Odisha State Board BSE Odisha 10th Class Life Science Solutions Chapter 2 ଶ୍ବସନ Textbook Exercise Questions and Answers.
BSE Odisha Class 10 Life Science Solutions Chapter 2 ଶ୍ବସନ
Question 1.
ମନୁଷ୍ୟ ଶ୍ଵାସତନ୍ତ୍ରର ନାମାଙ୍କିତ ଚିତ୍ର ଅଙ୍କନ କର ।
Answer:
Question 2.
ବିଭିନ୍ନ ପ୍ରକାର ସ୍ଥିତିରେ ଶ୍ବସନ ବେଳେ ଗ୍ଲୁକୋଜ ଅଣୁ କିପରି ଭାଙ୍ଗେ ରେଖାଚିତ୍ରରେ ଦର୍ଶାଅ ।
Answer:
Question 3.
ସଂବାତନ ଓ ଗ୍ୟାସ୍ ପରିବହନ କିପରି ହୁଏ ଲେଖ ।
Answer:
ସଂବାତନ:
- ସଂବାତନ ଦୁଇ ପର୍ଯ୍ୟାୟବିଶିଷ୍ଟ ଅଟେ; ଯଥା – ପ୍ରଶ୍ଵାସ ଓ ନିଃଶ୍ଵାସ ।
- ଫୁସ୍ଫୁସ୍ ମଧ୍ୟକୁ ବାୟୁର ପ୍ରବେଶକୁ ପ୍ରଶ୍ଵାସ ଓ ଫୁସ୍ଫୁସ୍ ବାୟୁର ପ୍ରସ୍ଥାନକୁ ନିଃଶ୍ଵାସ କୁହାଯାଏ ।
- ଜଣେ ସୁସ୍ଥ ବ୍ୟକ୍ତିରେ ଏହି ପ୍ରଶ୍ଵାସ ଓ ନିଃଶ୍ଵାସ ହାର ମିନିଟ୍କୁ ପ୍ରାୟ 15 ରୁ 20 ଥର ।
- ଫୁସ୍ଫୁସ୍ ବକ୍ଷଗହ୍ଵର ମଧ୍ଯରେ ରହିଥାଏ ଓ ବକ୍ଷଗହ୍ଵର ଏକ ଫମ୍ପା ପବନ-ନିରୋଧୀ କୋଠରୀ ଅଟେ ।
- ଏହାର ଆଗପଟ ଷ୍ଟର୍ନମ୍ରା, ପଛପଟ ମେରୁଦଣ୍ଡଦ୍ୱାରା, ଦୁଇପଟ ପଞ୍ଜରା ହାଡ଼ ଓ ଅନ୍ତଃ-ପଞ୍ଜରା ମାଂସପେଶୀଦ୍ଵାରା ଏବଂ ତଳପଟ ମଧ୍ୟଚ୍ଛଦାଦ୍ବାରା ଆବଦ୍ଧ ହୋଇ ରହିଛି ।
- ମଧ୍ୟଚ୍ଛଦା ଏକ ଗମ୍ବୁଜ ଆକାରର, ପେଶୀବହୁଳ ପଟ୍ଟ । ଏହା ଆମର ବକ୍ଷଗହ୍ଵର ଏବଂ ଉଦରଗହ୍ବରକୁ ପୃଥକ୍ କରୁଛି ।
ଗ୍ୟାସ୍ ପରିବହନ :
- ରକ୍ତର ଲୋହିତ କଣିକା (RBC)ରେ ହିମୋଗ୍ଲୋବିନ୍ ଥାଏ । ଏହା ଅମ୍ଳଜାନ ଗ୍ରହଣ କରି ଅଗ୍ନିହିମୋଗ୍ଲୋବିନ୍ରେ ପରିଣତ ହୁଏ । ଅକ୍ସିହିମୋଗ୍ଲୋବିନ୍ ରକ୍ତ ମାଧ୍ୟମରେ ଶରୀରର ପ୍ରତ୍ୟେକ କୋଷ ନିକଟରେ ପହଞ୍ଚେ ।
- କୋଷ ନିକଟରେ ଅକ୍ସିହିମୋଗ୍ଲୋବିନ୍ ଭାଙ୍ଗି ଅମ୍ଳଜାନ ଓ ହିମୋଗ୍ଲୋବିନ୍ ସୃଷ୍ଟିହୁଏ । ଏହି ଅମ୍ଳଜାନ କୋଷମାନଙ୍କ ମଧ୍ୟକୁ ପ୍ରବେଶ କରେ ଏବଂ କୋଷମାନଙ୍କରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ୍ ରକ୍ତକୁ ଚାଲିଆସେ ।
- କୋଷସ୍ତରରେ ଘଟୁଥିବା ଏହି ଗ୍ୟାସୀୟ ବିନିମୟ ମଧ୍ୟ ବିସରଣ ପ୍ରକ୍ରିୟାଦ୍ଵାରା ହୋଇଥାଏ । କୋଷରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ୍ ରକ୍ତ ମାଧ୍ୟମରେ ଫୁସ୍ଫୁସ୍ରେ ପହଞ୍ଚେ ଓ ବିସରଣ ପ୍ରକ୍ରିୟାଦ୍ଵାରା ରକ୍ତରୁ ଫୁସ୍ଫୁସ୍ କୋଟରିକା ବାଟ ଦେଇ ବାୟୁମଣ୍ଡଳକୁ ନିର୍ଗତ ହୁଏ ।
Question 4.
ବାୟୁ ଅପଜୀବୀ ଶ୍ଵାସନ ଓ ଉପଜୀବୀ ଶ୍ଵାସନ ମଧ୍ୟରେ ପାର୍ଥକ୍ୟ ଲେଖ ।
Answer:
Question 5.
କୋଷୀୟ ଶ୍ୱସନ କ’ଣ ? ଗ୍ଲାଇକୋଲିସିସ୍ ଓ ସାଇଟ୍ରିକ୍ ଅମ୍ଳଚକ୍ର ବିଷୟରେ ଲେଖ ।
Answer:
କୋଷ ମଧ୍ଯରେ ଅମ୍ଳଜାନ ଉପସ୍ଥିତିରେ ଗ୍ଲୁକୋଜ ଜାରଣ ସହ ଶକ୍ତିମୋଚନ ପ୍ରକ୍ରିୟାକୁ କୋଷୀୟ ଶ୍ୱସନ କହନ୍ତି । ଏହା ତିନି ପର୍ଯ୍ୟାୟରେ ଘଟିଥାଏ ।
- ଗ୍ଲାଇକୋଲିସିସ୍,
- ସାଇଟ୍ରିକ୍ ଅମ୍ଳଚକ୍ର,
- ଇଲେକ୍ସନ୍ ପରିବହନ ସଂସ୍ଥା
ଗ୍ଲାଇକୋଲିସିସ୍
- କୋଷଜୀବକ କୋଷଝିଲ୍ଲୀଦ୍ଵାରା ଆବୃତ । ଏଠାର ଗ୍ଲାଇକୋସିସ୍ ପ୍ରକ୍ରିୟା ସମ୍ପାଦିତ ହୁଏ ।
- ପ୍ରଥମ ସୋପାନରେ 6 କାର୍ବନଯୁକ୍ତ ଗୁକୋଜ ଅଣୁ ଏଟିପି ଗ୍ରହଣ କରି ଉଦ୍ଦୀପିତ ହେବାଦ୍ଵାରା 3 କାର୍ବନଯୁକ୍ତ ଶର୍କରାରେ ବିଭକ୍ତ ହେବ ।
- 2 ୟ ସୋପାନରେ 3 କାର୍ବନଯୁକ୍ତ ଶର୍କରା ଜୈବ ରାସାୟନିକ କ୍ରିୟାଦ୍ଵାରା ପାଇରୁଭିକ୍ ଅମ୍ଳରେ ପରିଣତ ହେବ । ଶକ୍ତି ମୁଦ୍ରା ATP ଓ ସହକାରକ NADH2 ଉତ୍ପନ୍ନ ହୁଏ ।
ସାଇଟ୍ରିକ୍ ଅମ୍ଳଚକ୍ର
- ମାଟ୍ରିକ୍ସରେ ସାଇଟ୍ରିକ୍ ଅମ୍ଳଚକ୍ର ପ୍ରକ୍ରିୟା ସଂଗଠିତ ହୋଇଥାଏ ।
- ଅମ୍ଳଜାନ ଉପସ୍ଥିତିରେ ପାଇରୁଭିକ୍ ଅମ୍ଳ ମାଇଟ୍ରୋକଣ୍ଡିଆରେ ପଶି ପ୍ରଥମ ପର୍ଯ୍ୟାୟରେ ଏନ୍ଜାଇମ୍ଦ୍ୱାରା 2 କାର୍ବନଯୁକ୍ତ ସକ୍ରିୟ ଅଣୁରେ ପରିବର୍ତ୍ତିତ ହୁଏ ଓ ଅଙ୍ଗାରକାମ୍ଳ ନିର୍ଗତ ହୁଏ । NADH2 ସଂଶ୍ଳେଷିତ ହୋଇଥାଏ ।
- ଦ୍ବିତୀୟ ପର୍ଯ୍ୟାୟରେ ସାଇଟ୍ରିକ୍ ଅମ୍ଳଚକ୍ରର ଗ୍ରାହକ ଅଣୁ 4 କାର୍ବନଯୁକ୍ତ ଅଳ୍ପାଲୋଏସେଟିକ୍ ଅମ୍ଳର କାର୍ବନଯୁକ୍ତ ସକ୍ରିୟ ଅଣୁକୁ ଗ୍ରହଣ କରି 6 କାର୍ବନଯୁକ୍ତ ସାଇଟ୍ରିକ୍ ଅମ୍ଳରେ ପରିଣତ ହୁଏ । ଅଙ୍ଗାରକାମ୍ଳ ନିର୍ଗତ ହେବା ସହ NADH2, FADH2 ଓ ATP ଉତ୍ପନ୍ନ ହୁଏ ।
Question 6.
କୋଷୀୟ ଶ୍ୱସନ ଆଧାର ବିଷୟରେ ଲେଖ ।
Answer:
କୋଷୀୟ ଶ୍ଵାସନର ଆଧାର :
- କୋଷ ଭିତରେ କୋଷଜୀବକ ଥାଏ । କୋଷଜୀବକ କୋଷଝିଲ୍ଲୀଦ୍ଵାରା ଆବୃତ ।
- ବିଭିନ୍ନ ଅଙ୍ଗିକା, ଏନ୍ଜାଇମ୍ ଓ ପୋଷକ ଅଣୁ ଥାଏ ।
- ମାଇଟୋକଣ୍ଡ୍ରିଆ ଅଙ୍ଗିକା ଦ୍ୱସ୍ତରୀୟ ଝିଲ୍ଲୀଦ୍ଵାରା ଆବୃତ ।
- ଏହା ଭିତରେ ରସପୂର୍ଣ୍ଣ ମାଟ୍ରିକ୍ସ ଥାଏ ।
- ଏଥିରେ ବିଭିନ୍ନ ଜୈବିକ ଅମ୍ଳ, ଏନ୍ଜାଇମ୍, ଲିପିଡ଼, ପ୍ରୋଟିନ୍ ଅଣୁ ଥାଏ । ଦ୍ବିସ୍ତରୀୟ ଝିଲ୍ଲୀର ଅନ୍ତଝିଲ୍ଲୀ ଭାଙ୍ଗକୁ କ୍ରିଷ୍ଟି କୁହାଯାଏ । ମାଟ୍ରିକ୍ସରେ ସାଇଟ୍ରିକ୍ ଅମ୍ଳଚକ୍ର ଓ ଅନ୍ତ ଝିଲ୍ଲୀରେ ଇଲେକ୍ଟ୍ରନ୍ ପରିବହନ ସଂସ୍ଥା କାର୍ଯ୍ୟ କରିଥାଏ ।
Question 7.
ଇଲେକ୍ଟ୍ରନ୍ ପରିବହନ ସଂସ୍ଥାର ବିବରଣୀ ଦିଅ ।
Answer:
ଇଲେକ୍ଟ୍ରନ୍ ପରିବହନ ସଂସ୍ଥା
1.ମାଇଟୋକଣ୍ଡ୍ରିଆର ଅନ୍ତ ଝିଲ୍ଲୀରେ ଇଲେକ୍ଟ୍ରନ୍ ପରିବହନ ସଂସ୍ଥା କାର୍ଯ୍ୟ କରିଥାଏ ।
2.ଏହି ସଂସ୍ଥାଟି ବିଭିନ୍ନ ପ୍ରୋଟନ ଓ ଇଲେକଟ୍ରନ୍ ବାହକ ଅଣୁଦ୍ବାରା ଗଢ଼ା ।
3.ସହକାରକ NADH2 ଓ FADH2 ଅଣୁ ପ୍ରକ୍ରିୟାକରଣ ହୋଇ ATP ତିଆରି ହୁଏ ।
4.
ହୁଏ ।
5.ବାହାକ ଅଣୁ ଏକ ଏନ୍ଜାଇମ୍ଦ୍ୱାରା ଇଲେକ୍ଟ୍ରନ ସହ ଦ୍ରବୀଭୂତ ଅମ୍ଳଜାନକୁ ମିଶାଇ ଜଳ ସୃଷ୍ଟି କରେ । ଇଲେକ୍ଟ୍ରନ ଗତିଦ୍ଵାରା ଦୁଇ ଝିଲ୍ଲୀ ମଧ୍ଯସ୍ଥ ଅନ୍ତଃବର୍ତ୍ତୀ ସ୍ଥାନରେ ପ୍ରୋଟନ ଜମା ହୁଏ । ଏହା ପ୍ରୋଟନଗତି ସକ୍ଷମ ବଳ ତିଆରି କରେ । ଏହି ବଳକୁ ଉପଯୋଗ କରି ATP ସିନ୍ଥେଜ୍ ନାମକ ଏନ୍ଜାଇମ୍ ATP ପ୍ରସ୍ତୁତ କରେ ।
Question 8.
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(କ) ବେଙ୍ଗ କିପରି ଶ୍ଵାସକ୍ରିୟା କରନ୍ତି ?
Answer:
- ବେଙ୍ଗ ମୁଖଗହ୍ଵର ଓ ଫୁସ୍ଫୁସ୍ରା ଶ୍ଵାସକ୍ରିୟା କରେ ।
- ଶୀତସୁପ୍ତି ସମୟରେ ବେଙ୍ଗ ଚର୍ମଦ୍ଵାରା ଶ୍ଵାସକ୍ରିୟା କରେ ।
- ବେଙ୍ଗ ଲାର୍ଭା ଅବସ୍ଥାରେ ଗାଲିଦ୍ୱାରା ଶ୍ଵାସକ୍ରିୟା କରେ ।
(ଖ) ‘ଉଭିଦର ଶ୍ୱସନ’ ପ୍ରକ୍ରିୟା କିପରି ସମ୍ପାଦନ ହୁଏ ?
Answer:
ଉଦ୍ଭଦ ବିସରଣ ପ୍ରକ୍ରିୟା ମାଧ୍ୟମରେ ପରିବେଶରୁ ବାୟୁରେ ଥିବା ଅମ୍ଳଜାନ ଗ୍ରହଣ କରିଥାଏ । ଟିସୁଯୁକ୍ତ, ବିଭେଦନ ହୋଇନଥୁବା ନିମ୍ନମାନର ପତ୍ରବିହୀନ ଉଦ୍ଭଦ ନିଜ ଶରୀରର ଉପରିସ୍ଥ କୋଷ ମାଧ୍ୟମରେ ପରିବେଶରୁ ଅମ୍ଳଜାନଯୁକ୍ତ ବାୟୁ ସିଧାସଳଖ ବିସରଣଦ୍ୱାରା ଗ୍ରହଣ କରିଥାଏ । ମାତ୍ର ପତ୍ରଯୁକ୍ତ ସବୁଜ ଉଭିଦ ପତ୍ରରେ ରହିଥିବା ସ୍ତୋମ୍ ବା ଷ୍ଟୋମାଟା ମାଧ୍ୟମରେ ପରିବେଶରୁ ଅମ୍ଳଜାନ ଗ୍ରହଣ କରିଥାଏ । ଷ୍ଟୋମାଟା ବାଟ ଦେଇ ଅଙ୍ଗାରକାମ୍ଳ ଓ ଅମ୍ଳଜାନ ଗ୍ୟାସ୍ର ବିନିମୟ ଘଟିଥାଏ ।
(ଗ) ଶ୍ଵାସନର କାରକଗୁଡ଼ିକ କ’ଣ ?
Answer:
ଶ୍ଵାସନର କାରକଗୁଡ଼ିକ ହେଉଛି –
ଅମ୍ଳଜାନ, ଅଙ୍ଗାରକାମ୍ଳର ସାନ୍ଦ୍ରତା, ଖାଦ୍ୟ ଉପାଦାନର ପରିମାଣ, ତାପମାତ୍ରା ଓ କୋଷରେ ବିପାଚକର ଉପସ୍ଥିତି ।
(ଘ) ଜୈବିକ ଜାରଣ କ’ଣ ?
Answer:
ଏନ୍ଜାଇମ୍ର ସହଯୋଗରେ ଜୀବକୋଷରେ ଜୈବ ରାସାୟନିକ ପ୍ରକ୍ରିୟାଦ୍ଵାରା ଖାଦ୍ୟରୁ ଶକ୍ତି ଉତ୍ପନ୍ନ ହେବାକୁ ଜୈବିକ ଜାରଣ କୁହାଯାଏ ।
(ଙ) ଗ୍ଲାଇକୋଲିସିସ୍ ଉତ୍ପାଦ କ’ଣ ?
Answer:
ଗ୍ଲାଇକୋଲିସିସର ଉତ୍ପାଦ ପାଇରୁଭିକ୍ ଅମ୍ଳ ।
Question 9.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(କ) ବାୟୁ ଅପଜୀବୀ ଶ୍ଵାସନରେ କେତୋଟି ÀTP ଅଣୁ ଉତ୍ପନ୍ନ ହୁଏ ?
Answer:
2 ଟି
(ଖ) ଗ୍ଲାଇକୋଲିସିସ୍ କୋଷର କେଉଁଠାରେ ସଂଗଠିତ ହୁଏ ?
Answer:
କୋଷବୀକ
(ଗ) ବେଳେବେଳେ ଆମ ପେଶୀକୋଷରେ ଅମ୍ଳଜାନ ଅଭାବରେ ପାଇରୁଭେଟ୍ ଅଣୁ ଭାଙ୍ଗି କେଉଁ ଅମ୍ଳରେ ପରିଣତ ହୁଏ ?
Answer:
ଲାକ୍ ଟିକ୍ଅମ୍ଳ
(ଘ) ପୃଷ୍ଠ କୃକ୍ଷୀୟ ପତ୍ରରେ ଷ୍ଟେମାଟା କେଉଁ ଭାଗରେ ରହିଥାଏ ?
Answer:
ପୃଷ୍ଠଭାଗାରେ
(ଙ) ମଣିଷ ଫୁସ୍ଫୁସ୍ ମଧ୍ୟକୁ ବାୟୁ ପ୍ରବେଶ ପ୍ରକ୍ରିୟାକୁ କ’ଣ କୁହାଯାଏ ?
Answer:
ପ୍ରଶ୍ଵାସ
(ଚ) ସାଇଟ୍ରିକ୍ ଅମ୍ଳ ଚକ୍ର କୋଷର କେଉଁ ଅଙ୍ଗିକାରେ ହୁଏ ?
Answer:
ମାଇଟୋକଣ୍ଡ୍ରିଆର ମାଟ୍ରିକ୍ସ
(ଚ୍ଛ) ଇଲେକ୍ଟ୍ରନ୍ ପରିବହନ ସଂସ୍ଥା ମାଇଟୋକଣ୍ଡ୍ରିଆର କେଉଁ ଅଂଶରେ ଥାଏ ?
Answer:
(ଜ) କୋଷୀୟ ଶ୍ଵାସନର କେଉଁ ପ୍ରକ୍ରିୟା ବାୟୁ ଉପଜୀବୀ ଓ ବାୟୁ ଅପଜୀବୀ ଶ୍ଵାସନରେ ଦେଖିବାକୁ ମିଳେ ?
Answer:
ଗ୍ଲାଇକୋଲିସିସ୍
Question 10.
ଶୂନ୍ୟସ୍ଥାନ ପୂରଣ କର ।
(କ) ଶର୍କରାର ରାସାୟନିକ ସଂକେତ…….. ଅଟେ ।
(ଖ) ଗ୍ଲା କୋଜ୍ ଭାଙ୍ଗି…………….. ଅଙ୍ଗାରକ ବିଶିଷ୍ଟ ଦୁଇଟି ପାଇରୁଭିକ୍ ଅମ୍ଳ ଅଣୁରେ ପରିଣତ ହୁଏ ।
(ଗ) ଜୀବକୋଷର ଶକ୍ତିକେନ୍ଦ୍ର ………… ।
(ଘ) ………..ଦେଇ ଉଦ୍ଭଦରେ ଗ୍ୟାସ୍ ବିନିମୟ ହୁଏ ।
(ଙ) ………….ଦ୍ଵାରା ଶ୍ଵାସକ୍ରିୟା କରେ ।
(ଚ) ଇଷ୍ଟ୍ରେ …………କିଣ୍ବନ ହୁଏ ।
Answer:
(କ) C6H12O6
(ଖ) 3
(ଗ) ମାଇଟୋକଣ୍ଡ୍ରିଆ
(ଘ) ଷ୍ଟୋମାଟା
Question 11.
(କ) ମଣିଷ ଫୁସ୍ଫୁସ୍ରୁ ବାୟୁ ପ୍ରସ୍ଥାନକୁ ଲସିକାଭ କୁହାଯାଏ ।
(ଖ) ମଣିଷର ବକ୍ଷଗହ୍ଵର ଏବଂ ଉଦରଗହ୍ଵର ମୁଖ-ଗ୍ରସନୀ ଦ୍ୱାରା ପୃଥକ ହୋଇଛି ।
(ଗ) ପାଇରୁଭିକ୍ ଅମ୍ଳ ଏକ 5 କାର୍ବନ ବିଶିଷ୍ଟ ଅଣୁ ଅଟେ ।
(ଘ) ହିମୋଗ୍ଲୋବିନ୍ ରକ୍ତର ଅଣୁଚକ୍ରିକାରେ ଥାଏ ।
(ଙ) ଯେଉଁ ପ୍ରକାର ପତ୍ରର ଉଭୟ ପୃଷ୍ଠ ଓ ନିମ୍ନ ତଳରେ ଷ୍ଟେମାଟା ରହିଥାଏ, ସେହି ପ୍ରକାର ପତ୍ରକୁ ପୃଷ୍ଠକୃକ୍ଷୀୟ ପତ୍ର କୁହାଯାଏ ।
(ଚ) ବାୟୁ ଉପଜୀବୀ ଓ ବାୟୁ ଅପଜୀବୀ କୋଷୀୟ ଶ୍ୱସନରେ ସାଇଟ୍ରିକ୍ ଅମ୍ଳଚକ୍ର ପରିଚାଳିତ ହୁଏ ।
Answer:
(କ) ମଣିଷ ଫୁସ୍ଫୁସ୍ରୁ ବାୟୁ ପ୍ରସ୍ଥାନକୁ ନିଃଶ୍ଵାସ କୁହାଯାଏ ।
(ଖ) ମଣିଷର ବକ୍ଷଗହ୍ଵର ଏବଂ ଉଦରଗହ୍ଵର ମଧ୍ଯଛଦା ଦ୍ଵାରା ପୃଥକ ହୋଇଛି ।
(ଗ) ପାଇରୁଭିକ୍ ଅମ୍ଳ ଏକ 3 କାର୍ବନ ବିଶିଷ୍ଟ ଅଣୁ ଅଟେ ।,
(ଘ) ହିମୋଗ୍ଲୋବିନ୍ ରକ୍ତର ଲୋହିତ ରକ୍ତ କଣିକାରେ ଥାଏ ।
(ଙ) ଯେଉଁ ପ୍ରକାର ପତ୍ରର ଉଭୟ ପୃଷ୍ଠ ଓ ନିମ୍ନ ତଳରେ ଷ୍ଟେମାଟା ରହିଥାଏ, ସେହି ପ୍ରକାର ପତ୍ରକୁ ସମଦ୍ବିତଳ ପତ୍ର କୁହାଯାଏ ।
(ଚ) ବାୟୁ ଉପଜୀବୀ ଓ ବାୟୁ ଅପଜୀବୀ କୋଷୀୟ ଶ୍ୱସନରେ ଗ୍ଲାଇକୋସିସ୍ ପରିଚାଳିତ ହୁଏ ।
Question 12.
ଦୁଇଟି ଶବ୍ଦର ସମ୍ପର୍କକୁ ଦେଖ୍ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି କ’ଣ ହେବ ଲେଖ ।
(କ) ଖାଦ୍ୟନଳୀ ଦ୍ଵାର : ଗଲେଟ୍ :: ଶ୍ଵାସନଳୀ ଦ୍ଵାର :…………………………
(ଖ) ଇଷ୍ଟ : ସୁରାସାର କିଣ୍ବନ :: ପେଶୀ : …………………………
(ଗ) ମାଛ : ଗାଲି :: ସାପ : …………………………..
(ଘ) ସ୍ୱରପେଟିକା : ସ୍ବର ନିୟନ୍ତ୍ରଣ :: ଅଧ୍ୱଜିହ୍ଵା : …………………………..
(ଙ) ଶକ୍ତିକେନ୍ଦ୍ର : ମାଇଟୋକଣ୍ଡ୍ରିଆ :: ଶକ୍ତିମୁଦ୍ରା : ………………………….
Answer:
(କ) ଗ୍ଲଟିସ୍,
(ଖ) ଲାକ୍ଟିକ୍ ଅମ୍ଳ କିଣ୍ବନ,
(ଗ) ଫୁସ୍ଫୁସ୍,
(ଘ) ଖାଦ୍ୟ ନିୟନ୍ତ୍ରଣ,
(ଙ) ATP
କାର୍ଯ୍ୟାବଳୀ (ACTIVITY)
ତୁମପାଇଁ କାମ : 1
‘‘ଶ୍ଵାସନଳୀରୁ ବାହାରୁଥିବା ଗ୍ୟାସ୍ରେ ଅଙ୍ଗାରକାମ୍ଳ ରହିଥାଏ’’ ଦର୍ଶାଇବା ପାଇଁ ପରୀକ୍ଷଣ :
ପରୀକ୍ଷଣ :
- ଦୁଇଟି କାଚ ପରୀକ୍ଷାନଳୀ (A ଓ B) ନିଆଯାଉ ।
- ଉଭୟରେ ସଦ୍ୟ ପ୍ରସ୍ତୁତ ଚୂନପାଣି ନିଆଯାଉ ।
- ପରୀକ୍ଷାନଳୀ (A)କୁ ଏକ ସିରିଞ୍ଜରେ ବା ପିଚକାରୀରେ ବାୟୁ ପ୍ରବେଶ କରାଯାଉ ଓ ଲାଗୁଛି ତାହା ଦେଖାଯାଉ ।
- ପରୀକ୍ଷାନଳୀ (B)କୁ ଏକ ପ୍ଲାଷ୍ଟିକ୍ ପାଇପ୍ନଳୀ ଲାଗୁଛି ଦେଖାଯାଉ ।
ପର୍ଯ୍ୟବେକ୍ଷଣ :
- ପରୀକ୍ଷାନଳୀ (A)ରେ ଚୂନପାଣି ଦୁଧୂଆ ହେବାପାଇଁ ଅଧିକ ସମୟ ଲାଗିବ କାରଣ ବାହ୍ୟ ବାୟୁରେ ଠାର ସାନ୍ଦ୍ରତା ଅଧିକ ଓ CO2ର ସାନ୍ଦ୍ରତା କମ୍ ।
- ପରୀକ୍ଷାନଳୀ (B)ରେ ଚୂନପାଣି ଦୁଧୂ ହେବାପାଇଁ ଅଳ୍ପ ସମୟ ଲାଗିବ କାରଣ ଶରୀରରୁ ବାହାରୁଥିବା ବାୟୁରେ O2 ର ସାନ୍ଦ୍ରତା କମ୍ ଓ CO2ର ସାନ୍ଦ୍ରତା ଅଧ୍ଵ ରହିଥାଏ ।
ସିଦ୍ଧାନ୍ତ :
- ପରୀକ୍ଷାନଳୀ (A) ଓ ପରୀକ୍ଷାନଳୀ (B) ରେ ଚୂନପାଣି ଦୁଧୂ ହେବାପାଇଁ ସମୟ ଭିନ୍ନ ଭିନ୍ନ ଅଟେ ।
- ଫୁଙ୍କିବା ସମୟରେ ଆମ ଶ୍ଵାସନଳୀରୁ ବାହାରୁଥିବା ଗ୍ୟାସ୍ରେ ଅଙ୍ଗାରକାମ୍ଳର ସାନ୍ଦ୍ରତା ଅଧିକ ରହୁଥିବା କାରଣରୁ ପରୀକ୍ଷାନଳୀ (B)ରେ ଚୂନପାଣି ଶୀଘ୍ର ଦୁଧୂଆ ହୋଇଥାଏ ।
ତୁମପାଇଁ କାମ : 3
ଶ୍ଵସନରେ ଅଙ୍ଗାରକାମ୍ଳ ନିର୍ଗମନ’’ ଏକ ସରଳ ପରୀକ୍ଷଣ ।
ପରୀକ୍ଷଣ :
- ଗୋଟିଏ ଚଉଡ଼ା ମୁହଁ ବିଶିଷ୍ଟ କାଚ ବୋତଲ ନିଆଯାଉ ।
- ଏଥିରେ କିଛି ଗଜାମଞ୍ଜି ରଖାଯାଉ ଓ ଠିପି ବନ୍ଦ କରି ଗୋଟିଏ ରାତି ରଖାଯାଉ ।
- ପରଦିନ ଠିପି ଖୋଲି ଏହାର ମୁହଁ ନିକଟକୁ ଗୋଟିଏ ଜଳନ୍ତା କାଠି ପୂରାଯାଉ ।
ପର୍ଯ୍ୟବେକ୍ଷଣ :
- ବୋତଲ ମୁହଁ ପାଖରେ କାଠିଟି ଜଳିବ ।
- ଜଳନ୍ତା କାଠିକୁ ତଳକୁ ନେଲେ କାଠିଟି ଲିଭିଯିବ କାରଣ ଶ୍ବସନ ପ୍ରକ୍ରିୟାରେ ଗଜାମଞ୍ଜିଗୁଡ଼ିକ ବୋତଲ ଭିତରୁ ଅମ୍ଳଜାନ ଗ୍ରହଣ କରି ଅଙ୍ଗାରକାମ୍ଳ ଗ୍ୟାସ୍ ଛାଡ଼ିଥା’ନ୍ତି ।
- ଅଙ୍ଗାରକାମ୍ଳ ଗ୍ୟାସ୍ ଦହନର ସହାୟକ ହୋଇନଥିବାରୁ କାଠିଟି ଲିଭିଯିବ ।
ସିଦ୍ଧାନ୍ତ :
ଶ୍ବସନ ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହୋଇଥାଏ ।
ତମପାଇଁ କାମ : 4
‘‘ଶ୍ୱସନରେ ଅଙ୍ଗାରକାମ୍ଳ ନିର୍ଗମନ’’ ଦର୍ଶାଇବା ପାଇଁ ପରୀକ୍ଷଣ :
(i) ଗଜାମଞ୍ଜି ଥିବା ବୋତଲ (A) ରେ ଏପରି ଏକ ଠିପି ଲଗାଯାଉ ଯେପରିକି ଏଥରେ 2ଟି କଣା ରହିଥିବ ।
(ii) ଠିପିର ପ୍ରଥମ ରନ୍ଧ୍ରରେ ସରୁନଳୀ ବିଶିଷ୍ଟ ଫନେଲ ଓ ଦ୍ବିତୀୟ ରନ୍ଧ୍ରରେ ଗୋଟିଏ ନିର୍ଗମ ନଳୀ ସଂଯୁକ୍ତ କରାଯାଉ ।
(iii) ନିର୍ଗମ ନଳୀର ଅନ୍ୟପ୍ରାନ୍ତ ବୋତଲ (B)ରେ ଥିବା ସ୍ଵଚ୍ଛ ଚୂନ ପାଣି ଭିତରକୁ ପୂରାଯାଉ।
(iv) କିଛି ସମୟପରେ ଫନେଲ ବାଟ ଦେଇ ବୋତଲରେ ଅଳ୍ପ ପାଣି ପୂରାଯାଉ ଯେପରି ଫନେଲର ନିମ୍ନ ଅଂଶ ପାଣିରେ ବୁଡ଼ିଯିବ ଓ ନିର୍ଗମ ନଳୀର ନିମ୍ନ ଅଂଶ ପାଣିରେ ବୁଡ଼ିବ ନାହିଁ ।
ପର୍ଯ୍ୟବେକ୍ଷଣ :
- ବୋତଲ ମୁହଁ ପାଖରେ କାଠିଟି ଜଳିବ ।
- ଅମ୍ଳଜାନ ଗ୍ରହଣ କରି ଅଙ୍ଗାରକାମ୍ଳ ଗ୍ୟାସ୍ ଛାଡ଼ିଥା’ନ୍ତି ।
- ଅଙ୍ଗାରକାମ୍ଳ ଗ୍ୟାସ୍ ଦହନର ସହାୟକ ହୋଇନଥିବାରୁ କାଠିଟି ଲିଭିଯିବ ।
ସିଦ୍ଧାନ୍ତ :
ଶ୍ଵସନ ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହୋଇଥାଏ ।