Odisha State Board BSE Odisha 8th Class Geography Solutions Chapter 5 ମାନବ ସମ୍ବଳ Textbook Exercise Questions and Answers.
BSE Odisha Class 8 Geography Solutions Chapter 5 ମାନବ ସମ୍ବଳ
1. ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ପ୍ରାୟ 40 ଟି ଶବ୍ଦ ମଧ୍ଯରେ ଉତ୍ତର ଦିଅ ।
(i) ଲୋକମାନଙ୍କୁ କାହିଁକି ସମ୍ବଳ କୁହାଯାଏ ?
Answer:
- ଲୋକମାନେ ସେମାନଙ୍କର ଆବଶ୍ୟକତା ଓ ସାମର୍ଥ୍ୟ ଭିତ୍ତିରେ ପ୍ରାକୃତିକ ପଦାର୍ଥକୁ ସମ୍ବଳରେ ପରିଣତ କରିଥାନ୍ତି ।
- ମାନବ ନିଜର ଶିକ୍ଷା, ବୟସ, ଜ୍ଞାନ, ଦକ୍ଷତା ଓ କୌଶଳର ବିନିଯୋଗ ବଳରେ ସମ୍ବଳକୁ ବିକଶିତ କରେ । ତେଣୁ ମାନବ ହେଉଛି ପ୍ରାଥମିକ ସମ୍ବଳ ।
(iii) ପୃଥିବୀରେ ଜନସଂଖ୍ୟା ବିତରଣରେ ଅସମାନତା ଦେଖାଯାଏ କାହିଁକି ?
Answer:
ପୃଥିବୀରେ ଜନସଂଖ୍ୟା ବିତରଣରେ ଅସମାନତା ଦେଖାଯାଏ । କାରଣ –
- ଜନସଂଖ୍ୟାକୁ ପ୍ରଭାବିତ କରୁଥିବା କାରକଗୁଡ଼ିକ; ଯଥା – ଭୂମିରୂପ, ଜଳବାୟୁ, ମୃରିକା, ଜଳର ସୁଲଭତା, ଖଣିଜପଦାର୍ଥର ଅବସ୍ଥିତି ଆଦି ପୃଥିବୀର ସବୁଠାରେ ସମାନ ନୁହେଁ ।
- ଏତଦ୍ବ୍ୟତୀତ ସାମାଜିକ, ସାଂସ୍କୃତିକ ତଥା ଆର୍ଥିକ କାରଣ ମଧ୍ଯ ଜନସଂଖ୍ୟାର ବିତରଣରେ ଅସମାନତା ଆଣିଥାଏ।
(iii) ପୃଥିବୀର ଜନସଂଖ୍ୟା ଦୃତ ବୃଦ୍ଧି ପାଉଛି କାହିଁକି ?
Answer:
- ଜନ୍ମସଂଖ୍ୟା ଓ ମୃତ୍ୟୁସଂଖ୍ୟାରେ ପରିବର୍ତ୍ତନ ହିଁ ଜନସଂଖ୍ୟା ବୃଦ୍ଧିର ପ୍ରଧାନ କାରଣ।
- ଉନ୍ନତ ଖାଦ୍ୟ ଯୋଗାଣ ତଥା ଔଷଧ ବ୍ୟବହାର ଯୋଗୁ ମୃତ୍ୟୁହାର ହ୍ରାସ ପାଇବାବେଳେ ଜନ୍ମସଂଖ୍ୟା ପୂର୍ବଭଳି ଅଧିକ ରହିବା ଅତ୍ୟଧିକ ଜନସଂଖ୍ୟା ବୃଦ୍ଧିର କାରଣ ।
- ଅର୍ଥାତ୍ ପ୍ରାକୃତିକ ଅଭିବୃଦ୍ଧି ହାରରେ ଆଧକ୍ୟ ହିଁ ପୃଥିବୀର ଜନସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ ।
- ସେହିପରି ଯୁକ୍ତରାଷ୍ଟ୍ର ଆମେରିକା ଓ ଅଷ୍ଟ୍ରେଲିଆରେ ଜନସଂଖ୍ୟାର ସ୍ଥାନାନ୍ତରଣ ଯୋଗୁ ଅର୍ଥାତ୍ ବିଦେଶାଗତ ଲୋକଙ୍କଦ୍ୱାରା ଜନସଂଖ୍ୟା ବୃଦ୍ଧି ଘଟୁଛି ।
(iv) ଜନସଂଖ୍ୟା ପରିବର୍ତ୍ତନରେ ଯେକୌଣସି ଦୁଇଟି କାରଣର ଭୂମିକା ଆଲୋଚନା କର ।
Answer:
- ଜନସଂଖ୍ୟା ପରିବର୍ତ୍ତନର ଦୁଇଟି କାରଣ ହେଉଛି ଜନସଂଖ୍ୟା ଓ ମୃତ୍ୟୁସଂଖ୍ୟାର ପରିବର୍ତ୍ତନ ଏବଂ ସ୍ଥାନାନ୍ତରଣ ।
- 1800 ମସିହା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧାରେ ଅଭାବ ଓ ଉପଯୁକ୍ତ ଖାଦ୍ୟ ଆବଶ୍ୟକତା ପୂରଣ ନ ହେବା ଯୋଗୁ ଅକାଳ ଶିଶୁମୃତ୍ୟୁ ହେଉଥିଲା। ଫଳରେ ଧୀରମନ୍ଥର ଗତିରେ ଜନସଂଖ୍ୟା ବୃଦ୍ଧି ହେଉଥିଲା ।
- ଉନ୍ନତ ଖାଦ୍ୟ ଯୋଗାଣ ତଥା ଔଷଧର ବ୍ୟବହାର ଯୋଗୁ ମୃତ୍ୟୁସଂଖ୍ୟା ହ୍ରାସ ଓ ଜନ୍ମସଂଖ୍ୟା ଅଧିକ ହେବା ଫଳରେ ଜନସଂଖ୍ୟା ବୃଦ୍ଧି ଘଟିଲା ।
- ସେହିପରି ସ୍ଥାନାନ୍ତରଣ ଯୋଗୁ ଜନସଂଖ୍ୟାର ପରିବର୍ତ୍ତନ ଘଟିଥାଏ। ଯୁକ୍ତରାଷ୍ଟ୍ର ଆମେରିକା ଓ ଅଷ୍ଟ୍ରେଲିଆରେ ବାହାର ଦେଶର ଲୋକ ବା ବିଦେଶାଗତ ଲୋକଙ୍କ ଯୋଗୁ ‘ତାହାର ଜନସଂଖ୍ୟା ବୃଦ୍ଧି ପାଉଛି । ପ୍ରକାରାନ୍ତରେ ସୁଦାନ ଦେଶରେ ପ୍ରବାସ ଗମନ ଯୋଗୁ ଜନସଂଖ୍ୟା ହ୍ରାସ ପାଇଛି ।
(v) ଜନସଂଖ୍ୟା ଗଠନ କହିଲେ କ’ଣ ବୁଝାଏ ?
Answer:
- ସମ୍ବଳ ହିସାବରେ ଲୋକମାନଙ୍କର ଭୂମିକା ବୁଝିବାକୁ ହେଲେ ସେମାନଙ୍କ ବୟସ, ଲିଙ୍ଗ, ଶିକ୍ଷାଗତ ଯୋଗ୍ୟତା, ସ୍ୱାସ୍ଥ୍ୟବସ୍ଥା, ବୃଷ୍ଟି ତଥା ଆୟ ପରିମାଣକୁ ବିଚାରକୁ ନିଆଯାଏ
- ଏହିଭଳି ଲୋକଙ୍କ ଗୁଣାବଳୀ ସମ୍ବନ୍ଧୀୟ ତଥା ଜାଣିବା ପାଇଁ ଜନସଂଖ୍ୟାର ଗଠନର ଆବଶ୍ୟକତା ରହିଛି ।
- ତେଣୁ ଜନସଂଖ୍ୟାର ଗଠନ କହିଲେ ଜନସଂଖ୍ୟା ସଂରଚନା କୁହାଯାଏ I ଜନସଂଖ୍ୟା ଗଠନରୁ ପୁରୁଷ-ସ୍ତ୍ରୀ ସଂଖ୍ୟା, ସେମାନଙ୍କ ବୟସ ଶ୍ରେଣୀ, ଶିକ୍ଷାଗତ ଯୋଗ୍ୟତା, ସ୍ୱାସ୍ଥ୍ୟବସ୍ଥା, ବୃତ୍ତର ପ୍ରକାର ଓ ଆୟବର୍ଗ ଆଦି ସଂପର୍କରେ ଜଣାପଡ଼େ ।
- ଜନସଂଖ୍ୟା ପିରାମିଡ୍ରୁ କୌଣସି ଦେଶର ଜନସଂଖ୍ୟା ଗଠନସଂବନ୍ଧରେ ଅଧ୍ୟୟନ କରିବା ଏକ ସୁବିଧାଜନକ ।
(vi) ଜନସଂଖ୍ୟା ପିରାମିଡ୍ କ’ଣ ? କୌଣସି ଦେଶର ଲୋକଙ୍କ ସଂବନ୍ଧରେ ଜାଣିବାରେ ଏହା କିପରି ସାହାଯ୍ୟ କରେ ?
Answer:
- ଜନସଂଖ୍ୟା ପିରାମିଡ୍ ହେଉଛି ଜନସଂଖ୍ୟା ଗଠନ ଦର୍ଶାଉଥିବା ଏକ ଜ୍ୟାମିତିକ ଚିତ୍ର । ଏଥୁରେ ସମୁଦାୟ ଜନସଂଖ୍ୟା 5–9 ବର୍ଷ, 10–14 ବର୍ଷ, 15–19 ବର୍ଷ, 55–59 ବର୍ଷ, 60– 64 ବର୍ଷ, 65-69 ବର୍ଷ, 70–74 ବର୍ଷ, 75–79 ବର୍ଷ, 80–84 ବର୍ଷ, 85+ ବର୍ଷ- ଏହିପରି ଭିନ୍ନ ଭିନ୍ନ ବୟସ ଶ୍ରେଣୀର ବିଭକ୍ତ ହୋଇଥାଏ ।
- କୌଣସି ଦେଶର ଲୋକଙ୍କ ସଂବନ୍ଧରେ ଏହା ନିମ୍ନୋକ୍ତ ତଥ୍ୟ ଜାଣିବାରେ ସାହାଯ୍ୟ କରେ।
(a) ପ୍ରତ୍ୟେକ ବୟସ ଶ୍ରେଣୀର ପୁରୁଷ-ସ୍ତ୍ରୀ ସଂଖ୍ୟା ଓ ମୋଟ୍ ଜନସଂଖ୍ୟାରେ ଏମାନଙ୍କର ଶତକଡ଼ା ସଂଖ୍ୟା ।
(b) ଏହା ଜନ୍ମହାର ଓ ମୃତ୍ୟୁହାର ସୂଚିତ କରେ।
(c) ନିର୍ଭରଶୀଳ ଜନସଂଖ୍ୟା ଓ କାର୍ଯ୍ୟକ୍ଷମ ଜନସଂଖ୍ୟା ସଂବନ୍ଧରେ ତଥ୍ୟ ଜଣାପଡ଼େ ।
2. ଠିକ୍ ଉତ୍ତରରେ ( ✓ ) ଚିହ୍ନ ଦିଅ ।
(i) ଜନସଂଖ୍ୟା ବିତରଣ କହିଲେ କ’ଣ ବୁଝାଏ ?
(କ) କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଜନସଂଖ୍ୟାରେ ପରିବର୍ତ୍ତନ
(ଖ) କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଜନ୍ମିତ ବ୍ୟକ୍ତିଙ୍କ ତୁଳନାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା
(ଗ) କୌଣସି ଅଞ୍ଚଳରେ ଯେଉଁପରି ଭାବେ ଲୋକମାନେ ବାଣ୍ଟି ହୋଇ ରହିଥାନ୍ତି
(ଘ) କୌଣସି ଅଞ୍ଚଳରେ ଜନ୍ମିତ ଶିଶୁମାନଙ୍କ ସଂଖ୍ୟା
Answer:
(ଗ) କୌଣସି ଅଞ୍ଚଳରେ ଯେଉଁପରି ଭାବେ ଲୋକମାନେ ବାଣ୍ଟି ହୋଇ ରହିଥାନ୍ତି
(ii) ଜନସଂଖ୍ୟା ପରିବର୍ତ୍ତନ କେଉଁ ତିନୋଟି କାରଣରୁ ହୋଇଥାଏ ?
(କ) ଜନ୍ମ, ମୃତ୍ୟୁ, ବିବାହ
(ଖ) ଜନ୍ମ, ମୃତ୍ୟୁ, ସ୍ଥାନାନ୍ତରଣ
(ଗ) ଜନ୍ମ, ମୃତ୍ୟୁ, ହାରାହାରି ବଞ୍ଚୁବା ବୟସ
(ଘ) ଜନ୍ମ, ବିବାହ, ସ୍ଥାନାନ୍ତରଣ
Answer:
(ଖ) ଜନ୍ମ, ମୃତ୍ୟୁ, ସ୍ଥାନାନ୍ତରଣ
(iii) 1999 ରେ ପୃଥିବୀର ଜନସଂଖ୍ୟା କେତେ ହୋଇଥିଲା ?
(କ) 180 କୋଟି
(ଖ) 300 କୋଟି
(ଗ) 600 କୋଟି
(ଘ) 700 କୋଟି
Answer:
(ଗ) 600 କୋଟି
(iv) ଜନସଂଖ୍ୟା ପିରାମିଡ୍ କ’ଣ ?
(କ) କୌଣସି ଜନସଂଖ୍ୟାରେ ବୟସ ଓ ଲିଙ୍ଗଗତ ରୈଖକ ଚିତ୍ର
(ଖ) ଜନସଂଖ୍ୟା ବୃଦ୍ଧି ଯୋଗୁ ଲୋକମାନେ ରହୁଥିବା ବହୁତଳ ବିଶିଷ୍ଟ କୋଠାଘର
(ଗ) କୌଣସି ଜନସଂଖ୍ୟାର ବୟସଭିଭିକ ରୈଖକ ଚିତ୍ର
(ଙ) କୌଣସି ଜନସଂଖ୍ୟାର ଲିଙ୍ଗଗତ ରେଖକ ଚିତ୍ର
Answer:
(କ) କୌଣସି ଜନସଂଖ୍ୟାରେ ବୟସ ଓ ଲିଙ୍ଗଗତ ରୈଖକ ଚିତ୍ର
3. ନିମ୍ନଲିଖତ ଶବ୍ଦଗୁଡ଼ିକୁ ବ୍ୟବହାର କରି ଶୂନ୍ୟସ୍ଥାନ ପୂରଣ କର ।
(ଜନବିରଳ, ଅନୁକୂଳ, ପଡ଼ିଆ ଜମି, କୃତ୍ରିମ, ଉର୍ବର, ପ୍ରାକୃତିକ, ଚରମ, ଘନତ୍ଵ)
କୌଣିସ ଅଞ୍ଚଳରେ ଅଧିକ ଲୋକ ବସବାସ କଲେ ଜନସଂଖ୍ୟାର _________ ବୃଦ୍ଧି ପାଏ।
ଏହାକୁ ପ୍ରଭାବିତ କରୁଥିବା କାରଣଗୁଡ଼ିକ ମଧ୍ୟରେ ____________ ଜଳବାୟୁ, _________ ସମ୍ବଳର ଉପଯୁକ୍ତ ଉପଲବ୍ଧ୍ଵ ଓ _________ ଭୂମି ପ୍ରଧାନ ।
Answer:
କୌଣସି ଅଞ୍ଚଳରେ ଅଧିକ ଲୋକ ବସବାସ କଲେ ଜନସଂଖ୍ୟାର ଘନତା ବୃଦ୍ଧି ପାଏ।
ଏହାକୁ ପ୍ରଭାବିତ କରୁଥିବା କାରଣଗୁଡ଼ିକ ମଧ୍ୟରେ ଅନୁକୂଳ ଜଳବାୟୁ, ପ୍ରାକୃତିକ ସମ୍ବଳ ଉପଯୁକ୍ତ ଉପଲବଧୂ ଓ ଉର୍ବର ଭୂମି ପ୍ରଧାନ। .
BSE Odisha 8th Class Geography Notes Chapter 5 ମାନବ ସମ୍ବଳ
ମାନବ ସମ୍ବଳ :
- ଲୋକମାନେ ଦେଶର ସର୍ବଶ୍ରେଷ୍ଠ ସମ୍ବଳ। ପ୍ରାକୃତିକ ସମ୍ବଳକୁ ବ୍ୟବହାର ଉପଯୋଗୀ ପଦାର୍ଥରେ ପରିଣତ କରିବାରେ ମାନବ ସମ୍ବଳର ଭୂମିକା ଗୁରୁତ୍ବପୂର୍ଣ ।
- ଆମ ଦେଶ ଭାରତରେ ମାନବର କାର୍ଯ୍ୟକୁଶଳତା ବୃଦ୍ଧି ପାଇଁ ‘ମାନବ ସମ୍ବଳ ବିକାଶ’ ନାମକ ଏକ ସ୍ଵତନ୍ତ୍ର ମନ୍ତ୍ରଣାଳୟ ରହିଛି ।
ଜାଣିବା କଥା
ମାନବ ସମ୍ବଳ ହିଁ ପ୍ରାଥମିକ ସମ୍ବଳ ।
ଜନସଂଖ୍ୟା ବିତରଣ :
ଆମ ପୃଥିବୀର ସର୍ବତ୍ର ଅର୍ଥାତ୍ ସ୍ଥଳଭାଗରେ ଜନସଂଖ୍ୟାର ବିତରଣ ସମାନ ନୁହେଁ ।
ଜନବହୁଳ ଅଞ୍ଚଳ
- ଦକ୍ଷିଣ ତଥା ଦକ୍ଷିଣ-ପୂର୍ବ ଏସିଆ
- ଇଉରୋପ ଓ ଉତ୍ତର ଆମେରିକାର ଉତ୍ତର-ପୂର୍ବାଶ
ଜନବିରକ ଅଞ୍ଚଳ
- ଉଚ୍ଚ ଅକ୍ଷାଂଶ ଅଞ୍ଚଳ, କ୍ରାନ୍ତୀୟ ମରୁଭୂମି
- ଉଚ୍ଚ ପାର୍ବତ୍ୟଭୂମି ଓ ବିଷୁବମଣ୍ଡଳୀୟ ଅରଣ୍ୟ
ପୃଥିବୀର 10 ଟି ଜନବହୁଳ ଦେଶର ପ୍ରତ୍ୟେକର ଜନସଂଖ୍ୟା ପ୍ରାୟ’ 100 ନିୟୁତରୁ ଅଧ୍ବକ ।
ଜାଣିବା କଥା
10 ଭାଗ ସ୍ଥଳଭାଗ ଉପରେ ସମୁଦାୟ ଜନସଂଖ୍ୟାର ଶତକଡ଼ା ୨୦ ଭାଗ ଲୋକ ବାସ କରନ୍ତି ।
- ନିମ୍ନପ୍ରଦତ୍ତ ଚିତ୍ରରୁ ପୃଥିବୀର ବିଭିନ୍ନ ମହାଦେଶରେ ଜନସଂଖ୍ୟା ସଂବନ୍ଧରେ କିଛି ତଥ୍ୟ ଜାଣିବା
ଚିତ୍ରକୁ ଅନୁଧ୍ୟାନ କରି ବିଭିନ୍ନ ମହାଦେଶର ଜନସଂଖ୍ୟା ଜାଣିବା:
- କେବଳ 8 ଭାଗ ଲୋକ ବାସ କରୁଥିବା ମହାଦେଶ – ଦକ୍ଷିଣ ଆମେରିକା ।
- କେବଳ 13 ଭାଗ ଲୋକ ବାସ କରୁଥିବା ମହାଦେଶ – ଆଫ୍ରିକା
- କେବଳ 1 ଭାଗ ଲୋକ ବାସ କରୁଥିବା ମହାଦେଶ — ଅଷ୍ଟ୍ରେଲିଆ
- କେବଳ 12 ଭାଗ ଲୋକ ବାସ କରୁଥିବା ମହାଦେଶ — ଇଉରୋପ
- କେବଳ 61 ଭାଗ ଲୋକ ବାସ କରୁଥିବା ମହାଦେଶ – ଏସିଆ
- ପୂର୍ବପୃଷ୍ଠାର ଚିତ୍ରରେ ଏସିଆ ମହାଦେଶର ଭାରତ, ଚୀନ, ଇଣ୍ଡୋନେସିଆ, ଜାପାନ, ବାଂଲାଦେଶ, ପାକିସ୍ତାନ ଜନବହୁଳ ରାଷ୍ଟ୍ର।
- ବ୍ରାଜିଲ, ଦକ୍ଷିଣ ଆମେରିକା ଓ ନାଇଜେରିଆ, ଆଫ୍ରିକା ମହାଦେଶ ଅନ୍ତର୍ଗତ ଜନବହୁଳ ରାଷ୍ଟ୍ର। ରୁଷିଆ ଉଭୟ ଏସିଆ ଓ ଇଉରୋପ ମହାଦେଶରେ ବିସ୍ତୃତ ।
ଜାଣିବା କଥା
ଭାରତର ଜନସଂଖ୍ୟାର ହାରାହାରି ଘନତ୍ 324 ।
ଜନସଂଖ୍ୟାର ଘନତ୍ଵ :
- ପ୍ରତି ବର୍ଗ କିଲୋମିଟର ଅଞ୍ଚଳରେ ବାସ କରୁଥିବା ହାରାହାରି ଜନସଂଖ୍ୟାକୁ ଜନସଂଖ୍ୟାର ଘନତ୍ଵ କୁହାଯାଏ।
- ପୃଥିବୀ ଦକ୍ଷିଣ-କେନ୍ଦ୍ରୀୟ ଏସିଆ ସର୍ବାଧିକ ଘନତ୍ବ ବିଶିଷ୍ଟ ଅଞ୍ଚଳ ।
ଜନସଂଖ୍ୟାର ଘନତ୍ବକୁ ପ୍ରଭାବିତ କରୁଥିବା କାରକ :
ଭୂମିରୂପ : ସମତଳ ଅଞ୍ଚଳରେ ମାଳ ବା ପାର୍ବତ୍ୟାଞ୍ଚଳ ଅପେକ୍ଷା ଅଧ୍ବକ ଜନବହୁଳ ।
ଉଦାହରଣ : – ଗାଙ୍ଗେୟ ସମତଳ ଅଞ୍ଚଳ।
ଜଳବାୟୁ : ଅତ୍ୟଧିକ ଉଷ୍ଣ ବା ଶୀତଳ ଅଞ୍ଚଳ ଜନବିରଳ।
ଉଦାହରଣ – ରୁଷିଆ ଓ କାନାଡ଼ାର ମରୁ ଅଞ୍ଚଳ, ସାହାରା ମରୁଭୂମି ଓ ବିଷୁବ ମଣ୍ଡଳୀୟ ଘଞ୍ଚ ଅରଣ୍ୟ ଅଞ୍ଚଳ।
ମୃତ୍ତିକା : ଉର୍ବର ପଟୁସଞ୍ଚ ସମତଳଭୂମି ଜନବହୁଳ।
ଉଦାହରଣ – ଗାଙ୍ଗେୟ ସମତଳ ଭୂମି, ନୀଳନଦୀ ଉପତ୍ୟକା,
ହ୍ମାଙ୍ଗ-ହୋ ଓ ଚାଙ୍ଗ୍ଜିଆଙ୍ଗ ସମତଳଭୂମି।
ଜଳ : ମଧୁର ଜଳ ଥିବା ଅଞ୍ଚଳ ଜନସଂଖ୍ୟାକୁ ପ୍ରଭାବିତ କରେ।
ଉଦାହରଣ – ନଦୀ ଉପତ୍ୟକା ଅଞ୍ଚଳ।
ଖଣିଜ ପଦାର୍ଥ : ଖଣିଜ ପଦାର୍ଥ ଅଞ୍ଚଳରେ ଜନବସତି ଗଢ଼ିଉଠେ।
ଉଦାହରଣ – ଆଫ୍ରିକାର ହୀରା ଖଣି ଓ ମଧ୍ୟପ୍ରାଚ୍ୟର ପେଟ୍ରୋଲିୟମ୍ ଉତ୍ତୋଳନ ଅଞ୍ଚଳ।
ସାମାଜିକ କାରଣ : ଉତ୍ତମ ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା ଥିବା ଅଞ୍ଚଳ ଜନବହୁଳ।
ଉଦାହରଣ – ପୁଣେ ଓ ଭୁବନେଶ୍ଵର ।
ସାଂସ୍କୃତିକ କାରଣ : ପୁରୀ, ବାରଣାସୀ, ଜେରୁଜେଲମ୍ ଆଦି ଧର୍ମାୟ ଗୁରୁତ୍ଵ ଥିବା ସହର ଜନବହୁଳ।
ଆର୍ଥିକ କାରଣ : ଶିଳ୍ପାଞ୍ଚଳ ସହରଗୁଡ଼ିକ ଅଧୂକ ଘନ ଜନବସତି ବିଶିଷ୍ଟ ଅଞ୍ଚଳ।
ଉଦାହରଣ – ମୁମ୍ବାଇ, ରାଉରକେଲା, ଓସାକା ।
ଜନସଂଖ୍ୟା ପରିବର୍ତ୍ତନ :
ପୃଥିବୀର ଜନସଂଖ୍ୟା କେବେ ସ୍ଥିର ନୁହେଁ।
ଜନସଂଖ୍ୟାର ପରିବର୍ତ୍ତନର ହାର ଜନ୍ମସଂଖ୍ୟା ଓ ମୃତ୍ୟୁସଂଖ୍ୟାରେ ପରିବର୍ତ୍ତନ ଯୋଗୁ ଘଟିଥାଏ।
ଜାଣିବା କଥା
1820 ମସିହାରେ ପୃଥିବୀର ଜନସଂଖ୍ୟା 100 କୋଟି ଥିବାବେଳେ 1970 ମସିହାରେ 300 କୋଟି ଥିଲା । ଏହାକୁ ଜନସଂଖ୍ୟା ବିସ୍ଫୋରଣ କୁହାଯାଏ।
- 1800 ମସିହା ପର୍ଯ୍ୟନ୍ତ ଜନସଂଖ୍ୟାର ପରିବର୍ତ୍ତନ ଧୀର ଗତିରେ ବୃଦ୍ଧି ପାଉଥିଲା । ମାତ୍ର ପରେ ଜନସଂଖ୍ୟାର ଦୃତ ପରିବର୍ତ୍ତନ ଘଟିଥିଲା ।
- ସେହିପରି ସ୍ନାନାନ୍ତରଣ ଯୋଗୁ ଜନସଂଖ୍ୟାରେ ପରିବର୍ତ୍ତନ ଘଟିଥାଏ।
- ସହରାଞ୍ଚଳରେ ନିଯୁକ୍ତି, ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ଥିବାରୁ ଗ୍ରାମାଞ୍ଚଳରୁ ଲୋକେ ସହରାଭିମୁଖୀ ହୋଇଥାନ୍ତି, ଫଳରେ ସହରାଞ୍ଚଳ ଜନସଂଖ୍ୟା ବୃଦ୍ଧି ଘଟେ।
ମନେରଖ
- ବିଦେଶାଗତ ଲୋକଙ୍କଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକା ଓ ଅଷ୍ଟ୍ରେଲିଆର ଜନସଂଖ୍ୟା ବୃଦ୍ଧି ପାଉଛି ।
- କେନିଆରେ ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି ଘଟୁଥୁଲାବେଳେ ବ୍ରିଟେନ୍ରେ ଜନସଂଖ୍ୟା ଅଭିବୃଦ୍ଧି ହାର କମ୍ ରହିଛି ।
ଜନସଂଖ୍ୟା ଗଠନ :
- ଜନସଂଖ୍ୟା ଗଠନ କହିଲେ ଜନସଂଖ୍ୟାର ସଂରଚନାକୁ ବୁଝାଏ।
- ଏଥୁରୁ ପୁରୁଷ-ସ୍ତ୍ରୀ ସଂଖ୍ୟା, ସେମାନଙ୍କ ବୟସ, ଶ୍ରେଣୀ, ଶିକ୍ଷାଗତ ଯୋଗ୍ୟତା, ସ୍ୱାସ୍ଥ୍ୟବସ୍ଥା, ବୃତ୍ତର ପ୍ରକାର ଓ ଆୟବର୍ଗ ଆଦି ସଂବନ୍ଧରେ ସୂଚନା ମିଳେ।
- ଜନସଂଖ୍ୟା ପିରାମିଡ୍ରୁ କୌଣସି ଦେଶର ଜନସଂଖ୍ୟା ଗଠନ ସଂବନ୍ଧରେ ଜଣାପଡ଼େ ।
ଜନସଂଖ୍ୟା ପିରାମିଡ୍ :
- ଜନସଂଖ୍ୟା ପିରାମିଡ୍ 15 ବର୍ଷରୁ କମ୍ ବୟସର ପିଲାମାନଙ୍କ ସଂଖ୍ୟା ନିମ୍ନ ଅଂଶରେ ଏବଂ 65 ବର୍ଷରୁ ଊର୍ଦ୍ଧ୍ଵ ଜନସଂଖ୍ୟା ଏହାର ଉପର ଅଂଶରେ ସୂଚିତ ହୋଇଥାଏ।
- ଏହି ପିରାମିଡ୍ରୁ ନିର୍ଭରଶୀଳ ଜନସଂଖ୍ୟା (15 ବର୍ଷ ବୟସରୁ କମ୍ ଓ 65 ବର୍ଷ ବୟସରୁ ଊର୍ଦ୍ଧ୍ବ )ଏବଂ କାର୍ଯ୍ୟକ୍ଷମ ଜନସଂଖ୍ୟା ସଂବନ୍ଧୀୟ ତଥ୍ୟ ଜଣାପଡ଼େ ।
ଜାଣିବା କଥା
- ଜନ୍ମହାର ଓ ମୃତ୍ୟୁହାର ଅଧିକ ହେଲେ ପିରାମିଡ୍ର ନିମାଂଶ ପ୍ରଶସ୍ତ ଓ ଉପରାଂଶ ଶୀଘ୍ର ଅଣଓସାରିଆ ହୁଏ ।
- ଉଦାହରଣ : କେନିଆ। ଶିଶୁ ମୃତ୍ୟୁହାର ହ୍ରାସ ପାଇଲେ ପିରାମିଡ୍ର ନିଗ୍ନାଂଶ ପ୍ରଶସ୍ତ ସହ – ପ୍ରାପ୍ତବୟସ୍କଙ୍କ ସଂଖ୍ୟା ଅଧିକ ରହେ ।
- ଉଦାହରଣ : ଭାରତ। ଜନ୍ମହାର କମ୍ ଥିଲେ ପିରାମିଡ୍ର ନିମାଂଶ ସଂକୀର୍ଷ ରହେ । ଉଦାହରଣ: ଜାପାନ।
ଭୌଗୋଳିକ ଶବ୍ଦାବଳୀ
- ଜନସଂଖ୍ୟା ବିତରଣ : ଲୋକମାନେ ପୃଥିବୀ ସାରା ଯେଉଁପରି ଭାବେ ବିଛେଇ ହୋଇ ରହିଛନ୍ତି, ତାକୁ ଜନସଂଖ୍ୟା ବିତରଣ କୁହାଯାଏ।
- ଜନସଂଖ୍ୟା ଘନତ୍ଵ : କୌଣସି ନିର୍ଦ୍ଦିଷ୍ଟ ଏକକ ପରିମିତ ଅଞ୍ଚଳରେ ବାସକରୁଥିବା ଲୋକଙ୍କ ସଂଖ୍ୟା ।
- ଜନସଂଖ୍ୟା ପରିବର୍ତ୍ତନ : କୌଣସି ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଜନସଂଖ୍ୟାରେ ଘଟିଥିବା ହ୍ରାସବୃଦ୍ଧି ।
- ଜନ୍ମହାର : ବାର୍ଷିକ ପ୍ରତି ଏକ ହଜାର ଜନସଂଖ୍ୟାରେ ଜନ୍ମିତ ଜୀବନ୍ତ ଶିଶୁସଂଖ୍ୟା ।
- ମୃତ୍ୟୁହାର : ବାର୍ଷିକ ପ୍ରତି ଏକ ହଜାର ଜନସଂଖ୍ୟାରେ ମୃତ୍ୟୁବରଣ କରୁଥିବା ଲୋକସଂଖ୍ୟା ।
- ପ୍ରାକୃତିକ ଅଭିବୃଦ୍ଧି ହାର : କୌଣସି ଦେଶର ଜନ୍ମ ହାର ଓ ମୃତ୍ୟୁହାରରେ ଥିବା ପାର୍ଥକ୍ୟ
- ପ୍ରବାସୀ : ଯେଉଁମାନେ ନିଜ ଦେଶ ଛାଡ଼ି ଅନ୍ୟଦେଶକୁ ଯାଇଥାନ୍ତି, ତାଙ୍କୁ ପ୍ରବାସୀ କୁହାଯାଏ ।
- ବିଦେଶାଗତ : ଯେତେବେଳେ କୌଣସି ବ୍ୟକ୍ତି ଅନ୍ୟ ଦେଶରେ ପ୍ରବେଶ କରେ।
- ସ୍ନାନାନ୍ତରଣ : କୌଣସି ଅଞ୍ଚଳ ବାହାରକୁ ବା ଅଞ୍ଚଳ ଭିତରେ ଚାଲିଯିବାକୁ ସ୍ଥାନାନ୍ତରଣ କୁହାଯାଏ ।
- ନିର୍ଭରଶୀଳ ଜନସଂଖ୍ୟା : 15 ବର୍ଷ ବୟସରୁ କମ୍ ଓ 65 ବର୍ଷ ବୟସରୁ ଉର୍ଦ୍ଧ୍ୱ ଜନସଂଖ୍ୟାକୁ ନିର୍ଭରଶୀଳ ଜନସଂଖ୍ୟା କୁହାଯାଏ ।