ ଏକତା ବିନା ଭାରତ ଭଳି ଏକ ବିଶାଳ ରାଷ୍ଟ୍ରର ଉନ୍ନତି ଅସମ୍ଭବ ।
- ଜ୍ୟୋତିବା ରାଓ ଫୁଲେ ଓ ଗୋପାଲହରି ଦେଶମୁଖ୍ ମହରାଷ୍ଟ୍ରର ଅନ୍ୟ ଦୁଇଜଣ ପ୍ରମୁଖ ସମାଜ ସଂସ୍କାରକ ଥିଲେ ।
→ ସ୍ୱାମୀ ଦୟାନନ୍ଦ ସରସ୍ଵତୀ ଓ ଆର୍ଯ୍ୟ ସମାଜ :
- ୧୮୭୫ ମସିହାରେ ସ୍ଵାମୀ ଦୟାନନ୍ଦ ସରସ୍ଵତୀ ‘ଆର୍ଯ୍ୟ ସମାଜ’ ସ୍ଥାପନ କରିଥିଲେ ।
- ସ୍ଵାମୀ ଦୟାନନ୍ଦଙ୍କ ମତରେ ବେଦ ହେଲା ସମସ୍ତ ଜ୍ଞାନର ମୂଳ ଉତ୍ସ ।
- ବେଦର ପ୍ରଚାରକ ଭାବରେ ସେ ଜାତିଭେଦ, ବାଲ୍ୟବିବାହ ଓ ସାମାଜିକ ଭେଦଭାବକୁ ବିରୋଧ କରୁଥିଲେ ଏବଂ ବିଧବା ବିବାହକୁ ଦୃଢ଼ ସମର୍ଥନ କରୁଥିଲେ ।
→ ଓଡ଼ିଶାରେ ସମାଜ ସଂସ୍କାର ଆନ୍ଦୋଳନ :
- ଓଡ଼ିଶାର ଫକୀରମୋହନ ସେନାପତି, ମଧୁସୂଦନ ରାଓ ଓ ପ୍ୟାରୀମୋହନ ଆଚାର୍ଯ୍ୟ ଆଦି ନିଜ ରଚନା ମାଧ୍ୟମରେ ବାଲ୍ୟବିବାହକୁ ତୀବ୍ର ବିରୋଧ କରିଥିଲେ ଏବଂ ବିଧବା ବିବାହ, ନାରୀଶିକ୍ଷା ଏବଂ ମାତୃଭାଷା ମାଧ୍ୟମରେ ଶିକ୍ଷାର ପ୍ରସାର ପାଇଁ ଯୁକ୍ତି କରିଥିଲେ ।
- ଊନବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ହରିହର ଦାସଶର୍ମା ନାମକ ଜଣେ ପଣ୍ଡିତ ସଂସ୍କୃତ ସହିତ ଇଂରାଜୀ, ଗ୍ରୀକ୍ ଓ ଲାଟିନ୍ ଆଦି ଶିକ୍ଷା ପାଇଁ ପୁରୀଠାରେ ଏକ ନୂତନ ଧରଣର ସଂସ୍କୃତ ବିଦ୍ୟାଳୟ ସ୍ଥାପନ କରିଥିଲେ ।
- କାଗଜ-କଲମ ବ୍ୟବହାର କଲେ ଜାତି ଯିବ ବୋଲି ହିନ୍ଦୁମାନଙ୍କର ଅନ୍ଧବିଶ୍ଵାସକୁ ସେ ଦୂର କରିଥିଲେ ।
- ଊନବିଂଶ ଶତାବ୍ଦୀର ଏହି ସଂସ୍କାର ଆନ୍ଦୋଳନ ପରବର୍ତ୍ତୀ ସମୟରେ ଲୋକମାନଙ୍କ ମନରୁ ନିଜର ସଂସ୍କୃତି ଓ ସାମାଜିକ ପରମ୍ପରାକୁ ନେଇ ରହିଥିବା ହୀନମନ୍ୟତା ଦୂର କରିବାରେ ତଥା ସ୍ୱାଧୀନତା ସଂଗ୍ରାମକୁ ଦୃଢ଼ କରିବାରେ ସହାୟକ ହୋଇଥିଲା ।
→ ମନେରଖ :
- ୧୮୮୯ ମସିହାରେ ମୀର୍ଜା ଗୁଲାମ ଅହମ୍ମଦ ମୁସଲମାନମାନଙ୍କ ମଧ୍ୟରେ ଏକ ସଂସ୍କାର ଆନ୍ଦୋଳନ ଆରମ୍ଭ କରିଥିଲେ । ଏହାକୁ ‘ଅହମ୍ମଦିଆ ଆନ୍ଦୋଳନ’ କୁହାଯାଏ ।
- ସାର୍ବଜନୀନ ଧର୍ମ ସମ୍ପର୍କରେ ଏହି ଆନ୍ଦୋଳନ ପ୍ରଚାର କରିଥିଲା ଓ ଅଣମୁସଲମାନମାନଙ୍କ ବିରୁଦ୍ଧରେ ଯୁଦ୍ଧନୀତିକୁ ସମାଲୋଚନା କରିବା ସହ ମଣିଷ ମଣିଷ ମଧ୍ୟରେ ଭ୍ରାତୃଭାବ ସଞ୍ଚାର କରିଥିଲା ।
ଆମେ କ’ଣ ଶିଖୁ ?
- ଭାରତରେ ଇଂରେଜୀ ଶିକ୍ଷାର ପ୍ରଚଳନ ।
- ରାଜା ରାମମୋହନଙ୍କ ବ୍ରାହ୍ମ ସମାଜ ଗଠନ ଓ ସତୀଦାହ ପ୍ରଥାର ଉଚ୍ଛେଦ ।
- ମାନବବାଦୀ ବିବେକାନନ୍ଦଙ୍କର ବାଣୀ “ମାନବ ସେବା ହିଁ ଈଶ୍ୱର ସେବା’’ ।
- ସମାଜ ଗଠନର ଉଦ୍ଦେଶ୍ୟ ଓ ଥିଲା ରାମକୃଷ୍ଣ ମିଶନ, ପ୍ରାର୍ଥନା ସମାଜ ଓ ଆର୍ଯ୍ୟ ମହତ୍ତ୍ବ ।
- ବିଧବା ବିବାହ, ନାରୀ ଶିକ୍ଷା ଓ ମାତୃଭାଷା ମାଧ୍ୟମରେ ଶିକ୍ଷାର ପ୍ରସାର ପାଇଁ ଯୁକ୍ତି ।
- ଈଶ୍ଵର ଚନ୍ଦ୍ର ବିଦ୍ୟାସାଗର ଓ ନାରାୟଣ ଗୁରୁଙ୍କର ସମାଜ ସଂସ୍କାର ଆନ୍ଦୋଳନ ।
- ଇଂରେଜମାନଙ୍କର ଔପନିବେଶିକ ସ୍ଵାର୍ଥ ।
- ଆଧୁନିକ ଶିକ୍ଷିତ ବୁଦ୍ଧିଜୀବୀ ବର୍ଗର ଅଭ୍ୟୁଦୟ ।
- ଶିକ୍ଷାର ପ୍ରସାର ଲାଗି ଖ୍ରୀଷ୍ଟିୟାନ୍ ମିସନାରୀମାନଙ୍କର ସ୍କୁଲ-କଲେଜ ସ୍ଥାପନ ।
- ଭାରତୀୟ ଭାଷା ଶିକ୍ଷାର ବିଧିବଦ୍ଧ ପ୍ରୋତ୍ସାହନ ।
- ୧୮୧୩ରେ ଇଂଲଣ୍ଡରେ ପ୍ରଣୀତ ‘ଚାର୍ଟର ଆଇନ’ ।