Odisha State Board BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ Textbook Exercise Questions and Answers.
BSE Odisha Class 7 Geography Solutions Chapter 4 ଜୈବମଣ୍ଡଳ
୧ । ନିମ୍ନଲିଖତ ପ୍ରତ୍ୟେକର ସଂଜ୍ଞା ଲେଖ ।
Question କ.
ପ୍ରାକୃତିକ ପରିବେଶ :
Answer:
ଜଳ, ସ୍ଥଳ, ଉଭିଦ ଓ ପ୍ରାଣୀମାନଙ୍କୁ ନେଇ ଗଠିତ ପରିବେଶକୁ ପ୍ରାକୃତିକ ପରିବେଶ କୁହାଯାଏ ।
Question ଖ.
ଜୈବମଣ୍ଡଳ :
Answer:
ଅଶ୍ମମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳ ଅନ୍ତର୍ଗତ ପାରସ୍ପରିକ ସମ୍ବନ୍ଧ ଥୁବା ତଥା ଜୀବନ ଧାରଣ ପାଇଁ ଆବଶ୍ୟକ ଉପାଦାନ ଥିବା ପତଳା ସ୍ତରକୁ ଜୈବମଣ୍ଡଳ କୁହାଯାଏ ।
Question ଗ.
ପରିସଂସ୍ଥା :
Answer:
ଜୈବିକ ଓ ଅଜୈବିକ (ଭୂମିରୂପ, ଜଳବାୟୁ, ମୃରିକା) ଉପାଦାନ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧ ଯୋଗୁଁ ସୃଷ୍ଟ ପରିବେଶକୁ ପରିସଂସ୍ଥା କୁହାଯାଏ ।
Question ଘ.
ଜୀବାଳୀ :
Answer:
ଗୋଟିଏ ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମାରେଖା ଭିତରେ ଥିବା ସମସ୍ତ ଛୋଟ ବଡ଼ ପରିସଂସ୍ଥାର ସମାହାରକୁ ଜୀବାଳୀ (Biome) କୁହାଯାଏ ।
Question କ.
ଖାଦ୍ୟ ଶୃଙ୍ଖଳ :
Answer:
କୌଣସି ପରିସଂସ୍ଥା ଅନ୍ତର୍ଗତ ପ୍ରତ୍ୟେକ ଜୀବ ଖାଦ୍ୟ ତଥା ଶକ୍ତି ପାଇଁ ଅନ୍ୟ ଜୀବ ଉପରେ ନିର୍ଭର କରିଥାଏ । ଏହାକୁ ଖାଦ୍ୟ ଶୃଙ୍ଖଳ କୁହାଯାଏ ।
Question ଚ.
ଖାଦ୍ୟ ଜାଲକ :
Answer:
କୌଣସି ପରିସଂସ୍ଥାରେ ଛନ୍ଦାଛନ୍ଦି ହୋଇ ରହିଥିବା ଖାଦ୍ୟଶୃଙ୍ଖଳଗୁଡ଼ିକୁ ଖାଦ୍ୟ ଜାଲକ (Food Web) କୁହାଯାଏ ।
Question ଛ.
ମୃତ୍ତିକା :
Answer:
ମୃତ୍ତିକା ହେଉଛି କଠିନ (ଶିଳାରେଣୁ ଓ ଜୈବିକ ପଦାର୍ଥ), ତରଳ (ଜଳ) ଓ ଗ୍ୟାସୀୟ (ଅମ୍ଳଜାନ, ଅଙ୍ଗାରକାମ୍ଳ ଓ ଉଦ୍ଜାନ ଭଳି ଗ୍ୟାସ) ପଦାର୍ଥର ସମାହାର ।
୨। ପାର୍ଥକ୍ୟ ଦର୍ଶାଅ ।
Question କ.
କ୍ରାନ୍ତୀୟ ତୃଣଭୂମି ଓ ନାତିଶୀତୋଷ୍ଣ ତୃଣଭୂମି
Answer:
Question ଖ.
ଦୋରସା ମାଟି ଓ କାଦୁଆ ମାଟି
Answer:
Question ଗ.
ଅବଶିଷ୍ଟ ମୃତ୍ତିକା ଓ ଅପସୃତ ମୃତ୍ତିକା
Answer:
Question ଘ.
ତୃଣଭୋଜୀ ପ୍ରାଣୀ ଓ ମାଂସାଶୀ ପ୍ରାଣୀ
Answer:
Question ଙ.
ଉତ୍ପାଦକ ଓ ଭକ୍ଷକ
Answer:
୩ । ସ୍ତମ୍ଭ ଦୁଇଟି ମଧ୍ୟରେ ସମ୍ପର୍କ ସ୍ଥାପନ କରି ଲେଖ ।
Answer:
୪ । କାରଣ ଦର୍ଶାଅ ।
Question କ.
ମେରୁ ଅଞ୍ଚଳରେ ପ୍ରାଣୀମାନଙ୍କର ଚମଡ଼ା ଅଧ୍ବକ ଲୋମଯୁକ୍ତ ।
Answer:
- ମେରୁ ଅଞ୍ଚଳରେ ବର୍ଷର ୧୦ ମାସ ଅଧିକ ଥଣ୍ଡା ଅନୁଭୂତ ହୁଏ ।
- ପ୍ରବଳ ଶୀତରୁ ରକ୍ଷା ପାଇବା ନିମନ୍ତେ ମେରୁ ଅଞ୍ଚଳର ପ୍ରାଣୀମାନଙ୍କର ଚମଡ଼ା ଅଧିକ ଲୋମଯୁକ୍ତ । ଲୋମ ତାପର କୁପରିବାହୀ ଥିବାରୁ ଶୀତର ପ୍ରଭାବରୁ ସେମାନେ ରକ୍ଷା ପାଆନ୍ତି ।
Question ଖ.
ସରଳବର୍ଗୀୟ ଅରଣ୍ୟରେ ଶଙ୍କୁ ଆକାରର ବୃକ୍ଷ ଦେଖାଯାଏ ।
Answer:
- ସରଳବର୍ଗୀୟ ଅରଣ୍ୟ ଥିବା ଅଞ୍ଚଳରେ ତୁଦ୍ରାଞ୍ଚଳ ଅପେକ୍ଷା ଅଧିକ ତୁଷାରପାତ ହୋଇଥାଏ ।
- ଶଙ୍କୁ ଆକାର ବୃକ୍ଷରେ ତୁଷାରପାତ ହେଲେ ତାହା ଶୀଘ୍ର ଖସି ଭୂମିରେ ପଡ଼ିବା ସୁବିଧାଜନକ ହୋଇଥାଏ । ତେଣୁ ସରଳବର୍ଗୀୟ ଅରଣ୍ୟରେ ଶଙ୍କୁ ଆକାରର ବୃକ୍ଷ ଦେଖାଯାଏ ।
Question ଗ.
ଓଟକୁ ମରୁଭୂମିର ଜାହାଜ କୁହାଯାଏ ।
Answer:
- ଓଟ ଦୀର୍ଘଦିନ ଧରି ପାଣି ନ ପିଇ ବଞ୍ଚି ରହିପାରେ ଏବଂ ବାଲୁ କାରାଶି ଉପରେ ସହଜରେ ଯିବାଆସିବା କରିପାରେ ।
- ତେଣୁ ଓଟକୁ ‘ମରୁଭୂମିର ଜାହାଜ’ କୁହାଯାଏ ।
୫ । ଖାଦ୍ୟ ଓ ଖାଦକ ସମ୍ପର୍କ ଅନୁସାରେ କ୍ରମରେ ସଜାଅ ।
Question କ.
ବାଳିଆ, ପତ୍ର, ବ୍ୟାକ୍ଟେରିଆ, ଛୋଟ ମାଛ, ଜିଆ
Answer:
ପୁତ୍ର ← ଜିଆ ← ଛୋଟ ମାଛ ← ବାଳିଆ ← ବ୍ୟାକ୍ଟେରିଆ
Question ଖ.
ସର୍ବଭୁକ୍, ପ୍ରାଥମିକ ଭକ୍ଷକ, ଉତ୍ପାଦକ, ଦ୍ବିତୀୟକ ଭକ୍ଷକ ଉତ୍ପାଦକ
Answer:
← ପ୍ରାଥମିକ ଭକ୍ଷକ ← ଦ୍ଵିତୀୟକ ଭକ୍ଷକ← ସର୍ବରୁକ୍
Question ଗ.
ଘାସ, ବାଘ, ହରିଣ, ବ୍ୟାକ୍ଟେରିଆ
Answer:
ଘାସ ← ହରିଣ ← ବାଘ ← ବ୍ୟାକ୍ଟେରିଆ
୬। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଆର୍ଜେଣ୍ଟିନାର ତୃଣଭୂମିକୁ ______ କୁହାଯାଏ । (ଡାଉନ୍ସ, ପମ୍ପାସ, ପ୍ରେରୀ, ଷ୍ଟେପ୍)
Answer:
ପମ୍ପାସ
(ଖ) ପୃଥିବୀର ପଶୁଶାଳା _______ ତୃଣଭୂମି ଅଟେ । (କାମ୍ବୋସ, ସାଭାନ୍ନା, ଲିଆନୋସ, ଷ୍ଟେପ୍)
Answer:
ସାଭାନ୍ନା
(ଗ) କ୍ରାନ୍ତୀୟ ତୃଣଭୂମି ଅଞ୍ଚଳରୁ _____ ଏକ ପ୍ରାଣୀ । (ବାଇସନ୍, ୱାଲରସ, ଗୟଳ, ଜିରାଫ୍)
Answer:
ଜିରାଫ୍
(ଘ) ପୃଥ୍ବୀର ରୁଟି ଝୁଡ଼ି ______ ତୃଣଭୂମି ଅଟେ । (ସାଭାନ୍ନା, ଲିଆନୋସ, ପମ୍ପାସ, କ୍ୟାମ୍ବୋସ)
Answer:
ପମ୍ପାସ
ଙ) ସାଧାରଣ କଥାବାର୍ତ୍ତାର ଶବ୍ଦ _______ ଡେସିବେଲ୍ । (୨୫, ୫୫, ୧୦୦, ୧୦୫)
Answer:
୨୫
୭। ସଂକ୍ଷେପରେ ଉତ୍ତର ଦିଅ ।
Question କ.
ଖାଦ୍ୟ ଶୃଙ୍ଖଳ କ’ଣ ଉଦାହରଣ ସହ ବୁଝାଅ ।
Answer:
- ପରିସଂସ୍ଥା ଅନ୍ତର୍ଗତ ପ୍ରତ୍ୟେକ ଜୀବ ଖାଦ୍ୟ ତଥା ଶକ୍ତି ପାଇଁ ଅନ୍ୟ ଜୀବ ଉପରେ ନିର୍ଭର କରିଥାଏ । ଏହାକୁ ଖାଦ୍ୟ ଶୃଙ୍ଖଳ କୁହାଯାଏ ।
- ଖାଦ୍ୟ ଶୃଙ୍ଖଳରେ ଥିବା ପ୍ରତ୍ୟେକ ଶ୍ରେଣୀଭୁକ୍ତ ଜୀବ ଏକ କଡ଼ି ପରି କାମ କରିଥାଏ । ଗୋଟିଏ କଡ଼ି ‘ଖାଦ୍ୟ’ ହେଲେ ଅନ୍ୟଟି ‘ଖାଦକ’ । ସେହିପରି ‘ଖାଦକ’ କଢ଼ି ଖାଦ୍ୟ ହେଲାବେଳେ ପରବର୍ତ୍ତୀ କଡ଼ି ଖାଦକ ହୁଏ ।
- ଉଦାହରଣ : ବିଭିନ୍ନ ପୋକଡୋକ ଆଦିକୁ ବେଙ୍ଗ ଖାଇଥାଏ । ବେଙ୍ଗକୁ ଛୋଟ ସାପ, ଛୋଟ ସାପକୁ ବଡ଼ ସାପ, ବଡ଼ ସାପକୁ ନେଉଳ, ନେଉଳକୁ ଛଞ୍ଚାଣ ଖାଇ ବଞ୍ଚିଥାନ୍ତି । ପ୍ରାଣୀମାନେ ମରିଗଲା ପରେ ସେଗୁଡ଼ିକୁ ବ୍ୟାକ୍ଟେରିଆ ଅପଘଟନ କରି ମାଟିରେ ମିଶାଏ ।
ପୋକଜୋକ ← ବେଙ୍ଗ ← ଛୋଟ ସାପ ← ବଡ଼ ସାପ ← ନେଉଳ ← ଛଞ୍ଚାଣ ← ବ୍ୟାକ୍ଟେରିଆ
Question ଖ.
ଜୈବ ଭାରସାମ୍ୟ କହିଲେ କ’ଣ ବୁଝାଯାଏ ?
Answer:
- ଖାଦ୍ୟ-ଖାଦକ ସମ୍ପର୍କ ଦୃଷ୍ଟିରୁ ଶକ୍ତି ପିରାମିଡ଼ର ପ୍ରଥମ ସ୍ତରରୁ ଚତୁର୍ଥ ସ୍ତର ଆଡ଼କୁ ଜୀବ ସଂଖ୍ୟା ହ୍ରାସ ପାଇବା ଜରୁରୀ ।
- ପ୍ରତ୍ୟେକ ସ୍ତରର ପ୍ରାଣୀମାନଙ୍କ ମଧ୍ୟରେ ସଂଖ୍ୟାଗତ ସୁସମ୍ପର୍କ ପ୍ରତିଷ୍ଠା ହୁଏ । ଏହିପରି ସଂଖ୍ଯାଗତ ସୁସମ୍ପର୍କକୁ ଜୈବ ଭାରସାମ୍ୟ କୁହାଯାଏ ।
- ଅତ୍ୟଧିକ ଜଙ୍ଗଲ ଧ୍ଵଂସ ଫଳରେ ବିଭିନ୍ନ ଶକ୍ତି ସ୍ତର ମଧ୍ଯରେ ସଂଖ୍ୟାଗତ ସୁସମ୍ପର୍କ ନଷ୍ଟ ହେଉଛି । ଫଳରେ ଅନେକ ପ୍ରଜାତିର ବୃକ୍ଷଲତା ଓ ପ୍ରାଣୀ ନିଶ୍ଚିହ୍ନ ହେବାକୁ ବସିଲେଣି । ଫଳରେ ଜୈବ ଭାରସାମ୍ୟ ନଷ୍ଟ ହେବାରେ ଲାଗିଛି ।
- ନିମ୍ନ ସ୍ତରଗୁଡ଼ିକ କ୍ଷତିଗ୍ରସ୍ତ ହେଲେ ଚତୁର୍ଥ ସ୍ତରରେ ଥିବା ମଣିଷ ନିଶ୍ଚିତଭାବେ ବିପଦଗ୍ରସ୍ତ ହେବ । ତେଣୁ ଜୈବ ଭାରସାମ୍ୟ ରକ୍ଷା ଦିଗରେ ଯବାନ ହେବା ଆବଶ୍ୟକ ।
Question ଗ.
କେଉଁ କାରଣଗୁଡ଼ିକ ଦ୍ଵାରା ଜଳ ଦୂଷିତ ହୁଏ ?
Answer:
ନିମ୍ନଲିଖୁତ କାରଣଗୁଡ଼ିକ ଦ୍ୱାରା ଜଳ ଦୂଷିତ ହୁଏ, ଯଥା-
- ବଡ଼ ବଡ଼ ସହରର ନର୍ଦ୍ଦମା ଜଳ, ଆବର୍ଜ ନ ।, କଳକାରଖାନାରୁ ବାହାରୁଥିବା ମଇଳା ଜଳରେ ମିଶିବା ।
- କୃଷି କ୍ଷେତ୍ରରେ ବ୍ୟବହୃତ ରାସାୟନିକ ସାର ଓ କୀଟନାଶକ ଔଷଧ ଜଳରେ ମିଶିବା ।
- ଭୂକ୍ଷୟ ଦ୍ବାରା ଜୀବଜନ୍ତୁଙ୍କର ପଚାସଢ଼ା ଶବ ଓ ଉଭିଦର ପତ୍ର ପାଣିରେ ପଡ଼ି ପଚିବା ଦ୍ଵାରା ।
- ଘରୋଇ କାର୍ଯ୍ୟ ଦ୍ଵାରା ନିର୍ଗତ ମଇଳା ଓ ଆବର୍ଜନାଯୁକ୍ତ ଜଳ ମିଶିବା ।
Question ଘ.
ଶକ୍ତି ପ୍ରବାହ କ’ଣ ?
- ଉଦ୍ଭଦ ଜଗତ ଉତ୍ପାଦକ ଓ ପ୍ରାଣୀମାନେ ଭକ୍ଷକ ଅଟନ୍ତି ।
- ଉଦ୍ଭିଦ ଦ୍ବାରା ମାଟିରୁ ସଂଗୃହୀତ ଖଣିଜ ଲବଣ ଓ ସୌରଶକ୍ତି ରାସାୟନିକ ଶକ୍ତିରେ ରୂପାନ୍ତରିତ ହୋଇ ରହେ ।
- ତୃଣଭୋଜୀ ପ୍ରାଣୀ ଉଭିଦର ବିଭିନ୍ନ ଅଂଶ ଖାଇବା ଦ୍ବାରା ସେମାନେ ଉଭିଦଠାରୁ କିଛି ପରିମାଣର ରାସାୟନିକ ଶକ୍ତି (ପ୍ରାୟ ଉଭିଦଠାରେ ଥିବା ଶକ୍ତିର ଏକ-ଦଶମାଂଶ) ଗ୍ରହଣ କରନ୍ତି ।
- ତୃଣଭୋଜୀ ପ୍ରାଣୀଙ୍କଠାରୁ ଏହି ଶକ୍ତି (ପ୍ରାୟ ଏକ- ଦଶମାଂଶ) ମାଂସାଶୀ ପ୍ରାଣୀ ଓ ମନୁଷ୍ୟ ପାଖକୁ ଯାଏ ।
- ପରିସଂସ୍ଥାରେ ଏହିପରି ଶକ୍ତିର ସ୍ଥାନାନ୍ତରଣକୁ ଶକ୍ତି ପ୍ରବାହ କୁହାଯାଏ । ଶକ୍ତି ପ୍ରବାହ ପ୍ରଥମ ସ୍ତରରୁ ଚତୁର୍ଥ ସ୍ତର ଆଡ଼କୁ ଏକ ନିର୍ଦ୍ଦିଷ୍ଟ ଦିଗରେ ହୁଏ ଓ ଶକ୍ତିର ପରିମାଣ ପ୍ରଥମ ସ୍ତରରୁ ଶୀର୍ଷ ସ୍ତର ଆଡ଼କୁ କ୍ରମଶଃ କମିଯାଏ ।
Question ଙ.
ଜଳ, ବାୟୁ ଓ ମୃରିକା ପ୍ରଦୂଷଣ ରୋକିବାପାଇଁ କି କି ପଦକ୍ଷେପମାନ ନିଆଯାଇ ପାରିବ ?
Answer:
ନିମ୍ନଲିଖ୍ଜ ପଦକ୍ଷେପ ନିଆଗଲେ ଜଳ, ବାୟୁ ଓ ମୃତ୍ତିକା ପ୍ରଦୂଷଣକୁ ରୋକି ହେବ, ଯଥା-
- ଜନସଂଖ୍ୟା ବୃଦ୍ଧିର ନିୟନ୍ତ୍ରଣ କରିବା ।
- ଜଳ, ଖଣିଜ ଲବଣ ଓ ଅନ୍ୟାନ୍ୟ ଖଣିଜ ଦ୍ରବ୍ୟର ନିୟନ୍ତ୍ରତ ବ୍ୟବହାର କରିବା ।
- ଜଙ୍ଗଲ କ୍ଷୟ ରୋକିବା ସହ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଉଦ୍ୟମ କରିବା ।
- କଳକାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁକୁ ବିଭିନ୍ନ ପ୍ରକ୍ରିୟାରେ ବିଶୋଧ କରି ବାୟୁମଣ୍ଡଳକୁ ଛାଡ଼ିବା ଏବଂ ଶିଳ୍ପଜାତ ଆବର୍ଜନାର ପୁନଃଚକ୍ରଣ କରିବା ।
- ରାସାୟନିକ ସାର ଓ କୀଟନାଶକ ଔଷଧର ନିୟନ୍ତ୍ରିତ ବ୍ୟବହାର କରିବା ଏବଂ ଏହା ପରିବର୍ତ୍ତେ ଜୈବସାର ଓ ଜୈବ କୀଟନାଶକର ବ୍ୟବହାର ଉପରେ ଗୁରୁତ୍ବ ଦେବା ।
- ଯାନବାହନରେ କୋଇଲା, ପେଟ୍ରୋଲ, ଡିଜେଲ ଇନ୍ଧନ ପରିବର୍ତ୍ତେ ବିଦ୍ୟୁତ୍ଵଶକ୍ତି, ସି.ଏଚ୍.ଜି. ଗ୍ୟାସ୍ ବ୍ୟବହାର କରିବା ।
- ଜୀବଜନ୍ତୁଙ୍କ ମଳ ଓ ଅନ୍ୟାନ୍ୟ ଜୈବିକ ଆବର୍ଜନାରୁ ବାୟୋଗ୍ୟାସ୍ ଓ ଜୈବିକ ସାର ପ୍ରସ୍ତୁତ କରିବା ।
Question ୫।
ବାକ୍ସ ମଧ୍ୟରେ କେତେକ ପ୍ରାଣୀ ଓ ଉଦ୍ଭିଦ ଲୁଚି ରହିଛନ୍ତି ଖୋଜି ବାହାର କର ।
Answer:
ପ୍ରାଣୀ : ବାଇସନ୍, ମିକ୍ସ୍, କୋକିଶିଆଳି, ୱାଲର୍ସ, ଆନାକୋଣ୍ଡା, ଧଳା ଭାଲୁ, ଜେବ୍ରା, ସିଲ୍, ଆଣ୍ଟିଲୋପ୍
ଉଭିଦ : ଦେବଦାରୁ, ସିଡାର, ଅଲିଭ୍, ଫାର୍, କାକ୍ସ, ଓକ୍, ଚେଷ୍ଟନଟ୍, ଜଳପାଇ, ଶାଳ
Question ୯।
ପୃଥିବୀର ରେଖାଙ୍କିତ ମାନଚିତ୍ର ଅଙ୍କନ କରି ତୃଣଭୂମିଗୁଡ଼ିକ ଦର୍ଶାଅ ।
Answer:
BSE Odisha 7th Class Geography Notes Chapter 4 ଜୈବମଣ୍ଡଳ
ପ୍ରାକୃତିକ ପରିବେଶ :
- ଆମ ଚତୁଃପାର୍ଶ୍ୱସ୍ଥ ଜଳ, ସ୍ଥଳ, ଉଭିଦ ଓ ପ୍ରାଣୀମାନଙ୍କୁ ନେଇ ଆମ ପ୍ରାକୃତିକ ପରିବେଶ ଗଠିତ ।
- ପ୍ରାକୃତିକ ପରିବେଶ ଦୁଇ ଭାଗରେ ବିଭକ୍ତ, ଯଥା- ଅଜୈବିକ ପରିବେଶ ଓ ଜୈବିକ ପରିବେଶ ।
- ପୃଥିବୀର ତିନି ମଣ୍ଡଳ, ଯଥା- ବାୟୁମଣ୍ଡଳ, ଅଂଶୁମଣ୍ଡଳ ଓ ବାରିମଣ୍ଡଳର ମିଳନସ୍ଥଳରେ ଜୈବମଣ୍ଡଳ ଅବସ୍ଥିତ ।
- ଜୈବମଣ୍ଡଳ ଅନ୍ତର୍ଗତ ପ୍ରାଣୀ ଓ ଉଭିଦ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ମୃତ୍ତିକା ଉପରେ ନିର୍ଭରଶୀଳ ।
ମୃତ୍ତିକା :
- ଭୂପୃଷ୍ଠରେ ଏକ ସୂକ୍ଷ୍ମ ପତଳା ସ୍ତର ଭଳି ରହିଥିବା ମୃରିକା କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥର ସମାହାର ଅଟେ ।
- ମୃତ୍ତିକାର ଉପାଦାନ :
- ଗୋଡ଼ି, ବାଲି, ପଟୁ ଓ କର୍ଦ୍ଦମ ଆକାର ଶିଳାରେଣୁକୁ ନେଇ ମାଟିର ପ୍ରକାରଭେଦ ନିର୍ଣ୍ଣୟ କରାଯାଏ ।
- ବିଭିନ୍ନ ପ୍ରକ୍ରିୟାରେ ଶିଳା ଚୂର୍ଣ୍ଣବିଚୁର୍ଣ୍ଣ ହୋଇ ଶିଳାରେଣୁରେ ପରିଣତ ହୁଏ । ଶିଳରେଣୁରେ ଖଣିଜ ଅଂଶ ସହ ଜୈବିକ ଅଂଶ ମିଶି ଏହା ଜଳ ତଥା ଅନ୍ୟାନ୍ୟ ଗ୍ୟାସୀୟ ପଦାର୍ଥ ସଂସ୍ପର୍ଶରେ ଆସି ବିଭିନ୍ନ ଭୌତିକ, ଜୈବିକ ଓ ରାସାୟନିକ ପ୍ରକ୍ରିୟା ଦ୍ଵାରା ମୃତ୍ତିକାରେ ପରିଣତ ହୁଏ ।
- ବାଲି, ପଟୁ ଓ କର୍ଦ୍ଦମର ସୁଷମ ମିଶ୍ରଣରେ ଦୋରସା ମାଟି, ବାଲିର ପରିମାଣ ଅଧିକ ଥିଲେ ବାଲିଆ ମାଟି, କର୍ଦ୍ଦମର ପରିମାଣ ଅଧିକ ଥିଲେ କାଦୁଆ ମାଟି କୁହାଯାଏ ।
ଉତ୍ପତ୍ତିସ୍ଥଳ ଦୃଷ୍ଟିରୁ ଶିଳାର ପ୍ରକାରଭେଦ :
ପରିସଂସ୍ଥା :
- ପ୍ରାକୃତିକ ପରିବେଶର ଜୈବିକ ଓ ଅଜୈବିକ ଉପାଦାନ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧରୁ ପରିସଂସ୍ଥାର ସୃଷ୍ଟି ।
- ପରିସଂସ୍ଥାର ଜୈବିକ ଉପାଦାନ ପ୍ରାଣୀ ଓ ଉଦ୍ଭିଦ ଅଜୈବ ଉପାଦାନ ଜଳ, ବାୟୁ ଓ ମୃଭିକା ଉପରେ ନିର୍ଭରଶୀଳ ।
ଜୀବାଳୀ :
- ବୃହତ୍ ପରିସଂସ୍ଥା ଜୀବାଳୀ ଅଟେ । ସ୍ଥଳଭାଗରେ ଥିବା ସ୍ଵତନ୍ତ୍ର ପ୍ରକାରର ପ୍ରାଣୀ ଓ ଉଭିଦକୁ ନେଇ ଗଠିତ ଜୀବାଳୀ ଅନ୍ୟ ଏକ ଜୀବାଳୀଠାରୁ ଭିନ୍ନ ହୋଇଥାଏ ।
- ଜଳବାୟୁ ଓ ମୃତ୍ତିକା ଦୃଷ୍ଟିରୁ ମହାଦେଶୀୟ ପରିସଂସ୍ଥା ୩ ଭାଗରେ ବିଭକ୍ତ ।
- ପ୍ରତ୍ୟେକ ପରିସଂସ୍ଥା ଜଳବାୟୁ ଓ ମୃରିକା ଦ୍ବାରା ପ୍ରଭାବିତ ହେଉଥିବାରୁ ସେଠାରେ ଖାପ ଖୁଆଇପାରୁ ନଥିବା ପ୍ରାକୃତିକ ଉଭିଦ ଓ ବନ୍ୟପ୍ରାଣୀ ଦେଖାଯାନ୍ତି । ଆକାର ପ୍ରକାର ଦୃଷ୍ଟିରୁ ପ୍ରାକୃତିକ ଉଭିଦକୁ ତିନିଶ୍ରେଣୀରେ ବିଭକ୍ତ କରାଯାଇଛି, ଯଥା- ଅରଣ୍ୟ, ତୃଣଭୂମି ଓ କଣ୍ଟାବୁଦା ।
ଅରଣ୍ୟ (ପ୍ରାକୃତିକ ଉଦ୍ଭଦ) :
ଜଳବାୟୁ ଭିତ୍ତିରେ ଅରଣ୍ୟର ପ୍ରକାରଭେଦ, ବିଶେଷତ୍ଵ, ସେଠାରେ ଦେଖାଯାଉଥିବା ଉଭିଦ ଓ ପ୍ରାଣୀମାନଙ୍କ ସମ୍ପର୍କରେ ନିମ୍ନୋକ୍ତ ସାରଣୀର ଜାଣିବା :
ତୃଣଭୂମି :
ଅବସ୍ଥିତି ଦୃଷ୍ଟିରୁ ତୃଣଭୂମି ଦୁଇ ପ୍ରକାରର, ଯଥା – କ୍ରାନ୍ତୀୟ ତୃଣଭୂମି, ଉପକ୍ରାନ୍ତୀୟ ତୃଣଭୂମି ।
କ୍ରାନ୍ତୀୟ ତୃଣଭୂମି :
ଉପକ୍ରାନ୍ତୀୟ ତୃଣଭୂମି :
ବିଭିନ୍ନ ଅଞ୍ଚଳରେ ଉପକ୍ରାନ୍ତୀୟ ତୃଣଭୂମିର ନାମ :
ଆଫ୍ରିକାର କ୍ରାନ୍ତୀୟ ତୃଣଭୂମିକୁ ସାଭାନ୍ନା କୁହାଯାଏ । ଏହା ଶିକାରୀର ସ୍ଵର୍ଗ ।
ଉପକ୍ରାନ୍ତୀୟ ତୃଣଭୂମିକୁ ପୃଥିବୀର ରୁଟି ଝୁଡ଼ି କୁହାଯାଏ ।
କଣ୍ଟାବୁଦା :
- ଅଧିକ ତାପମାତ୍ରା ଓ ଅତି କମ୍ ବୃଷ୍ଟିପାତ ହେଉଥୁବା ମରୁ ତଥା ଅର୍ଥମରୁ ଅଞ୍ଚଳରେ କଣ୍ଟାବୁଦା ଜାତୀୟ ଉଦ୍ଭଦ ଜନ୍ମିଥାଏ ।
- ଏଠାରେ ଥିବା ମରୂଦ୍ୟାନମାନଙ୍କରେ ନାଗଫେଣୀ, ଖଜୁରୀ, ସିଜୁ, ବାବୁଲ ଜାତୀୟ ବୃକ୍ଷ ଦେଖାଯାଏ ।
ଚୁନ୍ଦ୍ରା ଭଦ୍ଭଦ :
- ମେରୁ ନିକଟବର୍ତ୍ତୀ ଅଞ୍ଚଳରେ ଦୁଇ ମାସ ଗ୍ରୀଷ୍ମଋତୁ ରହେ । ତେଣୁ ଏହି ଋତୁରେ ମସ୍, ଲାଇକେନ୍ ଭଳି ଛୋଟ ଛୋଟ ଗୁଳ୍ମ ଜନ୍ମେ ।
- ମେରୁ ଅଞ୍ଚଳରେ ଦେଖାଯାଉଥିବା ମୁଖ୍ୟ ପ୍ରାଣୀମାନଙ୍କ ମଧ୍ୟରେ ସିଲ୍, ତିମି, ୱାଇରସ୍, ବଲ୍ଗା ହରିଣ, ମେରୁଭାଲୁ, ବରଫ କୋକିଶିଆଳୀ, ମେରୁ ପେଚା ଆଦି ପ୍ରଧାନ ।
- ସେହିପରି ଉଚ୍ଚ ପାର୍ବତ୍ୟରେ ଉଚ୍ଚତା ଭେଦରେ ବିଭିନ୍ନ ପ୍ରକାର ଅରଣ୍ୟ ଦୃଷ୍ଟିଗୋଚର ହୁଏ ।
ପ୍ରାକୃତିକ ଭାରସାମ୍ୟ :
ମଣିଷର ଆବଶ୍ୟକତା ବୃଦ୍ଧି ସହ ବିଭିନ୍ନ ପ୍ରଗତିମୂଳକ କାର୍ଯ୍ୟ ନିମିତ୍ତ ବ୍ୟାପକ ଜଙ୍ଗଲ କ୍ଷୟ ହୋଇ ଚାଲୁଛି ।
ଜଙ୍ଗଲ କ୍ଷୟର କାରଣ ଓ ଏହାର କୁଫଳ ନିମ୍ନୋକ୍ତ ରେଖାଚିତ୍ରରୁ ଜାଣିବା :
କୌଣସି ପରିସଂସ୍ଥା ଅନ୍ତର୍ଗତ ଜୈବ (ଉଦ୍ଭିଦ ଓ ପ୍ରାଣୀ) ଓ ଅଜୈବ (ଜଳ, ବାୟୁ ଓ ମୃତ୍ତିକା) ଉପାଦାନ ମଧ୍ଯରେ ଅନବରତ ପଦାର୍ଥ ଓ ଶକ୍ତିର ଆଦାନପ୍ରଦାନ ଚାଲିଥାଏ । ଫଳରେ ପ୍ରାକୃତିକ ଭାରସାମ୍ୟ ବଜାୟ ରହେ ।
ଖାଦ୍ୟଶୃଙ୍ଖଳ :
- ପ୍ରତ୍ୟେକ ପରିସଂସ୍ଥାରେ ଅନେକ ଖାଦ୍ୟଶୃଙ୍ଖଳ ଥାଏ । ପରିସଂସ୍ଥାରେ ଥିବା ପ୍ରତ୍ୟେକ ଜୀବ ଖାଦ୍ୟ ତଥା ଶକ୍ତି ପାଇଁ ଅନ୍ୟ ଜୀବ ଉପରେ ନିର୍ଭର କରିଥାଏ । ଏହାହିଁ ଖାଦ୍ୟଶୃଙ୍ଖଳ ।
- ଉଦାହରଣ – ବିଭିନ୍ନ ଶସ୍ୟ ଓ ପତ୍ରକୁ ଠେକୁଆ ଖାଇ ବମ୍ବେ, ଠେକୁଆକୁ ହେଟାବାଘ, ହେଟାବାଘକୁ ଅଜଗର ସାପ ଓ ଅଜଗର ସାପ ମଲାପରେ ବ୍ୟାକ୍ଟେରିଆ ତାକୁ ଅପଘଟନ କରି ମାଟିରେ ମିଶାଏ ।
ଖାଦ୍ୟ ଜାଲକ :
- ଖାଦ୍ୟଶୃଙ୍ଖଳଗୁଡ଼ିକ ଛନ୍ଦାଛନ୍ଦି ହୋଇ ରହିଲେ ତାହାକୁ ଖାଦ୍ୟ ଜାଲକ କୁହାଯାଏ ।
- ଶକ୍ତିପ୍ରବାହ : ଉଭିଦର ଖାଦ୍ୟ ପ୍ରସ୍ତୁତିବେଳେ ସୌରଶକ୍ତି ରାସାୟନିକ ଶକ୍ତିଭାବେ ତା’ଠାରେ ସଞ୍ଚିତ ହୋଇ ରହେ । ଉଭିଦକୁ ଖାଉଥିବା ତୃଣଭୋଜୀ ପ୍ରାଣୀଙ୍କଠାରେ ଏହି ଶକ୍ତିର ସ୍ଥାନାନ୍ତରିତ ହୁଏ । ତୃଣଭୋଜୀ ପ୍ରାଣୀଙ୍କଠାରୁ ଏହା ମାଂସାଶୀ ଓ ମଣିଷ ପାଖକୁ ଶକ୍ତିର ସ୍ଥାନାନ୍ତରଣ ହୁଏ । ଏହାକୁ ଶକ୍ତି ପ୍ରବାହ କୁହାଯାଏ ।
- ଶକ୍ତି ପ୍ରବାହର ପ୍ରଥମ ସ୍ତରରେ ଉଭିଦ, ଦ୍ବିତୀୟ ସ୍ତରରେ ତୃଣଭୋଜୀ, ତୃତୀୟ ସ୍ତରରେ ମାଂସାଶୀ ପ୍ରାଣୀ ଓ ଚତୁର୍ଥ ସ୍ତରରେ ଦ୍ଵିତୀୟ ସ୍ତର ମାଂସାଶୀ ପ୍ରାଣୀ ରହିଥାଏ । ଶକ୍ତି ପ୍ରବାହର ପରିମାଣ ପ୍ରଥମ ସ୍ତରରୁ ଚତୁର୍ଥ ସ୍ତର ଆଡ଼କୁ କ୍ରମଶଃ ହ୍ରାସ ପାଏ । ଚିତ୍ର ଆକାରରେ ଏହା ପିରାମିଡ୍ ଭଳି ଦେଖାଯାଉଥିବାରୁ ଏହାକୁ ଶକ୍ତି ପିରାମିଡ୍ କୁହାଯାଏ ।
- ଖାଦ୍ୟ-ଖାଦକ ସମ୍ପର୍କ ଦୃଷ୍ଟିରୁ ଶକ୍ତି ପିରାମିଡ଼ର ପ୍ରଥମ ସ୍ତରରୁ ଶେଷ ସ୍ତର ପର୍ଯ୍ୟନ୍ତ ଜୀବସଂଖ୍ୟା କ୍ରମଶଃ ହ୍ରାସ ପାଇବା ଜରୁରୀ ।
- ପ୍ରତ୍ୟେକ ଶକ୍ତି ସ୍ତର ମଧ୍ଯରେ ସଂଖ୍ୟାଗତ ସମ୍ପର୍କ ପ୍ରତିଷ୍ଠା ହେଲେ ଜୈବ ଭାରସାମ୍ୟ ବଜାୟ ରହେ ।
- ବିଭିନ୍ନ କାରଣରୁ ଜୈବ ଭାରସାମ୍ୟ କ୍ଷୟ ହେବାରେ ଲାଗିଛି ।
ପ୍ରଦୂଷଣ ଓ ପରିବେଶ ଅବକ୍ଷୟ :
ମାନବକୃତ କାର୍ଯ୍ୟକଳାପରୁ ସୃଷ୍ଟ ବର୍ଜ୍ୟବସ୍ତୁ ଜଳ, ବାୟୁ, ମୃରିକାରେ ମିଶି ପ୍ରାକୃତିକ ପରିବେଶକୁ ପ୍ରଦୂଷଣ କରନ୍ତି । ପ୍ରାକୃତିକ ପ୍ରଦୂଷଣ କେହିଲେ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଓ ମୃତ୍ତିକା ପ୍ରଦୂଷଣକୁ ବୁଝାଏ ।
ବାୟୁ ପ୍ରଦୂଷଣ :
ପ୍ରାକୃତିକ ଓ ମାନବକୃତ କାର୍ଯ୍ୟକଳାପରୁ ବାୟୁ ପ୍ରଦୂଷିତ ହୋଇଥାଏ ।
ବାୟୁ ପ୍ରଦୂଷଣ ନିରାକରଣ ପାଇଁ କେତେକ ପଦକ୍ଷେପ :
- ପେଟ୍ରୋଲ ଓ ଡିଜେଲ୍ ଜାଳେଣି ପରିବର୍ତ୍ତେ ସି.ଏଚ୍.ଜି.ର ବ୍ୟବହାର ।
- କାଠ, କୋଇଲା, ଗୋବର ଘସି ପରିବର୍ତ୍ତେ ଗ୍ୟାସ୍ ବ୍ୟବହାର ।
- ବୃକ୍ଷରୋପଣ ତଥା ସାମାଜିକ ବନୀକରଣ ପାଇଁ ଉଦ୍ୟମ ।
ଜଳ ପ୍ରଦୂଷଣ :
ମୃରିକା ପ୍ରଦୂଷଣ :
ଶବ୍ଦ ପ୍ରଦୂଷଣ :
- ମଣିଷ ଏକ ନିର୍ଦ୍ଦିଷ୍ଟ ତୀବ୍ରତା ବିଶିଷ୍ଟ ଶବ୍ଦକୁ ଗ୍ରହଣ କରିପାରେ, ଯଥା- ସର୍ବାଧିକ ୭୫ ଡେସିବେଲ୍ ଶବ୍ଦ ମଣିଷର କିଛି କ୍ଷତି କରେ ନାହିଁ ।
- ଏହାଠାରୁ ଅଧିକ ଡେସିବେଲ୍ ଶବ୍ଦ ଶବ୍ଦ ପ୍ରଦୂଷଣ ସୃଷ୍ଟି କରେ ।
- ଶବ୍ଦ ପ୍ରଦୂଷଣ ଦ୍ବାରା ଶ୍ରବଣଶକ୍ତି ହ୍ରାସ, ମୁଣ୍ଡବ୍ୟଥା ଓ ମସ୍ତିଷ୍କ ବିକୃତି ରୋଗ ହେବା ଆଶଙ୍କା ଥାଏ ।
ପରିବେଶକୁ ପ୍ରଦୂଷଣମୁକ୍ତ କରିବାର ଉପାୟ :
କେତେକ ପଦକ୍ଷେପ ଦ୍ଵାରା ଆମେ ଆମ ପ୍ରାକୃତିକ ପରିବେଶକୁ ପ୍ରଦୂଷଣମୁକ୍ତ ରଖୂପାରିବା :
କେତେକ ଭୌଗୋଳିକ ଶବ୍ଦାବଳୀ
- ପ୍ରାକୃତିକ ପରିବେଶ : ଜଳ, ସ୍ଥଳ, ଉଭିଦ ଓ ପ୍ରାଣୀମାନଙ୍କୁ ନେଇ ଗଠିତ ପରିବେଶ ।
- ଅଜୈବ ପରିବେଶ : ପ୍ରାକୃତିକ ପରିବେଶ ଅନ୍ତର୍ଗତ ଅଶୁମଣ୍ଡଳ, ବାରିମଣ୍ଡଳ ଓ ବାୟୁମଣ୍ଡଳକୁ ନେଇ ସୃଷ୍ଟ ପରିବେଶ ।
- ଜୈବିକ ପରିବେଶ : ଜୈବମଣ୍ଡଳ ଅନ୍ତର୍ଗତ ପ୍ରାଣୀ ଓ ଉଦ୍ଭଦକୁ ନେଇ ଜୈବିକ ପରିବେଶ ଗଠିତ ।
- ଅବଶିଷ୍ଟ ମୃତ୍ତିକା : ଶିଳା ଚୂର୍ଣ୍ଣ ବିଚୂର୍ଣ ହୋଇ ସେହି ସ୍ଥାନରେ ମୃର୍ତ୍ତିକାରେ ପରିଣତ ହେଲେ ତାହାକୁ ଅବଶିଷ୍ଟ ମୃରିକା କୁହାଯାଏ ।
- ଅପସୃତ ମୃର୍ତ୍ତିକା : ନଦୀ, ହିମବାହ, ବାୟୁପ୍ରବାହ ଦ୍ଵାରା ଅପସୃତ ଶିଳାରେଣୁ ନିମ୍ନଭୂମିରେ ଜମାହୋଇ ସୃଷ୍ଟି ହେଉଥୁବା ମୃରିକା ।
- ପରିସଂସ୍ଥା : ଜୈବିକ ଓ ଅଜୈବିକ ଉପାଦାନ ମଧ୍ଯରେ ଥିବା ପାରସ୍ପରିକ ସମ୍ବନ୍ଧ ଯୋଗୁଁ ସୃଷ୍ଟ ପରିବେଶ ।
- ଜୀବାଳୀ : କୌଣସି ବିସ୍ତୀର୍ଣ୍ଣ ସ୍ଥଳଭାଗ ଓ ଜଳଭାଗ ଅନ୍ତର୍ଗତ ବୃହତ୍ ପରିସଂସ୍ଥା ।
- ଟାଇଗା : ସରଳବର୍ଗୀୟ ଅରଣ୍ୟକୁ ରୁଷୀୟ ଭାଷାରେ ଟାଇଗା କୁହାଯାଏ, ଯାହାର ଅର୍ଥ ବିଶୁଦ୍ଧ, ଅସ୍ପୃଶ୍ୟ ।
- ସାଭାନ୍ନା : ଆଫ୍ରିକାର କ୍ରାନ୍ତୀୟ ତୃଣଭୂମି ।
- କ୍ୟାମ୍ପୋସ୍ : ବ୍ରାଜିଲ୍ରେ ଥିବା କ୍ରାନ୍ତୀୟ ତୃଣଭୂମି ।
- ଲିଆନୋସ୍ : ଭେନେଜୁଏଲାରେ ଥିବା କ୍ରାନ୍ତୀୟ ତୃଣଭୂମି ।
- ପ୍ରେରୀ : ଉତ୍ତର ଆମେରି କାର ଉପକ୍ରାନ୍ତୀୟ ତୃଣଭୂମି ।
- ଷ୍ଟେପ୍ : ମଧ୍ୟ-ଏସିଆର ଉପକ୍ରାନ୍ତୀୟ ତୃଣଭୂମି ।
- ଡାଉନ୍ସ : ଅଷ୍ଟ୍ରେଲିଆର ଉପକ୍ରାନ୍ତୀୟ ତୃଣଭୂମି ।
- ପମ୍ପାସ : ଆର୍ଜେଣ୍ଟିନାର ଉପକ୍ରାନ୍ତୀୟ ତୃଣଭୂମି ।
- ଭେଲ୍ସ : ଦକ୍ଷିଣ ଆଫ୍ରିକାର ଉପକ୍ରାନ୍ତୀୟ ତୃଣଭୂମି ।
- ଖାଦ୍ୟ ଶୃଙ୍ଖଳ : ପରିସଂସ୍ଥା ଅନ୍ତର୍ଗତ ପ୍ରତ୍ୟେକ ଜୀବ ଖାଦ୍ୟ ତଥା ଶକ୍ତି ପାଇଁ ଅନ୍ୟ ଜୀବ ଉପରେ ନିର୍ଭର କରି ଥାଏ । ଏହାକୁ ଖାଦ୍ୟ ଶୂ ଙ୍ଖ ଳ କୁହାଯାଏ ।
- ଖାଦ୍ୟ ଜାଲକ : ଛନ୍ଦାଛନ୍ଦି ହୋଇ ରହିଥିବା ଖାଦ୍ୟ ଶୃଙ୍ଖଳକୁ ଖାଦ୍ୟ ଜାଲକ କୁହାଯାଏ ।
- ଶକ୍ତି ପ୍ରବାହ : ପରିସଂସ୍ଥାରେ ପ୍ରଥମ ସ୍ତରରୁ ଦ୍ବିତୀୟ ସ୍ତର, ଦ୍ଵିତୀୟ ସ୍ତରରୁ ତୃତୀୟ ସ୍ତର ଓ ତୃତୀୟ ସ୍ତରରୁ ଚତୁର୍ଥ ସ୍ତରକୁ ଶକ୍ତିର ସ୍ଥାନାନ୍ତରଣ ହେବା ପ୍ରକ୍ରିୟା ।
- ଶକ୍ତି ପିରାମିଡ୍ : ଖାଦ୍ୟ ଶୃଙ୍ଖଳର ପ୍ରତ୍ୟେକ ସ୍ତରରେ ଏକକ ସମୟ ଓ ଅଞ୍ଚଳ ରେ ଆହ ର ଣ କରାଯାଉଥିବା ଶକ୍ତି ପରିମାଣ ଦର୍ଶାଉଥିବା ପିରାମିଡ୍ ସଦୃଶ ଗ୍ରାଫିକ୍ ଚିତ୍ର ।
- ଜୈବ ଭାରସାମ୍ୟ : ଶକ୍ତି ପିରାମିଡ୍ର ପ୍ରତ୍ୟେକ ସ୍ତର ମଧ୍ଯରେ ସଂଖ୍ୟାଗଡ ସୁସମ୍ପର୍କକୁ ଜୈବ ଭାରସାମ୍ୟ କୁହାଯାଏ ।
- ପ୍ରଦୂଷଣ : ପ୍ରାକୃତିକ ପରିବେଶର ଦୂଷିତ ଓ ସଂକ୍ରମିତ ଅବସ୍ଥା ।
- ପ୍ରଦୂଷକ : ପ୍ରଦୂଷଣ କରୁଥିବା ବର୍ଜ୍ୟବସ୍ତୁ ।
- ଡେସିବେଲ୍ : ଶବ୍ଦର ତୀବ୍ରତା ମାପିବାର ଏକକ ।