Odisha State Board BSE Odisha 8th Class History Notes Chapter 3 ଇଂରେଜ ଶାସନକୁ ପ୍ରତିରୋଧ will enable students to study smartly.
BSE Odisha Class 8 History Notes Chapter 3 ଇଂରେଜ ଶାସନକୁ ପ୍ରତିରୋଧ
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଜୟୀ ରାଜଗୁରୁ :
- ୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । ୧୮୦୪ ମସିହାରେ ଜୟୀ ରାଜଗୁରୁଙ୍କ ନେତୃତ୍ଵରେ ସେମାନଙ୍କ ବିରୋଧରେ ବିଦ୍ରୋହ ସଂଘଟିତ ହୋଇଥିଲା ।
- ଜୟୀ ରାଜଗୁରୁ ୧୭୩୯ ଖ୍ରୀଷ୍ଟାବ୍ଦ ଅକ୍ଟୋବର ମାସ ୨୯ ତାରିଖ ଦିନ ପୁରୀ ନିକଟସ୍ଥ ହରେକୃଷ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ଚାନ୍ଦ ରାଜଗୁରୁ ଓ ମାତାଙ୍କ ନାମ ହାରାମଣି ।
- ଦ୍ବିତୀୟ ମୁକୁନ୍ଦଦେବଙ୍କ ଅଭିଭାବକ ରୂପେ କାର୍ଯ୍ୟ କରିବାପରେ ଜୟୀ ରାଜଗୁରୁ ୧୭୯୮ ମସିହାରେ ଶାସନ ନିୟନ୍ତ୍ରଣର ସମସ୍ତ କ୍ଷମତା ନିଜ ହାତକୁ ନେଲେ । ସେ ପାଇକମାନଙ୍କୁ ଯୁଦ୍ଧବିଦ୍ୟାର ଉପଯୁକ୍ତ ତାଲିମ ଦେବାପାଇଁ ‘ଆଖଡ଼ାଶାଳ’ ପ୍ରତିଷ୍ଠା କରିବା ସହିତ ପାଇକମାନଙ୍କୁ ଦେଶପ୍ରେମରେ ଉଦ୍ବୁଦ୍ଧ କରିଥିଲେ ।
ମନେରଖ :
- ଯେଉଁଠାରେ ଯୁଦ୍ଧ, ନୃତ୍ୟ ଆଦି ଅଭ୍ୟାସ କରାଯାଏ ତାକୁ ଆଖଡ଼ାଶାଳ କୁହାଯାଏ ।
- ଆଖଡ଼ାଶାଳରେ ପାଇକମାନେ ସମର ଅଭ୍ୟାସ କରନ୍ତି ।
- ଇଂରେଜ ପ୍ରଶାସକ କର୍ଣ୍ଣେଲ ହାରକୋର୍ଟ ଖୋର୍ଦ୍ଧାରାଜାଙ୍କୁ ଇଂରେଜମାନଙ୍କୁ ସାହାଯ୍ୟ କରିବା ପ୍ରତିବଦଳରେ ୧ ଲକ୍ଷ ଟଙ୍କା ଓ ଚାରୋଟି ପ୍ରଗଣା ଉପହାର ଦେବାର ପ୍ରଲୋଭନ ଦେଖାଇଲେ; ମାତ୍ର ସେ ତାଙ୍କ ପ୍ରତିଶ୍ରୁତି ପାଳନ କଲେ ନାହିଁ ।
- ତେଣୁ ୧୮୦୪ ମସିହାରେ ପିପିଲିଠାରେ ମୁକୁଦଦେବ ପାଇକମାନଙ୍କ ସହାୟତାରେ ଇଂରେଜମାନଙ୍କୁ ଆକ୍ରମଣ କରିଥିଲେ; ମାତ୍ର ଇଂରେଜମାନଙ୍କ ରଣକୌଶଳରେ ସେମାନେ ପରାଜିତ ହୋଇଥିଲେ । ୧୮୦୪ ମସିହା ଡିସେମ୍ବର ୪ ତାରିଖରେ ଖୋର୍ଦ୍ଧା ଇଂରେଜ ଅଧିକୃତ ହେଲା ।
- ଇଂରେଜମାନେ ଜୟୀ ରାଜଗୁରୁଙ୍କୁ ବନ୍ଦୀ କଲେ ଓ ଦୋଷୀ ସାବ୍ୟସ୍ତ କରି ଫାଶୀଦଣ୍ଡ ଦେଇଥିଲେ । ସହିଦ ବିପ୍ଳବୀ ଜୟୀ ରାଜଗୁରୁଙ୍କର ଦେଶପ୍ରେମ, ଦେଶଭକ୍ତି ଓ ତ୍ୟାଗର ପଟାନ୍ତର ନାହିଁ ।
→ ଓଡ଼ିଶାରେ ପାଇକ ବିଦ୍ରୋହ (୧୮୧୭) :
- ୧୮୦୩ ଖ୍ରୀ.ଅ.ରେ ଇଂରେଜମାନଙ୍କର ଓଡ଼ିଶା ଦଖଲ ପରେ ଓଡ଼ିଶାର ଶାସନ ମରହଟ୍ଟାମାନଙ୍କଠାରୁ ଆସି ଇଂରେଜମାନଙ୍କ ହାତକୁ ଗଲା ।
- ଇଂରେଜମାନଙ୍କଦ୍ୱାରା ଜୟୀ ରାଜଗୁରୁ ସହିଦ ହେବାପରେ ଓଡ଼ିଶାର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅସନ୍ତୋଷ ଦେଖାଦେଲା ।
ମନେରଖ :
ଓଡ଼ିଶାରେ ମୋଗଲ ଓ ମରହଟ୍ଟାମାନଙ୍କ ଶାସନ ସମୟରେ ଥିବା ପଦାତିକ ବାହିନୀ ଯୁଦ୍ଧ ସମୟରେ ସୈନ୍ୟ ଭାବରେ ଯୁଦ୍ଧ କରୁଥିଲାବେଳେ ସାଧାରଣ ସମୟରେ କୃଷିକାର୍ଯ୍ୟ କରୁଥିଲେ । ସେମାନଙ୍କୁ ‘ପାଇକ’ କୁହାଯାଉଥିଲା ।
- ବିଭିନ୍ନ କାରଣରୁ ସେମାନେ ଇଂରେଜମାନଙ୍କ ବିରୋଧରେ କରିଥିବା ବିଦ୍ରୋହକୁ ପାଇକ ବିଦ୍ରୋହ କୁହାଯାଏ ।
→ ରାଜନୈତିକ କାରଣ :
- ଖୋର୍ଦ୍ଧା ରାଜା ଏବଂ ତାଙ୍କ ପ୍ରଧାନମନ୍ତ୍ରୀ ଜୟୀ ରାଜଗୁରୁ ଇଂରେଜମାନଙ୍କଦ୍ଵାରା ଫାଶୀଦଣ୍ଡରେ ଦଣ୍ଡିତ ହେବାପରେ ଜନସାଧାରଣ ଇଂରେଜମାନଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ।
→ ସାମାଜିକ ତଥା ଅର୍ଥନୈତିକ କାରଣ :
- ବିନା କରରେ ଜମି ଚାଷ କରୁଥିବା ପାଇକମାନଙ୍କୁ ଇଂରେଜମାନେ କର ଦେବାକୁ ବାଧ୍ୟ କଲେ ।
- ଖଜଣା ଆଦାୟ ସମୟରେ ସରକାରୀ କର୍ମଚାରୀଙ୍କର ନିଷ୍ଠୁର ବ୍ୟବହାର, ଫସଲ ହାନି ସମୟରେ ଅଧିକ ରାଜସ୍ୱ ଆଦାୟ ଏବଂ କଉଡ଼ି ପରିବର୍ତ୍ତେ ଟଙ୍କା ଆକାରରେ ଖଜଣା ଦେବାକୁ ଜନତାଙ୍କୁ ବାଧ୍ୟ କରିବା ଫଳରେ ଓଡ଼ିଶାବାସୀ ଇଂରେଜ ଶାସନ ଉପରେ କ୍ଷୁବ୍ଧ ହୋଇଥିଲେ ।
- ସରକାରୀ ନୀତି ନିୟମ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗଳା ଓ ପାର୍ସୀ ଭାଷାରେ ଅନୁଦିତ ହେବାରୁ ପ୍ରଜାମାନେ ନୀତିନିୟମ ବୁଝି ନପାରିବାରୁ ତା’ର ସୁଯୋଗରେ ପୋଲିସ୍ ଓ ପ୍ରଶାସନିକ ଅଫିସରମାନେ ଅତ୍ୟାଚାର କଲେ ।
- ସ୍ଵଳ୍ପମିଆଦୀ ଭୂରାଜସ୍ଵ ପ୍ରଥା ପ୍ରଚଳିତ ହେବା ଯୋଗୁଁ ଜନସାଧାରଣ ଇଂରେଜମାନଙ୍କ ଅର୍ଥନୈତିକ ଅତ୍ୟାଚାରରେ ଅତିଷ୍ଠ ହୋଇପଡ଼ିଥିଲେ । ସରକାରଙ୍କର ଲବଣ ତଥା ଅନ୍ୟାନ୍ୟ ଅର୍ଥନୀତି ଜନସାଧାରଣଙ୍କ ମନରେ ବିଦ୍ରୋହର ବହ୍ନି ପ୍ରଜ୍ଵଳିତ କରିଥିଲା ।
→ ପ୍ରତ୍ୟକ୍ଷ କାରଣ :
- ଇଂରେଜ ସରକାରଙ୍କର ପ୍ରିୟାପ୍ରୀତି ତୋଷଣଭାବ, ଅନ୍ୟାୟ, ଅତ୍ୟାଚାର, ଅମଲାମାନଙ୍କର ଦୁର୍ନୀତି, ବଙ୍ଗଳା ଅଫିସରଙ୍କ ଓଡ଼ିଆମାନଙ୍କ ପ୍ରତି ଦୁର୍ବ୍ଯବହାର ଓ ସର୍ବୋପରି ସର୍ବରାକାରମାନଙ୍କର କୂଟ ଚକ୍ରାନ୍ତରେ ଖୋର୍ଦ୍ଧା ରାଜାଙ୍କ ସେନାପତି ଜଗବନ୍ଧୁଙ୍କୁ ତାଙ୍କର ଜମିଦାରୀରୁ ବଞ୍ଚ କରିବା ଯୋଗୁଁ ଖୋର୍ଦ୍ଧାରେ ପାଇକ ବିଦ୍ରୋହ ହୋଇଥିଲା ।
ମନେରଖ :
ଖଜଣା ଅସୁଲ କରି ଜମିଦାର ବା ସରକାରଙ୍କଠାରେ ଦାଖଲ କରିବା କର୍ମଚାରୀଙ୍କୁ ‘ସର୍ବରାକାର ’ କୁହାଯାଏ ।
→ ପାଇକ ବିଦ୍ରୋହରେ ବକ୍ସି ଜଗବନ୍ଧୁଙ୍କ ଭୂମିକା :
- ବକ୍ସି ଜଗବନ୍ଧୁ ଇଂରେଜ ସରକାରଙ୍କର ଚକ୍ରାନ୍ତରେ ଜାଗିରୀ ହରାଇ ବିଦ୍ରୋହୀ ପାଇକମାନଙ୍କର ନେତୃତ୍ଵ ନେଇଥିଲେ ।
- ବିଦ୍ରୋହୀମାନେ ବାଣପୁର ଥାନା ଆକ୍ରମଣ ଓ ଖଜଣାଖାନା ଲୁଟ୍ କରିବାପରେ ପୁରୀରେ ପହଞ୍ଚି ଦ୍ଵିତୀୟ ମୁକୁନ୍ଦଦେବଙ୍କୁ ଖୋର୍ଦ୍ଧା ରାଜାରୂପେ ଘୋଷଣା କଲେ ।
- ଏହି ବିଦ୍ରୋହ ପୁରୀ ଜିଲ୍ଲାର ପିପିଲି, ବାଣପୁର ଓ କଟକ ଜିଲ୍ଲାର ଝଙ୍କଡ଼, କୁଜଙ୍ଗ ପର୍ଯ୍ୟନ୍ତ ବ୍ୟାପିଯାଇଥିଲା ।
- ୧୮୨୩ ମସିହାରେ ଇଂରେଜ ସରକାର ବକ୍ସି ଜଗବନ୍ଧୁଙ୍କର ସମୁଦାୟ ସମ୍ପତ୍ତି ବାଜ୍ୟାପ୍ତ କଲେ ଓ ୧୮୨୫ ମସିହାରେ ସେ କଟକ ସହରରେ ଆତ୍ମସମର୍ପଣ କରିଥିଲେ ।
ମନେରଖ :
1. ସୈନିକ ବା ଅନ୍ୟାନ୍ୟ କୌଣସି କାର୍ଯ୍ୟ କରିବାପାଇଁ ପୁରସ୍କାର ସ୍ବରୂପ ନିଷ୍କର ଜମିକୁ ‘ଜାଗିରୀ’ କୁହାଯାଏ ।
2. ୧୮୨୯ ମସିହା ଜାନୁୟାରୀ ୨୪ ତାରିଖ ଦିନ ବକ୍ସି ଜଗବନ୍ଧୁ ମୃତ୍ୟୁବରଣ କରିଥିଲେ ।
ଓଡ଼ିଶାରେ ଆଦିବାସୀଙ୍କର ବିଦ୍ରୋହ:
→ ଘୁମୁସର ବିଦ୍ରୋହ :
- ୧୮୩୫ ଖ୍ରୀ.ଅ.ରେ ଇଂରେଜ ସରକାର ଘୁମୁସର ଅଧ୍ୟାର କରିବା ପରେ ସେମାନଙ୍କ ବିରୋଧରେ କନ୍ଧମାନେ କରିଥିବା ବିଦ୍ରୋହକୁ ଘୁମୁସର ବିଦ୍ରୋହ କୁହାଯାଏ ।
- ୧୮୩୫ ଖ୍ରୀ.ଅ.ରେ ଘୁମୁସର ରାଜା ଧନଞ୍ଜୟ ଭଞ୍ଜ ଇଂରେଜ ସରକାରକୁ ନିର୍ଦ୍ଧାରିତ କର ଦେବାରେ ଅସମର୍ଥ ହେବାରୁ ଇଂରେଜମାନେ ତାଙ୍କୁ ଶାସନଗାଦିରୁ ହଟାଇଦେବାରୁ କନ୍ଧ ସମ୍ରଦାୟର ମୁଖିଆ ଦୋରା ବିଶୋଇ ଇଂରେଜ ଶାସନ ବିରୋଧରେ ସଂଗ୍ରାମ କରିଥିଲେ ।
- ଦୋରା ବିଶୋଇଙ୍କୁ ଇଂରେଜମାନେ ଅନୁଗୋଳଠାରେ ବନ୍ଦୀକରି ମାନ୍ଦ୍ରାଜ ପଠାଇଲେ ଓ ସେଠାରେ ତାଙ୍କର ମୃତ୍ୟୁ ହେଲା । ମାତ୍ର ତାଙ୍କ ପୁତୁରା ଚକରା ବିଶୋଇ ମୃତ୍ୟୁପର୍ଯ୍ୟନ୍ତ ନିରବଚ୍ଛିନ୍ନ ବିଦ୍ରୋହ ଚାଲୁ ରଖୁଥିଲେ ।
ମନେରଖ :
ସରକାରୀ ନିର୍ଦ୍ଦେଶନାମା ଓ ଆଜ୍ଞାପତ୍ରକୁ ପରୁଆନା କୁହାଯାଏ ।
→ କେନ୍ଦୁଝର ଭୂୟାଁ ବିଦ୍ରୋହ :
- ଭାବେ ପରିଚିତ । ୧୮୬୮ ଖ୍ରୀ.ଅ.ରେ ରତ୍ନା ନାୟକଙ୍କ ନେତୃତ୍ୱରେ ହୋଇଥିବା ବିଦ୍ରୋହ ‘ରତ୍ନାମେଳି’ ଭାବେ ପରିଚିତ । ୧୮୬୮ ଖ୍ରୀ.ଅ.ରେ ରତ୍ନା ନାୟକଙ୍କ ନେତୃତ୍ବରେ ହୋଇଥବା ବିଦ୍ରୋହ ‘ରତ୍ନାମେଳି’ ନାମରେ କଥ୍ ।
- କେନ୍ଦୁଝର ରାଜା ଗଦାଧର ଭଞ୍ଜଙ୍କ ମୃତ୍ୟୁପରେ ତାଙ୍କର ପୋଷ୍ୟପୁତ୍ର ବୃନ୍ଦାବନ ଭଞ୍ଜଙ୍କୁ ଓଡ଼ିଶାର ତତ୍କାଳୀନ କମିଶନର ରେଭେନ୍ସା ଶାସନଗାଦିରୁ ବଞ୍ଚ କରି ଧନୁର୍ଜୟ ଭଞ୍ଜଙ୍କୁ ରାଜଗାଦି ଦେଇଥିଲେ । କିନ୍ତୁ ଗଦାଧର ଭଞ୍ଜଙ୍କ ରାଣୀ ଧନୁର୍ଜୟ ଭଞ୍ଜଙ୍କୁ ସମର୍ଥନ କରୁନଥିଲେ ।
- ୧୮୬୮ ଖ୍ରୀ.ଅ.ରେ ରତ୍ନା ନାୟକ ଓ ନନ୍ଦ ନାୟକଙ୍କ ପରି ଭୂୟାଁ ନେତାମାନେ ଧନୁର୍ଜୟ ଭଞ୍ଜଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି କେନ୍ଦୁଝର ଗଡ଼ ଅବରୋଧ କଲେ ।
- ବଣାଇ, ପାଲଲହଡ଼ା, ଢେଙ୍କାନାଳ ଓ ମୟୂରଭଞ୍ଜର ରାଜାମାନଙ୍କ ସାହାଯ୍ୟରେ ଇଂରେଜମାନେ ଏହି ବିଦ୍ରୋହକୁ ଦମନ କଲେ ଏବଂ ରତ୍ନା ନାୟକ ପ୍ରାଣଦଣ୍ଡ ପାଇଲେ ।
- ୧୮୯୮ ଖ୍ରୀ.ଅ.ରେ ଇଂରେଜ ବିରୋଧୀ ବିଦ୍ରୋହରେ ଭୂୟାଁ ସମ୍ପ୍ରଦାୟର ଧରଣୀଧର ଭୂୟାଁ ନେତୃତ୍ଵ ନେଇଥିଲେ । ଏହି ବିଦ୍ରୋହ ଧରଣୀ ମେଳି ନାମରେ ଖ୍ୟାତ ।
- ୧୮୯୧ ମସିହାରେ ପ୍ରଜାମାନଙ୍କ ବେଠିରେ ରାଜା ଏକ ବନ୍ଧ ନିର୍ମାଣ ପାଇଁ ଆଦେଶ ଦେଲେ । ଧରଣୀଧର ଏହା ବିରୋଧରେ ପ୍ରଜାମାନଙ୍କୁ ଏକାଠି କରି ବିଦ୍ରୋହ କଲେ । ରାଜକୋଷ ଓ କାରାଗାର ଆକ୍ରମଣ କଲେ; ମାତ୍ର ଗଡ଼ ଦଖଲ କରିପାରି ନଥିଲେ । ଶେଷରେ ସେ ବନ୍ଦୀ ହେବାରୁ ଧରଣୀ ମେଳିର ଯବନିକା ପଡ଼ିଲା ।
ମନେରଖ :
ବିନା ବେତନ ବା ପାରିଶ୍ରମିକରେ ବାଧ୍ୟତା-ମୂଳକ ସେବାକୁ ‘ବେଠି’ କୁହାଯାଏ ।
→ କୋହ୍ଲ ବିଦ୍ରୋହ :
- ମୟୂରଭଞ୍ଜର କୋହ୍ଲ ସମ୍ପ୍ରଦାୟର ପ୍ରଥମେ ଇଂରେଜମାନଙ୍କ ସହ ଭଲ ସମ୍ପର୍କ ଥିଲେ ହେଁ ଘଟଣାକ୍ରମେ ସେମାନେ ଇଂରେଜ ବିରୋଧୀ ବିଦ୍ରୋହ କରିଥିଲେ ।
- କୋହ୍ଲ ଅଧିକୃତ ଜମିକୁ ଦଖଲ କରିବାପାଇଁ ସିଂହଭୂମ ରାଜା ଉଦ୍ୟମ କରିବାକୁ ୧୮୨୦ ଖ୍ରୀ.ଅ.ରେ କୋହ୍ଲମାନେ ସିଂହଭୂମ ରାଜା ଘନଶ୍ୟାମ ସିଂହଙ୍କ ବିରୁଦ୍ଧରେ ବିଦ୍ରୋହ କଲେ । ରାଜା ବିଦ୍ରୋହ ଦମନ କରିନପାରି ଇଂରେଜ ଶାସକଙ୍କ ସହାୟତା ଲୋଡ଼ିଲେ ଏବଂ ବିଦ୍ରୋହ ଦମନ ହେଲା ।
- ବାମନଘାଟୀ ଜମିଦାର ମୟୂରଭଞ୍ଜ ରାଜାଙ୍କ ନିୟନ୍ତ୍ରଣରୁ ମୁକ୍ତ ହେବାକୁ ଚାହୁଁଥିଲେ; ମାତ୍ର ରାଜା ଜମିଦାରଙ୍କୁ ସମସ୍ତ କ୍ଷମତା ଓ ଅଧିକାରରୁ ବଞ୍ଚିତ କରିବାକୁ ଚାହିଁଲେ । କୋହ୍ଲମାନେ ଜମିଦାରଙ୍କୁ ସମର୍ଥନ କଲେ ।
- ୧୮୩୧ ଡିସେମ୍ବରରେ କମିଶନର ଷ୍ଟକ୍ୱେଲଙ୍କ ମଧ୍ୟସ୍ଥତାରେ ଆଲୋଚନା ବିଫଳ ହେବାରୁ କନ୍ଧମାନେ ପୁଣି ବିଦ୍ରୋହ କଲେ ।
- ବାରମ୍ବାର କୋହୁମାନଙ୍କର ଆନ୍ଦୋଳନର କାରଣର ଅନୁସନ୍ଧାନ କରିବାପାଇଁ ଇଂରେଜ ସରକାର ବଙ୍ଗ ସରକାରଙ୍କୁ ପରାମର୍ଶ ଦେଇଥିଲେ ।
- ସରକାରଙ୍କଦ୍ୱାରା ନିଯୁକ୍ତ ବାମନଘାଟୀର ନୂତନ ଜମିଦାର ମାଧବଦାସ ମହାପାତ୍ରଙ୍କୁ ମଧ୍ୟ କୋହୁମାନେ ଗ୍ରହଣ କରିନଥିଲେ ।
- କୋହ୍ଲମାନେ ବାରମ୍ବାର ବିଦ୍ରୋହରେ ଲିପ୍ତ ରହି ଜମିଦାର ମାଧବଦାସ ମହାପାତ୍ରଙ୍କୁ ମାରିବାପାଇଁ ଧମକ ଦେବାରୁ ସେ ନରସିଂହଗଡ଼କୁ ପଳାୟନ କଲେ ।
- ଏହି ସୁଯୋଗରେ ମୟୂରଭଞ୍ଜ ରାଜା କୋହ୍ଲମାନଙ୍କୁ ବାମନଘାଟୀରୁ ତଡ଼ି ଏହାକୁ ନିଜ ଅଧୀନକୁ ଆଣିଲେ; ମାତ୍ର କୋହ୍ଲମାନେ ସେମାନଙ୍କର ବିଦ୍ରୋହ ଅବ୍ୟାହତ ରଖିଲେ ।
- ଉଇଲକିନ୍ସନ୍ ବଙ୍ଗ ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ସୁପାରିସ କଲେ । କଟକ କମିଶନର ହେନେରୀ ରିକେଟ୍ ମଧ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ପରାମର୍ଶ ଦେବାରୁ ସୈନ୍ୟବାହିନୀ ପଠାଗଲା ଓ ବିଦ୍ରୋହୀମାନେ ଆତ୍ମସମର୍ପଣ କରିବାରୁ ବିଦ୍ରୋହର ଅବସାନ ଘଟିଲା ।
→ ସାନ୍ତାଳ ବିଦ୍ରୋହ :
- ମୟୂରଭଞ୍ଜର ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କର ମୃତ୍ୟୁପରେ ଇଂରେଜ ସରକାର ମୟୂରଭଞ୍ଜର ଶାସନ ଦାୟିତ୍ଵ ନେଇ ଶାସନର ସୁପରିଚାଳନା ପାଇଁ ଆଞ୍ଚଳିକ ସର୍ଦାର, ପ୍ରଧାନ ଓ ଅମଲାମାନଙ୍କ ଉପରେ ନିର୍ଭର କଲେ ।
- ନିଜ ରାଜ୍ୟରେ ବିଦେଶୀ ମୁଖ୍ୟଙ୍କୁ ଗ୍ରହଣ କରିନପାରି କଙ୍କା ମାଝି ଓ କାଳିଆ ମହାନ୍ତଙ୍କ ନେତୃତ୍ୱରେ ଏକ ବିଦ୍ରୋହ ଜନ୍ମ ନେଲା, ଯାହାକୁ ‘ସାନ୍ତାଳ ବିଦ୍ରୋହ’ କୁହାଯାଏ ।
ମନେରଖ :
ବିଦ୍ରୋହୀମାନେ କଙ୍କାମାଝିଙ୍କୁ ରାଜା, କାଳିଆ ମହାନ୍ତଙ୍କୁ ପ୍ରଧାନମନ୍ତ୍ରୀ ଓ ନୟନ ସିଂଙ୍କୁ ସେନାପତି ଭାବେ ନିର୍ବାଚିତ କରି କଙ୍କା-କାଳିଆ ସରକାର ଗଠନ କରିଥିଲେ ।
- ଏହି ବିଦ୍ରୋହ ପାଇଁ ମୁଖ୍ୟ କାରଣଗୁଡ଼ିକ ହେଲା – ରାଜସ୍ୱ ଆଦାୟ, ଅମଲାମାନଙ୍କ ଅବହେଳା, ସମାଜରେ ଶ୍ରେଣୀବିଭାଗ ଏବଂ ପ୍ରଥମ ବିଶ୍ଵଯୁଦ୍ଧରେ ଫ୍ରାନ୍ସରେ କାର୍ଯ୍ୟ କରିବାକୁ ଆଦିବାସୀଙ୍କ ଅନିଚ୍ଛା ।
- ୧୯୧୭ ମସିହାରେ ବିଦ୍ରୋହୀମାନେ ବେତନଟୀ ହାଟରେ ଇଂରେଜ ଶାସନ ଓ ଜମିଦାରୀ ଶୋଷଣ ବିରୋଧରେ ପ୍ରତିବାଦ କରି ଦୋକାନବଜାର ଲୁଣ୍ଠନ କଲେ ।
- ମୟୂରଭଞ୍ଜ ରାଜା ଓ ଇଂରେଜ ଶାସକଙ୍କ ମିଳିତ ଉଦ୍ୟମରେ ବିଦ୍ରୋହ ଦମନ ହେଲା ।
→ ୧୮୫୭ ମସିହାର ମହାନ୍ ବିଦ୍ରୋହ :
- ବାଣିଜ୍ୟ କୋଠି ଓ ଦୁର୍ଗଗୁଡ଼ିକର ସୁରକ୍ଷା ଏବଂ ସାମ୍ରାଜ୍ୟର ସୁରକ୍ଷା ଓ ବିସ୍ତାର ପାଇଁ କମ୍ପାନୀ ସୈନ୍ୟବାହିନୀ ଗଠନ କରିଥିଲା ଓ ସେଥିରେ ଯୋଗଦେଇଥିବା ଭାରତୀୟମାନଙ୍କୁ ସିପାହୀ କୁହାଯାଉଥିଲା ।
- ବିଭିନ୍ନ କାରଣରୁ ସେହି ସିପାହୀମାନେ ୧୮୫୭ ମସିହାରେ କମ୍ପାନୀ ଶାସନ ବିରୋଧରେ ବିଦ୍ରୋହ କରିଥିଲେ, ଯାହା ୧୮୫୭ ମସିହାର ମହାନ୍ ବିଦ୍ରୋହ ନାମରେ ପରିଚିତ ।
→ ରାଜନୈତିକ କାରଣ :
- ଲର୍ଡ ୱେଲେସ୍ଲିଙ୍କ ସାମନ୍ତ ସନ୍ଧି ଏବଂ ଲର୍ଡ ଡେଲ୍ହାଉସୀଙ୍କ ରାଜ୍ୟସ୍ୱତ୍ୱ ଲୋପନୀତି ଫଳରେ ଅନେକ ଦେଶୀୟ ରାଜା ନିଜ ନିଜର ରାଜ୍ୟ ହରାଇଥିଲେ ।
- ମୋଗଲ ସମ୍ରାଟ ବାହାଦୁର ଶାହାଙ୍କୁ ଅନ୍ୟାୟ ଭାବେ ଦିଲ୍ଲୀର ଲାଲକିଲ୍ଲାରୁ କୁତବକୁ ପଠାଇ ଦିଆଗଲା ।
- ଅଯୋଧ୍ୟାକୁ ଇଂରେଜ ସାମ୍ରାଜ୍ୟରେ ମିଶାଇ ଦିଆଗଲା ।
- ପେଶବା ଦ୍ଵିତୀୟ ବାଜିରାଓଙ୍କ ମୃତ୍ୟୁ ପରେ ତାଙ୍କର ପୋଷ୍ୟପୁତ୍ର ନାନାସାହେବଙ୍କର ଭତ୍ତା ବନ୍ଦ କରି ଦିଆଗଲା ।
→ ସାମାଜିକ କାରଣ :
- ସତୀଦାହ ପ୍ରଥା ଉଚ୍ଛେଦ ଓ ବିଧବା ବିବାହ ପ୍ରଚଳନ କରାଗଲା ।
- ଧର୍ମାନ୍ତରିତ ବ୍ୟକ୍ତି ପୈତୃକ ସମ୍ପତ୍ତିରୁ ବଞ୍ଚତ ହେବେ ନାହିଁ ବୋଲି ଆଇନ ହେଲା ।
- ରେଳଗାଡ଼ି ଚଳାଚଳ ଏବଂ ଡାକତାର ବ୍ୟବସ୍ଥାର ପ୍ରଚଳନ ଭାରତର ସାମାଜିକ ବ୍ୟବସ୍ଥାକୁ ଭାଙ୍ଗିଦେବ ବୋଲି ଭାରତୀୟମାନଙ୍କର ଆଶଙ୍କା ହେଲା ।
ମନେରଖ :
ମୃତ ପତିର ଚିତାଗ୍ନିରେ ପତ୍ନୀକୁ ବଳପୂର୍ବକ ଭାବେ ଝାସ ଦେବାକୁ ବାଧ୍ୟକରିବା ସ୍ତ୍ରୀର ସହମରଣ ଗ୍ରହଣ କରାଇବାର ପ୍ରଥାକୁ ‘ସତୀପ୍ରଥା’ କୁହାଯାଏ ।
→ ଧର୍ମଗତ କାରଣ :
- ପାଦ୍ରୀମାନେ ଖ୍ରୀଷ୍ଟଧର୍ମ ପ୍ରତି ଲୋକମାନଙ୍କୁ ଆଗ୍ରହୀ କରାଇଲେ ।
- ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଭାରତୀୟମାନଙ୍କୁ ଆଖ୍ୟାଗରେ ରଖ୍ ଧର୍ମାନ୍ତରିତ ବ୍ୟକ୍ତିମାନଙ୍କର ପୈତୃକ ସମ୍ପତ୍ତିରେ ଅଧ୍ୟାର ରହିବ ବୋଲି ଆଇନ ହେଲା । ଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଇଲା ।
→ ସାମରିକ କାରଣ :
- ସିପାହୀମାନଙ୍କୁ ସ୍ଵଳ୍ପ ବେତନ ଦିଆଯାଉଥିଲା ଏବଂ ସେମାନଙ୍କ ପ୍ରତି ଅବହେଳା କରାଯାଉଥିଲା ।
- ଗୋରା ସୈନ୍ୟମାନଙ୍କୁ ଭାରତୀୟ ସୈନ୍ୟମାନଙ୍କ ତୁଳନାରେ ଅଧିକ ସୁବିଧା ସୁଯୋଗ ଦିଆଯାଉଥିଲା ।
- ସିପାହୀମାନଙ୍କର ଧର୍ମବିଶ୍ଵାସରେ ଇଂରେଜ ସରକାର ହସ୍ତକ୍ଷେପ କରୁଥିଲେ ।
- ସିପାହୀମାନେ ସମୁଦ୍ର ପାର ହୋଇ ବିଦେଶରେ ଯୁଦ୍ଧ କରିବାପାଇଁ ଆଇନ ପ୍ରଣୀତ ହେଲା । ଏହା ସେମାନଙ୍କୁ କ୍ଷୁବ୍ଧ କରିଥିଲା ।
→ ଅର୍ଥନୈତିକ କାରଣ :
- ଲର୍ଡ କର୍ଡୱାଲିସ୍ଙ୍କ ଚିରସ୍ଥାୟୀ ବନ୍ଦୋବସ୍ତ ଫଳରେ କୃଷକ ଶ୍ରେଣୀର ଦାରିଦ୍ର୍ୟ ଓ ଅସନ୍ତୋଷ ବୃଦ୍ଧି ହେଲା ।
- ଦେଶୀୟ ଶାସକମାନେ ରାଜ୍ୟ ହରାଇବା ଫଳରେ ସେମାନଙ୍କ ଅଧସ୍ତନ କର୍ମଚାରୀମାନେ ବେକାର ହେଲେ । ଅନେକ ଜମିଦାରଙ୍କଠାରୁ ଜମିଦାରୀ ଛଡ଼।ଇ ନିଆଗଲା ଓ ରାଜସ୍ୱ ଆଦାୟକାରୀ କର୍ମଚାରୀମାନେ କୃଷକମାନଙ୍କୁ ଶୋଷଣ କରିବାରେ ଲାଗିଲେ ।
- କମ୍ପାନୀର ଶିଳ୍ପନୀତି ଯୋଗୁ ଦେଶୀୟ କୁଟୀରଶିଳ୍ପ ଲୋପ ପାଇଲା ଓ ଲୋକେ ବେକାର ହେଲେ ।
→ ପ୍ରତ୍ୟକ୍ଷ କାରଣ :
- ୧୮୫୭ ମସିହାରେ ସିପାହୀମାନଙ୍କୁ ‘ଏନ୍ଫିଲଡ୍’ ବନ୍ଧୁକ ବ୍ୟବହାର ପାଇଁ ବାଧ୍ୟ କରାଗଲା । ଏହାର ଗୁଳିକୁ ବ୍ୟବହାର କଲାବେଳେ ଗୁଳିର ଖୋଳକୁ ଦାନ୍ତରେ କାମୁଡ଼ି ଛିଡ଼ାଇବାକୁ ପଡୁଥିଲା । ଏହି ଖୋଳରେ ଗାଈ ଓ ଘୁଷୁରୀର ଚର୍ବି ଦିଆଯାଇଛି ବୋଲି ଜନରବ ହେଲା । ଏହାକୁ ସିପାହୀମାନେ ସେମାନଙ୍କ ଧର୍ମ ଉପରେ ହସ୍ତକ୍ଷେପ ବୋଲି ଭାବିଲେ ।
- ୧୮୫୭ ମସିହା ମାର୍ଚ୍ଚ ମାସ ୨୯ ତାରିଖରେ ବଙ୍ଗର ବାରାପୁରଠାରେ ସିପାହୀ ମଙ୍ଗଳ ପାଣ୍ଡେ ଏନ୍ଫିଲ୍ଡ୍ ବନ୍ଧୁକ ବ୍ୟବହାର କରିବାକୁ ମନା କରିଦେଲେ । ଇଂରେଜ ଅଫିସର ତାଙ୍କୁ ବାଧ୍ୟ କରିବାରୁ ସେ ସେହି ଅଫିସରଙ୍କୁ ହତ୍ୟା କଲେ । ଏଥିପାଇଁ ମଙ୍ଗଳ ପାଣ୍ଡେଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା । ଏହି ଘଟଣାର ଦୁଇମାସ ପରେ ‘ସିପାହୀ ବିଦ୍ରୋହ’ ସାରା ଦେଶରେ ବ୍ୟାପିଗଲା ।
→ ବିଦ୍ରୋହର ଗତି :
- ସିପାହୀମାନେ ଅନେକ ଇଂରେଜ କର୍ମଚାରୀଙ୍କୁ ହତ୍ୟାକଲେ ଓ ସେମାନଙ୍କ ଘର ପୋଡ଼ିଦେଲେ । ବିଦ୍ରୋହୀମାନେ ମୋଗଲ ସମ୍ରାଟ ବାହାଦୁର ଶାହ ଜାଫରଙ୍କୁ ଭାରତ ସମ୍ରାଟ ବୋଲି ଘୋଷଣା କଲେ ।
- କ୍ରମେ ଏହି ବିଦ୍ରୋହ ମଧ୍ୟଭାରତ, ରାଜପୁତନା, ମହାରାଷ୍ଟ୍ର ଏବଂ ବିହାରକୁ ବ୍ୟାପିଗଲା । ଦିଲ୍ଲୀ, ଲକ୍ଷ୍ନୌ, କାନପୁର, ବରେଲି ଏବଂ ଝାନ୍ସୀରେ ଏହି ବିଦ୍ରୋହ ଗୁରୁତର ଆକାର ଧାରଣ କରିଥିଲା ।
- କାନପୁରରେ ବିଦ୍ରୋହୀ ନାନାସାହେବ ଏବଂ ତାଙ୍କ ମନ୍ତ୍ରୀ ତାନ୍ତିଆ ତୋପେ, ଝାନ୍ସୀରେ ରାଣୀ ଲକ୍ଷ୍ମୀବାଈ, ସମ୍ବଲପୁରରେ ବୀର ସୁରେନ୍ଦ୍ରସାଏଙ୍କ ନେତୃତ୍ୱରେ ବିଦ୍ରୋହ ପରିଚାଳିତ ହେଲା ।
→ ବିଦ୍ରୋହ ଦମନ :
- ତତ୍କାଳୀନ ଗଭର୍ଣ୍ଣର ଜେନେରାଲ୍ ଲର୍ଡ କ୍ୟାନିଂ ସିପାହୀ ବିଦ୍ରୋହକୁ ଦୃଢ଼ ହସ୍ତରେ ଦମନ କରିଥିଲେ । ତାଙ୍କୁ ସାହାଯ୍ୟ କରିବାପାଇଁ ହାଇଦ୍ରାବାଦ, ନେପାଳ, ପଞ୍ଜାବର ଶାସକମାନେ ସୈନ୍ୟ ପଠାଇଥିଲେ ।
- ମୋଗଲ ସମ୍ରାଟ ଦ୍ଵିତୀୟ ବାହାଦୁର ଶାହା ଜାଫରଙ୍କୁ ବନ୍ଦୀକରି ରେଙ୍ଗୁନ୍ସ୍ଥିତ ମାଣ୍ଡାଲେ ଜେଲ୍ରେ ରଖାଗଲା ।
- ଝାନ୍ସୀ ରାଣୀ ଲକ୍ଷ୍ମୀବାଈ, ଜଗଦୀଶପୁରର ଜମିଦାର କନ୍ର ସିଂ ଯୁଦ୍ଧକ୍ଷେତ୍ରରେ ନିହତ ହୋଇଥିଲେ । ତାନ୍ତିଆ ତୋପେ ପରାସ୍ତ ହୋଇ ବନ୍ଦୀ ହେଲେ । କାନପୁରଠାରେ ନାନାସାହେବ ପରାସ୍ତ ହୋଇ ନେପାଳର ଜଙ୍ଗଲ ଅଞ୍ଚଳକୁ ପଳାୟନ କଲେ ।
→ ବିଦ୍ରୋହର ଫଳାଫଳ :
- ୧୮୫୮ ମସିହାରେ ଆଇନ ପ୍ରଣୀତ ହୋଇ ଭାରତର ଶାସନଭାର ଇଷ୍ଟଇଣ୍ଡିଆ କମ୍ପାନୀ ହାତରୁ ବିଲାତ ସରକାରଙ୍କ ହାତକୁ ଗଲା ।
ମନେରଖ :
ଲର୍ଡ କ୍ୟାଟିଂ ଥିଲେ ଭାରତର ପ୍ରଥମ ଭାଇସ୍ରାଏ ।
- ବିଲାତ ସରକାରଙ୍କ ଜଣେ ମନ୍ତ୍ରୀ ଭାରତ ଶାସନ ଦାୟିତ୍ଵରେ ରହିଲେ । ରାଣୀଙ୍କ ପ୍ରତିନିଧ୍ ଭାବରେ ଗଭର୍ଣ୍ଣର ଜେନେରାଲ ଭାରତରେ ଶାସନକାର୍ଯ୍ୟ ପରିଚାଳନା କଲେ । ତାଙ୍କୁ ଭାଇସ୍ରାଏ କୁହାଗଲା ।
- ଲର୍ଡ କ୍ୟାମିଂ ଆଲ୍ଲାହାବାଦଠାରେ ୧୮୫୮ ମସିହା ନଭେମ୍ବର ୧ ତାରିଖରେ ରାଣୀ ଭିକ୍ଟୋରିଆଙ୍କ ଘୋଷଣାପତ୍ର ପାଠ କଲେ ।
→ ୧୮୫୭ ବିଦ୍ରୋହରେ ଓଡ଼ିଶାର ଭୂମିକା :
- ୧୮୫୭ର ଜାତୀୟ ବିଦ୍ରୋହରେ ଓଡ଼ିଶାର ବୀର ସୁରେନ୍ଦ୍ର ସାଏଙ୍କ ଅବଦାନ ଉଲ୍ଲେଖନୀୟ ଥିଲା । ସେ ସମ୍ବଲପୁରର ଚୌହାନ୍ ରାଜବଂଶରେ ଜନ୍ମଗ୍ରହଣ କରିଥିଲେ ।
- ସମ୍ବଲପୁର ସିଂହାସନର ନ୍ୟାର୍ଯ୍ୟ ଅସ୍ଵୀକାରରୁ ଇଂରେଜମାନେ ତାଙ୍କୁ ବଞ୍ଚ କରିବାରୁ ସେ ଇଂରେଜମାନଙ୍କ ବିରୋଧରେ ବିଦ୍ରୋହ କଲେ ।
- ୧୮୪୦ ମସିହାରେ ତାଙ୍କୁ ବନ୍ଦୀ କରାଯାଇ ହଜାରିବାଗ ଜେଲ୍ରେ ରଖ।ଗଲା ।
- ୧୮୫୭ ଜୁଲାଇ ୩୧ ତାରିଖ ଦିନ ବିଦ୍ରୋହୀମାନେ ହଜାରିବାଗ ଜେଲ ଭାଙ୍ଗି ସୁରେନ୍ଦ୍ର ସାଏ ଏବଂ ତାଙ୍କ ସାନଭାଇ ଉଦନ୍ତ ସାଏଙ୍କୁ ମୁକ୍ତ କରିଥିଲେ । ସେ ସମ୍ବଲପୁର ଆସି ଆଦିବାସୀମାନଙ୍କୁ ସଂଗଠିତ କରି ଇଂରେଜମାନଙ୍କ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ ।
- ୧୮୫୭ ବିଦ୍ରୋହରେ ସେ ସମ୍ବଲପୁରର ନେତୃତ୍ଵ ନେଇଥିଲେ ଏବଂ ତାନ୍ତିଆ ତୋପେ, ଲକ୍ଷ୍ମୀବାଈ ଓ ନାନାସାହେବଙ୍କ ସହ ସମକକ୍ଷ ଥିଲେ ।
- ୧୮୬୪ ମସିହା ଜାନୁଆରୀ ମାସ ୨୩ ତାରିଖ ଦିନ ଇଂରେଜମାନଙ୍କଦ୍ୱାରା ବୀର ସୁରେନ୍ଦ୍ର ସାଏ ବନ୍ଦୀ ହୋଇ ଅସିରଗଡ଼ ଦୁର୍ଗରେ ଆଜୀବନ ବନ୍ଦୀ ଭାବେ ରହିଥିଲେ । ସେଠାରେ ସେ ୧୮୮୪ ମସିହା ଫେବୃୟାରୀ ମାସ ୨୮ ତାରିଖ ଦିନ ପ୍ରାଣତ୍ୟାଗ କରିଥିଲେ ।
ଆମେ କ’ଣ ଶିଖୁ ?
- ୧୮୦୩ରେ ଇଂରେଜମାନଙ୍କର ଓଡ଼ିଶା ଅଧିକାର ଓ ୧୮୦୪ରେ ଖୋର୍ଦ୍ଧାରେ ପାଇକ ବିଦ୍ରୋହ ।
- ଓଡ଼ିଶାର ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କର ତ୍ୟାଗ, ନିଷ୍ଠା ଓ ଦେଶପ୍ରୀତିର ନିଦର୍ଶନ ।
- ପାଇକ ଆଖଡ଼ାଶାଳର ଗୁରୁତ୍ଵ ।
- ଖୋର୍ଦ୍ଧାର ସେନାପତି ବକ୍ସି ଜଗବନ୍ଧୁଙ୍କ ପ୍ରତି ଇଂରେଜମାନଙ୍କର ଅନ୍ୟାୟ ଓ ଅତ୍ୟାଚାର ।
- ଓଡ଼ିଶାରେ ଇଂରେଜମାନଙ୍କ ବିରୋଧରେ ହୋଇଥିବା ଆଦିବାସୀ ବିଦ୍ରୋହ ଯଥା ‘‘ଘୁମୁସର ବିଦ୍ରୋହ’’, ‘‘ରତ୍ନାମେଳି’’, ‘ଧରଣୀମେଳି’’ ଓ ‘ସାନ୍ତାଳ ବିଦ୍ରୋହ’’ର ପ୍ରଭାବ ।
- ୧୮୫୭ ମସିହାର ମହାନ୍ ବିଦ୍ରୋହର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ କାରଣ ଓ ରାଣୀ ଭିକ୍ଟୋରିଆଙ୍କର ଘୋଷଣାପତ୍ର ପଠନ ।
- ସମ୍ବଲପୁରର ସୁଯୋଗ୍ୟ ସନ୍ତାନ ବୀର ସୁରେନ୍ଦ୍ର ସାଏଙ୍କର ଇଂରେଜମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ ଓ ପ୍ରାଣତ୍ୟାଗ ।
ଖ୍ରୀଷ୍ଟାବ୍ଦ ସମ୍ପର୍କିତ ଘଟଣାବଳୀ: