CHSE Odisha Class 11 Economics Solutions Unit 4 ଭାରତୀୟ ଅର୍ଥନୀତି ସାମ୍ନା କରୁଥିବା ସମସ୍ୟା

Odisha State Board CHSE Odisha Class 11 Economics Solutions Unit 4 ଭାରତୀୟ ଅର୍ଥନୀତି ସାମ୍ନା କରୁଥିବା ସମସ୍ୟା Questions and Answers.

CHSE Odisha 11th Class Economics Unit 4 Question Answer ଭାରତୀୟ ଅର୍ଥନୀତି ସାମ୍ନା କରୁଥିବା ସମସ୍ୟା

I. ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ଚୟନ କର।
[Choose the Correct answer of the following from the Alternatives as given]

Question ୧।
ସାମର୍ଥ୍ୟହୀନତାକୁ କ’ଣ କୁହାଯାଏ ?
(i) ଆପେକ୍ଷିକ ଦାରିଦ୍ର୍ୟ
(ii) ଚରମ ଦାରିଦ୍ର୍ୟ
(iii) ବେକାରୀ
(iv) ସମସ୍ତଟି
Answer:
(ii) ଚରମ ଦାରିଦ୍ର୍ୟ

Question ୨।
ସହରାଞ୍ଚଳରେ ଜଣେ ବ୍ୟକ୍ତିପାଇଁ ସର୍ବନିମ୍ନ ଖାଦ୍ୟଶସ୍ୟ ଆବଶ୍ୟକତା କେତେ ?
(i) ୨୪୦୦ କ୍ୟାଲୋରୀ
(ii) ୨୧୦୦ କ୍ୟାଲେରୀ
(iii) ୨୦୦୦ କ୍ୟାଲୋରୀ
(iv) ସମସ୍ତଟି ନୁହେଁ
Answer:
(i)୨୧୦୦ କ୍ୟାଲେରୀ

Question ୩ ।
ନିମ୍ନଲିଖୁତ ମଧ୍ୟରୁ କେଉଁଟି ଦାରିଦ୍ର୍ୟର କାରଣ :
(i) ଜନସଂଖ୍ୟା ବୃଦ୍ଧି
(ii) ତ୍ରୁଟିଯୁକ୍ତ ସାମାଜିକ ବ୍ୟବସ୍ଥା
(iii) ଉନ୍ନତ ଆର୍ଥିକ ସ୍ଥିତି
(iv)ଉଭୟ (i) ଓ (i)
Answer:
(iv)ଉଭୟ (i) ଓ (i)

Question ୪।
ଛଦ୍ମବେଶୀ ବେକାରୀ କେଉଁ କ୍ଷେତ୍ରରେ ଦେଖାଦିଏ ?
(i) କୃଷି
(ii) ଶିକ
(iii) ସେବା
(iv) ସମସ୍ତଟି
Answer:
(i) କୃଷି

CHSE Odisha Class 11 Economics Solutions Unit 4 ଭାରତୀୟ ଅର୍ଥନୀତି ସାମ୍ନା କରୁଥିବା ସମସ୍ୟା

Question ୫ ।
କେଉଁ ମସିହାରେ ‘ଖାଦ୍ୟ ପାଇଁ ଯୋଜନା’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଥିଲା ?
(i) ୨୦୦୪
(ii) ୨୦୦୫
(iii) 9009
(iv) ୨୦୦୧
Answer:
(i) ୨୦୦୪

Question ୬।
ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା କେଉଁ ମସିହାରେ କାର୍ଯ୍ୟକାରୀ ହୋଇଥିଲା ?
(i) ୧୯୭୦
(ii) ୧୯୯୩
(iii)୨୦୦୦
(iv) ୧୯୯୦
Answer:
(i) ୧୯୯୩

Question ୭।
ସମନ୍ବିତ ଗ୍ରାମ୍ୟ ଉନ୍ନୟନ ଯୋଜନା କେଉଁ ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିଲା ?
(i) ୧୯୭୮-୭୯
(ii) ୧୯୭୬-୭୭
(iii)୨୦୦୧-୦୧
(iv) ୨୦୦୧ – ୦୨
Answer:
(i) ୧୯୭୮ – ୭୯

Question ୮।
N.RE.GS. କେଉଁ ମସିହାରେ କାର୍ଯ୍ୟକାରୀ ହୋଇଥିଲା ?
(i) ୨୦୦୫
(ii) ୨୦୦୪
(iii) ୨୦୦୨
(iv) ସମସ୍ତଟି
Answer:
(i) ୨୦୦୫ ।

Question ୯।
ପ୍ରଧାନମନ୍ତ୍ରୀ ଗ୍ରାମ୍ୟଦ୍ୟାୟ ଯୋଜନା କେବେ କାର୍ଯ୍ୟକାରୀ ହୋଇଥିଲା ?
(i) ୨୦୦୦-୦୧
(ii) ୧୯୯୦-୯୧
(iii) ୧୯୯୪-୯୫
(iv) ସମସ୍ତଟି
Answer:
(i) ୨୦୦୦-୦୧

CHSE Odisha Class 11 Economics Solutions Unit 4 ଭାରତୀୟ ଅର୍ଥନୀତି ସାମ୍ନା କରୁଥିବା ସମସ୍ୟା

Question ୧୦।
ମଧୁବାବୁ ପେନ୍‌ସନ୍ ଯୋଜନା କେବେ କାର୍ଯ୍ୟକାରୀ ହୋଇଥିଲା ?
(i) ୨୦୦୮
(ii) ୨୦୦ ୭
(iii) ୨୦୦୦
(iv) ୧୯୯୧
Answer:
(i) ୨୦୦୮

Question ୧୧।
ଅଟଳ ପେନ୍‌ସନ୍ ଯୋଜନା କେବେ କାର୍ଯ୍ୟକାରୀ ହୋଇଥିଲା ?
(i) ୨୦୧୧
(ii) ୨୦୧୨
(iii) ୨୦୧୫
(iv) ୨୦୧୬
Answer:
(iii) ୨୦୧୫

Question ୧୨।
ଦରଦାମ୍ ସ୍ତରରେ କ୍ରମଗତ ବୃଦ୍ଧି :
(i) ମୁଦ୍ରାସ୍ପତି
(ii) ଅବସ୍ତୀତି
(iii) ବେକାରୀ
(iv) ସମସ୍ତଟି
Answer:
(i) ମୁଦ୍ରାଗୀତ

Question ୧୩।
ଦରଦାମ୍ ବୃଦ୍ଧିର କାରଣ
(i) ସରକାରୀ ବ୍ୟୟ ବୃଦ୍ଧି
(ii) ସରକାରୀ ବ୍ୟୟ ହ୍ରାସ
(iii) ଜନସଂଖ୍ୟା ହ୍ରାସ
(iv) ସମସ୍ତଟି
Answer:
(i) ସରକାରୀ ବ୍ୟୟ ବୃଦ୍ଧି

Question ୧୪ ।
ବର୍ଷକ ସର୍ବନିମ୍ନ ୨୭୩ ଦିନରେ କମ୍ ସମୟ କାର୍ଯ୍ୟରତ ଶ୍ରମିକଙ୍କୁ କ’ଣ କୁହାଯାଏ ?
(i) ବେକାରୀ
(ii) ଅଦ୍ଧ-ବେକାରୀ
(iii) ଦାରିଦ୍ର୍ୟ
(iv) ସମସ୍ତଟି ନୁହେଁ
Answer:
(ii) ଅଦ୍ଧ-ବେକାରୀ

Question ୧୪।
ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା :
(i) ୧୯୯୪
(ii) ୨୦୦୦
(iii) ୧୯୯୮
(iv) ୧୯୮୮
Answer:
(i) ୧୯୯୪

Question ୧୫।
ଦୁଇଟି ଗୋଷ୍ଠୀ ମଧ୍ୟରେ ଆୟ ସ୍ତରର ତୁଳନା କରି କେଉଁ ଦାରିଦ୍ର୍ୟ ନିର୍ଦ୍ଧାରଣ କରାଯାଏ ?
(i) ଚରମ
(ii) ଆପେକ୍ଷିକ
(iii) ଅଧିକ
(iv)କମ୍
Answer:
(ii)ଆପେକ୍ଷିକ

Question ୧୬।
ଭାରତର କେଉଁ ବେକାରୀ ଦେଖା ଦିଏ ?
(i) ଢାଞ୍ଚାଗତ
(ii) ଶିକ୍ଷତ
(iii) ଚକ୍ରୀୟ
(iv) ସମସ୍ତଟି
Answer:
(i) ଢାଞ୍ଚାଗତ

Question ୧୭।
ଭାରତରେ କେଉଁ ବେକାରୀ ଦେଖାଦିଏ ନାହିଁ ?
(i) ଢାଞ୍ଚାଗତ
(ii) ଶିକ୍ଷିତ
(iii) ଚକ୍ରୀୟ
(iv) ସମସ୍ତଟି
Answer:
(ii) ଚକ୍ରୀୟ

CHSE Odisha Class 11 Economics Solutions Unit 4 ଭାରତୀୟ ଅର୍ଥନୀତି ସାମ୍ନା କରୁଥିବା ସମସ୍ୟା

Question ୧୮।
ସ୍ଵର୍ଣ୍ଣଜୟନ୍ତୀ ଗ୍ରାମ୍ୟ ସ୍ଵରୋଜଗାର ଯୋଜନା କେବେ ଆରମ୍ଭ ହୋଇଥିଲା ?
(i) ୧୯୯୯
(ii) ୧୯୯୮
(iii) ୨୦୦୦
(iv) ୨୦୦୨
Answer:
(i) ୧୯୯୯

Question ୧୯।
କେଉଁ ବେକାରୀ ପ୍ରତିଭା ବହିର୍ଗମନ କରିଥାଏ ?
(i) ଶିକ୍ଷିତ
(ii) ପ୍ରଚ୍ଛନ୍ନ
(iii) ଚକ୍ରୀୟ
(iv) ସମସ୍ତଟି
Answer:
(i) ଶିକ୍ଷିତ

Question ୨୦।
ମୁଦ୍ରାସୀତି ନିୟନ୍ତ୍ରଣ ପାଇଁ କେଉଁ ନୀତି କାର୍ଯ୍ୟକାରୀ କରାଯାଇଥାଏ ?
(i)ମୌଦ୍ରିକ ନୀତି
(ii) ରାଜକୋଷୀୟ ନୀତି
(iii) ଉଭୟ ( i) ଓ (ii)
(iv) କୌଣସିଟି ନୁହେଁ
Answer:
(iii) ଉଭୟ ( i) ଓ (ii)

Question ୨୧।
କେଉଁ ବିକାଶଧାରା ପରିବେଶ ସୁରକ୍ଷା ଉପରେ ପ୍ରାଧାନ୍ୟ ଦେଇଥାଏ ?
(i) ଧାରଣୀୟ ବିକାଶ
(ii) ଆର୍ଥିକ ବିକାଶ
(iii) ସାମାଜିକ କଲ୍ୟାଣ
(iv) ସମସ୍ତଟି
Answer:
(i) ଧାରଣୀୟ ବିକାଶ

Question ୨୨।
ଧାରଣୀୟ ବିକାଶର ଲକ୍ଷ୍ୟ :
(i) ଉତ୍ତମ ପର୍ଯ୍ୟବରଣ
(ii) ପିଢ଼ି ପିଢ଼ି ମଧ୍ୟରେ ସମତା ରକ୍ଷା
(iii) ଜୀବନଧାରଣର ମାନଙ୍କ ଉନ୍ନତି
(iv) ସମସ୍ତଟି
Answer:
(iv) ସମସ୍ତଟି

Question ୨୩ ।
ବିଶ୍ଵତାପାୟନର ପ୍ରଭାବ :
(i) ଉଷ୍ଣ ପ୍ରଭାବ
(ii)ଚରମ ପାଣିପାଗ
(iii) ସବୁଜ କୋଠରୀ
(iv) ସମସ୍ତଟି
Answer:
(ii)ଚରମ ପାଣିପାଗ

CHSE Odisha Class 11 Economics Solutions Unit 4 ଭାରତୀୟ ଅର୍ଥନୀତି ସାମ୍ନା କରୁଥିବା ସମସ୍ୟା

Question ୨୪।
କେଉଁ ମୁଦ୍ରାସ୍ପିତି ଆର୍ଥିକ ବିକାଶ ସାପେକ୍ଷ :
(i) ମୃଦୁ ମୁଦ୍ରାଙ୍ଗୀତି
(ii) କ୍ଷୀପ୍ର ମୁଦ୍ରାସ୍ପତି
(iii) ଅଧ୍ବକ ମୁଦ୍ରାଙ୍ଗୀତି
(iv) ସମସ୍ତଟି
Answer:
(i) ମୃଦୁ ମୁଦ୍ରାଙ୍ଗୀତି

Question ୨୫।
ମୁଦ୍ରାସ୍ଵୀତିର କାରଣ :
(i) ସରକାରୀ ବ୍ୟୟ ବୃଦ୍ଧି
(ii) ଘରୋଇ ନିବେଶ ହ୍ରାସ
(iii) ଘରୋଇ ଉପଯୋଗ ହ୍ରାସ
(iv) ସମସ୍ତଟି
Answer:
(i) ସରକାରୀ ବ୍ୟୟ ବୃଦ୍ଧି

Question ୨୬।
ମୁଦ୍ରାଷ୍ଟୀତି ସମୟରେ କେଉଁମାନେ ଲାଭବାନ ହୋଇଥାନ୍ତି ?
(i) ଶ୍ରମିକ
(ii) ସ୍ଥିର ଆୟକାରୀ
(iii) ପୁଞ୍ଜିପତି
(iv) ସମସ୍ତଟି
Answer:
(iii) ପୁଞ୍ଜିପତି

Question ୨୭।
ମୁଦ୍ରାଷ୍ଟୀତି ନିୟନ୍ତ୍ରଣର ମୌଦ୍ରିକ ନୀତି :
(i) ଖୋଲା ବଜାର ଅଂଶଧନ ବିକ୍ରି
(ii) ବ୍ୟାଙ୍କ୍ ହାର ହ୍ରାସ
(ii) କରହାର ହ୍ରାସ
(iv) ସମସ୍ତଟି
Answer:
(i) ଖୋଲା ବଜାର ଅଂଶଧନ ବିକ୍ରି

Question ୨୮।
କେଉଁ ବେକାରୀ ପ୍ରତିଭା ବହିର୍ଗମନରେ ସହାୟକ ହୁଏ ?
(i) ଅର୍ଷବେକାରୀ
(ii) ଶିକ୍ଷିତ ବେକାରୀ
(iii) ପ୍ରଚ୍ଛନ୍ନ ବେକାରୀ
(iv) ସମସ୍ତଟି
Answer:
(i) ଅର୍ବବେକାରୀ

Question ୨୯।
ରାଜକୋଷୀୟ ନୀତିର ଉପାଦାନ :
(i) ସରକାରୀ ବ୍ୟୟ ହ୍ରାସ
(ii) ସରକାରୀ ବ୍ୟୟ ହ୍ରାସ
(iii) କରହାର ହ୍ରାସ
(iv) ସମସ୍ତଟି
Answer:
(iii) କରହାର ହ୍ରାସ

Question ୩୦।
କେନ୍ଦ୍ର ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଯୋଜନା :
(i) ମଧୁବାବୁ ଯୋଜନା
(ii) ସରକାରୀ ବ୍ୟୟ ବୃଦ୍ଧି
(iii) ମୋ କୁଡ଼ିଆ ଯୋଜନା
(iv) ସମସ୍ତଟି
Answer:
(ii)ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା

II. ନିମ୍ନୋକ୍ତ ଉକ୍ତିଗୁଡ଼ିକର ସଠିକତା ପ୍ରମାଣ କର । ଆବଶ୍ୟକ ସ୍ଥଳେ ରେଖାଙ୍କିତ ଅଂଶଗୁଡ଼ିକୁ ନ ବଦଳାଇ ଭ୍ରମ ସଂଶୋଧନ କର।
[Prove the correctness of the followings correct them if necessary you without changing words underlined]

Question ୧।
ଭାରତରେ ବେକାରୀ ଢାଞ୍ଚାଗତ ଅଟେ ।
Answer:
ସଠିକ୍

Question ୨।
ଦାରିଦ୍ର୍ୟର ତୀବ୍ରତା ମାପ କରିବା ପାଇଁ ଯେଉଁ କାଳ୍ପନିକ ରେଖା ଅଙ୍କନ କରାଯାଏ, ତାହାକୁ ଦାରିଦ୍ର୍ୟ ସୀମାରେଖା କୁହାଯାଏ ।
Answer:
ସଠିକ୍

Question ୩।
ଜନସଂଖ୍ୟା ହ୍ରାସ ଦାରିଦ୍ର୍ୟ ସମସ୍ୟାର କାରଣ ।
Answer:
ଜନସଂଖ୍ୟା ବୃଦ୍ଧି ଦାରିଦ୍ର୍ୟ ସମସ୍ୟାର କାରଣ ।

Question ୪।
ଭାରତରେ କୃଷି କ୍ଷେତ୍ରରେ ଚକ୍ରୀୟ ବେକାରୀ ଦେଖାଦିଏ ।
Answer:
ଭାରତରେ କୃଷି କ୍ଷେତ୍ରରେ ଛଦ୍ମବେଶୀ ବେକାରୀ ଦେଖାଦିଏ ।

Question ୫।
ଦିନକୁ ଦିନ ସର୍ବନିମ୍ନ ୮ ଘଣ୍ଟା ରୁ କମ୍ ସମୟ କାର୍ଯ୍ୟକାରୀ ଶ୍ରମିକଙ୍କୁ ଅର୍ଦ୍ଧ-ବେକାରୀ କୁହାଯାଏ ।
Answer:
ସଠିକ୍

CHSE Odisha Class 11 Economics Solutions Unit 4 ଭାରତୀୟ ଅର୍ଥନୀତି ସାମ୍ନା କରୁଥିବା ସମସ୍ୟା

Question ୬।
ମରୁଡ଼ି ପ୍ରବଣ ଅଂଚଳ ଯୋଜନା ୧୯୭୩ ମସିହାରେ କାର୍ଯ୍ୟକାରୀ ହୋଇଥିଲା ।
Answer:
ସଠିକ୍

Question ୭।
ଦରଦାମ୍ ସ୍ତରର କ୍ରମାଗତ ବୃଦ୍ଧିକୁ ମୁଦ୍ରାଙ୍ଗୀତି କୁହାଯାଏ ।
Answer:
ସଠିକ୍

Question ୮।
ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସ୍ ବୃଦ୍ଧି ବିଶ୍ବ ତାପାୟନର କାରଣ।
Answer:
ସଠିକ୍

Question ୯।
ଚରମ ପାଣିପାଗ ଧାରଣୀୟ ବିକାଶର କାରଣ ।
Answer:
ଚରମ ପାଣିପାଗ ବିଶ୍ଵତାପାୟନର କାରଣ ।

Question ୧୦।
ଧାରଣୀୟ ବିକାଶରେ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଏ ।
Answer:
ସଠିକ୍

Question ୧୧।
କେନ୍‌ସନ୍‌ଙ୍କ ମତରେ ମୁଦ୍ରାସ୍ପତି ଏକ ପୂର୍ଣ୍ଣ ନିୟୋଜନ ପର ସମସ୍ୟା ।
Answer:
ସଠିକ୍

Question ୧୨।
କ୍ଷୀପ୍ର ମୁଦ୍ରାସ୍ପତି ଦେଶର ଅର୍ଥ ବ୍ୟବସ୍ଥା ପାଇଁ ଅନୁକୂଳ ।
Answer:
କ୍ଷୀପ୍ର ମୁଦ୍ରାଙ୍ଗୀତି ଦେଶର ଅର୍ଥ ବ୍ୟବସ୍ଥା ପାଇଁ ହାନୀକାରକ ।

୧୩ । ବର୍ଷକୁ ସର୍ବନିମ୍ନ ୧୦୦ ଦିନରେ ମଜୁରି ଯୋଗାଇ ଦେବା ଜାତୀୟ ଗ୍ରାମରଈ ନିଶ୍ଚିତ ନିଯୁକ୍ତି ଯାଜନାର ଲକ୍ଷ୍ୟ ।
Answer:
ସଠିକ୍

Question ୧୪।
ମୁଦ୍ରାଙ୍ଗୀତି ସମୟରେ ମୁଦ୍ରାର ମୂଲ୍ୟ ବୃଦ୍ଧି ହୁଏ ।
Answer:
ମୁଦ୍ରାଙ୍ଗୀତି ସମୟରେ ମୁଦ୍ରାର ମୂଲ୍ୟ ହ୍ରାସ ହୁଏ ।

Question ୧୫।
ବ୍ୟାଙ୍କ୍ ହାର ବୃଦ୍ଧି କରି ମୁଦ୍ରାଙ୍ଗୀତି ଗତ ସମସ୍ୟାର ନିୟନ୍ତ୍ରଣ କରାଯାଏ ।
Answer:
ସଠିକ୍

III. ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟିରୁ ତିନୋଟି ବାକ୍ୟରେ ମଧ୍ୟରେ ଲେଖ।
[Answer the following questions within 2 to 3 Sentences in each case.]

Question ୧।
ଚରମ ଦାରିଦ୍ର୍ୟ (Absolute Poverty) କ’ଣ ?
Answer:
ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାର ଅକ୍ଷମତାକୁ ଚରମ ଦାରିଦ୍ର୍ୟ କୁହାଯାଏ । ଖାଦ୍ୟ, ବସ୍ତ୍ର, ବାସଗୃହ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକତା ପାଇବାରୁ ବଞ୍ଚିତ ବ୍ୟକ୍ତିମାନଙ୍କୁ ଚରମ ଦାରିଦ୍ର୍ୟ କୁହାଯାଏ ।

Question ୨।
ଆପେକ୍ଷିକ ଦାରିଦ୍ର୍ୟ (Relative Poverty) କ’ଣ ?
Answer:
ଦୁଇଜଣ ବ୍ୟକ୍ତି ବା ଦୁଇଟି ଗୋଷ୍ଠୀ ମଧ୍ୟରେ ଆୟ ଓ ସଂପଦ ବଣ୍ଟନର ଅସମନତାକୁ ଆପେକ୍ଷିକ ଦାରିଦ୍ର୍ୟ କୁହାଯାଏ । ଆପେକ୍ଷିକ ଦାରିଦ୍ର୍ୟ କହିଲେ ଆୟର ବୈଷମ୍ୟତାକୁ ବୁଝାଏ । ଏହା ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥାଏ ।

Question ୩।
ଦାରିଦ୍ର୍ୟର ସୀମରେଖା (Poverty Line) କ’ଣ ?
Answer:
ଦାରିଦ୍ର୍ୟର ତୀବ୍ରତା ମାପ କରିବା ପାଇଁ ସରକାରଙ୍କ ଦ୍ଵାରା ଅଙ୍କା ଯାଇଥବା କାଳ୍ପନିକରେଖାକୁ ଦାରିଦ୍ର୍ୟର ସୀମରେଖା କୁହାଯାଏ । ଏହାକୁ ରାଷ୍ଟ୍ରର ସର୍ବନିମ୍ନ ଜୀବନଧାରଣ ପାଇଁ ଆବଶ୍ୟକ ହେଉଥିବା ବ୍ୟୟକୁ ଆଧାର କରି ଦାରିଦ୍ୟର ସୀମାରେଖା ନିର୍ଦ୍ଧାରଣ କରାଯାଏ ।

Question ୪।
ବେକାରୀ (Unemployment) କାହାକୁ କୁହାଯାଏ ?
Answer:
କୌଣସି ଏକ ନିର୍ଦ୍ଦିଷ୍ଟ ବୃତ୍ତିରେ କାର୍ଯ୍ୟକରୁ ନ ଥିବା ବ୍ୟକ୍ତିଙ୍କୁ ବେକାରୀ କୁହାଯାଏ । ଅନ୍ୟ ଅର୍ଥରେ, ପ୍ରଚଳିତ ମଜୁରି ହାରରେ କାର୍ଯ୍ୟ କରିବା ପାଇଁ ଓ ସାମର୍ଥ୍ୟ ଥିଲେ ସୁଦ୍ଧା ନିଯୁକ୍ତି ନ ପାଇବାର ଅବସ୍ଥାକୁ ବେକାରୀ କୁହାଯାଏ ।

CHSE Odisha Class 11 Economics Solutions Unit 4 ଭାରତୀୟ ଅର୍ଥନୀତି ସାମ୍ନା କରୁଥିବା ସମସ୍ୟା

Question ୫।
ଅର୍ଷବେକାରୀ Under (Unemployment) କାହାକୁ କୁହାଯାଏ ?
Answer:
ନିଜର ଦକ୍ଷତା ଠାରୁ କମ୍ ଦକ୍ଷତା ଥ‌ିବା କିମ୍ବା ବର୍ଷକୁ ସର୍ବନିମ୍ନ ୨୭୩ ଦିନ କିମ୍ବା ଦିନକୁ ୮ ଘଣ୍ଟାରୁ କମ୍ ମୟ କାର୍ଯ୍ୟରତ ବ୍ୟକ୍ତିଙ୍କୁ ଅର୍ବବେକାରୀ କୁହାଯାଏ ।

Question ୬।
ପ୍ରଚ୍ଛନ୍ନ ବେକାରୀ (Distinguished Unemployment) କ’ଣ ?
Answer:
ପ୍ରଚ୍ଛନ୍ନ ବେକାରୀ କହିଲେ କୃଷିକ୍ଷେତ୍ରରେ ଶ୍ରମିକମାନେ କାର୍ଯ୍ୟରତ ବୋଲି ଜଣା ପଡୁଥିଲେ ସୁଦ୍ଧା ବାସ୍ତବ କ୍ଷେତ୍ରରେ ସେମାନେ କାର୍ଯ୍ୟରତ ନୁହଁନ୍ତି । ଏହାର କାରଣ ହେଲା ଏହି ବାଳକ ଶ୍ରମିକକୁ କାର୍ଯ୍ୟକ୍ଷେତ୍ରରୁ କାଢ଼ି ନେଲେ ସୁଦ୍ଧା, ମୋଟ ଉତ୍ପାଦନର ପରିବର୍ତ୍ତନ ହୁଏ ନାହିଁ । ଏହି ଶ୍ରମିକମାନଙ୍କର ସୀମାନ୍ତ ଉତ୍ପନ୍ନ ଶୂନ୍ୟ ।

Question ୭।
ମୁଦ୍ରାସ୍ପତି (Inflation) କ’ଣ ?
Answer:
ସାଧାରଣ ଅର୍ଥରେ ଦରଦାମ ସ୍ତରର ବୃଦ୍ଧିରେ ମୁଦ୍ରାସ୍ପତି କୁହାଯାଏ । ଅର୍ଥଶାସ୍ତ୍ରରେ ମୁଦ୍ରାଙ୍ଗୀତି କହିଲେ ଦରଦାମ୍ ସ୍ତରର ଧାରାବାହିକ ବୃଦ୍ଧି ଏବଂ ମୁଦ୍ରାର ମୂଲ୍ୟର ହ୍ରାସକୁ ବୁଝାଏ ।

Question ୮।
ବିଶ୍ଵତାପାୟନ (Global Warming) କ’ଣ ?
Answer:
ପୃଥ‌ିବୀର ବାୟୁମଣ୍ଡଳ ଓ ମହାସାଗରର ହେଉଥ‌ିବା କ୍ରମାଗତ ହାରାହାରି ଉତ୍ତାପ, ବୃଦ୍ଧିକୁ ବିଶ୍ଵ ତାପାୟନ କୁହାଯାଏ । ପ୍ରଦୂଷିତ, ପରିବେଶ ଯୋଗୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ, ମିଥେନ୍, ଓଜନ୍ ଗ୍ୟାସ୍ ଇତ୍ୟାଦିର ମାତ୍ରାତ୍ମକ ବୃଦ୍ଦି ବିଶ୍ଵତାପାୟନର ମୁଖ୍ୟ କାରଣ ।

Question ୯।
ଧାରଣୀୟ ବିକାଶର ଦୁଇଟି ସୂଚକ (Indicators) ଲେଖ ।
Answer:
ଧାରଣୀୟ ବିକାଶର ଦୁଇଟି ସୂଚକ ହେଲା-
(୧) ରାଷ୍ଟ୍ର ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ିଙ୍କ ଆଶା ଓ ଆବଶ୍ୟକତା ପୂରଣ କରିବାରେ କେତେ ସକ୍ଷମ ତାହା ଧାରଣୀୟ ବିକାଶର ସୂଚକର ସ୍ପଷ୍ଟ ହୁଏ ।
(୨) ଏହା ସରକାରଙ୍କୁ ଧାରଣୀୟ ବିକାଶ ନିମନ୍ତେ ନୀତି ନିର୍ଦ୍ଧାରଣ ନିମନ୍ତେ ସହାୟକ ହୁଏ ।

Question ୧୦।
ବିଶ୍ବ ତାପାୟନର ଦୁଇଟି କାରଣ (Causes) ଦର୍ଶାଅ ।
Answer:
ବିଶ୍ଵ ତାପାୟନର ଦୁଇଟି କାରଣ ହେଲା–
(୧) ଜଙ୍ଗଲ ଅବକ୍ଷୟ ଯୋଗୁଁ ବିଶ୍ବ ତାପାୟାନ ସମସ୍ୟା ସୃଷ୍ଟି ହୋଇଥାଏ ।
(୨) ପ୍ରାକୃତିକ ଇନ୍ଧନର ଅତ୍ୟଧିକ ଦହନ ଯୋଗୁଁ ବିଶ୍ବ ତାପାୟନଗତ ସମସ୍ୟା ସୃଷ୍ଟି ହୁଏ ।

Question ୧୧।
ମୁଦ୍ରାଷ୍ଟୀତିର ଦୁଇଟି କାରଣ ଲେଖ ।
Answer:
ମୁଦ୍ରାଙ୍ଗୀତିର ଦୁଇଟି କାରଣ ହେଲା-
(୧) ସରକାରୀ ବ୍ୟୟରେ ବୃଦ୍ଧି ଫଳରେ ଦେଶରେ ଦରଦାମ୍ ସ୍ତରରେ ବୃଦ୍ଧି ହୋଇଥାଏ।
(୨) ଘରୋଇ ବ୍ୟକ୍ତିଗତ ବ୍ୟୟରେ ବୃଦ୍ଧି ଫଳରେ ମୁଦ୍ରାଙ୍ଗୀତିଗତ ସମସ୍ୟା ସୃଷ୍ଟି ହୋଇଥାଏ।

Question ୧୨।
ଚାହିଦା ମୁଦ୍ରାସ୍ପତି(Demand Pull-Inflation) କ’ଣ ?
Answer:
ଦ୍ରବ୍ୟର ଯୋଗାଣ ତୁଳନାରେ ଫଳପ୍ରଦ ଚାହିଦାର ଅଧିକ ହେଲେ ଦେଶରେ ଚାହିଦା ମୁଦ୍ରାଷ୍ଟୀତି ସୃଷ୍ଟି ହୋଇଥାଏ । ଘରୋଇ ଉପଭୋଗ ବ୍ୟୟ, ଘରୋଇ ନିବେଶ ବ୍ୟୟ ଓ ସରକାରୀ ବ୍ୟୟ ଇତ୍ୟାଦିର ବୃଦ୍ଧି ଯୋଗୁଁ ଚାହିଦା ମୁଦ୍ରାଷ୍ଟୀତି ସୃଷ୍ଟି ହୋଇଥାଏ।

Question ୧୩।
ଧାରଣୀୟ ବିକାଶ (Sustainable Development) କାହାକୁ କୁହାଯାଏ ?
Answer:
ଭବିଷ୍ୟତ ପୀଢ଼ିର ସ୍ଵାର୍ଥକୁ ଜଳାଞ୍ଜଳି ନ ଦେଇ ବର୍ତ୍ତମାନ ପୀଢ଼ି ପାଇଁ ଉନ୍ନତ ମାନର ଜୀବନଧାରଣ ବ୍ୟବସ୍ଥା କରିବାକୁ ଧାରଣୀୟ ବିକାଶ କୁହାଯାଏ । ପ୍ରାକୃତିକ ସଂପଦର ଅବକ୍ଷୟ ନ କରି ବିକାଶର ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ହିଁ ଧାରଣୀୟ ବିକାଶ । ଏହି ବିକାଶ ପରିବେଶ ସୁରକ୍ଷା ଉପରେ ପ୍ରାଧାନ୍ୟ ଦେଇଥାଏ ।

Question ୧୪।
ପ୍ରକାଶ୍ୟ ବେକାରୀ (Open Unemployment) କ’ଣ ?
Answer:
ଯେଉଁ ବେକାରୀ ଜାଣି ହୁଏ ଏବଂ ଯାହାର ତୀବ୍ରତା ସଂଖ୍ୟାରେ ଆକଳନ କରାଯାଇପାରେ, ତାହାକୁ ପ୍ରକାଶ୍ୟ ବେକାରୀ କୁହାଯାଏ । ଯେଉଁମାନେ ବର୍ତ୍ତମାନ କାର୍ଯ୍ୟରତ ନୁହନ୍ତି ଏବଂ ଫଳପ୍ରଦ ନିଯୁକ୍ତି ପାଇଁ ଚେଷ୍ଟିତ, ସେମାନେ ପ୍ରକାଶ୍ୟ ବେକାରୀର ଅନ୍ତର୍ଭୁକ୍ତ ।

CHSE Odisha Class 11 Economics Solutions Unit 4 ଭାରତୀୟ ଅର୍ଥନୀତି ସାମ୍ନା କରୁଥିବା ସମସ୍ୟା

Question ୧୫।
ପ୍ରାବିଧ‌ିକ ବେକାରୀ (‘Technological Unemployment) କ’ଣ ?
Answer:
ପ୍ରାବିଧ‌ିକ ଜ୍ଞାନର ପରିବର୍ତ୍ତନ ଫଳରେ ସୃଷ୍ଟ ବେକାରୀକୁ ପ୍ରାବିଧ‌ିକ ବେକାରୀ କୁହାଯାଏ । ଉତ୍ପାଦନ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ ଅପେକ୍ଷାକୃତ କମ୍ ଶ୍ରମିକ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ । ଫଳରେ ପ୍ରାବିଧ‌ିକ ବେକାରୀ ଦେଖାଯାଏ ।

Question ୧୬।
ଋତୁଭିଭିକ ବା ଋତୁକାଳୀନ ବେକାରୀ (Seasonal Unemployment) କ’ଣ ?
Answer:
ଯେଉଁ ବେକାରୀ ଋତୁକୈନ୍ଦ୍ରିକ ଓ ଋତୁ ପରିବର୍ତ୍ତନ ଦ୍ବାରା ସୃଷ୍ଟି ହୋଇଥାଏ, ତାହାକୁ ଋତୁଭିଭିକ ବା ଋତୁକାଳୀନ ବେକାରୀ କୁହାଯାଏ । ଏ ପ୍ରକାରର ବେକାରୀ ସାଧାରଣତଃ କୃଷିକ୍ଷେତ୍ରରେ ଦେଖାଯାଏ ।

Question ୧୭।
ଚକ୍ରୀୟ ବେକାରୀ (Cyclical Unemployment) କ’ଣ ?
Answer:
ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥାରେ ବାଣିଜ୍ୟିକ ଚକ୍ର (Business Cycle) ର ପରିବର୍ତ୍ତନ ଯୋଗୁଁ ଯେଉଁ ବେକାରୀ ସୃଷ୍ଟି ହୁଏ ତାହାକୁ ଚକ୍ରୀୟ ବେକାରୀ କୁହାଯାଏ । ବାଣିଜ୍ୟିକ ଚକ୍ରର ନିମ୍ନ ପ୍ରବାହ (down swing) ଯୋଗୁଁ ଉତ୍ପାଦନ, ବିନିଯୋଗ, ଦର ଇତ୍ୟାଦିର ପରିବର୍ତ୍ତନୀୟ ହ୍ରାସ ପାଏ ଏବଂ ଅର୍ଥ ବ୍ୟବସ୍ଥାରେ ବେକାରୀ ସମସ୍ୟା ସୃଷ୍ଟି ହୁଏ । ତେଣୁ ଏହି ପ୍ରକାରର ବେକାରୀକୁ ଚକ୍ରୀୟ ବେକାରୀ କୁହାଯାଏ ।

Question ୧୮।
ଭାରତରେ ବେକରୀ ସମସ୍ୟା ବୃଦ୍ଧିର ଦୁଇଟି କାରଣ ଦର୍ଶାଅ ।
Answer:
ଭାରତରେ ବେକାରୀ ସମସ୍ୟା ବୃଦ୍ଧି ଦୁଇଟି କାରଣ ହେଲା-
(୧) ଜନ ବିସ୍ଫୋରଣ ଏବଂ
(୨) ମନ୍ଥର ଆର୍ଥ ଅଭିବୃଦ୍ଧି ହାର ।

Question ୧୯।
ଜାତୀୟ ଗ୍ରାମାଞ୍ଚଳ ନିଶ୍ଚିତ ନିଯୁକ୍ତି ଯୋଜନା (NREGA)କ’ଣ ?
Answer:
ପ୍ରତ୍ୟେକ ଗ୍ରାମ୍ୟ ପରିବାରର ଜଣେ ବୟସ୍କ ବ୍ୟକ୍ତିଙ୍କୁ ଅନୂନ ୧୦୦ ଦିନ ମଜୁରି ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଯେଉଁ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ହାତୁକ ଦେଇଛନ୍ତି, ତାହାକୁ NREGA କୁହାଯାଏ । ୨୦୦୪ ମସିହାରେ ପ୍ରବର୍ତ୍ତିତ ଖାଦ୍ୟ ପାଇଁ କାମ ଯୋଜନାକୁ 2005-06 ବାର୍ଷିକ ବଜେଟ୍‌ରେ MGNRIGAରେ ପରିବର୍ତ୍ତନ କରାଯାଇଥିଲା ।

Question ୨୦।
ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (EAS)କ’ଣ ?
Answer:
ଗ୍ରାମାଞ୍ଚଳର ଅଣକୁଶଳୀ ଶ୍ରମିକମାନଙ୍କୁ ଅନ୍ୟୁନ ୧୦୦ ଦିନ ପାଇଁ ନିଶ୍ଚିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଯେଉଁ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ତାହାକୁ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା କୁହାଯାଏ । ଏହି କାର୍ଯ୍ୟକ୍ରମରେ ପ୍ରତି ପରିବାରର ଦୁଇଜଣ (୧୮ ବର୍ଷରୁ ୬୦ ବର୍ଷ ସୀମା ମଧ୍ୟରେ) ନିଯୁକ୍ତି ପ୍ରଦାନ ।ପଇଁ ଏହି କାର୍ଯ୍ୟକ୍ରମ ପ୍ରତିଶ୍ରୁତିବଦ୍ଧ ।

Question ୨୧।
ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା (PMRY)କ’ଣ ?
Answer:
ସହରାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ୧୯୯୩ ମସିହା ଅକ୍ଟୋବର ୨ ତାରିଖ ଦିନ କେନ୍ଦ୍ର ସରକାର ଯେଉଁ ନିଯୁକ୍ତି ସୃଷ୍ଟି ଯୋଜନା ଘୋଷଣା କରିଥିଲେ, ତାହାକୁ ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା (PMRY) କୁହାଯାଏ । ୧୯୯୪ ଏପ୍ରିଲ ମାସ ୧ ତାରିଖଠାରୁ ଏହି ଯୋଜନା ଗ୍ରାମାଞ୍ଚଳକୁ ମଧ୍ଯ ସଂପ୍ରସାରିତ ହୋଇଥିଲା । ଢାଞ୍ଚାଗତ ସୁବିଧାର ବିକାଶ ଘଟାଉଥିବା ମଜୁରିଭିତ୍ତିକ କର୍ମସଂସ୍ଥାନ ଜରିଆରେ ଗରିବ ଲୋକମାନଙ୍କୁ ଜୀବିକା ସୁନିଶ୍ଚିତ କରିବା ହେଉଛି MGNREGA ର ଲକ୍ଷ୍ୟ । ଦାରିଦ୍ର୍ୟ ସୀମରେଖା ତଳେ ବସବାସ କରୁଥିବା ପରିବାରର ଅନ୍ତତଃ ଜଣେ ସଦସ୍ୟଙ୍କୁ ବର୍ଷକୁ ସର୍ବନିମ୍ନ ୧୦୦ ଦିନର କର୍ମସଂସ୍ଥାନ ଯୋଗାଇ ଦେଇ ପ୍ରାକୃତିକ ସଂପଦର ବିକାଶ ଘଟାଇବା ସହିତ ହିତାଧ୍ଧକାରୀଙ୍କ ଆର୍ଥିକ ବିକାଶ ଘଟାଇବା ଏହି ଯୋଜନାର ଲକ୍ଷ୍ୟ । ଏଥରେ ନିଜ ଗ୍ରାମର ୫ କି.ମି. ପରିଧ୍ଵ ମଧ୍ୟରେ କର୍ମସଂସ୍ଥାନ ଯୋଗାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଉପଯୁକ୍ତ ବ୍ୟକ୍ତିଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବାରେ ବିଫଳ ହେଲେ ସେମାନଙ୍କୁ ବେକାରୀ ଭତ୍ତା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।

Question ୩ ।
ପ୍ରଧାନମନ୍ତ୍ରୀ ଗ୍ରାମୋଦୟ ଯୋଜନା (PMGY)
Answer:
ପ୍ରଧାନମନ୍ତ୍ରୀ ଗ୍ରାମୋଦୟ ଯୋଜନା (PMGY) 2000-01 ଆର୍ଥିକ ବର୍ଷରେ ପ୍ରଣୟନ କରାଯାଇଥିଲା । ପାଞ୍ଚଟି ନିର୍ଦ୍ଦିଷ୍ଟ କ୍ଷେତ୍ରର ଉନ୍ନତି ମାଧ୍ୟମରେ ଗ୍ରାମାଞ୍ଚଳ ଉନ୍ନୟନ ଏହି ଯୋଜନାର ଲକ୍ଷ୍ୟ । ଏହି କ୍ଷେତ୍ରଗୁଡ଼ିକ ହେଲା- ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ବାସୋପଯୋଗୀ ଗୃହ ଓ ଗ୍ରାମ୍ୟ ସଡ଼କ । ଗ୍ରାମାଞ୍ଚଳ ଦରିଦ୍ରମାନଙ୍କର ଜୀବନଧାରଣ ମାନରେ ଉନ୍ନତି ପାଇଁ ଏହି ଯୋଜନା ଗୁରୁତ୍ବ ଆରୋପ କରିଥିଲା ।

Question ୪।
ସ୍ଵର୍ଣ୍ଣଜୟନ୍ତୀ ଗ୍ରାମ ସ୍ଵରୋଜଗାର ଯୋଜନା (SJGSY)।
Answer:
ସମଗ୍ର ଗ୍ରାମୀଣ ଆତ୍ମନିଯୁକ୍ତି ଯୋଜନାକୁ ଏକତ୍ର କରି ଭାରତ ସରକାର ୧୯୯୯ ଏପ୍ରିଲ୍ ୧ ତାରିକ ଦିନ ସ୍ଵର୍ଣ୍ଣ ଜୟନ୍ତୀ ଗ୍ରାମୀଣ ସ୍ଵରୋଜଗାର ଯୋଜନର ଶୁଭାରମ୍ଭ କରିଥିଲେ । ସମସ୍ତ ହିତାଧିକାରୀ ମାସିକ ଅନ୍ୟୁନ ୨୦୦୦ ଟଙ୍କା ରୋଗାର କରିବା ଉଦ୍ଦେଶ୍ୟରେ ଏହି ଯୋଜନା ଆରମ୍ଭ କରାଯାଇଥିଲା । ସମସ୍ତ ହିତାଧିକାରୀଙ୍କୁ ସିଲେଇ ମେସିନ୍, ଗାଈ, ଶଗଡ଼ ଇତ୍ୟାଦି ଆୟ ପ୍ରଦାନକାରୀ ପରିସଂପତ୍ତି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲା । ଏହି ଯୋଜନାରେ ବ୍ୟୟ ରାଶିର ୭୫ ପ୍ରତିଶତ କେନ୍ଦ୍ର ସରକାର ଏବଂ ଅବଶିଷ୍ଟ ୨୫ ପ୍ରତିଶତ ରାଜ୍ୟ ସରକାର ବହନ କରିବାର ବ୍ୟବସ୍ଥା କରାଯିଛି ।

CHSE Odisha Class 11 Economics Solutions Unit 4 ଭାରତୀୟ ଅର୍ଥନୀତି ସାମ୍ନା କରୁଥିବା ସମସ୍ୟା

Question ୫।
ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା (PMRY)।
Answer:
ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା (PMRY) ସହରାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାପାଇଁ ୧୯୯୩ ମସିହା ଅକ୍ଟୋବର ୨ ତାରିଖ ଦିନ ଆରମ୍ଭ କରାଯାଇଥିଲା । ୧୯୯୪ ମସିହା ଏପ୍ରିଲ୍ ୧ ତାରିଖଠାରୁ ଏହି ଯୋଜନାରୁ ଗ୍ରାମାଞ୍ଚଳକୁ ମଧ୍ଯ ସଂପ୍ରସାରଣ କରାଯାଇଥିଲା । ବର୍ତ୍ତମାନ ଭାରତରେ ଅଧିକାଂଶ ଯୁବତ-ଯୁବତୀ ଏହି ଯୋଜନା ଦ୍ଵାରା ଆତ୍ମନିଯୁକ୍ତିର ସୁଯୋଗ ପାଇ ସାରିଛନ୍ତି । ସରକାର ଏହି ଯୋଜନାର ହିତାଧ୍ଵରୀମାନଙ୍କୁ ରିହାତି ସହିତ ଋଣ ଯୋଗାଇ ଦେଇଥାନ୍ତି ।

Question ୬।
ଜବାହର ରୋଜଗାର ଯୋଜନା (JRY)।
Answer:
ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କୁ ମଜୁରିଭିଭିକ ନିଯୁକ୍ତି ଯୋଗାଇଦେବା ଲକ୍ଷ୍ୟରେ ସରକାର ୧୯୮୯ ମସିହାରେ ଜବାହର ରୋଜଗାର ଯୋଜନାର ଶୁଭାରମ୍ଭ କରିଥିଲେ । ଗ୍ରାମୀଣ ନିଯୁକ୍ତି ଯୋଜନା ଓ ଗ୍ରାମ୍ୟ ଭୂମିହୀନ ନିଶ୍ଚିତ ନିଯୁକ୍ତି ଯୋଜନାକୁ ମିଶାଇ ଜବାହର ରୋଜଗାର ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଏହା ଜବାହର ରୋଜଗାର ଯୋଜନା ଭାବରେ ଗ୍ରାମାଞ୍ଚଳର ବିକାଶ ପାଇଁ କାର୍ଯ୍ୟ କଲା । ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ଅତି କମ୍‌ରେ ଜଣକୁ କର୍ମସଂସ୍ଥାନ ଯୋଗାଇ ଦେବା ଏହି ଯୋଜନାର ଲକ୍ଷ୍ୟ ଥିଲା । ଏହି ଯୋଜନାର ପରିଚାଳନା ଗ୍ରାମପଞ୍ଚାୟତ ଦ୍ବାରା କରାଯିବାର ବ୍ୟବସ୍ଥା କରାଗଲା । ମୋଟ୍ ବ୍ୟୟର ୮୦ ପ୍ରତିଶତ କେନ୍ଦ୍ର ସରକାର ଯୋଗାଇ ଦେବାର ବ୍ୟବସ୍ଥା ରହିଲା।

Question ୭।
ଆତ୍ମନିଯୁକ୍ତି ପାଇଁ ଗ୍ରାମ୍ୟ ଯୁବକ ତାଲିମ (TRYSEM)।
Answer:
ଗ୍ରାମାଞ୍ଚଳର ବେକାର ଯୁବକ ଓ ଯୁବତୀମାନଙ୍କ ପାଇଁ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ୟୋରେ ଭାରତ ସରକାର ୧୯୭୯ ମସିହା ଅଗଷ୍ଟ ୧୫ ତାରିଖ ଦିନ ଆତ୍ମନିଯୁକ୍ତି ପାଇଁ ଗ୍ରାମ୍ୟ ଯୁବକ ତାଲିମ ଯୋଜନା ପ୍ରବର୍ତ୍ତନ କରିଥଲେ । ଦାରିଦ୍ର୍ୟର ସୀମରେଖା ତଳେ ରହୁଥିବା ବେକାର ଶିକ୍ଷିତ ଯୁବଗୋଷ୍ଠୀଙ୍କୁ ପ୍ରାବିଧ‌ିକ ଜ୍ଞାନକୌଶଳର ତାଲିମ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ପ୍ରତ୍ୟେକ ତାଲିମପ୍ରାପତ ଯୁବକ-ଯୁବତୀଙ୍କ ନିଜ ତାଲିମ ଅନୁସାରେ ବିତ୍ତୀୟ ସାହାଯ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲା । ଏଥିରେ ୪୦ ପ୍ରତିଶତ ହିତାଧ୍ଵକାରୀ ମହିଳା ହେବାର ବ୍ୟବଧାନ କରାଯାଇଥିଲା । ଏହି ଯୋଜନା ୧୯୯୯ ମସିହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲା ।

Question ୮।
ସମନ୍ବିତ ଗ୍ରାମ୍ୟ ଉନ୍ନୟନ ଯୋଜନା (IRDP)।
Answer:
ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଭାରତ ସରକାର ୧୯୭୮-୭୯ ମସିହାରେ ୫,୧୧୧ଟି ବ୍ଲକ୍ ସମନ୍ବିତ ଗ୍ରାମ୍ୟ ଉନ୍ନୟନ ଯୋଜନା କାର୍ଯ୍ୟକାରୀ କରିଥିଲେ । ଏହି ଯୋଜନା କୃଷି, ଜଙ୍ଗଲ, ମାଛ ଚାଷ, କ୍ଷୁଦ୍ର ଓ କୁଟୀର ‘ଶିଳ୍ପ, ରାସ୍ତା ନିର୍ମାଣ ଇତ୍ୟାଦି କେତେକ ପ୍ରଧାନ କ୍ଷେତ୍ର ଉନ୍ନୟନ ହାତକୁ ନେଇଥିଲା । IRDE ମାଧ୍ୟମରେ ଦାରିଦ୍ର୍ୟର ସୀମରେଖା ତଳେ ଥିବା ଲୋକମାନଙ୍କୁ ଅର୍ଥ ଉପାର୍ଜନ କାରୀ ପରିସଂପତ୍ତି ଋଣ ଓ ସରକାରୀ ରିହାତି ଆକାରରେ ଯୋଗାଇ ଦିଆଗଲା । ସରକାରୀ ସହାୟତାରେ ପରିମାଣ ମୋଟ ଋଣର ୫୧
ପ୍ରତିଶତରୁ ୭୫ ପ୍ରତିଶତ ମଧ୍ୟରେ ସୀମିତ ରଖାଗଲା । ୧୯୯୪ ମସିହା ଏପ୍ରିଲ୍ ଏକ ତାରିଖଠାରୁ ଏହି ଯୋଜନା କାର୍ଯ୍ୟକାରୀ ହେଉ ନାହିଁ ।

Question ୯।
ପ୍ରଚ୍ଛନ୍ନ ବେକାରୀ (Disguised Unemployment)।
Answer:
ପ୍ରଚ୍ଛନ୍ନ ବେକାରୀ ଲୁକ୍‌କାୟିତ ବେକାରୀ । ଏହାକୁ ମଧ୍ୟ ଛଦ୍ମବେଶୀ ବେକାରୀ କୁହାଯାଏ । ଯେତେବଳେ ଜଣେ ଶ୍ରମିକ କାର୍ଯ୍ୟକ୍ଷମ ଭଳି ଲାଗୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ସେ କାର୍ଯ୍ୟକ୍ଷମ ନୁହେଁ, ତାହାକୁ ଛଦ୍ମବେଶୀ ବେକାରୀ କୁହାଯାଏ । ଏହାର ଅର୍ଥ ହେଲା କୃଷିକ୍ଷେତ୍ରରେ ଆବଶ୍ୟକଠାରୁ ଅଧ‌ିକ ଶ୍ରମିକ କାର୍ଯ୍ୟରତ, ସେହି ବଳକା ଶ୍ରମିକଙ୍କୁ କୃଷି କ୍ଷେତ୍ରରୁ ବାହାର କରିଦେଲେ, ମୋଟ ଉତ୍ପାଦନରେ କୌଣସି ପରିବର୍ତ୍ତନ ହେବ ନାହିଁ । କୃଷିକ୍ଷେତ୍ରରେ କାର୍ଯ୍ୟରତ ଏହି ବଳକା ଶ୍ରମିକଙ୍କର (କୃଷକ) ସୀମାନ୍ତ ଉତ୍ପନ୍ନ ଶୂନ୍ୟ । ତେଣୁ ଛଦ୍ମବେଶୀ ମାନବ ସମ୍ବଳରର ଅପଚୟ ଘଟାଇଥାଏ ।

Question ୧୦।
ଅର୍ଥବେକାର (Under Empoloyment)।
Answer:
ଅର୍ବବେକାରୀ ଏଭଳି ଏକ ବ୍ୟବସ୍ଥା, ଯେଉଁଥିରେ ନିଯୁକ୍ତି ବ୍ୟକ୍ତି ନିଜ ଦକ୍ଷତା ଅନୁସାରେ ନିଯୁକ୍ତି ପାଇ ନ ଥାଏ । ଉଦାହରଣ ସ୍ଵରୂପ, ଜଣେ P.G. ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ର ରାତ୍ର ଜଗୁଆଳିରରେ କାମ କରେ, ତେବେ ତାଙ୍କୁ ଅର୍ବବେକାରୀ ବୋଲି କୁହାଯିବ । ପୁନଶ୍ଚ ଯଦି ଜଣେ ବ୍ୟକ୍ତି ପୂର୍ଣ୍ଣ ସମୟ ପାଇଁ ନିୟୋଜିତ ହେବାର ସୁଯୋଗ ପାଇ ନ ଥାଏ, ତେବେ ସେ ଅର୍ଷବେକାରୀ ଶ୍ରେଣୀଭୁକ୍ତ ହେବ । ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥାଦ୍ଵାରା ପ୍ରଦତ୍ତ ସଂଜ୍ଞା ଅନୁସାରେ ଯେଉଁ ବ୍ୟକ୍ତି ବର୍ଷକୁ ୨୭୩ ଦିନରୁ କମ୍ କିମ୍ବା ଦିନକୁ ୮ ଘଣ୍ଟାରୁ କମ୍ କାର୍ଯ୍ୟ କରୁଥିବା ବ୍ୟକ୍ତି ଅର୍ବବେକାର । ଅର୍ଦ୍ଧ
ବେକାରୀ ପ୍ରତିଭା ବହିର୍ଗମନ ପାଇଁ ପଥ ପରିଷ୍କାର କରିଥାଏ ।

Question ୧୧।
ପ୍ରକାଶ୍ୟ ବେକାରୀ (Open Unempolyment)।
Answer:
ଯେଉଁ ବୋକରୀ ପ୍ରକାଶ୍ୟ ବା ଜାଣିହୁଏ ତାହାକୁ ପ୍ରକାଶ୍ୟ ବେକାରୀ କୁହାଯାଏ । ଏହି ବେକାରୀର ତୀବ୍ରତା ସଂଖ୍ୟାରେ ଆକଳନ କରାଯାଇପାରେ । ଯେଉଁମାନେ ବର୍ତ୍ତମାନ କାର୍ଯ୍ୟରତ ନୁହନ୍ତି ଏବଂ ଫଳପ୍ରଦ ନିଯୁକ୍ତି ପାଇଁ ଚେଷ୍ଟିତ, ସେମାନେ ପ୍ରକାଶ୍ୟ ବେକାରୀର ଅନ୍ତର୍ଭୁକ୍ତ । ତେଣୁ ଇଚ୍ଛା ଓ ସାମର୍ଥ୍ୟ ଥାଇ ମଧ୍ୟ ନିଯୁକ୍ତି ନ ପାଇବାର ଅବସ୍ଥା ବେକାରୀ । ଏହା ସାଧାରଣତଃ ସହରାଞ୍ଚଳରେ ଦୃଷ୍ଟିଗୋଚର ହୋଇଥାଏ । ଏକ କର୍ମଯୋଗାଣ କେନ୍ଦ୍ରରେ ପଞ୍ଜୀକୃତ ହୋଇଥିବା ସମସ୍ତ ନାମ ପ୍ରକାଶ୍ୟ ବେକାରୀ ଶ୍ରେଣୀର ।

Question ୧୨।
ସଂରଚନାତ୍ମକ ବେକାରୀ (Structural Unemployment)|
Champion
Answer:
ଅର୍ଥ ବ୍ୟବସ୍ଥାରେ ଢାଞ୍ଚାଗତ ପରିବର୍ତ୍ତନ ଫଳରେ ସୃଷ୍ଟି ହେଉଥ‌ିବା ବେକାରୀକୁ ସଂରଚନାତ୍ମକ ବେକାରୀ କୁହାଯାଏ । ଶ୍ରମ ଯୋଗାଣ ସହ ତାଳ ଦେଇ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ରାଷ୍ଟ୍ରର ଅକ୍ଷମତା ଏହି ବେକାରୀକୁ ଜନ୍ମ ଦେଇଥାଏ । ଆବଶ୍ୟକ ଆଧାରିକ ସଂରଚନାର ଅଭାବ ସଂରଚନାଗତ ବେକାରୀର ମୁଖ୍ୟ କାରର । ଏହା ଅର୍ଥବ୍ୟବସ୍ଥାର ଏକ ସ୍ଥାୟୀ ସମସ୍ୟା । ଏହାର ମୁକାବିଲା ପାଇଁ ଅର୍ଥ ବ୍ୟବସ୍ଥାରେ ଢାଞ୍ଚାଗତ ପରିବର୍ତ୍ତନ ଆବଶ୍ୟକ । ଭାରତରେ ମୁଖ୍ୟତଃ ସଂଚରନାତ୍ମକ ବେକାରୀ ଦେଖାଦିଏ ।

Question ୧୩ ।
ପ୍ରାବିଧ୍ଵକ ବେକାର (Technological Unemployment)।
Answer:
ପ୍ରାବିଧ‌ିକ ଜ୍ଞାନର ଅଭାବରେ ସୃଷ୍ଟ ବେକାରୀକୁ ପ୍ରାବିଧ‌ିକ କୁହାଯାଏ । ଉତ୍ପାଦନ କ୍ଷେତ୍ରରେ ଉନ୍ନତ ପ୍ରାବିଧ‌ିକ ଜ୍ଞାନର ଉପଯୋଗ ଅପେକ୍ଷାକୃତ କମ୍ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ । ଅନେକ କ୍ଷେତ୍ରରେ ନୂତନ ପ୍ରାବିଧ‌ିକ ଜ୍ଞାନ ସହିତ ନିଜକୁ ପରିବର୍ତ୍ତନ କରି ନ ପାରି ଶ୍ରମିକମାନେ ବେକାର ହେବାକୁ ବାଧ୍ୟ ହୁଅନ୍ତି । ଯଦି ପ୍ରାବିଧ‌ିକ ଜ୍ଞାନ ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯାଏ, ତେବେ ପ୍ରାବିଧ‌ିକ ବେକାରୀ ସମସ୍ୟା ଦୂର ହୋଇଥାଏ ।

Question ୧୪।
ଶିକ୍ଷିତ ବେକାରୀ (Educated Unemployment)।
Answer:
ଶିକ୍ଷିତ ଲୋକମାନେ ନିୟୋଜନ ନ ପାଇବା ଅବସ୍ଥାକୁ ଶିକ୍ଷିତ ବେକାରୀ କୁହାଯାଏ । ଏହା ଏକ ମୁକ୍ତ ବେକାରୀ । ଏଥରେ ଜଣେ ନିଜ ଶିକ୍ଷାଗତ ଯୋଗ୍ୟତ୍ୟ ଅନୁସାରେ ନିଯୁକ୍ତି ପାଇବାକୁ ବଞ୍ଚିତ ହୋଇଥାଏ । ଭାରତୀୟ ଶିକ୍ଷା ବୃତ୍ତିକୈନ୍ଦ୍ରିକ ନ ହୋଇଥିବାରୁ ଶିକ୍ଷିତ ବେକାରୀ ଭାରତରେ ସାଧାରଣତଃଭାବେ ଦେଖାଯାଏ । ଏହା ପ୍ରତିଭା ବହିର୍ଗମନ (Brain drain) କରିଥାଏ ।

CHSE Odisha Class 11 Economics Solutions Unit 4 ଭାରତୀୟ ଅର୍ଥନୀତି ସାମ୍ନା କରୁଥିବା ସମସ୍ୟା

Question ୧୫।
ଋତୁକାଳୀନ ବେକାରୀ (Seasonal Unemployment)।
Answer:
ଋତୁ ପରିବର୍ତନ ଫଳରେ ସୃଷ୍ଟ ବେକାରୀକୁ ଗଣଭିଭିକ ବା ଋତୁକାଳୀନ ବେକାରୀ କୁହାଯାଏ। ଏହି ପ୍ରକାରର ବେକାରୀ ସାଧାରଣତଃ କୃଷିକ୍ଷେତ୍ରରେ ଦେଖା ଦେଇଥାଏ। କୃଷିକ୍ଷେତ୍ରରେ ଚାଷୀମାନେ ଛଅମାସ ପାଇଁ ବେକାର ରହିଥାନ୍ତି। କାରର ବୁଣା ଋତୁରୁ ଫସଲ ଅମଳ ହେବା ପର୍ଯ୍ୟନ୍ତ କୃଷକମାନେ କାର୍ଯ୍ୟକ୍ଷମ ଥାଆନ୍ତି। ତେଣୁ ଅମଳ ପରେ ଚାଷୀମାନେ ପୁନର୍ବାରେ ଚାଷ କାର୍ଯ୍ୟ ଆରମ୍ଭ ହେବା ପର୍ଯ୍ୟନ୍ତ ବେକାର ରହିଥାନ୍ତି। ଏଭଳି ବେକରୀ ଋତୁକୈନ୍ଦ୍ରିକ ଏବଂ ଋତୁ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥାଏ। ଏଭଳି ବେକାରୀ କ୍ଷଣସ୍ଥାୟୀ ଏବଂ ଋତୁରେ ପରିବର୍ତ୍ତନ ସହିତ ସମାଧାନ ହୋଇଥାଏ। ତେଣୁ କାର୍ଯ୍ୟ ନ ଥିବା ଋତୁରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଲେ ଏ ପ୍ରକାରର ବେକାରୀ ସମସ୍ୟାର ସମାଧାନ କରାଯାଇପାରିବ।

Question ୧୬।
ମୁଦ୍ରାଷ୍ଟୀତି (Inflation):
Answer:
ସାଧାରଣ ଅର୍ଥରେ, ମଦ୍ରାଷ୍ଟୀତି କହିଲେ ଦରଦାମ୍‌ରେ ବୃଦ୍ଧି ଏବଂ ମୁଦ୍ରାର ମୂଲ୍ୟର ହ୍ରାସକୁ ବୁଝାଏ। କିନ୍ତୁ ଅର୍ଥଶାସ୍ତ୍ରରେ, ମୁଦ୍ରାଙ୍ଗୀତି କହିଲେ ଦ୍ରବ୍ୟର ଦରଦାମ୍‌ର କ୍ରମାଗତ ଭାବେ ବୃଦ୍ଧି ଏବଂ ମୁଦ୍ରା ମୂଲ୍ୟର କ୍ରମାଗତ ଭାବେ ହ୍ରାସ ହେବାର ଅବସ୍ଥାକୁ ବୁଝାଏ। ସଂସ୍ଥାପକ ଅର୍ଥଶାସ୍ତ୍ରୀମାନଙ୍କ ମତରେ ମୁଦ୍ରାର ମୋଟ ପରିମାଣରେ ବୃଦ୍ଧି ମୁଦ୍ରାଙ୍ଗୀତିର କାରଣ। ଆଧୁନିକ ଅର୍ଥଶାସ୍ତ୍ରୀମାନଙ୍କ ମତରେ, କୌଣସି ଦେଶରେ ଆୟ ବୃଦ୍ଧି ହେତୁ ଯଦି ଦ୍ରବ୍ୟ ଓ ସେବାର ଚାହିଦା ଯୋଗାଣଠାରୁ ଅଧିକ ହାରରେ ବୃଦ୍ଧି ପାଏ, ତାହାହେଲେ ମୁଦ୍ରାସ୍ପତି ସଂଗଠିତ ହୋଇଥାଏ। ଅର୍ଥଶାସ୍ତ୍ରୀ କେନ୍‌ସଙ୍କ ମତରେ, ପୂର୍ଣ ନିୟୋଜନ ସ୍ତର ପରେ ଦରଦାମ୍‌ର ବୃଦ୍ଧିକୁ ମୁଦ୍ରାଙ୍ଗୀତି କୁହାଯାଏ। ମୁଦ୍ରାଙ୍ଗୀତି ବିଭିନ୍ନ ପ୍ରକାରର ; ଯଥା- ମନ୍ଦିର ମୁଦ୍ରାଙ୍ଗୀତି, କ୍ଷିପୟ ମୁଦ୍ରାଙ୍ଗୀତି। ମନ୍ଥର ମୁଦ୍ରାଙ୍ଗୀତି ଦେଶର ଆର୍ଥିକ ବିକାଶ କ୍ଷେଢ଼ତ୍ରରେ ସହାୟକ ହୋଇଥାଏ। କିନ୍ତୁ କ୍ଷିତ୍ର ମୁଦ୍ରାଙ୍ଗୀତି ଦେଶର ଆର୍ଥିକ ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ।

Question ୧୭।
ମୌଦ୍ରିକ ନୀତି (Monetary policy):
Answer:
କେନ୍ଦ୍ରୀୟ ବ୍ୟାଙ୍କ ଦେଶର ଆର୍ଥିକ ସ୍ଥିରତା ଆଣିବାପାଇଁ ମୌଦ୍ରିକ ନୀତି କାର୍ଯ୍ୟକାରୀ କରିଥାଏ। ମୁଦ୍ରାଙ୍ଗୀତି ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ ସାଧାରଣତଃ ଦୁଇ ପ୍ରକାରର ମୌଦ୍ରିକ ନୀତି କାର୍ଯ୍ୟକାରୀ କରିଥାଏ। ସେଗୁଡ଼ିକ ହେଲା- ଋଣ ନିୟନ୍ତ୍ରଣ ଓ ବିମୁଦ୍ରୀକରଣ (Demonitization)। ମୁଦ୍ରାସ୍ପତିଗତ ସମସ୍ୟାକୁ ଦୂର କରିବାପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ ଦୁଇ ପ୍ରକାରର ଋଣ ନିୟନ୍ତ୍ରଣ ପଦ୍ଧତି ଗ୍ରହଣ କରିଥାଏ। ସେଗୁଡ଼କ ହେଲା- ପରିମାଣାତ୍ମକ ଋଣ ନିୟନ୍ତ୍ରଣ ଏବଂ ଗୁଣାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତି। ବ୍ୟାଙ୍କ୍ ହାର ହ୍ରାସ କରି, ପରିବର୍ତ୍ତନୀୟ ସଂରକ୍ଷିତ ଅନୁପାତକୁ ବୃଦ୍ଧି କରି ଏବଂ ଖୋଲା ବଜାରରେ ଅଂଶଧନ ବିକ୍ରି କରି ବ୍ୟାଙ୍କ୍ ଋଣ ମୋଟ ପରିମାଣକୁ ନିୟନ୍ତ୍ରଣ କରିଥାଏ। ଅନ୍ୟପକ୍ଷରେ ଋଣ ପଡିକାର୍ଡ ବ୍ୟବସ୍ଥା, ଉପଭୋକ୍ତାଙ୍କ ଋଣ, ନୈତିକ ପ୍ରବର୍ତ୍ତନ, ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଇତ୍ୟାଦି ଗୁଣାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତି ସାହାଯ୍ୟରେ ଋଣର ବ୍ୟବହାରକୁ ନିୟନ୍ତ୍ରଣ କରିଥାଏ। ସେହିପରି କେତେକ ନିର୍ଦ୍ଦିଷ୍ଟ ଉଚ୍ଚ ମୂଲ୍ୟର ମୁଦ୍ରାକୁ ଅଚଳ କରି କେନ୍ଦ୍ରୀୟ ବ୍ୟାଙ୍କ୍ କ୍ଷଢ଼ିପ୍ର ମୁଦ୍ରାସ୍ପତିଗତ ସମସ୍ୟାକୁ ନିୟନ୍ତ୍ରଣ କରିଥାଏ।

Question ୧୮।
ବିତ୍ତୀୟ ନୀତି (Fiscal policy):
Answer:
ସରକାର ମୁଦ୍ରାସ୍ପତି ନିୟନ୍ତ୍ରଣ କରିବାପାଇଁ ବିତ୍ତୀୟ ନୀତି ଗ୍ରହଣ କରିଥାନ୍ତି। ସରକାର ମୁଦ୍ରାଙ୍ଗୀତି ନିୟନ୍ତ୍ରଣ କରିବାପାଇଁ କର ନୀତି, ସରକାରୀ ବ୍ୟୟ ନୀତି, ସରକାରୀ ଋଣ ନୀତି, ବାଧ୍ୟତାମୂଳକ ସଂଚୟ ନୀତି, ସଂଚୟ ନିମନ୍ତେ ପ୍ରୋତ୍ସାହନ ଇତ୍ୟାଦି ବିତ୍ତୀୟ ନୀତି ଗ୍ରହଣ କରିଥାନ୍ତି। ମୁଦ୍ରାଙ୍ଗୀତି ସମୟରେ ଲୋକମାନଙ୍କ ପାଖରେ ବଳକା କ୍ରୟଶକ୍ତି ବାହାର କରି ଆଣିବା ଲକ୍ଷ୍ୟରେ ସରକାର ଅନାବଶ୍ୟକୀୟ ସରକାରୀ ବ୍ୟୟ ହ୍ରାସ କରିଥାନ୍ତି। ସରକାର ପ୍ରଚଳିତ କର ହାର ବୃଦ୍ଧି କରିବା ସହିତ ନୂତନ କର ମଧ୍ୟ ଧାର୍ଯ୍ୟ କରିଥାନ୍ତି। ମୁଦ୍ରାସ୍ପତିକୁ ନିୟନ୍ତ୍ରଣ କରିବାପାଇଁ ସରକାର ଲୋକମାନଙ୍କଠାରୁ ଋଣ କରିଥାନ୍ତି। ସରକାର ଲୋକମାନଙ୍କୁ ବାଧ୍ୟତାମୂଳକ ସଂଚୟ କରିବାକୁ ବାଧ୍ୟ କରିଥାନ୍ତି। ସରକାର ମଧ୍ୟ ସଂଚୟ ବୃଦ୍ଧି କରିବାପାଇଁ ଲୋକମାନଙ୍କୁ କର ଛାଡ, ବୀମା ସୁବିଧା, ସଂଚୟକାରୀଙ୍କ ମଧ୍ୟରେ ଲଟେରୀ ଉଠାଣ ଇତ୍ୟାଦି ପ୍ରୋତ୍ସାହନ ଯୋଗାଇ ଦେଇଥାନ୍ତି। ଏହା ଫଳରେ ଚାହିଦା ହ୍ରାସ ପାଏ ବା ଲୋକମାନଙ୍କର ବଳକା କ୍ରୟଶକ୍ତି ହ୍ରାସ ହୁଏ। ଦେଶରୁ ମୁଦ୍ରାଙ୍ଗୀତିଗତ ସମସ୍ୟା ଦୂର ହୁଏ।

Question ୧୯।
ମୁଦ୍ରାସ୍ପତିର ଉତ୍ପାଦନ ଉପରେ ପ୍ରଭାବ (Effect of Inflation on Production):
Answer:
ଉତ୍ପାଦନ ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରଭାବିତ କରିଥାଏ। ଉତ୍ପାଦନ ବୃଦ୍ଧି ହେଲେ ଆୟ, ନିୟୋଜନ, ବଞ୍ଚିବାର ମାନ ଇତ୍ୟାଦି ବୃଦ୍ଧିପାଏ। ମୁଦ୍ରାନ୍ତୀତି ଉତ୍ପାଦନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ଏହାର ପ୍ରଭାବ ଦୁଇ ପ୍ରକାରର ଯଥା- ଧନାତ୍ମକ ଓ ଋଣାତ୍ମକ। ମନ୍ଥର ମୁଦ୍ରାଙ୍ଗୀତି ଦେଶର ଅର୍ଥବ୍ୟବସ୍ଥାରେ ଦ୍ରୁତ ବିକାଶର ଧାରା ସୃଷ୍ଟି କରିଥାଏ। ଏହା ବିନିଯୋଗ, ଉତ୍ପାନ, ଆୟ, ନିୟୋଜନ, ଲାଭ ଇତ୍ୟାଦି ବୃଦ୍ଧି କରିଥାଏ। କିନ୍ତୁ କ୍ଷିପ୍ର ମୁଦ୍ରାସ୍ପତି ଦେଶର ଅର୍ଥବ୍ୟବସ୍ଥା ଉପରେ ଋଣାତ୍ମକ ପ୍ରଭାବ ପକାଇଥାଏ। କ୍ଷିପ୍ର ମୁଦ୍ରାସ୍ପତିର ପ୍ରଭାବରେ ପୁଞ୍ଜିଗଠନ ହ୍ରାସ ପାଏ, ବ୍ୟବସାୟିକ ଅନିଶ୍ଚିତତା ସୃଷ୍ଟି ହୁଏ, ବିକ୍ରେତାଙ୍କ ବଜାର ସୃଷ୍ଟି ହୁଏ। ତେଣୁ କ୍ଷିପ୍ର ମୁଦ୍ରାଙ୍ଗୀତି ଉଭୟ ଉତ୍ପାଦର ପରିମାଣ ଏବଂ ଗୁଣାତ୍ମକ ମାନ ହ୍ରାସ କରିଥାଏ।

Question ୨୦।
ଦାରିଦ୍ର୍ୟ (Poverty):
Answer:
ସ୍ଵଳ୍ପ ଆୟ ହେତୁ ବଞ୍ଚିବା ଓ କାର୍ଯ୍ୟକ୍ଷମ ହେବାପାଇଁ ସାଧାରଣ ଆବଶ୍ୟକତା ପୂରଣର ଅସାମର୍ଥ୍ୟ ଦାରିଦ୍ର୍ୟ କୁହାଯାଏ। ପ୍ରକାରାନ୍ତରେ, ଯଦି ଜଣେ ବ୍ୟକ୍ତି ଖାଦ୍ୟ, ବସ୍ତ୍ର, ବାସଗୃହ, ସ୍ଵାସ୍ଥ୍ୟ ଇତ୍ୟାଦିର ସର୍ବନିମ୍ନ ଆବଶ୍ୟକତା ପୂରଣ କରିପାରେ ନାହିଁ, ସେ ଦରିଦ୍ର୍ୟ। ତେଣୁ ବଞ୍ଚିବାର ମୌଳିକ ଆବଶ୍ୟକତା ପୂରଣ ନିମନ୍ତେ ଆୟ କରି ପାରୁନଥିବା ବ୍ୟକ୍ତି ଦରିଦ୍ର। ଅର୍ଥଶାସ୍ତ୍ରରେ ଦାରିଦ୍ର୍ୟକୁ ଦୁଇଟି ଅର୍ଥରେ ବ୍ୟବହାର କରାଯାଇଛି। ସେଗୁଡ଼ିକ ହେଲା- ଚରମ ଦାରିଦ୍ର୍ୟ ଓ ଆପେକ୍ଷିକ ଦାରିଦ୍ର୍ୟ। ସର୍ବନିମ୍ନ ଖାଦ୍ୟ, ବସ୍ତ୍ର, ବାସଗୃହ ଇତ୍ୟାଦିର ଅଭାବ ଚରମ ଦାରିଦ୍ର୍ୟ ଅଟେ। ଦୁଇଗୋଷ୍ଠୀ ମଧ୍ୟରେ ଆୟର ତାରତମ୍ୟ ଆପେଢ଼କ୍ଷିକ ଦାରିଦ୍ର୍ୟ ସୃଷ୍ଟି କରେ।

Question ୨୧।
ଆପେକ୍ଷିକ ଦାରିଦ୍ର୍ୟ (Relative poverty):
Answer:
ଆପେକ୍ଷିକ ଦାରିଦ୍ର୍ୟ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରେ। ଦୁଇ ବ୍ୟକ୍ତି ବା ଗୋଷ୍ଠୀଙ୍କ ମଧ୍ୟରେ କିମ୍ବା ଉପଭୋଗ ଅବତାରଣା କଲାବେଳେ ଆପେକ୍ଷିକ ଦାରିଦ୍ର୍ୟ ହିଁ ବ୍ୟକ୍ତ କରାଯାଏ। ଆୟର ଅସମାନତା ଆପେକ୍ଷିକ ଦାରିଦ୍ର୍ୟ ହିଁ ବ୍ୟକ୍ତ କରିଥାଏ। ଯେଉଁ ଦେଶରେ ଆୟ ଅସମାନତା ଯେତେ ଅଧୂକ, ସେହି ରାଷ୍ଟ୍ରରେ ଆପେକ୍ଷିକ ଦାରିଦ୍ର୍ୟ ସେତେ ବେଶି। ଏହି ସମସ୍ୟା ପ୍ରତ୍ୟେକ ରାଷ୍ଟ୍ରରେ ଦୃଷ୍ଟିଗୋଚର ହୋଇଥାଏ। ଦୁଇ ଗୋଷ୍ଠୀ ମଧ୍ୟରେ ଆୟର ତାରତମ୍ୟ ଆପେକ୍ଷିକ ଦାରିଦ୍ର୍ୟ ସୃଷ୍ଟି କରେ। ଯଦି ଜଣେ ତା’ଠାରୁ ଅଧ‌ିକ ଆୟ କରିଥିବା ବ୍ୟକ୍ତି ସହିତ ନିଜକୁ ତୁଳନା କରେ, ସେ ନିଜକୁ ନିଶ୍ଚିତ ଦରିଦ୍ର ବୋଲି କହିବ। ଆପେକ୍ଷିକ ଦାରିଦ୍ର୍ୟ କୌଣସି ରାଷ୍ଟ୍ର ପାଇଁ ସମସ୍ୟା ନୁହେଁ।

Question ୨୨।
ଚରମ ଦାରିଦ୍ର୍ୟ (Absolute poverty):
Answer:
ଜୀବନଧାରଣ ପାଇଁ ସର୍ବନିମ୍ନ ଉପଭୋଗ ଆବଶ୍ୟକତା ପୂରଣ ନିମେନ୍ତ ଥିବା ସାମର୍ଥ୍ୟହୀନତାକୁ ଚରମ ଦାରିଦ୍ର୍ୟ ବା ଉତ୍କଟ ଦାରିଦ୍ର୍ୟ କୁହାଯାଏ। ତେଣୁ ସର୍ବନିମ୍ନ ଖାଦ୍ୟସାର, ବସ୍ତ୍ର, ବାସଗୃହଭିତ୍ତିରେ ଚରମ ଦାରିଦ୍ର୍ୟ ନିର୍ଣ୍ଣୟ କରାଯାଏ। ଏଗୁଡ଼ିକ ନିରୂପିତ ମୂଲ୍ୟଠାରୁ କମ୍ ଖର୍ଚ୍ଚ ଲୋକମାନଙ୍କୁ ଦାରିଦ୍ର୍ୟର ସୀମାରେଖା ତଳେ ଅଛନ୍ତି ବୋଲି କୁହାଯାଏ। ଏ ପ୍ରକାର ଉତ୍କଟ ଦାରିଦ୍ର୍ୟ ଭାରତରେ ଏକ ପ୍ରାଚୀନ ବ୍ୟାଧ୍ଧରୂପେ ଦେଖାଯାଏ। ସମସ୍ତ ଦରିଦ୍ର ଚରମ ଦାରିଦ୍ର୍ୟର ଶିକାର ହୋଇଥାଏ। ଚରମ ଦାରିଦ୍ର୍ୟ ସମସ୍ୟା ସୃଷ୍ଟି କରେ। ଚରମ ଦାରିଦ୍ର୍ୟକୁ ପ୍ରତିହତ କରିବାପାଇଁ ଭାରତ ସରକାର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

CHSE Odisha Class 11 Economics Solutions Unit 4 ଭାରତୀୟ ଅର୍ଥନୀତି ସାମ୍ନା କରୁଥିବା ସମସ୍ୟା

Question ୨୩।
ଦାରିଦ୍ର୍ୟର ସୀମାରେଖା (Poverty Line):
Answer:
ଦାରିଦ୍ର୍ୟର ତୀବ୍ରତା ଜାଣିବାପାଇଁ ରାଷ୍ଟ୍ର ଯେଉଁ କାଳ୍ପନିକ ରେଖା ଟାଣିଥାଏ, ତାହାକୁ ଦାରିଦ୍ର୍ୟର ସୀମାରେଖା କୁହାଯାଏ। ଏହା ରାଷ୍ଟ୍ରରେ ସର୍ବନିମ୍ନ ଜୀବନଧାରଣପାଇଁ ଆବଶ୍ୟକ ହେଉଥିବା ବ୍ୟୟକୁ ଆଧାର କରି ଦାରିଦ୍ର୍ୟର ସୀମାରେଖା ପ୍ରସ୍ତୁତ କରାଯାଇଥାଏ। ଭାରତରେ ଗ୍ରାମାଞ୍ଚଳରେ ଜଣେ ବ୍ୟକ୍ତି ପାଇଁ ସର୍ବନିମନ ୨୪୦୦ କ୍ୟାଲୋରୀ ଖାଦ୍ୟଶସ୍ୟ ଏବଂ ସହରାଞ୍ଚଳରେ ଜଣେ ବ୍ୟକ୍ତି ପାଇଁ ୨୧୦୦ କ୍ୟାଲେରୀ ଖାଦ୍ୟଶସ୍ୟ ଆବଶ୍ୟକ ହୋଇଥାଏ। ଏହି ସର୍ବନିମ୍ନ କ୍ୟାଲୋରୀରୁ ବଞ୍ଚିତ ଲୋକମାନେ ଦାରିଦ୍ର୍ୟର ସୀମାରେଖା ତଳେ ବସବାସ କରନ୍ତି ଏବଂ ସେମାନଙ୍କୁ ଦରିଦ୍ର୍ୟ କୁହାଯାଏ। ଦାରିଦ୍ର୍ୟର ସୀମାରଖାକୁ ମଧ୍ୟ ମୁଦ୍ରା ଆକାରରେ ପ୍ରକାଶ କରାଯାଏ। ୨୦୦୯-୧୦ ତଥ୍ୟ ଅନୁସାରେ ଯେଉଁ ଲୋକମାନେ ଗ୍ରାମାଞ୍ଚଳରେ ମାସିକ ୬୭୨.୮୦ ଟଙ୍କା ଏବଂ ସହରାଞ୍ଚଳରେ ମାସିକ ୮୫୩.୫୦ ଟଙ୍କା ବ୍ୟୟ କରିବାକୁ ଅସମର୍ଥ, ସେମାନେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ସ୍ପଷ୍ଟ ଜଣାଯାଏ।

Question ୨୪ ।
ଧାରଣୀୟ ବିକାଶ ସୂଚକ ( Indicators of Sustainable Development):
Answer:
ଧାରଣୀୟ ବିକାଶ ସମସ୍ତ ରାଷ୍ଟ୍ରପାଇଁ ବିକାଶର ଏକ ଧାରା। ଏହା ଅର୍ଥନୈତିକ, ସାମାଜିକ, ଆନୁଷ୍ଠାନିକ ଓ ପରିବେଶ ସମ୍ବନ୍ଧୀୟ ବିକାଶର ଏକ ସମନ୍ଵୟ। ରାଷ୍ଟ୍ର ବର୍ତ୍ତମାନ ଓ ଭବିଷ୍ୟକ ପିଢ଼ିଙ୍କ ଆଶା ଓ ଆବଶ୍ୟକତା ପୂରଣ କରିବାପାଇଁ ସକ୍ଷମତାର ପରିମାପ ଧାରଣୀୟ ବିକାଶର ସୂଚକରୁ ସ୍ପଷ୍ଟ ହୁଏ। ଏହା ସରକାରଙ୍କୁ ଧାରଣୀୟ ବିକାଶ ନିମନ୍ତେ ନୀତି ନିର୍ଦ୍ଧାରଣ ଢ଼େକ୍ଷତ୍ରରେ ସହାୟତା ପ୍ରଦାନ କରିଥାଏ।ଧାରଣୀୟ ବିକାଶ ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶର ଏକ ପ୍ରତିଫଳନ। ଏହାର ପରିସୀମା ସୁଦୂରପ୍ରସାରୀ। ଧାରଣୀୟ ବିକାଶର ସୂଚକ ମଧ୍ୟ ଅନେକ।

Question ୨୫।
ଧାରଣୀୟ ବିକାଶ (Sustainable Development):
Answer:
ଭବିଷ୍ୟତ ପିଢ଼ିର ସ୍ଵାର୍ଥ ପ୍ରତି ଗୁରୁତ୍ଵ ଦେଇ ବର୍ତ୍ତମାନର ଅଭିବୃଦ୍ଧି ଧାରାକୁ ସୁସଙ୍ଗତ କରିବାର ଆବଶ୍ୟକତା ସୃଷ୍ଟି ହୋଇଛି। ଏହା ପର୍ଯ୍ୟାବରଣ, ଅର୍ଥନୀତି ଏବଂ ବିକାଶର ସନ୍ତୁଳନଦ୍ୱାରା ସମ୍ଭବ ହୋଇ ପାରିବ। ବିକାଶ ତତ୍ତ୍ୱବିତ୍‌ମାନେ ଏହିଭଳି ବିକାଶ ପ୍ରକ୍ରିୟାକୁ ଧାରଣୀୟ ବିକାଶ ନାମରେ ନାମିତ କରିଛନ୍ତି। ବିକାଶର ଧାରାକୁ ବଳବତ୍ତର ରଖୁବା ଧାରଣୀୟ ବିକାଶର ଲକ୍ଷ୍ୟ। ଭବିଷ୍ୟତ ପିଖିର ସ୍ଵାର୍ଥ ଜଳାଞ୍ଜଳି ନ ଦେଇ ବର୍ତ୍ତମାନ ଉନ୍ନତ ଜୀବନ ଧାରଣର ସୁଯୋଗ ସୃଷ୍ଟିକୁ ଧାରଣୀୟ ବିକାଶ କୁହାଯାଏ। ଏହି ବିକାଶ ପରିବେଶ ସୁରକ୍ଷା ଉପରେ ଗୁରୁତ୍ଵ ଦେଇଥାଏ। ସାଂପ୍ରତିକ ବିକାଶ ଧାରାକୁ ଚାଲୁ ରଖିବାପାଇଁ ନବୀକରଣଯୋଗ୍ୟ ସାଧନ ବା ସମ୍ବଳର ଉତ୍ତମ ଉପଯୋଗୀ ଧାରଣୀୟ ବିକାଶର ବୈଶିଷ୍ଟ୍ୟ। ତେଣୁ ପ୍ରାକୃତିକ ସଂପଦର ଅବକ୍ଷୟ ନ କରି ବିକାଶର ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ହିଁ ଧାରଣୀୟ ବିକାଶ।

V. ପାର୍ଥକ୍ୟ ଦର୍ଶଅ [Distinguish Between]

Question ୧।
ଚକ୍ରୀୟ ବେକାରୀ ଏବଂ ସଂଚରନାତ୍ମକ ବେକାରୀ । (Cyclical Unemployment and Structural Unemployment)
Answer:
ଚକ୍ରୀୟ ବେକାରୀ :
୧. ଅର୍ଥ ବ୍ୟବସ୍ଥାରେ ବାଣିଜ୍ୟିକ ଚକ୍ରରେ ଅସନ୍ତୁଳନ ଯୋଗୁଁ ଚକ୍ରୀୟ ବେକାରୀ ସୃଷ୍ଟି ହୁଏ।
୨. ବାଣିଜ୍ୟିକ ଟ୍ରକରେ ଅର୍ଥନୈତିକ ଏକକଗୁଡ଼ିକର ଚକ୍ରୀୟ ପରିବର୍ତ୍ତନ ଯୋଗୁଁ ଏ ପ୍ରକାରର ବେକାରୀ ସୃଷ୍ଟି ହୁଏ।
୩. ଏହା ଅର୍ଥବ୍ୟବସ୍ଥାର ଏକ ଅସ୍ଥାୟୀ ସମସ୍ୟା।
୪. ଏହି ସମସ୍ୟା ଉନ୍ନତ ଦେଶମାନଙ୍କରେ ଦେଖା ଦେଇଥାଏ।

ସଂଚରନାତ୍ମକ ବେକାରୀ :
୧. ଅର୍ଥବ୍ୟବସ୍ଥାର ଢାଞ୍ଚାଗତ ଅସୁବିଧା ଫଳରେ ସଂରଚନାତ୍ମକ ବେକାରୀ ସୃଷ୍ଟି ହୁଏ।
୨. ଶ୍ରମ ଯୋଗାଣ ସହ ତାଳ ଦେଇ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ରାଷ୍ଟ୍ରର ଅକ୍ଷମତା ଏହି ବେକାରୀ ଜନ୍ମ ଦେଇଥାଏ।
୩. ଏହା ଅର୍ଥ ବ୍ୟବସ୍ଥାର ଏକ ସ୍ଥାୟୀ ସମସ୍ୟା।
୪. ଏହି ସମସ୍ୟା ଅନୁନ୍ନତ ଦେଶମାନଙ୍କରେ ଦେଖା ଦେଇଥାଏ ।

Question ୨।
ପ୍ରକାଶ୍ୟ ବେକାରୀ ଏବଂ ପ୍ରଚ୍ଛନ ବେକାରୀ (Open Unemployment and Disguised)।
Answer:
ପ୍ରକାଶ୍ୟ ବେକାରୀ:
୧. ଯେଉଁ ବେକାରୀ ପ୍ରକାଶ ବା ଯେଉଁ ବେକାରୀ ଜାଣି ହୁଏ, ତାହାକୁ ପ୍ରକାଶ ବେକାରୀ କୁହାଯାଏ ।
୨. ଏହି ବେକାରୀର ତୀବ୍ରତା ମାପି ହୁଏ ବା ଆକଳନ କରି ହୁଏ ।
୩. ଯେଉଁମାନେ ବର୍ତ୍ତମାନ କାର୍ଯ୍ୟରତ ନୁହନ୍ତି; କିନ୍ତୁ ଫଳପ୍ରଦ ନିଯୁକ୍ତି ପାଇଁ ଚେଷ୍ଟିତ, ସେମାନେ ପ୍ରକାଶ୍ୟ ବେକାରୀ ।ଇଚ୍ଛା ଓ ସାମର୍ଥ୍ୟ ଥାଇ ମଧ୍ୟ ନିଯୁକ୍ତି ପାଇ ନ ଥାନ୍ତି |
୪. କେବଳ ସହରାଞ୍ଚଳରେ ଏ ପ୍ରକାରର ବେକାରୀ ଦେଖାଯାଏ ।
୫. ଉଭୟ କୃଷି, ଶିଳ୍ପ ଓ ସେବାକ୍ଷେତ୍ରରେ ଏ ପ୍ରକାରର ବେକାରୀ ଦେଖାଯାଏ ।
୬. ଏକ କର୍ମଯୋଗାଣ କେନ୍ଦ୍ରରେ ପଞ୍ଜୀକୃତ ସମସ୍ତ ନାମ ପ୍ରକାଶ୍ୟ ବେକାରୀ ଅନ୍ତର୍ଭୁକ୍ତ ।

ପ୍ରଚ୍ଛନ, ବେକାରୀ :
୧. ପ୍ରଚ୍ଛନ୍ନ ବେକାରୀ ଲୁକ୍‌କାୟିତ ।
୨. ଏହି ବେକାରୀର ତୀବ୍ରତା ଆକଳନ କରି ହୁଏ ନାହିଁ ।
୩. ଯେଉଁମାନେ କାର୍ଯ୍ୟ କରୁଥିଲେ ମଧ୍ୟ କାର୍ଯ୍ୟପାଇଁ ତାଙ୍କର କୌଣସି ଅବଦାନ ନ ଥାଏ, ସେମାନଙ୍କ ପ୍ରଚ୍ଛନ୍ନ ବେକାରୀ ।
୪. ଗ୍ରାମାଞ୍ଚଳରେ ଏ ପ୍ରକାରର ବେକାରୀ ଦେଖାଯାଏ ।
୫. କୃଷିକ୍ଷେତ୍ରରେ ଏ ପ୍ରକାରର ବେକାରୀ ଦେଖାଯାଏ ।
୬. ଏ ନିର୍ଦ୍ଦିଷ୍ଟ କର୍ମଯୋଗାଣ କେନ୍ଦ୍ରରେ ପଞ୍ଜୀକୃତ ନ ହୋଇଥିବା ସମସ୍ତ ବେକାରୀ ପ୍ରଚ୍ଛନ୍ନ ବେକାରୀ । ବେକାରୀ ଏବଂ ଅର୍ବବେକାରୀ ।

CHSE Odisha Class 11 Economics Solutions Unit 4 ଭାରତୀୟ ଅର୍ଥନୀତି ସାମ୍ନା କରୁଥିବା ସମସ୍ୟା

Question ୩।
ବେକାରୀ ଅର୍ବବେକାରୀ: (Unemployment and Underemployment)।
Answer:
ବେକାରୀ:
୧. ପ୍ରଚଳିତ ମଜୁରି ହାରର ଶ୍ରମିକ କାର୍ଯ୍ୟ କରିବାର ସାମର୍ଥ୍ୟ ଓ ସମ୍ମତି ଥାଇ ମଧ୍ୟ କାର୍ଯ୍ୟ ପାଏ ନାହିଁ ସେହି ଅବସ୍ଥାକୁ ବେକାରୀ କୁହାଯାଏ।
୨. ଏହା ପ୍ରତିଭା ବହିର୍ଗମନ ପାଇଁ ପଥ ପରିଷ୍କାର କରି ନ ଥାଏ।
୩. ଏ କ୍ଷେତ୍ରରେ ଜଣେ ଶ୍ରମିକ ପୂର୍ଣ ସମୟ ପାଇଁ କାର୍ଯ୍ୟକାରିତା ନ ଥାଏ।

ଅର୍ବବେକାରୀ:
୧. ଜଣେ ଶ୍ରମିକ ଦକ୍ଷତା ଅନୁସାରେ କାର୍ଯ୍ୟ ପାଏ ନାହିଁ ।
୨. ଜଣେ ଶ୍ରମିକ୍ସ ପୂର୍ଣ୍ଣ ସମୟ ପାଇଁ ନିଯୁକ୍ତି ପାଇ ନ ଥାଏ, ତେବେ ସେ ଅର୍ବବେକାରୀ।
୩. ଏହା ପ୍ରତିଭା ବହିର୍ଗମନ ପାଇଁ ପଥ ପରିଷ୍କାର କରିଥାଏ।
୪. NSSO ଦ୍ବାରା ପ୍ରଦତ୍ତ ସଂଜ୍ଞା ଅନୁସାରେ ବର୍ଷକ ମଧ୍ୟରେ ୨୭୩ ଦିନରୁ କମ୍ କିମ୍ବା ଦିନକୁ ୮ ଘଣ୍ଟାରୁ କମ୍ ସମୟ ପର୍ଯ୍ୟନ୍ତ ନିଯୁକ୍ତି ପାଇଥିଲେ ଏହି ବେକାରୀର ଅର୍ନ୍ତଭୁକ୍ତ ହୁଏ।

Question ୪।
ଋତୁକାଳୀନ ବେକାରୀ ଏବଂ ପ୍ରାବିଧ‌ିକ ବେକାରୀ।
(Seasonal Unemployment and Technological Unemployment.)
Answer:
ଋତୁକାଳୀନ ବେକାରୀ:
୧. ଋତୁଗତ ପରିବର୍ତ୍ତନ ଯୋଗୁଁ ଋତୁକାଳୀନ ବେକାରୀ ସମସ୍ୟା ସୃଷ୍ଟି ହୋଇଥାଏ।
୨. କୃଷି କ୍ଷେତ୍ରରେ ଦୁଇଟି ଋତୁ ମଧ୍ୟରେ ଥିବା ପାର୍ଥକ୍ୟ ଯୋଗୁଁ ଏହି ବେକାରୀ ସମସ୍ୟା ସୃଷ୍ଟି ହୋଇଥାଏ।
୩. ଏହି ବେକାରୀ ସମସ୍ୟା କ୍ଷଣସ୍ଥାୟୀ

ପ୍ରାବିଧ‌ିକ ବେକାରୀ:
୧. ପ୍ରାବିଧ‌ିକ ଜ୍ଞାନର ପରିବର୍ତ୍ତନ ଯୋଗୁଁ ପ୍ରାବିଧ‌ିକ ବେକାରୀ ସମସ୍ୟା ସୃଷ୍ଟି ହୋଇଥାଏ।
୨. ଶିଳ୍ପକ୍ଷେତ୍ରରେ ପ୍ରାବିଧ‌ିକ ଜ୍ଞାନ ସହିତ ନିଜକୁ ପରିବର୍ତ୍ତନ ନ କରିବାରୁ ଶ୍ରମିମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।
୩. ଏହି ବେକାରୀ ସମସ୍ୟା କ୍ଷଣସ୍ଥାୟୀ ନୁହେଁ।

Question ୫।
ସ୍ଥଳ ଦାରିଦ୍ର୍ୟ ଓ ଆପେକ୍ଷିକ ଦାରିଦ୍ର୍ୟ।
(Absolute Poverty and Relative Poverty.)
Answer:
ସ୍ଥୁଳ ଦାରିଦ୍ର୍ୟ:
୧. ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତା ପୂରଣର ଅକ୍ଷମତାକୁ ସ୍କୁଳ ଦାରିଦ୍ର୍ୟ କୁହାଯାଏ।
୨. ଖାଦ୍ୟ, ବସ୍ତ୍ର, ବାସଗୃହ ଓ ପାନୀୟ ଜଳ ଇତ୍ୟାଦି ସର୍ବନିମ୍ନ ଆବଶ୍ୟକତାରେ ବଞ୍ଚତ ବ୍ୟକ୍ତି ସ୍ଥୁଳ ଦାରିଦ୍ର୍ୟ।
୩. ଏହି ଦାରିଦ୍ର୍ୟ ସମସ୍ୟା ଦେଶ ପାଇଁ ସମସ୍ୟା ସୃଷ୍ଟି କରିଥାଏ।

ଆପେକ୍ଷିକ ଦାରିଦ୍ର୍ୟ:
୧. ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତା ପୂରଣ ନ କରିବାର ଅବସ୍ଥାକୁ ଆପେକ୍ଷିକ ଦାରିଦ୍ର୍ୟ କୁହାଯାଏ ନାହିଁ।
୨. ଦୁଇଜଣ ବ୍ୟକ୍ତି ବା ଦୁଇଟି ଆୟସ୍ତର ଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ତୁଳନା କରାଯାଇ ଆପେକ୍ଷିକ ଦାରିଦ୍ର୍ୟ କୁହାଯାଏ।
୩. ଏହି ପ୍ରକାରର ଦାରିଦ୍ର୍ୟ ସମସ୍ୟା ଦେଶ ପାଇଁ ଅପେକ୍ଷାକୃତ ଭାବେ କମ୍ ବିବାଦ ସୂଚକ । ୬। ମୁଦ୍ରାସ୍ତ୍ରୀତି ଓ ଅବସ୍ୱୀତ ।

CHSE Odisha Class 11 Economics Solutions Unit 4 ଭାରତୀୟ ଅର୍ଥନୀତି ସାମ୍ନା କରୁଥିବା ସମସ୍ୟା

Question ୬।
ମୁଦ୍ରାଷ୍ପୀତି ଓ ଅବସ୍ୱୀତ। (Inflation and Deflation.)
Answer:
ମୁଦ୍ରାଷ୍ପୀତି :
୧. ମୁଦ୍ରାଣ୍ଡୀତି କହିଲେ ଦରଦାମ୍ ସ୍ତରର ନିରବଚ୍ଛିନ୍ନ ବୃଦ୍ଧିକୁ ବୁଝାଏ।
୨. ମୁଦ୍ରାଙ୍ଗୀତି ସମୟର ମୁଦ୍ରାର ଯୋଗାଣ ବୃଦ୍ଧି ପାଇଥାଏ।
୩. ମୁଦ୍ରାଙ୍ଗୀତି ଗତ ସମସ୍ୟାର ସମାଧାନ କରିବା ସମ୍ଭବପର।
୪. ଏ କ୍ଷେତ୍ରରେ ମୁଦ୍ରାର ମୂଲ୍ୟ ହ୍ରାସ ପାଏ।

ଅବସ୍ୱୀତ:
୧. ଅବସ୍ୱୀତି କହିଲେ ଦରଦାମ୍ ସ୍ତରର କ୍ରମାଗତ ହ୍ରାସକୁ ବୁଝାଏ।
୨. ଅବସ୍ୱୀତି ସମୟରେ ମୁଦ୍ରାର ଯୋଗାଣ ହ୍ରାସ ପାଇଥାଏ।
୩. ଅବସ୍ୱୀତିଗତ ସମସ୍ୟାର ସମାଧାନ କରିବା ସହଜସାଧ୍ୟ ନୁହେଁ।
୪. ଏ କ୍ଷେତ୍ରରେ ମୁଦ୍ରାର ମୂଲ୍ୟ ବୃଦ୍ଧି ପାଇଥାଏ।

Question ୭।
ମୌଦ୍ରିକ ନୀତି ଓ ରାଜକୋଷୀୟ ନୀତି।
(Monetary Policy and Fiscal Policy.)
Answer:
ମୌଦ୍ରିକ ନୀତି:
୧. ମୌଦ୍ରୀକ ନୀତି ମୁଦ୍ରା ବଜାରର ସର୍ବୋଚ୍ଚ ଅଧିକାରୀ କାର୍ଯ୍ୟକାରୀ କରିଥାନ୍ତି।
୨. ମୁଦ୍ରାର ଯୋଗାଣକୁ ନିୟନ୍ତ୍ରଣ କରାଯାଇ ଏହି ନୀତି କାର୍ଯ୍ୟକାରୀ ହୁଏ।

ରାଜକୋଷୀୟ ନୀତି:
୧. ରାଜକୋଷୀୟ ନୀତି ସରକାରଙ୍କ ଦ୍ବାରା ଗ୍ରହଣ କରାଯାଏ।
୨. ସରକାରୀ ବ୍ୟୟ ହ୍ରାସ ଓ ସରକାରୀ କର ଭାବ ବୃଦ୍ଧି କରି ଏହି ନୀତି କାର୍ଯ୍ୟକାରୀ ହୁଏ।

Question ୮।
ମୁଦ୍ରାନୀତି ଓ ବିତ୍ତୀୟ ନୀତି (Monetary policy and Fiscal policy):
Answer:
ମୁଦ୍ରାନୀତି:
୧. ମୁଦ୍ରାସ୍ପତି ନିୟନ୍ତ୍ରଣ କରିବାପାଇଁ ମୁଦ୍ରା କର୍ତ୍ତୃପକ୍ଷ ଗ୍ରହଣ କରୁଥିବା ନୀତିକୁ ମୁଦ୍ରାନୀତି କୁହାଯାଏ ।
୨. ଏହି ନୀତିକୁ ମୁଦ୍ରା ଓ ବ୍ୟାଙ୍କ୍ ବଜାରର ସର୍ବୋଚ୍ଚ ଅଧିକାରୀ କାର୍ଯ୍ୟକାରୀ କରିଥାନ୍ତି।
୩. ମୁଦ୍ରାନୀତିର ଉପାଦାନଗୁଡ଼ିକ ହେଲା- ବ୍ୟାଙ୍କ ହାର, ଖୋଲାବଜାର କାରବାର, ପରିବର୍ତ୍ତନୀୟ ସଂରକ୍ଷିତ ଅନୁପାତ, ଉପଭୋକ୍ତା ଋଣ, ପଡିକାର୍ଡ ଋଣ ବ୍ୟବସ୍ଥା ଇତ୍ୟାଦି।
୪. ମୌଦ୍ରିକ ନୀତିର ମୂଳ ଲକ୍ଷ୍ୟ ହେଲା ମୁଦ୍ରାର ଯୋଗାଣକୁ ନିୟନ୍ତ୍ରଣ କରି ଦରଦାମ୍ ନିୟନ୍ତ୍ରଣ କରିବା

ବିତ୍ତୀୟ ନୀତି:
୧. ମୁଦ୍ରାଷ୍ଟୀତି ନିୟନ୍ତ୍ରଣ କରିବାପାଇଁ ସରକାର ଗ୍ରହଣ କରୁଥିବା ଆର୍ଥିକ ନୀତିକୁ ବିତ୍ତୀୟ ନୀତି କୁହାଯାଏ।
୨. ଏହି ନୀତିକୁ ସରକାର କାର୍ଯ୍ୟକାରୀ କରିଥାନ୍ତି।
୩. ବିତ୍ତୀୟ ନୀତିର ଉପାଦାନଗୁଡ଼ିକ ହେଲା- ସରକାର ବ୍ୟୟ, ଟିକସ ଓ ସରକାରୀ ଋଣ।
୪. ବିତ୍ତୀୟ ନୀତିର ଲକ୍ଷ୍ୟ ହେଲା ଦ୍ରବ୍ୟର ଚାହିଦାକୁ ନିୟନ୍ତ୍ରର କରିବା ଏବଂ ଉତ୍ପାଦନ ପରିବ୍ୟୟକୁ ନିୟନ୍ତ୍ରଣ ଦ୍ରବ୍ୟର ଯୋଗାଣ ବୃଦ୍ଧି କରିବା।

Question ୯।
ଚାହିଦା ବଳକା ମୁଦ୍ରାଷ୍ଟୀତି ଓ ଯୋଗାଣ ନିଅଣ୍ଟ ମୁଦ୍ରାସ୍ପତି
(Demand Pull and Cost push Inflation.)
Answer:
ଚାହିଦା ବଳକା ମୁଦ୍ରାସୀତି:
୧. ଚାହିଦା ବଳକା ମୁଦ୍ରାଷ୍ଟୀତିରେ ଦ୍ରବ୍ୟର ଫଳପ୍ରଦ ଚାହିଦା ବୃଦ୍ଧି ହୋଇଥାଏ।
୨. ଘରୋଇ ଉପଭୋଗ ଚାହିଦା, ଘରୋଇ ନିବେଶ ଚାହିଦା, ଦ୍ରବ୍ୟ ଦେବା ପ୍ରତି ସରକାରୀ ବ୍ୟୟ ଏବଂ ନିଟ୍ ରପ୍ତାନି ବ୍ୟୟ ବୃଦ୍ଧି ହେଲେ ଚାହିଦା ବଳକା ମୁଦ୍ରାସ୍ପତି ସୃଷ୍ଟି ହୋଇଥାଏ।
୩. ଚାହିଦା ବଳକା ମୁଦ୍ରାଙ୍ଗୀତିକୁ ମୌଦ୍ରିକ ନୀତି ଓ ବିତ୍ତୀୟ ନୀତି ସାହାଯ୍ୟରେ ନିୟନ୍ତ୍ରଣ କରାଯାଇପାରେ।
୪. ଚାହିଦା ବଳକା ମୁଦ୍ରାଷ୍ଟୀତିକୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ନୁହେଁ।

ଯୋଗାଣ ନିଅଣ୍ଟ ମୁଦ୍ରାଷ୍ଟୀତି :
୧. ପରିବ୍ୟୟ ଠେଲା ବା ଯୋଗାଣ ନିଅଣ୍ଟ ମୁଦ୍ରାଙ୍ଗୀତି ଦ୍ରବ୍ୟର ଯୋଗାଣ ହ୍ରାସ ପାଇଥାଏ।
୨. ସରକାରୀ ବ୍ୟୟବୃଦ୍ଧି, ଟିକସ ହ୍ରାସ ଏବଂ ସରକାରୀ ରଣହ୍ରାସ ଫଳରେ ଯୋଗାଣ ନିଅଣ୍ଟ ଅବା ପରିସର ବୃଦ୍ଧି ହୋଇଥାଏ।
୩. ଯୋଗାଣ ନିଅଣ୍ଟିଆ ମୁଦ୍ରାସ୍ପତିକୁ ମଧ୍ୟ ମୌଦ୍ରିକ ନୀତି ବିତ୍ତୀୟ ନୀତି ସାହାଯ୍ୟରେ ନିୟନ୍ତ୍ରଣ କରାଯାଇପାରେ।
୪. ଯୋଗାଣ ହ୍ରାସ ବା ପରିବ୍ୟୟ ବୃଦ୍ଧି ମୁଦ୍ରାସ୍ପତିକୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ଅଟେ।

୧୦. ମନ୍ମର ମୁଦ୍ରାଷ୍ଟୀତି ଏବଂ କ୍ଷିପ୍ର ମୁଦ୍ରାଙ୍ଗୀତି (Mild-Inflation and Hyper-Inflation)
ମନ୍ସର ମୁଦ୍ରାସ୍ପତି :
୧. ଦରଦାମ୍ ମୃଦୁ ମଳୟ ପରି ଧୀରେ ଧୀରେ ବୃଦ୍ଧି ପାଇଲେ, ତାହାକୁ ମୃଦୁ ବା ମନ୍ଥର ମୁଦ୍ରାଙ୍ଗୀତି କୁହାଯାଏ।
୨. ମନ୍ଥର ମୁଦ୍ରାଙ୍ଗୀତି ଦେଶର ଅର୍ଥବ୍ୟବସ୍ଥାପାଇଁ ସହାୟକ ହୋଇଥାଏ।
୩. ଏହା ଉତ୍ପାଦନ ବୃଦ୍ଧି କରିଥାଏ।
୪. ଅର୍ଥବ୍ୟବସ୍ଥାରେ ଆୟ, ଉତ୍ପାଦ, ନିୟୋଜନ, ଲାଭ ମଜୁରି ଇତ୍ୟାଦି ବୃଦ୍ଧି ହୋଇଥାଏ।
୫. ଏହା ଅର୍ଥବ୍ୟବସ୍ଥାରେ ଦ୍ରୁତ ବିକାଶର ଧାରା ସୃଷ୍ଟି କରିଥାଏ।

କ୍ଷିପ୍ର ମୁଦ୍ରାଷ୍ଟୀତି:
୧. ଦରଦାମ୍ କ୍ଷିପ୍ର ବେଗରେ ବା ଅଧିକ ହାରରେ ପାଇଲେ, ତାହାକୁ କ୍ଷିପ୍ର ମୁଦ୍ରାସ୍ପତି କୁହାଯାଏ।
୨. କ୍ଷିପ୍ର ମୁଦ୍ରାଙ୍ଗୀତି ଦେଶର ଆର୍ଥିକ ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ।
୩. ଏହା ଉତ୍ପାଦନ ହ୍ରାସ କରିଥାଏ।
୪. ଅର୍ଥବ୍ୟବସ୍ଥାରେ ଆୟ, ଉତ୍ପାଦ, ନିୟୋଜନ , ଲାଭ ଇତ୍ୟାଦି ହ୍ରାସ ପାଇଥା।
୫. ଏହା ଅର୍ଥବ୍ୟବସ୍ଥାରେ ଦ୍ରୁତ ବିକାଶଧାରାରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ।

VI. ଦୀର୍ଘଧର୍ମୀ ପ୍ରଶ୍ନୋତ୍ତର। [Long Answer Type Questions]

Question ୧।
ଦାରିଦ୍ର୍ୟର ସଂଜ୍ଞା ପ୍ରଦାନ କର।
(Give the definitions of Poverty.)
Answer:
ଦୀର୍ଘଦିନର ବ୍ରିଟିଶ ଶାସନର ଅବସାନ ଘଟାଇ ଭାରତ ସ୍ଵାଧୀନତା ଲାଭ କରିବା ସମୟରେ ଦେଶର ଅର୍ଥନୀତି ପଙ୍ଗୁ ଅବସ୍ଥାରେ ଥିଲା । ଦେଶର ଅଧିକାଂଶ ଲୋକ ଭୋକ ଉପାସରେ ଦିନ ବିତାଉଥିଲେ । ଗ୍ରାମାଞ୍ଚଳରେ ରାସ୍ତାଘାଟ, ବିଜୁଳି ଶକ୍ତି, ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଇତ୍ୟାଦି ମୌଳିକ ସୁବିଧା ଉପଲବ୍‌ଧ ହେଉ ନ ଥିଲା । କଳକାରକାନାର, ଅଭାବ ହେତୁ ଊଣା ଅଧିକେ ସମସ୍ତେ କୃଷିକ୍ଷେତ୍ରରେ କାର୍ଯ୍ୟ କରୁଥିଲେ । ହେଲେ ବିଭିନ୍ନ କାରଣରୁ କୃଷି ଉତ୍ପାଦନ ସ୍ଵଳ୍ପ ହେଉଥ‌ିବା ଦୃଷ୍ଟିରୁ ଲୋକମାନଙ୍କର ଆୟ ସ୍ଵଳ୍ପ ଥିଲା । ଦେଶରୁ ଦାରିଦ୍ର୍ୟ, ବେକାରୀ ଓ ନିରକ୍ଷରତା ଦୂର ତଥା ଦେଶବାସୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳି ଶକ୍ତି ଓ ରାସ୍ତାଘାଟ ପରି ମୌଳିକ ଆବଶ୍ୟକତା ଯୋଗାଇଦେବା ଲକ୍ଷ୍ୟରେ ଅର୍ଥନୈତିକ ଯୋଜନା ପ୍ରଚଳନ ହେଲା।

ଯୋଜନାବଦ୍ଦ ବିକାଶ କାର୍ଯ୍ୟକ୍ରମ ଓ ୧୯୯୧ରୁ ସଂସ୍କାର ପ୍ରକ୍ରିୟାର ସଫଳତା ଆଜି ଭାରତକୁ ଆର୍ଥିକ ମହାଶକ୍ତିରେ ପରିରଣତ କରିଛି । ଦେଶର ମୋଟ ଘରୋଇ ଉତ୍ପାଦ (ଜି.ଡି.ପି) ଆଜି ବୃଦ୍ଧି ପାଇ ୪.୪୬ ଟ୍ରିଲିୟନ ଡଲାରରେ ପହଞ୍ଚିଛି । ଫଳରେ ଭାରତ ଜାପାନକୁ ପଛରେ ପକାଇ ବିଶ୍ଵର ତୃତୀୟ ଆର୍ଥିକ ମହାଶକ୍ତି ହେବାର ଗୌରବ ଲାଭ କରିଛି । ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ବିକାଶ ହେତୁ ଭାରତୀୟମାନଙ୍କର ମୃତ୍ୟୁହାର ଯଥେଷ୍ଟ ହ୍ରାସ ପାଇଛି।

ଜନବିସ୍ଫୋରଣ ଓ ବେକାରୀ ପରି ଦାରିଦ୍ର୍ୟ ଭାରତ ଅର୍ଥନୀତି ପାଇଁ ଏକ ବିରାଟ ଆହ୍ବାନ । କ୍ରମାଗତ ଭାବେ ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ବୃଦ୍ଧି ପାଇବା ସତ୍ତ୍ଵେ ଆମ ଦେଶରେ ଦାରିଦ୍ର୍ୟତାର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଅନେକ ସ୍ଥାନରେ ବହୁସଂଖ୍ୟକ ଲୋକ ଭୋକିଲା ପେଟ, ଅର୍ଦ୍ଧନଗ୍ନ ଶରୀର, ଚାଳଘରେ ଅତି ଦୀନହୀନ ଭାବ ରବାସ କରୁଛନ୍ତି । ଦେଶରେ ଦାରିଦ୍ର୍ୟର ଦୂରୀକରଣ ନିହାରି ଆବଶ୍ୟକ।

ଦାରିଦ୍ର୍ୟର ସଂଜ୍ଞା (lefinition of Poverty):
ଦାରିଦ୍ର୍ୟ ମାନବର ଏକ ଦୁଃଖ ଅବସ୍ଥା । ଦାରିଦ୍ର୍ୟ କହିଲେ “ ଜୀବନଧାରଣ, ସ୍ଵାସ୍ଥ୍ୟରକ୍ଷା ତଥା ଦକ୍ଷତା ବୃଦ୍ଧି ପରି ସର୍ବନିମ୍ନ ମୌଳିକ ଆବଶ୍ୟକତା ପୂରଣର ଅକ୍ଷମତା ହିଁ ଦାରିଦ୍ର୍ୟତା ।” ପ୍ରକାରାନ୍ତରେ କହିଲେ, “ ସ୍ଥାୟୀ ବା ଅସ୍ଥାୟୀ ଭାବେ ଯେତେବେଳେ ଜଣେ ଲୋକ ନିଜେ ତଥା ତା’ ପରିବାର ସଦସ୍ୟମାନେ କାର୍ଯ୍ୟକ୍ଷମ ଭାବେ ବଞ୍ଚିବା ନିମନ୍ତେ ସର୍ବନିମ୍ନ ଆବଶ୍ୟକୀୟ ଖାଦ୍ୟ, ବସ୍ତ୍ର, ବାସଗୃହରୁ ବଞ୍ଚିତ ହୋଇଥାଏ, ତାକୁ ଆଦୌ ଦାରିଦ୍ର୍ୟ ବୋଲି କହିବା।”

ଦାରିଦ୍ର୍ୟକୁ ଦୁଇଟି ଦୃଷ୍ଟିକୋଣରୁ ବିଚାର କରାଯାଇଥାଏ । ପ୍ରଥମତଃ, ଚରମ ବା ଉତ୍କଟ ଦାରିଦ୍ର୍ୟ ଏବଂ ଦ୍ଵିତୀୟତଃ ଆପେକ୍ଷିକ ଦାରିଦ୍ର୍ୟ। ଯେଉଁ ଲୋକମାନେ ବଞ୍ଚି ରହିବା ପାଇଁ ଜୀବନର ମୌଳିକ ଆବଶ୍ୟକତାକୁ ପୂରଣ କରିପାରନ୍ତି ନାହିଁ, ସେମାନଙ୍କ କ୍ଷେତ୍ରରେ ଚରବ ବା ଉତ୍କଟ ଦାରିଦ୍ର୍ୟ ଦେଖାଯାଏ ବୋଲି କୁହାଯାଏ। ତେଣୁ ସର୍ବନିମ୍ନ ଖାଦ୍ୟ ସାର, ବସ୍ତ୍ର, ବାସଗୃହ ଭିଭିରେ ଚରମ ଦାରିଦ୍ର୍ୟ ନିର୍ଣ୍ଣୟ ହୋଇଥାଏ। ଏଗୁଡ଼ିକ ନିରୂପିତ ମୂଲ୍ୟଠାରୁ କମ୍ ଖର୍ଚ୍ଚ କରୁଥିବା ଲୋକମାନଙ୍କ ଦାରିଦ୍ର୍ୟର ସୀମାରେଖା ତଳେ ଅଛନ୍ତି ବୋଲି କୁହାଯାଏ। ଏ ପ୍ରକର ଉତ୍କଟ ଦାରିଦ୍ର୍ୟ ଭାରତରେ ଏକ ପ୍ରାଚୀନ ବ୍ୟାଧରୂପେ ଦେଖାଯାଏ।

ଦୁଇ ଗୋଷ୍ଠୀର ଲୋକମାନଙ୍କର ଆର୍ଥିକ କହିଥାଉ । ତେଣୁ ଆପେକ୍ଷିକ ଦାରିଦ୍ର୍ୟ ଦେଶରେ ଆପେକ୍ଷିକ ଦାରିଦ୍ର୍ୟତା ସୃଷ୍ଟି ଆପେକ୍ଷିକ ଦାରିଦ୍ର୍ୟର ଅର୍ଥ ଭିନ୍ନ, ଯେତେବେଳେ ଦୁଇଜଣ ବ୍ୟକ୍ତି ବା ସ୍ଥିତିକୁ ନେଇ ତୁଳନା କରଯାଏ, ସେତେବଳେ ଅମେ ଆପେକ୍ଷିକ ଦାରିଦ୍ର୍ୟ କଥା କହିଲେ ଆୟର ବୈଷମ୍ୟକୁ ବୁଝାଏ। ଆୟ ଓ ସମ୍ପଦର ବଣ୍ଟନରେ ଅସମତା କରେ। ଏହି ପ୍ରକାର ଆପେକ୍ଷିକ ଦାରିଦ୍ର୍ୟତା ସବୁ ଦେଶରେ ଦେଖାଯାଏ।  ଏହା ସମସ୍ୟା ନୁହେଁ ବରଂ ଚରମ ଦାରିଦ୍ର୍ୟ ବା ଉତ୍କଟ ଦାରିଦ୍ର୍ୟ ଏକ ଗୁରୁତର ସମସ୍ୟା। ତେଣୁ ଏହି ଚରମ ଦାରିଦ୍ର୍ୟର ଦୂରୀକରଣର ଆମ ଯୋଜନାବଦ୍ଧ ଅର୍ଥନୈତିକ କାର୍ଯ୍ୟକ୍ରମର ପ୍ରଧାନ ଲକ୍ଷ୍ୟ।

Question ୨।
ଭାରତରେ ଦାରିଦ୍ର୍ୟର ବିଚ୍ଛନ୍ନ କାରଣଗୁଡ଼ିକ ଆଲେଚାନା କର।
(Explain the different causes of poverty in India.)
Answer:
ଦାରିଦ୍ର୍ୟର କାରଣ (Causes of Poverty): ଦାରିଦ୍ର୍ୟ ଏକ ସାମାଜିକ ବ୍ୟାଧ । ବିକାଶଶୀଳ ରାଷ୍ଟ୍ରମାନେ ଏହି ବ୍ୟାଧ୍ୟରେ ଅଧ‌ିକ ଆକ୍ରାନ୍ତ । ଭାରତ ଭଳି ବିକାଶମୁଖୀ ରାଷ୍ଟ୍ରମାନଙ୍କରେ ଦେଖାଯାଇଥିବା ଗଣଦାରିଦ୍ର୍ୟର କାରଣ ସଂକ୍ଷେପରେ ବୁଝାଇବାକୁ ଯାଇ ଅର୍ଥଶାସ୍ତ୍ରୀ ରାଗନ୍‌ର ନରକେ କହନ୍ତି “ ଗୋଟିଏ ଦେଶର ଦ୍ରାରିଦ୍ର୍ୟର କାରଣ ହେଉଛି ସେ ଦେଶର ଦାରିଦ୍ର୍ୟ ।” ଏହି ଦୃଷ୍ଟିରୁ ଆଲୋଚନା କଲେ, ଦେଶର ଦାରିଦ୍ର୍ୟ କାରଣର ବହୁବିଧ । ଦେଶର ସ୍ଵଳ୍ପ ଆୟର ସ୍ତର ଓ ଜାତୀୟ ଆୟ ବଣ୍ଟନର ଅସମାନତା ଯୋଗୁ ଗଣଦାରିଦ୍ର୍ୟ ବିସ୍ତାର ଲାଭ କରିଆସିଛି ବୋଲି ଧରାଯାଉଥିଲେ ମଧ୍ୟ ଆଉ କେତେକ କାରଣ ରହିଚି ଯାହା ପାଇଁ ଭାରତରେ ଦାରିଦ୍ର୍ୟର କରାଳ ଚକ୍ର ସୃଷ୍ଟି ହୋଇଛି।

(୧) ନିମ୍ନ ସ୍ତରର ଆୟ (Low Level Income):
ଭାରତର ଅଧ‌ିକାଂଶ ଲୋକ ଗରିବ । କାରଣ ସେମାନଙ୍କ ମୁଣ୍ଡପିଛା ଆୟ ନିମ୍ନ ସ୍ତରର । ସ୍ଵଳ୍ପ ଆୟ ହେତୁ ସେମାନେ ଉପଯୁକ୍ତ ପରିମାଣର ସୁଷମ ଖାଦ୍ୟ ପାଇପାରନ୍ତି ନାହିଁ । ନିରକ୍ଷରତା ଓ ଦୁର୍ବଳ ସ୍ୱାସ୍ଥ୍ୟ ହେତୁ ସେମାନଙ୍କର କାର୍ଯ୍ୟ କରିବାର କ୍ଷମତା ସୀମିତ । ଫଳରେ ସେମାନେ ଅଧ‌ିକ ଆୟ ରୋଜଗାର କରିପାରନ୍ତି ନାହିଁ ।

(୨) ଜନସଂଖ୍ୟା ଦ୍ରୁତ ଅଭିବୃଦ୍ଧି (Rapid Growth of Population):
ଦେଶରେ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ହେଲେ ଦାରିଦ୍ର୍ୟଜନିତ ସମସ୍ୟା ଉପୁଜେ । ଜନସଂଖ୍ୟା ବୃଦ୍ଧି ଯଦି ଜାତୀୟ ଆୟ ବୃଦ୍ଧିଠାରୁ ଅଧିକ ହୁଏ, ତେବେ ଦାରିଦ୍ର୍ୟଜନିତ ସମସ୍ୟା ଗୁରୁର ଆକାର ଆରମ୍ଭ କରେ । ୨୦୦୧ ପୂର୍ବରୁ ଭାରତରେ ଜନସଂଖ୍ୟାର ବାର୍ଷିକ ବୃଦ୍ଧି ହାର ୨ ପ୍ରତିଶତରୁ ଅଧ‌ିକ ଥିବାରୁ ଦେଶର ମୁଣ୍ଡପିଛା ଆୟ ସ୍ଵଳ୍ପ ହୋଇଥାଏ । ସ୍ଵଳ୍ପ ଆୟ ହେତୁ ଅଧ‌ିକ ଲୋକ ଦାରିଦ୍ର୍ୟ ସୀମାରେଖାର ନିମ୍ନରେ ବାସ କରନ୍ତି ।

(୩) ସ୍ବଚ୍ଛ ଉତ୍ପାଦନଶୀଳତା (Low Productivity):
ଭାରତୀୟ କୃଷିର ସ୍ଵଳ୍ପ ଉତ୍ପାଦନଶୀଳତା ଦାରିଦ୍ର୍ୟର ମୁଖ୍ୟ କାରଣ ରୂପେ ବିବେଚିତ ହୁଏ । କୃଷିରେ ନିର୍ଭର କରୁଥିବା ଲୋକାମନେ ସାଧାରଣତଃ ଗରିବ । ସ୍ଵଳ୍ପ ଆୟ ହେତୁ ସୋମନେ କୃଷିରେ ଆବଶ୍ୟକୀୟ ପୁଞ୍ଜି ବିନିଯୋଗ କରିପାରନ୍ତି ନାହିଁ । ଫଳରେ ସେମାନଙ୍କର ଆୟ କମ୍ ହୁଏ ଓ ସେମାନେ ଗରିବ ଅବସ୍ଥାରେ କାଳ କାଟନ୍ତି ।

(୪) ନିଯୁକ୍ତି ସୁଯୋଗର ଅଭାବ (Lack of Employment Opportunities):
ବେକାରୀ ଦାରିଦ୍ର୍ୟର ଏକ ପ୍ରତିଫଳନ ମାତ୍ର। ବ୍ୟାପକ ବେକାରୀ, ଅର୍ବବେକାରୀ ବା ପ୍ରଚ୍ଛନ୍ନ ବେକାରୀ ପରିଣାମ ହେଉଛି ଦାରିଦ୍ର୍ୟ । ଆମ ଯୋଜନାର ଲକ୍ଷ୍ୟ ଥିଲା- ଅର୍ଥନୈତିକ ଅଭିବୃଦ୍ଧି ହାରରେ ବୃଦ୍ଧି ଘଟାଇ ଦେଶରୁ ଦାରିଦ୍ର୍ୟ ଦୂର କରିବା। ଏହି କୌଶଳରେ ନିଯୁକ୍ତି ବୃଦ୍ଧିର ଆଭିମୁଖ୍ୟ ରହିଲା ନାହିଁ । ଫଳରେ ବେକାରୀ ସମସ୍ୟା ଏକ ଭୟାନକ ରୂପ ନେଲା ଓ ଏହା ଦାରିଦ୍ର୍ୟ ସଂଖ୍ୟା ବୃଦ୍ଧିରେ ସାହାଯ୍ୟ କଲା।

(୫) ଭୂମି ଓ ଅନ୍ୟାନ୍ୟ ପରିସଂପତ୍ତିର ବଣ୍ଟନରେ ଅସମତା (Unequal Distribution of Land and other Assets):
ଭୂମି ଓ ଅନ୍ୟାନ୍ୟ ପରିସଂପରି ଯଥା : ସୁନା, ରୁପା, ବାଡ଼ି, ବଗିଚା, ଗାଡ଼ି ମଟର ତଥା କଂପାନୀର ଅଂଶଧନ ଇତ୍ୟାଦି ସାଧାରଣତଃ ଆୟର ଉତ୍ସ। ତେବେ ଆମ ଦେଶରେ ଏହି ସବୁ ସଂପତି ଓ ପରିସଂପଭିର ବଣ୍ଟନରେ ବହୁ ବୈଷମ୍ୟ ଦେଖାଯାଏ। ଫଳରେ ଧନୀ ଲୋକମାନେ ନିଜର ଆୟ ବହୁଗୁଣିତ କରିବା ସ୍ଥଳେ ଗରିବ ଲୋକମାନେ ଖାଇବାକୁ ଦାନା ଓ ପିନ୍ଧିବାକୁ କନା ପାଉ ନାହାନ୍ତି।

(୬) ଅଗ୍ରଗତିଶୀଳ ଶ୍ରମିକ ଶ୍ରେଣୀ (Immobility of Labour): ଆମ ଦେଶରେ ନିରକ୍ଷରତା ଯୋଗୁଁ ଶ୍ରମିକମାନେ ସାଧାରଣତଃ ଗତିଶୀଳ ନୁହନ୍ତି। ଶ୍ରମକୁ ଉତ୍ପାଦନର ଏକ ଉପାଦାନ ହିସାବରେ ଧରାଯାଏ। ଶ୍ରମିକ ଗତିଶୀଳ ହୋଇ ନ ଥିବାରୁ ଅଧିକ ମଜୁରୀ ସତ୍ତ୍ବେ ସେମାନେ ବନ୍ଧୁବାନ୍ଧବ; ପ୍ରିୟ ପରିଜନ ଓ ନିଜ ଗାଁ ମାଟି ଛାଡ଼ି ଯିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ। ଫଳରେ ସେମାନେ ସ୍ଵଳ୍ପ ଆୟରେ ଦୁଃକ ଦାରିଦ୍ର୍ୟରେ ଘାଣ୍ଟି ହୁଅନ୍ତି।

(୭) ଋଣଗ୍ରସ୍ତତା (Indebtedness):
ସ୍ଵଳ୍ପ ଆୟ ହେତୁ, ଗରିବ ଲୋକମାନେ ସାଧାରଣତଃ ଗାଁ ସାହୁକାର, ମହାଜନ ତଥା ବ୍ୟବସାୟୀଙ୍କ ଠାରୁ ଟଙ୍କା କରଜ କରିଥାନ୍ତି। ଏଥୁ ନିମିତ୍ତ ଅଧୂକ ସୁଧ ଦେବାକୁ ହୁଏ। ସେମାନଙ୍କୁ ନିଜର ଚାଷୋପଯୋଗୀ ଭୂମି ମଧ୍ୟ ବନ୍ଧକ ସୂତ୍ରରେ ଦେବାକୁ ହୋଇଥାଏ। ଏହି ଋଣ ପରିଶୋଧନ କଲେ, ରଣଦାତାର ଋଣଯନ୍ତାରୁ ସେମାନଙ୍କୁ ମୁକ୍ତି ମିଳିଥାଏ। ପୁରୁଷାନୁକ୍ରମେ ଏହି ଲୋକମାନେ ବର୍ଦ୍ଧିତ ଋଣଭାର ହେତୁ ଗରିବ ହୋଇ ରହିଥାନ୍ତି। ଏଣଉ ଋଣଗ୍ରସ୍ତତାକୁ ଦାରିଦ୍ର୍ୟତାର ଏକ ପ୍ରମୁଖ କାରଣ ଭାବେ ଗ୍ରହଣ କରାଯାଏ।

ଉପରୋକ୍ତ ଆଲୋଚନା ଜଣାଯାଏ ଯେ, ଭାରତରେ ଦାରିଦ୍ର୍ୟର ବହୁବିଧ କାରଣମାନ ରହିଛି । ନିମ୍ନସ୍ତରର ଆୟ, ଜନସଂଖ୍ୟା ବୃଦ୍ଧି, ନିଯୁକ୍ତି ସୁଯୋଗର ଅଭାବ, କୃଷିକ୍ଷେତ୍ରର ସ୍ଵଳ୍ପ ଉତ୍ପାଦନଶୀଳତା ତଥା ଭୂମି ଓ ପରିସଂପଭିର ବଣ୍ଟନରେ ଅସମତା ଇତ୍ୟାଦି ବ୍ୟାପକ ଦାରିଦ୍ର୍ୟର ପ୍ରମୁଖ କାରଣ ବୋଲି ଧରାଯାଏ । ତେବେ ଏହି ସମସ୍ୟାର ସମାଦାନ ନିମିତ୍ତ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟମାନ ସରକାରୀ ସ୍ତରରେ ପ୍ରଣୟନ ହୋଇଆସୁଛି।

ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ (Poverty Alleviation Programmes):
ଦେଶରେ ଦାରିଦ୍ର୍ୟ ଦୂରୀକରଣ ନିମିତ୍ତ ମୁଖ୍ୟତଃ ଦୁଇ ପ୍ରକାର କାର୍ଯ୍ୟକ୍ରମମାନ ପ୍ରଣୟନ କରାଯାଇଅଛି । ସେଗୁଡ଼ିକ ହେଲା – (କ) ସାଧାରଣ ଅର୍ଥନୈତିକ, ବିକାଶ, କାର୍ଯ୍ୟକ୍ରମ ଓ (ଖ) ଦାରିଦ୍ର୍ୟ ଦୂରୀକରଣ ନିମିତ୍ତ କେତେକ ନିର୍ଦ୍ଦିଷ୍ଟ କାର୍ଯକ୍ରମ। ପ୍ରଥମ ଶ୍ରେଣୀର କାର୍ଯ୍ୟକ୍ରମଗୁଡ଼କ ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବା ସହ ନିଯୁକ୍ତି ସଂପ୍ରସାରଣ କରିବା ପାଇଁ ଉଦ୍ଦିଷ୍ଟ । ଏହାଦ୍ଵାରା ଲୋକମାନଙ୍କର ଆୟ ବୃଦ୍ଧି ପାଏ ଓ ଦାରିଦ୍ର୍ୟ ଦୂରୀକରଣ ହୁଏ। ଏହି ଉନ୍ନୟନ ମୂଳକ କାର୍ଯ୍ୟକ୍ରମାନେ ପରୋକ୍ଷ ଭାବେ ଦାରିଦ୍ର୍ୟକୁ ଅପସାରଣ କରିଥାନ୍ତି। କୃଷି, ଶିଳ୍ପ ଓ ସାମାଜିକ ସେବା କ୍ଷେତ୍ରରେ ବିକାଶ ନିମିତ୍ତ ଯୋଗୁଁ ଯେଉଁ କାର୍ଯ୍ୟକ୍ରମମାନ ଯୋଜନାରେ ସ୍ଥାନ ପାଇଥାନ୍ତି ସେଗୁଡ଼ିକ ଏହି ଶ୍ରେଣୀ କାର୍ଯ୍ୟକ୍ରମ। ତେବେ ଏହି ସାଦାରଣ କାର୍ଯ୍ୟକ୍ରମମାନ ଦାରିଦ୍ର୍ୟ ଦୂରୀକରଣରେ ସଫଳତା ନ ପାଇବାରୁ ୧୯୭୦ ଦଶକଠାରୁ ଦାରିଦ୍ର୍ୟ ଦୂରୀକରଣ ଓ କର୍ମନିଯୁକ୍ତି ସୃଷ୍ଟି ପାଇଁ କେତେକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମମାନ ପ୍ରଚଳନ ହେଲା । ବେକାରୀ ଓ ଦାରିଦ୍ର୍ୟ, ଉଭୟେ ପରିପୂରକ । ଗୋଟିଏ ବଢ଼ିଲେ ଅନ୍ୟଟିର ମଧ୍ୟ ବୃଦ୍ଧି ଘଟେ । ଦାରିଦ୍ର୍ୟ ଉନ୍ମୁଳନ ଓ ବେକାରୀ ଦୂରୀକରଣ ନିମିତ୍ତ ଯେଉଁ ସମସ୍ତ କାର୍ଯ୍ୟକ୍ରମମାନ ଆମ ଦେଶରେ ପ୍ରଚଳନ କରାଯାଇଛି, ସେ ସବୁ ପରବର୍ତୀ ଅଧ୍ୟାୟରେ ବର୍ଣ୍ଣନ କରାଯାଇଛି।

ଉପସଂହାର (Conclusion):
ଦାରିଦ୍ର୍ୟ ସମସ୍ୟା ସମ୍ବନ୍ଧରେ ଆଲୋଚନାର ପରିସମାପ୍ତି ଘଟାଇବାକୁ ଯାଇ ଏହା କୁହାଯାଇପାରେ ଯେ, ଗଣଦାରିଦ୍ର୍ୟ ଭାରତର ସଂପ୍ରତି ଅର୍ଥନୀତି ସମ୍ମୁଖରେ ଏକ ବିରାଟ ଆହ୍ବାନ । ୧୯୭୦ ଦଶକର ଆରମ୍ଭରୁ ଏହାର ଦୂରୀକରଣ ଓ ନିରାକରଣ ନିମିତ୍ତ ବହୁ ଯୋଜନାମାନ ପ୍ରବର୍ତ୍ତନ କରା ହୋଇ ଆସୁଛି, ହେଲେ ସେଗୁଡ଼ିକର ସଫଳତା ଉତ୍ସାହଜନକ୍ ନୁହେଁ । ସେଗୁଡ଼ଡ଼ିକରେ ସଫଳତା ହାସଲ କରିବାକୁ ହେଲେ ସଂପ୍ରତି ପ୍ରବର୍ତ୍ତିତ ନୂତନ ଆର୍ଥିକ ସଂସ୍କାର ନୀତି ସହିତ ଗ୍ରାମ୍ୟ ଉନ୍ନୟନ, ବିଶେଷକରି କୃଷି, କ୍ଷୁଦ୍ରଶିଳ୍ପ ଓ କୁଟୀର ଶିଳ୍ପ ଉନ୍ନୟନ ଉପରେ ସର୍ବାଧ‌ିକ ଗୁରୁତ୍ଵ ଦେବା ଉଚିତ।

CHSE Odisha Class 11 Economics Solutions Unit 4 ଭାରତୀୟ ଅର୍ଥନୀତି ସାମ୍ନା କରୁଥିବା ସମସ୍ୟା

Question ୨।
ବେକାରୀ କ’ଣ ? ବେକାରୀରର ପ୍ରକାର ଭେଦ ଆଲେଚାନା କର।
(What is Unemployment? Explain the different types of unemployment.)
Answer:
ଯେଉଁ ନିଯୁକ୍ତି ଜୀବନ ଧାରଣର ଆବଶ୍ୟକତା ଉପାର୍ଜନ କରିବାକୁ ସକ୍ଷମ, ତାହାକୁ ନିୟୋଜନ କୁହାଯାଏ। ଯଦି ଜଣେ ଜୀବନ ଧାରଣ ପାଇଁ ଆବଶ୍ୟକ ହେଉଥିବା ଦ୍ରବ୍ୟ କିମ୍ବା ମୁଦ୍ରା ଉପାର୍ଜନ ପାଇଁ ଅକ୍ଷମ; ସେ ବେକାର। ତେଣୁ ପ୍ରଚଳିତ ମଜୁରୀ ହାରରେ କାର୍ଯ୍ୟ କରିବା ପାଇଁ ଇଚ୍ଛା ଓ ସାମର୍ଥ୍ୟ ଥିଲେ ମଧ୍ୟ ନିଯୁକ୍ତି ନ ପାଇବାର ଅବସ୍ଥାକୁ ବେକାରୀ କହନ୍ତି। ବେକାରୀ ଦାରିଦ୍ର୍ୟ ସୃଷ୍ଟି କରୁଥିବାରୁ ଉଭୟେ ସହଚର। ବେକାରୀ ଓ ଦାରିଦ୍ର୍ୟ ଉଭୟେ ପରସ୍ପରର ପରିପୂରକ। ଅବଶ୍ୟ, ସମସ୍ତ ଦରିଦ୍ର ବେକାର ନୁହନ୍ତି। ଜଣେ ସ୍ଵଳ୍ପ ଆୟକାରୀ ବୃତ୍ତିରେ ନିୟୋଜିତ ବ୍ୟକ୍ତି ଦରିଦ୍ର ହୋଇପାରେ। ନିଜ ମଜୁରିଆ, ଘରୋଇ ଚାକର ଆଦି ନିୟୋଜିତ ହୋଇଥିଲେ ମଧ୍ୟ ସେମାନେ ଦରିଦ୍ର। ତେଣୁ ସମସ୍ତ ବେକାର ଦରିଦ୍ର କିନ୍ତୁ ସମସ୍ତ ଦରିଦ୍ର ବେକାର ନୁହଁନ୍ତି।

ଶ୍ରମ ଶକ୍ତିର ଚାହିଦା ଏହାର ଯୋଗାଣଠାରୁ କମ୍ ହେଲେ ଅର୍ଥ ବ୍ୟବସ୍ଥାରେ ବେକାରୀ ଦେଖାଦିଏ। ଏହା ସମସ୍ତ ଅର୍ଥ ବ୍ୟବସ୍ଥା ପାଇଁ ଏକ ଆହ୍ବାନ। ଏହା ଏକ ଏଭଳି ଅବସ୍ଥା ଯେଉଁଠାରେ କି ଇଚ୍ଛା ଓ ସାମର୍ଥ୍ୟ ସତ୍ତ୍ଵେ ଫଳପ୍ରଦ ନିଯୁକ୍ତି ମିଳି ନ ଥାଏ।

ବେକାରୀର ପ୍ରକାରଭେଦ (Types of Unemployment):
ଅର୍ଥ ବ୍ୟବସ୍ଥାରେ ଅନୁଭୂତ ହେଉଥ‌ିବା ବେକାରୀ ବିଭିନ୍ନ ପ୍ରକାରର । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଯାଇଛି।

(୧) ସଂରଚନାତ୍ମକ ବେକାରୀ (Structural Unemployment):
ଅର୍ଥ ବ୍ୟବସ୍ଥାର ଢାଞ୍ଚାଗତ ଅସୁବିଧା ଫଳରେ ସୃଷ୍ଟି ହେଉଥ‌ିବା ବେକାରୀକୁ ଢାଞ୍ଚାଗତ ବା ସଂରଚନାତ୍ମକ ବେକାରୀ କୁହାଯାଏ । ଶ୍ରମ ଯୋଗାଣ ସହ ତାଳ ଦେଇ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ରାଷ୍ଟ୍ରର ଅକ୍ଷମତା ଏହି ବେକାରୀକୁ ଜନ୍ମ ଦେଇଥାଏ । ଆବଶ୍ୟକ ଅଧାରିକ ସଂରଚନାର ଅଭାବ ସଂରଚନାଗତ ବେକାରୀର ମୁଖ୍ୟ କାରଣ । ଏହା ଅର୍ଥବ୍ୟବସ୍ଥାର ଏକ ସ୍ଥାୟୀ ସମସ୍ୟା । ଏହାର ମୁକାବିଲା ପାଇଁ ଅର୍ଥବ୍ୟବସ୍ଥାର ଢାଞ୍ଚାଗତ ପରିବର୍ତ୍ତନ ଆବଶ୍ୟକ ଦୀର୍ଘକାଳୀନ କାର୍ଯ୍ୟକ୍ରମଦ୍ବାରା ଏହା ସମ୍ଭବ । ଭାରତରେ ମୁଖ୍ୟତଃ ସଂରଚନାତ୍ମକ ବେକାରୀ ଦେଖାଦିଏ ।

(୨) ପ୍ରଚ୍ଛନ୍ନ ବେକାରୀ (Disguised Unemployment):
ପ୍ରଚ୍ଛନ୍ନ ବେକାରୀ ଲୁକ୍‌କାୟିତ । ଏହାକୁ ଛଦ୍ମବେଶୀ ବେକାରୀ ମଧ୍ୟ କୁହାଯାଏ । ଏଥ‌ିରେ ଜଣେ କାର୍ଯ୍ୟ କରୁଥିଲେ ମଧ୍ୟ କାର୍ଯ୍ୟ ପାଇଁ ତାହାର କୌଣସି ଅବଦାନ ନ ଥାଏ। ତେଣୁ, ଯେଉଁ ନିଯୁକ୍ତି ମୋଟ୍ ଉତ୍ପାଦନ, ବୃଦ୍ଧି ପାଇଁ ସହାୟତା ପ୍ରଦାନ କରି ନ ଥାଏ, ତାହାକୁ ପ୍ରଚ୍ଛନ୍ନ ବେକାରୀ କହନ୍ତି । ପ୍ରକାରନ୍ତରେ, ଯେଉଁ ନିଯୁକ୍ତିକୁ ହ୍ରାସ କଲେ ମଧ୍ୟ ମୋଟ୍ ଉତ୍ପାଦନ ପରିବର୍ତ୍ତନ ହୋଇ ନ ଥାଏ । ତାହା ପ୍ରଚ୍ଛନ୍ନ ବେକାରୀ । ମନେକର, ଗୋଟିଏ କାରଖାନାରେ ଚାରିଜଣ ଶ୍ରମିକ ନିଯୁକ୍ତ ହୋଇ ଦିନକୁ ଦୁଇ ହଜାର ଟଙ୍କାର ମୋଟ୍ ଉତ୍ପାଦନ କରନ୍ତି । ଯଦି ପଞ୍ଚମ ଶ୍ରମିକ ନିୟୋଜିତ ହୋଇ ମଧ୍ୟ ମୋଟ୍ ଉତ୍ପାଦନ ପୂର୍ବବତ୍ ଦୁଇ ହଜାର ଟଙ୍କା ରହେ। ତେବେ ନିଯୁକ୍ତି ପାଇଥିବା ପଞ୍ଚମ ଶ୍ରମିକ ପ୍ରଚ୍ଛନ୍ନ ବେକାରୀର ଅନ୍ତର୍ଭୁକ୍ତ । ଭାରତୀୟ କୃଷି କ୍ଷେତ୍ରରେ ପ୍ରଚ୍ଛନ୍ନ ବେକାରୀ ଅତି ସାଧାରଣ । ଏହା ମାନବିକ ସମ୍ବଳର ଅପଚୟ ଘଟାଇଥାଏ। ଯଦି ପ୍ରଚ୍ଛନ୍ନ ବେକାରମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯାଇପାରିବ, ତେବେ ପ୍ରଚ୍ଛନ୍ନ ବେକାରୀ ସମସ୍ୟାର ସମାଦାନ ହେବ।

(୩) ପ୍ରକାଶ୍ୟ ବେକାରୀ (Open Unemployment):
ଯେଉଁ ବେକାରୀ ପ୍ରକାଶ୍ୟ ବା ଯେଉଁ ବେକାରୀ ଜାଣିହୁଏ ଏବଂ ତାହାର ତୀବ୍ରତା ସଂଖ୍ୟାରେ ଆକଳନ କରାଯାଇପାରେ, ତାହାକୁ ପ୍ରକାଶ୍ୟ ବେକାରୀ କହନ୍ତି । ଯେଉଁମାନେ ବର୍ତ୍ତମାନ କାର୍ଯ୍ୟରତ ନୁହନ୍ତି ଏବଂ ଫଳପ୍ରଦ ନୁହନ୍ତି ନିଯୁକ୍ତି ପଇଁ ବେତ, ସେମାନେ ପ୍ରକାଶ୍ୟ ବେକାରୀରର ଅନ୍ତର୍ଭୁକ୍ତ । ତେଣୁ ଇଚ୍ଛା ବା ସାମର୍ଥ୍ୟ ପାଇ ମଧ୍ଯ ନିଯୁକ୍ତି ନ ପାଇବାର ଅବସ୍ଥା ପ୍ରକାଶ୍ୟ ବେକାରୀ । ଏହା ସାଧାରଣତଃ ସହରାଞ୍ଚଳରେ ଦୃଷ୍ଟିଗୋଚର ହୋଇଥାଏ । ଏହା କର୍ମ ଯୋଗାଣ କେନ୍ଦ୍ର (Employment Exchange) ରେ ପଞ୍ଜୀକୃତ ହୋଇଥିବ । ସମସ୍ତ ନାମ ପ୍ରକାଶ୍ୟ ବେକରୀ ଶ୍ରେଣୀର।

(୪) ଋତୁଭିତ୍ତିକ ବେକାରୀ (Seasonal Unemployment):
ଋତୁର ପରିବର୍ତ୍ତନ ଫଳରେ ସୃଷ୍ଟ ବେକାରୀକୁ ଋତୁଭିତ୍ତିକ ବେଢାରୀ କୁହାଯାଏ। ବରଫ କଳରେ କାର୍ଯ୍ୟରତ ଅନେକ ଶ୍ରମିକ ଶୀତ ଦିନେ ନିଯୁକ୍ତି ପାଇ ନ ଥାନ୍ତି ଏବଂ ଶୀତ ଋତୁ ସରିବା ପର୍ଯ୍ୟନ୍ତ ବେକାର ରହନ୍ତି। ଠିକ୍ ସେହିପରି ଖାଦ୍ୟ ଶସ୍ୟ ଅମଳ ପରେ ଚାଷୀମାନେ ପୁନର୍ବାର ଚାଷକାର୍ଯ୍ୟ ପ୍ରାରମ୍ଭ ପର୍ଯ୍ୟନ୍ତ ବେକାର ରହନ୍ତି। ଭାରତରେ ସାଧାରଣତଃ ଚାଷୀ ଛଅ ମାସ ବେକାର ରହିଥାଏ । ଏଭଳି ବେକାରୀ ଋତୁକୈନ୍ଦ୍ରିକ ଓ ଋତୁ ପରିବର୍ତ୍ତନ ଦ୍ୱାରା ସୃଷ୍ଟ ହୋଇଥିବାରୁ ଏହାକୁ ଋତୁଭିତ୍ତିକ ବେକାରୀ କୁହାଯାଏ। ଏହା କ୍ଷଣସ୍ଥାୟୀ ଏବଂ ଋତୁର ପରିବତର୍ତନ ସହିତ ସମାଧାନ ହୋଇପାରେ। ଅବଶ୍ୟ କାର୍ଯ୍ୟ ନଥିବା ଋତୁରେ ଉପଯୁକ୍ତ ନିଯୁକ୍ତି ସୁଯୋଗ ଯୋଗାଇ ପାରିଲେ ଏହି ବେକାରୀର ସମାଧାନ ସମ୍ଭବ।

(୫),ଶିକ୍ଷିତ ବେକାରୀ (Educated Unemployment):
ଶିକ୍ଷିତ ଲୋକମାନେ ନିୟୋଜନ ନ ପାଇବା ଅବସ୍ଥାକୁ ଶିକ୍ଷିତ ବେକାରୀ କହନ୍ତି। ଏହା ଏକ ମୁକ୍ତ ବେକାରୀ। ଏଥବରେ ଜଣେ ନିଜ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ନିଯୁକ୍ତି ପାଇବାରୁ ବଂଚିତ ହୌଥାଏ। ଭାରତୀୟ ଶିକ୍ଷାବୃତ୍ତି କୈନ୍ଦ୍ରିକ ନ ହୋଇଥବାରୁ ଶିକ୍ଷିତ ବେକାରୀ ଭାରତରେ ଅତିସାଧାରଣ। ଏହା ପ୍ରତିଭା ବହିଃର୍ଗମନ (Brain-drain) କରିଥାଏ।

(୬) ଅର୍ବବେକାରୀ (Under Employment):
ଅର୍ବବେକାରୀ ଏଭଳି ଏକ ଅବସ୍ଥା, ଯେଉଁ ଥରେ ନିଯୁକ୍ତ ବ୍ୟକ୍ତି ନିଜ ଦକ୍ଷତା ଅନୁସାରେ ନିଯୁକ୍ତି ପାଇ ନ ଥାଏ। ଯଦି ଜଣେ ଡାକ୍ତର କିମ୍ବା ଇଞ୍ଜିନିୟର ପ୍ରଶାସନିକ ଅଧିକାରୀ ରୂପେ ନିଯୁକ୍ତ ହୁଅନ୍ତି, ତାଙ୍କୁ ଅର୍ବବେକାର ବୋଲି କୁହାଯିବ । ପୁନଶ୍ଚ, ଯଦି ଜଣେ ବ୍ୟକ୍ତି ପୂର୍ଣ୍ଣ ସମୟ ପାଇ ନିୟୋଜିତ ହେବାର ସୁଯୋଗ ପାଇ ନ ଥାନ୍ତି ତେବେ ସେ ଅର୍ଥବେକାରୀ ଶ୍ରେଣୀଭୁକ୍ତ ହେବେ। ସପ୍ତାହରେ ସମସ୍ତ ସାତଦିନ ପାଇଁ ନିଯୁକ୍ତିରୁ ବଞ୍ଚିତ ବ୍ୟକ୍ତି ଅଦ୍ଧବେକାର ଜାତୟ ନିମୁନା ସର୍ବେକ୍ଷଣ ସଂସ୍ଥା (National Sample Survey Organisation-NSSO) ଦ୍ଵାରା ପ୍ରଦତ୍ତ ସଂଜ୍ଞା ଅନୁସାରେ ଯେଉଁ ଲୋକମାନେ ଏକ ବର୍ଷ ମଧ୍ୟରେ ୨୭୩ ଦିନରୁ କମ୍ ନିଯୁକ୍ତି ପାଇଥାନ୍ତି ସେମାନେ ଅବେକାର । ଅର୍ଥବୋକରୀ ପ୍ରତିଭା ବହିର୍ଗମନ ପାଇଁ ପଥ ପରିଷ୍କାର କରିଥାଏ।

(୭) ପ୍ରାବିଧ‌ିକ ବେକାରୀ (Technological Unemployment):
ପ୍ରାବିଧ‌ିକ ଜ୍ଞାନର ପରିବର୍ତ୍ତନ ଫଳରେ ସୃଷ୍ଟ ବେକାରୀକୁ ପ୍ରାବିଧ୍ଵକ ବେକାରୀ କୁହାଯାଏ। ଉତ୍ପାଦନ କ୍ଷେତ୍ରରେ ଉନ୍ନତ ପ୍ରାବିଧ‌ିକ ଜ୍ଞାନର ଉପଯୋଗ ଅପେକ୍ଷାକୃତ କମ୍ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ। ଫଳରେ ପ୍ରାବିଧ‌ିକ ବେକାରୀ ଦେଖାଦିଏ। ବ୍ୟାଙ୍କର କଂପୁଟରୀକରଣ ଅନେକ ବ୍ୟାଙ୍କ କର୍ମଚାରୀଙ୍କୁ ଅବସର ଦେଇ ବେକାର କରିଛି । ଅନେକ କ୍ଷେତ୍ରରେ ନୂତନ୍ ପ୍ରାବିଧ‌ିକ ଜ୍ଞାନ ସହିତ ନିଜକୁ ପରିବର୍ତ୍ତନ କରି ନ ପାରି ମଧ୍ୟ ଶ୍ରମିକମାନେ ବେକାର ହେବାକୁ ବାଧ୍ୟ ହୋଇଥାନ୍ତି। ଯଦି ନୂତନ ପ୍ରାବିଧ‌ିକ ଜ୍ଞାନ ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯାଏ; ତେବେ ଆବିଧ୍ଵକ ବେକାରୀ ସମସ୍ୟାର ସଫଳ ସମାଧାନ ହୋଇପାରିବ।

CHSE Odisha Class 11 Economics Solutions Unit 4 ଭାରତୀୟ ଅର୍ଥନୀତି ସାମ୍ନା କରୁଥିବା ସମସ୍ୟା

Question ୩।
ଭାରତରେ ବେକାରୀ ସମସ୍ୟାର କାରଣମାନ ଆଲୋଚନା କର ।
(Explain the causes of Unemployment problem in India.)
Answer:
ଭାରତରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଦଶମ ପଞ୍ଚ ବାର୍ଷିକ ଯୋଜନାର ଆକଳନ ଅନୁସାରେ ଆମ ଦେଶରେ ୩୫ ନିୟୁତ ଲୋକ ବେକାର ଅଛନ୍ତି । ଏହା ଏଠାରେ ଅନୁଭୂତ ବିଭିନ୍ନ ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ସମସ୍ୟାର ମୁଖ୍ୟ କାରଣ । ଭାରତରେ ଅନୁଭୂତ ବେକାରୀ ସମସ୍ୟାର କେତେକ ନିର୍ଦ୍ଦିଷ୍ଟ କାରଣ ରହିଛି । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଯାଇପାରେ ।

(୧) ସ୍ଵଳ୍ପ ବିକାଶ (Underdevelopment):
ଭାରତୀୟ ଅର୍ଥନୀତି ଉଭୟ ଚାହିଦା ଓ ଯୋଗାଣ ପାର୍ଶ୍ଵସୁ ଦାରିଦ୍ର୍ୟର ପାପ ଚକ୍ର (Vicious Circlc of Poverty) ଦ୍ଵାରା କବଳିତ ! ଉତ୍ପାଦନ କ୍ଷମ ସାଧନର ନିମ୍ନ ବିନିଯୋଗ ଓ ଅସତ୍ ବିନିଯୋଗ ଏଠାରେ ଏକ ସାଧାରଣ ଘଟଣା । ବିନିଯୋଗ କ୍ଷମ ସାଧନ, ପ୍ରାବିଧ‌ିକ ଜ୍ଞାନ କୌଶଳ, ଉପଯୁକ୍ତ ବଜାର, ଉଦ୍ୟୋକ୍ତାଙ୍କ କାର୍ଯ୍ୟ ଦକ୍ଷତା ଇତ୍ୟାଦିର ଅଭାବ ଭାରତର ବିକାଶ ପଥରେ ଅନ୍ତରାୟ ହୋଇଛନ୍ତି । ଦୀର୍ଘ ୫୫ ବର୍ଷର ଯୋଜନା ପରେ ମଧ୍ୟ ଭାରତ ଆଜି କୃଷି ପ୍ରଧାନ ରାଷ୍ଟ୍ର ରୂପେ ପରିଚିତ । ଦ୍ଵିତୀୟ ଓ ତୃତୀୟ କ୍ଷେତ୍ରରେ କୌଣସି ଉଲ୍ଲେଖନୀୟ ପରିବର୍ତ୍ତନ ଦୃଷ୍ଟିଗୋଚର ହେଉନାହିଁ । ଭାରତର ଏଭଳି ଦୁଃଖଦ ପରିସ୍ଥିତି ବିକାଶ ଧାରାକୁ ମନ୍ଥର କରିଛି ଏବଂ ବେକାରୀ ସମସ୍ୟା ଦିନକୁ ଦିନ ଜଟିଳ ରୂପ ଧାରଣ କରୁଛି । ଭାରତ ଦ୍ବାରା ଘୋଷିତ ବିଭିନ୍ନ ଶିଳ୍ପ ନୀତି, ଆଶାନୁରୂପ ଶିଳ୍ପୀକରଣ କରିପାରି ନାହିଁ । ସର୍ବାଧ‌ିକ ଶ୍ରମ ପ୍ରଧାନ କୁଟୀର ଶିଳ୍ପର ଅବସ୍ଥା ଦୟନୀୟ । ଅଧିକାଂଶ ଭାରତୀୟ ଶିଳ୍ପ ରୋଗାକ୍ରାନ୍ତ । ଏହିପରି ଅବସ୍ଥାରେ ବେକାରୀ ଆମ ଦେଶ ପାଇଁ ଏକ ସ୍ଵାଭାବିକ ଅନୁଭୂତି।

(୨) ନିୟୋଜନ ଭିତ୍ତିକ ଯୋଜନାର ଅଭାବ (Inadequate employment planning):
ଭାରତ ବର୍ତ୍ତମାନ ଦଶମ ପଞ୍ଚବାର୍ଷିକ ଯୋଜନା ଦେଇ ଗତି କରୁଛି । ଗତ ନଅଟି ଯୋଜନା ଓ ବର୍ତ୍ତମାନର ଯୋଜନାକୁ ପର୍ଯ୍ୟାଲୋଚନା କଲେ ସ୍ପଷ୍ଟ ପ୍ରତୀୟମାନ ହୋଇଥାଏ ଯେ କୌଣସି ଯୋଜନା ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ବେକାରୀ ଦୂରୀକରଣ ପାଇଁ ବିଧ୍ଵବଦ୍ଧ କାର୍ଯ୍ୟକ୍ରମ ହାତକୁ ନେଇ ନାହିଁ ଏହା ନିଶ୍ଚିତ ପରିତାପର ବିଷୟ । ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ଆଭିମୁଖ୍ୟ ଓ ଫଳାଫଳ ମଧ୍ୟରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି । କୌଣସି ଯୋଜନା ନିୟୋଜନଭିତ୍ତିକ ନୁହଁନ୍ତି। ଭାରତର ଅବ୍ୟବସ୍ଥିତ ଯୋଜନା ଶିକ୍ଷିତ ବେକାରୀ ସୃଷ୍ଟି କରିଛି । ସରକାର ଦୂରଦୃଷ୍ଟିର ଅଭାବ ତଥା ଶସ୍ତା ଲୋକପ୍ରିୟ ହେବାର ପ୍ରବୃତ୍ତି ଭାରତରେ ବେକାରୀ ବୃଦ୍ଧି ପାଇଁ ସହାୟତା ପ୍ରଦାନ କରୁଛି ।

(୩) ଦ୍ରୁତ ଜନସଂଖ୍ୟା ବୃଦ୍ଧି (Rapid Population Growth):
ଶ୍ରମର ଯୋଗାଣ ଚାହିଦାଠାରୁ ଅଧିକ ହେଲେ ବେକାରୀ ସୃଷ୍ଟି ହୋଇଥାଏ । ଶ୍ରମର ଯୋଗାଣ ମୁଖ୍ୟତଃ ଜନସଂଖ୍ୟା ଉପରେ ନିର୍ଭର କରିଥାଏ । ଭାରତର ଦ୍ରୁତ ଜନସଂଖ୍ୟା ବୃଦ୍ଧି ଯୋଗାଣ ଓ ଚାହିଦା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି କରିଚାଲିଛି ! ପ୍ରତ୍ୟେକ ବର୍ଷ ପ୍ରାୟ ଚାରି ନିୟୁତ ଶ୍ରମଶକ୍ତି ଶ୍ରମ ଯୋଗାଣରେ ବୃଦ୍ଧି ପାଉଥିଲା ବେଳେ, ଶ୍ରମ ଶକ୍ତିର ଚାହିଦା ଆଶାନୁରୂପ ବୃଦ୍ଧି ପାଉ ନାହିଁ । ଏହା ପ୍ରକାଶ୍ୟ ବେକାରୀ ସୃଷ୍ଟି କରୁଛି । ପୁନଶ୍ଚ, କୃଷିକ୍ଷେତ୍ରରେ ଜନସଂଖ୍ୟାର ପ୍ରବଳ ଚାପ ପ୍ରଚ୍ଛନ୍ନ
ବେକାରୀ ବା ଛଦ୍ମବେଶୀ ବେକାରୀରର କାରଣ ହୋଇଛି ।

(୪) ପ୍ରଚଳିତ ଶିକ୍ଷା ବ୍ୟବସ୍ଥା (Prevailing Education System):
ଭାରତରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଶିକ୍ଷିତ ବେକାରୀ ସୃଷ୍ଟି କରି ଚିନ୍ତାର ଏକ କାରଣ ହୋଇଛି । ପ୍ରଚଳିତ ଶିକ୍ଷା ଭାରତ ଆବଶ୍ୟକ କରୁଥିବା କୁଶଳୀ ଶ୍ରମିକ ସୃଷ୍ଟି କରିବା ପାଇଁ ସକ୍ଷମ ହୋଇପାରୁ ନାହିଁ । ଧନ୍ଦାମୂଳକ ଶିକ୍ଷା ଓ ଉପଯୁକ୍ତ ବୃତ୍ତିମୂଳକ କୌଶଳର ଅଭାବ ଆତ୍ମ ନିୟୋଜନ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରୁଛନ୍ତି । ପ୍ରଚଳିତ ତ୍ରୁଟିପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ସାକ୍ଷରତା ହାର ବୃଦ୍ଧି କରିପାରେ; କିନ୍ତୁ ଏହା ଉତ୍ପାଦନକ୍ଷମ ଶ୍ରମ ଶକ୍ତି ସୃଷ୍ଟି ପାଇଁ ଅକ୍ଷମ । ତେଣୁ ବେକାରୀ ବୃଦ୍ଧି ପାଉଛି ।

(୫) ଅନୁପଯୁକ୍ତ ଉତ୍ପାଦନ କୌଶଳ (Inappropriate Technology):
ବେକାରୀ ସମସ୍ୟାର ଦୂରୀକରଣ ପାଇଁ ଭାରତ ଶ୍ରମ ପ୍ରଧାନ ଉତ୍ପାଦନ କୌଶଳ ଅବଲମ୍ବନ କରିବା ଉଚିତ। କେବଳ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରର ପୁଞ୍ଜି ପ୍ରଧାନ ଉତ୍ପାଦନ କୌଶଳର ଉପଯୋଗ ହେବା ଉଚିତ । କିନ୍ତୁ ଦୁଃଖର ବିଷୟ, ଭାରତ,ଶ୍ରମ ପ୍ରଧାନ କୌଶଳ ଉପଯୋଗ ହେବା ସ୍ଥାନର ଅତ୍ୟଧିକ ପୁଞ୍ଜି ପ୍ରଧାନ କୌଶଳ ଉପଯୋଗ କରି ନିୟୋଜନ ହ୍ରାସ କରୁଛି । ରାସ୍ତା ନିର୍ମାଣରେ ଅତିଉନ୍ନତ ମାନର କୌଶଳ ଅବଲମ୍ବନ ଦ୍ଵାରା ଶ୍ରମ ନିୟୋଜନର ସମ୍ଭାବନା ହ୍ରାସ ପାଇବାରେ ଲାଗିଛି । ଭାରତୀୟ ଶିଳ୍ପ ଶ୍ରମ ଆହରଣକାରୀ ( Labour-absorbing) ନହୋଇ ଶ୍ରମ ବିଚ୍ଛୁରଣକାରୀର ରୂପ ଧାରଣ କରିଛି । ଉପଯୁକ୍ତ ନୀତିର ଅଭାବରୁ ଭାରତ ଉପଯୁକ୍ତ ଉତ୍ପାଦନ କୌଶଳ ଉପଯୋଗ କରି ନ ପାରି ବେକାରୀ ବୃଦ୍ଧି କରିବାରେ ଲାଗିଛି।

(୬) ନୂତନ ଆର୍ଥିକ ନୀତି (New Economic Policy):
ଆମ୍ଭେ ପୂର୍ବରୁ ଆଲୋଚନା କରିଛେ ଯେ ଭାରତ ୧୯୯୧ ମସିହାରୁ ନୂତନ ଆର୍ଥିକ ନୀତି ଅବଲମ୍ବନ କରି ଆସୁଛି । ଏହି ନୀତି ମାଧ୍ୟମରେ ଶିଳ୍ପ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣି ନିୟୋଜନ ବୃଦ୍ଧି ପାଇଁ ଲକ୍ଷ୍ୟ ରଖୁଛି । କିନ୍ତୁ ସରକାରୀ କ୍ଷେତ୍ରରେ ଘରୋଇକରଣ କର୍ମ ନିୟୋଜନ କ୍ଷେତ୍ରରେ ନକରାତ୍ମକ ପ୍ରଭାବ ବିସ୍ତାର କରିଛି । ଜନସଂଖ୍ୟା ବୃଦ୍ଧି ସହିତ ତାଳ ଦେଇ ନିୟୋଜନ ବୃଦ୍ଧି ପାଉନାହିଁ ।

Question ୪। ବେକାରୀ ସମସ୍ୟା ନିୟନ୍ତ୍ରଣ ପାଇଁ ପଦକ୍ଷେପ । (Explain the measures to Control Unemployment problem.)
Answer:
ବେକାରୀ ମାନବୀୟ ପୁଞ୍ଜିର ଅପଚୟ ଘଟାଇଥାଏ । ଏହା ଦାରିଦ୍ର୍ୟ, ଅସମାନତା ଇତ୍ୟାଦି ସୃଷ୍ଟି କରେ । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ବେକାରୀ ନିୟୋଜନ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବା ଉଚିତ । ବେକାରୀ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପଦକ୍ଷେପ ନିମ୍ନରେ ଆଲୋଚିତ ହୋଇଛି ।
(୧) କ୍ଷିପ୍ର ଅର୍ଥନୈତିକ ଅଭିବୃଦ୍ଧି (Rapid Economic Growth):
ଅର୍ଥନୈତିକ ଅଭିବୃଦ୍ଧି ସମସ୍ତ କ୍ଷେତ୍ରର ବିକାଶ ଘଟାଇ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ । ଚୀନ୍ ବିଶ୍ଵର ସର୍ବବୃହତ୍ ଜନବହୁଳ ରାଷ୍ଟ୍ର ହୋଇଥିଲେ ମଧ୍ୟ ଏହାର ଉଚ୍ଚ ଅଭିବୃଦ୍ଧି ହାର ବେକାରୀ ନିୟନ୍ତ୍ରଣ ପାଇଁ ସକ୍ଷମ ହୋଇପରିଛି | ସଂପ୍ରତି ଭାରତ ଲକ୍ଷ୍ୟ ରଖିଥିବା ୮ ପ୍ରତିଶତ ଅଭିବୃଦ୍ଧି ହାର ଏହାର କ୍ଷମତାଠାରୁ ଯଥେଷ୍ଟ କମ୍ । ନିଜର ସମସ୍ତ କ୍ଷମତାର ଇଷ୍ଟତମ ଉପଯୋଗ କରି କ୍ଷିପ୍ର ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ କରିପାରିଲେ ଭାରତର ବେକାରୀ ସମସ୍ୟା ନିଶ୍ଚିତ ହୋଇପାରିବ।

(୨) କାର୍ଯ୍ୟ ପରିମାଣର ବୃଦ୍ଧି (Expansion of Volume of Work):
ଭାରତ ସମସ୍ତ ପ୍ରକାରର ନିୟୋଜନ ପରିମାଣ (ଉଭୟ କୁଶଳୀ ଓ ଅଣକୁଶଳୀ) ବୃଦ୍ଧି କରିବା ଆବଶ୍ୟକ । ଆତ୍ମ ନିଯୁକ୍ତି ପାଇଁ ପ୍ରୋତ୍ସାହନ ପ୍ରଦାନ ନିୟୋଜନ ସୃଷ୍ଟି ପାଇଁ ଉପଯୁକ୍ତ ପଦକ୍ଷେପ। ଏହା ଦ୍ଵିତୀୟ ଓ ତୃତୀୟ କ୍ଷେତ୍ରର ବିକାଶ ଦ୍ଵାରା ସମ୍ଭବ ହୋଇପାରିବ । କ୍ଷୁଦ୍ର ଓ କୁଟୀର ଶିଳ୍ପର ବିକାଶ ପ୍ରଚୁର ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ । ଆଧାରିକ ସଂରଚନାର ଗଠନ ଓ ବିକାଶ ଉଭୟ କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କ ପାଇଁ ଉପଯୁକ୍ତ ନିୟୋଜନ ସୁଯୋଗ ସୃଷ୍ଟି କରିବା ପାଇଁ ସହାୟତା ପ୍ରଦାନ କରିବ । ଏତଦ୍‌ଭିନ୍ନ ଉଦ୍ୟୋକ୍ତାଙ୍କ ଗୁଣାତ୍ମକ ବିକାଶ ପାଇଁ ସମସ୍ତ କାର୍ଯ୍ୟକ୍ରମ ହାତକୁ ନେବା ଉଚିତ । ଭାରତ ପାଇଁ ଏକାନ୍ତ ଆବଶ୍ୟକ ଏହି ସମସ୍ତ ନିର୍ଦ୍ଦିଷ୍ଟ ପଦକ୍ଷେପ ନିଯୁକ୍ତି ପରିମାଣ ବୃଦ୍ଧିକରି ବେକାରୀ ସମସ୍ୟାର ନିୟନ୍ତ୍ରଣ କରିପାରିବ।

(୩) ଜନସଂଖ୍ୟା ନିୟନ୍ତ୍ରଣ (Population Control):
ଦ୍ରୁତ ଜନସଂଖ୍ୟା ବୃଦ୍ଧି ବେକାରୀ ସମସ୍ୟାର ଏକ ପ୍ରମୁଖ କାରଣ । ଏହା ଶ୍ରମଶକ୍ତିର ଯୋଗାଣ ବୃଦ୍ଧିକରି ବେକାରୀ ସମସ୍ୟା ତୀବ୍ରତର କରେ । ତେଣୁ ଭାରତ ଫଳପ୍ରଦ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରିବା ଉଚିତ । ଜନସଂଖ୍ୟା ନିୟନ୍ତ୍ରଣ ସପକ୍ଷରେ ଜନସଚେତନତା ସୃଷ୍ଟି କରିବା ସର୍ବାଦୌ ଆବଶ୍ୟକ । କର୍ମସଂସ୍ଥାନ ସୃଷ୍ଟି ନିମନ୍ତେ ଯୋଜନାକାରୀମାନେ ଆଶା ପୋଷଣ କରିଛନ୍ତି । ଟେକାରୀ ହାର ୫ ପ୍ରତିଶତରୁ ତଳକୁ ହ୍ରାସ କରିବା ପାଇଁ ଯୋଜନା ଲକ୍ଷ୍ୟ ରଖୁଛି । ଏହା ଲାଭପଦ ଉନ୍ନତମାନର ନିୟୋଜନ ଯୋଗାଣ ଉପରେ ଗୁରୁତ୍ବ ଆରୋପ କରିଛି।

(୪) ଉପଯୁକ୍ତ ଉତ୍ପାଦନ କୌଶଳ (Appropriate Production Tehnique):
ଆମ୍ଭେ ଆଗରୁ ପଢ଼ିଛେ ଯେ ଉତ୍ପାଦନ କୌଶଳ ଦୁଇ ଭାଗରେ ବିଭକ୍ତ । ସେଗୁଡ଼ିକ ହେଲା ଶ୍ରମପ୍ରଧାନ କୌଶଳ ଓ ପୁଞ୍ଜିପ୍ରଧାନ କୌଶଳ କମ୍ ଶ୍ରମିକଙ୍କୁ ନିଯୁକ୍ତି ଦେଇ ଅଧୂକ ଶ୍ରମିକ ଆବଶ୍ୟକ କରୁଥିଲେ ମଧ୍ୟ କମ୍ ଉତ୍ପାଦନ କରିଥାଏ । କିନ୍ତୁ ପୁଞ୍ଜିପ୍ରଧାନ କୌଶଳ କମ୍ ଶ୍ରମିକଙ୍କୁ ନିଯୁକ୍ତି ଦେଇ ଅଧିକ ଉତ୍ପାଦନ ବୃଦ୍ଧି ପାଇଁ ସହାୟତା ପ୍ରଦାନ କରେ । ଭାରତ ପାଇଁ ଉଭୟ ଉତ୍ପାଦନ ବୃଦ୍ଧି ଓ ଅଧ‌ିକ ନିୟୋଜନ ଆବଶ୍ୟକ । ଏହି ଦୁଇଟିଯାକ ଆଭିମୁଖ୍ୟର ସଫଳତା ଉଭୟ କୌଶଳର ଉପଯୁକ୍ତ ମିଶ୍ରଣ ଦ୍ଵାରା ହିଁ ସମ୍ଭବ । କେବଳ ବିଭିନ୍ନ ବଡ଼ ବଡ଼ ଯନ୍ତ୍ରପାତି କଳକବ୍‌ଜା ଇତ୍ୟାଦିରୁ ଉତ୍ପାଦନ ପାଇଁ ବୃହତ୍ ଶିଳ୍ପକ୍ଷେତ୍ରରେ ପୁଞ୍ଜି ପ୍ରଧାନ କୌଶଳ ଉପଯୋଗ କରିବା ଉଚିତ । ଏହାଦ୍ଵାରା ଶିଳ୍ପୀକ ଅଭିବୃଦ୍ଧି ସମ୍ଭବ ହୋଇପାରିବ । ଅନ୍ୟାନ୍ୟ ଉତ୍ପାଦନ କ୍ଷେତ୍ରରେ ହାଲୁକା ପୁଞ୍ଜିଯୁକ୍ତ ଶ୍ରମପ୍ରଧାନ କୌଶଳ (capital light labour intensive technique) ଓ କେବଳ ଶ୍ରମପ୍ରଧାନ କୌଶଳର ସଫଳ ନିୟୋଜନ ଆବଶ୍ୟକତା ଲିଭିରେ ହେବା ଉଚିତ । ଉତ୍ପାଦନ କୌଶଳର ପ୍ରକ୍ରିୟାକୁ ମିଶ୍ରଣଦ୍ଵାରା ଭାରତ ନିଜ ଅଭିବୃଦ୍ଧି ସହିତ ବେକାରୀ ସମସ୍ୟାର ଉପଯୁକ୍ତ ମୁକାବିଲା କରିପାରିବ।

(୫) ଜନଶକ୍ତି ଯୋଜନା (Man-Power Planning): ଭାରତରେ ଉପଯୁକ୍ତ ଜନଶକ୍ତି ଯୋଜନାର ଅଭାବ ପରିଲକ୍ଷିତ ହୋଇଥାଏ । ଏହାର ପ୍ରଭାବ ପ୍ରଧାନତଃ ଶିକ୍ଷିତ ବେକାରୀ ସୃଷ୍ଟି କରିଥାଏ । ଉପଯୁକ୍ତ ଜନଶକ୍ତି ଯୋଜନା ପାଇଁ ନିମ୍ନଲିଖତ ପଦକ୍ଷେପମାନ ନେବା ଉଚିତ।
(କ) କୁଶଳୀ ଶ୍ରମିକର ଚାହିଦା ଓ ଯୋଗାଣ ମଧ୍ୟରେ ଉପଯୁକ୍ତ ସମନ୍ଵୟ ରକ୍ଷା।
(ଖ) ଅଣକୁଶଳୀ ଶ୍ରମିକମାନଙ୍କର ଉପଯୁକ୍ତ ସଂଗଠନ।
(ଗ) ଅଣକୁଶଳୀ ଶ୍ରମିକମାନଙ୍କ ପାଇଁ ମୌଳିକ ଶିକ୍ଷା ଓ ତାଲିମର ବ୍ୟବସ୍ଥା।
(ଘ) ଉଦ୍ୟୋକ୍ତାଙ୍କ ଗୁଣାତ୍ମକ ବିକାଶ ପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ବ୍ୟବସ୍ଥା।

(୬) ଗ୍ରାମୀଣ ଅଂକ୍ଷୁଦ୍ର ଶିଳ୍ପର ବିକାଶ (Development of Village and Small Industries):
ଗ୍ରାମୀଣ ଓ କ୍ଷୁଦ୍ରଶିଳ୍ପ ସ୍ଵଜପୁଞ୍ଜି ଓ କୌଶଳ ଆବଶ୍ୟକ କରୁଥିବା ବେଳେ ଅଧୁକ ନିୟୋଜନର ସୁଯୋଗ ସୃଷ୍ଟି କରିଥାଏ । ଏହି ଶିଳ୍ପମାନଙ୍କର ବିକାଶ ଅଧ୍ବକ ନିୟୋଜନ ଓ ଗ୍ରାମାଞ୍ଚଳ ଆୟ ବୃଦ୍ଧି କ୍ଷେତ୍ରରେ ସହାୟତା ପ୍ରଦାନ କରେ । ଉଭୟ ଛଦ୍ମବେଶୀ ଓ ଋତିଭିତ୍ତିକ ବେକାରୀର ସଫଳ ନିୟନ୍ତ୍ରଣ ସମ୍ଭବ ହୋଇଥାଏ । ତେଣୁ ଭାରତ ଗ୍ରାମୀଣ ଓ କ୍ଷୁଦ୍ରଶିଳ୍ପର ବିକାଶ ପାଇଁ ଉପଯୁକ୍ତ ନୀତି ପ୍ରସ୍ତୁତ କରିବା ଉଚିତ । !

(୭) ଶିକ୍ଷା ବ୍ୟବସ୍ଥା ପରିବର୍ତ୍ତନ (Change in education system):
ଭାରତର ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଶିକ୍ଷିତ ବେକାରୀର କାରଣ । ଏହାର ପରିବର୍ତ୍ତନ ସର୍ବାଦୌ ଆବଶ୍ୟକ । ଧନ୍ଦାମୂଳକ ଶିକ୍ଷାର ପ୍ରସାର ଘଟିଲେ ଆତ୍ମନିଯୁକ୍ତି ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି ହୋଇପରିବ । ଶ୍ରମ ବଜାରର ଚାହିଦା ଅନୁସାର ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ହେବା ଉଚିତ । ଏଥିପାଇଁ ଦୂରଦୃଷ୍ଟି ସଂପନ୍ନ ଉପଯୁକ୍ତ ଯୋଜନା ଆବଶ୍ୟକତା ରହିଛି।

(୮) ସ୍ବତନ୍ତ୍ର ନିୟୋଜନ କାର୍ଯ୍ୟକ୍ରମ (Special Employment Programme):
ଭାରତର ବିଭିନ୍ନ ପ୍ରକାରର ଲୋକ ବାସ କରିଥାନ୍ତି । ବେକାରୀର କାରଣ ସମସ୍ତଙ୍କ ପାଇଁ ସମାନ ନୁହେଁ ଗ୍ରାମାଞ୍ଚଳ ବେକାରୀ ଓ ସହରାଞ୍ଚଳ ବେକାରୀର କାରଣ ନିଶ୍ଚିତ ଅଲଗା । ଠିକ୍ ସେହିପରି ଉଭୟ କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ପାଇଁ ବେକାରୀର ପୃଥକ୍ କରଣ ରହିଛି | ସମସ୍ତଙ୍କ ପାଇଁ ଏକ ପ୍ରକାରର କାର୍ଯ୍ୟକ୍ରମ ବେକାରୀ ଦୂର କରିପାରିବ ନାହିଁ । ତେଣୁ ରାଷ୍ଟ୍ର ସ୍ୱତନ୍ତ୍ର ନିୟୋଜନ କାର୍ଯ୍ୟକ୍ରମମାନ ହାତକୁ ନେବା ଉଚିତ । ଏହି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବା ବିଧେୟ । ଭାରତ ସରକାରୀ ବେକାରୀ ସମସ୍ୟାର ପ୍ରତିହତ ପାଇଁ ଅନେକ ସ୍ଵତନ୍ତ୍ର ଯୋଜନା ହାତକୁ ନେଇଛନ୍ତି।

(୯) ଅନ୍ୟାନ୍ୟ ପଦକ୍ଷେପ (Other Measures):
ବେକାରୀ ନିୟନ୍ତ୍ରଣ ପାଇଁ ଭାରତ ସରକାର ଅନ୍ୟ କେତେକ ପଦକ୍ଷେପ ନେବା ଉଚିତ । ସେଗୁଡ଼ିକ ନିମ୍ନରେ ଉପସ୍ଥାପିତ ହୋଇଛି ।
(କ) ସମସ୍ତ ନିୟୋଜନ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ଉତ୍ତରଦାୟୀ (Accountbale) କରିବା ଉଚିତ।
(ଖ) ଛଦ୍ମବେଶୀ ବେକାରୀ ଦୂରୀକରଣ ପାଇଁ ଗ୍ରାମାଞ୍ଚଳରେ ଅଧ‌ିକ କୃଷିଭିତ୍ତିକ ଶିଳ୍ପର ପ୍ରତିଷ୍ଠା ଆବଶ୍ୟକ।
(ଗ) ଖଦୀ ଓ ଗ୍ରାମୀଣ ଶିଳ୍ପର ବିକାଶ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ ରୁଗ୍‌ଣ ଶିଳ୍ପଗୁଡ଼ିକର ଉପୟତ ଯତ୍ନ ନେଇ ସେଗୁଡ଼ିକ ପୂର୍ଣ କାର୍ଯ୍ୟକ୍ଷମ କରିବା ଦରକାର।
(ଘ) କୃଷିଜାତ ଦ୍ରବ୍ୟର ଉପଯୁକ୍ତ ବଜାର ସୃଷ୍ଟି କରିବା ପାଇଁ କୃଷି ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠିତ ହେବା ଉଚିତ।
(ଙ) କୃଷିର ପରିସୀମା ବ୍ୟାପ୍ତ କରି କୁକୁଡ଼ା ଚାଷ, ମାଛ ଚାଷ, ଗୋପାଳ ଇତ୍ୟାଦିର ପ୍ରସାର ଜରିଆରେ ଅଧୂକ ଶ୍ରମ ନିୟୋଜନ ସୃଷ୍ଟି କରିବା ଉଚିତ।

Question ୫।
କର୍ମନିୟୋଜନ ଦାରିଦ୍ର୍ୟ ଦୂରୀକରଣ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆଲୋଚନା କର ।
(Explain the special programme for Employment Generation and Poverty Alleviation.
Answer:
ବେକାରୀ ଓ ଦାରିଦ୍ର୍ୟ ପରସ୍ପର ପରିପୂରକ । ତନ୍ମଧ୍ୟରୁ ଯେ କୌଣସି ଗୋଟିଏ ଅନ୍ୟଟିକୁ ଜନ୍ମ ଦେଇଥାଏ । ତେଣୁ କର୍ମନିୟୋଜନ କାର୍ଯ୍ୟକ୍ରମ ଦାରିଦ୍ର୍ୟ ଦୂରୀକରଣ କରିଥାଏ ଏବଂ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ । ସ୍ଵାଧୀନତା ପରଠାରୁ କର୍ମନିୟୋଜନ ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ଭାରତ ସରକାର ବିଭିନ୍ନ ସ୍ଵତନ୍ତ୍ର । କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଯାଇଛି ।

(୧) ସମନ୍ବିତ ଗ୍ରାମ୍ୟ ଉନ୍ନୟନ ଯୋଜନା (Integrated Rural Development Programme IRDP):
ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଭାରତ ସରକାର ୧୯୭୮-୭୯ ରେ ୫,୧୧୧ଟି ବ୍ଲକ୍‌ରେ ଏହି ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା କୃଷି, ଜଙ୍ଗଲ, ମାଛଚାଷ, ପଶୁପାଳନ, କ୍ଷୁଦ୍ର ଓ କୁଟୀର ଶିଳ୍ପ, ରାସ୍ତା ନିର୍ମାଣ ଇତ୍ୟାଦି କେତେକ ପ୍ରଧାନ କ୍ଷେତ୍ରରେ ଉନ୍ନୟନ ହାତୁକ ନେଇଥିଲା । ସମନ୍ବିତ ଗ୍ରାମ୍ୟ ଉନ୍ନୟନ ଯୋଜନା ମାଧ୍ୟମରେ ଦାରିଦ୍ର୍ୟର ସୀମରେଖା ତଳେ ଥିବା ଲୋକମାନଙ୍କୁ ଅର୍ଥ ଉପାର୍ଜନକାରୀ ପରି ସଂପରି ରଣ ଓ ସରକାରୀ ରିହାତି (Subsidy) ଆକାରରେ ଯୋଗାଇ ଦିଆଗଲା ! ସରକାରୀ ସହାୟତାର ପରିମାଣ ମୋଟ ଋଣର ୫୦ ପ୍ରତିଶତରୁ ୧୫ ପ୍ରତିଶତ ମଧ୍ୟରେ ସୀମିତ ରଖାଗଲା । ଏହି ଯୋଜନା ମାଧ୍ୟମରେ ୧୮୨ ଲକ୍ଷ ପରିବାର ଉପକୃତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅନ୍ଧାଧିକ ଦାରିଦ୍ର୍ୟ ସୀମରେଖା ଉପରକୁ ଆସିପାରିଲେ । ୧୯୯୯ ମସିହା ଏପ୍ରିଲ ଏକ ତାରିଖ ଠାରୁ ଏହି ଯୋଜନା କାର୍ଯ୍ୟକାରୀ ହେଉନାହିଁ।

(୨) ଆତ୍ମନିଯୁକ୍ତି ପାଇଁ ଗ୍ରାମ୍ୟ ଯୁବକ ତାଲିମ ଯୋଜନା (Training of Rural Youth Self employment TRYSEM):
ଗ୍ରାମାଞ୍ଚଳର ବେକାର ଯୁବକ ଓ ଯୁବତୀମାନଙ୍କ ପାଇଁ ଆତ୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ସରକାର ୧୯୭୯ ମସିହା ଅଗଷ୍ଟ ୧୫ ତାରିଖ ଦିନ ଏହି ଯୋଜନା ପ୍ରବର୍ତ୍ତନ କରିଥିଲେ । ଦାରିଦ୍ର୍ୟ ସୀମାରେଖା ତଳେ ବି ଥ‌ିବା ଯୁବଗୋଷ୍ଠୀଙ୍କୁ ପ୍ରାବିଧ୍ଵକ ଜ୍ଞାନକୌଶଳ ତାଲିମ ପ୍ରଦାନ ଏହି ଯୋଜନର ଲକ୍ଷ୍ୟ ଥିଲା । ପ୍ରତ୍ୟେକ ତାଲିମପ୍ରାପ୍ତ ଯୁବକଙ୍କୁ ନିଜ ତାଲିମ ଅନୁସାରେ ବିତ୍ତୀୟ ସହାୟତା ଯୋଗାଇ ଦିଆଗଲା । ଏଥିରେ ୪୦ ପ୍ରତିଶତ ହିତାଧିକାରୀ ମହିଳା ହେବାର ବ୍ୟବସ୍ଥା ରଖାଗଲା । ଏହି ଯୋଜନା ୨୬.୬ ଲକ୍ଷ ଯୁବକ-ଯୁବତୀଙ୍କୁ ତାଲିମ ପ୍ରଦାନ କରି ୧୫.୬ ଲକ୍ଷକୁ ପୂର୍ଣ ନିୟୋଜନ ଯୋଗାଇ ପାରିଛି । ଏହା ୧୯୯୯ ମସିହା ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲା।

(୩) ମରୁଡ଼ି ପ୍ରବଣ ଅଂଚଳ ଯୋଜନା (Drought Prone Area Programme-DPAP):
ଏହି ଯୋଜନା ୧୯୭୩ ମସିହା ରେ ୧୩ଟି ରାଜର ମୋଟ ୭୦ଟି ମରୁଡ଼ି ପ୍ରବଣ ଜିଲ୍ଲାରେ ଆରମ୍ଭ କରାଯାଇଥିଲା | ମରୁଡ଼ି ପ୍ରବଣ ଅଂଚଳର ବିକାଶ ତଥା ପର୍ଯ୍ୟାବରରର ଉନ୍ନତି ଏହି ଯୋଜନାର ଉଦ୍ଦେଶ୍ୟ । ଏହା ଫସଲ ଅମଳ ପରେ ଲାଭଦାୟକ ନିଯୁକ୍ତି ଯୋଗାଇ ଆସୁଛି । ଏହି ଯୋଜନାରେ ବ୍ୟୟ ହେଉଥିବା ରାଶିର ୫୦ ପ୍ରତିଶତ କେନ୍ଦ୍ର ସରକାର ସହାୟତା ଆକାରରେ ପ୍ରଦାନ ଏବଂ ଅବଶିଷ୍ଟ ୫୦ ପ୍ରତିଶତ ରାଜ୍ୟ ନିଜସ୍ୱ ପାଣ୍ଠିରୁ ବ୍ୟୟ କରିଥାଏ।

(୪) ଜୁବାହର ରୋଜଗାର ଯୋଜନା (Jawahar Rojgar Yojana IRY):
ଗ୍ରାମାଞ୍ଚଳ ଦରିଦ୍ରମାନଙ୍କୁ ମଜୁରୀଭିଭିକ ନିଯୁକ୍ତି ଯୋଗାଇବା ପାଇଁ ୧୯୮୦ ମସିହାରେ ଜାତୀୟ ଗ୍ରାମୀଣ ନିଯୁକ୍ତି ଯୋଜନା ( National Rural Employment Programme-NREP) ଏବଂ ୧୯୮୩ ମସିହାରେ ଗ୍ରାମ୍ୟ ଭୂମିହୀନ ନିଶ୍ଚିତ ନିଯୁକ୍ତି ଯୋଜନା (Rural landless Employment Guaranty Programme-RIGI) କାର୍ଯ୍ୟକାରୀ କରାଯାଇଥିଲା । ୧୯୮୯ ମସହା ରଏହି ଦୁଇ ଯୋଜନାକୁ ଏକତ୍ରକରି ଭାରତ ସରକାର ଏକ ଐତିହାସିକ ଯୋଜନାର ଶୁଭାରମ୍ଭ କଲେ। ଏହା ଜବାହର ରୋଜଗାର ଯୋଜନା ନାମରେ ଗ୍ରାମାଞ୍ଚଳର ବିକାଶ ପାଇଁ କାର୍ଯ୍ୟ କଲା। ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଅତିକମ୍‌ରେ ଜଣକୁ କର୍ମସଂସ୍ଥାନ ଯୋଗାଇ ଦେବା ଏହି ଯୋଜନାର ଲକ୍ଷ୍ୟ ରହିଲା। ଏହାର ପରିଚାଳନା ଗ୍ରାମପଞ୍ଚାୟତ ଦ୍ଵାରା କରାଯିବା ପାଇଁ ସ୍ଥିରୀକୃତ ହେଲା। ମୋଟ୍ ବ୍ୟୟର ୮୦ ପ୍ରତିଶତ କେନ୍ଦ୍ର ସରକାର · ଯୋଗାଇ ଦେବାର ବ୍ୟବସ୍ଥା ରହିଲା।

(୫) ନେହୁର ରୋଜଗାର ଯୋଜନା (Nehru Rojgar Yojana-NRY):
ସହରାଞ୍ଚଳରେ ନିଯୁକ୍ତି ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟରେ ୧୯୮୯ ମସିହା ଅକ୍ଟୋବର ମାସରେ ନେହେରୁ ରୋଜଗାର ଯୋଜନା ଆରମ୍ଭ କରାଗଲା । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ନିଜସ୍ଵ ପ୍ରକଳ୍ପ ପ୍ରତିଷ୍ଠା କରିବା ପାଇଁ ସରକାରୀ ରିହାତି (subsidy) ଯୋଗାଇ ଦିଆଗଲା । ଏଥିରେ ମଧ୍ୟ ମଜୁରୀ ଭିଭିକ ନିଯୁକ୍ତି ସୃଷ୍ଟି ଉପରେ ପ୍ରାଧାନ୍ୟ ଦିଆଗଲା।

(୬) ଜବାହର ଗ୍ରାମ ସମୃଦ୍ଧି ଯୋଜନା (Jawahar Gram Samridhi Yojna-JGSY): ୧୯୯୯ ମସିହା ଏପ୍ରିଲ ମାସରେ ଜବାହର ରୋଜଗାର ଯୋଜନାକୁ ପୁର୍ନବ୍ୟାସ କରି ‘ଜବାହର ଗ୍ରାମ ସମୃଦ୍ଧି ଯୋଜନା’ ନାମରେ ନାମିତ କରାଗଲା।

(୭) ସ୍ଵର୍ଣ୍ଣଜୟନ୍ତୀ ଗ୍ରାମ ସ୍ଵରୋଜଗାର ଯୋଜନା (SGSY):
ସମସ୍ତ ଗ୍ରାମୀଣ ଆତ୍ମନିଯୁକ୍ତି ଯୋଜନାକୁ ଏକତ୍ରକରି ଭାରତ ସରକାର ୧୯୯୯ ମସିହା ଏପ୍ରିଲ୍ ୧ ତାରିଖ ଦିନ ସ୍ଵର୍ଣ୍ଣ ଜୟନ୍ତୀ ଗ୍ରାମ୍ୟ ସ୍ଵରୋଜଗାର ଯୋଜନାର ଶୁଭାରମ୍ଭ କଲେ । ସମସ୍ତ ହିତାଧ୍ଵରୀ ମାସିକ ଅନ୍ୟୁନ ୨୦୦୦ ଟଙ୍କା ରୋଜଗାର କରିବା ଉଦ୍ଦେଶ୍ୟରେ ଏହି ଯୋଜନାରେ ସେମାନଙ୍କୁ ସିଲେଇ ମେସିନ୍, ଗାଈ, ଶଗଡ଼ ଇତ୍ୟାଦି ଆୟ ପ୍ରଦାନକାରୀ ପରିସଂପତ୍ତି ଯୋଗାଇ ଦେବାର ବ୍ୟବସ୍ଥା କରାଗଲା।

(୮) ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (LAS) :
ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ୧୯୯୩ ମସିହା ସେପ୍ଟେମ୍ବର ୧୮ ତାରିଖ ଦିନ ଘୋଷଣା କରାଗଲା । ଏହା ସମସ୍ତ ୫୪୪୮ଟି ବ୍ଲକ୍‌ରେ କାର୍ଯ୍ୟକାରୀ କରାଗଲା । ଗ୍ରାମୀଣ ଅଣକୁଶଳୀ ଶ୍ରମିକଙ୍କୁ ଅନ୍ୟୁନ ୧୦୦ ଦିନ ପାଇଁ ନିଶ୍ଚିତ କର୍ମଯୋଗାଣ ଏହି ଯୋଜନାର ଲକ୍ଷ୍ୟ । ପ୍ରତି ପରିବାରର ଦୁଇ ଜଣ ( ୧୮ ବର୍ଷରୁ ୬୦ ବର୍ଷ ବୟସ ସୀମା)ଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ଏହା ପ୍ରତିଶ୍ରୁତିବଦ୍ଧ।

(୯) ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା(PMRY) :
ଏହି ଯୋଜନା ସହରାଞ୍ଚଳର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ୧୯୯୩ ମସିହା ଅକ୍ଟୋବର ୨ ତାରିଖ ଦିନ ଆରମ୍ଭ କରାଯାଇଥିଲା; କିନ୍ତୁ ୧୯୯୪ ଏପ୍ରିଲ୍ ୧ ତାରିଖଠାରୁ ଏହି ଯୋଜନା ଗ୍ରାମାଞ୍ଚଳକୁ ମଧ୍ଯ ସଂପ୍ରସାରଣ କରାଯାଇଥିଲା । ବର୍ଜନା ଭାରତର ଅଧିକାଂଶ ଶିକ୍ଷିତ ଯୁବକ-ଯୁବତୀ ଏହି ଯୋଜନାଦ୍ବାରା ଆତ୍ମନିଯୁକ୍ତିର ସୁଯୋଗ ପାଇ ପାରିଛନ୍ତି।

( ୧୦) ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା(NREGP):
୨୦୦୪ ମସିହାରେ ପ୍ରବର୍ତ୍ତିତ ‘ ଖାଦ୍ୟ ପାଇଁ କାମ ଯୋଜନା’ (Food for Work) କୁ ୨୦୦୫-୦୬ ବାର୍ଷିକ ବଜେଟ୍‌ରେ ଜାତୀୟ ଗ୍ରାମୀଣ ନିଶ୍ଚିତ ଯୋଜନାରେ ପ୍ରବର୍ତ୍ତନ କରାଯାଇଛି । ଏହା ପ୍ରତ୍ୟେକ ଗ୍ରାମ୍ୟ ପରିବାରର ଜଣେ ବୟସ୍କଙ୍କୁ ଅନ୍ୟୁନ ୧୦୦ ଦିନପାଇଁ କାମ ଯୋଗାଇ ଦେବାର ପ୍ରତିଶୃତି ପ୍ରଦାନ କରିଛି । ପ୍ରଥମ ଦଫାରେ ୨୦୦ଟି ଜିଲ୍ଲାକୁ ଏହି ଯୋଜାନରେ ଅନ୍ତର୍ଭୁକ୍ତ କରାଯାଇଥିଲା।

ଦାରିଦ୍ର୍ୟ ଦୂରୀକରଣ ଓ କର୍ମନିୟୋଜନ କ୍ଷେତ୍ରରେ ଭାରତ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ସେଗୁଡ଼ିକର ପ୍ରଭାମ ମୂଲ୍ୟହୀନ । ଯୋଜନାର ଉପଯୁକ୍ତ ରୂପାୟନରେ ଅସୁବିଧା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏହାର କାରଣ । ଜନ ବିସ୍ଫୋରଣ ଦାରିଦ୍ର୍ୟ ଓ ବେକାରୀ ସମସ୍ୟାକୁ ଅଧିକ ଜଟିଳ କରିଛି । ଏହି ସମସ୍ୟା ଦ୍ଵୟ ଭାରତପାଇଁ ବ୍ୟାଧୂର ରୂପ ନେଇଛନ୍ତି । ଉଭୟ ସ୍ଵଳ୍ପକାଳୀନ ଓ ଦୀର୍ଘକାଳୀନ ପଦକ୍ଷେପ ମାଧ୍ୟମରେ ଭାରତକୁ ବ୍ୟାଧମୁକ୍ତ କରିହେବ।

CHSE Odisha Class 11 Economics Solutions Unit 4 ଭାରତୀୟ ଅର୍ଥନୀତି ସାମ୍ନା କରୁଥିବା ସମସ୍ୟା

Question ୬।
ମୁଦ୍ରାସୀତିର ସଂଜ୍ଞା ପ୍ରଦାନ କର । ମୁଦ୍ରାସୀତିଗତ ସମସ୍ୟାର ଅର୍ଥନୀତି ଉପରେ ପ୍ରଭାବ ଆଲୋଚନା କର।
(Give the definitions of Inflation. Explain the effect of Inflationary problem on the economy.)
Answer:
ମୁଦ୍ରା ବଳରେ ଆମେ ଯେଉଁ ଦ୍ରବ୍ୟ ବା ସେବା ପାଇଥାଉ, ତାହାକୁ ମୁଦ୍ରାର ମୂଲ୍ୟ ଦର (Price) ଉପରେ ନିର୍ଭର କରେ । ଦର ବୃଦ୍ଧି ଘଟିଲେ ମୁଦ୍ର ବଦଳରେ କମ୍ ଦ୍ରବ୍ୟ ବା କୁହାଯାଏ । ମୁଦ୍ରାର ମୂଲ୍ୟ ସେବା ମିଳିଥାଏ । ତେଣୁ ମୁଦ୍ରାର ମୂଲ୍ୟ ହ୍ରାସ ହୁଏ । ସେହିପରି ଦର ହ୍ରାସ ହେଲେ, ମୁଦ୍ର ବଦଳରେ ଅଧ‌ିକ ଦ୍ରବ୍ୟକୁ ସେବା ମିଳୁଥିବାରୁ ମୁଦ୍ରାର ମୂଲ୍ୟ ବୃଦ୍ଧି ଘଟେ। ମୁଦ୍ରାର ମୂଲ୍ୟ ଯଦି କ୍ରମାଗତ ଭାବେ ହ୍ରାସ ହୁଏ କିମ୍ବା ଦର ସ୍ତରରେ କ୍ରମାଗତ ବୃଦ୍ଧି ଦେଖାଦିଏ, ତାହା ହେଲେ ଅର୍ଥବ୍ୟବସ୍ଥାରେ ମୁଦ୍ରାଙ୍ଗୀତି (Inflation)ଦେଖାଦିଏ ।
ଅର୍ଥଶାସ୍ତ୍ରୀମାନେ ମୁଦ୍ରାର ମୋଟ୍ ପରିମାଣରେ ବୃଦ୍ଧି ମୁଦ୍ରାଷ୍ଟୀତିର କାରଣ ବୋଲି କହିଛନ୍ତି ।

ପ୍ରଫେସର ହଟ୍ରେ (Prof. Hawtrey)ଙ୍କ ମତରେ, ‘ମୁଦ୍ରାର ଅତ୍ୟଧିକ ପ୍ରଚଳନ’ (issue of too much currency) ହେଉଚି ମୁଦ୍ରାଙ୍ଗୀତି। ପ୍ରଫେସର କଲବର୍ଣ୍ଣ (Prof. Coulborn)ଙ୍କ ମତରେ, “ ଅତ୍ୟଧିକ ମୁଦ୍ରା ଅସଂଖ୍ୟକ ଦ୍ରବ୍ୟର ଅନୁଧାବନ (too much money chasing after too goods) କଲେ ମୁଦ୍ରାସ୍ପତି ହୋଇଥାଏ । ଆଧୁନିକ ଅର୍ଥଶାସ୍ତ୍ରର ଜନକ ଲର୍ଡ଼ କେନ୍‌ସ୍‌ (Lord Keynes)ଙ୍କ ମତରେ ପୂର୍ଣ ନିୟୋଜନ ପରେ ଯଦି ବୃଦ୍ଧି ପାଇବାରୁ ଚାହିଦା ବଢ଼େ ଏବଂ ତାହାର ପ୍ରଭାବରେ ସ୍ତରରେ ବୃଦ୍ଧି ଦେଖାଦିଏ, ତାହାକୁ ମୁଦ୍ରାସ୍ପତି କୁହାଯାଏ।

ମୁଦ୍ରାଷ୍ଟୀତିଜନିତ ସମସ୍ୟା (Problems of Inflation):
ସମସ୍ତ ରାଷ୍ଟ୍ର ନିମନ୍ତେ ମୁଦ୍ରାଙ୍ଗୀତି ଏକ ସମସ୍ୟା । ମୁଦ୍ରାଷ୍ଟୀତି ରାଷ୍ଟ୍ରରେ ଅନେକ ସମସ୍ୟା ସୃଷ୍ଟି କରୁଥିଲେ ମଧ୍ୟ ସମସ୍ତଙ୍କ ପାଇଁ ଏହାର ପ୍ରଭାବ ସମାନ ନୁହେଁ । ମୁଦ୍ରାଷ୍ଟୀତି ଦ୍ବାରା ଉତ୍ପାଦନ, ବଣ୍ଟପ, ସମାଜ, ରାଜନୀତି ଇତ୍ୟାଦି ପ୍ରଭାବିତ ହୋଇଥାନ୍ତି ଏବଂ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଯାଇଛି…

(କ) ଉତ୍ପାଦନ ଉପରେ ପ୍ରଭାବ (Effects on Production):
ଉତ୍ପାଦନ ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରଭାବିତ କରିଥାଏ । ଉତ୍ପାଦନ ଅଧିକ ହେଲେ ଆୟ ବୃଦ୍ଧି ପାଏ । ଅଧୂକ ବିନିଯୋଗ ହୁଏ ଏବଂ ନିୟୋନ ବୃଦ୍ଧି ପାଏ । ଫଳରେ ଲୋକମାନଙ୍କର ଆର୍ଥିକ ଓ ସାମାଜିକ ବିକାଶ ଘଟେ । ମୁଦ୍ରାଙ୍ଗୀତି ଉତ୍ପାଦ ନଉପରେ ସବୁବେଳେ ଖରାପ ପ୍ରଭାବ ପକାଇ ନ ଥାଏ । ଯଦି ମୁଦ୍ରାଙ୍ଗୀତି ମନ୍ଥର (Mild inflation) ବା ଯଦି ଦରଦାମ ଆସ୍ତେ ଆସ୍ତେ ବଢ଼ୁଥାଏ ଉତ୍ପାଦନ ଅଧୂକ ହୁଏ । ଏହା ଅର୍ଥ ବ୍ୟବସ୍ଥା ପାଇଁ ଅଭିଶାପ ନ ହୋଇ ଆଶୀର୍ବାଦର ରୂପ ନେଇଥାଏ। ମନ୍ଥର ମୁଦ୍ରାସ୍ତ୍ରୀତି ଲାଭ ବଢ଼ାଏ । ବ୍ୟବସାୟୀ ଓ ଉତ୍ପାଦନକାରୀମାନେ ଅଧିକ ଲାଭ ଆଶାରେ ଅଧୂକ ବିନିଯୋଗ କରନ୍ତି । ଫଳରେ ଅଧିକ ନିୟୋଜନ ଓ ଉତ୍ପାଦନ ହୋଇଥାଏ । ଅର୍ଥ ବ୍ୟବସ୍ଥାରେ ଦ୍ରୁତ ବିକାଶର ଧାରା ସୃଷ୍ଟି ହୁଏ । ତେଣୁ, କହିବାକୁ ଗଲେ, ମଧ୍ଧର ମୁଦ୍ରାସ୍ତ୍ରୀତି ଅର୍ଥବ୍ୟବସ୍ଥା ନିମନ୍ତେ ଏକ ଟନିକ୍ ରୂପେ କାର୍ଯ୍ୟ କରେ। ଯଦି ମୁଦ୍ରାସ୍ପତି କ୍ଷିପ୍ର (Iypcr Inflation) ଉତ୍ପାଦନ ଅନେକ ସମସ୍ୟା ଦ୍ବାରା କବଳିତ ହୋଇଥାଏ । ସେଗୁଡ଼ିକ ହେଲା

(୧) ପୁଞ୍ଜି ଗଠନର ସମସ୍ୟା (Problem of CapitalAccumulation):
ଉତ୍ପାଦନ ନିମନ୍ତେ ପୁଞ୍ଜି ଏକ ପ୍ରମୁକ ଆବଶ୍ୟକତା। ସଞ୍ଚୟ ପୁଞ୍ଜି ଗଠନକୁ ପ୍ରଭାବିତ କରିଥାଏ । କୌଣସି ରାଷ୍ଟ୍ରରେ ସଂଚୟ ଦୁଇଟି ଉପାଦାନ ଉପରେ ନିର୍ଭର କରେ । ସେଗୁଡ଼ିକ ହେଲା-ସଂଚୟ ପାଇଁ ଇଚ୍ଛା ଓ ସଂଚୟ ପାଇଁ ସାମର୍ଥ୍ୟ । କ୍ଷିପ୍ର ମୁଦ୍ରାଙ୍ଗୀତି କାଳରେ ମୁଦ୍ରାର ମୂଲ୍ୟ କ୍ଷିପ୍ର ଗତିରେ ହ୍ରାସ ପାଏ। ତେଣୁ ଲୋକମାନେ ସଞ୍ଚୟ ପାଇଁ ଇଚ୍ଛା କରି ନ ଥାନ୍ତି । ଓ ସେବା କ୍ରୟ କରିବା ପାଇଁ ବ୍ୟବହାର କରନ୍ତି । ଫଳତଃ ରାଷ୍ଟ୍ରରେ ନିବେଶ ହ୍ରାସ ସୃଷ୍ଟି ହୁଏ । ବରଂ ସେମାନେ ନିଜ ଆୟକୁ ଦ୍ରବ୍ୟ ହୁଏ ଏବଂ ଉତ୍ପାଦନଜନିତ ସମସ୍ୟା

(୨) ବ୍ୟବସାୟରେ ଅନିଶ୍ଚିତତା (Business Uncertainty):
କ୍ଷିପ୍ତ ମୁଦ୍ରାଙ୍ଗୀତି ସମୟରେ ଚାହିଦାରେ ସବୁବେଳେ ପରିବତ୍ତର୍ନ ଦେଖାଦେଇଥାଏ । ଲୋକମାନଙ୍କ ରୁଚି ଓ ପ୍ରକୃତିରେ ପରିବର୍ତ୍ତନ ଲାଗି ରହେ । ଫଳରେ ବଜାରରେ ଅନିଶ୍ଚିତତା ଦେଖାଦିଏ । କେତେକ ଉତ୍ପାଦନକାରୀ ଅନିଶ୍ଚିତତା ମଧ୍ଯରେ ଗତି କରନ୍ତି । ଏହା ନିବେଶ ହ୍ରାସ କରେ ଓ ଉତ୍ପାଦନ କମାଏ।

(୩) ମହଜୁଦ (Hoarding): ମୁଦ୍ରାଙ୍ଗୀତି ଅତ୍ୟାବଶ୍ୟକ ଦ୍ରବ୍ୟର ମହଜୁଦ ପାଇଁ ପ୍ରୋତ୍ସାହନ ଦିଏ । ଉଭୟ ବ୍ୟବସାୟୀ ଓ ଖାଉଟୀ ମହଜୁଦ କରିଥାନ୍ତି । ବ୍ୟବସାୟୀମାନେ ଅତ୍ୟାବଶ୍ୟକ ଦ୍ରବ୍ୟର କଳାବଜାରରେ ବିକ୍ରିକରି ଅଧିକ ଲାଭ କରିବା ଆଶାରେ ମହଜୁଦ କରନ୍ତି । ଅନ୍ୟପକ୍ଷରେ ଦାମ୍ ବଢ଼ିବାର ଆଶଙ୍କାରେ ଖାଉଟୀମାନେ ଅତ୍ୟାବଶ୍ୟକ ଦ୍ରବ୍ୟ ଅପେକ୍ଷାକୃତ କମ୍ ଦାମ୍‌ରେ କିଣି ଭବିଷ୍ଯ ପାଇଁ ମହଜୁଦ ଉତ୍ପାଦରନ ସ୍ଥାନ ଅଧିକାର କରିନିଏ।

(୪) ବିକ୍ରେତା ବଜାର (Seller’s Market): ମୁଦ୍ରାଙ୍ଗୀତି ବିକ୍ରେତାଙ୍କ ବଜାର ସୃଷ୍ଟି କାର । ବଜାରରେ ଉଭୟ କ୍ରେତା ଓ ବିକ୍ରେତାଙ୍କ ସମାନ ଭୂମିକା ଥିଲେ ମଧ୍ୟ ବିକ୍ରେତା ନିଜର ଆଧୂପତ୍ୟ ଜାହିର କରେ । ଚାହିଦାର ଅତ୍ୟଧକ ବୃଦ୍ଧି ହେତୁ ବିକ୍ରେତା ଯେ କୌଣସି ଦ୍ରବ୍ୟ ଯେ କୌଣସି ଦରରେ ବିକ୍ରି କରିପାରେ । ‘ତେଣୁ ବଜାରରେ ନିମ୍ନମାନର ଏବଂ ଭେଜାଲ୍ ଦ୍ରବ୍ୟ ବିକ୍ରି ହୁଏ। ମୁନାଫାଖୋର ଉତ୍ପାଦନାରୀମାନେ ଉତ୍ପାଦନ ଅପେକ୍ଷା ନିମ୍ନମାନର ଓ ଭେଜାଲ୍ ଦ୍ରବ୍ୟ ଉପରେ ଗୁରୁତ୍ବ ଦିଅନ୍ତି।

(ଖ) ଆୟ ବଣ୍ଟନ ଉପରେ ପ୍ରଭାବ (Kffects on Distrubution):
ମୁଦ୍ରାଙ୍ଗୀତି ଆୟ ବଣ୍ଟନ ଉପରେ ଗୁରୁତର ପ୍ରଭାବ ପକାଇଥାଏ। ଏହା ଦ୍ଵାରା ବିଭିନ୍ନ ଲୋକ ବିଭିନ୍ନ ପ୍ରକାରରେ ପ୍ରଭାବିତ ହୋଇଥାନ୍ତି। କେତେକ ଲାଭବାନ ହେଉଥିବାବେଳେ ଅନ୍ୟମାନେ କ୍ଷତିଗ୍ରସ୍ତ ହୋଇଥାନ୍ତି। ମୁଦ୍ରାଙ୍ଗୀତି କାହା ଉପରେ କି ପ୍ରଭାବ ପକାଉଛି। ନିମ୍ନରେ ଆଲୋଚନା କରାଯାଇଛି।

(୧) ଋଣ କର୍ଷା ଓ ଋଣ ଦାତା (lehtors and Creditors): ମୁଦ୍ରାସ୍ତୀତି କାଳରେ ମୁଦ୍ରାର ମୂଲ୍ୟ ଅଧ୍ଵକ ଗତିରେ ହ୍ରାସ ପାଏ। ଋଣ ପରିଶୋଧ ବେଳେ ମୁଦ୍ରର ମୂଲ୍ୟ କମିଯାଏ। ଫଳରେ ଋଣକର୍ତ୍ତା ମୂଲ୍ୟ ଆକାରରେ କମ୍ ପରିଶୋଧ କରିଥାନ୍ତି ଓ ଲାଭବାନ୍ ହୁଅନ୍ତି। କିନ୍ତୁ ରଣଦାତାଙ୍କ କ୍ଷେତ୍ରରେ ଠିକ୍ ବିପରୀତ ପ୍ରଭାବ ଦେଖାଦିଏ। ସେମାନେ ଯେଉଁ ପରିମାଣର ମୁଦ୍ରା ଫେରସ୍ତ ପାଆନ୍ତି ତାହାର ମୂଲ୍ୟ କମି ଯାଇଥାଏ। ମନେକର ‘କ’ ‘ଖ’ ଠାରୁ ଏକ ଲକ୍ଷ ଟଙ୍କା ଋଣକରି ଗୋଟିଏ ସୁନା ଚେନ୍ କିଣିଲା। ବର୍ଷ ଶେଷରେ ସେହି ଚେନ୍‌କୁ ଏକ ଲକ୍ଷ ତିରିଶ ହଜାର ଟଙ୍କାରେ ବିକ୍ରି କରି ସୁଧ ଓ ମୂଳ ବାବଦକୁ ଏକ ଲକ୍ଷ ଦଶ ହଜାର ଟଙ୍କ ପରଶୋଧ କଲା। ‘କ’ କରିଥିବା କୋଡ଼ିଏ ହଜାର ଟଙ୍କା ମୁଦ୍ରାଙ୍ଗୀତିର ପ୍ରଭାବ ଅନ୍ୟ ପକ୍ଷରେ ‘ଖ’ ମୁଦ୍ରା ହେତୁ କୋଡ଼ିଏ ହଜାର ଟଙ୍କା କ୍ଷତି କଲା। ତେଣୁ ମୁଦ୍ରାଙ୍ଗୀତି ଋଣକର୍ତ୍ତା ପାଇଁ ଲାଭ ସୃଷ୍ଟି କରୁଥିଲାବେଳେ ଋଣଦାତାଙ୍କୁ କ୍ଷତିଗ୍ରସ୍ତ କରିଥାଏ।

(୨) ମଜୁରି ଓ ବେତନ ଭୋଗୀ ଶ୍ରେଣୀ (Wage and Salary earners): ମୁଦ୍ରାଣ୍ଡୀତି କାଳରେ ଦରଦାମ ଯେଉଁ ହାରରେ ବୃଦ୍ଧି ପାଏ, ମଜୁରି ଓ ବେତନ ସେହି ହାରରେ ବୃଦ୍ଧି ପାଏ ନାହିଁ । ଫଳରେ ମଜୁରି ଓ ଚେତନ ଭୋଗୀ
ଶ୍ରେଣୀ କ୍ଷତିଗ୍ରସ୍ତ ହୋଇଥାନ୍ତି । ସେମାନଙ୍କ ବାସ୍ତବ କ୍ରୟ କ୍ଷମତା ହ୍ରାସ ପାଉଥିବାରୁ ସେମାନେ ବିଭିନ୍ନ ଦୁର୍ଦ୍ଦଶା ଭୋଗ କରନ୍ତି । ଅବଶ୍ୟ, ଆଜିକାଲି ଶ୍ରମିକ ଗଠନର ଚାପରେ ନିଯୁକ୍ତି ଦାତାମାନେ ମୁଦ୍ରାସ୍ତୀତିର ସମାନୁପାତରେ ମଜୁରି ଓ ବେତନ ବୃଦ୍ଧି କରିଛନ୍ତି । କିନ୍ତୁ ଏହାର ପ୍ରଭାବ ଖୁବ୍ କମ୍ । ମଜୁରି ଓ ବେତନ ବୃଦ୍ଧି ସହିତ ଚାହିଦା ବୃଦ୍ଧି ପାଉଥିବାରୁ ପୁଣି ଅଧ‌ିକ ହାରରେ ମୁଦ୍ରାଣ୍ଡୀତି ଘଟୁଛି । ତେଣୁ ମଜୁରି ଓ ବେତନ ବୃଦ୍ଧି ସହିତ ଚାହିଦା ବୃଦ୍ଧି ପାଉଥ‌ିବାରୁ ପୁଣି ଅଧିକ ହାରରେ ମୁଦ୍ରାଙ୍ଗୀତି ଘଟୁଛି । ତେଣୁ ମଜୁରି ଓ. ବେତନ ଭୋଗୀ ଶ୍ରେଣୀ ସବୁବେଳେ ମୁଦ୍ରାଙ୍ଗୀତି ଦ୍ବାରା କ୍ଷତିଗ୍ରସ୍ତ ହୋଇଥାନ୍ତି।

(୩) ସ୍ଥିର ଆୟକାରୀ ଗୋଷ୍ଠୀ (Fixed Inome Group); ସ୍ଥିର ଆୟକାରୀ ଗୋଷ୍ଠୀ ମୁଦ୍ରାଙ୍ଗୀତି ଦ୍ଵାରା ସବୁଠାରୁ ଅଧ‌ିକ କ୍ଷତିଗ୍ରସ୍ତ ହୁଅନ୍ତି । ମୁଦ୍ରାଷ୍ଟୀତି ସହିତ ସେମାନଙ୍କ ଆୟର କ୍ରୟଶକ୍ତି ଦିନକୁ ଦିନ ହ୍ରାସ ପାଏ।

(୪) ଉଦ୍ୟୋକ୍ତା (Enterpreneurs): ଦରଦାମ ବୃଦ୍ଧି ସହିତ ଉଦ୍ୟୋକ୍ତାମାନେ ଅଧିକ ଲାଭ ପାଇଥାନ୍ତି । ମୁଦ୍ରାଣ୍ଡୀତି କାଳରେ ଦ୍ରବ୍ୟକୁ ଯେଉଁ ଦରରେ ବିକ୍ରି କରିବାର ଆଶା ରଖ୍ ଉତ୍ପାଦନ କରିଥାନ୍ତି I ତା’ଠାରୁ ଯଥେଷ୍ଟ ଅଧ‌ିକ ଦାମରେ ବିକ୍ରି କରନ୍ତି । ଏହା ଉଦ୍ୟୋକ୍ତାମାନଙ୍କୁ ଅଧିକ ବିନିଯୋଗ ପାଇଁ ପ୍ରୋତ୍ସାହିତ କରିଥାଏ । ତେଣୁ ମୁଦ୍ରାଙ୍ଗୀତି ଉଦ୍ୟୋକ୍ତମାନଙ୍କ ଦ୍ଵାରା ଅଧ‌ିକ ଗ୍ରହଣୀୟ ହୋଇଥାଏ । .

(୫) କୃଷ୍ନକ (Farmers): ପ୍ରାୟତଃ କୃଷକମାନେ ମୁଦ୍ରାଷ୍ଟୀତି ସମୟରେ ଲାଭବାନ ହୋଇଥାନ୍ତି। ସେମାନେ ସେମାନଙ୍କ ଉତ୍ପାଦନକୁ ଅଧିକ ଦାମରେ ବିକ୍ରି କରିବାର ସୁଯୋଗ ପାଆନ୍ତି। ଅବଶ୍ୟ; ଛୋଟ ଚାଷୀମାନଙ୍କ ତୁଳନାରେ ବଡ଼ ଚାଷୀମାନେ ବଜାରରେ ଅଧିକ ଉତ୍ପାଦ ବିକ୍ରି କରିପାରନ୍ତି ଏବଂ ସେମାନେ ଅଧିକ ଲାଭ ପାଆନ୍ତି। ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ଯେ, ମୁଦ୍ରାଙ୍ଗୀତି ଧନୀମାନଙ୍କୁ ଲାଭବାନ୍ କରୁଥିବାବେଳେ ଗରିବମାନଙ୍କୁ କ୍ଷତିଗ୍ରସ୍ତ କରିଥାଏ। ଏହାର ଆୟ ବଣ୍ଟନ ପ୍ରଭାବ ଅତ୍ୟନ୍ତ ହାନିକାରକ।

(ଗ) ସମାଜ ଉପରେ ପ୍ରଭାବ (Effects on Society): ମୁଦ୍ରାଙ୍ଗୀତି ସମାଜ ଉପରେ କୁପ୍ରଭାବ ପକାଇଥାଏ। ସେଗୁଡ଼ିକ ହେଲା-
(୧) ମୁଦ୍ରାଙ୍ଗୀତି ଧନୀକୁ ଅଧିକ ଧନୀ ଓ ଗରିବକୁ ଅଧୂକ ଗରିବ କରିଥାଏ। ତେଣୁ ଧନୀ ଓ ଗରିବ ମଧ୍ଧରେ ଥ‌ିବା ପ୍ରଭେଦ ବୃଦ୍ଧି ପାଏ। ଏହା ସାମାଜିକ ଅସମତା ସୃଷ୍ଟି କରେ।
(୨) ମୁଦ୍ରାଙ୍ଗୀତି ସୃଷ୍ଟି କରୁଥିବା ଅସମତା ସମାଜରେ ଅପରାଧ ପ୍ରବଣତା ସୃଷ୍ଟି କରେ।

(୨) ବିମୁଦ୍ରୀକରଣ (Demonetization):
ବିମୁଦ୍ରୀକରଣ ହେଉଛି ଏକ ପଦ୍ଧତି ଯେଉଁଥରେ ଏକ ନିର୍ଦ୍ଦିଷ୍ଟ ମୁଦ୍ରାକୁ ଅଚଳ କରାଯାଏ। ରାଷ୍ଟ୍ରରେ ପ୍ରଚଳିତ ହେଉଥ‌ିବା ହିସାବ ବହିର୍ଭୂତ ମୁଦାକୁ କଳା ଟଙ୍କା (Black money) କୁହାଯାଏ। ଅତ୍ୟଧିକ କଳାଟଙ୍କା କ୍ଷିପୁ ମୁଦ୍ରାତିର ଏକ ପ୍ରମୁଖ କାରଣ। ଏହାର ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ କେତେକ ନିର୍ଦ୍ଦିଷ୍ଟ ଉଚ୍ଚ ମୂଲ୍ୟର ମୁଦ୍ରାକୁ ଅଚଳ କରିଥାଏ। ଉପରୋକ୍ତ ଦୁଇଟି ପଦ୍ଧତି ମଧ୍ୟରୁ ରଣନିୟନ୍ତ୍ରଣ ପଦ୍ଧତି କେନ୍ଦ୍ରୀୟ ବ୍ୟାଙ୍କ ନିୟମିତ ଭାବେ ଗ୍ରହଣ କରିଥାଏ। କେନ୍ଦ୍ରୀୟ ବ୍ୟାଙ୍କର ଋଣ ନୀତି ଆବଶ୍ୟକତା ଅନୁସାରେ ପରିବର୍ତ୍ତିତ ହୁଏ।

(ଖ) ବିତ୍ତୀୟ ନୀତି (Fiscal Policy):
ସରକାର ମୁଦ୍ରାଷ୍ଟୀତି ନିୟନ୍ତ୍ରଣ ପାଇଁ ଗ୍ରହଣ କରୁଥିବା ନୀତିକୁ ବିତ୍ତୀୟ ନୀତି କୁହାଯାଏ । ସେଗୁଡ଼ିକ ନିମ୍ନରେ ଆଲୋଚିତ ହୋଇଛି।

(୧) କରନୀତି (Tax Policy):
କୌଣସି ପ୍ରତ୍ୟାଶା ନ ରଖୁ ଲୋକମାନଙ୍କ ଦ୍ଵାରା ସରକାରଙ୍କୁ ଏକ ବାଧ୍ୟତାମୂଳକ ଦେୟ ହେଉଛି କର । ମୁଦ୍ରାଷ୍ଟୀତି ସମୟରେ ଧନୀ ଅଧ୍ବକ ଧନୀ ହୋଇଥାଏ । ତେଣୁ ସରକାର ଏଭଳି ଏକ କର ନୀତି ଗ୍ରହଣ କରିବା ଉଚିତ, ଯାହାଦ୍ଵାରା ଧନୀମାନଙ୍କ ଉପରେ ଅଧ୍ବକ କର ଧାର୍ଯ୍ୟ ହୋଇପାରିବ । ଆୟ ଓ ବିଳାସ ଦ୍ରବ୍ୟ ଉପରେ ଅଧିକ କର ବସାଇବା ଦ୍ଵାରା ଏହା ସମ୍ଭବ ହେବ।

(୨) ସରକାରୀ ବ୍ୟୟ (Public Expenditure):
ସରକାରୀ ବ୍ୟୟ ହ୍ରାସ ମୁଦ୍ରାସ୍ପତି ନିୟନ୍ତ୍ରଣ ଏକ ପ୍ରମୁଖ ନୀତି। ଏଥ‌ିପାଇଁ ସରକାର ଏଭଳି ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟୟ କରିବା ଉଚିତ, ଯେପରି ଉତ୍ପାଦନ ସାମଗ୍ରିକ ଭାବରେ ବୃଦ୍ଧି ପାଇପରିବ ଓ ମୁଦ୍ରାଣ୍ଡୀତି ନିୟନ୍ତ୍ରିତ ହେବ । (୩) ସରକାରୀ ଋଣ (Public Debt):
ସରକାର ଲୋକମାନଙ୍କ ଠାରୁ ଋଣ କରି ପରିଶୋଦ କରନ୍ତି । ମୁଦ୍ରାଙ୍ଗୀତି ସମୟରେ ଧନୀ ଲୋକଙ୍କ ପାଖରେ ଅଧିକ ମୁଦ୍ରାଥାଏ, ଯାହା ମୁଦ୍ରାଙ୍ଗୀତି ବଢ଼ାଏ। ଯଦି ସରାକର ଋଣ ମାଧ୍ୟମରେ ସେହି ଉଦ୍‌ବୃତ୍ତ ମୁଦ୍ରା ନେଇଯାଇ ପାରିବେ ଏବଂ ଆଗରୁ କରିଥିବା ଋଣ ମୁଦ୍ରାଷ୍ଟୀତି ସମୟରେ ପରିଶୋଦ କରିବେ ନାହିଁ ତାହାହେଲେ ମୁଦ୍ରାଣ୍ଡୀତି ନିୟନ୍ତ୍ରଣ କରିହେବ।

(୪) ବାଧ୍ୟତାମୂଳକ ସଂଚୟ (Compulsory Saving):
ପ୍ରଫେସର କେସଙ୍କ ମତରେ ବାଧ୍ୟତାମୂଳକ ସଂଚୟ ମୁଦ୍ରାଷ୍ଟୀତି ନିୟନ୍ତ୍ରଣର ଏକ ଫଳପ୍ରଦ ଉପାୟ। ମୁଦ୍ରାସ୍ପତି କାଳରେ ଲୋକମାନଙ୍କର ସଂଚୟ ସାମର୍ଥ୍ୟ ଥିଲେ ମଧ୍ୟ ସଂଚୟ ନିମନ୍ତେ ଇଚ୍ଛା ନ ଥାଏ । ତେଣୁ ମୁଦ୍ରାଷ୍ଟୀତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ସଂଚୟକୁ ବାଧ୍ୟତାମୂଳକ କରିପାରିବେ। ଏହାଦ୍ଵାରା ଚାହିଦା ହ୍ରାସ ପାଇବ ଓ ମୁଦ୍ରାଙ୍ଗୀତି ନିୟନ୍ତ୍ରତ ହେବ।

(୫) ସଂଚୟ ନିମନ୍ତେ ପ୍ରେତ୍ସାହନ (Incentive for Saving):
ସ୍ଵତଃ ପ୍ରବୃତଃ ସଂଚୟ ନିମନ୍ତେ ପ୍ରୋତ୍ସାହନ ପ୍ରଦାନ ମୁଦ୍ରାଙ୍ଗୀତି ନିୟନ୍ତ୍ରଣର ଅନ୍ୟ ଏକ ଉପାୟ। କରିଛାଡ଼, ବୀମା, ସୁବିଧା, ସଂଚୟକାରୀଙ୍କ ମଧ୍ୟରେ ଲଟେରୀ ଉଠାଣ ଇତ୍ୟାଦି ସଂଚୟ ନିମନ୍ତେ ପ୍ରୋତ୍ସାହିତ କରନ୍ତି। ସଂଚୟ ବୃଦ୍ଧି ବଜାରରେ ଚାହିଦା ହ୍ରାସ କରେ ଓ ମୁଦ୍ରାଷ୍ଟୀତି ନିୟନ୍ତ୍ରଣ କରେ।

(ଗ) ଅନ୍ୟାନ୍ୟ ନୀତି (Other Policies):
ମୁଦ୍ରାଙ୍ଗୀତି ନିୟନ୍ତ୍ରଣ ପାଇଁ ଅନ୍ୟାନ୍ୟ ନୀତିମାନ ରହିଛି । ସେଗୁଡ଼ିକ ହେଲା-

(୧) ଦରର ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ (Legal ceilling on Price): ସରକାର କେତେ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଡର ଦରର ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ କରନ୍ତି । ଫଳରେ ଚାହିଦା ବୃଦ୍ଧି ପାଇଲେ ମଧ୍ୟ ଦ୍ରବ୍ୟର ଦର ଏକ ନିର୍ଦ୍ଦିଷ୍ଟ ମୂଲ୍ୟଠାରୁ ଅଧୂକ ହୋଇପାରି ଓ ମୁଦ୍ରାଙ୍ଗୀତି ନିୟନ୍ତ୍ରଣ ହୁଏ।

(୨) ପଡ଼ିପ୍ରଥା (Rationing): ସ୍ଵଚ୍ଛ ଯୋଗାଣ ହେଉଥିବା ଦ୍ରବ୍ୟର ଉପଯୁକ୍ତ ବଣ୍ଟନ ପାଇଁ ସରକାର ପଡ଼ି ପ୍ରଥା ପ୍ରଚଳନ କରିଥାନ୍ତି । ଏହା ଦ୍ଵାରା ନିର୍ଦ୍ଦିଷ୍ଟ ବର୍ଗର ଖାଉଟୀ ସରକାରୀ ଧାର୍ଯ୍ୟ ଦାମରେ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ସୁବିଧାରେ ପାଇପାରନ୍ତି । ଏହା କେତେକାଂଶରେ ମୁଦ୍ରାଙ୍ଗୀତିକୁ ନିୟନ୍ତ୍ରଣ କରେ।

(୩) ଉତ୍ପାଦନ ବୃଦ୍ଧି (Increase in Production): ଚାହିଦା ତୁଳନାରେ ଯୋଗାଣର ସ୍ଵଳ୍ପ ବୃଦ୍ଧି ମୁଦ୍ରାନ୍ତୀତିର କାରଣ । ତେଣୁ ଉତ୍ପାଦନ ବୃଦ୍ଧି କରି ଯୋଗାଣ ବୃଦ୍ଧି କରିପାରିଲେ ମୁଦ୍ରାସ୍ପତିର ନିୟନ୍ତ୍ରଣ ସମ୍ଭବ। ଏଥୁପାଇଁ ସରକାର ସର୍ବସାଧାରଣଙ୍କ ଦ୍ବାରା ଉପଭୋଗ୍ୟ ଦ୍ରବ୍ୟଗୁଡ଼ିକର ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ଵ ଦେବା ଉଚିତ।

(୪) ରପ୍ତାନୀ-ଆମଦାନୀ ନୀତି (Export-Import Policy): ମୁଦ୍ରାଷ୍ଟୀତି ନିୟନ୍ତ୍ରଣ ନିମନ୍ତେ ସରକାର ଏକ ସମୁଚିତ ରପ୍ତାନି ଆମଦାନି ନୀତି ପ୍ରଣୟନ କରିବା ଉଚିତ । ଯେଉଁ ଦ୍ରବ୍ୟଗୁଡ଼ିକ ରାଷ୍ଟ୍ରରେ ସ୍ଵଳ୍ପ, ସେଗୁଡ଼ିକୁ ଅନ୍ୟ ଦେଶରୁ ଆମଦାନୀ କରି ଚାହିଦା ଅନୁସାରେ ଯୋଗାଣ ବୃଦ୍ଧି କରିବା ଉଚିତ । ଯେଉଁ ଦ୍ରବ୍ୟଗୁଡ଼ିକର ଯୋଗାଣ ଅଧୂକ, ସେହି ଦ୍ରବ୍ୟଗୁଡ଼ିକର ରପ୍ତାନି ପାଇଁ ଅନୁମତି ଦେବା ଉଚିତ ।

(୫) ଜନସଂଖ୍ୟା ନିୟନ୍ତ୍ରଣ (Population Control): ଜନସଂଖ୍ୟାର ଅତ୍ୟଧିକ ବୃଦ୍ଧି ବଜାରରେ ଚାହିଦା ବୃଦ୍ଧିକରେ ଏବଂ ଦରଦାମ ବଢ଼ାଏ । ତେଣୁ, ରାଷ୍ଟ୍ର, ଉପଯୁକ୍ତ ନୀତି ମାଧ୍ୟମରେ ଜନସଂଖ୍ୟା ନିୟନ୍ତ୍ରଣ କରିବା ଉଚିତ । ମୁଦ୍ରାଙ୍ଗୀତି ନିୟନ୍ତ୍ରଣର ଏହା ଏକ ଦୀର୍ଘକାଳୀନ ପଦକ୍ଷେପ।

(୬) ମଜୁରୀର ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ (Ceilling on Wage): ମଜୁରୀ ବୃଦ୍ଧି ମୁଦ୍ରାଷ୍ଟୀତିର ଏକ ପ୍ରମୁଖ କାରର । ମଜୁରୀ ବଢ଼ିବା ଦ୍ଵାରା ଚାହିଦା ବଢ଼େ ଏବଂ ଦରଦାମ୍ ବଢ଼ିଥାଏ । ତେଣୁ ମୁଦ୍ରାସ୍ପତି ନିୟନ୍ତ୍ରଣ ପାଇଁ ସରକାର ମଜୁରୀ ଉପରେ ଏକ ସର୍ବୋଚ୍ଚ ସୀମା ଧାର୍ଯ୍ୟ କରିବା ଉଚିତ। ମୁଦ୍ରାଙ୍ଗୀତି ସମସ୍ତ ରାଷ୍ଟ୍ର ପାଇଁ ଏକ ସମସା ଏବଂ ଏହାର ନିୟନ୍ତ୍ରଣ ଏକ ନୀତି । ରାଷ୍ଟ୍ର ସମ୍ମୁଖରେ ଉନ୍ମୁକ୍ତ ଥିବା ବିଭିନ୍ନ ପନ୍ଥା ମଧ୍ଯରୁ ଏକ କେଉଁଗୁଡ଼ିକ ଆପଣେଇବା, ତାହା ନିଜର ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ଅବସ୍ଥାକୁ ବିଚାରକୁ ନେଇ ଧାର୍ଯ୍ୟ କରିବା ଆବଶକ।

Question ୮।
ଅବାରିତ ବିକାଶ କହିଲେ କ’ଣ ବୁଝ ? ଅବାରିତ ବିକାଶର ସଂଙ୍କେତ ଗୁଡ଼ିକ କ’ଣ ?
(What do you mean by Sustainable Development? What are the indications of sustainable development?)
Answer:
ଜୀବନଧାରଣର ମାନର ଉନ୍ନତି ସାଧନ ଓ ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ଦୃତ ଅର୍ଥନୈତିକ ଅବଶ୍ୟମ୍ଭାବୀ । ସମସ୍ତ ବିକାଶଶୀଳ ରାଷ୍ଟ୍ର ନିଜସ୍ଵ ପ୍ରାକୃତିକ ସଂପଦର ଉପଯୋଗ କରି ବିକାଶ ପଥରେ ଆଗେଇବା ପାଇଁ ସଦା ଚେଷ୍ଟିତ । କିନ୍ତୁ ଅର୍ଥନୈତିକ ଅଭିବୃଦ୍ଧି ଜନସାଧାରଣଙ୍କର ଅର୍ଥନୈତିକ ମାନ ବୃଦ୍ଧି କରୁଥିଲେ ମଧ୍ୟ ଏହା ସର୍ବଦା ଉନ୍ନତ ଜୀବନଧାରଣର ମାନ ଯୋଗାଇ ନ ଥାଏ । କୌଣସି ରାଷ୍ଟ୍ରର ଔଦ୍ୟୋଗିକ ବିକାଶ ଜାତୀୟ ଆୟ ବୃଦ୍ଧି କରିଥାଏ, କିନ୍ତୁ ଏହା ଜୀବନ ଧାରଣର ମାନ ଉନ୍ନତ କରି ନ ଥାଏ । ଏହାର କାରଣ ଔଦ୍ୟୋଗିକ ବିକାଶ ଦ୍ଵାରା ପରିବେଶ ଦୂଷିତ ହେବା ଫଳରେ ଜନସାଧାରଣଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦିଏ । ତେଣୁ ଅର୍ଥନୈତିକ ଅଭିବୃଦ୍ଧି ସହିତ ପର୍ଯ୍ୟାବରଣର ସଂରକ୍ଷଣ ହୋଇପାରିଲେ ହିଁ ପ୍ରକୃତ ଅଭିବୃଦ୍ଧି ସମ୍ଭବ ।

ଅଭିବୃଦ୍ଧି ପାଇଁ କୋଇଲା, ଜଳ, ପେଟ୍ରୋଲିୟମ ଆଦି ପ୍ରାକୃତିକ ସାଧନର ଉପଯୋଗ ଆବଶ୍ୟକ । ଏହି ପ୍ରାକୃତିକ ସାଧନମାନଙ୍କର ଅତ୍ୟଧିକ ବ୍ୟବହାର ଫଳରେ ଅଭିବୃଦ୍ଧି ସହିତ ସାଧନମାନଙ୍କ କ୍ଷୟ ସାଧନ ହେଉଅଛି ଏବଂ ଭବିଷ୍ୟତ ବିକାଶ କ୍ଷେତ୍ରରେ ଭୟ ସଂଚାର କରୁଛି । ତେଣୁ ଭବିଷ୍ୟତ ପୀଢ଼ିର ସ୍ଵାର୍ଥ ପ୍ରତି ଗୁରୁତ୍ଵ ଦେଇ ବର୍ତ୍ତମାନର ଅଭିବୃଦ୍ଧି ଧାରାକୁ ସୁସଂଗତ କରିବା ବିଧେୟ । । ଏହା ପର୍ଯ୍ୟାବରଣ, ଅର୍ଥନୀତି ଏବଂ ବିକାଶର୍ ସନ୍ତୁଳନ ଦ୍ବାରା ସମ୍ଭବ ହୋଇପାରିବ । ବିକାଶ ତତ୍ତ୍ବବିତ୍‌ମାନେ ଏହିଭଳି ବିକାଶ ପ୍ରକ୍ରିୟାକୁ ଏକ ନୂତନ ନାମରେ ନାମିତ କରିଛନ୍ତି । ତାହା ହେଲା ଅବାରିତ

ବିକାଶ (sustainable developmcnt)। ଏହି ବିକାଶ କେବଳ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ଵ ନ ଦେଇ ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ଉନ୍ନତ ଜୀବନ ଧାରଣର ସୁଯୋଗ ସୃଷ୍ଟି ପ୍ରତି ଦୃଷ୍ଟି ଦେଇଥାଏ। ବିକାଶର ଧାରାକୁ ବଳବତ୍ତର ରଖୁବା ଅବାରିତ ବିକାଶର ଲକ୍ଷ୍ୟ।

ଭବିଷ୍ୟତ ପୀଢ଼ିର ସ୍ଵାର୍ଥ ଜଳାଞ୍ଜଳି ନ ଦେଇ ବର୍ତ୍ତମାନ ପୀଢ଼ି ପାଇଁ ଉନ୍ନତ ଜୀବନଧାରଣର ସୁଯୋଗ ସୃଷ୍ଟିକୁ ଅବାରିତ ବିକାଶ କୁହାଯାଏ। ଏହି ବିକାଶ ପରିବେଶ ସୁରକ୍ଷା ଉପରେ ଗୁରୁତ୍ଵ ଦେଇଥାଏ । ସାଂପ୍ରତିକ ବିକାଶ ଧାରାକୁ ଚାଲୁ ରଖିବା ପାଇଁ ନବୀକରଣ। ଯୋଗ୍ୟସାଧନ (rcnewable resources) ଯଥା : ଜଙ୍ଗଲ, ଜଳ, ସୂର୍ଯ୍ୟକିରଣ, ବାୟୁ ଇତ୍ୟାଦିର ଉତ୍ତମ ଉପଯୋଗ ଅବାରିତ ବିକାଶର ବୈଶିଷ୍ଟ୍ୟ । ପ୍ରାକୃତିକ ସଂପଦର ଅବକ୍ଷୟ ନିଜର ବିକାଶର ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିବା ହିଁ ଅବାରିତ ବିକାଶ । ତେଣୁ ଧରାପୃଷ୍ଠରେ ଥିବା ସମସ୍ତ ପ୍ରାଣୀଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ନିଆଯାଇଥିବା ପଦକ୍ଷେପକୁ ଅବାରିତ ବିକାଶ ବୋଲି କହିଲେ କିଛି ଭୁଲ୍ ହେବ ନାହିଁ।

ଅବାରିତ ବିକାଶର ଲକ୍ଷ୍ୟ (Objectives of Sustainable Development):
(୧) ଜନସାଧାରଣଙ୍କ ଜୀବନଧାରଣର ଧାରାବାହିକ ଅଭିବୃଦ୍ଧି।
(୨) ପୀଢ଼ି-ପୀଢ଼ି ମଧ୍ୟରେ ସମତା ରକ୍ଷା।
(୩) ପରିବେଶ ସୁରକ୍ଷିତ ରଖୁବା, ପ୍ରାବିଧ‌ିକ ଜ୍ଞାନ କୌଶଳର ଉପଯୋଗ।
(୪) ଉତ୍ତମ ପର୍ଯ୍ୟାବରଣ ପାଇଁ ସଚେତନତା ସୃଷ୍ଟି।
(୫) ଯୋଜନା ସହିତ ପରିବେଶ ବିଜ୍ଞାନର ସମନ୍ଵୟ।

ଅବାରିତ ବିକାଶ ଉଭୟ ପରିବେଶ ସୁରକ୍ଷା ଏବଂ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଗୁରୁତ୍ବ ଦେଇଥାଏ। କିନ୍ତୁ ଏହି ଦୁଇ ଲକ୍ଷ୍ୟ ପରସ୍ପର ବିରୋଧୀ। ଗୋଟିକର ପ୍ରାପ୍ତି ଅନ୍ୟଟି ଠାରୁ ରାଷ୍ଟ୍ରକୁ ଦୂରେଇ ଦିଏ। ପରିବେଶ ସୁରକ୍ଷା ଓ ଅର୍ଥନୈତିକ ବିକାଶ ପରସ୍ପର ବିନିମୟ ସାପେକ୍ଷ (Trade – off)। ତେଣୁ ଉଭୟଙ୍କ ମଧ୍ୟର ସନ୍ତୁଳନ ରକ୍ଷା କରିପାରିଲେ ଅବାରିତ ବିକାଶ ସମ୍ଭବ ହୋଇପାରିବ। ପରପୃଷ୍ଠାରେ ରେଖାଚିତ୍ର ଏହାକୁ ସ୍ପଷ୍ଟ କରୁଛି।
CHSE Odisha Class 11 Economics Solutions Unit 4 ଭାରତୀୟ ଅର୍ଥନୀତି ସାମ୍ନା କରୁଥିବା ସମସ୍ୟା -1
ରେଖାଚିତ୍ରରୁ ଜଣାପଡ଼େ ଯେ ରାଷ୍ଟ୍ର ଯଦି ଅଧିକ ପରିବେଶ ସଚେତନ ହୁଏ (ON) ଅର୍ଥନୈତିକ ଅଭିବୃଦ୍ଧି କମ୍ (OM) ହେବ ! ଠିକ୍ ସେହିପରି ଅଧ‌ିକ ଅର୍ଥନୈତିକ ଅଭିବୃଦ୍ଧି (OM,) କମ୍ ପରିବେଶ ସୁରକ୍ଷା (ON,) ଆଣିଥାଏ। ତେଣୁ ରାଷ୍ଟ୍ର E ଏବଂ ତା’ ମଧ୍ୟରେ ଯେ କୌଣସି ଏକ ବିନ୍ଦୁ ମନୋନୀତ କରିବା ଉଚିତ; ଯେଉଁଠାର ଅର୍ଥନୈତିକ ଅଭିବୃଦ୍ଧି ଓ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା ହୋଇ ଅବାରିତ ବିକାଶ ସମ୍ଭବ ହୋଇପାରିବ।

ସତୁରୀ ଓ ଅଶୀ ଦଶକରେ ଅବାରିତ ବିକାଶ ସମ୍ବନ୍ଧରେ ଉନ୍ନତ ରାଷ୍ଟ୍ରମାନଙ୍କ ମଧ୍ୟରେ ପ୍ରଥମେ ଏକ ଚିନ୍ତାଧାରା ସୃଷ୍ଟି ହୋଇଥିଲା । ୧୯୮୨ ମସିହାରେ ବ୍ରାଣ୍ଡଟଲାଣ୍ଡ କମିଶନ (Brundtland Commission) ଅବାରିତ ବିକାଶ ନିମନ୍ତେ ଏକ ଚିଠା ପ୍ରସ୍ତୁତ କରିଥିଲେ । କିନ୍ତୁ ସମସ୍ତ ବିକାଶଶୀଳ ରାଷ୍ଟ୍ର ମଧ୍ୟରେ ଏକମତ ହୋଇ ନ ଥିଲେ । ୧୯୯୨ ମସିହାରେ ରିଓ ଡି ଜାନେଇରୋରେ ହୋଇଥିବା ଜାତିସଂଗର ପରିବେଶ ଓ ବିକାଶ ସମ୍ମିଳନୀରେ ନିଆଯାଇଥିବା ୨୧ଟି ପ୍ରସ୍ତାବକୁ ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ର ମାନି ନେଇଥଲା । ଏହାର ଦଶବର୍ଷ ପରେ ୨୦୦୨ ମସିହାରେ ଦକ୍ଷିଣ ଆଫ୍ରିକାର ଜୋହନବର୍ଗରେ ହୋଇଥିବା ଅବାରିତ ବିକାଶ ସମ୍ବନ୍ଧୀୟ ବିଶ୍ବ ଶିଖର ସମ୍ମିଳନୀ (World Summit on sustainable development)ରେ ସମସ୍ତ ରାଷ୍ଟ୍ର ଅବାରିତ ବିକାଶ ଉପରେ ଗୁରୁତ୍ବ ଆରୋପ କରିଥିଲେ । ଆଜି ଅବାରିତ ବିକାଶ ସମସ୍ତ ରାଷ୍ଟ୍ରର ବିକାଶ ଫଳରେ ଏକ ପ୍ରମୁଖ ପ୍ରସଂଗ।

Question ୯।
ପରିବେଶ ଉପରେ ଅର୍ଥନୈତିକ ଅଭିବୃଦ୍ଧିର ପ୍ରଭାବ ଆଲୋଚନା କର।
(Explain the effects of environment on Economic Development)
Answer:
ଆମ ଚାରିପାଖରେ ଥ‌ିବା ଜୀବଜଗତ, ଉଭିଦ ଗତ, ଜଳ, ବାୟୁ, ଆକାଶ ଇତ୍ୟାଦିର ସମଷ୍ଟିକୁ ପରିବେଶ କୁହାଯାଏ। ଏହା ଜବୀନ ଧାରଣର ମୌଳିକ ଆବଶ୍ୟକତା ପୂରଣ କରୁଥିବା ଏକ ବ୍ୟବସ୍ଥା । ଉତ୍ତମ ଜୀବନ୍ତ ନିମନ୍ତେ ଉତ୍ତମ ତଥା ସନ୍ତୁଳିତ ପରିବେଶର ଆବଶ୍ୟକତା ରହିଛି। କିନ୍ତୁ ଅର୍ଥନୈତିକ ଅଭିବୃଦ୍ଧି ସହିତ ପରିବେଶର ଅବକ୍ଷୟ ସମଗ୍ର ବିଶ୍ଵ ନିମନ୍ତେ ଉତ୍ତମ ତଥା ସନ୍ତୁଳିତ ପରିବେଶର ଆବଶ୍ୟକତା ରହିଛି। କିନ୍ତୁ ଅର୍ଥନୈତିକ ଅଭିବୃଦ୍ଧି ସହିତ ପରିବେଶର ଅବକ୍ଷୟ ସମଗ୍ର ବିଶ୍ଵ ନିମନ୍ତେ ଏକ ପ୍ରମୁଖ ସମସ୍ୟା ରୂପେ ଠିଆ ହୋଇଛି। ଆମେ ପଢ଼ିଥିବା ଅବାରିତ ବିକାଶ ଏହି ସମସ୍ୟାର ଏକ ସମାଧାନ।

ବିଶ୍ଵ ଉନ୍ନୟନ ରିପୋର୍ଟ- ୧୯୯୨ (World Development Report-1992) ଅନୁସାରେ ବିକଶିତ ରାଷ୍ଟ୍ରମାନଙ୍କ ଦେଖାଦେଇଥ‌ିବା ସ୍ଵାସ୍ଥ୍ୟଗତ ସମସ୍ୟାର କାରଣ ହେଉଛି ପରିବେଶ ଅବକ୍ଷୟ । ଅର୍ଥନୈତିକ ବିକାଶ ନିମନ୍ତେ ସୃଷ୍ଟି କରାଯାଉଥ‌ିବା ଚାପ ପରିବେଶର ସନ୍ତୁଳନ ନଷ୍ଟ କରୁଛି । ଅର୍ଥନୈତିକ ଅଭିବୃଦ୍ଧି ପରିବେଶ ଉପରେ କିପରି ପ୍ରଭାବ ପକାଉଛି ଆଲୋଚନା କରିବା ।

(୧) ଶିଳ୍ପର ବିକାଶ (Industrial Development):
ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଶିଳ୍ପାୟନର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଶିଳ୍ପ ରାଷ୍ଟ୍ରର ଉତ୍ପାଦନଶୀଳତା ସୃଷ୍ଟି କରିଥାଏ । ରାଷ୍ଟ୍ରରେ ଅଧିକ ନିୟୋଜନ ସୃଷ୍ଟିର ସମ୍ଭାବନା ସୃଷ୍ଟି କରେ । ଫଳରେ ଜାତୀୟ ଆୟ ଓ ମୁଣ୍ଡପିଛା ଆୟରେ ଦୃତ ଅଭିବୃଦ୍ଧି ଘଟିଥାଏ । ଆଜି ସମସ୍ତ ବିକାଶଶୀଳ ରାଷ୍ଟ୍ରରେ ଶିଳ୍ପାୟନ ବିକାଶର ଏକ ପ୍ରମୁଖ ମାଧ୍ୟମ ରୂପେ ପରିଗଣିତ ହେଉଛି । କିନ୍ତୁ ଅନ୍ୟ ପକ୍ଷରେ ଶିଳ୍ପାୟନ ପରିବେଶ ଉପରେ ଚାପ ସୃଷ୍ଟି କରୁଛି । ଶିଳ୍ପରୁ ନିର୍ଗତ ଧୂଆଁ ବାୟୁ ପ୍ରଦୂଷଣ କଲାବେଳ ସେଥୁରୁ ନିର୍ଗତ ହେଉଥବା ବର୍ଜ୍ୟବସ୍ତୁ ଜଳ ପ୍ରଦୂଷଣ କରୁଛି । ଶିଳ୍ପର ବିକାଶ ଗଢ଼ି ଉଠୁଥ‌ିବା ସହରରେ ଜଳ, ବାୟୁ ଓ ଶିଳ୍ପ ପ୍ରଦୂଷଣ ହେବା ଦ୍ଵାରା ସାଧାରଣ ଜୀବନଯାତ୍ରା ଅସମ୍ଭବ ହୋଇ ପଡ଼ୁଛି । ପ୍ରଦୂଷିତ ଜଳ ଓ ବାୟୁ ବ୍ୟବହାର ଦ୍ଵାରା ସୃଷ୍ଟି ସ୍ଵାସ୍ଥ୍ୟଗତ ସମସ୍ୟା ସମଗ୍ର ବିଶ୍ବପାଇଁ ଏକ ଆହ୍ବାନ।

ପରିବେଶ ସୁରକ୍ଷା କ୍ଷେତ୍ରରେ ଜଙ୍ଗଲର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଏହା ଅନେକ ଲୋକଙ୍କ ପାଇଁ ଜୀବନଧାରଣର ଏକ ମାଧ୍ୟମ ତଥା ମୂଲ୍ୟବାନ ବୃକ୍ଷଲତା ଏବଂ ଜୀବଜନ୍ତୁଙ୍କର ରହିବା ସ୍ଥାନ । ଜଙ୍ଗଲ ଜଳବାୟୁକୁ ନିୟନ୍ତ୍ରଣ କରିଥାଏ ଏବଂ ପରିବେଶ ସନ୍ତୁଳନ କ୍ଷେତ୍ରରେ ସହାୟତା ସୃଷ୍ଟି କରେ । କିନ୍ତୁ ଆଜି ବିକାଶ ନିମନ୍ତେ ଜଙ୍ଗଲର ଅବକ୍ଷୟ ଏକ ସାଧାରଣ ଘଟଣା । ସମଗ୍ର ପୃଥ‌ିବୀର ଶିଳ୍ପର ବିକାଶ, କୃଷିର ବିକାଶ, ସହରୀକରଣ ଇତ୍ୟାଦି ଜଙ୍ଗଲ ଅବକ୍ଷୟର କାରଣ । ଜଙ୍ଗଲ ଅବକ୍ଷୟ ଫଳରେ ପାଣିପାଗରେ ଅନେକ ପରିବର୍ତ୍ତନ ଘଟୁଛି । ବାୟୁମଣ୍ଡଳର ଅଙ୍ଗାରକାମ୍ଳ ଗ୍ୟାସ୍‌ର ମାତ୍ରା ବୃଦ୍ଧି ପାଉଛି ଏବଂ ବିଶ୍ବର ତାପମାତ୍ରା ବୃଦ୍ଧି ଘଟୁଛି।

(୩) ଖଣିଜ ପଦାର୍ଥର ଅନୁପଯୁକ୍ତ ଉପଯୋଗ (Misutilisation of mineral resources):
ଉତ୍ପାଦନ ଓ ଜାତୀୟ ଅଭିବୃଦ୍ଧି ଅର୍ଥନୈତକ ଅଭିବୃଦ୍ଧି ମାପକାଠି । ପ୍ରତ୍ୟେକ ରାଷ୍ଟ୍ର ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ଖଣିଜ ପଦାର୍ଥର ଉପଯୋଗ କରିଥାନ୍ତି । ବିକାଶଶୀଳ ରାଷ୍ଟ୍ର କ୍ଷେତ୍ରରେ ଖଣିଜ ପଦାର୍ଥର ସଠିକ ଉପଯୋଗ ସମ୍ଭବ ହୋଇ ନ ଥାଏ । ପୁନଶ୍ଚ ଖଣିଜ ପଦାର୍ଥଗୁଡ଼ିକ ନବୀକରଣ ଯୋଗ୍ୟ ନୁହନ୍ତି । ଫଳରେ, ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ଖଣିଜ ପଦାର୍ଥର ଅନୁପଯୁକ୍ତ ଉପଭୋଗ ପରବର୍ତ୍ତି ପୀଢ଼ି ପାଇଁ ବିପଦର କାରଣ ହୋଇଛି ।

(୪) କୃଷିର ବିକାଶ (Agricultural Development):
ସଦାବଦ୍ଧିତ ଜନସଂଖ୍ୟାକୁ ଚାହିତା ମୁତାବକ ଖାଦ୍ୟ ଶସ୍ୟ ଯୋଗାଣ ପ୍ରତ୍ୟେକ ରାଷ୍ଟ୍ର ପାଇଁ ଏକ ସମସ୍ୟା । ଖାଦ୍ୟ ନିରାପତ୍ତା (Food Security) ବିନା ଅର୍ଥନୈତିକ ଅଭିବୃଦ୍ଧି ଅସମ୍ଭବ। ତେଣୁ କୃଷିର ବିକାଶ ଅବଶ୍ୟମ୍ଭାବୀ । କିନ୍ତୁ କୃଷିର ବିକାଶ କ୍ଷେତ୍ରରେ କୃଷିପାଇଁ ଉଦ୍ଦିଷ୍ଟ ଜମିର ପରିମାଣ ହ୍ରାସ ଏକ ଅନ୍ତରାୟ । ତେଣୁ ରାଷ୍ଟ୍ର କମ୍ ଜମିରେ ଆଧୁନିକ ପ୍ରଣାଳୀରେ ଚାଷ କରି ଅଧୂକ ଉତ୍ପାଦନ ପାଇଁ ଚେଷ୍ଟା କରୁଛି ଏବଂ କୃଷିର ଉତ୍ପାଦନଶୀଳତା ବୃଦ୍ଧି କରୁଛି । ଏଭଳି ସଘନ କୃଷି ଉତ୍ପାଦନ ପ୍ରଣାଳୀ (Intensive Cultivation Method) ପରିବେଶ ଉପରେ କୁପ୍ରଭାବ ପକାଉଛି। ରାସାୟନିକ ସାର, ପୋକମରା ଔଷଧ, ଅଧିକ ଅମଳକ୍ଷମ ବିହନ ଇତ୍ୟାଦିର ବ୍ୟବହାର ପରିବେଶ ସନ୍ତୁଳନ ନଷ୍ଟ କରୁଛି । ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ମୃତ୍ତିକାର ଉର୍ବରତା ହ୍ରାସ, ଭୂମିର ଜଳସ୍ତର ହ୍ରାସ ଇତ୍ୟାଦି ଆଧୁନିକ ପ୍ରଣାଳୀରେ ହେଉଥ‌ିବା କୃ ବିକାଶ ପ୍ରକ୍ରିୟାର କୁପ୍ରଭାବ।

(୫) ଶକ୍ତି ଉତ୍ପାଦନ (Generation of Energy):
ଉତ୍ପାଦନ କ୍ଷେତ୍ରରେ ଶକ୍ତି ଏକ ଅତ୍ୟାବଶ୍ୟକ ସାଧନ। ଶକ୍ତି ରାଷ୍ଟ୍ରର ଉତ୍ପାଦନ ଓ ଉତ୍ପାଦନଶୀଳତାକୁ ବହୁଗୁଣିତ କରିପାରେ। ତେଣୁ ଯେଉଁ ରାଷ୍ଟ୍ର ଶକ୍ତି ଉତ୍ପାଦନ କ୍ଷେତ୍ରରେ ଯେତେ ଆଗୁଆ, ସେହି ଦେଶ ସେତେ ଉନ୍ନତ। ଶକ୍ତି ଉତ୍ପାଦନ ପାଇଁ ବ୍ୟବହାର କରାଯାଉଥିବା ସାଧନମାନଙ୍କ ମଧ୍ୟରୁ ପ୍ରାୟ ୯୦ ଶତାଂଶ ସୀମିତ ଓ କ୍ଷୟଶୀଳ। ସେଗୁଡ଼ିକ ପାରଂପରିକ ବା ନବୀକରଣ ଯୋଗ୍ୟ ନୁହନ୍ତି। ଫଳରେ ଆଗାମୀ ପୀଢ଼ି ପାଇଁ ଏହି ସାଧନଗୁଡ଼ିକର ସୁଲଭତା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପୁନଶ୍ଚ, ଶକ୍ତି ଉତ୍ପାଦନ ନିମନ୍ତେ ବ୍ୟବହାର କରାଯାଉଥିବା କୋଇଲା, ଥୋରିୟମ ଇତ୍ୟାଦି ସିଧାସଳଖ ପରିବେଶ ପ୍ରଦୂଷଣ କରୁଛନ୍ତି।

(୬) ସହରୀକରଣ (Urbanisation):
ଅର୍ଥନୈତିକ ଅଭିବୃଦ୍ଧି ଓ ସହରୀକରଣ ପରସ୍ପରର ଅନୁଗାମୀ। ଅର୍ଥନୈତିକ ଅଭିବୃଦ୍ଧି ଘଟିଲେ ଲୋକମାନେ ଆଧୁନିକ ସୁବିଧା ସୁଯୋଗର ସନ୍ଧାନରେ ସହରାଭିମୁଖୀ ହୋଇଥାନ୍ତି। ଫଳରେ ସହରର ଲୋକସଂଖ୍ୟା ଦ୍ରୁତ ହାରରେ ବୃଦ୍ଧି ପାଉଛି। ପରିବେଶର ସନ୍ତୁଳନ ରକ୍ଷା କରୁଥିବା ଗଛ, ଜଳହସ୍ତୀ (ହ୍ରଦ, ପୋଖରୀ, ଝରଣା ଇତ୍ୟାଦି) ଇତ୍ୟାଦିର ସ୍ଥାନରେ ସୁଦୃଶ୍ୟ ଅଟ୍ଟାଳିକା ମାନ ଗଢ଼ି ଉଠିଛି। ପ୍ରତ୍ୟେକ ସହର ଏକ କଂକ୍ରିଟ୍ ଜଙ୍ଗଲରେ ପରିଣତ ହେଉଛି। ଏହାଛଡ଼ା ସହରର ସଂପ୍ରସାରଣ ହେବା ଫଳରେ ଚାଷୀଯୋଗୀ ଜମି ବାସୋପଯୋଗୀ ଜମିରେ ପରିଣତ ହେଉଛି। ଏହାଛଡ଼ା ସହରର ବାୟୁ ଓ ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଛନ୍ତି। ଆଧୁନିକ ଜୀବନ ଶୈଳୀରେ ବ୍ୟବହୃତ ହେଉଥିବା ଶୀତତାପ ନିୟନ୍ତ୍ରକ ଯନ୍ତ୍ର ସହରର ତାପମାନ ବୃଦ୍ଧି କରୁଛି। ତା’ଛଡ଼ା କଂକ୍ରିଟ୍ ଘର, କଂକ୍ରିଟ୍ ରାସ୍ତା ଇତ୍ୟାଦି ସୂର୍ଯ୍ୟଙ୍କ ଉତ୍ତାପକୁ ବିକିରଣ କରି ସହରଗୁଡ଼ିକୁ ଉତ୍ତପ୍ତ କ୍ଷେତ୍ରରେ ପରିଣତ କରୁଛନ୍ତି।

(୭) ଉପଭୋକ୍ତାଙ୍କ ସ୍ଵାର୍ଥ ସୁରକ୍ଷା (Growth of Consumerism):
ଅର୍ଥନୈତିକ ଅଭିବୃଦ୍ଧି ସହିତ ଉପଭୋକ୍ତାଙ୍କ ଚାହିଦାରେ ପରିବର୍ତ୍ତନ ଦେଖାଦିଏ। ଉପଭୋକ୍ତ ଅଧୂକ ତଥା ଆଧୁନିକ ଉପଭୋଗ ଦ୍ରବ୍ୟ ବ୍ୟବହାର କରିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି। ଉପଭୋକ୍ତାଙ୍କ ସ୍ଵାର୍ଥ ସୁରକ୍ଷା ପାଇଁ ରାଷ୍ଟ୍ର ସୁବିଧା ଓ ସୁଯୋଗ ଯୋଗାଇ ଦେଇଥାଏ। ଏହି ପ୍ରକ୍ରିୟାରେ ରାଷ୍ଟ୍ର ବେଳେବେଳେ ପରିବେଶ ସୁନ୍ତଳନ ଉପରେ ଗୁରୁତ୍ଵ ନ ଦେବା ପାଇଁ ବାଧ୍ୟ ହୋଇଥାଏ। ବର୍ତ୍ତମାନ ସମସ୍ତ ସହର ଅତ୍ୟାଧ୍ଵକ ଗାଡ଼ିମଟର ସଂଖ୍ୟାରେ କବଳି । ଅତ୍ୟଧିକ ଗାଡ଼ିମଟରର ବ୍ୟବହାର ପରିବେଶର ଅବକ୍ଷୟ ଘଟାଇବା ସହିତ ଗଚ୍ଛିତ ଥ‌ିବା ପେଟ୍ରୋଲିୟମ୍‌ର ପରିମାଣରେ ଦ୍ରୁତ ହ୍ରାସ ଘଟାଉଛି। ସହଜ ଜୀବନଯାପନ ପ୍ରକ୍ରିୟାରେ ଲୋକମାନେ ବ୍ୟବହାର କରୁଥିବା ଦ୍ରବ୍ୟ ଓ ସେବା (ଏ.ସି, ଟେଲିଭିଜନ, ମଟରଗାଡ଼ି, ବିଦ୍ୟୁତ୍ ଶକ୍ତି, କଂକ୍ରିଟ୍ ରାସ୍ତା, ପଲିଥୁନ ଇତ୍ୟାଦି) ପରିବେଶ ଉପରେ ଅଧ‌ିକ ଚାପ ସୃଷ୍ଟି କରୁଛି। ଜଗତୀକରଣ (Globalisation)ର ପ୍ରଭାବରେ ସୃଷ୍ଟି ହେଉଥ‌ିବା ଉପଭୋକ୍ତା ଆଧୁନିକ ଯୁଗରେ ସମସ୍ତ ବିକାଶଶୀଳ ରାଷ୍ଟ୍ରର ପରିବେଶ ସନ୍ତୁଳନକୁ ଜଳାଞ୍ଜଳି ଦେବା ପାଇଁ ବାଧ୍ୟ କରୁଛନ୍ତି।

ଉପଭୋକ୍ତାଙ୍କ ଆଲୋଚନାରୁ ଏହା ସ୍ପଷ୍ଟ ଯେ ଅର୍ଥନୈତିକ ଅଭିବୃଦ୍ଧି ପରିବେଶକୁ ଅସନ୍ତୁଳିତ କରୁଛି। ତେଣୁ ପ୍ରତ୍ୟେକ ରାଷ୍ଟ୍ର ପରିବେଶ ସୁରକ୍ଷା ସହିତ ଅର୍ଥନୈତିକ ଅଭିବୃଦ୍ଧିର ସମନ୍ଵୟ ରକ୍ଷା କରି ନିଜସ୍ଵ ଯୋଜନା ଓ ନୀତି ପ୍ରଣୟନ କରିବା ଉଚିତ। ଅବାରିତ ବିକାଶ ଏହି ସମସ୍ୟାର ଏକ ବଳିଷ୍ଠ ଓ ଫଳପ୍ରଦ ସମାଧାନର ସୂତ୍ର।

Leave a Comment