+2 1st Year Sanskrit Optional Solutions Chapter 2 ପରହିତସାଧନମ୍ Question Answer

Odisha State Board Plus Two First Year Sanskrit Optional Solutions Chapter 2 ପରହିତସାଧନମ୍ Textbook Exercise Questions and Answers.

Plus Two First Year Sanskrit Optional Chapter 2 ପରହିତସାଧନମ୍ Question Answer

अतिसंक्षेपेण उत्तरं लिखत

(क) बन्धनीमध्यात् शुद्धम् उत्तरं चित्वा लिखत-

Question 1.
‘परहितसाधनम्’ कथा _____________________ ग्रन्यात् समुद्धृता। (द्वात्रिंशत्पुत्तलिका, पञ्चतन्त्रम्, कथासरित्सागर)
Answer:
द्वात्रिंशत्पुत्तलिका

Question 2.
अस्यां कथायां नरपतेः _____________________ सुगुणानां वर्णनं कृतम्। (शूद्रकस्य, त्रिविक्रमसेनस्य, विक्रमादित्यस्य)
Answer:
विक्रमादित्यस्य

Question 3.
सिंहासनं समारोदुकामं _____________________ एका पुत्तलिका कथयति। (विक्रमादित्यम्, भोजम्, त्रिविक्रमसेनम्)
Answer:
भोजम्

Question 4.
विक्रमे राज्यं कुर्वति भूमण्डले _____________________ नासन्। (सज्जनाः, पिशुना:, ब्राह्मणा:)
Answer:
पिशुना:

Question 5.
विक्रमादित्य राज्यभारं _____________________ निक्षिप्तवान्। (पुत्रेषु, सैन्येषु, मन्त्रिषु)
Answer:
मन्त्रिषु

Question 6.
विक्रमादित्य _____________________ वेषेण देशान्तरं निर्गतः। (योगी, भिक्षुकः, सन्न्यासी)
Answer:
योगी

CHSE Odisha Class 11 Sanskrit Optional Solutions Chapter 2 ପରହିତସାଧନମ୍

Question 7.
पर्यटन् स एकस्मिन् दिवसे _____________________ प्राविशत्। (जलमध्ये, गुहायां, महारण्यमध्ये)
Answer:
महारण्यमध्ये

Question 8.
विक्रमादित्य _____________________ एकम् आश्रित्य रात्रौ स्थितः। (गृहम्, मन्दिरम्, वृक्षमूलम्)
Answer:
वृक्षमूलम्

Question 9.
तस्य वृक्षस्य उपरि _____________________ नामा कश्चिद् वृद्धः पक्षिराज आसीत्। (जरद्गवः, चिरञ्जीवी, जतुकर्णि)
Answer:
चिरञ्जीवी

Question 10.
पक्षिसावका: सायम् एकैकं _____________________ आदाय तस्मै वृद्धाय प्रयच्छन्ति स्म। (फलम्, पत्रम्, पुष्पम्)
Answer:
फलम्

Question 11.
अस्ति _____________________ शैवालघोषः नाम पर्वतः। (दक्षिणदेशे, पूर्वदेशे, उत्तरदेशे)
Answer:
उत्तरदेशे

Question 12.
अस्ति उत्तरदेशे _____________________ नाम पर्वतः। (मणिकर्ण, हिमालय, शैवालघोषः)
Answer:
शैवालघोषः

Question 13.
तस्य समीपे _____________________ नगरम् अस्ति। (पलाश, काशी, उज्जयिनी)
Answer:
पलाश

Question 14.
तस्मिन् पर्वते कश्चित् _____________________ निवसति स्म। (यक्ष:, राक्षसः, किन्नरः)
Answer:
राक्षसः

Question 15.
तस्य राक्षसस्य नाम _____________________। (अकासुरः, वकासुरः, अघासुरः)
Answer:
वकासुरः

Question 16.
वयं तुभ्यमाहारार्थं प्रतिदिनमेकं _____________________ दास्यामः। (शिशुं कन्यां, मानवं)
Answer:
मानवं

Question 17.
अद्य मम मित्रस्य कस्यचिद् _____________________ वार: समायातः। (क्षत्रियस्य, भिक्षुकस्य, ब्राह्मणस्य)
Answer:
ब्राह्मणस्य

Question 18.
तस्य ब्राह्मणस्य एक एव _____________________। (पुत्रः, कन्या, पिता)
Answer:
पुत्रः

Question 19.
_____________________ प्रयच्छति चेत् भायी विधवा जायते। (पुत्रं, कन्यां, आत्मानं)
Answer:
आत्मानं

Question 20.
_____________________ ददाति चेत् आश्रमभ्रंशो भवति। (पत्नीं, पुत्रं, आत्मानं)
Answer:
पत्नीं

Question 21.
राजा तत्र नगरे _____________________ समीपं गतः। (मन्दिरं, वध्यशिला, प्रासादं)
Answer:
वध्यशिला

Question 22.
_____________________ वध्यशिलायाम् उपविष्टः। (राजा, ब्राह्मण:, राक्षसः)
Answer:
राजा

Question 23.
राक्षसः राजानं _____________________ इति सम्वोधितम्। (महाभाग !, महासत्त्व !, वोधिसत्त्व !)
Answer:
महासत्त्व !

Question 24.
शिलायां प्रतिदिनं य उपविशति, स मदागमनात् पूर्वमेव _____________________। (शेते, म्रियते, अगच्छत्)
Answer:
म्रियते

Question 25.
मया _____________________ एतत् शरीरं दीयते स्वेच्छया। (परार्थम्, त्वदर्थम्, मदर्थम्)
Answer:
परार्थम्

CHSE Odisha Class 11 Sanskrit Optional Solutions Chapter 2 ପରହିତସାଧନମ୍

Question 26.
तव एतत् शरीरं _____________________। (घृण्यम्, श्लाध्यम्, खर्वम्)
Answer:
श्लाध्यम्

Question 27.
भो महासत्त्व ! त्वं सर्वस्य _____________________ असि। (मित्रम्, आर्त्तिहरः, प्राणदाता)
Answer:
आर्त्तिहरः

Question 28.
यदि प्रसन्नं तर्हि अद्य प्रभृति _____________________ परित्यज। (आहार, पशुभक्षणं, मनुष्यभक्षणं)
Answer:
मनुष्यभक्षणं

Question 29.
_____________________ तदा प्रभृति जीवमारणं तत्याज। (ब्राह्मण:, राजा, राक्षस:)
Answer:
राक्षस:

Question 30.
राजा पुत्तलिकावचनं शृत्वा _____________________ अभवत्। (स्तब्धम्, उपहसितम्, तुष्णीम्)
Answer:
तुष्णीम्

(ख) अतिसंक्षेपेण उत्तरं लिखत-

Question 1.
एकदा क: राज्यभारं मन्त्रिषु निधाय देशान्तरं निर्गतः?
Answer:
ବିକ୍ରମାଦିତ୍ୟ

Question 2.
विक्रमादित्यः राज्यभारं केषु निधाय देशान्तरं निर्गत:?
Answer:
ମନ୍ତ୍ରମାନଙ୍କଠାରେ

Question 3.
सूर्यस्तं दृष्ट्रा विक्रमादित्यः कदा वृक्षमूलमाश्रित्य स्थित:?
Answer:
ରାତିରେ

Question 4.
वृक्षस्य उपरि कः आसीत्?
Answer:
ବୃଦ୍ଧପକ୍ଷୀରାଜ

Question 5.
वृद्धपक्षिराजस्य नाम किमासीत्?
Answer:
ଚିରଞ୍ଜୀବୀ

Question 6.
चिरञ्जीविन: पुत्रा: पौत्राश्च सायंकाले एकैकं किम् आदाय तस्मै वृद्धाय प्रायच्छन्?
Answer:
ଫଳ

Question 7.
उत्तरदेशे को नाम पर्वतः अस्ति?
Answer:
ଶୈବାଳଘୋଷ

Question 8.
कुत्र शैवालघोषः नाम पर्वतः अस्ति?
Answer:
ଉତ୍ତରଦେଶରେ

Question 9.
कस्य समीपे पलाशनगरमस्ति?
Answer:
ଶୈବାଳଘୋଷ ପର୍ବତର

Question 10.
शैवालघाषपर्वते स्थितस्य राक्षसस्य नाम किम्?
Answer:
ବକାସୁର

CHSE Odisha Class 11 Sanskrit Optional Solutions Chapter 2 ପରହିତସାଧନମ୍

Question 11.
जना: प्रतिदिनं केन प्रकारेण एकैकं मानुषं तस्मै राक्षसाय प्रयच्छन्ति?
Answer:
ଘରପାଳି ଅନୁସାରେ

Question 12.
एकदा कस्य वारः समायातः?
Answer:
ବ୍ରାହ୍ମଣର

Question 13.
ब्राह्मणस्य कति पुत्राः आसन्?
Answer:
ଗୋଟିଏ ପୁଅ

Question 14.
ब्राह्मणः पुत्रं ददाति चेत् किं भवति?
Answer:
ସନ୍ତାନନାଶ

Question 15.
ब्राह्मण: पत्नीं ददाति चेत् किं भवति?
Answer:
ଗୃହସ୍ଥାଶ୍ରମର ବିନାଶ

Question 16.
ब्राह्मण: आत्मानं प्रयच्छति चेत् किं जायते?
Answer:
ଭାର୍ଯ୍ୟା ବିଧବା ହେବ

Question 17.
कः सुहृदः दुःखेन स्वयं दुःखी भवति?
Answer:
ପ୍ରକୃତ ବନ୍ଧୁ

Question 18.
क: विहारवार्थविद् भवति?
Answer:
ରାଜା ବିକ୍ରମାଦିତ୍ୟ

Question 19.
राजा ब्राह्मणं स्वगृहं सम्प्रेष्य कुत्र उपविष्टः?
Answer:
ବଧ୍ୟଶିଳାରେ

Question 20.
राक्षसः वदति – भो महासत्त्व ! त्वं पुनः कीदृशो दृश्यसे?
Answer:
ହସହସମୁଖ

Question 21.
परार्थं शरीरं प्रयच्छतः तव शरीरं किम्?
Answer:
ପ୍ରଶଂସନୀୟ

Question 22.
राक्षसः तदा प्रभृति किं तत्याज?
Answer:
ଜୀବବଧ |ମନୁଷ୍ୟଭକ୍ଷଣ

Question 23.
राजा कुत्र प्रत्यगत्?
Answer:
ନିଜ ନଗରୀକୁ

Question 24.
पुत्तलिका भोजराजमब्रवीत् – त्वयि एवं के गुणाः विद्यन्ते?
Answer:
ପରୋପକାର ଓ ଦୟାଦି

(ग) उत्कलभाषया अनुवादं कुरुत-

Question 1.
विक्रमे राज्यं कुर्वति भूमण्डले पिशुना: तस्कराः पापकर्मनिरता नासन्।
Answer:
ରାଜା ବିକ୍ରମାଦିତ୍ୟ ରାଜତ୍ଵ କଲାବେଳେ ପୃଥିବୀରେ ଦୁର୍ଜନ, ଚୋର ଓ ପାପୀମାନେ ନଥିଲେ ।

Question 2.
एकदा विक्रमादित्यो राज्यभारं मन्त्रिषु निधाय स्वयं योगिवषेण देशान्तरं निर्गतः।
Answer:
ଥରେ ବିକ୍ରମାଦିତ୍ୟ ମନ୍ତ୍ରୀମାନଙ୍କଠାରେ ରାଜ୍ୟଭାର ଅର୍ପଣ କରି ନିଜେ ଯୋଗୀବେଶରେ ବିଦେଶକୁ ଚାଲିଗଲେ ।

Question 3.
तद् दृष्ट्वा स वृक्षमूलमेकमाश्रित्य रात्रौ स्थितः।
Answer:
ତାହା ଦେଖୁ ରାତିରେ ସେ ଏକ ବୃକ୍ଷମୂଳକୁ ଆଶ୍ରୟକରି ରହିଲେ ।

CHSE Odisha Class 11 Sanskrit Optional Solutions Chapter 2 ପରହିତସାଧନମ୍

Question 4.
तस्य वृक्षस्य उपरि चिरञ्जीविनामा कश्चिद् वृद्धः पक्षिराज आसीत्।
Answer:
ସେହି ବୃକ୍ଷ ଉପରେ ଚିରଞ୍ଜୀବୀ ନାମକ କୌଣସି ଏକ ବୃଦ୍ଧ ପକ୍ଷିରାଜ ଥିଲା।

Question 5.
‘भोः पुत्राः ! युष्माभिः नानादेशान् पर्यटद्भिः किं चित्रं दृष्टम्’?
Answer:
‘ହେ ପୁତ୍ରମାନେ ! ବିଭିନ୍ନ ଦେଶ ଭ୍ରମଣକରି ତୁମେମାନେ କି ବିଚିତ୍ର କଥା ଦେଖୁଲ’?

Question 6.
अस्ति उत्तरदेशे शैवालघोषः नाम पर्वतः।
Answer:
ଉତ୍ତର ଦେଶରେ ଶୈବାଳଘୋଷ ନାମକ ପର୍ବତଟିଏ ଅଛି।

Question 7.
वयं तुभ्यमाहारार्थं प्रतिदिनमेकं मानवं दास्यामः।
Answer:
ଆମ୍ଭେମାନେ ତୁମକୁ ଖାଇବାପାଇଁ ପ୍ରତିଦିନ ଗୋଟିଏ ଲେଖାଏଁ ମନୁଷ୍ୟ ଦେବୁ।

Question 8.
तदनन्तरं तत्रत्या जना: प्रतिदिनं गृहक्रमेण एकैकं मानुषं तस्मै प्रचच्छन्ति।
Answer:
ତାହାପରେ ସେଠିକାର ଲୋକମାନେ ପ୍ରତ୍ୟହ ଘରପାଳି ଅନୁସାରେ ଜଣେ ଜଣେ କରି ମନୁଷ୍ୟକୁ ତାକୁ ଦେଉଥା’ନ୍ତି।

Question 9.
अद्य मम मित्रस्य कस्यचिद् ब्राह्मणस्य वारः समायातः।
Answer:
ଆଜି ମୋର କୌଣସି ଏକ ବ୍ରାହ୍ମଣବନ୍ଧୁର ପାଳି ପଡ଼ିଲା ।

Question 10.
पुत्रं ददाति चेत् सन्ततिच्छेदो भवति।
Answer:
ଯଦି ପୁତ୍ରକୁ ଦେବ ତେବେ ସନ୍ତାନନାଶ ହେବ।

Question 11.
आत्मानं प्रयच्छति चेत् भार्याी विधवा जायते।
Answer:
ଯଦି ନିଜକୁ ପ୍ରଦାନ କରେ ତେବେ ଭାର୍ଯ୍ୟା ବିଧବା ହୋଇଯିବ।

Question 12.
पत्नीं ददाति चेत् आश्रमभ्रंशो भवति।
Answer:
ସ୍ତ୍ରୀକୁ ଯଦି ଦେବ ତେବେ ଗୃହସ୍ଥାଶ୍ରମର ବିନାଶ ହୋଇଯିବ।

Question 13.
पक्षिणो वचः श्रुत्वा विहङ्गरवार्थविद् राजा तत्र नगरे वध्यशिलासंमीपं गतः।
Answer:
ପକ୍ଷୀଟିର କଥା ଶୁଣି ପକ୍ଷିସ୍ୱରାର୍ଥଜ୍ଞ ରାଜା ସେହି ନଗରରେ ଥିବା ବଧ୍ୟଶିଳା ନିକଟକୁ ଗଲେ ।

Question 14.
त्वं पुनः प्रहसितवदनो दुश्यसे।
Answer:
ତୁମେ ପୁଣି ହସହସ ମୁଖ ଦେଖାଯାଉଛି ।

Question 15.
भो महासत्व ! त्वं सर्वस्य आर्त्तिहरः असि।
Answer:
ହେ ମହାପ୍ରାଣ ! ତୁମେ ସମସ୍ତଙ୍କର ଦୁଃଖହରଣକାରୀ ଅଟେ।

Question 16.
परार्थ शरीरं प्रयच्छतः तव एव एतत् शरीरं श्लाध्यम्।
Answer:
ପର ପାଇଁ ଶରୀର ଦାନକରୁଥିବା ତୁମର ଏହି ଦେହ ପ୍ରଶଂସନୀୟ ଅଟେ।

Question 17.
राक्षसः तदा प्रभृति जीवमारणं तत्याज।
Answer:
ରାକ୍ଷସ ସେହିଦିନଠାରୁ ଜୀବବଧ ତ୍ୟାଗକଲା ।

संक्षेपेण उत्तरं लिखत-

Question 1.
विक्रमादित्य : रात्रौ कुत्र स्थित:?
Answer:
ଏକଦା ଭୋଜରାଜ ବିକ୍ରମାଦିତ୍ୟ ଦେଶାନ୍ତରରେ ଯାଇ ଏକ ବନମଧ୍ୟରେ ପ୍ରବେଶ କଲେ । ବୁଲି ବୁଲି ସାରାଦିନ ତାଙ୍କର ଅତିବାହିତ ହେଲା । ବଣମଧ୍ଯରେ ସୂର୍ଯ୍ୟ ଅସ୍ତ ହୋଇଯିବାରୁ ରାତ୍ରି ଆସିବାମାତ୍ରକେ ସେ ସେହିଠାରେ ଏକ ବୃକ୍ଷମୂଳରେ ରାତ୍ରି ଯାପନ କଲେ ।

CHSE Odisha Class 11 Sanskrit Optional Solutions Chapter 2 ପରହିତସାଧନମ୍

Question 2.
चिरञ्जीवी क:?
Answer:
ଚିରଞ୍ଜୀବୀ ହେଉଛି ପକ୍ଷୀମାନଙ୍କର ରାଜା । ସେ ଅତ୍ୟନ୍ତ ବୃଦ୍ଧ ଅଟେ । ବଣମଧ୍ୟରେ ଭୋଜରାଜ ବିକ୍ରମାଦିତ୍ୟ ଯେଉଁ ବୃକ୍ଷମୂଳରେ ରାତ୍ରିଯାପନ କରୁଥିଲେ, ସେହି ବୃକ୍ଷ ଉପରେ ସେ ନିବାସ କରୁଥିଲା । ପକ୍ଷୀମାନେ ବଣରେ ଉଡ଼ିବୁଲି ତା’ପାଇଁ ଯେଉଁ ଫଳ ଆଣୁଥିଲେ ତାକୁ ଖାଇ ସେ ଜୀବନ ନିର୍ବାହ କରୁଥିଲା ।

Question 3.
पक्षिणः चिरञ्जीविना किं पृष्ठा?
Answer:
ବନମଧ୍ୟରେ ଏକ ବୃକ୍ଷ ଉପରେ ବୃଦ୍ଧ ପକ୍ଷୀରାଜ ଚିରଞ୍ଜୀବୀ ନିବାସ କରୁଥିଲା । ତା’ର ପୁଅ ଓ ନାତିମାନେ ନିଜ ଉଦର ପୂର୍ଣ୍ଣକରିବା ପରେ ଯାହା ଫଳ ଆଣି ଦେଉଥିଲେ ସେଥ‌ିରେ ସେ ଜୀବନ କଟାଉଥିଲା । ତା’ପରେ ରାତିରେ ଚିରଞ୍ଜୀବୀ ଆନନ୍ଦରେ ବସି ସେହି ପକ୍ଷୀମାନଙ୍କୁ ପଚାରିଲା – ହେ ପୁତ୍ରମାନେ ! ତୁମ୍ଭେମାନେ ତ ନାନାଦେଶ ବୁଲୁଛି ତେବେ ଆଶ୍ଚର୍ଯ୍ୟ କଥା କ’ଣ ଦେଖୁଲ ? ଏହିପରି ପ୍ରଶ୍ନ ଚିରଞ୍ଜୀବୀ ପକ୍ଷୀମାନଙ୍କୁ କରିଥିଲା ।

Question 4.
शैवालघोषे कः प्रतिवसति स्म? असौ प्रत्यहं किं करोति?
Answer:
ଉତ୍ତରପ୍ରଦେଶରେ ଶୈବାଳଘୋଷ ନାମକ ପର୍ବତଟିଏ ଥିଲା । ସେହି ପର୍ବତରେ ବକାସୁର ନାମକ ରାକ୍ଷସ ନିବାସ କରୁଥିଲା । ସେ ପ୍ରତିଦିନ ପର୍ବତ ନିକଟସ୍ଥ ପଲାଶନଗର ସମସ୍ତ ଲୋକମାନଙ୍କୁ କି ପୁରୁଷ, ସ୍ତ୍ରୀ, ପିଲା ସମସ୍ତଙ୍କୁ ମନଇଚ୍ଛା ଭକ୍ଷଣ କରୁଥିଲା । ବକାସୁରର ଏପରି କାର୍ଯ୍ୟରେ ନଗରବାସୀ ଅତ୍ୟନ୍ତ ଦୁଃଖ୍ତ ହୋଇପଡ଼ିଲେ ।

Question 5.
ब्राह्मणः राक्षसाय भोजनदानावसरे किम् अचिन्तयत्?
Answer:
ନଗରବାସୀ ପ୍ରତିଦିନ ପାଳିକରି ଜଣକୁ ରାକ୍ଷସର ଭକ୍ଷଣ ନିମନ୍ତେ ପଠାଉଥିଲେ । ଥରେ ଜଣେ ବ୍ରାହ୍ମଣର ପାଳିପଡ଼ିଲା । ତହୁଁ ସେ ଚିନ୍ତାକଲା ଯେ ଯଦି ମୋର ଏକମାତ୍ର ପୁତ୍ରକୁ ଦେଉଛି ତେବେ ନିଃସନ୍ତାନ ହୋଇଯିବି । ଯେବେ ନିଜକୁ ଅର୍ପଣ କରୁଛି ତେବେ ସ୍ତ୍ରୀ ବିଧବା ହୋଇଯିବ । ପୁଣି ଯଦି ସ୍ତ୍ରୀକୁ ଦେଉଛି ତେବେ ମୋର ସଂସାର ଉଚ୍ଛନ୍ନ ହୋଇଯିବ । ଏହିପରି ନାନାକଥା ଚିନ୍ତାକରି ବ୍ରାହ୍ମଣ ଦୁଃଖର ସହିତ ରାକ୍ଷସର ଭୋଜନ ନିମନ୍ତେ ବଧଶିଳା ଆଡ଼କୁ ଚାଲିଲା ।

Question 6.
परहितसाधनमाश्रित्य सुहृदः लक्षणं निर्णयत।
Answer:
ଅନ୍ୟର ହିତସାଧନ ନିମନ୍ତେ ଯେ ନିଜ ଜୀବନକୁ ବଳି ଦେବାକୁ ସକ୍ଷମ ହୋଇଥାଏ ସେ ହିଁ ପ୍ରକୃତ ବନ୍ଧୁ । କାରଣ ରାଜା ପକ୍ଷୀମାନଙ୍କର କଥା ଶୁଣି ବ୍ରାହ୍ମଣକୁ ଗୃହକୁ ପଠାଇ ନିଜେ ବଧଶିଳାରେ ବସିପଡ଼ିଲେ । ଏ ପ୍ରସଙ୍ଗରେ ପକ୍ଷୀମାନଙ୍କ ମୁଖରେ ଯଥାର୍ଥ ଉକ୍ତି ଯେ – “अहो ! अयमेव सुहृत्, य सुहृदो दुःखेन स्वयं दुःखी भवति।”

Question 7.
विक्रमादित्य कथं महासत्त्व इति राक्षसेन उक्तम्?
Answer:
ରାକ୍ଷସ ବକାସୁର ଯେତେବେଳେ ବଧଶିଳା ନିକଟକୁ ଆସିଲା ସେତେବେଳେ ଦେଖିଲା ଯେ ଜଣେ ପୁରୁଷ ସହର୍ଷଉତ୍‌ଫୁଲ୍ଲିତ ବଦନରେ ବସିଛି । ତାକୁ ଦେଖୁ ରାକ୍ଷସ ଆଶ୍ଚର୍ଯ୍ୟାନ୍ବିତ ହେଲା ଏବଂ ମହାସତ୍ତ୍ଵ ବୋଲି ସମ୍ବୋଧନ କଲା, କାରଣ ରାକ୍ଷସର ଆସିବା ପୂର୍ବରୁ ଯିଏ ସେହି ବଧଶିଳାରେ ବସିଥାଏ ସେ ମରିଯାଏ । ଏଥିରେ ରାକ୍ଷସ ସନ୍ତୁଷ୍ଟ ହୋଇ ବରଯାଚନା ପାଇଁ କହିଥିଲା । ବିକ୍ରମାଦିତ୍ୟଙ୍କର ଏତାଦୃଶ ତ୍ୟାଗ ଓ ଦୟାର ଭାବନା ତାଙ୍କୁ ମହାସତ୍ତ୍ଵ ନାମରେ ନାମିତ କରିଥିଲା, ଯାହାକି ରାକ୍ଷସଦ୍ବାରା ଅଭିହିତ ହୋଇଥିଲା ।

Question 8.
वध्यशिलायाम् उपविष्टः राजा राक्षसं किम् अब्रवीत्?
अथवा
राजा वररूपेण राक्षसं किमयाचत?
Answer:
ରାକ୍ଷସ ବଧଶିଳାରେ ଉପବେଶନ କରିଥିବା ରାଜାଙ୍କୁ ଦେଖୁ ତାଙ୍କର ତ୍ୟାଗ ଓ ଦୟାର ଭାବନା ଦେଖୁ ମୃତ୍ୟୁକାଳରେ ବି ହରଷମୁଖ ଦେଖୁ ତାଙ୍କୁ ମହାସତ୍ତ୍ଵ ବୋଲି ସମ୍ବୋଧନ କରି ସନ୍ତୁଷ୍ଟ ହୋଇ ବରଯାଚନା କରିବାପାଇଁ କହିଲା । ରାଜା କିନ୍ତୁ ପ୍ରଥମେ ବଧଶିଳାରେ ବସି ତାଙ୍କୁ ଭକ୍ଷଣ କରିବାକୁ କହିଲେ, ମୁଁ ପର ନିମନ୍ତେ ଏ ଶରୀର ପ୍ରଦାନ କରୁଅଛି । ପରେ ବରଯାଚନା କରି ରାକ୍ଷସକୁ ଜୀବମାରଣ ନକରିବାପାଇଁ କହିଥିଲେ । ସେହିଦିନଠାରୁ ସେ ରାକ୍ଷସ ମଧ୍ୟ ଆଉ ଜୀବମାରଣ କଲା ନାହିଁ ।

Question 9.
वासुरं नागरिका: किं प्रतिश्रुतवन्तः?
Answer:
ଉତ୍ତରପ୍ରଦେଶର ଶୈବାଳଘୋଷ ପର୍ବତରେ ବକାସୁର ନାମକ ଏକ ରାକ୍ଷସ ରହୁଥିଲା । ସେ ନିକଟସ୍ଥ ପିଲାଶନଗରର ଲୋକମାନଙ୍କୁ ମନଇଚ୍ଛା ଭକ୍ଷଣ କରୁଥିଲା । ଥରେ ସେହି ନଗରବାସୀ ସେ ବକାସୁରକୁ ପ୍ରତିଶ୍ରୁତି ଦେଇ କହିଲେ – ‘ହେ ବକାସୁର ! ତୁମେ ମନଇଚ୍ଛା ସମ୍ମୁଖରେ ପଡୁଥିବା ଯେକୌଣସି ବ୍ୟକ୍ତିକୁ ଖାଅନାହିଁ । ଆମ୍ଭେମାନେ ତୁମର ଆହାର ନିମନ୍ତେ ପ୍ରତିଦିନ ଗୋଟିଏ କରି ମଣିଷ ଦେବୁ ।’ ଏହିପରି କହି ପ୍ରତିଦିନ ଜଣ ଜଣକୁ ପାଳିକରି ନଗରବାସୀ ତା’ ନିକଟକୁ ପଠାଉଥିଲେ ।

Question 10.
राजानं दृष्ट्वा कथं राक्षस: विस्मितोऽभवत्?
Answer:
ବଧଶିଳା ଉପରେ ପ୍ରଫୁଲ୍ଲିତବଦନଯୁକ୍ତ ରାଜାଙ୍କୁ ଦେଖୁ ରାକ୍ଷସ ବିସ୍ମିତ ହୋଇଥିଲା କାରଣ ଏଥ‌ିପୂର୍ବରୁ ଯେ ଶିଳା ଉପରେ ବସୁଥିଲା ସେ ରାକ୍ଷସର ଆସିବା ପୂର୍ବରୁ ହିଁ ମୃତ୍ୟୁବରଣ କରୁଥିଲା । ହେଲେ ରାଜାଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ରାକ୍ଷସ ଦର୍ଶନ କଲା, ଏଣୁ ଆଶ୍ଚର୍ଯ୍ୟାନ୍ବିତ ହେଲା ।

CHSE Odisha Class 11 Sanskrit Optional Solutions Chapter 2 ପରହିତସାଧନମ୍

Question 11.
पक्षिणां वचः शृत्वा राजा किम् अकरोत्?
Answer:
ଯେତେବେଳେ ପକ୍ଷୀମାନେ ଶୈବାଳଘୋଷ ପର୍ବତନିବାସୀ ରାକ୍ଷସର ଜୀବମାରଣ କଥା କହୁଥିଲେ, ସେହି ବୃକ୍ଷମୂଳରେ ଥାଇ ରାଜା ସେ ସମସ୍ତ କଥା ଶୁଣୁଥିଲେ । ଆଉ ସେ ବ୍ରାହ୍ମଣର ଏପରି ଦୁଃଖାବସ୍ଥାକୁ ଅନୁଭବକରି ପରମଦୟାର୍ଦ୍ରଚିତ୍ତ ରାଜା ବିକ୍ରମାଦିତ୍ୟ ତତ୍‌କ୍ଷଣେ ସେ ନଗରନିକଟସ୍ଥ ବଧଶିଳା ନିକଟକୁ ଗଲେ ଓ ବ୍ରାହ୍ମଣକୁ ଅଭୟବାଣୀ ଶୁଣାଇ ନିଜେ ଯାଇ ସେହି ବଧଶିଳା ଉପରେ ରାକ୍ଷସର ଭୋଜନ ନିମନ୍ତେ ବସିପଡ଼ିଲେ । ଏଥୁରୁ ରାଜାଙ୍କର ତ୍ୟାଗଶୀଳତାର ପରିଚୟ ମିଳେ ।

Question 12.
कथं राक्षसेन कथितम् “अहं तृष्टोऽस्मि”?
Answer:
ବଧଶିଳା ଉପରେ ପରମତ୍ୟାଗୀ ରାଜାଙ୍କୁ ପ୍ରଫୁଲ୍ଲିତ ବଦନଯୁକ୍ତ ଦେଖୁ ତାଙ୍କର ପରାର୍ଥନିମନ୍ତେ ଶରୀର ତ୍ୟାଗ ବିଷୟକୁ ଶୁଣି ରାକ୍ଷସ ବକାସୁର କହିଲା – ‘ହେ ମହାସତ୍ତ୍ୱ ! ତୁମେ ସମସ୍ତଙ୍କର ପ୍ରାଣରକ୍ଷକ ଅଟ । ପରପାଇଁ ପ୍ରଦାନ କରୁଥିବା ତୁମର ଏ ଶରୀର ଅତ୍ୟନ୍ତ ପ୍ରଶଂସନୀୟ । ଏଣୁ ମୁଁ ସନ୍ତୁଷ୍ଟ ହେଲି । ତେଣୁ ତୁମେ ବର ମାଗ ।

दीर्घप्रश्नोत्तराणि

Question 1.
“परहतिसाधनम्” इति कथाप्रसङ्गात् राजा विक्रमादित्यस्य त्यागं दयाञ्च प्रदर्शयत्।
अथवा
विक्रमादित्यः कथं राक्षससम्मुखं गत्वा आत्मानं विसर्जयितुं स्थिरिकृतवान्?
Answer:
ସିଂହାସନରେ ଆରୁଢ଼ହେବାକୁ ଯିବାବେଳେ ଏକ କଣ୍ଢେଇ ଏକଥା କହିଥିଲା । ରାଜା ବିକ୍ରମାଦିତ୍ୟ ଥିଲେ ସୁଶାସକ । ତାଙ୍କ ରାଜ୍ୟଶାସନ କାଳରେ ରାଜ୍ୟରେ ମିଥ୍ୟାବାଦୀ, ଚୌର ଓ ପାପୀ ନଥିଲେ । ଥରେ ରାଜା ରାଜ୍ୟଭାର ମନ୍ତ୍ରୀଙ୍କୁ ଦେଇ ସନ୍ନ୍ୟାସୀ ବେଶରେ ବିଦେଶକୁ ବାହାରିଲେ । ବୁଲିବୁଲି ଯାଇ ସନ୍ଧ୍ୟାକାଳରେ ଘୋର ଅରଣ୍ୟରେ ପହଞ୍ଚିଲେ । ସେ ରାତ୍ରିଯାପନ ପାଇଁ ଏକ ବୃକ୍ଷମୂଳେ ବସିଲେ । ସେହି ଗଛରେ ଚିରଞ୍ଜୀବୀ ନାମକ ବୃଦ୍ଧ ପକ୍ଷୀରାଜ ରହୁଥିଲା । ତା’ର ପିଲାମାନେ ବିଭିନ୍ନ ସ୍ଥାନକୁ ଯାଇ ଆହାରକରି ଗୋଟିଏ ଗୋଟିଏ ଫଳ ଆଣି ତାକୁ ଦେଉଥିଲେ । ଚିରଞ୍ଜୀବୀ ପକ୍ଷୀମାନଙ୍କୁ ସେମାନେ ବୁଲୁଥିବାବେଳେ କ’ଣ ଆଶ୍ଚର୍ଯ୍ୟକଥା ଦେଖ‌ିଲେ ବୋଲି ପଚାରନ୍ତେ ଏକ ପକ୍ଷୀ ଯାହା କହିଲା, ସେ କଥାକୁ ବୃକ୍ଷମୂଳେ ରାଜା ଶୁଣୁଥିଲେ ।

ପକ୍ଷୀଟି କହିଲା – ଉତ୍ତରପ୍ରଦେଶରେ ଶୈବାଳଘୋଷ ନାମକ ପର୍ବତଟିଏ ଅଛି । ତା’ ନିକଟରେ ପଲାଶନଗର ରହିଛି । ସେହି ପର୍ବତରେ ଥ‌ିବା ଏକ ରାକ୍ଷସ ଯା’ର ନାଁ ବକାସୁର ସେ ପ୍ରତିଦିନ ନଗରକୁ ଆସି ତା’ଆଗରେ ଯେ ପଡୁଥିଲା, ତାକୁ ଭକ୍ଷଣ କରୁଥିଲା । ଥରେ ନଗରବାସୀ ଲୋକେ କହିଲେ – ‘‘ହେ ବକାସୁର ! ତୁମେ ଏପରି କରନାହିଁ, ଆମ୍ଭେମାନେ ତୁମର ଆହାର ନିମନ୍ତେ ପ୍ରତିଦିନ ଗୋଟିଏ କରି ମଣିଷ ଆଣିଦେବୁ ।’’

ତା’ପରେ ସେ ନଗରବାସୀ ପ୍ରତିଦିନ ପାଳି ଅନୁସାରେ ପ୍ରତିଘରୁ ଜଣ ଜଣଙ୍କୁ ନେଇ ତାଙ୍କୁ ଦେଉଥାନ୍ତି । ଏହିପରି ଅନେକ ଦିନ ଗଡ଼ିଗଲା । ଦିନେ ଏକ ବ୍ରାହ୍ମଣର ପାଳି ପଡ଼ିବାରୁ ସେ ବ୍ୟଥ୍‌ତ ବା ଦୁଃଖୁତ ହେଲା, କାରଣ ତା’ର ଏକମାତ୍ର ପୁତ୍ର, ତାକୁ ଯଦି ସେ ଦିଏ ତେବେ ତା’ର କୁଳ ନାଶ ଯିବ । ସେ ଯଦି ନିଜେ ଯାଏ ତେବେ ସ୍ତ୍ରୀ ବିଧବା ହୋଇଯିବ । ସ୍ତ୍ରୀକୁ ଯଦି ଦିଏ ତେବେ ଘର ଉଜୁଡ଼ିଯିବ । ଏକଥା ଭାବି ବ୍ରାହ୍ମଣ ବର୍ଷଶିଳା ନିକଟକୁ ଗଲା ।

ଏହି ସମୟରେ ଏକଥା ଶୁଣି ରାଜା ବିକ୍ରମାଦିତ୍ୟ ସେହି ନଗରର ବର୍ଧଶିଳା ନିକଟକୁ ଗଲେ । ସେଠାରେ ବ୍ରାହ୍ମଣକୁ ଦେଖୁ ତାକୁ ଅଭୟବାଣୀ ଶୁଣାଇ ଘରକୁ ପଠାଇଦେଲେ ଓ ନିଜେ ବଧଶିଳା ଉପରେ ବସିଗଲେ । ବକାସୁର ଆସି ପ୍ରଫୁଲ୍ଲିତ ହରଷମନା ଲୋକଟିଏ ଦେଖୁ ପଚାରିଲା – ‘‘ହେ ମହାସତ୍ତ୍ୱ ! ଏଠାକୁ ଯେ ଆସେ ସେ ମୋ ଆସିବାପୂର୍ବରୁ ହିଁ ମରିଯାଏ । ହେଲେ ତୁମେ ଏତେ ହସହସ ମୁଖରେ ଏଠାରେ ବସିଛ । ତୁମେ କିଏ ?’’

ଏହାପରେ ରାଜା କହିଲେ, ମୁଁ ଅନ୍ୟ ପାଇଁ ସ୍ଵଇଚ୍ଛାରେ ଶରୀର ପ୍ରଦାନ କରୁଛି । ତେଣୁ ମୋ ମନରେ ଆଦୌ ଗ୍ଳାନି ନାହିଁ । ତୁମେ ମଧ୍ଯ ତୁମର ଇଚ୍ଛା ପୂରଣ କର ବା ମୋତେ ଭକ୍ଷଣ କର। ଏହାପରେ ରାକ୍ଷସ କ୍ଷଣିଏ ରହି ଭାବିଲା ଓ କହିଲା – ହେ ମହାସତ୍ତ୍ୱ ! ତୁମେ ସମସ୍ତଙ୍କର ଦୁଃଖହରଣକାରୀ ଓ ତୁମର ଏ ଶରୀର ପ୍ରଶଂସନୀୟ । ମୁଁ ତୁମ ଉପରେ ସନ୍ତୁଷ୍ଟ ହେଲି ଏଣୁ ବର ମାଗ । ଏହା ଶୁଣି ରାଜା କହିଲେ – ‘ହେ ରାକ୍ଷସ ! ତୁମେ ମନୁଷ୍ୟ ଭକ୍ଷଣ ତ୍ୟାଗ କର ।’ ତାପରେ ରାକ୍ଷସ ସେହିଦିନଠାରୁ ଜୀବମାରଣ ତ୍ୟାଗ କଲା । ରାଜା ସ୍ଵନଗରୀକୁ ପ୍ରତ୍ୟାବର୍ତ୍ତନ କଲେ ।

ଏହିପରି ଭାବେ ତ୍ୟାଗପୂତ ଚରିତ୍ର ବିଶିଷ୍ଟ ପରମ ଉପକାରୀ ଦୟାଶୀଳ ରାଜା ବିକ୍ରମାଦିତ୍ୟ ପୁତ୍ତଳିକାଠାରୁ କଥା ଶୁଣି ନୀରବ ରହିଲେ ଓ ସିଂହାସନରେ ଉପବେଶନ କଲେ । ଏହାଥିଲା ରାଜାଙ୍କର ଚାରିତ୍ରିକ ଗୁଣ ଓ ମହତ୍ତ୍ଵର ଚରମ ତଥା ପରମ ନିଦର୍ଶନ ।

+2 1st Year Sanskrit Optional Chapter 2 ପରହିତସାଧନମ୍ Summary

ବିଷୟ ପ୍ରବେଶ – ‘‘ପରହିତସାଧନମ୍’’ ଏହି ନାମଧେୟ କଥା ଦ୍ବାତ୍ରିଂଶତ୍‌ପୁତ୍ତଳିକା ଗ୍ରନ୍ଥରୁ ସମୁଦ୍ଧୃତ । ଏହି କଥାରେ ଭାରତଭୂମଣ୍ଡଳ ବିସ୍ତ୍ରୁତ ପ୍ରଥଯଶା ନରପତି ବିକ୍ରମାଦିତ୍ୟଙ୍କର ସୁଗୁଣ ଚରିତର ବର୍ଣ୍ଣନା କରାଯାଇଛି । ସିଂହାସନରେ ଆରୋହଣ କରିବାକୁ ଉଦ୍ୟତ ହେଉଥୁବା ଭୋଜଙ୍କ ପ୍ରତି ପୁତ୍ତଳିକା (କଣ୍ଢେଇ) ବିକ୍ରମ ଗୁଣକୀର୍ତ୍ତନ ବିନିବେଦିତ ହୋଇଛି । ପ୍ରସ୍ତୁତ କଥାରେ ପରହିତସାଧନର ପରାକାଷ୍ଠା ପ୍ରଦର୍ଶିତ ହୋଇଛି । ଏହି କଥାର ଭାଷା ଅତୀବ ହୃଦ୍ୟ ଏବଂ ଭାବ ଅତୀବ ଗମ୍ଭୀର । ପରହିତ ପରାୟଣା ରାଜାଙ୍କଦ୍ବାରା କୁରରାକ୍ଷସର ଚରିତ୍ର ତଥା ହୃଦୟ ପରିବର୍ତ୍ତନ ହୋଇଅଛି ।

ସାରକଥା – ସିଂହାସନକୁ ଆରୋହଣ କରିବାକୁ ଯାଉଥ‌ିବା ରାଜା ଭୋଜଙ୍କୁ ଏକ କଣ୍ଢେଇ କହିଲା – ରାଜା ! ଶୁଣ । ବିକ୍ରମାଦିତ୍ୟଙ୍କ ରାଜତ୍ୱକାଳରେ ତାଙ୍କ ରାଜ୍ୟରେ କେହିହେଲେ ମିଛୁଆ, ଚୋର ଓ ପାପୀ ନ ଥିଲେ । ଥରେ ସେ ରାଜ୍ୟଭାର ମନ୍ତ୍ରୀଙ୍କୁ ଦେଇ ନିଜେ ଯୋଗୀବେଶରେ ବିଦେଶକୁ ବାହାରିପଡ଼ିଲେ । ବୁଲୁ ବୁଲୁ ସଂଧ୍ୟାସମୟରେ ମହାରଣ୍ୟରେ ପ୍ରବେଶ କଲେ । ସେ ରାତ୍ରିରେ କୌଣସି ଏକ ବୃକ୍ଷମୂଳେ ରହିଲେ । ସେହି ଗଛରେ ଚିରଂଜୀବୀ ନାମକ ଏକ ବୃଦ୍ଧପକ୍ଷୀରାଜ ରହୁଥିଲା । ତା’ର ପୁଅ ଓ ନାତିମାନେ ଅନ୍ୟଦେଶକୁ ଯାଇ ଉଦର ପୂରଣକରି ସଂଧ୍ୟାରେ ତା’ପାଇଁ ଗୋଟିଏ ଗୋଟିଏ ଫଳ ନେଇଆସୁଥିଲେ ଓ ତାଙ୍କୁ ଦେଉଥିଲେ । ରାତିରେ ଆନନ୍ଦରେ ଚିରଂଜୀବୀ ସେମାନଙ୍କୁ ପଚାରିଲା – ତୁମେ ନାନାଦେଶ ବୁଲି କ’ଣ ଆଶ୍ଚର୍ଯ୍ୟ କଥା ଦେଖୁ ?

ଏକ ପକ୍ଷୀ କହିଲା – ଉତ୍ତରପ୍ରଦେଶରେ ଶୈବାଳଘୋଷ ନାମକ ଏକ ପର୍ବତ ଥିଲା । ତା’ ନିକଟରେ ପଲାଶନଗର ଥିଲା । ସେହି ପର୍ବତରେ ବକାସୁର ନାମକ ଏକ ରାକ୍ଷସ ରହୁଥିଲା । ସେ ପ୍ରତିଦିନ ନଗରକୁ ଆସି ତା’ ଆଗରେ ଆସୁଥୁବା ଯେକୌଣସି ମନୁଷ୍ୟ, ସ୍ତ୍ରୀ ବା ବାଳକକୁ ସେ ପର୍ବତକୁ ନେଇ ଖାଉଥିଲା । ଥରେ ନଗରବାସୀ ଲୋକେ ସେ ରାକ୍ଷସକୁ ଏପରି ନ ଖାଇବାପାଇଁ କହି ତାକୁ ପ୍ରତିଦିନ ଆହାର ନିମନ୍ତେ ଗୋଟିଏ ମଣିଷ ଦେବାକୁ ପ୍ରତିଶ୍ରୁତି ଦେଲେ ।

ତା’ପରେ ପାଳିକ୍ରମେ ଲୋକେ ପ୍ରତିଦିନ ଜଣେ ମଣିଷକୁ ଦେଲେ । ଏହିପରି ଅନେକ ଦିନ ଚାଲିଗଲା । ଆଜି ମୋର କୌଣସି ଏକ ବ୍ରାହ୍ମଣ ବନ୍ଧୁର ପାଳି ପଡ଼ିଲା । ତା’ର ଏକ ପୁତ୍ର । ଯଦି ପୁଅକୁ ଦିଏ ତେବେ ସନ୍ତାନହାନି ହେବ । ନିଜେ ଯଦି ଯିବ ତେବେ ପନ୍ଥୀ ବିଧବା ହୋଇଯିବ ଏବଂ ପତ୍ନୀକୁ ଯଦି ଦିଏ ତେବେ ଆଶ୍ରମ ଭ୍ରଂଶ ହୋଇଯିବ । ଏହାହିଁ ମୋର ଦୁଃଖର କାରଣ । ଏକଥା ଶୁଣି ପକ୍ଷୀମାନେ କହିଲେ – ଆରେ ! ଇଏ ହିଁ ପ୍ରକୃତରେ ବନ୍ଧୁ । କାରଣ ଯିଏକି ବନ୍ଧୁର ଦୁଃଖରେ ନିଜେ ଦୁଃଖୀ ହେଉଛି ।

CHSE Odisha Class 11 Sanskrit Optional Solutions Chapter 2 ପରହିତସାଧନମ୍

ପକ୍ଷୀମାନଙ୍କର ଏହି କଥା ଶୁଣି ବିହଙ୍ଗରବାର୍ଥବିତ୍ ରାଜା ଭୋଜ ସେହି ନଗରରେ ବଧଶିଳା ନିକଟକୁ ଗଲେ । ସେଠି ବ୍ରାହ୍ମଣକୁ ଦେଖ୍ ତାଙ୍କୁ ଅଭୟଦେଇ ଘରକୁ ପଠାଇ ନିଜେ ସେ ଶିଳା ଉପରେ ବସିପଡ଼ିଲେ । ସେହି ସମୟରେ ରାକ୍ଷସ ଆସି ପ୍ରଫୁଲ୍ଲିତ ସେ ଲୋକଟିକୁ ଦେଖ୍ ଆଶ୍ଚର୍ଯ୍ୟହୋଇ ପଚାରିଲା – ହେ ମହାସତ୍ତ୍ୱ ! ଏ ଶିଳାରେ ଯେ ପ୍ରତିଦିନ ବସେ ସେ ମୋ ଆସିବା ପୂର୍ବରୁ ହିଁ ମରିଯାଇଥାଏ । ତୁମେ କ’ଣ ଆଜି ହସ ହସ ମୁଖରେ ବସିଥିବାର ଦେଖାଯାଉଛି । ତେବେ କୁହ, ତୁମେ କିଏ ?

ରାଜା କହିଲେ – ‘ମୁଁ ଅନ୍ୟପାଇଁ ନିଜ ଇଚ୍ଛାରେ ଏ ଶରୀର ପ୍ରଦାନ କରୁଛି । ଏଣୁ ମୋ ମନରେ କିଛି ଗ୍ଳାନି ନାହିଁ । ତୁମେ ନିଜ ଇଚ୍ଛା ପୂରଣ କର । ତା’ପରେ ରାକ୍ଷସ ଟିକେ ଭାବି କହିଲା – ‘ହେ ମହାସତ୍ତ୍ୱ ! ତୁମେ ସମସ୍ତଙ୍କର ଦୁଃଖହାରୀ ଅଟ । ଅନ୍ୟପାଇଁ ପ୍ରଦତ୍ତ ଏ ଶରୀର ତୁମର ପ୍ରଶଂସନୀୟ । ମୁଁ ସନ୍ତୁଷ୍ଟ ହେଲି । ବର ମାଗ’ । ରାଜା କହିଲେ – ହେ ରାକ୍ଷସ ! ଯଦି ତୁମେ ପ୍ରସନ୍ନ ହୋଇଛି ତେବେ ଆଜିଠୁ ମନୁଷ୍ୟଭକ୍ଷଣ ତ୍ୟାଗ କର ।’’ ତା’ପରେ ରାକ୍ଷସ ସେହିଦିନଠାରୁ ଜୀବମାରଣ ତ୍ୟାଗ କଲା । ରାଜା ନିଜ ନଗରୀକୁ ଫେରିଗଲେ । ଏକଥା କହି କଣ୍ଢେଇ ଭୋଜରାଜାଙ୍କୁ କହିଲା ତୁମଠି ଯଦି ପରୋପକାର ଗୁଣ ଅଛି ତେବେ ସିଂହାସନରେ ବସ । ରାଜା କିନ୍ତୁ ମୌନ ରହିଲେ ।

୧। ସିଂହାସନଂ ସମାରୋତୁକାମଂ ……………………… ପକ୍ଷୀରାଜ ଆସୀତ୍ ।

ଶବ୍ଦାର୍ଥ – ସିଂହାସନଂ = ସିଂହାସନକୁ । ସମାରୋତୁକାମମ୍ = ଆରୋହଣ କରିବାପାଇଁ ଇଚ୍ଛୁକ । ଭୋଜମ୍ = ଭୋଜରାଜଙ୍କୁ । ଏକା ପୁଭଳିକା = ଗୋଟିଏ କଣ୍ଢେଇ । କଥୟତି = କହୁଛି । ଶୁୟତାମ୍ = ଶୁଣନ୍ତୁ । ପିଶୁନଃ = ମିଛୁଆ । ତସ୍କରା = ଚୋର । ନାସନ୍ = ନ ଥିଲେ । ରାଜ୍ୟଭାରମ୍ = ରାଜ୍ୟଶାସନ । ନିଧାୟ ନ୍ୟସ୍ତକରି । ସ୍ବୟମ୍ = ନିଜେ । ଦେଶାନ୍ତରମ୍ = ଅନ୍ୟଦେଶକୁ । ନିର୍ଗତଃ = ଗଲେ । ପର୍ଯ୍ୟଟନ୍ = ବୁଲୁବୁଲୁ । ପ୍ରାବିଶତ୍ = ପ୍ରବେଶକଲେ । ପକ୍ଷୀରାଜଃ = ପକ୍ଷୀମାନଙ୍କର ରାଜା ।

ଅନୁବାଦ – ସିଂହାସନକୁ ଆରୋହଣ କରିବାକୁ ପ୍ରଚେଷ୍ଟା କରୁଥିବା ରାଜା ଭୋଜଙ୍କୁ ଏକ କଣ୍ଢେଇ କହିଲା – ଆହେ ରାଜା ! ଶୁଣ । ବିକ୍ରମାଦିତ୍ୟଙ୍କ ରାଜତ୍ଵ କାଳରେ ରାଜ୍ୟରେ ମିଛୁଆ, ଚୋର, ପାପୀମାନେ ନ ଥିଲେ । ଥରେ ବିକ୍ରମାଦିତ୍ୟ ରାଜ୍ୟଭାର ମନ୍ତ୍ରୀମାନଙ୍କୁ ଦେଇ ନିଜେ ସନ୍ନ୍ୟାସୀ ବେଶରେ ବିଦେଶକୁ ବାହାରିପଡ଼ିଲେ । ଭ୍ରମଣ କରୁ କରୁ ସେ ଦିନେ ଯେତେବେଳେ ମହାବନରେ ପ୍ରବେଶ କଲେ, ସେତେବେଳେ ସୂର୍ଯ୍ୟ ଅସ୍ତ ହୋଇଗଲା । ତାହା ଦେଖୁ ସେ କୌଣସି ଏକ ବୃକ୍ଷମୂଳରେ ରାତିଟି ରହିଲେ । ସେହି ବୃକ୍ଷରେ ଚିରଂଜୀବୀ ନାମକ କୌଣସି ଏକ ବୃଦ୍ଧ ପକ୍ଷୀରାଜ ଥୁଲା ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ନାସନ୍ = ନ + ଆସନ୍ । ସୂର୍ଯ୍ୟୋଽସ୍ତମ୍ଭ = ସୂର୍ଯ୍ୟ + ଅସ୍ତମ୍ଭ । ବୃକ୍ଷମୂଳମେକମାଶ୍ରିତ୍ୟ = ବୃକ୍ଷମୂଳମ୍ + ଏକମ୍ + ଆଶ୍ରିତ୍ୟ । କଶ୍ଚିତ୍ = କଃ + ଚିତ୍ ।

ସମାସ – ସିଂହାସନମ୍ = ସିଂହ ଚିହ୍ନିତ ଆସନମ୍ (ମଧ୍ୟପଦଲୋପୀ କର୍ମଧାରୟ) । ଭୂମଣ୍ଡଳେ = ଭୂବ ମଣ୍ଡଳମ୍, ତସ୍ମିନ୍ (୬ଷ୍ଠୀ ତତ୍) । ମହାରଣ୍ୟମଧ୍ଯ = ମହାନ୍ ଚାସୌ ଅରଣ୍ୟମ୍ (ମଧ୍ୟପଦଲୋପୀ କର୍ମଧାରୟ), ତସ୍ୟ ମଧ୍ୟ (୬ଷ୍ଠୀ ତତ୍) । ବୃକ୍ଷମୂଳମ୍ = ବୃକ୍ଷସ୍ୟ ମୂଳମ୍‌ (୬ଷ୍ଠ ତତ୍) ।

ସକାରଣ ବିଭକ୍ତି – ଭୋ ରାଜନ୍ = ସମ୍ବୋଧନେ ୧ମା । ବିକ୍ରମେ = ଭାବେ ୭ମୀ । ଭୂମଣ୍ଡଳେ = ଅଧିକରଣେ ୭ମୀ । ବୃକ୍ଷମୂଳମ୍ = କର୍ମଣି ୨ୟା ।

ପ୍ରକୃତି ପ୍ରତ୍ୟୟ – ନିଧାୟ = ନି + ଧା + ଲ୍ୟାପ୍ । ନିର୍ଗତଃ = ନିଃ + ଗମ୍ + କ୍ତ । ପର୍ଯ୍ୟଟନ୍ = ପରି + ଅଟ୍ + ଶତ୍ରୁ । ଦୃଷ୍ଟା = ଦୃଶ୍ + ଲ୍କାଚ୍ । ସ୍ଥିତଃ = ସ୍ଥା + କ୍ତ ।

୨। ତଥ୍ୟ ପୁତ୍ରା ………… କିଂ ଚିତ୍ର ଦୃଷ୍ଟମ୍ ।

ଶବ୍ଦାର୍ଥ – ପୁତ୍ରା ପୌତ୍ରାଣ୍ଟ = ପୁଅ ଓ ନାତିମାନେ । ଦେଶାନ୍ତରଂ ଗର୍ତ୍ତା = ନାନାଦେଶକୁ ଯାଇ । ସ୍ବେଦର ପୂରଣଂ ବିଧାୟ = ନିଜ ପେଟ ପୂରାକରି । ପ୍ରଯଛନ୍ତି = ଦିଅନ୍ତି । ତାନ୍ = ତାଙ୍କୁ । ଅପୃଚ୍ଛନ୍ = ପଚାରିଲେ । ବଚନମ୍ = କଥାକୁ । ଅଶୃଣୋତ୍ = ଶୁଣିଲେ । ପର୍ଯ୍ୟଟନ୍‌ତିଃ = ବୁଲାବୁଲି କରି । ଚିତ୍ରମ୍ = ଆଶ୍ଚର୍ଯ୍ୟକର ଘଟଣା ।

ଅନୁବାଦ – ତା’ର ପୁଅ ଓ ନାତିମାନେ ଅନ୍ୟଦେଶକୁ ଯାଇ ନିଜେ ପେଟପୂରାଇ ଖାଇ ସଂଧ୍ୟାକାଳରେ ଗୋଟିଏ ଗୋଟିଏ କରି ଫଳଧରି ସେହି ବୁଢ଼ାପକ୍ଷୀକୁ ଦେଉଥିଲେ । ତା’ପରେ ରାତିରେ ଚିରଂଜୀବୀ ଆନନ୍ଦରେ ବସି ସେହି ପକ୍ଷୀମାନଙ୍କୁ ପଚାରିଲା – ‘ହେ ପୁତ୍ରମାନେ ! ତୁମ୍ଭେମାନେ ତ ନାନାଦେଶ ବୁଲାବୁଲି କରି କ’ଣ ଆଶ୍ଚର୍ଯ୍ୟ କଥା ଦେଖୁଲ?

ବ୍ୟାକରଣ
ସନ୍ଧିବିଚ୍ଛେଦ – ପୌତ୍ରାଶ୍ଚ = ପୌତ୍ରା + ଚ । ସ୍ଵାଦରପୂରଣମ୍ = ସ୍ବ + ଉଦରପୂରଣମ୍ । ଏକୈକମ୍ = ଏକ + ଏକମ୍ । ଫଳମାଦାୟ = ଫଳମ୍ + ଆଦାୟ । ସୁଖେନୋପବିଷ୍ଟ = ସୁଖେନ + ଉପବିଷ୍ଟ । ରାଜାପି = ରାଜା + ଅପି । ସମାସ – ସ୍ଵାଦରପୂରଣମ୍ = ସ୍ୱସ୍ୟ ଉଦରଂ, ତସ୍ୟ ପୂରଣମ୍ (୬ଷ୍ଠୀ ତତ୍) । ବୃକ୍ଷମୂଳେ = ବୃକ୍ଷସ୍ୟ ମୂଳମ୍, ତସ୍ମିନ୍‌ (୬ଷ୍ଠ ତତ୍) ।

ସକାରଣ ବିଭକ୍ତି – ସ୍ଵାଦରପୂରଣମ୍ = କର୍ମଣି ୨ୟା । ତସ୍ମି, ବୃଦ୍ଧାୟ = ଦାନାର୍ଥେ ୪ର୍ଥୀ । ସୁଖେନ ‘ପ୍ରକୃତ୍ୟାଦିତ୍ୟଉପସଂଖ୍ୟାନମ୍’ ସୂତ୍ରଯୋଗେ ୩ୟା । ବୃକ୍ଷମୂଳେ = ଅଧିକରଣେ ୭ମୀ । ବଚନମ୍ = କର୍ମଣି ୨ୟା । ଯୁଷ୍ମାଭି = ଅନୁସ୍ତେ କଉଁରି ୩ୟା ।

ପ୍ରକୃତି ପ୍ରତ୍ୟୟ – ଗତ୍ମା = ଗମ୍ + କ୍ଵାଚ୍ । ପୂରଣମ୍ = ପୂର + ଲ୍ୟୁଟ୍ । ବିଧାୟ = ବି’ + ଧା + ଲ୍ୟାପ୍ । ଆଦାୟ = ଆ + ଦା + ଲ୍ୟାପ୍ । ଉପବିଷ୍ଟ = ଉପ + ବିଶ୍ + କ୍ତ । ବଚନମ୍ = ବଚ୍ + ଲୁଟ୍ । ଦୃଷ୍ଟମ୍ = ଦୃଶ୍ + କ୍ତ ।

୩। ତତ୍ର ଏକେନ ପକ୍ଷିଣା ………………….. ମାନବଂ ଦାସ୍ୟାମଃ ।

ଶବ୍ଦାର୍ଥ – ଏକେନ ପକ୍ଷିଣା = ଗୋଟିଏ ପକ୍ଷୀ । ଭଣିତମ୍ = କହିଲା । ସମୀପେ = ନିକଟରେ । ତସ୍ମିନ୍ ପର୍ବତେ ଜ୍ଞ ସେହି ପର୍ବତରେ । କଶ୍ଚିତ୍ = କୌଣସି । ପ୍ରତିଦିନମ୍ = ସବୁଦିନ । ସମ୍ମୁଖାୟାତମ୍ = ଆଗକୁ ଆସୁଥ‌ିବା । ଯଃ କଞ୍ଚନମ୍ = ଯେକୌଣସି । ମାନୁଷମ୍ = ମନୁଷ୍ୟକୁ । ନୀତ୍ଵା = ନେଇ । ଭକ୍ଷୟତି = ଖାଇଦିଏ । ଏକଦା = ଥରେ । ଜନୈ = ଲୋକଙ୍କଦ୍ବାରା । ଯଥେଚ୍ଛମ୍ = ନିଜ ମନଇଚ୍ଛା । ପତିତମ୍ = ପଡୁଥିବା । ଆଂକମେବ = ଯେକୌଣସି ଲୋକକୁ । ମାତୃଭକ୍ଷୟ = ଖାଅ ନାହିଁ । ଆହାରାମିଂ = ଭୋଜନ ନିମନ୍ତେ । ଦାସ୍ୟାମଃ = ଦେବୁ ।

CHSE Odisha Class 11 Sanskrit Optional Solutions Chapter 2 ପରହିତସାଧନମ୍

ଅନୁବାଦ – ସେଠାରେ ଗୋଟିଏ ପକ୍ଷୀ କହିଲା – ‘ହେ ତାତ ! ଶୁଣ । ଉତ୍ତର ପ୍ରଦେଶରେ ଶୈବାଳଘୋଷ ନାମକ ଏକ ପର୍ବତ ଅଛି । ତା’ ନିକଟରେ ପଲାଶନଗର ରହିଛି । ସେହି ପର୍ବତରେ ଥ‌ିବା କୌଣସି ଏକ ରାକ୍ଷସ ପ୍ରତିଦିନ ନଗରକୁ ଆସି ତା’ ଆଗରେ ଆସୁଥ‌ିବା ଯେକୌଣସି ମନୁଷ୍ୟକୁ, ସ୍ତ୍ରୀ ବା ବାଳକକୁ ପର୍ବତକୁ ନେଇ ଖାଇଦିଏ । ଥରେ ନଗରବାସୀ ଲୋକମାନେ ତାକୁ କହିଲେ – ‘ହେ ବକାସୁର ! ତୁମେ ମନଇଚ୍ଛା ସମ୍ମୁଖରେ ପଡୁଥିବା ଯେକୌଣସି ଲୋକକୁ ଖାଅନାହିଁ । ଆମ୍ଭେମାନେ ତୁମ ଆହାର ନିମନ୍ତେ ପ୍ରତିଦିନ ଗୋଟିଏ କରି ମଣିଷ ଦେବୁ ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ପଲାଶନଗରମସ୍ତି = ପଲାଶନଗରମ୍ + ଅସ୍ଥି । କଶ୍ଚିତ୍ = କଃ + ଚିତ୍। ନଗରମାଗତ୍ୟ = ନଗରମ୍ + ଆଗତ୍ୟ । ସମ୍ମୁଖାୟାତମ୍ = ସମ୍ମୁଖ + ଆୟାତମ୍ । କମେବ = କମ୍ + ଏବ । ତୁଭ୍ୟମାହାରାର୍ଥୀ = ତୁଭ୍ୟମ୍ + ଆହାରାର୍ଥମ୍ । ପ୍ରତିଦିନମେକମ୍ = ପ୍ରତିଦିନମ୍ + ଏକମ୍ ।

ସମାସ – ପ୍ରତିଦିନମ୍ = ଦିନଂ ଦିନମ୍ (ଅବ୍ୟୟୀଭାବ) । ଯଥେଚ୍ଛମ୍ = ଇଚ୍ଛାମନତିକ୍ରମ୍ୟ (ଅବ୍ୟୟୀଭାବ) । ଆହାରାର୍ଥମ୍ = ଆହାରାୟ ଇଦମ୍ (ନିତ୍ୟ), ସମ୍ମୁଖପତିତମ୍ = ସମ୍ମୁଖେ ପତିତମ୍ (୭ମୀ ତତ୍ତ୍ଵ) । ନଗରବାସିଭିଂ = ନଗରେ ବସନ୍ତି ଇତି, ତୈ (ଉପପଦ୍ ତତ୍) ।

ସକାରଣ ବିଭକ୍ତି – ଏକେନ ପକ୍ଷିଣା = ଅନୁସ୍ତେ କଉଁରି ୩ୟା । ଶୈବାଳଘୋଷ = ନାମ ଅବ୍ୟୟ ଯୋଗେ ୧ମା । ନଗରବାସିଭି, ଜନଃ = ଅନୁସ୍ତେ କଉଁରି ୩ୟା । ସମ୍ମୁଖପତିତମ୍ = କର୍ମଣି ୨ୟା ।

ପ୍ରକୃତି ପ୍ରତ୍ୟୟ – ସ୍ଥିତଃ = ସ୍ଥା + କ୍ତ । ଆଗତ୍ୟ = ଆ + ଗମ୍ + ଲ୍ୟାପ୍ । ଭଣିତମ୍ = ଭଣ୍ + କ୍ତ । ନୀତ୍ଵା = ନୀ + କ୍ସାବ୍ । ପତିତମ୍ = ପତ୍ + ଲୁଟ୍ ।

୪। ତଦନନ୍ତରଂ ତତ୍ରତ୍ୟାଜନା …………………. ସ୍ୱୟଂ ଦୁଃଖୀ ଭବତି ।

ଶବ୍ଦାର୍ଥ – ତତ୍ରତ୍ୟା = ସେଠିକାର । ଗୃହକ୍ରମେଣ = ଘର କ୍ରମରେ । ଏକୈକମ୍ = ଜଣ ଜଣ କରି । ମାନୁଷମ୍ = ମଣିଷକୁ । ପ୍ରଯଚ୍ଛତି = ଦେଉଥା’ନ୍ତି । ଅଦ୍ୟ = ଆଜି । କସ୍ୟଚିଦ୍ = କୌଣସି । ବାରଃ = ପାଳି । ସମାୟାତଃ = ଆସିଲା । ଚେତ୍ = ଯଦି । ସନ୍ତତିଛେଦଃ = ସନ୍ତାନହୀନ । ଆତ୍ମନମ୍ = ନିଜକୁ । ଆଶ୍ରମଭ୍ରଂଶୋ = ଘର ଉଜୁଡ଼ିଯିବ । ମହଦୁଃଖସ୍ୟ = ମହାଦୁଃଖର । ଶ୍ରୁତ୍ବା = ଶୁଣି । ପକ୍ଷିଭି = ପକ୍ଷୀଙ୍କଦ୍ବାରା । ସୁହୃତ୍ = ବନ୍ଧୁ । ସ୍ଵୟମ୍ = ନିଜେ ।

ଅନୁବାଦ – ତା’ପରେ ସେଠିକାର ଲୋକେ ପ୍ରତିଦିନ ପାଳି ଅନୁସାରେ ପ୍ରତି ଘରୁ ଜଣେ ମଣିଷକୁ ତାକୁ ଦେଉଥିଲେ । ଏହିପରି ଅନେକ ଦିନ ଚାଲିଗଲା । ଆଜି ମୋର କୌଣସି ଏକ ବ୍ରାହ୍ମଣ ବନ୍ଧୁର ପାଳିପଡ଼ିଲା । ତା’ର ଗୋଟିଏ ମାତ୍ର ପୁତ୍ର । ପୁଅକୁ ଯଦି ଦେଇଦେବ ତେବେ ନିଃସନ୍ତାନ ହୋଇଯିବ । ନିଜେ ଯଦି ଯିବ ତେବେ ସ୍ତ୍ରୀ ବିଧବା ହୋଇଯିବ । ସ୍ତ୍ରୀକୁ ଯଦି ଦିଏ, ତେବେ ଘର ଉଜୁଡ଼ିଯିବ । ଏହାହିଁ ମୋର ଦୁଃଖର ବଡ଼ କାରଣ । ତା’ କଥା ଶୁଣି ସମସ୍ତ ପକ୍ଷୀଗଣ କହିଲେ – “ ଆରେ ! ଇଏ ହିଁ ପ୍ରକୃତରେ ବନ୍ଧୁ, କାରଣ ଯିଏକି ବନ୍ଧୁର ଦୁଃଖରେ ନିଜେ ଦୁଃଖୀ ହୋଇଯାଉଛି ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ତଦନନ୍ତରମ୍ = ତତ୍ + ଅନନ୍ତରମ୍ । ଏକୈକମ୍ = ଏକ + ଏକମ୍ । ଏତଦେବ = ଏତତ୍ + ଏବ । ପକ୍ଷିଭିରୁକ୍ତମ୍ = ପକ୍ଷିରଃ + ଉକ୍ତମ୍ । ଅୟମେବ = ଅୟମ୍ + ଏବ ।

ସମାସ – ମହଦୁଃଖସ୍ୟ = ମହତ୍ ଚାସୌ ଦୁଃଖମ୍, ତସ୍ୟ (କର୍ମଧାରୟ) । ସନ୍ତତିଚ୍ଛେଦଃ = ସନ୍ତତ୍ୟ ଚ୍ଛେଦଃ (୬ଷ୍ଠୀ ତତ୍) । ଆଶ୍ରମଭ୍ରଂଶ = ଆଶ୍ରମସ୍ୟା ଭ୍ରଂଶଃ (୬ଷ୍ଠ ତତ୍) ।

ସକାରଣ ବିଭକ୍ତି – ଆତ୍ମାନମ୍ = କର୍ମଣି ୨ୟା । ସର୍ବୋ, ପକ୍ଷିରଃ = ଅନୁନ୍ତେ କଉଁରି ୩ୟା । ଦୁଃଖେନ = କରଣେ ୩ୟା ।

ପ୍ରକୃତି ପ୍ରତ୍ୟୟ – ଗତଃ = ଗମ୍ + କ୍ତ । ସମାୟାତଃ = ସମ୍ + ଆ + ଯା + କ୍ତ । ଛେଦଃ = ଛିଦ୍ + କ୍ତ । ବାରଃ = ବୃ + ଘଞ୍ଜ୍ । କାରଣମ୍ = କୃ + ଲୁଟ୍ । ଶୁଡ଼ା = ଶୃ + ସ୍କାଚ୍ । ଭକ୍ତମ୍ = ବିଚ୍ + କ୍ତ । ଦୁଃଖୀ = ଦୁଃଖ + ଇନି ।

୫। ପକ୍ଷିଣେ ବତଃ ଶୁଦ୍ଧା …………………… କଥୟ କୋ ଭବାନ୍ ।

ଶବ୍ଦାର୍ଥ – ପକ୍ଷିଣ = ପକ୍ଷୀମାନଙ୍କ । ବହିଃ = କଥା । ଶୁତ୍ୱ = ଶୁଣି । ବଧଶିଳାସମୀପମ୍ = ବଧଶିଳା ନିକଟକୁ । ନିରୀକ୍ଷ୍ୟ = ଦେଖ୍ । ଅଭୟଂ ଦକ୍ତା = ଅଭୟଦେଇ । ସଂଷ୍ୟ = ପଠାଇଦେଇ । ସମାଗତ୍ୟ = ଆସି । ପ୍ରହସିତବଦନମ୍ = ହସିଲା ମୁଖରେ । ବିସ୍ମିତଃ = ଆଶ୍ଚର୍ଯ୍ୟହୋଇ । ଶିଳାୟାମ୍ = ପଥରରେ । ପ୍ରିୟତେ = ମରିଯାଏ । ତହିଁ = ତେବେ ।

ଅନୁବାଦ – ପକ୍ଷୀମାନଙ୍କର କଥା ଶୁଣି ବିହଙ୍ଗରବବିଦ୍ ରାଜା ଭୋଜ ସେହି ନଗରର ବଧଶିଳା ନିକଟକୁ ଗଲେ । ସେଠାରେ ବ୍ରାହ୍ମଣକୁ ଦେଖ୍ ତାକୁ ଅଭୟ ଦେଇ ତା’ ଘରକୁ ପଠାଇ ବର୍ଷଶିଳାରେ ବସିଗଲେ । ସେହି ସମୟରେ ରାକ୍ଷସ ଆସି ସେଠାରେ ପ୍ରଫୁଲ୍ଲିତ ଲୋକଟିକୁ ଦେଖ୍ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ପଚାରିଲା – ‘‘ହେ ମହାସତ୍ତ୍ୱ ! ଏହି ବଧଶିଳାରେ ପ୍ରତିଦିନ ଯିଏ ବସେ, ସେ ମୋ ଆସିବା ପୂର୍ବରୁ ହିଁ ମରିଯାଏ । ତୁମେ କ’ଣ ଆଜି ହସହସ ମୁଖରେ ବସିଥିବାର ଦେଖାଯାଉଛ । ତେବେ କୁହ, ତୁମେ କିଏ?’’

ବ୍ୟାକରଣ
ସନ୍ଧିବିଚ୍ଛେଦ – ବିହଙ୍ଗରବାର୍ଥବିଦ୍ = ବିହଙ୍ଗରବ + ଅର୍ଥବିଦ୍ । ମଦାଗମନାତ୍ = ମତ୍ + ଆଗମନାତ୍ । ପୂର୍ବମେବ = ପୂର୍ବମ୍ + ଏବ ।

ସମାସ – ବଣ୍ଠଶିଳାସମୀପମ୍ = ବଧଶିଳାୟା ସମୀପମ୍ (୬ଷ୍ଠୀ ଉତ୍) । ଅଭୟମ୍ = ନ ଭୟମ୍ (ନଞ୍ଚ୍ ତତ୍) । ପ୍ରହସିତବଦନମ୍ = ପ୍ରହସିତଂ ବଦନଂ ଯସ୍ୟ ଡଃ (ବହୁବ୍ରୀହିଃ) ।

ସକାରଣ ବିଭକ୍ତି – ନଗରେ = ଅଧିକରଣେ ୭ମୀ । ଅଭୟମ୍ = କର୍ମଣୀ ୨ୟା । ଆଗମନାତ୍ = ପୂର୍ବ ଶବ୍ଦଯୋଗେ ୫ମୀ ।

ପ୍ରକୃତି ପ୍ରତ୍ୟୟ – ଶୁଦ୍ଧା = ଶୁ + ଭ୍ଲାବ୍ । ଗତଃ = ଗମ୍ + କ୍ତ । ବୟଃ = ବଧୂ + ଯତ୍ । ନିରୀକ୍ଷ୍ୟ = ନିଃ + ଈକ୍ଷ + ଲ୍ୟପ୍ । ବଦନମ୍ = ବଦ୍ + ଲୁଟ୍ । ଦଜ୍ଜା = ଦା + କ୍ଵାଚ୍ । ସଷ୍ୟ = ସମ୍ + ପ୍ରେସ୍ + ଲ୍ୟାପ୍ ।

୬। ରାଜାଭଣତି ………………. ସ୍ୱ ନଗରୀ ପ୍ରତ୍ୟଗାତ୍ ।

ଶବ୍ଦାର୍ଥ – ପରାର୍ଥମ୍ = ପରପାଇଁ । ଦୀୟତେ = ଦେଉଛି । ସ୍ବେଚ୍ଛାୟା = ନିଜ ଇଚ୍ଛାନୁସାରେ । ଗ୍ଳାନିଃ = ଦୁଃଖ । ସମୀହିତମ୍ = ଇଚ୍ଛା । କ୍ଷଣମ୍ = କିଛି ସମୟ । ମନସି = ମନରେ । ବିଚାର୍ଯ୍ୟ = ବିଚାରକରି । ଅବ୍ରବୀତ୍ = କହିଲା । ଆର୍ଭିହରଃ = ଦୁଃଖହରଣକାରୀ । ପ୍ରଯଚ୍ଛତଃ = ଦେଉଥ‌ିବା । ଶ୍ଵାସ୍ଥ୍ୟମ୍ = ପ୍ରଶଂସନୀୟ । ତୁଷ୍ଟ = ସନ୍ତୁଷ୍ଟ । ବ୍ରଣୀଷ୍ଟ = ମାଗ ! ପ୍ରସନଃ = ଆନନ୍ଦିତ । ଅଦ୍ୟପ୍ରଭୃତି = ଆଜିଠାରୁ । ପରିତ୍ୟଜ = ତ୍ୟାଗକର । ଜୀବମାରଣମ୍ = ଜୀବହତ୍ୟା । ତତ୍ୟାଜ = ତ୍ୟାଗକଲା । ପ୍ରତ୍ୟାଗାତ୍ = ଫେରିଗଲେ ।

ଅନୁବାଦ – ରାଜା କହିଲେ – ମୁଁ ଅନ୍ୟପାଇଁ ନିଜ ଇଚ୍ଛାରେ ଏ ଶରୀର ପ୍ରଦାନ କରୁଛି । ଏଣୁ ମୋ ମନରେ କୌଣସି ଗ୍ଲାନି ନାହିଁ । ତୁନେ ନିଜ ଇଚ୍ଛା ପୂରଣ କର । ତା’ପରେ ରାକ୍ଷସ ଟିକିଏ ସମୟ ମନରେ ଭାବି ରାଜାଙ୍କୁ କହିଲା – ‘‘ହେ ମହାସତ୍ତ୍ୱ ! ତୁମେ ସମସ୍ତଙ୍କ ଦୁଃଖ ହରଣକାରୀ ଅଟ । ଅନ୍ୟପାଇଁ ଶରୀର ପ୍ରଦାନ କରୁଥିବା ତୁମର ହିଁ ଏହି ଶରୀର ପ୍ରଶଂସନୀୟ ଅଟେ । ମୁଁ ସନ୍ତୁଷ୍ଟ ହେଲି । ବର ମାଗ ।’’ ରାଜା କହିଲେ ‘ହେ ରାକ୍ଷସ ! ଯଦି ତୁମେ ପ୍ରସନ୍ନ ହୋଇଛ ତେବେ ଆଜିଠାରୁ ମନୁଷ୍ୟ ଭକ୍ଷଣ ତ୍ୟାଗକର ।’’ ରାକ୍ଷସ ସେହିଦିନଠାରୁ ଜୀବମାରଣ ତ୍ୟାଗ କଲା । ରାଜା ମଧ୍ୟ ନିଜ ନଗରୀକୁ ଫେରିଗଲେ ।

CHSE Odisha Class 11 Sanskrit Optional Solutions Chapter 2 ପରହିତସାଧନମ୍

ବ୍ୟାକରଣ
ସନ୍ଧିବିଚ୍ଛେଦ – ସ୍ବେଚ୍ଛାୟା = ସ୍ଵ + ଇନ୍ଦ୍ରିୟା । ତ୍ୱମାମୁନଃ = ତୁମ୍ + ଆତ୍ମନଃ । ରାଜାନମବ୍ରବୀତ୍ = ରାଜାନମ୍ + ଅବ୍ରବୀତ୍ । ତୁଷ୍ଟୋଽସ୍ମି = ତୁନଃ + ଅସ୍ଥି ।

ସମାସ – ପରାର୍ଥମ୍ = ପରାୟ ଇଦମ୍ (ନିତ୍ୟ) । ସ୍ଵେଚ୍ଛୟା = ସ୍ଵା ଇଚ୍ଛା, ତୟା (କର୍ମଧାରୟ) । ଆର୍ଭିହରଃ = ଆର୍ଭି ହରତି ଇତି (ଉପପଦତତ୍ତ୍ଵ) । ଜୀବମାରଣମ୍ = ଜୀବସ୍ୟ ମାରଣମ୍‌ (୬ଷ୍ଠୀ ତତ୍) । ସ୍ବନଗରୀମ୍ = ସ୍ଵସ୍ୟ ନଗରୀମ୍ (୬ଷ୍ଠୀ ତତ୍) ।

ସକାରଣ ବିଭକ୍ତି – ସ୍ବେଚ୍ଛାୟା = ‘ପ୍ରକୃତ୍ୟାଦିଭ୍ୟଉପସଂଖ୍ୟାନମ୍’ ସୂତ୍ରଯୋଗେ ୩ୟା । ପ୍ରସନଃ = କର୍ଭରି ୧ମା । ମୟା = ଅନୁଭେ କର୍ଭରି ୩ୟା । ସ୍ଵନଗରୀମ୍ = କର୍ମଣି ୨ୟା ।

ପ୍ରକୃତି ପ୍ରତ୍ୟୟ – ଶରୀରମ୍ = ଶୃ + ଈରନ୍ । ଗ୍ଳାନିଃ = ଗ୍ଲୋ + ନି । ବିଚାର୍ଯ୍ୟ = ବି + ଚର୍ + ଣିଚ୍ + ଲ୍ୟାପ୍ । ସମୀହିତମ୍ = ସମ୍ + ଇନ୍ଦ୍ + କ୍ତ । ପ୍ରସନଃ = ପ୍ର + ସଦ୍ + କ୍ତ ।

୭। ଇମାଂ କଥା ……………………. ତୁଷୀମଦ୍ଭବତ୍।

ଶବ୍ଦାର୍ଥ – କଥୟିତ୍ୱ = କହି । ପୁତ୍ତଳିକା = କଣ୍ଢେଇଟି । ଅବ୍ରବୀତ୍ = କହିଲା । ସିଂହାସନେ = ସିଂହାସନରେ । ସମୁପବିଶ = ଉପବେଶନ କର । ତୁଷୀ = ନୀରବ ।

ଅନୁବାଦ – ଏହି କଥା କହି କଣ୍ଢେଇଟି ଭୋଜରାଜଙ୍କୁ କହିଲା – ତୁମଠାରେ ଯଦି ଏପରି ପରୋପକାର, ଦୟା ପ୍ରଭୃତି ଗୁଣ ଅଛି ତେବେ ଏହି ସିଂହାସନରେ ବସ । ରାଜା ନୀରବ ରହିଲେ ।

ବ୍ୟାକରଣ
ସନ୍ଧିବିଚ୍ଛେଦ – ପରୋପକାରଦୟାଦୟଃ = ପରୋପକାରଦୟା + ଆଦୟଃ । ତୂଷ୍ଣୀମଦ୍ଭବତ୍ = ତୂଷ୍ଣୀମ୍ + ଅଭବତ୍ ।

ସମାସ – ସିଂହାସନେ = ସିଂହ ଚିହ୍ନିତ ଆସନମ୍, ତସ୍ମିନ୍ (ମଧ୍ୟପଦଲୋପି କର୍ମଧାରୟ)।

ସକାରଣବିଭକ୍ତି – ସିଂହାସନେ = ଅଧୂରଣେ ୭ମୀ ।

ପ୍ରକୃତି ପ୍ରତ୍ୟୟ – କଥୟିତ୍ରା = କଥ୍ + ଣିଚ୍ + ଲ୍କାଚ୍ ।

Leave a Comment