Odisha State Board BSE Odisha 7th Class Geography Important Questions Chapter 1.1 ଆମ ପରିବେଶ Important Questions and Answers.
BE Odisha Class 7 Geography Important Questions Chapter 1.1 ଆମ ପରିବେଶ
Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଭୌତିକ ପରିବେଶ ସମ୍ପର୍କରେ ସଂକ୍ଷେପରେ ବର୍ଣ୍ଣନା କର ।
Answer:
- ପୃଥିବୀର ଜଳ, ସ୍ଥଳ, ବାୟୁକୁ ନେଇ ଭୌତିକ ପରିବେଶ ଗଠିତ । ଅର୍ଥାତ୍ ଅଶ୍ମମଣ୍ଡଳ, ବାରିମଣ୍ଡଳ ଓ ବାୟୁମଣ୍ଡଳକୁ ନେଇ ଭୌତିକ ପରିବେଶ ଗଠିତ ।
- ପୃଥିବୀର କଠିନ ଭୂତ୍ଵକ୍ ବା ଶକ୍ତ ଉପରିଭାଗକୁ ଅଶ୍ମମଣ୍ଡଳ କୁହାଯାଏ । ଏହା ବିଭିନ୍ନ ଖଣିଜ ଦ୍ରବ୍ୟ ଓ ଶିଳାରେ ଗଠିତ । ପର୍ବତ, ମାଳଭୂମି, ସମତଳଭୂମି, ଉପତ୍ୟକା ଆଦି ଅଶ୍ମମଣ୍ଡଳର ଅନ୍ତର୍ଗତ ।
- ପୃଥିବୀର ସମସ୍ତ ଜଳରାଶିକୁ ବାରିମଣ୍ଡଳ କୁହାଯାଏ । ଏହା ଜଳର ବିଭିନ୍ନ ଉତ୍ସ ଓ ବିଭିନ୍ନ ପ୍ରକାର ଜଳରାଶି, ଯଥା- ନଦୀ, ହ୍ରଦ, ସାଗର, ମହାସାଗର ଆଦିକୁ ନେଇ ଗଠିତ ।
- ପୃଥିବୀକୁ ଚତୁର୍ଦ୍ଦିଗରେ ଘେରି ରହିଥିବା ପତଳା ଗ୍ୟାସୀୟ ଆବରଣକୁ ବାୟୁମଣ୍ଡଳ କୁହାଯାଏ । ବିଭିନ୍ନ ଗ୍ୟାସ୍, ଧୂଳିକଣା ଓ ଜଡୀୟବାଷ୍ପକୁ ନେଇ ଏହା ଗଠିତ ।
- ଉଭୟ ପ୍ରାଣୀ ଓ ଉଦ୍ଭବଙ୍କୁ ନେଇ ଜୈବମଣ୍ଡଳ ଗଠିତ । ଏହା ଅଶ୍ମମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳ ଅନ୍ତର୍ଗତ ପାରସ୍ପରିକ ସମ୍ବନ୍ଧ ଥିବା ତଥା ଜୀବନ ଧାରଣ ପାଇଁ ଆବଶ୍ୟକ ଉପାଦାନ ଥିବା ପତଳା ସ୍ତରକୁ ବୁଝାଏ ।
Question 2.
ମାନବୀୟ ପରିବେଶ କହିଲେ କ’ଣ ବୁଝ, ସଂକ୍ଷେପରେ ଆଲୋଚନା କର ।
Answer:
- ଆଦିମ ମନୁଷ୍ୟର ଆବଶ୍ୟକତା କମ୍ ଥିଲା ଏବଂ ସେ ତା’ର ଆବଶ୍ୟକ ପଦାର୍ଥମାନ ସିଧାସଳଖ ତା’ର ଚତୁଃପାର୍ଶ୍ବରୁ ସଂଗ୍ରହ କରୁଥିଲା । ସମୟାନୁକ୍ରମେ ମନୁଷ୍ୟର ଆବଶ୍ୟକତା କ୍ରମଶଃ ବୃଦ୍ଧିପାଇଲା ।
- ସେ ପରିବେଶକୁ ବ୍ୟବହାର ଉପଯୋଗୀ ତଥା ପରିବର୍ତ୍ତିତ କରିବାର ନୂତନ ଉପାୟମାନ ବାହାର କଲା ।
- ସେ କୃଷି କାର୍ଯ୍ୟ କଲା, ପଶୁପାଳନ କଲା, ସ୍ଥାୟୀଭାବେ ବସତି ସ୍ଥାପନ କଲା । ଯାନବାହନ ନିର୍ମାଣ ହେଲା, ରାସ୍ତାଘାଟ ନିର୍ମାଣ ହେଲା, ବାଣିଜ୍ୟ କାରବାର ବୃଦ୍ଧି ପାଇଲା ।
- ଶିଳ୍ପ ବିପ୍ଳବ ଯୋଗୁ ନୂଆ ନୂଆ ଶିଳ୍ପ ସ୍ଥାପନ ହେଲା ଓ ଉତ୍ପାଦନ ବଢ଼ିଲା ।
- ସୂଚନା ବିପ୍ଳବ ଯୋଗୁ ପୃଥିବୀରେ ଯୋଗାଯୋଗ ବ୍ୟବସ୍ଥା ସହଜ ଓ ସରଳ ହେଲା । ଏହିପରି ପ୍ରାକୃତିକ ପରିବେଶରେ ମାନବୀୟ ପରିବେଶର ବିଭିନ୍ନ ଉପାଦାନ ଗଢ଼ିଉଠିଲା ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ପରିବେଶ କହିଲେ କ’ଣ ବୁଝ ?
Answer:
- ଆମ ଚତୁଃପାର୍ଶ୍ଵରେ ଯାହା ସବୁ ରହିଛି, ସେସବୁକୁ ପରିବେଶ କୁହାଯାଏ ।
- ଭୌତିକ ପରିବେଶ ଓ ମାନବୀୟ ପରିବେଶକୁ ନେଇ ପରିବେଶ ଗଠିତ । ପରିବେଶ ହିଁ ଜୀବନ ଧାରଣ ପାଇଁ ମୌଳିକ ଆଧାର ଯୋଗାଇଥାଏ ।
Question 2.
ମନୁଷ୍ୟ ପରିବେଶରେ ପରିବର୍ତ୍ତନ ଆଣିଥାଏ କିପରି ?
Answer:
- ମନୁଷ୍ୟ ପରିବେଶକୁ ବ୍ୟବହାର ଉପଯୋଗୀ କରି ତା’ର ଆବଶ୍ୟକତା ପାଇଁ ନୂଆ ନୂଆ ଦ୍ରବ୍ୟମାନ ତିଆରି କରେ ।
- ମନୁଷ୍ୟ ଭୂମିକୁ ଉପଯୋଗ କରି କୃଷିଭୂମି, ରାସ୍ତାଘାଟ, କଳକାରଖାନା ନିର୍ମାଣ କରୁଛି । ବିଭିନ୍ନ ଯାନବାହନ ନିର୍ମାଣ କରିଛି । ଯାନବାହନ, କଳକାରଖାନାକୁ ନିର୍ଗତ ଧୂଆଁ ପରିବେଶକୁ ଦୂଷିତ କରୁଛି । ଏହିପରି ମନୁଷ୍ୟ ପରିବେଶରେ ପରିବର୍ତ୍ତନ ଆଣୁଛି ।
Question 3.
ପରିସଂସ୍ଥା କହିଲେ କ’ଣ ବୁଝ ?
Answer:
- କୌଣସି ପରିବେଶରେ ରହିଥିବା ସମସ୍ତ ଜୀବଙ୍କ ମଧ୍ଯରେ ନିର୍ଭରଶୀଳତା ତଥା ସେମାନଙ୍କ ପରିବେଶ ଅନ୍ତର୍ଗତ ଭୌତିକ ଓ ରାସାୟନିକ ଉପାଦାନ ମଧ୍ୟରେ ଅନ୍ତଃସମ୍ବନ୍ଧରୁ ପରିସଂସ୍ଥା ଗଢ଼ିଉଠେ । ଅର୍ଥାତ୍ ପ୍ରାଣୀ, ଉଭିଦ ଓ ମନୁଷ୍ୟଙ୍କର ପରସ୍ପର ସହିତ ତଥା ସେମାନଙ୍କ ପରିବେଶ ସହିତ ଗଢ଼ିଉଠିଥୁବା ନିବିଡ଼ ସମ୍ପର୍କ ତଥା ନିର୍ଭରଶୀଳତାରୁ ପରିସଂସ୍ଥା ସୃଷ୍ଟି ହୁଏ ।
- ଉଦାହରଣ : ରାଜସ୍ଥାନର ମରୁଅଞ୍ଚଳ ବାଲିରେ ପୂର୍ଣ୍ଣ । ସେଠାରେ ବର୍ଷା କମ୍ ହେଉଥିବାରୁ ଛୋଟ ଛୋଟ କଣ୍ଟାବୁଦା, ଖଜୁରି ଗଛ, ଓଟ, ବିଭିନ୍ନ ସରୀସୃପ ଓ ଅନ୍ୟାନ୍ୟ କୀଟପତଙ୍ଗ ଦେଖାଯାନ୍ତି । ଏଗୁଡ଼ିକୁ ନେଇ ମରୁଭୂମି ପରିସଂସ୍ଥା ଗଠିତ ।
- ସେହିପରି ଜଙ୍ଗଲ ପରିସଂସ୍ଥା, ନଦୀ ପରିସଂସ୍ଥା, ପର୍ବତ ପରିସଂସ୍ଥା, ପୁଷ୍କରିଣୀ ପରିସଂସ୍ଥା ଗଢ଼ିଉଠେ ।
Question 4.
ପ୍ରାକୃତିକ ପରିବେଶ କହିଲେ କ’ଣ ବୁଝାଏ ?
Answer:
- ଭୌତିକ ପରିବେଶ ଓ ଜୈବିକ ପରିବେଶକୁ ନେଇ ପ୍ରାକୃତିକ ପରିବେଶ ସୃଷ୍ଟି ହୋଇଥାଏ ।
- ନିର୍ଜୀବ ପଦାର୍ଥ, ଯଥା- ସ୍ଥଳ, ଜଳ ଏବଂ ବାୟୁକୁ ନେଇ ଭୌତିକ ପରିବେଶ ଏବଂ ସମସ୍ତ ଜୀବ, ଯଥା- ପ୍ରାଣୀ ଓ ଉଭିଦ ଜଗତକୁ ନେଇ ଜୈବିକ ପରିବେଶ ଏ ସମସ୍ତ ପ୍ରାକୃତିକ ପରିବେଶର ଗୋଟିଏ ଗୋଟିଏ ଅଙ୍ଗ ବା ଉପାଦାନ ।
Question 5.
ଅଶୁମଣ୍ଡଳ କ’ଣ ?
Answer:
- ପୃଥିବୀର କଠିନ ଭୂତ୍ବକୁ ବା ଅଶମଣ୍ଡଳ ବିଭିନ୍ନ ଖଣିଜଦ୍ରବ୍ୟ ଓ ଶିଳାରେ ଗଠିତ । ଏହାର ଉପରିଭାଗରେ ମୃତ୍ତିକାର ଏକ ପତଳା ଆବରଣ ଅଛି ।
- ଏହାର ଉପରିଭାଗରେ ପର୍ବତ, ମାଳଭୂମି, ସମତଳ ଭୂମି, ଉପତ୍ୟକା ଆଦି ଅସମାନ ଭୂମିରୂପ ରହିଛି ।
Question 6.
ଜୈବମଣ୍ଡଳ କାହାକୁ କୁହାଯାଏ ?
Answer:
- ଅଶ୍ମମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳ ଅନ୍ତର୍ଗତ ପାରସ୍ପରିକ ସମ୍ବନ୍ଧ ଥିବା ତଥା ଜୀବନ ଧାରଣ ପାଇଁ ଆବଶ୍ୟକ ଉପାଦାନ ଥବା ପତଳା ତଥା ସଂକୀର୍ଣ୍ଣ ସ୍ତରକୁ ଜୈବମଣ୍ଡଳ କୁହାଯାଏ ।
- ଏହା ଉଭୟ ପ୍ରାଣୀ ଓ ଉଭିଦକୁ ନେଇ ଗଠିତ ।
Question 7.
ବାୟୁମଣ୍ଡଳ ଥିବା ଯୋଗୁ ଆମର କି କି ସୁବିଧା ହୁଏ ?
Answer:
- ବାୟୁମଣ୍ଡଳ ସୂର୍ଯ୍ୟଙ୍କଠାରୁ ଆସୁଥିବା କ୍ଷତିକାରକ ରଶ୍ମି ତଥା ଅତ୍ୟଧିକ ଉତ୍ତାପରୁ ରକ୍ଷା କରେ ।
- ବାୟୁମଣ୍ଡଳରେ ଥିବା ଅମ୍ଳଜାନ ଶ୍ଵାସକ୍ରିୟା ପାଇଁ ଅତ୍ୟନ୍ତ ଉପଯୋଗୀ ।
Question 8.
ଦ୍ରବ୍ୟ ବିନିମୟ ବ୍ୟବସ୍ଥା କହିଲେ କ’ଣ ବୁଝ ?
Answer:
- ଟଙ୍କାର ବ୍ୟବହାର ବିନା ହେଉଥିବା ବେପାରକୁ ଦ୍ରବ୍ୟ ବିନିମୟ ବ୍ୟବସ୍ଥା କୁହାଯାଏ ।
- ଆଦିମ ମଣିଷ ଏହି ବ୍ୟବସ୍ଥାକୁ ଆଧାର କରି ଜୀବନଧାରଣ କରୁଥିଲା । ଧାନ ଓ ଚାଉଳ ବଦଳରେ ସେ ବିଭିନ୍ନ ପ୍ରକାର ଦ୍ରବ୍ୟକୁ ହାଟବଜାରରେ କ୍ରୟ କରୁଥିଲା ।
କାରଣ ଦର୍ଶାଅ
Question 1.
ପ୍ରାଣୀ ଓ ଉଦ୍ଭିଦ ପରସ୍ପର ନିର୍ଭରଶୀଳ ।
Answer:
- ଜୈବମଣ୍ଡଳରେ ପ୍ରାଣୀ ଓ ଉଦ୍ଭିଦ ସେମାନଙ୍କ ଜୀବନ ଧାରଣ ପାଇଁ ପରସ୍ପର ଉପରେ ନିର୍ଭରଶୀଳ ।
- ଉଭିଦ ନିଜେ ନିଜର ଖାଦ୍ୟ ପ୍ରସ୍ତୁତ କରେ; ପ୍ରାଣୀମାନଙ୍କ ଖାଦ୍ୟ ତଥା ଅନ୍ୟ କେତେକ ଆବଶ୍ୟକତାକୁ ଉଭିଦ ପୂରଣ କରେ ।
- ପ୍ରାଣୀମାନଙ୍କର ବର୍ଜ୍ୟ ପଦାର୍ଥ ବା ମୃତ ଅବଶେଷଗୁଡ଼ିକ ମୃତ୍ତିକାର ଉର୍ବରତା ବଢ଼ାଏ, ଯାହାଫଳରେ ଉଭିଦର ବୃଦ୍ଧି ପାଇଁ ସାହାଯ୍ୟ କରେ ।
Question 2.
ମଣିଷ ପ୍ରକୃତିର ବିନା ସହାୟତାରେ ଚଳିପାରେ ନାହିଁ ।
Answer:
- ପ୍ରକୃତି ଦ୍ଵାରା ସୃଷ୍ଟି ହୋଇଥିବା ଭୂମି, ଜଳ, ବାୟୁ, ଉଭିଦ, ଜୀବଜନ୍ତୁ ଆଦିକୁ ନେଇ ପ୍ରାକୃତିକ ପରିବେଶ ।
- ପରିବେଶ ହିଁ ମଣିଷର ଜୀବନ ଧାରଣ ନିମନ୍ତେ ମୌଳିକ ଆଧାର ଯୋଗାଇଥାଏ । ଶ୍ଵାସକ୍ରିୟା ପାଇଁ ପବନ, ପିଇବା, ସ୍ନାନ ଓ ସଫାସୁତରା ପାଇଁ ପାଣି, ଖାଇବା ପାଇଁ ଖାଦ୍ୟ – ଏବଂ ଘର ପାଇଁ ଭୂମି ପ୍ରକୃତି ଯୋଗାଇଥାଏ । ତେଣୁ ପ୍ରକୃତିର ବିନା ସହାୟତାରେ ମଣିଷ ଚଳିପାରିବ ନାହିଁ ।
Question 3.
ପରିବେଶରେ ବଞ୍ଚିବା ତଥା ଏହାକୁ ବ୍ୟବହାରରେ ଲଗାଇବାବେଳେ ମଣିଷ ବେଶ୍ ଯନଶୀଳ ହେବା ଆବଶ୍ୟକ ।
Answer:
- ମଣିଷର ଜୀବନଧାରଣ ପରିବେଶ ଦ୍ବାରା ପ୍ରଭାବିତ ହୁଏ । ତେଣୁ ପ୍ରାକୃତିକ ଓ ମାନବୀୟ ପରିବେଶ ମଧ୍ୟରେ ଏକ ସୁଷମ ସନ୍ତୁଳନର ଆବଶ୍ୟକତା ରହିଛି ।
- ସୁତରାଂ ପରିବେଶରେ ବଞ୍ଚିବା ତଥା ଏହାକୁ ବ୍ୟବହାରରେ ଲଗାଇବା ବେଳେ ମଣିଷ ବେଶ୍ ଯନଶୀଳ ହେବା ଆବଶ୍ୟକ ।
ପାର୍ଥକ୍ୟ ଦର୍ଶାଅ
Question 1.
ଭୌତିକ ପରିବେଶ ଓ ଜୈବିକ ପରିବେଶ.
Answer:
Question 2.
ଅଶମଣ୍ଡଳ ଓ ବାରିମଣ୍ଡଳ
Answer:
ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ଗୋଟିଏ ବାକ୍ୟରେ ଉତ୍ତର ଦିଅ।
Question i.
କେଉଁ ମଣ୍ଡଳରୁ ଖଣିଜ ସମ୍ପଦ ମିଳିଥାଏ ?
Answer:
ଅଶ୍ମମଣ୍ଡଳ ପରିସରରୁ ଖଣିଜ ସମ୍ପଦ ମିଳିଥାଏ ।
Question ii.
ବାୟୁମଣ୍ଡଳ କାହାକୁ କୁହାଯାଏ ?
Answer:
ପୃଥିବୀକୁ ଚତୁର୍ଦ୍ଦିଗରେ ଘେରି ରହିଥିବା ପତଳା ଗ୍ୟାସୀୟ ଆବରଣକୁ ବାୟୁମଣ୍ଡଳ କୁହାଯାଏ।
Question iii.
ବାୟୁମଣ୍ଡଳ ଆମକୁ କିପରି ସାହାଯ୍ୟ କରେ ?
Answer:
ସୂର୍ଯ୍ୟଙ୍କଠାରୁ ଆସୁଥିବା କ୍ଷତିକାରକ ରଶ୍ମି ତଥା ଅତ୍ୟଧିକ ଉତ୍ତାପରୁ ବାୟୁମଣ୍ଡଳ ଆମକୁ ରକ୍ଷା କରେ।
Question iv.
କାହାକୁ ନେଇ ଜୈବମଣ୍ଡଳ ଗଠିତ ?
Answer:
ଉଭୟ ପ୍ରାଣୀ ଓ ଉଭିଦଙ୍କୁ ନେଇ ଜୈବମଣ୍ଡଳ ଗଠିତ ।
Question v.
କେଉଁ ଦିନକୁ ବିଶ୍ଵ ପରିବେଶ ଦିବସ ରୂପେ ପାଳନ କରାଯାଏ ?
Answer:
ଜୁନ୍ ୫ ତାରିଖକୁ ବିଶ୍ଵ ପରିବେଶ ଦିବସ ରୂପେ ପାଳନ କରାଯାଏ।
Question vi.
କାହାକୁ ନେଇ ଭୌତିକ ପରିବେଶ ଗଠିତ ହୋଇଛି ?
Answer:
ପୃଥିବୀର ଜଳ, ସ୍ଥଳ, ବାୟୁକୁ ନେଇ ଭୌତିକ ପରିବେଶ ଗଠିତ ହୋଇଛି ।
Question vii.
ଅଶ୍ମମଣ୍ଡଳ କାହାକୁ କୁହାଯାଏ ?
Answer:
ପୃଥିବୀର କଠିନ ଭୂତ୍ଵକ୍ ବା ଶକ୍ତ ଉପରିଭାଗକୁ ଅଶ୍ମମଣ୍ଡଳ କୁହାଯାଏ ।
Question viii.
କାହାକୁ ନେଇ ବାରିମଣ୍ଡଳ ଗଣ୍ଠିତ ହୋଇଛି ?
Answer:
ବିଭିନ୍ନ ପ୍ରକାର ଜଳରାଶି; ଯଥା- ନଦୀ, ହ୍ରଦ, ସମୁଦ୍ର, ମହାସାଗର ଆଦିକୁ ନେଇ ବାରିମଣ୍ଡଳ ଗଠିତ ହୋଇଛି ।
ପ୍ରତ୍ୟେକ ଉତ୍ତର ଗୋଟିଏ ଦୁଇଟି ବାକ୍ୟରେ ଲେଖ।
Question i.
ପରିବେଶ କ’ଣ ?’
Answer:
ଆମ ଚାରିପାଖରେ ଯାହା ରହିଛି, ତାହାହିଁ ପରିବେଶ ।
Question ii.
ମନୁଷ୍ୟକୃତ ପରିବେଶର ଦୁଇଟି ଉଦାହରଣ ଦିଅ ।
Answer:
ଅଟ୍ଟାଳିକା ଓ ପୋଲ ମନୁଷ୍ୟକୃତ ପରିବେଶର ଦୁଇଟି ଉଦାହରଣ ।
Question iii.
ଭୌତିକ ପରିବେଶ କାହାକୁ ନେଇ ଗଠିତ ?
Answer:
ପୃଥିବୀର ଜଳ, ସ୍ଥଳ, ବାୟୁକୁ ନେଇ ଭୌତିକ ପରିବେଶ ଗଠିତ ।
Question iv.
ଅଶ୍ରୁମଣ୍ଡଳ କେଉଁଥିରେ ଗଠିତ ?
Answer:
ଅଶ୍ମମଣ୍ଡଳ ବିଭିନ୍ନ ଖଣିଜ ଦ୍ରବ୍ୟ ଓ ଶିଳାରେ ଗଠିତ ।
Question v.
ଅଶ୍ମମଣ୍ଡଳ କାହାକୁ କୁହାଯାଏ ?
Answer:
ପୃଥିବୀର କଠିନ ଭୂତ୍ଵକୁ ବା ଶକ୍ତ ଉପରିଭାଗକୁ ଅଶୁମଣ୍ଡଳ କୁହାଯାଏ ।
Question vi.
ବାୟୁମଣ୍ଡଳ କିପରି ଗଠିତ ହୋଇଛି ?
Answer:
ବିଭିନ୍ନ ଗ୍ୟାସ୍, ଧୂଳିକଣା ଓ ଜଳୀୟବାଷ୍ପକୁ ନେଇ ବାୟୁମଣ୍ଡଳ ଗଠିତ ହୋଇଛି ।
Question vii.
ବାୟୁମଣ୍ଡଳ ପୃଥିବୀକୁ ଲାଗି ରହିଛି କାହିଁକି ?
Answer:
ପୃଥିବୀର ମାଧ୍ୟାକର୍ଷଣ ବଳଯୋଗୁଁ ବାୟୁମଣ୍ଡଳ ପୃଥିବୀକୁ ଲାଗି ରହିଛି ।
Question viii.
ସମସ୍ତ ବୃକ୍ଷଲତା, ପ୍ରାଣୀ ଓ ମନୁଷ୍ୟ ବଞ୍ଚିବାପାଇଁ କାହା ଉପରେ ନିର୍ଭର କରିଥାଆନ୍ତି ?
Answer:
ସମସ୍ତ ବୃକ୍ଷଲତା, ପ୍ରାଣୀ ଓ ମନୁଷ୍ୟ ବଞ୍ଚିବାପାଇଁ ପରିବେଶ ଉପରେ ନିର୍ଭର କରିଥାଆନ୍ତି ।
Question ix.
ଶିଳ୍ପ ବିପ୍ଳବ ଯୋଗୁ କ’ଣ ହେଲା ?
Answer:
ଶିଳ୍ପ ବିପ୍ଳବ ଯୋଗୁ ବିଭିନ୍ନ ରକମର ଦ୍ରବ୍ୟ ବହୁ ପରିମାଣରେ ଉତ୍ପାଦିତ ହେଲା ।
Question x.
ସୂଚନା ବିପ୍ଳବ ଦ୍ଵାରା କ’ଣ ଘଟିଲା ?
Answer:
ସୂଚନା ବିପ୍ଳବ ଯୋଗୁ ସମଗ୍ର ପୃଥିବୀରେ ଯୋଗାଯୋଗ ବ୍ୟବସ୍ଥା ସହଜ ଓ ସରଳ ହେଲା ।
Question xi.
କେଉଁ ଦୁଇଟି ପରିବେଶ ମଧ୍ୟରେ ସୁଷମ ସନ୍ତୁଳନର ଆବଶ୍ୟକତା ରହିଛି ?
Answer:
ପ୍ରାକୃତିକ ପରିବେଶ ଓ ମାନବୀୟ ପରିବେଶ ମଧ୍ୟରେ ଏକ ସୁଷମ ସନ୍ତୁଳନର ଆବଶ୍ୟକତା ରହିଛି ।
Question xii.
କେଉଁ କ୍ଷେତ୍ରରେ ମନୁଷ୍ୟ ବେଶ୍ ଯଶୀଳ ହେବା ଆବଶ୍ୟକ ?
Answer:
ପରିବେଶରେ ବଞ୍ଚିବା ତଥା ଏହାକୁ ବ୍ୟବ ହାର ରେ ଲଗାଇବାବେଳେ ମଣିଷ ବେଶ୍ ଯନଶୀଳହେବା ଆବଶ୍ୟକ ।
କି ଠିକ୍ ଉତ୍ତର ବାଛି ଲେଖ।
Question i.
କେଉଁଟି ଗୋଟିଏ ପ୍ରାକୃତିକ ପରିସଂସ୍ଥା ନୁହେଁ ?
(କ) ମରୁଭୂମି
(ଖ) ଆକ୍ଟାରିୟମ୍
(ଗ) ଜଙ୍ଗଲ
(ଘ) ପାର୍କ
Answer:
ଆକ୍ସାରିୟମ୍
Question ii.
କେଉଁଟି ମାନବୀୟ ପରିବେଶର ଏକ ଅଙ୍ଗ ନୁହେଁ ?
(କ) ଭୂମି
(ଖ) ଧର୍ମ
(ଗ) ସଂପ୍ରଦାୟ
(ଘ) ଜାତି
Answer:
ଭୂମି
Question iii.
କେଉଁଟି ଏକ ମାନବକୃତ ପରିବେଶ ?
(କ) ପର୍ବତ
(ଖ) ସମୁଦ୍ର
(ଗ) ରାସ୍ତା
(ଘ) ନଦୀ
Answer:
ରାସ୍ତା
Question iv.
କେଉଁଟି ପରିବେଶ ନିମନ୍ତେ ବିପଦ ?
(କ) ବଢ଼ୁଥିବା ଉଦ୍ଭଦ
(ଖ) ବଢୁଥିବା ଜନସଂଖ୍ୟା
(ଗ) ବଢ଼ୁଥିବା ଶସ୍ୟ
(ଘ) ବହିଯାଉଥିବା ନଦୀ
Answer:
ବଢ଼ୁଥିବା ଜନସଂଖ୍ୟା
Question v.
କେଉଁଟି ପରିବେଶରେ ପରିବର୍ତନ ଆଣିଥାଏ ?
(କ) ଜଳ
(ଖ) ବାୟୁ
(ଗ) ମୃଭିକା
(ଘ) ମଣିଷ
Answer:
ମଣିଷ
Question vi.
କେଉଁଟି ପ୍ରାକୃତିକ ପରିବେଶର ଏକ ଅଙ୍ଗ ?
(କ) ରାସ୍ତାଘାଟ
(ଖ) କୃଷିଭୂମି
(ଗ) ଝରଣା
(ଘ) ପାର୍କ
Answer:
ଝରଣା
Question vii.
କେଉଁଟି ଭୌତିକ ପରିବେଶର ଅନ୍ତର୍ଗତ ନୁହେଁ ?
(କ) ଜଙ୍ଗଲ
(ଖ) ଜଳ
(ଗ) ମୃଭିକା
(ଘ) ବାୟୁ ।
Answer:
ଜଙ୍ଗଲ
Question viii.
ପ୍ରତି ବର୍ଷ କେଉଁ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ ?
(କ) ଅକ୍ଟୋବର ୨
(ଗ) ଜୁନ୍ ୫
(ଖ) ଡିସେମ୍ବର ୧୦
(ଘ) ଅପ୍ରେଲ ୨୦
Answer:
ଜୁନ ୫
Question ix.
କେଉଁ ବିପ୍ଳବ ଯୋଗୁ ସମଗ୍ର ପୃଥିବୀରେ ଯୋଗାଯୋଗ ବ୍ୟବସ୍ଥା ସହଜ ଓ ସହଜ ହେଲା ?
(କ) ଶିଳ୍ପ
(ଖ) ସବୁଜ
(ଗ) ସୂଚନା
(ଘ) ଶ୍ଵେତ
Answer:
ସୂଚନା
Question x.
ମଣିଷର ଜୀବନ ଧାରା କାହାଦ୍ଵାରା ପ୍ରଭାବିତ ହୁଏ ?
(କ) ବାୟୁ
(ଖ) ଜଳ
(ଗ) ସୂର୍ଯ୍ୟ
(ଘ) ପରିବେଶ
Answer:
ପରିବେଶ
Question xi.
କେଉଁ ପରିସଂସ୍ଥାରେ ଓଟ ଦେଖାଯାନ୍ତି ?
(କ) ତୃଣଭୂମି
(ଗ) ସମତଳଭୂମି
(ଖ) ମରୁଭୂମି
(ଘ) ପାର୍ବତ୍ୟଭୂମି
Answer:
ମରୁଭୂମି
Question xii.
କେଉଁ ରାଜ୍ୟରେ ବିସ୍ତୀର୍ଣ୍ଣ ନଡ଼ିଆ ବଗିଚା ଦେଖିବାକୁ ମିଳେ ?
(କ) ଆସାମ
(ଗ) କେରଳ
(ଖ) ଉତ୍ତରପ୍ରଦେଶ
(ଘ) ରାଜସ୍ଥାନ
Answer:
କେରଳ ।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର
1. ଉଭୟ ପ୍ରାଣୀ ଓ ଉଭିଦକୁ ନେଇ ________ ମଣ୍ଡଳ ଗଠିତ । (ଅଶ୍ମମଣ୍ଡଳ, ବାୟୁମଣ୍ଡଳ, ବାରିମଣ୍ଡଳ, ଜୈବମଣ୍ଡଳ)
Answer:
ଜୈବମଣ୍ଡଳ
2. ପୃଥିବୀର କଠିନ ଭୂଦ୍ରକ୍ ବା ଶକ୍ତ ଉପରିଭାଗକୁ _________ କୁହାଯାଏ । ( ଅଶ୍ମମଣ୍ଡଳ, ବାୟୁମଣ୍ଡଳ, ବାରିମଣ୍ଡଳ, ଜୈବମଣ୍ଡଳ)
Answer:
ଅଶ୍ଵମଣ୍ଡଳ
3. ପ୍ରତିବର୍ଷ ଜୁନ୍ ମାସ ୫ ତାରିଖକୁ ________ ଦିବସ ରୂପେ ପାଳନ କରାଯାଏ । (ଖାଉଟି ଦିବସ, ପରିବେଶ ଦିବସ, ଶ୍ରମିକ ଦିବସ, ମାତୃ ଦିବସ)
Answer:
ପରିବେଶ ଦିବସ
4. ପୃଥିବୀ ପୃଷ୍ଠର ଉପର ସ୍ତରକୁ ______ କୁହାଯାଏ । (ସିଆଲ, ସିମା, କୋର, ମାଣ୍ଡଲ)
Answer:
ଭୂଦ୍ରକ
5. ପୃଥିବୀର ମୋଟ ଘନଫଳର ______ ଭାଗ ଭୂତ୍ଵକ୍ ରହିଛି । (୦.୫, ୦.୬, ୦.୭, ୦.୮)
Answer:
୧୬
6. ପୃଥିବୀର ମୋଟ ଘନଫଳର _______ ଭାଗ ମାଣ୍ଡଲ ରହିଛି । (୧୫, ୧୬, ୧୭, ୧୮)
Answer:
୦.୫
7. ପୃଥିବୀର ମୋଟ ଘନଫଳର ______ ଭାଗ କୋର୍ ରହିଛି । (୮୦, ୮୧, ୮୨, ୮୩)
Answer:
୮୩
8. ଭୂତ୍ଵକ୍ର ତଳ ସ୍ତରକୁ _____ କୁହାଯାଏ । (ସୀମା, ମାଣ୍ଟଲ୍, କୋର, ଭୂତ୍ଵକ)
Answer:
ମାଣ୍ଡଲ୍
ସ୍ତମ୍ଭ ମିଳନ କର
Answer:
ପ୍ରତ୍ୟେକ ବାକ୍ୟାଶକୁ ଗୋଟିଏ/ଦୁଇଟି ଶବ୍ଦରେ ପ୍ରକାଶ କର ।
- ପୃଥିବୀକୁ ଚତୁର୍ଦ୍ଦିଗରେ ଘେରି ରହିଥିବା ପତଳା ଗ୍ୟାସୀୟ ଆବରଣ ।
- ଅଶ୍ଵମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳକୁ ଲାଗି ତଥା ଜୀବନଧାରଣ ପାଇଁ ଆବଶ୍ୟକ ଉପାଦାନ ଥିବା ପତଳା ସ୍ତର ।
- ପୃଥିବୀର କଠିନ ଭୂର୍କ୍ ବା ଶକ୍ତ ଉପରିଭାଗ ।
- ଅଶ୍ଵମଣ୍ଡଳର ଉପରିଭାଗରେ ଥିବା ଏକ ପତଳା ଆବରଣ ।
- ଟଙ୍କାର ବ୍ୟବହାର ବିନା ହେଉଥିବା ବେପାର ।
Answer:
- ବାୟୁମଣ୍ଡଳ
- ଜୈବମଣ୍ଡଳ
- ଅଶୁ ମଣ୍ଡଳ
- ମୃତ୍ତିକା
- ଦ୍ରବ୍ୟ ବିନିମୟ ବ୍ୟବସ୍ଥା ।
ପ୍ରଥମ ଯୋଡ଼ିକୁ ଦେଖୁ ଦ୍ବିତୀୟ ଯୋଡ଼ି ପୂରଣ କର
1. ଅଶ୍ମମଣ୍ଡଳ : ଭୂଦ୍ରକ : : ବାରିମଣ୍ଡଳ : _______।
Answer:
ସମୁଦ୍ର
2. ବାୟୁମଣ୍ଡଳ : ଗ୍ୟାସୀୟ ଆବରଣ : : ବାରିମଣ୍ଡଳ : _______।
Answer:
ମହାସାଗର
3. ଭୌତିକ ପରିବେଶ : ଜଳ : : ମାନବୀୟ ପରିବେଶ : _______।
Answer:
ଶିଳ୍ପ
4. ପୃଥିବୀର ଉପରସ୍ତର : ଭୂଦ୍ରକ : : ପୃଥିବୀର ମଧ୍ଯସ୍ତର : _______।
Answer:
ମାଣ୍ଡଲ