Odisha State Board BSE Odisha 7th Class Geography Solutions Chapter 7 ପାରିବେଶିକ ପ୍ରଭାବ ଓ ଅଧିବାସୀଙ୍କ ଜୀବନ ଜୀବିକା Textbook Exercise Questions and Answers.
BSE Odisha Class 7 Geography Solutions Chapter 7 ପାରିବେଶିକ ପ୍ରଭାବ ଓ ଅଧିବାସୀଙ୍କ ଜୀବନ ଜୀବିକା
୧। ନିମ୍ନଲିଖତ ପ୍ରତ୍ୟେକର ନାମ ଲେଖ ।
Question:
(କ) ଭାରତର ଜାମ୍ମୁକାଶ୍ମୀର ଓ ଲଦାଖକୁ ସଂଯୁକ୍ତ କରୁଥିବା ଜାତୀୟ ରାଜପଥ ।
(ଖ) ପୃଥିବୀର ସର୍ବାପେକ୍ଷା ଓସାରିଆ ନଦୀ ।
(ଗ) ଗଙ୍ଗାନଦୀ ମୁହାଣରେ ଥିବା ଅରଣ୍ୟ ।
(ଘ) ଆଗ୍ରା ସହର ନିକଟରେ ପ୍ରବାହିତ ମୁଖ୍ୟ ନଦୀ ।
(ଙ) ମାନସ ଅଭୟାରଣ୍ୟ ଥିବା ରାଜ୍ୟ ।
Answer:
(କ) ୧ ନଂ ଜାତୀୟ ରାଜପଥ
(ଖ) ଆମାଜନ
(ଗ) ସୁନ୍ଦରବନ
(ଘ) ଯମୁନା
(ଙ) ଆସାମ
୨। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
Question କ.
ଆନାକୋଣ୍ଡା ସାପ କେଉଁ ଦେଶର ଅରଣ୍ୟରେ ବେଶୀ ଦେଖାଯାଆନ୍ତି ?
Answer:
ଦକ୍ଷିଣ ଆମେରିକାର ଅରଣ୍ୟରେ ଆନାକୋଣ୍ଡା ସାପ ବେଶୀ ଦେଖାଯାଆନ୍ତି ।
Question ଖ.
ନଦୀର ଶଯ୍ୟାକୁ କେତେ ଭାଗରେ ଭାଗ କରାଯାଇଛି ? ସେଗୁଡ଼ିକୁ କ’ଣ କୁହାଯାଏ ?
Answer:
ନଦୀର ଶଯ୍ୟା ତିନିଭାଗରେ ବିଭକ୍ତ; ଯଥା-(କ) ପାର୍ବତ୍ୟ ଶଯ୍ୟା, (ଖ) ମଧ୍ୟ ଶଯ୍ୟା ଓ (ଗ) ନିମ୍ନ ଶଯ୍ୟା ।
Question ଗ.
ମରୂଦ୍ୟାନ କାହାକୁ କୁହାଯାଏ ?
Answer:
ମରୁଭୂମିର କେତେକ ସ୍ଥାନରେ ମରୁଝର ଦେଖାଯାଏ । ଏହି ମରୁଝର ଦେଖାଯାଉଥିବା ସ୍ଥାନରେ କଣ୍ଟାଗଛ, ଖଜୁରୀ ବୃକ୍ଷ ଦେଖାଯାଏ । ଏହାକୁ ମରୂଦ୍ୟାନ କୁହାଯାଏ ।
Question ଘ.
ଶୀତଳ ମରୁଭୂମି କାହାକୁ କହନ୍ତି ?
Answer:
ଯେଉଁ ଅଞ୍ଚଳର ଭୂମି ବର୍ଷସାରା ବରଫାଚ୍ଛନ୍ନ ରହେ ଓ ଚାରିଆଡ଼େ ପ୍ରବଳ ଥଣ୍ଡା, ସେଠାରେ ଗଛଲତା ବଢ଼ିପାରେ ନାହିଁ, ସେହି ଅଞ୍ଚଳକୁ ଶୀତଳ ମରୁଭୂମି କୁହାଯାଏ । ୩ । କାରଣ ଦର୍ଶାଅ ।
Question କ.
ଆମାଜନ ଅବବାହିକାରେ ଘନ ଜନବସତି ଦେଖାଯାଏ ନାହିଁ ।
Answer:
- ଆମାଜନ ଅବବାହିକା ବିଷୁବ ମଣ୍ଡଳୀୟ ଅଞ୍ଚଳରେ ଅବସ୍ଥିତ ।
- ବର୍ଷସାରା ପ୍ରବଳ ଖରା ଓ ବର୍ଷା ଯୋଗୁଁ ଏ ଅଞ୍ଚଳର ଜଳବାୟୁ ଅସହ୍ୟ ଓ ଅସ୍ଵାସ୍ଥ୍ୟକର । ଏଣୁ ଏହା ଘନ ଜନବସତି ପାଇଁ ଅନୁକୂଳ ନୁହେଁ ।
Question ଖ.
ନିରକ୍ଷୀୟ ଅଞ୍ଚଳର ଅରଣ୍ୟରେ ପରାଙ୍ଗପୁଷ୍ଟ ଲତା ଜାତୀୟ ଉଦ୍ଭିଦ ବେଶୀ ଦେଖାଯାଆନ୍ତି ।
Answer:
- ନିରକ୍ଷୀୟ ଅଞ୍ଚଳର ଅରଣ୍ୟ ଘଞ୍ଚ, ଭୂମି ସନ୍ତସନ୍ତିଆ ଏବଂ ଭୂମି ଉପରେ ପ୍ରାୟ ଖରା ପଡ଼ି ନଥାଏ ।
- ତେଣୁ ଛାଇରେ ବଢ଼ିପାରୁଥିବା କେତେକ ଲତା ଜାତୀୟ ପରାଙ୍ଗ ପୁଷ୍ଟ ଉଦ୍ଭଦ ଅନ୍ୟ ଉଦ୍ଭଦକୁ ଆଶ୍ରା କରିା ବଢ଼ିଥାଆନ୍ତି ।
Question ଗ.
ନଦୀ ପାର୍ବତ୍ୟାଞ୍ଚଳରେ ପ୍ରବାହିତ ହେଉଥିବାବେଳେ ତା’ର ସ୍ରୋତ ପ୍ରଖର ଥାଏ ।
Answer:
- ପାର୍ବତ୍ୟାଞ୍ଚଳର ଭୂମି ପଥୁରିଆ ଓ ଗଡ଼ାଣିଆ ହୋଇଥାଏ ।
- ନଦୀ ଗଡ଼ାଣିଆ ଭୂମିରେ ପ୍ରବାହିତ ହେବାବେଳେ ଏହା ସ୍ରୋତ ପ୍ରଖର ହୋଇଥାଏ ।
Question ଘ.
ଲାଦାଖ ଅଞ୍ଚଳରେ ପ୍ରାୟ ତୃଣଭୂମି ଦେଖାଯାଏ ନାହିଁ ।
Answer:
- ଆମ ଦେଶର ଉତ୍ତର ଭାଗରେ ଥିବା ଲାଦାଖ ସମୁଦ୍ର ପତ୍ତନଠାରୁ ସର୍ବନିମ୍ନ ୩ କି.ମି. ଓ ସର୍ବାଧିକ ୮ କି.ମି. ଉଚ୍ଚତା ମଧ୍ଯରେ ଅବସ୍ଥିତ । ତେଣୁ ଏତେ ଉଚ୍ଚରେ ଥିବାରୁ ଏହାର ଜଳବାୟୁ ଅତ୍ୟଧିକ ଥଣ୍ଡା ଓ ଶୁଷ୍କ ।
- ବର୍ଷର ଅଧିକାଂଶ ସମୟ ବରଫ ଦ୍ଵାରା ଆଚ୍ଛାଦିତ ରହୁଥିବାରୁ ଏହି ଅଞ୍ଚଳ ବୃକ୍ଷଶୂନ୍ୟ । ତେଣୁ ଏଠାରେ ତୃଣଭୂମି ଦେଖାଯାଏ ନାହିଁ ।
୪। ନିମ୍ନରେ ‘କ’ ସ୍ତମ୍ଭରେ ଦିଆଯାଇଥିବା ପ୍ରତ୍ୟେକ ଦେଶ/ ସ୍ଥାନ ସହ ‘ଖ’ ସ୍ତମ୍ଭରେ ଦିଆଯାଇଥିବା ଉପଯୁକ୍ତ ଶବ୍ଦ ସହ ଯୋଡ଼ି ଲେଖ ।
Answer:
୫ । ଠିକ୍ ଉତ୍ତରଟି ବାଛି ଲେଖ ।
Question କ.
କେଉଁଟିରେ ନିରକ୍ଷୀୟ ଜଳବାୟୁ ଅନୁଭୂତ ହୁଏ ନାହିଁ ?
(i) ଇଣ୍ଡୋନେସିଆ
(ii) ଗଙ୍ଗା ଅବବାହିକା
(iii) କଙ୍ଗୋ ଅବବାହିକା
(iv) ଆମାଜନ ଅବବାହିକା
Answer:
(ii) ଗଙ୍ଗା ଅବବାହିକା
Question ଖ.
ପିଗ୍ମୀମାନେ କେଉଁ ଅଞ୍ଚଳର ଅଧିବାସୀ ?
(i) ବ୍ରହ୍ମପୁତ୍ର ଅବବାହିକା
(ii) ଗଙ୍ଗା ଅବବାହିକା
(iii) କଙ୍ଗୋ ଅବବାହିକା
(iv) ଆମାଜନ ଅବବାହିକା
Answer:
(iii) କଙ୍ଗୋ ଅବବାହିକା
Question ଗ.
କେଉଁ ଅଞ୍ଚଳରେ ବେଦୁଇନ୍ ଜାତିର ଅଧ୍ଵବାସୀ ଦେଖାଯାଆନ୍ତି ?
(i) ଥର୍ ମରୁଭୂମି
(ii) ସାହାରା ମରୁଭୂମି
(iii) ପମ୍ପାସ
(iv) ଶୀତଳ ମରୁଭୂମି
Answer:
(ii) ସାହାରା ମରୁଭୂମି
Question ଘ.
କେଉଁ ସହରଟି ଗଙ୍ଗା ଅବବାହିକାରେ ଅବସ୍ଥିତ ନୁହେଁ ?
(i) କୋଲକାତା
(ii) ଲକ୍ଷ୍ନୌ
(iii) ବାରଣାସୀ
(iv) ଗୁଆହାଟୀ
Answer:
(iv) ଗୁଆହାଟୀ
୭ । ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
Question କ.
କ୍ରାନ୍ତୀୟ ତୃଣଭୂମି :
- ଉଭୟ ଗୋଲାର୍ଦ୍ଧର ୧୦ ଡିଗ୍ରୀରୁ ୨୫ ଡିଗ୍ରୀ ସମାକ୍ଷରେଖା ମଧ୍ୟରେ କ୍ରାନ୍ତୀୟ ତୃଣଭୂମି ଦେଖାଯାଏ । ଏହି ତୃଣଭୂମିରେ ଘାସଗୁଡ଼ିକର ଉଚ୍ଚତା ୩ରୁ ୪ ମିଟର ହୋଇଥାଏ ।
- ଆଫ୍ରିକାର ସୁଦାନ, ଜିମ୍ବାୱେ, ମଧ୍ୟ-ନାଇଜେରି ଆ, ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡର ପଶ୍ଚିମ ପାର୍ଶ୍ଵ, ଦକ୍ଷିଣ ଆମେରିକାର ଓରିନାକୋ ନଦୀ ଅବବାହିକାର ତୃଣଭୂମି ଏହାର ଅନ୍ତର୍ଭୁକ୍ତ ।
- ସ୍ଥାନ ବି ଶେଷରେ ଏହାର ନାମକରଣ ଅଲ ଗା ହୋଇଥାଏ । ଯେପରି ଆଫ୍ରିକାରେ ସାଭାନ୍ନା, ବ୍ରାଜିଲରେ କ୍ୟାମ୍ପାସ, ଭେନେଜୁଏଲାରେ ଲିଆନୋସ ନାମରେ ପରିଚିତ ।
Question ଖ.
ମାସାଇ :
Answer:
- ମାସାଇ ଆଫ୍ରିକାର ସାଭାନ୍ନା ତୃଣଭୂମି ଅଞ୍ଚଳରେ ରହୁଥିବା ଯାଯାବର ଶ୍ରେଣୀୟ ଜନଜାତି ।
- ଏମାନେ ତାଞ୍ଜାନିଆ, କେନିଆ ଆଦି ଦେଶରେ କିଛି ସଂଖ୍ୟାରେ ଦେଖାଯାନ୍ତି ।
- ପଶୁପାଳନ କରି ଏମାନେ ଜୀବିକା ନିର୍ବାହ କରନ୍ତି ।
Question ଗ.
ସେମାଙ୍ଗ :
Answer:
- ମାଲୟେସିଆର ବିଷୁବ ମଣ୍ଡଳୀୟ ଅରଣ୍ୟରେ ସେମାଙ୍ଗ ଗୋଷ୍ଠୀର ଜନଜାତି ବାସ କରନ୍ତି ।
- ପଶୁଶିକାର, ଅରଣ୍ୟଜାତ ଦ୍ରବ୍ୟ ସଂଗ୍ରହ କରି ସେମାନେ ଜୀବିକା ନିର୍ବାହ କରନ୍ତି ।
Question ଘ.
ସାଭାନ୍ନା :
Answer:
- ଆଫ୍ରିକା ମହାଦେଶରେ ଥିବା ଗ୍ରୀଷ୍ମମଣ୍ଡଳୀୟ ତୃଣଭୂମିକୁ ସାରାତ୍ମା କୁହାଯାଏ ।
- ଏହି ତୃଣଭୂମି ଅଞ୍ଚଳରେ ଘାସଗୁଡ଼ିକ ପ୍ରାୟ ୩ରୁ ୪ ମିଟର ଉଚ୍ଚତା ବିଶିଷ୍ଟ ହୋଇଥାନ୍ତି ।
- ଏହି ଅଞ୍ଚଳରେ ହାତୀ, ଜେବ୍ରା, ହରିଣ, ଜିରାଫ୍, ବଣ୍ୟମହିଷ ପ୍ରଭୃତି ତୃଣଭୋଜୀ ପ୍ରାଣୀ ଏବଂ ସିଂହ, ବାଘ ଆଦି ମାଂସାଶୀ ପ୍ରାଣୀ ଦେଖାଯାନ୍ତି । ତେଣୁ ଏହା ପୃଥିବୀର ପ୍ରାକୃତିକ ପଶୁଶାଳା ନାମରେ ପରିଚିତ । ଏହା ଶିକାରୀମାନଙ୍କ ସ୍ଵର୍ଗ ଭାବେ ବିଖ୍ୟାତ ।
Question ଙ.
ପୃଥିବୀର ପ୍ରାକୃତିକ ପଶୁଶାଳା :
Answer:
- ଆଫ୍ରିକା ମହାଦେଶରେ ଗ୍ରୀଷ୍ମମଣ୍ଡଳୀୟ ବା କ୍ରାନ୍ତୀୟ ତୃଣଭୂମି ସାଭାନ୍ନା ଅବସ୍ଥିତ ।
- ସ୍ଵଳ୍ପ ବୃଷ୍ଟିପାତ କାରଣରୁ ଏହି ଅଞ୍ଚଳରେ ୩ରୁ ୪ ମିଟର ଉଚ୍ଚତା ବିଶିଷ୍ଟ ତୃଣ ଜନ୍ମିଥାଏ ।
- ଏହି ତୃଣଭୂମି ଅଞ୍ଚଳରେ ହାତୀ, ଜେବ୍ରା, ହରିଣ, ଜିରାଫ୍, ବନ୍ୟମହିଷ ଆଦି ତୃଣଭୋଜୀ ପ୍ରାଣୀ ବହୁଳ ସଂଖ୍ୟାରେ ଦେଖାଯାନ୍ତି ।
- ତୃଣଭୋଜୀ ପ୍ରାଣୀଙ୍କୁ ଖାଇ ବଞ୍ଚୁଥିବା ଅନେକ ମାଂସାଶୀ ପ୍ରାଣୀ, ଯଥା- ସିଂହ, ବାଘ, ଚିତାବାଘ ଆଦି ଏଠାରେ ବାସ କରନ୍ତି । ବିବିଧ ପ୍ରକାର ପ୍ରାଣୀରେ ଏହି ଅଞ୍ଚଳ ପରିପୂର୍ଣ୍ଣ ଥିବାରୁ ଏହାକୁ ପୃଥିବୀର ପ୍ରାକୃତିକ ପଶୁଶାଳା କୁହାଯାଏ ।
Question ୮।.
ଷ୍ଟେପୀ ଅଞ୍ଚଳର ଅଧିବାସୀମାନଙ୍କର ଜୀବିକା ନିର୍ବାହ ପ୍ରଣାଳୀ ସଂକ୍ଷେପରେ ଲେଖ ।
Answer:
- ଏସିଆ ଓ ଇଉରୋପରେ ବିସ୍ତୃତ ଷ୍ଟେପୀ ଏକ ଉପକ୍ରାନ୍ତୀୟ ତୃଣଭୂମି ବା ନାତିଶୀତୋଷ୍ଣ ମଣ୍ଡଳୀୟ ତୃଣଭୂମି ।
- ଏହି ତୃଣଭୂମି ଅଞ୍ଚଳରେ ରହୁଥିବା ଯାଯାବର ଶ୍ରେଣୀୟ କିର୍ଗୀଜ୍ ଜନଜାତି ଛେଳି, ମେଣ୍ଢା, ଗୋରୁ ଆଦି ପଶୁ ପାଳନ କରିଥାନ୍ତି ଓ ଦୁଗ୍ଧ, ମାଂସ ବିକ୍ରି କରି ଜୀବିକା ନିର୍ବାହ କରନ୍ତି । କାରଣ ଏଠାରେ ପଶୁପାଳନ ଏକ ଅର୍ଥକରୀ ଚାଷ ସଦୃଶ ।
- ଅନୁକୂଳ ଜଳବାୟୁ ଓ ଉର୍ବର ମୃତ୍ତିକା ହେତୁ ଷ୍ଟେପୀ ଅଞ୍ଚଳର ଅଧିବାସୀ ମକା, ଗହମ, ବାଜରା ଆଦି ଶସ୍ୟ ଉତ୍ପାଦନ କରିଥାନ୍ତି ।
- ଏହି ଅଞ୍ଚଳରେ ଖଣିଜ ସମ୍ପଦର ସନ୍ଧାନ ମିଳିବା ପରେ ଅଧିକାଂଶ ଅଧ୍ୟାବାସୀ ଖଣି ଅଞ୍ଚଳରେ ସ୍ଥାୟୀଭାବେ ବସବାସ କରୁଛନ୍ତି ।
- କେତେକ ଅଞ୍ଚଳରେ କଳକାରଖାନାମାନ ଗଢ଼ିଉଠିଥିବାରୁ ସେଠାରେ କାମ କରି ଉନ୍ନତ ଜୀବନଯାପନ କରିବାରେ ସମର୍ଥ ହେଲେଣି ।
Question ୯ ।.
ଶୀତଳ ମରୁ ଅଞ୍ଚଳରେ ଜନଜୀବନ ପରିବେଶଦ୍ଵାରା କିପରି ପ୍ରଭାବିତ ହୋଇଥାଏ, ବୁଝାଇ ଲେଖ ।
Answer:
- କୌଣସି ଅଞ୍ଚଳର ପରିବେଶ ଦ୍ବାରା ସେଠାକାର ଜନଜୀବନ ପ୍ରଭାବିତ ହୁଏ । ଯେପରି- ଶୀତଳ ମରୁ ଅଞ୍ଚଳର ଜଳବାୟୁ ଅତ୍ୟଧିକ ଥଣ୍ଡା ଓ ଶୁଷ୍କ ଅଟେ ଓ ଗ୍ରୀଷ୍ମଋତୁ ଅଳ୍ପ ସ୍ଥାୟୀ ।
- ଏହି ଅଞ୍ଚଳରେ ଶୀତଋତୁ ଅତି କଷ୍ଟଦାୟକ ଏବଂ ତାପମାତ୍ରା ପ୍ରାୟତଃ ୪୦° ସେଲ୍ସିୟସ୍ ଥାଏ । ଭୂମି ବରଫାଚ୍ଛନ୍ନ ଥିବାରୁ ଚାଷବାସ ସମ୍ଭବ ହୋଇ ନଥାଏ ।
ଉଦାହରଣ ସ୍ଵରୂପ, ଊରତିର ଜାମ୍ମୁ-କାଶ୍ମୀର ରାଜ୍ୟର ପୂର୍ବପାର୍ଶ୍ୱସ୍ଥ ଲଦାଖ ଅଞ୍ଚଳ ଏକ ଶୀତଳ ମରୁ ଅଞ୍ଚଳ । - ଏଠାକାର ଅଧିବାସୀମାନେ ବନ୍ୟ ଛେଳି, ମେଣ୍ଢା, ଚମରୀ ଗାଈ ପାଳନ କରନ୍ତି । ସେମାନଙ୍କଠାରୁ ଦୁଗ୍ଧ ଓ ମାଂସ ସଂଗ୍ରହ କରନ୍ତି । ଚମରୀ ଗାଈ ଦୁଗ୍ଧରୁ ଛେନା ଓ ଲହୁଣୀ ପ୍ରସ୍ତୁତ କରନ୍ତି ଓ ଘଞ୍ଚ ଲୋମରୁ ଚାମର ତିଆରି କରନ୍ତି ।
- ଗ୍ରୀଷ୍ମଋତୁର କେତେକ ସ୍ଥାନରେ ବାଲି, ଆଳୁ, ମଟର, ବିନ୍ ଆଦି ଚାଷ କରନ୍ତି । ଶୀତଋତୁରେ ଏମାନେ ବାହାରକୁ ବାଣିଜ୍ୟ କରିବାକୁ ଯାଆନ୍ତି କିମ୍ବା ଘରେ ଥିଲେ ଏକତ୍ରିତ ଭାବରେ ଆନନ୍ଦ ଉତ୍ସବ ପାଳନ କରନ୍ତି । ସ୍ତ୍ରୀଲୋକମାନେ ଘରକାମ, ଚାଷବାସ ସହ ବାଣିଜ୍ୟ ବ୍ୟବସାୟ ମଧ୍ଯ କରିଥାନ୍ତି ।
Question ୧୦।
ଗଙ୍ଗା-ବ୍ରହ୍ମପୁତ୍ର ଅବବାହିକାର ଜଳବାୟୁ, ଉଭିଦ ଓ ଜୀବଜନ୍ତୁ ସମ୍ବନ୍ଧରେ ଆଲୋଚନା କର ।
Answer:
ଗଙ୍ଗା -ବ୍ରହ୍ମପୁତ୍ର ଅବବାହିକା କର୍କଟକ୍ରାନ୍ତିର ଉତ୍ତରରେ ଯାଇଥୁବାରୁ ଏହା ଏକ ଉପକ୍ରାନ୍ତୀୟ ଅଞ୍ଚଳ ।
ଜଳବାୟୁ :
- ଏହାର ପଶ୍ଚିମାଂଶ ସମୁଦ୍ରଠାରୁ ବହୁ ଦୂରରେ ଥିବାରୁ ଏଠାରେ ମହାଦେଶୀୟ ଜଳବାୟୁ ଅନୁଭୂତ ହୁଏ । ଗ୍ରୀଷ୍ମଋତୁରେ ଗ୍ରୀଷ୍ମ ଓ ଶୀତର ଆଧିକ୍ୟ ଏ ଜଳବାୟୁର ପ୍ରଧାନ ଲକ୍ଷଣ ।
- ମୌସୁମୀ ବାୟୁ ପ୍ରଭାବରେ ଏହି ଅଞ୍ଚଳରେ ବୃଷ୍ଟିପାତ ହୋଇଥାଏ ।
ଉଭିଦ :
- ମୂରିକା ଭେଦରେ ଏହି ଅଞ୍ଚଳରେ ବିଭିନ୍ନ ଉଦ୍ଭଦ ଦେଖାଯାଏ । ଏଠାରେ ସାଧାରଣତଃ ଶାଳ, ପିଆଶାଳ, ଅଶ୍ଵତ୍ଥ ବୃକ୍ଷ ବିଶିଷ୍ଟ ପର୍ବମୋଚୀ ଅରଣ୍ୟ ରହିଛି ।
- ସମତଳ ଅଞ୍ଚଳରେ ବାଉଁଶ ବଣ ଓ ଆମ୍ବତୋଟା ଦେଖିବାକୁ ମିଳେ ।
- ଉତ୍ତରାଞ୍ଚଳ, ସିକିମ୍ ଆଦି ରାଜ୍ୟର ଶୀତଳ ପାର୍ବତ୍ୟାଞ୍ଚଳରେ ସରଳବର୍ଗୀୟ ଅରଣ୍ୟରେ ପାଇନ୍, ଫିର୍, ଦେବଦାରୁ ଆଦି ବୃକ୍ଷ ଦେଖାଯାଏ ।
ଜୀବଜନ୍ତୁ :
- ଏହି ଅଞ୍ଚଳରେ ଥିବା ଅରଣ୍ୟରେ ବାଘ, ହରିଣ, ମାଙ୍କଡ଼, ହାତୀ ପ୍ରଭୃତି ବନ୍ୟଜନ୍ତୁ ଦେଖାଯାନ୍ତି ।
- ବ୍ରହ୍ମପୁତ୍ର ନଦୀ ଉପତ୍ୟକାରେ ଏକଶିଙ୍ଗିଆ ଗଣ୍ଡା, ସୁନ୍ଦରବନରେ ବାଘ ଏବଂ ନଦୀ ମୁହାଣମାନଙ୍କରେ କୁମ୍ଭୀର ପ୍ରଭୃତି ପ୍ରାଣୀ ଦେଖାଯାନ୍ତି ।
- ନଦୀମାନଙ୍କରେ ରୋହି, ଭାକୁର, ଶେଉଳ ଆଦି ପ୍ରଚୁର ମଧୁର ମାଛ ମିଳିଥାନ୍ତି ।
BSE Odisha 7th Class Geography Notes Chapter 7 ପାରିବେଶିକ ପ୍ରଭାବ ଓ ଅଧିବାସୀଙ୍କ ଜୀବନ ଜୀବିକା
- ଭୂପୃଷ୍ଠର ପ୍ରତ୍ୟେକ ଅଞ୍ଚଳରେ ଭିନ୍ନ ଭିନ୍ନ ଜଳବାୟୁ, ମୃର୍ତ୍ତିକାର ଭିନ୍ନତା ଥିବାରୁ ପରିବେଶରେ ଭିନ୍ନତା ଦେଖାଯାଏ । ସେହିପରି ସେଠାକାର ଜନଜୀବନ ପ୍ରଭାବିତ ହୋଇଥାଏ ।
- ପୃଥିବୀର ବିଭିନ୍ନ ପ୍ରାକୃତିକ ଅଞ୍ଚଳ ଥିବାର ଆମେ ପୂର୍ବ ଅଧ୍ୟାୟରେ ଜାଣିଛେ । ସେଗୁଡ଼ିକ ମଧ୍ୟରେ ବିଷୁବ ମଣ୍ଡଳୀୟ ଅରଣ୍ୟ ଅଞ୍ଚଳ (ଉଦାହରଣ- ଆମାଜନ ଅବବାହିକା), କ୍ରାନ୍ତୀୟ ସମତଳ ଅଞ୍ଚଳ (ଗଙ୍ଗା-ବ୍ରହ୍ମପୁତ୍ର ଅବବାହିକା), ତୃଣଭୂମି ଅଞ୍ଚଳ (ସାଭାନ୍ନା ଓ ପ୍ରେରୀ), ଉଷ୍ଣ ମରୁଭୂମି ଅଞ୍ଚଳ (ସାହାରା ଓ ଥର୍) ଓ ଶୀତଳ ତୁନ୍ଦ୍ରାଞ୍ଚଳ (ଲାଦାଖ) ଆଦି ପ୍ରଧାନ ।
- ଆର୍ସ ସେହି ପ୍ରାକୃତିକ ଅଞ୍ଚଳର ଜନଜୀବନ ସମ୍ପର୍କରେ ଅବଗତ ହେବା ।
ଆମାଜନ ଅବବାହିକାରେ ଜନଜୀବନ :
- ପୃଥିବୀର ବୃହତ୍ତମ ନଦୀ ଆମାଜନ ଦକ୍ଷିଣ ଆମେରିକା ମହାଦେଶ ନିରକ୍ଷୀୟ ଅଞ୍ଚଳ ମଧ୍ୟରେ ପ୍ରବାହିତ । ଏହି ନଦୀ ଓ ଏହାର ଶାଖା ନଦୀ ବ୍ରାଜିଲ, ପେରୁ, ବଲିଭିଆ, ଇକ୍ଵେଡର, କଲମ୍ବିଆ ଏବଂ ଭେନେଜୁଏଲା ଦେଶ ଦେଇ ପ୍ରବାହିତ ହେଉଛି । ତେଣୁ ଏହି ନଦୀର ବିସ୍ତୀର୍ଣ୍ଣ ଅବବାହିକା ସୃଷ୍ଟି ହୋଇଛି ।
- ଜଳବାୟୁ : ଆମାଜନ ଅବବାହିକା ନିରକ୍ଷୀୟ ଅଞ୍ଚଳ ଅନ୍ତର୍ଗତ ଥିବାରୁ ଏହାର ଜଳବାୟୁ ବର୍ଷସାରା ଉଷ୍ଣ ଓ ଆର୍ଦ୍ର ଏବଂ ଅପରାହ୍ନରେ ପ୍ରଚୁର ବୃଷ୍ଟିପାତ ହୋଇଥାଏ ।
- ଉଦ୍ଭିଦ : ଜଳବାୟୁ ଅନୁଯାୟୀ ନିରକ୍ଷୀୟ ଚିରହରିତ୍ ଉଭିଦ, ଯଥା- ମେହେଗାନୀ, ଆବୁଲ, ତାଳ, ରବର, ବିଭିନ୍ନ ଅର୍ଜିଡ୍ ତଥା ଲତା ଜାତୀୟ ପରାଙ୍ଗପୁଷ୍ଟ ଉଭିଦ ଏହି ଅବବାହିକାରେ ଦେଖାଯାଏ ।
- ପ୍ରାଣୀ : ମାଙ୍କଡ଼, ସ୍ମିଥ୍, ଉଇଖୁଆ ଟାପିର, ବିଭିନ୍ନ ପ୍ରଜାତିର ସାପ (ଆନାକୋଣ୍ଡା, ବୋଆ), ସରୀସୃପ, କୁମ୍ଭୀର, ମାଂସ ପିରାନା ମାଛ ଏହି ଅଞ୍ଚଳରେ ଦେଖାଯାନ୍ତି ।
- ଟଉକାନା ନାମକ ପକ୍ଷୀ ଓ ନାନା ଜାତିର ରଙ୍ଗୀନ, ପରଯୁକ୍ତ ପକ୍ଷୀ ଏ ଅଞ୍ଚଳରେ ଦୃଷ୍ଟିଗୋଚର ହୁଅନ୍ତି ।
- ଅଧିବାସୀ : ଅସହ୍ୟ ଓ ଅସ୍ବାସ୍ଥ୍ୟକର ଜଳବାୟୁ ସତ୍ତ୍ୱେ ଏଠାରେ ଅନେକ ଜାତିର ଆଦିମ ଅଧୂବାସୀ (ଉଦାହରଣ ସ୍ବରୂପ- ଲୋହିତ ଭାରତୀୟ)ମାନେ ବାସ କରନ୍ତି । ଅଧ୍ଵବାସୀମାନେ ଶିକାର, ଫଳମୂଳ ସଂଗ୍ରହ, ସ୍ଥାନାନ୍ତରିତ କୃଷି (କଦଳୀ, ସପୁରି, କାସାଭା, ଟୋପିଆକା) କରି ଜୀବିକା ନିର୍ବାହ କରନ୍ତି ।
- ବିଷୁବମଣ୍ଡଳୀୟ ଅରଣ୍ୟାଞ୍ଚଳ ଥିବା କଙ୍ଗୋ ଅବବାହିକାରେ” ପିଗ୍ମୀ, ମାଲୟେସିଆରେ ସେମାଙ୍ଗ ଗୋଷ୍ଠୀର ଅଧ୍ୟାବାସୀ ବାସ କରନ୍ତି ।
- ଏଠାରେ କଫି, ମକା ଓ କୋକ୍ ଜାତୀୟ ଅର୍ଥକରୀ ଫସଲ ଚାଷ କରାଯାଏ ।
- ଖଣି କାର୍ଯ୍ୟ, ରୋପଣ କୃଷି କାର୍ଯ୍ୟରେ ନିଯୁକ୍ତ ରହି ଏଠାକାର ଅଧିବାସୀଙ୍କ ଆର୍ଥିକ ଅଭିବୃଦ୍ଧି ଘଟିଛି । ଆମାଜନ, ଅବବାହିକାର ଜୀବଜନ୍ତୁ, ପ୍ରାକୃତିକ ଉଭିଦ ଓ ଅଧିବାସୀଙ୍କ ସମ୍ପର୍କରେ ନେସ୍ନାଲ ଜୋଗ୍ରାଫି, ଡିସ୍କଭରି, ଆନିମଲ୍ ପ୍ଲାନେଟ୍ ଆଦି ଟିଭି ଚ୍ୟାନେଲରେ ଅଧିକ କିଛି ଦେଖୁପାରିବା ।
- ଜଙ୍ଗଲ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ସଫାକରି, ନିଆଁ ଲଗାଇ ସେଠାରେ ଚାଷ କରନ୍ତି । କିଛି ବର୍ଷ ପରେ ଜମିର ଉର୍ବରତା କମିଗଲେ ଅରଣ୍ୟର ଅନ୍ୟ ସ୍ଥାନ ରେ ସେହିପ୍ରକାର ଚାଷ କରନ୍ତି । ତାକୁ ସ୍ଥାନାନ୍ତରିତ ଚାଷ କୁହାଯାଏ ।
- ଓଡ଼ିଶାରେ ସ୍ଥାନାନ୍ତରିତ କୃଷିକୁ ପୋଡୁଚାଷ କୁହାଯାଏ ।
ଗଙ୍ଗା-ବ୍ରହ୍ମପୁତ୍ର ଅବବାହିକାରେ ଜନଜୀବନ :
- ଭାରତର ବୃହତ୍ତମ ନଦୀ ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀ ହିମାଳୟରୁ ନିର୍ଗତ ହୋଇ ଏହା ଶାଖାନଦୀମାନଙ୍କ ଦ୍ଵାରା ଉତ୍ତର ଭାରତର ବିସ୍ତୃତ ସମତଳ ଭୂମି ସୃଷ୍ଟି କରିଛନ୍ତି ଯାହା ଉର୍ବର ପଟୁମାଟିରେ ସମୃଦ୍ଧ ।
- ଏହା ଭାରତର ଉପକ୍ରାନ୍ତୀୟ ଅଞ୍ଚଳ (୧୦° ଉତ୍ତରରୁ ୩୦° ଉତ୍ତର ଅକ୍ଷାଂଶ)ରେ ଅବସ୍ଥିତ ।
- ଜଳବାୟୁ : ସମୁଦ୍ରଠାରୁ ଦୂରରେ ଥିବାରୁ ଏଠାରେ ମହାଦେଶୀୟ ଜଳବାୟୁ (ଅର୍ଥାତ୍ ଗ୍ରୀଷ୍ମ ଓ ଶୀତର ପ୍ରଭାବ ଅଧ୍ବକ) ଦେଖାଯାଏ ।
- ଅରଣ୍ୟ : ଜଳବାୟୁ ଅନୁସାରେ ପଶ୍ଚିମୋଚୀ ଉଦ୍ଭଦ (ଶାଳ, ପିଆଶାଳ), ଶୀତଳ ପାର୍ବତ୍ୟାଞ୍ଚଳ, ଯଥା- ଉତ୍ତରାଖଣ୍ଡ, ସିକିମ୍ରେ ସରଳବର୍ଗୀୟ ଉଦ୍ଭଦ (ପାଇନ୍, ଫିର୍, ଦେବଦାରୁ) ଆଦି ବୃକ୍ଷ ଦେଖାଯାଏ ।
- ପ୍ରାଣୀ : ବାଘ, ହରିଣ, ମାଙ୍କଡ଼, ହାତୀ ଆଦି ବନ୍ୟଜନ୍ତୁ, ବ୍ରହ୍ମପୁତ୍ର ନଦୀ ଉପତ୍ୟକାରେ ଏକଶିଙ୍ଗିଆ ଗଣ୍ଡା, ସୁନ୍ଦରବନ (ପଶ୍ଚିମବଙ୍ଗ ରାଜ୍ୟରେ ଅବସ୍ଥିତ)ରେ ମହାବଳ ବାଘ, ନଦୀମୁହାଣରେ କୁମ୍ଭୀର ଆଦି ଏ ଅଞ୍ଚଳରେ ଦୃଷ୍ଟିଗୋଚର ହୁଏ ।
- ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀରେ ଶୁଶୁ ନାମକ ଏକପ୍ରକାର ଡଲ୍ଫିନ୍ ଦେଖାଯାନ୍ତି ।
- ଅଧ୍ୟାବାସୀ ଓ ଅର୍ଥନୈତିକ ଅବସ୍ଥା : ଉର୍ବର ମୃରିକା, ଜଳର ସୁଲଭତା, ସ୍ବାସ୍ଥ୍ୟପ୍ରଦ ଜଳବାୟୁ ହେତୁ ଜନସଂଖ୍ୟାର ଘନତ୍ବ ଅଧ୍ବକ ।
ଗଙ୍ଗା-ବ୍ରହ୍ମପୁତ୍ର ଅବବାହିକା ଅଞ୍ଚଳର କୃଷି, ସହର ଓ ପର୍ଯ୍ୟଟନସ୍ଥଳୀ :
ନାତିଶୀତୋଷ୍ଣ ତୃଣଭୂମି ଅଞ୍ଚଳରେ ଜନଜୀବନ :
- ତୃଣଭୂମି ଅଞ୍ଚଳ ପୃଥିବୀର ପ୍ରାୟ ଏକ-ଚତୁର୍ଥାଂଶ ସ୍ଥାନ ଅଧିକାର କରିଛି ।
- ଉଭୟ ଗୋଲାର୍ଦ୍ଧର ୧୦ରୁ ୨୫° ସମାକ୍ଷରେଖା ମଧ୍ଯରେ କ୍ରାନ୍ତୀୟ ତୃଣଭୂମି ଏବଂ ୩୫ରୁ ୫୫° ସମାକ୍ଷରେଖା ମଧ୍ଯରେ ନାତିଶୀତୋଷ୍ଣ ତୃଣଭୂମି ଦେଖାଯାଏ ।
- ପୃଥିବୀର ମୁଖ୍ୟ ନାତିଶୀତୋଷ୍ଣ ତୃଣଭୂମି ଅଞ୍ଚଳ : ଷ୍ଟେପି (ଏସିଆ ଓ ଇଉରୋପ), ପମ୍ପାସ (ଆର୍ଜେଣ୍ଟିନା), ପ୍ରେରୀ (ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ା), ଭେଲ୍ (ଦକ୍ଷିଣ ଆଫ୍ରିକା), ଡାଉନ୍ସ (ଅଷ୍ଟ୍ରେଲିଆ) ପ୍ରଧାନ ।
ଏହି ଅଞ୍ଚଳର ଜଳବାୟୁ, ଉଭିଦ, ଜୀବଜନ୍ତୁ ସମ୍ପର୍କରେ ନିମ୍ନସ୍ଥ ସାରଣୀରୁ ଜାଣିବା :
- ଅଧିବାସୀ : ଷ୍ଟେପି ଅଞ୍ଚଳରେ କିରଗୀଜ୍, ପ୍ରେରୀ ଅଞ୍ଚଳରେ ଲୋହିତ ଭାରତୀୟ, ଆପାଚି, କ୍ରୋ, କ୍ରି ଓ ପାୱାନି ଜାତୀୟ ଆଦିମ ଅଧ୍ୟାବାସୀ ବାସ କରନ୍ତି ।
- ଏବେ ଖଣିଜ ସମ୍ପଦର ସନ୍ଧାନ ଫଳରେ ଅନେକ କଳକାରଖାନା ଗଢ଼ିଉଠିଛି ଓ ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହେବାରେ ଲାଗିଛି ।
- ପ୍ରେରୀ ଅଞ୍ଚଳରେ ଯୁକ୍ତରାଷ୍ଟ୍ର ଆମେରିକାର ସିକାଗୋ, ଇଣ୍ଡିଆପୋଲିସ, କନ୍ସାସ୍, କାନାଡ଼ାର ଏଡ୍ମିଣ୍ଟନ, ସାସ୍କାଟୋନ୍, ଉଇନିପେଗ୍ ଏବଂ ଭେଲ୍ ଅଞ୍ଚଳରେ ଜୋହାନ୍ସବର୍ଗ, କିମ୍ବର୍ଲି ସହର ଅବସ୍ଥିତ ।
ଉଷ୍ଣ ମରୁ ଅଞ୍ଚଳରେ ଜନଜୀବନ :
- ଅବସ୍ଥିତି : ଉଭୟ ଗୋଲାର୍ଦ୍ଧର ମହାଦେଶମାନଙ୍କର ପଶ୍ଚିମ ପାର୍ଶ୍ଵରେ ୧୫ରୁ ୩୦° ସମାକ୍ଷରେଖା ମଧ୍ଯରେ ଉଷ୍ଣ ମରୁ ଅଞ୍ଚଳ ଅବସ୍ଥିତ ।
- ପ୍ରଧାନ ଉଷ୍ଣ ମରୁ ଅଞ୍ଚଳ : ଆଫ୍ରିକା ମହାଦେଶର ସାହାରା ଓ ଭାରତର ଥର୍ ମରୁଭୂମି ।
- ଜଳବାୟୁ : ଉଷ୍ଣ, ଓ ଶୁଷ୍କ ଜଳବାୟୁ, ସାଧାରଣତଃ ଗ୍ରୀଷ୍ମକାଳରେ ୫୦° ସେଲ୍ସିୟସ୍ ଓ ଶୀତଋତୁର ସର୍ବନିମ୍ନ ୧୫° ସେଲ୍ସିୟସ୍ ତାପମାତ୍ରା ଅନୁଭୂତ ହୁଏ ।
- ଉଭିଦ : ଲୁଣି ମାଟି ଓ ଶୁଷ୍କତା ଯୋଗୁ କଣ୍ଟା ଜାତୀୟ ଗୁଳ୍ମ, କାକ୍ ଟସ, ଶିଳ୍ପ, ନାଗଫେଣୀ, ଏବଂ ମରୂଦ୍ୟାନମାନଙ୍କରେ ଖଜୁରି, ତାଳ, ଆକାଶିଆ ଆଦି ବୃକ୍ଷ ଦେଖାଯାଏ ।
- ପ୍ରାଣୀ : ଓଟ ପ୍ରଧାନ ଭାରବାହୀ ପଶୁ । ଅନ୍ୟାନ୍ୟ ପ୍ରାଣୀ ମଧ୍ୟରେ ବିଲୁଆ, କୋକିଶିଆଳୀ, ହାଏନା, କଙ୍କଡ଼ା, ଝିଟିପିଟି, ସାପ ଆଦି ପ୍ରାଣୀ ଅନ୍ତର୍ଭୁକ୍ତ ।
- ଅଧିବାସୀ : ଯାଯାବର ଶ୍ରେଣୀର ବେଦୁଇନ୍ ମାନେ ପଶୁ ପାଳନ କରି, ତୁ ଆରେଗ୍ ମାନେ ପର୍ଯ୍ୟଟନ କ୍ଷେତ୍ରରେ, କେତେକ ଚାଷକାର୍ଯ୍ୟ କରି ଓ ତୈଳ କ୍ଷେତ୍ରରେ କାର୍ଯ୍ୟ କରି ଜୀବିକା ନିର୍ବାହ କରନ୍ତି ।
- ନୀଳନଦୀ ଅବବାହିକାରେ ମକା, ବାଲି, କପା, ବାଜରା, ଆଖୁ ଆଦି ଚାଷକାର୍ଯ୍ୟ, ଲୁଣମରା କାର୍ଯ୍ୟ ଏହି ଅଧ୍ୟାବାସୀଙ୍କ ମୁଖ୍ୟ ଜୀବିକା ।
- ସାହାରା ମରୁଭୂମି ଆଫ୍ରିକା ମହାଦେଶର ୧୨ଟି ଦେଶ, ଯଥା- ଆଲଜେରିଆ, ଚାଦ୍, ଇଜିପ୍ଟ, ଲିବ୍ୟା, ମାଲି, ମୌରିଟାନିଆ, ମରୋକୋ, ନାଇଜର, ସୁଦାନ, ଟ୍ୟୁନିସିଆ, ପଶ୍ଚିମ ସାହାରା ଦେଶ ମଧ୍ୟରେ ବିସ୍ତୃତ ।
ଶୀତଳ ମରୁଭୂମି (ଚୁନ୍ଦ୍ରାଞ୍ଚଳ)ରେ ଜନଜୀବନ :
- ଭାରତର ଲାଦାଖ ଏକ ଶୀତଳ ମରୁଭୂମିର ଉଦାହରଣ ।
- ଲାଦାଖର ଅନ୍ୟନାମ କାପା-ଚାତ୍ ଯାହାର ଅର୍ଥ ବରଫ ଭୂମି ।
- ଅବସ୍ଥିତି : ଜାମ୍ମୁ-କାଶ୍ମୀର ରାଜ୍ୟର ପୂର୍ବ ପାର୍ଶ୍ଵରେ ଅବସ୍ଥିତ ଲାବାଖର ଉତ୍ତରରେ କାରାକୋରମ୍ ଓ ଦକ୍ଷିଣରେ ଜାସ୍କାର ପର୍ବତଶ୍ରେଣୀ ଅବସ୍ଥିତ ।
- ଜଳବାୟୁ : ସମୁଦ୍ର ପତ୍ତନର ୩ରୁ ୮ କି.ମି. ଉଚ୍ଚତା ମଧ୍ୟରେ ଥିବାରୁ ଏହାର ଜଳବାୟୁ ଅଧିକ ଶୁଷ୍କ ଓ ଥଣ୍ଡା ।
- ତାପମାତ୍ରା : ଦିନରେ ନଂ ରୁ ସାମାନ୍ୟ ଉପରେ ଏବଂ ରାତିରେ ୩୦° ସେଲ୍ସିୟସ୍ ଓ ଶୀତଋତୁରେ ପ୍ରାୟ ୪୦° ସେଲ୍ସିୟସ୍ ।
- ଉଦ୍ଭିଦ : ପ୍ରାୟ ଅଞ୍ଚଳ ବୃକ୍ଷଶୂନ୍ୟ, ସ୍ଥାନେ ସ୍ଥାନେ ଓକ୍ ଓ ସ୍ପୃଶ୍ ଆଦି ବୃକ୍ଷ ଦେଖାଯାଏ ।
- ଜୀବଜନ୍ତୁ : ରବିନ୍, ତିବ୍ବତୀୟ କୁକୁଡ଼ା ଭଳି ପକ୍ଷୀ, ବଣୁଆ ଛେଳି, ମେଣ୍ଢା, ଚମରୀ ଗାଈ ଏ ଅଞ୍ଚଳର ପ୍ରଧାନ ଜୀବଜନ୍ତୁ ।
- ଅଧିବାସୀ : ଏହାର ଅଧ୍ୟାବାସୀ ମୁଖ୍ୟତଃ ବୌଦ୍ଧ ଧର୍ମାବଲମ୍ବୀ ଓ ଅନ୍ୟ ଧର୍ମର ଲୋକମାନେ ମଧ୍ଯ ଅଛନ୍ତି ।
- ଜୀବିକା : ବାଲି, ଆଳୁ, ମଟର, ବିନ୍ ଚାଷ ସହିତ ବାଣିଜ୍ୟ ବ୍ୟବସାୟ ଅଧ୍ୟାବାସୀଙ୍କ ମୁଖ୍ୟ ଜୀବିକା ।
- ମୁଖ୍ୟ ସହର : ଲେହ (ଲଦାଖର ରାଜଧାନୀ) ପର୍ଯ୍ୟଟନ ପାଇଁ ଏହା ପ୍ରସିଦ୍ଧ ।
- ଚମରୀ ଗାଈର ଲୋମରୁ ଚାମର ପ୍ରସ୍ତୁତ ହୁଏ ।
କେତେକ ଭୌଗୋଳିକ ଶବ୍ଦାବଳୀ
- ମୁହାଣ : ନଦୀ ଯେଉଁଠାରେ ସମୁଦ୍ରରେ ପଡ଼ିଥାଏ, ତାହାକୁ ନଦୀର ମୁହାଣ କୁହାଯାଏ ।
- ନଦୀ ଅବବାହିକା : ମୁଖ୍ୟ ନଦୀ ଓ ତା’ର ଶାଖାନଦୀ ଯେଉଁ ଅଞ୍ଚଳରୁ ଜଳ ନିଷ୍କାସନ କରେ, ତାହାକୁ ଉକ୍ତ ନଦୀର ଅବବାହିକା କୁହାଯାଏ ।
- ପିଗୂମି : କଙ୍ଗୋ ଅବବାହିକାରେ ରହୁଥିବା ଆଦିମ ଅଧ୍ୟାବାସୀ ।
- ସେମାଙ୍ଗ୍ : ମାଲୟେସିଆରେ ରହୁଥିବା ଏକ ଜନଜାତି ।
- ପିରାନା : ଆମାଜନ ଅବବାହିକାରେ ଦେଖାଯାଉଥିବା ଏକପ୍ରକାରର ମାଂସଖୁଆ ମାଛ !
- ଟଭକାନ୍ : ଆମାଜନ ଅବବାହିକାରେ ଦେଖାଯାଉଥିବା ଏକପ୍ରକାର ପକ୍ଷୀ ।
- ତାପିର : ଏକପ୍ରକାର ଉଇଖୁଆ ପଶୁ ।
- ଆନାକୋଣ୍ଡା, ବୋଆ : ଏକପ୍ରକାର ଭୟଙ୍କର ସାପ ।
- ସୁନ୍ଦରବନ : ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀ ଅବବାହିକାର ନିମ୍ନ ଶଯ୍ୟାରେ ଲୁଣି ପାଣି ଓ ଜୁଆର ରେ ବଢୁଥିବା ସୁନ୍ଦରୀ ବୃକ୍ଷ ବିଶିଷ୍ଟ ଉଦ୍ଭଦର ଅରଣ୍ୟ ।
- ପଶ୍ଚିମୋଚୀ ଅରଣ୍ୟ : ଖରାଦିନେ ପତ୍ରଝଡ଼ା ଦେଉଥିବା ବୃକ୍ଷର ଅରଣ୍ୟ ।
- ଶୁଶୁ : ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀର ଜଳରେ ରହୁଥିବା ଏକପ୍ରକାର ଡଲଫିନ୍ ।
- ତୃଣଭୂମି : ତୃଣ ବା ଘାସପୂର୍ଣ୍ଣ ଅଞ୍ଚଳ ।
- ଗ୍ୟାଞ୍ଚ୍ : ନାତିଶୀତୋଷ୍ଣ ତୃଣଭୂମି ଅଞ୍ଚଳରେ ଥିବା ବିସ୍ତୀର୍ଣ୍ଣ ଗୋପାଳନ କେନ୍ଦ୍ର ।
- ଉଷ୍ମ ମରୁ ଅଞ୍ଚଳ : ଭୂପୃଷ୍ଠର ଯେଉଁ ଅଞ୍ଚଳରେ ଚାରିଆଡ଼େ ବାଲି, ପ୍ରବଳ ଖରା, ଅଳ୍ପ ବୃଷ୍ଟି ଓ ବୃକ୍ଷଲତା ଶୂନ୍ୟ ତାହାକୁ ଉଷ୍ଣ ମରୁ ଅଞ୍ଚଳ କୁହାଯାଏ ।
- ଶୀତଳ ମରୁ : ଯେଉଁଠାରେ ଚାରିଆଡ଼େ ପ୍ରବଳ ଥଣ୍ଡ, ଭୂମି ବରଫାଚ୍ଛନ୍ନ ‘ ରହେ, ବୃକ୍ଷଲତା ବଢ଼ିପାରେ ନାହିଁ ସେହିପ୍ରକାର ଅଞ୍ଚଳକୁ ଶୀତଳ ମରୁଭୂମି କୁହାଯାଏ ।
- ମରୂଦ୍ଯାନ : ମରୁଭୂମିରେ ସ୍ଥାନେ ସ୍ଥାନେ ଦେଖାଯାଉଥିବା ମରୁଝର ସ୍ଥାନରେ କିଛି କିଛି କଣ୍ଟାଗଛ ଓ ଖଜୁରି ବୃକ୍ଷ ଥିବା ଅଞ୍ଚଳକୁ ମରୂଦ୍ୟାନ କୁହାଯାଏ ।
- ବେଦୁଇନ୍ : ସାହାରା ମରୁ ଅଞ୍ଚଳରେ ରହୁଥିବା ତୁଆରେଗ୍ ଯାଯାବର ଶ୍ରେଣୀର ଅଧିବାସୀ ।
- ତୁଆରେଗ୍ : ସାହାରା ମରୁ ଅଞ୍ଚଳର ଏକ ପ୍ରକାର ଜନଜାତି ।