Odisha State Board BSE Odisha 8th Class Geography Solutions Chapter 4 ଶିଳ୍ପ Textbook Exercise Questions and Answers.
BSE Odisha Class 8 Geography Solutions Chapter 4 ଶିଳ୍ପ
1. ନିମ୍ନଲିଖତ ପ୍ରଶ୍ନର ଉତ୍ତର ଲେଖ ।
(କ) ‘ଶିଳ୍ପ’ କହିଲେ କ’ଣ ବୁଝାଯାଏ ?
Answer:
(i) ଯେଉଁ ଆର୍ଥନୀତିକ କାର୍ଯ୍ୟକଳାପ ଦ୍ବାରା ନୂତନ ସାମଗ୍ରୀ ପ୍ରସ୍ତୁତ କରିବା ସହ ଖଣିଜ ଦ୍ରବ୍ୟ ଉତ୍ତୋଳନ ତଥା ସେବା ଯୋଗାଇ ଦିଆଯାଏ ତାହାକୁ ଶିଳ୍ପ କୁହାଯାଏ।
(ii) ଉଦାହରଣ ସ୍ୱରୂପ :
- ଲୌହ – ଇସ୍ପାତ ଶିଳ୍ପରୁ ବିଭିନ୍ନ ଇସ୍ପାତ ସାମଗ୍ରୀ ପ୍ରସ୍ତୁତ କରାଯାଏ।
- କୋଇଲା ଖନନ ଶିଳ୍ପରେ କୋଇଲା ଉତ୍ପାଦନ କରାଯାଏ।
- ପରିବହନ, ଯୋଗାଯୋଗ, ପର୍ଯ୍ୟଟନ ଆଦି ମଧ୍ଯ ସେବାଭିଭିକ ଶିଳ୍ପ ।
(ଖ) ଶିଳ୍ପ ପ୍ରତିଷ୍ଠା ପାଇଁ କେଉଁ କେଉଁ କାରକଗୁଡ଼ିକ ମୁଖ୍ୟତଃ ଦାୟୀ ?
Answer:
ଶିଳ୍ପ ପ୍ରତିଷ୍ଠା ପାଇଁ ନିମ୍ନୋକ୍ତ କାରକଗୁଡ଼ିକ ମୁଖ୍ୟତଃ ଦାୟୀ । ସେଗୁଡ଼ିକ ହେଲା –
- କଞ୍ଚାମାଲର ଉପଲବ୍ଧ
- ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମି
- ଜଳ
- କୁଶଳୀ ଓ ଶସ୍ତା ଶ୍ରମିକ, ଶକ୍ତି, ପୁଞ୍ଜି, ପରିବହନ ଓ ବଜାର ଇତ୍ୟାଦି
- ଏତଦ୍ବ୍ୟତୀତ ସରକାରଙ୍କଦ୍ବାରା ରିହାତି ଦରରେ ଉପରୋକ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇଦେବା ଆବଶ୍ୟକ ।
(ଗ) କେଉଁ ଶିଳ୍ପକୁ ଆଧୁନିକ ଶିଳ୍ପର ମେରୁଦଣ୍ଡ ବୋଲି କୁହାଯାଏ ଏବଂ କାହିଁକି ?
Answer:
- ଲୌହ-ଇସ୍ପାତ ଶିଳ୍ପକୁ ଆଧୁନିକ ଶିଳ୍ପର ମେରୁଦଣ୍ଡ ବୋଲି କୁହାଯାଏ
- କାରଣ ଏହା ଏକ ମୌଳିକ ଶିଳ୍ପ । ଏହାର ଉତ୍ପାଦକୁ ଅନ୍ୟାନ୍ୟ ଶିଳ୍ପରେ କଞ୍ଚାମାଲ ରୂପେ ବ୍ୟବହାର କରାଯାଏ।
- ଜଳଜାହାଜ, ରେଳଗାଡ଼ି, ଟ୍ରକ, ବସ୍, ଅଟୋ, ସାଇକେଲ ଆଦି ଯାନବାହନଗୁଡ଼ିକ ଲୌହ-ଇସ୍ପାତରେ ତିଆରି।
- ଛୁଞ୍ଚିରୁ ଆରମ୍ଭ କରି ସେଫ୍ଟିପିନ୍ ପର୍ଯ୍ୟନ୍ତ ଅନେକ ଘରକରଣା ଜିନିଷ, ତୈଳଖଣି ଖନନ ପାଇଁ ଯନ୍ତ୍ରପାତି, ଚାଷକାର୍ଯ୍ୟ, ସୁଉଚ୍ଚ ଅଟ୍ଟାଳିକାରେ ବ୍ୟବହୃତ ଇସ୍ପାତ ଫ୍ରେମ୍ ଆଦି ଇସ୍ପାତରୁ ତିଆରି।
(ଘ) କାର୍ପାସ ବୟନଶିଳ୍ପ ମୁମ୍ବାଇରେ ପ୍ରତିଷ୍ଠା ଏବଂ ସମୃଦ୍ଧ ହେବାର କାରଣ କଣ ?
Answer:
- 1954 ମସିହାରେ ବମ୍ବେ (ମୁମ୍ବାଇ) ଠାରେ ଭାରତର ପ୍ରଥମ ଆଧୁନିକ କାର୍ପାସ ବୟନ ଶିଳ୍ପ କେନ୍ଦ୍ର ସ୍ଥାପିତ ହୋଇଥିଲା ।
- ମୁମ୍ବାଇଠାରେ ବୟନ ଶିଳ୍ପର ଅନୁକୂଳ ପରିବେଶ, ଯଥା- ଉଷ୍ଣ- ଆର୍ଦ୍ର ଜଳବାୟୁ, ଯନ୍ତ୍ରପାତି ଆମଦାନୀ ପାଇଁ ବନ୍ଦର ସୁବିଧା ଥିଲା ।
- ଏହାବ୍ୟତୀତ କଞ୍ଚାମାଲ ରୂପେ ଉତ୍ପାଦନ ପାଇଁ ମହାରାଷ୍ଟ୍ରର କୃଷ୍ଣମ୍ପରିକା ଅଞ୍ଚଳ ଓ କଞ୍ଚାମାଲ ପରିବହନ ପାଇଁ ଗମନାଗମନ ସୁବିଧା ତଥା ସୁଲଭ ମୂଲ୍ୟରେ କୁଶଳୀ ଶ୍ରମିକ ଯୋଗୁ ମୁମ୍ବାଇରେ କାର୍ପାସ ବୟନ ଶିଳ୍ପର ପ୍ରତିଷ୍ଠା ଓ ସମୃଦ୍ଧ ହୋଇଥିଲା ।
(ଙ) ବେଙ୍ଗାଲୁରୁ ଏବଂ ସିଲିକନ୍ ଉପତ୍ୟକା ମଧ୍ଯରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ କେଉଁ କେଉଁ ସାମଞ୍ଜସ୍ୟ ଦେଖାଯାଏ ?
Answer:
ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବେଙ୍ଗାଲୁରୁ ଓ ସିଲିକନ୍ ଉପତ୍ୟକା ମଧ୍ୟରେ ନିମ୍ନୋକ୍ତ ସାମଞ୍ଜସ୍ୟ ଦେଖାଯାଏ:
2. ନିମ୍ନଲିଖତ ପ୍ରଶ୍ନର ଉତ୍ତର ଲେଖ।
(କ) ଭାରତର ପ୍ରଧାନ ପ୍ରଧାନ ଲୌହ-ଇସ୍ପାତ କାରଖାନାର ନାମ ଏବଂ ସେଗୁଡ଼ିକ କେଉଁ କେଉଁ ରାଜ୍ୟରେ ଅବସ୍ଥିତ ଲେଖ ।
Answer:
(ଖ) କଞ୍ଚାମାଲ ଉପରେ ଆଧାରିତ ଚାରୋଟି ଶିଳ୍ପର ନାମ ଉଦାହରଣ ସହ ଲେଖ ।
Answer:
(i) କଞ୍ଚାମାଲ ଉପରେ ଆଧାରିତ ଚାରୋଟି ଶିଜର ନାମ ହେଲା – କୃଷିଭିତ୍ତିକ, ଖଣିଜଭିଭିକ, ଜଙ୍ଗଲଭିଭିକ ଏବଂ ସମୁଦ୍ରଭିଭିକ ଶିଳ୍ପ ।
(ii) ପ୍ରାଣୀ ଓ ଉଭିଦ ଆଧାରିତ ବସ୍ତୁକୁ ବ୍ୟବହାର କରି କୃଷିଭିତ୍ତିକ ଶିଳ୍ପ ଗଢ଼ି ଉଠେ ।
ଉଦାହରଣ- ଖାଦ୍ୟ ପ୍ରକ୍ରିୟାକରଣ, ଖାଇବା ତେଲ ଉତ୍ପାଦନ, କାର୍ପାସ ବୟନ, ଦୁଗ୍ଧଜାତ ପଦାର୍ଥ ପ୍ରସ୍ତୁତି |
(iii) ଖଣିଜ ପଦାର୍ଥକୁ କଞ୍ଚମାଲ ଭାବେ ନେଇ ଖଣିଜ ଭିଭିକ ଶିଳ୍ପ ଗଢ଼ି ଉଠେ।
ଉଦାହରଣ – ଲୌହ-ଇସ୍ପାତ ଶିଳ୍ପ।
(iv) ଜଙ୍ଗଲଜାତ ପଦାର୍ଥକୁ କଞ୍ଚାମାଲ ଭାବେ ନେଇ ଗଢ଼ି ଉଠିଥିବା ଶିଳ୍ପକୁ ଜଙ୍ଗଲଭିଭିକ ଶିଳ୍ପ କୁହାଯାଏ।
ଉଦାହରଣ – କାଠମଣ୍ଡ ଓ କାଗଜ ଶିଳ୍ପ, ଆସବାବ ଓ ଗୃହ ନିର୍ମାଣ ଶିଳ୍ପ ।
(v) ସାଗର ଓ ମହାସାଗରରୁ ଉପଲବ୍ଧ ପଦାର୍ଥକୁ ନେଇ ସମୁଦ୍ରଭିତ୍ତିକ ଶିଳ୍ପ ସ୍ଥାପିତ ହୁଏ ।
ଉଦାହରଣ – ସାମୁଦ୍ରିକ ଖାଦ୍ୟ ଉଦ୍ୟୋଗ ଏବଂ ମାଛତେଲ ଉଦ୍ୟୋଗ ।
(ଗ) ଗୋଟିଏ ଦେଶପାଇଁ ଶିଳ୍ପର ବିକାଶ କାହିଁକି ମହତ୍ତ୍ଵପୂର୍ଣ୍ଣ ? ଦୁଇଟି
କାରଣ ଲେଖ ।
Answer:
- ଶିଳ୍ପ ପ୍ରତିଷ୍ଠାଦ୍ୱାରା ଲୋକମାନଙ୍କୁ କର୍ମସଂସ୍ଥାନ ମିଳିଥାଏ ।
- ଏହାଦ୍ଵାରା ବ୍ୟବସାୟ ଓ ବାଣିଜ୍ୟ କାରବାର ବୃଦ୍ଧିପାଏ ଏବଂ ଦେଶର ଆୟ ମଧ୍ୟ ବଢ଼େ ।
- ଜଣେ ଶିଳ୍ପ ଶ୍ରମିକ ଜଣେ କୃଷି ଶ୍ରମିକଠାରୁ ଅଧ୍ବକ ମଜୁରି ପାଏ।
- ଶିଳ୍ପାୟନ ଦେଶକୁ ଅର୍ଥନୀତି କ୍ଷେତ୍ରରେ ସମୃଦ୍ଧ କରେ।
(ଘ) ଭାରତର ଚାରୋଟି ଶିଳ୍ପାଞ୍ଚଳର ନାମ ଲେଖ ।
Answer:
ଭାରତର ଚାରୋଟି ମୁଖ୍ୟ ଶିଳ୍ପାଞ୍ଚଳଗୁଡ଼ିକ ହେଲା –
- ମୁମ୍ବାଇ-ପୁଣେ ଶିଳ୍ପାଞ୍ଚଳ
- ବେଙ୍ଗାଲୁରୁ-ତାମିଲନାଡୁ ଅଞ୍ଚଳ
- ହୁଗୁଳି ଅଞ୍ଚଳ ଓ
- ଅହମ୍ମଦବାଦ – ଭଦୋଦରା ଶିଳ୍ପାଞ୍ଚଳ
(ଙ) ବେଙ୍ଗାଲୁରୁ ସହର ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପ୍ରଗତି କରିବାର ବିଭିନ୍ନ କାରଣଗୁଡ଼ିକ ଉଲ୍ଲେଖ କର ।
Answer:
- ବେଙ୍ଗାଲୁରୁରେ ସର୍ବାଧିକ ଶିକ୍ଷାନୁଷ୍ଠାନ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଦାନ କରୁଥିବା ଶିକ୍ଷାକେନ୍ଦ୍ର ଅବସ୍ଥିତ।
- ଏହି ସହରଟିରେ ବର୍ଷସାରା ମୃଦୁ ଜଳବାୟୁ ଅନୁଭୂତ ହେବା ସଙ୍ଗେ ସଙ୍ଗେ ସହରଟି ଧୂଳିଧୂଆଁ ମୁକ୍ତ ଏବଂ ସ୍ଵଭଡ଼ାରେ ବାସଗୃହ ଏବଂ ନିର୍ବିଘ୍ନରେ ଜୀବିକାର୍ଜନ ସମ୍ଭବ ହୁଏ ।
- ଏହି ସହରରେ ଉପଯୁକ୍ତ ଯୋଗ୍ୟତାସଂପନ୍ନ ଓ କର୍ମକୁଶଳୀ ମାନବ ସମ୍ବଳ ବିପୁଳ ମାତ୍ରାରେ ଉପଲବ୍ଧ ।
- ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବିଶ୍ବସ୍ତରୀୟ କେନ୍ଦ୍ର ସହିତ ବେଙ୍ଗାଲୁରୁର ସୁଦୃଢ଼ ସଂବନ୍ଧ ଅଛି ।
- 1992 ମସିହାରେ କର୍ଣ୍ଣାଟକ ରାଜ୍ୟ ସରକାର ସର୍ବପ୍ରଥମେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ ପ୍ରଣୟନ କରିଥିଲେ। ଉପରୋକ୍ତ କାରଣଗୁଡ଼ିକ ଯୋଗୁ ବେଙ୍ଗାଲୁରୁ ସହର ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପ୍ରଗତି କରିଅଛି ।
3. ଠିକ୍ ଉତ୍ତର ବାଛି ଲେଖ ।
(i) ସିଲିକନ୍ ଉପତ୍ୟକା କେଉଁଠାରେ ଅବସ୍ଥିତ ?
(କ) ବେଙ୍ଗାଲୁରୁ
(ଖ) କାଲିଫର୍ଣିଆ
(ଗ) ଅହମ୍ମଦାବାଦ
(ଘ) ହାଇଦ୍ରାବାଦ
Answer:
(ଖ) କାଲିଫର୍ଣିଆ
(ii) କେଉଁଟି ପ୍ରାକୃତିକ ବସ୍ତୁ ?
(କ) ନାଇଲନ୍
(ଖ) ଟେରିଲିନ
(ଗ) ଝୋଟ
(ଘ) ଡେକ୍ରନ
Answer:
(ଗ) ଝୋଟ
(iii) କେଉଁ ଶିଳ୍ପର ସର୍ବଶେଷ ଉତ୍ପାଦ ଅନ୍ୟ ଶିଳ୍ପ ପାଇଁ କଞ୍ଚାମାଲ ରୂପେ
ବ୍ୟବହୃତ ହୁଏ ?
(କ) ମୌଳିକ
(ଗ) ଉପଭୋକ୍ତା
(ଖ) ବୃହତ୍
(ଘ) କ୍ଷୁଦ୍ର
Answer:
(କ) ମୌଳିକ
(iv) ଗୋଟିଏ ସ୍ଥାନରେ ଅନେକଗୁଡ଼ିଏ ଶିଳ୍ପ ପ୍ରତିଷ୍ଠା ହେଲେ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗଢ଼ି ଉଠେ ?
(କ) ଶିଳ୍ପାୟନ
(ଖ) ଶିଳ୍ପାଞ୍ଚଳ
(ଗ) ଶିଳ୍ପକେନ୍ଦ୍ର
(ଘ) ଶିଳ୍ପସଂସ୍ଥା
Answer:
(ଖ) ଶିଳ୍ପାଞ୍ଚଳ
4. ପାର୍ଥକ୍ୟ ଦର୍ଶାଅ ।
(i) ସରକାରୀ ସଂସ୍ଥା ଓ ମିଳିତ ସଂସ୍ଥା :
(ii) ଆଧାରିକ ସଂରଚନା ଓ ପ୍ରକ୍ରିୟାକରଣ :
(iii) ନିବେଶ ଓ ଉତ୍ପାଦ :
6. ପ୍ରତ୍ୟେକର ଦୁଇଟି ଲେଖାଏଁ ଉଦାହରଣ ଦିଅ ।
(କ) କଞ୍ଚାମାଲ : _______ ଏବଂ ________|
Answer:
ତୁଳା ଏବଂ ଲୁହାପଥର ।
(ଖ) ଉତ୍ପାଦ : _______ ଏବଂ ________|
Answer:
ବସ୍ତ୍ର ଏବଂ ଇସ୍ପାତ
(ଗ) କୁଟୀରଶିଳ୍ପ : __________ ଏବଂ ________|
Answer:
ଝୁଡ଼ିବୁଣା ଏବଂ ମାଟିହାଣ୍ଡି ତିଆରି।
(ଘ) ସମବାୟ ସଂସ୍ଥା : __________ ଏବଂ ________|
Answer:
ସମ୍ବଲପୁରୀ ଶିଳ୍ପ ଏବଂ ଅମୂଲ, ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା ।
(ଡ) ସେବାକ୍ଷେତ୍ର : __________ ଏବଂ ________|
Answer: ବ୍ୟାଙ୍କ୍ ଏବଂ ପର୍ଯ୍ୟଟନ ।
BSE Odisha 8th Class Geography Notes Chapter 4 ଶିଳ୍ପ
ଉପକ୍ରମ
- କେତେକ ପ୍ରକୃତିରୁ ମିଳିଥିବା ଦ୍ରବ୍ୟ; ଯଥା- ଫଳ, ମୂଳ ପ୍ରତ୍ୟକ୍ଷ ରୂପେ ବ୍ୟବହାର କରାଯାଏ । ମାତ୍ର ଅଧିକାଂଶ ଦ୍ରବ୍ୟ ପ୍ରକ୍ରିୟାକରଣ ମାଧ୍ୟମରେ ଆମର ବ୍ୟବହାର ଉପଯୋଗୀ ହୋଇଥାନ୍ତି ।
- ଦ୍ଵିତୀୟକ କାର୍ଯ୍ୟକଳାପ କଞ୍ଚାମାଲକୁ ଉପଭୋକ୍ତାମାନଙ୍କ ପାଇଁ ଉପଯୋଗୀ ଦ୍ରବ୍ୟରେ ପରିଣତ କରିଥାଏ ।
- ବିଭିନ୍ନ ଶିଳ୍ପ ସଂସ୍ଥାରେ କଞ୍ଚାମାଲରୁ ଆବଶ୍ୟକ ସାମଗ୍ରୀମାନ ପ୍ରସ୍ତୁତ କରାଯାଏ ।
ଜାଣିବା କଥା
ଯେଉଁ ପ୍ରକୃତି ଦର ଜିନିଷଗୁଡ଼ିକୁ ପ୍ରତ୍ୟକ୍ଷ ଭାବରେ ବ୍ୟବହାର ହୋଇପାରେ ସେଗୁଡ଼ିକୁ ପ୍ରାଥମିକ ଉତ୍ପାଦ କୁହାଯାଏ।
ଶିଳ୍ପ, ବିଭିନ୍ନ ପ୍ରକାରର, ଯଥା-
- ଲୌହ ଇସ୍ପାତ ଶିଳ୍ପ
- ବୟନ ଶିଳ୍ପ
- କାଗଜ ଶିଳ୍ପ
- ଆଲୁମିନିୟମ୍ ଶିଳ୍ପ
- ସିମେଣ୍ଟ ଶିଳ୍ପ
- ପର୍ଯ୍ୟଟନ ଶିଳ୍ପ
- ପରିବହନ ଶିଳ୍ପ
- କୋଇଲା ଖନନ ଇତ୍ୟାଦି
ଜାଣିବା କଥା
ଯେଉଁ ଆର୍ଥନୀତିକ କାର୍ଯ୍ୟକଳାପଦ୍ବାରା ନୂତନ ସାମଗ୍ରୀ ପ୍ରସ୍ତୁତ କରିବା ସହ ଖଣିଜ ଦ୍ରବ୍ୟ ଉତ୍ତୋଳନ ତଥା ସେବା ଯୋଗାଇ ଦିଆଯାଏ, ତାହାକୁ ଶିଳ୍ପ କୁହାଯାଏ ।
ଶିଳ୍ପ ପ୍ରତିଷ୍ଠାର ଉପକାରିତା :
- ବିଭିନ୍ନ ଶିଳ୍ପଜାତ ପ୍ରସ୍ତୁତ ଦ୍ରବ୍ୟ ମିଳିଥାଏ।
- କର୍ମସଂସ୍ଥାନ ମିଳେ ।
- ବାଣିଜ୍ୟ କାରବାର ବୃଦ୍ଧି ହୁଏ ।
- ଦେଶର ଅର୍ଥନୀତି ସମୃଦ୍ଧ ହୁଏ ।
ଶିଳ୍ପର-ଶ୍ରେଣୀ ବିଭାଗ
(i) କଞ୍ଚାମାଲକୁ ଭିଭିକରି →
- କୃଷିଭିଭିକ
- ଖଣିଜଭିଭିକ
- ସମୁଦ୍ର ଭିରିକ
- ଜଙ୍ଗଲଭିରିକ
(ii) ଆକାର ଦୃଷ୍ଟିରୁ →
- କୁଟୀର ଶିଳ୍ପ
- ବୃହତ୍ ଶିଳ୍ପ
(iii) ମାଲିକାନା ଭିତ୍ତିରେ →
- ଘରୋଇ ଶିଳ୍ପ
- ଦ୍ୱୈତ ଶିଳ୍ପ
- ସରକାରୀ ଶିଳ୍ପ
- ସମବାୟ ଶିଳ୍ପ
କଞ୍ଚାମାଲକୁ ଭିତ୍ତିକରି ଶିଳ୍ପସଂସ୍ଥା :
- କୃଷିଭିତ୍ତିକ ଶିଳ୍ପ : ଖାଦ୍ୟ ପ୍ରକ୍ରିୟାକରଣ, ଖାଇବା ତେଲ, କାର୍ପାସ ବୟନ, ଦୁଗ୍ଧଜାତ ପଦାର୍ଥ ପ୍ରସ୍ତୁତ, ଚମଡ଼ା ଶିଳ୍ପ ।
- ଖଣିଜ ଭିତ୍ତିକ ଶିଳ୍ପ : ଲୌହଶିଳ୍ପ, ଆଲୁମିନିୟମ୍ ଶିଳ୍ପ ।
- ସମୁଦ୍ର ଭିତ୍ତିକ ଶିଳ୍ପ : ସାମୁଦ୍ରିକ ଖାଦ୍ୟ ଉଦ୍ୟୋଗ, ମାଛ ତେଲ ଉଦ୍ୟୋଗ ।
- ଜଙ୍ଗଲ ଭିତ୍ତିକ ଶିଳ୍ପ : କାଠମଣ୍ଡ ଓ କାଗଢ଼ଶିଳ୍ପ, ଔଷଧ ପ୍ରସ୍ତୁତିକାରୀ ଶିଳ୍ପ, ଆସବାବ ଓ ଗୃହନିର୍ମାଣ ଶିଳ୍ପ ।
ଆକାର ଦୃଷ୍ଟିରୁ ଶିଳ୍ପସଂସ୍ଥା :
- କୁଟୀର ଶିଳ୍ପ (କ୍ଷୁଦ୍ର ଶିଳ୍ପ) : ଝୁଡ଼ି ବୁଣା, ମାଟିହାଣ୍ଡି ପ୍ରସ୍ତୁତି, ଘଣ୍ଟା, ରେଡ଼ିଓ, ଟିଭି ଇତ୍ୟାଦି ।
- ବୃହତ୍ ଶିଳ୍ପ : ଅଧିକ ପୁଞ୍ଜିନିବେଶ ଓ ଉନ୍ନତ ପ୍ରଯୁକ୍ତି ବିଦ୍ୟା ଦରକାର କରେ; ଯଥା – ଭାରୀ ଯନ୍ତ୍ରପାତି, ମଟରଗାଡ଼ି, ଲୌହ ଇସ୍ପାତ ।
ମାଲିକାନାକୁ ଭିତ୍ତିକରି ଶିଳ୍ପସଂସ୍ଥା :
- ଘରୋଇ ମାଲିକାନା ଟାଟା ଲୌହ ଇସ୍ପାତଶିଳ୍ପ, ଜିନ୍ଦଲ ଷ୍ଟିଲ, ରିଲାଏନ୍ସ ଶିଳ୍ପ ।
- ସରକାରୀ ମାଲିକାନା : ହାଲ୍ (ହିନ୍ଦୁସ୍ତାନ ଏଗୋନଟିକ୍ ଲିମିଟେଡ୍), ଭାରତୀୟ ଇସ୍ପାତ ନିଗମ (ସେଲ୍) ।
- ଦ୍ଵୈତ ମାଲିକାନା (ସରକାରୀ ଓ ଘରୋଇ) : ମାରୁତି ଉଦ୍ୟୋଗ
- ସମବାୟ ସଂସ୍ଥା : ସମ୍ବଲପୁରୀ ବସ୍ତ୍ର, ଅମୁଲ (ଆନନ୍ଦ ମିଲ୍କ ଇଉନିୟନ ଲିମିଟେଡ) ଆଦି ।
ଶିଳ୍ପ ପ୍ରତିଷ୍ଠାନକୁ ପ୍ରଭାବିତ କରୁଥିବା କାରକ ସମୂହ :
ଶିଳ୍ପ ବ୍ୟବସ୍ଥା :
- ଶିଳ୍ପ ବ୍ୟବସ୍ଥା (i) ନିବେଶ, (ii) ପ୍ରକ୍ରିୟାକରଣ ଓ (iii) ଉତ୍ପାଦକୁ ନେଇ ଗଠିତ ।
- କଞ୍ଚାମାଲ, ଶ୍ରମିକ, ଭୂମି, ପରିବହନ, ଶକ୍ତି ଆଦି ସାଧାରଣ ସଂରଚନା ଓ ବିକାଶ ନିମନ୍ତେ ପୁଞ୍ଜିକୁ ନିବେଶ କୁହାଯାଏ ।
- କଞ୍ଚାମାଲର ବିଭିନ୍ନ କାର୍ଯ୍ୟପନ୍ଥା ମାଧ୍ୟମରେ ପ୍ରକ୍ରିୟାକରଣ କରାଯାଇ ସେଥୁରୁ ବାହାରୁଥିବା ସର୍ବଶେଷ ଦ୍ରବ୍ୟକୁ ଉତ୍ପାଦ କୁହାଯାଏ।
ଜାଣିବା କଥା
ଶିଳ୍ପ ପ୍ରତିଷ୍ଠାନ ପାଇଁ ଆବଶ୍ୟକୀୟ ଭିଭିଭୂମି, ଯଥା- ବିଦ୍ୟୁତିକରଣ, ଯୋଗାଯୋଗ, ସଡ଼କ ଓ ରେଳପଥ, ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ ବ୍ୟବସ୍ଥାକୁ । ଆଧାରିକ ସଂରଚନା କୁହାଯାଏ ।
ମୁଖ୍ୟ ଶିଳ୍ପାଞ୍ଚଳ :
ପୃଥିବୀର ମୁଖ୍ୟ ଶିଳ୍ପାଞ୍ଚଳ :
- ଉତ୍ତର ଆମେରିକାର ପୂର୍ବାଶ
- ପଶ୍ଚିମ ଓ କେନ୍ଦ୍ରୀୟ ଇଉରୋପ
- ପୂର୍ବ ଇଉରୋପ
- ପୂର୍ବ ଏସିଆ
ଭାରତର ମୁଖ୍ୟ ଶିଳ୍ପାଞ୍ଚଳ
- ମୁମ୍ବାଇ – ପୁଣେ ଶିଳ୍ପାଞ୍ଚଳ
- ବେଙ୍ଗାଲୁରୁ – ତାମିଲନାଡୁ ଅଞ୍ଚଳ
- ଅହମ୍ମଦାବାଦ – ଭଦୋଦରା ଅଞ୍ଚଳ
- ଛୋଟନାଗପୁର ଅଞ୍ଚଳ
- ଗୁଡ଼ଗାଓଁ – ଦିଲ୍ଲୀ- ମିରଟ୍ ଅଞ୍ଚଳ
- କୋଲାମ୍ – ଥୁରୁଅନନ୍ତପୁରମ୍ ଅଞ୍ଚଳ
ଶିଳ୍ପ ଦୁର୍ଘଟଣା
ଶିଳ୍ପ ଦୁର୍ଘଟଣା ହ୍ରାସ ନିମନ୍ତେ ଆମ୍ଭେମାନେ କେତେକ ପଦକ୍ଷେପ ନେବା ନିତାନ୍ତ ଜରୁରୀ।
ଶିଳ୍ପ ଦୁର୍ଘଟଣା ହ୍ରାସ ନିମନ୍ତେ ପଦକ୍ଷେପ:
- ଜନବସତିଠାରୁ ଦୂରରେ ଶିଳ୍ପାଞ୍ଚଳ ସ୍ଥାପନ ।
- ଉନ୍ନତ ଅଗ୍ନି ନିର୍ବାପନ ବ୍ୟବସ୍ଥା।
- ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଅଧୂବାସୀଙ୍କୁ ସମ୍ଭାବ୍ୟ ବିପଦ ସଂପର୍କରେ ସଚେତନ କରିବା ।
- ବିଷାକ୍ତ ପଦାର୍ଥର ଭଣ୍ଡାର ସୀମିତ କରିବା ।
- ଶିଳ୍ପ ପ୍ରଦୂଷଣର ଅପସାରଣ ବ୍ୟବସ୍ଥାର ଉନ୍ନତିକରଣ ।
ମୁଖ୍ୟ ଶିଳ୍ପ ସଂସ୍ଥାର ବିତରଣ :
ଲୌହ ଇସ୍ପାତ ଶିଳ୍ପ :
- ନିବେଶ : ଲୁହାପଥର, କୋଇଲା ଓ ଚୂନପଥର ଆଦି କଞ୍ଚାମାଲ, ଶ୍ରମ, ପୁଞ୍ଜି, ଭୂମି ତଥା ଅନ୍ୟାନ୍ୟ ଆଧାରିତ ସଂରଚନା। .
- ପ୍ରକ୍ରିୟାକରଣ : ବ୍ଲାଷ୍ଟ ଫର୍ମେସ୍ରେ ଲୁହାପଥର ତରଳାଯିବା, ବିଶୁଦ୍ଧିକରଣ
- ଉତ୍ପାଦ : ଇସ୍ପାତ ।
ଭାରତର ଲୌହ-ଇସ୍ପାତ ଶିଳ୍ପ :
ଜାଣିବା କଥା
ଜାମସେଦପୁର ଲୌହ-ଇସ୍ପାତ କାରଖାନା 1907 ମସିହାରେ ସାକ୍ଠାରେ ପ୍ରତିଷ୍ଠା କରାଯାଇଥିଲା। ଟାଟା-ଲୌହ-ଇସ୍ପାତ କାରଖାନାକୁ ସଂକ୍ଷେପରେ TISCO (ଟିସ୍କୋ) କୁହାଯାଏ।
- ଜାମ୍ଦ୍ଜୀ ଟାଟାଙ୍କ ନାମାନୁସାରେ ସାକ୍କୁ ଜାମସେଦପୁର ନାମରେ ନାମିତ କରାଗଲା ।
ପିଟ୍ସବର୍ଗ ଲୌହ-ଇସ୍ପାତ କାରଖାନା :
ଯୁକ୍ତରାଷ୍ଟ୍ର ଆମେରିକାର ପିଟ୍ସବର୍ଗ ଲୌହଇସ୍ପାତ କାରଖାନା ଏହାର ଭୌଗୋଳିକ ଅବସ୍ଥିତି ପାଇଁ ପ୍ରସିଦ୍ଧ ।
ଯଥା
ନିକଟସ୍ଥ ମିନେସୋଟା ଲୁହାପଥର ଖଣି,
ଶସ୍ତା ପରିବହନ ପାଇଁ ବୃହତ୍ ହ୍ରଦ ଜଳପଥର ବ୍ୟବସ୍ଥା,
ଓହିଓ, ମନୋଗାହେଲା ଓ ଆଲଘେନି ନଦୀର ଜଳ ଇତ୍ୟାଦି।
କାର୍ପାସ ବୟନ ଶିଳ୍ପ !
ବିତରଣ : ଗ୍ରେଟ୍ ବ୍ରିଟେନ, ଭାରତ, ଚୀନ, ଜାପାନ, ଯୁକ୍ତରାଷ୍ଟ୍ର ଆମେରିକାରେ ପୃଥିବୀର ମୁଖ୍ୟ କାର୍ପାସ ବୟନ ଶିଳ୍ପ କେନ୍ଦ୍ର ଅବସ୍ଥିତ ।
ଭାରତ ଅହମ୍ମଦାବାଦ, ମୁମ୍ବାଇ, କୋଲକାତା, ଲୁଧୁନା,ଚେନ୍ନାଇ, ପୁଡୁଚେରୀ, ପାନିପତ୍ର, କୋଏମ୍ବାଟୁର, କାନପୁର କାର୍ପାସ ବୟନ ଶିଳ୍ପକେନ୍ଦ୍ର ପାଇଁ ପ୍ରସିଦ୍ଧ ।
ଜାଣିବା କଥା
ବିଟ୍ରିଶ୍ ଶାସନ ପୂର୍ବରୁ ଭାରତର ଢାକାର ମସ୍ଲିନ୍, ମସ୍ଲିପଟ୍ଟନମ୍ର ଚିନ୍ଜେନ୍, କାଲିକ୍ଟର କାଲିକୋ, ସୁରତ୍ ଓ ଭଦୋଦରାର ସୁନାକରି ବସ୍ତ୍ର ପୃଥିବୀ ପ୍ରସିଦ୍ଧ ଥିଲା ।
- ଅନୁକୂଳ ଭୌଗୋଳିକ ପରିବେଶ :
ଉଷ୍ଣ-ଆର୍ଦ୍ର ଜଳବାୟୁ, କୃଷ୍ଣ କାର୍ପାସ ମୃତ୍ତିକା ଓ ଗମନାଗମନ ସୁବିଧା, ଜଳର ସୁବିଧା ତଥା କୁଶଳୀ ଶ୍ରମିକ ସୁଲଭତା ଯୋଗୁ ଭାରତର ମୁମ୍ବାଇ, ଅହମ୍ମଦାବାଦରେ କାର୍ପାସ ଶିଳ୍ପକେନ୍ଦ୍ର ଗଢ଼ି ଉଠିଥିଲା।
ଅହମ୍ମଦାବଦ ଓ ଓସାକା ବୟନ ଶିଳ୍ପକେନ୍ଦ୍ର ମଧ୍ୟରେ ତୁଳନାତ୍ମକ ବିବରଣୀ:
ଅହମ୍ମଦାବାଦକୁ ‘ଭାରତର ମାଞ୍ଚେଷ୍ଟ’ ଓ ଓସାକାକୁ ‘ଜାପାନର ମାଞ୍ଚେଷ୍ଟର’ କୁହାଯାଏ।
ସୂଚନା ପ୍ରଯୁକ୍ତି ବିଦ୍ୟା :
ଯୁକ୍ତରାଷ୍ଟ୍ର ଆମେରିକା ସିଲିକନ୍ ଉପତ୍ୟକା ଓ ଭାରତର ବେଙ୍ଗାଲୁରୁ ସୂଚନା ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର ପାଇଁ ବିଶ୍ଵପ୍ରସିଦ୍ଧ ।
ଜାଣିବା କଥା ।
- ସୂଚନା ପ୍ରଯୁକ୍ତି ବିଦ୍ୟା ସୂଚନା ସଂରକ୍ଷଣ, ପ୍ରକ୍ରିୟାକରଣ ଓ ପ୍ରସାରଣ ସହ ସଂପୃକ୍ତ ।
- ସୂଚନା ପ୍ରଯୁକ୍ତି ବିଦ୍ୟା ‘ ସୂର୍ଯ୍ୟୋଦୟ ଶିଳ୍ପ’ ଭାବେ ପରିଗଣିତ । ସିଲିକନ୍ ଉପତ୍ୟକା ଓ ବେଙ୍ଗାଲୁରୁ ମଧ୍ଯରେ ତୁଳନା :
ଭୌଗୋଳିକ ଶବ୍ଦାବଳୀ
- ପ୍ରାଥମିକ ଉତ୍ପାଦ : ଯେଉଁ ପ୍ରକୃତିଦତ୍ତ ଜିନିଷଗୁଡ଼ିକ ପ୍ରତ୍ୟକ୍ଷ ଭାବରେ ବ୍ୟବହାର ହୋଇପାରେ।
- ଶିଚ୍ଛ : ଯେଉଁ ଆର୍ଥନୀତିକ କାର୍ଯ୍ୟକଳାପଦ୍ବାରା ନୂତନ ସାମଗ୍ରୀ ପ୍ରସ୍ତୁତ କରିବା ସହ ଖଣିଜ ଦ୍ରବ୍ୟ ଉତ୍ତୋଳନ ତଥା ସେବା ଯୋଗାଇ ଦିଆଯାଏ
- ଶିଳ୍ପାୟନ : ବିଭିନ୍ନ ପ୍ରକାର ଶିଳ୍ପ ପ୍ରତିଷ୍ଠା କରି ଦେଶର ଅର୍ଥନୈତିକ ବିକାଶ ସାଧନ କରିବାକୁ ଶିଳ୍ପାୟନ କୁହା
- କ୍ଷୁଦ୍ରଶିଳ୍ପ : ଅଳ୍ପ ପୁଞ୍ଜି ନିବେଶ ଓ ସୀମିତ ପ୍ରଯୁକ୍ତି ବିଦ୍ୟା ବ୍ୟବହୃତ ଶିଳ୍ପ ।
- ବୃହତ୍ ଶିଳ୍ପ : ଅଧ୍ବକ ପୁଞ୍ଜିନିବେଶ ଓ ଉନ୍ନତ ପ୍ରଯୁକ୍ତି ବିଦ୍ୟା ବ୍ୟବହୃତ ଶିଳ୍ପ ।
- କୁଟୀର ଶିଳ୍ପ : କାରିଗର ତଥା ପରିବାରର ଲୋକେ ହାତରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ନିମନ୍ତେ କରାଯାଉଥିବା ଶିଳ୍ପ ।
- ବ୍ୟକ୍ତି ମାଲିକାନା ଶିଳ୍ପ : କୌଣସି ବ୍ୟକ୍ତି ବା ଏକାଧ୍ଵକ ବ୍ୟକ୍ତିଙ୍କ ମିଳିତ ମାଲିକାନାରେ ଚାଲୁଥିବା ଶିଳ୍ପ ସଂସ୍ଥା।
- ବା ଘରୋଇ ଶିଳ୍ପ : ଯେଉଁ ଶିଳ୍ପର ମାଲିକାନା ଓ ପରିଚାଳନା ସରକାରଙ୍କଦ୍ଵାରା ହୋଇଥାଏ।
- ସରକାରୀ ଶିଳ୍ପ : ଯେଉଁ ଶିଳ୍ପର ମାଲିକାନା ଓ ପରିଚାଳନା ସରକାରଙ୍କଦ୍ଵାରା ହୋଇଥାଏ।
- ଦ୍ଵୈତ ମାଲିକାନା ଶିଳ୍ପ: ଯେଉଁ ଶିଳ୍ପ ସଂସ୍ଥାର ଉଭୟ ସରକାରୀ ଓ କୌଣସି ବ୍ୟକ୍ତି ବା ଏକାଧିକ ବ୍ୟକ୍ତିଙ୍କ ମିଳିତ ତତ୍ତ୍ଵାବଧାନ ଓ ମାଲିକାନାରେ ପରିଚାଳିତ ହୁଏ।
- ସମବାୟ ଶିଳ୍ପ । ସଂସ୍ଥା: କଞ୍ଚାମାଲ ଉତ୍ପାଦନକାରୀ ବା ଯୋଗାଣକାରୀ ଶ୍ରମିକ କିମ୍ବା ଉଭୟଙ୍କ ମାଲିକାନାରେ ପରିଚାଳିତ ଶିଳ୍ପସଂସ୍ଥା ।
- ବୃହତ୍ ହ୍ରଦ ଅଞ୍ଚଳ : ସୁପରିଅର, ହ୍ୟୁରନ, ଓଣ୍ଟାରିଓ, ମିଚିଗାନ୍ ଏବଂ ଇରି ହ୍ରଦକୁ ନେଇ ଗଠିତ ପାର୍ଶ୍ଵବର୍ତୀ ଅଞ୍ଚଳ।
- ସୂର୍ଯ୍ୟୋଦୟ ଶିଳ୍ପ : ନୂତନ ଭାବେ ଗଢ଼ି ଉଠିଥିବା ଶିଳ୍ପକୁ ସୂର୍ଯ୍ୟୋଦୟ ଶିଳ୍ପ କୁହାଯାଏ।