Go through 8th Class Science Book Odia Medium Question Answer and Class 8 Science Chapter 12 Question Answer Odia Medium ପ୍ରକୃତିର ସମନ୍ବୟ to understand textbook questions more clearly.
8th Class Science Chapter 12 Question Answer Odia Medium
Class 8 Science Chapter 12 Odia Medium
ଜିଜ୍ଞାସା ବଜାୟ ରଖ
Question 1.
ପ୍ରଦତ୍ତ ଚିତ୍ର ଦେଖ ଏବଂ ଭୁଲ୍ ଉକ୍ତିଟି ଚୟନ କର ।

(i) ଏକ ଜୀବଗୋଷ୍ଠୀ ଏକ ଜୀବସଂଖ୍ୟା ଅପେକ୍ଷା ବଡ଼ ।
(ii) ଏକ ଜୀବଗୋଷ୍ଠୀ ଏକ ପରିସଂସ୍ଥା ଅପେକ୍ଷା ଛୋଟ ।
(iii) ଏକ ପରିସଂସ୍ଥା ଏକ ଜୀବଗୋଷ୍ଠୀର ଅଂଶ ।
Answer:
(iii) ଏକ ପରିସଂସ୍ଥା ଏକ ଜୀବଗୋଷ୍ଠୀର ଅଂଶ
Question 2.
ଏକ ଜୀବସଂଖ୍ୟା ଏକ ଜୀବଗୋଷ୍ଠୀର ଅଂଶ । ଯଦି ସମସ୍ତ ଅପଘଟକ ଏକ ଜଙ୍ଗଲ ପରିସଂସ୍ଥାରୁ ହଠାତ୍ ଅଦୃଶ୍ୟ ହୋଇଯିବେ, ତେବେ କ’ଣ ପରିବର୍ତ୍ତନ ଘଟିବ ବୋଲି ତୁମେ ଭାବୁଛ ? ପରିସଂସ୍ଥାରେ ଅପଘଟକ କାହିଁକି ଅତ୍ୟାବଶ୍ୟକ ତାହା ବୁଝାଅ ।
Answer:
A. ପରିବର୍ତ୍ତନ :
- ମୃତ ଜୀବମାନଙ୍କ ଶରୀର ମାଁଟି ଉପରେ ଜମାହୋଇ ରହିବ ।
- ପୋଷକ ଚକ୍ର ବାଧା ପ୍ରାପ୍ତ ହେବ ।
- ଉଭିଦର ବୃଦ୍ଧି ବାଧାପ୍ରାପ୍ତ ହେବ ।
- ଖାଦ୍ୟ ଅଭାବ କାରଣରୁ ତୃଣଭୋଜୀ ସଂଖ୍ୟା ହ୍ରାସ ପାଇବ । ପରିସଂଘୀୟ ସନ୍ତୁଳନ ବିପର୍ଯ୍ୟସ୍ତ ହେବ ।
B. କାହିଁକି ଅତ୍ୟାବଶ୍ୟକ :
- ପୋଷକର ପୁନଃଚକ୍ରଣ ପ୍ରକ୍ରିୟା ହ୍ରାସ ପାଇବ ।
- ଖାଦ୍ୟ ଶୃଙ୍ଖଳ ଓ ଖାଦ୍ୟ ଜାଲି ସମ୍ଭବ ହେବ ନାହିଁ ।
- ମୃତଜୀବ ଶରୀର ବିଘଟିତ ହୋଇପାରିବ ନାହିଁ ।
Question 3.
ତାମିଲନାଡୁର କୁଡ଼ାଲୋର ଜିଲ୍ଲାର ସେଲଭାମ କହୁଥିଲେ ଯେ ୨୦୦୪ ମସିହାରେ ସୁନାମି ଆସିଥିଲା । ମାତ୍ର ହେନ୍ତାଳ ଜଙ୍ଗଲ ଥିବାରୁ ତାଙ୍କ ଗ୍ରାମ, ଅନ୍ୟ ନିକଟସ୍ଥ ଗ୍ରାମ ତୁଳନାରେ କମ୍ କ୍ଷତିଗ୍ରସ୍ତ ହୋଇଥିଲା । ଏହା ଶୁଣି ଦୀପା, ରୂପା ଏବଂ ସିଦ୍ଧି ଆଶ୍ଚର୍ଯ୍ୟ ହେଲେ । ସେମାନେ ବିସ୍ମିତ ହୋଇ ଚିନ୍ତା କଲେ ହେନ୍ତାଳ ଜଙ୍ଗଲ ଗାଁକୁ କିପରି ସୁରକ୍ଷା କିପରି ଦେଲା ? ତୁମେ କ’ଣ ସେମାନଙ୍କୁ ଏହା ବୁଝାଇ ପାରିବ ?
Answer:
- ହେନ୍ତାଳ ଜଙ୍ଗଲ ପ୍ରାକୃତିକ ପ୍ରତିବନ୍ଧକ ଭାବେ କାର୍ଯ୍ୟ କରେ ।
- ସାମୁଦ୍ରିକ ଝଡ଼ ଓ ସୁନାମି ସମୟରେ ଏହା ପ୍ରବଳ ପବନ ଓ ତରଙ୍ଗର ଗତିକୁ ମନ୍ଥର କରେ ।
- ହେନ୍ତାଳ ଜଙ୍ଗଲରେ ଥିବା ଉଭିଦ ମାନଙ୍କରେ ସ୍ଵତନ୍ତ୍ର ଚେର ମାଟିକୁ ଧରି ରଖୁବାରେ ସାହାଯ୍ୟ କରେ ।
- ଏହି ଶ୍ରେଣୀର ଉଭିଦମାନେ ମୃତ୍ତିକା କ୍ଷୟକୁ ହ୍ରାସ କରିଥାନ୍ତି ।
- ଜଳ ପ୍ରଭାବକୁ ନିୟନ୍ତ୍ରଣକ କରି ଉପକୂଳକୁ ସୁରକ୍ଷା ଦେଇଥାନ୍ତି ।
- ପଶ୍ଚିମବଙ୍ଗର ସୁନ୍ଦରବନ ହେନ୍ତାଳ ଜଙ୍ଗଲକୁ ଏହାର ଗୁରୁତ୍ଵ ଦୃଷ୍ଟିରୁ ‘ବିଶ୍ଵ ଐତିହ୍ୟ ସ୍ଥଳ’’ର ମାନ୍ୟତା ପ୍ରଦାନ କରାଯାଇଛି ।
![]()
Question 4.
ଏହି ଖାଦ୍ୟଶୃଙ୍ଖଳଟି ଦେଖ :
ଘାସ → ଝିଣ୍ଟିକା → ବେଙ୍ଗ → ସାପ
ଯଦି ଏହି ପରିସଂସ୍ଥାରୁ ବେଙ୍ଗ ଅଦୃଶ୍ୟ ହୋଇଯାଏ, ତେବେ ଝିଣ୍ଟିକା ଏବଂ ସାପ ସଂଖ୍ୟାର କ’ଣ ପରିବର୍ତ୍ତନ ହେବ ? କାହିଁକି ?
Answer:
ଏହିପରି ସଂସ୍ଥାରୁ ବେଙ୍ଗ ଅଦୃଶ୍ୟ ହୋଇଗଲେ ଏହାର ପ୍ରଭାବ ଝିଣ୍ଟିକା ଓ ସାପ ସଂଖ୍ୟାକୁ ପ୍ରଭାବିତ କରିବ ।
ବେଙ୍ଗ ଖାଦ୍ୟ ପାଇଁ ଝିଣ୍ଟିକାକୁ ଶିକାର କରିଥାଏ । ବେଙ୍ଗ ଅଦୃଶ୍ୟ ହେଲେ ଝିଣ୍ଟିକାମାନଙ୍କ ସଂଖ୍ୟା ବହୁମାତ୍ରାରେ ବୃଦ୍ଧିପାଇବ ।
ବେଙ୍ଗ, ସାପର ପ୍ରାଥମିକ ଶିକାର ଅଟେ । ବେଙ୍ଗ ଅଦୃଶ୍ୟ ହେଲେ ସାପମାନଙ୍କ ପାଇଁ ଖାଦ୍ୟ ଅଭାବ ଦେଖାଯିବ ଓ ଏମାନଙ୍କ ସଂଖ୍ୟା ହ୍ରାସ ପାଇବ ।
ଏକ ଖାଦ୍ୟ ଶୃଙ୍ଖଳରେ ଗୋଟିଏ ଖାଦ୍ୟ ସ୍ତରର ଅନୁପସ୍ଥିତି ସନ୍ତୁଳନକୁ ବିପର୍ଯ୍ୟସ୍ତ କରିବ ଓ ଏହା ପରିସଂସ୍ଥାରୁ ସବୁଦିନ ପାଇଁ ଲୋପ ପାଇଯିବ ।
Question 5.
ଗୋଟିଏ ସ୍କୁଲ ବଗିଚାରେ ଛାତ୍ରମାନେ ପୂର୍ବ ଋତୁରେ କମ୍ ପ୍ରଜାପତି ଥିବା ଲକ୍ଷ୍ୟ କରିଥିଲେ । ଏହାର ସମ୍ଭାବ୍ୟ କାରଣଗୁଡ଼ିକ କ’ଣ ହୋଇପାରେ ? ବିଦ୍ୟାଳୟ ପରିସରରେ ଅଧ୍ବକ ପ୍ରଜାପତି ସଂଖ୍ୟା ବୃଦ୍ଧି ପାଇଁ ଛାତ୍ରଛାତ୍ରୀମାନେ କ’ଣ ପଦକ୍ଷେପ ନେଇପାରିବେ ?
Answer:
A. କମ୍ ପ୍ରଜାପତି ଲକ୍ଷ୍ୟ କରିବାର ସମ୍ଭାବ୍ୟ କାରଣ :
କୀଟନାଶକର ଅତ୍ୟଧ୍ଵକ ବ୍ୟବହାର ହୋଇଥାଇପାରେ ।
ଫୁଲଗଛର ସଂଖ୍ୟା କମି ଯାଇଥାଇପାରେ ।
ଶିକାରୀ ପକ୍ଷୀମାନଙ୍କର ସଂଖ୍ୟା ବୃଦ୍ଧି ହୋଇଥାଇପାରେ ।
ବାୟୁ ବା ଜଳ ପ୍ରଦୂଷଣଦ୍ଵାରା ବାସସ୍ଥାନର ଗୁଣବତ୍ତା ହ୍ରାସ ହୋଇଥାଇପାରେ ।
B. ଆବଶ୍ୟକ ପଦକ୍ଷେପ :
ଅଧିକ ପରିମାଣରେ ଫୁଲଗଛ ଲଗାଇବା ।
କୀଟନାଶକ ବ୍ୟବହାର କରିବା ନାହିଁ ।
ପ୍ରଜାପତିଙ୍କ ଖାଦ୍ୟ ବଗିଚାରେ ରଖୁପାରିବା ।
ଜଳର ଉତ୍ସ (କୃତ୍ରିମ ଝରଣା) ତିଆରି କରିବା ।
Question 6.
କେବଳ ଉତ୍ପାଦକ ଥିବା ଏବଂ କୌଣସି ଭକ୍ଷକ କିମ୍ବା ଅପଘଟକ ନଥିବା ଏକ ପରିସଂସ୍ଥା କାହିଁକି ସମ୍ଭବ ନୁହେଁ ?
Answer:
A. କେବଳ ଉତ୍ପାଦକ ଥୁବା ପରିସଂସ୍ଥା ସମ୍ଭବ ନୁହେଁ, କାରଣ
- ଉତ୍ପାଦକ ମାନଙ୍କ ଉପରେ ନିର୍ଭର କରୁଥିବା ତୃଣଭୋଜୀ ନ ରହିଲେ ଉତ୍ପାଦକର ପରିମାଣ ବୃଦ୍ଧିପାଇବ ।
- ଉଭିଦଗୁଡ଼ିକ ଉପଯୁକ୍ତ ପୋଷକ ଓ ସୂର୍ଯ୍ୟାଲୋକ ପାଇଁ ପରସ୍ପର ମଧ୍ୟରେ ପ୍ରତିପୋଷଣ କରିବେ ।
- କେବଳ ବଡ଼ ଗଛ ରହିବ ଓ ଏହାତଳେ ଛୋଟ ଗଛ ଗୁଡ଼ିକ ଆଲୋକଶ୍ଳେଷଣ କରିପାରିବେ ନାହିଁ ।
B. କୌଣସି ଭକ୍ଷକ କିମ୍ବା ଅପଘଟକ ନଥିବା ପରିସଂସ୍ଥା ସମ୍ଭବ ନୁହେଁ, କାରଣ :
- ଭକ୍ଷକର ଅନୁପସ୍ଥିତି ଉତ୍ପାଦକମାନଙ୍କର ସଂଖ୍ୟା ବୃଦ୍ଧିକୁ ପ୍ରୋତ୍ସାହୀତ କରିବ ।
- ଅପଘଟକମାନଙ୍କର ଅନୁପସ୍ଥିତିରୁ ମୃତ ଜୀବମାନଙ୍କର ଶରୀର ମାଟି ଉପରେ ସେହିପରି ଅବସ୍ଥାରେ ପଡ଼ିରହିବ ।
- ପୋଷକଚକ୍ର ବାଧାପ୍ରାପ୍ତ ହେବ ଓ ଜୀବସଂଖ୍ୟା କ୍ରମଶଃ ହ୍ରାସ ପାଇବ ।
Question 7.
ତୁମ ଘର କିମ୍ବା ବିଦ୍ୟାଳୟ ନିକଟରେ ଦୁଇଟି ଭିନ୍ନ ସ୍ଥାନ (ଯଥା, ଗୋଟିଏ ପାର୍କ ଏବଂ ରାସ୍ତାର ଗୋଟିଏ ପାର୍ଶ୍ୱ) ପର୍ଯ୍ୟବେକ୍ଷଣ କର । ତୁମେ ଦେଖୁଥିବା ସଜୀବ ଏବଂ ନିର୍ଜୀବ ଉପାଦାନଗୁଡ଼ିକର ତାଲିକା କର । ପରିସଂସ୍ଥା ଦୁଇଟି ପରସ୍ପରଠାରୁ କିପରି ଭିନ୍ନ ?
Answer:
A. ପାର୍କରେ ଥିବା ଉପାଦାନଗୁଡ଼ିକର ତାଲିକା :
ଗଛ, ପକ୍ଷୀ, ଘାସ, ମଣିଷ – ସଜୀବ ଅଟନ୍ତି ।
ମାଟି, ପାଣି, ସୂର୍ଯ୍ୟକିରଣ, ବତୀଖୁଣ୍ଟ – ନିର୍ଜୀବ ଅଟନ୍ତି ।
B. ରାସ୍ତା ପାର୍ଶ୍ଵରେ ଥିବା ଉପାଦାନଗୁଡ଼ିକର ତାଲିକା :
ଘାସ, କୀଟପତଙ୍ଗ, କୁକୁର, ମଣିଷ ସଜୀବ ଅଟନ୍ତି ।
ଅଳିଆ ଆବର୍ଜନା, ପ୍ଲାଷ୍ଟିକ, କାଚ, ମାଟି, ଗୋଡ଼ି – ନିର୍ଜୀବ ଅଟନ୍ତି ।
C. ପାର୍ଥକ୍ୟ :
ପାର୍କ ହେଉଛି ଏକ ପରିସଂସ୍ଥା ଯେଉଁଠାରେ ପ୍ରାଣୀ ଓ ଉଦ୍ଭିଦମାନେ ପରସ୍ପର ମଧ୍ୟରେ ସନ୍ତୁଳନ ରକ୍ଷାକରି ଏହାକୁ ସୁନ୍ଦରଭାବରେ ଗଢ଼ି ତୋଳିଛନ୍ତି ।
ରାସ୍ତା ପାର୍ଶ୍ଵରେ ଜୀବଜନ୍ତୁମାନଙ୍କର ସମନ୍ଵୟ ନଥିବାରୁ ଏଠାରେ ପ୍ରଦୂଷଣର ମାତ୍ରା ଅଧିକ ଓ ଉଭିଦମାନଙ୍କର ସଂଖ୍ୟା ବହୁତ କମ୍ ।
Question 8.
‘କୃଷି କ୍ଷେତ୍ର ଭଳି ମନୁଷ୍ୟକୃତ ପରିସଂସ୍ଥା ଆବଶ୍ୟକ, କିନ୍ତୁ ସେଗୁଡ଼ିକୁ ବ୍ୟବହାରଯୋଗ୍ୟ କରିବାକୁ ପଡ଼ିବ ।? ଏହି ବିବୃତ୍ତି ଉପରେ ତୁମର ମତାମତ ଦିଅ ।
Answer:
ମନୁଷ୍ୟକୃତ ପରିସଂସ୍ଥାଗୁଡ଼ିକ ବ୍ୟବହାରଯୋଗ୍ୟ କରିବାକୁ ପଡ଼ିବ କାରଣ :
- ଜଳ ଓ ମୃତ୍ତିକା ପ୍ରଦୂଷଣର ମାତ୍ରା ହ୍ରାସ କରିବାକୁ ପଡ଼ିବ ।
- ପ୍ରଚୁର ପରିମାଣରେ ବୃକ୍ଷରୋପଣ କରିବାକୁ ହେବ ।
- କୃତ୍ରିମ ରାସାୟନିକ ସାର ବଦଳରେ ଜୈବସାର ଅଧିକ ପ୍ରୟୋଗ କରିବାକୁ ପଡ଼ିବ ।
- ଫସଲ ପର୍ଯ୍ୟାୟ ଆବର୍ତ୍ତନ ସହ ଜଳସେଚନକୁ ଗୁରୁତ୍ୱ ଦେବାକୁ ପଡ଼ିବ ।
- ଦୀର୍ଘକାଳୀନ ଉତ୍ପାଦକତା ଓ ପରିବେଶଗତ ସ୍ଵାସ୍ଥ୍ୟ ସୁନିଶ୍ଚିତ କରିବାକୁ ହେବ ।
Question 9.
ଯଦି ଭାରତୀୟ ଠେକୁଆ ଜୀବସଂଖ୍ୟା (ଚିତ୍ର) କୌଣସି ରୋଗ ଯୋଗୁଁ ହ୍ରାସ ପାଏ, ତେବେ ଏହା ଅନ୍ୟ ଜୀବସଂଖ୍ୟାକୁ କିପରି ପ୍ରଭାବିତ କରିବ ?

Answer:
ଠେକୁଆ ଗୋଟିଏ ତୃଣଭୋଜୀ ପ୍ରାଣୀ ।
ଠେକୁଆ ସଂଖ୍ୟା ହ୍ରାସ ପାଇଲେ ଏହାର ଖାଦ୍ୟ ଭାବେ ଗ୍ରହଣ କରୁଥିବା ଜୀବସଂଖ୍ୟା ପ୍ରଭାବିତ ହେବ ଓ କାଳକ୍ରମେ ଲୋପ ପାଇବ ।
ଠେକୁଆ ସଂଖ୍ୟା ଲୋପ ପାଇଲେ, ଉତ୍ପାଦକ ସଂଖ୍ୟା ବୃଦ୍ଧିପାଇବ ଓ ବାସସ୍ଥାନ ପାଇଁ ସେମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହେବ ।
ହରିଣ ଓ ଚିଲ ସଂଖ୍ୟାରେ ପରିବର୍ତ୍ତନ ହେବ ନାହିଁ କାରଣ ଏମାନେ ଅନ୍ୟ ଏକ ଖାଦ୍ୟ ଶୃଙ୍ଖଳର ଉପାଦନା ଅଟନ୍ତି ।
ସୁତରାଂ ଏକ ପରିସଂସ୍ଥାରେ ମାଂସପେଶୀମାନଙ୍କ ସଂଖ୍ୟା ତୃଣଭୋଜୀ ମାନଙ୍କ ଉପରେ ନିର୍ଭର କରିଥାଏ ।
ଆବିଷ୍କାର, ପରିକଳ୍ପନା, ବିତର୍କ
Question 1.
ବିଦ୍ୟାଳୟ କିମ୍ବା ନିକଟସ୍ଥ ପାର୍କରେ ଏକ ସଫେଇ ଦିବସ ପାଳନ ପାଇଁ ଯୋଜନା କର । ହାତମୋଜା ଗ୍ଲୋଭସ୍ (gloves) ପିନ୍ଧି ଏବଂ ଆବର୍ଜନା ସଂଗ୍ରହ ବ୍ୟାଗ୍ ବ୍ୟବହାର କରି, ତୁମେ ଯେଉଁ ଅଳିଆ ଆବର୍ଜନା ପାଉଛି ତାହାସଂଗ୍ରହ କର । ତୁମେ କ’ଣ କ’ଣ ପାଇଲ, ତାହା ଆଲୋଚନା କର । କେଉଁଗୁଡ଼ିକ ସବୁଠାରୁ ସାଧାରଣ ଥୁଲା ? ଆମେ ଏପରି ଅଳିଆ ଆବର୍ଜନା ଗୁଡ଼ିକ କିପରି ହ୍ରାସ କରିପାରିବା ?
Answer:

Question 2.
ଅରୁଣାଚଳ ପ୍ରଦେଶରେ, ନିଶି ଏବଂ ମିଶି ଜନଜାତି ଲୋକମାନେ ବାଘକୁ ପବିତ୍ର ମନେ କରନ୍ତି । ଛତିଶଗଡ଼ରେ, ବାଇଗା ଜନଜାତି ବାଘେଶ୍ଵର କିମ୍ବା ବାଗେସୁର ଦେବଙ୍କୁ ପୂଜା କରନ୍ତି ଏବଂ ବିଶ୍ଵାସ କରନ୍ତି ଯେ ବାଘ ଜଙ୍ଗଲରେ ରକ୍ଷକ । ଓଡ଼ିଶାର ଜୁଆଙ୍ଗ ଜନଜାତି ମଧ୍ୟ ବାଘକୁ ପୃଥିବୀ ଦେବୀଙ୍କ ପୁତ୍ର ମାନି ପୂଜା କରନ୍ତି । ଯେକୌଣସି ପ୍ରଣାଳୀ ସହିତ ଏହିପରି ବିଶେଷ ସମ୍ପର୍କ ରଖୁଥିବା ଅନ୍ୟ ଭାରତୀୟ ଜନଜାତି ବିଷୟରେ ତଥ୍ୟ ସଂଗ୍ରହ କର ।
Answer:
- ରାଜସ୍ଥାନର ବିଷୋଇ ସଂପ୍ରଦାୟ କୃଷ୍ଣସାର ମୃଗ ଏବଂ ଡଙ୍କାରା ହରିଣଙ୍କୁ ସୁରକ୍ଷା ଦେଇଥାନ୍ତି । ପ୍ରାୟତଃ ଅନାଥ ହରିଣ ଛୁଆଙ୍କୁ ପାଳିଥା’ନ୍ତି ।
- ମଧ୍ୟପ୍ରଦେଶର ଗୋଣ୍ଡା ସମ୍ପ୍ରଦାୟର ଲୋକମାନେ ମୟୁର ଏବଂ ଭାରତୀୟ ଗୟଳଙ୍କୁ ପୂଜା କରିଥାନ୍ତି । ସେମାନଙ୍କର ପ୍ରତିଛବିକୁ ପାରମ୍ପରିକ କଳାରେ ସାମିଲ କରିଥାନ୍ତି ।
- ଅରୁଣାଚଳ ପ୍ରଦେଶର ନିଶି ଏବଂ ମିଶି ଜନଜାତିର ଲୋକମାନେ ବାଘକୁ ଏକ ପବିତ୍ର ପ୍ରାଣୀ ଓ ଜଙ୍ଗଲର ରକ୍ଷକ ଭାବେ ଭାବିଥା’ନ୍ତି ।
- ଅରୁଣାଚଳ ପ୍ରଦେଶର ଆଦି ଜନଜାତି, ବାଘ, ପାଙ୍ଗୋଲିନ୍ ଏବଂ ଚଢ଼େଇମାନଙ୍କୁ ମାନବତାର ବିଶେଷ ବନ୍ଧୁ ଭାବରେ ଦେଖୁଥାନ୍ତି ଏବଂ ସେମାନଙ୍କୁ ଶିକାର କରନ୍ତି ନାହିଁ।
- ଛତିଶଗଡ଼ର ବାଇଗା ସଂପ୍ରଦାୟ ବାଘକୁ ସେମାନଙ୍କର ରକ୍ଷକ ବୋଲି ବିଶ୍ଵାସ କରନ୍ତି । ସେମାନେ ବାଘେଶ୍ଵର କିମ୍ବା ବାଗେଶ୍ଵର ଦେବୀଙ୍କୁ ପୂଜା ମଧ୍ୟ କରିଥାନ୍ତି ।
- ଅରୁଣାଚଳ ପ୍ରଦେଶର ମେନଷା ଜନଜାତିର ଲୋକମାନେ ଚମରୀ ଗାଈଙ୍କୁ ଉତ୍ସର୍ଗୀକୃତ ସ୍ଵତନ୍ତ୍ର ନୃତ୍ୟ ସହିତ ଉତ୍ସବ ପାଳନ କରିଥାନ୍ତି ।
- ଏହି ସମ୍ପର୍କ ଗୁଡ଼ିକ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ପରିବେଶଗତ ସମନ୍ଵୟ ପ୍ରତି ଏକ ଗଭୀର, ପାରିମ୍ପରିକ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିଥାଏ ।
![]()
Question 3.
ତୁମ ଘର କିମ୍ବା ସ୍କୁଲ ନିକଟରେ ଏକ ଗଛ ଚୟନ କର । ସପ୍ତାହରେ ଥରେ ୪ ସପ୍ତାହ ପାଇଁ ଏହାକୁ ପର୍ଯ୍ୟବେକ୍ଷଣ କର । କୌଣସି ନୂତନ ପତ୍ର, ଫୁଲ, ଫଳ କିମ୍ବା ସେଠାକୁ ଆସୁଥିବା ପକ୍ଷୀ ଏବଂ କୀଟପତଙ୍ଗକୁ ଧ୍ୟାନ ଦିଅ । ତୁମ ପର୍ଯ୍ୟବେକ୍ଷଣ ଲିପିବଦ୍ଧ କର । ତୁମେ ୱେବସାଇଟ୍ରେ ମଧ୍ୟ ତୁମର ନିଷ୍କର୍ଷ (ଅପଲୋଡ଼ ମଧ୍ୟ କରିପାରିବ) ସଂଗ୍ରହ କରିଥିବା ତଥ୍ୟ (www.seasonswatch.in) ୱେବସାଇଟ୍ରେ ମଧ୍ୟ ଅପ୍ଲୋଡ କରିପାରିବ ଏବଂ ଜଣେ କିଶୋର ବୈଜ୍ଞାନିକ ହୋଇପାରିବ ।
Answer:
ଅଭିଭାବକ ବା ଶିକ୍ଷକ, ଶିକ୍ଷୟତ୍ରୀଙ୍କ ପରିମର୍ଶରେ ନିଜ ଘର କିମ୍ବା ବିଦ୍ୟାଳୟ ପାଖ ଗଛରେ ପର୍ଯ୍ୟବେକ୍ଷଣ କରି www.seasons watch.in ୱେବ୍ସାଇଟ୍ରେ ଅପଲୋଡ୍ କରି କିଶୋର ବୈଜ୍ଞାନିକ ହୋଇପାରିବେ ।
ପାଠ୍ୟପୁସ୍ତକସ୍ଥ ଅନୁସନ୍ଧାନ ଏବଂ ଚିନ୍ତନ ପ୍ରଶ୍ନୋତ୍ତର
Question 1.
ଜଙ୍ଗଲ କ୍ଷୟ ଏବଂ ବୃଷ୍ଟିପାତର ସମୟ ଓ ପରିମାଣରେ ପରିବର୍ତ୍ତନ କିପରି ହାତୀମାନଙ୍କର ଜନବସତି ଓ ଚାଷ ଜମିରେ ପ୍ରବେଶର କାରଣ ହୋଇଥାଏ ?
Answer:
ନିମ୍ନଲିଖୂ ପରିସ୍ଥିତିଗୁଡ଼ିକ ହାତୀମାନଙ୍କର ଜନବସତି ଓ ଚାଷ ଜମିରେ ପ୍ରବେଶର କାରଣ ହୋଇଥାଏ :
(i) ଜଙ୍ଗଲ ଆଚ୍ଛାଦନ ହ୍ରାସ
(ii) ବୃକ୍ଷଲତା ଏବଂ ବାସସ୍ଥାନ ହ୍ରାସ
(iii) ବର୍ଷା ଢାଞ୍ଚାରେ ପରିବର୍ତ୍ତନ
(iv) ଶୁଷ୍କ ଜଳାଶୟ
ହାତୀମାନେ କଦଳୀ ଏବଂ ଆଖୁଭଳି ଫସଲ ଖୋଜିବାପାଇଁ ନିକଟବର୍ତ୍ତୀ ଚାଷଜମି ଏବଂ ଗ୍ରାମଗୁଡ଼ିକରେ ଘୁରି ବୁଲିଥାନ୍ତି ।
ଏହାଦ୍ଵାରା ଫସଲ କ୍ଷତି ଏବଂ ମଣିଷ ଓ ପଶୁମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।
Question 2.
କଳ୍ପନା କର ଯେ ତୁମେ ଘଞ୍ଚ ଜଙ୍ଗଲରେ ଥିବା ଏକ ଗଛ । ଜଳ, ସୂର୍ଯ୍ୟକିରଣ, ଅନ୍ୟାନ୍ୟ ପ୍ରାଣୀ ଏବଂ ଜଙ୍ଗଲର ଅନ୍ୟାନ୍ୟ ଉପାଦାନ ସହିତ ତୁମର କି ପ୍ରକାରର ସମ୍ପର୍କ ରହିବ ?
Answer:
ଉଭିଦ ଭାବରେ ଆମର ପ୍ରଥମ ଆବଶ୍ୟକତା ରହିବ, କିପରି ଭାବରେ ମାଟିରୁ ଜଳ, ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସ ଓ ଦିନବେଳା ସୂର୍ଯ୍ୟାଲୋକ ମିଳିପାରିବ । ଯାହାଫଳରେ ଆଲୋକଶ୍ଳେଷଣ ସମ୍ଭବ ହେବ ।
ବୀଜ ବିକ୍ଷେପ ପାଇଁ ଅନ୍ୟ ପ୍ରାଣୀମାନଙ୍କ ସହିତ ସମ୍ପର୍କ ଏକାନ୍ତ ଆବଶ୍ୟକ ।
ଉଭିଦ ଭାବରେ ଭୌତିକ କାରକମାନଙ୍କ ଉପରେ ମଧ୍ୟ ନିର୍ଭରଶୀଳ ହେବାକୁ ପଡ଼ିବ । ମୃତ୍ତିକା କ୍ଷୟ, ଜଳସେଚନ, ଉପଯୁକ୍ତ ପୋଷକ ମଧ୍ୟ ଉଭିଦର ବୃଦ୍ଧିପାଇଁ ଆବଶ୍ୟକ ହୋଇଥାଏ ।
Question 3.
ତୁମେ ଭାବୁଛ କି ମଣିଷ ବିନା ପୃଥବୀ ତିଷ୍ଠି ରହିବ ? ପୃଥିବୀ ବିନା ମଣିଷ ବଞ୍ଚି ରହିପାରିବ କି ?
Answer:
ମଣିଷବିନା ପୃଥବୀ
ମଣିଷ ବିନା ପୃଥିବୀର ଉନ୍ନତି ସମ୍ଭବ ଅଟେ । ଜଙ୍ଗଲ ଓ ଜଳଜ ପରିସ୍ଥାନ ଗୁଡ଼ିକ ମାନବିକ ହସ୍ତକ୍ଷେପବିନା କାର୍ଯ୍ୟ କରିଥାଏ । ଜାତୀୟ ଉଦ୍ୟାନ ଓ ଜୈବମଣ୍ଡଳଗୁଡ଼ିକ ପ୍ରମାଣୀତ କରିଥାଏ ଯେ ମନୁଷ୍ୟର ବିନା ହସ୍ତକ୍ଷେପରେ ପୃଥିବୀ ଅଧ୍ବକ ଆତ୍ମନିର୍ଭରଶୀଳ ହୋଇପାରିବ ।
ପୃଥିବୀ ବିନା ମଣିଷ
ପୃଥିବୀ ବିନା ମନୁଷ୍ୟର ସ୍ଥିତି ଅସମ୍ଭବ ଅଟେ, କାରଣ ମନୁଷ୍ୟ ବଞ୍ଚିବାପାଇଁ ଆବଶ୍ୟକ କରୁଥିବା ପ୍ରାୟ ସମସ୍ତ ସମ୍ବଳ (ଉପାଦାନ) ସେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ହିଁ ପ୍ରକୃତିରୁ ସଂଗ୍ରହ କରିଥାଏ । ବାୟୁ, ଜଳ, ମୃଭିକା, ଖଣିଜ ସମ୍ପଦ ଇତ୍ୟାଦି ପୃଥିବୀରେ ବଞ୍ଚିବାପାଇଁ ମୁଖ୍ୟ ସମ୍ବଳର ଉଦାହରଣ ଅଟେ ।
Question 4.
ଯଦି ଦୁଇ ପ୍ରକାରର ପକ୍ଷୀ ଗୋଟିଏ ସମାନ ଫଳ ପାଇଁ ପ୍ରତିଯୋଗିତା କରନ୍ତି, ତେବେ ସମୟ ସହିତ ସେମାନଙ୍କର ଜୀବନଶୈଳୀ କିପରି ପରିବର୍ତ୍ତନ ହୋଇପାରେ ?
Answer:
- ସମୟ ସହିତ ନିମ୍ନଲିଖୁ ପରିବର୍ତ୍ତନ ଦେଖିବାକୁ ମିଳିବ ।
- ଥଣ୍ଡର ଆକାରରେ ପରିବର୍ତ୍ତନ ହୋଇପାରେ ।
- ଖାଦ୍ୟ ଆଚରଣରେ ପାର୍ଥକ୍ୟ ଆସିପାରେ ।
- ଗୋଟିଏ ପ୍ରଜାତି ପ୍ରାଧାନ୍ୟ ବିସ୍ତାର କରିପାରେ (ପ୍ରଭାବୀ) ।
- ଅନ୍ୟ ପ୍ରଜାତି ଦୂରସ୍ଥାନକୁ ସ୍ଥାନାନ୍ତରିତ ହୋଇପାରେ (ଅପ୍ରଭାବୀ) ।
Question 5.
ମଣିଷର କାର୍ଯ୍ୟଗୁଡ଼ିକ ପ୍ରାକୃତିକ ବିପର୍ଯ୍ୟୟର କାରଣ ହୋଇପାରେ କି ?
Answer:
- ନିମ୍ନଲିଖତ କାର୍ଯ୍ୟ ପ୍ରାକୃତିକ ବିପର୍ଯ୍ୟୟର କାରଣ ଅଟେ ।
- ଜଙ୍ଗଲ କ୍ଷୟ କରି ଗମନାଗମନ ଓ ଜନବସତି ନିର୍ମାଣ ।
- ଉଚ୍ଚ ନଦୀବନ୍ଧ ନିର୍ମାଣ ।
- ହେନ୍ତାଳ ଜଙ୍ଗଲ ନଷ୍ଟ ।
- ଚାଷ ଜମିର ପରିମାଣ ହ୍ରାସ ।
- ବାୟୁ, ଜଳ ଓ ମୃତ୍ତିକା ପ୍ରଦୂଷଣ ।
- ଆଣବିକ / ପାରମାଣବିକ ବୋମାର ପରୀକ୍ଷଣ ।
- କୀଟନାଶକର ଅତ୍ୟଧ୍ଵକ ବ୍ୟବହାର ।
- ରାସାୟନିକ ସାରର ଅତ୍ୟଧିକ ବ୍ୟବହାର ।
କୃଷିପାଇଁ ଦେଶୀ ଅଭ୍ୟାସ
Question 1.
କୃଷକମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ଦ୍ଵାରା ଅନୁସୃତ ବ୍ୟବହାର୍ଯ୍ୟ କୃଷି ପାଇଁ ଦେଶୀ ଅଭ୍ୟାସଗୁଡ଼ିକ ଲେଖୁରଖ । ଘରେ କିମ୍ବା ବିଦ୍ୟାଳୟରେ ଏକ ବ୍ୟବହାର୍ଯ୍ୟ ଔଷଧୀୟ ବଗିଚା ବା ପ୍ରାକୃତିକ ଫାର୍ମ ତିଆରି କର । ଏହା ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସହିତ ଏକ ଦଳଗତ କାର୍ଯ୍ୟ ଭାବରେ କରାଯାଇପାରିବ ।
Answer:
- କୌଶଳ ଅବଲମ୍ବନକରି ଜମିରେ ଫସଲ ପରିବର୍ତ୍ତନ । (ଫସଲ ପର୍ଯ୍ୟାୟ)
- ଅନ୍ତଃ ଫସଲ ଚୟନ ।
- ପ୍ରାକୃତିକ ସାର ସହିତ କମ୍ପୋଷ୍ଟର ବ୍ୟବହାର । (ସବୁଜ ସାର ବ୍ୟବହାର)
- ପଥର ବନ୍ଧ ଭଳି ପାରମ୍ପରିକ ଜଳ ପରିଚାଳନା
- ଭାରତୀୟ ପଞ୍ଚଶସ୍ୟ ପଦ୍ଧତି ଅବଲମ୍ବନ
- ଜୈବ ବିବିଧତାକୁ ପ୍ରୋତ୍ସାହନ
- କୃଷି ବନୀକରଣ ଓ ପାରମ୍ପରିକ ଜ୍ଞାନ
- ପ୍ରାକୃତିକ ସାମଗ୍ରୀ ବ୍ୟବହାର କରି ବିହନ ସଂରକ୍ଷଣ
ପରିବେଶ ଅନୁକୂଳ କୃଷି ପଦ୍ଧତି
Question 1.
ଚିତ୍ର ଦେଖ୍ ଚାଷୀମାନଙ୍କ ଦ୍ଵାରା ଅନୁସୃତ ବିଭିନ୍ନ ପଦ୍ଧତିକୁ ବୁଝ କିମ୍ବା ଜଣେ ବୟସ୍କ ବ୍ୟକ୍ତି ସହିତ ନିକଟସ୍ଥ ଏକ ଫାର୍ମକୁ ପରିଦର୍ଶନରେ ଯାଇ ସେହି ବିଷୟରେ ଅନୁଧ୍ୟାନ କର । ପରିବେଶ ଅନୁକୂଳ ଏବଂ ବ୍ୟବହାର୍ଯ୍ୟ କୌଶଳ ଗ୍ରହଣ କରି କୃଷି ପଦ୍ଧତିକୁ ଉନ୍ନତ କରିବାପାଇଁ ତୁମ ଖାତାରେ କିଛି ପରାମର୍ଶ ଲେଖ । ଏ ବିଷୟରେ ବିଦ୍ୟାଳୟ କାର୍ଯ୍ୟ, ବିଜ୍ଞାନ ମେଳା କିମ୍ବା କୃଷି ମେଳାରେ ଅଂଶ ଗ୍ରହଣ କରିବା ସମୟରେ ତୁମେ ପୋଷ୍ଟର କିମ୍ବା ମଡ଼େଲ ପ୍ରସ୍ତୁତ କରି ପ୍ରଦର୍ଶନ କରିପାରିବ । ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ସହିତ ପ୍ରଚଳିତ କୃଷି ପଦ୍ଧତି ବିଷୟରେ ଆଲୋଚନା କରିବାପାଇଁ ବିଦ୍ୟାଳୟ ତରଫରୁ କୃଷି ବୈଜ୍ଞାନିକ, କୃଷକ ଏବଂ ବିଶେଷଜ୍ଞମାନଙ୍କୁ ମଧ୍ୟ ଆମନ୍ତ୍ରଣ କରିପାର ?

Answer:
- ଉପଯୁକ୍ତ ମୃଭିକା କର୍ଷଣ (କ୍ଷୟ ହ୍ରାସ କରିବା) ।
- ମୃତ୍ତିକାର ଉର୍ବରତା ବୃଦ୍ଧିକରିବା (ଜୈନପଦାର୍ଥ ଯୋଗ କରିବା) ।
- ଗୋବରଖତ, ଜିଆଖତ ମାଟିରେ ମିଶାଇବା ।
- ବୁନ୍ଦା ଜଳସେଚନ କରାଇବା ।
- ବର୍ଷାଜଳ ସଂରକ୍ଷଣ କିର ଜଳସେଚନ କରାଇବା ।
- ଜୈବିକ, ସାଂସ୍କୃତିକ ଓ ଯାନ୍ତ୍ରିକ ଉପକରଣ ଦ୍ଵାରା କୀଟପତଙ୍ଗ ପରିଚାଳନା କରିବା ।
- ଫସଲ ପର୍ଯ୍ୟାୟ ଆବର୍ତ୍ତନ ପାଳନ କରିବା ।
- ରାସାୟନିକ କୀଟନାଶକ ଓ ସାର ପରିହାର କରିବା ।
ଅତିରିକ୍ତ ଅଭ୍ୟାସ ପ୍ରଶ୍ନୋତ୍ତର
ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ବିଶ୍ଵର ସର୍ବବୃହତ ହେନ୍ତାଳ ଜଙ୍ଗଲ କେଉଁଠାରେ ଅବସ୍ଥିତ ?
(a) ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
(i) ପଶ୍ଚିମବଙ୍ଗର ସୁନ୍ଦରବନ
(ii) ଓଡ଼ିଶାର ଭିତରକନିକା
(iii) ଗେଆର ପାନାଜି
(iv) ଆଣ୍ଡାମାନ ଦ୍ଵୀପର ପୋର୍ଟ ବ୍ଲେୟାର
Answer:
(i) ପଶ୍ଚିମବଙ୍ଗର ସୁନ୍ଦରବନ
(b) ଆସାମରେ କେଉଁ ଜାତୀୟ ଉଦ୍ୟାନ ଅଛି ?
(i) ଇଗଲନେଷ୍ଟ ବନ୍ୟପ୍ରାଣୀ ଅଭୟାରଣ୍ୟ
(ii) ମାନସ ଜାତୀୟ ଉଦ୍ୟାନ
(iii) ଜିମ୍ କାର୍ଟେଟ୍ ଜାତୀୟ ଉଦ୍ୟାନ
(iv) ନୀଳଗିରି ଜୈବମଣ୍ଡଳ ସଂରକ୍ଷଣ
Answer:
(ii) ମାନସ ଜାତୀୟ ଉଦ୍ୟାନ
(c) ମଣିପୁରରେ ଥିବା ଜାତୀୟ ଉଦ୍ୟାନର ନାମ କ’ଣ ?
(i) ଚିଲିକା ହ୍ରଦ
(ii) ହେମିସ୍ ଜାତୀୟ ଉଦ୍ୟାନ
(iii) ପିରୋଟାନ୍ ଜାତୀୟ ଉଦ୍ୟାନ
(iv) କେଇବୁଲ ଲାମଜାଓ ଜାତୀୟ ଉଦ୍ୟାନ
Answer:
(iv) କେଇବୁଲ ଲାମଜାଓ ଜାତୀୟ ଉଦ୍ୟାନ
(d) ଓଡ଼ିଶାରେ କାହାକୁ ଔଷଧୀୟ ବୃକ୍ଷର ସ୍ଵର୍ଗ କୁହାଯାଇଥାଏ ?
(i) ମହେନ୍ଦ୍ରଗିରି
(ii) ଗୁପ୍ତେଶ୍ଵ ର
(iii) ଗନ୍ଧମାର୍ଦ୍ଦନ
(iv) ତପ୍ତପାଣି
Answer:
(iii) ଗନ୍ଧମାର୍ଦ୍ଦନ
(e) ରାମାୟଣରେ କେଉଁ ପର୍ବତ ବିଷୟରେ ବର୍ଣ୍ଣନା କରାଯାଇଛି ?
(i) ମଣ୍ଡାସାରୁ
(ii) ମହେନ୍ଦ୍ରଗିରି
(iii) ଶିମିଳିପାଳ
(iv) ଗୁପ୍ତେଶ୍ଵର
Answer:
(ii) ମହେନ୍ଦ୍ରଗିରି
![]()
ଶୂନ୍ୟସ୍ଥାନ ପୂରଣ କର ।
1. ଏକ ଜଳାଶୟ ବାସସ୍ଥାନରେ ଏକାଠି ରହୁଥିବା ସମାନ ପ୍ରକାରର ମାଛର ଗୋଷ୍ଠୀକୁ ସେହି ନିର୍ଦ୍ଦିଷ୍ଟ ମାଛର ________ କୁହାଯାଏ ।
Answer:
ଜୀବସଂଖ୍ୟା
2. ସମାନ ବାସସ୍ଥାନରେ ବିଭିନ୍ନ ଜୀବସଂଖ୍ୟାକୁ ନେଇ ________ ଗଠିତ ହୋଇଥାଏ ।
Answer:
ଜୀବଗୋଷ୍ଠୀ
3. ଫଳ ଓ ବୀଜ ଗଠନ ପାଇଁ ________ ଏକାନ୍ତ ଆବଶ୍ୟକ ଅଟେ ।
Answer:
ପରାଗଣ
4. ଜୀବ କିମ୍ବା ଜୀବଗୋଷ୍ଠୀ ସେମାନଙ୍କର ବଞ୍ଚିବା ପାଇଁ ________ ଉପାଦାନ ଗୁଡ଼ିକ ଉପରେ ନିର୍ଭର କରନ୍ତି ।
Answer:
ଅଜୈବିକ
5. ସବୁଜ ଉଭିଦମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତତ କରିଥାନ୍ତି, ତେଣୁ ସେମାନଙ୍କୁ ________ କୁହାଯାଏ ।
Answer:
ଉତ୍ପାଦକ
ଭୁଲଥୁଲେ (✓) ଓ ଠିକ୍ ଥିଲେ (✗) ଚିହ୍ନ ଦିଅ ।
1. ପରଭୋଜୀମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରନ୍ତି ନାହିଁ ।
Answer:
✓
2. ଯେଉଁ ଜୀବମାନେ କେବଳ ଉଭିଦଜାତ ପଦାର୍ଥ ଖାଇଥାନ୍ତି ସେମାନଙ୍କୁ ଶାକାହାରୀ କୁହାଯାଏ ।
Answer:
✓
3. ଯେଉଁମାନେ ଉଭୟ ଉଭିଦ ଓ ପ୍ରାଣୀମାନଙ୍କୁ ଖାଇଥାନ୍ତି, ସେମାନଙ୍କୁ ସର୍ବାହାରୀ କୁହାଯାଏ ।
Answer:
✓
4. ଖାଦ୍ୟ ଶୃଙ୍ଖଳ ହେଉଛି ଏକ ସରଳକ୍ରମ, ଯାହା ଏକ ପରିସଂସ୍ଥାରେ ‘କିଏ କାହାକୁ ଖାଏ’’ ତାହା ଦର୍ଶାଇଥାଏ ।
Answer:
✓
5. ପରିସଂସ୍ଥାରେ ଖାଦ୍ୟ ଶୃଙ୍ଖଳଗୁଡ଼ିକ ପରସ୍ପର ସହିତ ଛନ୍ଦିହୋଇ ଏକ ଜାଲ ଗଠନ କରିଥାନ୍ତି ଏହାକୁ ପିରାମିଡ୍ କୁହାଯାଏ ।
Answer:
✗
‘କ’ ଓ ‘ଖ’ ମଧ୍ୟରେ ସମ୍ପର୍କ ସ୍ଥାପନ କର :
Question 1.
| ‘କ’ | ‘ଖ’ |
| ଫ୍ଲେମିଙ୍ଗୋ | ସହଭୋଜିତା |
| ବୀଜାଣୁ | ପରିବ୍ରାଜକ ପକ୍ଷୀ |
| ମହୁମାଛି ଓ ଫୁଲ | ଅପଘଟନ ପ୍ରକ୍ରିୟା |
| ଗଛଡ଼ାଳ ଉପରେ ଅର୍କିଡ୍ | ପରଜୀବିତା |
| କୁକୁର ଶରୀରରେ ଟିଙ୍କ | ସହଭାଗିତା |
Answer:
| ‘କ’ | ‘ଖ’ |
| ଫ୍ଲେମିଙ୍ଗୋ | ପରିବ୍ରାଜକ ପକ୍ଷୀ |
| ବୀଜାଣୁ | ଅପଘଟନ ପ୍ରକ୍ରିୟା |
| ମହୁମାଛି ଓ ଫୁଲ | ସହଭୋଜିତା |
| ଗଛଡ଼ାଳ ଉପରେ ଅର୍କିଡ୍ | ସହଭାଗିତା |
| କୁକୁର ଶରୀରରେ ଟିଙ୍କ | ପରଜୀବିତା |
ଶୂନ୍ୟସ୍ଥାନ ପୂରଣ କର ।
1. ମଣ୍ଡାସାରୁ : କନ୍ଧମାଳ :: ଶିମିଳିପାଳ : ________
Answer:
ମୟୁରଭଞ୍ଜ
2. ମହେନ୍ଦ୍ରଗିରି : ପୂର୍ବଘାଟ ପର୍ବତମାଳା :: ଗୁପ୍ତେଶ୍ୱର : ________
Answer:
କୋରାପୁଟ ଜିଲ୍ଲା
3. ତପ୍ତପାଣି : ଗଞ୍ଜାମ :: ଗନ୍ଧମାର୍ଦ୍ଦନ : ________
Answer:
ବଲାଙ୍ଗୀର
4. ଔଷଧୀୟ ବୃକ୍ଷର ଭଣ୍ଡାର : ଗନ୍ଧମାର୍ଦ୍ଦନ :: ଓଡ଼ିଶାର ଶାନ୍ତା ଉପତ୍ୟକା : ________
Answer:
ମଣ୍ଡାସାରୁ
5. ଓଡ଼ିଶାର ଦ୍ଵିତୀୟ ଉଚ୍ଚତମ ଗିରିଶୃଙ୍ଗ : ମହେନ୍ଦ୍ରଗିରି :: ଗଞ୍ଜାମ ଜିଲ୍ଲାର ଉଷ୍ଣପ୍ରସ୍ରବଣ : ________
Answer:
ତପ୍ତପାଣି
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଜୈବିକ ଉପାଦାନ ଓ ଅଜୈବିକ ଉପାଦାନ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
| ଜୈବିକ ଉପାଦାନ | ଅଜୈବିକ ଉପାଦାନ |
| (i) କୌଣସି ଏକ ବାସସ୍ଥାନରେ ସଜୀବ ମାନଙ୍କୁ ଜୈବିକ ଉପାଦାନ ଭାବରେ ପରିଗଣିତ କରାଯାଇଥାଏ । | (i) କୌଣସି ଏକ ବାସସ୍ଥାନରେ ନିର୍ଜୀବମାନଙ୍କୁ ଅଜୈବିକ ଉପାଦାନ ଭାବରେ ପରିଗଣିତ କରାଯାଏ । |
| (ii) ବାସସ୍ଥାନରେ ରହୁଥିବା ସମସ୍ତ ପ୍ରାଣୀ, ସବୁଜ ଉଭିଦ, ଅଣୁଜୀବମାନେ ଜୈବିକ ଉପାଦାନର ଉଦାହରଣ ଅଟନ୍ତି । | (ii) ମୃତ୍ତିକା, ବାୟୁ, ଜଳ, ତାପମାତ୍ରା, ଆର୍ଦ୍ରତା ଇତ୍ୟାଦି ବାସସ୍ଥାନର ଅଜୈବିକ ଉପାଦାନର ଉଦାହରଣ ଅଟନ୍ତି । |
Question 2.
ଜୀବମାନେ ଗୋଟିଏ ବାସସ୍ଥାନରେ କିପରି ସମନ୍ଵୟ ରକ୍ଷାକରି ସହାବସ୍ଥାନ କରିଥାନ୍ତି, ଉଦାହରଣ ସହ ଉତ୍ତର ପ୍ରଦାନ କର ।
Answer:
(i) ପ୍ରତ୍ୟେକ ବାସସ୍ଥାନରେ ଜୈବିକ ଓ ଅଜୈବିକ ଉପାଦାନ ମାନ ରହିଥାଏ । ସମାନ ବାସସ୍ଥାନରେ ଥିଲେ ମଧ୍ୟ ବିଭିନ୍ନ ଜୀବ ବିଭିନ୍ନ ଉପାୟରେ ମିଳୁଥିବା ସମ୍ବଳକୁ ବିନିଯୋଗ କରି ବଞ୍ଚି ରୁହନ୍ତି ।
(ii) ଜଙ୍ଗଲ ଦିନରେ ଗରମ ଓ ରାତିରେ ଥଣ୍ଡା ହୋଇଯାଏ । ଏଣୁ ସାପ ରାତିରେ ବାହାରକୁ ଆସେ । କିନ୍ତୁ ମୂଷା ଦିନରେ ସକ୍ରିୟ ହୁଏ । ସେମାନେ ସମାନ ବାସସ୍ଥାନରେ ରହୁଥିଲେ ମଧ୍ୟ ଭିନ୍ନ ଭିନ୍ନ ପରିସ୍ଥିତିରେ ସମ୍ମୁଖୀନ ହୋଇଥାନ୍ତି ।
Question 3.
ଜୀବସଂଖ୍ୟା କାହାକୁ କୁହାଯାଏ ? ଜୀବଗୋଷ୍ଠୀ କିପରି ଗଠିତ ହୁଏ ?
Answer:
(i) ଏକ ନିର୍ଦ୍ଦିଷ୍ଟ ସମୟରେ ଏକ ନିର୍ଦ୍ଦିଷ୍ଟ ବାସସ୍ଥାନରେ ସମାନ ପ୍ରକାରର ଜୀବମାନଙ୍କର ସମୂହକୁ ଜୀବସଂଖ୍ୟା କୁହାଯାଏ ।
(ii) ବିଭିନ୍ନ ପ୍ରକାରର ଜୀବ ଗୋଟିଏ ବାସସ୍ଥାନରେ ଏକାଠି ରୁହନ୍ତି । ସମାନ ବାସସ୍ଥାନରେ ବିଭିନ୍ନ ଜୀବସଂଖ୍ୟାକୁ ନେଇ ଜୀବଗୋଷ୍ଠୀ ଗଠିତ ହୋଇଥାଏ । ଏହି ଜୀବମାନେ ପାରସ୍ପରିକ କ୍ରିୟା ମଧ୍ୟରେ ପରସ୍ପର ଉପରେ ନିର୍ଭର ହୋଇ ବଞ୍ଚୁହନ୍ତି ।
Question 4.
ଜୀବ ଏବଂ ସେମାନଙ୍କ ପରିବେଶ ମଧ୍ୟରେ ବିଭିନ୍ନ ପ୍ରକାରର ପାରସ୍ପରିକ କ୍ରିୟାଗୁଡ଼ିକର ନାମ ଉଦାହରଣ ସହ ଲେଖ ।
Answer:
(i) ଉଭିଦ ଓ ପ୍ରାଣୀମାନଙ୍କର ବୃଦ୍ଧିପାଇଁ ବାୟୁ, ଜଳ, ମାଟି ଏବଂ ସୂର୍ଯ୍ୟାଲୋକ ଆବଶ୍ୟକ ଅଟେ । ଜୀବ କିମ୍ବା ଜୀବଗୋଷ୍ଠୀ ସେମାନଙ୍କର ବଞ୍ଚିବା ପାଇଁ ଅଜୈବିକ ଉପାଦାନ ଗୁଡ଼ିକ ଉପରେ ନିର୍ଭର କରିଥାନ୍ତି ।
(ii) ଉଦ୍ଭିଦ ଓ ପ୍ରାଣୀମାନେ ମଧ୍ୟ ପୋଷଣ, ଶ୍ଵାସକ୍ରିୟା ଏବଂ ପ୍ରଜନନ ପାଇଁ ପରସ୍ପର ଉପରେ ନିର୍ଭର କରନ୍ତି । ଏଗୁଡ଼ିକୁ ଜୈବିକ ଉପାଦାନମାନଙ୍କର ପାରସ୍ପରିକ କ୍ରିୟା ବୋଲି କୁହାଯାଏ । ଯେକୌଣସି ବାସସ୍ଥାନରେ ଏହି କ୍ରିୟା ବଞ୍ଚିବାପାଇଁ ଗୁରୁତ୍ଵପୂର୍ଣ୍ଣ ଅଟେ ।
Question 5.
ପରିସଂସ୍ଥା କିପରି ଗଠିତ ହୁଏ ? ଏହାର ଶ୍ରେଣୀବିଭାଗ କର ।
Answer:
(i) କୌଣସି ବାସସ୍ଥାନରେ ଥିବା, ଜୈବିକ ଉପାଦାନଗୁଡ଼ିକ ଯଥା ଜଳ, ପ୍ରାଣୀ, ଉଭିଦ ଏବଂ ଅଣୁଜୀବ ଏବଂ ଅଜୈବିକ ଉପାଦାନ ଯଥା ବାୟୁ, ଜଳ, ମୃତ୍ତିକା ପରସ୍ପର ସହିତ କ୍ରିୟା କରି ଏକ ପରିସଂସ୍ଥା ଗଠନ କରନ୍ତି ।
(ii) ଗୋଟିକର ପରିସଂସ୍ଥାରେ ବିଭିନ୍ନ ଜୀବଗୋଷ୍ଠୀ ଖାଦ୍ୟ, ଆଶ୍ରୟ ଏବଂ ସୁରକ୍ଷା ପାଇଁ ଅଜୈବିକ ଉପାଦାନ ଗୁଡ଼ିକ ସହିତ ପାରସ୍ପରିକ କ୍ରିୟା କରନ୍ତି । ପ୍ରକୃତିରେ 2 ପ୍ରକାର ପରିସଂସ୍ଥା ଅଛି । ଯଥା- 1- ଜଳୀୟ ପରିସଂସ୍ଥା ଓ II- ସ୍ଥଳୀୟ ପରିସଂସ୍ଥା ।
Question 6.
ଖାଦ୍ୟ ଶୃଙ୍ଖଳ କାହାକୁ କୁହାଯାଏ ? ତୃଣଭୂମି ପରିସଂସ୍ଥାରେ ସମ୍ପାଦିତ ହେଉଥିବା ଗୋଟିଏ ଖାଦ୍ୟ ଶୃଙ୍ଖଳର ଉଦାହରଣ ଦିଅ ।
Answer:
(i) ଏକ ଖାଦ୍ୟ ଶୃଙ୍ଖଳ ହେଉଛି ଏକ ସରଲକ୍ରମ, ଯାହା ଏକ ପରିସଂସ୍ଥାରେ ‘କିଏ କାହାକୁ ଖାଏ’’ ତାହା ଦର୍ଶାଇଥାଏ ।
(ii) ଏକ ତୃଣଭୂମି ପରିସଂସ୍ଥାରେ ଏହିପରି ଭାବରେ ଗୋଟିଏ ଖାଦ୍ୟ ଶୃଙ୍ଖଳ କଳ୍ପନା କରାଯାଇପାରିବ ।
ଯଥା –
ଘାସ → ଝିଣ୍ଟିକା → ବେଙ୍ଗ → ସାପ → ଚିଲ
Question 7.
ଖାଦ୍ୟସ୍ତର କାହାକୁ କୁହାଯାଏ ? ଉଦାହରଣ ସହ ଉତ୍ତର ପ୍ରଦାନ କର ।
Answer:
(i) ଏକ ଖାଦ୍ୟ ଶୃଙ୍ଖଳରେ ପ୍ରତ୍ୟେକ ଜୀବର ଏକ ନିର୍ଦ୍ଦିଷ୍ଟ ସ୍ଥାନ ରହିଥାଏ । ଏହାକୁ ଖାଦ୍ୟସ୍ତର କୁହାଯାଏ ।
(ii) ଏକ ଖାଦ୍ୟ ଶୃଙ୍ଖଳରେ ସବୁଜ ଉଭିଦ ଭଳି ଉତ୍ପାଦକମାନେ ପ୍ରଥମ ଖାଦ୍ୟ ସ୍ତରରେ ରହିଥାନ୍ତି । ଠେକୁଆ ଓ ହରିଣ ପରି ତୃଣଭୋଜୀମାନେ 2ୟ ଖାଦ୍ୟ ସ୍ତରରେ ଏବଂ ବେଙ୍ଗ ପରି ଛୋଟ ମାଂସାଶୀ ପ୍ରାଣୀମାନେ ତୃତୀୟ ସ୍ତରରେ ଏବଂ ବାଘ ଓ ଶାଗୁଣାପରି ବଡ଼ ମାଂସାଶୀ ପ୍ରାଣୀମାନେ ପରବର୍ତ୍ତୀ ସ୍ତରରେ ରହିଥାନ୍ତି ।
Question 8.
ଖାଦ୍ୟଜାଲି କାହାକୁ କୁହାଯାଏ ? ଜୀବନର ଜୀବନଚକ୍ର କେଉଁ କାରଣରୁ ଗୁରୁତ୍ଵ ପୂର୍ଣ ଅଟେ ?
Answer:
(i) ଏକ ପରିସଂସ୍ଥାରେ ବିଭିନ୍ନ ଖାଦ୍ୟ ଶୃଙ୍ଖଳଗୁଡ଼ିକ ପରସ୍ପର ସହିତ ଜଡ଼ିତ ଅଟନ୍ତି । ଏଠାରେ ପ୍ରତ୍ୟେକ ଜୀବକୁ ଦୁଇ କିମ୍ବା ଅଧିକ ପ୍ରକାରର ଜୀବ ଖାଇପାରନ୍ତି । ଖାଦ୍ୟ ଶୃଙ୍ଖଳ ଗୁଡ଼ିକ ପରସ୍ପର ସହିତ ଛନ୍ଦିହୋଇ ଯେଉଁ ଜାଲ ଗଠନ କରନ୍ତି, ତାହାକୁ ଖାଦ୍ୟଜାଲି କୁହାଯାଏ ।
(ii) ଜୀବମାନେ ଜନ୍ମପରେ ବୃଦ୍ଧି ପାଇ ବିକଶିତ ହୁଅନ୍ତି ଓ ଶେଷରେ ମୃତ୍ୟୁବରଣ କରିଥାନ୍ତି । ଜୀବମାନେ ନିଜ ଜୀବନ ଚକ୍ରରେ ମୃତ ପଦାର୍ଥ ଏବଂ ଖାଦ୍ୟ ବର୍ଜ୍ୟବସ୍ତୁ ସହିତ ଅନେକ ଆବର୍ଜନା ସୃଷ୍ଟି କରିଥାନ୍ତି ।
Question 9.
ପ୍ରକୃତିରେ ବର୍ଜ୍ୟବସ୍ତୁର ପରିଣତି କ’ଣ ହୁଏ ?
Answer:
(i) କବକ ଓ ବୀଜାଣୁ ଭଳି ଅଣୁଜୀବମାନେ ମୃତ ଉଦ୍ଭିଦ ଓ ପ୍ରାଣୀମାନଙ୍କର ଶରୀରରେ ଥିବା ଜଟିଳ ପଦାର୍ଥକୁ ଭାଙ୍ଗି ସରଳ ପଦାର୍ଥରେ ପରିଣତ କରିଦିଅନ୍ତି । ଏହି ପ୍ରକ୍ରିୟାକୁ ଅପଘଟନ କୁହାଯାଏ ଏବଂ ଏହି ପ୍ରକ୍ରିୟା କରୁଥିବା ଜୀବମାନଙ୍କୁ ଅପଘଟକ କୁହାଯାଏ ।
(ii) ଉଭିଦ ଗୁଡ଼କ ମାଟିରେ ବଢ଼ନ୍ତି ଏବଂ ମାଟିରେ ଥିବା ଅନେକ ପୋଷକ ପଦାର୍ଥ ଅପଘଟନ ପ୍ରକ୍ରିୟାରୁ ଆସିଥାଏ । ପ୍ରକୃତିରେ କିଛି ବି ନଷ୍ଟ ହୁଏ ନାହିଁ । ସବୁକିଛି ପୁନଃ ବ୍ୟବହୃତ ହୋଇଥାଏ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଗୋଟିଏ ପରିବର୍ତ୍ତନ କିପରି ଅନ୍ୟ ଏକ ପରିବର୍ତ୍ତନର କାରଣ ହୋଇପାରେ ଉଦାହରଣ ସହ ଉତ୍ତର ପ୍ରଦାନ କର ।
Answer:
(i) ପ୍ରଦୂଷଣ କାରଣରୁ ପୋଖରୀରେ ଥିବା ଅନେକ ଉଦ୍ଭଦ ଲୋପ ପାଇଥାନ୍ତି । ଉଦ୍ଭଦ ସଂଖ୍ୟା କମିଗଲେ ଜଳରେ ଅଳ୍ପ ଅମ୍ଳଜାନ ଉତ୍ପାଦିତ ହେବ, ଯାହାଦ୍ଵାରା ସେହି ଜଳାଶୟରେ ମାଛସଂଖ୍ୟାହ୍ରାସ ପାଇବ । ମାଛସଂଖ୍ୟା ହ୍ରାସର ବ୍ୟାପକ ପ୍ରଭାବ ପଡ଼ିବ ଏବଂ ଜଳାଶୟରେ ଭକ୍ଷକମାନଙ୍କ ସଂଖ୍ୟା କମିଯିବ ।
(ii) ଉପରୋକ୍ତ କାରଣରୁ କୀଟପତଙ୍ଗ ସଂଖ୍ୟା ବୃଦ୍ଧିପାଇବ । ଏହି କୀଟପତଙ୍ଗ ନିକଟସ୍ଥ କୃଷିକ୍ଷେତ୍ରକୁ ବ୍ୟାପିଯିବେ । ଫଳରେ ଚାଷିମାନେ ସେମାନଙ୍କ ଫସଲର ସୁରକ୍ଷା ଓ ବୃଦ୍ଧିପାଇଁ କୀଟନାଶକ ବ୍ୟବହାର କରିବେ, ଫଳରେ ଏହାର ପ୍ରଭାବ ପରିବେଶ ଉପରେ ପଡ଼ିବ ।
Question 2.
ପରାଗଣ କ’ଣ ? ଫୁଲରେ କୀଟପତଙ୍ଗ ଦ୍ଵାରା ପରାଗଣ କିପରି ହୁଏ, ବର୍ଣ୍ଣନା କର ।
(i) ଗୋଟିଏ ଫୁଲରେ ଏକ ବୃନ୍ତ, ବୃତ୍ତି, ରଙ୍ଗୀନ ପାଖୁଡ଼ା ଏବଂ ଦୁଇଟି ପ୍ରଜନନ ଅଂଶ ରହିଥାଏ । ସ୍ତ୍ରୀ ପ୍ରଜନନ ଅଂଶକୁ ଗର୍ଭକେଶର ଓ ପୁଂ ପ୍ରଜନନ ଅଂଶକୁ ପୁଂକେଶର କୁହାଯାଏ ।
(ii) ପୁଂକେଶର ଫାଟିଲେ ସେଥୁରୁ ହଳଦିଆ ଧୂଳି ଭଳି ପରାଗରେଣୁ ନିର୍ଗତ ହୋଇଥାଏ । ପବନ, ଜଳ, କୀଟପତଙ୍ଗ, ବାଦୁଡ଼ି ଏବଂ ପକ୍ଷୀମାନେ ପରାଗରେଣୁକୁ ପୁଂକେଶରରୁ ସେହି ଫୁଲ ଏବଂ ଭିନ୍ନ ଫୁଲର ଗର୍ଭକେଶର ପର୍ଯ୍ୟନ୍ତ ନେବାରେ ସାହାଯ୍ୟ କରନ୍ତି ।
(iii) ଏହି ପ୍ରକ୍ରିୟାକୁ ପରାଗଣ କୁହାଯାଏ । ଗୋଟିଏ ଫୁଲରେ ଏହା ଦେହରେ ଏହାକୁ ସ୍ଵପରାଗଣ ଓ ଅନ୍ୟ ଫୁଲ ସହିତ ହେଲେ ଏହାକୁ ପରପରଗଣ କୁହାଯାଏ । ଫଳ ଏବଂ ବୀଜ ଗଠନ ପାଇଁ ଏହା ଏକ ଅତ୍ୟାବଶ୍ୟକ ପ୍ରକ୍ରିୟା ଅଟେ ।
Question 3.
ପୁଷ୍କରିଣୀ ଏକ ସ୍ଵୟଂ ସମ୍ପୂର୍ଣ୍ଣ ପରିସଂସ୍ଥା ଅଟେ । ଓଡ଼ିଶାରେ ଥିବା ବୃହତ ପୁଷ୍କରିଣୀର ଉଦାହରଣ ଦେଇ ଯଥାର୍ଥତା ପ୍ରତିପାଦନ କର ।
Answer:
(i) ପୁରୀର ନରେନ୍ଦ୍ର ପୁଷ୍କରିଣୀ, ଭୁବନେଶ୍ଵରର ବିନ୍ଦୁସାଗର, ଯାଜପୁରୁ କୁସୁମ ପୋଖରୀ ଇତ୍ୟାଦିରେ ମଧୁରଜଳ ରହିଥାଏ । ପ୍ରାକୃତିକ ହ୍ରଦ, ଚିଲିକା ଅନେକ ପ୍ରକାର ପକ୍ଷୀକୁ ଏହାକୁ ଆକର୍ଷିତ କରିଥାଏ ।
(ii) ଗଞ୍ଜାମର ତାମ୍ପରା, କେଉଁଝରର ଡେରାସ, କାଞ୍ଜିଆଇତ୍ୟାଦି ଜଳୀୟ ବାସସ୍ଥାନରେ ଅନେକ ଜୈବିକ ଉପାଦାନ ଯଥା- ଶୈବାଳ, ୟୁଲୋଥୁଗ୍ଧ, ଟେରିଡ଼ୋଡ଼ାଇଟା ଓ ସପୁଷ୍ପକ ଉଦ୍ଭଦ ଇତ୍ୟାଦି ଦେଖାଯାଇଥାନ୍ତି ।
(iii) ବିଲାତିଦଳ, ଚିଙ୍ଗୁଡ଼ିଆ ଦଳ ଇତ୍ୟାଦି ଭାସମାନ ଅବସ୍ଥାରେ ରହିଥାନ୍ତି । ଏଠାରେ ୟୁଗ୍ନିନା ଶିଉଳିକୁ ଖାଏ, ବଡ଼ ଶିଉଳି ଛୋଟ ମାଛକୁ ଖାଏ । ଛୋଟମାଛ ଜଳ ପୋକକୁ ଖାଏ ଓ ପରେ ବଡ଼ମାଛର ଶିକାର ହୋଇଥାଏ । ପୋଖରୀର ତଳଭାଗରେ ଗେଣ୍ଡାମାନେ ରହିଥାନ୍ତି । ଜଳପୋକକୁ ବେଙ୍ଗ ଖାଇଥାନ୍ତି । ବଗ, ପାଣିକୁଆ ଓ ହଂସ ଇତ୍ୟାଦି ଜଳ ଜୀବନ ଏଠାରୁ ଖାଦ୍ୟ ପାଇଥାନ୍ତି ।
Question 4.
ବିଭିନ୍ନ ପ୍ରକାର ଜୀବମାନଙ୍କର ଖାଦ୍ୟାଭାସ ସମ୍ପର୍କରେ ବୁଝାଇ ଲେଖ ?
Answer:
(i) ଉଭିଦମାନେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଦ୍ଵାରା ନିଜଖାଦ୍ୟ ନିଜେ ପ୍ରସ୍ତୁତ କରନ୍ତି । ତେଣୁ ସେମାନଙ୍କୁ ଉତ୍ପାଦକ କିମ୍ବା ସ୍ଵଭୋଜୀ କୁହାଯାଏ ।
ସ୍ଵଭୋଜୀ = ସ୍ଵ(ନିଜ) + (ଭୋଜୀ)(ଖାଦ୍ୟ)
(ii) ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରନ୍ତି ନାହିଁ ଏବଂ ଖାଦ୍ୟ ପାଇଁ ଅନ୍ୟ ଜୀବମାନତ୍ତ୍ଵ ଉପରେ ନିର୍ଭର କରନ୍ତି, ସେମାନଙ୍କୁ ଭକ୍ଷକ କୁହାଯାଏ ।
ପରଭୋଜୀ = ପର / ଅନ୍ୟ + ଭୋଜୀ (ଖାଦ୍ୟ)
(iii) ଯେଉଁ ଜୀବମାନେ କେବଳ ଉଭିଦ ବା ଉଭିଦଜାତ ପଦାର୍ଥ ଭକ୍ଷଣ କରିଥାନ୍ତି ସେମାନଙ୍କୁ ତୃଣଭୋଜୀ ବା ଶାକାହାରୀ କୁହାଯାଏ ।
ଉଦାହରଣ – ହରିଣ, ଠେକୁଆ, ଛେଳି, ମେଣ୍ଢା ଇତ୍ୟାଦି ।
(iv) ଯେଉଁମାନେ କେବଳ ଅନ୍ୟ ପ୍ରାଣୀମାନଙ୍କୁ ଖାଆନ୍ତି, ସେମାନଙ୍କୁ ମାଂସାଶୀ ବା ମାଂସାହାରୀ କୁହାଯାଏ । ଉଦାହରଣ- ବାଘ, ସିଂହ, ଇତ୍ୟାଦି ।
(v) ଯେଉଁମାନେ ଉଭୟ ଉଭିଦ ଏବଂ ପ୍ରାଣୀଙ୍କୁ ଖାଦ୍ୟଭାବେ ଗ୍ରହଣ କରିଥାନ୍ତି, ସେମାନଙ୍କୁ ସର୍ବାହାରୀ କୁହାଯାଏ । ଉଦାହରଣ- କାଉ, ବିଲୁଆ, ମୂଷା ଓ କୁକୁର ଇତ୍ୟାଦି ।
![]()
Question 5.
ଯେ କୌଣସି ବାସ ସ୍ଥାନରେ ଜୀବମାନଙ୍କ ମଧ୍ଯର ମୁଖ୍ୟ ସମ୍ପର୍କ ଗୁଡ଼ିକ ସମ୍ବନ୍ଧରେ ଲେଖ ।
Answer:
(i) ସହଭାଗିତା– ଏଥୁରେ ଉଭୟ ଜୀବ ଉପକୃତ ହୁଅନ୍ତି । ଉଦାହରଣସ୍ୱରୂପ – ମହୁମାଛି ଏବଂ ଫୁଲ ।
(ii) ସହଭୋଜିତା– ଏଥରେ ଗୋଟିଏ ଜୀବ ଉପକୃତ ହୁଏ ମାତ୍ର ଅନ୍ୟଟି ପ୍ରଭାବିତ ହୁଏ ନାହିଁ । ଉଦାହରଣ ସ୍ଵରୂପ ଗଛ ଡାଳ ଉପରେ ଅର୍କିଡ୍ ।
(iii) ପରଜୀବିତା – ଏଥରେ ଗୋଟିଏ ଜୀବ ଉପକୃତ ହୁଏ କିନ୍ତୁ ଅନ୍ୟଟି କ୍ଷତିଗ୍ରସ୍ତ ହୁଏ । ଉଦାହରଣସ୍ୱରୂପ : କୁକୁର ଶରୀରରେ ଟିଙ୍କ ।
ଏହିସବୁ ପାରସ୍ପରିକ କ୍ରିୟା ପରିସଂସ୍ଥାରେ ଜୀବମାନଙ୍କର ଅସ୍ତିତ୍ଵ ଏବଂ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରନ୍ତି ।