BSE Odisha 9th Class Odia Solutions Chapter 7 ମାଟିର ମଣିଷ

Odisha State Board BSE Odisha 9th Class Odia Solutions Chapter 7 ମାଟିର ମଣିଷ Textbook Exercise Questions and Answers.

BSE Odisha Class 9 Odia Solutions Chapter 7 ମାଟିର ମଣିଷ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ବନ୍ଧନୀ ମଧ୍ଯରେ ଦିଆଯାଇଥିବା ନିମ୍ନଲିଖିତ ଶବ୍ଦଗୁଡ଼ିକ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି, ଶୂନ୍ୟସ୍ଥାନ ପୂରଣ କର ।
ମୁଁ ମୋ ମା’ ଓ ମାଟିକୁ ବହୁତ ଭଲ ପାଏ । ଉଭୟଙ୍କର ______________ ରେ ମୋର ଶରୀର _______________ ହୋଇଛି । ସେମାନଙ୍କ ___________________ ଅତୁଳନୀୟ । ସେମାନଙ୍କର ସହନଶୀଳତା ମତେ __________________ କରେ । ସେମାନଙ୍କର_________________ ଛବି ମୋ ହୃଦୟରେ ସାଇତି ହୋଇ ରହିଛି ।
(ମନଲୋଭା, ଅବଦାନ, ସ୍ନେହ, ପୁଷ୍ପ, ମୁଗ୍‌ଧ, ମଳିନ)
Answer:
ମୁଁ ମୋ ମା’ ଓ ମାଟିକୁ ବହୁତ ଭଲ ପାଏ । ଉଭୟଙ୍କର ଅବଦାନ ରେ ମୋର ଶରୀର ପୁଷ୍ଟ ହୋଇଛି । ସେମାନଙ୍କ ସ୍ନେହ ଅତୁଳନୀୟ । ସେମାନଙ୍କର ସହନଶୀଳତା ମତେ ମୁଗ୍‌ଧ କରେ । ସେମାନଙ୍କର ମନଲୋଭା ଛବି ମୋ ହୃଦୟରେ ସାଇତି ହୋଇ ରହିଛି ।

Question ୨।
କବିତାନୁସରଣରେ ନିମ୍ନଲିଖୂ ବାକ୍ୟଗୁଡ଼ିକ ମଧ୍ୟରୁ ଯେଉଁଗୁଡ଼ିକ ଠିକ୍, ସେଗୁଡ଼ିକୁ ଲେଖ ।
(କ) ମାଟି ଆମ ସମସ୍ତଙ୍କୁ ଜନ୍ମ ଦେଇଛି ।
(ଖ) ଯନ୍ତ୍ର ସଭ୍ୟତା ମଣିଷଙ୍କୁ କୃଷିପ୍ରତି ଅମନଯୋଗୀ କରିଛି ।
(ଗ) ଗାଁର ବୋହୂମାନେ ପାଣି ସଂଗ୍ରହ କରି ଆଣିବା ଛଇ ବେଶ୍ ଆନନ୍ଦଦାୟକ ।
(ଘ) ପଉଷ ମାସରେ ପ୍ରଚୁର ଆଖୁରସ ମିଳେ ।
(ଙ) ମଣିଷର ଆଗାମୀ ଜୀବନ ସରଳ ନୁହେଁ ବୋଲି କବି କହିଛନ୍ତି ।
(ଚ) ଗୋପାଳ ପୁଅ ଧୀରେ ଧୀରେ ବଂଶୀ ବଜାଉଥାଏ ।
(ଛ) ଯନ୍ତ୍ରଶାଳାକୁ କବି ଚିତା ସହିତ ତୁଳନା କରିଛନ୍ତି ।
Answer:
(କ) ମାଟି ଆମ ସମସ୍ତଙ୍କୁ ଜନ୍ମ ଦେଇଛି ।
(ଖ) ଯନ୍ତ୍ର ସଭ୍ୟତା ମଣିଷଙ୍କୁ କୃଷି ପ୍ରତି ଅମନୋଯୋଗୀ କରିଛି ।
(ଗ) ଗାଁର ବୋହୂମାନେ ପାଣି ସଂଗ୍ରହ କରି ଆଣିବା ଛଇ ବେଶ୍ ଆନନ୍ଦଦାୟକ ।
(ଘ) ପଉଷ ମାସରେ ପ୍ରଚୁର ଆଖୁରସ ମିଳେ ।
(ଙ) ମଣିଷର ଆଗାମୀ ଜୀବନ ସରଳ ନୁହେଁ ବୋଲି କବି କହିଛନ୍ତି ।
(ଛ) ଯନ୍ତ୍ରଶାଳାକୁ କବି ଚିତା ସହିତ ତୁଳନା କରିଛନ୍ତି ।

Question ୩ ।
‘ଗୋଷ୍ଠ-ବିହାରୀ ଧେନୁ’ – ଏହି ଶବ୍ଦପୁଞ୍ଜର ଚାରିଗୋଟି ଅର୍ଥ ନିମ୍ନରେ ଦିଆଯାଇଛି । ଠିକ୍ ଅର୍ଥଟିକୁ ବାଛ ।
(କ) ଶ୍ରୀକୃଷ୍ଣଙ୍କ ଗାଈ ।
(ଖ) ଗୋଠରୁ ଫେରୁଥିବା ଗାଈ ।
(ଗ) ଗୋଠରେ ବିଚରଣ କରୁଥିବା ଗାଈ ।
(ଘ) ଗୋଠରୁ ଚୋରି ହୋଇଯାଇଥିବା ଗାଈ ।
Answer:
(ଗ) ଗୋଠରେ ବିଚରଣ କରୁଥିବା ଗାଈ ।

BSE Odisha 9th Class Odia Solutions Chapter 7 ମାଟିର ମଣିଷ

Question ୪।
ନିମ୍ନଲିଖ ଶବ୍ଦଗୁଡ଼ିକର ଗଦ୍ୟରୂପ ଲେଖ ।
ପଉଷ, ମଉଛବ, ସେନେହ, ସ୍ନିୁରୁତି, ଚକ୍ଷେ, ପରାଣେ
Answer:
ପଉଷ – ପୌଷ
ମଉଛବ – ମହୋସବ
ସେନେହ – ସେହ
ସ୍ନିୁରୁତି – ସ୍ନତ
ଚକ୍ଷେ – ଚକ୍ଷୁରେ
ପରାଣେ – ପ୍ର।ଣେ

Question ୫।
ନିମ୍ନଲିଖ୍ ଶବ୍ଦଗୁଡ଼ିକୁ ସାର୍ଥକ ବାକ୍ୟରେ ବ୍ୟବହାର କର ।
ସନ୍ତକ, ରୁକ୍ଷ, ମୋହାଚ୍ଛନ୍ନ, ବିପୁଳ, ରୁଦ୍ର
Answer:
ସନ୍ତକ – ମହାପାତ୍ର ବଂଶର ଶେଷ ସନ୍ତକ ଦାମୋଦର ବାବୁଙ୍କ ଅକାଳ ମୃତ୍ୟୁ ଗ୍ରାମବାସୀଙ୍କୁ ଶୋକ ସାଗରରେ ଭସାଇ ଦେଲା ।
ରୁକ୍ଷ – ରାମ ସାହୁର ରୁକ୍ଷ ବ୍ୟବହାର ପାଇଁ କୌଣସି ଗ୍ରାହକ ତା’ ଦୋକାନରୁ ସଉଦା କିଣିବାକୁ ଭଲ ପାଆନ୍ତି ନାହିଁ ।
ମୋହାଚ୍ଛନ୍ନ – ମୋହାଚ୍ଛନ୍ନ ମାନବ ଆଧ୍ୟାତ୍ମିକତାଠାରୁ ଦୂରେଇଯାଏ ।
ବିପୁଳ – ପ୍ରକୃତିର ବିପୁଳ ଶୋଭା ସନ୍ଦର୍ଶନରେ କବି ଓ ଭାବୁକ ଆତ୍ମହରା ହୁଅନ୍ତି ।
ରୁଦ୍ର – ଗ୍ରୀଷ୍ମର ରୁଦ୍ର ତାଣ୍ଡବରେ ଲୋକେ ତ୍ରାହି ତ୍ରାହି ଡାକ ଦେଲେଣି ।

Question ୬।
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଯଥାଯଥ ଶବ୍ଦ ବାଛି ସଂଯୋଗ କର ।
BSE Odisha 9th Class Odia Solutions Chapter 7 ମାଟିର ମଣିଷ 1
Answer:
BSE Odisha 9th Class Odia Solutions Chapter 7 ମାଟିର ମଣିଷ 2

Question ୭।
ନିମ୍ନଲିଖତ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ଦାନବ, ନଭ, ମଣିଷ, ଚକ୍ଷୁ, ଧେନୁ
Answer:
ଦାନବ – ଦୈତ୍ୟ, ରାକ୍ଷସ
ନଭ – ଆକାଶ, ବ୍ୟୋମ
ମଣିଷ – ନର, ମାନବ
ଚକ୍ଷୁ – ଆଖୁ, ନୟନ, ଲୋଚନ
ଧେନୁ – ଗାଈ, ଗାଭୀ

BSE Odisha 9th Class Odia Solutions Chapter 7 ମାଟିର ମଣିଷ

Question ୮।
ନିମ୍ନଲିଖ ପ୍ରତ୍ୟେକ ଶବ୍ଦକୁ ଦୁଇଟି ଭିନ୍ନ ଭିନ୍ନ ଅର୍ଥରେ ବାକ୍ୟରେ ବ୍ୟବହାର କରି ଲେଖ ।
ବର୍ଣ୍ଣ, ଜୀବନ, ବାସ, ବନ, ଅଙ୍କ
Answer:
ବର୍ଷ – ରଙ୍ଗ – ଇଉରୋପୀୟ ଲୋକମାନଙ୍କ ବର୍ଷ ଗୌର ଅଟେ ।
ଜାତି – ଆମ ଦେଶରେ ନାନା ବର୍ଣ୍ଣର ଲୋକେ ବାସ କରନ୍ତି ।
ଜୀବନ – ପ୍ରାଣ – ବନ୍ୟାର କରାଳ ରୂପ ଦେଖ୍ ଲୋକେ ଜୀବନ ବିକଳରେ ଉଚ୍ଚସ୍ଥାନକୁ ଧାଇଁବାକୁ ଲାଗିଲେ ।
ଜୀବିକା – ସେ କୃଷିକର୍ମ କରି ଜୀବନ ନିର୍ବାହ କରନ୍ତି ।
ବାସ– ଘର – ମୁଣ୍ଡ ଗୁଞ୍ଜିବାକୁ ବାସ ଖଣ୍ଡେ ନିହାତି ଆବଶ୍ୟକ ।
ଗନ୍ଧ – ବଉଳ ଫୁଲର ବାସ ଅତୀବ ମନୋମୁଗ୍ଧକର ।
ବନ– ବଣ – ରାମଚନ୍ଦ୍ର ପିତୃସତ୍ୟ ପାଳନ କରି ଚଉଦ ବର୍ଷ ବନବାସରେ ଯାଇଥିଲେ ।
ପ୍ରସ୍ରବଣ – ଅଟ୍ରିସ୍ଥିତ ଉଷ୍ଣବନର ଜଳ ବହୁ ଚର୍ମରୋଗ ପାଇଁ ମହୌଷଧ ତୁଲ୍ୟ ।
ଅଙ୍କ– ଗଣିତ – ଅଙ୍କ ମୋର ପ୍ରିୟ ବିଷୟ ଅଟେ ।
ନାଟକର ବିଭାଗ – ଆଗେ ପାଞ୍ଚଅଙ୍କ ବିଶିଷ୍ଟ ନାଟକମାନ ମଞ୍ଚସ୍ଥ ହେଉଥିଲା ।

Question ୯ ।
ନିମ୍ନଲିଖୂତ ଶବ୍ଦଗୁଡ଼ିକର ଅର୍ଥଗତ ପାର୍ଥକ୍ୟ ଦର୍ଶାଇ ବାକ୍ୟରେ ବ୍ୟବହାର କର ।
ପୁର – ପୂର, ପୁଷ୍ଟ – ପୃଷ୍ଟ, ଶମ – ସମ, ଜାତ – ଯାତ
Answer:
ପୁର – (ନଗର) – ରାମଙ୍କ ବିନା ସୀତା ଅଯୋଧାପୁରରେ ରହିବାକୁ ଇଚ୍ଛା କଲେ ନାହିଁ ।
ପୂର – (ପିଷ୍ଟକ ମଧ୍ୟବର୍ତ୍ତୀ ମିଷ୍ପଦ୍ରବ୍ୟ ବିଶେଷ)– ମା’ ପିଠା ପାଇଁ ଛେନାପୂର ତିଆରି କରୁଛନ୍ତି ।
ପୁଷ୍ଟ – (ପ୍ରତିପାଳିତ, ବୃଦ୍ଧିପ୍ରାପ୍ତ)– ଦୁଗ୍ଧ ଶରୀରକୁ ପୁଷ୍ଟ କରେ ।
ପୃଷ୍ଟ – (ପଚରା ଯାଇଥିବା)– ପୃଷ୍ଠ ପ୍ରଶ୍ନଗୁଡ଼ିକର ସଂକ୍ଷିପ୍ତ ଉତ୍ତର ଦେବାକୁ ଶିକ୍ଷକ କହିଲେ ।
ଶମ – (ଶାନ୍ତି) – ଧ୍ୟାନଦ୍ଵାରା ମନରେ ଶମ ଜାତ ହୁଏ ।
ସମ – (ସମାନ) – ଯୁଧୁଷ୍ଠିରଙ୍କ ସମ ଧାର୍ମିକ ପୁରୁଷ ଆଜିର ସଂସାରରେ ବିରଳ ।
ଜାତ – (ଜନ୍ମ ହୋଇଥ‌ିବା)– ତାଙ୍କର କାଲି ଏକ ପୁତ୍ର ସନ୍ତାନ ଜାତ ହେଲା ।-
ଯାତ – (ଯାତ୍ରା) – ମୁଁ ଦୋଳଯାତ ଦେଖିବାକୁ ଯାଇଥିଲି ।

କ୍ଷୁଦ୍ର ଭତ୍ତରମୂଳକ ପ୍ରଶ୍ନୋତ୍ତର

Question ୧୦ ।
ଆଧୁନିକ ମଣିଷ କ’ଣ ପାଇଁ ଚିନ୍ତା କରିବାର ଶକ୍ତି ହରାଇ ବସିଛି ବୋଲି କବି ଆଶଙ୍କା କରିଛନ୍ତି ?
Answer:
ଆଧୁନିକ ମଣିଷ ଯାନ୍ତ୍ରିକ ମୋହରେ ଅନ୍ଧ ହୋଇ ସ୍ବାର୍ଥସର୍ବସ୍ୱ ହୋଇଯିବା ଫଳରେ ଚିନ୍ତା କରିବାର ଶକ୍ତି ହରାଇ ବସିଛି । ବିବେଚନା କରିଛନ୍ତି ?

Question ୧୧ ।
ରୁଦ୍ର ଦାନବ ରୂପେ କବି କାହାକୁ ବିବେଚନା କରିଛନ୍ତି ?
Answer:
କବି ଯନ୍ତ୍ରକୁ ରୁଦ୍ରଦାନବ ରୂପେ ବିବେଚନା କରିଛନ୍ତି ।

Question ୧୨ ।
‘ଲୁହାର ଫଉଜ’– ବୋଲି କାହାକୁ କୁହାଯାଇଛି ?
Answer:
କଳକାରଖାନାର ଲୌହନିର୍ମିତ ଯନ୍ତ୍ରସମୂହକୁ ‘ଲୁହାର ଫଉଜ’ ବୋଲି କୁହାଯାଇଛି ।

Question ୧୩ ।
କଳକାରଖାନା ଆକାଶକୁ କ’ଣ ଛାଡୁଛନ୍ତି ?
Answer:
କଳକାରଖାନାଗୁଡ଼ିକ ଆକାଶକୁ ବହୁ ପରିମାଣରେ ଧୂଆଁ ଛାଡୁଛନ୍ତି ।

Question ୧୪ ।
‘ବହ୍ନିଶିଖା ଜଳୁଛି’ କହିବାଦ୍ଵାରା କବି କ’ଣ ସୂଚନା ଦେଉଛନ୍ତି ?
Answer:
କଳକାରଖାନାରେ ଜଳୁଥିବା ବହ୍ନିଶିଖା – ଅର୍ଥାତ୍ ଯନ୍ତ୍ର ସଭ୍ୟତା ଦିନେ ମାନବ ସମାଜ ପାଇଁ ବିପଦର କାରଣ ହେବ ବୋଲି କବି ସୂଚନା ଦେଇଛନ୍ତି ।

Question ୧୫ ।
‘ମଳିନା ଏ ମାଟି’ କହିବାରେ କବିଙ୍କ ଉଦ୍ଦେଶ୍ୟ କ’ଣ ?
Answer:
ଯାନ୍ତ୍ରିକ ସଭ୍ୟତାର ମୋହରେ ଅନ୍ଧ ହୋଇ ପଲ୍ଲୀବିମୁଖ ସାଜିଥ‌ିବା ସନ୍ତାନମାନଙ୍କ ବିରହରେ ପଲ୍ଲୀଜନନୀର ମୁଖ ମଳିନ ପଡ଼ିଯାଇଛି । ତେଣୁ କବି ଗାଁ ମାଟିକୁ ‘ମଳିନା ଏ ମାଟି’ ବୋଲି କହିଛନ୍ତି ।

BSE Odisha 9th Class Odia Solutions Chapter 7 ମାଟିର ମଣିଷ

Question ୧୬ ।
କବି ମାଟିକୁ କାହା ସହିତ ତୁଳନା କରିଛନ୍ତି ?
Answer:
କବି ମାଟିକୁ ମାଆ ଓ ଜୀବନଧାତ୍ରୀ ସହ ତୁଳନା କରିଛନ୍ତି ।

Question ୧୭ ।
ମାଟି କିପରି ପଡ଼ିଛି ବୋଲି କବି କହିଛନ୍ତି ?
Answer:
ମାଟି ମାଆ ଊର୍ଦ୍ଧ୍ବମୁଖୀ ହୋଇ ପଡ଼ିରହିଛି ବୋଲି କବି କହିଛନ୍ତି ।

Question ୧୮ ।
ମଣିଷ ସମାଜକୁ ଅକୁଣ୍ଠିତ ମନରେ ମାଟି କ’ଣ ଦାନ କରୁଛି ?
Answer:
ମାଟି ମାଆ ରୂପରେ ତା’ର ସନ୍ତାନ ଏ ମାନବ ସମାଜକୁ ଜଳ ରୂପକ ସ୍ତନ୍ୟ ଦାନ ତଥା ଜୀବନଧାତ୍ରୀ ରୂପେ ଶସ୍ୟଦାନ କରୁଛି ।

Question ୧୯ ।
ମଣିଷ କ’ଣ ଭୁଲିଯାଉଛି ବୋଲି କବି ସୂଚନା ଦେଇଛନ୍ତି ?
Answer:
ମଣିଷ ଯନ୍ତ୍ର ସଭ୍ୟତାର ମୋହରେ ଅନ୍ଧ ହୋଇ ମାଟି ମାଆର ବକ୍ଷ-ଉଚ୍ଛୁଳା ଗଭୀର ସ୍ନେହକୁ ଭୁଲିଯାଉଛି ।

Question ୨୦ ।
କବି ‘ଚିତା’ ସହିତ କାହାକୁ ତୁଳନା କରିଛନ୍ତି ?
Answer:
କବି ଚିତା ସହିତ ଯନ୍ତ୍ରକୁ ତୁଳନା କରିଛନ୍ତି ।

Question ୨୧ ।
ଆଗାମୀ ଦିନକୁ ମଣିଷ କିପରି ଭାବରେ ଗ୍ରହଣ କରୁଛି ବୋଲି କବି କହିଛନ୍ତି ?
Answer:
ଗର୍ଭରେ ମାନବ ଜାତିକୁ ନିଃଶେଷ କରିଦେବ ବୋଲି କହିଛନ୍ତି ।

Question ୨୨ ।
ଜମିର ବାସନା ମଣିଷ ମନରେ ଆନନ୍ଦ ପ୍ରଦାନ କରିପାରୁ ନାହିଁ କାହିଁକି ?
Answer:
ଶିଳ୍ପ ସଭ୍ୟତାର ଚାକଚକ୍ୟପୂର୍ଣ୍ଣ ଜୀବନଶୈଳୀରେ ଅଭିଭୂତ ହୋଇଥିବା ମାନବ ମନରେ ଜମିର ବାସନା ଆନନ୍ଦ ପ୍ରଦାନ କରିପାରୁ ନାହିଁ ।

Question ୨୩ ।
ମଣିଷର ମାନସ ପଟରେ କ୍ଷଣିକ ପାଇଁ କେଉଁ ସୌନ୍ଦର୍ଯ୍ୟ ଉଦ୍‌ଭାସିତ ହେଉନାହିଁ ବୋଲି କବି ପ୍ରଶ୍ନ କରିଛନ୍ତି ?
Answer:
ମଣିଷର ମାନସପଟରେ କ୍ଷଣିକ ପାଇଁ ସ୍ବର୍ଣ୍ଣ-ଧାନର ବିଭା ଉଦ୍‌ଭାସିତ ହେଉନାହିଁ ବୋଲି କବି ପ୍ରଶ୍ନ କରିଛନ୍ତି ।

Question ୨୪ ।
ପଉଷ ମାସର ଅମିୟ ବୋଲି କବି କାହାକୁ କହିଛନ୍ତି ?
Answer:
ପୌଷ ମାସରେ ଚାଷୀ ଅମଳ କରୁଥିବା ଆଖୁର ରସକୁ କବି ‘ପଉଷ ମାସର ଅମିୟ’ ବୋଲି କହିଛନ୍ତି ।

Question ୨୫ ।
ତଇଲାରେ କପା ଫୁଟିବାର ଦୃଶ୍ୟକୁ କବି କାହା ସହିତ ତୁଳନା କରିଛନ୍ତି ?
Answer:
ତଇଳାରେ କପା ଫୁଟିବାର ଦୃଶ୍ୟକୁ କବି ନୀଳାକାଶରେ ଦୃଶ୍ୟମାନ ତାରାସମୂହଙ୍କ ଶୋଭା ସହ ତୁଳନା କରିଛନ୍ତି ।

BSE Odisha 9th Class Odia Solutions Chapter 7 ମାଟିର ମଣିଷ

Question ୨୬ ।
ପଲ୍ଲୀର କେଉଁ ଦୃଶ୍ୟଗୁଡ଼ିକ ମଣିଷର ମନେ ପଡୁନାହିଁ ବୋଲି କବି ସୂଚନା ଦେଇଛନ୍ତି ?
Answer:
ପଲ୍ଲୀର ସ୍ପର୍ଶ ଧାନକ୍ଷେତର ଦୃଶ୍ୟ, ତଇଳାରେ କପା ଫୁଟିବାର ଦୃଶ୍ୟ, ନଦୀରୁ କଳସୀ କାଖେଇ ପଲ୍ଲୀବଧୂର ଘରବାହୁଡ଼ା ଦୃଶ୍ୟ ତଥା ତାଳବଣ ତଳେ ଧେନୁଙ୍କ ବିଚରଣାଦି ଦୃଶ୍ୟ ମଣିଷର ମନେ ପଡୁନାହିଁ ବୋଲି କବି କହିଛନ୍ତି ।

Question ୨୭ ।
ମଣିଷର ସନ୍ତକ ଭାବରେ କବି କାହାକୁ ବିବେଚନା କରିଛନ୍ତି ?
Answer:
ମଣିଷର ସନ୍ତକ ଭାବରେ କବି ଲଙ୍ଗଳକୁ ବିବେଚନା କରିଛନ୍ତି ।

Question ୨୮ ।
କବି କେଉଁ ଭାବରେ ଯନ୍ତ୍ରକୁ ଅଭିହିତ କରିଛନ୍ତି ?
Answer:
କବି ଯନ୍ତ୍ରକୁ ମୃତ୍ୟୁର ଗୃହ ଭାବରେ ଅଭିହିତ କରିଛନ୍ତି ।

Question ୨୯ ।
ଆଗାମୀ ଯୁଗର ଦ୍ରଷ୍ଟା ଭାବରେ କବି ମଣିଷ ସମାଜକୁ କି ଆହ୍ବାନ ଦେଇଛନ୍ତି ?
Answer:
ଆଗାମୀ ଯୁଗର ଦ୍ରଷ୍ଟା ଭାବରେ କବି ମାନବକୁ ଯନ୍ତ୍ର ଧୂଆଁରେ ନିଃଶେଷ ହୋଇଯିବା ଆଗରୁ ଜନ୍ମମାଟିକୁ ଫେରି ଆସିବାପାଇଁ ଆହ୍ବାନ ଦେଇଛନ୍ତି ।

ସପ୍ରସଙ୍ଗ ସରଳାର୍ଥ ଲେଖ

Question ୩୦ । ମଥା ତୋଳି ସେଇ ଯନ୍ତ୍ର ଯେ ସଦା ରୁଦ୍ର ଦାନବ ପରି
ଛିଡ଼ା ହୋଇଅଛି ଚାରିପାଶେ ତା’ର ଲୁହାର ଫଉଜ ଧରି ।
Answer:
ମଥା ତୋଳି…………………… ଫଉଜ ଧରି ।
ପ୍ରଦତ୍ତ ପଦ୍ୟାଶଟି କବି ରାଧାମୋହନ ଗଡ଼ନାୟକଙ୍କ ରଚିତ ‘ମାଟିର ମଣିଷ’ ଶୀର୍ଷକ କବିତାରୁ ଆନୀତ ।
ଏଠାରେ କବି ଯନ୍ତ୍ର ସଭ୍ୟତାନୁରକ୍ତ ମଣିଷକୁ ତା’ର ଯନ୍ତ୍ରପ୍ରୀତିର ଭୟାବହ ପରିଣତି ବିଷୟରେ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି ।

ଯନ୍ତ୍ର ଜୀବନପିଷ୍ଟ ମଣିଷ ଜୀବନରୁ ସମସ୍ତ ସୁଖ-ସୌଭାଗ୍ୟ, ସ୍ଵପ୍ନ-ସମ୍ଭାବନା କ୍ରମଶଃ ନିଃଶେଷ ହୋଇଯାଉଥ‌ିବା ଲକ୍ଷ୍ୟକରି କବି ବ୍ୟଥ୍‌ତ ହୋଇଛନ୍ତି । କଳକାରଖାନାର ଚାକିରିକୁ ସହଜ ଆୟପନ୍ଥା ବୋଲି ବିଚାର କରି ମାଟି ମଣିଷର ଧାଡ଼ି ଲମ୍ବିଛି ଶିଳ୍ପାଞ୍ଚଳକୁ । ସତେ ଯେପରି ଯନ୍ତ୍ରର ମନ୍ତ୍ରରେ ମୁଗ୍ଧ ଆଜିର ମଣିଷ । କବି ସେହି ଯନ୍ତ୍ରକୁ ଦାନବ ଭାବେ ବର୍ଣ୍ଣନା କରିଛନ୍ତି । ମଣିଷକୁ ନିଃଶେଷ କରିବାକୁ ତା’ର ଜନ୍ମ । ତା’ର ନଭଶ୍ଚୁମ୍ବୀ ଚିମିନିର ଧୂମପଟଳ ମନ୍ତ୍ରମୁଗ୍ଧ ମଣିଷକୁ ହାତଠାରି ଡାକୁଛି ତା’ର ମାୟାଜାଲ ମଧ୍ୟକୁ ।

ଚତୁର୍ପାଶ୍ବରେ ଲୁହାର ଫୌଜ ଧରି ଉଭାହୋଇଥ‌ିବା ସେହି ଯନ୍ତ୍ରାସୁର ସଦାକ୍ଷୁଧୂ । କାରଖାନାର ସାଇରନ୍ ଶବ୍ଦକୁ ସେହି ଯନ୍ତ୍ରଦାନବର ମହାଭୟଙ୍କର ଭୈରବ ଚିତ୍କାର ଓ ଚିମିନିରୁ ନିର୍ଗତ ଘନକୃଷ୍ଣ ଧୂମପଟଳକୁ ରାକ୍ଷସର ନିଃଶ୍ବାସବାୟୁ ସହ ତୁଳନା କରି ତା’ର ମାୟାଜାଲ ପ୍ରତି ସତର୍କ ରହିବାକୁ କବି ସଚେତନ ବାଣୀ ଶୁଣାଇଛନ୍ତି । ଲେଲିହାନ ଜିହ୍ଵା ବିସ୍ତାର କରି ମାଟି ମଣିଷକୁ ଗ୍ରାସ କରିବାକୁ ଉଦ୍ୟତ ଯନ୍ତ୍ର ରାକ୍ଷସର ପ୍ରଲୋଭନ ପ୍ରତି ଆକର୍ଷିତ ନ ହେବାକୁ କବି ତାକୁ ପରାମର୍ଶ ଦେଇଛନ୍ତି ।

Question ୩୧ ।
ବିପୁଳ ଏହାରି ସ୍ତନ୍ୟଦାନେରେ ବିପୁଳ ଏହାରି ସ୍ନେହେ
ପୁଷ୍ଟ ହୋଇଛି ଅଙ୍ଗ ତୋହର ବର୍ଷ ଫୁଟିଚି ଦେହେ ।
Answer:
ବିପୁଳ ଏହାରି ……………………………………….. ଫୁଟିଚି ଦେହେ ।
ଶଂସିତ ପଦ୍ୟାଶଟି କବି ରାଧାମୋହନ ଗଡ଼ନାୟକଙ୍କ ରଚିତ ‘ମାଟିର ମଣିଷ’ ଶୀର୍ଷକ କବିତାରୁ ଆନୀତ ।
ଏଠାରେ କବି ପଲ୍ଲୀବିମୁଖ ମାଟିର ମଣିଷକୁ ଜନ୍ମଭୂମିର ପ୍ରୀତିପ୍ରଦ ପରିବେଶ ତଥା ସରଳ ଜୀବନଧାରା ସ୍ମରଣ କରାଇ ମାଟି ପ୍ରତି ମୋହ ଜାଗ୍ରତ କରାଇବାକୁ ଚେଷ୍ଟା କରିଛନ୍ତି ।

ଜନ୍ମଭୂମିର ମାଟି ହେଉଛି ମଣିଷ ପାଇଁ ଜନ୍ମଦାତ୍ରୀ ମାତୃସ୍ୱରୂପା । ମାତୃଗର୍ଭରୁ ବାହାରି ଶିଶୁ ମାଟି ମା’ କୋଳକୁ ଆସେ । ସୁଶୀତଳ ଜଳ ରୂପରେ ମାଟି ମା’ର ସ୍ତନ୍ୟପାନରେ ତା’ର ଶିଶୁପ୍ରାଣ ସଞ୍ଜୀବିତ ହୁଏ । ମାଟି ମା’ର ଫଳ, ପୁଷ୍ପ, ଶାକ, ତଣ୍ଡୁଳରେ ପରିପୁଷ୍ଟ ହୁଏ ତା’ର ଶରୀର । ଧାତ୍ରୀ ସମ ଜଳ, ବାୟୁ ଓ ଆଲୋକ ଦେଇ ଯତ୍ନରେ ପରିପାଳନ କରେ ସେ । ସେହିଠାରେ ପାଏ ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ । ସ୍ନେହ, ମମତା ଓ କରୁଣା ଦାନରେ ସେ ମଣିଷକୁ ପରିପାଳନ କରେ ।

ସେହି ମାଟି ମା’ର ଅନାବିଳ ସ୍ନେହ ଓ ମମତାର ତୁଳନା ନାହିଁ । ଶୈଶବ, ବାଲ୍ୟ ଓ କୈଶୋର ଜୀବନକୁ ଗଢ଼ିଥିବା ସେହି ମାଟିର ମମତାକୁ ଭୁଲି ମଣିଷ କେଉଁ ଭରସାରେ ସେହି ଯନ୍ତ୍ରଦାନବୀକୁ ଆଦରି ନେଇପାରିଲା ବୋଲି ଚିନ୍ତାକରି କବି ବିସ୍ମିତ ହୋଇଛନ୍ତି । ନିଜ ସନ୍ତାନକୁ ହରାଇ ମାଟି ମା’ ଯେ ଦୁଃଖରେ ଭାଙ୍ଗିପଡ଼ିଛି ଓ ଉଦାସ ପ୍ରାଣରେ ତା’ର ଫେରିବା ବାଟକୁ ଚାହିଁ ରହିଛି ବୋଲି କବି ଯନ୍ତ୍ରାସକ୍ତ ମଣିଷକୁ ସ୍ମରଣ କରାଇ ଦେଇଛନ୍ତି ।

BSE Odisha 9th Class Odia Solutions Chapter 7 ମାଟିର ମଣିଷ

Question ୩୨ ।
ସରଳ ତୋହର କାଲିର ଜୀବନ ଭାବୁଅଛୁ କିରେ ସତେ
ଦୟାକରି ଟିକେ ଆଣୁଅଛୁ କିରେ ତୋହର ସୂରୁତି ପଥେ ।
ସରଳ ତୋହର କାଲିର ……………………. ତୋହର ସୂ ରୁଚି ପଥେ ।
Answer:
ପ୍ରୋକ୍ତ ପଦ୍ୟାଶଟି କବି ରାଧାମୋହନ ଗଡ଼ନାୟକଙ୍କ ରଚିତ ‘ମାଟିର ମଣିଷ’ କବିତାରୁ ଉଦ୍ଧୃତ ।
ଏଠାରେ କବି ଯନ୍ତ୍ରସଭ୍ୟତାନୁରକ୍ତ ମଣିଷକୁ ସରଳ ଗ୍ରାମ୍ୟ ଜୀବନ ଓ ଜନ୍ମମାଟିର ଶାନ୍ତିପ୍ରଦ ପରିବେଶ ସମ୍ପର୍କରେ ଥରେ ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି ।

ଗ୍ରାମଭୂମିରେ ଜନ୍ମ ନେଇ ବ୍ୟକ୍ତି ତା’ର ବାଲ୍ୟ, ଶୈଶବ, କୈଶୋର, ଜୀବନକୁ ପ୍ରାଣଭରି ଉପଭୋଗ କରେ । ପରିବାର ସଦସ୍ୟଙ୍କ ସ୍ନେହ ସୋହାଗ, ପ୍ରତିବେଶୀଙ୍କ ମମତାଭରା ଆଦର ଯତ୍ନ ଲାଭକରି ସେ ଛୋଟରୁ ବଡ଼ ହୁଏ । ମାତ୍ର ବୟଃ ବୃଦ୍ଧି ସଙ୍ଗେ ସେହି ଜନ୍ମଭୂମି ପ୍ରତି ତା’ ମନରେ ଆକର୍ଷଣ ବୃଦ୍ଧି ପାଇବା ପରିବର୍ତ୍ତେ ସହରୀ ଚାକଚକ୍ୟର ମାୟାରେ ଅନ୍ଧ ହୋଇ ସେ ଯନ୍ତ୍ରସଭ୍ୟତାକୁ ଆଦରି ନେବାକୁ ପସନ୍ଦ କରୁଛି ।

କଳକାରଖାନାର ଯନ୍ତ୍ର ସତେଯେପରି ମନ୍ତ୍ର କରି ତାକୁ ସମ୍ମୋହିତ କରିଦେଇଛି । ଫଳରେ ନିଜ ଜନ୍ମଭୂମି ପ୍ରତି ସେ ବିମୁଖ ହୋଇପଡୁଛି । ଯନ୍ତ୍ରସଭ୍ୟତାନୁରକ୍ତ ମଣିଷ ମନରେ ମାଟି ମା’ର ସ୍ମୃତି ଜାଗରଣ କରାଇବାପାଇଁ କବି ଗ୍ରାମ୍ୟଜୀବନ, ସରଳ ଗ୍ରାମ୍ୟ ପରିବେଶ ଓ ପଲ୍ଲୀବାସୀଙ୍କ ମମତାଭରା ଆଦର ଯନ୍ତ୍ର ବିଷୟ ଥରେ ଚିନ୍ତା କରିବାକୁ ତାକୁ କହିଛନ୍ତି ।

Question ୩୩ ।
ଲଙ୍ଗଳ ଆଜି ଡାକୁଅଛି ତତେ ତୋ’ର ସନ୍ତକ ସମ
ମଙ୍ଗଳ ଜାଣି ଡାକୁଅଛି ଆରେ ମାଟିର ପତଙ୍ଗମ ।
Answer:
ଲଙ୍ଗଳ ଆଜି ଡାକୁଅଛି…………..ଆରେ ମାଟିର ପତଙ୍ଗମ ।
ଉଦ୍ଧୃତାଂଶଟି କବି ରାଧାମୋହନ ଗଡ଼ନାୟକଙ୍କ ରଚିତ ‘ମାଟିର ମଣିଷ’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ପଲ୍ଲୀବିମୁଖ ଯନ୍ତ୍ରସଭ୍ୟତାନୁରକ୍ତ ମଣିଷ ମନରେ ଜନ୍ମମାଟି ପ୍ରତି ପ୍ରୀତି ଜାଗ୍ରତ କରାଇବାକୁ ପ୍ରୟାସ କରିଛନ୍ତି ।

ଅର୍ଥପିପାସୁ ମଣିଷ ଗାଁ ମାଟି ଛାଡ଼ି ଶିଳ୍ପାଞ୍ଚଳକୁ ଧାଇଁବାକୁ ଲାଗିଛି । କଳକାରଖାନାରେ ଚାକିରି କରି ସହରୀ ଜୀବନ ଶୈଳୀକୁ ଆଦରି ନେଇଛି । ଭୁଲି ଯାଇଛି ତା’ର ମାଟି ମା’କୁ । ଦିନ ଥିଲା ଯେତେବେଳେ ତା’ର କ୍ଷେତ ସୁନାର ଫସଲରେ ହସି ଉଠୁଥିଲା । ପରିଶ୍ରମ କରି ସେ ଶସ୍ୟଶ୍ୟାମଳା କରୁଥୁଲା ଗ୍ରାମଭୂମିକୁ । ଗାଁ ମୁଣ୍ଡ କ୍ଷେତରେ ପାଚିଲା ଧାନର ସମ୍ଭାର ଦେଖ୍ ଆମୋଦିତ ହୋଇଉଠୁଥୁଲା ତା’ର ମନ । ତା’ର ମାଟିଲିପା ଗୃହାଙ୍ଗନରେ ମହାଲକ୍ଷ୍ମୀ ବିରାଜମାନ କରୁଥିଲେ । କାଠ ତିଆରି ଲଙ୍ଗଳ ଥିଲା ତା’ର ସନ୍ତକ ।

ଯନ୍ତ୍ର ସଭ୍ୟତାର କେଉଁ ଦୁର୍ବାର ଆକର୍ଷଣ ତା’ର ମନକୁ ବିଷାକ୍ତ କରି ତାକୁ ମାଟି ମା’ କୋଳରୁ ଛଡ଼ାଇନେଲା ବୋଲି କବି ଚିନ୍ତାକରି ବିସ୍ମୟ ପ୍ରକାଶ କରିଛନ୍ତି । ମାଟିର ପତଙ୍ଗମ, ଯନ୍ତ୍ର ଚିତାର ଚୁଲିରେ ଝାସ ଦେବାକୁ ଆଗେଇଗଲା ! ଜୀବନଟା ଜଳିପୋଡ଼ି ନିଃଶେଷ ହେବା ପୂର୍ବରୁ ଜନ୍ମମାଟିକୁ ଫେରି ଆସିବାକୁ କବି ବ୍ୟାକୁଳ ହୃଦୟରେ ମାଟିର ମଣିଷକୁ ଆହ୍ଵାନ କରିଛନ୍ତି । ତା’ ଜୀବନର ସନ୍ତକ ଲଙ୍ଗଳ ତାକୁ ଫେରିଆସିବାକୁ ବିକଳରେ ଡାକ ଦେଉଛି ବୋଲି କବି କହିଛନ୍ତି । ଜନ୍ମମାଟିକୁ ଫେରି ଆସିବା ହିଁ ତା’ ପାଇଁ ମଙ୍ଗଳମୟ ହେବ ବୋଲି କବି ପରାମର୍ଶ ଦେଇଛନ୍ତି ।

Question ୩୪ ।

ଯନ୍ତ୍ର ତଳେ ତ ପରାଣ ନାହିଁରେ ମରଣର ତହିଁ ଘର
ଦିନରାତି ତହୁଁ ଚିତାର କୁହେଳି ହେଉଅଛି ଉତ୍‌ଥଳ ।
Answer:
ଯନ୍ତ୍ର ତଳେ………………. … ହେଉଅଛି ଉତ୍‌ଥଳ ।
ଶଂସିତ ପଦ୍ୟାଶଟି କବି ରାଧାମୋହନ ଗଡ଼ନାୟକଙ୍କ ରଚିତ ‘ମାଟିର ମଣିଷ’ ଶୀର୍ଷକ କବିତାରୁ ଆନୀତ । ଏଠାରେ କବି ଯନ୍ତ୍ର ସଭ୍ୟତାର ମୋହରେ ମୁଗ୍ଧ ମଣିଷକୁ ଶିଳ୍ପାଞ୍ଚଳ ପରିବେଶର ଭୟାବହତା ଓ କାରଖାନା ଜୀବନର କୁପରିଣତି ସମ୍ପର୍କରେ ସଚେତନ କରାଇଛନ୍ତି ।

ସହଜ ଅର୍ଥାଗମର ପନ୍ଥା ବୋଲି ବିବେଚନା କରି ମଣିଷ ଶିଳ୍ପାଞ୍ଚଳ ପ୍ରତି ଆକୃଷ୍ଟ ହେଉଛି । ବିଳାସବ୍ୟସନପୂର୍ଣ୍ଣ ଜୀବନ ଅତିବାହିତ କରିବାପାଇଁ କଳକାରଖାନାର ବିଷାକ୍ତ ପରିବେଶକୁ ଯେ ଆପଣେଇ ନେଉଛି, ଏକଥା ସେ ଚିନ୍ତା କରିପାରୁନାହିଁ । ଧାତୁ ତରଳାଇବାପାଇଁ ଉଦ୍ଦିଷ୍ଟ ଉଚ୍ଚତାପଯୁକ୍ତ ଚୁଲାର ଉତ୍ତପ୍ତ ପରିବେଶ, ଚିମିନିରୁ ନିର୍ଗତ ବିଷାକ୍ତ ଧୂମପଟଳ ତଥା ବର୍ଜ୍ୟବସ୍ତୁଜନିତ ବିଷାକ୍ତ ବାୟୁମଣ୍ଡଳ ଯେ ମାନବ ଶରୀର ପାଇଁ କେତେ କ୍ଷତିକାରକ ସେଥ୍ୟପ୍ରତି ମଣିଷ ତିଳେମାତ୍ର ସଚେତନ ହେଉନାହିଁ ।

ସରଳ ଗ୍ରାମ୍ୟଜୀବନ ତୁଳନାରେ ଶିଳ୍ପାଞ୍ଚଳର ଆତ୍ମକୈନ୍ଦ୍ରିକ ବ୍ୟକ୍ତିମାନଙ୍କ ସହରୀ ଜୀବନ ଯେ କେବେହେଲେ ସୁଖପ୍ରଦ ନୁହେଁ ଏହା ଅର୍ଥପିପାସୁ ମଣିଷ ଥରେ ହେଲେ ଚିନ୍ତା କରୁନାହିଁ । ପଲ୍ଲୀଭୂମିର ନିର୍ମଳ, ସ୍ୱାସ୍ଥ୍ୟକର ଜଳବାୟୁକୁ ଛାଡ଼ି ଶିଳ୍ପାଞ୍ଚଳର ବିଷାକ୍ତ ଧୂଳିଧୂଆଁ ଭିତରେ ରୋଗଗ୍ରସ୍ତ ହୋଇ ମୃତ୍ୟୁବରଣ କରିବା ପୂର୍ବରୁ ଜନ୍ମମାଟିକୁ ଫେରିଆସିବାକୁ କବି ମାଟିର ମଣିଷକୁ ଆହ୍ଵାନ କରିଛନ୍ତି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୩୫ ।
‘ମାଟିର ମଣିଷ’ କବିତା ଅନୁସରଣରେ ପଲ୍ଲୀର ବିଭିନ୍ନ ଦୃଶ୍ୟ ବର୍ଣ୍ଣନା କର ।
କିମ୍ବା, କବି ଗଡ଼ନାୟକଙ୍କ ଐତିହ୍ୟବୋଧ ଓ ପଲ୍ଲୀପ୍ରାଣତା ତାଙ୍କ କବିତା ‘ମାଟିର ମଣିଷ’ରେ କିପରି ପ୍ରତିଫଳିତ ହୋଇଛି ତାହା ଆଲୋଚନା କର ।
କିମ୍ବା, ‘ମାଟିର ମଣିଷ’ କବିତାରେ ଉତ୍କଳୀୟ ପଲ୍ଲୀଚିତ୍ରର ଯେଉଁ ନିଖୁଣ ଦୃଷ୍ଟାନ୍ତ ପ୍ରଦାନ କରାଯାଇଛି ତାହା ନିଜ ଭାଷାରେ ପ୍ରକାଶ କର ।
Answer:
ଗାଥା କବିତାର ଅପୂର୍ବ ବିନ୍ଧାଣି, ରାଧାମୋହନ ଗଡ଼ନାୟକ ଆଧୁନିକ ଓଡ଼ିଆ କବିତା ଜଗତରେ ଏକ ସୁପରିଚିତ ସ୍ରଷ୍ଟା । ଉତ୍କଳୀୟ ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଉପାସକ ଏହି ଗାଥା କବି ‘ମଣିଷ ପ୍ରତି ନିଃସର୍ଭ ଭଲପାଇବା ପଣ’ ପାଇଁ ଅନ୍ୟ ସମସାମୟିକ କବିମାନଙ୍କ ଅପେକ୍ଷା ଏକ ସ୍ବତନ୍ତ୍ର ପରିଚୟର ଅଧିକାରୀ । ମାନବିକତାବୋଧ ଓ ଐତିହ୍ୟ ସଂପ୍ରୀତି ତାଙ୍କ ‘କୈଶୋରିକା’, ‘ଅବାଚୀର ତାରା’, ‘ସୂର୍ଯ୍ୟ ଓ ଅନ୍ଧକାର’, ‘ଦୀପଶିଖା’, ‘ଶାମୁକାର ସ୍ବପ୍ନ’ ଆଦି କବିଙ୍କ ଅସାଧାରଣ ସାରସ୍ବତ ପ୍ରତିଭାର ପରିଚୟ ପ୍ରଦାନ କରେ ।

BSE Odisha 9th Class Odia Solutions Chapter 7 ମାଟିର ମଣିଷ

ଶିଳ୍ପ ସଭ୍ୟତାର ଅଭ୍ୟୁଦୟରେ କୃଷିକାରୀ ସଭ୍ୟତାର ବିଲୟ କବିଙ୍କ ଅନ୍ତର୍ଦାହର କାରଣ ହୋଇଛି । ଯନ୍ତ୍ର ସଭ୍ୟତାର ପ୍ରତିଘାତରେ ମଣିଷ ଜୀବନର କରୁଣ ଓ ବିବର୍ଣ୍ଣ ପରିଣତି ଦେଖୁ କବିପ୍ରାଣ ବିଷାଦିତ ହୋଇଛି । ବସ୍ତୁବାଦୀ ଦୁନିଆରେ ମଣିଷ ଜୀବନର ସବୁ ସୁଖ-ସୌଭାଗ୍ୟ, ସ୍ୱପ୍ନ-ସମ୍ଭାବନା ଯୁଗ-ଯନ୍ତ୍ରଣାର ଦହନରେ ବହୁଭାବେ ଦଗ୍ଧଭୂତ ହୋଇ ଉଠୁଥ‌ିବା ଲକ୍ଷ୍ୟକରି କବିଙ୍କ ଲେଖନୀରୁ ଝରିପଡ଼ିଛି ‘ମାଟିର ମଣିଷ’କବିତା । ସମ୍ପ୍ରତି ମଣିଷ ଚାକଚକ୍ୟପୂର୍ଣ୍ଣ ସହରୀ ଜୀବନକୁ ପସନ୍ଦ କରି ଜନ୍ମମାଟି ପ୍ରତି ବିମୁଖ ହୋଇପଡ଼ିଛି । ମଣିଷ ମନରୁ ଜନ୍ମଭୂମି ପ୍ରତି ମମତ୍ୱବୋଧ କ୍ରମଶଃ ଲୋପ ହେବାକୁ ଲାଗିଛି । ମାଟି ମଣିଷ ମନରେ ଜନ୍ମଭୂମି ପ୍ରୀତି ଜାଗ୍ରତ କରିବା ଲକ୍ଷ୍ୟରେ କବି କବିତାନୁସରଣରେ ପଲ୍ଲୀର ବିଭିନ୍ନ ଦୃଶ୍ୟ ବର୍ଣ୍ଣନା କରି ଗ୍ରାମ୍ୟସଭ୍ୟତାର ମହାନତା ଉପସ୍ଥାପନ କରିଛନ୍ତି ।

ପଲ୍ଲୀର ଶାନ୍ତ-ଶୀତଳ, କାନ୍ତ-କୋମଳ ପରିବେଶ ଅତ୍ୟନ୍ତ ମନୋମୁଗ୍ଧକର । ଏହାର ଲଳିତ-ମଧୁର ପ୍ରକୃତିରେ ସ୍ନେହ, ପ୍ରୀତି ଓ ଆନନ୍ଦର ତ୍ରିବେଣୀ ସଙ୍ଗମ ପରିଲକ୍ଷିତ ହୁଏ । ପଲ୍ଲୀ ମାଟିର ବାସ୍ନା, ନୀଡ଼ ଫେରନ୍ତା ପକ୍ଷୀର କାକଳୀ, ନୁଆଁଣିଆ ଚାଳଘର, ଧାନକ୍ଷେତ, ଗାଈଗୋଠ, ଗଉଡ଼ ପିଲାର ବଂଶୀଧ୍ବନି, ଖଳା, କ୍ଷେତ, ଗ୍ରାମ ଶ୍ମଶାନ, ଆମ୍ବତୋଟା, ତଇଲାରେ କପା ଫୁଲ ଓ ଆଖୁ କିଆରୀର ଦୃଶ୍ୟାଦି ରୂପ ପାଇଛି କବିତାରେ ।

ମାଟି-ମଣିଷର ହାତସ୍ପର୍ଶରେ ବାଡ଼ି-ବଗିଚା, କ୍ଷେତ-ଖମାର ହସିଉଠେ । କ୍ଷେତରେ ଲୋଟିପଡ଼େ ସୁନାର ଫସଲ, ଭରା ଫସଲର କ୍ଷେତ ଦେଖୁ ଆନନ୍ଦରେ ଆତ୍ମହରା ହୋଇଉଠେ ତା’ ହୃଦୟ । ପକ୍ବ ସ୍ପର୍ଶ ଧାନ୍ୟକ୍ଷେତର ମନ ମତାଣିଆ ସୁରଭିରେ ଆମୋଦିତ ହୋଇଉଠେ ମନ ପ୍ରାଣ । କବିଙ୍କ ଭାଷାରେ–

‘‘ଦିଗନ୍ତ-ଭରା ପକ୍ୱଧାନର ମନମତାଣିଆ ଗନ୍ଦ
ହୃଦୟେ ତୋହର, ପରାଣେ ତୋହର ଜଗାଢ ନାହିଁକି ସ୍କନ୍ଦ ।’’

ଗ୍ରାମ୍ୟ-ପରିବେଶ -ବିମୁଗ୍ଧ କବିଙ୍କ କିଶୋର ବୟସର ସୁମଧୁର ସ୍ମୃତି ଜାଗିଉଠିଛି । ଆଖୁ କିଆରୀର ଛାଇତଳେ ବସି ଖେଳ-କୌତୁକରେ ମାତିବାର ସ୍ମୃତି, ପୌଷ ପ୍ରଭାତରେ ଆଖୁରସର ଅମୃତ ସ୍ଵାଦକୁ କବି ଭୁଲିପାରି ନାହାନ୍ତି ।

ପଲ୍ଲୀର ସବୁଜିମା ମଧ୍ୟରେ କପା ତଇଲାରେ ଶୁଭ୍ର କପାଫୁଲର ଶୋଭା, ରାତ୍ରି ଆକାଶର ବିଚ୍ଛୁରିତ ତାରକା ତୁଲ୍ୟ ଅନୁପମ ସୌନ୍ଦର୍ଯ୍ୟ ପ୍ରକାଶ କରେ । ବାଡ଼ିପଛ କ୍ଷେତରେ ହଳଦିଆ ସୋରିଷ ଫୁଲର ବର୍ଷବିଭା ମନକୁ ଉଲ୍ଲସିତ କରେ । ଗାଁ ମୁଣ୍ଡ ଦେଇ ସର୍ପିଳ ଗତିରେ ବହିଯାଉଥବା ଛଇଳ ଚପଳ ନଦୀତୁଠରୁ କାଚକେନ୍ଦ୍ର ପାଣିଭରା କଳସୀ ଧରି ଭୁଆସୁଣୀ ବୋହୂର ପଲ୍ଲୀପଥରେ ସଲ୍ଲଜ ସଂଯତ ଚାଲି କବିଙ୍କ କଳ୍ପନେତ୍ରରେ ଭାସି ଉଠିଛି । କବି କହିଛନ୍ତି –

‘ମନେ ପଡୁନାହିଁ ତମରି ଗାଆଁର ଛଇଳ ଚପଳ ନଈ
ପଲ୍ଲୀ ବଧୁର ସ୍ନିଗ୍ଧ ମଧୁର ପାଣି ବୋହିବାର ଛଇ ।’’

Question ୩୬ ।
କବି ରାଧାମୋହନ ଗଡ଼ନାୟକ ଜଣେ ଆଗାମୀ ଯୁଗର ଦ୍ରଷ୍ଟା-ପ୍ରମାଣ କର ।
କିମ୍ବା, କବି ରାଧାମୋହନ ଗଡ଼ନାୟକ ଜଣେ ପ୍ରଗତିବାଦୀ କବି ଭାବରେ ଯେଉଁ ପ୍ରତିଷ୍ଠା ରଚିତ ଲାଭ କରିଛନ୍ତି, ତାହା ତାଙ୍କ ‘ମାଟିର ମଣିଷ’ କବିତା ଅନୁସରଣରେ ପ୍ରକାଶ କର ।
କିମ୍ବା, ଜଣେ ଦିବ୍ୟଦ୍ରଷ୍ଟା ଭାବେ କବି ଚଳିତ ଶତାବ୍ଦୀର ଯନ୍ତ୍ର ସଭ୍ୟତା କିଭଳି ମାନବ ଜୀବନରେ ଘୋର ଦୁର୍ଦ୍ଦିନ ଆଣିଦେବ ବୋଲି ଭାବିଛନ୍ତି, ଆଲୋଚନା କର ।
Answer:
ସବୁଜ ଯୁଗର ସମସାମୟିକ କବି ରାଧାମୋହନ ଗଡ଼ନାୟକ । ତାଙ୍କ କାବ୍ୟଧାରା ଦିଗନ୍ତବିସ୍ତାରୀ । ମୁଖ୍ୟତଃ ଜାତୀୟ ଭାବ ବିଳାସ, ଗ୍ରାମ୍ୟ ଜୀବନାଲେଖ୍ୟ, ଭଗବଦ୍‌ଧ ଇତ୍ୟାଦି ତାଙ୍କ କାବ୍ୟକବିତାରେ ସ୍ପଷ୍ଟ ହୋଇ ଉଠିଥାଏ । କବିଙ୍କ ପ୍ରାରମ୍ଭିକ କାବ୍ୟଚେତନାରେ ରୋମାଣ୍ଟିକ୍ ଭାବୁକତା ପରିଲକ୍ଷିତ ହୋଇଥିଲେ ହେଁ ପରବର୍ତ୍ତୀ କାଳରେ ମାନବିକ ମୂଲ୍ୟବୋଧ ଓ ଐତିହ୍ୟ ସଂପ୍ରୀତି ତାଙ୍କ କବିତାର ମୁଖ୍ୟ ଉପାଦାନ ହୋଇଛି । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପରେ ଓଡ଼ିଆ ସାହିତ୍ୟରେ ସେ ହେଉଛନ୍ତି ଅନ୍ୟତମ ସଫଳ ଗାଥାକବି । କବିଙ୍କ ସାରସ୍ଵତ କୃତିଗୁଡ଼ିକ ମଧ୍ୟରେ ‘କାବ୍ୟ ନାୟିକା’, ‘ଉତ୍କଳିକା’, ‘କୈଶୋରିକା’, ‘ଶାମୁକାର ସ୍ୱପ୍ନ’, ‘ପଶୁପକ୍ଷୀର କାବ୍ୟ’, ‘ସୂର୍ଯ୍ୟ ଓ ଅନ୍ଧକାର’, ‘ଦୀପଶିଖା’ ଆଦି ତାଙ୍କ ଅନନ୍ୟ ପ୍ରତିଭାର ପରିଚାୟକ ।

ଶିଳ୍ପ ସଭ୍ୟତାନୁରାଗୀ ମଣିଷକୁ ପୁଣିଥରେ ମାଟିମନସ୍କ କରାଇବା ନିମିତ୍ତ କବିତାଟିରେ କବିଙ୍କ ଆଶାନ୍ବିତ ଆହ୍ବାନ ହୃଦୟସ୍ପର୍ଶୀ ଭାଷା ଓ ଛନ୍ଦରେ ରସାଣିତ ହୋଇଉଠିଛି । କବି ମାଟିକୁ ହୃଦୟ ଦେଇ ଭଲ ପାଇଛନ୍ତି । ଆଜିର ଯନ୍ତ-ସଭ୍ୟତା ମଣିଷକୁ ମାଟିଠାରୁ ଅଲଗା କରୁଥିବା ଲକ୍ଷ୍ୟ କରି କବି କ୍ଷୋଭ ପ୍ରକାଶ କରିଛନ୍ତି । ଶିଳ୍ପ ସଭ୍ୟତା ମଣିଷକୁ ପଲ୍ଲୀବିମୁଖ କରିଚାଲିଛି । ଯନ୍ତ୍ରସଭ୍ୟତାର ପ୍ରତିଘାତରେ ମଣିଷ ଜୀବନ କ୍ରମେ କରୁଣ ଓ ବିବର୍ଷ ହୋଇଉଠୁଥୁବା ଲକ୍ଷ୍ୟ କରି କବି ମଣିଷକୁ ଯନ୍ତ୍ର ସଭ୍ୟତାର କୁପରିଣାମ ବିଷୟରେ ସଚେତନ କରିବାକୁ ପ୍ରୟାସ କରିଛନ୍ତି ଆଲୋଚ୍ୟ କବିତା ମାଧ୍ୟମରେ ।

ଆଧୁନିକ ଚାକଚକ୍ୟପୂର୍ଣ୍ଣ ସହରୀ ଜୀବନ ପ୍ରତି ଆକର୍ଷିତ ହୋଇ ପଲ୍ଲୀର ଶିକ୍ଷିତ, ଅଶିକ୍ଷିତ ତଥା ଅର୍ଦ୍ଧଶିକ୍ଷିତ ଯୁବବର୍ଗ କଳକାରଖାନାରେ କାମ କରିବାକୁ ଶିଳ୍ପାଞ୍ଚଳ ଆଡ଼କୁ ମୁହାଁଇଛନ୍ତି ନିଜ ଜନ୍ମଭୂମିକୁ ପରିତ୍ୟାଗ କରି । କଳକାରଖାନାରେ ଶ୍ରମିକ ଭାବେ କର୍ମରତ ରହି ସହଜଲବ୍ଧ ଆୟରେ ଜୀବନକୁ ଅଧିକ ଉପଭୋଗ କରିହେବ ବୋଲି ବିବେଚନା କରି ପଲ୍ଲୀଭୂମି ତ୍ୟାଗ କରୁଛି ମାଟିର ମଣିଷ । ନିଜ ଜନ୍ମଭୂମି ପ୍ରତି ତା’ମନରୁ ମମତ୍ୱବୋଧ କ୍ରମେ ଅପସରି ଯିବାକୁ ଲାଗିଛି ।

ମାତ୍ର ସେହି ଯନ୍ତ୍ରଦାନବ ଦିନେ ମଣିଷ ଜାତିର ବିନାଶର କାରଣ ହେବ ଏହା କବି ହୃଦୟଙ୍ଗମ କରିପାରିଛନ୍ତି । ଯନ୍ତ୍ର-ସଭ୍ୟତାର ସୁଦୂର ଭବିଷ୍ୟତ ଯେ ଅନ୍ଧକାରମୟ ଏହା ମଧ୍ୟ କବି ଅନୁଭବ କରିପାରିଛନ୍ତି । ଆଗାମୀ ଯୁଗର ଭବିଷ୍ୟଦ୍ରଷ୍ଟା କବି ସେଥ‌ିପାଇଁ ଯନ୍ତ୍ରାନୁରକ୍ତ ମଣିଷକୁ ଗାଁ ମାଟିକୁ ଫେରି ଆସିବାକୁ ଆହ୍ୱାନ ଦେଇଛନ୍ତି ।

ସମ୍ପ୍ରତି ବସ୍ତୁବାଦୀ ଦୁନିଆରେ ମଣିଷ ନିଜ କୌଳିକ ବୃତ୍ତି କୃଷିକାର୍ଯ୍ୟକୁ ହେୟଜ୍ଞାନ କରିବାକୁ ଲାଗିଛି । ଯନ୍ତ୍ର ସତେ ଯେପରି ତାକୁ ମନ୍ତ୍ର ବଳରେ ସମ୍ମୋହିତ କରି ନିଜ ପ୍ରତି ଆକର୍ଷିତ କରୁଛି । ଅର୍ଥପିପାସୁ ମଣିଷ ତା’ର ମାୟାଜାଲ ମଧ୍ୟକୁ ଅନ୍ଧଭାବେ ଟାଣିହୋଇ ଯାଉଛି । କବିଙ୍କ ଭାଷାରେ–

‘ଯନ୍ତ୍ର ତତେ କି ମନ୍ତ୍ର ଦେଉଛି ମାଟିର ମଣିଷ ଆରେ,
ମୁଗ୍ଧ ତୋହର ଚିତ୍ତ ଗହନେ ଚିନ୍ତି ପାରୁନୁ ବାରେ ?’’

BSE Odisha 9th Class Odia Solutions Chapter 7 ମାଟିର ମଣିଷ

ମନ୍ତ୍ରମୁଗ୍ଧ ମାନବ ଯନ୍ତ୍ରଦାନବର ଲୌହ ପଞ୍ଝା ଭିତରକୁ ଟାଣିହୋଇ ନିଜ ପାଇଁ ଯେ ବିପଦକୁ ଆହ୍ଵାନ କରୁଛି ଏହା ଥରେ ଚିନ୍ତା କରିବାକୁ କବି ସତର୍କବାଣୀ ଶୁଣାଇଛନ୍ତି । ଚତୁଃପାର୍ଶ୍ବରେ ଲୁହାର ଫଉଜ ଧରି ସେହି ଯନ୍ତ୍ରଦାନବ ମଣିଷକୁ ଗ୍ରାସ କରିବାକୁ ଉଭା ହୋଇଛି । କାରଖାନାର ସାଇରନ୍ ରୂପୀ ଭୟଙ୍କର ଗର୍ଜନ ଦେଇ କ୍ଷୁଧୂ ଯନ୍ତ୍ର ରାକ୍ଷସ ମଣିଷ ଜାତିକୁ ନିଃଶେଷ କରିବାପାଇଁ ଅର୍ଥ ପ୍ରଲୋଭନ ଦେଖାଇ ଚାଲିଛି । ଚିମିନିରୁ ନିର୍ଗତ ଘନକୃଷ୍ଣ ଧୂମପଟଳକୁ ରାକ୍ଷସର ଖରନିଃଶ୍ଵାସ ଭାବେ ବର୍ଣ୍ଣନା କରି ତାହା ଯେ କେତେ ବିଷାକ୍ତ ମଣିଷ ତାହା ଜାଣିବାକୁ ପ୍ରୟାସ କରୁ ବୋଲି କବି କହିଛନ୍ତି ।

ଥରୁଟିଏ ସେହି ଯନ୍ତ୍ରରାକ୍ଷସ ପୁରୀରେ ପ୍ରବେଶ କରିଗଲେ-ତା’ର କୋମଳ ହୃଦୟ ଇସ୍ପାତ ପରି କଠିନ ହୋଇଉଠିବ । ଅନ୍ତରରୁ ସ୍ଵର୍ଗୀୟ ଗୁଣାବଳୀ ଅପସରି ଯାଇ ତା’ର ଶରୀର ମଧ୍ୟ ଯନ୍ତ୍ରବତ୍ ଆଚରଣ ପ୍ରଦର୍ଶନ କରିବାକୁ ଲାଗିବ । ଯନ୍ତ୍ର ଯେପରି ପ୍ରାଣଶୂନ୍ୟ, ମଣିଷ ସେହିପରି କ୍ରମେ ଏକ ହୃଦୟହୀନ ଜୀବ ଭାବେ ଉଭା ହେବ । କବି କହିଛନ୍ତି –

‘ଯନ୍ତ୍ର ତଳେ ତ ପରାଣ ନାହିଁରେ ମରଣର ତହିଁ ଘର
ଦିନ ରାତି ତହିଁ ଚିତାର କୁହେଳି ହେଉଅଛି ଉତ୍‌ଥଳ ।’

ସହଜ ଅର୍ଥାଗମର ପନ୍ଥା ବୋଲି ବିବେଚନା କରି ମଣିଷ ଯନ୍ତ୍ର ସଭ୍ୟତା ପ୍ରତି ଆକର୍ଷିତ ହେଉଛି । ବିଳାସ ବ୍ୟସନପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ପ୍ରୟାସୀ ହୋଇ କଳକାରଖାନାର ବିଷାକ୍ତ ପରିବେଶକୁ ଆଦରି ନେଉଛି ସେ । ଧାତୁ ତରଳାଇବା ପାଇଁ ଉଦ୍ଦିଷ୍ଟ ଉଚ୍ଚ ତାପଯୁକ୍ତ ଚୁଲାର ଉତ୍ତପ୍ତ ପରିବେଶ, ଚିମିନିରୁ ନିର୍ଗତ ଧୂମପଟଳଦ୍ଵାରା ପ୍ରଦୂଷିତ ବାୟୁମଣ୍ଡଳ ତଥା କାରଖାନାର ବର୍ଜ୍ୟବସ୍ତୁଦ୍ୱାରା ପ୍ରଦୂଷିତ ଜଳ କେବଳ ଯେ ମାନବଜାତିକୁ ନିଃଶେଷ କରିବାପାଇଁ ଅପେକ୍ଷା କରିଛି, ଏକଥା ମନରେ ଥରେ ହେଜିବା ପାଇଁ କବି ସତର୍କବାଣୀ ଶୁଣାଇଛନ୍ତି । କବିଙ୍କ ଭାଷାରେ–

‘ଆଗାମୀ ଯୁଗର ସ୍ରଷ୍ଟା ମୁଁ ଆଜି ଡାକୁଅଛି ଏଇ କୂଳେ
ପତଙ୍ଗ ପରି ଝାସ ଦେ ନାହିଁ ଦେ ନାହିଁ ତା’ର ମୂଳେ ।’’

ପଲ୍ଲୀର ଶାନ୍ତ-ଶୀତଳ, କାନ୍ତ-କୋମଳ ଶୁଦ୍ଧ ପରିବେଶ ତ୍ୟାଗ କରି, ନିଜ ଜନ୍ମମାଟି ପ୍ରତି ପ୍ରତାରଣା କରି, ଯନ୍ତ୍ରର ମାୟାଜାଲ ମଧ୍ୟକୁ ପଶିଯାଉଥ‌ିବା ମାଟି-ମଣିଷକୁ କବି ଗାଁ ମାଟିକୁ ଲେଉଟି ଆସିବାକୁ ବିକଳ ଆହ୍ବାନ ଦେଇଛନ୍ତି । କବି କଣ୍ଠରୁ ଝରିପଡ଼ିଛି –

ଫେରିଆ ପୂରୁବ ପଥେ,
ଅକାରଣେ ଆଉ ଧୂଆଁ ହ ନାହିଁ ଯନ୍ତ୍ର-ଧୂଆଁର ସାଥେ ।

Question ୩୭ ।
ଯନ୍ତ୍ରକୁ ଭରସା କରି ଆଧୁନିକ ମଣିଷ ଯନ୍ତ୍ର ପାଲଟି ଯାଇଛି– ପଠିତ କବିତା ଅନୁସରଣରେ ଏହାର ସତ୍ୟତା ପ୍ରତିପାଦନ କର ।
କିମ୍ବା , ଆଧୁନିକ ଯନ୍ତ୍ରସଭ୍ୟତା ହିଁ ସଭ୍ୟତାର ବିଲୟର କାରଣ ହେବ– ଏହି ମର୍ମବୋଧର ପ୍ରତିଫଳନ କବି ଗଡ଼ନାୟକଙ୍କ କବିତାରେ କିପରି ପ୍ରତିଫଳିତ ହୋଇଛି ଉଲ୍ଲେଖ କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟ ଜଗତରେ ରାଧାମୋହନ ଗଡ଼ନାୟକ ଜଣେ ଛାନ୍ଦ ରସିକ କବି । ଗାଥାକବି ଭାବେ ଅଦ୍ବିତୀୟ ସିଦ୍ଧିର ଅଧିକାରୀ ସେ । ତାଙ୍କ ପ୍ରାରମ୍ଭିକ କାବ୍ୟଧାରାରେ ସତ୍ୟବାଦୀସୁଲଭ ଜାତୀୟଚେତନା, ନନ୍ଦକିଶୋରଙ୍କ ପଲ୍ଲୀ ଜୀବନାଲେଖ୍ୟ ଓ ରବୀନ୍ଦ୍ରନାଥଙ୍କ ଭାଗବତ ଭାବଧାରାର ସମନ୍ୱୟ ସଙ୍ଘଟିତ ହୋଇ କାବ୍ୟଚେତନାର କ୍ରମିକ ଅଭିବୃଦ୍ଧିରେ ଏକ ନୂତନ ଶିଳ୍ପାନ୍ବିତ ରୂପ ଗ୍ରହଣ କରିପାରିଛି ।

ସବୁଜ ସମସାମୟିକ ଏହି କବି ଜଣେ ଛନ୍ଦ ଧୂରନ୍ଧର କବି ଭାବେ ତାଙ୍କ କବିତାଗୁଡ଼ିକରେ ମାତ୍ରାବୃତ୍ତ ବା ଯୁକ୍ତାକ୍ଷରିକ ଛନ୍ଦ ସହିତ ବହୁ ନୂତନ ଛନ୍ଦ ବ୍ୟବହାର କରି ସେଗୁଡ଼ିକୁ ସୁଖପାଠ୍ୟ କରାଇ ପାରିଛନ୍ତି । ତାଙ୍କ ସାରସ୍ବତ କୃତିଗୁଡ଼ିକ ମଧ୍ୟରେ ‘ଉତ୍କଳିକା’, ‘ସ୍ମରଣିକା’, ‘କାବ୍ୟନାୟିକା’, ‘କୈଶୋରିକା’, ‘ଧୂସର ଭୂମିକା’, ‘ଶାମୁକାର ସ୍ବପ୍ନ’, ‘ସୂର୍ଯ୍ୟ ଓ ଅନ୍ଧକାର’, ‘ଅବାଚୀର ତାରା’ ଓ ‘ମୌସୁମୀ’ ଆଦି କବିଙ୍କ ଅନନ୍ୟ ସାଧାରଣ କବି ପ୍ରତିଭାର ପରିଚୟ ବହନ କରେ ।

ଏତଦ୍‌ଭିନ୍ନ ସେ ‘ମେଘଦୂତ’, ‘କୁମାର ସମ୍ଭବ’ ଓ ‘ସୋଭାବ୍ ଓ ରୁସ୍ତମ୍’ପରି କାବ୍ୟଗୁଡ଼ିକର ଅନୁବାଦ କରିଛନ୍ତି । ତାଙ୍କ ସାରସ୍ଵତ କୃତି ପାଇଁ ତାଙ୍କୁ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର, ଅତିବଡ଼ୀ ଜଗନ୍ନାଥ ପୁରସ୍କାର, ପଦ୍ମଶ୍ରୀ ଓ ଉତ୍କଳ ରତ୍ନ ପରି ବହୁ ମହାର୍ଘ ସମ୍ମାନ ଓ ସ୍ବୀକୃତି ପ୍ରାପ୍ତ ହୋଇଛି ।

କବିତା ‘ମାଟିର ମଣିଷ’ କବିଙ୍କ ପଲ୍ଲୀପ୍ରୀତି ତଥା ଗ୍ରାମ୍ୟ ଜୀବନାଲେଖ୍ୟ ଉପରେ ଆଧାରିତ, ଯେଉଁଥରେ ଯନ୍ତ୍ର-ସଭ୍ୟତା- ମୁଖୀ ମଣିଷ ମନରେ ମାଟିପ୍ରୀତି ଜାଗ୍ରତ କରାଇବା ସହ ଶିଳ୍ପ ସଭ୍ୟତାନୁରକ୍ତ ମଣିଷକୁ ଭୟାବହ ପରିଣତି ପ୍ରତି ସତର୍କ ରହିବାକୁ କବି ଆହ୍ଵାନ କରିଛନ୍ତି । ବିଜ୍ଞାନର ମହତ୍ତ୍ଵପୂର୍ଣ୍ଣ ଅବଦାନ ଭାବେ ବିବେଚିତ ଯନ୍ତ୍ର ବା ବସ୍ତୁ ମଣିଷ ଜୀବନକୁ ସୁଖ-ସ୍ୱାଚ୍ଛନ୍ଦ୍ୟ ଦେଇଛି ସତ; ମାତ୍ର ବସ୍ତୁବାଦୀ ମଣିଷ ଅନ୍ତରରୁ ସ୍ନେହ, କରୁଣା, ପ୍ରେମ, ଶାନ୍ତି ଓ ଶାଶ୍ଵତ ସୁଖକୁ କାଢ଼ିନେଇ ତାକୁ ଯନ୍ତ୍ରବତ୍ ହୃଦୟହୀନ କରିଦେଇଛି ।

ସହଜଲବ୍ଧ ଅର୍ଥାଗମ ପାଇଁ ମଣିଷ ନିଜ ଜନ୍ମମାଟିକୁ ଭୁଲି ଶିଳ୍ପାଞ୍ଚଳକୁ ଧାବିତ ହେବାରେ ବାସନା ତାକୁ ପଲ୍ଲୀବିମୁଖ କରାଇଛି । ସତେ ଯେପରି ଯନ୍ତ୍ରର ମନ୍ତ୍ରରେ ଅଭିମନ୍ତ୍ରିତ ହୋଇଯାଇଛି ସେ । ସେହି ଯନ୍ତ୍ରଦାନବ ତା’ର ଲୁହାର ଫୌଜ ଧରି ମାୟାଜାଲ ବିସ୍ତାର କରିଛି ମାନବକୁ ଗ୍ରାସ କରିବାପାଇଁ । ଲୋଭାସକ୍ତ ମଣିଷ ନିଜ ଭବିଷ୍ୟତକୁ ଦୃଷ୍ଟି ନ ଦେଇ ଧରାଦେଉଛି ସେହି ଯନ୍ତ୍ର ରାକ୍ଷସର ମାୟାଜାଲରେ । ପରବର୍ତ୍ତୀ ସମୟରେ ପ୍ରଲୋଭନପୂର୍ଣ୍ଣ ସେହି ଯନ୍ତ୍ରକାରାକକ୍ଷ ଭିତରେ ତାକୁ ଯେ ଅଣନିଃଶ୍ୱାସୀ ହେବାକୁ ପଡ଼ିବ ଏକଥା ସେ ଥରେ ମାତ୍ର ଚିନ୍ତା କରିପାରୁନାହିଁ । କବିଙ୍କ ଭାଷାରେ–

‘ଯନ୍ତ୍ର ତଳେ ତ ପରାଣ ନାହିଁରେ ମରଣର ତହିଁ ଘର
ଦିନ ରାତି ତହୁଁ ଚିତାର କୁହେଳି ହେଉଅଛି ଉତ୍‌ଥଳ ।’’

ଯେଉଁ ମାଟିରେ ମା’ର ଗର୍ଭରୁ ଆସି ସେ ଦୁନିଆର ପ୍ରଥମ ଆଲୋକ ଦର୍ଶନ କରିଥିଲା, ଯେଉଁ ମାଟି ତା’ପାଇଁ ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ ସାଜି ତାକୁ ଛୋଟରୁ ବଡ଼ କରିଥିଲା, ସେହି ଜନ୍ମମାଟି ଆଜି ବିସ୍ମରଣ ହୋଇଛି ତା’ର ମାନସପଟରୁ । ବୟଃବୃଦ୍ଧି ସଙ୍ଗେ ସେହି ମାଟି ପ୍ରତି ତା’ ମନରେ ମମତ୍ୱବୋଧର ପରିବୃଦ୍ଧି ହେବା ପରିବର୍ତ୍ତେ ଅବିବେକୀ ସାଜି ସେ ଯନ୍ତ୍ରର ପଶ୍ଚାତ୍‌ଧାବନ କରିଚାଲିଛି । ପ୍ରାଣହୀନ ଯନ୍ତ୍ରର ସାନ୍ନିଧ୍ୟରେ ସେ କ୍ରମଶଃ ହୃଦୟହୀନ ହୋଇଉଠୁଛି । ତା’ର ମନ ଇସ୍ପାତ ପରି କଠିନ ହୋଇଯାଉଛି । ସ୍ମୃ ତିବିଭ୍ରମ ରୋଗରେ ଆକ୍ରାନ୍ତ ହୋଇ ମଣିଷ ମାତୃସ୍ବରୂପା ମାଟି ମା’କୁ ପାସୋରି ଦେଇଛି । ଯନ୍ତ୍ରାନୁରକ୍ତ ମଣିଷକୁ କବି ମାଟି ମା’ର ସ୍ନେହ-ସୋହାଗ ସ୍ମରଣ କରାଇବାକୁ ପ୍ରୟାସ କରିଛନ୍ତି । ତାଙ୍କ ଭାଷାରେ –

‘ମଳିନା ଏ ମାଟି ତୋହର ମା’ଟି ଜୀବନଧାତ୍ରୀ ତୋର
ଉଦ୍ଭାନେ ପଡ଼ିରହିଛି ଦିବସ, ରଜନୀ ସଞ୍ଜ ଭୋର ।’’

BSE Odisha 9th Class Odia Solutions Chapter 7 ମାଟିର ମଣିଷ

ପଲ୍ଲୀମାଟିର ଶାନ୍ତ-ଶୀତଳ, ଲଳିତ-ମଧୁର ଶୁଦ୍ଧ ପରିବେଶ ଯେଉଁଠାରେ ଦିନେ ସ୍ନେହ, ପ୍ରୀତି ଓ ଆନନ୍ଦର ତ୍ରିବେଣୀ ସଙ୍ଗମରେ ଅବଗାହନ କରି ଆମୋଦିତ ହେଉଥୁଲା ମାଟିର ମଣିଷ, ସେହି ମାଟି ବୈକୁଣ୍ଠକୁ ମଣିଷ କିପରି ଭୁଲିପାରିଲା ବୋଲି କବି ବିସ୍ମୟ ପ୍ରକାଶ କରିଛନ୍ତି । ଗାଁ ମୁଣ୍ଡ କ୍ଷେତରେ ପକ୍ବ ସ୍ବର୍ଣ୍ଣଧାନର ଶୋଭା ଦେଖ୍ ଆନନ୍ଦରେ ଆତ୍ମହରା ହୋଇଉଠୁଥିଲା ତା’ର ଅନ୍ତର । କର୍ଷିତ ମୃଭିକା ପ୍ରଥମ ବାରିପାତ ସ୍ପର୍ଶରେ ଯେଉଁ ମଧୁଗନ୍ଧ ବିଞ୍ଚି ଦେଉଥିଲା ସେହି ସୁରଭିରେ ପ୍ରାଣ ତା’ର ଆମୋଦିତ ହୋଇ ଉଠୁଥିଲା । ଯନ୍ତ୍ରଦାନବ ସଂସ୍ପର୍ଶରେ ଆସିବା ପରଠୁ ସେସବୁ ସ୍ମୃତି କ’ଣ ତା’ ମନରୁ ଉଭେଇଗଲା ?

‘‘ଏ ତୋହ ମାଆର ବକ୍ଷ-ଉଛୁଳା ଗଭୀର ସେନେହ ଭୁଲି
କେଉଁ ପରି ଆଜି ଭରସା କରିଛୁ ଯନ୍ତ୍ରଚିତାର ଚୁଲି ?
ଅନା ଅନା ଫେରି ଥରେ,
ଅନା ଅନା ତୋର ଦୃଷ୍ଟି ଫେରାଇ ମଳିନ ଏ ମାଟି ପରେ ।’’

ଯେଉଁ ପଲ୍ଲୀ ଜନନୀର ଶାକ, ତଣ୍ଡୁଳ, କାଚକେନ୍ଦୁ ଜଳ ତା’ର ଶିଶୁପ୍ରାଣକୁ ପରିପୁଷ୍ଟ କରିଥିଲା, ଯେଉଁଠାରେ ସେ ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ ଲାଭ କରି ଇନ୍ଦ୍ରିୟାନୁଭୂତିର ଶିକ୍ଷା ଲାଭ କରିଥିଲା, ସେସବୁ କ’ଣ ତା’ର ବିସ୍ମରଣ ହୋଇଗଲା ? ଆଖୁ କିଆରୀର ଛାଇତଳେ କୈଶୋରର ହସ ଖେଳ, ପଉଷ ସକାଳରେ ଅମୃତ ଆଖୁରସର ସ୍ଵାଦ, ଗାଆଁ ବାଡ଼ି ତଳ କପା ତଇଲାରେ ଶୁଭ୍ର କପାଫୁଲର ଶୋଭା, ଗାଁ ମୁଣ୍ଡ ଦେଇ ବହିଯାଉଥବା ଛଇଳ ଚପଳ ନଦୀଘାଟରୁ କାଚକେନ୍ଦୁ ପାଣିଭରା କଳସା ଧରି ଭୁଆସୁଣୀ ବୋହୂର ପଲ୍ଲୀପଥ ଦେଇ ସଲ୍ଲଜ, ସଂଯତ ପଦପାତରେ ଘରବାହୁଡ଼ାର ଦୃଶ୍ୟ ଆଦି ସବୁ ଗ୍ରାମୀଣ ଦୃଶ୍ୟାବଳୀ ତ କଦାପି ସ୍ମୃତିବିଚ୍ୟୁତି ହୋଇ ନ ପାରେ ।

କ୍ଷେତରେ ହଳଦୀ ସୋରିଷ ଫୁଲର ମନଲୋଭା ବର୍ଣବୈଭବ, ଦୂର ତାଳବଣ ତଳେ ଗୋଷ୍ଠବିହାରୀ ଧେନୁପଲ ସହ ଗୋପାଳ ବାଳକର ବେଣୁମୂଚ୍ଛନାକୁ ଭୁଲି ଯନ୍ତ୍ରଜଗତ ଭିତରେ ପଲ୍ଲୀର ମାଟି ମଣିଷ ନିଜତ୍ଵକୁ ହରାଇ ଦେଇଛି ବୋଲି କବି କ୍ଷୋଭ ପ୍ରକାଶ କରିଛନ୍ତି । ଦୁଃଖରେ କବି ଗାଇଛନ୍ତି –

‘ଉର୍ବର ତୋର ପ୍ରାଣ,
ଯନ୍ତ୍ରପୁରୀର ଇସ୍ପାତ ପରି ହୋଇ ଯାଇଅଛି ଟାଣ ।’’

ଆଶାବାଦୀ କବି ଚିନ୍ତା କରିଛନ୍ତି ହୁଏତ ଜଡ଼ ଯନ୍ତ୍ରସଭ୍ୟତା ଭିତରେ ମାଟିର ମଣିଷ ଦିଗହରା ନ ହୋଇ ଜନ୍ମମାଟିକୁ ଦିନେ ଫେରିଆସିବ । ସେ ହୁଏତ ଅନୁଭବ କରିବ ଯେ ତାକୁ ସେହି ମାଟିରେ ହିଁ ବାରମ୍ବାର ଜନ୍ମନେବାକୁ ହେବ । ସେହି ମାଟି ହିଁ ତା’ ପାଇଁ ସ୍ୱର୍ଗ । ଜୀବନ ଓ ମୃତ୍ୟୁରେ ସେହି ମାଟି ହିଁ ତା’ପାଇଁ ସର୍ବସ୍ୱ । ତେଣୁ ଆବେଗଭରା କଣ୍ଠରେ କବି ଗାଇ ଉଠିଛନ୍ତି –

‘ଫେରିଆ ପୂରୁବ ପଥେ,
ଅକାରଣେ ଆଉ ଧୂଆଁ ହ ନାହିଁ ଯନ୍ତ୍ର-ଧୂଆଁର ସାଥେ ।’

Question ୩୮ ।
ମଣିଷ ମାଟିକୁ ଭୁଲି ନିଜର ଧ୍ୱଂସକୁ ନିମନ୍ତ୍ରଣ କରୁଛି ବୋଲି କବି କାହିଁକି କହିଛନ୍ତି ?
Answer:
ଗାଥାକବି ଭାବେ ଅଦ୍ବିତୀୟ ସିଦ୍ଧିର ଅଧିକାରୀ ରାଧାମୋହନ ଗଡ଼ନାୟକ ଥିଲେ ସବୁଜ ସମସାମୟିକ କବି । ଦେଶାତ୍ମବୋଧ, ଜାତୀୟତା, ପଲ୍ଲୀଜୀବନାଲେଖ୍ୟ ତଥା ଅତୀତ ଓ ଐତିହ୍ୟଚେତନା ତାଙ୍କ କବିତାର ପ୍ରାଣଧର୍ମ । ଏହି ଛନ୍ଦ ରସିକ କବିଙ୍କର ଗାଥାକବିତାର ଅନୁପମ ଓ ଅନନ୍ୟ ଆବେଦନ କବିତାରେ ଭରିଦେଇଛି ଅଫୁରନ୍ତ ପ୍ରାଣପ୍ରାଚୁର୍ଯ୍ୟ । ଗୋଦାବରୀଶ ମିଶ୍ରଙ୍କ ପରବର୍ତ୍ତୀ କାଳରେ ଗଡ଼ନାୟକଙ୍କ ଗାଥା କବିତା ହିଁ ସର୍ବଜନପ୍ରିୟ ଓ ଆଦରଣୀୟ ହୋଇଛି । କବିଙ୍କ ସାରସ୍ବତ ସୃଷ୍ଟିସମ୍ଭାର ମଧ୍ୟରେ ‘ଉତ୍କଳିକା’, ‘କୈଶୋରିକା’, ‘ଶାମୁକାର ସ୍ବପ୍ନ’, ‘ପଶୁପକ୍ଷୀର କାବ୍ୟ’, ‘ସୂର୍ଯ୍ୟ ଓ ଅନ୍ଧକାର’, ‘ଦୀପଶିଖା’ ଆଦି ରଚନାବଳୀ ତାଙ୍କ ଅନବଦ୍ୟ ପ୍ରତିଭାର ବଳିଷ୍ଠ ନିଦର୍ଶନ ।

ମଣିଷକୁ ମାଟିମନସ୍କ କରାଇବାପାଇଁ ରହିଛି ଆକୁଳ ଆବେଦନ । କବି ତାଙ୍କ କବିତାରେ ଜନ୍ମଭୂମି ପଲ୍ଲୀକୁ ମାଟି ଭାବେ ବର୍ଣ୍ଣନା କରିଛନ୍ତି । ଗ୍ରାମଭୂମିରେ ଜନ୍ମଗ୍ରହଣ କରି, ଯନ୍ତ୍ର ସଭ୍ୟତା ପ୍ରତି ଆକୃଷ୍ଟ ହୋଇ ଶିଳ୍ପାଞ୍ଚଳକୁ ଧାଡ଼ିବାନ୍ଧିଥିବା ପଲ୍ଲୀବାସୀଙ୍କୁ ଯନ୍ତ୍ରର ମନ୍ତ୍ରରେ ସମ୍ମୋହିତ ନ ହେବା ପାଇଁ ସେ ସତର୍କ କରିଦେଇଛନ୍ତି । ମାଟିବିମୁଖ ମଣିଷକୁ ଏଥ‌ିପାଇଁ ଅବଶ୍ୟ ଭବିଷ୍ୟତରେ ବହୁମୂଲ୍ୟ ଦେବାକୁ ପଡ଼ିବ । ଜନ୍ମମାଟିର ସ୍ନେହ ମମତାକୁ ଭୁଲିଯାଇ ଯନ୍ତ୍ର ମୋହବିଷ୍ଟ ନ ହୋଇ ଜନ୍ମ ମାଟିକୁ ଫେରି ଆସିଗଲୁ ।

‘ଏ ତୋହ ମାଆର ବକ୍ଷ-ଉଚ୍ଛୁଳା ଗଭୀର ସେନେହ ଭୁଲି
କେଉଁପରି ଅବା ଭରସା କରୁଛି ଯନ୍ତ୍ର ଚିତାର ଚୁଲି ?’’

ମାଟି ହେଉଛି ମାତୃସ୍ବରୂପା, କଲ୍ୟାଣୀ, ବନ୍ଦନୀୟା, ସ୍ନେହମୟୀ ଓ ମମତାମୟୀ । ମାଟିକୁ ହୃଦୟ ଦେଇ ଭଲପାଆନ୍ତି କବି । ମାତୃଗର୍ଭରୁ ଆସି ମଣିଷ ପ୍ରଥମେ ମାଟି ଉପରେ ଦେଖେ ଦୁନିଆର ଆଲୋକ । ମା’କ୍ଷୀର ପରି ମାଟି ମା’ର ସୁଶୀତଳ ଜଳ, ଏଇ ମାଟିର ଶାକ, ତଣ୍ଡୁଳରେ ମାନବ ଶିଶୁ ପ୍ରାଣ ପରିପୁଷ୍ଟ ହୁଏ । ପଲ୍ଲୀମାଟିରୁ ହିଁ ଶିଶୁ ରୂପ, ରସ, ଗନ୍ଧ, ପ୍ରଥମ ପରିଚୟ ଲାଭକରି ଇନ୍ଦ୍ରିୟାନୁଭୂତିର ଶିକ୍ଷା ପାଏ । ପରିବାର, ପ୍ରତିବେଶୀଙ୍କ ସ୍ନେହ ଓ ମମତା ପାଇ ଛୋଟରୁ ବଡ଼ ହୁଏ ସେ ।

ଜନ୍ମମାଟିର ଅନୁପମ ପ୍ରକୃତି ଶିଶୁର ଶାରୀରିକ ଓ ମାନସିକ ବିକାଶରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଶୈଶବ, ବାଲ୍ୟ, କୈଶୋର ଜୀବନରେ ବହୁ ସୁଖସ୍ଥ ତିର ମୂକସାକ୍ଷୀ ମାଟି । ଜନ୍ମଭୂମିର ସବୁଜ ଶ୍ୟାମଳ ଶସ୍ୟକ୍ଷେତ୍ରର ଶୋଭା, ଦିଗନ୍ତଭରା ସ୍ଵର୍ଣ୍ଣ ପଦ୍ଧଧାନର ମନମତାଣିଆ ଗନ୍ଧରେ ତା’ର ପ୍ରାଣ ଆମୋଦିତ ହୁଏ । ଆଖୁ କିଆରୀର ଛାଇତଳେ କୈଶୋରର ହସ କୌତୁକ, ପୌଷ ପ୍ରଭାତରେ ଆଖୁରସର ଅମୃତ ସ୍ଵାଦ, ଏସବୁକୁ ତ ଜୀବନରେ ଭୁଲିବା ସମ୍ଭବ ନୁହେଁ । ବାଡ଼ି ବଗିଚାର ସବୁଜିମା ମଧ୍ଯରେ କପା ତଇଲାରେ ଶୁଭ୍ର କପାଫୁଲର ଶୋଭା, ରାତ୍ରି ଆକାଶର ନୀଳିମା ମଧ୍ଯରେ ବିଚ୍ଛୁରିତ ତାରକା ପଂକ୍ତିର ଭ୍ରମ ସୃଷ୍ଟିକରେ ।

ଗାଁ ମୁଣ୍ଡ ଦେଇ ସର୍ପିଳ ଗତିରେ ବହିଯାଉଥବା ଛଇଳ ଚପଳ ନଈତୁଠରୁ କାଚକେନ୍ଦ୍ର ପାଣିଭରା କଳସୀ କାଖରେ ଧରି ଭୁଆସୁଣୀ ବୋହୂର ପଲ୍ଲୀଭୂମିର ଧୂଳିଧୂସରିତ ରାସ୍ତାରେ ସଲ୍ଲଜ ସଂଯତ ଚାଲି, ଦୂର ତାଳବଣ ତଳେ ଗୋଷ୍ଠୀବିହାରୀ ଧେନୁପଲ ଛାଡ଼ି ଗୋପାଳ ବାଳକର ମୂର୍ତ୍ତିତ ବେଣୁପ୍ସନ କବିଙ୍କ ବାରମ୍ବାର ସ୍ମୃତିପଥାରୂଢ଼ ହୋଇଛି । ଶୁଷ୍କ କ୍ଷେତର କର୍ଷିତ ମୃରିକା ପ୍ରଥମ ବାରିପାତ ସ୍ପର୍ଶରେ ଯେଉଁ ମଧୁଗନ୍ଧ ବିତରଣ କରିଯାଏ ତା’ର ଏକ ସ୍ଵତନ୍ତ୍ର ମାଦକତା ଥାଏ ।

ଗାଁ ମାଟି ଛାଡ଼ି ସୁଦୂର ଶିଳ୍ପାଞ୍ଚଳରେ ଯନ୍ତ୍ର ଦାନବର ମାୟାଜାଲରେ ପଡ଼ିଥିବା ମାଟି ମଣିଷର କ’ଣ ସ୍ମତିବିଭ୍ରମ ଘଟିଛି ? ସେ କ’ଣ ବୁଝିପାରୁନି ଯେ ଯନ୍ତ୍ରରାକ୍ଷସ ତା’ର ଚାରିପାର୍ଶ୍ବରେ ଲୁହାର ଫୌଜ ଧରି ତା’ର ଧ୍ବଂସ ସାଧନ କରିବାପାଇଁ ଅର୍ଥରୂପକ ଖୁଦକଣିକା ବିଛାଇ ମୃତ୍ୟୁଜାଲ ବିସ୍ତାର କରିଛି। ଅର୍ଥପିପାସୁ ମଣିଷ ମନରେ ଯଦି ସଦ୍‌ବୁଦ୍ଧି ଉଦୟ ନ ହୁଏ, ଉପଯୁକ୍ତ ସମୟ ପୂର୍ବରୁ ଯଦି ସେ ଯନ୍ତ୍ରପୁରୀ ତ୍ୟାଗ କରି ମାଟି ମା’ କେଳକୁ ଫେରି ନ ଆସେ ତେବେ ତା’ର ଅକାଳ ପତନ ପାଇଁ ସେ ନିଜେ ହିଁ ଦାୟୀ ରହିବ ।

ଯନ୍ତ୍ରଦାନବର ଚିମିନି ନିର୍ଗତ ଘନକୃଷ୍ଣ ଧୂମପଟଳ ରୂପକ ବିଷାକ୍ତ ନିଃଶ୍ୱାସ ବାୟୁ ଆଘ୍ରାଣରେ ତା’ର ଶରୀର ବିଷମୟ ହୋଇଉଠିବ । ଯନ୍ତ୍ରପୁରୀର ବର୍ଜ୍ୟବସ୍ତୁଦ୍ଵାରା ପ୍ରଦୂଷିତ ଜଳ ତାକୁ ରୋଗାକ୍ରାନ୍ତ କରି ଯେ ମୃତ୍ୟୁ ମୁଖକୁ ଠେଲିଦେବ ଏହାର ସତ୍ୟତା ପରୀକ୍ଷା ଅନୁଭବସାପେକ୍ଷ ନୁହେଁ ବୋଲି କବି ସତର୍କ ବାଣୀ ପ୍ରଦାନ କରି କହିଛନ୍ତି –

‘ଯନ୍ତ୍ର ତଳେ ତ ପରାଣ ନାହିଁରେ ମରଣର ତହିଁ ଘର
ଦିନରାତି ତହୁଁ ଚିତାର କୁହେଳି ହେଉଅଛି ଉତ୍‌ଥଳ ।’

BSE Odisha 9th Class Odia Solutions Chapter 7 ମାଟିର ମଣିଷ

ଯନ୍ତ୍ର ସଭ୍ୟତାର ପ୍ରସାର ଫଳରେ ଜଳ, ବାୟୁ ଓ ସମଗ୍ର ପରିବେଶ ପ୍ରଦୂଷିତ ହୋଇ ମାନବ ଜାତିର ଧ୍ଵଂସର କାରଣ ହେବ ଏପରିକି ସାରା ଜୀବଜଗତ ଏଥରେ ପ୍ରଭାବିତ ହେବେ । ଦୂରଦୃଷ୍ଟିସମ୍ପନ୍ନ କବି ଏଥପାଇଁ ବିବେକୀ ମାଟି-ମଣିଷକୁ ସେଥପ୍ରତି ସତର୍କ କରାଇ କହିଛନ୍ତି –

‘ଆଗାମୀ ଯୁଗର ଦ୍ରଷ୍ଟା ମୁଁ ଆଜି ଡାକୁଅଛି ଏଇ କୂଳେ
ପତଙ୍ଗ ପରି ଝାସ ଦେ ନାହିଁ ଦେ ନାହିଁ ତା’ର ମୂଳେ ।’’

ପଲ୍ଲୀମାଟିର ଶାନ୍ତ-ସରଳ, ଲଳିତ-ମଧୁର ପରିବେଶ, ଯାହା ମଣିଷର ଶରୀର ଓ ମନ ଉପରେ ଏକ ସକାରାତ୍ମକ ପ୍ରଭାବ ବିସ୍ତାର କରେ, ଏପରି ଏକ ସ୍ବାସ୍ଥ୍ୟ ଅନୁକୂଳ ଭୂମିକୁ ଉପେକ୍ଷା କରି ବସ୍ତୁବାଦୀ ମଣିଷ ଅର୍ଥପିପାସୁ ସାଜି ଯେ ଯନ୍ତ୍ରର ଅଧୀନ ହୋଇଛି, ତାହା ତା’ ପାଇଁ ଓ ପରବର୍ତ୍ତୀ ବଂଶଧରଙ୍କ ପାଇଁ ଅବଶ୍ୟ ଘାତକ ସାବ୍ୟସ୍ତ ହେବ ବୋଲି ସତର୍କ କରାଇ ମାଟି ମା’ କୋଳକୁ ଫେରିଆସିବା ପାଇଁ କବି ଶିଳ୍ପାନୁରାଗୀ ମଣିଷକୁ ଆହ୍ବାନ କରି କହିଛନ୍ତି –

‘ଫେରିଆ ପୂରୁବ ପଥେ,
ଅକାରଣେ ଆଉ ଧୂଆଁ ହ ନାହିଁ ଯନ୍ତ୍ର-ଧୂଆଁର ସାଥେ ।’’

BSE Odisha 9th Class Odia Solutions Chapter 7 ମାଟିର ମଣିଷ

Question ୩୯ ।
ସହରରେ ରହିବାକୁ ସ୍ଥିର କରିଥିବା ତୁମର ବନ୍ଧୁଙ୍କ ନିକଟକୁ ପଲ୍ଲୀର ଉପାଦେୟତା ସମ୍ପର୍କରେ ପତ୍ରଟିଏ ଲେଖ ।
Answer:

ହିନ୍ଦୋଳ, ଢେଙ୍କାନାଳ
ତା-…………………………

ପ୍ରିୟ ରମେଶ,
ଶୁଭେଚ୍ଛା ନେବୁ । ମଉସା, ମାଉସୀଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇବୁ । ମୀନା ଓ ସୁରଙ୍କୁ ମୋର ସ୍ନେହ ଜଣାଇବୁ । ଗତକାଲି ତୋ ଚିଠି ପାଇଲି । ମାସ ତିନିଟା ହେଲା ତୁ କ୍ୟାପିଟାଲ ହାଇସ୍କୁଲକୁ ଗଲୁ । ମଉସାଙ୍କ ବଦଳି ହୋଇ ନଥିଲେ ତୁ’ ତ ପୁଣି ଏଇଠି ପଢ଼ିଥା’ନ୍ତୁ ! ମାସ ତିନିଟାରେ ତୋ’ ଭିତରେ ଏତେ ପରିବର୍ତ୍ତନ ହେବ ବୋଲି ମୁଁ ଆଶା କରି ନ ଥୁଲି । ତୁ ଲେଖୁଛୁ ଯେ ମାଟ୍ରିକ୍ ପରୀକ୍ଷା ପରେ ତୁ ଭୁବନେଶ୍ବରରେ ହିଁ ରହିବୁ ।

ରାଜଧାନୀର ଚାକଚକ୍ୟ ଆଉ ରଙ୍ଗୀନ ଆଲୋକମାଳା ତତେ ମନ୍ତ୍ର ଏମିତି ଦେଲା ଯେ ଗାଁକୁ ଫେରିବାକୁ ଇଚ୍ଛା କରୁନୁ ? ମୁଁ ଜାଣେ ଯେ ତୁ ଜଣେ ମେଧାବୀ ପିଲା । ସେଠାରେ ମଧ୍ୟ ଉନ୍ନତ ଧରଣର କୋଚିଂ ତୁ ପାଇପାରିବୁ । ମାତ୍ର ବିନା ଟ୍ୟୁସନରେ ତୁ ତ ପୁଣି ଗାଁ ସ୍କୁଲରେ ପ୍ରଥମ ସ୍ଥାନ ପାଉଥୁଲୁ । ତୋ’ ପରି ପରିଶ୍ରମୀ ପିଲା ଯେଉଁଠି ରହିଲେ ବି ପରୀକ୍ଷାରେ ନିଶ୍ଚୟ ଭଲ କରିବ । ହେଲେ ସବୁଦିନ ପାଇଁ ସହରରେ ରହିଯିବୁ ବୋଲି ଯାହା ଭାବିଛୁ ତାହା ମୋ ମତରେ ଠିକ୍ ହେବ ନାହିଁ ।

ରମେଶ, ଗାଁ ମାଟିର ବାସ୍ନା, ଆମ୍ବତୋଟାର ଦୋଳିଖେଳ, ନଈକୂଳର ସାନ୍ଧ୍ୟ ଭ୍ରମଣ, ଦୋଳ ମେଲଣ, ଗାଁର ସବୁକିଛି ନିଆରା । ସହରର ନଭଶ୍ଚୁମ୍ବୀ ସୌଧମାଳା, ରାସ୍ତାକଡ଼ର ଉଜ୍ଜ୍ବଳ ଆଲୋକ କି ପାର୍କର ସଞ୍ଜ ବୁଲା କେହି ବି ତା’ ସଙ୍ଗେ ସମାନ ହୋଇପାରିବନି । ଗତବର୍ଷ ପୁରସ୍କାର ବିତରଣ ଉତ୍ସବ ପାଇଁ ଯେଉଁ ବକ୍ତୃତା ପ୍ରତିଯୋଗିତା ହୋଇଥିଲା, ସେଥୁରେ ତୁ’ ପ୍ରଥମ ସ୍ଥାନ ଅଧିକାର କରିଥିଲୁ । ହେଲେ ବକ୍ତବ୍ୟରେ ତୁ କ’ଣ କହିଥିଲୁ, ତାହା କ’ଣ ଏତେ ଶୀଘ୍ର ଭୁଲିଗଲୁ ? ତୁ’ ପରା କହିଥୁଲୁ ଯେ ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ ।

ମଣିଷ ମାତୃଗର୍ଭରୁ ବାହାରି ଯେଉଁଠାରେ ପ୍ରଥମେ ଭୂମି ସ୍ପର୍ଶ କରେ ଓ ଦୁନିଆର ଆଲୋକ ଦର୍ଶନ କରେ ସେହି ହେଉଛି ତା’ର ଜନ୍ମଭୂମି । ତା’ ପ୍ରତି ହେୟଜ୍ଞାନ କରିବା ଚରମ ଅବିବେକିତାର ପରିଚୟ । ସେସବୁ କଥା କ’ଣ ଏତେ ଶୀଘ୍ର ଭୁଲିଗଲୁ ! ତୋ’ ଚିଠି ସାଙ୍ଗମାନେ ପଢ଼ି ଭୀଷଣ ମନଦୁଃଖ କଲେ । ସେମାନେ ସମସ୍ତେ ତୋ’ ପାଖକୁ ଚିଠିଦେଇ ତାଙ୍କ ଦୁଃଖ ଜଣାଇବେ । ତେଣିକି ତୁ ଯାହା ଭଲ ଭାବିବୁ କରିବୁ ।

ରମେଶ, ତୁ ଜାଣିଛୁ, ବଡ଼ଭାଇଙ୍କ ସାହିତ୍ୟ ବହିରେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ରଚିତ ଗୋଟିଏ ପ୍ରବନ୍ଧ ‘ଜନ୍ମଭୂମି’ ମୁଁ ପଢ଼ିଥୁଲି । ସେଥ‌ିରେ ପଲ୍ଲୀବିମୁଖ ଶିକ୍ଷିତ ଯୁବକମାନଙ୍କ ପାଇଁ ଲେଖକଙ୍କର ଏକ ମୂଲ୍ୟବାନ୍ ବାର୍ତ୍ତା ରହିଛି । ଉଦାହରଣ ଛଳରେ ସେ କ’ଣ ଲେଖୁଛନ୍ତି ଶୁଣିବୁ ? ଭଗବାନ୍ ଶ୍ରୀକୃଷ୍ଣ ଗୋପପୁରରେ ତାଙ୍କ ଶୈଶବ, ବାଲ୍ୟ ଓ କୈଶୋର ଜୀବନ କାଟିଲା ପରେ କଂସର ଡାକରା ପାଇ ମଥୁରା ଯାଇଥିଲେ । ଗୋପପୁରବାସୀ ଏକଥା ଶୁଣି ଦୁଃଖରେ ଭାଙ୍ଗି ପଡ଼ିଥିଲେ । ମାତ୍ର ତିନିଦିନ ପରେ ଧନୁଯାତ୍ରା ଦେଖୁରି ସେ ଗୋପପୁର ଫେରିଆସିବେ ବୋଲି କଥା ଦେଇ ମଥୁରା ଗଲେ ଯେ ଆଉ ଜନ୍ମଭୂମିକୁ ଫେରି ନ ଥିଲେ । ରାଜ୍ୟ ପରେ ରାଜ୍ୟ ଜୟ କରି ଦ୍ୱାରକାରେ ରାଜା ହୋଇ ଅଷ୍ଟପାଟବଂଶୀ ମେଳରେ ଜୀବନକୁ ଉପଭୋଗ କରିଚାଲିଲେ ।

ମାତ୍ର ଫଳ କ’ଣ ହେଲା ? ଏରକାର ବନରେ କାଦମ୍ବରୀ ରସ ପାନ କରି ତାଙ୍କ ପୁଅ ନାତିମାନେ ପରସ୍ପର ମଧ୍ୟରେ ହଣାକଟା ବେଳେ ଗୋଟିଏ ବ୍ୟାଧର ତୀରରେ ପ୍ରାଣପାତ କଲେ । ତାଙ୍କ ରାଜ୍ୟ ଦ୍ବାରକା ସମୁଦ୍ରର ଅତଳ ଗର୍ଭରେ ଲୀନ ହେଲା । ମାତ୍ର ବେଳେ ଗୋଟିଏ ବ୍ୟାଧର ତୀରରେ ପ୍ରାଣପାତ କଲେ । ତାଙ୍କ ରାଜ୍ୟ ଦ୍ଵାରକା ସମୁଦ୍ରର ଅତଳ ଗର୍ଭରେ ଲୀନ ହେଲା । ମାତ୍ର ଯମୁନା କୂଳର ଗୋପପୁର ଗାଁ ପୂର୍ବ ପରି ରହିଛି ଓ ରହିଥ‌ିବ ମଧ୍ୟ । ନିଜ ଜନ୍ମମାଟି ପ୍ରତି ଅବିଚାର ଓ ଅବହେଳା କରିବା ହେତୁ ଶ୍ରୀକୃଷ୍ଣଙ୍କୁ ମଧ୍ୟ ତା’ର ଫଳ ଭୋଗିବାକୁ ପଡ଼ିଥିଲା । ତେଣୁ ସବୁକଥା ଭାବି ତୁ ଯାହା ଉଚିତ ମନେକରିବୁ, ତାହା କରିବୁ । ଚିଠି ପାଇ ଖଣ୍ଡେ ଚିଠି ଦେବୁ । ଏତିକିରେ ରହୁଛି ।

ତୋର ସାଙ୍ଗ ଦୀନେଶ

ଠିକଣା
ପ୍ରେରକ : ପ୍ରାପ୍ତେଷୁ : [ଉ।କଟିକଟ]
ଦୀନେଶ ପାତ୍ର
ମାର୍ଫିତ୍ – ଦୀନବନ୍ଧୁ ପାତ୍ର
ଗ୍ରା, / ପୋ.- ହିନ୍ଦୋଳ
ଜି.– ଢେ ଙ୍କ।ନଳ
ପିନ୍- ୭୫୪୦୪୩
ରମେଶ ଚନ୍ଦ୍ର ଧଳ
ମାର୍ପତ୍ – ରଞ୍ଜନ ଧଳ
ପୋ – ସହିଦନଗର
ଭୁବନେଶ୍ୱର, ଜି.– ଖୋର୍ଦ୍ଧା
ପିନ୍ – ୭୫୩୦୦୧

ତୁମପାଇଁ କାମ

୪୦ । ରାଧାମୋହନ ଗଡ଼ନାୟକଙ୍କର ଅନ୍ୟାନ୍ୟ କୃତିଗୁଡ଼ିକ ସଂଗ୍ରହ କରି ପଢ଼ ।
୪୧ । ପଲ୍ଲୀର ଦୃଶ୍ୟ ବର୍ଣ୍ଣନା ଥ‌ିବା ପଦଗୁଡ଼ିକ ଟିପାଖାତାରେ ଟିପି ରଖ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ଆଧୁନିକ ମଣିଷ କ’ଣ ପାଇଁ ଚିନ୍ତା କରିବାର ଶକ୍ତି ହରାଇ ବସିଛି ବୋଲି କବି ଆଶଙ୍କା କରିଛନ୍ତି ?
Answer:
ଆଧୁନିକ ମଣିଷ ଯାନ୍ତ୍ରିକ ମୋହରେ ଅନ୍ଧ ହୋଇ ସ୍ବାର୍ଥସର୍ବସ୍ଵ ହୋଇଯିବା ଫଳରେ ଚିନ୍ତା କରିବାର ଶକ୍ତି ହରାଇ ବସିଛି ବୋଲି କବି ଆଶଙ୍କା କରିଛନ୍ତି ।

2. ରୁଦ୍ର ଦାନବ ରୂପେ କବି କାହାକୁ ବିବେଚନା କରିଛନ୍ତି ?
Answer:
କବି ଯନ୍ତ୍ରକୁ ରୁଦ୍ରଦାନବ ରୂପେ ବିବେଚନା କରିଛନ୍ତି ।

BSE Odisha 9th Class Odia Solutions Chapter 7 ମାଟିର ମଣିଷ

3.‘ଲୁହାର ଫଉଜ’– ବୋଲି କାହାକୁ କୁହାଯାଇଛି ?
Answer:
କଳକାରଖାନାର ଲୌହନିମିତ ଯନ୍ରସମୂହକୁ ‘ଲୁହାର ଫଉଜ’ ବୋଲି କୁହାଯାଇଛି ।

4. ‘ଲୁହାର ଫଉଜ’ – ବୋଲି କାହାକୁ କୁହାଯାଇଛି ?
Answer:
କଳକାରଖାନାଗୁଡ଼ିକ ଆକାଶକୁ ବହୁ ପରିମାଣରେ ଧୂଆଁ ଛାଡୁଛନ୍ତି ।

5. ମାଟି କିପରି ପଡ଼ିଛି ବୋଲି କବି କହିଛନ୍ତି ?
Answer:
ମାଟି ମାଆ ଊର୍ଦ୍ଧ୍ୱମୁଖୀ ହୋଇ ପଡ଼ିରହିଛି ବୋଲି କବି କହିଛନ୍ତି ।

6. ମଣିଷ ସମାଜକୁ ଅକୁଣ୍ଠିତ ମନରେ ମାଟି କ’ଣ ଦାନ କରୁଛି ?
Answer:
ମାଟି ମାଆ ରୂପରେ ତା’ର ସନ୍ତାନ ଏ ମାନବ ସମାଜକୁ ଜଳ ରୂପକ ସ୍ତନ୍ୟ ଦାନ କରୁଛି ତଥା ଜୀବନଧାତ୍ରୀ ରୂପେ ଶସ୍ୟ ଦାନ କରୁଛି ।

7. ମଣିଷ କ’ଣ ଭୁଲିଯାଉଛି ବୋଲି କବି ସୂଚନା ଦେଇଛନ୍ତି ?
Answer:
ମଣିଷ ଯନ୍ତ୍ର ସଭ୍ୟତାର ମୋହରେ ଅନ୍ଧ ହୋଇ ମାଟି ମାଆର ବକ୍ଷ-ଉଚ୍ଛୁଳା ଗଭୀର ସ୍ନେହକୁ ଭୁଲିଯାଉଛି ।

8. ‘ବହ୍ନିଶିଖା ଜଳୁଛି’ କହିବାଦ୍ୱାରା କବି କ’ଣ ସୂଚନା ଦେଇଛନ୍ତି ?
Answer:
କଳକାରଖାନାରେ ଜଳୁଥ‌ିବା ବହ୍ନିଶିଖା – ଅର୍ଥାତ୍ ଯନ୍ତ୍ର ସଭ୍ୟତା ଦିନେ ମାନବ ସମାଜ ପାଇଁ ବିପଦର କାରଣ ହେବ ବୋଲି କବି ସୂଚନା ଦେଇଛନ୍ତି ।

9. ‘ମଳିନା ଏ ମାଟି’ କହିବାରେ କବିଙ୍କ ଉଦ୍ଦେଶ୍ୟ କ’ଣ ?
Answer:
ଯାନ୍ତ୍ରିକ ସଭ୍ୟତାର ମୋହରେ ଅନ୍ଧ ହୋଇ ପଲ୍ଲୀବିମୁଖ ସାଜିଥ୍ବା ସନ୍ତ।ନମାନଙ୍କ ବିରହରେ ପଲ୍ଳୀଜନନୀର ମୁଖ ମଳିନ ପଡ଼ିଯାଇଥ୍‌ରୁ କବି ଗାଁ ମାଟିକୁ ‘ମଳିନା ଏ ମାଟି’ ବୋଲି କହିଛନ୍ତି ।

10. କବି ମାଟିକୁ କାହା ସହିତ ତୁଳନା କରିଛନ୍ତି ?
Answer:
କବି ମାଟିକୁ ମାଆ ଓ ଜୀବନଧାତ୍ରୀ ସହ ତୁଳନା କରିଛନ୍ତି ।

11. କବି ‘ଚିତା’ ସହିତ କାହାକୁ ତୁଳନା କରିଛନ୍ତି ?
Answer:
କବି ଚିତା ସହିତ ଯନ୍ତ୍ରକୁ ତୁଳନା କରିଛନ୍ତି ।

12. ଆଗାମୀ ଦିନକୁ ମଣିଷ କିପରି ଭାବରେ ଗ୍ରହଣ କରୁଛି ବୋଲି କବି କହିଛନ୍ତି ?
Answer:
ଯନ୍ତ୍ର ସଭ୍ୟତାର ମୋହରେ ମୁଗ୍‌ଧ ହୋଇ ଧାଉଁଥ‌ିବା ପଲ୍ଲୀବିମୁଖ ମାନବ ଆଗାମୀ ଦିନରେ ଯନ୍ତ୍ର ଦାନବର କରାଳ ଗର୍ଭରେ ମାନବ ଜାତିକୁ ନିଃଶେଷ କରିଦେବ ବୋଲି କବି କହିଛନ୍ତି ।

13. ଜମିର ବାସନା ମଣିଷ ମନରେ ଆନନ୍ଦ ପ୍ରଦାନ କରିପାରୁ ନାହିଁ କାହିଁକି ?
Answer:
ଶିଳ୍ପ ସଭ୍ୟତାର ଚାକଚକ୍ୟପୂର୍ଣ୍ଣ ଜୀବନଶୈଳୀରେ ଅଭିଭୂତ ହୋଇଥିବା ମାନବ ମନରେ ଜମିର ବାସନା ଆନନ୍ଦ ପ୍ରଦାନ କରିପାରୁ ନାହିଁ ।

14. ମଣିଷର ମାନସ ପଟରେ କ୍ଷଣିକ ପାଇଁ କେଉଁ ସୌନ୍ଦର୍ଯ୍ୟ ଉଦ୍‌ଭାସିତ ହେଉନାହିଁ ବୋଲି କବି ପ୍ରଶ୍ନ କରିଛନ୍ତି ?
Answer:
ମଣିଷର ମାନସପଟରେ କ୍ଷଣିକ ପାଇଁ ସ୍ଵର୍ଣ୍ଣ-ଧାନର ବିଭା ଉଦ୍‌ଭାସିତ ହେଉନାହିଁ ବୋଲି କବି ପ୍ରଶ୍ନ କରିଛନ୍ତି ।

BSE Odisha 9th Class Odia Solutions Chapter 7 ମାଟିର ମଣିଷ

15. ପଉଷ ମାସର ଅମିୟ ବୋଲି କବି କାହାକୁ କହିଛନ୍ତି ?
Answer:
ପୌଷ ମାସରେ ଚାଷୀ ଅମଳ କରୁଥିବା ଆଖୁର ରସକୁ କବି ‘ପଉଷ ମାସର ଅମିୟ’ ବୋଲି କହିଛନ୍ତି ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. କବି କାହାକୁ ଲୁହାର ଫଉଜ ବୋଲି ଅଭିହିତ କରିଛନ୍ତି ?
Answer:
କଳକାରଖାନାର ଲୌହନିମିତି ଯନ୍ରସମୂହକୁ

2. କଳକାରଖାନାର ଧ୍ଵନିକୁ କବି କ’ଣ ବୋଲି ବର୍ଣ୍ଣନା କରିଛନ୍ତି ?
Answer:
ଭୀମଭୈରବ ରବ ପକ୍ବଧାନର

3. କାହାର ସୁବାସ ମଣିଷ ମନରେ ଆନନ୍ଦ ଦେଇପାରୁ ନାହିଁ ?
Answer:
ଜମିର

4. କାହାର ମନମତାଣିଆ ଗନ୍ଧ ମାନବ ପ୍ରାଣରେ ସ୍ପନ୍ଦନ ସୃଷ୍ଟି କରିପାରୁ ନାହିଁ ?
Answer:
ପକ୍ୱଧାନର

5. କବି କାହାକୁ ପୌଷ ମାସର ଅମୀୟ ବୋଲି ବର୍ଣ୍ଣନା କରିଛନ୍ତି ?
Answer:
ଆଖୁରସ

6. କବି କାହାର ଛାଇରେ ବସି କିଶୋର ସମୟରେ ହସଖେଳରେ ମଜ୍ଜି ଯାଉଥିଲେ ?
Answer:
ଆଖୁ କିଆରି ଛାଇରେ

7. ତଇଳାରେ କାହାର ଦୃଶ୍ୟ ତାରା ଫୁଟିବା ପରି ପ୍ରତୀୟମାନ ହୁଏ ?
Answer:
କପା ଫୁଟିବା

8. ଗୋଷ୍ଠ ବିହାରୀ ଧେନୁ- କହିଲେ କ’ଣ ବୁଝ ?
Answer:
ଗୋଠରେ ବିଚରଣ କରୁଥିବା ଗାଈ

୨. ଯନ୍ତ୍ରଶାଳାକୁ କବି କାହା ସହିତ ତୁଳନା କରିଛନ୍ତି ?
Answer:
ଚିତା ସହିତ

10. କାହାର ଧୀର ମୂର୍ତ୍ତିତ ବେଣୁନ ମଣିଷର ଆଉ ମନେ ପଡୁନାହିଁ ?
Answer:
ଗୋପାଳ ପୁଅର

11. ‘ମାଟିର ମଣିଷ’ କବିତାର କବି କିଏ ?
Answer:
ରାଧାମୋହନ ଗଡ଼ନାୟକ

12. ଆଧୁନିକ ମଣିଷ କାହା ମୋହରେ ମୁଗ୍ଧହୋଇ ଚିନ୍ତାଶକ୍ତି ହରାଇ ବସିଛି ?
Answer:
ଯନ୍ତ୍ର

13. ମନୁଷ୍ୟ ଆଜି କେଉଁ ସଭ୍ୟତାମୁଖୀ ହୋଇ ମାଟି ମା’କୁ ପାସୋରି ଦେଇଛି ?
Answer:
ଶିଳ୍ପ ସଭ୍ୟତା

BSE Odisha 9th Class Odia Solutions Chapter 7 ମାଟିର ମଣିଷ

14. କବି କାହାକୁ ‘ଚିତା’ ସହିତ ତୁଳନା କରିଛନ୍ତି ?
Answer:
ଯନ୍ତ୍ରତଳେ ଜଳୁଥିବା ଅଗ୍ନି

15. ପଲ୍ଲୀବଧୂର କେଉଁଠାରୁ ସ୍ନିଗ୍ଧ ମଧୁର ପାଣି ବୋହିବାର ଦୃଶ୍ୟ କବି ମନେ ପକାଇ ଦେଇଛନ୍ତି ?
Answer:
ଗାଆଁ ନଈରୁ

C ଶୂନ୍ୟସ୍ଥାନ ପୂରଣ କର ।

1. ମାନବର ଅଙ୍ଗ __________________ ର ସ୍ତନ୍ୟଦାନରେ ପରିପୁଷ୍ଟ ହୋଇଛି ବୋଲି କବି କହିଛନ୍ତି ।
Answer:
ମାଟିମାଆ

2. ମଣିଷ ଆଜି ମାଆର ବକ୍ଷ ଉଚ୍ଛୁଳା ________________ ଭୁଲିଯାଉଛି ବୋଲି କବି କହିଛନ୍ତି ।
Answer:
ଗଭୀର ସ୍ନେହ

3. ରୁକ୍ଷ ଉରସରେ _________________ ପଡ଼ିରହିଛି ବୋଲି କବି କହିଛନ୍ତି ।
Answer:
କ୍ଷେତ

4. ଆଜିର ମଣିଷ ______________ ଜୀବନ କଥା ଭାବୁନାହିଁ ବୋଲି କବି କହିଛନ୍ତି ।
Answer:
କାଲିର

5. _________________ ର ସୌନ୍ଦର୍ଯ୍ୟ ଦଣ୍ଡକ ଲାଗି ମଣିଷର ମାନସପଟରେ ଉଦ୍‌ଭାସିତ ହେଉନାହିଁ ବୋଲି କବି କହିଛନ୍ତି ।
Answer:
ସ୍ଵର୍ଣ୍ଣଧାନ

6. ପକ୍ୱଧାନର ମନମତାଣିଆ ଗଦ ________________ ପ୍ର।ଣରେ ସ୍ପନ୍ଦନ ସୃଷ୍ଟି କରିପାରୁ ନାହିଁ ।
Answer:
ମାଟିର ମଣିଷି

7. ____________________ କ୍ଷେତର ସୌନ୍ଦର୍ଯ୍ୟ ଦଣ୍ଡକ ପାଇଁ ଅନ୍ତରକୁ ମୋହାଚ୍ଛନ୍ନ କରିଦିଏ ।
Answer:
ସୋରିଷ

8. _____________________ ରୁ ପାଣି ଆଣିବାର ଦୃଶ୍ୟ ଅତୀବ ମନୋମୁଗ୍‌ଧକର ।
Answer:
ନଈ

9. ମାଟିର ମଣିଷର ଉର୍ବର ପ୍ରାଣ __________________ ପରି ଟାଣ ହୋଇଯାଇଛି ବୋଲି କବି କହିଛନ୍ତି ।
Answer:
ଯନ୍ତ୍ରପୁରୀର ଇସ୍ପାତ

10. ଯନ୍ତ୍ର ତଳେ ______________ ନାହିଁ ବୋଲି କବି କହିଛନ୍ତି ।
Answer:
ପ୍ରାଣ

11. ଯନ୍ତ୍ର ତଳେ _________________ ର ଘର ବୋଲି କବି କହିଛନ୍ତି ।
Answer:
ମରଣ

12. ମଣିଷର ସନ୍ତକ ଭାବରେ କବି ________________ କୁ ବିବେଚନା କରିଛନ୍ତି ।
Answer:
ଲଙ୍ଗଳ

BSE Odisha 9th Class Odia Solutions Chapter 7 ମାଟିର ମଣିଷ

13. କବି ରାଧାମୋହନ ତାଙ୍କ କବିତାରେ ମଣିଷକୁ _____________ ମଣିଷ ବୋଲି ଅଭିହିତ କରିଛନ୍ତି ।
Answer:
ମାଟିର

14. ମାଟିର ମଣିଷକୁ ଯନ୍ତ୍ର _____________ ଦେଇଛି ବୋଲି କବି କହିଛନ୍ତି ।
Answer:
ମନ୍ତ୍ର

15. ଯନ୍ତ୍ର ସର୍ବଦା ମଥା ତୋଳି ________________ ପରି ଛିଡ଼ା ହୋଇଅଛି ।
Answer:
ରୁଦ୍ର ଦାନବ

D ଠିକ୍ କିମ୍ବା ଭୁଲ୍ ଲେଖ ।
1. କବି କଳକାରଖାନାର ଧ୍ଵନିକୁ କବି ଭୀମଭୈରବ ରବ ବୋଲି ବର୍ଣ୍ଣନା କରିଛନ୍ତି ?
Answer:
ଠିକ୍

2. ଗହମର ମନମତାଣିଆ ଗନ୍ଧ ମାନବ ପ୍ରାଣରେ ସ୍ପନ୍ଦନ ସୃଷ୍ଟି କରିପାରୁ ନାହିଁ ।
Answer:
ଭୁଲ୍

3. କବି ଧାନ ଗଛର ଛାଇରେ ବସି କିଶୋର ସମୟରେ ହସଖେଳରେ ମଜ୍ଜି ଯାଉଥିଲେ ।
Answer:
ଭୁଲ୍

4. ଗୋଷ୍ଠ ବିହାରୀ ଧେନୁ- କହିଲେ ଗୋଠରେ ବିଚରଣ କରୁଥିବା ଗାଈକୁ ବୁଝାଇଥାଏ ।
Answer:
ଠିକ୍

5. ଗୋପାଳ ପୁଅର ଧୀର ମୂର୍ତ୍ତିତ ବେଣୁସ୍ଵନ ମଣିଷର ଆଉ ମନେ ପଡୁନାହିଁ ।
Answer:
ଠିକ୍

6. ଆଧୁନିକ ମଣିଷ ବାଦ୍ୟ ମୋହରେ ମୁଗ୍ଧ ହୋଇ ଚିନ୍ତାଶକ୍ତି ହରାଇ ବସିଛି ?
Answer:
ଭୁଲ୍

7. ଯନ୍ତ୍ର ସଭ୍ୟତା ମଣିଷକୁ କୃଷି ପ୍ରତି ଅମନୋଯୋଗୀ କରିଛି ?
Answer:
ଠିକ୍

8. କବି ଯନ୍ତ୍ରକୁ ରୁଦ୍ର ଦାନବ ରୂପେ ବିବେଚନା କରିଛନ୍ତି ?
Answer:
ଠିକ୍

9. ମଣିଷ ଆଜି ମାଆର ବକ୍ଷ ଉଚ୍ଛୁଳା ଗଭୀର ସ୍ନେହକୁ ଭୁଲିଯାଉଛି ବୋଲି କବି କହିଛନ୍ତି ।
Answer:
ଠିକ୍

10. ଆଜିର ମଣିଷ କାଲିର ଜୀବନ କଥା ଭାବୁନାହିଁ ବୋଲି କବି କହିଛନ୍ତି ।
Answer:
ଠିକ୍

11. ପଲ୍ଲୀବଧୂମାନଙ୍କରନଈରୁ ପାଣି ଆଣିବାର ଦୃଶ୍ୟ ଅତୀବ ମନୋମୁଗ୍ଧକର ।
Answer:
ଠିକ୍

12. ମଣିଷର ସନ୍ତକ ଭାବରେ କବି ବଳଦକୁ ବିବେଚନା କରିଛନ୍ତି ।
Answer:
ଭୁଲ୍

BSE Odisha 9th Class Odia Solutions Chapter 7 ମାଟିର ମଣିଷ

13. ଯନ୍ତ୍ର ମୂଳରେ ଦୀପ ଜଳୁଛି ବୋଲି କବି କହିଛନ୍ତି ।
Answer:
ଭୁଲ୍

14. ଯନ୍ତ୍ର ଧୂଆଁର ସାଥ୍‌ରେ ନିଆଁ ନ ହେବାକୁ କବି ମଣିଷକୁ ସଚେତନ କରାଇଛନ୍ତି ।
Answer:
ଠିକ୍

15. କବି ମାଟିକୁ ଜନନୀ ସହିତ ତୁଳନା କରିଛନ୍ତି ।
Answer:
ଠିକ୍

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. କବି କାହାକୁ ଲୁହାର ଫଉଜ ବୋଲି ଅଭିହିତ କରିଛନ୍ତି ?
(A) ଶତ୍ରୁସୈନ୍ୟଙ୍କୁ
(B) ସାହସୀ ସୈନିକମାନଙ୍କୁ
(C) ବିଶାଳ ସେନାବାହିନୀକୁ
(D) କଳକାରଖାନାର ଲୌହନିର୍ମିତ ଯନ୍ତ୍ରସମୂହକୁ
Answer:
(D) କଳକାରଖାନାର ଲୌହନିର୍ମିତ ଯନ୍ତ୍ରସମୂହକୁ

2. କଳକାରଖାନାର ଧ୍ଵନିକୁ କବି କ’ଣ ବୋଲି ବର୍ଣ୍ଣନା କରିଛନ୍ତି ?
(A) ଘର୍ଘର ଧ୍ବନି
(B) ମେଘମନ୍ଦ୍ର ଧ୍ଵନି
(C) ଭୀଷଣ ଗର୍ଜନ
(D) ଭୀମଭୈରବ ରବ
Answer:
(D) ଭୀମଭୈରବ ରବ

3. କାହାର ସୁବାସ ମଣିଷ ମନରେ ଆନନ୍ଦ ଦେଇପାରୁ ନାହିଁ ?
(A) ଫୁଲର ସୁବାସ
(B) ଜମିର ସୁବାସ
(C) ବନର ସୁବାସ
(D) ବୃକ୍ଷର ସୁବାସ
Answer:
(B) ଜମିର ସୁବାସ

4. କାହାର ମନମତାଣିଆ ଗନ୍ଧ ମାନବ ପ୍ରାଣରେ ସ୍ପନ୍ଦନ ସୃଷ୍ଟି କରିପାରୁ ନାହିଁ ?
(A) ପକ୍ବଧାନର
(B) ପୁଷ୍ପରାଜିର
(C) ଅତରର
(D) ଉପବନର
Answer:
(A) ପକ୍ବଧାନର

5. କବି କାହାକୁ ପୌଷ ମାସର ଅମୀୟ ବୋଲି ବର୍ଣ୍ଣନା କରିଛନ୍ତି ?
(A) ପୁଷ୍ପରସ
(B) ଫଳରସ
(C) ଆଖୁରସ
(D) ତାଳରସ
Answer:
(C) ଆଖୁରସ

6. କବି କାହାର ଛାଇରେ ବସି କିଶୋର ସମୟରେ ହସଖେଳରେ ମଜ୍ଜି ଯାଉଥିଲେ ?
(A) ଗଛ ଛାଇରେ
(B) ଘର ଛାଇରେ
(C) ଆଖୁ କିଆରୀ ଛାଇରେ
(D) ବରଗଛ ଛାଇରେ
Answer:
(C) ଆଖୁ କିଆରୀ ଛାଇରେ

BSE Odisha 9th Class Odia Solutions Chapter 7 ମାଟିର ମଣିଷ

7. ତଇଳାରେ କାହାର ଦୃଶ୍ୟ ତାରା ଫୁଟିବା ପରି ପ୍ରତୀୟମାନ ହୁଏ ?
(A) ଫୁଲ ଫୁଟିବା
(B) କପା ଫୁଟିବା
(C) ସୋରିଷ ଫୁଟିବା
(D) ବାଣ ଫୁଟିବା
Answer:
(B) କପା ଫୁଟିବା

8. ଗୋଷ୍ଠ ବିହାରୀ ଧେନୁ- କହିଲେ କ’ଣ ବୁଝ ?
(A) ଗୋଠର ଧେନୁ
(B) ଗୋଠରୁ ଫେରୁଥିବା ଗାଈ
(C) ଗୋଠରେ ବିଚରଣ କରୁଥିବା ଗାଈ
(D) ଗୋଠରୁ ଚୋରି ହୋଇଥିବା ଗାଈ
Answer:
(C) ଗୋଠରେ ବିଚରଣ କରୁଥିବା ଗାଈ

9. ଯନ୍ତ୍ରଶାଳାକୁ କବି କାହା ସହିତ ତୁଳନା କରିଛନ୍ତି ?
(A) ଚିନ୍ତା ସହିତ
(B) ଚିତା ସହିତ
(C) ଚନ୍ଦନ ସହିତ
(D) ତିଳକ ସହିତ
Answer:
(B) ଚିତା ସହିତ

10. କାହାର ଧୀର ମୂର୍ତ୍ତିତ ବେଣୁସ୍ଵନ ମଣିଷର ଆଉ ମନେ ପଡୁନାହିଁ ?
(A) କୃଷ୍ଣଙ୍କର
(B) ଗୋପାଳ ପୁଅର
(C) ଗୋପପୁରର
(D) ଯମୁନା କୂଳର
Answer:
(B) ଗୋପାଳ ପୁଅର

11. ମାନବର ଅଙ୍ଗ କିପରି ପୁଷ୍ଟ ହୋଇଛି ବୋଲି କବି କହିଛନ୍ତି ?
(A) ନଦୀର ଜଳଦାନରେ
(B)ଉଭିଦର ଫଳଦାନରେ
(C) ମାଟିମାଆର ସ୍ତନ୍ୟଦାନରେ
(D) ମଳୟ ପବନରେ
Answer:
(C) ମାଟିମାଆର ସ୍ତନ୍ୟଦାନରେ

12. ମଣିଷ ଆଜି କ’ଣ ଭୁଲିଯାଉଛି ବୋଲି କବି କହିଛନ୍ତି ?
(A) ପରୋପକାରକୁ
(B) କର୍ତ୍ତବ୍ୟକୁ
(C) ଆପଣା କୋଳକୁ
(D) ମାଆର ବକ୍ଷ ଉଚ୍ଛୁଳା ଗଭୀର ସ୍ନେହକୁ
Answer:
(D) ମାଆର ବକ୍ଷ ଉଚ୍ଛୁଳା ଗଭୀର ସ୍ନେହକୁ

13. ରୁକ୍ଷ ଉରସରେ କିଏ ପଡ଼ିରହିଛି ବୋଲି କବି କହିଛନ୍ତି ?
(A) କ୍ଷେତ
(B) ନଦୀ
(C) ପଲ୍ଲୀ
(D) ବନ
Answer:
(A) କ୍ଷେତ

BSE Odisha 9th Class Odia Solutions Chapter 7 ମାଟିର ମଣିଷ

14. ଆଜିର ମଣିଷ କେଉଁ ଜୀବନ କଥା ଭାବୁନାହିଁ ବୋଲି କବି କହିଛନ୍ତି ?
(A) କାଲିର ଜୀବନ
(B) ଆଜିର ଜୀବନ
(C) ଯନ୍ତ୍ର ଜୀବନ
(D) ଆଗାମୀ ଜୀବନ
Answer:
(A) କାଲିର ଜୀବନ

15. କାହାର ସୌନ୍ଦର୍ଯ୍ୟ ଦଣ୍ଡକ ଲାଗି ମାନବ ବକ୍ଷରେ ଦେଖାଯାଉନାହିଁ ବୋଲି କବି କହିଛନ୍ତି ?
(A) ମାଟି ମାଆର
(B) ସ୍ଵର୍ଣ୍ଣଧାନର
(C) ଉପବନର
(D) କାନନର ଗନ୍ଧ କାହା ପ୍ରାଣରେ ସ୍କନ୍ଦନ
Answer:
(B) ସ୍ଵର୍ଣ୍ଣଧାନର

16. ପଧାନର ମନମତାଣିଆ ସୃଷ୍ଟି କରିପାରୁ ନାହିଁ ?
(A) ଜାତି ପ୍ରାଣରେ
(B) ବ୍ୟକ୍ତି ପ୍ରାଣରେ
(C) ରାଜା ପ୍ରାଣରେ
(D) ମାଟିର ମଣିଷ ପ୍ରାଣରେ
Answer:
(D) ମାଟିର ମଣିଷ ପ୍ରାଣରେ

17. କେଉଁ ଖେତର ସୌନ୍ଦର୍ଯ୍ୟ ଦଣ୍ଡକ ପାଇଁ ଅନ୍ତରକୁ
(A) ଧାନ କ୍ଷେତର
(B) ଆଖୁକିଆରୀର
(C) ସୋରିଷ କ୍ଷେତ୍ରର
(D) ଗହମ କ୍ଷେତର
Answer:
(C) ସୋରିଷ କ୍ଷେତ୍ରର

18. ପଲ୍ଲୀବଧୂମାନଙ୍କର କେଉଁଠାରୁ ପାଣି ଆଣିବାର ଦୃଶ୍ୟ ?
(A) ପୋଖରୀରୁ
(B) ନଈରୁ
(C) ଗାଁ କୂଅରୁ
(D) ହ୍ରଦରୁ
Answer:
(B) ନଈରୁ

19. ମାଟିର ମଣିଷର ଉର୍ବର ପ୍ରାଣ କି ପରି ଟାଣ ହୋଇଯାଇଛି ବୋଲି କବି କହିଛନ୍ତି ?
(A) ପାହାଡ଼ ପରି
(B) ପଥର ପରି
(C) ବଜ୍ର ପରି
(D) ଯନ୍ତ୍ରପୁରୀର ଇସ୍ପାତ ପରି
Answer:
(D) ଯନ୍ତ୍ରପୁରୀର ଇସ୍ପାତ ପରି

20. ଯନ୍ତ୍ର ତଳେ କ’ଣ ନାହିଁ ବୋଲି କବି କହିଛନ୍ତି ?
(A) ମୁକ୍ତି
(B) ପ୍ରାଣ
(C) ମୃତ୍ୟୁ
(D) ଆନନ୍ଦ
Answer:
(B) ପ୍ରାଣ

21. ଯନ୍ତ୍ର ତଳେ କାହାର ଘର ବୋଲି କବି କହିଛନ୍ତି ?
(A) ମଣିଷର
(B) ଧନିକର
(C) ଜୀବନର
(D) ମରଣର
Answer:
(D) ମରଣର

BSE Odisha 9th Class Odia Solutions Chapter 7 ମାଟିର ମଣିଷ

22. ମଣିଷର ସନ୍ତକ ଭାବରେ କବି କାହାକୁ ବିବେଚନା କରିଛନ୍ତି ?
(A) କ୍ଷେତକୁ
(B) ଯନ୍ତ୍ରକୁ
(C) ଲଙ୍ଗଳକୁ
(D) ଗୋଷ୍ଠକୁ
Answer:
(C) ଲଙ୍ଗଳକୁ

23. କବି ରାଧାମୋହନ ତାଙ୍କ କବିତାରେ ମଣିଷକୁ କେଉଁ ମଣିଷ ବୋଲି ଅଭିହିତ କରିଛନ୍ତି ?
(A) ମୁକ୍ତିର ମଣିଷ
(B) ମାଟିର ମଣିଷ
(C) ନିରୀହ ମଣିଷ
(D) ସୁପ୍ତ ମଣିଷ
Answer:
(B) ମାଟିର ମଣିଷ

24. ମାଟିର ମଣିଷକୁ ଯନ୍ତ୍ର କ’ଣ ଦେଇଛି ବୋଲି କବି କହିଛନ୍ତି ?
(A) ମନ୍ତ୍ର
(B) ତନ୍ତ୍ର
(C) ଶକ୍ତି
(D) ମାୟା
Answer:
(A) ମନ୍ତ୍ର

25. ଯନ୍ତ୍ର ସର୍ବଦା ମଥା ତୋଳି କିପରି ଛିଡ଼ା ହୋଇଅଛି ?
(A) ଗର୍ବରେ
(B) ଅହଂକାରୀ ପରି
(C) ରୁଦ୍ରଙ୍କ ପରି
(D) ରୁଦ୍ର ଦାନବ ପରି
Answer:
(D) ରୁଦ୍ର ଦାନବ ପରି

କବିଙ୍କ ସମ୍ବନ୍ଧରେ :
ଆଧୁନିକ ଓଡ଼ିଆ କବିତା ଜଗତରେ ରାଧାମୋହନ ଗଡ଼ନାୟକ ଏକ ସୁପରିଚିତ ନାମ । ଗାଥା କବିତାର ଅପୂର୍ବ ବିନ୍ଧାଣି ଓ ନିର୍ଭୁଲ ଛନ୍ଦ ସଂଯୋଜନାର ଅନନ୍ୟ ସ୍ଥପତି ତଥା ଶୃଙ୍ଖଳିତ କାବ୍ୟ-ଉଦ୍ୟାନର ନିଆରା ମାଳୀ ଭାବେ ତାଙ୍କ ପରିଚିତି ଓ ପ୍ରତିଷ୍ଠା, ଓଡ଼ିଆ କାବ୍ୟ ପାଠକମାନଙ୍କ ସ୍ମୃତିରେ ଅଦ୍ୟାବଧୂ ଉଜ୍ଜୀବିତ ରହିଛି । ଏହି ଗୀତିକବି ଅନୁଗୁଳର ଅନତିଦୂରରେ ଅବସ୍ଥିତ କଲଣ୍ଡାପାଳ ଗ୍ରାମରେ ୧୯୧୧ ମସିହା ଅଗଷ୍ଟ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ଓ ୨୦୦୦ ମସିହା ଫେବୃୟାରୀ ୨୧ ତାରିଖରେ ଇହଲୀଳା ସାଙ୍ଗ କରିଥିଲେ । କବି ରାଧାମୋହନଙ୍କ ମରଣଶୀଳ ଶରୀର ସଂସାରରୁ ବିଦାୟ ନେଇଥିଲେ ମଧ୍ୟ ତାଙ୍କ ସାରସ୍ବତ କୃତି ପାଇଁ ସେ କାବ୍ୟନୁରାଗୀ ପ୍ରିୟ ପାଠକମାନଙ୍କ ହୃଦୟରେ ଚିର ଅମର ରହିବେ ।

ଉତ୍କଳୀୟ ସଂସ୍କୃତି, ଐତିହ୍ୟ ଓ ସର୍ବୋପରି ମଣିଷ ପ୍ରତି ରହିଥ‌ିବା ନିଃସର୍ଭ ଭଲପାଇବାପଣ ସମସାୟମୟିକ କବିମାନଙ୍କଠାରୁ ତାଙ୍କୁ ସ୍ଵତନ୍ତ୍ର କରି ଚିହ୍ନାଇ ଦେଇଥାଏ । ତାଙ୍କ ପ୍ରାରମ୍ଭିକ କାବ୍ୟ ଚେତନାରେ ରୋମାଣ୍ଟିକ୍ ଭାବୁକତା ପରିଲକ୍ଷିତ ହୋଇଥିଲେ ହେଁ ପରବର୍ତ୍ତୀ କାଳରେ ମାନବିକତାବୋଧ ଓ ଐତିହ୍ୟ ସଂପ୍ରୀତି ହୋଇଛି ତାଙ୍କ କବିତାର ମୁଖ୍ୟ ଉପାଦାନ । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପରେ ଓଡ଼ିଆ ସାହିତ୍ୟରେ ସେ ହେଉଛନ୍ତି ଅନ୍ୟତମ ସଫଳ ଗାଥାକବି ।

ତାଙ୍କ କାବ୍ୟକୃତି ମଧ୍ୟରେ ‘କାବ୍ୟନାୟିକା’, ‘ଉତ୍କଳିକା’, ‘ନବଜାତକ’, ‘ସ୍ମରଣିକା’, ‘ମୌସୁମୀ’, ‘କୈଶୋରିକା’, ‘ଦୁଇଟି ତାହାର ଡେଣା’, ‘ଦୀପଶିଖା’, ‘ପଶୁପକ୍ଷୀର କାବ୍ୟ’, ‘ଧୂସର ଭୂମିକା’, ‘ଶାମୁକାର ସ୍ବପ୍ନ’, ‘ସୂର୍ଯ୍ୟ ଓ ଅନ୍ଧକାର’, ‘ଅବାଚୀର ତାରା’ କବିଙ୍କ ଅନନ୍ୟ ସାରସ୍ଵତ ପ୍ରତିଭାର ପରିଚୟ ବହନ କରେ । ‘ସୂର୍ଯ୍ୟ ଓ ଅନ୍ଧକାର’ କବିତା ସଂକଳନ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ଏତଦ୍‌ଭିନ୍ନ ଜଣେ ସଫଳ ଅନୁବାଦକ ଭାବେ ତାଙ୍କର ସୁଖ୍ୟାତି ରହିଛି ।

କବିତାର ପୃଷ୍ଠଭୂମି :
କବିଙ୍କ ଦୃଷ୍ଟିରେ ମାଟି ହେଉଛି କଲ୍ୟାଣୀ, ବନ୍ଦନୀୟା, ସ୍ନେହମୟୀ ଓ ମମତାମୟୀ ଜନନୀ । ଗ୍ରାମ୍ୟଜୀବନ ପ୍ରତି ବିଶେଷତଃ ମାଟି ପ୍ରତି ଗଭୀର ମମତ୍ୱବୋଧ କବି ଗଡ଼ନାୟକଙ୍କ ଦୃଷ୍ଟିଭଙ୍ଗୀକୁ ତଥାକଥ୍ ଆଧୁନିକତାର ସମସ୍ତ ସଂକ୍ରମଣଠାରୁ ଦୂରରେ ଆତ୍ମପ୍ରକାଶ କରିଛି ତାଙ୍କ ‘ମାଟିର ମଣିଷ’ କବିତାରେ । ଯନ୍ତ୍ର ସଭ୍ୟତାର ପ୍ରତିଘାତରେ ମଣିଷ ଜୀବନର କରୁଣ ଓ ବିବର୍ଷ ପରିଣତି ପ୍ରତି କବି ଅତ୍ୟନ୍ତ ସଚେତନ । ତେଣୁ ଏହା ବିରୁଦ୍ଧରେ ତାଙ୍କ ଚେତାବନୀ କବିତାଟିରେ ପ୍ରକଟିତ ହୋଇଛି ।

ଯନ୍ତ୍ରଜୀବନପିଷ୍ଟ ମଣିଷ ଜୀବନର ସମସ୍ତ ସୁଖ ଓ ସୌଭାଗ୍ୟ, ସ୍ଵପ୍ନ ଓ ସମ୍ଭାବନା ଯୁଗଯନ୍ତ୍ରଣାର ଦହନରେ ଯେ ବହୁଭାବେ ଦଗ୍ଧଭୂତ, ତାହା କବିଙ୍କ ସୂକ୍ଷ୍ମ ଦୃଷ୍ଟିବଳୟ ମଧ୍ୟରୁ ବାଦ୍ ଯାଇନାହିଁ । ସମ୍ପ୍ରତି ମଣିଷ ଆଧୁନିକ ଚାକଚକ୍ୟପୂର୍ଣ୍ଣ ଜୀବନ ପ୍ରତି ଆକର୍ଷିତ ହୋଇ ସହରୀ ସଭ୍ୟତାକୁ ପସନ୍ଦ କରୁଛି । ତେଣୁ ପଲ୍ଲୀ ପ୍ରତି ବିମୁଖତା ପ୍ରଦର୍ଶନ କରି ସହରମୁହାଁ ହୋଇଛି ମାଟିର ମଣିଷ । କଳକାରଖାନାରେ ଶ୍ରମିକ ଭାବେ ନିୟୋଜିତ ହୋଇ ସହଜଲବ୍ଧ ଆୟରେ ଜୀବନକୁ ଅଧିକ ଉପଭୋଗ କରିହେବ ବୋଲି ବିବେଚନା କରି ମଣିଷ ଗ୍ରାମଭୂମି ପରିତ୍ୟାଗ କରୁଛି ।

ତେଣୁ ପଲ୍ଲୀଭୂମି କ୍ରମେ ଶ୍ରୀହୀନ ହେବାରେ ଲାଗିଛି । ମଣିଷ ମନରୁ ଜନ୍ମଭୂମି ପ୍ରତି ମମତ୍ୱବୋଧ କ୍ରମଶଃ ବିଲୋପ ହେବାରେ ଲାଗିଛି । ପାଠକ ପ୍ରାଣରେ ଯନ୍ତ୍ର ସଭ୍ୟତାର କୁପରିଣାମ ବିଷୟରେ ସଚେତନତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ପଲ୍ଲୀପ୍ରୀତି ଜାଗ୍ରତ କରିବା ଲକ୍ଷ୍ୟ ନେଇ କବିଙ୍କର ପ୍ରୟାସ ପ୍ରଣିଧାନଯୋଗ୍ୟ ।

କବିତାର ସାରମମ :
ଶିଳ୍ପ ସଭ୍ୟତାର କ୍ରମବର୍ଦ୍ଧନ, ଗ୍ରାମ୍ୟ ସଭ୍ୟତାର କ୍ରମବିଲୁପ୍ତିର ଯେ ପ୍ରମୁଖ ଉପାଦାନ, ଏଥ‌ିରେ ସନ୍ଦେହ ନାହିଁ । ମଣିଷ ମନରେ ଜଡ଼ ବସ୍ତୁବାଦୀ ଚେତନାକୁ ପ୍ରୋତ୍ସାହନ ଦେବାରେ ଯନ୍ତ୍ର ସଭ୍ୟତାର ପ୍ରଭାବ ଅନସ୍ବୀକାର୍ଯ୍ୟ । ଶିଳ୍ପର ପ୍ରସାର ମାଟିର ମଣିଷକୁ ଯନ୍ତ୍ରମାନବ କରିଦେଇଛି । ଯନ୍ତ୍ର ସଭ୍ୟତାର କରାଳ ଗ୍ରାସରେ ପଲ୍ଲୀ ସଭ୍ୟତାର ସୁକୁମାର ରୂପଶ୍ରୀ ନିଜର ସତ୍ତା ହରାଇଛି । ଯନ୍ତ୍ରଦାନବର ମନଲୋଭା ଆକର୍ଷଣରେ ମାଟିର ମଣିଷ ପଥହରା ହୋଇ ନିଜ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲିଦେଇଛି । ଶିଳ୍ପାଞ୍ଚଳର ଚାକଚକ୍ୟପୂର୍ଣ୍ଣ ଜୀବନାଦର୍ଶକୁ ଆଦରି ନେଇଛି ମାଟିର ମଣିଷ ।

ସହଜଲବ୍ଧ ଅର୍ଥାଗମର ଉତ୍ସ ଭାବେ ବିଚାର କରି ଶିଳ୍ପାଞ୍ଚଳକୁ ପ୍ରଲମ୍ବିତ ହେବାରେ ଲାଗିଛି ମାଟି ମଣିଷର ଧାଡ଼ି । ସତେଯେପରି ଯନ୍ତ୍ରର ମନ୍ତ୍ରରେ ଅଭିମନ୍ତ୍ରିତ ଏ ମଣିଷ । କଳକାରଖାନାର ନଭଶ୍ଚୁମ୍ବୀ ଚିମିନିର ଧୂମପଟଳ ହାତଠାରି ସେଇ ମନ୍ତ୍ରମୁଗ୍ଧ ମଣିଷକୁ ଡାକୁଛି ତା’ର ମାୟାଜାଲ ଭିତରକୁ । ସମ୍ମୋହିତ ମୁଗ୍ଧ ମାନବ ସେହି ଯନ୍ତ୍ରଦାନବର ସଶକ୍ତ ପଞ୍ଝା ଭିତରକୁ ନିଜକୁ ଠେଲିଦେଇଛି ।

ଲୁହାର ଫୌଜ ଧରି ଉଭା ହୋଇଥ‌ିବା ସେହି ଯନ୍ତ୍ରରାକ୍ଷସର ସଦାକ୍ଷୁଧୂ ଅନ୍ତର ମଧ୍ୟରେ ନିଃଶେଷ ହେବା ପୂର୍ବରୁ ସେଥୁରୁ ନିଷ୍ପତି ଲଭିବାର ଉପାୟ ଚିନ୍ତା କରିବାକୁ କବି ପରାମର୍ଶ ଦେଇଛନ୍ତି । କାରଖାନାର ସାଇରନ୍ ଶବ୍ଦକୁ ସେହି ଯନ୍ତ୍ରଦାନବର ମହାଭୟଙ୍କର ଭୈରବ ଚିତ୍କାର ଓ ଚିମିନିରୁ ନିର୍ଗତ ଘନକୃଷ୍ଣ ଧୂମପଟଳକୁ ରାକ୍ଷସର ନିଃଶ୍ବାସ ବାୟୁ ସହ କବି ତୁଳନା କରିଛନ୍ତି । କବିଙ୍କ ଭାଷାରେ–

BSE Odisha 9th Class Odia Solutions Chapter 7 ମାଟିର ମଣିଷ

‘‘ ମଥା ତୋଳି ସେଇ ଯନ୍ତ୍ର ଯେ ସଦା ରୁଦ୍ର ଦାନବ ପରି
ଛିଡ଼ା ହୋଇଅଛି ଚାରିପାଶେ ତା’ର ଲୁହାର ଫଉଜ ଧରି ।
ଗର୍ଜି ଉଠୁଛି ଥରେ ଥରେ ପୁଣି ଭୀମ ଭୈରବ ରବେ
ନିଃଶ୍ୱାସ-ଧୂମ-ଉଲ୍ଲାସ ତା’ର ଛାଡ଼ଇ ମୌନ ନଭେ ।’

ଲେଲିହାନ ଜିହ୍ଵା ବିସ୍ତାର କରି ମାନବ ସମାଜକୁ ଗ୍ରାସ କରିବାକୁ ଯନ୍ତ୍ରରାକ୍ଷସର ପ୍ରଲୋଭନ ପ୍ରତି ସଚେତନ ହେବାକୁ କବି ମାଟିର ମଣିଷକୁ ଆହ୍ଵାନ କରିଛନ୍ତି । ସେହି ଯନ୍ତ୍ର ରାକ୍ଷସର ଚିମିନିରୁ ସଦାଉତ୍‌ ବିଷାକ୍ତ ଧୂମପଟଳ ଓ ଉଦ୍‌ବୃତ୍ତ ବର୍ଜ୍ୟବସ୍ତୁରେ ମାଟିରୁ ଆକାଶ ପର୍ଯ୍ୟନ୍ତ ସମଗ୍ର ପରିବେଶ ଯେ ଭୟଙ୍କର ଭାବେ ପ୍ରଦୂଷିତ ହେବାରେ ଲାଗିଛି, ଯାହା ମଣିଷକୁ ଦୁରାରୋଗ୍ୟ ରୋଗ, ବ୍ୟାଧ୍ଧରେ ପୀଡ଼ିତ କରି ମାନବ ଜାତିକୁ ନିଃଶେଷ କରିବାପାଇଁ ଭୀମଭୈରବ ରୂପରେ ଉଭାହୋଇଛି, ସେ ବିଷୟକୁ ଥରେ ଚିନ୍ତା କରିବାପାଇଁ କବି ପରାମର୍ଶ ଦେଇଛନ୍ତି । ପଲ୍ଲୀର ଶାନ୍ତ-ଶୀତଳ, କାନ୍ତ-କୋମଳ, ଲଳିତ-ମଧୁର ଜୀବନାଲେଖ୍ୟ ମାନବ ପାଇଁ ଯେ କେତେ ପ୍ରୀତିପ୍ରଦ, ତାହା ଉଲ୍ଲେଖ କରି ମନରେ ମାଟି ପ୍ରତି ମୋହ ସୃଷ୍ଟି କରିବାକୁ ପ୍ରୟାସ କରିଛନ୍ତି କବି । ଜନ୍ମଭୂମିର ମାଟି ମା’ ପରି ଜୀବନଧାତ୍ରୀ ।

‘‘ଜନନୀ, ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ ।’’

ସୁଶୀତଳ ଜଳ ରୂପରେ ମାଟି ମା’ର ସ୍ତନ୍ୟପାନରେ ବ୍ୟକ୍ତିର ଶିଶୁପ୍ରାଣ ହୁଏ ସଞ୍ଜୀବିତ । ସ୍ନେହ, ମମତା ଓ କରୁଣା ଦାନରେ ପରିପାଳନ କରିଥାଏ ମାଟି ମା’ । ପଲ୍ଲୀମାଟିର ଫଳ, ପୁଷ୍ପ, ଶାକ, ତଣ୍ଡୁଳରେ ପରିପୁଷ୍ଟ ହୋଇଥାଏ ତା’ର ଶିଶୁପ୍ରାଣ । ଧାତ୍ରୀ ପରି ଜଳ, ବାୟୁ, ଆଲୋକ ଦେଇ ଯତ୍ନରେ ପରିପାଳନ କରିଥାଏ ସେ । ପୁନଶ୍ଚ ଶିକ୍ଷୟିତ୍ରୀ ଭୂମିକାରେ ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ ଦେଇ ଇନ୍ଦ୍ରିୟାନୁଭୂତିର ଶିକ୍ଷା ସେ ହିଁ ଦେଇଥାଏ ।

ସେହି ମାଟି ମା’ର ମମତା-ପଖଳା ଆଦର ଓ ଅନାବିଳ ସ୍ନେହକୁ ଭୁଲିଯାଇ ବିମାତା ଯନ୍ତ୍ରଦାନବୀ କୋଳକୁ କେଉଁ ଭରସାରେ ସେ ଆଦରି ନେଇପାରିଲା ବୋଲି କବି ମଣିଷ ଜାତିକୁ ପ୍ରଶ୍ନ କରିଛନ୍ତି । ନିଜ ସନ୍ତାନକୁ ହରାଇ ମାଟି ମାଆ ଦୁଃଖରେ ଭାଙ୍ଗିପଡ଼ିଛି ବୋଲି କବି କହିଛନ୍ତି । ବିବର୍ଷ କଳେବର ଓ ମଳିନ ମୁଖ ଧରି ଉଦାସ ପ୍ରାଣରେ ସେ ଚାହିଁ ରହିଛି ସନ୍ତାନର ଫେରିବା ବାଟକୁ । ପଥହରା ପଲ୍ଲୀବାସୀଙ୍କୁ ମାଟି ମା’ କୋଳକୁ ଫେରି ଆସିବାପାଇଁ ବ୍ୟାକୁଳ ଭାବରେ କବି ଅନୁରୋଧ କରିଛନ୍ତି । ତାଙ୍କ ଭାଷାରେ–

“ ଏ ତୋହ ମାଆର ବକ୍ଷ-ଉଛୁଳା ଗଭୀର ସେନେହ ଭୁଲି
କେଉଁ ପରି ଆଜି ଭରସା କରିଛୁ ଯନ୍ତ୍ରଚିତାର ଚୁଲି ?
ଅନା ଅନା ଫେରି ଥରେ,
ଅନା ଅନା ତୋର ଦୃଷ୍ଟି ଫେରାଇ ମଳିନ ଏ ମାଟି ପରେ ।’’

ସନ୍ତାନ-ବିରହ-ବିଧୂରା, କ୍ରନ୍ଦନରତା ମାଟି ମାଆର ବିଷଣ୍ଣ ରୂପକୁ ଥରେ ଦୃଷ୍ଟିଦେବାକୁ କବି ଯନ୍ତ୍ର-ମଣିଷକୁ ଅନୁରୋଧ କରିଛନ୍ତି । ଦିନ ଥିଲା, ଯେବେ ତା’ର ମାଟିଲିପା ଗୃହାଙ୍ଗନରେ ଆସି ମହାଲକ୍ଷ୍ମୀ ବିରାଜମାନ କରୁଥିଲେ । ହସି ଉଠୁଥିଲା ତା’ର ଗୃହ ପରିବେଶ, ହସି ଉଠୁଥିଲା ତା’ର ଖଳା-ଅମାର, କ୍ଷେତ-ଖମାର । ତା’ ହାତର ସ୍ପର୍ଶରେ କ୍ଷେତରେ ଲୋଟି ପଡୁଥୁଲା ସୁନାର ଫସଲ । ତା’ ବିହୁନେ ସେହି ଶସ୍ୟ-ଶ୍ୟାମଳା କ୍ଷେତ ଆଜି ରୁକ୍ଷ ଟାଙ୍ଗରା ଭୂମିରେ ପରିଣତ ହୋଇଛି । କୋଳାହଳ ମୁଖରିତ ଗ୍ରାମଭୂମିରେ ଆଜି ବିରାଜମାନ କରୁଛି ଶ୍ମଶାନ ଭୂମିର ନୀରବତା ।

କବିଙ୍କ ଜନ୍ମସ୍ଥଳୀ ଗ୍ରାମଭୂମି, ତାଙ୍କ ଦୃଷ୍ଟିରେ ମର୍ତ୍ତ୍ୟ-ବୈକୁଣ୍ଠ । ପଲ୍ଲୀଭୂମିର ସରଳ ଗ୍ରାମବାସୀଙ୍କ ସାବଲୀଳ ଜୀବନଶୈଳୀର ମାଦକତା ଚିର ଅଭୁଲା । କ୍ଷେତର କର୍ଷିତ ମୁଭିକା ପ୍ରଥମ ବାରିପାତ ସ୍ପର୍ଶରେ ଯେଉଁ ନିଆରା ମଧୁଗନ୍ଧର ମହକ ପରଶିଯାଏ, ତାହା ପରିବେଶକୁ କରେ ଆମୋଦିତ । ସେହି ମାଟି ଗନ୍ଧର ମଧୁର ମହକ ମାଟି ମଣିଷର ସ୍ମୃତିରେ କ’ଣ ଜାଗରିତ ହେଉନାହିଁ ? ଦିନ କେତୁଟାରେ ସେହି ସୁଖ ସ୍ମୃତିର ଅନୁଭୂତି କ’ଣ ବିସ୍ମରଣ ହୋଇଯାଇଛି ବୋଲି କବି ଯନ୍ତାନୁରାଗୀ ମାନବକୁ ପ୍ରଶ୍ନ କରିଛନ୍ତି ।

ପକ୍ବସ୍ପର୍ଶ ଧାନ୍ୟକ୍ଷେତର ମନମତାଣିଆ ସୁରଭି କ’ଣ ଏତେ ଶୀଘ୍ର ତା’ ସ୍ମୃତିପଥରୁ ଉଭେଇଗଲା ? ଭରା ଫସଲର କ୍ଷେତ ଦେଖୁ ଯିଏ ଦିନେ ଆନନ୍ଦରେ ଆତ୍ମହରା ହୋଇଉଠୁଥୁଲା, ସେ ଆଜି ଶିଳ୍ପ ଆବର୍ଜନାର ପୂତିଗନ୍ଧମୟ ପରିବେଶକୁ କିପରି ଆପଣେଇ ନେଇପାରିଲା ? କବିଙ୍କ ଭାଷାରେ–

ଦିଗନ୍ତ-ଭରା ପକ୍ୱଧାନର ମନମତାଣିଆ ଗଦ
ହୃଦୟେ ତୋହର, ପରାଣେ ତୋହର ଜଗାଉ ନାହିଁକି ସ୍କନ୍ଦ ?

୍ରାମ୍ୟ -ପରିବେଶ -ମୁଗ୍ଧ କବିଙ୍କ ମନରେ କିଶୋର ବୟସର ସୁମଧୁର ସ୍ମୃତି ଜାଗ୍ରତ ହୋଇଛି । ଆଖୁ କିଆରୀର ଛାଇତଳେ ବସି ଖେଳ-କୌତୁକରେ ମାତିବାର ସ୍ମୃତି ଓ ପୌଷ ପ୍ରଭାତରେ ଆଖୁରସର ଅମୃତ ସ୍ବାଦକୁ କବି ଭୁଲିପାରି ନାହାନ୍ତି । ଗାଁ ବାଡ଼ି ବଗିଚାର ଘନ ସବୁଜିମା ମଧ୍ଯରେ ଶୁଭ୍ର କପାଫୁଲର ଶୋଭା ରାତ୍ରି ଆକାଶର‘ବିଚ୍ଛୁରିତ ତାରକା ତୁଲ୍ୟ ଅନୁପମ ସୌନ୍ଦର୍ଯ୍ୟ ପରିପ୍ରକାଶ କରେ । ବାଡ଼ି ପଛ କ୍ଷେତରେ ହଳଦୀ ଗୁରୁଗୁରୁ ସୋରିଷ ଫୁଲର ଅନୁପମ ବର୍ଷବିଭା ମନକୁ ଉଲ୍ଲସିତ କରେ ।

ଗାଁ ମୁଣ୍ଡଦେଇ ସର୍ପିଳ ଗତିରେ ବହିଯାଉଥବା ଛଇଳ-ଚପଳ ନଈତୁଠରୁ କାଖରେ କାଚକେନ୍ଦୁ ପାଣିର କଳସୀ ଧରି ପଲ୍ଲୀପଥରେ ସୁମଧୁର ସ୍ମୃତି ତ କେବେବି ଭୁଲିବା ସମ୍ଭବ ନୁହେଁ ! ତେବେ, ଯନ୍ତ୍ର ସଭ୍ୟତାର କେଉଁ ଦୁର୍ବାର ଆକର୍ଷଣ ମଣିଷ ମନରୁ ତା’ର ବଂଶୀରେ ବେସୁରା ରାଗିଣୀ ତୋଳେ ଗୋଷ୍ଠବିହାରୀ ଗୋପାଳ ବାଳକ । ମନୋମୁଗ୍ଧକର ସେହି ନିଆରା ଗ୍ରାମ୍ୟ ପରିବେଶର ସୁମଧୁର ସ୍ମୃତି ତ କେବେବି ଭୁଲିବା ସମ୍ଭବ ନୁହେଁ ! ତେବେ, ଯନ୍ତ୍ର ସଭ୍ୟତାର କେଉଁ ଦୁର୍ବାର ଆକର୍ଷଣ ମଣିଷ ମନରୁ ତା’ର ନିଷ୍ଠାପ, ସରଳ ଚୈତ୍ତସଭାକୁ କିପରି କାଢ଼ିନେଲା ତାହା ଚିନ୍ତାକରି କବି ବିସ୍ମୟ ପ୍ରକାଶ କରିଛନ୍ତି ।

କବି ଅନୁଭବ କରିଛନ୍ତି ଯେ ବସ୍ତୁବାଦୀ ଚେତନା ତା’ର ଚିନ୍ମୟ ଜୀବନ ସତ୍ତାକୁ କଳୁଷିତ କରିଦେଇଛି । ଅର୍ଥର ମୋହ ତା’ ହୃଦୟକୁ ବିଷାକ୍ତ କରିଦେଇଛି । ତେଣୁ ଚାକଚକ୍ୟଭରା ଜୀବନଶୈଳୀକୁ ଆପଣେଇ ନେଇ ସେ ଭୁଲିଯାଇଛି ମାଟି ମା’ର ସ୍ନେହ ସୋହାଗ । ଯନ୍ତ୍ରପୁରୀର ବନ୍ଦୀଶାଳା ଭିତରେ ତା’ର ସରଳ, ସୁକୋମଳ ମନ ଇସ୍ପାତ ପରି କଠିନ ହୋଇଯାଇଛି । ଜଡ଼-ମାୟାରେ ଆଚ୍ଛନ୍ନ ହୋଇ ଜୀବନର ସାବଲୀଳତାରୁ ସେ ଦୂରେଇଯାଇଛି । ଶାନ୍ତ-କାନ୍ତ ମାଟିର ମଣିଷ ଅଶାନ୍ତି ଓ ଅସନ୍ତୋଷର ଦାବାନଳରେ ଯେ ଦଗ୍ଧଭୂତ ହେବାରେ ଲାଗିଛି ଏହା ହୁଏତ ସେ ହୃଦୟଙ୍ଗମ କରିପାରୁ ନାହିଁ । ଛନ୍ଦ-ରସିକ କବି ମଣିଷ ହୃଦୟର ଏତାଦୃଶ ପରିବର୍ତ୍ତନ ଲକ୍ଷ୍ୟକରି ବିଷାଦିତ ହୋଇଛନ୍ତି । ତାଙ୍କ ଭାଷାରେ –

‘ଯନ୍ତ୍ରତଳେ ତ ପରାଣ ନାହିଁରେ ମରଣର ତହିଁ ଘର
ଦିନ ରାତି ତହୁଁ ଚିତାର କୁହେଳି ହେଉଅଛି ଉତ୍‌ଥଳ ।’’

ଦୂରଦୃଷ୍ଟିସମ୍ପନ୍ନ କବି ଆଧୁନିକ ଯନ୍ତ୍ର ମାନବର ଅନ୍ଧକାର ଭବିଷ୍ୟତକୁ ଦେଖ୍ ପାରିଛନ୍ତି ତାଙ୍କ କଳ୍ପନେତ୍ରରେ । ତାକୁ ଦିନେ ସେହି ଯନ୍ତ୍ର ଚୁଲିର ଲେଲିହାନ ଅଗ୍ନିଶିଖାରେ ପତଙ୍ଗ ତୁଲ୍ୟ ଝାସ ଦେବାକୁ ପଡ଼ିବ ବୋଲି କବି ଆଶଙ୍କା ପ୍ରକଟ କରିଛନ୍ତି । ଅନବରତ ଚିତାର କୁହେଳି ଉତ୍‌ଥୁତ ହେଉଥ‌ିବା ଯନ୍ତ୍ରପୁରୀ ଯେକୌଣସି ମୁହୂର୍ଭରେ ଯେ ମୃତ୍ୟୁର ଦୂତ ପରି ସମ୍ମୁଖରେ ଉଭାହୋଇ ତା’ର ଜୀବନ ନାଟିକାରେ ଯବନିକା ପାତ କରିପାରେ, ଏହା କହି ସେ ସତର୍କ କରି ଦେଇଛନ୍ତି ଶିଳ୍ପ-ସଭ୍ୟତାନୁରାଗୀ ଆଧୁନିକ ମଣିଷକୁ ।

ପ୍ରାଣହୀନ ସେହି ଯନ୍ତ୍ରଶାଳାର ମୃତ୍ୟୁକୋଠରି ମଧ୍ୟରୁ ବାହାରି, ବୈକୁଣ୍ଠ ସମାନ ମାଟି ମା’ କୋଳକୁ ଫେରି ଆସିବାକୁ କବି ଯନ୍ତ୍ରାନୁରକ୍ତ ମାନବକୁ ଆହ୍ଵାନ କରିଛନ୍ତି । ମାତୃଗର୍ଭରୁ ପଡ଼ି ଯେଉଁ ମାଟି ଉପରେ ସେ ପ୍ରଥମ ଆଲୋକ ଦର୍ଶନ କରିଥିଲା, ସେହି ମାଟି ହିଁ ତା’ପାଇଁ ସ୍ବର୍ଗ, ତା’ର ଇହକାଳ ଓ ପରକାଳର ଚିରସାଥୀ । ଜନ୍ମ ଜନ୍ମାନ୍ତର ଧରି ତାକୁ ସେହି ମାଟି ମା’ କୋଳରେ ହିଁ ଆବିର୍ଭୂତ ହେବାକୁ ପଡ଼ିବ । ସେହି ଜନ୍ମମାଟିର ସୁମଧୁର ସାନ୍ନିଧ୍ଯ ହିଁ କେବଳ ତାକୁ ଦେଇପାରିବ ବାସ୍ତବ ଆନନ୍ଦ, ଚିରନ୍ତନ ସୁଖ ଓ ସମୃଦ୍ଧିର ରାହା । ତେଣୁ ଯନ୍ତ୍ରତ୍‌ତ ଧୂମକୁଣ୍ଡଳୀ ମଧ୍ଯରେ ଧୂମାୟିତ ହୋଇଯିବା ପୂର୍ବରୁ ଜନ୍ମମାଟିକୁ ଫେରିଆସିବାକୁ ଆବେଗଭରା ଆହ୍ଵାନ ଦେଇ କବି ଗାଇ ଉଠିଛନ୍ତି-

‘‘ ମାଟିର ଅଙ୍କେ ଜନ୍ମ ପାଇବୁ ଝରରେ ତାହାରି ପରେ
ମାଟିର ବକ୍ଷେ ଜନ୍ମ ଲଭିବୁ ନବ ଜନ୍ମାନ୍ତରେ ।
ଫେରିଆ ପୂରୁବ ପଥେ,
ଅକାରଣେ ଆଉ ଧୂଆଁ ହ ନାହିଁ ଯନ୍ତ୍ର-ଧୂଆଁର ସାଥେ ।’’

BSE Odisha 9th Class Odia Solutions Chapter 7 ମାଟିର ମଣିଷ

ବିଷୟଗତ ଶବ୍ଦ ଓ ଅର୍ଥ :

  • ମୁଗ୍ୱ – ମୋହିତ ।
  • ରୁଦ୍ର – ଶିବ / ଭୟଙ୍କର ।
  • ଫଉଜ- ସୈନ୍ୟ ଦଳ ।
  • ରବ – ଶବ୍ଦ କୋଳାହଳ ।
  • ଉଳ୍ହ – ଦୀର୍ଘ ନିଃଶ୍ବାସ ।
  • ବହ୍ନି – ନିଆଁ ।
  • ଉତ୍ତ।ନେ – ଊର୍ଦ୍ଧ୍ୱମୁଖରେ ।
  • ସ୍ତନ୍ୟଦାନେରେ – କ୍ଷୀରପାନରେ ।
  • ବକ୍ଷ – ଛାତି ।
  • ଗହନ – ଦୁର୍ଗମ ।
  • ଦା ନବ – ରାକ୍ଷସ ।
  • ଭୈରବ – ଭୀଷଣ ।
  • ଧୂମ – ଧୂଆଁ ।
  • ମୌନ ନଭେ – ନିର୍ମଳ ଆକାଶରେ ।
  • ଜୀବନଧାତ୍ରୀ – ଜୀବନର ସେବାକାରୀ ।
  • ବପୁଳ – ପ୍ରଚୁର / ମହତ / ଗଭୀର ।
  • ପୁଷ୍ନ – ପ୍ରତିପାଳିତ / ହୃଷ୍ଟପୁଷ୍ଟ ।
  • ଯନ୍ତ୍ର ଚିତା – ଯନ୍ତ୍ରରୂପକ ମରଣ ଭୂଇ ।
  • ଉରସ – ବକ୍ଷସ୍ଥଳ
  • ସୁରଭି – ସୁଗନ୍ଧଯୁକ୍ତ / ସୁବାସ ।
  • ଉଲ୍ଲାସ – ବକ୍ଷସ୍ଥଳ
  • ପକ୍ୱ – ପାଚିଲା ।
  • ମଧୁର – ହଳଦ୍ଵାରା କର୍ଷିତ ।
  • ହୃଦୟେ – ଛାତିରେ ।
  • ସ୍ସଦ – ସ୍ସଦନ
  • ମଧୁର – ମିଠା ।
  • ମନଲୋଭା – ମନଛୁଆଁ ।
  • ଗୋଷବିହାରୀ – ଗୋଠରେ ବୁଲୁଥିବା ।
  • ଗୋପାଳ ପୁଅ – ଗଉଡ଼ ପୁଅ ।
  • ବେଣୁ – ବଂଶୀ ।
  • ପତଙ୍ଗମ – ପତଙ୍ଗ ।
  • ଜନ୍ମ।ନ୍ତରେ – ପରଜନ୍ମରେ ।
  • ନବ – ନୂଆ ।
  • ପଥେ – ବାଟରେ ।
  • ସ୍ନତିପଥେ – ମନ ମଧ୍ୟରେ ।
  • ଅନ୍ତରେ – ହୃଦୟରେ ।
  • ବିଭା – ଦୀପ୍ତି / ସୌନ୍ଦର୍ଯ୍ୟ ।
  • ଜଳ-ବର୍ଷିତ – ଜଳଦ୍ଵାରା ବର୍ଷିତ ।
  • ଚଷେ – ଆଖୁରେ ।
  • ପର।ଣେ – ପ୍ରାଣରେ ।
  • ଅମୟ – ଅମୃତ / ସ୍ଵାଦିଷ୍ଟ ।
  • ଦୋରୁଅ – ଆଖୁର ରସ।
  • ସ୍ନିଗ୍ଧ – ଆନନ୍ଦଦାୟକ / ଚିକ୍‌କଣ ।
  • ଧେନୁ – ଗାଈ ।
  • ମୂଚ୍ଛତ – ଆରୋହଣ ଆରୋହଣର ସ୍ଵର ବା ମୂର୍ଦ୍ଧନା ।
  • ସନ୍ତକ – ସ୍ମାରକ ବସ୍ତୁ ।
  • ଉର୍ବର – ସରସ ।
  • ବକ୍ଷେ – ଛାତିରେ ।
  • ପୂରୁବ – ପୂର୍ବ ।
  • ଉତ୍ଥଳ – ଉଛୁଳା ।
  • ଚିତ୍ତ – ମନ ।
  • ନଭ – ଆକାଶ ।
  • ଅଙ୍କ – ଶରୀର ।
  • ବଣ୍ଣ – ରଙ୍ଗ ।
  • ଚିତା – ମଶାଣି ଚୁଲାରେ ସଜ୍ଜିତ କରି ରଖାଯାଇଥିବା କାଠ, ଯାହା ଉପରେ ମୃତ ଶରୀର କୁ ଶୁଆଇ ଦାହ କରାଯାଏ ।
  • ରୁକ୍ଷ – କର୍କଶ / ଶୁଷ୍କ ।
  • ଜାତକ – ଜନ୍ମପତ୍ରିକା ।
  • ମୋହ – ଆସକ୍ତି ।
  • ଛଇଳ – ରସିକ ।
  • ଚପଳ – ଅସ୍ଥିର / ଚଞ୍ଚଳ ।
  • ଛଇ – ଭଙ୍ଗୀ ।
  • ଧୀର – ଗମ୍ଭୀର / ପଣ୍ଡିତ ।
  • କୁତ୍ଥଳ – କୁହୁଡ଼ି ।
  • ଉତ୍ଥଳ – ଉଚ୍ଛୁଳା ।
  • ଦ୍ରଷ୍ନ। – ଯେ ଦେଖିପାରେ ।

Leave a Comment