Odisha State Board CHSE Odisha Class 12 Optional Odia Solutions Chapter 18 ବାଉଁଶରାଣୀ Textbook Exercise Questions and Answers.
+2 2nd Year Odia Optional Chapter 18 ବାଉଁଶରାଣୀ Question Answer
(କ) ବିକଳ୍ପ ସହ ସମ୍ଭାବ୍ୟ ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ।
(ସମ୍ଭାବ୍ୟ ଚାରୋଟି ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।)
Question ୧।
କେଉଁ ବିଚାରଟି ଗଳ୍ପନାୟିକାଙ୍କ ଉପରେ ସବାର ହୋଇଗଲା ?
(କ) ବିବଦମାନ
(ଖ) ଅତିଭୌତିକ
(ଗ) ପ୍ରାଗୈତିହାସିକ
(ଘ) ପ୍ରାଗୈତିହାସିକ
ଉ –
(ଘ) ପ୍ରାଗୈତିହାସିକ
Question ୧।
ଗଳ୍ପନାୟିକାଙ୍କ ସ୍ଵାମୀଙ୍କ ସାଙ୍ଗରେ କିଏ ଆସିଥିଲେ ?
(କ) ମିସ୍ ଟିନା
(ଖ) ମିସ୍ ଲୁନା
(ଗ) ମିସ୍ ମିନା
(ଘ) ମିସ୍ ନିନା
ଉ –
(ଖ) ମିସ୍ ଲୁନା
Question ୩।
ମିସ୍ ଲୁନା କେଉଁଠାରୁ ଟ୍ରାନ୍ସଫର ହୋଇ ଆସିଥିଲେ ?
(କ) କଲିକତାରୁ
(ଖ) ବିହାରରୁ
(ଗ) ଜୟପୁରରୁ
(ଘ) ବାରିପଦାରୁ
ଉ –
(ଗ) ଜୟପୁରରୁ
Question ୪।
ମିସ୍ ଲୁନା କେଉଁ ବାଦ୍ୟଯନ୍ତ୍ର ଖୁବ୍ ସୁନ୍ଦର ଭାବରେ ବଜାଇ ପାରନ୍ତି ?
(କ) ଭାଓଲିନ୍
(ଖ) ମାଉଥ୍ ଅରଗାନ୍
(ଗ) ଗୀଟାର୍
(ଘ) ହାରମୋନିୟମ୍
ଉ –
(କ) ଭାଓଲିନ୍
Question ୫।
ନିଜକୁ ଖାଣ୍ଟି ଓଡ଼ିଆ ବୋଲି କିଏ ପ୍ରକାଶ କଲେ ?
(କ) ମିସ୍ ରୀନା
(ଖ) ମିସ୍ ଲିନା
(ଗ) ମିସ୍ ଲୁନା
(ଘ) ମିସ୍ ନିନା
ଉ –
(ଗ) ମିସ୍ ଲୁନା
Question ୬ ।
ଗଳ୍ପ ନାୟିକାଙ୍କ ସ୍ଵାମୀ ନିଃ ଚୌଧୁରୀ କେତୋଟି ସନ୍ତାନର ପିତା ?
(କ) ତିନୋଟି
(ଖ) ଦୁଇଟି
(ଗ) ପାଞ୍ଚୋଟି
(ଘ) ଚାରୋଟି
ଉ –
(ଗ) ପାଞ୍ଚୋଟି
Question ୭ ।
ମିସ୍ ଲୁନା କେଉଁ ହିସାବରେ ବହୁ ସାର୍ଟିଫିକେଟ୍ ହାସଲ କରିପାରିଥିଲେ ?
(କ) ଲେଖୁ
(ଖ) ବକ୍ତା
(ଗ) ଶିକାରୀ
(ଘ) ସମାଜସେବୀ
ଉ –
(ଗ) ଶିକାରୀ
Question ୮ ।
ନିଃ ଚୌଧୁରୀଙ୍କୁ ଫୋନ୍ କରି ବଡ଼ବ୍ୟସ୍ତ ଭାବରେ ଖୋଜୁଥିବା ତାଙ୍କ ବାନ୍ଧବୀଙ୍କ ନାମ କ’ଣ ?
(କ) ରଚନା
(ଖ) ଅର୍ଚ୍ଚନା
(ଗ) ମାମିନା
(ଘ) ବେବିନା
ଉ –
(ଖ) ଅର୍ଚ୍ଚନା
Question ୯ ।
ମଃ ଚୌଧୁରୀଙ୍କ ପ୍ରିୟବାନ୍ଧବୀ ଅର୍ଜନା କେଉଁଠାରେ ରହନ୍ତି ?
(କ) ଆସାମରେ
(ଖ) ନାଗପୁରରେ
(ଗ) କଲିକତାରେ
(ଘ) ବାଙ୍ଗାଲୋରରେ
ଉ –
(ଗ) କଲିକତାରେ
Question ୧୦ ।
କେତେଥର ଟାଇଫଏଡ୍ରୁ ଉଠି ଝିଅଟା ଚିଡ଼ା ଧରିଯାଇଛି ବୋଲି ମିସେସ୍ ଚୌଧୁରୀ କହିଲେ ?
(କ) ଦୁଇଥର
(ଖ) ତିନିଥର
(ଗ) ଚାରିଥର
(ଘ) ଥରେ
ଉ –
(ଖ) ତିନିଥର
(ଖ) କ୍ଷୁଦ୍ର ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
Question ୧ ।
ଅଜଣା ତଟରେ ଛିଡ଼ାହୋଇ ଅସ୍ଥିର ଜଳରାଶିରେ ଗଳ୍ପ ନାୟିକା କ’ଣ ଖୋଜୁଛନ୍ତି ବୋଲି ତାଙ୍କର ମନେହେଲା ?
ଉ –
ଅଜଣା ତଟରେ ଛିଡ଼ାହୋଇ ଅସ୍ଥିର ଜଳରାଶିରେ ଗଳ୍ପନାୟିକା ନିଜର ପ୍ରତିବିମ୍ବ ଖୋଜୁଛନ୍ତି ବୋଲି ତାଙ୍କର ମନେ ହେଲା ।
Question ୨।
ଭଦ୍ରମହିଳା ଖୁବ୍ ସୁନ୍ଦର ନାଚିପାରନ୍ତି ବୋଲି କିଏ କହିଲେ ?
ଉ –
ଭଦ୍ରମହିଳା ଖୁବ୍ ସୁନ୍ଦର ନାଚିପାରନ୍ତି ବୋଲି ମି. ଚୌଧୁରୀ କହିଲେ ।
Question ୩।
ମିସ୍ ଲୁନା କେଉଁ ଉଦ୍ଦେଶ୍ୟରେ ସେମାନଙ୍କ ସହିତ ଯିବାପାଇଁ ମିସେସ୍ ଚୌଧୁରୀଙ୍କୁ ଅନୁରୋଧ କଲେ ?
ଉ –
ମିସ୍ ଲୁନା ଶିକାର ଉଦ୍ଦେଶ୍ୟରେ ସେମାନଙ୍କ ସହିତ ଯିବାପାଇଁ ମିସେସ୍ ଚୌଧୁରୀଙ୍କୁ ଅନୁରୋଧ କଲେ ।
Question ୪।
ମିସ୍ ଲୁନାଙ୍କର କେଉଁ ଗାଡ଼ିଟି ପେଣ୍ଡୁଭଳି ଫାଟକ ଆରପାଖକୁ ଗଡ଼ିଗଲା ?
ଉ –
ମିସ୍ ଲୁନାଙ୍କର କଳା ଫିଆଟ୍ ପେଣ୍ଡୁଭଳି ଫାଟକ ଆରପାଖକୁ ଗଡ଼ିଗଲା ।
Question ୫ ।
ଉଲ୍ କିଣି ସମୟ ନଷ୍ଟ କରିବା ଅପେକ୍ଷା ସୁଏଟର୍ କିଣିନେବା ଭଲ ବୋଲି କିଏ ମନ୍ତବ୍ୟ ଦେଲେ ?
ଉ –
ଉଲ୍ କିଣି ସମୟ ନଷ୍ଟ କରିବା ଅପେକ୍ଷା ସୁଏଟର୍ କଣିନେବା ଭଲ ବୋଲି ମି. ଚୌଧୁରୀ ମନ୍ତବ୍ୟ ଦେଲେ ।
Question ୬ ।
କାହା ଡାକରେ ମିସେସ୍ ଚୌଧୁରୀ ଉଠିଯିବାକୁ ବାଧ୍ୟ ହେଲେ ?
ଉ –
ସାନଝିଅ ଡାକରେ ମିସେସ୍ ଚୌଧୁରୀ ଉଠିଯିବାକୁ ବାଧ୍ୟ ହେଲେ ।
Question ୭।
ଗାଡ଼ି କିଏ ସିଜ୍ କରିନେଲେ ବୋଲି ମି. ଚୌଧୁରୀ କହିଲେ ?
ଉ –
ଗାଡ଼ି ପୋଲିସ୍ ସିଜ୍ କରିନେଲେ ବୋଲି ମି. ଚୌଧୁରୀ କହିଲେ ।
Question ୮।
ଆକ୍ସିଡେଣ୍ଟ୍ ପରେ ନିଃ. ଚୌଧୁରୀ ଲୁନାକୁ କେଉଁଠି ଛାଡ଼ିଦେଇ ଆସିଲେ ?
ଉ –
ଆକ୍ସିଡେଣ୍ଟ୍ ପରେ ମି.ଚୌଧୁରୀ ଲୁନାକୁ ହସ୍ପିଟାଲ୍ରେ ଛାଡ଼ିଦେଇ ଆସିଲେ ।
Question ୯।
ଗାଡ଼ି ଡ୍ରାଇଭିଙ୍ଗ୍ ସମୟରେ କିଏ ହେଭି ତ୍ରିଂକ୍ସ କରିଥିଲା ?
ଉ –
ଗାଡ଼ି ଡ୍ରାଇଭିଙ୍ଗ୍ ସମୟରେ ମିସ୍ ଲୁନା ହେଭି ତ୍ରିଂକ୍ କରିଥିଲା ।
Question ୧୦ ।
କାହାର ଡାହାଣ ହାତଟି ମିସେସ୍ ଚୌଧୁରୀଙ୍କର ମୁକୁଳିତ କେଶରାଶି ଉପରେ ଘୂରି ଆସିଲା ?
ଉ –
ମି. ଚୌଧୁରୀଙ୍କ ଡାହାଣ ହାତଟି ମିସେସ୍ ଚୌଧୁରୀଙ୍କର ମୁକୁଳିତ କେଶରାଶି ଉପରେ ଘୂରି ଆସିଲା ।
(ଗ) କ୍ଷୁଦ୍ର ଉତ୍ତରମୂଳକ ୨ ନମ୍ବର ବିଶିଷ୍ଟ ପ୍ରଶ୍ନ ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।)
Question ୧।
ମିସେସ୍ ଚୌଧୁରୀ ଘରଛାଡ଼ି ବାହାରକୁ ଯିବାପାଇଁ ସୁବିଧା ମନେକରନ୍ତି ନାହିଁ କାହିଁକି ?
ଉ –
‘ବାଉଁଶରାଣୀ’ ଗଳ୍ପରେ ଗାଳ୍ପିକା ବୀଣାପାଣି ମହାନ୍ତି ଏହା ଅନେକ ଉଲ୍ଲେଖ କରିଛନ୍ତି । ମିସେସ୍ ଚୌଧୁରୀ ଘରର ଅସୁବିଧା ଯୋଗୁଁ ବିଶେଷତଃ ଛୁଟିଦିନମାନଙ୍କରେ ପିଲାମାନଙ୍କୁ ଏକୁଟିଆ ଘରେ ଛାଡ଼ି ବାହାରକୁ ଯିବାପାଇଁ ସୁବିଧା ମନେକରନ୍ତି ନାହିଁ ।
Question ୨।
ଅର୍ଜନାଠାରୁ କେଉଁ ମନ୍ତ୍ର ଶିଖ୍ ନ ପାରିବା ନିଜର ଅପାରଗତା ବୋଲି ମିସେସ୍ ଚୌଧୁରୀ ଭାବିଛନ୍ତି ?
ଉ –
‘ବାଉଁଶରାଣୀ’ ଗଳ୍ପରେ ଗାଳ୍ପିକା ବୀଣାପାଣି ମହାନ୍ତି ଏହା ଅନେକ ଉଲ୍ଲେଖ କରିଛନ୍ତି । ଅର୍ଚ୍ଚନାଠାରୁ ମଣିଷକୁ ବଶୀଭୂତ କରି ରଖୁବାର ମନ୍ତ୍ର ଶିଖ୍ ନ ପାରିବା ନିଜର ଅପାରଗତା ବୋଲି ମିସେସ୍ ଚୌଧୁରୀ ଭାବିଛନ୍ତି ।
Question ୩ ।
ସାନଝିଅର ସ୍ଵାସ୍ଥ୍ୟ ସମ୍ପର୍କରେ ମି.ଚୌଧୁରୀ କ’ଣ ମନ୍ତବ୍ୟ ଦେଲେ ?
‘ବାଉଁଶରାଣୀ’ ଗଳ୍ପରେ ଗାଳ୍ପିକା ବୀଣାପାଣି ମହାନ୍ତି ଏହା ଅନେକ ଉଲ୍ଲେଖ କରିଛନ୍ତି । ସାନ ଝିଅର ସ୍ଵାସ୍ଥ୍ୟ ସମ୍ପର୍କରେ ମି. ଚୌଧୁରୀ କହିଲେ, ସେ ଦିନକୁ ଦିନ ଶୁଖୁ ଯାଉଥିବା ହେତୁ, ତା’କୁ ଡାକ୍ତର ଦେଖାଇ ଟନିକ୍ ଫନିକ୍ ଖାଇବାକୁ ନ ଦେଲେ, ତା’ର ହେଲ୍ ଖରାପ ହୋଇଯିବ ।
Question ୪।
ସକାଳେ ଚାରିଆଡ଼େ କ’ଣ ରାଷ୍ଟ୍ର ହୋଇଯିବ ବୋଲି ନିଃ ଚୌଧୁରୀ ଆଶଙ୍କା କଲେ ?
ଉ –
‘ବାଉଁଶରାଣୀ’ ଗଳ୍ପରେ ଗାଳ୍ପିକା ବୀଣାପାଣି ମହାନ୍ତି ଏହା ଅନେକ ଉଲ୍ଲେଖ କରିଛନ୍ତି । ଲୁନା ବାହାର ଷ୍ଟେଟ୍ର ଝିଅ ଓ ତାହାର ଏକ୍ସିଡେଣ୍ଟ୍ କଥା ସକାଳେ ଚାରିଆଡ଼େ ରାଷ୍ଟ୍ର ହୋଇଯିବ ବୋଲି ମି.ଚୌଧୁରୀ ଆଶଙ୍କା କଲେ ।
Question ୫ ।
ସଭ୍ୟତାର ନନ୍ଦିଘୋଷ ପ୍ରସଙ୍ଗ କାହିଁକି କୁହାଯାଇଛି ।
ଉ –
‘ବାଉଁଶରାଣୀ’ ଗଳ୍ପରେ ଗାଳ୍ପିକା ବୀଣାପାଣି ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ମିସେସ୍ ଚୌଧୁରୀ ନିଜକୁ ବାଉଁଶରାଣୀ ବୋଲି ଭାବିଛନ୍ତି ଓ ସବୁକିଛି ସହ୍ୟକରି ସେ ଯଦି ଆଗେଇ ନ ଯିବେ ତାହାହେଲେ ସଭ୍ୟତାର ନନ୍ଦିଘୋଷ ଅଟକିଯିବ ।
Question ୬।
ମୁଁ ଖାଣ୍ଟି ଓଡ଼ିଆ ଝିଅ ବୋଲି ମିସ୍ ଲୁନା କାହିଁକି କହିଲେ ?
ଉ –
‘ବାଉଁଶରାଣୀ’ ଗଳ୍ପରେ ଗାଳ୍ପିକା ବୀଣାପାଣି ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ମିସେସ୍ ଚୌଧୁରୀ ଯେତେବେଳେ ଲୁନାକୁ ଖୁବ୍ ସୁନ୍ଦର ଓଡ଼ିଆ କରିପାରୁଛନ୍ତି ବୋଲି କହିଲେ, ସେତେବେଳେ ମୁଁ ଖାଣ୍ଟି ଓଡ଼ିଆ ଝିଅ ବୋଲି ମିସ୍ ଲୁନା କହିଲେ ।
Question ୭ |
ମୋର ସ୍ଵାମୀ ନିହାତି ଖାମଖୁଲ ଭାବିବା ମୋର ଉଚିତ ନ ଥିଲା ବୋଲି କିଏ କାହିଁକି ଅନୁଭବ କଲେ ?
ଉ –
‘ବାଉଁଶରାଣୀ’ ଗଳ୍ପରେ ଗାଳ୍ପିକା ବୀଣାପାଣି ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ଯେହେ ମିସେସ୍ ଚୌଧୁରୀଙ୍କର କଷ୍ଟଟା ତାଙ୍କ ସ୍ବାମୀ ଅନୁଭବ କରିଥାନ୍ତି ବହୁବାର ଏବଂ ବିଭିନ୍ନ ପ୍ରଶଂସା ମାଧ୍ୟମରେ କହିଥାନ୍ତି, ସେଥ୍ପାଇଁ ‘ମୋର ସ୍ଵାମୀ ନିହାତି ଖାମୂଲ ଭାବିବା ମୋର ଉଚିତ୍ ନଥିଲା’ ବୋଲି ମିସେସ୍ ଚୌଧୁରୀ ଅନୁଭବ କଲେ ।
Question ୮।
ମି. ଚୌଧୁରୀଙ୍କର ଅସ୍ବସ୍ତିକର ମୁହଁଟା କାହିଁକି କୁହୁଳି ଉଠିଲା ?
ଉ –
‘ବାଉଁଶରାଣୀ’ ଗଳ୍ପରେ ଗାଳ୍ପିକା ବୀଣାପାଣି ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ମିସେସ୍ ଚୌଧୁରୀ ଲୁନା କଥାରେ ଯିବାକୁ ରାଜି ହୋଇଯିବାରୁ ମି.ଚୌଧୁରୀଙ୍କର ଅସ୍ଵସ୍ତିକ ମୁହଁଟା କୁହୁଳି ଉଠିଲା ।
Question ୯।
ସ୍ଵାମୀଙ୍କର କେଉଁ ଭଙ୍ଗୀ ଏବେବି ଅତୁଟ ଅକ୍ଷତ ଥିଲା ପରି ମିସେସ୍ ଚୌଧୁରୀଙ୍କର ମନେହୁଏ ?
ଉ –
‘ବାଉଁଶରାଣୀ’ ଗଳ୍ପରେ ଗାଳ୍ପିକା ବୀଣାପାଣି ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ସ୍ଵାମୀଙ୍କର ମୁହଁ ଓ କଥାର ଭଙ୍ଗୀ ଏବେବି ଅତୁଟ ଅକ୍ଷତ ଥିଲାପରି ମିସେସ୍ ଚୌଧୁରୀଙ୍କର ମନେହୁଏ ।
Question ୧୦ ।
ମୁଁ ନିଜେ ହିଁ ତ ଭାଗ୍ୟ ଉପରେ ବିଶ୍ଵାସ କରେନା, କର୍ମର ଫଳବି ସମସ୍ତଙ୍କୁ ପ୍ରାପ୍ତହୁଏ ନାହିଁ- ଏକଥା କିଏ କେଉଁ ପ୍ରସଙ୍ଗରେ କହିଥିଲେ ?
ଉ –
‘ବାଉଁଶରାଣୀ’ ଗଳ୍ପରେ ଗାଳ୍ପିକା ବୀଣାପାଣି ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ବଡ଼ପୁଅ କିଶୋରର ପାଠପଢ଼ା ପ୍ରିପାରେସନ୍ କଥା ବୁଝିବାକୁ ଯାଇ ମି.ଚୌଧୁରୀ କହିଥିଲେ, ମୁଁ ନିଜେ ହିଁ ଭାଗ୍ୟ ଉପରେ ବିଶ୍ଵାସ କରେନା, କର୍ମର ଫଳବି ସମସ୍ତଙ୍କୁ ପ୍ରାପ୍ତ ହୁଏ ନାହିଁ ।
(ଘ) ଅଳ୍ପ ଦୀର୍ଘ ଉତ୍ତରମୂଳକ ୩ ନମ୍ବର ବିଶିଷ୍ଟ ପ୍ରଶ୍ନ । ୩୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।)
Question ୧।
ସେଦିନ ପିକ୍ନିକ୍ରେ ସରଳା କ’ଣ କହୁଥିଲା ?
ଉ –
‘ବାଉଁଶରାଣୀ’ ଗଳ୍ପରେ ଗାଳ୍ପିକା ବୀଣାପାଣି ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ସେଦିନ ପିକ୍ନିକ୍ରେ ମିସେସ୍ ଚୌଧୁରୀଙ୍କ ସରଳା କହୁଥିଲା, କିଛିଦିନ ଘର କଲାପରେ, ସ୍ଵାମୀମାନେ ସେମିତି ଅବାଗିଆ ହୋଇଯାନ୍ତି ମଝିରେ ମଝିରେ । ହେଲେ ଘରଛାଡ଼ି ସ୍ତ୍ରୀ ପିଲା ପରିତ୍ୟାଗ କରି ଖୁବ୍ କ୍ୱଚିତ୍ ସ୍ବାମୀ ଛାଡ଼ିଯାଆନ୍ତି । ସ୍ତ୍ରୀ ଯଦି ବୁଦ୍ଧିମତୀ ହୁଏ, ଆଙ୍କୁଶ ଠିକ୍ ଆଣ୍ଟି ଧରିଥାଏ, ତେବେ ସେଥୁ କେହି ମୁକୁଳନ୍ତି ନାହିଁ । ସବୁକିଛି ନିର୍ଭର କରେ ସ୍ତ୍ରୀର ବୁଦ୍ଧି ଉପରେ ।
Question ୨।
ଗଳ୍ପ ନାୟିକାଙ୍କ ମାନସିକ ସ୍ତରରେ ଆସିଥିବା ଦୌଡ଼ାଦୌଡ଼ି ପ୍ରସଙ୍ଗର ହେତୁ କ’ଣ ?
ଉ –
‘ବାଉଁଶରାଣୀ’ ଗଳ୍ପରେ ଗାଳ୍ପିକା ବୀଣାପାଣି ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ଗଳ୍ପନାୟିକା ଦର୍ପଣରେ ନିଜର ମୁହଁ ଦେଖୁ ଜାଣିପାରିଛନ୍ତି, ସନ୍ତାନ ଜନ୍ମକଲାପରେ, ପୁରୁଷଠାରୁ ସାନହେଲେ ବି ନିଜର ବୟସକୁ ଧରିହୁଏ ନାହିଁ । ସେଥୂପାଇଁ ଅଣନିଃଶ୍ୱାସୀ ହୋଇ ଦୌଡ଼ିବାକୁ ପଡ଼େ । ପାଞ୍ଚଟି ସନ୍ତାନର ଜନନୀ ହେଲାପରେ ସେ ବୟସକୁ ଧରି ରଖୁବା ପାଇଁ ଦୌଡ଼ାଦୌଡ଼ିରୁ ଅବ୍ୟାହତି ନେବାକୁ ଚାହିଁଲେ ମଧ୍ୟ, ତାହା ସମ୍ଭବ ହୁଏନାହିଁ ।
Question ୩।
ପ୍ରଥମ ଦେଖାରେ ହସିଦେଇ ଲୁନା ମିସେସ୍ ଚୌଧୁରୀଙ୍କୁ କ’ଣ କହିଲେ ?
ଉ –
‘ବାଉଁଶରାଣୀ’ ଗଳ୍ପରେ ଗାଳ୍ପିକା ବୀଣାପାଣି ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ପ୍ରଥମ ଦେଖାରେ ହସିଦେଇ ଲୁନା ମିସେସ୍ ଚୌଧୁରୀଙ୍କୁ କହିଲେ, ‘ଆପଣଙ୍କ ପ୍ରଶଂସା ଶୁଣିଶୁଣି ମୁଁ କ୍ଲାନ୍ତ ହୋଇ ପଡ଼ିଲିଣି । ଆଜି କେବଳ ଆପଣଙ୍କ କଥା ଶୁଣି ମୋର ସନ୍ଧ୍ୟାଟା ହିଁ ଯାଇଛି । ପୁନଶ୍ଚ ମି. ଚୌଧୁରୀ ଆଜି ରାତିରେ ହିଁ ଆପଣଙ୍କ ସହିତ ଦେଖା କରିବାକୁ ହେବ ବୋଲି ମୋତେ ନେଇ ଆସିଛନ୍ତି ।’ ଆସନ୍ତାକାଲି ସେମାନେ ଶିକାରକୁ ଯିବେ ଏବଂ ତାଙ୍କ ସହିତ ଯିବାପାଇଁ ପ୍ରସ୍ତାବ ରଖୁଛନ୍ତି ।
Question ୪।
‘କେମିତି ଲାଗିଲା ଲୁନାକୁ ?’- ସ୍ଵାମୀଙ୍କର ଏହି ପ୍ରଶ୍ନରେ ମିସେସ୍ ଚୌଧୁରୀ ମନେମନେ କ’ଣ ଭାବିଲେ ?
ଉ –
‘ବାଉଁଶରାଣୀ’ ଗଳ୍ପରେ ଗାଳ୍ପିକା ବୀଣାପାଣି ମହାନ୍ତି, ଏହା ଉଲ୍ଲେଖ କରିଛନ୍ତି । ସ୍ଵାମୀଙ୍କର ଏହି ପ୍ରଶ୍ନରେ ମିସେସ୍ ଚୌଧୁରୀ ମନେ ମନେ ଭାବିଲେ- ‘ନାହିଁ ଗୋ ନାହିଁ । ସବୁ ଝିଅପରି ଲୁନା ବି ଝିଅଟିଏ । ହେଲେ ତା’ର ବୟସ ଅତି ଅଳ୍ପ । ମୁଁ ତାକୁ ନଷ୍ଟ ହେବାକୁ ଦେବି ନାହିଁ ଏବଂ ସେଇଥପାଇଁ ତୁମର ଅନିଚ୍ଛାସତ୍ତ୍ବେ ତ ଯିବାକୁ ରାଜିହେଲି ।
ଦେହ କାହିଁକି କ’ଣ ହେବ ?’’
Question ୫।
ସୋଫା ଉପରେ ବସିପଡ଼ି ଲୁନ ସମ୍ପର୍କରେ ମି. ଚୌଧୁରୀ କ’ଣ କହିଲେ ?
ଉ –
‘ବାଉଁଶରାଣୀ’ ଗଳ୍ପରେ ଗାଳ୍ପିକ ବୀଣାପାଣି ମହାନ୍ତି, ଏହା ଉଲ୍ଲେଖ କରିଛନ୍ତି । ସୋଫା ଉପରେ ବସିପଡ଼ି ଲୁନ ସମ୍ପର୍କରେ ନିଃ.ଚୌଧୁରୀ କହିଲେ, ଲୁନା ଅତି ଅଦ୍ଭୁତ ଝିଅ । ସେ ସମଗ୍ର ପୃଥିବୀର ତୃତୀୟାଂଶ ଏକା ଏକା ବୁଲି ଆସିଲାଣି । ଡର, ଭୟ, ସଙ୍କୋଚ ସେ କିଛି ହେଲେ ଜାଣେ ନାହିଁ । ଶିକାରୀ ହିସାବରେ ମଧ୍ୟ ତାହାର ବହୁତ ସାର୍ଟିଫିକେଟ୍ ରହିଛି ।
Question ୬।
ସ୍ଵାମୀଙ୍କୁ ତାଙ୍କର ପ୍ରିୟ ବାନ୍ଧବୀ ଅର୍ଜନା ସମ୍ପର୍କରେ ମିସେସ୍ ଚୌଧୁରୀ କ’ଣ କହିଲେ ?
ଉ –
‘ବାଉଁଶରାଣୀ’ ଗଳ୍ପରେ ଗାଳ୍ପିକା ବୀଣାପାଣି ମହାନ୍ତି, ଏହା ଉଲ୍ଲେଖ କରିଛନ୍ତି । ମିସେସ୍ ଚୌଧୁରୀ କଥା ବଦଳାଇବା ପାଇଁ ସ୍ଵାମୀଙ୍କୁ ତାଙ୍କର ପ୍ରିୟବାନ୍ଧବୀ ଅର୍ଚ୍ଚନା କଥା କହିଥିଲେ । ସେ କହିଥିଲେ, ଅର୍ଜନା ଆଜି ଫୋନ୍ କରିଥିଲା । ବଡ଼ ବ୍ୟସ୍ତହୋଇ ତୁମକୁ ଖୋଜୁଥିଲା । ଯେତେ ପଚାରିଲେ ବି କ’ଣ ଦରକାର କୁହ, ସେ କିଛି କହି ନ ଥିଲା । ଅଫିସ୍ ଆୱାରରେ ତାଙ୍କୁ ଡିଷ୍ଟର୍ବ କରିବା ଠିକ୍ ନୁହେଁ ବୋଲି ଯେତେ ବୁଝାଇଲେ ବି ସେ ବୁଝି ନଥିଲା ।
Question ୭।
ଏକ ବିବାହିତା ସ୍ତ୍ରୀ କେଉଁକଥା ଆଶା କରିନଥାଏ ?
ଉ
‘ବାଉଁଶରାଣୀ’ ଗଳ୍ପରେ ଗାଳ୍ପିକା ବୀଣାପାଣି ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ମିସେସ୍ ଚୌଧୁରୀଙ୍କ ମନରେ ତାଙ୍କ ସ୍ଵାମୀଙ୍କୁ ନେଇ ଭାବାନ୍ତର ସୃଷ୍ଟି ହୋଇଥିଲେ । ସେ ଜାଣିଥିଲେ କୌଣସି ବିବାହିତା ସ୍ତ୍ରୀ ସ୍ଵାମୀଙ୍କୁ ଦାସାନୁଦାସ କରି ରଖିବାକୁ ଚାହିଁ ନଥାଏ କିମ୍ବା ତାଙ୍କ ସ୍ବାମୀ ତାଙ୍କୁ ଖେଳଣା କଣ୍ଢେଇ କରି ଖେଳିବାକୁ ପସନ୍ଦ କରିନଥାଏ ।
Question ୮।
‘ଦୀପ ଦେହରେ ସଳିତା’ର ପ୍ରସଙ୍ଗର ତାତ୍ପର୍ଯ୍ୟ କ’ଣ ?
ଉ –
‘ବାଉଁଶରାଣୀ’ ଗଳ୍ପରେ ଗାଳ୍ପିକା ବୀଣାପାଣି ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ସ୍ଵାମୀଙ୍କ ଚରିତ୍ରହୀନ ସ୍ଵେଚ୍ଛାଚାରୀ ସ୍ଵଭାବରେ ମିସେସ୍ ଚୌଧୁରୀ ଭାଙ୍ଗି ପଡ଼ିଛନ୍ତି । ଅତି ଅସହାୟ ଭାବେ ବିଚାର କରିଛନ୍ତି, ଦୀପ ଦେହରେ ସଳିତାର ପୁଣି, ଆଲୋକ ଦେବାର ଏକ ନିର୍ଦ୍ଦିଷ୍ଟ ସମୟ ଅଛି । ଅର୍ଥାତ୍, ସେ ଜଳିଜଳି ଆଉ ସ୍ଵାମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାହିଁନାହାଁନ୍ତି କାରଣ ସେ ମାନସିକ ସ୍ତରରେ ଥକି ପଡ଼ିଛନ୍ତି ।
Question ୯।
ବାଉଁଶରାଣୀ ପରି କାହାର ନାଚ କିପରି ଚାଲିଛି ?
ଉ –
‘ବାଉଁଶରାଣୀ’ ଗଳ୍ପରେ ଗାଳ୍ପିକା ବୀଣାପାଣି ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ସ୍ଵାମୀଙ୍କ ବ୍ୟବହାରରେ ଓ ତାଙ୍କର ଛଳନାପୂର୍ଣ୍ଣ କଥାରେ, ମିସେସ୍ ଚୌଧୁରୀ ଥକି ପଡ଼ିଛନ୍ତି । ସେ ନିଜକୁ ଅସହାୟ ବାଉଁଶରାଣୀ ବୋଲି ଚିନ୍ତା ନାଚ ଚାଲିଛି । ଟିକିଏ ଅସାବଧାନ ହେଲେ ସେ ଗଳି ପଡ଼ିବେ କୋଉ ଅଦୃଶ୍ୟ ଗହ୍ଵରରେ, ଯାହାଦ୍ଵାରା ତାଙ୍କର ସତ୍ତା ଚିରଦିନ ପାଇଁ ଲୋପ ପାଇଯିବ ।
Question ୧୦ ।
ରାତିରେ କ’ଣ କହି ମିସେସ୍ ଚୌଧୁରୀ ଶୋଇ ପଡ଼ିବା ପାଇଁ ସ୍ଵାମୀଙ୍କୁ ପରାମର୍ଶ ଦେଲେ ?
ଉ –
‘ବାଉଁଶରାଣୀ’ ଗଳ୍ପରେ ଗାଳ୍ପିକା ବୀଣାପାଣି ମହାନ୍ତି ଏହା ଉଲ୍ଲେଖ କରିଛନ୍ତି । ମିସେସ୍ ଚୌଧୁରୀ ସ୍ଵାମୀଙ୍କର ଛଳନାପୂର୍ଣ୍ଣ କଥାରେ, ତାଙ୍କ ସହିତ ସମ୍ପର୍କ ରକ୍ଷା କରିବାକୁ ଚାହୁଁ ନ ଥିଲେ । କୌଣସି ପ୍ରକାରେ କଥାକୁ ବଦଳାଇ ଦେବାପାଇଁ, ରାତି ଅନେକ ହେଲାଣି, ଶୋଇପଡ଼, ସକାଳୁ ମତେ ନିଦ ଲାଗିଯାଇପାରେ । ତୁମେ ଆଗେ ଉଠିଲେ ଡାକିବ, କିଛି ଫଳ ନେଇ ଲୁନାକୁ ଆଗେ ହସ୍ପିଟାଲ୍ରେ ଦେଖିବାକୁ ହେବ । ଏହିଭଳି କଥାକହି ମିସେସ୍ ଚୌଧୁରୀ ସ୍ଵାମୀଙ୍କୁ ଶୋଇ ପଡ଼ିବା ପାଇଁ ପରାମର୍ଶ ଦେଇଥିଲେ ।
(ଙ) ଦୀର୍ଘ ଉତ୍ତରମୂଳକ ୫ ନମ୍ବର ବିଶିଷ୍ଟ ପ୍ରଶ୍ନ । ୧୫୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
Question ୧।
ଏକ ପ୍ରତୀକଧର୍ମୀ କ୍ଷୁଦ୍ରଗଳ୍ପ ଭାବରେ ‘ବାଉଁଶ ରାଣୀ’ କ୍ଷୁଦ୍ରଗଳ୍ପର ସାର୍ଥକତା ଦର୍ଶାଅ ।
ଉ –
ଲେଖୁ ବୀଣାପାଣି ମହାନ୍ତି ଆଧୁନିକ ଗଳ୍ପ ସାହିତ୍ୟରେ ଜଣେ ଅପ୍ରତିଦ୍ଵନ୍ଦୀ ସ୍ରଷ୍ଟା କହିଲେ ଅତ୍ୟୁକ୍ତି ହେବନାହିଁ । ସମାଜର ବିଭିନ୍ନ ପ୍ରସଙ୍ଗକୁ ସେ ପ୍ରତୀକାତ୍ମକ ଭାବେ ପରିପ୍ରକାଶ କରନ୍ତି । ବିଶେଷକରି ନାରୀର ସମ୍ମାନ, ସ୍ଵାଭିମାନ ଓ ମନସ୍ତତ୍ତ୍ଵକୁ ସେ ଯଥାର୍ଥ ଭାବରେ ଉପସ୍ଥାପନ କରନ୍ତି । ‘ବାଉଁଶରାଣୀ’କୁ ସେ ପ୍ରତୀକଭାବରେ ଗ୍ରହଣ କରି ପ୍ରକାର ବିପଦପୂର୍ଣ୍ଣ ଖେଳ ଦେଖାଏ । ଉଚ୍ଚାରେ ବନ୍ଧାଯାଇଥିବା ଦଉଡିରେ, ବାଉଁଶ ଖଣ୍ଡିଏ ଧରି, ବାଉଁଶ ସାହାଯ୍ୟରେ ନିଜର ଭାରସାମ୍ୟ ରକ୍ଷାକରି ବାଉଁଶରାଣୀ ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ଚାଲିଯାଏ । ସେ ଯଦି ସାମାନ୍ୟଭାବେ ଭାରସାମ୍ୟ ରକ୍ଷା କରିବାରେ ଭୁଲ୍ କରେ, ତାହାହେଲେ ତଳକୁ ଖସିପଡ଼ି ଜୀବନ ଦେବାର ସମ୍ଭାବନା ଥାଏ । ଏହାକୁ ଗାଳ୍ପିକା ପ୍ରତୀକ ଭାବେ ଗ୍ରହଣ କରି, ମିସେସ୍ ଚୌଧୁରୀଙ୍କର ସାଂସାରିକ ଜୀବନଯାପନର ବିପଦ ରହିଥିଲା ବୋଲି ଉଲ୍ଲେଖ କରିଛନ୍ତି ।
ମିଷ୍ଟର ଚୌଧୁରୀ ଜଣେ ମଦ୍ୟପ, ଚରିତ୍ରହୀନ ବ୍ୟକ୍ତି । ଘରେ ପାଞ୍ଚପାଞ୍ଚଟା ପିଲା ଓ ସ୍ତ୍ରୀ ଥିଲେ ମଧ୍ୟ ସେ ଅଫିସ୍ ଯିବା ବାହାନାରେ ମହିଳା କର୍ମଚାରୀମାନଙ୍କ ସହିତ ଅନ୍ତରଙ୍ଗ ସମ୍ପର୍କ ରଖନ୍ତି । ସ୍ତ୍ରୀଙ୍କୁ ମନରଖା କଥାକହି କୌଣସି ଉପାୟରେ ଭୁଲାଇ ଦିଅନ୍ତି। ବିଲେଇ ଆଖୁଜି କ୍ଷୀର ପିଇଲା ଭଳି ସେ ଭାବନ୍ତି, ତାଙ୍କର ସେହି ଦୁର୍ବଳତାକୁ ସ୍ତ୍ରୀ ଜାଣିପାରନ୍ତି ନାହିଁ; ମାତ୍ର ମିସେସ୍ ଚୌଧୁରୀ ସ୍ଵାମୀଙ୍କର ସବୁ ଦୁର୍ବଳ ଦିଗକୁ ସ୍ପଷ୍ଟଭାବେ ଜାଣନ୍ତି । ମାତ୍ର ନ ଜାଣି ପାରିବାର ଅଭିନୟ କରନ୍ତି । ବରଂ ସ୍ଵାମୀଙ୍କର ସବୁକଥାକୁ ସେ ବିଶ୍ଵାସ କରୁଛନ୍ତି ବୋଲି ଜଣାଇ ଦିଅନ୍ତି । ଜୀବନସାରା ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ମାନସିକ ସ୍ତରରେ ବେଶ୍ ଅସହାୟ ମନେକରନ୍ତି ।
କାରଣ ଦେହ ମିଳାଇ ସଂସାର କରିଛନ୍ତି ସିନା, ମନ ମିଳାଇ କେବେହେଲେ ସୁଖ ଅନୁଭବ କରି ନାହାଁନ୍ତି । ବରଂ ସାଂସାରିକ ଜୀବନରେ ଅଭିନୟ କରି ନାହାଁନ୍ତି । ସ୍ଵାମୀ ତାଙ୍କର ବାନ୍ଧବୀମାନଙ୍କୁ ଆଣି ଅୟସ କରିଛନ୍ତି । ଏସବୁ ଦେଖ୍ ସେ ବ୍ୟସ୍ତ ହୋଇଛନ୍ତି । ଭାବିଛନ୍ତି, ଦୀପ ଦେହରେ ସଳିତାର ପୁଣି ଆଲୋକ ଦେବାର ନିର୍ଦ୍ଦିଷ୍ଟ ସମୟ ଅଛି । ସେହି ସମୟକୁ ସେ ଅତିକ୍ରାନ୍ତ କରିଛନ୍ତି । କେଉଁ ଅଦୃଶ୍ୟ ଗହ୍ଵରରେ । ତାଙ୍କର ସତ୍ତା ଚିରଦିନ ପାଇଁ ଲୋପ ପାଇଯିବ । ନିଜର ସତ୍ତାକୁ, ମୋହକୁ ସେ ବଜାୟ ଭୀଷଣ କଷ୍ଟକର ମନେ ହୋଇଛି । ପ୍ରତି ମୁହୂର୍ତ୍ତରେ ସେ ଅସହିଷ୍ଣୁ ହୋଇ ପଡ଼ିଲେ ବି ବଞ୍ଚିବା ପାଇଁ ବାଧ୍ୟ ହୋଇଛନ୍ତି ।
Question ୫।
‘ବାଉଁଶରାଣୀ’ କ୍ଷୁଦ୍ରଗଳ୍ପର ନାମକରଣ ସାର୍ଥକତା ପ୍ରତିପାଦନ କର ।
ଉ –
ସନ୍ତାନଟିଏ ଜନ୍ମଦେଇ ପିତାମାତା ବହୁ ଆବେଗରେ, ବହୁ ସଦିଚ୍ଛା ମନୋଭାବରେ ନାମକରଣ କରିଥାନ୍ତି । ତା’ର ସୃଷ୍ଟି କୌଶଳର ସକଳ ସାର୍ଥକତା । ସୃଷ୍ଟିର ମାଧୁର୍ଯ୍ୟ ସେହି ନାମକରଣରୁ ହିଁ ଅବବୋଧ ହୋଇଥାଏ । ଉପଯୁକ୍ତ ଆଙ୍ଗିକ ବିଷୟକୁ ନେଇ ଗଢ଼ି ଉଠିଥାଏ, ପୁଣି କେତେବେଳେ ତାହା ବୌଦ୍ଧିକ ଭିତ୍ତିରେ ପ୍ରକାଶିତ ହୋଇଥାଏ । ଆଲୋଚ୍ୟ ‘ବାଉଁଶରାଣୀ’ ଗଳ୍ପଟିକୁ ଗାଳ୍ପିକା ବୀଣାପାଣି ମହାନ୍ତି ଇଙ୍ଗିତାତ୍ମକ ବୌଦ୍ଧିକ ନାମକରଣ କରିଛନ୍ତି ।
ଗଳ୍ପଟିରେ ଗଳ୍ପନାୟିକା ମିସେସ୍ ଚୌଧୁରୀଙ୍କର ସୂକ୍ଷ୍ମ ମାନସିକ ଭାବାବେଗର ଅନୁଶୀଳନ କରାଯାଇଛି । ସେ ବାଉଁଶରାଣୀ ବାଉଁଶ ଉପରେ ଚଢ଼ି ବିଭିନ୍ନ ପ୍ରକାର ବିପଦପୂର୍ଣ୍ଣ ଖେଳ ଦେଖାଇଥାଏ । ଯେହେତୁ ସେ ଉପରେ ରହି ଖେଳ ଦେଖାଉଥାଏ ଏବଂ ଦଉଡ଼ିରେ ଚାଲି ଖେଳ ଦେଖାଉଥାଏ, ସେଥିପାଇଁ ତାହାକୁ ସବୁବେଳେ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ । ସେହି ସତର୍କତା ହେଉଛି, ଭାରସାମ୍ୟ ରକ୍ଷା କରିବା । କାରଣ ଭାରସାମ୍ୟ ରକ୍ଷାବିନା ସେ ଉଚ୍ଚରେ ରହି ଖେଳ ଦେଖାଇ ପାରିବ ନାହିଁ ବରଂ ଖସିପଡ଼ି ମୃତ୍ୟୁବରଣ କରିବ । ନିଜର ସତ୍ତାକୁ ବିପଦପୂର୍ଣ୍ଣ କରିବ । ଗାଳ୍ପିକା ମହାନ୍ତି ଏହିଭଳି ଜଣେ ଚରିତ୍ରକୁ, ସାଂପ୍ରତିକ ସମାଜରେ ବହୁକଷ୍ଟରେ ସଂସାର କରିଥିବା ମହିଳାମାନଙ୍କୁ ତୁଳନା କରିଛନ୍ତି ।
ବଡ଼ପୁଅ କମ୍ପିଟେଟିଭ୍ ପାଇଁ ପ୍ରସ୍ତୁତ ହେଉଥିଲାବେଳେ, ଅନ୍ୟମାନେ ସେହି ଅନୁସାରେ ବଡ଼ ହୋଇଛନ୍ତି । ଏତେ ବୟସରେ ଘରକୁ ଫେରନ୍ତି । ମିସେସ୍ ଚୌଧୁରୀ ସବୁ ଜାଣିଲେ ମଧ୍ୟ କିଛି କହନ୍ତି ନାହିଁ । ବରଂ କିଛି ନ ଜାଣିପାରିବାର ଅଭିନୟ କରନ୍ତି । ସ୍ଵାମୀ ସହିତ ପାଦ ମିଳାଇ ଚାଲିବା ତାଙ୍କ ପକ୍ଷରେ ଅସମ୍ଭବ ମନେ ହୋଇଛି । ସେ କ୍ଲାନ୍ତ ହୋଇ ପଡ଼ିଛନ୍ତି ।
ନାଚ ଚାଲିଛି । ଟିକିଏ ଅସାବଧାନ ହେଲେ ମୁଁ ଗଳିପଡ଼ିବି । କେଉ ଅଦୃଶ୍ୟ ଗହ୍ବରରେ, ମୋର ସତ୍ତା ଯେ ଚିରଦିନ ପାଇଁ ଲୋପ ପାଇଯିବ ? ବୋଧହୁଏ ନିଜର ସତ୍ତାକୁ, ମୋହକୁ ବଜାୟ ରଖିବା ପାଇଁ ମୋର ଏ ପ୍ରଚେଷ୍ଟା ସଫଳ ହେବ ନାହିଁ….. ମୁଁ ଭାଙ୍ଗିପଡ଼ିବି ଟୁକୁରା, ଟୁକୁରା ହୋଇ ଅସ୍ଥି ମେଦ ମିଳାଇଯିବ ଧୂଳିରେ ।’’
ମିସେସ୍ ଚୌଧୁରୀ ସଂସାର କରିବାକୁ ଯାଇ, ଭଲ ସ୍ତ୍ରୀ ହେବାପାଇଁ ବାଉଁଶରାଣୀ ହୋଇ ଯାଇଛନ୍ତି । ଉପରୋକ୍ତ ଟୁକୁରା, ଟୁକୁରା ହୋଇ ଅସ୍ଥି ମେଦ ମିଳାଇଯିବ ଧୂଳିରେ ।
Question ୩।
ମନସ୍ତାତ୍ତ୍ଵିକ କ୍ଷୁଦ୍ରଗଳ୍ପ ଭାବରେ ‘ବାଉଁଶରାଣୀ’ର ମୂଲ୍ୟ ନିରୂପଣ କର ।
ଉ –
ଆଧୁନିକ ଓଡ଼ିଆ କଥା ସାହିତ୍ୟରେ ଯେଉଁ କେତେଜଣ ସଫଳ ଗଳ୍ପସ୍ରଷ୍ଟା ମାନବ ହୃଦୟର ଗଭୀରତାକୁ, ଆବିଷ୍କାର କରିଥାନ୍ତି । ସେ ପ୍ରମାଣ କରିଦେବାକୁ ଚାହାଁନ୍ତି, ନାରୀ ବାହାରକୁ ଯାହା ଦେଖାଇହୁଏ, ବାସ୍ତବରେ ସେ ତାହା ନୁହେଁ । ତାହାର ଦୁର୍ବଳତାକୁ, ତାହାର ଜ୍ଵଳନକୁ, ତାହାର ମାନସିକ ଅବସାଦକୁ ସେ କାହାରି ଆଗରେ ପ୍ରକାଶ କରିବାକୁ ଚାହେଁ ନାହିଁ । ସେ ମନମଧ୍ୟରେ ସମସ୍ତଙ୍କୁ ପରଖ୍ ନେଲେ ବି, ସାଂସାରିକ ଜୀବନର ସ୍ଥାୟିତ୍ଵ ପାଇଁ, ସେ କିଛି ନ ଜାଣିଲା ପରି ଅଭିନୟ । ସମୟ ଆସେ, ସାଂସାରିକ ସୁଖ ପାଇଁ ସେ ବାଉଁଶରାଣୀ ପରି ବିପଦପୂର୍ଣ୍ଣ ପରିସ୍ଥିତିରେ ପଡ଼ି ମଧ୍ଯ ସମସ୍ତଙ୍କୁ ଆନନ୍ଦ ଦିଏ । ଆଲୋଚ୍ୟ ଗଳ୍ପ ‘ବାଉଁଶରାଣୀ’ରେ ଗାଳ୍ପିକା ବୀଣାପାଣି ମହାନ୍ତି ମିସେସ୍ ଚୌଧୁରୀଙ୍କ
ଗଳ୍ପଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମନସ୍ତତ୍ତ୍ଵ ଓ ଆତ୍ମସମୀକ୍ଷାକୁ ନେଇ ଗତିଶୀଳ ହୋଇଛି । ମିସେସ୍ ଚୌଧୁରୀ ସ୍ଵାମୀଙ୍କର ସ୍ଵେଚ୍ଛାଚାରୀ ବ୍ୟବହାରରେ ଅତିଷ୍ଠ ହୋଇ ପଡ଼ିଛନ୍ତି ମନେମନେ । ସ୍ଵାମୀ ମଦ୍ୟପାନ କରନ୍ତି, ଅନ୍ୟ ମହିଳାମାନଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇ ଦିଅନ୍ତି । ମାତ୍ର ପତ୍ନୀଙ୍କ ପାଖରେ ଏସବୁ କିଛି ପ୍ରକାଶ କରନ୍ତି ନାହିଁ । ବରଂ ଉପର ଦେଖାଣିଆ ଭାବନେଇ, ସ୍ତ୍ରୀଙ୍କୁ ଭୁଲାଇବାକୁ ଚେଷ୍ଟା କରନ୍ତି । ସ୍ଵାମୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ମିସେସ୍ ଚୌଧୁରୀ ଭାବିଛନ୍ତି- ‘‘ମୁଁ ସ୍ରୋତରେ ସାମିଲ ହୋଇ ଭାସିଯିବା କଥା, ଭାସୁଛି ମଧ୍ୟ । କିନ୍ତୁ କେଜାଣି କାହିଁକି ମନେହୁଏ, ଅତଡ଼ା ସୁଅରେ ଭାସିନଯାଇ ଯେପରି କେଉଁ ଅଜଣା ତଟରେ ଛିଡ଼ା ହୋଇ ଅସ୍ଥିର ଜଳରାଶିରେ ମୁଁ ଖୋଜୁଛି ‘ନିଜର ପ୍ରତିବିମ୍ବ । କାହିଁ….. ମୁଁ କେଉଁଠି ?’’ ଜଣେ ବିବାହିତା ନାରୀ ଭାବରେ, ପାଞ୍ଚଟି ସନ୍ତାନ ଜନ୍ମଦେଲାପରେ ସେ ନିଜର ଚେହେରାକୁ ଅତୁଟ ରଖୂପାରି ନାହାଁନ୍ତି । ବୟସକୁ ଧରି ରଖୁବାକୁ ଅଣନିଃଶ୍ୱାସୀ ହୋଇ ଧାଇଁଧାଇଁ ସେ ଥକି
ତାହା ପୂରଣ କରିବେ, ସେମାନଙ୍କୁ ବଧେଇ ଯୋଗେଇ କି ସ୍ଵୀକାର କରିପାରିବି ନାହିଁ ।
କବି ପରିଚିତି :
ଅତ୍ୟାଧୁନିକ ଓଡ଼ିଆ ଗଳ୍ପ ସାହିତ୍ୟରେ ଯେଉଁ କେତେଜଣ ସାରସ୍ଵତ ସାଧକ କ୍ଷୁଦ୍ର ଗଳ୍ପ ରଚନାରେ ମନୋନିବେଶ କରିଛନ୍ତି, ସେମାନଙ୍କ ମଧ୍ୟରେ ବୀଣାପାଣି ମହାନ୍ତି ଅନ୍ୟତମା । ସେ ଗଳ୍ପ ରଚନାରେ କୃତିତ୍ଵ ପ୍ରଦର୍ଶନ କରି ସ୍ଵତନ୍ତ୍ର ପ୍ରତିଭାର ଅଧ୍ୟାକାରିଣୀ ହୋଇପାରିଛନ୍ତି । ଫଳରେ ଓଡ଼ିଆ ଗଳ୍ପ ସାହିତ୍ୟରେ ଗାଳ୍ପିକା ମହାନ୍ତି ହୋଇଛନ୍ତି ଏକ ପରିଚିତ ନାମ । ବିଭିନ୍ନ ସାହିତ୍ୟ ପତ୍ରର ପୃଷ୍ଠାମାନଙ୍କରେ ତାଙ୍କର ଆତ୍ମପ୍ରକାଶ ପାଠକୀୟ ଶ୍ରଦ୍ଧାଲାଭ ସହିତ ପ୍ରାଣର ଆନନ୍ଦ ଆଣିବାରେ ସେ ସଫଳ ହୋଇଛନ୍ତି ।
ତାଙ୍କର ଗଳ୍ପ ସ୍ଵତନ୍ତ୍ର ମର୍ଯ୍ୟାଦା ଲାଭ କରିଛି । ସେ । ୧୯୩୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ଅର୍ଥନୀତିରେ ଏମ୍.ଏ. ପାର୍ଶ୍ଵକରି ସେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗର ଅର୍ଥନୀତି ବିଭାଗରେ ଯୋଗଦେଇଥିଲେ ଓ ଏହାକୁ ସେ ଜୀବିକା ରୂପେ ଗ୍ରହଣ କରି ନେଇଥିଲେ ହେଁ ନିଜର କର୍ମମୟ ଜୀବନ ଭିତରେ ସେ ନିଜକୁ ସାହିତ୍ୟ ସାଧନାରେ ବୁଡ଼ାଇ ରଖୁଥିଲେ । ଫଳରେ ଶ୍ରୀମତୀ ମହାନ୍ତି ଓଡ଼ିଆ କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ସୃଷ୍ଟି କରିଛନ୍ତି ନୂତନ ଦିଗନ୍ତ । ତାଙ୍କ ଗଳ୍ପ ସୃଷ୍ଟି ପାଇଁ ସେ ବିଭିନ୍ନ ଅନୁଷ୍ଠାନମାନଙ୍କଦ୍ଵାରା ପୁରସ୍କୃତ ହୋଇଛନ୍ତି । ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ଵାରା ସେ ମଧ୍ୟ ପୁରସ୍କୃତ ହୋଇଛନ୍ତି । ‘ପାନ୍ଥଶାଳା’, ‘ରକ୍ତକରବୀ’, ‘ସାୟାହ୍ନର ସ୍ଵର’ ଏବଂ ‘ନବତରଙ୍ଗ’ ଇତ୍ୟାଦି ଗଳ୍ପଗୁଡ଼ିକ ତାଙ୍କ ଗଳ୍ପ ପ୍ରତିଭାର ପରିଚୟ ଦିଏ ।
ଶ୍ରୀମତୀ ମହାନ୍ତି ତାଙ୍କ ଗଳ୍ପରେ ମଣିଷ ଜୀବନରେ ବିଭିନ୍ନ ଦିଗକୁ ଆଲୋକିତ କରିଛନ୍ତି । ନାରୀ ଜୀବନର ରହସ୍ୟ ଉନ୍ମୋଚନ ସହିତ ପ୍ରଗତିବାଦୀ ଆଭିମୁଖ୍ୟ ତାଙ୍କ ଗଳ୍ପମାନଙ୍କରେ ସୁସ୍ପଷ୍ଟ । ନାରୀ ଜୀବନର ନାନାବିଧ ସମସ୍ୟା ତାଙ୍କର ଗଳ୍ପଗୁଡ଼ିକରେ ରୂପାୟିତ । ସ୍ଵାଭାବିକ ଶୈଳୀ ତାଙ୍କ ଗଳ୍ପକୁ କରିଛି ପ୍ରାଣବନ୍ତ ।
ମଣିଷ ଜୀବନର ଆଶା-ନୈରାଶ୍ୟ, ଉନ୍ନତି-ଅବନତି, ସରଳତା ଓ ଜଟିଳତା ଇତ୍ୟାଦି ପ୍ରତ୍ୟେକ ଦିଗ ତାଙ୍କ ଗଳ୍ପରେ ଆଭାସିତ ହୋଇଛି । ଚଳିତ ସମାଜ ବ୍ୟବସ୍ଥା ବିରୁଦ୍ଧରେ ସେ ଅନେକ ଗଳ୍ପରେ ବିଦ୍ରୋହାତ୍ମକ ସ୍ଵର ଉତ୍ତୋଳନ କରିଛନ୍ତି । ଆଧୁନିକ ସମାଜର ନିଃସଙ୍ଗତା ବୋଧର କଳାତ୍ମକ ପରିପ୍ରକାଶ ତାଙ୍କର କେତେଗୋଟି ଗଳ୍ପରେ ସ୍ଵତନ୍ତ୍ର ଢଙ୍ଗରେ ପ୍ରକାଶ ପାଇଛି । ଯନ୍ତ୍ରଣାଜର୍ଜରିତ ପ୍ରାଣର କାତର ଭାଷା ପାଠକରିବା ଓ ଏଇ ପ୍ରକାର ଚେତନାର ମନସ୍ତାତ୍ତ୍ଵିକ ଭାବକୁ ଚିତ୍ରଣ କରିବାରେ ଶ୍ରୀମତୀ ମହାନ୍ତିଙ୍କ ଦକ୍ଷତା ସର୍ବବାଦୀସମ୍ମତ ।
ଗାଳ୍ପିକ ମହାନ୍ତିଙ୍କ ପ୍ରତ୍ୟେକ ଗଳ୍ପରେ ଥାଏ ବାସ୍ତବତା । ଅତି ସହଜ, ସରଳ ଓ ସାବଲୀଳ ଭାଷା ମାଧ୍ୟମରେ ଉନ୍ନତ ଭାବଚେତନା ପ୍ରକାଶ କରିବା ତାଙ୍କ ଗଳ୍ପ ସୃଷ୍ଟିର ବୈଶିଷ୍ଟ୍ୟ । ତାଙ୍କ ସମ୍ପର୍କରେ ଅଭିମତ ପ୍ରକାଶକରି ଆଲୋଚକ ଡକ୍ଟର ସୁରେନ୍ଦ୍ର ମହାରଣା କହିଛନ୍ତି- ‘ବୀଣାପାଣି ମହାନ୍ତି ଅର୍ଥନୀତି ଅଧ୍ୟାପନା କରୁଥିଲେ ହେଁ ଓଡ଼ିଆ ଗଳ୍ପ ସାହିତ୍ୟକୁ ସମୃଦ୍ଧ କରିଛନ୍ତି ରାଶି ରାଶି କ୍ଷୁଦ୍ରଗଳ୍ପ ରଚନା କରି । ଯେଉଁଗୁଡ଼ିକ ସଙ୍କଳିତ ହୋଇଛି- ‘କସ୍ତୁରୀମୃଗ ଓ ସବୁଜ ଅରଣ୍ୟ’, ‘ସାୟାହ୍ନର ସ୍ଵର’, ‘ଅନ୍ୟ ଅରଣ୍ୟ’, ‘ଆରୋହଣ’, ‘ଖେଳ’, ‘ବସ୍ତ୍ରହରଣ’, ‘ମଧ୍ୟାନ୍ତର’, ‘ତଟିନୀ ତୃଷ୍ଣା’ ଇତ୍ୟାଦି ଗ୍ରନ୍ଥମାନଙ୍କରେ । ସରଳ ପ୍ରାଞ୍ଜଳ ଭାଷାରେ ରଚିତ ତାଙ୍କର ଗଳ୍ପରାଜି ସମୟେ ସମୟେ ପ୍ରତୀକଧର୍ମୀ ଓ ଇଙ୍ଗିତପୂର୍ଣ୍ଣ ହୋଇ ପାଠକମାନଙ୍କୁ ଆନନ୍ଦପ୍ରଦାନ କରିଥାଏ ।
ଗଳ୍ପର ସାରକଥା :
ଗାଳ୍ପିକା ବୀଣାପାଣି ମହାନ୍ତିଙ୍କର ନାରୀ ମନସ୍ତତ୍ତ୍ଵମୂଳକ ଗଳ୍ପ ‘ବାଉଁଶରାଣୀ’ । ଏଥରେ ଗଳ୍ପନାୟିକା ମିସେସ୍ ଚୌଧୁରୀ ନିଜ ଭିତରେ ଖୁବ୍ ମାନସିକ ସନ୍ତୁଳନରେ ରହିଛନ୍ତି । ସ୍ଵାମୀଙ୍କର ଚରିତ୍ରହୀନତା ଓ ସ୍ୱେଚ୍ଛାଚାରିତାକୁ ଭଲ ଭାବରେ ଅନୁମାନ କଲେ ମଧ୍ୟ କୌଣସି ସମୟରେ ପ୍ରତିବାଦ କରିପାରି ନାହାଁନ୍ତି । ତାଙ୍କର ପାରିବାରିକ ଜୀବନ, କରିବାକୁ ପ୍ରସ୍ତୁତ ହେଲେ ବି ବାସ୍ତବ କ୍ଷେତ୍ରରେ ସେ ସେପରି କରିବାକୁ ସାହସ କରିପାରି ନାହାଁନ୍ତି । ବରଂ ସେ ହୋଇଛନ୍ତି ବାଉଁଶରାଣୀ । ବାଉଁଶରାଣୀ ଯେପରି ବାଦ୍ୟର ତାଳେ ତାଳେ ଶରୀରର ଭାରସାମ୍ୟ ରକ୍ଷାକରି ଖେଳ ଦେଖାଏ, ସେହିପରି ଗଳ୍ପ ନାୟିକା ମିସେସ୍ ଚୌଧୁରୀ ପାରିବାରିକ ପରିସ୍ଥିତି ଓ ସ୍ଵାମୀଙ୍କର ମାନସିକତା ମଧ୍ଯରେ ଭାରସାମ୍ୟ ରକ୍ଷା କରି ଆଗକୁ ଚାଲିଛନ୍ତି ।
ଗଳ୍ପ ଆରମ୍ଭରେ ମିସେସ୍ ଚୌଧୁରୀ ମନେମନେ ଭାବିଛନ୍ତି, ସ୍ଵାମୀଙ୍କ ସହିତ ମନମିଳାଇ ଚଳିବା ତାଙ୍କ ପକ୍ଷରେ ଅସମ୍ଭବ ମନେ ହୋଇଛି । ସ୍ଵାମୀଙ୍କ ଚରିତ୍ରହୀନ ସ୍ଵଭାବ ଜାଣିଲା ପରେ ମଧ୍ୟ ସେ କିଛି ନ ଜାଣିପାରୁଥିବାର ଅଭିନୟ କରିଛନ୍ତି । ସ୍ଵାମୀଙ୍କ ଆଗମନର ସୂଚନା ପାଇଲାପରେ, ସେ ପୁଣି ଭାବିଛନ୍ତି, ପ୍ରତି ରାତ୍ରିରେ ଏକ ନିର୍ଦ୍ଧାରିତ ମୁହୂର୍ଭରେ ସେ ଶତଚେଷ୍ଟା କରି ମଧ୍ୟ ବିଚଳିତ ହୋଇ ପଡ଼ନ୍ତି । ସ୍ଵାମୀ ଆସିବାମାତ୍ରେ ସେ ଦେଖାଇ ହୁଅନ୍ତି, ତାଙ୍କୁ ଅପେକ୍ଷା କରି କରି ସେ ଯେପରି ବିରକ୍ତ ହୋଇପଡ଼ିଛନ୍ତି । ମାତ୍ର ପରିସ୍ଥିତି ଆସିଲେ, ସେ ସେପରି କରିପାରନ୍ତି ନାହିଁ । ସେ ବାନ୍ଧବୀ ସରଳାଠାରୁ ଶୁଣିଥିଲେ, କିଛିଦିନ ଘର ସଂସାର କଲାପରେ ସ୍ଵାମୀମାନେ ସେଇମିତି ହୋଇଯାଆନ୍ତି । ତେଣୁ ସ୍ତ୍ରୀକୁ ବୁଦ୍ଧି ଖଟାଇ, ଚତୁରପଣରେ ସ୍ଵାମୀକୁ ଧରିରଖୁବାକୁ ହୋଇଥାଏ ।
ମିସେସ୍ ଚୌଧୁରୀ ଜାଣିଛନ୍ତି, ପାଞ୍ଚଟା ଛୁଆର ମା’ ହେଲାପରେ, ସେ ନିଜର ସୌନ୍ଦର୍ଯ୍ୟକୁ ଠିକ୍ ରୂପେ ଧରିରଖ୍ ପାରି ନାହାଁନ୍ତି । ସ୍ଵାମୀ ତାଙ୍କଠାରୁ ଯାହା ଚାହୁଁଛନ୍ତି ତାହା ସେ ପୂରଣ କରିପାରୁ ନାହାଁନ୍ତି କିମ୍ବା ଯେଉଁମାନେ ତାହା ପୂରଣ କରୁଛନ୍ତି, ତାହାଙ୍କୁ ସେ ବଧେଇ ଜଣେଇ ସ୍ଵୀକାର କରିପାରୁ ନାହାଁନ୍ତି ।
ସ୍ଵାମୀଙ୍କର ଅଭ୍ୟାସ ହେଉଛି ନୂଆନୂଆ ନାରୀମାନଙ୍କ ସହିତ ସମ୍ପର୍କ ରକ୍ଷା କରିବା । ମିସେସ୍ ଚୌଧୁରୀ ଦେଖୁଛନ୍ତି, ସ୍ଵାମୀ ତାଙ୍କର ଆଉଜଣେ ମହିଳାଙ୍କୁ ସାଙ୍ଗରେ ଆଣି ଘରକୁ ଆସିଛନ୍ତି । ଭିତରେ ଭିତରେ ସେ ଯେତେ ଦୁଃଖ ପାଇଲେ ବି ସ୍ଵାମୀଙ୍କ ପାଖରେ କିମ୍ବା ଅନ୍ୟ କାହାରି ପାଖରେ ସେ ଏହା ପ୍ରକାଶ କରିପାରନ୍ତି ନାହିଁ । ସ୍ଵାମୀ ତାଙ୍କର ମହିଳାଙ୍କ ସଙ୍ଗରେ ସୌଜନ୍ୟମୂଳକ ପରିଚୟ କରାଇ ଦେଇଛନ୍ତି । ମହିଳାଜଣକ ହେଉଛନ୍ତି ମିସ୍ ଲୁନା, ବିହାରରୁ ନୂଆ ଟ୍ରାନ୍ସଫର ହୋଇ ଆସିଛନ୍ତି । ମିସ୍ ଲୁନା ମଧ୍ୟ କହିଛନ୍ତି, ମିଷ୍ଟର ଚୌଧୁରୀ ତାଙ୍କ ପାଖରେ, ମିସେସ୍ ଚୌଧୁରୀଙ୍କର ବହୁତ ପ୍ରଶଂସା କରିଛନ୍ତି । ମିସ୍ ଲୁନା ପ୍ରସ୍ତାବ ଦେଇଛନ୍ତି, କାଲି ତାଙ୍କ ସଙ୍ଗରେ ଶିକାର କରିବାକୁ ଯିବାକୁ ।
ମିସ୍ ଲୁନା ଓ ମିଷ୍ଟର ଚୌଧୁରୀ ଦେଖାଣିଆ ଭାବେ ଯିବାପାଇଁ ପ୍ରସ୍ତାବ ଦେଉଥିଲେ ସିନା; କିନ୍ତୁ ସେମାନଙ୍କ ପ୍ରସ୍ତାବରେ କୌଣସି ପ୍ରକାର ଆନ୍ତରିକତା ନ ଥିଲା । ସେମାନେ ଚାହୁଁଥିଲେ, ମିସେସ୍ ଚୌଧୁରୀ ସେମାନଙ୍କ ପ୍ରସ୍ତାବରେ ରାଜି ହୁଅନ୍ତୁ ନାହିଁ । ସେଥିପାଇଁ ମିସ୍ ଲୁନା କହୁଥିଲେ, ମିସେସ୍ ଚୌଧୁରୀ ଜଣ୍ଡିକୁ ଆଦୌ ସହ୍ୟ କରିପାରନ୍ତି ନାହିଁ । ମିସେସ୍ ଚୌଧୁରୀ ଛୁଟିଦିନ ମାନଙ୍କରେ ପିଲାମାନଙ୍କୁ ଏକୁଟିଆ ଛାଡ଼ି ଦେଇଯିବାକୁ ପସନ୍ଦ କରନ୍ତି ନାହିଁ । ସ୍ଵାମୀଙ୍କର ଏଭଳି ପ୍ରହସନକୁ ସେ ବରଦାସ୍ତ କରିପାରୁ ନଥିଲେ ବି, କଥାକୁ କୌଣସି ପ୍ରକାରେ ବଦଳାଇ ଦେବାକୁ ଚାହୁଁଥିଲେ ।
ତଥାପି ସେମାନେ ବାଧ୍ୟ କରିବାରୁ ମିସେସ୍ ଚୌଧୁରୀ ତାଙ୍କ କଥାରେ ରାଜି ହୋଇଗଲେ । ମିସେସ୍ ଚୌଧୁରୀ ରାଜି ହୋଇଯିବାରୁ, ମିଷ୍ଟର ଚୌଧୁରୀଙ୍କ ମୁହଁର ରଙ୍ଗ କିପରି ବଦଳିଗଲା । ସେ ଯେପରି ଅଶ୍ଵସ୍ତିରେ କୁହୁଳି ଉଠିଲାପରି ମନେହେଲା । କାରଣ ପୂର୍ବରୁ ମିସେସ୍ ଚୌଧୁରୀ ସ୍ଵାମୀଙ୍କର ବାହାନାକୁ ଓ ମନରଖା ଅନୁରୋଧକୁ ଏଡ଼ାଇ ଦେଇଥାନ୍ତି । କାରଣ ସ୍ଵାମୀଙ୍କ ଇଚ୍ଛାନଥାଇ ଏଭଳି ସାମାଜିକ ପ୍ରଥାକୁ ଆଦୌ ପସନ୍ଦ କରନ୍ତି ନାହିଁ ।
ମିସେସ୍ ଚୌଧୁରୀ ଦେଖିଲେ, ସ୍ଵାମୀ ତାଙ୍କର ସେହି ମହିଳାଙ୍କ ସହିତ କ’ଣ କଥାବାର୍ତ୍ତା କଲେ ଏବଂ ମହିଳାଟି ଚାଲିଗଲାପରେ ସେ ନିହାତି ଅସହାୟ ମନେକଲାଭଳି ଭାବ ପ୍ରକାଶ କରିଥିଲେ । ସ୍ଵାମୀ ମହିଳାଙ୍କୁ ଛାଡ଼ି ଆସିଲାପରେ ପୁଣି ଅଭିନୟ କଲାଭଳି ପଚାରିଲେ- ‘ଆରେ ତୁମେ ଏମିତି ଛିଡ଼ା ହୋଇଛ ସେତିକି ବେଳୁ ? କ’ଣ ଭାବୁଛ କି ? ଦେହ ଭଲ ଲାଗୁନି ? କେମିତି ଲାଗିଲା ଲୁନାକୁ ? ମିସେସ୍ ଚୌଧୁରୀ ମନେମନେ କହିଲେ, ସବୁଝିଅଙ୍କ ପରି ଲୁନା ଗୋଟିଏ ଝିଅ ଯାହାର କି ବୟସ ଅଳ୍ପ । ତାକୁ ଏପରି ନଷ୍ଟ କରିବାକୁ ଦେବେନାହିଁ ବୋଲି ସେ ନିଜର ଅନିଚ୍ଛାସତ୍ତ୍ବେ ଶିକାରକୁ ଯିବାପାଇଁ ରାଜି ହୋଇଥିଲେ ।
ମିସେସ୍ ଚୌଧୁରୀ ଉଲ୍ ଓ କଣ୍ଟା ଧରି ଅଧାବୁଣା ସୁଏଟରଟା ଦେଖିଲେ । ଶୀତ ଆସିଲା ପୂର୍ବରୁ ସେ ଏହାକୁ ସାରିବା ପାଇଁ ଚାହୁଁଥିଲେ । ସ୍ଵାମୀ ତାଙ୍କର ଭିତରକୁ ଯାଇ ଫ୍ରେସ୍ ହୋଇ, ଡ୍ରେସ୍ ବଦଳି ଆସି ବସି ପଡ଼ିଲେ । ସ୍ଵାମୀଙ୍କର ରୂପକୁ ଦେଖ୍ ସେ ଟିକିଏ ଭାବପ୍ରବଣ ହୋଇ ପଡ଼ିଲେ ।
ମିଷ୍ଟର ଚୌଧୁରୀ ସୋଫାରେ ବସିପଡ଼ି ‘ଲୁନା’ର ବିଶେଷତାକୁ ବଖାଣି କରୁଥିଲେ । ମିସେସ୍ ଚୌଧୁରୀଙ୍କୁ ତାହା ଭଲ ଲାଗୁ ନଥିଲା । ସେ ସିଧାସିଧ୍ ପ୍ରତିବାଦ ନ କରି ପାରିଲେ ବି କଥାକୁ ବଦଳାଇ ଦେବାକୁ ଚାହୁଁଥିଲେ । ସେଥିପାଇଁ ସେ ମିଷ୍ଟର ଚୌଧୁରୀଙ୍କ ବାନ୍ଧବୀ ଅର୍ଜନା ଫୋନ୍ କରିଥିଲା ବୋଲି କହିଥିଲେ । ଫୋନ୍ ନମ୍ବର ଦେଇଛି କଥାହେବା ପାଇଁ କହିଲେ, ମାତ୍ର ମିଷ୍ଟର ଚୌଧୁରୀ ଅର୍ଜନାର ବଦଗୁଣ ଗୁଡିକ କହି କଥାକୁ ଆଡ଼େଇ ଯିବାକୁ ଚାହୁଁଥିଲେ । କାରଣ ଅର୍ଚ୍ଚନା ସହକର୍ମିଣୀ ଭାବରେ ଥିଲାବେଳେ, ସେ ବହୁବାର ତାଙ୍କର ଘନିଷ୍ଠ ହୋଇଛନ୍ତି । ମଣିଷକୁ କିପରି ବଶୀଭୂତ କରାଯାଏ, ଅର୍ଜନାକୁ ସେ କଳା ଭଲଭାବରେ ଜଣାଥିଲା । ଅର୍ଜନାଠାରୁ ସେ ବିଦ୍ୟା ମିସେସ୍ ଚୌଧୁରୀ ହାସଲ କରିପାରି ନଥିଲେ କାରଣ ତାହା ଥିଲା ତାଙ୍କର ଅପାରଗତା । ସ୍ଵାମୀଙ୍କୁ ନେଇ ସେ ଅନେକ କିଛି ଭାବିଥିଲେ । କାରଣ ସେ ଚାହୁଁ ନଥିଲେ, ସ୍ଵାମୀଙ୍କୁ ଦାସାନୁଦାସ କରି ରଖିବେ କିମ୍ବା ସ୍ଵାମୀ ତାଙ୍କର ଖେଳଣା କଣ୍ଢେଇ କରି ଖେଳିବେ ।
ସ୍ତ୍ରୀଙ୍କର ଅନ୍ୟମନସ୍କତା ଭାଙ୍ଗିଦେବା ପାଇଁ କିମ୍ବା ପରିସ୍ଥିତିକୁ ସ୍ବାଭାବିକ କରିବାପାଇଁ, ମିଷ୍ଟର ଚୌଧୁରୀ ଖାମଖୁଲ ଭାବେ ପିଲାମାନଙ୍କ କଥା ପଚାରିଦେଲେ । ବଡ଼ପୁଅ କମ୍ପିଟେଟିଭ୍ ପାଇଁ କିପରି ପ୍ରିପାରେସନ୍ କରୁଛି, ସାନଝିଅଟା ଦିନକୁ ଦିନ ଶୁଖ୍ଯାଉଛି, ଏହିପରି କଥା କହିଥିଲେ; ମାତ୍ର ମିସେସ୍ ଚୌଧୁରୀ ସ୍ଵାମୀଙ୍କର ସବୁପ୍ରଶ୍ନର ଉତ୍ତର ଦେଇଥିଲେ, ସେଥୁରେ ଆନ୍ତରିକତାର କୌଣସି ମୂଲ୍ୟ ନଥିଲା । ସ୍ଵାମୀ ତାଙ୍କର ପୁରୁଣା କାଗଜଟିକୁ ଏପଟ ସେପଟ କରୁଥିଲେ ବି, ଯାହା କହିବାକୁ ଚାହୁଁଥିଲେ, ତାହା ଠିକ୍ ରୂପେ କହି ପାରୁ ନଥିଲେ ।
ମିସେସ୍ ଚୌଧୁରୀ ଉଲ୍ ଦେଖାଇ ସୁଏଟର କଥା କହିଲା ମିଷ୍ଟର ଚୌଧୁରୀ । ତା’ ଉପରେ ସେତେଟା ଗୁରୁତ୍ଵ ଦେଇ ନଥିଲେ । ବରଂ କହିଥିଲେ- ‘ଉଲ୍ କିଣି ସମୟ ନଷ୍ଟ କରିବାଠାରୁ ସୁଏଟର କିଣି ନେବା ଭଲ ।’ ଶେଷରେ ବାହାନା କରି ବାହାରକୁ ମିଷ୍ଟର ଚୌଧୁରୀ ଚାଲିଗଲେ ଏବଂ ଫେରିବାକୁ ଡେରିହେବ ବୋଲି ସୂଚନା ଦେଇଗଲେ । ମିସେସ୍ ଚୌଧୁରୀ ସ୍ଵାମୀଙ୍କ ଏଭଳି ଚଳଣିରେ ବ୍ୟସ୍ତ ହେଲେ ବି ନିଜକୁ ନିଜେ ବୁଝାଇ ଦେଲେ – “ତାଙ୍କର ଯିବା ଆସିବା ବିଷୟରେ ମୁଁ ଯେତେ ହେଁ ଅସତର୍କ ରହିବାକୁ ଚାହିଁଲେ ବି ସମ୍ଭବ ହେଉନାହିଁ । ମୋତେ ବି ତ ଯିବାକୁ ସେ ମନାକରି ନାହାଁନ୍ତି । କେବେଗଲେ ମଧ୍ୟ କୌଣସି ଦିନ ପ୍ରଶ୍ନ କରିନାହାଁନ୍ତି ।”
ମିସେସ୍ ଚୌଧୁରୀ କ୍ରମଶଃ ସ୍ଵାମୀଙ୍କ ଚିନ୍ତାଧାରାରୁ ମନକୁ ମୁକୁଳାଇ ପରିବାର କାମରେ ମନଦେଲେ । କାରଣ ପିଲାଙ୍କ ଖାଇବା ଟେବୁଲ ପାଖକୁ ତାଙ୍କୁ ଯିବାକୁ ପଡ଼ିବ । ସମସ୍ତଙ୍କୁ ହସିହସି କଥା କହିବାକୁ ପଡ଼ିବ । ପଢ଼ିପଢ଼ି କ୍ଳାନ୍ତ ହୋଇ ପଡ଼ିଥିବା ପୁଅର ମୁଣ୍ଡକୁ ଆଉଁସି ଦେବାକୁ ହେବ । ସାନଝିଅକୁ ପାଖରେ ଶୁଆଇ ମିଠାମିଠା କଥା କହିବାକୁ ହେବ । କାରଣ ପରିବାରର ଏହିସବୁ କଥା ବୁଝିବାକୁ ତାଙ୍କ ସ୍ଵାମୀଙ୍କର ସମୟ ନ ଥିଲା । ଏଥିପାଇଁ ସେ ଦୁଃଖ କରିନଥିଲେ କିମ୍ବା ଦୁଃଖ କରିବାକୁ ତାଙ୍କ ପାଖରେ ସମୟ ନ ଥିଲା ! ସେ ନିଜକୁ ଯେତେ ଭୁଲାଇବାକୁ ଚେଷ୍ଟାକରୁଥିଲେ ବି, ତାହା ତାଙ୍କୁ କଷ୍ଟକର ମନେ ହେଉଥିଲା । ପ୍ରତ୍ୟେକ ମୁହୂର୍ତ୍ତରେ ସେ ଯେପରି ଅସହିଷ୍ଣୁ ହେଲାଭଳି ମନେ କରୁଥିଲେ ।
କଥାକାର ମିସେସ୍ ଚୌଧୁରୀଙ୍କ ମାନସିକତା ଦେଖାଇବାକୁ ଯାଇ ଲେଖୁଛନ୍ତି- ‘କାରଣ ଦୀପ ଦେହରେ ସଳିତାର ପୁଣି ଆଲୋକ ଦେବାର ଏକ ନିର୍ଦ୍ଦିଷ୍ଟ ସମୟ ଅଛି….. ମୁଁ ଯେ ଆଉ ପାରୁନି । ପଛକଥା ଆଉ ଫେରିବନି, ଭବିଷ୍ୟତରେ କିଛି ସ୍ଵପ୍ନ ଆଣିଲେ ବି ସେଥୁରେ ଯେ କିଛି ପ୍ରାଣ ପ୍ରାଚୁର୍ଯ୍ୟ ନାହିଁ ତାହା ବୁଝିନେବା କ’ଣ ଏତେ କଷ୍ଟ ? ଅଥଚ ଜନ୍ମକାଳରୁ ଭଲମନ୍ଦ ଦୁଇଟିକୁ ଅଲଗା ଅଲଗା ରଖୁବା ପାଇଁ ମୋର ଯେ ବାଉଁଶରାଣୀ ପରି ନାଚ ଚାଲିଛି । ଟିକିଏ ଅସାବଧାନ ହେଲେ ମୁଁ ଗଳିପଡ଼ିବି କେଉଁ ଅଦୃଶ୍ୟ ଗହ୍ବରରେ, ମୋର ସତ୍ତା ଯେ ଚିରଦିନ ପାଇଁ ଲୋପ ପାଇଯିବ ? ବୋଧହୁଏ ନିଜର ସତ୍ତାକୁ, ମୋହକୁ ବଜାୟ ରଖିବା ପାଇଁ ମୋର ଏ ପ୍ରଚେଷ୍ଟା ସଫଳ ହେବନାହିଁ….. ମୁଁ ଭାଙ୍ଗି ପଡ଼ିବି ଟୁକୁରା ଟୁକୁରା ହୋଇ ଅସ୍ଥି ମେଦ ମିଳାଇଯିବ ଧୂଳିରେ ।’’
ଭାବିଭାବି ମିସେସ୍ ଚୌଧୁରୀ ଶୋଇ ପଡ଼ିଥିଲେ । ରାତିରେ ଉଠି ଦେଖିଲାବେଳକୁ ସେ ସ୍ଵାମୀଙ୍କ ପାଖରେ ଖଟରେ ଶୋଇଛନ୍ତି । ସ୍ଵାମୀ ମଧ୍ୟ ଉଠି ବ୍ୟସ୍ତ ଭାବରେ ଲୁନାର ଆକ୍ସିଡେଣ୍ଟ ହେବା ଏବଂ ତାହାକୁ ହସ୍ପିଟାଲରେ ଛାଡ଼ି ଆସିବା କଥା କହିଲେ । ବାହାରର ଝିଅ ଭାବରେ ସେ କାଳେ ବଦନାମ୍ ହୋଇଯିବେ ସେଥିପାଇଁ ଚିନ୍ତା କରୁଥିଲେ । ଆକ୍ସିଡେଣ୍ଟ କିପରି ହେଲା, ତାହାକୁ ମିଷ୍ଟର ଚୌଧୁରୀ ବର୍ଣନା କରିଥିଲେ । ପ୍ରତ୍ୟହ ଡ୍ରିକ୍ସ କରି ଏଭଳି ଘଟଣା ଘଟାଇବା ତାଙ୍କର ପୁରୁଣା କଥା । ମିଷ୍ଟର ଚୌଧୁରୀ କୌଣସି ପ୍ରକାରେ ! ମିସେସ୍ ଚୌଧୁରୀଙ୍କୁ ମନରଖା କଥା କହି ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିଲେ । କିନ୍ତୁ ପରିସ୍ଥିତି ଓ କାଲିସକାଳୁ ଲୁନା ପାଖକୁ ଯିବା କଥା କହି କୌଣସି ଉପାୟରେ ମିସେସ୍ ଚୌଧୁରୀ ତାଙ୍କ ପାଖରୁ ଦୂରେଇ ନେଇ ପାଖରୁମ୍କୁ ଚାଲିଗଲେ ।
ଗରମରେ ତାଙ୍କର ଦେହ ଝାଳରେ ଭିଜି ଯାଇଥିଲା । ସେ ଭାବୁଥିଲେ- ପାଦ ଟଳୁଛି, ତଥାପି ମୁଁ ଦଉଡ଼ି ଉପରେ ଚାଲିଛି….. ତଳେ ଯେ ଅସଂଖ୍ୟ ଦର୍ଶକ ଥାଟ ପଟାଳି ମାରି ମୋର ନୃତ୍ୟକୁ ପ୍ରଶଂସା କରି ଚାଲିଛନ୍ତି….. କେମିତି ଅଟକି ଯିବି ? ତା’ହେଲେ ତ ଅଟକି ଯିବ ସଭ୍ୟତାର ନନ୍ଦିଘୋଷ, ପ୍ରଗତିର ଅଗ୍ରଗତି । ଆ ! ମୁଁ ଏତେ ସ୍ୱାର୍ଥପର ନୁହେଁ…. । ଏହାପରେ ସେ ବାଥରୁମ୍କୁ ଚାଲିଗଲେ ଏବଂ ସାୱାର ଖୋଲିଦେଇ ଆଖୁବୁଜି ଛିଡ଼ା ହୋଇଗଲେ । ସେ ଜାଣିଥିଲେ ସ୍ଵାମୀ ତାଙ୍କର ନିଶ୍ଚିନ୍ତରେ ଶୋଇ ପଡ଼ିଥିବେ । ମାତ୍ର ତାଙ୍କ ପାଇଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବାକୁ ମିସେସ୍ ଚୌଧୁରୀଙ୍କ ପାଖରେ ସାମର୍ଥ୍ୟ ନ ଥିଲା ।
କଠିନ ଶବ୍ଦାର୍ଥ ଓ ସୂଚନା :