Odisha State Board CHSE Odisha Class 12 Odia Solutions Chapter 6 ତପସ୍ବିନୀର ପତ୍ର Textbook Exercise Questions and Answers.
CHSE Odisha Class 12 Odia Chapter 6 ତପସ୍ବିନୀର ପତ୍ର Question Answer
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର
(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।
Question ୧ ।
ଶରଣ-ବତ୍ସଳ-ଧ୍ବଜ ରିପୁ-ଗଜାଙ୍କୁଶ – ଏଥରେ ଧ୍ଵଜ ଶବ୍ଦର ଅର୍ଥ _____ ।
(i) ରକ୍ଷକ
(ii) ପତାକା
(iii) ଶତ୍ରୁ
(iv) ମିତ୍ର
Answer:
(ii) ପତାକା
Question ୨ ।
‘ନବବାମା’ ବୋଲି କବି କାହାକୁ କହିଛନ୍ତି ?
(i) ସୀତା
(ii) ସୁନାର ସୀତା
(iii) ନବ ବିବାହିତା ଦ୍ବିତୀୟ ପତ୍ନୀ
(iv) ରୁକ୍ମିଣୀ
Answer:
(iii) ନବ ବିବାହିତା ଦ୍ବିତୀୟ ପତ୍ନୀ
Question ୩ ।
ରାମଚନ୍ଦ୍ରଙ୍କର ସଦ୍ଗୁଣାବଳୀ ଶତଗୁଣିତ ହେଉଥବ କାହିଁକି ?
(i) ସୀତାଙ୍କ ସ୍ମୃତିକୁ ମନେ ପକାଇ
(ii) ଲବ କୁଶଙ୍କ ପରିଚୟ ପାଇ
(iii) ମୁଗ୍ଧ ନବବଧୂକୁ ମୁଗ୍ଧ କରିବାପାଇଁ
(iv) ଋଷିମାନଙ୍କୁ ଆନନ୍ଦ ପ୍ରଦାନ କରିବାପାଇଁ
Answer:
(iii) ମୁଗ୍ଧ ନବବଧୂକୁ ମୁଗ୍ଧ କରିବାପାଇଁ
Question ୪ ।
ତାପସଙ୍କ ଅଶାନ୍ତି-ନାଶକ ବୋଲି କାହାକୁ କୁହାଯାଇଛି ?
(i) ରାମଚନ୍ଦ୍ର
(ii) ରାବଣ
(iii) ସୀତା
(iv) ବାଲ୍ମୀକି
Answer:
(i) ରାମଚନ୍ଦ୍ର
Question ୫ ।
ସୀତା, ରାମଚନ୍ଦ୍ରଙ୍କୁ ଚିଠି ଲେଖି କ’ଣ ମାଗିଥିଲେ ?
(i) ପୁଅ ଦୁହିଙ୍କୁ ରାଜଭୋଗ ପ୍ରଦାନ କରିବାପାଇଁ
(ii) ନବ ପ୍ରଣୟିନୀଙ୍କୁ ବାହାର କରିଦେବାପାଇଁ
(iii) ନବ ପ୍ରଣୟିନୀ କେଉଁ ଘୋର ତପସ୍ୟା କରି କେଉଁ ମନ୍ତ୍ର ଜପ କରି ରାମଚନ୍ଦ୍ରଙ୍କୁ ବର ରୂପେ ପାଇଲେ ଜଣାଇବାପାଇଁ
(iv) ତାଙ୍କ ଦୋଷ କ୍ଷମା କରିଦେବାପାଇଁ
Answer:
(iii) ନବ ପ୍ରଣୟିନୀ କେଉଁ ଘୋର ତପସ୍ୟା କରି କେଉଁ ମନ୍ତ୍ର ଜପ କରି ରାମଚନ୍ଦ୍ରଙ୍କୁ ବର ରୂପେ ପାଇଲେ ଜଣାଇବାପାଇଁ
Question ୬ ।
ସୀତାଙ୍କ ପୁତ୍ରଦ୍ଵୟ କିପରି ଜନନୀଙ୍କ ଜୀବନ କନ୍ଦାଉ ଥିଲେ ?
(i) ପରସ୍ପର ମଧ୍ୟରେ କଳହ କରି
(ii) ବୀଣା ସହକାରେ ରାମାୟଣ ଗାନ କରି
(iii) ରାମଚନ୍ଦ୍ରଙ୍କ କଥା ମନେ ପକାଇ
(iv) ପିତାଙ୍କ ପରିଚୟ ପଚାରି
Answer:
(ii) ବୀଣା ସହକାରେ ରାମାୟଣ ଗାନ କରି
Question ୭ ।
ତରୁଲତାଗଣ କ’ଣ ଶୁଣି ଅଥୟ ହୁଅନ୍ତି ?
(i) ସୀତାଙ୍କ କ୍ରନ୍ଦନ
(ii) ଲବ-କୁଶଙ୍କ ରାମାୟଣ ଗାନ
(iii) ଋଷିମାନଙ୍କର ଓଁକାର ଧ୍ଵନି
(iv) ଋଷିକୁମାରମାନଙ୍କର ବେଦ ଧ୍ଵନି
(ii) ବୀଣା ସହକାରେ ରାମାୟଣ ଗାନ କରି
Answer:
(ii) ଲବ-କୁଶଙ୍କ ରାମାୟଣ ଗାନ
Question ୮ ।
ସୀତାଙ୍କ ଶିଶୁଦ୍ଵୟଙ୍କ ମନ କ’ଣ ପାଇଁ ସେମାନଙ୍କୁ ଆକର୍ଷିତ କରି ନେଉଥ୍ଲା ?
(i) ରାମଚନ୍ଦ୍ରଙ୍କ ପଦପଙ୍କଜ ଦର୍ଶନ କରିବାପାଇଁ
(ii) ରାଜା ରାମଙ୍କ ନିକଟରେ ରାମାୟଣ ଗାନ କରିବାପାଇଁ
(iii) ମାତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବାପାଇଁ
(iv) ଅଯୋଧ୍ୟା ଯାଇ ନିଜର ପିତାଙ୍କୁ ପରିଚୟ ଦେବାପାଇଁ
Answer:
(iv) ରାମଚନ୍ଦ୍ରଙ୍କ ପଦପଙ୍କଜ ଦର୍ଶନ କରିବାପାଇଁ
Question ୯ ।
କ’ଣ ଶୁଣି ସୀତାଙ୍କର ହୃଦୟ ହାଣି ହୋଇ ଯାଉଥିଲା ?
(i) ଶିଶୁଦ୍ୱୟଙ୍କ କ୍ରନ୍ଦନ
(ii) ରାମଚନ୍ଦ୍ରଙ୍କ ଗତ ଦୁଃଖର କାହାଣୀ
(iii) ଜନକଙ୍କ ଅସୁସ୍ଥତା
(iv) ରାମଚନ୍ଦ୍ରଙ୍କ ଅଶ୍ଵମେଧ ଯଜ୍ଞ
Answer:
(ii) ରାମଚନ୍ଦ୍ରଙ୍କ ଗତ ଦୁଃଖର କାହାଣୀ
Question ୧୦ ।
ରାମଚନ୍ଦ୍ର ସୀତାଙ୍କ ପ୍ରେମକୁ କାହିଁକି ସ୍ଵପ୍ନ ମନେକରିବେ ବୋଲି ସୀତା ଲେଖିଛନ୍ତି ?
(i) ନବ ପ୍ରଣୟିନୀର ମୁଖ ଦର୍ଶନ କରି
(ii) ରାଜକାର୍ଯ୍ୟରେ ବ୍ୟସ୍ତ ରହି
(iii) ପୁତ୍ରଦ୍ଵୟଙ୍କ ପରିଚୟ ପାଇ
(iv) ରାମାୟଣର କଥା ଶ୍ରବଣ କରି
Answer:
(i) ନବ ପ୍ରଣୟିନୀର ମୁଖ ଦର୍ଶନ କରି
Question ୧୧।
ସୀତା ପତ୍ର ଲେଖୁଥିଲା ବେଳେ କିଏ ହସି ହସି ପହଞ୍ଚିଲେ ?
(i) ବାଲ୍ଲୀକି
(ii) ଲବକୁଶ
(iii) ସଖୀ
(iv) ରାମଙ୍କ ଦୂତ
Answer:
(ii) ଲବକୁଶ
(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।
Question ୧।
ତପସ୍ବିନୀ କିଏ ?
Answer:
ରାମଚନ୍ଦ୍ରଙ୍କଦ୍ଵାରା ନିର୍ବାସିତା ହୋଇ ବାଲ୍ମୀକି ଆଶ୍ରମରେ ସନ୍ନ୍ୟାସିନୀ ଭାବରେ ରହିଥିବା ‘ସୀତା ହେଉଛନ୍ତି
Question ୨।
ତପସ୍ବିନୀର ପତ୍ର କାହା ଉଦ୍ଦେଶ୍ୟରେ ଲିଖ୍ ?
Answer:
ତପସ୍ବିନୀ ସୀତାଙ୍କର ପତ୍ର, ସ୍ଵାମୀ ତଥା ଅଯୋଧ୍ୟା ନରେଶ ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଲିଖ୍ ।
Question ୩ ।
ଶରଣବତ୍ସଳ ବୋଲି କବି କାହାକୁ କହିଛନ୍ତି ?
Answer:
ଶରଣବତ୍ସଳ ବୋଲି କବି ରଘୁବୀର ରାମଚନ୍ଦ୍ରଙ୍କୁ କହିଛନ୍ତି ।
Question ୪ ।
ଦୁଃଖଗିରିର ବଜ୍ର କିଏ ?
Answer:
ରାମଚନ୍ଦ୍ର ପ୍ରଜାଙ୍କ ଦୁଃଖ ଦୂର କରୁଥିବାରୁ ସେ ହେଉଛନ୍ତି ଦୁଃଖ ରୂପକ ଗିରିର ବଜ୍ର ସଦୃଶ ।
Question ୫ ।
ଦୀନ ଭିଖାରୁଣୀ ବୋଲି କାହାକୁ କୁହାଯାଇଛି ?
Answer:
ଦୀନ ଭିଖାରୁଣୀ ବୋଲି ସୀତାଙ୍କୁ କୁହାଯାଇଛି ।
Question ୬ ।
ରାଜରାଜେଶ୍ଵର କିଏ ?
Answer:
ରାଜରାଜେଶ୍ଵର ହେଉଛନ୍ତି ରଘୁବୀର ରାମଚନ୍ଦ୍ର ।
Question ୭ ।
ମହାଯଜ୍ଞରେ କିଏ ଦୀକ୍ଷିତ ହୋଇଥବେ ବୋଲି କୁହାଯାଇଛି ?
Answer:
ମହାଯଜ୍ଞରେ ଅଯୋଧ୍ୟାର ରାଜା ରାମଚନ୍ଦ୍ର ଦୀକ୍ଷିତ ହୋଇଥବେ ବୋଲି କୁହାଯାଇଛି ।
Question ୮ ।
ନବବାମା ବୋଲି କାହାକୁ କୁହାଯାଇଛି ?
Answer:
ନବବିବାହିତା ଦ୍ୱିତୀୟ ପତ୍ନୀକୁ ନବବାମା ବୋଲି କୁହାଯାଇଛି ।
Question ୯ ।
ଯଜ୍ଞକାଳରେ ମହାରାଜାଙ୍କ ବାମଭାଗରେ କିଏ ଶୋଭା ପାଉଥିବେ ବୋଲି ସୀତା ପତ୍ରରେ ଲେଖିଛନ୍ତି ?
Answer:
ଯଜ୍ଞକାଳରେ ମହାରାଜାଙ୍କ ବାମଭାଗରେ ନବବାମା ଶୋଭା ପାଉଥିବେ ବୋଲି ସୀତା ପତ୍ରରେ ଲେଖିଛନ୍ତି ।
Question ୧୦ ।
ଯଜ୍ଞକାଳରେ ରାମଚନ୍ଦ୍ରଙ୍କ ସଦ୍ଗୁଣ କାହିଁକି ବଢ଼ିଯାଉଥବ ବୋଲି କୁହାଯାଇଛି ?
Answer:
ମୁଗ୍ଧ-ବଧୂ ମୁଗ୍ଧ ହେବ ବୋଲି ଯଜ୍ଞକାଳରେ ରାମଚନ୍ଦ୍ରଙ୍କ ସଦ୍ଗୁଣ ବଢ଼ିଯାଉଥବ ବୋଲି କୁହାଯାଇଛି ।
Question ୧୧ ।
କିଏ ମୁଗ୍ଧ ହେବ ବୋଲି ସୀତା ଭାବିଛନ୍ତି ?
Answer:
ସୀତାଙ୍କ ପରେ ରାମଚନ୍ଦ୍ର ଯେଉଁ ନୂଆ ରାଜକନ୍ୟାଙ୍କୁ ବିବାହ କରିଛନ୍ତି, ସେ ମୁଗ୍ଧ ହେବେ ବୋଲି ସୀତା ଭାବିଛନ୍ତି ।
Question ୧୨ ।
ମହାଯଜ୍ଞରେ ମହାରାଜା ରାମଚନ୍ଦ୍ର କ’ଣ ପ୍ରଦାନ କରୁଥିବେ ବୋଲି କୁହାଯାଇଛି ।
Answer:
ମହାଯଜ୍ଞରେ ମହାରାଜା ରାମଚନ୍ଦ୍ର କ’ଣ ପ୍ରଦାନ କରୁଥିବେ ବୋଲି କୁହାଯାଇଛି ।
Question ୧୩ ।
‘ଦାନବାରିସ୍’ ବୋଲି ସୀତା କାହାକୁ ସମ୍ବୋଧନ କରିଛନ୍ତି ?
Answer:
ମହାରାଜା ରାମଚନ୍ଦ୍ରଙ୍କୁ ‘ଦାନବାରିସ୍’ ବୋଲି ସୀତା ସମ୍ବୋଧନ କରିଛନ୍ତି ।
Question ୧୪ ।
ତପସ୍ବୀମାନଙ୍କର ଅଶାନ୍ତିନାଶକ କିଏ ?
Answer:
ତପସ୍ବୀମାନଙ୍କର ଅଶାନ୍ତିନାଶକ ହେଉଛନ୍ତି ରଘୁବୀର ରାମଚନ୍ଦ୍ର ।
Question ୧୫ ।
କେଉଁମାନଙ୍କୁ ରାଜା ରାମଚନ୍ଦ୍ରଙ୍କର କିଛି ଅଦେୟ ନଥିଲା ?
Answer:
ତାପସମାନଙ୍କୁ ରାଜା ରାମଚନ୍ଦ୍ରଙ୍କର କିଛି ଅଦେୟ ନଥିଲା ।
Question ୧୬ ।
‘ମୋତେ ନ କରିବ ହେୟ’ କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ସୀତା ନିଜକୁ ତପସ୍ବିନୀ ବୋଲି ପରିଚୟ ଦେଇ, ‘ମୋତେ ନ କରିବ ହେୟ’ ବୋଲି କହିଛନ୍ତି ।
Question ୧୭ ।
ଜନତା ଭକ୍ତି ସହକାରେ କାହାକୁ ଦେଖୁଥିବେ ବୋଲି କୁହାଯାଇଛି ?
Answer:
ଜନତା ଭକ୍ତି ସହକାରେ ରାମଚନ୍ଦ୍ରଙ୍କ ଅଙ୍କଭାଜନ ହୋଇଥିବା ପତ୍ନୀକୁ ଦେଖୁଥିବେ ବୋଲି କୁହାଯାଇଛି ।
Question ୧୮।
ସୀତା ରାମଚନ୍ଦ୍ରଙ୍କୁ କ’ଣ ଜଣାଇ ଦେବାକୁ ଲେଖିଥିଲେ ?
Answer:
ରାମଚନ୍ଦ୍ରଙ୍କ ଅଙ୍କ ମଣ୍ଡନ କରିଥିବା ନବବାମା ପୂର୍ବେ କେଉଁ ତପ ଓ ମନ୍ତ୍ର ଜପ କରିଥିଲା, ତାହା ଜଣାଇ ଦେବାକୁ ସୀତା ଲେଖିଥିଲେ ।
Question ୧୯ ।
ଅତ୍ୟନ୍ତ ଅବୋଧ ବୋଲି ସୀତା କାହାକୁ କହୁଛନ୍ତି ?
Answer:
ଅତ୍ୟନ୍ତ ଅବୋଧ ବୋଲି ସୀତା ତାଙ୍କର ପୁତ୍ର ଲବ-କୁଶଙ୍କୁ କହିଛନ୍ତି ।
Question ୨୦ ।
ସୀତାଙ୍କର ପୁତ୍ରମାନଙ୍କର କେଉଁ ଭାଗ୍ୟ ନାହିଁ ବୋଲି କୁହାଯାଇଛି ?
Answer:
ସୀତାଙ୍କର ପୁତ୍ରମାନଙ୍କର ପିତୃ – କୋଳ ଆରୋହଣ ଭାଗ୍ୟ ନାହିଁ।
Question ୨୧ ।
ସୀତାଙ୍କ ପୁତ୍ରମାନେ କିପରି ଜନନୀର ଜୀବନ କନ୍ଦାଉଥିଲେ ?
Answer:
ସୀତାଙ୍କ ପୁତ୍ରମାନେ ବୀଣା-ତନ୍ତ୍ରୀ-ସହକାରେ ରାମାୟଣ ଗାନ କରି ଜନନୀର ଜୀବନ କନ୍ଦାଉଥିଲେ ।
Question ୨୨ ।
ସୀତାଙ୍କ ପୁତ୍ରମାନେ କେଉଁ ବାଦ୍ୟ ସହାୟତାରେ ରାମାୟଣ ଗାଉଥିଲେ ?
Answer:
ସୀତାଙ୍କ ପୁତ୍ରମାନେ ବୀଣାବାଦ୍ୟ ସହାୟତାରେ ରାମାୟଣ ଗାଉଥିଲେ ।
Question ୨୩।
ତରୁଲତାଗଣ କ’ଣ ଶୁଣି ଅଥୟ ହୁଅନ୍ତି ବୋଲି ସୀତା ଲେଖିଛନ୍ତି ?
Answer:
ତରୁଲତାଗଣ ଲବ-କୁଶଙ୍କଦ୍ବାରା ଗାନ କରାଯାଉଥିବା ରାମାୟଣ ଶୁଣି ଅଥୟ ହୁଅନ୍ତି ବୋଲି ସୀତା ଲେଖିଛନ୍ତି ।
Question ୨୪ ।
ଶିଶୁପୁତ୍ରଦ୍ଵୟ କାହା ସହିତ ଅଯୋଧ୍ୟା ଯାଉଥିଲେ ?
Answer:
ଶିଶୁପୁତ୍ରଦ୍ଵୟ ମହର୍ଷି ବାଲ୍ମୀକିଙ୍କ ସହିତ ଅଯୋଧ ଯାଉଥିଲେ ।
Question ୨୫ ।
କେଉଁଥରେ ମୁଗ୍ଧ ହୋଇ ସୀତାଙ୍କ ଶିଶୁପୁତ୍ରଦ୍ଵୟ ମହର୍ଷିଙ୍କ ସହିତ ଯାଉଥିଲେ ?
Answer:
ରାମଚନ୍ଦ୍ରଙ୍କ ଚରିତରେ ମୁଗ୍ଧ ହୋଇ ସୀତାଙ୍କ ଶିଶୁପୁତ୍ରଦ୍ଵୟ ମହର୍ଷିଙ୍କ ସହିତ ଯାଉଥିଲେ ।
Question ୨୬ ।
ସୀତାଙ୍କ ଶିଶୁପୁତ୍ରଦ୍ଵୟଙ୍କ ମନ କ’ଣ ପାଇଁ ଆକର୍ଷିତ ହୋଇଥିଲା ?
Answer:
ସୀତାଙ୍କ ଶିଶୁପୁତ୍ରଦ୍ଵୟଙ୍କ ମନ ରାମଚନ୍ଦ୍ରଙ୍କ ପଦ-ପଙ୍କଜ ଦର୍ଶନ ପାଇଁ ଆକର୍ଷିତ ହୋଇଥିଲା ।
Question ୨୭ ।
ସୀତାଙ୍କ ହୃଦୟ କେଉଁଥିରେ ହାଣି ହେଉଥିଲା ?
Answer:
ରାମଚନ୍ଦ୍ରଙ୍କ ଅତୀତର ଦୁଃଖ କାହାଣୀ ଶୁଣି ସୀତାଙ୍କ ହୃଦୟ ହାଣି ହେଉଥିଲା ।
Question ୨୮ ।
ବୈଦେହୀର ସ୍ମୃତି କିପରି ମନେପଡ଼ିବ ବୋଲି ସୀତା ଲେଖିଛନ୍ତି ?
Answer:
ଲବକୁଶଙ୍କଦ୍ବାରା ରାମାୟଣ ଗାନ ଶ୍ରବଣ ପରେ ବୈଦେହୀର ସ୍ମୃତି ମନେପଡ଼ିବ ବୋଲି ସୀତା ଲେଖିଛନ୍ତି ।
Question ୨୯ ।
କାହିଁକି ରାମଚନ୍ଦ୍ର ସୀତାଙ୍କ ପ୍ରେମକୁ ସ୍ଵପ୍ନ ପରି ମନେକରିବେ ?
Answer:
ନବ ପ୍ରଣୟିନୀର ପ୍ରଫୁଲ୍ଲ ବଦନକୁ ଚାହିଁ ରାମଚନ୍ଦ୍ର ସୀତାଙ୍କ ପ୍ରେମକୁ ସ୍ଵପ୍ନ ପରି ମନେକରିବେ ।
Question ୩୦ ।
ହୃଦୟ ବିକଳରେ ପତ୍ର ଲେଖୁଥିଲାବେଳେ ପତ୍ରଟି କାହାଦ୍ଵାରା ଧୋଇ ହୋଇ ଯାଉଥିଲା ?
Answer:
ହୃଦୟ ବିକଳରେ ପତ୍ର ଲେଖୁଥିଲାବେଳେ ପତ୍ରଟି ନୟନ ଜଳରେ ଧୋଇ ହୋଇ ଯାଉଥିଲା ।
Question ୩୧ ।
କାହାକୁ ଦେଖି ସୀତାଙ୍କ ପତ୍ର ଲିଖନ ବନ୍ଦ ହୋଇଗଲା ?
Answer:
ଲବକୁଶଙ୍କ ହସ ହସ ମୁହଁ ଦେଖି ସୀତାଙ୍କ ପତ୍ର ଲିଖନ ବନ୍ଦ ହୋଇଗଲା ।
(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ । ପ୍ରଶ୍ନର ମୂଲ୍ୟ ୨ ନମ୍ବର ।
କବିତା – ତପସ୍ବିନୀର ପତ୍ର, କବି – ସ୍ବଭାବକବି ଗଙ୍ଗାଧର ମେହେର
Question ୧ ।
ରାମଚନ୍ଦ୍ରଙ୍କଠାରେ ବିଦୁଷମାନେ କ’ଣ ଦେଖୁଥା’ନ୍ତି ?
Answer:
ରାମଚନ୍ଦ୍ର ଶରଣ-ବତ୍ସଳ ପତାକା ଧାରଣ କରିଥିବା, ଶତ୍ରୁମାନଙ୍କୁ ଆୟତ୍ତ କରିଥିବା ଏବଂ ଦୁଃଖରୂପକ ପର୍ବତରେ ବଜ୍ର ସଦୃଶ ହୋଇଥିବା ବିଦୁଷ ବା ପଣ୍ଡିତମାନେ ଦେଖୁଥା’ନ୍ତି ।
Question ୨ ।
“ଦୀନ ଭିଖାରୁଣୀ ଦୂରରୁ ନତ ଶିରେ ବନ୍ଦେ’’ କିଏ କାହାକୁ ବନ୍ଦନା କରୁଛି ?
Answer:
ତପସ୍ବିନୀ ସୀତା, ରାଜାରାଜେଶ୍ଵର ତଥା ସ୍ଵାମୀ ରାମଚନ୍ଦ୍ରଙ୍କୁ ‘ଦୀନ ଭିଖାରୁଣୀ ଦୂରୁ ନତଶିରେ ବନ୍ଦେ’ ବୋଲି
Question ୩ ।
ରାମଚନ୍ଦ୍ର କିପରି ମହାଯଜ୍ଞରେ ଦୀକ୍ଷିତ ହୋଇଥିବେ ବୋଲି ସୀତା ମନେ କରିଛନ୍ତି ?
Answer:
ନବବିବାହିତା ପତ୍ନୀଙ୍କୁ ବାମପାର୍ଶ୍ଵରେ ଉପବେଶନ କରାଇ ରାମଚନ୍ଦ୍ର ମହାଯଜ୍ଞରେ ଦୀକ୍ଷିତ ହୋଇଥିବେ ବୋଲି ସୀତା ମନେ କରିଛନ୍ତି ।
Question ୪ ।
ମୁଗ୍ଧବଧୂକୁ ମୁଗ୍ଧ କରିବାପାଇଁ ରାମଙ୍କଠାରେ କ’ଣ ବଢ଼ି ଯାଉଥବ ବୋଲି କୁହାଯାଇଛି ?
Answer:
ମୁଗ୍ଧବଧୂକୁ ମୁଗ୍ଧ କରିବାପାଇଁ ରାମଙ୍କଠାରେ ସକଳ ସଦ୍ଗୁଣ ବଢ଼ି ଯାଇଥବ ବୋଲି କୁହାଯାଇଛି ।
Question ୫ ।
ରାମଚନ୍ଦ୍ର ଯଜ୍ଞରେ କ’ଣ ସବୁ ଦାନ କରୁଥିଲେ ?
Answer:
ରାମଚନ୍ଦ୍ର ଯଜ୍ଞରେ ଅଶେଷ ରତ୍ନ, ଧନ ଓ ପାଟବସ୍ତ୍ରମାନ ଦାନ କରୁଥିଲେ ।
Question ୬ ।
ସୀତା ରାମଚନ୍ଦ୍ରଙ୍କଠାରୁ କେଉଁ ମନ୍ତ୍ର ଜାଣିବାକୁ ଚାହୁଁଥିଲେ ?
Answer:
ସୀତାଙ୍କ ମନରେ ରାମଚନ୍ଦ୍ରଙ୍କର ନବବିବାହିତା ପତ୍ନୀ ପୂର୍ବେ କେଉଁ ତପସ୍ୟା ଆଚରଣ କରିଥିଲା, କେଉଁଠାରେ କେତେକାଳ କେଉଁ ମନ୍ତ୍ର ଜପ କରିଥିଲା, ତାହା ତାଙ୍କୁ ଜଣାଇଦେବାର ଭିକ୍ଷା ଉଦୟ ହୋଇଥିଲା ।
Question ୭ ।
ସୀତା ରାମଚନ୍ଦ୍ରଙ୍କଠାରୁ କେଉଁ ମନ୍ତ୍ର ଜାଣିବାକୁ ଚାହୁଁଥିଲେ ?
Answer:
ସୀତା ରାମଚନ୍ଦ୍ରଙ୍କଠାରୁ, ନବବିବାହିତା ପତ୍ନୀ କେଉଁ ମନ୍ତ୍ର ଜପକରି ତାଙ୍କୁ ସ୍ଵାମୀ ରୂପରେ ପାଇଥିଲା, ସେହି ମନ୍ତ୍ର ଜାଣିବାକୁ ଚାହୁଁଥିଲେ ।
Question ୮ ।
କ’ଣ ପାଇଲେ ସୀତା ଶହେ ଅଶ୍ଵମେଧ ଯଜ୍ଞର ଧନ ପାଇଯିବେ ବୋଲି କହିଛନ୍ତି ?
Answer:
ରାମଚନ୍ଦ୍ରଙ୍କ ନବବଧୂ କେଉଁ ମନ୍ତ୍ର କେତେକାଳ ଜପକରି, ରାମଚନ୍ଦ୍ରଙ୍କୁ ସ୍ଵାମୀ ରୂପରେ ପାଇଥିଲା, ସେହି ମନ୍ତ୍ର ପାଇଲେ ସୀତା ଶହେ ଅଶ୍ଵମେଧ ଯଜ୍ଞର ଧନ ପାଇଯିବେ ବୋଲି କହିଛନ୍ତି ।
Question ୯ ।
‘ନ ଜାଣନ୍ତି ଜନ୍ମକାଳୁ ପିତୃ ଅନୁରାଗ’ କାହା ପ୍ରସଙ୍ଗରେ କୁହାଯାଇଛି ?
Answer:
ଯେହେତୁ ଲବକୁଶ ବାଲ୍ମୀକି ଆଶ୍ରମରେ ଜନ୍ମ ହୋଇଥିଲେ, ସେଥିପାଇଁ ‘ନ ଜାଣନ୍ତି ଜନ୍ମକାଳୁ ପିତୃ ଅନୁରାଗ’ ବୋଲି, ସେହି ଭ୍ରାତୃଦ୍ଵୟଙ୍କ ପ୍ରସଙ୍ଗରେ କୁହାଯାଇଛି ।
Question ୧୦ ।
‘କିଏ ନ କାନ୍ଦିବ ବହି ମାନବ ହୃଦୟ’ କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ସୀତାଙ୍କ ବାଳକ ପୁତ୍ରଙ୍କର ବୀଣା ତନ୍ତ୍ରୀ ସହିତ ରାମାୟଣ ଗାନ ଶୁଣିବା ପରେ ନିଶ୍ଚୟ ସମସ୍ତେ କାନ୍ଦି ପକାଇବେ ବୋଲି, ‘କିଏ ନ କାନ୍ଦିବ ବହି ମାନବ ହୃଦୟ’ ବୋଲି କୁହାଯାଇଛି ।
Question ୧୧ ।
କେଉଁମାନେ କିପରି ଜନନୀର ହୃଦୟ କନ୍ଦାଉଥିଲେ ?
Answer:
ଲବକୁଶ ବୀଣା- ତନ୍ତ୍ରୀ ସହକାରେ ରାମାୟଣ ଗାନ କରି ଜନନୀର ହୃଦୟ କନ୍ଦାଉଥିଲେ ।
Question ୧୨ ।
ସୀତାଙ୍କ ପୁତ୍ରମାନେ କିପରି ରାମାୟଣ ଗାନ କରୁଥିଲେ ?
Answer:
ସୀତାଙ୍କ ପୁତ୍ରମାନେ ବୀଣା-ତନ୍ତ୍ରୀ ସହକାରେ ରାମାୟଣ ଗାନ କରୁଥିଲେ ।
Question ୧୩ ।
କେଉଁଥରେ ବିମୋହିତ ହୋଇ ସୀତାଙ୍କ ପୁତ୍ରଦ୍ଵୟ ମହର୍ଷିଙ୍କ ସହିତ ଅଯୋଧ୍ୟା ଯାଉଥିଲେ ?
Answer:
ରାମଚନ୍ଦ୍ରଙ୍କ ଚରିତରେ ବିମୋହିତ ହୋଇ ସୀତାଙ୍କ ପୁତ୍ରଦ୍ଵୟ ମହର୍ଷିଙ୍କ ସହିତ ଅଯୋଧ୍ୟା ଯାଉଥିଲେ ।
Question ୧୪ ।
ସୀତାଙ୍କ ପୁତ୍ରମାନଙ୍କର ମନ କାହିଁକି ଆକର୍ଷିତ ହେଉଥ୍ଲା ?
Answer:
ରାମଚନ୍ଦ୍ରଙ୍କର ପଦ-ପଙ୍କଜ ଦର୍ଶନ କରିବାପାଇଁ ସୀତାଙ୍କ ପୁତ୍ରମାନଙ୍କର ମନ ଆକର୍ଷିତ ହେଉଥିଲା ।
Question ୧୫ ।
ସୀତା କେଉଁ ପ୍ରସଙ୍ଗରୁ ନିଜର ଔତ୍ସୁକ୍ୟ ଦମନ କରିପାରୁ ନ ଥିଲେ ?
Answer:
ସୀତାଙ୍କ ପୁତ୍ରଦ୍ଵୟ ରାମାୟଣ ଗାନ ଛଳରେ, ରାମଚନ୍ଦ୍ରଙ୍କ ଅତୀତ ଜୀବନର ଦୁଃଖ କାହାଣୀ ବୋଲୁଥିବାବେଳେ, ସୀତାଙ୍କର ହୃଦୟ ଦୁଃଖଭିଭୂତ ହେଉଥିଲା ଏବଂ ତାହାକୁ ନ ଶୁଣିଲେ, ତାଙ୍କ ମନରୁ ନିଜର ଔତ୍ସୁକ୍ୟ ଦମନ କରିପାରୁ ନଥିଲେ ।
(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।
କବିତା – ତପସ୍ବିନୀର ପତ୍ର, କବି – ସ୍ବଭାବକବି ଗଙ୍ଗାଧର ମେହେର
Question ୧।
ତପସ୍ବିନୀ ସୀତା କାହାକୁ ପତ୍ର ଲେଖିଥିଲେ ଓ କାହିଁକି ?
Answer:
ରାମ ହୃଦୟ ଜ୍ୟୋତ୍ସ୍ନାବୈଦେହୀ ସୀତା ଶୁଣିବାକୁ ପାଇଛନ୍ତି, ଅଯୋଧ୍ୟାର ନରପତି ରଘୁବୀର ରାମଚନ୍ଦ୍ର ଅଯୋଧ୍ୟାରେ ଯଜ୍ଞ କରୁଛନ୍ତି । ଯଜ୍ଞକାର୍ଯ୍ୟ ପତ୍ନୀ ବିନା ଅସମ୍ଭବ । ତେଣୁ ସୀତାଙ୍କ ମନରେ ରାମଚନ୍ଦ୍ରଙ୍କ ପ୍ରତି ସନ୍ଦେହ ଜାତ ହୋଇଥିଲା । ରାମଚନ୍ଦ୍ର ହୁଏତ ଦ୍ବିତୀୟ ପତ୍ନୀ ବରଣ କରିଥାଇ ପାରନ୍ତି ବୋଲି ସୀତା ଅନୁମାନ କରିଥିଲେ । ତେଣୁ ସୀତା ରାମଚନ୍ଦ୍ରଙ୍କୁ ଏକ ନିବେଦନ ପତ୍ର ଲେଖିଥିଲେ ।
Question ୨।
ରାମଚନ୍ଦ୍ରଙ୍କର ଯଜ୍ଞ କରୁଥିବା କଥା ଶୁଣି ସୀତା କେଉଁ ପ୍ରସଙ୍ଗରେ ନିଶ୍ଚିତ ହୋଇଥିଲେ ?
Answer:
ସୀତା ଯେତେବେଳେ ରାମଚନ୍ଦ୍ରଙ୍କଦ୍ବାରା ନିର୍ବାସିତା ହୋଇ ବାଲ୍ମୀକି ଆଶ୍ରମରେ ତପସ୍ବିନୀ ଭାବରେ ରହିଥିଲେ, ସେତେବେଳେ ସେ ରାମଚନ୍ଦ୍ର ଯଜ୍ଞ କରୁଥିବା କଥା ଶୁଣିଥିଲେ । ଯଜ୍ଞକାର୍ଯ୍ୟ ପତ୍ନୀ ବିନା ସମ୍ଭବ ନୁହେଁ ବୋଲି ସେ ଜାଣିଥିଲେ । ଯେହେତୁ ରାମଚନ୍ଦ୍ର ଯଜ୍ଞକାର୍ଯ୍ୟ କରୁଛନ୍ତି, ସେଥିପାଇଁ ସେ ଦ୍ୱିତୀୟ ପତ୍ନୀ ଗ୍ରହଣ କରିଥିବେ ବୋଲି ସୀତା ନିଶ୍ଚିତ ହୋଇଥିଲେ ।
Question ୩।
‘ମୁହଁ ତପସ୍ବିନୀ ମୋତେ ନ କରିବ ହେୟ’’- ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ରାମଚନ୍ଦ୍ର ଯଜ୍ଞକାର୍ଯ୍ୟର ଆୟୋଜନ ନିମନ୍ତେ ନିଶ୍ଚୟ ଦ୍ୱିତୀୟ ପତ୍ନୀ ବରଣ କରିଥିବେ ବୋଲି ଚିନ୍ତା କରି ସୀତା ତାଙ୍କୁ ପତ୍ର ଲେଖୁଛନ୍ତି । ସେ ଲେଖୁଛନ୍ତି ଯେ ସେ କିଏ ତାହା ଜାଣିବା ଅନାବଶ୍ୟକ । କାରଣ ରାମଚନ୍ଦ୍ର ତପସ୍ଵୀମାନଙ୍କ ଅଶାନ୍ତି ବିନାଶ କରିଥା’ନ୍ତି ଏବଂ ତପସ୍ବୀଙ୍କୁ ତାଙ୍କର ଅଦେୟ କିଛି ନଥାଏ । ତେଣୁ ସେ ଜଣେ ତପସ୍ବିନୀ ହୋଇଥିବାରୁ ତାଙ୍କୁ ହେୟ ବିବେଚନା ନ କରିବାକୁ ରାମଚନ୍ଦ୍ରଙ୍କୁ ଅନୁରୋଧ କରିଛନ୍ତି ।
Question ୪ ।
ସୀତା ପତ୍ର ଲେଖି ରାମଚନ୍ଦ୍ରଙ୍କଠାରୁ କେଉଁ ତପସ୍ୟା ଓ ମନ୍ତ୍ର ବିଷୟରେ ଜାଣିବାକୁ ଚାହିଁଥିଲେ ?
Answer:
ରାମଚନ୍ଦ୍ର ଅଯୋଧ୍ୟାରେ ଯଜ୍ଞ କରୁଥିବା କଥା ଶୁଣି, ମୁନି ଆଶ୍ରମରେ ତପସ୍ବିନୀ ଭାବରେ ଜୀବନ ବିତାଉଥିବା ସୀତା ନିଶ୍ଚିତ ହୋଇଥିଲେ ଯେ, ରାମଚନ୍ଦ୍ର ଦ୍ଵିତୀୟ ପତ୍ନୀ ଗ୍ରହଣ କରିଛନ୍ତି । ତେଣୁ ସେ ରାମଚନ୍ଦ୍ରଙ୍କୁ ନିବେଦନ କରି ପତ୍ର ଲେଖିଥିଲେ, ଦ୍ୱିତୀୟ ପତ୍ନୀ ବିବାହ ପୂର୍ବରୁ କେଉଁ ତପସ୍ୟା ଓ ମନ୍ତ୍ର ଜପ କରିଥିବାରୁ, ସେ ରାମଚନ୍ଦ୍ରଙ୍କୁ ପତିରୂପେ ପାଇପାରିଲେ; ସୀତା ସେହି ତପସ୍ୟା ଓ ମନ୍ତ୍ର ଜାଣିବାକୁ ଚାହିଁଥିଲେ ।
Question ୫ ।
ନିଜର ପୁତ୍ରମାନଙ୍କର କେଉଁ ଅସହାୟତା ବିଷୟରେ ସୀତା ପତ୍ର ମାଧ୍ୟମରେ ସ୍ଵାମୀଙ୍କୁ ଲେଖିଥିଲେ ?
Answer:
ତପସ୍ବିନୀ ଭାବରେ ରହିଥିବା ସୀତା, ରାମଚନ୍ଦ୍ରଙ୍କୁ ନିବେଦନ ପତ୍ର ଜଣାଇବା ସଙ୍ଗେ ସଙ୍ଗେ ତାଙ୍କର ପୁତ୍ରମାନଙ୍କର ଅସହାୟତା କଥା ଜଣାଇଥିଲେ । ସେ ଲେଖିଥିଲେ ତାଙ୍କର ପୁତ୍ରଦ୍ଵୟ ଅତ୍ୟନ୍ତ ଅବୋଧ । ସେମାନଙ୍କ ଭାଗ୍ୟରେ ପିତୃକୋଳ ଆରୋହଣର ଭାଗ୍ୟ ନାହିଁ । ଫଳରେ ସେମାନେ ଜନ୍ମ ସମୟରୁ ପିତୃ ଅନୁରାଗ ଜାଣନ୍ତି ନାହିଁ ।
Question ୬ ।
କାହିଁକି ସୀତାଙ୍କ ପ୍ରେମକୁ ରାମଚନ୍ଦ୍ର ସ୍ଵପ୍ନ ପରି ମନେକରିବେ ବୋଲି ସେ ଉଲ୍ଲେଖ କରିଛନ୍ତି ?
Answer:
ଅଭିମାନଭରା ମାନସିକତା ପ୍ରକାଶ କରି ସୀତା ନିବେଦନ ପତ୍ରରେ ଲେଖିଛନ୍ତି, ପୁତ୍ରଙ୍କଠାରୁ ରାମାୟଣ ଶୁଣିଲା ପରେ, ଯଦି ବୈଦେହୀର କଥା ମନେପଡ଼ିଯାଏ, ତାହାକୁ ନବପ୍ରଣୟିନୀର ପ୍ରଫୁଲ୍ଲ ଲପନକୁ ଚାହିଁ ସ୍ଵପ୍ନ ପରି ମନେକରିବ । ଅର୍ଥାତ୍ ଦ୍ୱିତୀୟ ପତ୍ନୀକୁ ପାଇଲା ପରେ ବୈଦେହୀ କଥାକୁ ସ୍ଵପ୍ନ ପରି ଭୁଲିଯିବ ।
Question ୭।
ତପସ୍ବିନୀ ସୀତାଙ୍କର ସନ୍ଦେହାଚ୍ଛନ୍ନ ଭାବନାର ପରିଚୟ ଦିଅ ।
Answer:
ମୁନି ଆଶ୍ରମରେ ଥିବା ସମୟରେ ତପସ୍ବିନୀ ସୀତା ଶୁଣିବାକୁ ପାଇଛନ୍ତି, ଅଯୋଧ୍ୟାରେ ସ୍ଵାମୀ ରାମଚନ୍ଦ୍ର ଅଶ୍ଵମେଧ ଯଜ୍ଞ କରାଉଛନ୍ତି । ଯଜ୍ଞକାର୍ଯ୍ୟରେ ପତ୍ନୀର ଆବଶ୍ୟକତା ରହିଛି । ଯେହେତୁ ତାଙ୍କ ନିକଟରେ ସେ ଉପସ୍ଥିତ ନାହାଁନ୍ତି, ତେଣୁ ସ୍ଵାମୀ ତାଙ୍କର ଦ୍ବିତୀୟ ପତ୍ନୀ ଗ୍ରହଣ କରିଛନ୍ତି ବୋଲି ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଅଭିମାନରେ ତାହାଙ୍କୁ ଭୁଲିଯିବେ ବୋଲି କହିଛନ୍ତି ଓ ନିଜ ପୁତ୍ରମାନଙ୍କୁ ରାମାୟଣ ଗାନର ବିଶେଷତା ସମ୍ପର୍କରେ ସେ ସୂଚନା ଦେଇଛନ୍ତି ।
(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।
Question ୧ ।
‘ତପସ୍ବିନୀର ପତ୍ର’ କବିତା ଅବଲମ୍ବନରେ ସୀତାଙ୍କ ଚାରିତ୍ରିକ ମହତ୍ତ୍ଵର ପରିଚୟ ଦିଅ ।
Answer:
ସ୍ବଭାବକବି ଗଙ୍ଗାଧର ମେହେର କେବଳ ପ୍ରକୃତିକବି ନୁହଁନ୍ତି, ସେ ମଧ୍ୟ ମାନବିକ ସ୍ଵରୂପକୁ ଯଥାର୍ଥ ଭାବେ ଉପସ୍ଥାପନ କରି ନିଜର କଳାକୁଶଳତାର ପରିଚୟ ଦେଇଛନ୍ତି । ସେ ଅତିମାନବୀୟ ଚରିତ୍ରକୁ ସାଧାରଣ କରି ଗଢ଼ି ତୋଳିଛନ୍ତି । ‘ତପସ୍ବିନୀର ପତ୍ର’ କବିତାର ମୂଳ ଚରିତ୍ର ହେଉଛନ୍ତି, ସତୀଶିରୋମଣି, ଜନକନନ୍ଦିନୀ, ରାମ ହୃଦୟଜ୍ୟୋତ୍ସ୍ନା । ସୀତା ଭାରତୀୟ ସଂସ୍କୃତିରେ ଏକ ଆଦର୍ଶ ନାରୀ ଚରିତ୍ରରୂପେ ପରିଚିତ ହୋଇ ସମଗ୍ର ବିଶ୍ଵ ଦରବାରରେ ଆଦର୍ଶ ଭାବକୁ ସୂଚିତ କରାଇଛନ୍ତି । କବି ସୀତାଙ୍କ ଚରିତ୍ରକୁ ଦ୍ବିଧା ବିଭକ୍ତ କରିଛନ୍ତି । ପ୍ରଥମେ ସେ ସୀତାଙ୍କୁ ସତୀଶିରୋମଣି, ବାଲ୍ମୀକି ଆଶ୍ରମର ତପସ୍ବିନୀ ଭାବରେ ବର୍ଣ୍ଣନା କରିଥିଲାବେଳେ ପରବର୍ତ୍ତୀ ସମୟରେ ଜଣେ ସାଧାରଣ ନାରୀ ଭାବରେ, ତାଙ୍କର ମାନସିକ ଖେଦକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ।
କବିତାଟିରେ କବି ଚିରନ୍ତନୀ ନାରୀ ହୃଦୟର ମାର୍ମିକ ଅଭିବ୍ୟକ୍ତି ପ୍ରକାଶ କରିଛନ୍ତି । ସୀତା ଯେତେବେଳେ ଶୁଣିଛନ୍ତି ଅଯୋଧ୍ୟାରେ ଯଜ୍ଞ ହେଉଛି, ସେତେବେଳେ ତପସ୍ବିନୀ ଭାବରେ ଜୀବନଯାପନ କରୁଥିଲେ ବି ସୀତାଙ୍କର ମନ ଚହଲି ଯାଇଛି । ସେ ଭାବିଛନ୍ତି, ସତେ କ’ଣ ରଘୁକୁଳତିଳକ, ତାଙ୍କର ହୃଦୟେଶ୍ଵର ଦ୍ଵିତୀୟା ରମଣୀ ଗ୍ରହଣ କଲେ? ସେହି ନାରୀ କେଉଁଠାରେ କେଉଁ ଘୋର ତପସ୍ୟା କରି ରାମଚନ୍ଦ୍ରଙ୍କ ଭଳି ମର୍ଯ୍ୟାଦା ପୁରୁଷୋତ୍ତମଙ୍କୁ ସ୍ଵାମୀ ରୂପେ ଲାଭକଲା ? କିଏ ସେହି ତପସ୍ୟା କଥା ଜାଣିଛି ? କିଏ ତାଙ୍କୁ ବତାଇଦେବ ସେହି ତପସ୍ୟାର ନିୟମ ? ଯେତେ କଠୋର ହେଲେ ମଧ୍ୟ ସେ ସେହି ତପସ୍ୟା କରିବେ । ଏହିକଥା ଚିନ୍ତାକରି ସୀତା ଅଯୋଧ୍ୟା ନରେଶଙ୍କ ନିକଟକୁ ବିନୟ ପତ୍ର ଲେଖିଛନ୍ତି । ସ୍ଵାମୀଙ୍କୁ ପ୍ରଣାମ ଜଣାଇ ତପସ୍ବିନୀ ଭାବରେ, ଦ୍ଵିତୀୟା ପତ୍ନୀ କେଉଁଠାରେ କି ତପସ୍ୟା କଲା, ତାହା ଜଣାଇ ଦେବାକୁ ଅନୁରୋଧ କରିଛନ୍ତି । ସ୍ଵାଭାବିକ ନାରୀ ମନନେଇ ଅଭିମାନରେ କହିଛନ୍ତି, ‘ପୁତ୍ରଙ୍କଠାରୁ ରାମାୟଣ ଶ୍ରବଣ କଲା ସମୟରେ, ତୁମର ଯଦି ବୈଦେହୀ କଥା ସାମାନ୍ୟ ଭାବେ ମନେପଡ଼େ, ତା’ହେଲେ, ନବପରିଣୀତା ପତ୍ନୀର ପ୍ରଫୁଲ୍ଲ ବଦନକୁ ଚାହିଁ, ସ୍ଵପ୍ନପରି ତାହାକୁ ଭୁଲିଯିବ ।’’
ସୀତା ପତ୍ନୀ ହେଲେ ବି ସେ ଜଣେ ମା’ । ମା’ ହିସାବରେ ଲବକୁଶଙ୍କର ପିତୃକୋଳ ଆରୋହଣର ଭାଗ୍ୟ ନାହିଁ ବୋଲି ସେ ଅନୁଶୋଚନା କରିଛନ୍ତି । ଜନ୍ମ ସମୟରୁ ସେମାନେ ପିତୃ ଅନୁରାଗରୁ ବଞ୍ଚିତ ହୋଇଛନ୍ତି ବୋଲି ବ୍ୟଥ୍ତ ହୋଇଛନ୍ତି । ମା’ ହିସାବରେ ପୁତ୍ରଙ୍କଠାରୁ ରାମାୟଣ ଶ୍ରବଣକରି ସେ ଲୋତକାପ୍ଲତ ହେଲେ, ସ୍ଵାମୀଙ୍କ ଚିନ୍ତାରେ ବିମୋହିତ ହୋଇଛନ୍ତି ।
ବାସ୍ତବରେ କବିଙ୍କର ବିଚାରଧାରା ଓ ସତୀସୀତାଙ୍କର ଚାରିତ୍ରିକ ମହତ୍ତ୍ଵ, ମନୋଜ୍ଞ ଓ ଆଦର୍ଶସ୍ଥାନୀୟା ହୋଇଛି ।
Question ୨ ।
‘ତପସ୍ବିନୀର ପତ୍ର’ କବିତାରେ ସୀତାଙ୍କ ନାରୀ ମନସ୍ତତ୍ତ୍ଵ କିପରି ପ୍ରତିଫଳିତ ଆଲୋଚନା କର ।
Answer:
‘ତପସ୍ବିନୀର ପତ୍ର’ କବିତାରେ ସ୍ଵଭାବକବି ଗଙ୍ଗାଧର ମେହେର ରାମାୟଣର ନାୟିକା ସତୀଶିରୋମଣୀ, ଅଯୋଧ୍ୟା ରାଜବଧୂ ସୀତାଙ୍କୁ ଜଣେ ସାଧାରଣ ଓ ସ୍ଵାଭାବିକ ନାରୀ ଭାବରେ ବର୍ଣ୍ଣନା କରି ନିଜର ଦିବ୍ୟପ୍ରତିଭାର ପରିଚୟ ଦେଇଛନ୍ତି । ସୀତା ଅଯୋନୀସମ୍ଭୂତା ଦେବୀ । ସେ ମର୍ଯ୍ୟାଦାପୁରୁଷୋତ୍ତମଙ୍କର ଅଙ୍କଲକ୍ଷ୍ମୀ । ତଥାପି ବ୍ୟକ୍ତିଗତ ଜୀବନରେ ସେ ଜାୟା, ଜନନୀ, ପ୍ରଣୟିନୀ ଓ ଚିରନ୍ତନୀ ନାରୀ ଭାବରେ ଅଭିମାନିନୀ । ମହାକବି କାଳିଦାସଙ୍କ ସୀତା ପରି ସେ କେବଳ ତପସ୍ବିନୀ ନୁହେଁ, ବରଂ ପତିହିତସାଧନୀ କଲ୍ୟାଣମୟୀ । ପତି ପରିତ୍ୟକ୍ତା ହେଲେବି ସେ ସ୍ଵାମୀଙ୍କୁ କୌଣସି ସମୟରେ ଭୁଲ୍ ବୁଝିନାହାଁନ୍ତି ବରଂ ନିର୍ବାସନ ଦଣ୍ଡକୁ ସେ ନିଜର ଭାଗ୍ୟଦୋଷ ବୋଲି ମନେକରିଛନ୍ତି । ଏତେ ଅସାଧାରଣତା ଥିଲେ ବି ଆଲୋଚ୍ୟ କବିତାରେ କବି ସୀତାଙ୍କୁ ଜଣେ ଅଭିମାନୀ ନାରୀଭାବେ ଉଲ୍ଲେଖ କରିଛନ୍ତି ।
ସନ୍ତାନଦ୍ଵୟ କ୍ରମଶଃ ମାତା ସୀତାଙ୍କଠାରୁ ଦୂରେଇ ଗଲାପରେ ସୀତା ନିଶ୍ଚିନ୍ତ ମନରେ ସାଜିଛନ୍ତି ତପସ୍ବିନୀ । ସ୍ଵାମୀ ଚରଣରେ ସେ ନିଜକୁ ସମର୍ପଣ କରିଦେଇ ତପସ୍ୟାବ୍ରତ ଅବଲମ୍ବନ କରିଛନ୍ତି । ଯେଉଁଦିନ ବାଲ୍ମୀକି ସୀତାଙ୍କୁ ସମ୍ବାଦ ଦେଲେ ଯେ ଲବକୁଶ ଓ ଅନ୍ୟାନ୍ୟ ଶିଷ୍ୟମାନଙ୍କ ସହିତ ରାମଚନ୍ଦ୍ରଙ୍କର ଅଶ୍ଵମେଧ ଯଜ୍ଞ ଦେଖିବାକୁ ଯାଉଛନ୍ତି, ସେହିଦିନ ସୀତାଙ୍କ ମନଗହନରେ ଚିରନ୍ତନୀ ନାରୀ ମୂର୍ତ୍ତିଟିଏ ଜାଗ୍ରତ ହୋଇଉଠିଛି । ତାଙ୍କ ମନରେ ଦେଖାଦେଇଛି ଦ୍ବନ୍ଦ୍ବ । ସେ ରାମଚନ୍ଦ୍ରଙ୍କ ପ୍ରତି ସ୍ମୃତିକୁ । ସୀତା କୌଣସି ସମୟରେ ଈର୍ଷା ପ୍ରକାଶ କରିନାହାଁନ୍ତି ସେହି ରମଣୀ ପ୍ରତି । ବରଂ ଭାବିଛନ୍ତି ସେହି ଦ୍ଵିତୀୟା ପତ୍ନୀ, ଯେ କି ରାମଚନ୍ଦ୍ରଙ୍କ ବାମଭାଗରେ ଉପବେଶନ କରି ସୁଖସୌଭାଗ୍ୟ ଲାଭ କରୁଛନ୍ତି, ସେ କେଉଁଭଳି ବ୍ରତ ଆଚରଣ କରିଛନ୍ତି । ସେ କେଉଁ ତପସ୍ୟା କରିଥିବାରୁ ଓ କେଉଁ ମନ୍ତ୍ର ଜପିଥିବାରୁ ଏଭଳି ସୁଖ ଲାଭ କରିଛନ୍ତି । ସେହିଭଳି ବ୍ରତ
ଆଚରଣ ପାଇଁ ସୀତା ମନ ବଳାଇଛନ୍ତି ।
ଏତେ ଅସାଧାରଣତା ଥିଲେ ସୁଦ୍ଧା, ପାର୍ଥିବ ଚେତନାର ମୂର୍ତ୍ତିମତୀ ତାଙ୍କର ସ୍ଵାମୀ କୋଳ ଅନ୍ୟ ଏକ ନାରୀ ଅଳଂକୃତ କରିଛି ଜାଣି ସେ ବିବ୍ରତ ହୋଇପଡ଼ିଛନ୍ତି । ସେ ଚାହିଁଛନ୍ତି, ସେହି ନାରୀର ତପସ୍ୟା ସାଧନ କରି ନିଶ୍ଚୟ ରାମଚନ୍ଦ୍ରଙ୍କର ଅଙ୍କଲକ୍ଷ୍ମୀ ହୋଇପାରିବେ । ତେଣୁ ବିନୟ ପତ୍ର ଲେଖିବା ଅବକାଶରେ, ତପସ୍ବିନୀ ଭାବରେ, ରାମଚନ୍ଦ୍ରଙ୍କଠାରୁ ତପସ୍ୟାର ମୂଳସୂତ୍ର ଜାଣିବାକୁ ଚାହିଁଛନ୍ତି । ସେ ପତ୍ରରେ ଲେଖିଛନ୍ତି –
‘‘ତାପସଙ୍କୁ କିଛି ତୁମ୍ଭ ନଥାଏ ଅଦେୟ,
ମୁହିଁ ତପସ୍ବିନୀ ମୋତେ ନ କରିବ ହେୟ ।’’
Question ୩ ।
‘ତପସ୍ବିନୀର ପତ୍ର’ କବିତାର ସାରମର୍ମ ଲେଖ ।
Answer:
‘ତପସ୍ବିନୀର ପତ୍ର’ କବିତାର କବି ସ୍ଵଭାବକବି ଗଙ୍ଗାଧର ମେହେର । ଉକ୍ତ କବିତାଟି ଏଦିଙ୍କର ଶ୍ରେଷ୍ଠକୃତି ‘ତପସ୍ବିନୀ’ କାବ୍ୟର ଏକାଦଶ ସର୍ଗର ଅଂଶବିଶେଷ । ଏଥରେ ସତୀସୀତା ତପସ୍ବିନୀ ଭାବରେ ବାଲ୍ମୀକି ଆଶ୍ରମରେ ରହିଥିଲା ବେଳେ, ରାମଚନ୍ଦ୍ରଙ୍କର ଅଶ୍ଵମେଧ ଯଜ୍ଞ କଥା ଶୁଣିଲାପରେ, ତାଙ୍କ ମନରେ ଯେଉଁ ଦ୍ବନ୍ଦ୍ବଭାବ ସୃଷ୍ଟି ହୋଇଛି କବି ତାହାକୁ ଯଥାର୍ଥ ଭାବରେ ପ୍ରକାଶ କରିଛନ୍ତି । ଏସ୍ରେ ସୀତାଙ୍କର ଆଦର୍ଶ ଅପେକ୍ଷା ନାରୀତ୍ଵ ଅଧିକ ସ୍ପଷ୍ଟ ହୋଇଛି ।
ରଘୁବୀର ରାମଚନ୍ଦ୍ର ଲୋକାପବାଦ ପାଇଁ ସୀତାଙ୍କୁ ନିର୍ବାସନ ଦଣ୍ଡ ଦେଇଛନ୍ତି । ସୀତା ବାଲ୍ମୀକି ଆଶ୍ରମରେ ତପସ୍ବିନୀ ଅଶ୍ଵମେଧ ଯଜ୍ଞ କରୁଛନ୍ତି । ସେହି ଖବର ଶୁଣିଲା ପରେ, ସୀତାଙ୍କ ମନରେ ଆସିଛି ଦ୍ବନ୍ଦ୍ବ । ଚିରନ୍ତନୀ ନାରୀଭାବ ତାଙ୍କଠାରେ ଜାଗ୍ରତ ହୋଇଉଠିଛି । ଏହି ପରିପ୍ରେକ୍ଷୀରେ ସୀତା ରାମଚନ୍ଦ୍ରଙ୍କ ନିକଟକୁ ଏକ ବିନୟ ପତ୍ର ଲେଖିଛନ୍ତି ।
ସୀତା ରାମଚନ୍ଦ୍ରଙ୍କୁ ଶରଣ-ବତ୍ସଳ-ଧ୍ଵଜ, ରିପୁ-ଧ୍ଵଜାଙ୍କୁଶ, ଦୁଃଖ-ଗିରି-ବଜ୍ର ଭାବରେ ସମ୍ବୋଧନ କରି ନିଜର ପ୍ରଣତି ଜଣାଇଛନ୍ତି । ସୀତା ଭାବିଛନ୍ତି ମହାରାଜ ଯଜ୍ଞ କରୁଥିବା ସମୟରେ, ତାଙ୍କ ବାମ ପାର୍ଶ୍ଵରେ ନବବଧୂ ଉପବେଶନ କରିଥବ । ସେହି ବଧୂକୁ ସନ୍ତୁଷ୍ଟ କରିବାପାଇଁ ରାମଚନ୍ଦ୍ରଙ୍କର ସଦ୍ଗୁଣ ବଢ଼ିଯାଇଥବ । ସେ ଜାଣନ୍ତି ସ୍ଵାମୀଙ୍କର ତାପସଙ୍କ ପ୍ରତି କୌଣସି ଦ୍ରବ୍ୟ ଅଦେୟ ନଥାଏ । ଯେହେତୁ ସେ ‘ ଜଣେ ତପସ୍ବିନୀ, ସେଥ୍ପାଇଁ ରାମଚନ୍ଦ୍ର ତାଙ୍କର ସବୁ ଆଶା ପୂରଣ କରିବେ । ତାଙ୍କର କୌଣସି ପ୍ରକାର ଅନୁରୋଧକୁ ସେ ଉପେକ୍ଷା କରିବେ ନାହିଁ । ସେ ସ୍ଵାମୀଙ୍କୁ ନିବେଦନ କରିଛନ୍ତି ଯେ ଯେଉଁ ଦ୍ଵିତୀୟା ପତ୍ନୀ ସେ ଗ୍ରହଣ କଲେ; ସେହି ପତ୍ନୀ କେଉଁଠାରେ, କେତେକାଳ କେଉଁ ମନ୍ତ୍ର ଜପ କରିଥିଲା – ସେହି କଥା ତାଙ୍କୁ କେବଳ ଜଣାଇ ଦେବାପାଇଁ । ତାଙ୍କର ଆଉ କୌଣସି ପ୍ରକାର ଧନରତ୍ନର ପ୍ରୟୋଜନ ନାହିଁ ।
ଦ୍ଵିତୀୟ ଅନୁରୋଧ କରି ସୀତା ପତ୍ରରେ ଲେଖିଛନ୍ତି, ବୀଣାତନ୍ତ୍ରୀ ସହକାରେ ରାମାୟଣ ଗାନକରି ପୁତ୍ରଦ୍ଵୟ କେବଳ ଜନନୀର ହୃଦୟ କନ୍ଦାଇ ଜାଣନ୍ତି । ସେ କୁମରଯୁଗଳ ଯାଉଛନ୍ତି ଯଜ୍ଞ ଦେଖିବାପାଇଁ । ସେମାନେ ଗାନ କରିବେ ରାମାୟଣ । ତାହା ଶୁଣି ଯଦି ବୈଦେହୀର ସ୍ମୃତି ତାଙ୍କର ଜାଗ୍ରତ ହୁଏ, ତେବେ ନବପ୍ରଣୟିନୀର ପ୍ରଫୁଲ୍ଲ ଲପନକୁ ଚାହିଁ ଅତୀତ ପ୍ରଣୟକୁ ଭୁଲିଯିବାପାଇଁ ସେ ଅନୁରୋଧ କରିଛନ୍ତି । ଲୋତକାପ୍ଲତ ଭାବରେ ଏହି ପତ୍ର ଲେଖୁଥିଲାବେଳେ ଲବକୁଶ ଜନନୀଙ୍କ ନିକଟରେ ପହଞ୍ଚି ଯାଇଥିଲେ। ତେଣୁ ଅଧିକ କିଛି ଲେଖିବାର ଅବସର ସୀତାଙ୍କୁ ମିଳିପାରି ନ ଥିଲା ।
କବିତାଟିରେ କବିଙ୍କର ଅପୂର୍ବ କଳାଚାତୁରୀ ପ୍ରକାଶ ପାଇଛି।
Question ୪।
ପ୍ରତିହିତସାଧ୍ଵ ତପସ୍ୟାରେ ବ୍ରତୀ ତପସ୍ବିନୀଙ୍କ ଚରିତ୍ରର ମହତ୍ତ୍ବ ପ୍ରତିପାଦନ କର ।
Answer:
‘ତପସ୍ବିନୀର ପତ୍ର’ କବିତାର କବି ସ୍ଵଭାବକବି ଗଙ୍ଗାଧର ମେହେର । ଉକ୍ତ କବିତାଟି କବିଙ୍କର ଶ୍ରେଷ୍ଠ କାବ୍ୟକୃତି ‘ତପସ୍ବିନୀ’ କାବ୍ୟର ଏକାଦଶ ସର୍ଗର ଅଂଶବିଶେଷ । ଏଥରେ ସୀତାଶିରୋମଣି ଅଯୋଧ୍ୟା ରାଜବଧୂ ସୀତା ତପସ୍ବିନୀ ଭାବରେ ବାଲ୍ମୀକି ଆଶ୍ରମରେ ରହିଥିଲାବେଳେ, ସଦାସର୍ବଦା ପତିଦେବ ରାମଚନ୍ଦ୍ରଙ୍କ ପାଦପଦ୍ମରେ ମନୋନିବେଶ କରିଥିଲେ । ସ୍ଵାମୀ ଯେ ପ୍ରଜାଙ୍କୁ ସନ୍ତୁଷ୍ଟ କରିବାପାଇଁ ତାଙ୍କୁ ନିର୍ବାସନ ଦଣ୍ଡ ଦେଇଛନ୍ତି, ତାହା ଭଲଭାବରେ ସେ ଅନୁଭବ କରିଥିଲେ । ମାତ୍ର ସେ ଯେତେବେଳେ ବାଲ୍ମୀକିଙ୍କଠାରୁ ଶୁଣିବାକୁ ପାଇଛନ୍ତି, ରାଜା ରାମଚନ୍ଦ୍ର ଅଶ୍ଵମେଧ ଯଜ୍ଞ କରୁଛନ୍ତି, ସେତେବେଳେ ତାଙ୍କ ମନରେ ଦେଖାଦେଇଥିଲା ଅନେକ ପ୍ରଶ୍ନବାଚୀ । ରାମଙ୍କ ଚରିତ୍ର ଓ ଏକାପତ୍ନୀବ୍ରତ ସମ୍ପର୍କରେ ସେ ଜାଣିଥିଲେ ବି ତାଙ୍କ ମନରେ ଆସିଛି ସନ୍ଦେହ । ଏହି ଅବସରରେ ସେ ସ୍ଵାମୀ ରାମଚନ୍ଦ୍ରଙ୍କ ନିକଟକୁ ଲେଖିଛନ୍ତି, ଅଭିମାନଭରା ବିନୟ ପତ୍ର ।
ସ୍ଵାମୀ ରାମଚନ୍ଦ୍ର ଯେହେତୁ ଅଶ୍ଵମେଧ ଯଜ୍ଞ କରୁଛନ୍ତି, ସେ ନିଶ୍ଚୟ ଦ୍ବିତୀୟ ପତ୍ନୀ ଗ୍ରହଣ କରିଛନ୍ତି । ଏହି ଭାବନା ଆସିଲା ପରେ ସୀତାଙ୍କ ମାନସିକ ସ୍ତରରେ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ । ଚିରନ୍ତନୀ ନାରୀଭାବ ଜାଗ୍ରତ ହୋଇଉଠିଛି । ସେ ଭାବିଛନ୍ତି, ସତେ କ’ଣ ରଘୁପତି ରାମଚନ୍ଦ୍ର ଦ୍ଵିତୀୟା ରମଣୀ ଗ୍ରହଣ କଲେ ? ସେହି ଭାଗ୍ୟବତୀ ନାରୀ କେଉଁଠାରେ କେଉଁ ଘୋର ତପସ୍ୟା କରି ରାମଚନ୍ଦ୍ରଙ୍କୁ ସ୍ଵାମୀରୂପେ ପାଇଛି । କିଏ ତାଙ୍କୁ ବତାଇଦେବ ସେହି ତପସ୍ୟାର ନିୟମ । ସେହି ତପସ୍ୟା ଯେତେ କଠୋର ହେଲେ ମଧ୍ୟ ସେ ସେହି ତପସ୍ୟା କରିବେ । ଏହିକଥା ଚିନ୍ତାକରି ସେ ବିନୟପତ୍ର ଲେଖିଛନ୍ତି ।
ଏଥିରେ ସୀତା ତପସ୍ବିନୀ ଭାବରେ ମୋକ୍ଷ ପାଇଁ ଆଶା ରଖି ନାହାଁନ୍ତି, ବରଂ ସ୍ଵାମୀ ରାମଚନ୍ଦ୍ରଙ୍କୁ କିପରି ପାଇବେ, ସେହିଭଳି ତପସ୍ୟା କରିବାକୁ ଇଚ୍ଛା କରିଛନ୍ତି । ସେ ପୁଣି ଭାବିଛନ୍ତି ରାମଚନ୍ଦ୍ର ସଦାସର୍ବଦା ତାପସଙ୍କ ଅଶାନ୍ତିନାଶକ । ତାପସଙ୍କୁ ତାଙ୍କର କିଛି ଅଦେୟ ନଥାଏ । ସୀତା ନିଜେ ତପସ୍ବିନୀ ହୋଇଥିବାରୁ ତାଙ୍କ ପ୍ରତି ରାମଚନ୍ଦ୍ର ନିଷ୍କରୁଣ ହେବେନାହିଁ । ଆଜି ଯିଏ ରାମଚନ୍ଦ୍ରଙ୍କର ଅଙ୍କଲକ୍ଷ୍ମୀ ହୋଇଛି, ସେ ପୂର୍ବେ ଯେଉଁ ତପସ୍ୟା କରିଥିଲା, ସେହି ତପସ୍ୟାର ନିୟମ କ’ଣ, କେଉଁ ମନ୍ତ୍ର ସେ ଜପ କରୁଥିଲା – ଏ ସମସ୍ତ କଳାକୁ ଜଣାଇଦେବାପାଇଁ ସୀତା ରାମଚନ୍ଦ୍ରଙ୍କୁ ପତ୍ରରେ ଅନୁରୋଧ କରିଛନ୍ତି । ଏହା ବ୍ୟତୀତ ସେ ଆଉ କିଛି ମାଗିବାକୁ ଚାହାଁନ୍ତି ନାହିଁ ।
ସୀତାଙ୍କର କଠୋର ପାତିବ୍ରତ୍ୟ ଓ ନାରୀସୁଲଭ ଅନୁଚିନ୍ତାକୁ କବି ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି ।
Question ୫।
‘ତପସ୍ବିନୀର ପତ୍ର’ କବିତାରୁ ଗଙ୍ଗାଧରଙ୍କ ନିର୍ମଳ କବିତ୍ଵର ପରିଚୟ ଦିଅ ।
Answer:
କବିତା ସେତିକିବେଳେ ସଫଳ ହୁଏ, ଯେତେବେଳେ କବିର ଭାବ ଓ ଅଭିବ୍ୟକ୍ତି ରସିକ ପାଠକକୁ ବିମୋହିତ କରେ । ପାଠକ ରସାସ୍ଵାଦନ କରିବାର ଅବସର ନିଏ । ପାଣ୍ଡିତ୍ୟ ଓ ଆଳଙ୍କାରିକତା ଦେଖିବାକୁ ମିଳେ । ବର୍ଣ୍ଣନାବୈଚିତ୍ର ଓ କବିତ୍ଵର ଦିଗପ୍ରତି ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ହୋଇଥାଏ । କାରଣ ସାଧାରଣ ଭାବେ କଥା କହିଦେଲେ, ସହଜ ସରଳଭାବରେ ମନର ଭାବକୁ ପ୍ରକାଶ କଲେ ତାହା କବିତା ହୁଏ ନାହିଁ । ଏଥରେ କବିର ଆବେଦନ, ସ୍ବତଃସ୍ଫୁର୍ଭତା କଳାତ୍ମକଭାବେ ପ୍ରକାଶିତ ହୋଇଥାଏ । ଏସବୁ ଦୃଷ୍ଟିରୁ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ‘ତପସ୍ବିନୀର ପତ୍ର’ କବିତାଟିକୁ ବିବାରୁ
କବିତାର କଥାବସ୍ତୁ ପୁରାଣପ୍ରସିଦ୍ଧ କଥାବସ୍ତୁ । ଏହା ରାମାୟଣର ଉତ୍ତରକାଣ୍ଡର ଏକ ଗୁରୁତ୍ଵପୂର୍ଣ୍ଣ ପର୍ଯ୍ୟାୟ । ଏଥିରେ ଗୋଟିଏ ଧାଡ଼ିରେ କହିଲେ, ପତି ବିରହବିଧୂରା, ତପସ୍ବିନୀ ଭାବରେ ବାଲ୍ମୀକି ଆଶ୍ରମରେ ଜୀବନ ବିତାଉଥିବା ସତୀ ସାୟୀ ସୀତା, ସ୍ଵାମୀଙ୍କ ଅଶ୍ଵମେଧ ଯଜ୍ଞ ଖବର ଶୁଣିବା ପରେ ତାଙ୍କ ମନରେ ସୃଷ୍ଟି ମାନସିକ ଦ୍ବନ୍ଦ୍ବ ଓ ହୃଦୟାବେଗକୁ କବି ବର୍ଣ୍ଣନା କରିଛନ୍ତି । ସେଥୁରେ ଅସାଧାରଣ ଦେବୀତ୍ଵ ଅପେକ୍ଷା ନାରୀତ୍ଵର ଭାବ ଅଧିକ ଭାବରେ ପ୍ରକାଶ ପାଇଛି ।
ରାମଚନ୍ଦ୍ର ଅଯୋଧ୍ୟାର ଅଶ୍ଵମେଧ ଯଜ୍ଞ କରୁଛନ୍ତି । ବାଲ୍ମୀକିଙ୍କ ମାଧ୍ୟମରେ ସୀତା ଏ ଖବର ପାଇଲାପରେ ତାଙ୍କ ସେ ରାମଚନ୍ଦ୍ରଙ୍କୁ ‘ଶରଣ-ବତ୍ସଳ ଧ୍ଵଜ’, ରିପୁ-ଗଜାଙ୍କୁଶ’, ‘ଦୁଃଖ-ଗିରି-ବ୍ରଜ’, ‘ରାଜା ରାଜେଶ୍ୱର’ ଆଦି ନାମରେ ସମ୍ବୋଧନ କରିଛନ୍ତି । ଏହି ଉକ୍ତିରେ ରାମଚନ୍ଦ୍ରଙ୍କର ମହିମାକୁ କବି ଉଲ୍ଲେଖ କରିଛନ୍ତି ।
ସେହିପରି ପଦ ସଂଯୋଜନାରେ ମଧ୍ୟ କବି ନିଜ ପ୍ରତିଭାର ସୂଚନା ଦେଇଛନ୍ତି । ଯେପରି ‘କାତରେ କାନ୍ତାରେ ଥାଇ କରେ ନିବେଦନ’, ‘କରିବାକୁ ମଧୁଆଶା-ତିମିର-ଭେଦନ’, ‘ନବ-ବାମା ହେଉଥୁବ ବାମାଙ୍କ ବୀକ୍ଷିତ’, ‘ମୁଗ୍ଧ-ବଧୂ ମୁଗ୍ଧ ହେବ ବୋଲି ଶତଗୁଣ’ ଆଦି ପଦରୁ କବିଙ୍କର କବିତ୍ଵ ସ୍ପଷ୍ଟ ହୋଇଛି ।
ସୀତାଙ୍କର ଅଭିମାନକୁ କବି ବର୍ଣ୍ଣନା କରି ଲେଖିଛନ୍ତି –
‘‘ଧୀରବର, ସେ କଥାକୁ ଘେନି ତୁମ୍ଭ ଶ୍ରୁତି,
ଆଣିବ ଯଦ୍ୟପି ଦୀନା ବୈଦେହୀର ସ୍ମୃତି।
ବୈଦେହୀର ପ୍ରଣୟକୁ ମଣିବ ସ୍ଵପ୍ନ
ଚାହିଁ ନବ-ପ୍ରଣୟିନୀ-ପ୍ରଫୁଲ୍ଲ-ଲପନ ।’’
ଏହିଭଳି ବିଭିନ୍ନ ଦୃଷ୍ଟିରୁ ବିଚାର କଲେ, ଆଲୋଚ୍ୟ କବିତାଟିରୁ କବିଙ୍କର ନିର୍ମଳ କବିତ୍ଵର ପରିଚୟ ମିଳିଥାଏ ।
Additional Multiple Choice Questions (Mcqs) With Answers
Question ୧।
‘ଦାନ ବାରିସ୍’ ବୋଲି ସୀତା କାହାକୁ ସମ୍ବୋଧନ କରିଛନ୍ତି ?
(i) ରାମଚନ୍ଦ୍ର
(ii) ବାଲ୍ମୀକି
(iii) ତପସ୍ବୀ
(iv) ଲବକୁଶ
Answer:
(i) ରାମଚନ୍ଦ୍ର
Question ୨।
ତରୁଲତାଗଣ କ’ଣ ଶୁଣି ଅଥୟ ହୁଅନ୍ତି ?
(i) ସୀତାଙ୍କ କ୍ରନ୍ଦନ
(ii) ଲବ-କୁଶଙ୍କ ରାମାୟଣ ଗାନ
(iii) ଋଷିମାନଙ୍କର ଓଁକାର ଧ୍ଵନି
(iv) ଋଷିକୁମାରମାନଙ୍କର ବେଦ ଧ୍ଵନି
Answer:
(ii) ଲବ-କୁଶଙ୍କ ରାମାୟଣ ଗାନ
Question ୩ ।
କବି ଗଙ୍ଗାଧର ମେହେର କେଉଁ କବି ଭାବରେ ଓଡ଼ିଶା ସାହିତ୍ୟରେ ପରିଚିତ ?
(i) ସ୍ଵଭାବକବି
(ii) କବିବର
(iii) କବିମଞ୍ଜୁଳ
(iv) ପଲ୍ଲୀକବି
Answer:
(i) ସ୍ଵଭାବକବି
Question ୪।
ନିମ୍ନୋକ୍ତ କେଉଁ କାବ୍ୟ ସ୍ବଭାବକବିଙ୍କ ରଚନା ନୁହେଁ ?
(i) ଇନ୍ଦୁମତୀ
(ii) ପ୍ରଣୟବଲ୍ଲରୀ
(iii) ଉଷା
(iv) ତପସ୍ବିନୀ
Answer:
(iii) ଉଷା
Question ୫।
ଅଯୋଧ୍ୟାର ଜନମଣ୍ଡଳୀ ଭକ୍ତି ସହକାରେ କାହାକୁ ଦେଖୁ ବୋଲି କୁହାଯାଇଛି ?
(i) ସୀତା
(ii) ସୁବର୍ଣ୍ଣ ସୀତା
(iii) ଦ୍ଵିତୀୟା ପତ୍ନୀ
(iv) ଉର୍ମିଳା
Answer:
(iii) ଦ୍ଵିତୀୟା ପତ୍ନୀ
Question ୬ ।
ପ୍ରଭୁ ରାମଚନ୍ଦ୍ର କବିତାରେ କେଉଁ ଭାବରେ ବର୍ଣ୍ଣିତ ନୁହଁନ୍ତି ?
(i) ଦାନବାରିସ୍
(ii) ତାପସ ଅଶାନ୍ତିନାଶଙ୍କ
(iii) ଦନୁଜ ଦର୍ପହାରୀ
(iv) ଧୀରବର
Answer:
(iii) ଦନୁଜ ଦର୍ପହାରୀ
Question ୭ ।
ଅତ୍ୟନ୍ତ ଅବୋଧ ବୋଲି ସୀତା କାହାକୁ କହିଛନ୍ତି ?
(i) ରାମଚନ୍ଦ୍ର
(ii) ଲକ୍ଷ୍ମଣ
(iii) ଲବକୁଶ
(iv) ବାଲ୍ମୀକି
Answer:
(iii) ଲବକୁଶ
Question ୮ ।
ସୀତାଙ୍କ ପୁତ୍ରମାନଙ୍କର କେଉଁ ଭାଗ୍ୟ ନାହିଁ ବୋଲି କୁହାଯାଇଛି ?
(i) ଅଯୋଧ୍ୟାର ସିଂହାସନପ୍ରାପ୍ତି
(ii) ଅଶ୍ଵମେଧ ଯଜ୍ଞରେ ଅଂଶଗ୍ରହଣ
(iii) ପିତୃକୋଳ ଆହୋରଣ
(iv) ସବୁଗୁଡ଼ିକ
Answer:
(iii) ପିତୃକୋଳ ଆହୋରଣ
Question ୯ ।
ଲବକୁଶ କାହା ସହିତ ଅଯୋଧ୍ୟା ଯାତ୍ରା କରୁଥିଲେ ?
(i) ମହର୍ଷି ବାଲ୍ମୀକି
(ii) ବିଶ୍ଵାମିତ୍ର
(iii) ବଶିଷ୍ଠ
(iv) ସୁମନ୍ତ
Answer:
(i) ମହର୍ଷି ବାଲ୍ମୀକି
Question ୧୦ ।
ସୀତାଙ୍କର ଶିଶୁପୁତ୍ରଦ୍ଵୟଙ୍କ ମନ କ’ଣ ପାଇଁ ଆକର୍ଷିତ ହୋଇଥିଲା ?
(i) ଅଶ୍ଵମେଧ ଯଜ୍ଞ ଦର୍ଶନ
(ii) ଶ୍ରୀରାମଙ୍କ ପଦପଙ୍କଜ ଦର୍ଶନ
(iii) ଯଜ୍ଞର ଦାନ ଗ୍ରହଣ
(iv) ସବୁଗୁଡ଼ିକ
Answer:
(ii) ଶ୍ରୀରାମଙ୍କ ପଦପଙ୍କଜ ଦର୍ଶନ
Question ୧୧ ।
ସୀତାଙ୍କ ଲିଖ୍ ପତ୍ର କେଉଁଥରେ ଧୌତ ହେଉଥିଲା ?
(i) ଝରଣାର ଜଳ
(ii) ତମସାର ଜଳ
(iii) ନୟନର ଜଳ
(iv) ହୃଦୟର ଜଳ
Answer:
(iii) ନୟନର ଜଳ
Question ୧୨ ।
ଲବକୁଶ କେଉଁ ବାଦ୍ୟଯନ୍ତ୍ର ସହାୟତାରେ ରାମାୟଣ ଗାନ କରୁଥିଲେ ?
(i) ତାନପୁରା
(ii) ବୀଣା
(iii) ସନ୍ତୁର
(iv) କୌଣସିଟି ନୁହେଁ
Answer:
(ii) ବୀଣା
Question ୧୩ ।
‘‘କିଏ ନ କାନ୍ଦିବ ବହି ମାନବ ହୃଦୟ’’ – ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
(i) ସୀତାଙ୍କର ପୂର୍ବକଥା ସ୍ମରଣ
(ii) ଲବକୁଶଙ୍କର ରାମାୟଣ ଗାନ
(iii) ବାଲ୍ମୀକିଙ୍କର ରାମାୟଣ ରଚନା
(iv) ସୀତାଙ୍କର ନିର୍ବାସନ
Answer:
(ii) ଲବକୁଶଙ୍କର ରାମାୟଣ ଗାନ
Question ୧୪ ।
ରାମଚନ୍ଦ୍ରଙ୍କ ମହାଯଜ୍ଞରେ ରାମଚନ୍ଦ୍ରଙ୍କ ବାମାଙ୍କ କିଏ ବୀକ୍ଷିତ ହୋଇଥିଲେ ?
(i) ନବ ବଧୂ
(ii) ନବ ପନ୍ନୀ
(iii) ନବ ବାମା
(iv) ନବ ଜାୟା
Answer:
(iii) ନବ ବାମା
Question ୧୫ ।
ଗତ ଦୁଃଖର କାହାଣୀ କିଏ ଶୁଣାଇବେ ବୋଲି କୁହାଯାଇଛି ?
(i) ବାଲ୍ମୀକି
(ii) ସୀତା
(iii) ଶିଶୁଦ୍ଵୟ
(iv) ଆଶ୍ରମବାସୀ
Answer:
(iii) ଶିଶୁଦ୍ଵୟ
Question ୧୬ ।
ଦୁଃଖ୍ନୀର ପୁତ୍ରଦ୍ଵୟ ଜନ୍ମକାଳରୁ କ’ଣ ଜାଣନ୍ତି ନାହିଁ ?
(i) ମାତୃସ୍ନେହ
(ii) ରାଜ୍ୟଭୋଗ
(iii) ଭ୍ରାତୃସ୍ନେହ
(iv) ପିତୃ ଅନୁରାଗ
Answer:
(iv) ପିତୃ ଅନୁରାଗ
Question ୧୭ ।
ବୈଦେହୀର ପ୍ରଣୟକୁ କ’ଣ ମଣିବ ବୋଲି କୁହାଯାଇଛି ?
(i) ସୁପନ
(ii) କୁହେଳି
(iii) ମରୀଚିକା
(iv) ସ୍ମୃତି
Answer:
(iv) ସ୍ମୃତି
Question ୧୮ ।
ନୟନର ଜଳେ କ’ଣ ଧୌତ ହେଉଥାଏ ?
(i) ପତ୍ର
(ii) ଗଣ୍ଡଦେଶ
(iii) ଆଖ୍
(iv) ବସନ
Answer:
(i) ପତ୍ର
Question ୧୯ ।
କିଏ ମୁଗ୍ଧ ହେବ ବୋଲି ସୀତା ଭାବିଛନ୍ତି ?
(i) ନବବଧୂ
(ii) ବ୍ରାହ୍ମଣମାନେ
(iii) ବାଲ୍ମୀକି
(iv) ଲବକୁଶ
Answer:
(i) ନବବଧୂ
Question ୨୦ ।
ନବବାମା କେଉଁଠି ଶୋଭିତ ହେଉଥିବେ ବୋଲି କୁହାଯାଇଛି ?
(i) ସମ୍ମୁଖରେ
(ii) ସ୍ଵର୍ଣ୍ଣସିଂହାସନେ
(iii) ଦକ୍ଷିଣାଙ୍କ
(iv) ବାମାଙ୍କ
Answer:
(iv) ବାମାଙ୍କ
(କ) କବି ପରିଚିତି :
‘‘ଭିକ୍ଷୁକ ସଙ୍ଗତେ ନୃପ ମୁକୁଟ ମଣ୍ଡିତ,
କାଳବଳେ ହେବେ ସର୍ବେ ଭବୁ ଅନ୍ତର୍ହିତ ।
କିନ୍ତୁ ତୁମ୍ଭେ ଦୀନ କବି ରହିବ ଜୀବିତ
ଯେତେଦିନ ଭବେ ଖୁବ ଓଡ଼ିଆ ସାହିତ୍ୟ ।’’
‘ଇନ୍ଦୁମତୀ’ କାବ୍ୟପ୍ରଣେତା ଗଙ୍ଗାଧର ମେହେରଙ୍କୁ କବି ନନ୍ଦକିଶୋର ବଳ ଏହିଭଳି ଭାବରେ ପ୍ରଶଂସା କରିଥିଲେ । ସୁନ୍ଦର ଓ ପବିତ୍ର କାବ୍ୟ କବିତାର ପ୍ରଣେତା ରୂପେ ଓଡ଼ିଆ କାବ୍ୟଧାରାରେ ଗଙ୍ଗାଧର ଚିରସ୍ମରଣୀୟ । ଦାରିଦ୍ର୍ୟ-ନିପୀଡ଼ିତ ଜୀବନରେ ଜାତୀୟ ସାହିତ୍ୟକୁ ସମୃଦ୍ଧ କରିବାପାଇଁ ସେ ଯେଉଁ ଐତିହାସିକ ସାଧନ କରିଥିଲେ ତାହା ଉଲ୍ଲେଖନୀୟ । ସେ ୧୮୬୨ ମସିହା ଶ୍ରାବଣ ପୂର୍ଣ୍ଣମୀରେ ସମ୍ବଲପୁରର ବରପାଲୀରେ ଭୂମିଷ୍ଠ ହୋଇଥିଲେ ଏବଂ ତିରୋହିତ ହୋଇଥିଲେ ୧୯୨୪ ମସିହା ଚୈତ୍ର ଅମାବାସ୍ୟାରେ । ଦାରିଦ୍ର୍ୟର ନିଷ୍ଠୁର ଆଘାତରେ ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ଗଙ୍ଗାଧର, ପରବର୍ତ୍ତୀ କାଳରେ ଦେଶୀୟ ପାଠଶାଳା ସାର୍ଟିଫିକେଟ ପାଇଥିଲେ ।
ଅଭାବ ଓ ଅନଟନ ଭିତରେ ତାଙ୍କର ଉଚ୍ଚଶିକ୍ଷା ଲାଭକରିବାର ସ୍ଵପ୍ନବିଡ଼ମ୍ବିତ ହୋଇଥିଲା ସତ୍ୟ; କିନ୍ତୁ ଜ୍ଞାନ ଆହରଣର ପିପାସା ତାଙ୍କର ଚିରଦିନ ଅନାହତ ରହିଥିଲା । ତେଣୁ ସ୍ଵକୀୟ ପ୍ରଚେଷ୍ଟାରେ ସେ ପଢ଼ିଥିଲେ ସଂସ୍କୃତ ସାହିତ୍ୟ, ପ୍ରାଚୀନ ଓଡ଼ିଆ ସାହିତ୍ୟ ଇତ୍ୟାଦି । କବି ଜୀବନର ପ୍ରାରମ୍ଭରେ ପ୍ରାଚୀନ ରୀତିରେ ସେ ଲେଖୁଥିଲେ ‘ରସ ରତ୍ନାକର’ କାବ୍ୟ । ପରବର୍ତ୍ତୀ କାଳରେ ନୂତନ ଯୁଗର ଆଶା ଆକାଂକ୍ଷାକୁ ସଫଳ କରି ସେ ନିଜର ସୃଷ୍ଟି ଆଭିମୁଖ୍ୟ ପରିବର୍ତ୍ତନ କରି ଆଧୁନିକ ଓଡ଼ିଆ କାବ୍ୟଧାରାର ଏକ ଯଶସ୍ବୀ କବିରୂପେ ପ୍ରଖ୍ୟାତ ହେଲେ । ତାଙ୍କ ଅମରଲେଖନୀରୁ ଆମେ ପାଇପାରିଲୁ ‘ଅହଲ୍ୟାସ୍ତବ’, ‘ଇନ୍ଦୁମତୀ’, ‘ଉତ୍କଳ ଲକ୍ଷ୍ମୀ’, ‘ଅଯୋଧ୍ୟା ଦୃଶ୍ୟ’, ‘କୀଚକ ବଧ’, ‘ପ୍ରଣୟ ବଲ୍ଲରୀ’, ‘ତପସ୍ବିନୀ’, ‘ପଦ୍ମିନୀ’, ‘ଅର୍ଘ୍ୟଥାଳୀ’, ‘କବିତା କଲ୍ଲୋଳ’ ପ୍ରଭୃତି ଉଚ୍ଚମାନର ସାହିତ୍ୟ ସୃଷ୍ଟି ।
ଓଡ଼ିଆ ସାହିତ୍ୟରେ ଗଙ୍ଗାଧର ସୁନୀତି ଓ ସୁରୁଚିର କବି । ସେ ହେଉଛନ୍ତି ଆଶା, ଆନନ୍ଦ ଓ ଆଲୋକର ରବି। ନବଯୁଗରେ ସେ ସାହିତ୍ୟ ସୃଷ୍ଟି ମାଧ୍ୟମରେ ଆମ ଜାତୀୟ ସଂସ୍କୃତିର ମହିମାଗାନ କରି ଯାଇଛନ୍ତି । ଜାତୀୟ ଜୀବନକୁ ଦେଇ ଯାଇଛନ୍ତି ଦିଗଦର୍ଶନ । ମାତୃଭୂମି ଓ ମାତୃଭାଷା ପ୍ରତି ଅନୁରାଗ ସୃଷ୍ଟି କରିବାପାଇଁ ସେ ହୋଇଛନ୍ତି ସତତ ପ୍ରୟାସୀ । ସେ ଲେଖିଛନ୍ତି –
‘‘ମାତୃଭମି ମାତୃଭାଷାର ମମତା
ଯା ହୃଦେ ଜନମି ନାହିଁ,
ତାକୁ ଯେବେ ଜ୍ଞାନି ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ ’’
ତାଙ୍କ ଦିବ୍ୟଦୃଷ୍ଟିରେ ପୁଣି ସମଗ୍ର ବିଶ୍ଵ ଅମୃତମୟ, ମଧୁମୟ –
‘‘ବିଶ୍ବ ଦେଖ ମଧୁମୟରେ ଜୀବନ
ବିଶ୍ବ ଦେଖ ମଧୁମୟ,
ମଧୁର ଝରଣ କରିବ ହରଣ
ତୋ’ ପାପ ମରଣ ଭୟରେ ଜୀବନ ।’’
ଚିନ୍ତା-ବାକ୍ୟ-କର୍ମ ସବୁଥ୍ରେ ତାଙ୍କର ଫୁଟି ଉଠିଥିଲା ପବିତ୍ରତା । ଆପଣା ଜୀବନକୁ ମଧୁମୟ ସ୍ପର୍ଶ ଦେବାପାଇଁ ସେ ହୋଇଉଠିଥିଲେ ବ୍ୟାକୁଳ, ସତେଯେପରି ସେ ଆକାଶର ପବିତ୍ର ଅମୃତଧାରା । ଯାବତୀୟ ପ୍ରତିକୂଳ ପରିବେଶରେ ଗତି କରୁଥିଲେ ମଧ୍ୟ ସେ ଦିବଧାରା ଶୁଖୁଯିବ ନାହିଁ । ବର୍ଷା ନ ହେଲେ ଶିଶିର ତ ହେବ । ସାଗରରୁ ଉଠି ପୁଣି ସେଇ ସାଗରରେ ମିଶିବ । ସୃଷ୍ଟି ପ୍ରକ୍ରିୟାର ଏହି ଅବିସମ୍ବାଦିତ ସତ୍ୟକୁ କବି ସ୍ୱୀୟ ଜୀବନଚର୍ଯ୍ୟାରେ ସ୍ଵୀକାର କରିବାକୁ ଯାଇ ଲେଖୁଛନ୍ତି –
‘‘ମୁଁ ତ ଅମୃତ ସାଗର ବିନ୍ଦୁ,
ନଭେ ଉଠିଥୁଲି ତେଜି ସିନ୍ଧୁ,
ଖସି ମିଶିଛି ଅମୃତ ଧାରେ,
ଗତି କରୁଛି ସେ ଅକୃପାରେ ।
ପଥେ ଶୁଖୁଲେ ପାପ ତାପରେ,
ଅମୃତ ପୟ ଅମୃତମୟ,
ସହିତ ମିଶିବି ସାଗରରେ ।’’
ଧୂଳିମଳିନ ଧରଣୀର କୌଣସି ମଳିନତା ତାଙ୍କୁ ସ୍ପର୍ଶ କରିପାରି ନଥିଲା । ଆପଣାର ଜୀବନରେ ସେ ମାଧୁର୍ଯ୍ୟର ସ୍ପର୍ଶ ଲାଭ କରିଥିଲେ, ମଧୁମୟର ସନ୍ଧାନ
ପାଇଥିଲେ । ବନବଲ୍ଲରୀର ସ୍ନିଗ୍ଧ ସୁନ୍ଦର କମୁକୁଞ୍ଜ ତଳେ ସେ ସନ୍ଧାନ କରିଥିଲେ ଆପଣାର ଦିବ୍ୟ କବିତାକୁ । ପ୍ରକୃତିର ଚାରୁ ଆଲେଖ୍ୟ ତାଙ୍କ ଆଜ୍ରେ ଭରି ଦେଇଥିଲା କଳ୍ପଲୋକର ଅପରୂପ ଆନନ୍ଦ । ପ୍ରକୃତି ମଧ୍ୟରେ ସେ ଦେଖୁଥୁଲେ ମଣିଷର ଜୀବନକୁ, ବ୍ୟକ୍ତିର ଅନ୍ତଃସତ୍ତାକୁ; ପାରମ୍ପରିକ ବର୍ଣ୍ଣନାକୁ । ତେଣୁ ଦେଲେ ସେ ନୂତନ ବିଭୂତି । ପ୍ରକୃତି ମୂକ-ନିପ୍ରାଣତା ଓ ନିର୍ବେଦତା ତ୍ୟାଗକରି ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲା ମଣିଷର ଅତି ଆତ୍ମୀୟ ବନ୍ଧୁଟିଏ ପରି । ଗଙ୍ଗାଧରଙ୍କ ଏଇ ଅପୂର୍ବ କବିତ୍ଵ, ସମକାଳୀନ ବହୁ ସାହିତ୍ୟିକ ମହଲରେ ତାଙ୍କ ପ୍ରତି ଆତ୍ମୀୟତା ସୃଷ୍ଟି କରିଥିଲା । ଆବେଗପ୍ରବଣ କବି ନନ୍ଦକିଶୋର ବଳ ଥରେ ହେଲେ ଗଙ୍ଗାଧରଙ୍କୁ ଜୀବନରେ ଦେଖିନଥିଲେ ମଧ୍ୟ ତାଙ୍କ ଉଦ୍ଦେଶ୍ୟରେ କବିତାର ଅର୍ଘ୍ୟ ପ୍ରଦାନ କରିଥିଲେ । ଓଡ଼ିଶାରେ ଜନ୍ମ ହୋଇଥିବାରୁ ଗଙ୍ଗାଧରଙ୍କର ଦାରିଦ୍ର୍ୟ ରହିଛି ବୋଲି ଦୁଃଖପ୍ରକାଶ କରି ଲେଖିଛନ୍ତି –
‘‘ଲୋଡ଼େ ନାହିଁ ଦେଖିବାକୁ ମୁଁ ତୁମ୍ଭ ମୂରତି,
ଦେଖି କାଳେ ତୁଟିଯିବ ମାୟା ତବ ପ୍ରତି।
ପଢ଼ିଅଛି ଇନ୍ଦୁମତୀ କାବ୍ୟ କେତେଥର,
ସେହିଠାରେ ପରିଚୟ ତୁମ୍ଭର ମୋହର ।
ଲାବଣ୍ୟ କାସାର ହଂସ ପୁରୁଷ ଅଦ୍ଭୁତ,
କାଳିଦାସ – ଭାରତୀୟ ବାଣୀ ବରସୁତ ।
ଯୋଗ୍ୟ ଅନ୍ତେବାସୀ ତୁମ୍ଭେ ଅଟ ତାହାଙ୍କର,
ବଳିହାର ଗୁରୁପ୍ରତି ସମ୍ଭାର ଅର୍ଘ୍ୟର ।
ପବିତ୍ର ପ୍ରଣୟ ଏ ମୋ’ ସରତୀ ନନ୍ଦନ,
ମହାର୍ଘ ଭାବିଣ ପ୍ରିୟ କର ହେ ଗ୍ରହଣ ।
X X X X
ଜନ୍ମିଥା’ନ୍ତ ଯେବେ ସଭ୍ୟ ଉନ୍ନତି ଦେଶରେ,
ବାଜୁଥା’ନ୍ତା ନାମ ତବ ଦିଗ ଦିଗନ୍ତରେ ।
ହୃଦ ମଧ୍ୟ ରଖିଥା’ନ୍ତେ ତବ ଦୀନ ଛବି ।’
ପୂଜ୍ୟପୂଜାର ବ୍ୟତିକ୍ରମର ଦୃଷ୍ଟାନ୍ତ ଏ ଦେଶରେ ଅନେକ । କବି ଦୀନକୃଷ୍ଣ ରୁଗ୍ଣ, ଭିକ୍ଷାଶୀ, ଦରିଦ୍ର ହୋଇ ଜୀବନ ବିତାଇଛନ୍ତି । ଉପେନ୍ଦ୍ର ରାଜପୁତ୍ର ହୋଇ ହୋଇଛନ୍ତି ଦାଣ୍ଡର ଭିକାରୀ । କବି ଯଦୁମଣି ମୁଠାଏ ଖାଇବାକୁ ନପାଇ ନଅଙ୍କରେ ମୃତ୍ୟୁବରଣ କରିଛନ୍ତି । ବନମାଳୀ, ସାଲବେଗ, ଗୋପାଳକୃଷ୍ଣଙ୍କ କଥା ପଚାରେ କିଏ ? ପ୍ରଚଣ୍ଡ ପ୍ରତିଭାଧାରୀ ଗଙ୍ଗାଧରଙ୍କର ଅବସ୍ଥା ମଧ୍ୟ ଠିକ୍ ସେଇଆ ହୋଇଛି । ଦାରିଦ୍ର୍ୟ ତାଙ୍କ ଜୀବନକୁ କେବେ ଛାଡ଼ିନାହିଁ । ତଥାପି ସେ ଭାଙ୍ଗିପଡ଼ି ନାହାଁନ୍ତି । ଦେଶ, ଜାତି, ସାହିତ୍ୟ ସମାଜ ପାଇଁ ଯେତିକି ପାରିଛନ୍ତି ସେତିକି ଉଦ୍ୟମ କରିଛନ୍ତି । ମାତୃଭାଷା ଓ ମାତୃଭୂମିର ଉନ୍ନତି ପାଇଁ ବ୍ୟାକୁଳ ହୋଇ ଉଠିଛନ୍ତି, ଆଉ ରଚନା କରିଛନ୍ତି କାବ୍ୟକବିତାର ସୁମଞ୍ଜୁଳ ମନୋରମ ସୌଧ ।
‘ତପସ୍ବିନୀ’ କବିଙ୍କର ସର୍ବଶ୍ରେଷ୍ଠ ରଚନା । କାତ୍ୟିକ ରସସୌନ୍ଦର୍ଯ୍ୟ ଓ ବର୍ଣ୍ଣନାର ପ୍ରୌଢ଼ତା ଏଥିରେ ସର୍ବବାଦୀସମ୍ମତ । ତାଙ୍କର ପ୍ରତିଟି କାବ୍ୟଗ୍ରନ୍ଥ ସର୍ବଭାରତୀୟ ପରମ୍ପରାର ପ୍ରତିନିଧ୍ । ଏଥିପାଇଁ କେତେକ ଗଙ୍ଗାଧରଙ୍କୁ ପାଶ୍ଚାତ୍ୟ ପ୍ରଭାବିତ ରାଧାନାଥ କାବ୍ୟଚେତନାର ମୌନ ପ୍ରତିବାଦୀ ଆଖ୍ୟା ଦେଇଥା’ନ୍ତି। ଭାରତୀୟ ଚିନ୍ତା ଓ ଚେତନା, ବିଧ୍ ବ୍ୟବସ୍ଥା, ପରମ୍ପରା ମୁଦ୍ରାରେ ପ୍ରତିଟି କାବ୍ୟର ଗତି ଗମ୍ଭୀର । କବି ଗଙ୍ଗାଧର ଜୀବନରେ ସକଳ ଅଭାବ ଅବସାଦ ସତ୍ତ୍ବେ ଏତିକିମାତ୍ର ପ୍ରତିଭା ଚିରପ୍ରଶଂସିତ ହୋଇ ରହିବ ।
(ଖ) କବିତାର ପୃଷ୍ଠଭୂମି :
ଏକାଦଶ ସର୍ଗର ଉଲ୍ଲେଖଯୋଗ୍ୟ ଅଂଶବିଶେଷ । ଏଥରେ କବି ତପସ୍ବିନୀ ରାମହୃଦୟ ଜ୍ୟୋତ୍ସ୍ନା ସତୀ ସୀତାଙ୍କର ମାନସିକ ଆଲୋଡ଼ନକୁ ଅତି ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । ପୁନଶ୍ଚ ସୀତାଙ୍କ ଚରିତ୍ର ମାଧ୍ୟମରେ ନାରୀ ହୃଦୟର ମାର୍ମିକ ଅନୁଚିନ୍ତା ପତିବ୍ରତା ନାରୀର ମହନୀୟତା କବି ଦେଖାଇ ଦେଇଛନ୍ତି ।
କୌଣସି ଏକ ସନ୍ଧ୍ୟାରେ, ମହର୍ଷି ବାଲ୍ମୀକି ‘ଲବକୁଶ’ଙ୍କ ଭବିଷ୍ୟତ ନେଇ ଚିନ୍ତା କରିଛନ୍ତି । ଲବକୁଶଙ୍କର କିପରି ପିତା ରାମଚନ୍ଦ୍ରଙ୍କ ସହିତ ମିଳନ ହେବ ସେ ସମ୍ବନ୍ଧରେ ବିଚାର କରୁଥା’ନ୍ତି । ସେହି ସମୟରେ, ଜନୈକ ରାଜଦୂତ ଆସି ରାମଚନ୍ଦ୍ରଙ୍କ ପତ୍ର ଦେଇଛି ବାଲ୍ମୀକିଙ୍କୁ । ସେହି ପତ୍ର ପାଠକରି ମହର୍ଷି ଜାଣିଛନ୍ତି, ରାମଚନ୍ଦ୍ର ଅଶ୍ଵମେଧ ଯଜ୍ଞ କରୁଛନ୍ତି ଏବଂ ତାଙ୍କୁ ସେହି ଶୁଭକାର୍ଯ୍ୟରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରିଛନ୍ତି। ଏହି ଅବକାଶରେ ମହର୍ଷି, ଲବ-କୁଶଙ୍କୁ ସାଙ୍ଗରେ ନେଇ ଯଜ୍ଞସ୍ଥଳକୁ ଯିବାପାଇଁ ମନସ୍ଥ କରିଛନ୍ତି । କାରଣ ଯଜ୍ଞସ୍ଥଳରେ ଲବ-କୁଶ ରାମାୟଣ ଗାନ କରି ସମସ୍ତଙ୍କ ମନକୁ ମୋହିତ କରିବେ ଏବଂ ରାମଚନ୍ଦ୍ର ନିଜର ପୁତ୍ରଦ୍ଵୟଙ୍କର ପରିଚୟ ପାଇବାର ଅବସର ମିଳିବ।
ବାଲ୍ମୀକି, ସୀତାଙ୍କ ନିକଟରେ ରାମଚନ୍ଦ୍ରଙ୍କର ଅଶ୍ଵମେଧ ଯଜ୍ଞ କରିବାର ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି । ଆସନ୍ତାକାଲି ସେ ଲବ-କୁଶଙ୍କୁ ନେଇ ଯଜ୍ଞସ୍ଥଳକୁ ଯିବେ ବୋଲି ବିଚାର କରିଛନ୍ତି । ରାମଚନ୍ଦ୍ର ଯେ ଯଜ୍ଞ କରୁଛନ୍ତି, ସେହି ଖବର ଜାଣିଲାପରେ ସୀତାଙ୍କ ମନରେ ଦାରୁଣ ଖେଦ ସୃଷ୍ଟି ହୋଇଛି । ସେ ଭାବିଛନ୍ତି, ରାମଚନ୍ଦ୍ର ହୁଏତ ଦ୍ବିତୀୟ ପତ୍ନୀ ଗ୍ରହଣ କରିଛନ୍ତି । କାରଣ ପତ୍ନୀ ବିନା ଯଜ୍ଞକାର୍ଯ୍ୟ ସମ୍ଭବ ନୁହେଁ । ସେଥିପାଇଁ ସେ ଅତି ବିନୟଭାବରେ ରାମଚନ୍ଦ୍ରଙ୍କ ନିକଟକୁ ପତ୍ର ଲେଖିଛନ୍ତି । ଦ୍ଵିତୀୟ ପତ୍ନୀ କେଉଁ ପ୍ରକାର ତପସ୍ୟା କରିଥିବାରୁ ରାମଚନ୍ଦ୍ରଙ୍କୁ ପତିରୂପେ ପାଇଛନ୍ତି ବୋଲି ଜାଣିବାକୁ ଚାହିଁଛନ୍ତି ।
(ଗ) କବିତାର ସାରକଥା :
ପତିଗତପ୍ରାଣା ସୀତା ତପସ୍ବିନୀ ଭାବରେ ବାଲ୍ମୀକି ଆଶ୍ରମରେ ବାଳୁତ ପୁତ୍ର ଲବ ଓ କୁଶଙ୍କୁ ନେଇ ଜୀବନଯାପନ କରୁଥା’ନ୍ତି । ସେହି ସମୟରେ ସେ ଶୁଣିବାକୁ ପାଇଛନ୍ତି, ଅଯୋଧ୍ୟାର ରାଜା ରାମଚନ୍ଦ୍ର ଅଶ୍ଵମେଧ ଯଜ୍ଞ କରୁଛନ୍ତି । ସେହି ଖବର ଶୁଣି ସ୍ବାଭବିକ ଭାବରେ ସତୀ ଶିରୋମଣି ସୀତାଙ୍କ ହୃଦୟ ଆଶଙ୍କାରେ ଉଦ୍ବେଳିତ ହୋଇଉଠିଛି । ଅଭିମାନରେ ସେ ସ୍ଵାମୀ ରାମଚନ୍ଦ୍ରଙ୍କୁ ବିନୟଭାବରେ ପତ୍ର ଲେଖିଛନ୍ତି । ପତ୍ର ଲେଖିବାକୁ ଯାଇ ସୀତା ରାମଙ୍କର ମହିମା ଗାନ କରିଛନ୍ତି । ସ୍ଵାମୀଅନୁଗତା ଭାବରେ, ସ୍ବାମୀଙ୍କର ବିଶେଷତାକୁ ବିଶେଷ ଭାବରେ ସୂଚିତ କରିଛନ୍ତି । ତାଙ୍କ ବିଚାରରେ ରାମଚନ୍ଦ୍ର ହେଉଛନ୍ତି, ଶରଣବତ୍ସଳ ଧ୍ଵଜ । ଅର୍ଥାତ୍ ସେ ଶରଣକାରୀକୁ ରକ୍ଷାକରିବା ରୂପକ ପତାକା । ପୁନଶ୍ଚ ଯେଉଁମାନେ ତାଙ୍କ ପ୍ରତି ଶତ୍ରୁତା ଆଚରଣ କରନ୍ତି, ସେମାନଙ୍କ ପାଇଁ ସେ ଉପଯୁକ୍ତ ବିରୋଧମୂଳକ ପଦକ୍ଷେପ ନେଇପାରନ୍ତି । କବି ଏହାକୁ ଯଥାର୍ଥଭାବରେ ସୀତାଙ୍କ ମୁଖରେ କହିଛନ୍ତି, ରାମଚନ୍ଦ୍ର ଶତ୍ରୁରୂପକ ହସ୍ତୀମାନଙ୍କପାଇଁ ଅଙ୍କୁଶ ବା ତେଣ୍ଟା ଭଳି । ପୁନଶ୍ଚ ସେ ଦୁଃଖରୂପକ ପର୍ବତ ଉପରେ ବଜ୍ର ସଦୃଶ । ବଜ୍ର ଯେପରି ପର୍ବତକୁ ଆଘାତ କରି ବିଚୂଷ୍ଠିତ କରେ, ରାମଚନ୍ଦ୍ର ସେହିପରି ପ୍ରଜାମାନଙ୍କର ଦୁଃଖକୁ ଦୃଢ଼ତାର ସହିତ ଦୂର କରିଦେଇଥା’ନ୍ତି ।
ସତୀ ସୀତା ପତ୍ର ଲେଖିବାକୁ ଯାଇ ପ୍ରଥମେ ରାଜା ରାଜେଶ୍ଵର ରାମଚନ୍ଦ୍ରଙ୍କ ପାଦପଦ୍ମର ବନ୍ଦନା କରିଛନ୍ତି । ଅର୍ଥାତ୍ ପତ୍ନୀ ହିସାବରେ ନିଜକୁ ଦୀନା ଭିକାରୁଣୀ ମନେକରି ସ୍ଵାମୀଙ୍କର ପାଦଯୁଗଳରେ ନିଜର ଭକ୍ତିପୂତ ପ୍ରଣାମ ଜଣାଇଛନ୍ତି । ସେ ନିଜର ମଧୁଆଶାରୂପୀ ଅନ୍ଧକାର ଭେଦ କରିବାପାଇଁ ଚାହିଁଛନ୍ତି ଏବଂ ଅତି କାତର ଭାବରେ ଅରଣ୍ୟରେ ଥାଇ ନିବେଦନ କରିଛନ୍ତି । ମହାରାଜା ଭାବରେ ରାମଚନ୍ଦ୍ର ମହାଯଜ୍ଞ କରିବାପାଇଁ ନୂତନ ପତ୍ନୀଙ୍କୁ ବାମପାର୍ଶ୍ବରେ ଉପବେଶନ କରାଇଥବେ । ପ୍ରିୟତମା ବଧୂଙ୍କ ମନରେ ଶତଗୁଣ ଆନନ୍ଦ ଦେବାପାଇଁ ସେ ଅନେକ ଭାବରେ ପ୍ରୟାସ କରିଥିବେ । ଫଳସ୍ବରୂପ ତାଙ୍କର ସଦ୍ଗୁଣ ବହୁଭାବରେ ବଢ଼ିଯାଉଥିବ ।
ସୀତା ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ହେ ପ୍ରଭୁ, ମହାଯଜ୍ଞ କରିବା ଅବକାଶରେ ଆପଣ ଅନେକ ପ୍ରକାର ଧନ, ରତ୍ନ ଓ ପାଟବସ୍ତ୍ର ପ୍ରଦାନ କରିବେ । ଏହିସବୁ ଦାନ ଦେବାଦ୍ଵାରା ଆପଣଙ୍କର ମନୋକାମନା ପରିପୂରଣ ହେବ । ସେହି ଦାନ ଦେବା ଅବକାଶରେ ମୋ’ ପ୍ରତି ଦୟାପରବଶ ହୋଇ, ମୋ’ ମନରେ ସୃଷ୍ଟି ହୋଇଥିବା ଭିକ୍ଷାକୁ ପୂରଣ କରିବେ । ଏହି ସାମାନ୍ୟ ଭିକ୍ଷା ଦେବାରେ ଆପଣ କେବେହେଲେ କୃପଣ ହେବେ ନାହିଁ । କାରଣ ଆପଣ ହେଉଛନ୍ତି, ଦାନ ଦେବାରେ
ସାଗର ସଦୃଶ । ଅର୍ଥାତ୍ ଦୟା କରିବାରେ ରତ୍ନରେ ଆପଣ ବାରିଧୂରି । ମୁଁ କିଏ, ସେ ସମ୍ବନ୍ଧରେ ଜାଣିବାର କୌଣସି ଆବଶ୍ୟକତା ନାହିଁ । ଅନ୍ୟଭାବରେ ପ୍ରକାଶ କଲେ, ଅଭିମାନୀ ସୀତା ନିଜର ପରିଚୟ ଦେବାକୁ ଚାହିଁନାହାଁନ୍ତି । ରାମଚନ୍ଦ୍ର ସଦାସର୍ବଦା, ତପସ୍ଵୀମାନଙ୍କର ଦୁଃଖ ହରଣ କରିଥା’ନ୍ତି । ବିପଦରେ ସହାୟ ହୋଇଥା’ନ୍ତି । ରାମଚନ୍ଦ୍ରଙ୍କର ମାନସିକତାକୁ ଆକଳନକରି ସୀତା କହିଛନ୍ତି, ତପସ୍ବୀମାନଙ୍କଠାରେ ତାଙ୍କର କୌଣସି ଅଦେୟ ନ ଥାଏ । ସେହି ହିସାବରେ ଜଣେ ତପସ୍ବିନୀଭାବରେ, କେବେହେଲେ ମୋତେ ହେୟ ଦୃଷ୍ଟିରେ ଦେଖିବେ ନାହିଁ ବୋଲି ସୀତା ନିଜର ମନୋଭାବ ପ୍ରକାଶ କରିଛନ୍ତି ।
ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସୀତା କହିଛନ୍ତି, ‘ଯେ ଆଜି ଯୋଗ୍ୟା ପତ୍ନୀ ଭାବରେ ଆପଣଙ୍କର କୋଳରେ ବା ଆପଣଙ୍କ ବାମପାର୍ଶ୍ଵରେ ବସି ଯଜ୍ଞ କାର୍ଯ୍ୟରେ ସହଯୋଗ କରୁଛନ୍ତି ଏବଂ ସମଗ୍ର ଅଯୋଧ୍ୟାବାସୀ ଯାହାଙ୍କୁ ଭକ୍ତିଭାବରେ ଦେଖୁଛନ୍ତି, ସେହି ଯୋଗ୍ୟ, ପୂର୍ବେ କେଉଁଭଳି ତପ ଆଚରଣ କରିଥିଲା, କେଉଁ ସମୟରେ କେଉଁ ଭଳି ମନ୍ତ୍ର ଉଚ୍ଚାରଣ କରିଥିଲା, ଯାହାର ଫଳସ୍ଵରୂପ ଏଭଳି ସୌଭାଗ୍ୟର ଅଧିକାରିଣୀ ହୋଇପାରିଲା । ସେହି ତପସ୍ୟାର ମୂଳସୂତ୍ରଟିକୁ ମୋତେ ଜଣାଇଦେବେ । ହେ ପ୍ରଭୁ, ମୋର ଅନ୍ୟ କୌଣସି ଧନରେ ପ୍ରୟୋଜନ ନାହିଁ ।
କୋଟିଏ ଅଶ୍ଵମେଧ ଯଜ୍ଞରେ ଯେତେ ଧନ ଦାନ କରିବାକୁ ହୋଇଥାଏ, ସେହି ଦାନ ତୁଳନାରେ ମୋର ଏହି ଜ୍ଞାନ ଅଧିକ ମୂଲ୍ୟବାନ୍ ଓ ଶ୍ରେୟ । ଆଉ ଗୋଟିଏ କଥା ଅନୁରୋଧ କରି ସୀତା କହିଛନ୍ତି, ବାଲ୍ମୀକିଙ୍କ ସହିତ ଯାଉଥିବା ମୋର ପୁତ୍ରଦ୍ଵୟ ଅତ୍ୟନ୍ତ ଅବୋଧ । ଭଲମନ୍ଦ ବିଚାର କରିବାର ଜ୍ଞାନ ତାଙ୍କର ହୋଇନାହିଁ । ସେମାନଙ୍କ ଜୀବନରେ ପିତୃକୋଳରେ ବସିବାର ଭାଗ୍ୟ ନାହିଁ । ତେଣୁ ପିତୃସ୍ନେହରୁ ଲୋତକାପ୍ଲ ତ କରିଥା’ନ୍ତି । ସେମାନଙ୍କର କରୁଣ ରାମାୟଣ ଗାନ ଶ୍ରବଣକରି, ମାନବ ହୃଦୟଧରି କିଏ ଯେ ନ କାନ୍ଦିବ ! ସେପରି କେହି ନାହିଁ; ଏପରିକି, ସେହି ଗାନ ଶୁଣି ତରୁଲତାମାନେ ମଧ୍ଯ ଅଥୟ ହୋଇଥା’ନ୍ତି ।’’
ସୀତା ପୁନର୍ବାର କହିଛନ୍ତି, ‘ରାମଚରିତ ଗାନକରି, ଶିଶୁପୁତ୍ରଦ୍ଵୟ ରାମଚନ୍ଦ୍ରଙ୍କୁ ଦେଖିବାପାଇଁ ବିମୋହିତ ହୋଇଛନ୍ତି । ମନରେ ତାଙ୍କର ରହିଛି ଗଭୀର ଆବେଗ । ମହର୍ଷି ବାଲ୍ମୀକିଙ୍କ ସହିତ, ତୁମ୍ଭର ପାଦପଦ୍ମ ଦର୍ଶନ କରିବାପାଇଁ ସେମାନେ ଆକର୍ଷିତ ହୋଇ ଯାଉଛନ୍ତି । ସୀତା ନିଜର ଭାବାବେଗରେ ଏହିକଥା ପ୍ରକାଶ କରିଛନ୍ତି-
‘‘ଶିଶୁପୁତ୍ରଦ୍ଵୟ ତୁମକୁ ତୁମ ଜୀବନରେ ଘଟିଯାଇଥବା ଦୁଃଖଦ ଘଟଣାବଳୀକୁ ଶୁଣାଇବେ । ସେହି ଦୁଃଖପୂର୍ଣ୍ଣ କାହାଣୀ ଶୁଣିଲେ ଦୁଃଖିନୀ ମା’ର ହୃଦୟ ବିଦୀର୍ଣ୍ଣ ହୋଇଯାଏ ବୋଲି ସେ କହିଛନ୍ତି । ଶୁଣିଲେ ମନଦୁଃଖ ହୁଏ, ନ ଶୁଣିଲେ ଶୁଣିବାପାଇଁ ଆଗ୍ରହ ଦେଖାଦେଇଥାଏ ।’’ ସୀତା ରାମଚନ୍ଦ୍ରଙ୍କୁ ଧୀରବର ବା ଧୈର୍ଯ୍ୟର ଅବତାର ଭାବରେ ସମ୍ବୋଧନ କରି କହିଛନ୍ତି, ‘ଆପଣ ସେହି ଦୁଃଖପୂର୍ଣ୍ଣ କାହାଣୀକୁ କଣ୍ଠରେ ଶ୍ରବଣକରି, ମନରେ ଯଦି ବୈଦେହୀର ସ୍ମୃତି ଆସିଯାଏ, ତା’ହେଲେ ବୈଦେହୀର ପ୍ରଣୟକୁ ସ୍ଵପ୍ନ ବୋଲି ଧରିନେବେ ।’’ ନବପରିଣୀତା ପ୍ରଣୟିନୀର ହସହସ ମୁଖକୁ ଆନନ୍ଦରେ ସୀତା ମଧ୍ୟ ରାମଚନ୍ଦ୍ରଙ୍କୁ କହିଛନ୍ତି ।
ସୀତା ନିଜ ହୃଦୟକୁ ବିଦୀର୍ଣ୍ଣକରି ଅତି ବିକଳ ଭାବରେ ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ବିନୟ ପତ୍ର ଲେଖୁଥା’ନ୍ତି । ତାଙ୍କ ନୟନରୁ ବହି ଚାଲିଥାଏ ଅବାରିତ ଲୁହ । ସେହି ଲୁହରେ ଲେଖୁଥିବା ପତ୍ରଟି ଭିଜି ଯାଉଥାଏ । ଆଉ କ’ଣ କ’ଣ ଲେଖିବି ଓ କଥାରେ ସୀତାଙ୍କର ପତ୍ରଲେଖା ପର୍ଯ୍ୟାୟ ଅଟକିଯାଇଛି ।
କବିତାଟିରେ କବି ସୀତାଙ୍କୁ ସତୀ ଶିରୋମଣି ଭାବରେ ବର୍ଣ୍ଣନା କରିବା ସହିତ, ସାଧାରଣ ନାରୀର ଅଭିମାନୀ ମାନସିକତାକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି।
(ଘ) କଠିନ ଶବ୍ଦ ଓ ଏହାର ଅର୍ଥ: