Odisha State Board BSE Odisha 9th Class Odia Solutions Chapter 19 ଦୂର ପାହାଡ଼ Textbook Exercise Questions and Answers.
BSE Odisha Class 9 Odia Solutions Chapter 19 ଦୂର ପାହାଡ଼
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
Question ୧।
ବିମଳବାବୁ ବୀଣାଙ୍କୁ ‘ଢିଙ୍କି ସ୍ବର୍ଗକୁ ଗଲେ ବି ଧାନ କୁଟେ’ କହିବାର ତାତ୍ପର୍ଯ୍ୟ କ’ଣ ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ସାରସ୍ବତ ପ୍ରସିଦ୍ଧିର ପରିଚୟ ପ୍ରତିପାଦନ କରେ ।
‘ଢିଙ୍କି’ ଏକ ଧାନକୁଟା ଯନ୍ତ୍ର । ଯେଉଁ ସ୍ଥାନକୁ ଗଲେ ମଧ୍ୟ ସେ କେବଳ ଧାନ ହିଁ କୁଟିବ । ତା’ବ୍ୟତୀତ ଅନ୍ୟ କୌଣସି କର୍ମ କରିବାପାଇଁ ସେ ସମର୍ଥ ନୁହେଁ । ତେଣୁ ଗଳ୍ପର ମୁଖ୍ୟ ଚରିତ୍ର ବିମଳବାବୁ ଏହି ଭକ୍ତିଟିକୁ ନିଜର ପତ୍ନୀ ବୀଣାଦେବୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି । କାରଣ ସେ ତାଙ୍କ ବାପଘରେ ଯେପରି ନଳା ଧୋଇ ଘରର କାମ କରି ହାତ ବିଣ୍ଡି କରିଥିଲେ, ସେହି ଅଭ୍ୟାସ ତାଙ୍କର ରହିଛି । ସ୍ଵାମୀ ଆସିଷ୍ଟାଣ୍ଟ ସେକ୍ରେଟାରୀ ଓ ଘରେ ଚାକର ଚାକରାଣୀ ଥିଲେ ମଧ୍ୟ ସେ ସେମାନଙ୍କୁ କାମ କରିବାକୁ ନ ଦେଇ ହାତରେ ପହଁରା ଧରି ଘରକାମରେ ବ୍ୟସ୍ତ ଥିଲେ । ପତ୍ନୀଙ୍କର ସେହି କାର୍ଯ୍ୟକୁ ଦେଖ୍ ବିମଳବାବୁ କହିଥିଲେ – ‘‘ଢିଙ୍କି ସ୍ବର୍ଗକୁ ଗଲେ ବି ଧାନ କୁଟେ ।’’
Question ୨ ।
ହରେନ୍ଦ୍ରବାବୁ କିଏ ଓ ସେ କ’ଣ କରନ୍ତି ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ଅମ୍ଳାନ ସାରସ୍ବତ କୃତି ।
ହରେନ୍ଦ୍ରବାବୁ ଏକାଙ୍କିକାର ମୁଖ୍ୟ ଚରିତ୍ର ବିମଳବାବୁଙ୍କର ସହପାଠୀ ତଥା ଘନିଷ୍ଠ ବନ୍ଧୁ । ବୟସ ପଇଁଚାଳିଶ ମଧ୍ଯରେ । ସୁନ୍ଦର ଚେହେରା, ରୁଚିସମ୍ପନ୍ନ ପୋଷାକ ପରିଚ୍ଛଦ । ପାଇପ୍ ଟାଣିବା ତାଙ୍କର ଏକ ବଦଭ୍ୟାସ । ସେ ମାସେ ହେଲା Additional District Magistrate ହୋଇ କଟକ ଆସିଛନ୍ତି । ସେ କ୍ଲବ୍ ଯାଆନ୍ତି, ଚେସ୍ ଖେଳନ୍ତି ଏବଂ ସବୁବେଳେ ବୁଲିବାପାଇଁ ଭଲ ପାଆନ୍ତି । ତେଣୁ ତାଙ୍କ ପତ୍ନୀ ତାଙ୍କୁ ବୁଲା ରୋଗ ଧରିଛି ବୋଲି କହିଛନ୍ତି । ଆତ୍ମସମ୍ମାନ ରକ୍ଷା କରିବାକୁ ଯାଇ ପୁରୁଷ କିପରି ପତ୍ନୀର ସମସ୍ତ ଦୌରାତ୍ମ୍ୟ ସହ୍ୟକରି ନୀରବରେ ଜୀବନ ପଥରେ ଗତି କରେ, ତାହା ଏହି ଚରିତ୍ର ମାଧ୍ୟମରେ ନାଟ୍ୟକାର ପ୍ରତିପାଦନ କରିଛନ୍ତି ।
Question ୩।
ସୁମିତ୍ରାଦେବୀ ‘ଆକଣ୍ଠ ସୁଖପାନ କରୁଛନ୍ତି’ ବୋଲି ହରେନ୍ଦ୍ରବାବୁ କାହିଁକି କହିଲେ ?
Answer:
ପ୍ରାଣବନ୍ଧୁ କରଙ୍କ ଲେଖନୀ ନିଃସୃତ ‘ଦୂର ପାହାଡ଼’ ଏକାଙ୍କିକାଟି ଲେଖକଙ୍କ ଅମ୍ଳାନ ସାରସ୍ବତ ପ୍ରତିଭାର ପରିଚୟ ବହନ କରେ ।
ସୁମିତ୍ରାଦେବୀ ହରେନ୍ଦ୍ରବାବୁଙ୍କ ସହଧର୍ମିଣୀ । ସେ ଅନର୍ସ ସହ ବି. ଏ. ପାଶ୍ କରିଛନ୍ତି । ନିଜେ ବିଭିନ୍ନ ସଭା ସମିତିରେ ଯୋଗଦେବାକୁ ଯାଆନ୍ତି । କିନ୍ତୁ ତାଙ୍କ ସ୍ୱାମୀକୁ କ୍ଲବ୍କୁ ଯିବାକୁ ଦିଅନ୍ତିନି । ଯଦିବା ସ୍ଵାମୀ ଯିବାପାଇଁ ବାହାରନ୍ତି, ତେବେ ସେ ତାଙ୍କ ଜୋତା ମୋଜା ଖୋଲି ଲୁଚାଇ ଦିଅନ୍ତି । ଦେହରୁ ପୋଷାକ କାଢ଼ି ବାକ୍ସ ଭିତରେ ଲୋଚାକୋଚା କରିଦିଅନ୍ତି ।
ଆବଶ୍ୟକ ହେଲେ ହାତ ଲଗାଇବାକୁ ପଶ୍ଚାତ୍ପଦ ହୁଅନ୍ତିନି । ସ୍ଵାମୀ A. D. M, ହେଲେ ମଧ୍ୟ ତାଙ୍କ ଗାଡ଼ିକୁ ନିଜ ଅଧୀନରେ ରଖନ୍ତି । ଗାଡ଼ି କେବଳ ସ୍ବାମୀଙ୍କୁ ଅଫିସ୍ରେ ଛାଡ଼େ ଓ ନେଇଆସେ । ସ୍ଵାମୀଙ୍କ ଉପରେ କର୍ତ୍ତୃତ୍ଵ ଜାହିର କରିବାରେ ସେ ଆନନ୍ଦ ପାଆନ୍ତି । ଭଗବାନ୍ ତାଙ୍କୁ ସନ୍ତାନ ଦେଇ ନାହାନ୍ତି । ତେଣୁ ହରେନ୍ଦ୍ରବାବୁ ‘ପିଲାଛୁଆ ଜଞ୍ଜାଳରୁ ମୁକ୍ତ ହୋଇ ସୁମିତ୍ରାଦେବୀ ସ୍ବଚ୍ଛଳ ଓ ଅତୁଟ ସ୍ବାସ୍ଥ୍ୟ ମଧ୍ୟରେ ଆକଣ୍ଠ ସୁଖପାନ କରୁଛନ୍ତି’ ବୋଲି କହିଛନ୍ତି ।
Question ୪।
‘କାରଣ ନ ଥାଇ କାର୍ଯ୍ୟର ଉପ୍ରି? – ଏହା ହରେନ୍ଦ୍ରବାବୁ ବିମଳବାବୁଙ୍କୁ କହିବାର ଉଦ୍ଦେଶ୍ୟ କ’ଣ ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ଅମ୍ଳାନ ସାରସ୍ଵତ ସୃଷ୍ଟି । କୌଣସି କାରଣ ନଥାଇ କାର୍ଯ୍ୟର ଉତ୍ପତ୍ତି ହୁଏ ନାହିଁ ବୋଲି ସମସ୍ତେ କୁହନ୍ତି । କିନ୍ତୁ ଅଳଂକାର ଶାସ୍ତ୍ରର ନିୟମାନୁଯାୟୀ କୌଣସି କାରଣ ନଥାଇ କାର୍ଯ୍ୟର ଉତ୍ପତ୍ତି ହୁଏ ନାହିଁ ବୋଲି ସମସ୍ତେ କୁହନ୍ତି । କିନ୍ତୁ ଅଳଂକାର ଶାସ୍ତ୍ରର ନିୟମାନୁଯାୟୀ କୌଣସି କାରଣ ନଥାଇ କାର୍ଯ୍ୟର ଉତ୍ପତ୍ତି ହେଲେ ବିଭାବନା ଅଳଂକାର ହୁଏ । ଅର୍ଥାତ୍ କାରଣ ନଥାଇ ମଧ୍ୟ କାର୍ଯ୍ୟର ଉତ୍ପ ହୋଇପାରେ ।
ପତ୍ନୀ ବୀଣାଦେବୀଙ୍କ ବିରୋଧରେ ବିମଳବାବୁଙ୍କର ବିଷୋଦ୍ର ଦେଖ୍ ହରେନ୍ଦ୍ରବାବୁ ତାଙ୍କୁ ତାଙ୍କ ପତ୍ନୀ ପ୍ରତି ଥିବା ଧାରଣା ବଦଳିନାହିଁ ବୋଲି ପ୍ରକାଶ କରିଥିଲେ । ବିବାହର ଗୋଟିଏ ମାସ ନ ଯାଉଣୁ ଯେଉଁ ସମାଲୋଚନା ସେ ଆରମ୍ଭ କରିଥିଲେ, କୋଡ଼ିଏ ବର୍ଷ ମଧ୍ୟରେ ତା’ର ବହୁବାର ପୁନରାବୃତ୍ତି ହୋଇଥବ ବୋଲି ସେ କହିଥିଲେ । ତାହା ଶୁଣି ବିମଳବାବୁ କାରଣ ନଥାଇ କେହି କାହାର ସମାଲୋଚନା କରେ ନାହିଁ ବୋଲି କହିବାରୁ ହରେନ୍ଦ୍ରବାବୁ ବିଭାବନା ଅଳଂକାରର ଉଦାହରଣ ଦେଇ ବିନା କାରଣରେ କାର୍ଯ୍ୟ ସୃଷ୍ଟି ହୁଏ ବୋଲି ମତବ୍ୟକ୍ତ କରିଥିଲେ । ଅର୍ଥାତ୍ ବିମଳବାବୁ ବିନା କାରଣରେ ପତ୍ନୀ ବୀଣାଦେବୀଙ୍କର ସମାଲୋଚନା କରୁଛନ୍ତି ବୋଲି ସେ କହିଥିଲେ ।
Question ୫।
ବିମଳବାବୁ ବୀଣାଦେବୀଙ୍କଠାରୁ କ’ଣ ଆଶା କରନ୍ତି ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ସାର୍ଥକ ସୃଷ୍ଟି ।
ବିମଳବାବୁ ତାଙ୍କ ପତ୍ନୀ ବୀଣାଦେବୀଙ୍କଠାରୁ ଆଶାନୁରୂପ ସେବାଯତ୍ନ ଆଶା କରନ୍ତି । ସେ ଅଫିସ୍ରୁ ହାଲିଆ ହୋଇ ଫେରିଲେ ତାଙ୍କ ପତ୍ନୀ ଦଉଡ଼ି ଆସି ତାଙ୍କ ପାଖରେ ବସନ୍ତେ, ତାଙ୍କୁ ପଙ୍ଖା କରି ଦିଅନ୍ତେ, ତାଙ୍କ ଗୋଡ଼ରୁ ଜୋତାମୋଜା କାଢ଼ି ତାଙ୍କ ସଙ୍ଗେ ସବୁବେଳେ ରହନ୍ତେ । ସମାଜରେ ପ୍ରତ୍ୟେକ ପୁରୁଷଙ୍କ ମନର ଏହିକଥାକୁ ବିମଳବାବୁଙ୍କ ଚରିତ୍ର ମାଧ୍ୟମରେ ଲେଖକ ପ୍ରକାଶ କରିଛନ୍ତି ।
Question ୬।
ରାଜୀବ ବିମଳବାବୁଙ୍କୁ କେଉଁଥୁଲାଗି ପ୍ରବର୍ତ୍ତାଇ ଥଲେ ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ଅମ୍ଳାନ ସୃଷ୍ଟି ।
ରାଜୀବ ଥିଲେ ବିମଳବାବୁଙ୍କ ଜ୍ୟେଷ୍ଠା କନ୍ୟା ରୀନାର ବନ୍ଧୁ । ରୀନା ଓ ରାଜୀବ ଉଭୟ ଉଭୟଙ୍କୁ ବିବାହ କରିବାପାଇଁ ନିଷ୍ପଭି ନେଇଥିଲେ । ତେଣୁ ରାଜୀବ ବିମଳବାବୁଙ୍କ ସଙ୍ଗେ ଆଳାପ ଆଲୋଚନା କରି ତାଙ୍କର ନିକଟତର ହେବାକୁ ଚେଷ୍ଟା କରିଥିଲେ । ସେଥିପାଇଁ ସେ ନିଜକୁ ଜଣେ ଜୀବନବୀମା ଏଜେଣ୍ଟ ବୋଲି ପରିଚୟ ଦେଇ ବିମଳବାବୁଙ୍କୁ ଜୀବନବୀମା କରିବାପାଇଁ କହିଥିଲେ । ବିମଳବାବୁ ରାଜି ନହେବାରୁ ସେ ଚାଣକ୍ୟଙ୍କର ‘ଅଜରାମରବତ୍ ପ୍ରାଜ୍ଞ ବିଦ୍ୟାମର୍ଥଞ୍ଚ ଚିନ୍ତୟେତ୍’ ଏବଂ ‘Sceptre and crown tumble down’ ପ୍ରଭୃତି ଉକ୍ତିର ଉଦାହରଣ ଦେଇ ତାଙ୍କୁ ବୀମା କରିବାକୁ ପ୍ରବର୍ତ୍ତାଇ ଥିଲେ । କିନ୍ତୁ ସେ କାର୍ଯ୍ୟରେ ସେ ସଫଳ ହୋଇନଥିଲେ ମଧ୍ୟ ଆଶା ହରାଇ ନଥିଲେ ।
Question ୭ ।
ବିମଳବାବୁ ରାଜୀବଙ୍କୁ କି ଉପଦେଶ ଦେଇଛନ୍ତି ଓ କାହିଁକି ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ଅନବଦ୍ୟ ସୃଷ୍ଟି ।
ବିମଳ ବାବୁ ରାଜୀବଙ୍କୁ ବିବାହ ନ କରିବାକୁ ପରାମର୍ଶ ଦେଇଥିଲେ । କାରଣ, ଜୀବନବୀମା କରିବାକୁ ଆସିଥିବା ରାଜୀବବାବୁ ତାଙ୍କ ଆଗରେ ଏକ ଭିନ୍ନ ଥିଓରି ଉପସ୍ଥାପନ କରିଥିଲେ । ତାଙ୍କ ମତରେ ଆଜିକାଲି ଅସ୍କାଂଶ ପାଠୋଇ ଝିଅମାନେ ସ୍ଵାମୀଭକ୍ତି, ସ୍ଵାମୀସେବା କରୁନାହାନ୍ତି । ତେଣୁ ଘର ମଧ୍ୟରେ ସର୍ବଦା ସ୍ଵାମୀ-ସ୍ତ୍ରୀ ଭିତରେ କଳହ ଲାଗି ରହୁଛି । ତା’ଛଡ଼ା ସେମାନେ ହିନ୍ଦୀ ଫିଲିମ୍ ଦେଖ୍ ଅତିମାତ୍ରାରେ ଭାବପ୍ରବଣ ହୋଇ ଆତ୍ମହତ୍ୟା କରିବାକୁ ମଧ୍ୟ ପଶ୍ଚାତ୍ପଦ ହେଉନାହାନ୍ତି । ରାଜୀବଙ୍କର ଏହି ଦର୍ଶନଭରା ବାଣୀ ଶୁଣି ବିମଳବାବୁ ତାଙ୍କୁ ବିବାହ ନକରିବାକୁ ଉପଦେଶ ଦେବା ସହିତ ବିବାହ କଲେ ବହୁ ବିପଦରେ ପଡ଼ିବେ ବୋଲି ସତର୍କ କରାଇଦେଇଛନ୍ତି ।
Question ୮ ।
‘ଢିଙ୍କି ପଡ଼ିଛି ଆଠଗଣ୍ଡା, ଶୁଖେଇଦବାକୁ ଜଣେ ଭେଣ୍ଡା’ – ଏକଥା ପଦୀ କାହିଁକି କହିଲା ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ସାରସ୍ବତ ପ୍ରତିଭାର ଅପୂର୍ବ ସ୍ବାକ୍ଷର ବହନ କରେ ।
‘ଢିଙ୍କି ପଡ଼ିଛି ଆଠଗଣ୍ଡା, ଶୁଖେଇଦବାକୁ ଜଣେ ଭେଣ୍ଡା’ – ଉକ୍ତିଟିର ତାତ୍ପର୍ଯ୍ୟ ହେଲା କରିବାପାଇଁ ଅନେକ କାର୍ଯ୍ୟ ପଡ଼ିରହିଥିବା ବେଳେ କରିବା ଲୋକ ମାତ୍ର ଜଣେ । ପଦୀ ହେଉଛି ବିମଳବାବୁଙ୍କ ଘରର ଚାକରାଣୀ । ତା’ମତରେ ସେ ହିଁ ବାବୁଙ୍କ ଘରର ପ୍ରତିଟି କାର୍ଯ୍ୟ କରୁଛି । ତା’କାର୍ଯ୍ୟରେ ତାକୁ ଆଉ କେହି ସାହାଯ୍ୟ କରୁନାହାନ୍ତି । ତା’ର କାମ କରିବାର ବୟସ ଗଡ଼ିଗଲାଣି । ଘରର ଏତେଗୁଡ଼ିଏ କାମକୁ ସେ ଏକୁଟିଆ ଆଉ କରିପାରିବ ନାହିଁ । ତେଣୁ ସେ ଘରର ଚାକର ଗୁରିଆକୁ ଏହି ଉକ୍ତିଟି କହିଥିଲା ।
Question ୯ ।
ବିମଳବାବୁଙ୍କ ଗୋଡ଼ କାହିଁକ କଟ୍ରକଟ୍ କରୁଥିଲା ?
Answer:
‘ଦୂର ପାହାଡ଼’ ଏକାଙ୍କିକଟି ପ୍ରାଣବନ୍ଧୁ କରଙ୍କ ଅମ୍ଳାନ ସାରସ୍ଵତ ସୃଷ୍ଟି ।
ହୋଇଥିଲେ । ସୁମିତ୍ରଦେବୀ ବନ୍ଧୁଙ୍କ ଗୋଡ଼ରୁ ଜୋତାମୋଜା କାଢ଼ିଦେବା, ପଙ୍ଖା କରିବା ତଥା ଜାମାପଟା କାଢ଼ିନେବା କଥା ଶୁଣି ନିଜ ପତ୍ନୀ ବୀଣାଦେବୀଙ୍କଠାରୁ ସେହି ସେବା ପାଇବା ନିମନ୍ତେ ଉପାୟ ଚିନ୍ତା କରିଥିଲେ । ସେ ଭାବିଲେ ଷ୍ଟାପ୍ବାଲା ଜୋତା ପିନ୍ଧିବାରୁ ଗୋଡ଼ରୁ ଖୁସ୍ନା ଖସିଯାଉଛି । ତେଣୁ ସେ ସଙ୍ଗେ ସଙ୍ଗେ ଦୋକାନକୁ ଯାଇ ନୂଆ ଜୋତାମୋଜା କିଣି ପିନ୍ଧିଛନ୍ତି ଏବଂ ଫିତାଟାକୁ କଷ୍ଟକରି ବାନ୍ଧି ଦେଇଛନ୍ତି । ତାଙ୍କ ଉଦ୍ଦେଶ୍ୟ ଥିଲା ଗୋଡ଼କୁ କାଟିଲେ ତାଙ୍କ ପତ୍ନୀ ବୀଣାଦେବୀ ଆସି ପାଦରୁ ଖୋଲିଦେବେ । ସେଥ୍ପାଇଁ ତାଙ୍କ ଗୋଡ଼ ଯେତିକି କଟ୍କଟ୍ କରୁଥିଲା, ତାଙ୍କ ମନ ମଧ୍ୟ ସେତିକି କଟ୍କଟ୍ କରୁଥିଲା ।
Question ୧୦ ।
ବିମଳବାବୁ ଝିଅ ମୀନା ଆଗରେ କି ଅଭିଯୋଗ କରିଛନ୍ତି ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଲେଖନୀ ନିଃସୃତ ଏକ ଅନବଦ୍ୟ ସୃଷ୍ଟି ।
ବିମଳବାବୁ ତାଙ୍କ ସାନଝିଅ ମୀନା ଆଗରେ ତାଙ୍କ କଥା କେହି ବୁଝୁନାହାନ୍ତି ବୋଲି କହିଛନ୍ତି । ଦୁଇଝିଅ ତାଙ୍କ କଥା ବୁଝିଲେ ମଧ୍ୟ ଯିଏ ବୁଝିବା କଥା ସେ ବୁଝୁନାହିଁ । ସେ ନିଜେ ସୁନ୍ଦରୀ ବୋଲି ମନେ ମନେ ଗର୍ବ କରୁଛି । ବିମଳବାବୁଙ୍କ କଳା ଚେହେରା ତଥା ମୁଣ୍ଡ ପଛରେ ଏକ ଭାଲୁ ଚନ୍ଦା ଥିବାରୁ ତାଙ୍କ ତାଙ୍କୁ ଘୃଣା କରନ୍ତି । ସେଥିପାଇଁ ତାଙ୍କ କଥା କିଛି ବୁଝୁନାହାନ୍ତି ବୋଲି ସେ ତାଙ୍କ ଝିଅ ଆଗରେ ଅଭିଯୋଗ କରିଛନ୍ତି । ଏହା ଥିଲା ପତ୍ନୀଙ୍କଠାରୁ ସେବାଯତ୍ନ ପାଉନଥିବା ଏକ ପତିହୃଦୟର ଦୁଃଖଦ ଅଭିଯୋଗ ।
Question ୧୧ ।
ଝିଅମାନେ ବୋଉକୁ ସମର୍ଥନ କରୁଛନ୍ତି ବୋଲି ବିମଳବାବୁ କାହିଁକି କହିଲେ ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ଅମ୍ଳାନ ସାରସ୍ଵତ ସୃଷ୍ଟି।
ବିମଳବାବୁ ନିଜର କଳା ଚେହେରା ତଥା ମୁଣ୍ଡ ପଛରେ ଭାଲୁଖୁଆ ଚନ୍ଦା ଥିବାରୁ ତାଙ୍କ ସୁନ୍ଦରୀ ପତ୍ନୀ ତାଙ୍କୁ ଘୃଣା କରୁଛନ୍ତି ବୋଲି ଝିଅ ମୀନା ଆଗରେ ଅଭିଯୋଗ କରିଛନ୍ତି ଏବଂ ପତ୍ନୀ ସୁନ୍ଦରୀ ବୋଲି ମନେ ମନେ ଗର୍ବ କରନ୍ତି – ଏହି କଥାର ସତ୍ୟତା ସେ ଝିଅଠାରୁ ଜାଣିବାକୁ ଚାହିଁଛନ୍ତି । କିନ୍ତୁ ଝିଅ ମୀନା ବୋଉ ସୁନ୍ଦରୀ ବୋଲି ତାଙ୍କ ମନରେ ଗର୍ବ ହୁଏ ନାହିଁ କି ବୋଲି ଓଲଟା ପ୍ରଶ୍ନ କରିବାରୁ ବିମଳବାବୁ କହିଛନ୍ତି ଯେ ବୋଉଙ୍କ ମିଜାଜ ଅନୁଯାୟୀ ଦୁଇଝିଅଙ୍କର ମିଜାଜ ମଧ୍ୟ ଗଢ଼ିଉଠିଲାଣି । ତେଣୁ ଝିଅମାନେ ତାଙ୍କୁ ସମର୍ଥନ ନକରି ତାଙ୍କ ମାଆକୁ ସମର୍ଥନ କରୁଛନ୍ତି ।
Question ୧୨ ।
ଝିଅମାନଙ୍କ ପଢ଼ା ବନ୍ଦ କରିଦେବେ ବୋଲି ବିମଳବାବୁ ହଠାତ୍ କାହିଁକି କହିଲେ ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଲେଖନୀ ନିଃସୃତ ଏକ ଅମ୍ଳାନ ସାରସ୍ଵତ ସୃଷ୍ଟି ।
ବିମଳବାବୁ ନିଜ ପତ୍ନୀଙ୍କଠାରୁ ସେବା ପାଇବା ଆଶାରେ ନୂଆ ଜୋତାମୋଜା କିଣି ପାଦରେ ତାକୁ ଜୋର୍ରେ ଭିଡ଼ିକରି ପିନ୍ଧିଛନ୍ତି । ପାଦଟା କଟ୍କଟ୍ କରିବାରୁ ଝିଅ ମୀନା ତାକୁ ଖୋଲିବାକୁ ଆଗେଇ ଆସିଛି । ତାକୁ ବାରଣ କରିଛନ୍ତି ବିମଳବାବୁ । ଝିଅ ମୀନା କହିବା ଅନୁଯାୟୀ ପତ୍ନୀ ବୀଣାଦେବୀ ଖୋଲିଦେବେ କି ବୋଲି ପଚାରିବାରୁ ବିମଳବାବୁ ତାଙ୍କୁ ‘କେଉଁଦିନ ଖୋଲିଥିଲ ନା ଆଜି ଖୋଲିବ’ ବୋଲି କହିଛନ୍ତି । ବୀଣାଦେବୀ ବିରକ୍ତ ହୋଇ ‘ନିଜ କାମ ନିଜେ କର’ ବୋଲି କହି ଚାଲିଯାଇଛନ୍ତି ।
ନିଜ ଉଦ୍ଦେଶ୍ୟ ପୂରଣ ନ ହେବାରୁ ବିରକ୍ତି ଅନୁଭବ କରୁଥିବାବେଳେ ମୀନା ଜଳଖୁଆ ଧରି ଆସିଛି ତଥା ରୀନା ଡାକ୍ତରୀ ବ୍ୟାଗ୍ ଧରି ନାଇଟ୍ ଡ୍ୟୁଟି ପାଇଁ ଡାକ୍ତରଖାନାକୁ ଯିବାକୁ ବାହାରିଛି । ତେଣୁ ସେ ଝିଅମାନଙ୍କ ପାଠପଢ଼ା ବନ୍ଦ କରିଦେବେ ବୋଲି କହିଛନ୍ତି । କାରଣ ଡାକ୍ତରୀ ପଢ଼ି ରୀନା ଅଧ୍ଵ ସ୍ଵାଧୀନ ହୋଇଯାଉଛି । ତାଙ୍କ ମତରେ ଯେଉଁ ପଢ଼ାରେ ପତିସେବା ନିମନ୍ତେ ଶିକ୍ଷା ଦିଆଯାଉନାହିଁ ସେ ପାଠ ପଢ଼ି କୌଣସି ଲାଭ ନାହିଁ ।
Question ୧୩ ।
ଉଚ୍ଚ ଶିକ୍ଷିତା ହେଲେ ମଧ୍ୟ ମଣିଷ ନିଜ ପ୍ରକୃତି ସହଜରେ ଛାଡ଼ିପାରେ ନାହିଁ – ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ଅମ୍ଳାନ ସୃଷ୍ଟି ।
ହରେନ୍ଦ୍ରବାବୁଙ୍କ ପତ୍ନୀ ସୁମିତ୍ରାଦେବୀ ଥିଲେ ଉଚ୍ଚଶିକ୍ଷିତା । ବନ୍ଧୁ ହରେନ୍ଦ୍ରଙ୍କଠାରୁ ବନ୍ଧୁପତ୍ନୀ ସୁମିତ୍ରାଦେବୀଙ୍କ ପତିଭକ୍ତି ତଥା ପତିସେବା କଥା ଶୁଣି ବିମଳବାବୁ ନିଜ ପତ୍ନୀ ବୀଣାଦେବୀଙ୍କଠାରୁ ସେହିପରି ସେବା ପାଇବାପାଇଁ ଚାହିଁଥିଲେ । କିନ୍ତୁ ହରେନ୍ଦ୍ରବାବୁ ଯେତେବେଳେ ସୁମିତ୍ରାଦେବୀଙ୍କ ପତିସେବାର ଅର୍ଥ ବ୍ୟାଖ୍ୟା କଲେ, ସେତେବେଳେ ବିମଳବାବୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ହରେନ୍ଦ୍ରବାବୁଙ୍କ କହିବା ଅନୁଯାୟୀ ଜୋତାମୌଜା ଓ ଜାମାପଟା କାଢ଼ି ଲୋଚାକୋଚା କରିଦେବାର ଅର୍ଥ ତାକୁ କ୍ଲବକୁ ଯିବାକୁ ବାରଣ କରିବା, ମୋଡ଼ାମୋଡ଼ି କରିଦେବାର ଅର୍ଥ ହାତ ଓ କାନ ମୋଡ଼ିଦେବା ଏପରିକି ରାଗିଗଲାବେଳେ ସୁମିତ୍ରାଦେବୀ ଭୁଲିଯାଆନ୍ତି ଯେ ସେ ତାଙ୍କର ସ୍ଵାମୀ ବୋଲି । ଜଣେ ଉଚ୍ଚଶିକ୍ଷିତା ପତ୍ନୀଙ୍କଠାରୁ ଏପରି ବ୍ୟବହାର କଥା ଶୁଣି ବିମଳବାବୁ ଯେତେବେଳେ ବିଶ୍ବାସ କରିପାରୁନଥିଲେ ସେତେବେଳେ ହରେନ୍ଦ୍ରବାବୁ କହିଥିଲେ ଯେ ମଣିଷ ଯେତେ ଶିକ୍ଷା ପାଇଲେ ମଧ୍ୟ ସେ କେବେ ତା’ର ପ୍ରକୃତି ଛାଡ଼ିପାରେ ନାହିଁ । ତେଣୁ ସୁମିତ୍ରା ଉଚ୍ଚଶିକ୍ଷିତା ହୋଇଥିଲେ ତା’ର ପ୍ରକୃତି କେବେହେଲେ ଯିବ ନାହିଁ।
Question ୧୪।
ବିମଳବାବୁ ନିଜକୁ ବୋକା ବୋଲି କାହିଁକି କହିଲେ ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ସାର୍ଥକ ସୃଷ୍ଟି ।
ବିମଳବାବୁ ତାଙ୍କ ବନ୍ଧୁ ହରେନ୍ଦ୍ରବାବୁଙ୍କଠାରୁ ତାଙ୍କ ପତ୍ନୀ ସୁମିତ୍ରାଦେବୀଙ୍କ ପତିଭକ୍ତି ତଥା ସ୍ଵାମୀସେବା କଥା ଶୁଣି ନିଜ ପତ୍ନୀଙ୍କଠାରୁ ସେହିପରି ସେବାଯତ୍ନ ପାଇବା ଆଶାରେ ନୂଆ ଜୋତା ମୋଜା କିଣି ତାକୁ ପାଦରେ ଜୋର୍ରେ ଭିଡ଼ି ଘରକୁ ଆସିଥିଲେ । ଗୋଡ଼ରେ ଯନ୍ତ୍ରଣା ହେଉଥିଲେ ମଧ୍ୟ କାହାକୁ ଖୋଲିବାକୁ ଦେଇନଥିଲେ । କାରଣ ତାଙ୍କ ଇଚ୍ଛା ଥିଲା ତାଙ୍କ ପତ୍ନୀ ହିଁ ଖୋଲିବେ । ତାଙ୍କର ଏପ୍ରକାର ମର୍କଟାମି ଦେଖ୍ ହରେନ୍ଦ୍ରବାବୁ ଯେତେବେଳେ ତାଙ୍କ ପତ୍ନୀଙ୍କ ପତିସେବାର ପ୍ରକୃତ ରହସ୍ୟ ଉନ୍ମୋଚନ କଲେ, ସେତେବେଳେ ବିମଳବାବୁ ପ୍ରଥମେ ବନ୍ଧୁଙ୍କ ଉକ୍ତିକୁ ବୁଝିପାରି ନଥିବାରୁ ନିଜକୁ ବୋକା ବୋଲି କହିଥିଲେ ।
Question ୧୫ ।
‘ଦୂର ପାହାଡ଼ ସୁନ୍ଦର’ ବୋଲି ମୀନା କାହିଁକି କହିଲା ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ନାଟ୍ୟକାର ପ୍ରାଣବନ୍ଧୁ କରଙ୍କର ଏକ ଅନବଦ୍ୟ ସୃଷ୍ଟି, ଯେଉଁଥରେ ସମାଜ ପ୍ରତି ଇଙ୍ଗିତଧର୍ମୀ ଶିକ୍ଷା ନିହିତ ଅଛି ।
ଦୂରରୁ ପାହାଡ଼ ଯେପରି ସୁନ୍ଦର ଦେଖାଯାଏ, ପ୍ରକୃତରେ ସେହି ସୁନ୍ଦରତା ତା’ପାଖରେ ନଥାଏ । ସେହିପରି ସୁମିତ୍ରାଦେବୀ ବିମଳବାବୁଙ୍କ ପାଖରେ ଥିଲେ ଦୂର ପାହାଡ଼ ସଦୃଶ । ବନ୍ଧୁ ହରେନ୍ଦ୍ରବାବୁଙ୍କଠାରୁ ତାଙ୍କ ଉଚ୍ଚଶିକ୍ଷିତା ପତ୍ନୀ ସୁମିତ୍ରାଦେବୀଙ୍କ ପତିଭକ୍ତି ତଥା ସ୍ଵାମୀସେବା ବିଷୟରେ ଶୁଣି ବିମଳବାବୁ ତାଙ୍କୁ ଜଣେ ପତିଗତପ୍ରାଣା ଉତ୍ତମା ଗୃହିଣୀ ବୋଲି ମନେ କରିଥିଲେ । କିନ୍ତୁ ବନ୍ଧୁଙ୍କଠାରୁ ତାଙ୍କ ପତିସେବାର ପ୍ରକୃତି ରହସ୍ୟ ଶୁଣିବା ପରେ ଏବଂ ସୁମିତ୍ରାଦେବୀ ତାଙ୍କ ଘରକୁ ଆସି ଯେପରି ଭାବେ ବନ୍ଧୁ ହରେନ୍ଦ୍ରବାବୁଙ୍କୁ ନେଇଗଲେ, ତାହା ଦେଖୁ ସେ ତାକୁ ବିଶ୍ଵାସ କରିପାରୁ ନଥିଲେ । ତେଣୁ ତାଙ୍କ ସାନଝିଅ ମୀନା କହିଥିଲା– ‘‘ସେମିତି ମନେହେବ ବାପା ! ଦୂର ପାହାଡ଼ ସୁନ୍ଦର ପରା ।’’
Question ୧୬ ।
ଏକାଙ୍କିକାର ନାମ ‘ଦୂର ପାହାଡ଼’ ରଖୁବାର ତାତ୍ପର୍ଯ୍ୟ କ’ଣ ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ନାଟ୍ୟକାର ପ୍ରାଣବନ୍ଧୁ କରଙ୍କର ଏକ ଅମ୍ଳାନ ତଥା କାଳଜୟୀ ସୃଷ୍ଟି ।
ଦୂରରୁ ପାହାଡ଼ ବହୁତ ସୁନ୍ଦର ଦେଖାଯାଏ । କିନ୍ତୁ ବାସ୍ତବରେ ସେହି ସୌନ୍ଦର୍ଯ୍ୟ ପାହାଡ଼ ପାଖରେ ନଥାଏ । କାରଣ ତାହା ଶିଳାମୟ । ଏଠାରେ ଲେଖକ ହରେନ୍ଦ୍ରବାବୁଙ୍କ ଉଚ୍ଚଶିକ୍ଷିତା ପତ୍ନୀ ସୁମିତ୍ରାଦେବୀଙ୍କୁ ଦୂର ପାହାଡ଼ ରୂପେ ଉପସ୍ଥାପନ କରିଛନ୍ତି । ତାଙ୍କର ପତିସେବା ବିଷୟରେ ଶୁଣି ଏକାଙ୍କିକାର ମୁଖ୍ୟ ଚରିତ୍ର ବିମଳବାବୁ ପ୍ରଭାବିତ ହୋଇ ସେହିପରି ସେବା ନିଜ ପତ୍ନୀଙ୍କଠାରୁ ପାଇବା ଆଶାରେ ଘରେ ଅଶାନ୍ତର ଝଡ଼ ସୃଷ୍ଟି କରିଛନ୍ତି । କିନ୍ତୁ ପରେ ସେ ବନ୍ଧୁଙ୍କଠାରୁ ବନ୍ଧୁପତ୍ନୀଙ୍କ ପତିସେବାର ପ୍ରକୃତ ରହସ୍ୟ ଶୁଣି ଏବଂ ପ୍ରତ୍ୟକ୍ଷରେ ଉଚ୍ଚଶିକ୍ଷିତା ବନ୍ଧୁପତ୍ନୀ ଯେପରି ଭାବେ ତାଙ୍କ ଘରୁ ତାଙ୍କ ବନ୍ଧୁ ହରେନ୍ଦ୍ରବାବୁଙ୍କୁ ନେଇଯାଇଛନ୍ତି, ତାହା ସେ ବିଶ୍ଵାସ କରିପାରି ନାହାନ୍ତି । ଏହିପରି ଏକ କଥାବସ୍ତୁକୁ କେନ୍ଦ୍ରକରି ଏକାଙ୍କିକାଟି ରଚିତ ହୋଇଥିବାରୁ ଏକାଙ୍କିକାର ‘ଦୂର ପାହାଡ଼’ ନାମକରଣର ଯଥାର୍ଥତା ପ୍ରତିପାଦିତ ହୋଇଛି ।
ତୁମପାଇଁ କାମ
୧୭ । ପ୍ରାଣବନ୍ଧୁ କରଙ୍କ ଅନ୍ୟାନ୍ୟ ଏକାଙ୍କିକା ସଂଗ୍ରହ କରି ତୁମେ ପଢ଼ ଓ ଅନ୍ୟମାନଙ୍କୁ ଶୁଣାଅ ।
୧୮। ‘ଦୂରପାହାଡ଼’ ବ୍ୟତୀତ ଏହି ଏକାଙ୍କିକାର ଅନ୍ୟ କ’ଣ ନାମକରଣ କରାଯାଇପାରେ, ସେ ସମ୍ପର୍କରେ ତୁମ ସାଙ୍ଗମାନଙ୍କ ସହିତ ଆଲୋଚନା କର ।
ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. ବିମଳବାବୁ ବୀଣାଙ୍କୁ ‘ଢିଙ୍କି ସ୍ବର୍ଗକୁ ଗଲେ ବି ଧାନ କୁଟେ’ ବୋଲି କହିଥିଲେ କାହିଁକି ?
Answer:
ସ୍ଵାମୀ ଆସିଷ୍ଟାଣ୍ଟ ସେକ୍ରେଟାରୀ ଓ ଘରେ ଚାକର ଚାକରାଣୀ ଥିଲେ ମଧ୍ୟ ବୀଣଶଦେବୀ ହାତରେ ପହଁରା ଧରି ଘରକାମରେ ବ୍ୟସ୍ତ ଥିବା ଦେଖି ବିମଳବାବୁ ଏକଥା କହିଥିଲେ ।
2. ହରେନ୍ଦ୍ରବାବୁ କ’ଣ କରିବାକୁ ଭଲ ପାଆନ୍ତି ?
Answer:
ମାସେ ହେଲା Additional District Magistrate ହୋଇ କଟକ ଆସିଥିବା ହରେନ୍ଦ୍ରବାବୁ କ୍ଲବ୍ ଯାଆନ୍ତି, ଚେସ୍ ଖେଳନ୍ତି ଏବଂ ସବୁବେଳେ ବୁଲିବାପାଇଁ ଭଲ ପାଆନ୍ତି ।
3. ହରେନ୍ଦ୍ରବାବୁ କିଏ ?
Answer:
ହରେ ନ୍ଦ୍ର ବାବୁ ଏକାଙ୍କିକାର ମୁଖ୍ୟ ଚରିତ୍ର ବିମଳବାବୁଙ୍କର ସହପାଠୀ ତଥା ଘନିଷ୍ଠ ବନ୍ଧୁ ।
4. ବିମଳବାବୁ ବୀଣାଦେବୀଙ୍କଠାରୁ କ’ଣ ଆଶା କରନ୍ତି ?
Answer:
ବିମଳବାବୁ ତାଙ୍କ ପତ୍ନୀ ଆଶାନୁରୂପ ସେବାଯତ୍ନ ଆଶା କରନ୍ତି ।
5. ରାଜୀବ ବିମଳବାବୁଙ୍କୁ କେଉଁଥୁଲାଗି ପ୍ରବର୍ତ୍ତାଇ ଥିଲେ ?
Answer:
ରାଜୀବ ବିମଳବାବୁଙ୍କୁ ବୀମା କରିବାକୁ ପ୍ରବର୍ତ୍ତାଇ ଥିଲେ ।
6. ବିମଳବାବୁ ରାଜୀବଙ୍କୁ କି ଉପଦେଶ ଦେଇଛନ୍ତି ଓ କାହିଁକି ?
Answer:
ବିମଳବାବୁ ରାଜୀବଙ୍କୁ ବିବାହ ନକରିବାକୁ ଉପଦେଶ ଦେବା ସହିତ ବିବାହ କଲେ ବହୁ ବିପଦରେ ପଡ଼ିବେ ବୋଲି ସତର୍କ କରାଇ ଦେଇଛନ୍ତି ।
7. ‘ଢିଙ୍କି ପଡ଼ିଛି ଆଠଗଣ୍ଡା, ଶୁଖେଇଦବାକୁ ଜଣେ ଭେଣ୍ଡା’ – ଏକଥା ପଦୀ କାହିଁକି କହିଲା ?
Answer:
ଘରର ଏତେଗୁଡ଼ିଏ କାମକୁ ପଦୀ ଏକୁଟିଆ ଆଉ କରିପାରିବ ନାହିଁ ବୋଲି ଘରର ଚାକର ଗୁରିଆକୁ ‘ଢିଙ୍କି ପଡ଼ିଛି ଆଠଗଣ୍ଡା, ଶୁଖେଇଦବାକୁ ଜଣେ ଭେଣ୍ଡା’ ବୋଲି କହିଥିଲା ।
8. ବିମଳବାବୁ ଝିଅ ମୀନା ଆଗରେ କି ଅଭିଯୋଗ କରିଛନ୍ତି ?
Answer:
ବିମଳବାବୁ ତାଙ୍କ ସାନଝିଅ ମୀନା ଆଗରେ ଅଭିଯୋଗ କରି କହିଛନ୍ତି ଯେ ଦୁଇଝିଅ ତାଙ୍କ କଥା ବୁଝିଲେ ମଧ୍ୟ ଯିଏ ବୁଝିବା କଥା ସେ ବୁଝୁନାହିଁ ।
9. ଝିଅମାନେ ବୋଉକୁ ସମର୍ଥନ କରୁଛନ୍ତି ବୋଲି ବିମଳବାବୁ କାହିଁକି କହିଲେ ?
Answer:
ବିମଳବାବୁ ଦୁଇ ଝିଅଙ୍କ ଆଗରେ ତାଙ୍କ ପତ୍ନୀଙ୍କ ବିରୋଧରେ ଆପରି କଲେ ମଧ୍ୟ ସେମାନେ ତା’ ଉପରେ ଗୁରୁତ୍ଵ ଦେଉନଥିବାରୁ ଝିଅମାନେ ବୋଉକୁ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି ।
10. ଝିଅମାନଙ୍କ ପଢ଼ା ବନ୍ଦ କରିଦେବେ ବୋଲି ବିମଳବାବୁ ହଠାତ୍ କାହିଁକି କହିଲେ ?
Answer:
ନିମନ୍ତେ ଶିକ୍ଷା ଦିଆଯାଉନାହିଁ ସେ ପାଠ ପଢ଼ି କୌଣସି ଲାଭ ନାହିଁ, ତେଣୁ ସେମାନଙ୍କ ପଢ଼ା ବନ୍ଦ କରିଦେବାକୁ ସେ କହିଛନ୍ତି ।
B ଗୋଟିଏ ପଦରେ ଉତ୍ତର ଲେଖ ।
1. ବିମଳବାବୁ ତାଙ୍କ ପତ୍ନୀଙ୍କଠାରୁ ଅତି ବେଶି କ’ଣ ଆଶା କରୁଥିଲେ ?
Answer:
ସେବାଯତ୍ନ
2. ସ୍ତ୍ରୀଙ୍କୁ ଦୋଷ ନ ଦେଲେ ତୋ’ ପେଟର ଭାତ ହଜମ ହେଉନି – ଏକଥା କିଏ କାହାକୁ କହିଥିଲେ ?
Answer:
ହରେନ୍ଦ୍ରବାବୁ ବିମଳବାବୁଙ୍କୁ
3. ବିମଳବାବୁ କେଉଁମାନଙ୍କୁ ଦି ଆଖୁରେ ଦେଖିପାରନ୍ତିନି ବୋଲି କହିଥିଲେ ? କହିଥିଲେ ?
Answer:
ଜୀବନବୀମାବାଲାଙ୍କୁ
4. ଜୀବନବୀମାବାଲାଙ୍କୁ ବିମଳବାବୁ କ’ଣ ବୋଲି କହିଥିଲେ ?
Answer:
ଗୋଟାଏ ଗୋଟାଏ ଜୀବନ ବୋମା
5. ଆଜିକାଲି ଅଧିକାଂଶ ପାଠୋଇ ଝିଅମାନେ କ’ଣ କରୁନାହାନ୍ତି ?
Answer:
ସ୍ଵାମୀସେବା
6. ରୀନାର ରାତିରେ କି ଡ୍ୟୁଟି ଥିଲା ?
Answer:
ୱାର୍ଡ଼-ଡ୍ୟୁଟି
7. ଗୁରିଆ ବିମଳବାବୁଙ୍କ ଘରେ କାମ ନକରି ଚାଲିଯିବାକୁ କହିଲା କହିଥିଲା ?
Answer:
କାମକରି ନ ପାରିବାରୁ
8. ଗୁରିଆ କାହା ପାଇଁ ପଇସା ସଞ୍ଚୁଛି ବୋଲି କହିଥିଲା ?
Answer:
ପଦୀ ପାଇଁ
9. ଗୁରିଆଠାରୁ ପଦୀ କେତେବର୍ଷ ବଡ଼ ବୋଲି କହିଲା ?
Answer:
୮/୧୦ ବର୍ଷ
10. ରସିକ ଯାଉଛି ବନ୍ଧରେ, ବଣମଲ୍ଲୀ ଫୁଲ ପାଚିଲା ଗାମୁଛା ପଶି ହଉନେଇଁ ____________ ।
Answer:
କନ୍ଦିରେ
11. ଯେଉଁ ଘରେ ପୁଅଝିଅମାନଙ୍କୁ ସ୍ୱାମୀସେବାର ମହତ୍ତ୍ବ ଶିକ୍ଷା ଦିଆଯାଉନି, ସେ ଘର ଘର ନୁହେଁ ନର୍କ ବୋଲି କିଏ କହିଛନ୍ତି ?
Answer:
ବିମଳବାବୁ
12. ପୁଅମାନଙ୍କୁ ସ୍ତ୍ରୀସେବା ଶିକ୍ଷା ଦିଆଗଲେ ସେମାନେ କ’ଣ ହୋଇଯିବେ ବୋଲି ବିମଳବାବୁ କହିଛନ୍ତି ?
Answer:
କୈଣ
13. ସୁମିତ୍ରା ଦେବୀ ବିମଳବାବୁଙ୍କ ଘରକୁ କାହିଁକି ଆସିଥିଲେ ?
Answer:
ସ୍ଵାମୀଙ୍କୁ ଖୋଜିବାକୁ
14. ପ୍ରାଣବନ୍ଧୁ କରଙ୍କ ପ୍ରଥମ ଏକାଙ୍କିକାର ନାମ କ’ଣ ?
Answer:
ପାଗଳ ଜନତାର ବାହାରେ
15. ଢିଙ୍କି ସ୍ବର୍ଗକୁ ଗଲେ ବି କ’ଣ କରେ ?
Answer:
ଧାନ କୁଟେ
C ଶୂନ୍ୟସ୍ଥାନ ପୂରଣ କର ।
1. କଟକକୁ ____________________ ନୂଆକରି ଏ. ଡି. ଏମ୍. ହୋଇ ଆସିଛନ୍ତି ।
Answer:
ହରେନ୍ଦ୍ରବାବୁ
2. ପିଲାଛୁଆ ଜଞ୍ଜାଳରୁ ଭଗବାନ୍ ପ୍ରଥମରୁ __________________ ଙ୍କୁ ମୁକ୍ତ କରିଦେଇଛନ୍ତି ।
Answer:
ସୁମିତ୍ରାଦେବୀ
3. କାରଣ ନଥାଇ _____________________ର ଉତ୍ପତ୍ତି ହୋଇପାରେନା ।
Answer:
କାର୍ଯ୍ୟ
4. କାରଣ ନଥାଇ କାର୍ଯ୍ୟର ଉତ୍ପତ୍ତି ହେଲେ _______________ ଅଳଙ୍କାର ହୁଏ ।
Answer:
ବିଭାବନା
5. ସେମିତି ମନେହେବ ବାପା ! ଦୂର ପାହାଡ଼ ପରା ସୁନ୍ଦର !– ଏକଥା ____________________ କହିଥିଲେ ।
Answer:
ମୀନା
6. କାଣୀ ହେଲେ ବି _____________________।
Answer:
କଟକିଆଣୀ
7. ଘୁଷୁରି ପ୍ରକୃତି ____________________ଲୋଟେ ।
Answer:
ପଙ୍କେ
8. _________________ ପ୍ରକୃତି ମଲେ ତୁଟେ ।
Answer:
ମଣିଷ
9. ______________________ ମାନେ ଲୋକମାନଙ୍କ ମନ କଥା ଦେଲେ ?
Answer:
ମନୋବିଜ୍ଞାନୀ
10. ରାଜୀବବାବୁ ନିଜକୁ ______________ ବୋଲି ପରିଚୟ ଦେଇଛନ୍ତି ।
Answer:
ଜୀବନବୀମା ଏଜେଣ୍ଟ
11. _________________ ଙ୍କର ବୈଠକଖାନାର ଦୃଶ୍ୟ ଏକାଙ୍କିକାରେ ବର୍ଣ୍ଣିତ ।
Answer:
ବିମଳବାବୁ
12. ବିମଳ ବାବୁଙ୍କ ବୟସ ଅନ୍ଦାଜ ________________ ହେବ ।
Answer:
୪୫
13. ରାଜୀବ ବିମଳବାବୁଙ୍କୁ ______________ ଲାଗି ପ୍ରବର୍ତ୍ତାଉ ଥିଲେ ।
Answer:
ସ୍ତ୍ରୀଙ୍କ ନାମରେ ବୀମା କରିବାକୁ
14. ରାଜୀବ ____________________ କମ୍ପାନୀର ଓଡ଼ିଶା ଶାଖାର ଜେନେରାଲ ମ୍ୟାନେଜର ଥିଲେ ।
Answer:
ନର୍ଥ ବ୍ରିଟିଶ୍
15. ରାଜୀବବାବୁ ପଦୀକୁ ପକେଟ୍ରୁ ____________________ ଟଙ୍କ। ବାହାର କରି ଦେଲେ ।
Answer:
ଗୋଟେ
D ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ପ୍ରାଣବନ୍ଧୁ କରଙ୍କ ପ୍ରଥମ ଏକାଙ୍କିକାର ନାମ କ’ଣ ?
(A) ପେଟୁ
(B) ଦୂର ପାହାଡ଼
(C) ସ୍ନାୟୁସଂହାର
(D) ପାଗଳ ଜନତାର ବାହାରେ
Answer:
(D) ପାଗଳ ଜନତାର ବାହାରେ
2. ରୀନାବୋଉ କ’ଣ ହାତରେ ଧରି ପ୍ରବେଶ କଲେ ?
(A) ଗରା
(B) ପାନଡ଼ାଲା
(C) ପହଁରା
(D) ଝାଡ଼ୁ
Answer:
(C) ପହଁରା
3. ସୁମିତ୍ରା ଦେବୀଙ୍କୁ ଭଗବାନ୍ କେଉଁ ଜଞ୍ଜାଳରୁ ମୁକ୍ତ କରିଛନ୍ତି ବୋଲି ହରେନ୍ଦ୍ର କହିଛନ୍ତି ?
(A) ଘର ବୁଝିବା
(B) ଚାକିରି କରିବା
(C) ପିଲାଛୁଆ ଜଞ୍ଜାଳ
(D) ନେତ୍ରୀ ହେବା
Answer:
(C) ପିଲାଛୁଆ ଜଞ୍ଜାଳ
4. ହରେନ୍ଦ୍ର ସ୍ତ୍ରୀ କେଉଁଠି ବଢ଼ି ଆସିଥିଲେ ?
(A) କଟକରେ
(B) କଲିକତାରେ
(C) ମୁମ୍ବାଇରେ
(D) ପୁରୀରେ
Answer:
(B) କଲିକତାରେ
5. ବୀଣାଦେବୀଙ୍କ ବୟସ କେତେ ?
(A) ୨୫
(B) ୩୫
(C) ୩୬
(D) ୩୭
Answer:
(C) ୩୬
6. ‘ଆପଣଙ୍କ ମିଜାଜ ଥଣ୍ଡା ଥିଲାବେଳେ ଆସିବ’ – ଏହା କିଏ କହିଛି ?
(A) ହରେନ୍ଦ୍ର
(B) ବିମଳ
(C) ରାଜୀବ
(D) ଗୋପାଳ
Answer:
(C) ରାଜୀବ
7. ପଦୀ ଗୁରିଆଠାରୁ କେତେ ବର୍ଷ ବଡ଼ ଥିଲା ?
(A) ସାତ କି ଆଠ
(B) ଆଠ କି ବାରବର୍ଷ
(C) ଆଠ କି ଦଶବର୍ଷ
(D) ଆଠ କି ନଅବର୍ଷ
Answer:
(C) ଆଠ କି ଦଶବର୍ଷ
8. ‘ମୁଁ ଘରେ ଜଳ ସ୍ପର୍ଶ କରିବିନି’ – ଏହା କିଏ କହିଛି ?
(A) ରାଜୀବ
(B) ଗୁରିଆ
(C) ହରେନ୍ଦ୍ର
(D) ବିମଳ
Answer:
(D) ବିମଳ
9. ବିମଳ କାହାଆଗରେ ରୀନାବୋଉକୁ ଭୀଷଣ ଅପମାନ ଦେଲେ ?
(A) ପଦୀ
(B) ହରେନ୍ଦ୍ର
(C) ସୁମିତ୍ରା ଦେବୀ
(D) ଦୁଇ ଝିଅ
Answer:
(B) ହରେନ୍ଦ୍ର
10. ‘ଦୂର ପାହାଡ଼ ସୁନ୍ଦର ପରା’ – ଏହା କିଏ କହିଲା ?
(A) ବୀଣା
(B) ମୀନା
(C) ରୀନା
(D) ପଦୀ
Answer:
(C) ରୀନା
11. କେଉଁମାନେ ଲୋକମାନଙ୍କ ମନ କଥା ଜାଣିପାରନ୍ତି ?
(A) ଜ୍ଯୋତିଷ
(C) ବୈଜ୍ଞାନିକ
(B) ମହାପୁରୁଷ
(D) ମନୋବିଜ୍ଞାନୀ
Answer:
(D) ମନୋବିଜ୍ଞାନୀ
12. ରାଜୀବବାବୁ ନିଜକୁ କ’ଣ ବୋଲି ପରିଚୟ ଦେଇଛନ୍ତି ?
(A) ସାଇକୋଲୋଜିଷ୍ଟ
(B) ମେଡ଼ିସିନ୍ ଏଜେଣ୍ଟ
(C) ଜୀବନବୀମା ଏଜେଣ୍ଟ
(D) ଆକ୍ରାଗାର୍ଡ଼ ଏଜେଣ୍ଟ
Answer:
(C) ଜୀବନବୀମା ଏଜେଣ୍ଟ
13. ଅଜରାମରବତ୍ ପ୍ରାଜ୍ଞୀ ବିଦ୍ୟାମର୍ଥଞ୍ଚ ଚିନ୍ତୟେତ୍ – ଏହା କିଏ କହିଛନ୍ତି ?
(A) କାଳିଦାସ
(B) ବାଣଭଟ୍ଟ
(C) ଚାଣକ୍ୟ
(D) ଶଙ୍କରାଚାର୍ଯ୍ୟ
Answer:
(C) ଚାଣକ୍ୟ
14. କେଉଁମାନେ ହିନ୍ଦୀ ଫିଲିମ୍ ଦେଖୁ ଅତି ମାତ୍ରାରେ ଭାବପ୍ରବଣ ହୋଇପଡୁଛନ୍ତି ?
(A) ପାଠୋଇ ଝିଅ
(B) ପାଠୁଆ ପୁଅ
(C) ଛୋଟ ଛୁଆ
(D) ବୁଢ଼ାବୁଢ଼ୀ
Answer:
(A) ପାଠୋଇ ଝିଅ
15. କଂସା ଲୋଟା, ଯାହା ହାବୁଡୁଛି ______________ ଉଠା ।
(A) ଅଣ୍ଟାକୁ
(B) ଅଣ୍ଟିକି
(C) କାଖକୁ
(D) ମୁଣ୍ଡକୁ
Answer:
(B) ଅଣ୍ଟିକି
16. ବିମଳବାବୁଙ୍କ ପାଦ କ’ଣ ହେଉଥିଲା ?
(A) ବିନ୍ଧୁଥୁଲା
(B) ଦରଜ ହୋଇଥିଲା
(C) କଟ୍ କରୁଥିଲା
(D) କଟି ଯାଇଥିଲା
Answer:
(C) କଟ୍ କରୁଥିଲା
17. ବିମଳବାବୁଙ୍କ ପାଦ କାହିଁକି କଟ୍କଟ୍ ହେଉଥିଲା ?
(A) ଜୋତା ପିନ୍ଧିଥିବାରୁ
(B) ଜୋତାକୁ ଚାପି ଚାପି ଭିଡ଼ିଥିବାରୁ
(C) ଜୋତା ପିନ୍ଧି ନ ଥିବାରୁ
(D) ଜୋତା ଫିତାକୁ ଚାପି ଚାପି ଭିଡ଼ିଥିବାରୁ
Answer:
(D) ଜୋତା ଫିତାକୁ ଚାପି ଚାପି ଭିଡ଼ିଥିବାରୁ
18. କିଏ ତାଙ୍କ ପାଦରୁ ଜୋତା ମୋଜା ଖୋଲି ଦେଉ ବୋଲି ବିମଳବାବୁ ଚାହୁଁଥିଲେ ?
(A) ମୀନା
(B) ରୀନା
(C) ବୀଣାଦେବୀ
(D) ପଦୀ
Answer:
(C) ବୀଣାଦେବୀ
19. ମୁଁ ତମ ସାଥ୍ରେ ଆଉ ଚଳିପାରିବିନି ବିମଳବାବୁ କାହାକୁ କହିଥିଲେ ?
(A) ମୀନାକୁ
(B) ରୀନାକୁ
(C) ହରେନ୍ଦ୍ରବାବୁଙ୍କୁ
(D) ତାଙ୍କ ପତ୍ନୀକୁ
Answer:
(D) ତାଙ୍କ ପତ୍ନୀକୁ
20. ବିମଳବାବୁଙ୍କ ସାନଝିଅ କ’ଣ ଶିଖୁଛି ?
(A) ଗୀତ
(B) ନାଚ
(C) ବାଦ୍ୟ
(D) ସିଲେଇ
Answer:
(B) ନାଚ
ଲେଖକ ପରିଚୟ :
ପ୍ରାଣବନ୍ଧୁ କର (୧୯୧୪-୧୯୯୮) ଜଣେ ଗାଳ୍ପିକ, ନାଟ୍ୟକାର ଏବଂ ଏକାଙ୍କିକା ଲେଖକ ଭାବରେ ଓଡ଼ିଆ ସାହିତ୍ୟରେ ସୁପରିଚିତ । ତାଙ୍କର ପ୍ରଥମ ଏକାଙ୍କିକା ‘ପାଗଳ ଜନତାର ବାହାରେ’ ୧୯୩୮ ମସିହାରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ‘ନବଭାରତ’ ପତ୍ରିକାରେ ଆତ୍ମପ୍ରକାଶ କରିଥିଲା । ‘ଶିଳ୍ପୀର ମୃତ୍ୟୁ’ ଓ ‘ପ୍ରବୀର ଦାସ’, ‘ଶ୍ଵେତପଦ୍ମା’ ପ୍ରଭୃତି ଏକାଙ୍କିକା ତାଙ୍କ ସାରସ୍ଵତ ପ୍ରସିଦ୍ଧିର ପରିଚାୟକ । ସେ ଯେପରି ତାଙ୍କର ଗଛମାନଙ୍କରେ ମୂଲ୍ୟବୋଧ ଓ ମାନବିକ ସମ୍ବେଦନଶୀଳତା ଉପରେ ଗୁରୁତ୍ବାରୋପ କରିଛନ୍ତି, ଅନୁରୂପ ଭାବରେ ଏକାଙ୍କିକା କ୍ଷେତ୍ରରେ ମଣିଷ ଜୀବନର ବହୁବିଧ ରହସ୍ୟକୁ ଉନ୍ମୋଚନ କରି ଜୀବନ ପ୍ରତି ରହିଥିବା ତାଙ୍କ ବ୍ୟାପକ ଦୃଷ୍ଟିକୋଣର ପରିଚୟ ପ୍ରଦାନ କରିପାରିଛନ୍ତି । ‘ସ୍ନାୟୁ ସଂହାର’ ନାଟକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ନାଟ୍ୟକାର ଭାବେ ପୁରସ୍କୃତ ହୋଇଛନ୍ତି ।
ଏହି ଏକାଙ୍କିକାରେ ସେ ଚଳନ୍ତି ସମାଜର ଅନୁକରଣପ୍ରିୟତା ଓ ଦେଖାଣିଆ ଭାବକୁ ଚିତ୍ରଣ କରିବା ସଙ୍ଗେ ସଙ୍ଗେ ସମାଜ ପ୍ରତି ରହିଥିବା ତାଙ୍କର ଦୃଢ଼ ପ୍ରତିବଦ୍ଧତାକୁ ପ୍ରମାଣ କରିଛନ୍ତି । ଲଳିତ ବ୍ୟଙ୍ଗ ଓ ସାମାଜିକ ସଂସ୍କାର ‘ଦୂରପାହାଡ଼’ ଏକାଙ୍କିକାର ବୈଶିଷ୍ଟ୍ୟ |
ନାଟକର ପୃଷ୍ଠଭୂମି :
ଏକାଙ୍କିକାର ମୁଖ୍ୟ ଚରିତ୍ର ହେଉଛନ୍ତି ବିମଳବାବୁ । ବୟସ ଆନୁମାନିକ ପଇଁଚାଳିଶ, ଦେହର ରଙ୍ଗ କଳା, ମୁଣ୍ଡ ବାମପଟରୁ ଅଧେ ଚନ୍ଦା । କୋଡ଼ିଏ ବର୍ଷକାଳ କିରାଣୀଗିରିରେ ଅତିବାହିତ କରିବା ପରେ ମାସକେଇଟା ହେଲା ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବେ ପଦେନ୍ନତି ପାଇଛନ୍ତି । ପଦୋନ୍ନତି ପାଇବା ପରେ ଘରର କାମ ନିମନ୍ତେ ଚାକର ଚାକରାଣୀ ଖଞ୍ଜିଦେଇଛନ୍ତି । ଚାକରର ନାମ ଗୁରିଆ, ଚାକରାଣୀ ହେଲା ପଦୀ । ପଦୀ ଗୁରିଆଠାରୁ ଦଶବର୍ଷ ବଡ଼ ହେଲେ ମଧ୍ୟ ଗୁରିଆ ପଦୀକୁ ମନ ମଧ୍ୟରେ ଆପଣାର କରିବାକୁ ଚାହେଁ । କିନ୍ତୁ ନିଜ ବୟସ ସମ୍ପର୍କରେ ସଚେତନ ପଦୀ ଗୁରିଆର ପ୍ରସ୍ତାବକୁ ଏଡ଼ାଇ ଦିଏ ।
ବିଭିନ୍ନ କାରଣରୁ ଉଭୟଙ୍କ ମଧ୍ୟରେ କଳିଝଗଡ଼ା ଲାଗି ରହିଥାଏ । ବିମଳବାବୁଙ୍କ ସହଧର୍ମିଣୀ ହେଲେ ବୀଣାଦେବୀ, ଯିଏକି ଗୃହକର୍ମରେ ସୁନିପୁଣା । ଯାହାଙ୍କର ପ୍ରତିଟି ମୁହୂର୍ଭ ଗୃହର ପରିଷ୍କାର ପରିଚ୍ଛନ୍ନତା ପାଇଁ ଅତିବାହିତ ହୁଏ । ନଳା ଧୋଇବାଠାରୁ ଆରମ୍ଭକରି ଘରର ଯାବତୀୟ କର୍ମ ସେ ନିଜେ କରନ୍ତି । ତାଙ୍କର ଏପ୍ରକାର କର୍ମକୁ ବିମଳବାବୁ ଗ୍ରହଣ କରିପାରନ୍ତି ନାହିଁ ।
କାରଣ ସେ ଜଣେ ଆସିଷ୍ଟାଣ୍ଟ ସେକ୍ରେଟାରୀ । ଘରେ ଚାକର ଚାକରାଣୀ ଥାଉ ଥାଉ ସେମାନଙ୍କୁ ପେନ୍ସନ୍ ଦେଇ ଘରେ ବସାଇ ତାଙ୍କ ପତ୍ନୀ ଘରର ସବୁକାମ କରିବାଟା ତାଙ୍କ ମାନସମ୍ମାନକୁ ଭୂଲୁଣ୍ଠିତ କରୁଛି ବୋଲି ସେ ବିବେଚନା କରନ୍ତି । ବିମଳବାବୁ ଦୁଇଟି କନ୍ୟାସନ୍ତାନର ଜନକ । ବଡ଼ଝିଅର ନାମ ରୀନା, ଯିଏକି ଶେଷବର୍ଷର ଡାକ୍ତର ଛାତ୍ରୀ । ଉଚ୍ଚଶିକ୍ଷିତା ହୋଇ ମଧ୍ୟ ବିବାହ ନିମନ୍ତେ ପସନ୍ଦ କରିଛି ରାଜୀବ ନାମଧେୟ ଜଣେ ଯୁବକଙ୍କୁ । ବାପାଙ୍କ ସହିତ ଆଳାପ ପରିଚୟ ହେବା ସହିତ ବାପାଙ୍କୁ ପ୍ରଭାବିତ କରିବାପାଇଁ ସେ ସେହି ଯୁବକଙ୍କୁ ବାପାଙ୍କ ପାଖକୁ ପଠାଇଛି । ରାଜୀବ ଜଣେ ଜୀବନବୀମା ଏଜେଣ୍ଟ ବୋଲି ନିଜର ପରିଚୟ ଦେଇ ବିମଳବାବୁଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟାକରି ନିରାଶ ହୋଇଛି ।
ବିମଳବାବୁଙ୍କ ସାନଝିଅର ନାମ ମୀନା । ସେ ଆଇ. ଏ. ପଢୁଛି । ନାଚ ମଧ୍ଯ ଶିଖୁଛି । ସେ ଖୁବ୍ ଭଲ ନାଚେ । ବଡ଼ ବଡ଼ ଫଙ୍କସନ୍ରେ ନାଚି ଖୁବ୍ ନାଁ କରିଛି । ବିମଳବାବୁ ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବେ ଯେତେ ପରିଚିତ ନୁହଁନ୍ତି ମୀନାର ବାପା ହିସାବରେ ସେ ଅଧ୍ଯକ ପରିଚିତ । ସେପରି ଝିଅ ପାଇଁ ସେ ବେଶ୍ ଗର୍ବ ଅନୁଭବ କରନ୍ତି । ଈଶ୍ଵରଙ୍କ ଆଶୀର୍ବାଦରୁ ବିମଳବାବୁଙ୍କ ସଂସାର ଏକ ସୁଖର ସଂସାର ହୋଇଥିଲେ ମଧ୍ୟ ତାଙ୍କ ମନ ଥାଏ ସବୁବେଳେ ଅଶାନ୍ତ ।
କାରଣ ସେ ଚାହାନ୍ତି ତାଙ୍କ ପତ୍ନୀ ଘରର ସମସ୍ତ କାର୍ଯ୍ୟ ଚାକର ଚାକରାଣୀଙ୍କ ଉପରେ ନ୍ୟସ୍ତ କରି କେବଳ ତାଙ୍କର ସେବାଯତ୍ନ କରନ୍ତୁ । ଅଫିସରୁ ହାଲିଆ ହୋଇ ଫେରିବାବେଳେ ତାଙ୍କ ପତ୍ନୀ ଦଉଡି଼ଆସି ପଙ୍ଖା କରି ଦିଅନ୍ତେ, ତାଙ୍କ ପାଖରେ ବସନ୍ତେ । ଗୋଡ଼ରୁ ଜୋତା ଓ ଦେହରୁ ଜାମାପଟା ଖୋଲିଦେଇ ଭଲମନ୍ଦ ପଚାରି ବୁଝନ୍ତେ । କିନ୍ତୁ ସେସବୁ ନପାଇ ତାଙ୍କ ମୁଣ୍ଡ ବିଗିଡ଼ିଯାଏ । ପତ୍ନୀଙ୍କୁ ଅପମାନିତ ହେବାପରି କଥା କହିବାକୁ ମଧ୍ଯ ପଛାନ୍ତି ନାହିଁ ସେ ।
କିନ୍ତୁ ସୁଗୃହିଣୀ ବୀଣାଦେବୀଙ୍କ ଚିନ୍ତାଧାରା ଥିଲା ସମ୍ପୂର୍ଣ୍ଣ ଭିନ୍ନ । ଏ ବୟସରେ ଦୁଇଟି ଯୁବତୀ ଝିଅଙ୍କ ଉପସ୍ଥିତିରେ ଆବଶ୍ୟକତାଠାରୁ ଅଧିକ ସ୍ବାମୀସେବାକୁ ସେ ପସନ୍ଦ କରନ୍ତି ନାହିଁ । ଦୁଇ ଝିଅ ମଧ ପିତାଙ୍କ ସେବା ତଥା ଯନ୍ତ୍ରରେ କୌଣସି ତ୍ରୁଟି କରନ୍ତି ନାହିଁ । ତେଣୁ ବୀଣାଦେବୀ ସ୍ଵାମୀଙ୍କର ଆକ୍ଷେପ କିମ୍ବା ଗାଳିକୁ ଶୁଣି ନ ଶୁଣିବା ପରି ନିଜ କାମରେ ଚାଲିଯାଆନ୍ତି । ଏକାଙ୍କିକାର ଅନ୍ୟ ଏକ ଚରିତ୍ର ହରେନ୍ଦ୍ରବାବୁ । ବୟସ ଚଉରାଳିଶ ପଇଁଚାଳିଶ ମଧ୍ଯରେ । ସୁନ୍ଦର ଚେହେରା, ରୁଚିସମ୍ପନ୍ନ ପୋଷାକ ପରିଚ୍ଛଦ । ସେ ବିମଳବାବୁଙ୍କ ସହପାଠୀ ତଥା ଘନିଷ୍ଠ ବନ୍ଧୁ । ମାସେ ହେଲା ଏ. ଡ଼ି. ଏମ୍. (Additional District Magistrate) ହୋଇ କଟକ ଆସିଛନ୍ତି । ତାଙ୍କ ପତ୍ନୀଙ୍କ ନାମ ସୁମିତ୍ରାଦେବୀ । ସେ ଅନର୍ସ ସହ ବି. ଏ. ପାଶ୍ କରିଛନ୍ତି । ପିଲାଛୁଆ ଜଞ୍ଜାଳରୁ ମୁକ୍ତ । ସ୍ଵଚ୍ଛଳ ଓ ଅତୁଟ ସ୍ୱାସ୍ଥ୍ୟ ମଧ୍ୟରେ ଆକଣ୍ଠ ସୁଖପାନ କରନ୍ତି।
ସାକ୍ଷାତ୍ରେ ଉଭୟ ବନ୍ଧୁଙ୍କ ମଧ୍ୟରେ ହୋଇଛି ଉଭୟଙ୍କ ସଂସାରକୁ ନେଇ ଆଳାପ ଆଲୋଚନା । ବିମଳବାବୁ ବନ୍ଧୁପତ୍ନୀ ସୁମିତ୍ରାଦେବୀଙ୍କର ପ୍ରଶଂସା କରିବା ସହ ନିଜ ପତ୍ନୀଙ୍କର ନିନ୍ଦା କରିଛନ୍ତି, ଯିଏକି ତାଙ୍କର ସେବା ନକରି ଦିନରାତି ନଳା ସଫା କରିବା, ଗାଈଗୋରୁଙ୍କୁ କୁଣ୍ଡାତୋରାଣି ଦେବା ପରି କର୍ମରେ ଲାଗିରହିଥା’ନ୍ତି । ନିହାତି ଅଯୋଗ୍ୟ ସେ । ତାଙ୍କ କପାଳ ମନ୍ଦ ବୋଲି ଏପରି ପତ୍ନୀ ପାଇଛନ୍ତି । ବିମଳବାବୁଙ୍କ କଥା ଶୁଣି ହରେନ୍ଦ୍ରବାବୁ ବୀଣାଦେବୀଙ୍କ ପ୍ରଶଂସା ଅନେକଙ୍କ ମୁଖରୁ ଶୁଣିବା କଥା ପ୍ରକାଶ କରିଛନ୍ତି ଏବଂ ବୀଣାଦେବୀଙ୍କ କର୍ମକୁ ସେ ମଧ୍ୟ ପ୍ରଶଂସା କରି ତାହା ସୁନିପୁଣା ପତ୍ନୀଙ୍କ କାର୍ଯ୍ୟ ବୋଲି କହିଛନ୍ତି । ବିବାହ ପରଠାରୁ ଦୀର୍ଘ କୋଡ଼ିଏ ବର୍ଷକାଳ ପତ୍ନୀଙ୍କ ବିରୋଧରେ ବିଭିନ୍ନ କଥା କହିବା ସହ ସମାଲୋଚନା କରିବାକୁ ହରେନ୍ଦ୍ରବାବୁ ପସନ୍ଦ କରିନାହାନ୍ତି ।
ବିଶେଷକରି ପତ୍ନୀଙ୍କଠାରୁ ଆଶାନୁରୂପ ସେବାଯତ୍ନ ଲାଭ କରିନପାରି ଅତିଷ୍ଠ ତଥା ଅସହିଷ୍ଣୁ ହୋଇପଡ଼ିଥିବା ବିମଳବାବୁ ନିଶ୍ଚିତରୂପେ ବନ୍ଧୁପତ୍ନୀ ଉଚ୍ଚଶିକ୍ଷିତା ସୁମିତ୍ରଦେବୀ ହରେନ୍ଦ୍ରବାବୁଙ୍କର ବହୁ ସେବାଯତ୍ନ କରୁଥିବେ ବୋଲି ଆଶାପ୍ରକାଶ କରିଛନ୍ତି । ବିମଳବାବୁଙ୍କ କଥା ଶୁଣି ହରେନ୍ଦ୍ରବାବୁ ସେଥିରେ ସମ୍ମତି ଜଣାଇ କହିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କ ଗୋଡ଼ରୁ ଜୋତା ମୋଜା କାଢ଼ିଦିଅନ୍ତି । ଅଫିସରୁ ଝାଳ ନାଳ ହୋଇ ଫେରିବାବେଳେ ସେ ଯେଉଁ ହାୱା କରନ୍ତି ସେଥିରେ ତାଙ୍କ ଦେହ ଶୀତେଇ ଉଠେ । ଦେହରୁ ଜାମାପଟା ଖୋଲି ଦିଅନ୍ତି, ଦେହ-ହାତ ମୋଡ଼ାମୋଡ଼ି କରିଦିଅନ୍ତି । ଏହିପରି ଅନେକ ସେବା ସେ ତାଙ୍କ ପତ୍ନୀଙ୍କଠାରୁ ପାଇଛନ୍ତି । ସେପରି ପତ୍ନୀଙ୍କୁ ପାଇ ତାଙ୍କ ଭାଗ୍ୟ ଖାଲି ଜଳୁଛି ।
ଏହାପରେ ସେ ତାଙ୍କର ଏକ ଜରୁରୀ କାମ ଅଛି ବୋଲି କହି ବନ୍ଧୁଙ୍କଠାରୁ ସିଗାରେଟ୍ ନେଇ ଚାଲିଯାଇଛନ୍ତି । ହରେନ୍ଦ୍ରବାବୁଙ୍କର ଏହି ବ୍ୟଙ୍ଗୋକ୍ତିକୁ ବିମଳବାବୁ ବୁଝିପାରି ନାହାନ୍ତି ବରଂ ବନ୍ଧୁପତ୍ନୀ ସୁମିତ୍ରାଦେବୀ ବନ୍ଧୁଙ୍କ ପାଦରୁ ଜୋତାମୋଜା ଖୋଲିବା କଥାଟା ତାଙ୍କୁ ବହୁ ପ୍ରଭାବିତ କରିଛି । ତେଣୁ ସେ ଷ୍ଟ୍ରାପ୍ବାଲା ଜୋତା ନ ପିନ୍ଧି ସେହିପରି ଜୋତା ପିନ୍ଧିବା ପାଇଁ ସଙ୍ଗେ ସଙ୍ଗେ ଦୋକାନକୁ ଯାଇ ନୂଆ ଜୋତା ହଳେ ଆଣି ପାଦକୁ କଷ୍ କରି ବାନ୍ଧି ଘରକୁ ଆସିଛନ୍ତି । ପାଦ୍ କଟ୍କଟ୍ ହୋଇଛି । କିନ୍ତୁ ସେ ନିଜେ ଖୋଲି ନାହାନ୍ତି କିମ୍ବା ଝିଅ ମୀନାକୁ ମଧ୍ୟ ଖୋଲିବାକୁ ଦେଇନାହାନ୍ତି ।
ତାଙ୍କର ଉଦ୍ଦେଶ୍ୟ ତାଙ୍କ ପତ୍ନୀ ହିଁ ଜୋତା ଖୋଲିବେ । ଜୋତା ଖୋଲିବା ନେଇ ପତ୍ନୀ ବୀଣାଦେବୀ ଓ ଝିଅ ମୀନା ସହିତ ବିମଳବାବୁଙ୍କର ବିବିଧ ଯୁକ୍ତି ଓ କଥା କଟାକଟି ଚାଲିଥିବା ବେଳେ ଘରକୁ ଆସିଛନ୍ତି ବନ୍ଧୁପତ୍ନୀ ସୁମିତ୍ରାଦେବୀ । ସେ ତାଙ୍କ ସ୍ଵାମୀ ହରେନ୍ଦ୍ରବାବୁଙ୍କୁ ଖୋଜୁଛନ୍ତି ବୋଲି କହିଛନ୍ତି । ଗାଡ଼ିଟା ତାଙ୍କୁ ନେଇ ଅଫିସରେ ଛାଡ଼ିଆସେ ପୁଣି ଯାଇ ନେଇଆସେ । ବାକି ସମୟତକ ଗାଡ଼ିଟା ତାଙ୍କ ଅଧିକାରରେ ରହେ । କାରଣ ବହୁ ସଭାସମିତିରେ ତାଙ୍କୁ ଯୋଗଦେବାକୁ ପଡ଼େ । ତେଣୁ ସେ ଗାଡ଼ି ଧରି ତାଙ୍କ ପତିଦେବଙ୍କୁ ଖୋଜିବାପାଇଁ ବାହାରିଛନ୍ତି । ଏହା କହି ସେ ଚାଲିଯାଇଛନ୍ତି କିନ୍ତୁ ଛାଡ଼ିଯାଇଛନ୍ତି ତାଙ୍କ ଭ୍ୟାନିଟି ବ୍ୟାଟିକୁ । ପତିଗତାପ୍ରାଣା ସୁମିତ୍ରାଦେବୀଙ୍କ ପତିଭକ୍ତିରେ ବିମୁଗ୍ଧ ବିମଳବାବୁ ନିଜକୁ ହରେନ୍ଦ୍ରବାବୁଙ୍କ ସହ ତୁଳନା କରି ହତାଶ ହୋଇପଡ଼ିଛନ୍ତି । ଘରଛାଡ଼ି ଚାଲିଯିବାକୁ ବାହାରିଛନ୍ତି ।
ଏହି ସମୟରେ ଆସିଛନ୍ତି ହରେନ୍ଦ୍ରବାବୁ । ସେ ମୀନାଠାରୁ ସବୁ ଶୁଣି ବିମଳବାବୁଙ୍କ ପାଦରେ ନୂଆ ଜୋତା ଓ ମୋଜା ଦେଖୁ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ପୂର୍ବରୁ ବିମଳବାବୁଙ୍କୁ କହିଥିବା କଥାର ମର୍ମାର୍ଥ ବୁଝାଇଛନ୍ତି । ଗୋଡ଼ରୁ ଜୋତା ମୋଜା କାଢ଼ିଦେବାର ଅର୍ଥ ହେଲା ସେ କ୍ଲଟ୍କୁ ବାହାରିବାବେଳେ ତାଙ୍କ ସ୍ତ୍ରୀ ଜୋତା-ମୋଜା କାଢ଼ି ଲୁଚାଇ ଦିଅନ୍ତି । ଖାଲିପାଦରେ କ୍ଲବକୁ ବାହାରିଲେ ତାଙ୍କୁ ମାଡ଼ିବସି କୋଟ୍, କାମିଜ୍ ଓ ଗେଞ୍ଜି ଉତାରି ନେଇ ବାକ୍ସ ଭିତରେ ଲୋଚାକୋଚା କରି ରଖୁଦିଅନ୍ତି । ଆବଶ୍ୟକ ହେଲେ କାନ ମୋଡ଼ିଦେବା, ହାତମୋଡ଼ିଦେବା ପରି କର୍ମ କରିବାକୁ ମଧ୍ୟ ସେ ପଶ୍ଚାତ୍ପଦ ହୁଅନ୍ତି ନାହିଁ ।
ରାଗିଗଲା ବେଳେ ସେ ଭୁଲିଯାଆନ୍ତି ଯେ ହରେନ୍ଦ୍ରବାବୁ ତାଙ୍କ ସ୍ବାମୀ ବୋଲି । ଏହା ସତ୍ୟ ହେଲେ ମଧ୍ୟ ହରେନ୍ଦ୍ରବାବୁ କାହା ଆଗରେ ଏକଥା ପ୍ରକାଶ କରନ୍ତି ନାହିଁ । ଏହି ସମୟରେ ଛାଡ଼ିଯାଇଥିବା ଭ୍ୟାନିଟି ବ୍ୟାଟା ନେବାକୁ ସେଠାରେ ଝଡ଼ ପରି ଉପସ୍ଥିତ ହୋଇଛନ୍ତି ସୁମିତ୍ରା ଦେବୀ । ହରେନ୍ଦ୍ରବାବୁଙ୍କୁ ଦେଖ୍ ଯଥାଶୀଘ୍ର ଘରକୁ ଯିବାପାଇଁ ଉଠିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାଜିଟିଏ ଚେସ୍ ଖେଳିବା ନିମନ୍ତେ ହରେନ୍ଦ୍ରବାବୁଙ୍କ ଅନୁରୋଧକୁ ମଧ୍ଯ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ତାଙ୍କୁ ବୁଲାରୋଗ ଧରିଛି । ତେଣୁ ତାଙ୍କ ଅନୁପସ୍ଥିତିରେ ସେ ଚାଲି ଆସିଛନ୍ତି ।
ମିଟିଙ୍ଗୁରୁ ଫେରି ତାଙ୍କୁ ଘରେ ନ ଦେଖ୍ ସେ ଖୋଜିବାକୁ ଆସିଛନ୍ତି । ସୁମିତ୍ରା ଦେବୀଙ୍କର ଏହି କଡ଼ା ନିର୍ଦ୍ଦେଶରେ ବାଧ୍ୟ ଶିଶୁଟି ପରି ଅସହାୟ ଚାହାଣିରେ ଥରେ ବିମଳବାବୁଙ୍କ ଆଡ଼େ ଚାହିଁ ହରେନ୍ଦ୍ରବାବୁ ପତ୍ନୀଙ୍କ ସହିତ ଚାଲିଯାଇଛନ୍ତି । ଏହି ବାସ୍ତବ ସତ୍ୟକୁ ବିମଳବାବୁଙ୍କ ହୃଦୟ ବିଶ୍ଵାସ କରିପାରି ନାହିଁ । ତେଣୁ ମୀନା ତା’ର ବାପାଙ୍କୁ କହିଛି ‘ ବାପା ! ଦୂର ପାହାଡ଼ ସୁନ୍ଦର ପରା !’’
ବିମଳବାବୁ ନିଜର ଭୁଲ ବୁଝିପାରି ପତ୍ନୀ ବୀଣାଦେବୀଙ୍କୁ ମନ ଜିଣିବାପାଇଁ ଦୀର୍ଘ ଦଶ/ବାର ବର୍ଷ ପରେ ଓଡ଼ିଆ ସିନେମା ଦେଖ୍ ଯିବାପାଇଁ ଲୁଗାପଟା ପିନ୍ଧି ଆସିବାକୁ ଅନୁରୋଧ କରି କଟ୍କଟ୍ କରୁଥିବା ପାଦରୁ ଜୋତା ଖୋଲିବାକୁ ଆରମ୍ଭ କରିଛନ୍ତି ।
ବିଷୟଗତ ଶବ୍ଦ ଓ ଅର୍ଥ :
ଗଳା ଫଟେଇ ଡାକିବା – ବଡ଼ପାଟିରେ ଡାକିବା ।
ଏ. ଡି. ଏମ୍. – Additional District Magistrate |
ନାଷ୍ଟି (Nasty) – ଖରାପ, ଦୁଃଖଦାୟକ ।
ପ୍ରୌଢ଼ – ବୃଦ୍ଧ ।
ସାଇକୋଲୋଜିଷ୍ଟ(Psychologist) – ମନୋବିଜ୍ଞାନୀ ।
ଇସିଓର (Insure) – ବୀମା କରିବା ।
ବୋନସ୍ (Bonus) – ବୀମା ପତ୍ରଧାରୀର ପ୍ରାପ୍ୟ ଲାଭ ।
ଅଜରାମରବତ୍ ପ୍ରାଜ୍ଞ ବିଦ୍ୟାମର୍ଥଞ୍ଚ ଚିନ୍ତୟେତ୍ – (ଅଜର + ଅମରବତ୍ ବିଦ୍ୟାମ୍ + ଅର୍ଥମ୍ + ଚ) ବିଜ୍ଞବ୍ୟକ୍ତିମାନେ ନିଜକୁ ଅଜର ଓ ଅମର ବୋଲି ମନେକରି ବିଦ୍ୟା ଓ ଧନ ଚିନ୍ତା କରିବା ଉଚିତ ।
Sceptre and crown tumble down – ଯେତେବଡ଼ ସ୍ଥାପତ୍ୟ ବା ହେବ ।
ପ୍ରିମିୟମ୍ (Premium) – ବୀମାର କିସ୍ତି ।
ମିଛେଇ – ମିଛ କହିବା ଅଭ୍ୟାସ ଯେଉଁ ସ୍ତ୍ରୀଲୋକର ।
ପାଇଟି – କାମ ।
ଗାଞ୍ଜଆ – ପଇସା ରଖୁବା ଥଳି ବା ମୁଣି ।
ଗୋଇ – କରିଥିବା କାମ /ଦୁର୍ବଳତା ।
ଅବ୍ଭି – ବର୍ତ୍ତମାନ ।
ଡିସ୍ପୋଜାଲ (Disposal) — ଅଧିକାର ।
ମର୍କଟାମି – ମାଙ୍କଡ଼ ପ୍ରବୃତ୍ତି ।
ଆବସେନ୍ସ (Absence) – ଅନୁପସ୍ଥିତି ।