Odisha State Board BSE Odisha 8th Class Geography Solutions Chapter 1 ସମ୍ବଳ Textbook Exercise Questions and Answers.
BSE Odisha Class 8 Geography Solutions Chapter 1 ସମ୍ବଳ
1. ନିମ୍ନଲିଖତ ପ୍ରଶ୍ନର ଉତ୍ତର ଦିଅ ।
(i) ଭୂପୃଷ୍ଠରେ ସମ୍ବଳର ଅସମାନ ବଣ୍ଟନ ଦେଖାଯାଏ କାହିଁକି ?
Answer:
(i) ପ୍ରାକୃତିକ ସଂପଦର ବିତରଣ ଭୂମିରୂପ, ଜଳବାୟୁ ତଥା ସମୁଦ୍ର ପତ୍ତନରୁ ଉଚ୍ଚତା ଭଳି ବିଭିନ୍ନ ଭୌତିକ କାରଣ ଉପରେ ନିର୍ଭର କରିଥାଏ।
(ii) ସ୍ଥାନରୁ ସ୍ଥାନକୁ ଏହି କାରଣଗୁଡ଼ିକ ମଧ୍ୟରେ ଥିବା ପ୍ରଭେଦ ହିଁ ଭୂପୃଷ୍ଠରେ ସମ୍ବଳ ବଣ୍ଟନରେ ଅସମାନତା ଆଣିଥାଏ ।
(ii) କୌଣସି ପଦାର୍ଥ ସମ୍ବଳରେ କିପରି ପରିଣତ ହୁଏ ?
Answer:
(i) ଉପଯୋଗିତା ବା ପ୍ରୟୋଜନୀୟତା ହିଁ କୌଣସି ଦ୍ରବ୍ୟ ବା ପଦାର୍ଥକୁ ସମ୍ବଳରେ ପରିଣତ କରେ।
(ii) ଉଦାହରଣ : ନଦୀରେ ବହିଯାଉଥୁବା ପାଣି, ବହୁଥୁବା ପବନ। ଶୋଷ ମେଣ୍ଟାଇବା ପାଇଁ ଆମେ ପାଣି ପିଉ, କୃଷିକ୍ଷେତ୍ରରେ ଶସ୍ୟ ଉତ୍ପାଦନ ପାଇଁ ପାଣି ବ୍ୟବହାର ହୁଏ। ପାଣିର ସ୍ରୋତକୁ ବ୍ୟବହାର କରି ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ, ତେଣୁ ପାଣି ସମ୍ବଳ।
(iii) ମାନବ ସମ୍ବଳ କାହିଁକି ଗୁରୁତ୍ଵପୂର୍ଣ୍ଣ ?
Answer:
(i) ମଣିଷ ତା’ର ଜ୍ଞାନ, ଦକ୍ଷତା ତଥା କାରିଗରୀ କୌଶଳକୁ ପ୍ରୟୋଗ କରି ପ୍ରାକୃତିକ ସମ୍ବଳରୁ ନୂତନ ତଥା ମୂଲ୍ୟବାନ ସମ୍ବଳ ସୃଷ୍ଟି କରେ।
(ii) ଅର୍ଥାତ୍ ମାନବର ପରିକଳ୍ପନା, ଜ୍ଞାନ, ଆବିଷ୍କାର ଓ ଉଦ୍ଭାବନ ହିଁ ନୂତନ ସମ୍ବଳ ସୃଷ୍ଟିରେ ସହାୟକ ହୁଏ। ତେଣୁ ମାନବ ସମ୍ବଳ ଗୁରୁତ୍ବପୂର୍ଣ୍ଣ।
(iv) ସମ୍ବଳ ସଂରକ୍ଷଣ କ’ଣ ?
Answer:
(i) ସମ୍ବଳର ସଯନ୍ ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ ସମ୍ବଳ ସଂରକ୍ଷଣ କୁହାଯାଏ।
(ii) ବ୍ୟବହାର ହ୍ରାସ, ପୁନଃଚକ୍ରୀକରଣ ତଥା ପୁନଃ ବ୍ୟବହାର ମାଧ୍ୟମରେ ସମ୍ବଳର ସଂରକ୍ଷଣ କରାଯାଇପାରେ ।
(iii) ସମ୍ବଳ ସଂରକ୍ଷଣ ନ ହେଲେ ନବୀକରଣଯୋଗ୍ୟ ସମ୍ବଳ ଦୁଶ୍ରାପ୍ୟ ହେବ ଓ ନବୀକରଣ ଅଯୋଗ୍ୟ ସମ୍ବଳ ନିଶ୍ଚିହ୍ନ ହୋଇଯିବ।
(v) ଧାରଣୀୟ ବିକାଶ କହିଲେ କ’ଣ ବୁଝାଏ ?
Answer:
(i) ସମ୍ବଳର ଉପଯୁକ୍ତ ବ୍ୟବହାରଦ୍ଵାରା ବର୍ତ୍ତମାନର ଆବଶ୍ୟକତା ପୂରଣ ସହ ପିଢ଼ି ପିଢ଼ି ପରେ ଭବିଷ୍ୟତ ବଂଶଧରଙ୍କ ପାଇଁ ସମ୍ବଳର ଅଭାବ ନ ରହିବା ପ୍ରତି ଯବାନ ହେବାକୁ ଧାରଣୀୟ ବିକାଶ କୁହାଯାଏ ।
ବିଶେଷତ୍ଵ :
(ii) ଦୁନିଆଁର ସବୁ ଜୀବଜନ୍ତୁଙ୍କ ପ୍ରତି ସମ୍ମାନ ଓ ଯନ୍ତ୍ର କରିବା,
(iii) ମଣିଷର ଜୀବନ ଧାରଣ ମାନରେ ଉନ୍ନତି ଆଣିବା,
(iv) ପ୍ରାକୃତିକ ସଂପଦର ଅବକ୍ଷୟ ହ୍ରାସ କରିବା,
(v) ପରିବେଶ ପ୍ରତି ବ୍ୟକ୍ତିଗତ ଆଭିମୁଖ୍ୟ ଓ ବ୍ୟବହାରରେ ପରିବର୍ତ୍ତନ ଆଣିବା,
(vi) ପୃଥିବୀର ସାମର୍ଥ୍ୟ ଓ ବିବିଧତାର ସଂରକ୍ଷଣ କରିବା
(vii) ବିଭିନ୍ନ ଅଞ୍ଚଳବାସୀଙ୍କୁ ସେମାନଙ୍କ ପରିବେଶ ପ୍ରତି ଯବାନ ହେବାକୁ ସଚେତନ କରାଇବା ।
2. ଠିକ୍ ଉତ୍ତର ପାଖରେ ‘ଫ୍ରି ’ ଚିହ୍ନ ଦିଅ ।
(i) ସମୁଦ୍ର ଜଳରେ ଦ୍ରବୀଭୂତ ମୂଲ୍ୟବାନ ଧାତୁ ନିମ୍ନଲିଖ ମଧ୍ୟରୁ କି ପ୍ରକାର ସମ୍ବଳ ?
(କ) ସର୍ବବ୍ୟାପୀ ସମ୍ବଳ
(ଗ) ପ୍ରଚ୍ଛନ୍ନ ସମ୍ବଳ
(ଖ) ବିକଶିତ ସମ୍ବଳ
(ଘ) ଜୈବ ସମ୍ବଳ
Answer:
(ଗ) ପ୍ରଚ୍ଛନ୍ନ ସମ୍ବଳ
(ii) ନିମ୍ନଲିଖୂତ ମଧ୍ୟରୁ କେଉଁଟି ଏକ ମାନବକୃତ ସମ୍ବଳ ?
(କ) ଡାକ୍ତରୀ ଔଷଧ
(ଗ) ମୃଭିକା
(ଖ) ଝରଣା ଜଳ
(ଘ) ବାୟୁ
Answer:
(କ) ଡାକ୍ତରୀ ଔଷଧ
(iii) କେଉଁଟି ଏକ ଜୈବ ସମ୍ବଳ ?
(କ) ଜଙ୍ଗଲ
(ଖ) ଶିଳା
(ଗ) ବାୟୁ
(ଘ) ଜଳ
Answer:
(କ) ଜଙ୍ଗଲ
(iv) କେଉଁଟି ଏକ ସ୍ଥାନୀୟ ସମ୍ବଳ ନୁହେଁ ?
(କ) ଲୁହା
(ଖ) ତମ୍ବା
(ଗ) ସୁନା
(ଘ) ବାୟୁ
Answer:
(ଘ) ବାୟୁ
(v) କେଉଁଟି ଏକ ଦ୍ରବ୍ୟକୁ ସମ୍ବଳରେ ପରିଣତ କରିବାପାଇଁ ସହାୟକ ହୁଏ ନାହିଁ ?
(କ) ଉପଯୋଗିତା
(ଗ) ପ୍ରୟୋଜନୀୟତା
(ଖ) ପରିକଳ୍ପନା
(ଘ) ପ୍ରତିଯୋଗିତା
Answer:
(ଘ) ପ୍ରତିଯୋଗିତା
3. ପାର୍ଥକ୍ୟ ଦର୍ଶାଅ ।
(କ) ପ୍ରଚ୍ଛନ୍ନ ଓ ବିକଶିତ ସମ୍ବଳ,
(ଖ) ସର୍ବବ୍ୟାପୀ ଓ ସ୍ଥାନୀୟ ସମ୍ବଳ :
(ଗ) ନବୀକରଣ ଯୋଗ୍ୟ ଓ ନବୀକରଣ ଅଯୋଗ୍ୟ ସମ୍ବଳ :
4. ତୁମପାଇଁ କାମ :
(i) ଆକବରଙ୍କ ରାଜସଭାରେ ନବରନ୍ ମଧ୍ଯରେ ଥିଲେ ଅବଦୁଲ୍ ରହିମ୍ ଖାଖାନା । ସେ ଲେଖିଥିଲେ –
ରହିମନ୍ ପାନି ରଖୁ
ବିନ୍ ପାନି ସବ୍ ଶୁନ୍
ପାନି ଗୟେ ନା ଉବେରେ, ମୋତି, ମାନୁଷ, ଚୁନ୍ ………… ।
ଏହାର ଅର୍ଥ : ଆସ, ପାଣି ସଂରକ୍ଷଣ କରିବା।
ପାଣିତ ନାହିଁ ତ କିଛି ନାହିଁ । ପାଣି ନ ଥିଲେ ନା ମୋତି, ନା ହଂସ ନା-
ଚକଟା ଅଟା ଗୁଳା….. କିଛି ରହିପାରିବନି।
କବିଙ୍କ ଲେଖାର ଗୁରୁତ୍ଵ ବୁଝି ପୃଥିବୀ ପାଣି ଶୂନ୍ୟ ହୋଇଗଲେ କ’ଣ ଅବସ୍ଥା ହେବ ୧୦୦ଟି ଶବ୍ଦ ମଧ୍ୟରେ ପ୍ରକାଶ କର ।
Answer:
ପୃଥିବୀ ପାଣି ଶୂନ୍ୟ ହୋଇଗଲେ ପୃଥିବୀର ରୂପରେଖରେ ବିପୁଳ ପରିବର୍ତ୍ତନ ପରିଲକ୍ଷିତ ହେବ । ବରଫାଚ୍ଛାଦିତ ଶୃଙ୍ଗ, ମେଘ, ତୁଷାର, ଝରଣା, ନଦୀ, ସମୁଦ୍ର, ହ୍ରଦ, ପୁଷ୍କରିଣୀ ସବୁକିଛି ଅଦୃଶ୍ୟ ହେବ। ଜଳଚକ୍ର ସମ୍ଭବ ନ ହେବାରୁ ପୃଥିବୀ ଜଳଶୂନ୍ୟ ହେବ । ମାଟିରୁ ଜଳ ଗ୍ରହଣ କରି ନ ପାରି ଉଭିଦ ଜଗତ ଖାଦ୍ୟ ପ୍ରସ୍ତୁତ କରିପାରିବେ ନାହିଁ ଓ ଉଭିଦ ଜଗତ ଏ ପୃଥିବୀରୁ ବିଲୋପ ପାଇବ । ପାଣି ବିନା ରନ୍ଧନ, ଶୌଚ, ସ୍ନାନ, କୃଷି, ଶିଳ୍ପ ଆଦି ଅସମ୍ଭବ ହେବ । ଉଭିଦ ନ ଥିବାରୁ ଖାଦ୍ୟ ନ ପାଇ ପ୍ରାଣୀ ଜଗତ ଭୋକଜ୍ବାଳାରେ ଆଉଟୁ ପାଉଟୁ ହୋଇ ମୃତ୍ୟୁମୁଖରେ ପଡ଼ିବେ । କୃଷି, ଶିଳ୍ପ, ସହର, ବଜାର, ଗ୍ରାମ, ନଗରସବୁକିଛି ଧ୍ୱଂସ ସ୍ତୂପରେ ପରିଣତ ହେବ। ତାପମାତ୍ରା ବୃଦ୍ଧି ପାଇବ। ପୃଥିବୀ ଏକ ଉତ୍ତପ୍ତ ତଥା ରୁକ୍ଷ ଗ୍ରହରେ ପରିଣତ ହେବ।
ପୃଥିବୀର ଜଳଭାଗ ସ୍ଥଳଭାଗରେ ପରିଣତ ହେବ। ସକଳ ଜୀବଜଗତ ପାଣି ବିନା ବିଲୁପ୍ତ ହେବେ । ଉଭିଦ ଜଗତ ଖାଦ୍ୟ ପାଉଥିବା ପ୍ରାଣୀ ଜଗତ ଖାଦ୍ୟ ବିନା କ୍ରମେ କ୍ରମେ ପୃଥିବୀ ପୃଷ୍ଠରୁ ବିଲୋପ ହେବେ । ସୁନ୍ଦର ପୃଥିବୀ ରୁକ୍ଷ ମରୁଭୂମିରେ ରୂପାନ୍ତରିତ ହେବ । ଜୀବ ଶୂନ୍ୟ ହୋଇ ପୃଥିବୀ ମୃତ ପୃଥିବୀରେ ପରିଣତ ହେବ। ପୃଥିବୀର ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ ଜାତିର ଚିହ୍ନବର୍ଷ ରହିବ ନାହିଁ । ପାଣି, ଖାଦ୍ୟ ବିନା ପୃଥିବୀର ସକଳ ସଂପଦ ତୁଚ୍ଛ ତଥା ମୂଲ୍ୟହୀନ ପଦାର୍ଥରେ ପରିଗଣତ ହେବ। ‘ଜଳୀୟଗ୍ରହ’ ନାମ ପାଇଥିବା ସବୁଜ ପୃଥିବୀ ଧୂସର ରୁକ୍ଷ ଗ୍ରହରେ ରୂପାନ୍ତରତ ହେବ।
(ii) ତୁମେ ଏକ ପଥରଖଣ୍ଡ, ପତ୍ର କାଗଜ ଓ ଛୋଟ ଡାଳ ସଂଗ୍ରହ
କର। ତୁମେ ଏସବୁ ସମ୍ବଳର କି କି ବ୍ୟବହାର କରିପାରିବ ଚିନ୍ତାକର ଓ ନିମ୍ନ ସାରଣୀଗୁଡ଼ିକୁ ପୂରଣ କର। ପ୍ରଥମଟି ତୁମ ପାଇଁ କରି ଦିଆଯାଇଛି ।
BSE Odisha 8th Class Geography Notes Chapter 1 ସମ୍ବଳ
ଉପକ୍ରମ :
ଯେଉଁ ପଦାର୍ଥ ମନୁଷ୍ୟର ଆବଶ୍ୟକତା ପୂରଣ କରିବାରେ ଉପଯୋଗୀ ଓ ମୂଲ୍ୟବାନ ବିବେଚିତ ହୋଇଥାଏ, ତାହା ସମ୍ବଳ ବୋଲି ବିବେଚିତ ହୋଇଥାଏ। ଆମ ଚତୁଃପାର୍ଶ୍ଵରେ ଥିବା ତଥା ଆମ ବ୍ୟବହାରରେ ଲାଗୁଥୁବା ସମସ୍ତ ଜିନିଷ ସମ୍ବଳ ଅନ୍ତର୍ଭୁକ୍ତ । ଯଥା –
ଘରେ ବ୍ୟବହୃତ ସମ୍ବଳ :
ଲୁଗାପଟା, ବାସନକୁସନ, ଧାନ ଚାଉଳ, ଆଲମିରା, ଟେବୁଲ୍, କୋଦାଳ, ପଙ୍ଖା, ବାଲଟି, ଶାବଳ, କଢ଼େଇ, ସାଇକେଲ, ଶିଳ, ଚକି ଇତ୍ୟାଦି ।
ସ୍କୁଲରେ ବ୍ୟବହୃତ ସମ୍ବଳ :
ବ୍ଲାକ୍ ବୋର୍ଡ଼, ଡଷ୍ଟର, ଚକ୍ଖଡ଼ି, ପେନ୍ସିଲ୍, କଲମ, ବହି, ଖାତା, ମାନଚିତ୍ର, ଗ୍ଲୋବ, ଡେସ୍କ, ବେଞ୍ଚ୍ ଇତ୍ୟାଦି ।
ସଂଜ୍ଞା :
ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଆମ ବ୍ୟବହାର କରୁଥିବା ପଦାର୍ଥଗୁଡ଼ିକ ହଁ ସମ୍ବଳ ।
- କୌଣସି ଦ୍ରବ୍ୟ ବା ପଦାର୍ଥର ଉପଯୋଗିତା ବା ପ୍ରୟୋଜନୀୟତା ଏହାକୁ ସମ୍ବଳରେ ପରିଣତ କରେ।
- ସେହିପରି ସମୟ ଓ ପ୍ରଯୁକ୍ତି ବିଦ୍ୟା କୌଣସି ଦ୍ରବ୍ୟକୁ ସମ୍ବଳରେ ପରିଣତ କରେ ।
ଉଦାହରଣ : ସମୟର ଅଗ୍ରଗତି ସହ ଜଳ ସ୍ରୋତର ଶକ୍ତିକୁ ଉପଯୋଗ କରି ପ୍ରଯୁକ୍ତି ବିଦ୍ୟାଦ୍ଵାରା ଜଳବିଦ୍ୟୁତ୍ ଶକ୍ତିରେ ଉତ୍ପାଦନ କରାଯାଉଛି । - କେତେକ ପଦାର୍ଥର ଆର୍ଥିକ ମୂଲ୍ୟ ରହିଛି, କେତେକର ଆର୍ଥିକ ମୂଲ୍ୟ ନଥାଏ। ଯଦି ଆର୍ଥିକ ମୂଲ୍ୟ ନଥିବା ପଦାର୍ଥ ବା ଦ୍ରବ୍ୟକୁ ପ୍ୟାଟେଣ୍ଟ ଯୁକ୍ତ କରାଯାଏ ଓ କୌଣସି ପ୍ରତିଷ୍ଠାନଦ୍ଵାରା ବିକ୍ରି କରାଯାଏ, ତାହା ଆର୍ଥିକ ମୂଲ୍ୟଯୁକ୍ତ ହେବ।
ଜାଣିବା କଥା
କୌଣସି ପରିକଳ୍ପନା ବା, ଉଦ୍ଭାବନ ଉପରେ ପୂର୍ଣ୍ଣ ଅଧିକାର ଆଣିବାକୁ ‘ପ୍ୟାଟେଣ୍ଟ ’(Patent) କୁହାଯାଏ।
ପ୍ରଶ୍ନ :
ତଳ ଲିଖତ ତାଲିକାରୁ କେଉଁ କେଉଁ ପଦାର୍ଥର ଏବେ ସୁଦ୍ଧା କୌଣସି ବଜାର ମୂଲ୍ୟ ନାହିଁ, ଚିହ୍ନଟ କର ।
ଜାଣିବା କଥା
ପ୍ରାକୃତିକ ପରିବେଶରୁ ମିଳୁଥିବା ତଥା ଆବଶ୍ୟକ ସ୍ଥଳେ ସାମାନ୍ୟ ପରିବର୍ତ୍ତନଦ୍ୱାରା ବ୍ୟବହାର ଉପଯୋଗୀ ପଦାର୍ଥ ବା ଉପାଦାନକୁ ପ୍ରାକୃତିକ ସମ୍ବଳ କୁହାଯାଏ ।
ପ୍ରାକୃତିକ ସମ୍ବଳ : ପ୍ରାକୃତିକ ସମ୍ବଳକୁ
(i) ବିକାଶସ୍ତର ତଥା ବ୍ୟବହାର,
(ii) ଉପରି,
(iii) ଗଚ୍ଛିତ ପରିମାଣ ଏବଂ
(iv) ବଣ୍ଟନ ଦୃଷ୍ଟିରୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଏ ।
(i)
ଜାଣିବା କଥା
- ବେଗଶାଳୀ ପବନ ୨୦୦ ବର୍ଷ ପୂର୍ବେ ଏକ ପ୍ରଚ୍ଛନ୍ନ ସମ୍ବଳ ଥିଲା । ଏବେ ଏହା ପ୍ରକୃତି ସମ୍ବଳ।
- ଆମ ରାଜ୍ୟର ଗୁଜରାଟ ଉପକୂଳ ଓ ତାମିଲନାଡୁର ନଗରକୋଏଲରେ ପବନଦ୍ୱାରା ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହେଉଛି ।
(ii)
(iii)
(iv)
କି ମାନବକୃତ ସମ୍ବଳ :
ପ୍ରାକୃତିକ ସମ୍ବଳକୁ ବ୍ୟବହାର କରି ମଣିଷ ଯେଉଁ ବ୍ୟବହାର ଉପଯୋଗୀ ପଦାର୍ଥ ପ୍ରସ୍ତୁତ କରିଥାଏ, ତାହାକୁ ମାନବକୃତ ସମ୍ବଳ କୁହାଯାଏ ।
ମାନବକୃତ ସମ୍ବଳର ତାଲିକା
କଳକାରଖାନା, ସେତୁ, ରାସ୍ତାଘାଟ, ରେଳଗାଡ଼ି, ଅଟ୍ଟାଳିକା, ଯନ୍ତ୍ରପାତି, କମ୍ପ୍ୟୁଟର, ଯାନବାହନ, କୃତ୍ରିମ ଉପଗ୍ରହ, ଘରୋଇ ବ୍ୟବହୃତ ଉପକରଣ ଇତ୍ୟାଦି ।
ମାନବ ସମ୍ବଳ :
ମାନବର ସମ୍ବଳ କହିଲେ ଜନସଂଖ୍ୟା ତଥା ଲୋକଙ୍କ ଶାରୀରିକ ଓ ମାନସିକ ଦକ୍ଷତାକୁ ବୁଝାଏ ।
ଭୌତିକ ସମ୍ବଳକୁ ମୂଲ୍ୟବାନ ସମ୍ବଳରେ ରୂପାନ୍ତରିତ କରିବାରେ ମାନବ ଦକ୍ଷତାର ଭୂମିକା ରହିଛି। ତେଣୁ ମାନବ ଏକ ସ୍ଵତନ୍ତ୍ର ସମ୍ବଳ ଶ୍ରେଣୀଭୁକ୍ତ ।
ସମ୍ବଳ ସଂରକ୍ଷଣ :
- ସମ୍ବଳର ସଯନ୍ ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ ସମ୍ବଳ ସଂରକ୍ଷଣ କୁହାଯାଏ ।
- ସମ୍ବଳର ଉପଯୁକ୍ତ ବିନିଯୋଗ ପାଇଁ ଯନ୍ତ୍ରବାନ ନ ହେଲେ ନବୀକରଣ ଯୋଗ୍ୟ ସମ୍ବଳ ଦୁଷ୍ପାପ୍ୟ ହେବ ଓ ନବୀକରଣ-ଅଯୋଗ୍ୟ ସମ୍ବଳ ନିଶ୍ଚିହ୍ନ ହୋଇଯିବ।
ସମ୍ବଳ ସଂରକ୍ଷଣ ପାଇଁ ଉପାୟଗୁଡିକ ହେଲା :
- ବ୍ୟବହାର ହ୍ରାସ
- ପୁନଃ ଚକ୍ରୀକରଣ ଓ
- ପୁନଃ ବ୍ୟବହାର । ଆମେ ସମସ୍ତେ ସମ୍ବଳ ବ୍ୟବହାରରେ ସଂଯମତା ଅବଲମ୍ବନ କଲେ ସମ୍ବଳର ଅପଚୟ ହ୍ରାସ ପାଇବ।
ଧାରଣୀୟ ବିକାଶ :
- ସମ୍ବଳ ବିନିଯୋଗର ଆବଶ୍ୟକତା ତଥା ଆଗାମୀ ପିଢ଼ି ପାଇଁ ସେଗୁଡ଼ିକର ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ‘ଧାରଣୀୟ ବିକାଶ’ କୁହାଯାଏ।
ଏ ଧାରଣୀୟ ବିକାଶର ବୈଶିଷ୍ଟ୍ୟ :
- ଦୁନିଆଁର ସମସ୍ତ ଜୀବଜନ୍ତୁଙ୍କ ପ୍ରତି ସମ୍ମାନ ଓ ଯନ୍ତ୍ର କରିବା ମଣିଷ ଜୀବନ ଧାରଣ ମାନରେ ଉନ୍ନତି
- ପୃଥିବୀର ସାମର୍ଥ୍ୟ ଓ ବିବିଧତାର ସଂରକ୍ଷଣ
- ପ୍ରାକୃତିକ ସଂପଦର ଅବକ୍ଷୟ ହ୍ରାସ କରିବା
- ପରିବେଶ ପ୍ରତି ବ୍ୟକ୍ତିଗତ ଆଭିମୁଖ୍ୟ ଓ ବ୍ୟବହାରରେ ପରିବର୍ତ୍ତନ ଆଣିବା
- ଲୋକମାନଙ୍କୁ ପରିବେଶ ପ୍ରତି ଯବାନ ହେବାକୁ ସକ୍ଷମ କରାଇବା
ସମ୍ବଳର ପରିଚାଳନା ଓ ରକ୍ଷଣାବେକ୍ଷଣ :
- ନବୀକରଣ ଯୋଗ୍ୟ ସମ୍ବଳର ଧାରଣୀୟ ବ୍ୟବହାର କରିବା
- ଜୈବ ବିବିଧତାର ସଂରକ୍ଷଣ କରିବା
- ପରିବେଶର ସର୍ବନିମ୍ନ ବିନିଷ୍ଟକରଣର ଦିଗପ୍ରତି ଧ୍ୟାନ ଦେବା
ଭୌଗୋଳିକ ଶବ୍ଦାବଳୀ
ସମ୍ବଳ : ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଆମେ ବ୍ୟବହାର କରୁଥିବା ପଦାର୍ଥଗୁଡ଼ିକ ହିଁ ସମ୍ବଳ।
ପ୍ୟାଟେଣ୍ଟ : କୌଣସି ପରିକଳ୍ପନା ବା ଉଦ୍ଭାବନ ଉପରେ ପୂର୍ବ ଅଧିକାର ଆଣିବାକୁ ପ୍ୟାଟେଣ୍ଟ କୁହାଯାଏ ।
ପ୍ରଯୁକ୍ତି ବିଦ୍ୟା : ବ୍ୟବହାରରେ କାମ କରିବା ବା ଜିନିଷ ପ୍ରସ୍ତୁତ କରିବାକୁ ବୁଝାଏ ।
ପ୍ରାକୃତିକ ସମ୍ବଳ : ପ୍ରାକୃତିକ ପରିବେଶରୁ ମିଳୁଥିବା ତଥା ଆବଶ୍ୟକ ସାମାନ୍ଯ ପରିବର୍ତ୍ତନଦ୍ୱାରା ବ୍ୟବହାର ଉପଯୋଗୀ ପଦାର୍ଥ ବା ଉପାଦାନକୁ ପ୍ରାକୃତିକ ସମ୍ବଳ କୁହାଯାଏ ।
ପ୍ରକୃତ ସମ୍ବଳ: ଯେଉଁ ସମ୍ବଳଗୁଡ଼ିକର ପରିମାଣ ଜଣା ପଡ଼ିଛି, ସେଗୁଡ଼ିକୁ ପ୍ରକୃତ ସମ୍ବଳ କୁହାଯାଏ ।
ପ୍ରଚ୍ଛନ୍ନ ସମ୍ବଳ : ଯେଉଁ ସମ୍ବଳଗୁଡ଼ିକର ସଠିକ୍ ପରିମାଣ ଜଣାନାହିଁ ଏବଂ ଏବେ ସୁଦ୍ଧା ବ୍ୟବହାରରେ ଲାଗି ନାହିଁ, ସେଗୁଡ଼ିକୁ ପ୍ରଚ୍ଛନ୍ନ ସମ୍ବଳ କୁହାଯାଏ।
ନବୀକରଣ ଯୋଗ୍ୟ ସମ୍ବଳ : ଯେଉଁ ପ୍ରାକୃତିକ ସମ୍ବଳଗୁଡ଼ିକ ବ୍ୟବହାର ସତ୍ତ୍ଵେ ପୁନର୍ବାର ପୂରଣ ହୁଏ, ତାହାକୁ ନବୀକରଣଯୋଗ୍ୟ ସମ୍ବଳ କୁହାଯାଏ ।
ନବୀକରଣ ଅଯୋଗ୍ୟ ସମ୍ବଳ : ବ୍ୟବହାର ଯୋଗୁ ଯେଉଁ ସମ୍ବଳର ପରିମାଣ ହ୍ରାସ ପାଇଲେ ବା ସରିଗଲେ, ପୁନର୍ବାର ଭରଣା ହେବାପାଇଁ ହଜାର ହଜାର ବର୍ଷ ଲାଗିଥାଏ, ତାହାକୁ ନବୀକରଣ ଅଯୋଗ୍ୟ । ସମ୍ବଳ କୁହାଯାଏ ।
ଧାରଣୀୟ ବିକାଶ : ପ୍ରାକୃତିକ ସମ୍ବଳକୁ ବ୍ୟବହାର କରି ମଣିଷ ଯେଉଁ ନୂତନ ସମ୍ବଳ ପ୍ରସ୍ତୁତ କରେ, ତାହାକୁ ମାନବକୃତ ସମ୍ବଳ କୁହାଯାଏ ।
ଧାରଣୀୟ ବିକାଶ : ସମ୍ବଳର ଉପଯୁକ୍ତ ବ୍ୟବହାରଦ୍ଵାରା ବର୍ତ୍ତମାନର ଆବଶ୍ୟକତା ପୂରଣ ସହ ପିଢ଼ି ପିଢ଼ି ପରେ ଭବିଷ୍ୟତ ବଂଶଧରଙ୍କ ପାଇଁ ସମ୍ବଳର ଅଭାବ ନ ରହିବା ପ୍ରତି ଯବାନ ହେବାକୁ ’ଧାରଣୀୟ ବିକାଶ’ କୁହାଯାଏ ।
ସମ୍ବଳ ସଂରକ୍ଷଣ : ସମ୍ବଳର ସିଯନ୍ ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ ସମ୍ବଳ ସଂରକ୍ଷଣ କୁହାଯାଏ ।