BSE Odisha 7th Class Odia Solutions Chapter 4 କହିବି କଥାଟି

Odisha State Board BSE Odisha 7th Class Odia Solutions Chapter 4 କହିବି କଥାଟି Textbook Exercise Questions and Answers.

BSE Odisha Class 7 Odia Solutions Chapter 4 କହିବି କଥାଟି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ମା’ ପୁଅକୁ କ’ଣ କହି ସମ୍ବୋଧନ କରିଛନ୍ତି ?
Answer:
ମା’ ପାଖରେ ପୁଅ ପାଇଁ ବହୁତ କିଛି ନାଁ ଥାଏ। ସେହିପରି କବିତାରେ ମା’ ପୁଅକୁ ବାପ, ଗଣ୍ଠିଧନ, ସରଗତରା, ସରଗର ଝରାଫୁଲ ଓ ଲବଣିପିତୁଳା ଆଦି କହି ସମ୍ବୋଧନ କରିଛନ୍ତି ।

(ଖ) ଧୂଳିମାଟିରେ ପିଲା କ’ଣ ସବୁ ଗଢ଼ିଥାଏ ?
Answer:
ସାଧାରଣତଃ ପିଲାମାନେ ଧୂଳିରେ ଖେଳିବାକୁ ଭଲ ପା’ନ୍ତି । ଧୂଳିମାଟିରେ ସେମାନେ ଘର, ପଶୁ, ପକ୍ଷୀ, ଦେବତା,

(ଗ) ‘ସାରଳା ଦାସ’ କାହିଁକି ବିଖ୍ୟାତ ?
Answer:
ସାରଳାଦାସ ‘ ଶୁଦ୍ରମୁନି’ ଓ ‘ଆଦିକବି’ ଭାବେ ଓଡ଼ିଆ ସାହିତ୍ୟରେ ପ୍ରସିଦ୍ଧିଲାଭ କରିଛନ୍ତି । ସେ ଓଡ଼ିଆ ଭାଷାରେ ‘ମହାଭାରତ’, ‘ଚଣ୍ଡୀପୁରାଣ’ ଓ ବିଲଙ୍କା ରାମାୟଣ ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି ।

(ଘ) ପ୍ରାଚୀନ ଓଡ଼ିଶାର କେତେଜଣ ବୀରଙ୍କ ନାମ କୁହ ।
ପ୍ରାଚୀନ ଓଡ଼ିଶାର ବାରପୁତ୍ରମାନଙ୍କ ମଧ୍ୟରେ ମହାମେଘବାହନ ଐର ଖାରବେଳ, କାଞ୍ଚ୍ ବିଜୟା ଗଜପତି ପୁରୁଷୋତ୍ତମ ଦେବ, ଜଗନ୍ନାଥ ମନ୍ଦିରର ନିର୍ମାତା ଅନଙ୍ଗଭୀମ ଦେବ ଏବଂ କେଶରୀ ବଂଶର ଶ୍ରେଷ୍ଠ ରାଜା ଯଯାତି କେଶରୀ ଆଦିଙ୍କ ନାମ ଉଲ୍ଲେଖଯୋଗ୍ୟ ।

(‍ଙ) ଓଡ଼ିଶାର ତିନୋଟି ପ୍ରାଚୀନ ମନ୍ଦିରର ନାମ କୁହ ।
Answer:
ପୁରୀର ବିଶ୍ଵପ୍ରସିଦ୍ଧ ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖୁଟିଂର କୀଚକେଶ୍ଵରୀ ମନ୍ଦିର ଓଡ଼ିଶାର ପ୍ରାଚୀନ ମନ୍ଦିରମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ।

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ପୁଅକୁ ଲବଣି ପିତୁଳା କହିବାର ଅର୍ଥ କ’ଣ ?
Answer:
ଲବଣିର ଅର୍ଥ ଲହୁଣି ଯାହାକି ଅତ୍ୟନ୍ତ କୋମଳ ଓ ମଧୁର । ଏହା ସମସ୍ତଙ୍କର ପ୍ରିୟ ପଦାର୍ଥ । ଶିଶୁର ଶରୀର ଲହୁଣି ପରି କୋମଳ ଏବଂ ତା’ ମୁଖର ଦରୋଟି କଥା ଓ ନିଷ୍ପାପ ହସ ସୁମଧୁର ଓ କମନୀୟ । ବାତ୍ସଲ୍ୟ ମମତାରେ ଭରା ହୃଦୟ ନେଇ ମା’ ଅତି ସ୍ନେହରେ ପୁଅକୁ ତା’ର ଲବଣି ପିତୁଳା ବୋଲି ସମ୍ବୋଧନ କରିଛନ୍ତି ।

(ଖ) ଓଡ଼ିଆମାନେ ବଡ଼ କାରିଗର ଥିଲେ ବୋଲି କିପରି ଜଣାପଡୁଛି ?
Answer:
ଓଡ଼ିଶାର ପ୍ରାଚୀନ ମନ୍ଦିର, ଦୁର୍ଗ, ରାଜବାଟୀ, ବନ୍ଧ ଓ ଘାଟମାନ ଦେଖ‌ିଲେ ଆମକୁ ବିସ୍ମିତ ହେବାକୁ ପଡ଼େ । ମନ୍ଦିର ଗାତ୍ରମାନଙ୍କରେ ଖୋଦିତ ଅପୂର୍ବ କଳାନୈପୁଣ୍ୟ, ଦେଉଳ, ଦୁର୍ଗ ନିର୍ମାଣର ଅପୂର୍ବ କାରିଗରୀ କୌଶଳ ଓ ରାଜପ୍ରସାଦ ତଥା ବନ୍ଧ ଆଦିରେ ପ୍ରୟୋଗ କରାଯାଇଥିବା ଶିଳ୍ପଚାତୁରୀ ଓ କଳାଭାସ୍କର୍ଯ୍ୟ ପ୍ରମାଣ କରେ ଯେ ଆମ ଉତ୍କଳୀୟମାନେ ହିଁ ବଡ଼ କାରିଗର ଥିଲେ ।

(ଗ) ପୁଅକୁ ମାଆ ପ୍ରାଚୀନ ଓଡ଼ିଶା ବିଷୟରେ କହିବାର ଉଦ୍ଦେଶ୍ୟ କ’ଣ ?
Answer:
ଜଣେ ଆଦର୍ଶ ମା’ ପୁଅର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥାଏ । ସେଥ‌ିପାଇଁ ବାଲ୍ୟକାଳରୁ ତାକୁ ସଂସ୍କାର- ପୂର୍ଣ୍ଣ ତଥ୍ୟ ଶୁଣାଇ ଭବିଷ୍ୟତରେ ଜଣେ ସୁନାଗରିକ କରି ଗଢ଼ି ତୋଳିବାକୁ ଇଚ୍ଛା ପ୍ରକାଶ କରିଥାଏ । ପ୍ରାଚୀନ ଓଡ଼ିଶାର ବରପୁତ୍ର ଯେଉଁମାନେ କି ଆମର ପୂର୍ବପୁରୁଷ ଥିଲେ, ସେମାନେ କଳା, ସାହିତ୍ୟ, କାରିଗରୀ କୌଶଳ, ଧର୍ମ ଓ ବୀରତ୍ଵ ଆଦି ସବୁକ୍ଷେତ୍ରରେ ଶୀର୍ଷସ୍ଥାନ ଅଧୁକାର କରି ସମଗ୍ର ବିଶ୍ବରେ କୀର୍ତ୍ତି ସ୍ଥାପନ କରିଯାଇଛନ୍ତି । ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜିର ସନ୍ତାନ ମାତୃଭାଷା ଓ ମାତୃଭୂମିର ସମ୍ମାନ ରକ୍ଷା ଦିଗରେ ବ୍ରତୀ ହେବା ସଙ୍ଗେ ବିଶ୍ୱବନ୍ଦିତ ହେଉ ଏହା କାମନା କରି ମା’ ପ୍ରାଚୀନ ଓଡ଼ିଶାର ଗୌରବ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।

(ଘ) ପୁଅ କିପରି ଓଡ଼ିଆ ବୋଲି ଗର୍ବର ସହିତ ମଥାଟେକି ଚାଲିପାରିବ ?
Answer:
ସାଧାରଣତଃ ମଣିଷ ତା’ର ପୂର୍ବପୁରୁଷମାନଙ୍କ ଗୌରବରେ ଗୌରବାନ୍ବିତ ହୋଇଥାଏ । ଯେଉଁ ସନ୍ତାନ ତା’ର ପିତୃ ପିତାମହଙ୍କ ପଦାଙ୍କ ଅନୁସରଣ କରି ଜ୍ଞାନ, ବୁଦ୍ଧି ଓ ବୀରତ୍ଵ ପ୍ରଦର୍ଶନ କରିଥାଏ, ସେ ଉପଯୁକ୍ତ ଦାୟାଦ ଭାବେ ଗର୍ବର ସହ ମଥାଟେକି ଚାଲିଥାଏ । ପ୍ରାଚୀନ ଓଡ଼ିଶାର ଇତିହାସ ଗୌରବୋଜ୍ଜ୍ଵଳ । ଉତ୍କଳର ମହାନ୍ ରାଜା ମହାରାଜାମାନଙ୍କ ମଧ୍ୟରେ ଐର ଖାରବେଳ, ପୁରୁଷୋତ୍ତମ ଦେବ, ଅନଙ୍ଗଭୀମ ଦେବ ଓ ଯଯାତି କେଶରୀ ନିଜର ବୀରତ୍ଵ ଓ କୀର୍ତ୍ତିରାଜି ପାଇଁ ଅମର ହୋଇ ରହିଛନ୍ତି । ଉତ୍କଳୀୟ ଶିଳ୍ପୀମାନେ ଚାରୁକଳା ଓ କାରୁକଳା କ୍ଷେତ୍ରରେ ବିଶ୍ୱବନ୍ଦିତ ହୋଇଛନ୍ତି । କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର, ଅତିବଡ଼ୀ ଜଗନ୍ନାଥ ଦାସ ଓ ଶୂଦ୍ରମୁନି ସାରଳା ଦାସ ପ୍ରମୁଖ ବରପୁତ୍ରଗଣ ମାତୃଭାଷାରେ ଅକ୍ଷୟ କୀର୍ତ୍ତି ଅର୍ଜନ କରିଯାଇଛନ୍ତି । ସେହି ପୂର୍ବପୁରୁଷମାନଙ୍କ ଗୌରବଗାଥା ସ୍ମରଣ କରି ମାତୃଭୂମି ଓ ମାତୃଭାଷାର ସେବାରେ ନିଜକୁ ଉତ୍ସର୍ଗ କଲେ ଉତ୍କଳ ସନ୍ତାନ ଗର୍ବରେ ମଥାଟେକି ଚାଲିପାରିବ ବୋଲି ଶିଶୁ ସନ୍ତାନକୁ ତା’ର ଜନନା ଆହାନ କରିଛନ୍ତ୍ରି ।

(ଙ) ‘ସଞ୍ଜ ଆଳତିରେ ଜଳେ ତ ତାଙ୍କରି ବର୍ତି’ କହିବାର ତାତ୍ପର୍ଯ୍ୟ କ’ଣ ?
Answer:
ଉତ୍କଳୀୟ କାରୁକଳା ଶିଳ୍ପୀ ପ୍ରସ୍ତର ଗାତ୍ରରେ ଅପରୂପ କଳା ସୃଷ୍ଟି କରିଯାଇଛନ୍ତି । ବନ୍ଧ, ପୁଷ୍କରିଣୀ ଓ ଦୁର୍ଗ ଆଦି ନିର୍ମାଣ କରି ଅପୂର୍ବ କାରିଗରୀ କୌଶଳ ପ୍ରଦର୍ଶନ କରିଯାଇଛନ୍ତି । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର ଏବଂ ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର ଦେହରେ ନିହାଣ ମୁନରେ ଶୋଭା ପାଉଥିବା ବିସ୍ମୟକର କଳାକୌଶଳ ଦର୍ଶକକୁ ବିମୁଗ୍ଧ କରିଥାଏ । ଏତଦ୍‌ଭିନ୍ନ ମନ୍ଦିରର ରାଜ୍ୟ ଓଡ଼ିଶାର ପୁରପଲ୍ଲୀରେ ସନ୍ଧ୍ୟା ଆଳତି ବେଳେ ଲକ୍ଷ ଲକ୍ଷ ଭକ୍ତ, ପର୍ଯ୍ୟଟକ ମନ୍ଦିର ସମ୍ମୁଖରେ ସମବେତ ହୋଇ ଭକ୍ତିଅର୍ଘ୍ୟ ଅର୍ପଣ କରୁଥିଲାବେଳେ ମନ୍ଦିରର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଶିଳ୍ପୀ ଓ କାରିଗରମାନଙ୍କ ନିର୍ମାଣ କୌଶଳର ଜୟଗାନ କରିଥା’ନ୍ତି। ପ୍ରାଚୀନ ଓଡ଼ିଶାର ପ୍ରସ୍ତର ଶିଳ୍ପକଳା ଉତ୍କଳୀୟମାନଙ୍କୁ ଗର୍ବିତ କରିଥାଏ।

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ପଥର ଉପରେ ଆଙ୍କିଛନ୍ତି ଛବି
ଅପରୂପ ମନୋହରା
Answer:
ପଥର ଉପରେ ……………. ମନୋହର ।
ପ୍ରଦତ୍ତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘କହିବି କଥାଟି’ ଶୀର୍ଷକ କବିତାରୁ ଉଦ୍ଧୃତ। ଏଠାରେ ନାରୀକବି କୁନ୍ତଳା କୁମାରୀ ଓଡ଼ିଶାର ପ୍ରାଚୀନ ମନ୍ଦିରମାନଙ୍କରେ ପରିଦୃଷ୍ଟ ଅପରୂପ କାରୁକଳା ତଥା କାରିଗରୀ କୌଶଳ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଏକଦା କଳା କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ଓଡ଼ିଶାର ପ୍ରାଚୀନ ନାମ ଥିଲା କଳିଙ୍ଗ । ଉତ୍କଳୀୟ ରାଜା ମହାରାଜାମାନେ ଉତ୍କଳର ପୁରପଲ୍ଲୀ ଓ ନଗରମାନଙ୍କରେ ବହୁ ମନ୍ଦିର, ପୁଷ୍କରିଣୀ, ବନ୍ଧ ଓ ଦୁର୍ଗାଦି ନିର୍ମାଣ କରିଯାଇଛନ୍ତି । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର ଏବଂ ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର ଆଦିର ପ୍ରସ୍ତର ଗାତ୍ରରେ ଓଡ଼ିଆ ଶିଳ୍ପୀ ବିସ୍ମୟକର କଳା ସୃଷ୍ଟି କରିଯାଇଛନ୍ତି ।

ପଥରରେ ଖୋଦିତ ମୂର୍ତ୍ତି, ପଶୁ, ପକ୍ଷୀ, ବୃକ୍ଷ, ଲତା ଆଦି ଦେଖ‌ିଲେ ଓଡ଼ିଆ ଶିଳ୍ପୀମାନଙ୍କର ଜୀବନ୍ତ କଳାନୈପୁଣ୍ୟ ତଥା କାରିଗରୀ କୌଶଳକୁ ପ୍ରଶଂସା ନ କରି ରହିହୁଏ ନାହିଁ । କଳା ଓ ସ୍ଥାପତ୍ୟରେ ଓଡ଼ିଆ କାରିଗର ଓ ଶିଳ୍ପୀମାନେ ଯେଉଁ ମନୋହର ଛବି ଖୋଦନ କରିଯାଇଛନ୍ତି ତାହା ସାରା ବିଶ୍ଵରେ ବିସ୍ମୟ ସୃଷ୍ଟି କରିପାରିଛି । ସେମାନଙ୍କର କାଳଜୟୀ କୃତି ସ୍ମରଣ କରି ଆମେ ଗର୍ବିତ ତଥା ଗୌରବାନ୍ବିତ ହୋଇଥାଉ । ଗୁମ୍ଫାମାନଙ୍କରେ ଖୋଦିତ ଶିଳାଲିପିଠାରୁ ଆରମ୍ଭ କରି ମନ୍ଦିରମାନଙ୍କରେ ଅପୂର୍ବ କାରୁକାର୍ଯ୍ୟ ସେମାନଙ୍କର ଅପୂର୍ବ ସୁନିପୁଣ କଳାକୃତିର ମୂକସାକ୍ଷୀ ଭାବେ ଉଭା ହୋଇଛି ।

(ଖ) କିଏ ସରିହେବ ଗୁଣ ଜ୍ଞାନେ ତାଙ୍କୁ
କିଏ ସରିହେବ ତେଜୋ
Answer:
କିଏ ସରିହେବ ………………………. କିଏ ସରିହେବ ତେଜେ ।
ପ୍ରୋକ୍ତ ପଦ୍ୟାଶଟି ନାରୀକବି କୁନ୍ତଳା କୁମାରୀ ସାବତଙ୍କ ରଚିତ ‘କହିବି କଥାଟି’ ଶୀର୍ଷକ କବିତାରୁ ଆନୀତ । ଏଠାରେ କବି ପ୍ରାଚୀନ ଉତ୍କଳର ରାଜା ମହାରାଜାମାନଙ୍କ ଅପୂର୍ବ ଶୌର୍ଯ୍ୟ, ବୀର୍ଯ୍ୟ, ବଳ, ବିକ୍ରମ ଉପରେ ଆଲୋକପାତ କରିଛନ୍ତି । ପ୍ରାଚୀନ ଉତ୍କଳର ଇତିହାସ ଗୌରବୋଜ୍ଜ୍ଵଳ । ଏ ରାଜ୍ୟରେ ମହାମେଘବାହନ ଐର ଖାରବେଳ, ଗଜପତି ପୁରୁଷୋତ୍ତମ ଦେବ, ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ନିର୍ମାତା ଅନଙ୍ଗଭୀମ ଦେବ ଏବଂ କେଶରୀ ବଂଶର ଶ୍ରେଷ୍ଠ ରାଜା ସେହି ମହାନ୍ ବ୍ୟକ୍ତିମାନଙ୍କ ଅକ୍ଷୟ କୀର୍ତ୍ତିମାନ ଉପସ୍ଥାପନ କରି, ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସଙ୍ଗେ ସଙ୍ଗେ ହୃଦୟରେ ଦେଶପ୍ରୀତି ଜାଗ୍ରତ କରିବାକୁ ମା’ ତା’ର ସନ୍ତାନକୁ ଆହ୍ଵାନ ଦେଇଛି । ବଳ, ବିକ୍ରମ ଓ ବୀରତ୍ଵରେ ଆମ ପୂର୍ବପୁରୁଷଙ୍କ ସହ କେହି ସମକକ୍ଷ ହୋଇପାରି ନଥିଲେ ।

ସେଥ‌ିପାଇଁ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ଆମ ରାଜ୍ୟ । କେବଳ ବୀରତ୍ଵ ଗରିମା ନୁହେଁ କଳା, ସାହିତ୍ୟ, ସଂସ୍କୃତି ଓ ଧର୍ମଭାବନା ସମସ୍ତ କ୍ଷେତ୍ରରେ ସେମାନେ ଥିଲେ ନଗର ପର୍ଯ୍ୟନ୍ତ ବହୁ ମନ୍ଦିର, ପୁଷ୍କରିଣୀ, ବନ୍ଧ ଆଦି ନିର୍ମିତ ହୋଇଥିଲା । ସେମାନେ ମଧ୍ୟ ଥିଲେ ଗୁଣଗ୍ରାହୀ, ଅସାଧାରଣ ପାଣ୍ଡିତ୍ୟ ଓ ଜ୍ଞାନର ଅଧିକାରୀ । ଉଚ୍ଚମାନର ସାହିତ୍ୟ ସୃଷ୍ଟି ପାଇଁ କବି ଓ କଥାକାରମାନଙ୍କୁ ସେମାନେ ପ୍ରତ୍ୟକ୍ଷ ସାହାଯ୍ୟ ପ୍ରଦାନ କରୁଥିଲେ । ତେଣୁ ଏପରି ପ୍ରଜାନୁରଞ୍ଜକ ଜ୍ଞାନୀ, ଗୁଣୀ ରାଜା ମହାରାଜାଙ୍କ ସହ କେହି ସମକକ୍ଷ ହୋଇପାରିବେ ନାହିଁ ବୋଲି କବୟିତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

(ଗ) ଓଡ଼ିଆ ବୋଲି ତୁ ମନେ ଗର୍ବ ବହି
ଚାଲରେ ଟେକି ତୋ ମଥା ।
Answer:
ଓଡ଼ିଆ ବୋଲି ……………………………… ତୋ’ ମଥା ।
ପ୍ରଦତ୍ତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘କହିବି କଥାଟି’ ଶୀର୍ଷକ କବିତାରୁ ଆନୀତ । ଏଠାରେ ନାରୀକବି କୁନ୍ତଳା କୁମାରୀ ଓଡ଼ିଶାର ପୂର୍ବପୁରୁଷମାନଙ୍କ ଅମର କୃତିରେ ଗର୍ବିତ ଉତ୍କଳୀୟ ସନ୍ତାନଙ୍କୁ ପ୍ରାଚୀନ ଗୌରବ ସ୍ମରଣ କରି ସ୍ଵାଭିମାନୀ ହେବାପାଇଁ ଆହ୍ବାନ ଦେଇଛନ୍ତି । ଉତ୍କଳର ଅତୀତ ଥିଲା ଗୌରବମୟ । ଉତ୍କଳ ସନ୍ତାନ ଭୁଲିଯାଇଛି ତା’ ପୂର୍ବପୁରୁଷଙ୍କ ଅକ୍ଷୟ କୀର୍ତ୍ତିରାଜି । ଯେଉଁ ଓଡ଼ିଆ ପୁଅ ଦିନେ ସାରା ବିଶ୍ଵରେ କଳା, ସାହିତ୍ୟ, ସଂସ୍କୃତି, ଧର୍ମଭାବନା, ପ୍ରତିରକ୍ଷା ଓ ବାଣିଜ୍ୟ ବ୍ୟବସାୟ ଆଦି ସବୁ ଯଯାତି କେଶରାଙ୍କ ପରି ରାଜା ମହାରାଜାମାନେ ପ୍ରସିଦ୍ଧ ଯୋଦ୍ଧ ଯୋଦ୍ଧାଭାବେ ଅପରିସାମ ବାରତ୍ଵର ପରାକାଷ୍ଠା ଦେଖାଇଥ୍ଲୋ ଉକ୍ଳାୟ କବିମାନଙ୍କ କାଳଜୟୀ ବ୍ୟକବିତା ତ୍ତକ୍ଳ ସାହିତ୍ୟ ଜଗତର ଗୋଟିଏ ଅମ୍ଳାନ କୃତି । ପୂର୍ବପୁରୁଷମାନଙ୍କ ସେହି ଗୌରବ ଗାଥାକୁ ସ୍ମରଣ କରି ଉତ୍କଳ ସନ୍ତାନ ଗର୍ବରେ ମଥାଟେକି ଚାଲିବାକୁ କବୀ ପରାମର୍ଶ ଦେଇଛନ୍ତି ଓ ମାତୃଭୂମି ତଥା ମାତୃଭାଷା ସେବାରେ ମନୋନିବେଶ କରି ଓଡ଼ିଶାର ଶ୍ରୀବୃଦ୍ଧି ସାଧନାରେ ବ୍ରତୀ ହେବାକୁ ଆହ୍ଵାନ ଦେଇଛନ୍ତି ।

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୪।
ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଅର୍ଥ ଲେଖ ।
କୁଳ, କୂଳ, ଗୁଣି, ଗୁଣୀ, ସର୍ଗ, ସ୍ଵର୍ଗ
Answer:
କୁଳ – ବଂଶ
ଗୁଣି – ଭାଳି, ବାରମ୍ବାର ସ୍ମରଣ କରି
ସର୍ଗ – ଅଧ୍ୟାୟ, ପରିଚ୍ଛେଦ
କୂଳ – କଟ
ଗୁଣୀ – ଗୁଣବାନ୍, ସୁଗୁଣର ଅଧିକାରୀ
ସ୍ଵର୍ଗ – ଦେବତାମାନଙ୍କ ଆବାସସ୍ଥଳା, ମହାକାଶ

Question ୫।
ଲିଙ୍ଗ ପରିବର୍ତ୍ତନ କର ।
ଗୋସିବାପ, ପୁରୁଷ, ଦାଦି, ବୀର
Answer:
ଗୋସିବାପ – ଗୋସିମା’
ଦାଦି – ଖୁଡ଼ା
ପୁରୁଷ – ନାରା / ସ୍ତ୍ରୀ
ବାର – ଚାରା

Question ୬।
‘କରମ’ ଶବ୍ଦର ଅନ୍ୟରୂପ ଯେପରି ‘କର୍ମ’, ସେହିପରି ତଳ ଶବ୍ଦଗୁଡ଼ିକର ଅନ୍ୟରୂପ ଲେଖ ।
କୀରତି, ହରଷ, କଉତୁକ, ନିରିମଳ, ସରଗ
Answer:
କାରତି – କାର୍ତ୍ତି
କଉତୁକ – କୌତୁକ
ସରଗ – ସ୍ୱର୍ଗ
ହରଷ – ହର୍ଷ
ନିରିମଳ – ନିର୍ମଳ

Question ୭ ।
ବାକ୍ୟରେ ବ୍ୟବହାର କର ।
ଚେତା, ତେଜ, କୀର୍ତ୍ତି, ମନୋହର
Answer:
ଚେତା – ଏକ ଭୟଙ୍କର ଶବ୍ଦ ଶୁଣି ତା’ର ଚେତା ରୁ ତ଼ିଗଲା।
ତେଜ – ଗ୍ରୀଷ୍ମକାଳରେ ସୂର୍ଯ୍ୟଙ୍କ ତେଜ ଅତି ପ୍ରଖର ।
କାର୍ତ୍ତି – ଆମ ପୂର୍ବପୁରୁଷମାନେ ଅକ୍ଷୟ କୀର୍ତ୍ତି ଅର୍ଜନ କରିଯାଇଛନ୍ତି ।
ମନୋହର – ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତୀବ ମନୋହରା

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୮।
୧୫୦ରୁ ୨୦୦ ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(କ) ପ୍ରାଚୀନ ଓଡ଼ିଶାର କେଉଁ କୀର୍ତ୍ତିରାଜିର କଥା ମାଆ ନିଜ ପୁଅକୁ କହିଛନ୍ତି ?
Answer:
ନାରୀକବି କୁନ୍ତଳା କୁମାରୀ ସାବତଙ୍କ କବିତା ‘କହିବି କଥାଟି’ ଯେ ଅତୀତ ଉତ୍କଳର ଗୌରବାବହ ସଂସ୍କୃତିର ଆଲେଖ୍ୟ, ଏଥ‌ିରେ ସନ୍ଦେହ ନାହିଁ । କବୀ ନିଜକୁ ମା’ ଭୂମିକାରେ ରଖି ଉତ୍କଳ ସନ୍ତାନକୁ ପୂର୍ବପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ଵାନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଉତ୍କଳୀୟମାନେ ଯେ ଏକଦା ସମଗ୍ର ଦେଶରେ ସବୁକ୍ଷେତ୍ରରେ ନିଜର ବୈଶିଷ୍ଟ୍ୟ ପ୍ରଦର୍ଶନ କରି ସମ୍ମାନର ଅଧିକାରୀ ହୋଇଥିଲେ ଏହା ଅନସ୍ବୀକାର୍ଯ୍ୟ । ଦିନେ ଏହି ଓଡ଼ିଶାର ଶିଳ୍ପୀକୁଳ କଳା କୁଶଳତାରେ ଅପୂର୍ବ ସଫଳତା ଲାଭ କରିଥିଲେ । ଓଡ଼ିଶାର କାରୁକଳା ଶିଳ୍ପୀ ମନ୍ଦିରର ପ୍ରସ୍ତର ଗାତ୍ରରେ ଛୁଞ୍ଚି ମୁନରେ ଯେଉଁ କାଳଜୟୀ କଳା ସୃଷ୍ଟି କରିଯାଇଛି ତାହା ଅଦ୍ୟାବଧୂ ଦେଶ ବିଦେଶର ପର୍ଯ୍ୟଟକ ଓ ଦର୍ଶକମାନଙ୍କୁ ବିସ୍ମିତ କରୁଛି ।

ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିରରେ ତାହାର ଜ୍ଵଳନ୍ତ ନିଦର୍ଶନ ଦେଖିବାକୁ ମିଳେ । ଭୁବନେଶ୍ଵରର ବିନ୍ଦୁସାଗର, ପୁରୀର ନରେନ୍ଦ୍ର ପୁଷ୍କରିଣୀ ଓ କଟକର କାଠଯୋଡ଼ି ପଥରବନ୍ଧ ଓଡ଼ିଆମାନଙ୍କର ଅକ୍ଷୟ କୀର୍ତ୍ତି । କେବଳ ନିର୍ମାଣ କି କାରିଗରୀ କୌଶଳ ନୁହେଁ ବୀରତ୍ବରେ ମଧ୍ୟ ଓଡ଼ିଆ ଜାତିର ସମକକ୍ଷ କେହି ନଥିଲେ ।

ଐର ସମ୍ରାଟ ମହାମେଘବାହନ ଖାରବେଳ, କାଞ୍ଚିବିଜେତା ଗଜପତି ପୁରୁଷୋତ୍ତମ ଦେବ, ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ନିର୍ମାତା ଅନଙ୍ଗଭୀମ ଦେବ ଏବଂ କେଶରୀ ବଂଶର ଶ୍ରେଷ୍ଠ ରାଜା ଯଯାତି କେଶରୀ ଆଦିଙ୍କ ବିକ୍ରମ ଓ ବୀରତ୍ଵ ଇତିହାସ ପୃଷ୍ଠାରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି । ଖାରବେଳଙ୍କ ସାମ୍ରାଜ୍ୟ ଥିଲା ଆଗଙ୍ଗାଗୋଦାବରୀ ବିସ୍ତୃତ । ଉତ୍କଳୀୟ ରାଜାମାନେ କେବଳ ରଣକ୍ଷେତ୍ରରେ ଯେ ସେମାନଙ୍କ ନୈପୁଣ୍ୟ ପ୍ରଦର୍ଶନ କରିଥିଲେ ତାହା ନୁହେଁ, ପ୍ରଜାନୁରଞ୍ଜନ ପାଇଁ ସେମାନେ ବନ୍ଧ, ଘାଟ ଓ ପୁଷ୍କରିଣୀ ଆଦି ନିର୍ମାଣ କରାଇଥିଲେ । କବି ଓ କଥାକାରମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରି କାଳଜୟୀ ସାହିତ୍ୟ ସୃଷ୍ଟି ପାଇଁ ପ୍ରୋତ୍ସାହନ ପ୍ରଦାନ କରିଥିଲେ ।

ଆଦିକବି ଶୂଦ୍ରମୁନି ସାରଳା ଦାସ, ଅତିବଡ଼ୀ ଜଗନ୍ନାଥ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ବିଦଗ୍‌ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ପରି ମହାନ୍ କବିମାନଙ୍କ ନାମୋଲ୍ଲେଖ କରି ସେହି ବରପୁତ୍ରମାନଙ୍କ ଉତ୍ତର ଦାୟାଦ ରୂପେ ଭାଷା ଓ ସାହିତ୍ୟର ଉନ୍ନତି କଳ୍ପେ ସାଧନାରେ ବ୍ରତୀ ହେବାକୁ କବୀ ଆହ୍ବାନ ଦେଇଛନ୍ତି । ନିଜର ସାଧନା ଓ ଅଧ୍ୟବସାୟ ବଳରେ ସେମାନେ ଯେପରି ଅମର ସାହିତ୍ୟ ସୃଷ୍ଟି କରିଯାଇଛନ୍ତି ତାହା ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ ଓ ଗୌରବାନ୍ବିତ କରିଥାଏ । ଦିନେ ଉତ୍କଳ ଭୂମି କଳା, ସାହିତ୍ୟ, ସଂସ୍କୃତି, ଭାସ୍କର୍ଯ୍ୟ, ଧର୍ମଭାବନା ତଥା ପ୍ରତିରକ୍ଷା ଓ ବାଣିଜ୍ୟ ବ୍ୟବସାୟ ସବୁ କ୍ଷେତ୍ରରେ ଥିଲା ମହାନ୍ । ସେହି ମହାନ୍ ପରମ୍ପରାର ଉତ୍ତରାତ୍‌ରୀ ଆଜିର ଶିଶୁମାନଙ୍କୁ ଉତ୍କଳର ସୁଯୋଗ୍ୟ ଦାୟାଦ ହେବାପାଇଁ କବୀ ପ୍ରେରଣା ପ୍ରଦାନ କରିଛନ୍ତି ।

(ଖ) ମାଆ ପୁଅକୁ ଅତୀତ ଉତ୍କଳର ଗୌରବ ଗାଥା କହିବା ମୂଳରେ କେଉଁ ଉଦ୍ଦେଶ୍ୟ ରହିଛି ?
Answer:
ଜଣେ ଆଦର୍ଶ ମା ପୁଅର ଉଜ୍ଜ୍ଵଳ ଭବିଷ୍ୟତ କାମନା ଶୁଣାଇ ତାକୁ ଉତ୍ତମ ଦାୟାଦ ରୂପେ ଗଢ଼ିବାର ସ୍ଵପ୍ନ ଦେଖିଥାଏ। ତେଣୁ କବି କୁନ୍ତଳାକୁମାରୀ ଏଠାରେ ସୁପ୍ତ ଓଡ଼ିଆ ପୁଅକୁ ଶୁଣାଇ ତାକୁ ଉତ୍ତମ ଦାୟାଦ ରୂପେ ଗଢ଼ିବାର ସ୍ଵପ୍ନ ଦେଖିଥାଏ। ତେଣୁ କବି କୁନ୍ତଳାକୁମାରୀ ଏଠାରେ ସୁପ୍ତ ଓଡ଼ିଆ ପୁଅକୁ ପ୍ରାଚୀନ ଓଡ଼ିଶାର ଗୌରବପୂର୍ଣ୍ଣ ଗାଥା ଶୁଣାଇଛନ୍ତି। ସାରା ଭାରତରେ ଓଡ଼ିଶାର ଐତିହ୍ୟ ଉଜ୍ଜ୍ଵଳ ଓ ଗୌରବପୂର୍ଣ୍ଣ ଥିଲା । ତେଣୁ କବି କହିଥିଲେ – “ଭାରତ ସରସେ, ଉତ୍କଳ କମଳ।” ଅର୍ଥାତ୍ ଭାରତ ରୂପକ ପୁଷ୍କରିଣୀରେ ଉତ୍କଳ ହେଉଛି ଗୋଟିଏ ପଦ୍ମଫୁଲ।

ଯଯାତି, ଐର ଖାରବେଳ, ପୁରୁଷୋତ୍ତମଦେବ, ଅନଙ୍ଗଭୀମଦେବ ଆଦି ରାଜା ମହାରାଜାମାନେ ନିଜ ବୀରତ୍ଵର ପରାକାଷ୍ଠା ଦେଖାଇଛନ୍ତି। ଓଡ଼ିଶାର ଶିଳ୍ପୀକୁଳ ମନ୍ଦିର, ବନ୍ଧବାଡ଼, ପୁଷ୍କରିଣୀ ଆଦି ନିର୍ମାଣ କରି କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଚମତ୍କାରିତା ପ୍ରଦର୍ଶନ କରିଛନ୍ତି। କୋଣାର୍କର ସୂର୍ଯ୍ୟ ମନ୍ଦିର, ଜଗନ୍ନାଥ ମନ୍ଦିର ଇତ୍ୟାଦି ଏହାର ପ୍ରମାଣ। କବି ସମ୍ରାଟ ଉପେନ୍ଦ୍ରଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର, ଜଗନ୍ନାଥ ଦାସ ଆଦି କବିମାନେ ନିଜ କାବ୍ୟ କବିତାରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ସୁତରାଂ ଓଡ଼ିଆମାନେ କୌଣସି ଗୁଣରେ କମ୍ ନୁହନ୍ତି । ସେହି ପୂର୍ବସୂରୀମାନଙ୍କର ପଦାଙ୍କ ଅନୁସରଣ କଲେ, ଦେଶ ଓ ଜାତିର ମନ ରକ୍ଷାକରାଯାଇ ପାରିବ ବୋଲି କବି ପରାମର୍ଶ ଦେଇଛନ୍ତି ।

ତୁମପାଇଁ କାମ :

କବିତାଟିରେ ଯେଉଁ ରାଜାମାନଙ୍କର କଥା କୁହାଯାଇଛି, ସେମାନଙ୍କ ବିଷୟରେ ଅଧ୍ଯକ ତଥ୍ୟ ଇତିହାସ ବହିରୁ ସଂଗ୍ରହ କର ।

ଓଡ଼ିଶାର ପ୍ରାଚୀନ ମନ୍ଦିରଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କର ।
Answer:
ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ ସଂଗ୍ରହ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନେ।ତ୍ତର

ଅତିସଂ ଷିପ୍ତ ପ୍ରଶ୍ନେ।ତ୍ତର

Question ୧ ।
‘କହିବି କଥାଟି’ କବିତାର କବିଙ୍କ ନାମ କ’ଣ ?
Answer:
କହିବି କଥାଟି କବିତାର କବି ହେଉଛନ୍ତି କୁନ୍ତଳା କୁମାରୀ ସାବତ ।

Question ୨ ।
‘କହିବି କଥାଟି’ କବିତାରେ ମାଆଟି ତା’ର ପୁଅକୁ କେଉଁ ବିଷୟରେ ଚେତାଇ ଦେଇଛି ?
Answer:
‘କହିବି କଥାଟି’ କବିତାରେ ମାଆଟି ନିଜ ପୁଅକୁ ଓଡ଼ିଆ ଜାତିର ଗୌରବ ବିଷୟରେ ଚେତାଇ ଦେଇଛନ୍ତି ଏବଂ ଭବିଷ୍ୟତରେ ଜଣେ ସୁଯୋଗ୍ୟ ସନ୍ତାନ ହେବାକୁ ଉଦ୍‌ବୋଧନ ଦେଇଛନ୍ତି।

Question ୩ ।
ଶିଶୁଟିର ମନ ଓ ହୃଦୟକୁ କିପରି ଭାବରେ ନାରୀ କବି କୁନ୍ତଳା କୁମାରୀ ସାବତ ବର୍ଣ୍ଣନା କରିଛନ୍ତି ?
Answer:
ଶିଶୁଟିର ମନକୁ ନିର୍ମଳ ଓ ହୃଦୟକୁ କୋମଳ ଭାବରେ ନାରୀକବି କୁନ୍ତଳା କୁମାରୀ ସାବତ ବର୍ଣ୍ଣନା କରିଛନ୍ତି ।

Question ୪ ।
ସାଙ୍ଗସାଥୀ ମେଳରେ ପିଲାଟି କ’ଣ କରେ ?
Answer:
ପିଲାଟି ସାଙ୍ଗସାଥୀ ମେଳରେ ଧୂଳିମାଟିରେ ଖେଳଘର ତିଆରି କରୁଛି । ତା’ର ନିଜ ଇଚ୍ଛା ଅନୁସାରେ ସେ ମାଟିରେ ପଶୁ, ପକ୍ଷୀ, ଦେବତା ଓ ଦେଉଳର ପ୍ରତିକୃତି ତିଆରି କରୁଛି।

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୫ ।
କେଉଁ ଘଟଣାକୁ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ବୋଲି ନାରୀ କବି ‘କହିବି କଥାଟି’ କବିତାରେ ପ୍ରକାଶ କରିଛନ୍ତି ?
Answer:
ଆମର ପୂର୍ବପୁରୁଷମାନେ ଅତୀତରେ ଯେଉଁ ମହତ୍ଵପୂର୍ଣ୍ଣ କାର୍ଯ୍ୟ କରି ନିଜର ନାମ ରଖୁଯାଇଛନ୍ତି, ସେ କଥା ଭାବିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ ବୋଲି ନାରୀକବି ପ୍ରକାଶ କରିଛନ୍ତି ।

Question ୬ ।
ପୂର୍ବପୁରୁଷମାନେ କେଉଁ କାର୍ଯ୍ୟ କରି ନିଜର ନାମ ରଖୁଯାଇଛନ୍ତି ?
Answer:
ପୂର୍ବପୁରୁଷମାନେ ଉତ୍କଳର ପୁରପଲ୍ଲୀ ଓ ନଗରମାନଙ୍କରେ ବହୁ ମନ୍ଦିର, ପୁଷ୍କରିଣୀ, ବନ୍ଧ ଓ ଦୁର୍ଗାଦି ନିର୍ମାଣ କରି

Question ୭ ।
ପ୍ରାଚୀନ ଓଡ଼ିଶାର କେତେଜଣ ବୀରଙ୍କ ନାମ କୁହ ।
Answer:
ପ୍ରାଚୀନ ଓଡ଼ିଶାର ବୀରମାନଙ୍କ ମଧ୍ୟରେ ଖାରବେଳ, ପୁରୁଷୋତ୍ତମଦେବ, ଅନଙ୍ଗଭୀମବେଦ ଓ ଯଯାତିକେଶରୀଙ୍କ ନାମ ଉଲ୍ଲେଖଯୋଗ୍ୟ।

Question ୮ ।
ଓଡ଼ିଶାର ତିନୋଟି ପ୍ରାଚୀନ ମନ୍ଦିରର ନାମ କୁହ ।
Answer:
ସେଥ‌ିମଧ୍ୟରୁ କୋଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଓ ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର ପ୍ରସିଦ୍ଧ ଅଟେ ।

Question ୯ ।
ଓଡ଼ିଆମାନେ ବଡ଼ କାରିଗର ଥିଲେ ବୋଲି କିପରି ଜଣାପଡୁଛି ?
Answer:
ମନ୍ଦିରରେ ଖୋଦିତ ଅପୂର୍ବ କଳାନୈପୁଣ୍ୟ, କାରିଗରୀ କୌଶଳରୁ ଓଡ଼ିଆମାନେ ବଡ଼ କାରିଗର ଥିଲେ ବୋଲି ଜଣାପଡ଼ୁଛି ।

Question ୧୦ ।
ପୁଅ ମଥାଟେକି ଚାଲିବାପାଇଁ ମାଆ କି ଆହ୍ୱାନ ଦେଇଛନ୍ତି ?
Answer:
ପୂର୍ବପୁରୁଷମାନଙ୍କ ଗୌରବଗାଥା ସ୍ମରଣ କରି ମାତୃଭୂମି ଓ ମାତୃଭାଷାର ସେବାରେ ନିଜକୁ ଉତ୍ସର୍ଗ କଲେ ଉତ୍କଳ ସନ୍ତାନ ଗର୍ବରେ ମଥାଟେକି ଚାଲିପାରିବ ବୋଲି ଶିଶୁ ସନ୍ତାନକୁ ତା’ର ଜନନୀ ଆହ୍ବାନ କରିଛନ୍ତି ।

ବସ୍ତ୍ ନିଷ୍ଠ ପ୍ରଶ୍ନୋତ୍ତର :

Question ୧।
‘କହିବି କଥାଟି’ କବିତାଟି କାହାର ରଚନା ?
(କ) ବିଦ୍ୟୁପ୍ରଭା ଦେବୀ
(ଖ) କୁନ୍ତଳାକୁମାରା ସାବତ୍‌
(ଗ) ରାମକୃଷ୍ଣ ନନ୍ଦ
(ଘ) ଗଙ୍ଗାଧର ମେହେର
Answer:
(ଖ) କୁନ୍ତଳାକୁମାରା ସାବତ୍‌

Question ୨ ।
ଉତ୍କଳ ଭାରତୀ କାହାକୁ କୁହାଯାଏ ?
(କ) କୁନ୍ତଳାକୁମାରୀ
(ଖ) ବିଦ୍ୟୁତପ୍ରଭା ଦେବୀ
(ଗ) ସରଳା ଦେବୀ
(ଘ) ରମା ଦେବୀ
Answer:
(କ) କୁନ୍ତଳାକୁମାରୀ

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୩।
‘କହିବି କଥାଟି’ କବିତାର ମୁଖ୍ୟ ଉଦ୍ଦେଶ୍ୟଟି କ’ଣ ?
(କ) ଉତ୍କଳର ଅତୀତ ଇତିହାସ ବିଷୟରେ ଜଣାଇବା
(ଖ) ପ୍ରାଚାନ କାର୍ତ୍ତି ବିଷୟରେ ସୂଚନା ଦେବା
(ଗ) ପ୍ରାଚୀନ କୀର୍ତ୍ତି ବିଷୟରେ ଧାରଣା ଦେବା
(ଘ) ପୂର୍ବପୁରୁଷଙ୍କର ସୁଯୋଗ୍ୟ ଉତ୍ତରାଧିକାରୀ ହେବାପାଇଁ ପ୍ରେରଣା ଦେବା
Answer:
(ଘ) ପୂର୍ବପୁରୁଷଙ୍କର ସୁଯୋଗ୍ୟ ଉତ୍ତରାଧିକାରୀ ହେବାପାଇଁ ପ୍ରେରଣା ଦେବା

Question ୪।
ନିମ୍ନୋକ୍ତ କବିତାଂଶରୁ କେଉଁଟିରେ ‘କହିବି କଥାଟି’ କବିତାର ମୂଳ ଲକ୍ଷ୍ୟ ସାଧୂ ହୋଇଛି ?
(କ) ପଥର ଉପରେ ଆଙ୍କିଛନ୍ତି ଛବି ଅପରୂପ ମନୋହର
(ଖ) କେତେ ଓସି ମହତ କରମ ସାଧ୍ୟ ଭାଳିଲେ ହଜିବ ଚେତା
(ଗ) କାହା କୁମର ତୁ କାହା କୁଳମଣି ଜାଣିଚୁ କି ଗଣ୍ଠିଧନ
(ଘ) ଓଡ଼ିଆ ବୋଲି ତୁ ମନେ ଗର୍ବ ବହି ଚାଲରେ ଟେକି ତୋ ମଥା
Answer:
(ଘ) ଓଡ଼ିଆ ବୋଲି ତୁ ମନେ ଗର୍ବ ବହି ଚାଲରେ ଟେକି ତୋ ମଥା

Question ୫।
‘ଲକ୍ଷେ ରାଜାଙ୍କର ମଉଡ଼ମଣିର ଜାତି’– ଏହି କବିତାଂଶଟି କେଉଁମାନଙ୍କୁ ଲକ୍ଷ୍ୟକରି କୁହାଯାଇଛି ?
(କ) ଓଡ଼ିଆ ଜାତିକୁ
(ଖ) ଓଡ଼ିଶାର ଶ୍ରେଷ୍ଠ କାରିଗରମାନଙ୍କୁ
(ଗ) ଓଡ଼ିଶାର ବୀର ରାଜାମାନଙ୍କୁ
(ଘ) ଓ ଢ଼ିଶାର ବିଖ୍ୟାତ କବିମାନଙ୍କୁ
Answer:
(ଗ) ଓଡ଼ିଶାର ବୀର ରାଜାମାନଙ୍କୁ

Question ୬।
‘କହିବି କଥାଟି’ କବିତାରେ କାହାର ଗୌରବ ଗାନ କରାଯାଇଛି ?
(କ) ଓଡ଼ିଆ ଜାତିର
(ଖ) ଭାରତ ମାତାର
(ଗ) ଗୋଟିଏ ପରିବାରର
(ଘ) ଜଣେ କବିଙ୍କର
Answer:
(କ) ଓଡ଼ିଆ ଜାତିର

Question ୭।
‘ଭାଳିଲେ ହଜିବ ଚେତା’ – କାହା କଥା ଭାବିଲେ ଚେତା ହଜିଯିବ ବୋଲି କବି କହିଛନ୍ତି ?
(କ) ଜନ୍ମଭୂମିର କଥା
(ଖ) ବାପ ଗୋସିବାପ କଥା
(ଗ) ନିଜ ଭବିଷ୍ୟତ କଥା
(ଘ) ପଶୁପକ୍ଷୀଙ୍କ କଥା
Answer:
(ଖ) ବାପ ଗୋସିବାପ କଥା

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୮ ।
ଉତ୍କଳର ମାଆଟିଏ ପୁଅକୁ କ’ଣ କହି ସମ୍ବୋଧନ କରିଛନ୍ତି ?
(କ) ଅନ୍ଧରଲଉଡ଼ି
(ଖ) କରିଦ୍ରପସରା
(ଗ) ଲବଶିପିତୁଳା
(ଘ) ନିଧନସଂଖାଳି
Answer:
(ଗ) ଲବଶିପିତୁଳା

Question ୯।
‘କୋଣାର୍କ ମଥାରେ ଜଗନ୍ନାଥପୁରେ’ – ଏହି କବିତାଂଶରେ ଜଗନ୍ନାଥପୁର କାହାକୁ କୁହାଯାଇଛି ?
(କ) କୋଣାର୍କ ମନ୍ଦିର
(ଖ) ଲିଙ୍ଗରାଜ ମନ୍ଦିର
(ଗ) ପୁରୀ ମନ୍ଦିର
(ଘ) ସାକ୍ଷିଗୋପାଳ ମନ୍ଦିର
Answer:
(ଗ) ପୁରୀ ମନ୍ଦିର

Question ୧୦ ।
ନିମ୍ନୋକ୍ତ ମଧ୍ଯରୁ କିଏ ‘ବୈଦେହୀଶ ବିଳାସ’ର କବି ?
(କ) ଜଗନ୍ନାଥ ଦାସ
(ଖ) ସାରଳା ଦାସ
(ଗ) ଦାନକୃଷ୍ଣ ଦାସ
(ଘ) ଉପେନ୍ଦ୍ର ଭଞ୍ଜ୍
Answer:
(ଘ) ଉପେନ୍ଦ୍ର ଭଞ୍ଜ୍

Question ୧୧ ।
ଓଡ଼ିଆ ଭାଗବତର ରଚୟିତା କିଏ ?
(କ) ଜଗନ୍ନାଥ ଦାସ
(ଖ) ବଳରାମ ଦାସ
(ଗ) ସାରଳା ଦାସ
(ଘ) ଯଶୋବନ୍ତ ଦାସ
Answer:
(କ) ଜଗନ୍ନାଥ ଦାସ

Question ୧୨ ।
ନିମ୍ନୋକ୍ତ ମଧ୍ୟରୁ ଓଡ଼ିଆ ଆଦିକବି ରୂପେ କିଏ ପରିଚିତ ?
(କ) ଜଗନ୍ନାଥ ଦାସ
(ଖ) ବଳରାମ ଦାସ
(ଗ) ସାରଳା ଦାସ
(ଘ) ମଧୁସୂଦନ ଦାସ
Answer:
(ଗ) ସାରଳା ଦାସ

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୧୩ ।
ଖଣ୍ଡଗିରି, ଉଦୟଗିରି କେଉଁ ରାଜାଙ୍କ କୀର୍ତ୍ତି ?
(କ) ଯଯାତିକେଶରୀ
(ଖ) ପୁରୁଷୋତ୍ତମ ଦେବ
(ଗ) ଖାରବେଳ
(ଘ) ଅନଙ୍ଗଭାମ ଦେବ
Answer:
(ଗ) ଖାରବେଳ

Question ୧୪ ।
ନିମ୍ନୋକ୍ତ ମଧ୍ୟରୁ କେଉଁ ରାଜାଙ୍କ ନାମ କବି ‘କହିବି କଥାଟି’ କବିତାରେ ଉଲ୍ଲେଖ କରି ନାହାନ୍ତି ?
(କ) ଅଶୋକ
(ଖ) ଯଯାତିକେଶରୀ
(ଗ) ପୁରୁଷୋତ୍ତମ ଦେବ
(ଘ) ଖାରବେଳ
Answer:
(କ) ଅଶୋକ

Question ୧୫ ।
ଭଞ୍ଜକବି କ’ଣ ଲେଖୁ ପ୍ରସିଦ୍ଧ ହୋଇଛନ୍ତି ?
(କ) ଭାଗବତ
(ଖ) ଅମରକୋଷ
(ଗ) ବୈଦେହାଶ ବିଳାସ
(ଘ) ତ୍ତଷାଭିଳାଷ
Answer:
(ଗ) ବୈଦେହାଶ ବିଳାସ

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୧୬ ।
‘ଦାଦି’ ଶବ୍ଦର ଲିଙ୍ଗ ପରିବର୍ତ୍ତନ କଲେ କେଉଁଟି ଠିକ୍ ହେବ ?
(କ) ମାଈଁ
(ଖ) ପିଉସା
(ଗ) ଖୁଡା
(ଘ) ଝିଆରା
Answer:
(ଗ) ଖୁଡା

Question ୧୭ ।
ଗୁଣି ଶବ୍ଦର ଅର୍ଥ ନିମ୍ନୋକ୍ତ ମଧ୍ୟରୁ କେଉଁଟି ନୁହେଁ ?
(କ) ଭାଳି
(ଖ) ସ୍ମରଣ କରି
(ଗ) ବାରମ୍ବାର ମନେପକାଇ
(ଘ) ବିବଶ ହୋଇ
Answer:
(ଘ) ବିବଶ ହୋଇ

Question ୧୮ ।
‘କିଏ ସରିହେବ’ କବିତା ପଂକ୍ତି ପାଇଁ କେଉଁଟି ଉପଯୁକ୍ତ ପଂକ୍ତି ?
(କ) ତେଜେ
(ଖ) ଅପରୂପ ମନୋହର
(ଗ) ହର୍ସେ ମାତି
(ଘ) ନାନାରଙ୍ଗେ
Answer:
(କ) ତେଜେ

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୧୯।
‘କୋଣାର୍କ ମଥାରେ ଜଗନ୍ନାଥପୁରେ’– ଏଠାରେ ଜଗନ୍ନାଥପୁରେ କାହାକୁ କୁହାଯାଇଛି ?
(କ) କୋଣାର୍କ ମନ୍ଦିର
(ଖ) ପୁରୀ ମନ୍ଦିର
(ଗ) ଭୁବନେଶ୍ଵର ମନ୍ଦିର
(ଘ) ସାଷାଗୋପାଳ ମନ୍ଦିର
Answer:
(ଖ) ପୁରୀ ମନ୍ଦିର

Question ୨୦ ।
ଆମେ କେଉଁଥିପାଇଁ ଗର୍ବରେ ମୁଣ୍ଡଟେକି ଚାଲିପାରିବା ବୋଲି କବି କହିଛନ୍ତି ?
(କ) ବୀର ଜାତିବୋଲି
(ଖ) ଗର୍ବୀବୋଲି
(ଗ) ଧନୀବୋଲି
(ଘ) ଓଡ଼ିଆବୋଲି
Answer:
(ଘ) ଓଡ଼ିଆବୋଲି

କବିତାର ପୃଷ୍ଠଭୂମି :

‘କହିବି କଥାଟି’ କବିତାଟି ଶିଶୁମାନଙ୍କ ଉଦ୍ଦେଶ୍ୟରେ ରଚିତା କବିତାଟିରେ କବୀଙ୍କ ସ୍ଵଦେଶପ୍ରୀତି ପ୍ରତିଫଳିତ ହୋଇଛି । କବିତାଟିରେ ଜଣେ ଆଦର୍ଶ ମାଆ ନିଜ ପୁତ୍ରକୁ ଓଡ଼ିଆ ଜାତିର ଗୌରବ ବିଷୟରେ ସ୍ମରଣ କରାଇ ଭବିଷ୍ୟତର ସୁଯୋଗ୍ୟ ଦାୟାଦରୂପେ ଗଢ଼ି ତୋଳିବାକୁ ପ୍ରୟାସ କରିଛି । ମାତୃଭୂମିର ସମ୍ମାନରକ୍ଷା ଯେ ପରମ କର୍ତ୍ତବ୍ୟ ଏହି ବାର୍ତ୍ତା ପ୍ରଦାନକରି କବି ଛାତ୍ରଛାତ୍ରୀମାନଙ୍କ ମନରେ ଜାତୀୟତାବୋଧ ଉଦ୍ରେକ କରିବାକୁ କବିତା ମାଧ୍ୟମରେ ଆହ୍ଵାନ କରିଛନ୍ତି ।

କବିତାର ସାରକଥା :

କବି କୁନ୍ତଳା କୁମାରୀ ନିଜକୁ ମା’ ଭୂମିକାରେ ରଖ୍ ଭବିଷ୍ୟତ ବଂଶଧର ସନ୍ତାନକୁ ସୁଯୋଗ୍ୟ ଦାୟାଦ କରି ଗଢ଼ିବାକୁ ପ୍ରୟାସ କରିଛନ୍ତି। ଓଡ଼ିଆମାନେ ନିଜ ପୂର୍ବପୁରୁଷଙ୍କ କଥା ଭୁଲିଯିବାକୁ ବସିଲେଣି । ତେଣୁ କବୀ ପୂର୍ବପୁରୁଷଙ୍କ ଅମର କୀର୍ତ୍ତିରାଜି ସ୍ମରଣ କରାଇ ସେମାନଙ୍କ ମନରେ ମାତୃଭୂମି ଓମାତୃଭାଷା ପ୍ରତି ପ୍ରୀତି ଜାଗ୍ରତ କରାଇଛନ୍ତି । ଶିଶୁର ମନ ନିର୍ମଳ, ହୃଦୟ କୋମଳ । ତା’ର ଆଖୁରେ ଚଞ୍ଚଳତାର ଚାହାଣି, ତା’ର ଦରୋଟି କଥା ଓ ହସରୁ ସତେକି ଅମୃତ ଝରିପଡ଼େ । ଛୋଟପିଲାଙ୍କ ବାଳସୁଲଭ ଚପଳତା କବୀଙ୍କ ମନରେ ଆନନ୍ଦ ଭରିଦେଇଛି । ତେଣୁ ତା’ ଆଗରେ ଅତୀତ ଉତ୍କଳର ଉଜ୍ଜଳ ଇତିହାସ ବର୍ଣନା କରି ତା’ ମନରେ ଜାତୀୟ ଚେତନା ଜାଗ୍ରତ କରାଇବାକୁ ସେ ଇଚ୍ଛା କରିଛନ୍ତି। ସାଙ୍ଗସାଥୀ ମେଳରେ, ଧୂଳିମାଟିରେ ଶିଶୁ ଗଢ଼ିବସେ ତା’ର ଖେଳଘର । ତା’ ନିଜ ଢଙ୍ଗରେ ସେ ମାଟିରେ ଗଢ଼େ ପଶୁ, ପକ୍ଷୀ, ଦେବତା, ଦେଉଳର ପ୍ରତିକୃତି । କବୀ ସେସବୁକୁ ଲକ୍ଷ୍ୟକରି ଉଲ୍ଲସିତ ହୋଇଉଠିଛନ୍ତି । ଗଳ୍ପ ଛଳରେ ତା’ ଆଗରେ ଉତ୍କଳୀୟ ପୂର୍ବପୁରୁଷ, ବରପୁତ୍ରମାନଙ୍କ ମହିମା ବଖାଣି ବସିଛନ୍ତି ମା’ର ଭୂମିକା ନେଇ ।

ଓଡ଼ିଆ ଜାତିର ଗୌରବମୟ ଇତିହାସ ଥିଲା ମହିମାମୟ । ସେମାନଙ୍କର ଦେଶାତ୍ମବୋଧଭରା କର୍ମକୁଶଳତା ସ୍ମରଣ କଲେ ଆଜି ଆମକୁ ବିସ୍ମିତ ହେବାକୁ ପଡ଼େ । ଦିନେ ଏଇ ଓଡ଼ିଶାର ଚାରୁକଳା ଶିଳ୍ପୀ ପ୍ରସ୍ତରଖଣ୍ଡରେ ଅପୂର୍ବ କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲା । ପୁରୀ, କୋଣାର୍କ ଓ ଭୁବନେଶ୍ଵରଠାରେ ଥ‌ିବା ମନ୍ଦିରମାନଙ୍କରେ ଖୋଦିତ କଳକୌଶଳ ତା’ର ଜ୍ଵଳନ୍ତ ନିଦର୍ଶନ ଅଟେ । ବିନ୍ଦୁ ସରୋବର, ନରେନ୍ଦ୍ର ପୁଷ୍କରିଣୀ, ଯାଜପୁରର ଦଶାଶ୍ବମେଧ ଘାଟ, କାଠଯୋଡ଼ି ପଥରବନ୍ଧ ଆଦି ଓଡ଼ିଆମାନଙ୍କର ଅକ୍ଷୟ କୀର୍ତ୍ତି । କେବଳ ନିର୍ମାଣ କୌଶଳ ନୁହେଁ ଓଡ଼ିଆ ପାକଇବୀରଙ୍କ ଅପୂର୍ବ ରଣକୌଶଳ ଶତ୍ରୁ ସୈନ୍ୟମାନଙ୍କ ମନରେ ଭୀତି ସଞ୍ଚାର କରୁଥିଲା । ବଳ, ବିକ୍ରମ ଓ ବୀରତ୍ଵରେ କେହି ସେମାନଙ୍କ ସମକକ୍ଷ ନଥିଲେ । ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ଐରବଂଶ ସମ୍ରାଟ ମହାମେଘବାହନ ଖାରବେଳଙ୍କ ସାମ୍ରାଜ୍ୟ । କାଞ୍ଚିବିଜେତା ପୁରୁଷୋତ୍ତମ ଦେବ, ବିଶ୍ଵପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ନିର୍ମାତା ଅନଙ୍ଗଭୀମ ଦେବ, କେଶରୀ ବଂଶର ଶ୍ରେଷ୍ଠ ସମ୍ରାଟ ଯଯାତି କେଶରୀ ଆଦିଙ୍କ ବୀରତ୍ଵ ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଅଛି । ପୂର୍ବପୁରୁଷମାନଙ୍କର ଶୌର୍ଯ୍ୟ, ବୀର୍ଯ୍ୟ, ଗୁଣ, ଜ୍ଞାନ ସବୁକିଛି ଥୁଲା ଅତୁଳନୀୟ ଯାହା ଆଜି ମଧ୍ୟ ପ୍ରତ୍ୟେକ ଉତ୍କଳୀୟ ସନ୍ତାନଙ୍କୁ ଗର୍ବିତ କରେ ।

କଳା ସହ ସାହିତ୍ୟ ସାଧନାରେ ଓଡ଼ିଶାର ବରପୁତ୍ରମାନେ ଅଦ୍ବିତୀୟ ସାରସ୍ଵତ ପ୍ରତିଭାର ଅଧିକାରୀ ଥିଲେ । ପ୍ରାଚୀନ କାବ୍ୟ, କବିତା, ଗଳ୍ପ, ପ୍ରବନ୍ଧାଦି ପାଠକଲେ ସେମାନଙ୍କ ଜ୍ଞାନ, ଗରିମା ଓ ପାଣ୍ଡିତ୍ୟର ପରିଚୟ ମିଳିଥାଏ । ଅତିବଡ଼ୀ ଜଗନ୍ନାଥ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ମାଟିର ମହାକବି ଶୂଦ୍ରମୁନି ସାରଳା ଦାସ, ଅଭିମନ୍ୟୁ ସାମନ୍ତସିଂହାର ଆଦି କବିମାନେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି । କେବଳ କଳା କିମ୍ବା ସାହିତ୍ୟ ନୁହେଁ ଉତ୍କଳୀୟ ସଂସ୍କୃତି, ପରମ୍ପରା, ଧର୍ମଭାବନା, ପ୍ରତିରକ୍ଷା ତଥା ବାଣିଜ୍ୟ ବ୍ୟବସାୟ ସବୁ କ୍ଷେତ୍ରରେ ଉତ୍କଳୀୟମାନେ ସାରା ବିଶ୍ଵରେ ନିଜ ପରାକାଷ୍ଠା ପ୍ରଦର୍ଶନ କରିଯାଇଛନ୍ତି।

ଏକ ମହାନ୍ ପରମ୍ପରାର ଉତ୍ତରାଧିକାରୀ ଆଜିର ଉତ୍କଳ ସନ୍ତାନ, ନିଜକୁ ସେହି ମହାନ୍ ବ୍ୟକ୍ତିତ୍ଵମାନଙ୍କ ଆଦର୍ଶରେ ଅନୁପ୍ରାଣିତ କରିବାକୁ କବୟିତ୍ରୀ ଆହ୍ବାନ ଦେଇଛନ୍ତି । ସୁଯୋଗ୍ୟ ଦାୟାଦଭାବେ ସେମାନଙ୍କ ପଦାଙ୍କ ଅନୁସରଣ କରି ହୃଦୟରେ ନିଜ ମାତୃଭାଷା ଓ ମାତୃଭୂମି ପ୍ରତି କର୍ଭବ୍ୟ ପାଳନରେ ବ୍ରତୀ ହେବାକୁ ସେ ପରାମର୍ଶ ଦେଇଛନ୍ତି । ବାସ୍ତବିକ କବିତାଟି ଜାତୀୟ ଚେତନାର ବାହକ ତଥା ଉତ୍କଳୀୟ ପ୍ରାଚୀନ ଗୌରବର ଗାଥା ବହନ କରିଛି ।

କଠିନ ପଦାର୍ଥ:

  • ଭାଷ – ଭାଷା, କଥା
  • ତଉଲ – ସୁନ୍ଦରା
  • ଲବଣି ପିତୁଳା – କୋମଳ ମୂର୍ତ୍ତି / କେ।ମଳ ଶରାରା
  • ସୁଧାବୋଳା – ଅମୃତବୋଳା
  • ବର୍ଷେ – ଆନନ୍ଦରେ
  • ସ୍ନେହସୁଧା – ସ୍ନେହକୁ ସ୍ତଧା ବା ଅମୃତ ସହ ତୁଳନା କରାଯାଇଛି।
  • ଗୋସିବାପ – ଗୋସେଇ ବାପା, ଜେଜେବାପା ।
  • ଦାଦି – କଳା / କକେଇ / ଦାଦା / ବାପାଙ୍କ ସାନଭାଇ ।
  • ଛତି – ବଢ଼ ଛତା, ଆଚ୍ଛାଦନା
  • ପୁରୁଷ ଉତ୍ତମ – ପୁରୁଷୋତ୍ତମଦେବ: ଅତୀତ ଉକ୍କର ସମ୍ରାଟ, କାଞ୍ଚବିଜୟା
  • ନିରିମକ – ପରିଷ୍କାର
  • ମନୋର – ସୁନ୍ଦର
  • ଖାରବେଳ – ପ୍ରାଚୀନ ଉତ୍କଳ ବା କଳିଙ୍ଗର ସେ ଥିଲେ ସମ୍ରାଟ। ତାଙ୍କ ସମୟରେ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା।। ଖଣ୍ଡଗିରି ଓ ଉଦୟଗିରି ହେଉଛି ତାଙ୍କରି କାର୍ତ୍ତା
  • ଅନଙ୍ଗଭୀମ – ଗଙ୍ଗ ବଂଶର ପ୍ରତିଷ୍ଠାତା,ପୁରୀ ମନ୍ଦିରର ପ୍ରତିଷ୍ଠାତା ।
  • ତେଜରେ – ବୀରତ୍ଵରେ ।
  • ଭଞ୍ଜ – କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ । ତାଙ୍କର ଜନ୍ମ ଘୁମୁସର ରାଜବଂଶରେ । ଓଡ଼ିଆ ସାହିତ୍ୟର ଏହି ମହାନ୍ କବିଙ୍କ ବହୁ କାବ୍ୟକବିତା ମଧ୍ୟରେ ‘ବୈଦେହୀଶ ବିଳାସ’, ‘କଳା କଉତୁକ’, ‘ଛାନ୍ଦ ଭୂଷଣ’, ‘ରସିକ ହାରାବଳୀ’, ‘ଲାବଣ୍ୟବତୀ’ ଓ
  • ପ୍ରଧାନ ପ୍ରଧାନ ।
  • ଜଗନ୍ନାଥ ଦାସ – ଓଡ଼ିଆ ଭାଗବତର ରଚୟିତା, ପଞ୍ଚସଖାଙ୍କ ମଧ୍ୟରେ ସେ ଅଗ୍ରଗଣ୍ୟ ।
  • ସାମନ୍ତ୍ରିସିଂହାର – ଅଭିମନ୍ୟୁ ସାମନ୍ତ୍ରସିଂହାର, ‘ବିଦପ୍ପ ଚିନ୍ତ୍ରାମଶି’ କାବ୍ୟର ରଚୟିତା
  • ଶାରଳା – ଶୂଦ୍ରମୁନି ଶାରଳା ଦାସା ସେ ମାଟିର ମହାକବି ଭାବେ ପରିଚିତା ତାଙ୍କ ରଚିତ ‘ମହ।ଭାରତ’ ‘ଚିଣ୍ଡାପୁରାଣ’ ଓ ‘ବିଲଙ୍କା ରାମାୟଣ’ ଆଦି ଗ୍ରନ୍ଥି ଓଢ଼ିଶାର ପୁରପଲ୍ଲାରେ ପରିଚିତା
  • ଯଯାତି – ଯଯାତି କେଶରୀ, ଉତ୍କଳର କେଶରୀ ବଂଶର ପ୍ରସିଦ୍ଧ ରାଜା।
  • ମନ୍ଦିର ତୋଳାଇ – ଦେଉଳ ତିଆରି କରିା
  • ପୋଖରା ଖେ।ଳାଇ – ପ୍ରାଚାନ ଓତିଶାର କାର୍ତ୍ତି, ବିଦୁ ସରୋବର ନରେନ୍ଦ୍ର ପୋଖରା ଆଦି ଖନନ କରିା
  • ସରି – ସମକକ୍ଷା
  • ନଦାବନ୍ଧି – କାଠଯୋଡ଼ିର ପଥରବନ୍ଧା
  • ଅପରୂପ – ଖୁବ୍ ସୁନ୍ଦରା
  • ଗୁଣିହେବା – ମନେ ମନେ ଭାବିବା ।

Leave a Comment