Odisha State Board CHSE Odisha Class 11 Sociology Solutions Unit 4 ସାମାଜିକ ପ୍ରକ୍ରିୟା, ସ୍ତରୀକରଣ ଏବଂ ପରିବର୍ତ୍ତନ Questions and Answers.
CHSE Odisha 11th Class Sociology Unit 5 Question Answer ସମାଜ ସମାଜଶାସ୍ତ୍ର, ପଦ୍ଧତି ଏବଂ କୌଶଳ
‘କ’ ବିଭାଗ
ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର
ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ଉତ୍ତର ଚୟନ କର :
Question ୧।
ସମାଜବିଜ୍ଞାନର ଜନକ କିଏ ?
(i) ଇରବର୍ଟ ସ୍ପେନସର
(ii) ଅଗଷ୍ଟ କମ୍
(iii) ଇମାଇଲମ ଦୁର୍ଧୂମ
(iv) କାଇଁ ମାଙ୍କସ୍
Answer:
(ii) ଅଗଷ୍ଟ କମ୍
Question ୨।
ପ୍ରଥମ ଥର ପାଇଁ କିଏ ସମାଜ ବିଜ୍ଞାନ ଶବ୍ଦଟି ବ୍ୟବହାର କରିଥିଲେ ?
(i) ପି. ଏ. ସରୋନୀନ୍
(ii) ଅଗଷ୍ଟ କମ୍
(iii) ସୁଲ
(iv) ସିମେଲ
Answer:
(ii) ଅଗଷ୍ଟ କମ୍
Question ୩।
ପଜିଟିର ଫିଲୋସଫି ପୁସ୍ତକରେ କେଉଁ ଶବ୍ଦଟି ପ୍ରଥମେ ବ୍ୟବହାର କରିଥିଲା।
(i) ରାଜନୀତି ବିଜ୍ଞାନ
(ii) ସମାଜବିଜ୍ଞାନ
(iii) ଇତିହାସ
(iv) ନୂବିଜ୍ଞାନ
Answer:
(ii) ସମାଜବିଜ୍ଞାନ
Question ୪।
କାହା ମତରେ ସମାଜବିଜ୍ଞାନ ହେଉଛି ସମାଜ ସମ୍ପକୀୟ ବିଜ୍ଞନ ଯାହା କେତେକ ପ୍ରାକୃତିକ ଏବଂ ଅପରିବର୍ତ୍ତନୀୟ ନିୟମକୁ ଆଖୁ ଆଗରେ ରଖୁ ତା’ର ଅନୁଧ୍ୟାନ ଆରମ୍ଭ କରିଥାଏ ।
(i) ଅଗଷ୍ଟ କମ୍
(ii) ସ୍ପେନସର
(iii) ମ୍ୟାକ୍ସ ୱେବର
(iv) ଇମାଇଲ ଦୁଶ୍ଚିମ
Answer:
(i) ଅଗଷ୍ଟ କମିଟେ
Question ୩।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ସମାଜ ବିଜ୍ଞାନ ପ୍ରତି କଷ୍ଟେଙ୍କର ଅବଦାନ ?
(i) ଆତ୍ମହତ୍ଯା
(ii) ତ୍ରିସ୍ତରୀୟ ନିୟମ
(iii) ଜୈବତତ୍ତ୍ଵ
(iv) ବୈଜ୍ଞାନିକ
Answer:
(ii) ତ୍ରିସ୍ତରୀୟ ନିୟମ
Question ୪।
ତ୍ରିସ୍ତରୀୟ ନିୟମର ପ୍ରଥମ ସ୍ତରଟିକୁ କ’ଣ କୁହାଯାଏ ?
(i) ଧର୍ମତାତ୍ତ୍ଵିକ
(ii) ଆଧ୍ୟାତ୍ମକ
(ii) ବୈଜ୍ଞାନୀକ
(iv) ସାମାଜିକ
Answer:
ଧର୍ମତାରୁ
Question ୭।
କେଉଁ ସ୍ତରରେ ବିଶ୍ଵାସ କରାଯାଏ ଯେ ସମସ୍ତ ଘଟଣା ଏକ ଅମୂର୍ଖ ଶକ୍ତି ଦ୍ବାରା ଉତ୍ପନ୍ନ ହୋଇଥାଏ ?
(i) ଧର୍ମତାତ୍ତ୍ଵିକ
(ii) ଆଧ୍ୟାମିକ
(iii) ବୈଜ୍ଞାନିକ
(iv) ରାଜନୈତିକ
Answer:
(ii) ଆଧ୍ୟାମିକ
Question ୮।
ଜଣେ ବ୍ୟକ୍ତି ନୈତିକତା ଦୃଷ୍ଟିରୁ ଆତ୍ମହତ୍ୟା କରେ ତାହାକୁ ଆତ୍ମହତ୍ୟା କୁହାଯାଏ ?
(i) ଯନ୍ତ୍ରଣା ଦାୟକ
(ii) ଇଚ୍ଛାଧୀନ
(iii) ବାଧ୍ୟତା ମୂଳକ
(iv) ପରାର୍ଥବାଦୀ
Answer:
(iii) ବାଧ୍ୟତା ମୂଳକ
Question ୯।
ଶାରୀରିକ ଯନ୍ତ୍ରଣା ଲାଭ କରି କେଉଁ ହତ୍ୟା କରାଯାଇଥାଏ ?
(i) ପରାର୍ଥବାଦୀ
(ii) ଯନ୍ତ୍ରଣା ଦାୟକ
(iii) ବାଧ୍ୟତାମୂଳକ
(iv) ଇଚ୍ଛାଧୀନ
Answer:
(ii) ଯନ୍ତ୍ରଣା ଦାୟକ
Question ୧୦।
ଯେତେବେଳେ ବ୍ୟକ୍ତି ନିଜକୁ ସମୂହ ସହ ସମ୍ପର୍ଣ୍ଣ ଭାବେ ମିଶାଇଦିଏ ସେତେବେଳେ ସେ ସମୂହ ଜୀବନଠାରୁ ତା’ର ଜୀବନକୁ ଅସହାୟ ମନେକରେ, ଫଳରେ କେଉଁ ଆତ୍ମହତ୍ୟା କରିଥାଏ ?
(i) ଅହଂବାଦୀ
(ii) ପରାର୍ଥବାଦୀ
(iii) ଯନ୍ତ୍ରଣା ଦାୟକ
(iv) ଭାଗବାଦୀ
Answer:
(ii) ପରାର୍ଥବାଦୀ
Question ୧୧।
ସମୂହଠାରୁ ସମ୍ପର୍ଣ୍ଣ ରୂପେ ସମ୍ପର୍କ ଛିନ୍ନ ହେବା ଫଳରେ ବ୍ୟକ୍ତି କେଉଁ ଆତ୍ମହତ୍ୟା କରେ ?
(i) ଅହଂବାଦୀ
(ii) ପରାର୍ଥବାଦୀ
(iii) ଯନ୍ତ୍ରଣାଦାୟକ
(iv) ଭାଗବାଦୀ
Answer:
(i) ଅହଂବାଦୀ
Question ୧୨।
ଦୁର୍ଗମଙ୍କର ସମାଜ ପ୍ରତି ଏକ ଅବଦାନ ଲେଖ ।
(i) ଆତ୍ମହତ୍ଯା
(ii) ଜୈବତତ୍ତ୍ବ
(iii) ତ୍ରିସ୍ତରୀୟ ନିୟମ
(iv) ଏ ସମସ୍ତ
Answer:
(i) ଆତ୍ମହତ୍ୟା
Question ୧୩ ।
କେଉଁ ବାଦରେ ଈଶ୍ବରଙ୍କୁ ବିଶ୍ବାସ କରାଯାଏ ?
(i) ବହୁ ଈଶ୍ଵର ବାଦ
(ii) ଏକେଶ୍ଵର ବାଦ
(iii) କଡ଼ ବାଦ
(iv) କେଉଁଠି ନୁହେଁ
Answer:
(i) ବହୁ ଈଶ୍ଵର ବାଦ
Question ୧୪।
ଖଣ୍ଡିଏ କାଠ, ପଥର ଆଦି କେଉଁ ବାଦର ଅନ୍ତର୍ଭୁକ୍ତ ?
(i) ଫେଟସ୍ବାଦ
(ii) ବହୁ ଈଶ୍ଵର ବାଦ
(iii) ଏକେ ଈଶ୍ଵର ବାଦ
(iv) କେଉଁଠି ନୁହେଁ
Answer:
(i) ଫେଟସ୍ ବାଦ
Question ୧୫।
ଯାହା ପ୍ରତ୍ୟକ୍ଷ ଭାବରେ ଅନୁଭବ କରାଯାଇପାରିବ, ତାହା କେଉଁ ସ୍ତର ?
(i) ବୈଜ୍ଞାନିକ
(ii) ଆଧାମକ
(iii) ଆଧାତ୍ମକ
(iv) ଅର୍ଥନୈତିକ
Answer:
(i) ବୈଜ୍ଞାନିକ
Question ୧୬।
ତ୍ରିସ୍ତରୀୟ ନିୟମର ଦ୍ବିତୀୟ ସ୍ତର କେଉଁଟି ?
(i) ଧର୍ମାତାତ୍ତ୍ଵିକ ସ୍ତର
(ii) ବୈଜ୍ଞାନିକ ସ୍ତର
(iii) ଆଧ୍ୟାମିକ ସ୍ତର ର
(iv) ଫେଟିସବାଦ
Answer:
(iv) ଫେଟିସବାଦ
Question ୧୭।
ତ୍ରିସ୍ତରୀୟ ନିମୟର ଶେଷ ସ୍ତରଟି କ’ଣ ?
(i) ବୈଜ୍ଞାନିକ ସ୍ତର
(ii) ଧର୍ମତାତ୍ତ୍ଵିକ
(iii) ଆଧ୍ୟାତ୍ମକ
(iv) କେଉଁଟି ନୁହେଁ
Answer:
(i) ବୈଜ୍ଞାନିକ ସ୍ତର
Question ୧୮।
ନିମ୍ନୋକ୍ତ ମଧ୍ଯରୁ କିଏ ଆତ୍ମହତ୍ୟା ମତବାଦ ପ୍ରଦାନ କରିଛନ୍ତି ?
(i) କମ୍
(ii) ଦୁର୍ଗାଇମ୍
(iii) ୱେବର
(iv) କେଉଁଟି ନୁହେଁ
Answer:
(ii) ଦୁର୍ଗାଇମ୍
Question ୧୯।
ଆତ୍ମହତ୍ୟା ମତବାଦ କେଉଁ ମସିହାରେ ପ୍ରକାଶିତ ହୋଇଥିଲା ?
(i) ୧୮୯୭
(ii) ୧୮୯୭
(iii) ୧୯୧୭
(iv) ୧୮୯୩
Answer:
(ii) ୧୮୫୮
Question ୨୦।
ଦୁର୍ଗାଇନ୍ଙ୍କ ମତରେ ଆତ୍ମହତ୍ୟା କେତେ ପ୍ରକାରର ?
(i) ୪
(ii) ୨
(iii) ୫
(iv) କେଉଁଟି ନୁହେଁ
Answer:
(i) ୪
Question ୨୧।
ଜଣେ ସୈନିକ ଯୁଦ୍ଧରେ ଦେଶ ପାଇଁ ଜୀବନ ଦେବା କି ପ୍ରକାରର ଆତ୍ମହତ୍ୟା
(i) ଅହଂବାଦୀ
(ii) ପରାର୍ଥବାଦୀ
(iii) ଭାଗ୍ୟବାଦୀ
(iv) ନିୟମହୀନତା
Answer:
(ii) ପରାର୍ଥବାଦୀ
Question ୨୨।
“ କାଷ୍ଟ ଆଣ୍ଡ ରେସ୍ଇନ୍ ଇଣ୍ଡିଆ” ପୁସ୍ତକ କିଏ ଲେଖୁଛନ୍ତି ?
(i) ହଟନ
(ii) ସି. ଏଚ୍ କୁଲେ.
(iii) ଜି.ଏସ୍. ଘୁରେ
(iv) ମର୍ଟନ
Answer:
(iii) ଜି.ଏସ୍. ଘୁରେ
Question ୨୩ ।
ଘୁରେ ଜାତିର ସୃଷ୍ଟିକୁ କାହା ସହିତ ଯୋଡ଼ିଛନ୍ତି ?
(i) ବେଦ
(ii) ଧର୍ମ
(iii) କର୍ମ
(iv) ପ୍ରଜାତି
Answer:
(iv) ପ୍ରଜାତି
Question ୨୪।
ଘୂରେ ଜାତିର କେତୋଟି ସଂରଚନାମୂଳକ ଲକ୍ଷଣ ପ୍ରଦାନ କରିଛନ୍ତି ?
(i) ୬ଟି
(ii) ୫ଟି
(iii) ୪ଟି
(iv) ୭ଟି
Answer:
(i) ୬ଟି
Question ୨୫।
ସଂସ୍କୃତିକରଣ ସଂପ୍ରତ୍ୟୟ ନିମ୍ନୋକ୍ତ ମଧ୍ଯରୁ କିଏ ପ୍ରଦାନ କରିଛନ୍ତି ?
(i) ୱାଇ
(ii) ଏମ୍. ଏନ୍ ଶ୍ରୀନିବାସ
(iii) ସି.ଏଚ୍. କୁଲେ
(iv) କେହି ନୁହଁନ୍ତି
Answer:
(ii) ଏମ୍. ଏନ୍ ଶ୍ରୀନିବାସ
Question ୨୬ ।
‘ରିଲିଜିଅନ୍ ଆଣ୍ଡ୍ ସୋସାଇଟି ଏମଙ୍ଗ୍ ଦି କୁର୍ଗସ୍’ ପୁସ୍ତକ କିଏ ଲେଖୁଛନ୍ତି ?
(i) କୁଲେ
(ii) ମର୍ଟନ
(iii) ଶ୍ରୀନିବାସ
(iv) ଜି.ଏସ୍. ୟୂରେ
Answer:
(iii) ଶ୍ରୀନିବାସ
Question ୨୭।
ବ୍ରାହ୍ମଣୀକରଣ ସଂପ୍ରତ୍ୟୟର ବ୍ୟବହାର ନିମ୍ନୋକ୍ତଙ୍କ ମଧ୍ୟରୁ କିଏ କରିଥିଲେ ?
(i) ଘୂରେ
(ii) ଦୁର୍ଗାଇମ୍
(iii) ମାକାଇଭର
(iv) ଶ୍ରୀନିବାସ
Answer:
(iv) ଶ୍ରୀନିବାସ
Question ୨୮।
“ବିଜ୍ଞାନ ପର୍ଯ୍ୟବେକ୍ଷଣରୁ ଆରମ୍ଭ ହୁଏ ଏବଂ ଶେଷ ବୈଧତା । ପୁଣି ପର୍ଯ୍ୟବେକ୍ଷଣକୁ ଫେରେ” ଏହା ନିମ୍ନୋକ୍ତଙ୍କ ମଧ୍ୟରେ କିଏ କହିଛନ୍ତି ?
(i) ପି.ଭି. ୟଙ୍ଗ୍
(ii) ଗୁଡ଼େ, ଏବଂ ହ୍ୟାଟ
(ii) କମ୍
(iv) କୁଲେ
Answer:
(ii) ଗୁଡ଼େ ଏବଂ ହ୍ୟାଟ୍
Question ୨୯।
ପର୍ଯ୍ୟବେକ୍ଷଣ କେତେ ପ୍ରକାରର ?
(i) 8
(ii) ୪
(iii) ୩
(iv) ୨
Answer:
(i) ୫
Question ୩୦।
ଡାକରେ ପ୍ରେରିତ ପ୍ରଶ୍ନର ଚିଠାକୁ କ’ଣ କହନ୍ତି ?
(i) ପ୍ରଶ୍ନବଳୀ
(ii) ପ୍ରଶ୍ନ
(iii) ଚିଠି
(iv) କୌଣସିଟି ନୁହେଁ
Answer:
(i) ପ୍ରଶ୍ନବଳୀ
Question ୩୧।
ଲୁଣ୍ଡବର୍ଗ ପ୍ରଶ୍ନବଳୀକୁ କେତେ ଭାଗରେ ବିଭକ୍ତ କରିଛନ୍ତି ?
(i) ୩
(ii) ୨
(iii) ୪
(iv) ୫
Answer:
(iii) ୪
Question ୩୨।
ପି. ଭିୟଙ୍ଗ ପ୍ରଶ୍ନବୀକୁ କେତେ ଭାଗରେ ବିଭକ୍ତ କରିଛନ୍ତି ?
(i) ୫
(ii) ୪
(iii) ୩
(iv) ୨
Answer:
(i) ୫
Question ୩୩।
ପ୍ରତ୍ୟକ୍ଷ ସାକ୍ଷତକାରରେ କ’ଣ ବ୍ୟବହାର କରାଯାଏ ?
(i) ସୂଚୀ
(ii) ପ୍ରଶ୍ନବଳୀ
(iii) ପ୍ରଶ୍ନ
(iv) କୌଣସିଟି ନୁହେଁ
Answer:
(i) ସୂଚୀ
ଗୋଟିଏ ଶବ୍ଦରେ ଉତ୍ତର ଦିଅ :
Question ୧।
ସମାଜବିଜ୍ଞାନର ଜନକ କିଏ ?
Answer:
ଅଗଷ୍ଟ କମ୍
Question ୨।
କମ୍ଟେ କେଉଁ ଦେଶର ସମାଜବିଜ୍ଞାନୀ ?
Answer:
ଫ୍ରାନସ୍
Question ୩।
ତ୍ରିସ୍ତରୀୟୟ ନିୟମ କିଏ ପ୍ରଦାନ କରିଛନ୍ତି ?
Answer:
ଅଗଷ୍ଟ କମ୍
Question ୪।
ସମାଜବିଜ୍ଞାନର ପୂର୍ବ ନାମ କ’ଣ ଥିଲା ?
Answer:
ସାମାଜିକ’ ପଦାର୍ଥବିଜ୍ଞାନ
Question ୫।
ସମାଜବିଜ୍ଞାନ କେଉଁ ମସିହାରେ ସୃଷ୍ଟି ହୋଇଥିଲା ?
Answer:
୧୮୩୯
Question ୬।
ତ୍ରିସ୍ତରୀୟ ନିୟମର କେତୋଟି ସ୍ତର ଅଛି ?
Answer:
୩ଟି
Question ୭।
କଙ୍କ ତ୍ରିସ୍ତରୀୟ ନିୟମ କେଉଁ ତତ୍ତ୍ବ ଉପରେ ପର୍ଯ୍ୟବେସିତ ?
Answer:
ବିବର୍ତ୍ତନ
Question ୮।
ଧର୍ମତାତ୍ତ୍ଵିକ ସ୍ତରର କେତୋଟି ଉପସ୍ତର ଅଛି ?
Answer:
୪ଟି
Question ୯।
ତ୍ରିସ୍ତରୀୟ ନିୟମର ପ୍ରଥମ ସ୍ତରର ନାମ କ’ଣ ?
Answer:
ଧର୍ମତାତ୍ତ୍ଵିକ ସ୍ତର
Question ୧୦।
ତ୍ରିସ୍ତରୀୟ ନିୟମର ଶେଷ ସ୍ତରର ନାମ କ’ଣ ?
Answer:
ବୈଜ୍ଞାନିକ ସ୍ତର
Question ୧୧।
ତ୍ରିସ୍ତରୀୟ ନିୟମର ମଧ୍ୟମ ସ୍ତରର ନାମ କ’ଣ ?
Answer:
ଆଧ୍ୟାମ୍ବିକ ସ୍ତର
Question ୧୨।
ଗୋଟିଏ ଈଶ୍ଵରରେ ବିଶ୍ବାସକୁ କ’ଣ କହନ୍ତି ?
Answer:
ଏକେଶ୍ବରବାଦ
Question ୧୩ ।
ଏକାଧିକ ଈଶ୍ବରରେ ବିଶ୍ବାସକୁ କ’ଣ କୁହନ୍ତି ?
Answer:
ବହୁ ଈଶ୍ବରବାଦ
Question ୧୪।
ଆତ୍ମା ବା ସ୍ପିରିଟ୍ରେ ବିଶ୍ବାସକୁ କ’ଣ କହନ୍ତି ?
Answer:
ଫେଟିସ୍ବାଦ
Question ୧୫।
୧୧୩୦ ଖ୍ରୀଷ୍ଟାବ୍ଦରୁ ୧୮୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ କେଉଁସ୍ତର ଦେଖାଦେଇଥିଲା ?
Answer:
ଆଧ୍ୟାତ୍ମିକ ବା ଅରୂପ ସ୍ତର
Question ୧୬।
“ଲି ସୁଇସାଇଡ୍” ପୁସ୍ତକ କିଏ ରଚନା କରିଛନ୍ତି ?
Answer:
ଇମାଇଲ୍ ଦୁର୍ଖାଇମ୍
Question ୧୭।
ଦୁର୍ଗାଇମ୍ ଆତ୍ମହତ୍ୟାକୁ କେତେ ଭାଗରେ ବିଭକ୍ତ କରିଛନ୍ତି ?
Answer:
୪ ଭାଗରେ
Question ୧୮।
ଦେଶ ପାଇଁ ଜୀବନ ବଳି ଦେବା କି ପ୍ରକାର ଆତ୍ମହାତ୍ୟା ?
Answer:
ପରାର୍ଥବାଦୀ
Question ୧୯।
ନିୟମହୀନତା ଯୋଗୁଁ କି ପ୍ରକାର ଆତ୍ମହତ୍ୟା ଦେଖାଯାଏ ?
Answer:
ଅନୋମିକ ସୁଇସାଇଡ୍
Question ୨୦।
କାଷ୍ଟ ଆଣ୍ଡ ରେସ୍ ପୁସ୍ତକର ରଚୟିତା କିଏ ?
Answer:
ଜି. ଏସ୍ . ଘୂରେ
Question ୨୧।
ଘୂରେ ଜାତିର କେତୋଟି ଲକ୍ଷଣ ଦର୍ଶାଇଛନ୍ତି ?
Answer:
୬ଟି
Question ୨୨।
ସଂସ୍କୃତିକରଣ ସଂପ୍ରତ୍ୟୟ କିଏ ଦେଇଛନ୍ତି ?
Answer:
ଏମ୍. ଏନ୍. ଶ୍ରୀନିବାସ
Question ୨୩।
ବ୍ରାହ୍ମଣୀକରଣ ସଂପ୍ରତ୍ୟୟ କିଏ ପ୍ରଦାନ କରିଥିଲେ ?
Answer:
ଏମ୍. ଏନ୍. ଶ୍ରୀନିବାସ
Question ୨୪।
ପରିବର୍ତ୍ତନ ଏକ ଦେଶର ଉତ୍ସର ନାମ ଲେଖ।
Answer:
ସଂସ୍କୃତିକରଣ
Question ୨୫।
‘ରିଲିଜିଅନ ଆଣ୍ଡ ସୋସାଇଟି ଏମଙ୍ଗ ଦି ଦୁର୍ଗସ୍” ପୁସ୍ତକ କିଏ ଲେଖୁଛନ୍ତି ?
Answer:
ଏମ୍. ଏନ୍, ଶ୍ରୀନିବାସ
Question ୨୬।
ତଥ୍ୟ ସଂଗ୍ରହର ଯେକୌଣସି ଗୋଟିଏ କୌଶଳର ନାମ ଲେଖ।
Answer:
ପ୍ରଶାବଳୀ
Question ୨୭।
ପର୍ଯ୍ୟବେକ୍ଷଣ କେତେ ପ୍ରକାରର ?
Answer:
୫ ପ୍ରକାରର
Question ୨୮।
ଡାକଦ୍ବାରା ପ୍ରେରିତ ତଥ୍ୟ ସଂଗ୍ରହ ପାଇଁ ପ୍ରଶ୍ନର ଚିଠାକୁ କ’ଣ କୁହନ୍ତି ?
Answer:
ପ୍ରଶାବଳୀ
Question ୨୯।
ପ୍ରତ୍ୟକ୍ଷ ସାକ୍ଷାତକାର ସମୟରେ କ’ଣ ବ୍ୟବହାର କରାଯାଏ ?
Answer:
ସାକ୍ଷାତକାର ସୂଚୀ ଲେଖ
Question ୩୦।
ସୂଚୀର ଏକ ଅପକାର ଲେଖ।
Answer:
ପର୍ଯ୍ୟବେକ୍ଷଣ ସୂଚୀ
Question ୩୧।
ସୂଚୀର ଏକ ଅପକାର ଲେଖ।
Answer:
ସୁଦୀର୍ଘ ଅଞ୍ଚଳ ଅଧ୍ୟୟନ କ୍ଷେତ୍ରରେ ଏହାର ବ୍ୟବହାର ସମ୍ଭବ ନୁହେଁ।
Question ୩୨।
ପି. ଭି. ୟଙ୍ଗ ପ୍ରଦାନ କରିଥିବା ସୂଚୀର ଏକ ଲକ୍ଷ୍ୟ ଉଲ୍ଲେଖ କର।
Answer:
ବସ୍ତୁନିଷ୍ଠ ଭାବେ ତଥ୍ୟ ସଂଗ୍ରହ କରିବା
Question ୩୩।
ସୂଚୀର ଏକ ପ୍ରକାରର ନାମ ଲେଖ।
Answer:
ପର୍ଯ୍ୟବେକ୍ଷଣ ସୂଚୀ
Question ୩୪।
ସୂଚୀ କେତେ ପ୍ରକାରର ?
Answer:
୫ ପ୍ରକାରର
Question ୩୫।
ପ୍ରଶାବଳୀ କେତେ ପ୍ରକାରର ?
Answer:
୫ ପ୍ରକାରର
‘ଖ’ ବିଭାଗ
ସଂକ୍ଷିପ୍ତ ପ୍ରଶ୍ନୋତ୍ତର ଦୁଇଟି କିମ୍ବା ତିନୋଟି ବାକ୍ୟରେ ଉତ୍ତର ଦିଅ :
Question ୧।
ତ୍ରିସ୍ତରୀୟ ନିୟମ କ’ଣ ?
Answer:
ଫରାସୀ ସମାଜବିଜ୍ଞାନୀ କମ୍ ତ୍ରିସ୍ତରୀୟ ନିୟମ ପ୍ରଦାନ କରିଥିଲେ ଯାହାକି ବିବର୍ତ୍ତନ ଉପରେ ପର୍ଯ୍ୟବେସିତ ତାଙ୍କ ମତରେ ମାନବ ସମାଜ ବା ମାନବୀୟ ଚିନ୍ତା ବା ଜ୍ଞାନ ଧର୍ମତାତ୍ତ୍ଵିକ, ଆଧ୍ୟାତ୍ମିକ ଓ ବୈଜ୍ଞାନିକ ସ୍ତର ଦେଇ ବିକାଶ ଲାଭ କରିଥାଏ। ତିନୋଟି ସତର ଦେଇ ଗତି କରୁଥିବାରୁ ଏହାର ନାମ ତ୍ରିସ୍ତରୀୟ ନିୟମ।
Question ୨।
ଧର୍ମତାତ୍ତ୍ଵିକ ସ୍ତର କ’ଣ ?
Answer:
କମ୍ଙ୍କ ପ୍ରଦତ୍ତ ତ୍ରିସ୍ତରୀୟ ନିୟମର ପ୍ରଥମ ସ୍ତର ହେଉଛି ଧର୍ମତାତ୍ତ୍ଵିକ ସ୍ତର। ଏହି ସମୟରେ ମନୁଷ୍ୟର ସମସ୍ତ କାର୍ଯ୍ୟକଳାପ ଅତି ମାନବୀୟ ଶକ୍ତି ଦ୍ଵାରା ପରିଚାଳିତ ୧୩୦୦ ଖ୍ରୀଷ୍ଟବ୍ଦର ପୂର୍ବ ସମୟରେ ଏହି ସ୍ତର ତିଷ୍ଠି ରହିଥିଲା। ଏହି ସମୟରେ ମନୁଷ୍ୟ ଧର୍ମତାତ୍ତ୍ଵିକ ଅନ୍ଧବିଶ୍ବାସ ଦ୍ଵାରା ପରିଚାଳିତ ହେଉଥିଲା।
Question ୩।
ଆଧ୍ୟାମ୍ବିକ ସ୍ତର କ’ଣ ?
Answer:
କମ୍ ତ୍ରିସ୍ତରୀୟ ନିୟମର ଦ୍ଵିତୀୟ ସ୍ତରକୁ ଆଧାତ୍ମକ ସ୍ତର କହନ୍ତି। ଏହି ସ୍ତର ୧୩୦୦ ଖ୍ରୀଷ୍ଟବ୍ଦ ମଧ୍ଯରେ ପ୍ରଚଳିତ ଥିଲା। ଏହି ସ୍ତର ଧର୍ମତାତ୍ତ୍ଵିକ ସ୍ତର ଠାରୁ ଉନ୍ନତ ଥିଲା। ଏହି ସ୍ତରରେ ବିଶ୍ଵର ସମସ୍ତ କାର୍ଯ୍ୟକଳାପ ଏକ ଅମୂର୍ତ୍ତ ଶକ୍ତି ଦ୍ଵାରା ପରିଚାଳିତ ହେଉଥିଲା।
Question ୪।
ବୈଜ୍ଞାନିକ ସ୍ତର କ’ଣ ?
Answer:
କମ୍ପେଙ୍କ ତ୍ରିସ୍ତରୀୟ ନିୟମର ଶେଷସ୍ତରକୁ ବୈଜ୍ଞାନିକ ସ୍ତର କୁହାଯାଏ। ଏହା ମାନବୀୟ ଚିନ୍ତା ବା ମନର ବିକାଶର ଶେଷସ୍ତର ଯାହାର ୧୮୦୦ ଖ୍ରୀଷ୍ଟାବ୍ଦ ପରେ ସୃଷ୍ଟି ହୋଇଛି। ଏହି ସ୍ତରରେ ଲୋକମାନେ ଧର୍ମତାତ୍ତ୍ଵିକ ସ୍ତରର ଅନ୍ଧବିଶ୍ଵାସ ଓ ଆଧ୍ୟାତ୍ମିକ ସ୍ତରର ଅମୂର୍ଣ ଦ୍ଵାରା ପରିଚାଳିତ ନହୋଇ ବୈଜ୍ଞାନିକ ଚିନ୍ତାଧାର ଆଦି ଦ୍ଵାରା ପରିଚାଳିତ ହୋଇଥାନ୍ତି।
Question ୫।
ଫେଟିସ୍ଵାଦ କ’ଣ ?
Answer:
ଏହା ଧର୍ମତାତ୍ତ୍ଵିକ ସ୍ତରର ପ୍ରଥମ ଉପସ୍ତର। ଏହି ସମୟରେ ଲୋକମାନେ ବିଶ୍ଵାସ କରନ୍ତି ଯେ, ପ୍ରତ୍ୟେକ ନିର୍ଜୀବ ବସ୍ତୁରେ ମଧ୍ଯ କିଛି ଜୀବନୀ ସ୍ପିରିଟ୍ ରହିଛି। ପ୍ରତ୍ୟେକ ଦ୍ରବ୍ୟରେ ଈଶ୍ଵର ଉପନୀତ।
Question ୬।
ବହୁ ଈଶ୍ବରବାଦ କ’ଣ ?
Answer:
କଙ୍କ ତ୍ରିସ୍ତରୀୟ ନିୟମର ପ୍ରଥମ ସ୍ତର ବା ଧର୍ମତାତ୍ତ୍ଵିକ ସ୍ତରର ଉପସ୍ତର ହେଉଛି ବହୁ ଈଶ୍ବରବାଦ। ଏହି ସ୍ତରରେ ଲୋକମାନେ ଏକାଧିକ ଈଶ୍ଵରଙ୍କୁ ପୂଜା ବା ବିଶ୍ଵାସ କରୁଥିବାର ଦେଖାଯାଇଥାଏ।
Question ୭।
ଏକେଶ୍ବରବାଦ କ’ଣ ?
Answer:
କମ୍ଙ୍କ ତ୍ରିସ୍ତରୀୟ ନିୟମର ପ୍ରଥମ ସ୍ତର ବା ଧର୍ମ ତାତ୍ତ୍ଵିକ ସ୍ତରର ଅନ୍ୟ ଏକ ଉପସ୍ତର ହେଉଛି ଏକେଶ୍ବରବାଦ । ଏହି ସ୍ତରରେ ଲୋକମାନେ ଏକ ଈଶ୍ଵରଙ୍କଠାରେ ବିଶ୍ଵାସ ରଖୁବା ସହିତ ତାଙ୍କ ପୂଜା କରିଥାଏ। ସେହି ସର୍ବମୟ କର୍ତ୍ତା।
Question ୮।
ଆତ୍ମହାତ୍ୟା କ’ଣ ?
Answer:
ଫରାସୀ ସମାଜବିଜ୍ଞାନୀ ଦୁର୍ଖମ୍ ଆତ୍ମହତ୍ୟା ତନ୍ତ୍ର ପ୍ରଦାନ କରିଛନ୍ତି। ତାଙ୍କ ମତରେ, ଆତ୍ମହତ୍ୟା ଏକ ବ୍ୟକ୍ତିଗତ କାର୍ଯ୍ୟ ନୁହେଁ। ଏହା ନିଜକୁ କରିବାର ଏକ ସାମାଜିକ କାର୍ଯ୍ୟ । ସମାଜ ବ୍ୟକ୍ତି ଠାରେ ଏକ ଆତ୍ମହତ୍ୟାଜନିତ ପ୍ରବଣତା ସୃଷ୍ଟି କରେ, ଯାହାକି ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରେରିତ କରିଥାଏ।
Question ୯।
ଡ଼୍ ଦର୍ଶମୂଙ୍କ ମତରେ ଆତ୍ମହତ୍ୟା କେତେ ପ୍ରକାରର ?
Answer:
ଫରାସୀ ସମାଜବିଜ୍ଞାନୀ ଇମାଇଲ୍ ଦୁର୍ଗମ୍ ତାଙ୍କ ପୁସ୍ତକ “ଲି ସୁଇସାଇଡ୍”ରେ ଆତ୍ମହତ୍ୟାର ୪ ପ୍ରକାର ବିଷୟରେ ଉଲ୍ଲେଖ କରିଛନ୍ତି । ସେଗୁଡ଼ିକ ହେଲା! — ଅହଂବାଦୀ ଆତ୍ମହତ୍ୟା, ପରାର୍ଥବାଦୀ ଆତ୍ମହତ୍ୟା, ଆନୋମିକ୍ ଆତ୍ମହତ୍ୟା ଏବଂ ଭାଗ୍ୟବାଦୀ ଆତ୍ମହତ୍ୟା।
Question ୧୦।
ଅହଂବାଦୀ ଆତ୍ମହତ୍ୟା କ’ଣ ?
Answer:
ଯେତେବେଳେ ବ୍ୟକ୍ତି ସମୂହ ସହିତ ସଂପୂର୍ଣ୍ଣ ସମ୍ବନ୍ଧିତ
Question ୧୧।
ପରାର୍ଥବାଦୀ ଆତ୍ମହତ୍ୟା କ’ଣ ?
Answer:
ଏ ପ୍ରକାର ଆତ୍ମହତ୍ୟାରେ ସାମାଜିକ ସଂହତି ଅତ୍ୟନ୍ତ ଦୃଢ଼ ଥାଏ। ଏହି ସୁଦୃଢ଼ ସାମାଜିକ ସଂହତି ଅତ୍ୟନ୍ତ ଦୃଢ଼ ଥାଏ। ଏହି ସୁଦୃଢ଼ ସାମାଜିକ ସଂହତି ଦ୍ଵାରା ପରିଚାଳିତ ହୋଇ ବ୍ୟକ୍ତି ସମୂହ ପାଇଁ ନିଜ ଜୀବନକୁ ମଧ୍ଯ ତ୍ୟାଗ କରିଦିଏ। ଏହି ପ୍ରକାର ଆତ୍ମହତ୍ୟା ପରାର୍ଥବାଦୀ ଆତ୍ମହାତ୍ୟା କୁହାଯାଏ।
Question ୧୨।
ଆନୋମିକ୍ ଆତ୍ମହତ୍ୟା
Answer:
ରଚମ ବିଫଳତା ବା ପ୍ରତାରଣା ଯୋଗୁଁ ବ୍ୟକ୍ତି ଏ ପ୍ରକାର ଆତ୍ମହତ୍ୟା କରିଥାଏ। ଯେତେବେଳେ ସମାଜରେ ନିୟମ ହୀନତା ଦେଖାଯାଏ ବା ନୀତି ନିୟମ ଦୁର୍ବଳ ହୋଇପଡେ ସେତେବେଳେ ଯେଉଁ ଆତ୍ମହତ୍ୟା ଦେଖାଯାଏ କୁହାଯାଏ।
Question ୧୩।
ଭାଗ୍ୟବାଦୀ ଆତ୍ମହତ୍ୟା କ’ଣ ?
Answer:
ଅତ୍ୟଧିକ ନିୟନ୍ତ୍ରଣ ଯୋଗୁଁ ବ୍ୟକ୍ତି ଏ ପ୍ରକାର ଆତ୍ମହତ୍ୟା କରିଥାଏ। ଯେଉଁମାନଙ୍କର ଭବିଷ୍ୟତ ରୋକି ହୋଇଥାଏ ବା ଯେଉଁମାନଙ୍କର ଆବେଗ ବାଧାପ୍ରାପ୍ତ ହୋଇଥାଏ ସେମାନେ ଆତ୍ମହତ୍ୟା କଲେ ଭାଗ୍ୟବାଦୀ ଆତ୍ମହତ୍ୟା କୁହାଯାଏ।
Question ୧୪।
ଜାତି ସମ୍ବନ୍ଧରେ ଘୂରେଙ୍କ ମତ କ’ଣ ?
Answer:
ପ୍ରଫେସର ଘୂରେ ଜାତିଙ୍କୁ ଐତିହାସିକ, ତୁଳନାତ୍ମକ ଏବଂ ସଂହତିପୂର୍ଣ୍ଣ ଦୃଷ୍ଟିକୋଣରୁ ଆଲୋଚନା କରିଛନ୍ତି। ଘୂରେଙ୍କ ମତରେ ଜାତି ହେଉଛି ଏକ କ୍ଷୁଦ୍ର ଏବଂ ସ୍ଵୟଂସଂପୂର୍ଣ ସାମାଜିକ ବିଶ୍ବ ଯାହାକି ଅନ୍ୟମାନଙ୍କ ଠାରୁ ସ୍ଵତନ୍ତ୍ର ଯଦିଓ ସେମାନେ ଏହି ବୃହତ୍ ସମାଜ ମଧ୍ୟରେ ରହିଥାନ୍ତି। ଜାତି ପ୍ରଜାତି ମଧ୍ୟର ସୃଷ୍ଟି ବୋଲି ସେ ମତ ଦେଇଛନ୍ତି। ସେ ଏହାକୁ ବ୍ରାହ୍ମଣିକ ବ୍ୟବସ୍ଥା ସହିତ ଯୋଡ଼ିଛନ୍ତି।
Question ୧୫।
ଘୂରେ ପ୍ରଦାନ କରିଥିବା ଜାତିର ଲକ୍ଷଣ ମଧ୍ୟରୁ ତିନୋଟିକୁ ଦର୍ଶାଅ।
Answer:
ପ୍ରଫେସର ଜି. ଏସ୍. ଘୂରେ ଜାତିର ୬ଟି ସଂରଚାତ୍ମକ ଲକ୍ଷଣ ପ୍ରଦାନ କରିଛନ୍ତି। ସେଥୁମଧ୍ୟରୁ ପ୍ରମୁଖ ୩ଟି ହେଉଛି (୧) ସ୍ତ୍ରୀରୀକରଣ (୨) ସମାଜର କ୍ଷୁଦ୍ର ବିଭାଜନ (୩) ବିବାହ କ୍ଷେତ୍ରରେ ବାଧ୍ୟ।
Question ୧୬।
ସଂସ୍କୃତିକରଣ କ’ଣ ?
Answer:
ସଂସ୍କୃତିକରଣ ସଂପ୍ରତ୍ୟୟ ଏମ୍. ଏନ୍. ଶ୍ରୀନିବାସ ପ୍ରଦାନ କରିଥିଲେ। ଏକଦେଶୟ ସାମାଜିକ ପରିବର୍ତ୍ତନ ପ୍ରକ୍ରିୟା ଭାବେ ସେ ଏହାକୁ ବର୍ଣନା କରିଛନ୍ତି। ଯେତେବେଳେ ନିଜ ଜାତିର ଲୋକମାନେ ଜାତି ସ୍ତରୀକରଣ ବ୍ୟବସ୍ଥାରେ ନିଜର ସ୍ଥିତିର ଲୋକମାନେ ଜାତି ସ୍ତରୀକରଣ ବ୍ୟବସ୍ଥାରେ ନିଜର ସ୍ଥିତିରେ ଉନ୍ନତି ଆଣିବା ପାଇଁ ଉଚ୍ଚ ଜାତିର ଜୀବନଶୈଳୀ ଗ୍ରହଣ କରନ୍ତି ଏବଂ ନିଜର କେତେକ ଅପବିତ୍ର ଜୀବନଶୈଳୀକୁ ତ୍ୟାଗ କରନ୍ତି ତାହାକ ସଂସ୍କୃତିକରଣ କୁହାଯାଏ।
Question ୧୭।
ବ୍ରାହ୍ମଣୀକରଣ କ’ଣ ?
Answer:
ଭାରତୀୟ ସମାଜରେ ସାମାଜିକ ସାଂସ୍କୃତିକ ପରିବର୍ତ୍ତନ ପ୍ରକ୍ରିୟାକୁ ବ୍ୟାଖ୍ୟା କରିବାକୁ ଯାଇ ଶ୍ରୀନିବାସ ପ୍ରଥମ ବ୍ରାହ୍ମଣୀକରଣ ସଂପ୍ରତ୍ୟୟର ବ୍ୟବହାର କରିଥିଲେ। ଯେତେବେଳେ ଭାରତୀୟ ସମାଜର ନୀଚ୍ଚ ଜାତିର ଲୋକମାନେ ଜାତି ସ୍ତରୀକରଣ ବ୍ୟବସ୍ଥାରେ ନିଜର ସ୍ଥିତିରେ ଉନ୍ନତି ଆଣିବା ପାଇଁ ସେମାନଙ୍କର କେତେକ ଅପବିତ୍ର ଜୀବନ ଶୈଳୀ ତ୍ୟାଗ କରି ବ୍ରାହ୍ମଣମାନଙ୍କର ଜୀବନଶୈଳୀକୁ ଆପଣେଇ ଥାଆନ୍ତି। ତାହାକୁ ବ୍ରାହ୍ମଣୀକରଣ କୁହାଯାଏ।
Question ୧୮।
ସଂସ୍କୃତିକରଣର ୪ଟି ଲକ୍ଷଣ ଦର୍ଶାଅ।
Answer:
(୧) ସଂସ୍କୃତିକରଣ ପରିବର୍ତ୍ତନ ଏକ ଦେଶୀୟ ଉତ୍ସ।
(୨) ଏହା ଏକ ଦ୍ଵିପାକ୍ଷିକ ପ୍ରକ୍ରିୟା ଅଟେ।
(୩) ସଂସ୍କୃତିକରଣ ଭାରତୀୟ ସମାଜରେ ସାମାଜିକ ସାଂସ୍କୃତିକ ସଞ୍ଚଳନତାକୁ ବୁଝାଇଥାଏ।
(୪) ଏହା ଏକ ସାର୍ବଜନୀନ ପ୍ରକ୍ରିୟା ନୁହେଁ।
Question ୧୯।
ପର୍ଯ୍ୟବେକ୍ଷଣ କ’ର୍ଣ?
Answer:
ପର୍ଯ୍ୟବେକ୍ଷଣ ସାମାଜିକ ସମସ୍ୟା ଅଧ୍ୟୟନର ଏକ ପଦ୍ଧତି ଅଟେ। ଏହା ମୁଖ୍ୟତଃ ଆଶ୍ର କାର୍ଯ୍ୟ ଅଟେ। ଏହି ପଦ୍ଧତି ଦ୍ଵାରା ଜଣେ ପର୍ଯ୍ୟବେକ୍ଷକ ସାହାଯ୍ୟରେ ଗବେଷଣା କ୍ଷେତ୍ରରୁ ତଥ୍ୟ ସଂଗ୍ରହ କରାଯାଇଥାଏ। ଏହା ଏକ ଘଟଣା ବା ସମସ୍ୟାକୁ ସୁବ୍ୟବସ୍ଥିତ ଭାବେ ଅଧ୍ୟୟନ କରିବାର ଏକ ପ୍ରକ୍ରିୟା।
Question ୨୦।
ପର୍ଯ୍ୟବେକ୍ଷଣର ୪ଟି ଲକ୍ଷଣ ଉଲ୍ଲେଖ କର। ରହିଛି।
Answer:
ପର୍ଯ୍ୟବେକ୍ଷଣ ସମସ୍ୟାକୁ ଅଧ୍ୟୟନ କରିବାର ଏକ ବୈଜ୍ଞାନିକ ପଦ୍ଧତି ଅଟେ। ଏହାର ନିମ୍ନଲିଖତ ଲକ୍ଷଣମାନ
(୧) ଏକ ସୁବ୍ୟବସ୍ଥିତ ପଦ୍ଧତି।
(୨) ଏହା ମୁଖ୍ୟତଃ ଆଖୁ ଦ୍ଵାରା ସଂପାଦିତ ହୋଇଥାଏ।
(୩) ପର୍ଯ୍ୟବେକ୍ଷଣ ବସ୍ତୁନିଷ୍ଠ ଅଟେ।
(୪) ପର୍ଯ୍ୟବେକ୍ଷଣ ଦ୍ଵାରା ପ୍ରାଥମିକ ତଥ୍ୟ ସଂଗ୍ରହ କରାଯାଏ।
Question ୨୧।
ପର୍ଯ୍ୟବେକ୍ଷଣର ପ୍ରକାରଗୁଡ଼ିକୁ ଦର୍ଶାଅ।
Answer:
ପର୍ଯ୍ୟବେକ୍ଷଣ ମୁଖ୍ୟତଃ ୫ ପ୍ରକାରର ; ଯଥା-
(୧) ସହଭାଗୀ ପର୍ଯ୍ୟବେକ୍ଷଣ,
(୨) ଅଣ-ସହଭାଗୀ ପର୍ଯ୍ୟବେକ୍ଷଣ,
(୩) ମିଶ୍ରିତ ସହଭାଗୀ ପର୍ଯ୍ୟବେକ୍ଷଣ,
(୪) ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ,
(୫) ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ।
Question ୨୨।
ସହଭାଗୀ ପର୍ଯ୍ୟବେକ୍ଷଣ କ’ଣ ?
Answer:
ଯେତେବେଳେ ଜଣେ ପର୍ଯ୍ୟବେକ୍ଷକ ପର୍ଯ୍ୟବେକ୍ଷଣ କରୁଥିବା ସମୂହ ସହିତ ସାମିଲ ହୋଇ ବା ସେମାନଙ୍କ କାର୍ଯ୍ୟକଳାପରେ ଅଂଶଗ୍ରହଣ କରି ପର୍ଯ୍ୟବେକ୍ଷଣ କରିଥାଏ। ତାହାକୁ ସହଭାଗୀ ପର୍ଯ୍ୟବେକ୍ଷଣ କୁହାଯାଏ। ସେମାନଙ୍କ ସହିତ ମୁକ୍ତ ଭାବେ ମିଶେ।
Question ୨୩।
ସହଭାଗୀ ପର୍ଯ୍ୟବେକ୍ଷଣର ୨ଟି ଉପକାର ଲେଖ।
Answer:
(୧) ପ୍ରାକୃତିକ ଚରିତ୍ରର ପର୍ଯ୍ୟବେକ୍ଷଣ ବା ଅଧ୍ୟୟନ ସମ୍ଭବ ହୁଏ।
(୨) ସଂପୂର୍ଣ୍ଣ ଓ ସଠିକ୍ ପର୍ଯ୍ୟବେକ୍ଷଣ ବା ଅଧ୍ୟୟନ ସମ୍ଭବ ହୁଏ।
Question ୨୪।
ସହଭାଗୀ ପର୍ଯ୍ୟବେକ୍ଷଣର ୨ଟି ଅପକାର ଦର୍ଶାଅ।
Answer:
(୧) ସମସ୍ତ ଘଟଣା ସହଭାଗୀ ପର୍ଯ୍ୟବେକ୍ଷଣ ଦ୍ଵାରା ଅଧ୍ୟୟନ କରି ହେବ ନାହିଁ।
(୨) ଭାବଗତ ସହଭାଗୀତା ପର୍ଯ୍ୟବେକ୍ଷଣର ବସ୍ତୁନିଷ୍ଠତା ନଷ୍ଟ କରିଥାଏ।
Question ୨୫।
ଅଣ-ସହଭାଗୀ ପର୍ଯ୍ୟବେକ୍ଷଣ କ’ଣ ?
Answer:
ଯେତେବେଳେ ଜଣେ ବ୍ୟକ୍ତି ବାହାରୁ ବା ଦୂରରେ ରହି ବା ସମୂହ ସହିତ ଅଂଶଗ୍ରହଣ ନ କରି ତା’ର କାର୍ଯ୍ୟକଳାପକୁ ପର୍ଯ୍ୟବେକ୍ଷଣ କରେ ତାହାକୁ ଅଣ ସହଭାଗୀ ପର୍ଯ୍ୟବେକ୍ଷଣ କୁହାଯାଏ। ଏଠାରେ ପର୍ଯ୍ୟବେକ୍ଷକ ନିରପେକ୍ଷ ରହି ପର୍ଯ୍ୟବେକ୍ଷଣ କରିଥାଏ।
Question ୨୬।
ଅଣ-ସହଭାଗୀ ପର୍ଯ୍ୟବେକ୍ଷଣର ୨ଟି ଉପକାର ଦର୍ଶାଅ।
Answer:
(୧) ବସ୍ତୁନିଷ୍ଠ ଅଧ୍ୟୟନ ସମ୍ଭବ ହୋଇଥାଏ।
(୨) ଲୁକ୍କାୟିତ ତଥ୍ୟ ସଂଗ୍ରହ ସମ୍ଭବ ହୁଏ।
Question ୨୭।
ଅଣ-ସହଭାଗୀ ପର୍ଯ୍ୟବେକ୍ଷଣର ୨ଟି ଅପକାର ଦର୍ଶାଅ।
Answer:
(୧) ପ୍ରାକୃତି ଅବସ୍ଥାରେ ପର୍ଯ୍ୟବେକ୍ଷଣ ସମ୍ଭବ ନହେଁ।
(୨) ଏହାଦ୍ଵାରା ସଂଗୃହିତ ତଥା ବସ୍ତୁନିଷ୍ଠ ଓ ନିର୍ଭରଯୋଗ୍ୟ ନୁହେଁ।
Question ୨୮।
ମିଶ୍ରିତ ସହଭାଗୀ’ ପର୍ଯ୍ୟବେକ୍ଷଣ କ’ଣ ?
Answer:
ଏକ ସଂପୂର୍ଣ୍ଣ ସହଭାଗୀ ଓ ଅଣସହଭାଗୀ ପର୍ଯ୍ୟବେକ୍ଷଣ ଅସମ୍ଭବ ଅଟେ। ଯେଉଁ ପର୍ଯ୍ୟବେକ୍ଷଣରେ ଉଭୟ ସହଭାଗୀ ଓ ଅଣ ସହଭାଗୀ ପର୍ଯ୍ୟବେକ୍ଷଣ ମିଶ୍ରିତ ଭାବେ ପରିଲକ୍ଷିତ ହୋଇଥାଏ ତାହାକୁ ମିଶ୍ରିତ ସହଭାଗୀ ପର୍ଯ୍ୟବେକ୍ଷଣ କହନ୍ତି। ଏ ପ୍ରକାର ପର୍ଯ୍ୟବେକ୍ଷଣରେ କେତେକ କ୍ଷେତ୍ରରେ ପର୍ଯ୍ୟବେକ୍ଷକ ଅଂଶଗ୍ରହଣ କରି ତଥ୍ୟ ସଂଗ୍ରହ କରିଥିବାବେଳେ ଆଉ କେତେକରେ ଅଂଶଗ୍ରହଣ ନକରି ତଥ୍ୟ ସଂଗ୍ରହ କରିଥାଏ।
Question ୨୯।
ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ କ’ଣ ?
Answer:
ଯେଉଁ ପର୍ଯ୍ୟବେକ୍ଷଣରେ ଅଧୂକ ବସ୍ତୁନିଷ୍ଠତା ହାସଲ ପାଇଁ ବିଭିନ୍ନ ନିୟୟନ୍ତ୍ରଣ କୌଶଳ ଅବଲମ୍ବନ କରାଯାଏ ତାହାକୁ ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ କୁହାଯାଏ। ଏହି ପ୍ରକାର ପର୍ଯ୍ୟବେକ୍ଷଣରେ ନିୟନ୍ତ୍ରଣ ଉଭୟ ପର୍ଯ୍ୟବେକ୍ଷକ ଓ ପର୍ଯ୍ୟବେସିତ ଘଟଣା ଉପରେ ନିୟନ୍ତ୍ରଣ ଜାରି କରାଯାଇଥାଏ।
Question ୩୦।
ଅଣ ନିୟନ୍ତ୍ରଣ ପର୍ଯ୍ୟବେକ୍ଷଣ କ’ଣ ?
Answer:
ଯେଉଁ ପ୍ରକାର ପର୍ଯ୍ୟବେକ୍ଷଣ ଏକ ପ୍ରାକୃତିକ ପରିସ୍ଥିତିରେ କରାଯାଏ ଏବଂ ଏଥିରେ କୌଣସି ପ୍ରକାର ବାହ୍ୟ ପ୍ରଭାବ ବା ନିୟନ୍ତ୍ରଣ ଜାରି କରାଯାଇ ନଥାଏ ତାହାକୁ ଅଣ ନିୟନ୍ତ୍ରଣ ପର୍ଯ୍ୟବେକ୍ଷଣ କୁହାଯାଏ।
Question ୩୧।
ପ୍ରଶାବଳୀ କ’ଣ ?
Answer:
ସାମାଜିକ ଗବେଷଣା କ୍ଷେତ୍ରରେ ପ୍ରଶାବଳୀ ତଥ୍ୟ ସଂଗ୍ରହର ଏକ ଜନପ୍ରିୟ କୌଶଳ । ଯେତେବେଳେ ତଥ୍ୟ ପ୍ରଦାନକାରୀମାନେ ଏକ ବିରାଟ ଭୂଖଣ୍ଡରେ ବିଛାଡ଼ି ହୋଇ ରହିଥାନ୍ତି ସେତେବେଳେ ଏହି କୌଶଳ ଅବଲମ୍ବନ କରାଯାଏ ! ପ୍ରଶାବଳୀ ହେଉଛି ତଥ୍ୟ ସଂଗ୍ରହ ପାଇଁ ପ୍ରସ୍ତୁତ ହୋଇଥିବା ପ୍ରଶ୍ନଗୁଡ଼ିକର ଏକ ଚିଠା।
Question ୩୨।
ପ୍ରଶ୍ନବଳୀର ୪ଟି ଲକ୍ଷଣ ଦର୍ଶାଅ।
Answer:
(୧) ଏହା କ୍ଷୁଦ୍ର ହେବା ଉଚିତ।
(୨) ଏଥରେ ବସ୍ତୁନିଷ୍ଠ ପ୍ରଶ୍ନ ରହିବା ଉଚିତ।
(୩) ପ୍ରଶ୍ନଗୁଡ଼ିକ ଠିକ୍ କ୍ରମରେ ସଜ୍ଜିତ ହେବା ଉଚିତ।
(୪) ଏଥିରେ ବ୍ୟବହୃତ ଭାଷା ସରଳ ହେବା ଉଚିତ ।
Question ୩୩।
ପ୍ରଶ୍ନବଳୀ ପ୍ରକାରଗୁଡ଼ିକ କ’ଣ ?
Answer:
(୧) ପି.ଭି. ୟଙ୍ଗ ପ୍ରଶାବଳୀକୁ ୩ ଭାଗରେ ବିଭକ୍ତ କରିଛନ୍ତି; ଯଥା
(୧) ସଂଚରିତ ପ୍ରଶ୍ନବଳୀ,
(୨) ଅଣ ସଂରଚିତ ପ୍ରଶାବଳୀ
(୩) ଛବିକ ପ୍ରଶ୍ଵାବଳୀ।
ସେହିପରି ଜି. ଏ ଲୁଣ୍ଡବର୍ଗ ଏହାର ୨ଟି ପ୍ରକାର ଦର୍ଶାଇଛନ୍ତି ।
(୧) ସତ୍ୟ ବା ବାସ୍ତୁବତାର ପ୍ରଶାବଳୀ
(୨) ମତର ପ୍ରଶାବଳୀ
Question ୩୪।
ପ୍ରଶାବଳୀର ୪ଟି ଉପକାର ଦର୍ଶାଅ।
Answer:
(୧) ପ୍ରଶାବଳୀ ମାଧ୍ୟମରେ ଗବେଷଣାରେ କମ୍ ସମୟ ଓ କମ୍ ଖର୍ଚ୍ଚ ହୋଇଥାଏ।
(୨) ସୁଦୀର୍ଘ ଅଞ୍ଚଳ ଭିତ୍ତିକ ଗବେଷଣା ଏହାଦ୍ଵାରା ସହଜ ହୁଏ ।
(୩) ଏହା ତଥ୍ୟ ସଂଗ୍ରହର ସବୁଠୁ ସହଜ ଓ ନମନୀୟ ପଦ୍ଧତି ।
(୪) ଏହା ମାଧ୍ୟମରେ ସଂଗୃହୀତ ତଥ୍ୟ ନିର୍ଭରଯୋଗ୍ୟ ହୋଇଥାଏ ।
Question ୩୫।
ପ୍ରଶାବଳୀର ୪ଟି ଅପକାରିତା ଦର୍ଶାଅ।
Answer:
(୧) ଅଣସାକ୍ଷର ବ୍ୟକ୍ତିଙ୍କଠାରୁ ଏହି ପଦ୍ଧତିରେ ତଥ୍ୟ ସଂଗ୍ରହ ସମ୍ଭବ ନୁହେଁ।
(୨) ଏହି ପଦ୍ଧତିରେ ଅନେକ ତଥ୍ୟ ଫାଙ୍କା ରହିଥାଏ, ପୂରଣ ହୋଇ ନ ଥାଏ।
(୩) ଏଥିରେ ହସ୍ତଚାଳନା କରିବାର ସମ୍ଭାବନା ରହିଥାଏ।
(୪) ସଂପ୍ରତ୍ୟୟ ଜନିତ ସନ୍ଦେହ ଦୂର କରିବାକୁ କେହି ପାଖରେ ନ ଥାନ୍ତି।
Question ୩୬।
ସୂଚୀ ବା ସିଡୁଲ କ’ଣ ?
Answer:
ସାମାଜିକ ଗବେଷଣା କ୍ଷେତ୍ରରେ ତଥ୍ୟ ସଂଗ୍ରହର ଏକ ଜନପ୍ରିୟ ପଦ୍ଧତି ହେଉଛି ସୂଚୀ ବା ସିଡୁଲ। ସାକ୍ଷାତକାର ସମୟରେ ଅନୁସନ୍ଧାନକାରୀ ବ୍ୟବହାର କରୁଥିବା ପ୍ରଶ୍ନଗୁଡ଼ିକର ଏକ ଚିଠାକୁ ସୂଚୀ କୁହାଯାଏ।
Question ୩୭।
ସୂଚୀ କେତେ ପ୍ରକାରର ଓ କ’ଣ କ’ଣ ?
Answer:
ସୂଚୀ ୫ ପ୍ରକାରର; ଯଥା – (୧) ପର୍ଯ୍ୟବେକ୍ଷଣ ସୂଚୀ, (୨) ଏହା ସନ୍ଦେହ ଦୂର କରିବାରେ ସହାୟକ ହୁଏ, (୩) କମ୍ ସମୟ ଆବଶ୍ୟକ କରେ, (୪) ନିର୍ଭୁଲ୍ ତଥ୍ୟ ମିଳେ।
Question ୩୮।
ସୂଚୀର ଅପକାରିତା ଦର୍ଶାଅ।
(୧) ବୃହତ ଅଞ୍ଚଳଭିଭିକ ଗବେଷଣା ବା ତଥ୍ୟ ସଂଗ୍ରହ ଏହାଦ୍ବାରା ସମ୍ଭବ ନୁହେଁ।
(୨) ତଥ୍ୟ ନିର୍ଭରଯୋଗ୍ୟ ନୁହେଁ।
(୩) ଏହା ଅଧିକ ସମୟ ଦରକାର କରେ।
(୪) ଏହା ଅଧିକ ଖର୍ଚାନ୍ତ କରିଥାଏ।
ବ୍ୟାଖ୍ୟା କରି ଛଅଟି ବାକ୍ୟରେ ଉତ୍ତର ଦିଅ :
Question ୧।
କମ୍ଙ୍କ ତ୍ରିସ୍ତରୀୟ ନିୟମ କ’ଣ ?
Answer:
କମ୍ ଜଣେ ବିବର୍ତ୍ତନବାଦୀ। ସେ ବିବର୍ତ୍ତନ ବାଦକୁ ତାଙ୍କ ତ୍ରିସ୍ତରୀୟ ନିୟମରେ ପ୍ରୟୋଗ କରିଛନ୍ତ।ତାଙ୍କ ମତରେ ମାନବ ସମାଜ ବା ମଣିଷର ମନ ବିବର୍ତ୍ତନ ପ୍ରକ୍ରିୟାର ତିନୋଟି ସ୍ତର; ଯଥା – ଧର୍ମତାତ୍ତ୍ଵିକ, ଆଧ୍ୟାମିକ ଓ ବୈଜ୍ଞାନିକ ଦେଇ ଗତି କରିଥାଏ। ଧର୍ମତାତ୍ତ୍ଵିକ ସ୍ତର ଦୀର୍ଘ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା। ସେ ଏହି ସ୍ତରକୁ ପୁନଶ୍ଚ ୪ଟି ଉପସ୍ତରରେ ବିଭାଜିତ କରିଛନ୍ତ। ଏହି ସ୍ତରରେ ମଣିଷ ଅନ୍ଧବିଶ୍ବାସ ଓ ଈଶ୍ଵର ବିଶ୍ବାସ ଦ୍ଵାରା ପରିଚାଳିତ ହୋଇଥାଏ। ଆଧାମ୍ବିକ ବା ଅରୂପ ସ୍ତରରେ ସେ ବିଶ୍ଵାସ କରିଥାଏ ଯେ ଏକ ଅମୂର୍ଣ ସତ୍ତା ପ୍ରତ୍ୟେକ ଜିନିଷକୁ ପରିଚାଳିତ କରିଥାଏ। ବୈଜ୍ଞାନିକ ସ୍ତର ପର୍ଯ୍ୟବେକ୍ଷଣ ଉପରେ ବିଶ୍ଵାସ କରିଥାଏ।
Question ୨।
ଧର୍ମତାତ୍ତ୍ଵିକ ସ୍ତର କ’ଣ।
Answer:
କମ୍ଙ୍କ ତ୍ରିସ୍ତରୀୟ ନିୟମର ପ୍ରଥମ ସ୍ତରକୁ ଧର୍ମତାତ୍ତ୍ଵିକ ସ୍ତର କୁହାଯାଏ। ଏହି ସ୍ତରରେ ମନୁଷ୍ୟମାନେ ବିଶ୍ଵାସ କରନ୍ତି ଯେ, ଏକ ଅତିମାନବୀୟ ଶକ୍ତି ପ୍ରତ୍ୟେକ ଘଟଣା ପାଇଁ ଦାୟୀ ଅଟେ। ଏହି ସମୟରେ ମଣିଷର ମନ ବା ଚିନ୍ତା ଧର୍ମତାତ୍ତ୍ଵିକ ଅନ୍ଧ ବିଶ୍ଵାସ ଦ୍ଵାରା ପରିଚାଳିତ ହୋଇଥାଏ। କଷ୍ଟେ ଏହି ସ୍ତରକୁ ପୁନଶ୍ଚ ୪ ଟି ଉପସ୍ତରରେ ବିଭାଜିତ କରିଛନ୍ତି ଯଥା: ଫେଟିସ୍ବାଦ, ଆରୋପୋମରଫିବାଦ, ବହୁ ଈଶ୍ବରବାଦ ଏବଂ ଏକେଶ୍ବରବାଦ। ଏହିସ୍ତର ସଭ୍ୟତାର ଆରମ୍ଭରୁ ୧୩୦୦ ଖ୍ରୀଷ୍ଟାବ୍ଦ ପୂର୍ବ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା।
Question ୩।
ଆଧ୍ୟାମ୍ବିକ ସ୍ତର କ’ଣ ?
Answer:
କମ୍ଙ୍କ ତ୍ରିସ୍ତରୀୟ ନିୟମର ଦ୍ଵିତୀୟ ସ୍ତର ହେଉଛି ଆଧାମ୍ବିକ ସ୍ତର। ଏହି ସ୍ତର ୧୩୦୦ ଖ୍ରୀଷ୍ଟାବ୍ଦରୁ ୧୮୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ତିଷ୍ଠି ରହିଥିଲା ବୋଲି କସ୍ଟେଙ୍କ ମତ। ଏହି ସ୍ତରରେ ଲୋକମାନେ ବିଶ୍ଵାସ କରୁଥିଲେ ଯେ, ଏକ ଅମୂର୍ଖ ବା ଅରୂପ ଶକ୍ତି ବିଶ୍ବର ସମସ୍ତ ଘଟଣାର କର୍ତ୍ତା। ଏହି ସ୍ତରର ଲୋକମାନେ ପୂର୍ଣ ଈଶ୍ବରଙ୍କ ଠାରେ ବିଶ୍ଵାସ କରୁନଥିଲେ। ଏହି ସ୍ତରରେ ମାନବୀୟ ପ୍ରଜ୍ଞାର କିଛି ପରିମାଣରେ ଉନ୍ନତି ଘଟିଥିଲା। ଏହା ମଧ୍ୟ ସ୍ତର ଭାବେ ପରିଚିତ ଅଟେ।
Question ୪।
ବୈଜ୍ଞାନିକ ସ୍ତର କ’ଣ ?
Answer:
କମ୍ଙ୍କ ତ୍ରିସ୍ତରୀୟ ନିୟମର ଶେଷ ଓ ଓବୁଠୁ ଉନ୍ନତ ସ୍ତର ହେଉଛି ବୈଜ୍ଞାନିକ ସ୍ତର । କମ୍ପେଙ୍କ ମତରେ ମାନବୀୟ ଚିନ୍ତା ଓ ମାନବ ମନର ବିକାଶ ଏହା ଶେଷ ସ୍ତର ଅଟେ । ଏହି ସ୍ତର ୧୮୦୦ ଖ୍ରୀଷ୍ଟାବ୍ଦ ପରେ ଆରମ୍ଭ ହୋଇଛି । ଏହି ସ୍ତରରେ ବିଜ୍ଞାନରେ ବିଶ୍ଵାସ ବୃଦ୍ଧି ପାଇଥାଏ । ଏହି ସ୍ତରର ଲୋକମାନେ ଧର୍ମତାତ୍ତ୍ଵିକ ଅନ୍ଧବିଶ୍ଵାସ ଓ ଆଧ୍ୟାତ୍ମିକ ସ୍ତରର ଅମୂର୍ଖତା ଦ୍ଵାରା ପରିଚାଳିତ ନହୋଇ ପର୍ଯ୍ୟବେକ୍ଷଣ ଉପରେ ପ୍ରଧାନ୍ୟ ଦେଇଥାନ୍ତି । ଏହି ସ୍ତରରେ ବୈଜ୍ଞାନିକ ଓ ଶିଳ୍ପପତିମାନଙ୍କର ପ୍ରାଧାନ୍ୟ ଦେଖାଯାଇଥାଏ । ଆଇନ୍ ପ୍ରତିଷ୍ଠା ପାଇଁ ମନୁଷ୍ୟମାନେ ଏହି ସ୍ତରରେ ପ୍ରକୃତି ଏବଂ ମାନବୀୟତାକୁ ବସ୍ତୁନିଷ୍ଠ ଭାବେ ପର୍ଯ୍ୟବେକ୍ଷଣ କରିଥାନ୍ତି ।
Question ୫।
ଧର୍ମତାତ୍ତ୍ଵିକ ସ୍ତରର ଉପସ୍ତରଗୁଡ଼ିକ କ’ଣ ?
Answer:
କଙ୍କ ତ୍ରିସ୍ତରୀୟ ନିୟମର ପ୍ରଥମ ସ୍ତରକୁ ଧର୍ମତାତ୍ତ୍ଵିକ ସ୍ତର କୁହାଯାଏ। ଏହି ସ୍ତର ସଭ୍ୟତା ଆରମ୍ଭରୁ ୧୩୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ତଣ୍ଡି ରହିଥୁଲା କମ୍ ଏହି ସ୍ତରକୁ ୪ ଟି ଉପସ୍ତରରେ ବିଭାଜିତ କରିଥିଲେ। ଯଥା; ଫେଟିସବାଦ, ଆଟ୍ରୋପୋମାର୍ପିତବାଦ, ବହୁ ଈଶ୍ବର ବାଦ ଓ ଏକେଶ୍ବରବାଦ। ଫେଟିସବାଦ ବିଶ୍ଵାସ କରିଥାଏ ଯେ, ପ୍ରତ୍ୟେକ ନିର୍ଜୀବ ଜିନିଷରେ କୌଣସି ନା କୌଣସି ସ୍ପିରିଟ୍ ବା ଜୀବିତ ଆତ୍ମା ବା ସଭ୍ୟ ରହିଥାଏ। ଅନ୍ୟ ଅର୍ଥରେ କହିଲେ ପ୍ରତ୍ୟେକ ଜୀବିତ ଓ ନିର୍ଜୀବ ଦ୍ରବ୍ୟର ଈଶ୍ୱରୀୟ ସତ୍ତା ରହିଥାଏ। ଏହାପରେ ମାନବ ଚିନ୍ତାରେ ବିକାଶ ଘଟି ମନଷ୍ୟ ଦ୍ବିତୀୟ ସ୍ତରରେ ପହଞ୍ଚିଲା ଯାହାକି ଆଡ୍ରୋପୋମର୍ଦିବାଦ ନାମରେ ପରିଚିତ। ଏହି ସ୍ତରରେ ଈଶ୍ଵରୀୟ ସତ୍ତାର ମାନବୀୟ ଆକାର ବିଷୟରେ କଳ୍ପନା କରାଗଲା। ସମୟ କ୍ରମେ ମନୁଷ୍ୟ ଚିନ୍ତାରେ ପୁନଶ୍ଚ ବିକାଶ ଘଟି ସେ ଏକାଧିକ ଈଶ୍ଵରଙ୍କର ଅବସ୍ଥିତି ବିଶ୍ଵାସ କଲା ଯାହା ବହୁ ଈଶ୍ବରବାଦ ଅଟେ। ପୁଣି ସମୟକ୍ରମେ ତା’ର ଚିନ୍ତାର ବିକାଶ ଘଟିବାରୁ ସେ ଏକ ଈଶ୍ଵରରେ ବିଶ୍ଵାସ କଲା ଯାହା ଏକେଶ୍ଵରବାଦ।
Question ୬।
ଦୁର୍ଗାଇମ୍ଙ୍କ ଆତ୍ମହାତ୍ୟା ତତ୍ତ୍ୱ କ’ଣ ?
Answer:
ପ୍ରଖ୍ୟାତ ଫରାସୀ ସମାଜବିଜ୍ଞାନୀ ଇମାଇଲ୍ ଦୁର୍ଗାଇମ୍ ୧୮୯୭ ମସିହାରେ ଲି ସୁଇସାଇଡ୍ ନାମକ ଏକ ପୁସ୍ତକ ପ୍ରକାଶ କରିଥିଲେ। ତାଙ୍କ ମତରେ ଆତ୍ମହତ୍ୟା ନିଜକୁ ହତ୍ୟା କରିବାର ଏକ ସାମାଜିକ କାର୍ଯ୍ୟ। ଏହା ଏକ ସାମାଜିକ ସତ୍ୟ, ତାଙ୍କ ମତରେ ସମାଜ ବ୍ୟକ୍ତି ଠାରେ ଆତ୍ମହତ୍ୟା ଜନିତ ଏକ ପ୍ରବଣତା ସୃଷ୍ଟି କରେ ଯାହାଦ୍ଵାରା ପ୍ରଭାବିତ ହୋଇ ବ୍ୟକ୍ତି ଆତ୍ମହତ୍ୟା କରେ। ଦୁର୍ଗାଇମ୍ ଆତ୍ମହତ୍ୟାର ୪ଟି ପ୍ରକାର ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି। ଯଥା : ଅହଂବାଦୀ, ଆତ୍ମହତ୍ୟା, ପରାର୍ଥବାଦୀ ଆତ୍ମହତ୍ୟା, ଆନୋମିକ୍ ବା ନିୟମଶୂନ୍ୟତା ଆତ୍ମହତ୍ୟା ଏବଂ ଭାଗ୍ୟବାଦୀ ଆତ୍ମହତ୍ୟା।
Question ୬।
ଅହଂବାଦୀ ଆତ୍ମହତ୍ୟା କ’ଣ ?
Answer:
ସମାଜବିଜ୍ଞାନୀ ଇମାଇଲ୍ ଦୁର୍ଗାଇମ୍ ଆତ୍ମହତ୍ୟା ମତବାଦ ପ୍ରଦାନ କରିଛନ୍ତି। ତାଙ୍କ ମତରେ ଆତ୍ମହତ୍ୟା ଏକ ସାମାଜିକ ସତ୍ୟ। ସାମାଜିକ ସଂହତି ଓ ସାମାଜିକ ନିୟମ ଭିତ୍ତିରେ ସେ ଆତ୍ମହତ୍ୟାକୁ ଚାରି ଭାଗରେ ବର୍ଗୀକରଣ କରିଛନ୍ତି। ଏହି ବର୍ଗୀକରଣ ମଧ୍ୟରୁ ଅହଂବାଦୀ ଆତ୍ମହତ୍ୟା ଏକ ପ୍ରକାର ଅଟେ। ଯେତେବେଳେ ଜଣେ ବ୍ୟକ୍ତିର ସମାଜ ସହିତ ସଂହତି ନିମ୍ନ ବା ଦୁର୍ବଳ ହୋଇପଡ଼େ ସେ ଯେଉଁ ଆତ୍ମହତ୍ୟା କରେ ତାହାକୁ ଅହଂବାଦୀ ଆତ୍ମହତ୍ୟା କୁହାଯାଏ। ଏହି ସମୟରେ ସେ ସମୂହ ସହିତ ସଂପୂର୍ଣ ଯୋଡ଼ି ନହେବାର ଅନୁଭବ କରେ। ଏହି ପ୍ରକାର ନଯୋଡ଼ି ହେବାର ଭାବନା ତା ମଧ୍ୟରେ ହାତଶଭାବ ସୃଷ୍ଟି କରେ ଓ ସେ ଆତ୍ମହତ୍ୟା କରେ।
Question ୮।
ପରାର୍ଥବାଦୀ ଆତ୍ମହତ୍ୟା କ’ଣ ?
Answer:
ଫରାସୀ ସମାଜବିଜ୍ଞାନୀ ଦୁର୍ଗାଇମ୍ ଆତ୍ମହତ୍ୟା ତତ୍ତ୍ୱ ପ୍ରଦାନ କରିଛନ୍ତ। ତାଙ୍କ ମତରେ ଆତ୍ମହତ୍ୟା ଏକ ସାମାଜିକ ସତ୍ୟ। ସାମାଜିକ ସଂହତି ଓ ନିୟମ ଭିଭିରେ ସେ ଆତ୍ମହତ୍ୟାକୁ ୪ ଭାଗରେ ବର୍ଗୀକରଣ କରିଛନ୍ତି ଓ ସେଥିମଧ୍ୟରୁ ପରାର୍ଥବାଦୀ ଆତ୍ମହତ୍ୟା ଏକ ପ୍ରକାର। ଯେତେବେଳେ ସାମାଜିକ ସଂହତି ଅତ୍ୟଧ୍ବକ ଦୃଢ଼ ହୋଇଥାଏ. ସେତେବେଳେ ଯଦି ବ୍ୟକ୍ତି ଆତ୍ମହତ୍ୟା କରେ ତାହାକୁ ପରାର୍ଥବାଦୀ ଆତ୍ମହତ୍ୟା କୁହାଯାଏ। ଯୁଦ୍ଧ ସମୟରେ ସୈନିକ ଦେଶ ପାଇଁ ଜୀବନ ଦେବା ପରାର୍ଥବାଦୀ ଆତ୍ମହତ୍ୟାର ଏକ ଉଦାହରଣ ଅଟେ।
Question ୯।
ଆନୋମିକ୍ ଆତ୍ମହତ୍ୟା କ’ଣ ?
Answer:
ଦୁର୍ଗାଇମ ଆତ୍ମହତ୍ୟା ତନ୍ତ୍ର ପ୍ରଦାନ କରିଛନ୍ତି। ତାଙ୍କ ମତରେ ଆତ୍ମହତ୍ୟା ଏକ ସାମାଜିକ ସତ୍ୟ। ସେ ସାମାଜିକ ସଂହତି ଓ ନିୟମ ଭିତ୍ତିରେ ଆତ୍ମହତ୍ୟାକୁ ୪ ଭାଗରେ ବିଭକ୍ତ କରିଛନ୍ତି। ଏହି ୪ ପ୍ରକାର ମଧ୍ୟରୁ ଆନୋମିକ୍ ଆତ୍ମହତ୍ୟା ଏକ ପ୍ରକାର। ସମାଜରେ ନିୟମ ଶୂନ୍ୟତା ଦେଖାଦେଲେ ଏ ପ୍ରକାର ଆତ୍ମହତ୍ୟା ଦେଖାଯାଇଥାଏ। ସମାଜିକ ନିୟମ ଦୁର୍ବଳ ହୋଇ ବ୍ୟକ୍ତି ଉପରେ ନିୟନ୍ତ୍ରଣ ହରାଇଲେ ଏହି ପ୍ରକାର ଆତ୍ମହତ୍ୟା ଦେଖାଯାଏ। ଆର୍ଥିକ ଓ ଶିକଭିଭିକ ବିପଦ ସମୟରେ ଏ ପ୍ରକାର ଆତ୍ମହତ୍ୟା ଦେଖାଯାଇଥାଏ।
Question ୧୦।
ଜାତି ଉପରେ ଘୂରେଙ୍କ ମତ ସଂକ୍ଷେପରେ ଦିଅ।
Answer:
ଜାତି ବ୍ୟବସ୍ଥା ହିନ୍ଦୁ ସମାଜର ଏକ ଗୁରୁତ୍ଵପୂର୍ଣ୍ଣ ଅନୁଷ୍ଠାନ। ବିଭିନ୍ନ ଦୃଷ୍ଟିରୁ ବିଭିନ୍ନ ଚିନ୍ତାନାୟକମାନେ ଏହାର ଅଧ୍ୟୟନ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଫେସର ଜି.ଏସ୍. ଦୂରେ ଅନ୍ୟତମ। ସେ ଜାତି ବ୍ୟବସ୍ଥାକୁ ସମାଜତାତ୍ତ୍ଵିକ ଓ ଇଣ୍ଡୋଲୋଜିକାଲ୍ ଦୃଷ୍ଟିରୁ ଅଧ୍ୟୟନ କରିଛନ୍ତି। ସେ ତାଙ୍କ ରଚିତ ପୁସ୍ତକ “କାଷ୍ଟ ଆଣ୍ଡ ରେସ୍ଇନ୍ ଇଣ୍ଡିଆ”ରେ ତାଙ୍କ ମତ ପ୍ରକାଶ କରିଛନ୍ତି। ସେ ଜାତି ବ୍ୟବସ୍ଥାକୁ ଐତିହାସିକ ଓ ତୁଳନାତ୍ମକ ଦୃଷ୍ଟିରୁ ଅଧ୍ୟୟନ କରିଛନ୍ତି। ତାଙ୍କ ମତରେ ଜାତି ହେଉଛି ଏକ କ୍ଷୁଦ୍ର ସଂପର୍ଣ୍ଣ ବିଶ୍ବ ପରି। ସେ ଜାତିର ସୃଷ୍ଟି ପ୍ରଜାତିକୁ ବୋଲି ମତ ଦେଇଛନ୍ତି। ଏହି ବ୍ୟବସ୍ଥା ବ୍ରାହ୍ମଣ ବ୍ୟବସ୍ଥା ସହିତ ଜଡ଼ିତ ଆର୍ଯ୍ୟମାନଙ୍କ ବିଜୟ ଦ୍ଵାରା ଏହି ବ୍ୟବସ୍ଥା ସୃଷ୍ଟି ହୋଇଛି।
Question ୧୧।
ଘୂରେ ପ୍ରଦାନ କରିଥିବା ଜାତିର ଲକ୍ଷଣଗୁଡ଼ିକ ଦର୍ଶାଅ।
Answer:
ପ୍ରଫେସର ଘୂରେଙ୍କ ମତରେ ଜାତି ବ୍ୟବସ୍ଥାରେ ନିମ୍ନଲିଖତ ଲକ୍ଷଣମାନ ରହିଛି।
(୧) ସମାଜର କ୍ଷୁଦ୍ର ବିଭାଜନ
(୨) ସ୍ତରୀକରଣ
(୩) ଅର୍ନ୍ତବିବାହ
(୪) ପବିତ୍ରତା ଓ ଅପବିତ୍ରାର ନିୟମ
(୫) ବୃତ୍ତି ନିର୍ବାଚନରେ ବାଧା
(୬) ଭିନ୍ନ ଭିନ୍ନ ନାଗରିକ ଓ ଧାର୍ମିକ ସୁବିଧା ସୁଯୋଗ ଓ ବାଧା
Question ୧୨।
ସଂସ୍କୃତିକରଣ ଉପରେ ଏକ କ୍ଷୁଦ୍ର ଟିପ୍ପଣୀ ଦିଅ।
Answer:
ପ୍ରଖ୍ୟାତ ଭାରତୀୟ ସମାଜିବିଜ୍ଞାନୀ ସଂସ୍କୃତିକରଣ ସଂପ୍ରତ୍ୟୟ ପ୍ରଦାନ କରିଛନ୍ତି। ସେ ତାଙ୍କ ରଚିତ ପୁସ୍ତକ ‘ଦୁର୍ଗସମାନଙ୍କ ମଧ୍ୟରେ ଧର୍ମ ଏବଂ ସମାଜ’ ପୁସ୍ତକରେ ଏହି ସଂମ୍ପ୍ରତ୍ୟୟ ବିଷୟରେ ଉଲ୍ଲେଖ କରିଛନ୍ତି। ଭାରତୀୟ ପାରମ୍ପାରିକ ସମାଜରେ ସାମାଜିକ ସାଂସ୍କୃତିକ ସଞ୍ଚଳନତା ବା ପରିବର୍ତ୍ତନକୁ ବ୍ୟାଖ୍ୟା କରିବା ପାଇଁ ସେ ଏହି ସଂପ୍ରତ୍ୟୟର ବ୍ୟବହାର କରିଛନ୍ତି । ତାଙ୍କରେ ମତରେ ଯେଉଁ ପ୍ରକ୍ରିୟା ସମୂହମାନ ସେମାନଙ୍କ ପ୍ରଥା, କର୍ମକାଣ୍ଡ, ମତବାଦ ଓ ପରିବର୍ତ୍ତନ କରିଥାଏ। ତାହାକୁ ସଂସ୍କୃତିକରଣ କୁହାଯାଏ।” ସଦସ୍ୟ ଘୃଣ୍ୟ ଓ ଅପବିତ୍ର, ପ୍ରଥା ତ୍ୟାଗ କରି ଉଚ୍ଚ ଜାତିର ପ୍ରଥା ତା’ର ପ୍ରସ୍ଥିତିରେ ଉନ୍ନତି ଆସିବ ବୋଲି ବିଚାର କରିଥାଏ।
Question ୧୩।
ବ୍ରାହ୍ମଣୀ କରଣ କ’ଣ ?
ଦ୍ବାରା “ଜଣେ ନୀଚ ହିନ୍ଦୁ ଜାତି ବା ଜନଜାତି ବା ଅନ୍ୟ ଜୀବନ ଶୈଳୀରେ ଏକ ଦ୍ଵିଜ ଉଚ୍ଚ ଜାତିର ନିର୍ଦ୍ଦେଶରେ ଏହି ପ୍ରକ୍ରିୟା ଦ୍ଵାରା ପ୍ରଭାବିତ ହୋଇ ଜଣେ ନୀଚ୍ଚ ଜାତିର ବା ଜୀବନ ଶୈଳୀକୁ ଅବଲମ୍ବନ କରିଥାଏ ଓ ଏହାଦ୍ଵାରା ଊ. ବ୍ରାହ୍ମଣୀକରଣ ସଂପ୍ରତ୍ୟୟଟି ପ୍ରଥମେ ଏମ.ଏନ୍. ଶ୍ରୀନିବାସ ବ୍ୟବହାର କରିଥିଲେ। ଶ୍ରୀ ନିବାସୀ ତାଙ୍କ ରଚିତ ପୁସ୍ତକ ମହୀଶ୍ଵର “ କୁର୍ଗସ୍ ମାନଙ୍କ ଧର୍ମ ଓ ସାମାଜ” ପୁସ୍ତକରେ ସେ ଏହି ଶବ୍ଦର ବ୍ୟବହାର କରିଥିଲେ। ମହୀଶ୍ଵର କୁର୍ଗସ ମାନଙ୍କୁ ଅଧ୍ୟୟନ କରିବା ସମୟରେ ସେ ଦେଖିବାକୁ ପାଇଲେ ଯେ, ଏହି ଅଞ୍ଚଳର ନୀଚ୍ଚ ଜାତିର ଲୋକମାନେ ଜାତି ସ୍ତରୀକରଣରେ ସେମାନଙ୍କର ସ୍ଥିତି ବୃଦ୍ଧି କରିବା ପାଇଁ ସେମାନଙ୍କର କେତେକ ପ୍ରଥାକୁ ତ୍ୟାଗ କରି ବ୍ରାହ୍ମମଣମାନଙ୍କର କେତେକ ପ୍ରଥା ବା ଜୀବନ ଶୈଳୀକୁ ଅନୁକରଣ କରୁଛନ୍ତି। ସେମାନେ ମାଂସ ଖାଇବା, ମଦ ପିଇବାକୁ ଛାଡ଼ି ବ୍ରାହ୍ମଣମାନଙ୍କୁ ଖାଦ୍ୟ ଶୈଳୀ ଅନୁକରଣ କରୁଛନ୍ତି ଏହା କରି ଗୋଟିଏ ବା ଦୁଇ ପିଢ଼ୀରେ ସେମାନେ ଉଚ୍ଚ ପ୍ରସ୍ଥିତି ପାଇପାରିବେ। ଏହି ପ୍ରକାର ପରିବର୍ତ୍ତନ ପ୍ରକ୍ରିୟାକୁ ବୁଝାଇବା ପାଇଁ ଶ୍ରୀନିବାସ ବ୍ରାହ୍ମଣକରଣ ସଂପ୍ରତ୍ୟୟ ବ୍ୟବହାର କଲେ।
Question ୧୪।
ସଂସ୍କୃତିକରଣର ଲକ୍ଷଣ ଲେଖ।
Answer:
(୧) ସଂସ୍କୃତିକରଣ ପରିବର୍ତ୍ତନ ଏକ ଦେଶୀୟ ଉତ୍ସ।
(୨) ଏହା ଭାରତୀୟ ସମାଜର ସାମାଜିକ ଓ ସାଂସ୍କୃତିକ ସଞ୍ଚଳନତାକୁ ବୁଝାଏ।
(୩) ଏହା ଏକ ଦ୍ଵିପାକ୍ଷିକ ପ୍ରକ୍ରିୟା ଅଟେ।
(୪) ଏହା ସଂରଚନାତ୍ମକ ପରିବର୍ତ୍ତନ ଅର୍ନ୍ତଭୁକ୍ତ କରିଥାଏ।
Question ୧୫।
ପର୍ଯ୍ୟବେକ୍ଷଣର ଲକ୍ଷଣଗୁଡ଼ିକ ଦର୍ଶଅ।
Answer:
(୧) ପର୍ଯ୍ୟବେକ୍ଷଣ ଏକ ଆଖର ବିଷୟ ଅଟେ।
(୨) ଏହା ଏକ ସୁବ୍ୟବସ୍ଥିତ ପଦ୍ଧତି।
(୩) ଏହାର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରହିଥାଏ।
(୪) ପର୍ଯ୍ୟବେକ୍ଷଣ ବସ୍ତୁନିଷ୍ଠ ଅଟେ।
(୫) ପର୍ଯ୍ୟବେକ୍ଷଣ ସର୍ବଦା ଉପକଳ୍ପନା ଦ୍ଵାରା ପରିଚାଳିତ।
(୬) ପର୍ଯ୍ୟବେକ୍ଷଣର ଫଳକୁ ପୁନଃପରୀକ୍ଷା କରାଯାଇପାରିବ।
Question ୧୬।
ପର୍ଯ୍ୟବେକ୍ଷଣ କ’ଣ ?
Answer:
ସାମାଜିକ ଗବେଷଣ କ୍ଷେତ୍ରରେ ତଥ୍ୟ ସଂଗ୍ରହ ପାଇଁ ବ୍ୟବହୃତ ହେଉଥିବା ପଦ୍ଧତିଗୁଡ଼ିକ ମଧ୍ୟରୁ ପର୍ଯ୍ୟବେକ୍ଷଣ ଅନ୍ୟତମ। ପ୍ରାକୃତିକ ବିଜ୍ଞାନରେ ମଧ୍ୟ ଏହାର ବହୁଳ ବ୍ୟବହାର ଦେଖିବାକୁ ମିଳିଥାଏ। ସାମାଜିକ ସମସ୍ୟାଗୁଡ଼ିକୁ ଅଧ୍ୟୟନ କରିବାର ଏହା ଏକ ପଦ୍ଧତି। ଗବେଷଣା କ୍ଷେତ୍ରରୁ ପର୍ଯ୍ୟବେକ୍ଷକ. ଏହି ପଦ୍ଧତିକୁ ବ୍ୟବହାର କରି ପ୍ରାଥମିକ ତଥ୍ୟ ସଂଗ୍ରହ କରେ ଏକ ଘଟଣାକୁ ସୁବ୍ୟବସ୍ଥିତି ଭାବେ ଦେଖିବା ବା ପର୍ଯ୍ୟବେକ୍ଷଣ କରିବା ଏହାର ଲକ୍ଷ୍ୟ। କେତେକ ସଯୋଜିତ ଯୋଜନା ମାଧ୍ୟମରେ ବାସ୍ତବ ଜୀବନ ପରିସ୍ଥିତିକୁ ପର୍ଯ୍ୟବେକ୍ଷଣ କରିବାର ଏହା ଏକ ପ୍ରକ୍ରିୟା ଅଟେ। ଏହା ବ୍ୟକ୍ତିର ବାହ୍ୟ ଚରିତ୍ରକୁ ମୂଲ୍ୟାଙ୍କନ କରିବାରେ ବ୍ୟବହାର ହୋଇଥାଏ।
Question ୧୭।
ପର୍ଯ୍ୟବେକ୍ଷଣର ପ୍ରକାରଗୁଡ଼ିକୁ ଲେଖ।
Answer:
ସାମାଜିକ ଗବେଷଣ ତଥ୍ୟ ସଂଗ୍ରହର ଏଖ ପ୍ରମୁଖ ପଦ୍ଧତି ହେଉଛି ପର୍ଯ୍ୟବେକ୍ଷଣ। ଏହି ପର୍ଯ୍ୟବେକ୍ଷଣ ପଦ୍ଧତି ବିଭିନ୍ନ ପ୍ରକାରର ଅଟେ; ଯଥା-
(୧) ଅଂଶଗ୍ରହଣ ପର୍ଯ୍ୟବେକ୍ଷଣ
(୨) ଅଣ-ଅଂଶଗ୍ରହଣ ପର୍ଯ୍ୟବେକ୍ଷଣ
(୩) ମିଶ୍ରିତ ପର୍ଯ୍ୟବେକ୍ଷଣ
(୪) ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ଓ
(୫) ଅଣ ନିୟନ୍ତ୍ରଣ ପର୍ଯ୍ୟବେକ୍ଷଣ
Question ୧୮।
ଅଂଶଗ୍ରହଣ ପର୍ଯ୍ୟବେକ୍ଷଣର ଉପକାରିତାଗୁଡ଼ିକୁ ଦର୍ଶାଅ।
Answer:
(୧) ପ୍ରାକୃତିକ ଚରିତ୍ର ବା ପରିସ୍ଥିତିରେ ଅଧ୍ୟୟନ ସମ୍ଭବ।
(୨) ସଠିକ୍ ପର୍ଯ୍ୟବେକ୍ଷଣ ସମ୍ଭବ ହୋଇଥାଏ।
(୩) ଅଂଶଗ୍ରହଣକାରୀ ପର୍ଯ୍ୟବେକ୍ଷକକୁ ସମୂହ ସ୍ଵାଗତ କରିଥାଏ।
(୪) ସଂପୂର୍ଣ୍ଣ ଅଧ୍ୟୟନ ସମ୍ଭବ ହୋଇଥାଏ।
(୫) ଯେଉଁ ବିଷୟଗୁଡ଼ିକ ପର୍ଯ୍ୟବେକ୍ଷଣ ପାଇଁ ମୁକ୍ତ ନୁହେଁ ତା’ର ଅଧ୍ୟୟନ ସମ୍ଭବ ହୋଇଥାଏ।
Question ୧୯।
ଅଂଶଗ୍ରହଣକାରୀ ପର୍ଯ୍ୟବେକ୍ଷଣର ଅପକାରିତା ଦର୍ଶାଅ।
Answer:
(୧) ଭାଗବତ ଅଂଶଗ୍ରହଣ ଦ୍ଵାରା ପର୍ଯ୍ୟବେକ୍ଷଣର ବସ୍ତୁନିଷ୍ଠତା ନଷ୍ଟ ହୋଇଥାଏ।
(୨) ବୃହତ୍ ସମୂହ କ୍ଷେତ୍ରରେ ଏହି ପଦ୍ଧତିର ବ୍ୟବହାର ସମ୍ଭବ ନୁହେଁ !
(୩) ସମସ୍ତ ଘଟଣା (ଯଥା ଚୋରୀ) ଏହି ପଦ୍ଧତି ମାଧ୍ୟମରେ ଅଧ୍ୟୟନ ସମ୍ଭବ ନୁହେଁ।
(୪) ନିବିଡ଼ତା ଯୋଗୁଁ ଅନେକ ଘଟଣାକୁ ଛାଡ଼ି ଦିଆଯାଇଥାଏ।
(୫) ଅଂଶଗ୍ରହଣ ଅନେକ ସମୟରେ କଳି ସୃଷ୍ଟି କରିଥାଏ।
Question ୨୦।
ଅଂଶଗ୍ରହଣକାରୀ ପର୍ଯ୍ୟବେକ୍ଷଣ କ’ଣ ?
Answer:
ପର୍ଯ୍ୟବେକ୍ଷଣ ତଥ୍ୟ ସଂଗ୍ରହର ଏକ ପଦ୍ଧତି। ପର୍ଯ୍ୟବେକ୍ଷଣର ବିଭିନ୍ନ ପ୍ରକାର ମଧ୍ୟରୁ ଅଂଶଗ୍ରହଣକାରୀ ପର୍ଯ୍ୟବେକ୍ଷଣ ଅଧ୍ୟୟନ କରିବାକୁ ଚାହୁଁଥିବା ସମୂହ ସହିତ ମିଶି କରି ବା ଅଂଶଗ୍ରହଣ କରି ପର୍ଯ୍ୟବେକ୍ଷଣ କରିଥାଏ, ତାକୁ ଅଂଶଗ୍ରହଣକାରୀ ପର୍ଯ୍ୟବେକ୍ଷଣ କହନ୍ତି ଏଥରେ ପର୍ଯ୍ୟବେକ୍ଷକ ମୁକ୍ତ ଭାବେ ସମୂହ ସହିତ ମିଶି ଉତ୍ତମ ସଂପର୍କ ସ୍ଥାପନ କରି ସେମାନଙ୍କ ଠାରୁ ସଠିକ୍ ତଥ୍ୟ ସଂଗ୍ରହ କରିଥାଏ।
Question ୨୧।
ଅଣ ଅଂଶଗ୍ରହଣକାରୀ ପର୍ଯ୍ୟବେକ୍ଷଣ କ’ଣ ?
Answer:
ପର୍ଯ୍ୟବେକ୍ଷଣର ବିଭିନ୍ନ ପ୍ରକାର ମଧ୍ୟରୁ ଅଣ-ଅଂଶଗ୍ରହଣକାରୀ ପର୍ଯ୍ୟବେକ୍ଷଣ ଏକ ପ୍ରକାର ଅଟେ। ଯେତେବେଳେ ଜଣେ ପର୍ଯ୍ୟବେକ୍ଷକ ଅଧ୍ୟୟନ କରିବାକୁ ଚାହୁଁଥିବା ସମୂହରେ ଅଂଶଗ୍ରହଣ ନକରି ଦୂରରେ ରହି ତା’ର କାର୍ଯ୍ୟକଳାପ ଓ ପ୍ରଥା ପରମ୍ପରା ଆଦିକୁ ପର୍ଯ୍ୟବେକ୍ଷଣ କରେ ସେହି ପ୍ରକାର ପର୍ଯ୍ୟବେକ୍ଷଣକୁ ଅଣ ଅଂଶଗ୍ରହଣକାରୀ ପର୍ଯ୍ୟବେକ୍ଷଣ କୁହାଯାଏ। ଏ ପ୍ରକାର ପର୍ଯ୍ୟବେକ୍ଷଣରେ ପର୍ଯ୍ୟବେକ୍ଷକ ଏକ ସଂପୂର୍ଣ୍ଣ ନିରପେକ୍ଷ ପ୍ରସ୍ଥିତି ଅବଲମ୍ବନ କରେ ଯାହାକି ତାକୁ ସେହି ସମୂହକୁ ସଂପୂର୍ଣ ସଠିକ୍ ଭାବେ ପର୍ଯ୍ୟବେକ୍ଷଣ କରିବାରେ ସହାୟକ ହୋଇଥାଏ। ଅବଶ୍ୟ ଏକ ସଂପୂର୍ଣ୍ଣ ଅଣ ଅଂଶଗ୍ରହଣକାରୀ ପର୍ଯ୍ୟବେକ୍ଷଣ ଏକ ଅସମ୍ଭବ ବିଷୟ। ଏ ପ୍ରକାର ପର୍ଯ୍ୟବେକ୍ଷଣରେ ପର୍ଯ୍ୟବେକ୍ଷକ ସମୂହରେ ଅଂଶ ଗ୍ରହଣ କରେ ନାହିଁ କି ତାକୁ କୌଣସି ଉପାୟରେ ପ୍ରଭାବିତ କରେ ନାହିଁ।
Question ୨୨।
ଅଣ-ଅଂଶଗ୍ରହଣକାରୀ ପର୍ଯ୍ୟବେକ୍ଷଣର ଉପକାରିତାଗୁଡ଼ିକ ଦର୍ଶାଅ।
Answer:
(୧) ଏଥରେ ନିରପେକ୍ଷ ଅଧ୍ୟୟନ ସମ୍ଭବ ହୋଇଥାଏ।
( ୨) ଏହି ପଦ୍ଧତିରେ ଛୋଟ ଛୋଟ ଜିନିଷର ଯତ୍ନଶୀଳ ବ୍ୟାଖ୍ୟା ସମ୍ଭବ ହୋଇଥାଏ।
(୩) ନିରପେକ୍ଷ ପ୍ରସ୍ତୁତି ଯୋଗୁଁ ଗବେଷଣା କାର୍ଯ୍ୟ ସହଜ ହୋଇଥାଏ।
(୪) ଅଜଣା ବ୍ୟକ୍ତି ଭାବେ ଗୁପ୍ତ ତଥ୍ୟ ପ୍ରକାଶ କରିବାକୁ ଲୋକ ସହଜ ମଣନ୍ତି।
(୫) ସଂଗୃହିତ ତଥ୍ୟ ନିର୍ଭରଯୋଗ୍ୟ ହୋଇଥାଏ।
Question ୨୩।
ଅଣ-ଅଂଶଗ୍ରହଣକାରୀ ପର୍ଯ୍ୟବେକ୍ଷଣର ଅପକାରିତାଗୁଡ଼ିକୁ ଦର୍ଶାଅ।
Answer:
(୧) ଏହି ପଦ୍ଧତି ଦ୍ଵାରା ପ୍ରାକୃତିକ ଅବସ୍ଥାରେ ପର୍ଯ୍ୟବେକ୍ଷଣ ସମ୍ଭବ ନୁହେଁ।
(୨) ଏହି ପଦ୍ଧତି ଦ୍ଵାରା ସଂଗୃହିତ ତଥ୍ୟ ଯଥେଷ୍ଟ ଓ ନିର୍ଭରଯୋଗ୍ୟ ନୁହେଁ ।
(୩) ଏହି ପଦ୍ଧତିରେ ପର୍ଯ୍ୟବେକ୍ଷକ ନିଜର ସନ୍ଦେହ ଦୂର କରି ନପାରି ଅନେକ ସମୟରେ ଭୁଲ୍ ଧାରଣା ଆପଣେଇଥାଏ।
(୪) ଏହି ପଦ୍ଧତି ପର୍ଯ୍ୟବେକ୍ଷକ ପ୍ରତି ଲୋକମାନେ ସନ୍ଦେହ ପ୍ରକାଶ କରିଥାନ୍ତି।
Question ୨୪।
ମିଶ୍ରିତ ଅଂଶଗ୍ରହଣ ପର୍ଯ୍ୟବେକ୍ଷଣ କ’ଣ ?
Answer:
ଗବେଷଣାରେ ତଥ୍ୟ ହାସଲ ପାଇଁ ବ୍ୟବହୃତ ପଦ୍ଧତି ମଧ୍ଯରୁ ପର୍ଯ୍ୟବେକ୍ଷଣ ଏକ ପ୍ରମୁଖ ପଦ୍ଧତି। ପର୍ଯ୍ୟବେକ୍ଷଣ ପଦ୍ଧତିର ବିଭିନ୍ନ ପ୍ରକାର ମଧ୍ୟରୁ ମିଶ୍ରିତ ପର୍ଯ୍ୟବେକ୍ଷଣ ଏକ ପ୍ରକାର ଅଟେ। ସମାଜବିଜ୍ଞାନୀମାନଙ୍କ ମତରେ ଏକ ସଂପୂର୍ଣ୍ଣ ଅଂଶଗ୍ରହଣ ପର୍ଯ୍ୟବେକ୍ଷଣ ଓ ସଂପୂର୍ଣ୍ଣ ଅଣ ଅଂଶଗ୍ରହଣ ପର୍ଯ୍ୟବେକ୍ଷଣ ସଂପୂର୍ଣ୍ଣ ଅସମ୍ଭବ। ତେଣୁ ଅନେକ ସମୟରେ ସମାଜବିଜ୍ଞାନୀମାନେ ଉଭୟ ପର୍ଯ୍ୟବେକ୍ଷଣର ମିଶ୍ରଣରେ ତଥ୍ୟ ସଂଗୃହିତ କରିଥାନ୍ତି। ଏହି ଉଭୟ ପ୍ରକାର ପର୍ଯ୍ୟବେକ୍ଷଣ ପଦ୍ଧତିର ମିଶ୍ରଣକୁ ମିଶ୍ରିତ ଅଂଶଗ୍ରହଣ ପର୍ଯ୍ୟବେକ୍ଷଣ କହାଯାଏ।
Question ୨୫।
ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ କ’ଣ ?
Answer:
ଗବେଷଣା କ୍ଷେତ୍ରରେ ତଥ୍ୟ ସଂଗ୍ରହ ପାଇଁ ବ୍ୟବହୃତ ପଦ୍ଧତିଗୁଡ଼ିକ ମଧ୍ୟରୁ ପର୍ଯ୍ୟବେକ୍ଷଣ ଏକ ପ୍ରମୁଖ ପଦ୍ଧତି। ପର୍ଯ୍ୟବେକ୍ଷଣ ପଦ୍ଧତିର ବିଭିନ୍ନ ପ୍ରକାର ମଧ୍ୟରୁ ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ଅନ୍ୟତମ। ସାମାଜିକ ଗବେଷଣାକୁ ଅଧୁକ ବସ୍ତୁନିଷ୍ଠ ଓ ସଂକ୍ଷିପ୍ତ କରିବା ପାଇଁ ଏହି ପଦ୍ଧତି ବା କୌଶଳର ବିକାଶ କରାଯାଇ। ପକ୍ଷପାତିତା ଏବଂ ବାହ୍ୟକାରକଗୁଡ଼ିକର ପ୍ରଭାବକୁ ନିୟନ୍ତ୍ରଣ କରିବା ଏହାର ମୁଖ୍ୟ ଲକ୍ଷ୍ୟ। ବୈଧ ସାଧାରଣୀକରଣରେ ଉପନୀତ ହେବାରେ ଏହା ପର୍ଯ୍ୟବେକ୍ଷକକୁ ସାହାଯ୍ୟ କରେ। ପକ୍ଷପାତିତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏହି ପଦ୍ଧତିରେ ଦୁଇ ପ୍ରକାରର ନିୟନ୍ତ୍ରଣ ଜାରି କରାଯାଏ ଯଥା ପର୍ଯବେକ୍ଷଣ କରାଯାଉଥିବା ଘଟଣା ଉପରେ ନିୟନ୍ତ୍ରଣ ଏବଂ ପର୍ଯ୍ୟବେକ୍ଷକ ଉପରେ ନିୟନ୍ତ୍ରଣ।
Question ୨୬।
ଅଣି ନିୟନ୍ତ୍ରଣ ପର୍ଯ୍ୟବେକ୍ଷଣ କ’ଣ ?
Answer:
ପର୍ଯ୍ୟବେକ୍ଷଣ ଗବେଷଣା କ୍ଷେତ୍ରରେ ବ୍ୟବହୃତ ଏକ ପଦ୍ଧତି ଅଟେ। ପର୍ଯ୍ୟବେକ୍ଷଣର ବିଭିନ୍ନ ପଦ୍ଧତି ମଧ୍ଯରୁ ଅଣନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ଏକ ପ୍ରକାର। ଏହି ପର୍ଯ୍ୟବେକ୍ଷଣ ଏକ ପ୍ରାକୃତିକ ପରିସ୍ଥିତିରେ କରାଯାଏ ତାହାକୁ ଅଣ ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ କୁହାଯାଏ। ଏଥିରେ ବାହାର କାରିଗର କୌଣସି ପ୍ରଭାବ ଅନୁଭୂତ ହୋଇନଥାଏ। ଏଥିରେ ପର୍ଯ୍ୟବେକ୍ଷକ ଓ ପର୍ଯ୍ୟବେକ୍ଷିତ ହେଉଥିବା ଘଟଣା ଉପରେ କୌଣସି ନିୟନ୍ତ୍ରଣ ଜାରି କରାଯାଏ ନାହିଁ।
Question ୨୭।
ପ୍ରଶ୍ନବଳୀ ବା ଦ୍ବେଷ୍ଟନାୟାର କ’ଣ ?
Answer:
ସାମାଜିକ ଗବେଷଣା କ୍ଷେତ୍ରରେ ବ୍ୟବହୃତ ବିଭିନ୍ନ ପଦ୍ଧତି ମଧ୍ଯରୁ ପ୍ରଶ୍ନବଳୀ ଏକ ଜନପ୍ରିୟ ପଦ୍ଧତି। ଏହି ପଦ୍ଧତି ମୁଖ୍ୟତଃ ଯେତେବେଳେ ତଥ୍ୟ ପ୍ରଦାନକାରୀ ଏକ ବୃହତ୍ ଅଞ୍ଚଳରେ ବିଚ୍ଛୁରିତ ହୋଇ ରହିଥାନ୍ତି ସେତେବେଳେ ଏହି ପଦ୍ଧତି ବ୍ୟବହାର କରାଯାଇଥାଏ। ସାଧାରଣତଃ ପ୍ରଶ୍ନବଳୀ ପ୍ରଶ୍ନମାନଙ୍କର ଏକ ଚିଠାକୁ ବୁଝାଇଥାଏ। ଯାହାକୁ ସୁବ୍ୟବସ୍ଥିତ ଭାବେ ସଜ୍ଜିତ ହୋଇ ରହିଥାଏ ଯାହା ମାଧ୍ୟମରେ ଗବେଷକ ତଥ୍ୟ ସଂଗ୍ରହ କରିଥାଏ। ଏହି ପଦ୍ଧତିରେ ଗବେଷକ ଏହି ପ୍ରଶ୍ନ ଚିଠାକୁ ତଥ୍ୟ ପ୍ରଦାନକରୀ ପାଖକୁ ଡାକରେ ପ୍ରେରିତ କରିଥାଏ ଯିଏକି ଏହାକୁ ପୂରଣ କରି ପୁନଶ୍ଚ ଗବେଷକ ପାଖକୁ ଡାକରେ ପ୍ରେରିତ କରିଥାଏ ଯିଏକି ଏହାକୁ ପୂରଣ କରି ପୁନଶ୍ଚ ଗବେଷଣ ପାଖକୁ ଡାକରେ ଫେରାଇ ଦିଏ। ଏହି ପଦ୍ଧତିରେ ଗବେଷକ ନିଜେ ତଥ୍ୟ ପ୍ରଦାନକାରୀ ପାଖକୁ ଯାଏ ନାହିଁ।
Question ୨୮।
ଏକ ଭଲ ପ୍ରଶ୍ନବଳୀର ଲକ୍ଷଣଗୁଡ଼ିକ ଦର୍ଶାଅ।
Answer:
(୧) ପ୍ରଶ୍ନବଳୀ ଆକାରରେ କ୍ଷୁଦ୍ର ହେବା ଉଚିତ।
(୨) ଏଥରେ ବସ୍ତୁନିଷ୍ଠ ପ୍ରକାରର ପ୍ରଶ୍ନ ରହିବା ଉଚିତ।
(୩) ଏଥିରେ ବ୍ୟବହୃତ ଭାଷା ସହଜ ଓ ଶବ୍ଦ ସଂକ୍ଷିପ୍ତ ହେବା ଉଚିତ।
(୪) ଏଥରେ ବିଷୟ ଭିତିକ ଶବ୍ଦର ବ୍ୟବହାର ହେବା ଉଚିତ ନୁହେଁ।
(୫) ଏଥିରେ ଥିବା ପ୍ରଶ୍ନଗୁଡ଼ିକ ସଠିକ୍ କ୍ରମରେ ସଜ୍ଜିତ ହେବା ଉଚିତ।
(୬) ଏହା ଆକର୍ଷଣୀୟ ଓ ବ୍ୟାପକ ହେବା ଉଚିତ।
Question ୨୯।
ପ୍ରଶ୍ନବଳୀର ପ୍ରକାରଗୁଡ଼ିକୁ ଦର୍ଶାଅ।
Answer:
ସାମାଜିକ ଗବେଷଣାରେ ତଥ୍ୟ ସଂଗ୍ରହ ପାଇଁ ବ୍ୟବହୃତ ପଦ୍ଧତିଗୁଡ଼ିକ ମଧ୍ୟରୁ ପ୍ରଶାବଳୀ ଅନ୍ୟତମ। ଏହାର ବିଭିନ୍ନ ପ୍ରକାର ରହିଛି। ପି. ଭି. ୟଙ୍ଗଙ୍କ ମତରେ ପ୍ରଶ୍ନବଳୀ ତିନି ପ୍ରକାରର ଯଥା ସଂରଚିତ ପ୍ରଶ୍ନବଳୀ, ଅଣ ସଂରଚିତ ପ୍ରଶାବଳୀ ଏବଂ ଛବିଳ ପ୍ରଶାବଳୀ। ପୁନଶ୍ଚ ଜି.ଏ ଲୁଣ୍ଡବର୍ଗ ପ୍ରଶାବଳୀକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି; ଯଥା ମତାମତର ପ୍ରଶାବଳୀ।
Question ୩୦।
ପ୍ରଶ୍ନୋବଳୀର ଉପକାରିତା ଗୁଡ଼ିକୁ ଦର୍ଶାଅ।
Answer:
(୧) ଏହି ପଦ୍ଧତିରେ କମ୍ ଖର୍ଚ୍ଚରେ ତଥ୍ୟ ସଂଗ୍ରହ କରାଯାଇପାରେ।
(୨) ବୃହତ୍ ଅଞ୍ଚଳ୍ପ ଭିତିକ ଅଧ୍ୟୟନ ଗବେଷଣା ପାଇଁ ଏହି ପଦ୍ଧତି ଯୋଗ୍ୟ ଅଟେ।
(୩) ଏହି ପଦ୍ଧତି ମାଧ୍ୟମରେ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ସହଜ ହୋଇଥାଏ।
(୪) ଏହି ପଦ୍ଧତି କମ୍ ସମୟ ଓ ପ୍ରଚେଷ୍ଟା ଆବଶ୍ୟକ ରହିଥାଏ।
(୫) ଏହି ପଦ୍ଧତି ମାଧ୍ୟମରେ ସଂଗୃହିତ ତଥ୍ୟ ନିର୍ଭରଯୋଗ୍ୟ ହୋଇଥାଏ।
(୬) ଏହା ଏକ ମହତ୍ ଓ ନମନୀୟ ପଦ୍ଧତି ଅଟେ।
Question ୩୧।
ପ୍ରଶ୍ନବଳୀର ଅପକାରିତାଗୁଡ଼ିକୁ ଦର୍ଶାଅ।
Answer:
ଗବେଷଣା କ୍ଷେତ୍ରରେ ତଥ୍ୟ ସଂଗ୍ରହର – ବିଭିନ୍ନ ପଦ୍ଧତି ମଧ୍ୟରୁ ଏହା ଏକ ଲୋକପ୍ରିୟ ପଦ୍ଧତି ଅଟେ । ପ୍ରଶାବଳୀ ପଦ୍ଧତିର ନିମ୍ନଲିଖତ ଅପକାରିତା ରହିଛି।
(୧) ଏହି ପଦ୍ଧତି ନିରକ୍ଷର ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ ପାଇଁ ବ୍ୟବହାର ହୋଇପାରିବିନି।
(୨) ଏହି ପଦ୍ଧତି ଦ୍ଵାରା ସଂଗୃହିତ ତଥ୍ୟ ବୈଧ ଓ ନିର୍ଭରଯୋଗ୍ୟ ନୁହେଁ।
(୩) ଏହି ପଦ୍ଧତିରେ ଅନେକ ଅସଂପୂର୍ଣ୍ଣ ହୋଇ ଫେରାଇ ଦିଆଯାଇଥାଏ।
(୪) ଏହି ପଦ୍ଧତିରେ ହସ୍ତଚାଳନା ବା ମନଇଚ୍ଛା ପୂରଣର ସୁଯୋଗ ରହିଛି।
(୫) କେତେକ ସ୍ଵତନ୍ତ୍ର ବା ସ୍ପର୍ଶକାତର ବିଷୟକୁ ଏହି ପଦ୍ଧତି ଦ୍ବାରା ଅଧ୍ୟୟନ ସମ୍ଭବ ନୁହେଁ।
Question ୩୨।
ସୂଚୀ କହିଲେ କ’ଣ ବୁଝ ?
Answer:
ସାମାଜିକ ଗବେଷଣା କ୍ଷେତ୍ରରେ ତଥ୍ୟ ସଂଗ୍ରହ ପାଇଁ ବ୍ୟବହୃତ ବିଭିନ୍ନ ପଦ୍ଧତି ମଧ୍ୟରୁ ସୂଚୀ ଏକ ଲୋକପ୍ରିୟ ପଦ୍ଧତି। ଗବେଷଣା କ୍ଷେତ୍ରରେ ଏହାର ବହୁଳ ବ୍ୟବହାର ଦେଖାଯାଏ। ସୂଚୀ ସାଧାରଣତଃ ପ୍ରଶ୍ନଗୁଡ଼ିକର ଏକ ଚିଠା ଯାହାକି ସାକ୍ଷାତକାର ସମୟରେ ଅନୁସନ୍ଧାନକାରୀ ଦ୍ବାରା ବ୍ୟବହୃତ ହୋଇଥାଏ। ତଥ୍ୟ ପ୍ରଦାନକାରୀ ଠାରୁ ତଥ୍ୟ ପାଇଁ ସେ ଏହାକୁ ପୂରଣ କରିଥାଏ। ଏହା ଗବେଷକର ମନେ ପକାଇବା ପାଇଁ ବ୍ୟବହୃତ ଏକ ଔପଚାରିକ ଚିଠା।
Question ୩୩।
ସୂଚୀର ଉପକାରିତାଗୁଡ଼ିକ ଦର୍ଶାଅ।
Answer:
ତଥ୍ୟ ସଂଗ୍ରହର ଏକ ପଦ୍ଧତି ଭାବେ ଏହା ବ୍ୟାପକ ବ୍ୟବହାର ହୋଇଥାଏ।
(୧) ଅନ୍ୟ ପଦ୍ଧତି ତୁଳନାରେ ସୂଚୀରେ ତଥ୍ୟ ଅଧିକ ମିଳିଥାଏ।
(୨) ଏହି ପଦ୍ଧତିରେ ତଥ୍ୟ ପ୍ରଦାନକାରୀ ସନ୍ଦେହ ଦୂର ପାଇଁ ସୁଯୋଗ ରହିଛି।
(୩) .ସୂଚୀ ପୂରଣ ପାଇଁ କମ୍ ସମୟ ଆବଶ୍ୟକ କରିଥାଏ ଓ ଭୁଲ୍ କମ୍ ଥାଏ।
(୪) ଏହି ପଦ୍ଧତି ସବୁ ବର୍ଗର ଲୋକଙ୍କ ପାଇଁ ଉପଯୋଗୀ ଅଟେ।
(୫) ଏହି ପଦ୍ଧତି ଦ୍ଵାରା ସଂଗୃହିତ ତଥ୍ୟ ନିର୍ଭରଯୋଗ୍ୟ ହୋଇଥାଏ।
Question ୩୪।
ସୂଚୀର ଅପକାରିତାଗୁଡ଼ିକୁ ଦର୍ଶାଅ।
Answer:
ସୂଚୀ ପଦ୍ଧତି ତଥ୍ୟ ସଂଗ୍ରହର ଏକ ବହୁଳ ବ୍ୟବହ୍ରୁତ ପଦ୍ଧତି ହୋଇଥିଲେ ମଧ୍ୟ ଏହାର ନିମ୍ନଲିଖୁତ ଅପକାରିତା ରହିଛି।
(୧) ଏହି ପଦ୍ଧତି ଅଧିକ ସମୟ ଆବଶ୍ୟକ କରିଥାଏ ଓ ଅଧୁକ ଖର୍ଚ୍ଚ କରିଥାଏ।
(୨) ବୃହତ୍ ଅଞ୍ଚଳ ଭିଭିକ ଅଧ୍ୟୟନ ଏହି ପଦ୍ଧତି ଦ୍ଵାରା ସମ୍ଭବ ନୁହେଁ।
(୩) ଏହି ପଦ୍ଧତିରେ ଗବେଷକର ଉପସ୍ଥିତି ତଥ୍ୟ ପ୍ରଦାନକାରୀଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିଥାଏ ଫଳରେ ସେମାନେ ଭୁଲ୍ ତଥ୍ୟ ଦେଇଥାନ୍ତି।
(୪) ବ୍ୟକ୍ତିଗତ ସମସ୍ୟା ଅଧ୍ୟୟନ କ୍ଷେତ୍ରରେ ଏହି ପଦ୍ଧତି ଉପଯୋଗୀ ନୁହେଁ।
Question ୩୫।
ସୂଚୀର ଲକ୍ଷ୍ୟଗୁଡ଼ିକୁ ଦର୍ଶାଅ।
Answer:
(୧) ବସ୍ତୁନିଷ୍ଠ ତଥ୍ୟ ସଂଗ୍ରହ
(୨) ସୂଚୀ ଏକ ଗାଇଡ୍ ବା ପଥ ପ୍ରଦର୍ଶକ ଭଳ କାର୍ଯ୍ୟ କରିଥାଏ।
(୩) ଏହା ସଠିକ୍ ଯୋଗାଯୋଗ ଓ ସଠିକ୍ ତଥ୍ୟ ପ୍ରାପ୍ତ ହେବ।
(୪) ଏହା ବର୍ଗୀକରଣ ଓ ବ୍ୟାଖ୍ୟାରେ ସହାୟକ ହୁଏ।
(୫) ଏକ ମନେପକାଇବା ଯନ୍ତ୍ର ଭାବେ କାର୍ଯ୍ୟ କରେ।
Question ୩୬।
ସୂଚୀର ପ୍ରକାରଗୁଡ଼ିକୁ ଦର୍ଶାଅ।
Answer:
ସୂଚୀ ତଥ୍ୟ ସଂଗ୍ରହର ଏକ ଜନପ୍ରିୟ ପଦ୍ଧତି ହୋଇଥିବାରୁ ଏହାର ବହୁଳ ବ୍ୟବହାର ଦେଖାଯାଇଥାଏ। ସୂଚୀ ମୁଖ୍ୟତଃ ୫ ପ୍ରକାରର ଯଥା :
(୧) ପର୍ଯ୍ୟବେକ୍ଷଣ ସୂଚୀ,
(୨) ରେଟିଙ୍ଗ୍ ବା ମୂଲ୍ୟାଙ୍କନ ସୂଚୀ
(୩) ଦସ୍ତାବିତ୍ ବା ଡକୁମେଣ୍ଟ ସୂଚୀ
(୪) ମୂଲ୍ୟାୟନ ବା ଆନୁଷ୍ଠାନିକ ସୂଚୀ
(୫) ସାକ୍ଷାତ୍କାରୀ ସୂଟୀ।
‘ଗ’ ବିଭାଗ
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question ୧।
ଅଗଷ୍ଟ କମ୍ଙ୍କ ତ୍ରିସ୍ତରୀୟ ନିୟମକୁ ଆଲୋଚନା କର।
Answer:
ପ୍ରଖ୍ୟାତ ଫରାସୀ ସମାଜବିଜ୍ଞାନୀ ଅଗଷ୍ଟ କମ୍ ସମାଜବିଜ୍ଞାନ ସୃଷ୍ଟି କରିଥିଲେ ତା’ ନୁହେଁ ନିଜର ଅନେକ ଅବଦାନ ଦ୍ଵାରା ସମାଜବିଜ୍ଞାନକୁ ପରିପୃଷ୍ଟ କରିଥିଲେ। ସେ ଅନେକ ପୁସ୍ତକ ରଚନା କରିବା ସହିତ କେତେକ ମତବାଦ ମଧ୍ୟ ପ୍ରଦାନ କରିଛନ୍ତି। ସେ ଜଣେ ବିବର୍ତ୍ତନବାଦୀ। ତାଙ୍କର ବିଭିନ୍ନ ଲେଖାରେ ବିବର୍ତ୍ତନବାଦର ପ୍ରତିଫଳିତ ଦେଖିବାକୁ ମିଳେ। ତ୍ରିସ୍ତରୀୟ ନିମୟ ସମାଜବିଜ୍ଞାନକୁ କମ୍କ ଏକ ପ୍ରମୁଖ ଅବଦାନ। କମ୍ ମାନବୀୟ ଚିନ୍ତାର ବିବର୍ତ୍ତନ ଓ ଏହାର ବିଭିନ୍ନ ସ୍ତରକୁ ସୁନ୍ଦର ରୂପେ ବ୍ୟାଖ୍ୟା କରିଛନ୍ତି। ତାଙ୍କ ମତରେ ମଣିଷର ମନ ଏବଂ ମାନବ ସମାଜ ଐତିହାସିକ ବିବର୍ତ୍ତନର ବିଭିନ୍ନ ସ୍ତର ଦେଇ ଗରି କରିବା ସହିତ ସଂପୂର୍ଣ୍ଣତାର ସର୍ବଶେଷ ସ୍ତରରେ ଉପନୀତ ହୋଇଥାଏ। ମାନବୀୟ ଚିନ୍ତନକୁ ଅଧ୍ୟୟନ କରିବା ପାଇଁ କମ୍ ନିୟମ ତ୍ରିସ୍ତରୀୟ ନିୟମ ନାମରେ ପରିଚିତ। ତାଙ୍କ ଅନୁସାରେ “ ଜ୍ଞାନର ପ୍ରତ୍ୟେକ ଶାଖା ତିନୋଟି ବିଭିନ୍ନ ସ୍ତର ଦେଇ ଗତି କରିଥାଏ ଯଥା : ଧର୍ମତାତ୍ତ୍ଵିକ ବା ଫିକ୍ଟିସସ୍, ଆଧ୍ୟାମ୍ବିକ ବା ଅମୂର୍ଣ ଏବଂ ବୈଜ୍ଞାନିକ ବା ବାସ୍ତବ।” ଏହାକୁ ହିଁ. ତ୍ରିସ୍ତରୀୟ ନିୟମ କୁହାଯାଏ। କାରଣ ତାଙ୍କ ମତରେ ମାନବୀୟ ଚିନ୍ତନ ବିବର୍ତ୍ତନର ତିନୋଟି ବିଭିନ୍ନ ସ୍ତର ମଧ୍ୟ ଦେଇ ଗତି କରିଥାଏ। ତାଙ୍କ ମତରେ ମାନବୀୟ ମନର ବିବର୍ତ୍ତନ ସହିତ ବ୍ୟକ୍ତି ମନର ବିବର୍ତ୍ତନ ସମାନ ଅଟେ। କମ୍ପେଙ୍କ ପ୍ରଦତ୍ତ ତ୍ରିସ୍ତରୀୟ ନିୟମର ତିନୋଟି ସ୍ତରକୁ ନିମ୍ନରେ ଦର୍ଶାଗଲା।
(୧) ଧର୍ମତାତ୍ତ୍ଵିକ ସ୍ତର (Theological or Fictitious Stage)
(୨) ଆଧ୍ୟାତ୍ମିକ ସ୍ତର (Metaphysical or Abstract Stage)
(୩) ବାସ୍ତବ ବା ବୈଜ୍ଞାନିକ ସ୍ତର (Positive or Scientific Stage)
(୧) ଧର୍ମତାତ୍ତ୍ଵିକ ସ୍ତର (Theological Stage): କମ୍ଙ୍କ ତ୍ରିସ୍ତରୀୟ ନିୟମର ପ୍ରଥମ ସ୍ତର ହେଉଛି ଧର୍ମତାତ୍ତ୍ଵିକ ସ୍ତର । ପ୍ରାୟତଃ ୧୩୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଏହି ସ୍ତର ତିଷ୍ଠି ରହିଥିବାର ବିଶ୍ଵାସ କରାଯାଏ। କମ୍ଙ୍କ ମତରେ ଏହି ସ୍ତରରେ ମନୁଷ୍ୟର ପ୍ରତ୍ୟେକ କାର୍ଯ୍ୟକଳାପ ଓ ବିଶ୍ବର ପ୍ରତ୍ୟେକ ଘଟଣା ଈଶ୍ଵର ବା ଅତି ପ୍ରାକୃତକ ଶକ୍ତି ପରିଚାଳିତ। ଯାହାକିଛି ଘଟଣା ଦ୍ଵାରା ପରିଚାଳିତ। ଏହି ସମୟରେ ମନୁଷ୍ୟର ଚିନ୍ତା ଧର୍ମ ତାନ୍ତ୍ରିକ ଅନ୍ଧବିଶ୍ଵାସ ଦ୍ଵାରା ଘଟୁଛି। ତା’ ପରେ ଈଶ୍ଵରୀୟ ଇଚ୍ଛା ବା ଅନିଚ୍ଛା ବିଦ୍ୟମାନ। ଏହି ସ୍ତର ପିଣ୍ଡି ବା ପୂଜାରୀମାନଙ୍କ ଦ୍ଵାରା ପ୍ରଭାବିତ ଓ ପରିଚାଳିତ ହୋଇଥାଏ। ଧର୍ମତାତ୍ତ୍ଵିକ ଚିନ୍ତନ ଅବୈଜ୍ଞାନିକ ଦୃଷ୍ଟିକୋଣ ଦ୍ବାରା ପରିଚାଳିତ। କମ୍ପେଙ୍କର ଏହିସ୍ତର ୪ଟି ଉପସ୍ତର ଦେଇ ଗତି କରିଥାଏ। ଯଥା: ଫେଟିସ୍ବାଦ, ଆରୋପେମଫିବାଦ, ବହୁ ଈଶ୍ବରବାଦ ଏବଂ ଏକ ଈଶ୍ବରବାଦ। ଧର୍ମତାତ୍ତ୍ଵିକ ଚିନ୍ତନର ପ୍ରଥମ ଉପସ୍ତର ହେଉଛି ଫେଟିସ୍ବାଦ। ଏହି ସ୍ତରରେ ବିଶ୍ଵାସ କରାଯାଉଥିଲା ଯେ, ପ୍ରତ୍ୟେକ ନିର୍ଜୀବ ବସ୍ତୁରେ ସଜୀବ ବା ଈଶ୍ଵରୀୟ ସତ୍ତା ରହିଛି।
ତ୍ରିସ୍ତରୀୟ ନିୟମର ଦ୍ଵିତୀୟ ଉପସ୍ତର ହେଉଛି ଆଡ୍ରୋପ୍ରେମର୍ଫିବାଦ। ଏଥିରେ ଈଶ୍ଵରଙ୍କର ମାନବୀୟ ରୂପର କଳନା କରାଯାଇଥିବାର ବିଶ୍ଵାସ କରାଯାଏ।
ବହୁ ଈଶ୍ଵରବାଦୀ : ତ୍ରିସ୍ତରୀୟ ନିୟମର ପ୍ରଥମସ୍ତରର ତୃତୀୟ ଉପରସ୍ତର ହେଉଛି ବହୁ ଈଶ୍ବରବାଦ। ଏହି ସ୍ତରରେ ଏକାଧ୍ଵକ ଈଶ୍ବରଙ୍କର ଅବସ୍ଥିତିରେ ବିଶ୍ବାସ କରୁଥିଲେ। ପ୍ରତ୍ୟେକ ବିଭାଗ ପାଇଁ ସ୍ଵତନ୍ତ୍ର ଈଶ୍ବର ମାନଙ୍କର କଳନା କରାଗଲା।
ଏକ ଈଶ୍ବରବାଦ : ଏହି ସ୍ତରରେ ମାତ୍ର ଏକ ଈଶ୍ବରଙ୍କ ଠାରେ ବିଶ୍ବାସ କରାଗଲା।
(୨) ଆଧ୍ୟାତ୍ମିକ ବା ଅମୂର୍ତ୍ତ ସ୍ତର (Metaphysical or Abstract Stage) : କମ୍କ ତ୍ରିସ୍ତରୀୟ ନିୟମର ଦ୍ଵିତୀୟ ସ୍ତର ହେଉଛି ଆଧ୍ୟାତ୍ମିକ ସ୍ତର। ଏହି ସ୍ତର ପ୍ରାୟତଃ ୧୩୦୦ ଖ୍ରୀଷ୍ଟାବ୍ଦରୁ ୧୮୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ତିଷ୍ଠି ରହିଥିବାର ବିଶ୍ଵାସ କରାଯାଏ। ଏହି ସ୍ତର ଧର୍ମତାତ୍ତ୍ଵିକ ସ୍ତର ଠାରୁ ଉନ୍ନତ ଏବଂ ଏକ ଅଧୂ ନିବର୍ଷିତ ସ୍ତର ଅଟେ । ଏହି ସ୍ତରରେ ଲୋକମାନେ ବିଶ୍ଵାସ କରୁଥିଲେ ଯେ କେ ଅମୂର୍ଣ ଶକ୍ତି ବିଶ୍ଵର ସମସ୍ତ ଘଟଣାକୁ ନିର୍ଦ୍ଦେଶିତ ବା ପରିଚାଳିତ କରିଥାଏ। ଏହି ସ୍ତର ପ୍ରଥମ ସ୍ତରର ଏକ ସଂଶୋଧୃତ ସ୍ତର ଅଟେ। ଏହି ସ୍ତରରେ ପ୍ରଥମ ସ୍ତର ଅତି ପ୍ରାକୃତିକ ଶକ୍ତିର ସ୍ଥାନ ଅମୂର୍ତ୍ତ ଶକ୍ତି ଗ୍ରହଣ କରିଛି।
(୩) ବାସ୍ତବ ବା ବୈଜ୍ଞାନିକ ସ୍ତର (Positice or Scientific stage) : ଏହି ସ୍ତର କମ୍ପେଙ୍କ ତ୍ରିସ୍ତରୀୟ ନିୟମର ଶେଷ ସ୍ତର। ଏହି ସ୍ତର ହେବ ମାନବ ଚିନ୍ତନ ବା ମାନବ ମନର ବିକାଶଣର ଶେଷ ସ୍ତର। ଏହି ସ୍ତର ୧୮୦୦ ଖ୍ରୀଷ୍ଟାବ୍ଦ ପରେ ଆରମ୍ଭ ହୋଇଛି। ବିଜ୍ଞାନରେ ବିଶ୍ଵାସର ଏହି ସ୍ତରର ଅୟମାରମ୍ଭ ହୋଇଛି। ପୂର୍ବସ୍ତରର ପ୍ରିଷ୍ଟ ଏବଂ ଧର୍ମତତ୍ତ୍ଵାବଧାରକ ବଦଳରେ ଏଠାରେ ବୈଜ୍ଞାନିକଙ୍କର ପ୍ରାଧାନ୍ୟ ବୃଦ୍ଧି ପାଇଛି। ଏହି ସ୍ତରରେ କଳ୍ପନା ବଦଳରେ ପର୍ଯ୍ୟବେକ୍ଷଣର ପ୍ରାଧାନ୍ୟ ବୃଦ୍ଧି ପାଇଛି। ଏହି ସ୍ତରରେ ଶିଳ୍ପପତି ମାନଙ୍କର ପ୍ରାଧାନ୍ୟ ବୃଦ୍ଧି ପାଇଛି। ଏହି ସ୍ତରରେ ଶିଳ୍ପପତି ମାନଙ୍କର ପ୍ରାଧାନ୍ୟ ବୃଦ୍ଧି ପାଇଛି। ଏହି ସ୍ତରରେ ଶିଳ୍ପପତି ମାନଙ୍କର ପ୍ରାଧାନ୍ୟ ବୃଦ୍ଧି ପାଇଛି। ଏହି ସ୍ତରରେ ଶିଳ୍ପପତି ମାନଙ୍କର ପ୍ରାଧାନ୍ୟ ବୃଦ୍ଧି ପାଇଛି। ଏହି ସ୍ତରରେ ଶିଳ୍ପପତି ମାନଙ୍କର ପ୍ରାଧାନ୍ୟ ଦେଖାଦେଇଛି। ଏହି ସ୍ତରରେ ବୈଜ୍ଞାନିକ ଜ୍ଞାନର ପରିସୀମା ବୃଦ୍ଧି ପାଇଛି। ମନୁଷ୍ୟ ଆଉ ଧର୍ମତାତ୍ତ୍ଵିକ ସ୍ତରର ଅନ୍ଧବିଶ୍ଵାସ ଓ ଆଧ୍ୟାତ୍ମିକସ୍ତର ଅମୂର୍ତ ଶକ୍ତିରେ ବିଶ୍ଵାସ ନକରି ବୈଜ୍ଞାନକ ପର୍ଯ୍ୟବେକ୍ଷଣ ଉପରେ ବିଶ୍ଵାସ ବୃଦ୍ଧି ପାଇଛି।
Question ୨।
ଇମାଇଲେ ଦୁର୍ଗାଇମ୍ଙ୍କର ଆତ୍ମହତ୍ୟା ତତ୍ତ୍ଵକୁ ଆଲୋଚନା କର।
Answer:
ପ୍ରଖ୍ୟାତ ଫରାସୀ ସାମାଜବିଜ୍ଞାନ ଦୁର୍ଗାଇମ୍ ସମାଜବିଜ୍ଞାନର ଜଣେ ପ୍ରତିଷ୍ଠାତା ଜନକ୍ ଭାବେ ପରିଚିତ। ତାଙ୍କର ଅନେକ କାର୍ଯ୍ୟ ସମାଜବିଜ୍ଞାନର ବିକାଶ ପ୍ରକ୍ରିୟାକ ତ୍ବରାନ୍ବିତ କରିଥିଲା। ସେ ଅନେକ ପୁସ୍ତକ ରଚନା କରିବା ସହିତ ଅନେକ ମତବାଦ ରଚନା କରିଛନ୍ତି। ସେ ୧୮୯୭ରେ ଲି, ସୁଇସାଇଡ୍ ନାମକ ଏକ ପୁସ୍ତକ ରଚନା କରିଥିଲେ। ସେଥିରେ ସେ ଆତ୍ମହତ୍ୟାର ପ୍ରକାର ଓ କାରଣସବୁକୁ ଆଲୋଚନା କରିଛନ୍ତି। ସମାଜବିଜ୍ଞାନର ବୈଜ୍ଞାନିକ ପ୍ରକୃତିକୁ ପ୍ରମାଣ କରିବାକୁ ଯାଇ ସେ ଏହି ସାମାଜିକ ସମସ୍ୟାକୁ ଅଧ୍ୟୟନ କରିଛନ୍ତି। ଦୁର୍ଗାଇମଙ୍କ ମତରେ ଆତ୍ମହତ୍ୟା ଏକ ସମାଜିକ ସତ୍ୟ। ପୂର୍ବରୁ ଆତ୍ମହତ୍ୟାକୁ ଏକ ବ୍ୟକ୍ତିଗତ କାର୍ଯ୍ୟ ଭାବେ ବିଚାର କରାଯାଉଥିଲା। କିନ୍ତୁ ଦୁର୍ଶାଇମ୍ଙ୍କ ମତରେ ଆତ୍ମହତ୍ୟା ନିଜକୁ ହତ୍ୟା ବା ନଷ୍ଟ କରିବାର ଏକ ସାମାଜିକ କାର୍ଯ୍ୟ। ତାଙ୍କ ମତରେ ସମାଜ ବ୍ୟକ୍ତିଠାରେ ଏକ ଆତ୍ମହତ୍ୟା ଜନିତ ପ୍ରବଣତା ସୃଷ୍ଟି କରେ ଯ ଫଳରେ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ବାଧ୍ଯ ହୁଏ। ସେ ବିଭିନ୍ନ ସମାଜରେ ଆତ୍ମହତ୍ୟା ହାର ଓ କାରଣକୁ ଅନୁଧ୍ୟାନ କରିଛନ୍ତି। ସେ ଆତ୍ମହତ୍ୟାର ବିଭିନ୍ନ ପ୍ରକାର ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି। ଆତ୍ମହତ୍ୟାର ଏହି ପ୍ରକାର ସଂହତି ଓ ନିୟନ୍ତ୍ରଣ ଭିତ୍ତିରେ ବର୍ଗୀକରଣ କରିଛନ୍ତି। ଦୁର୍ଗାଇମ୍ ଆତ୍ମହତ୍ୟାକୁ ମୁଖ୍ୟତଃ ୪ ଭାଗରେ ବିଭକ୍ତ କରିଛନ୍ତି। ସେଗୁଡ଼ିକ ହେଲା
(୧) ଅହିଂବାଦୀ ଆତ୍ମହତ୍ୟା (Egoistic suicide) : ଯେତେବେଳେ ବ୍ୟକ୍ତିର ସମାଜ ବା ସମୂହ ସହିତ ସଂହତି କମିଯାଏ ବା ହରାଏ ସେତେବେଳେ ଯଦି ବ୍ୟକ୍ତି ନିଜକୁ ହତ୍ୟା କରେ ତାହାକୁ ଅହଂବାଦୀ ଆତ୍ମହତ୍ୟା କୁହାଯାଏ। ଏକ ସଂହତି ପୂର୍ଣ୍ଣ ସମାଜରେ ଏ ପ୍ରକାର ଆତ୍ମହତ୍ୟା ଦେଖାଯାଏ ନାହିଁ । ବ୍ୟକ୍ତି ସମୂହ ସଂହତି ହରାଇଲେ ହତାଶ ହୋଇ ଏପ୍ରକାର ଆତ୍ମହତ୍ୟା କରିଥାଏ। ଏହି ସମୟରେ ବ୍ୟକ୍ତି ନିଜ ବିଷୟରେ କେବଳ ଚିନ୍ତା କରିଥାଏ। ସାମାଜିକ ସଂହତି ଦୁର୍ବଳ ହେଲେ ସମାଜରେ ଏ ପ୍ରକାର ଆତ୍ମହତ୍ୟା ଦେଖାଯାଇଥାଏ।
(୨) ପଦାର୍ଥବାଦୀ ଆତ୍ମହତ୍ୟା (Altruistic suicide) : ଏହା ହେଉଛି ଦୁର୍ଗାଇମ୍ ପ୍ରଦାନ କରିଥିବା ଆତ୍ମହତ୍ୟାର ଦ୍ଵିତୀୟ ପ୍ରକାର। ଯେତେବେଳେ ବ୍ୟକ୍ତିର ସମୂହ ସହିତ ସଂହତି ଅତ୍ୟଧ୍ଵକ ହୋଇଥାଏ ବା ଅଧିକ ଉଚ୍ଚ ହୋଇଥାଏ ସେତେବେଳେ ବ୍ୟକ୍ତି ଏହି ପ୍ରକାର ଆତ୍ମହତ୍ୟା କରିବା ପାଇଁ ପ୍ରେରତ ହୋଇଥାଏ। ଏହି ପ୍ରକାର ବ୍ୟକ୍ତି ଭାବିଥାନ୍ତି ଯେ ଏହା କରିବା ସେମାନଙ୍କର କର୍ତ୍ତବ୍ୟ ଅଟେ। ଯେତେବେଳେ ଜଣେ ବ୍ୟକ୍ତି ସମୂହ ବା ଦେଶ ପାଇଁ ନିଜ ଜୀବନ ବଳି ଦିଏ ସେତେବେଳେ ତା’ର ଆତ୍ମହତ୍ୟାକୁ ପଦାର୍ଥବାଦୀ ଆତ୍ମହତ୍ୟା କୁହାଯାଏ।
(୩) ଆନୋମିକ୍ ବା ହତାଶାମୂଳକ ଆତ୍ମହତ୍ୟା (Anomic sucide) : ଦୁର୍ଗାଇମ୍ସଙ୍କର ତୃତୀୟ ପ୍ରକାର ଆତ୍ମହତ୍ୟା ହେଉଛି ଅନୋମିକ୍ ଆତ୍ମହତ୍ୟା। ଯେତେବେଳେ ସାମାଜିକ ନିୟନ୍ତ୍ରିତ ଅତି ଦୁର୍ବଳ ହୋଇଯାଏ ସେତେବେଳେ ଏପ୍ରକାର ଆତ୍ମହତ୍ୟା ଦେଖାଯାଇଥାଏ। ଆମି ବା ନିୟମଶୂନ୍ୟତା ହେଉଛି ଆଧୁନିକ ସମାଜର ଏକ ଅତ୍ୟନ୍ତ ଦୂରାବସ୍ଥା। ଏ ସମୟରେ ସାମାଜିକ ନିୟନ୍ତ୍ରଣ ଅତ୍ୟନ୍ତ ନିମ୍ନସ୍ତରରେ ରହିଥାଏ। ଚରମ ହତାଶାର ବଶବର୍ତ୍ତୀ ହୋଇ ବ୍ୟକ୍ତି ଏ ପ୍ରକାର ଆତ୍ମହତ୍ୟା କରିଥାଏ। ଏ ପ୍ରକାର ଅବସ୍ଥା ପ୍ରାୟତଃ ଆର୍ଥିକ ବା ଶିଳ୍ପ ବା ବ୍ୟବସାୟ ଦୁର୍ଗତ ସମୟରେ ଦେଖାଯାଇଥାଏ। ଜୀବନରେ ଏହି ହଠାତ୍ ପରିବର୍ତ୍ତନ ସହିତ ଖାପ ଖୁଆଇ ନପାରି ବ୍ୟକ୍ତି ଆତ୍ମହତ୍ୟା କରେ ତାକୁ ଆନୋମିକ୍ ଆତ୍ମହତ୍ୟା କୁହାଯାଏ।
(୪) ଭାଗ୍ୟବାଦୀ ଆତ୍ମହତ୍ୟା (Fatalistic suicide) : ଦୁର୍ଗାଇମ୍ସଙ୍କର ଚତୁର୍ଥ ପ୍ରକାର ଆତ୍ମହତ୍ୟା ହେଉଛି ଭାଗ୍ୟବାଦୀ ଆତ୍ମହତ୍ୟା। ଏପ୍ରକାର ଆତ୍ମହତ୍ୟା ମୁଖ୍ୟତଃ ଅତ୍ୟଧିକ ସାମାଜିକ ନିୟନ୍ତ୍ରଣ ଅବସ୍ଥାରେ ପରିଲକ୍ଷିତ ହୋଇଥାଏ। ଯେତେବେଳେ ଜଣେ ଲୋକର ଭାବପ୍ରବଣତାକୁ ରୋକାଯାଏ ଏବଂ ଯାହାର ଭବିଷ୍ୟତ ଅନିଶ୍ଚିତ ହୋଇପଡ଼େ ସେ ଏପରି ଆତ୍ମହତ୍ୟା କରିଥାଏ।
Question ୩।
ଜାତି ଉପରେ ପ୍ରଫେସର ଜି. ଏସ୍. ୟୂରେଙ୍କର ମତକୁ ଆଲୋଚନା କର।
Answer:
ଜାତି ସ୍ତରୀକରଣ ବ୍ୟବସ୍ଥାର ଏକ ପ୍ରମୁଖ ଭିଭିଅଟେ। ଏହା ଉଭୟ ଏକ ସଂରଚନାତ୍ମକ ଓ ସାଂସ୍କୃତିକ ରୂପ। ଏହାକୁ ଏକ ଆବଦ୍ଧ ସ୍ତରୀକରଣ ବ୍ୟବସ୍ଥା ଭାରତୀୟ ସମାଜର ଏକ ଗୁରୁତ୍ଵପୂର୍ଣ୍ଣ ସାମାଜିକ ଅନୁଷ୍ଠାନ ଭାବେ ଏହା ପରିଚିତ। ପ୍ରାୟତଃ ତିନି ହଜାରରୁ ଉର୍ଷବର୍ଷ ଧରି ଏହା ଭାରତୀୟ ସମାଜରେ ତିଷ୍ଠି ଆସିଅଛି। ତେଣୁ ବିଭିନ୍ନ କ୍ଷେତ୍ରରୁ ବିଭିନ୍ନ ଚିନ୍ତାନାୟକମାନେ ଏହାକୁ ଆଗ୍ରହର ସହ ଅଧ୍ୟୟନ କରିଥାନ୍ତି। ଭାରତରେ ଜାତି ବ୍ୟବସ୍ଥାକୁ ସ୍ତରୀକରଣ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଅଧ୍ୟୟନ କରାଯାଇଥାଏ। ସେହିପରି ପ୍ରଖ୍ୟାତ ସମାଜବିଜ୍ଞାନୀ ପ୍ରଫେସର ଜି-ଏସ-ଘୂରେ ଜାତି ବ୍ୟବସ୍ଥା ଉପରେ ଏକ ସ୍ଵତନ୍ତ୍ର ଅଧ୍ୟୟନ କରିଛନ୍ତି। ଭାରତୀୟ ସମାଜ ପାଇଁ ଏହା ତାଙ୍କର ଏକ ଗୁରୁତ୍ଵପୂର୍ଣ୍ଣ ଅବଦାନ। ୧୯୩୨ରେ ତାଙ୍କ ପୁସ୍ତକ “କାଷ୍ଟ ଏବଂ ରେସ୍ ଇନ୍ ଇଣ୍ଡିଆ” ପ୍ରକାଶିତ ହେଲା।
ଘୂରେ ଜାତିକୁ ଏକ ଐତିହାସିକ, ତୁଳନାତ୍ମକ ଓ ସଂହତିଗତ ଦୃଷ୍ଟିକୋଣରୁ ଅଧ୍ୟୟନ କରିଛନ୍ତି। ତାଙ୍କ ମତରେ, “ ଜାତ ହେଉଛି କ୍ଷୁଦ୍ର ଏବଂ ସଂପୂର୍ଣ୍ଣ ସାମାଜିକ ବିଶ୍ଵ” ଜାତିର ସୃଷ୍ଟି ପ୍ରଜାତି ମଧ୍ୟରୁ ବୋଲି ସେ ମତ ଦେଇଛନ୍ତି। ସେ ଜାତି ବ୍ୟବସ୍ଥାକୁ ବ୍ରାହ୍ମଣ ବ୍ୟବସ୍ଥା ସହିତ ଯୋଡ଼ିଛନ୍ତି। ଆର୍ଯ୍ୟମାନଙ୍କର ବିଜୟ ଫଳରେ ଭାରତରେ ଜାତି ବ୍ୟବସ୍ଥା ସୃଷ୍ଟି ହୋଇଛି ବୋଲି ସେ ମତ ଦେଇଛନ୍ତି। ବ୍ରିଟିଶ ଶାସନ ଯୋଗୁଁ ଭାରତୀୟ ଜାତି ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିଛି ବୋଲି ସେ ମତ ଦେଇଛନ୍ତି। ତାଙ୍କ ମତ ଜାତି ବ୍ୟବସ୍ଥା ସ୍ଥିର ନୁହେଁ ପରିବର୍ତ୍ତନଶୀଳ ଅଟେ।
(୧) ସମାଜର କ୍ଷୁଦ୍ର ବିଭାଜନ,
(୨) ସ୍ତରୀକରଣ,
(୩) ପବିତ୍ରତା ଓ ଅପବିତ୍ରତାର ନିୟମ,
(୪) ଭିନ୍ନଭିନ୍ନ ନାଗରିକ ଏବଂ ଧାର୍ମିକ ସୁବିଧା ସୁଯୋଗ ଓ ଅସୁବିଧା,
(୫) ବୃଦ୍ଧି ନିବାଚନରେ ବାଧା,
(୬) ବିବାହାର ବାଧା ବା ଏଣ୍ଡୋଗାମୀ।
Question ୪।
ସଂସ୍କୃତିକରଣ ଉପରେ ଏକ ସଂକ୍ଷିପ୍ତ ରଚନା ଲେଖ।
Answer:
ପ୍ରଖ୍ୟାତ ସମାଜବିଜ୍ଞାନୀ ଓ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସର ସମାଜବିଜ୍ଞାନ ପ୍ରଫେସର ଏମ୍. ଏନ୍. ଶ୍ରୀନିବାସ ତାଙ୍କର ପ୍ରସିଦ୍ଧ ପୁସ୍ତକ “ ଦୁର୍ଗସମାନଙ୍କ ମଧ୍ୟରେ ଧର୍ମ ଏବଂ ସମାଜ”ରେ ସଂସ୍କୃତିକରଣ ସଂପ୍ରତ୍ୟୟର ବ୍ୟବହାର କରିଥିଲେ। ଏହି ସଂପ୍ରତ୍ୟୟକୁ ବ୍ୟବହାର କରି ଶ୍ରୀନିବାସ ଭାରତର ପାରଂପାରିକ ସାମାଜିକ ସଂରଚନା ସାମାଜିକ ସାଂସ୍କୃତିକ ସଂଞ୍ଚଳନତାକୁ ବର୍ଣ୍ଣନା କରିବାକୁ ପ୍ରୟାସ କରିଛନ୍ତି। ଶ୍ରୀନିବାସ ଦକ୍ଷିଣ ଭାରତର ମହୀଶୂରର ଦୁର୍ଗସ୍ମାନଙ୍କୁ ଅଧ୍ୟୟନ କଲାବେଳେ ଦେଖିବାକୁ ପାଇଲେ ଯେ ଜାତି ସ୍ତରୀକରଣରେ ନିଜ ନିଜର ପ୍ରସ୍ଥିତିରେ ଉନ୍ନତି ଆଣିବା ପାଇଁ ନୀଚ ଜାତିର ଲୋକମାନେ ବ୍ରାହ୍ମଣମାନଙ୍କର କେତେକ ପ୍ରଥା ପରଂପରା ଓ ଜୀବନଶୈଳୀକୁ ଅନୁକରଣ କରୁଛନ୍ତି ଏବଂ ଅପବିତ୍ର ବୋଲି ବିବେଚିତ ହେଉଥିବା ସେମାନଙ୍କର କେତେକ ପ୍ରଥା ପରଂପରାକୁ ତ୍ୟାଗ କରୁଛନ୍ତି। ଉଦାହରଣସ୍ୱରୂପ ମୋନ ମାଂସ ଖାଇବା, ମଦ ପିଇବା ସହିତ ବ୍ରାହ୍ମଣମାନଙ୍କର ଖାଦ୍ୟ ଜୀବନଶୈଳୀ ଓ କର୍ମକାଣ୍ଡକୁ ଅନୁସରଣ କଲେ। ଏହିପରି କରି ଗୋଟିଏ ପିଢ଼ୀରେ ବା ପରେ ସେମାନେ ଜାତି ସ୍ତରୀକରଣରେ ଉଚ୍ଚ ସ୍ଥିତିଜାହିର କରିପାରିବେ। ଏହି ପ୍ରକ୍ରିୟାକୁ ବୁଝାଇବା ପାଇଁ ପ୍ରଥମେ ଶ୍ରୀନିବାସ “ ବ୍ରାହ୍ମଣୀକରଣ” ସଂପ୍ରତ୍ୟୟ ପ୍ରୟୋଗ କରିଥିଲେ ଓ ପରେ ଏହାକୁ ସଂସ୍କୃତିକରଣ ବୋଲି କହିଲେ। ତାଙ୍କ ମତରେ ବ୍ରାହ୍ମଣୀକରଣ ଏକ ସଂକୀର୍ଣ୍ଣ ସଂପ୍ରତ୍ୟୟ; କିନ୍ତୁ ସଂସ୍କୃତିକରଣ ଏକ ବ୍ୟାପକ ସଂପ୍ରତ୍ୟୟ। କାରଣ ସେ ଦେଖିବାକୁ ପାଇଲେ ଯେ ବ୍ରାହ୍ମଣଙ୍କ ବ୍ୟତୀତ ମଧ୍ୟ ଅନ୍ୟ ଉଚ୍ଚ ଜାତିକ ସେମାନେ ଅନୁକରଣ କରୁଛନ୍ତି।
ପ୍ରଥମେ ଶ୍ରୀନିବାସ ସଂସ୍କୃତିକରଣର ସଂଜ୍ଞା ଦେଇ କହିଲେ ଯେ ସଂସ୍କୃତିକରଣ ହେଉଛି ନୀଚ ଜାତିମାନଙ୍କ ମଧ୍ୟରେ ଏକ ମନୋବୃତ୍ତି ଜାତି ସ୍ତରୀକରଣରେ ଉଚ୍ଚକୁ ଯିବା ପାଇଁ ନିରାମିଷ ଭୋଜନ ଓ ଏହାର କର୍ମକାଣ୍ଡକୁ ସଂସ୍କୃତିକରଣ କରି ପରେ ସେ ଏହି ସଂଜ୍ଞାକୁ ପରିବର୍ତ୍ତନ କରି କହିଲେ ଯେ ସଂସ୍କୃତିକରଣ ହେଉଛି ଏକ ପ୍ରକ୍ରିୟା ଯେଉଁଠି ଜଣେ ନୀଚ ହିନ୍ଦୁଜାତି ବା ଜନଜାତି ବା ଅନ୍ୟ ସମୂହ ଏହାର ପ୍ରଥା, କର୍ମକାଣ୍ଡ, ମତବାଦ ଓ ଜୀବନଶୈଳୀକୁ ଏକ ଦ୍ଵିଜ ବା ଉଚ୍ଚଜାତିର ଜୀବନଶୈଳୀ ଅନୁକରଣରେ ପରିବର୍ତ୍ତନ କରିଥାଏ । ସଂସ୍କୃତିକରଣ ସାମାଜିକ ପରିବର୍ତ୍ତରେ ଏକ ଦେଶୀୟ ଉତ୍ସ ଭାବେ ପରିଗଣିତ । ଏହା ଜାତି ବ୍ୟବସ୍ଥାରେ କେବଳ ସ୍ଥିତିଗତ ପରିବର୍ତ୍ତନକୁ ବୁଝାଇଥାଏ । କୌଣସି ସଂରଚନାତ୍ମକ ପରିବର୍ତ୍ତନକୁ ବୁଝାଇ ନ ଥାଏ । ସଂସ୍କୃତିକରଣ ପ୍ରକ୍ରିୟାର ନିମ୍ନଲିଖତ ଲକ୍ଷଣମାନ ରହିଛି ।
(୧) ସାମଜିକ ପରିବର୍ତ୍ତନର ଏକ ଦେଶୀୟ ଉତ୍ସ
(୨) ଏକ ଦ୍ଵିପାକ୍ଷିକ ପ୍ରକ୍ରିୟା
(୩) ଏହା ଭାରତୀୟ ସମାଜର ସାମାଜିକ ଓ ସାଂସ୍କୃତିକ ପରିବର୍ତ୍ତନକୁ ବୁଝାଏ
(୪) ଏହା ବ୍ରାହ୍ମଣୀକରଣ ଓ ଅଣସଂସ୍କୃତିକରଣ ପ୍ରକ୍ରିୟାକୁ ଜନିତ କରିଥାଏ
(୫) ଏହା ଏକ ସାର୍ବଜନୀୟ ପ୍ରକ୍ରିୟା ନୁହେଁ
(୬) ସଂସ୍କୃତିକରଣ ସଂରଚନାତ୍ମକ ପରିବର୍ତ୍ତନ
(୭) ଶିକ୍ଷଣ, ଶିଳ୍ପୀକରଣ ଆଣି ସାଂସ୍କୃତିକରଣ ପ୍ରକ୍ରିୟାକୁ ତ୍ବରାନିତ କରିଥାଏ
Question ୫।
ପର୍ଯ୍ୟବେକ୍ଷଣ କ’ଣ ? ଏହାର ଲକ୍ଷଣଗୁଡ଼ିକୁ ଆଲୋଚନା କର।
Answer:
ଉଭୟ ପ୍ରାକୃତିକ ଓ ସାମାଜିକ ବିଜ୍ଞାନର ଗବେଷଣା କ୍ଷେତ୍ରରେ ପଦ୍ଧତି ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥାଏ। କାରଣ ପଦ୍ଧତି ବିନା କୌଣସି ପ୍ରକାର ଗବେଷଣା ସମ୍ଭବ ନୁହେଁ। ପଦ୍ଧତି ହେଉଛି ଏକ ସୁବ୍ୟବସ୍ଥିତ ବ୍ୟବସ୍ଥା। ସାମାଜିକ ବିଜ୍ଞାନର ଗବେଷଣା କ୍ଷେତ୍ରରେ ବିଭିନ୍ନ ପଦ୍ଧତିର ବ୍ୟବହାର ହୋଇଥାଏ। ବୈଜ୍ଞାନିକ ଅନୁସନ୍ଧାରେ ବିଭିନ୍ନ ପଦ୍ଧତି ମଧ୍ଯରୁ ପର୍ଯ୍ୟବେକ୍ଷଣ ହେଉଛି ସବୁଠୁ ଏକ ଗୁରୁତ୍ଵପୂର୍ଣ୍ଣ ପଦ୍ଧତି। ସାମାଜିକ ଗବେଷଣା କ୍ଷେତ୍ରର ଏହା ସବୁଠୁ ପୁରୁଣା ପଦ୍ଧତିଭାବେ ପରିଚିତ।
ସାମାଜିକ ସମସ୍ୟାଗୁଡ଼ିକୁ ଅଧ୍ୟୟନରେ ଏକ ପ୍ରମୁଖ ପ୍ରଦ୍ଧତି ହେଉଛି ପର୍ଯ୍ୟବେକ୍ଷଣ। ଏହି ପଦ୍ଧତି ମାଧ୍ୟମରେ ଜଣେ ପର୍ଯ୍ୟବେକ୍ଷକ ଦ୍ଵାରା ଗବେଷଣା କ୍ଷେତ୍ରକୁ ତଥ୍ୟ ସଂଗ୍ରହ କରାଯାଏ। ଏହା ଏକ ଘଟଣା ବା ସମସ୍ୟାକୁ ସୁବ୍ୟବସ୍ଥିତ ଭାବେ ପର୍ଯ୍ୟବେକ୍ଷଣ ବା ଦର୍ଶନ କରିବାର ଏକ ପ୍ରକ୍ରିୟା ଅଟେ। ଏହା ମୁଖ୍ୟତଃ ଆଖିର କାର୍ଯ୍ୟ ଭାବେ ପରିଚିତ। ଏକ ବାସ୍ତବ ପରିସ୍ଥିତିରେ କ’ଣ ଘଟୁଛି ତାହାକୁ ଏକ ଯୋଜନା ଅନୁସାରେ ପର୍ଯ୍ୟବେକ୍ଷଣ କରିବାର ଏକ ପ୍ରକ୍ରିୟାକୁ ବୁଝାଇଥାଏ ଅକ୍ସଫୋର୍ଡ ଅଭିଧାନ ଅନୁସାରେ ପର୍ଯ୍ୟବେକ୍ଷଣ ଅର୍ଥ “ ଘଟଣା ବା ସମସ୍ୟା ପ୍ରାକୃତିକ ଅବସ୍ଥାରେ ଘଟୁଥିବା ସମୟରେ ସେମାନଙ୍କର କାରଣ ଏବଂ ଫଳାଫଳ ଓ ପାରସ୍ପରିକ ସଂପର୍କ ଭିତ୍ତିରେ ସଠିକ୍ ଦର୍ଶନ ଓ ତା’ର ଲିଖନକୁ ବୁଝାଇଥାଏ।”
ପର୍ଯ୍ୟବେକ୍ଷଣର ଲକ୍ଷଣ : ସାମାଜିକ ଗବେଷଣାର ଏକ ପ୍ରମୁଖ ପଦ୍ଧତି ବା ଏକ ବୈଜ୍ଞାନିକ କୌଶଳ ଭାବେ ପର୍ଯ୍ୟବେକ୍ଷଣର ନିମ୍ନଲିଖୂତ ଲକ୍ଷଣ ମାନରହିଛି।
(୧) ଆସ୍ର କାର୍ଯ୍ୟ : ପର୍ଯ୍ୟବେକ୍ଷଣ ଆଖିଦ୍ଵାରା ସମ୍ଭବ ହୋଇଥାଏ କାରଣ ପି.ଭି. ୟଙ୍ଗ୍ଙ୍କ ମତରେ, ପର୍ଯ୍ୟବେକ୍ଷଣ ହେଉଛି ଆଖି ଦ୍ବାରା କରାଯାଉଥିବା ଏକ ସୁବ୍ୟବସ୍ଥିତ ଓ ଜାଣିଶୁଣି କରାଯାଉଥିବା ଅଧ୍ୟୟନ। ଏହି ପଦ୍ଧତିରେ ପର୍ଯ୍ୟବେକ୍ଷକକୁ ପ୍ରତ୍ୟେକ ଜିନିଷକୁ ଅଧିକ ଯତ୍ନଶୀଳ ଭାବେ ଦେଖିବାକୁ ହୋଇଥାଏ। ଆଖି ତଥ୍ୟ ସଂଗ୍ରହର ଏକ ବିଶ୍ଵାସୀ ପଦ୍ଧତି ହୋଇଥିବାରୁ ଏହା ଉପରେ ବିଶେଷ ଗୁରୁତ୍ବ ଦିଆଯାଏ।
(୨) ପର୍ଯ୍ୟବେକ୍ଷଣ ବସ୍ତୁନିଷ୍ଠ ଅଟେ : ପର୍ଯ୍ୟବେକ୍ଷଣ ବସ୍ତୁନିଷ୍ଠ ହେବା ଉଚିତ୍ ଏବଂ ସମସ୍ତ ପ୍ରକାର ପକ୍ଷପାତିତା ବା ବ୍ୟକ୍ତିଗତ ବିଚାରରୁ ସଂପୂର୍ଣ୍ଣ ମୁକ୍ତ ହେବା ଉଚିତ। ପର୍ଯ୍ୟବେକ୍ଷଣ ସମୟରେ ପର୍ଯ୍ୟବେକ୍ଷକ ବସ୍ତୁନିଷ୍ଠ ଓ ନିରପେକ୍ଷ ଭାବେ ସମସ୍ତ ଘଟଣାକୁ ଅଧ୍ୟୟନ କରିବା ଉଚିତ।
(୩) ଏକ ସୁବ୍ୟବସ୍ଥିତ ପଦ୍ଧତି : ତଥ୍ୟ ସଂଗ୍ରହର ଏକ ସୁବ୍ୟବସ୍ଥିତ ପଦ୍ଧତି ହେଉଛି ପର୍ଯ୍ୟବେକ୍ଷଣ। କୌଣସି ପ୍ରକାର ଅବ୍ୟବସ୍ଥିତ ବା ହାଫାବାର୍ଡ଼ ତଥ୍ୟ ସଂଗ୍ରହକୁ ପର୍ଯ୍ୟବେକ୍ଷଣ କୁହାଯାଇ ପାରିବ ନାହିଁ। ଘଟଣାକୁ ସୁବ୍ୟବସ୍ଥିତ ପ୍ରକ୍ରିୟାରେ ଅଧ୍ୟୟନ କରିବାକୁ ହୋଇଥାଏ।
(୪) ନିର୍ଦ୍ଦିଷ୍ଟ ଲକ୍ଷ୍ୟ : ପର୍ଯ୍ୟବେକ୍ଷଣ ପଦ୍ଧତିର ନିଦ୍ଧିଷ୍ଟ ଲକ୍ଷ୍ୟ ରହିଥାଏ। ସେହି ଲକ୍ଷ୍ୟକୁ ଆଖି ଆଗରେ ରଖି ସୁବ୍ୟବସ୍ଥିତ ଭାବେ ତଥ୍ୟ ସଂଗ୍ରହ କରାଯାଏ। ନିଦ୍ଧିଷ୍ଟ ଲକ୍ଷ୍ୟ ବିନା ପର୍ଯ୍ୟବେକ୍ଷଣ ମୂଲ୍ୟହୀନ ହୋଇପଡ଼ିବ।
(୫) ସଠିକ୍ ଯୋଜନ : ପର୍ଯ୍ୟବେକ୍ଷଣ ଏବଂ ଯୋଜନାବଦ୍ଧ ପଦ୍ଧତି ଭାବେ ପରିଚିତ। ପର୍ଯ୍ୟବେକ୍ଷକ ତଥ୍ୟ ସଂଗ୍ରହଣ ପାଇଁ ଗବେଷଣା କ୍ଷେତ୍ରକୁ ଯିବା ପୂର୍ବରୁ ସୁବ୍ୟବସ୍ଥିତ ଯୋଜନା ପ୍ରସ୍ତୁତ କରିଥାଏ ଓ ସେହି ଯୋଜନା ମୁତାବତା ତଥ୍ୟ ସଂଗ୍ରହ କରାଯାଏ।
(୬) ଲେଖା ରଖିବା ଆବଶ୍ୟକ : ପର୍ଯ୍ୟବେକ୍ଷଣ ଏକ ଜଟିଳ ପ୍ରକ୍ରିୟା ଅଟେ। ତେଣୁ ପର୍ଯ୍ୟବେକ୍ଷକ ସମୟରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟଗୁଡ଼ିକୁ ଲିଷ୍ପତ ଆକାରରେ ରଖିବା ଆବଶ୍ୟକ ନହେଲେ ପର୍ଯ୍ୟାବେକ୍ଷକ ଏହାକୁ ଭୁଲି ଯିବାର ସମ୍ଭାବନା ଥାଏ।
(୭) ପର୍ଯ୍ୟବେକ୍ଷଣ ସର୍ବଦା ଉପକଳ୍ପନା ଦ୍ଵାରା ନିର୍ଦ୍ଦେଶିତ ବା ପରିଚାଳିତ ହେବା ଉଚିତ।
(୮) ପର୍ଯ୍ୟବେକ୍ଷଣ ଏକ ପ୍ରତ୍ୟକ୍ଷ ଅଧ୍ୟୟନ ଯାହାଦ୍ଵାରା ପ୍ରାଥମିକ ତଥ୍ୟ ସଂଗୃହିତ ହୋଇଥାଏ।
(୯) ପର୍ଯ୍ୟବେକ୍ଷଣର ଫଳ ପୁନଃ ପରୀକ୍ଷଣ ଯୋଗୀ ହେବା ଉଚିତ।
Question ୬।
ପର୍ଯ୍ୟବେକ୍ଷଣର ସଂଜ୍ଞାଦିଅ ଓ ଏହାର ପ୍ରକାର ଗୁଡ଼ିକୁ ଆଲୋଚନା କର।
Answer:
ସାମାଜିକ ଗବେଷଣା କ୍ଷେତ୍ରରେ ବ୍ୟବହୃତ ହେଉଥିବା ବିଭିନ୍ନ ପଦ୍ଧତିଗୁଡ଼ିକ ମଧ୍ୟରୁ ପର୍ଯ୍ୟବେକ୍ଷଣ ଏକ ପ୍ରମୁଖ ପଦ୍ଧତି ପଦ୍ଧତିଗୁଡ଼ିକ ମଧ୍ୟରୁ ପର୍ଯ୍ୟବେକ୍ଷଣ ଏକ ପ୍ରମୁଖ ପଦ୍ଧତି ଭାବେ ପରିଚିତ। ସାମାଜିକ ଗବେଷଣା କ୍ଷେତ୍ରରେ ପର୍ଯ୍ୟବେକ୍ଷଣର ବ୍ୟବହାର ଅତି ପ୍ରାଚୀନ ଅଟେ। ପର୍ଯ୍ୟବେକ୍ଷଣ ମୁଖ୍ୟତଃ ଏକ ଆଖିର କାର୍ଯ୍ୟ। ପର୍ଯ୍ୟବେକ୍ଷଣ ଦ୍ଵାରା ସାମାଜିକ ସମସ୍ୟାଗୁଡ଼ିକୁ ଅଧ୍ୟୟନ କରାଯାଏ। ଏକ ଘଟଣା ବା ସମସ୍ୟାକୁ ସୁବ୍ୟବସ୍ଥିତ ଭାବେ ଦର୍ଶନ କରିବାର ପ୍ରକ୍ରିୟାକୁ ପର୍ଯ୍ୟବେକ୍ଷଣ କୁହାଯାଏ। ଏହା ମାଧ୍ୟମରେ ସାମାଜିକ ସମସ୍ୟାଗୁଡ଼ିକୁ ସଠିକ୍ ଭାବେ ଦେଖାଯାଇଥାଏ। ପର୍ଯ୍ୟବେକ୍ଷଣ ହେଉଛି ତଥ୍ୟ ସଂଗ୍ରହର ଏକ କୌଶଳ ଯାହାଦ୍ଵାରା ଜଣେ ପର୍ଯ୍ୟବେକ୍ଷକ ଗବେଷଣା କ୍ଷେତ୍ରରୁ ତଥ୍ୟ ସଂଗ୍ରହ କରିଥାଏ ବାସ୍ତବ ଜୀବନ ପରିସ୍ଥିତିରେ କ’ଣ ଘଟୁଛି ତାହାକୁ ଏକ ସୁବ୍ୟବସ୍ଥିତ ଯୋଜନା ମାଧ୍ୟମରେ ପର୍ଯ୍ୟବେକ୍ଷଣ କରିବାର ଏକ ପ୍ରକ୍ରିୟାକୁ ବୁଝାଇଥାଏ। ଆକ୍ସଫୋର୍ଡ କସାଇଜ୍ ଅଭିଧାନ ଅନୁସାରେ ପର୍ଯ୍ୟବେକ୍ଷଣ ଅର୍ଥ “ଘଟଣା ବା ସମସ୍ୟା ପ୍ରାକୃତିକ ଅବସ୍ଥାରେ ଘଟୁଥିବା ସମୟରେ ସେମାନଙ୍କର କାରଣ ଓ ଫଳାଫଳ ଓ ପାରସ୍ପରିକ ସଂପର୍କ ଭିତ୍ତିରେ ସଠିକ୍ ଦର୍ଶନ ଓ ତା’ର ଲିଖନକୁ ବୁଝାଇଥାଏ। ପି. ଭି. ୟଙ୍ଗଙ୍କ ମତରେ, “ପର୍ଯ୍ୟବେକ୍ଷଣ ହେଉଛି ଘଟଣା ଘଟୁଥିବା ସମୟରେ ଆଖିଦ୍ଵାରା କରାଯାଉଥିବା ଏକ ସୁବ୍ୟବସ୍ଥିତ ଓ ଜାଣିଶୁଣି ଅଧ୍ୟୟନ ପର୍ଯ୍ୟବେକ୍ଷଣର ଲକ୍ଷ୍ୟ ହେଉଛି ଜଟିଳ ସାମାଜିକ ଘଟଣା, ସାଂସ୍କୃତିକ ପଦ୍ଧତି ବା ମାନବ ଚରିତ୍ରରେ ଗୁରୁତ୍ଵପୂର୍ଣ ପାରସ୍ପରିକ ଲକ୍ଷଣଗୁଡ଼ିକର ପ୍ରକୃତି ଏବଂ ପରିମାଣକୁ ବୁଝିବା।”
ପର୍ଯ୍ୟବେକ୍ଷଣର ପ୍ରକାର : ପଦ୍ଧତି ବ୍ୟବହାର ଏବଂ ଜାରି କରାଯାଉଥିବା ନିୟନ୍ତ୍ରଣର ପ୍ରକାର ଭିତ୍ତିରେ ପର୍ଯ୍ୟବେକ୍ଷଣକୁ ପାଞ୍ଚଭାଗରେ ବିଭକ୍ତ କରାଯାଏ। ଯଥା –
(୧) ଅଂଶଗ୍ରହଣକାରୀ ବା ସହଭାଗୀ ପର୍ଯ୍ୟବେକ୍ଷଣ (Participant obervation)
(୨) ଅଣଆଂଶ ଗ୍ରହଣକାରୀ ବା ଅସହଭାଗୀ ପର୍ଯ୍ୟବେକ୍ଷଣ (Non-participant observation)
(୩) ମିଶ୍ରିତ ବା ବ୍ବାସି ସହଭାଗୀ ପର୍ଯ୍ୟବେକ୍ଷଣ (Mixed or Quasi participant observation)
(୪) ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ (Controlled observation)
(୫) ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ (Noncontrolled observtion)
(୧) ସହଭାଗୀ ପର୍ଯ୍ୟବେକ୍ଷଣ : ଯେତେବେଳେ ପର୍ଯ୍ୟବେକ୍ଷକ ପର୍ଯ୍ୟବେକ୍ଷଣ କରିବାକୁ ଥିବା ସମୂହ ସହିତ ମିଶି ବା ସେମାନଙ୍କ ସହିତ ଅଂଶଗ୍ରହଣ କରି ସେମାନଙ୍କ କାର୍ଯ୍ୟ କଳାପକୁ ପର୍ଯ୍ୟବେକ୍ଷଣ କରିଥାଏ ତାହାକୁ ସହଭାଗୀ ପର୍ଯ୍ୟବେକ୍ଷଣ କୁହାଯାଏ।
(୨) ଅସହଭାଗୀ ପର୍ଯ୍ୟବେକ୍ଷଣ : ଯେତେବେଳେ ପର୍ଯ୍ୟବେକ୍ଷକ ଏକ ସମୂହ ବା ତା’ର କାର୍ଯ୍ୟକଳାପକୁ ଦୂରରେ ରହି ଓ ସେମାନଙ୍କ ସହ ସାମିଲ ନ ହୋଇ ପର୍ଯ୍ୟବେକ୍ଷଣ କରିଥାଏ ତାହାକୁ ଅସହଭାଗୀ ପର୍ଯ୍ୟବେକ୍ଷଣ କୁହାଯାଏ। ଏଥିରେ ପର୍ଯ୍ୟବେକ୍ଷକ ଅଂଶଗ୍ରହଣ କରେ ନାହିଁ କି ସେମାନଙ୍କ କାର୍ଯ୍ୟକଳାପକୁ କୌଣସି ଉପାୟରେ ପ୍ରଭାବିତ କରିନଥାଏ।
(୩) ମିଶ୍ରିତ ବା କ୍ଲାସି ସହଭାଗୀ ପର୍ଯ୍ୟବେକ୍ଷଣ : ଏକ ସଂପୂର୍ଣ୍ଣ ସହଭାଗୀ ଓ ସଂପୂର୍ଣ୍ଣ ଅସହଭାଗୀ ପର୍ଯ୍ୟବେକ୍ଷଣ ବାସ୍ତବରେ ଅସମ୍ଭବ। ତେଣୁ ଉଭୟର ମିଶ୍ରଣରେ ପର୍ଯ୍ୟବେକ୍ଷଣ ଅଧିକ ସଫଳ ଓ ବସ୍ତୁନିଷ୍ଠ ହୁଏ ଏବଂ ଫଳାଫଳ ଉତ୍ତମ ମିଳିଥାଏ। ସହଭାଗୀ ଓ ଅସହଭାଗୀ ପର୍ଯ୍ୟବେକ୍ଷଣରେ ମିଶ୍ରଣରେ ସୃଷ୍ଟି ପର୍ଯ୍ୟବେକ୍ଷଣକୁ ମିଶ୍ରିତ ବା କ୍ରାସି ସହଭାଗୀ ପର୍ଯ୍ୟବେକ୍ଷଣ କୁହାଯାଏ।
(୪) ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ : ପର୍ଯ୍ୟବେକ୍ଷଣର ଫଳାଫଳକୁ ଅଧିକ ସଠିକ୍ ବସ୍ତୁନଶ୍ଚ ଓ ନିର୍ଭରଯୋଗ୍ୟ କରିବା ପାଇଁ ପର୍ଯ୍ୟବେକ୍ଷଣ ଉପରେ ନିୟନ୍ତ୍ରଣଜାରି କରାଯାଏ। ଏହି ନିୟନ୍ତ୍ରଣ ୨ଟି ସ୍ତରରେ ଜାରି କରାଯାଏ
(୧) ଘଟଣା ବା ପର୍ଯ୍ୟବେକ୍ଷଣ ହେବାକୁ ଥିବା ବିଷୟ ଉପରେ ନିୟନ୍ତ୍ରଣ ଏବଂ
(୨) ପର୍ଯ୍ୟବେକ୍ଷଣ ଉପରେ ନିୟନ୍ତ୍ରଣ ଏହି ଦୁଇ ପ୍ରକାର ନିୟନ୍ତ୍ରଣ ଜାରି ହୋଇଥିବା ପର୍ଯ୍ୟବେକ୍ଷଣକୁ ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ କୁହାଯାଏ।
(୫) ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ : ଯେତେବେଳେ ପର୍ଯ୍ୟବେକ୍ଷଣ ପ୍ରାକୃତିକ ଅବସ୍ଥାରେ କୌଣସି ପ୍ରକାର ପ୍ରଭାବ ପକାନଯାଇ ଓ ନିୟନ୍ତ୍ରଣ ଜାରି କରାନଯାଇ ସଂପନ୍ନ କରାଯାଏ ତାହାକୁ ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ କୁହାଯାଏ।
Question ୭।
ପ୍ରଶାବଳୀ କ’ଣ ? ଏକ ଭଲ ପ୍ରଶ୍ନବଳୀର ଲକ୍ଷଣ ଓ ପ୍ରକାରଗୁଡ଼ିକ ଉଲ୍ଲେଖ କର।
Answer:
ସାମାଜିକ ଗବେଷଣା ଏକ ଜଟିଳ ପ୍ରକ୍ରିୟା। ତଥ୍ୟ ସଂଗ୍ରହ ପାଇଁ ସଂପୂର୍ଣ୍ଣ ଅନୁସନ୍ଧାନର ଆବଶ୍ୟକ ହୋଇଥାଏ। ଏଥିପାଇଁ କ୍ଷେତ୍ରରେ ସଠିକ୍ ବା ଉପଯୁକ୍ତ ଉପକରଣ ବା କୌଶଳ ନିର୍ବାଚନ ସବଠୁ ଗୁରୁତ୍ବପୂର୍ଣ୍ଣ ଅଟେ କାରଣ ଗବେଷଣାର ଫଳାଫଳ ଏହା ଉପରେ ହିଁ ନିର୍ଭର କରିଥାଏ। ତେବେ ଯାହାହେଉ ତଥ୍ୟ ସଂଗ୍ରହ ପାଇଁ ସାମାଜିକ ଗବେଷଣା କ୍ଷେତ୍ରରେ ଅନେକ ଉପକରଣ ବା କୌଶଳ ବ୍ୟବହୃତ ହୋଇଥାଏ। ସେଥୁମଧ୍ୟରୁ ପ୍ରଶାବଳୀ ଏକ ଗୁରୁତ୍ଵପୂର୍ଣ୍ଣ ଉପକରଣ, ଅଟେ।
ସାଧାରଣତଃ ପ୍ରଶାବଳୀ ହେଉଛି ଏକ ତଥ୍ୟ ସିଟ୍ରେ ସୁବ୍ୟବସ୍ଥିତ କ୍ରମରେ ସଞ୍ଜିତ ହୋଇ ଛାପା ହୋଇଥିବା ପ୍ରଶ୍ନଗୁଡ଼ିକର ଏକ ଚିଠା। ପ୍ରଶାବଳୀକୁ ଉତ୍ତର ଦେବାକୁ ଥିବା ଉତ୍ତରକର୍ତ୍ତା ମାନେ ପୂରଣ କରି ପର୍ଯ୍ୟବେକ୍ଷଣ ପାଖକୁ ପଠାଇ ଦିଅନ୍ତି। ଯେତେବେଳେ ଗବେଷଣା ଏକ ବୃହତ୍ କ୍ଷେତ୍ର ପାଇଁ କରାଯାଏ ବା ତଥ୍ୟ ପ୍ରଦାନ କାରୀମାନେ ଦୂରଦୂରାନ୍ତରରେ ବିକ୍ଷିପ୍ତ ହୋଇ ରହିଥାନ୍ତି ସେତେବେଳେ ଏହି ଉପକୀରଣର ବ୍ୟବହାର କରାଯାଏ। ଏଥିରେ ପର୍ଯ୍ୟବେକ୍ଷକ ତଥ୍ୟ ପ୍ରଦାନକାରୀ ପାଖକୁ ତଥ୍ୟ ସଂଗ୍ରହ ପାଇଁ ଯାଏ ନାହିଁ ସେ କେବଳ ପ୍ରଶାବଳୀକୁ ଡାକରେ ତଥ୍ୟ ପ୍ରଦାନକାରୀ ପାଖକୁ ପଠାଇଦିଏ ଯିଏକି ପୂରଣ କରି ପୁଣି ତାଙ୍କଦ୍ଵାରା ଗବେଷଣ ପାଖକୁ ଫେରାଇ ଦେଇଥାଏ। ଗୁଡ଼େ ଏବଂ ହ୍ୟାଟଙ୍କ ମତରେ, “ ସାଧରଣ ଭାଷାରେ ପ୍ରଶ୍ନବଳୀ ଏକ ଉପକରଣକୁ ବୁଝାଏ ଯାହାକି ଏକ ଫରାମାଟ ବ୍ୟବହାର କରି ପ୍ରଶ୍ନଗୁଡ଼ିକର ଉତ୍ତର ସଂଗ୍ରହ କରିଥାଏ ଯାହାକୁ ତଥ୍ୟପ୍ରଦାନ କାରୀ ନିଜେ ହିଁ ପୂରଣ କରିଥାଏ । ”
ଏକ ଭଲ ପ୍ରଶ୍ନବଳୀର ଲକ୍ଷଣ :
ଏକ ପ୍ରଶ୍ନବଳୀ ଭଲ ବା ଉତ୍ତମ ବୋଲି ସେତିକି ବେଳେ କୁହାଯାଏ ଯେତେବେଳେ ଏହା ନିମ୍ନଲିଖୁତ ଲକ୍ଷଣମାନ ରହିଥିବ
(୧) ଏହା ଅକାରରେ କ୍ଷୁଦ୍ର ହେବା ଉଚିତ।
(୨) ପ୍ରଶାବଳୀରେ କେବଳ ବସ୍ତୁନିଷ୍ଠ ପ୍ରଶ୍ନମାନ ରହିଥିବା ଆବଶ୍ୟକ।
(୩) ପ୍ରଶାବଳୀ ସବୁ ଦୃଷ୍ଟିରୁ ଆକର୍ଷଣୀୟ ହୋଇଥବା ଉଚିତ।
(୪) .ପ୍ରଶାବଳୀରେ ବ୍ୟବହୃତ ଭାଷା ସରଳ ହେବା ଉଚିତ।
(୫) ଏଥରେ ବିଷୟଭିଭିକତାକୁ ଦୂରେଇବା ଉଚିତ।
(୬) ପ୍ରଶ୍ନବଳୀରେ ପ୍ରଶ୍ନଗୁଡ଼ିକ ସଠିକ୍ କ୍ରମରେ ସଜ୍ଜିତ ହେବା ଉଚିତ।
ପ୍ରଶ୍ନବଳୀର ପ୍ରକାର :
ପ୍ରଶାବଳୀ ବିଭିନ୍ନ ପ୍ରକାରର ଅଟେ । ପି. ଭି. ୟୁଙ୍ଗଙ୍କ ମତରେ, ପ୍ରଶାବଳୀ ତିନି ପ୍ରକାରର ଅଟେ।
(୧) ସଂରଚିତ ପ୍ରଶ୍ନବଳୀ
(୨) ଅଣସଂରଚିତ ପ୍ରଶାବଳୀ
(୩) ଛବିଳ ପ୍ରଶାବଳୀ
ଜି. ଏ. ଲୁଣ୍ଡବର୍ଗ ପ୍ରଶାବଳୀକୁ ଦୁଇଭାଗରେ ବିଭକ୍ତ କରିଛନ୍ତି; ଯଥା –
(୧) ସତ୍ୟ ବା ବାସ୍ତବତାର ପ୍ରାଶାବଳୀ,
(୨) ମତାମତର ପ୍ରଶାବଳୀ।
Question ୮।
ପ୍ରଶ୍ନବଳୀର ସଂଜ୍ଞାଦିଅ ଏବଂ ଏହାର ଉପକାର ଓ ଅପକାରକୁ ଦର୍ଶାଅ।
Answer:
ସାମାଜିକ ଗବେଷଣା ଏକ ଜଟିଳ ପ୍ରକ୍ରିୟା। ତଥ୍ୟ ସଂଗ୍ରହ ପାଇଁ ସଂପୂର୍ଣ୍ଣ ଅନୁସନ୍ଧାନର ଆବଶ୍ୟକ ହୋଇଥାଏ। ଏଥିପାଇଁ କ୍ଷେତ୍ରରେ ସଠିକ୍ ବା ଉପଯୁକ୍ତ ଉପକରଣ ବା କୌଶଳ ନିର୍ବାଚନ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଅଟେ କାରଣ ଗବେଷଣାର ଫଳାଫଳ ଏହା ଉପରେ ହିଁ ନିର୍ଭର କରିଥାଏ। ତେବେ ଯାହାହେଉ ତଥ୍ୟ ସଂଗ୍ରହ ପାଇଁ ସାମାଜିକ ଗବେଷଣା କ୍ଷେତ୍ରରେ ଅନେକ ଉପକରଣ ବା କୌଶଳ ବ୍ୟବହୃତ ହୋଇଥାଏ। ସେଥିମଧ୍ୟରୁ ପ୍ରଶାବଳୀ ଏକ ଗୁରୁତ୍ଵପୂର୍ଣ୍ଣ ଉପକରଣ ଅଟେ।
ସାଧାରଣତଃ ପ୍ରଶାବଳୀ ହେଉଛି ଏକ ତଥ୍ୟ ସିଟ୍ରେ ସୁବ୍ୟବସ୍ଥିତ କ୍ରମରେ ସଜ୍ଜିତ ହୋଇ ଛାପା ହୋଇଥିବା ପ୍ରଶ୍ନଗୁଡ଼ିକର ଏକ ଚିଠ। ପ୍ରଶାବଳୀକୁ ଉତ୍ତର ଦେବାକୁ ଥିବା ଉତ୍ତରକର୍ତ୍ତା ମାନେ ପୂରଣ ପର୍ଯ୍ୟବେକ୍ଷକ ପାଖକୁ ପଠାଇ ଦିଅନ୍ତି। ଯେତେବେଳେ ଗବେଷଣା ଏକ ବୃହତ୍ କ୍ଷେତ୍ର ପାଇଁ କରାଯାଏ ବା ତଥ୍ୟ ପ୍ରଦାନ କାରୀମାନେ ଦୂରଦୂରାନ୍ତରରେ ବିକ୍ଷିପ୍ତ ହୋଇ ରହିଥାନ୍ତି ସେତେବେଳେ ଏହି ଉପକରଣର ବ୍ୟବହାର କରାଯାଏ। ଏଥୁରେ ପର୍ଯ୍ୟବେକ୍ଷକ ତଥ୍ୟ ପ୍ରଦାନକାରୀ ପାଖକୁ ତଥ୍ୟ ସଂଗ୍ରହ ପାଇଁ ଯାଏ ନାହିଁ ସେ କେବଳ ପ୍ରଶାବଳୀକୁ ଡାକରେ ତଥ୍ୟ ପ୍ରଦାନକାରୀ ପାଖକୁ ପଠାଇଦିଏ ଯିଏକି ଏହାକୁ ପୂରଣ କରି ପୁଣି ତାଙ୍କଦ୍ବାରା ଗବେଷକ ପାଖକୁ ଫେରାଇ ଦେଇଥାଏ। ଗୁଡ଼େ ଏବଂ ହ୍ୟାଙ୍କ ମତରେ, “ ସାଧାରଣ ଭାଷାରେ ପ୍ରଶ୍ନବଳୀ ଏକ ଉପକରଣକୁ ବୁଝାଏ ଯାହାକି ଏକ ଫରମାଟ ବ୍ୟବହାର କରି ପ୍ରଶ୍ନଗୁଡ଼ିକର ଉତ୍ତର ସଂଗ୍ରହ କରିଥାଏ ଯାହାକୁ ତଥ୍ୟପ୍ରଦାନ କାରୀ ନିଜେ ହିଁ ପୂରଣ କରିଥାଏ।”
ପ୍ରଶ୍ନବଳୀର ଉପକାର :
ପ୍ରଶାବଳୀ ପଦ୍ଧତିର ନିମ୍ନଲିଖତ ଉପକାରମାନ; ଯଥା –
(୧) ଏହି ପଦ୍ଧତି କମ୍ ସମୟ, ପ୍ରଚେଷ୍ଟା ଓ ଖର୍ଚ୍ଚ ଆବଶ୍ୟକତାରେ।
(୨) ବୃହତ୍ ଅଞ୍ଚଳରେ ବିକ୍ଷିପ୍ତ ତଥ୍ୟ ପ୍ରଦାନକାରୀଙ୍କ ପାଇଁ ଏହି ପଦ୍ଧତି ଉତ୍ତମ ଅଟେ।
(୩) ତଥ୍ୟ ସଂଗ୍ରହର ଏହା ସବୁଠୁ ସହଜ ଓ ନମନୀୟ ପଦ୍ଧତି ଅଟେ।
(୪) ଏହି ପଦ୍ଧତି ଦ୍ଵାରା ସଂଗୃହିତ ତଥ୍ୟ ଅଧ୍ଵ।
(୫) ଅନ୍ୟ ପଦ୍ଧତି ତୁଳନା ଏହି ପଦ୍ଧତିରେ ତଥ୍ୟ।
(୬) ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ପାଇଁ ଏହି ପଦ୍ଧତି ଉତ୍ତମ ଅଟେ।
ପ୍ରଶ୍ନବଳୀର ଅପକାର :
ପ୍ରଶାବଳୀର ନିମ୍ନଲିଖୁତ ଅପକାରମାନ ରହିଛି
(୧) ନିରକ୍ଷର ଲୋକଙ୍କ କ୍ଷେତ୍ରରେ ଏହି ପଦ୍ଧତି ପ୍ରୟୋଗ କରାଯାଇ ପାରିବ ନାହିଁ।
(୨) ଏହି ପଦ୍ଧତିଦ୍ଵାରା ସଂଗୃହିତ ତଥ୍ୟ କମ୍ ନିର୍ଭରଯୋଗ୍ୟ ଅଟେ।
(୩) ଏହି ପଦ୍ଧତି ଦ୍ଵାରା ଗୁରୁତ୍ଵପୂର୍ଣ୍ଣ ଗଭୀର ଅଧ୍ୟୟନ ସମ୍ଭବ ନୁହେଁ।
(୪) ସ୍ପର୍ଶକାତର ବିଷୟ ପାଇଁ ଏହି ପଦ୍ଧତି ବ୍ୟବହାର ଯୋଗ୍ୟ ନୁହେଁ।
(୫) ଏହି ପଦ୍ଧତିରେ ଉତ୍ତର ପ୍ରଦାନ କମ୍ ଅଟେ।
(୬) ଏହି ପଦ୍ଧତିରେ ଗବେଷକ ଓ ତଥ୍ୟ ପ୍ରଦାନ କାରୀ ମଧ୍ୟରେ ପ୍ରତ୍ୟକ୍ଷ ସଂପର୍କ ସମ୍ଭବ ନୁହେଁ।
Question ୯।
ସୂଚୀ କହିଲେ କ’ଣ ବୁଝ ? ଏହାର ଲକ୍ଷଣ ଓ ପ୍ରକାରଗୁଡ଼ିକ ଦର୍ଶାଅ।
Answer:
ମନୁଷ୍ୟ ଏକ ସାମାଜିକ ପ୍ରାଣୀ ଭାବେ ସମାଜରେ ବାସ କରେ। ସମାଜରେ ତା’ର ବାସ କରିବା ସମୟରେ ସେ ନାନା ସମସ୍ୟାର ସମ୍ମୁଖୀନ ହୋଇଥାଏ। ଏହି ସମସ୍ୟାଗୁଡ଼ିକର ଅଧ୍ୟୟନ ଓ ସମାଧନ ପାଇଁ ସେ ମଧ୍ୟ ବିଭିନ୍ନ ଉପକରଣ କୌଶଳ ଦା ପଦ୍ଧତିରେ ବିକାଶ କରିଅଛି। ସେହିଗୁଡ଼ିକ ଦ୍ଵାରା ସାମାଜିକ ସମସ୍ୟାର ସମାଧାନ ସହିତ ହୋଇଥାଏ। ସେହି ପଦ୍ଧତିଗୁଡିକ ମଧ୍ୟରୁ ସୂଚୀ ଅନ୍ୟତମ ଅଟେ।
ସାଧାରଣ ଅର୍ଥରେ କହିଲେ ସୂଚୀ ହେଉଛି ପ୍ରଶ୍ନମାନଙ୍କର ଏକ ଚିଠା ଯାହାକି ଅନୁସନ୍ଧାନକାରୀ ସାକ୍ଷାତ୍କାର ସମୟରେ ବ୍ୟବହାର କରି ତଥ୍ୟ ପ୍ରଦାନ କାରୀକୁ ବିଭିନ୍ନ ପ୍ରଶ୍ନ ପ୍ରଚାର ନିଜେ ଏହାକୁ ପୂରଣ କରିଥାଏ। ଏହା ତଥ୍ୟ ଉଲ୍ଲେଖ କରିବାର ଏକ ଦସ୍ତାବିତ୍। ଏହାକୁ ଗବେଷଣ ତଥ୍ୟ ପ୍ରଦାନ କାରୀ ଠାରୁ ତଥ୍ୟ ପାଇଁ ପୂରଣ କରିଥାଏ। ଏହାକୁ ସାକ୍ଷାତ୍କାର ସମୟରେ ଏକ ସ୍ମୃତି ସୂଚକ ଭାବେ କାର୍ଯ୍ୟ କରିଥାଏ। ଏଥୁରେ ସମାନ ପ୍ରକାରର ପ୍ରଶ୍ନ ଲିପିବଦ୍ଧ ହୋଇ ରହିଥାଏ ଯାହାକି ପର୍ଯ୍ୟବେକ୍ଷଣ ବା ସାକ୍ଷତ୍କାର ସମୟରେ ଗବେଷକ ଦ୍ଵାରା ବ୍ୟବହୃତ ହୋଇଥାଏ। ଗୁଡେ ଏବଂ ହ୍ୟାଙ୍କ ମତରେ “ସୂଚୀ ହେଉଛି ଏକ ନାମ ଯାହାକି ସାଧାରଣତଃ ପ୍ରଶ୍ନମାନଙ୍କର ଏକ ସେଟ୍ ବା ଗୁଛ ପାଇଁ ବ୍ୟବହୃତ ହୋଇଥାଏ ଯାହାକି ଜଣେ ସାକ୍ଷାତକାର ହେଉଥିବା ବ୍ୟକ୍ତି ଦ୍ଵାରା ଅନ୍ୟ ଜଣେ ବ୍ୟକ୍ତି ସହିତ ମୁହାଁ ମୁହଁ ପରିସ୍ଥିତିରେ ପଚାରଯାଏ ଏବଂ ପୂରଣ କରାଯାଏ। ”
ସୂଚୀର ଲକ୍ଷ୍ୟ :
ସୂଚୀର ନିମ୍ନଲିଖତ ଲକ୍ଷ୍ୟ ମାନ ରହିଛି
(୧) ତଥ୍ୟକୁ ବସ୍ତୁନିଷ୍ଠ ଭାବେ ସଂଗ୍ରହ କରିବା।
(୨) ସୂଚୀ ତଥ୍ୟ ବର୍ଗୀକରଣ, ଟାବୁଲେସନ ଓ ବ୍ୟାଖ୍ୟାରେ ସହାୟକ ହୁଏ।
(୩) ସାକ୍ଷାତକାର ଓ ପର୍ଯ୍ୟବେକ୍ଷଣ ପାଇଁ ଏହା ଏକ ଉପକରଣ ପରିକାର୍ଯ୍ୟକରେ।
(୪) ତଥ୍ୟ ଲିପିବଦ୍ଧ ଉପକରଣ ପରି କାର୍ଯ୍ୟ କରିବ।
(୫) ସଠିକ୍ ସଂଯୋଗ ଓ ସଠିକ୍ ଉତ୍ତର ପ୍ରଦାନରେ ସହାୟକ ହେବ।
(୬) ସାକ୍ଷାତକାର ଓ ପର୍ଯ୍ୟବେକ୍ଷଣ ସମୟରେ ପର୍ଯ୍ୟବେକ୍ଷକର ସ୍ମୃତିକୁ ମନେ ପକାଇବାରେ ସାହାଯ୍ୟ କରେ।
ସୂଚୀର ପ୍ରକାର : ସୂଚୀ ସାଧାରଣତଃ ପାଞ୍ଚ ପ୍ରକାର; ଯଥା-
(୧) ପର୍ଯ୍ୟବେକ୍ଷଣ ସୂଚୀ : ପର୍ଯ୍ୟବେକ୍ଷଣ ପାଇଁ ବୃବହୃତ ସୂଚୀକୁ ପର୍ଯ୍ୟବେକ୍ଷଣ ସୂଚୀ କୁହାଯାଏ।
(୨) ରୋଟିଙ୍ଗ ସୂଚୀ : ଲୋକମାନଙ୍କର ମତ ଧାରଣ ପ୍ରବଳ, ଚିନ୍ତା ଆଦିକୁ ତର୍ଜମା ବା ମୂଲ୍ୟାୟନ କରିବା ପାଇଁ ବ୍ୟବହୃତ ସୂଚୀକୁ ରୋଟିଙ୍ଗ ସୂଚୀ କୁହାଯାଏ।
(୩) ଡକୁମେଣ୍ଟ ସୂଚୀ : ବିଭିନ୍ନ ଲିଵତ ଦସ୍ତବିକ୍ରୁ ତଥ୍ୟ ସଂଗ୍ରହ କରି ରଖିବାକୁ ବ୍ୟବହୃତ ସୂଚୀକୁ ଦସ୍ତାବିତ୍ ସୂଚୀ କୁହାଯାଏ।
(୪) ଆନୁଷ୍ଠାନିକ କ୍ଷେତ୍ରମାପ ସୂଚୀ : କେତେକ ସ୍ଵତନ୍ତ୍ର ଅନୁଷ୍ଠାନ ଗୁଡ଼ିକ ସମ୍ବନ୍ଧରେ ତଥ୍ୟ ସଂଗ୍ରହ ପାଇଁ ବ୍ୟବହୃତ ସୂଚୀକୁ ଆନୁଷ୍ଠାନିକ କ୍ଷେତ୍ରମାପ ସୂଚୀ କୁହାଯାଏ।
(୫) ସାକ୍ଷାତ୍କାରୀ ସୂଚୀ : ସାକ୍ଷାତ୍କାର ପାଇଁ ବ୍ୟବହୃତ ସୂଚୀ କୁ ସାକ୍ଷାତକାର ସୂଚୀ କୁହାଯାଏ।
QUestion ୧୦।
ସୂଚୀର ସଂଜ୍ଞାଦିଅ ଏବଂ ଏହାର ଉପକାର ଓ ଅପକାରଗୁଡ଼ିକୁ ଦର୍ଶାଅ।
Answer:
ମନୁଷ୍ୟ ଏକ ସାମାଜିକ ପ୍ରାଣୀ ଭାବେ ସମାଜରେ ବାସ କରେ। ସମାଜରେ ତା’ର ବାସ କରିବା ସମୟରେ ସେ ନାନା ସମସ୍ୟାର ସମ୍ମୁଖୀନ ହୋଇଥାଏ। ଏହି ସମସ୍ୟାଗୁଡ଼ିକର ଅଧ୍ୟୟନ ଓ ସମାଧାନ ପାଇଁ ସେ ମଧ୍ଯ ବିଭିନ୍ନ ଉପକାରଣ କୌଶଳ ବା ପଦ୍ଧତିର ବିକାଶ କରିଅଛି। ସେହିଗୁଡ଼ିକ ଦ୍ଵାରା ସାମାଜିକ ସମସ୍ୟାର ସମାଧାନ ସହିତ ହୋଇଥାଏ। ସେହି ପଦ୍ଧତିଗୁଡ଼ିକ ମଧ୍ୟରୁ ସୂଚୀ ଅନ୍ୟତମ ଅଟେ।
ସାଧାରଣ ଅର୍ଥରେ କହିଲେ ସୂଚୀ ହେଉଛି ପ୍ରଶ୍ନମାନଙ୍କର ଏକ ଚିଠା ଯାହାକି ଅନୁସନ୍ଧାନକାରୀ ସାକ୍ଷାତ୍କାର ସମୟରେ ବ୍ୟବହାର କରି ତଥ୍ୟ ପ୍ରଦାନକାରୀକୁ ବିଭିନ୍ନ ପ୍ରଶ୍ନ ପ୍ରଚାରି ନିଜେ ଏହାକୁ ପୂରଣ କରିଥାଏ। ଏହା ତଥ୍ୟ ଉଲ୍ଲେଖ କରିବାର ଏକ ଦସ୍ତାବିତ୍। ଏହାକୁ ଗବେଷକ ତଥ୍ୟ ପ୍ରଦାନକାରୀଠାରୁ ତଥ୍ୟ ପାଇ ପୂରଣ କରିଥାଏ। ଏହାକୁ ସାକ୍ଷାତ୍କାର ସମୟରେ ଏକ ସ୍ମୃତି ସୂଚକ ଭାବେ କାର୍ଯ୍ୟ କରିଥାଏ ଏଥରେ ସମାନ ପ୍ରକାରର ପ୍ରଶ୍ନ ଲିପିବଦ୍ଧ ହୋଇ ରହିଥାଏ ଯାହକି ପର୍ଯ୍ୟବେକ୍ଷଣ ବା ସାକ୍ଷତ୍ରିକାର ସମୟରେ ଗବେଷକ ଦ୍ଵାରା ବ୍ୟବହାର ହୋଇଥାଏ। ଗୁଡେ ଏବଂ ହ୍ୟାଙ୍କ ମତରେ “ ସୂଚୀ ହେଉଛି ଏକ ନାମ ଯାହାକି ସାଧାରଣତଃ ପ୍ରଶ୍ନମାନଙ୍କର ଏକ ସେଟ୍ ବା ଗୁଛ ପାଇଁ ବ୍ୟବହୃତ ହୋଇଥାଏ ଯାହାକି ଜଣେ ସାକ୍ଷତକାର ହେଉଥିବା ବ୍ୟକ୍ତି ଦ୍ଵାରା ଅନ୍ୟ ଜଣେ ବ୍ୟକ୍ତି ସହିତ ମୁହାଁ ମୁହିଁ ପରିସ୍ଥିତିରେ ପଚାରାଯାଏ ଏବଂ ପୂରଣ କରାଯାଏ । ”
ସୂଚୀର ଉପକାରିତା :
ଏକ କୌଶଳ ବା ପଦ୍ଧତି ଭାବେ ସୂଚୀ ସାମାଜିକ ଗବେଷଣ କ୍ଷେତ୍ରରେ ବେଶ୍ ଜନପ୍ରିୟ। ଏହାର ନିମ୍ନଲିଖୂତ ଉପକାର ରହିଛି ଯାହାକି ଏହାର ବ୍ୟପକ ବ୍ୟବହାର ଓ ଜନପ୍ରିୟତା ପାଇଁ ଦାୟୀ
(୧) ଅନ୍ୟ ପଦ୍ଧତିରେ ଅନ୍ୟ ପଦ୍ଧତିଠାରୁ ଉତ୍ତରର ହାର ଅଧିକ ଅଟେ।
(୨) ଏହି ପଦ୍ଧତିରେ ଉତ୍ତରଦାତା ମନରୁ ସମସ୍ତ ସନ୍ଦେହ ଦୂର କରିବାରେ ସହାୟକ ହୋଇଥାଏ।
(୩) ଏହି ପଦ୍ଧତିରେ ଗବେଷକ ଓ ତଥ୍ୟ ପ୍ରଦାନକାରୀ ମଧ୍ୟରେ ବ୍ୟକ୍ତିଗତ ସଂପର୍କ ସ୍ଥାପନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିଥାଏ।
(୪) ସୂଚୀ ପୂରଣ ହେବା ପାଇଁ କମ୍ ସମୟ ଅବଶ୍ୟକ କରିଥାଏ।
(୫) ଏହି ପଦ୍ଧତି ସବୁ ପ୍ରକାର ଲୋକ ଓ ସମସ୍ୟା ପାଇଁ ବ୍ୟବହୃତ ହୋଇପାରେ।
(୬) ଏହି ପଦ୍ଧତିରେ ଭୁଲର ମାତ୍ରା କମ୍ ଅଟେ।
ସୂଚୀର ଅପକାରିତା :
ଅନେକ ଉପକାର ସହିତ ଏହି ପଦ୍ଧତିରେ ଅନେକ ଅପକାର ମଧ୍ୟ ରହିଛି।
(୧) ସୂଚୀ ପଦ୍ଧତିରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥାଏ।
(୨) ସୂଚୀ ପଦ୍ଧତି ଅଧିକ ସମୟ ଆବଶ୍ୟକ କରିଥାଏ କାରଣ ଗବେଷକ ତଥ୍ୟ କାରୀର ସାକ୍ଷାତ୍କାର ନେବା ପାଇଁ ବହୁସମୟ ଲାଗିଥାଏ।
(୩) ସୁଦୀର୍ଘ ଅଞ୍ଚଳର ଅଧ୍ୟୟନ ଏହି ପଦ୍ଧତି ଦ୍ଵାରା ସମ୍ଭବ ନୁହେଁ।
(୪) ସୂଚୀ ପଦ୍ଧତିରେ ଗବେଷକର ଉପସ୍ଥିତି ତଥ୍ୟ ପ୍ରଦାନ କାରୀଙ୍କ ମଧ୍ୟରେ ପକ୍ଷପାତିତା ବା ବ୍ୟକ୍ତିଗତ ରୁଚିର ପ୍ରଭାବ ପରିଲକ୍ଷିତ ହୋଇଥାଏ।
(୫) ସୂଚୀ ପଦ୍ଧତି ଅନେକ ପ୍ରଶାସନିକ ସମସ୍ୟା ସୃଷ୍ଟି କରିଥାଏ।
Question ୧୧।
ସହଭାଗୀ ବା ଅଂଶଗ୍ରହଣକାରୀ ପର୍ଯ୍ୟବେକ୍ଷଣର ଉପକାରିତା ଓ ଅପକାରିତା ଦର୍ଶାଅ।
Answer:
ପର୍ଯ୍ୟବେକ୍ଷଣର ବିଭିନ୍ନ ପ୍ରକାର ମଧ୍ୟରୁ ସହଭାଗୀ ବା ଅଂଶଗ୍ରହଣକାରୀ ପର୍ଯ୍ୟବେକ୍ଷଣ ଏକ ପ୍ରକାର ଅଟେ। ଯେତେବେଳେ ପର୍ଯ୍ୟବେକ୍ଷକ କରିବାକୁ ଚାହୁଥିବା ସମୂହ ସହିତ ଅଂଶଗ୍ରହଣ କରି ତା’ର କାର୍ଯ୍ୟକଳାପ ପର୍ଯ୍ୟବେକ୍ଷଣ କରେ ତାହାକୁ ସହଭାଗୀ ବା ଅଂଶଗ୍ରହଣକାରୀ ପର୍ଯ୍ୟବେକ୍ଷଣ କୁହାଯାଏ। ଏହି ପ୍ରକାର ପର୍ଯ୍ୟବେକ୍ଷଣରେ ପର୍ଯ୍ୟବେକ୍ଷକ ନିଜକୁ ସମୂହର ବିଭିନ୍ନ କାର୍ଯ୍ୟକଳାପ ସହିତ ନିଜକୁ ସାମିଲ କରିଦିଏ। ପି.ଭି. ୟଙ୍ଗଙ୍କ ମତରେ ଅଂଶଗ୍ରହରେ ହାର ଅଧ୍ୟୟନ ପ୍ରକାର ବା ପରିସ୍ଥିତିର ଚାହିଦା ଅନୁସାରେ ଭିନ୍ନଭିନ୍ନ ହୋଇଥାଏ। ସମୂହର ଜଣେ ସଦସ୍ୟ ଭାବେ ନିଜକୁ ମୁକ୍ତଭାବ ସମୂହରେ ମିଶାଇ ଥାଏ।
ଉପକାରିତା :
ସହଭାଗୀ ପର୍ଯ୍ୟବେକ୍ଷଣର ନିମ୍ନଲିଖତ ଉପକାରିତା ମାନ ରହିଛି।
(୧) ସହଭାଗିତା ଦ୍ଵାରା ଉତ୍ତମ ବୁଝାମଣା ସମ୍ଭବ ହୋଇଥାଏ।
(୨) ପ୍ରାକୃତିକ ଅବସ୍ଥାରେ ପର୍ଯ୍ୟବେକ୍ଷଣ ସମ୍ଭବ ହୋଇଥାଏ।
(୩) ସଂପୂର୍ଣ୍ଣ ଓ ସଠିକ୍ ପର୍ଯ୍ୟବେକ୍ଷଣ ସମ୍ଭବ ହୋଇଥାଏ।
(୪) ସହଭାଗୀ ପର୍ଯ୍ୟବେକ୍ଷକକୁ ସମୂହରେ ଅଧିକ ସ୍ଵାଗତ କରାଯାଏ।
(୫) ଦୂରରୁ ଯେଉଁ ବିଷୟଗୁଡ଼ିକ ପର୍ଯ୍ୟବେକ୍ଷଣ ସମ୍ଭବ ହୋଇନଥାଏ ତାହା ଏହାଦ୍ଵାରା ସମ୍ଭବ ହୋଇଥାଏ।
ଅପକାରିତା :
ସହଭାଗୀ ପର୍ଯ୍ୟବେକ୍ଷଣ ପଦ୍ଧତିର ନିମ୍ନଲିଖୂତ ଅପକାରିତା ମାନ ରହିଥାଏ।
(୧) ସମସ୍ତ ପ୍ରକାର ଅଧ୍ୟୟନ କ୍ଷେତ୍ରରେ ସହଭାଗୀ ପର୍ଯ୍ୟବେକ୍ଷଣ ସମ୍ଭବ ନୁହେଁ।
(୨) ଭାଗବତ ବା ନିବିଡ଼ ସହଭାଗିତା ପର୍ଯ୍ୟବେକ୍ଷଣର ବସ୍ତୁନିଷ୍ଠତାକୁ ନଷ୍ଟ କରିଥାଏ।
(୩) ଏହି ପଦ୍ଧତି ଦ୍ଵାରା ବ୍ୟାପକ ଅଞ୍ଚଳ ଅଧ୍ୟୟନ ସମ୍ଭବ ହୋଇନଥାଏ।
(୪) ଏହା ଦ୍ଵାରା ଅନେକ ସମୟରେ ଅଯଥା କଳି ସୃଷ୍ଟି ହେବାର ସମ୍ଭାବନା ଥାଏ।
(୫) ଅଧିକ ନିବିଡ଼ତା ଯୋଗୁଁ ଅନେକ ଗୁରୁତ୍ଵପୂର୍ଣ ଜିନିଷକୁ ଅଧ୍ୟୟନ କରାହୋଇଥାଏ।
Question ୧୨।
ଅଣସହଭାଗୀ ପର୍ଯ୍ୟବେକ୍ଷଣର ଉପକାରିତା ଓ ଅପକାରିତା ଦର୍ଶାଅ।
Answer:
ଯେତେବେଳେ ଜଣେ ପର୍ଯ୍ୟବେକ୍ଷଣ ଏକ ସମୂହ ବା ତା’ର କାର୍ଯ୍ୟକଳାପକ ଦୂରରେ ରହି ବା ଅଂଶଗ୍ରହଣ ନ କରି ପର୍ଯ୍ୟବେକ୍ଷଣ କରେ ତାହାକୁ ଅଣ ସହଭାଗୀ ପର୍ଯ୍ୟବେକ୍ଷଣ କୁହାଯାଏ। ସେ ସଂପୂର୍ଣ୍ଣ ନିରପେକ୍ଷତା ଅବଲମ୍ବନ କରିଥାଏ।
ଉପକାରିତା :
ଏହି ପର୍ଯ୍ୟବେକ୍ଷଣ ପଦ୍ଧତିର ନିମ୍ନଲିଖିତ ଉପକାରିତା ରହିଛି।
(୧) ଏ ପ୍ରକାର ଅଧ୍ୟୟନରେ ନିରପେକ୍ଷତା ଓ ବସ୍ତୁନିଷ୍ଠତା ସମ୍ଭବ ହୋଇଥାଏ।
(୨) ଏହି ପଦ୍ଧତି ଦ୍ଵାରା ଛୋଟ ଛୋଟ ଘଟଣାର ଯତ୍ନଶୀଳ ବ୍ୟାଖ୍ୟା ସମ୍ଭବ ହୋଇଥାଏ।
(୩) ନିରପେକ୍ଷତା ଯୋଗୁଁ ଗବେଷଣା କାର୍ଯ୍ୟ ସହଜ ହୋଇଥାଏ।
(୪) ଅଣସହଭାଗିତା ଯୋଗୁଁ ପର୍ଯ୍ୟବେକ୍ଷକ ଏହା ଦ୍ଵାରା ଅନେକ ଲୁକ୍କାୟିତ ତଥ୍ୟ ସଂଗ୍ରହ କରିପାରେ ଯାହା ସହଭାଗୀ ପର୍ଯ୍ୟବେକ୍ଷଣ ଦ୍ଵାରା ସମ୍ଭବ ହୋଇ ନ ଥାଏ।
ଅପକାରିତା :
ଏହାର ନିମ୍ନଲିଖିତ ଅପକାରିତାମାନ ମଧ୍ୟ ରହିଛି।
(୧) ପ୍ରାକୃତିକ ଅବସ୍ଥାରେ ଅଧ୍ୟୟନ ସମ୍ଭବ ହୋଇ ନ ଥାଏ।
(୨) ଜଣେ ବାହ୍ୟ ପର୍ଯ୍ୟବେକ୍ଷକକୁ ଲୋକମାନେ ସନ୍ଦେହ କରି ସଠିକ୍ ତଥ୍ୟ ଦେଇ ନ ଥାନ୍ତି।
(୩) ଏହି ପଦ୍ଧତି ଦ୍ଵାରା ସଂଗୃହିତ ତଥ୍ୟ ସଠିକ୍ ଓ ସତ୍ୟ ହୋଇ ନ ଥାଏ।
(୪) ଦୂରତା ଯୋଗୁଁ ଘଟଣାଗୁଡ଼ିକୁ ସଠିକ୍ ଦୃଷ୍ଟିକୋଣରୁ ଅଧ୍ୟୟନ କରା ନ ଯାଇପାରେ।
(୫) ଅନେକ ଘଟଣା ଅଛି ଯାହାକୁ ଏହି ପଦ୍ଧତିଦ୍ଵାରା ଅଧ୍ୟୟନ କରାଯାଇ ପାରିବ ନାହିଁ।