Odisha State Board BSE Odisha 8th Class Geography Solutions Chapter 3.2 କୃଷି ଊନ୍ନୟନ Textbook Exercise Questions and Answers.
BSE Odisha Class 8 Geography Solutions Chapter 3.2 କୃଷି ଊନ୍ନୟନ
1. ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ପ୍ରାୟ 50 ଟି ଶବ୍ଦରେ ଉତ୍ତର ଦିଅ।
(କ) କୃଷି ଉନ୍ନୟନ କହିଲେ କ’ଣ ବୁଝାଏ ?
Answer:
- ଆମର ସୀମିତ ଜମି, ଜଳ ଓ ଜଙ୍ଗଲର ବ୍ୟବହାରଦ୍ଵାରା ପ୍ରୟୋଜନ ହେଉଥିବା ଅଧୁକ ଖାଦ୍ୟଶସ୍ୟ ଉତ୍ପାଦନର ପ୍ରୟାସକୁ କୃଷି ଉନ୍ନୟନ’ କୁହାଯାଏ।
- କୃଷି ଉନ୍ନୟନ ପାଇଁ କୃଷି ଜମିର ଆକାର ବୃଦ୍ଧି, ବିଭିନ୍ନ ପ୍ରକାର ଶସ୍ୟ ଉତ୍ପାଦନ, ଜଳସେଚନର ସୁବନ୍ଦୋବସ୍ତ, ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାର, ନୂତନ କୃଷି କୌଶଳ, ରାସାୟନିକ ସାର ପ୍ରୟୋଗ, ଅଧୁକ ଅମଳକ୍ଷମ ବିହନର ବ୍ୟବହାର ଆବଶ୍ୟକତା ଅଛି ।
- କୃଷି ଉନ୍ନୟନର ମୂଳଲକ୍ଷ୍ୟ ହେଲା ଖାଦ୍ୟ ସୁରକ୍ଷା।
(ଖ) ଭାରତରେ କୃଷିର ଉନ୍ନତି ପାଇଁ ସରକାରୀ ସ୍ତରରେ କି କି ପଦକ୍ଷେପ ନିଆଯାଇଛି ?
Answer:
କୃଷିର ଉନ୍ନତିପାଇଁ ସରକାରୀ ସ୍ତରରେ ନିମ୍ନୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି :
- ଜମିର ଚକବନ୍ଦୀ, ସମବାୟ ଚାଷ ଓ ଜମିଦାରୀ ଇତ୍ୟାଦି ଭୂସଂସ୍କାର ଆଇନର ପ୍ରବର୍ତ୍ତନ
- କୃଷିବୀମା ପ୍ରଚଳନ
- ଗ୍ରାମୀଣ ବ୍ୟାଙ୍କ ସ୍ଥାପନ
- ସମବାୟ ସଂସ୍ଥା ଗଠନ
- ସ୍ଵଳ୍ପ ହାରରେ ଋଣ ବ୍ୟବସ୍ଥା
- ଅଳ୍ପ ମୂଲ୍ୟରେ ସାର ଓ ବିହନ ଯୋଗାଣ ଇତ୍ୟାଦିର ବ୍ୟବସ୍ଥା
- କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟ । ନିର୍ଦ୍ଧାରଣ
- ଦୂରଦର୍ଶନ ଓ ଆକାଶବାଣୀ ମାଧ୍ୟମରେ ପାଣିପାଗରେ ପୂର୍ବାନୁମାନ ଓ ଚାଷ ସମ୍ବନ୍ଧରେ ସୂଚନା ପ୍ରଦାନ।
(ଗ) ଯୁକ୍ତରାଷ୍ଟ୍ର ଆମେରିକାର କୃଷିଫାର୍ମ ବିଷୟରେ ଆଲୋଚନା କର ।
Answer:
- ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତ୍ୟେକ କୃଷିଫାର୍ମ ପ୍ରାୟ 250 ହେକ୍ଟର ବା ତଦୂର୍ଣ୍ଣ ହୋଇଥାଏ ।
- ଜମି ଚାଷ କରିବା, ବିହନ ବୁଣିବା, ଶସ୍ୟ ଅମଳ କରିବା, ରାସାୟନିକ ସାର ପ୍ରୟୋଗ କରିବା ଇତ୍ୟାଦି ସମସ୍ତ କାର୍ଯ୍ୟରେ ଯାନ୍ତ୍ରିକ ଉପକରଣ ବ୍ୟବହାର କରାଯାଇଥାଏ।
- ଚାଷ ପୂର୍ବରୁ ମାଟିର ଉର୍ବରତା ଜାଣିବା ପାଇଁ ପରୀକ୍ଷାଗାରରେ ଏହାର ପରୀକ୍ଷା କରାଯାଏ ଓ ସେହି ଅନୁସାରେ ରାସାୟନିକ ସାର ପ୍ରୟୋଗ ହୁଏ।
- କଂପ୍ୟୁଟର ଓ ଉପଗ୍ରହ ସେବା ମାଧ୍ୟମରେ ଜମିର ମାଟିର ଫସଲ ଉତ୍ପାଦନ କରିବାର ଦକ୍ଷତା ଜଣାପଡ଼େ ।
- ହେଲିକପ୍ଟର ସାହାଯ୍ୟରେ ଆକାଶମାର୍ଗରୁ ଶସ୍ୟରେ କୀଟନାଶକ ଦ୍ରବ୍ୟ ସିଞ୍ଚନ କରାଯାଏ।
(ଘ) ଯୁକ୍ତରାଷ୍ଟ୍ର ଆମେରିକାର ମକାକୁ ମାଂସ ଆକାରରେ ବିକ୍ରି କରାଯାଏ । ଏହାର ତାତ୍ପର୍ଯ୍ୟ ବୁଝାଅ।
Answer:
- ପୃଥିବୀରେ ଉତ୍ପାଦନ ହେଉଥିବା ମକାର ମୋଟ୍ ପରିମାଣରୁ ଅର୍ବାଧିକ ଉତ୍ପାଦନ ଯୁକ୍ତରାଷ୍ଟ୍ର ଆମେରିକାରେ ହୋଇଥାଏ।
- ଯୁକ୍ତରାଷ୍ଟ୍ର ଆମେରିକାରେ ମକାକୁ ମୁଖ୍ୟତଃ ପଶୁଖାଦ୍ୟ ରୂପେ ବ୍ୟବହାର କରାଯାଏ।
- ମକା ଏକ ଶ୍ଵେତସାର ଯୁକ୍ତ ଖାଦ୍ୟ, ତେଣୁ ଗୋରୁ, ଘୁଷୁରି ଆଦି ପଶୁମାନେ ଏହାକୁ ଖାଇ ହୃଷ୍ଟପୁଷ୍ଟ ହୁଅନ୍ତି।
- ସେମାନଙ୍କ ମାଂସ ବିଦେଶକୁ ରପ୍ତାନି କରାଯାଏ। ଏଣୁ କୁହାଯାଏ ଯୁକ୍ତରାଷ୍ଟ୍ର ଆମେରିକାର ମକାକୁ ମାଂସ ଆକାରରେ ବିକ୍ରି କରାଯାଏ।
2. ସଂକ୍ଷେପରେ ଲେଖ। (ପ୍ରାୟ 20 ଟି ଶବ୍ଦରେ)
(କ) ଜୈବିକ ଚାଷ :
Answer:
- ଜୈବିକ ଚାଷରେ ପ୍ରାକୃତିକ ଓ ଜୈବିକ ଉପାଦାନ ପ୍ରୟୋଗ କରାଯାଇଥାଏ ।
- ରାସାୟନିକ ସାର ପରିବର୍ତ୍ତେ ସବୁଳସାର, ଜୀବାଣୁ ସାର, ପଶୁଖତ, ପିଡ଼ିଆ ଏବଂ ରାସାୟନିକ କୀଟନାଶକ ପରିବର୍ତ୍ତେ ପାଉଁଶ, ଅମରୀ ଓ ବେଗୁନିଆ ପତ୍ର, ନିମ୍ବ ଓ କରଞ୍ଜ ଗଛର ଛେଲି, ଫୁଲପତ୍ର, ଗୋମୂତ୍ର, ମିତ୍ରକୀଟ ପ୍ରୟୋଗ କରାଯାଏ।
(ଖ) ଖାଦ୍ୟ ସୁରକ୍ଷା :
Answer:
- ସୁସ୍ଥ, ନୀରୋଗ ଓ କର୍ମଠ ଜୀବନଯାପନ ପାଇଁ ପ୍ରତ୍ୟେକ ମନୁଷ୍ୟର ନ୍ୟୁନତମ ପୁଷ୍ଟିସାର ଖାଦ୍ୟ ଆବଶ୍ୟକ ।
- ଏହା ପୂରଣ ହୋଇପାରିଲେ ‘ ଖାଦ୍ୟ ସୁରକ୍ଷା’ ବ୍ୟବସ୍ଥା ସମ୍ଭବ ହୋଇପାରିବ ।
(ଗ) ଗହମ ବିପ୍ଳବ :
Answer:
- ଭାରତର ପଞ୍ଜାବ, ହରିୟାଣା ରାଜ୍ୟମାନଙ୍କରେ ନୂତନ କୃଷି କୌଶଳଦ୍ଵାରା ଗହର୍ମ ଉତ୍ପାଦନରେ ଅଧିକ ସଫଳତା ଲାଭ କରିଛି ।
- ତେଣୁ ଏହାକୁ ଭାରତରେ ‘ଗହମ ବିପ୍ଳବ’ କୁହାଯାଏ ।
3. ନିମ୍ନଲିଖୂତ ଉତ୍ତିଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
(କ) କୃଷି ଉନ୍ନୟନର ମୂଳଲକ୍ଷ୍ୟ ହେଉଛି କ’ଣ ?
(i) ଅଧିକ ଜଳସେଚନର ବନ୍ଦୋବସ୍ତ
(ii) କୃଷିଜମିର ଆକାର ବୃଦ୍ଧି
(iii) ଅଧିକ ଅମଳକ୍ଷମ ବିହନର ବ୍ୟବହାର
(iv) ଖାଦ୍ୟ ସୁରକ୍ଷା
Answer:
(iv) ଖାଦ୍ୟ ସୁରକ୍ଷା
(ଖ) କେଉଁ ଶସ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟାପକ ଭାବରେ ଚାଷ କରାଯାଏ ନାହିଁ ?
(i) ମକା
(ii) ଝୋଟ୍
(iii) ଗହମ
(iv) କପା
Answer:
(ii) ଝୋଟ୍
(ଗ) ଭାରତର କୃଷି ମୁଖ୍ୟତଃ – ବାଣିଜ୍ୟଭିରିକ
(i) ବାଣିଜ୍ୟଭିରିକ
(ii) ପ୍ରୟୋଜନଭିରିକ
(iii) ସଘନ ମିଶ୍ରିତ
(iv) ବଜାର ଉଦ୍ୟାନରିରିକ
Answer:
(ii) ପ୍ରୟୋଜନଭିରିକ
4. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ପ୍ରଥମ ପଞ୍ଚବାର୍ଷିକ ଯୋଜନା କାଳରେ ………. ର ଉନ୍ନତି ପାଇଁ
ଗୁରୁତ୍ଵ ଦିଆଯାଇଥିଲା ।
(i) ଶିକ
(ii) କୃଷି
(iii) ଯୋଗାଯୋଗ ଓ ପରିବହନ
(iv) ଖଣିଜ ଓ ଶକ୍ତି ସଂପଦ
Answer:
(ii) କୃଷି
(ଖ) ଓଡ଼ିଶାର ହୀରାକୁଦ ନଦୀବନ୍ଧ ନିର୍ମାଣ …………. ପଞ୍ଚବାର୍ଷିକ ଯୋଜନା କାଳରେ କରାଯାଇଥିଲା ।
(i) ପ୍ରଥମ
(ii) ତୃତୀୟ
(ii) ଦ୍ଵିତୀୟ
(iv) ଚତୁର୍ଥ
Answer:
(i) ପ୍ରଥମ
(ଗ) ଗହମ ଉତ୍ପାଦନରେ ଯୁକ୍ତରାଷ୍ଟ୍ର ଆମେରିକା ପୃଥିବୀରେ ————- ସ୍ଥାନ ଅଧିକାର କରିଅଛି ।
(i) ପ୍ରଥମ
(ii) ଦ୍ବିତୀୟ
(iii) ତୃତୀୟ
(iv) ଚତୁର୍ଥ
Answer:
(ii) ଦ୍ବିତୀୟ
(ଘ) ଯୁକ୍ତରାଷ୍ଟ୍ର ଆମେରିକାରେ ——– ଶସ୍ୟ ମୁଖ୍ୟତଃ ପଶୁଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ ।
(i) ଗହମ
(ii) ବାଜରା
(iii) ମକା
(iv) ଯଅ
Answer:
(iii) ମକା
5. ‘କ’ ତାଲିକାରେ ଥିବା କୃଷିଦ୍ରବ୍ୟ ସହ ସଂପୃକ୍ତ ‘ଖ’ ତାଲିକାରେ ଥିବା ମୁଖ୍ୟ କୃଷି ଅଞ୍ଚଳଗୁଡ଼ିକରୁ ଠିକ୍ ଉତ୍ତର ବାଛି ଲେଖ।
Answer:
6. ଯୁକ୍ତରାଷ୍ଟ୍ର ଆମେରିକା କୃଷି ଓ ଭାରତର କୃଷି :
ଉପରୋକ୍ତ ସୂର୍ଯ୍ୟ ଦୁଇଟିର ଥିବା ସ୍ଥାନଗୁଡ଼ିକୁ ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତର କୃଷି ସଂବନ୍ଧୀୟ ଶବ୍ଦ ମାଧ୍ୟମରେ ପୂରଣ କର। ପରିଶେଷରେ ଏହି ଶବ୍ଦ ପୁଞ୍ଜି ଗୁଡ଼ିକୁ ବ୍ୟବହାର କରି ଦୁଇ ଦେଶର କୃଷି ଉପରେ ସଂକ୍ଷିପ୍ତ ବିବରଣୀ ଲେଖୁ ଶ୍ରେଣୀରେ ରଖ।
ଯୁକ୍ତରାଷ୍ଟ୍ର ଆମେରିକାର କୃଷି :
- ଯୁକ୍ତରାଷ୍ଟ୍ର ଆମେରିକାର କୃଷି ବାଣିଜ୍ୟଭିତ୍ତିକ କୃଷି ।
- ଯୁକ୍ତରାଷ୍ଟ୍ରରେ ଚାଷଜମି ବୃହତ୍ ଆକାରର ଅର୍ଥାତ୍ ଗୋଟିଏ ସାଧାରଣ ଜମି ପ୍ରାୟ 250) ହେକ୍ଟର ।
- କୃଷକମାନେ ସାଧାରଣତଃ ଉଚ୍ଚଶିକ୍ଷିତ ।
- କୃଷିକାର୍ଯ୍ୟ ପ୍ରାୟ ଯାନ୍ତ୍ରିକ ପଦ୍ଧତିରେ କରାଯାଏ ।
- ଉନ୍ନତ କୃଷି କୌଶଳ ପ୍ରୟୋଗରେ କୃଷି ଉତ୍ପାଦନ ଅଧିକ ହୋଇଥାଏ ।
- କୃଷକମାନଙ୍କୁ ଆର୍ଥିକ ରିହାତି ପ୍ରଦାନ କରାଯାଏ ।
- ଯୁକ୍ତରାଷ୍ଟ୍ରରେ କୃଷିର ଉନ୍ନତି ତଥା ଗବେଷଣା କାର୍ଯ୍ୟପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଏ।
ଭାରତର କୃଷି :
- ଭାରତର କୃଷି ପ୍ରୟୋଜନଭିତ୍ୟିକ କୃଷି।
- ଭାରତରେ ଚାଷ ଜମି ପ୍ରାୟ କ୍ଷୁଦ୍ର ଅଥବା ମଧ୍ୟମଧରଣର ଅର୍ଥାତ୍ ପ୍ରତ୍ୟେକ ଚାଷଜମିର ପରିମାଣ 1.5 ହେକ୍ଟର ।
- କୃଷକମାନେ ଗରିବ, ନିରକ୍ଷର ଅଥବା ଅଳ୍ପଶିକ୍ଷିତ।
- କୃଷିକାର୍ଯ୍ୟ ପ୍ରାୟ ପାରମ୍ପରିକ ପଦ୍ଧତିରେ କରାଯାଏ। ଅନିୟମିତ ବର୍ଷା,
- ଜଳସେଚନର ଅଭାବ, ଚାଷୀ ଗରିବ ହେତୁ କୃଷି ଉତ୍ପାଦନ ଯଥେଷ୍ଟ ହୁଏ ନାହିଁ ।
- ଏବେ ସରକାରଙ୍କ ତରଫରୁ କୃଷକମାନଙ୍କ ପାଇଁ ଋଣ ସହାୟତା, କୃଷି ବୀମା ଆଦି କାର୍ଯ୍ୟକାରୀ କରାଯାଉଛି ।
- କୃଷିର ଉନ୍ନତି ପାଇଁ ବିଭିନ୍ନ ଭୂସଂସ୍କାର ବ୍ୟବସ୍ଥା, ଅଳ୍ପ ମୂଲ୍ୟରେ ସାର, କୀଟନାଶକ ଦ୍ରବ୍ୟ, ବିହନ ଯୋଗାଇ ଦିଆଯାଉଛି ।
7. ଉତ୍ତର ଆମେରିକା ମହାଦେଶର ରେଖାଙ୍କିତ ମାନଚିତ୍ରରେ ଯୁକ୍ତରାଷ୍ଟ୍ର ଆମେରିକାର ସୀମା ଚିହ୍ନାଅ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ମକା ଓ ଗହମ ଚାଷ ହେଉଥିବା ଅଞ୍ଚଳକୁ ସଙ୍କେତ ମାଧ୍ୟମରେ ଦର୍ଶାଅ ।
BSE Odisha 8th Class Geography Notes Chapter 3.2 କୃଷି ଊନ୍ନୟନ
କୃଷି ଉନ୍ନୟନ :
- ଆମର ସୀମିତ ଜମି, ଜଳ ଓ ଜଙ୍ଗଲର ବ୍ୟବହାର ଦ୍ଵାରା ପ୍ରୟୋଜନ ହେଉଥିବା ଅଧୁକ ଖାଦ୍ୟଶସ୍ୟ ଉତ୍ପାଦନର ପ୍ରୟାସକୁ କୃଷି ଉନ୍ନୟନ ବା କୃଷି ବିକାଶ କୁହାଯାଏ ।
- ଖାଦ୍ୟ ସୁରକ୍ଷା କୃଷି ଉନ୍ନୟନର ମୂଳ ଲକ୍ଷ୍ୟ।
- କୃଷି ଉନ୍ନୟନ ପାଇଁ ଆବଶ୍ୟକ ବ୍ୟବସ୍ଥା :
(i) କୃଷିଜମିର ଆକାର ବୃଦ୍ଧି
(ii) ବିଭିନ୍ନ ପ୍ରକାର ଶସ୍ୟ ଉତ୍ପାଦନ
(iii) ଉନ୍ନତ କୃଷି କୌଶଳ
(iv) ନୂତନ କୃଷି କୌଶଳ
(v) ରାସାୟନିକ ସାର ପ୍ରୟୋଗ
(vi) ଅଧିକ ଅମଳକ୍ଷମ ବିଞ୍ଚନର ବ୍ୟବହାର
ଜାଣିବା କଥା
- ସୁସ୍ଥ, ନୀରୋଗ ଓ କର୍ମଠ ଜୀବନଯାପନ ପାଇଁ ପ୍ରତ୍ୟେକ ମନୁଷ୍ୟର ନ୍ୟୁନତମ ପୁଷ୍ଟିସାର ଖାଦ୍ୟ ଆବଶ୍ୟକତା ପୂରଣ କରିବା ହିଁ ଖାଦ୍ୟ ସୁରକ୍ଷା ।
- 2021ମସିହା ସୁଦ୍ଧା ଭାରତର ଜନସଂଖ୍ୟା 150 କୋଟି ହେବାର ଆକଳନ କରାଯାଇଛି।
ଜୈବିକ ଚାଷ :
- ଜନବହୁଳ ଦେଶରେ ଅଧିକ ଶସ୍ୟ ଉତ୍ପାଦନ ପାଇଁ ଜୈବିକ ଚାଷ କରାଯାଉଛି ।
- ସବୁଜ ସାର, ଜୀବାଣୁ ସାର, ପଶୁଖତ, ପିଡ଼ିଆ ଏବଂ ପାଉଁଶ, ଅମରୀ ଓ ବେଗୁନିଆ ପତ୍ର, ନିମ୍ବ ଓ କରଞ୍ଜ ଗଛର ଛେଲି, ଫୁଲ ଓ ପତ୍ର, ଗୋ-ମୂତ୍ର, ମିତ୍ରକୀଟ ଆଦି ପ୍ରାକୃତିକ ଓ ଜୈବିକ ଉପାଦାନର ପ୍ରୟୋଗରେ ଜୈବିକ ଚାଷ କରାଯାଇଥାଏ।
- ସବୁଜ ବିପ୍ଳବ ମାଧ୍ୟମରେ ମଧ୍ୟ ଶସ୍ୟ ଉତ୍ପାଦନ ବୃଦ୍ଧି କରାଯାଉଛି ।
ଜାଣିବା କଥା
ରାସାୟନିକ ସାର, କୀଟନାଶକ ଔଷଧ ଓ ଉନ୍ନତ କୃଷି କୌଶଳ ପ୍ରୟୋଗଦ୍ଵାରା ଅଧିକ ଅମଳକ୍ଷମ ବିହନ ବ୍ୟବହାର କରାଯାଇ କୃଷି ଉତ୍ପାଦନ ବୃଦ୍ଧି କରାଯିବାକୁ ସବୁଜ ବିପ୍ଳବ କୁହାଯାଏ ।
ଭାରତର କୃଷି :
- ଭାରତରେ କୃଷକ ମୌସୁମୀ ବର୍ଷା ଓ ଜମିର ଉର୍ବରତା ଉପରେ ନିର୍ଭର କରି କୃଷିକାର୍ଯ୍ୟ କରିଥାଏ।
- ମୌସୁମୀ ବର୍ଷା ଅନିଶ୍ଚିତ ଓ ଜମିର ଉର୍ବରତା ହ୍ରାସ ଯୋଗୁ ଭାରତର କୃଷି ଉତ୍ପାଦନ ବାଧାପ୍ରାପ୍ତ ହୋଇଥାଏ।
ଭାରତ ସରକାରଙ୍କଦ୍ୱାରା କୃଷିର ଉନ୍ନତିପାଇଁ କେତେକ ବ୍ୟବସ୍ଥା ବିଭିନ୍ନ ସମୟରେ ପ୍ରବର୍ତ୍ତନ କରାଯାଇଛି ।
କୃଷିର ଉନ୍ନତିମୂଳକ ବ୍ୟବସ୍ଥା :
- ଚକବନ୍ଦୀ ବ୍ୟବସ୍ଥା
- ସମବାୟ ଚାଷ
- ଜମିଦାରୀ ଉଚ୍ଛେଦ
- କୃଷିବୀମା ପ୍ରଚଳନ
- ଗ୍ରାମୀଣ ବ୍ୟାଙ୍କ୍ ପ୍ରତିଷ୍ଠା
- ସମବାୟ ସଂସ୍ଥା ଗଠନ
- ଦୂରଦର୍ଶନ ଓ ରେଡ଼ିଓରେ ପାଣିପାଗ ଓ କୃଷି ସୂଚନା
- ସ୍ଵ ଋଣହାର ବ୍ୟବସ୍ଥା
- ସ୍ଵଳ୍ପ ମୂଲ୍ୟରେ ସାର ଓ ବିହନ ଯୋଗାଣ
- କୃଷି ଦ୍ରବ୍ୟର ନ୍ୟୁନତମ ସହାୟକ ମୂଲ୍ୟ ନିର୍ଦ୍ଧାରଣ
- ପଞ୍ଜାବ ଓ ହରିୟାଣାରେ ସବୁଜ ବିପ୍ଳବ ‘ଗହମ -ବିପ୍ଳବ’ରେ ପରିଣତ ହୋଇଛି ।
- ଅଧିକ ଅମଳକ୍ଷମ ବିହନ, ଉନ୍ନତ କୃଷି କୌଶଳ, କୃଷିଋଣର ସୁବିଧା, ଶସ୍ୟ ସଂରକ୍ଷଣ ପାଇଁ ଗୋଦାମ ଘର ବ୍ୟବସ୍ଥା, ବୁନ୍ଦା ଓ ସିଞ୍ଚା ଜଳସେଚନ କୌଶଳ ପ୍ରୟୋଗ ଦ୍ବାରା ଏ ଅଞ୍ଚଳରେ ଶସ୍ୟ ଉତ୍ପାଦିତା ବୃଦ୍ଧି ହୋଇଛି ।
ଜାଣିବା କଥା
ପଞ୍ଜାବ ଓ ହରିୟାଣା ରାଜ୍ୟରେ ଅଧିକ ଗହମ ଉତ୍ପାଦନ ହେଉଥିବାରୁ ଏହାକୁ ଭାରତର ଶସ୍ୟାଗାର କୁହାଯାଏ ।
ଯୁକ୍ତରାଷ୍ଟ୍ର ଆମେରିକାର କୃଷି :
- ଯୁକ୍ତରାଷ୍ଟ୍ର ଆମେରିକାରେ କୃଷିକୁ ଏକ ଶିଳ୍ପ ଭାବରେ ଗଣନା- କରାଯାଏ ।
- ଏଠାରେ କୃଷିକାର୍ଯ୍ୟରେ ଯାନ୍ତ୍ରିକ ଉପକରଣ ବ୍ୟବହାର କରାଯାଏ।
- ଯୁକ୍ତରାଷ୍ଟ୍ର ଆମେରିକାର କୃଷି ପଦ୍ଧତିରେ ଆଧୁନିକ ଜ୍ଞାନକୌଶଳ, କଂପ୍ୟୁଟରର ବ୍ୟବହାର, ହେଲିକପ୍ଟର ସାହାଯ୍ୟରେ କୀଟନାଶକ ସିଞ୍ଚନ ଆଦି କରାଯାଏ।
- ମକା, ଗହମ, କପା, ଧୂଆଁପତ୍ର, ସୋୟାବିନ୍ ଯୁକ୍ତରାଷ୍ଟ୍ର ଆମେରିକାର ମୁଖ୍ୟ କୃଷିଜାତ ଦ୍ରବ୍ୟ ।
ଯୁକ୍ତରାଷ୍ଟ୍ର ଆମେରିକାର କୃଷି ଅଞ୍ଚଳ :
ଭୌଗୋଳିକ ଶବ୍ଦାବଳୀ
- କୃଷି ଉନ୍ନୟନ : ସୀମିତ ଜମି, ଜଳ ଓ ଜଙ୍ଗଲର ବ୍ୟବହାରଦ୍ଵାରା ପ୍ରୟୋଜନ ହେଉଥିବା ଅଧୁକ ଖାଦ୍ୟଶସ୍ୟ ଉତ୍ପାଦନର ପ୍ରୟାସକୁ କୃଷି ଉନ୍ନୟନ । କୃଷି ବିକାଶ କୁହାଯାଏ।
- ଖାଦ୍ୟ ସୁରକ୍ଷା : ସୁସ୍ଥ ନୀରୋଗ ଓ କର୍ମଠ ଜୀବନଯାପନ ପାଇଁ ପ୍ରତ୍ୟେକ ମନୁଷ୍ୟର ନ୍ୟୁନତମ ପୁଷ୍ଟିସାର ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ବ୍ୟବସ୍ଥା କରିବାକୁ ଖାଦ୍ୟ ସୁରକ୍ଷା କୁହାଯାଏ ।
- ଜୈବିକ ଚାଷ : ରାସାୟନିକ ସାର ବଦଳରେ ସବୁଜ ସାର, ଜୀବାଣୁ ସାର, ପଶୁଖତ, ପିଡ଼ିଆ ଏବଂ ରାସାୟନିକ କୀଟନାଶକ ବଦଳରେ ପାଉଁଶ, ଅମରୀ ଓ ବେଗୁନିଆ ପତ୍ର, ନିମ୍ବ ଓ କରଞ୍ଜ ଗଛର ଫୁଲ ଓ ପତ୍ର, ଗୋମୂତ୍ର, ମିତ୍ରକୀଟ ଆଦି ପ୍ରାକୃତିକ ଓ ଜୈବିକ ଉପାଦାନ ପ୍ରୟୋଗ କରାଯାଉଥିବା କୃଷିକୁ ଜୈବିକ ଚାଷ କୁହାଯାଏ ।
- ସବୁଳ ବିପ୍ଳବ : ଜଳ ଉପଲବ୍ଧ ଅଞ୍ଚଳଗୁଡ଼ିକରେ ରାସାୟନିକ ସାର, କୀଟନାଶକ ଔଷଧ ଓ ଉନ୍ନତ କୃଷି- କୌଶଳ ପ୍ରକ୍ରିୟାକୁ ସବୁଜ ବିପ୍ଳବ କୁହାଯାଏ।
- ଗହମ ବିପ୍ଳବ : ନୂତନ କୃଷି କୌଶଳଦ୍ୱାରା ଗହମ ଉତ୍ପାଦନରେ ଅଧିକ, ସଫଳତାକୁ ଉତ୍ତର ଭାରତରେ “ ଗହମ ବିପ୍ଳବ’ କୁହାଯାଏ।