+2 1st Year Sanskrit Optional Solutions Chapter 1 ଉପମନ୍ୟୁକଥା Question Answer

Odisha State Board Plus Two First Year Sanskrit Optional Solutions Chapter 1 ଉପମନ୍ୟୁକଥା Textbook Exercise Questions and Answers.

Plus Two First Year Sanskrit Optional Chapter 1 ଉପମନ୍ୟୁକଥା Question Answer

अतिसंक्षेपेण उत्तरं लिखत

(क) बन्धनीमध्यात् शुद्धम् उत्तरं चित्वा लिखत-

Question 1.
‘उपमन्युकथा’ _______________ ग्रन्यात् आनीतः। (रामायणम्, महाभारतम्, पञ्चतन्त्रम्)
Answer:
महाभारतम्

Question 2.
ऋषेः _______________ उपमन्युः नाम शिष्य आसीत्। (धौम्यस्य, वशिष्ठस्य, विश्वामित्रस्य)
Answer:
धौम्यस्य

Question 3.
ऋषेः धौम्यस्य _______________ नाम शिष्य आसीत्। (आरुणी, नचिकेता, उपमन्युः)
Answer:
उपमन्युः

Question 4.
उपाध्याय: उपमन्युं _______________ रक्षणाय प्रेषयामास। (गो, मेष, छाग)
Answer:
गो

Question 5.
स _______________ गा अरक्षत्। (निशि, सायं, अहनि)
Answer:
अहनि

CHSE Odisha Class 11 Sanskrit Optional Solutions Chapter 1 ଉପମନ୍ୟୁକଥା

Question 6.
उपमन्युः _______________ गुरुगृहमागम्य तं नमश्चक्रे। (अहनि, दिवसक्षये, रात्रौ)
Answer:
दिवसक्षये

Question 7.
उपाध्याय: उपमन्युं _______________ अपश्यत्। (कृशम्, पीवानम्, खर्वम्)
Answer:
पीवानम्

Question 8.
उपमन्युः _______________ वृत्तिं कल्पयति। (पठनेन, चौर्येण, भैक्ष्येण)
Answer:
भैक्ष्येण

Question 9.
उपाध्याय: सर्वमेव भैक्ष्यम् _______________। (अददात्, अगृह्णात्, अखादत्)
Answer:
अगृह्णात्

Question 10.
_______________ निवेद्य पूर्वमपरं चरामि। (भगवते, गुरवे, विष्णवे)
Answer:
भगवते

Question 11.
वर्त्तमानः _______________ असि। (पापी, लुब्ध:, चौरः)
Answer:
लुब्ध:

Question 12.
अधुना _______________ वृत्तिं कल्पयामि। (भैक्ष्येण, पयसा, अन्नेन)
Answer:
पयसा

Question 13.
उपमन्युः उपाध्यायं प्रत्युवाच भोः _______________ पिवामि। (पय:, फेनं, जलं)
Answer:
फेनं

Question 14.
त्वत् _______________ गुणवन्तः वत्साः प्रभुततरं फेनम् उद्गिरन्ति। (तपसा, पराक्रमेण, अनुकम्पया)
Answer:
अनुकम्पया

CHSE Odisha Class 11 Sanskrit Optional Solutions Chapter 1 ଉପମନ୍ୟୁକଥା

Question 15.
स तथेति प्रतिश्रुत्य _______________ पुनररक्षत् गाः। (निराहारः, पयः पीत्वा, जलंपीत्वा)
Answer:
निराहारः

Question 16.
उपमन्युः कदाचित् क्षुधार्तो: _______________ पत्राणि अभक्षयत्। (विल्व, दाड़िम्व, अर्क)
Answer:
अर्क

Question 17.
उपमन्युः अर्कपत्रैः भक्षितैः _______________ वभूव। (मुक:, अन्ध:, खञ्ज:)
Answer:
अन्ध:

Question 18.
सः अन्धोऽपि चंक्रम्यमाणः _______________ अपतत्। (गर्ते, भूमौ, कूपे)
Answer:
कूपे

Question 19.
दिनान्ते उपाध्यायः _______________ अवदत्। (शिष्यान्, उपमन्युम्, देवम्)
Answer:
शिष्यान्

Question 20.
मया उपमन्युः सर्वतः _______________। (दृष्ट:, प्रतिषिद्धः, निवारितः)
Answer:
प्रतिषिद्धः

Question 21.
उपमन्युः नियतं _______________ ततः नागच्छति। (उपहसित:, लुप्त:, कुपित:)
Answer:
कुपित:

Question 22.
उपाध्यायः _______________ सार्द्धमरण्यं गतवान्। (उपमन्युना, शिष्यैः, गुरुणा)
Answer:
शिष्यैः

Question 23.
उपमन्युः उपाध्यायस्य _______________ वचनं श्रुत्वा प्रत्युवाच। (कटु, अमृत, आह्वान)
Answer:
आह्वान

Question 24.
उपाध्याय: उपमन्युम् _______________ स्तोतुम् आदिशत्। (ब्रह्मणौ, अश्विनौ, भगवन्तम्)
Answer:
अश्विनौ

Question 25.
अश्विनौ उपमन्युम् _______________ दत्तवन्तौ। (अपूपं, अन्नं, अमृतं)
Answer:
अपूपं

Question 26.
_______________ अनिवेद्य अहम् अपूपं न उपभोक्तुमुत्सहे। (गुरवे, भगवते, भवते)
Answer:
गुरवे

CHSE Odisha Class 11 Sanskrit Optional Solutions Chapter 1 ଉପମନ୍ୟୁକଥା

Question 27.
अश्विनौ उपमन्योः उपरि _______________ संजातः। (क्रोधितः, प्रीतः, भर्त्सितः)
Answer:
प्रीतः

Question 28.
यथाऽश्विनावाहतुस्तथा त्वं _______________ अवाप्स्यसि। (वरः, चक्षुः, श्रेयः)
Answer:
श्रेयः

Question 29.
सर्वे _______________ ते प्रतिभास्यन्ति। (वेदाः, स्मृतयः, उपनिषदः)
Answer:
वेदाः

Question 30.
उपमन्योः _______________ अतीव शिक्षणीयः। (गुरुभक्ति:, स्तुति:, वृत्ति:)
Answer:
गुरुभक्ति:

(ख) अतिसंक्षेपेण उत्तरं लिखत-

Question 1.
उपमन्युः कस्य शिष्य आसीत्?
Answer:
ଋଷି ଧୌମ୍ୟଙ୍କର

Question 2.
उपमन्युः उपाध्यायवचनात् किमरक्षत्?
Answer:
ଗାଈମାନଙ୍କୁ

Question 3.
उपमन्युः भैक्ष्यं चरित्वा कस्मै न्यवेदयत्?
Answer:
ଗୁରୁଙ୍କୁ

Question 4.
उपमन्युः निशामुखे कुत्र आगम्य नमश्चक्रे?
Answer:
ଗୁରୁଙ୍କ ଆଶ୍ରମକୁ

Question 5.
स गुरो पुरतः स्थित्वा किं चक्रे?
Answer:
ନମସ୍କାର

Question 6.
उपाध्याय: उपमन्युं कीदृशं दृष्टवान्?
Answer:
ହୃଷ୍ଟପୁଷ୍ଟ

Question 7.
अहम् एतासां गवां पयसा किं कल्पयामि?
Answer:
ଜୀବିକା

CHSE Odisha Class 11 Sanskrit Optional Solutions Chapter 1 ଉପମନ୍ୟୁକଥା

Question 8.
एषामपि वत्सानां किं करोषि?
Answer:
ଜୀବିକାରେ ବାଧା

Question 9.
किं भवान्न पातुमर्हतीति?
Answer:
ଫେଣ

Question 10.
उपमन्युः तथेति प्रतिश्रुत्य कीदृशः पुनः गाः अरक्षत्?
Answer:
ଅନାହାରରେ

Question 11.
उपमन्युः कदाचिदरण्ये क्षुधार्तः किम् अभक्षयत्?
Answer:
ଅରଖପତ୍ରଗୁଡ଼ିକୁ

Question 12.
उपमन्युः अर्कपत्रभक्षितैः कीदृशः वभूव?
Answer:
ଅନ୍ଧ

Question 13.
अन्धः उपमन्युः चङ्क्रम्यमाणः कुत्र अपतत्?
Answer:
କୂଅରେ

Question 14.
उपमन्युः नागते गुरुः कान् अवदत्?
Answer:
ଶିଷ୍ୟମାନଙ୍କୁ

Question 15.
कौ उपमन्युं चक्षुष्मन्तं कृतवन्तौ?
Answer:
ଅଶ୍ବିନୀକୁମାରଦ୍ଵୟ

Question 16.
अश्विनौ उपमन्युं किं दत्तवन्तौ?
Answer:
ପିଠା

Question 17.
उपमन्युः कस्मै अनिनेद्य अपूपं खादितुं नेच्छसि?
Answer:
ଗୁରୁଙ୍କୁ

Question 18.
तवानया गुरुभक्त्या त्वं कीदृशः भविष्यसि?
Answer:
ନେତ୍ରବନ୍ତ

Question 19.
सर्वाणि कानि ते प्रतिभास्यन्ति?
Answer:
ସମସ୍ତ ବେଦ

Question 20.
उपमन्युकथा कस्मात् ग्रन्यात् आनीतः?
Answer:
ମହାଭାରତଗ୍ରନ୍ଥରୁ

(ग) उत्कलभाषया अनुवादं कुरुत-

Question 1.
आसीत् धौम्यस्य ऋषेः शिष्य उपमन्युनाम।
Answer:
ଧୌମ୍ୟ ଋଷିଙ୍କର ଉପମନ୍ୟୁ ନାମକ ଜଣେ ଶିଷ୍ୟ ଥିଲେ।

Question 2.
स चाहनि गा रक्षित्वा दिवसक्षये गुरुगृहमागम्योपाध्यायस्याग्रतः स्थित्वा नमश्चक्रे।
Answer:
ସେ ଦିନରେ ଗୋରୁ ଚରାଇ ସନ୍ଧ୍ୟାରେ ଗୁରୁଙ୍କ ଆଶ୍ରମକୁ ଫେରିଆସି ତାଙ୍କ ଆଗରେ ଉପସ୍ଥିତ ହୋଇ ନମସ୍କାର କରିବାକୁ ଲାଗିଲା।

CHSE Odisha Class 11 Sanskrit Optional Solutions Chapter 1 ଉପମନ୍ୟୁକଥା

Question 3.
स उपाध्यायं प्रत्युवाच – भो। भैक्ष्येण वृत्तिं कल्पयामीति।
Answer:
ସେ ଗୁରୁଙ୍କୁ ପ୍ରତ୍ୟୁତ୍ତରରେ କହିଲା – ହେ ଗୁରୁଦେବ ! ଭିକ୍ଷାନ୍ନଦ୍ବାରା ମୁଁ ଜୀବିକା ନିର୍ବାହ କରୁଛି ।

Question 4.
अहनि गा रक्षित्वा निशामुखे गुरुकुलमागम्य गुरो: पुरतः स्थित्वा नमश्चक्रे।
Answer:
ଦିନରେ ଗୋରୁ ଚରାଇ ସନ୍ଧ୍ୟାରେ ଗୁରୁଙ୍କ ଆଶ୍ରମକୁ ଆସି ତାଙ୍କ ଆଗରେ ଛିଡ଼ାହୋଇ ନମସ୍କାର କରୁଥିଲା।

Question 5.
सर्वमशेषतस्ते भैक्ष्यं गृह्णामि केनेदानीं वृत्तिं कल्पयसीति।
Answer:
ତୁମର ସମସ୍ତ ଭିକ୍ଷାନ୍ତକୁ ତ ମୁଁ ନେଇଯାଉଛି, ତୁମେ ଏବେ କେମିତି ଜୀବିକା ନିର୍ବାହ କରୁଛ?

Question 6.
तदेषामपि वत्सानां वृत्त्युपरोधं करोष्येवं वर्तमानः।
Answer:
ବର୍ତ୍ତମାନ ତୁମେ ଏହି ବାଛୁରୀମାନଙ୍କର ଜୀବିକାରେ ବାଧାଦେଉଛି।

Question 7.
स तथेति प्रतिशृत्य निराहारः पुनररक्षद् गाः।
Answer:
ସେ ସେହିପରି ହେଉ ବୋଲି ପ୍ରତିଶ୍ରୁତି ଦେଇ ବିନା ଆହାରରେ ପୁଣି ଗାଈ ରଖୁବାକୁ ଲାଗିଲା।

Question 8.
ततः सोऽन्धोऽपि चङ्क्रम्यमाणः कूपेऽपतत्।
Answer:
ତାହାପରେ ସେ ଅନ୍ଧହୋଇ ବୁଲୁବୁଲୁ କୂଅରେ ପଡ଼ିଗଲା।

Question 9.
मयोपमन्युः सर्वतः प्रतिषिद्धः स नियतं कुपितस्ततो नागच्छति चिरगतस्वसौ।
Answer:
ମୁଁ ଉପମନ୍ୟୁକୁ ସବୁଥୁରୁ ନିଷିଦ୍ଧ କରିବାରୁ ସେ ନିଶ୍ଚିତ ରୂପେ ରାଗିଯାଇଛି, ତେଣୁ ବହୁସମୟ ହେଲା ଯାଇଥିଲେ ବି ଆସୁନାହିଁ।

Question 10.
तमुपाध्यायः प्रत्युवाच कथं त्वमस्मिन् कूपे पतित इति।
Answer:
ଗୁରୁ ତାକୁ ପଚାରିଲେ – ବତ୍ସ ! ତୁମେ ଏହି କୂଅରେ କିପରି ପଡ଼ିଲ?

Question 11.
एवमादिभिर्वचनैस्तेनाभिष्टुतावश्विनावाजग्मतुराहतु स्म चैनं प्रीतौ स्व।
Answer:
ଏହିପରି ବାକ୍ୟରେ ସ୍ତୁତହୋଇ ଅଶ୍ବିନୀକୁମାରଦ୍ଵୟ ଆସିଲେ ଓ ଉପମନ୍ୟୁକୁ କହିଲେ – ଆମେ ଦୁହେଁ ତୁମଠାରେ ପ୍ରସନ୍ନ।

Question 12.
स एवमुक्तः प्रत्युवाच – एतत् प्रत्यनुनये भवन्तावश्विनौ नोत्सहेऽहमनिवेद्य गुरवेऽपूपमुपयोक्तुमिति।
Answer:
ସେମାନେ ଏପରି କହନ୍ତେ ସେହି ଉପମନ୍ୟୁ ଉତ୍ତରଦେଲା – ଏଇଥିପାଇଁ ଆପଣ ଦୁହିଁଙ୍କୁ ମୁଁ ଅନୁନୟ କରୁଛି ଯେ ଗୁରୁଙ୍କୁ ନ ଜଣାଇ ଏହି ପିଠାଟିକୁ ଖାଇପାରିବି ନାହିଁ।

Question 13.
सर्वे च ते वेदाः प्रतिभास्यन्ति सर्वाणि च धर्मशास्त्राणीति।
Answer:
ସମସ୍ତ ବେଦ ଓ ଧର୍ମଶାସ୍ତ୍ରଗୁଡ଼ିକ ତୁମକୁ ସ୍ୱତଃ ପ୍ରତିଭାତ ହେବ।

संक्षेपेण उत्तरं लिखत

Question 1.
उपमन्युः कथं जीविकानिर्वाहम् अकरोत्?
Answer:
ଗୁରୁ ସୌମ୍ୟଙ୍କର ଉପମନ୍ୟୁ ନାମରେ ଜଣେ ଶିଷ୍ୟ ଥିଲେ । ସେ ସଦୈବ ଗୋଚାରଣ କରି ବଣମଧ୍ଯରେ ବୁଲୁଥିଲେ ଓ ଭିକ୍ଷାକରି ଜୀବିକା ନିର୍ବାହ କରୁଥିଲେ । ପ୍ରାଚୀନ କାଳରେ ଆଶ୍ରମବ୍ୟବସ୍ଥାରେ ଏପରି ଜୀବିକା ନିର୍ବାହର ଉପାୟ ଅବଲମ୍ବନ କରାଯାଉଥିଲା । ଗୁରୁ ସୌମ୍ୟଙ୍କଦ୍ବାରା ଭିକ୍ଷାଅନ୍ନ ତାଙ୍କୁ ସମର୍ପଣ କରାଯିବାକୁ କୁହାଯାନ୍ତେ, ଉପମନ୍ୟୁ ପ୍ରଥମେ ଭିକ୍ଷାକରି ଗୁରୁଙ୍କୁ ଦେଉଥିଲେ ଓ ଦ୍ବିତୀୟଥର ଭିକ୍ଷାକରି ନିଜର ଜୀବିକା ନିର୍ବାହ କରୁଥିଲେ ।

Question 2.
गुरुः कथम् उपमन्योः भिक्षावृत्तिं निषिद्ध:?
Answer:
ଗୁରୁ ସୌମ୍ୟ ଶିଷ୍ୟ ଉପମନ୍ୟୁର ନିଷ୍ଠା ତଥା ଗୁରୁଭକ୍ତିକୁ ପରୀକ୍ଷା କରି ଜାଣିବାପାଇଁ ତା’ର ଭିକ୍ଷାବୃତ୍ତିକୁ ନିଷିଦ୍ଧ କରିଥିଲେ । ଉପମନ୍ୟୁ ଦିନସାରା ଗୋରୁଚରାଇ ଯେତେବେଳେ ସଂଧ୍ୟାରେ ତାଙ୍କୁ ପ୍ରଣାମ କରିବାକୁ ଆସୁଥିଲା ସେତେବେଳେ ତାକୁ ହୃଷ୍ଟପୁଷ୍ଟ ଦେଖ୍ ତା’ର ଜୀବିକାନିର୍ବାହ ବିଷୟ ପଚାରିଲେ ଏବଂ ସେ ଭିକ୍ଷାନ୍ନଦ୍ୱାରା ଜୀବିକା ନିର୍ବାହ କରୁଥ‌ିବାର ଜାଣି ସମସ୍ତ ଭିକ୍ଷାନ୍ନ ତାଙ୍କୁ ଦେବାପାଇଁ ଓ ଦ୍ୱିତୀୟବାର ଭିକ୍ଷା ନକରିବାପାଇଁ ନିର୍ଦ୍ଦେଶ କରିଥିଲେ । ଏ ସମସ୍ତ ଉପମନ୍ୟୁର ଭକ୍ତିର ପରୀକ୍ଷାପାଇଁ ଉଦ୍ଦିଷ୍ଟ ଥିଲା ।

CHSE Odisha Class 11 Sanskrit Optional Solutions Chapter 1 ଉପମନ୍ୟୁକଥା

Question 3.
उपमन्युः कथम् अर्कपत्राणि अभक्षयत्?
अथवा
क्षुधार्त उपमन्युः किं भक्षयामास?
Answer:
ଗୁରୁ ସୌମ୍ୟଙ୍କଦ୍ବାରା ଉପମନ୍ୟୁର ସମସ୍ତ ପ୍ରକାର ଜୀବିକାନିର୍ବାହ ଉପାୟ ନିଷିଦ୍ଧ ହୁଅନ୍ତେ ଏକଦା ବଣ ମଧ୍ୟରେ ବୁଲୁବୁଲୁ ସେ କ୍ଷୁଧାରେ ଆତୁର ହୋଇ ବିକଳରେ ଅରଖପତ୍ରଗୁଡ଼ିଏ ଖାଇଦେଲା । ଗୁରୁ ଭିକ୍ଷାନ୍ନ ନ ଖାଇବାପାଇଁ ନିର୍ଦ୍ଦେଶ ଦେଲେ ତେଣୁ ଗୁରୁଆଜ୍ଞାକୁ ପାଳନ କରି ଉପମନ୍ୟୁ ଆଉ ଭିକ୍ଷା କଲାନାହିଁ । ହେଲେ ପେଟର ଭୋକ କିନ୍ତୁ ସେ ସହିପାରିଲା ନାହିଁ । ଲୋଭରେ ଭୋକ ବିକଳରେ କ୍ଷୁଧା ନିବାରଣ ପାଇଁ ବଣର ଅର୍କପତ୍ରଗୁଡ଼ିକୁ ଖାଇଦେଲା ।

Question 4.
उपमन्युः कथम् अन्धः अभवत्?
अथवा
उपमन्यो: अन्धत्वस्य किं कारणमासीत्?
Answer:
ଉପମନ୍ୟୁ ଗୋଚାରଣ କରି ଭିକ୍ଷାନ୍ନଦ୍ୱାରା ନିଜର ଜୀବିକାନିର୍ବାହ କରୁଥିଲେ । ଗୁରୁ ଧୌମ୍ୟ ଏକଥା ଜାଣି ତାଙ୍କଠାରୁ ସମସ୍ତ ଭିକ୍ଷାନ୍ନ ନେଇଯାଉଥିଲେ । ପୁନଶ୍ଚ ଉପମନ୍ୟୁ ଦ୍ବିତୀୟବାର ଭିକ୍ଷାନ୍ତରେ ଜୀବିକା ନିର୍ବାହ କଲେ; କିନ୍ତୁ ଗୁରୁ ଏକଥା ଜାଣିବା ପରେ ଅନ୍ୟ ଭିକ୍ଷୁକମାନଙ୍କର ଜୀବିକା ହାନି ହେଉଥୁବାର କହି ତାକୁ ମଧ୍ୟ ନିଷିଦ୍ଧ କଲେ । ସମସ୍ତପ୍ରକାର ଉପାୟ ନିଷିଦ୍ଧ ହେବାପରେ ଏକଦା ଉପମନ୍ୟୁ ବଣ ଭିତରେ ବୁଲୁବୁଲୁ ଭୋକବିକଳରେ ଉଦରପୂର୍ତ୍ତି ନିମନ୍ତେ ଅରଖପତ୍ରଗୁଡ଼ିଏ ଭକ୍ଷଣ କଲେ । ଏଗୁଡ଼ିକ ଅଖାଦ୍ୟ ଓ ବିଷାକ୍ତ ହୋଇଥିବାରୁ ଏହାର ପ୍ରଭାବରେ ଉପମନ୍ୟୁର ଦୃଷ୍ଟିଶକ୍ତି ନଷ୍ଟ ହେଲା ଓ ସେ ଅନ୍ଧ ହୋଇଗଲେ।

Question 5.
उपमन्युः कथं कूपे अपतत्?
Answer:
ଗୁରୁ ସୌମ୍ୟଙ୍କର ଆଦେଶକୁ ପାଳନକରି ସମସ୍ତ ଜୀବିକା ନିର୍ବାହ ଉପାୟରୁ ନିଷିଦ୍ଧ ହେବା ପରେ ଏକଦା ବଣରେ ବୁଲୁବୁଲୁ ତାକୁ ଅତ୍ୟଧିକ ଭୋକ ଲାଗିଲା । ଉଦର କ୍ଷୁଧାର ଜ୍ଵାଳାକୁ ସେ ସହିନପାରି ଅରଖପତ୍ରଗୁଡ଼ିଏ ଭକ୍ଷଣ କରି ଦୃଷ୍ଟିଶକ୍ତି ହରାଇ ଅନ୍ଧ ହୋଇଗଲେ । ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କରିବା ନିମନ୍ତେ ମାର୍ଗ ଜାଣିପାରିଲେ ନାହିଁ । ଅବାଟରେ ଯାଇ ଏକ କୂପ ମଧ୍ୟର ପଡ଼ିଗଲେ ।

Question 6.
उपमन्युं न दृष्ट्वा गुरुः शिष्यान् किम् अकथयत्?
अथवा
अस्ताचलावलम्विनि सूर्यो उपाध्यायः शिष्यान् किमवादीत्?
Answer:
ଉପମନ୍ୟୁ ପ୍ରତ୍ୟହ ଗୋଚାରଣ କରି ସଂଧ୍ୟାବେଳେ ଆଶ୍ରମକୁ ଫେରୁଥିଲେ । ହେଲେ ଏକ ଦିନର ଘଟଣା – ସେଦିନ ସଂଧ୍ୟାବେଳ ଗଡ଼ିଗଲା କିନ୍ତୁ ଉପମନ୍ୟୁ ଫେରିଲେ ନାହିଁ । ଏହାପରେ ଗୁରୁ ସୌମ୍ୟ ଅପର ଶିଷ୍ୟମାନଙ୍କୁ ଡାକି କହିଲେ ଯେ, ମୁଁ ଉପମନ୍ୟୁର ଜୀବିକାନିର୍ବାହର ସମସ୍ତ ଉପାୟ ନିଷିଦ୍ଧ କରିଛି, ଏଣୁ ସେ ନିଶ୍ଚୟ କ୍ରୁଦ୍ଧ ହୋଇ ଆସୁନାହିଁ । ତେଣୁ ଚାଲ ତାକୁ ଅନ୍ଵେଷଣ କରିବାକୁ ଯିବା । ଗୁରୁ ଏହିପରି ଶିଷ୍ୟମାନଙ୍କୁ କହି ଉପମନ୍ୟୁକୁ ଖୋଜିବାପାଇଁ ବଣକୁ ଶିଷ୍ୟମାନଙ୍କ ସହ ଗଲେ।

Question 7.
अन्ध उपमन्युः केन प्रकारेण चक्षुष्मान् अभवत्?
Answer:
ବଣ ଭିତରେ ବୁଲୁବୁଲୁ କ୍ଷୁଧାତୁର ଉପମନ୍ୟୁ ଅରଖପତ୍ରଗୁଡ଼ିଏ ଭକ୍ଷଣ କରି ଦୃଷ୍ଟିଶକ୍ତି ହରାଇ ଅନ୍ଧ ହୋଇଗଲା । ବାଟ ନପାଇ ଅବାଟରେ ଯାଇ ଏକ କୂପମଧ୍ଯରେ ପଡ଼ିଗଲା । ଏଣେ ସଂଧ୍ୟା ହୁଅନ୍ତେ ଉପମନ୍ୟୁ ଆଶ୍ରମକୁ ନ ଫେରିବାରୁ ଗୁରୁ ଧୌମ୍ୟ ଶିଷ୍ୟମାନଙ୍କ ସହ ଖୋଜି ଖୋଜି ବଣର ଏକ କୂପରେ ଉପମନ୍ୟୁକୁ ପଡ଼ିଥ‌ିବାର ଦେଖ‌ିଲେ । ତା’ପରେ ତାକୁ ସ୍ୱର୍ଗବୈଦ୍ୟ ଅଶ୍ୱିନୀକୁମାରଦ୍ଵୟଙ୍କୁ ପ୍ରାର୍ଥନା କରିବାକୁ କହିଲେ । ଉପମନ୍ୟୁ ସ୍ତୁତି କରିବାରୁ ଅଶ୍ବିନୀକୁମାରଦ୍ଵୟ ଆବିର୍ଭୂତ ହୋଇ ତାକୁ ଏକ ପିଠା ପ୍ରଦାନ କଲେ । ଗୁରୁଙ୍କ ଆଦେଶ ବିନା ଉପମନ୍ୟୁ ତାକୁ ଭକ୍ଷଣ କରିବେ ନାହିଁ ବୋଲି କହିବାରୁ ତା’ର ଏକନିଷ୍ଠ ଗୁରୁଭକ୍ତିରେ ଅତ୍ୟନ୍ତ ପ୍ରୀତ ହୋଇ ସ୍ୱର୍ଗବୈଦ୍ୟ ଅଶ୍ବିନୀକୁମାରଦ୍ଵୟ ତାଙ୍କୁ ଆଶୀର୍ବାଦ କଲେ ଓ ଚକ୍ଷୁଷ୍ମାନ୍ କରିଦେଲେ।

Question 8.
उपमन्युः कथम् अश्विनीकुमारौ स्तुतवान्?
Answer:
ଅରଖପତ୍ର ଖାଇ ଅନ୍ଧାହୋଇ କୂପମଧ୍ଯରେ ପଡ଼ିଥିବା ଉପମନ୍ୟୁଙ୍କୁ ଦେଖ୍ ଗୁରୁ ତାଙ୍କୁ ସ୍ୱର୍ଗବୈଦ୍ୟ ଅଶ୍ବିନୀକୁମାରଦ୍ୱୟଙ୍କୁ ସ୍ତୁତି କ ରିବାକୁ ନିର୍ଦ୍ଦେଶ ଦେଲେ । ଶିଷ୍ୟ ଉପମନ୍ୟୁ ଗୁରୁଙ୍କର ଉପଦେଶକୁ ପାଳନ କରିବାପାଇଁ ତଥା ଦୃଷ୍ଟିଶକ୍ତି ଫେରିପାଇବା ନିମନ୍ତେ ସ୍ଵର୍ଗବୈଦ୍ୟ ଅଶ୍ବିନୀକୁମାରଦ୍ଵୟଙ୍କୁ ପ୍ରାର୍ଥନା କରିଥିଲେ ।

Question 9.
अश्विनौ कथम् अपूपं दत्तवन्तौ?
अथवा
कथमश्विनौ उपमन्योः उपरि प्रीतौ वभूवतुः?
Answer:
ଯେତେବେଳେ କୂପମଧ୍ୟରେ ଥାଇ ଉପମନ୍ୟୁ ଗୁରୁଙ୍କ ଆଦେଶାନୁସାରେ ଦୃଷ୍ଟିଶକ୍ତି ଫେରିପାଇବାପାଇଁ ସ୍ଵର୍ଗବୈଦ୍ୟ ଅଶ୍ବିନୀକୁମାରଦ୍ୱୟଙ୍କୁ ପ୍ରାର୍ଥନା କଲେ ସେତେବେଳେ ଅଶ୍ବିନୀକୁମାରଦ୍ଵୟ ସେଠାରେ ଉପସ୍ଥିତ ହେଲେ । ଉପମନ୍ୟୁଙ୍କୁ ଆଶୀର୍ବାଦ ଦେଇ ତାଙ୍କର ଗୁରୁଭକ୍ତିରେ ସନ୍ତୁଷ୍ଟ ହୋଇ ତାଙ୍କୁ ଏକ ପିଠା ପ୍ରଦାନ କଲେ ।

Question 10.
उपमन्युः कथम् अपूपं न खादितवान्?
Answer:
ଯେତେବେଳେ କୂପମଧ୍ୟରେ ଥାଇ ଗୁରୁଙ୍କ ଆଦେଶରେ ଉପମନ୍ୟୁ ସ୍ବର୍ଗବୈଦ୍ୟ ଅଶ୍ବିନୀକୁମାରଦ୍ୱୟଙ୍କୁ ସ୍ତୁତିକଲେ, ସେମାନେ ଆବିର୍ଭୂତ ହେଲେ । ଉପମନ୍ୟୁର ପ୍ରଗାଢ଼ ଗୁରୁଭକ୍ତିରେ ସନ୍ତୁଷ୍ଟ ହୋଇ ସେମାନେ ତାକୁ ଏକ ପିଠା ଖାଇବାକୁ ଦେଲେ। କିନ୍ତୁ ସେ ଗୁରୁଙ୍କର ଆଦେଶ ବିନା କିଛିହେଲେ ଭକ୍ଷଣ କରିବନାହିଁ ବୋଲି ମନମଧ୍ୟରେ ପ୍ରତିଜ୍ଞା କରିଥିଲା । ଏଣୁ ଅଶ୍ବିନୀକୁମାରଙ୍କଦ୍ଵାରା ପ୍ରଦତ୍ତ ପିଠାକୁ ସେ ଖାଇଲା ନାହିଁ ।

CHSE Odisha Class 11 Sanskrit Optional Solutions Chapter 1 ଉପମନ୍ୟୁକଥା

Question 11.
उपमन्योः गुरुभक्त्याः सन्तुष्टौ अश्विनीकुमारौ किम् अवदताम्?
Answer:
ଉପମନ୍ୟୁର ପ୍ରାର୍ଥନାକୁ ସ୍ଵୀକାର କରି ଅଶ୍ବିନୀକୁମାରଦ୍ଵୟ ତାଙ୍କ ନିକଟରେ ଉପସ୍ଥିତ ହେଲେ ଓ ତାଙ୍କୁ ଏକ ପିଠା ଖାଇବାକୁ ଦେଲେ । ହେଲେ ଉପମନ୍ୟୁ ଏହି ପିଠାକୁ ଗୁରୁଙ୍କ ଆଦେଶ ବିନା ଖାଇବ ନାହିଁ ବୋଲି କହିଲା । ଏପ୍ରକାର ଏକନିଷ୍ଠବନ୍ତ ଭକ୍ତିସ୍ୱଭାବଯୁକ୍ତ ଉପମନ୍ୟୁକୁ ଦେଖ୍ ତା’ ଉପରେ ସନ୍ତୁଷ୍ଟ ହୋଇ ସେମାନେ ତାକୁ ଆଶୀର୍ବାଦ ଦେଇ କହିଲେ, ‘ବତ୍ସ ! ଆମ୍ଭେ ଦୁହେଁ ତୁମର ଗୁରୁଭଲ୍ଲିରେ ଅତ୍ୟନ୍ତ ପ୍ରୀତ ହୋଇଅଛୁ । ତୁମେ ଚକ୍ଷୁଲାଭ କରିବ ଓ ତୁମର ଅଶେଷ ମଙ୍ଗଳ ହେବ ।’’

Question 12.
उपमन्युः कथं सर्ववेदशास्त्राणि ज्ञातवान्?
Answer:
କ୍ଷୁଧାତୁର ଉପମନ୍ୟୁ ଅରଖପତ୍ରଗୁଡ଼ିଏ ଖାଇ ଅନ୍ଧହୋଇ କୂପ ମଧ୍ଯରେ ପଡ଼ିଯିବା ପରେ ଗୁରୁଙ୍କ ଆଦେଶକ୍ରମେ ସ୍ବର୍ଗବୈଦ୍ୟ ଅଶ୍ବିନୀକୁମାରଦ୍ଵୟଙ୍କୁ ସ୍ତୁତିକଲେ । ଅଶ୍ବିନୀକୁମାରଦ୍ଵୟ ଉପମନ୍ୟୁର ଭକ୍ତିରେ ପ୍ରୀତହୋଇ ତାକୁ ଏକ ପିଠା ଖାଇବାକୁ ଦେଲେ । ଉପମନ୍ୟୁ ଗୁରୁଙ୍କ ଆଦେଶ ବିନା ଏହାକୁ ଭକ୍ଷଣ ନକରିବାକୁ କହିବାରୁ ପୁନଃ ଆଶୀର୍ବାଦସ୍ଵରୂପ ଚକ୍ଷୁଲାଭ ଓ ମଙ୍ଗଳ କାମନା ଅଶ୍ବିନୀକୁମାରଦ୍ଵୟ କଲେ । ଗୁରୁ ସୌମ୍ୟ ମଧ୍ଯ ଉପମନ୍ୟୁଙ୍କ ଉପରେ ସନ୍ତୁଷ୍ଟ ହୋଇ ତାକୁ ସମସ୍ତ ବେଦବିଦ୍ୟା ଓ ଶାସ୍ତ୍ରଜ୍ଞାନରେ ପାରଙ୍ଗମ ବା ବିଦ୍ବାନ୍ ହେବାପାଇଁ ଆଶୀର୍ବାଦ ଦେଲେ । ଗୁରୁଙ୍କର ଆଶୀର୍ବାଦ ଲାଭକରି ଉପମନ୍ୟୁ ସମସ୍ତ ବେଦଶାସ୍ତ୍ରରେ ଜ୍ଞାନଲାଭ କରିଥିଲେ।

दीर्घप्रश्नोत्तराणि

Question 1.
उपमन्युकथात: उपमन्योः गुरुभक्तिं प्रदर्शयत।
अथवा
उपमन्युकथायाः कथासारं वर्णयित्वा तत्रत्यां नीतिशिक्षां लिखत।
Answer:
ଭାରତୀୟ ସଂସ୍କୃତିର ଐତିହାସିକ କାବ୍ୟରୂପେ ପରିଚିତ ବ୍ୟାସ ବିରଚିତ ମହାଭାରତ ଗ୍ରନ୍ଥର ଏକ ଆଖ୍ୟାନ ହେଉଛି ଉପମନ୍ୟୁକଥା । ଏଥ‌ିରେ ଗୁରୁ ସୌମ୍ୟଙ୍କ ପ୍ରତି ଶିଷ୍ୟ ଉପମନ୍ୟୁର ପ୍ରଗାଢ଼ ଏକନିଷ୍ଠ ଭର୍ତ୍ତି ପ୍ରଦର୍ଶିତ ହୋଇଛି । ପ୍ରାଚୀନ ଭାରତରେ ଗୁରୁଶିଷ୍ୟ ପରମ୍ପରା ଓ ଗୁରୁଭକ୍ତିର ମହାନତା ଏଥ‌ିରେ ବର୍ଣ୍ଣିତ ହୋଇଛି ।

ଋଷି ଧୌମ୍ୟଙ୍କର ଉପମନ୍ୟୁ ନାମରେ ଜଣେ ଅତି ପ୍ରିୟ ଶିଷ୍ୟ ଥିଲେ । ସେ ଦିବସରେ ଗୋଚାରଣ କରି ସନ୍ଧ୍ୟାରେ ଗୁରୁଙ୍କୁ ଆସି ନମସ୍କାର କରୁଥିଲେ । ଥରେ ଗୁରୁ ସୌମ୍ୟ ଶିଷ୍ୟ ଉପମନ୍ୟୁକୁ ହୃଷ୍ଟପୁଷ୍ଟ ଥ‌ିବାର ଦେଖ୍ ତା’ର କାରଣ ପଚାରିଲେ । ଭିକ୍ଷାନଭକ୍ଷଣ କରି ଉପମନ୍ୟୁ ଜୀବିକା ନିର୍ବାହ କରୁଥିବା ଜାଣି ସମସ୍ତ ଭିକ୍ଷାନ୍ନ ଆଣି ତାଙ୍କୁ ଦେବାପାଇଁ ଓ ତାଙ୍କର ଆଦେଶକ୍ରମେ ଭକ୍ଷଣ କରିବାପାଇଁ ନିର୍ଦ୍ଦେଶ ଦେଲେ । ଗୁରୁଆଜ୍ଞାନୁସାରେ ଉପମନ୍ୟୁ ସମସ୍ତ ଭିକ୍ଷାନ ଗୁରୁଙ୍କୁ ଦେଲେ ଓ ଗୁରୁ ସେ ସମସ୍ତ ରଖିଦେଲେ ।

ଏହିପରି ଅନେକ ଦିନ ବିତିଗଲା, ଥରେ ଗୁରୁ ଉପମନ୍ୟୁକୁ ତାଙ୍କର ଜୀବିକା ନିର୍ବାହ ବିଷୟରେ ପ୍ରଶ୍ନକଲେ । ଏହାର ଉତ୍ତରରେ ଉପମନ୍ୟୁ ପ୍ରଥମ ଭିକ୍ଷା ଗୁରୁଙ୍କୁ ଦେବାପରେ ପୁନଶ୍ଚ ଦ୍ବିତୀୟଥର ଭିକ୍ଷା କରି ତଦ୍ୱାରା ଜୀବିକାନିର୍ବାହ କରୁଥିବା ବିଷୟ କହିଲେ । ଏହାଦ୍ଵାରା ଅନ୍ୟ ଭିକ୍ଷୁକମାନଙ୍କର ଜୀବିକାନିର୍ବାହରେ ବାଧା ଉପୁଜିବାର କଥା କହି ଗୁରୁ ଉପମନ୍ୟୁର ସମସ୍ତପ୍ରକାର ଜୀବିକା ନିର୍ବାହର ଉପାୟକୁ ନିଷିଦ୍ଧ କଲେ ।

ଏକଦା ଉପମନ୍ୟୁ ବଣରେ ବୁଲୁଥିବାବେଳେ କ୍ଷୁଧାରେ ଆତୁର ହୋଇ ଅରଖପତ୍ର ଭକ୍ଷଣ କଲେ । ତାହାଦ୍ୱାରା ତାଙ୍କର ଚକ୍ଷୁ ନଷ୍ଟ ହୋଇଗଲା ଓ ସେ ଅନ୍ଧ ହୋଇଗଲେ । ବାଟ ଜାଣିନପାରି ଏକ କୂପ ମଧ୍ଯରେ ପଡ଼ିଗଲେ । ସଂଧ୍ୟା ସମୟରେ ଉପମନ୍ୟୁ ଆଶ୍ରମକୁ ନ ଫେରିବାରୁ ଗୁରୁ ସୌମ୍ୟ ଶିଷ୍ୟମାନଙ୍କ ସହିତ ତାଙ୍କୁ ଅନ୍ଵେଷଣ କରି ବଣ ଭିତରେ ଏକ କୂପ ମଧ୍ଯରେ ପଡ଼ିଥିବାର ଦେଖୁଲେ ଓ ସମସ୍ତ କଥା ଜାଣିପାରିଲେ ଏବଂ ସ୍ଵର୍ଗବୈଦ୍ୟ ଅଶ୍ବିନୀକୁମାରଦ୍ୱୟଙ୍କୁ ପ୍ରାର୍ଥନା କରିବାପାଇଁ ଉପମନ୍ୟୁକୁ ନିର୍ଦ୍ଦେଶ ଦେଲେ ।

ଏହାପରେ ଉପମନ୍ୟୁ ଗୁରୁ ସୌମ୍ୟଙ୍କ ନିର୍ଦ୍ଦେଶକ୍ରମେ ସ୍ଵର୍ଗବୈଦ୍ୟ ଅଶ୍ବିନୀକୁମାରଦ୍ଵୟଙ୍କୁ ପ୍ରାର୍ଥନା କରିବାରୁ ସେ ଦୁହେଁ ଆସି ଉପସ୍ଥିତ ହେଲେ ଓ ଉପମନ୍ୟୁକୁ ଏକ ପିଠା ଖାଇବାକୁ ଦେଲେ । କିନ୍ତୁ ପ୍ରଗାଢ଼ ଗୁରୁଭକ୍ତିରେ ଏକନିଷ୍ଠ ଉପମନ୍ୟୁ ବିନା ଗୁରୁଙ୍କ ଆଦେଶରେ ଏହାକୁ ଭକ୍ଷଣ କରିବେ ନାହିଁ ବୋଲି କହିଲେ । ସ୍ଵର୍ଗବୈଦ୍ୟ ଅଶ୍ବିନୀକୁମାରଦ୍ଵୟ ଉପମନ୍ୟୁର ଏପ୍ରକାର ଗୁରୁଭକ୍ତି ଦେଖୁ ତାଙ୍କ ଉପରେ ସନ୍ତୁଷ୍ଟ ହେଲେ ଓ ଚକ୍ଷୁଷ୍ମାନ୍ ହେବାର ଆଶୀର୍ବାଦ ଦେଲେ ଏବଂ ଅନ୍ତର୍ଦ୍ଧାନ ହୋଇଗଲେ । ଏହାପରେ ଗୁରୁ ଏ ସମସ୍ତ କଥା ଜାଣି ଶିଷ୍ୟ ଉପମନ୍ୟୁକୁ ଅଗାଧ ଜ୍ଞାନର ଅଧିକାରୀ ହେବାପାଇଁ ଆଶୀର୍ବାଦ ଦେଲେ ।

ପ୍ରାଚୀନ ଭାରତୀୟ ସଂସ୍କୃତିରେ ଆଶ୍ରମ ବ୍ୟବସ୍ଥା ତଥା ଗୁରୁକୁଳ ପରମ୍ପରା ଏ ଆଖ୍ୟାନରୁ ଦେଖିବାକୁ ମିଳୁଛି । ତଦାନୀନ୍ତନ କାଳରେ ଗୁରୁଶିଷ୍ୟର ସଂପର୍କର ସେତୁ ଏତେ ମହତ୍ ଥିଲା ଯେ ଭକ୍ତି ଓ ଏକନିଷ୍ଠତା ବଳରେ ସିଦ୍ଧିପ୍ରାପ୍ତି କିପରି ହୁଏ ତାହା ଉପମନ୍ୟୁ କଥା ମାଧ୍ୟମରେ ଜଣାପଡ଼ୁଛି । ଗୁରୁଆଜ୍ଞା ସଦୈବ ପାଳନୀୟ ଏକଥା ଉପମନ୍ୟୁର ଆଦର୍ଶ ଚାରିତ୍ରିକ ଗୁଣ ତଥା ବ୍ୟବହାରରୁ ଶିକ୍ଷା ମିଳୁଛି । ଏଣୁ ଯେପରିଭାବେ କଠିନ ପରୀକ୍ଷାର ସମ୍ମୁଖୀନ ହୋଇ ଶିଷ୍ୟ ଉପମନ୍ୟୁ ଅସୀମ ଧୈର୍ଯ୍ୟ ସହକାରେ ଏକନିଷ୍ଠ ଭକ୍ତି ଗୁରୁଙ୍କ ନିକଟରେ ପ୍ରଦର୍ଶନ କଲେ ତାହା ସର୍ବକାଳରେ ଆଦର୍ଶସ୍ଥାନୀୟ ହୋଇପାରିବ । ଏତାଦୃଶ ଆଦର୍ଶ ଶିଷ୍ୟର କାମନା ସର୍ବକାଳରେ ହେବା ଉଚିତ । ଏ କଥା ମାଧ୍ୟମରେ ଉପମନ୍ୟୁ ଯେଉଁ ଶ୍ରେଷ୍ଠ ଗୁରୁଭକ୍ତିର ଜ୍ଵଳନ୍ତ ଚିତ୍ର ପ୍ରଦର୍ଶନ କରିଛନ୍ତି ତାହା ଚିରସ୍ମରଣୀୟ ହୋଇ ରହିବ । ଭକ୍ତିର ଚରମ ତଥା ପରମ ପରାକାଷ୍ଠାସ୍ଵରୂପ ଆଦର୍ଶ ଉପମନ୍ୟୁର ଜୀବନଚର୍ଯ୍ୟା ଆମ୍ଭମାନଙ୍କର ଏକାନ୍ତ ଶ୍ରେୟ ତଥା ଜ୍ଞେୟ ହେବା ଉଚିତ । ଏଣୁ ଯଥାର୍ଥରେ କୁହାଯାଇଛି ଯେ, ‘ଭକ୍ତା ଦୁଷ୍ୟନ୍ତ ଦୈବତାନି’ ଅର୍ଥାତ୍ ଭକ୍ତିରେ ଦେବତାମାନେ ସନ୍ତୁଷ୍ଟ ହୁଅନ୍ତି ଏବଂ ଗୁରୁ ସେ ତ ଭଗବାନ୍‌ଙ୍କର ଅପର ଅବତାର; ଯଥା –
‘‘ଗୁରୁ ବ୍ରହ୍ମା ଗୁରୁର୍ବିଷ୍ଣୁ ଗୁରୁଦେବ ମହେଶ୍ୱରଃ ।
ଗୁରୁର୍ସାକ୍ଷାତ୍ ପରଂବ୍ରହ୍ମ ତସ୍ମି ଶ୍ରୀଗୁରବେ ନମଃ ॥’’

+2 1st Year Sanskrit Optional Chapter 1 ଉପମନ୍ୟୁକଥା Summary

ଲେଖକ ପରିଚୟ— ମହାଭାରତ ମହର୍ଷି ବ୍ୟାସଙ୍କର ଏକ ଅମର ସୃଷ୍ଟି । ଏହି ମହାଭାରତର ଏକ ପ୍ରସିଦ୍ଧ ଆଖ୍ୟାନ ହେଉଛି ‘ଉପମନ୍ୟୁକଥା’ । ଭଗବାନ୍ ବ୍ୟାସଦେବ ମହର୍ଷି ବଶିଷ୍ଠଙ୍କର ନାତି ଶକ୍ତିଙ୍କର ପୌତ୍ର, ପରାଶରଙ୍କର ପୁତ୍ର ସତ୍ୟବତୀଙ୍କର ଗର୍ଭରୁ ଜାତ ଏବଂ ମହର୍ଷି ଶୁକଦେବଙ୍କର ପିତା ।

‘‘ବ୍ୟାସଂ ବଶିଷ୍ଠନପ୍ତାରଂ ଶନ୍ତଃ ପୌତ୍ରମକଳ୍ମଷମ୍ ।
ପରାଶରାତ୍ମଜଂ ବନ୍ଦେ ଶୁକତାତଂ ତପୋନିଧୂମ୍ ॥’’

ତାଙ୍କର ପ୍ରାଥମିକ ନାମ ‘କୃଷ୍ଣ’ । ତା’ପରେ ତାଙ୍କୁ ବୈପାୟନ ବୋଲି କୁହାଗଲା । କାରଣ ଜନ୍ମ ପରେ ପରେ ତାଙ୍କର ଅବିବାହିତା ଜନନୀ ତାଙ୍କୁ ଗୋଟିଏ ଦ୍ବୀପରେ ଛାଡ଼ିଦେଇଥିଲେ । ସେ ସମସ୍ତ ବେଦକୁ ସଙ୍କଳନ କରିଥିବାରୁ ତାଙ୍କର ନାମ – ‘ବ୍ୟାସ’ ବା ବେଦବ୍ୟାସ ହେଲା । ବ୍ୟାସଙ୍କର ଅଲୌକିକ ପ୍ରତିଭାକୁ ଦେଖୁ ସମସ୍ତ ବିଦ୍ୱାନ୍ ତାଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରଙ୍କ ସହ ତୁଳନା କରିଛନ୍ତି । ବ୍ୟାସଙ୍କର ସାଧନାଭୂମି ଥିଲା ହିମାଳୟ । ବ୍ୟାସ ହିଁ ସର୍ବଶ୍ରେଷ୍ଠ ଗ୍ରନ୍ଥ ମହାଭାରତର ରଚୟିତା ।

ବିଷୟ ପ୍ରବେଶ– ପ୍ରାଚୀନ ଭାରତୀୟ ସଂସ୍କୃତି ଓ ପରଂପରାକୁ ବିହଙ୍ଗାବଲୋକନ କଲେ ଏଥିରେ ଗୁରୁପୂଜାର ମହନୀୟତା ପରିଲକ୍ଷିତ ହୁଏ । ଗୁରୁଙ୍କର ଶ୍ରେଷ୍ଠତା ବିଷୟରେ ଉଲ୍ଲେଖ ଅଛି ଯେ-

‘‘ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱରଃ।
ଗୁରୁର୍ସାକ୍ଷାତ୍ ପରଂବ୍ରହ୍ମ ତସ୍ମି ଶ୍ରୀଗୁରୁବେ ନମଃ ॥’’

ଅର୍ଥାତ୍‌ ଗୁରୁ ହିଁ ସାକ୍ଷାତ୍‌ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ଅଟନ୍ତି । ଏହାର ପ୍ରମୁଖ କାରଣ ହେଲା— ଗୁରୁଙ୍କ କରୁଣା ଓ ଆଶୀର୍ବାଦ ବିନା ଜ୍ଞାନଲାଭ ଅସମ୍ଭବ । ବେଦ, ଉପନିଷଦ, ମହାଭାରତ ଓ ପୁରାଣମାନଙ୍କରେ ଗୁରୁଭକ୍ତିର ଅନୁପମ ଉଦାହରଣମାନ ଦେଖିବାକୁ ମିଳେ । ପ୍ରସ୍ତୁତ ବା ଆଲୋଚିତ ବିଷୟ ‘ଉପମନ୍ୟୁ କଥା’ ଗୁରୁଭକ୍ତିର ଏକ ଅପୂର୍ବ ଦୃଷ୍ଟାନ୍ତମାନଙ୍କ ମଧ୍ୟରୁ ଅନ୍ୟତମ । ଏଥ‌ିରେ ଗୁରୁ ସୌମ୍ୟଙ୍କ ପ୍ରତି ଶିଷ୍ୟ ଉପମନ୍ୟୁଙ୍କର ଭକ୍ତି ଓ ଏକନିଷ୍ଠତା ବର୍ଣିତ ହୋଇଛି । ଏଥ‌ିରେ ଗୁରୁଆଜ୍ଞା ପାଳନ ଜ୍ଞାନପ୍ରାପ୍ତିର ପ୍ରମୁଖ ସାଧନୋପାୟ ଭାବେ ବର୍ଣ୍ଣିତ ହୋଇଛି । ଏହାହିଁ ମହାଭାରତର ଆଖ୍ୟାନ ‘ଉପମନ୍ୟୁ କଥା’ର ପ୍ରମୁଖ ବିଷୟବସ୍ତୁ ।

ସାରକଥା— ଋଷି ଧୌମ୍ୟଙ୍କର ଉପମନ୍ୟୁ ନାମରେ ଜଣେ ଶିଷ୍ୟ ଥିଲେ । ଗୁରୁ ସୌମ୍ୟ ଏକଦା ଉପମନ୍ୟୁଙ୍କୁ ଗାଈ ଚରାଇବାପାଇଁ ବଣକୁ ପଠାଇଲେ । ଉପମନ୍ୟୁ ମଧ୍ଯ ଗୋଚାରଣ କରି ସନ୍ଧ୍ୟାରେ ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କରି ଗୁରୁଙ୍କୁ ନମସ୍କାର କଲା । ଏହାପରେ ଗୁରୁ ତାଙ୍କୁ ହୃଷ୍ଟପୁଷ୍ଟ ଥ‌ିବାର ଦେଖୁ ତାଙ୍କୁ ‘ତୁମେ କ’ଣ ଖାଉଛ’ ବୋଲି ପ୍ରଶ୍ନକଲେ । ଏହାର ଉତ୍ତରରେ ଉପମୁନ୍ୟ ‘ଭିକ୍ଷାଲବ୍‌ଧ ଅନ୍ନ ଭକ୍ଷଣ କରୁଛି’ ବୋଲି କହିଥିଲେ । ତାଙ୍କୁ ନ ଜଣାଇ ଭିକ୍ଷାନ୍ନ ଭକ୍ଷଣ କରିବାକୁ ଗୁରୁ ମନାକଲେ । ଏହାପରେ ଗୁରୁଙ୍କ ଆଦେଶକ୍ରମେ ଉପମନ୍ୟୁ ସମସ୍ତ ଭିକ୍ଷାନ୍ତକୁ ନେଇ ଗୁରୁଙ୍କୁ ଅର୍ପଣ କଲେ । ଗୁରୁ ମଧ୍ଯ ଉପମନ୍ୟୁଙ୍କୁ କିଛି ନ ଦେଇ ସବୁତକ ରଖୁଦେଉଥିଲେ । ଏହାସତ୍ତ୍ବେ ମଧ୍ଯ ଉପମନ୍ୟୁ ପୂର୍ବପରି ହୃଷ୍ଟପୁଷ୍ଟ ଥିବାର ଦେଖ୍ ଗୁରୁ ତାଙ୍କୁ ପୁନଶ୍ଚ ତାଙ୍କର ଜୀବିକାନିର୍ବାହ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କଲେ । ଉପମନ୍ୟୁ ପ୍ରଥମ ଭିକ୍ଷାଲବ୍‌ଧ ଅନ୍ନ ଗୁରୁଙ୍କୁ ଦେଇ ଦ୍ଵିତୀୟବାର ଭିକ୍ଷାନରେ ପରିପୋଷଣ ହେଉଥ‌ିବା କଥା କହିଲେ । ଏକଥା ଶୁଣି ଗୁରୁ କ୍ଷୁବ୍‌ଧ ହେଲେ କାରଣ ଦ୍ବିତୀୟବାର ଭିକ୍ଷାଦ୍ଵାରା ଅନ୍ୟ ଭିକ୍ଷୁକମାନଙ୍କର ଜୀବିକାର୍ଜନରେ ବାଧା ସୃଷ୍ଟି ହେଉଥିବା କଥା ଗୁରୁ ଉପମନ୍ୟୁକୁ କହିଲେ । ଏଥୁରୁ ନିବୃତ୍ତ ହେବାକୁ ମଧ୍ୟ କହିଲେ । ପରନ୍ତୁ ଶିଷ୍ୟ ଉପମନ୍ୟୁ ଗୁରୁଙ୍କର ପ୍ରଦତ୍ତ ଉପଦେଶକୁ ପାଳନ କଲେ ।

ଏହାପରେ ଥରେ ଉପମନ୍ୟୁ କ୍ଷୁଧାର ଜ୍ଵାଳା ସହିନପାରି ବନମଧ୍ୟରେ ବୁଲୁଥ‌ିବା ଅବସ୍ଥାରେ ଗୁଡ଼ିଏ ଅରଖପତ୍ର ଖାଇଦେଲେ । ଏହାକୁ ଭକ୍ଷଣ କରିବାଦ୍ଵାରା ତାଙ୍କର ଦୃଷ୍ଟିଶକ୍ତି ନଷ୍ଟ ହୋଇଗଲା ଓ ସେ ବାଟରେ ଯାଉଥିବା ସମୟରେ ଜାଣିନପାରି ଏକ କୂଅଭିତରେ ପଡ଼ିଗଲେ । ଧୀରେ ଧୀରେ ସୂର୍ଯ୍ୟ ଅସ୍ତ ହୋଇଗଲେ ଓ ସନ୍ଧ୍ୟା ହୋଇଗଲା । ହେଲେ ଉପମନ୍ୟୁ କିନ୍ତୁ ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କଲେନାହିଁ । ଏକଥା ଗୁରୁ ସୌମ୍ୟ ଯେତେବେଳେ ଜାଣିଲେ, ଭାବିଲେ ବୋଧହୁଏ ଉପମନ୍ୟୁ ତାଙ୍କ ଉପରେ କ୍ରୋଧୃତ ହୋଇଛି ବା ରାଗିଯାଇଛି ଓ ଆଶ୍ରମକୁ ଆସୁନାହିଁ । ଏଣୁ ସେ ନିଜେ ଅନ୍ୟ ଶିଷ୍ୟମାନଙ୍କ ସହ ବନମଧ୍ୟକୁ ଖୋଜିବାକୁ ଗଲେ ଓ ସେଠାରେ ଉପମନ୍ୟୁର ନାମ ଧରି ଜୋର୍‌ରେ ଡାକିଲେ । ଏହାପରେ ଡାକ ଶୁଣି ଉପମନ୍ୟୁ କୂପ ମଧ୍ଯରେ ପଡ଼ିଥିବା କଥା କହିବାରୁ ଗୁରୁ ଖୋଜି ଖୋଜି ଯାଇ ତାଙ୍କୁ ସେ କୂପମଧ୍ଯରେ ପଡ଼ିଥିବାର ଦେଖ‌ିଲେ । ଏହାପରେ ସମସ୍ତ କଥା ଉପମନ୍ୟୁଠାରୁ ଶୁଣିଲା ପରେ ସ୍ବର୍ଗବୈଦ୍ୟ ଅଶ୍ବିନୀକୁମାରଙ୍କୁ ପ୍ରାର୍ଥନା କରିବାପାଇଁ ଉପଦେଶ ଦେଲେ ।

CHSE Odisha Class 11 Sanskrit Optional Solutions Chapter 1 ଉପମନ୍ୟୁକଥା

ଗୁରୁଙ୍କ ଆଦେଶକ୍ରମେ ଉପମନ୍ୟୁ ଅଶ୍ବିନୀକୁମାରଙ୍କୁ ପ୍ରାର୍ଥନା କରନ୍ତେ ସେ ଦୁହେଁ ଆବିର୍ଭୂତ ହୋଇ ଉପମନ୍ୟୁକୁ ଏକ ପିଠା ଖାଇବାକୁ ଦେଲେ; ପରନ୍ତୁ ଏହାକୁ ଗୁରୁଙ୍କ ଆଦେଶବିନା ସେ ଖାଇବେ ନାହିଁ ବୋଲି କହିଲେ ଏବଂ ପିଠାଟିକୁ ଖାଇଲେ ନାହିଁ । ତାଙ୍କର ଏ ପ୍ରକାର ଗୁରୁଭଲ୍ଲିରେ ନିଷ୍ଠା ବା ଏକାଗ୍ରତା ଦେଖ୍ ସ୍ୱର୍ଗବୈଦ୍ୟ ଅଶ୍ବିନୀକୁମାର ଆଶୀର୍ବାଦ ଦେଲେ ଓ ଉପମନ୍ୟୁ ତାଙ୍କର ଦୃଷ୍ଟିଶକ୍ତି ଫେରିପାଇଲେ । ଉପମନ୍ୟୁ ସ୍ଵର୍ଗବୈଦ୍ୟଙ୍କର ଆଶୀର୍ବାଦ ଓ ମଙ୍ଗଳ କାମନାର ଶୁଭାଶିଷ ପାଇ କୂପମଧ୍ୟରୁ ବାହାରି ଗୁରୁ ସୌମ୍ୟଙ୍କ ନିକଟରେ ଉପସ୍ଥିତ ହେଲେ । ସମସ୍ତ ଘଟିଥିବା ବୃତ୍ତାନ୍ତକୁ ସେ ଗୁରୁଙ୍କ ସମ୍ମୁଖରେ ବଖାଣିଲେ । ଗୁରୁ ମଧ୍ୟ ଅଶ୍ବିନୀକୁମାରଙ୍କର ଆଶୀର୍ବାଦ ଓ ମଙ୍ଗଳାନୁରୂପ ଆଶୀର୍ବାଦ ଦେଲେ । ଗୁରୁ ସୌମ୍ୟଙ୍କର ଆଶୀର୍ବାଦ ଲାଭ କରି ଶିଷ୍ୟ ଉପମନ୍ୟୁ ପରମ ଜ୍ଞାନର ଅଧିକାରୀ ହୋଇଥିଲେ ।

ଆଲୋଚିତ କଥାରେ ଗୁରୁଭକ୍ତିର ମହନୀୟତା ତଥା ଉପମନ୍ୟୁର ଆଦର୍ଶବାଦିତା ପରିଲକ୍ଷିତ ହୁଏ । ଏଥ‌ିରେ ଯେଉଁ ନୀତିଶିକ୍ଷାମାନ ଉପଲବ୍‌ଧ ହୁଏ ତାହା ହେଲା; ଯଥା—

  • ଗୁରୁଭକ୍ତିଦ୍ଵାରା ଅସାଧ୍ୟ ସାଧୂତ ହୁଏ ।
  • ‘ଆଜ୍ଞା ଗୁରୁଣା ହି ଅବିଚାରଣୀୟା’– ଅର୍ଥାତ୍ ଗୁରୁ ଆଜ୍ଞା ସର୍ବଦା ପାଳନ କରିବା ଉଚିତ ।
  • ବିଦ୍ୟାର୍ଥୀ ବା ଭକ୍ତିମାନ୍ ଶିଷ୍ୟହିଁ ସୁଖ ପ୍ରାପ୍ତ କରିଥାଏ ।
  • ବିପଦ କାଳରେ ଧୈର୍ଯ୍ୟ ତ୍ୟାଗ ଅନୁଚିତ ।
  • ଧୈର୍ଯ୍ୟ ତଥା ଭକ୍ତିଦ୍ୱାରା ସବୁକିଛି ସମ୍ଭବ ହୁଏ ।

୧। ଆସୀତ୍ ଧୌମ୍ୟସ୍ୟ ……………………………… ନମଷ୍ଟ କ୍ରେ ।

ଶବ୍ଦାର୍ଥ – ଆସୀତ = ଥିଲା । ଧୌମଷ୍ୟ ରଷେ = ଋଷି ଧୌମ୍ୟଙ୍କର । ଉପନ୍ୟୁର୍ନାମ = ଉପମନ୍ୟୁ ନାମକ । ତମ୍ ଉପାଧ୍ୟାୟଃ = ତାଙ୍କୁ ଗୁରୁ । ପ୍ରେଷୟାମାସ = ପଠାଇଲେ । ଗା = ଗାଈମାନଙ୍କୁ । ଉପାଧ୍ୟାୟ ବଚନାତ୍ = ଗୁରୁଙ୍କ ନିର୍ଦ୍ଦେଶରେ । ଅରକ୍ଷତ = ରଖୁଲେ । ଅହନି = ଦିନରେ । ଦିବସକ୍ଷୟ = ସଂଧ୍ୟା ସମୟରେ । ଗୁରୁଗୃହମାଗମ୍ୟ = ଗୁରୁଗୃହକୁ ଆସି । ଉପାଧ୍ୟାୟସ୍ୟ ଅଗ୍ରତଃ = ଗୁରୁଙ୍କ ଆଗରେ । ସ୍ଥିତ୍ରା = ରହି । ନମଶ୍ଚକ୍ର = ନମସ୍କାର କଲେ ।

ଅନୁବାଦ – ଋଷି ସୌମ୍ୟଙ୍କର ଉପମନ୍ୟୁ ନାମରେ ଜଣେ ଶିଷ୍ୟ ଥିଲେ । ଗୁରୁ ତାଙ୍କୁ ପଠାଇଲେ, ବତ୍ସ ଉପମନ୍ୟୁ ଗାଈମାନଙ୍କୁ ରଖ ବା ଜଗ । ସେ ଗୁରୁଙ୍କ କଥାରେ ଗାଈମାନଙ୍କୁ ରଖିଲେ । ସେ ଦିନରେ ଗାଈ ରଖୁଲେ ଓ ସଂଧ୍ୟାହେଲେ ଗୁରୁଗୃହକୁ ଆସି ତାଙ୍କ ଆଗରେ ଉପସ୍ଥିତ ହୋଇ ନମସ୍କାର କରୁଥିଲେ ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ଆସୀଭୌମ୍ୟସ୍ୟ = ଆସୀତ୍ + ଧୌମ୍ୟସ୍ୟ । ଉପନ୍ୟୁର୍ନାମ = ଉପମନ୍ୟୁ + ନାମ । ତମୁପାଧ୍ୟାୟ = ତମ୍ + ଉପାଧ୍ୟାୟଃ । ବସୋପମନ୍ୟା = ବସ୍ତ୍ର + ଉପମନ୍ୟୁ । ଉପାଧ୍ୟାୟବଚନାଦ୍‌ଗା = ଉପାଧ୍ୟାୟବଚନାତ୍ + ଗା । ଚାହନି = ଚ + ଅହନି । ଗୁରୁଗୃହମାଗମୋପାଧ୍ୟାୟସ୍ୟାଗ୍ରତଃ = ଗୁରୁଗୃହମ୍ + ଆଗମ୍ୟ + ଉପାଧ୍ୟାୟସ୍ୟ + ଅଗ୍ରତଃ । ନମଶ୍ଚକ୍ର = ନମଃ + ଚକ୍ରେ ।

ସମାସ – ଗୋରକ୍ଷଣାୟ = ଗବାଂ ରକ୍ଷଣଂ, ତସ୍ମି (୬ଷ୍ଠ ତତ୍) । ଉପାଧ୍ୟାୟବଚନାତ୍ = ଉପାଧ୍ୟାୟସ୍ୟ ବଚନଂ, ତସ୍ମାତ୍ (୬ଷ୍ଠ ତତ୍) । ଦିବସକ୍ଷୟ = ଦିବସସ୍ୟ କ୍ଷୟଃ, ତସ୍ମିନ୍ (୬ଷ୍ଠୀ ତତ୍) ।

ସକାରଣ ବିଭକ୍ତି – ଧୌମ୍ୟସ୍ୟ, ରଷେ = ଶେଷେ ୬ଷ୍ଠୀ । ଉପମନ୍ୟୁ = ନାମ ଅବ୍ୟୟଯୋଗେ ୧ମ । ଶିଷ୍ୟ = କଉଁରି ୧ ମା । ଉପାଧ୍ୟାୟ = ଉଲ୍ଲେ କର୍ଭରି ୧ମା । ଉପାଧ୍ୟାୟବଚନାତ୍ = ହେତୌ ୫ମୀ । ଦିବସକ୍ଷୟ = ଅଧ୍ଵରଣେ ୭ମୀ । ଗା = କର୍ମଣି ୨ୟା । ଉପାଧ୍ୟାୟସ୍ୟ = ‘ଅଗ୍ରତଃ’ ଯୋଗେ ୬ଷ୍ଠୀ ।

ପ୍ରକୃତି ପ୍ରତ୍ୟୟ – ଶିଷ୍ୟ = ଶାସ୍ + କ୍ୟପ୍ । ଉପାଧ୍ୟାୟଃ = ଉପ + ଅଧ୍ + ଇ + ଘଞ୍ଚ୍ ରକ୍ଷଣମ୍ = ରସ୍ + କ୍ୟୁଟ୍ । ବଚନମ୍ = ବଚ୍ + ମ୍ୟୁଟ୍ । ରକ୍ଷିତ୍ବ = ରକ୍ଷ୍ + କ୍ଵାଚ୍ । କ୍ଷୟ = କ୍ଷି + ଅଚ୍ । ଦିବସ = ଦିବ୍ + ଅସଚ୍ । ସ୍ଥିତ୍ରା = ସ୍ଥା + ସ୍କାଚ୍ । ଚକ୍ରେ = କୃ + ଲିଟ୍, ପ୍ରଥମ ପୁରୁଷ ଏକବଚନ।

୨। ତମୁପାଧ୍ୟାୟ …………………………….. ଭୈକ୍ଷ୍ୟମଗୃହ୍ଣାତ୍‌।

ଶବ୍ଦାର୍ଥ – ପୀବାନମ୍ = ହୃଷ୍ଟପୁଷ୍ଟ । ଅପଶ୍ୟତ୍ = ଦେଖ‌ିଲେ । ଉବାଚ = କହିଲେ । ବୃଭିମ୍ = ଜୀବିକା । କଳ୍ପୟସି = ନିର୍ବାହ କରୁଛ । ପୀବାନସି = ହୃଷ୍ଟପୁଷ୍ଟ ହୋଇଛି । ପ୍ରତ୍ୟୁବାଚ = ଉତ୍ତରଦେଲେ । ଭୈକ୍ଷେଣ = ଭିକ୍ଷାଲବ୍ଧ ଅନ୍ନଦ୍ୱାରା । ଅନିବେଦ୍ୟ = ନ ଜଣାଇ । ଭୋକ୍ତବ୍ୟମ୍ = ଭୋଜନ କରିବ । ଉକ୍ସା = କହି । ନ୍ୟବେଦୟତ = ନିବେଦନ କଲେ । ଅଗୃହ୍ଣାତ୍ = ଗ୍ରହଣ କଲେ ବା ନେଇଗଲେ ।

ଅନୁବାଦ – ଗୁରୁ ତାଙ୍କୁ ସୁସ୍ଥସବଳ ହୋଇଥିବାର ଦେଖୁଲେ ଓ ତାହାଙ୍କୁ କହିଲେ ବସ ଉପମନ୍ୟୁ ତୁମେ କିପରି ଜୀବିକା ନିର୍ବାହ କରୁଛ, ହୃଷ୍ଟପୁଷ୍ଟ ଓ ଦୃଢ଼ ହୋଇଛି । ସେ ଗୁରୁଙ୍କୁ ଉତ୍ତର ଦେଲେ – ‘‘ହେ ଗୁରୁଦେବ ! ଭିକ୍ଷାନଦ୍ୱାରା ଜୀବିକା ନିର୍ବାହ କରୁଛି । ଗୁରୁ ତାଙ୍କୁ କହିଲେ – ମୋତେ ନ ଜଣାଇ ତୁମେ ଭିକ୍ଷାନ୍ନ ଭୋଜନ କରିବ ନାହିଁ । ସେ (ଉପମନ୍ୟୁ) ତାହାହିଁ ହେବ ବୋଲି କହି ଭିକ୍ଷା ବୃତ୍ତି କରିସାରି ଗୁରୁଙ୍କୁ ଜଣାଇଲେ । ଗୁରୁ ସେ ସମସ୍ତ ଭିକ୍ଷାନ୍ନ ତା’ଠାରୁ ଗ୍ରହଣ କଲେ ବା ନେଇଗଲେ ।’’

ବ୍ୟାକରଣ
ସନ୍ଧିବିଚ୍ଛେଦ – ପୀବାନମପଶ୍ୟଦୁବାଚ = ପୀବାନ୍‌ + ଅପଶ୍ୟତ୍ + ଉବାଚ । ଦୈନନ୍ = ଚ + ଏନମ୍ । ବସୋପମନ୍ୟା = ବହିଃ + ଉପମନ୍ୟୁ । ପ୍ରତ୍ୟୁବାଚ = ପ୍ରତି + ଉବାଚ । ମତ୍ସ୍ୟମନିବେଦ୍ୟ = ମତ୍ସ୍ୟମ୍‌ + ଅନିବେଦ୍ୟ । ନୋପଭୋକ୍ତବ୍ୟମିତି = ନ + ଉପଭୋକ୍ତବ୍ୟମ୍ + ଇତି । ତଥେକ୍ସା = ତଥା + ଇତି + ଉକ୍ସା । ଚରିତ୍ରୋପାଧ୍ୟାୟାୟ ଚରିତ୍ରା + ଉପାଧ୍ୟାୟାୟ । ନ୍ୟବେଦୟତ୍ = ନି + ଅବେଦୟତ୍ । ଭୈକ୍ଷ୍ୟଗୃହ୍ଣାତ୍ = ଭୈକ୍ଷ୍ୟମ୍ + ଅଗୃହ୍ଣାତ୍ ।

ସମାସ – ଅନିବେଦ୍ୟ = ନ ନିବେଦ୍ୟ (ନଞ୍ଝ ତତ୍) ।

ସକାରଣ ବିଭକ୍ତି – ତମ୍ = କର୍ମଣି ୨ୟା । ଉପାଧ୍ୟାୟଃ = ଉକ୍ତ କର୍ଭରି ୧ ମା । କେନ = କରଣେ ୩ୟା । ବୃଷ୍ଟିମ୍ = କର୍ମଣି ୨ୟା । ଭୈକ୍ଷେଣ = କରଣେ ୩ୟା । ମହ୍ୟମ୍‌ = ନିବେଦନାର୍ଥେ ୪ର୍ଥୀ । ଭୈକ୍ଷ୍ୟମ୍‌ = ଉକ୍ତ କର୍ମଣି ୧ମା । ତସ୍ମାତ୍ = ଅପାଦାନେ ୫ମୀ ।

ପ୍ରକୃତି ପ୍ରତ୍ୟୟ – ବୃଷ୍ଟିମ୍ = ବୃତ୍ + ସ୍କ୍ରିନ୍ । ନିବେଦ୍ୟ = ନି + ବିଦ୍ + ଲ୍ୟାପ୍ । ଭୋକ୍ତବ୍ୟମ୍ = ଭୁଜ୍ + ତବ୍ୟ । ଉଲ୍କା ବଚ୍ + ଷ୍ଟାଚ୍ । ଚରିତ୍ରା = ଚର୍ + କ୍ସାଚ୍ । ପୀବାନମ୍ = ପୈ + ଶାନବ୍।

୩। ସେ ତଥେ ……………………………………………… ବୃରିଂ କଳ୍ପୟାଗୀତି।

ଶବ୍ଦାର୍ଥ – ଅହନି = ଦିନରେ । ନିଶାମୁଖେ = ସନ୍ଧ୍ୟାରେ । ଗୁରୁକୁଳମ୍ = ଗୁରୁଗୃହକୁ । ଆଗମ୍ୟ = ଆସି । ପୁରତଃ ସମ୍ମୁଖରେ । ପୀବାନମ୍ = ହୃଷ୍ଟପୁଷ୍ଟ । କଳ୍ପୟସି = କରୁଛି । ପ୍ରତ୍ୟଭାଷିତ = ଉତ୍ତର ଦେଲା । ନିବେଦ୍ୟ = ଦେଇସାରି । ଅପରଂ ଚରାମି = ପୁଣିଥରେ ଭିକ୍ଷା କରୁଛି ।

ଅନୁବାଦ – ସେ ତାହାହିଁ ହେଉ କହି ପୁଣି ଗାଈମାନଙ୍କୁ ରଖିଲେ । ଦିନରେ ଗାଈ ଚରାଇ ସନ୍ଧ୍ୟାରେ ଗୁରୁଙ୍କ ଘରକୁ ଆସି ତାଙ୍କ ଆଗରେ ଉପସ୍ଥିତ ହୋଇ ନମସ୍କାର କଲେ । ତଥାପି ଗୁରୁ ତାଙ୍କୁ ହୃଷ୍ଟପୁଷ୍ଟ ହୋଇଥିବାର ଦେଖୁ କହିଲେ । ମୁଁ ତ’ ତୁମର ସବୁ ଭିକ୍ଷାନ୍ନକୁ ନେଇଯାଉଛି, ବର୍ତ୍ତମାନ କିପରି ଜୀବିକା ନିର୍ବାହ କରୁଛ । ସେ (ଉପମନ୍ୟୁ) ଉପାଧ୍ୟାୟଙ୍କୁ ଉତ୍ତର ଦେଲେ– ଆପଣଙ୍କୁ ପ୍ରଥମେ ଭିକ୍ଷାନ୍ନ ଦେଇସାରି ଦ୍ବିତୀୟଥର ଭିକ୍ଷା କରୁଛି, ସେଥ‌ିରେ ହିଁ ଜୀବିକା ନିର୍ବାହ କରୁଛି ।

CHSE Odisha Class 11 Sanskrit Optional Solutions Chapter 1 ଉପମନ୍ୟୁକଥା

ବ୍ୟାକରଣ
ସନ୍ଧିବିଚ୍ଛେଦ – ତଥେତ୍ୟୁଲ୍କା = ତଥା + ଇତି + ଉକ୍ସା । ପୁନରରକ୍ଷଦ୍ଧା = ପୁନଃ + ଅରକ୍ଷତ୍ + ଗା । ନମଷ୍ଟକ୍ରେ = ନମଃ + ଚକ୍ରେ । ତମୁପାଧ୍ୟାୟସ୍ତଥାପି = ତମ୍ + ଉପାଧ୍ୟାୟଃ + ତଥାପି । ଦୃଷ୍ଟୋବାଚ = ଦୃଷ୍ଟା + ଉବାଚ । ସର୍ବମଶେଷତସ୍ତେ = ସର୍ବମ୍ + ଅଶେଷତଃ + ତେ । କେନେଦାନୀମ୍ = କେନ + ଇଦାନୀ । ପ୍ରତ୍ୟଭାଷତ = ପ୍ରତି + ଅଭାଷତ । ପୂର୍ବମପରମ୍ = ପୂର୍ବମ୍ + ଅପରମ୍ ।

ସମାସ – ନିଶାମୁଖେ = ନିଶାୟୀ ମୁଖମ୍ବ, ତସ୍ମିନ୍ (୬ଷ୍ଠୀ ତତ୍) । ଗୁରୁକୁଳମ୍ = ଗୁରୋ କୁଳମ୍, ତତ୍ (୬ଷ୍ଠୀ ତତ୍)।

ସକାରଣ ବିଭକ୍ତି – ଅହନି = ଅଧୀକରଣେ ୭ମୀ । ନିଶାମୁଖେ = ଅଧ୍ଵରଣେ ୭ମୀ । ଗୁରୁକୁଳମ୍ = କର୍ମଣି ୨ୟା । ଗୁରୋ = ‘ପୁରତଃ’ ଯୋଗେ ୬ଷ୍ଠୀ । ପୀବାନମ୍ = କର୍ମଣି ୨ୟା । ଭୈକ୍ଷ୍ୟମ୍‌ = କର୍ମଣି ୨ୟା । ବୃଷ୍ଟିମ୍ = କର୍ମଣି ୨ୟା । ଉପାଧ୍ୟାୟମ୍ = କର୍ମଣି ୨ୟା । ଭଗବତେ = ନିବେଦନାର୍ଥେ ୪ ର୍ଥୀ । ତେନ = କରଣେ ୩ୟା ।

ପ୍ରକୃତି ପ୍ରତ୍ୟୟ – ଉଲ୍କା = ବଚ୍ + କ୍ଵାଡ୍ । ରକ୍ଷିତ୍ରା = ରକ୍ଷ୍ + ସ୍କାଚ୍ । ଆଗମ୍ୟ = ଆ + ଗମ୍ + ଲ୍ୟାପ୍ । ଭିତ୍ରା = ସ୍ଥା + କ୍ଵାଚ୍ । ଦୃଷ୍ଟା = ଦୃଶ୍ + କ୍ସାଚ୍ । ବୃରିମ୍ = ବୃତ୍ + ସ୍କ୍ରିନ୍ । ଉକ୍ତ = ବଚ୍ + କ୍ତ । ନିବେଦ୍ୟ = ନି + ବିଦ୍ + ଲ୍ୟାପ୍ ।

୪। ତମୁପାଧ୍ୟାୟଃ ……………………………….. ବୃରିଂ କଳ୍ପୟାମୀତି।

ଶବ୍ଦାର୍ଥ – ପ୍ରତ୍ୟବଦତ୍ = କହିଲେ । ନ୍ୟାଯ୍ୟା = ନ୍ୟାୟସଙ୍ଗତ । ବୃତ୍ୟୁପରୋଧମ୍ = ଜୀବିକା ବାଧା । ଲୁବ୍ଧ ଲୋଭୀ । ପୟସା = ଦୁଗ୍ଧଦ୍ବାରା ।

ଅନୁବାଦ – ଗୁରୁ ତାଙ୍କୁ କହିଲେ । ଏହା ନ୍ୟାୟସଙ୍ଗତ ନୁହେଁ, କାରଣ ଏହାଦ୍ଵାରା ଭିକ୍ଷାବୃତ୍ତିକୁ ଜୀବିକାକରି ଚଳୁଥିବା ଲୋକମାନଙ୍କର ଭୋଜନରେ ବାଧାଦେଇ ବର୍ତ୍ତମାନ ତୁମେ ଲୋଭୀ ହୋଇଯାଉଛି । ସେ ସେପରି ଆଉ କରିବ ନାହିଁ ବୋଲି କହି ଓ ଗାଈ ରଖ୍ ପୁଣି ଗୁରୁଙ୍କ ଘରକୁ ଆସି ତାଙ୍କ ଆଗରେ ଠିଆହୋଇ ନମସ୍କାର କଲେ । ଗୁରୁ ବି ତାଙ୍କୁ ହୃଷ୍ଟପୁଷ୍ଟ ଥ‌ିବା ଦେଖୁ ପୁଣି କହିଲେ – ହେ ବସ ଉପମନ୍ୟୁ ! ମୁଁ ତୁମର ସବୁ ଭିକ୍ଷାନ୍ନ ଗ୍ରହଣ କରୁଛି, ତମେ ମଧ୍ଯ ପୁନଶ୍ଚ ଆଉ ଭିକ୍ଷା କରୁନାହଁ, ତଥାପି ହୃଷ୍ଟପୁଷ୍ଟ ଅଛ, କିପରି ଆହାର କରୁଛ । ଗୁରୁ ଏପରି କହିବାରୁ ସେ ପ୍ରତ୍ୟୁତ୍ତର ଦେଲେ – ହେ ଗୁରୁଦେବ ! ଏହି ଗାଈମାନଙ୍କ କ୍ଷୀରଦ୍ଵାରା ଆହାର ବ୍ୟବସ୍ଥା କରୁଛି ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ଗୁରୁବୃତ୍ତିରନ୍ୟଷାମପି = ଗୁରୁବୃତିଃ + ଅନ୍ୟଷାମ୍ + ଅପି । ବୃତ୍ୟୁପରୋଧମ୍ = ବୃଦ୍ଧି + ଉପରୋଧମ୍ । କରୋଷୀତ୍ୟବମ୍ = କରୋଷି + ଇତି + ଏବମ୍ । ଲୁଷୋଽସୀତି = ଲୁନଃ + ଅସି + ଇତି । ତଥେଷ୍ଟ୍ରାକ୍ସା = ତଥା + ଇତି + ଉଲ୍କା । ଅରକ୍ଷଦ୍ରକ୍ଷିତ୍ମା = ଅରକ୍ଷତ୍ + ରକ୍ଷିତ୍ୱ । ପୁନରୁପାଧ୍ୟାୟଗୃହମାଗମ୍ୟୋପାଧ୍ୟାୟସ୍ୟାଗ୍ରତଃ = ପୁନଃ + ଉପାଧ୍ୟାୟଗୃହମ୍ + ଆଗମ୍ୟ +ଉପାଧ୍ୟାୟସ୍ୟ + ଅଗ୍ରତଃ । ତମୁପାଧ୍ୟାୟସ୍ତଥାପି = ତମ୍ + ଉପାଧ୍ୟାୟଃ + ତଥାପି । ପୁନରୁବାଚ = ପୁନଃ + ଉବାଚ । ଚାନ୍ୟଳରସି = `ଚ + ଅନ୍ୟତ୍ + ଚରସି ।

ସମାସ – ଭୈର୍ଯ୍ୟୋପଜୀବିନାମ୍ = ଭୈକ୍ଷେଣ ଉପଜୀବନ୍ତ ଯେ, ତେଷାମ୍ (ଉପପଦ ତତ୍) । ବୃତ୍ୟୁପରୋଧମ୍ = ବୃତ୍ତୀ ଉପରୋଧଃ, ତମ୍ (୬ଷ୍ଠ ତତ୍) ।

ସକାରଣ ବିଭକ୍ତି – ଭୈକ୍ଷ୍ୟାପଜୀବିନାମ୍ = ଶେଷେ ୬ଷ୍ଠୀ । ବୃତ୍ୟୁପରୋଧମ୍ = କର୍ମଣି ୨ୟା । କେନ = କରଣେ ୩ୟା । ଗବାମ୍ = ଶେଷ ୬ଷ୍ଠୀ । ପୟସା = କରଣେ ୩ୟା ।

ପ୍ରକୃତି ପ୍ରତ୍ୟୟ – ଉପରୋଧଃ = ଉପ + ରୁଧ୍ + ଘଞ୍ଚ । ବର୍ତ୍ତମାନଃ = ବୃତ୍ + ଶାନଚ୍ । ଲୁବ୍ଧ = ଲୁଭ୍ + କ୍ତ । ଉତ୍ଥା = ବଚ୍ + ଷ୍ଟାଚ୍ । ଦୃଷ୍ଟା = ଦୃଶ୍ + କ୍ଵାଚ୍ । ଜୀବା = ପୈ + କ୍ବନିସ୍‌ ।

୫ । ତମୁବାଚୋପାଧ୍ୟାୟୋ …………………………….. ବୃରିଂ କୟସୀତି ।

ଶବ୍ଦାର୍ଥ – ଉପଭୋକ୍ତ୍ରମ୍ = ପିଇବାକୁ । ଅଭ୍ୟନୁଜ୍ଞାତମ୍ = ଅନୁମତିପ୍ରାପ୍ତ । ପ୍ରତିଜ୍ଞାୟ = ପ୍ରତିଜ୍ଞାକରି । ନମଶ୍ଚକ୍ର = ନମସ୍କାର କଲେ । ଅଶ୍ବାସି = ଖାଉଛ । ଚରସି = କରୁଛ । ପୟ = କ୍ଷୀର । ଭୃଶମ୍ = ଅତ୍ୟନ୍ତ ।

ଅନୁବାଦ – ଗୁରୁ ତାଙ୍କୁ କହିଲେ – ମୋଠାରୁ ଅନୁମତି ନପାଇ ତୁମର କ୍ଷୀର ପିଇବା ଉଚିତ ନୁହେଁ । ସେ ସେପରି ଆଉ ହେବନାହିଁ ବୋଲି ପ୍ରତିଜ୍ଞାକରି ଗାଈରଖ୍ ପୁନର୍ବାର ଗୁରୁଙ୍କ ଗୃହକୁ ଆସି ତାଙ୍କ ସମ୍ମୁଖରେ ଠିଆହୋଇ ନମସ୍କାର କଲେ । ଗୁରୁ ତାଙ୍କୁ ହୃଷ୍ଟପୁଷ୍ଟ ଥ‌ିବା ଦେଖ୍ କହିଲେ – ହେ ବତ୍ସ ଉପମନ୍ୟୁ ! ଭିକ୍ଷାନ୍ନ ଖାଉନାହଁ, ପୁନର୍ବାର ଭିକ୍ଷାଚରଣ କରୁନାହଁ, କ୍ଷୀର ବି ପିଉନାହଁ, ପୁଣି ସୁସ୍ଥସବଳ ରହିଛ, ବର୍ତ୍ତମାନ କିପରି ଜୀବନ କଟାଉଛି ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ନୈତନ୍ୟାଯ୍ୟମ୍ = ନ + ଏତତ୍ + ନ୍ୟାଯ୍ୟମ୍‌ । ନାଭ୍ୟନୁଜ୍ଞାତମିତି = ନ + ଅଭି + ଅନୁଜ୍ଞାତମ୍ + ଇତି । ପୁନରୁପାଧ୍ୟାୟଗୃହମୁପେତ୍ୟ = ପୁନଃ + ଉପାଧ୍ୟାୟଗୃହମ୍ + ଉପେତ୍ୟ । ଗୁରୋରଗ୍ରତଃ = ଗୁରୋ + ଅଗ୍ରତଃ । ଦୃଷ୍ଟୋବାଚ = ଦୃଷ୍ଟା + ଉବାଚ । ନାମ୍ନାସି = ନ + ଅଶ୍ୱାସି । ଚାନ୍ୟଚ୍ଚରସି = ଚ + ଅନ୍ୟତ୍ + ଚରସି । କେନେଦାନୀମ୍ = କେନ + ଇଦାନୀମ୍ ।

ସମାସ – ଉପାଧ୍ୟାୟଗୃହମ୍ = ଉପାଧ୍ୟାୟସ୍ୟ ଗୃହମ୍ (୬ଷ୍ଠ ତତ୍) ।

ସକାରଣ ବିଭକ୍ତି – ଗୁରୋ = ‘ଅଗ୍ରତ’ ଯୋଗେ ୬ଷ୍ଠୀ । ଉପାଧ୍ୟାୟ = ଉକ୍ତ କର୍ଭରି ୧ ମା । ଭୈକ୍ଷ୍ୟମ୍‌ = କର୍ମଣି ୨ୟା । କେନ = କରଣେ ୩ୟା । ମୟା = ଅନୁସ୍ତେ କଉଁରି ୩ୟା । ଭବତଃ = କୃଷ୍ଣକର୍ମଣୋ ୬ଷ୍ଠୀ ।

ପ୍ରକୃତି ପ୍ରତ୍ୟୟ – ଉପଭୋକ୍ତମ୍ = ଉପ + ଭୁଜ୍ + ତୁମୁନ୍ । ଅଭ୍ୟନୁଜ୍ଞାତମ୍ = ଅଭି + ଅନୁ + ଜ୍ଞା + କ୍ତ । ପ୍ରତିଜ୍ଞାୟ = ପ୍ରତି + ଜ୍ଞା + ଲ୍ୟାପ୍ । ଉପେତ୍ୟ = ଉପ + ଇଣ୍ + ଲ୍ୟାପ୍ ।

୬ । ସ ଏବମୁକ୍ତ …………………… ଫେନିଂ ନୋପଯୁକ୍ତ ।

ଶବ୍ଦାର୍ଥ – ଫେନମ୍ = ଫେଣକୁ । ବୟଃ = ବାଛୁରିମାନେ । ଉଦ୍‌ଗିରନ୍ତି = ପାଟିରୁ ବାହାର କରିଦେଉଛନ୍ତି । ତ୍ୱଦନୁକମ୍ପୟା = ତୁମଠାରେ ଦୟାହେତୁ । ଗୁଣବତଃ = ଗୁଣୀ । ପ୍ରଭୂତିତରମ୍ = ପ୍ରଚୁରତର । ପାତୁମ୍ = ପିଇବାକୁ । ଅର୍ହତି = ସମର୍ଥ ଅଟ । ପ୍ରତିଶ୍ରୁତ୍ୟ = ପ୍ରତିଶ୍ରୁତି ଦେଇ । ନିରାହାରଃ = ଆହାରଶୂନ୍ୟ ହୋଇ । ନ ଉପଭୁକ୍ତ = ପିଇଲେ ନାହିଁ ।

ଅନୁବାଦ – ତାଙ୍କୁ ଏପରି କହିବାରୁ ସେ ଗୁରୁଙ୍କୁ ଉତ୍ତର ଦେଲେ – ‘ହେ ଗୁରୁଦେବ ! ବାଛୁରିମାନେ ମା’ ସ୍ତନରୁ ଯେଉଁ ଫେଣ ବାହାର କରୁଛନ୍ତି ମୁଁ ତାକୁ ହିଁ ପିଉଛି । ଗୁରୁ ତାଙ୍କୁ କହିଲେ – ଏହି ଦୟାଶୀଳ ବାଛୁରିମାନେ ତୁମଠାରେ କୃପାହେତୁ ପ୍ରଚୁରତର ଫେଣ ବାହାର କରୁଛନ୍ତି । ତେଣୁ ତୁମେ ବର୍ତ୍ତମାନ ବାଛୁରିମାନଙ୍କର କ୍ଷୀରପାନରେ ବାଧା ସୃଷ୍ଟି କରୁଥିବାରୁ ଫେଣ ପିଇବା ବି ଉଚିତ ନୁହଁ । ସେ ସେପରି ଆଉ କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇ ଉପବାସରେ ଗାଈ ରଖିବାକୁ ଲାଗିଲେ । ଏହିପରି ଗୁରୁ ତାଙ୍କୁ ସବୁଥୁରୁ ନିଷେଧ କରନ୍ତେ ସେ ଭିକ୍ଷାନ୍ନ ଖାଇଲେ ନାହିଁ, ପୁନର୍ବାର ଭିକ୍ଷାଚରଣ କଲେନାହିଁ, କ୍ଷୀରପାନ କଲେ ନାହିଁ କି ଫେଣ ମଧ୍ୟ ଗ୍ରହଣ କଲେନାହିଁ ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ଯମିମେ = ଯମ୍ + ଇମେ । କରୋଷେବମ୍ = କରୋଷି + ଏବମ୍ । ପାତୁମର୍ହତୀତି = ପାତୁମ୍ + ଅର୍ହତି + ଇତି । ପୁନରରକ୍ଷଦ୍‌ଗା = ପୁନଃ + ଅରକ୍ଷତ୍ + ଗା । ଚାନ୍ୟଚ୍ଚରତି = ଚ + ଅନ୍ୟତ୍ + ଚରତି ।

ସମାସ – ତ୍ୱଦନୁକମ୍ପୟା = ତ୍ଵୟି ଅନୁକମ୍ପା, ତୟା (୭ମୀ ତତ୍) । ନିରାହାରଃ = ନାସ୍ତି ଆହାରଃ ଯସ୍ୟ ଡଃ (ନଡ୍ ବହୁବ୍ରୀହିଃ) ।

CHSE Odisha Class 11 Sanskrit Optional Solutions Chapter 1 ଉପମନ୍ୟୁକଥା

ସକାରଣ ବିଭକ୍ତି – ଉକ୍ତ = ଉକ୍ତ କର୍ମଣି ୧ ମା । ବସ୍ତା = କଉଁରି ୧ ମା । ମାତୃଣାମ୍ = ଶେଷେ ୬ଷ୍ଠୀ । ସ୍ତନାତ୍ = ଅପାଦାନେ ୫ମୀ । ତ୍ୱଦନୁକମ୍ପୟା = ହେତୌ ୩ୟା । ଗୁଣବତଃ = କର୍ଭରି ୧ମା । ପ୍ରଭୂତତରମ୍ = କ୍ରିୟାବିଶେଷଣେ ୨ୟା । ବସ୍ତ୍ରାନାମ୍ = ଶେଷ ୬ଷ୍ଠୀ । ନିରାହାରଃ = କଉଁରି ୧ ମା । ଗା = କର୍ମଣି ୨ୟା ।

ପ୍ରକୃତି ପ୍ରତ୍ୟୟ – ଉକ୍ତ = ବଚ୍ + କ୍ତ । ପାତୁମ୍ = ପା + ତୁମୁନ୍ । ପ୍ରତିଶୃତ୍ୟ = ପ୍ରତି + ଶୁ + ଲ୍ୟାପ୍ । ପ୍ରତିସିଦ୍ଧ = ପ୍ରତି + ସିଧ୍ + କ୍ତ । ବର୍ତ୍ତମାନଃ = ବୃତ୍ + ଶାନଚ୍ ।

୭। ସ କଦାଚିଦରଣ୍ୟ ……………………………. ବତ୍ସ ଏହୀତି।

ଶବ୍ଦାର୍ଥ – କ୍ଷୁଧାରଃ = କ୍ଷୁଧାତୁର ହୋଇ । ଅର୍କପତ୍ରାଣି ଅରଖପତ୍ର ଗୁଡ଼ିକୁ । ଅଭକ୍ଷୟତ୍ = ଖାଇଲେ । କ୍ଷାରତିକ୍ତକଟୁରୁକ୍ଷୌ = ଖାରିଆ, ପିତା, ଖଟା ଓ କଡ଼ା ହୋଇଥିବା । ଚକ୍ଷୁସା = ଆଖ୍ । ଉପହତଃ = ନଷ୍ଟ ହୋଇଯିବାରୁ । ଅନାଗତ = ନ ଆସନ୍ତେ । ଅସ୍ତାଚଳାବଲମ୍ବିନି = ଅସ୍ତ ହୁଅନ୍ତେ । ନିୟତମ୍ = ନିଶ୍ଚିତ । କୁପିତଃ = ରାଗି । ଚିରଗତଃ = ବହୁ ସମୟ ହେଲା ଯାଇଥିବା । ଅନ୍ଵେଷୟ = ଖୋଜ । ଆହ୍ଵାନାୟ = ଡାକିବାକୁ ।

ଅନୁବାଦ – ସେ କୌଣସି ଏକ ଦିନେ ବନରେ କ୍ଷୁଧାତୁର ହୋଇ ଅରଖପତ୍ରଗୁଡ଼ିକୁ ଭକ୍ଷଣ କଲେ । ସେହି ଖାରିଆ, ପିତା, ଖଟା ଓ କଡ଼ା ଅରଖପତ୍ର ଭକ୍ଷଣଦ୍ଵାରା ତାଙ୍କ ଆଖ୍ ନଷ୍ଟ ହୋଇଯିବାରୁ ସେ ଅନ୍ଧ ହୋଇଗଲେ । ତା’ପରେ ଅନ୍ଧହୋଇ ବୁଲୁବୁଲୁ କୂଅରେ ପଡ଼ିଗଲେ । ଏହାପରେ ସୂର୍ଯ୍ୟ ଅସ୍ତ ହୁଅନ୍ତେ, ସେ ନ ଆସନ୍ତେ ଗୁରୁ ଅନ୍ୟ ଶିଷ୍ୟମାନଙ୍କୁ କହିଲେ – ମୁଁ ଉପମନ୍ୟୁକୁ ସବୁଥୁରୁ ବାରଣ କଲି । ଏଣୁ ସେ ନିଶ୍ଚୟ ରାଗିକରି ବହୁବେଳୁ ଗଲେ ମଧ୍ୟ ଆସୁନାହିଁ । ତେଣୁ ତୁମ୍ଭେମାନେ ତାଙ୍କୁ ଅନ୍ଵେଷଣ କର । ଏହା କହି ଶିଷ୍ୟମାନଙ୍କ ସହ ବନକୁ ଯାଇ ତାଙ୍କୁ ଡାକିଲେ – ହେ ବସ ଉପମନ୍ୟୁ ! କେଉଁଠି ଅଛ ? ଆସ ।

ବ୍ୟାକରଣ
ସନ୍ଧିବିଚ୍ଛେଦ – କ୍ଷୁଧାର୍ଭୋଽର୍କପତ୍ରାଣ୍ୟଭକ୍ଷୟତ୍ = କ୍ଷୁଧାରଃ + ଅର୍କପତ୍ରାଣି + ଅଭକ୍ଷୟତ୍ । ତୈରର୍କପତ୍ରୈର୍ଭକ୍ଷିତିଃ = ତିଃ + ଅର୍କପତ୍ରେ + ଭକ୍ଷିତଃ । ସୋଽନ୍ଦୋଽପି = ଧଃ + ଅଧଃ + ଅପି । ତସ୍ମିନ୍ନନାଗଚ୍ଛତି = ତସ୍ମିନ୍ + ନ + ଅନାଗଚ୍ଛତି । ଶିଷ୍ୟାନବଦଦୁପାଧ୍ୟାୟଃ = ଶିଷ୍ୟାନ୍ + ଅବଦତ୍ + ଉପାଧ୍ୟାୟ । ଚିରଗତସୌ = ଚିରଗତଃ + ତୁ + ଅସୌ । ଏହୀତି = ଆ + ଇହି + ଇତି ।

ସମାସ – କ୍ଷୁଧାରଃ = କ୍ଷୁଧୟା ଆନ୍ତଃ (୩ୟା ତତ୍ତ୍ଵ) । ଅର୍କପତ୍ରାଣି = ଅର୍କସ୍ୟ ପତ୍ରାଣି, ତାନି (୬ଷ୍ଠୀ ତତ୍) । କ୍ଷାରତିକ୍ତକଟୁରୁକ୍ଷୌ = କ୍ଷାରାଣି ଚ ତିକ୍ତାନି ଚ କଟୁନି ଚ ରୁକ୍ଷାଣି ଚ ତିଃ (ଦ୍ବନ୍ଦ୍ବ) । ଅନାଗତ = ନ ଆଗତଃ, ତସ୍ମିନ୍ (ନଡ୍ ତତ୍) । ଅସ୍ତାଚଳାବଲମ୍ବିନି = ଅସ୍ତାଚଳମ୍ ଅବଲମ୍ବତେ ଇତି, ତସ୍ମିନ୍ (ଉପପଦ ତତ୍) । ଚିରଗତଃ = ଚିରଂ ଗତଃ (୨ୟା ତତ୍)।

ସକାରଣ ବିଭକ୍ତି – ଅରଣ୍ୟ = ଅଧୂକରଣେ ୭ମୀ । ଅର୍କପତ୍ରାଣି = କର୍ମଣି ୨ୟା । ଭକ୍ଷିତଃ = ଅନୁନ୍ତେ କଉଁରି ୩ୟା । ଚକ୍ଷୁଷା = ଅଙ୍ଗବିକାରେ ୩ୟା । ଅନାଗତେ = ଭାବେ ୭ମୀ । ଶିଷ୍ୟ = ‘ସାନ୍ଧ୍ୟମ୍’ ଯୋଗେ ୩ୟା ।

ପ୍ରକୃତି ପ୍ରତ୍ୟୟ – ଆନ୍ତଃ = ଆ + ଋ + କ୍ତ । ଭକ୍ଷିତଃ = ଭକ୍ଷ୍ + କ୍ତ । ଉପହତଃ = ଉପ + ହନ୍ + କ୍ତ । ଗଚ୍ଛନ୍ = ଗମ୍ + କ୍ତ । ଉଲ୍କା = ବଚ୍ + କ୍ଵାଚ୍ । ଗଣ୍ଠି = ଗମ୍ + କ୍ଵାଚ୍ ।

୮। ସ ଉପାଧ୍ୟାୟସ୍ୟାହ୍ଵାନବଚନଂ …………………….. କୂପେ ପତିତ ଇତି।

ଶବ୍ଦାର୍ଥ – ଶୁଦ୍ଧା = ଶୁଣି । ଭୂପେ = କୂଅରେ । ପ୍ରତ୍ୟୁବାଚ = ପ୍ରତ୍ୟୁତ୍ତର ଦେଲେ । ଭକ୍ଷୟିତ୍ୱ = ଖାଇ । ଚଂକ୍ରମ୍ୟମାତଃ = ଯାଉଯାଉ ।

ଅନୁବାଦ – ସେ ଗୁରୁଙ୍କର ଡାକିବା କଥା ଶୁଣି ଜୋର୍‌ରେ ପ୍ରତ୍ୟୁତ୍ତର ଦେଲା – ମୁଁ ଏହି କୂଅରେ ପଡ଼ିଯାଇଛି । ଗୁରୁ ତାଙ୍କୁ ପଚାରିଲେ – ତୁମେ ଏ କୂଅରେ କିପରି ପଡ଼ିଲ । ସେ ଗୁରୁଙ୍କୁ ଉତ୍ତରଦେଲେ – ଅରଖପତ୍ରଗୁଡ଼ିକୁ ଖାଇ ଚକ୍ଷୁଦ୍ଵୟ ଅନ୍ଧ ହୋଇଯିବାରୁ ମୁଁ ଯାଉ ଯାଉ କୂଅରେ ପଡ଼ିଗଲି ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ପ୍ରତ୍ୟୁବାଚୋଭୈରୟମସ୍କିନ୍ = ପ୍ରତ୍ୟୁବାଚ + ଉଚ୍ଚୈଃ + ଅୟମ୍ + ଅଶ୍ବିନ୍ । ପତିତୋଽହେମିତି = ପତିତଃ + ଅହମ୍ + ଇତି ।

ସମାସ – ଅର୍କପତ୍ରାଣି = ଅର୍କସ୍ୟ ପତ୍ରମ୍, ତାନି (୬ଷ୍ଠ ତତ୍) ।

ସକାରଣ ବିଭକ୍ତି – ରୂପେ = ଅଧିକରଣେ ୭ମୀ ।

ପ୍ରକୃତି ପ୍ରତ୍ୟୟ – ବଚନମ୍ = ବଚ୍ + ଲ୍ୟୁଟ୍ । ଶୁଦ୍ଧା = ଶୁ + କ୍ଳାବ୍ । ପତିତଃ = ପତ୍ + କ୍ତ । ଭକ୍ଷୟିତ୍ରା = ଭକ୍ଷ୍ + ଣିଚ୍ + କ୍ସାଚ୍ ।

୯ । ତମ୍ବୁପାଧ୍ୟାୟଃ …………………….. ତେଽପୂପୋଽଶାନୈନମିତି।

ଶବ୍ଦାର୍ଥ – ଅଶ୍ୱିନୌ = ଅଶ୍ୱିନୀକୁମାରଦ୍ଵୟଙ୍କୁ । ସ୍ତୁତୟଃ = ସ୍ତୁତିକର । ଦେବଭିଷଜୌ = ଦେବବୈଦ୍ୟ ଦୁହେଁ । ଚକ୍ଷୁଷ୍ମନ୍ତମ୍ = ନେତ୍ରବନ୍ତ । ଶକ୍ଳୋମି = ସମର୍ଥ । ଶରଣ୍ୟ = ଶରଣାଗତ । ଅପୂପମ୍ = ପିଠାକୁ ।

ଅନୁବାଦ – ଗୁରୁ ତାଙ୍କୁ କହିଲେ – ହେ ବତ୍ସ ! ଅଶ୍ବିନୀକୁମାରଦ୍ଵୟଙ୍କୁ ପ୍ରାର୍ଥନା କର । ସେ ଦେବ ବୈଦ୍ୟଦୁହେଁ ତୁମକୁ ନେତ୍ରବନ୍ତ କରିଦେବେ । ଗୁରୁ ତାଙ୍କୁ ଏପରି କୁହନ୍ତେ ଉପମନ୍ୟୁ ଅଶ୍ବିନୀକୁମାରଦ୍ଵୟଙ୍କୁ ସ୍ତୁତି ଆରମ୍ଭ କଲେ । ଆପଣ ଦୁହିଁଙ୍କୁ ସ୍ତୁତି କରିବାକୁ ମୁଁ ଅସମର୍ଥ । ଚକ୍ଷୁବିହୀନ ଅନ୍ଧହୋଇ ଏହି ଦୁର୍ଗରୂପକ କୂଅରେ ପଡ଼ିଛି । ଶରଣାଗତ ତୁମ ଦୁହିଁଙ୍କ ଶରଣାପନ୍ନ ହେଲି । ଏହିପରି ବଚନରେ ସ୍ତୁତିକରିବାରୁ ସେ ଅଶ୍ବିନୀକୁମାରଦ୍ଵୟ ସନ୍ତୁଷ୍ଟ ହୋଇ କହିଲେ – ଆମ୍ଭେ ତୁମ ଉପରେ ପ୍ରସନ୍ନ ହେଲୁ, ଏହି ପିଠାଟିକୁ ଖାଅ ।

ବ୍ୟାକରଣ
ସନ୍ଧିବିଚ୍ଛେଦ – କର୍ରାରାବିତି = କର୍ତ୍ତାରୌ + ଇତି । ସ୍ତୋତୁମୁପଚକ୍ରମେ = ସ୍ତୋତୁମ୍ + ଉପଚକ୍ରମେ । ଦେବାବର୍ଣ୍ଣନୌ = ଦେବେ। + ଅଶ୍ବିନୌ । ପତିତୋଽସ୍ମି = ପତିତଃ + ଅସ୍ଥି । ଏବମାଦିଭିର୍ବଚନୈସ୍ତେନାଭିଷ୍ଣୁତାବଶ୍ଵନାବାଜଗତୁରାହତୁଃ : ଏବମ୍ + ଆଦିଭଃ + ବଚନିଃ + ତେନ + ଅଭିଷ୍ଟୋ + ଏତୌ + ଅଶ୍ୱିନୌଆଜଗତୁଃ + ଆହତୁଃ । ତେଽପୂପୋଽଶାନୈନମିତି = ତେ + ଅପୂରଃ + ଅମ୍ଳାନେ + ଏନମ୍ + ଇତି ।

ସମାସ – ଦେବଭିଷ = ଦେବାନାଂ ଭିଷକ୍, ଚୌ (୬ଷ୍ଠୀ ତତ୍) ।

ସକାରଣ ବିଭକ୍ତି – ଅଶ୍ୱିନୌ = କର୍ମଣି ୨ୟା । ଦେବଭିଷଜୌ = କର୍ଭରି ୧ମ । ଚକ୍ଷୁଷ୍ମନ୍ତମ୍ = କର୍ମଣି ୨ୟା । କୂପେ, ଦୁର୍ଗେ = ଅଧୂକରଣେ ୭ମୀ । ବଚନିଃ, ତେନ = କରଣେ ୩ୟା ।

ପ୍ରକୃତି ପ୍ରତ୍ୟୟ – ଚକ୍ଷୁଷ୍ମନ୍ତମ୍ = ଚକ୍ଷୁସ୍ + ମତୃପ୍ । ଉକ୍ତ = ବଚ୍ + କ୍ତ । ସ୍ତୋତୁମ୍ = ସ୍ତୁ + ତୁମୁନ୍ । ପ୍ରପଦ୍ୟ = ପ୍ର + ପଦ୍ + ଲ୍ୟାପ୍ ।

୧୦ । ସ ଏବମୁକ୍ତା …………………………………….. ଗୁରବେ ଽପୂପମୁପଯୋଲ୍ସମିତି।

ଶବ୍ଦାର୍ଥ – ଅନ୍ନତ = ମିଥ୍ୟା । ଅପୂପମ୍ = ପିଠାକୁ । ଉତ୍ସହେ = ନେବାକୁ । ପ୍ରତ୍ୟନୁନୟନେ = ପ୍ରତିଅନୁନୟଦ୍ୱାରା । ଗୁରବେ = ଗୁରୁଙ୍କୁ ।

ଅନୁବାଦ – ସେ ଏପରି କୁହନ୍ତେ ଉପମନ୍ୟୁ କହିଲେ – ହେ ଭଗବନ୍, ସତ କୁହନ୍ତୁ, ମୁଁ କିନ୍ତୁ ଏହି ପିଠାଟିକୁ ଗୁରୁଙ୍କୁ ନଜଣାଇ ଖାଇବି ନାହିଁ । ତା’ପରେ ତାଙ୍କୁ ଅଶ୍ବିନୀକୁମାରଦ୍ଵୟ କହିଲେ – ଆମ୍ଭେ ଦୁହେଁ ତୁମ ସମ୍ମୁଖରେ ଗୁରୁଙ୍କଦ୍ୱାରା ଅଭିଷ୍ଟହୋଇ ପିଠା ଦେଉଛୁ । ତୁମେ ଗୁରୁଙ୍କୁ ନ ଜଣାଇ ତାହା ଗ୍ରହଣ କର । ତୁମେ ମଧ୍ୟ ତାହା କରିବ ଯାହା ଗୁରୁଙ୍କଦ୍ୱାରା କୁହାଯାଇଛି । ସେ ଏପରି କହନ୍ତେ ଉପମନ୍ୟୁ ଉତ୍ତରଦେଲେ – ଏପରି ଆପଣଙ୍କ ଅନୁନୟରେ ମୁଁ ଗୁରୁଙ୍କୁ ନ ଜଣାଇ ଏ ପିଠାକୁ ନ ଖାଇ ଗ୍ରହଣ କରୁଛି ।

ବ୍ୟାକରଣ
ସନ୍ଧିବିଚ୍ଛେଦ– ନାନୃତମୂଚତୁର୍ଭଗବରୌ = ନ + ଅମୃତମ୍ + ଉଚତୁଃ + ଭଗବର୍ଷେ । ଗୃହମେତମପୂପମୁପଯୋଲୁମୁସହେ = ତୁ + ଅହମ୍ + ଏତମ୍ + ଅପୂପମ୍ + ଉପଯୋକ୍ଟ୍ରମ୍ + ଉତ୍ସହେ । ତତସ୍ତମଶ୍ବିନାଦୂଚତୁଃ = ତତଃ + ତମ୍ + ଅଶ୍ୱିନୌ + ଉଚତୁଃ । ଉପଯୁକ୍ତସ୍ପେନ = ଉପଯୁକ୍ତ + ତେନ । ଭବନ୍ତାବର୍ଣ୍ଣିନୌ = ଭବନୌ + ଅଶ୍ବିନୌ ।

ସମାସ – ଅନିବେଦ୍ୟ = ନ ନିବେଦ୍ୟ (ନଞ୍ଚ୍ ତତ୍) ।

ସକାରଣ ବିଭକ୍ତି – ଅପୂପମ୍ = କର୍ମଣି ୨ୟା । ଗୁରବେ = ନିବେଦନାର୍ଥେ ୪ ର୍ଥୀ । ଭବତଃ = ପୁରସ୍ତାତ୍ ଯୋଗେ ୬ଷ୍ଠୀ । ତେନ = ଅନୁନ୍ତେ କଉଁରି ୩ୟା । ଅନୁନୟେ = ଭାବେ ୭ମୀ ।

ପ୍ରକୃତି ପ୍ରତ୍ୟୟ – ଉକ୍ତ = ବଚ୍ + କ୍ତ । ଉପଯୋଲୁମ୍ = ଉପ + ଯୁଜ୍ + ତୁମୁନ୍ । ଅନିବେଦ୍ୟ = ଅ + ନି + ବିଦ୍ + ଲ୍ୟାପ୍ । ଦତ୍ତ = ଦା + କ୍ତ । ଉପଯୁକ୍ତ = ଉପ + ଯୁଜ୍ + କ୍ତ ।

୧୧ । ତମଶ୍ଚିନାବାହତୁଃ …………………………… ଧର୍ମଶାସ୍ତ୍ରାଣୀତି।

ଶବ୍ଦାର୍ଥ – ଆବହତୁ = କହିଲେ । ଗୁରୁଭଲ୍ୟା = ଗୁରୁଭକ୍ତିଦ୍ୱାରା । ଚକ୍ଷୁଷ୍ମାନ୍ = ଚକ୍ଷୁଯୁକ୍ତ । ଶ୍ରେୟଃ = କଲ୍ୟାଣ ବା ମଙ୍ଗଳ। ଲବ୍ଧଚକ୍ଷୁଃ = ଚକ୍ଷୁଲାଭ କଲେ । ଉପାଧ୍ୟାୟସକାଶମ୍ = ଗୁରୁଙ୍କ ନିକଟକୁ । ଅଭ୍ୟବାଦୟତ = ଅଭିବାଦନ କଲେ । ଆଚଚକ୍ଷେ = କହିଲେ । ପ୍ରୀତିମାନ୍ = ପ୍ରୀତ ବା ଖୁସି । ଅବାପ୍‌ସ୍ୟସି = ପ୍ରାପ୍ତହେବ।

ଅନୁବାଦ – ଅଶ୍ବିନୀକୁମାର ଦୁହେଁ କହିଲେ – ହେ ବତ୍ସ ! ଆମ୍ଭେ ଦୁହେଁ ତୁମର ଏହି ଗୁରୁଭକ୍ତିଦ୍ଵାରା ଅତ୍ୟନ୍ତ ପ୍ରୀତ ହେଲୁ। ତୁମେ ନେତ୍ରଯୁକ୍ତ ହେବ ଓ ତୁମର ପରମ କଲ୍ୟାଣ ହେବ। ସେ ଏପରି କୁହନ୍ତେ ଅଶ୍ବିନୀକୁମାରଦ୍ଵୟଙ୍କଦ୍ୱାରା ଚକ୍ଷୁଲାଭକରି ଉପମନ୍ୟୁ ଗୁରୁଙ୍କ ନିକଟକୁ ଆସି ଅଭିବାଦନ ଜଣାଇଲେ ଓ ସବୁକଥା କହିଲେ। ସେ ମଧ୍ୟ ତାହା ଶୁଣି ପ୍ରୀତହୋଇ କହିଲେ – ଅଶ୍ବିନୀକୁମାର ଦୁହେଁ ଯେପରି କହିଲେ ସେପରି ତୁମର କଲ୍ୟାଣ ହେବ । ସମସ୍ତ ବେଦ ଓ ଧର୍ମଶାସ୍ତ୍ର ତୁମକୁ ପ୍ରତିଭାସିତ କରିବ।

CHSE Odisha Class 11 Sanskrit Optional Solutions Chapter 1 ଉପମନ୍ୟୁକଥା

ବ୍ୟାକରଣ
ସନ୍ଧିବିଚ୍ଛେଦ – ତମସ୍ତିନାବାହତୁଃ = ତମ୍ + ଅଶ୍ବିନୌ + ଆହତୁଃ । ଶ୍ରେୟଶ୍ଚାବାପ୍‌ସୀତି = ଶ୍ରେୟଃ + ଚ + ଅବାପ୍‌ସ୍ୟସି + ଇତି । ଲବ୍ଧଚକ୍ଷୁରୁପାଧ୍ୟାୟସକାଶମାଗମ୍ୟାଭ୍ୟବାଦୟତ = ଲବ୍ଧଚକ୍ଷୁଃ + ଉପାଧ୍ୟାୟସକାଶମ୍ + ଆଗମ୍ୟ + ଅଭ୍ୟବାଦୟତ । ପ୍ରୀତିମାନ୍‌ବଭୂବାହ = ପ୍ରୀତିମାନ୍ + ବଭୂବ + ଆହ।

ସମାସ – ଗୁରୁଭକ୍ତ = ଗୁରୌ ଭକ୍ତି, ତୟା (ସୁପ୍‌ସୁପା) । ଲବ୍ଧଚକ୍ଷୁଃ = ଲବ୍ଧ ଚକ୍ଷୁଷୀ ଯେନ ଡଃ (ବହୁବ୍ରୀହିଃ)। ଉପାଧ୍ୟାୟସକାଶମ୍ = ଉପାଧ୍ୟାୟସ୍ୟ ସକାଶଃ, ତମ୍ (୬ଷ୍ଠ ତତ୍)। ଧର୍ମଶାସ୍ତ୍ରାଣି = ଧର୍ମାଣି ଶାସ୍ତ୍ରାଣି (କର୍ମଧାରୟ)।

ସକାରଣ ବିଭକ୍ତି – ଗୁରୁଭକ୍ତ = ହେତୌ ୩ୟା । ଉପାଧ୍ୟାୟସକାଶମ୍ = କର୍ମଣି ୨ୟା।

ପ୍ରକୃତି ପ୍ରତ୍ୟୟ – ଲବ୍ଧ = ଲଭ୍ + କ୍ତ । ପ୍ରୀତିଃ = ପ୍ରୀଣ୍ + ସ୍କ୍ରିନ୍ । ଆଗମ୍ୟ = ଆ + ଗମ୍ + ଲ୍ୟୁପ୍।

Leave a Comment