Odisha State Board BSE Odisha 8th Class History Notes Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ will enable students to study smartly.
BSE Odisha Class 8 History Notes Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଭାରତରେ ଜାତୀୟତାବାଦ ବିକାଶର କାରଣ :
- ଉନବିଂଶ ଶତାବ୍ଦୀର ପ୍ରାରମ୍ଭରୁ ଭାରତରେ ଅନେକ ଇଂରେଜ ଶାସନ ବିରୋଧୀ ସଙ୍ଗଠନ ସୃଷ୍ଟି ହୋଇ ଅନେକ ଆଞ୍ଚଳିକ ଓ ଜାତୀୟ ବିଦ୍ରୋହର ସୂତ୍ରପାତ କରିଥିଲା ।
- ଐକ ଭାବର ମହାମନ୍ତ୍ରରେ ନିଜ ଦେଶ ତଥା ମାତୃଭୂମିକୁ ଭଲ ପାଇବା ଭାବକୁ ‘ଜାତୀୟତାବାଦ’ କୁହାଯାଏ ।
- ଓଡ଼ିଶାର ପାଇକ ବିଦ୍ରୋହ, ସାନ୍ତାଳ ବିଦ୍ରୋହ ଓ କୋହ୍ଲ ବିଦ୍ରୋହ ପ୍ରଭୃତି ଆଞ୍ଚଳିକ ବିଦ୍ରୋହର ଦୃଷ୍ଟାନ୍ତ ।
- ୧୮୫୭ର ବିଦ୍ରୋହ ଜାତୀୟ ବିଦ୍ରୋହର ଦୃଷ୍ଟାନ୍ତ ।
- ଭାରତରେ ଜାତୀୟତାବାଦର ବିକାଶ ପାଇଁ ଅନେକଗୁଡ଼ିଏ କାରଣ ଦାୟୀ ଥିଲା ।
→ (କ) ସାମାଜିକ ଓ ସାଂସ୍କୃତିକ ଐକ୍ୟ :
- ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଧର୍ମର ତୀର୍ଥସ୍ଥାନମାନ ରହିଛି ।
- ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତୀୟ ପାଳନ କରୁଥିବା ଉତ୍ସବ, ରୀତି-ନୀତି ତଥା ସାମାଜିକ ପ୍ରଥା ଓ ଚଳଣିରେ ଅନେକ ସାମଞ୍ଜସ୍ୟ ରହିଅଛି । ଏହି ସାମାଜିକ ଓ ସାଂସ୍କୃତିକ ଐକ୍ୟଭାବ ଭାରତୀୟମାନଙ୍କ ମନରେ ଏକ ଜାତୀୟ ଚେତନା ଜାଗ୍ରତ କରିବାରେ ସହାୟକ ହୋଇଛି ।
ମନେରଖ :
ପ୍ରାଚୀନ ଯୁଗରେ ମୁନିଋଷିମାନେ ହିମାଳୟଠାରୁ କୁମାରୀକା ପର୍ଯ୍ୟନ୍ତ ଭୂଖଣ୍ଡକୁ ‘ଭାରତବର୍ଷ’ ନାମରେ ନାମିତ କରିଥିଲେ ।
→ (ଖ) ରାଜନୈତିକ ଏକତା :
- ଭାରତୀୟମାନେ ବହୁ ପ୍ରାଚୀନ ଯୁଗରୁ ରାଜା ଓ ମହାରାଜାମାନଙ୍କଦ୍ୱାରା ଏକ ଶାସନାଧୀନ ରହିବା ଫଳରେ ସେମାନଙ୍କ ମଧ୍ୟରେ ଏକ ଐକ୍ୟଭାବ ସୃଷ୍ଟି ହୋଇଥିଲା ।
- ସମଗ୍ର ଭାରତ ଇଂରେଜ ଶାସନାଧୀନ ହେବା ଫଳରେ ଭାରତୀୟମାନଙ୍କ ମନରେ ଜାତୀୟତାଭାବ ସୃଷ୍ଟି ହୋଇଥିଲା ।
→ (ଗ) ଇଂରାଜୀ ଭାଷାର ପ୍ରଚଳନ :
- ଇଂରେଜ ଶାସନ କାଳରେ ଉଇଲିୟମ୍ ବେଣ୍ଟିକ୍ ଭାରତରେ ଇଂରାଜୀ ଭାଷା ଓ ଶିକ୍ଷାର ପ୍ରଚଳନ କରିବା ଫଳରେ ବିଭିନ୍ନ ଭାଷାଭାଷୀ ଇଂରାଜୀ ଶିକ୍ଷିତ ବ୍ୟକ୍ତିମାନେ ପରସ୍ପର ମଧ୍ୟରେ ଇଂରାଜୀ ଭାଷାରେ ଭାବବିନିମୟ କରିପାରିଲେ । ତେଣୁ ଭାରତୀୟମାନଙ୍କ ମଧ୍ୟରେ ଐକ୍ୟଭାବ ଦୃଢ଼ ହୋଇପାରିଥିଲା ଓ ଜାତୀୟତାବାଦର ବିକାଶ ଘଟିଥିଲା ।
- ପୁନଶ୍ଚ ଇଂରାଜୀ ଶିକ୍ଷିତ ଭାରତୀୟମାନେ ଆମେରିକାର ସ୍ଵାଧୀନତା ସଂଗ୍ରାମ, ରୁଷ୍ ବିପ୍ଲବ, ଫରାସୀ ବିପ୍ଳବ, ଇଂଲଣ୍ଡର ଗୌରବମୟ ବିପ୍ଲବ, ଇଟାଲୀ ଓ ଜର୍ମାନୀର ଏକତ୍ରୀକରଣ ପ୍ରଭୃତିର ଜାତୀୟତା ଆନ୍ଦୋଳନ ଓ ବିଭିନ୍ନ ପାଶ୍ଚାତ୍ୟ ଦାର୍ଶନିକ ଚିନ୍ତାଧାରା ସମ୍ବନ୍ଧରେ ଜ୍ଞାନ ଲାଭ କଲେ ଓ ଭାରତକୁ ସେହି ମାର୍ଗରେ ସ୍ଵାଧୀନ କରିବାକୁ ପ୍ରୟାସ କଲେ ।
→ (ଘ) ନବଜାଗରଣ :
- ରାଜା ରାମମୋହନ ରାୟ, ରାମକୃଷ୍ଣ ପରମହଂସ, ସ୍ଵାମୀ ବିବେକାନନ୍ଦ, ଦୟାନନ୍ଦ ସରସ୍ଵତୀ ପ୍ରଭୃତି ସମାଜ ସଂସ୍କାରକମାନେ ଆମ ଦେଶରେ ପ୍ରଚଳିତ କୁସଂସ୍କାର ବିରୁଦ୍ଧରେ, ପୀଡ଼ିତଙ୍କ ସେବା ସମ୍ପର୍କରେ ପାଶ୍ଚାତ୍ୟ ଚିନ୍ତାଧାରା ସପକ୍ଷରେ, ବେଦର ମହନୀୟତା ସମ୍ବନ୍ଧରେ ଭାରତୀୟଙ୍କୁ ଜଣାଇଥିଲେ ।
- ଫଳରେ ଭାରତରେ ବୌଦ୍ଧିକ ଓ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟିହେଲା ।
→ (ଡ) ବ୍ରିଟିଶ୍ ଶାସନର ଅବଦାନ :
- ବେଣ୍ଟିଦ୍ୱାରା କେତେକ କୁପ୍ରଥା ଉଚ୍ଛେଦ ଏବଂ ଇଂରାଜୀ ଭାଷାର ପ୍ରଚଳନ ଭାରତୀୟମାନଙ୍କ ମଧ୍ୟରେ ଜାତୀୟତାଭାବ ସୃଷ୍ଟି କରିଥିଲା ।
- ଲର୍ଡ ଡେଲ୍ହାଉସୀଙ୍କଦ୍ୱାରା ଭାରତରେ ରେଳ ଚଳାଚଳ ଓ ଡାକ ବ୍ୟବସ୍ଥା ପ୍ରଚଳନ ଯୋଗୁ ଭାରତୀୟମାନେ ଏକତା ସୂତ୍ରରେ ଆବଦ୍ଧ ହୋଇପାରିଲେ ଏବଂ ଲର୍ଡ ରିପନଙ୍କ ପ୍ରଚଳିତ ସ୍ଵାୟତ୍ତ ଶାସନ ବ୍ୟବସ୍ଥା ଭାରତୀୟମାନଙ୍କ ମନରେ ଏକ ରାଜନୈତିକ ଚେତନା ସୃଷ୍ଟି କରିଥିଲା ।
ମନେରଖ :
ଲର୍ଡ ରିପନ ଭାରତରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରିଥିଲେ ।
→ (ଚ) ବ୍ରିଟିଶ୍ମାନଙ୍କର ତ୍ରୁଟିପୂର୍ଣ୍ଣ ଶାସନ ନୀତି :
- ଇଂରେଜ ଶାସନକାଳରେ ଭାରୀତୟମାନଙ୍କୁ ଶାସନ କ୍ଷେତ୍ରରେ ଅଂଶଗ୍ରହଣ କରିବାକୁ କୌଣସି ସୁଯୋଗ ଦିଆଯାଉନଥିଲା ।
- ‘ପ୍ରଶାସନିକ ସେବା’ ପରୀକ୍ଷା ଇଂଲଣ୍ଡରେ ହେବା ଫଳରେ ଗରିବ ମେଧାବୀ ଛାତ୍ରମାନେ ଏ ସୁଯୋଗରୁ ବଞ୍ଚିତ ହେଉଥିଲେ । ଏସବୁ ଅନ୍ୟାୟ ଆଚରଣ ବିରୁଦ୍ଧରେ ଭାରତୀୟମାନେ ଐକ୍ୟବଦ୍ଧ ହେଲେ, ଫଳରେ ଭାରତୀୟ କୁଟୀରଶିଳ୍ପର ଅବନତି ଘଟିଲା ।
→ (ଛ) ବ୍ରିଟିଶ୍ମାନଙ୍କର ଅର୍ଥନୈତିକ ଶୋଷଣ :
- ଭାରତରୁ କର, ରାଜସ୍ଵ ଓ ବାଣିଜ୍ୟ ମାଧ୍ୟମରେ ବହୁ ଅର୍ଥ ଇଂଲଣ୍ଡକୁ ଯାଉଥିଲା ।
- ଭାରତରୁ ତୁଳା ଯାଇ ଇଂଲଣ୍ଡ ଦେଶରେ ଲୁଗା ବୁଣା ହୋଇ ସେହି ଲୁଗା ଆସି ଭାରତୀୟ ବଜାରରେ ବିକ୍ରି ହେଉଥିଲା । ଫଳରେ ଭାରତୀୟ କୁଟୀରଶିଳ୍ପର ଅବନତି ଘଟିଲା ।
- ଚାଷୀଙ୍କ ସ୍ବାର୍ଥବିରୋଧୀ ଜମିଜମା ଆଇନ, ଜମିଦାରମାନଙ୍କ କୃଷକଙ୍କୁ ଶୋଷଣ ଫଳରେ ଚାଷୀମାନେ ଅସନ୍ତୁଷ୍ଟ ହେଲେ । ଫଳରେ ଭାରତୀୟମାନେ ସଂଘବଦ୍ଧ ଭାବରେ ଏହା ବିରୋଧରେ ସ୍ବର ଉତ୍ତୋଳନ କଲେ ।
→ (ଜ) ବର୍ଣ୍ଣବୈଷମ୍ୟ ନୀତି :
- ଇଂରେଜମାନେ କୃଷ୍ଣକାୟ ଭାରତୀୟମାନଙ୍କୁ ହୀନଦୃଷ୍ଟିରେ ଦେଖୁଥିଲେ ।
- ଶିକ୍ଷିତ ଓ ଭାରତୀୟମାନଙ୍କୁ ଉଚ୍ଚ ଚାକିରୀ ମିଳୁନଥିଲା । ଭାରତୀୟ ବିଚାରପତିମାନେ ଇଂରେଜ ଅପରାଧୀଙ୍କ ବିଚାର କରିପାରୁନଥିଲେ । ସେମାନେ ଇଂରେଜମାନଙ୍କପାଇଁ ଉଦ୍ଦିଷ୍ଟ ରେଳଡବା, ଡାକ୍ତରଖାନା ଆଦି ବ୍ୟବହାର କରିପାରୁନଥିଲେ । ଫଳରେ ସେମାନେ ଅସନ୍ତୁଷ୍ଟ ହେଲେ ଓ ଜାତୀୟଭାବନାରେ ଉଦ୍ବୁଦ୍ଧ ହେଲେ ।
ମନେରଖ :
ଗୋରା-କଳାର ଅବାଞ୍ଛିତ ଭେଦଭାବକୁ ‘ବର୍ଣ୍ଣବୈଷମ୍ୟ’ କୁହାଯାଏ ।
→ (ଝ) ସାହିତ୍ୟ ଓ ସମ୍ବାଦପତ୍ରର ଭୂମିକା :
- ଭାରତୀୟମାନଙ୍କ ମନରେ ଜାତୀୟ ଚେତନା ସୃଷ୍ଟି କରିବାରେ ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କର ଜାତୀୟ ଗାନ ‘ବନ୍ଦେ ମାତରମ୍’ ସର୍ବଶ୍ରେଷ୍ଠ ପ୍ରେରଣା ଥିଲା । ଏହି ଗୀତ ‘ସ୍ଵଦେଶୀ ଆନ୍ଦୋଳନ’ ସମୟରେ ଭାରତୀୟମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିଥିଲା ।
ମନେରଖ :
ଜାତୀୟ ଗାନ ‘ବନ୍ଦେ ମାତରମ୍’ ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କଦ୍ବାରା ରଚିତ ‘ଆନନ୍ଦମଠ’ ଉପନ୍ୟାସରେ ଲିଖ୍ ।
- ସେ ସମୟରେ ପ୍ରକାଶିତ ଅମୃତବଜାର ପତ୍ରିକା, ଦି ହିନ୍ଦୁ, ଦି ଇଣ୍ଡିଆନ ମିରର, ମରହଟ୍ଟା କେଶରୀ, ସମ୍ବାଦ କୌମୁଦୀ, ମିରିଟ୍ ଭଲ୍ ଅଖବାର୍ ଇତ୍ୟାଦି ଭାରତୀୟ ଜନମତକୁ ଯଥେଷ୍ଟ ପ୍ରଭାବିତ କରୁଥିଲା ।
- ବଙ୍କିମ୍ ଚନ୍ଦ୍ର ଚାଟାର୍ଜୀ, ଦୀନବନ୍ଧୁ ମିତ୍ର, ରବୀନ୍ଦ୍ରନାଥ ଟାଗୋର, ଲକ୍ଷ୍ମୀନାଥ ବେଜ୍ବରୁଆ, ସୁବ୍ରମନିୟମ ଭାରତୀ, ଭାରତେନ୍ଦ୍ର ହରିଶ୍ଚନ୍ଦ୍ର ଏବଂ ଅଲତାଫ୍ ହୁସେନ୍ ପ୍ରଭୃତି ନିଜ ଲେଖା ମାଧ୍ୟମରେ ଭାରତୀୟମାନଙ୍କ ମଧ୍ୟରେ ଜାତୀୟ ଚେତନା ସୃଷ୍ଟି କରିଥିଲେ ।
→ (ଞ) ଅତୀତ ଭାରତର ଗୌରବର ପୁନରାବିଷ୍କାର :
- ସାର୍ ଉଇଲିୟମ ଜୋନ୍ସ, ମୋନିୟର ଉଇଲିୟମ୍ସ୍, ପ୍ରଫେସର ମାଵମୁଲର, ରାଜନ୍ଦ୍ରଲାଲ୍ ମିତ୍ର, ରାମକୃଷ୍ଣ ଗୋପାଲ୍ ଭଣ୍ଡାରକର ଏବଂ ହରପ୍ରସାଦ ଶାସ୍ତ୍ରୀ ପ୍ରଭୃତି ଭାରତର ଇତିହାସର ଗବେଷଣା ମାଧ୍ୟମରେ ଅତୀତ ଗୌରବ ଉପସ୍ଥାପନ କରି ଭାରତୀୟମାନଙ୍କ ମଧ୍ୟରେ ଜାତୀୟତାବାଦର ସଂଚାର ହୋଇଥିଲା ।
→ ଭାରତୀୟ ଜାତୀୟ କଂଗ୍ରେସ :
- ସ୍ଵାଧୀନତା ପୂର୍ବର କେତେକ ଭାରତୀୟ ମହାମନୀଷୀଙ୍କ ସମାବେଶକୁ ‘ଜାତୀୟ କଂଗ୍ରେସ’ କୁହାଗଲା ।
- ଆଲାନ ଅକ୍ସାଭିଆନ୍ ହ୍ୟୁମ୍ ନାମକ ଜଣେ ଅବସରପ୍ରାପ୍ତ ଇଂରେଜ ଶାସକ ଏହାକୁ ଦିଗ୍ଦର୍ଶନ ଦେଇଥିଲେ ।
ମନେରଖ :
ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧ୍ବେଶନରେ କଲିକତାର ବିଶିଷ୍ଟ ଆଇନଜୀବୀ ଉମେଶଚନ୍ଦ୍ର ବାନାର୍ଜୀ ସଭାପତିତ୍ୱ କରିଥିଲେ ।
→ ଜାତୀୟ କଂଗ୍ରେସର ଜନ୍ମ :
- ଆଲାନ୍ ଅକ୍ସାଭିଆନ୍ ହ୍ୟୁମ୍ଙ୍କ ଉଦ୍ୟମରେ ଡଫରିନ୍ଙ୍କ ଅନୁମତିକ୍ରମେ ‘ଜାତୀୟ କଂଗ୍ରେସ’ ଗଠିତ ହେଲା ।
- ଭାରତୀୟମାନଙ୍କ ଅଭାବ, ଅସୁବିଧା ଓ ଅଭିଯୋଗ ଇଂରେଜ ସରକାରଙ୍କ ନିକଟରେ ଆଗତ କରିବା ଏହି ଅନୁଷ୍ଠାନର ପ୍ରାଥମିକ ଉଦ୍ଦେଶ୍ୟ ଥିଲା ।
→ ପ୍ରଥମ ଅଧ୍ଶନ :
- 1885 ମସିହା ଡିସେମ୍ବର 28 ଓ 29 ରେ ବମ୍ବେଠାରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଲା ।
- ଏଥିରେ ଭାରତର ବିଭିନ୍ନ ଅଞ୍ଚଳରୁ 72 ଜଣ ପ୍ରତିନିଧ୍ ଯୋଗ ଦେଇଥିଲେ ।
→ ଜାତୀୟ କଂଗ୍ରେସର ପ୍ରାଥମିକ ଲକ୍ଷ୍ୟ :
- ଲୋକମାନଙ୍କର ଅଭାବ, ଅସୁବିଧା ଓ ଅଭିଯୋଗଗୁଡ଼ିକୁ ଇଂରେଜ ସରକାରଙ୍କ ନିକଟରେ ଆଗତ କରି ସେଗୁଡ଼ିକର ସମାଧାନ କରିବା ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ଉଦ୍ଦେଶ୍ୟ ଥିଲା ।
- ଆନ୍ଦୋଳନ ଓ ବିଦ୍ରୋହ କରିବା କଂଗ୍ରେସର ଅଭିପ୍ରାୟ ନଥିଲା ।
→ କଂଗ୍ରେସର କାର୍ଯ୍ୟ :
- ଭାରତର ବିଭିନ୍ନ ସ୍ଥାନରେ ଜାତୀୟ କଂଗ୍ରେସର ଅଧିବେଶନ ଅନୁଷ୍ଠିତ ହେଲା ଏବଂ ଏହାର ପ୍ରସ୍ତାବଗୁଡ଼ିକୁ ଇଂରେଜ ସରକାର ନିକଟରେ ଉପସ୍ଥାପିତ କରାଗଲା ।
- ପ୍ରସ୍ତାବଗୁଡ଼ିକ ସପକ୍ଷରେ ଇଂଲଣ୍ଡରେ ଜନମତ ସଂଗ୍ରହ ପାଇଁ ପ୍ରୟାସ କରାଗଲା ।
→ ନରମପନ୍ଥୀ :
- 1885 ରୁ 1905 ପର୍ଯ୍ୟନ୍ତ ଜାତୀୟ କଂଗ୍ରେସର ନେତୃବୃନ୍ଦମାନେ ଇଂରେଜ ସରକାରଙ୍କ ନିକଟରେ ଭାରତୀୟମାନଙ୍କର ଦାବିଗୁଡ଼ିକୁ ଅନୁନୟ ଅନୁରୋଧ କରି ହାସଲ କରୁଥିଲେ । ଏମାନଙ୍କୁ ‘ନରମପନ୍ଥୀ’ ଆଖ୍ୟା ଦିଆଗଲା ।
ମନେରଖ :
ସୁରେନ୍ଦ୍ରନାଥ ବାନାର୍ଜୀ, ଗୋପାଳକୃଷ୍ଣ ଗୋଖଲେ ଓ ମହାଦେବ ଗୋବିନ୍ଦ ରାଣାଡ଼େ ପ୍ରଭୃତି ନରମପନ୍ଥୀ ନେତା ଥିଲେ ।
→ ଦାବି ଉପସ୍ଥାପନା :
- ଭାରତୀୟ ଜାତୀୟ କଂଗ୍ରେସ ଇଂରେଜ ସରକାରଙ୍କ ନିକଟରେ ନିମ୍ନଲିଖ୍ ଦାବିଗୁଡ଼ିକ ଉପସ୍ଥାପନା କରିଥିଲେ ।
(୧) ପ୍ରାଦେଶିକ ଓ କେନ୍ଦ୍ରୀୟ ଆଇନ ସଭାରେ ଭାରତୀୟ ପ୍ରତିନିଧ୍ଵ ରହିବାର ବ୍ୟବସ୍ଥା କରିବା ।
(୨) ଭାରତୀୟ ପ୍ରଶାସନିକ ପରୀକ୍ଷା ଇଂଲଣ୍ଡରେ ହେବା ସହ ଭାରତରେ କରିବାର ବ୍ୟବସ୍ଥା ହେବା !
(୩) ଭାରତୀୟ ପ୍ରଶାସନିକ ପରୀକ୍ଷା ପାଇଁ ଭାରତୀୟ ପରୀକ୍ଷାର୍ଥୀମାନଙ୍କର ବୟସସୀମା ବୃଦ୍ଧି କରିବା ।
(୪) ସାମରିକ ଖର୍ଚ୍ଚ କମାଇ ଶିକ୍ଷା, କୃଷି ଓ ଶିଳ୍ପର ଅଧ୍ଵ ବିକାଶ ଘଟାଇବା ।
(୫) ଅସ୍ତ୍ର-ଶସ୍ତ୍ର ଆଇନର ସଂସ୍କାର କରିବା ।
→ ଜାତୀୟ କଂଗ୍ରେସର ବିକାଶ :
- କ୍ରମେ କ୍ରମେ ଭାରତୀୟ ଜାତୀୟ କଂଗ୍ରେସରେ ଓକିଲ, ଡାକ୍ତର, ଲେଖକ, ସାମ୍ବାଦିକ ଏବଂ ସରକାରୀ କର୍ମଚାରୀମାନେ ଯୋଗଦେଲେ ।
- ସେମାନେ ନରମପନ୍ଥୀମାନଙ୍କ ପରି ଭାବୁଥିଲେ ଯେ ଭାରତର ବିକାଶ ଇଂରେଜମାନଙ୍କଦ୍ୱାରା ହିଁ ସମ୍ଭବ ।
→ ଚରମପନ୍ଥୀ :
- ପରବର୍ତ୍ତୀ ପର୍ଯ୍ୟାୟରେ ଜାତୀୟ କଂଗ୍ରେସରେ ଆଉ ଏକ ପ୍ରକାର ସଂଗ୍ରାମୀ ଗୋଷ୍ଠୀର ଆବିର୍ଭାବ ହେଲା । ସେମାନେ ଭାରତୀୟ ମାନଙ୍କ ନ୍ୟ।ଯ୍ୟ ଦାବି ଯେକୌଣସି ଉପାୟରେ ହାସଲ କରିବାକୁ ଚାହିଁଲେ । ସେମାନଙ୍କୁ ‘ଚରମପନ୍ଥୀ’ କୁହାଯାଏ ।
- ବାଲ୍ ଗଙ୍ଗାଧର ତିଲକ୍, ଲାଲା ଲଜପତ୍ ରାୟ, ବିପିନ୍ ଚନ୍ଦ୍ର ପାଲ୍ ଓ ଅରବିନ୍ଦ ଘୋଷ ଚରମପନ୍ଥୀ ନେତା ଥିଲେ ।
→ ଜାତୀୟ କଂଗ୍ରେସର ଅନ୍ୟାନ୍ୟ ଅଧିବେଶନ :
- ୧୮୮୬ ମସିହା ଡିସେମ୍ବର ୨୮ ତାରିଖରେ ଦାଦାଭାଇ ନାରୋଜୀଙ୍କ ସଭାପତିତ୍ବରେ ଜାତୀୟ କଂଗ୍ରେସର ଦ୍ଵିତୀୟ ଅଧିବେଶନ କଲିକତାରେ ହୋଇଥିଲା। ୧୮୮୭ ଡିସେମ୍ବରରେ ଜାତୀୟ କଂଗ୍ରେସର ୩ୟ ଅବେଶନ ବଦରୁଦ୍ଦିନ୍ ତ୍ୟାବ୍ଜୀଙ୍କ ସଭାପତିତ୍ବରେ ମାନ୍ଦ୍ରାଜରେ ହୋଇଥିଲା । ୧୮୮୮ ଡିସେମ୍ବରରେ ଜାତୀୟ କଂଗ୍ରେସର ୪ର୍ଥ ଅଧ୍ଵବେଶନ ଜର୍ଜୟୁଲଙ୍କ ସଭାପତିତ୍ଵ ଆଲ୍ଲାହାବାଦଠାରେ ହୋଇଥିଲା ।
- ୧୮୮୯ ଡିସେମ୍ବରରେ କଂଗ୍ରେସର ୫ମ ଅଧିବେଶନ ଉଇଲିୟମ୍ ଭଏତେର କର୍ଣ୍ଣଙ୍କ ସଭାପତିତ୍ୱରେ ବମ୍ବେରେ ହୋଇଥିଲା। ୧୮୯୦ରେ କଂଗ୍ରେସ ଷଷ୍ଠ ଅଧିବେଶନ ଫିରୋଜଶାହ ମେହଟ୍ଟାଙ୍କ ସଭାପତିତ୍ବରେ କଲିକତାରେ ହୋଇଥିଲା । ୧୮୯୧ରେ କଂଗ୍ରେସର ୭ମ ଅଧିବେଶନ ଆନନ୍ଦଚାରଲୁଙ୍କ ସଭାପତିତ୍ବରେ ନାଗପୁରରେ ହୋଇଥିଲା ।
→ ବଙ୍ଗ ବିଭାଜନ :
- ୧୯୦୫ ଅକ୍ଟୋବର ୧୬ ତାରିଖରେ ତତ୍କାଳୀନ ବଡ଼ଲାଟ ଲର୍ଡ କର୍ଜନ ‘ବଙ୍ଗ ବିଭାଜନ’ ଘୋଷଣା କଲେ । ବଙ୍ଗର ପୂର୍ବଭାଗ ଆସାମ ସହ ମିଶିଗଲା । ବଙ୍ଗର ପଶ୍ଚିମଭାଗ, ବିହାର ଓ ଓଡ଼ିଶାକୁ ନେଇ ପଶ୍ଚିମବଙ୍ଗ ଗଠିତ ହେଲା ।
- ଜାତୀୟ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଥିଲା ।
→ ସ୍ଵଦେଶୀ ଆନ୍ଦୋଳନ :
- ଲର୍ଡ କର୍ଜନଙ୍କ ବଙ୍ଗ ବିଭାଜନ ଘୋଷଣାକୁ ସାରା ଦେଶରେ ବିରୋଧ କରାଗଲା । ଫଳରେ ୧୯୦୫ରେ ‘ସ୍ଵଦେଶୀ ଆନ୍ଦୋଳନ’ ଆରମ୍ଭ ହେଲା ।
ମନେରଖ :
ସ୍ୱଦେଶୀ ଆନ୍ଦୋଳନ ଏକ ଅର୍ଥନୈତିକ ପଦକ୍ଷେପ ଥିଲା ।
→ ଆନ୍ଦୋଳନର ଲକ୍ଷ୍ୟ :
(୧) ବିଦେଶୀ ତଥା ବିଲାତ ଦ୍ରବ୍ୟକୁ ବର୍ଜନ କରିବା,
(୨) ଭାରତୀୟ ଉତ୍ପାଦିତ ଦ୍ରବ୍ୟକୁ ଆଦର ଓ ବ୍ୟବହାର କରିବା,
(୩) ସ୍ଵଦେଶପ୍ରୀତିଭାବ ଉଦ୍ରେକ ଓ ସଞ୍ଚାର କରିବା ।
→ ଆନ୍ଦୋଳନର ପ୍ରଗତି :
- ସ୍ଵଦେଶୀମନ୍ତ୍ରରେ ଅଭିମନ୍ତ୍ରିତ ଭାରତୀୟମାନେ ସଭାସମିତି, ଶୋଭାଯାତ୍ରା ମାଧ୍ୟମରେ ଆନ୍ଦୋଳନ ଚଳାଇଲେ ।
- ବିଦେଶୀ ଦ୍ରବ୍ୟ ବର୍ଜନ ଓ ବିଲାତି ଲୁଗାରେ ଅଗ୍ନିସଂଯୋଗ କରାଗଲା ।
- ଏହି ଆନ୍ଦୋଳନର ଫଳସ୍ବରୂପ ଇଂରେଜ ସରକାର ଭାରତୀୟମାନଙ୍କୁ କିଛି ରାଜନୈତିକ ଅଧିକାର ଦେବାପାଇଁ ଚିନ୍ତାକଲେ ।
ଆମେ କ’ଣ ଶିଖୁ ?
- ଭାରତରେ ଜାତୀୟତାବାଦ ବିକାଶର ପ୍ରମୁଖ କାରଣଗୁଡ଼ିକର ସମ୍ୟକ୍ ଧାରଣା ।
- ଇଂରାଜୀ ଭାଷା ପ୍ରଚଳନ ଫଳରେ ଜାତୀୟତାବାଦ ତ୍ଵରାନ୍ଵିତ ହେବା ।
- ନବଜାଗରଣରେ ଭାରତର ବୌଦ୍ଧିକ ଓ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି ହେବା ।
- ଇଂରେଜମାନଙ୍କର ତ୍ରୁଟିପୂର୍ଣ୍ଣ ଶାସନ ନୀତିର କୁପ୍ରଭାବ ।
- ବ୍ରିଟିଶରମାନଙ୍କଦ୍ଵାରା ଭାରତୀୟ ଅର୍ଥନୀତି ଶୋଷିତ ହେବା ।
- ବର୍ଣ୍ଣବୈଷମ୍ୟ ନୀତିକୁ ପ୍ରୋତ୍ସାହିତ କରିବା ।
- ସାହିତ୍ୟ ଓ ସମ୍ବାଦପତ୍ରଗୁଡ଼ିକର ଗୁରୁତ୍ଵପୂର୍ଣ୍ଣ ଭୂମିକା ।
- ଭାରତୀୟ ଜାତୀୟ କଂଗ୍ରେସର ଆବିର୍ଭାବ ଓ ହ୍ୟୁମ୍ଙ୍କ ଦିଗ୍ଦର୍ଶନ ।
- ଦେଶକୁ ସ୍ଵାଧୀନ କରିବା ପାଇଁ ଚରମପନ୍ଥୀ ଓ ନରମପନ୍ଥୀଙ୍କ କାର୍ଯ୍ୟାବଳୀ ।
- ବଙ୍ଗ ବିଭାଜନର ସୁଫଳ ଓ କୁଫଳ ।
- ସ୍ଵଦେଶୀ ଆନ୍ଦୋଳନର ଗଠନ ଓ ଉଦ୍ଦେଶ୍ୟ ।
ଖ୍ରୀଷ୍ଟାବ୍ଦ ସମ୍ପର୍କିତ ଘଟଣାବଳୀ