Odisha State Board BSE Odisha 8th Class Science Solutions Chapter 2 ଅଣୁଜୀବ: ଉପକାରୀ ଓ ଅପକାରୀ Textbook Exercise Questions and Answers.
BSE Odisha Class 8 Science Solutions Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ
Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଅଣୁଜୀବମାନଙ୍କୁ ଆମେ ……………….. ସହାୟତାରେ ଦେଖିୁପାରୁ ।
(ଖ) ମାଟିର ଉର୍ବରତା ବୃଦ୍ଧି ପାଇଁ ନୀଳଜନିତ ଥିବାହ ବାୟୁମଣ୍ଡଳରୁ ସିଧାସଳଖ …………… ବିବନ୍ଧନ କରିଥାଆନ୍ତ ।
(ଗ) ସୁରାସାର …………………. ସହାୟତାରେ ପ୍ରସ୍ତୁତ ହୋଇଥାଏ ।
(ଘ)ହଇଚ୍ଚା ……………………. ଦ୍ୱାରା ସୃଷ୍ଟି ହୋଇଥାଏ ।
Answers:
(କ) ଅଣୁବୀକ୍ଷଣ ଯନ୍ତ୍ର,
(ଖ) ଯବକ୍ଷାରଜାନ,
(ଗ) ଇଷ୍ଟ,
(ଘ) ବୀଜାଣୁ
Question 2.
ଠିକ୍ ଉତ୍ତର ପାଖରେ ଠିକ୍ ଚିହ୍ନ (✓) ଦିଅ ।
(କ) କ’ଣ ପ୍ରସ୍ତୁତ କରିବାପାଇଁ ଇଷ୍ଟ୍ ଦରକାର ହୋଇଥାଏ ?
(i) ଚିନି
(ii) ସୁରାସାର
(iii) ହାଇଡ୍ରୋକ୍ଲୋରିକ୍ ଏସିଡ୍
(iv) ଅମ୍ଳଜାନ
(ଖ) ନିମ୍ନ ପ୍ରଦତ୍ତ ମଧ୍ୟରୁ କେଉଁଟି ଜୀବଘ୍ନ ?
(i) ସୋଡ଼ିଅମ୍ ବାଇକାର୍ବୋନେଟ୍
(ii) ସ୍ଟ୍ରେପ୍ଟୋମାଇସିନ୍
(iii) ସୁରାସାର
(iv) ଇଷ୍ଟ୍
(ଗ) କିଏ ମ୍ୟାଲେରିଆ ଜ୍ଵର ଉପୁଜାଉଥିବା ଆଦିପ୍ରାଣୀର ବାହକ ?
(i) ମାଈ ଏନୋଫିଲିସ୍ ମଶା
(ii) ଅସରପା
(iii) ମାଛି
(iv) ପ୍ରଜାପତି
(ଘ) କିଏ ସଂକ୍ରାମକ ରୋଗର ସବୁଠାରୁ ସାଧାରଣ ବାହକ ?
(i) ପିମ୍ପୁଡ଼ି
(ii) ମାଛି
(iii) କଙ୍କି
(iv) ବୁଢ଼ିଆଣୀ
(ଙ) ପାଉଁରୁଟି କିମ୍ବା ଇଡ୍ଲି ପିଠଉ କାହାଦ୍ଵାରା ଫୁଲିଥାଏ ?
(i) ଉତ୍ତାପ
(ii) ପେଷିବା
(iii) ଇଷ୍ଟ୍ ଜୀବକୋଷର ବୃଦ୍ଧି
(iv) ଘାଣ୍ଟିବା
(ଚ) ଚିନିକୁ ସୁରାସାରରେ ପରିଣତ କରିବା ପ୍ରକ୍ରିୟାକୁ କ’ଣ କୁହାଯାଏ ?
(i) ଯବକ୍ଷାରଜାନ ବିବନ୍ଧନ
(ii) ସଂକ୍ରମଣ
(iii) କିଣ୍ବନ
(iv) ସଂଚରଣ
Answers:
(କ) (ii) ସୁରାସାର,
(ଖ) (ii) ସ୍ଟ୍ରେପ୍ଟୋମାଇସିନ୍,
(ଗ) (i) ମାଈ ଏନୋଫିଲିସ୍ ମଶା,
(ଘ) (ii) ମାଛି
(ଙ) (iii) ଇଷ୍ଟ୍ ଜୀବକୋଷର ବୃଦ୍ଧି,
(ଚ) (iii) କିଣ୍ବନ
Question 3.
‘କ’ ସ୍ତମ୍ଭରେ ଥିବା ଜୀବମାନଙ୍କୁ ‘ଖ’ ସ୍ତମ୍ଭରେ ଥିବା ସେମାନଙ୍କର କାର୍ଯ୍ୟ ସହ ମିଳାଅ ।
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
(i) ବୀଜାଣୁ | ଯବକ୍ଷାରଜାନ ବିବନ୍ଧନ |
(ii) ରାଇଜୋବିଅମ୍ | ବସାଦହି ତିଆରି |
(iii) ଲାକ୍ସୋବାସିଲସ୍ | ପାଉଁରୁଟି ପ୍ରସ୍ତୁତି |
(iv) ଇଷ୍ଟ | ମ୍ୟାଲେରିଆ ଜ୍ଵରର କାରଣ |
(v) ଆଦିପ୍ରାଣୀ | ହଲଜାର କାରଶ |
(vi) ଭୂତାଣୁ | ପ୍ରତିପିଣ୍ଡ ଉତ୍ପନ୍ନ କରିବା |
ଏଡ଼ସ୍ର କାରଣ |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
(i) ବୀଜାଣୁ | ହଲଜାର କାରଶ |
(ii) ରାଇଜୋବିଅମ୍ | ଯବକ୍ଷାରଜାନ ବିବନ୍ଧନ |
(iii) ଲାକ୍ସୋବାସିଲସ୍ | ବସାଦହି ତିଆରି |
(iv) ଇଷ୍ଟ | ପାଉଁରୁଟି ପ୍ରସ୍ତୁତି |
(v) ଆଦିପ୍ରାଣୀ | ମ୍ୟାଲେରିଆ ଜ୍ଵରର କାରଣ |
(vi) ଭୂତାଣୁ | ଏଡ଼ସ୍ର କାରଣ |
Question 4.
ଅଣୁଜୀବମାନଙ୍କୁ ଖାଲି ଆଖରେ ଦେଖିହେବ କି ? ଯଦି ନା; ତେବେ କାହା ସାହାଯ୍ୟରେ ସେଗୁଡ଼ିକୁ ଦେଖୁପାରିବା ?
ଊ-
ଅଣୁଜୀବମାନଙ୍କର ଆକାର ଏତେ ଛୋଟ ଯେ ଏମାନଙ୍କୁ ଖାଲି ଆସ୍ରେ ଦେଖୁ ସମ୍ଭବ ନୁହେଁ । ଏହି ଅଣୁଜୀବମାନଙ୍କ ମଧ୍ୟରୁ ପାଉଁରୁଟିରେ ବଢୁଥିବା କବକକୁ ଉତ୍ତଳ ଯବକାଚ ଦ୍ବାରା ଦେଖାଯାଇପାରିବ । ଅନ୍ୟ ଅଣୁଜୀବମାନଙ୍କୁ ଅଣୁବୀକ୍ଷଣ ଯନ୍ତ୍ର ବିନା ଦେଖିବା ସମ୍ଭବ ନୁହେଁ । ଏହି ଜୀବମାନଙ୍କର ଆକୃତି ଏତେ ଛୋଟ ହୋଇଥିବାରୁ ଏମାନଙ୍କୁ ଅଣୁଜୀବ କୁହାଯାଉଛି ।
Question 5.
ଅଣୁଜୀବମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ପ୍ରଧାନ ଶ୍ରେଣୀଗୁଡ଼ିକ କ’ଣ ?
ଊ-
ଛୋଟ ଛୋଟ ଜୀବ, ଯେଉଁମାନଙ୍କୁ କେବଳ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖୁହୁଏ, ସେମାନଙ୍କୁ ଅଣୁଜୀବ କୁହାଯାଏ । ଏମାନେ ମୁଖ୍ୟତଃ ଚାରିଶ୍ରେଣୀରେ ବିଭକ୍ତ; ଯଥା –
- ବୀଜାଣୁ
- କବକ
- ଆଦିପ୍ରାଣୀ
- ଶୈବାଳ
Question 6.
ମାଟିରେ ଯବକ୍ଷାରକାନ ବିବନ୍ଧନ କରୁଥିବା ଅଣୁଜୀବର ନାମ ଲେଖା ।
ଊ-
ମାଟିରେ ଯବକ୍ଷାରଜାନ ବିବନ୍ଧନ କରୁଥିବା ଅଣୁଜୀବମାନେ ହେଲେ – ବୀଜାଣୁ ଓ ନୀଳ ହରିତ୍ ଶୈବାଳ ।
Question 7.
ଆମ ପାଇଁ ଅଣୁଜୀବଗୁଡ଼ିକର ଉପକାରିତା ସମ୍ବନ୍ଧରେ ଦଶଥାଡ଼ିରେ ଲେଖ ।
ଊ-
- ଲାକ୍ସୋବାସିଲସ୍ ନାମକ ବୀଜାଣୁ କ୍ଷୀରକୁ ଦହିରେ ପରିଣତ କରେ ।
- ଇଷ୍ଟଦ୍ୱାରା ଶର୍କରାରୁ କିଣ୍ବନ ପ୍ରକ୍ରିୟାରେ ସୁରାସାର ପ୍ରସ୍ତୁତ ହୁଏ ।
- ବୀଜାଣୁ ଓ କବକମାନଙ୍କୁ ବ୍ୟବହାର କରି ଆଣ୍ଟିବାୟୋଟିକ୍ ପ୍ରସ୍ତୁତ କରାଯାଉଛି ।
- ଟିକା ମାଧ୍ୟମରେ ଶରୀରରେ ପ୍ରତିପିଣ୍ଡ ସୃଷ୍ଟି କରି ରୋଗକାରୀ ଅଣୁଜୀବ ଦାଉରୁ ରକ୍ଷା କରନ୍ତି ।
- ନଷ୍ଟକ ଓ ଆନାବେନା ଜାତୀୟ ଶୈବାଳ ଯବକ୍ଷାରଜାନ ବିବନ୍ଧନରେ ସହାୟକ ହୁଅନ୍ତି ।
- ଡାଲି ଜାତୀୟ ଗଛର ଚେରରେ ଥିବା ରାଇଜୋବିଅମ୍ ବୀଜାଣୁ ବାୟୁମଣ୍ଡଳରୁ ଯବକ୍ଷାରଜାନ ଆଣି ଉଭିଦକୁ ଯୋଗାଏ ।
- ଆଜାଟୋବ୍ୟାକ୍ଟର ଏବଂ କ୍ଲୋଷ୍ଟ୍ରିଡ଼ିୟମ ବୀଜାଣୁ ମୃର୍ତ୍ତିକାରେ ରହି ଯବକ୍ଷାରଜାନ ବିବନ୍ଧନରେ ଅଂଶଗ୍ରହଣ କରନ୍ତି ।
- ଏସିଟିକ୍ ଅମ୍ଳ ଏବଂ ଆଲହଲ ତିଆରିରେ ଏସିଟୋବ୍ୟାକ୍ଟର ନାମକ ବୀଜାଣୁ ବ୍ୟବହୃତ ହୋଇଥାଏ ।
- ପାଉଁରୁଟି, ଚକୁଳି, ଇଡ୍ଲି ଓ କେକ୍ ଆଦି ଖାଦ୍ୟ ପ୍ରସ୍ତୁତିରେ ଏମାନେ ସାହାଯ୍ୟ କରନ୍ତି ।
Question 8.
ଜୀବଘ୍ନ କ’ଣ ? ଏହାର ବ୍ୟବହାର ପାଇଁ କି କି ସତର୍କତା ନିଆଯାଇଥାଏ ?
ଉ-
ଜୀବଘ୍ନ :
- ଜୀବଘ୍ନ ଅଣୁଜୀବରୁ ପ୍ରସ୍ତୁତ ହୋଇଥାଏ ।
- ଏହାକୁ ସେବନକଲେ ଶରୀରରେ ବୃଦ୍ଧି ପାଉଥିବା ରୋଗକାରକ ଅଣୁଜୀବମାନେ ମରିଯାଆନ୍ତି କିମ୍ବା ସେମାନଙ୍କ ବଂଶବୃଦ୍ଧି ପ୍ରତିହତ ହୋଇଥାଏ ।
- ବିଭିନ୍ନ ରୋଗର ଚିକିତ୍ସାପାଇଁ ଏକ ନିର୍ଦ୍ଦିଷ୍ଟ ଅଣୁଜୀବର ବଂଶବୃଦ୍ଧି କରାଇ ସେଥୁରୁ ଜୀବଘ୍ନ ପ୍ରସ୍ତୁତ କରାଯାଇଥାଏ ।
- ଅଣୁଜୀବରୁ ପ୍ରସ୍ତୁତ ଷ୍ଟେପ୍ଟୋମାଇସିନ୍, ଟେଟ୍ରାସାଇକ୍ଲିନ୍ ଏବଂ ଏରିଥ୍ରୋମାଇସିନ୍ ଭଳି କେତେକ ଜୀବଘ୍ନ
ସତର୍କତା –
- କେବଳ ଯୋଗ୍ୟ, ଅନୁଭୂତିସମ୍ପର୍ଣ୍ଣ ଡାକ୍ତରଙ୍କ ଉପଦେଶ ଅନୁଯାୟୀ ଜୀବଘ୍ନ ବ୍ୟବହାର କରିବା ଉଚିତ । ଡାକ୍ତରଙ୍କ ପରାମର୍ଶ ମାନି ଏହା ସେବନ କରିବା ଆବଶ୍ୟକ ।
- କମ୍, ବେଶି ବା ଭୁଲ୍ ମାତ୍ରାରେ ଏହାକୁ ବ୍ୟବହାରକଲେ ଭବିଷ୍ୟତରେ ଏହା ଫଳପ୍ରଦ ହୋଇ ନଥାଏ ।
- ଅନାବଶ୍ୟକ ଜୀବଘ୍ନ ବ୍ୟବହାରକଲେ ଏହା ଆମ ଶରୀରରେ ଥିବା ଉପକାରୀ ବୀଜାଣୁମାନଙ୍କୁ ମାରିଦେଇଥା’ନ୍ତି ।
ତୁମ ପାଇଁ କାମ ଓ ପ୍ରକଳ୍ପ –
- ଗୋଟିଏ ବୁଟ କିମ୍ବା ବିଗଛ ଉପାଡ଼ି ଆଣ । ଏହାର ମୂଳକୁ ଦେଖିଲେ ସେଥିରେ ଗୋଲାକାର ଗଣ୍ଠି ବା ଗ୍ରନ୍ଥିକାମାନ ଦେଖାଯିବ । ଏହାକୁ ମୂଳ ଗ୍ରନ୍ଥିକା କହନ୍ତି । ଗୋଟିଏ ମୂଳର ଚିତ୍ର କରି ସେଥିରେ ଥିବା ମୂଳ ଗ୍ରନ୍ଥିକାଗୁଡ଼ିକୁ ଦର୍ଶାଅ ।
- ଜାମ୍ ଏବଂ ଜେଲି ଥିବା ବୋତଲରେ ଲାଗିଥିବା ଛାପଗୁଡ଼ିକୁ ସଂଗ୍ରହ କର । ଏଥିରେ ଛପାହୋଇଥିବା ଉପାଦାନଗୁଡ଼ିକର ତାଲିକା ପ୍ରସ୍ତୁତ କର ।
- ଡାକ୍ତରଙ୍କ ପାଖକୁ ଯାଇ ଜୀବଘ୍ନର ଅଧିକ ବ୍ୟବହାରକଲେ କ’ଣ ହେବ ବୁଝି ଏହାର ଏକ ଛୋଟ ବିବରଣୀ ପ୍ରସ୍ତୁତ କର ।
- ପ୍ରକଳ୍ପ
ଆବଶ୍ୟକ ଯନ୍ତ୍ରପାତି ଓ ରାସାୟନିକ ଦ୍ରବ୍ୟ :
ଦୁଇଟି ପରୀକ୍ଷାନଳୀ, ଚିହ୍ନ ଦିଅ । କଲମ, ଚିନି, ଇଷ୍ଟ ପାଉଡ଼ର, ଦୁଇଟି ବେଲୁନ ଓ ଚୂନପାଣି ।
‘A’ ଏବଂ ‘B’ ଚିହ୍ନିତ ଦୁଇଟି ଟେଷ୍ଟ ଟ୍ୟୁବ୍ ନିଅ । ଗୋଟିଏ ଷ୍ଟାଣ୍ଡରେ ଏହାକୁ ରଖ । ଉପରକୁ କିଛି ଅଂଶ ଛାଡ଼ିଦେଇ ପାଣି ଭର୍ତ୍ତି କର । ପ୍ରତି ଟେଷ୍ଟ ଟ୍ୟୁବରେ ଦୁଇ ଚାମଚ ଲେଖାଏଁ ଚିନି ପକାଅ । ‘B’ ଚିହ୍ନିତ ଟେଷ୍ଟ ଟ୍ୟୁବ୍ରେ ଏକ ଚାମକ ଇଷ୍ଟ୍ ପାଉଡ଼ର ପକାଅ । ବେଲୁନ୍ ଦୁଇଟିକୁ ଅଳ୍ପ ଫୁଙ୍କି ପ୍ରତି ଟେଷ୍ଟ ଟ୍ୟୁବ୍ର ମୁହଁରେ ବାନ୍ଧିଦିଅ ଓ ସୂର୍ଯ୍ୟକିରଣଠାରୁ ଦୂରରେ ଏକ ଗରମ ଜାଗାରେ ଟ୍ୟୁବ୍ ଦୁଇଟିକୁ ରଦିଅ । 3-4 ଦିନ ପର୍ଯ୍ୟନ୍ତ ପ୍ରତିଦିନ ଟେଷ୍ଟ ଟ୍ୟୁବ୍ ଦୁଇଟିରେ ହେଉଥିବା ପରିବର୍ତ୍ତନ ଲେଖ ଓ କାହିଁକି ଏପରି ହେଉଛି ଚିନ୍ତା କର । ବର୍ତ୍ତମାନ ଅନ୍ୟ ଏକ ଟେଷ୍ଟ୍ ଟ୍ୟୁବ୍ର 4 ଭାଗରୁ l ଭାଗ ଚୂନପାଣି ନିଅ । ‘B’ ଟେଷ୍ଟ୍ ଟ୍ୟୁବ୍ର ମୁହଁରେ ବନ୍ଧା ହୋଇଥିବା ବେଲୁନ୍କୁ ଏପରି ବାହାର କର ଯେ, ବେଲୁନ୍ ଭିତରେ ଥିବା ଗ୍ୟାସ ଯେପରି ବାହାରି ନଯାଏ । ଚୂନପାଣି ଥିବା ଟେଷ୍ଟ ଟ୍ୟୁବ୍ରେ ବେଲୁକୁ ବାନ୍ଧି ଭଲ ଭାବରେ ଟେଷ୍ଟ ଟ୍ୟୁବ୍ଟିକୁ ହଲାଇ କ’ଣ ଘଟୁଛି ଦେଖ ।
ଚ୍ଚାଶିଛ କି ?
ପୃଥିବୀପୃଷ୍ଠରେ ମଣିଷ ଉଦ୍ଭବ ହେବା ପୂର୍ବରୁ ବୀଜାଣୁଙ୍କ ଆବିର୍ଭାବ ଘଟିଛି; ଅର୍ଥାତ୍ ସେମାନେ ମଣିଷ ଆଗରୁ ପୃଥିବୀରେ ବାସକରୁଛନ୍ତି । କଷ୍ଟସହିଷ୍ଣୁ ହୋଇଥିବାରୁ ସେମାନେ ଯେ କୌଣସି ପରିବେଶରେ ବଞ୍ଚିପାରନ୍ତି । ଉତ୍ତପ୍ତ ମାଟିପାତ୍ର ଏବଂ ଅତି ଥଣ୍ଡା ବରଫ ପାଣିରେ ମଧ୍ଯ ଏଗୁଡ଼ିକ ବଞ୍ଚି’ନ୍ତି । କଷ୍ଟିକ୍ ସୋଡ଼ାର ଦ୍ରବ, ଗାଢ଼ ଗନ୍ଧକାମ୍ଳ ପୂର୍ଣ୍ଣ ପୋଖରୀ, ଗଭୀର ଗାତରେ ମଧ୍ୟ ସେମାନେ ଦେଖାଯାଆନ୍ତି । ବୋଧହୁଏ ସେମାନେ ମହାକାଶରେ ବଞ୍ଚିପାରିବେ । ଚନ୍ଦ୍ରପୃଷ୍ଠରେ ଦୁଇ ବର୍ଷ ପର୍ଯ୍ୟନ୍ତ ରଖାଯାଇଥିବା ଏକ କ୍ୟାମେରାରୁ ଏକପ୍ରକାର ବୀଜାଣୁ ଥିବାର ଜଣାପଡ଼ିଛି । ଏପରି ପରିବେଶ ବୋଧହୁଏ ନାହିଁ ଯେଉଁଠାରେ ବୀଜାଣୁମାନେ ମଧ୍ୟ ରହିପାରିବେ ନାହିଁ ।
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ବସ୍ତୁନିଷ୍ଠ ପ୍ରଶ୍ନେ। ଭର
1. ଶୂନ୍ୟସ୍ଥାନ ପୂରଣ କର ।
(i) ଯେଉଁ ଜୀବମାନଙ୍କୁ କେବଳ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖାହୁଏ ସେମାନଙ୍କୁ ……………….. କୁହାଯାଏ ।
(ii) ଅଣୁଜୀବମାନେ ମୁଖ୍ୟତଃ ………………… ପ୍ରକାର ।
(iii) ଅଣୁଜୀବଜଗତରେ ………………… ଏକ ବିଚିତ୍ର ସତ୍ତା ।
(iv) ଭୂତାଣୁମାନଙ୍କୁ ……………………… ଦ୍ଵାରା ଦେଖ୍ହୁଏ ।
(v) ଏକ ବିଚିତ୍ରସତ୍ତା …………………. ମାଇକ୍ରନ ।
(vi) ସର୍ଦ୍ଦିଭଳି ସାଧାରଣ ରୋଗ ……………………… ଯୋଗୁଁ ହୋଇଥାଏ ।
(vii) ପୋଲିଓଭଳି ମାରାତ୍ମକ ରୋଗ ………………….. ଯୋଗୁଁ ହୋଇଥାଏ ।
(viii) ଆମାଶୟ ରୋଗ ……………………. ଯୋଗୁଁ ହୋଇଥାଏ ।
(ix) ଯକ୍ଷ୍ମାରୋଗ …………………….. ଯୋଗୁଁ ହୋଇଥାଏ ।
(x) ……………. ଅଣୁଜୀବ ଏକକୋଷୀ ଓ ଏକାକୀ ବାସକରେ ।
(xi) ………….. ଓ …………………. ଅଣୁଜୀବ ସଂଘ ବା ମଣ୍ଡଳରେ ବାସକରନ୍ତି ।
(xii) କ୍ଷୀରକୁ ଦହିରେ ପରିଣତ କରିବାରେ …………………. ନାମକ ବୀଜାଣୁ ସାହାଯ୍ୟ କରେ ।
(xiii) କିଣ୍ବନ ପଦ୍ଧତି ……………… ବୈଜ୍ଞାନିକ ଉଦ୍ଭାବନ କରିଥିଲେ ।
(xv) ପେନିସିଲିନ୍ …………………… ବୈଜ୍ଞାନିକ ଉଦ୍ଭାବନ କରିଥିଲେ ।
(xiv) ରୋଗ ହେଲେ ଆମକୁ ……………….. ବଟିକା ଖାଇବାକୁ ପଡ଼ିଥାଏ ।
(xvi) ବସନ୍ତ ରୋଗର ନିରାକରଣ ପାଇଁ ଟିକା …………………. ବୈଜ୍ଞାନିକ ଉଦ୍ଭାବନ କରିଥିଲେ ।
(xvii) ରୋଗକାରକ ଅଣୁଜୀବମାନଙ୍କୁ ……………….. କୁହାଯାଏ ।
(xviii) ମାଈ ଏଡ଼ିସ୍ ମଶା …………………. ଭୂତାଣୁର ବାହକ ।
(xix) ମାଈ ଏନୋଫିଲିସ୍ ମଶା …………………… ପରଜୀବୀର ବାହକ ।
(xx) ଆର୍ଥ୍ରାକ୍ସ ରୋଗ ………………….. ଙ୍କ ଦ୍ବାରା ଉଦ୍ଭାବିତ ହୋଇଥିଲା ।
Answers:
(i) ଅଣୁଜୀବ
(ii) 4
(iii) ଭୂତାଣୁ
(iv) ଇଲେକ୍ଟ୍ରୋନିକ୍ ଅଣୁବୀକ୍ଷଣ
(v) \(=\frac{1}{1000}\)
(vi) ଭୂତାଣୁ
(vii) ଭୂତାଣୁ
(viii) ଆଦିପ୍ରାଣୀ
(ix) ବୀଜାଣୁ
(x) ଏମିବା
(xi) କବକ, ବୀଜାଣୁ
(xii) ଲାକ୍ସୋବାସିଲସ୍
(xiii)ଲୁଇ ପାଶ୍ଚର
(xiv) 199
(xv) ଆଲେକ୍ଜାଣ୍ଡର ଫ୍ଲେମିଂ
(xvi) ଏଡ୍ଡି ଜେନର୍
(xvii) ବ୍ୟାଧ୍ଵଜାତକ
(xviii) ଡେଙ୍ଗୁଜ୍ଵର
(xix) ମ୍ୟାଲେରିଆ
(xx) ରବର୍ଟ କକ
2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ଯଷ୍ଟାରେ।ଗ ………………… ମାଧ୍ୟମରେ ବ୍ୟାପିଥାଏ । (ବାୟୁ, ଜଳ, ସଂସ୍ପର୍ଶ, ଖାଦ୍ୟ)
(ii) ଟାଇଫଏଡ୍ ରୋଗ ………………… ମାଧ୍ୟମରେ ବ୍ୟାପିଥାଏ । (ବାୟୁ, ଜଳ, ସଂସ୍ପର୍ଶ, ଖାଦ୍ୟ)
(iii) ହାଡ଼ଫୁଟି ରୋଗ …………… ମାଧ୍ୟମରେ ବ୍ୟାପିଥାଏ । (ବାୟୁ ଜଳ, ଜଳ/ଖାଦ୍ୟ, ବାୟୁ/ସଂସ୍ପର୍ଶ, ଜଳ/ମଶା)
(iv) ମିଳିମିଳା ରୋଗ ସୃଷ୍ଟିକାରୀ ଅଣୁଜୀବ ………………. ଅଟେ । (ବୀଜାଣୁ, ଭୂତାଣୁ, ଶୈବାଳ, ଆଦିପ୍ରାଣୀ)
(v) ମ୍ୟାଲେରିଆ ଜ୍ଵର ସୃଷ୍ଟିକାରୀ ଅଣୁଜୀବ ……………. ଅଟେ । (ବୀଜାଣୁ, ଭୂତାଣୁ, ଶୈବାଳ, ଆଦିପ୍ରାଣୀ)
(vi) ଲେମ୍ବୁର ଜାଦୁରା ରୋଗ ………………….. ଅଣୁଜୀବ ଯୋଗୁଁ ହୋଇଥାଏ । (ବୀଜାଣୁ, କବକ, ଭୂତାଣୁ, ଆଦିପ୍ରାଣୀ)
(vii) ଗହମର କଳଙ୍କିରୋଗ ……………. ଅଣୁଜୀବ ଯୋଗୁଁ ହୋଇଥାଏ । (ବୀଜାଣୁ, କବକ, ଭୂତାଣୁ, ଆଦିପ୍ରାଣୀ)
(viii) ଭେଣ୍ଡିର ୟେଲୋଭେନ୍ ରୋଗ …………………….. ଅଣୁଜୀବ ଯୋଗୁଁ ହୋଇଥାଏ । (ବୀଜାଣୁ, କବକ, ଭୂତାଣୁ, ଆଦିପ୍ରାଣୀ)
(ix) ଆଚାରକୁ ଅଣୁଜୀବ ଦାଉରୁ ରକ୍ଷା କରିବାପାଇଁ ଏଥରେ …………………….. ମିଶାଯାଇଥାଏ । (ଲୁଣ କିମ୍ବା ଅମ୍ଳ, କ୍ଷାର କିମ୍ବା ଲଙ୍କା, ହଳଦୀ କିମ୍ବା ଜିରା, କିମ୍ବା ସୋରିଷ)
(x) ପାଶ୍ଚରୀକରଣ ପଦ୍ଧତିରେ କ୍ଷୀରକୁ 70°C ରେ …………………. ସେକେଣ୍ଡ ପର୍ଯ୍ୟନ୍ତ ଗରମ କରାଯାଏ । (10-15, 15-30, 30 – 45, 45 – 60)
Answers:
(i) ବାୟୁ
(ii) ଜଳ
(iii) ବାୟୁ ସଂସ୍ପର୍ଶ
(iv) ଭୂତାଣୁ
(v) ଆଦିପ୍ରାଣୀ
(vi) ବୀଜାଣୁ
(vii) କବକ
(vi) ଭୂତାଣୁ
(ix) ଲୁଣ କିମ୍ବା ଅମ୍ଳ
(x) 15-30
3. ବାମ ପାର୍ଶ୍ୱସ୍ଥ ସମ୍ପର୍କକୁ ଲକ୍ଷ୍ୟ କରି ଦକ୍ଷିଣ ପାର୍ଶ୍ବରେ ଶୂନ୍ୟସ୍ଥାନ ପୂରଣ କର ।
(i) ସର୍ଦ୍ଦି : ସାଧାରଣ ରୋଗ :: ପୋଲିଓ : ………………….. ।
(ii) ଆମାଶୟ : ଆଦିପ୍ରାଣୀ :: ଟାଇଫଏଡ୍ : ………………….. ।
(iii) ଯକ୍ଷ୍ମା : ବୀଜାଣୁ :: ହାଡ଼ଫୁଟି : ………………….. ।
(iv) ଏକାକୀ ବାସକରେ : ଏମିବା : : ସଂଘରେ ବାସକରେ : ………………….. ।
(v) ଲୁଇ ପାଶ୍ଚର : କିଣ୍ବନ :: ଫ୍ଲେମିଂ : ………………….. ।
(vi) ଏଡ଼ୱାର୍ଡ଼ ଜେନର : ବସନ୍ତ :: ରବର୍ଟ କକ୍ : ………………….. ।
(vii) ମ୍ୟାଲେରିଆ : ପରଜୀବୀ :: ଡେଙ୍ଗୁଜ୍ୱର : ………………….. ।
(viii) ମ୍ୟାଲେରିଆ : ମାଈ ଏନୋଫିଲିସ୍ :: ଡେଙ୍ଗୁଜ୍ଵର : ………………….. ।
(ix) ହଇଜା : ବୀଜାଣୁ :: ମ୍ୟାଲେରିଆ ଜ୍ଵର : ………………….. ।
(x) ଯକ୍ଷ୍ମା : ବୀଜାଣୁ :: ପୋଲିଓ : ………………….. ।
Answers:
(i) ମାରାତ୍ମକ ରେ।ଟ
(ii) ବୀଜାଣୁ
(iii) ଭୂତାଣୁ
(iv) କବକ/ବୀଜାଣୁ
(v) ପେନିସିଲିନ୍
(vi) ଆର୍ଥ୍ରାକ୍ସ
(vi) ଭୂତାଣୁ
(viii) ମାଈ ଏଡ଼ିସ୍
(ix) ଆଦିପ୍ରାଣୀ
(x) ଭୂତାଣୁ
4. ‘କ’ ସ୍ତମ୍ଭର ଶବ୍ଦଗୁଡ଼ିକ ସହ ‘ଖ’ ସ୍ତମ୍ଭର ସମ୍ପର୍କିତ ଶବ୍ଦଗୁଡ଼ିକୁ ମିଳାଅ ।
‘କ’ | ‘ଖ’ |
(i) ଆଚାର | (i) ବାୟୁ |
(ii) ଜାମ୍ , ଜେଲି | (ii) ମଞ୍ଜ |
(iii) ପରିରକ୍ଷକ | (iii) କ୍ଷୀର |
(iv) ଭେଣ୍ଡିର ମୋଜା | (iv) ତୈଳ ଏବଂ ଭିନେଗାର |
(v) ଗହମର କଳଙ୍କ | (v) କୀଟ |
(vi) ହଇଜା | (vi) ଆଦିପ୍ରାଣୀ |
(vii) ମ୍ୟାଲେରିଆ | (vii) ଭୂତାଣୁ |
(viii) ଲେମ୍ବୁର ଜାଦୁରା | (viii) ବୀଜାଣୁ |
(ix) ପାଶ୍ଚରୀକରଣ | (ix) ଲୁଣ କିମ୍ବା ଅମ୍ଳ |
(x) ହିପାଟାଇଟିସ୍-B | (x) ଚିନି |
Answers:
‘କ’ | ‘ଖ’ |
(i) ଆଚାର | (iv) ତୈଳ ଏବଂ ଭିନେଗାର |
(ii) ଜାମ୍ , ଜେଲି | (x) ଚିନି |
(iii) ପରିରକ୍ଷକ | (ix) ଲୁଣ କିମ୍ବା ଅମ୍ଳ |
(iv) ଭେଣ୍ଡିର ମୋଜା | (v) କୀଟ |
(v) ଗହମର କଳଙ୍କ | (ii) ମଞ୍ଜ |
(vi) ହଇଜା | (viii) ବୀଜାଣୁ |
(vii) ମ୍ୟାଲେରିଆ | (vi) ଆଦିପ୍ରାଣୀ |
(viii) ଲେମ୍ବୁର ଜାଦୁରା | (i) ବାୟୁ |
(ix) ପାଶ୍ଚରୀକରଣ | (iii) କ୍ଷୀର |
(x) ହିପାଟାଇଟିସ୍-B | (vii) ଭୂତାଣୁ |
5. କେବଳ ଉତ୍ତର ଲେଖ ।
(i) ଯେଉଁ ଜୀବମାନଙ୍କୁ କେବଳ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିହୁଏ ସେମାନଙ୍କୁ କ’ଣ କୁହାଯାଏ ?
ଉ-
ଅଣୁଜୀବ
(ii) ଅଣୁଜୀବମାନେ ମୁଖ୍ୟତଃ କେତେ ପ୍ରକାର ?
ଉ-
4 ପ୍ରକାର
(iii) କେଉଁ ଅଣୁଜୀବ ଏବଂ ବିଚିତ୍ର ସତ୍ତା, ଯାହାକୁ ପ୍ରହେଳିକା ଭାବେ ଗ୍ରହଣ କରାଯାଇଛି ?
ଉ-
ଭୂତାଣୁ
(iv) ଭୂତାଣୁମାନେ ପୋଷକ ଜୀବର କେଉଁଠାରେ ବଂଶବିସ୍ତାର କରନ୍ତି ?
ଉ-
କୋଷ ଭିତରେ
(v) ପୋଲିଓ ଏବଂ ହାଡ଼ଫୁଟି କେଉଁ ଅଣୁଜୀବ ଯୋଗୁଁ ହୋଇଥାଏ ?
ଉ-
ଭୂତାଣୁ
(vi) ଆମାଶୟ ଏବଂ ମ୍ୟାଲେରିଆ କେଉଁ ଅଣୁଜୀବ ଯୋଗୁଁ ହୋଇଥାଏ ?
ଉ-
ଆଦିପ୍ରାଣୀ
(vii) ଟାଇଫଏଡ୍ ଓ ଯକ୍ଷ୍ମା କେଉଁ ଅଣୁଜୀବ ଯୋଗୁଁ ହୋଇଥାଏ ?
ଉ-
ବୀଜାଣୁ
(viii) କବକ ଓ ବୀଜାଣୁ କିପରି ବାସକରନ୍ତି ?
ଉ-
ସଂଘ ବା ମଣ୍ଡଳ ଗଠନ କରି
(ix) କ୍ଷୀରକୁ ଦହିରେ ପରିଣତ କରିବା କେଉଁ ବୀଜାଣୁଦ୍ୱାରା ହୋଇଥାଏ ?
ଉ-
ଲାକ୍ସୋବାସିଲସ୍
(x) କେଉଁ ଅଣୁଜୀବର ବ୍ୟବହାରଦ୍ୱାରା ସୁରାସାର ଓ ମଦ ତିଆରି ହୁଏ ?
ଉ-
ଇଷ୍ଟ
(xi) କେଉଁ ପଦ୍ଧତିରେ ଇଷ୍ଟଦ୍ୱାରା ଶର୍କରାରୁ ସୁରାସାର ପ୍ରସ୍ତୁତ ହୁଏ ?
ଉ-
କିଶ୍ଵନ
(xii) କେଉଁ ଭୂତାଣୁଜନିତ ରୋଗର ନିରାକରଣ ଜୀବଘ୍ନଦ୍ୱାରା ହୋଇ ନଥାଏ ?
ଉ-
ସର୍ଦ୍ଦି ଏବଂ ଫ୍
(xiii) ଅଣୁଜୀବମାନେ ବର୍ଜ୍ୟବସ୍ତୁକୁ କେଉଁ ପ୍ରକ୍ରିୟାରେ ମାଟିରେ ମିଶାଇଦିଅନ୍ତି ?
ଉ-
ଅପଘଟନ
(xiv) ରୋଗକାରକ ଅଣୁଜୀବମାନଙ୍କୁ କ’ଣ କୁହାଯାଏ ?
ଉ-
ବ୍ଯାଧ୍ଜାତକ
(xv) ହଇଜା, ସର୍ଦ୍ଦି, ହାଡ଼ଫୁଟି, ଯକ୍ଷ୍ମା ଇତ୍ୟାଦି କେଉଁ ପ୍ରକାର ରୋଗ ଅଟନ୍ତି ?
ଉ-
ସଂକ୍ରାମକ ରୋଗ
(xvi) ମାଈ ଏନୋଫିଲିସ୍ ମଶା କେଉଁ ରୋଗର ବାହକ ?
ଉ-
ମ୍ୟାଲେରିଆ
(xvii) ମାଈ ଏଡ଼ିସ୍ ମଶା କେଉଁ ରୋଗର ବାହାକ ?
ଉ-
ଡେଙ୍ଗୁଜ୍ଵର
(xviii) ଗାଈଗୋରୁମାନଙ୍କ ଫାଟୁଆ ରୋଗ କାହାଯୋଗୁଁ ହୋଇଥାଏ ?
ଉ-
ଭୂତାଣୁ
(xix) ଯେଉଁ ରାସାୟନିକ ଦ୍ରବ୍ୟ ଅଣୁଜୀବମାନଙ୍କ ବୃଦ୍ଧିକୁ ହ୍ରାସ ବା ବନ୍ଦ କରିଥାଏ, ତାହାକୁ କ’ଣ କୁହାଯାଏ ?
ଉ-
ପରିରକ୍ଷକ
(xx) କ୍ଷୀରକୁ ପ୍ୟାକେଟ୍ରେ ପଠାଇବାପାଇଁ କେଉଁ ପଦ୍ଧତି ଅବଲମ୍ବନ କରାଯାଇଥାଏ ?
ଉ-
ପାଶ୍ଚରୀକରଣ