Odisha State Board BSE Odisha 6th Class History Notes Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍ଥାନ will enable students to study smartly.
BSE Odisha Class 6 History Notes Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍ଥାନ
ବିଷୟ ବସ୍ତୁ
ଉପକ୍ରମ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଚାଣକ୍ୟ, ମେଗାସ୍ଥିନିସ୍, ବିନ୍ଦୁସାର, ଅଶୋକ, କଳିଙ୍ଗ ଯୁଦ୍ଧ, ଅଶୋକଙ୍କ ବୌଦ୍ଧଧର୍ମ ଗ୍ରହଣ ଓ ପ୍ରଚାର, ଶିଳାଲିପି, ଧର୍ମ ମହାପାତ୍ର, ଲୋକହିତକର କାର୍ଯ୍ୟ, ଭାରତ ବାହାର ଦେଶ ସହ ସମ୍ପର୍କ, ଅଶୋକ ସ୍ତମ୍ଭ ।
→ କ) ଉପକ୍ରମ
- ପ୍ରାଚୀନ କାଳରେ ଉତ୍ତର ଭାରତରେ ମୌର୍ଯ୍ୟ ବଂଶର ରାଜାମାନଙ୍କ ଦ୍ବାରା ଦୀର୍ଘ ୨୦୦ ବର୍ଷ କାଳ ମଗଧ ନାମକ ଏକ ଶକ୍ତିଶାଳୀ ସାମ୍ରାଜ୍ୟ ତିଷ୍ଠି ରହିଥିଲା ।
- ମୌର୍ଯ୍ୟ ବଂଶର ଶାସନ ପୂର୍ବରୁ ଏଠାରେ ନିଷ୍ଠୁର ଓ ଅତ୍ୟାଚାରୀ ନନ୍ଦବଂଶର ଶାସକମାନେ ଶାସନ କରୁଥିଲେ ।
- ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସହାୟତାରେ ଚାଣକ୍ୟ ମଗଧରୁ ନନ୍ଦବଂଶର ଶାସନ ଲୋପ କରିଥିଲେ । ଏହା ଫଳରେ ମଗଧରେ ମୌର୍ଯ୍ୟଶାସନ ପ୍ରତିଷ୍ଠିତ ହେଲା ।
- ମନେରଖ : ମୌର୍ଯ୍ୟ ସାମ୍ରାଜ୍ୟ ଓ ଶାସନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମୋଗାସ୍ଥିନିସ୍ଙ୍କ ଦ୍ବାରା ଲିଖତ ‘ଇଣ୍ଡିକା’ ଚାଣକ୍ୟଙ୍କ ‘ଅର୍ଥଶାସ୍ତ୍ର’’ ଓ ଅଶୋକଙ୍କ ଶିଳାଲେଖମାନଙ୍କରୁ ମିଳିଛି ।
→ (ଖ) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ:
- ନନ୍ଦ ରାଜା ଧନ ନନ୍ଦଙ୍କୁ ପରାସ୍ତ କରି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ମଗଧରେ ମୌର୍ଯ୍ୟ ଶାସନ ଆରମ୍ଭ କରିଥିଲେ ।
- ଏହି ସମୟରେ ଆଲେକ୍ଜାଣ୍ଡାରଙ୍କ ସେନାପତି ସେଲିଭକସ୍ ନିକ୍ତାରଙ୍କୁ ଚନ୍ଦ୍ରଗୁପ୍ତ ପରାସ୍ତ କରି ଗ୍ରୀକ୍ ଅଧୂକୃତ, ଆଫଗାନିସ୍ଥାନ, ବେଲୁଚିସ୍ଥାନ ପ୍ରଭୃତି ଅଞ୍ଚଳକୁ ନିଜ ସାମ୍ରାଜ୍ୟଭୁକ୍ତ କରାଇଥିଲେ ।
- ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସାମ୍ରାଜ୍ୟ ଉତ୍ତର ପଶ୍ଚିମରେ ପାରସ୍ୟ ପର୍ଯ୍ୟନ୍ତ, ପୂର୍ବରେ ବିହାର, ପଶ୍ଚିମରେ ସୌରାଷ୍ଟ୍ର ଏବଂ ଦକ୍ଷିଣରେ କର୍ଣ୍ଣାଟକ ପର୍ଯ୍ୟନ୍ତ ବ୍ୟାପିଥିଲା ।
- ଅତୀତରେ ପାଟଳୀପୁତ୍ର (ବର୍ତ୍ତମାନ ବିହାରର ପାଟଣା) ଥିଲା ତାଙ୍କ ସାମ୍ରାଜ୍ୟର ରାଜଧାନୀ ।
- ସେ ଦୀର୍ଘ ୨୫ ବର୍ଷ କାଳ ରାଜତ୍ଵ କରି ଖ୍ରୀଷ୍ଟପୂର୍ବ ୨୯୮ ମସିହାରେ ମୃତ୍ୟୁବରଣ କରିଥିଲେ ।
→ (ଗ) ଚାଣକ୍ୟ :
- ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ମୁଖ୍ୟ ଉପଦେଷ୍ଟା ଥିଲେ ଚାଣକ୍ୟ ।
- ତାଙ୍କର ଅନ୍ୟନାମ ଥିଲା କୌଟିଲ୍ୟ ।
- ଚାଣକ୍ୟ ‘ଅର୍ଥଶାସ୍ତ୍ର’ ନାମକ ଏକ ମହାନ୍ ଗ୍ରନ୍ଥ ରଚନା କରିଥିଲେ ।
- ଏହି ଗ୍ରନ୍ଥରେ ମୌର୍ଯ୍ୟ ସାମ୍ରାଜ୍ୟର ଶାସନ ପଦ୍ଧତି ଏବଂ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ସମ୍ପର୍କରେ ବର୍ଣ୍ଣିତ ହୋଇଛି ।
→ (ଘ) ମେଗାସ୍ଥିନିସ୍
- ଗ୍ରୀକ୍ର ରାଜଦୂତ ମୋଗସ୍ଥିନିସ୍ ସେଲିଉକସ୍ ନପିକ୍ତାରଙ୍କ ନିର୍ଦ୍ଦେଶରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଦରବାରକୁ ଆସିଥିଲେ ।
- ସେ ମୌର୍ଯ୍ୟଙ୍କ ଦରବାରରେ ୫ ବର୍ଷର ରହଣି ସମୟରେ ଭାରତ ସମ୍ବନ୍ଧରେ ଯେଉଁ ବିବରଣୀ ଲେଖୁଥିଲେ ତାହାର ନାମ ଥିଲା ‘ଇଣ୍ଡିକା’।
- ସେଥୁରେ ମୌର୍ଯ୍ୟ ରାଜତ୍ଵ ଓ ଶାସନ ବ୍ୟବସ୍ଥା, ରାଜପ୍ରାସାଦ ଓ ପାଟଳୀପୁତ୍ର ନଗରର ବର୍ଣ୍ଣନା କରାଯାଇଛି ।
→ (ଙ) ବିନ୍ଦୁସାର :
- ଚନ୍ଦ୍ରଗୁପ୍ତଙ୍କ ପରେ ତାଙ୍କର ପୁତ୍ର ବିନ୍ଦୁସାର ସିଂହାସନ ଆରୋହଣ କରିଥିଲେ ।
- ସେ ଜଣେ ପରାକ୍ରମଶାଳୀ ସମ୍ରାଟ ରୂପେ ପିତାଙ୍କ ବିଶାଳ ସାମ୍ରାଜ୍ୟକୁ ଶାସନ କରୁଥିଲେ ।
- ତାଙ୍କର ରାଜତ୍ଵକାଳରେ ସେ ୧୬ ଜଣ ରାଜାଙ୍କୁ ପରାସ୍ତ କରି ସେମାନଙ୍କର ରାଜ୍ୟକୁ ନିଜ ସାମ୍ରାଜ୍ୟଭୁକ୍ତ କରିଥିଲେ ।
- ମନେରଖ: ଗ୍ରୀକ୍ମାନେ ବିନ୍ଦୁସାରଙ୍କୁ ‘ଅମିତ୍ରଘାତ’ ଉପାଧ୍ ଦେଇଥିଲେ ।
→ ଅଶୋକ :
- ଖ୍ରୀ.ପୂ. ୨୭୩ ମସିହାରେ ବିନ୍ଦୁସାରଙ୍କ ପରେ ଅଶୋକ ମୌର୍ଯ୍ୟ ସାମ୍ରାଜ୍ୟର ଶାସକ ହୋଇଥିଲେ । ସେ ତକ୍ଷଶୀଳା ଓ ଉଜ୍ଜୟିନୀର ପ୍ରାଦେଶିକ ଶାସନକର୍ତ୍ତା ରୂପେ ନିଯୁକ୍ତ ହୋଇଥିଲେ ।
- ଅଶୋକଙ୍କ ନିଷ୍ଠୁର ଓ ଭୟଙ୍କର ପ୍ରକୃତି ପାଇଁ ତାଙ୍କୁ ‘ଚଣ୍ଡାଶୋକ’ ବୋଲି କୁହାଯାଉଥିଲା ।
- ବିନ୍ଦୁସାରଙ୍କ ମୃତ୍ୟୁପରେ ଅଶୋକ ମଗଧ ସିଂହାସନ ଆରୋହଣ କରିଥିଲେ; କିନ୍ତୁ ତାଙ୍କର ଅଭିଷେକ ଚାରିବର୍ଷପରେ ହୋଇଥିଲା ।
→ (ଛ) କଳିଙ୍ଗ ଯୁଦ୍ଧ
- ସୁବର୍ଣ୍ଣରେଖା ନଦୀଠାରୁ ଗୋଦାବରୀ ନଦୀ ପର୍ଯ୍ୟନ୍ତ ପୂର୍ବ ସାଗର କୂଳବର୍ତୀ ଅଞ୍ଚଳ ପ୍ରାଚୀନ ଭାରତର ଏକ ଶକ୍ତିଶାଳୀ ସ୍ଵାଧୀନରାଷ୍ଟ୍ର କଳିଙ୍ଗ ରାଷ୍ଟ୍ର ଅନ୍ତର୍ଭୁକ୍ତ ଥିଲା ।
- ଅଶୋକ ନିଜ ସାମ୍ରାଜ୍ୟର ନିକଟରେ ଥିବା ଏକ ସ୍ବାଧୀନ ଓ ଶକ୍ତିଶାଳୀ ରାଷ୍ଟ୍ରର ସ୍ଥିତିକୁ ସହ୍ୟ କରିପାରିନଥିଲେ ।
- ମନେରଖ : ମଗଧ ସାମ୍ରାଜ୍ୟର ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଅଶୋକ ଖ୍ରୀ.ପୂ. ୨୬୧ ମସିହାରେ କଳିଙ୍ଗ ଆକ୍ରମଣ କରିଥିଲେ ।
- ଏହି ଯୁଦ୍ଧରେ ପ୍ରବଳ ପ୍ରତାପୀ କଳିଙ୍ଗ ବାହିନୀ ଅଶୋକଙ୍କ ନିକଟରେ ପରାଜୟ ସ୍ବୀକାର କରିଥିଲେ ।
- ଯୁଦ୍ଧ ଜନିତ ମୃତ୍ୟୁ, କ୍ଷୟକ୍ଷତି ଓ ଆହତ ସୈନ୍ୟମାନଙ୍କର ଆର୍ତ୍ତନାଦ ଅଶୋକଙ୍କ ହୃଦୟକୁ ପରିବର୍ତ୍ତନ କରିଥିଲା ଓ ସେ ଆଉ ଯୁଦ୍ଧ କରିବେ ନାହିଁ ବୋଲି ସ୍ଥିର କରିଥିଲେ ।
→ (ଜ) ଅଶୋକଙ୍କ ବୌଦ୍ଧଧର୍ମ ଗ୍ରହଣ ଓ ପ୍ରଚାର
- କଳିଙ୍ଗ ଯୁଦ୍ଧ ଅଶୋକଙ୍କ ଜୀବନ ଧାରାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା । ଫଳରେ ସେ ‘ଚଣ୍ଡାଶୋକ’ରୁ ଧର୍ମାଶୋକରେ ପରିଣତ ହେଲେ ।
- କଳିଙ୍ଗ ଯୁଦ୍ଧପରେ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରି ଏହାର ଉନ୍ନତି ଓ ପ୍ରସାର ପାଇଁ ନିଜକୁ ନିୟୋଜିତ କରିଥିଲେ ।
- ଏପରିକି ସେ ବୌଦ୍ଧଧର୍ମର ଅହିଂସା ନୀତି ପ୍ରତି ଆକୃଷ୍ଟ ହୋଇ ଏହାର ପ୍ରଚାର ପାଇଁ ଚେଷ୍ଟା କରିଥିଲେ ।
- ମନେରଖ: ଅଶୋକ ଲୁମ୍ବିନୀ, ସାରନାଥ, କୁଶୀନଗର (କୁଶୀନାରା) ଇତ୍ୟାଦି ସ୍ଥାନକୁ ନିଜେ ଯାତ୍ରା କରି ଧର୍ମପ୍ରଚାର କରିଥିଲେ । ଏହି ଯାତ୍ରାକୁ ‘ଧର୍ମଯାତ୍ରା’ କୁହାଯାଏ ।
→ (ଝ) ଶିଳାଲିପି
- ଅଶୋକ ବୌଦ୍ଧଧର୍ମର ପ୍ରସାର ପାଇଁ ଅନେକ ସ୍ତମ୍ଭ, ସ୍ତୂପ ଓ ବିହାରମାନ ସାମ୍ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ କରିଥିଲେ ।
- ତାଙ୍କ ନିର୍ଦ୍ଦେଶରେ ଶିଳା ଓ ସ୍ତମ୍ଭମାନଙ୍କର ଖୋଦିତ ଲେଖାର ବିଷୟବସ୍ତୁ ହେଉଛି ପ୍ରଜା ଓ ରାଜକର୍ମଚାରୀମାନଙ୍କ ପ୍ରତି ଉଦ୍ଦିଷ୍ଟ ଅନୁଶାସନ ।
- ଭୁବନେଶ୍ୱର ନିକଟରେ ଧଉଳି ପାହାଡ଼ରେ ଏବଂ ଗଞ୍ଜାମ ଜିଲ୍ଲାର ଜଉଗଡ଼ଠଶରେ ତାଙ୍କର ଶିଳାଲେଖ ଦେଖିବାକୁ ମିଳେ ।
- ଅଶୋକଙ୍କ ଧର୍ମନୀତି କୌଣସି ଏକ ନିର୍ଦ୍ଧିଷ୍ଟ ଧର୍ମକୁ ବୁଝାଉନଥିଲା । ଏହା ତାଙ୍କର ନୀତିବାଣୀ ଥିଲା ।
→ (ଞ) ଧର୍ମ ମହାମାତ୍ର
- ଅଶୋକ ‘ଧର୍ମ ମହାପାତ୍ର’ ନାମକ କର୍ମଚାରୀଙ୍କୁ ନିଯୁକ୍ତ କରି ଏମାନଙ୍କ ଦ୍ବାରା ସମଗ୍ର ଭାରତରେ ଲୋକମାନଙ୍କୁ ତାଙ୍କ ଦ୍ବାରା ପ୍ରବର୍ତ୍ତିତ ‘ଧର୍ମନୀତି’ ଶୁଣାଉଥଲେ ଓ ବୌଦ୍ଧଧର୍ମ ପ୍ରତି ଆକୃଷ୍ଟ କରିବାପାଇଁ ଏହି ନୀତିକୁ ବୁଝାଉଥିଲେ ।
- ଏତଦ୍ବ୍ୟତୀତ ସେ ରାଜୁକ, ପ୍ରାଦେଶିକ ଓ ଯୁକ୍ତ ନାମକ କର୍ମଚାରୀମାନଙ୍କୁ ନିଯୁକ୍ତ କରିଥିଲେ ।
→ (ଟ) ଲୋକହିତକର କାର୍ଯ୍ୟ
- ଅଶୋକ ପ୍ରଜାମାନଙ୍କୁ ନିଜର ସନ୍ତାନ ଭଳି ପାଳୁଥିଲେ ।
- ସେ ଲୋକଙ୍କ ସୁବିଧା ପାଇଁ ରାସ୍ତାଘାଟ ନିର୍ମାଣ, ରାସ୍ତା କଡ଼ରେ ଗଛ ଲଗାଇବା, ଆଶ୍ରୟ ପାଇଁ ଘରସବୁ ତିଆରି କରିଥିଲେ ।
- ପାଣି ପିଇବା ପାଇଁ କୂଅମାନ ଖୋଳାଇଥିଲେ ।
- ମନୁଷ୍ୟ ଓ ପଶୁ ଚିକିତ୍ସା ପାଇଁ ଡାକ୍ତରଖାନାମାନ ପ୍ରତିଷ୍ଠା କରିଥିଲେ ।
- ତାଙ୍କ ଶାସନରେ ଦଣ୍ଡ ନୀତି କୋହଳ ଥିଲା । ପରସ୍ପର ମିଳିମିଶି ଚଳିବାପାଇଁ ସେ ଲୋକମାନଙ୍କୁ ଉପଦେଶ ଦେଉଥିଲେ ।
→ (୦) ଭାରତ ବାହାର ଦେଶ ସହ ସମ୍ପର୍କ :
- ମୌର୍ଯ୍ୟ ଶାସକ ଅଶୋକଙ୍କ ପ୍ରଚେଷ୍ଟାରେ ପଶ୍ଚିମ ଏସିଆର ଲୋକମାନଙ୍କ ମଧ୍ୟରେ ଭ୍ରାତୃତ୍ୱ, ଅହିଂସା ଓ ଶାନ୍ତି ପ୍ରଭୃତି ମାନବିକ ଗୁଣାବଳୀର ବିକାଶ ହୋଇଥିଲା ।
- ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାର ପାଇଁ ସେ ନିଜ ପୁତ୍ର ଓ କନ୍ୟାଙ୍କୁ ସିଂହଳ ଦେଶକୁ ପଠାଇଥିଲେ ।
- ଅଶୋକ ଦୁଇଜଣ ବୌଦ୍ଧଭିକ୍ଷୁ ଶ୍ରୋତା ଓ ଉତ୍ତରଙ୍କୁ ବ୍ରହ୍ମଦେଶକୁ ପଠାଇଥିଲେ ।
→ (ଡ)ଅଶୋକ ସ୍ତମ୍ଭ :
- ଅଶୋକ କଳା ଓ ସ୍ଥାପତ୍ୟର ପୃଷ୍ଠପୋଷକ ଥିବାରୁ ସେ ଅନେକ ସ୍ତୁପ, ପ୍ରାସାଦ, ସ୍ତମ୍ଭ, ବୌଦ୍ଧ ବିହାର ମାନ ନିର୍ମାଣ କରାଇଥିଲେ ।
- ସେଗୁଡ଼ିକ ମଧ୍ୟରୁ ସାରନାଥର ସ୍ତମ୍ଭ ପ୍ରଧାନ ଅଟେ । ଭାରତ ସରକାର ଅଶୋକ ସ୍ତମ୍ଭର ଏହି ସିଂହକୁ ଜାତୀୟ ସଙ୍କେତ ରୂପେ ଗ୍ରହଣ କରିଛନ୍ତି ।
- ଏହି ଚିହ୍ନ ମଧ୍ଯରେ ଥବା ଚକ୍ରକୁ ଜାତୀୟ ପତାକାରେ ସ୍ଥାନ ଦିଆଯାଇଛି ।