Odisha State Board BSE Odisha 8th Class Science Notes Chapter 16 ଆଲୋକ will enable students to study smartly.
BSE Odisha Class 8 Science Notes Chapter 16 ଆଲୋକ
ଆଲୋକ ଏକ ପ୍ରକାର ଶକ୍ତି । ଆଲୋକ ଦ୍ବାରା ବସ୍ତୁଗୁଡ଼ିକୁ ଦେଖ୍ ହୁଏ । ଦେଖିବା ପାଇଁ ଆମର ଦର୍ଶନେନ୍ଦ୍ରିୟ ଚକ୍ଷୁ ରହିଛି । କେତେକ ବସ୍ତୁ ଅଛନ୍ତି ଯେଉଁଗୁଡ଼ିକ ଆଲୋକର ଉତ୍ସ; ଅର୍ଥାତ୍ ସେଗୁଡ଼ିକ ଆଲୋକ ପ୍ରଦାନ କରିଥା’ନ୍ତି । ସେଗୁଡ଼ିକୁ ଦୀପ୍ତିମାନ ବସ୍ତୁ କହୁ । ଉଦାହରଣସ୍ୱରୂପ ସୂର୍ଯ୍ୟ, ମହମବତି, ଟେବୁଲ ଲାଇଟ୍ ଇତ୍ୟାଦି କେତେକ ବସ୍ତୁ ଅଛନ୍ତି, ଯେଉଁମାନଙ୍କର ଆଲୋକ ପ୍ରଦାନ କରିବାର କ୍ଷମତା ନାହିଁ; କିନ୍ତୁ ଆଲୋକର ପ୍ରତିଫଳନ ଯୋଗୁଁ ଏମାନେ ଆଲୋକ ଦେଇଥା’ନ୍ତି; ଯଥା ଚନ୍ଦ୍ର (ପୃଥିବୀର ଉପଗ୍ରହ) ।
ଚନ୍ଦ୍ର, ସୂର୍ଯ୍ୟରୁ ଆସୁଥିବା ପ୍ରତିଫଳିତ ରଶ୍ମି ମାଧ୍ୟମରେ ଆଲୋକିତ ହୋଇଥାଏ । ସେଗୁଡ଼ିକୁ ଅଦୀପ୍ତମାନ ବସ୍ତୁ କୁହାଯାଏ । ଆଲୋକ ଉତ୍ସରୁ ବିଭିନ୍ନ ମାଧ୍ୟମଦେଇ ଆଲୋକ ଆସି ଚକ୍ଷୁରେ ପଡ଼େ; ଯାହାଦ୍ୱାରା ଆମେ ବସ୍ତୁଗୁଡ଼ିକୁ ହୋଇଥାଏ । ସେଗୁଡ଼ିକୁ ଅଦୀପ୍ତମାନ ବସ୍ତୁ କୁହାଯାଏ । ଆଲୋକ ଉତ୍ସରୁ ବିଭିନ୍ନ ମାଧ୍ଯମଦେଇ ଆଲୋକ ଆସି ଚକ୍ଷୁରେ ପଡ଼େ; ଯାହାଦ୍ୱାରା ଆମେ ବସ୍ତୁଗୁଡ଼ିକୁ ଦେଖିବାପାଇ ସକ୍ଷମ ହୋଇଥାଉ । ଉକ୍ତ ଅଧ୍ୟାୟରେ ଆଲୋକ ଏବଂ ଆଲୋକର ପ୍ରତିଫଳନ ସମେତ ଚକ୍ଷୁର ଗଠନ ସଂପର୍କରେ ଆଲୋଚନା କରାଯାଇଛି ।
→ ବସ୍ତୁ ଦେଖିବାରେ କିଏ ସହାୟକ ହୁଏ ? (What makes Things Visible) :
(i) ଆମେ ସାଧାରଣତଃ ଚକ୍ଷୁ ସାହାଯ୍ୟରେ ଦେଖୁ; ମାତ୍ର ଆଲୋକବିନା ଚକ୍ଷୁ ସାହାଯ୍ୟରେ ଦେଖ୍ ହେବ ନାହିଁ ।
(ii) କୌଣସି ଏକ ବସ୍ତୁରୁ ଆଲୋକ ଆମ ଚକ୍ଷୁକୁ ଆସିଲେ ହିଁ ବସ୍ତୁଟି ଦେଖ୍ହୁଏ । ଏହି ଆଲୋକ ବସ୍ତୁର ନିଜର ଆଲୋକ ହୋଇପାରେ କିମ୍ବା ବସ୍ତୁଟିରୁ ପ୍ରତିଫଳିତ ହୋଇ ଆସୁଥିବା ଆଲୋକ ହୋଇପାରେ ।
କେତେକ ବସ୍ତୁ ଅଛି, ଯାହା ମଧ୍ୟଦେଇ:
(i) ଆଲୋକ ଗତି କରିପାରେ – ସ୍ବଚ୍ଛ (Transparent)
(ii) ଲୋକ ଆଂଶିକ ଗତି କରିପାରେ – ଅର୍ଦ୍ଧସ୍ୱଚ୍ଛ (Translucent)
(iii) ଆଲୋକ ଗତି କରିପାରେ ନାହିଁ – ଅସ୍ବଚ୍ଛ (Opaque)
→ ପ୍ରତିଫଳନର ନିୟମ (Laws of Reflection):
ଆଲୋକ ଗୋଟିଏ ମାଧ୍ୟମରୁ ଅନ୍ୟ ଏକ ମାଧ୍ୟମକୁ ଗତି ଗଲାବେଳେ ବ୍ୟବଧାନ ପୃଷ୍ଠରେ ଆଲୋକରଶ୍ମି ବାଧା ପାଇ, ଯେଉଁ ମାଧ୍ୟମରୁ ଯାଥାଏ, ସେହି ମାଧ୍ୟମକୁ ଫେରିଆସେ । ଏହାକୁ ଆଲୋକର ପ୍ରତିଫଳନ କୁହାଯାଏ ।
(i) ଏକ ସମତଳ ଦର୍ପଣ ଉପରେ ଆଲୋକ ରଶ୍ମିଟି ବାଧାପାଇ ଅନ୍ୟ ଏକ ଦିଗରେ ପ୍ରତିଫଳିତ ହୋଇଥାଏ । ଯେଉଁ ଆଲୋକ ରଶ୍ମିଟି କୌଣସି ଏକ ପୃଷ୍ଠ ଉପରେ ପଡ଼େ, ତାହାକୁ ଆପତିତ ରଶ୍ମି (Incident ray) କହନ୍ତି ।
(ii) ପ୍ରତିଫଳନ ପରେ ଯେଉଁ ରଶ୍ମିଟି ସେହି ପୃଷ୍ଠରୁ ତାହାର ଦିଗ ପରିବର୍ତ୍ତନ କରି ଫେରିଆସେ ତାହାକୁ ପ୍ରତିଫଳିତ ରଶ୍ମି (Reflected ray) କୁହାଯାଏ ।
(iii) ଆଲୋକର ସରଳରେଖକ ପଥକୁ ଏକ ରଶ୍ମି ସାହାଯ୍ୟରେ ପ୍ରକାଶ କରାଯାଏ; ମାତ୍ର ପ୍ରକୃତରେ ଅନେକ ସମାନ୍ତରାଳ ଆଲୋକ ରଶ୍ମି ଏକତ୍ର ଏକ ସରୁ ରଶ୍ମିଗ୍ରନ୍ଥ ଭାବରେ ଗତି କରିଥା’ନ୍ତି । ଏହି ରଶ୍ମିଗୁଚ୍ଛରେ ଅନେକଗୁଡ଼ିଏ ଆଲୋକ ରଶ୍ମି ଥାଏ ।
(iv) ଆପତିତ ରଶ୍ମି ଓ ଅଭିଲମ୍ବ ମଧ୍ୟବର୍ତ୍ତୀ କୋଣକୁ ଆପତନ କୋଣ (Angle of Incidence) ଏବଂ ପ୍ରତିଫଳିତ ରଶ୍ମି ଓ ଅଭିଲମ୍ବ ମଧ୍ୟବର୍ତ୍ତୀ କୋଣକୁ ପ୍ରତିଫଳନ କୋଣ (Angle of reflection) କୁହାଯାଏ ।
ପ୍ରତିଫଳନର ନିୟମ :
ପ୍ରଥମ ନିୟମ – ଆପତନ କୋଣର ପରିମାଣ ପ୍ରତିଫଳନ କୋଣର ପରିମାଣ ସହ ସମାନ ହେବ ।
ଦ୍ବିତୀୟ ନିୟମ – ଆପତିତ ରଶ୍ମି, ଆପତନ ବିନ୍ଦୁରେ ଅଙ୍କିତ ଅଭିଲମ୍ବ ଓ ପ୍ରତିଫଳିତ ରଶ୍ମି ଏକ ସମତଳରେ ଅବସ୍ଥାନ କରନ୍ତି ।
(v) କୌଣସି ବ୍ୟକ୍ତି ସମତଳ ଦର୍ପଣ ସମ୍ମୁଖରେ ଠିଆହେଲେ ତାହାର ପ୍ରତିବିମ୍ବରେ ବାମ ହାତ ଡାହାଣ ହାତପରି ଏବଂ ଡାହାଣ ହାତ ବାମ ହାତପରି ଦେଖାଯାଏ । ଏହାକୁ ପାର୍ଶ୍ୱ ପରିବର୍ତ୍ତନ (Lateral inversion) କହନ୍ତି ।
→ ସମତଳ ଦର୍ପଣରେ ପ୍ରତିବିମ୍ବ ଗଠନ (Image formation in a Plane Mirror) :
(i) ବସ୍ତୁଠାରୁ ଦର୍ପଣର ଦୂରତା = ଦର୍ପଣଠାରୁ ପ୍ରତିବିମ୍ବର ଦୂରତା (Distance of the object from the mirror = Distance of the image from the mirror)
(ii) ଆଭାସୀ ପ୍ରତିବିମ୍ବ ପରଦାରେ ଧରିରଖ୍ ହୁଏ ନାହିଁ । (Virtual image which can not be obtained by screen)
- ଆଲୋକ ଉତ୍ସ ‘O’ ରୁ \(\overrightarrow{\mathrm{OA}}\) ଓ \(\overrightarrow{\mathrm{OC}}\) ଦୁଇଟି ଆପତିତ ରଶ୍ମି PQ ସମତଳ ଦର୍ପଣର A ଓ C ବିନ୍ଦୁରେ ଆପତିତ ହେଉଛନ୍ତି । \(\overrightarrow{\mathrm{OA}}\) ଓ \(\overrightarrow{\mathrm{OC}}\) ରଶ୍ମିପାଇଁ ଆପତନ କୋଣ \(\angle \mathrm{i}\) ସହିତ ସମାନ କରି ପ୍ରତିଫଳନ କୋଣ \(\angle \mathrm{r}\) ଅଙ୍କନ କଲେ ଯଥାକ୍ରମେ \(\overrightarrow{\mathrm{AB}}\) ଓ \(\overrightarrow{\mathrm{CD}}\) ପ୍ରତିଫଳିତ ରଶ୍ମିମାନ ମିଳି ? ।
- ବର୍ତ୍ତମାନ ଦର୍ପଣକୁ କାଢ଼ିନେଇ AB ଓ CD ପ୍ରତିଫଳିତ ରଶ୍ମିଦ୍ଵୟକୁ ଦର୍ପଣର ପଛପଟେ ବର୍ଦ୍ଧିତକଲେ ସେମାନେ ପରସ୍ପରକୁ ଯେଉଁ ବିନ୍ଦୁରେ ଛେଦକରିବେ ତାହାର ନାମ ‘I’ ହେଉ ।
- E ସ୍ଥାନରେ ଦେଖୁଥିବା ଚକ୍ଷୁକୁ I ବିନ୍ଦୁରୁ ପ୍ରତିଫଳିତ ରଶ୍ମିଦ୍ଵୟ ଆସିଲାଭଳି ଜଣାଯିବ ।
- ‘I’ ବିନ୍ଦୁଟି ‘O’ ବିନ୍ଦୁର ସମତଳ ଦର୍ପଣରେ ଗଠିତ ପ୍ରତିବିମ୍ବ ଅଟେ ।
- ପ୍ରତିଫଳିତ ରଶ୍ମିଦ୍ଵୟ ପ୍ରକୃତରେ ପରସ୍ପରକୁ ଛେଦକରୁ ନଥିବାରୁ ସେମାନେ ‘I’ ବିନ୍ଦୁରୁ ଆସୁଥିବା ପରି ଜଣାପଡ଼ନ୍ତି । ତେଣୁ ‘O’ ବିନ୍ଦୁର ଏକ ଆଭାସୀ ପ୍ରତିବିମ୍ବ ‘I’ ବିନ୍ଦୁରେ ସୃଷ୍ଟି ହୁଏ । ଏହି ପ୍ରତିବିମ୍ବକୁ ପରଦାରେ ଧରି ରଖୁହୁଏ ନାହିଁ ।
→ ସମ ଓ ଅସମ ପ୍ରତିଫଳନ (Regular and Irregular Reflection):
ଅସମ ପ୍ରତିଫଳନ:
(i) ଯଦି ଆପତିତ ହେଉଥିବା ଏକ ସମାନ୍ତରାଳ ରଶ୍ମିଗୁଚ୍ଛ କୌଣସି ପୃଷ୍ଠଦ୍ୱାରା ପ୍ରତିଫଳିତ ହେବାପରେ ପ୍ରତିଫଳିତ ରଶ୍ମିଗୁଡ଼ିକ ପରସ୍ପର ସହ ସମାନ୍ତର ହୁଅନ୍ତି ନାହିଁ, ତାହାକୁ ଅସମ ପ୍ରତିଫଳନ (Irregular Reflection) କୁହାଯାଏ।
(ii) ପ୍ରତିଫଳିତ ପୃଷ୍ଠଟି ଅସମତଳ ହୋଇଥିବା ଯୋଗୁଁ ପ୍ରତିବିନ୍ଦୁରେ ଅଭିଲମ୍ବଗୁଡ଼ିକ ଭିନ୍ନ ଭିନ୍ନ ଦିଗରେ ଗତି କରିଥାଆନ୍ତି ।
ସମ ପ୍ରତିଫଳନ :
(i) ସମତଳ ଦର୍ପଣ ପରି ମସୃଣ ସମତଳ ପୃଷ୍ଠର ବିଭିନ୍ନ ବିନ୍ଦୁରେ ଥିବା ଅଭିଲମ୍ବଗୁଡ଼ିକ ସମାନ୍ତର ଥିବା ହେତୁ ପ୍ରତିଫଳିତ ରଶ୍ମିଗୁଡ଼ିକ ମଧ୍ୟ ସମାନ୍ତର ହୋଇଥାଆନ୍ତି । ଏପରି ପ୍ରତିଫଳନକୁ ସମ ପ୍ରତିଫଳନ (Regular Reflection)
(ii) କୁହାଯାଏ । ପ୍ରତିଫଳିତ ପୃଷ୍ଠଟି ସମତଳ ହୋଇଥିବା ଯୋଗୁଁ ପ୍ରତିବିନ୍ଦୁରେ ଅଭିଲମ୍ବଗୁଡ଼ିକ ପରସ୍ପର ସହିତ ସମାନ୍ତର ଥିବା ହେତୁ ପ୍ରତିଫଳିତ ରଶ୍ମିଗୁଡ଼ିକ ମଧ୍ୟ ସମାନ୍ତର ହୋଇଥା’ନ୍ତି ।
→ ଆଲୋକିତ ବସ୍ତୁଗୁଡ଼ିକା (Illuminated Objects):
(i) ଯେଉଁସବୁ ବସ୍ତୁ ଅନ୍ୟ ବସ୍ତୁର ଆଲୋକରେ ଆଲୋକିତ ହୁଏ, ତାହାକୁ ଆଲୋକିତ ବସ୍ତୁ କହନ୍ତି ।
(ii) ଆମ ଚାରିପାଖରେ ଥିବା ପ୍ରତ୍ୟେକ ବସ୍ତୁକୁ ଆମେ ପ୍ରତିଫଳନ ଯୋଗୁଁ ଦେଖୁ । ଚନ୍ଦ୍ରର ନିଜର ଆଲୋକ ନାହିଁ । ଏହା ସୂର୍ଯ୍ୟରୁ ଆସୁଥିବା ଆଲୋକକୁ ପ୍ରତିଫଳନ କରେ । ସେହି ପ୍ରତିଫଳିତ ରଶ୍ମିଗୁଚ୍ଛ ଆମ ଆଖିରେ ପ୍ରବେଶକଲେ ଆମେ ଚନ୍ଦ୍ରକୁ ଦେଖିପାରୁ ।
→ ଉଜ୍ଜ୍ୱଳ ବସ୍ତୁଗୁଡ଼ିକା (Luminous Objects):
ଯେଉଁସବୁ ବସ୍ତୁର ନିଜର ଆଲୋକ ଅଛି, ସେଗୁଡ଼ିକୁ ଦୀପ୍ତିମାନ ବସ୍ତୁ କୁହାଯାଏ । ଉଦାହରଣସ୍ୱରୂପ – ସୂର୍ଯ୍ୟ, ଜ୍ଵଳନ୍ତ ମହମବତିର ଶିଖାର ଆଲୋକ ଆମ ଚକ୍ଷୁରେ ପଡ଼ିଲେ ଆମେ ସେଗୁଡ଼ିକୁ ଦେଖୁରୁ ।
→ ପ୍ରତିଫଳିତ ଆଲୋକ ପୁନଶ୍ଚ ପ୍ରତିଫଳିତ ହୋଇପାରେ (Reflected Light can be Reflected Again):
(i) ପେରିସ୍କୋପ୍ରେ ଦୁଇଟି ସମତଳ ଦର୍ପଣ ବ୍ୟବହୃତ ହୁଏ ।
(ii) ବୁଡ଼ାଜାହାଜ (Submarine) ଟ୍ୟାଙ୍କ୍ ଏବଂ ବଙ୍କର (Bunker) ରେ ସେନାବାହିନୀ ଦ୍ୱାରା ବାହାରେ ଥିବା ବସ୍ତୁ ଦେଖୁବାରେ ଏହି ପେରିସ୍କୋପ୍ ତତ୍ତ୍ଵ ସହାୟକ ହୋଇଥାଏ ।
→ ଏକାଧିକ ପ୍ରତିଛବି (Multiple Image):
ଦୁଇଟି ଆନତ ଦର୍ପଣରେ ପ୍ରତିବିମ୍ବ ସଂଖ୍ୟା = \(\frac {360}{θ}\) – 1
ଯେଉଁଠି, θ = ଆନତ ଦର୍ପଣଦ୍ୱୟର ଅନ୍ତର୍ଗତ କୋଣ ।
ଉଦାହରଣ : ଯଦି θ = ୨୦° ହୁଏ, ପ୍ରତିବିମ୍ବ ସଂଖ୍ୟା = \(\frac {360}{θ}\) – 1 = 4 – 1 = 3
ବହୁ ପ୍ରତିଫଳନ ଯୋଗୁଁ କାଲିଡୋସ୍କୋପ୍ରେ ସୁନ୍ଦର ଡିଜାଇନ୍ ସୃଷ୍ଟି ହୁଏ ।
→ କାଲିଡୋସ୍କୋପ୍ (Kaleidoscope):
ତୁମ ପାଇଁ କାମ:
(i) 15 ସେ.ମି. ଦୈର୍ଘ୍ୟ ଓ 4 ସେ.ମି. ପ୍ରସ୍ଥ ବିଶିଷ୍ଟ ତିନୋଟି ଆୟତାକାର ଦର୍ପଣ ନିଆଯାଉ ।
(ii) ଦର୍ପଣଗୁଡ଼ିକର ମସୃଣ ପାଖଗୁଡ଼ିକ ଭିତର ଆଡ଼କୁ ରଖ୍ ସେଗୁଡ଼ିକୁ ପରସ୍ପରସହ ଯୋଡ଼ି ଗୋଟିଏ ପ୍ରିଜିମ୍ ଆକୃତି କରାଯାଉ ।
(iii) ଏହାକୁ ଗୋଟିଏ ବୃତ୍ତାକାର କାର୍ଡ଼ବୋର୍ଡ଼ ନଳୀରେ ଖଞ୍ଜି ରଖାଯାଉ ।
(iv) କାର୍ଡ଼ବୋର୍ଡ଼ ନଳୀର ଗୋଟିଏ ପ୍ରାନ୍ତକୁ ଗୋଟିଏ କାର୍ଡ଼ବୋର୍ଡ଼ ଖୋଳ ଦ୍ଵାରା ଆବୃତ୍ତ କରାଯାଉ ଏବଂ ଅନ୍ୟ ପ୍ରାନ୍ତରେ ଗୋଟିଏ ବୃତ୍ତାକାର ସମତଳ କାଚ ପ୍ଲେଟ୍ ଲଗାଯାଉ ।
(v) ଆବୃତ୍ତ କରାଯାଇଥିବା କାର୍ଡ଼ବୋର୍ଡ଼ର ଖୋଳର ମଝିରେ ଛୁଞ୍ଚିଦ୍ୱାରା ରନ୍ଧ୍ର କରାଯାଉ, ଯେପରି ରନ୍ଧ୍ରଦ୍ବାରା ନଳୀ ଭିତରକୁ ଦେଖୁହେବ ।
(vi) ବୃତ୍ତାକାର କାଚପ୍ଲେଟ୍ ଉପରେ କିଛି ରଙ୍ଗିନ୍ ଭଙ୍ଗା କାଚଚୁଡ଼ି ରଖାଯାଉ । କାର୍ଡ଼ବୋର୍ଡ଼ ନଳୀର ଏହି ମୁହଁଟିକୁ ଘଷା କାଚଦ୍ଵାରା ଆବୃତ କରାଯାଉ ।
(vii) ବର୍ତ୍ତମାନ କାଲିଡୋସ୍କୋପ୍ ବ୍ୟବହାର ପାଇଁ ପ୍ରସ୍ତୁତ । ଏହାର ରନ୍ଧ୍ରଦେଇ ଦେଖିଲେ ଏଥିରେ ବିଭିନ୍ନ ପ୍ରକାର ରଙ୍ଗିନ୍ ଡିଜାଇନ୍ ଦେଖାଯିବ ।
ବ୍ୟବହାର :
ଚିତ୍ରକର ଓ ଡିଜାଇନର୍ମାନେ କାଲିଡ଼ୋସ୍କୋପ୍ ସାହାଯ୍ୟରେ ନୂତନ ଡିଜାଇନ୍ ବା ନକ୍ସା ପ୍ରସ୍ତୁତ କରନ୍ତି ।
→ ସୂର୍ଯ୍ୟାଲୋକ (Sunlight) : ଧଳା କି ରଙ୍ଗିନ୍ ?
(i) ସୂର୍ଯ୍ୟାଲୋକ ଧଳା ଏବଂ ଏହା ସାତୋଟି ବର୍ଷର ସମାହାର ଅଟେ ।
(ii) ଗୋଟିଏ ପ୍ରିଜିମ୍ ସଂଗ୍ରହ କରି ଏହାକୁ ଏପରି ଭାବେ ରଖାଯାଉ, ଯେପରିକି ଝରକା ଫାଙ୍କଦେଇ ଆସୁଥିବା ସୂର୍ଯ୍ୟକିରଣ ଏହାର ଗୋଟିଏ ପାର୍ଶ୍ବରେ ଆପତିତ ହେବ ।
(iii) ପ୍ରିଜିମ୍ ମଧ୍ୟରୁ ନିର୍ଗତ ରଶ୍ମିକୁ ଗୋଟିଏ ଧଳା କାନ୍ଥରେ ବା ଧଳା ପରଦା ଉପରେ ପକାଇଲେ ଆମେ ବିଭିନ୍ନ ରଙ୍ଗ ଦେଖୁରିବା ।
(iv) ବାସ୍ତବରେ ଏହି ରଙ୍ଗସବୁ ପରସ୍ପର ଉପରେ ପଡ଼ିଥିବା ସାତୋଟି ଅଲଗା ରଙ୍ଗ ଯୋଗୁଁ ଦେଖାଯାଏ । ଏହି ପ୍ରକ୍ରିୟାକୁ ପ୍ରକୀର୍ତ୍ତନ (Dispersion) କହନ୍ତି । ଧଳା କାନ୍ଥରେ କିମ୍ବା ପରଦାରେ ସୃଷ୍ଟି ବିଭିନ୍ନ ରଙ୍ଗର ସମାହାରକୁ ବର୍ଣ୍ଣାଳୀ (Spectrum) କୁହାଯାଏ ।
(v) ଆକାଶରେ ଦେଖାଯାଉଥିବା ଇନ୍ଦ୍ରଧନୁ ଏହିପରି ଏକ ବର୍ଣ୍ଣାଳୀ, ସେ କ୍ଷେତ୍ରରେ ଜଳକଣାଗୁଡ଼ିକ ପ୍ରିଜିମୂପରି କାର୍ଯ୍ୟ କରିଥା’ନ୍ତି ଓ ତଦ୍ୱାରା ସୂର୍ଯ୍ୟାଲୋକର ବର୍ଣ୍ଣାଳୀ ସୃଷ୍ଟି ହୁଏ ।
ଗୋଟିଏ ପ୍ରିଜିମ୍ର ଏକ ପାର୍ଶ୍ବରେ ଝରକା ଫାଙ୍କ ଦେଇ ଆସୁଥିବା ସୂର୍ଯ୍ୟାଲୋକକୁ ଆପତିତ କରାଯାଉ ।
ପ୍ରିଜିମ୍ ମଧ୍ଯରୁ ନିର୍ଗତ ରଶ୍ମିକୁ ଗୋଟିଏ ଧଳା ପରଦାରେ ପକାଇଲେ ଭିନ୍ନ ଭିନ୍ନ ରଙ୍ଗ ଦେଖାଯିବ ।
ଏହି ରଙ୍ଗସବୁ ପରସ୍ପର ଉପରେ ପଡ଼ିଥିବା ସାତୋଟି ଅଲଗା ରଙ୍ଗ ଯୋଗୁଁ ଦେଖାଯାଏ । ଏହି ପ୍ରକ୍ରିୟାକୁ ପ୍ରକୀର୍ଣ୍ଣନ କହନ୍ତି ।
→ ଆମ ଚକ୍ଷୁ ମଧ୍ୟରେ କ’ଣ ଅଛି ? (What is inside our eyes):
(i) ଆଲୋକ ଗୋଟିଏ ବସ୍ତୁରୁ ଆମ ଚକ୍ଷୁରେ ପ୍ରବେଶ କଲାପରେ ଆମେ ସେହି ବସ୍ତୁକୁ ଦେଖୁଥାଉ ।
(ii) ଚକ୍ଷୁ ଆକାର ପ୍ରାୟ ବର୍ତ୍ତୁଳାକାର । ଚକ୍ଷୁର ବାହ୍ୟସ୍ତର ଧଳା ଏବଂ ଶକ୍ତ । ଏହା ଚକ୍ଷୁର ଭିତର ଅଂଶକୁ ଆକସ୍ମିକ
(iii) ଏହାର ସମ୍ମୁଖଭାଗର ଏକ ସ୍ଵଚ୍ଛ ଅଂଶ ସାମାନ୍ୟ ବାହାରକୁ ବାହାରିଥାଏ, ଏହାକୁ ସ୍ୱଚ୍ଛପଟଳ (Cornea) କହନ୍ତି । ଏହି ସ୍ୱଚ୍ଛପଟଳର ପଛକୁ ଥିବା ଧୂସର ରଙ୍ଗର ମାଂସଳ କନୀନିକା (Iris) ରହିଥାଏ ।
(iv) କନୀନିକାର କେନ୍ଦ୍ରରେ ଗୋଟିଏ ରନ୍ଧ୍ର ଥାଏ, ତାହାକୁ ନେତ୍ରପିତୁଳା (Pupil) କହନ୍ତି । ବସ୍ତୁର ଉଜ୍ଜଳତା ଅନୁସାରେ ନେତ୍ରପିତୁଳା ପ୍ରସାରିତ ବା ସଙ୍କୁଚିତ ହୋଇ ଚକ୍ଷୁମଧ୍ୟକୁ ଆବଶ୍ୟକ ପରିମାଣର ଆଲୋକ ନିୟନ୍ତ୍ରଣ କରି ପଠାଇଥାଏ ।
(v) କନୀନିକା ଓ ସ୍ୱଚ୍ଛପଟଳ ମଧ୍ୟରେ ଏକ ସ୍ଵଚ୍ଛ ତରଳ ପଦାର୍ଥ ଥାଏ, ତାହାକୁ ଜଳାଭରସ (Aqueous humour) କହନ୍ତି ।
(vi) ନେତ୍ରପିତୁଳା ପଛଭାଗରେ ଗୋଟିଏ ଚକ୍ଷୁ ଲେନସ୍ ଥାଏ । ଏହାର ମଧ୍ୟଭାଗ ମୋଟା । ଚକ୍ଷୁ ଲେନ୍ସ ବସ୍ତୁରୁ ଆସୁଥିବା ଆଲୋକକୁ ଫୋକସ୍ କରି ଚକ୍ଷୁ ଭିତରେ ଥିବା ମୁକୁରିକା (Retina) ଉପରେ ପକାଏ ।
(vii) ଏହି ମୁକୁରିକାରେ ଅନେକ ସ୍ନାୟୁ କୋଷ (Nerve cell) ଥାଏ । ସ୍ନାୟୁ କୋଷରେ ସୃଷ୍ଟି ହେଉଥିବା ଅନୁଭୂତି ନେତ୍ରସ୍ନାୟୁ ଦ୍ବାରା ମସ୍ତିଷ୍କକୁ ଯାଏ । ମସ୍ତିଷ୍କ ଏହାକୁ ବିଶ୍ଳେଷଣ କରିବାପରେ ବସ୍ତୁଟି ଦେଖୁହୁଏ । ଏହି ସମସ୍ତ କାର୍ଯ୍ୟ ଏତେଶୀଘ୍ର ହୁଏ ଯେ ଚକ୍ଷୁରେ ପ୍ରାୟ ଆଲୋକ ପଡ଼ିବାମାତ୍ରେ ଆମେ ବସ୍ତୁଟି ଦେଖିପାରୁ ।
(viii) ମୁକୁରିକାରେ ଦୁଇ ପ୍ରକାରର କୋଷ ଅଛି । ସେଗୁଡ଼ିକ ହେଲା –
କୋସ – ଏଗୁଡ଼ିକ ଉଜ୍ଜ୍ୱଳ ଆଲୋକପ୍ରତି ସଂବେଦନଶୀଳ । କୋଗୁଡ଼ିକ ରଙ୍ଗ ଚିହ୍ନିବାରେ ସହାୟକ ହୁଅନ୍ତି ।
ରଡ୍ସ – ଏଗୁଡ଼ିକ କ୍ଷୀଣ ଆଲୋକପ୍ରତି ସଂବେଦନଶୀଳ ।
(ix) ନେତ୍ରସ୍ନାୟୁ ଏବଂ ମୁକୁରିକାର ମିଳନସ୍ଥଳରେ କୌଣସି ସ୍ନାୟୁ କୋଷ ନଥାଏ । ତେଣୁ ଏହି ସ୍ଥାନରେ ଆଲୋକ ପଡ଼ିଲେ କୌଣସି ବସ୍ତୁ ଦେଖ୍ହୁଏ ନାହିଁ । ଏହି ବିନ୍ଦୁକୁ ଅନ୍ଧବିନ୍ଦୁ (Blind spot) କୁହାଯାଏ ।
(x) ଚକ୍ଷୁର ମୁକୁରିକାରୁ କୌଣସି ବସ୍ତୁର ପ୍ରତିବିମ୍ବର ଧାରଣା ତତ୍କ୍ଷଣାତ୍ ଚାଲିଯାଏ ନାହିଁ । ଏହାର ଧାରଣା ମୁକୁରିକାରେ ପ୍ରାୟ \(\frac {1}{16}\) ସେକେଣ୍ଡ ପର୍ଯ୍ୟନ୍ତ ରହେ । ଗୋଟିଏ ଗତିଶୀଳ ବସ୍ତୁର ପ୍ରତି ଅବସ୍ଥାର ସ୍ଥିର ପ୍ରତିବିମ୍ବ ସଂଖ୍ୟା ସେକେଣ୍ଡ ପ୍ରତି 16 ରୁ ଅଧିକ ହେଲେ ଚକ୍ଷୁକୁ ବସ୍ତୁଟି ଗତିଶୀଳ ଜଣାଯାଏ ।
(xi) ସିନେମା ହଲ୍ରେ କିମ୍ବା ଟେଲିଭିଜନ୍ରେ ଯେଉଁସବୁ ଚିତ୍ର ଦେଖାଯାଏ ସେଗୁଡ଼ିକ ଅନେକଗୁଡ଼ିଏ ସ୍ଥିର ଚିତ୍ରର ସମାହାର । ଯଦି ଚକ୍ଷୁରେ ସେକେଣ୍ଡ ପ୍ରତି ପ୍ରାୟ 24ଟି ସ୍ଥିର ଚିତ୍ର ପଡ଼େ; ତେବେ ସେଗୁଡ଼ିକ ଗତିଶୀଳ ହେଲାପରି
ଜଣାଯାଏ ।
(xii) ଚକ୍ଷୁରେ ଚକ୍ଷୁଡୋଳା ଥାଏ । ଏହି ଚକ୍ଷୁଡୋଳା ବାହ୍ୟ ବସ୍ତୁକୁ ଚକ୍ଷୁ ମଧ୍ୟକୁ ପ୍ରବେଶ କରିବାକୁ ଦିଏ ନାହିଁ । ଆଲୋକର ଆବଶ୍ୟକତା ନଥିଲେ ଚକ୍ଷୁଡୋଳା ଆପେ ଆପେ ବନ୍ଦ ହୋଇଯାଏ ।
(xiii) ସାଧାରଣ ଚକ୍ଷୁ ସାହାଯ୍ୟରେ ଆମେ ଉଭୟ ଦୂର ବସ୍ତୁ ଏବଂ ନିକଟ ବସ୍ତୁକୁ ଦେଖାରୁ । କୌଣସି ଚକ୍ଷୁ ପାଇଁ ଏକ ସୁସ୍ଥ ଚକ୍ଷୁର ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତା ପ୍ରାୟ 25 ସେ.ମି. ।
(xiv) କେତେକ ବ୍ୟକ୍ତି ଦୂର ବସ୍ତୁକୁ ସ୍ପଷ୍ଟ ଦେଖପାରନ୍ତି ନାହିଁ; ମାତ୍ର ନିକଟ ବସ୍ତୁକୁ ସ୍ପଷ୍ଟ ଦେଖପାରନ୍ତି । ଏହାକୁ ସମୀପ ଦୃଷ୍ଟି କହନ୍ତି ।
(xv) ଅନ୍ୟ ପକ୍ଷରେ କେତେକ ବ୍ୟକ୍ତି ଦୂରବସ୍ତୁକୁ ସ୍ପଷ୍ଟ ଦେଖିପାରନ୍ତି; ମାତ୍ର ନିକଟ ବସ୍ତୁକୁ ସ୍ପଷ୍ଟ ଦେଖିପାରନ୍ତି ନାହିଁ । ଏହାକୁ ଦୂର ଦୃଷ୍ଟି କହନ୍ତି ।
(xvi) ବୁଢ଼ା ବୟସରେ ଦୃଷ୍ଟି ଶକ୍ତି ଅସ୍ପଷ୍ଟ ହୁଏ ଓ ବସ୍ତୁଗୁଡ଼ିକ କୁହୁଡ଼ିଆ ଦେଖାଯାଏ । ଏହା ଚକ୍ଷୁ ଲେନ୍ସର ଆବିଳତା (turbidity) ଯୋଗୁଁ ହୋଇଥାଏ । ଏହିପରି ବ୍ୟକ୍ତି ମୋତିଆ ବିନ୍ଦୁ (cataract) ଗ୍ରସ୍ତ ବୋଲି କୁହାଯାଏ । ଏହାଫଳରେ ଦୃଷ୍ଟିଶକ୍ତି କମିଯାଏ । ଏହି ମୋତିଆ ବିନ୍ଦୁ ବହୁଦିନର ହେଲେ ଚକ୍ଷୁ ଲେନ୍ସକୁ କାଢ଼ି ତା’ ସ୍ଥାନରେ କୃତ୍ରିମ ଲେନ୍ସ ଖଞ୍ଜି ଦିଆଯାଏ । ଆଧୁନିକ ଚିକିତ୍ସା ବିଜ୍ଞାନ ଏହାକୁ ଅଧିକ ସହଜ ଓ ସରଳ କରିଦେଇଛି ।
→ ଚକ୍ଷୁର ଯତ୍ନ (Care of the Eyes):
(i) ଚକ୍ଷୁ ବିଶେଷଜ୍ଞ ଚଷମା ପିନ୍ଧିବାକୁ କହିଲେ, ଉପଯୁକ୍ତ ମାପର ଚଷମା ବ୍ୟବହାର କରିବା ଉଚିତ ।
(ii) ଅତି ଉଜ୍ଜ୍ଵଳ କିମ୍ବା ଅତି କ୍ଷୀଣ ଆଲୋକ ଚକ୍ଷୁପାଇଁ କ୍ଷତିକାରକ । ଅତି କ୍ଷୀଣ ଆଲୋକ ଚକ୍ଷୁ ଉପରେ ଚାପ ପକାଏ ଏବଂ ମୁଣ୍ଡ ବିନ୍ଧେ । ଅତ୍ୟଧିକ ଆଲୋକ; ଯଥା – ଅତ୍ୟଧିକ ସୂର୍ଯ୍ୟାଲୋକ କିମ୍ବା ଲେଜର ରଶ୍ମିପରି ଶକ୍ତିଶାଳୀ ଆଲୋକ ମୁକୁରିକାକୁ ନଷ୍ଟ କରିଦିଏ ।
(iii) ସୂର୍ଯ୍ୟଙ୍କୁ କିମ୍ବା କୌଣସି ଶକ୍ତିଶାଳୀ ଆଲୋକ ଉତ୍ସକୁ ଖାଲି ଆସ୍ରେ ସିଧାସଳଖ ଦେଖିବା ଉଚିତ ନୁହେଁ ।
(iv) କୌଣସି ଧୂଳିକଣା ଚକ୍ଷୁ ମଧ୍ୟରେ ପ୍ରବେଶକଲେ, ସଙ୍ଗେ ସଙ୍ଗେ ପରିଷ୍କାର ପାଣିରେ ଚକ୍ଷୁକୁ ଧୋଇ ଦିଅ । ଯଦି ତଦ୍ୱାରା କୌଣସି ଉପଶମ ନ ହୁଏ; ତାହାହେଲେ ଚକ୍ଷୁ ଡାକ୍ତରଙ୍କ ପରାମର୍ଶ ନିଅ ।
(v) ସ୍ପଷ୍ଟ ଦର୍ଶନର ନିମ୍ନତମ ଦୂରତାରେ ଚକ୍ଷୁଠାରୁ ବହିଟି ରଖ୍ ପଢ଼ାପଢ଼ି କରିବା ଆବଶ୍ୟକ ।
(vi) ଖାଦ୍ୟରେ ଭିଟାମିନ୍ – A ର ଅଭାବ ହେଲେ ଚକ୍ଷୁର ଅନେକ ରୋଗ ଦେଖାଯାଏ । ଅନ୍ଧାରକଣା ସେମାନଙ୍କ ମଧ୍ୟରୁ ଅନ୍ୟତମ । ଆମର ପ୍ରତିଦିନ ଖାଦ୍ୟରେ ଭିଟାମିନ୍ – A ଯୁକ୍ତ ଖାଦ୍ୟ ରହିବା ଉଚିତ ।
ଖାଦ୍ୟରେ ଭିଟାମିନ୍- Aର ଅଭାବ ହେଲେ ଅନ୍ଧାରକଣା ରୋଗ ହୁଏ ।
କଞ୍ଚାମୂଳା, ସବୁଜ ପନିପରିବା ଓ କଡ଼ଲିଭର ତେଲ ଇତ୍ୟାଦିରେ ଅଧିକ ପରିମାଣର ଭିଟାମିନ୍ -A ଥାଏ । ଅଣ୍ଡା, ଦୁଗ୍ଧ, ଦହି, ଛେନା, ଲହୁଣି ଏବଂ ପ୍ରାୟ ସମସ୍ତ ଫଳରେ ମଧ୍ଯ ଭିଟାମିନ୍ – A ଥାଏ । ପାଚିଲା ଅମୃତଭଣ୍ଡା ଏବଂ ଆମ୍ବରେ ଭିଟାମିନ୍ – A ଭରପୂର ରହିଛି ।
→ ବ୍ରେଲି ସିଷ୍ଟମ୍ (Braille System):
1821 ମସିହାରେ ଲୁଇସ୍ ବ୍ରେଲ୍ ଦୃଷ୍ଟିରହିତ ବ୍ୟକ୍ତିଙ୍କ ପାଇଁ ବ୍ରେଲ୍ ପଦ୍ଧତି ଉଦ୍ଭାବନ କରିଥିଲେ ।
ବ୍ରେଲ୍ ପଦ୍ଧତିରେ 3ଟି ଡଟ୍ ପ୍ୟାଟର୍ୟ ବା ବିନ୍ୟାସ ଥାଏ ।
1932 ମସିହାରୁ ବ୍ରେଲ୍ ପଦ୍ଧତିକୁ ଗ୍ରହଣ କରାଯାଇଛି ।
(i) ଲୁଇସ୍ ବ୍ରେଲ୍ ଜଣେ ଦୃଷ୍ଟିରହିତ ବ୍ୟକ୍ତି ଥିଲେ । ସେ ଦୃଷ୍ଟିରହିତ ବ୍ୟକ୍ତିଙ୍କ ପାଇଁ ଏକ ପଦ୍ଧତି ଉଦ୍ଭାବନ କରିଥିଲେ ଓ ଏହା 1821 ମସିହାରେ ପ୍ରକାଶିତ ହୋଇଥିଲା ।
(ii) ଏହି ପଦ୍ଧତିରେ 3ଟି ଡଟ୍ ପ୍ୟାଟର୍ଶ ବା ବିନ୍ୟାସ ଥାଏ । ପ୍ରତ୍ୟେକ ବିନ୍ୟାସ ଗୋଟିଏ ଗୋଟିଏ ଅକ୍ଷର, ଯୁକ୍ତାକ୍ଷର, ସାଧାରଣ ଶବ୍ଦ କିମ୍ବା ବ୍ୟାକରଣ ସମ୍ପର୍କିତ ଚିହ୍ନକୁ ସୂଚାଏ ।
(iii) ଦୃଷ୍ଟିରହିତ ବ୍ୟକ୍ତିମାନଙ୍କ ପାଇଁ ବ୍ରେଲ୍ ଏକ ଜଣାଶୁଣା ସମ୍ବଳ । 1932 ମସିହାରୁ ଏହାକୁ ଗ୍ରହଣ କରାଯାଇଛି।
(iv) ସାଧାରଣ ଭାଷା, ଗଣିତ ଓ ବିଜ୍ଞାନ ପାଇଁ ସ୍ଵତନ୍ତ୍ର ବ୍ରେଲ୍ କୋଡ୍ ବ୍ୟବହୃତ ହୁଏ । ଦୃଷ୍ଟିରହିତ ବ୍ୟକ୍ତି ପ୍ରଥମେ ବ୍ରେଲ୍ ପଦ୍ଧତିରେ ଅକ୍ଷରଗୁଡ଼ିକ ଶିଖନ୍ତି । ତାହାପରେ ସେମାନେ ଏହି ଅକ୍ଷରଗୁଡ଼ିକର ସଂଯୋଗ ଓ ଲକ୍ଷଣ ଜାଣନ୍ତି । ବସ୍ତୁକୁ ସ୍ପର୍ଶ କରି ସେମାନେ ଏସବୁକୁ ଶିଖୁଥାଆନ୍ତି ।
(v) ବ୍ରେଲ୍ ପାଠ୍ୟ ସମୂହ ହାତ କିମ୍ବା ମେସିନ୍ ଦ୍ବାରା ଉତ୍ପନ୍ନ କରାଯାଇଥାଏ । ବର୍ତ୍ତମାନ ଏହି ପଦ୍ଧତି ଅନୁସରଣ କରି ଟାଇପ୍ ମେସିନ୍ ଓ ମୁଦ୍ରଣ ଯନ୍ତ୍ର ପ୍ରସ୍ତୁତ ହେଲାଣି ।
→ ବିଷୟଭିତ୍ତିକ ଶବ୍ଦୀବ୍ଦଳ: