Odisha State Board BSE Odisha 8th Class Geography Important Questions Chapter 1 ସମ୍ବଳ Important Questions and Answers.
BE Odisha Class 8 Geography Important Questions Chapter 1 ସମ୍ବଳ
Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ସମ୍ବଳ କାହାକୁ କୁହାଯାଏ ? ଉଦାହରଣସହ ସମ୍ବଳ ଏବଂ ସମ୍ବଳର ସୃଷ୍ଟି ବିଷୟରେ ବୁଝାଅ ।
Answer:
- ବିଭିନ୍ନ ଆବଶ୍ୟକତା ପୂରଣପାଇଁ ଆମେ ବ୍ୟବହାର କରୁଥିବା ବହିପତ୍ରଠାରୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥଗୁଡ଼ିକ ସମ୍ବଳର ଅନ୍ତର୍ଭୁକ୍ତ ।
- ଦ୍ରବ୍ୟ ବା ପଦାର୍ଥର ଉପଯୋଗିତା ବା ପ୍ରୟୋଜନୀୟତା ଥୁଲେ ତାହା ସମ୍ବଳ ହୋଇଥାଏ ।
- ସମସ୍ତ ସମ୍ବଳର ଆର୍ଥିକ ମୂଲ୍ୟ ରହିଛି ।
- ସମୟ ଓ ପ୍ରଯୁକ୍ତି ବିଦ୍ୟା କୌଣସି ଦ୍ରବ୍ୟକୁ ସମ୍ବର୍କରେ ପରିଣତ କରେ ।
- ପ୍ରଯୁକ୍ତି ବିଦ୍ୟାଦ୍ଵାରା ଜଳବିଦ୍ୟୁତ୍ ଉତ୍ପାଦନ ମାଧ୍ୟମରେ ଜଳସ୍ରୋତରେ ଥିବା ଶକ୍ତି ସମ୍ବଳରେ ପରିଣତ ହୁଏ । କାରଣ ଜଳସ୍ରୋତର ଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନ ହୁଏ ।
Question 2.
ମାନବକୃତ ସମ୍ବଳ କ’ଣ ଏବଂ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ ?
Answer:
- କେତେକ ପ୍ରାକୃତିକ ପଦାର୍ଥକୁ ପ୍ରତ୍ୟକ୍ଷଭାବେ ବ୍ୟବହାର କରିବା ସମ୍ଭବ ନୁହେଁ । ଏଗୁଡ଼ିକର ରୂପଗୁଣରେ ପରିବର୍ତ୍ତନ ହେଲାପରେ ହିଁ ସମ୍ବଳରେ ପରିଣତ ହୋଇଥା’ନ୍ତି ।
- ମଣିଷ ଲୁହାପଥରରୁ ଲୁହା ବ୍ୟବହାର କରିବା ଜାଣିବା ପରେ ହଁ ଏହା ସମ୍ବଳରେ ପରିଣତ ହେଲା ।
- ପ୍ରାକୃତିକ ସମ୍ବଳକୁ ବ୍ୟବହାର କରି ମଣିଷ ଅଟ୍ଟାଳିକା, ସେତୁ, ରାସ୍ତାଘାଟ, ଯନ୍ତ୍ରପାତି, ଯାନବାହନ ଆଦି ତିଆରି କରିଛି । ଏଗୁଡ଼ିକ ମାନବକୃତ ସମ୍ବଳ ।
- ମଣିଷ ତା’ର ଜ୍ଞାନ, ଦକ୍ଷତା ତଥା କାରିଗରୀ କୌଶଳକୁ ପ୍ରୟୋଗ କରି ପ୍ରାକୃତିକ ସମ୍ବଳରୁ ନୂତନ ତଥା ମୂଲ୍ୟବାନ ସମ୍ବଳ ସୃଷ୍ଟି କରେ ।
- ମାନବର ’ପରିକଳ୍ପନା, ଜ୍ଞାନ, ଆବିଷ୍କାର ଓ ଉଦ୍ଭାବନ ନୂତନ ସମ୍ବଳ ସୃଷ୍ଟିରେ ସହାୟକ ହୁଏ । ତେଣୁ ମାନବ ସମ୍ବଳ ଗୁରୁତ୍ବପୂର୍ଣ୍ଣ ।
Question 3.
ସମ୍ବଳକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରି ସେଗୁଡ଼ିକ ବିଷୟରେ ସଂକ୍ଷେପରେ ଆଲୋଚନା କର ।
Answer:
- ପ୍ରାକୃତିକ ସମ୍ବଳ ଦୁଇପ୍ରକାର; ଯଥା – ପ୍ରକୃତ ସମ୍ବଳ ଓ ପ୍ରଚ୍ଛନ୍ନ ସମ୍ବଳ । ପ୍ରକୃତ ସମ୍ବଳର ପରିମାଣ ଜଣାପଡ଼େ ଏବଂ ପ୍ରଚ୍ଛନ୍ନ ସମ୍ବଳର ପରିମାଣ ଜଣା ନଥାଏ ।
- ଉତ୍ପରିଦୃଷ୍ଟିରୁ ପ୍ରାକୃତିକ ସମ୍ବଳ ଦୁଇପ୍ରକାର; ଯଥା – ଜୈବ ସମ୍ବଳ ଓ ଅଜୈବ ସମ୍ବଳ । ଜୈବ ସମ୍ବଳରେ ଜୀବନ ଥାଏ; କିନ୍ତୁ ଅଜୈବ ସମ୍ବଳରେ ଜୀବନ ନଥାଏ ।
- ପରିମାଣ ଓ କ୍ଷୟଶୀଳତାଦୃଷ୍ଟିରୁ ପ୍ରାକୃତିକ ସମ୍ବଳକୁ ମଧ୍ୟ ଦୁଇଭାଗରେ ବିଭକ୍ତ କରାଯାଏ; ଯଥା – ସରନ୍ତି ସମ୍ବଳ ଓ ଅସରନ୍ତି ସମ୍ବଳ । କୋଇଲା ଏବଂ ଅନ୍ୟାନ୍ୟ ଖଣିଜପଦାର୍ଥ ସରନ୍ତି ସମ୍ବଳର ଅନ୍ତର୍ଗତ ହେଲାବେଳେ ଅସରନ୍ତି ସମ୍ବଳ ହେଉଛି ସୌରଶକ୍ତି, ମୃତ୍ତିକା ଓ ଅରଣ୍ୟ ଇତ୍ୟାଦି ।
- ବଣ୍ଟନଦୃଷ୍ଟିରୁ ପ୍ରାକୃତିକ ସମ୍ବଳ ଦୁଇଭାଗରେ ବିଭକ୍ତ; ଯଥା – ସର୍ବବ୍ୟାପୀ ସମ୍ବଳ ଓ ସ୍ଥାନୀୟ ସମ୍ବଳ ।
- ମାନବ ସମ୍ବଳ ମୁଖ୍ୟତଃ ଜନସଂଖ୍ୟା ତଥା ଲୋକଙ୍କ ଶାରୀରିକ ଓ ମାନସିକ ଦକ୍ଷତାକୁ ବୁଝାଏ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ସଂକ୍ଷେପରେ ଉତ୍ତର ଲେଖ ।
Question 1.
ମାନବ ସମ୍ବଳ କହିଲେ କ’ଣ ବୁଝାଏ ?
Answer:
- ମନୁଷ୍ୟ ତା’ର ଜ୍ଞାନ, ଦକ୍ଷତା ତଥା କାରିଗରୀ କୌଶଳକୁ ପ୍ରୟୋଗ କରି ପ୍ରାକୃତିକ ସମ୍ବଳରୁ ନୂତନ ତଥା ମୂଲ୍ୟବାନ ସମ୍ବଳ ସୃଷ୍ଟି କରେ ।
- ମନୁଷ୍ୟର ପରିକଳ୍ପନା, ଜ୍ଞାନ, ଆବିଷ୍କାର ଓ ଉଦ୍ଭାବନ ହିଁ ସମ୍ବଳ ସୃଷ୍ଟିରେ ସହାୟକ ହୁଏ । ତେଣୁ ମାନବ ସମ୍ବଳ ଗୁରୁତ୍ବପୂର୍ଣ୍ଣ ।
Question 2.
ପ୍ରଯୁକ୍ତି ବିଦ୍ୟା କହିଲେ କ’ଣ ବୁଝାଏ ?
Answer:
- ପ୍ରଯୁକ୍ତି ବିଦ୍ୟା କହିଲେ ନୂତନ ଜ୍ଞାନ ଓ କୌଶଳ ବ୍ୟବହାରଦ୍ୱାରା କାମ କରିବା ବା ଜିନି ଷ ପ୍ରସ୍ତୁତ କରିବା ଆଦିକୁ ବୁଝାଏ ।
- ଜଳସ୍ରୋତରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଏହି ପ୍ରଯୁକ୍ତି ବିଦ୍ୟାର ଏକ ଉଦାହରଣ ।
Question 3.
ସମ୍ବଳର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ କ’ଣ କରାଯିବା ଆବଶ୍ୟକ ?
Answer:
- ଜୈବ ବିବିଧତାର ସଂରକ୍ଷଣ ।
- ପ୍ରତିଟି ନବୀକରଣଯୋଗ୍ୟ ସମ୍ବଳର ଧାରଣୀୟ ବ୍ୟବହାର ।
- ପ୍ରାକୃତିକ ପରିବେଶର ଅତିକର୍ମ ବିନିଷ୍ଟକରଣ ଆଦି ଦିଗଗୁଡ଼ିକ ପ୍ରତି ଉପଯୁକ୍ତ ଧ୍ୟାନଦେଇ ଆମକୁ ନିଶ୍ଚିତ ହେବାକୁ ହେବ ।
କାରଣ ଦର୍ଶାଅ ।
Question 1.
ପ୍ରକୃତ ସମ୍ବଳକୁ ବିକଶିତ ସମ୍ବଳ କୁହାଯାଏ ।
Answer:
- ଯେଉଁ ସମ୍ବଳଗୁଡ଼ିକର ପରିମାଣ ଜଣାପଡୁଛି ତାହା ପ୍ରକୃତ ସମ୍ବଳ ।
- ଏହି ସମ୍ବଳଗୁଡ଼ିକ ବର୍ତ୍ତମାନ ବ୍ୟବହାର କରାଯାଉଅଛି, ତେଣୁ ସେଗୁଡ଼ିକୁ ବିକଶିତ ସମ୍ବଳ କୁହାଯାଏ ।
Question 2.
ମନୁଷ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ବଳ ।
Answer:
- ମନୁଷ୍ୟ ନିଜର ଜ୍ଞାନକୌଶଳ, ଉଦ୍ଭାବନ ଓ ପରିକଳ୍ପନାଦ୍ୱାରା ନୂତନ ସମ୍ବଳ ସୃଷ୍ଟି କରି ପାରିଛି ।
- ତେଣୁ ମନୁଷ୍ୟ ହିଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ସମ୍ବଳ ।
Question 3.
ସମୁଦ୍ର ଜଳରେ ଦ୍ରବୀଭୂତ ମୂଲ୍ୟବାନ ଧାତୁ ପ୍ରଚ୍ଛନ୍ନ ସମ୍ବଳର ଅନ୍ତର୍ଭୁକ୍ତ ।
Answer:
- ସମୁଦ୍ର ଜଳରେ ଦ୍ରବୀଭୂତ ମୂଲ୍ୟବାନ ଧାତୁକୁ ଏଥୁରୁ ଅଲଗା କରି ବ୍ୟବହାର ଉପଯୋଗୀ କରିବାର ଜ୍ଞାନକୌଶଳ ଏବେ ସୁଦ୍ଧା ବିକାଶ ହୋଇ ନାହିଁ ।
- ତେଣୁ ଏହା ପ୍ରଚ୍ଛନ୍ନ ସମ୍ବଳର ଶ୍ରେଣୀଭୁକ୍ତ ।
Question 4.
ବାୟୁ ଏକ ସର୍ବବ୍ୟାପୀ ସମ୍ବଳ ।
Answer:
- ଭୂପୃଷ୍ଠ ଉପରେ ବାୟୁ ସର୍ବତ୍ର ବିଦ୍ୟମାନ । ଏହା ଏକ ଅସରନ୍ତି ସମ୍ବଳ ଏବଂ ସର୍ବବ୍ୟାପୀ ସମ୍ବଳ ।
- ବେଗଶୀଳ ପବନରୁ ପବନକଳଦ୍ଵାରା ଶକ୍ତି ଉତ୍ପାଦନ କରାଯାଉଛି ।
ପାର୍ଥକ୍ୟ ଦର୍ଶାଅ ।
Question 1.
ଜୈବ ସମ୍ବଳ ଓ ଅଜୈବ ସମ୍ବଳ
Answer:
ପରୀକ୍ଷା ଉପଯୋଗୀ ସମ୍ଭାବିତ ପ୍ରଶ୍ନୋତ୍ତର
ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
ଶୂନ୍ୟସ୍ଥାନ ପୂରଣ କର ।
1. କେତେକ ସମ୍ବଳ ସମୟର ଅଗ୍ରଗତି ସହିତ _____ହୋଇଥାନ୍ତି ।
Answer:
ଆର୍ଥିକ ମୂଲ୍ୟଯୁକ୍ତ
2. _____ ମାନେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ସମ୍ବଳ।
Answer:
ଲୋକ
3. _____ ର ଆବିଷ୍କାର ସହ ରୋଷେଇର ଆବିଷ୍କାର ହେଲା।
Answer:
ନିଆଁ
4. ନବୀକରଣ ଅଯୋଗ୍ୟ ସମ୍ବଳଗୁଡ଼ିକର ଭଣ୍ଡାର _____ ।
Answer:
ସୀମିତ
5. ଭୌତିକ ସମ୍ବଳକୁ ମୂଲ୍ୟବାନ ସମ୍ବଳରେ ପରିଣତ କରିବାରେ ମାନବ _____ ର ଭୂମିକା ରହିଛି ।
Answer:
ଦକ୍ଷତା
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
Question 1.
ସମ୍ବଳ କାହାକୁ କୁହାଯାଏ ?
Answer:
ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ବ୍ୟବହୃତ ପଦାର୍ଥକୁ ସମ୍ବଳ କୁହାଯାଏ।
Question 2.
ପ୍ୟାଟେଣ୍ଟ କ’ଣ ?
Answer:
କୌଣସି ପରିକଳ୍ପନା ବା ଉଦ୍ଭାବନ ଉପରେ ପୂର୍ଣ୍ଣ ଅଧିକାର ଆଣିବାକୁ ପ୍ୟାଟେଣ୍ଟ କୁହାଯାଏ।
Question 3.
ଲୋକମାନଙ୍କୁ ଗୁରୁତ୍ଵପୂର୍ଣ୍ଣ ସମ୍ବଳ କୁହାଯାଏ କାହିଁକି ?
Answer:
ଲୋକମାନଙ୍କର ପରିକଳ୍ପନା, ଜ୍ଞାନ, ଆବିଷ୍କାର ଓ ଉଦ୍ଭାବନ ହିଁ ନୂତନ ସମ୍ବଳ ସୃଷ୍ଟିରେ ସହାୟକ ହୋଇଥାଏ।
Question 4.
ପ୍ରଯୁକ୍ତି ବିଦ୍ୟା କାହାକୁ କୁହାଯାଏ ?
Answer:
ସଦ୍ୟତମ ଜ୍ଞାନ ଓ କୌଶଳ ବ୍ୟବହାରରେ କାମ କରିବା ବା ଜିନିଷ ପ୍ରସ୍ତୁତ କରିବାକୁ ପ୍ରଯୁକ୍ତି ବିଦ୍ୟା କୁହାଯାଏ।
Question 5.
ଲୋଦାଖର ୟୁରାନିୟମ୍ କେଉଁ ସମ୍ବଳର ଅନ୍ତର୍ଗତ ?
Answer:
ଲଦାଖର ୟୁରାନିୟମ୍ ପ୍ରଚ୍ଛନ୍ନ ସମ୍ବଳର ଅନ୍ତର୍ଗତ ।
Question 6.
କେଉଁ ସମ୍ବଳକୁ ବିକଶିତ ସମ୍ବଳ କୁହାଯାଏ ?
Answer:
ପ୍ରକୃତ ସମ୍ବଳକୁ ବିକଶିତ ସମ୍ବଳ କୁହାଯାଏ।
Question 7.
ପ୍ରକୃତ ସମ୍ବଳ କାହାକୁ କୁହାଯାଏ ?
Answer:
ଯେଉଁ ସମ୍ବଳଗୁଡ଼ିକର ପରିମାଣ ଜଣାପଡ଼ିଛି, ସେଗୁଡ଼ିକୁ ପ୍ରକୃତ ସମ୍ବଳ କୁହାଯାଏ ।
Question 8.
ସମୁଦ୍ର ଜଳରେ ଦ୍ରବୀଭୂତ ସୁନା ଓ ରୁପା କେଉଁ ସମ୍ବଳର ଅଟେ ?
Answer:
ସମୁଦ୍ର ଜଳରେ ଦ୍ରବୀଭୂତ ସୁନା ଓ ରୁପା ପ୍ରଚ୍ଛନ୍ନ ସମ୍ବଳ ଅଟେ।
Question 9.
ଅଜୈବ ସମ୍ବଳ କାହାକୁ କୁହାଯାଏ ?
Answer:
ନିର୍ଜୀବ ବସ୍ତୁରୁ ସୃଷ୍ଟ ସମ୍ବଳକୁ ଅଜୈବ ସମ୍ବଳ କୁହାଯାଏ।
Question 10.
ଧାରଣୀୟ ବିକାଶ କାହାକୁ କୁହାଯାଏ ?
Answer:
ସମ୍ବଳ ବିନିଯୋଗର ଆବଶ୍ୟକତା ତଥା ଆଗାମୀ ପିଢ଼ିପାଇଁ ସେଗୁଡ଼ିକର ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଧାରଣୀୟ ବିକାଶ କୁହାଯାଏ ।
Question 11.
ସମ୍ବଳ ସଂରକ୍ଷଣ କାହାକୁ କୁହାଯାଏ ?
Answer:
ସମ୍ବଳର ସଯନ୍ ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ ସମ୍ବଳ ସଂରକ୍ଷଣ କୁହାଯାଏ।
Question 12.
କେଉଁଗୁଡ଼ିକ ସର୍ବବ୍ୟାପୀ ସମ୍ବଳ ଅଟେ ?
Answer:
ଯେଉଁ ସମ୍ବଳ ଭୂପୃଷ୍ଠର ସବୁସ୍ଥାନରେ ମିଳିଥାଏ, ତାକୁ ସର୍ବବ୍ୟାପୀ ସମ୍ବଳ କୁହାଯାଏ, ଯଥା – ଭୂମି, ଜଳ ଓ ବାୟୁ।
Question 13.
କେଉଁ ସମ୍ବଳଗୁଡ଼ିକ ଶୀଘ୍ର ଭରଣା ହୋଇଥାଏ ?
Answer:
ନବୀକରଣ ଯୋଗ୍ୟ ସମ୍ବଳଗୁଡ଼ିକ ଶୀଘ୍ର ଭରଣା ହୋଇଥାଏ।
Question 14.
ତାଳଚେର ଅଞ୍ଚଳର କୋଇଲା କେଉଁ ସମ୍ବଳ ଅଟେ ?
Answer:
ତାଳଚେର ଅଞ୍ଚଳର କୋଇଲା ପ୍ରକୃତ ବା ବିକଶିତ ସମ୍ବଳ ଅଟେ।
Question 15.
ସ୍ଥାନୀୟ ସମ୍ବଳ କାହାକୁ କୁହାଯାଏ ?
Answer:
କେତେକ ସମ୍ବଳ ଭୂପୃଷ୍ଠର ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ମିଳିଥାଏ, ତାକୁ ସ୍ଥାନୀୟ ସମ୍ବଳ କୁହାଯାଏ; ଯଥା – ଖଣିଜ ସମ୍ବଳ, ପ୍ରାକୃତିକ ଗ୍ୟାସ୍ ଓ ଖଣିଜତୈଳ ।
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
Question 1.
କେଉଁ ସମ୍ବଳକୁ ବ୍ୟବହାର ଉପଯୋଗୀ କରିବାର ଜ୍ଞାନକୌଶଳ ଏବେ ମଧ୍ୟ ବିକଶିତ ହୋଇନାହିଁ ?
Answer:
ପ୍ରଚ୍ଛନ୍ନ
Question 2.
ନଗରକୋଏଲ୍ କେଉଁ ରାଜ୍ୟରେ ଅବସ୍ଥିତ ?
Answer:
ତାମିଲନାଡୁ
Question 3.
ଭୌତିକ କାରଣଗୁଡ଼ିକ ମଧ୍ୟରେ ଥିବା ପ୍ରଭେଦ ଯୋଗୁ ଭୂ-ପୃଷ୍ଠରେ ସମ୍ବଳ ବଣ୍ଟନରେ କ’ଣ ଦେଖାଦେଇଥାଏ ?
Answer:
ଅସମାନତା
Question 4.
୨୦୦ ବର୍ଷ ପୂର୍ବେ କ’ଣ ଏକ ପ୍ରଚ୍ଛନ୍ନ ସମ୍ବଳ ଥୁଲା ?
Answer:
ବେଗଶାଳୀ ‘ପବନ
Question 5.
ପ୍ରତ୍ୟେକ ବ୍ୟକ୍ତିର ଉତ୍ତମ ଚରିତ୍ର କାହାର ଉଦାହରଣ ?
Answer:
ସମ୍ବଳ
ଭୌଗୋଳିକ ଶବ୍ଦଗୁଡ଼ିକୁ ଗୋଟିଏ ଗୋଟିଏ ବାକ୍ୟରେ ଲେଖ।
Question 1.
ପ୍ୟାଟେଣ୍ଟ :
Answer:
କୌଣସି ପରିକଳ୍ପନା ବା ଉଦ୍ଭାବନ ଉପରେ ପୂର୍ଣ୍ଣ ଅଧିକାର ଆଣିବା ।
Question 2.
ସ୍ଥାନୀୟ ସମ୍ବଳ :
Answer:
ଭୂପୃଷ୍ଠରେ ନିର୍ଦ୍ଦିଷ୍ଟ ସ୍ଥାନରେ ମିଳୁଥିବା ସମ୍ବଳ ।
Question 3.
ଜୈବ ସମ୍ବଳ :
Answer:
ସମସ୍ତ ପ୍ରାଣୀ ଓ ଉଭିଦକୁ ନେଇ ଗଠିତ ସମ୍ବଳ । ।
Question 4.
ସମ୍ବଳ ସଂରକ୍ଷଣ :
Answer:
ସମ୍ବଳର ସଯନ୍ତ୍ର ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବା ।
Question 5.
ବିକଶିତ ସମ୍ବଳ :
Answer:
ଯେଉଁ ସମ୍ବଳଗୁଡ଼ିକ ବ୍ୟବହାର କରାଯାଉଛି ।
Question 6.
ଅସରନ୍ତି ସମ୍ବଳ :
Answer:
ବ୍ୟବହାରସତ୍ତ୍ଵେ ପୁନର୍ବାର ପୂରଣ ହେଉଥିବା ସମ୍ବଳ ।
Question 7.
ସମ୍ବଳ :
Answer:
ବିଭିନ୍ନ ଆବଶ୍ୟକତା ପୂରଣପାଇଁ ବ୍ୟବହୃତ ପଦାର୍ଥ ।
Question 8.
ପ୍ରଯୁକ୍ତି ବିଦ୍ୟା :
Answer:
ସଦ୍ୟତମ ଜ୍ଞାନ ଓ କୌଶଳ ବିଦ୍ୟା ବ୍ୟବହାରରେ କାମ କରିବା ।
Question 9.
ମାନବ ସମ୍ବଳ :
Answer:
ଜନସଂଖ୍ୟା ତଥା ଲୋକଙ୍କ ଶାରୀରିକ ଓ ମାନସିକ ଦକ୍ଷତା ।
Question 10.
ସରନ୍ତି ସମ୍ବଳ :
Answer:
ବ୍ୟବହାରଯୋଗୁଁ ହ୍ରାସପାଉଥିବା ସମ୍ବଳ ।
ଅସଂପର୍କିତ ଶବ୍ଦଟିକୁ ବାଛ ।
Question 1.
ଶିଳା, ପ୍ରାଣୀ, ମୃରିକା, ଖଣିଜଦ୍ରବ୍ୟ
Answer:
ପ୍ରାଣୀ
Question 2.
ବାୟୁ, ଭୂମି, ପ୍ରାକୃତିକ ଗ୍ୟାସ୍, ଜଳ
Answer:
ପ୍ରାକୃତିକ ଗ୍ୟାସ୍
Question 3.
ପ୍ରାକୃତିକ ଗ୍ୟାସ, ଜଳ, ଖଣିଜପଦାର୍ଥ, ଖଣିଜତୈଳ
Answer:
ଜଳ
Question 4.
ସୌରଶକ୍ତି, ତାପଜଶକ୍ତି, ପବନ ଶକ୍ତି, ଜଳ ବିଦ୍ୟୁତ୍ ଶକ୍ତି
Answer:
ତାପଜଶକ୍ତି
Question 5.
ଭିକା, ଅଟ୍ଟାଳିକା, ସେତୁ, ରାସ୍ତାଘାଟ
Answer:
ମୃରିକା
ଠିକ୍ ଭକ୍ତି ପାଖରେ ଠିକ୍ ଚିହ୍ନ ଡି (✓) ଓ ଭୁଲ୍ ଭକ୍ତ ପାଖରେ ଭୁଲ୍ ଚିହ୍ନ (✗) ଦିଅ ।
1. ଧାତବ ପଦାର୍ଥର ଆର୍ଥିକ ମୂଲ୍ୟ ରହିଛି । —- (✓)
2. ଶିଶୁପାଇଁ ମା’ର ଯେଉଁ ମମତା ତାହା ଏକ ସମ୍ବଳ। —- (✓)
3. ପ୍ରାକୃତିକ ସମ୍ବଳକୁ ବିକଶିତ ସମ୍ବଳ କୁହାଯାଏ। —- (✗)
4. ଉତ୍ତମ ଚରିତ୍ର ଏକ ଆର୍ଥିକ ମୂଲ୍ୟଯୁକ୍ତ ସମ୍ବଳ। —- (✗)
5. ବେଗଶାଳୀ ପବନ ଏବେ ପ୍ରଚ୍ଛନ୍ନ ସମ୍ବଳ ଅଟେ। —- (✗)
6. ପ୍ରଚ୍ଛନ୍ନ ସମ୍ବଳର ବ୍ୟବହାର ବର୍ତ୍ତମାନ ଉପଲବ୍ଧ ପ୍ରଯୁକ୍ତି ବିଦ୍ୟାଦ୍ଵାରା ବ୍ୟବହାର କରିହେଉ ନାହିଁ । —- (✓)
7. ନବୀକରଣ ଅଯୋଗ୍ୟ ସମ୍ବଳଗୁଡ଼ିକର ଭଣ୍ଡାର ସୀମିତ ଅଟେ। —- (✓)
8. ସୁନା ଏକ ସର୍ବବ୍ୟାପୀ ସମ୍ବଳ। —- (✗)
9. ସମ୍ବଳର ଯଥାସାଧ୍ୟ ବ୍ୟବହାରକୁ ଧାରଣୀୟ ବିକାଶ କୁହାଯାଏ। —- (✗)
10. ଭୂ-ପୃଷ୍ଠରେ ସମ୍ବଳର ଅସମାନ ବଣ୍ଟନ ଦେଖାଯାଏ । —- (✓)
Objective Type Questions With Answers
ସ୍ତମ୍ଭ ମିଳନ କର ।
Question 1.
Answer:
Question 2.
Answer:
Question 3.
Answer:
Question 4.
Answer:
Question 5.
Answer:
Question 6.
Answer:
Question 7.
Answer:
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର
1. ପ୍ରଯୁକ୍ତି ବିଦ୍ୟା ______ ସମ୍ବଳ ଅଟେ ।
(ପ୍ରାକୃତିକ, ସର୍ବବ୍ୟାପୀ, ନବୀକରଣ ଯୋଗ୍ୟ, ମାନବକୃତ)
Answer:
ମାନବକୃତ
2. ______ ମଣିଷକୁ ମୂଲ୍ୟବାନ ସମ୍ବଳରେ ପରିଣତ କରେ।
(ଖାଦ୍ୟ ଓ ବସ୍ତ୍ର, ବସ୍ତ୍ର ଓ ବାସଗୃହ, ଶିକ୍ଷା ଓ ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ ଓ ବସ୍ତ୍ର)
Answer:
ଶିକ୍ଷା ଓ ସ୍ୱାସ୍ଥ୍ୟ
3. ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ସମ୍ବଳ,______ |
(ଖଣିଜ ଦ୍ରବ୍ୟ, ପ୍ରାକୃତିକ ସମ୍ବଳ, ଜୈବ ସମ୍ବଳ, ମାନବ ସମ୍ବଳ)
Answer:
ମାନବ ସମ୍ବଳ
4. ପବନ କଳଦ୍ଵାରା ଶକ୍ତି ଉତ୍ପାଦନ କରିବାରେ ______ ଟି ଅଗ୍ରଣୀ ଦେଶ ।
(କାନାଡ଼ା, ନେଦରଲ୍ୟାଣ୍ଡ, ପୋଲାଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକା)
Answer:
ନେଦରଲ୍ୟାଣ୍ଡ
5. ______ ଉଦ୍ଭାବନ ହେବାଦ୍ଵାରା ପରିବହନର ବିକାଶ ହେଲା।
(ଚକ, ନିଆଁ, ଯନ୍ତ୍ର, ବିମାନ)
Answer:
ଚକ
ସମ୍ଭାବ୍ୟ ଉତ୍ତର ବାଛି ଲେଖ ।
Question 1.
କେଉଁ ସମ୍ବଳ କ୍ରମଟି ଅମୂଲ୍ୟ ସମ୍ବଳର ଅନ୍ତର୍ଗତ ?
(A) ସୂତାଲୁଗା, କଲମ, ଗଚ୍ଛିତ କୋଇଲା
(B) ମା’ଙ୍କର ସ୍ନେହ, ଉତ୍ତମ କଣ୍ଠସ୍ଵର, ଜଡିବୁଟି
(C) ଖାତା, କୋଠାବାଡ଼ି, କୃଷିଭୂମି
(D) ଚିକିତ୍ସାଜ୍ଞାନ, ମଟରଗାଡ଼ି, ଜଳବାୟୁ
Answer:
(B) ମା’ଙ୍କର ସ୍ନେହ, ଉତ୍ତମ କଣ୍ଠସ୍ଵର, ଜଡିବୁଟି
Question 2.
କେଉଁଟି ପ୍ରାକୃତିକ ସମ୍ବଳର ଅନ୍ତର୍ଗତ ନୁହେଁ ?
(A) ପବନ
(C) ନଦୀ
(B) ସୂର୍ଯ୍ୟରଶ୍ମି
(D) ରାସ୍ତାଘାଟ
Answer:
(D) ରାସ୍ତାଘାଟ
Question 3.
କେଉଁଟି ବିକାଶର ସ୍ତର ଦୃଷ୍ଟିରୁ ସମ୍ବଳର ଅନ୍ତର୍ଗତ ?
(A) ପ୍ରକୃତ ଓ ପ୍ରଚ୍ଛନ୍ନ
(B) ଅଜୈବ ଓ ଜୈବ
(C) ନବୀକରଣ ଯୋଗ୍ୟ ଓ ନବୀକରଣ ଅଯୋଗ୍ୟ
(D) ସର୍ବବ୍ୟାପୀ ଓ ସ୍ଥାନୀୟ
Answer:
(A) ପ୍ରକୃତ ଓ ପ୍ରଚ୍ଛନ୍ନ
Question 4.
ତାଳଚେର ଅଞ୍ଚଳରେ କୋଇଲା କେଉଁ ସମ୍ବଳର ଅନ୍ତର୍ଗତ ?
(A) ପ୍ରଚ୍ଛନ୍ନ
(B) ନବୀକରଣ ଯୋଗ୍ୟ
(C) ପ୍ରକୃତ
(D) ସର୍ବବ୍ୟାପୀ
Answer:
(C) ପ୍ରକୃତ
Question 5.
କେଉଁଟି ବିକଶିତ ସମ୍ବଳର ଅନ୍ତର୍ଗତ ନୁହେଁ ?
(A) ଖଣିଜଦ୍ରବ୍ଯ
(B) ଛୋଟନାଗପୁରର ଖଣିଜଦ୍ରବ୍ୟ
(C) ତାଳଚେରର କୋଇଲା
(D) ଉପକୂଳବର୍ତୀ ସମତଳ ଅଞ୍ଚଳର ଉର୍ବର ମୃତ୍ତିକା
Answer:
(A) ଖଣିଜଦ୍ରବ୍ଯ
Question 6.
କେଉଁଟି ଅଜୈବ ସମ୍ବଳର ସ୍ତର ଅଟେ ?
(A) ପ୍ରାଣୀ, ଉଭିଦ ଓ ଶିଳା
(B) ଶିଳା, ମୃରିକା, ଉଭିଦ
(C) ମୃରିକା, ଜଳ, ବାୟୁ
(D) ବାୟୁ, ପ୍ରାଣୀ ଓ ଉଭିଦ
Answer:
(C) ମୃରିକା, ଜଳ, ବାୟୁ
Question 7.
କେଉଁଟି ସର୍ବବ୍ୟାପୀ ସମ୍ବଳ ନୁହେଁ ?
(A) ବାୟୁ
(B) ଖଣିଜତୈଳ
(C) ଜଳ
(D) ଭୂମି
Answer:
(B) ଖଣିଜତୈଳ
Question 8.
କେଉଁଟି ନବୀକରଣ ଯୋଗ୍ଯ ସମ୍ବଳ ଅଟେ ?
(A) କୋଇଲା
(B) ପେଟ୍ରୋଲିୟମ୍
(C) ସୌରଶକ୍ତି
(D) ଖଣିଜତୈଳ
Answer:
(C) ସୌରଶକ୍ତି
Question 9.
କେଉଁଟି ସ୍ଥାନୀୟ ସମ୍ବଳ ?
(A) ଜଳ
(B) ବାୟୁ
(C) ଭୂମି
(D) ଖଣିଜସମ୍ପଦ
Answer:
(D) ଖଣିଜସମ୍ପଦ
Question 10.
ଅଟ୍ଟାଳିକା ଓ ସେତୁ କେଉଁ ସମ୍ବଳର ଅନ୍ତର୍ଗତ ?
(A) ସ୍ଥାନୀୟ
(B) ମାନବକୃତ
(C) ନବୀକରଣ
(D) ଜୈବ
Answer:
(B) ମାନବକୃତ
Question 11.
ସମୁଦ୍ରଜଳରେ ଦ୍ରବୀଭୂତ ମୂଲ୍ୟବାନ ଧାତୁ ନିମ୍ନଲିଖତ ମଧ୍ୟରୁ କେଉଁ ପ୍ରକାର ସମ୍ବଳ ?
(A) ସର୍ବବ୍ୟାପୀ
(B) ବିକଶିତ
(C) ପ୍ରଚ୍ଛନ୍ନ
(D) ଜୈବ
Answer:
(C) ପ୍ରଚ୍ଛନ୍ନ
Question 12.
କେଉଁଟି ଏକ ଦ୍ରବ୍ୟକୁ ସମ୍ବଳର ପରିଣତ କରିବା ପାଇଁ ସହାୟକ ହୁଏ ନାହିଁ ?
(A) ଉପଯୋଗିତା
(B) ପରିକଳ୍ପନା
(C) ପ୍ରୟୋଜନୀୟତା
(D) ପ୍ରତିଯୋଗିତା
Answer:
(D) ପ୍ରତିଯୋଗିତା
Question 13.
କେଉଁଟି ନବୀକରଣ ଅଯୋଗ୍ୟ ସମ୍ବଳ ଅଟେ ?
(A) ସୌରଶକ୍ତି
(B) ଜୁଆରଶକ୍ତି
(C) କୋଇଲା
(D) ପବନଶକ୍ତି
Answer:
(C) କୋଇଲା
Question 14.
କେଉଁଟି ଏକ ମାନବକୃତ ସମ୍ବଳ ?
(A) ଝରଣା ଜଳ
(B) ମୁଭିକା
(C) ଖଣିଜ ଦ୍ରବ୍ୟ
(D) କ୍ୟାନ୍ସର ଚିକିତ୍ସାରେ ବ୍ୟବହୃତ ଔଷଧ
Answer:
(D) କ୍ୟାନ୍ସର ଚିକିତ୍ସାରେ ବ୍ୟବହୃତ ଔଷଧ
Question 15.
କେଉଁଟି ଏକ ଅଜୈବ ସମ୍ବଳ ?
(A) ଜଙ୍ଗଲ
(B) ପଶୁ
(C) ପକ୍ଷୀ
(D) ଝରଣା
Answer:
(D) ଝରଣା
Question 16.
କେଉଁଟି ମାନବକୃତ ସମ୍ବଳ ?
(A) ପଥର
(B) ବାଲି
(C) ସିମେଣ୍ଟ
(D) ମାଟି
Answer:
(C) ସିମେଣ୍ଟ
Question 17.
କେଉଁଟି ନବୀକରଣ ଅଯୋଗ୍ୟ ସମ୍ବଳ ?
(A) ସୌରଶକ୍ତି
(C) ବାୟୁ
(B) ଜଳ
(D) କୋଇଲା
Answer:
(D) କୋଇଲା
Question 18.
ଜନସଂଖ୍ୟା ତଥା ଲୋକଙ୍କ ଶାରୀରିକ ଓ ମାନସିକ ଦକ୍ଷତାକୁ କ’ଣ କୁହାଯାଏ ?
(A) ଧାରଣୀୟ ବିକାଶ
(B) ସମ୍ବଳ ସଂରକ୍ଷଣ
(C) ମାନବ ସମ୍ବଳ
(D) ପ୍ୟାଟେଣ୍ଟ
Answer:
(C) ମାନବ ସମ୍ବଳ
Question 19.
କେଉଁଟି ଏକ ଜୈବ ସମ୍ବଳ ?
(A) ମନୁଷ୍ୟଦ୍ଵାରା ପ୍ରସ୍ତୁତି ଦ୍ରବ୍ୟ
(B) ଜୀବିତ ପଦାର୍ଥକୁ ନେଇ ଗଠିତ
(C) ଜୀବନବିହୀନ ପଦାର୍ଥକୁ ନେଇ ଗଠିତ
(D) ଖଣିଜପଦାର୍ଥ
Answer:
(B) ଜୀବିତ ପଦାର୍ଥକୁ ନେଇ ଗଠିତ
Question 20.
କେଉଁ ସମ୍ବଳର ସଠିକ୍ ପରିମାଣ ଜଣାପଡ଼ିଥାଏ ?
(A) ବିକଶିତ ସମ୍ବଳ
(B) ପ୍ରଚ୍ଛନ୍ନ ସମ୍ବଳ
(C) ଜୈବ ସମ୍ବଳ
(D) ଅଜୈବ ସମ୍ବଳ
Answer:
(A) ବିକଶିତ ସମ୍ବଳ
Question 21.
କେଉଁ ସମ୍ବଳର ସଠିକ୍ ପରିମାଣ ଜଣାପଡ଼େ ନାହିଁ ?
(A) ବିକଶିତ ସମ୍ବଳ
(B) ପ୍ରଚ୍ଛନ୍ନ ସମ୍ବଳ
(C) ଜୈବ ସମ୍ବଳ
(D) ଅଜୈବ ସମ୍ବଳ
Answer:
(B) ପ୍ରଚ୍ଛନ୍ନ ସମ୍ବଳ
Question 22.
କେଉଁଟି ଏକ ସର୍ବବ୍ୟାପୀ ସମ୍ବଳ ?
(A) କୋଇଲା
(B) ମୂରିକା
(C) କୁହା
(D) ତମ୍ବା
Answer:
(B) ମୂରିକା
Question 23.
କେଉଁଟି ଏକ ସ୍ଥାନୀୟ ସମ୍ବଳ ନୁହେଁ ?
(A) ଲୁହା
(C) ସୁନା
(B) ତମ୍ବା
(D) ବାୟୁ
Answer:
(D) ବାୟୁ