Odisha State Board BSE Odisha Class 9 Political Science Notes Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ will enable students to study smartly.
BSE Odisha Class 9 Political Science Notes Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:
- ଗଣତନ୍ତ୍ର ହେଉଛି ଲୋକମାନଙ୍କର ଶାସନ ବା ସରକାର ।
- “ଯୁକ୍ତରାଷ୍ଟ୍ର ଆମେରିକାର ପ୍ରାକ୍ତନ ରାଷ୍ଟ୍ରପତି ଆବ୍ରାହାମ ଲିଙ୍କନଙ୍କ ମତରେ, ଗଣତନ୍ତ୍ର ହେଉଛି ଲୋକମାନଙ୍କର ଲୋକମାନଙ୍କର ଓ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ସରକାର ।’’
- ଲର୍ଡ ବ୍ରାଇସ୍ଙ୍କ ମତରେ, ‘ଗଣତନ୍ତ୍ରରେ ଶାସନ କ୍ଷମତା ନ୍ୟସ୍ତ ହୋଇଥାଏ ‘ଗୋଷ୍ଠୀ ସମୁଦାୟ’ ହାତରେ ଓ ସେମାନଙ୍କର ‘ସାର୍ବଭୌମ ସଂକଳ୍ପ’ର ପରିପ୍ରକାଶ ହୋଇଥାଏ ‘ଗଣତାନ୍ତ୍ରିକ ନିର୍ବାଚନ ବ୍ୟବସ୍ଥା’ ମାଧ୍ୟମରେ ।’’
ବିଷୟବସ୍ତୁର ରୂପରେଖ :
- ଗଣତନ୍ତ୍ର ଓ ଜନମତ
- ଗଣତନ୍ତ୍ର ପସଦା ହେବାର
- ଗଣତନ୍ତ୍ରରେ ନିର୍ବାଚନ ବ୍ୟବସ୍ଥା
- ଭାରତରେ ପ୍ରଚଳିତ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା
- ଭାରତରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଅବକ୍ଷୟର କାରଣ
- ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବାର ଉପାୟ
* ଗଣତନ୍ତ୍ର ବା Democracy ଶବ୍ଦଟି ଗ୍ରୀକ୍ ଶବ୍ଦ ‘ଡିମୋସ୍’ ଓ ‘କ୍ରାଟୋସ୍’ ଶବ୍ଦର ମିଶ୍ରଣରୁ ଉତ୍ପତ୍ତି ହୋଇଛି ।
→ ଗଣତନ୍ତ୍ର ଓ ଜନମତ :
- ଗଣତନ୍ତ୍ର ଓ ଜନମତ ଏକ ଓ ଅଭିନ୍ନ, ମାତ୍ର ଏବେ ଗଣତାନ୍ତ୍ରିକ ଚିନ୍ତାଧାରାରେ ବ୍ୟାପକ ପରିବର୍ତ୍ତନ ଦେଖାଦେଇଛି ।
- ଆଜିର ଗଣତନ୍ତ୍ର ଶାସନରେ ମୁଷ୍ଟିମେୟ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତମୁଠାରେ ଚାବିକାଠି ରହୁଛି । ତେଣୁ କାର୍ଲ ଫ୍ରେଡ୍ରିକ୍ଙ୍କ ମତରେ ‘ପରିସ୍ଥିତି ଭିନ୍ନ ହେଲେ ଗଣତନ୍ତ୍ରର ଆଭିମୁଖ୍ୟ ଭିନ୍ନ ହୁଏ ।’
→ ଗଣତନ୍ତ୍ର ପସଦା ହେବାର କାରଣ:
→ ଗଣତନ୍ତ୍ରରେ ନିର୍ବାଚନ ବ୍ୟବସ୍ଥା :
- ଏକ ଅବାଧ, ମୁକ୍ତ, ସ୍ଵଚ୍ଛ ଓ ନିରପେକ୍ଷ ସାବାଳକ ମତଦାନଭିଭିକ ନିର୍ବାଚନ ବ୍ୟବସ୍ଥା ହେଉଛି ଗଣତନ୍ତ୍ରର ମୂଳଦୁଆ । – ଗେଟେଲ । ଏହାଦ୍ଵାରା ଲୋକ ପ୍ରତିନିଧିଙ୍କ ଚୟନ ପ୍ରକ୍ରିୟା ଠିକ୍ ହୁଏ ।
* ଗଣତନ୍ତ୍ରରେ ଜନମତର ସାର୍ବଭୌମ କ୍ଷମତା ରହିଛି । – ଗେଟେଲ୍
→ ମୂଲ୍ୟବୋଧଭିଭିକ ଗଣତନ୍ତ୍ରର ଆବଶ୍ୟକ ଭଯାଦାନ:
- ସଛୋଟ ଲୋକପ୍ରତିନିଧ୍ ଚୟନ ବ୍ୟବସ୍ଥା ।
- ନିରପେକ୍ଷ ଓ ସ୍ବାଧୀନ ନ୍ୟାୟପାଳିକା ତଥା ଗଣମାଧ୍ୟମ ବ୍ୟବସ୍ଥା ।
- ମୁକ୍ତ ଓ ସ୍ଵାଧୀନ ତଥା ନିରପେକ୍ଷ ନିର୍ବାଚନ ବ୍ୟବସ୍ଥା ।
- ସାମାଜିକ ଓ ଅର୍ଥନୈତିକ ବିକାଶ ।
- ସ୍ୱେଚ୍ଛାକୃତ ଭାବେ ଆଇନ ପାଳିବା ।
- ବ୍ୟକ୍ତି ମର୍ଯ୍ୟାଦାର ସୁରକ୍ଷା ।
- ନ୍ୟାୟିକ, ପ୍ରଶାସନିକ ଓ ବ୍ୟବସ୍ଥାପିକା ବିଭାଗର ଉତ୍ତରଦାୟିତ୍ଵ ।
- ନିଭୀକ ମତବ୍ୟକ୍ତ କରିବା ଓ ସମ୍ବିଧାନସମ୍ମତ ଅଧିକାର ଉପଭୋଗ କରିବା ।
- ଦେଶ ପାଇଁ ସ୍ଵାର୍ଥ ତ୍ୟାଗ ଓ ଭେଦଭାବଶୂନ୍ୟ ସମାଜ ପ୍ରତିଷ୍ଠା ।
→ ଗଣତାନ୍ତ୍ରିକ ଜୀବନଧାରା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ :
- ଗଣତାନ୍ତ୍ରିକ ମୂଲ୍ୟବୋଧ କହିଲେ ବିଜ୍ଞତା, ବିଚାର ଶକ୍ତି, ବୁଦ୍ଧି, ସାମୂହିକ ସ୍ୱାର୍ଥ, ସାର୍ବଜନୀନ ସୁଖ, ନାଗରିକମାନଙ୍କ ସଚେତନତା ବୃଦ୍ଧି ଓ ଗଣ ଉଦ୍ଦୀପନାକୁ ବୁଝାଇଥାଏ ।
- ଜଣେ ବ୍ୟକ୍ତି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ଏକ ଅଂଶୀଦାର ହୋଇ ରହିଲେ ମଧ୍ୟ ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ଵାସ ରଖ୍ ବିଶ୍ଵାସ ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ପରି ।
- ଗଣତାନ୍ତ୍ରିକ ଜୀବନଶୈଳୀ ଗଠନ ଓ ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ଵାସ ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ପରି ।
- ଲର୍ଡ଼ ବ୍ରାଇସ୍, ବର୍ଣ୍ଣସ୍ଙ୍କ ପରି ରାଜନୀତି ବିଜ୍ଞାନୀମାନେ ଗଣତନ୍ତ୍ରର କୌଣସି ବିକଳ୍ପ ନାହିଁ ବୋଲି ସୂଚାଇଛନ୍ତି ।
- ଗଣତନ୍ତ୍ର ଏକ ଦାୟିତ୍ଵସମ୍ପନ୍ନ ତଥା ଉତ୍ତରଦାୟୀ ସରକାର । ତେଣୁ ଏହାର ବିକଳ୍ପ ନାହିଁ ।
* ମାନବାଧିକାରର ସୁରକ୍ଷା, ଇଚ୍ଛାଶକ୍ତି, ଦେଶପ୍ରେମ, ଆଇନ ମାନ୍ୟତା, ଦେଶ ଗଣତାନ୍ତ୍ରିକ ମୂଲ୍ୟବୋଧର ବହୁମୂଲ୍ୟ ଉପାଦାନ ।
→ ଭାରତରେ ପ୍ରଚଳିତ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା :
- ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନ ଭାରତରେ ନୂତନ ସମ୍ବିଧାନ କାର୍ଯ୍ୟକାରୀ ହେବାରୁ ଗଣତନ୍ତ୍ର ଶାସନ ବ୍ୟବସ୍ଥା ପ୍ରତିଷ୍ଠିତ ହେଲା ।
* ୧୯୫୨ ମସିହାରେ ଭାରତର ପ୍ରଥମ ଲୋକସଭା ଓ ୨୦୦୯ ମସିହାରେ ପଞ୍ଚଦଶ ଲୋକସଭା ଗଠିତ ହୋଇଥିଲା ।
- ୧୯୯୩ ମସିହାରେ ସମ୍ବିଧାନର ୭୩ ତମ ଓ ୭୪ ତମ ସମ୍ବିଧାନ ସଂଶୋଧନ କରାଯାଇ ‘ପଞ୍ଚାୟତିରାଜ’ ଓ ‘ନଗରପାଳିକା’ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି ।
- ନିର୍ବାଚନ ଆୟୋଗଙ୍କଦ୍ବାରା ଅବାଧ ଓ ମୁକ୍ତ ନିର୍ବାଚନ କରାଯାଇଥାଏ ।
- ଭାରତୀୟମାନଙ୍କୁ ୬ ଗୋଟି ମୌଳିକ ଅଧୂକାର ସହିତ ୬ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁକୁ ଅବୈତନିକ ଶିକ୍ଷା ପ୍ରଦାନର ବ୍ୟବସ୍ଥା ରହିଛି ।
→ ଭାରତରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଅବକ୍ଷୟର କାରଣ:
→ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବାର ଉପାୟ :
- ସାଧୁତା, ରାଜନେତା ଓ କର୍ମଚାରୀଙ୍କ ସଚ୍ଛୋଟପଣିଆ ।
- ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ଵାସ, ନିଃସ୍ବାର୍ଥ ଦେଶସେବା ।
- ରାଜନୈତିକ ଇଚ୍ଛାଶକ୍ତିର ଅଭିବୃଦ୍ଧି ।
- ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତି ଦୃଢ଼ ବିଶ୍ୱାସ ।
→ କେତେକ ଐତିହାସିକ ଘଟଣାବଳୀ ଓ ସମୟ:
୧୬୮୮ – ଇଂଲଣ୍ଡର ଗୌରବମୟ ବିପ୍ଳବ Glorious Revolution)
୧୭୭୬ – ଆମେରିକାର ସ୍ବାଧୀନତା ସଂଗ୍ରାମ ଘୋଷଣା
୧୭୮୯ – ଫରାସୀ ରାଷ୍ଟ୍ର ବିପ୍ଳବ ।
୧୯୫୦ – ସ୍ବାଧୀନ ଭାରତରେ ସମ୍ବିଧାନ ପ୍ରଚଇନ
୧୯୫୨ – ସ୍ବାଧୀନ ଭାରତରେ ପ୍ରଥମ ଲୋକସଭା ଗଠନ
୧୯୯୩ – ୭୩ ଓ ୭୪ ତମ ସମ୍ବିଧାନ ସଂଶୋଧନ
୨୦୦୫ – ଭାରତରେ ସୂଚନା ଅଧିକାର ଆଇନ (RTI Act) ପ୍ରଣୟନ
୨୦୦୯ – ପଞ୍ଚଦଶ ଲୋକସଭା ଗଠନ