CHSE Odisha Class 12 History Chapter 14 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 14 ଔପନିବେଶିକ ସହରସମୂହ-ସହରୀକରଣ, ଯୋଜନା ଏବଂ କାରୁକାର୍ଯ୍ୟ Short & Long Answer Questions

CHSE Odisha 12th Class History Chapter 14 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି | ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ଜାମ୍‌ସେଦ୍‌ ଟାଟା କିଏ ? ସେ କ’ଣ ନିର୍ମାଣ କରିଥିଲେ ?
Answer:
ଜାମ୍‌ସେଦ୍‌ଜୀ ଟାଟା ଜଣେ ବିଶିଷ୍ଟ ଶିଳ୍ପପତି । ସେ ବମ୍ବେରେ ତାଜମହଲ ହୋଟେଲ ନିର୍ମାଣ କରିଥିଲେ ।

୨ । କେଉଁ ଗଭର୍ଣ୍ଣର ଜେନେରାଲ ଭାରତରେ ପ୍ରଥମେ ରେଳପଥ ନିର୍ମାଣ କରିଥିଲେ ଏବଂ କେଉଁ କେଉଁ ସ୍ଥାନ ମଧ୍ୟରେ ପ୍ରଥମ ରେଳ ଚଳାଚଳ ଆରମ୍ଭ ହୋଇଥିଲା ?
Answer:
ଗଭର୍ଣ୍ଣର ଜେନେରାଲ ଲର୍ଡ଼ ଡେଲ୍ହାଉସୀ ଭାରତରେ ପ୍ରଥମେ ରେଳପଥ ନିର୍ମାଣ କରିଥିଲେ ଏବଂ ବମ୍ବେରୁ ଥାନେ ମଧ୍ୟରେ ପ୍ରଥମ ରେଳ ଚଳାଚଳ ଆରମ୍ଭ ହୋଇଥିଲେ ।

୩। ଇଂରେଜମାନେ କେତୋଟି ଶୈଳନିବାସ୍‌ ପ୍ରତିଷ୍ଠା କରିଥିଲେ ? ସେଗୁଡ଼ିକର ନାମ କ’ଣ ?
Answer:
ଇଂରେଜମାନେ ତିନୋଟି ଶୈଳନିବାସ ପ୍ରତିଷ୍ଠା କରିଥିଲେ । ସେଗୁଡ଼ିକ ହେଲା – ସିମଳା, ମାଉଣ୍ଟ ଆବୁ ଓ ଦାର୍ଜିଲିଂ ।

୪ । କେଉଁ ଗଭର୍ଣ୍ଣର ଜେନେରାଲ କେଉଁ ଶୈଳନିବାସକୁ ନିଜର ରାଜଧାନୀ କରିଥିଲେ ?
Answer:
ଗଭର୍ଣ୍ଣର ଜେନେରାଲ ଜନ୍ ଲରେନ୍ସ୍ ସିମଳା ଶୈଳନିବାସକୁ ନିଜର ରାଜଧାନୀ କରିଥିଲେ ।

୫। ବମ୍ବେରେ ଗେଟ୍ ୱେ ଅଫ୍ ଇଣ୍ଡିଆ କେବେ ଏବଂ କେଉଁ ଉଦ୍ଦେଶ୍ୟରେ ନିର୍ମିତ ହୋଇଥିଲା ?
Answer:
ବମ୍ବେରେ ୧୯୧୧ ଖ୍ରୀ.ଅ.ରେ ଗେଟ୍ ୱେ ଅଫ୍ ଇଣ୍ଡିଆ ନିର୍ମିତ ହୋଇଥିଲା । ଏହା ଇଂଲଣ୍ଡର ରାଜା ପଞ୍ଚମ ଜର୍ଜ ଏବଂ ରାଣୀ ମେରୀଙ୍କୁ ସ୍ଵାଗତ କରିବା ଉଦ୍ଦେଶ୍ୟରେ ନିର୍ମିତ ହୋଇଥିଲା ।

CHSE Odisha Class 12 History Chapter 14 Short & Long Answer Questions in Odia Medium

୬ । ଇଂରେଜମାନେ ଭାରତରେ କେଉଁ ଶୈଳୀରେ ସୌଧମାନ ନିର୍ମାଣ କରିଥିଲେ ? ଏହାର ଦୁଇଟି ଉଦାହରଣ ଦିଅ ।
Answer:
ଇଂରେଜମାନେ ଭାରତରେ ଇଣ୍ଡୋ-ସେରାସୈନିକ୍ ଶୈଳୀରେ ସୌଧମାନ ନିର୍ମାଣ କରିଥିଲେ । ଏହାର ଦୁଇଟି ଉଦାହରଣ ହେଲା – ବମ୍ବେରେ ଥ‌ିବା ଗେଟ୍ ୱେ ଅଫ୍ ଇଣ୍ଡିଆ ଏବଂ ତାଜମହଲ ହୋଟେଲ୍ ।

୭ । ଭାରତରେ ଔପନିବେଶ ଶାସନ ସମୟରେ କେଉଁ ତିନୋଟି ସହର ପ୍ରସିଦ୍ଧି ଲାଭ କରିଥିଲା ? ସେଗୁଡ଼ିକରେ କେଉଁ ଇଉରୋପୀୟ କମ୍ପାନୀର କର୍ତ୍ତୃତ୍ଵ ଥିଲା ?
Answer:
ଭାରତରେ ବମ୍ବେ, କଲିକତା ଓ ମାଡ୍ରାସ୍ ସହର ଔପନିବେଶ ଶାସନ ସମୟରେ ପ୍ରସିଦ୍ଧି ଲାଭ କରିଥିଲା । ସେଗୁଡ଼ିକରେ ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀର କର୍ତ୍ତୃତ୍ଵ ଥିଲା ।

୮ | କାସବାହ ଏବଂ ଗଞ୍ଜ କ’ଣ ?
Answer:
କାସବାହ ହେଉଛି ଏକ ଗ୍ରାମାଞ୍ଚଳର ଛୋଟ ସହର । ଗଞ୍ଜ ହେଉଛି ଗୋଟିଏ ଛୋଟ ବଜାର ।

୯ । ସହର ଓ ଗ୍ରାମ ମଧ୍ୟରେ ଦୁଇଟି ପାର୍ଥକ୍ୟ ଲେଖ ।
Answer:
ସହରର ପ୍ରାୟତଃ ଚାରିପଟେ ବାଉଣ୍ଡରୀ ଥିଲା ବା ଦୁର୍ଗ ମଧ୍ୟରେ ସହର ଥିଲା । ସୀମିତ ସୀମି ମଧ୍ୟରେ ସହରାଞ୍ଚଳ ଥଲା । ଗ୍ରାମାଞ୍ଚଳ କୌଣସି ସୀମିତ ସୀମା ମଧ୍ୟରେ ଆବଦ୍ଧ ନ ଥିଲା । ସହରାଞ୍ଚଳରେ ଲୋକେ ଚାକିରି ବାଣିଜ୍ୟ ଓ କାରିଗରୀ ବୃତ୍ତି କରୁଥିଲେ । ଗ୍ରାମାଞ୍ଚଳର ପ୍ରାୟତଃ ଲୋକ କୃଷିକାର୍ଯ୍ୟ କରୁଥିଲେ ।

୧୦ । ଦକ୍ଷିଣ ଭାରତୀୟ ସହରଗୁଡ଼ିକର ଦୁଇଟି ବିଶେଷତ୍ଵ ଲେଖ ।
Answer:
ଦକ୍ଷିଣ ଭାରତୀୟ ସହରଗୁଡ଼ିକର ମଧ୍ୟଭାଗରେ ବିଶାଳ ମନ୍ଦିରମାନ ଥିଲା । ସହରଗୁଡ଼ିକ ପ୍ରସିଦ୍ଧ ବାଣିଜ୍ୟକେନ୍ଦ୍ର ଥିଲା ।

୧୧ । ଭାରତର କେଉଁ ସହରକୁ ବ୍ରିଟେନ୍‌ର ରାଜା କେବେ କାହାକୁ ହସ୍ତାନ୍ତର କରିଥିଲା ?
Answer:
ଭାରତର ବମ୍ବେ ସହରକୁ ବ୍ରିଟେନ୍‌ର ରାଜା ୧୬୬୮ ମସିହାରେ ଇଷ୍ଟଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର କରିଥିଲେ ।

୧୨ । କିଏ, କେବେ ଓ କାହାଠାରୁ ଦାର୍ଜିଲିଂ ଅଧିକାର କରିଥିଲେ ?
Answer:
ଇଷ୍ଟ ଇଣ୍ଡିଆ କମ୍ପାନୀ ସିକିମ୍ବର ଶାସକଙ୍କଠାରୁ ୧୮୩୫ ମସିହାରେ ଦାର୍ଜିଲିଂ ଅଧିକାର କରିଥିଲେ ।

CHSE Odisha Class 12 History Chapter 14 Short & Long Answer Questions in Odia Medium

୧୩ । ଇଷ୍ଟଇଣ୍ଡିଆ କମ୍ପାନୀ କେବେ ମାଡ୍ରାସ୍, କଲିକତା ଓ ବମ୍ବେ ସ୍ଥାୟୀ ବାଣିଜ୍ୟ ପ୍ରାପ୍ତ ହେଲେ ? ସେ ବମ୍ବେ କାହାଠାରୁ ପାଇଥିଲେ ?
Answer:

  • ଇଷ୍ଟଇଣ୍ଡିଆ କମ୍ପାନୀ ୧୬୩୯ ମସିହାରେ ମାଡ୍ରାସ୍ ଏବଂ ୧୬୯୦ରେ କଲିକତାରେ ସ୍ଥାୟୀ ବାଣିଜ୍ୟ ପ୍ରାପ୍ତ ଥିଲେ ।
  • ସେମାନେ ବମ୍ବେକୁ ବ୍ରିଟେନରେ ରାଜାଙ୍କଠାରୁ ୧୬୬୮ ରେ ପାଇଥିଲେ ।

B. ପାଞ୍ଚଟି/ ଛଅଟି ବାକ୍ୟରେ ଉତ୍ତର ଦିଅ ।

୧ । ତିନୋଟି ଶୈଳନିବାସର ନାମ ଲେଖ । ସେଗୁଡ଼ିକ କାହାଦ୍ଵାରା କେବେ ପ୍ରତିଷ୍ଠା ହୋଇଥିଲା ?
Answer:

  • ଭାରତରେ ତିନୋଟି ମୁଖ୍ୟ ଶୈଳନିବାସ ହେଲା ସିମଳା, ଦାର୍ଜିଲିଂ ଏବଂ ମାଉଣ୍ଟ ଆବୁ ।
  • ଭାରତରେ ତିନୋଟି ମୁଖ୍ୟ ଶୈଳନିବାସ ହେଲା ସିମଳା, ଦାର୍ଜିଲିଂ ଏବଂ ମାଉଣ୍ଟ ଆବୁ ।
  • ସିମଳା ୧୮୧୪ ରୁ ୧୮୧୬ ମଧ୍ୟରେ, ମାଉଣ୍ଡଆବୁ ୧୮୧୮ ରେ ଏବଂ ଦାର୍ଜିଲିଙ୍ଗ୍ ୧୮୩୫ ମସିହାରେ ସ୍ଥାପିତ ହୋଇଥିଲା ।

୨। ଲଟେରୀ କମିଟି କେବେ, କେଉଁଠି ଗଠନ କରାଯାଇଥିଲା ଏବଂ ଏହାର ଉଦ୍ଦେଶ୍ୟ କ’ଣ ଥିଲା ?
Answer:
ଲଟେରୀ କମିଟି ୧୮୧୭ ମସିହାରେ ବଙ୍ଗପ୍ରଦେଶର କଲିକତାରେ ଗଠନ କରାଯାଇଥିଲା । ଲଟେରୀ ମାଧ୍ୟମରେ ଫଣ୍ଡ ସଂଗ୍ରହ କରାଯାଇ ଉକ୍ତ ଫଣ୍ଡର ଟଙ୍କାକୁ ସହର ଉନ୍ନତିରେ ଲଗାଯିବାର ବ୍ୟବସ୍ଥା କରାଯାଇଥିଲା । ସହରର ଏକ ନୂତନ ମାନଚିତ୍ରକୁ ଅଙ୍କାଯାଇ ଲଟେରୀ କମିଟି ମାଧ୍ୟମରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଯାଇଥିଲା । ସହରରେ ଅଳିଆ ଆବର୍ଜନାକୁ ସଫା କରାଯାଇ ଭାରତୀୟ ଜନବସତି ଅଞ୍ଚଳରେ ରାସ୍ତା ଏବଂ ଗୃହମାନ ନିର୍ମାଣ କରାଯାଇଥିଲା । ନଦୀରୁ ସହରକୁ ଜଳ ଯୋଗାଣ କାର୍ଯ୍ୟକ୍ରମ ମଧ୍ୟ ଲଟେରୀ କମିଟି ମାଧ୍ୟମରେ କରାଯାଇଥିଲା ।

୩ । ସହରାଞ୍ଚଳର ଉନ୍ନତି ପାଇଁ ଲର୍ଡ଼ ୱେଲ୍‌ଲୀଙ୍କର ଦାନ କ’ଣ ଥିଲା ?
Answer:
ଲର୍ଡ଼ ୱେଲ୍‌ଲୀ ୧୭୯୮ ଖ୍ରୀ.ଅ.ରେ ଗଭର୍ଣ୍ଣର ଜେନେରାଲ ଭାବରେ ବଙ୍ଗରେ ନିଯୁକ୍ତି ପାଇଥିଲେ । କଲିକତା ସହରର ପରିକଳ୍ପନା ପାଇଁ ତାଙ୍କର ଅବଦାନ ଥିଲା ଅତୁଳନୀୟ । ସେ କଲିକତାରେ ଏକ ବିଶାଳ ସରକାରୀ ଭବନ ୧୮୦୩ ଖ୍ରୀ.ଅ.ରେ ନିର୍ମାଣ କରିଥିଲେ । ଭାରତୀୟମାନେ ରହୁଥ‌ିବା ସହରର ଅଞ୍ଚଳ ଦେଖୁ ଦୁଃଷ୍କୃତ ହୋଇଥିଲେ । ସେ ଅଞ୍ଚଳର ଜନଗହଳି, ଅଣଓସାରିଆ ରାସ୍ତା, ଆବର୍ଜନାପୂର୍ଣ୍ଣ ପୋଖରୀ, ଦୁର୍ଗନ୍ଧ ଏବଂ ଅପରିଷ୍କାର ପରିମଳ ବ୍ୟବସ୍ଥା ଦେଖୁ ବିସ୍ମିତ ହୋଇଥିଲେ । ଏହା ଦୁଃସାଧ୍ୟ ରୋଗର କରଣ ବୋଲି ସେ ଭାବିଥିଲେ । ତେଣୁ ସେ ସହର ପରିକଳ୍ପନା ପାଇଁ ଏକ ପ୍ରସ୍ତାବ ଗୃହୀତ କରାଇଥିଲେ । ଯାହାଫଳରେ ଏକ ପ୍ରଶାସନିକ ନିର୍ଦ୍ଦେଶନାମା ଜାରିକରାଯାଇଥିଲା । ଯାହା ଫଳରେ ବଜାର, ଘାଟ, ମଶାଣି, ଚମଡ଼ା କାରଖାନା ଇତ୍ୟାଦି ଅଞ୍ଚଳକୁ ସହର ବାହାରକୁ ଉଠାଇ ଦିଆଯାଇଥିଲା । ରାସ୍ତା ଏବଂ ଡ୍ରେନ୍‌ମାନଙ୍କୁ ପ୍ରଶସ୍ତ କରାଯିବା ସହିତ ସ୍ଵଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା ।

୪। ସହର ପରିମଳ ପାଇଁ ଲର୍ଡ଼ ଡେଲ୍ହାଉସୀଙ୍କର ଅବଦାନ କ’ଣ ଥିଲା ?
Answer:
ଲର୍ଡ଼ ଡେହାଉସୀ ଗଭର୍ଣ୍ଣର ଜେନେରାଲ୍ ଭାବେ ଭାରତରେ ୧୮୪୮ ରୁ ୧୮୫୬ ଖ୍ରୀ.ଅ. ଯାଏଁ ଥିଲେ । ସେ କଲିକତାକୁ ଆଧୁନିକୀକରଣ କରିବାପାଇଁ ଅନେକଗୁଡ଼ିଏ ସଂସ୍କାର ଆଣିଥିଲେ । ସେ ସହରରେ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରିଥିଲେ । ସେ ଭୂତଳ ନାଳ ବ୍ୟବସ୍ଥା କରି ମଇଳାପାଣିକୁ ନିଷ୍କାସନ କରିଥିଲେ, ବାହାରେ ବହିବାକୁ ଦେଇନଥିଲେ । କଲିକତାରେ ସେ ଆଲୋକ ବ୍ୟବସ୍ଥା କରଥିଲେ । କଲିକତାର ପରିମଳ ବ୍ୟବସ୍ଥାକୁ ତଦାରଖ କରିବାପାଇଁ ସେ ତିନିଜଣ ଉଚ୍ଚପଦସ୍ଥ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ । ଏହିପରି ଭାବରେ ଆଧୁନିକ କଲିକତା ଗଢ଼ିବାରେ ତାଙ୍କର ଭୂମିକା ଅତୁଳନୀୟ ଥିଲା ।

୫। ଇଣ୍ଡୋ-ସେରାସେନିକ୍ ଶୈଳୀ କ’ଣ ?
Answer:
ଇଣ୍ଡୋ-ସେରାସେନିକ୍ ଶୈଳୀ କହିଲେ ଭାରତୀୟ ଏବଂ ଇଉରୋପୀୟମାନଙ୍କ ମିଶ୍ରିତ ଶୈଳୀକୁ ବୁଝାଏ । ଏହି ଶୈଳୀର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଲା – ଛତ୍ରୀ, ଗମ୍ବୁଜାକାର, ଜାଲି ଏବଂ ଧନୁଆକାର । ଭାରତୀୟ ଏବଂ ଇଉରୋପୀୟ ଶୈଳୀକୁ ମିଶ୍ରଣ କରି ଇଂରେଜମାନେ ଭାରତର ଆଇନତଃ ଶାସକ ବୋଲି ପ୍ରମାଣ କରିବାକୁ ଚାହିଁଥିଲେ । ଏହି ଶୈଳୀରେ ୧୯୧୧ ଖ୍ରୀ.ଅ.ରେ ସେମାନେ ‘ଗେଟ୍ ୱେ ଅଫ୍ ଇଣ୍ଡିଆ’ ନିର୍ମାଣ କରିଥିଲେ । ସେହିପରି ଶିଳ୍ପପତି ଜାମ୍‌ସେଦ୍‌ଜୀ ଟାଟା ଏହି ଶୈଳୀରେ ବମ୍ବେରେ ତାଜମହଲ ହୋଟେଲ ନିର୍ମାଣ କରିଥିଲେ ।

CHSE Odisha Class 12 History Chapter 14 Short & Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଊନବିଂଶ ଶତାବ୍ଦୀରେ ସହରୀକରଣରେ ପରିବର୍ତ୍ତନର ଧାରାକୁ ବର୍ଣ୍ଣନା କର ।
Answer:
ଔପନିବେଶିକ ପ୍ରଶାସନ ସମୟରେ ଅନେକ କାରଣରୁ ସହରମାନଙ୍କ ସମ୍ବନ୍ଧରେ ଲିଖ୍ ନଥପତ୍ର ଅମୂଲ୍ୟ ଅଟେ । ଏହି ନଧୂପତ୍ର ସହରମାନଙ୍କରେ ହୋଇଥିବା ଅଗ୍ରଗତି ଓ ବିକାଶ ସମ୍ବନ୍ଧରେ ଆଲୋକପାତ କରିଅଛି । ବିଶେଷକରି ସହରର ମାନଚିତ୍ର, ଜନଗଣନାର ହିସାବ ଏବଂ ପୌରପାଳିକା ଆଦିର ନଥପତ୍ର ସହରୀକରଣ ସମ୍ବନ୍ଧରେ ଅନେକ ତଥ୍ୟ ପ୍ରଦାନ କରିଥାଏ । ସହରମାନଙ୍କର ପରିବର୍ତ୍ତନର ଧାରା ସମ୍ପର୍କରେ ନିମ୍ନରେ ଆଲୋଚନା କରାଯାଇଛି । ଆମେ ସହରମାନଙ୍କର ଜନଗଣନାର ତଥ୍ୟକୁ ଅନୁଧ୍ୟାନ କଲେ ଅନେକ କୌତୂହଳପୂର୍ଣ୍ଣ ଘଟଣା ଜାଣିବାକୁ ପାଉ । ପ୍ରଥମତଃ, ଏହା ଦର୍ଶାଏ ଯେ ଭାରତରେ ସହରୀକରଣ ଅଷ୍ଟାଦଶ ଶତାବ୍ଦୀ ପରଠାରୁ ମନ୍ଥର ଥିଲା । ଦେଶର ଲୋକସଂଖ୍ୟା ତୁଳନାରେ ସହରର ଲୋକସଂଖ୍ୟା ଥିଲା ନଗଣ୍ୟ । ୧୯୦୦ ରୁ ୧୯୪୧ ମଧ୍ୟରେ ସହରର ଜନସଂଖ୍ୟା ଶତକଡ଼ା ୧୦ ରୁ ଶତକଡ଼ା ୧୨.୮ କୁ ବୃଦ୍ଧି ପାଇଥିଲା ।

ଯଦିଓ ସହର ଜନସଂଖ୍ୟାର ଗଠନରେ କୌଣସି ଆଖୁଦୃଶିଆ ପରିବର୍ତ୍ତନ ହୋଇନଥୁଲା, ତଥାପି କେତେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଛୋଟ ସହରଗୁଡ଼ିକ ଅର୍ଥନୈତିକ ସମ୍ବଳର ଅଭାବରୁ ପ୍ରଗତି ଲାଭକରି ପାରି ନଥ‌ିବାର ଦେଖାଯାଇଥିଲା ଅପରପକ୍ଷରେ ବମ୍ବେ, କଲିକତା, ମାଡ୍ରାସ୍ ଦ୍ରୁତଗତିରେ ବୃଦ୍ଧି ପାଇଥିଲା ଏବଂ ଖୁବ୍ ଶୀଘ୍ର ବିକଶିତ ନଗରୀରେ ପରିଣତ ହୋଇଥିଲା । ଏହି ତିନୋଟି ସହର ବାଣିଜ୍ୟିକ ଓ ପ୍ରଶାସନରେ କେନ୍ଦ୍ରରୂପେ ପ୍ରସିଦ୍ଧିଲାଭ କରିବାପରେ ଅନ୍ୟ ସହରଗୁଡ଼ିକ ସେମାନଙ୍କ ଗୁରୁତ୍ଵ ହରାଇଥିଲେ । ସମୟକ୍ରମେ ବମ୍ବେ, କଲିକତା ଏବଂ ମାଡ୍ରାସ୍ ଔପନିବେଶିକ ଅର୍ଥନୀତିର କେନ୍ଦ୍ର ହେବାପରେ ସେଠାରେ ବିଭିନ୍ନ ସ୍ଥାନରୁ ଦ୍ରବ୍ୟ ସଂଗ୍ରହ କରାଯାଇ ସଂଗ୍ରାହାଗାରରେ ଠୁଳ କରାଯାଇ ସେଗୁଡ଼ିକୁ ଜାହାଜରେ ଇଂଲଣ୍ଡକୁ ପଠାଯାଉଥିଲା ।

ଇଂଲଣ୍ଡରେ ଶିଳ୍ପ ବିପ୍ଳବ ପରେ ସେଠାରେ ପ୍ରସ୍ତୁତ ଦ୍ରବ୍ୟ ଭାରତୀୟ ସହରମାନଙ୍କରେ ବହୁତ ପରିମାଣରେ ବିକ୍ରିହେଲା । ଭାରତୀୟ ଦ୍ରବ୍ୟର ଚାହିଦା କମିବା ସହିତ କେବଳ ଭାରତୀୟ କଞ୍ଚାମାଲ ବିଦେଶକୁ ରପ୍ତାନୀ କରାଯାଉଥିଲା । ବ୍ରିଟିଶ୍ ଅଧୀନରେ ଥିବା ସହରଗୁଡ଼ିକ ପାରମ୍ପରିକ ସହରଠାରୁ ଭିନ୍ନ ହେବାକୁ ଲାଗିଲା । ପରବର୍ତୀ ସମୟରେ ୧୮୫୩ ଖ୍ରୀ.ଅ.ରେ ଲର୍ଡ଼ ଡେଲ୍ହାଉସୀଙ୍କ ଦ୍ବାରା ଯୋଗାଯୋଗ, ପରିବହନ ଏବଂ ଡାକ, ରେଳଚଳାଚଳ ଇତ୍ୟାଦି କାର୍ଯ୍ୟ ହେବାପରେ ସହରାଞ୍ଚଳର ସ୍ୱରୂପ ବଦଳିବାକୁ ଲାଗିଲା । ଫଳରେ ମିର୍ଜାପୁର, ଜମାଲପୁର, ୱାଲଟିଅର, ବରେଲି ଆଦି ସ୍ଥାନରେ ସହରମାନ ବିକଶିତ ହୋଇଥିଲା । ନୂତନ ସହରଗୁଡ଼ିକର ବୈଶିଷ୍ଟ୍ୟ – ନୂତନ ସହରଗୁଡ଼ିକର ବୈଶିଷ୍ଟ୍ୟ ଅଷ୍ଟାଦଶ ଶତାବ୍ଦୀରେ ଗଢ଼ିଉଠିଥିବା ସହର ପ୍ରାକ୍-ଔପନିବେଶିକ ସହରଠାରୁ ଥିଲା ଭିନ୍ନ ।

ବନ୍ଦର – ଅଷ୍ଟାଦଶ ଶତାବ୍ଦୀ ସୁଦ୍ଧା ମାଡ୍ରାସ୍, କଲିକତା ଏବଂ ବମ୍ବେଠାରେ ବନ୍ଦରମାନ ନିର୍ମିତ ହୋଇଥିଲା । ଇଷ୍ଟ ଇଣ୍ଡିଆ କମ୍ପାନୀ ଏହି ସହରମାନଙ୍କରେ ବାଣିଜ୍ୟକୋଠି ନିର୍ମାଣ ସହ କାରଖାନା ବସାଇଥିଲା । ଏହିଠାରୁ ବିଦେଶକୁ କଞ୍ଚାମାଲ ପଠାଯାଉଥିଲା ଏବଂ ବିଦେଶଜାତ ଦ୍ରବ୍ୟ ଏଠି ସହଜରେ ବିକ୍ରି ହେଉଥିଲା । ସେହିପରି ଊନବିଂଶ ଶତାବ୍ଦୀର ମଧ୍ୟଭାଗ ସୁଦ୍ଧା ଅନେକଗୁଡ଼ିଏ ଦୁର୍ଗର ନିର୍ମାଣ ହୋଇଥିଲା । ମାଡ୍ରାସ୍‌ର ସେଣ୍ଟଜର୍ଜ ଦୁର୍ଗ, କୋଲକତାର ଫୋର୍ଟ ଉଇଲିୟମ ଦୁର୍ଗ ଏବଂ ବମ୍ବେ ଦୁର୍ଗ ନିର୍ମିତ ହେଲା । ଏସବୁକୁ ଗୋରା ଲୋକମାନଙ୍କର ସହର କୁହାଗଲା । ରେଳ ଚଳାଚଳ ବ୍ୟବସ୍ଥାଦ୍ୱାରା ସହରୀକରଣରେ ଅଗ୍ରଗତି – ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଥ ସୁଦ୍ଧା ଭାରତରେ ରେଳଚଳାଚଳ ବ୍ୟବସ୍ଥାରେ ଦ୍ରୁତ ଅଗ୍ରଗତି ଘଟିଥିଲା । ଭାରତର ପ୍ରତ୍ୟେକ ବଡ଼ ଏବଂ ଗୁରୁତ୍ଵପୂର୍ଣ୍ଣ ସହରକୁ ରେଳପଥଦ୍ଵାରା ସଂଯୁକ୍ତ କରାଯାଇଥିଲା । ବୃହତ୍ ସହର ଯଥା – ବମ୍ବେ, ଦିଲ୍ଲୀ, କଲିକତା ଓ ମାଡ୍ରାସ୍‌ ରେଳପଥଦ୍ଵାରା ସଂଯୁକ୍ତ କରାଯାଇ ଦୈନିକ ରେଳ ଚଳାଚଳ କରାଯାଉଥିଲା । |

ପ୍ରତିଦିନ ଶହ ଶହ ଲୋକ ରେଳ ଯୋଗେ ସହରକୁ ଆସୁଥିଲେ । ଏହି ସହରଗୁଡ଼ିକ ରପ୍ତାନି କରାଯାଉଥିଲା । ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାରୁ ଶହ ଶହ ଲୋକେ କର୍ମ ପାଇଲେ ଏବଂ ସେମାନଙ୍କ ବସବାସଦ୍ୱାରା କୌଣସି ଅସୁବିଧା ରହିଲାନାହିଁ । ଭାରତୀୟ ଶିଳ୍ପପତିମାନେ ବମ୍ବେରେ ଅନେକ ଲୁଗାକଳ ପ୍ରତିଷ୍ଠା କରିଥିଲେ । ୧୮୫୩ ଖ୍ରୀ.ଅ.ରେ କାସାଦି ନାମଭାଇ ପ୍ରଥମେ ବମ୍ବେରେ ଲୁଗାକଳ ପ୍ରତିଷ୍ଠା କରିଥିଲେ । ଇଉରୋପୀୟମାନେ କଲିକତାର ଚତୁଃପାର୍ଶ୍ବରେ ଅନେକ ଝୋଟକଳ ବସାଇଥିଲେ । ଏହା ନିଃସନ୍ଦେହରେ କୁହାଯାଇପାରେ ଯେ ଏହା ଭାରତରେ ଆଧୁନିକ ଶିଳ୍ପପ୍ରତିଷ୍ଠା ଦିଗରେ ପ୍ରଥମ ପଦକ୍ଷେପ ଥିଲା ।

ପକ୍ଷପାତିତା ଔପନିବେଶିକ ନୀତି – ଇଂରେଜମାନଙ୍କ ପକ୍ଷପାତିତା ନୀତି ଯୋଗୁଁ ଭାରତ ଏକ ଶିଳ୍ପପ୍ରଧାନ ଦେଶ – ହୋଇପାରିଲା ନାହିଁ । ଇଂରେଜ ସରକାର ଶକ୍ତି ପ୍ରୟୋଗ କରି ଭାରତରୁ କଞ୍ଚାମାଲ ଶସ୍ତାରେ ଇଂଲଣ୍ଡକୁ ପଠାଉଥିଲେ । ପୁନଶ୍ଚ, ଇଂଲଣ୍ଡର ଶିଳ୍ପରୁ ପ୍ରସ୍ତୁତ ହୋଇ ଭାରତକୁ ଆସୁଥ‌ିବା ଦ୍ରବ୍ୟ ଉପରେ କୋହଳ ଶୁକ୍ଳନୀତି ହେବାଦ୍ଵାରା ବ୍ରିଟିଶ୍ ଶିଳ୍ପପତିମାନେ ଫାଇଦାରେ ରହିବାବେଳେ ଭାରତୀୟ ଶିଳ୍ପପତିଙ୍କ ଦୁରବସ୍ଥା ବଢ଼ିବାକୁ ଲାଗିଲା । ଏହି ନୀତିଯୋଗୁଁ, କଲିକତା, ବମ୍ବେ, ମାଡ୍ରାସ୍ ଆଦି ସହରର କଳେବର ବୃଦ୍ଧିପାଇଲା ସତ କିନ୍ତୁ ଆର୍ଥିକ ଅଭିବୃଦ୍ଧି ହୋଇପାରି ନଥିଲା । ସେତେବେଳେ ଭାରତରେ ଦୁଇଟି ଶିଳ୍ପ ସହର ଥିଲା; ଯଥା – କାନପୁର ଏବଂ ଜାମସେଦପୁର । କାନପୁର ଚମଡ଼ା, କଟନ୍ ଏବଂ ଉଲ୍‌ବସ୍ତର ଶିଳ୍ପ ପାଇଁ ପ୍ରସିଦ୍ଧ ଥ‌ିବାବେଳେ ଜାମ୍‌ସେପୁର ଇସ୍ପାତ ପାଇଁ ପ୍ରସିଦ୍ଧି ଲାଭ କରିଥିଲା ।

CHSE Odisha Class 12 History Chapter 14 Short & Long Answer Questions in Odia Medium

୨। ଭାରତରେ ଇଂରେଜ ଶାସନ ସମୟରେ ନୂତନ ସହରର ପୃଷ୍ଠଭୂମି ଆଲୋଚନା କର ।
Answer:
ଇଂରେଜ ଶାସନ ଭାରତ ଇତିହାସରେ ଏକ ଗୁରୁତ୍ଵପୂର୍ଣ୍ଣ ଅଧ୍ୟାୟ ଅଟେ । ଏହି ଶାସନ ସମୟରେ ଅନେକ ପରିବର୍ତ୍ତନମାନ ଭାରତୀୟ ସାମାଜିକ ବ୍ୟବସ୍ଥାରେ ଦେଖିବାକୁ ମିଳିଥିଲା । ପୁରାତନ ସହରର ଗୁରୁତ୍ଵ ହ୍ରାସ ପାଇବା ସଙ୍ଗେ ସଙ୍ଗେ କେତେକ ସ୍ଥାନରେ ନୂତନ ସହରମାନ ମୁଣ୍ଡ ଟେକିଲା । ନୂତନ ସହରବାସୀଙ୍କର ସଂସ୍କୃତି ଓ ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ ଘଟିଥିଲା । ପ୍ରାଚୀନ ଧର୍ମୀୟ ସହରଠାରୁ ଆରମ୍ଭକରି ମୋଗଲ ରାଜତ୍ଵ ସମୟରେ ଗଢ଼ିଉଠିଥ‌ିବା ସହରଗୁଡ଼ିକ ମଧ୍ୟ ନିଜ ନିଜର ଗୁରୁତ୍ଵ ଓ ଗୌରବ ହରାଇ ବସିଥିଲେ । ନୂତନ ସହରମାନଙ୍କରେ ଶିଳ୍ପ, ବାଣିଜ୍ୟ, ବୃତ୍ତିକୁ କେନ୍ଦ୍ରକରି ଏକ ପରିବେଶ ସୃଷ୍ଟିହେବା ସହ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ଅନୁଭୂତ ହୋଇଥିଲା । ବ୍ରିଟିଶ୍ ରାଜତ୍ଵ ସମୟରେ ଗଢ଼ି ଉଠିଥ‌ିବା ଛୋଟ ଛୋଟ ସହରଠାରୁ ଆରମ୍ଭ କରି ଦିଲ୍ଲୀ, କଲିକତା, ବମ୍ବେ ଓ ମାଡ୍ରାସ୍ ଆଦି ବୃହତ୍ ସହରଗୁଡ଼ିକରେ ଗଢ଼ି ଉଠିଥ‌ିବା ପରିବେଶ ଓ ସେମାନଙ୍କ ବୈଶିଷ୍ଟ୍ୟ ସମ୍ବନ୍ଧରେ ନିମ୍ନରେ ଆଲୋଚନା କରାଯାଇଛି ।

ବାଣିଜ୍ୟିକ ସଂସ୍କୃତି ସୃଷ୍ଟି – ଔପନିବେଶିକ ଶାସନରେ ଭାରତରେ ଗଢ଼ିଉଠିଥିବା ନୂତନ ସହରମାନଙ୍କରେ ଏକ ବାଣିଜ୍ୟିକ ସଂସ୍କୃତି ସୃଷ୍ଟି ହୋଇଥିଲା । ଏହି ପରିସ୍ଥିତିରେ ରାଜନୈତିକ କ୍ଷମତା ଭାରତୀୟ ଶାସକମାନଙ୍କ ହାତରୁ ବ୍ରିଟିଶ୍ ଇଷ୍ଟ ଇଣ୍ଡିଆ କମ୍ପାନୀ ହାତକୁ ଚାଲି ଯାଇଥିଲା । ଏହି ପରିସ୍ଥିତିରେ ଭାରତରେ ଯେଉଁମାନେ ମଧ୍ୟସ୍ଥି, ସରକାରୀ ଚାକିରୀ, ବିତରକ ଏବଂ ଜିନିଷପତ୍ର ଯୋଗାଣକାରୀ କାର୍ଯ୍ୟ କରୁଥିଲେ ସେମାନଙ୍କ ପାଇଁ ନୂତନ ସୁଯୋଗ ଆସିବା ସହ ସେମାନେ ସମାଜରେ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ହାସଲ କରିଥିଲେ । ସମାଜରେ ନିମ୍ନସ୍ଥାନରୁ ଉଠି ଏକ ସ୍ବଚ୍ଛଳ ଚଳପକ୍ଷ ସ୍ତରକୁ ଯାଇପାରିଥିଲେ । ନଦୀ ଓ ସମୁଦ୍ର କୂଳରେ ଅର୍ଥନୈତିକ ବ୍ୟାପାର ବଢ଼ିଥିଲା । ଘାଟ ଏବଂ ବିଭିନ୍ନ ସ୍ଥାନରେ ପଣ୍ୟାଗାର ନିର୍ମାଣ ହୋଇଥିଲା । ଏହିସବୁକୁ ସହାୟତା ଦେବାପାଇଁ ପରିବହନ ବ୍ୟବସ୍ଥା, ବ୍ୟାଙ୍କ, ଇନ୍ସୁରାନ୍ସ ସଂସ୍ଥାମାନ ଖୋଲିଥିଲା । ଇଷ୍ଟଇଣ୍ଡିଆ କମ୍ପାନୀର ମୁଖ୍ୟ ପ୍ରଶାସନିକ ଦପ୍ତର ସମୁଦ୍ର କୂଳଠାରୁ ଦୂରବର୍ତ୍ତୀ ସ୍ଥାନରେ ରହିଥିଲା ।

କଲିକତାର ରାଇଟରସ୍ ବିଲିଂ (Building) ହେଉଛି ପ୍ରଶାସନିକ ଦପ୍ତରର ଏକ ନମୁନା । ଏହି ଦପ୍ତରରେ କ୍ଲର୍କମାନେ କାର୍ଯ୍ୟ କରୁଥିବାରୁ ଏହାର ନାମ ରାଇଟରସ୍ ବିଲିଂ ରଖାଯାଇଥିଲା । ଏହା ମଧ୍ୟ ବ୍ରିଟିଶ୍ ଅମଲାତନ୍ତ୍ରର ଗୁରୁତ୍ଵକୁ ବହନ କରେ । ବ୍ରିଟିଶ୍ମାନେ ନିଜର ବାଣିଜ୍ୟକୋଠିକୁ ବିଶାଳ ଦୁର୍ଗ ଭିତରେ ନିର୍ମାଣ କରୁଥିଲେ ଏବଂ ତା’ର ଅନତିଦୂରରେ ଇଉରୋପୀୟ ଢାଞ୍ଚାରେ ସୁରମ୍ୟ ପ୍ରସାଦମାନ ନିର୍ମାଣ କରୁଥିଲେ । ପ୍ରସାଦ ଚାରିପାଖରେ ବିଭିନ୍ନ ବୃକ୍ଷଲତାମାନ ରୋପଣ କରୁଥିଲେ । ଏତଦ୍‌ବ୍ୟତୀତ ସେମାନେ ସେମାନଙ୍କର ଅବସର ବିନୋଦନ ପାଇଁ କ୍ଲବଘର, ଥ୍ଟର ଏବଂ ରେଷ୍ଟୁରାଣ୍ଟମାନ ନିର୍ମାଣ କରିଥିଲେ । ଏହା ଭାରତୀୟମାନଙ୍କ କ୍ଷେତ୍ରରେ ଏକ ନୂଆ ଜୀବନଶୈଳୀ କହିଲେ ଅତ୍ୟୁକ୍ତି ହେବନାହିଁ । ଯେଉଁ ଭାରତୀୟମାନେ ଇଂରାଜୀ ଦୁଇ ଅକ୍ଷର ପଢ଼ି ବ୍ରିଟିଶ୍‌ଙ୍କ ଅଧୀନରେ କ୍ଲର୍କ ଚାକିରୀଟିଏ କରୁଥିଲେ ସେମାନେ ଅନେକାଂଶରେ ଗୋରାଙ୍କୁ ଅନୁକରଣ କରି ପାଶ୍ଚାତ୍ୟ ଜୀବନଶୈଳୀକୁ ଆପଣାଇବା ପାଇଁ ବ୍ୟଗ୍ର ହେଉଥିଲେ ।

ବ୍ଲାକ୍ ଟାଉନ୍ ବା କଳା ସହର – ଦୁର୍ଗ ବାହାରେ ଭାରତର ବ୍ୟବସାୟୀ, କାରିଗରୀ କାର୍ଯ୍ୟ କରୁଥିବା ଲୋକ ଏବଂ ଶ୍ରମିକମାନଙ୍କ ପାଇଁ ଜନବସତି ଅଞ୍ଚଳ ପ୍ରତିଷ୍ଠା କରାଯାଇଥିଲା । ଏହାକୁ ବ୍ଲାକ୍ ଟାଉନ୍ ବା କଳା ସହର କୁହାଯାଉଥିଲା । ଏହି ସ୍ଥାନରେ ଧନୀ ଭାରତୀୟମାନେ ସେମାନଙ୍କର ଘର ତା’ସାଙ୍ଗକୁ ପ୍ରଶସ୍ତ୍ର ଅଗଣା ନିର୍ମାଣ କରିଥିଲେ । ସେମାନେ ମଧ୍ୟ ଏଠାରେ ବିସ୍ତୀର୍ଣ୍ଣ ଜମି କିଣୁଥିଲେ । ଏହି ଜମି କିଣିବାର ଉଦ୍ଦେଶ୍ୟ ଥିଲା ଭବିଷ୍ୟତ ସଞ୍ଚୟ ପାଇଁ । ସେମାନେ ଇଂରେଜ ଅଫିସର ଏବଂ ଅଧିକାରୀମାନଙ୍କୁ ସନ୍ତୁଷ୍ଟ କରିବାପାଇଁ ଏଠାରେ ବିରାଟ ଭୋଜି ଏବଂ ପର୍ବର ଆୟୋଜନ କରୁଥିଲେ । ବ୍ରିଟିଶ୍ ଆଦବ କାଇଦାକୁ ଆପଣାଇଥବା ଏହି ଧନୀ ଭାରତୀୟମାନେ ମନ୍ଦିରମାନ ମଧ୍ୟ ତୋଳୁଥିଲେ । ଗରିବ ଭାରତୀୟମାନେ ସେମାନଙ୍କର ଉଭୟ ଭାରତୀୟ ଏବଂ ଇଉରୋପୀୟ ପ୍ରଭୁଙ୍କ ପାଖରେ ରୋଷେୟା, ପାଲିଙ୍କିବାହକ, ଅଶ୍ଵଗାଡ଼ି ବାହକ, ଗାର୍ଡ଼, କୁଲି, ଡକ୍ ୨୮୦ଲବର ଭାବରେ କାର୍ଯ୍ୟ କରୁଥିଲେ ।

ବେସାମରିକ ଗଳି ଏବଂ କ୍ୟାଣ୍ଟନମେଣ୍ଟ – ୧୮୫୭ ବିଦ୍ରୋହ ପରଠାରୁ ଇଂରେଜମାନଙ୍କ ହୃଦୟରେ ଏକ ଭୟ ରହି ଆସିଥିଲା । ତେଣୁ ସେମାନେ ନିଜକୁ ଅଧିକ ସୁରକ୍ଷାଦେବା ଉଦ୍ଦେଶ୍ୟରେ ଏଗୁଡ଼ିକୁ ନିକାଞ୍ଚନ ବିସ୍ତୀର୍ଣ୍ଣ ଜାଗାରେ ଫାର୍ମ ହାଉସ୍‌ଳି ନିର୍ମାଣ କରିଥିଲେ । ପୁରାତନ ସହରର ପାଖାପାଖ ଅଞ୍ଚଳକୁ ସଫାସୁତୁରା କରି ଗୋଚାରଣ ଜମି ଏବଂ କୃଷିକ୍ଷେତ୍ରରେ ଫାର୍ମ ହାଉସ୍ ତିଆରି ହୋଇଥିଲା । ଏହାକୁ ସିଭିଲ୍ ଲାଇନ୍ କୁହାଯାଉଥିଲା । ଏଠାରେ କେବଳ ଗୋରା ଲୋକମାନେ ରହୁଥିଲେ । ଏହାପରେ ଇଂରେଜମାନେ ନିରାପଦ ସ୍ଥାନ ଭାବେ କ୍ୟାଣ୍ଟନମେଣ୍ଟ ନିର୍ମାଣ କଲେ । ଏହି କ୍ୟାଣ୍ଟନମେଣ୍ଟଗୁଡ଼ିକ ଭାରତୀୟ ସହରଗୁଡ଼ିକଠାରୁ ପୃଥକ୍ ଥିଲା । କେତେକ ସ୍ଥଳରେ ଏହା ସହରକୁ ଲାଗିଥିଲେ ବି ଏହାକୁ ସ୍ବତନ୍ତ୍ର ଭାବେ ସହରର ଏକ ନିର୍ଦ୍ଦିଷ୍ଟ ଅଂଶରେ ରଖାଯାଇଥିଲା । ଏହି କ୍ୟାଣ୍ଟନମେଣ୍ଟର ସୁରକ୍ଷା ଦାୟିତ୍ଵ ଇଉରୋପୀୟ କର୍ମଚାରୀଙ୍କ ହସ୍ତରେ ନ୍ୟସ୍ତ ଥିଲା । ଏହା ମଧ୍ୟରେ ବା ଏହାକୁ ଲାଗି ପ୍ରଶସ୍ତ ରାସ୍ତା ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ ବଙ୍ଗଳା ନିର୍ମାଣ କରାଯାଇଥିଲା । କ୍ୟାଣ୍ଟନମେଣ୍ଟଗୁଡ଼ିକରେ ବ୍ୟାରାକ୍ ହାଉସ୍, ପ୍ୟାରେଡ୍ ପଡ଼ିଆ ଇତ୍ୟାଦି ସୈନିକମାନଙ୍କ ପାଇଁ ନିର୍ମାଣ କରାଯାଇଥିଲା । ଏହା ଇଉରୋପୀୟମାନଙ୍କ ପାଇଁ ବାସ୍ତବରେ ଏକ ନିରାପଦ ସ୍ଥାନ ଥିଲା ।

ପରିମଳ ବ୍ୟବସ୍ଥା – ଇଂରେଜମାନଙ୍କ ଚକ୍ଷୁରେ ଭାରତୀୟମାନେ ରହୁଥ‌ିବା ବ୍ଲାକ୍ ଟାଉନ୍ ବା କଳା ସହର ଅଳିଆ ଏବଂ ଅରାଜକତାର ପ୍ରତୀକ ଥିଲା, ଯାହା ବହୁ ସମୟରେ ସଂକ୍ରାମକ ବ୍ୟାଧର କାରଣ ଥିଲା । କିନ୍ତୁ ଇଉରୋପୀୟମାନଙ୍କୁ ସେମାନେ ଅନୁକରଣ କରିବାପରେ ସ୍ୱଚ୍ଛତା ଏବଂ ସୁନ୍ଦର ସ୍ବାସ୍ଥ୍ୟ ଉପରେ ଗୁରୁତ୍ଵ ଦେଇଥିଲେ । ସିଭିଲ୍ ଲାଇନ୍ ଏବଂ କ୍ୟାଣ୍ଟନମେଣ୍ଟରେ ଯେଉଁଭଳି ଭାବରେ ସ୍ବଚ୍ଛତା ରହିଛି ସେସବୁକୁ ଅନୁକରଣ କରୁଥିଲେ । ଇଂରେଜମାନେ ମଧ୍ଯ ଭାରତରେ ହେଉଥ‌ିବା କଲେରା ଓ ପ୍ଲେଗଭଳି ମହାମାରୀ ରୋଗକୁ ଦୂର କରିବାପାଇଁ ପରିମଳ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ସହରର ପରିମଳ ପାଇଁ ସ୍ୱେରେଜ୍ ଏବଂ ଡ୍ରେନେଜ୍ ବ୍ୟବସ୍ଥା ଇତ୍ୟାଦି ଉପରେ ଗୁରୁତ୍ବ ଆରୋପ କରିଥିଲେ । ଏହା ବାସ୍ତବରେ ଏକ ନୂତନ ସହରୀ ଜୀବନକୁ ଜନ୍ମ ଦେଇଥିଲା ।

CHSE Odisha Class 12 History Chapter 14 Short & Long Answer Questions in Odia Medium

୩ । ବ୍ରିଟିଶ୍ ଶାସନ ସମୟରେ କଲିକତାରେ କିପରି ଏକ ଆଧୁନିକ ସହରର ପରିକଳ୍ପନା କରାଯାଇ ପାରିଥିଲା ବର୍ଣ୍ଣନା କର ।
Answer:
ବ୍ରିଟିଶ୍ ଶାସନ ସମୟରେ ଇଷ୍ଟଇଣ୍ଡିଆ କମ୍ପାନୀ ଆଧୁନିକ ସହରୀକରଣର ପ୍ରକ୍ରିୟା ପ୍ରଥମେ କଲିକତାରୁ ଆରମ୍ଭ କରିଥିଲା । ୧୬୯୦ ଖ୍ରୀ.ଅ.ରେ ଇଷ୍ଟଇଣ୍ଡିଆ କମ୍ପାନୀ ମୋଗଲଙ୍କଠାରୁ ସୁତାନଟୀ, କଲିକତା ଏବଂ ଗୋବିନ୍ଦପୁରର ରାଜସ୍ଵ ଆଦାୟ କରିବାର ଅଧିକାର ପାଇଥିଲା । ଏହି ତିନୋଟି ଗ୍ରାମକୁ ମିଶାଇ କଲିକତା ପ୍ରତିଷ୍ଠା ହୋଇଥିଲା । କମ୍ପାନୀ ସରକାର କଲିକତାକୁ ଏକ ସହର ଯୋଜନାର ଅନ୍ତର୍ଗତ କରିଥିଲେ । ଏହାପାଇଁ ଏକ ସ୍ଵତନ୍ତ୍ର ସହର ବ୍ୟବସ୍ଥାର ମାନଚିତ୍ର ପ୍ରସ୍ତୁତ କରାଯାଇଥିଲା । ଏହାର କିପରି ବିକାଶ ହେବ ଏବଂ ଏଠାରେ ଜନଜୀବନ କିଭଳି ନିୟନ୍ତ୍ରତ ହେବ ସେ ସମ୍ପର୍କରେ ମଧ୍ୟ ବିସ୍ତୃତ ବ୍ୟବସ୍ଥା କରାଯାଇଥିଲା । କମ୍ପାନୀର ସୁରକ୍ଷା ଦୃଷ୍ଟିରୁ ଅନେକ ନିରାପତ୍ତା ବ୍ୟବସ୍ଥା ଉପରେ ମଧ୍ୟ ଦୃଷ୍ଟି ଦିଆଯାଇଥିଲା ।

ଫୋର୍ଟ ଉଇଲିୟମ୍ ନିର୍ମାଣ – ସମଗ୍ର ବଙ୍ଗପ୍ରଦେଶରେ ଇଷ୍ଟଇଣ୍ଡିଆ କମ୍ପାନୀ ତା’ର ପ୍ରଭାବକୁ ବୃଦ୍ଧି କରିବାପାଇଁ ଚାହିଁଥିଲା । ୧୭୫୭ ଖ୍ରୀଷ୍ଟାବ୍ଦରେ ପଲାସୀ ଯୁଦ୍ଧରେ ବଙ୍ଗର ନବାବ ସିରାଜଉଦୌଲାଙ୍କୁ ପରାସ୍ତ କଲାପରେ କମ୍ପାନୀର ପ୍ରଭୁତ୍ୱ ବୃଦ୍ଧି ଯାଇଥିଲା । ଏହାପରେ ଇଷ୍ଟଇଣ୍ଡିଆ କମ୍ପାନୀ ଫୋର୍ଟ ଉଇଲିୟମ୍ ନିର୍ମାଣ କଲେ । ଏହି ଦୁର୍ଗଟି ଏଭଳି ନିର୍ମିତ ହୋଇଥିଲା ବୃଦ୍ଧି ଯାଇଥିଲା । ଏହାପରେ ଇଷ୍ଟଇଣ୍ଡିଆ କମ୍ପାନୀ ଫୋର୍ଟ ଉଇଲିୟମ୍ ନିର୍ମାଣ କଲେ । ଏହି ଦୁର୍ଗଟି ଏଭଳି ନିର୍ମିତ ହୋଇଥିଲା ଯେ ଏହା ଉପରେ କେହି ସହଜରେ ଆକ୍ରମଣ କରିପାରିବେ ନାହିଁ । ଏହି ଦୁର୍ଗ ଚତୁଃପାର୍ଶ୍ବରେ ସୁବିସ୍ତୃତ ଖୋଲା ସ୍ଥାନ ରଖାଯାଇଥିଲା । ଯାହାଫଳରେ ଦୁର୍ଗ ଭିତରେ ଥାଇ ବହୁ ଦୂରରୁ ଆକ୍ରମଣକାରୀକୁ ଚିହ୍ନଟ କରିହେଉଥିଲା । ସ୍ଥାନୀୟ ଲୋକମାନେ ଏହାକୁ ମଇଦାନ ବୋଲି ସମ୍ବୋଧନ କରୁଥିଲେ । ଏହି ମଇଦାନକୁ ନିରାପତ୍ତା ଦୃଷ୍ଟିରୁ ରଖାଯାଇଥିଲା । ଯଦି କୌଣସି ଶତ୍ରୁ ଦୁର୍ଗକୁ ଆକ୍ରମଣ କରିବାକୁ ସାହସ କରୁଥିଲା, ବ୍ରିଟିଶ୍ ତୋପବାହିନୀ ଶତ୍ରୁପକ୍ଷର ଅଧ୍ୱ କ୍ଷତି ପହଞ୍ଚାଉଥିଲା । ତେଣୁ ଦୁର୍ଗର ଚତୁଃପାର୍ଶ୍ଵରେ ଥ‌ିବା ବିସ୍ତୀର୍ଣ୍ଣ ଖୋଲାସ୍ଥାନ ଏହାର ପ୍ରତୀକ ଥିଲା । ନିଃସନ୍ଦେହରେ କୁହାଯାଇପାରେ ଯେ ଏହା ଇଂରେଜମାନଙ୍କ କଲିକତାରେ ସହର ପରିକଳ୍ପନାର ପ୍ରଥମ ଗୁରୁତ୍ଵ ପଦକ୍ଷେପ ଥିଲା ।

ଲର୍ଡ଼ ୱେଲ୍‌ଲୀଙ୍କ ଅବଦାନ – ୧୭୯୮ ଖ୍ରୀଷ୍ଟାବ୍ଦରେ ଲର୍ଡ଼ ୱେଲ୍‌ଲୀ ଗଭର୍ଣ୍ଣର ଜେନେରାଲ ଭାବରେ ବଙ୍ଗରେ ନିଯୁକ୍ତି ପାଇଥିଲେ । କଲିକତାରେ ତାଙ୍କର ସହର ପରିକଳ୍ପନା ଯୋଜନା ବାସ୍ତବରେ ଥିଲା ଅତୁଳନୀୟ । ୧୮୦୩ ଖ୍ରୀ.ଅ.ରେ ସେ କଲିକତାରେ ସରକାରୀ ଘର ଭାବେ ଏକ ବିଶାଳ ପ୍ରସାଦ ନିର୍ମାଣ କରିଥିଲେ । ପରବର୍ତୀ ସମୟରେ ଏହା ବ୍ରିଟିଶ୍ କର୍ତ୍ତୃତ୍ୱର ପ୍ରତୀକ ହୋଇଥିଲା । ସହରରେ ଭାରତୀୟମାନେ ବସବାସ କରୁଥିବା ଅଞ୍ଚଳର ଅବସ୍ଥାକୁ ଦେଖୁ ସେ ବିବ୍ରତ ହୋଇ ଉଠିଥିଲେ ଏବଂ ସେଥପରି ଦୃଷ୍ଟିନିକ୍ଷେପ କରିଥିଲେ । ସେହି ଅଞ୍ଚଳରେ ଜନଗହଳି ସାଙ୍ଗକୁ ଅଣଓସାରିଆ ଗଳି, ରାସ୍ତା, ମଇଳା ପୋଖରୀ ଏବଂ ଦୁର୍ଗନ୍ଧଯୁକ୍ତ ନାଳନର୍ଦ୍ଦମା ଭରପୂର ହୋଇଥିଲା । ଇଂରେଜମାନେ ଏଭଳି ବ୍ୟବସ୍ଥା ଦେଖୁ ବ୍ୟଥୂତ ହୋଇଥିଲେ କାରଣ ସେମାନେ ବିଶ୍ଵାସ କରୁଥିଲେ ଯେ ଏହିଭଳି ଦୂଷିତ ସ୍ଥାନ ବିଭିନ୍ନ ବ୍ୟାଧର ମୂଳକାରଣ ଅଟେ । ତେଣୁ ୱେଲ୍‌ଲୀ ଏକ ପ୍ରସ୍ତାବ ଗୃହୀତ କରାଇ ୧୮୦୩ ଖ୍ରୀ.ଅ.ରେ ଏକ ସହରୀ ଯୋଜନାର ବ୍ୟବସ୍ଥା ପ୍ରସ୍ତୁତ କରିଥିଲେ ।

ଏହି ପ୍ରଶାସନିକ ନିର୍ଦ୍ଦେଶନାମା ଫଳରେ ଅନେକଗୁଡ଼ିଏ ବନ୍ଦର, ଘାଟ, ମଶାଣି ଏବଂ ଚମଡ଼ା କାରଖାନାକୁ ସହର ବାହାରକୁ ନିଆଯାଇଥିଲା । ଅନେକ ରାସ୍ତା ଏବଂ ନର୍ଦ୍ଦମାକୁ ଓସାରିଆ କରାଯାଇଥିଲା । ସ୍ଵଚ୍ଛତା ଉପରେ ସ୍ବତନ୍ତ୍ର ଦୃଷ୍ଟିନିକ୍ଷେପ କରାଗଲା । ଲଟେରୀ କମିଟି – ୧୮୧୭ ଖ୍ରୀ.ଅ.ରେ ଇଂରେଜମାନେ ସହରର ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବାପାଇଁ ଏକ ଲଟେରୀ କମିଟି – ୧୮୧୭ ଖ୍ରୀ.ଅ.ରେ ଇଂରେଜମାନେ ସହରର ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବାପାଇଁ ଏକ ଲଟେରୀ କମିଟି ପ୍ରତିଷ୍ଠା କରିଥିଲେ । ଏହା ମାଧ୍ୟମରେ ଜନସାଧାରଣଙ୍କଠାରୁ ଅର୍ଥ ସଂଗ୍ରହ କରାଯାଇ ଉକ୍ତ ଅର୍ଥକୁ ସହରର ଉନ୍ନତିରେ ଲଗାଯାଉଥିଲା । ଉନ୍ନତିମୂଳକ କାର୍ଯ୍ୟପାଇଁ ଅର୍ଥ ସଂଗ୍ରହ କରିବାଦ୍ୱାରା ସହରର ପରିମଳ ବ୍ୟବସ୍ଥା କେବଳ ସରକାରଙ୍କର ଦାୟିତ୍ଵ ନଥିଲା, ଜନସାଧାରଣଙ୍କର ମଧ୍ୟ ଦାୟିତ୍ଵ ଥିଲା । ଲଟେରୀ କମିଟି ସହରର ଏକ ନୂତନ ମାନଚିତ୍ର ପ୍ରସ୍ତୁତ କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା କଲିକତା ସହରର ଏକ ସ୍ପଷ୍ଟଚିତ୍ର ପ୍ରସ୍ତୁତ କରିବା ।

ଏହା ନଦୀ କୂଳରେ ଥିବା ସମସ୍ତ ଜବରଦଖଲକାରୀ ସ୍ଥାନକୁ ମୁକ୍ତକରି ସେହିସବୁ ଅଞ୍ଚଳର ରାସ୍ତା ନିର୍ମାଣ କରିବାପାଇଁ ନିଷ୍ପଭି ନେଇଥିଲା । ଭାରତୀୟମାନେ ରହୁଥ‌ିବା ଅନେକ କୁଡ଼ିଆ ଘରକୁ ଉଚ୍ଛେଦ କରାଯାଇ ସେସବୁ ସ୍ଥାନକୁ ସଫାସୁତୁରା କରାଯାଇଥିଲା । ଫଳରେ ଦରିଦ୍ର ଭାରତୀୟମାନଙ୍କୁ ସହର ବାହାରେ ସ୍ଥାନ ଦିଆଯାଇଥିଲା । ଏହା ସାଙ୍ଗକୁ ଲଟେରୀ କମିଟିଦ୍ଵାରା ଅନେକ ପ୍ରଶସ୍ତ ରାସ୍ତା, ଗଳି ଏବଂ ପାର୍କ ନିର୍ମାଣ କରାଯାଇଥିଲା । ୧୮୩୬ ଖ୍ରୀ.ଅ. ପର୍ଯ୍ୟନ୍ତ ଏହି କମିଟି କାର୍ଯ୍ୟ କରିଥିଲା । ସହରକୁ ମହାମାରୀ ଏବଂ ଅଗ୍ନିରୁ ସୁରକ୍ଷା ଦେବାପାଇଁ ନିଆଯାଇଥିବା ପଦକ୍ଷେପ – ସହରୀକରଣ ପ୍ରକ୍ରିୟାରେ ବାରମ୍ବାର ଘଟୁଥିବା କଲେରା, ପ୍ଲେଗ୍ ଆଦି ମହାମାରୀ ବାଧକ ସାଜିଥିଲା । ଏହି ମହାମାରୀ କାହିଁକି ବ୍ୟାପୁଛି ତାହାର ସ୍ପଷ୍ଟ କାରଣ ଜଣାପଡ଼ିନଥିଲା । ଅନୁଧ୍ୟାନ କରାଯାଇ ଦେଖାଗଲା ଯେ ଉକ୍ତ ମହାମାରୀ ଏବଂ ଜନସାଧାରଣଙ୍କ ରହିବା ବ୍ୟବସ୍ଥା ସହିତ ସିଧାସଳଖ ସମ୍ପର୍କ ଅଛି ।

ଏହି କଥା ଇଂରେଜମାନେ ପ୍ରଚାର କରିଥିଲେ । ଇଂରେଜମାନଙ୍କର ଏହି କଥାକୁ ସେତେବେଳେ ଭାରତର ଜଣାଶୁଣା ବ୍ୟକ୍ତି ଦ୍ବାରିକାନାଥ ଠାକୁର ଏବଂ ରୁସ୍ତମଜୀ କାୱାସିଜ୍ ସମର୍ଥନ କରିଥିଲେ । ସେମାନେ ମତ ଦେଇଥିଲେ ଯେ କଲିକତାକୁ ଅଧିକ ସ୍ବାସ୍ଥ୍ୟକର କରିବାର ସମୟ ଉପନୀତ ହେଉଛି, ସୁତରାଂ ଘଞ୍ଚ ଜନବସତି ଅଞ୍ଚଳକୁ ସେମାନେ ଅସ୍ୱାସ୍ଥ୍ୟକର ଭାବେ ବିବେଚନା କଲେ । ଏହି ଅଞ୍ଚଳ ସିଧାସଳଖ ସୂର୍ଯ୍ୟାଲୋକରୁ ବଞ୍ଚିତ ହୋଇଥିବାରୁ ଅନେକ ମହାମାରୀର କାରଣ ହୋଇଛି । ଏତଦ୍‌ବ୍ୟତୀତ ଏହି ସ୍ଥାନମାନଙ୍କରେ ବାୟୁ ଚଳାଚଳ ସଠିକ୍ ହେଉନାହିଁ । ସେଥ‌ିପାଇଁ ସେମାନେ ଗରିବମାନଙ୍କର କୁଡ଼ିଆ ଏବଂ ବସ୍ତିକୁ ଭାଙ୍ଗିଥିଲେ ଏବଂ ଗରିବ ଶ୍ରମିକମାନଙ୍କୁ ସହରର ଦୂରସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ । ସେହିଭଳି ସହରରେ ବାରମ୍ବାର ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଘଟୁଥିଲା, ସେଥ‌ିପାଇଁ ୧୮୩୬ ଖ୍ରୀ.ଅ.ରେ ଚାଳିଆର ନିର୍ମାଣକୁ ନିଷେଧ କରାଗଲା ଏବଂ ଟାଇଲି ଛାତରେ ଘରକ ବାଧ୍ୟତାମୂଳକ କରାଗଲା ।

ଲର୍ଡ଼ ଡେଲ୍ହାଉସୀଙ୍କ ଅବଦାନ – ଲର୍ଡ଼ ଡେହାଉସୀ ଭାରତରେ ୧୮୪୮ରୁ ୧୮୫୬ ଖ୍ରୀ.ଅ. ପର୍ଯ୍ୟନ୍ତ ବଡ଼ଲାଟ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ କଲିକତାକୁ ଆଧୁନିକୀକରଣ କରିବାପାଇଁ ଅନେକ ସୁଦୂରପ୍ରସାରୀ ସଂସ୍କାରମାନ ପ୍ରଚଳନ କରିଥିଲେ । ସେ କଲିକତା ବାସିନ୍ଦାଙ୍କୁ ସଦ୍ୟ ପାନୀୟ ଜଳ ଯୋଗାଇଥିଲେ । ମଇଳା ପାଣିକୁ ରାସ୍ତାରେ ବୋହି ନଯିବାପାଇଁ ସେ ନୂତନ ନର୍ଦ୍ଦମା ବ୍ୟବସ୍ଥା କରିଥିଲେ । ସେ ମଧ୍ୟ କଲିକତାର ଆଲୋକ ସରଞ୍ଜାମର ବ୍ୟବସ୍ଥା କରିଥିଲେ । ସେ ଏକ ତିନିଜଣିଆ କମିଶନ ନିଯୁକ୍ତି କରିଥିଲେ, ଯାହାର କାର୍ଯ୍ୟ ଥିଲା କଲିକତାର ପରିମଳ ବ୍ୟବସ୍ଥାର ଯତ୍ନନେବା । ସଂକ୍ଷେପରେ କହିବାକୁ ଗଲେ କଲିକତାକୁ ଆଧୁନିକୀକରଣ କରିବାରେ ଲର୍ଡ଼ ଡେଲ୍‌ହାଉସୀ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ ।

ଏହା ନିଃସନ୍ଦେହ ଯେ କଲିକତାକୁ ଅଧ୍ଵ ସ୍ଵଚ୍ଛ କରିବାରେ କମ୍ପାନୀ ସରକାର ଅନେକ ପଦକ୍ଷେପ ନେଇଥିଲେ । କିନ୍ତୁ ଗୋରାମାନେ ରହୁଥ‌ିବା ସହରର ଅଂଶକୁ ସେମାନେ ଅଧିକ ସ୍ଵଚ୍ଛ ଏବଂ ସ୍ବାସ୍ଥ୍ୟକର କରିଥିଲେ । ଭାରତୀୟମାନେ ରହୁଥ‌ିବା କଳା ସହରକୁ ସେମାନେ ଗୁରୁତ୍ଵ ଦେଇନଥିଲେ । ମ୍ୟୁନିସ୍‌ପାଲ କର୍ପୋରେସନରେ ରହୁଥ‌ିବା ଭାରତୀୟ ପ୍ରତିନିଧ୍ ଏଥ‌ିପାଇଁ ଉଚ୍ଚ ସ୍ଵରରେ ଦାବି ଉପସ୍ଥାପନ କରୁଥିଲେ । ଫଳରେ ଭାରତୀୟମାନଙ୍କ ମଧ୍ୟରେ ଜାତୀୟତା ମନୋଭାବ ଦୃଢ଼ୀଭୂତ ହୋଇଥିଲା ।

Leave a Comment