Odisha State Board CHSE Odisha Class 12 Economics Solutions Chapter 2 ଅର୍ଥବ୍ୟବସ୍ଥାର ପରିଚୟ ଏବଂ ଅର୍ଥଶାସ୍ତ୍ରର କେନ୍ଦ୍ରୀୟ ସମସ୍ୟାବଳା Long Answer Questions
CHSE Odisha 12th Class Economics Chapter 2 Long Answer Questions in Odia Medium
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ଏକ ଅର୍ଥବ୍ୟବସ୍ଥାର କେନ୍ଦ୍ରୀୟ ସମସ୍ୟାଗୁଡ଼ିକ ବ୍ୟାଖ୍ୟା କର ।
Answer:
ଅର୍ଥଶାସ୍ତ୍ରରେ ଲିଓନେଲ୍ ରବିନ୍ସଙ୍କ ଦ୍ବାରା ପ୍ରଦତ୍ତ ସଂଜ୍ଞାନୁସାରେ ମଣିଷର ମୌଳିକ ବା ବାସ୍ତବ ସମସ୍ୟା ହେଉଛି ତା’ ପାଖରେ ଥିବା ସମ୍ବଳର ସ୍ୱଳ୍ପତା । ଏହା ଏକ ଆପେକ୍ଷିକ ଶବ୍ଦ ଯାହା ଚାହିଦା ତୁଳନାରେ ସମ୍ବଳର ସ୍ୱଳ୍ପତାକୁ ବୁଝାଏ । ଠିକ୍ ଏହିପରି ସମସ୍ତ ଅର୍ଥବ୍ୟବସ୍ଥାର ବାସ୍ତବ ସମସ୍ୟା ହେଉଛି ତା’ର ଉତ୍ପାଦୀ ସମ୍ବଳର ସ୍ଵଚ୍ଛତା । ସମ୍ବଳର ଏହି ଦୁଶ୍ରାପ୍ୟତା ଯୋଗୁଁ ପ୍ରତ୍ୟେକ ରାଷ୍ଟ୍ରଗୁଡ଼ିକରେ ଏହାକୁ ଉପଯୁକ୍ତ ବିନିଯୋଗ କରିବାପାଇଁ ନୀତି ନିର୍ଦ୍ଧାରଣ କରାଯାଇଥାଏ । ପୁନଶ୍ଚ ଏହି ନୀତି ନିର୍ଦ୍ଧାରଣରେ ମଧ୍ୟ କେତେକ ସମସ୍ୟା ପରିଲକ୍ଷିତ ହୋଇଥାଏ । ସେଗୁଡ଼ିକ ବିଷୟରେ ନିମ୍ନରେ ଆଲୋଚନା କରାଗଲା ।
(i) କ’ଣ ଉତ୍ପାଦନ କରାଯିବ ? ଏହି ସମସ୍ୟା ସ୍ବତଃ ଦୁଇଟି ପ୍ରଶ୍ନ ଉପସ୍ଥାପନ କରୁଛି । ପ୍ରଥମଟି ହେଲା – କେଉଁ ଦ୍ରବ୍ୟଗୁଡ଼ିକ ଉତ୍ପାଦିତ ହେବ ଏବଂ କେଉଁଗୁଡ଼ିକର ଉତ୍ପାଦନ ହେବ ନାହିଁ ? ଦ୍ୱିତୀୟଟି ହେଲା – ଉତ୍ପାଦନ ପାଇଁ ସ୍ଥିରୀକୃତ ଦ୍ରବ୍ୟର ପରିମାଣ କେତେ ହେବ ? ତେଣୁ ଅସୀମ ଅଭାବ ମଧ୍ଯରୁ କେଉଁ ଅଭାବଗୁଡ଼ିକ ପୂରଣ କରାଯିବ ଏବଂ କେଉଁ ଅଭାବଗୁଡିକର ପରିପୂରଣ ଉଚିତ୍ ନୁହେଁ, ତାହା ସ୍ଥିର କରିବା ଅର୍ଥନୀତିର ପ୍ରଧାନ ଦାୟିତ୍ଵ ।
ଅର୍ଥଶାସ୍ତ୍ରରେ ବିଭିନ୍ନ ଉତ୍ପାଦନ ସାଧନର ଉପଯୋଗ କରି ଉପଭୋଗ ଦ୍ରବ୍ୟ ଏବଂ ଉତ୍ପାଦକ ଦ୍ରବ୍ୟ ଉତ୍ପାଦନ କରାଯାଇଥାଏ । ଏହା କିପରି କରାଯାଏ ତାହା ଉତ୍ପାଦନ ସମ୍ଭାବ୍ୟତା ବା ରୂପାନ୍ତରଣ ବକ୍ରରେଖା ସାରଣୀ ସାହାଯ୍ୟରେ ନିମ୍ନମତେ ଆଲୋଚନା କରାଯାଇପାରେ ।
ଉତ୍ପାଦନ ସମ୍ଭାବ୍ୟତା ସ୍ୱବା
ଉତ୍ପାଦନ ସମ୍ଭାବ୍ୟତା | କପଡ଼(1000 ମିଟର) | ଧାନ(1000 କୁଇଣ୍ଟାଲରେ) |
A | 0 | 20 |
B | 2 | 16 |
C | 4 | 12 |
D | 6 | 8 |
E | 8 | 4 |
F | 10 | 0 |
ମନେରଖ ଅର୍ଥବ୍ୟବସ୍ଥାରେ କପଡ଼ା ଓ ଧାନ, ଏହି ଦୁଇଟି ଦ୍ରବ୍ୟ ଉତ୍ପାଦିତ ହେଉଛି । ଉପରୋକ୍ତ ସାରଣୀରେ ଏହା ସୂଚିତ କରାଯାଇଛି । ଯଦି ଅର୍ଥବ୍ୟବସ୍ଥା ସମସ୍ତ ସମ୍ବଳ କେବଳ ଧାନ ଉତ୍ପାଦନରେ ନିୟୋଜିତ ହୁଏ, ତେବେ ରାଷ୍ଟ୍ରରେ 20,000 କୁଇଣ୍ଟାଲ ଧାନ ଉତ୍ପାଦନ ହୋଇପାରିବ । ଅନ୍ୟପକ୍ଷରେ ସମସ୍ତ ସମ୍ବଳ କେବଳ ଲୁଗା ଉତ୍ପାଦନରେ ନିୟୋଜିତ ହେଲେ 10000 ମିଟର କପଡ଼ା ଉତ୍ପାଦିତ ହୋଇପାରିବ । ଏହି ଦୁଇଟି ଚରମ ସୀମା ମଧ୍ୟରେ ଆମ ନିକଟରେ B, C, D, E ଭଳି ଅନ୍ୟ ବିକଳ୍ପ ଉତ୍ପାଦନ ସମ୍ଭାବ୍ୟତା ରହିଅଛି । B- ଉତ୍ପାଦନ ସମ୍ଭାବ୍ୟତାରେ ଆମେ 2000 ମିଟର କପଡ଼ା
ଏବଂ 16 କୁଇଣ୍ଟାଲ ଧାନ ଉତ୍ପାଦନ କରିପାରିବା । ଠିକ୍ ସେହିଭଳି C- ଉତ୍ପାଦନ ସମ୍ଭାବ୍ୟତାରେ ଆମେ 4000 ମିଟର କପଡ଼ା ଏବଂ 12 କୁଇଣ୍ଟାଲ ଧାନ ଉତ୍ପାଦନ କରିପାରିବା । ସାରଣୀର ନିମ୍ନକୁ ଗତି କଲେ ଆମେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅଧ୍ଵ କପଡ଼ା ଉତ୍ପାଦନ ପାଇଁ ଅଧିକରୁ ଅଧୂକ ଧାନ ପରିତ୍ୟାଗ କରିବାକୁ ପଡ଼ିଥାଏ । ସମ୍ବଳ ଯେ ସୀମିତ ଏହି ମୌଳିକ ଘଟଣା ଯୋଗୁଁ ଉଭୟ ଦ୍ରବ୍ୟରୁ ଅଧ୍ଵ ପାଇବା ସମ୍ଭବ ହୋଇ ନଥାଏ । ଗୋଟିଏ ଦ୍ରବ୍ୟକୁ ଅଧିକ ଉତ୍ପାଦନ କଲେ ଆଉ ଏକ ଦ୍ରବ୍ୟ ତ୍ୟାଗ କରିବାକୁ ହୋଇଥାଏ ।
ନିମ୍ନରେ ଏହାକୁ ଉତ୍ପାଦନ ସମ୍ଭାବ୍ୟତାକୁ ରେଖାଚିତ୍ର ମାଧ୍ୟମରେ ମଧ୍ୟ ପ୍ରଦର୍ଶନ କରାଯାଇପାରେ ।
ଉପରୋକ୍ତ ସାରଣୀ ତଥ୍ୟକୁ ଭିତ୍ତିକରି AF ଉତ୍ପାଦନ ସମ୍ଭାବ୍ୟତା ରେଖା ଅଙ୍କନ କରାଯାଇଅଛି । ସୀମିତ ସମ୍ବଳଦ୍ଵାରା ଅର୍ଥବ୍ୟବସ୍ଥା ଦୁଇଟି ଦ୍ରବ୍ୟର ଯେଉଁ ବିକଳ୍ପ ସଂଯୋଗ ଉତ୍ପାଦନ କରିବାର ସମ୍ଭାବନା ରହିଛି ତାହା ଏହି ଉତ୍ପାଦନ ସମ୍ଭାବ୍ୟତା ରେଖାରେ ଦର୍ଶାଉଅଛି । ଅର୍ଥ ବ୍ୟବସ୍ଥାର ମୌଳିକ ସମସ୍ୟାବଳୀ ଉତ୍ପାଦନ ସମ୍ଭାବ୍ୟତା ରେଖା ମାଧ୍ୟମରେ ବୁଝାଯାଇପାରେ ।
(ii) କିପରି ଉତ୍ପାଦନ କରାଯିବ ? ସ୍ଥିରୀକୃତ ଦ୍ରବ୍ୟ କେଉଁ ପଦ୍ଧତିରେ ଉତ୍ପାଦନ କରାଯିବ, ତାହାହିଁ ଅର୍ଥ ବ୍ୟବସ୍ଥାର ପରବର୍ତୀ ସମସ୍ୟା । ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଉତ୍ପାଦନ ପାଇଁ ଅନେକ ବିକଳ୍ପ ପଦ୍ଧତି ରହିଛି । ଆମକୁ ସେଥୁମଧ୍ୟରୁ ଗୋଟିଏ ପଦ୍ଧତି ନିର୍ବାଚନ କରିବାକୁ ପଡ଼ିବ । ଉଦାହରଣ ସ୍ୱରୂପ ହସ୍ତତନ୍ତ କିମ୍ବା ଶକ୍ତିଚାଳିତ ତନ୍ତ ବା ସ୍ବୟଂଚାଳିତ ତନ୍ତ ମାଧ୍ୟମରେ ବସ୍ତ୍ର ଉତ୍ପାଦନ କରାଯାଇପାରିବ । ରାସ୍ତା ନିର୍ମାଣ ଶ୍ରମିକମାନଙ୍କଦ୍ୱାରା କରାଯାଇପାରେ କିମ୍ବା ରୋଲର ଓ ବୁଲ୍ଡୋଜର୍ ଭଳି ଯନ୍ତ୍ର ସାହାଯ୍ୟରେ ମଧ୍ୟ କରାଯାଇପାରେ ।
ପାରମ୍ପରିକ ଲଙ୍ଗଳ ସାହାଯ୍ୟରେ ଚାଷ କରାଯାଇପାରେ କିମ୍ବା ଆଧୁନିକ କୃଷି ଯନ୍ତ୍ରପାତି ତଥା ଟ୍ରାକ୍ଟର ମାଧ୍ୟମରେ ମଧ୍ୟ କରାଯାଇପାରେ । ପୂର୍ବୋକ୍ତ ପଦ୍ଧତି ଶ୍ରମ-ସଘନ ପଦ୍ଧତି ଓ ଉପରୋକ୍ତ ପଦ୍ଧତିକୁ ପୁଞ୍ଜି-ସଘନ ପଦ୍ଧତି କୁହାଯାଇପାରେ । ଏହି ଦୁଇଟି ବିକଳ୍ପ ପଦ୍ଧତି ମଧ୍ୟରୁ ଯେଉଁଟି ସମାଜରେ ଦୁଷ୍ପାପ୍ୟ ସମ୍ବଳର ମିତୋପଯୋଗ କରେ, ସାଧାରଣତଃ ତାହାହିଁ ଅବ୍ୟବସ୍ଥା ପାଇଁ ଯଥୋପଯୁକ୍ତ ବୋଲି ବିବେଚନା କରାଯାଏ । ଏହିପରି ମାଧ୍ୟମରେ କିପରି ଉତ୍ପାଦନ କରାଯିବ ତାହା ଏହି ପଦ୍ଧତି ମାଧ୍ୟମରେ ସମାଧାନ କରାଯାଇଥାଏ ।
(iii) କାହାପାଇଁ ଉତ୍ପାଦନ କରାଯିବ ? : ଉତ୍ପାଦନ କାହାପାଇଁ କରାଯିବ, ତାହା ନିର୍ଦ୍ଧାରଣ କରିବା ଅର୍ଥନୀତି ନିମନ୍ତେ ଅନ୍ୟ ଏକ ସମସ୍ୟା । ଅନ୍ୟ ଭାଷାରେ ସମସ୍ୟା ହେଉଛି ଦ୍ରବ୍ୟ ଓ ସେବାର ମୋଟ ପରିମାଣର କିଏ କେତେ ପାଇବା ଉଚିତ୍, ତାହା ନିର୍ଣ୍ଣୟ କରିବା । ଅର୍ଥାତ୍ ଉପଭୋଗ ପାଇଁ ଉତ୍ପାଦନ କରାଯିବ ନା ଉତ୍ପାଦକଙ୍କ ପାଇଁ ଉତ୍ପାଦନ କରାଯିବ ? ବିଳାସମୂଳକ ଦ୍ରବ୍ୟ ଉତ୍ପାଦନ କରାଯିବ ନା ଅତ୍ୟାବଶ୍ୟକ ଦ୍ରବ୍ୟ ଉତ୍ପାଦନ କରାଯିବ ? ରାଷ୍ଟ୍ରରେ ଉପଭୋଗ ପାଇଁ ଉତ୍ପାଦନ କରାଯିବ ନା ଅନ୍ୟ ରାଷ୍ଟ୍ରକୁ ରପ୍ତାନି ନିମନ୍ତେ ଉତ୍ପାଦନ କରାଯିବ ? ଇତ୍ୟାଦି । ଏହିସବୁ ସମସ୍ୟାର ସମାଧାନ ଉପଯୁକ୍ତ ନିର୍ବାଚନ ସାପେକ୍ଷ ।
(iv) କେତେ ସଞ୍ଚୟ କରିବା ଓ କେତେ ବିନିଯୋଗ କରିବା ? ସଞ୍ଚୟ ଓ ବିନିଯୋଗ ସଂକ୍ରାନ୍ତରେ ଏକ ସମସ୍ୟା ସୃଷ୍ଟି ହୋଇଥାଏ । ସମ୍ବଳର ନିୟୋଜନ ନିମନ୍ତେ ବିନିଯୋଗ ଆବଶ୍ୟକ ଏବଂ ଏହି ବିନିଯୋଗ ସଞ୍ଚୟରୁ ହିଁ ଆସିଥାଏ । ପୁନଶ୍ଚ ସଞ୍ଚୟ ଚଳନ୍ତି ଆୟରୁ ସୃଷ୍ଟି ହୋଇଥାଏ । ସଞ୍ଚୟ ଯେତେ ଅଧିକ ହେବ ବିନିଯୋଗ ସେତେ ଅଧିକ ହେବ ଏବଂ ରାଷ୍ଟ୍ରର ସେତେ ବିକାଶରେ ଉନ୍ନତି ଘଟିବ । ଅନ୍ୟପକ୍ଷରେ ଯଦି ଚଳନ୍ତି ଆୟରୁ ସଞ୍ଚୟ ମୋଟେ ହେବ ନାହିଁ, ତାହାହେଲେ ରାଷ୍ଟ୍ରର ପୁଞ୍ଜିଗଠନ ବାଧାପ୍ରାପ୍ତ ହେବା ସହ ବିନିଯୋଗ ହ୍ରାସପାଇ ଅର୍ଥନୈତିକ ବିକାଶହାର ପ୍ରତିହତ ହେବ ।
(v) ସମ୍ବଳର ଅଭିବୃଦ୍ଧି ସମସ୍ୟା ଏକ ଅର୍ଥବ୍ୟବସ୍ଥାର ଉତ୍ପାଦିକା ଶକ୍ତି ବୃଦ୍ଧିପାଇଁ ସମ୍ବଳର ଅଭିବୃଦ୍ଧି ଅତ୍ୟନ୍ତ ଆବଶ୍ୟକ । ଅଧିକ ଦ୍ରବ୍ୟ ଓ ସେବା ଉତ୍ପାଦନ କରିବାର କ୍ଷମତା ହାସଲ ସମ୍ପ୍ରତି ପ୍ରତ୍ୟେକ ଅର୍ଥବ୍ୟବସ୍ଥାର ପ୍ରଧାନ ସମସ୍ୟା । ଜନସଂଖ୍ୟା ବୃଦ୍ଧି ଘଟୁଛି । ମାନବୀୟ ଅଭାବଗୁଡ଼ିକ ପରିବର୍ତ୍ତିତ ହେଉଛି । ଆଧୁନିକ ମଣିଷର ଜୀବନଧାରଣର ମାନ ଉନ୍ନତି ପାଇଁ ବିବିଧ ଓ ବିସ୍ତୃତ ଦ୍ରବ୍ୟ ଓ ସେବା ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ସମାଜ ଜାତୀୟ ଆୟର ଦ୍ରୁତ ଅଭିବୃଦ୍ଧି ପାଇଁ ଯନ୍ତ୍ର ବାନ ହେବା ସ୍ଵାଭାବିକ ।
ସେଥ୍ପାଇଁ ଆମକୁ ଅଧିକ ସଞ୍ଚୟ ଓ ବିନିଯୋଗ କରିବାକୁ ହେବ । ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଉନ୍ନତ କାରିଗରୀ ବିଦ୍ୟାର ପ୍ରୟୋଗ କରି ସେମାନଙ୍କ ସମ୍ବଳର ଯଥେଷ୍ଟ ଅଭିବୃଦ୍ଧି କରିପାରିଛନ୍ତି । ଫଳରେ ପାଶ୍ଚାତ୍ୟ ଅଧିବାସୀମାନେ ଉନ୍ନତ ଜୀବନଯାପନମାନର ଅଧିକାରୀ ହୋଇପାରିଛନ୍ତି ।
2. ଅର୍ଥନୈତିକ ସମସ୍ୟାବଳୀର ଚାରିତ୍ରିକ ବୈଶିଷ୍ଟ୍ୟ ବୁଝାଇ ଲେଖ ଏବଂ ସେଗୁଡ଼ିକ କିପରି ସୃଷ୍ଟି ହୁଅନ୍ତି ଦର୍ଶାଅ ।
Answer:
ଅର୍ଥନୈତିକ ସମସ୍ୟା କ’ଣ ?
ମନୁଷ୍ୟକୁ ଦୈନନ୍ଦିନ ଜୀବନରେ ବହୁବିଧ ସମସ୍ୟାର ସାମନା କରିବାକୁ ହୋଇଥାଏ । ସେ ସଦାସର୍ବଦା କୌଣସି ନା କୌଣସି ସମସ୍ୟା ସମାଧାନ କରିବାରେ ବ୍ରତୀ ଥାଏ । ସର୍ବତ୍ର ମଣିଷକୁ ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ମୌଳିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ବ୍ୟକ୍ତିବିଶେଷଙ୍କ ପରି ସମାଜକୁ ମଧ୍ୟ ବହୁ ସମସ୍ୟାର ସାମନା କରିବାକୁ ହୁଏ । କେହି କେହି ମତ ପୋଷଣ କରନ୍ତି ଯେ ଏହି ସମସ୍ତ ସମସ୍ୟା ମୁଦ୍ରା ସହିତ ସମ୍ପର୍କିତ ହୋଇଥିବାରୁ ସେଗୁଡ଼ିକୁ ଅର୍ଥନୈତିକ ସମସ୍ୟା କୁହାଯାଏ; ମାତ୍ର ଏ ପ୍ରକାର ମତ ଗ୍ରହଣଯୋଗ୍ୟ ନୁହେଁ ।
ଲିଓନେଲ୍ ରବିନ୍ସ୍ଙ୍କ ପ୍ରଦତ୍ତ ଅର୍ଥଶାସ୍ତ୍ରର ସଂଜ୍ଞା ଅର୍ଥନୈତିକ ସମସ୍ୟା ସୃଷ୍ଟିର ସର୍ବଶ୍ରେଷ୍ଠ ବ୍ୟାଖ୍ୟାରୂପେ ଗ୍ରହଣ କରାଯାଇପାରେ । ଏହା ସର୍ବଜନ ସ୍ଵୀକୃତ ଯେ ମନୁଷ୍ୟର ଅଭାବବୋଧ ଅସୀମ ଏବଂ ପ୍ରତ୍ୟେକ ବ୍ୟକ୍ତି ତାହାର ସୀମିତ ସମ୍ବଳ ଉପଯୋଗ କରି ସର୍ବାଧିକ ପରିତୃପ୍ତି ପାଇବାପାଇଁ ଚେଷ୍ଟିତ । ଏହି ଦୃଷ୍ଟିରୁ କୁହାଯାଇପାରେ ଯେ ମୌଳିକ ସମସ୍ୟା ହେଉଛି ନିର୍ବାଚନ କରିବା ଏବଂ ଅଭାବବୋଧକୁ ପରିତୃପ୍ତ କରିବା ।
ଅର୍ଥନୈତିକ ସମସ୍ୟାବଳୀର ସଂଜ୍ଞା :
ଅଧ୍ୟାପକ ଏରିକ୍ରୋଲ୍ ଅର୍ଥନୈତିକ ସମସ୍ୟାର ସଂଜ୍ଞା ପ୍ରକରଣ କରି ମତ ଦେଇଛନ୍ତି ଯେ ଅର୍ଥନୈତିକ ସମସ୍ୟା ମୁଖ୍ୟତଃ ନିର୍ବାଚନକୁ କେନ୍ଦ୍ରକରି ସୃଷ୍ଟି ହୋଇଥାଏ । ବିକଳ୍ପ ବ୍ୟବହାରକ୍ଷମ ସୀମିତ ସମ୍ବଳ କିପରି ଉପଯୋଗ କରାଯାଏ ତାହା ନିର୍ବାଚନ କରିବା ଉପରେ ନିର୍ଭର କରେ । ରବର୍ଟ ‘ଅ’ଙ୍କ ମତରେ, ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବାପାଇଁ କିପରି ଏବଂ କାହା ପାଇଁ ଉତ୍ପାଦନ କରାଯିବ ସେ ବିଷୟରେ ନିର୍ବାଚନ ମାଧ୍ୟମରେ ସିଦ୍ଧାନ୍ତ ଗ୍ରହଣ କରିବା ପ୍ରକ୍ରିୟାରେ ଅର୍ଥନୈତିକ ସମସ୍ୟା ଉଦ୍ଭବ ହୁଏ । ଲେଫ୍ଟଉଇଟ୍ଙ୍କ ଭାଷାରେ, ବିକଳ୍ପ ମାନବୀୟ ଅଭାବର ଯଥାସମ୍ଭବ ପରିତୃପ୍ତି ପାଇଁ ସୀମିତ ସମ୍ବଳ ଉପଯୋଗ କରିବା ସହିତ ଅର୍ଥନୈତିକ ସମସ୍ୟା ସଂପୃକ୍ତ ।
ଅର୍ଥନୈତିକ ସମସ୍ୟା ସୃଷ୍ଟିର କାରଣ :
ରବିନ୍ସ୍ଙ୍କ ପ୍ରଦତ୍ତ ସଂଜ୍ଞା ଅନୁଶୀଳନ କଲେ ଅର୍ଥନୈତିକ ସମସ୍ୟା ସୃଷ୍ଟି ହେବାର ଚତୁର୍ବିଧ ମୁଖ୍ୟ କାରଣର ସ୍ପଷ୍ଟ ସୂଚନା ମିଳେ । ସେଗୁଡ଼ିକ ହେଲା – (i) ମାନବୀୟ ଅଭାବ ଅସୀମ, (ii) ଅଭାବର ତୀବ୍ରତାରେ ଭିନ୍ନତା, (iii) ସମ୍ବଳର ସୀମିତତା ଏବଂ (iv) ସମ୍ବଳର ବିକଳ୍ପ ଉପଯୋଗ ।
(1) ମନୁଷ୍ୟର ଅଭାବ ଅସୀମ :
ଆମର ଅଭାବବୋଧ ଅସୀମ ହୋଇଥିବା କାରଣରୁ ଆମେ ସମସ୍ତ ଅଭାବ ପୂରଣ କରିପାରୁନା, ମାତ୍ର ପ୍ରତ୍ୟେକ ନିର୍ଦ୍ଦିଷ୍ଟ ଅଭାବକୁ ପରିତୃପ୍ତି କରିଥାଉ । ଗୋଟିଏ ଅଭାବ ପରିତୃପ୍ତି ହେବାମାତ୍ରେ ଆଉ ଗୋଟିଏ ବା କେତୋଟି ଅଭାବ ମୁଣ୍ଡ ଟେକିଥାଏ । ଅଭାବଗୁଡ଼ିକ ପର୍ଯ୍ୟାୟକ୍ରମେ ଏପରି କରାଳଚକ୍ର ସୃଷ୍ଟି କରନ୍ତି ଯେ ମଣିଷର ଜୀବଦ୍ଦଶା କାଳରେ ସବୁ ଅଭାବ ପୂରଣ ହୋଇପାରେ ନାହିଁ । ସୁତରାଂ କୁହାଯାଏ ଯେ ମଣିଷ ସମଗ୍ର ଜୀବନକାଳ ଅତୃପ୍ତ ଅଭାବର ଏକ ଗଣ୍ଠିଲି ଧରି ଚାଲିଥାଏ ।
(2) ଅଭାବର ତୀବ୍ରତାରେ ଭିନ୍ନତା :
ମଣିଷର ଅଭାବବୋଧର ତୀବ୍ରତା ବ୍ୟକ୍ତି ଓ ସମୟ ପରିପ୍ରେକ୍ଷୀରେ ଭିନ୍ନ ଭିନ୍ନ ହୋଇଥାଏ । ତନ୍ମଧ୍ୟରୁ କେତେକ ଅଭାବ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିଲାବେଳେ ଅନ୍ୟ କେତେକ କମ୍ ଗୁରୁତ୍ବପୂର୍ଣ୍ଣ ମନେହୁଅନ୍ତି । ସେଥପାଇଁ ସୀମିତ ସମ୍ବଳ ସାହାଯ୍ୟରେ ସର୍ବାଧିକ ପରିତୃପ୍ତ ଲାଭ କରିବାପାଇଁ ମଣିଷକୁ ନିର୍ବାଚନ ପ୍ରକ୍ରିୟାରେ ସାହାଯ୍ୟ ନେବା ଆବଶ୍ୟକ ହୁଏ, ଯାହାଫଳରେ ଅଧିକ ଗୁରୁତ୍ୱବିଶିଷ୍ଟ ଅଭାବର ପରିତୃପ୍ତ ପାଇଁ ସମ୍ବଳ ସର୍ବାଗ୍ରେ ଉପଯୋଗ କରାଯାଏ ଏବଂ କମ୍ ଗୁରୁତ୍ବପୂର୍ଣ୍ଣ ଅଭାବକୁ ସ୍ଥଗିତ ରଖାଯାଏ ।
ଏହା ଫଳରେ ସର୍ବାଧିକ ତୃପ୍ତି ଲାଭ କରିବା ସମ୍ଭବ ହୁଏ । ଏଥୁରୁ ଏହି ସିଦ୍ଧାନ୍ତରେ ଉପନୀତ ହେବାକୁ ହୁଏ ଯେ ମଣିଷର ସବୁ ଅଭାବ ସମଗୁରୁତ୍ୱବିଶିଷ୍ଟ ହୋଇଥିଲେ ନିର୍ବାଚନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ନ୍ତା ନାହିଁ କି ଅର୍ଥନୈତିକ ସମସ୍ୟା ଉପୁଜନ୍ତା ନାହିଁ ।
(3) ସୀମିତ ସମ୍ବଳ :
ଅଭାବକୁ ପରିତୃପ୍ତି କରିବାପାଇଁ ସମ୍ବଳ ଆବଶ୍ୟକ; ମାତ୍ର ସମ୍ବଳ ଯୋଗାଣ ଅଭାବ ତୁଳନାରେ ସୀମିତ । ଏହି ପରିପ୍ରେକ୍ଷୀରେ ସମ୍ବଳର ସ୍ୱଳ୍ପତା କହିଲେ ଚାହିଦା ତୁଳନାରେ ଦ୍ରବ୍ୟ ଓ ସେବାର ସ୍ୱଳ୍ପ ଯୋଗାଣକୁ ବୁଝାଯାଏ । ସମ୍ବଳର ଅପ୍ରାଚୁର୍ଯ୍ୟ କାରଣରୁ ମଣିଷକୁ ଉଦ୍ୟମ କରିବାକୁ ହୁଏ । ସୁତରାଂ ସମ୍ବଳର ସ୍ୱଳ୍ପତା ଅର୍ଥନୈତିକ ସମସ୍ୟାର ଅନ୍ୟତମ କାରଣ ବୋଲି ଗ୍ରହଣ କରାଯାଏ । ସମ୍ବଳ ଯଦି ପ୍ରଚୁର ପରିମାଣରେ ମିଳୁଥା’ନ୍ତା ତେବେ ମଣିଷର ସମସ୍ତ ଅଭାବ ପୂରଣ କରାଯାଇପାରନ୍ତା । ସେଥୁପାଇଁ ଶ୍ରମ କରିବା ଆବଶକ ହୁଅନ୍ତା ନାହିଁ କି ଅର୍ଥନୈତିକ ସମସ୍ୟା ସୃଷ୍ଟି ହୁଅନ୍ତା ନାହିଁ ।
(4) ସମ୍ବଳର ବିକଳ୍ପ ବ୍ୟବହାର :
ସ୍ମରଣ ରଖୁବାକୁ ହେବ ଯେ ସମ୍ବଳ ଯୋଗାଣ କେବଳ ସ୍ଵଳ୍ପ ନୁହେଁ, ତାହା ବିକଳ୍ପ ବ୍ୟବହାରକ୍ଷମ ମଧ୍ୟ । ତେଣୁ ପ୍ରତିଯୋଗୀ ଅଭାବଗୁଡ଼ିକ ପୂରଣ କରିବାପାଇଁ ସମ୍ବଳକୁ ପର୍ଯ୍ୟାୟକ୍ରମେ ବ୍ୟବହାର କରାଯାଇପାରେ । ଉଦାହରଣସ୍ୱରୂପ, ଖଣ୍ଡିଏ ଜମିକୁ ଶସ୍ୟ ଉତ୍ପାଦନ ପାଇଁ ଜମିର ଆବଶ୍ୟକତା ଏବଂ ଗୃହ ନିର୍ମାଣ ପାଇଁ ଜମିର ଆବଶ୍ୟକତା ପରସ୍ପର ପ୍ରତିଯୋଗୀ ହୋଇଥିବାରୁ ଉଦ୍ଦିଷ୍ଟ ଭୂମିକୁ ଉଭୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇନପାରେ । ଶସ୍ୟ ଉତ୍ପାଦନ କରିବା ଅର୍ଥ ଗୃହ ନିର୍ମାଣ କାର୍ଯ୍ୟରୁ ବିରତ ହେବା । ସୁତରାଂ କେଉଁ ଉଦ୍ଦେଶ୍ୟରେ ସମ୍ବଳ ଉପଯୋଗ କରାଯିବ ସେଥିପାଇଁ ନିର୍ବାଚନ ସମସ୍ୟାର ସମ୍ମୁଖୀନ ହେବାକୁ ହୁଏ ।
ଅଭାବ ଓ ସମ୍ବଳ କ୍ଷେତ୍ରରେ ନିର୍ବାଚନ :
ପୂର୍ବେ କୁହାଯାଇଛି ଯେ, ସମ୍ବଳର ସ୍ଵଚ୍ଛତା କାରଣରୁ କୌଣସି ବ୍ୟକ୍ତି ସମସ୍ତ ଅଭାବ ପୂରଣ କରିପାରନ୍ତି ନାହିଁ । ସମ୍ବଳ ମଧ୍ୟ ବିକଳ୍ପ ବ୍ୟବହାରକ୍ଷମ । ସୁତରାଂ ଅଭାବମାନଙ୍କ କ୍ଷେତ୍ରରେ କେଉଁ ଗୋଟିକୁ ତୃପ୍ତ କରିବାକୁ ହେବ ତାହା ନିର୍ବାଚନ ମାଧ୍ଯମରେ ସ୍ଥିର କରାଯାଇଥାଏ । ସମ୍ବଳ ଉପଯୋଗ କ୍ଷେତ୍ରରେ ମଧ୍ୟ ଅନୁରୂପ ନିର୍ବାଚନ କରିବାକୁ ହୁଏ । ବ୍ୟକ୍ତିବିଶେଷଙ୍କ ଭଳି ପ୍ରତ୍ୟେକ ଅର୍ଥବ୍ୟବସ୍ଥାରେ ନିର୍ବାଚନ ମାଧ୍ୟମରେ କ’ଣ ଉତ୍ପାଦନ କରାଯିବ, କିପରି ଉତ୍ପାଦନ କରାଯିବ ଏବଂ ଲୋକମାନଙ୍କ ମଧ୍ୟରେ ଉତ୍ପାଦିତ ସାମଗ୍ରୀ କିପରି ବଣ୍ଟନ ହେବ ସ୍ଥିର କରାଯାଏ ।
ସଂକ୍ଷେପରେ କହିଲେ, ଏକ ପକ୍ଷରେ ଅଭାବସମୂହ ଅସୀମ ହୋଇଥିବାରୁ ଏବଂ ଅନ୍ୟପକ୍ଷରେ ସମ୍ବଳ ସୀମିତ ଏବଂ ବିକଳ୍ପ ବ୍ୟବହାରକ୍ଷମ ହୋଇଥିବାରୁ ଅର୍ଥନୈତିକ ସମସ୍ୟାବଳୀ ସୃଷ୍ଟି ହୋଇଥାଏ ।
3. ଉତ୍ପାଦନ ସମ୍ଭାବ୍ୟତା ବକ୍ରରେଖା କ’ଣ ? ଏହା କିପରି ଅର୍ଥନୈତିକ ସମସ୍ୟା ସମାଧାନରେ ସହାୟକ ହୁଏ ବୁଝାଇ ଲେଖ ।
Answer:
ଉତ୍ପାଦନ ସମ୍ଭାବ୍ୟତା ରେଖାକୁ ଉତ୍ପାଦନ ସମ୍ଭାବ୍ୟତା ସୀମାନ୍ତ ମଧ୍ୟ କୁହାଯାଏ । ଏହା ଏକ ନିର୍ଦ୍ଦିଷ୍ଟ ପରିମାଣର ସମ୍ବଳ ବିନିଯୋଗ କରି ଉତ୍ପାଦିତ ହୋଇପାରୁଥିବା ଦୁଇଟି ଦ୍ରବ୍ୟର ଭିନ୍ନ ଭିନ୍ନ ସମ୍ଭାବ୍ୟ ସଂଯୋଗକୁ ପ୍ରଦର୍ଶନ କରିଥାଏ । ଯେକୌଣସି ଅର୍ଥବ୍ୟବସ୍ଥାର ଉତ୍ପାଦୀ ସମ୍ବଳ ସୀମିତ ଏହି ସୀମିତ ସମ୍ବଳର ବିକଳ୍ପ ଉତ୍ପାଦନ ସମ୍ଭାବ୍ୟତା ପ୍ରଦର୍ଶନ କରିବା ଉତ୍ପାଦନ ସମ୍ଭାବ୍ୟତା ରେଖାର ଉଦ୍ଦେଶ୍ୟ ।
ଉତ୍ପାଦନ ସମ୍ଭାବ୍ୟତା ରେଖା ନିମ୍ନଲିଖ୍ ସର୍ଭ ଉପରେ ପର୍ଯ୍ୟବସିତ ।
- ରାଷ୍ଟ୍ରର ଉତ୍ପାଦୀ ସମ୍ବଳ ସୀମିତ ।
- ଉତ୍ପାଦନ କୌଶଳରେ କୌଣସି ପରିବର୍ତ୍ତନ ହେବ ନାହିଁ ।
- ଅର୍ଥବ୍ୟବସ୍ଥାରେ ମାତ୍ର ଦୁଇଟି ଦ୍ରବ୍ୟ ଉତ୍ପାଦିତ ହେଉଥିବ ।
- ସମ୍ବଳର ପୂର୍ଣ୍ଣ ଓ ଦକ୍ଷ ବିନିଯୋଗ ହେବା ବିଧେୟ ।
ଉପରୋକ୍ତ ସର୍ପଗୁଡ଼ିକୁ ଆଧାର କରି ଉତ୍ପାଦନ ସମ୍ଭାବ୍ୟତା ବକ୍ରରେଖା କିପରି ଅର୍ଥନୈତିକ ସମସ୍ୟା ସମାଧାନ କରିଥାଏ । ମନେରଖ ଏକ ପୂର୍ଣ୍ଣ ନିୟୋଜନ ଅବସ୍ଥାରେ ନିର୍ଦ୍ଦିଷ୍ଟ ପରିମାଣ ସମ୍ବଳ ସାହାଯ୍ୟରେ ଦୁଇଟି ଦ୍ରବ୍ୟ, ଲୁଗା ଏବଂ ଧାନ ଉତ୍ପାଦନ କରାଯାବା ପ୍ରପାୢବ କରାଯାଇଛି ।
ଉତ୍ପାଦନ ସମ୍ଭାବ୍ୟତା | କୁଗା (1000 ମିଟରରେ) | ଧାନ(1000 କୁଇଣ୍ଟାଲରେ) |
A | 0 | 20 |
B | 4 | 19 |
C | 6 | 16 |
D | 8 | 12 |
E | 10 | 6 |
F | 12 | 0 |
ଉପରୋକ୍ତ ସାରଣୀରୁ ସ୍ପଷ୍ଟ ହୁଏ ଯେ ଏକ ନିର୍ଦ୍ଦିଷ୍ଟ ସମ୍ବଳର ପୁଷ୍ପ ବିନିଯୋଗ କରି ସର୍ବାଧ୍ଵ 12 ହଜାର ମିଟର ଲୁଗା ଏବଂ ଶୂନ୍ୟ ଏକକ ଧାନ ଉତ୍ପାଦିତ କରାଯାଇଥାଏ । ଅନ୍ୟପକ୍ଷରେ ଯେତେବେଳେ ଏକ ନିର୍ଦ୍ଦିଷ୍ଟ ସମ୍ବଳର ପୂର୍ଣ୍ଣ ବିନିଯୋଗଦ୍ଵାରା 20 ହଜାର କୁଇଣ୍ଟାଲ ଧାନ ଏବଂ ଶୂନ୍ୟ ଏକକ ଲୁଗା ଉତ୍ପାଦନ କରାଯାଇପାରେ । ଦୁଇଟି ଚରମ ବିନ୍ଦୁରେ ଉଭୟ ଦ୍ରବ୍ୟ ସର୍ବାଧିକ ଉତ୍ପାଦନ ସମ୍ଭାବ୍ୟତା ଉପସ୍ଥାପନ କରାଯାଇଥାଏ ।
ଉପରୋକ୍ତ ସାରଣୀର ତଥ୍ୟକୁ ଆଧାର କରି AF ଉତ୍ପାଦନ ସମ୍ଭାବ୍ୟତା ବକ୍ରରେଖା ଅଙ୍କନ କରାଯାଇଛି । ଏହାର ବିଭିନ୍ନ ବିନ୍ଦୁରେ ଲୁଗା ଓ ଧାନର ବିଭିନ୍ନ ମିଶ୍ରଣ ସୂଚାଯାଇଛି । ‘B’ ବିନ୍ଦୁରେ ଲୁଗା (4 ହଜାର ମିଟର ) ଏବଂ ଧାନ ( 19 ହଜାର ) କୁଇଣ୍ଟାଲର ସମ୍ମିଶ୍ରଣ ଉପସ୍ଥାପନ କରାଯାଇଛି । ଯଦି ଅଧିକ ପରିମାଣର ଲୁଗା ଉତ୍ପାଦନ କରିବାକୁ ହୁଏ ତେବେ ଧାନର ଉତ୍ପାଦନ ହ୍ରାସ କରିବାକୁ ପଡ଼ିଥାଏ । ଯାହାଦ୍ୱାରା ଦୁଇଟି ଦ୍ରବ୍ୟର ସମ୍ଭାବ୍ୟ ମିଶ୍ରଣ ହେବ 6 ହଜାର ମିଟର ଲୁଗା ଏବଂ 16 ହଜାର କୁଇଣ୍ଟାଲ ଧାନ ଉତ୍ପାଦନ ହୋଇପାରିବ ।
⇒ ଏହିପରି ଭାବରେ ଆମେ AF ରେଖାର ଯେତିକି ଡାହାଣକୁ ଗତି କରିବା ସମ୍ଭାବ୍ୟ ସମ୍ମିଶ୍ରଣରେ ଲୁଗା ଉତ୍ପାଦନ ବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ଧାନର ଉତ୍ପାଦନ ହ୍ରାସ ହେବାକୁ ଲାଗିବ ।
ଅନେକ ସମ୍ଭାବ୍ୟ ସମ୍ମିଶ୍ରଣ AF ରେଖାର C, D, E, F ବିନ୍ଦୁରେ ଦର୍ଶାଯାଇଛି । ଯେତେବେଳେ ସାରଣୀର ନିମ୍ନକୁ ଗତିକଲେ ଆମେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅଧିକ ଲୁଗା ଉତ୍ପାଦନ ପାଇଁ ଅଧିକ ଧାନ ପରିତ୍ୟାଗ କରିବାକୁ ପଡ଼ିଥାଏ । ସମ୍ବଳ ଯେ ସୀମିତ ଏହି ମୌଳିକ ବୈଶିଷ୍ଟ୍ୟ ଯୋଗୁଁ ଉଭୟ ଦ୍ରବ୍ୟରୁ ଅଧିକ ପାଇବା ସମ୍ଭବ ହୋଇନଥାଏ । ଗୋଟିଏ ଦ୍ରବ୍ୟକୁ ଅଧିକ ଉତ୍ପାଦନ କଲେ, ଆଉ ଏକ ଦ୍ରବ୍ୟ ତ୍ୟାଗ କରିବାକୁ ହୋଇଥାଏ । ଏହି ରେଖାର ‘A’ ଏବଂ ‘F’ ବିନ୍ଦୁକୁ ଉତ୍ପାଦନ ସୀମାନ୍ତ ବୋଲି ଧରାଯାଏ ।
ନିର୍ଦ୍ଦିଷ୍ଟ ସମ୍ବଳର ପୂର୍ଣ୍ଣ ନିୟୋଜନ ହେଉଥିବାବେଳେ ଉତ୍ପାଦିତ ଦୁଇଟି ଦ୍ରବ୍ୟର ସମ୍ମିଶ୍ରଣ AF ଉତ୍ପାଦନ ସମ୍ଭାବ୍ୟତା ରେଖାର ଯେକୌଣସି ବିନ୍ଦୁରେ ରହିଥାଏ । ଏହି ସମ୍ମିଶ୍ରଣ ଉତ୍ପାଦନ ସମ୍ଭାବ୍ୟତାର ବାହାରେ ଅର୍ଥାତ୍ ‘P’ ବିନ୍ଦୁରେ ଅଥବା ଭିତରେ ଅର୍ଥାତ୍ ‘K’ ବିନ୍ଦୁରେ ରହିନପାରେ । କାରଣ ‘P’ ବିନ୍ଦୁରେ ଲୁଗା ଓ ଧାନ ଯେଉଁ ସମ୍ମିଶ୍ରଣ ଉପସ୍ଥାପନ ହୁଏ ସେଥିପାଇଁ ସମ୍ବଳ ନଥାଏ । ସେହିପରି ‘K’ ବିନ୍ଦୁରେ ଉପସ୍ଥାପନ କରାଯାଉଥିବା ସମ୍ମିଶ୍ରଣ ଉତ୍ପାଦନ କଲେ ସମ୍ବଳର ପୂର୍ଣ୍ଣ ଉପଯୋଗ ହୁଏନାହିଁ ।
4. ଆଧୁନିକ ଅର୍ଥବ୍ୟବସ୍ଥାରେ ସମ୍ମୁଖୀନ ହେଉଥିବା ନୂତନ ଅର୍ଥନୈତିକ ସମସ୍ୟାବଳୀର ପ୍ରକୃତି ଓ ପରିସର ବ୍ୟାଖ୍ୟା କର ।
Answer:
ଆଧୁନିକ ଅର୍ଥ ବ୍ୟବସ୍ଥାରେ ବିଭିନ୍ନ ଅର୍ଥନୈତିକ ସମସ୍ୟା ପରିଲକ୍ଷିତ ହୋଇଥାଏ । ସେଥିମଧ୍ୟରୁ କ’ଣ ଉତ୍ପାଦନ କରାଯିବ ? କିପରି ଏବଂ କେତେ ପରିମାଣରେ ଉତ୍ପାଦନ କରାଯିବ, କାହା ପାଇଁ ଉତ୍ପାଦନ କରାଯିବ ଆଦି ମୌଳିକ ସମସ୍ୟା ଏହା ବ୍ୟତୀତ ନୂତନ ସମସ୍ୟା ହେଉଛି ସମ୍ବଳର ସଦୁପଯୋଗ ଓ ପୂର୍ଣ୍ଣ ଉପଯୋଗ, ସମ୍ବଳ ଅଭିବୃଦ୍ଧି, ଅର୍ଥନୈତିକ ସ୍ଥିରତା ଏବଂ ପ୍ରାପ୍ୟ ପରିଶୋଧରେ ସନ୍ତୁଳନ ପ୍ରଭୃତି ସମସ୍ୟାର ସମ୍ମୁଖୀନ ହେବାକୁ ହୋଇଥାଏ ।
ଏହି ନୂତନ ଅର୍ଥନୈତିକ ସମସ୍ୟାଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା ।
(1) ଅଭିବୃଦ୍ଧି ସମସ୍ୟା : ବର୍ତ୍ତମାନ ଥିବା ସମ୍ବଳକୁ ଦୃଷ୍ଟିରଖୁ ରାଷ୍ଟ୍ରର ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବା ହେଉଛି ଅର୍ଥନୈତିକ ସମସ୍ୟାର ଆଉ ଏକ ଉପାଦାନ ଯାହାପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ରାଷ୍ଟ୍ରର ଜନସଂଖ୍ୟା ବୃଦ୍ଧି ହେବା ସଙ୍ଗେସଙ୍ଗେ ଆବଶ୍ୟକତା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଆବଶ୍ୟକତାଗୁଡ଼ିକ ପୂରଣ କରି ଲୋକମାନଙ୍କୁ ଏକ ଉନ୍ନତ ଶ୍ରେଣୀର ଜୀବନଧାରଣା ପ୍ରଦାନ କରିବାକୁ ହେଲେ ରାଷ୍ଟ୍ରର ଅର୍ଥନୈତିକ ବିକାଶ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ତେଣୁ ଏହି ବିକାଶ କାର୍ଯ୍ୟକ୍ରମ ପ୍ରତି ଧ୍ୟାନ ଦେବା ଅନିବାର୍ଯ୍ୟ ଅଟେ ।
ଏହି କାରଣରୁ ନୂତନ ପୁଞ୍ଜିଦ୍ରବ୍ୟ ସ୍ଥାପନ କରିବା ଏବଂ ସମ୍ବଳର ଅପଚୟ ହେଉଥିବା ପୁଞ୍ଜିଦ୍ରବ୍ୟ ଭରଣା କରିବା ପାଇଁ ଯନ୍ ବାନ ହେବାକୁ ପଡ଼େ । ଏହି ଲକ୍ଷ୍ୟକୁ ଦୃଷ୍ଟିରେ ରଖ୍ ପୁଞ୍ଜିଗଠନ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ପୁଞ୍ଜିଗଠନ ମୁଖ୍ୟତଃ ସଞ୍ଚୟ ଓ ବିନିଯୋଗ ଉପରେ ନିର୍ଭର କରେ । ଅଭିବୃଦ୍ଧିକୁ ତ୍ୱରାନ୍ଵିତ କରିବାକୁ ହେଲେ ଉପସ୍ଥିତ ଆୟରୁ ଅଧିକ ସଂଚୟ କରି ବିନିଯୋଗ ହାର ବୃଦ୍ଧି କରିବାକୁ ହୁଏ । ଯଦି ସଂଚୟର ବୃଦ୍ଧି କରାନଯାଏ ତେବେ ବିନିଯୋଗ, ପୁଞ୍ଜିଗଠନ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ବିଘ୍ନ ସୃଷ୍ଟି ହେବା ସୁନିଶ୍ଚିତ । ଏଣୁ ବିକାଶଶୀଳ ଏବଂ ଅବିକଶିତ
(2) ପ୍ରାପ୍ୟ ପରିଶୋଧରେ ସନ୍ତୁଳନ : ପ୍ରାପ୍ୟ ପରିଶୋଧରେ ଅସନ୍ତୁଳନ ସମସ୍ୟା ରପ୍ତାନି ଏବଂ ଆମଦାନୀର ପାର୍ଥକ୍ୟଜନିତ ସମସ୍ୟା ସୃଷ୍ଟି କରିଥାଏ । ରପ୍ତାନି ଆମଦାନୀଠାରୁ କମ୍ ହେବାରୁ ବୈଦେଶିକ ମୁଦ୍ରାର ଅଭାବ ଅନୁଭବ କରାଯାଏ । କାରଣ ଆମଦାନୀକାରୀ ରାଷ୍ଟ୍ରକୁ ବୈଦେଶିକ ମୁଦ୍ରା ଆକାରରେ ପ୍ରାପ୍ୟ ପରିଶୋଧ କରିବାକୁ ହୋଇଥାଏ । ବିକାଶଶୀଳ ଓ ଅବିକଶିତ ରାଷ୍ଟ୍ରଗୁଡ଼ିକୁ ପୁଞ୍ଜିଦ୍ରବ୍ୟ, ବୈଦେଶିକ ଜ୍ଞାନକୌଶଳ ଓ କଞ୍ଚାମାଲ ପ୍ରଭୃତ ପରିମାଣରେ ଆମଦାନି କରିବାକୁ ହେଉଥିବାରୁ ବୈଦେଶିକ ମୁଦ୍ରା ଅଭାବଜନିତ ସଙ୍କଟ ଉଗ୍ର ଆକାର ଧାରଣ କରିଥାଏ । ଏହି ସମସ୍ୟାର ସମାଧାନ ହେଉଛି ରପ୍ତାନି ବୃଦ୍ଧି କରି କିମ୍ବା ଆମଦାନି ହ୍ରାସ କରି ଅଥବା ଉଭୟ ଦିଗକୁ ଅନୁସରଣ କରି କରାଯାଇପାରେ ।
(3) ଅର୍ଥନୈତିକ ସମସ୍ୟା : ଅର୍ଥନୈତିକ ସମସ୍ୟା ଉଭୟ ବିକାଶଶୀଳ ଓ ବିକଶିତ ରାଷ୍ଟ୍ରଗୁଡ଼ିକରେ ଦେଖାଯାଏ ।
ମୁଖ୍ୟ ସମସ୍ୟା । ଅର୍ଥନୈତିକ ସ୍ଥିରତା କହିଲେ ମୁଦ୍ରାଷ୍ଟୀତି ଓ ଅବସ୍ତ୍ରୀତିର ଅନୁପସ୍ଥିତିକୁ ବୁଝାଏ । ବିକଶିତ ରାଷ୍ଟ୍ରଗୁଡିକ ବିଭିନ୍ନ କ୍ଷେତ୍ରରେ ବାଣିଜ୍ୟିକ ଚକ୍ରର ସମ୍ମୁଖୀନ ହୋଇଥାନ୍ତି । ବ୍ୟବସାୟିକ ପତନାବସ୍ଥାରେ ରାଷ୍ଟ୍ରରେ ଅର୍ଥନୈତିକ କାର୍ଯ୍ୟକଳାପ ସ୍ଥାଣୁ ହୋଇଥାଏ । ଉତ୍ପାଦନଜନିତ ନିଯୁକ୍ତି ସୁଯୋଗ ବାଧାପ୍ରାପ୍ତ ହୋଇଥାଏ । ଆୟ ହ୍ରାସ ହେବା ସଙ୍ଗେସଙ୍ଗେ ଲୋକମାନଙ୍କର ଜୀବନଧାରଣ ମାନରେ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ ।
ଫଳସ୍ଵରୂପ ଅର୍ଥନୈତିକ ଅଭିବୃଦ୍ଧି ହାର ନିମ୍ନମାନକୁ ହ୍ରାସ ହୋଇଥାଏ । ଅବସ୍ୱୀତି ଯେତେବେଳେ ସ୍ତ୍ରୀତିକ ଅବସ୍ଥାର ରୂପ ନିଏ ତାହାର କୁପରିଣାମ ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଅନୁଭବ କରାଯାଇଥାଏ । ସ୍ତ୍ରୀତିକ ଏବଂ ଅବସ୍ତୀତିକକୁ ଦୂର କରିବାକୁ ହେଲେ ଅର୍ଥନୈତିକ ସ୍ଥିରତା ରକ୍ଷା କରିବା ରାଷ୍ଟ୍ରଗୁଡ଼ିକର ପ୍ରଧାନ କାର୍ଯ୍ୟ ହୋଇଥାଏ ।
(4) ସମ୍ବଳର ସଦୁପଯୋଗ ଏବଂ ପୂର୍ଣ ଉପଯୋଗ : ସମ୍ବଳର ସ୍ୱଳ୍ପତା, ବିଶେଷତଃ ସ୍ଵଳ୍ପକାଳରେ ସେସବୁର ଯୋଗାଣ ବୃଦ୍ଧି କରିବା ସମ୍ଭବପର ହେଉ ନଥିବାରୁ ସେସବୁର ସଦୁପଯୋଗ କରିବା ଏବଂ ସମ୍ବଳର ଅପଚୟ ହ୍ରାସ କରିବା ପ୍ରତି ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ; ମାତ୍ର ଭୂମି, ଶ୍ରମ ଓ ପୁଞ୍ଜି ଭଳି ଉତ୍ପାଦନଶୀଳ ସମ୍ବଳର କିପରି ପୂର୍ଣ ଉପଯୋଗ କରାଯିବ ତାହା ସମସ୍ୟା ସୃଷ୍ଟିକରେ ଯାହାକି ସମସ୍ତ ଅର୍ଥବ୍ୟବସ୍ଥାରେ ଊଣା ଅଧିକେ ଅନୁଭୂତ ହୁଏ ।
ଅବଶ୍ୟ ସମ୍ବଳର ସ୍ଵଳ୍ପତାକୁ ସଦୁପଯୋଗ ଏବଂ ଅପଚୟ ଦୂର କରି କିଛି ପରିମାଣରେ ଅତିକ୍ରମ କରାଯାଇପାରେ । ସମ୍ବଳର ଅପଚୟ କହିଲେ କଳକାରଖାନା ଓ ଯନ୍ତ୍ରପାତିର ସ୍ଥାପିତ ସାମର୍ଥ୍ୟର ଅନୁପଯୋଗକୁ ବୁଝାଏ । ଅପଚୟକୁ ଦୂର କରିପାରିଲେ ଅଭିବୃଦ୍ଧି ହାର ବୃଦ୍ଧି ହେବା ଆଶା କରାଯାଇପାରେ ।
5. ଅର୍ଥନୈତିକ ସମସ୍ୟା ହେଉଛି ମୁଖ୍ୟତଃ ନିର୍ବାଚନ ସମସ୍ୟା – ଆଲୋଚନା କର ।
Answer:
ପ୍ରତ୍ୟେକ ବ୍ୟକ୍ତି ଏବଂ ପ୍ରତ୍ୟେକ ରାଷ୍ଟ୍ର ପାଇଁ ସମସ୍ତ ଦୃଷ୍ଟିରୁ ସମ୍ବଳର ସ୍ୱଚ୍ଛତା ଏକ ସାଧାରଣ ସମସ୍ୟା । ଯେତେବେଳେ ଜଣେ ବ୍ୟକ୍ତି ଅନୁଭବ କରେ ଯେ ତାହାର ସମସ୍ତ ଅଭିଳଷିତ କାର୍ଯ୍ୟ କରିବାପାଇଁ ଦିନର 24 ଘଣ୍ଟା ସମୟ ଯଥେଷ୍ଟ ନୁହେଁ, ସେତେବେଳେ ସମୟ ରୂପକ ସମ୍ବଳର ସ୍ୱଳ୍ପତା ତା’ ପାଇଁ ସମସ୍ୟା ହୋଇ ମୁଣ୍ଡ ଟେକେ । ସେହିପରି ଆମ ନିକଟରେ ଥିବା ଆର୍ଥିକ ସମ୍ବଳ ସାହାଯ୍ୟରେ ଆମେ ଅନୁଭବ କରୁଥିବା ସମସ୍ତ ଅଭାବ ପୂରଣ କରି ନ ପାରିଲେ ସମ୍ବଳର ସ୍ଵଳ୍ପତା ଅନୁଭବ କରୁ । ଏହିପରି ଭାବରେ ମୁଦ୍ରା ଆକାରରେ ହେଉ ବା ସମୟ ଆକାରରେ ହେଉ ଆମେ ସ୍ଵଳ୍ପତାଜନିତ ସମସ୍ୟାର ସମ୍ମୁଖୀନ ହେଉ । ସମ୍ବଳର ସ୍ୱଚ୍ଛତା କହିଲେ ଚାହିଦା ବା ଆବଶ୍ୟକତାକୁ ପୂରଣ କଲାଭଳି ସମ୍ବଳର ଅଭାବକୁ ବୁଝାଯାଏ ।
ମୁଦ୍ରା ଏବଂ ସମୟ ଯାହାକି ଅଭାବ ପରିତୃପ୍ତି କରିବାପାଇଁ ସୀମିତ, ତାହା ସ୍ୱଳ୍ପତାଜନିତ ସମସ୍ୟା ସୃଷ୍ଟିକରେ । ଅର୍ଥାତ୍ ମଣିଷର କାମନା ବାସନା ପୂରଣ କରିବାପାଇଁ ସମ୍ବଳ ଯଦି ଅପ୍ରଚୁର ହୁଏ ତେବେ ସମ୍ବଳ ସ୍ଵଳ୍ପ ବୋଲି ବିବେଚିତ ହୁଏ । ସମଗ୍ର ରାଷ୍ଟ୍ର ଦୃଷ୍ଟିରୁ ସବୁ ଲୋକଙ୍କ ଚାହିଦା ପୂରଣ କରିବାପାଇଁ ସମ୍ବଳ ଯଥେଷ୍ଟ ନ ହୋଇଥିବା କାରଣରୁ ସମ୍ବଳର ସ୍ୱଚ୍ଛତା ଅନୁଭୂତ ହୁଏ । ଏହିପରି ଭାବରେ ରାଷ୍ଟ୍ରର ସମ୍ବଳ ଚାହିଦା ତୁଳନାରେ ସ୍ଵଳ୍ପ ବିବେଚିତ ହୁଏ ।
ବ୍ୟକ୍ତିବିଶେଷ ଓ ରାଷ୍ଟ୍ରବର୍ଗ କିପରି ସମ୍ବଳର ସ୍ୱଳ୍ପତାଜନିତ ସମସ୍ୟାର ସମ୍ମୁଖୀନ ହୁଅନ୍ତି ତାହା ହେଉଛି ଅର୍ଥଶାସ୍ତ୍ର ଅଧ୍ୟୟନର ବିଷୟବସ୍ତୁ । ପ୍ରକାରାନ୍ତରେ କହିଲେ ବହୁବିଧ ଅଭାବର ପରିତୃପ୍ତି ପାଇଁ ସ୍ବଳ୍ପ ସମ୍ବଳର ଉପଯୋଗ ସହିତ ଅର୍ଥଶାସ୍ତ୍ର ସଂପୃକ୍ତ । ସେଥ୍ପାଇଁ ଉପଲବ୍ଧ ସମ୍ବଳର ଅପଚୟ ନ କରି ତାହାର ସଯତ୍ନ ଉପଯୋଗ କରିବା ଆବଶ୍ୟକ ହୋଇଥାଏ । ଏହି କାରଣରୁ ସମ୍ବଳର ସ୍ୱଳ୍ପତାଜନିତ ନିର୍ବାଚନ କରି ଏବଂ ପରିତୃପ୍ତିକୁ ସର୍ବାଧିକ କରିବାପାଇଁ ସମ୍ବଳର ସଦୁପଯୋଗ କରିବାକୁ ହୁଏ । ଏହା ହେଉଛି ଅର୍ଥଶାସ୍ତ୍ର ଅଧ୍ୟୟନର ସାରମର୍ମ ।
ପ୍ରାୟ ସମସ୍ତଙ୍କୁ ଊଣା ଅଧିକେ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଜଣେ ବ୍ୟକ୍ତିଙ୍କ ପାଇଁ ସମ୍ବଳର ସ୍ୱଳ୍ପତା କହିଲେ ସୀମିତ ଆୟକୁ ବୁଝାଏ ଏବଂ ଅଭାବ କହିଲେ ବଞ୍ଚତ ବସ୍ତୁକୁ କ୍ରୟ କରିବା ଇଚ୍ଛାକୁ ବୁଝାଏ । ଆୟର ସୀମିତତା ଯୋଗୁଁ ସବୁ ଅଭାବ ପୂରଣକ୍ଷମ ନୁହଁନ୍ତି । ତେଣୁ ନିର୍ବାଚନ ମାଧ୍ୟମରେ କେଉଁ ଅଭାବ ପରିତୃପ୍ତ ହେବ ଏବଂ କେଉଁ ଅଭାବ ପ୍ରତିହାର ହେବ ସେ ବିଷୟରେ ନିଷ୍ପତ୍ତି ନେବାକୁ ହୁଏ । ପୁନଶ୍ଚ ଆୟ ବିକଳ୍ପ ବ୍ୟବସ୍ଥାର କ୍ଷମ ହୋଇଥିବାରୁ ନିର୍ବାଚନ କରି ତାହାର ଉପଯୋଗ କରିବା ଅନିବାର୍ଯ୍ୟ ହୋଇଥାଏ ।
କାରଣ ସର୍ବାଧିକ ତୃପ୍ତି ପାଇବାପାଇଁ ଆୟକୁ ଯଥେଚ୍ଛା ବ୍ୟୟ କରାଯାଇପାରେ ନାହିଁ । କ’ଣ କ୍ରୟ କରାଯିବ ଏବଂ କେତେ ପରିମାଣରେ କ୍ରୟ କରାଯିବ ଯଦି ପଡ଼ି ପ୍ରଥାଦ୍ୱାରା ଆବଣ୍ଟନ ହେଉଥା’ନ୍ତା, ତେବେ ନିର୍ବାଚନ କରିବା ହୁଏତ ଆବଶ୍ୟକ ହୁଅନ୍ତା ନାହିଁ । ମାତ୍ର ସରକାରଙ୍କ ପକ୍ଷରେ ସବୁ ଦ୍ରବ୍ୟ ପଡ଼ି ପ୍ରଥା ଅନୁଯାୟୀ ଆବଣ୍ଟନ କରିବା ସମ୍ଭବପର ନୁହେଁ ।
ପୁନଶ୍ଚ ଅଭାବଗୁଡ଼ିକର ତୀବ୍ରତା ସମାନ ନୁହେଁ । ଅର୍ଥବ୍ୟୟ କରିବାର ବିକଳ୍ପ ମାର୍ଗ ରହିଛି । ସୁତରାଂ କେଉଁ ମାର୍ଗରେ ଅର୍ଥବ୍ୟୟ କରାଯିବ ଏବଂ କେଉଁ ଅଭାବ ପରିତୃପ୍ତି କରାଯିବ ତାହା ନିର୍ବାଚନ ସାପେକ୍ଷ ସୀମିତ ସମ୍ବଳକୁ ବହୁବିଧ ଅଭାବ ପରିତୃପ୍ତି କରିବା ପାଇଁ ଉପଯୋଗ କରିବା ସହିତ ଅର୍ଥନୈତିକ ସମସ୍ୟା ଜଡ଼ିତ । ବହୁବିଧ ଅଭାବର ତାତ୍ପର୍ଯ୍ୟ ହେଉଛି ଅଭାବର ଅସୀମତା ଏବଂ ବିଭିନ୍ନତା । ସମ୍ବଳର ସ୍ୱଳ୍ପତା କହିଲେ ବ୍ୟକ୍ତି ବା ସମାଜ ନିକଟରେ ଥିବା ସମ୍ବଳର ସୀମିତତା । ଅଭାବ ତୁଳନାରେ ସମ୍ବଳ ସ୍ଵଳ୍ପ ହୋଇଥିବା କାରଣରୁ ସମ୍ବଳ ଉପଯୋଗ କଲାବେଳେ ମିତାଚାର ଆବଶ୍ୟକ ହୁଏ ।
ସମ୍ବଳ ଅଭାବ ତୁଳନାରେ ପ୍ରଚୁର ହୋଇଥଲେ କୌଣସି ସମସ୍ୟା ଉପୁଜନ୍ତା ନାହିଁ; ମାତ୍ର ଏପରି ଅବସ୍ଥା ଆଶା କରିବା ଏକ ବିଡ଼ମ୍ବନା ମାତ୍ର । କାରଣ ସମ୍ବଳ ଏବଂ ଅଭାବ ମଧ୍ଯରେ ସଂପର୍କ ଏପରି ଯେ ସମ୍ବଳ ବୃଦ୍ଧି ସହିତ ଅଭାବବୋଧ ବୃଦ୍ଧି ପାଇଚାଲେ ।
ଅର୍ଥନୀତିର ବିଭିନ୍ନ ବିଭାଗ ; ଯଥା – ଉପଭୋଗ, ଉତ୍ପାଦନ ଏବଂ ବଣ୍ଟନ ପ୍ରଭୃତି କ୍ଷେତ୍ରରେ ନିର୍ବାଚନ ସମସ୍ୟା ପରିଲକ୍ଷିତ ହୁଏ । ଉପଭୋଗ କ୍ଷେତ୍ରରେ କୌଣସି ଗୋଟିଏ ବସ୍ତୁ ପାଇଁ ଅଧିକ ଅର୍ଥବ୍ୟୟ କରିବା ଅର୍ଥ ହେଉଛି, କୌଣସି ଉପଭୋଗ ଦ୍ରବ୍ୟର ଉତ୍ପାଦନ ହ୍ରାସ କରିବା । ବଣ୍ଟନ କ୍ଷେତ୍ରରେ କୌଣସି ଉତ୍ପାଦନ ସାଧନକୁ ଅଧୂକ ପାରିତୋଷିକ ଦେବା ଅର୍ଥ ହେଉଛି ଅନ୍ୟ କୌଣସି ସାଧନର ପାରିତୋଷିକ ହ୍ରାସ କରିବା ।