Odisha State Board BSE Odisha 7th Class Geography Solutions Chapter 1.1 ଆମ ପରିବେଶ Textbook Exercise Questions and Answers.
BSE Odisha Class 7 Geography Solutions Chapter 1.1 ଆମ ପରିବେଶ
୧ । ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
Question କ.
ପରିସଂସ୍ଥା କ’ଣ ?
Answer:
- କୌଣସି ପରିବେଶରେ ରହିଥିବା ସମସ୍ତ ଜୀବଙ୍କ ମଧ୍ୟରେ ନିର୍ଭରଶୀଳତା ତଥା ସେମାନଙ୍କ ପରିବେଶ ଅନ୍ତର୍ଗତ ଭୌତିକ ଓ ରାସାୟନିକ ଉପାଦାନ ମଧ୍ଯରେ ଅନ୍ତଃସମ୍ବନ୍ଧରୁ ପରିସଂସ୍ଥା ଗଢ଼ିଉଠେ । ଅର୍ଥାତ୍ ପ୍ରାଣୀ, ଉଭିଦ ଓ ମନୁଷ୍ୟଙ୍କର ପରସ୍ପର ସହିତ ତଥା ସେମାନଙ୍କ ପରିବେଶ ସହିତ ଗଢ଼ିଉଠିଥୁବା ନିବିଡ଼ ସମ୍ପର୍କ ତଥା ନିର୍ଭରଶୀଳତାରୁ ପରିସଂସ୍ଥା ସୃଷ୍ଟି ହୁଏ ।
- ଉଦାହରଣ : ରାଜସ୍ଥାନର ମରୁଅଞ୍ଚଳ ବାଲିରେ ପୂର୍ଣ୍ଣ । ସେଠାରେ ବର୍ଷା କମ୍ ହେଉଥିବାରୁ ଛୋଟ ଛୋଟ କଣ୍ଟାବୁଦା, ଖଜୁରି ଗଛ, ଓଟ, ବିଭିନ୍ନ ସରୀସୃପ ଓ ଅନ୍ୟାନ୍ୟ କୀଟପତଙ୍ଗ ଦେଖାଯାନ୍ତି । ଏଗୁଡ଼ିକୁ ନେଇ ମରୁଭୂମି ପରିସଂସ୍ଥା ଗଠିତ ।
- ସେହିପରି ଜଙ୍ଗଲ ପରିସଂସ୍ଥା, ନଦୀ ପରିସଂସ୍ଥା, ପର୍ବତ ପରିସଂସ୍ଥା, ପୁଷ୍କରିଣୀ ପରିସଂସ୍ଥା ଗଢ଼ିଉଠେ ।
Question ଖ.
ପ୍ରାକୃତିକ ପରିବେଶ କହିଲେ କ’ଣ ବୁଝାଏ ?
Answer:
- ଭୌତିକ ପରିବେଶ ଓ ଜୈବିକ ପରିବେଶକୁ ନେଇ ପ୍ରାକୃତିକ ପରିବେଶ ସୃଷ୍ଟି ହୋଇଥାଏ ।
- ନିର୍ଜୀବ ପଦାର୍ଥ, ଯଥା – ସ୍ଥଳ, ଜଳ ଏବଂ ବାୟୁକୁ ନେଇ ଭୌତିକ ପରିବେଶ ଏବଂ ସମସ୍ତ ଜୀବ, ଯଥା- ପ୍ରାଣୀ ଓ ଉଭିଦ ଜଗତକୁ ନେଇ ଜୈବିକ ପରିବେଶ – ଏ ସମସ୍ତ ପ୍ରାକୃତିକ ପରିବେଶର ଗୋଟିଏ ଗୋଟିଏ ଅଙ୍ଗ ବା ଉପାଦାନ ।
Question ଗ.
ପରିବେଶର ମୁଖ୍ୟ ଅଂଶଗୁଡ଼ିକ କ’ଣ ?
Answer:
ପରିବେଶର ମୁଖ୍ୟ ଅଂଶଗୁଡ଼ିକ ଦୁଇ ଭାଗରେ ବିରକ୍ତ, ଯଥା- ପ୍ରାକୃତିକ ଉପାଦାନ ଓ ମାନବକୃତ ଉପାଦାନ । ପ୍ରାକୃତିକ ଉପାଦାନଗୁଡ଼ିକ ହେଉଛି- ଅଶ୍ମମଣ୍ଡଳ, ବାରିମଣ୍ଡଳ, ବାୟୁମଣ୍ଡଳ, ଜୈବମଣ୍ଡଳ ଏବଂ ବାସଗୃହ, ରାସ୍ତାଘାଟ, କେନାଲ, କଳକାରଖାନା, ଯାନବାହନ ଆଦି ମାନବକୃତ ଉପାଦାନ ।
Question ଘ.
ଅଶୁମଣ୍ଡଳ କ’ଣ ?
Answer:
ପୃଥିବୀର କଠିନ ଭୂତ୍ୱକ୍ ବା ଅଶ୍ମମଣ୍ଡଳ ବିଭିନ୍ନ ଖଣିଜଦ୍ରବ୍ୟ ଓ ଶିଳାରେ ଗଠିତ । ଏହାର ଉପରିଭାଗରେ ମୁରିକାର ଏକ ପତଳା ଆବରଣ ଅଛି । ଏହାର ଉପରିଭାଗରେ ପର୍ବତ, ମାଳଭୂମି, ସମତଳ ଭୂମି, ଉପତ୍ୟକା ଆଦି ଅସମାନ ଭୂମିରୂପ ରହିଛି ।
Question ଙ.
ଜୈବିକ ପରିବେଶର ଦୁଇଟି ମୁଖ୍ୟ ଅଂଶ କ’ଣ ?
Answer:
ଜୈବିକ ପରିବେଶର ଦୁଇଟି ମୁଖ୍ୟ ଅଂଶ ହେଉଛି-
- ପ୍ରାଣୀ ଜଗତ ଓ
- ଉଭିଦ ଜଗତ ।
Question ଚ.
ଜୈବମଣ୍ଡଳ କାହାକୁ କୁହାଯାଏ ?
Answer:
- ଅଶ୍ଵ ମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳ ଅନ୍ତର୍ଗତ ପାରସ୍ପରିକ ସମ୍ବନ୍ଧ ଥିବା ତଥା ଜୀବନ ଧାରଣ ପାଇଁ ଆବଶ୍ୟକ ଉପାଦାନ ଥିବା ପତଳା ତଥା ସଂକୀର୍ଣ୍ଣ ସ୍ତରକୁ ଜୈବମଣ୍ଡଳ କୁହାଯାଏ ।
- ଏହା ଉଭୟ ପ୍ରାଣୀ ଓ ଉଭିଦକୁ ନେଇ ଗଠିତ ।
ଠିକ୍ ଉତ୍ତରଟି ବାଛି ଲେଖ ।
Question କ.
କେଉଁଟି ଗୋଟିଏ ପ୍ରାକୃତିକ ପରିସଂସ୍ଥା ନୁହେଁ ?
(କ) ମରୁଭୂମି
(ଖ) ଆକ୍ରାରିୟମ୍
(ଗ) ଜଙ୍ଗଲ
Answer:
(ଖ) ଆକ୍ୱାରିୟମ୍
Question ଖ.
କେଉଁଟି ମାନବୀୟ ପରିବେଶର ଏକ ଅଙ୍ଗ ନୁହେଁ ?
(କ) ଭୂମି
(ଖ) ଧର୍ମ
(ଗ) ସଂପ୍ରଦାୟ
Answer:
(କ) ଭୂମି
Question ଗ.
କେଉଁଟି ଏକ ମାନବକୃତ ପରିବେଶ ?
(କ) ପର୍ବତ
(ଖ) ସମୁଦ୍ର
(ଗ) ରାସ୍ତା
Answer:
(ଗ) ରାସ୍ତା
Question ଘ.
କେଉଁଟି ପରିବେଶ ନିମନ୍ତେ ବିପଦ ?
(କ) ବଢ଼ୁଥିବା ଉଦ୍ଭଦ
(ଖ) ବଢୁଥିବା ଜନସଂଖ୍ୟା
(ଗ) ବଢ଼ୁଥିବା ଶସ୍ୟ
Answer:
(ଖ) ବଢ଼ୁଥିବା ଜନସଂଖ୍ୟା
Question ଙ.
ସ୍ତମ୍ଭ ଦୁଇଟି ମଧ୍ୟରେ ସମ୍ପର୍କ ସ୍ଥାପନ କରି ଲେଖ ।
Answer:
କାରଣ ଦର୍ଶାଅ ।
Question କ.
ମଣିଷ ପରିବେଶରେ ପରିବର୍ତ୍ତନ ଆଣିଥାଏ ।
Answer:
- ମନୁଷ୍ୟ ତା’ର ଆବଶ୍ୟକତା ମେଣ୍ଟାଇବା ପାଇଁ ପ୍ରାକୃତିକ ପରିବେଶ ଉପରେ ନିର୍ଭର କରିଥାଏ । ଫଳରେ ପରିବେଶରେ ପରିବର୍ତ୍ତନ ହୁଏ ।
- ସେ କୃଷି ପାଇଁ ଭୂମି କର୍ଷଣ କରେ । ଜଳସେଚନ ବ୍ୟବସ୍ଥା ପାଇଁ କେନାଲ, ପୁଷ୍କରିଣୀ ଖନନ କରେ । ପରିବହନ ପାଇଁ ଜଙ୍ଗଲ କାଟି ରାସ୍ତା, ପୋଲ ନିର୍ମାଣ କରେ । ଜଙ୍ଗଲ କାଟି ଶିଳ୍ପ କାରଖାନା ସ୍ଥାପନ କରେ । ଫଳରେ ପରିବେଶରେ ପରିବର୍ତ୍ତନ ଘଟିଥାଏ ।
Question ଖ.
ପ୍ରାଣୀ ଓ ଉଦ୍ଭିଦ ପରସ୍ପର ନିର୍ଭରଶୀଳ ।
Answer:
- ଜୈବମଣ୍ଡଳରେ ପ୍ରାଣୀ ଓ ଉଦ୍ଭିଦ ସେମାନଙ୍କ ଜୀବନ ଧାରଣ ପାଇଁ ପରସ୍ପର ଉପରେ ନିର୍ଭରଶୀଳ ।
- ଉଦ୍ଭିଦ ନିଜେ ନିଜର ଖାଦ୍ୟ ପ୍ରସ୍ତୁତ କରେ; ପ୍ରାଣୀମାନଙ୍କ ଖାଦ୍ୟ ତଥା ଅନ୍ୟ କେତେକ ଆବଶ୍ୟକତାକୁ ଉଭିଦ ପୂରଣ କରେ ।
- ପ୍ରାଣୀମାନଙ୍କର ବର୍ଜ୍ୟ ପଦାର୍ଥ ବା ମୃତ ଅବଶେଷଗୁଡ଼ିକ ମୃତ୍ତିକାର ଉର୍ବରତା ବଢ଼ାଏ, ଯାହାଫଳରେ ଉଭିଦର ବୃଦ୍ଧି ପାଇଁ ସାହାଯ୍ୟ କରେ ।
Question ଗ.
ମଣିଷ ପ୍ରକୃତିର ବିନା ସହାୟତାରେ ଚଳିପାରେ ନାହିଁ ।
Answer:
- ପ୍ରକୃତି ଦ୍ଵାରା ସୃଷ୍ଟି ହୋଇଥିବା ଭୂମି, ଜଳ, ବାୟୁ, ଉଭିଦ, ଜୀବଜନ୍ତୁ ଆଦିକୁ ନେଇ ପ୍ରାକୃତିକ ପରିବେଶ ।
- ପରିବେଶ ହିଁ ମଣିଷର ଜୀବନ ଧାରଣ ନିମନ୍ତେ ମୌଳିକ ଆଧାର ଯୋଗାଇଥାଏ । ଶ୍ଵାସକ୍ରିୟା ପାଇଁ ପବନ, ପିଇବା, ସ୍ନାନ ଓ ସଫାସୁତରା ପାଇଁ ପାଣି, ଖାଇବା ପାଇଁ ଖାଦ୍ୟ ଏବଂ ଘର ପାଇଁ ଭୂମି ପ୍ରକୃତି ଯୋଗାଇଥାଏ । ତେଣୁ ପ୍ରକୃତିର ବିନା ସହାୟତାରେ ମଣିଷ ଚଳିପାରିବ ନାହିଁ ।
BSE Odisha 7th Class Geography Notes Chapter 1.1 ଆମ ପରିବେଶ
ପରିବେଶ :
- ଆମ ଚତୁଃପାର୍ଶ୍ବରେ ଯାହା ରହିଛି ତାହାହିଁ ପରିବେଶ । ପରିବେଶ ଆମର ଜୀବନ ଧାରଣ ପାଇଁ ମୌଳିକ ଆଧାର ଯୋଗାଇଥାଏ ।
- ପ୍ରାକୃତିକ ତଥା ମନୁଷ୍ୟକୃତ ଉପାଦାନଗୁଡ଼ିକ ସମ୍ମିଳିତ ଭାବେ ପରିବେଶକୁ ସୃଷ୍ଟି କରିଥାଏ ।
- ପରିବେଶ ଆମକୁ ଶ୍ଵାସକ୍ରିୟା ନିମନ୍ତେ ବାୟୁ, ପିଉଥିବା ପାଣି, ଖାଉଥିବା ଖାଦ୍ୟ, ବାସଭୂମି ତଥା ବିବିଧ ପ୍ରକାର ପ୍ରାଣୀ ଓ ଉଦ୍ଭିଦ ସହିତ ଅସଂଖ୍ୟ ମନୁଷ୍ୟକୃତ ପଦାର୍ଥ ଯୋଗାଇଦିଏ ।
ପ୍ରାକୃତିକ ପରିବେଶ :
- ପ୍ରକୃତି ଦ୍ଵାରା ସୃଷ୍ଟି ହୋଇଥିବା ଉପାଦାନଗୁଡ଼ିକୁ ନେଇ ପ୍ରାକୃତିକ ପରିବେଶ ସୃଷ୍ଟି ହୁଏ । ଏହା ଦୁଇଟି ଶ୍ରେଣୀରେ ବିଭାଗୀକୃତ; ଯଥା- ଭୌତିକ ପରିବେଶ ଏବଂ ଜୈବିକ ପରିବେଶ ।
- ନିର୍ଜୀବ ବସ୍ତୁ, ଯଥା- ଜଳ, ସ୍ଥଳ ଓ ବାୟୁକୁ ନେଇ ଭୌତିକ ପରିବେଶ ଗଠିତ ହୋଇଥାଏ । ସେହିପରି ପ୍ରାଣୀ ଓ ଉଭିଦଙ୍କୁ ନେଇ ଜୈବିକ ପରିବେଶ ଗଠିତ ।
ଭୌତିକ ପରିବେଶ :
- ଜଳ, ସ୍ଥଳ ଓ ବାୟୁ ଦ୍ବାରା ଗଠିତ ଭୌତିକ ପରିବେଶରେ ମୁଖ୍ୟ ତିନି ମଣ୍ଡଳ, ଯଥା- ଅଶ୍ଵମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳ ରହିଛି ।
- ପ୍ରାକୃତିକ ପରିବେଶ ମୁଖ୍ୟତଃ ଚାରିଗୋଟି ମଣ୍ଡଳରେ ବିଭକ୍ତ, ଯଥା- ଅଶ୍ଵମଣ୍ଡଳ, ବାୟୁମଣ୍ଡଳ, ବାରିମଣ୍ଡଳ ଓ ଜୈବମଣ୍ଡଳ ।
- ଅଶ୍ମ ମଣ୍ଡଳ : ପୃଥିବୀର ଅଶ୍ମମଣ୍ଡଳ ବିଭିନ୍ନ ଖଣିଜଦ୍ରବ୍ୟ ଓ ଶିଳାରେ ଗଠିତ । ଅଶ୍ରମଣ୍ଡଳର ଉପରିଭାଗରେ ମୃତ୍ତିକା ରହିଛି ।
- ପୃଥିବୀର ଉପରିଭାଗ ଅସମାନ, ତେଣୁ ପର୍ବତ, ମାଳଭୂମି, ସମତଳ ଭୂମି, ଉପତ୍ୟକା ଆଦି ଭୂମିରୂପ ଦେଖାଯାଏ ।
- ବାୟୁମଣ୍ଡଳ : କେତେକ ଗ୍ୟାସ୍, ଧୂଳିକଣୀ, ଜଳୀୟବାଷ୍ପ ନେଇ ଗଠିତ ବାୟୁମଣ୍ଡଳ ପୃଥିବୀକୁ ଏକ ପତଳା ଆବରଣ ରୂପେ ଘୋଡ଼ାଇ ରଖୁଛି ।
- ବାୟୁମଣ୍ଡଳ ଯୋଗୁଁ ଜୀବଜଗତ ତିଷ୍ଠିପାରିଛି ।
- ପୃଥିବୀର କଠିନ ଭୂତ୍ଵକ୍କୁ ଅଶ୍ମ ମଣ୍ଡଳ କୁହାଯାଏ ।
-
- ବାରିମଣ୍ଡଳ : ବିଭିନ୍ନ ପ୍ରକାର ଜଳରାଶି, ଯଥା- ନଦୀ, ହ୍ରଦ, ସମୁଦ୍ର, ମହାସାଗର ଏବଂ ଅନ୍ୟାନ୍ୟ ଜଳଉତ୍ସକୁ ନେଇ ବାରିମଣ୍ଡଳ ଗଠିତ । ଏହା ଜୀବଜଗତ ନିମିତ୍ତ ଅତ୍ୟନ୍ତ ଉପାଦେୟ ।
- ପରିସଂସ୍ଥା ସୃଷ୍ଟି ହୁଏ । ଯେପରି ରାଜସ୍ଥାନର ମରୁ ଅଞ୍ଚଳରେ ବାଲି, ଓଟ, ସାପ, ବିଭିନ୍ନ ସରୀସୃପ, ଛୋଟ ଛୋଟ କଣ୍ଟାବୁଦା, ଖଜୁରୀ ଗଛକୁ ନେଇ ମରୁଭୂମି ପରିସଂସ୍ଥା ଗଠିତ ।
ପରିବେଶ :
- କୌଣସି ପରିବେଶରେ ରହିଥିବା ସମସ୍ତ ଜୀବଙ୍କ ମଧ୍ଯରେ ନିର୍ଭରଶୀଳତା ତଥା ସେମାନଙ୍କ ପରିବେଶ ଅନ୍ତର୍ଗତ ଭୌତିକ ଓ ରାସାୟନିକ ଉପାଦାନ ମଧ୍ଯରେ ଅନ୍ତଃସମ୍ବନ୍ଧରୁ ପରିସଂସ୍ଥା ସୃଷ୍ଟି ହୁଏ । ଯେପରି ରାଜସ୍ଥାନର ମରୁ ଅଞ୍ଚଳରେ ବାଲି, ଓଟ, ସାପ, ବିଭିନ୍ନ ସରୀସୃପ, ଛୋଟ ଛୋଟ କଣ୍ଟାବୁଦା, ଖଜୁରୀ ଗଛକୁ ନେଇ ମରୁଭୂମି ପରିସଂସ୍ଥା ଗଠିତ ।
- ସେହିପରି ବିସ୍ତୃତ ଚିରହରିତ୍ ଅରଣ୍ୟ, ଚାରଣଭୂମି, ପର୍ବତ, ହ୍ରଦ, ନଦୀ, ମହାସାଗର, କ୍ଷୁଦ୍ର ପୁଷ୍କରିଣୀରେ ପରିସଂସ୍ଥା ଗଢ଼ିଉଠିଥାଏ ।
ମାନବୀୟ ପରିବେଶ :
- ମଣିଷର ଜୀବନଧାରା ପରିବେଶ ଦ୍ଵାରା ପ୍ରଭାବିତ ହୁଏ ।
- ମଣିଷର କ୍ରମବର୍ଦ୍ଧମାନ ଆବଶ୍ୟକତାର ପରିପୂରଣ ନିମିତ୍ତ ସେ ପରିବେଶକୁ ବ୍ୟବହାର ଉପଯୋଗୀ ତଥା ପରିବର୍ଜିତ କରିବାର ନୂତନ ଉପାୟମାନ ବାହାର କଲା ।
- କୃଷି, ଯାନବାହନର ଉଦ୍ଭାବନ, ବାଣିଜ୍ୟ ବ୍ୟବସାୟର ପ୍ରସାର, ଶିଳ୍ପ ତଥା ସୂଚନା ବିପ୍ଳବର ପ୍ରସାର ଆଦି ଯୋଗୁଁ ପରିବେଶର ଦ୍ରୁତ ପରିବର୍ତ୍ତନ ଘଟିଲା ।
- ଫଳରେ ମାନବୀୟ ପରିବେଶ ଓ ପ୍ରାକୃତିକ ପରିବେଶ ମଧ୍ୟରେ ସୁଷମ ସନ୍ତୁଳନ ବ୍ୟାହତ ହୋଇଛି ।
- ପରିବେଶ ପ୍ରତି ଯନ୍ତ୍ରଶୀଳ ନ ହେଲେ ଆମର ବଞ୍ଚିବା କଷ୍ଟକର ହୋଇପଡ଼ିବ ।
କେତେକ ଭୌଗୋଳିକ ଶବ୍ଦାବଳୀ
- ପରିବେଶ : ଆମ ଚତୁଃପାର୍ଶ୍ବରେ ଯାହା ରହିଛି, ତାହାହିଁ ଆମ ପରିବେଶ ।
- ଭୌତିକ ପରିବେଶ : ପୃଥିବୀର ଜଳ, ସ୍ଥଳ, ବାୟୁକୁ ନେଇ ଭୌତିକ ପରିବେଶ ଗଠିତ ।
- ଅଶ୍ମମଣ୍ଡଳ : ପୃଥିବୀର କଠିନ ଭୂତ୍ଵକ୍ ବା ଏକ୍ତ ଉପରିଭାଗକୁ ଅଶ୍ମମଣ୍ଡଳ କୁହାଯାଏ ।
- ବାରିମଣ୍ଡଳ : ପୃଥିବୀର ସମସ୍ତ ଜଳରାଶିକୁ ବାରି ମଣ୍ଡଳ କୁହାଯାଏ ।
- ବାୟୁମଣ୍ଡଳ : ପୃଥିବୀକୁ ଚତୁର୍ଦ୍ଦିଗରେ ଘେରି ରହିଥିବା ପତଳା ଗ୍ୟାସୀୟ ଆବରଣକୁ ବାୟୁମଣ୍ଡଳ କୁହାଯାଏ ।
- ଜୈବମଣ୍ଡଳ : ଅଶ୍ମମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳ ଅନ୍ତର୍ଗତ ‘ପାରସ୍ପରିକ ସମ୍ବନ୍ଧ ଥୁବା ତଥା ଜୀବନ ଧାରଣ ପାଇଁ ଆବଶ୍ୟକ ଉପାଦାନ ଥିବା ଏକ ପତଳା ସ୍ତର ।
- ପରିସଂସ୍ଥା : କୌଣସି ପରିବେଶରେ ରହିଥିବା ସମସ୍ତ ଜୀବଙ୍କ ମଧ୍ଯରେ ନିର୍ଭରଶୀଳତା ତଥା ସେମାନଙ୍କ ପରିବେଶ ଅନ୍ତର୍ଗତ ଭୌତିକ ଓ ରାସାୟନିକ ଉପାଦାନ ମଧ୍ଯରେ ଅନ୍ତଃସମ୍ବନ୍ଧରୁ ଗଢ଼ିଉଠିଥିବା ବ୍ୟବସ୍ଥା ।
- ବିନିମୟ ବ୍ୟବସ୍ଥା : ଟଙ୍କାର ବ୍ୟବହାର ବିନା ହେଉଥିବା ବେପାରକୁ ଦ୍ରବ୍ୟ ବିନିମୟ ବ୍ୟବସ୍ଥା କୁହାଯାଏ ।