Odisha State Board CHSE Odisha Class 12 Economics Solutions Chapter 16 ରାଷ୍ଟ୍ରବିତ୍ତ Short Answer Questions.
CHSE Odisha 12th Class Economics Chapter 16 Short Answer Questions in Odia Medium
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।
1. ରାଷ୍ଟ୍ରବିତ୍ତ କାହାକୁ କୁହାଯାଏ ?
Answer:
ସମସ୍ତ ସରକାରୀ ସଂସ୍ଥାର ଆୟ-ବ୍ୟୟ ସମ୍ବନ୍ଧୀୟ ବିଜ୍ଞାନ ହିଁ ରାଷ୍ଟ୍ରବିତ୍ତ । ଅତଏବ ରାଷ୍ଟ୍ରୀୟ ବିତ୍ତ କହିଲେ ସରକାରୀ କର୍ତ୍ତୃପକ୍ଷଙ୍କ ସମ୍ପଦ ବିନିଯୋଗ, ଏହାର ବଣ୍ଟନ, ଆର୍ଥିକ ସ୍ଥିରତା ଏବଂ ଜନକଲ୍ୟାଣ କାର୍ଯ୍ୟକୁ ବୁଝାଏ । ଅର୍ଥାତ୍ ଏହା ସରକାରଙ୍କ ଆୟବ୍ୟୟ କାର୍ଯ୍ୟାବଳୀର ଆଲୋଚନା କରେ ।
2. ଉନ୍ନୟନ ବ୍ୟୟ କ’ଣ ?
Answer:
ଯେଉଁ ସରକାରୀ ବ୍ୟୟ ଅର୍ଥନୈତିକ ବିକାଶ ନିମନ୍ତେ ସହାୟତା ପ୍ରଦାନ କରେ, ତାହା ଉନ୍ନୟନ ବ୍ୟୟ । ଜାତୀୟ ଆୟ ବୃଦ୍ଧି ସହିତ ସାମାଜିକ ଓ ଅର୍ଥନୈତିକ ବିକାଶ ଉନ୍ନୟନ ବ୍ୟୟର ପ୍ରମୁଖ ଆଭିମୁଖ୍ୟ । କୃଷି, ଶିଳ୍ପ, ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ ଇତ୍ୟାଦିର ଉନ୍ନତି ପାଇଁ ହେଉଥିବା ସରକାରୀ ବ୍ୟୟକୁ ଉନ୍ନୟନ ବ୍ୟୟ କୁହାଯାଏ ।
3. ଅଣଉନ୍ନୟନ ବ୍ୟୟ କ’ଣ ?
Answer:
ସରକାର ଏପରି କେତେକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟୟ କରିଥା’ନ୍ତି ଯେଉଁଗୁଡ଼ିକ ଅତ୍ୟାବଶ୍ୟକ ହୋଇଥିଲେ ମଧ୍ୟ ବିକାଶ କ୍ଷେତ୍ରରେ ସହାୟତା ପ୍ରଦାନ କରନ୍ତି ନାହିଁ । ଏପରି ସମସ୍ତ ସରକାରୀ ବ୍ୟୟକୁ ଅଣଉନ୍ନୟନ ବ୍ୟୟ କୁହାଯାଏ । ଆଇନ ଓ ଶୃଙ୍ଖଳା, ପ୍ରତିରକ୍ଷା, ପ୍ରଶାସନ ଇତ୍ୟାଦି ପାଇଁ ସରକାର କରୁଥିବା ବ୍ୟୟ ଅଣଉନ୍ନୟନ ବ୍ୟୟରେ ଅନ୍ତର୍ଭୁକ୍ତ ।
4. ରାଜସ୍ବ ବ୍ୟୟ କ’ଣ ?
Answer:
ରାଷ୍ଟ୍ରର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ନିମନ୍ତେ କରାଯାଉଥିବା ରାଷ୍ଟ୍ରୀୟ ବ୍ୟୟକୁ ରାଜସ୍ୱ ବ୍ୟୟ କୁହାଯାଏ । କୌଣସି ପରିସମ୍ପତ୍ତି ସୃଷ୍ଟି ଏହାର ଉଦ୍ଦେଶ୍ୟ ନୁହେଁ । ବିଭିନ୍ନ ସରକାରୀ ବିଭାଗର ସାଧାରଣ କାର୍ଯ୍ୟ ସମ୍ପାଦନ ପାଇଁ ରାଜସ୍ଵ ବ୍ୟୟ କରାଯାଏ ।
5. ପୁଞ୍ଜି ବ୍ୟୟ କ’ଣ ?
Answer:
ରାଷ୍ଟ୍ର ପରିସମ୍ପତ୍ତି ସୃଷ୍ଟି ପାଇଁ ଯେଉଁ ବ୍ୟୟ କରିଥାଏ, ତାହାକୁ ପୁଞ୍ଜି ବ୍ୟୟ କୁହାଯାଏ । ଏହି ବ୍ୟୟ ରାଷ୍ଟ୍ରର ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ସହାୟତା ପ୍ରଦାନ କରେ । ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ରାଷ୍ଟ୍ର ଯେଉଁ ବ୍ୟୟ ବରାଦ କରିଥାଏ, ତାହା ପୁଞ୍ଜି ବ୍ୟୟରେ ଅନ୍ତର୍ଭୁକ୍ତ ।
6. ଯୋଜନା ବ୍ୟୟ କ’ଣ ?
Answer:
ଯେଉଁ ବ୍ୟୟ ପାଇଁ ରାଷ୍ଟ୍ରୀୟ ଯୋଜନାର ଅନୁମୋଦନ ଆବଶ୍ୟକ, ତାହା ଯୋଜନା ବ୍ୟୟ । ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଆବଶ୍ୟକତା ଅନୁସାରେ ନୂତନ ଭାବେ ପ୍ରସ୍ତାବିତ ଓ ଅନୁମୋଦିତ ବ୍ୟୟକୁ ଯୋଜନା ବ୍ୟୟ କୁହାଯାଏ । ନୂତନ ରାସ୍ତା, ବନ୍ଧ ଇତ୍ୟାଦିର ନିର୍ମାଣଜନିତ ବ୍ୟୟ ହେଉଛି ଯୋଜନା ବ୍ୟୟ ।
7. ଅଣଯୋଜନା ବ୍ୟୟ କ’’ଣ ?
Answer:
ଯେଉଁ ସରକାରୀ ବ୍ୟୟ ନିମନ୍ତେ ରାଷ୍ଟ୍ରୀୟ ଯୋଜନାର ଅନୁମୋଦନ ଆବଶ୍ୟକ ହୋଇନଥାଏ, ତାହା ଅଣଯୋଜନା ବ୍ୟୟ । ଏହି ବ୍ୟୟଭାର ବହନ କରିବାପାଇଁ ସରକାର ବାଧ୍ୟ । ସ୍ଥାୟୀ କର୍ମଚାରୀମାନଙ୍କ ଦରମା ଓ ପେନ୍ସନ୍, ସୁଧ, ପରିଶୋଧ, ଦେଶରକ୍ଷା ପାଇଁ ହେଉଥିବା ବ୍ୟୟ ହେଉଛି ଅଣଯୋଜନା ବ୍ୟୟ ।
8. କରାଘାତ କ’ଣ ?
Answer:
କରାଘାତ ହେଉଛି କରର ମୂଳ ବୋଝ । ଏହା ମୂଳ କର ଧାର୍ଯ୍ୟ ବିନ୍ଦୁ । ଯେଉଁ ବ୍ୟକ୍ତି ପ୍ରଥମେ କରର ବୋଝ ବହନ କରେ କିମ୍ବା ସରକାରଙ୍କୁ ପ୍ରତ୍ୟକ୍ଷ ଭାବେ କର ପ୍ରଦାନ କରେ, ତାଙ୍କ ଉପରେ କରାଘାତ ହେଲା ବୋଲି କୁହାଯାଏ ।
9. କରାପାତ କ’ଣ ?
Answer:
ପରିଶେଷରେ କର ବୋଝ ବହନ କରୁଥିବା ବ୍ୟକ୍ତିଙ୍କ ଉପରେ କରାପାତ ହୋଇଥାଏ । ଏହା କର ସ୍ଥାନାନ୍ତରଣର ଅନ୍ତିମ ପରିଣାମ । କରାନ୍ତକରଣର ଶେଷ ବିନ୍ଦୁ ହେଉଛି କରାପାତ ।
10. କର ସ୍ଥାନାନ୍ତରଣ କ’ଣ ?
Answer:
ଯେଉଁ ପ୍ରକ୍ରିୟାରେ କରଭାର ବାରମ୍ବାର ସ୍ଥାନାନ୍ତର ଘଟେ, ତାହାକୁ କର ସ୍ଥାନାନ୍ତରଣ କୁହାଯାଏ । କ୍ରୟ-ବିକ୍ରୟ ମାଧ୍ୟମରେ ସ୍ଥାନାନ୍ତରଣ ସମ୍ଭବ ହୋଇଥାଏ । ଯଦି କରଭାର ଉତ୍ପାଦନକାରୀଠାରୁ ଖାଉଟି ନିକଟକୁ ସ୍ଥାନାନ୍ତର ଘଟେ, ତାହାକୁ ଅଗ୍ରଗାମୀ ସ୍ଥାନାନ୍ତରଣ କୁହାଯାଏ । ଯେତେବେଳେ କରଭାର ଉତ୍ପାଦନକାରୀଠାରୁ କଞ୍ଚାମାଲ ମାଲିକ ନିକଟକୁ ସ୍ଥାନାନ୍ତର ଘଟେ, ତାହାକୁ ପଶ୍ଚାତ୍ମାମୀ ସ୍ଥାନାନ୍ତରଣ
କୁହାଯାଏ ।
11. ପ୍ରତ୍ୟକ୍ଷ କର କ’ଣ ?
Answer:
ଯେଉଁ କରର କରାଘାତ ଓ କରାପାତ ଜଣେ ବ୍ୟକ୍ତି ହିଁ ବହନ କରନ୍ତି, ତାହାକୁ ପ୍ରତ୍ୟକ୍ଷ କର କୁହାଯାଏ । ଏଠାରେ କର ସ୍ଥାନାନ୍ତରଣ ସମ୍ଭବ ନୁହେଁ । ପ୍ରତ୍ୟକ୍ଷ କରର ଦାତା ଓ ବୋଝ ବହନକାରୀ ଜଣେ । ଆୟକର ପ୍ରତ୍ୟକ୍ଷ କରର ଉଦାହରଣ ।
12. ପରୋକ୍ଷ କର କ’ଣ ?
Answer:
ଯେଉଁ କରର କରାଘାତ ଓ କରାପାତ ବିଭିନ୍ନ ବ୍ୟକ୍ତି ବହନ କରିଥା’ନ୍ତି, ତାହାକୁ ପରୋକ୍ଷ କର କୁହାଯାଏ । ଏଠାରେ ‘କରଦାତା’ ଓ କରଭାର ବହନକାରୀ ଭିନ୍ନ ବ୍ୟକ୍ତି ଅଟନ୍ତି । ପରୋକ୍ଷ କର ସ୍ଥାନାନ୍ତରକ୍ଷମ । ତେଣୁ ଜଣେ ବ୍ୟକ୍ତି ଉପରେ କରାଘାତ ହେଲାବେଳେ ଅନ୍ୟ ଜଣେ ବ୍ୟକ୍ତି ଉପରେ କରାପାତ ହୋଇଥାଏ ।
13. ପ୍ରଗାମୀ କର କ’ଣ ?
Answer:
ଯେଉଁ କ୍ଷେତ୍ରରେ ଆୟର ବୃଦ୍ଧି ସଙ୍ଗେ ସଙ୍ଗେ କରର ହାର ବୃଦ୍ଧି ହୁଏ, ସେହି କରକୁ ପ୍ରଗାମୀ କର କୁହାଯାଏ । ଆୟକର ପ୍ରଗାମୀ କରର ଏକ ଜ୍ଵଳନ୍ତ ଉଦାହରଣ । ଏଠାରେ ବିଭିନ୍ନ ଆୟ ସ୍ତର ପାଇଁ ବିଭିନ୍ନ କର ହାର ପ୍ରଚଳିତ ହୋଇଥାଏ ।
14. ପ୍ରତିଗାମୀ କର କ’ଣ ?
Answer:
ଆୟ ବୃଦ୍ଧି ହେଲେ ଯଦି କରର ହାର ହ୍ରାସ ହୁଏ, ତେବେ ଏହି କରକୁ ପ୍ରତିଗାମୀ କର କୁହାଯାଏ । ପ୍ରତିଗାମୀ କର କ୍ଷେତ୍ରରେ କରଦାତାଙ୍କର ଆୟ ବୃଦ୍ଧି ହେବାଫଳରେ କରର ହାର ହ୍ରାସ ହୁଏ ଏବଂ ଆୟ ହ୍ରାସ ହେବା ଫଳରେ କରର ହାର ବୃଦ୍ଧି ହୁଏ । ଏହି କରର ବୋଝ ଧନୀମାନଙ୍କ ଉପରେ କମ୍ ଓ ଦରିଦ୍ରମାନଙ୍କ ଉପରେ ବେଶି ପଡ଼ିଥାଏ । ବିକ୍ରିକର, ଅବକାରୀ ଶୁଳ୍କ ପ୍ରଭୃତି ପ୍ରତିଗାମୀ କରର ଉଦାହରଣ ।
15. ଆନୁପାତିକ କର କ’ଣ ?
Answer:
ଯେତେବେଳେ କରହାର ଆୟର ହ୍ରାସ ଓ ବୃଦ୍ଧି ସହିତ ସମ୍ପର୍କିତ ନ ହୋଇ ଏକ ନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥିର ରହେ, ସେହି ପ୍ରକାର କରକୁ ଆନୁପାତିକ କର କୁହାଯାଏ । ଏ କ୍ଷେତ୍ରରେ କରଦାତାଙ୍କୁ ଏକ ନିର୍ଦ୍ଦିଷ୍ଟ ହାରରେ କର ଦେବାକୁ ହୋଇଥାଏ । ବ୍ୟକ୍ତିବିଶେଷଙ୍କର ଆୟ ବୃଦ୍ଧି ସଙ୍ଗେ ସଙ୍ଗେ କର ଆଦାୟ ବୃଦ୍ଧି ହୁଏ; କିନ୍ତୁ କରର ହାରରେ କୌଣସି ପରିବର୍ତ୍ତନ ହୁଏ ନାହିଁ ।
16. ଫିଡ୍ କ’ଣ ?
Answer:
କୌଣସି ନିର୍ଦ୍ଦିଷ୍ଟ ସେବା ନିମନ୍ତେ ସରକାରଙ୍କୁ ଦିଆଯାଉଥିବା ବାଧ୍ୟତାମୂଳକ ଦେୟକୁ ଫିଜ୍ କୁହାଯାଏ । ଫିଦାତାଙ୍କୁ ବିଶେଷ ସୁବିଧା ଦେବାପାଇଁ ହେଉଥିବା ବ୍ୟୟର କିଛି ଅଂଶ ସରକାର ଫିଜ୍ ଆକାରରେ ଆଦାୟ କରିଥା’ନ୍ତି । କୋର୍ଟ ଫିଡ୍ ରେଜିଷ୍ଟ୍ରୀକରଣ ଫିଜ୍, ଲାଇସେନ୍ସ ଫିଜ୍ ଇତ୍ୟାଦି ଫିଜ୍ର ଉଦାହରଣ ।
17. ଜୋରିମାନା କ’ଣ ?
Answer:
ନ୍ୟାୟପ୍ରଦାନ ଓ ସୁସ୍ଥ ପ୍ରଶାସନ ପାଇଁ ସରକାର ଜୋରିମାନା ଆଦାୟ କରିଥା’ନ୍ତି । ଏହା ଆଇନ ଭଙ୍ଗକାରୀଙ୍କ ପାଇଁ ଅର୍ଥଦଣ୍ଡ । ଜୋରିମାନା ରାଷ୍ଟ୍ରୀୟ ରାଜସ୍ବର ଏକ ଅଂଶ ହେଲେ ମଧ୍ୟ ମୋଟ ରାଜସ୍ୱରେ ଏହାର ଅଂଶ ଖୁବ୍ କମ୍ ।
18. ବାଜ୍ୟାପ୍ତି କ’ଣ ?
Answer:
ଚୁକ୍ତିଭଙ୍ଗ କିମ୍ବା ସ୍ଥିରୀକୃତ କାର୍ଯ୍ୟ ସମ୍ପାଦନ କରିନଥିବା ବ୍ୟକ୍ତିବିଶେଷଙ୍କଠାରୁ ସରକାର ଦଣ୍ଡସ୍ଵରୂପ ସେମାନେ ଅମାନତ ରୂପେ ରଖୁଥିବା ଅର୍ଥ ଫେରସ୍ତ କରନ୍ତି ନାହିଁ । ତାହାକୁ ବାଜ୍ୟାପ୍ତି କୁହାଯାଏ । ଉଦାହରଣସ୍ୱରୂପ, ସାଧାରଣ ନିର୍ବାଚନରେ ପ୍ରତ୍ୟେକ ପ୍ରାର୍ଥୀ କିଛି ଅମାନତ ଜମା ଦିଅନ୍ତି । ସର୍ଭେ ମୁତାବକ ଯଦି ଜଣେ ପ୍ରାର୍ଥୀ ମୋଟ ଭୋଟର ଏକ ନିର୍ଦ୍ଦିଷ୍ଟ ଶତାଂଶ ଭୋଟ ଆକାରରେ ପାଆନ୍ତି ନାହିଁ, ତେବେ ରଖୁଥିବା ଅମାନତରୁ ସେ ବଞ୍ଚତ ହୁଅନ୍ତି ଏବଂ ଉକ୍ତ ଅମାନତ ରାଷ୍ଟ୍ରୀୟ ରାଜସ୍ବର ଏକ ଅଂଶରେ ପରିଣତ ହୁଏ ।
19. ରାଜଭୁକ୍ତି କ’ଣ ?
Answer:
ଆଇନାନୁମୋଦିତ ଉତ୍ତରାଧିକାରୀ ନଥିବା କୌଣସି ବ୍ୟକ୍ତିର ମୃତ୍ୟୁ ଘଟିଲେ ତାଙ୍କ ସମ୍ପରି ସରକାରଙ୍କଦ୍ୱାରା ଅଧିକୃତ ହୋଇଥାଏ । ଏହାକୁ ରାଜଭୁକ୍ତି କୁହାଯାଏ । ଆଇନ ଶୃଙ୍ଖଳା ରକ୍ଷା ପାଇଁ ସରକାର ଉତ୍ତରାଧ୍ୟାକାରୀ ବିହୀନ ସମ୍ପରିକୁ ନିଜ ମାଲିକାନାକୁ ଆଣନ୍ତି ।
20. କର କ’ଣ ?
Answer:
କର ରାଷ୍ଟ୍ରୀୟ ରାଜସ୍ବର ସର୍ବବୃହତ୍ ଉତ୍ସ । କୌଣସି ବିଶେଷ ସୁବିଧା ସହ ସମ୍ପର୍କ ନଥାଇ, ସର୍ବସାଧାରଣଙ୍କ ସ୍ବାର୍ଥରେ ବ୍ୟୟ କରିବାପାଇଁ ବ୍ୟକ୍ତିବିଶେଷ ସରକାରଙ୍କୁ ଦେଉଥିବା ବାଧ୍ୟତାମୂଳକ ଦେୟକୁ କର କୁହାଯାଏ । ତେଣୁ, କୌଣସି ପ୍ରତ୍ୟକ୍ଷ ସୁବିଧାର ଆଶା ନରଖ୍ ଜନସାଧାରଣ ସରକାରଙ୍କୁ ଦେଉଥିବା ବାଧ୍ୟତାମୂଳକ ଦେୟକୁ କର କହନ୍ତି ।
B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି| / ଛଅଟି ବାକ୍ୟରେ ଦିଅ ।
1. ବିଶେଷ ନିର୍ଦ୍ଧାରଣ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଜନସାଧାରଣଙ୍କୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରି ସରକାର ସେମାନଙ୍କଠାରୁ ଯେଉଁ ଦେୟ ଆଦାୟ କରନ୍ତି, ତାହାକୁ ବିଶେଷ ନିର୍ଦ୍ଧାରଣ କୁହାଯାଏ । ରାସ୍ତା ନିର୍ମାଣ, ଜଳଯୋଗାଣ, ନଦୀବନ୍ଧ ନିର୍ମାଣ ଇତ୍ୟାଦି ଉନ୍ନୟନମୂଳକ କାର୍ଯ୍ୟକ୍ରମଦ୍ୱାରା ନିର୍ଦ୍ଦିଷ୍ଟ ଅଞ୍ଚଳର ବିକାଶ ଘଟେ । କେତେକ ନିର୍ଦ୍ଦିଷ୍ଟ ସମ୍ପତ୍ତି ମାଲିକ ସ୍ଵତନ୍ତ୍ର ସୁବିଧା ପାଆନ୍ତି ।
ସେମାନଙ୍କ ସମ୍ପତ୍ତିର ମୂଲ୍ୟରେ ହଠାତ୍ ବୃଦ୍ଧି ଘଟେ । ସ୍ଵତନ୍ତ୍ର ସୁବିଧା ପାଉଥବା ସମ୍ପଭି ମାଲିକଙ୍କଠାରୁ ସରକାର ଆନୁପାତିକ ହାରରେ ସ୍ୱତନ୍ତ୍ର ନିର୍ଦ୍ଧାରଣ ଆଦାୟ କରନ୍ତି । ଏହା ଉନ୍ନୟନମୂଳକ କାର୍ଯ୍ୟରେ ହୋଇଥିବା ସରକାରୀ ବ୍ୟୟର ଏକ ଅଂଶ । ଏହାକୁ ସମନ୍ବିତ କର ମଧ୍ୟ କୁହାଯାଏ ।
2. ପ୍ରତ୍ୟକ୍ଷ କର କ’ଣ ?
Answer:
ଯେଉଁ କରର କରାଘାତ ଓ କରାପାତ ଜଣେ ବ୍ୟକ୍ତି ହିଁ ବହନ କରନ୍ତି, ତାହାକୁ ପ୍ରତ୍ୟକ୍ଷ କର କୁହାଯାଏ । ଏଠାରେ କର ସ୍ଥାନାନ୍ତରଣ ସମ୍ଭବ ନୁହେଁ । ପ୍ରତ୍ୟକ୍ଷ କରର ଦାତା ଓ ବୋଝ ବହନକାରୀ ଜଣେ । ତେଣୁ ଯେଉଁ ବ୍ୟକ୍ତିବିଶେଷଙ୍କ ଉପରେ ସରକାର ପ୍ରତ୍ୟକ୍ଷ କର ଧାର୍ଯ୍ୟ କରନ୍ତି ସେ ନିଜେ କରଦାତା ଓ କରଭାର ବହନକାରୀ ।
ଆୟକର, ସମ୍ପରି କର, ବୃତ୍ତି କର ଇତ୍ୟାଦି ପ୍ରତ୍ୟକ୍ଷ କରର ଉଦାହରଣ । ପ୍ରତ୍ୟକ୍ଷ କର କ୍ଷେତ୍ରରେ ନାଗରିକ ମୂଲ୍ୟବୋଧର ବିକାଶ ସାଧୂ ହୋଇଥାଏ । ଫଳରେ ସେ ସରକାରଙ୍କ କାର୍ଯ୍ୟକଳାପ୍ ପ୍ରତି ସଚେତନ ରହେ ।
3. ପ୍ରତ୍ୟକ୍ଷ କର ସାଧୁତା ଉପରେ ଏକ କର – ଏପରି କାହିଁକି କୁହାଯାଏ ?
Answer:
ପ୍ରତ୍ୟକ୍ଷ କର କ୍ଷେତ୍ରରେ କରାଘାତ ଓ କରାପାତ ଜଣେ ବ୍ୟକ୍ତି ବହନ କରନ୍ତି । ପ୍ରତ୍ୟକ୍ଷ କରର ଦାତା ଓ ବୋଝ ବହନକାରୀ ଜଣେ । ପ୍ରତ୍ୟକ୍ଷ କର କରଦାତାଙ୍କ ନିଜସ୍ୱ ଆୟ ଓ ସମ୍ପତ୍ତି ସମ୍ବନ୍ଧୀୟ ସ୍ଵେଚ୍ଛାକୃତ ଘୋଷଣା ଉପରେ ପର୍ଯ୍ୟବସିତ । ତେଣୁ ଅସାଧୁ ବ୍ୟକ୍ତିଙ୍କ ପାଇଁ କର ଠକେଇର ସମ୍ଭାବନା ଅଧିକ ।
ପ୍ରକୃତରେ, ଜଣେ ସାଧୁ ଓ ସଟ କିମ୍ବା ନିଜ ଆୟ ବା ସମ୍ପତ୍ତି ଲୁଚାଇ ପାରୁନଥିବା ବ୍ୟକ୍ତି ପ୍ରତ୍ୟକ୍ଷ କର ଦେଇଥାନ୍ତି । ତେଣୁ, କୁହାଯାଏ ଯେ ପ୍ରତ୍ୟକ୍ଷ କର ସାଧୁତା ଉପରେ ଏକ କର ।
4. ବିନିଯୋଗରେ ରାଷ୍ଟ୍ରର ଆଭିମୁଖ୍ୟ କିପରି ହୋଇଥାଏ ?
Answer:
ଜଣେ ବ୍ୟକ୍ତି ପାଇଁ ଭବିଷ୍ୟତ ସର୍ବଦା ଅନିଶ୍ଚିତ । ତାଙ୍କ ପାଇଁ ବର୍ତ୍ତମାନର ଗୁରୁତ୍ଵ ଅଧିକ । ଭବିଷ୍ୟତର ଆୟ ଅପେକ୍ଷା ବର୍ତ୍ତମାନର ଆୟ ଅଧିକ କାମ୍ୟ । କିନ୍ତୁ, ରାଷ୍ଟ୍ରର ଆଭିମୁଖ୍ୟ ସ୍ୱତନ୍ତ୍ର । ରାଷ୍ଟ୍ର ଚିରସ୍ଥାୟୀ । ଏହାର ଉଭୟ ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ୀ ପ୍ରତି ସମାନ ଦାୟିତ୍ୱ ରହିଛି । ତେଣୁ ରାଷ୍ଟ୍ର କେବଳ ବର୍ତ୍ତମାନ ପାଇଁ ବିନିଯୋଗ ନ କରି ଭବିଷ୍ୟତ ପାଇଁ ମଧ୍ଯ ବିନିଯୋଗ କରିଥାଏ । ରାଷ୍ଟ୍ରୀୟ ବିନିଯୋଗ ଉଭୟ ସ୍ଵଳ୍ପକାଳୀନ ଓ ଦୀର୍ଘକାଳୀନ ହୋଇପାରେ ।
5. କିପରି ରାଷ୍ଟ୍ରୀୟ ରାଜସ୍ବ ରାଷ୍ଟ୍ରୀୟ ଆୟର ଏକ ଅଂଶବିଶେଷ ।
Answer:
ଆଧୁନିକ ରାଷ୍ଟ୍ର ଜନକଲ୍ୟାଣକାରୀ । ଜନକଲ୍ୟାଣ ପାଇଁ ପ୍ରତ୍ୟେକ ରାଷ୍ଟ୍ର ପ୍ରଚୁର ଆୟ ଆବଶ୍ୟକ କରିଥାଏ । ଯେଉଁ ରାଷ୍ଟ୍ରର ଆୟ ଯେତେ ଅଧ୍ଯକ, ସେହି ରାଷ୍ଟ୍ରର ବ୍ୟୟ ପରିସୀମା ସେତେ ବ୍ୟାପକ । ରାଷ୍ଟ୍ରୀୟ ରାଜସ୍ଵ, ରାଷ୍ଟ୍ରୀୟ ଆୟର ଏକ ଅଂଶ । ରାଷ୍ଟ୍ରୀୟ ଆୟ ସରକାରଙ୍କ ସମସ୍ତ ପ୍ରାପ୍ତିକୁ ବୁଝାଏ ।
ରାଜସ୍ୱ ସହିତ ରାଷ୍ଟ୍ରୀୟ ଋଣ, ଅଧିକ ନୋଟ୍ ପ୍ରଚଳନ, ସରକାରୀ ଉଦ୍ୟୋଗରୁ ହେଉଥିବା ଲାଭ ଇତ୍ୟାଦି ରାଷ୍ଟ୍ରୀୟ ଆୟର ଅନ୍ତର୍ଭୁକ୍ତ । ସରକାର କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରୁ କରୁଥିବା ଆୟ ହିଁ ରାଷ୍ଟ୍ରୀୟ ରାଜସ୍ବ । ଏହା ଏକ ସୀମିତ ଧାରଣା । ରାଷ୍ଟ୍ରୀୟ ରାଜସ୍ବର ବିଭିନ୍ନ ଉତ୍ସ ରହିଛି ।
6. କର କ’ଣ ?
Answer:
କର ରାଷ୍ଟ୍ରୀୟ ରାଜସ୍ବର ସର୍ବବୃହତ୍ ଉତ୍ସ । ସର୍ବସାଧାରଣଙ୍କ ସ୍ବାର୍ଥରେ ବ୍ୟୟ କରିବାପାଇଁ ବ୍ୟକ୍ତିବିଶେଷ ସରକାରଙ୍କୁ ଦେଉଥିବା ବାଧ୍ୟତାମୂଳକ ଦେୟକୁ କର କୁହାଯାଏ । କର ସରକାରଙ୍କ ପ୍ରତି ଜନସାଧାରଣଙ୍କ ଏକ ବାଧ୍ୟତାମୂଳକ ଦେୟ । କର ନ ଦେବା ଆଇନତଃ ଏକ ଦଣ୍ଡନୀୟ ଅପରାଧ । କର ପ୍ରଦାନ କରି କରଦାତା କୌଣସି ସ୍ଵତନ୍ତ୍ର ସୁବିଧା ପାଇନଥାଏ । ଅର୍ଥାତ୍, କର ବିନିମୟରେ ସରକାର କରଦାତାଙ୍କୁ କୌଣସି ପ୍ରତ୍ୟକ୍ଷ ସୁବିଧା ପ୍ରଦାନ କରନ୍ତି ନାହିଁ । କରପ୍ରଦାନ ଏକ ବ୍ୟକ୍ତିଗତ ଦାୟିତ୍ଵ ।
7. ରାଷ୍ଟ୍ରୀୟ ବ୍ୟୟ କ’ଣ ?
Answer:
ଆଧୁନିକ ରାଷ୍ଟ୍ର ଏକ ଜନକଲ୍ୟାଣକାରୀ ରାଷ୍ଟ୍ର । ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଅନ୍ତି ଏବଂ ସେଥିପାଇଁ ବ୍ୟୟ କରିଥା’ନ୍ତି । ଏହାକୁ ରାଷ୍ଟ୍ରୀୟ ବ୍ୟୟ ବା ସରକାରୀ ବ୍ୟୟ କୁହାଯାଏ । ସୁତରାଂ, ସର୍ବସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ କଲ୍ୟାଣ ନିମନ୍ତେ ରାଷ୍ଟ୍ର ଯେଉଁ ବ୍ୟୟ କରେ, ତାହାକୁ ରାଷ୍ଟ୍ରୀୟ ବ୍ୟୟ କୁହାଯାଏ ।
ରାଷ୍ଟ୍ରୀୟ ବ୍ୟୟ ସମୟରେ ପ୍ରତ୍ୟେକ ସରକାର ବିଚାରବନ୍ତ ହେବା ଉଚିତ । ତେଣୁ ରାଷ୍ଟ୍ର ନିଜସ୍ଵ ସମ୍ବଳକୁ ଏପରି ବାଣ୍ଟିବା ଆବଶ୍ୟକ ଯଦ୍ବାରା ଜନସାଧାରଣଙ୍କର ମୋଟ ସୁବିଧା ସର୍ବାଧିକ ହୋଇପାରିବ ।
8. ବାଣିଜ୍ୟିକ ରାଜସ୍ୱ କ’ଣ ?
Answer:
ସରକାର ଏକ ଉଦ୍ୟୋକ୍ତା ମଧ୍ୟ । ସରକାରୀ ଉଦ୍ୟୋଗରେ ଉତ୍ପାଦିତ ବିଭିନ୍ନ ଦ୍ରବ୍ୟ ଓ ସେବା! ବିକ୍ରୟ କରି ସରକାର ଯେଉଁ ରାଜସ୍ଵ ପାଇଥା’ନ୍ତି, ତାହାକୁ ବାଣିଜ୍ୟିକ ରାଜସ୍ୱ କୁହାଯାଏ । ସରକାରୀ ଦ୍ରବ୍ୟ ଓ ସେବା ପ୍ରତିବଦଳରେ ଜନସାଧାରଣ ଦର ଦେଇଥା’ନ୍ତି । ତେଣୁ ଦର ବାଣିଜ୍ୟିକ ରାଜସ୍ବର ଅନ୍ୟ ନାମ ।
ରେଳବାଇ, ଡାକ ବ୍ୟବସ୍ଥା, ରାଷ୍ଟ୍ରୀୟ ପରିବହନ ବ୍ୟବସ୍ଥା, ସରକାରୀ ଉଦ୍ୟୋଗ,ଖଣି ଜଙ୍ଗଲ ଇତ୍ୟାଦିରୁ ମିଳୁଥିବା ରାଜସ୍ବ ବାଣିଜ୍ୟିକ ରାଜସ୍ଵର ଅଂଶବିଶେଷ । ଏହା ରାଷ୍ଟ୍ରୀୟ ରାଜସ୍ବର ଏକ ପ୍ରମୁଖ ଉତ୍ସ ।
9. ଫିଜ୍ କ’ଣ ?
Answer:
କୌଣସି ନିର୍ଦ୍ଦିଷ୍ଟ ସେବା ନିମନ୍ତେ ସରକାରଙ୍କୁ ଦିଆଯାଉଥିବା ବାଧ୍ୟତାମୂଳକ ଦେୟକୁ ଫିଜ୍ କୁହାଯାଏ । ଫିଦାତାଙ୍କୁ ବିଶେଷ ସୁବିଧା ଦେବାପାଇଁ ହେଉଥିବା ବ୍ୟୟର କିଛି ଅଂଶ ସରକାର ଫିଜ୍ ଆକରରେ ଆଦାୟ କରିଥା’ନ୍ତି ! ଫିଜ୍ ପ୍ରଦାନକାରୀ ପ୍ରତ୍ୟକ୍ଷ ସୁବିଧା ପାଇଥା’ନ୍ତି । ସୁବିଧା ଓ ଫିଜ୍ ସମାନୁପାତିକ ନୁହଁନ୍ତି ।
ଫିଲ୍ମ୍ ଅପେକ୍ଷା ସୁବିଧାର ମୂଲ୍ୟ ଅଧିକ । କେବଳ ବିଶେଷ ସୁବିଧା ଲାଭ କରୁଥିବା ବ୍ୟକ୍ତିଙ୍କ ପାଇଁ ଫିଜ୍ ଏକ ବାଧ୍ୟତାମୂଳକ ଦେୟ । କୋର୍ଟ ଫିଜ୍, ରେଜିଷ୍ଟ୍ରୀକରଣ ଫିଜ୍, ଲାଇସେନ୍ସ ଫିଜ୍ ଇତ୍ୟାଦି ଫିଜ୍ର ଉଦାହରଣ ।
10. ପ୍ରତ୍ୟକ୍ଷ କର କ’ଣ ?
Answer:
ଯେଉଁ କରର କରାଘାତ ଓ କରାପାତ ଜଣେ ବ୍ୟକ୍ତି ହିଁ ବହନ କରନ୍ତି ତାହାକୁ ପ୍ରତ୍ୟକ୍ଷ କର କୁହାଯାଏ । ପ୍ରତ୍ୟକ୍ଷ କରର ଦାତା ଓ ବୋଝ ବହନକାରୀ ଜଣେ । ପ୍ରତ୍ୟକ୍ଷ କର କରାଦାତାର ଦେଇ ପାରିବାର ସାମର୍ଥ୍ୟ ଉପରେ ପର୍ଯ୍ୟବସିତ । ତେଣୁ ଧନୀକ ଶ୍ରେଣୀ ଅଧ୍ଵ କର ଦେଇଥା’ନ୍ତି । ଫଳରେ ପ୍ରତ୍ୟକ୍ଷ କର ସମାନତା ସହିତ ସାମାଜିକ ନ୍ୟାୟ ପ୍ରତିଷ୍ଠା କ୍ଷେତ୍ରରେ ସହାୟତା ପ୍ରଦାନ କରେ ।
ପ୍ରତ୍ୟକ୍ଷ କର କ୍ଷେତ୍ରରେ କରଦାତା ଓ ସରକାରଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ରହିଥାଏ । ସେ ସରକାରଙ୍କ କାର୍ଯ୍ୟକଳାପ ପ୍ରତି ସଚେତନ ରହେ । ଫଳରେ ନାଗରିକ ମୂଲ୍ୟବୋଧର ବିକାଶ ସାଧୂତ ହୋଇଥାଏ ।
11. ପରୋକ୍ଷ କର କ’ଣ ?
Answer:
ଯେଉଁ କରର କରାଘାତ ଓ କରାପାତ ବିଭିନ୍ନ ବ୍ୟକ୍ତି ବହନ କରିଥା’ନ୍ତି; ତାହାକୁ ପରୋକ୍ଷ କର କୁହାଯାଏ । ଏଠାରେ କରଦାତା ଓ କରଭାର ବହନକାରୀ ଭିନ୍ନ ବ୍ୟକ୍ତି ଅଟନ୍ତି । ପରୋକ୍ଷ କର ସ୍ଥାନାନ୍ତରଣକ୍ଷମ । ତେଣୁ ଜଣେ ବ୍ୟକ୍ତି ଉପରେ କରାଘାତ ହେଲାବେଳେ ଅନ୍ୟ ଜଣେ ବ୍ୟକ୍ତି ଉପରେ କରାପାତ ହୋଇଥାଏ ।
ଦ୍ରବ୍ୟକର ଉତ୍ପାଦନକାରୀ ପ୍ରଥମେ ସରକାରଙ୍କ ନିକଟରେ ପଇଠ କରିଥା’ନ୍ତି । କିନ୍ତୁ, ତତ୍ପରେ ଦ୍ରବ୍ୟର ଦାମ୍ରେ କର ମିଶାଇ ଖାଉଟିକୁ ଅଧିକ ଦରରେ ବିକ୍ରି କରିବାଦ୍ୱାରା କର ସ୍ଥାନାନ୍ତରଣ ହୋଇଥାଏ । ତେଣୁ ଦ୍ରବ୍ୟକର ଏକ ପରୋକ୍ଷ କର । ବିକ୍ରିକର, ଉତ୍ପାଦନ ଶୁଳ୍କ, ସୀମା ଶୁଳ୍କ, ପ୍ରମୋଦ କର, ମୂଲ୍ୟଯୁକ୍ତ କର ଇତ୍ୟାଦି ପରୋକ୍ଷ କରର ଉଦାହରଣ ।
12. ରାଜସ୍ବ ବ୍ୟୟ କ’ଣ ?
Answer:
ସରକାର ନିଜର ଦୈନନ୍ଦିନ କାର୍ଯ୍ୟନିର୍ବାହ ସକାଶେ ଯେଉଁ ବ୍ୟୟ ବରାଦ କରିଥା’ନ୍ତି, ତାହାକୁ ରାଜସ୍ବ ବ୍ୟୟ ବୋଲି କୁହାଯାଏ । ଉକ୍ତ ବ୍ୟୟଦ୍ବାରା ରାଷ୍ଟ୍ରର କୌଣସି ପରିସମ୍ପତ୍ତି ସୃଷ୍ଟି ହେବାର ସମ୍ଭାବନା ନଥାଏ । ସରକାରଙ୍କ ଅନ୍ତିମ ଉପଭୋଗ ବ୍ୟୟ ଏହି ଶ୍ରେଣୀଭୁକ୍ତ ହୋଇଥାଏ । ବିଭିନ୍ନ ସରକାରୀ ବିଭାଗର ସାଧାରଣ କାର୍ଯ୍ୟ ସମ୍ପାଦାନ ପାଇଁ ରାଜସ୍ବ ବ୍ୟୟ କରାଯାଏ ।
ଅତଏବ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇବାପାଇଁ ସରକାରୀ ବିଭାଗଗୁଡ଼ିକ ଯେଉଁ ଦୈନନ୍ଦିନ ବ୍ୟୟ କରିଥା’ନ୍ତି, ତାହାକୁ ରାଜସ୍ବ ବ୍ୟୟ ବୋଲି କୁହାଯାଏ । ଏହି ରାଜସ୍ବ ବ୍ୟୟ, ରାଜସ୍ବ ଆୟରୁ ଭରଣା କରାଯାଇଥାଏ ।
13. ଉନ୍ନୟନ ବ୍ୟୟ କ’ଣ ?
Answer:
ଯେଉଁ ସରକାରୀ ବ୍ୟୟଦ୍ୱାରା ଦେଶରେ ଉତ୍ପାଦନ ଓ ବାସ୍ତବ ଆୟ ବୃଦ୍ଧି ହୋଇ ଆର୍ଥନୀତିକ ଅଭିବୃଦ୍ଧି ହୋଇଥାଏ, ସେହି ବ୍ୟୟକୁ ଉନ୍ନୟନ ବ୍ୟୟ କୁହାଯାଏ । ଏହାକୁ ମଧ୍ୟ ଉତ୍ପାଦୀ ବ୍ୟୟ କୁହାଯାଇଥାଏ । ଭାରତ ଭଳି ଏକ ବିକାଶମୁଖୀ ରାଷ୍ଟ୍ରରେ ଉନ୍ନୟନ ବ୍ୟୟର ଗୁରୁତ୍ଵ ସର୍ବାଧିକ ।
ମୋଟ ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ବୃଦ୍ଧିର ଲକ୍ଷ୍ୟ ଆମ ଦେଶର ଆର୍ଥିକ ନୀତିର ମୁଖ୍ୟ ଉଦ୍ଦେଶ୍ୟ । ୧୯୫୧ ମସିହାଠାରୁ ଆମ ଦେଶରେ ଏହି ବ୍ୟୟର ଗୁରୁତ୍ବ ବୃଦ୍ଧି ପାଇଅଛି । ଶିକ୍ଷା, ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ଶ୍ରମ ଓ ନିଯୁକ୍ତି, କୃଷି, ଶିଳ୍ପ, ପରିବହନ ଇତ୍ୟାଦି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବହନ କରାଯାଉଥିବା ସରକାରୀ ଖର୍ଚ୍ଚକୁ ଉନ୍ନୟନ ବ୍ୟୟ ବୋଲି ବିଚାର କରାଯାଇଥାଏ ।
C. ପାଞ୍ଚଟି/ଛଅଟି ବାକ୍ୟରେ ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
1. ଦାନ ଓ ଅନୁଦାନ :
Answer:
ବ୍ୟକ୍ତିବିଶେଷ କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ସ୍ୱେଚ୍ଛାକୃତ ଭାବେ ସରକାରଙ୍କୁ ଦେଉଥିବା ଅର୍ଥ ବା ସମ୍ପତ୍ତିକୁ ଦାନ କୁହାଯାଏ । ସାଧାରଣତଃ କୌଣସି ବିପତ୍ତିର ମୁକାବିଲା ପାଇଁ ବଦାନ୍ୟ ବ୍ୟକ୍ତିବିଶେଷ ସରକାରଙ୍କୁ ଦାନ ଦେଇଥା’ନ୍ତି । ଯୁଦ୍ଧ, ବାତ୍ୟା, ବନ୍ୟା ଇତ୍ୟାଦିର ମୁକାବିଲା ପାଇଁ ଦାନ ସରକାରଙ୍କୁ ସହାୟତା ଯୋଗାଇଥାଏ । ଅବଶ୍ୟ, ରାଷ୍ଟ୍ରୀୟ ରାଜସ୍ୱରେ ଦାନର ଗୁରୁତ୍ଵ ନଗଣ୍ୟ ।
ଅନ୍ୟପକ୍ଷରେ ଗୋଟିଏ ସରକାର ଅନ୍ୟ ଏକ ସରକାରଙ୍କୁ କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ହେଉଥିବା ସହାୟତାକୁ ଅନୁଦାନ କୁହାଯାଏ । ଆମ ଦେଶରେ କେନ୍ଦ୍ର ସରକାର ସ୍ବାସ୍ଥ୍ୟ ଓ ଶିକ୍ଷାର ବିକାଶ, ରାସ୍ତା ଓ ଗୃହ ନିର୍ମାଣ ଇତ୍ୟାଦି ନିମନ୍ତେ ରାଜ୍ୟମାନଙ୍କୁ ଅନୁଦାନ ଦେଇଥା’ନ୍ତି । ଆମ ଦେଶ ମଧ୍ୟ ବିଦେଶରୁ ଅନୁଦାନ ପାଇପାରେ । ଏହାକୁ ବିଦେଶୀ ଅନୁଦାନ କୁହାଯାଏ । ଅନୁଦାନ ରାଷ୍ଟ୍ରୀୟ ରାଜସ୍ଵରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ ।
2. କର ଓ ସ୍ୱତନ୍ତ୍ର ନିର୍ଦ୍ଧାରଣ :
Answer:
କର ସମସ୍ତଙ୍କ ପାଇଁ ଏକ ବାଧ୍ୟତାମୂଳକ ଦେୟ; କିନ୍ତୁ ସ୍ୱତନ୍ତ୍ର ନିର୍ଦ୍ଧାରଣ କେବଳ ସ୍ବତନ୍ତ୍ର ସୁବିଧା ପାଉଥିବା ବ୍ୟକ୍ତିବିଶେଷଙ୍କ ପାଇଁ ବାଧ୍ୟତାମୂଳକ ଦେୟ । କର କରଦାତାଙ୍କୁ କୌଣସି ପ୍ରତ୍ୟକ୍ଷ ସୁବିଧା ଦେଇନଥାଏ; କିନ୍ତୁ ବିଶେଷ ନିର୍ଦ୍ଧାରଣରୁ ସ୍ୱତନ୍ତ୍ର ସୁବିଧା ମିଳିଥାଏ । କରର ପରିସର ସମଗ୍ର ରାଷ୍ଟ୍ର । ସରକାର ସମଗ୍ର ରାଷ୍ଟ୍ରରୁ କର ଆଦାୟ କରନ୍ତି; କିନ୍ତୁ ସ୍ବତନ୍ତ୍ର କରିଥା’ନ୍ତି । କର ସର୍ବଦା ସମାନୁପାତୀ ହୋଇନଥାଏ; କିନ୍ତୁ ସ୍ବତନ୍ତ୍ର ନିର୍ଦ୍ଧାରଣ ସର୍ବଦା ସମାନୁପାତୀ ହୋଇଥାଏ । କର ବାରମ୍ବାର ଧାର୍ଯ୍ୟ କରାଯାଏ କିନ୍ତୁ ସ୍ବତନ୍ତ୍ର ନିର୍ଦ୍ଧାରଣ ଥରେ ମାତ୍ର ଧାର୍ଯ୍ୟ କରାଯାଏ ।
3. ଫିଜ୍ ଓ ସ୍ଵତନ୍ତ୍ର ନିର୍ଦ୍ଧାରଣ :
Answer:
ଫିଲ୍ମର ପରିଚାଳନା କ୍ଷେତ୍ର ବ୍ୟାପକ । ଏକ ନିର୍ଦ୍ଦିଷ୍ଟ ସେବା ପାଇଁ ଯେକୌଣସି ସ୍ଥାନରେ ଏହା ଧାର୍ଯ୍ୟ କରାଯାଏ; କିନ୍ତୁ ସ୍ବତନ୍ତ୍ର ନିର୍ଦ୍ଧାରଣର ପରିଚାଳନା କ୍ଷେତ୍ର ସୀମିତ । ଏହା ଆଞ୍ଚଳିକ ଉନ୍ନୟନ ନିମନ୍ତେ ଧାର୍ଯ୍ୟ କରାଯାଇଥାଏ । ନିର୍ଦ୍ଦିଷ୍ଟ ସୁବିଧା ଉପଭୋଗ ପାଇଁ ପ୍ରତ୍ୟେକ ଥର ଫିଜ୍ ଦେବାକୁ ହୋଇଥାଏ । ତେଣୁ ଫିଜ୍ ବାରମ୍ବାର ଦିଆଯାଏ; କିନ୍ତୁ ବିଶେଷ ନିର୍ଦ୍ଧାରଣ ଥରେ ମାତ୍ର ଦେବାକୁ ହୋଇଥାଏ ।
ଯେକୌଣସି ବ୍ୟକ୍ତିବିଶେଷ ନିର୍ଦ୍ଦିଷ୍ଟ ସେବାପାଇଁ ସରକାରଙ୍କଦ୍ଵାରା ଧାର୍ଯ୍ୟ ଫିଜ୍ ଦେଇଥା’ନ୍ତି; କିନ୍ତୁ ସ୍ବତନ୍ତ୍ର ନିର୍ଦ୍ଧାରଣ କେବଳ ବିଶେଷ ସୁବିଧା ଲାଭ କରିଥିବା ବ୍ୟକ୍ତିମାନଙ୍କ ପାଇଁ ଧାର୍ଯ୍ୟ କରାଯାଏ ।
4. କର ଓ ଦର :
Answer:
କରି ସମସ୍ତଙ୍କ ପାଇଁ ଏକ ବାଧ୍ୟତାମୂଳକ ଦେୟ; କିନ୍ତୁ ଦର ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । କେବଳ ସରକାରଙ୍କଦ୍ଵାରା ପ୍ରସ୍ତୁତ ଦ୍ରବ୍ୟ ଓ ସେବା କ୍ରୟ କରୁଥିବା ବ୍ୟକ୍ତିବିଶେଷ ଦର ଦେଇଥା’ନ୍ତି । ଏହା ସ୍ୱେଚ୍ଛାକୃତ । କର କରଦାତାଙ୍କୁ କୌଣସି ପ୍ରତ୍ୟକ୍ଷ ସୁବିଧା ଦେଇନଥାଏ; କିନ୍ତୁ ଦର ପ୍ରତ୍ୟକ୍ଷ ସୁବିଧା ଦେଇଥାଏ । ସେବା ପରିବ୍ୟୟ ସହ କରର କୌଣସି ସମ୍ପର୍କ ନଥାଏ, କିନ୍ତୁ ସେବା ପରିବ୍ୟୟ ସହିତ ଦରର ପୂର୍ଣ ସମ୍ପର୍କ ରହିଛି । ସର୍ବସାଧାରଣଙ୍କ କଲ୍ୟାଣ ନିମନ୍ତେ କର ଦିଆଯାଏ; କିନ୍ତୁ କେବଳ ବ୍ୟକ୍ତିଗତ ସନ୍ତୋଷ ନିମନ୍ତେ ଦର ଦିଆଯାଏ ।
5. କର ଓ ଫିଜ୍ :
Answer:
କର ସମସ୍ତଙ୍କ ପାଇଁ ଏକ ବାଧ୍ୟତାମୂଳକ ଦେୟ; କିନ୍ତୁ, ଅନ୍ୟପକ୍ଷରେ କୌଣସି ନିର୍ଦ୍ଦିଷ୍ଟ ସେବା ଉପଭୋଗ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଫିଜ୍ ଏକ ବାଧ୍ୟତାମୂଳକ ଦେୟ । ସରକାରଙ୍କ ବ୍ୟୟ ତୁଲାଇବା ନିମନ୍ତେ କର ଆଦାୟ କରାଯାଏ; କିନ୍ତୁ ପ୍ରଶାସନିକ ନିୟନ୍ତ୍ରଣ ଫିଜ୍ ଆଦାୟର ମୁଖ୍ୟ ଉଦ୍ଦେଶ୍ୟ । ସାଧାରଣ ସୁବିଧା ପାଇଁ କର ଧାର୍ଯ୍ୟ କରାଯାଇଥାଏ; କିନ୍ତୁ ଏକ ନିର୍ଦ୍ଦିଷ୍ଟ ସୁବିଧା ପାଇଁ ଫିଜ୍ ଧାର୍ଯ୍ୟ କରାଯାଏ । ସରକାରଙ୍କଦ୍ୱାରା ପ୍ରଦତ୍ତ ସେବା ପାଇଁ ଦେଉଥିବା ବ୍ୟୟ ସହିତ କରର କୌଣସି ସମ୍ପର୍କ ନଥିଲାବେଳେ ସେବା ପରିବ୍ୟୟ ସହିତ ଫିଡ୍ର ସମ୍ପର୍କ ଦେଖିବାକୁ ମିଳେ ।
6. ରାଜସ୍ଵ ବ୍ୟୟ ଓ ପୁଞ୍ଜି ବ୍ୟୟ :
Answer:
ଯେଉଁ ବ୍ୟୟ ସରକାରଙ୍କଦ୍ଵାରା ସଂଗୃହୀତ ରାଜସ୍ୱ; ଯଥା – କର, ରେଳବାଇ, ଡାକ ଓ ତାର, ଅନ୍ୟାନ୍ୟ ସରକାରୀ କାର୍ଯ୍ୟରୁ ସଂଗୃହୀତ ଅର୍ଥଦ୍ଵାରା ସଂଘଟିତ ହୋଇଥାଏ, ତାହାକୁ ରାଜସ୍ବ ବ୍ୟୟ କୁହାଯାଏ । ସରକାରଙ୍କ ବିଭିନ୍ନ ବିଭାଗ ଓ ପ୍ରଶାସନ ତଥା ଅନ୍ୟାନ୍ୟ ସ୍ଥାୟୀ ସେବା ପ୍ରଦାନକାରୀ କ୍ଷେତ୍ରରେ ସ୍ଵାଭାବିକ ପରିଚାଳନା ନିମନ୍ତେ ରାଜସ୍ୱ ବ୍ୟୟ କରାଯାଇଥାଏ ।
ସଂକ୍ଷେପରେ କହିବାକୁ ଗଲେ ସରକାରଙ୍କ ଯେଉଁ ବ୍ୟୟ ପରିସମ୍ପତ୍ତି ବା ସମ୍ପଦ ସୃଷ୍ଟି କରିବାରେ ଉପଯୋଗ ହୁଏ ନାହିଁ, ତାହାକୁ ରାଜସ୍ବ ବ୍ୟୟ କୁହାଯାଏ । ସରକାରଙ୍କର ପରିଚାଳନା ବାବଦ ବ୍ୟୟ, ବିଭିନ୍ନ ସ୍ଥାୟୀ ସେବାକ୍ଷେତ୍ର ନିମନ୍ତେ ବ୍ୟୟ, ସରକାରୀ ଋଣ ଉପରେ ସୁଧ ପ୍ରଦାନଜନିତ ବ୍ୟୟ, ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଉଥିବା ଅନୁଦାନ ଏହାର ଅନ୍ତର୍ଭୁକ୍ତ ।
ଯେଉଁ ବ୍ୟୟ, ପୁଞ୍ଜି ସଂଗ୍ରହଜନିତ ପ୍ରାପ୍ତି; ଯଥା – ଖୋଲାବଜାର ରଣ, ରିଜର୍ଭ ବ୍ୟାଙ୍କଦ୍ୱାରା ସରକାରଙ୍କୁ ପ୍ରଦତ୍ତ ଋଣ ଓ ଦେଶ ଭିତରେ ଓ ବାହାରେ ଥିବା ଅନୁଷ୍ଠାନମାନଙ୍କଦ୍ଵାରା ପ୍ରଦତ୍ତ ଋଣଦ୍ବାରା ଭରଣା କରାଯାଇଥାଏ, ତାହାକୁ ପୁଞ୍ଜି ବ୍ୟୟ କୁହାଯାଏ । ଏହି ବ୍ୟୟଭାର ବୈଦେଶିକ ଋଣ, ଆନ୍ତର୍ଜାତୀୟ ଅନୁଷ୍ଠାନମାନଙ୍କଦ୍ୱାରା ପ୍ରଦତ୍ତ ଋଣ ଓ ରାଜ୍ୟ ସରକାରଙ୍କଦ୍ବାରା ପରିଶୋଧ କରାଯାଉଥିବା ଋଣଦ୍ଵାରା ମଧ୍ୟ ବହନ କରାଯାଇଥାଏ । ଏହି ବ୍ୟୟ ସାଧାରଣଭାବେ ଭୂମି ଅଧୃତ, କୋଠାବାଡ଼ି ନିର୍ମାଣ, ଯନ୍ତ୍ରପାତି ଓ କଳକବ୍ଜା କ୍ରୟ, ଅଂଶଧନରେ ବିନିଯୋଗ ଏବଂ ରାଜ୍ୟ ସରକାରଙ୍କ ଅଗ୍ରିମ ନିମନ୍ତେ କରାଯାଇଥାଏ ।
7. ପ୍ରତ୍ୟକ୍ଷ କର ଓ ପରୋକ୍ଷ କର :
Answer:
ଯେଉଁ ବ୍ୟକ୍ତି ଉପରେ କର ଧାର୍ଯ୍ୟ କରାଯାଇଥାଏ ସେ ଯଦି କରଭାର ବହନ କରେ, ତାହାହେଲେ ସେ ପ୍ରକାର କର ଏକ ପ୍ରତ୍ୟକ୍ଷ କର । ସେ ଅନ୍ୟ କୌଣସି ବ୍ୟକ୍ତିଙ୍କୁ କରଭାର ହସ୍ତାନ୍ତର କରିପାରେ ନାହିଁ । ଆୟକର ଏକ ପ୍ରତ୍ୟକ୍ଷ କରର ଦୃଷ୍ଟାନ୍ତ । ଏହାର କରାଘାତ ଓ କରାପାତ ସମାନ ବ୍ୟକ୍ତି ଉପରେ ପଡ଼େ । ଡାଲଟନ୍ଙ୍କ ଭାଷାରେ, ‘ପ୍ରତ୍ୟକ୍ଷ କର ତାହାକୁ କୁହାଯାଏ ଯେଉଁ କ୍ଷେତ୍ରରେ, ଆଇନ ଅନୁଯାୟୀ ଯେଉଁ ବ୍ୟକ୍ତି ଉପରେ ଟିକସ ଧାର୍ଯ୍ୟ କରାଯାଏ, ସେହିଁ ପ୍ରକୃତରେ ଏହା ଭରଣା କରେ ।’
ଯେଉଁ କରଗୁଡ଼ିକ ପ୍ରଥମେ ଜଣେ ବ୍ୟକ୍ତି ଦେଇଥା’ନ୍ତି; କିନ୍ତୁ ପରେ ଅନ୍ୟ କୌଣସି ଜଣେ ବ୍ୟକ୍ତିଙ୍କ ଉପରକୁ ଖସାଇ ଦିଆଯାଇଥାଏ, ସେଗୁଡ଼ିକୁ ପରୋକ୍ଷ କର କୁହାଯାଏ । ଏଠାରେ କରାଘାତ ପ୍ରଥମ ବ୍ୟକ୍ତି ଉପରେ ପଡ଼ିଥାଏ ଓ କରାପାତ ଦ୍ବିତୀୟ ବ୍ୟକ୍ତିଙ୍କ ଉପରେ ପଡ଼ିଥାଏ । କେତେକ କ୍ଷେତ୍ରରେ ମୋଟ କରାପାତ ଦ୍ବିତୀୟ ବ୍ୟକ୍ତି ଉପରେ ପୂରା ଭାବରେ ପଡ଼ିନଥାଏ ।
ଡାଲଟନ୍ଙ୍କ ମତରେ, ‘ପରୋକ୍ଷ କର ଜଣେ ବ୍ୟକ୍ତି ଉପରେ ବସାଯାଏ, କିନ୍ତୁ ପ୍ରକୃତ କରଦାତା ଓ ଅନ୍ୟାନ୍ୟ ସମ୍ପର୍କୀୟ ପୂର୍ବ ସର୍ଭାବଳୀରେ ଏକ ଆନୁଷଙ୍ଗିକ ପରିବର୍ତ୍ତନ ଯୋଗୁଁ ନିର୍ଦ୍ଧାରିତ କରର ପୁରା ଭାଗ ବା ଏହାର କିଛି ଅଂଶ ପ୍ରକୃତରେ ଅନ୍ୟକୁ ଦେବାକୁ ପଡ଼ିଥାଏ ।’
8. କରାଘାତ ଓ କରାପାତ :
Answer:
କରଧାର୍ଯ୍ୟ ହେବା ପରେ ଯେଉଁମାନଙ୍କୁ ପ୍ରଥମେ କର ଦେବାକୁ ହୋଇଥାଏ ସେମାନଙ୍କ ଉପରେ କରାଘାତ ହେଲା ବୋଲି କୁହାଯାଏ । ଅନ୍ୟପକ୍ଷରେ ଯେଉଁମାନେ ପରିଶେଷରେ କର ଭାର ବହନ କରନ୍ତି ସେମାନଙ୍କ ଉପରେ କରାପାତ ହୋଇଥାଏ । କରାଘାତ କହିଲେ କରର ଧାର୍ଯ୍ୟ ବିନ୍ଦୁକୁ ବୁଝାଉଥିବାବେଳେ କରାଘାତ କହିଲେ କରର ଅନ୍ତିମ ଭାରବିନ୍ଦୁକୁ ବୁଝାଇଥାଏ । କରାପାତ କର ସ୍ଥାନାନ୍ତରଣ ଅନ୍ତିମ ପରିଣାମ ।
ଯେଉଁ ଲୋକମାନଙ୍କ ଉପରେ କରାଘାତ ହୁଏ, ସେମାନେ କରର ପ୍ରାଥମିକ ଭାର ବହନ କରନ୍ତି । ଅନ୍ୟ ପକ୍ଷରେ ଯେଉଁମାନଙ୍କ ଉପରେ କରାପାତ ହୁଏ ସେମାନେ କରର ଅନ୍ତିମ ଭାର କରଥା’ନ୍ତି ।
9. ଉପାର୍ଜିତ ରାଜସ୍ଵ ଓ ଅନୁପାର୍ଜିତ ରାଜସ୍ଵ :
Answer:
ରାଷ୍ଟ୍ର ନିଜ ମାଲିକାନାରେ ଥିବା ପ୍ରାକୃତିକ ସମ୍ବଳଗୁଡ଼ିକର ଉପଯୋଗ କରି ଯେଉଁ ରାଜସ୍ୱ ସଂଗ୍ରହ କରିଥାଏ, ତାହାକୁ ଉପାର୍ଜିତ ରାଜସ୍ୱ ଆଖ୍ୟା ଦିଆଯାଇଥାଏ । ଏତଦ୍ବ୍ୟତୀତ ରାଷ୍ଟ୍ରାୟତ୍ତ ବାଣିଜ୍ୟିକ ଓ ଔଦ୍ୟୋଗିକ ସଂସ୍ଥାମାନଙ୍କରୁ ରାଷ୍ଟ୍ର ଯେଉଁ ଆୟ ଅର୍ଜନ କରିଥାଏ, ତାହାକୁ ଉପାର୍ଜିତ ରାଜସ୍ୱ କୁହାଯାଏ । ସରକାର ମଧ୍ୟ ଏକ ଉଦ୍ୟୋକ୍ତା । ସରକାରୀ ଉଦ୍ୟୋଗରେ ଉତ୍ପାଦିତ ବିଭିନ୍ନ ଦ୍ରବ୍ୟ ଓ ସେବା ବିକ୍ରୟ କରି ସରକାର ଯେଉଁ ରାଜସ୍ବ ପାଇଥା’ନ୍ତି, ତାହାକୁ ଉପାର୍ଜିତ ରାଜସ୍ୱ କୁହାଯାଏ ।
ଅନ୍ୟପକ୍ଷରେ ରାଷ୍ଟ୍ରର ଅନୁପାର୍ଜିତ ରାଜସ୍ବ ମୁଖ୍ୟତଃ ବ୍ୟକ୍ତି, ପରିବାର ଓ ପ୍ରତିଷ୍ଠାନମାନଙ୍କଠାରୁ ମିଳିଥାଏ । କର, ପ୍ରଶାସନିକ ଆୟ, ଉପହାର ଓ ଅନୁଦାନ ଆଦିକୁ ସରକାରଙ୍କ ଅନୁପାର୍ଜିତ ଆୟ ବୋଲି କୁହାଯାଇଥାଏ ।
10. ରାଷ୍ଟ୍ରବିତ୍ତ ଓ ବ୍ୟକ୍ତିବିର :
Answer:
ଜଣେ ବ୍ୟକ୍ତିଙ୍କ ଆୟ ପ୍ରାୟତଃ ସ୍ଥିର, ତେଣୁ ତାଙ୍କୁ ଆୟ ଅନୁସାରେ ବ୍ୟୟ କରିବାକୁ ପଡ଼େ; କିନ୍ତୁ ରାଷ୍ଟ୍ର ପ୍ରଥମେ ବ୍ୟୟ ପରିମାଣ ଆକଳନ କରି ବ୍ୟୟ ଭରଣା ପାଇଁ ବିଭିନ୍ନ ଆୟର ପନ୍ଥା ନିର୍ଦ୍ଧାରଣ କରେ ।
ଜଣେ ବ୍ୟକ୍ତି ପାଇଁ ଲାଭ ବ୍ୟୟର ମୁଖ୍ୟ ଉଦ୍ଦେଶ୍ୟ; କିନ୍ତୁ ଲାଭ ପ୍ରତ୍ୟାଶା ରାଷ୍ଟ୍ରର ମୁଖ୍ୟ ଆଭିମୁଖ୍ୟ ନୁହେଁ । ସର୍ବାଧିକ ଜନକଲ୍ୟାଣ ରାଷ୍ଟ୍ର ବ୍ୟୟର ଲକ୍ଷ୍ୟ ।
ଜଣେ ବ୍ୟକ୍ତିର ବଜେଟ୍ ତା’ର ନିଜସ୍ବ । ଏହା ସାଧାରଣରେ ପ୍ରକାଶିତ ହୋଇନଥାଏ ଏବଂ ଗୋପନ ରହିଥାଏ; କିନ୍ତୁ ସରକାରୀ ବଜେଟ୍ ଗୋପନୀୟ ନୁହେଁ ଏବଂ ଏହା ସର୍ବସାଧାରଣ ପାଇଁ ଖୋଲା ।
11. ଯୋଜନା ବ୍ୟୟ ଓ ଅଣଯୋଜନା ବ୍ୟୟ :
Answer:
ଯେଉଁ ବ୍ୟୟ ପାଇଁ ରାଷ୍ଟ୍ରୀୟ ଯୋଜନାର ଅନୁମୋଦନ ଆବଶ୍ୟକ, ତାହା ଯୋଜନା ବ୍ୟୟ । ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଆବଶ୍ୟକତା ଅନୁସାରେ ନୂତନ ଭାବେ ପ୍ରସ୍ତାବିତ ଓ ଅନୁମୋଦିତ ବ୍ୟୟକୁ ଯୋଜନା ବ୍ୟୟ କୁହାଯାଏ । ନୂତନ ରାସ୍ତା, ବନ୍ଧ ଇତ୍ୟାଦିର ନିର୍ମାଣଜନିତ ବ୍ୟୟ ହେଉଛି ଯୋଜନା ବ୍ୟୟ ଅଟେ ।
ଯେଉଁ ସରକାରୀ ବ୍ୟୟ ନିମନ୍ତେ ରାଷ୍ଟ୍ରୀୟ ଯୋଜନାର ଅନୁମୋଦନ ଆବଶ୍ୟକ ହୋଇନଥାଏ ତାହା ଅଣଯୋଜନା ବ୍ୟୟ । ଏହି ବ୍ୟୟଭାର ବହନ କରିବାପାଇଁ ସରକାର ବାଧ୍ୟ । ସ୍ଥାୟୀ କର୍ମଚାରୀମାନଙ୍କ ଦରମା ଓ ପେନ୍ସନ୍, ସୁଧ ପରିଶୋଧ, ଦେଶରକ୍ଷା ଇତ୍ୟାଦି ପାଇଁ ହେଉଥିବା ବ୍ୟୟ ହେଉଛି ଅଣଯୋଜନା ବ୍ୟୟ ।
12. ଉନ୍ନୟନ ବ୍ୟୟ ଓ ଅଣଉନ୍ନୟନ ବ୍ୟୟ :
Answer:
ଯେଉଁ ସରକାରୀ ବ୍ୟୟ ଅର୍ଥନୈତିକ ବିକାଶ ନିମନ୍ତେ ସହାୟତା ପ୍ରଦାନ କରେ, ତାହା ଉନ୍ନୟନ ବ୍ୟୟ । ଜାତୀୟ ଆୟ ବୃଦ୍ଧି ସହିତ ସାମାଜିକ ଓ ଅର୍ଥନୈତିକ ବିକାଶ ଉନ୍ନୟନ ବ୍ୟୟର ପ୍ରମୁଖ ଆଭିମୁଖ୍ୟ । କୃଷି, ଶିଳ୍ପ, ସ୍ବାସ୍ଥ୍ୟ, ଗମନାଗମନ ଇତ୍ୟାଦିର ଉନ୍ନତି ପାଇଁ ହେଉଥିବା ସରକାରୀ ବ୍ୟୟକୁ ଉନ୍ନୟନ ବ୍ୟୟ କୁହାଯାଏ ।
ସରକାର ଏପରି କେତେକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟୟ କରିଥା’ନ୍ତି ଯେଉଁଗୁଡ଼ିକ ଅତ୍ୟାବଶ୍ୟକ ହୋଇଥିଲେ ମଧ୍ୟ ବିକାଶ କ୍ଷେତ୍ରରେ ସହାୟତା ପ୍ରଦାନ କରନ୍ତି ନାହିଁ । ଏପରି ସମସ୍ତ ସରକାରୀ ବ୍ୟୟକୁ ଅଣଉନ୍ନୟନ ବ୍ୟୟ କୁହାଯାଏ । ଆଇନ୍ ଓ ଶୃଙ୍ଖଳା, ପ୍ରତିରକ୍ଷା, ପ୍ରଶାସନ ଇତ୍ୟାଦି ପାଇଁ ସରକାର କରୁଥିବା ବ୍ୟୟ ଅଣଉନ୍ନୟନ ବ୍ୟୟର ଅନ୍ତର୍ଭୁକ୍ତ ।