Odisha State Board BSE Odisha 7th Class Geography Solutions Chapter 1.3 ପୃଥିବୀର ଅଭ୍ୟନ୍ତର Textbook Exercise Questions and Answers.
BSE Odisha Class 7 Geography Solutions Chapter 1.3 ପୃଥିବୀର ଅଭ୍ୟନ୍ତର
୧ । ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
Question କ.
ମହାଦେଶୀୟ ସ୍ଵଞ୍ଚଳନ କ’ଣ ?
Answer:
- ମହାଦେଶୀୟ ସଞ୍ଚଳନ ଏକ ଅତି ଧୀର ତଥା ନିରବଚ୍ଛିନ୍ନ ପ୍ରକ୍ରିୟା ।
- ଭୂବିଜ୍ଞାନୀମାନଙ୍କ ମତରେ, ଅଶ୍ଵମଣ୍ଡଳ କେତେଗୁଡ଼ିଏ ବିଶାଳ ପ୍ଲେଟ୍ ବା ପଟଳରେ ବିଭକ୍ତ ।
- ଏଗୁଡ଼ିକ ବର୍ଷକୁ ପ୍ରାୟ ପାଞ୍ଚ ସେଣ୍ଟିମିଟର ବା ତା’ଠାରୁ କମ୍ ବେଗରେ ଗତି କରିଥାନ୍ତି । କାରଣ ଏଗୁଡ଼ିକ ଗତିଶୀଳ ମାଗ୍ନା ବା ଅର୍ବତରଳ ଶିଳା ଉପରେ ଅବସ୍ଥିତ ଥିବାରୁ ଏହି ପଟଳଗୁଡ଼ିକର ଗତି ସମ୍ଭବ ହୋଇଛି ।
- ଫଳରେ ଜଳଭାଗ ଓ ସ୍ଥଳଭାଗ ଅନବରତ ସ୍ଥାନ ପରିବର୍ତ୍ତନ କରିବାରେ ଲାଗିଛନ୍ତି ।
Question ଖ.
ପ୍ଲେଟ୍ ବା ପଟଳ ଗତିର କାରଣ କ’ଣ ?
Answer:
- ଭୂବିଜ୍ଞାନୀଙ୍କ ମତରେ, ଅଶ୍ମମଣ୍ଡଳ କେତେଗୁଡ଼ିଏ ବିଶାଳ ପ୍ଲେଟ ବା ପଟଳରେ ବିଭକ୍ତ ।
- ଏହି ପଟଳଗୁଡ଼ିକର ନିଘାଂଶରେ ଥିବା ଅର୍ବତରଳ ଶିଳା ବା ମାଙ୍ଗା ଗତି ଶୀଳ । ତେଣୁ ଏହି ପ୍ଲେଟ (ପଟଳ)ଗୁଡ଼ିକର ଗତି ସମ୍ଭବ ହୋଇଛି ।
Question ଗ.
ସ୍ଥାନୀୟଭାବେ ଭୂମିକମ୍ପର ପୂର୍ବାନୁମାନ କିପରି କରାଯାଏ ?
Answer:
- ସାଧାରଣଭାବେ ପଶୁପକ୍ଷୀମାନଙ୍କର ବ୍ୟାବହାରିକ – ପରିବର୍ତ୍ତନକୁ ଲକ୍ଷ୍ୟ କରି ସ୍ଥାନୀୟଭାବେ ଭୂମିକମ୍ପର ପୂର୍ବାନୁମାନ କରାଯାଇଥାଏ ।
- ଭୂମିକମ୍ପ ହେବା ପୂର୍ବରୁ ପୁଷ୍କରିଣୀରେ ମାଛ ଆନ୍ଦୋଳିତ ହୋଇଥାନ୍ତି, ସାପ ଗାତରୁ ପଦାକୁ ବାହାରି ଆସନ୍ତା ଏବଂ ଗାଈଗୋରୁମାନେ ହଠାତ୍ ବୋବାଳି ଛାଡ଼ିଥାନ୍ତି ।
Question ଘ.
ସ୍ତରଚ୍ୟୁତି କାହାକୁ କୁହାଯାଏ ?
Answer:
- କେତେକ ଆଭ୍ୟନ୍ତରୀଣ ଶକ୍ତି ପ୍ରଭାବରେ ଶିଳାସ୍ତର ଉଭୟ ଦିଗରେ ଟାଣି ହୋଇଯାଇ କ୍ରମେ ଫାଟ ସୃଷ୍ଟି ହୁଏ ।
- ଫାଟର ଉଭୟ ପାର୍ଶ୍ଵରେ ଥିବା ଶିଳାସ୍ତରରେ ଚଳନ ହୋଇ ଏହାର କୌଣସି ଅଂଶ ଉପର ବା ତଳକୁ ଚାଲିଯାଏ ।
- ଫଳରେ ବିଭିନ୍ନ ଶିଳାସ୍ତର ମଧ୍ଯରେ ତାଳମେଳ ରହେ ନାହିଁ । ଏହାକୁ ସ୍ତରଚ୍ୟୁତି କୁହାଯାଏ ।
Question ଙ.
ଉଦାହରଣ ସହ ବିଭିନ୍ନ ପ୍ରକାର ପର୍ବତର ନାମ ଲେଖ ।
Answer:
Question ଚ.
ମାଳଭୂମି କାହାକୁ କୁହାଯାଏ ?
Answer:
- ସମୁଦ୍ର ପତ୍ତନରୁ ପ୍ରାୟ ୪୦୦ ମିଟର ବା ଅଧିକ ଉଚ୍ଚତାରେ ଅବସ୍ଥିତ ସମପ୍ରାୟ ଭୂମିକୁ ମାଳଭୂମି କୁହାଯାଏ ।
- ସମତଳ ଭୂମିରୁ ଏଗୁଡ଼ିକ ତୀଖଭାବେ ଉଠିଥାଆନ୍ତି । ତେଣୁ ମାଳଭୂମିଗୁଡ଼ିକର ପାର୍ଶ୍ୱ ଅଧିକ ଢାଲୁ ବିଶିଷ୍ଟ ।
- ଏକ ବିସ୍ତୀର୍ଣ୍ଣ ଟେବୁଲ ଭଳି ଦେଖାଯାଉ ଥିବାରୁ ମାଳଭୂମିକୁ ଟେବୁଲଲାଣ୍ଡ ମଧ୍ଯ କୁହାଯାଏ ।
Question ଛ.
ସମାନୀକରଣ ପ୍ରକ୍ରିୟା କ’ଣ ?
Answer:
- ଭୂପୃଷ୍ଠରେ କାର୍ଯ୍ୟ କରୁଥିବା ବାହ୍ୟ ଶକ୍ତିଗୁଡ଼ିକ (ପବନ, ନଦୀ, ହିମବାହ, ଭୂତଳ ଜଳ, ସାମୁଦ୍ରିକ ତରଙ୍ଗ) ଉଚ୍ଚଭୂମିକୁ କ୍ଷୟ କରିବା ସହ କ୍ଷୟଜାତ ପଦାର୍ଥକୁ ନିମ୍ନଭୂମିରେ ଜମା କରିଥାନ୍ତି ।
- ତେଣୁ ଭୂପୃଷ୍ଠ ସମପ୍ରାୟ ଭୂମିରେ ପରିଣତ ହୋଇଥାଏ । ଏହି ପ୍ରକ୍ରିୟାକୁ ସମାନୀକରଣ ପ୍ରକ୍ରିୟା କୁହାଯାଏ ।
Question ଜ.
ଅଶ୍ଵଖୁରାକୃତି ହ୍ରଦ କିପରି ସୃଷ୍ଟି ହୁଏ ?
Answer:
- ସମତଳଶଯ୍ୟାରେ ନଦୀସ୍ରୋତ ଧୀର ହେବାଦ୍ଵାରା ନଦୀବାଙ୍କ ସୃଷ୍ଟି ହୁଏ । ନଦୀବାଙ୍କର ଗୋଟିଏ ପାର୍ଶ୍ଵରେ ନଦୀଜଳ ଦ୍ୱାରା ବାଡ଼େଇ ହେବାଦ୍ଵାରା କ୍ଷୟ ହୁଏ । ଏହାର
ଠିକ୍ ବିପରୀତ ପାର୍ଶ୍ଵରେ ବାଲି, ପଟୁ ଆଦି ଜମାହୋଇ ରହେ । ଧୀରେ ଧୀରେ ନଦୀବାଙ୍କର ଉଭୟ ମୁଣ୍ଡ ପରସ୍ପରର ନିକଟବର୍ତ୍ତୀ ହୋଇଥାଏ ।
- ବନ୍ୟା ସମୟରେ ନଦୀ ବୁଲାଣି ପଥ ପରିତ୍ୟାଗ କରି ସିଧାସଳଖ ପ୍ରବାହିତ ହୁଏ; ଫଳରେ ନଦୀବାଙ୍କଟି ଏକ କ୍ଷୁଦ୍ର ଅଗଭୀର ହ୍ରଦ ଆକାରରେ ରହିଯାଏ । ଏହାକୁ ଅଶ୍ଵଖୁରାକୃତି ହ୍ରଦ କୁହାଯାଏ ।
Question ଝ.
ଗ୍ରାବରେଖା କ’ଣ ?
Answer:
- ହିମବାହ ବୋହି ଆଣୁଥିବା ଭିନ୍ନ ଭିନ୍ନ ଆକୃତିର ଶିଳାଖଣ୍ଡକୁ ଏହାର ପାର୍ଶ୍ଵ ତଥା ଅଗ୍ରଭାଗରେ ଜମା କରିଥାଏ । ଏହାକୁ ଗ୍ରାବ କୁହାଯାଏ ।
- ଏହି ଗ୍ରାବ ହିମବାହର ପାର୍ଶ୍ଵରେ ରେଖା ସଦୃଶ ଲମ୍ବି ରହିଥିବାରୁ ଏଗୁଡ଼ିକୁ ଗ୍ରାବରେଖା କୁହାଯାଏ ।
Question ଙ.
ବାଲୁକାସ୍ତୂପ କିପରି ସୃଷ୍ଟି ହୁଏ ?
Answer:
ମରୁଭୂମିରେ ପବନଦ୍ୱାରା ପରିବାହିତ ହୋଇ ଅପେକ୍ଷାକୃତ ବଡ଼ ବଡ଼ ବାଲୁକାରାଶି ମରୁଭୂମି ଭିତରେ ଛୋଟ ଛୋଟ ପାହାଡ଼ ଆକାରରେ ଜମା ହୁଏ । ଏହାକୁ ବାଲୁକା ସ୍ତୂପ କୁହାଯାଏ ।
୨ । ଠିକ୍ ଉତ୍ତରଟି ବାଛି ଲେଖ ।
Question i.
କେଉଁଟି ଏକ ଦ୍ଵିତୀୟଶ୍ରେଣୀ ଭୂମିରୂପ ?
(କ) ଜଳପ୍ରପାତ
(ଗ) ମହାସାଗର
(ଖ) ମହୀସୋପାନ
Answer:
(ଖ) ମହୀସୋପାନ
Question ii.
କେଉଁଟି ପୃଥିବୀର ତ୍ଵରିତ ଚଳନ ଯୋଗୁଁ ହୋଇଥାଏ ?’
(କ) ଅଗ୍ନି ଉଦ୍ଗିରଣ
(ଖ) ପର୍ବତ ଗଠନ
(ଗ) ମହାଦେଶୀୟ ସଞ୍ଚଳନ
Answer:
(କ) ଅଗ୍ନି ଉଦ୍ଗିରଣ
Question iii.
କେଉଁ ନଦୀଟି ଏକ ଗ୍ରସ୍ତ ଉପତ୍ୟକା ଦେଇ ପ୍ରବାହିତ ହେଉଛି ?
(କ) ମହାନଦୀ
(ଗ) କାବେରୀ
(ଖ) ନର୍ମଦା
Answer:
(ଖ) ନର୍ମଦା
Question iv.
ଉତ୍ତର ଆମେରିକା କେଉଁ ପୁରାତନ ଭୂଖଣ୍ଡର ଅଂଶ ଥିଲା ?
(କ) ପାନ୍ଥାଲାସା
(ଗ) ଆଙ୍ଗାରାଲାଣ୍ଡ
(ଖ) ଗଣ୍ଡୱାନାଲାଣ୍ଡ
Answer:
(ଗ) ଆଙ୍ଗାରାଲାଣ୍ଡ
Question v.
ଭୂମିକମ୍ପ ଉତ୍ପରିସ୍ଥଳକୁ କ’ଣ କୁହାଯାଏ ?
(କ) ଉପକେନ୍ଦ୍ର
(ଗ) ଗ୍ରସ୍ତ ଉପତ୍ୟକା
(ଖ) ଭୂକମ୍ପ କେନ୍ଦ୍ର
Answer:
(ଖ) ଭୂକମ୍ପ କେନ୍ଦ୍ର
Question vi.
ଅଶ୍ବଖୁରାକୃତି ହ୍ରଦ କେଉଁଠି ଦେଖାଯାଏ ?
(କ) ନଦୀ ଉପତ୍ୟକା
(ଗ) ମରୁଭୂମି
(ଖ) ପାର୍ବତ୍ୟଭୂମି
Answer:
(କ) ନଦୀ ଉପତ୍ୟକା
Question vii.
ଛତୁଶିଳା କାହାଦ୍ଵାରା ସୃଷ୍ଟି ହୁଏ ?
(କ) ନଦୀ
(ଗ) ହିମବାହ
(ଖ) ପବନ
Answer:
(ଖ) ପବନ
Question viii.
କେଉଁଟି ସାମୁଦ୍ରିକ ତରଙ୍ଗ ଦ୍ବାରା ସୃଷ୍ଟି ହୁଏ ?
(କ) ବେଳାଭୂମି
(ଗ) ତ୍ରିକୋଣଭୂମି
(ଖ) ପ୍ଳାବନଭୂମି
Answer:
(କ) ବେଳାଭୂମି
Question ix.
ପଟୁବ୍ୟଜନ ପାହାଡ଼ର କେଉଁ ଅଂଶରେ ସୃଷ୍ଟି ହୁଏ ?
(କ) ଶୀର୍ଷଦେଶ
(ଗ) ପାଦଦେଶ
(ଖ) ମଧ୍ୟଅଂଶ
Answer:
(ଗ) ପାଦଦେଶ
Question x.
ଚୂନପଥର ଅଞ୍ଚଳର ଭୂପୃଷ୍ଠସ୍ଥ ଶୁଷ୍କ ନଦୀ ଉପତ୍ୟକାକୁ କ’ଣ କୁହାଯାଏ ?
(କ) ଅଦୃଶ୍ୟ ଉପତ୍ୟକା
(ଖ) ‘U’ ଉପତ୍ୟକା
(ଗ) ‘V’ ଉପତ୍ୟକା
Answer:
(କ) ଅଦୃଶ୍ୟ
୩ । ସ୍ତମ୍ଭ ଦୁଇଟି ମଧ୍ୟରେ ସମ୍ପର୍କ ସ୍ଥାପନ କରି ଲେଖ ।
Answer:
୪ । କାରଣ ଦର୍ଶାଅ :
Question i.
ସମତଳ ଶଯ୍ୟାରେ ନଦୀବାଙ୍କ ସୃଷ୍ଟି ହୁଏ ।
Answer:
- ସମତଳ ଶଯ୍ୟାରେ ନଦୀସ୍ରୋତ ଧୀର ହୁଏ ।
- ସାମାନ୍ୟ ବାଧା ପାଇଲେ ନଦୀ ଗତି ପରିବର୍ତ୍ତନ କରି ଅଙ୍କାବଙ୍କା ପଥରେ ପ୍ରବାହିତ ହେଲେ ନଦୀବାଙ୍କ ସୃଷ୍ଟି ହୁଏ ।
Question ii.
କେତେକ ଶିଳା ଛତୁ ଆକୃତିର ।
Answer:
- ମରୁଭୂମିରେ ପବନର ବେଗ ଅଧିକ ହୋଇଥାଏ । ପବନ ସହ ବାଲି ଓ ଶିଳାରେଣୁ ମିଶି ଏହାର କ୍ଷୟଶକ୍ତି ବଢ଼ାଇଥାଏ ।
- ଭୂପୃଷ୍ଠରୁ ଅଳ୍ପ ଉଚ୍ଚତାରେ ପବନ ଅଧିକ କ୍ଷୟ କରିଥାଏ । ଉଚ୍ଚତା ବଢ଼ିବା ସହ ବାଲିର ପରିମାଣ କମ୍ ରହୁଥିବାରୁ କ୍ଷୟଶକ୍ତି କମିଯାଏ ।
- ଫଳରେ ମରୁଭୂମିମାନଙ୍କରେ ଛତୁ ଆକୃତିର ଭୂମିରୂପ ସୃଷ୍ଟି ହୋଇଥାଏ ଯାହାର ଆଧାର ଭୂମି ଓ ଉପର ଅଂଶ ପ୍ରଶସ୍ଥ ଓ ମଝି ଅଂଶ ସରୁ ଥାଏ । ।
Question iii.
ସାମୁଦ୍ରିକ ଗୁମ୍ଫା ଷ୍ଟମ୍ପ୍ରେ ପରିଣତ ହୁଏ ।
Answer:
- ସମୁଦ୍ର ଭିତରକୁ ଲମ୍ବିଥୁବା ପାହାଡ଼ ତରଙ୍ଗ ଦ୍ଵାରା କ୍ଷୟିତ ହୋଇ ଉଭୟ ପାର୍ଶ୍ବରେ ଗୁମ୍ଫାରେ ପରିଣତ ହୁଏ । ପରେ ଗୁମ୍ଫା । ପରସ୍ପର ସହ ମିଶି ସାମୁଦ୍ରିକ ତୋରଣ ସୃଷ୍ଟିକରେ ।
- ପରେ ଏହାର ଉପର ଅଂଶ କ୍ଷୟ ହୋଇ ଷ୍ଟାକ୍ ଓ ଏହା ଅଧୁକ କ୍ଷୟ ହୋଇ ଷ୍ଟମରେ ପରିଣତ ହୁଏ, ଯାହା ସମୁଦ୍ର ଭିତରେ ପ୍ରାଚୀର ପରି ରହିଥାଏ ।
Question iv.
ଭୂମିକମ୍ପ ଯୋଗୁଁ କୋଠାଘର ଭାଙ୍ଗିଯାଏ ।
Answer:
- ଆଭ୍ୟନ୍ତରୀଣ ଶକ୍ତି ପ୍ରଭାବରେ ହଠାତ୍ ଭୂଚଳନ ହୋଇ ଭୂମିକମ୍ପ ହୋଇଥାଏ । ଭୂକମ୍ପ କେନ୍ଦ୍ରରୁ ବିପୁଳ ପରିମାଣର ଶକ୍ତି ତରଙ୍ଗ ଆକାରରେ ଚତୁର୍ଦ୍ଦିଗକୁ ଗତି କରେ ।
- ଭୂପୃଷ୍ଠର ଉପକେନ୍ଦ୍ରଠାରେ ଭୂକମ୍ପ ଜନିତ କ୍ଷୟକ୍ଷତି ସର୍ବାଧିକ ହୋଇଥାଏ । ୬,୦ ରିଚର ମାନର ଭୂମିକମ୍ପ କ୍ଷେତ୍ରରେ କୋଠାଘର ଭାଙ୍ଗିଯାଏ ।
Question v.
ସ୍ତରଚ୍ୟୁତି ଯୋଗୁଁ ଗ୍ରସ୍ତ ଉପତ୍ୟକା ସୃଷ୍ଟି ହୁଏ ।
Answer:
- ଆଭ୍ୟନ୍ତରୀଣ ଶକ୍ତି ପ୍ରଭାବରେ ଶିଳାସ୍ତର ମଧ୍ଯରେ ସ୍ତରଚ୍ଯୁତି ହୋଇଥାଏ ।
- ବେଳେବେଳେ ଦୁଇଟି ସ୍ତରଚ୍ଯୁତିର ମଧ୍ୟବର୍ତୀ ଅଂଶ ଦବିଯାଇ ଗ୍ରସ୍ତ ଉପତ୍ୟକା ସୃଷ୍ଟି ହୋଇଥାଏ ।
BSE Odisha 7th Class Geography Notes Chapter 1.3 ପୃଥିବୀର ଅଭ୍ୟନ୍ତର
ଭୂମିରୂପ :
ପୃଥିବୀରେ ତିନୋଟି ଶ୍ରେଣୀର ଭୂମିରୂପ ଦେଖାଯାଏ । ଯଥା-
- ପ୍ରଥମଶ୍ରେଣୀ ଭୂମିରୂପ : ମହାଦେଶ, ମହାସାଗର ।
- ଦ୍ଵିତୀୟଶ୍ରେଣୀ ଭୂମିରୂପ : ପର୍ବତ, ମାଳଭୂମି ଓ ସମତଳ ଭୂମି (ମହାଦେଶ ଅନ୍ତର୍ଗତ) ଏବଂ ମହୀସୋପାନ, ମହୀଢାଲୁ ଓ ମହାସାଗର ସମତଳ (ମହାସାଗର ଅନ୍ତର୍ଗତ) ।
- ତୃତୀୟଶ୍ରେଣୀ ଭୂମିରୂପ : ଉପତ୍ୟକା, ଜଳପ୍ରପାତ, ନଦୀଗଣ୍ଡ, ଅଶ୍ଵଖୁରାକୃତି ହ୍ରଦ, ତ୍ରିକୋଣଭୂମି (ଭୂପୃଷ୍ଠର ଅନ୍ତର୍ଗତ) ।
ଭୂଚଳନ :
ଭୂପୃଷ୍ଠରେ ଓ କୂଅଭ୍ୟନ୍ତରରେ ଭୂଚଳନ ଯୋଗୁଁ ବିଭିନ୍ନ ପ୍ରକାର ଭୂମିରୂପ ଦେଖାଯାଇଥାଏ ।
- କେତେକ ଶକ୍ତିର ପ୍ରଭାବରେ ଭୂଚଳନ ଘଟିଥାଏ ।
ନିମ୍ନୋକ୍ତ ରେଖାଚିତ୍ରରୁ ବାହ୍ୟ ଓ ଆଭ୍ୟନ୍ତରୀଣ ଶକ୍ତି ସମ୍ପର୍କରେ ଜାଣିବା :
ମହାଦେଶୀୟ ସଞ୍ଚଳନ :
- ଉଭୟ ସ୍ଥଳଭାଗ ଓ ଜଳଭାଗ ସର୍ବଦା ଗତିଶୀଳ । ବର୍ତ୍ତମାନ ଦେଖୁଥିବା ଜଳଭାଗ ଓ ସ୍ଥଳଭାଗର ବଣ୍ଟନ ମହାଦେଶୀୟ ସଞ୍ଚଳନର ଫଳ ।
- ପୃଥିବୀ ଅଶ୍ଵମଣ୍ଡଳ କେତେକ ପଟଳ ବା ପ୍ଲେଟ୍ରେ ବିଭକ୍ତ । ଏଗୁଡ଼ିକୁ ଟେକ୍ ଟୋନିକ୍ ପ୍ଲେଟ୍ ବା ଅଶ୍ମମଣ୍ଡଳୀୟ ପ୍ଲେଟ୍ କୁହାଯାଏ । ଏହି ପ୍ଲେଟ୍ଗୁଡ଼ିକ ଗତିଶୀଳ ଅର୍ବତରଳ ମାଗ୍ନା ଉପରେ ଥିବାରୁ ଗତିଶୀଳ । ଏହାକୁ ପଟଳ ବିବର୍ତ୍ତନ (ପ୍ଲେଟ୍ ଟେକ୍ନିକ୍ସ) କୁହାଯାଏ ।
- ଭୂବିଜ୍ଞାନୀଙ୍କ ମତରେ, ନିୟୁତ ନିୟୁତ ବର୍ଷ ପୂର୍ବେ ସବୁ ମହାଦେଶ ମିଶି ପାଞ୍ଜିଆ ଓ ସବୁ ମହାସାଗର ମିଶି ପାନ୍ଥାଲାସା କୁହାଯାଉଥିଲା । ପରେ ପାଞ୍ଜିଆ ମଧ୍ୟଭାଗରେ ଟେଣ୍ଟ୍ସ୍ ସାଗର ସୃଷ୍ଟି ହେବାରୁ ଏହାର ଉତ୍ତରଭାଗକୁ ଆଙ୍ଗାରା ଲାଣ୍ଡ ଓ ଦକ୍ଷିଣଭାଗକୁ ଗଣ୍ଡୱାନାଲାଣ୍ଡ କୁହାଗଲା । ମହାଦେଶୀୟ ସଞ୍ଚଳନ ଫଳରେ କ୍ରମେ ଏହା ବର୍ତ୍ତମାନର ସ୍ଥଳଭାଗ ଓ ଜଳଭାଗରେ ପରିଣତ ହେଲା ।
ଭୂମିକମ୍ପ :
ଅଶ୍ମମଣ୍ଡଳୀୟ ପ୍ଲେଟ୍ଗୁଡ଼ିକର ଚଳନ ଫଳରେ ଭୂତ୍ବକ୍ର ଦୁର୍ବଳ ଅଞ୍ଚଳରେ ଭୂମିକମ୍ପ ହୋଇଥାଏ । ଭୂମିକମ୍ପ ଉପୁରି ଲାଭ କରିଥିବା ଭୂଢ଼ମ୍ପ କେନ୍ଦ୍ରର ଉପରିସ୍ଥ ଭୂପୃଷ୍ଠର ସ୍ଥାନ । ଉପକେନ୍ଦ୍ରରେ ଅଧିକ କ୍ଷୟକ୍ଷତି ଘଟିଥାଏ ।
- ଭୂକମ୍ପ କେନ୍ଦ୍ରରୁ ବିପୁଳ ପରିମାଣର ଶକ୍ତି ତରଙ୍ଗ ଆକାରରେ ଚତୁର୍ଦ୍ଦିଗରେ ଗତି କରେ ।
- ସେସ୍ମୋଗ୍ରାଫ୍ ଯନ୍ତ୍ର ବ୍ୟବହାର ଦ୍ଵାରା ଭୂମିକମ୍ପର ତୀବ୍ରତା ମପାଯାଏ । ଏହାର ରିଚର ମାନ ୭,୦ରୁ ଅଧିକ ହେଲେ କ୍ଷୟକ୍ଷତି ସର୍ବାଧିକ ହୋଇଥାଏ ।
- ଭୂକମ୍ପ ହେବା ପୂର୍ବରୁ ପୁଷ୍କରିଣୀର ମାଛ ଆନ୍ଦୋଳିତ ହୋଇଥାନ୍ତି, ସାପ ଗାତରୁ ବାହାରି ଆସନ୍ତି ଓ ଗାଈଗୋରୁମାନେ ବୋବାଳି ଛାଡ଼ନ୍ତି ।
ଅଗ୍ନି ଉଦ୍ଗିରଣ :
- ଭୂତ୍ଵକ୍ରେ ଫାଟ ସୃଷ୍ଟିହେଲେ ଭୂତ୍ଵକୁ ତଳେ ଥିବା ମାଗ୍ନା (ଲାଭା) ସହ କଠିନ ଓ ଗ୍ୟାସୀୟ ପଦାର୍ଥ ଗ୍ରୀବାପଥ ଦେଇ ବାହାରି ଆସେ । ଏହାକୁ ଅଗ୍ନି ଉଦ୍ଗିରଣ କୁହାଯାଏ ।
ଭୂପୃଷ୍ଠରେ ଲାଭା କ୍ରମେ ଜମାହୋଇ ଆଗ୍ନେୟ ପର୍ବତ ଓ ଲାଭା ମାଳଭୂମି ସୃଷ୍ଟି ହୁଏ ।
ଭାଙ୍ଗ ଓ ସ୍ତରଚ୍ୟୁତି :
- ଶିଳାସ୍ତର ଉପରେ ଉଭୟ ପାର୍ଶ୍ବସ୍ଥ ବା ଏକପାର୍ଶ୍ବରେ ଚାପ ପଡ଼ିଲେ ଶିଳାସ୍ତରର ଏକ ଅଂଶ ଉପରକୁ ଓ ଅନ୍ୟ ଅଂଶ ନିମ୍ନକୁ ଦବିଯାଏ ।
- ଉପରକୁ ଉଠିଥିବା ଅଂଶ ଉର୍ଦୁଭାଙ୍ଗ ଓ ନିମ୍ନକୁ ଦବିଯାଇଥବା ଅଂଶକୁ ନିମ୍ନଭାଙ୍ଗ କୁହାଯାଏ ।
- ଶିଳାସ୍ତରରେ ଫାଟ ସୃଷ୍ଟି ହେଲେ ଶିଳାସ୍ତର ମଧ୍ଯରେ ଚଳନ ହୁଏ ଓ ସ୍ତବ୍ଲ୍ୟୁତି ଘଟେ ।
- ଦୁଇଟି ନ୍ୟୁତିର ମଧ୍ୟବର୍ତ୍ତୀ ଅଂଶ ଉପରକୁ ଉଠିଗଲେ ସ୍ତୂପ ପର୍ବତ ଏବଂ ନିମ୍ନକୁ ଦବିଗଲେ ଗ୍ରସ୍ତ ଉପତ୍ୟକା ସୃଷ୍ଟି ହୁଏ ।
ପର୍ବତ :
ପର୍ବତର ଉଚ୍ଚତା ୩୦୦ ମିଟର ବା ତଦୂର୍ଣ୍ଣ ହୋଇଥାଏ । ପର୍ବତଗୁଡ଼ିକ ସୃଷ୍ଟି ଭିନ୍ନ ଭିନ୍ନ କାରଣରୁ ହୋଇଥାଏ । ନିମ୍ନ ସାରଣୀରୁ ବିଭିନ୍ନ ପ୍ରକାର ପର୍ବତ ଓ ଏହାର ସୃଷ୍ଟି ସମ୍ପର୍କରେ ଜାଣିବା ।
ମାଳଭୂମି :
- ସମୁଦ୍ର ପତ୍ତନରୁ ୪୦୦୦ ମିଟର ବା ଅଧୁକ ଉଚ୍ଚତା ବିଶିଷ୍ଟ ସମପ୍ରାୟ ଭୂମିକୁ ମାଳଭୂମି କୁହାଯାଏ ।
- ଏକ ବିସ୍ତୀର୍ଣ୍ଣ ଟେବୁଲ ଭଳି ଦେଖାଯାଉଥିବାରୁ ଏହାକୁ ଟେବୁଲଲ୍ୟାଣ୍ଡ ମଧ୍ୟ କୁହାଯାଏ ।
- ଭୂଚଳନ ଓ ଅଗ୍ନି ଉଦ୍ଗିରଣ ଦ୍ଵାରା ମାଳଭୂମିଗୁଡ଼ିକ ସୃଷ୍ଟି ହୋଇଥାନ୍ତି ।
ସମତଳ ଭୂମି :
- ସମୁଦ୍ର ପତ୍ତନରୁ ୩୦୦ ମିଟର ବା କମ୍ ଉଚ୍ଚତା ବିଶିଷ୍ଟ ବିସ୍ତୀର୍ଣ୍ଣ ସମପ୍ରାୟ ଭୂମିକୁ ସମତଳ ଭୂମି କୁହାଯାଏ ।
- ବିଭିନ୍ନ ପ୍ରକାର ସମତଳ ଭୂମି ଓ ଏହାର ସୃଷ୍ଟି କାରଣ ନିମ୍ନୋକ୍ତ ସାରଣୀରୁ ଜାଣିବା :
ଭୂପୃଷ୍ଠ ପରିବର୍ତ୍ତନକାରୀ ଶକ୍ତି :
- ନଦୀ, ହିମବାହ, ପବନ, ଭୂତଳ ଜଳ ଆଦି ବିଭିନ୍ନ ବାହ୍ୟଶକ୍ତି ପ୍ରଭାବରେ ଭୂପୃଷ୍ଠରେ ଥିବା ଉଚ୍ଚ ଭୂମିଗୁଡ଼ିକ ସମାନୀକରଣ ପ୍ରକ୍ରିୟା ଦ୍ଵାରା ସ୍ଵମପ୍ରାୟ (ସମତଳ) ଭୂମିରେ ପରିଣତ ହୁଅନ୍ତି ।
- ବିଭିନ୍ନ ବାହ୍ୟଶକ୍ତି ଓ କାର୍ଯ୍ୟ ପରିସର :
- ଏହି ବାହ୍ୟଶକ୍ତି ପ୍ରଭାବରେ ବିଭିନ୍ନ ଭୂମିରୂପ ସୃଷ୍ଟି ହୋଇଥାଏ ।
- ଆସ ଜାଣିବା, କେଉଁ ଶକ୍ତି ଦ୍ଵାରା କେଉଁ ଭୂମିରୂପ ସୃଷ୍ଟି ହୁଏ :
କେତେକ ଭୌଗୋଳିକ ଶବ୍ଦାବଳୀ
- ମହାଦେଶ : ବିସ୍ତୀର୍ଣ୍ଣ ସ୍ଥଳଭାଗକୁ ମହାଦେଶ କୁହାଯାଏ ।
- ମହାସାଗର : ବିସ୍ତୀର୍ଣ୍ଣ ଜଳଭାଗକୁ ମହାସାଗର କୁହାଯାଏ ।
- ପାଞ୍ଜିଆ : ନିୟୁତ ନିୟୁତ ବର୍ଷ ପୂର୍ବେ ସବୁ ମହାଦେଶ ମିଶି ରହିଥିବା ସ୍ଥଳଭାଗକୁ ପାଞ୍ଜିଆ କୁହାଯାଉଥିଲା ।
- ପାନ୍ଥାଲାସା : ନିୟୁତ ନିୟୁତ ବର୍ଷ ପୂର୍ବେ ସବୁଯାକ ମହାସାଗର ମିଶି ସୃଷ୍ଟି କରିଥିବା ଜଳଭାଗକୁ ପାନ୍ଥାଲାସା କୁହାଯାଉଥିଲା ।
- ଟେଥସ୍ : ପାଞ୍ଜିଆର ମଧ୍ୟଭାଗରେ ସୃଷ୍ଟି ହୋଇଥିବା ସଂକୀର୍ଣ୍ଣ ତଥା ଅଗଭୀର ସମୁଦ୍ର ।
- ଆଙ୍ଗାଗାଲାଣ୍ଡ : ଟେଣ୍ଟ୍ସ୍ ସାଗରର ଉତ୍ତରରେ ଥିବା ଭୂଖଣ୍ଡକୁ ଗଣ୍ଡାନାଲାଣ୍ଡ କୁହାଯାଉଥିଲା ।
- ଗଣ୍ଡୱାନାଲାଣ୍ଡ : ଟେଣ୍ଟ୍ସ୍ ସାଗରର ଦକ୍ଷିଣରେ ଥିବା ଭୂଖଣ୍ଡକୁ ଆଙ୍ଗାରାଲାଣ୍ଡ କୁହାଯାଉଥିଲା ।
- ପ୍ଲେଟ୍ ଟେକ୍ନିକ୍ ବା ପଟଳ ବିବର୍ତ୍ତନ : ଅଶ୍ମ ମଣ୍ଡଳର ନିମାଂଶରେ ଥିବା ଗତିଶୀଳ ମାଗ୍ନା ଉପରେ ଅଶ୍ମ ମଣ୍ଡଳୀୟ ପ୍ଲେଟ୍ଗୁଡ଼ିକ ଗତିକୁ ପ୍ଲେଟ୍ ଟେକ୍ନିକ୍ ବା ପଟଳ ବିବର୍ତ୍ତନ କୁହାଯାଏ ।
- ଭୂମିକମ୍ପ : ଭୂପୃଷ୍ଠରେ ହେଉଥିବା କମ୍ପନକୁ ଭୂମିକମ୍ପ କୁହାଯାଏ ।
- ଭୂକମ୍ପ କେନ୍ଦ୍ର : ଭୂତ୍ବକ୍ର ଯେଉଁ ସ୍ଥାନରେ ଭୂମିକମ୍ପ ଉତ୍ପରି ଲାଭକରେ, ତାହାକୁ ଭୂକମ୍ପ କେନ୍ଦ୍ର କୁହାଯାଏ ।
- ଉପକେନ୍ଦ୍ର : ଭୂକମ୍ପ କେନ୍ଦ୍ରର ଠିକ୍ ଉପରକୁ ଭୂପୃଷ୍ଠରେ ଅବସ୍ଥିତ ସ୍ଥାନକୁ ଉପକେନ୍ଦ୍ର କୁହାଯାଏ ।
- ଅଶ୍ମମଣ୍ଡଳ : ପୃଥିବୀ ଭିତରକୁ ଯେଉଁ ପର୍ଯ୍ୟନ୍ତ ଶିଳା ଗଠନକାରୀ ଉପାଦାନ ଥାଏ ତାହାକୁ ଅଶ୍ମମଣ୍ଡଳ କୁହାଯାଏ ।
- ସେସ୍ମୋଗ୍ରାଫ୍ ଯନ୍ତ୍ର : ଭୂମିକମ୍ପ ମାପିବାପାଇଁ ବ୍ୟବହୃତ ହେଉଥିବା
- ରିଚର ମାନ : ଭୂମିକମ୍ପର ତୀବ୍ରତା ମାପ ପାଇଁ ବ୍ୟବହୃତ ଏକକ ।
- ଯ।ନ୍ତ୍ର। : କୂଅଭ୍ୟନ୍ତରରେ ଥିବା ଅର୍ବତରଳ ବା ତରଳ ଶିଳା ।
- ଲାଭା : ଭୂପୃଷ୍ଠରେ ମାଙ୍ଗାକୁ ଲାଭା କୁହାଯାଏ ।
- ଗ୍ରୀବାପଥ : ଯେଉଁ ପଥ ଦେଇ ମାତ୍ମା ବାହାରକୁ ବାହାରିଆସେ, ତାହାକୁ ଗ୍ରୀବାପଥ ବା ନିଗର୍ମ ପଥ କୁହାଯାଏ ।
- ମୁଖଗହ୍ବର : ଗ୍ରୀବାପଥ ବା ନିର୍ଗମ ପଥର ଉପର ଅଂଶକୁ ମୁଖଗହ୍ଵର କୁହାଯାଏ ।
- ଅଗ୍ନି ଉଦ୍ଗିରଣ : ଯେଉଁ ପ୍ରକ୍ରିୟାରେ ଭୂଅଭ୍ୟନ୍ତରରୁ ମାଗ୍ନା ସହ କଠିନ ଓ ଗ୍ୟାସୀୟ ପଦାର୍ଥମାନ ପଦାକୁ ବାହାରି ଆସେ ତାହାକୁ ଅଗ୍ନି ଉଦ୍ଗିରଣ କୁହାଯାଏ ।
- ଆଗ୍ନେୟ ପର୍ବତ : ଭୂପୃଷ୍ଠରେ ଲାଭା ଜମାହୋଇ କ୍ରମେ ଶୀତଳ ଓ କଠିନ ହୋଇ ସୃଷ୍ଟି ହେଉଥିବା ପର୍ବତ ।
- ଭାଙ୍ଗ : ଶିଳାସ୍ତର ଉପରେ ଉଭୟ ପାର୍ଶ୍ଵରୁ ବା ଏକ ପାର୍ଶ୍ଵରେ ଚାପ ପଡ଼ିଲେ ଶିଳାସ୍ତରର ଏକ ଅଂଶ ଉପରକୁ ଅନ୍ୟ ଅଂଶ ନିମ୍ନକୁ ଚାଲିଯାଇଥାଏ, ଏହାକୁ ଭାଙ୍ଗ କୁହାଯାଏ ।
- ଊର୍ଦ୍ଧ୍ବ ଭାଙ୍ଗ : ଭାଙ୍ଗର ଉପରକୁ ଉଠିଥିବା ଅଂଶକୁ ଊର୍ଦୁଭାଙ୍ଗ କୁହାଯାଏ ।
- ନିମ୍ନଭାଙ୍ଗ : ଭାଙ୍ଗର ନିମ୍ନକୁ ଯାଇଥିବା ଅଂଶକୁ ନିମ୍ନଭାଙ୍ଗ କୁହାଯାଏ ।
- ସ୍ତରଚ୍ଯୁତି : ଫାଟର ଉଭୟ ପାର୍ଶ୍ଵରେ ଶିଳାସ୍ତରରେ ଚଳନ ହେବାଦ୍ଵାରା ଶିଳାର ଅଂଶ ଉପର ବା ନିମ୍ନକୁ ଚାଲିଯିବାକୁ ସ୍ତରଚ୍ୟୁତି କୁହାଯାଏ ।
- ସ୍ତୂପ ପର୍ବତ : ଦୁଇଟି ନ୍ୟୁତିର ମଧ୍ୟବର୍ତୀ ଅଂଶ ଉପରକୁ ଉଠି ସୃଷ୍ଟି ହେଉଥିବା ପର୍ବତକୁ ସ୍ତୂପ ପର୍ବତ କୁହାଯାଏ ।
- ଗ୍ରସ୍ତ ଉପତ୍ୟକା : ଦୁଇଟି ନ୍ୟୁତିର ମଧ୍ୟବର୍ତୀ ଅଂଶ ଦବିଯାଇ ସୃଷ୍ଟି ହେଉଥୁବା ଉପତ୍ୟକାକୁ ଗ୍ରସ୍ତ ଉପତ୍ୟକା କୁହାଯାଏ ।
- ପର୍ବତ : ସମତଳ ଅଞ୍ଚଳରୁ ହଠାତ୍ ଉପରକୁ ଉଠିଥିବା ଉଚ୍ଚଭୂମିକୁ ପର୍ବତ କୁହାଯାଏ ।
- ମାଳଭୂମି : ସମୁଦ୍ର ପତ୍ତନରୁ ପ୍ରାୟ ୪୦୦ ମିଟର ବା ଅଧିକ ଉଚ୍ଚରେ ଅବସ୍ଥିତ ସମପ୍ରାୟ ଭୂମିକୁ ମାଳଭୂମି କୁହାଯାଏ ।
- ସମତଳ ଭୂମି : ସମୁଦ୍ର ପତ୍ତନରୁ ୩୦୦ ମିଟର ବା କମ୍ ଉଚ୍ଚତାରେ ଥିବା ବିସ୍ତୀର୍ଣ୍ଣ ସମପ୍ରାୟ ଭୂମିକୁ ସମତଳ ଭୂମି କୁହାଯାଏ ।
- ସମାନୀକରଣ : ଭୂପୃଷ୍ଠରେ କାର୍ଯ୍ୟ କରୁଥିବା ବାହ୍ୟଶକ୍ତି ପ୍ରଭାବରେ ଉଚ୍ଚ ଭୂମି କ୍ଷୟ ହୋଇ କ୍ଷୟଜାତ ପଦାର୍ଥ ନିମ୍ନଭୂମିରେ ଜମାହେବା ପ୍ରକ୍ରିୟାକୁ ସମାନୀକରଣ କୁହାଯାଏ ।
- ଚୂର୍ଣ୍ଣୀଭବନ : ବଡ଼ ବଡ଼ ଶିଳାଖଣ୍ଡଗୁଡ଼ିକ ଭାଙ୍ଗି ଚୂର୍ଣ୍ଣବିଚୂର୍ଣ୍ଣ ହେବା ପ୍ରକ୍ରିୟା ।
- କ୍ଷୟୀକରଣ : ଚୂର୍ଣ୍ଣୀଭୂତ ଶିଳା ଏକ ସ୍ଥାନରୁ ଅନ୍ୟ ସ୍ଥାନରେ ଜମା ହେବା ପ୍ରକ୍ରିୟା ।
- ‘V” ଉପତ୍ୟକା : ପାର୍ବତ୍ୟ ଶଯ୍ୟାରେ ନଦୀର ପ୍ରଖର ବେଗ ଯୋଗୁଁ ସୃଷ୍ଟି ହୋଇଥିବା ‘V’ ଅକ୍ଷର ସଦୃଶ ଉପତ୍ୟକା ।
- ଜଳପ୍ରପାତ : ନଦୀ ବହୁ ଉଚ୍ଚରୁ କଠିନ ଶିଳା ଉପରକୁ ସିଧାସଳଖ ଲମ୍ଫ ପ୍ରଦାନ କରିବାକୁ ଜଳପ୍ରପାତ କୁହାଯାଏ ।
- ପଟୁବ୍ଯଜନ : ଉପରମୁଣ୍ଡରୁ ନଦୀଦ୍ଵାରା ଆନୀତ ବାଲି, ଗୋଡ଼ି, ପଥର ଆଦି ପାହାଡ଼ ତଳେ ହାତପଙ୍ଖା ଆକାରରେ ଜମାହୋଇ ସୃଷ୍ଟି ହେଉଥିବା ଭୂମିରୂପ ।
- ନଦୀ ବାଙ୍କ : ସମତଳ ଶଯ୍ୟାରେ ନଦୀର ଅଙ୍କାବଙ୍କା ଗତିପଥକୁ ନଦୀ ବାଙ୍କ କୁହାଯାଏ ।
- ଅଶ୍ଵଖୁରାକୃତି ହୁ : ନଦୀ ବାଙ୍କର ଉଭୟ ପାର୍ଶ୍ବ ବା ମୁଣ୍ଡ ପରସ୍ପରର ଅତି ନିକଟବର୍ତ୍ତୀ ହୋଇ ବନ୍ୟା ସମୟରେ ସୃଷ୍ଟି ହେଉଥିବା ଏକ କ୍ଷୁଦ୍ର ଅଗଭୀର ହ୍ରଦ ।
- ପ୍ଲାବନ ଭୂମି : ବନ୍ୟା ସମୟରେ ନଦୀର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଜଳପ୍ଲାବିତ ହୋଇ ବାଲି, ପଟୁ ଆଦି କ୍ରମାଗତ ଭାବେ ଜମାହୋଇ ଗଠିତ ସମତଳ ଭୂମି ।
- ପ୍ରାକୃତିକ ବନ୍ଧ : ବହୁ ବର୍ଷ ଧରି ନଦୀର ଉଭୟ ପାର୍ଶ୍ଵରେ ଅବକ୍ଷିପ୍ତ ପଦାର୍ଥ ଜମାକରି ସୃଷ୍ଟି ହେଉଥିବା ବନ୍ଧ ।
- ତ୍ରିକୋଣଭୂମି : ଉପକୂଳ ଅଞ୍ଚଳରେ ନଦୀମୁହାଣ ପର୍ଯ୍ୟନ୍ତ ସୃଷ୍ଟି ହୋଇଥୁବା ତ୍ରିକୋଣାକାର ବିସ୍ତୃତ ସମତଳ ଭୂମି ।
- ହିମବାହ : ଗତିଶୀଳ ବରଫ ସ୍ରୋତକୁ ହିମବାହ କୁହାଯାଏ ।
- U-ଉପତ୍ୟକା : ହିମବାହ ନିଜ ଗତିପଥରେ ସୃଷ୍ଟି କରୁଥିବା ସମାନ ପୃଷ୍ଠତଳ ଓ ତୀଖ ପାର୍ଶ୍ଵବିଶିଷ୍ଟ ଇଂରାଜୀ ‘U’ ଅକ୍ଷର ଆକାରବିଶିଷ୍ଟ ଉପତ୍ୟକା ।
- ଗ୍ରାବ : ହିମବାହର ପାର୍ଶ୍ଵ ତଥା ଅଗ୍ରଭାଗରେ ଏହାଦ୍ଵାରା ଆନୀତ ଭିନ୍ନ ଭିନ୍ନ ଆକୃତିର ଶିଳାଖଣ୍ଡ ଦ୍ଵାରା ଗଠିତ ସଞ୍ଜୁତ ଭୂମିରୂପ ।
- ଗ୍ରାବରେଖା : ହିମବାହର ପାର୍ଶ୍ଵରେ ରେଖା ସଦୃଶ ଲମ୍ବିଥିବା ଗ୍ରାବକୁ ଗ୍ରାବରେଖା କୁହାଯାଏ ।
- ସର୍କ : ପର୍ବତ ଢାଲୁରେ ହିମବାହଦ୍ଵାରା ଆରାମଚୌକି ଭଳି ସୃଷ୍ଟି ହେଉଥିବା ଭୂମିରୂପ ।
- ବାଲୁକା ସ୍ତୂପ : ପବନ ଦ୍ଵାରା ମରୁଭୂମିରେ ବଡ଼ ବଡ଼ ବାଲୁକାରାଶି ଛୋଟ ଛୋଟ ପାହାଡ଼ ଆକାରରେ ଜମାହୋଇ ସୃଷ୍ଟି ହେଉଥିବା ପାହାଡ଼ ।
- ବାରଖାନ୍ : ଅର୍ଦ୍ଧଚନ୍ଦ୍ର ଆକୃତି ବିଶିଷ୍ଟ ବାଲି ପାହାଡ଼ ।
- ଲୋଏସ୍ : ପବନ ଦ୍ଵାରା ପରି ବାହିତ ହୋଇ ସୂକ୍ଷ୍ମ ଧୂଳିକଣାଗୁଡ଼ିକ ମରୁଭୂମିଠାରୁ ବହୁ ଦୂରରେ ପବନର ବେଗ କମିବା ପରେ ଜମାହୋଇ ସୃଷ୍ଟି ହେଉଥବା ମୃରିକା ।
- ସମୁଦ୍ର ଗୁମ୍ଫା : ସାମୁଦ୍ରିକ ତରଙ୍ଗ ଦ୍ବାରା ସମୁଦ୍ରକୂଳସ୍ଥ ଶିଳା କ୍ଷୟ ହୋଇ ସୃଷ୍ଟି ହୋଇଥିବା ଗୁମ୍ଫା ଆକାର ଗର୍ଭ ।
- ସାମୁଦ୍ରିକ ତୋରଣ : ସମୁଦ୍ର ଭିତରକୁ ପଶିଯାଇଥିବା ପାହାଡ଼, ପର୍ବତର ଉଭୟ ପାର୍ଶ୍ଵର ଗୁମ୍ଫା କ୍ରମଶଃ ମିଶିଯାଇ ସୃଷ୍ଟି ହେଉଥିବା ତୋରଣ ସଦୃଶ ଭୂମିରୂପ ।
- ଷ୍ଟାକ୍ (ସ୍ତମ୍ଭ) : ସାମୁଦ୍ରିକ ତୋରଣର ଉପର ଅଂଶ ସମ୍ପୂର୍ଣ୍ଣ କ୍ଷୟିତ ହୋଇ ସୃଷ୍ଟି ହୋଇଥିବା ପ୍ରାଚୀର ସଦୃଶ ଭୂମିରୂପ ।
- ଷ୍ଟର୍ମ : ଷ୍ଟାକ୍ କାଳକ୍ରମେ କ୍ଷୟ ହୋଇ ଛୋଟ ହେଲେ ଏହାକୁ ଷ୍ଟମ୍ପ କୁହାଯାଏ ।
- ଡୋଲାଇନ୍ : ଚୂନପଥର ଅଞ୍ଚଳରେ କାହାଳୀ ସଦୃଶ ସୃଷ୍ଟି ହୋଇଥିବା ଗର୍ଭ ।
- ଉଭାଲା : ଡୋଲାଇନ୍ ଆକାର ବଡ଼ ହେଲେ ତାକୁ ଉତ୍ତାଲା କୁହାଯାଏ ।
- ଅଦୃଶ୍ୟ ଉପତ୍ୟକା : ଚୂନପଥର ଗୁମ୍ଫା ତଳେ ଜଳ ବହିଯିବା ଯୋଗୁ ସୃଷ୍ଟ ସୁଡ଼ଙ୍ଗପଥ ଦେଇ ଭୂନିମ୍ନରେ ନଦୀ ପ୍ରବାହିତ ହେଲେ ଭୂପୃଷ୍ଠସ୍ଥ ନଦୀଶଯ୍ୟା ଶୁଷ୍କ ରହେ । ଏପ୍ରକାର ଉପତ୍ୟକାକୁ ଅଦୃଶ୍ୟ ଉପତ୍ୟକା କୁହାଯାଏ ।
- ଷ୍ଟାଲାମାଇଟ୍ : ଚୂନ ପଥର ଗୁମ୍ଫାର ଛାତରୁ ଚୂନ ମିଶ୍ରିତ ଜଳଟୋପା ତଳକୁ ପଡ଼ି ଓ ଭୂମିରେ ଜମାହୋଇ ହୁଙ୍କା ପରି ସୃଷ୍ଟି ହେଉଥିବ। ବୃନ ସ୍ତମ୍ଭକୁ ଷ୍ଟାଲାର୍ମାଇଟ୍ କୁହାଯାଏ ।
- ଷ୍ଟାଲାକ୍ଟାଇଟ୍ : ଚୂନପଥର ଗୁମ୍ଫାର ଛାତରୁ ଓହଳ ସଦୃଶ ଝୁଲି ରହିଥିବା ଚୂନସ୍ତମ୍ଭକୁ ଷ୍ଟାଲାକ୍ଟାଇଟ୍ କୁହାଯାଏ ।