Odisha State Board CHSE Odisha Class 12 Political Science Solutions Chapter 3 ଭାରତରେ ସଂଘୀୟବାଦ Short Answer Questions.
CHSE Odisha 12th Class Political Science Chapter 3 Short Answer Questions in Odia Medium
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି / ତିନୋଟି ବାକ୍ୟରେ ଦିଅ ।
୧ । ରାଜ୍ୟ ତାଲିକାରେ ଥିବା ଯେକୌଣସି ପାଞ୍ଚଗୋଟି ବିଷୟ ଉଲ୍ଲେଖ କର ଓ ଏହା ଉପରେ ସାଧରଣତଃ କିଏ ଆଇନ ପ୍ରଣୟନ କରିପାରେ ?
Answer:
ସାଧାରଣତଃ ସ୍ଵାସ୍ଥ୍ୟ ଓ ଚିକିତ୍ସା, ଆଭ୍ୟନ୍ତରୀଣ ଶୃଙ୍ଖଳା, କୃଷି, ଶିଳ୍ପ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଇତ୍ୟାଦି ରାଜ୍ୟ ତାଲିକାର ପାଞ୍ଚଗୋଟି ବିଷୟ ଅଟେ । ଏହା ଉପରେ ପ୍ରାୟତଃ ରାଜ୍ୟ ବ୍ୟବସ୍ଥାପକ ସଭା ଆଇନ ପ୍ରଣୟନ କରେ ।
୨ । ଯୁଗ୍ମ ତାଲିକାରେ ଥିବା ଯେକୌଣସି ୫ଟି ବିଷୟ ଲେଖ ।
Answer:
ବିବାହ ଓ ଛାଡ଼ପତ୍ର, ଜଙ୍ଗଲ, ମାପ ଓ ଓଜନ, ଔଷଧ, ଆର୍ଥନୀତିକ ଓ ସାମାଜିକ ଯୋଜନା ବିଷୟଗୁଡ଼ିକ ଯୁଗ୍ମ ତାଲିକାରେ ଉଲ୍ଲେଖ ଅଛି ।
୩ । ଅର୍ଥ ଆୟୋଗକୁ କିଏ କେତେ ବର୍ଷ ପାଇଁ ନିଯୁକ୍ତ କରନ୍ତି ?
Answer:
ଅର୍ଥ ଆୟୋଗକୁ ରାଷ୍ଟ୍ରପତି ୫ ବର୍ଷ ପାଇଁ ନିଯୁକ୍ତ କରନ୍ତି ।
୪ । ଅର୍ଥ ଆୟୋଗର ମୁଖ୍ୟ କାର୍ଯ୍ୟ କ’ଣ ?
Answer:
କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପ୍ରତି ପାଞ୍ଚ ବର୍ଷରେ ଥରେ ଆର୍ଥିକ ଦେଶନେଣ ବ୍ୟବସ୍ଥା, ପରିମାଣର ସମୀକ୍ଷା ଓ ପରିବର୍ତ୍ତନ କରିବା ଅର୍ଥ ଆୟୋଗର ମୁଖ୍ୟ କାର୍ଯ୍ୟ ଅଟେ ।
୫। ସର୍ବଭାରତୀୟ ସେବାସଂସ୍ଥାକୁ କିଏ ନିୟନ୍ତ୍ରଣ କରନ୍ତି ?
Answer:
ଭାରତର କେନ୍ଦ୍ର ସରକାର ସର୍ବଭାରତୀୟ ସେବାସଂସ୍ଥାକୁ ନିୟନ୍ତ୍ରଣ କରନ୍ତି ।
୬ | ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ ସଂସଦ କେତେବେଳେ ଆଇନ ପ୍ରଣୟନ କରେ ?
Answer:
ଦେଶରେ ଜରୁରୀ ପରିସ୍ଥିତି ଜାରି ଥିବାବେଳେ ରାଜ୍ୟସଭାରେ ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନ କ୍ରମେ ଗୃହୀତ ପ୍ରସ୍ତାବ କିମ୍ବା ଦୁଇ ବା ଅଧ୍ବକ ରାଜ୍ୟଙ୍କ ଅନୁରୋଧ କ୍ରମେ ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ କେନ୍ଦ୍ର ସଂସଦ ଆଇନ ପ୍ରଣୟନ କରିପାରିବ ।
୭ । ଆନ୍ତର୍ଜାତିକ ଚୁକ୍ତି କେତେ ଧାରାରେ ବର୍ଣ୍ଣନା କରାଯାଇଛି ?
Answer:
୨୫୩ ଧାରାରେ ବର୍ଣ୍ଣିତ ଅଛି ଯେ କୌଣସି ଆନ୍ତର୍ଜାତିକ ସନ୍ଧି, ଚୁକ୍ତି ବା ସର୍ଭେ ପାଳନ କରିବାପାଇଁ ଆବଶ୍ୟକ ହେଲେ ପାର୍ଲିଆମେଣ୍ଟ ଯେକୌଣସି ବିଷୟରେ ଆଇନ ପ୍ରଣୟନ କରେ ।
୮ । କେନ୍ଦ୍ର ତାଲିକା ଉପରେ କିଏ ଆଇନ ପ୍ରଣୟନ କରେ ?
Answer:
କେନ୍ଦ୍ରୀୟ ସଂସଦ କେନ୍ଦ୍ର ତାଲିକା ଉପରେ ଆଇନ ପ୍ରଣୟନ କରେ ।
୯ । ରାଜ୍ୟ ପୁନର୍ଗଠନ କ୍ଷମତା କାହା ଉପରେ ନ୍ୟସ୍ତ ହୋଇଛି ?
Answer:
ରାଜ୍ୟ ପୁନର୍ଗଠନ କ୍ଷମତା କେନ୍ଦ୍ରୀୟ ସଂସଦ ହସ୍ତରେ ନ୍ୟସ୍ତ ହୋଇଛି ।
୧୦ | ଭାରତ ସମ୍ବିଧାନରେ ଅବଶେଷ କ୍ଷମତା କାହାକୁ ଦିଆଯାଇଛି ?
Answer:
ଭାରତ ସମ୍ବିଧାନରେ ଅବେଶଷ କ୍ଷମତା କେନ୍ଦ୍ରକୁ ଦିଆଯାଇଛି ।
୧୧ । ଭାରତରେ ସଂଘୀୟ ବ୍ୟବସ୍ଥା କିଏ ପ୍ରଥମେ ପ୍ରତିଷ୍ଠା କରିଥିଲେ ?
Answer:
ଭାରତରେ ପ୍ରଥମେ ସଂଘୀୟ ବ୍ୟବସ୍ଥା ମଣ୍ଟେଗୁ-ଚେମସ୍କୋର୍ଡ ପ୍ରତିଷ୍ଠା କରିଥିଲେ ।
୧୨ । ଭାରତ କାହିଁକି ଏକ ସଂଘୀୟ ରାଷ୍ଟ୍ର ଅଟେ ?
Answer:
ଭାରତରେ ସଂଘୀୟ ରାଷ୍ଟ୍ରର ସମସ୍ତ ଉପାଦାନ ଯଥା –
- ଲିଖ୍ ଓ ଅନମନୀୟ ସମ୍ବିଧାନ;
- କେନ୍ଦ୍ର ଓ ରାଜ୍ୟ ସ୍ତରରେ ଦୁଇଟି ସରକାର ଓ ସେମାନଙ୍କ ମଧ୍ୟରେ ସମ୍ବିଧାନଦ୍ଵାରା କ୍ଷମତାର ବଣ୍ଟନ
- ଦ୍ବିସଦନୀୟତା ଓ
- ନିରପେକ୍ଷ ନ୍ୟାୟାଳୟ ରହିଛି ।
୧୩ । ଭାରତ ସମ୍ବିଧାନ ଭାରତକୁ କେଉଁ ରୂପରେ ବର୍ଣ୍ଣନା କରିଛି ?
Answer:
ଭାରତ ସମ୍ବିଧାନ ଭାରତକୁ ଏକ ସଂଘୀୟ ରାଷ୍ଟ୍ର ବା ଐକିକ ରାଷ୍ଟ୍ର ହିସାବରେ ବର୍ଣ୍ଣନା ନକରି ଏହାର ପ୍ରଥମ ଧାରାରେ “ରାଜ୍ୟମାନଙ୍କର ଏକ ସମ୍ମିଳନ” ରୂପରେ ଘୋଷଣା କରିଛି ।
୧୪ । ବ୍ୟବସ୍ଥାପିକା ସଂପର୍କ କ୍ଷେତ୍ରରେ କେନ୍ଦ୍ର କାହିଁକି ଅଧିକ କ୍ଷମତା ଉପଭୋଗ କରେ ?
Answer:
ବ୍ୟବସ୍ଥାପିକା ସଂପର୍କ କ୍ଷେତ୍ରରେ କେନ୍ଦ୍ର ଅଧିକ କ୍ଷମତା ଉପଭୋଗ କରେ କାରଣ କେନ୍ଦ୍ର ତାଲିକା ପରି ଏକ ବୃହତ୍ ତାଲିକାଭୁକ୍ତ ବିଷୟ ଉପରେ ଆଇନ ପ୍ରଣୟନର ବ୍ୟାପକ ତଥା ଏକକ କ୍ଷମତା କେନ୍ଦ୍ରୀୟ ସଂସଦ ଉପଭୋଗ କରୁଛି । ଜରୁରୀ ପରିସ୍ଥିତି, ଦୁଇ ବା ଅଧ୍ଵକ ରାଜ୍ୟଙ୍କ ଅନୁରୋଧ, ରାଜ୍ୟସଭାରେ ଗୃହୀତ ପ୍ରସ୍ତାବ ଆଦି ଭିତ୍ତିରେ ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ କେନ୍ଦ୍ର ଆଇନ କରିଥାଏ । ପୁନଶ୍ଚ ଯୁଗ୍ମ ତାଲିକାଭୁକ୍ତ ବିଷୟ ଉପରେ ପ୍ରଣୀତ କେନ୍ଦ୍ର ଆଇନ ଓ ରାଜ୍ୟ ଆଇନ ମଧ୍ୟରେ ବିବାଦ ଦେଖାଗଲେ କେନ୍ଦ୍ର ଆଇନ ବଳବତ୍ତର ରୁହେ ।
୧୫ । କେନ୍ଦ୍ରଶାସିତ ଅଞ୍ଚଳ କ’ଣ ?
Answer:
ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳ ଭାରତର କେନ୍ଦ୍ର ସରକାରଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣ ଓ ପରିଚାଳନାରେ ରହିଲେ ତାହାକୁ କେନ୍ଦ୍ରଶାସିତ ଅଞ୍ଚଳ କୁହାଯାଏ । କୌଣସି ଅଞ୍ଚଳକୁ ସ୍ଵତନ୍ତ୍ର ସୁବିଧା ପ୍ରଦାନ ଲକ୍ଷ୍ୟରେ ଏହା କରାଯାଇଥାଏ । ଭାରତରେ ୭ଗୋଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି ।
(B) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଞ୍ଚଟି / ଛଅଟି ବାକ୍ୟରେ ଦିଅ ।
୧। ଅବଶିଷ୍ଟ କ୍ଷମତା କହିଲେ କ’ଣ ବୁଝ ?
Answer:
କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ହୋଇଥିବା କ୍ଷମତା ବଣ୍ଟନ ଅନୁଯାୟୀ ଯେଉଁ ବିଷୟଗୁଡ଼ିକ କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଓ ଯୁଗ୍ମ ତାଲିକାରେ ସ୍ଥାନ ପାଇନଥାଏ, ସେଗୁଡ଼ିକୁ ଅବଶିଷ୍ଟ କ୍ଷମତା କୁହାଯାଏ । ଏହା ଅନିର୍ଦ୍ଦିଷ୍ଟ ଅଟେ ଏବଂ ଏହା କେନ୍ଦ୍ର ସରକାରଙ୍କ ହସ୍ତରେ ନ୍ୟସ୍ତ କରାଯାଇଛି । କେଉଁ କେଉଁ ବିଷୟଗୁଡ଼ିକ ବଳକା କ୍ଷମତାର ପରିସରଭୁକ୍ତ ହେବ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନେବାପାଇଁ ସୁପ୍ରିମ୍କୋର୍ଟକୁ କ୍ଷମତା ପ୍ରଦାନ କରାଯାଇଛି ।
୨ । କେଉଁ କେଉଁ ପରିସ୍ଥିତିରେ କେନ୍ଦ୍ର ସରକାର ରାଜ୍ୟ ତାଲିକାଭୁକ୍ତ ବିଷୟରେ ଆଇନ ପ୍ରଣୟନ କରିପାରିବେ ?
Answer:
ରାଜ୍ୟ ତାଲିକାଭୁକ୍ତ ବିଷୟରେ ଆଇନ ପ୍ରଣୟନ କରିବାପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ଦିଆଯାଇଥିଲେ ମଧ୍ୟ କେତେକ ପରିସ୍ଥିତିରେ କେନ୍ଦ୍ର ବ୍ୟବସ୍ଥାପିକା ଏହି ତାଲିକାରେ ହସ୍ତକ୍ଷେପ କରି ଆଇନ ପ୍ରଣୟନ କରିବାର କ୍ଷମତା ପାଇଥାଏ । ପ୍ରଥମତଃ, ଯେତେବେଳେ ଦେଶରେ ଜାତୀୟ ଜରୁରିକାଳୀନ ପରିସ୍ଥିତି ଜାରି ହୋଇଥାଏ, ସେତେବେଳେ ସଂସଦ ରାଜ୍ୟ ତାଲିକାଭୁକ୍ତ ବିଷୟଗୁଡ଼ିକରେ ଆଇନ ପ୍ରଣୟନ କରିବାର କ୍ଷମତା ପାଇଥାଏ । ଦ୍ଵିତୀୟତଃ, ରାଜ୍ୟସଭା ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନକ୍ରମେ ଯଦି ପ୍ରସ୍ତାବ ଗ୍ରହଣ କରେ ଯେ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ସଂସଦ ରାଜ୍ୟ ତାଲିକାଭୁକ୍ତ କୌଣସି ବିଷୟରେ ଆଇନ ପ୍ରଣୟନ କରିବା ଉଚିତ; ତେବେ ସଂସଦ ସେହି ବିଷୟରେ ଆଇନ ପ୍ରଣୟନ କରିଥାଏ । ତୃତୀୟତଃ, ଯଦି ଦୁଇ ବା ତତୋଽଧ୍ଵକ ରାଜ୍ୟ ସ୍ଵେଚ୍ଛାକୃତ ଭାବେ ସେମାନଙ୍କର ବିଧାନମଣ୍ଡଳରେ ଏକ ପ୍ରସ୍ତାବ ଗ୍ରହଣ କରି ରାଜ୍ୟ ତାଲିକାଭୁକ୍ତ ବିଷୟରେ ଆଇନ ପ୍ରଣୟନ କରିବାକୁ ସଂସଦକୁ ଅନୁରୋଧ କରନ୍ତି ତାହାହେଲେ ସଂସଦ ଆଇନ ପ୍ରଣୟନ କରିପାରିବ ।
୩ । ଯୋଜନା ଆୟୋଗର କାର୍ଯ୍ୟାବଳୀ ଆଲୋଚନା କର ।
Answer:
ସରକାରଙ୍କର ବହୁବିଧ ଯୋଜନାକୁ ରୂପରେଖ ଦେବାପାଇଁ ଏକ ‘କେନ୍ଦ୍ରୀୟ ଯୋଜନା ଆୟୋଗ’ ଗଠନ କରାଯାଇଛି । ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷ ଅଟନ୍ତି । ଦେଶର ସାମାଜିକ ଓ ଆଞ୍ଚଳିକ ବିକାଶ ପାଇଁ ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ ତାକୁ କାର୍ଯ୍ୟକାରୀ କରାଇବା, ରାଷ୍ଟ୍ରର ସୀମିତ ସମ୍ବଳକୁ ସୁଚିନ୍ତିତ ଯୋଜନା ମାଧ୍ୟମରେ ଉପଯୁକ୍ତ ଭାବରେ ବିନିଯୋଗ କରି ରାଷ୍ଟ୍ରର ସର୍ବାଧିକ ଉନ୍ନତି ସାଧନ କରିବା ଯୋଜନା ଆୟୋଗର ମୁଖ୍ୟ କର୍ତ୍ତବ୍ୟ । ଏହା କେନ୍ଦ୍ର ସରକାରଙ୍କୁ ଉନ୍ନୟନମୂଳକ କାର୍ଯ୍ୟରେ ପରାମର୍ଶ ପ୍ରଦାନ କରିଥାଏ ।
୪ | ଭାରତର ହିସାବ ରକ୍ଷକ ଓ ମହାସମୀକ୍ଷକଙ୍କର ଭୂମିକା ଆଲୋଚନା କର ।
Answer:
ସମ୍ବିଧାନର ୧୪୮ ଧାରା ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଆୟବ୍ୟୟର ହିସାବ୍ ରଖୁବା ଓ ତର୍ଜମା କରିବାପାଇଁ ରାଷ୍ଟ୍ରପତି ଜଣେ ହିସାବ ରକ୍ଷକ ଓ ମହାସମୀକ୍ଷକଙ୍କୁ ନିଯୁକ୍ତ କରିଥାଆନ୍ତି । ସଂସଦ ମଞ୍ଜୁର କରିଥିବା ଅର୍ଥର ଉପଯୁକ୍ତ ବିନିଯୋଗ ହେଉଛି କି ନାହିଁ ତାହା ପରୀକ୍ଷା କରିବା ତାଙ୍କର ପ୍ରଧାନ କର୍ତ୍ତବ୍ୟ । କେନ୍ଦ୍ର ଓ ରାଜ୍ୟର ଆୟବ୍ୟୟର ଚୂଡ଼ାନ୍ତ ହିସାବ ରଖିବା ଏବଂ ଆର୍ଥିକ ନିୟନ୍ତ୍ରଣ ଆଇନ ଅନୁସାରେ ବ୍ୟୟ ତାଲିକାକୁ ତର୍ଜମା କରିବା ହେଉଛି ତାଙ୍କର ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ । ସେ ସମସ୍ତ ସରକାରୀ ଆୟବ୍ୟୟର ବିବରଣୀକୁ ସମୀକ୍ଷା କରନ୍ତି ।
୫ । N.D.C. ବା ‘ଜାତୀୟ ଉନ୍ନୟନ ପରିଷଦ’ କ’ଣ ?
Answer:
‘ଜାତୀୟ ଉନ୍ନୟନ ପରିଷଦ’ ୧୯୫୦ ମସିହାରେ ସୃଷ୍ଟି ହୋଇଥିଲା । ଯୋଜନା ଆୟୋଗର ସମସ୍ତ ସଭ୍ୟ, କେନ୍ଦ୍ରର କ୍ୟାବିନେଟ୍ ମନ୍ତ୍ରୀ ଏବଂ ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଜାତୀୟ ଉନ୍ନୟନ ପରିଷଦ ଗଠିତ ହୋଇଛି । ଏହାର ନିଷ୍ପଭିଗୁଡ଼ିକ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କ ପାଇଁ ଲାଗୁ ହୋଇଥାଏ । ରାଜ୍ୟ-ରାଜ୍ୟ ମଧ୍ୟରେ ସହଯୋଗ ଓ ସମନ୍ଵୟ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଏହା ଗଠିତ ହୋଇଛି ।
୬ । ଆନ୍ତଃରାଜ୍ୟ ପରିଷଦ’ (Inter-State Council) କ’ଣ ?
Answer:
ସର୍ବସାଧାରଣ ସ୍ଵାର୍ଥ ସଂରକ୍ଷଣ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ‘ଆନ୍ତଃରାଜ୍ୟ ପରିଷଦ’ ଗଠନ କରିପାରିବେ ବୋଲି ୨୬୩ ଧାରାରେ ବର୍ଣ୍ଣନା କରାଯାଇଛି । ଏହି ପରିଷଦ ନିମ୍ନଲିଖ କାର୍ଯ୍ୟଗୁଡ଼ିକ ସମ୍ପାଦନ କରିବ :
- ରାଜ୍ୟ-ରାଜ୍ୟ ମଧ୍ୟରେ ଉପୁଜିଥିବା ସଂଘର୍ଷର ଅନୁସନ୍ଧାନ ଓ ସମାଧାନ ନିମନ୍ତେ ପରାମର୍ଶ ପ୍ରଦାନ ।
- ରାଜ୍ୟ-ରାଜ୍ୟ ମଧ୍ୟରେ ଓ କେନ୍ଦ୍ର-ରାଜ୍ୟ ମଧ୍ୟରେ ସାଧାରଣ ସ୍ଵାର୍ଥକୁ କେନ୍ଦ୍ର କରି ବିବାଦ ଉପୁଜିଲେ ସେ ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିବା ।
- ଏହି ବିଷୟରେ ନୀତି ଓ କାର୍ଯ୍ୟ ମଧ୍ୟରେ ସମନ୍ଵୟ ସ୍ଥାପନ ପାଇଁ ସୁପାରିସ କରିବା ।
୭ । କେନ୍ଦ୍ରର ନିର୍ବିଘ୍ନ କ୍ଷମତା କ’ଣ ?
Answer:
୨୫୭ ଧାରା ଅନୁଯାୟୀ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମଧ୍ୟରେ ପ୍ରଶାସନିକ କ୍ଷେତ୍ରରେ ସଂଘର୍ଷ ସୃଷ୍ଟି ନ ହେବାକୁ କୁହାଯାଇଛି । ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟକୁ ନିର୍ଦ୍ଦେଶ ଦେଇପାରିବେ । ଜାତୀୟ ତଥା ସାମରିକ କାର୍ଯ୍ୟରେ ବ୍ୟବହୃତ ଯୋଗାଯୋଗ ମାଧ୍ୟମ; ଯଥା – ରେଳପଥ ଓ ରାଜପଥଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ରୀୟ ନିର୍ଦ୍ଦେଶକୁ ରାଜ୍ୟମାନେ ମାନିବାକୁ ବାଧ୍ୟ । ରାଜ୍ୟରେ କେନ୍ଦ୍ରୀୟ ପ୍ରଶାସନ କ୍ଷମତାକୁ ବିସ୍ତୃତ କଲାଭଳି କୌଣସି କାର୍ଯ୍ୟ ରାଜ୍ୟ ସରକାର କରିବେ ନାହିଁ ।
୮ । ଭାରତକୁ ଅର୍ଦ୍ଧ-ରାଷ୍ଟ୍ରସଂଘ ବା ପ୍ରାୟକଳ୍ପ ରାଷ୍ଟ୍ରସଂଘ (Quasi-Federal) କାହିଁକି କୁହାଯାଏ ?
Answer:
ଭାରତର ରାଜନୈତିକ ବ୍ୟବସ୍ଥାରେ ସଂଘୀୟ ରାଷ୍ଟ୍ରର ସମସ୍ତ ଉପାଦାନ; ଯଥା – ଏକ ଲିଖ୍ ଓ ଅନମନୀୟ ସମ୍ବିଧାନ, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସାମ୍ବିଧାନିକ କ୍ଷମତା ବଣ୍ଟନ, ନିରପେକ୍ଷ ନ୍ୟାୟାଳୟ ଓ ଦ୍ଵିସଦନୀୟ ବ୍ୟବସ୍ଥା ଆଦି ପରିଦୃଷ୍ଟ ହେଉଥିବାରୁ ଏହା ଆକାରରେ ଏକ ସଂଘୀୟ ରାଷ୍ଟ୍ର । କିନ୍ତୁ ଜାତୀୟ ଏକତା ଓ ଅଖଣ୍ଡତା ରକ୍ଷା ଦୃଷ୍ଟିରୁ କେନ୍ଦ୍ରକୁ ଅଧିକ କ୍ଷମତା ଦିଆଯାଇଛି । କ୍ଷମତାର ବିଭାଜନ, ପ୍ରଶାସନିକ ନିୟନ୍ତ୍ରଣ, ଆର୍ଥିକ ନିୟନ୍ତ୍ରଣ, କେନ୍ଦ୍ରୀୟ ସାଧାରଣ ସେବା, ରାଜ୍ୟପାଳ, ଯୋଜନା ଆୟୋଗ, ମହା ହିସାବରକ୍ଷକ ଓ ପରୀକ୍ଷକ ଇତ୍ୟାଦି ମାଧ୍ୟମରେ କେନ୍ଦ୍ର ସରକାର ନିଜର ପ୍ରାଧାନ୍ୟ ବିସ୍ତାର କରନ୍ତି ଓ ରାଜ୍ୟମାନେ କେନ୍ଦ୍ରୀୟ ନିର୍ଦ୍ଦେଶ ମାନି ଚଳିଥା’ନ୍ତି । ଜାତୀୟ ଜରୁରୀ ପରିସ୍ଥିତି ଓ ରାଷ୍ଟ୍ରପତି ଶାସନ ମାଧ୍ୟମରେ କେନ୍ଦ୍ରୀୟ ପ୍ରଭାବ ଅଧିକ ଅନୁଭୂତ ହୁଏ । ଏଣୁ ସମାଲୋଚକମାନେ ଭାରତକୁ ଅର୍ଥ ରାଷ୍ଟ୍ରସଂଘ ବା ପ୍ରାୟକଳ୍ପ ରାଷ୍ଟ୍ରସଂଘ ରୂପେ ଅଭିହିତ କରିଥା’ନ୍ତି |
୯ । ଭାରତରେ ଐକିକ ରାଷ୍ଟ୍ରର କେଉଁ ଲକ୍ଷଣମାନ ପରିଦୃଷ୍ଟ ହୁଏ ?
କିମ୍ବା, ଭାରତୀୟ ରାଷ୍ଟ୍ରସଂଘର କେନ୍ଦ୍ରୀକରଣ ଲକ୍ଷଣମାନ ଲେଖ ।
Answer:
ଭାରତ ଏକ ସଂଘୀୟ ରାଷ୍ଟ୍ରର ରୂପ ପ୍ରାପ୍ତ ହୋଇଥିଲେ ମଧ୍ୟ ଏଠାରେ ଏକ ଐକିକ ରାଷ୍ଟ୍ରର ନିମ୍ନଲିଖୁତ ଲକ୍ଷଣମାନ ପରିଦୃଷ୍ଟ ହୋଇଥାଏ –
- ସମ୍ବିଧାନର ୧ ଧାରାରେ ଭାରତକୁ ଏକ ‘ରାଜ୍ୟମାନଙ୍କର ସମ୍ମଳନ’ ବୋଲି ଘୋଷଣା କରାଯାଇଛି ।
- ୩ ଧାରା ଅନୁଯାୟୀ ସଂସଦ ସାଧାରଣ ସଂଖ୍ୟାଗରିଷ୍ଠତା ସହ ଆଇନ ପ୍ରଣୟନଦ୍ଵାରା ରାଜ୍ୟର ନାମ ଓ ଭୌଗୋଳିକ ସୀମାରେଖାରେ ପରିବର୍ତ୍ତନ କରିପାରିବ ।
- ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ରାଜ୍ୟପାଳ ରାଜ୍ୟ ପ୍ରଶାସନର ମୁଖ୍ୟ ଓ କେନ୍ଦ୍ରର ପ୍ରତିନିଧ୍ଵ ରୂପେ କାର୍ଯ୍ୟ କରିଥା’ନ୍ତି ।
- ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ କେନ୍ଦ୍ର ସରକାର ଆଇନ ପ୍ରଣୟନ କରିପାରନ୍ତି ।
- ୩୫୨, ୩୫୬ ଓ ୩୬୦ ଧାରାରେ ବର୍ଣ୍ଣିତ ଜରୁରୀ ପରିସ୍ଥିତି ସଂକ୍ରାନ୍ତୀୟ ବ୍ୟବସ୍ଥା ।
- ସର୍ବଭାରତୀୟ ସେବା ବ୍ୟବସ୍ଥା ମାଧ୍ୟମରେ ରାଜ୍ୟ ପ୍ରଶାସନିକ କଳ ଉପରେ ନିୟନ୍ତ୍ରଣ ଜାରି |
- ଯୋଜନା କମିଶନ, ଅର୍ଥ କମିଶନ ଇତ୍ୟାଦିଙ୍କ କେନ୍ଦ୍ରୀଭୂତ ସ୍ଥିତି ଓ ଭୂମିକା ।
- ଏକକ ନାଗରିକତ୍ଵ ।
- ସମ୍ବିଧାନ ସଂଶୋଧନ କ୍ଷେତ୍ରରେ ସଂସଦର ପ୍ରାଧାନ୍ୟ ।
୧୦ । ଅର୍ଥ ଆୟୋଗର କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ଦିଅ ।
Answer:
ସମ୍ବିଧାନର ୨୮୦ ଧାରା ଅନୁଯାୟୀ ପ୍ରତି ୫ ବର୍ଷରେ ଥରେ ରାଷ୍ଟ୍ରପତି ଅର୍ଥ ଆୟୋଗ ନିଯୁକ୍ତ କରନ୍ତି | ଉକ୍ତ ଆୟୋଗର ଜଣେ ଅଧ୍ୟକ୍ଷ ଓ ୪ ଜଣ ସଦସ୍ୟ ଥାଆନ୍ତି । ଉକ୍ତ ଆୟୋଗର ଅଧକ୍ଷ ଓ ସଦସ୍ୟମାନଙ୍କର ଉଚ୍ଚ ନ୍ୟାୟଳୟର ବିଚାରପତି ହେବାପାଇଁ ଯୋଗ୍ୟତା ଥିବା ଦରକାର କିମ୍ବା ସାଧାରଣ ପ୍ରଶାସନିକ ଦକ୍ଷତା କିମ୍ବା ଅର୍ଥଶାସ୍ତ୍ର ସମ୍ବନ୍ଧରେ ବିଶେଷ ଜ୍ଞାନ ଥିବା ଆବଶ୍ୟକ ଅଟେ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆୟକର ସମେତ ଅନ୍ୟ କେତେକ କେନ୍ଦ୍ରୀୟ ରାଜସ୍ବର ବଣ୍ଟନ ପାଇଁ ଉପଯୁକ୍ତ ନୀତି ନିର୍ଦ୍ଧାରଣ କରି ରାଷ୍ଟ୍ରପତିଙ୍କୁ ସୁପାରିସ କରିବା ଏହାର ପ୍ରଧାନ କର୍ତ୍ତବ୍ୟ ଅଟେ । କେନ୍ଦ୍ର ସରକାର କେଉଁ ନୀତି ଓ କେଉଁ ହାରରେ ରାଜ୍ୟ ସରକାରମାନଙ୍କୁ ଅନୁଦାନ ଦେବେ ତାହା ଉକ୍ତ ଆୟୋଗ ସ୍ଥିର କରିଥାଏ । ଦେଶର ସୁସ୍ଥ ଅର୍ଥନୈତିକ ପରିବର୍ତ୍ତନ ପାଇଁ ରାଷ୍ଟ୍ରପତିଙ୍କଦ୍ୱାରା ପ୍ରଦତ୍ତ ଅନ୍ୟାନ୍ୟ ଆର୍ଥିକ ସମସ୍ୟାର ବିଚାରକରି ସୁପାରିସ କରିବା ଏହାର କାର୍ଯ୍ୟପରିସରଭୁକ୍ତ ଅଟେ ।
୧୧ । ଯୁଗ୍ମ ତାଲିକା କ’ଣ ?
କିମ୍ବା, ଯୁଗ୍ମ ତାଲିକାରେ ଆଇନ ପ୍ରଣୟନ ସଂକ୍ରାନ୍ତର ବିବାଦ ଉପୁଜିଲେ କ’ଣ କରାଯାଏ ?
Answer:
ଯୁଗ୍ମ ତାଲିକା (Concurrent List) ଭୁକ୍ତ ୫୨ ଗୋଟି ବିଷୟ ଉପରେ ଆଇନ ପ୍ରଣୟନର କ୍ଷମତା ଉଭୟ କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବ୍ୟବସ୍ଥାପକ ସଭାର ରହିଛି । ଏଥିରେ ବିବାହ ଓ ବିଚ୍ଛେଦ, ଶ୍ରମିକ ସଙ୍ଗଠନ ଓ କଲ୍ୟାଣ, ସମ୍ବାଦପତ୍ର ଆଦି ବିଷୟ ଅନ୍ତର୍ଭୁକ୍ତ । ମାତ୍ର ଏହି ତାଲିକାଭୁକ୍ତ କୌଣସି ଏକ ବିଷୟ ଉପରେ ଉଭୟଙ୍କଦ୍ବାର ପ୍ରଣୀତ ଆଇନ ପରସ୍ପରର ବିରୋଧୀ ହେଲେ କେନ୍ଦ୍ରୀୟ ଆଇନ ବଳବତ୍ତର ରୁହେ । ଏଣୁ ଯୁଗ୍ମ ତାଲିକା ଉପରେ ମଧ୍ୟ କେନ୍ଦ୍ରର ପ୍ରାଧାନ୍ୟ ରହିଛି ।
୧୨ । କେଉଁ ପରିସ୍ଥିତିରେ ରାଜ୍ୟର ଅର୍ଥଚିଠା ରାଷ୍ଟ୍ରପତିଙ୍କ ଅନୁମୋଦନ ଆବଶ୍ୟକ କରେ ?
Answer:
ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଓ ଆର୍ଥିକ ଜରୁରୀ ପରିସ୍ଥିତି ଜାରି ହୋଇଥିବା ସମୟରେ ରାଜ୍ୟ ବିଧାନସଭାଦ୍ଵାରା ଗୃହୀତ କୌଣସି ଅର୍ଥ ବିଧେୟକକୁ ଅନୁମୋଦନ ନିମିତ୍ତ ରାଜ୍ୟପାଳ ସଂରକ୍ଷଣ କରିପାରନ୍ତି । ରାଷ୍ଟ୍ରପତି ଏହି ବିଧେୟକକୁ ଅନୁମୋଦନ କରି ନ ପାରନ୍ତି କିମ୍ବା ଏହାର ଅର୍ଥ ପରିମାଣ କମାଇ ପାରନ୍ତି କିମ୍ବା ପୁନର୍ବିଚାର ନିର୍ଦ୍ଦେଶ ଦେଇ ପାରନ୍ତି । ଏଣୁ ଜାତୀୟ ଜରୁରୀ ପରିସ୍ଥିତିରେ ରାଜ୍ୟମାନଙ୍କର ଆର୍ଥିକ କ୍ଷମତା ହ୍ରାସ ପାଏ ।
୧୩ । ଭାରତ ଏକ ସଂଘୀୟ ରାଷ୍ଟ୍ର କି ?
କିମ୍ବା, ଭାରତୀୟ ସମ୍ବିଧାନର ସଂଘୀୟ ଉପାଦାନ ଦର୍ଶାଅ ।
Answer:
ଭାରତ ଏକ ସଂଘୀୟ ରାଷ୍ଟ୍ର । କାରଣ ଏଠାରେ ସଂଘୀୟ ରାଷ୍ଟ୍ରର ସମସ୍ତ ଉପାଦାନ ରହିଛି; ଯଥା –
- ଏକ ଲିଷ୍କୃତ ଓ ଅନମନୀୟ ସମ୍ବିଧାନ,
- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଶାସନ କ୍ଷମତାର ସାମ୍ବିଧାନିକ ବଣ୍ଟନ,
- କେନ୍ଦ୍ର ଓ ରାଜ୍ୟ ସ୍ତରରେ ଦୁଇଟି ଶାସନ ବ୍ୟବସ୍ଥା;
- ଏକ ସ୍ଵାଧୀନ ଓ ନିରପେକ୍ଷ ବିଚାରସଂସ୍ଥା ଓ
- ଦ୍ବିସଦନୀୟତା । ଏଣୁ କୌଣସି ଧାରାରେ ନିର୍ଦ୍ଦିଷ୍ଟଭାବେ ଉଲ୍ଲେଖ ରହି ନଥିଲେ ମଧ୍ୟ ଭାରତ ଏକ ସଂଘୀୟ ରାଷ୍ଟ୍ର ଅଟେ । ଭାରତ ସମ୍ବିଧାନରେ ରାଜ୍ୟମାନଙ୍କୁ ସଂଘୀୟ ବ୍ୟବସ୍ଥାରୁ ଅଲଗା ହୋଇଯିବାର ଅଧିକାର ଦିଆଯାଇ ନ ଥିବାରୁ ଭାରତରେ ସଂଘୀୟ ବ୍ୟବସ୍ଥା ଅବିନାଶୀ ଅଟେ ।
୧୪ । କେନ୍ଦ୍ର ତାଲିକା କ’ଣ ?
Answer:
ଭାରତୀୟ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆଇନଗତ ସଂପର୍କ ପରିପ୍ରେକ୍ଷୀରେ ତିନିଗୋଟି ତାଲିକାର ସୂଚନା ଦିଆଯାଇଛି ଓ ତନ୍ମଧ୍ୟରୁ କେନ୍ଦ୍ର ତାଲିକା ଅନ୍ୟତମ । ଏହି ତାଲିକଭୁକ୍ତ ୯୯ ଗୋଟି ବିଷୟ ଉପରେ ଆଇନ ପ୍ରଣୟନର ଏକଚାଟିଆ କ୍ଷମତା କେବଳ କେନ୍ଦ୍ରୀୟ ସଂସଦ ନିକଟରେ ରହିଛି । ପ୍ରତିରକ୍ଷା, ଯୁଦ୍ଧ ଓ ଶାନ୍ତି, ଡାକ ଓ ତାର, ମୁଦ୍ରା ବ୍ୟବସ୍ଥା, ବାଣିଜ୍ୟ, ବୈଦେଶିକ ଋଣ, ରେଳବାଇ ଆଦି ବିଷୟ ଏହି ତାଲିକଭୁକ୍ତ ଅଟେ । ଏହି ସମସ୍ତ କ୍ଷେତ୍ରରେ ଦେଶସାରା କେବଳ ଏକପ୍ରକାର ବା ସାଦୃଶ୍ୟତାଯୁକ୍ତ ଆଇନ ଆବଶ୍ୟକ ହେଉଥିବାରୁ କେବଳ ସଂସଦହିଁ ଆଇନ ପ୍ରଣୟନ କ୍ଷମତା ପାଇଛି ।
୧୫ । ‘ଭାରତ ରାଜ୍ୟମାନଙ୍କର ସମ୍ମିଶ୍ରଣ’ ଅଟେ ବୁଝାଅ ।
Answer:
ଭାରତ ଏକ ସଂଘୀୟ ରାଷ୍ଟ୍ର ହୋଇଥିଲେ ମଧ୍ୟ ସମ୍ବିଧାନର ୧ ଧାରାରେ ଭାରତକୁ ଏକ ‘ରାଜ୍ୟମାନଙ୍କର ସମ୍ମିଶ୍ରଣ’ କୁହାଯାଏ । ଭାରତର ସଂଘୀୟ ବ୍ୟବସ୍ଥା କେନ୍ଦ୍ରାଭିମୁଖୀ ନ ହୋଇ କେନ୍ଦ୍ରାପସାରୀ ହୋଇଥିବାରୁ ଓ ରାଜ୍ୟମାନଙ୍କୁ ସଂଘୀୟ ବ୍ୟବସ୍ଥାରୁ ବାହାରିଯିବାର ସ୍ଵାଧୀନତା ଦିଆଯାଇ ନ ଥିବାରୁ ଏବଂ ବିଭିନ୍ନତା ମଧ୍ୟରେ ଏକତା ପ୍ରତିଷ୍ଠା ପାଇଁ ଭାରତକୁ ‘ରାଜ୍ୟମାନଙ୍କର ସମ୍ମିଶ୍ରଣ’ ବୋଲି ଘୋଷଣା କରାଯାଇଛି ।
(C) ପାର୍ଥକ୍ୟ ଦର୍ଶାଅ ।
୧ । କେନ୍ଦ୍ର ତାଲିକା ଓ ରାଜ୍ୟ ତାଲିକା ।
Answer:
ଭାରତ ସମ୍ବିଧାନର ନବମ ଖଣ୍ଡ ଓ ସପ୍ତମ ଅନୁସୂଚୀରେ କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବ୍ୟବସ୍ଥାପିକା ମଧ୍ୟରେ ଆଇନ ପ୍ରଣୟନ କ୍ଷମତାର ବିଭାଜନ କରାଯାଇଛି । ଏହା ତିନିଗୋଟି ତାଲିକାରେ ସ୍ଥାନ ପାଇଛି ଯଥା – କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଓ ଯୁଗ୍ମ ତାଲିକା । କେନ୍ଦ୍ର ତାଲିକାରେ ଥିବା ୯୯ଗୋଟି ବିଷୟ ଉପରେ ଆଇନ ପ୍ରଣୟନର ଏକକ ଦାୟିତ୍ଵ କେନ୍ଦ୍ରୀୟ ସଂସଦକୁ ଦିଆଯାଇଛି । ଏହି ତାଲିକାରେ ପ୍ରତିରକ୍ଷା, ବୈଦେଶିକ ସଂପର୍କ, ଡାକ ଓ ତାର, ମୁଦ୍ରା ବ୍ୟବସ୍ଥା, ଯୁଦ୍ଧ ଓ ଶାନ୍ତି ଆଦି ବିଷୟ ଅନ୍ତର୍ଭୁକ୍ତ । ଏହି ବିଷୟଗୁଡ଼ିକ କ୍ଷେତ୍ରରେ ଦେଶସାରା ଏକପ୍ରକାର ଆଇନ ପ୍ରଣୟନର ଜରୁରୀ ଆବଶ୍ୟକତା ରହିଛି ।
ରାଜ୍ୟ ତାଲିକାଭୁକ୍ତ ୬୧ଗୋଟି ବିଷୟ ଉପରେ ଆଇନ ପ୍ରଣୟନରେ ଦାୟିତ୍ଵ ରାଜ୍ୟ ବ୍ୟବସ୍ଥାପିକାର ରହିଛି । କୃଷି, ସ୍ୱାସ୍ଥ୍ୟ ଓ ପରିମଳ, ଆଇନ ଓ ଶୃଙ୍ଖଳା, ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା, ପୋଲିସ ଆଦି ବିଷୟ ଏହି ତାଲିକାରେ ସ୍ଥାନ ପାଇଛି । ଏହି ଆଞ୍ଚଳିକ ସ୍ବାର୍ଥସଂପନ୍ନ ବିଷୟଗୁଡ଼ିକ ଉପରେ ଦେଶସାରା ଏକ ପ୍ରକାର ଆଇନ ପ୍ରଣୟନରେ ଆବଶ୍ୟକତା ନାହିଁ । ଏହି ଆଇନରେ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ଭିନ୍ନତା ଦେଖାଗଲେ କିଛି ଅସୁବିଧା ନାହିଁ । କିନ୍ତୁ ଜରୁରୀ ପରିସ୍ଥିତି (୨୫୦ ଧାରା), ରାଜ୍ୟ ସଭାରେ ଗୃହୀତ ପ୍ରସ୍ତାବ (୨୪୯ ଧାରା), ଦୁଇ ବା ଅଧୂକ ରାଜ୍ୟର ଅନୁରୋଧ (୨୫୨ ଧାରା) ଓ ଆନ୍ତର୍ଜାତୀୟ ଚୁକ୍ତିର କାର୍ଯ୍ୟକାରିତା (୨୫୩ ଧାରା) କ୍ଷେତ୍ରରେ ରାଜ୍ୟ ତାଲିକାଭୁକ୍ତ ବିଷୟଗୁଡ଼ିକ ଉପରେ କେନ୍ଦ୍ରୀୟ ସଂସଦ ଆଇନ ପ୍ରଣୟନ କରିପାରେ ।