Odisha State Board CHSE Odisha Class 12 Political Science Solutions Chapter 10 ପରିବେଶ ଓ ପ୍ରାକୃତିକ ସମ୍ପଦ Long Answer Questions.
CHSE Odisha 12th Class Political Science Chapter 10 Long Answer Questions in Odia Medium
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧ । ପ୍ରାକୃତିକ ସମ୍ପଦ କହିଲେ କ’ଣ ବୁଝ ? ପ୍ରାକୃତିକ ସମ୍ପଦର ପ୍ରକାରଭେଦ ବିଷୟରେ ଉଲ୍ଲେଖ କର ।
Answer:
ପ୍ରାକୃତିକ ସମ୍ପଦ କହିଲେ ପ୍ରକୃତିରେ ଦେଖାଯାଉଥିବା ବିଭିନ୍ନ ଜିନିଷକୁ ବୁଝାଏ, ଯାହା ମଣିଷର ଦୈନନ୍ଦିନ ବ୍ୟବହାରରେ ଆସିଥାଏ । ବାୟୁ, ବଣଜଙ୍ଗଲ, ଜଳ, ମୃତ୍ତିକା, ବନ୍ୟଜନ୍ତୁ, ପଶୁପକ୍ଷୀ ଆଦିଙ୍କୁ ପ୍ରାକୃତିକ ସମ୍ପଦର ଆଖ୍ୟା ଦିଆଯାଇଅଛି । ସମସ୍ତ ପ୍ରକାରର ପ୍ରାକୃତିକ ସମ୍ପଦର ସମାହାରରେ ପରିବେଶର ସନ୍ତୁଳନ ଅବସ୍ଥା ସମ୍ଭବ ହୋଇଥାଏ । କାଳକ୍ରମେ ମନୁଷ୍ୟର ଉପଯୋଗରେ ଏହି ପ୍ରାକୃତିକ ସମ୍ପଦ ଆସୁଥିବାରୁ ଏହାର କାଳକ୍ରମେ ବିଲୟ ଘଟୁଛି, ଯାହା ପରିବେଶକୁ ଅସନ୍ତୁଳିତ କରୁଅଛି । ପ୍ରାକୃତିକ ସମ୍ପଦକୁ ସାଧାରଣତଃ ଦୁଇ ପ୍ରକାରରେ ବିଭକ୍ତ କରାଯାଇପାରେ; ଜୀବନ୍ତ ସମ୍ପଦ, ଯାହା ବଣ, ଜଙ୍ଗଲ, ବନ୍ୟଜନ୍ତୁ ଇତ୍ୟାଦିକୁ ବୁଝାଇଥାଏ, ସେହିପରି ଅନ୍ୟଟି ହେଲା ଅଜୈବ ସମ୍ପଦ, ଯାହା ଜଳ, ବାୟୁ, ମୃତ୍ତିକା, ଖଣିଜ ଲବଣ ଇତ୍ୟାଦିକୁ ବୁଝାଇଥାଏ । ପ୍ରାକୃତିକ ସମ୍ପଦକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇଛି; ଯଥା—
- ନବୀକରଣଯୋଗ୍ୟ ସମ୍ପଦ
- ନବୀକରଣ ଅଯୋଗ୍ୟ ସମ୍ପଦ
(୧) ନବୀକରଣଯୋଗ୍ୟ ସମ୍ପଦ:
ଯେଉଁ ପ୍ରାକୃତିକ ସମ୍ପଦକୁ ବାରମ୍ବାର ବ୍ୟବହାରକଲେ ମଧ୍ୟ ତାହାର ସମ୍ପୂର୍ଣ୍ଣ ବିଲୟ ହୋଇ ନଥାଏ, ତାହାକୁ ନବୀକରଣଯୋଗ୍ୟ ସମ୍ପଦ କୁହାଯାଏ । ଏହାର ବାରମ୍ବାର ବ୍ୟବହାର ହେଲେ ମଧ୍ୟ ଏହା ବିଭିନ୍ନ ଚକ୍ର ପ୍ରକ୍ରିୟାରେ ଏହା ପୂର୍ବାବସ୍ଥାକୁ ଫେରିଆସିଥାଏ । ଜଳ, ବାୟୁ, ମୃତ୍ତିକା ଆଦି ପ୍ରାକୃତିକ ଉପାୟରେ କ୍ଷୟ ହେଉଥିଲେ ମଧ୍ୟ ଏହା ପ୍ରାକୃତିକ ଉପାୟରେ ଏହାର ପୂର୍ବସ୍ଥିତିକୁ ଫେରିଆସିଥାଏ । ସେହିପରି ସୌରଶକ୍ତି, ତାପଜଶକ୍ତି, ବିଦ୍ୟୁତ୍ ଶକ୍ତି ଆଦି ନବୀକରଣଯୋଗ୍ୟ ସମ୍ପଦ ।
(୨) ନବୀକରଣ ଅଯୋଗ୍ୟ ସମ୍ପଦ:
ଯେଉଁ ପ୍ରାକୃତିକ ସମ୍ପଦର ବାରମ୍ବାର ବ୍ୟବହାରଦ୍ଵାରା ଏହାର ବିଲୟ ସମ୍ପୂର୍ଣ୍ଣରୂପେ ହୋଇଥାଏ, ତାହାକୁ ନବୀକରଣ ଅଯୋଗ୍ୟ ସମ୍ପଦ କୁହାଯାଏ । ଏହି ପ୍ରାକୃତିକ ସମ୍ପଦଗୁଡ଼ିକ ବିଭିନ୍ନ ଚକ୍ର ପ୍ରକ୍ରିୟା ଦ୍ବାରା ପ୍ରକୃତିରେ ପୁନର୍ବାର ଭରଣା ହୋଇପାରେ ନାହିଁ । ବିଭିନ୍ନ ଖଣିଜ ପଦାର୍ଥ, କୋଇଲା, ପେଟ୍ରୋଲିୟମ୍, ଲୁହାଦସ୍ତା, ସୁନା, ସୀସା, ତମ୍ବା ଆଦି ଏହି ଶ୍ରେଣୀର ସମ୍ପଦ । ଏଗୁଡ଼ିକର ବ୍ୟବହାର ହେଲେ ଏହାର ପରିମାଣ କ୍ରମାଗତଭାବେ ହ୍ରାସପାଏ । ପୁନର୍ବାର ଏହାର ଭରଣା ସମ୍ଭବପର ହୋଇ ନଥାଏ ।
ପ୍ରାକୃତିକ ସମ୍ପଦଗୁଡ଼ିକୁ ମଧ୍ୟ ଦୁଇଭାଗରେ ବିଭକ୍ତ କରାଯାଇପାରେ; ଯଥା
- ଅସରନ୍ତି ସମ୍ପଦ
- ସରନ୍ତି ସମ୍ପଦ
(୧) ଅସରନ୍ତି ସମ୍ପଦ:
ଯେଉଁ ସମ୍ପଦଗୁଡ଼ିକ ମନୁଷ୍ୟସମାଜଦ୍ବାରା ବହୁଳ ଭାବରେ ବ୍ୟବହାର ହେଲେ ମଧ୍ୟ ଉକ୍ତ ସମ୍ପଦଗୁଡ଼ିକର ବିଲୟ ହୋଇ ନଥାଏ, ସେଗୁଡ଼ିକୁ ଅସରନ୍ତି ସମ୍ପଦ କୁହାଯାଏ । ଏହି ଅସରନ୍ତି ସମ୍ପଦଗୁଡ଼ିକ ନବୀକରଣଯୋଗ୍ୟ ସମ୍ପଦର ଅନ୍ତର୍ଭୁକ୍ତ । ସୌରରଶ୍ମି, ବାୟୁ, ଆଣବିକ ଶକ୍ତି ଇତ୍ୟାଦି ଏହି ଶ୍ରେଣୀର ସମ୍ପଦ । ଏଗୁଡ଼ିକର ବାରମ୍ବାର ବ୍ୟବହାର ହେଲେ ମଧ୍ୟ ଏହାର ବିଲୟ ହୋଇ ନଥାଏ । ସମୁଦ୍ର ଲହଡ଼ି ମଧ୍ଯ ଏହି ଶ୍ରେଣୀର ସମ୍ପଦ ।
(୨) ସରକ୍ତି ସମ୍ପଦ:
ଯେଉଁ ପ୍ରାକୃତିକ ସମ୍ପଦର ବହୁଳ ବ୍ୟବହାର ଦ୍ବାରା ଏହାର ବିଲୟ ଘଟିଥାଏ, ଏହାକୁ ସରନ୍ତି ସମ୍ପଦ କୁହାଯାଏ । ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି; ଯାହାଫଳରେ ଏହି ସରନ୍ତି ପ୍ରାକୃତିକ ସମ୍ପଦର ବହୁଳ ବ୍ୟବହାର ଦେଖାଯାଉଛି । ମନୁଷ୍ୟ ଏହି ସମ୍ପଦର ବହୁଳ ବ୍ୟବହାର କରି ଏହାର ବିଲୟ ଘଟାଉଛି | ଯାନବାହାନ ଓ କଳକାରଖାନା ଆଦିର ଦୃଢ଼ ବିକାଶ ଦ୍ଵାରା ଏହି ପ୍ରାକୃତିକ ସମ୍ପଦର ବିଲୟ ଘଟୁଛି । ମନୁଷ୍ୟକୃତ କାରଣରୁ ପରିବେଶ ଦୂଷିତ ହେଉଛି । ବର୍ତ୍ତମାନ ପରିସ୍ଥିତିରେ ମନୁଷ୍ୟ ଏହା ହୃଦୟଙ୍ଗମ କରି ଏହି ସମ୍ପଦର ସୁରକ୍ଷା କରିବା ଆବଶ୍ୟକ ।
ପ୍ରାକୃତିକ ସମ୍ପଦ ଓ ପରିବେଶ ସନ୍ତୁଳନ:
ପରିବେଶ ସନ୍ତୁଳନ ପ୍ରାକୃତିକ ସମ୍ପଦର ଉଚିତ ରକ୍ଷଣାବେକ୍ଷଣ ଉପରେ ନିର୍ଭର କରେ । ବାୟୁ, ଜଳ, ମୃତ୍ତିକା ଆଦି ସୁରକ୍ଷା ଅଭାବରୁ ପ୍ରଦୂଷିତ ହେଉଅଛି । କଳକାରଖାନାରୁ ବାହାରୁଥିବା ବିଷାକ୍ତ ବାଷ୍ପ, କାଗଜକଳରୁ ବାହାରୁଥିବା ବର୍ଜ୍ୟବସ୍ତୁ ଓ ଜଙ୍ଗଲକଟାଦ୍ୱାରା କ୍ରମାନ୍ୱୟରେ ବାୟୁ, ଜଳ, ପ୍ରଦୂଷିତ ହେଉଥୁବାସୁଳେ ମୃଭିକା କ୍ଷୟ ହେଉଛି, ଯାହାକୁ କି (Soil pollution) କୁହାଯାଇପାରେ । ମନୁଷ୍ୟସମାଜର ଦ୍ରୁତ ବୃଦ୍ଧିଦ୍ୱାରା ସଂରକ୍ଷିତ ପ୍ରାକୃତିକ ସମ୍ପଦ; ଯଥା- କୋଇଲା, ଖଣିଜ ସମ୍ପଦ ଓ ପେଟ୍ରୋଲିୟମ୍ ଆଦିର ବହୁଳ ବ୍ୟବହାର ହେଉଅଛି । ଦିନ ଆସିବ ଯାହାକି ଦିନେ ପ୍ରକୃତିରେ ଚିରଦିନପାଇଁ ବିଲୁପ୍ତ ହୋଇଯିବ । ତେଣୁ ଏହି ସମ୍ପଦର ଉଚିତ ସୁରକ୍ଷା କରିବା ନିହାତି ଦରକାର, କାରଣ ପରିବେଶର ସନ୍ତୁଳନ ରକ୍ଷାକରିବାରେ ଏହା ବିଶେଷ ସହାୟକ ହୋଇଥାଏ ।
ତେଣୁ ଏହି ପ୍ରାକୃତିକ ସମ୍ପଦର ସଂରକ୍ଷଣ ଆଜି ନିହାତି ଜରୁରୀ ହୋଇଯାଇଛି । କେତୋଟି ବିଷୟପ୍ରତି ଧ୍ୟାନଦେଲେ ଏହି ପାକତିକ ସମ୍ପଦର ସଂରକ୍ଷଣ ସମ୍ଭବ ହୋଇପାରିବ । ଜନସଂଖ୍ୟା ନିୟନ୍ତ୍ରଣ କରିବା, ପରିବେଶର ସୁରକ୍ଷା ନିମନ୍ତେ ସ୍କୁଲ, କଲେଜରେ ପରିବେଶ ବିଷୟରେ ଶିକ୍ଷାଦାନ କରିବା, ସରନ୍ତି ସମ୍ପଦର ବ୍ୟବହାର ଯଥାସମ୍ଭବ ରୋକିବା, ପ୍ରାକୃତିକ ସମ୍ପଦର ଅଯଥା ବିନଷ୍ଟକୁ ନିୟନ୍ତ୍ରଣ କରିବା, କଳକାରଖାନା ପ୍ରସାର ରୋକିବା ଓ ଏଥୁନିମନ୍ତେ ଆଇନ ପ୍ରଣୟନ କରିବା । ସର୍ବଶେଷରେ ପ୍ରାକୃତିକ ସମ୍ପଦର ଗୁରୁତ୍ଵ ସମ୍ପର୍କରେ ଜନସଚେତନତା ସୃଷ୍ଟିଦ୍ଵାରା ଏହାର ସୁରକ୍ଷା ସମ୍ଭବ ହୋଇପାରିବ ।
୨ । ଜଳବାୟୁ ପରିବର୍ତ୍ତନର କାରଣଗୁଡ଼ିକ ଉଲ୍ଲେଖ କର ।
Answer:
ପୃଥିବୀପୃଷ୍ଠରେ ଦେଖାଯାଉଥିବା ଦୁଇଗୋଟି ଉପାଦାନ ମଧ୍ୟରେ ଅଜୈବିକ ଉପାଦାନର ଅଂଶ ଅଧୂକ, ଯାହାମଧ୍ୟରୁ ବାୟୁମଣ୍ଡଳ ଏକ ମୁଖ୍ୟ ଅଂଶ ଧାରଣ କରିଛି । ଏହି ବାୟୁମଣ୍ଡଳ ବିଭିନ୍ନ ଗ୍ୟାସ୍ ଓ ତରଳ ପଦାର୍ଥର ସମାହାର । ଏହି ତରଳ ଅବସ୍ଥା ପୃଥୁବୀର ଚାରିପଟରେ ଏକ ଗ୍ୟାସୀୟ ଆବରଣ ସୃଷ୍ଟି କରୁଛି । ବାୟୁମଣ୍ଡଳର ଗଠନକୁ ଦୃଷ୍ଟିରେ ନେଲେ ଆମେ ଅବଗତ ହେବା ଯେ ବିଭିନ୍ନ ପ୍ରକାରର ଗ୍ୟାସ୍; ଯଥା- ଯବକ୍ଷାରଜାନ, ଅମ୍ଳଜାନ, ଉଦ୍ଜାନ, ଆଇରନ୍, କାର୍ବନ୍ ଡାଇଅକ୍ସାଇଡ୍ ଏବଂ ଜଳକଣାଗୁଡ଼ିକ ହିଁ ବାୟୁର ମୁଖ୍ୟ ଉପାଦାନ । ବାୟୁମଣ୍ଡଳର ଅବସ୍ଥା ପ୍ରତିକ୍ଷଣରେ ବଦଳିଥାଏ ।
ବାୟୁମଣ୍ଡଳର ଉପରକୁ ଉପରକୁ ଗତିକଲେ ବିଭିନ୍ନ ସ୍ତର ଦେଖାଯାଏ । ଭୂପୃଷ୍ଠକୁ ଲାଗିରହିଥିବା ପ୍ରଥମ ସ୍ତରଟିକୁ ଟ୍ରପୋସ୍ପିୟର ବୋଲି କୁହାଯାଏ ଓ ଏହାର ଉପରିଭାଗକୁ ଷ୍ଟ୍ରାଟୋସ୍ପିୟର ବୋଲି କୁହାଯାଏ । ପାଣିପାଗ ଓ ଜଳବାୟୁ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏହି ସ୍ତରମାନଙ୍କରେ ଘଟିଥାଏ । ପାଣିପାଗ ଓ ଜଳବାୟୁ ଦୁଇଟି ଭିନ୍ନ ଭିନ୍ନ ଶବ୍ଦ ଅଟେ । କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସଚ୍ଛସମୟ ମଧ୍ୟରେ ବାୟୁମଣ୍ଡଳର ପରିବର୍ତ୍ତିତ ଅବସ୍ଥାକୁ ପାଣିପାଗ ବୋଲି ଧରାଯାଏ । ଉତ୍ତାପ ହ୍ରାସ ଓ ବୃଦ୍ଧି, ବୃଷ୍ଟିପାତ, ଆର୍ଦ୍ରତା ଇତ୍ୟାଦି ପାଣିପାଗ ସମ୍ବନ୍ଧୀୟ ଗୋଟିଏ ଗୋଟିଏ ପରିମାପକ ହୋଇଥିବାବେଳେ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନର ପାଣିପାଗର ହାରାହାରି ଅବସ୍ଥାକୁ ୨୦ ବର୍ଷ ବ୍ୟବଧାନରେ ପ୍ରକାଶ କରିବାକୁ ସେହି ସ୍ଥାନର ଜଳବାୟୁ ବୋଲି କୁହାଯାଏ ।
ଏକବିଂଶ ଶତାବ୍ଦୀରେ ମନୁଷ୍ୟର ଚାଲିଚଳନି ଏବଂ ବିଳାସପୂର୍ଣ୍ଣ ଜୀବନଚର୍ଯ୍ୟା ଯୋଗୁଁ ବାୟୁମଣ୍ଡଳର ଉପାଦାନଗୁଡ଼ିକ ପ୍ରଭାବିତ ହେଉଛନ୍ତି, ଯାହାକି ପରୋକ୍ଷରେ ଦୈନନ୍ଦିନ ପାଣିପାଗ ଓ ଜଳବାୟୁର ପରିବର୍ତ୍ତନ ପରି ବିପଦମାନ ସୃଷ୍ଟି ହେଉଛି । ବର୍ତ୍ତମାନ ଜନସଂଖ୍ୟାର ଦ୍ରୁତବୃଦ୍ଧି, କଳକାରଖାନାର ଅହେତୁକ ବୃଦ୍ଧି ଏବଂ ଅନ୍ୟାନ୍ୟ ମାନବକୃତ କାରଣ ଯୋଗୁଁ ଆମର ଗ୍ରହ ଉତ୍ତପ୍ତ ହେବାରେ ଲାଗିଛି; ଯାହାକି ଜଳବାୟୁ ପରିବର୍ତ୍ତନ ହେବାର ମୁଖ୍ୟ କାରଣ ହୋଇଥାଏ ।
ତିନୋଟି ସୂଚକ ଯାହା ଜଳବାୟୁର ପରିବର୍ତ୍ତନକୁ କମ୍ କରିଥା’ନ୍ତି । ସେଗୁଡ଼ିକ ହେଲା-
- ହିମସ୍ରୋତ
- ବରଫର ଆବରଣ
- ସାମୁଦ୍ରିକ ବରଫ
ପାଗ ପରିବର୍ତ୍ତନ :
ପାଣିପାଗ ବା ସଂକ୍ଷେପରେ ପାଗ ପରିବର୍ତ୍ତନ କହିଲେ ଦୀର୍ଘକାଳୀନ ଭିତ୍ତିରେ ପାଣିପାଗର ଦଶନ୍ଧି ଦଶନ୍ଧି ଧରି ବା ନିୟୁତ ନୟୁତ ବର୍ଷ ଧରି ପରିସଂଖ୍ୟାନଗତ ବିସ୍ତୃତିରେ ପରିବର୍ତ୍ତନକୁ ବୁଝାଏ । ପରିବର୍ତ୍ତନ ବା ପାଗସମ୍ବନ୍ଧୀୟ ଘଟଣାବଳୀର ପରିବର୍ତ୍ତନ ମଧ୍ୟ ହୋଇପାରେ । ଉଦାହରଣତଃ ଅଧିକ ବା ସନ୍ଧ୍ୟା ଆଶାତୀତ (extreme) ପାଗ ସମ୍ବନ୍ଧିତ ଘଟଣାବଳୀ ଯେପରି ନିକଟରେ ଓଡ଼ିଶା ସମୁଦ୍ର ଉପକୂଳରେ ମୃତ ତିମିମାନଙ୍କୁ ଠାବକରାଯିବା ବା ପୁରୀ ସାମୁଦ୍ରିକ ବେଳାଭୂମିର କ୍ଷୟ । ପୃଥୁବୀର ବାୟୁମଣ୍ଡଳରେ ସବୁଜଗୃହ ବାଷ୍ପର ମାତ୍ରାଧ୍ଵକ ଉପସ୍ଥିତି ଏହାର କାରଣ ଅଟେ । ଏହା ମୋଟାମୋଟିଭାବେ ମନୁଷ୍ୟକୃତ ।
ପୃଥିବୀର ଜନସଂଖ୍ୟାରେ ବ୍ୟାପକ ଅଭିବୃଦ୍ଧି ଯେପରି ୧୯୯୦ ମସିହାରେ ୫.୨ ବିଲିଅନ୍ ଜନସଂଖ୍ୟା ଥିବା ପୃଥିବୀ ୨୧୦୦ ମସିହା ବେଳକୁ ୧୧.୩ ବିଲିଅନ୍ ଯାଏ ବୃଦ୍ଧିପାଇବା ସମ୍ଭାବ୍ୟ କାରଣଯୋଗୁଁ ପ୍ରକୃତି ଉପରେ ମାତ୍ରାଧିକ ଚାପ ସୃଷ୍ଟି ହୋଇଛି । ପାଗ ପରିବର୍ତ୍ତନ ଯୋଗୁଁ ମାତ୍ରାତ୍ଵିକ ପାଣିପାଗ ଘଟଣାବଳୀ ବିଗତ ୧୦୦ ବର୍ଷ ମଧ୍ୟରେ ବୃଦ୍ଧି ପାଇଛି ଓ ଆଗାମୀ ଦିନରେ ଏହା ବହୁ ପରିମାଣରେ ବୃଦ୍ଧିପାଇବ । ୧୯୦୦-୧୯୦୯ ମଧ୍ଯରେ ୨.୫ଟି ମାତ୍ରାତ୍ଵିକ ପାଣିପାଗ ଘଟଣା ତାଲିକାଭୁକ୍ତ କରାଯାଇଥିବାବେଳେ ୨୦୦୦-୨୦୦୯ ମଧ୍ଯରେ ଏହି ସଂଖ୍ୟା ୩୫୦-୪୦୦କୁ ବୃଦ୍ଧିପାଇଛି । ପାଗ ପରିବର୍ତ୍ତନ ଯୋଗୁଁ ଅସାଭାବିକ ବୃଷ୍ଟିପାତ ଅନେକ ଅଞ୍ଚଳରେ ଦେଖିବାକୁ ମିଳୁଛି ।
୨୦୦୬ ମସିହାରେ ୨୪ ଘଣ୍ଟା ମଧ୍ୟରେ ଭାରତର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ୯୯୪ ମିଲିମିଟର ବର୍ଷା ହୋଇଥିଲା । ୨୦୧୪ ମସିହାରେ ଭାରତର ଜାମ୍ମୁ ଓ କାଶ୍ମୀରରେ ଗୋଟିଏ ଦିନରେ ୨୦୦ ମିଲିମିଟର ବର୍ଷା ହେବାରୁ ଭୂସ୍ଖଳନ ଘଟି ବ୍ୟାପକ ଧନଜୀବନ ନଷ୍ଟ ହୋଇଥିଲା । ୨୦୦୧ରୁ ୨୦୦୬ ମଧ୍ୟରେ ମାତ୍ରାଧୁକ ପାଣିପାଗ ଘଟଣାବଳୀ ଯୋଗୁଁ ଉନ୍ନତଶୀଳ ଦେଶଗୁଡ଼ିକ ସେମାନଙ୍କ GDPର ୧% କ୍ଷତି ରହିବାବେଳେ ଉନ୍ନତ ରାଷ୍ଟ୍ରଗୁଡ଼ିକ ୦.୧% କ୍ଷତି ସହିଛନ୍ତି । କାରଣ ଉନ୍ନତ ରାଷ୍ଟ୍ରଗୁଡ଼ିକ ପ୍ରଯୁକ୍ତି ବିଦ୍ୟାର ସୀମାବଦ୍ଧ କରିବାକୁ ସକ୍ଷମ ହୋଇଥିଲେ ।
ପାଣିପାଗ ପରିବର୍ତ୍ତନର ପ୍ରଭାବ :
ବିଶ୍ୱ ତାପାୟନ ଓ ପାଣିପାଗ ପରିବର୍ତ୍ତନ ପରସ୍ପର ସମ୍ପର୍କିତ ହୋଇଥୁବାରୁ ସେମାନଙ୍କର ପ୍ରଭାବ କ୍ଷେତ୍ରରେ ମଧ୍ୟ ଅନେକ ସାମଞ୍ଜସ୍ୟ ଦେଖୁବାକୁ ମିଳେ; ତଥାପି ନିର୍ଦ୍ଦିଷ୍ଟ ଭାବେ ପାଣିପାଗ ପରିବର୍ତ୍ତନର ନିମ୍ନୋକ୍ତ ପ୍ରଭାବ ରହିଛି ।
- ସମୁଦ୍ର ଜଳ ସ୍ତର ବୃଦ୍ଧି ଯୋଗୁଁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ, ଶୈବାଳ ପ୍ରାଚୀର ଓ ଆର୍ଦ୍ର ଭୂମି (Wet land) ପ୍ରଭାବିତ ହେବ । ଗ୍ଲାସିଅର ତରଳିବା ଓ ସମୁଦ୍ର ଜଳର ଉତ୍ତାପ ବୃଦ୍ଧି ଏହାର କାରଣ ଅଟେ ।
- ସୁମେରୁ ଅଞ୍ଚଳରେ ବରଫ ତରଳିବା ଯୋଗୁଁ ମହାସାଗରଗୁଡ଼ିକରେ ଜଳ ପ୍ରବାହ ପ୍ରଭାବିତ ହେଉଛି । ସୁମେରୁ ଅଞ୍ଚଳ ଅଧିକ ଉତ୍ତପ୍ତ ହେବାରେ ଲାଗିଛି ।
- ସମୁଦ୍ର ଜଳ ସ୍ତର ଉତ୍ତପ୍ତ ହେବା ଯୋଗୁଁ ଶୈବାଳ ବଂଶ ଲୋପପାଇଯିବ । ଶୈବାଳ ଉପରେ ନିର୍ଭରଶୀଳ ଅନେକ ଜଳଜୀବ ମୃତ୍ୟୁର ଦ୍ବାରଦେଶରେ ।
- ପୃଥିବୀର ବଡ଼ ବଡ଼ ଜଳାଶୟ ଓ ହ୍ରଦଗୁଡ଼ିକର ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି । ହ୍ରଦଗୁଡ଼ିକରେ ଅଦରକାରୀ ଦଳ ପ୍ରଜାତି ବୃଦ୍ଧି ସହ ଏଗୁଡ଼ିକର ସ୍ତର ବିନ୍ୟାସରେ ପରିବର୍ତ୍ତନ ଆସିଛି ।
- ଋତୁଚକ୍ରରେ ପରିବର୍ତ୍ତନ ଅନୁଭୂତ ହେଉଛି । ଖାଦ୍ୟଶସ୍ୟ ଉପଯୋଗୀ ତୃଣ, ବୃକ୍ଷଲତା ଆଦିର ବୃଦ୍ଧି ଓ ତହିଁରୁ ଖାଦ୍ୟଶସ୍ୟ | ଫଳ ପାଇବାରେ ବ୍ୟତିକ୍ରମ ଲକ୍ଷ୍ୟ କରାଗଲାଣି ।
- ସମୁଦ୍ର ଜଳର କ୍ଷୀର ଅଂଶ ବୃଦ୍ଧି ପାଇବା ଯୋଗୁଁ ଜଳଜୀବଙ୍କ ଜୀବନଯାପନ ଉପରେ ପ୍ରଭାବ ବୃଦ୍ଧିପାଉଛି । ସମୁଦ୍ରରେ କ୍ଷାର ଅଂଶ ବୃଦ୍ଧି ପାଇଁ ଅଙ୍ଗାରକାମ୍ଳ ବାଷ୍ପ ଦାୟୀ ।
- ଆମାଜନ, ବ୍ରହ୍ମପୁତ୍ର ଆଦି ନଦୀର ତ୍ରିକୋଣଭୂମିରେ ଥିବା କ୍ରାନ୍ତୀୟ ଜଙ୍ଗଲ ଗଭୀରଭାବେ ପ୍ରଭାବିତ ହେବା ଯୋଗୁଁ ଜୈବ ବିବିଧତା ନଷ୍ଟ ହେବା, ଗଛର ଗଣ୍ଡି ଓ ଡାଳପତ୍ରରେ ସଞ୍ଚିତ ଅଙ୍ଗାରକାମ୍ଳ ଗ୍ୟାସ୍ ଜଙ୍ଗଲ ଧ୍ଵଂସ ଯୋଗୁଁ ବାୟୁମଣ୍ଡଳରେ ମିଳୁଛି ।
୩। ପରିବେଶ କ’ଣ ? ଏହାର ପ୍ରକାରଭେଦ ଆଲୋଚନା କର ।
Answer:
କୌଣସି ଜୀବର ଚତୁଃପାର୍ଶ୍ଵରେ ଘେରିରହିଥିବା ଜୈବିକ ଓ ଅଜୈବିକ ଉପାଦାନଗୁଡ଼ିକର ସମଷ୍ଟିଗତ ଉପସ୍ଥିତି ଓ ପ୍ରଭାବକୁ ପରିବେଶ କୁହାଯାଏ । ଆକ୍ଷରିକ ଅର୍ଥରେ କୌଣସି ସ୍ଥାନର ବେଷ୍ଟିତ ଅବସ୍ଥାକୁ ପରିବେଶ କୁହାଯାଏ । ସି.ସି.ପାର୍କଙ୍କ ମତରେ ‘‘କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ଓ ନିର୍ଦ୍ଦିଷ୍ଟ ସମୟରେ ମଣିଷର ଚତୁଃପାର୍ଶ୍ଵରେ ଥିବା ସର୍ବମୋଟ ଅବସ୍ଥିତିକୁ ପରିବେଶ କୁହାଯାଏ ।’’ ଏହି ପରିବେଶ ଜୀବକୁ କେନ୍ଦ୍ର କରି ଘେରିରହିଥୁବା ଉଭୟ ସଜୀବ ଓ ନର୍ଜୀବ କାରକର ସମାହାର ଅଟେ ।
ପରିବେଶର ମୁଖ୍ୟ ନିର୍ଜୀବ ଉପାଦାନଗୁଡ଼ିକ ବାୟୁମଣ୍ଡଳ, ଅଶ୍ମମଣ୍ଡଳ ବା ଭୂମଣ୍ଡଳ ଓ ବାରିମଣ୍ଡଳରେ ବିଭକ୍ତ ହୋଇଥିବାବେଳେ ଏହାର ସଜୀବ ଉପାଦାନଗୁଡ଼ିକ ଉଭୟ ପ୍ରାଣୀ ଓ ଉଦ୍ଭଦକୁ ନେଇ ଗଠିତ । ପରିବେଶ ଜୀବ ସୃଷ୍ଟିର କାରଣ, ତା’ର କ୍ରମ ବିବର୍ତ୍ତନ ଓ ତା’ର ଜୀବନଧାରଣର ମୁଖ୍ୟ ମାଧ୍ୟମ ଅଟେ । ପରିବେଶ କୌଣସି ପରିସ୍ଥିତିରେ ସ୍ଥାଣୁ ନ ହୋଇ ଗତିଶୀଳ ହୋଇଥାଏ । ପ୍ରାକୃତିକ ଅବସ୍ଥାର ଯେ କୌଣସି ସ୍ଥାନରେ ପରିବେଶ ସକ୍ରିୟ-ଭାରସାମ୍ୟାବସ୍ଥା (Dynamic Equilibrium) ରକ୍ଷାକରିଥାଏ । ଏହାକୁ ପ୍ରାକୃତିକ ଭାରସାମ୍ୟ କୁହାଯାଏ ।
ପରିବେଶର ପ୍ରକାରଭେଦ :
ଭୌଗୋଳିକ ପଦ୍ଧତି ଅନୁସାରେ ପରିବେଶକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ; ଯଥା –
- ପ୍ରାକୃତିକ ପରିବେଶ ଓ
- ମାନବୀୟ ପରିବେଶ
(୧) ପ୍ରାକୃତିକ ପରିବେଶ (Natural Environment):
ପ୍ରାକୃତିକ ଅବସ୍ଥାକୁ ନେଇ ପୃଥିବୀକୁ ଚାରିଗୋଟି ମଣ୍ଡଳରେ ବିଭକ୍ତ କରାଯାଇଛି; ଯଥା –
(କ) ଅଶ୍ମମଣ୍ଡଳ ବା ଭୂମଣ୍ଡଳ (Lithosphere):
ଏହା ଭୂପୃଷ୍ଠ ଓ ଭୂଅଭ୍ୟନ୍ତରର ସମସ୍ତ ଶିଳା ଓ ମୃଭିକାକୁ ନେଇ ଗଠିତ । ଏହା କଠିନ ପଦାର୍ଥରେ ଗଠିତ ଏବଂ ଜୀବମଣ୍ଡଳର ଆଶ୍ରୟସ୍ଥଳ ଅଟେ ।
(ଖ) ବାରିମଣ୍ଡଳ (Hydrosphere):
ଭୂପୃଷ୍ଠସ୍ଥ ସମସ୍ତ ଜଳଭାଗକୁ ନେଇ ଏହା ଗଠିତ । ନଦୀ, ହ୍ରଦ, ଝରଣା, ଜଳାଶୟ, ସାଗର, ମହାସାଗର ତଥା ବରଫ ଆଦି ଏହାର ଅନ୍ତର୍ଗତ ଅଟନ୍ତି । ଏହା ମୁଖ୍ୟତଃ ମଧୁର ଜଳ ଓ ଲବଣାକ୍ତ ଜଳ ଭାବରେ ବିଭକ୍ତ । ଜଳବିନା ଜୀବନ ଅସମ୍ଭବ ।
(ଗ) ବାୟୁମଣ୍ଡଳ (Atmosphere):
ଭୂପୃଷ୍ଠରୁ ପ୍ରାୟ ୩୫୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ପରିବ୍ୟାପ୍ତ ହୋଇଛି । ଏହା କେତେକ ଗ୍ୟାସ୍ର ଏକ ସାଧାରଣ ମିଶ୍ରଣ ଅଟେ । ଏହାଦ୍ୱାରା ପୃଥିବୀପୃଷ୍ଠରେ ଜୀବଜଗତର ସତ୍ତା ସମ୍ଭବପର ହୋଇପାରିଛି । ସମୁଦ୍ର ପତ୍ତନଠାରେ ବାୟୁର ଘନତା ସର୍ବାଧ୍ଵ । ଭୂପୃଷ୍ଠରୁ ୮୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳକୁ ସମମଣ୍ଡଳ (Homosphere) ଓ ୮୦ କି.ମି.ଠାରୁ ଉପରକୁ ଥିବା ବାୟୁମଣ୍ଡଳକୁ ବିଷମମଣ୍ଡଳ (Heterosphere) କୁହାଯାଏ ।
(ଘ) ଜୀବମଣ୍ଡଳ (Biosphere):
ସମସ୍ତ ବୃକ୍ଷଲତା, ପ୍ରାଣୀ ଓ ଅଣୁଜୀବମାନଙ୍କୁ ନେଇ ଏହି ଜୀବମଣ୍ଡଳ ଗଠିତ ହୋଇଥାଏ । ଜୀବମଣ୍ଡଳ ଅନ୍ତର୍ଗତ ଉଭିଦ ଓ ପ୍ରାଣୀ ପରସ୍ପର ଉପରେ ନିର୍ଭରଶୀଳ ଅଟନ୍ତି । ଏହି ମଣ୍ଡଳ ଅନ୍ୟ ତିନିଗୋଟି ମଣ୍ଡଳ ଉପରେ ନିର୍ଭର କରିଥାଏ । ଏଥୁମଧ୍ଯରୁ ପ୍ରଥମ ତିନିଗୋଟିକୁ ଅଜୈବିକ ପରିବେଶ (Abiotic Environment) ଓ ଶେଷଟିକୁ ଜୈବିକ ପରିବେଶ (Biotic Environmerit) କୁହାଯାଏ ।
(୨) ମାନବୀୟ ପରିବେଶ (Human Environment):
ପ୍ରାକୃତିକ ପରିବେଶରେ ପରିବର୍ତ୍ତନ ଆଣି ଏହାକୁ ନିଜର ସୁଖ, ସ୍ଵାଚ୍ଛନ୍ଦ୍ୟ ଓ ବିକାଶରେ ବ୍ୟବହାର କରିବାପାଇଁ ମଣିଷ ଯେଉଁ ନୂତନ ପରିବେଶ ସୃଷ୍ଟି କରେ, ତାହାକୁ ମାନବୀୟ ପରିବେଶ କୁହାଯାଏ । ମଣିଷଦ୍ବାରା ସୃଷ୍ଟ ବିଭିନ୍ନ କଳକାରଖାନା, ଯାନବାହାନ, ସହର, ବଜାର, ରାସ୍ତା, ନାଳ, ନର୍ଦ୍ଦମା, କୋଠାବାଡ଼ି, ଜନବସତି, ଜନସଂଖ୍ୟା, ସାମାଜିକ ବ୍ୟବସ୍ଥା, ଅନୁଷ୍ଠାନ ଓ ଚଳଣି, ରାଜନୀତିକ ବ୍ୟବସ୍ଥା ଆଦି ପ୍ରତ୍ୟେକ ଉପାଦାନ ମାନବୀୟ ପରିବେଶର ଅଂଶବିଶେଷ ଅଟନ୍ତି । ଏଣୁ ମାନବୀୟ ପରିବେଶ ମୁଖ୍ୟତଃ (କ) ଜନସଂଖ୍ୟା ଓ ଜନବସତି ଏବଂ (କ) ସାମାଜିକ ଓ ରାଜନୀତିକ ଅବସ୍ଥାକୁ ବୁଝାଇଥାଏ ।
(କ) ଜନସଂଖ୍ୟା ଓ ଜନବସତି:
ପ୍ରଥମ ଅବସ୍ଥାରେ ମଣିଷ ଯାଯାବର ଭାବରେ ଜୀବନଯାପନ କରୁଥିଲା । ସ୍ଥାୟୀ ବସତି କୃଷି ଉପରେ ନିର୍ଭର କରି ଗଢ଼ିଉଠିଲା । ଜନବସତିର ପ୍ରକାରଭେଦ ଶିକ୍ଷା, ଆର୍ଥିକ ଅବସ୍ଥା, ସାଂସ୍କୃତିକ ମୂଲ୍ୟବୋଧ, କୃଷି ଓ ଶିଳ୍ପର ଅଭିବୃଦ୍ଧି ଆଦି ଉପରେ ନିର୍ଭର କରିଥାଏ ।
(ଖ) ସାମାଜିକ ଓ ରାଜନୀତିକ ଅବସ୍ଥା:
ପ୍ରତ୍ୟେକ ଦେଶର ମାନବୀୟ ପରିବେଶ, ସାମାଜିକ ଓ ରାଜନୀତିକ ଅବସ୍ଥା ଉପରେ ନିର୍ଭର କରିଥାଏ । ରାଷ୍ଟ୍ରର ରାଜନୀତିକ ବ୍ୟବସ୍ଥା, ପ୍ରକୃତି ଓ କାର୍ଯ୍ୟକାରିତା ମାନବୀୟ ପରିବେଶକୁ ଗଭୀରଭାବେ ପ୍ରଭାବିତ କରିଥାଏ । ଦେଶର ସାମାଜିକ ବ୍ୟବସ୍ଥା ରାଜନୀତିକ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ ଏବଂ ଏହାଦ୍ଵାରା ସୁବ୍ୟବସ୍ଥିତ ହୋଇଥାଏ । ପ୍ରତ୍ୟେକ ଦେଶର ଶିକ୍ଷା, ଧାର୍ମିକ ବ୍ୟବସ୍ଥା, ଲୋକ ଚରିତ୍ର, ସଂସ୍କୃତି ଆଦି ଲୋକମାନଙ୍କର ସାମାଜିକ ଚଳଣି ଓ ରାଜନୀତିକ ଚରିତ୍ରଦ୍ୱାରା ନିର୍ଦେଶିତ ହୋଇଥାଏ ।
ସମ୍ପୂର୍ଣ୍ଣ ପରିବେଶ (Total Environment):
ପ୍ରାକୃତିକ ଓ ମାନବୀୟ ପରିବେଶର ସାମଗ୍ରିକ ଅବସ୍ଥାକୁ ସମ୍ପୂର୍ଣ୍ଣ ପରିବେଶ କୁହାଯାଏ । ଏକ ସମ୍ପୂର୍ଣ୍ଣ ପରିବେଶ ଜୈବିକ, ଅଜୈବିକ ଓ ମନୁଷ୍ୟସୃଷ୍ଟ ଉପାଦାନର ସମାହାର ହୋଇଥିବାରୁ ଏହା ମଧ୍ୟରେ ସଦା ଅନୁପ୍ରକ୍ରିୟା ସଂଘଟିତ ହୋଇଥାଏ ଏବଂ ଏହାର ସାମଗ୍ରିକ ପ୍ରଭାବ ଜୀବଜଗତ ଉପରେ ପଡ଼ିଥାଏ ।
୪ | ଜଙ୍ଗଲ ଅବକ୍ଷୟ (Deforestation) କ’ଣ ? ଏହାର କାରଣ ଓ ଫଳାଫଳ ଆଲୋଚନା କର ।
Answer:
କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଲଗାତର ଭାବରେ ଜଙ୍ଗଲ କାଟିବା ବା ଧ୍ବଂସ କରିବା ଏବଂ ନୂତନ ଜଙ୍ଗଲ ସୃଷ୍ଟି ନ କରିବାକୁ ଜଙ୍ଗଲ ଅବକ୍ଷୟ କୁହାଯାଏ । ଯଦି ଏପରିଭାବେ ନିୟମିତ ଜଙ୍ଗଲ କ୍ଷୟ ହୁଏ; ତେବେ ଚଳିତ ଶତାବ୍ଦୀ ଶେଷକୁ ପ୍ରାୟ ୧୫% ରୁ ୨୦% ଜାତିର ଉଭିଦ ପୃଥିବୀପୃଷ୍ଠରୁ ଲୋପପାଇଯିବ ।
କାରଣ :
ଜଙ୍ଗଲ କ୍ଷୟର ମୁଖ୍ୟ କାରଣଗୁଡ଼ିକ ହେଉଛି –
- ଗ୍ରାମାଞ୍ଚଳରେ ଢାଳେଣିକାଠର ଚାହିଦା ପୂରଣ ନିମନ୍ତେ ଗଛ କାଟିବା ଦ୍ଵାରା ଜଙ୍ଗଲ କ୍ଷୟ ହୁଏ ।
- ଘର ନିର୍ମାଣ ଓ ବ୍ୟାବହାରିକ ଆସବାବପତ୍ର ନିମନ୍ତେ କାଠ ବ୍ୟବହାର ଜଙ୍ଗଲକ୍ଷୟର କାରଣ ହୋଇଥାଏ ।
- ସାଧାରଣ ଲୋକଙ୍କ ମଧ୍ୟରେ ଜନସଚେତନତାର ଅଭାବ ଯୋଗୁଁ ଅବାରିତ ଭାବେ ଜଙ୍ଗଲ କ୍ଷୟ ହୁଏ ।
- ବିଭିନ୍ନ ଜଳ ବିଦ୍ୟୁତ୍ ପ୍ରକଳ୍ପ ଓ ନଦୀବନ୍ଧ ନିର୍ମାଣ ନିମନ୍ତେ ଅନେକ ଜଙ୍ଗଲ ଜମି ବ୍ୟବହାର ହୁଏ ।
- କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ବାସସ୍ଥାନ ଦାବିକୁ ପୂରଣ କରିବା ନିମନ୍ତେ ଜଙ୍ଗଲ କ୍ଷୟ ହୁଏ ।
- ନୂଆ ଜନବସତି, ସହର, ଶିଳ୍ପସଂସ୍ଥା ସ୍ଥାପନ, ରାସ୍ତା, କେନାଲ ନିର୍ମାଣ ନିମନ୍ତେ ଜଙ୍ଗଲ କାଟି ସ୍ଥାନ ନିରୂପଣ କରାଯାଏ ।
- ସ୍ଵାର୍ଥାନ୍ଵେଷୀ ଜଙ୍ଗଲ କର୍ମଚାରୀ, ମୁନାଫାଖୋର, ନ୍ୟସ୍ତସ୍ଵାର୍ଥ ଅସାମାଜିକ ଲୋକମାନଙ୍କଦ୍ଵାରା ମଧ୍ୟ ଜଙ୍ଗଳ ଅବିଚାରିତ ଭାବେ କଟାଯାଉଛି ।
ଜଙ୍ଗଲ ଧ୍ଵଂସର କୁପରିଣାମ :
ଜଙ୍ଗଲ ଧ୍ଵଂସର ଅନେକ କୁପରିଣାମ ସମାଜ ଓ ପରିବେଶ ଉପରେ ପଡ଼ିଥାଏ । ଜୀବଜଗତ ତିଷ୍ଠିରିହିବା ନିମନ୍ତେ ଏବଂ ପରିବେଶ ସନ୍ତୁଳିତ ରହିବା ନିମନ୍ତେ ଜଙ୍ଗଲର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଅନେକ ପ୍ରକାର ସଜୀବ ରାସାୟନିକ ପଦାର୍ଥ ସୃଷ୍ଟି କରି ଏବଂ ଶୋଷଣ କରି ଜଙ୍ଗଲ ପ୍ରକୃତିରେ ସନ୍ତୁଳନ ସ୍ଥାପିତ କରିଥାଏ । ଏହାବ୍ୟତୀତ ମୃତ୍ତିକା ସଂରକ୍ଷଣ, ବନ୍ୟା ଓ ମରୁଡ଼ି ନିୟନ୍ତ୍ରଣରେ ମଧ୍ଯ ଜଙ୍ଗଲର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ ।
- ଜଙ୍ଗଲ କ୍ଷୟ ଯୋଗୁଁ ସେହି ସ୍ଥାନରେ ନୂତନ ଜଙ୍ଗଲ ସୃଷ୍ଟି ନ ହେଲେ ସେଠାରେ ଖାଲ ଖମା ହୋଇ ପାଣି ଜମିରୁହେ ଓ ମଶା, ମାଛି ସୃଷ୍ଟି ହୋଇ ପରିବେଶର କ୍ଷତି କରନ୍ତି ।
- ଜଙ୍ଗଲ ଯୋଗୁଁ ଠିକ୍ ସମୟରେ ମୌସୁମୀ ପ୍ରବାହିତ ହୋଇ ବର୍ଷା କରାଏ । ଜଙ୍ଗଲ କ୍ଷୟଯୋଗୁଁ ବୃଷ୍ଟିପାତର ପରିମାଣ ହ୍ରାସ ପାଇଥାଏ । ଜଳଚକ୍ର ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥାଏ ।
- ପ୍ରାଣୀମାନଙ୍କର ଶ୍ଵାସକ୍ରିୟା ଓ ବିଭିନ୍ନ ଇନ୍ଧନର ଦହନ ଫଳରେ ଯେଉଁ ଅଙ୍ଗାରକାମ୍ଳ ଉତ୍ପନ୍ନ ହୁଏ ବୃକ୍ଷ ଖାଦ୍ୟ ଗ୍ରହଣ ନିମନ୍ତେ ତାହାକୁ ଶୋଷଣ କରିବା ଫଳରେ ବାୟୁମଣ୍ଡଳରେ ଅମ୍ଳଜାନ-ଅଙ୍ଗାରକାମ୍ଳର ସନ୍ତୁଳନ ରକ୍ଷାହୁଏ । ଦ୍ରୁତ ଜଙ୍ଗଲ ଅବକ୍ଷୟ ଫଳରେ ବାୟୁମଣ୍ଡଳରେ ଅମ୍ଳଜାନ-ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ହୋଇ ସନ୍ତୁଳନ ନଷ୍ଟ ହୋଇଛି ଏବଂ ଏହାର ସମ୍ଭାବନା ରହିଛି |
- ଦ୍ରୁତ ଜଙ୍ଗଲ ଅବକ୍ଷୟ ବନ୍ୟଜନ୍ତୁମାନଙ୍କ ନିମନ୍ତେ ଅନେକ ବିପଦ ସୃଷ୍ଟି କରିଛି । ବନ୍ୟଜନ୍ତୁମାନେ ସେମାନଙ୍କର ବାସସ୍ଥାନ ଓ ଖାଦ୍ୟ ହରାଉଛନ୍ତି । ଏହାଫଳରେ ଅନେକ ଜାତି|ପ୍ରଜାତି ଧ୍ୱଂସ ପାଇଯାଉଛନ୍ତି । ପରିସଂସ୍ଥାରେ ଅସନ୍ତୁଳନ ଦେଖାଯାଉଛି ।
- ଜଙ୍ଗଲ ଅବକ୍ଷୟ ଫଳରେ ଅନେକ ଆଦିବାସୀ ସମ୍ପ୍ରଦାୟ ସେମାନଙ୍କ ଜୀବିକା ହରାଉଛନ୍ତି ।
- ଜଙ୍ଗଲରୁ ଅନେକ ଅମୂଲ୍ୟ ସମ୍ପଦ ମିଳିଥାଏ । ଅନେକପ୍ରକାର ବଣ୍ୟ ଔଷଧ, ଗୁଳ୍ମ, ଫଳ ମଧ୍ୟ ମିଳିଥାଏ । ଜଙ୍ଗଲ ଧ୍ଵଂସ ହେବାରୁ ଏପରି ଅନେକ ଆୟୁର୍ବେଦିକ ଔଷଧ ମିଳିବା କଷ୍ଟକର ହୋଇପଡ଼ୁଛି ।
୫। ବାୟୁ ପ୍ରଦୂଷଣ (Air Pollution) କ’ଣ ? ବାୟୁ ପ୍ରଦୂଷକ, ବାୟୁ ପ୍ରଦୂଷଣର ପ୍ରଭାବ ଓ ଏହା ନିୟନ୍ତ୍ରଣପାଇଁ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କର ।
Answer:
ବାୟୁ ଏକ ମିଶ୍ରଣ । ବାୟୁରେ ଥିବା ତିନୋଟି ମୁଖ୍ୟ ଗ୍ୟାସ୍ ହେଲେ, ଅମ୍ଳଜାନ (୨୧%), ଯବକ୍ଷାରଜାନ (୭୮%) ଓ ଅଙ୍ଗାରକାମ୍ଳ (୦.୦୩%) । ଏହାବ୍ୟତୀତ ଜଳୀୟବାଷ୍ପ (୦.୧%) ଏବଂ ଅନ୍ୟ କେତେକ ବିରଳ ଗ୍ୟାସ୍ ମଧ୍ଯ ରହିଥାଏ । ଅମ୍ଳଜାନ ଜୀବଜଗତର ଶ୍ଵାସକ୍ରିୟା ଓ ଦହନ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ଯବକ୍ଷାରଜାନ ଜୀବଜଗତ ବଦ୍ଧିରେ ସାହାଯ୍ୟ କରିଥାଏ ଏବଂ ଅଙ୍ଗାରକାମ୍ଳ ଉଭିଦଜଗତର ଖାଦ୍ୟ ପ୍ରସ୍ତୁତି କରିଥାଏ । ବାୟୁରେ ଥିବା ଉପରୋକ୍ତ ବିଭିନ୍ନ ଉପାଦାନମାନଙ୍କ ମଧ୍ୟରୁ ଗୋଟିକର ସ୍ଥିତିରେ ବିଚ୍ୟୁତି ଘଟିଲେ ବାୟୁ ପ୍ରଦୂଷିତ ହୋଇଥାଏ । ବାୟୁମଣ୍ଡଳରେ ପ୍ରାକୃତିକ ଓ କୃତ୍ରିମ ଉପାୟରେ ଦୂଷିତ ଓ ବିଷାକ୍ତ ଗ୍ୟାସ୍ ମିଶିଥାଏ । ଏହାଫଳରେ ଗ୍ରାମ, ସହର ତଥା ଶିଳ୍ପାଞ୍ଚଳର ବାୟୁ ପ୍ରଦୂଷିତ ହୋଇଥାଏ । ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ବାୟୁ ପ୍ରଦୂଷଣ ଅଧିକ ହୋଇଥାଏ ।
ମୁଖ୍ୟ ବାୟୁ ପ୍ରଦୂଷକ :
(୧) ଅଙ୍ଗାରକାମ୍ଳ:
ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପ୍ରାୟ ଶତକଡ଼ା ୦.୦୩ ଅଂଶ ରହି ସବୁଜ ଉଭିଦର ଭାଶ୍ଳେଷଣ ପ୍ରକ୍ରିୟାରେ ସହାୟକ ହୋଇଥାଏ । ପରନ୍ତୁ ଏହାର ପରିମାଣ ବୃଦ୍ଧିଦ୍ୱାରା ଜୀବଜଗତର କ୍ଷତି ଘଟିଥାଏ । କାଠ, କୋଇଲା, ପେଟ୍ରୋଲ, ଘାସ, ପତ୍ର ଆଦି ଜାଳିବାଦ୍ଵାରା ଏବଂ ବିଭିନ୍ନ କଳକାରଖାନାରୁ ନିର୍ଗତ ଧୂମଦ୍ୱାରା ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ପ୍ରବେଶ କରିଥାଏ । ବହୁ ପ୍ରାଣୀ ଅନେକ ସମୟରେ ଏହାଦ୍ଵାରା ଘୋର କ୍ଷତିର ସମ୍ମୁଖୀନ ହୋଇଥାଆନ୍ତି ।
(୨) କାର୍ବନ ମନୋକ୍ସାଇଡ୍:
ଏହା ଏକ ବିଷାକ୍ତ ବାୟୁ ପ୍ରଦୂଷକ ଅଟେ । ଅଙ୍ଗାରର ଅସମ୍ପୂଣ୍ଡି ଜାରଣଦ୍ୱାରା କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ନିର୍ଗତ ହୋଇଥାଏ । ଯାନବାହାନରୁ ନିର୍ଗତ ଧୂଆଁ, ରୁଦ୍ଧ ଅଞ୍ଚଳ ମଧ୍ୟରେ ଅବସ୍ଥିତ ପ୍ରାକୃତିକ ଗ୍ୟାସ୍ (Natural Gases) ବନ୍ଦ ହୋଇ ରହିଥିବା କୋଠରିରୁ ଏହି ଗ୍ୟାସ୍ ବାହାରିଥାଏ । ପ୍ରତ୍ୟେକ ବର୍ଷ ଏହାଦ୍ଵାରା ବହୁ ମନୁଷ୍ୟ ଏବଂ ପ୍ରାଣୀ ମୃତ୍ୟୁମୁଖରେ ପଡ଼ିଥାଆନ୍ତି ।
(୩) ହାଇଡ୍ରୋଜେନ ସଲଫାଇଡ୍:
ହାଇଡ୍ରୋଜେନ ସଲଫାଇଡ଼ ଏକ ବର୍ଣ୍ଣହୀନ ବିଷାକ୍ତ ବାଷ୍ପ । ମୃତପ୍ରାଣୀ ଏବଂ ପଚାସଢ଼ା ଉଭିଦର ବିଭିନ୍ନ ଅଂଶରୁ ବିଭିନ୍ନ ଗନ୍ଧକଯୁକ୍ତ ପ୍ରସ୍ରବଣରୁ, ଆଗ୍ନେୟଗିରିର ଲାର୍ଭାରୁ, କୋଇଲା ଗଦାରୁ ଏବଂ ଘଞ୍ଚ ଉଭିଦଯୁକ୍ତ ସନ୍ତସନ୍ତିଆ ଅଞ୍ଚଳରୁ ଏହି ବାଷ୍ପ ନିର୍ଗତ ହୋଇଥାଏ । ଏହାଦ୍ଵାରା ବିଭିନ୍ନ ଶ୍ଵାସରୋଗ ହୋଇଥାଏ । ଉଭିଦମାନଙ୍କର ବୃଦ୍ଧି, ବଂଶବିସ୍ତାର ଆଦି ଏହି ବାଷ୍ପଦ୍ବାରା ବାଧାପ୍ରାପ୍ତ ହୋଇଥାଏ ।
(୪) ସଲ୍ଫର୍ ଅକ୍ସାଇଡ୍:
ସଲ୍ଫର୍ ଡାଇଅକ୍ସାଇଡ୍ (SO.) ଓ ସଲ୍ଫର୍ ଟ୍ରାଇଅକ୍ସାଇଡ୍ (SO) ବାୟୁ ପ୍ରଦୂଷଣ ଘଟାଇଥାଆନ୍ତି । ବିଭିନ୍ନ କଳକାରଖାନାରୁ ନିର୍ଗତ ସଲ୍ଫର୍ ଡାଇଅକ୍ସାଇଡ୍ ବାୟୁମଣ୍ଡଳରେ ଅବସ୍ଥିତ ଜଳୀୟବାଷ୍ପର ସମ୍ପର୍କରେ ଆସି ଗନ୍ଧକାମ୍ଳ ସୃଷ୍ଟି କରିଥାଏ, ଯାହାକି ଅମ୍ଳବର୍ଷା ରୂପେ ଉଭିଦମଣ୍ଡଳ ଓ ପ୍ରାଣୀଜଗତର କ୍ଷତିସାଧନ ସହ ବହୁ ମୂଲ୍ୟବାନ୍ ପ୍ରାଚୀନ କୀର୍ତ୍ତି, କୋଠାବାଡ଼ି ଓ ଧାତୁଦ୍ରବ୍ୟର ନଷ୍ଟ ସାଧନ କରିଥାଏ ।
(୫) ନାଇଟ୍ରୋଜେନ୍ ଅକ୍ସାଇଡ୍:
ନଗରାଞ୍ଚଳ ବାୟୁମଣ୍ଡଳରେ ନାଇଟ୍ରିକ୍ ଅକ୍ସାଇଡ୍ (NO) ଏବଂ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ (NO ) ବିଭିନ୍ନ ଯାନବାହାନ, କଳକାରଖାନାରୁ ନିର୍ଗତ ହେବାଦ୍ଵାରା ବାୟୁ ପ୍ରଦୂଷଣ ଘଟାଇଥାଆନ୍ତି । ନାଇଟ୍ରୋଜେନ୍ ଅକ୍ସାଇଡ୍, ଯବକ୍ଷାରଜାନ ଓ ଅମ୍ଳଜାନର ଅତି ଉଚ୍ଚତାପ (1100C) ରେ ମିଶ୍ରଣ ଏବଂ ଶୀତଳୀକରଣଦ୍ବାରା ସୃଷ୍ଟି ହୋଇଥାଏ । ଏହି ବିଷାକ୍ତ ବାଷ୍ପଦ୍ବାରା ମନୁଷ୍ୟ ଶରୀରସ୍ଥ କିଡ୍ନୀ, କଲିଜା, ଫୁସ୍ଫୁସ୍, ହୃଦ୍ଜନିତ ମାରାତ୍ମକ ଦୁରାରୋଗ୍ୟ ବ୍ୟାଧର ଶିକାର ହୋଇଥାଏ । ଉଭିଦମାନଙ୍କର ଶାରୀରିକ ପ୍ରକ୍ରିୟା, ଅଙ୍ଗଜ ପ୍ରଜନନ ଆଦି ନାଇଟ୍ରୋଜେନ୍ ଅକ୍ସାଇଡ୍ଦ୍ୱାରା ବାଧାପ୍ରାପ୍ତ ହୋଇଥାଏ ।
(୬) ଏମୋନିଆ:
ଏନ୍ହାଇଡ୍ରେସ (An-hydrous) ଏମୋନିଅମ୍ ସାର ଏବଂ ନାଇଟ୍ରିକ୍ ଅମ୍ଳ ପ୍ରସ୍ତୁତି ସମୟରେ ଏମୋନିଆ ବାଷ୍ପ ଏକ ଅପମିଶ୍ରକ ଭାବରେ ବାୟୁରେ ପ୍ରବେଶ କରିଥାଏ । ଏମୋନିଆର ଆଧ୍ୟାକ୍ୟଦ୍ଵାରା ଉଭିଦର ମୂଳ, କାଣ୍ଡ ଓ ପତ୍ର ଆଦି ବିଭିନ୍ନ ଶାରୀରିକ ପ୍ରକ୍ରିୟାଜନିତ ରୋଗଗ୍ରସ୍ତ ହୋଇଥାଆନ୍ତି । ବୀଜ ଅଙ୍କୁରୋଦ୍ଗମ୍, ମୂଳ ଓ କାଣ୍ଡର ଅଭିବୃଦ୍ଧିରେ ଏହା ପ୍ରତିବନ୍ଧକ ହୋଇଥାଏ । ପୁଷ୍ପ ଏବଂ ଫଳହାନି ଘଟିଥାଏ । ମନୁଷ୍ୟ ସହ ବିଭିନ୍ନ ପ୍ରାଣୀମାନଙ୍କର ବିଭିନ୍ନ ଚର୍ମରୋଗର ଏହା କାରଣ ହୋଇଥାଏ ।
(୭) ହାଇଡ୍ରୋଜେନ୍ କ୍ଲୋରାଇଡ୍:
ଏହି ବିଷାକ୍ତ ବାଷ୍ପ ଅପମିଶ୍ରକ ଭାବରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ପ୍ରସ୍ତୁତିଦ୍ୱାରା ଉପଜାତ ପଦାର୍ଥରୁ ବାୟୁମଣ୍ଡଳରେ ପ୍ରବେଶ କରିଥାଏ । କ୍ଲୋରିନେଟେଡ୍ ହାଇଡ୍ରୋକାର୍ବନ, କୋଇଲା, ପେଟ୍ରୋଲ, ଡିଜେଲ ଆଦି ବିଭିନ୍ନ ଖଣିଜ ତୈଳର ଜାରଣଦ୍ଵାରା ମଧ୍ୟ ହାଇଡ୍ରୋଜେନ୍ କ୍ଲୋରାଇଡ୍ ନିର୍ଗତ ହୋଇଥାଏ । ପତ୍ରପୋଡ଼ା, କ୍ଲୋରୋସିସ୍ ଆଦି ରୋଗ ଏହି ଗ୍ୟାସ୍ର ପ୍ରଭାବରୁ ଉଭିଦରେ ଦେଖାଦେଇଥାଏ । ପ୍ରାଣୀମାନେ ମଧ୍ୟ ଏହାଦ୍ୱାରା ବିଭିନ୍ନ ରୋଗଗ୍ରସ୍ତ ହୋଇଥାଆନ୍ତି ।
(୮) ହାଇଡ୍ରୋଜେନ୍ ଫ୍ଲୋରାଇଡ୍:
ସକ୍ରିୟ ଆଗ୍ନେୟଗିରି, ଇଲେକ୍ଟ୍ରୋ ରାସାୟନିକ ରିଡ଼କ୍ସନ୍ କାରଖାନା, ସାର କାରଖାନା ଏବଂ କୋଇଲାର ଖଣିଜ ତୈଳ ସହ ଦହନ ପ୍ରକ୍ରିୟାରୁ ଏହି ବାଷ୍ପ ନିର୍ଗତ ହୋଇ ବାୟୁ ସହ ମିଶ୍ରଣ ଘଟିଥାଏ । ଉଭିଦମଣ୍ଡଳ ହାଇଡ୍ରୋଜେନ୍ ଫ୍ଲୋରାଇଡ଼ଦ୍ୱାରା ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥାଏ । ପତ୍ର, ପୁଷ୍ପ ଏବଂ ଫଳରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୋଇ ଉଭିଦର ଉତ୍ପାଦିକା ଶକ୍ତିରେ ହ୍ରାସ ଏହି ବାଷ୍ପ ପ୍ରଭାବରେ ଘଟିଥାଏ ।
(୯) ଫୋଟୋକେମିକାଲ ସ୍ମଗ୍ (Photochemical Smog):
ପ୍ରାକୃତିକ ଅବସ୍ଥାରେ ସୌର ରଶ୍ମି ସମୟେ ସମୟେ ଅମ୍ଳଜାନ ସହ ଯବକ୍ଷାରଜାନ ଜାତୀୟ ରାସାୟନିକ ପଦାର୍ଥ ଏବଂ ମିଥେନ୍, ଇଥେନ୍, ଟୋଲୁଇନ୍ ଆଦି ହାଇଡ୍ରୋକାର୍ବନଗୁଡ଼ିକ ସହ ରାସାୟନିକ ପ୍ରକ୍ରିୟାଦ୍ଵାରା କେତେକ ମାଧ୍ୟମିକ (Secondary) ରେଡ଼ିକାଲ୍ ସୃଷ୍ଟି କରିଥାଏ । ଏହି ରେଡ଼ିକାଲ୍ଗୁଡ଼ିକ ପେରୋକ୍ସି ଏସେଟିଲ ନାଇଟ୍ରେଟ (PAN) ପରି କେତେକ ମାରାତ୍ମକ ପ୍ରଦୂଷକ ପ୍ରସ୍ତୁତ କରି ବାୟୁମଣ୍ଡଳକୁ ବିଷାକ୍ତ କରିଥାଆନ୍ତି । ପ୍ରାଣୀ ଓ ଉଦ୍ଭିଦ ନିମନ୍ତେ ଏହି ମାଧ୍ୟମିକ ପ୍ରଦୂଷକଗୁଡ଼ିକ ବିଶେଷ ମାରାତ୍ମକ ଅଟନ୍ତି । ଏହାଦ୍ଵାରା ବିଭିନ୍ନ ରୋଗରେ ପଡ଼ି ଜୀବମାନେ ମୃତ୍ୟୁବରଣ କରିଥାଆନ୍ତି ।
(୧୦) ଓଜୋନ୍:
ପରିବେଶରେ ସୂର୍ଯ୍ୟାଲୋକରେ ଥିବା ଅତି-ବାଇଗଣି ରଶ୍ମିର ଯବକ୍ଷାରଜାନ ସହ ରାସାୟନିକ ପ୍ରକ୍ରିୟା ଘଟି ଓଜୋନ୍ର ସୃଷ୍ଟି ହୋଇଥାଏ । ବାୟୁମଣ୍ଡଳରେ ଅମ୍ଳଜାନ ନାଇଟ୍ରିକ୍ ଅକ୍ସାଇଡ଼ର ଜାରଣ ଘଟାଇ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ରେ ପରିଣତ କରିଥାଏ । ଅତି-ବାଇଗଣି ରଶ୍ମି ପୁନର୍ବାର ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍କୁ ନାଇଟ୍ରିକ୍ ଅକ୍ସାଇଡ୍ ଓ ଅମ୍ଳଜାନ ପରମାଣୁରେ ପରିବର୍ତ୍ତନ କରିଥାଏ । ଏହି ଅମ୍ଳଜାନ ପରମାଣୁ ବାୟୁମଣ୍ଡଳର ଅମ୍ଳଜାନ ଅଣୁ ସହ ମିଶ୍ରଣ ଘଟି ଓଜୋନ୍ ସୃଷ୍ଟି ହୁଏ । ମନୁଷ୍ୟମାନଙ୍କର କାଶ, ମୁଣ୍ଡବ୍ୟଥା, ଫୁସ୍ଫୁସ୍ ରୋଗ ବିଭିନ୍ନ ହେମୋରେଜ ଜନିତ ଦୁରାରୋଗ୍ୟ ବ୍ୟାଧ ଆଦି ଓଜୋନ୍ଦ୍ୱାରା ହୋଇଥାଏ । ପତ୍ରପୋଡ଼ା, ମୁକୁଳ ରୋଗ, ପୁଷ୍ପପୋଡ଼ି ଆଦି ବିଭିନ୍ନ ଉଦ୍ଭଦ୍ର ରୋଗ ଓଜୋନ୍ଦ୍ୱାର ହୋଇଥାଏ ।
(୧୧) ଧୂଆଁପତ୍ର ଧୂମ:
ବିଡ଼ି, ସିଗାରେଟ୍, ହୁକା ଇତ୍ୟାଦି ସେବନଦ୍ୱାରା ନିର୍ଗତ ଧୂଆଁପତ୍ର ଧୂମ ବାୟୁ ପ୍ରଦୂଷଣର କାରଣ ହୋଇଥାଏ । ରେଳଗାଡ଼ି, ବସ୍, ପ୍ରେକ୍ଷାଳୟ ଆଦି ରୁଦ୍ଧ ସ୍ଥାନମାନଙ୍କରେ ଧୂମପାନଦ୍ୱାରା ବିଭିନ୍ନ ଫୁସ୍ଫୁସ୍ ଓ ଶ୍ଵାସଜନିତ ରୋଗ ଘଟିଥାଏ । ଦୀର୍ଘଦିନଧରି ଏହି ଧୂମ ସମ୍ପର୍କରେ ଆସି ମନୁଷ୍ୟ ଯକ୍ଷ୍ମା, କର୍କଟ ଆଦି ରୋଗରେ ପଡ଼ିଥାଏ ।
(୧୨) ଧୂଳିକଣା:
ବିଭିନ୍ନ ପଦାର୍ଥର କ୍ଷୁଦ୍ର କ୍ଷୁଦ୍ର ଅଂଶ, କଳକାରଖାନାରୁ ନିର୍ଗତ ଅତି କ୍ଷୁଦ୍ର ବସ୍ତୁ ଓ ଧୂଳି ଆଦି ବାୟୁ ପ୍ରଦୂଷକ ଅଟନ୍ତି । ବାୟୁମଣ୍ଡଳରେ ଏହି କଣିକାଗୁଡ଼ିକ ଶହଶହ ମାଇଲ ପର୍ଯ୍ୟନ୍ତ ବ୍ୟାପିଯାଆନ୍ତି । ସହର ଓ ନଗରାଞ୍ଚଳରେ ଏହି ଧୂଳିକଣାର ପ୍ରଭାବ ବିଶେଷ ଅନୁଭୂତ ହୋଇଥାଏ । ଏହାଦ୍ଵାରା ପ୍ରାଣୀମାନଙ୍କର ନାନା ଚର୍ମ ଏବଂ ଶ୍ଵାସଜନିତ ରୋଗ ଘଟିଥାଏ । ଏହାଦ୍ଵାରା ଉଭିଦର ଆଲୋକଶ୍ଳେଷଣ, ଉମ୍ବେଦନ ଆଦି କ୍ରିୟାରେ ବ୍ୟାଘାତ ଘଟିଥାଏ ।
(୧୩) ସୀସା ପ୍ରଦୂଷକ (Lead Pollutants):
ସୀସା ଆରସେନେଟ (Arsenate) କୀଟନାଶକ, ପ୍ଲାଷ୍ଟିକ୍, ବାର୍ନିସ୍ ଆଦି କାରଖାନାରେ ବହୁଳ ପରିମାଣରେ ବ୍ୟବହୃତ ହୋଇ ପ୍ରଦୂଷକ ଭାବରେ ବାୟୁରେ ପ୍ରବେଶ କରିଥାଏ । ଏହାବ୍ୟତୀତ ଯାନବାହାନରୁ ନିର୍ଗତ ଧୂମରେ ଏବଂ ଟାୟାରର ଘର୍ଷଣ କ୍ରିୟାଦ୍ଵାରା ମଧ୍ୟ ବାୟୁ ସୀସାଦ୍ଵାରା ପ୍ରଦୂଷିତ ହୋଇଥାଏ । ସୀସା ବିଷ (Lead Poison) ମନୁଷ୍ୟ ସହ ପ୍ରାଣୀ ଏବଂ ଉଭିଦମାନଙ୍କର ବିଭିନ୍ନ ରୋଗ ଘଟାଇ ପ୍ରଭୂତ କ୍ଷତି କରିଥାଏ ।
(୧୪) କୃଷି ସମ୍ପୃକ୍ତ ରାସାୟନିକ ଦ୍ରବ୍ୟ:
କୀଟନାଶକ, ତୃଣନାଶକ, ବାଳୁଙ୍ଗାନାଶକ, କବକନାଶକ, ଅନିଷ୍ଟକାରୀ ଜୀବନାଶକ ଇତ୍ୟାଦି କୃଷି ସମ୍ପୃକ୍ତ ରାସାୟନିକ ଦ୍ରବ୍ୟଗୁଡ଼ିକଦ୍ୱାରା ବାୟୁ ଦୂଷିତ ହୋଇଥାଏ । ଏହି ପ୍ରଦୂଷକଗୁଡ଼ିକ ମନୁଷ୍ୟ ସହ ବହୁ ପ୍ରାଣୀ ଓ ଉଭିଦମାନଙ୍କଠାରେ ବିଭିନ୍ନ ରୋଗ ସୃଷ୍ଟି କରି ଦାରୁଣ ବିପର୍ଯ୍ୟୟ ଘଟାଇଥାଆନ୍ତି ।
(୧୫) ହାଇଡ୍ରୋକାର୍ବନ:
ଉଦ୍ଜାନ ଓ ଅଙ୍ଗାରକର ମିଶ୍ରଣଦ୍ଵାରା ହାଇଡ୍ରୋକାର୍ବନ୍ର ସୃଷ୍ଟି ହୋଇଥାଏ । ମିଥେନ୍, ବେଞ୍ଜୋପାଇରିନ (Benzopyrene) ଏବଂ ବେଞ୍ଜିନ୍ ଆଦି କେତେକ ସାଧାରଣ ହାଇଡ୍ରୋକାର୍ବନ୍ ବିଭିନ୍ନ ପେଟ୍ରୋଲଜାତ ପଦାର୍ଥର ଅସମ୍ପୂର୍ଣ୍ଣ ଦହନଦ୍ୱାରା ବାୟୁ ପ୍ରଦୂଷଣ ଘଟିଥାଏ । ହାଇଡ୍ରୋକାର୍ବନ ଯୋଗୁଁ ଫୁସ୍ଫୁସ୍ କର୍କଟ, ପେଶୀ ରୋଗ ଆଦି ହୋଇଥାଏ । ଏହାଯୋଗୁଁ ମଧ୍ଯ ପତ୍ରହରିତ୍ ରୋଗ, କାଣ୍ଡବଙ୍କା ରୋଗଦ୍ଵାରା ଉଭିଦମାନେ ଆକ୍ରାନ୍ତ ହୋଇଥାଆନ୍ତି ।
(୧୬) ଏଇରୋସଲ୍ (Aerosol):
ଆଗ୍ନେୟ ଉଦ୍ଗୀରଣ, ଜଙ୍ଗଲପୋଡ଼ି, ସମୁଦ୍ର ସିଞ୍ଚନ (Sea Spray) ଏବଂ ବିଭିନ୍ନ କଳକାରଖାନାରୁ ନିର୍ଗତ କ୍ଷୁଦ୍ର କ୍ଷୁଦ୍ର ଆଜବେସଟସ୍ ଓ କୋଇଲାଗୁଣ୍ଡଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହୋଇଥାଏ । ଏଇରୋସଲ୍ ପ୍ରଦୂଷଣଦ୍ଵାରା ଶ୍ଵାସରୋଗ, ଫୁସ୍ଫୁସ୍ କର୍କଟ ଇତ୍ୟାଦି ମାରାତ୍ମକ ରୋଗରେ ମଣିଷ ପଡ଼ିଥାଏ । ଅନ୍ୟ ପ୍ରାଣୀ ଓ ଉଭିଦମାନଙ୍କ ଜୀବନ ପ୍ରକ୍ରିୟା ମଧ୍ୟ ଏହି ପ୍ରଦୂଷକଦ୍ବାରା ବାଧାପ୍ରାପ୍ତ ହୋଇଥାଏ ।
(୧୭) ବିସ୍ଫୋରକ ଦ୍ରବ୍ୟ:
ପାହାଡ଼ ପର୍ବତକୁ ଭାଙ୍ଗିବା ଏବଂ ଯୁଦ୍ଧକ୍ଷେତ୍ରରେ ବ୍ୟବହୃତ ବିସ୍ଫୋରକ ଦ୍ରବ୍ୟଗୁଡ଼ିକଦ୍ୱାର ବାୟୁମଣ୍ଡଳ ଦୂଷିତ ହୋଇଥାଏ । ବିଭିନ୍ନ ଯୁଦ୍ଧାସ୍ତ୍ର ଏବଂ ରାସାୟନିକ ଦ୍ରବ୍ୟର ବିସ୍ଫୋରଣ ଯୋଗୁଁ ଜୀବଜଗତ କ୍ଷତିଗ୍ରସ୍ତ ହୋଇଥାଏ ।
(୧୮) କ୍ଲୋରୋଫ୍ଲୋରୋ କାର୍ବନ (CFC):
ଶୀତଳୀକରଣ କାରଖାନା, ବିଭିନ୍ନ ରାସାୟନିକ ଦ୍ରବ୍ୟ ପ୍ରକରଣ କାରଖାନାର ଯନ୍ତ୍ରପାତି ଆଦିରେ ବ୍ୟବହୃତ କ୍ଲୋରୋଫ୍ଲୋରୋ କାର୍ବନ, ଏମୋନିଆ ଆଦି ବାୟୁସହ ମିଶି ଷ୍ଟ୍ରାଟୋସ୍ଫିୟରରେ ଅବସ୍ଥିତ ଓଜୋନ୍ ସ୍ତରକୁ ବିନଷ୍ଟ କରିଦେଇ ଥାଆନ୍ତି; ଫଳରେ ସୂର୍ଯ୍ୟଠାରୁ ନିର୍ଗତ ଅତି-ବାଇଗଣି ରଶ୍ମି ପୃଥିବୀପୃଷ୍ଠରେ ପଡ଼ି ଚର୍ମରୋଗ ଏବଂ ଅନ୍ୟାନ୍ୟ ଦୁଃସାଧ୍ୟ ପ୍ରାଣୀ ଓ ଉଦ୍ଭଦ ରୋଗ ଘଟାଇ ଜୀବଜଗତର କ୍ଷତି ସାଧନ କରିଥାଏ ।
(୧୯) ବାୟୁଯାନ ପ୍ରଭାବ (Air Craft Effect):
ଉଡ଼ାଜାହାଜ, ରକେଟ୍, ଜେଟ୍ପ୍ଲେନ ମହାକାଶଯାନ ଆଦିରେ ବ୍ୟବହୃତ ଜାଳେଣିର ଦହନ ଯୋଗୁଁ ନିର୍ଗତ ଧୂମଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହୋଇଥାଏ । ଏହାର ପ୍ରଭାବ ସ୍ଵଳ୍ପ ହେଲେ ମଧ୍ୟ ଉଭିଦମଣ୍ଡଳର କ୍ଷତି ଘଟାଇଥାଏ ।
(୨୦) ତାପଜ ବିଦ୍ୟୁତ୍-କେନ୍ଦ୍ରର ପ୍ରଭାବ (Effect to Thermal Power Plants):
ଏହି କେନ୍ଦ୍ରଗୁଡ଼ିକରେ ମୁଖ୍ୟତଃ କୋଇଲାକୁ ଜାଳେଣିରୂପେ ବ୍ୟବହାର କରାଯାଇଥାଏ । ଅଙ୍ଗାରକାମ୍ଳ, କାର୍ବନ୍ ମନୋକ୍ସାଇଡ୍ ସଲ୍ଫର୍ ଡାଇଅକ୍ସାଇଡ୍ ପାଉଁଶ (Fly ash), ବିଭିନ୍ନ ପ୍ରକାରର ହାଇଡ୍ରୋକାର୍ବନ ଆଦି ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ନିର୍ଗତ ହୋଇ ବାୟୁମଣ୍ଡଳକୁ ପ୍ରଦୂଷିତ କରନ୍ତି । ଏହାର ପ୍ରଭାବରେ ସମ୍ପୃକ୍ତ ଅଞ୍ଚଳର ଉଦ୍ଭଦମଣ୍ଡଳ ବୃଦ୍ଧିରେ ବିଶେଷ ବାଧା ସୃଷ୍ଟି ହୋଇଥାଏ । ପ୍ରାଣୀ ଓ ଉଦ୍ଭିଦମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି ।
ବାୟୁ ପ୍ରଦୂଷଣର କୁପ୍ରଭାବ (Effects of Air Pollution) :
- ବାୟୁମଣ୍ଡଳରେ ଅଧିକ ଅଙ୍ଗାରକାମ୍ଳ ସୃଷ୍ଟି ହେଲେ ଜୀବଜଗତ ମୃତ୍ୟୁମୁଖରେ ପଡ଼ିଥାଏ ।
- ବାୟୁ ପ୍ରଦୂଷଣ ଅମ୍ଳ ବୃଷ୍ଟିର ପ୍ରଧାନ କାରଣ ଅଟେ । ଏହା ପନିପରିବାର ପତ୍ରକୁ ରୋଗାକ୍ରାନ୍ତ କରିଦିଏ ଓ ଧାତବ କ୍ଷୟ ହୁଏ ।
- ଭୌଗୋଳିକ-ଉତ୍ତସ୍ତୀକରଣ (Global Warming) ଏହାଦ୍ଵାରା ଘଟିଥାଏ ।
- ଓଜୋନ୍ ସ୍ତରର କ୍ଷୟ ଓ ଗର୍ଭ ସୃଷ୍ଟିରେ ବାୟୁ ପ୍ରଦୂଷଣ ମୁଖ୍ୟ ଭୂମିକା ନେଇଥାଏ ।
- ସୂତା, ଲୁଗା ଓ ସାର କାରଖାନାରୁ ନିର୍ଗତ ଗ୍ୟାସ୍ରା କାଶ, ଶ୍ଵାସ, ଯକ୍ଷ୍ମା, ଚକ୍ଷୁ ଆଦି ରୋଗ ହୋଇଥାଏ । ହିମୋଗ୍ଲୋବିନ୍ରେ ପରିଣତ ହୋଇ ହୃଦ୍ରୋଗ କରାଇଥାଏ ।
- ପୁରାତନ ଶିଳ୍ପ, ଚାରୁକଳା, ଭାସ୍କର୍ଯ୍ୟ ଆଦି ବାୟୁ ପ୍ରଦୂଷଣଦ୍ବାରା ନଷ୍ଟ ହୋଇଥାଏ ।
- ବଡ଼ ବଡ଼ ମହାନଗରୀଗୁଡ଼ିକରେ ସ୍କଗ୍ ବା ଧୂମକୁହୁଡ଼ିଦ୍ୱାରା ବାୟୁ ପ୍ରଦୂଷଣ ଘଟିଥାଏ ।
- ମୂଲ୍ୟବାନ୍ ଧାତୁର ପ୍ରସ୍ତୁତ କାରୁକାର୍ଯ୍ୟ, ସ୍ତମ୍ଭ ଆଦି ନଷ୍ଟ ହୋଇଥାଏ ।
- ବାୟୁ ପ୍ରଦୂଷଣଦ୍ଵାରା ପରିବେଶୀ କାରକ ବିଶେଷଭାବରେ ଆବହୀ କାରକଗୁଡ଼ିକର ପରିବର୍ତ୍ତନ ଘଟାଇଥାଏ !
- ବାୟୁ ପ୍ରଦୂଷଣ ନାନାଦି ଦୁଃସାଧ୍ୟ ରୋଗର କାରଣ ହୋଇ ମନୁଷ୍ୟକୁ ମୃତ୍ୟୁମୁଖରେ ପକାଇଥାଏ ।
- ଏହା ଅନ୍ୟାନ୍ୟ ପ୍ରାଣୀ ଏବଂ ଉଭିଦମାନଙ୍କର ବହୁ ରୋଗର କାରଣ ହୋଇ ଜୀବଜଗତର ଧ୍ବଂସ ସାଧନ କରିଥାଏ ।
ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବା ପ୍ରତିହତ ବ୍ୟବସ୍ଥା (Control of Air Pollution) :
- ଉପଯୁକ୍ତ ଆଇନକାନୁନ ପ୍ରଣୟନ ଏବଂ ଏହାର ପ୍ରକରଣଦ୍ବାରା ବାୟୁ ପ୍ରଦୂଷଣ ନିୟନ୍ତ୍ରିତ ହୋଇପାରେ ।
- ଜଙ୍ଗଲ ନଷ୍ଟ ନକରି ସବୁଆଡ଼େ ଯୋଜନାବଦ୍ଧ ଭାବରେ ଅଧିକ ବୃକ୍ଷରୋପଣ କରିବା ଉଚିତ ।
- ଯନ୍ତ୍ରଚାଳିତ ଯାନରେ ଗ୍ୟାସ୍ ନିର୍ଗତ ପାଇପ୍ରେ ଏଣ୍ଟି-ବାୟୁ ପ୍ରଦୂଷଣ ବ୍ୟବସ୍ଥା ଖଞ୍ଜି ବାୟୁ ପ୍ରଦୂଷଣ ରୋକାଯାଇପାରିବ ।
- ଜୀବାଶ୍ମ ଇନ୍ଧନ ବ୍ୟବହାରକରୁଥିବା ଶିଳ୍ପ କାରଖାନାଗୁଡ଼ିକରେ ଅଧିକ ଉଚ୍ଚ କ୍ଷମତା ବିଶିଷ୍ଟ ଚିମିନି ବ୍ୟବହାର କରିବା ଉଚିତ । କଳକାରଖାନାରୁ ବାହାରୁଥିବା ଗ୍ୟାସ୍ଗୁଡ଼ିକୁ ବାୟୁମଣ୍ଡଳକୁ ନଛାଡ଼ି କୌଣସି ଦ୍ଭାବକ ସାହାଯ୍ୟରେ ଦ୍ରବୀଭୂତ କରାଯିବା ଉଚିତ ।
- ଘରେ ରୋଷେଇ କରିବା ବେଳେ ଉନ୍ନତ ମାନର ଚୁଲା ବ୍ୟବହାର କରି ବାୟୁମଣ୍ଡଳକୁ ଅଧିକ ଧୂଆଁ ନ ଛାଡ଼ିବାର ବ୍ୟବସ୍ଥା ହେବା ଉଚିତ ।
- ଆବର୍ଜନା ସବୁ ଖୋଲାରେ ନରଖ୍ କିମ୍ବା ନାଳରେ ନପକାଇ ମାଟିତଳେ ପୋତାଯିବା ଉଚିତ ।
- ଖଣିଜ ତୈଳ ତଥା ଜୈବିକ ଦ୍ରବ୍ୟଗୁଡ଼ିକ ଶକ୍ତି ସଂଗ୍ରହର ମାଧ୍ୟମରୂପେ ବ୍ୟବହାର ନକରି ସୌରଶକ୍ତି କିମ୍ବା ଅନ୍ୟ ବିକଳ୍ପ ଅନୁସରଣଦ୍ଵାରା ପ୍ରଦୂଷଣ କରାଯାଇ ପାରିବ ।
୬। ପୃଥିବୀର ଉତ୍ତାପ ବୃଦ୍ଧି (Global Warming) କହିଲେ କ’ଣ ବୁଝ ? ଏହାର କୁପ୍ରଭାବ ଓ ପ୍ରତିକାର ସମ୍ବନ୍ଧରେ ଆଲୋଚନା କର ।
Answer:
ପୃଥିବୀପୃଷ୍ଠରେ ତାପମାତ୍ରା ବୃଦ୍ଧି ବିଭିନ୍ନ ଭୌଗୋଳିକ ପରିବେଶ, ବାୟୁମଣ୍ଡଳରେ ବିଭିନ୍ନ ରାସାୟନିକ ଗ୍ୟାସ୍ ପରିମାଣ ବୃଦ୍ଧି, ସବୁଜ କୋଠରି ପ୍ରଭାବ, ଜୀବାଶ୍ମ ଇନ୍ଧନର ଦହନ ଆଦି ଯୋଗୁଁ ହୋଇଥାଏ । ଏହାକୁ ‘ଉତ୍ତପ୍ତ ପୃଥିବୀ’ (Global Warming) କୁହାଯାଏ । ତାପମାତ୍ରା ବୃଦ୍ଧି ଯୋଗୁଁ ମେରୁ ଅଞ୍ଚଳର ବରଫ ତରଳେ । ଏହା ସମୁଦ୍ରର ଜଳ ପତ୍ତନ ବୃଦ୍ଧି କରିଥାଏ । ଏହାଫଳରେ କୃଷି ଉତ୍ପାଦନ କମିଯାଏ ।
ଉତ୍ତାପ ବୃଦ୍ଧିର କାରଣ ଓ କୁପ୍ରଭାବ :
ବିଶ୍ଵର ଉତ୍ତାପ ବୃଦ୍ଧି ସମ୍ଭବତଃ ଏକବିଂଶ ଶତାବ୍ଦୀର ମାନବସମାଜ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ପରିବେଶ ସମସ୍ୟାଗୁଡ଼ିକ ମଧ୍ୟରୁ ଅନ୍ୟତମ । ଏହି ଉତ୍ତାପ ବୃଦ୍ଧିଯୋଗୁଁ ବିଶ୍ବର ପାଣିପାଗରେ ନାଟକୀୟ ପରିବର୍ତ୍ତନ ହେବ ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି । ଏହାର ପ୍ରଭାବ ଯୋଗୁଁ ବନ୍ୟା, ବାତ୍ୟା, ମରୁଡ଼ି, ଅନାବୃଷ୍ଟି ଆଦି ପ୍ରାକୃତିକ ଦୁର୍ବିପାକ ଦେଖାଯିବ । ବିଶ୍ୱର ବିଭିନ୍ନ ପ୍ରାକୃତିକ ଉତ୍ପାଦନ କେନ୍ଦ୍ର; ଯଥା – କୃଷି, ମାଛଚାଷ, ବନୀକରଣ ଆଦି ପ୍ରଭାବିତ ହେବ । ମେରୁ ଅଞ୍ଚଳରେ ବରଫଖଣ୍ଡ ତରଳିବା ଯୋଗୁଁ ଦ୍ବୀପଗୁଡ଼ିକ ସହ ନିମ୍ନଭୂମି ଜଳମଗ୍ନ ହେବ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ନିୟମିତ ବନ୍ୟା ହେବ । ଜୀବାଶ୍ମ ଇନ୍ଧନ; ଯଥା –
କୋଇଲା ଓ ପେଟ୍ରୋଲ ଇତ୍ୟାଦିର ଦହନ ଫଳରେ ବାୟୁମଣ୍ଡଳକୁ ବହୁ ପରିମାଣର ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହେଉଛି; ଫଳରେ ସବୁଜ କୋଠରି ପ୍ରଭାବ (Green house Effect) ପଡ଼ି ବିଶ୍ଵର ଉତ୍ତାପବୃଦ୍ଧି ହେଉଛି । ପରିବେଶ ପ୍ରଦୂଷଣର ଏକ ସକରାତ୍ମକ ଦିଗ ହେଉଛି ‘ଗ୍ଲୋବାଲ୍ ଡିମାଂ’ ବା ବିଶ୍ବ ଅନ୍ଧାରୀକରଣ । ଏହାର ଫଳସ୍ବରୂପ ବାୟୁମଣ୍ଡଳ ପ୍ରଦୂଷିତ ହେବାଦ୍ଵାରା ପୃଥିବୀପୃଷ୍ଠକୁ ସୂର୍ଯ୍ୟାଲୋକର ପ୍ରବେଶ କମିଯିବ । ଏହାଦ୍ଵାରା ବିଶ୍ଵ କ୍ରମଶଃ ଅନ୍ଧାରୁଆ ହୋଇଯାଉଛି । ୧୯୮୫ ମସିହାରେ ସର୍ବପ୍ରଥମେ ଠାବକରାଯାଇଥିବା ଏହି ପ୍ରକ୍ରିୟାଦ୍ୱାରା ବିଶ୍ଵ ଜଳବାୟୁରେ ପରିବର୍ତ୍ତନ, ସୌରଶକ୍ତି ଓ ଆଲୋକ ସଂଶ୍ଳେଷଣ ଆଦି ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ରହିଛି ।
ପ୍ରତିକାର :
- ବିଭିନ୍ନ ସବୁଜ କୋଠରି ଗ୍ୟାସ୍, କ୍ଲୋରୋଫ୍ଲୋରୋ କାର୍ବନର ପରିମାଣ ହ୍ରାସ କରିବା ଆବଶ୍ୟକ ।
- ଜୀବାଶ୍ମ ଇନ୍ଧନର ବ୍ୟବହାର ବନ୍ଦ କରି ଅନ୍ୟାନ୍ୟ ବିକଳ୍ପ ଉତ୍ସରୁ ଶକ୍ତି ସଂଗ୍ରହ କରିବାଦ୍ୱାରା ଏହାକୁ ପ୍ରତିରୋଧ କରିହେବ ।
- ବନୀକରଣଦ୍ବାରା ପୃଥିବୀର ଉତ୍ତାପ ବୃଦ୍ଧିକୁ ରୋକାଯାଇ ପାରିବ ।
୭ | ଓଜୋନ୍ ସ୍ତର କ୍ଷୟ (Ozone depletion) କ’ଣ ? ଏହାର ପ୍ରଭାବ ଆଲୋଚନା କର ।
Answer:
ଶାନ୍ତମଣ୍ଡଳ ବା ଷ୍ଟ୍ରାଟୋସ୍ପିୟରରେ ଭୂପୃଷ୍ଠଠାରୁ ୧୫ରୁ ୩୫ କି.ମି. ଉଚ୍ଚରେ ଓଜୋନ୍ ବା ଘନୀଭୂତ ଅମ୍ଳଜାନ ଥାଏ । ଏହି ଘନୀଭୂତ ଅମ୍ଳଜାନ ବା ଓଜୋନ୍ ସମସ୍ତ ଜୀବଜଗତକୁ ରକ୍ଷାକରିଥାଏ । କାରଣ ଏହି ଶାନ୍ତମଣ୍ଡଳ ସମସ୍ତ ପ୍ରକାରର କ୍ଷତିକାରକ ରଶ୍ମିକୁ ବାନ୍ଧିରଖେ । ଏହି କ୍ଷତିକାରକ ରଶ୍ମି ସୂର୍ଯ୍ୟଙ୍କ ପାଖରୁ ବା ଶୂନ୍ୟ ଆକାଶରୁ ଆସିଥାଏ । ଶାନ୍ତମଣ୍ଡଳ ନଥିଲେ ଏହିସବୁ କ୍ଷତିକାରକ ରଶ୍ମି ଜୀବମଣ୍ଡଳରେ ପଶି ଜୀବଜଗତର ଅନେକ କ୍ଷତି କରିଥା’ନ୍ତା । ଓଜୋନ୍ ସୂର୍ଯ୍ୟ କିରଣରେ ଥିବା ଅତିବାଇଗଣି ରଶ୍ମି ‘କ’ ଓ ‘ଖ’ କୁ ଶୋଷଣ କରିନିଏ । ଓଜୋନ୍ ସ୍ତରର ସୁରକ୍ଷା ଏବଂ ପୃଥିବୀବାସୀଙ୍କ ଅଙ୍ଗାଙ୍ଗୀଭାବେ ବାୟୁମଣ୍ଡଳର ବିଭିନ୍ନ ବାଷ୍ପୀୟ ପଦାର୍ଥମାନଙ୍କ ମଧ୍ୟରୁ ଓଜୋନ୍ ଅନ୍ୟତମ ଓ ଏହା ଖୁବ୍ କମ୍ ପରିମାଣରେ ଥାଏ । ତିନିଗୋଟି ଅମ୍ଳଜାନ ପରମାଣୁର ସମଷ୍ଟିରେ ଗୋଟିଏ ଓଜୋନ୍ ଅଣୁ ତିଆରି ହୁଏ ।
ସୌରମଣ୍ଡଳରୁ ବାହାରୁଥିବା ଅତି ବାଇଗଣି ରଶ୍ମିକୁ ଏହା ଛାଣି ଭୂପୃଷ୍ଠକୁ ଛାଡ଼ିଥାଏ । ଏହି ଓଜୋନ ସ୍ତର ପୃଥିବୀପୃଷ୍ଠରେ ଏକ ଆବରଣ ଭାବରେ ଥାଏ । ଏହାକୁ ଓଜୋନ୍ ଆସ୍ତରଣ ବା ଓଜୋନ୍ ଛତା ବୋଲି କହିଥାଉ । ଏହା ଏକ କଟୁ ଗନ୍ଧମୟ ଈଷତ୍ ନୀଳବର୍ଣ୍ଣର ବାଷ୍ପ । ଏହା ପ୍ରାୟ ୩୦୦ କୋଟି ବର୍ଷ ହେଲା ଗଠିତ ହୋଇଛି । ବାୟୁମଣ୍ଡଳରେ ଓଜୋନ୍ ଦୁଇଟି ଉତ୍ସରୁ ପ୍ରାକୃତିକ ଭାବରେ ତିଆରି ହୁଏ । ଷ୍ଟ୍ରାଟୋସ୍ପିୟରରେ ଅମ୍ଳଜାନର ବିଘ୍ନଟନରୁ ଦୁଇଟି ଅମ୍ଳଜାନ ପରମାଣୁରେ ବିଭକ୍ତ ହୁଏ । ପରେ ଏହି ପରମାଣୁମାନେ ଉପର ସ୍ତରରେ ଥିବା ଅମ୍ଳଜାନ ସହ ମିଳିତ ହୋଇ ଓଜୋନ୍ ସ୍ତର ସୃଷ୍ଟି ହୋଇଥାଏ । ଏହି ବିଶ୍ଳେଷଣ ପ୍ରକ୍ରିୟା ଉପର ସ୍ତରରେ ହୋଇଥାଏ । ଅମ୍ଳଜାନରେ ବିଘଟନ ଏବଂ କାର୍ବନ ମନୋକ୍ସାଇଡ୍ (CO) ହାଇଡ୍ରୋକାର୍ବନ ଉପସ୍ଥିତିରେ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ (NO)) ର ଆଲୋକ ବିଘଟନରୁ ଏହା ତିଆରି ହୁଏ ।
ଅମ୍ଳଜାନର ଆଲୋକଜନିତ ପୃଥକୀକରଣ :
ଓଜୋନ୍ (O3) hu (ଫୋଟନ) (O2) (ଅମ୍ଳଜାନ ଅଣୁ) + ତାପ ଏହି ବିଶ୍ଳେଷଣ ଉପର ସ୍ତରରେ କାର୍ଯ୍ୟକାରୀ ହୋଇଥାଏ । ଏହାଦ୍ଵାରା ଓଜୋନ୍ ବାଷ୍ପ ତାହାର ଭାରସାମ୍ୟ ହରାଏ ନାହିଁ । ସୂର୍ଯ୍ୟଠାରୁ ଆସୁଥିବା ବୈଦ୍ୟୁତିକ ଚୁମ୍ବକୀୟ ବର୍ଣ୍ଣାଳୀ ମଧ୍ୟରେ ସମସ୍ତ ସୌରଶକ୍ତି ରହିଥାଏ । ଏହି ଶକ୍ତିକୁ ଫୋଟନ ବହନ କରିଥାଏ । ଶକ୍ତିଶାଳୀ ଫୋଟନକୁ ନେଇ ଅତିବାଇଗଣି ରଶ୍ମି (UV rays) କେବଳ ଅଣୁମାନଙ୍କୁ ଯେ ଉତ୍ତେଜିତ କରିଥାଏ ତାହା ନୁହେଁ; ବରଂ ଏହାକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଦେଇଥାଏ । ଫୋଟନ ଯଦି ଅମ୍ଳଜାନ ଅଣୁକୁ ଆଘାତ କରେ; ତେବେ ଅମ୍ଳଜାନ ଭାଙ୍ଗିଯାଇ ଦୁଇଟି ଅମ୍ଳଜାନ ପରମାଣୁରେ ପରିଣତ ହୁଏ । ଅମ୍ଳଜାନ ପରମାଣୁ ଏବଂ ଅମ୍ଳଜାନ ଅଣୁର ମିଶ୍ରଣରେ ଓଜୋନ୍ ତିଆରି ହୁଏ । ଏହିପରି ଅମ୍ଳଜାନ ଓ ଓଜୋନ୍ର ଭାରସାମ୍ୟ ରକ୍ଷା ହୋଇଥାଏ ।
ଓଜୋନ୍ ସ୍ତର ପ୍ରତି ବିପଦ ଓଜୋନ୍ ଗର୍ଭ – ୧୯୩୦ ମସିହାରେ ସର୍ବପ୍ରଥମେ ପଦାର୍ଥବିଜ୍ଞାନୀ ଚାପମେନ ଓଜୋନ୍ର ସୃଷ୍ଟି ଓ ବିଭାଜନ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିଥିଲେ । ୧୯୭୦ ମସିହାରେ ବୈଜ୍ଞାନିକ କ୍ରସେନ୍ ଯବକ୍ଷାରୀୟ ଅମ୍ଳଜାନଦ୍ୱାରା ଓଜୋନ୍ର ବିଭାଜନ ପ୍ରକ୍ରିୟା ଦର୍ଶାଇଥିଲେ । ଓଜୋନ୍ ସ୍ତର ଅବକ୍ଷୟ ଅନେକ କାରଣମାନ ମଧ୍ୟରୁ ମନୁଷ୍ୟକୃତ କାରଣ ହେଉଛି କ୍ଲୋରୋଫ୍ଲୋରୋ କାର୍ବନ (CFC), ହେଲନ୍ସ (Holons), ଯାହାକି ଶୀତତାପ ନିୟନ୍ତ୍ରକ ବା ଶୀତଳୀକରଣ ଯନ୍ତ୍ରରେ ବ୍ୟବହାର ହୁଏ । ଏଇରୋସଲ୍ (Aerosol) ବିଦ୍ୟୁତ୍ ତଥା ଧାତୁ ପରିଷ୍କୃତ କରିବାରେ, ଆଧୁନିକ ଅଗ୍ନିଯୁଦ୍ଧ ଇତ୍ୟାଦିରେ ବ୍ୟବହୃତ ହୁଏ । ଏହାର ଏକ ସଂସ୍କରଣ CFC, ଏବଂ CF.,CI, ବା ପ୍ରିୟନର ବ୍ୟବହାର ଓଜୋନ ସ୍ତରକୁ ନଷ୍ଟ କରିଥାଏ ।
ଓଜୋନ୍ ପ୍ରକ୍ରିୟା ଉପରେ କ୍ଲୋରିନ୍ (C) ଅଣୁର ପ୍ରଭାବ ପଡ଼ିଥାଏ । ହାଇଡ୍ରୋକ୍ଲୋରିକ୍ ଅମ୍ଳରେ ଥିବା କ୍ଲୋରିନ୍ ପରମାଣୁ ଅତି ବାଇଗଣି ରଶ୍ମି (UV rays) ସହଜରେ ଭାଙ୍ଗିଦେଇ ମୁକ୍ତ କରେ । ଏହି କ୍ଲୋରିନ୍ ପରମାଣୁ ଓଜୋନ୍ ସହ ମିଶି କ୍ଲୋରିନ୍ ଅକ୍ସାଇଡ୍ ଅଣୁ ଏବଂ ଏକ ଅମ୍ଳଜାନ ଅଣୁ ତିଆରି କରେ । ଏହି କ୍ଲୋରିନ୍ ପରମାଣୁ ପୁଣି ମୁକ୍ତ ହୋଇ ଓଜୋନ୍କୁ ଭାଙ୍ଗେ । ଏହା ଫଳରେ ଓଜୋନ୍ ସ୍ତରରେ ସ୍ଥାନେ ସ୍ଥାନେ ରନ୍ଧ୍ର ବା ଛିଦ୍ର ଦେଖାଦିଏ । ଏହାକୁ ଓଜୋନ୍ ଗର୍ଭ (Ozone Hole) କୁହାଯାଏ । ଏହିପରି କେତେକ ଛିଦ୍ର ପ୍ରଥମେ ଦକ୍ଷିଣମେରୁ ଉପରେ ୧୯୭୮ ମସିହାରେ ଦେଖାଯାଇଥିଲା । ୧୯୮୫-୮୬ ମସିହାରେ ଭିଏନା ଆନ୍ତର୍ଜାତୀୟ ସମ୍ମିଳନୀରେ ଆମେରିକାର ବୈଜ୍ଞାନିକମାନେ ଓଜୋନ୍ ସ୍ତରର କ୍ଷୟ ଏବଂ ଏହା ସହିତ CFCର ପ୍ରତ୍ୟକ୍ଷ ସମ୍ବନ୍ଧ ଥିବା ବିଷୟରେ ଆଲୋକପାତ କରିଥିଲେ । ଏହାକୁ ଓଜୋନ ଗର୍ଭ ଆଖ୍ୟା ଦିଆଗଲା । ୧୯୮୭ରେ ‘ମଣ୍ଟ୍ରିଲ ପ୍ରୋଟୋକଲ’ ନାମରେ ଓଜୋନ୍ର ସଂରକ୍ଷଣ ନିମନ୍ତେ ଏକ ଆନ୍ତର୍ଜାତିକ ରାଜିନାମା ସ୍ବାକ୍ଷରିତ ହେଲା ।
୧୯୯୦ରେ ଏହି ରାଜିନାମାର ସଂଶୋଧନ ହୋଇ ୨୦୦୦ ମସିହା ସୁଦ୍ଧା ଧ୍ୱଂସକାରୀ ରାସାୟନିକ ଦ୍ରବ୍ୟ ଉତ୍ପାଦନ ବନ୍ଦପାଇଁ ପ୍ରସ୍ତାବ ଗୃହୀତ ହେଲା । ଏହି ଗର୍ଭ କ୍ରମଶଃ ବୃଦ୍ଧି ପାଉଛି । କାରଣ CFC ଏବଂ ହେଲୁନର ପ୍ରଚୁର ବ୍ୟବହାର ସହ ଜେଟ୍ ଉଡ଼ାଜାହାଜରୁ ନିର୍ଗତ ନାଇଟ୍ରୋଜେନ୍ ଅକ୍ସାଇଡ୍ ଅଣୁ ମଧ୍ୟ ଓଜୋନ୍ କ୍ଷୟପାଇଁ ଦାୟୀ । ସିଏଫ୍ସି ଏକ ନିଷ୍କ୍ରିୟ ବାଷ୍ପ ହୋଇଥିବାରୁ ଏହା ଅପରିବର୍ତ୍ତନୀୟ ଭାବେ ୫୦ରୁ ୧୦୦ ବର୍ଷ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ରହିପାରେ । ଏହାଛଡ଼ା ୧, ୧, ୧ ଟ୍ରାଇକ୍ଲୋରୋଇଥେନ୍, କାର୍ବନ ଟେଟ୍ରାକ୍ଲୋରାଇଡ୍ (CCI) ମିଥାଇଲ କ୍ଲୋରାଇଡ଼ ଓ ମିଥାଇଲ କ୍ଲୋରଫର୍ମ ମଧ୍ୟ ଓଜୋନ୍ କ୍ଷୟ କରିଥାଆନ୍ତି ।
ଓଜୋନ୍ ସ୍ତରର ଅବକ୍ଷୟ ଏବଂ ଏହାର ପ୍ରଭାବ :
- ଓଜୋନ୍ ସ୍ତରର ହ୍ରାସ ଯୋଗୁଁ ସୂର୍ଯ୍ୟଙ୍କଠାରୁ ଆସୁଥିବା ବିଷାକ୍ତ ଅତିବାଇଗଣି ରଶ୍ମି ଆମ ଶରୀର ମଧ୍ୟରେ ପ୍ରବେଶ କରି ଚର୍ମ କର୍କଟରୋଗ କରିଥାଏ । ଏହାଛଡ଼ା ଫୁସ୍ଫୁସ୍ରେ କର୍କଟ, ସ୍ତନରେ କର୍କଟ ଏବଂ ରକ୍ତ କର୍କଟ ରୋଗ ସୃଷ୍ଟି କରିଥାଏ ।
- ଅତିବାଇଗଣି ରଶ୍ମି (UV rays) ଗୁଣସୂତ୍ରରେ ଅବ୍ୟବସ୍ଥା (Genetic disorder) ଆଦି ମାରାତ୍ମକ ବ୍ୟାଧୁମାନ କରାଇଥାଏ ।
- ଅତିବାଇଗଣି ରଶ୍ମିର ବିକିରଣଦ୍ଵାରା ସମୁଦ୍ର ଜଳରୁ ଅମ୍ଳଜାନ ହ୍ରାସ ପାଇବ ଏବଂ ଏହାର ପ୍ରତିକୂଳ ପ୍ରଭାବ ସମୁଦ୍ରକୂଳ ଅଞ୍ଚଳରେ ରହୁଥିବା ପ୍ରାଣୀ ବା ଉଭିଦମାନଙ୍କ ଉପରେ ପଡ଼ିବ ।
- ଓଜୋନ୍ ସ୍ତରର କ୍ଷୟ ହେତୁ ପୃଥିବୀପୃଷ୍ଠର ତାପମାତ୍ରା ବୃଦ୍ଧି ପାଇଥାଏ ।
- ପରିବେଶର ଭାରସାମ୍ୟ ଏବଂ ସନ୍ତୁଳନ ବିଗିଡ଼ିବାର ସମ୍ଭାବନା ଦେଖାଯିବ । ଏହାଦ୍ଵାରା ଖାଦ୍ୟ ଉତ୍ପାଦନ ପାଇଥାଏ ।
- ପ୍ରାଣୀର ଚକ୍ଷୁର ଲେନ୍ସ ଏବଂ କଣ୍ଡିଆ ନଷ୍ଟ ହୁଏ ।
- ଫଟୋକେମିକାଲ ସ୍କଗ (Smog) ବା ଧୂଆଁ ଏବଂ କୁହୁଡ଼ିଜନିତ ଅନ୍ଧକାର ମଧ୍ୟ ଦେଖାଦେଇଥାଏ ।
- ଓଜୋନ୍ କ୍ଷୟଯୋଗୁଁ ଅନ୍ଧତ୍ବ, ସ୍ନାୟବିକ ଦୁର୍ବଳତା ଦେଖାଯାଏ ଓ ଦେହର ପ୍ରତିରୋଧକାରୀ ଶକ୍ତି କମିଯାଏ । ପ୍ଲୀହା ଏବଂ ଯକୃତ ବଢ଼େ ।
- ଓଜୋନ୍ଦ୍ୱାରା ଗୁଣସୂତ୍ର (DNA) ଭାଙ୍ଗେ, ଏହା ବହୁଗୁଣିତ କ୍ରିୟା ବାଧାପ୍ରାପ୍ତ ହୋଇଥାଏ ।
- ଅତିବାଇଗଣି ରଶ୍ମି ଯୋଗୁଁ ସୂକ୍ଷ୍ମ ଅଣୁ ଉଭିଦମାନେ ମୃତ୍ୟୁମୁଖରେ ପଡ଼ନ୍ତି ।
- ଏହା ଖାଦ୍ୟଶୃଙ୍ଖଳ ଏବଂ ଖାଦ୍ୟଜାଲିରେ ବିଶୃଙ୍ଖଳା ଏବଂ ବ୍ୟତିକ୍ରମ ଘଟାଇଥାଏ ।
- ଅତ୍ୟଧିକ ଅତିବାଇଗଣି ରଶ୍ମିଯୋଗୁଁ ଅଧିକ ଜଳ ବାଷ୍ପୀଭୂତ ହୁଏ । ମାଟିର ଜଳଂଶ କମିଯାଏ ।
- ଓଜୋନ୍ କଟନ, ନାଇଲନ୍ ଓ ପଲିଷ୍ଟର କନା ଉପରେ ମଧ୍ଯ କୁ ପ୍ରଭାବ ପକେଇଥାଏ ।
- ଅତିବାଇଗଣି ରଶ୍ମି ଏବଂ ଓଜୋନ୍ ଜଳବାୟୁ ଉପରେ କୁ ପ୍ରଭାବ ପକାଇଥାଏ ।
- ଓଜୋନ୍ ସ୍ତର ହ୍ରାସ ଯୋଗୁଁ ଅତିବାଇଗଣି ରଶ୍ମି ସବୁଜ ଗୃହ ପ୍ରଭାବ (Green House Effect) କୁ ବଢ଼େଇଥାଏ l
ଓଜୋନ୍ ସ୍ତରର ହ୍ରାସ ଶିଳ୍ପାନ୍ନତ ଦେଶଗୁଡ଼ିକଦ୍ବାରା ବହୁଳ ପରିମାଣରେ ହୋଇଥାଏ । ଏହି ଓଜୋନ୍ ବିନଷ୍ଟକାରୀ ରାସାୟନିକ ଦ୍ରବ୍ୟଗୁଡ଼ିକର ମାରାତ୍ମକ ଅବସ୍ଥା ଆଣ୍ଟାର୍କଟିକାରେ ସର୍ବାଧୁକ ଅଟେ । ଓଜୋନ୍ ସ୍ତରର ହ୍ରାସଦ୍ବାରା ଯେଉଁ ବିପଦଜ୍ଜନକ ଅବସ୍ଥା ସୃଷ୍ଟି ହେବାକୁ ଯାଉଛି, ବୈଜ୍ଞାନିକମାନେ ଏଥିନିମନ୍ତେ ସତର୍କ ରହି ଅନ୍ୟ ବିକଳ୍ପ ବ୍ୟବସ୍ଥା ନିମନ୍ତେ ଉଦ୍ୟମରତ ଅଛନ୍ତି । ଜାପାନରେ ଶୀତଳୀକରଣ ନିମନ୍ତେ ବ୍ୟବହୃତ କ୍ଲୋରୋପ୍ଟୋରୋ କାର୍ବନ ସ୍ଥାନରେ ଅନ୍ୟ ରାସାୟନିକ ପଦାର୍ଥ ବ୍ୟବହାର କରାଗଲାଣି । ଜନସଚେତନତା ବୃଦ୍ଧିପାଇଁ ବିଶ୍ବବ୍ୟାପୀ ପ୍ରତିବର୍ଷ ସେପ୍ଟେମ୍ବର ମାସ ୧୬ ତାରିଖକୁ ‘‘ବିଶ୍ବ ଓଜୋନ୍ ଦିବସ’’ ରୂପେ ପାଳନ କରାଯାଉଛି ।
୮ | ସବୁଜ ଗୃହର ପ୍ରଭାବ (Green House Effect) କହିଲେ କ’ଣ ବୁଝ ? ଏହାର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ବା ବିପର୍ଯ୍ୟୟଗୁଡ଼ିକ ଆଲୋଚନା କର ।
Answer:
ବାୟୁମଣ୍ଡଳୀୟ ପ୍ରଭାବରୁ ସୂର୍ଯ୍ୟଙ୍କର ପ୍ରଖର ରଶ୍ମି ବିକିରଣଦ୍ବାରା ଭୂ-ପୃଷ୍ଠ ଉପରେ ପଡ଼ି ଉଷ୍ଣହେବା ପ୍ରତିକ୍ରିୟାକୁ ସବୁଜ ଗୃହର ପ୍ରଭାବ କୁହାଯାଏ । ଏହାକୁ ମଧ୍ୟ ଉତ୍ତପ୍ତ ଭୂପୃଷ୍ଠ, ଅଙ୍ଗାରକାମ୍ଳ ବୃଦ୍ଧିଜନିତ ସମସ୍ୟା ଏବଂ ବାୟୁମଣ୍ଡଳର ପ୍ରଭାବ ମଧ୍ୟ କୁହାଯାଏ ।
ସବୁଜ ଗୃହର ପ୍ରଭାବ – ସବୁଜ ଗୃହ ଏକ କାଚନିର୍ମିତ କୋଠରି ଯାହା ମଧ୍ୟଦେଇ ସୌରରଶ୍ମି ପ୍ରବେଶ କରେ । କୌଣସି ଏକ କାଚ କୋଠରିରେ ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକ ରଶ୍ମି କାଚଦେଇ ପ୍ରବେଶ କରି, କୋଠରି ଗଛପତ୍ର ଏବଂ ମାଟିକୁ ଉତ୍ତପ୍ତ କରିଦେଇଥାଏ । ଏହି କୋଠରିମଧ୍ୟକୁ ସୂର୍ଯ୍ୟରଶ୍ମି ପଶିପାରେ ନାହିଁ । ଏହି ରଶ୍ମି ମାଟି, ଗଛ ଇତ୍ୟାଦିରେ ବାଜିଲା ପରେ, ଛୋଟ ତରଙ୍ଗଗୁଡ଼ିକ ଦୀର୍ଘତରଙ୍ଗ ଆକାରରେ ଫେରିଆସେ । ଏହି ଦୀର୍ଘ ତରଙ୍ଗଗୁଡ଼ିକ ହେଲା ଇନ୍ଫ୍ରା ରେଡ଼ (Infra red radiation) ବିକିରଣ । କାଚଦେଇ ଏହି ତରଙ୍ଗଗୁଡ଼ିକ କାଚ ଭିତରକୁ ଯାଇପାରେ; କିନ୍ତୁ ଦୀର୍ଘ ତରଙ୍ଗ କାଚକୁ ଭେଦ କରି ଆସିପାରେ ନାହିଁ । କାଚ ଏହି ବିକିରଣକୁ ନିଜ ଦେହରେ ଚପାଇରଖେ ଏବଂ ବଳକା ତରଙ୍ଗକୁ ପ୍ରତି-କ୍ଷପଣ କରେ ।
ଏହାଦ୍ୱାରା ସବୁଜ କୋଠରି ଗରମ ରୁହେ । ୧୯୯୪ ମସିହାରେ ପରିବେଶବିତ୍ ଶର୍ମା ଓ କାଉରଙ୍କ ଭାଷାରେ ସବୁଜ କୋଠରି ହେଉଛି ଏକ ନିବୁଜ କାଚ କୋଠରି, ଯାହା ଭିତରକୁ ଛୋଟ ତରଙ୍ଗ ପଶିପାରେ; କିନ୍ତୁ ଦୀର୍ଘ ତରଙ୍ଗ ବାହାରକୁ ଆସିପାରେ ନାହିଁ । ଏହିପରି ପ୍ରଣାଳୀରେ ଶୀତ ତଥା ଥଣ୍ଡା ଦେଶମାନଙ୍କରେ ଉଚ୍ଚ ତାପମାତ୍ରା ଆବଶ୍ୟକ କରୁଥିବା ଉଭିଦଗୁଡ଼ିକୁ ସ୍ବତନ୍ତ୍ର କାଚଘରେ ରଖାଯାଇ ଚାଷ କରାଯାଏ । ଏହାକୁ ସବୁଜ ଗୃହ ବା ସବୁଜ କୋଠରି କୁହାଯାଏ । ୧୯୨୭ ମସିହାରେ ବୈଜ୍ଞାନିକ ଫିଉରିୟର ଏହି ସବୁଜ ଗୃହ ନାମକରଣ କରିଥିଲେ । ଏହି ଘରର ଉତ୍ତାପ ବାହାରର ଉତ୍ତାପଠାରୁ ବହୁତ ବେଶି । ଏହି ପ୍ରଣାଳୀ ଯୋଗୁଁ ବାୟୁମଣ୍ଡଳରେ ଥିବା ଅଙ୍ଗାରକାମ୍ଳ ଗ୍ୟାସ୍ଗୁଡ଼ିକ ଏକମୁହାଁ ପରଦା ଭାବରେ କାର୍ଯ୍ୟ କରନ୍ତି । ଏହା ଦୃଶ୍ୟମାନ ସୂର୍ଯ୍ୟରଶ୍ମିପାଇଁ ସ୍ବଚ୍ଛ ।
ସୂର୍ଯ୍ୟ ରଶ୍ମିର ଅଧିକାଂଶ କିରଣ ଏହି ଅଂଶରେ ଥାଏ । ଅଙ୍ଗାରକାମ୍ଳ ଗ୍ୟାସ ଅଣସମୂହ ଓ ଜଳୀୟ କଣାଗୁଡ଼ିକ ସୂର୍ଯ୍ୟାଲୋକର ଅବଲୋହିତ ରଶ୍ମିକୁ ଶୋଷଣ କରି ପୃଥିବୀପୃଷ୍ଠକୁ ବିକିରଣ କରିଥାଆନ୍ତି । ଏହି ରଶ୍ମି ସାଧାରଣତଃ ଭୂପୃଷ୍ଠରେ ସିଧା ପଡ଼ି ମହାକାଶକୁ ପୁଣି ପ୍ରତିଫଳିତ ହୁଏ । ବଳକା ଶତକଡ଼ା ୬୯ ଭାଗ କ୍ଷୋଭମଣ୍ଡଳସ୍ଥିତ ଜଳକଣା, ମେଘ, ଛୋଟ ଛୋଟ ଧୂଳିକଣା ଏବଂ ଭୂପୃଷ୍ଠଦ୍ଵାରା ଅବଶୋଷିତ ହୋଇଥାଏ । ଶୋଷିତ ରଶ୍ମିର ଅଧିକାଂଶ ଭାଗ ଭୂପୃଷ୍ଠକୁ ଅବଲୋହିତ ରଶ୍ମି ଆକାରରେ ପ୍ରତିଫଳିତ ହୋଇଥାଏ । ସବୁଜ ଗୃହ ଗ୍ୟାସ୍ ଓ ମେଘ ଏହି ରଶ୍ମିକୁ ଶୋଷଣ କରି ବିଭିନ୍ନ ଦିଗରେ ବିଚ୍ଛୁରିତ କରିଥାଆନ୍ତି । ଏହାର ବହୁଭାଗ ପୁଣିଥରେ ଭୂପୃଷ୍ଠକୁ ଆସିଥାଏ, ଯାହାଦ୍ବାରା ଭୂପୃଷ୍ଠ ଅବଲୋହିତ ରଶ୍ମିକୁ ଉଚ୍ଚ ତାପମାତ୍ରାରେ ପ୍ରତିଫଳନ କରେ । ଏଣୁ ଏହି ସବୁଜ ଗୃହ ପ୍ରଭାବ ପ୍ରକ୍ରିୟାଦ୍ବାରା ହିଁ ଭୂପୃଷ୍ଠ ଅଧିକ ଉତ୍ତାପ ବହନ କରିଥାଏ ।
ପୃଥିବୀକୁ ମଧ୍ୟ ଏକ ସବୁଜ କୋଠରି ସହ ତୁଳନା କରାଯାଇଥାଏ । ସବୁଜ ଗୃହର କାଚକାନ୍ଥ ଓ ଛାତ ସଦୃଶ ବାୟୁମଣ୍ଡଳ ପୃଥିବୀର ଚତୁଃପାର୍ଶ୍ବରେ ରହିଛି । କାଚ କାନ୍ଥ ଓ ଛାତ ଦେଇ ସୌରରଶ୍ମି ସବୁଜ କୋଠରି ମଧ୍ୟରେ ପ୍ରବେଶ କଲାପରି ବାୟୁମଣ୍ଡଳ ଦେଇ କ୍ଷୁଦ୍ର ତରଙ୍ଗ ବିଶିଷ୍ଟ ସୌରରଶ୍ମି ପୃଥିବୀପୃଷ୍ଠରେ ପଡ଼ିଥାଏ । ଏହା ଦୀର୍ଘ ତରଙ୍ଗବିଶିଷ୍ଟ ଅବଲୋହିତ ରଶ୍ମିରୂପେ ପୃଥିବୀପୃଷ୍ଠକୁ ଫେରିଆସେ । ଅବଲୋହିତ ରଶ୍ମି ବାୟୁମଣ୍ଡଳ ଦେଇ ପଦାକୁ ନ ଯାଇପାରି ପୁନର୍ବାର ବାୟୁମଣ୍ଡଳଦ୍ଵାରା ପ୍ରତିଫଳିତ ହୋଇ ପୃଥିବୀପୃଷ୍ଠକୁ ଫେରିଥାଏ; ଫଳରେ ପୃଥିବୀର ପୃଷ୍ଠଭାଗ ଉଷ୍ଣ ରହିଥାଏ । ବାୟୁମଣ୍ଡଳ ନଥିଲେ ଦିନରେ ପୃଥିବୀପୃଷ୍ଠ ଅତ୍ୟଧିକ ଗରମ ଓ ରାତିରେ ଅତ୍ୟଧ୍ଵ ଥଣ୍ଡା ହୋଇଥା’ନ୍ତା ।
ଏହି ପ୍ରାକୃତିକ ପ୍ରକ୍ରିୟାରେ ପୃଥିବୀପୃଷ୍ଠ ବାୟୁମଣ୍ଡଳଦ୍ଵାରା ଉଷ୍ଣ ରହୁଥିବା ଅବସ୍ଥାକୁ ‘ସବୁଜ ଗୃହ’ ଜନିତ ପ୍ରଭାବ କୁହାଯାଏ ।ବାୟୁମଣ୍ଡଳରେ ଥିବା ଅଙ୍ଗାରକାମ୍ଳ ବାଷ୍ପଦ୍ବାରା ପୃଥିବୀ ବିଶେଷ ଭାବରେ ସବୁଜ ଗୃହ ହିସାବରେ କାର୍ଯ୍ୟ କରିଥାଏ; ଅର୍ଥାତ୍ ବାୟୁମଣ୍ଡଳସ୍ଥ ଅଙ୍ଗାରକାମ୍ଳ ପୃଥିବୀପୃଷ୍ଠରେ ତାପ ବୃଦ୍ଧିର ନିର୍ଣ୍ଣାୟକ ହୋଇଥାଏ । ଏହି ସବୁଜ କୋଠରି ପ୍ରଭାବ ଏକ ମନୁଷ୍ୟକୃତ ଫଳ । ଥଣ୍ଡା ଦେଶରେ ଗରମ କୋଠରି ତିଆରି କରି ଗଛ ବଞ୍ଚେଇବା ଉଦାହରଣ ଦେଇ ନିଜେ ଏହି ପୃଥିବୀକୁ ଏକ ସବୁଜ କୋଠରିରୂପେ ତିଆରି କରି ସାରିଲେଣି । ଏହି ଭୂପୃଷ୍ଠରେ ଅଙ୍ଗାରକାମ୍ଳ ଓ ଜଳୀୟବାଷ୍ପ ପରିମାଣ ବାୟୁମଣ୍ଡଳରେ ଦିନକୁ ଦିନ ବଢୁଛି । ଯାହକି ଭୂ-ପୃଷ୍ଠର ସାମୁଦ୍ରିକ ଚାପ ବଢ଼େଇବାରେ ସାହାଯ୍ୟ- କରୁଛି ।
ଏହି ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ବର୍ତ୍ତମାନ ଚିନ୍ତାର ବିଷୟ ହୋଇଛି । ଆଶା କରାଯାଉଛି ୨୦୩୦ ମସିହା ସୁଦ୍ଧା ଅଙ୍ଗାରକାମ୍ଳର ପରିମାଣ ୧୯୮୮ ମସିହାର ପରିମାଣର ଦୁଇଗୁଣ ହେବ ଏବଂ ଏହି ଅଙ୍ଗାରକାମ୍ଳ ବୃଦ୍ଧି ଭୂପୃଷ୍ଠର ଉତ୍ତାପ ବୃଦ୍ଧି ନିମନ୍ତେ ଦାୟୀ ହେବ । ଅଙ୍ଗାରକାମ୍ଳ ଗ୍ୟାସ୍ ସହିତ ଅନେକଗୁଡ଼ିଏ ରାସାୟନିକ ପଦାର୍ଥ ମଧ୍ୟ ସବୁଜ ଗୃହ ପ୍ରଭାବ ସୃଷ୍ଟି କରନ୍ତି । ସେଗୁଡ଼ିକ ହେଲା– କ୍ଲୋରୋଫ୍ଲୋରେ ଅଙ୍ଗାରକ (CFC), ମିଥେନ୍, ନାଇଟ୍ରସ୍ ଅକ୍ସାଇଡ୍, ଓଜୋନ୍ । ଏଗୁଡ଼ିକୁ ସବୁଜ ଗୃହ ଗ୍ୟାସ୍ କହନ୍ତି ।
ସବୁଜ ଗୃହର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ଓ ବିପର୍ଯ୍ୟୟ :
- ଉପଯୁକ୍ତ ସବୁଜ ଗୃହ ଗ୍ୟାସ୍ମୂହ ଆକାଶରେ ଏକ ଆସ୍ତରଣ ହୋଇ ଆବରଣ ଆକାରରେ ରହନ୍ତି । ଏହି ଆବରଣ ଏକ ଛତାଭଳି ଦେଖାଯାଏ । ଏହି ଛତା ଛୋଟ ଛୋଟ ରଶ୍ମି ତରଙ୍ଗକୁ ଭିତରକୁ ଛାଡ଼େ ଏବଂ ଦୀର୍ଘ ବା ଲମ୍ବା ତରଙ୍ଗକୁ ବାହାରକୁ ଛାଡ଼େ ନାହିଁ ଏବଂ ଏହାକୁ ସବୁଜ ଗୃହର କାଚ କୋଠରିର କାଚକାନ୍ଥ ସହ ତୁଳନା କରାଯାଇପାରେ । ଏହି ଲମ୍ବା ତରଙ୍ଗ ପ୍ରତିଫଳିତ ହୋଇ ଫେରିବା ସମୟରେ ସବୁଜଗୃହ ଗ୍ୟାସ୍ରା ଶୋଷିତ ହୋଇ ଉତ୍ତପ୍ତ ହୋଇଥାଏ । ଏହି ଆବରଣକୁ ଉତ୍ତାପ ଫାଳ କୁହନ୍ତି । ଏହାଦ୍ଵାରା ତାପମାତ୍ରା ବୃଦ୍ଧିପାଏ । ଯଦି ପୃଥିବୀର ଅଙ୍ଗାରକାମ୍ଳ ଅଂଶ ଦ୍ଵିଗୁଣିତ ହୁଏ; ତେବେ ୨° ସେଣ୍ଟିଗ୍ରେଡ଼୍ ତାପମାତ୍ରା ବଢ଼ିବାରେ ସାହାଯ୍ୟ କରିବ । ଏଣୁ ଏହା ତାପମାତ୍ରାକୁ ବଢ଼େଇଥାଏ – ଯାହାଦ୍ୱାରା ପୃଥିବୀରେ ଦାରୁଣ ବିପରି ଦେଖାଯିବ ।
- ସଦାସର୍ବଦା ଆକାଶ ମେଘାଚ୍ଛନ୍ନ ରହିବ – ‘ଯାହାଫଳରେ ଆଲୋକ ରଶ୍ମି ପୃଥିବୀପୃଷ୍ଠକୁ ଆସିପାରିବ ନାହିଁ ।
- ଯାହାଫଳରେ ଗଛପତ୍ର, ବଣପାହାଡ଼ ଦେଖାଯିବ ନାହିଁ; ଫଳରେ ବର୍ଷା ହେବ ନାହିଁ । ମାଟିର ଜଳଂଶ କମିବ ।
- ଭୂମଣ୍ଡଳ ଓ ଜୀବମଣ୍ଡଳର ଉତ୍ତାପ ବୃଦ୍ଧି ପାଇବା ଯୋଗୁଁ ବରଫ ପାହାଡ଼ଗୁଡ଼ିକ ତରଳିବ । ଏହାଦ୍ଵାରା ସମୁଦ୍ରର ଦେଖାଯିବ ।
- ଅଙ୍ଗାରକାମ୍ଳ ଜଳରେ ମିଶି ଅମ୍ଳ ଅଂଶ ବୃଦ୍ଧି ପାଇବ । ଯାହାଦ୍ୱାରା ସମୁଦ୍ରରୁ ଉତ୍ପାଦନ କମିବ ।
- ଏହାଫଳରେ ଏମାନେ ଓଜୋନ ସ୍ତରକୁ ନଷ୍ଟ କରିବେ; ଫଳରେ ଅନେକ କ୍ଷତିକାରକ ରଶ୍ମି ପୃଥିବୀପୃଷ୍ଠକୁ ଆସିବ – ଯାହାଦ୍ବାରା ଭୂ-ମଣ୍ଡଳରେ ଜୀବ ଓ ଉଭିଦଜଗତ ତିଷ୍ଠିବା କଷ୍ଟକର ହୋଇପଡ଼ିବ ।
- କାଳକ୍ରମେ ପଶ୍ଚିମ ଆଣ୍ଟାର୍କଟିକାରେ ଥିବା ବରଫ ପାହାଡ଼ ତରଳିବାଦ୍ଵାରା ସମୁଦ୍ରର ଜଳ ସ୍ତର ବୃଦ୍ଧି ଘଟି କୂଳ ଫଳରେ ଆସ୍ତେ ଆସ୍ତେ ସ୍ଥଳଭାଗ ସମୁଦ୍ର ଗର୍ଭରେ ବିଲୀନ ହୋଇଯିବ ।
- ଉତ୍ତାପର ତାରତମ୍ୟ ଯୋଗୁଁ ଘନ ଘନ ତୋଫାନ, ପ୍ରବଳ ଝଡ଼ ଓ ବାତ୍ୟା ସମ୍ଭାବନା ଦେଖାଯିବ । ଯାହାଦ୍ୱାରା ଜୀବମଣ୍ଡଳ ଛାରଖାର ହୋଇ ଧ୍ଵଂସମୁଖକୁ ଠେଲିହୋଇଯିବ ।
ତେଣୁ ଏଠାରେ ଜୁନ୍ ୫, ୧୯୮୯ ବିଶ୍ୱ ପରିବେଶ ଦିବସର ସ୍ଲୋଗାନ ସ୍ୱତଃ ମନେପଡ଼େ ଓ ଚେତେଇଦିଏ ଯେ ବେଳହୁଁ ସାବଧାନ । ତାହା Global Warming, Global Warming…. । ପୃଥିବୀକୁ ସବୁଜ ଗୃହ ପ୍ରଭାବରୁ ମୁକ୍ତରଖୁବା ଏକାନ୍ତ ହୋଇଯିବ । ଏଣୁ ଏବେଠାରୁ ସମସ୍ତେ ଅଙ୍ଗାରକାମ୍ଳ ପରିମାଣ କମାଇବାକୁ ହିଁ ଚେଷ୍ଟାକରିବା ଦରକାର । ଏଥିପାଇଁ କେତେଗୁଡ଼ିଏ ପଦକ୍ଷେପ ନେବାକୁ ହେବ; ଯଥା –
- ଜୀବାଶ୍ମ ଇନ୍ଧନର ବ୍ୟବହାର କମେଇବା ଉଚିତ ।
- କଳକାରଖାନାଗୁଡ଼ିକ ଅଙ୍ଗାରକାମ୍ଳ ଗ୍ୟାସ୍ ନାଇଟ୍ରୋଜେନ୍ ଅକ୍ସାଇଡ୍ ଆଦି ବିଷାକ୍ତ ଗ୍ୟାସ୍ ବାହାରକୁ ଛାଡ଼ିବା ହୋଇଯିବ ।
- ନୂତନ ଜଙ୍ଗଲ ସୃଷ୍ଟି କରିବାପାଇଁ ବୃକ୍ଷରୋପଣ ଓ ବନୀକରଣ ଉପରେ ଗୁରୁତ୍ଵଦେବା ଉଚିତ ।
- ଗାଡ଼ିରେ ସୀସାବିହୀନ ଇନ୍ଧନ ବ୍ୟବହାର କରିବା ।
- ଜୈବିକ ଗ୍ୟାସ୍ ଇନ୍ଧନ ରୂପେ ବ୍ୟବହାର କରିବା ଇତ୍ୟାଦି ।
- କ୍ଲୋରୋଫ୍ଲୋରୋ କାର୍ବନ (CFC) ର ବ୍ୟବହାର ହ୍ରାସ କରିବା ।
- ଧୂମବିହୀନ ଜାଳେଣି ରୋଷେଇ ନିମନ୍ତେ ବ୍ୟବହାର କରିବା ।
- ସୌର ଶକ୍ତିକୁ ପ୍ରତ୍ୟକ୍ଷ ଭାବରେ ତାପଶକ୍ତିକୁ ପରିବର୍ତ୍ତନ କରି ଜୈବିକ ଦହନ ପ୍ରକ୍ରିୟା ହ୍ରାସକରିବା ଆବଶ୍ୟକ ।
- ସବୁଜ ଗୃହର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ।
୯ । ବ୍ୟକ୍ତି ଓ ପରିବେଶ ମଧ୍ୟରେ ଆନ୍ତଃସମ୍ପର୍କର ବିଭିନ୍ନ ଦିଗ ଆଲୋଚନା କର କିମ୍ବା, ପରିବେଶ ସଂକ୍ରାନ୍ତୀୟ କ୍ଷେତ୍ରରେ ଜଣେ ଯୁକ୍ତିଶାଳୀ ସାମାଜିକ ଅଂଶୀଦାର ରୂପେ ବ୍ୟକ୍ତିର ଭୂମିକା ଆଲୋଚନା କର ।
Answer:
କେବଳ ପୃଥିବୀପୃଷ୍ଠରେ ହିଁ ଜୀବସତ୍ତାର ସ୍ଥିତି ଦେଖିବାକୁ ମିଳିଥାଏ। ଏଣୁ ଏହାର ବିକାଶରେ ଅନ୍ତରାୟ ହେଉଥିବା କୌଣସି ଉପାଦାନକୁ ପ୍ରତିରୋଧ କରିବା ଆମର ନୈତିକ ଦାୟିତ୍ଵ ଅଟେ । ମଣିଷ ପ୍ରକୃତିର ବିଭିନ୍ନ ସମ୍ବଳର ଉପଯୁକ୍ତ ନିୟନ୍ତ୍ରଣ ଓ ବିନିଯୋଗ କରୁଛି । ବିଜ୍ଞାନର ଅଗ୍ରଗତି ସହ ଦୂରତ୍ବକୁ ଜୟ କରାଯାଇପାରିଛି ଓ ଶିଳ୍ପ ତଥା କୃଷିକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି । ଦାରିଦ୍ର୍ୟ ଦୂରୀକରଣପାଇଁ ବିଜ୍ଞାନ ଓ କାରିଗରୀ କୌଶଳକୁ ପ୍ରୟୋଗ କରାଯାଉଛି । ମଣିଷ ମାଧ୍ୟାକର୍ଷଣର ଚୁମ୍ବକୀୟ ପ୍ରଭାବକୁ ପ୍ରତିହତ କରି ମହାକାଶ ଯାତ୍ରାକୁ ସଫଳ କରିପାରିଛି ।
ଶିକ୍ଷାର ପ୍ରସାର ଘଟିବା ସଙ୍ଗେ ସଙ୍ଗେ ଗୁଣାତ୍ମକ ମାନ ମଧ୍ୟ ବୃଦ୍ଧିପାଇଛି; ତଥାପି ମଣିଷ ଓ ପ୍ରକୃତି ମଧ୍ୟରେ ଏକ ସୁସନ୍ତୁଳିତ ସମ୍ପର୍କ ପ୍ରତିଷ୍ଠା ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ଭବ ହୋଇପାରି ନାହିଁ । ବିଜ୍ଞାନ ଯେତିକି ସମସ୍ୟା ସମାଧାନରେ ସହଯୋଗ କରିଛି ତା’ଠାରୁ ଅଧିକ ଗୁରୁତର ସମସ୍ୟା ମାନବସମାଜପାଇଁ ସୃଷ୍ଟିକରିଛି । ପ୍ରାକୃତିକ ସମ୍ବଳର ସଂରକ୍ଷଣ, ପରିବେଶ ଦୂଷିତୀକରଣ, ସହରାଞ୍ଚଳ ସମସ୍ୟାର କୁପ୍ରଭାବ ଆଦି ବିଜ୍ଞାନର ଅପପ୍ରୟୋଗରୁ ସୃଷ୍ଟ କେତେଗୋଟି ମୁଖ୍ୟ ସମସ୍ୟା ଅଟେ । ମଣିଷକୁ ତା’ର ପରିବେଶଠାରୁ ଅଲଗା କରି ଚିନ୍ତା କରାଯାଇ ନପାରେ । ପୁରାତନ ପ୍ରସ୍ତର ଯୁଗରେ ମଣିଷ ନିଜର ପରିବେଶ ସହ ଅତ୍ୟନ୍ତ ଅନ୍ତରଙ୍ଗ ହିସାବରେ ରହିଥୁଲା | କିନ୍ତୁ ସେହି ସମୟରେ ମଧ୍ୟ ଯାଯାବର ଓ ଶିକାରପ୍ରିୟ ମଣିଷ ପରିବେଶକୁ ନଷ୍ଟ କରିବାରେ ସଫଳ ହୋଇଥିଲା ।
ମଣିଷ ଅପପୁଷ୍ଟିକର ଖାଦ୍ୟ, କ୍ଷୁଧା ଓ ବିଭିନ୍ନ ରୋଗର ଶିକାର ହେଉଥିଲା । ବ୍ରୋଞ୍ଜ ଓ ଲୌହ ଯୁଗରେ ପରିବେଶର ରୂପଲାବଣ୍ୟକୁ ନଷ୍ଟ କରାଯାଇଥିଲା । ଜଙ୍ଗଲ ସଫା, ଚାରଣଭୂମିର ଲୋପ ଓ ମୋଟଉପରେ ପ୍ରକୃତିର ସୁନ୍ଦର ଦୃଶ୍ୟପଟକୁ ନଷ୍ଟ କରାଯାଇ ପ୍ରକୃତି ଓ ମଣିଷର ସମ୍ପର୍କରେ ତିକ୍ତତା ସୃଷ୍ଟି କରାଗଲା । ଆଧୁନିକ ସାମାଜିକ ଓ ଆର୍ଥିକ ଉନ୍ନତି ମଣିଷ ଓ ପରିବେଶର ସମ୍ପର୍କ ପରିପ୍ରେକ୍ଷୀରେ ଅନେକ ବିପଦ ସୃଷ୍ଟି କରୁଛି । ବର୍ତ୍ତମାନ ମଣିଷ ନିଜର ସମ୍ପୂର୍ଣ୍ଣ ପରିଚୟକୁ ନିଜ ହାତରେ ଦଳି ନଷ୍ଟ କରିଦେବାର କରୁଛି । ମଣିଷର ମୁଖ୍ୟ ସମସ୍ୟା ହେଉଛି ସେ ବାସକରୁଥିବା ଗ୍ରହକୁ ଏକ ସୁନ୍ଦର ପରିବେଶ ପ୍ରଦାନ କରିବା ।
ତା’ଚାରିପାଖର ପୃଥିବୀ ଭୌତିକ, ସାମାଜିକ, ରାଜନୀତିକ ଆଦି ଦୃଷ୍ଟିକୋଣରୁ ଏକ ସଭ୍ୟ ଓ ମାନବ-ଅନୁକୂଳ ପରିବେଶ ପ୍ରଦାନ କରି ପାରିଲେ ଏବଂ ମଣିଷ ଓ ପ୍ରକୃତି ମଧ୍ୟରେ ସୁନ୍ତୁଳନ ରକ୍ଷା କରାଯାଇ ପାରିଲେ ଏହି ଗ୍ରହରେ ରହିବା ସର୍ବାପେକ୍ଷା ସୁଖପ୍ରଦ ହୋଇପାରିବ । ମଣିଷ ନିଜର ଜ୍ଞାନସହ ବିଜ୍ଞତାର ସମ୍ମିଶ୍ରଣ କରି ନିଜର ଅହଂଭାବକୁ ନିୟନ୍ତ୍ରଣ କରି ଏକ ସହଯୋଗିତାଭିଭିକ ସମବାୟିକ ଦୃଷ୍ଟିଭଙ୍ଗୀ ପ୍ରକାଶକଲେ ହିଁ ଏହା ସମ୍ଭବ ହୋଇପାରିବ । ଦୁଇଟି ବିଶ୍ବଯୁଦ୍ଧର ଭୟାବହତା ଦେଖସାରିବା ପରେ ଯୁଦ୍ଧକୁ ପ୍ରତ୍ୟେକ ରାଷ୍ଟ୍ର ନିଜର ଜାତୀୟ ନୀତିରୁ ବାଦେଇ ସାରିଛନ୍ତି ସତ; ମାତ୍ର ଶୀତଳ ଯୁଦ୍ଧର ପ୍ରଭାବ ଓ ଭୟଙ୍କର ଅସ୍ତ୍ରଶସ୍ତ୍ରର ଉପସ୍ଥିତି ମଣିଷକୁ ଯୁଦ୍ଧ ଭୟରୁ ସମ୍ପୂର୍ଣ୍ଣ ମୁକ୍ତ କରି ନାହିଁ । ଜାତିସଂଘର ସନନ୍ଦରେ ଘୋଷଣା କରାଯାଇଛି ଯେ ଯୁଦ୍ଧ ମଣିଷର ମନ ମଧ୍ୟରେ ସୃଷ୍ଟି ହୁଏ; ଏଣୁ ମଣିଷର ମନ ମଧ୍ୟରୁ ଯୁଦ୍ଧ ପ୍ରତି ଅନୁରକ୍ତିକୁ ପୋଛିଦେବାକୁ ପଡ଼ିବ ।
ଏହି କାରଣରୁ ସାମାଜିକ, ଆର୍ଥନୀତିକ, ସାଂସ୍କୃତିକ, ସାଂସ୍ଥ୍ୟଗତ ଆଦି ବିବିଧ କାର୍ଯ୍ୟପନ୍ଥା ଗ୍ରହଣ ମାଧ୍ୟମରେ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଥିବା ଅବିଶ୍ଵାସର ବାତାବରଣ ଦୂରକରିବାର ପ୍ରୟାସ କରାଯାଉଛି । ଆଣବିକ ପରୀକ୍ଷଣ ଏହି ଗ୍ରହରେ ଜୀବସତ୍ତା ପ୍ରତି ଅଧିକ ବିପଦର କାରଣ ହୋଇଥିବାରୁ ଏହାକୁ ନିଷେଧ କରାଯାଇଛି; କିନ୍ତୁ ଏହାର ବାସ୍ତବ ଉପଯୋଗିତାପାଇଁ ରାଷ୍ଟ୍ରମାନଙ୍କ ମଧ୍ୟରେ ପ୍ରକୃତ ଆନ୍ତରିକତା ପ୍ରକାଶପାଇବା ଉଚିତ । ମଣିଷ ଏହି ବଂଶ ଧ୍ଵଂସକାରୀ ମାରାତ୍ମକ ଅସ୍ତ୍ରର ପ୍ରତିରୋଧ କରି ନ ପାରିଲେ ନିଜର ବିନାଶପାଇଁ ବାଟ ପରିଷ୍କାର ହୋଇଯିବ । ବିଶ୍ୱଶାନ୍ତର ସଂରକ୍ଷଣପାଇଁ ଏକ ବିଶ୍ବ-ରାଷ୍ଟ୍ରର ଆବଶ୍ୟକତା ଉପରେ ଗୁରୁତ୍ବ ଦିଆଯାଉଛି । ମଣିଷସମାଜ ମାଲ୍ସ୍ଙ୍କ ଭୂତଦ୍ବାରା ଆକ୍ରାନ୍ତ ହୋଇଛି । ମଣିଷ ନିଜର ଆବଶ୍ୟକତା ଅନୁଯାୟୀ ପ୍ରାକୃତିକ ସମ୍ପଦର ବିକାଶ କରି ପାରିବ ନାହିଁ, ମାଲ୍ସ ସ୍ପଷ୍ଟ ମତ ଉପସ୍ଥାପନ କରିଥିଲେ ।
ଏଣୁ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ସୀମିତ ପ୍ରାକୃତିକ ସମ୍ପଦ ମଧ୍ୟରେ ସୁସନ୍ତୁଳନ ରକ୍ଷାକରାଯିବା ଆବଶ୍ୟକ । ଭୂମି ଉପରେ ଅତ୍ୟଧିକ ଚାପ ପ୍ରୟୋଗ ଗ୍ରହଣୀୟ ନୁହେଁ । ଖାଦ୍ୟଶସ୍ୟର ଉତ୍ପାଦନ ଜନସଂଖ୍ୟା ବୃଦ୍ଧି ଅନୁପାତରେ ବୃଦ୍ଧିହେବା ଉଚିତ । କ୍ଷୁଧା, ଶିକ୍ଷା, ଅସ୍ବାସ୍ଥ୍ୟକର ପରିବେଶ, ବେରୋଜଗାରୀ ଆଦି ବ୍ୟବସ୍ଥାର କୁପ୍ରଭାବରୁ ମଣିଷ ମୁକ୍ତ ହେଲେ ଯାଇ ଏକ ମର୍ଯ୍ୟାଦାପୂର୍ଣ ପୂର୍ବ ବିକଶିତ ଜୀବନ ନିର୍ବାହ କରି ପାରିବ । ଆର୍ଥନୀତିକ ସ୍ଥିରତା ଓ ବିକାଶ ସମ୍ଭବ ହୋଇପାରିବ । ଜଗତୀକରଣର କୁପ୍ରଭାବକୁ ଦମନ କରି ଏହାର ବିକାଶ ମାଧ୍ୟମରେ ଏକ ‘ବିଶ୍ଵ-ଗ୍ରାମ’ ପ୍ରତିଷ୍ଠାର ମୂଳ ଲକ୍ଷ୍ୟକୁ ହାସଲ କରିବା ଦିଗରେ ଅସ୍ତିସୂଚକ ପଦକ୍ଷେପ ଗ୍ରହଣକରାଯିବା ଆବଶ୍ୟକ ।
ଆର୍ଥନୀତିକ ସମୃଦ୍ଧିପାଇଁ ବିକାଶଶୀଳ ରାଷ୍ଟ୍ରମାନେ ନିଜର ଭୌତିକ, ସାମାଜିକ ଓ ମନସ୍ତାତ୍ତ୍ଵିକ ପରିବେଶକୁ ଯେପରି କ୍ଷତବିକ୍ଷତ କରୁଛନ୍ତି ତାହା ସମର୍ଥନଯୋଗ୍ୟ ନୁହେଁ । ବାସଚ୍ୟୁତ ଲୋକଙ୍କ ସମସ୍ୟା, ସହରତଳି ବସ୍ତିର ଅବାସ୍ଥ୍ୟକର ପରିବେଶ, ସର୍ବନିମ୍ନ ମୌଳିକ ସୁବିଧାସୁଯୋଗର ଅନୁପସ୍ଥିତି, ସହରାଞ୍ଚଳ ସମସ୍ୟା ବୃଦ୍ଧି ଆଦି ମଣିଷର ବାଚ୍ଛନ୍ଦ୍ୟପୂର୍ଣ୍ଣ ବିକଶିତ ଜୀବନ ପ୍ରକ୍ରିୟାକୁ ପ୍ରତିରୋଧ କରୁଛି । ଦାରିଦ୍ର୍ୟ ପରିବେଶ ପ୍ରଦୂଷଣକୁ ଗଭୀରମାତ୍ରାରେ ପ୍ରଭାବିତ କରିଛି । ବାୟୁ ପ୍ରଦୂଷଣ ସମ୍ପର୍କରେ ମଣିଷ ସଚେତନ ହେବା ଆବଶ୍ୟକ ହୋଇପଡ଼ିଛି ।
ପୃଥିବୀର ମାନବୀୟ ପରିବେଶ ନଷ୍ଟପାଇଁ ଉପନିବେଶିକବାଦ, ନବ୍ୟ-ଉପନିବେଶିକବାଦ, ବର୍ଣ୍ଣବୈଷମ୍ୟ ନୀତି, ଆତଙ୍କବାଦ, ସାଂପ୍ରଦାୟିକ ବିଦ୍ବେଷଭାବ ଆଦି ଅନ୍ୟତମ ମୁଖ୍ୟ କାରଣ ଅଟେ । ଏଣୁ ଏକ ଉଦାରବାଦୀ ସାମାଜିକ ବ୍ୟବସ୍ଥାର ପରିବେଶ ମଧ୍ୟରେ ମାନବିକ ଅଧିକାରର ପୂର୍ଣ୍ଣ ଉପଭୋଗ କରାଯାଇପାରିଲେ ଏହି ଲକ୍ଷ୍ୟ ହାସଲ କରାଯାଇ ପାରିବ । ମାନବ ସମାଜର ପରିବେଶ ଘଣା ଓ ସନ୍ଦେହଦ୍ବାରା ଆକ୍ରାନ୍ତ; ଏଣୁ ମଣିଷର ଦୃଷ୍ଟିଭଙ୍ଗୀରେ ପରିବତ୍ତନ ଓ ସଚେତନଶୀଳତାରେ ଉନ୍ନତି ଘଟିପାରିଲେ ହିଁ ଏହି ଯନ୍ତ୍ରଣା ଉପଶମ ହୋଇପାରିବ ।
ବିଜ୍ଞାନର ଅଗ୍ରଗତି ସହ ସୃଷ୍ଟି ହେଉଥିବା ବିଭିନ୍ନ ଯନ୍ତ୍ର, କଳକାରଖାନା, ଯାନବାହାନ ଆଦି ଶବ୍ଦ ପ୍ରଦୂଷଣର ବାହକ ଅଟନ୍ତି । ଶବ୍ଦ କୋଳାହଳର କୁପ୍ରଭାବ ଯୋଗୁଁ ଶୁଣିବାରେ ବିରକ୍ତିଭାବ ସହ ବିଭିନ୍ନ ରୋଗର ଆଶଙ୍କା ସୃଷ୍ଟି ହୋଇଥାଏ । ଶବ୍ଦ ପ୍ରଦୂଷଣର କୁପ୍ରଭାବ ବିଷୟରେ ଜନସାଧାରଣଙ୍କୁ ଶିକ୍ଷା ଦିଆଯିବା ଉଚିତ । ପ୍ରଚଳିତ ବିଧ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ପ୍ରୟୋଗ କରାଯାଇ ଶବ୍ଦ ପ୍ରଦୂଷଣକୁ ସୀମିତ ରଖାଯାଇପାରିବ । ଡାକ୍ତରଖାନା, ବିଦ୍ୟାଳୟ ଆଦି ନିକଟରେ ଡାକବାଜି ଯନ୍ତ୍ରର ବ୍ୟବହାର ନିଷେଧ କରାଯାଇଛି । ମଣିଷ ଓ ପରିବେଶର ଅନ୍ତଃସମ୍ପର୍କକୁ ନିମ୍ନମତେ ପ୍ରକାଶ କରାଯାଇପାରେ ।
ଅଧୁଗ୍ରହଣ କରିବାକ୍ଷେତ୍ରରେ ମଣିଷର ପାଶବିକ ଇଚ୍ଛାର ପ୍ରତିଫଳନ ଆଧୁନିକ ମଣିଷର ସ୍ଥିତି ଓ ତା’ର ସଭ୍ୟତାର ପରମ ଶତ୍ରୁ ଅଟେ । ପ୍ରାକୃତିକ ସମ୍ବଳର ବ୍ୟବହାରକ୍ଷେତ୍ରରେ ମଣିଷ ନିଜର ଯୁକ୍ତିଶୀଳତା ଓ ମାନବିକତାର ଉପଯୋଗ କରୁନଥିବାରୁ ଏହା ପରିବେଶଜନିତ ବିପଦ ସୃଷ୍ଟି କରୁଛି । ପ୍ରାକୃତିକ ସମ୍ବଳର ସଂରକ୍ଷଣ ଏକ ମୁଖ୍ୟ ଆବଶ୍ୟକତା ଅଟେ । ମଣିଷର ଜୀବନପାଇଁ ଜଙ୍ଗଲ ସମ୍ପଦର ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଯାଇଛି । ଏହାର କ୍ଷୟ ଜଳବାୟୁ ଉପରେ କୁପ୍ରଭାବ ପକାଉଛି । ବୃଷ୍ଟିପାତ ହ୍ରାସହେବା, ନଦୀ ଜଳ ପ୍ରବାହ ହ୍ରାସ ଓ ତଦ୍ଵଜନିତ ଜଳସେଚନ ଓ ବିଦ୍ୟୁତଶକ୍ତି ଉତ୍ପାଦନ ବାଧାପ୍ରାପ୍ତ ହେବା, ମଣିଷର ଶ୍ଵାସକ୍ରିୟାପାଇଁ ଅମ୍ଳଜାନର ଅଭାବ ଆଦି ଏହାର କୁପ୍ରଭାବ ମଧ୍ୟରୁ ଅନ୍ୟତମ ଅଟେ । ଏହାପ୍ରତି ମଣିଷ ସଚେତନଶୀଳଭାବେ କାର୍ଯ୍ୟପନ୍ଥା ଗ୍ରହଣ ନକଲେ ମଣିଷସମାଜ ସାମଗ୍ରିକଭାବେ କ୍ଷତିଗ୍ରସ୍ତ ହେବ ।
ବହୁ ପରିମାଣରେ ଉଭିଦ ଓ ପ୍ରାଣୀ ପ୍ରଜାତିର ଧ୍ୱଂସ ହେତୁ ଜୈବବିବିଧତା (Biodiversity) ରେ ବାଧା ଓ ଅସନ୍ତୁଳନ ସୃଷ୍ଟି ହେଉଛି । କ୍ରମେ ଏହି ଅବସ୍ଥା ଅଧ୍ବକ ଉତ୍କଟ ହେଉଥିବାର ତଥ୍ୟ ବିଶ୍ବ ସଂରକ୍ଷଣ ସଂଘଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି । ଜୈବିକ ବିବିଧତା ମଣିଷର ଖାଦ୍ୟ, ବାସଗୃହ ଆଦି ନିମନ୍ତେ ଏକମାତ୍ର ଆଧାର ହୋଇଥିବାରୁ ଏପରି ପରିସ୍ଥିତି ମଣିଷର ସ୍ଥିତି ନିମନ୍ତେ ପ୍ରଶ୍ନବାଚୀ ସୃଷ୍ଟି କଲାଣି । ପ୍ରାକୃତିକ ଖାଦ୍ୟସଂଗ୍ରହ, ନିର୍ଦ୍ଦିଷ୍ଟ ଜୀବଙ୍କର ଅବିଚାରିତ ଶିକାର, ଜଙ୍ଗଲୀ ପ୍ରାଣୀଙ୍କୁ ପୋଷାକରିବା, ଚିଡ଼ିଆଖାନା ପ୍ରତିଷ୍ଠା, ଡାକ୍ତରୀ ଗବେଷଣା ଆଦି କାର୍ଯ୍ୟ ଯୋଗୁଁ ଜୈବବିବିଧତା ଅସନ୍ତୁଳିତ ହୋଇ ଅବକ୍ଷୟର ସମ୍ମୁଖୀନ ହେଉଛି । ଏଣୁ ଜୈବ ବିବିଧତାର ସଂରକ୍ଷଣପାଇଁ ସଚେତନତା ସୃଷ୍ଟିସହ ଆଇନଗତ ବ୍ୟବସ୍ଥାର ଦେଶରେ ‘ଉନ୍ନୟନ କାର୍ଯ୍ୟକ୍ରମ’ ସହ ପରିବେଶ ସମସ୍ୟାର ଅଧ୍ୟୟନ ଓ କାର୍ଯ୍ୟପନ୍ଥା ଗ୍ରହଣ ସଂଯୋଜିତ ହେବାର ଆବଶ୍ୟକତା ଉପରେ ଗୁରୁତ୍ଵ ଦିଆଯାଇଛି ।
ଏଣୁ ମାନବ ଓ ତା’ର ପରିବେଶ ମଧ୍ୟରେ ସୁସନ୍ତୁଳନ ରହିବା ଆବଶ୍ୟକ । ଏଥିପାଇଁ ମଣିଷ ନିଜର ଯୁକ୍ତିଶାଳୀ ମାନବିକତାର ଉପଯୋଗ କରିବା ଉଚିତ । ପ୍ରାକୃତିକ ସମ୍ବଳର ବ୍ୟବହାର, ଜୈବବିବିଧତାର ସଂରକ୍ଷଣ, ଜନସଂଖ୍ୟା ନିୟନ୍ତ୍ରଣ, ଶକ୍ତିଉତ୍ସର ଉପଯୁକ୍ତ ପ୍ରୟୋଗ ଆଦି କ୍ଷେତ୍ରରେ ମଣିଷ ଏକ ଯୁକ୍ତିଶୀଳ ତଥା ସାମାଜିକ ଜୀବ ହିସାବରେ ବ୍ୟବହାର ପ୍ରଦର୍ଶନ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ଏଣୁ ଯଥାର୍ଥରେ କୁହାଯାଇଛି, ‘ତୁମେ ପରିବେଶର ସୁରକ୍ଷା କର; ପରିବେଶ ତୁମର ସୁରକ୍ଷା କରିବ ।”?