Odisha State Board CHSE Odisha Class 11 Economics Solutions Chapter 8 ଯୋଜନା Questions and Answers.
CHSE Odisha 11th Class Economics Solutions Chapter 8 ଯୋଜନା
ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।
୧। କେଉଁ ମସିହାରେ ଭାରତରେ ଯୋଜନା ପର୍ବ ଆରମ୍ଭ ହୋଇଥିଲା ?
(i) ୧୯୪୭
(ii) ୧୯୪୮
(iii) ୧୯୫୧
(iv) ୧୯୯୧
Answer:
(iii) ୧୯୫୧
୨। ଆମ ଦେଶରେ କେଉଁ ସଂସ୍ଥା ଯୋଜନା ପ୍ରଣୟନ କରୁଥିଲେ ?
(i) ଅର୍ଥ ମନ୍ତ୍ରଣାଳୟ
(ii) ଭାରତୀୟ ରିଜର୍ଭ ବ୍ୟାଙ୍କ
(iii) ଯୋଜନା କମିଶନ୍
(iv) ଅର୍ଥ କମିଶନ୍
Answer:
(iii) ଯୋଜନା କମିଶନ୍
୩। ଯୋଜନା କମିଶନ୍ର ଅଧ୍ୟକ୍ଷ କିଏ ଥିଲେ ?
(i) ରାଷ୍ଟ୍ରପତି
(ii) ଉପରାଷ୍ଟ୍ରପତି
(iii) ପ୍ରଧାନମନ୍ତ୍ରୀ
(iv) ଅର୍ଥମନ୍ତ୍ରୀ
Answer:
(iii) ପ୍ରଧାନମନ୍ତ୍ରୀ
୪। ଭାରତୀୟ ଯୋଜନାର ଏକ ମୌଳିକ ଲକ୍ଷ୍ୟ ଲେଖ ।
(i) ସ୍ୱ।ବଲମ୍ୱନଶୀଳତା ହାସଲ
(ii) ଉଚ୍ଚ ଆର୍ଥିକ ଅଭିବୃଦ୍ଧି ହାସଲ
(iii) ସାମାଜିକ ନ୍ୟାୟ ପ୍ରତିଷ୍ଠା
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ
୫। ବର୍ତ୍ତମାନ ଆମ ଦେଶରେ କେଉଁ ଯୋଜନା ପ୍ରଚଳିତ ?
(i) ଦଶମ ଯୋଜନା
(ii) ଏକାଦଶ ଯୋଜନା
(iii) ଦ୍ଵାଦଶ ଯୋଜନା
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଦ୍ବାଦଶ ଯୋଜନା
୬। ପ୍ରଥମ ଯୋଜନାରେ କେଉଁ କ୍ଷେତ୍ର ଅଗ୍ରାଧୂକାର ଲାଭ କରିଥିଲା ?
(i) ଶିଳ୍ପକ୍ଷେତ୍ର
(ii) ସେବା କ୍ଷେତ୍ର
(iii) କୃଷି କ୍ଷେତ୍ର
(iv) ଉପରୋକ୍ତ ସମସ୍ତ
Answer:
(iii) କୃଷିକ୍ଷେତ୍ର
୭। କେଉଁ ଯୋଜନାରେ ଶିଳ୍ପ କ୍ଷେତ୍ର ଅଗ୍ରାଧୁକାର ଲାଭ କରିଥିଲା ?
(i) ପ୍ରଥମ ଯୋଜନା
(ii) ଦ୍ଵିତୀୟ ଯୋଜନା
(iii) ତୃତୀୟ ଯୋଜନା
(iv) ଉପରୋକ୍ତ ସମସ୍ତ
Answer:
(ii) ଦ୍ଵିତୀୟ ଯୋଜନା
୮। ଜାତୀୟ ଯୋଜନା କମିଟି କେବେ ଗଠନ କରାଯାଇଥିଲା।
(i) ୧୯୪୭
(ii) ୧୯୪୯
(iii) ୧୯୩୭
(iv) ୧୯୫୦
Answer:
(iii) ୧୯୩୭
୯। ବମ୍ବେ ଯୋଜନାର ସମୟ କାଳ କେତେବର୍ଷ ପାଇଁ ଧାର୍ଯ୍ୟ କରାଯାଇଥିଲା ।
(i) ୫ ବର୍ଷ
(ii) ୧୫ ବର୍ଷ
(iii) ୧୦ ବର୍ଷ
(iv) ୨୦ ବର୍ଷ
Answer:
(ii) ୧୫ ବର୍ଷ
୧୦। ସ୍ଥିରତା ସହିତ ବିକାଶ କେଉଁ ଯୋଜନାର ପ୍ରଧାନ ଆଭିମୁଖ୍ୟ ଥିଲା ?
(i) ତୃତୀୟ ଯୋଜନା
(ii) ପଞ୍ଚମ ଯୋଜନା
(iii) ଚତୁର୍ଥ ଯୋଜନା
(iv) ସପ୍ତମ ଯୋଜନା
Answer:
(iii) ଚତୁର୍ଥ ଯୋଜନା
୧୧। କେଉଁ ଯୋଜନାର ସମୟକାଳ ୪ ବର୍ଷ ଥିଲା ?
(i) ତୃତୀୟ ଯୋଜନା
(ii) ପଞ୍ଚମ ଯୋଜନା
(iii) ସପ୍ତମ ଯୋଜନା
(iv) ଅଷ୍ଟମ ଯୋଜନା
Answer:
(ii) ପଞ୍ଚମ ଯୋଜନା
୧୨। ପଞ୍ଚମ ପଞ୍ଚବାର୍ଷିକ ଯୋଜନାର ପ୍ରମୁଖ ଆଭିମୁଖ୍ୟ କ’ଣ ଥିଲା ?
(i) ସ୍ଥିରତା ସହ ବିକାଶ
(ii) ସାମାଜିକ ନ୍ୟାୟ ସହ ବିକାଶ
(iii) କୃଷି ଓ ଶିଳ୍ପର ବିକାଶ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ସାମାଜିକ ନ୍ୟାୟ ସହ ବିକାଶ
୧୩। କେଉଁ ଯୋଜନା ଦାରିଦ୍ର୍ୟ ଦୂରୀକରଣ ଉପରେ ସର୍ବୋଚ୍ଚ ଗୁରୁତ୍ବ ଆରୋପ କରିଥିଲା।
(i) ଚତୁର୍ଥ ଯୋଜନା
(ii) ଷଷ୍ଠ ଯୋଜନା
(iii) ପଞ୍ଚମ ଯୋଜନା
(iv) ସପ୍ତମ ଯୋଜନା
Answer:
(iv) ସପ୍ତମ ଯୋଜନା
୧୪। ନବମ ପଞ୍ଚବାର୍ଷିକ ଯୋଜନାର ପ୍ରମୁଖ ଆଭିମୁଖ୍ୟ କ’ଣ ଥିଲା ?
(i) ସମତା ଓ ନ୍ୟାୟ ସହିତ ବିକାଶ
(ii) ସ୍ଥିରତା ସହ ବିକାଶ
(iii) ସ୍ଥିରତା ଓ ନ୍ୟାୟ ସହ ବିକାଶ
(iv) ସାମାଜିକ ନ୍ୟାୟ ସହ ବିକାଶ
Answer:
(i) ସମତା ଓ ନ୍ୟାୟ ସହିତ ବିକାଶ
୧୫। ଦଶମ ପଞ୍ଚବାର୍ଷିକ ଯୋଜନା କେବେ ପ୍ରଣୟନ କରାଗଲା ?
(i) ୨୦୦୦ ମସିହା
(ii) ୨୦୦୨ ମସିହା
(iii) ୨୦୦୧ ମସିହା
(iv) ୨୦୦୫ ମସିହା
Answer:
(ii) ୨୦୦୨ ମସିହା
୧୬। ୧୯୪୪ ମସିହାରେ ବମ୍ବେର ଆଠ ଜଣ ଶିଳ୍ପପତି ଯେଉଁ ଯୋଜନା ଚିଠା ପ୍ରସ୍ତୁତ କରିଥିଲେ ତାହାର ନାମ କ’ଣ ଥୁଲା ?
(i) ଗାନ୍ଧିବାଦୀ ଯୋଜନା
(ii) ଜନଗଣଙ୍କ ଯୋର୍ଜନା
(iii) ବମ୍ବେ ଯୋଜନା
(iv) ସର୍ବୋଦୟ ଯୋଜନା
Answer:
(iii) ବମ୍ବେ ଯୋଜନା
୧୭ । କେଉଁ ଦେଶର ପଞ୍ଚବାର୍ଷିକ ଯୋଜନା ଭାରତରେ ଯୋଜନାବଦ୍ଧ ବିକାଶ କାର୍ଯ୍ୟକ୍ରମ ପ୍ରବର୍ତ୍ତନ ପାଇଁ ପ୍ରେରଣା ଯୋଗାଇଥିଲା ?
(i) ଆମେରିକା
(ii) ସୋଭିଏଟ୍ ରୁଷିଆ
(iii) ଚୀନ୍
(iv) କୁ୍ୟବ
Answer:
(ii) ସୋଭିଏଟ୍ ରୁଷିଆ
୧୮। ନିମ୍ନଲିଖତଙ୍କ ମଧ୍ୟରୁ କେଉଁଟି ଭାରତୀୟ ପଞ୍ଚବାର୍ଷିକ ଯୋଜନାର ଅନ୍ୟତମ ବିଫଳତା ?
(i) ସ୍ୱ।ବଲମ୍ୱନଶୀଳତା
(ii) ଅଭିବୃଦ୍ଧି ହାରରେ ଉନ୍ନତି
(iii) ଗଣ ଦାରିଦ୍ର୍ୟ
(iv) ଜାତୀୟ ଓ ମୁଣ୍ଡପିଛା ଆୟର ଅଭିବୃଦ୍ଧି
Answer:
(iii) ଗଣ ଦାରିଦ୍ର୍ୟ
୧୯। ଭାରତୀୟ ଅର୍ଥବ୍ୟବସ୍ଥାର ନିମ୍ନ ଅଭିବୃଦ୍ଧି ହାରକୁ କିଏ ‘ହିନ୍ଦୁ ଅଭିବୃଦ୍ଧି ହାର’ ବୋଲି ଅଭିହିତ କରିଥିଲେ ?
(i) ଭି.କେ.ଆର.ଭି ରାଓ
(ii) ପ୍ରଫେସର ରାଜକ୍ରିଷ୍ଣା
(iii) ପି.ସି. ମହଲାବିଶ୍
(iv) ଏମ୍.ଏନ୍. ରାଓ
Answer:
(ii) ପ୍ରଫେସର ରାଜକ୍ରିଷ୍ଣା
୨୦ । ଏଥୁ ମଧ୍ୟରୁ କେଉଁଟି ଭାରତୀୟ ଯୋଜନାର ପ୍ରମୁଖ ଲକ୍ଷ୍ୟ ନୁହେଁ ?
(i) ଆର୍ଥନୀତିକ ଅଭିବୃଦ୍ଧି
(ii) ସାମାଜିକ ନ୍ୟାୟ ପ୍ରତିଷ୍ଠା
(iii) ଆତ୍ମନିର୍ଭରଶୀଳତା
(iv) ନାରୀ ସଶକ୍ତିକରଣ
Answer:
(iv) ନାରୀ ସଶକ୍ତିକରଣ
୨୧ । କିଏ ନୀତି ଆୟୋଗର ଅଧ୍ୟକ୍ଷ ଅଟନ୍ତି ?
(i) ରାଷ୍ଟ୍ରପତି
(iii) ପ୍ରଧାନମନ୍ତ୍ରୀ
(ii) ଉପରାଷ୍ଟ୍ରପତି
(iv) ଉପରୋକ୍ତ ମଧ୍ୟରୁ କେଉଁଟି ନୁହେଁ
Answer:
(iii) ପ୍ରଧାନମନ୍ତ୍ରୀ
୨୨ । ବର୍ତ୍ତମାନ କେଉଁ ଅନୁଷ୍ଠାନ ଯୋଜନା ପ୍ରଣୟନର ଦାୟୀତ୍ବ ନେଇଛି ?
(i) ଅର୍ଥ ଆୟୋଗ
(ii) ଯୋଜନା ଆୟୋଗ
(iii) ନୀତି ଆୟୋଗ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ନୀତି ଆୟୋଗ
୨୩। ନୀତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ କିଏ ଅଟନ୍ତି ?
(i) ନରେନ୍ଦ୍ର ମୋଦି
(ii) ଅରବିନ୍ଦ ପାନାଗାରିଆ
(iii) ଅମର୍ଭ ସେନ୍
(iv) ଅରୁଣ ଜେଟ୍ଲି
Answer:
(i) ଅରବିନ୍ଦ ପାନାଗାରିଆ
୨୪ । ଦ୍ଵାଦଶ ପଞ୍ଚବାର୍ଷିକ ଯୋଜନା କେବେ ଆରମ୍ଭ ହେଲା ?
(i) 2012
(ii) 2013
(iii) 2014
(iv) 2015
Answer:
(i) 2012
୨୫ । ଏମାନଙ୍କ ମଧ୍ୟରୁ କିଏ ନୀତି ଆୟୋଗର ସଦସ୍ୟ ନୁହଁନ୍ତି ?
(i) ରାଜ୍ୟ ଅର୍ଥମନ୍ତ୍ରୀ
(ii) ପ୍ରଧାନମନ୍ତ୍ରୀ
(iii) ରାଜ୍ୟମାନଙ୍କ ମୁଖ୍ୟମନ୍ତ୍ରୀ
(iv) ଏମାନଙ୍କ ଭିତରୁ କେହିଁ ନୁହେଁ
Answer:
(i) ରାଜ୍ୟ ଅର୍ଥମନ୍ତ୍ରୀ
B. ଶୂନ୍ୟସ୍ଥାନ ପୂରଣ କର।
୧। ଜୟ ପ୍ରକାଶ ନାରାୟଣଙ୍କ ଉଦ୍ୟମରେ ଦେଶର ଆର୍ଥିକ ବିକାଶ ପାଇଁ ଏକ ପରିଯୋଜନା ପ୍ରସ୍ତୁତ କରିଥିଲେ, ଯାହାକି _________________ ନାମରେ ପରିଚିତ ।
Answer:
ସର୍ବୋଦୟ ଯୋଜନା
୨। ଏସ୍.ଲନ୍. ଅଗ୍ରୱାଲ୍ ଯେଉଁ ଯୋଜନା ଚିଠା ପ୍ରସ୍ତୁତ କରିଥିଲେ ତାହାର ନାମ ___________________ ।
Answer:
ଗାନ୍ଧିବାଦୀ ଯୋଜନା
୩। ଏମ୍. ଏନ୍.ରାଏ ଯେଉଁ ଯୋଜନା ଚିଠା ପ୍ରସ୍ତୁତ କରିଥିଲେ ତାହାର ନାମ ____________________ ।
Answer:
ଜନତା ଯୋଜନା
୪। ସମ୍ପ୍ରତି ଦେଶର __________________ ପଞ୍ଚବାର୍ଷିକ ଯୋଜନା ଶୁଭାରମ୍ଭ ହୋଇଛି।
Answer:
ଦ୍ଵାଦଶ
୫। ଦୁଃଖ, ଦାରିଦ୍ର୍ୟ, ରୋଗ ତଥା ଅଳ୍ପାହାରରୁ ମୁକାଳିବା ପାଇଁ _____________________ ର ଆବଶ୍ୟକତା ଉପଲବ୍ଧ କରାଗଲା ।
Answer:
ଅର୍ଥନୈତିକ ଯୋଜନା
୬। ପ୍ରଥମ ଯୋଜନାରେ _____________________ ଉତ୍ପାଦନ ବୃଦ୍ଧି ଉପରେ ଅଗ୍ରାଧୁକାର ଦିଆଯାଇଥିଲା ।
Answer:
କୃଷି
୭। ଦ୍ୱିତୀୟ ଯୋଜନାରେ __________________ ପ୍ରତିଷ୍ଠା କରିବା ଥିଲା ଆମ ସମ୍ବିଧାନରେ ବର୍ଣ୍ଣିତ ନିର୍ଦ୍ଦେଶମୂଳକ ରାଷ୍ଟ୍ରନୀତିର ଏକ ବିଶେଷ ପ୍ରାବଧାନ ।
Answer:
ଶିଳ୍ପ
୮। ଦେଶରେ _______________________ ପ୍ରତିଷ୍ଠା କରିବା ଥିଲା ଆମ ସମ୍ବିଧାନରେ ବର୍ଣ୍ଣିତ ନିର୍ଦ୍ଦେଶମୂଳକ ରାଷ୍ଟ୍ରନୀତିର ଏକ ବିଶେଷ ପ୍ରାବଧାନ ।
Answer:
ସାମାଜିକ ନ୍ୟାୟ
୯। ________________________ ମସିହାରେ ଭାରତ ସରକାର ଯୋଜନା ଅୟୋଗ ଗଠନ କରିଥିଲେ ।
Answer:
୧୯୫୦
୧୦। ________________________ ପଞ୍ଚବାର୍ଷିକ ଯୋଜନା ଚିଠାରେ ଆୟରେ ଅସମାନତା ହ୍ରାସ ବିଷୟରେ ପ୍ରଥମଥର ପାଇଁ ଆଲୋକପାତ କରାଯାଇଥିଲା ।
Answer:
ତୃତୀୟ ପଞ୍ଚବାର୍ଷିକ,
୧୧। ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାରେ ଏକ ___________________ ସମାଜ ଗଠନର ଲକ୍ଷ୍ୟ ବିଷୟ ଅବତାରଣା କରାଯାଇଥିଲା।
Answer:
ସମାଜବାଦୀ,
୧୨। ଭାରତରେ ଆର୍ଥନୀକିକ ଅଭିବୃଦ୍ଧିର କଚ୍ଛପ ଗତିକୁ ଅଧ୍ୟାପକ ରାଜକ୍ରିଷ୍ଣା __________________ ଅଭିବୃଦ୍ଧି ହାର କହି ସମାଲୋଚନା କରିଥିଲେ ।
Answer:
ହିନ୍ଦୁ
୧୩। ଯୋଜନା କାଳରେ ଅର୍ଥବ୍ୟବସ୍ଥାରେ ଯେଉଁ ଢାଞ୍ଚାଗତ ଓ ଆନୁଷ୍ଠାନିକ ପରିବର୍ତ୍ତନ ଘଟିଲା ତାହା ଫଳରେ ଜାତୀୟ ଉତ୍ପାଦକୁ ମାଧ୍ୟମିକ ଓ ___________________ କ୍ଷେତ୍ରର ଅବଦାନ ବୃଦ୍ଧି ପାଇଲା।
Answer:
ତୃତୀୟା/ସେବା
୧୪। ସ୍ଵାବଲମ୍ବନଶୀଳତା କହିଲେ ଅର୍ଥବ୍ୟବସ୍ଥାରେ ବୈଦେଶିକ ସହାୟତାର ପରିମାଣକୁ _________________ ସ୍ତରରେ ରଖୁବାକୁ ବୁଝାଇଥାଏ।
Answer:
ସର୍ବନିମ୍ନ
୧୫। ______________________ ଓ କାରିଗରୀ ବିଦ୍ୟାରେ ସଂଘଟିତ ପ୍ରଗତିକୁ ଜାଜ୍ଜ୍ବଲ୍ୟମାନ ଭାରତ ବୋଲି ମଧ୍ୟ କୁହାଯାଏ।
Answer:
ବିଜ୍ଞାନ
୧୬। ଚିରସ୍ଥାୟୀ _______________ କୁ ଭାରତୀୟ ଯୋଜନାର ଏକ ବିଫଳତା ବୋଲି କୁହାଯାଇପାରେ ।
Answer:
ଗଣଦାରିଦ୍ର୍ୟ
୧୭। ୧୯୯୧ ମସିହ ପର୍ଯ୍ୟନ୍ତ ଅନୁସୃତ ଆମ ଯୋଜନା କୌଶଳରେ ___________________ କ୍ଷେତ୍ରର ଆଧୂପତ୍ୟ ଓ ପ୍ରାଧାନ୍ୟକୁ ସ୍ଵୀକାର କରାଯାଇଥିଲା ।
Answer:
ସରକାରୀ
୧୮। ଭାରତୀୟ ଯୋଜନାଗୁଡ଼ିକର ବିଫଳତା ପାଇଁ ଏହାକୁ _________________ ଯୋଜନା ବୋଲି କୁହାଯାଏ।
Answer:
କାଗଜ
୧୯।____________________ ନୀତି ଆୟୋଗରେ ଅଧ୍ୟକ୍ଷତା କରିଥା’ନ୍ତି ।
Answer:
ପ୍ରଧାନମନ୍ତ୍ରୀ
୨୦। ନୀତି ଆୟୋଗ ___________________ ମସିହାରେ ଗଠିତ ହୋଇଥିଲା ।
Answer:
୨୦୧୫
C. ଗୋଟିଏ ବାକ୍ୟରେ ଉତ୍ତର ଦିଅ
୧। ଅର୍ଥନୈତିକ ଯୋଜନା କହିଲେ ତୁମେ କ’ଣ ବୁଝ ?
Answer:
ଅର୍ଥନୈତିକ ଯୋଜନା ହେଉଛି ବହୁଳ ଅର୍ଥନୈତିକ ସମ୍ବଳର ଦାୟିତ୍ଵରେ ଥିବା କୌଣସି ନିଶ୍ଚିତ କର୍ତ୍ତୃପକ୍ଷଙ୍କ କେତେକ ସୁଚିନ୍ତିତ ଲକ୍ଷ୍ୟ ପୂରଣ ନିମିତ୍ତ ସୁଚିନ୍ତିତ ନିର୍ଦ୍ଦେଶ।
୨। ଆମ ଯୋଜନାର ଏକ ମୌଳିକ ଲକ୍ଷ୍ୟ ଉଲ୍ଲେଖ କର ।
Answer:
ଉଚ୍ଚ ଆଧିକ ଅଭିବୃଦ୍ଧି, ଭାରତୀୟ ଯୋଜନାର ଏକ ମୌଳିକ ଲକ୍ଷ୍ୟ ।
୩। ଭାରତୀୟ ଯୋଜନାର ଗୋଟିଏ ତ୍ରୁଟି ଉଲ୍ଲେଖ କର।
Answer:
ଉତ୍କଟ ଦାରିଦ୍ର୍ୟ ଭାରତୀୟ ଯୋଜନାର ଗୋଟିଏ ତ୍ରୁଟି ।
୪। ଆର୍ଥିକ ସ୍ଵାବଲମ୍ବନଶୀଳତା କହିଲେ କ’ଣ ବୁଝ ?
Answer:
ନିଜ ଗୋଡ଼ରେ ନିଜେ ଛିଡ଼ାହେବା ଓ ବିଦେଶୀ ସାହାଯ୍ୟ ଉପରେ ମାତ୍ରାଧୂକ ନିର୍ଭରଶୀଳ ନ ହେବାକୁ ସ୍ଵାବଲମ୍ବନଶୀଳତା ବୋଲି କୁହାଯାଏ।
୫। ଭାରତରେ କେତୋଟି ଯୋଜନା ପ୍ରଚଳିତ ହୋଇସାରିଲାଣି ?
Answer:
ଭାରତରେ ବାରଟି ଯୋଜନା ହୋଇସାରିଲାଣି ।
୬ । ଦ୍ଵାଦଶ ପଞ୍ଚବାର୍ଷିକ ଯୋଜନାରେ ଜାତୀୟ ଆୟର ବାର୍ଷିକ ଅଭିବୃଦ୍ଧି ଲକ୍ଷ୍ୟ କେତେ ରଖାଯାଇଛି ।
Answer:
ଦ୍ବାଦଶ ପଞ୍ଚବାର୍ଷିକ ଯୋଜନାରେ ଜାତୀୟ ଆୟର ବାର୍ଷିକ ଅଭିବୃଦ୍ଧି 9.5% ଲକ୍ଷ୍ୟ ରଖାଯାଇଛି।
୭ । କେଉଁ ଯୋଜନାରେ ଦାରିଦ୍ର୍ୟଦୂରୀକରଣ ଉପରେ ସର୍ବୋଚ୍ଚ ଗୁରୁତ୍ବ ଆରୋପ କରାଯାଇଥିଲା ?
Answer:
ସପ୍ତମ ଯୋଜନାରେ ଦାରିଦ୍ର୍ୟ ଦୂରୀକରଣ ଉପରେ ସର୍ବୋଚ୍ଚ ଗୁରୁତ୍ବ ଆରୋପ କରାଯାଇଥିଲା।
୮। ଭାରତୀୟ ଯୋଜନା ଆୟୋଗର ପ୍ରଥମ ଅଧ୍ଯକ୍ଷ କିଏ ?
Answer:
ପଣ୍ଡିତ ଜବାହରଲାଲ ନେହେରୁ ଭାରତୀୟ ଯୋଜନା ଆୟୋଗର ପ୍ରଥମ ଅଧ୍ୟକ୍ଷ ।
୯ । ଚତୁର୍ଥ ପଞ୍ଚବାର୍ଷିକ ଯୋଜନା କେବେ ଆରମ୍ଭ କରାଯାଇଥିଲା ?
Answer:
ଭାରତରେ ଚତୁର୍ଥ ପଞ୍ଚବାର୍ଷିକ ଯୋଜନା ୧୯୬୯ ମସିହାରେ ଆରମ୍ଭ କରାଯାଇଥିଲା।
୧୦ । କାହା ତତ୍ତ୍ଵାବଧାନରେ ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନାର ଚିଠା ପ୍ରସ୍ତୁତ ହୋଇଥିଲା ?
Answer:
ପ୍ରଫେସର ପି.ସି. ମାହାଲାନୋବିସ୍ଙ୍କ ତତ୍ତ୍ବାବଧାନରେ ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାର ଚିଠା ପ୍ରସ୍ତୁତ ହୋଇଥିଲା ।
୧୧ । ଶିଳ୍ପାୟନରେ ଭାରତ ପୃଥିବୀରେ କେଉଁ ସ୍ଥାନ ଗ୍ରହଣ କରିଛି ?
Answer:
ଭାରତ ଦଶମ ସ୍ଥାନ ଗ୍ରହଣ କରିଛି ।
୧୨ । ୨୦୧୧-୧୨ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର କେତେ ଥିଲା ?
Answer:
ଭାରତର ଅଭିବୃଦ୍ଧି ହାର 6.5 ପ୍ରତିଶତ ଥିଲା ।
୧୩। ୨୦୦୯-୧୦ ଆର୍ଥିକ ବର୍ଷରେ ପୁଞ୍ଜିଗଠନର ହାରା କେତେ ଥିଲା ?
Answer:
୨୦୦୯-୧୦ ଆର୍ଥିକ ବର୍ଷରେ ପୁଞ୍ଜିଗଠନର ହାର 31.6% ଥିଲା ?
୧୪। ୧୯୯୧ ମସିହା ଅନୁଯାୟୀ ମୁଣ୍ଡପିଛା ଦୈନିକ ଖାଦ୍ୟ ଉପଭୋଗ 471 ଗ୍ରାମ୍ ଥିଲାବେଳେ ବର୍ତ୍ତମାନ କେତେ ଅଛି ?
Answer:
୧୯୯୧ ମସିହା ଅନୁଯାୟୀ ମୁଣ୍ଡପିଛା ଦୈନିକ ଖାଦ୍ୟ ଉପଭୋଗ 471 ଗ୍ରାମ୍ ଥିଲାବେଳେ ବର୍ତ୍ତମାନ 490 ଗ୍ରାମ୍
୧୫ । ଦେଶରେ ଜି.ଡ଼ି.ପି.କୁ ଶିଳ୍ପ କ୍ଷେତ୍ରରେ ଅବଦାନ କେତେ ଅଛି ?
Answer:
ଦେଶରେ ଜି.ଡ଼ି.ପି.କୁ ଶିଳ୍ପ କ୍ଷେତ୍ରରେ ଅବଦାନ 29.2 ଅଛି ?
D. ନିମ୍ନଲିଖତ ଉତ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ। ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।
୧ । ରାଷ୍ଟ୍ରପତି ଯୋଜନା ଆୟୋଗର ଅଧ୍ୟକ୍ଷ ଅଟନ୍ତି।
Answer:
ପ୍ରଧାନମନ୍ତ୍ରୀ ଯୋଜନା ଆୟୋଗର ଅଧ୍ୟକ୍ଷ ଅଟନ୍ତି ।
୨। ୧୯୪୮ ମସିହାରେ ଦେଶର ପ୍ରଥମ ଯୋଜନା କାର୍ଯ୍ୟକାରୀ ହୋଇଥିଲା।
Answer:
୧୯୫୧ ମସିହାରେ ଦେଶର ପ୍ରଥମ ଯୋଜନା କାର୍ଯ୍ୟକାରୀ ହୋଇଥିଲା ।
୩ । ଆମ ଦେଶରେ ବର୍ତ୍ତମାନ ନବମ ଯୋଜନା ପ୍ରଚଳିତ।
Answer:
ଆମ ଦେଶରେ ବର୍ତ୍ତମାନ ଦ୍ଵାଦଶ ଯୋଜନା ପ୍ରଚଳିତ।
୪ । ପ୍ରଥମ ଯୋଜନାରେ କୃଷିବିକାଶ ଉପରେ ଅଗ୍ରାଧୁକାର ଦିଆଯାଇଥିଲା ।
Answer:
ଠିକ୍
୫। ଦଶମ ଯୋଜନାରେ ୮ ପ୍ରତିଶତ ବାର୍ଷିକ ଅଭିବୃଦ୍ଧିହାର ହାସଲ ଲକ୍ଷ୍ୟ ରହିଛି ।
Answer:
ଦଶମ ଯୋଜନାରେ ୮ ପ୍ରତିଶତ ବାର୍ଷିକ ଅଭିବୃଦ୍ଧିହାର ହାସଲ ଲକ୍ଷ୍ୟ ରହିଛି ।
୬। ଆଞ୍ଚଳିକ ବୈଷମ୍ୟତା ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଥାଏ।
Answer:
ଅର୍ଥନୈତିକ ଅଭିବୃଦ୍ଧି ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଥାଏ।
୭ । ପ୍ରଥମ ବାର୍ଷିକ ଯୋଜନାର କାର୍ଯ୍ୟକାଳ ତିନିବର୍ଷ ଥିଲା ।
Answer:
ପ୍ରଥମ ବାର୍ଷିକ ଯୋଜନାର କାର୍ଯ୍ୟକାଳ ପାଞ୍ଚବର୍ଷ ଥିଲା ।
୮। ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନା କୃଷି ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଥିଲା ।
Answer:
ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା ଶିଳ୍ପ ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଥିଲା ।
୯। ଚତୁର୍ଥ ପଞ୍ଚବାର୍ଷିକ ଯୋଜନା ଉଭୟ କୃଷି ଓ ଶିଳ୍ପର ବିକାଶ ଉପରେ ଗୁରୁତ୍ବ ଆରୋପ କରିଥିଲେ ।
Answer:
ଚତୁର୍ଥ ପଞ୍ଚବାର୍ଷିକ ଯୋଜନା ସ୍ଥିରତା ସହିତ ବିକାଶ ଉପରେ ଗୁରୁତ୍ବ ଆରୋପ କରିଥିଲେ।
୧୦। ସପ୍ତମ ଯୋଜନା ଦାରିଦ୍ର୍ୟ ଓ ବେକାରି ଦୂରିକରଣ ସହିତ ସ୍ଵାବଲମ୍ବନଶୀଳତାକୁ ମୁଖ୍ୟ ଲକ୍ଷ୍ୟ ଭାବରେ ଉପସ୍ଥାପନ କରିଥିଲା ।
Answer:
ଷଷ୍ଠ ଯୋଜନା ଦାରିଦ୍ର୍ୟ ଓ ବେକାରୀ ଦୂରିକରଣ ସହିତ ସ୍ଵାବଲମ୍ବନଶୀଳତାକୁ’ ମୁଖ୍ୟ ଲକ୍ଷ୍ୟ ଭାବରେ ଉପସ୍ଥାପନ କରିଥିଲା ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖତ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ୟରେ ଦିଅ ।
୧। ଯୋଜନାର ଆବଶ୍ୟକତା କ’ଣ ?
Answer:
ସ୍ଵାଧୀନତା ପୂର୍ବବର୍ତ୍ତୀ ଔପନିବେଶିକ ଶାସନ କାଳରେ ଭାରତର ଅର୍ଥନୈତିକ ସ୍ଥିତି ଥିଲା ଅତ୍ୟନ୍ତ ନିରାଶଜନକ। ଦେଶରେ ଶିଳ୍ପର ଭିଭି ଅତ୍ୟନ୍ତ ଦୁର୍ବଳ ଥିଲା ଏବଂ ପାରମ୍ପରିକ କୃଷିବ୍ୟବସ୍ଥାର ଚାପରେ ଲକ୍ଷ ଲକ୍ଷ କୃଷକ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଥିଲେ । ତେଣୁ ସୀମିତ ସମ୍ବଳକୁ ସରକାରୀ ନିର୍ଦ୍ଦେଶରେ ସୁବିନିଯୋଗ କଲେ ବିକାଶର ଆବଶର ଆବଶ୍ୟକତା ପୂରଣ ହେବା ସଙ୍ଗେ ସଙ୍ଗେ ବିଗତ ଦୁଇଶହ ବର୍ଷର ଅଧଃପତନର ଦେଶକୁ ରକ୍ଷା କରାଯାଇପାରିବ। ସୋଭିଏଟ୍ ରୁଷିଆର ପଞ୍ଚବାର୍ଷିକ ଯୋଜନା, ଭାରତରେ ଯୋଜନାବଦ୍ଧ ବିକାଶ କାର୍ଯ୍ୟକ୍ରମ ପ୍ରବର୍ତ୍ତନ ପାଇଁ ପ୍ରେରଣା ଯୋଗାଇ ଦେଇଥିଲା।
୨। ଉନ୍ନୟନ କୌଶଳ କହିଲେ କ’ଣ ବୁଝ ?
Answer:
ଯୋଜନାର ଅଭୀଷ୍ଟ ଲକ୍ଷ୍ୟ ପୂରଣ ପାଇଁ ଦୀର୍ଘକାଳୀନ ନୀତିର ପରିକଳ୍ପନା କରାଯାଏ, ତାହାକୁ ଉନ୍ନୟନ କୌଶଳ କୁହାଯାଏ । ଭାରତ ଭଳି ବିକାଶୋନ୍ମୁଖୀ ରାଷ୍ଟ୍ରରେ ସୀମିତ ସମ୍ବଳର ସଦୁପଯୋଗ କରିବାପାଇଁ ପ୍ରଥମେ ଦୁର୍ବଳ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରି ସେଥିରେ ପୁଂଜିନିବେଶକୁ ଉତ୍ସାହିତ କରିବାକୁ ପଡ଼ିଥାଏ। ଯୋଜନା ଆରମ୍ଭ କାଳରୁ ଭାରତରେ ଯେଉଁ ଉନ୍ନୟନ କୌଶଳ ଅବଲମ୍ବନ କରାଯାଇଅଛି, ସେଗୁଡ଼ିକ ହେଲା –
(୧) ଦୀର୍ଘକାଳୀନ ଅଭିବୃଦ୍ଧି ପାଇଁ ଏକ ବଳିଷ୍ଠ ଭିତ୍ତିଭୂମି ସୃଷ୍ଟି କରିବା,
(୨) ଶିଳ୍ପାୟନକୁ ଅଗ୍ରାଧୂକାର ଦେବା ଓ
(୩) ଖାଉଟି ଦ୍ରବ୍ୟ ଉତ୍ପାଦନକାରୀ ଶିଳ୍ପ ଉପରେ ପ୍ରାଧାନ୍ୟ ନ ଦେଇ ପୁଂଜିଦ୍ରବ୍ୟ ଉତ୍ପାଦନକାରୀ ଶିଳ୍ପର ଅଭିବୃଦ୍ଧି ପାଇଁ ଗୁରୁତ୍ବ ଆରୋପ କରିବା ।
୩। ଅର୍ଥନୈତିକ ଯୋଜନା କାହାକୁ କୁହାଯାଏ ?
Answer:
ସମ୍ବଳର ସୁବିନିଯୋଗ କରି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ନିମନ୍ତେ ରାଷ୍ଟ୍ର ନେଉଥିବା ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମକୁ ଯୋଜନା କୁହାଯାଏ। ଏହା ଏକ ଅର୍ଥନୈତିକ କାର୍ଯ୍ୟକ୍ରମ ଯାହା ମାଧ୍ୟମରେ ସମସ୍ତ ଅର୍ଥନୈତିକ ସମ୍ବଳକୁ ଆକାଂକ୍ଷିତ ଲକ୍ଷ୍ୟ ପୂରଣ ନିମିତ୍ତ ପ୍ରେରଣ କରାଯାଇପାରେ। ତେଣୁ, ଏକ ସୁକଳ୍ପିତ ଯୋଜନା ଅର୍ଥନୈତିକ ବିକାଶ ସାଧାନ ପାଇଁ ନିହାତି ଜରୁରୀ। ତେଣୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମ୍ବଳର ଶ୍ରେଷ୍ଠତମ ଉପଯୋଗ କରି ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟର ପରିପୂରଣ ପାଇଁ ରାଷ୍ଟ୍ରୟ ସରକାର ପ୍ରସ୍ତୁତ କରିଥିବା ନୀତି ହିଁ ଅର୍ଥନୈତିକ ଯୋଜନା।
୪। ଚଳିତ ଶହସ୍ରାବ୍ଦୀର ପ୍ରଥମ ପଞ୍ଚବାର୍ଷିକ ଯୋଜନାର ଲକ୍ଷ୍ୟ କ’ଣ ଥିଲା ?
Answer:
ଚଳିତ ଶହସ୍ରାବ୍ଦୀର ପ୍ରଥମ ପଞ୍ଚବାର୍ଷିକ ଯୋଜନା ବା ଦଶମ ପଞ୍ଚବାର୍ଷିକ ଯୋଜନା ୨୦୦୨ ମସିହାରେ ଆରମ୍ଭ ହୋଇଥିଲା । ଏହି ଯୋଜନାର ଲକ୍ଷ୍ୟ ଗୁଡ଼ିକ ହେଲା –
(୧) ଦଶମ ଯୋଜନାର ଚିଠାରେ ଜାତୀୟ ଆୟର ବାର୍ଷିକ ଅଭିବୃଦ୍ଧି ହାର ଆଠ ପ୍ରତିଶତରେ ଲକ୍ଷ୍ୟ ସ୍ଥିର କରାଯାଇଅଛି।
(୨) ମାନବୀୟ ବିକାଶ ଓ କଲ୍ୟାଣକୁ ଯୋଜନାର ମୂଳ ଲକ୍ଷ୍ୟ ବୋଲି ବର୍ଣ୍ଣନା କରାଯାଇଅଛି। ଏଥୁରେ ପ୍ରଧାନମନ୍ତ୍ରୀ ସ୍ଵାସ୍ଥ୍ୟ ଓ ଶିକ୍ଷାକୁ ବିକାଶର ଦୁଇଟି ମୁଖ୍ୟ ଆୟୁଧ ବୋଲି ଅଭିହିତ କରିଛନ୍ତି ।
୫। ଏକାଦଶ ପଞ୍ଚବାର୍ଷିକ ଯୋଜନାର ଲକ୍ଷ୍ୟ କ’ଣ ଥିଲା ?
Answer:
ଏକାଦଶ ପଞ୍ଚବାର୍ଷିକ ଯୋଜନା ୨୦୦୭ରେ ଆରମ୍ଭ ହୋଇଥିଲା। ଏହି ଯୋଜନାର ଲକ୍ଷ ଗୁଡ଼ିକ ହେଲା –
(୧) ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାର ହାସଲ ସହିତ ଯୋଜନା ସମାପ୍ତ ବେଳକୁ ୧୦ ପ୍ରତିଶତ ଅଭିବୃଦ୍ଧିହାର ହାସଲ କରିବା,
(୨) ଅବହେଳିତ ବର୍ଗକୁ ସମୁଚିତ ସୁବିଧା ସୁଯୋଗ ପ୍ରଦାନ କରିବା,
(୩) ନିରନ୍ତର କୃଷି ବିକାଶ,
(୪) ମାନବ ସମ୍ବଳ ପାଇଁ ଫଳପ୍ରଦ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି, ଇତ୍ୟାଦି।
F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।
୧। ସ୍ଵାବଲମ୍ବନଶୀଳତା ଓ ଅର୍ଥନୀତିର ଆଧୁନିକୀକରଣ
Answer:
ସ୍ଵାବଲମ୍ବନଶୀଳତା ଭାରତୀୟ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଏକ ସ୍ଵାବଲମ୍ବୀ ରାଷ୍ଟ୍ର ନିଜ ସମ୍ବଳର ବିନିଯୋଗ କରି ଯୋଜନାଭିଭିକ ବିକାଶ କରିପାରେ। ଏହା ବିଦେଶୀକରଣ ଓ ଅନୁଦାନ ଉପରେ ଅଧିକ ନିର୍ଭର ନ କରି ଆମଦାନି ମୂଲ୍ୟ ପ୍ରଦାନ ପାଇଁ ସକ୍ଷମ ହୋଇଥାଏ, ଯାହାକି ଆମ ପଞ୍ଚବାର୍ଷିକ ଯୋଜନାରେ ପ୍ରତିଫଳିତ ହୋଇଥିଲା।
ଅର୍ଥନୈତିକ କାର୍ଯ୍ୟକଳାପ ସବୁର ଆଧାରରେ ଦେଖାଦେଉଥିବା ଢାଞ୍ଚାଗତ ଏବଂ ଆନୁଷ୍ଠାନିକ ପରିବର୍ତ୍ତନକୁ ବୁଝାଏ । ଅର୍ଥବ୍ୟବସ୍ଥାର ଉତ୍ପାଦନ ଢାଞ୍ଚାର ବିକାଶ, କାର୍ଯ୍ୟକଳାପର ବିବିଧୀକରଣ, ପ୍ରଯୁକ୍ତିବିଦ୍ୟାର ଉନ୍ନତି ଓ ସାଂସ୍ଥାନିକ ନବ ପ୍ରବର୍ତ୍ତନ ଇତ୍ୟାଦିକୁ ଆଧୁନିକୀକରଣର ସୂଚକ ରୂପେ ଗ୍ରହଣ କରାଯାଇଥାଏ।
୨। ଉଚ୍ଚ ଆର୍ଥିକ ପ୍ରଗତି ଓ ସାମାଜିକ ନ୍ୟାୟ
Answer:
ଦେଶ ସ୍ଵାଧୀନତା ଲାଭ କଲାବେଳକୁ ଲୋକମାନଙ୍କର ଜୀବନଧାରଣର’ ମାନ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଥିଲା। କୃଷି ଓ କୃଷକ, ଶ୍ରମିକ, ଗ୍ରାମ୍ୟ କାରିଗର ଓ ବୁଣାକାର, ବସ୍ତିବାସିନ୍ଦା ସମସ୍ତେ ଅତ୍ୟନ୍ତ ଦୟନୀୟ ତଥା ଅଭାବନୀୟ ଅବସ୍ଥାରେ କାଳାତିପାତ କରୁଥିଲେ । ଦେଶବାସୀଙ୍କୁ ଏହି ଅବସ୍ଥାରୁ ମୁକାଳିବା ପାଇଁ ଅର୍ଥନୈତିକ ପ୍ରଗତିର ଆବଶ୍ୟକତା ଉପଲବ୍ଧ କରାଗଲା। ଉଚ୍ଚ ଆର୍ଥିକ ଅଭିବୃଦ୍ଧି ହାସଲ କରି ଦେଶବାସୀଙ୍କ ଜୀବନଧାରଣର ମାନ ଉନ୍ନତ ସ୍ତରକୁ ଆଣିବା ଥଲା ପଞ୍ଚବାର୍ଷିକ ଯୋଜନାର ସର୍ବ ପ୍ରଥମ ଲକ୍ଷ୍ୟ ।
ସାମାଜିକ ନ୍ୟାୟ ପ୍ରତିଷ୍ଠାକୁ ଭାରତୀୟ ସମ୍ବିଧାନ ଏକ ରାଷ୍ଟ୍ରୀୟ ଆଭିମୁଖ୍ୟ ଭାବେ ଗ୍ରହଣ କରିଛି । ଏହାକୁ ସାକାର କରିବା ପାଇଁ ଆମ ଅର୍ଥନୈତିକ ଯୋଜନାର ଅନ୍ୟତମ ଲକ୍ଷ୍ୟ ଭାବେ ସମାଜରୁ ବୈଷମ୍ୟତା ଦୂର କରିବା, ଧନୀ ଗରିବ ଭେଦଭାବ ହ୍ରାସ କରିବା ଆଞ୍ଚଳିକ ବୈଷମ୍ୟତା ଦୂର କରିବା, ଆର୍ଥିକ କ୍ଷମତାର ବିକେନ୍ଦ୍ରୀକରଣ କରିବା ଓ ପଛୁଆବର୍ଗର ଲୋକମାନଙ୍କର ପ୍ରଗତିପାଇଁ ଉଦ୍ୟମ କରିବା ଆଦି ପ୍ରୟାସ ସ୍ଥାନ ପାଇଛି ।
୩। ସାମାଜିକ ନ୍ୟାୟ ଓ ଆଧୁନିକୀକରଣ
Answer:
ସାମାଜିକ ନ୍ୟାୟ ପ୍ରତିଷ୍ଠାକୁ ଭାରତୀୟ ସମ୍ବିଧାନ ଏକ ରାଷ୍ଟ୍ରୀୟ ଆଭିମୁଖ୍ୟ ଭାବେ ଗ୍ରହଣ କରିଛି । ଏହାକୁ ସାକାର କରିବା ପାଇଁ ଆମ ଅର୍ଥନୈତିକ ଯୋଜନାର ଲକ୍ଷ୍ୟ ଭାବେ ସମାଜରୁ ବୈଷମ୍ୟତା ଦୂର କରିବା, ଧନୀ ଗରିବ ଭେଦଭାବ ହ୍ରାସ କରିବା, ଆର୍ଥକ କ୍ଷମତାର ବିକେନ୍ଦ୍ରୀ କରଣ କରିବା, ଆଞ୍ଚଳିକ ବୈଷମ୍ୟତା ଦୂର କରିବା ଓ ପଛୁଆବର୍ଗର ଲୋକମାନଙ୍କର ପ୍ରଗତି ପାଇଁ ଉଦ୍ୟମ କରିବା ଆଦି ପ୍ରୟାସ ସ୍ଥାନ ପାଇଛି ।
ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା ପାଇଁ ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ମଧ୍ୟରେ ରହିଛି ଭୂ-ସଂସ୍କାର କାର୍ଯ୍ୟକ୍ରମ, ଗୋତିଶ୍ରମିକ ପ୍ରଥାର ଉଚ୍ଛେଦ, କୃଷି ତଥା ଅଣକୃଷି କାର୍ଯ୍ୟପାଇଁ ସର୍ବନିମ୍ନ ମଜୁରି ଇତ୍ୟାଦି ।
ଆଧୁନିକୀକରଣ କହିଲେ ଅର୍ଥନୈତିକ କାର୍ଯ୍ୟକଳାପ ସବୁର ଆଧାରରେ ଦେଖାଦେଉଥିବା ଢାଞ୍ଚାଗତ ଏବଂ ଆନୁଷ୍ଠାନିକ ପରିବର୍ତ୍ତନକୁ ବୁଝାଏ। ଅର୍ଥବ୍ୟବସ୍ଥାର ଉତ୍ପାଦନ ଢାଞ୍ଚାର ବିକାଶ, କାର୍ଯ୍ୟକଳାପର ବିବିଧୀକରଣ, ପ୍ରଯୁକ୍ତିବିଦ୍ୟାର ଉନ୍ନତି ଓ ସାଂସ୍ଥାନିକ ନବ ପ୍ରବର୍ତ୍ତନ ଇତ୍ୟାଦିକୁ ଆଧୁନିକୀକରଣର ସୂଚକ ରୂପେ ଗ୍ରହଣ କରାଯାଇଥାଏ। କୃଷିର ବିକାଶ, ଶିଳ୍ପର ପ୍ରଗତି ମୌଳିକ ଆଧାରିକ ସଂରଚନାର ବିସ୍ତାର ଏବଂ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମାଜିକ ସେବାର ଉପଲବ୍ଧତାଦ୍ୱାରା ହିଁ ଗୋଟିଏ ଦେଶର ଅର୍ଥବ୍ୟବସ୍ଥାର ଆଧୁନିକୀକରଣ ସମ୍ଭବ ହୋଇଥାଏ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧ । ଅର୍ଥନୈତିକ ଯୋଜନା କାହାକୁ କୁହାଯାଏ ? ଭାରତୀୟ ଯୋଜନାର ବୈଶିଷ୍ଟ୍ୟ ଓ ବିଭିନ୍ନ ଦିଗ ଉପରେ ଆଲୋକପାତ କର ।
Answer:
ଅର୍ଥନୈତିକ ସମସ୍ୟାର ସମାଧାନ ସହିତ ଏହାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାପାଇଁ ଯେଉଁ ନୀତି ବା ପ୍ରସ୍ତାବ ଗ୍ରହଣ କରାଯାଏ ତାହାକୁ ‘ଯୋଜନା’ କୁହାଯାଏ । ଅର୍ଥନୈତିକ ବିକାଶପାଇଁ ଯୋଜନା ଅପରିହାର୍ଯ୍ୟ । ସାମାଜିକ ଓ ଅର୍ଥନୈତିକ ବିକାଶ ଏହାର ଲକ୍ଷ୍ୟ । ଯୋଜନା ହେଉଛି ଅର୍ଥନୀତି ପରିଚାଳନାର ଏକ ନୂତନ ନୀତି, ଦାୟିତ୍ଵ ବହନର ଏକ ପରିବର୍ତ୍ତିତ ଦିଗ ।
ଅର୍ଥନୈତିକ ଅଗ୍ରାଧିକାରରେ ସ୍ବେଚ୍ଛାକୃତ ଓ ସୁଚିନ୍ତିତ ଚୟନ ହେଉଛି ଯୋଜନା । ଏହା ଅର୍ଥନୈତିକ ଓ ସାମାଜିକ ବିକାଶପାଇଁ ସରକାରଙ୍କର ଏକ କୌଶଳପୂର୍ଣ୍ଣ କାର୍ଯ୍ୟକ୍ରମ । କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କରିବାପାଇଁ ଏବଂ ସମାଜର ସାମଗ୍ରିକ ମଙ୍ଗଳ ସାଧନ କରିବାପାଇଁ ଅର୍ଥନୀତି ଓ ସମାଜର ସମ୍ବଳର ଓ ଯୋଜନା ନାମରେ ଅଭିହିତ କରାଯାଏ ।
ଏକ ନିର୍ଦ୍ଦିଷ୍ଟ ସମୟସୀମା, ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ, ଅର୍ଥନୀତିର ପରିବେଶ ଉପରେ ଯୋଜନା ପର୍ଯ୍ୟବସିତ । ଏସବୁର ପରିବର୍ତ୍ତନ ଘଟିଲେ ଯୋଜନାର ରୂପ ଓ ଆଭିମୁଖ୍ୟ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଅର୍ଥନୀତିରେ ଘଟୁଥିବା ଉତ୍ଥାନ ପତନକୁ ନିୟନ୍ତ୍ରଣ କରିବାପାଇଁ ପ୍ରବର୍ତ୍ତିତ ଯୋଜନାକୁ ଚକ୍ରୀୟ ହ୍ରାସ- ବୃଦ୍ଧି ନିବାରକ ଯୋଜନା (Anticyclical Planning) କୁହାଯାଏ । ଅର୍ଥନୀତିର ରୂପ ଓ ମାନ ବଦଳାଇବାପାଇଁ କରାଯାଉଥିବା ଯୋଜନାକୁ ଉନ୍ନୟନ ଯୋଜନା (Development Planning) କୁହାଯାଏ ।
ଯୋଜନାର ପରିସର :
- ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିର୍ଦ୍ଦିଷ୍ଟ ଆଭିମୁଖ୍ୟକୁ ଚରିତାର୍ଥ କରିବା ।
- ବିଭିନ୍ନ କ୍ଷେତ୍ରରେ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଓ ଏହା ଅଗ୍ରାଧ୍ୟାକାର ଭିତ୍ତିରେ ହାସଲ କରିବା ।
- ଯୋଜନାର କାର୍ଯ୍ୟକାରିତା ପାଇଁ ସମ୍ବଳର ସଦୁପଯୋଗ ।
- ଯୋଜନାର ରୂପାୟନ ନିମନ୍ତେ ବିଭିନ୍ନ ସଂସ୍ଥା ଗଠନ ।
- ଯୋଜନାର ସଫଳତାର ଆବଶ୍ୟକୀୟ ମୂଲ୍ୟାୟନ ।
ଯୋଜନାର ବୈଶିଷ୍ଟ୍ୟ :
ଭାରତରେ ପ୍ରଣୀତ ହେଉଥିବା ଯୋଜନାର ନିମ୍ନଲିଖିତ ଲକ୍ଷଣ ବା ବୈଶିଷ୍ଟ୍ୟ ପରିଲକ୍ଷିତ ହୋଇଥାଏ ।
(1) ଗଣତାନ୍ତ୍ରିକ – ଭାରତରେ ପ୍ରଣୟନ କରାଯାଉଥିବା ଯୋଜନା ସଂପୂର୍ଣ୍ଣ ଭାବରେ ଗଣତାନ୍ତ୍ରିକ ପଦ୍ଧତିରେ ପ୍ରସ୍ତୁତ କରାଯାଏ । ଗଣତନ୍ତ୍ର ପ୍ରକ୍ରିୟାରେ ନିର୍ବାଚିତ ହୋଇଥିବା ବିଭିନ୍ନ ରାଜ୍ୟର ଲୋକପ୍ରତିନିଧ୍ ଓ କେତେକ ବିଶେଷଜ୍ଞଙ୍କ ମତାମତ ଗ୍ରହଣ କରି ସଂପୂର୍ଣ ସହମତି ଭିତ୍ତିରେ ଯୋଜନା ପ୍ରଣୟନ କରାଯାଏ ।
(2) ବିକେନ୍ଦ୍ରିତ ଯୋଜନା – ଭାରତରେ ପ୍ରଣୟନ ହେଉଥିବା ଯୋଜନା ବିକେନ୍ଦ୍ରିତ । କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଦେଶପାଇଁ ଯୋଜନା ପ୍ରଣୟନ କରୁଥିବାବେଳେ ରାଜ୍ୟଗୁଡ଼ିକ ନିଜ ରାଜ୍ୟପାଇଁ ଯୋଜନା ପ୍ରସ୍ତୁତ କରିଥା’ନ୍ତି । ସେହିପରି ଜିଲ୍ଲା, ସବ୍ଡିଭିଜନ୍ ଓ ପଞ୍ଚାୟତ ସ୍ତରରେ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଥାଏ ।
(3) ପଞ୍ଚବାର୍ଷିକ ଯୋଜନା – ଭାରତରେ ପ୍ରତି ପାଞ୍ଚବର୍ଷରେ ଥରେ ଯୋଜନା ପ୍ରଣୟନ କରାଯାଏ । ଏହାକୁ ପଞ୍ଚବାର୍ଷିକ ଯୋଜନା କୁହାଯାଏ । 1951 ମସିହାଠାରୁ ପ୍ରଣୀତ ଏହି ପଞ୍ଚବାର୍ଷିକ ଯୋଜନା ବର୍ତ୍ତମାନ ୨ ଟି ସୋପାନ ଅତିକ୍ରମ କରି ସାରିଛି । ଏହାକୁ ପରିଚାଳନା କରିବାପାଇଁ ଯୋଜନା କମିଶନ ଓ ରାଜ୍ୟ ଯୋଜନା ବୋର୍ଡ ରହିଥାଏ । ଏହି ସଂସ୍ଥାର ସଦସ୍ୟମାନଙ୍କ ସକ୍ରିୟ ସହଯୋଗରେ ଯୋଜନା କାର୍ଯ୍ୟକାରୀ ହୋଇଥାଏ ।
(4) ଘରୋଇ ଓ ସରକାରୀ ଉଦ୍ୟୋଗର ସହାବସ୍ଥାନ ଭାରତୀୟ ଯୋଜନାରେ ସରକାରୀ ଓ ବେସରକାରୀ ଉଦ୍ୟୋଗର ସହାବସ୍ଥାନ ଘଟିଥାଏ । ଯୋଜନା ପ୍ରଣୟନ ସମୟରେ ଉଭୟ ଦିଗପ୍ରତି ଗୁରୁତ୍ବ ଆରୋପ କରାଯାଇଥାଏ ଓ କୌଣସି ଉଦ୍ୟୋଗକୁ ଅବହେଳା କରାଯାଇ ନଥାଏ । ଏହି କାରଣରୁ ଭାରତୀୟ ଅର୍ଥନୀତିକୁ ‘ମିଶ୍ରିତ ଅର୍ଥନୀତି’ କୁହାଯାଏ ।
(5) ମୌଳିକ ଲକ୍ଷ୍ୟ ହାସଲ – ଭାରତୀୟ ଯୋଜନାରେ ମୌଳିକ ଲକ୍ଷ୍ୟ ହାସଲ କାର୍ଯ୍ୟକ୍ରମ ସ୍ଥାନ ପାଇଥାଏ । ସେଗୁଡ଼ିକ ମଧ୍ୟରୁ ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ବୃଦ୍ଧି, ଆୟ ବୈଷମ୍ୟ ଦୂରୀକରଣ, କୃଷି ଓ ଶିଳ୍ପର ବିକାଶ, ବିଭିନ୍ନ ଅଞ୍ଚଳ ମଧ୍ୟରେ ସମତା ରକ୍ଷା ଆଦି ଅନ୍ୟତମ । ଏତଦ୍ବ୍ୟତୀତ ଅର୍ଥନୀତିର ପରିବେଶକୁ ଲକ୍ଷ୍ୟ ରଖ୍ ଅନ୍ୟ କାର୍ଯ୍ୟକ୍ରମ ସ୍ଥାନ ପାଇଥାଏ ।
ଏହି ପଞ୍ଚବାର୍ଷିକ ଯୋଜନା ସହ ଭାରତରେ ପ୍ରତି 15 ବା 20 ବର୍ଷରେ ଏକ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରାଯାଇଥାଏ । ଏହାକୁ ଦୀର୍ଘକାଳୀନ ବିକାଶମୂଳକ ଯୋଜନା (Perspective Planning) କୁହାଯାଏ ।
ଯୋଜନାର ବିଭିନ୍ନ ଦିଗ :
ବିଭିନ୍ନ ବିଷୟବସ୍ତୁର ସମାହାରରେ ଯୋଜନା ରୂପାୟିତ ହୋଇଥାଏ । ଯୋଜନାର ବିଶିଷ୍ଟ ଅଙ୍ଗଗୁଡ଼ିକ ନିମ୍ନ ପ୍ରକାର ।
(1) ଲକ୍ଷ୍ୟ ଓ ଉଦ୍ଦେଶ୍ୟ– ପ୍ରତ୍ୟେକ ଯୋଜନାରେ କେତେକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଥାଏ । ଏହି ଲକ୍ଷ୍ୟ ହାସଲପାଇଁ ସୁଚିନ୍ତିତ ଚିଠା କରାଯାଇଥାଏ । ଏହି ଲକ୍ଷ୍ୟ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ହୋଇଥାଏ । ଜନସାଧାରଣଙ୍କ ଜୀବନଧାରଣର ମାନର ଉନ୍ନତିପାଇଁ କି ପ୍ରକାର ଅଥନୈତିକ, ସାମାଜିକ ଓ ରାଜନୈତିକ ସଂସ୍କାର ଲୋଡ଼ା ତାହା ଲିପିବଦ୍ଧ ହୋଇଥାଏ ଯୋଜନାରେ ।
(2) ସମୟସୀମା – ସବୁ ଲକ୍ଷ୍ୟଗୁଡ଼ିକ ସଂପୂର୍ଣ୍ଣରୂପେ ଗୋଟିଏ ନିର୍ଦ୍ଦିଷ୍ଟ କାଳରେ ହାସଲ ହୋଇପାରିବ ନାହିଁ । ତେଣୁ ଲକ୍ଷ୍ୟର ଗୁରୁତ୍ଵ ଓ ଲକ୍ଷ୍ୟ ହାସଲର ସମ୍ଭାବନା ଅନୁଯାୟୀ ଯୋଜନାର ସମୟସୀମା ନିର୍ଦ୍ଧାରଣ କରାଯାଇଥାଏ । ସାଧାରଣତଃ 5 ବା7 ବର୍ଷ ପାଇଁ ଗୋଟିଏ ଯୋଜନା ପ୍ରସ୍ତୁତ କରାଯାଇଥାଏ ଏବଂ ଏହି କାଳ ଭିତରେ କେତେ ଜାତୀୟ ଆୟ ବୃଦ୍ଧି ଘଟିବ ବା କି କି ଶିଳ୍ପ ସ୍ଥାପନ କରାଯିବ ତାହା ନିର୍ଦ୍ଧାରିତ ହୋଇଥାଏ ।
(3) ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷ – ଯୋଜନା ପ୍ରଣୟନ ଓ ତା’ର କାର୍ଯ୍ୟକରଣ ଓ ବିଶ୍ଳେଷଣ ପାଇଁ ନିର୍ଦ୍ଦିଷ୍ଟ ଅନୁଷ୍ଠାନ ନଥାଏ । ସମ୍ବଳ ସଂଗ୍ରହ ଓ ଆବଣ୍ଟନ କାର୍ଯ୍ୟପାଇଁ ନିର୍ଦ୍ଦିଷ୍ଟ ସଂଗଠନ ଗଢ଼ାଯାଇଥାଏ ।
(4) ଭବିଷ୍ୟତର କାର୍ଯ୍ୟନିର୍ଘଣ୍ଟ – ଯୋଜନାରେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟପ୍ରଣାଳୀ ଥାଏ । କେଉଁ କାର୍ଯ୍ୟ କେତେ ସମୟ ଭିତରେ କରିବାକୁ ହେବ ତାହା ସ୍ଥିରୀକୃତ ହୋଇଥାଏ । ଯେଉଁ କାର୍ଯ୍ୟଧାରାନୁସାରେ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କଲେ ସର୍ବୋତ୍କୃଷ୍ଟ ସୁବିଧା ମିଳିବ ତାହା ଅବଲମ୍ବନ କରାଯାଇଥାଏ ।
(5) ସୁସଂଗଠିତ ପ୍ରଶାସନ – ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ ସୁସଂଗଠିତ ପ୍ରଶାସନିକ ବ୍ୟବସ୍ଥା ଏକାନ୍ତ ଆବଶ୍ୟକ ।
(6) ଲକ୍ଷ୍ୟ ଓ ଅଗ୍ରାଧିକାର – ଯୋଜନା ମାଧ୍ୟମରେ ନିର୍ଦ୍ଦିଷ୍ଟ ସମୟ ଭିତରେ ଆୟବୃଦ୍ଧି, ଉତ୍ପାଦନ, କର୍ମସଂସ୍ଥାନ ସୃଷ୍ଟି କେତେ ପରିମାଣରେ ହାସଲ କରାଯିବ ତାହା ନିର୍ଦ୍ଦିଷ୍ଟ କରି କୁହାଯାଏ । ଗୁରୁତ୍ୱ ଦୃଷ୍ଟିରୁ ଲକ୍ଷ୍ୟଗୁଡ଼ିକର କ୍ରମାନ୍ୱୟ ଧାର୍ଯ୍ୟ କରାଯାଏ ।
(7) ବ୍ୟାପକ ପରିସୀମା – ଅର୍ଥନୈତିକ ଯୋଜନାର ପରିସୀମା ବ୍ୟାପକ । ଏହା ପ୍ରତିଟି ଦିଗ; ଯଥା— ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଦିଗକୁ ସ୍ପର୍ଶ କରିଥାଏ । ସମାଜର ସାଧାରଣ ବର୍ଗଙ୍କର ଉନ୍ନତିପାଇଁ ଏହାର ପରିସୀମା ବ୍ୟାପକ ହୋଇଥାଏ କାରଣ ସମାଜର କଲ୍ୟାଣ ସହ ଜଡ଼ିତ ସମସ୍ତ ଅନୁଷ୍ଠାନରେ ଏହା ପୁନର୍ଗଠନ କରିଥାଏ, ଯଦ୍ବାରା କଲ୍ୟାଣ ସାଧୂ ହୁଏ ।
(8) ଯୋଜନାର ନିୟନ୍ତ୍ରଣ ଓ ସୀମାବଦ୍ଧତା – ପ୍ରତିଟି ଯୋଜନାରେ ଘରୋଇ କ୍ଷେତ୍ରକୁ ନିୟନ୍ତ୍ରିତ କରାଯାଇଥାଏ । କେଉଁ ଦ୍ରବ୍ୟ କେଉଁ ପ୍ରତିଷ୍ଠାନଦ୍ୱାରା କେତେ ପରିମାଣରେ ଉତ୍ପାଦିତ ହେବ ତାହାର ସୀମା ନିର୍ଦ୍ଧାରଣ କରିଥାଏ । ଏସବୁ ପଛରେ ସାମାଜିକ କଲ୍ୟାଣର ଉଦ୍ଦେଶ୍ୟ ରହିଥାଏ ।
(9) ରାଷ୍ଟ୍ରୀୟ ଉଦ୍ୟୋଗର ପ୍ରସାର – ଯୋଜନା ପ୍ରଣୟନରେ ରାଷ୍ଟ୍ରୀୟ ଉଦ୍ୟୋଗଗୁଡ଼ିକୁ ପ୍ରାଧାନ୍ୟ ଦିଆଯାଇଥାଏ । ଘରୋଇ କ୍ଷେତ୍ରକୁ ନିୟନ୍ତ୍ରଣରେ ରଖ୍ ସରକାରୀ ଉଦ୍ୟୋଗର ପ୍ରସାର କରାଯାଇଥାଏ । ଉପଭୋଗର ମାତ୍ରା ହ୍ରାସ କରି ସଂଚୟକୁ ପ୍ରୋତ୍ସାହିତ କରାଯାଏ ଯଦ୍ବାରା ପୁଞ୍ଜି ସଂଚୟନରେ ବୃଦ୍ଧି ଦେଖାଦିଏ । ଏହାର ପ୍ରଭବରେ ଉତ୍ପାଦନ ବୃଦ୍ଧି ଘଟେ ।
୨। ଭାରତରେ ପଞ୍ଚବାର୍ଷିକ ଯୋଜନାର ଲକ୍ଷ୍ୟଗୁଡ଼ିକ ଆଲୋଚନା କର ।
Answer:
ଦେଶର ଯୋଜନା ପ୍ରଣୟନ ସମୟରେ ତାତ୍କାଳିକ ସମସ୍ୟାବଳୀକୁ ଆଖ୍ୟାଗରେ ରଖ୍ ଯୋଜନାର ଲକ୍ଷ୍ୟ ସ୍ଥିର କରାଯାଇଥାଏ । ତେଣୁ ଭାରତର ପ୍ରତ୍ୟେକ ପଞ୍ଚବାର୍ଷିକ ଯୋଜନାର ସ୍ୱଳ୍ପକାଳୀନ ଲକ୍ଷ୍ୟ ରହିଅଛି । କିନ୍ତୁ ବିଗତ ପାଞ୍ଚ ଦଶନ୍ଧିର ଯୋଜନାଗୁଡ଼ିକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ଭାରତୀୟ ପଞ୍ଚବାର୍ଷିକ ଯୋଜନାରେ କେତେକ ନିର୍ଦ୍ଦିଷ୍ଟ ଦୀର୍ଘକାଳୀନ ଲକ୍ଷ୍ୟ ପୂରଣ କରିବାପାଇଁ ଉଦ୍ୟମ କରାଯାଇଅଛି । ଯୋଜନାର ସେହି ଲକ୍ଷ୍ୟଗୁଡ଼ିକ ହେଲା –
(1) ଅର୍ଥନୈତିକ ଅଭିବୃଦ୍ଧି – ସ୍ଵାଧୀନତା ପ୍ରାପ୍ତି ସମୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସ୍ଥାଣୁ ହୋଇଯାଇଥିଲା । ଅର୍ଥନୈତିକ ଅଭିବୃଦ୍ଧି ବ୍ୟତିରେକ ଦେଶର ଉନ୍ନୟନ ସମ୍ଭବ ନୁହେଁ ବୋଲି ଯୋଜନା ପ୍ରଣୟନକାରୀମାନେ ଭଲଭାବରେ ଜାଣିଥିଲେ । ତେଣୁ ଯୋଜନା ପ୍ରଣୟନକାରୀମାନେ ଅର୍ଥନୈତିକ ଅଭିବୃଦ୍ଧିକୁ ଯୋଜନାରେ ପ୍ରାଧାନ୍ୟ ଦେଇଥିଲେ ।
ଯୋଜନା ଯୁଗର ପ୍ରଥମ ତିନି ଦଶନ୍ଧି ମଧ୍ୟରେ ଦେଶର ଅର୍ଥନୈତିକ ହାରରେ ବିଶେଷ ଅଭିବୃଦ୍ଧି ଘଟିନଥିଲା । ଏହି ସମୟରେ ଦେଶର ମୋଟ ଘରୋଇ “ଉତ୍ପାଦ ବାର୍ଷିକ ହାର ମାତ୍ର 3.73 ଶତାଂଶ ଥିଲା । କିନ୍ତୁ ଏହି ହାର ଔପନିବେଶିକ ଶାସନ ସମୟର ଅଭିବୃଦ୍ଧି ହାର ଅପେକ୍ଷା ଅଧିକ ଥିଲା । 1980 ଦଶକରେ ଏହି ଅଭିବୃଦ୍ଧି ହାର ବାର୍ଷିକ 5.76 ଶତାଂଶରେ ପହଞ୍ଚି ପାରିଥିଲା । ଏହା ନିଶ୍ଚିତରୂପେ ଆମ ଯୋଜନାର ଉଲ୍ଲେଖନୀୟ ସଫଳତା ।
(2) ସ୍ଵାବଲମ୍ବନଶୀଳତା – ଯୋଜନା ଯୁଗର ଆରମ୍ଭ ପୂର୍ବରୁ ଦେଶ ବିଦେଶୀ ଶକ୍ତିମାନଙ୍କ ଉପରେ ବିଭିନ୍ନ ଦିଗରୁ ନିର୍ଭରଶୀଳ ଥିଲା । ପ୍ରଥମତଃ, ଦେଶର ଖାଦ୍ୟଦ୍ରବ୍ୟ ଉତ୍ପାଦନ ପର୍ଯ୍ୟାପ୍ତ ନ ଥିବାରୁ ବିଦେଶରୁ ଖାଦ୍ୟଦ୍ରବ୍ୟ ଆମଦାନୀ କରାଯାଇଥିଲା । ଦ୍ୱିତୀୟତଃ, ଦେଶରେ ଗୁରୁଶିଳ୍ପର ଭିତ୍ତିଭୂମି ଦୁର୍ବଳ ଥିବାରୁ ପୁଞ୍ଜିଦ୍ରବ୍ୟପାଇଁ ବିଦେଶୀ ରାଷ୍ଟ୍ରମାନଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା ।
ତୃତୀୟତଃ, ଘରୋଇ ସଞ୍ଚୟର ପରିମାଣ ସ୍ଵଳ୍ପ ହୋଇଥିବାରୁ ନିବେଶ ହାର ବୃଦ୍ଧିପାଇଁ ଆମକୁ ବୈଦେଶିକ ଋଣ ଉପରେ ନିର୍ଭର କରିବାକୁ ପଡୁଥିଲା । ଏହା ଫଳରେ ଆମେ ବିଦେଶୀ ରାଷ୍ଟ୍ର ଉପରେ ନିର୍ଭର କରୁଥିଲେ ଓ ଆମର ଅର୍ଥନୈତିକ ସାର୍ବଭୌମତ୍ବ ବିପର୍ଯ୍ୟସ୍ତ ହେଉଥିଲା । ଏହି ପରିପ୍ରେକ୍ଷୀରେ ଦେଶକୁ ବୈଦେଶିକ ଶକ୍ତିର କବଳରୁ ମୁକ୍ତ କରିବାପାଇଁ ଯୋଜନାକାରୀମାନେ ଉଦ୍ୟମ ଆରମ୍ଭ କରିଦେଲେ । ତେଣୁ ସ୍ଵାବଲମ୍ବନଶୀଳତା ଆମ ଯୋଜନାର ଆଉ ଏକ ପ୍ରଧାନ ଆଭିମୁଖ୍ୟ ବୋଲି ଧରାଗଲା ।
ଅବଶ୍ୟ ପ୍ରଥମ ଦୁଇଟି ଯୋଜନାରେ ଆତ୍ମନିର୍ଭରଶୀଳତାକୁ ବିଶେଷ ଗୁରୁତ୍ବ ଦିଆଯାଇ ନଥିଲା । କିନ୍ତୁ ତୃତୀୟ, ଚତୁର୍ଥ, ପଞ୍ଚମ ଯୋଜନା କାଳରେ ଆତ୍ମନିର୍ଭରଶୀଳତା ଉପରେ ଅଧିକ ଗୁରୁତ୍ବ ଆରୋପ କରାଯାଇଥିଲା । ତୃତୀୟ ଯୋଜନାରେ କେବଳ ବାହ୍ୟ ସାହାଯ୍ୟ ଉପରେ ନିର୍ଭର ହ୍ରାସ କରିବାପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଚତୁର୍ଥ ଯୋଜନାରେ 1971 ମସିହାସୁଦ୍ଧା ବିଦେଶରୁ ଖାଦ୍ୟଦ୍ରବ୍ୟ ଆମଦାନୀକୁ ବନ୍ଦ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଗଲା ।
ସେହିପରି ବୈଦେଶିକ ସାହାଯ୍ୟକୁ ଅଧାଅଧ୍ ହ୍ରାସ କରିବାପାଇଁ ଏହି ଯୋଜନାରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ପଞ୍ଚମ ଯୋଜନା କାଳରେ ରପ୍ତାନୀ ବୃଦ୍ଧି ଓ ଆମଦାନୀ ହ୍ରାସ କରାଯାଇ ବୈଦେଶିକ ବିନିମୟ ମୁଦ୍ରାର ଆବଶ୍ୟକତାକୁ ମେଣ୍ଟାଯାଇ ପାରିବ ବୋଲି ସ୍ଥିର କରାଯାଇଥିଲା ।
ଫଳରେ 1977-78 ମସିହା ସୁଦ୍ଧା ଆମ ଦେଶ ଖାଦ୍ୟଦ୍ରବ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇଥିଲା । ସେହିପରି ପୁଞ୍ଜିର ଭିଭିଭୂମି ମଧ୍ଯ ଦୃଢ଼ତର ହୋଇଥିଲା । କିନ୍ତୁ ଆନ୍ତର୍ଜାତିକ ବଜାରରେ ଖଣିଜ ତୈଳର ଅହେତୁକ ଦରବୃଦ୍ଧି ହେତୁ ଭାରତର ଆତ୍ମନିର୍ଭରଶୀଳତା ଲକ୍ଷ୍ୟ ହାସଲ କରିବାର ସମ୍ଭାବନା କ୍ଷୀଣ ହୋଇଯାଇଛି ।
(3) ସାମାଜିକ ନ୍ୟାୟ – ଦେଶରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ପ୍ରତିଷ୍ଠାକୁ ଭାରତୀୟ ସମ୍ବିଧାନ ଜାତୀୟ ଲକ୍ଷ୍ୟର ମର୍ଯ୍ୟାଦା ପ୍ରଦାନ କରିଛି । ପଞ୍ଚବାର୍ଷିକ ଯୋଜନାରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ପ୍ରତି ବିଭିନ୍ନ ଦିଗରୁ ଦୃଷ୍ଟି
(i) ଦେଶର ରାଜନୈତିକ ଢାଞ୍ଚାରେ ଗଣତାନ୍ତ୍ରିକ ପଦ୍ଧତିର ପ୍ରୟୋଗ – ଗଣତାନ୍ତ୍ରିକ ଯୋଜନା ପଦ୍ଧତି ହେଉଛି ଭାରତୀୟ ଯୋଜନାର ମୂଳଭିଭି । ଏହି ଯୋଜନା ପ୍ରଣୟନର ସମସ୍ତ ପ୍ରକ୍ରିୟାରେ ଲୋକମାନଙ୍କୁ ସକ୍ରିୟଭାବରେ ଜଡ଼ିତ କରାଯାଇଥାଏ । ଗଣତାନ୍ତ୍ରିକ ରାଜନୈତିକ ଆଦର୍ଶ ଭିତ୍ତିରେ ଯୋଜନା ପ୍ରଣୟନ କରିବା ସଙ୍ଗେ ସଙ୍ଗେ ଏକ ମୁକ୍ତ ଓ ଶୋଷଣମୁକ୍ତ ସମାଜ ଗଠନ କରିବା ଯୋଜନାର ମୁଖ୍ୟ ଲକ୍ଷ୍ୟ ।
(ii) ଆୟରେ ଅସମାନତା ହ୍ରାସ – ଦେଶରେ ଆୟର ବଣ୍ଟନରେ ବୈଷମ୍ୟ ଦୂର କରିବାପାଇଁ ଅଗ୍ରାଧ୍ୟାକାର ଦିଆଯାଇଛି । ଯୋଜନାକାରୀମାନଙ୍କ ମତରେ, ଦେଶରେ ସାମନ୍ତବାଦୀ ପ୍ରଥା ଯୋଗୁଁ ଆୟରେ ବ୍ୟକ୍ତିଗତ ମାଲିକାନାର ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ ଇତ୍ୟାଦି କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଅସମାନତା ଦୂର କରାଯାଇପାରିବ ବୋଲି ଯୋଜନାରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।
ସେହିପରି ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଆୟର ଅସମାନତା ଦୂର କରିବାପାଇଁ ଗ୍ରାମାଞ୍ଚଳରେ କୃଷି ଉତ୍ପାଦିକା ଶକ୍ତି ବୃଦ୍ଧି, କୃଷିଭିଭିକ ଶିଳ୍ପ, କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟାୟନ ଆଦି କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ଯୋଜନାରେ ସ୍ଥାନ ପାଇଥିଲା ନିଆଯାଇଅଛି ।
(iii) ଅର୍ଥନୈତିକ କ୍ଷମତା ବିକେନ୍ଦ୍ରୀକରଣ – ଅର୍ଥନୈତିକ କ୍ଷମତା କେନ୍ଦ୍ରୀକରଣ ପ୍ରକ୍ରିୟାର ବିଲୋପ ସାଧନ ହେଉଛି ସାମାଜିକ ନ୍ୟାୟ ପ୍ରତିଷ୍ଠାର ଅନ୍ୟ ଏକ ଆଭିମୁଖ୍ୟ । ଗ୍ରାମାଞ୍ଚଳରେ ଚାଷଜମି ବଣ୍ଟନରେ ଅସମାନତା ହେତୁ ଓ ସହରାଞ୍ଚଳରେ କେତେକ ବ୍ୟକ୍ତିଙ୍କର ଏକଚାଟିଆ ବ୍ୟବସାୟ ଯୋଗୁଁ ଦେଶର ଅର୍ଥନୈତିକ କ୍ଷମତା ମାତ୍ର କେତେଜଣ ବ୍ୟକ୍ତିଙ୍କ ହାତରେ କେନ୍ଦ୍ରୀଭୂତ ହୋଇଥିଲା । ଏହି କ୍ଷମତାର ବିକେନ୍ଦ୍ରୀକରଣପାଇଁ ଯୋଜନାରେ ମଧ୍ୟ ଅନେକ ପଦକ୍ଷେପମାନ ନିଆଯାଇଅଛି ।
(iv) ପଛୁଆ ଓ ଅବହେଳିତ ବର୍ଗର ଉନ୍ନତି – ପଛୁଆ ଓ ଅବହେଳିତ ବର୍ଗର ଲୋକମାନଙ୍କର କଲ୍ୟାଣ ଉଦ୍ୟମ ହେଉଛି ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବାର ଅନ୍ୟ ଏକ ଦିଗ । ଅନୁସୂଚିତ ଜାତି, ଜନଜାତିମାନଙ୍କପାଇଁ ଶିକ୍ଷାଗତ ଓ ଅର୍ଥନୈତିକ ସ୍ଵାର୍ଥର ସୁରକ୍ଷାପାଇଁ ଯୋଜନାରେ ଅନେକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ସେହିପରି ସଂଖ୍ୟାଲଘୁ, ମହିଳା, ଶିଶୁ ଓ ଶାରୀରିକ ଅକ୍ଷମମାନଙ୍କୁ ବିଶେଷ ସାହାଯ୍ୟ ଯୋଗାଇ ଦେବାପାଇଁ ପଦକ୍ଷେପମାନେ ଯୋଜନାରେ ନିଆଯାଇଅଛି ।
(v) ‘ସାମାଜବାଦୀ ସମାଜ ଗଠନ’ – ଦେଶରେ ଏକ ‘ସମାଜବାଦୀ ସମାଜ’ ଗଠନର ଲକ୍ଷ୍ୟ ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନାରେ ଲକ୍ଷ୍ୟ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ଯୋଜନାଗୁଡ଼ିକରେ ଏହି ଲକ୍ଷ୍ୟକୁ ଚରିତାର୍ଥ କରିବାପାଇଁ ଲୋକମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଉପରେ ଗୁରୁତ୍ବ ଆରୋପ କରାଯାଇ ଆସୁଅଛି ।
୩। ନୀତି ଆୟୋଗ କ’ଣ ? ଏହାର ଯୋଜନା ଆୟୋଗ ମଧ୍ୟରେ ତୁଳନାତ୍ମକ ଆଲୋଚନା କର ।
Answer:
ଦୀର୍ଘ ଛଅ ଦଶନ୍ଧି ଧରି ଭାରତ ଅର୍ଥନୀତି ଯୋଜନାର ମଙ୍ଗ ଧରିଥିବା ଯୋଜନା ଆୟୋଗରେ ସଂସ୍କାର ଆଣି ସରକାର ଦେଶର ସମସ୍ତ ରାଜ୍ୟମାନଙ୍କୁ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ସାମିଲ କରି ଅର୍ଥନୈତିକ ବୈଷମ୍ୟ ଦୂରୀକରଣ କରିବା ପାଇଁ ଏକ ଆୟୋଗ ଗଠନ କରାଯାଇଥିଲା; ଯାହା 2015 ଜାନୁୟାରୀ ପହିଲାରେ ‘‘ନୀତି-ଆୟୋଗ’’ ନାମରେ ନାମିତ ହେଲା । ଅର୍ଥନୈତିକ ବିକାଶରେ ଦେଶର ସମସ୍ତ ରାଜ୍ୟକୁ ଭାଗିଦାର କରିବା ଏହାର ମୂଳ ଲକ୍ଷ୍ୟ ।
ନୀତି ଆୟୋଗ ଗଠନର ଉଦ୍ଦେଶ୍ୟ :
ଭାରତର ପ୍ରଧାନମନ୍ତ୍ରୀ ନୀତିଆୟୋଗର ଅଧ୍ୟକ୍ଷ ରହିବେ । ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବିଶାରଦ ନୀତି ଆୟୋଗର ଉପାଧ୍ୟକ୍ଷ ରହିବେ । ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ ଅରବିନ୍ଦ ପାନଗାରିଆ ନୀତି ଆୟୋଗର ଉପାଧ୍ଯକ୍ଷ ମନୋନିତ ହୋଇଛନ୍ତି । ନୀତି ଆୟୋଗ ଅଧୀନରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ପରିଚାଳନା ପରିଷଦର ସଭ୍ୟ ରହିବେ ।
ନୀତି ଆୟୋଗରେ ପ୍ରତିଷ୍ଠିତ ବିଶ୍ଵବିଦ୍ୟାଳୟ କିମ୍ବା ଅଗ୍ରଣୀ ଗବେଷଣା ଅନୁଷ୍ଠାନରୁ ଦୁଇଜଣ ପଦପ୍ରଯୁକ୍ତ (Ex- officio) ଅଂଶକାଳ ସଭ୍ୟ ରହିବେ ଯେଉଁମାନଙ୍କର କାର୍ଯ୍ୟକାଳ କ୍ରମ ଭିଭିରେ ସ୍ଥିର କରାଯିବ ।
ପ୍ରଧାନମନ୍ତ୍ରୀଙ୍କଦ୍ବାରା କେନ୍ଦ୍ରମନ୍ତ୍ରୀମଣ୍ଡଳର ଚାରିଜଣ ସଦସ୍ୟ ପଦପ୍ରଯୁକ୍ତ ବଳରେ ନୀତି ଆୟୋଗକୁ ମନୋନୀତ ହେବେ । କେନ୍ଦ୍ର ସରକାରଙ୍କ ସଚିବସ୍ତରର ଜଣେ ଅଫିସର ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଏକ ନିର୍ଦ୍ଦିଷ୍ଟ ଅବଧୂ ପାଇଁ ପ୍ରଧାନମନ୍ତ୍ରୀଙ୍କଦ୍ୱାରା ନିଯୁକ୍ତ ହେବେ ।
ଏକାଧ୍ଵ ରାଜ୍ୟ / ଅଞ୍ଚଳର ନିର୍ଦ୍ଦିଷ୍ଟ ପ୍ରସଙ୍ଗ ବା ସମ୍ଭାବିତ ସମସ୍ୟାର ସମାଧାନ ପାଇଁ ଏକ ଆଞ୍ଚଳିକ ପରିଷଦ ଗଠନ ହେବ । ଏହି ପରିଷଦରେ ପ୍ରଧାନମନ୍ତ୍ରୀ ବା ତାଙ୍କଦ୍ବାରା ମନୋନୀତ ବ୍ୟକ୍ତିବିଶେଷ ଏହାର ଅଧ୍ୟକ୍ଷତା କରିବେ ଏବଂ ଏହି ପରିଷଦରେ ଉକ୍ତ ରାଜ୍ୟ ବା ଅଞ୍ଚଳର ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ ସଦସ୍ୟ ରହିବେ । ଅର୍ଥନୀତିଜ୍ଞ ବିବେକ ଦେବରାୟ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।
ନୀତି ଆୟୋଗର କାର୍ଯ୍ୟ :
- ନୀତି ଆୟୋଗ କେବଳ ସରକାରଙ୍କ ଏକ ପରାମର୍ଶଦାତା ବା ନୀତି-ଚିନ୍ତନ ଅଙ୍ଗ । ପାଣ୍ଠି ଆବଣ୍ଟନ କ୍ଷମତା ବିତ୍ତ ମନ୍ତ୍ରଣାଳୟ ଦ୍ବାରା ନିୟନ୍ତ୍ରିତ ହେବ ।
- ନୀତି ଆୟୋଗରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନେ ସଦସ୍ୟ ରହୁଥିବାରୁ ସମବାୟ ସଂଘ ଭାବରେ କାର୍ଯ୍ୟ କରିବେ ।
- ନୀତି ଆୟୋଗର ଗଠନ ସହଯୋଗୀ ସଂଘୀୟ ବ୍ୟବସ୍ଥା ଉପରେ ପର୍ଯ୍ୟବେସିତ । ଯାହା ରାଜ୍ୟମାନଙ୍କୁ ଅଧିକ କ୍ଷମତା ପ୍ରଦାନ କରିବ ।
- ନୀତି ଆୟୋଗ ନୀତି ନିର୍ଦ୍ଧାରଣ କରେ, କିନ୍ତୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହମତିରେ କାର୍ଯ୍ୟକାରୀ ହୋଇଥାଏ ।
- ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ନୀତି ଆୟୋଗ ରାଜ୍ୟମାନଙ୍କ ମତକୁ ବିଚାରକୁ ନେଇ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ବିକେନ୍ଦ୍ରୀକରଣ ପ୍ରକ୍ରିୟାକୁ ଗୁରୁତ୍ଵ ଦେଇଥାଏ ।
- କେନ୍ଦ୍ର-ରାଜ୍ୟ ମଧ୍ୟରେ ଉତ୍ତମ ସହଯୋଗ ଓ ଆନ୍ତଃମନ୍ତ୍ରଣାଳୟ ସମନ୍ବୟ ସ୍ଥାପନ କରିବାଦ୍ୱାରା ଏହା ଏକ ସୁସ୍ଥ ଅର୍ଥନୈତିକ ବିକାଶର ଭାଗିଦାରୀ ଲାଭ କରିବ ।
- ନୀତି ଆୟୋଗ ଜାତୀୟ ଓ ଆନ୍ତର୍ଜାତୀୟ ବିଶାରଦମାନଙ୍କ ସହାୟତା ନେଇ ନୂତନ ଆଭିମୁଖ୍ୟ ନେଇ କାର୍ଯ୍ୟ କରିଥାଏ ।
ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଅର୍ଥନୀତିଜ୍ଞ ଅରବିନ୍ଦ ପାନଗରିଆ ବର୍ତ୍ତମାନ ନୀତି ଆୟୋଗର ଉପାଧ୍ୟକ୍ଷ ଅଟନ୍ତି । ତିନିଜଣ ପୂର୍ଣ୍ଣକାଳୀନ ସଭ୍ୟହେଲେ ଅର୍ଥନୀତିଜ୍ଞ ବିବେକ ଦେବରାୟ, ଦେଶରକ୍ଷା ଗବେଷଣା ସଂଗଠନର ପୂର୍ବତନ ମୁଖ୍ୟ ଭି.କେ.ସାରସ୍ୱତ, ପ୍ରଫେସର ରମେଶ ଚାନ୍ଦ (କୃଷି ବିଶାରଦ) ।
ନୀତି ଆୟୋଗ ଓ ଯୋଜନା ଆୟୋଗ ମଧ୍ଯରେ ତୁଳନା :
ନୀତି ଆୟୋଗ :
- ଏହା ସରକାରଙ୍କର କେବଳ ଏକ ପରାମର୍ଶଦାତା ଅଙ୍ଗ । ପାଣ୍ଠି ଆବଣ୍ଟନ କ୍ଷମତା ବିତ୍ତ ମନ୍ତ୍ରଣାଳୟ ଉପରେ ନ୍ୟସ୍ତ ।
- ଏହାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନେ ସଦସ୍ୟ ରହୁଥିବାରୁ ରାଜ୍ୟମାନଙ୍କୁ ଅଧୂକ କ୍ଷମତା, ହସ୍ତାନ୍ତର କରାଯାଇଥାଏ ।
- ରାଜ୍ୟମାନଙ୍କ ସହ ପରାମର୍ଶ କରିବା ପରେ ଚୂଡ଼ାନ୍ତ ନୀତି ପ୍ରସ୍ତୁତ ହୁଏ ।
- ନୀତି ନିର୍ଦ୍ଧାରଣ ବେଳେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଉପରେ ନୀତି ଲଦିଦେବାର କ୍ଷମତା ଏହାର ନାହିଁ ।
- ନୀତି ଆୟୋଗରେ ତିନିଜଣ ପୂର୍ଣ୍ଣକାଳୀନ ସଭ୍ୟମାନଙ୍କ ସହ ଅନେକ ଆଂଶିକ ସଭ୍ୟ ଥାଆନ୍ତି ।
- ରାଜ୍ୟମାନଙ୍କୁ ନେଇ ସମବାୟ ସଂଘୀୟ ବ୍ୟବସ୍ଥା ମାଧ୍ୟମରେ ନୀତି ପ୍ରସ୍ତୁତ କରାଯାଏ ।
ଯୋଜନା ଆୟୋଗ :
- ରାଜ୍ୟ ସରକାର ଓ ବିଭିନ୍ନ ମନ୍ତ୍ରଣାଳୟକୁ ପାଣ୍ଠି ଆବଣ୍ଟନ କ୍ଷମତା ଯୋଜନା ଆୟୋଗ ଦ୍ବାରା ପରିଚାଳିତ ହେଉଥାଏ ।
- ଏହି ବ୍ୟବସ୍ଥାରେ ଜାତୀୟ ଉନ୍ନୟନ ପରିଷଦର ସଭ୍ୟ ହିସାବରେ ଓ ରାଜ୍ୟ ବାର୍ଷିକ ଯୋଜନା ବୈଠକରେ ହେଉଥିବା ପାରସ୍ପରିକ କଥାବାର୍ତ୍ତା ମାଧ୍ୟମରେ ରାଜ୍ୟମାନଙ୍କର ଭୂମିକା ସୀମାବଦ୍ଧ ହୋଇଥାଏ ।
- ଯୋଜନା କମିଶନ ନୀତି ନିର୍ଦ୍ଧାରଣ କରିବା ପରେ ରାଜ୍ୟମାନଙ୍କ ସହ ପାଣ୍ଠି ଆବଣ୍ଟନ ସମ୍ବନ୍ଧରେ ପରାମର୍ଶ କରନ୍ତି ।
- ଯୋଜନା ଆୟୋଗ ଏହାର ନିର୍ଦ୍ଧାରିତ ନୀତିକୁ ରାଜ୍ୟମାନଙ୍କ ଉପରେ ଲଦିଦିଏ ।
- ଆଠଜଣ ପୂର୍ଣ୍ଣକାଳୀନ ସଦସ୍ୟଙ୍କୁ ନେଇ ଯୋଜନା ଆୟୋଗ ଗଠିତ । ଆଂଶିକ ସଭ୍ୟଙ୍କ ପାଇଁ କୌଣସି ବ୍ୟବସ୍ଥା ନ ଥାଏ ।
- ପଞ୍ଚବାର୍ଷିକ ଯୋଜନା ମଡ଼େଲକୁ ରାଜ୍ୟ ମାନଙ୍କ ଉପରେ ଲଦି ଦିଆଯାଏ । ରାଜ୍ୟମାନଙ୍କ ପରାମର୍ଶକୁ ବିଶେଷ ଗୁରୁତ୍ୱ ଦିଆଯାଏ ନାହିଁ ।