BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ

Odisha State Board BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ will enable students to study smartly.

BSE Odisha Class 8 Maths Notes Algebra Chapter 8 ବ୍ୟାବସାୟିକ ଗଣିତ

→ ଶତକଡ଼ା ଲାଭ କ୍ଷତି :

  • ବସ୍ତୁର କିଣାମୂଲ୍ୟଠାରୁ ବିକ୍ରୟମୂଲ୍ୟ ଅଧିକ ହେଲେ ଲାଭ ହୁଏ । ସେହିପରି ବସ୍ତୁର କିଣାମୂଲ୍ୟଠାରୁ ବିକ୍ରୟ- ମୂଲ୍ୟ କମ୍ ହେଲେ କ୍ଷତି ହୁଏ ।
  • ବ୍ୟବସାୟରେ ଲାଭ ବା କ୍ଷତିକୁ ଶତକଡ଼ାରେ ହିସାବ କରି ପ୍ରକାଶ କରାଯାଏ । କିଣାମୂଲ୍ୟକୁ 100 ଟଙ୍କା ନେଇ ବିକ୍ରୟ ମୂଲ୍ୟରୁ ଆମେ ଲାଭ ବା କ୍ଷତି ହିସାବ କରି ପ୍ରକାଶ କଲେ ତାହାକୁ ଶତକଡ଼ା ଲାଭ ବା କ୍ଷତି କରାଯାଏ ।
    BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ - 1

ଉଦାହରଣ :
ଜଣେ ଦୋକାନୀ ଏକ ଜିନିଷକୁ 200 ଟଙ୍କାରେ କିଣି 240 ଟଙ୍କାରେ ବିକିଲା ତା’ର ଶତକଡ଼ା କେତେ ଲାଭ ହେଲା ?
ସମାଧାନ :
ଜିନିଷର କ୍ରୟମୂଲ୍ୟ 200 ଟଙ୍କା ଓ ବିକ୍ରୟମୂଲ୍ୟ = 240 ଟଙ୍କା
ଲାଭ = ବିକ୍ରୟମୂଲ୍ୟ – କ୍ରୟମୂଲ୍ୟ
= 240 ଟଙ୍କା – 200 ଟଙ୍କା = 40 ଟଙ୍କା
BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ - 2
ଦୋକାନୀର 20% ଲାଭ ହେଲା ।

BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ

ଉଦାହରଣ :
ଜଣେ ଦୋକାନୀ ଏକ TV କୁ 5000 ଟଙ୍କାରେ କିଣି 4500 ଟଙ୍କାରେ ବିକିଲେ, ତାଙ୍କର ଶତକଡ଼ା କେତେ କ୍ଷତି ହେବ ?
ସମାଧାନ :
କ୍ଷତି = କ୍ରୟମୂଲ୍ୟ – ବିକ୍ରୟମୂଲ୍ୟ = 5000 ଟଙ୍କା – 4500 ଟଙ୍କା = 500 ଟଙ୍କା
BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ - 3
10% କ୍ଷତି ହେଲା ।

ଉଦାହରଣ :
12 ଟି କଲମର ବିକ୍ରିମୂଲ୍ୟ 15 ଟି କଲମର କ୍ରୟମୂଲ୍ୟ ସହ ସମାନ ହେଲେ, ଶତକଡ଼ା ଲାଭ ନିଶ୍ଚୟ କର ।
ସମାଧାନ :
ମନେକର 12 ଟି କଲମର ବିକ୍ରିମୂଲ୍ୟ x ଟଙ୍କା ।
1 ଟି କଲମର ବିକ୍ରିମୂଲ୍ୟ = \(\frac{x}{2}\) ଟଙ୍କା
15 ଟି କଲମର କ୍ରୟମୂଲ୍ୟ = x ଟଙ୍କା ।
1 ଟି କଲମର କ୍ରୟମୂଲ୍ୟ = \(\frac{x}{15}\) ଟଙ୍କା ।
ଲାଭ = ବିକ୍ରୟମୂଲ୍ୟ – କ୍ରୟମୂଲ୍ୟ = \(\frac{x}{2}\) ଟ – \(\frac{x}{15}\) ଟ = \(\frac{5x-4x}{60}\) ଟ = \(\frac{x}{60}\) ଟଙ୍କା
BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ - 4

ରିହାତି (Discount) :
(i) ପୋଷାକ ଦୋକାନରେ ପୋଷାକ ଉପରେ ଏକ ଦର ଲେଖାଯାଇଥାଏ । ସେହି ଦରକୁ ପୋଷାକର ଲିଖୁ ମୂଲ୍ୟ (Marked Price) କୁହାଯାଏ ।
(ii) ସମୟ ସମୟରେ ଗ୍ରାହକମାନଙ୍କୁ ଆକୃଷ୍ଟ କରିବାପାଇଁ ବ୍ୟବସାୟୀମାନେ ଦ୍ରବ୍ୟର ଲିଖ୍ ମୂଲ୍ୟରୁ କିଛି ପରିମାଣ କମାଇ ସେମାନଙ୍କର ଜିନିଷ ବିକ୍ରି କରିଥାଆନ୍ତି । ଏହାକୁ ରିହାତି କୁହାଯାଏ ।
(iii) ଲିଖ୍ ମୂଲ୍ୟ ଉପରେ ରିହାତି ଶତକଡ଼ାରେ ହିସାବ କରାଯାଏ ।
ରିହାତି = ଲିଖ୍ ମୂଲ୍ୟ – ବିକ୍ରୟମୂଲ୍ୟ
BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ - 5

ଉଦାହରଣ :
ଗୋଟିଏ TV ର ଲିଖ୍ ମୂଲ୍ୟ 8000 ଟଙ୍କା । TVଟିକୁ 7200 ଟଙ୍କାରେ ବିକ୍ରି କରାଗଲା । ତେବେ ଶତକଡ଼ା ରିହାତି କେତେ ?
ସମାଧାନ :
TVର ଲିଖ୍ ମୂଲ୍ୟ
ରିହାତି = ଲିଖ୍ ମୂଲ୍ୟ – ବିକ୍ରୟମୂଲ୍ୟ = 8000 ଟ – 7200 ଟ = 800 ଟ.
BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ - 6

→ କ୍ରମିକ ରିହାତି (Successive Discount) :
କୌଣସି ଦ୍ରବ୍ୟ ବିକ୍ରୟ ବେଳେ ବାରମ୍ବାର ରିହାତି ମିଳିଲେ ତାକୁ କ୍ରମିକ ରିହାତି କହନ୍ତି ।
BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ - 7

BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ

ଉଦାହରଣ :
ଗାନ୍ଧି ଜୟନ୍ତୀରେ ଖଦୀବସ୍ତ୍ର ଉପରେ କେନ୍ଦ୍ର ସରକାର 10% ଓ ରାଜ୍ୟ ସରକାର 20% ରିହାତି ଦିଅନ୍ତି । ଏକ ଖଦୀବସ୍ତ୍ରର ଲିଖ୍ ମୂଲ୍ୟ 2000 ଟଙ୍କା ହେଲେ, ଏହାର ବିକ୍ରିମୂଲ୍ୟ ସ୍ଥିର କର ।
ସମାଧାନ :
ଏଠାରେ ପ୍ରଥମ ରିହାତି x% = 10 ଓ ଦ୍ବିତୀୟ ରିହାତି y% = 20
BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ - 8

ବିକଳ୍ପ ପ୍ରଣାଳୀ :
ପ୍ରଥମ ରିହାତି = 10% , ଲିଖ୍ ମୂଲ୍ୟ = 2000 ଟଙ୍କା
ପ୍ରଥମ ରିହାତିର ପରିମାଣ = ଲିଖ୍ ମୂଲ୍ୟ × ରିହାତିର ହାର = 2000 × \(\frac{10}{100}\) ଟ = 200 ଟଙ୍କା
∴ ପ୍ରଥମ ବିକ୍ରୟମୂଲ୍ୟ = 2000 ଟଙ୍କା – 200 ଟଙ୍କା = 1800 ଟଙ୍କା ଓ ଦ୍ଵିତୀୟ ରିହାତିର= 20%
ଦ୍ଵିତୀୟ ରିହାତିର ପରିମାଣ = 1800 × \(\frac{20}{100}\) ଟ = 360 ଟଙ୍କା
∴ ବିକ୍ରୟମୂଲ୍ୟ = 1800 ଟ – 360 ଟ = 1440 ଟଙ୍କା

→ ସରଳ ସୁଧକଷା (Simple Interest):
(i) କରଜର ପରିମାଣ (ବା କୌଣସି ସମୟ ପାଇଁ ଗଚ୍ଛିତ ଟଙ୍କାର ପରିମାଣ) କୁ ମୂଳଧନ (Principal) କୁହାଯାଏ ।
(ii) ମୂଳଧନ ଓ ସୁଧ ଟଙ୍କାର ସମଷ୍ଟିକୁ ସମୂଳସୁଧ (Amount) କୁହାଯାଏ ।

  • ସମୂଳସୁଧ = ମୂଳଧନ + ସୁଧ

(iii) ପ୍ରତି 100 ଟଙ୍କା ପାଇଁ ବାର୍ଷିକ ଯେତେ ସୁଧ ଦିଆଯାଏ, ତାକୁ ସୁଧର ହାର (Rate of interest) କୁହାଯାଏ ।
(iv) ନିର୍ଦ୍ଧାରିତ ସୁଧ ହାରରେ କେବଳ ମୂଳଧନ ଉପରେ ସୁଧ ହିସାବ କରାଗଲେ ତାହାକୁ ସରଳ ସୁଧ (Simple interest) କୁହାଯାଏ ।
(v) ମୂଳଧନ = P, ସୁଧର ହାର = R% ଓ ସମୟ = T ହେଲେ,

  • ସରଳ ସୁଧ (I) = \(\frac{PTR}{100}\)

(vi) ସେହିପରି ମୂଳଧନ (P) = \(\frac{100 × I}{TR}\), ସୁଧ ହାର (R) = \(\frac{100 × I}{PT}\)
ଓ ସମୟ (T) = \(\frac{100 × I}{PR}\)

  • ସମୂଳସୁଧ (A) = ମୂଳଧନ (P) + ସୁଧ (I)
    ଓ ସମୂଳସୁଧ (A) = P(1 + \(\frac{TR}{100}\))

(vii) ସୁଧ ହାରରେ ସମୟର ସୂଚନା ଦତ୍ତ ନଥିଲେ ବାର୍ଷିକ ସୁଧହାର ବୋଲି ଧରାଯାଏ ।

BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ

ଉଦାହରଣ :
ବାର୍ଷିକ 3.5% ହାରରେ 5000 ଟଙ୍କାର 4 ବର୍ଷର ସରଳ ସୁଧ ନିର୍ଣ୍ଣୟ କର ।
ସମାଧାନ :
ଏଠାରେ ମୂଳଧନ (P) = 5000 ଟଙ୍କା,
ସୁଧ ହାର (R) = 3.5 %
ଓ ସମୟ (T) = 4 ବର୍ଷ ।

  • ସରଳ ସୁଧ (I) = \(\frac{PTR}{100}=\frac{5000 × 3.5 × 4}{100}\) ଟଙ୍କା = 700 ଟଙ୍କା ।

ଉଦାହରଣ :
ବାର୍ଷିକ 4% ସରଳସୁଧ ହାରରେ 6000 ଟଙ୍କାର 3 ବର୍ଷ 4 ମାସର ସମୂଳସୁଧ ନିର୍ଣ୍ଣୟ କର ।
ସମାଧାନ :
ଏଠାରେ ସୁଧ ହାର (R) = 4%, ମୂଳଧନ (P) = 6000 ଟଙ୍କା ଓ ସମୟ (T) = \(3 \frac{1}{3}\) ବର୍ଷ
ସରଳ ସୁଧ (I) = \(\frac{PTR}{100}=\frac{6000 \times 4}{100} \times \frac{10}{3}\) ଟଙ୍କା = 800 ଟଙ୍କା ।
ସମୂଳସୁଧ = P + I = ଟ 6000 ଟଙ୍କା + 800 ଟଙ୍କା = 6800 ଟଙ୍କା

ଉଦାହରଣ :
ବାର୍ଷିକ କେତେ ହାରରେ ସୁରରେ 800 ଟଙ୍କାର 3 ବର୍ଷକୁ ସୁଧ 120 ଟଙ୍କା ହେବ ?
ସମାଧାନ :
ଏଠାରେ ମୂଳଧନ (P) = 800 ଟଙ୍କା, ସୁଧହାର (R) = 3% ଓ ସୁଧ (I) = 300 ଟଙ୍କା ।
ସୁଧର ହାର (R) = \(\frac{100 \mathrm{I}}{\mathrm{PT}}=\frac{100 \times 120}{800 \times 3}\) = 5%

ଉଦାହରଣ :
କେତେ ବର୍ଷରେ 3% ବାର୍ଷିକ ହାରରେ 800 ଟଙ୍କାର ସରଳସୁଧ 300 ଟଙ୍କା ହେବ ?
ସମାଧାନ :
ଏଠାରେ ସୁଧହାର (R) = 3%, ମୂଳଧନ (P) = 800 ଟଙ୍କା ଓ ସୁଧ (1) = 300 ଟଙ୍କା
ସମୟ (T) = \(\frac{100 \mathrm{I}}{\mathrm{PR}}=\frac{100 \times 300}{800 \times 3}=12 \frac{1}{2}\) ବର୍ଷ

ଉଦାହରଣ :
କେତେ ସରଳ ସୁଧ ହାରରେ କୌଣସି ମୂଳଧନ ୫ ବର୍ଷରେ ତ୍ରିଗୁଣିତ ହେବ ?
ସମାଧାନ :
ମନେକର ମୂଳଧନ P ଟଙ୍କା ।
ପ୍ରଶାନୁସାରେ, ସମୂଳସୁଧ = 3P ଟଙ୍କା
ସୁଧ (I) = ସମୂଳସୁଧ – ମୂଳଧନ = 3P ଟ – P ଟଙ୍କା = 2P ଟଙ୍କା, ସମୟ (T) = 8 ଟଙ୍କା
ସୁଧର ହାର (R) = \(\frac{100 \mathrm{I}}{\mathrm{PT}}=\frac{100 \times 2P}{P \times 8}\) = 25% ।

→ ଚକ୍ରବୃଦ୍ଧି ସୁଧ (Compound Interest) ନିଶ୍ଚୟ :

  • ଏକ ନିର୍ଦ୍ଦିଷ୍ଟ ସମୟରେ ମୂଳଧନ ସହ ସୁଧକୁ ମିଶାଇ ପରବର୍ତ୍ତୀ ମୂଳଧନରେ ପରିଣତ କରିବା ଏବଂ ଉକ୍ତ ମୂଳଧନ ଉପରେ ସୁଧ ହିସାବ କରିବା ପ୍ରଥାକୁ ଚକ୍ରବୃଦ୍ଧି ସୁଧ (Compound Interest) ହିସାବ କୁହାଯାଏ ।
  • ସାଧାରଣତଃ ସ୍ଥାୟୀ ଜମା ଉପରେ ପାଉଥିବା ସୁଧ, ସରଳ ସୁଧ ନୁହେଁ । ପୂର୍ବ ବର୍ଷର ମୂଳ ଓ ସୁଧ ମିଶି ପରବର୍ତୀ ବର୍ଷ ପାଇଁ ମୂଳରେ ପରିଣତ ହୁଏ ।
  • ସଞ୍ଚୟ ବ୍ୟାଙ୍କ ଜମା ଉପରେ ପ୍ରତି 6 ମାସରେ ସୁଧ ହିସାବ କରାଯାଇ ମୂଳଧନ ସହ ମିଶିଯାଏ; ମାତ୍ର ସ୍ଥାୟୀ ଜମା ଉପରେ 3 ମାସରେ ସୁଧ ହିସାବ କରାଯାଇ ମୂଳ ସହିତ ମିଶାଯାଏ । ସମୟ ସମୟରେ ମଧ୍ୟ ଏହାର ଅବଧୂ 4 ମାସ କିମ୍ବା 6 ମାସ ହୋଇଥାଏ ।
  • ନିର୍ମେୟ ଚକ୍ରବୃଦ୍ଧି ସୁଧ, ପ୍ରତ୍ୟେକ ବର୍ଷ ଶେଷରେ ନିର୍ମିତ ସୁଧମାନଙ୍କର ସମଷ୍ଟି ସହ ସମାନ ।
  • ମୂଳଧନ = P ଟଙ୍କା, ବାର୍ଷିକ ସୁଧର ହାର = R% ଓ ସମୟ = n ବର୍ଷ ହେଲେ,
    • ସମୂଳ ଚକ୍ରବୃଦ୍ଧି (A) = \(P\left(1+\frac{\mathrm{R}}{100}\right)^{\mathrm{n}}\)
      ଚକ୍ରବୃଦ୍ଧି ସୁଧ (C.I.) = ସମୂଳ ଚକ୍ରବୃଦ୍ଧି ସୁଧ (A) – ମୂଳଧନ (P)
  • ଯେଉଁଠି ସୁଧ ହିସାବର ସମୟ ଦିଆଯାଇ ନଥାଏ ସେଠାରେ ସୁଧ ହିସାବ ସମୟ ଏକ ବର୍ଷ ବୋଲି ନିଆଯାଏ । ସୁଧ ହିସାବ ସମୟକୁ ସୁଧ ଦେୟ ସମୟ ମଧ୍ୟ କୁହାଯାଏ ।

→ ସୁଧ ଦେୟ ସମୟ ଷାକ୍ଲାସିକ ଅଥଚ ତ୍ରୈମାସିକ ଅବଧୂ ନିମିତ୍ତ ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ :

  • ବାର୍ଷିକ ଚକ୍ରବୃଦ୍ଧି ସୁଧ କ୍ଷେତ୍ରରେ ବର୍ଷକ ପରେ ସୁଧକୁ ମୂଳ ସହିତ ମିଶାଇବାକୁ ହୁଏ l ଅର୍ଦ୍ଧବାର୍ଷିକ ଚକ୍ରବୃଦ୍ଧି ସୁଧ କ୍ଷେତ୍ରରେ ପ୍ରତି ଛଅମାସ ପରେ ସୁଧକୁ ମୂଳଧନ ସହ ମିଶାଯାଇ ନୂତନ ମୂଳଧନ ନିର୍ଣ୍ଣୟ କରାଯାଏ ।
  • ସୁଧର ଦେୟ ସମୟ 6 ମାସ ହେଲେ, ଦୁଇଥର ସୁଧ ହିସାବ କରାଯାଏ । ଏ କ୍ଷେତ୍ରରେ ସୁଧର ହାର ଅଧା ହୋଇଗଲେ, ସମୟ ଦ୍ବିଗୁଣ ହେବ ।
  • ସେହିପରି ସୁଧ ଦେୟ ସମୟ 3 ମାସ ହେଲେ, ସୁଧର ହାର ଏକ ଚତୁର୍ଥାଂଶ ସମୟ ଚାରିଗୁଣ ହେବ ।

→ ମୂଲ୍ୟର ଚକ୍ରହ୍ରାସ ହିସାବ :

  • କେତେକ ବ୍ୟବହୃତ ବସ୍ତୁ ଯେତିକି ପୁରୁଣା ହୁଏ, ତା’ର ଦାମ୍ ସେତିକି ସେତିକି କମିଯାଏ ।
  • ଅନେକ କ୍ଷେତ୍ରରେ ଏହି ମୂଲ୍ୟ ହ୍ରାସ (Depreciation) ଏକ ନିର୍ଦ୍ଦିଷ୍ଟ ହାରରେ ହୁଏ । ପ୍ରତ୍ୟେକ ଅବଧୂ (Term)ର ମୂଲ୍ୟ ହ୍ରାସ ପରେ ହ୍ରାସପ୍ରାପ୍ତ ମୂଲ୍ୟ ଉପରେ ହିଁ ପରବର୍ତ୍ତୀ ହ୍ରାସ ଘଟେ । ଏହି ମୂଲ୍ୟ ହ୍ରାସକୁ ଚକ୍ରହ୍ରାସ କୁହାଯାଏ ।
  • ସାମଗ୍ରୀର ପ୍ରାରମ୍ଭିକ ମୂଲ୍ୟ = P ଟଙ୍କା, ହ୍ରାସର ହାର = R% ଓ ସମୟ = n ହେଲେ,
    • ହ୍ରାସପ୍ରାପ୍ତ ମୂଲ୍ୟ (A) = \(P\left(1-\frac{\mathrm{R}}{100}\right)^{\mathrm{n}}\)

ଉଦାହରଣ :
2000 ଟଙ୍କାର 10% ହାରରେ 2 ବର୍ଷରେ ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କର ।
ସମାଧାନ :
ପ୍ରଥମ ବର୍ଷପାଇଁ ମୂଳଧନ (P) = 2000 ଟ, ସୁଧର ହାର (R) = 10% ଓ ସମୟ (n) = 2 ବର୍ଷ ।
ସମୂଳ ଚକ୍ରବୃଦ୍ଧି ସୁଧ (A) = \(P\left(1-\frac{\mathrm{R}}{100}\right)^{\mathrm{n}}\)
= \(2000\left(1+\frac{10}{100}\right)^2=2000\left(1+\frac{1}{10}\right)^2\)
= \(2000 \times\left(\frac{10+1}{10}\right)^2=2000 \times\left(\frac{11}{10}\right)^2=2000 \times \frac{121}{100}=2420\) ଟଙ୍କା
ଚକ୍ରବୃଦ୍ଧି ସୁଧ = A – P = 2420 ଟଙ୍କା – 2000 ଟଙ୍କା = 420 ଟଙ୍କା ।
2000 ଟଙ୍କାର 10% ହାରରେ 2 ବର୍ଷରେ ଚକ୍ରବୃଦ୍ଧି ସୁଧ 420 ଟଙ୍କା ।

ନିଜେ କର :
Question 1.
ମୂଳଧନ 100 ଟଙ୍କା ବାର୍ଷିକ ସୁଧର ହାର 10% ରେ 3 ବର୍ଷର ସରଳସୁଧ ଓ ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କର ।
ସମାଧାନ :
ପ୍ରଥମ ବର୍ଷ ପାଇଁ ମୂଳଧନ (P,) = 100 ଟ, ସୁଧର ହାର (R) = 10%, ସମୟ (T) = 1 ବର୍ଷ । ମୋଟ ଚକ୍ରବୃଦ୍ଧି ସୁଧ = 10 ଟ + 11 ଟ + ଟ 12.10 = ଟ. 33.10
BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ - 9

BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ

Question 2.
10000 ଟଙ୍କା ମୂଳଧନ ଓ ବାର୍ଷିକ ସୁଧର ହାର 10% ରେ 3 ବର୍ଷର ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କର ।
ସମାଧାନ :
ପ୍ରଥମ ବର୍ଷ ପାଇଁ ମୂଳଧନ (P,) = 10,000 ଟ, ସୁଧର ହାର (R) = 10%, ସମୟ (T) = 1 ବର୍ଷ ।
BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ - 10

→ ଜୀବନଧାରଣର ମୂଲ୍ୟସୂଚୀ (Cost of living index) :
ଏକ ସମୟରୁ ପରବର୍ତୀ ସମୟକୁ ବିଭିନ୍ନ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧିକୁ ବିଚାରକୁ ନେଇ ଜୀବନଧାରଣର ବ୍ୟୟଭାର କେତେ ବୃଦ୍ଧି ହେଲେ ତାହା ନିର୍ଣ୍ଣୟ କରିବାର ଆବଶ୍ୟକତା ଅଛି । ଏହି ବ୍ୟୟଭାର ବୃଦ୍ଧିକୁ ଆମେ ଏକ ସୂଚକାଙ୍କ (Index Number) ଦ୍ଵାରା ପ୍ରକାଶ କରିଥାଉ ।

→ ସୂଚକାଙ୍କ (Index Number):
ସୂଚକାଙ୍କଦ୍ୱାରା ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ତଥା କୃଷିଜାତ ପଦାର୍ଥ ଓ ଶିଳ୍ପଜାତ ଦ୍ରବ୍ୟ ଆଦିର ମୂଲ୍ୟରେ ହ୍ରାସ ବା ବୃଦ୍ଧି (Price levels) ସୂଚାଯାଇଥାଏ । ସୂଚକାଙ୍କ ତିନିପ୍ରକାର –

  • ମୂଲ୍ୟ ସୂଚକାଙ୍କ (Price Index Number)
  • ପରିମାଣାତ୍ମକ ସୂଚକାଙ୍କ (Quantity Index Number)
  • ଜୀବନଧାରଣ ମୂଲ୍ୟସୂଚକାଙ୍କ (Cost of living Index Number)

→ ଜୀବନଧାରଣ ମୂଲ୍ୟସୂଚକାଙ୍କ (Cost of living Index Number) :

(i) ଏକ ନିର୍ଦ୍ଦିଷ୍ଟ ବର୍ଗ (Category) ର ଲୋକମାନଙ୍କ ପାଇଁ ବିଭିନ୍ନ ସମୟ ତଥା ଭିନ୍ନ ଭିନ୍ନ ସ୍ଥାନରେ ମୂଲ୍ୟ ସ୍ତରରେ (Change in price level) ପରିପ୍ରକାଶ ନିମିତ୍ତ ଯେଉଁ ସାଂଖ୍ୟକ ମାନ (Numerical Value) ବ୍ୟବହୃତ ହୁଏ, ତାହାକୁ ଜୀବନଧାରଣ ମୂଲ୍ୟ ସୂଚକାଙ୍କ କୁହାଯାଏ ।
(ii) ଯେଉଁ ସମୟର ଦରଦାମ୍ ବା ଖର୍ଚ୍ଚ ସହିତ ଉପସ୍ଥିତ ଦରଦାମ୍ଭିକୁ ତୁଳନାକରିବା, ସେହି ସମୟ (ବର୍ଷ)କୁ ମୂଳବର୍ଷ (Base year) କୁହାଯାଏ ।
(iii) ଏକ ସାଧାରଣ ମଧ୍ୟବିତ୍ତ ପରିବାରର କେତେଗୁଡ଼ିଏ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପାଇଁ ମାସିକ ଖର୍ଚ୍ଚର ତୁଳନା ପାଇଁ 2006 ଏବଂ 2010 ଦୁଇଟି ବର୍ଷକୁ ସ୍ଥିର କରାଯାଉ । ଏଠାରେ 2006କୁ ମୂଳ ବର୍ଷ (Base year) ଓ 2010କୁ ଚଳିତ ବର୍ଷ (Current year) କୁହାଯାଏ ।
BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ - 11

→ ଜୀବନଧାରଣ ମୂଲ୍ୟ ସୂଚକାଙ୍କ ସ୍ଥିର କରିବାର ପଦ୍ଧତି (Method for cost of living Index) :
p0 = ମୂଳ ବର୍ଷରେ ବସ୍ତୁର ଦାମ୍, p1 = ଚଳିତ ବର୍ଷରେ ବସ୍ତୁର ଦାମ୍ ଓ w = ବସ୍ତୁର ପରିମାଣ ହେଲେ

  • ଜୀବନଧାରଣ ମୂଲ୍ୟ ସୂଚକାଙ୍କ = \(\frac{Σwp_1}{Σwp_0}\) × 100

ଯେଉଁଠାରେ Σwp1 = ଚଳିତ ବର୍ଷରେ ସମସ୍ତ ଖର୍ଚ୍ଚର ପରିମାଣର ସମଷ୍ଟି ଏବଂ Σwp0 = ମୂଳ ବର୍ଷରେ ସମସ୍ତ ଖର୍ଚ୍ଚର ପରିମାଣର ସମଷ୍ଟି ।

→ ଜୀବନଧାରଣ ମୂଲ୍ୟ ସୂଚକାଙ୍କର ବ୍ୟବହାର (Uses of cost of living Index Number) :
(i) ମୂଲ୍ୟ ସୂରକାଙ୍କ ବିଭିନ୍ନ ସାମଗ୍ରୀଗୁଡ଼ିକର ଖୁଚୁରା ଦର (Retail price) ରେ ପରିବର୍ତ୍ତନର ସୂଚନା ଦେବା ମୂଳବର୍ଷ ତୁଳନାରେ ସାମଗ୍ରୀଗୁଡ଼ିକର ମହରଗ ପରିମାଣ ବଢ଼ୁଛି କିମ୍ବା କମୁଛି ତାହା ମଧ୍ୟ ସୂଚାଇବାରେ ସାହାଯ୍ୟ କରେ ।
(ii) ସରକାରଙ୍କୁ ଦୈନିକ ମଜୁରି (Wage), ବସ୍ତୁର ନିର୍ଦ୍ଧାରିତ ମୂଲ୍ୟ (Price), ବସ୍ତୁ ଉପରେ କର (Tax) ଇତ୍ୟାଦି ସ୍ଥିର କରିବାରେ ସାହାଯ୍ୟ କରେ ।
(iii) ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (Dearess Allowance) ଏବଂ ବାର୍ଷିକ ବୋନସ୍ (Bonus) ପ୍ରଭୃତି ସ୍ଥିର କରାଇବାରେ ସାହାଯ୍ୟ କରେ ।

BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ

Question 1.
ଏକ ରାଜମିସ୍ତ୍ରୀର ଦୈନିକ ମଜୁରି 2000 ମସିହାରେ 125 ଟଙ୍କା ଥିଲା। 2009 ମସିହାରେ ଦୈନିକ ମଜୁରି 250 ଟଙ୍କା ଥିଲା; ହେଲେ 2009 ମସିହାରେ ଜୀବନଧାରଣର ମୂଲ୍ୟ ସୂଚକାଙ୍କ ନିର୍ଣ୍ଣୟ କର ।
ସମାଧାନ :
∴ 2009 ମସିହାରେ ଜୀବନଧାରଣର ମୂଲ୍ୟ ସୂଚକାଙ୍କ = \(\frac{250}{125}\) × 100 = 200

Question 2.
ଜୀବନଧାରଣର ମୂଲ୍ୟ ସୂଚକାଙ୍କ ଏକ ସଂଖ୍ୟା କାହିଁକି ? ଉଦାହରଣ ସହ ବୁଝାଇ ଲେଖ ।
ସମାଧାନ :
BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ - 12
∴ ଏହା ଏକ ଆନୁପାତିକ ସଂଖ୍ୟା ।

ଉଦାହରଣ :
ନିମ୍ନ ସାରଣୀର ତଥ୍ୟକୁ ବ୍ୟବହାର କରି ଜୀବନଧାରଣ ମୂଲ୍ୟ ସୂଚକାଙ୍କ ନିର୍ଣ୍ଣୟ କର ।
BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ - 13
ସମାଧାନ :
BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ - 14
ମୂଲ୍ୟ ସୂଚକାଙ୍କ = \(\frac{Σwx_1}{Σwx_0} × 100=\frac{2070}{820} × 100=\frac{20700}{82}\) = 252.44

→ ବ୍ୟାଙ୍କ୍ କାରବାର (Banking) :
1974 ମସିହାରେ ଭାରତ ସରକାର 14ଟି ବ୍ୟାଙ୍କ୍‌କୁ ଜାତୀୟକରଣ କରିଥିଲେ । ବର୍ତ୍ତମାନ ଦେଶରେ ଥ‌ିବା ପ୍ରାୟ ସମସ୍ତ ବ୍ୟାଙ୍କ୍ ଜାତୀୟକରଣ ବ୍ୟାକ୍ ଅଟନ୍ତି । ଜାତୀୟକରଣ ବ୍ୟାକ୍‌ଗୁଡ଼ିକ ରିଜର୍ଭ ବ୍ୟାଙ୍କର ନିର୍ଦେଶରେ କାର୍ଯ୍ୟ କରନ୍ତି ।

→ ବ୍ୟାଙ୍କର କାର୍ଯ୍ୟ :
ନିମ୍ନଲିଖ କାର୍ଯ୍ୟମାନ ବ୍ୟାଙ୍କ୍‌ଦ୍ୱାରା ହୋଇଥାଏ ।

  • ଜମାପାଇଁ ଟଙ୍କା ଗ୍ରହଣକରିବା;
  • ଆବଶ୍ୟକବେଳେ ଟଙ୍କା ପ୍ରଦାନ କରିବା;
  • ଜମା ଟଙ୍କା ଉପରେ ସୁଧ ପ୍ରଦାନ କରିବା;
  • ଟଙ୍କା ଜମାକାରୀକୁ ଅଗ୍ରୀମ ଋଣ ପ୍ରଦାନ କରିବା;
  • ସୁରକ୍ଷା ବଣ୍ଡଗୁଡ଼ିକର କ୍ରୟ ଓ ବିକ୍ରୟ କରିବା;
  • ଲକରକୁ ଭଡ଼ାସୂତ୍ରରେ ଦେଇ ମୂଲ୍ୟବାନ ପଦାର୍ଥଗୁଡ଼ିକୁ ଯୋଗାଇବା;
  • ଭ୍ରମଣକାରୀ ବା ପର୍ଯ୍ୟଟକଙ୍କୁ ଭ୍ରମଣ ଚେକ୍ ଅଥବା ବିଦେଶୀ ଚେକ୍ ଓ ବିଦେଶୀ ମୁଦ୍ରା ବିନିମୟରେ ନଗଦ ଟଙ୍କା ପ୍ରଦାନ କରିବା;
  • ଚାଷୀ, ଦୋକାନୀ, ଶିକ୍ଷିତ ବେକାରୀ ଓ ଆର୍ଥିକ ଦୁର୍ବଳ ଲୋକଙ୍କୁ ଋଣ ପ୍ରଦାନ କରିବା;
  • କର୍ମଚାରୀମାନଙ୍କ ଦରମା, ପାଣି, ଇଲେକ୍‌ଟ୍ରିକ୍‌ ଓ ଟେଲିଫୋନ୍ ବିଲ୍, ଘରଭଡ଼ା, ଆୟକର, ଋଣର କିଛି ଇତ୍ୟାଦି ବ୍ୟାଙ୍କ ମାଧ୍ୟମରେ ଗ୍ରହଣକରିବା ।
  • ସରକାରୀ ଚାକିରିଆଙ୍କ ବେତନ ଓ ପେନ୍‌ସନ୍‌ଭୋଗୀଙ୍କୁ ପେନ୍‌ସନ୍ ପ୍ରଦାନ କରିବା ।

BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ

→ ବ୍ୟାଙ୍କରେ ଟଙ୍କା ମୁଖ୍ୟତଃ ପାଞ୍ଚ ପ୍ରକାର ଆକାଉଣ୍ଟରେ ରଖାଯାଏ :
(କ) ଚଳନ୍ତି ଆକାଉଣ୍ଟ (Current Account)
(ଖ) ସଞ୍ଚୟ ବ୍ୟାଙ୍କ୍ ଆକାଉଣ୍ଟ (Savings Bank Account)
(ଗ) ମିଆଦୀ ଜମା ଆକାଉଣ୍ଟ (Term Deposit Account)
(ଘ) ପୌନଃପୁନିକ ଜମା ଆକାଉଣ୍ଟ (Recurring Deposit Account)
(ଙ) ନାବାଳିକା କିମ୍ବା ନାବାଳକମାନଙ୍କପାଇଁ ଆକାଉଣ୍ଟ (Accounts for minors)

→ ଚଳନ୍ତି ଆକାଉଣ୍ଟ :
(i) ବଡ଼ ବଡ଼ ବ୍ୟବସାୟୀ, କମ୍ପାନୀମାନେ ସାଧାରଣତଃ ଚଳନ୍ତି ଆକାଉଣ୍ଟ ଖୋଲିଥାଆନ୍ତି । ବ୍ୟାଙ୍କ୍ ପ୍ରଦତ୍ତ ଚେକ୍ ମାଧ୍ୟମରେ ଏହି ବ୍ୟବସାୟୀ ଓ କମ୍ପାନୀମାନେ କାରବାର କରିଥା’ନ୍ତି ।
(ii) ଏହି ଆକାଉଣ୍ଟରେ ଜମାଥୁବା ଟଙ୍କା ପାଇଁ ବ୍ୟାଙ୍କ୍ କିଛି ସୁଧ ଦିଏ ନାହିଁ; କିନ୍ତୁ ତା’ ପରିବର୍ତ୍ତେ କେତେକ
(iii) ଆକାଉଣ୍ଟଧାରୀ ଚାହିଁଲେ ଦିନକୁ ଯେତେଥର ଟଙ୍କା ଜମା କରି ପାରିବେ ଅଥବା ଟଙ୍କା ଉଠାଇପାରିବେ ।

→ ସଞ୍ଚୟ ବ୍ୟାଙ୍କ୍ ଆକାଉଣ୍ଟ :

  • ସଞ୍ଚୟ ବ୍ୟାଙ୍କ୍ ଆକାଉଣ୍ଟ ସବୁଠାରୁ ଲୋକପ୍ରିୟ ଆକାଉଣ୍ଟ ।

(i) ବେତନଧାରୀ, ସ୍ଵଳ୍ପ ଓ ମଧ୍ଯମ ଆୟକାରୀ ବ୍ୟକ୍ତିବିଶେଷ ସାଧାରଣତଃ ସଞ୍ଚୟ ବ୍ୟାଙ୍କ୍ ଆକାଉଣ୍ଟ
(ii) ଏହି ଆକାଉଣ୍ଟର ମୁଖ୍ୟ ଉଦ୍ଦେଶ୍ୟ ହେଲା ସ୍ଵଚ୍ଛ ଓ ମଧ୍ୟମ ଆୟକାରୀ ଲୋକମାନଙ୍କ ମଧ୍ୟରେ ସଞ୍ଚୟର ଅଭ୍ୟାସକୁ ବଢ଼ାଇବା ପାଇଁ ପ୍ରୋତ୍ସାହନ ପ୍ରଦାନ କରିବା ।
(iii) ଯେ କୌଣସି ବ୍ୟକ୍ତି ସର୍ବନିମ୍ନ 100 ଟଙ୍କା ଦେଇ ଯେ କୌଣସି ବ୍ୟାଙ୍କରେ (ଷ୍ଟେଟ୍ ବ୍ୟାଙ୍କ୍‌ 500 ଟଙ୍କା) ଏକ ଆକାଉଣ୍ଟ ଖୋଲିପାରିବେ । ସବୁ ସମୟ ପାଇଁ ଅତିକମ୍‌ରେ ଆକାଉଣ୍ଟରେ 100 ଟଙ୍କା ରହିବା

→ ବ୍ୟାଙ୍କରେ ଆକାଉଣ୍ଟ ଖୋଲଯିବାର ଉପାୟ :
(i) ବ୍ୟାଙ୍କ୍‌ରେ ଏକ ଆକାଉଣ୍ଟ ଖୋଲିବା ପାଇଁ ଗୋଟିଏ ନିର୍ଦ୍ଧାରିତ ଫର୍ମ ପୂରଣ କରିବାକୁ ହୁଏ । ସେହି ଫର୍ମରେ ଆକାଉଣ୍ଟଧାରୀ ଓ ଆକାଉଣ୍ଟଧାରୀକୁ ପରିଚୟ କରାଇଦେଇଥିବା ବ୍ୟକ୍ତିର ଠିକଣା ସହିତ ଜମାକାରୀର ନମୁନା ଦସ୍ତଖତ ଥାଏ । ତା’ ବ୍ୟତୀତ ପାସ୍ପୋର୍ଟ ସାଇଜ୍‌ର ଫଟୋଗ୍ରାଫ୍, ଭୋଟର ପରିଚୟ ପତ୍ର ବା ପାନ୍ (PAN Permanent Account Number) କାର୍ଡ଼ର ଜେରକ୍ସ ଦେବାକୁ ପଡ଼େ ।
(ii) ଆକାଉଣ୍ଟ ଖୋଲାହେଲା ପରେ ଆକାଉଣ୍ଟଧାରୀକୁ ବ୍ୟାଙ୍କ୍ ତରଫରୁ ଏକ ପାର୍ଶ୍ଵବହି ଯୋଗାଇ ଦିଆଯାଏ । ଯେ କୌଣସି କାର୍ଯ୍ୟ ଦିବସରେ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟାକୁ ଯାଇ ଆକାଉଣ୍ଟଧାରୀ ଯେତେ ଟଙ୍କା ଜମା କରି ପାରନ୍ତି ବା ଜମାଥୁବା ଟଙ୍କାକୁ ଉଠାଇପାରନ୍ତି ।
(iii) ଚେକ୍ ବ୍ୟବହାର କରିବାକୁ ହେଲେ ଷ୍ଟେଟ୍‌ ବ୍ୟାଙ୍କ୍ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଙ୍କ୍ ଆକାଉଣ୍ଟରେ ଅତି କମ୍‌ରେ 500 ଟଙ୍କା ରହିବା ଦରକାର ଏବଂ ଷ୍ଟେଟ୍ ବ୍ୟାଙ୍କ୍ ଆକାଉଣ୍ଟରେ ଅତିକମ୍‌ରେ 1000 ଟଙ୍କା ରହିବା ଦରକାର ।
(iv) ଡାକଘରେ ମଧ୍ୟ ଯେ କୌଣସି ବ୍ୟକ୍ତି ଏକ ସଞ୍ଚୟ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିପାରିବେ ।
BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ - 15

BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ

→ ମିଆଦୀ ଜମା ଆକାଉଣ୍ଟ :
(i) ଯଦି ଜଣେ ବ୍ୟକ୍ତି ଟଙ୍କା ଖର୍ଚ୍ଚ ନ କରି ତା’ର ସଞ୍ଚୟକୁ ବଢ଼ାଇବାକୁ ଚାହେଁ; ତେବେ ସେ ମିଆଦୀ ଜମା ଆକାଉଣ୍ଟରେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ପାଇଁ ଟଙ୍କା ଜମା ରଖେ ।
(ii) ନିର୍ଦ୍ଧାରିତ ଅବଧୂ ମଧ୍ଯରେ ଏହି ଆକାଉଣ୍ଟରୁ ଟଙ୍କା ଉଠାଯାଏ ନାହିଁ ।
(iii) ଏଥପାଇଁ ପ୍ରଚଳିତ ସୁଧ ହାରଠାରୁ ବ୍ୟାଙ୍କ୍ ଅଧ୍ଵ ସୁଧ ଦେଇଥାଏ । ଯଦି ଆକାଉଣ୍ଟଧାରୀକୁ ସମୟସୀମା ପୂର୍ବରୁ ଟଙ୍କା ଉଠାଇବାକୁ ହେଲେ ବ୍ୟାକ୍‌ରୁ ଅନୁମତି ନେବାକୁ ହୁଏ ଓ ସୁଧର ହାର ନିର୍ଦ୍ଦିଷ୍ଟ ସୁଧ ହାରଠାରୁ କମ୍ ହୁଏ ।
(iv) 2009 ମସିହା ପାଇଁ ଏହି ମିଆଦୀ ଜମା ଅମାନତର ବିଭିନ୍ନ ଅବଧୂ ପାଇଁ ସୁଧର ହାର ହେଉଛି ।
BSE Odisha 8th Class Maths Notes Algebra Chapter 8 ବ୍ୟାବସାୟିକ ଗଣିତ - 16

→ ପୌନଃପୁନିକ ଜମା ଆକାଉଣ୍ଟ :

  • (i) ପୌନଃପୁନିକ ଜମା ଆକାଉଣ୍ଟ ହେଉଛି ଏକ ପ୍ରକାର ସ୍ଥାୟୀ ଅମାନତ ଆକାଉଣ୍ଟ । ଏହି ଆକାଉଣ୍ଟ ପରିପକ୍ଵ ହେବାପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା (ମନେକର ଏକ ବର୍ଷ) ଧାର୍ଯ୍ୟ କରାଯାଇଥାଏ । ଏହା ସ୍ଥଳବିଶେଷରେ 5 ବର୍ଷ, 10 ବର୍ଷ ମଧ୍ୟ ହୋଇପାରେ ।
    (ii) ଏହି ଆକାଉଣ୍ଟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ପୂର୍ବ ନିର୍ଦ୍ଧାରିତ ସର୍ଭ ଅନୁସାରେ ପ୍ରତି ମାସରେ, ତିନି ମାସରେ ଥରେ, ଛଅ ମାସରେ ଥରେ ବା ବର୍ଷକୁ ଥରେ ଜମା ଦିଆଯାଇଥାଏ । ପୂର୍ବ ନିର୍ଦ୍ଧାରିତ ଅବଧୂ ପରେ ସମୂଳସୁଧ ସହ ପୂରା ଟଙ୍କା ଜମାକାରୀକୁ ମିଳିଥାଏ ।

→ ନାବାଳକ/ନାବାଳିକାଙ୍କ ପାଇଁ ଆକାଉଣ୍ଟ :

  • ନାବାଳକ/ନାବାଳିକାଙ୍କ ପାଇଁ ବ୍ୟାଙ୍କ୍‌ ଆକାଉଣ୍ଟ ଖୋଲାଯାଏ ।
  • ସେମାନେ ସାବାଳକ/ସାବାଳିକା ହେବା ପର୍ଯ୍ୟନ୍ତ ତାଙ୍କ ଅଭିଭାବକଙ୍କ ଦ୍ବାରା ଆକାଉଣ୍ଟ ଚାଲୁ ରଖାଯାଏ ।

→ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟରେ ସୁଧ ହିସାବ :

  • ପ୍ରତି ମାସର 10 ତାରିଖରୁ ସେହି ମାସର ଶେଷ ତାରିଖ ପର୍ଯ୍ୟନ୍ତ ଆକାଉଣ୍ଟରେ ଥ‌ିବା ସର୍ବନିମ୍ନ ଅବଶେଷ ଜମାରାଶି ଉପରେ ସୁଧ ହିସାବ କରାଯାଏ ।
  • ସର୍ବନିମ୍ନ ଅବଶେଷ ଜମାରାଶିକୁ 10ର ଗୁଣିତକ ରୂପେ ନେଇ ହିସାବ କରାଯାଏ । 5 ବା 5 ରୁ ଅଧିକ ହେଲେ ପରବର୍ତୀ ଓ 1 ରୁ 4 ମଧ୍ୟରେ ରହିଲେ ପୂର୍ବବର୍ତ୍ତୀ 10ର ଗୁଣିତକକୁ ହିସାବ ନିଆଯାଏ; ଯଥା – 341, 342, 343, 344 କୁ 340 ଓ 345, 346, 347, 348, 349 350ରୂପେ ନେଇ ହିସାବ କରାଯାଏ ।
  • ପ୍ରତି ମାସର ସର୍ବନିମ୍ନ ଅବଶେଷ ଟଙ୍କାକୁ ମୂଳଧନ (P) ରୂପେ ନିଆଯାଏ ।
  • ଉପରୋକ୍ତ ମୂଳଧନ ପାଇଁ । ମାସକୁ ( ବର୍ଷ) ସରଳ ସୁଧ ହିସାବ କରାଯାଏ । ସରଳ ସୁଧ ହିସାବ ପାଇଁ I = \(\frac{PRT}{100}\) ସୂତ୍ର ବ୍ୟବହାର କରାଯାଏ ।
  • ଯେଉଁ ମାସରେ ଆକାଉଣ୍ଟ ରଦ୍ଦ ହୁଏ, ସେହି ମାସ ପାଇଁ ସୁଧ ହିସାବ କରାଯାଏ ନାହିଁ ।
  • ବର୍ଷକୁ ଦୁଇଥର ମାର୍ଚ୍ଚ 31 ତାରିଖ ଓ ସେପ୍ଟେମ୍ବର 30 ତାରିଖରେ ସୁଧ ହିସାବ କରାଯାଏ । କେତେକ ବ୍ୟାଙ୍କରେ ଜୁନ 30 ଓ ଡିସେମ୍ବର 31 ତାରିଖରେ ସୁଧ ହିସାବ କରାଯାଏ ।
  • ଷ୍ଟେଟ୍ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ସଞ୍ଚୟ ବ୍ୟାଙ୍କ୍ ଆକାଉଣ୍ଟ ପାଇଁ 3.5% ବାର୍ଷିକ ସୁଧ ହାରରେ ସୁଧ ହିସାବ କରାଯାଏ ।

BSE Odisha 7th Class Science Solutions Chapter 11 ଗତି ଓ ସମୟ

Odisha State Board BSE Odisha 7th Class Science Solutions Chapter 11 ଗତି ଓ ସମୟ Textbook Exercise Questions and Answers.

BSE Odisha Class 7 Science Solutions Chapter 11 ଗତି ଓ ସମୟ

Question 1.
ତଳେ ଦିଆଯାଇଥ‌ିବା ପ୍ରତ୍ୟେକ ଗତି କେଉଁ ପ୍ରକାର ଗତି (ସରଳରେଖକ, ବୃତ୍ତାକାର, ଦୋଳନ, ଆବୃତ୍ତି) ବା ଏକାଧ୍ଵ ଗତିର ସମ୍ମିଶ୍ରଣ ଲେଖ ।
(କ) ତୁମେ ସିଧା ରାସ୍ତାରେ ଦୌଡ଼ିଲା ବେଳେ ତୁମ ହାତର ଗତି ।
(ଖ) ଗୋଟିଏ ବିଦ୍ୟୁତ୍ ଘଣ୍ଟିରେ ହାତୁଡ଼ିର ଗତି (ଘଣ୍ଟି ବାଜିଲାବେଳେ) ।
(ଗ) ବର୍ଷା ହେଉଥ‌ିବା ବେଳେ ସିଧା ରାସ୍ତାରେ ଯାଉଥ‌ିବା ଗୋଟିଏ କାର୍‌ର ସାମନା କାଚ ୱାଇପର୍‌ର ଗତି
(ଘ) ପବନ ସାମ୍‌ନାରେ ଥିବା କାଗଜ ତିଆରି ଚକ୍ରିର ଗତି ।
(ଙ) ଗୋଟିଏ ବିଦୁପତ୍ ତାଲିତ ଖେଲନା ଖାହ୍ ଦକାଲିଲା ବେଳେ ହେଲନାର ହାତର ଉଚି |
(ଚ) ଗୋଟିଏ ସିଧା ପୋଲ ଉପରେ ଯାଉଥିବା ଗୋଟିଏ ଟ୍ରେନ୍‌ର ଗତି ।
Solution:
(କ) ଦୋଳନ ଓ ସରଳରେଖ
(ଗ) ଦୋଳନ ଗତି
(ଙ) ଦୋଳନ ଗତି/ଆବୃତ୍ତି
(ଖ) ଦୋଳନ |ଆବୃତ୍ତି
(ଚ) ସରଳରେଖ୍ୟ ଗତି

BSE Odisha 7th Class Science Solutions Chapter 11 ଗତି ଓ ସମୟ

Question 2.
ତୁମେ ଦେଖିବା ତଥା ସରଳରେଖ୍କ ଗତି କରୁଥିବା ଗୋଟିଏ ବସ୍ତୁର ନାମ ଲେଖ ।
Solution:

  • ସଳଖ ଓ ସମତଳ ରାସ୍ତାରେ ଗଡ଼ିଯାଉଥ‌ିବା ପେଣ୍ଡୁର ଗତି, ସଳଖ ରାସ୍ତାରେ ଏକ ନିଦ୍ଦିଷ୍ଟ ଦିଗରେ ଗତି କରୁଥ‌ିବା ଯାନ ।
  • ସଳଖ ରାସ୍ତାରେ ଏକ ନିଦିକୁ ବିଗରେ ଗତି କରୁଥିବା ଯାନ |

Question 3.
ଚିତ୍ର ୧୧.୧୧ ବ୍ୟବହାର କରି କାର୍‌ର ବେଗ ନିର୍ଣ୍ଣୟ କର ।
Solution:
BSE Odisha 7th Class Science Solutions Chapter 11 Img 1
୩୦ ମିନିଟ୍‌ରେ କାର୍‌ର ଅତିକ୍ରାନ୍ତ ଦୂରତା ୨୦ କି.ମି. ।
BSE Odisha 7th Class Science Solutions Chapter 11 Img 2

BSE Odisha 7th Class Science Solutions Chapter 11 ଗତି ଓ ସମୟ

Question 4.
ସମୟ ଅନୁସାରେ ଗୋଟିଏ କାର୍ ଗତି କରିଥିବା ଦୂରତାର ସାରଣୀ ତଳେ ଦିଆଯାଇଛି ।
BSE Odisha 7th Class Science Solutions Chapter 11 Img 3
ତୁମେ ଆଗରୁ ଆଙ୍କିଥିବା ସମୟ-ଦୂରତା ଗ୍ରାଫ୍‌ରେ ଏଇ ସାରଣୀ ବ୍ୟବହାର କରି ଅନ୍ୟ ଏକ ସମୟ-ଦୂରତା ଗ୍ରାଫ୍ ଅଙ୍କନ କର ।
(କ) ଦୁଇଟି ଗ୍ରାଫ୍ ମଧ୍ୟରେ କ’ଣ ପ୍ରଭେଦ ଲକ୍ଷ୍ୟ କରୁଛ ?
(ଖ) ପ୍ରତ୍ୟେକ ଗ୍ରାଫ୍‌ X-ଅକ୍ଷ ସହିତ ଆନତ କୋଣ କ’ଣ ସମାନ ?
(ଗ) ଏହି ଆନତ କୋଣ ସହିତ ବସ୍ତୁର ବେଗର କେଉଁ ସଂପର୍କ ଲକ୍ଷ୍ୟ କରୁଛ ଲେଖ ।
Solution:
BSE Odisha 7th Class Science Solutions Chapter 11 Img 4
BSE Odisha 7th Class Science Solutions Chapter 11 Img 5
(i) ପ୍ରଥମ ଗ୍ରାଫ୍‌ଟି ଏକ ସରଳରେଖା, ଏବଂ ଏହା ମୂଳ ବିନ୍ଦୁ O ରୁ ବାହାରିଛି । ଏଥୁରୁ ବସ୍ତୁର ସମବେଗର ସୂଚନା ମିଳିଥାଏ ।
(ii) ଦ୍ବିତୀୟ ଗ୍ରାଫ୍‌ଟି ଏକ ସରଳରେଖା ନୁହେଁ ଏବଂ ଏହା ମୂଳ ବିନ୍ଦୁରୁ ନ ବାହାରି X- ଅକ୍ଷରୁ ବାହାରିଥାଏ । ଏଥୁରୁ ବସ୍ତୁର ଅସମ ବେଗର ସୂଚନା ମିଳିଥାଏ ।
(ଖ) ପ୍ରତ୍ୟେକ ଗ୍ରାଫ୍‌ X- ଅକ୍ଷ ସହିତ ଆନତ କୋଣ ସମାନ ନୁହେଁ ।
(ଗ) ଆନତ କୋଣ କମ୍ ହେଲେ ବେଗ କମ୍ ହୋଇଥାଏ । ଆନତ କୋଣ ଅଧିକ ହେଲେ ବେଗ ଅଧ‌ିକ ହୋଇଥାଏ ।

Question 5.
ଗୋଟିଏ ବସ୍ତୁର ସମୟ -ଦୂରତା ଗ୍ରାଫ୍ ତଳେ ଦିଆଗଲା । ବସ୍ତୁଟି କେଉଁ ପ୍ରକାର ଗତି କରୁଛି ଲେଖ ।
BSE Odisha 7th Class Science Solutions Chapter 11 Img 6
Solution:
ଏଠାରେ ବସ୍ତୁଟିର ଦୂରତା ସମୟ ଅନୁସାରେ ପରିବର୍ତ୍ତନ ହେଉନାହିଁ । ତେଣୁ ବସ୍ତୁଟି ସ୍ଥିର ରହିଥ‌ିବାର ସୂଚନା ମିଳୁଛି ।

Question 6.
ତୁମେ ସାଇକେଲ୍ ଚଳାଇ ଗଲାବେଳେ ତୁମର ବେଗ ୧୨ କି.ମି./ଘଣ୍ଟା । ଗୋଟିଏ ମହୁମାଛି ଉଡ଼ିଲାବେଳେ ତା’ର ବେଗ ୫ ମି./ସେ. । ତୁମର ଓ ମହୁମାଛିର ବେଗ ଭିତରେ କାହାର ବେଗ ଅଧୁକ ଅଟେ ?
Solution:
BSE Odisha 7th Class Science Solutions Chapter 11 Img 7

Question 7.
ଗୋଟିଏ କାର୍ ୧୫ ମିନିଟ୍ କାଳ ୪୦ କି.ମି. |ଘଣ୍ଟା ବେଗରେ ଗତି କଲା । ତା’ପରେ ୨୦ ମିନିଟ୍ କାଳ ୬୦ କି.ମି. | ଘଣ୍ଟା ବେଗରେ ଗତି କଲା । ଏଇ ଯାତ୍ରାରେ କାର୍‌ର ହାରାହାରି ବେଗ କେତେ ?
Solution:
BSE Odisha 7th Class Science Solutions Chapter 11 Img 8

BSE Odisha 7th Class Science Solutions Chapter 11 ଗତି ଓ ସମୟ

Question 8.
ନିମ୍ନୋକ୍ତ ମଧ୍ୟରୁ ଭୁଲ ଉକ୍ତିଗୁଡ଼ିକ ସଂଶୋଧନ କରି ତୁମ ଖାତାରେ ଲେଖ ।
(କ) ସମୟର ମୌଳିକ ଏକକ ଘଣ୍ଟା ଅଟେ ।
(ଖ) ଦୁଇଟି ସହର ମଧ୍ୟରେ ଦୂରତା କିଲୋମିଟରରେ ମପାଯାଏ ।
(ଗ) ପ୍ରତ୍ୟେକ ବସ୍ତୁ ଗତି କଲାବେଳେ ସାଧାରଣତଃ ଏକ ସମାନ ବେଗରେ ଗତି କରିଥାନ୍ତି ।
(ଘ) ଗୋଟିଏ ସରଳ ଦୋଳକର ଦୋଳନ ସମୟ ଧ୍ରୁବ ନୁହେ ।
(ଙ) ଟ୍ରେନ୍‌ର ବେଗ ମି./ ଘଣ୍ଟାରେ ପ୍ରକାଶ କରାଯାଏ ।
Solution:
(କ) ସମୟର ମୌଳିକ ଏକକ ସେକେଣ୍ଡ ଅଟେ ।
(ଖ) ଦୁଇଟି ସହର ମଧ୍ୟରେ ଦୂରତା କିଲୋମିଟରରେ ମପାଯାଏ ।
(ଗ) ପ୍ରତ୍ୟେକ ବସ୍ତୁ ଗତି କଲାବେଳେ ସାଧାରଣତଃ ଏକ ଅସମ ବେଗରେ ଗତି କରିଥାନ୍ତି ।
(ଘ) ଗୋଟିଏ ସରଳ ଦୋଳକର ଦୋଳନ ସମୟ ଧ୍ରୁବ ଅଟେ ।
(ଙ) ଟ୍ରେନର ବେଗ କି.ମି.|ଘ.ରେ ପ୍ରକାଶ କରାଯାଏ ।

Question 9.
ବେଗର ପୌଲିକ ଏକକ
BSE Odisha 7th Class Science Solutions Chapter 11 Img 9

Question 10.
ତଳେ ଚାରୋଟି ସମୟ-ଦୂରତା ଗ୍ରାଫ୍ ଦିଆଯାଇଛି । ସେଥ୍ମଧ୍ୟରୁ କେଉଁଟି ଗୋଟିଏ କାର୍‌ର ଅସମ ଗତିର ସମୟ-ଦୂରତା ଗ୍ରାଫ୍ ଅଟେ ?
BSE Odisha 7th Class Science Solutions Chapter 11 Img 10
Solution:
(ଗ) ଗ୍ରାଫ୍‌ଟି କାରର ଅସମ ଗତିର ସମୟ-ଦୂରତା ଗ୍ରାଫ୍ ।

Question 11.
ଗୋଟିଏ ଗତିଶୀଳ କାରର ଓଡ଼ୋମିଟରର ମାପାଙ୍କ ପୂର୍ବାହ୍ନ ୦୮.୦୦ରେ ୬୩୨୧୯.୦ କି.ମି. ଓ ପୂର୍ବାହ୍ନ ୦୮.୩୫ରେ ୬୩୩୦୯.୦ କି.ମି. ଅଟେ । ଏଇ ସମୟ ଅନ୍ତରାଳରେ କାର୍‌ର ବେଗ କି.ମି. | ମିନିଟ୍ ତଥା କି.ମି. | ଘଣ୍ଟାରେ ପ୍ରକାଶ କର ।
Solution:
ଗତିଶୀଳ କାର୍‌ର ଓଡ଼ୋମିଟରର ମାପାଙ୍କ ପୂର୍ବାହ୍ନ ୮.୦୦ରେ ୬୩୨୧୯.୦ କି.ମି. ଥିଲା ଏବଂ ପୂର୍ବାହ୍ନ ୮.୩୫ରେ ୬୩୩୦୯.୦ କି.ମି. ହେଲା ।
BSE Odisha 7th Class Science Solutions Chapter 11 Img 11

Question 12.
ମନେକର ଯେ ଚିତ୍ର ୧୧.୧ ଓ ୧୧.୨ରେ ଦର୍ଶାଯାଇଥିବା ଫଟୋ ଦୁଇଟି ୧୦ସେ. ଅନ୍ତରାଳରେ ନିଆଯାଇଛି । ଯଦି ଫଟୋ ଗୁଡ଼ିକରେ ୧୦୦ମି. ଦୂରତା ୧ ସେ.ମି. ରୂପରେ ଦର୍ଶାଯାଇଛି ତେବେ ନୀଳକାର୍‌ର ବେଗ ନିର୍ଣ୍ଣୟ କର ।
BSE Odisha 7th Class Science Solutions Chapter 11 Img 12

ବିପଯୁବସ୍ତୁ ସପୂଜାପ ପୂଚନା ଓ ବିଶେଷଣ :

→ ଗତି :

  • ଦିଗ ଓ ଦୂରତା ସମୟ ଅନୁସାରେ ନ ବଦଳିଲେ ବସ୍ତୁଟି ସ୍ଥିର ଏବଂ ଏଥୁରୁ କୌଣସି ଗୋଟିଏ ବି ବଦଳିଲେ ତାହା ଗତିଶୀଳ ।
  • ଗତି ସାଧାରଣତଃ ଚାରି ପ୍ରକାରର ଅଟେ ; ଯଥା – ସରଳରୈଖ୍ୟକ ଗତି, ବୃତ୍ତୀୟ ଗତି, ଆବର୍ତୀ ଗତି ଏବଂ ହୋଇନ ଗତି |

→ ସରଳରୈଖ୍ୟକ ଗତି :
ବସ୍ତୁଟି ଗୋଟିଏ ସରଳରେଖାରେ ଗତି କଲେ ତା’ର ଗତିକୁ ସରଳରେଖ୍ୟ ଗତି କୁହାଯାଏ ।
ଉଦାହରଣ ସ୍ଵରୂପ, ପେଣ୍ଡୁଟିଏ ଗଡ଼େଇଲେ ସେ ସରଳରେଖାରେ ଗତି କରିଥାଏ, ଆଲୋକ ଏକ ସରଳରେଖାରେ ଗତି କରିଥାଏ ।

→ ବୃତ୍ତୀୟ ଗତି :
ଯଦି କୌଣସି ବସ୍ତୁ ବୃତ୍ତାକାର ପଥରେ ଗତି କରୁଥାଏ, ତେବେ ତା’ର ଗତିକୁ ବୃତ୍ତୀୟ ଗତି କୁହାଯାଏ । ଉଦାହରଣ ସ୍ୱରୂପ – ଚକ୍ତିବାଣର ଗତି, ସାଇକେଲ୍ ଚକର ଗତି, ଚକ୍ରିଦୋଳିର ଗତି ଇତ୍ୟାଦି ।

→ ଆବର୍ତ୍ତୀ ଗତି :
ସୂର୍ଯ୍ୟ ଚାରିପାଖରେ ପୃଥ‌ିବୀର ଗତି, ନିଜର ଅକ୍ଷ ଚାରିପାଖରେ ବୁଲୁଥବା ପୃଥ‌ିବୀର ଗତି ଇତ୍ୟାଦି ଆବର୍ତୀ ଗଢିର ଉଦାହରଣ |

→ ଦୋଳନ ଗତି :
ତୁମେ ଦୋଳି ଖେଳୁଥ‌ିବାବେଳେ ଦୋଳିଟି ଏପଟ ସେପଟ ହୋଇ ଅର୍ଥାତ୍‌ ଥରେ ଆଗକୁ ଓ ପଛକୁ ଗତି କରିଥାଏ । ସେହିପରି ଭାବରେ ଘଣ୍ଟାରେ ଥ‌ିବା ଦୋଳକ ଓ ପେଣ୍ଡୁଲମ୍ ଏପଟ ଓ ସେପଟ ହୋଇ ଗତି କରିଥାଏ । ଏହି ପ୍ରକାର ଗତିକୁ ଦୋଳନ ଗତି କୁହାଯାଏ ।

BSE Odisha 7th Class Science Solutions Chapter 11 ଗତି ଓ ସମୟ

→ ଧୀର ଅଥବା ଦୃତ ଗତି :

(i) କେତେକ ବସ୍ତୁ ଅନ୍ୟ କିଛି ବସ୍ତୁ ତୁଳନାରେ ଦ୍ରୁତତର ଗତିରେ ଗତି କରିଥାନ୍ତି ।
(ii) ଉଦାହରଣ ସ୍ୱରୂପ ମଟରଗାଡ଼ି, ଶଗଡ଼ଠାରୁ ଦ୍ରୁତତର ଗତିରେ ଗତି କରିଥାଏ । ଏଠାରେ ମଟରଗାଡ଼ି ଦ୍ରୁତ ଗତିରେ ଗତି କରିଥାଏ ଏବଂ ଶଗଡ଼ଗାଡ଼ି ଧୀର ଗତିରେ ଗତି କରିଥାଏ ।
(iii) ଗୋଟିଏ ବସ୍ତୁ ବିଭିନ୍ନ ସମୟରେ ଧୀର ଅଥବା ଦ୍ରୁତ ଗତିରେ ଗତି କରିଥାଏ ।
(iv) ଏକା ସମୟ ଅନ୍ତରାଳରେ ଯେଉଁ ଯାନଟି ଅଧ୍ୟା ଦୂରତା ଅତିକ୍ରମ କରେ ତାହା ଅପେକ୍ଷାକୃତ ଦ୍ରୁତତର ଗତିରେ ଯାଉଛି ବୋଲି କୁହାଯାଏ ।

→ ବେଗ :

  • ଏକକ ସମୟରେ ଗୋଟିଏ ବସ୍ତୁ ଯେତିକି ଦୂରତା ଅତିକ୍ରମ କରେ, ତାହାକୁ ସେ ବସ୍ତୁର ବେଗ କୁହାଯାଏ ।
    BSE Odisha Class 7 Science Solutions Chapter 11 Img 1
  • ଯେକୌଣସି ଯାନ ଗତିଶୀଳ ଥିଲାବେଳେ ଏକ ସମାନ ବେଗରେ ଗତିକରେ ନାହିଁ । ଗତିଶୀଳ ଅବସ୍ଥାରେ ସର୍ବଦା ବେଗ କମ୍ ବା ବେଶି ହୋଇଥାଏ । ତେଣୁ ଗତିଶୀଳ ଯାନର ବେଗ ହେଉଛି ପ୍ରକୃତରେ ତାହାର ହାରାହାରି ବେଗ ।
    BSE Odisha Class 7 Science Solutions Chapter 11 Img 2
  • ଗୋଟିଏ ବସ୍ତୁ ଗତି କଲାବେଳେ ଯଦି ତାର ବେଗ ବାରମ୍ବାର ପରିବର୍ତ୍ତିତ ହୁଏ, ଏପରି ଗତିକୁ ନୈକସମାନ ବା ଅସମଗତି କୁହାଯାଏ ।
  • ଯଦି କୌଣସି କ୍ଷେତ୍ରରେ ଏକ ସରଳରେଖାରେ ଗତି କରୁଥିବା ଗୋଟିଏ ବସ୍ତୁର ବେଗ ଅପରିବର୍ତ୍ତିତ ରହେ, ତେବେ ସେପରି ଗତିକୁ ସମଗତି କୁହାଯାଏ ।
  • ଗୋଟିଏ ବସ୍ତୁର ବେଗ ଗଣନା କରିବା ପାଇଁ ବସ୍ତୁଟି ଗତି କରିଥିବା ମୋଟ ଦୂରତ୍ୱ ଏବଂ ସେହି ଗତି ପାଇଁ ବସ୍ତୁଟି ନେଇଥିବା ମୋଟ ସମୟ ନିର୍ଣ୍ଣୟ କରିବା ଦରକାର । `

→ ସମୟର ମାପ :

  • ଗୋଟିଏ ସୂର୍ଯ୍ୟୋଦୟଠାରୁ ତା ଗୋଟିଏ ଦିନ କୁହାଯାଏ । ଗୋଟିଏ ଦିନ ଠାରୁ କମ୍ ଘଣ୍ଟା ବ୍ୟବହାର କରାଯାଏ ।
  • ପୂର୍ବକାଳରେ ସମୟ ମାପିବା ଯନ୍ତ୍ର ବା ଘଡ଼ି ବ୍ୟବହାର କରାଯାଉଥିଲା ; ଯଥା – ବାଲୁକାଘଡ଼ି, ଜଳଘଡ଼ି, ସୂର୍ଯ୍ୟଘଡ଼ି ଇତ୍ୟାଦି ।
    BSE Odisha Class 7 Science Solutions Chapter 11 Img 3

→ ସରଳ ଦୋଳକ :

  • ସରଳ ଦୋଳକର୍ ସୂତାର ଦୈର୍ଘ୍ୟ ପ୍ରାୟ 1 ମିଟର । ସୂତାରୁ ଝୁଲିଥିବା ଛୋଟ, ଭାରୀ (ସାଧାରଣତଃ ଗୋଲାକାର) ବସ୍ତୁକୁ ଗୋଲକ (Bob) କୁହାଯାଏ ।
  • ଦୋଳକର ବକୁ A ପାର୍ଶ୍ଵକୁ ଟାଣି ଛାଡ଼ିଦେଲେ ବର୍‌ଟି ଦୋଳନ କରି ମାଧ୍ୟ ଅବସ୍ଥାନ ‘O’କୁ ଅତିକ୍ରମ କରି ‘B’ ପାର୍ଶ୍ଵକୁ ଯିବ ।
  • B ପାର୍ଶ୍ଵରୁ ବକ୍‌ଟି ଦୋଳନ କରି ମାଧ ଅବସ୍ଥାନ ଠ ଦେଇ À ପାର୍ଶ୍ଵକୁ ଫେରିବ ।
  • ଏହିପରି ବବ୍ ନିରନ୍ତର ଗତିକରି ଚାଲିବ । ବତ୍‌ର ଏହି ଗତିକୁ ଦୋଳନ ଗତି କୁହାଯାଏ ।
    BSE Odisha Class 7 Science Solutions Chapter 11 Img 4
  • ବଟି ସ୍ଥିତି Aରୁ ସ୍ଥିତି Bକୁ ଯାଇ ପୁଣି ସ୍ଥିତି Aକୁ ଫେରିଆସିବାକୁ ଯେତିକି ସମୟ ନିଏ ତାହା ଏହି ନିର୍ଦ୍ଦିଷ୍ଟ ସରଳ ଦୋଳକର ଦୋଳନ ସମୟ (Period of Oscillation) କୁହାଯାଏ ।

BSE Odisha 7th Class Science Solutions Chapter 11 ଗତି ଓ ସମୟ

→ ସମୟର ଏକକ :

  • ସମୟର ମୌଳିକ ଏକକ ସେକେଣ୍ଡ । ସମୟର ବୃହତ୍ତର ଏକକ ମିନିଟ୍ ବା ଘଣ୍ଟା ।
  • ବୟସ ପ୍ରକାଶ କରିବା ପାଇଁ ବର୍ଷକୁ ଏକକ ରୂପେ ବ୍ୟବହାର କରାଯାଏ ।

→ ବେଗର ଏକକ :
BSE Odisha Class 7 Science Solutions Chapter 11 Img 5

  • ଗୋଟିଏ ମିଟର ଯାନର ବେଗ ଦର୍ଶାଇଥାଏ କାରଣ ସେଥ‌ିରେ କି.ମି.|ଘଣ୍ଟା ଲେଖା ହୋଇଥାଏ । ଏହି ମିଟରକୁ ବେଗ ମିଟର (Speedometer) କୁହାଯାଏ ।
  • ଯାନମାନଙ୍କରେ ମିଟର ମଧ୍ୟ ଲାଗିଥାଏ ଯାହା ଯାନଟି ଯାତ୍ରା କରିଥିବା ଦୂରତ୍ୱ କିଲୋମିଟରରେ ଦର୍ଶାଇଥାଏ । ଅନେକ ସମୟରେ ବେଗ ମିଟରରେ ହିଁ ଏକ ଆୟତାକାର ଜାଗାରେ ଏହି ମିଟର ଥାଏ ଓ ତା’ ଉପରେ କି.ମି. ଲେଖା ହୋଇଥାଏ । ଏହି ମିଟରକୁ ଓଡୋମିଟର କହନ୍ତି ।

→ ଗତିଶୀଳ ବସ୍ତୁର ସମୟ-ଦୂରତା ଗ୍ରାଫ୍ :

  • ଦୁଇଟି ସରଳରେଖାର ଛେଦ ବିନ୍ଦୁକୁ O ମୂଳବିନ୍ଦୁ (Origin) କୁହାଯାଏ । X’OX ଓ Y’OY କୁ ଅକ୍ଷ କୁହାଯାଏ । ମୂଳ ବିନ୍ଦୁର ଡାହାଣକୁ X- ର ମୂଲ୍ୟ ଯୁକ୍ତାତ୍ମକ ଓ ବାମକୁ ବିଯୁକ୍ତାତ୍ମକ ହୋଇଥାଏ । ସେହିପରି ମୂଳବିନ୍ଦୁରୁ ଉପରକୁ Y- ର ମୂଲ୍ୟ ଯୁକ୍ତାତ୍ମକ ଓ ତଳକୁ ବିଯୁକ୍ତାତ୍ମକ ହୋଇଥାଏ । ଗ୍ରାଫ୍ Y-ଅକ୍ଷରେ ନିଆଯାଇଥାଏ ।
    BSE Odisha Class 7 Science Solutions Chapter 11 Img 6
  • ଗୋଟିଏ ବସ୍ତୁର ଗତିକୁ ସମୟ-ଦୂରତା ଗ୍ରାଫ୍ ଦ୍ଵାରା ଉପସ୍ଥାପନ କରାଯାଏ ।
  • ଏକ ସମାନ ବେଗରେ ଗତି କରୁଥ‌ିବା ବସ୍ତୁର ସମୟ-ଦୂରତା ଗ୍ରାଫ୍ ଏକ ସରଳରେଖ୍ ଗ୍ରାଫ୍ ଅଟେ ।
  • ଗତିଜନିତ ଅନେକ ପ୍ରଶ୍ନ ସମାଧାନ କରିବାରେ ଗ୍ରାଫ୍ ସାହାଯ୍ୟ କରେ ।

→ ଆସ, ଜାଣିବା :

  • ଏକକ ସମୟରେ ଗୋଟିଏ ବସ୍ତୁ ଗତି କରିଥିବା ଦୂରତାକୁ ବସ୍ତୁର ବେଗ କୁହାଯାଏ ଏବଂ ତାହା ମି./ସେ.ରେ ପ୍ରକାଶ କରାଯାଏ ।
  • ଗୋଟିଏ ବସ୍ତୁ ଗତି କରିଥିବା ଦୂରତାକୁ ଗତି କରିଥିବା ସମୟରେ ଭାଗ କଲେ ତାହା ବସ୍ତୁର ହାରାହାରି ବେଗ ଦେଇଥାଏ । ବେଗର ମୌଳିକ ଏକକ ମି.|ସେ. ଅଟେ ।
  • ବିଭିନ୍ନ ଗତିଶୀଳ ବସ୍ତୁ ମଧ୍ଯରେ କେଉଁ ଗୋଟିକ କ୍ଷିପ୍ରତର ବା କ୍ଷିପ୍ରତମ ଜାଣିବାରେ ଆମକୁ ବେଗ ସାହାଯ୍ୟ କରିଥାଏ ।
  • ସମୟ ମାପିବା ପାଇଁ ଦୋଳନ ପ୍ରକ୍ରିୟା ବ୍ୟବହାର କରାଯାଏ । ସରଳ ଦୋଳକର ଦୋଳନ ଗତି ବ୍ୟବହାର କରି ଘଣ୍ଟା ସାଧାରଣତଃ ତିଆରି କରଯାଏ ।
  • ଗୋଟିଏ ବସ୍ତୁର ଗତିକୁ ସମୟ-ଦୂରତା ଗ୍ରାଫ୍ ଦ୍ବାରା ଉପସ୍ଥାପନ କରାଯାଏ ।
  • ଏକ ସମାନ ବେଗରେ ଗତି କରୁଥିବା ବସ୍ତୁର ସମୟ-ଦୂରତା ଗ୍ରାଫ୍ ଏକ ସରଳରେଖ୍ ଗ୍ରାଫ୍ ଅଟେ ।

BSE Odisha 8th Class Odia Solutions Chapter 12 ଡାକମୁନ୍ସି

Odisha State Board BSE Odisha 8th Class Odia Solutions Chapter 12 ଡାକମୁନ୍ସି Textbook Exercise Questions and Answers.

BSE Odisha Class 8 Odia Solutions Chapter 12 ଡାକମୁନ୍ସି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଆସ, କଥାବାର୍ତ୍ତା ହେବା ।
(କ) ହରିସିଂ କେଉଁ ପୋଷ୍ଟ ଅଫିସ୍‌ରେ କାର୍ଯ୍ୟ କରୁଥିଲେ ?
Answer:
ହରିସିଂ ଚାକିରି କଲା ଦିନରୁ ମଫସଲର ଅନେକ ପୋଷ୍ଟ ଅଫିସ୍‌ କାର୍ଯ୍ୟ କରିବା ପରେ ଦଶବର୍ଷ ହେଲା କଟକ ସଦର ପୋଷ୍ଟ ଅଫିସ୍‌ରେ କାର୍ଯ୍ୟ କରୁଥିଲେ ।

(ଖ) ମାସିକ ଦରମା ରୂପେ ହରିସିଂଙ୍କୁ କେତେ ଟଙ୍କା ମିଳୁଥିଲା ?
Answer:
ମାସିକ ଦରମା ରୂପେ ହରିସିଂଙ୍କୁ ନଅଟଙ୍କା ମିଳୁଥିଲା ।

BSE Odisha 8th Class Odia Solutions Chapter 12 ଡାକମୁନ୍ସି

(ଗ) ହରିସିଂଙ୍କ ଦେହ କାହିଁକି କଳାକାଠ ପଡ଼ିଯାଇଥିଲା ?
Answer:
ପୋଷ୍ଟମାଷ୍ଟରଙ୍କଠାରୁ ଚାକିରି ଶେଷ ହେବା କଥା ଶୁଣି, ଗୋପାଳକୁ କିପରି କଟକ ଆଣି ଇଂରାଜୀ ପାଠ ପଢ଼ାଇବେ, ସେହି କଥା ଭାବି ଭାବି ହରିସିଂଙ୍କ ଦେହ କଳାକାଠ ପଡ଼ି ଯାଇଥିଲା ।

(ଘ) ପୋଷ୍ଟମାଷ୍ଟର୍ ବାବୁ କେତେବେଳେ ଇଂରେଜୀ ଖବର କାଗଜ ପଢ଼ୁଥିଲେ ?
Answer:
ପୋଷ୍ଟମାଷ୍ଟରବାବୁ ସଞ୍ଜବେଳେ ଇଂରେଜୀ ଖବରକାଗଜ ପଢ଼ୁଥିଲେ ।

(ଙ) ହରିସିଂଙ୍କୁ ପୋଷ୍ଟମାଷ୍ଟର୍ ବାବୁ କାହିଁକି ଭଲପାଉଥିଲେ ?
Answer:
ପୋଷ୍ଟମାଷ୍ଟର ବାବୁଙ୍କ ମନଜାଣି ମିଠାକଡ଼ା ଗୁଡ଼ାଖୁ ଚିଲମ ସଜାଇ ଦେଉଥ‌ିବାରୁ ଓ ଉପରହାକିମ ଆସିଲେ ସେମାନଙ୍କ ଖୁସି ପାଇଁ ଖାଦ୍ୟପଦାର୍ଥ ବ୍ୟବସ୍ଥା କରୁଥିବାରୁ, ହରିସିଂଙ୍କୁ ପୋଷ୍ଟମାଷ୍ଟର ବାବୁ ଭଲପାଉଥିଲେ ।

Question ୨।
ଦୁଇ ବା ତିନୋଟି ବାକ୍ୟରେ ତଳ ପ୍ରଶ୍ନର ଉତ୍ତର ଲେଖୁବା ?
(କ) ନଅ ଟଙ୍କା ଦରମାରେ ହରିସିଂ କିପରି ଗୁଜୁରାଣ ମେଣ୍ଟାଉଥିଲେ ?
Answer:
ହରିସିଂ ନଅଟଙ୍କା ଦରମାରୁ ପାଞ୍ଚଟଙ୍କାରେ କଟକ ସହରରେ କୌଣସି ପ୍ରକାରେ ଅତିକଷ୍ଟରେ ଚଳୁଥିଲେ । ଅବଶିଷ୍ଟ ଚାରି ଟଙ୍କାକୁ ଗାଁକୁ ପଠାଉଥିଲେ, କାରଣ ଗାଁରେ ରହୁଥିଲେ ତାଙ୍କର ସ୍ତ୍ରୀ ଓ ଆଠବର୍ଷର ପୁଅ ଗୋପାଳ । ଗୋପାଳର ପାଠପଢ଼ା ଖର୍ଚ୍ଚ ସାଙ୍ଗକୁ ଘରଖର୍ଚ୍ଚ, ଗାଁରେ ସେମାନେ ଟାଣଟୁଣ ହୋଇ ଚଳୁଥ୍ଳୋ

(ଖ) ଗୋପାଳକୁ ଇଂରେଜୀ ପଢ଼ାଇବା ପାଇଁ ହରିସିଂ କାହିଁକି ଇଚ୍ଛା କରିଥଳେ ?
Answer:
ଗୋପାଳକୁ ଇଂରେଜୀ ପଢ଼ାଇବା ପଛରେ ହରିସିଂଙ୍କ ମନରେ ଉଚ୍ଚ ଆଶା ରହିଥିଲା । ଇଂରେଜୀ ପଢ଼ିଲେ ଗୋପାଳ ମଫସଲ ପୋଷ୍ଟଅଫିସ୍‌ରେ ସର୍‌ପୋଷ୍ଟମାଷ୍ଟର ହେବାର ଇଚ୍ଛା ସେ ରଖୁଥିଲେ ।

(ଗ) ହରିସିଂ ଗାଆଁରେ ପହଞ୍ଚି କ’ଣ ଦେଖ‌ିଲେ ?
Answer:
ହରିସିଂ ଗାଆଁରେ ପହଞ୍ଚ୍ ଦେଖ‌ିଲେ, ବୁଢ଼ୀର ଅବସ୍ଥା ଶେଷ ପ୍ରାୟ ହୋଇଗଲାଣି । ବୁଢ଼ୀକୁ ଏପରି ଅବସ୍ଥାରେ ଦେଖୁ ହରିସିଂଙ୍କ ଆଖ୍ର ଜ୍ୟୋତି ହଜିଗଲା। ବୁଢ଼ୀ ସ୍ଵାମୀଙ୍କ ମୁହଁକୁ ଅନାଇ, ଦୁଇ ହାତ ଉଠାଇ ଦଣ୍ଡବତ ହୋଇ, ପାଦଧୂଳି ନେବା ସହିତ ଶେଷ ନିଃଶ୍ବାସ ତ୍ୟାଗ କଲେ ।

BSE Odisha 8th Class Odia Solutions Chapter 12 ଡାକମୁନ୍ସି

(ଘ) ପନ୍ତ୍ରୀଙ୍କ ମୃତ୍ୟୁ ପରେ ହରିସିଂ କ’ଣ କଲେ ?
Answer:
ପତ୍ନୀଙ୍କ ମୃତ୍ୟୁ ପରେ ହରିସିଂ ଗାଁରେ ଯାହାକିଛି ମାଲମତା ଥିଲା ସେସବୁକୁ ବିକି ଦେଇଥିଲେ । ପୁଅ ଗୋପାଳକୁ ସାଙ୍ଗରେ ଧରି ସେ କଟକ ପଳାଇ ଆସିଥିଲେ ।

(ଙ) ଚାକିରି ସରିଯିବା ପରେ ହରିସିଂଙ୍କର କ’ଣ ଅସୁବିଧା ହେଲା ?
Answer:
ଚାକିରି ସରିଯିବା ପରେ ହରିସିଂଙ୍କର ପେନ୍‌ସନ୍‌ ହୋଇଗଲା । ଚଳିବାରେ କଷ୍ଟ ହେବାରୁ ଘରର ଲୋଟା
କଂସା ଯାହା ଦୁଇଖଣ୍ଡ ଥିଲା ସେସବୁକୁ ବିକ୍ରି କରି ଖାଇଲେ । ଚାକିରିରେ ଥିବାବେଳେ ଅତି କଷ୍ଟରେ ମାସକୁ ଯେଉଁ ଦୁଇ-ଚାରି ଅଣା ସଞ୍ଚୟ କରିଥିଲେ, ସେସବୁ ଗୋପାଳର ମାଇନର ପଢ଼ାରେ ଶେଷ ହୋଇଗଲା ।

Question ୩ ।
ଆସ, ତଳେ ଦିଆଯାଇଥିବା ବାକ୍ୟଗୁଡ଼ିକୁ ସରଳ ଭାଷାରେ ବୁଝାଇ ଲେଖୁ ।
(କ) ‘ଆରେ ନିର୍ବୋଧ ଏ କ’ଣରେ ! ଆଚ୍ଛା ବୁଝିବୁ’’ ।
Answer:
ଆଲୋଚ୍ୟ ପ୍ରସଙ୍ଗଟି ଗାଳ୍ପିକ ଫକୀରମୋହନ ସେନାପତିଙ୍କ ଲିଖ୍ ‘ଡାକମୁନ୍ସି’ ଗଳ୍ପରୁ ଆସିଅଛି । ଏଠାରେ ଗାଳ୍ପିକ ହରିସିଂଙ୍କ ଉଦ୍ଦେଶ୍ୟରେ, ଭଗବାନଙ୍କର ନିଷ୍ଠୁର ବିଚାରଧାରାକୁ ଉଲ୍ଲେଖ କରିଛନ୍ତି । ଗୋପାଳ ଚାକିରି ପାଇବା ପରେ ହରିସିଂଙ୍କ ମନୋଭାବ ବଦଳି ଯାଇଥିଲା । ସେ ସବୁବେଳେ ପୁଅର ଖାଇବା, ପିନ୍ଧିବା କଥା ଚିନ୍ତା କରି ସମୟ ବିତାଇଲେ । ପୁଅର ସୁଖ ସୁବିଧା ପାଇଁ ଦିନରାତି ଲାଗି ପଡ଼ିଲେ । ଆଗରୁ ସେ ଠାକୁରଙ୍କୁ ଡାକୁଥିଲେ, ବେଳେବେଳେ ହରିନାମ କରୁଥିଲେ । ମାତ୍ର ଗୋପାଳ ପାଇଁ ସେସବୁ ଭୁଲିଗଲେ । ଏପରି ପରିସ୍ଥିତି ଦେଖୁ ହରି ଅର୍ଥାତ୍ ଭଗବାନ୍, ହରିସିଂହଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଯାଇଥିଲେ । ରାଗିକରି ହରିସିଂ ପାଇଁ ଉପଯୁକ୍ତ ଦଣ୍ଡର ବ୍ୟବସ୍ଥା କରାଇବାକୁ ଯାଇ କହିଥିଲେ, ‘ନିର୍ବୋଧ, ଏପରି କରି ତୁ କିଛି ଭଲ କରୁନାହୁଁ । ଏହାରି ପ୍ରତିଫଳିତ ତୋତେ ନିଶ୍ଚୟ ଭୋଗ କରିବାକୁ ପଡ଼ିବ ।’ ଭଗବତ୍ ବିଶ୍ଵାସହୀନ ହେଲେ ମଣିଷ କିପରି ଦଣ୍ଡିତ ହୁଏ, ଏଠାରେ ତାହା ବୁଝାଇ କୁହାଯାଇଛି ।

(ଖ) ‘ଅଜାଗା ଘା, ଦେଖ୍ହୁଏ ନାହିଁ କି ଦେଖାଇହୁଏ ନାହିଁ’ ।
Answer:
ଆଲୋଚ୍ୟ ପ୍ରସଙ୍ଗଟି ଗାଳ୍ପିକ ଫକୀରମୋହନ ସେନାପତିଙ୍କ ରଚିତ ‘ଡାକମୁନ୍ସି’ ଗଳ୍ପରୁ ଆସିଅଛି । ଏଠାରେ ଗାଳ୍ପିକ ଓଡ଼ିଆରେ ଏକ ବହୁ ପ୍ରଚଳିତ ଋଢ଼ିକୁ ବ୍ୟବହାର କରି, ହରିସିଂ ନିଜ ପୁଅ କଥାରେ ବ୍ୟଥ୍‌ତ ହୋଇଥିବା ପରିସ୍ଥିତି କଥା ସୂଚାଇ ଅଛନ୍ତି । ଗୋପାଳ ଚାକିରି କଲାପରେ, ପ୍ରଥମେ ତାହାର ବାପାଙ୍କ ପ୍ରତି ମନୋଭାବ ଠିକ୍ ଥିଲା । ମାତ୍ର ପରବର୍ତ୍ତୀ ସମୟରେ ତାହାର ଚିନ୍ତାଧାରା ବଦଳି ଯାଇଥିଲା । ବାପାଙ୍କୁ ସେ ଅଶିକ୍ଷିତ, ମଳିମୁଣ୍ଡିଆ ବୋଲି ବିଚାର କଲା । ବାପାଙ୍କ

ପାଇଁ ତାହାର ସମ୍ମାନ ଯାଉଛି ବୋଲି ଚିନ୍ତାକଲା । ଏଣିକି ସେ ବାପାଙ୍କୁ ବିନାକାରଣରେ ଗାଳି ଦେଲା । ଥରେ କେତେ ଜଣ ସେମିଜ୍ ପିନ୍ଧା ମହିଳାଙ୍କ ଆଗରେ ହରିସିଂ ଖୋଲା ଦେହରେ ଚାଲିଯିବାରୁ ଗୋପାଳକୁ ଖୁବ୍ ଅପମାନ ବୋଧ ହେଲ । ବାହାର ଲୋକଙ୍କ ନିକଟରେ ତାହାର ମାନହାନୀ ହେଉଛି ବୋଲି କହିଲା । ଗୋପାଳର ନିଷ୍ଠୁର କଥା ଶୁଣି, ହରିସିଂର କାନମୁଣ୍ଡ ଭାଁ ଭାଁ ହୋଇଗଲା । ସେ କ’ଣ କରିବ ବୋଲି ଚିନ୍ତା କରି ପାରିଲା ନାହିଁ । ନିଜ ପୁଅ କଥା କାହା ଆଗରେ କହିବ ବୋଲି ଉଚିତ୍ ମନେକଲା ନାହିଁ । ନିଜ ମନରେ ଦୁଃଖକୁ ଚାପି ରଖୁଲା । ଏହାକୁ ବୁଝାଇବା ପାଇଁ ଗାଳ୍ପିକ ଏଭଳି ରୂଢ଼ି ପ୍ରୟୋଗ କରି, ନିଜର ବକ୍ତବ୍ୟ ଆହୁରି ସ୍ପଷ୍ଟ କରାଇଛନ୍ତି ।

(ଗ) ବର୍ତ୍ତମାନ ସର୍ବସ୍ଵ ଲୋକ ଉପସ୍ଥିତ ସୁଖ ବା ଦୁଃଖରେ ବିମୋହିତ ହୋଇପଡ଼ିଥାନ୍ତି ?
Answer:
ଆଲୋଚ୍ୟ ପ୍ରସଙ୍ଗଟି ଗାଳ୍ପିକ ଫକୀରମୋହନ ସେନାପତିଙ୍କ ‘ଡାକମୁନସି’ ଗଳ୍ପରୁ ଆସିଅଛି । ଏଠାରେ ଲେଖକ ହରିସିଂଙ୍କ ବର୍ତ୍ତମାନ ସର୍ବସ୍ଵ ଚିନ୍ତାଧାରା ପ୍ରତି ଆକ୍ଷେପ କରି ଏଭଳି ଚିନ୍ତାଧାରା ପ୍ରକାଶ କରିଛନ୍ତି । ହରି ସିଂଙ୍କୁ ପୋଷ୍ଟମାଷ୍ଟର୍ ଦୟା କରିଛନ୍ତି । ହରି ସିଂର ଚାକିରିକାଳ ବଢାଇଦେବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିଛନ୍ତି । ତାଙ୍କର ଦରଖାସ୍ତ ଉପରେ ସୁପାରିସ କରି ସଦର ଅଫିସ୍‌ ପଠାଇଛନ୍ତି । ଯାହା ଫଳରେ ହରିସିଂଙ୍କ ଚାକିରିକାଳ ଆଉ ଦୁଇବର୍ଷ ବଢ଼ି ଯାଇଛି । ଏହି ଖବର ପାଇଲା ପରେ, ହରିସିଂ ଖୁସି ହୋଇଛନ୍ତି । ନିଜର ଖୁସି ଖବର ଗାଁକୁ ପଠାଇ ଦେଇଛନ୍ତି । ଏହି ପରିସ୍ଥିତିକୁ ବିଚାର କରି ଗାଳ୍ପିକ ଲେଖୁଛନ୍ତି, ହରିସିଂ ଭଳି ବର୍ତ୍ତମାନସର୍ବସ୍ଵ ମଣିଷ, ସାମାନ୍ୟ ଖୁସିରେ ଯେପରି ବିମୋହିତ ହୁଅନ୍ତି, ସାମାନ୍ୟ ଦୁଃଖରେ ମଧ୍ୟ ସେହିପରି ଭାଙ୍ଗି ପଡ଼ନ୍ତି । ବାସ୍ତବରେ ଗାଳ୍ପିକ, ହରିସିଂ ପାଇଁ ଯେଉଁ ମତାମତ ଦେଇଛନ୍ତି, ତାହା ଯଥାର୍ଥ ମନେ ହୋଇଥାଏ ।

BSE Odisha 8th Class Odia Solutions Chapter 12 ଡାକମୁନ୍ସି

Question ୪ ।
ତଳେ ଦିଆଯାଇଥ‌ିବା ବୈଦେଶିକ ଶବ୍ଦଗୁଡ଼ିକର ଅର୍ଥ ପାଖ କୋଠରିରେ ଅଛି । ଆସ, ଏହାକୁ ମିଳାଇ ଲେଖୁବା, ଯେପରି ରକମ୍ – ପ୍ରକାର ।
ଜିନିଷପତ୍ର, ଗାଁ ଅଞ୍ଚଳ, ନିନ୍ଦା ବାଗାଳି, ହଇରାଣ, ଉପସ୍ଥିତ, ମର୍ଯ୍ୟାଦା ଅବସ୍ଥା, ମାନସିକ ସ୍ଥିତି, କ୍ଷମା
ମଫସଲ ___________
ମାଲମତା ___________
ଇଜ୍ଜତ୍ ___________
ଫଜିତ୍ ___________
ହରକତ୍ ___________
ହାଜର୍ ___________
ହାଲ୍ ___________
ମିଜାକ୍ ___________
Answer:
ମଫସଲ – ଗାଁ ଅଞ୍ଚଳ
ମାଲମତା – ଜିନିଷପତ୍ର
ଇଜ୍ଜତ୍ – ମର୍ଯ୍ୟାଦା
ଫଜିତ୍ – ନିନ୍ଦା ବା ଗାଳି
ହରକତ୍ – ହଇରାଣ
ହାଜର୍ – ଉପସ୍ଥିତ
ହାଲ୍ – ଅବସ୍ଥା
ମିଜାକ୍ – ମାନସିକ ସ୍ଥିତି

Question ୫ ।
ତଳେ ‘କ’ – ସ୍ତମ୍ଭରେ କେତେଗୁଡ଼ିଏ ଶବ୍ଦ, ‘ଖ’ ସ୍ତମ୍ଭରେ – ସେହି ଶବ୍ଦର ଅର୍ଥ ଓ ‘ଗ’ ସ୍ତମ୍ଭରେ ତାହାର ସମ୍ପର୍କିତ ବାକ୍ୟ ଦିଆଯାଇଛି । ସେଗୁଡ଼ିକୁ ଗାରଟାଣି ଯୋଡ଼ିବା । (ପ୍ରଶ୍ନ ସହିତ ଉତ୍ତର)
BSE Odisha 8th Class Odia Solutions Chapter 12 ଡାକମୁନ୍ସି 1

Question ୬ ।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକୁ ନେଇ ଆସ ଗୋଟିଏ ଛୋଟ ଅନୁଚ୍ଛେଦ ଲେଖୁବା ।
ଖାଦ୍ୟପେୟ, ତୁଷ୍ଟି, ଉଚ୍ଛୁଣି, ଧର୍ମକର୍ମ, ଦୁଃଖସୁଖ, ଆନନ୍ଦ ଉତ୍ସବ
Answer:
ବାହାର ଖାଦ୍ୟପେୟ ଘରର ବ୍ୟବସ୍ଥାଭଳି ହୋଇ ନଥାଏ । ଏପରି ଖାଦ୍ୟରେ କୌଣସି ପ୍ରକାର ତୁଷ୍ଟି ମିଳିନଥାଏ । ଉଛୁଣି ଅନେକ ଲୋକ ବାହାର ଖାଦ୍ୟପେୟ ଉପରେ ନିର୍ଭର କରି ଚଳୁଛନ୍ତି । ଏଭଳି ଖାଦ୍ୟପେୟ ଗ୍ରହଣଦ୍ବାରା ଯେ ମଣିଷର ଧର୍ମକର୍ମ ନଷ୍ଟ ହେଉଛି, ସେ କଥା କେହି ବୁଝୁନାହାନ୍ତି । ଦୁଃଖସୁଖରେ ସବୁକୁ ଚଳେଇ ନେବାକୁ ହେଉଛି । ମାତ୍ର ଆନନ୍ଦ ଉତ୍ସବ ଦିନମାନଙ୍କରେ ସମସ୍ତେ ନିଜ ବାସଗୃହରେ ଖାଦ୍ୟପେୟର ସୁବନ୍ଦୋବସ୍ତ କରିଥାଆନ୍ତି ।

Question ୭ ।
ତଳେ ଦିଆଯାଇଥିବା ରୂଢ଼ିଗୁଡ଼ିକର ଅର୍ଥ ଲେଖ୍ ବାକ୍ୟରେ ବ୍ୟବହାର କରିବା । (ପ୍ରଶ୍ନ ସହ ଉତ୍ତର)
Answer:
(କ) ବଜ୍ର ପଡ଼ିବା – ଅର୍ଥ (ଅଚାନକ ବିପଦ ପଡ଼ିବା)
ବାକ୍ୟ – ହଠାତ୍ ବାପାଙ୍କ ମୃତ୍ୟୁ ଖବର ଶୁଣି, ମୋ ମୁଣ୍ଡରେ ବଜ୍ର ପଡ଼ିଲା ପରି ଲାଗିଲା ।

(ଖ) ଭେକ ଦେଖ୍ ଭିକ – ଅର୍ଥ (ବେଶପୋଷାକ ଅନୁସାରେ ମର୍ଯ୍ୟାଦା ମିଳିବା)
ବାକ୍ୟ – ଯଦୁବାବୁ ନିଜର ପରିଷ୍କାର ପରିଚ୍ଛନ୍ନତା ଓ ସୁନ୍ଦର ବେଶପୋଷାକ ପାଇଁ ସବୁଠାରେ ଆଦର ପାଆନ୍ତି, ସେଥୂପାଇଁ କୁହାଯାଏ, ଭେକ ଦେଖ୍ ଭିକ ।

(ଗ) ଚକେ ଗଲେ ବାରହାଟ – ଅର୍ଥ (ସମୟ ଅନୁସାରେ ସ୍ଵଭାବ ବଦଳିବା)
ବାକ୍ୟ – ରାମର ସ୍ବଭାବ ଏପରି ଯେ, ସେ ଚକେ ଗଲେ ବାର ହାତ । ତା’ ଉପରେ ନିର୍ଭର କରିବା ଠିକ୍ ନୁହେଁ । ହରିବାବୁ ପୂର୍ବରୁ ଖୁବ୍ ବିନୟୀ ଥିଲେ, ମାତ୍ର ଦୁଇ ପୁଅ ଚାକିରି ପାଇବା ପରଠାରୁ କାହାକୁ ଖାତିର କରୁନାହାନ୍ତି । ସେଇଥପାଇଁ ତ କୁହାଯାଏ ଚକେ ଗଲେ ବାର ହାତ ।

(ଘ) ଚାଲି ନଜାଣି ବାଟର ଦୋଷ – ଅର୍ଥ (ନିଜର ଦୁର୍ବଳତାକୁ ବିଚାର କରି ଅନ୍ୟକୁ ଦୋଷଦେବା)
ବାକ୍ୟ – ତୁମେ ତ କୌଣସି କାମ ଠିକ୍ ଭାବେ କରିପାରୁନାହଁ, ଚାଲି ନ ଜାଣି ବାଟର ଦୋଷ ଦେଉଛ କାହିଁକି ?

BSE Odisha 8th Class Odia Solutions Chapter 12 ଡାକମୁନ୍ସି

Question ୮ ।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ସନ୍ଧିବିଚ୍ଛେଦ କରି ଲେଖୁବା । (ପ୍ରଶ୍ନ ସହ ଉତ୍ତର)
Answer:
(କ) ଉଚ୍ଚାଶା = ଉଚ୍ଚ + ଆଶା
(ଖ) ମୁଦ୍ରିତାବସ୍ଥା = ମୁଦ୍ରିତ + ଅବସ୍ଥା
(ଗ) ପରସ୍ପର = ପର + ପର
(ଘ) ମତାମତ = ମତ + ଅମତ

Question ୯ ।
ତଳେ ଦିଆଯାଇଥ‌ିବା ଅନୁଛେଦଟିକୁ ପଢ଼ି କେତୋଟି ପ୍ରଶ୍ନ ତିଆରି କରିବା ।
Answer:
ଦିନେ ଡାକମୁନ୍‌ସିବାବୁ ବାପକୁ କହିଦେଲେ, – ‘ଦେଖ, ତୁମେ ମୋର କିଛି ଉପକାର କରି ନାହଁ । ଇଚ୍ଛା ହେଲେ ବସାରେ ରହ ନୋହିଲେ ଚାଲିଯାଅ । ଆଉ ଦେଖ, ବାବୁମାନେ ଆମ ଦୁଆରକୁ ଆସିଲେ ତୁମେ ଘରୁ ବାହାରିବ ନାହିଁ ।’’ ଗୋପାଳ କଥା ଶୁଣି ବୁଢ଼ାର କାନମୁଣ୍ଡ ଗାଁର୍ଭା କଲା – ଗୁମ୍ କରି ବସି ପଡ଼ିଲା, କାହାକୁ କହିବ ? ପୁଅ କଥା; ଅଜାଗା ଘା’ ଦେଖୁହୁଏ ନାହିଁ କି ଦେଖାଇ ହୁଏ ନାହିଁ । ଯାହାକୁ ମନର କଥା କହନ୍ତା, ସେ ଯାଇଛି । ବୁଢ଼ୀ କଥା ମନରେ ପଡ଼ିଲା, ଢେର କାନ୍ଦିଲା, ଚାରିଆଡ଼କୁ ଅନାଇଲା – କେହି ଭରସା ନାହିଁ । ବୁଢ଼ା ଦୁଃଖ ବେଳେ ବୁଢ଼ୀ କଥା ମନରେ କରେ, ସୁଖ ବେଳେ ମନରେ କରେ । ମୁହଁ ପୋଛିଲା, ଆଉ କାନ୍ଦିଲା ନାହିଁ, ଗୋପାଳର କାଳେ ଅମଙ୍ଗଳ ହେବ ।
ପ୍ରଶ୍ନ :
(କ) ଡାକମୁନ୍‌ସିବାବୁ ବାପାକୁ କ’ଣ କହିଲେ ?
(ଖ) ‘ବାବୁମାନେ ଆମ ଦୁଆରକୁ ଆସିଲେ ତୁମେ ଘରୁ ବାହାରିବ ନାହିଁ’ – ଏକଥା କିଏ କାହାକୁ କହିଥିଲା ?
(ଗ) ଗୋପାଳ କଥା ଶୁଣି ବୁଢ଼ାର ଅବସ୍ଥା କ’ଣ ହେଲା ?
(ଘ) ବୁଢ଼ା ଦୁଃଖବେଳେ କାହା କଥା ମନେ ପକାଇଥାଏ ?
(ଙ) ବୁଢ଼ା କାହିଁକି କାନ୍ଦିଲା ନାହିଁ ?

Question ୧୦ ।
ଭୁଲ୍ ଶବ୍ଦକୁ ଠିକ୍ କରି ତା’ ପାଖରେ ଲେଖୁବା । (ପ୍ରଶ୍ନ ସହ ଉତ୍ତର)
Answer:

  • ମୁକରୀର – ମୁକରିର
  • ଫଜିତ୍ – ଫଜିତ୍
  • ତୃଷ୍ଟି – ତୁଷ୍ଟି
  • ସୂତ – ସୂତ୍ର
  • ମେହରବାନି – ମେହେରବାନି
  • ଦେଶି – ଦେଣୀ
  • ମୁର୍ଖ – ମୂର୍ଖ
  • ଲଜା – ଲଜ୍ଜା
  • ଦୁଖଃ – ଦୁଃଖ
  • ମୁଶ୍ମିଲ୍ – ମୁସ୍କିଲ
  • ନିଃସ୍ୱାସ – ନିଃଶ୍ଵାସ
  • ସ୍ୱାମି – ସ୍ୱାମୀ
  • ପାର୍ଥନା – ପ୍ରାର୍ଥନା
  • ମୁଲିଆ – ମୂଲିଆ

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
ପେନ୍‌ସନ୍ ନେବାକୁ ପଡ଼ିବ ବୋଲି ଶୁଣିବା ପରେ ହରି ସିଂଙ୍କ ମୁଣ୍ଡରେ ବଜ୍ର ପଡ଼ିଲା କାହିଁକି ?
Answer:
ହରି ସିଂ କଟକ ସଦର ପୋଷ୍ଟ ଅଫିସ୍‌ରେ ହେଡ୍‌ପିଅନ ଭାବେ କାର୍ଯ୍ୟକରି ଗୁଜୁରାଣ ମେଣ୍ଟାଉଥିଲେ । ପୁଅକୁ ଇଂରାଜୀ ପଢ଼ାଇ ଗୋଟେ ମଫସଲ ପୋଷ୍ଟ ଅଫିସ୍‌ରେ ସପୋଷ୍ଟମାଷ୍ଟର କରିବାର ଉଚ୍ଚ ଆଶା ପୋଷଣ କରିଥିଲେ । ମାତ୍ର ତାଙ୍କୁ ୫୫ ବଜ୍ର ପଡ଼ିଲା । ସଂସାର କିପରି ଚଳିବ, ଗୋପାଳର ପାଠପଢ଼ା କାଳେ ବନ୍ଦ ହୋଇଯିବ ଏହି ଚିନ୍ତାରେ ତାଙ୍କୁ ରାତିରେ ନିଦ ହେଲା ନାହିଁ ।

BSE Odisha 8th Class Odia Solutions Chapter 12 ଡାକମୁନ୍ସି

Question ୨ ।
ଗୋପାଳ ଚାକିରି କଲାପରେ ହରି ସିଂଙ୍କର ବ୍ୟସ୍ତତା ବଢ଼ିଗଲା କାହିଁକି ?
Answer:
ଗୋପାଳ ଚାକିରି କଲାପରେ ପ୍ରଥମ ମାସର ଦରମା ହରି ସିଂଙ୍କୁ ଦେଇଥଲା। ବୁଢ଼ାର ଆନନ୍ଦ କହି ହେବ ନାହିଁ । ସେ ବଜାରକୁ ଯାଇ ଜୋତା, କୁରୁତା ଆଦି ଜିନିଷ ପୁଅ ପାଇଁ ଖୁସିରେ କିଣି ପକାଇଲେ। ନିଜେ ମଇଳା ଲୁଗା ଖଣ୍ଡେ ପିନ୍ଧି ଘର ଭିତରେ କାମରେ ଲାଗି ପଡ଼ିଲେ। ଗୋପାଳ କିପରି ଭଲ ଖାଇବ, ଭଲ ପିନ୍ଧିବ, ତା’ର ବିଛଣାପତ୍ର ପରିଷ୍କାର ରହିବ ଆଦି କାର୍ଯ୍ୟରେ ହରି ସିଂ ଲାଗିପଡ଼ିଲେ। ହରି ସିଂ ଏହିପରି ବ୍ୟସ୍ତତା ଭିତରେ ସମୟ କାଟିଲେ।

Question ୩ ।
ହରି ସିଂଙ୍କୁ ଘରର ସବୁ ଆସବାବପତ୍ର ବିକିବାକୁ ପଡ଼ିଥିଲା କାହିଁକି ?
Answer:
ହରି ସିଂ ଯେତେବେଳେ ପେନ୍‌ସନ୍ ନେଲେ ସେତେବେଳକୁ ଗୋପାଳ ମାଇନର ପଢୁଥିଲା । କଷ୍ଟେ ମଷ୍ଟେ ଚଳି ସେ ଜୀବନକାଳ ମଧ୍ୟରେ ଯାହା ସଞ୍ଚୟ କରିଥିଲେ ସେସବୁ ଗୋପାଳର ମାଇନର ପଢ଼ାରେ ଖର୍ଚ୍ଚ କଲେ । ସେସବୁ ଯଥେଷ୍ଟ ନଥିବାରୁ ଘରର ଲୋଟା, କଂସା ଯାହାକିଛି ଆସବାବପତ୍ର ଥିଲା ସବୁ ବିକିବାକୁ ବାଧ୍ୟ ହୋଇଥିଲେ । ତାଙ୍କର ବଡ଼ ଆଶା ଥିଲା ଗୋପାଳ ମାଇନର ଖଣ୍ଡକ ପାଶ୍ କରିଗଲେ ସବ୍‌ ପୋଷ୍ଟମାଷ୍ଟର ହେବ । ତାଙ୍କର ସବୁ କଷ୍ଟ ମେଣ୍ଟିବ । ଗୋପାଳ ବି ବାପାଙ୍କୁ ଭରସା ଦେଇଥୁଲା ଯେ ଚାକିରି କରି ସବୁ ଧାର କରଜ ଶୁଝିଦେବ ।

Question ୪।
ହରି ସିଂ ଅସୁସ୍ଥ ହୋଇପଡ଼ିଲେ କାହିଁକି ?
Answer:
ପୁଅ ଗୋପାଳର ମଫସଲକୁ ବଦଳି ହେଲାପରେ ପୁଅର କହିବା ଅନୁସାରେ ଘରର ସବୁ ଜିନିଷ ମୁଟରି ବାନ୍ଧି ମୁଣ୍ଡାଇ ବସି ଉଠି ଆଣିଥିଲେ । ମଫସଲରେ ପହଞ୍ଚିବାପରେ ଏତେ ବର୍ଷ ସହରରେ ଚଳିଥିବା ହରି ସିଂଙ୍କ ଦେହରେ ସେଠାକାର ପାଣି ପବନ ଗଲା ନାହିଁ । ତାଙ୍କୁ ମଧ୍ଯ ଗୋପାଳ ପାଇଁ ବ୍ୟସ୍ତ ରହି ସମସ୍ତ କାମ କରିବାକୁ ପଡୁଥିଲା । ତାଙ୍କୁ ଥଣ୍ଡା ଜ୍ୱର ଧରିଲା ଓ କାଶ ହେଲା । ରାତିରେ ଅଧ‌ିକ କାଶ ହେଲା । ସେ ଅସୁସ୍ଥ ହୋଇପଡ଼ିଲେ ।

Question ୫ ।
କେଉଁ ସବୁ ଉପଲବ୍ଧିକୁ ଆଧାର କରି ଫକୀରମୋହନ ସେନାପତି ‘ଡାକମୁନ୍ସୀ’ ଗଳ୍ପ ରଚନା କରିଥିଲେ ?
Answer:
‘ଡାକମୁନ୍‌ସି ଏକ ପାରିବାରିକ କାହାଣୀ’ । ଏହା ପିତା-ପୁତ୍ର ସଂପର୍କ ଉପରେ ଆଧାରିତ । ସେ ସମୟରେ ଇଂରାଜୀ ଶିକ୍ଷା ଓ ପାଶ୍ଚାତ୍ୟ ସଭ୍ୟତା ନବ ଯୁବପିଢ଼ିଙ୍କୁ ଆକୃଷ୍ଟ କରିଦେଇଥିଲା । ସେମାନେ ସମାଜରେ ପ୍ରତିଷ୍ଠିତ ହେବା ପରେ ଓ ରୋଜଗାରକ୍ଷମ ହେବାପରେ ପରିବାର, ବାପା-ମାଆଙ୍କୁ ଭୁଲି ଯାଇଛନ୍ତି । ସେମାନେ ବ୍ୟକ୍ତିଗତ ସୁଖ ଓ ବିଳାସକୁ ଗୁରୁତ୍ଵ ଦେବା ଫଳରେ ପିତା-ପୁତ୍ର ଭଳି ସଂପର୍କ ତୁଟି ଯାଇଛି । ଏସବୁ ଉପଲବ୍ଧକୁ ଆଧାର କରି ଫକୀରମୋହନ ‘ଡାକମୁନ୍ସି’ ପ୍ରବନ୍ଧ ରଚନା କରିଛନ୍ତି ।

ଗାଳ୍ପକ ପରିଚୟ: 

ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟତମ ନିର୍ମାତା ହେଉଛନ୍ତି ଫକୀରମୋହନ ସେନାପତି । ସେ କଳ୍ପନା ବିଳାସକୁ ପରିହାର କରି ବାସ୍ତବ ସମାଜ ଓ ଅନୁଭବକୁ ନେଇ ସାହିତ୍ୟ ନିର୍ମାଣ କରିଛନ୍ତି । ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ସେ ଥିଲେ କର୍ଣ୍ଣଧାର । ଓଡ଼ିଆ କଥା ସାହିତ୍ୟ, ଗଦ୍ୟ ସାହିତ୍ୟ ଓ କାବ୍ୟ ସାହିତ୍ୟକୁ ନୂଆ ରୂପ ଦେବା ନିମନ୍ତେ ସେ ଥିଲେ ଦୃଢ଼ସଙ୍କଳ୍ପ । ପ୍ରାଚୀନ ଅନ୍ଧବିଶ୍ୱାସକୁ ବିଲୋପ କରି ସାହିତ୍ୟ ମାଧ୍ୟମରେ ସଂସ୍କାର ଆଣିବାରେ ସେ ଥିଲେ ଯଥାର୍ଥରେ ଜାତୀୟ ସେନାପତି । ଓଡ଼ିଆମାନଙ୍କ କଥା ଭାଷାକୁ ସେ ସାହିତ୍ୟ-ମର୍ଯ୍ୟାଦା ଦେଇଥିଲେ । ଇଂରେଜୀ ଶିକ୍ଷା ଓ ସଭ୍ୟତାର କୁପରିଣାମ ସୃଷ୍ଟିକାରୀ ପ୍ରଭାବ ଓ ଅନୁସରଣକୁ ସେ ନିନ୍ଦା କରୁଥିଲେ । ତାଙ୍କର ଏହି ମାନସିକତା ତାଙ୍କ ଗଳ୍ପ, ଉପନ୍ୟାସ, ଆତ୍ମଚରିତ, ଭ୍ରମଣ ରଚନା ଆଦିରେ ପ୍ରତିଫଳିତ । ତାଙ୍କଦ୍ୱାରା ରଚିତ ଲେଖାଗୁଡ଼ିକ ଊନବିଂଶ ଶତାବ୍ଦୀର ସାମାଜିକ ଜୀବନ ଓ ବ୍ୟବସ୍ଥାର ନିଖୁଣ ଚିତ୍ର । ତାଙ୍କଦ୍ୱାରା ରଚିତ ସାହିତ୍ୟକୃତିଗୁଡ଼ିକୁ ଆମେ ନିମ୍ନମତେ ବିଚାର କରିବା ।

(କ) କାବ୍ୟ କବିତା – ବୌଦ୍ଧାବତାର କାବ୍ୟ, ଉତ୍କଳ ଭ୍ରମଣଂ, ଉପହାର, ପୂଜାଫୁଲ, ଧୂଳି, ଅବସର ବାସରେ ।
(ଖ) ଗଦ୍ୟ ଗ୍ରନ୍ଥ – ଆତ୍ମ ଚରିତ ।
(ଗ) ଉପନ୍ୟାସ ଗ୍ରନ୍ଥ – ଛ’ମାଣ ଆଠଗୁଣ୍ଠ, ମାମୁ, ଲଛମା, ପ୍ରାୟଶ୍ଚିତ୍ତ ।
(ଘ) ଗଚ୍ଚ୍ପଗ୍ରନ୍ଥ – ଗଳ୍ପସ୍ବଚ୍ଛ – ୧ମ ଭାଗ, ୨ୟ ଭାଗ । ତାଙ୍କ କ୍ଷୁଦ୍ରଗଳ୍ପର ସଂଖ୍ୟା – ୨୨।
ଏହି ୨୨ଗୋଟି ଗଳ୍ପ ହାସ୍ୟ ଓ ବ୍ୟଙ୍ଗ ଶୈଳୀରେ ଲିଖ୍ । ପ୍ରତ୍ୟେକ ଗଳ୍ପରେ ତତ୍‌କାଳୀନ ସମାଜର ଚିତ୍ର ପ୍ରତିଫଳିତ । ଅଧିକାଂଶ ଗଳ୍ପରେ ସମାଜସଂସ୍କାର ଦୃଷ୍ଟିଭଙ୍ଗୀ ପ୍ରତିଫଳିତ ।

ଗଳ୍ପର ପୃଷ୍ଠଭୂମି: 

‘ଡାକମୁନ୍ସି’ ଏକ ପାରିବାରିକ କାହାଣୀମୂଳକ ଲେଖା । ଏହି କ୍ଷୁଦ୍ରଗଳ୍ପରେ ପିତାପୁତ୍ରର କାହାଣୀ ବର୍ଣ୍ଣିତ । ଇଂରେଜୀ ଶିକ୍ଷା ଓ ସଭ୍ୟତା ଓଡ଼ିଶାର ନବ ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କରିଦେଇଛି । ସେମାନେ ସମାଜରେ ପ୍ରତିଷ୍ଠିତ ଓ ରୋଜଗାରକ୍ଷମ ହେବା ପରେ ପରିବାର, ବାପ-ମାଆଙ୍କୁ ଭୁଲିଯାଇଛନ୍ତି । ସେମାନେ ବ୍ୟକ୍ତିଗତ ସୁଖ ଓ ବିଳାସକୁ ଅଧିକ ଗୁରୁତ୍ବ ଦେଇଛନ୍ତି । ପାରିବାରିକ ଓ ପିତା-ପୁତ୍ରଭଳି ପବିତ୍ର ସମ୍ପର୍କ ତୁଟିଯାଇଛି । ଏହି ଉପଲବ୍ଧକୁ ଆଧାର କରି ଫକୀରମୋହନ ‘ଡାକମୁନ୍ସି’ ଗଳ୍ପ ରଚନା କରିଛନ୍ତି । ଏହି ଗଳ୍ପଟି ସବୁସମୟରେ ପାଠକଙ୍କୁ ପିତାର ଦାୟିତ୍ଵ, ଆଦର ଓ ପୁତ୍ରର କର୍ତ୍ତବ୍ୟ, ସେବା, ଭକ୍ତି ସମ୍ପର୍କରେ ସଚେତନ କରାଇଦିଏ । ଉପଯୁକ୍ତ ପିତାର ଉପଯୁକ୍ତ ପୁତ୍ର ହୋଇ ନ ପାରିବାର ଅବସୋସର ଚିତ୍ର ଏହି ଗଳ୍ପଟିକୁ ଓଡ଼ିଆ ପାଠକ ମହଲରେ ସୁପରିଚିତ କରାଇ ପାରିଛି ।

ଗଳ୍ପର ସାରକଥା:

ହରି ସିଂ କଟକ ସଦର ପୋଷ୍ଟ ଅଫିସର ହେଡ଼ପିଅନ । ମାସକୁ ଦରମା ନଅ ଟଙ୍କା । କଟକ ସହରରେ ନିଆଁଠୁ ପାଣି ଯାଏ ସବୁ କିଣା । ଅତି କଷ୍ଟରେ ମାସକୁ ପାଞ୍ଚ ଟଙ୍କାରେ ଚଳି ଘରକୁ ଚାରି ଟଙ୍କା ପ୍ରତିମାସରେ ସେ ପଠାନ୍ତି । ଗାଁଘରେ ସ୍ତ୍ରୀ ଓ ଆଠବର୍ଷର ପୁଅ ଗୋପାଳ ସେହି ଚାରିଟଙ୍କାରେ ଚଳିଯା’ନ୍ତି । ପୁଅ ଗୋପାଳ ଅପର ପ୍ରାଇମେରୀ ସ୍କୁଲରେ ପଢ଼େ । ସ୍କୁଲର ଦୁଇଅଣା ଦରମା, ବହି, ପ୍ଲେଟ୍, କାଗଜ ଆଦି ପାଠପଢ଼ା ଜିନିଷ କିଣୁ କିଣୁ ଯେଉଁ ମାସରେ ବେଶି ଖରଚ ପଡ଼ିଯାଏ ସେ ମାସରେ ବୁଢ଼ା ଦିନେ ଦିନେ ଉପାସରେ ରହିଯା’ନ୍ତି । ଗୋପାଳ ପଢ଼ା ପାଇଁ ବୁଢ଼ା କିଛି ବି ଊଣା କରନ୍ତିନି । ଗୋପାଳଟି ପଢ଼ୁ – ଏହାହିଁ ବୁଢ଼ାଙ୍କର ବଡ଼ ସ୍ଵପ୍ନ ଓ ଏକମାତ୍ର ଆଶା ।

BSE Odisha 8th Class Odia Solutions Chapter 12 ଡାକମୁନ୍ସି

ମାତ୍ର ଯେଉଁଦିନ ପୋଷ୍ଟମାଷ୍ଟର ୫୫ ବର୍ଷ ହୋଇଯାଇଥିବାରୁ ହରି ସିଂଙ୍କୁ ପେନ୍‌ସନ୍ ନେବାକୁ ପଡ଼ିବ ବୋଲି ଜଣାଇଦେଲେ ସେଦିନ ମୁଣ୍ଡରେ ବଜ୍ର ପଡ଼ିଲା ପରି ତାଙ୍କୁ ଲାଗିଲା । ସଂସାର କିପରି ନକିବ, ଗୋପାଳର ପାଠପଢ଼ା କାଳେ ବନ୍ଦ ହୋଇଯିବ ଏହି ଚିନ୍ତାରେ ତାଙ୍କୁ ରାତିରେ ନିଦ ହୋଇନାହିଁ । ପୁଅ ଗୋପାଳକୁ ନେଇ ହରି ସିଂଙ୍କର ଉଚ୍ଚ ଆଶା ଥିଲା । ଗୋପାଳ ଇଂରେଜୀ ପାଠ ପଢ଼ି ଗୋଟେ ମସଲ ପୋଷ୍ଟ ଅଫିସରେ ସମ୍ପୋଷ୍ଟମାଷ୍ଟର ହେବ । ସେଥ‌ିପାଇଁ ସେ ଗୋପାଳକୁ କଟକ ଆଣି ଇଂରେଜୀ ପଢ଼ାଇବାକୁ ମନ କରିଥିଲେ । ତାଙ୍କର ଚାକିରି ଚାଲିଗଲେ ଏତେବଡ଼ ଆଶା ନିରାଶାରେ ପରିଣତ ହେବ । ଏହି କଥା ଭାବି ସିଙ୍ଗେ କଳାକାଠ ପଢ଼ିଗଲେ ।

ସରକାରୀ କାମ କରିବା ପରେ ସିଙ୍ଗେ ସଞ୍ଜବେଳେ ପୋଷ୍ଟମାଷ୍ଟରବାବୁଙ୍କ ଘରେ ଦୁଇଚାରିଟା ଅଧିକ କାମ କରି ଦେଉଥିଲେ । ଏ କାରଣରୁ ପୋଷ୍ଟମାଷ୍ଟରବାବୁ ହରି ସିଂଙ୍କ ଉପରେ ମେହେରବାନ ଥିଲେ । ହରି ସିଂ ଏହାର ସୁଯୋଗ ନେଇ ଦିନେ ସଞ୍ଜବେଳେ ବାବୁଙ୍କୁ ଗୁଡ଼ାଖୁ ଚିଲିମ ସଜାଇ ଦେଇ ଧୂଆଁ ଟାଣିବାକୁ ଦେଲେ । ବାବୁଙ୍କ ମୁହଁରୁ ଧୂଆଁ ଭକ୍ତଭକ୍ ହୋଇ ବାହାରିବା ସହିତ ଆଖୁଜି ହୋଇଆସିଲା । ଏହାକୁ ଠିକ୍ ସମୟ ଭାବି ହରି ସିଂ ପୋଷ୍ଟମାଷ୍ଟରବାବୁଙ୍କୁ ନିଜର
ଏଥ‌ିପାଇଁ ଦରଖାସ୍ତ ଖଣ୍ଡେ ଲେଖୁ ଆଣିବାକୁ ହରି ସିଂଙ୍କୁ କହିଲେ ।

ହରି ସିଂଙ୍କ ଦରଖାସ୍ତକୁ ପୋଷ୍ଟମାଷ୍ଟର ବାବୁ ସୁପାରିସ କରି ଉପର ହାକିମଙ୍କ ପାଖକୁ ପଠାଇଦେଲେ । ପୋଷ୍ଟମାଷ୍ଟରବାବୁଙ୍କ ଘରକୁ ଇନ୍‌ସିପେକ୍ଟର; ସୁପରିଣ୍ଟେଣ୍ଡଣ୍ଟବାବୁ ପ୍ରଭୃତି ଉପର ହାକିମବାବୁମାନେ ଆସିଲେ ହରି ସିଂ ସେମାନଙ୍କ ମିଜାଜ ଜାଣି ସେବା କରି ଖୁସି କରିଦିଏ । ଏ କାରଣରୁ ଉପର ହାକିମ ହରି ସିଂଙ୍କ ଚାକିରିକୁ ଦୁଇ ବରଷ ବଢ଼ାଇଦେଲେ । ମହାଖୁସିରେ ଏହି ବଡ଼ ଖବରଟାକୁ ସିଙ୍ଗେ ଚିଠି ଲେଖୁ ଗାଁକୁ ଜଣାଇଦେଲେ ।

ହରି ସିଂଙ୍କ ବର୍ତ୍ତମାନସର୍ବସ୍ଵ ଏ ଖୁସିଟା ବେଶି ସମୟ ରହିଲା ନାହିଁ । ବିଧାତାର ବିଧାନରେ ସିଙ୍ଗଙ୍କ ମହାଖୁସିଟା ପାଣିଫୋଟକା ପରି ଫାଟଗଲା । ସେ ଘରୁ ଚିଠି ପାଇଲେ ଯେ ଗୋପାଳର ମାଆ ସନ୍ନିପାତ ରୋଗରେ ପୀଡ଼ିତା । ଛୁଟି ନେଇ ଗାଁରେ ପହଞ୍ଚିବା ମାତ୍ରେ ହରି ସିଂଙ୍କୁ ଦେଖୁ ଗୋପାଳର ମାଆ ଶେଷନିଃଶ୍ୱାସ ତ୍ୟାଗ କଲେ । ସିଙ୍ଗଙ୍କ ଘର ଭାଙ୍ଗିଗଲା । ଘରର ମାଲମତା ବିକି ଦେଇ ଗୋପାଳକୁ ଧରି ସିଙ୍ଗେ କଟକ ଆସିଲେ । ସିଙ୍ଗେ ପେନ୍‌ସନ୍ ନେଲାବେଳକୁ ଗୋପାଳ ମାଇନର ପଢୁଛି । କଷ୍ଟେମଷ୍ଟେ ଚଳି ହରି ସିଂ ଯାହା କିଛି ସଞ୍ଚୟ କରିଥିଲେ ସେସବୁ ଗୋପାଳ ମାଇନର ପଢ଼ାରେ ଖର୍ଚ୍ଚ କଲେ । ଘରର ଲୋଟା କଂସାକୁ ବି ଏଥ‌ିପାଇଁ ସେ ବିକିଦେଲେ ।

ସିଙ୍ଗଙ୍କର ବଡ଼ ଆଶା – ଗୋପାଳ ପାସ୍ କରିଗଲେ ସପୋଷ୍ଟମାଷ୍ଟର ହେବ । ସବୁ କଷ୍ଟ ମେଣ୍ଟିବ । ଗୋପାଳ ବି ବାପାଙ୍କୁ ଭରସା ଦେଇଛି – ଚାକିରି କରି ସବୁ ଧାର କରଜ ଶୁଝିଦେବ । ହରି ସିଂଙ୍କ ଆଶା ଭଗବାନ ପୂରଣ କଲେ । ଗୋପାଳ ମାଇନର ପାଶ୍ କଲାପରେ ହରି ସିଂ ଉପର ହାକିମଙ୍କୁ ବହୁ ନିବେଦନ କଲେ । ଗୋପାଳ କୋଡ଼ିଏ ଟଙ୍କାରେ ମଫସଲ ମକ୍ରାମପୁର ପୋଷ୍ଟ ଅଫିସ୍‌ରେ ସପୋଷ୍ଟମାଷ୍ଟର ନିଯୁକ୍ତି ପାଇଲା । ଗୋପାଳର ଚାକିରି ପାଇବା ଖବର ପାଇ ବୁଢ଼ା ହରି ସିଂ ଖୁବ୍ ଆନନ୍ଦିତ ହେଲେ । ବୁଢ଼ୀ ଏ ସୁଖ ଦେଖୁବାକୁ ବଞ୍ଚି ରହିନଥୁବାରୁ ସିଙ୍ଗେ ଖୁବ୍ ଦୁଃଖ ଅନୁଭବ କରିଥିଲେ । ଗୋପାଳ ହାକିମ ହୋଇଥିବାରୁ ହରି ସିଂ ଈଶ୍ବରଙ୍କ ପାଖରେ ତା’ର ମଙ୍ଗଳ କାମନା କରିଥିଲେ ।

ଗୋପାଳ ପ୍ରଥମ ମାସର ଦରମା ବୁଢ଼ାଙ୍କୁ ଦେଲାପରେ ବୁଢ଼ା ହାକିମ ପୁଅର ଭେକ ପାଇଁ, ସମ୍ମାନ ପାଇଁ ଜୋତା, କୁରୁତା, ଲୁଗା ବଜାରରୁ କିଣି ଆଣିଲେ । ଅଫିସ୍‌ରେ ଗୋପାଳ ଇଂରେଜୀ ଲେଖେ । ବଡ଼ ବଡ଼ ବାବୁଙ୍କ ସହିତ କାରବାର କରେ । ସମସ୍ତେ ଗୋପାଳ ଚନ୍ଦ୍ର ସିଂଙ୍କୁ ଡାକନ୍ତି ‘ଡାକମୁନ୍‌ସିବାବୁ’ । ବୁଢ଼ା ଏଥୁରେ ଖୁସି । ମଳିଆ ଲୁଗା ଖଣ୍ଡେ ପିନ୍ଧି ବୁଢ଼ା ସବୁବେଳେ ଗୋପାଳର ଖାଇବା, ଗାଧୋଇବା, ଲୁଗାପଟା ପିନ୍ଧିବା ଆଦି ଚିନ୍ତାରେ ଥା’ନ୍ତି । ଏପରିକି ପୁଅ ପାଇଁ ବ୍ୟସ୍ତ ରହି ଆଗରୁ କରୁଥିବା ହରିନାମ ବି ଭୁଲିଗଲେଣି ।

ଧୀ ଧୀରେ ବୁଢ଼ା ବାପା ପ୍ରତି ପୁତ୍ର ଗୋପାଳବାବୁଙ୍କର ମନ ବଦଳିଗଲାଣି । ମଳିଆ ଲୁଗାପିନ୍ଧା ଲୋକଟାକୁ ବାପା ବୋଲି ପରିଚୟ ଦେବାକୁ ସେ କୁଣ୍ଠାବୋଧ କଲେ । ଯେଉଁଦିନ କିଛି ସେମିଜ୍ ପିନ୍ଧା ଶିକ୍ଷିତା ସ୍ତ୍ରୀଲୋକଙ୍କ ପାଖଦେଇ ମଳିଆ ଲୁଗାପିନ୍ଧା ହରି ସିଂ ଚାଲିଗଲେ ସେହିଦିନ ଗୋପାଳବାବୁ ଅପମାନ ବୋଧ କରି ବୁଢ଼ା ଉପରେ ଗରଗର ହେବା ଆରମ୍ଭ କଲେ । ମୂର୍ଖ ବୁଢ଼ାକୁ ବସାରୁ ତଡ଼ିଦେବାକୁ ଭାବିଲେ । ଏପରିକି ବାପା ତାଙ୍କ ପାଇଁ କିଛି ଉପକାର କରି ନାହାଁନ୍ତି ବୋଲି ସେ କହିଥିଲେ । ବାହାର ବାବୁମାନେ ଆସିଲେ ଘରୁ ନ ବାହାରିବାକୁ ତାଗିଦ କରିଥିଲେ । ଗୋପାଳ କଥାକୁ ଅଜାଗା ଘା’ ଦେଖୁ ହୁଏ ନାହିଁ କି ଦେଖାଇ ହୁଏ ନାହିଁ ନ୍ୟାୟରେ କାହାକୁ ହରି ସିଂ କାହାକୁ ଜଣାଇପାରୁ ନଥିଲେ । ବୁଢ଼ୀ କଥା ମନେପକାଇ କାନ୍ଦ ମାଡ଼ିଲେ ବି ଗୋପାଳର ଅମଙ୍ଗଳ ହେବ ଭାବି ସେ କାନ୍ଦି ନଥିଲେ ।

କେବେ ବି ବାପପୁଅ ଏକ ଜାଗାରେ ବସି କଥା ହେବା କେହି ଦେଖିନଥିଲେ । ବୁଢ଼ାକୁ ସମ୍ମାନ ଦେବା ଦୂରର କଥା, ଗୋପାଳବାବୁ ତାଙ୍କୁ ନଜଣାଇ ନିଜେ କନ୍ୟା ଠିକ୍ କରି ବିଭା ହୋଇଯାଇଥିଲେ । ଏପରିକି ମଫସଲକୁ ହାକିମ ହୋଇ ଆସିଲାବେଳେ ପୁଅ କହିବା ଅନୁସାରେ ବୁଢ଼ା ମୁଟରି ବାନ୍ଧି ମୁଣ୍ଡାଇ ବସିଉଠି ଆଣିକରି ଆସିଥିଲେ ।ମଫସଲରେ ପହଞ୍ଚିବା ପରେ ମଫସଲ ପାଣି ବୁଢ଼ାଙ୍କ ଦେହରେ ଗଲାନାହିଁ । କାଶ ଧରିଲା । ରାତିରେ ଅଧ୍ଵକ କାଶ ହେବାରୁ ଗୋପାଳବାବୁ ରାତିରେ ଭଲରେ ଶୋଇ ନପାରିବାରୁ ବୁଢ଼ାକୁ କିଆବାଡ଼ରେ ଫୋପାଡ଼ି ଦେଇ ଆସିବାକୁ ପିଅନକୁ ହୁକୁମ ଦେଇଥିଲେ । ମାତ୍ର ଇଂରେଜୀ ଅପଢୁଆ ଦେଶୀ ହୃଦୟର ପିଅନଟି ସେପରି କରିପାରି ନଥିଲା । ଥଣ୍ଡା-ଜ୍ଵରରେ ବୁଢ଼ାର କାଶ ବଢ଼ିଯିବାରୁ ଗୋପାଳବାବୁ ଖପା ହୋଇ ବୁଢ଼ାକୁ ଦୁଇଟା ଇଂରେଜୀ ଘୁଷି ମାରି ବିଛଣାପତ୍ର ବାହାରେ ଫୋପାଡ଼ି ଦେଲେ । ଶେଷରେ ବୁଢ଼ା ପୁତ୍ର ମୋହ ଛାଡ଼ି ଗାଁକୁ ପଳାଇଆସିଲା ।

BSE Odisha 8th Class Odia Solutions Chapter 12 ଡାକମୁନ୍ସି

ବୁଢ଼ା ହରି ସିଂ ଗାଁକୁ ଆସିବା ଦିନରୁ ଗୋପାଳବାବୁ ଚାକିରି ସ୍ଥାନରେ ଖୁସିରେ ରହିଲେ । ଗାଁରେ ଦୁଇମାଣ ଜମିକୁ ଭାଗ ଲଗାଇ ପେନ୍‌ସନ୍‌ ଟଙ୍କା ପାଇ ତେଲଲୁଣ ଖର୍ଚ୍ଚ ଚଳାଇ ବୁଢ଼ା ବି ଭଲରେ ରହିଲା । କାଶ ହେଲେ ଅଫିମ ଖାଇ ପିଣ୍ଡାରେ ବସି ହରିନାମ କରି ବୁଢ଼ା ଦିନ କାଟିଲା । ଅଲଗା ଅଲଗା ରହିବାରୁ ଏବେ ବାପ ପୁଅ ଦୁହେଁ ଖୁସିରେ ରହିଲେ । ଏହି ଗଛଟି ପଢ଼ିବା ପରେ ପାଠକଙ୍କର ଧାରଣା ହୁଏ ଯେ ହରି ସିଂ ଅଯୋଗ୍ୟ ପୁତ୍ରର ସୁଯୋଗ୍ୟ ପିତା ଓ ଗୋପାଳ ଯୋଗ୍ୟ ପିତାଙ୍କର ଅଯୋଗ୍ୟ ପୁତ୍ର ।

ସୂଚନା ଓ କଠିନ ଶବ୍ଦାର୍ଥ:

  • ବାହାଲ – ସ୍ଥାୟୀ ନିଯୁକ୍ତି ।
  • ରକମ – ପ୍ରକାରର ।
  • ଉଛୁଣି – ନର୍ତ୍ତମାନ
  • ହାଲ୍ – ଅବସ୍ଥା ବା ପରିସ୍ଥିତି ।
  • ଭେକ – ବେଶପୋଷାକ ।
  • ମିଜାଜ୍ – ମନର ଅବସ୍ଥା, ମାନସିକ ସ୍ଥିତି ।
  • ହାଜର – ପହଞ୍ଚା, ଉପସ୍ଥିତ ହେବା ।
  • ମେହେରବାନି – ଦୟା, ଅନୁକମ୍ପା ।
  • ଇଜ୍ଜତ୍ – ମର୍ଯ୍ୟାଦା, ସମ୍ମାନ ।
  • ସୂତ୍ର – କୌଶଳ, ଉପାୟ ।
  • ମୁକରିର – ନିଯୁକ୍ତ ।
  • ଫଜିତ୍ – ଗାଳି ବା ନିନ୍ଦା
  • ଇଞ୍ଜାମ – ପ୍ରଶଂସାର ସହିତ କାର୍ଯ୍ୟନିର୍ବାହ କରିବା ।
  • ମାଲମତା – ଜିନିଷପତ୍ରା
  • ମୁସ୍କିଲ – କଷ୍ଟସାଧ୍ୟ ।
  • ସେମିଜ୍ – ଝିଅମାନେ ପିନ୍ଧୁଥ‌ିବା ଏକ ପ୍ରକାର ସଂକ୍ଷିପ୍ତ ବସ୍ତ୍ର ।
  • ମୁଟରି – ଗଣ୍ଠିଲି ।
  • ସୁପାରିସ୍ – ଅନ୍ୟର ଭଲ ପାଇଁ ଅନୁରୋଧ ।
  • ତୁଷ୍ଟି – ସନ୍ତୋଷ ବିଧାନ ।

CHSE Odisha Class 12 Economics Chapter 5 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 5 ଚାହିଦା Short Answer Questions.

CHSE Odisha 12th Class Economics Chapter 5 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି/ ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ଚାହିଦା ଫଳନ କହିଲେ କ’ଣ ବୁଝ ?
Answer:
ଦ୍ରବ୍ୟ ପ୍ରତି ଚାହିଦା ଓ ତାହାକୁ ପ୍ରଭାବିତ କରୁଥିବା ଉପାଦାନମାନଙ୍କ ମଧ୍ୟରେ ଥ‌ିବା ସମ୍ପର୍କକୁ ଚାହିଦା ଫଳନ କୁହାଯାଏ । ଅନ୍ୟାନ୍ୟ ଉପାଦାନକୁ ଅପରିବର୍ତ୍ତିତ ବୋଲି ଧରିନେଲେ ଦ୍ରବ୍ୟ ପ୍ରତି ଚାହିଦାର ପରିମାଣ ତାହାର ଦରର ବିପରୀତ ଦିଗରେ ଗତି କରିଥାଏ ବୋଲି ଚାହିଦା ଫଳନରୁ ସୂଚନା ମିଳିଥାଏ । Dx = f(Px), x ନାମକ ଦ୍ରବ୍ୟର ଦର P, ରେ ପରିବର୍ତ୍ତନ ହେଲେ ତାହାର ଚାହିଦା ପରିମାଣରେ କିଭଳି ପରିବର୍ତ୍ତନ ହେବା, ତାହା ଉପରୋକ୍ତ ଫଳନରୁ ଅଧ୍ୟୟନ କରିହେବ ।

2. ଚାହିଦା ସୂଚୀ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ କୌଣସି ଦ୍ରବ୍ୟର ଦାମ୍ ଓ କ୍ରୟ ହେଉଥ‌ିବା ପରିମାଣର ସମ୍ପର୍କ ପ୍ରକାଶ କରୁଥିବା ତାଲିକାକୁ ଚାହିଦା ସୂଚୀ କୁହାଯାଏ । ଅର୍ଥାତ୍, ଚାହିଦା ନିୟମର ପ୍ରୟୋଗକୁ ବ୍ୟାଖ୍ୟା କରିବାପାଇଁ ଚାହିଦା ସୂଚୀର ସାହାଯ୍ୟ ନିଆଯାଇଥାଏ । ଚାହିଦା ସୂଚୀ ମୁଖ୍ୟତଃ ଦୁଇପ୍ରକାର ହୋଇଥାଏ; ଯଥା – ବ୍ୟକ୍ତିଗତ ଚାହିଦା ସୂଚୀ ଓ ବଜାର ଚାହିଦା ସୂଚୀ ।

3. ଚାହିଦାକୁ ପ୍ରଭାବିତ କରୁଥିବା ତିନୋଟି ଉପାଦାନ ଲେଖ ।
Answer:

  • ଉପଭୋକ୍ତାର ଆୟ ଅପରିବର୍ତିତ ରହେ,
  • ଉପଭୋକ୍ତାର ରୁଚି ଓ ଅଭ୍ୟାସରେ କୌଣସି ପରିବର୍ତ୍ତନ ରହେ,
  • ଦ୍ରବ୍ୟର ଦାମ୍ ଚାହିଦାର ଏକ ପ୍ରମୁଖ ନିର୍ଦ୍ଧାରଣକାରୀ ।

4. ଚାହିଦାରେ ପରିବର୍ତ୍ତନ କ’ଣ ?
Answer:
ଦର ଅପରିବର୍ତ୍ତିତ ରହି ଅନ୍ୟାନ୍ୟ ଉପାଦାନଗୁଡ଼ିକର ପରିବର୍ତ୍ତନ ଫଳରେ ଦ୍ରବ୍ୟ କ୍ରୟର ପରିମାଣରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ଚାହିଦାରେ ପରିବର୍ତ୍ତନ କୁହାଯାଏ । ଦର ବ୍ୟତୀତ ଚାହିଦାକୁ ପ୍ରଭାବିତ କରୁଥିବା ଯେ କୌଣସି ଉପାଦାନର ପରିବର୍ତ୍ତନ ଚାହିଦାରେ ପରିବର୍ତ୍ତନ ଆଣିପାରେ । ଉଦାହରଣସ୍ୱରୂପ, ଯଦି ଜଣେ ଉପଭୋକ୍ତାଙ୍କ ଆୟ ବୃଦ୍ଧି ପାଏ, ସେ ମୂଳ ଦରରେ ଅଧିକ ଦ୍ରବ୍ୟ କ୍ରୟ କରିପାରିବେ ଏବଂ ଚାହିଦା ବୃଦ୍ଧି ପାଇବ । ଏ କ୍ଷେତ୍ରରେ ଉପଭୋକ୍ତାଙ୍କ ଚାହିଦା ସୂଚୀରେ ପରିବର୍ତ୍ତନ ଘଟିବ ଏବଂ ଉପଭୋକ୍ତା ମୂଳ ଚାହିଦା ରେଖାରୁ ଅନ୍ୟ ଏକ ଚାହିଦା ରେଖାକୁ ସ୍ଥାନାନ୍ତରିତ ହେବେ ।

5. ଚାହିଦା ପରିମାଣରେ ପରିବର୍ତ୍ତନ କ’ଣ ?
Answer:
ଦ୍ରବ୍ୟର ଦର ପରିବର୍ତ୍ତନ ହେଲେ, ଦ୍ରବ୍ୟର ଚାହିଦା ପରିମାଣରେ ପରିବର୍ତ୍ତନ ହୋଇଥାଏ । ଚାହିଦା ସୂଚୀ ଏହି ତଥ୍ୟକୁ ହିଁ ପ୍ରତିପାଦିତ କରିଥାଏ । ଏଠାରେ ଦର ବ୍ୟତୀତ ଚାହିଦାକୁ ପ୍ରଭାବିତ କରୁଥିବା ଅନ୍ୟ ସମସ୍ତ ଉପାଦାନକୁ ଅପରିବର୍ତ୍ତିତ ରଖାଯାଇଥାଏ । ଫଳରେ ଚାହିଦା ପରିମାଣରେ କେବଳ ଦର ପରିବର୍ତ୍ତନ ଯୋଗୁଁ ହିଁ ସମ୍ଭବ ହୋଇଥାଏ । ଏ କ୍ଷେତ୍ରରେ ଦର ପରିବର୍ତ୍ତନ ଯୋଗୁଁ ଉପଭୋକ୍ତା ଏକ ନିର୍ଦ୍ଦିଷ୍ଟ ଚାହିଦାରେଖାରେ ଗୋଟିଏ ବିନ୍ଦୁରୁ ଆଉ ଗୋଟିଏ ବିନ୍ଦୁକୁ ଗତି କରିଥାନ୍ତି । ଫଳରେ ଚାହିଦାର ସମ୍ପ୍ରସାରଣ ବା ସଂକୋଚନ ଘଟିଥାଏ ।

CHSE Odisha Class 12 Economics Chapter 5 Short Answer Questions in Odia Medium

6. ବ୍ୟକ୍ତିଗତ ଚାହିଦା ସୂଚୀ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଦାମ୍‌ରେ ଜଣେ ବ୍ୟକ୍ତିବିଶେଷ କ୍ରୟ କରିବାକୁ ପ୍ରସ୍ତୁତ ଥିବା ଦ୍ରବ୍ୟର ବିଭିନ୍ନ ପରିମାଣର ତାଲିକାକୁ ବ୍ୟକ୍ତିଗତ ଚାହିଦା ସୂଚୀ କୁହାଯାଏ । ସାରଣୀର ପ୍ରଥମ ସ୍ତମ୍ଭରେ ଦ୍ରବ୍ୟର ବିଭିନ୍ନ ସମ୍ଭାବ୍ୟ ଦର ଦର୍ଶାଯାଇଥ‌ିବା ସ୍ଥଳେ ଦ୍ଵିତୀୟ ସ୍ତମ୍ଭରେ ପ୍ରତ୍ୟେକ ଦରରେ ଦ୍ରବ୍ୟ ପ୍ରତି ଜଣେ ବ୍ୟକ୍ତିଙ୍କ ଚାହିଦାର ପରିମାଣ ଦର୍ଶାଯାଇଥାଏ ।

7. ବଜାର ଚାହିଦା ସୂଚୀ କ’ଣ ?
Answer:
ପ୍ରତ୍ୟେକ କ୍ରେତାଙ୍କର ବ୍ୟକ୍ତିଗତ ଚାହିଦା ସୂଚୀର ସମଷ୍ଟିକୁ ବଜାର ଚାହିଦା ସୂଚୀ କୁହାଯାଏ । ଅର୍ଥାତ୍ ବଜାରର ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଭିନ୍ନ ସମ୍ଭାବ୍ୟ ଦାମ୍‌ରେ କ୍ରୟ କରାଯାଉଥିବା ଏକ ଦ୍ରବ୍ୟର ଭିନ୍ନ ଭିନ୍ନ ଏକ ତାଲିକା ଆକାରରେ ପ୍ରକାଶ କରୁଥିବା ସୂଚୀକୁ ବଜାର ଚାହିଦା ସୂଚୀ କୁହାଯାଏ । ବଜାର ଚାହିଦା ଆକଳନ କରିବାକୁ ହେଲେ ସମସ୍ତ ଉପଭୋକ୍ତାଙ୍କର ବ୍ୟକ୍ତିଗତ ଚାହିଦା ପରିମାଣର ସମ୍ମିଶ୍ରଣ କରିବାକୁ ହୋଇଥାଏ ।

8. ଚାହିଦା ରେଖା କ’ଣ ?
Answer:
ଚାହିଦା ରେଖା କହିଲେ ଚାହିଦା ସୂଚୀର ଏକ ରେଖାଙ୍କିତ ବିବରଣୀ । ଏହା ବାମରୁ ଡାହାଣକୁ ନିମ୍ନାଭିମୁଖୀ ହୋଇଥାଏ । କାରଣ ଏହା କେତେଗୁଡ଼ିଏ ଉପାଦାନଦ୍ୱାରା ପ୍ରଭାବିତ ହୋଇଥାଏ; ଯଥା- ଦାମ୍ର ପ୍ରଭାବ, ଆୟର ପ୍ରଭାବ, ପ୍ରତିସ୍ଥାପନ ପ୍ରଭାବ ଓ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରର ଅଭାବ ।

9. ବଜାର ଚାହିଦା ରେଖା କହିଲେ କ’ଣ ବୁଝ ?
Answer:
ସମସ୍ତ ଉପଭୋକ୍ତାଙ୍କ ବ୍ୟକ୍ତିଗତ ଚାହିଦାର ସମଷ୍ଟି ହିଁ ବଜାର ଚାହିଦା । ତେଣୁ ବଜାରରେ କ୍ରୟ କରୁଥିବା ସମସ୍ତ ଉପଭୋକ୍ତାଙ୍କ ବ୍ୟକ୍ତିଗତ ଚାହିଦା ସୂଚୀର ସମଷ୍ଟିକୁ ବଜାର ଚାହିଦା ସୂଚୀ କୁହାଯାଏ । ବଜାର ଚାହିଦା ସୂଚୀକୁ ଆଧାର କରି ବଜାର ଚାହିଦା ରେଖା ନିର୍ଣ୍ଣୟ କରାଯାଏ । ଏହା ସମସ୍ତ ବ୍ୟକ୍ତିଗତ ଚାହିଦା ରେଖାର ଆନୁଭୂମିକ ସମଷ୍ଟି । ଏହା ନିମ୍ନଗାମୀ । ବଜାର ଦର ଓ ଚାହିଦା ପରିମାଣ ମଧ୍ଯରେ ପରୋକ୍ଷ ବା ଋଣାତ୍ମକ ସମ୍ପର୍କ ଥିବା କଥା ଏହା ବ୍ୟକ୍ତ କରିଥାଏ ।

10. ଯୌଗିକ ଚାହିଦା କ’ଣ ?
Answer:
ବହୁବିଧ ବ୍ୟବହାରରେ ଲାଗୁଥିବା ଦ୍ରବ୍ୟର ଚାହିଦାକୁ ଯୌଗିକ ଚାହିଦା କୁହାଯାଏ । କୋଇଲା ଓ ଲୁହାର ଚାହିଦା ଯୌଗିକ ବା ସଂଯୁକ୍ତ ଚାହିଦାର ଉଦାହରଣ । କୋଇଲାକୁ ରନ୍ଧନ କାର୍ଯ୍ୟରେ ବ୍ୟବହାର କରାଯାଇପାରେ, ବିଦ୍ୟୁତ୍ଵଶକ୍ତି ଉତ୍ପାଦନରେ ବ୍ୟବହାରକରାଯାଇପାରେ ଅଥବା କଳକାରଖାନାରେ ବ୍ୟବହାର କରାଯାଇପାରେ ।

11. ପ୍ରତିଯୋଗୀ ଚାହିଦା କ’ଣ ?
Answer:
ଦୁଇଟି ଦ୍ରବ୍ୟ ଏକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲେ, ସେମାନଙ୍କ ଚାହିଦାକୁ ପ୍ରତିଯୋଗୀ ଚାହିଦା କୁହାଯାଏ । ଏଠାରେ ଦ୍ରବ୍ୟଗୁଡ଼ିକ ସମ୍ପୂର୍ଣ୍ଣ ପ୍ରତିବଦଳକ୍ଷମ । ଗୋଟିଏ ଦ୍ରବ୍ୟର ଚାହିଦା ବୃଦ୍ଧି ହେଲେ ଅନ୍ୟଟିର ଚାହିଦା ହ୍ରାସ ପାଏ । ଚା’ ଓ କଫି ଏହାର ଉଦାହରଣ ।

12. ବିକଳ୍ପ ଚାହିଦା କ’ଣ ?
Answer:
ଯେତେବେଳେ କୌଣସି ଏକ ଦ୍ରବ୍ୟର ଚାହିଦା ବିକଳ୍ପ ଉପାୟରେ ଲାଭ କରାଯାଏ, ସେତେବେଳେ ତାହାକୁ ବିକଳ୍ପ ଚାହିଦା କୁହାଯାଏ । ଉଦାହରଣସ୍ୱରୂପ, ଆଲୋକ ବିଭିନ୍ନ ଉତ୍ସରୁ ଲାଭ କରାଯାଇପାରେ । ଏହା ବିଦ୍ୟୁତ୍ ଶକ୍ତି, କିରାସିନି, ଗ୍ୟାସ୍, କ୍ୟାଣ୍ଡଲ ଇତ୍ୟାଦିରୁ ମିଳିଥାଏ । ଆଲୋକ ବିଭିନ୍ନ ଉତ୍ସରୁ ମିଳୁଥିବାରୁ ଏହାର ଚାହିଦାକୁ ବିକଳ୍ପ ଚାହିଦା କୁହାଯାଏ ।

13. ବ୍ୟୁତ୍ପନ୍ନ ଚାହିଦା (Derived Demand) କ’ଣ ?
Answer:
କୌଣସି ଏକ ଦ୍ରବ୍ୟର ଚାହିଦା ଅନ୍ୟ ଏକ ଅନ୍ତିମ ଦ୍ରବ୍ୟର ଚାହିଦା ଉପରେ ନିର୍ଭର କରୁଥିଲେ, ତାହାକୁ ବ୍ୟୁତ୍ପନ୍ନ ଚାହିଦା କୁହାଯାଏ । ବସ୍ତ୍ରର ଚାହିଦା ହେତୁ ତୁଳାର ଚାହିଦା ହୁଏ । ଏଥିରେ ବସ୍ତ୍ରର ଚାହିଦା ପ୍ରତ୍ୟକ୍ଷ ଓ ତୁଳାର ଚାହିଦା ପରୋକ୍ଷ ହୋଇଥାଏ । ଅନେକ ଅର୍ଥନୀତିଜ୍ଞ ଏହି ବ୍ୟୁତ୍ପନ୍ନ ଚାହିଦାକୁ ପରୋକ୍ଷ ଚାହିଦା ବୋଲି ମଧ୍ୟ କହିଥାଆନ୍ତି ।

14. ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା କ’ଣ ?
Answer:
ଯଦି ଦରରେ ଅତି ସାମାନ୍ୟ ବା ନଗଣ୍ୟ ପରିବର୍ତ୍ତନ ଚାହିଦା ପରିମାଣରେ ବ୍ୟାପକ ପରିବର୍ତ୍ତନ ଘଟାଏ, ତେବେ ଦ୍ରବ୍ୟର ଚାହିଦା ସମ୍ପୂର୍ଣ ସ୍ଥିତିସ୍ଥାପକ ବୋଲି କୁହାଯାଏ । ଏଠାରେ କହିବାକୁ ଗଲେ ଦରରେ ପ୍ରାୟ କୌଣସି ପରିବର୍ତ୍ତନ ଘଟି ନଥିଲେ ମଧ୍ୟ ଚାହିଦାରେ କଳ୍ପନାତୀତ ପରିବର୍ତ୍ତନ ହୋଇଥାଏ । ଏଠାରେ ଚାହିଦାର ସ୍ଥିତିସ୍ଥାପକତା ∞ (ଅସୀମ) ଏବଂ ଚାହିଦା ରେଖା ଆନୁଭୂମିକ ହେବ ।

15. ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା କ’ଣ ?
Answer:
ଯଦି ଦରରେ ଯେ କୌଣସି ପରିବର୍ତ୍ତନ ଚାହିଦା ପରିମାଣରେ ଆଦୌ ପରିବର୍ତ୍ତନ ଘଟାଏ ନାହିଁ, ତେବେ ଦ୍ରବ୍ୟର ଚାହିଦା ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ହେବ । ଏଠାରେ ଦରରେ ପରିବର୍ତ୍ତନ ଘଟିଲେ ମଧ୍ୟ ଚାହିଦା ପରିମାଣରେ ପରିବର୍ତ୍ତନ ହୋଇନଥାଏ । ଏଠାରେ ଚାହିଦାର ସ୍ଥିତିସ୍ଥାପକତା ଶୂନ୍ୟ ହୋଇଥାଏ ଏବଂ ଚାହିଦା ରେଖା ଉଲ୍ଲମ୍ବ ହୋଇଥାଏ ।

16. ଅପେକ୍ଷାକୃତ ସ୍ଥିତିସ୍ଥାପକ ଚାହିଦା କ’ଣ ?
Answer:
ଯଦି ଦରର ଆନୁପାତିକ ପରିବର୍ତ୍ତନ ତୁଳନାରେ ଚାହିଦା ପରିମାଣର ଆନୁପାତିକ ପରିବର୍ତ୍ତନ ଅପେକ୍ଷାକୃତ ଅଧୂକ ହୋଇଥାଏ, ତେବେ ଦ୍ରବ୍ୟର ଚାହିଦା ଅପେକ୍ଷାକୃତ ସ୍ଥିତିସ୍ଥାପକ ବୋଲି କୁହାଯାଏ । ଏ କ୍ଷେତ୍ରରେ ଚାହିଦା ପରିମାଣରେ ହୋଇଥିବା ଶତକଡ଼ା ପରିବର୍ତ୍ତନ ଦରରେ ହୋଇଥିବା ଶତକଡ଼ା ପରିବର୍ତ୍ତନଠାରୁ ଅଧୂକ । ଚାହିଦା ପରିମାଣରେ ହେଉଥ‌ିବା ଶତକଡ଼ା ପରିବର୍ତ୍ତନ ଦରରେ ହୋଇଥିବା ଶତକଡ଼ା ପରିବର୍ତ୍ତନଠାରୁ ଅଧିକ ହୋଇଥିବାରୁ ଚାହିଦାର ସ୍ଥିତିସ୍ଥାପକତା ସର୍ବଦା ଠାରୁ ଅଧିକ ହେବ ।

17. ଅପେକ୍ଷାକୃତ ଅସ୍ଥିତିସ୍ଥାପକ ଚାହିଦା କ’ଣ ?
Answer:
ଯଦି ଦରର ଆନୁପାତିକ ପରିବର୍ତ୍ତନ ତୁଳନାରେ ଚାହିଦା ପରିମାଣର ଆନୁପାତିକ ପରିବର୍ତ୍ତନ ଅପେକ୍ଷାକୃତ କମ୍ ହୁଏ, ତେବେ ଦ୍ରବ୍ୟର ଚାହିଦା ଅପେକ୍ଷାକୃତ ଅସ୍ଥିତିସ୍ଥାପକ ବୋଲି କୁହାଯାଏ । ଏ କ୍ଷେତ୍ରରେ ଚାହିଦା ପରିମାଣରେ ହୋଇଥିବା ଶତକଡ଼ା ପରିବର୍ତ୍ତନ ଦରରେ ହୋଇଥିବା ଶତକଡ଼ା ପରିବର୍ତ୍ତନଠାରୁ କମ୍ । ତେଣୁ ଚାହିଦାର ସ୍ଥିତିସ୍ଥାପକତା ସର୍ବଦା ଏକଠାରୁ କମ୍ ହେବ ।

18. ଏକକ ସ୍ଥିତିସ୍ଥାପକ ଚାହିଦା କ’ଣ ?
Answer:
ଯଦି ଦରର ଆନୁପାତିକ ପରିବର୍ତ୍ତନ ଚାହିଦା ପରିମାଣର ଆନୁପାତିକ ପରିବର୍ତ୍ତନ ସହ ସମାନ, ତେବେ ଦ୍ରବ୍ୟର ଚାହିଦା ଏକକ ସ୍ଥିତିସ୍ଥାପକ ହେବ । ଏ କ୍ଷେତ୍ରରେ ଚାହିଦା ପରିମାଣରେ ହୋଇଥିବା ଶତକଡ଼ା ପରିବର୍ଭନ ଓ ଦରରେ ହୋଇଥ୍‌ ଶତକଡ଼ା ପରିବର୍ତ୍ତନ ସମାନ । ଉଭୟ ଚାହିଦା ଓ ଦରରେ ହୋଇଥିବା ଶତକଡ଼ା ପରିବର୍ତ୍ତନ ସମାନ ଥ‌ିବାରୁ ଚାହିଦାର ସ୍ଥିତି- ସ୍ଥାପକତା ଏକ ହେବ ।

19. ଚାହିଦାର ସ୍ଥିତିସ୍ଥାପକତା କହିଲେ କ’ଣ ବୁଝ ?
Answer:
ଦର ପରିବର୍ତ୍ତନ ଫଳରେ ଚାହିଦା ପରିମାଣରେ ଘଟୁଥ‌ିବା ସଙ୍କୋଚନ ଓ ପ୍ରସାରଣର ମାତ୍ରାକୁ ଚାହିଦାର ସ୍ଥିତିସ୍ଥାପକତା` କୁହାଯାଏ । ଏହା ଦର ପରିବର୍ତ୍ତନ ପ୍ରତି ଚାହିଦା ପରିମାଣର ସମ୍ବେଦନଶୀଳତାର ମାତ୍ରା । ଅର୍ଥାତ୍ ବଜାରରେ କୌଣସି ଦ୍ରବ୍ୟର ଦାମ୍‌ରେ ଏକ ନିର୍ଦ୍ଦିଷ୍ଟ ବୃଦ୍ଧି ବା ହ୍ରାସ ହେଲେ, ଚାହିଦା ପରିମାଣରେ ଯେଉଁ ହ୍ରାସ ବା ବୃଦ୍ଧି ହୁଏ, ସେହି ଦ୍ରବ୍ୟ ପାଇଁ ଚାହିଦାର ସ୍ଥିତିସ୍ଥାପକତା ତଦନୁସାରେ ଅଧିକ ବା କମ୍ ହୋଇଥାଏ ।

20. ଆୟ ସମ୍ପର୍କିତ ସ୍ଥିତିସ୍ଥାପକତା କ’ଣ ?
Answer:
କ୍ରେତାଙ୍କର ଆୟ ପରିବର୍ଭନ ହେଲେ, ତାହା ଦ୍ରବ୍ୟର ଚାହିଦାରେ ଯେଉଁ ପରିମାଣର ପରିବର୍ତ୍ତନ ଘଟାଏ, ତାହାକୁ ଦ୍ରବ୍ୟର ଆୟ ସମ୍ପର୍କିତ ସ୍ଥିତିସ୍ଥାପକତା କୁହାଯାଏ । ଦ୍ରବ୍ୟର ଚାହିଦାରେ ଦେଖାଦେଇଥିବା ଆନୁପାତିକ ପରିବର୍ତ୍ତନକୁ କ୍ରେତାଙ୍କର ଆୟରେ ଦେଖାଦେଇଥିବା ଆନପାତିକ ପରିବର୍ତ୍ତନଦ୍ୱାରା ଭାଗକରି ଆୟସ୍ଥିତିସ୍ଥାପକତା ନିର୍ଣ୍ଣୟ କରାଯାଏ । ସଙ୍କେତିକ ଭାଷାରେ-
Ey = \(\frac{ଦ୍ରବ୍ୟର ଚାହିଦାର ଆନୁପାତିକ ପରିବର୍ତ୍ତନ}{କ୍ରେତାଙ୍କ ଆୟର ଆନୁପାତିକ ପରିବର୍ତ୍ତନ}\)
ଯେଉଁଠି Ey ହେଉଛି ଆୟ ସମ୍ପର୍କିତ ସ୍ଥିତିସ୍ଥାପକତା ।

21. ଅନୁପ୍ରସ୍ଥ ସ୍ଥିତିସ୍ଥାପକତା (Cross Elasticity of Demand) କ’ଣ ?
Answer:
ପ୍ରତିବଦଳକ୍ଷମ ଅଥବା ଅନୁପୂରକ ଦ୍ରବ୍ୟଗୁଡ଼ିକ ପରସ୍ପର ସମ୍ପର୍କିତ ହୋଇଥା’ନ୍ତି । ତେଣୁ ଗୋଟିଏ ଦ୍ରବ୍ୟର ଦର ପରିବର୍ତ୍ତନ ହେଲେ ଅନ୍ୟ ଏକ ଦ୍ରବ୍ୟର ଚାହିଦାରେ ପରିବର୍ତ୍ତନ ଦେଖାଦେଇଥାଏ । ସେହି ପରିବର୍ତ୍ତନର ମାତ୍ରା ହିଁ ଚାହିଦାର ଅନୁପ୍ରସ୍ଥ ସ୍ଥିତିସ୍ଥାପକତା । X ଓ Y ଦୁଇଟି ସମ୍ପର୍କିତ ଦ୍ରବ୍ୟ ହେଲେ ‘Y’ର ଦର ପରିବର୍ତ୍ତନ ହେତୁ ‘X’ର ଚାହିଦାରେ ଯେଉଁ ଆନୁପାତିତ ପରିବର୍ତ୍ତନ ଦେଖାଦିଏ, ତାହାକୁ ‘Y’ ଦ୍ରବ୍ୟର ଦାମ୍‌ରେ ଘଟିଥିବା ଆନୁପାତିକ ପରିବର୍ତ୍ତନଦ୍ୱାରା ଭାଗକରି ‘X’ ର ଚାହିଦାର ଅନୁପ୍ରସ୍ଥ ସ୍ଥିତିସ୍ଥାପକତା ମାପ କରାଯାଏ । ସୁତରାଂ –
Ex = \(\frac{‘X’ ର ଚାହିଦାର ଆନୁପାତିକ ପରିବର୍ତ୍ତନ}{‘Y’ ର ଦାମ୍‌ର ଆନୁପାତିକ ପରିବର୍ତ୍ତନ}\)
ଯେଉଁଠି Ex ହେଉଛି ‘x’ ଦ୍ରବ୍ୟର ଅନୁପ୍ରସ୍ଥ ସ୍ଥିତିସ୍ଥାପକତା ।

CHSE Odisha Class 12 Economics Chapter 5 Short Answer Questions in Odia Medium

22. ଉପଭୋକ୍ତାଙ୍କର ଆୟ ଚାହିଦାକୁ କିପରି ପ୍ରଭାବିତ କରେ ?
Answer:
ଆୟ ବୃଦ୍ଧି ସହିତ କ୍ରୟ କରିବାର କ୍ଷମତା ବୃଦ୍ଧି ପାଏ । ତେଣୁ କୌଣସି ଏକ ଦ୍ରବ୍ୟର ଦାମ୍ ଅପରିବର୍ତ୍ତିତ ଥାଇ ଯଦି ଉପଭୋକ୍ତାଙ୍କର ଆୟ ବୃଦ୍ଧି ଘଟେ, ଉକ୍ତ ଦ୍ରବ୍ୟର ଚାହିଦା ବୃଦ୍ଧି ପାଇବା ସ୍ଵାଭାବିକ । ଅବଶ୍ୟ ଯଦି ଦ୍ରବ୍ୟଟି ନିକୃଷ୍ଟ ଦ୍ରବ୍ୟ ହୋଇଥାଏ, ଆୟ ବୃଦ୍ଧି ସହିତ ଦ୍ରବ୍ୟର ଚାହିଦା ବୃଦ୍ଧି ପାଏ ନାହିଁ, ବରଂ ଚାହିଦା ହ୍ରାସ ପାଇବାରେ ଲାଗେ । ତେଣୁ ନିକୃଷ୍ଟ ଦ୍ରବ୍ୟ କ୍ଷେତ୍ରରେ ଆୟର ପ୍ରଭାବ ଋଣାତ୍ମକ; କିନ୍ତୁ ଅନ୍ୟାନ୍ୟ ଦ୍ରବ୍ୟ ପାଇଁ ଏହା ଧନାତ୍ମକ ହୋଇଥାଏ ।

23. ଦେଶର ଆର୍ଥିକ ଅବସ୍ଥା ଚାହିଦାକୁ କିପରି ପ୍ରଭାବିତ କରିଥାଏ ?
Answer:
ଦେଶର ଅର୍ଥନୈତିକ ଅବସ୍ଥା ଚାହିଦାର ନିୟାମକ । ଯେଉଁ ଦେଶର ଚାରିଆଡ଼େ ଉନ୍ନୟନ ଏବଂ ପ୍ରଗତି ଦେଖାଯାଏ, ସେଠାରେ ମାଗଣ ବୃଦ୍ଧି ପାଏ । ମାତ୍ର ଦେଶର ଅର୍ଥନୀତିରେ ଅବସ୍କ୍ରୀତି ଦେଖାଗଲେ ମାଗଣ ହ୍ରାସ ପାଏ । ଏହା ସ୍ବଳ୍ପ ନିବେଶ ଏବଂ ଆୟ ହେତୁ ଘଟିଥାଏ ।

24. ବିଭିନ୍ନ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଚାହିଦାର ପରିମାଣ କିପରି ଜନସଂଖ୍ୟାଦ୍ଵାରା ପ୍ରଭାବିତ ହୁଏ ?
Answer:
ଯଦି ଜନସଂଖ୍ୟା ବୃଦ୍ଧି ହୁଏ, ତେବେ ପ୍ରଚଳିତ ବଜାର ଦରରେ ମଧ୍ୟ ବହୁ ପରିମାଣର ବିଭିନ୍ନ ଦ୍ରବ୍ୟ କିଣନ୍ତି ଏବଂ ଜନସଂଖ୍ୟାରେ ହ୍ରାସ ଦେଖାଦେଲେ, ଏହାର ବିପରୀତ ପ୍ରଭାବ ଦେଖାଯାଏ । ଯଦି ମୋଟ ଜନସଂଖ୍ୟାର ବହୁଳାଶ ଶିଶୁ ଶ୍ରେଣୀ ଅନ୍ତର୍ଭୁକ୍ତ ହୁଅନ୍ତି, ତେବେ ଶିଶୁଖାଦ୍ୟ, କ୍ଷୀର ଓ ଶିଶୁ ବସ୍ତ୍ରର ଚାହିଦା ଅଧ୍ଵ ହୋଇଥାଏ । ତେଣୁ ଜନସଂଖ୍ୟା ବୃଦ୍ଧି ସହିତ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଓ ସେବାର ଚାହିଦା ବୃଦ୍ଧି ପାଇବା ସ୍ଵାଭାବିକ ।

25. ମନସ୍ତାତ୍ତ୍ଵିକ ଭ୍ରାନ୍ତ ଧାରଣା କ୍ଷେତ୍ରରେ କାହିଁକି ଚାହିଦାର ନିୟମ କାର୍ଯ୍ୟକାରୀ ହୋଇ ନଥାଏ ?
Answer:
ଉପଭୋକ୍ତାମାନେ ସମୟେ ସମୟେ ମନସ୍ତାତ୍ତ୍ଵିକ ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇ ଅଧ‌ିକ ଦାମ୍ ଥ‌ିବା ପଦାର୍ଥକୁ ଉତ୍କୃଷ୍ଟ ଦ୍ରବ୍ୟ ଓ କମ୍ ଦାମ୍ ଥ‌ିବା ଦ୍ରବ୍ୟକୁ ନିକୃଷ୍ଟ ଦ୍ରବ୍ୟ ବୋଲି ଭାବିଥା’ନ୍ତି । ତେଣୁ ମନସ୍ତାତ୍ତ୍ଵିକ ଭ୍ରାନ୍ତ ଧାରଣା ହେତୁ ଉପଭୋକ୍ତାମାନେ ଦର ଅଧିକ ଥିଲେ ଉତ୍କୃଷ୍ଟ ଦ୍ରବ୍ୟ ଭାବି ଅଧ୍ଵ ପରିମାଣରେ କ୍ରୟ କରନ୍ତି ଓ ଦର କମିଗଲେ ତାହା ନିକୃଷ୍ଟ ଦ୍ରବ୍ୟ ଭାବି କମ୍ ପରିମାଣର କିଣିବା ଯୋଗୁଁ ଚାହିଦାରେଖା ଊର୍ଦ୍ଧ୍ୱଗାମୀ ହୋଇଥାଏ । ଏଠାରେ ଉପଭୋକ୍ତାଙ୍କର ଭ୍ରାନ୍ତ ଧାରଣରା ଦର ଓ ଚାହିଦାର ପରିମାଣ ମଧ୍ଯରେ ପ୍ରତ୍ୟକ୍ଷ ସମ୍ପର୍କ ସୃଷ୍ଟି କରୁଥିବାରୁ ଚାହିଦା ସୂତ୍ରର ବ୍ୟତିକ୍ରମ ପରିଲକ୍ଷିତ ହୁଏ ।

26. ବାହ୍ୟାଡ଼ମ୍ବରପୂର୍ଣ୍ଣ ଉପଭୋଗ କ୍ଷେତ୍ରରେ କାହିଁକି ଚାହିଦାର ନିୟମ କାର୍ଯ୍ୟକାରୀ ହୋଇନଥାଏ ?
Answer:
ଏପରି କେତେକ ଦ୍ରବ୍ୟ ଅଛି ଯାହାକି ଉପାଦେୟତା ଦୃଷ୍ଟିରୁ ଉପଭୋଗ କରା ନ ଯାଇ, ସାମାଜିକ ପ୍ରତିଷ୍ଠାର ପ୍ରତୀକ ରୂପେ କ୍ରୟ କରାଯାଏ । ଆମେରିକାର ଅର୍ଥଶାସ୍ତ୍ରୀ ଭେଲେନ୍‌ଙ୍କ ମତରେ କେତେଗୁଡ଼ିକ ଦ୍ରବ୍ୟ; ଯଥା— ସୁନା, ହୀରା, ମୂଲ୍ୟବାନ୍‌ ଅଳଙ୍କାରର ଦାମ୍ ବଢ଼ିଲେ ସମାଜର ଧନିକ ଶ୍ରେଣୀର ଲୋକମାନେ ନିଜର ପ୍ରତିପତ୍ତି, ଆତ୍ମବଡ଼ିମା ଏବଂ ଆଭିଜାତ୍ୟ ଦେଖେଇବା ନିମନ୍ତେ ଅଧ୍ବକ କ୍ରୟ କରିଥା’ନ୍ତି ଏବଂ ଦାମ୍ କମିଲେ କମ୍ ପରିମାଣ କିଣିଥା’ନ୍ତି । ତେଣୁ ଏଭଳି ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ନିୟମ କାର୍ଯ୍ୟକାରୀ ହୋଇ ନଥାଏ।

27. ଚାହିଦାର ଦର-ସ୍ଥିତିସ୍ଥାପକତା ମାପିବା ପାଇଁ କେଉଁ ସୂତ୍ରର ବ୍ୟବହାର କରାଯାଏ ?
Answer:
ଚାହିଦାର ଦର-ସ୍ଥିତିସ୍ଥାପକତା ହେଉଛି ଚାହିଦାର ଶତକଡ଼ା ପରିବର୍ତ୍ତନ ଓ ଦରର ଶତକଡ଼ା ପରିବର୍ତ୍ତନର ଅନୁପାତ ।
ଅର୍ଥାତ୍
CHSE Odisha Class 12 Economics Chapter 5 Short Answer Questions in Odia Medium

28. ଦର ସ୍ତର ଚାହିଦା ସ୍ଥିତିସ୍ଥାପକତାକୁ କି ପ୍ରକାରେ ପ୍ରଭାବିତ କରେ ?
Answer:
ଦ୍ରବ୍ୟର ଦର-ସ୍ତର ଚାହିଦାର ସ୍ଥିତିସ୍ଥାପକତାକୁ ପ୍ରଭାବିତ କରେ । ଉଚ୍ଚ ଦର ସ୍ତରରେ ଥ‌ିବା ଦ୍ରବ୍ୟଗୁଡ଼ିକ ଅପେକ୍ଷାକୃତ କମ୍ ସ୍ଥିତିସ୍ଥାପକ । ଅନ୍ୟପକ୍ଷରେ, ନିମ୍ନ ଦର –ଯୁକ୍ତ ଦ୍ରବ୍ୟର ଦରରେ ପରିବର୍ତ୍ତନ ଘଟିଲେ ଉପଭୋକ୍ତାଙ୍କର ଚାହିଦାରେ ଉଲ୍ଲେଖନୀୟ ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ମଧ୍ୟମ ଦରଯୁକ୍ତ ଦ୍ରବ୍ୟର ଦରରେ କୌଣସି ପରିବର୍ତ୍ତନ ଘଟିଲେ ଉପଭୋକ୍ତାଙ୍କର ଚାହିଦାରେ ବିରାଟ ପରିବର୍ତ୍ତନ ଦେଖାଦେବ ।

29. ପ୍ରତିସ୍ଥାପକ ଦ୍ରବ୍ୟର ସୁଲଭତା କିପରି ଚାହିଦାକୁ ପ୍ରଭାବିତ କରେ ?
Answer:
ଯଦି ଦ୍ରବ୍ୟର ପ୍ରତିସ୍ଥାପକ ଦ୍ରବ୍ୟ ଅଧ‌ିକ ସୁଲଭ ଭାବରେ ଉପଲବ୍‌ଧ ହୁଏ, ତେବେ ଦ୍ରବ୍ୟର ଚାହିଦା ଅପେକ୍ଷାକୃତ ଭାବେ ସ୍ଥିତିସ୍ଥାପକ ହୋଇଥାଏ । କଫି ଚା’ର ଏକ ପ୍ରତିସ୍ଥାପକ ଦ୍ରବ୍ୟ । ଯେତେବେଳେ ଚା’ର ଦାମ୍ କମ୍ ଥାଏ, କଫିର ଦାମ୍ ବୃଦ୍ଧି ହେଲେ, ଚା’ର ଚାହିଦା ବୃଦ୍ଧି ହୁଏ; କିନ୍ତୁ ଲୁଣର ପ୍ରତିସ୍ଥାପକ ଦ୍ରବ୍ୟ ନ ଥିବାରୁ ଲୁଣର ଚାହିଦା ଅସ୍ଥିତିସ୍ଥାପକ ।

30. ଚାହିଦା ରେଖା କାହିଁକି ନିମ୍ନାଭିମୁଖୀ ହୁଏ ?
Answer:
ଚାହିଦା ରେଖା ନିମ୍ନଭିମୁଖୀ ହେବାର କାରଣ ହେଲା- (1) କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ରର ପ୍ରଭାବ, (2) ଦାମ୍ ପ୍ରଭାବ, (3) ଆୟ ପ୍ରଭାବ, (4) ପ୍ରତିସ୍ଥାପନ ପ୍ରଭାବ ।

31. ଚାହିଦାକୁ ପ୍ରଭାବିତ କରୁଥିବା ତିନୋଟି ଉପାଦାନ ଲେଖ ।
Answer:
(1) ଉପଭୋକ୍ତାର ଆୟ ଅପରିବର୍ତିତ ରହେ, (2) ଉପଭୋକ୍ତାର ରୁଚି ଓ ଅଭ୍ୟାସରେ କୌଣସି ପରିବର୍ତ୍ତନ ରହେ, (3) ଦ୍ରବ୍ୟର ଦାମ୍ ଚାହିଦାର ଏକ ପ୍ରମୁଖ ନିର୍ଦ୍ଧାରଣକାରୀ ।

32. ଚାହିଦା ସୂତ୍ର ତିନୋଟି ସର୍ତ୍ତାବଳୀ ଲେଖ ।
Answer:
(1) ଉପଭୋକ୍ତାର ଆୟ ଅପରିବର୍ତିତ ରହେ, (2) ଉପଭୋକ୍ତାର ରୁଚି ଓ ଅଭ୍ୟାସରେ କୌଣସି ପରିବର୍ତ୍ତନ ନ ହୁଏ । (3) ଜନସଂଖ୍ୟା ସ୍ଥିର ରହିବା ଆବଶ୍ୟକ ।

33. ଚାହିଦା ନିୟମର ତିନୋଟି ବ୍ୟତିକ୍ରମ ଲେଖ ।
Answer:
(1) ଗିଫେନ୍ ଦ୍ରବ୍ୟ ବା ନିକୃଷ୍ଟ ଦ୍ରବ୍ୟ କ୍ଷେତ୍ରରେ ଚାହିଦା ସୂତ୍ରରେ ବ୍ୟତିକ୍ରମ ଦେଖାଯାଏ । (2) ବାହ୍ୟାଡ଼ମ୍ବରପୂର୍ଣ ଉପଭୋଗ କ୍ଷେତ୍ରରେ ଚାହିଦା ସୂତ୍ରରେ ବ୍ୟତିକ୍ରମ ଦେଖାଯାଏ । (3) ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ ରହେ ନାହିଁ ।

34. ଖାଉଟିଙ୍କର ଆୟ ଚାହିଦାକୁ କିପରି ପ୍ରଭାବିତ କରେ ?
Answer:
ଖାଉଟିର ଆୟ ବୃଦ୍ଧି ସହିତ କ୍ରୟ କ୍ଷମତା ମଧ୍ୟ ବୃଦ୍ଧି ପାଏ । ତେଣୁ କୌଣସି ଏକ ଦ୍ରବ୍ୟର ଦାମ୍ ଅପରିବର୍ତ୍ତି ଥାଇ ଯଦି ଖାଉଟିଙ୍କର ଆୟ ବୃଦ୍ଧି ଘଟେ । ଉକ୍ତ ଦ୍ରବ୍ୟର ଚାହିଦା ବୃଦ୍ଧି ପାଇବା ସ୍ଵାଭାବିକ । ଅବଶ୍ୟ ଯଦି ଦ୍ରବ୍ୟଟି ନିକୃଷ୍ଟ ଦ୍ରବ୍ୟ ହୋଇଥାଏ, ଆୟବୃଦ୍ଧି ସହିତ ଦ୍ରବ୍ୟର ଚାହିଦା ବୃଦ୍ଧି ପାଏ ନାହିଁ, ବରଂ ଚାହିଦା ହ୍ରାସ ପାଇବାରେ ଲାଗେ । ତେଣୁ ନିକୃଷ୍ଟ ଦ୍ରବ୍ୟ କ୍ଷେତ୍ରରେ ଆୟର ପ୍ରଭାବ ଋଣାତ୍ମକ କିନ୍ତୁ ଅନ୍ୟାନ୍ୟ ଦ୍ରବ୍ୟ ପାଇଁ ଏହା ଧନାତ୍ମକ ହୋଇଥାଏ ।

B ପାଞ୍ଚଟି/ ଛଅଟି ବାକ୍ୟରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ଚାହିଦା କ’ଣ ?
Answer:
ଅର୍ଥଶାସ୍ତ୍ରରେ ଚାହିଦା କହିଲେ ଫଳପ୍ରଦ ଚାହିଦାକୁ ହିଁ ବୁଝାଇଥାଏ । ଚାହିଦା ସର୍ବଦା ନିର୍ଦ୍ଦିଷ୍ଟ ଦର ଓ ନିର୍ଦ୍ଦିଷ୍ଟ ସମୟ ସହିତ ସମ୍ପୃକ୍ତ । କୌଣସି ଦ୍ରବ୍ୟ ନିମନ୍ତେ ଜଣେ ଉପଭୋକ୍ତାଙ୍କ ଚାହିଦା ସେହି ଦ୍ରବ୍ୟର ଦାଦ୍ୱାରା ପ୍ରଭାବିତ ହୋଇଥାଏ । ଦରର ପରିବର୍ତ୍ତନ ସହିତ ଚାହିଦା ପରିମାଣର ପରିବର୍ତ୍ତନ ଘଟେ । ଠିକ୍ ସେହିପରି ସମୟର ପରିବର୍ତ୍ତନ ଚାହିଦା ପରିମାଣରେ ପରିବର୍ତ୍ତନ ଆଣିଥାଏ । ଦ୍ରବ୍ୟର ଦାମ୍ ଅପରିବର୍ତିତ ଥିଲେ ମଧ୍ୟ ବିଭିନ୍ନ ସମୟରେ ଜଣେ ଉପଭୋକ୍ତା ବିଭିନ୍ନ ପରିମାଣର ଚାହିଦା କରିଥା’ନ୍ତି । ତେଣୁ ଅର୍ଥଶାସ୍ତ୍ରରେ ଚାହିଦା କହିଲେ ଏକ ନିର୍ଦ୍ଦିଷ୍ଟ ସମୟରେ କ୍ରୟ କରାଯାଉଥିବା ଦ୍ରବ୍ୟ ଓ ସେବାର ପରିମାଣକୁ ବୁଝାଏ । ଅଧ୍ୟାପକ ବେନ୍‌ହାମ୍‌ଙ୍କ ମତରେ ନିର୍ଦ୍ଦିଷ୍ଟ ସମୟରେ ଓ ଉକ୍ତ ଦାମ୍‌ରେ କ୍ରୟ କରାଯାଉଥ‌ିବା ଦ୍ରବ୍ୟର ପରିମାଣକୁ ସୂଚାଏ ।

CHSE Odisha Class 12 Economics Chapter 5 Short Answer Questions in Odia Medium

2. ଚାହିଦା ଫଳନ କ’ଣ ?
Answer:
କୌଣସି ଦ୍ରବ୍ୟର ଚାହିଦା ଓ ତାହାକୁ ପ୍ରଭାବିତ କରୁଥିବା ଉପାଦାନମାନଙ୍କ ମଧ୍ୟରେ ଥିବା ସମ୍ପର୍କ, ଚାହିଦା ଫଳନ ବ୍ୟକ୍ତ କରିଥାଏ । ତେଣୁ
q = f (P, P1, P2 …………. Pn, Y, T)
ଏଠାରେ p = ଦ୍ରବ୍ୟ ଚାହିଦା ପରିମାଣ
P = ଦ୍ରବ୍ୟର ଦର
P1, P2 …………. Pn ସମ୍ପର୍କିତ ଦ୍ରବ୍ୟମାନଙ୍କର ଦର
Y = ଉପଭୋକ୍ତାର ଆୟ
T = ଉପଭୋକ୍ତାର ରୁଚି ଓ ଅନୁରାଗ
ଉପରୋକ୍ତ ଚାହିଦା ଫଳନରୁ ଏହା ଜଣାଯାଏ ଯେ, କୌଣସି ଦ୍ରବ୍ୟ ଚାହିଦାର ପରିମାଣ ଦ୍ରବ୍ୟର ଦର, ସମ୍ପର୍କିତ ଦ୍ରବ୍ୟଗୁଡ଼ିକର ଦର, ଉପଭୋକ୍ତାଙ୍କ ଆୟ, ଉପଭୋକ୍ତାଙ୍କ ରୁଚି ଓ ଅନୁରାଗ ଇତ୍ୟାଦି ଅନେକ ପରିବର୍ତ୍ତନୀୟ ଉପାଦାନଗୁଡ଼ିକଦ୍ୱାରା ପ୍ରଭାବିତ ହୁଏ । ଚାହିଦା ପରିମାଣ ଉପରେ କୌଣସି ଏକ ନିର୍ଦ୍ଦିଷ୍ଟ ଉପାଦାନର ପ୍ରଭାବ କ’ଣ ତାହା ଅନୁଶୀଳନ କରିବାପାଇଁ ଉକ୍ତ ଉପାଦାନ ବ୍ୟତୀତ ଅନ୍ୟାନ୍ୟ ଉପାଦାନଗୁଡ଼ିକୁ ସ୍ଥିର ରଖୁବା ନିମନ୍ତେ ସର୍ଭ ରଖାଯାଏ । ଏହି ସର୍ଭ ଅନୁସରଣ କରି ଚାହିଦା ସୂତ୍ର ଦ୍ରବ୍ୟର ଦର ଓ ଚାହିଦା ପରିମାଣ ମଧ୍ଯରେ ଥିବା ସମ୍ପର୍କ ଆଲୋଚନା କରିଥାଏ ।

3. ଚାହିଦା ସୂତ୍ର କହିଲେ କ’ଣ ବୁଝ ?
Answer:
ଚାହିଦା ସୂତ୍ର ଉପଭୋଗର ଏକ ଗୁରୁତ୍ଵପୂର୍ଣ୍ଣ ସୂତ୍ର । ଏହା ଉପଭୋକ୍ତାମାନଙ୍କର ମୌଳିକ ମନସ୍ତାତ୍ତ୍ଵିକ ପ୍ରବୃତ୍ତିର ଏକ ବିବରଣୀ । ଏହା ଦ୍ରବ୍ୟ ଦରର ପରିବର୍ତ୍ତନ ଓ କ୍ରେତାମାନଙ୍କ ପ୍ରତିକ୍ରିୟାର ଏକ ପ୍ରଣାଳୀବଦ୍ଧ ପରିପ୍ରକାଶ । ପ୍ରଖ୍ୟାତ ଇଂରେଜ ଅର୍ଥଶାସ୍ତ୍ରୀ ଆଲ୍‌ଫ୍ରେଡ୍‌ ମାର୍ଶାଲ୍ ଚାହିଦା ସୂତ୍ରର ମୁଖ୍ୟ ପ୍ରଣେତା । ମାର୍ଶାଲ୍ କହିଛନ୍ତି ଯେ ଚାହିଦାର ପରିମାଣ ଦର ହ୍ରାସ ସହିତ ବୃଦ୍ଧି ପାଏ ଏବଂ ଦର ବୃଦ୍ଧି ସହିତ ହ୍ରାସ ପାଏ । ଚାହିଦା ସୂତ୍ର ଅନୁସାରେ ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ ରହି କୌଣସି ଦ୍ରବ୍ୟର ଦର ହ୍ରାସ ପାଇଲେ ଚାହିଦା ପରିମାଣ ବୃଦ୍ଧି ପାଏ ଏବଂ ଦର ବୃଦ୍ଧି ପାଇଲେ ଚାହିଦା ପରିମାଣ ହ୍ରାସ ପାଏ । ଚାହିଦା ସୂତ୍ର ଦର ଓ ଚାହିଦା ପରିମାଣ ମଧ୍ଯରେ ଥିବା ପରୋକ୍ଷ ସମ୍ପର୍କର ସୂଚନା ପ୍ରଦାନ କରେ ।

4. ବ୍ୟକ୍ତିଗତ ଚାହିଦା ସୂଚୀ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ କୌଣସି ଦ୍ରବ୍ୟର ଦାମ୍ ଓ କ୍ରୟ ହେଉଥ‌ିବା ପରିମାଣର ସମ୍ପର୍କ ପ୍ରକାଶ କରୁଥିବା ତାଲିକାକୁ ଚାହିଦା ସୂଚୀ କୁହାଯାଏ । ଅର୍ଥାତ୍ ଚାହିଦା ନିୟମର ପ୍ରୟୋଗକୁ ବ୍ୟାଖ୍ୟା କରିବାପାଇଁ ଚାହିଦା ସୂଚୀର ସାହାଯ୍ୟ ନିଆଯାଇଥାଏ । ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଦାମ୍‌ରେ ଜଣେ ବ୍ୟକ୍ତିବିଶେଷ କ୍ରୟ କରିବାକୁ ପ୍ରସ୍ତୁତ ଥିବା ଦ୍ରବ୍ୟର ବିଭିନ୍ନ ପରିମାଣର ତାଲିକାକୁ ବ୍ୟକ୍ତିଗତ ଚାହିଦା ସୂଚୀ କୁହାଯାଏ । ବ୍ୟକ୍ତିଗତ ଚାହିଦା ସୂଚୀ ଜଣେ ବ୍ୟକ୍ତିର ଚାହିଦା ପରିମାଣକୁ ଉପସ୍ଥାପନା କରେ । ବ୍ୟକ୍ତିଗତ ଚାହିଦା ସୂଚୀର ପ୍ରଥମ ସ୍ତମ୍ଭରେ ଦ୍ରବ୍ୟର ବିଭିନ୍ନ ସମ୍ଭାବ୍ୟ ଦର ଦର୍ଶାଯାଇଥିବା ସ୍ଥଳେ ଦ୍ୱିତୀୟ ସ୍ତମ୍ଭରେ ପ୍ରତ୍ୟେକ ଦରରେ ଦ୍ରବ୍ୟ ପ୍ରତି ଜଣେ ବ୍ୟକ୍ତିଙ୍କ ଚାହିଦା ପରିମାଣ ଦର୍ଶାଯାଇଥାଏ । ବ୍ୟକ୍ତିଗତ ଚାହିଦା ସୂଚୀରୁ ଜଣାଯାଏ ଯେ ଦାମ୍ କମ୍ ବେଳେ ଚାହିଦା ପରିମାଣ ଅଧିକ ଓ ଦାମ୍ ଅଧ୍ୟା ବେଳେ ଚାହିଦା ପରିମାଣ ସ୍ଵଳ୍ପ ହୋଇଥାଏ ।

5. ବଜାର ଚାହିଦା ସୂଚୀ କ’ଣ ?
Answer:
ବଜାରରେ ସାଧାରଣତଃ ବହୁତ କ୍ରେତା ଥାଆନ୍ତି । ପ୍ରତ୍ୟେକଙ୍କର ବ୍ୟକ୍ତିଗତ ଚାହିଦା ସୂଚୀ ଥାଏ । ଏହି ସମସ୍ତ କ୍ରେତାମାନଙ୍କର ବ୍ୟକ୍ତିଗତ ଚାହିଦା ସୂଚୀର ସମଷ୍ଟିକୁ ହିଁ ବଜାର ଚାହିଦା ସୂଚୀ କୁହାଯାଏ । ମୁଖ୍ୟତଃ, ପ୍ରତ୍ୟେକ କ୍ରେତାମାନଙ୍କର ବ୍ୟକ୍ତିଗତ ଚାହିଦା ସୂଚୀର୍ ମିଶ୍ରଣରେ ବଜାର ଚାହିଦା ସୂଚୀକୁ ସାରଣୀ ମାଧ୍ୟମରେ ପରିପ୍ରକାଶ କରାଯାଇପାରିବ । ଚାହିଦାର ପରିମାଣ ଓ ବଜାର ଦରର ପରିବର୍ତ୍ତନ ମଧ୍ୟରେ ଥ‌ିବା ବିପରୀତ ସମ୍ପର୍କକୁ ବଜାର ଚାହିଦା ସୂଚୀଦ୍ଵାରା ମଧ୍ୟ ବ୍ୟାଖ୍ୟା କରାଯାଇପାରେ । ବଜାର ଚାହିଦା ସୂଚୀ ପ୍ରସ୍ତୁତି ନିମନ୍ତେ ଅନ୍ୟ ଏକ ପଦ୍ଧତି ଅଛି । ଜଣେ ଉପଭୋକ୍ତାଙ୍କୁ ଖାଉଟିମାନଙ୍କର ଦିଆଯାଏ ତେବେ ମଧ୍ୟ ଆମେ ବଜାର ଚାହିଦା ସୂଚୀ ପ୍ରସ୍ତୁତ କରିପାରିବା ।

6. ଚାହିଦାର ପରିବର୍ତ୍ତନ କ’’ଣ ?
Answer:
ଦର ଅପରିବର୍ତିତ ରହି ଅନ୍ୟାନ୍ୟ ଉପାଦାନମାନଙ୍କର ପରିବର୍ତ୍ତନ ଫଳରେ ଦ୍ରବ୍ୟ କ୍ରୟର ପରିମାଣରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ଚାହିଦାରେ ପରିବର୍ତ୍ତନ କୁହାଯାଏ । ଅର୍ଥାତ୍ ଦ୍ରବ୍ୟ ପାଇଁ ଚାହିଦାର ବୃଦ୍ଧି ବା ହ୍ରାସକୁ ଚାହିଦାର ପରିବର୍ଭନ କୁହାଯାଏ । ଦର ବ୍ୟତୀତ ଚାହିଦାକୁ ପ୍ରଭାବିତ କରୁଥିବା ଯେକୌଣସି ଉପାଦାନର ପରିବର୍ତ୍ତନ ଚାହିଦାର ପରିବର୍ତ୍ତନ ଆଣିପାରେ । ଯଦି ଜଣେ ଉପଭୋକ୍ତାଙ୍କ ଆୟ ବୃଦ୍ଧି ପାଏ, ସେ ମୂଳ ଦରରେ ଅଧ‌ିକ ଦ୍ରବ୍ୟ କ୍ରୟ କରିପାରିବେ ଏବଂ ଚାହିଦା ବୃଦ୍ଧି ପାଇବା କ୍ରୟ କରିପାରିବେ ଏବଂ ଚାହିଦା ବୃଦ୍ଧି ପାଇବ । ଏ କ୍ଷେତ୍ରରେ ଉପଭୋକ୍ତାଙ୍କ ଚାହିଦା ସୂଚୀରେ ପରିବର୍ତ୍ତନ ଘଟିବ ଏବଂ ଉପଭୋକ୍ତା ମୂଳ ଚାହିଦା ରେଖାରୁ ଅନ୍ୟ ଏକ ଚାହିଦା ଲେଖାକୁ ସ୍ଥାନାନ୍ତରିତ ହେବେ । ଚାହିଦା ରେଖା ଦକ୍ଷିଣକୁ ସ୍ଥାନାନ୍ତରିତ ହେଲେ ଚାହିଦା ବୃଦ୍ଧି ପାଏ ଏବଂ ଯଦି ଏହା ବାମକୁ ସ୍ଥାନାନ୍ତରିତ ହୁଏ, ଚାହିଦା ହ୍ରାସ ପାଏ ।

7. ନିକୃଷ୍ଟ ଦ୍ରବ୍ୟ ସମ୍ପର୍କରେ ସଂକ୍ଷେପରେ ଲେଖ ।
Answer:
ସାଧାରଣତଃ ଆଳୁ, ମାଣ୍ଡିଆ, ବାଜରା ଇତ୍ୟାଦି ଯାହା ଅଧିକାଂଶ ଲୋକଙ୍କର ଖାଦ୍ୟ ହୋଇଥାଏ, ତାହାକୁ ନିକୃଷ୍ଟ ଦ୍ରବ୍ୟ କହନ୍ତି । ଯେତେବେଳେ ଏହି ଦ୍ରବ୍ୟଗୁଡ଼ିକର ଦାମ୍ ବୃଦ୍ଧି ହୁଏ, ସେତେବେଳେ ସେହି ଦ୍ରବ୍ୟଗୁଡ଼ିକର ଚାହିଦା ମଧ୍ୟ ବୃଦ୍ଧି ପାଏ । କେତେକ ନିକୃଷ୍ଟ ଦ୍ରବ୍ୟ କ୍ଷେତ୍ରରେ ଚାହିଦା ସୂତ୍ରର ବ୍ୟତିକ୍ରମ ହେଉଥ‌ିବା କଥା ସର୍ବପ୍ରଥମେ ସାର୍‌ ରବର୍ଟ ଗିଫେନ୍ ଉଲ୍ଲେଖ କରିଛନ୍ତି ଊନବିଂଶ ଶତାବ୍ଦୀରେ ଆୟାର୍ଲାଣ୍ଡର ଅଧିକାଂଶ ଅଧିବାସୀ ଦାରିଦ୍ର୍ୟଜନିତ କାରଣରୁ ସେମାନଙ୍କ ଆୟର ବହୁଳାଶ ଆଳୁ ଓ ଅଳ୍ପ ଅଂଶ ମାଂସ କ୍ରୟରେ ବ୍ୟୟ କରୁଥିଲେ ।

ଦୁର୍ଭିକ୍ଷଜନିତ କାରଣରୁ ଆଳୁର ଦାମ୍ ଯେତେବେଳେ ଅତ୍ୟଧ‌ିକ ବୃଦ୍ଧି ହେଲା, ସେମାନେ ମାଂସ କ୍ରୟ ନ କରି ସେହି ବାବଦରେ ବ୍ୟୟ ହେଉଥ‌ିବା ଆୟକୁ ଆଳୁ କ୍ରୟ କରିବାରେ ନିୟୋଜନ କଲେ । ଏହାଫଳରେ ଆଳୁର ଚାହିଦା ବୃଦ୍ଧି ପାଇଲା । ଏହି ବିରୋଧାଭାସକୁ ଗିଫେନ୍‌ଙ୍କ ବିରୋଧାଭାସ (Giffen’s Paradox) କୁହାଯାଇଥାଏ ।

8. ଚାହିଦା ଲେଖା କାହିଁକି ନିମ୍ନଗାମୀ ହୋଇଥାଏ ?
Answer:
ଚାହିଦା ସୂତ୍ର ପ୍ରମାଣ ଦିଏ ଯେ ଦ୍ରବ୍ୟର ଦାମ୍ ଓ ଚାହିଦା ପରସ୍ପର ବିପରୀତମୁଖୀ । ଅର୍ଥାତ୍ ଉଚ୍ଚ ଦାମ୍‌ରେ କ୍ରୟ ପରିମାଣ କମ୍ ଓ ନିମ୍ନ ଦାମ୍‌ରେ କ୍ରୟ ପରିମାଣ ବେଶି ହେଉଥ‌ିବାରୁ ସାଧାରଣତଃ ଚାହିଦା ରେଖା ନିମ୍ନଗାମୀ ହୁଏ । ଚାହିଦା ରେଖା ସାଧାରଣତଃ ଦ୍ରବ୍ୟର ଦାମ୍ ଓ ଏହାର ଚାହିଦା ମଧ୍ୟରେ ଥ‌ିବା ବିପରୀତମୁଖୀ ସମ୍ପର୍କର ଜ୍ୟାମିତିକ ପରିପ୍ରକାଶ । ଏହା ସାଧାରଣତଃ ବାମରୁ ଡାହାଣକୁ ନିମ୍ନଗାମୀ ହୋଇଥାଏ । ଦ୍ରବ୍ୟର ଦାମ୍ ବୃଦ୍ଧି ବା ହ୍ରାସ ହେଲେ ଏହାର ଚାହିଦାର ପରିମାଣ ଯଥାକ୍ରମେ ହ୍ରାସ ବା ବୃଦ୍ଧି ହୋଇଥାଏ । ଚାହିଦା ଲେଖାର ଏହି ଋଣାତ୍ମକ ଅଧୋଗତି ପ୍ରାନ୍ତୟୀୟ ଉପଯୋଗିତାର ପ୍ରଭାବ, ଆୟ ପ୍ରଭାବ, ପ୍ରତିସ୍ଥାପନ ପ୍ରଭାବ, ଦାମ୍ ପ୍ରଭାବ ଯୋଗୁ ହିଁ ଘଟିଥାଏ ।

9. ସୁନା, ହୀରା ଆଦି ଦ୍ରବ୍ୟ କ୍ଷେତ୍ରରେ ଚାହିଦା ସୂତ୍ର କାର୍ଯ୍ୟ କରି ନଥାଏ– କାରଣ ଦର୍ଶାଅ ।
Answer:
ସୁନା, ହୀରା ଆଦିର ଉପଭୋଗ ବା ବ୍ୟବହାର ସାଧାରଣଭାବେ ବାହ୍ୟାଡ଼ମ୍ବର ବ୍ୟବହାର ଭାବରେ ବିବେଚନା କରାଯାଏ । ଏହାର ସେଭଳି ଉପଯୋଗିତା ନଥିଲେ ମଧ୍ୟ ଉପଭୋକ୍ତା ନିଜର ସାମାଜିକ ପ୍ରତିପତ୍ତି, ପ୍ରତିଷ୍ଠା, ନିଜର ସ୍ଵତନ୍ତ୍ର ସ୍ଥିତି ପ୍ରଦର୍ଶନ ନିମନ୍ତେ ଉପଭୋଗ କରିଥା’ନ୍ତି । ତେଣୁ ଏହାର ଦରବୃଦ୍ଧି ଘଟିଲେ ଚାହିଦାର ପରିମାଣ ମଧ୍ୟ ବୃଦ୍ଧି ଘଟିଥାଏ ଏବଂ ଦାମ୍ ହ୍ରାସ ଘଟିଲେ ଏହାର ଗୁରୁତ୍ଵ ହ୍ରାସ ପାଇଥାଏ । କାରଣ ଏହି ଦ୍ରବ୍ୟଗୁଡ଼ିକର ଦର ବୃଦ୍ଧି ଘଟିଲେ ସେମାନେ ଅଧିକ ସମ୍ମାନ ଆଶାରେ ଅଧ‌ିକ କ୍ରୟ କରନ୍ତି । ଅନ୍ୟପକ୍ଷରେ, ଦର ହ୍ରାସ ପାଇଲେ ଅନ୍ୟମାନେ ମଧ୍ୟ କ୍ରୟ କରିବାର ସୁଯୋଗ ପାଉଥିବାରୁ ଉକ୍ତ ଦ୍ରବ୍ୟଗୁଡ଼ିକ ସମ୍ମାନ ବୃଦ୍ଧିରେ ସହାୟତା ପ୍ରଦାନ କରିପାରନ୍ତି ନାହିଁ । ଫଳରେ ଚାହିଦା ହ୍ରାସ ପାଏ । ଏଣୁ ଏ କ୍ଷେତ୍ରରେ ଚାହିଦା ସୂତ୍ର କାର୍ଯ୍ୟକାରୀ ହୋଇନଥାଏ ।

10. ଚାହିଦା ପରିମାଣର ପରିବର୍ତ୍ତନ କ’ଣ ?
Answer:
ଚାହିଦାର ନିୟମ ଅନୁସାରେ ଅନ୍ୟାନ୍ୟ ସର୍ଭଗୁଡ଼ିକ ଅପରିବର୍ତ୍ତିତ ରହି ଦ୍ରବ୍ୟର ବଜାର ଦରରେ ପରିବର୍ତ୍ତନ ହେଲେ ଉପଭୋକ୍ତାଙ୍କର ଚାହିଦାରେ ମଧ୍ୟ ପରିବର୍ତ୍ତନ ଘଟେ । ଏହାକୁ ଚାହିଦାର ପରିମାଣରେ ପରିବର୍ତ୍ତନ କୁହାଯାଏ । ଦ୍ରବ୍ୟର ବଜାର ଦରକୁ ଏଠାରେ ସ୍ଵାଧୀନ ଚଳ ଭାବରେ ଗ୍ରହଣ କରାଯାଏ । ବଜାର ଦର ପରିବର୍ତ୍ତନ ଯୋଗୁଁ ଚାହିଦାର ପରିମାଣରେ ପରିବର୍ତ୍ତନକୁ ଚାହିଦାର ସଂପ୍ରସାରଣ ଏବଂ ସଙ୍କୋଚନ କୁହାଯାଏ । ଯେତେବେଳେ କୌଣସି ଦ୍ରବ୍ୟର ବଜାର ଦର ହ୍ରାସ ପାଏ, ଉପଭୋକ୍ତାମାନଙ୍କର ଦ୍ରବ୍ୟ ପ୍ରତି ଚାହିଦାର ବୃଦ୍ଧି ପାଏ । ଏହାକୁ ଚାହିଦାର ସଂପ୍ରସାରଣ କୁହାଯାଏ । ଅନ୍ୟପକ୍ଷରେ ଯେତେବେଳେ ଦ୍ରବ୍ୟର ବଜାର ଦର ବୃଦ୍ଧି ପାଏ, ତାହାକୁ ଚାହିଦାର ସଙ୍କୋଚନ ବୋଲି କୁହାଯାଏ । ତେଣୁ ଚାହିଦାର ପରିମାଣର ପରିବର୍ତ୍ତନ ହେଲେ ଉପଭୋକ୍ତା ମୂଳ ଚାହିଦା ରେଖାରେ ଏକ ଉର୍ଦୁବିନ୍ଦୁ ବା ନିମ୍ନବିନ୍ଦୁକୁ ଗତି କରିଥାଆନ୍ତି ।

CHSE Odisha Class 12 Economics Chapter 5 Short Answer Questions in Odia Medium

11. ଏକକ ସ୍ଥିତିସ୍ଥାପକତା କ’ଣ ?
Answer:
ଏକକ ସ୍ଥିତିସ୍ଥାପକତା କ୍ଷେତ୍ରରେ ଦାମ୍‌ର ଏକ ନିର୍ଦ୍ଦିଷ୍ଟ ଆନୁପାତିକ ପରିବର୍ତ୍ତନ ଯୋଗୁଁ ଚାହିଦାର ପରିମାଣରେ ମଧ୍ୟ ସମାନୁପାତିକ ପରିବର୍ତ୍ତନ ଦେଖାଯାଏ । ଏହି ଅବସ୍ଥାରେ ଦାମ୍‌ର ପରିବର୍ତ୍ତନ ହେଲେ ମଧ୍ୟ ମୋଟ ପରିବ୍ୟୟ ଅପରିବର୍ତିତ ରହେ । ଏଠାରେ ଚାହିଦା ରେଖା ଏକ ଆୟତାକାର ପରାବଳୟ (Rectangular hyperbola) ହୋଇଥାଏ । ଗାଣିତିକ ଭାଷାରେ ଏ ପ୍ରକାର ସ୍ଥିତିସ୍ଥାପକତାକୁ ଏକକ ସ୍ଥିତିସ୍ଥାପକତା କୁହାଯାଏ । ଏଠାରେ ସ୍ଥିତିସ୍ଥାକତାର ମୂଲ୍ୟ l ଅଟେ ।
CHSE Odisha Class 12 Economics Chapter 5 Short Answer Questions in Odia Medium 1

12. ସମ୍ପୂର୍ଣ ଅସ୍ଥିତିସ୍ଥାପକ ଚାହିଦା କ’ଣ ?
Answer:
ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦାର ବିପରୀତ ଅଟେ । ଯଦି ଦରରେ ଯେକୌଣସି ପରିବର୍ତ୍ତନ ଯୋଗୁଁ ଚାହିଦା ପରିମାଣରେ ଆଦୌ ପରିବର୍ତ୍ତନ ଘଟେ ନାହିଁ, ତେବେ ଦ୍ରବ୍ୟର ଚାହିଦା ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ହେବ । ଏଠାରେ ଦରରେ ପରିବର୍ତ୍ତନ ଘଟିଥିଲେ ମଧ୍ୟ ଚାହିଦା ପରିମାଣରେ ପରିବର୍ତ୍ତନ ହୋଇନଥାଏ । ଏଠାରେ ଚାହିଦାର ସ୍ଥିତିସ୍ଥାପକତା ଶୂନ୍ୟ । ଏ କ୍ଷେତ୍ରରେ ଦର ଯାହା ହେଉନା କାହିଁକି ଚାହିଦା ପରିମାଣ ସ୍ଥିର ରହୁଥ‌ିବାରୁ ଚାହିଦା ରେଖ ଉଲ୍ଲମ୍ବ ହୋଇଥାଏ । ଦରର ପରିବର୍ଭନ ହେଲେ ମଧ୍ୟ ଚାହିଦା ପରିମାଣ ସ୍ଥିର ରହିଛି । ଚାହିଦା ରେଖା Y ଅକ୍ଷ ସହ ସମାନ୍ତର ବା ଉଲ୍ଲମ୍ବ ହୋଇଥାଏ । ବାସ୍ତବ ଜୀବନରେ ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା ବିରଳ ହୋଇଥିଲେ ମଧ୍ୟ ତାତ୍ତ୍ଵିକ ଦୃଷ୍ଟିକୋଣରୁ ଏହାର ଗୁରୁତ୍ଵ ରହିଛି ।
CHSE Odisha Class 12 Economics Chapter 5 Short Answer Questions in Odia Medium 2

13. କ୍ରମ ହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ରର ପ୍ରଭାବ ଯୋଗୁଁ ଚାହିଦା ରେଖା ନିମ୍ନଭିମୁଖୀ ହୁଏ – କାରଣ କ’ଣ ?
Answer:
କ୍ରମ ହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ର ଅନୁସାରେ ଯେତେବେଳେ ଜଣେ ଉପଭୋକ୍ତା ଅଧିକ ଦ୍ରବ୍ୟ କ୍ରୟ କରନ୍ତି, ସେତେବେଳେ ତାଙ୍କୁ ମିଳୁଥିବା ପ୍ରାନ୍ତୀୟ ଉପଯୋଗିତା କମିଯାଏ । ପ୍ରାନ୍ତୀୟ ଉପଯୋଗିତା କହିଲେ କୌଣସି ଦ୍ରବ୍ୟର ଗୋଟିଏ ଅତିରିକ୍ତ ଏକକରୁ ମିଳୁଥ‌ିବା ଉପଯୋଗିତାକୁ ସୂଚାଏ । ଉପଭୋକ୍ତା ଅତିରିକ୍ତ ଏକକରୁ କମ୍ ପରିମାଣର ଉପଯୋଗିତା ପାଉଥ‌ିବାରୁ ଧୀରେ ଧୀରେ ସେ ଅତିରିକ୍ତ ଏକକଗୁଡ଼ିକୁ କମ୍ ଗୁରୁତ୍ୱ ଆରୋପ କରନ୍ତି । ସୁତରାଂ, ଦ୍ରବ୍ୟର ଦାମ୍ ହ୍ରାସ ହେଉଥ‌ିବା ବେଳେ ସେ ଅଧ୍ଵକ କ୍ରୟକରି ମୋଟ ଉପଯୋଗିତାକୁ ବୃଦ୍ଧି କରିଥା’ନ୍ତି । ଅପର ପକ୍ଷରେ ମଧ୍ୟ ଦ୍ରବ୍ୟର ଦାମ୍ ଯେତେବେଳେ ବୃଦ୍ଧି ହୁଏ, ଉପଭୋକ୍ତା ପ୍ରାନ୍ତୀୟ ଉପଯୋଗିତାଠାରୁ କମ୍ ଉପଯୋଗିତା ବିଶିଷ୍ଟ ଦ୍ରବ୍ୟ ଏକକ କ୍ରୟକୁ ହ୍ରାସ କରନ୍ତି । ତେଣୁ ଦାମ୍‌ର ହ୍ରାସ ହେଲେ ଚାହିଦାର ବୃଦ୍ଧି ଘଟେ ଓ ଦାମ୍‌ର ବୃଦ୍ଧି ହେଲେ ଚାହିଦାର ହ୍ରାସ ଘଟେ । ଫଳତଃ ଚାହିଦାରେଖା ସାଧାରଣତଃ ନିମ୍ନାଭିମୁଖୀ’ ହୁଏ ।

14. ଚାହିଦା ସୂଚୀ କହିଲେ କ’ଣ ବୁଝ ?
Answer:
ଚାହିଦା ଓ ଦାମ୍ ମଧ୍ୟରେ ଥିବା ସମ୍ପର୍କକୁ ଏକ ତାଲିକାରେ ପ୍ରକାଶ କଲେ, ତାହାକୁ ଚାହିଦା ସୂଚୀ କୁହାଯାଏ । ଏହି ସୂଚୀ ସାଧାରଣତଃ ଦୁଇ ପ୍ରକାର; ଯଥା – ବ୍ୟକ୍ତିଗତ ଚାହିଦା ସୂଚୀ ଓ ବଜାର ଚାହିଦା ସୂଚୀ । ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଦାମ୍‌ରେ କୌଣସି ବ୍ୟକ୍ତିବିଶେଷ କ୍ରୟ କରୁଥିବା ଦ୍ରବ୍ୟର ବିଭିନ୍ନ ପରିମାଣର ତାଲିକାକୁ ବ୍ୟକ୍ତିଗତ ଚାହିଦା ସୂଚୀ କୁହାଯାଏ । ସେହିପରି ଅସଂଖ୍ୟ ବ୍ୟକ୍ତିବିଶେଷଙ୍କୁ ନେଇ ଗଠିତ ବଜାର କ୍ଷେତ୍ରରେ ସମସ୍ତ ବ୍ୟକ୍ତିଙ୍କର ଚାହିଦା ସୂଚୀର ସମାହାରକୁ ଏକ ନିର୍ଦ୍ଦିଷ୍ଟ ତାଲିକା ମାଧ୍ୟମରେ ପ୍ରକାଶ କରାଗଲେ, ତାହାକୁ ବଜାର ଚାହିଦା ସୂଚୀ କୁହାଯାଏ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ଚାହିଦାରେ ପରିବର୍ତ୍ତନ ଓ ଚାହିଦା ପରିମାଣରେ ପରିବର୍ତ୍ତନ :
Answer:
ଦାମ୍ ଅପରିବର୍ତିତ ରହି ଅନ୍ୟାନ୍ୟ ଅଣଦାମ୍ ଉପାଦାନଗୁଡ଼ିକର ପରିବର୍ତ୍ତନ ଯୋଗୁଁ ଚାହିଦାରେ ପରିବର୍ତ୍ତନ ହୋଇଥାଏ । ଏହା ବହୁ ଉପାଦାନ ଉପରେ ନିର୍ଭର କରୁଥିବାରୁ ଏହାକୁ ବହୁ ଉପାଦାନ ଫଳନ କୁହାଯାଏ । ଏହା ଦୁଇ ପ୍ରକାରର ହୋଇପାରେ; ଯଥା ଚାହିଦା ବୃଦ୍ଧି ଓ ଚାହିଦା ହ୍ରାସ । ଏ କ୍ଷେତ୍ରରେ ଚାହିଦା ରେଖା ବାମରୁ ଡାହାଣକୁ ବା ଡାହାଣରୁ ବାମକୁ ହୋଇଥାଏ । ଅନ୍ୟାନ୍ୟ ଅଣଦାମ୍ ଉପାଦାନଗୁଡ଼ିକ ଅପରିବର୍ତ୍ତିତ ରହି କେବଳ ଦ୍ରବ୍ୟର ଦାମ୍ ପରିବର୍ତ୍ତନ ଯୋଗୁଁ ଚାହିଦା ପରିମାଣରେ ପରିବର୍ତ୍ତନ ହୋଇଥାଏ । ଏହା ଗୋଟିଏ ଉପାଦାନ ଉପରେ ନିର୍ଭର କରୁଥିବାରୁ ଏହାକୁ ଏକ ଉପାଦାନ ଫଳନ କୁହାଯାଏ । ଏହା ଦୁଇ ପ୍ରକାରର ହୋଇପାରେ, ଯଥା – ଚାହିଦା ପ୍ରସାରଣ ଓ ଚାହିଦା ସଙ୍କୋଚନ । ଏ କ୍ଷେତ୍ରରେ ଉପଭୋକ୍ତା ଏକ ନିର୍ଦ୍ଦିଷ୍ଟ ଚାହିଦା ରେଖାର ଏକ ବିନ୍ଦୁରୁ ଅନ୍ୟ ଏକ ବିନ୍ଦୁକୁ ଗତି କରିଥାଏ ।

2. ପରୋକ୍ଷ ଚାହିଦା ଓ ପ୍ରତ୍ୟକ୍ଷ ଚାହିଦା :
Answer:
କେତେକ ଦ୍ରବ୍ୟକୁ ପ୍ରତ୍ୟକ୍ଷ ଭାବରେ ଉପଭୋଗ କରାଯାଏ । ତେଣୁ ସେ ଜାତୀୟ ଚାହିଦାକୁ ପ୍ରତ୍ୟକ୍ଷ ଚାହିଦା କୁହାଯାଏ । ଉଦାହରଣସ୍ୱରୂପ, ବସ୍ତ୍ରକୁ ଲୋକମାନେ ସିଧାସଳଖ ବ୍ୟବହାର କରନ୍ତି । ତେଣୁ ବସ୍ତ୍ରର ଚାହିଦାକୁ ପ୍ରତ୍ୟକ୍ଷ ଚାହିଦା କୁହାଯାଏ । କିନ୍ତୁ ଅନ୍ୟ କେତେକ ଦ୍ରବ୍ୟ ପ୍ରତ୍ୟକ୍ଷ ଭାବରେ ବ୍ୟବହାର ହୋଇପାରନ୍ତି ନାହିଁ । ସେମାନଙ୍କ ସାହାଯ୍ୟରେ ପ୍ରତ୍ୟକ୍ଷ ଭାବରେ ବ୍ୟବହୃତ ହେଉଥ‌ିବା ଦ୍ରବ୍ୟସମୂହ ଉତ୍ପାଦନ କରାଯାଏ। ତୁଳା ସାହାଯ୍ୟରେ ବସ୍ତ୍ର ପ୍ରସ୍ତୁତ କରାଯାଏ । ଇସ୍ପାତ ତିଆରି କରାଯାଏ । ତେଣୁ ତୁଳା ଓ ଲୌହପିଣ୍ଡକୁ ପରୋକ୍ଷ ଚାହିଦା କୁହାଯାଏ ।

3. ଯୁଗ୍ମ ଚାହିଦା ଓ ଅନୁପୂରକ ଚାହିଦା :
Answer:
ଗୋଟିଏ ନିର୍ଦ୍ଦିଷ୍ଟ ଅଭାବକୁ ପୂରଣ କରିବାପାଇଁ ଆବଶ୍ୟକ ହେଉଥିବା ଦ୍ରବ୍ୟସମୂହକୁ ଯୁଗ୍ମ ଚାହିଦା କୁହାଯାଏ । ଉଦାହରଣସ୍ୱରୂପ, ଚା’ର ଅଭାବ ପୂରଣ କରିବାପାଇଁ ଚା’ ଗୁଣ୍ଡ, ଚିନି ଓ ଦୁଗ୍‌ଧ ଆବଶ୍ୟକ ହୋଇଥାଏ । ଏହିସବୁ ଦ୍ରବ୍ୟର ଚାହିଦା ଏକକାଳୀନ ହୋଇଥାଏ । ତେଣୁ ଏହାକୁ ଯୁଗ୍ମ ଚାହିଦା କୁହାଯାଏ ।‘

ଗୋଟିଏ ଦ୍ରବ୍ୟର ଅଭାବରେ ଅନ୍ୟର ବ୍ୟବହାର କରାଯାଇ ପାରେ ନାହିଁ ଓ ଗୋଟିକର ଦାମ୍ ଅନ୍ୟର ଦାମ୍‌କୁ ପ୍ରଭାବିତ କରେ ବୋଲି ଏହାକୁ ମଧ୍ୟ ଅନୁପୂରକ ଚାହିଦା କୁହାଯାଏ । ପେଟ୍ରୋଲ୍ ଓ କାର୍ ପରସ୍ପର ପରିପୂରକ ଦ୍ରବ୍ୟ । ପେଟ୍ରୋଲର ଦରବୃଦ୍ଧି ଘଟିଲେ କାର୍‌ର ଚାହିଦା ହ୍ରାସ ପାଏ ।

4. ବ୍ୟକ୍ତିଗତ ଚାହିଦା ସୂଚୀ ଓ ଚାହିଦା ଲେଖା :
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଦାମ୍‌ରେ ଜଣେ ବ୍ୟକ୍ତିବିଶେଷ କ୍ରୟ କରିବାକୁ ପ୍ରସ୍ତୁତ ଥିବା ଦ୍ରବ୍ୟର ବିଭିନ୍ନ ପରିମାଣର ତାଲିକାକୁ ବ୍ୟକ୍ତିଗତ ଚାହିଦା ସୂଚୀ କୁହାଯାଏ । ଚାହିଦା ସୂଚୀ ଦ୍ରବ୍ୟର ଦର ଓ ଚାହିଦା ମଧ୍ୟରେ ଥିବା ସମ୍ପର୍କକୁ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଦର ହ୍ରାସ ସହିତ ଚାହିଦା ବୃଦ୍ଧିର ସୂଚନା ଦିଏ । ସାରଣୀରେ ବର୍ଣ୍ଣିତ ତଥ୍ୟାବଳୀକୁ ଗ୍ରାଫ୍ କାଗଜରେ ଚିତ୍ରଣ କଲେ ସଂପୃକ୍ତ ଦ୍ରବ୍ୟ ପାଇଁ ଚାହିଦା ରେଖା ଅଙ୍କିତ ହୋଇଥାଏ । ଗ୍ରାଫ୍ କାଗଜରେ ଉଲ୍ଲମ୍ବ ଅକ୍ଷରେ ଦ୍ରବ୍ୟର ଦର ଦର୍ଶାଯାଏ ଏବଂ ଆନୁଭୂମିକ ଅକ୍ଷରେ ଦ୍ରବ୍ୟର ଚାହିଦା ପରିମାଣ ଦର୍ଶାଯାଇଥାଏ ।

ବ୍ୟକ୍ତିଗତ ଚାହିଦା ରେଖା ବାମରୁ ଡାହାଣକୁ ନିମ୍ନାଭିମୁଖୀ ହୋଇଥିବା ଲକ୍ଷ୍ୟ କରାଯାଏ । ତେଣୁ ଦାମ୍ ଓ ଚାହିଦା ମଧ୍ଯରେ ଏକ ବିପରୀତ ସମ୍ବନ୍ଧ ଥାଏ । ଯଦିଓ ଚାହିଦା ଓ ଦାମ୍ ମଧ୍ୟରେ ସମ୍ପର୍କ ବିପରୀତ ତଥାପି ଏହା ଆନୁପାତିକ ନୁହେଁ । ଅର୍ଥାତ୍ ଗୋଟିଏ ଦ୍ରବ୍ୟର ଦାମ୍‌ରେ 20% ପରିବର୍ତ୍ତନ ହେଲେ ଯେ ଚାହିଦାରେ 20% ପରିବର୍ତ୍ତନ ହେବ, ତାହା କୁହାଯାଇନପାରେ ।

5. ବଜାର ଚାହିଦା ସୂଚୀ ଓ ବଜାର ଚାହିଦା ଲେଖା :
Answer:
ପ୍ରତ୍ୟେକ କ୍ରେତାଙ୍କର ବ୍ୟକ୍ତିଗତ ଚାହିଦା ସୂଚୀର ସମଷ୍ଟିକୁ ବଜାର ଚାହିଦା ସୂଚୀ କୁହାଯାଏ । ଅର୍ଥାତ୍ ବଜାରର ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଭିନ୍ନ ସମ୍ଭାବ୍ୟ ଦାମ୍‌ରେ କ୍ରୟ କରାଯାଉଥିବା ଏକ ଦ୍ରବ୍ୟର ଭିନ୍ନ ଭିନ୍ନ ଏକ ତାଲିକା ଆକାରରେ ପ୍ରକାଶ କରୁଥିବା ସୂଚୀକୁ ବଜାର ଚାହିଦା ସୂଚୀ କୁହାଯାଏ । ବଜାର ଚାହିଦା ଆକଳନ କରିବାକୁ ହେଲେ ସମସ୍ତ ଉପଭୋକ୍ତାଙ୍କର ବ୍ୟକ୍ତିଗତ ଚାହିଦା ପରିମାଣର ସମ୍ମିଶ୍ରଣ କରିବାକୁ ହୋଇଥାଏ ।

ବଜାର ଚାହିଦା ରେଖା, ବଜାର ଚାହିଦା ସୂଚୀର ଏକ ରେଖାଚିତ୍ର ପ୍ରଦର୍ଶନ । ଏହା ବ୍ୟକ୍ତିଗତ ଚାହିଦା ରେଖାର ଆନୁଭୂମିକ ସମଷ୍ଟି ଅଟେ । ବ୍ୟକ୍ତିଗତ ଚାହିଦା ଲେଖା ପରି ବଜାର ଚାହିଦା ରେଖା ବାମରୁ ଡାହାଣକୁ ନିମ୍ନାଭିମୁଖୀ ହୋଇଥାଏ । ଅର୍ଥାତ୍ ବଜାରରେ ଦ୍ରବ୍ୟର ଦାମ୍ ହ୍ରାସ ହେଲେ ଚାହିଦାର ବୃଦ୍ଧି ଘଟେ ଓ ଦର ବୃଦ୍ଧି ହେଲେ ଚାହିଦା ହ୍ରାସ ପାଇଥାଏ ।

6. ଚାହିଦାର ପ୍ରସାରଣ ଓ ଚାହିଦାର ବୃଦ୍ଧି :
Answer:
କେବଳ ଦରର ପରିବର୍ତ୍ତନ ଫଳରେ ଦ୍ରବ୍ୟ କ୍ରୟ ପରିମାଣରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ଚାହିଦା ପରିମାଣରେ ପରିବର୍ତ୍ତନ କୁହାଯାଏ । ଚାହିଦାର ପ୍ରସାରଣ ଏକ ଅବସ୍ଥା, ଯେତେବେଳେ ଅନ୍ୟାନ୍ୟ ଉପାଦାନଗୁଡ଼ିକ ଅପରିବର୍ତ୍ତିତ ରହି ଦ୍ରବ୍ୟର ଦାମ୍ ହ୍ରାସ ହୋଇ ଦ୍ରବ୍ୟର ଚାହିଦା ଅଧିକ ହୁଏ । ତେଣୁ ଦାମ୍ ହ୍ରାସ ହେଲେ ଉପଭୋକ୍ତା ପୂର୍ବ ଚାହିଦାରେଖାର ବାମରୁ ଡାହାଣକୁ ନିମ୍ନମୁଖୀ ଚଳନ କରିଥାଏ ଏବଂ ଏହାକୁ ଚାହିଦାର ପ୍ରସାରଣ କୁହାଯାଏ । ତେଣୁ ଚାହିଦାର ପ୍ରସାରଣ ଘଟିଲେ ଉପଭୋକ୍ତା ମୂଳ ଚାହିଦା ରେଖା ପରିତ୍ୟାଗ କରିପାରେ ନାହିଁ ଏବଂ ମୂଳ ଚାହିଦା ରେଖାର ବାମରୁ ଡାହାଣ ବିନ୍ଦୁକୁ କେବଳ ସ୍ଥାନାନ୍ତରିତ ହୁଏ ।

ଦ୍ରବ୍ୟର ଦାମ୍ ସ୍ଥିର ରହି ଅନ୍ୟାନ୍ୟ ଉପାଦାନ ଅନୁକୂଳ ଦିଗରେ ପରିବର୍ତ୍ତନ ଯୋଗୁଁ ଦ୍ରବ୍ୟର ଚାହିଦା ଅଧିକ ହୋଇଥାଏ । ଏହାକୁ ଚାହିଦା ବୃଦ୍ଧି ବୋଲି କୁହାଯାଏ । ଯଦି ଆୟର ବୃଦ୍ଧି ହୁଏ, ତେବେ ଦ୍ରବ୍ୟର ଚାହିଦା ବୃଦ୍ଧି ପାଇଥାଏ । ଏ କ୍ଷେତ୍ରରେ ଚାହିଦା ରେଖା ଡାହାଣକୁ ସ୍ଥାନଚ୍ୟୁତ ହୋଇଥାଏ । ଏହାକୁ ଚାହିଦା ବୃଦ୍ଧି କୁହାଯାଏ ।

7. ସ୍ଥିତିସ୍ଥାପକ ଚାହିଦା ଓ ଅସ୍ଥିତିସ୍ଥାପକ ଚାହିଦା :
Answer:
ଯଦି ଦରର ଆନୁପାତିକ ପରିବର୍ତ୍ତନ ତୁଳନାର ଚାହିଦା ପରିମାଣରେ ଆନୁପାତିକ ପରିବର୍ତ୍ତନ ଅପେକ୍ଷାକୃତ ଅଧିକ ହୋଇଥାଏ, ତେବେ ଦ୍ରବ୍ୟର ଚାହିଦା ଅପେକ୍ଷାକୃତ ସ୍ଥିତିସ୍ଥାପକ ବା ସ୍ଥିତିସ୍ଥାପକ ବୋଲି କୁହାଯାଏ । ଏଠାରେ ସମ୍ବେଦନଶୀଳତାର ମାତ୍ରା ଅଧ‌ିକ । ଏ କ୍ଷେତ୍ରରେ ସ୍ଥିତିସ୍ଥାପକତାର ମୂଲ୍ୟ 1ରୁ ଅଧିକ (ଅର୍ଥାତ୍ ep > 1) । ବିଳାସ ସାମଗ୍ରୀ ଓ ଆରାମଦାୟକ ସାମଗ୍ରୀଗୁଡ଼ିକ ସ୍ଥିତିସ୍ଥାପକ ଦ୍ରବ୍ୟ ଅଟନ୍ତି ।
ଯଦି ଦରର ଆନୁପାତିକ ପରିବର୍ତ୍ତନ ତୁଳନାରେ ଚାହିଦା ପରିମାଣରେ ଆନୁପାତିକ ପରିବର୍ତ୍ତନ ଅପେକ୍ଷାକୃତ କମ୍ ହୁଏ, ତେବେ ଦ୍ରବ୍ୟର ଚାହିଦା ଅପେକ୍ଷାକୃତ ଅସ୍ଥିତିସ୍ଥାପକ ବା ଅସ୍ଥିତିସ୍ଥାପକ ବୋଲି କୁହାଯାଏ । ଅସ୍ଥିତିସ୍ଥାପକତା କ୍ଷେତ୍ରରେ ସମ୍ବେଦନଶୀଳତାର ମାତ୍ରା କମ୍ ଅଟେ । ଏ କ୍ଷେତ୍ରରେ ସ୍ଥିତିସ୍ଥାପକତାର ମୂଲ୍ୟ 1ରୁ କମ୍ (ଅର୍ଥାତ୍ ep < 1) । ଆବଶ୍ୟକୀୟ ଅସ୍ଥିତିସ୍ଥାପକ ୍ରବ୍ୟ ଅଟନ୍ତି ।

8. ବ୍ୟକ୍ତିଗତ ଚାହିଦା ସୂଚୀ ଓ ବଜାର ଚାହିଦା ସୂଚୀ :
Answer:
କୌଣସି ଦ୍ରବ୍ୟର ଦାମ୍ ଓ ସେହି ଦାମ୍‌ରେ କ୍ରୟ କରାଯାଉଥ‌ିବା ସେହି ଦ୍ରବ୍ୟର ବିଭିନ୍ନ ପରିମାଣ ମଧ୍ଯରେ ଥିବା ସମ୍ପର୍କକୁ ଚାହିଦା ସୂଚୀ କୁହାଯାଏ । କୌଣସି ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଦରରେ କିଣୁଥିବା କୌଣସି ଦ୍ରବ୍ୟର ବିଭିନ୍ନ ପରିମାଣକୁ ତାଲିକା ଆକାରରେ ପ୍ରକାଶ କଲେ, ତାହାକୁ ବ୍ୟକ୍ତିଗତ ଚାହିଦା ସୂଚୀ କୁହାଯାଏ । ଏଥ‌ିରେ ଦରର ହ୍ରାସ ବୃଦ୍ଧି ସହିତ ଚାହିଦାର ହ୍ରାସ ବୃଦ୍ଧି ସୂଚିତ ହୁଏ । ଦର କମିଲେ ଚାହିଦା ବଢ଼େ ଓ ଦର ବଢ଼ିଲେ ଚାହିଦା କମେ ।

ଅନ୍ୟପକ୍ଷରେ, ଏକ ନିର୍ଦ୍ଦିଷ୍ଟ ସମୟରେ ବଜାରରେ ବିଭିନ୍ନ ଦାମ୍‌ରେ କ୍ରୟ କରାଯାଉଥିବା ଏକ ଦ୍ରବ୍ୟର ବିଭିନ୍ନ ପରିମାଣର ତାଲିକାକୁ ବଜାର ଚାହିଦା ସୂଚୀ କୁହାଯାଏ । ବଜାରରେ ଅସଂଖ୍ୟ କ୍ରେତାଙ୍କ ସମାବେଶ ହୋଇଥାଏ । ବଜାରରେ ସମସ୍ତ କ୍ରେତାଙ୍କ ଚାହିଦା ସୂଚୀର ସମଷ୍ଟିକୁ ବଜାର ଚାହିଦା ସୂଚୀ କୁହାଯାଏ ।

CHSE Odisha Class 12 Economics Chapter 5 Short Answer Questions in Odia Medium

9. ସମ୍ପୂର୍ଣ ସ୍ଥିତିସ୍ଥାପକ ଚାହିଦା ଓ ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା :
Answer:
ଯଦି ଦରରେ ଅତି ସାମାନ୍ୟ ବା ନଗଣ୍ୟ ପରିବର୍ତ୍ତନ ଚାହିଦା ପରିମାଣରେ ବ୍ୟାପକ ପରିବର୍ତ୍ତନ ଘଟାଏ, ତେବେ ଦ୍ରବ୍ୟର ଚାହିଦା ସମ୍ପୂର୍ଣ ସ୍ଥିତିସ୍ଥାପକ ବୋଲି କୁହାଯାଏ । ଏଠାରେ ଚାହିଦାର ସ୍ଥିତିସ୍ଥାପକତା ∞ ବା ଅସୀମ । ଏ କ୍ଷେତ୍ରରେ ଚାହିଦା ରେଖା ଆନୁଭୂମିକ ହେବ ।
CHSE Odisha Class 12 Economics Chapter 5 Short Answer Questions in Odia Medium 3
ବସୁବରେ ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା ଏକ ବିରଳ ଘଟଣା । କିନ୍ତୁ ଅର୍ଥଶାସ୍ତ୍ରରେ ତାତ୍ତ୍ୱିକ ଦୃଷ୍ଟିକୋଣରୁ ଏହା ଗୁରୁତ୍ବପୂର୍ଣ ।
ଯଦି ଦରରେ ଯେକୌଣସି ପରିବର୍ତ୍ତନ ଚାହିଦା ପରିମାଣରେ ଆଦୌ ପରିବର୍ତ୍ତନ ଘଟାଏ ନାହିଁ, ତେବେ ଦ୍ରବ୍ୟର ଚାହିଦା ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ହେବ । ଏଠାରେ ଦରରେ ପରିବର୍ତ୍ତନ ଘଟିଥିଲେ ମଧ୍ୟ ଚାହିଦା ପରିମାଣରେ ପରିବର୍ତ୍ତନ ହୋଇନଥାଏ । ଏଠାରେ ଚାହିଦାର ସ୍ଥିତିସ୍ଥାପକତା ଶୂନ୍ୟ । ଏ କ୍ଷେତ୍ରରେ ଦର ଯାହା ହେଉନା କାହିଁକି ଚାହିଦା ପରିମାଣ ସ୍ଥିର ରହୁଥ‌ିବାରୁ ଚାହିଦା ରେଖା ଉଲ୍ଲମ୍ବ ହେବ ।
CHSE Odisha Class 12 Economics Chapter 5 Short Answer Questions in Odia Medium 4

10. ଚାହିଦାର ସଂକୋଚନ ଓ ଚାହିଦାର ହ୍ରାସ :
Answer:
ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ ରହି, କୌଣସି ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଚାହିଦାର ପରିମାଣ ହ୍ରାସ ପାଇଥାଏ ଯାହାକୁ ଚାହିଦାର ସଂକୋଚନ କୁହାଯାଏ । ଏ କ୍ଷେତ୍ରରେ ଚାହିଦା ରେଖା ପରିବର୍ତ୍ତିତ ହୁଏ ନାହିଁ । ଦର ବୃଦ୍ଧି ଯୋଗୁଁ ଉପଭୋକ୍ତା ମୂଳ ଚାହିଦା ରେଖାର ଡାହାଣରୁ ବାମକୁ ଊର୍ଦୁ ବିନ୍ଦୁକୁ ଗତି କରେ ।

ଦ୍ରବ୍ୟର ଦାମ୍ ସ୍ଥିର ରହି ଅନ୍ୟାନ୍ୟ ଉପାଦାନ ପ୍ରତିକୂଳ ଦିଗରେ ପରିବର୍ତ୍ତନ ଯୋଗୁଁ ଦ୍ରବ୍ୟର ଚାହିଦା କମ୍ ହୋଇଥାଏ । ଏହାକୁ ଚାହିଦା ହ୍ରାସ ବୋଲି କୁହାଯାଏ । ଆୟର ହ୍ରାସ ଯୋଗୁଁ ଦ୍ରବ୍ୟର ଚାହିଦା ମଧ୍ୟ ହ୍ରାସ ପାଇଥାଏ । ଏ କ୍ଷେତ୍ରରେ ଚାହିଦା ରେଖା ବାମକୁ ସ୍ଥାନଚ୍ୟୁତ ହୋଇଥାଏ ।

11. ସଂଯୁକ୍ତ ଚାହିଦା ଓ ମିଶ୍ରିତ ଚାହିଦା :
Answer:
ଅଭାବ ପୂରଣସ୍ଥଳେ ଦ୍ରବ୍ୟର ଗୁରୁତ୍ୱ ଦୃଷ୍ଟିକୋଣରୁ ଚାହିଦାକୁ ସଂଯୁକ୍ତ ବା ମିଶ୍ରିତ ବୋଲି କୁହାଯାଇଥାଏ । କୌଣସି ଦ୍ରବ୍ୟ ଯେତେବେଳେ ନିର୍ଦ୍ଦିଷ୍ଟ ଅଭାବ ପୂରଣ ଲାଗି ଯଥେଷ୍ଟ ହୁଏ ନାହିଁ ଏବଂ ସେହି ଦ୍ରବ୍ୟ ସହ ଅନ୍ୟ ଦ୍ରବ୍ୟ ପ୍ରତି ମଧ୍ୟ ଚାହିଦା ସୃଷ୍ଟି ହୁଏ, ତେବେ ତାକୁ ସଂଯୁକ୍ତ କୁହାଯାଏ । ଉଦାହରଣସ୍ୱରୂପ, କାର, ଗାଡ଼ି ଏବଂ ପେଟ୍ରୋଲ ପ୍ରତି ଚାହିଦା ଏଠାରେ ଗୋଟିଏ ଦ୍ରବ୍ୟ ପ୍ରତି ଚାହିଦା । ଅନ୍ୟ ଦ୍ରବ୍ୟ ପ୍ରତି ଆପେ ଆପେ ଚାହିଦା ସୃଷ୍ଟି କରେ । ମାତ୍ର ଅନ୍ୟପକ୍ଷରେ ଯଦି କୌଣସି ଦ୍ରବ୍ୟ ପ୍ରତି ଚାହିଦା ବିଭିନ୍ନ ଅଭାବ ପୂରଣ ଲାଗି ସୃଷ୍ଟି ହୁଏ ତେବେ ତାହାକୁ ମିଶ୍ରିତ ଚାହିଦା ବୋଲି କୁହାଯାଏ । ଏଠାରେ ଏକକ ଦ୍ରବ୍ୟ ବିଭିନ୍ନ ଅଭାବ ପୂରଣ ଲାଗି ଯଥେଷ୍ଟ ହୋଇଥାଏ । ଉଦାହରଣସ୍ୱରୂପ କୋଇଲା ।

BSE Odisha 7th Class Science Solutions Chapter 10 ଉଦ୍ଭିଦରେ ବଂଶ ବିସ୍ତାର

Odisha State Board BSE Odisha 7th Class Science Solutions Chapter 10 ଉଦ୍ଭିଦରେ ବଂଶ ବିସ୍ତାର Textbook Exercise Questions and Answers.

BSE Odisha Class 7 Science Solutions Chapter 10 ଉଦ୍ଭିଦରେ ବଂଶ ବିସ୍ତାର

Question 1.
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(ସମାୟନ, ପରାଗଣ, ସ୍ଵପରାଗଣ, ଅଙ୍ଗୀୟ, ମେରୁ ନ୍ୟଷ୍ଟି, ଉଭୟଲିଙ୍ଗୀ)

(କ) ଉଭିଦର ମୂଳ ବା କାଣ୍ଡରୁ ନୂଆ ଉଭିଦଟିଏ ଜାତ ହେଲେ ତାହାକୁ _____ ଜନନ କୁହାଯାଏ ।
(ଖ) ଗୋଟିଏ ଫୁଲର ପୁଂକେଶର ଓ ଗର୍ଭକେଶର ଥିଲେ ତାହାକୁ _____ ଫୁଲ କୁହାଯାଏ ।
(ଗ) ପରାଗଯେଗାରୁ ଫଲିକ୍ଫୁ ଫ୍କେଶର ଗରକେଶର ଥିଲେ ତାହାନ୍ତ _____ କହନ୍ତି ।
(ଘ) ପୁଂ ଯୁଗ୍ମକ ଓ ସ୍ତ୍ରୀ ଯୁଗ୍ମକର ମିଳନ ଦ୍ବାରା _____ ପ୍ରକ୍ରିୟା ଘଟିଥାଏ । ରୁ ବୃଦ୍ଧି ପାଇଥାଏ ।
(ଙ) ଭୃଣପୋଷ ଡିମ୍ବକର _____ ରୁ ହଦି ପାଲଥାଏ |
Solution:
(କ) ଅଙ୍ଗୀୟ,
(ଖ) ଉଭୟଲିଙ୍ଗୀ,
(ଗ) ପରାଗଣ,
(ଘ) ସମାୟନ,
(ଙ) ମେରୁନ୍ୟଷ୍ଟି

BSE Odisha 7th Class Science Solutions Chapter 10 ଉଦ୍ଭିଦରେ ବଂଶ ବିସ୍ତାର

Question 2.
ଉଦାହରଣ ସହ ବିଭିନ୍ନ ପ୍ରକାରର ଅଙ୍ଗୀୟ ଜନନ ବର୍ଣ୍ଣନା କର ।
Solution:
ଉଭିଦର ପତ୍ର, ମୂଳ ବା କାଣ୍ଡର କୌଣସି ଅଂଶରୁ ନୂତନ ଉଭିଦ ଜାତ ହେଲେ ତାହାକୁ ଅଙ୍ଗୀୟ ଜନନ କହନ୍ତି ।

  • ଅମରପୋଇ ପତ୍ରର ଅଗ୍ରଭାଗରେ ଥ‌ିବା ମୁକୁଳ ଓଦା ମାଟି ସଂସ୍ପର୍ଶରେ ଆସିଲେ ସେଥୁରୁ ଏକ ନୂତନ ଗଛ ହେବାର ଦେଖାଯାଏ ।
  • ସେହିପରି କନ୍ଦମୂଳ, ଡାଲିଆ, ଶତମୂଳୀ ଆଦି ଗଛର ମୂଳରୁ ନୂତନ ଗଛ ବା ଲତା ଜାତ ହେବାର ଦେଖାଯାଏ ।
  • ପିଆଜ, ଅଦା, ହଳଦୀ, କଦଳୀ ଆଦି ଉଭିଦର ଭୂନିମ୍ନସ୍ଥ କାଣ୍ଡରୁ ନୂତନ ଗଛ ଜାତ ହୁଏ ।
  • ଗୋଲାପ, ମନିପ୍ଲାଣ୍ଟ, ଚମ୍ପା ଆଦି ଗଛର କାଣ୍ଡକୁ କାଟି ଓଦା ମାଟିରେ ପୋତିଲେ ସେଥୁରୁ ଚେର ବାହାରେ, ଏକ ନୂତନ ଗଛ ସୃଷ୍ଟି ହୁଏ । ଏହାକୁ ପୁନରୁଭବନ କହନ୍ତି ।
  • ଅନେକ ଅପୁଷ୍ପକ ଉଭିଦ ଅଛନ୍ତି, ଯେଉଁମାନଙ୍କୁ ଖାଲି ଆଖରେ ଦେଖ୍ ହୁଏ ନାହିଁ । ସ୍ପାଇରୋଗାଇରା ନାମକ ଶୈବାଳ ଜାତୀୟ ଉଦ୍ଭିଦ ଓ ରିକ୍‌ସିଆ ନାମକ ଅପୁଷ୍ପକ ଉଦ୍ଭଦର ଥାଲସ୍ ବିଖଣ୍ଡିତ ହୋଇ ନୂତନ ଉଦ୍ଭଦରେ ପରିଣତ ହୁଅନ୍ତି । ଏହାକୁ ବିଖଣ୍ଡନ କୁହାଯାଏ ।
  • କଲମୀକରଣ ଦ୍ବାରା ମଧ୍ୟ ନୂତନ ଗଛ ସୃଷ୍ଟି କରାଯାଉଛି । ଏପରି ସ୍ଥଳେ ମାତୃ ଗଛର ଗୁଣ ଅପରିବର୍ତିତ ରହେ । ବିଭିନ୍ନ ପ୍ରକାର କଲମୀଗୁଡ଼ିକ ହେଲା– ଡାଳି କଲମୀ, କଲି କଲମୀ ଓ ଗୁଟ୍ଟି କଲମୀ ଆଦି ।

Question 3.
ଲିଙ୍ଗୀୟ ଜନନ କହିଲେ କ’ଣ ବୁଝାଯାଏ ?
Solution:

  • ଯେଉଁ ଜନନରେ ଜନନ କୋଷର ମିଳନ ଘଟିଥାଏ, ତାହାକୁ ଲିଙ୍ଗୀୟ ଜନନ କୁହାଯାଏ ।
  • ଯୁଗ୍ମକ ହେଉଛି ଲିଙ୍ଗୀୟ ଜନନର ଏକକ ଓ ଦୁଇଟି ଯୁଗ୍ଧକର ମିଳନ ହେଉଛି ଲିଙ୍ଗୀୟ ଜନନର ମୂଳଭିତ୍ତି । ଏହି ଯୁଗ୍ମକ ମଧ୍ୟରୁ ଗୋଟିଏ ହେଉଛି ପୁଂ-ଯୁଗ୍ମକ ଏବଂ ଅନ୍ୟଟି ହେଉଛି ସ୍ତ୍ରୀ-ଯୁଗ୍ମକ ।
  • ଏହି ଯୁଗ୍ମକ ଦୁଇଟି ମିଳନର ସଂଯୋଜକରୁ ଯୁଗ୍ମଜ(zygote)ର ସୃଷ୍ଟି ହୁଏ ଏବଂ ଯୁଗ୍ମଜଟି କ୍ରମଶଃ ବୃଦ୍ଧି ପ୍ରାପ୍ତ ହୋଇ ଏକ ନୂତନ ଜୀବ ସୃଷ୍ଟି କରେ ।
  • ସପୁଷ୍ପକ ଉଦ୍ଭଦରେ ସାଧାରଣତଃ ଅଙ୍ଗୀୟ ଓ ଲିଙ୍ଗୀୟ ଜନନ ଦେଖିବାକୁ ମିଳିଥାଏ ଏବଂ ଲିଙ୍ଗୀୟ ଜନନ ଜୀବନକାଳ ମଧ୍ୟରେ ମାତ୍ର କେତେଥର ହୋଇଥାଏ ।

Question 4.
ଏକ ସମ୍ପୂର୍ଣ ଫୁଲର ନାମାଙ୍କିତ ଚିତ୍ର କର ।
Solution:
BSE Odisha 7th Class Science Solutions Chapter 10 Img 1

Question 5.
ସ୍ଵପରାଗଣ ଓ ପରପରାଗଣ ବୁଝାଅ ।
Solution:
(i) ପରାଗ ପେଟୀରୁ ପରାଗରେଣୁର ଫଳକଶୀର୍ଷକୁ ସ୍ଥାନାନ୍ତରଣକୁ ପରାଗଣ କୁହାଯାଏ । ପରାଗରେଣୁର ଚଳନକ୍ଷମତା ନଥ‌ିବାରୁ ବିଭିନ୍ନ ମାଧ୍ୟମରେ ଏହା ବାହିତ ହୋଇଥାଏ; ଯଥା-ବାୟୁ, ଜଳ, କୀଟପତଙ୍ଗ ଓ ଜୀବଜନ୍ତୁ ଆଦି ।
(ii) ପରାଗଣ ଦୁଇ ପ୍ରକାରର; ଯଥା – (a) ସ୍ଵପରାଗଣ ଓ (b) ପରପରାଗଣ ।
(a) ସ୍ଵପରାଗଣ – ଯଦି ପରାଗରେଣୁ ସେହି ଫୁଲର ଫଳିକାଶୀର୍ଷ ବା ସେହି ଉଭିଦର ଯେକୌଣସି ଫୁଲର ଫଳିକା ଶୀର୍ଷରେ ପଡ଼ି ପରାଗଣ କରେ, ତାହାକୁ ସ୍ଵପରାଗଣ କୁହାଯାଏ ।
ଚିନାବାଦାମ, ଚଣା ଏବଂ ମଟର ଫୁଲରେ ସ୍ଵପରାଗଣ ଦେଖାଯାଏ ।
(b) ପରପରାଗଣ – ଯଦି ପରାଗରେଣୁ ସେହି ଜାତିର ଅନ୍ୟ ଏକ ଉଦ୍ଭଦର ଫୁଲରେ ଥିବା ଫଳିକା ଶୀର୍ଷରେ ପଡ଼ି ପରାଗଣ କରେ ତେବେ ତାହାକୁ ପରପରାଗଣ କୁହାଯାଏ ।
ସୋରିଷ, ମନ୍ଦାର, ଖଜୁରୀଫୁଲ ଆଦିରେ ପରପରାଗଣ ଦେଖାଯାଏ ।

Question 6.
ସପୁଷ୍ପକ ଉଦ୍ଭଦରେ ସମାୟନ କିପରି ହୋଇଥାଏ ।
Solution:
(i) ସପ୍ପଖ୍ୟକ ଭରିଦରେ ପ୍ତାକେଶର ତକ୍ତର ଦିମକରେ ରୁଣାମୟ ଥାଏ । ଭ୍ରୂଣାଶୟରେ 1 ଟି ଡିମ୍ବକୋଷ, 2 ଟି ସହାୟକ କୋଷ, 3 ଟି ପାତଳୀ କୋଷ ଏବଂ 2 ଟି ମେରୁ ନ୍ୟଷ୍ଟିକୋଷ ଯୋଡ଼ି ହୋଇଥାନ୍ତି ।
(ii) ପରାଗରେଣୁ ଫଳିକା ଶୀର୍ଷରେ ପଡ଼ିବାପରେ 2 ଟି କୋଷ (ନଳୀକା କୋଷ ଓ ଜନନକୋଷ)ରେ ବିଭକ୍ତ ହୁଏ ।
(iii) ନଳୀକା କୋଷରୁ ନଳୀକା ବାହାରି ଶଳାକା ମଧ୍ୟଦେଇ ଡିମ୍ବକ ମଧ୍ୟରେ ପ୍ରବେଶ କରେ ।
BSE Odisha 7th Class Science Solutions Chapter 10 Img 2
(iv) ଏହି ସମୟରେ ଜନନକୋଷ 2 ଟି ପୁଂଯୁଗ୍ମକରେ ବିଭକ୍ତହୁଏ । ସେଥୁରୁ ଗୋଟିଏ ଡିମ୍ବକୋଷ ସହିତ ସମାୟନ କରେ ।
(v) ପୁଂଯୁଗ୍ମକ ଓ ଡିମ୍ବକୋଷର ମିଳନକୁ ଦ୍ବିସମାୟନ କୁହାଯାଏ ଫଳରେ ଯୁଗ୍ମଜ ସୃଷ୍ଟିହୁଏ । ଯୁଗ୍ମଜ ବଢ଼ିଲେ ଭୃଣ ହୁଏ ଓ ଭ୍ରୂଣରୁ ନୂତନ ଉଭିଦ ସୃଷ୍ଟିହୁଏ ।
(vi) ଅନ୍ୟ ଏକ ପୁଂଯୁଗ୍ମକ ଦୁଇ ମେରୁ ନ୍ୟଷ୍ଟି କୋଷ ସହିତ ମିଳିତହୋଇ ଭ୍ରୂଣପୋଷ ହୁଏ । ଏହି ଭୃଣପୋଷ ଯୁଗ୍ମଜକୁ ବଢ଼ି ଭୃଣ ହେବାପାଇଁ ସାହାଯ୍ୟ କରେ । ଦ୍ବିସମାୟନ ପରେ ଡିମ୍ବକଟି ମଞ୍ଜିରେ ଓ ଡିମ୍ବାଶୟଟି ବଢ଼ି ଫଳଟିଏ ଜାତହୁଏ ।

Question 7.
‘କ’ ସ୍ତମ୍ଭରେ ଥ‌ିବା ଶବ୍ଦ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ମିଳାଅ ।
Solution:
BSE Odisha 7th Class Science Solutions Chapter 10 Img 3

Question 8.
କେଇଟି ଠିକ (✓) ଚିହ୍ନ ଦେଇ ଦର୍ଶାଅ ।
(କ) ସପୁଷ୍ପକ ଉଦ୍ଭଦର ଜନନ ଅଙ୍ଗ ଫୁଲ ଅଟେ ।
(ଖ) ପୁଂଯୁଗ୍ମକ ଓ ସ୍ତ୍ରୀ ଯୁଗ୍ମକର ମିଳନକୁ ପରାଗଣ କୁହାଯାଏ ।
(ଗ) ଅମରପୋଇର ପ୍ରଜନନ ଅଙ୍ଗ କାଣ୍ଡ ଅଟେ ।
(ଘ) ଚଳରେଣୁ ଦ୍ଵାରା କେତେକ ଅପୁଷ୍ପକ ଉଭିଦର ବଂଶବିସ୍ତାର ହୋଇଥାଏ ।
(ତ) ବଂଶବିସ୍ତାର ହୋଇଥାଏ ।
Solution:
(କ) (✓)
(ଘ) (✓)
(ତ) (✓)

Question 9.
ନିମ୍ନ ପ୍ରଦତ୍ତ ଉଭିଦମାନଙ୍କର ବଂଶ ବିସ୍ତାର କିପରି ହୋଇଥାଏ ?
Solution:
BSE Odisha 7th Class Science Solutions Chapter 10 Img 4

BSE Odisha 7th Class Science Solutions Chapter 10 ଉଦ୍ଭିଦରେ ବଂଶ ବିସ୍ତାର

Question 10.
ଅଙ୍ଗୀୟ ଓ ଲିଙ୍ଗୀୟ ଜନନ ଉଭିଦଟିକୁ କିପରି ସାହାଯ୍ୟ କରିଥାନ୍ତି ?
Solution:

  • ଅଙ୍ଗୀୟ ଜନନ ଉଲିଦକ୍ମି ଦ୍ବଂଶ ହବିବେ ସାହାଯ୍ୟ କରିଥା’ ନ୍ତି |
  • ଅଙ୍ଗୀୟ ଜନନରେ ସୃଷ୍ଟି ହୋଇଥିବା ଗଛଗୁଡ଼ିକ ମାତୃଗଛର ସମରୂପୀ ହୋଇଥା’ନ୍ତି ।
  • ଏହି ପ୍ରଣାଳୀରେ ଶୀଘ୍ର ଗଛଗୁଡ଼ିକ ଉତ୍ପନ୍ନ ହୋଇଥା’ନ୍ତି ।
  • ମଞ୍ଜି ସୃଷ୍ଟି କରୁନଥ‌ିବା ଗଛଗୁଡ଼ିକର ଏହି ପ୍ରଣାଳୀରେ ବଂଶବିସ୍ତାର ହୋଇଥାଏ ।

ଲିଙ୍ଗୀୟ ଜନନ –

  • କିକାଯ କନନ ଉକିଦକୁ ଦଂଶ ଦ୍ଵଦିରେ ସାପ୍ତାମ୍ୟ କରିଥା’ ନ୍ତି |
  • ଏହି ଜନନରେ ମଞ୍ଜି ଓ ଫଳ ସୃଷ୍ଟି ହୋଇଥାଏ ।

ବିପଯୁବସ୍ତୁ ସପୂଜାପ ପୂଚନା ଓ ବିଶେଷଣ :

→ ଭପକ୍ତମ :

  • ପ୍ରତ୍ୟେକ ଜାତିର ପ୍ରାଣୀ ଓ ଉଦ୍ଭିଦ ନିଜପରି ଜୀବ ସୃଷ୍ଟି କରି ଥାଆନ୍ତି । ଏହାକୁ ପ୍ରଜନନ କୁହାଯାଏ । ଏହା ଜୀବଜଗତର ଏକ ବୈଶିଷ୍ଟ୍ୟ ।
  • ବଂଶରକ୍ଷା ଓ ବଂଶବୃଦ୍ଧି ପ୍ରାଣୀ ଓ ଉଭିଦମାନଙ୍କର ଏକ ବିଶେଷତ୍ଵ ।
  • ଉଭିଦମାନେ ସାଧାରଣତଃ ତିନୋଟି ଉପାୟରେ ଜନନ କରି ବଂଶବିସ୍ତାର କରିଥାଏ । ସେଗୁଡ଼ିକ ହେଲା (a) ଅଙ୍ଗୀୟ ଜନନ, (b) ଅଲିଙ୍ଗୀ ଜନନ ଓ (c) ଲିଙ୍ଗୀୟ ଜନନ ।

BSE Odisha 7th Class Science Solutions Chapter 10 ଉଦ୍ଭିଦରେ ବଂଶ ବିସ୍ତାର

→ ବଂଶବିସ୍ତାର ପ୍ରକ୍ରିୟା :

  • କେତେକ ଉଭିଦର ପତ୍ର, ମୂଳ ବା କାଣ୍ଡର କୌଣସି ଅଂଶରୁ ନୂତନ ଉଭିଦ ଜାତ ହୋଇଥାଏ । ଏହାକୁ ଅଙ୍ଗୀୟ
  • ଅଦାର କାଣ୍ଡ ମାଟିତଳେ ଥାଏ । ଏହା ଖାଦ୍ୟ ସଂରକ୍ଷଣ କରେ ଓ ବଂଶ ବିସ୍ତାରରେ ସାହାଯ୍ୟ କରେ ।
  • ସପୁଷ୍ପକ ଉଦ୍ଭଦ (ଧାନ)ରେ ଫୁଲ ଧରେ, ସେଥୁରୁ ଫଳ ଓ ମଞ୍ଜି ମିଳେ । ଏହା ବଂଶ ବିସ୍ତାରରେ ସାହାଯ୍ୟ କରେ । ବର୍ଷା ମାସରେ ଧାନ ରୁଆ ହୁଏ, ଆଶ୍ଵିନ ମାସରେ ଧାନ ଫୁଲ ଧରେ ଏବଂ ପୌଷମାସରେ ଧାନ ପାଚିଲେ କଟାହୋଇ ଅମଳ ହୁଏ ।
  • ସପୁଷ୍ପକ ଉଦ୍ଭଦରେ ଫୁଲ ହେଉଛି ପ୍ରଜନନ ଅଙ୍ଗ । ଫୁଲଦ୍ଵାରା ଉଭିଦର ଲିଙ୍ଗୀୟଜନନ ହୁଏ । କେତେକ ଫୁଲ ଉଭୟ ଲିଙ୍ଗୀ; ଯଥା-ମନ୍ଦାର ଫୁଲ । ଏଥ‌ିରେ ଗୋଟିଏ ଫୁଲର ପୁଂକେଶର ଓ ଗର୍ଭକେଶର ଉଭୟ ଥାଏ ।
  • ଆଉ କେତେକ ସପୁଷ୍ପକ ଉଦ୍ଭିଦ ଏକଲିଙ୍ଗୀ; ଯଥା – କଖାରୁ ଫୁଲ । କେତେକରେ କେବଳ ପୁଂକେଶର ଓ ଅନ୍ୟରେ ଗର୍ଭକେଶର ରହିଥାଏ ।
  • ପୁଂକେଶରରୁ ମିଳୁଥିବା ପୁଂଯୁଗ୍ମକ ଓ ଗର୍ଭକେଶରରେ ଥିବା ସ୍ତ୍ରୀ ଯୁଗ୍ଧକର ମିଳନରେ ସମାୟନ ଘଟେ । ଏହା ହେଉଛି ଲିଙ୍ଗୀୟ ଜନନର ମୂଳଭିତ୍ତି ।
  • କେତେକ ଉଭିଦ ଅଛନ୍ତି, ସେମାନେ ଅଙ୍ଗୀୟ ଓ ଲିଙ୍ଗୀୟ ଜନନ ବ୍ୟତୀତ ଅନ୍ୟକେତେକ ବିଶେଷ ଉପାୟରେ ବଂଶବିସ୍ତାର କରିଥା’ନ୍ତି । ତାହାକୁ ଅଲିଙ୍ଗୀ ଜନନ କହନ୍ତି । ଏଠାରେ ଜନନ କୋଷର ମିଳନ ନଘଟି ରେଣୁ ଭଳି କେତେକ ବିଶେଷ ଅଙ୍ଗଦ୍ଵାରା ବଂଶବିସ୍ତାର ହୁଏ ।

→ ଅଙ୍ଗୀୟ ଜନନ :

  • ଉଭିଦର ପତ୍ର, ମୂଳ ବା କାଣ୍ଡ ଆଦି ଅଙ୍ଗରୁ ନୂତନ ଉଭିଦ ଜାତ ହେଲେ ତା’କୁ ଅଙ୍ଗୀୟ ଜନନ କହନ୍ତି ।
  • ଅମରପୋଇ ପତ୍ର ଧାରରେ ଥ‌ିବା ଦନ୍ତୁରିତ ଅଂଶ ଓଦାମାଟି ସଂସ୍ପର୍ଶରେ ଆସିଲେ ସେଥୁରୁ ଏକ ନୂତନ ଗଛ ଜାତ ହୋଇଥାଏ । ଅମରପୋଇ ପତ୍ରର ମୁକୁଳ ତାହାର ଅଗ୍ରଭାଗରେ ଥାଏ ।
  • କନ୍ଦମୂଳ, ଡାଲିଆ ଓ ଶତମୂଳୀ ଆଦି ଗଛର ମୂଳରୁ ନୂତନ ଗଛ ବା ଲତା ଜାତ ହୋଇଥାଏ ।
  • ଅଦା, ଆଳୁ, ହଳଦୀ, ପିଆଜ ଆଦି ଉଭିଦର ଭୂନିମ୍ନସ୍ଥ କାଣ୍ଡରୁ ନୂତନ ଗଛ ଜାତ ହୁଏ ।
  • ଗୋଲାପ, ମଲିପ୍ଲାଣ୍ଟ, ଚମ୍ପାଡାଳ ଆଦି ଗଛର କାଣ୍ଡକୁ କାଟି ଓଦା ମାଟିରେ ପୋତିଲେ ସେଥିରୁ ଚେର ବାହାରି ଏକ ସମ୍ପୂର୍ଣ୍ଣ ଗଛରେ ପରିଣତ ହେବା ପ୍ରକ୍ରିୟାକୁ ପୁନରୁଭବନ କୁହାଯାଏ ।
  • ଅନେକ ଅପୁଷ୍ପକ ଉଦ୍ଭଦ ଅଛନ୍ତି, ଏମାନଙ୍କୁ ଖାଲି ଆଖ‌ିରେ ଦେଖ୍ ହୁଏ ନାହିଁ ଓ ଏମାନଙ୍କର ଶରୀରରେ କାଣ୍ଡ, ପତ୍ର ବା ମୂଳ ନ ଥାଏ । ଏମାନେ ବିଖଣ୍ଡନ ଦ୍ବାରା ବଂଶବିସ୍ତାର କରିଥା’ନ୍ତି ।
  • ସ୍ପାଇରୋଗାଇରା ନାମକ ଶୈବାଳ ଜାତୀୟ ଉଦ୍ଭିଦ ଓ ରିକ୍‌ସିଆ ନାମକ ଅପୁଷ୍ପକ ଉଦ୍ଭଦର ଥାଲସ୍ ବିଖଣ୍ଡିତ ହୋଇ ନୂତନ ଉଦ୍ଭଦରେ ପରିଣତ ହୁଅନ୍ତି । ଏହାକୁ ବିଖଣ୍ଡନ କୁହାଯାଏ ।
  • କଲମୀକରଣ ଦ୍ଵାରା ମଧ୍ୟ ନୂତନଗଛ ସୃଷ୍ଟି କରାଯାଉଛି, ଏପରିସ୍ଥଳେ ମାତୃଗଛର ଗୁଣ ଅପରିବର୍ତିତ ରହିଥାଏ ।
  • ଇଷ୍ଟ ନାମକ କବକରେ ମାତୃକୋଷରୁ ଜାତ ଅପତ୍ୟକୋଷ କଳିକା ଆକାରରେ କ୍ରମଶଃ ବୃଦ୍ଧିପାଇ ମାତୃକୋଷଠାରୁ ବିଛିନ୍ନ ହୋଇ ଏକ ପୂର୍ଣ୍ଣାଙ୍ଗ ଇଷ୍ଟକୋଷରେ ପରିଣତ ହୁଏ, ଏହାକୁ କଳିକନ କୁହାଯାଏ ।

→ ଅଲିଙ୍ଗୀ ଜନନ :

  • ଜନନ କୋଷର ମିଳନ ନ ହୋଇ ସୃଷ୍ଟି ହେଉଥ‌ିବା ପ୍ରଜନନକ୍ଷମ ଏକକ ଗୁଡ଼ିକୁ ରେଣୁ କହନ୍ତି ।
  • ରେଣୁଗୁଡ଼ିକ ଅତି କ୍ଷୁଦ୍ର, ହାଲୁକା ଓ ଖାଲି ଆଖୁକୁ ଦେଖାଯାଏ ନାହିଁ, ଛତୁ ଓ ଫିମ୍ପିଜାତୀୟ ଉଦ୍ଭଦରେ ଅସଂଖ୍ୟ
  • ରେଣୁଗୁଡ଼ିକ ଚଳନକ୍ଷମ ହୋଇଥିଲେ ସେଗୁଡ଼ିକୁ ଚଳରେଣୁ କହନ୍ତି । ଅନେକ କବକ ଓ ଶୈବାଳ (ୟୁଲୋଥିକ୍‌ ) ଚଳରେଣୁଦ୍ଵାରା ବଂଶ ବିସ୍ତାର କରିଥା’ନ୍ତି । ଏଗୁଡ଼ିକ ରେଣୁ ପେଟୀରେ ସୃଷ୍ଟି ହୋଇଥା’ନ୍ତି ।
  • ପେନ୍‌ସିଲିୟମ୍ ପରି କେତେକ କବକ ବାହ୍ୟରେଣୁ (କୋନିଡ଼ିଆ) ଦ୍ଵାରା ଅଲିଙ୍ଗୀ ଜନନ ପ୍ରଣାଳୀରେ ବଂଶ ଜୀବାଣୁ ଓ କେତେକ ଏକକୋଷୀ ଶୈବାଳ ଆଦି ଜୀବରେ କୋଷର ବିଭଞ୍ଜନ ଦ୍ବାରା ନୂତନ ଉଭିଦ ସୃଷ୍ଟି ହୁଏ । ଏମାନଙ୍କ ନ୍ୟଶି କୋଶ କାରକ ହୁଲ ସମାନ ଭାବରେ ବିଭକ୍ତ ହେବାବାରା ସେଥିରୁ ଭୁଲଟି ନୂତନ ମିଳେ ।
    • ଛତୁ ଓ ଫିମ୍ପିଜାତୀୟ ଉଦ୍ଭଦ ରେଣୁଦ୍ଵାରା; କବକ ଓ ଶୈବାଳ ୟୁଲୋଥିକ୍‌ ଚଳରେଣୁଦ୍ଵାରା; ପେନ୍‌ସିଲିୟମ୍ ଜାତୀୟ କବକ ବାହ୍ୟରେଣୁ କୋନିଡ଼ିଆ ଦ୍ବାରା ବଂଶ ବିସ୍ତାର କରନ୍ତି ।

→ ଲିଙ୍ଗୀୟ ଜନନ :

  • ଲିଙ୍ଗୀୟ ଜନନର ଏକକକୁ ଯୁଗ୍ମକ କୁହାଯାଏ । ପୁଂଯୁଗ୍ମକ ଓ ସ୍ତ୍ରୀଯୁଗ୍ଧକର ମିଳନରୁ ଯୁଗ୍ମଜ (Zygote)ଗଠିତ ହୁଏ ।
  • ଥାଏ କିନ୍ତୁ ସପୁଷ୍ପକ ଉଦ୍ଭଦରେ ଅଙ୍ଗୀୟ ଓ ଲିଙ୍ଗୀୟ ଜନନ ମାତ୍ର କେତେଥର ହୋଇଥାଏ ।
    BSE Odisha Class 7 Science Solutions Chapter 10 Img 1
  • ଫୁଲ ସପୁଷ୍ପକ ଉଭିଦର ଏକ ବିଶେଷ ଅଙ୍ଗ କାରଣ ଏଥିରେ ପୁରୁଷ ଓ ସ୍ତ୍ରୀ ପ୍ରଜନନ ଅଙ୍ଗ ରହିଥାଏ ।
  • ପୁରଷ ପ୍ରଜନନ ଅଙ୍ଗକୁ ପୁଂକେଶର ଓ ସ୍ତ୍ରୀପ୍ରଜନନ ଅଙ୍ଗକୁ ଗର୍ଭକେଶର କୁହାଯାଏ ।
  • ଯେଉଁ ଫୁଲରେ ଦୁଇଟି ପ୍ରଜନନ ଅଙ୍ଗ ନଥାଇ ଗୋଟିଏ ଥାଏ, ସେହି ଫୁଲଗୁଡ଼ିକୁ ଏକଲିଙ୍ଗୀ ଫୁଲ କହନ୍ତି; ଯଥା – , କାକୁଡ଼ି, ଜହ୍ନି ଆଦି ।
  • ଦୁଇଟି ଯାକ ପ୍ରଜନନ ଅଙ୍ଗ ଗୋଟିଏ ଫୁଲରେ ଦେଖାଯାଉଥିଲେ ସେପରି ଫୁଲକୁ ଉଭୟଲିଙ୍ଗୀ ବା ଦ୍ବିଲିଙ୍ଗୀ ଫୁଲ କହନ୍ତି; ଯଥା— ସୋରିଷ, ମନ୍ଦାର ଇତ୍ୟାଦି ।
  • ଦୁଇ ପ୍ରକାର ଫୁଲ କଖାରୁ ଗଛରେ ଦେଖାଯାଉଥ‌ିବାରୁ ଏହାକୁ ଏକବାସୀ ଉଭିଦ କୁହାଯାଏ ।
  • ଖଜୁରୀ ଓ ତାଳଗଛରେ କେବଳ ଅଣ୍ଡିରା ଫୁଲ ବା ମାଈଫୁଲ ହେଉଥିବାର ଦେଖାଯାଏ । ଏଗୁଡ଼ିକୁ ଦ୍ବିବାସୀ ଉଭିଦ କୁହାଯାଏ ।
    BSE Odisha Class 7 Science Solutions Chapter 10 Img 2
  • ପୁଂ କେଶର ପରାଗ ଦଣ୍ଡ (Filaments) ବା କେଶର ଧାରିକା ଓ ପରାଗପେଟି (Anthers)କୁ ନେଇ ଗଠିତ । ପରାଗପେଟି ମଧ୍ୟରେ ପରାଗରେଣୁ (pollen grains) ରହିଥାଏ । ଏଗୁଡ଼ିକ ହେଲେ ପୁଂ ଯୁଗ୍ମକ ।
  • ଗର୍ଭକେଶର ଫଳିକାଶୀର୍ଷ (Stigma), ଶଳାକା ଓ ଗର୍ଭାଶୟ ବା ଡିମ୍ବାଶୟକୁ ନେଇ ଗଠିତ । ଡିମ୍ବାଶୟରେ ଡିମ୍ବକ ମଧ୍ୟରେ ଡିମ୍ବାଣୁ (ovum) ସୃଷ୍ଟି ହୁଏ । ଏଗୁଡ଼ିକ ହେଲେ ସ୍ତ୍ରୀ ଯୁଗ୍ମକ (Female gamete) ବା ‘ଡିମ୍ବ’ ।

BSE Odisha 7th Class Science Solutions Chapter 10 ଉଦ୍ଭିଦରେ ବଂଶ ବିସ୍ତାର

→ ପରାଗଣ :

  • ପରାଗରେଣୁର ପରାଗପେଟୀରୁ ଗର୍ଭଶୀର୍ଷ ବା ଫଳିକା ଶୀର୍ଷକୁ ସ୍ଥାନାନ୍ତର ପ୍ରକ୍ରିୟାକୁ ପରାଗଣ (Pollination) କୁହାଯାଏ ।
  • ପରାଗଣ ଦୁଇପ୍ରକାରର ; ଯଥା ସ୍ଵପରାଗଣ (Self Pollination) ଏବଂ ପରପରାଗ- Pollination) ।
  • ଯଦି ପରାଗରେଣୁ ସେହି ଫୁଲର ଫଳିକା ଶୀର୍ଷ ବା ସେହି ଉଭିଦର ଯେକୌଣସି ଫୁଳ ପରାଗଣ କରେ, ତାହାକୁ ସ୍ଵପରାଗଣ କୁହାଯାଏ ।
  • ଯଦି ପରାଗରେଣୁ ସେହି ଜାତିର ଅନ୍ୟ ଏକ ଉଭିଦର ଫୁଲରେ ଥ‌ିବା ଫଳିକା ଶୀର୍ଷରେ ପଡ଼ି ପରାଗଣ କରେ ତେବେ ତାହାକୁ ପରପରାଗଣ କୁହାଯାଏ । ମନ୍ଦାର, ଖଜୁରୀ, ଦୁଦୁରା, ସୋରିଷ ଫୁଲରେ ପରପରାଗଣ ଦେଖାଯାଏ ।
  • ପରାଗରେଣୁର ଚଳନ କ୍ଷମତା ନ ଥିବାରୁ ସେଗୁଡ଼ିକ ବାୟୁ, ଜଳ, କୀଟପତଙ୍ଗ ଓ ଜୀବଜନ୍ତୁଙ୍କ ଦ୍ୱାରା ସ୍ଥାନାନ୍ତରିତ ପ୍ରକାରର ଫୁଲ ଫଳ ଏହାଦ୍ବାରା ସମ୍ଭବ ହୋଇଥାଏ ।
  • ପ୍ରକୃତି ଏପରି ବ୍ୟବସ୍ଥା କରିଛି ଯେ ସ୍ବ-ପରାଗଣ ଅପେକ୍ଷା ପର-ପରାଗଣ ଅଧିକାଂଶ ଫୁଲରେ ଦେଖାଯାଏ ।

→ ସମାୟନ :

  • ପଦ୍ମଗଲ ଉଦ୍ଭିଦରେ ପାକେଶର ବକ୍ତୃତ ତିମିକରେ ଜଣାଣମ ଥାଏ । ଭ୍ରୂଣାଶୟରେ 1 ଟି ଡିମ୍ବକୋଷ, 2 ଟି ସହାୟକ କୋଷ, 3 ଟି ପାତଳୀ କୋଷ ଏବଂ 2 ଟି ମେରୁ ନ୍ୟଷ୍ଟିକୋଷ ଯୋଡ଼ି
  • ପରାଗରେଣୁ ଫଳିକା ଶୀର୍ଷରେ ପଡ଼ିବାପରେ 2 ଟି କୋଷ ( ନଳୀ ବା କୋଷ ଓ ଜନନକୋଷ)ରେ ବିଭକ୍ତ ହୁଏ ।
  • ନଳୀକା କୋଷରୁ ନଳୀକା ବାହାରି ଶଳାକା ମଧ୍ୟଦେଇ ଡିମ୍ବକ ମଧ୍ୟରେ ପ୍ରବେଶ କରେ ।
    BSE Odisha Class 7 Science Solutions Chapter 10 Img 3
  • ଏହି ସମୟରେ ଜନନକୋଷ 2 ଟି ପୁଂଯୁଗ୍ମକରେ ବିଭକ୍ତ ହୁଏ । ସେଥୁରୁ ଗୋଟିଏ ଡିମ୍ବକୋଷ ସହିତ ସମାୟନ କରେ ।
  • ପୁଂଯୁଗ୍ମକ ଓ ଡିମ୍ବକୋଷର ମିଳନକୁ ଦ୍ବିସମାୟନ କୁହାଯାଏ, ଫଳରେ ଯୁଗ୍ମଜ ସୃଷ୍ଟିହୁଏ । ଯୁଗ୍ମଜ ବଢ଼ିଲେ ଭୃଣ ହୁଏ ଓ ଭ୍ରୂଣରୁ ନୂତନ ଉଭିଦ ସୃଷ୍ଟିହୁଏ ।
  • ଅନ୍ୟ ଏକ ପୁଂଯୁଗ୍ମକ ଦୁଇ ମେରୁ ନ୍ୟଷ୍ଟି କୋଷ ସହିତ ମିଳିତହୋଇ ଭ୍ରୂଣପୋଷ ହୁଏ । ଏହି ଭ୍ରୂଣପୋଷ ଯୁଗ୍ମଜକୁ ବଢ଼ି ଭୃଣ ହେବାପାଇଁ ସାହାଯ୍ୟକରେ । ଦ୍ଧିସମାୟନ ପରେ ଡିମ୍ବକଟି ମଞ୍ଜିରେ ଓ ଡିମ୍ବାଶୟଟି ବଢ଼ି ଫଳଟିଏ ଜାତହୁଏ ।

→ ଆସ, ଜାଣିବା:

  • ସବୁ ଜୀବ ବଂଶ ବିସ୍ତାର କରିଥାନ୍ତି ।
  • ଉଭିଦମାନେ ଅଙ୍ଗୀୟ, ଅଲିଙ୍ଗୀ, ଲିଙ୍ଗୀୟଜନନ ଦ୍ବାରା ବଂଶବିସ୍ତାର କରନ୍ତି ।
  • ପୁଷ୍ପକ ଉଦ୍ଭିଦ ବିଖଣ୍ଡନ, କଳିକନଦ୍ୱାରା ଅଙ୍ଗୀୟଜନନ କରୁଥିବାବେଳେ ସପୁଷ୍ପକ ଉଦ୍ଭଦମାନେ କାଣ୍ଡ, ମୂଳ ଓ ପତ୍ର ଅନାୟକାନନ କରନ୍ତି ।
  • ଅପୁଷ୍ପକ ଉଦ୍ଭଦରେ ଚଳରେଣୁ ଓ ବାହ୍ୟରେଣୁ ଦ୍ଵାରା ଅଲିଙ୍ଗୀ ଜନନ ହୋଇଥାଏ ।

BSE Odisha 7th Class Science Solutions Chapter 9 ଜୀବନ ପାଇଁ ଶ୍ଵାସକ୍ରିୟା – ପ୍ରାଣୀ ଓ ଉଭିଦର ଶ୍ୱସନ

Odisha State Board BSE Odisha 7th Class Science Solutions Chapter 9 ଜୀବନ ପାଇଁ ଶ୍ଵାସକ୍ରିୟା – ପ୍ରାଣୀ ଓ ଉଭିଦର ଶ୍ୱସନ Textbook Exercise Questions and Answers.

BSE Odisha Class 7 Science Solutions Chapter 9 ଜୀବନ ପାଇଁ ଶ୍ଵାସକ୍ରିୟା – ପ୍ରାଣୀ ଓ ଉଭିଦର ଶ୍ୱସନ

Question 1.
ପ୍ରତିଯୋଗିତା ପରେ ଖେଳାଳୀମାନେ କାହିଁକି ଦୃତ ଓ ଦୀର୍ଘଶ୍ଵାସ ନେଇଥା’ନ୍ତି ?
Solution:

  • ଜଣେ ବ୍ୟକ୍ତି ଯେତେ ଅଧ‌ିକ କାର୍ଯ୍ୟ କରେ, ସେ ସେଥ‌ିପାଇଁ ସେତେ ଅଧିକ ଶକ୍ତି ଆବଶ୍ୟକ କରେ । ଏହି ଶକ୍ତି ଦୌଡ଼ିଲେ ବା ଅଧିକ ଶକ୍ତି ଆବଶ୍ୟକ କରୁଥିବା କାର୍ଯ୍ୟ କଲେ ଅଧିକ ଶକ୍ତି ପାଇବା ପାଇଁ ଦ୍ରୁତ ନିଃଶ୍ଵାସ ପ୍ରଶ୍ବାସ ନେଇଥା’ନ୍ତି । ଏପରିକି ଦୀର୍ଘଶ୍ଵାସ ମଧ୍ଯ ନେବା ଦେଖାଯାଏ ।
  • ଏହାଦ୍ବାରା କୋଷରେ ଶକ୍ତିର ଉତ୍ପନ୍ନ ପାଇଁ ଅର୍ଥାତ୍ ଖାଦ୍ୟର କାରଣ ପାଇଁ ଆବଶ୍ୟକ ହେଉଥ‌ିବା ଅମ୍ଳଜାନ ସେମାନେ ବାୟୁରୁ ଗ୍ରହଣ କରିଥା’ନ୍ତି । ଏଣୁ ବିଶ୍ରାମ ନେବା ବେଳେ ନିଃଶ୍ବାସ ପ୍ରଶ୍ଵାସର ହାର ମିନିଟ୍‌କୁ 15 – 18 ଥର ହୋଇଥିବା ବେଳେ କଠିନ ପରିଶ୍ରମ ସମୟରେ ତାହା ମିନିଟ୍‌କୁ 25 ଥରକୁ ବୃଦ୍ଧି ପାଇଥାଏ ।

Question 2.
ବାୟୁ ଓ ଅବାୟୁ ଶ୍ୱସନ ମଧ୍ୟରେ ଥ‌ିବା ସମାନତା ଓ ଅସମାନତାଗୁଡ଼ିକ ଲେଖ ।
Solution:
ଉଭୟ ବାୟୁ ଓ ଅବାୟୁ ଶ୍ଵାସନରେ ଜୀବ ଖାଦ୍ୟରୁ ଶକ୍ତି ପାଇଥାଏ ଏବଂ ଏହି ଦୁଇ ପ୍ରକ୍ରିୟା
BSE Odisha 7th Class Science Solutions Chapter 9 Img 1

BSE Odisha 7th Class Science Solutions Chapter 9 ଜୀବନ ପାଇଁ ଶ୍ଵାସକ୍ରିୟା – ପ୍ରାଣୀ ଓ ଉଭିଦର ଶ୍ୱସନ

Question 3.
ଯେତେବେଳେ ଧୂଳିକଣାପୂର୍ଣ୍ଣ ବାୟୁ ପ୍ରଶ୍ବାସରେ ନେଉ ସେତେବେଳେ ଆମେ କାହିଁକି ଛିଙ୍କିଥାଉ ?
Solution:

  • ଯେତେବେଳ ଧୂଳିକଣାପୂର୍ଣ୍ଣ ବାୟୁ ପ୍ରଶ୍ଵାସରେ ଆମ ଶରୀର ମଧ୍ୟକୁ ଯାଏ ଆମ ନାକପୁଡ଼ାରେ ସୂକ୍ଷ୍ମ କେଶଦ୍ୱାରା ତାହା ଛାଣିହୋଇ ନାସାରନ୍ଧ୍ର ମଧ୍ୟରେ ଅଟକି ଯାଏ । କିନ୍ତୁ ବେଳେବେଳେ ସେହି ପଦାର୍ଥଗୁଡ଼ିକର ପରିମାଣ ଅଧିକ ଥିଲେ ତାହା ନାକ ଭିତରକୁ ଚାଲିଯାଇଥାଏ । ସେଥିଲାଗି ଆମେ ନାକରେ ନାନା ଯନ୍ତ୍ରଣା ଅନୁଭବ କରୁ ଓ ଛିଙ୍କିଥାଉ ।
  • ଆମେ ଛିଙ୍କିବାଦ୍ୱାରା ପ୍ରଶ୍ଵାସ ବାୟୁରେ ଆସିଥ‌ିବା ବାହ୍ୟ ଅଦରକାରୀ ପଦାର୍ଥ ବାହାରିଯାଏ । ଫଳରେ ଧୂଳିକଣାମୁକ୍ତ ବିଶୁଦ୍ଧ ବାୟୁ ଆମ ଶରୀର ମଧ୍ୟକୁ ଯାଇଥାଏ । ଏଣୁ ଛିଙ୍କିବା ବେଳେ ନାକରେ ରୁମାଲ ଦେଇ ଛିଙ୍କିବା ଉଚିତ୍ ।

Question 3.
ତିନୋଟି ପରୀକ୍ଷାଳନୀ ନିଅ । ସେଗୁଡ଼ିକର ତିନି ଚତୁର୍ଥାଂଶ ପର୍ଯ୍ୟନ୍ତ ପାଣି ଭର୍ତ୍ତିକର । ସେଗୁଡ଼ିକୁ ‘କ’, ‘ଖ’,‘ଗ’ ଭାବରେ ଚିହ୍ନିତ କର । ପରୀକ୍ଷା ନଳୀରେ ଗୋଟିଏ ଗେଣ୍ଡା ରଖ । ‘ଖ’ରେ ଏକ ଜଳଜ ଉଦ୍ଭିଦ ରଖ । ‘ଗ’ରେ ଗୋଟିଏ ଗେଣ୍ଡା ଓ ଜଳଜ ଉଭିଦ ଉଭୟକୁ ରଖ । କେଉଁ ପରୀକ୍ଷା ନଳୀରେ ଅଙ୍ଗାରକାମ୍ଳର ପରିମାଣ ଅଧ୍ୟା ହେବ ?
Solution:
ଆମେ ଜାଣୁ ଶ୍ଵାସକ୍ରିୟାରେ ଜୀବ ଅମ୍ଳଜାନ ଗ୍ରହଣ କରେ ଓ ଅଙ୍ଗାରକାମ୍ଳ ତ୍ୟାଗ କରେ । ‘କ’ ପରୀକ୍ଷା ନଳୀରେ ଓ ‘ଖ’ ପରୀକ୍ଷା ନଳୀରେ କେବଳ ଗେଣ୍ଡା ଓ ଜଳଜ ଉଭିଦ (ଚିଙ୍ଗୁଡ଼ିଆ ଦଳ) ରହିଛି । କିନ୍ତୁ ‘ଗ’ ପରୀକ୍ଷା ନଳୀରେ ଦୁଇଟିଯାକ ଏକ ସଙ୍ଗେ ଅଙ୍ଗାରକାମ୍ଳ ତ୍ୟାଗ କରୁଥିବାରୁ ‘ଗ’ ପରୀକ୍ଷାନଳୀରେ ଅଙ୍ଗାରକାମ୍ଳର ପରିମାଣ ଅଧିକ ହେବ ।

Question 4.
ଠିକ୍ ଉତ୍ତରଟିରେ (✓) ଚିହ୍ନ ଦିଅ ।
(କ) ଅସରପା ଶରୀରରେ ବାୟୁ ଚଳାଚଳ କାହାଦ୍ଵାରା ହୁଏ ?
(i) ଫୁସ୍‌ଫୁସ୍
(ii) ଗାଲି
(iii) ଶ୍ଵାସରନ୍ଧ୍ର
(iv) ଚର୍ମ

(ଖ) କଠିନ ପରିଣ୍ଡମ କଲେ ମାଂସପେଶାରେ କାହାର ମାତ୍ରା ଦରିଯାଏ ?
(i) ଲାକ୍‌ଟିକ୍ ଅମ୍ଳ
(ii) ଅମ୍ଳଜାନ
(iii) ଗ୍ଲୁକୋଜ୍
(iv) ଜଳରମାତ୍ରା ବଢ଼ିଯାଏ

(ଗ) ଏକ ସୁସ୍ଥ ବୟସ୍କ ବ୍ୟକ୍ତିର ବିଶ୍ରାମ ନେବାବେଳେ ମିନିଟ୍ ପ୍ରତି ନିଃଶ୍ବାସ ପ୍ରଶ୍ଵାସ ହାର କେତେ ଥର ଅଟେ ?
(i) 9 – 12
(ii) 15 – 18
(iii) 21 – 24
(iv) 30 – 33

(i) ବାହାରକୁ
(11) ତଳକୁ
(iii) ଉପରକୁ

BSE Odisha 7th Class Science Solutions Chapter 9 ଜୀବନ ପାଇଁ ଶ୍ଵାସକ୍ରିୟା – ପ୍ରାଣୀ ଓ ଉଭିଦର ଶ୍ୱସନ

Question 5.
‘କ’ ସ୍ତମ୍ଭର ଶବ୍ଦସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ମିଳାଅ ।
Solution:
BSE Odisha 7th Class Science Solutions Chapter 9 Img 2

Question 6.
ଉକ୍ତିଟି ଠିକ୍‌ ଥିଲେ ‘ସତ୍ୟ’ ଓ ଭୁଲ ଥିଲେ ‘ଭୁଲ୍’ ଲେଖ ।
(କ) କଠିନ ପରିଶ୍ରମ ସମୟରେ ଜଣେ ଲୋକର ନିଃଶ୍ବାସ ପ୍ରଶ୍ବାସ ହାର କମିଯାଏ ।
(ଖ) ବେଙ୍ଗ ଫୁସ୍‌ଫୁସ୍ ଓ ଚର୍ମ ଉଭୟଦ୍ବାରା ଶ୍ଵାସକ୍ରିୟା କରିଥା’ନ୍ତି ।
(ଗ) ଉଦ୍ଭିଦର ଚେରରେ ସ୍ତୋମ୍ ଥାଏ ।
(ଘ) ଶ୍ୱସନ ପାଇଁ ମାଛର ଫୁସ୍‌ଫୁସ୍ ଅଛି ।
(ଙ) ପ୍ରଶ୍ଵାସ ବେଳେ ବକ୍ଷଗହ୍ଵର ଫୁଲିଯାଇଥାଏ ।
Solution:
(କ) ଭୁଲ୍
(ଖ) ସତ୍ୟ
(ଗ) ଭୁଲ୍
(ଘ) ଭୁଲ୍
(ଙ) ସତ୍ୟ

ବିପଯୁବସ୍ତୁ ସପୂଜାପ ପୂଚନା ଓ ବିଶେଷଣ :

→ ଉପକ୍ରମ :

  • ପ୍ରଶ୍ଵାସରେ ଅମ୍ଳଜାନ ପୂର୍ଣ୍ଣ ବାୟୁ ଶରୀର ମଧ୍ୟକୁ ନେବା ଓ ନିଃଶ୍ଵାସରେ ଅଙ୍ଗାରକାମ୍ଳ ପୂର୍ଣ୍ଣ ବାୟୁ ବାହାରକୁ ଛାଡ଼ିବାକୁ ନିଃଶ୍ବାସ ପ୍ରଶ୍ଵାସ (breathing) କହନ୍ତି ।
  • ଏହା ସେଛାକଡ ଭାବେ ଅଜାଣତରେ ଆମ ଶରୀରରେ ଘଟିଥାଏ | ମଧ୍ୟଛିଦାର ପ୍ରୋଚନ ପ୍ରସାରଣ ଫଳରେ ଏହା ସମ୍ଭବ ହୋଇଥାଏ ।
  • ସାଧାରଣଭାବେ ଏହାର ହାର ହେଉଛି ମିନିଟ୍‌କୁ 15 ରୁ 18 ଥର, ମାତ୍ର ବ୍ୟାୟାମ କରିବାବେଳେ, ଦୌଡ଼ିବା ବେଳେ ଏହାର ହାର ମିନିଟ୍‌କୁ 20 ରୁ 25 ଥର ହୋଇଥାଏ, କାରଣ ସେତେବେଳେ ଅମ୍ଳଜାନର ଆବଶ୍ୟକତା ବଢ଼ିଯାଏ ।
  • ନିଃଶ୍ବାସ ପ୍ରଶ୍ଵାସ ଶ୍ବସନ ପ୍ରକ୍ରିୟାର ଏକ ଅଂଶ ଅଟେ । ପ୍ରତ୍ୟେକ ପ୍ରାଣୀ ଓ ଉଦ୍ଭିଦ ଶରୀରରେ ଶ୍ୱସନ ପ୍ରକ୍ରିୟା ଅହରହ ଚାଲୁ ରହିଥାଏ ।

→ ଶ୍ୱସନର ଆବଶ୍ୟକତା :

  • ପ୍ରତ୍ୟେକ ଜୀବଙ୍କ ଶରୀର ଏକ ବା ଏକାଧିକ କୋଷକୁ ନେଇ ଗଠିତ । କୋଷକୁ ଜୀବ ଶରୀରର ମୌଳିକ ଗାଠନିକ ଓ କ୍ରିୟାତ୍ମକ ଏକକ କୁହାଯାଏ ।
  • ପ୍ରତେକ ଜୀବ କାର୍ଯ୍ୟ କରିବାକୁ ଆବଶ୍ୟକ କରୁଥିବା ଶକ୍ତି ଖାଦ୍ୟରୁ ହିଁ ମିଳିଥାଏ ।
  • ଯେଉଁ ପ୍ରକ୍ରିୟାରେ ଖାଦ୍ୟର ବିଘଟନ ଘଟି ସେଥୁରୁ ଶକ୍ତି ଉତ୍ପନ୍ନ ହୁଏ ତାହାକୁ ଶ୍ୱସନ (Respiration) କୁହାଯାଏ ।
  • ଏହି ଜୈବ ରାସାୟନିକ କ୍ରିୟା (ଶ୍ଵାସନ) କୋଷ ମଧ୍ଯରେ ହେଉଥ‌ିବାରୁ ଏହାକୁ କୋଷୀୟ ଶ୍ୱସନ (Cellular respiration) କୁହାଯାଏ । ସ୍ଥଳ ବିଶେଷରେ ଏହାକୁ ତନ୍ତୁ ଶ୍ୱସନ (Tissue respiration) ମଧ୍ୟ କୁହାଯାଇଥାଏ ।
  • ଅମ୍ଳଜାନର ଉପଯୋଗକୁ ଆଧାର କରି ଶ୍ବସନ ପ୍ରକ୍ରିୟା ଦୁଇ ପ୍ରକାର ହୋଇଥାଏ ।
    ଯଥା – (a) ବାୟୁ ଉପଜୀବୀ ଶ୍ୱସନ (Aerobic respiration) ବା ବାୟୁ ଶ୍ୱସନ ।
  • (b) ବାୟୁ ଅପଜୀବୀ ଶ୍ୱସନ (Anaerobic respiration) ବା ଅବାୟୁ ଶ୍ୱସନ ।

BSE Odisha 7th Class Science Solutions Chapter 9 ଜୀବନ ପାଇଁ ଶ୍ଵାସକ୍ରିୟା – ପ୍ରାଣୀ ଓ ଉଭିଦର ଶ୍ୱସନ

(vi) ବାୟୁ ଶ୍ୱସନ ପ୍ରକ୍ରିୟାରେ ଅମ୍ଳଜାନର ସହାୟତାରେ ଗ୍ଲୁକୋଜ୍‌ର ଜାରଣ ଫଳରେ ଅଙ୍ଗାରକାମ୍ଳ, ଜଳ ଓ ଶକ୍ତି ନିର୍ଗତ ହୋଇଥାଏ ।
BSE Odisha Class 7 Science Solutions Chapter 9 Img 1
(vii) ଇଷ୍ଟ ଭଳି କେତେକ ଅଣୁଜୀବ ଅମ୍ଳଜାନର ବିନା ଉପସ୍ଥିତିରେ ଅବାୟୁ ଶ୍ୱସନ ଦ୍ୱାରା ଶକ୍ତି ପାଇଥା’ନ୍ତି । ଅମ୍ଳଜାନର ଅନୁପସ୍ଥିତିରେ ଗ୍ଲୁକୋଜ୍ ବିଖଣ୍ଡିତ ହୋଇ ସୁରାସାର, ଅଙ୍ଗାରକାମ୍ଳ ଓ ଶକ୍ତିରେ ପରିଣତ ହୋଇଥାଏ ।
BSE Odisha Class 7 Science Solutions Chapter 9 Img 2
(viii) ଅତ୍ୟଧ୍ଵ ପରିଶ୍ରମ କଲାବେଳେ ମାଂସପେଶୀକୁ ଆବଶ୍ୟକ ମୁତାବକ ଅମ୍ଳଜାନ ପହଞ୍ଚିପାରେ ନାହିଁ । ଫଳରେ ଗ୍ଲୁକୋଜ୍‌ର ଜାରଣ ସମ୍ପୂର୍ଣ୍ଣ ନ ହୋଇ ଲାକ୍‌ଟିକ୍ ଅମ୍ଳରେ ପରିଣତ ହୋଇଥାଏ ଓ ଅବାୟୁ ଶ୍ଵାସନଦ୍ୱାରା ଶକ୍ତି ମିଳିଥାଏ ।
BSE Odisha Class 7 Science Solutions Chapter 9 Img 3

(ix) କଠିନ ବ୍ୟାୟାମ ପରେ ମାଂସପେଶୀରେ ଆକୁଞ୍ଚନଜନିତ ବ୍ୟଥା (Cramp) କୋଷରେ ବହୁପରିମାଣରେ ଲାକ୍‌ଟିକ୍ ଅମ୍ଳ ଜମା ହେବା ଯୋଗୁଁ ହିଁ ଘଟିଥାଏ ।
(x) ଅମ୍ଳଜାନ ଅଧିକ ପରିମାଣରେ ଆସି ପହଁଞ୍ଚିଯାଏ ଓ ଲାକ୍‌ଟିକ୍ ଅମ୍ଳ ଅଙ୍ଗାରକାମ୍ଳ ଓ ଜଳରେ ପରିଣତ ହୁଏ ଓ ଯନ୍ତ୍ରଣା କମିଯାଏ ।

→ ନିଃଶ୍ବାସ ପ୍ରଶ୍ଵାସ :

  • ବାୟୁକୁ ଶରୀର ଭିତରକୁ ନେବାକୁ ପ୍ରଶ୍ଵାସ ଓ ତାହାକୁ ତ୍ୟାଗ କରିବା ପ୍ରକ୍ରିୟାକୁ ନିଃଶ୍ବାସ କୁହାଯାଏ । ଏହା ଏକ ନିରବଚ୍ଛିନ୍ନ ପ୍ରକ୍ରିୟା, ଯାହାକି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅହରହ ଚାଲୁରହେ ।
  • ପ୍ରତି ମିନିଟ୍‌ରେ ଆମେ ଯେତେଥର ପ୍ରଶ୍ଵାସ ନିଃଶ୍ଵାସ ନେଇଥାଉ, ତାହାକୁ ନିଃଶ୍ବାସ ପ୍ରଶ୍ଵାସ ହାର ବା ଶ୍ଵାସନ ହାର କହନ୍ତି ।
  • ଅଧ୍ଵ ପରିଶ୍ରମ କରିବା ପାଇଁ ଅଧିକ ଶକ୍ତି ଦରକାର ହୁଏ । ତେଣୁ ଦ୍ରୁତ ନିଃଶ୍ଵାସ ପ୍ରଶ୍ଵାସ ନେବାକୁ ପଡ଼େ । ଫଳରେ ଶରୀର କୋଷକୁ ଅର୍ଧ ଶକ୍ତି ଆବଶ୍ୟକ ହୁଏ । ଏଥ‌ିପାଇଁ ଖାଦ୍ୟ ଶୀଘ୍ର ହଜମ ହୁଏ ଏବଂ ଅଧିକ ଶକ୍ତି ଶରୀର କୋଷକୁ ମିଳିଥାଏ ।
    • ବିଶ୍ରାମ ନେବା ସମୟରେ ନିଃଶ୍ବାସ ପ୍ରଶ୍ଵାସହାର ମିନିଟ୍ ପ୍ରତି 15 – 18 ଥର ଓ କଠିନ ପରିଶ୍ରମ କଲେ ତାହା ମିନିଟ୍ ପ୍ରତି 25 ଥରକୁ ବୃଦ୍ଧି ପାଇଥାଏ ।

→ ଆମେ କିପରି ନିଃଶ୍ବାସ ପ୍ରଶ୍ଵାସ ନେଉ :

  • ଶ୍ୱସନ ତନ୍ତ୍ର ନିମ୍ନଲିଖ୍ ଅଂଶକୁ ନେଇ ଗଠିତ; ଯଥା – ନାସାରନ୍ଧ୍ର, ନାସାପଥ, ଗ୍ରସନୀ, ଶ୍ଵାସନଳୀ, ଶ୍ଵାସନଳୀକା ଓ ଫୁସ୍‌ଫୁସ୍ ।
    BSE Odisha Class 7 Science Solutions Chapter 9 Img 4
  • ପ୍ରଶ୍ଵାସ ନେବାବେଳେ ବାୟୁ ନାକପୁଡ଼ା ବାଟେ ନାସା ରନ୍ଧ୍ରକୁ ଯାଏ ଏବଂ ଶ୍ଵାସନଳୀଦେଇ ଫୁସ୍‌ଫୁସ୍‌ରେ ପହଞ୍ଚେ । ବକ୍ଷାସ୍ଥି ବା ପଞ୍ଜରାହାଡ଼ ଘେରି ରହିଥ‌ିବା ଫୁସ୍‌ଫୁସ୍ ବକ୍ଷଗହ୍ଵରରେ ଅବସ୍ଥିତ ।
  • ବକ୍ଷ ଗହ୍ଵରର ତଳ ଭାଗରେ ଏକ ବଡ଼ ମାଂସଳ ଅଂଶ ଥାଏ, ତାହା ହେଲା ମଧଚ୍ଛଦା । ନିଃଶ୍ବାସ ପ୍ରଶ୍ବାସ ବେଳେ ବକ୍ଷାସ୍ଥି ଓ ମଧ୍ୟଚ୍ଛଦାର ଚଳନ ଘଟିଥାଏ ।
  • ମଧ୍ୟଚ୍ଛଦାର ସଙ୍କୋଚନ ଓ ପ୍ରସାରଣ ଫଳରେ ହିଁ ବାୟୁ ଆପେ ବାହାରୁ ଠେଲିହୋଇ ଫୁସ୍‌ଫୁସ୍ ମଧ୍ୟକୁ ଯାଇଥାଏ ଓ ଫୁସ୍‌ଫୁସ୍‌ରୁ ବାହାରିଯାଏ ।
  • ବାୟୁରେ ଥ‌ିବା ଧୂଳି, ଧୂଆଁ, ପରାଗରେଣୁ ଆଦିକୁ ପ୍ରଶ୍ବାସ ବାୟୁରେ ଗ୍ରହଣ କଲାବେଳେ ତାହା ନାକପୁଡ଼ାରେ ଥ‌ିବା ସୂକ୍ଷ୍ମ କେଶଦ୍ବାରା ଛାଣିହୋଇ ଅଟକି ଯାଏ । ଏଥୁରୁ କିଛି ଭିତରକୁ ପ୍ରବେଶ କଲେ ଆମେ ନାକରେ ଯନ୍ତ୍ରଣା ଅନୁଭବ କରୁ ଓ ଛିଙ୍କିଥାଉ ।

BSE Odisha 7th Class Science Solutions Chapter 9 ଜୀବନ ପାଇଁ ଶ୍ଵାସକ୍ରିୟା – ପ୍ରାଣୀ ଓ ଉଭିଦର ଶ୍ୱସନ

→ ଆମେ ନିଃଶ୍ବାସରେ କ’ଣ ଛାଡ଼ିଥାଉ :

  • ଆମେ ପ୍ରଶ୍ଵାସରେ ଅମ୍ଳଜାନପୂର୍ଣ୍ଣ ବାୟୁ ଗ୍ରହଣକରୁ ଓ ନିଃଶ୍ବାସରେ ଅଙ୍ଗାରକାମ୍ଳ ପୂର୍ଣ୍ଣ ବାୟୁ ଛାଡ଼ିଥାଉ ।
    BSE Odisha Class 7 Science Solutions Chapter 9 Img 5
  • ପ୍ରଶ୍ଵାସ ବାୟୁରେ ଅମ୍ଳଜାନ 21% ଓ ନିଃଶ୍ବାସ ବାୟୁରେ ଅମ୍ଳଜାନ 16.4% ଥାଏ ।
  • ପ୍ରଶ୍ଵାସ ବାୟୁରେ ଅଙ୍ଗାରକାମ୍ଳ 0-04% ଓ ନିଃଶ୍ଵାସ ବାୟୁରେ ଅଙ୍ଗାରକାମ୍ଳ 4.4 % ଥାଏ ।

→ ପ୍ରାଣୀମାନଙ୍କର ଶ୍ବସନ :

  • ସିଂହ, ଗାଈ, ମଇଁଷି ଏବଂ ବିଲେଇ ଭଳି ପ୍ରାଣୀମାନଙ୍କର ଶ୍ଵାସତନ୍ତ୍ର ଓ ଶ୍ଵାସକ୍ରିୟା ମଣିଷ ଭଳି ଏବଂ ଏହା ଫୁସ୍‌ଫୁସ୍ ଦ୍ୱାରା ସମ୍ପାଦିତ ହୁଏ ।
  • ଅସରପା ଓ କୀଟପତଙ୍ଗମାନଙ୍କର ଶ୍ଵାସକ୍ରିୟା ଶ୍ଵାସରନ୍ଧ୍ର ବା ସ୍ପାଇରାକଲ୍ ସାହାଯ୍ୟରେ ବିସରଣଦ୍ୱାରା ସମ୍ପାଦିତ ହୋଇଥାଏ ।
  • ଜିଆର ଓଦାଳିଆ ଚର୍ମ ଦ୍ବାରା ଅଙ୍ଗାରକାମ୍ଳ ଓ ଅମ୍ଳଜାନର ବିନିମୟ ହୋଇଥାଏ ।
  • ବେଙ୍ଗର ଦୁଇଟି ଫୁସ୍‌ଫୁସ୍ ଅଛି । ବେଙ୍ଗ ଉଭୟ ଫୁସ୍‌ଫୁସ୍ ଓ ଓଦାଳିଆ ଚର୍ମଦ୍ଵାରା ତା’ର ଶ୍ଵାସକ୍ରିୟା କରିଥାଏ ।

→ କଳାକାବନ ଶନ :

  • ମାଛ ଜଳରେ ଥ‌ିବା ଦ୍ରବୀଭୂତ ଅମ୍ଳଜାନକୁ ଗାଲିଦ୍ୱାରା ବ୍ୟବହାର କରେ ।
  • ଧମନୀଦ୍ଵାରା ଯଥେଷ୍ଟ ପରିମାଣର ରକ୍ତ ଗାଲିକୁ ଆସିଥାଏ । ତେଣୁ ସେଠାରେ ଅଙ୍ଗାରକାମ୍ଳ ଓ ଅମ୍ଳଜାନର ଆଦାନପ୍ରଦାନ ହୋଇଥାଏ ।

→ ଉଦ୍ଭିଦରେ ଶ୍ୱସନ :

  • ଉଭିଦମାନଙ୍କର ମଣିଷ ପରି ଶ୍ଵାସତନ୍ତ୍ର ନଥାଏ । ଏହାର ସମସ୍ତ କୋଷଦ୍ବାରା ଶ୍ୱସନ କାର୍ଯ୍ୟ ଘଟିଥାଏ । ଏହାର ପତ୍ରରେ ଥ‌ିବା ପତ୍ରଛିଦ୍ର ବା ସ୍ତୋମ୍ ମଧ୍ୟଦେଇ ଅମ୍ଳଜାନ ଗ୍ରହଣ ଓ ଅଙ୍ଗାରକାମ୍ଳ ନିର୍ଗତ ହୋଇଥାଏ ।
  • ଉଭିଦ କୋଷରେ ଗ୍ଲା କୋଜ୍ ଖାଦ୍ୟ ଅମ୍ଳଜାନ ଦ୍ୱାରା ବିଘଟିତ ହୋଇ ଅଙ୍ଗାରକାମ୍ଳ ଓ ଜଳରେ ପରିଣତ ହୋଇଥାଏ । (iii) ଉଭିଦର ମୂଳକୋଷମାନେ ମୂଳଲୋମ ବାଟେ ମୃତ୍ତିକାସ୍ଥ ବାୟୁରୁ ଅମ୍ଳଜାନ ଗ୍ରହଣ କରି ଶ୍ବସନ କ୍ରିୟାରେ ବ୍ୟବହାର କରନ୍ତି ।

→ ଆସ, ଜାଣିବା:

  • ଜୀବର ଜୀବନ ପାଇଁ ଶ୍ଵାସକ୍ରିୟା ଅପରିହାର୍ଯ୍ୟ । ଏହାଦ୍ୱାରା ଖାଦ୍ୟରେ ଥ‌ିବା ସଞ୍ଚିତ ଶକ୍ତିକୁ ଜୀବ ବ୍ୟବହାର କରିଥାଏ ।
  • ଆମେ ପ୍ରଶ୍ଵାସରେ ନେଉଥ‌ିବା ଅମ୍ଳଜାନ ଦ୍ବାରା ଗ୍ଲୁକୋଜ୍ ସରଳୀକୃତ ହୋଇ ଅଙ୍ଗାରକାମ୍ଳ ଓ ଜଳରେ ପରିଣତ ହୁଏ । ଏହି ପ୍ରକ୍ରିୟା ଯୋଗୁ ଶକ୍ତି ଜାତ ହୋଇଥାଏ ।
  • ପ୍ରତ୍ୟେକ ଜୀବର କୋଷରେ ଗ୍ଲୁକୋଜ୍‌ର ବିଘଟନ ଘଟିଥାଏ (କୋଷୀୟ ଶ୍ବସନ) ।
  • ଅମ୍ଳଜାନ ବ୍ୟବହାରରେ ଯଦି ଖାଦ୍ୟର ବିଘଟନ ହୁଏ ତେବେ ତାହାକୁ ବାୟୁ ଶ୍ବସନ କୁହାଯାଏ । ଯଦି ଅମ୍ଳଜାନର ଅନୁପସ୍ଥିତିରେ ଏହି ଶ୍ବସନ କାର୍ଯ୍ୟ ହୁଏ, ତେବେ ତାହାକୁ ଅବାୟୁ ଶ୍ୱସନ କୁହାଯାଏ ।
  • ନିଃଶ୍ୱାସ ପ୍ରଶ୍ଵାସ ହେଉଛି ଶ୍ବସନ ପ୍ରକ୍ରିୟାର ଅଂଶ ବିଶେଷ । ଏହାଦ୍ଵାରା ଜୀବ ଅମ୍ଳଜାନ ଗ୍ରହଣ କରେ ଏବଂ ଅଙ୍ଗାରକାମ୍ଳ ଯୁକ୍ତ ବାୟୁ ତ୍ୟାଗ କରେ । ଜୀବମାନଙ୍କର ଶ୍ୱସନତନ୍ତ୍ର ଦ୍ବାରା ଅଙ୍ଗାରକାମ୍ଳ ଓ ଅମ୍ଳଜାନର ଯଥାକ୍ରମେ ନିର୍ଗମନ ଓ ଗ୍ରହଣରେ ବିଭିନ୍ନତା ଥାଏ ।
  • ପ୍ରଶ୍ଵାସ ନେବା ବେଳେ ଆମର ଫୁସ୍‌ଫୁସ୍ ଫୁଲିଯାଏ ଏବଂ ନିଃଶ୍ବାସ ଛାଡ଼ିବାବେଳେ ତାହା ପୂର୍ବ ଅବସ୍ଥାକୁ ଫେରି ଆସିଥାଏ ।
  • ଅଧ୍ଯକ ଶାରୀରିକ କାର୍ଯ୍ୟ କଲେ ଶ୍ଵାସକ୍ରିୟା ହାର ବଢ଼ିଥାଏ ।
  • ଗାଈ, ମଇଁଷି, କୁକୁର ଏବଂ ବିଲେଇ ଭଳି ପ୍ରାଣୀମାନଙ୍କର ଶ୍ୱାସତନ୍ତ୍ର ଓ ଶ୍ଵାସକ୍ରିୟା ମଣିଷ ଭଳି ।
  • ଦ୍ଵାରା ଶ୍ଵାସକ୍ରିୟା ସଂଘଟିତ ହୋଇଥାଏ ।

CHSE Odisha Class 12 Economics Chapter 5 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 5 ଚାହିଦା Objective Questions.

CHSE Odisha 12th Class Economics Chapter 5 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ଅର୍ଥଶାସ୍ତ୍ରରେ ଚାହିଦା ନିମ୍ନଲିଖ କାହା ଉପରେ ନିର୍ଭର କରେ?
(A) ଦ୍ରବ୍ୟ ଲାଭର ଇଚ୍ଛା
(B) କ୍ରୟ ଶକ୍ତି
(C) ଅର୍ଥତ୍ୟାଗର ସମ୍ମତି
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

2. ସାଧାରଣତଃ ଚାହିଦା ରେଖା :
(A) ନିମ୍ନଗାମୀ ହୋଇଥାଏ
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ଉଲ୍ଲମ୍ବ ହୋଇଥାଏ
(D) ଆନୁଭୂମିକ ହୋଇଥାଏ
Answer:
(A) ନିମ୍ନଗାମୀ ହୋଇଥାଏ

3. ଭବିଷ୍ୟତରେ ଦରବୃଦ୍ଧି ଆଶା ଥଲେ ଚାହିଦା ପରିମାଣ :
(A) ବୃଦ୍ଧି ପାଏ
(B) ହ୍ରାସ ଘଟେ
(C) ଅପରିବର୍ତ୍ତିତ ରହେ
(D) ଶୂନ୍ଯ ହୁଏ
Answer:
(A) ବୃଦ୍ଧି ପାଏ

4. ନିମ୍ନୋକ୍ତ କେଉଁ ଉପାଦାନ ଚାହିଦାକୁ ପ୍ରଭାବିତ କରେ?
(A) ଦ୍ରବ୍ୟର ଦାମ୍
(B) ଉପଭୋକ୍ତାଙ୍କ ଆୟ
(C) ଜନସଂଖ୍ୟା
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

5. ଦାମ୍ ଓ ଦ୍ରବ୍ୟର ଚାହିଦା ପରିମାଣ ମଧ୍ଯରେ କି ସମ୍ପର୍କ ରହିଛି?
(A) ପ୍ରତ୍ୟକ୍ଷ
(B) ପରୋକ୍ଷ
(C) ସମାନୁପାତିକ
(D) ଉପରୋକ୍ତ ସମସ୍ତ
Answer:
(B) ପରୋକ୍ଷ

CHSE Odisha Class 12 Economics Chapter 5 Objective Questions in Odia Medium

6. ଚାହିଦା ପରିମାଣ ସହିତ ନିମ୍ନୋକ୍ତ କେଉଁ ଉପାଦାନ ସମ୍ପର୍କିତ?
(A) ଉପଭୋକ୍ତାଙ୍କ ଆୟ
(B) ଜନସଂଖ୍ୟା
(C) ଦ୍ରବ୍ୟର ଦାମ୍
(D) ସମ୍ପର୍କିତ ଦ୍ରବ୍ୟର ଦାମ୍
Answer:
(C) ଦ୍ରବ୍ୟର ଦାମ୍

7. ପ୍ରତ୍ୟେକ ସ୍ଵାଭାବିକ ଦ୍ରବ୍ୟର ସ୍ଥିତିସ୍ଥାପକତା :
(A) ଋଣାତ୍ମକ ହୋଇଥାଏ ଶୂନ୍ଯ ହୋଇଥାଏ
(B) ଯୁକ୍ତାତ୍ମକ ହୋଇଥାଏ
(C) ଶୂନ୍ୟ ହୋଇଥାଏ
(D) ଅସୀମ ହୋଇଥାଏ
Answer:
(A) ଋଣାତ୍ମକ ହୋଇଥାଏ ଶୂନ୍ଯ ହୋଇଥାଏ

8. ସମ୍ପୂର୍ଣ ସ୍ଥିତି-ସ୍ଥାପକ ଚାହିଦା ରେଖା :
(A) ନିମ୍ନଗାମୀ ହୋଇଥାଏ
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ଉଲ୍ଲମ୍ବ
(D) ଆନୁଭୂମିକ ହୋଇଥାଏ
Answer:
(D) ଆନୁଭୂମିକ ହୋଇଥାଏ

9. ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା କ୍ଷେତ୍ରରେ ଦର ପରିବର୍ତ୍ତନ ସହିତ ଚାହିଦା ପରିମାଣ :
(A) ଅପରିବର୍ତ୍ତିତ ରହେ
(B) ହ୍ରାସ ହୁଏ
(C) ବୃଦ୍ଧି ହୁଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ଅପରିବର୍ତ୍ତିତ ରହେ

10. ଏକକ ସ୍ଥିତିସ୍ଥାପକ ଚାହିଦା ରେଖା :
(A) ଆନୁଭୂମିକ ହୋଇଥାଏ
(B) ଉଲ୍ଲମ୍ବ ହୋଇଥାଏ
(C) ନିମ୍ନଗାମୀ ହୋଇଥାଏ
(D) ଆୟତାକାର ପରାବଳୟ ହୋଇଥାଏ
Answer:
(D) ଆୟତାକାର ପରାବଳୟ ହୋଇଥାଏ

11. ନିମ୍ନୋକ୍ତ କେଉଁ ଦ୍ରବ୍ୟର ଚାହିଦା କମ୍ ସ୍ଥିତିସ୍ଥାପକ?
(A) ବିଦ୍ୟୁତ୍ ଶକ୍ତି
(B) କୋଇଲା
(C) ଲୁହାପଥର
(D) ଉପରୋକ୍ତ ସମସ୍ତ
Answer:
(C) ଲୁହାପଥର

12. ନିମ୍ନୋକ୍ତ କେଉଁ ଦ୍ରବ୍ୟର ଚାହିଦା ଅଧ୍ବକ ସ୍ଥିତିସ୍ଥାପକ?
(A) ଚାଉଳ
(B) ଦିଆସିଲି
(C) ଟେଲିଭିଜନ
(D) ସାବୁନ
Answer:
(C) ଟେଲିଭିଜନ

13. ନିମ୍ନୋକ୍ତ କେଉଁ ଦ୍ରବ୍ୟ ଅଧ୍ଵ ସ୍ଥିତିସ୍ଥାପକ?
(A) ଦିଆସିଲି
(B) ଔଷଧ
(C) ଖବରକାଗଜ
(D) ଆଇସ୍‌କ୍ରିମ୍
Answer:
(D) ଆଇସ୍‌କ୍ରିମ୍

14. ଅଭ୍ୟାସଗତ ଦ୍ରବ୍ୟର ସ୍ଥିତିସ୍ଥାପକତା :
(A) ଅପେକ୍ଷାକୃତ ଅଧ୍ଵ
(B) ଅପେକ୍ଷାକୃତ କମ୍
(C) ଶୂନ୍ଯ
(D) ଏକ
Answer:
(B) ଅପେକ୍ଷାକୃତ କମ୍

15. ଯଦି ଦର 10% ବୃଦ୍ଧି ପାଇଲାବେଳେ ଚାହିଦା ପରିମାଣ 5% ହ୍ରାସ ଘଟେ, ତେବେ ଏ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା :
(A) ଅପେକ୍ଷାକୃତ ଅଧ୍ଵ
(B) ଅପେକ୍ଷାକୃତ କମ୍
(C) ଶୂନ୍ଯ
(D) ଏକ
Answer:
(B) ଅପେକ୍ଷାକୃତ କମ୍

16. ଚାହିଦା ରେଖା ଉଲ୍ଲମ୍ବ ହେଲେ ଚାହିଦାର ସ୍ଥିତିସ୍ଥାପକତା :
(A) ଶୂନ୍ଯ ହୁଏ
(B) ଏକରୁ ଅଧିକ ହୁଏ
(C) ଏକରୁ କମ୍ ହୁଏ
(D) ଏକ ହୁଏ
Answer:
(A) ଶୂନ୍ଯ ହୁଏ

17. ଚାହିଦାକୁ ପ୍ରଭାବିତ କରୁଥିବା ଉପାଦାନଗୁଡ଼ିକ ହେଲା
(A) ଦ୍ରବ୍ୟର ଦାମ୍
(B) ଦ୍ରବ୍ୟର ବିକଳ୍ପ ବ୍ୟବହାର
(C) ଦ୍ରବ୍ୟପାଇଁ ଦାମ୍ ଦେବାର ଇଚ୍ଛା
(D) ଉଭୟ (A) ଓ (B)
Answer:
(D) ଉଭୟ (A) ଓ (B)

18. ଦ୍ରବ୍ୟର ଦାମ୍ 10 ଟଙ୍କାରୁ 15 ଟଙ୍କାକୁ ବୃଦ୍ଧି ପାଇଲାବେଳେ ଚାହିଦା ପରିମାଣ ଯଦି 50 ରୁ 20 କୁ ହ୍ରାସ ପାଏ, ତେବେ ଏହାର ଚାହିଦା :
(A) କମ୍ ସ୍ଥିତିସ୍ଥାପକ
(B) ଅଧ୍ଵ ସ୍ଥିତିସ୍ଥାପକ
(C) ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ଅଧ୍ଵ ସ୍ଥିତିସ୍ଥାପକ

19. ଗିଫେନ୍ ଦ୍ରବ୍ୟ ସ୍ଥଳେ ଚାହିଦା ରେଖା କିପରି ହୁଏ?
(A) ନିମ୍ନଗାମୀ
(B) ଊର୍ଦ୍ଧ୍ୱଗାମୀ
(C) ଆନୁଭୂମିକ
(D) ଉଲ୍ଲମ୍ବ
Answer:
(B) ଊର୍ଦ୍ଧ୍ୱଗାମୀ

CHSE Odisha Class 12 Economics Chapter 5 Objective Questions in Odia Medium

20. ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା ସ୍ଥଳେ ଦର ସ୍ଥିତିସ୍ଥାପକର ମୂଲ୍ୟ :
(A) ଶୂନ୍ୟ ହୋଇଥାଏ
(B) ଏକଠାରୁ ଅଧୂକ ହୋଇଥାଏ
(C) ଏକଠାରୁ କମ୍ ହୋଇଥାଏ
(D) ଅସୀମ ହୋଇଥାଏ
Answer:
(D) ଅସୀମ ହୋଇଥାଏ

21. ବିବିଧ ବ୍ୟବହାର ଥ୍ ଦ୍ରବ୍ୟର ସ୍ଥିତିସ୍ଥାପକତା :
(A) ଅଧ୍ଵ ସ୍ଥିତିସ୍ଥାପକ
(B) କମ୍ ସ୍ଥିତିସ୍ଥାପକ
(C) ଅସୀମ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ଅଧ୍ଵ ସ୍ଥିତିସ୍ଥାପକ

22. ଦରରେ ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଯୋଗୁଁ ଯଦି ଚାହିଦା ପରିମାଣରେ ସମାନୁପାତିକ ପରିବର୍ତ୍ତନ ହୁଏ, ତେବେ ଦର ସ୍ଥିତିସ୍ଥାପକତା ମୂଲ୍ୟ :
(A) ଶୂନ୍ଯ ହୁଏ
(B) ଏକରୁ ଅଧିକ ହୁଏ
(C) ଏକ ହୁଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ଏକ ହୁଏ

23. ଯେତେବେଳେ ଦ୍ରବ୍ୟର ଦାମ୍ ପରିବର୍ତ୍ତନରେ, ଚାହିଦା ପରିମାଣରେ କୌଣସି ପରିବର୍ତ୍ତନ ଆଣିପାରେ ନାହିଁ, ସେତେବେଳେ ଚାହିଦାର ସ୍ଥିତିସ୍ଥାପକତା :
(A) ଏକରୁ ଅଧିକ ହୁଏ
(B) ଶୂନ୍ୟ ହୁଏ
(C) ଏକରୁ କମ୍ ହୁଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ଶୂନ୍ୟ ହୁଏ

24. ଚାହିଦା ସୂଚୀର ରେଖାଚିତ୍ରକୁ କ’ଣ କୁହାଯାଏ?
(A) ଯୋଗାଣ ବକ୍ରରେଖା
(B) ଚାହିଦା ବକ୍ରରେଖା
(C) ସରଳରେଖା
(D) ଚାହିଦାର ସ୍ଥିତିସ୍ଥାପକତା
Answer:
(B) ଚାହିଦା ବକ୍ରରେଖା

25. ଦ୍ରବ୍ୟର ବ୍ୟବହାର ବିବିଧ ହୋଇଥିଲେ ସେହି ଦ୍ରବ୍ୟର ସ୍ଥିତିସ୍ଥାପକତା କ’ଣ ହୁଏ?
(A) କମ୍ ହୁଏ
(B) ଅଧ୍ଯକ ହୁଏ
(C) ସମାନ ରହେ
(D) ଶୂନ୍ଯ ହୁଏ
Answer:
(B) ଅଧ୍ଯକ ହୁଏ

26. ଏକ ଦ୍ରବ୍ୟର ଭିନ୍ନ ଭିନ୍ନ ଦର ଓ ତତ୍‌ସଂଲଗ୍ନ ଚାହିଦାର ପରିମାଣ ଯେଉଁ ତାଲିକାରେ ପ୍ରକାଶ କରାଯାଇଥାଏ, ତାହାକୁ କ’ଣ କୁହାଯାଏ?
(A) ଚାହିଦା ବକ୍
(B) ଚାହିଦା ସୂତ୍ର
(C) ଯୋଗାଣ ସୂଚୀ
(D) ଚାହିଦା ସୂଚୀ
Answer:
(D) ଚାହିଦା ସୂଚୀ

27. ଏକ ସମୟରେ ବିଭିନ୍ନ ପ୍ରକାର ଦ୍ରବ୍ୟସମୂହର ଚାହିଦାକୁ କ’ଣ କୁହାଯାଏ?
(A) ଆୟ ଚାହିଦା
(B) ଯୌଗିକ ଚାହିଦା
(C) ସମ୍ମିଳିତ ଚାହିଦା
(D) ପ୍ରତ୍ୟକ୍ଷ ଚାହିଦା
Answer:
(C) ସମ୍ମିଳିତ ଚାହିଦା

28. କୌଣସି ଦ୍ରବ୍ୟର ଚାହିଦା ଅନ୍ୟ ଯେ କୌଣସି ଦ୍ରବ୍ୟର ଚାହିଦା ଉପରେ ନିର୍ଭର ନ କଲେ ଏହାକୁ କେଉଁ ଚାହିଦା କୁହାଯାଏ?
(A) ପ୍ରତ୍ୟକ୍ଷ ଚାହିଦା
(B) ପରୋକ୍ଷ ଚାହିଦା
(C) ଆୟ ଚାହିଦା
(D) ସମ୍ମିଳିତ ଚାହିଦା
Answer:
(A) ପ୍ରତ୍ୟକ୍ଷ ଚାହିଦା

29. ଅର୍ଥଶାସ୍ତ୍ରରେ ‘ଫଳପ୍ରଦ ଇଚ୍ଛାକୁ’ କ’ଣ କୁହାଯାଏ?
(A) ଚାହିଦା
(B) ଯୋଗାଣ
(C) ଆୟ ଚାହିଦା
(D) ସମ୍ମିଳିତ ଚାହିଦା
Answer:
(A) ଚାହିଦା

30. ଅଭିଳଷିତ ଦ୍ରବ୍ୟ କ୍ରୟ କରିବାର ସାମର୍ଥ୍ୟ, ଦ୍ରବ୍ୟ ଲାଭ ପାଇଁ ଇଚ୍ଛା, ଅର୍ଥତ୍ୟାଗ ପାଇଁ ସମ୍ମତିର ମିଶ୍ରଣକୁ କ’ଣ କୁହାଯାଏ?
(A) ଚାହିଦା ସୂଚୀ
(B) ଯୋଗାଣ
(C) ଚାହିଦା
(D) ଯୋଗାଣ ସୂଚୀ
Answer:
(C) ଚାହିଦା

B. ଶୂନ୍ୟସ୍ଥାନ ପୂରଣ କର ।

1. ଅତ୍ୟାବଶ୍ୟକ ଦ୍ରବ୍ୟର ଚାହିଦା___________ ସ୍ଥିତିସ୍ଥାପକ ।
Answer:
କମ୍‌

2. ଦରବୃଦ୍ଧି ସହିତ ଚାହିଦାର ପରିମାଣ ସାଧାରଣତଃ ____________ ହୁଏ ।
Answer:
ହ୍ରାସ

3. ଦରବୃଦ୍ଧିର ଆଶଙ୍କା ଥିଲେ ଅଧ୍ଵ ଦରରେ ଚାହିଦା ପରିମାଣ ___________ ହୁଏ ।\
Answer:
ଅଧ‌ିକ

4. ଚା’ ଓ କଫିର ଚାହିଦାକୁ ___________ ଚାହିଦା କୁହାଯାଏ ।
Answer:
ପ୍ରତିସ୍ଥାପକ

5. ରିଫିଲ୍ଡ ଓ କଲମର ଚାହିଦାକୁ __________ ଚାହିଦା କହନ୍ତି ।
Answer:
ପରିପୂରକ

6. ଚା’ର ଦର ବୃଦ୍ଧି ପାଇଲେ କଫିର ଚାହିଦା ପରିମାଣ ___________ ହୁଏ ।
Answer:
ବୃଦ୍ଧି

7. ଜନସଂଖ୍ୟାରେ ବୃଦ୍ଧି ଘଟିଲେ ଚାହିଦା _________ ପାଏ ।
Answer:
ବୃଦ୍ଧି

8. ରିଫିଲ୍ଡର ଦାମ୍ ଓ କଲମର ଚାହିଦା ପରିମାଣ ମଧ୍ଯରେ _____________ ସମ୍ପର୍କ ପରିଲକ୍ଷିତ ହୁଏ ।
Answer:
ପ୍ରତ୍ୟକ୍ଷ

9. ପ୍ରତିସ୍ଥାପନ ଦ୍ରବ୍ୟ ନିକଟରେ ଚାହିଦାର ସ୍ଥିତିସ୍ଥାପକତା ______________ ।
Answer:
ଅଧ୍ଵ

10. ଜଣେ ଛାତ୍ର ପାଇଁ ବହିର ଚାହିଦା ___________ ସ୍ଥିତିସ୍ଥାପକ ।
Answer:
କମ୍

11. ଦିଆସିଲିର ଚାହିଦା ___________ ସ୍ଥିତିସ୍ଥାପକ ।
Answer:
କମ୍

12. ଚାହିଦାର ସ୍ଥିତିସ୍ଥାପକତା = \(\frac{ଚାହିଦା ପରିମାଣରେ ଣତକଡ଼। ପରିବର୍ତ୍ତନ}{—}\)
Answer:
ଦରରେ ଶତକଡ଼ା ପରିବର୍ତ୍ତନ

CHSE Odisha Class 12 Economics Chapter 5 Objective Questions in Odia Medium

13. କୋଇଲାର ଚାହିଦା _________ ସ୍ଥିତିସ୍ଥାପକ ।
Answer:
ଅଧ୍ଵ

14. ସିଗାରେଟ୍‌ର ଚାହିଦା _________ ସ୍ଥିତିସ୍ଥାପକ ।
Answer:
କମ୍

15. ଏକ ଆନୁଭୂମିକ ଚାହିଦା ରେଖା, ଚାହିଦାର ________ ସ୍ଥିତିସ୍ଥାପକତା ସୂଚିତ କରିଥାଏ ।
Answer:
∞(ଅସୀମ)

16. ଯଦି ଦ୍ରବ୍ୟର ଦର ଅପରିବର୍ତିତ ରହି ଦେଶର ଜନସଂଖ୍ୟା ବୃଦ୍ଧି ହୁଏ, ତେବେ ଚାହିଦାର ___________ ହେବ ।
Answer:
ବୃଦ୍ଧି

17. ଅତି ନିକୃଷ୍ଟ ଦ୍ରବ୍ୟକୁ __________ ଦ୍ରବ୍ୟ କୁହାଯାଏ ।
Answer:
ଗିଫେନ୍

18. ସ୍ଥାୟୀ ଦ୍ରବ୍ୟଗୁଡ଼ିକର ସ୍ଥିତିସ୍ଥାପକତା _________ ଅଟେ ।
Answer:
ଅଧ୍ଵ

19. ଯେଉଁ ଦ୍ରବ୍ୟର ଉପଭୋଗ ସ୍ଥଗିତ ରଖାଯାଇପାରେ, ତା’ର ସ୍ଥିତିସ୍ଥାପକତା_________ ଅଟେ ।
Answer:
ଅଧ୍ଵ

20. ସାଧାରଣତଃ ଚାହିଦାରେଖା ବାମରୁ __________ କୁ ନିମ୍ନଗାମୀ ହୋଇଥାଏ ।
Answer:
ଡାହାଣ

21. ଏକକ ସ୍ଥିତିସ୍ଥାପକ କ୍ଷେତ୍ରରେ ଚାହିଦା ରେଖାର ଆକାର __________ ହୋଇଥାଏ ।
Answer:
ଆୟତାକାର ପରାବଳୟ

22. ଦ୍ରବ୍ୟର ଦାମ୍ ସ୍ଥିର ରହି ଅନ୍ୟାନ୍ୟ ଉପାଦାନଗୁଡ଼ିକ ପ୍ରତିକୂଳ ଦିଗରେ ପରିବର୍ତ୍ତନ ଯୋଗୁଁ ଦ୍ରବ୍ୟର ଚାହିଦା _______ ବୋଲି କୁହାଯାଏ ।
Answer:
ହ୍ରାସ

23. ଚାହିଦା ବୃଦ୍ଧି କ୍ଷେତ୍ରରେ ଚାହିଦା ଲେଖା _________ କୁ ସ୍ଥାନଚ୍ୟୁତ ହୋଇଥାଏ ।
Answer:
ଡାହାଣ

24. ଦ୍ରବ୍ୟର ଦାମ୍ ସ୍ଥିର ରହି ଅନ୍ୟାନ୍ୟ ଉପାଦାନ ଅନୁକୂଳ ଦିଗରେ ପରିବର୍ତ୍ତନ ଯୋଗୁଁ ଦ୍ରବ୍ୟର ଚାହିଦା ଅଧିକ ହୋଇଥାଏ ଏହାକୁ ଚାହିଦା ___________ ବୋଲି କୁହାଯାଏ ।
Answer:
ବୃଦ୍ଧି

25. ଅନ୍ୟାନ୍ୟ ଉପାଦାନଗୁଡ଼ିକ ଅପରିବର୍ତ୍ତିତ ରହି ଦାମ୍ ହ୍ରାସ ହେଲେ, ଉପଭୋକ୍ତା ଚାହିଦା ରେଖାର ବାମରୁ ଡାହାଣକୁ ନିମ୍ନମୁଖୀ ଚଳନ କରିଥାଏ ଏବଂ ତାହାକୁ __________ କୁହାଯାଏ ।
Answer:
ଚାହିଦା ପ୍ରସାରଣ

26. ଅନ୍ୟାନ୍ୟ ଉପାଦାନଗୁଡ଼ିକ ଅପରିବର୍ତ୍ତିତ ରହି, ଦାମ୍ ବୃଦ୍ଧି ହେଲେ, ଉପଭୋକ୍ତା ଚାହିଦା ଲେଖାର ଡାହାଣରୁ ବାମକୁ ଊର୍ଦ୍ଧ୍ୱମୁଖୀ ଚଳନ କରିଥାଏ ଏବଂ ତାହାକୁ _________ କୁହାଯାଏ ।
Answer:
ଚାହିଦା ସଂକୋଚନ

27. ଯଦି ଏକ ଦ୍ରବ୍ୟର ଚାହିଦା, ଦ୍ରବ୍ୟର ଦାମ୍ ପରିବର୍ତ୍ତନ ନ ହୋଇ ଅନ୍ୟାନ୍ୟ ଉପାଦାନଗୁଡ଼ିକର ପରିବର୍ତ୍ତନଦ୍ୱାରା ହୋଇଥାଏ, ତା’ହେଲେ ସେପରି ଅବସ୍ଥାକୁ __________ ବୋଲି କୁହାଯାଏ ।
Answer:
ଚାହିଦାର ପରିବର୍ତ୍ତନ

28. ଯଦି ଏକ ଦ୍ରବ୍ୟର ଚାହିଦା, ଦ୍ରବ୍ୟର ଦାମ୍‌ର ପରିବର୍ତ୍ତନ ହୋଇ ଅନ୍ୟାନ୍ୟ ଉପାଦାନ ଅପରିବର୍ତିତ ରହିବାଦ୍ୱାରା ହୁଏ, ତା’ହେଲେ ସେପରି ଅବସ୍ଥାକୁ __________ ବୋଲି କୁହାଯାଏ ।
Answer:
ଚାହିଦା ପରିମାଣରେ ପରିବର୍ତ୍ତନ ।

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ଅତ୍ୟାବଶ୍ୟକ ଦ୍ରବ୍ୟର ଚାହିଦା ଅଧ୍ଵ ସ୍ଥିତିସ୍ଥାପକ ।
Answer:
ଭୁଲ୍ ।
ଠିକ୍ – ଅତ୍ୟାବଶ୍ୟକ ଦ୍ରବ୍ୟର ଚାହିଦା କମ୍ ସ୍ଥିତିସ୍ଥାପକ ।

2. ବିଳାସଦ ଦ୍ରବ୍ୟର ଚାହିଦା ଅସ୍ଥିତିସ୍ଥାପକ ଅଟେ ।
Answer:
ଭୁଲ୍ ।
ଠିକ୍ – ବିଳାସପ୍ରଦ ଦ୍ରବ୍ୟର ଚାହିଦା ଅଧ୍ଵ ସ୍ଥିତିସ୍ଥାପକ ଅଟେ ।

3. ଦର ଚାହିଦାକୁ ପ୍ରଭାବିତ କରେ ।
Answer:
ଠିକ୍ ।

4. ଚାହିଦା ପରିବର୍ତ୍ତନ ହେଲେ ଉପଭୋକ୍ତା ଚାହିଦା ରେଖାର ଗୋଟିଏ ବିନ୍ଦୁରୁ ଅନ୍ୟ ଏକ ବିନ୍ଦୁକୁ ସ୍ଥାନାନ୍ତରିତ ହୁଏ ।
Answer:
ଭୁଲ୍ ।
ଠିକ୍ – ଚାହିଦା ପରିବର୍ତ୍ତନ ହେଲେ ଉପଭୋକ୍ତା ଗୋଟିଏ ଚାହିଦା ରେଖାରୁ ଅନ୍ୟ ଏକ ଚାହିଦା ରେଖାକୁ ସ୍ଥାନାନ୍ତରିତ ହୁଏ ।

5. ଏକକ ସ୍ଥିତିସ୍ଥାପକ ରେଖା ଉଲୟ ।
Answer:
ଭୁଲ୍ ।
ଠିକ୍ – ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା ରେଖା ଉଲ୍ଲମ୍ବ ।

6. ତ୍ୟେକ ସ୍ଵାଭାବିକ ଦ୍ରବ୍ୟର ସ୍ଥିତିସ୍ଥାପକତା ଧନାତ୍ମକ ହେବ ।
Answer:
ଭୁଲ୍ ।
ଠିକ୍ – ପ୍ରତ୍ୟେକ ସ୍ଵାଭାବିକ ଦ୍ରବ୍ୟର ସ୍ଥିତିସ୍ଥାପକତା ଋଣାତ୍ମକ ହେବ ।

7. ଗିଫେନ ଦ୍ରବ୍ୟର ଚାହିଦା ରେଖା ନିମ୍ନଗାମୀ ।
Answer:
ଭୁଲ୍ ।
ଠିକ୍ – ଗିଫେନ୍ ଦ୍ରବ୍ୟର ଚାହିଦା ରେଖା ଊର୍ଦ୍ଧ୍ୱଗାମୀ ।

CHSE Odisha Class 12 Economics Chapter 5 Objective Questions in Odia Medium

8. ଲୁଣର ଚାହିଦା ସ୍ଥିତିସ୍ଥାପକ ।
Answer:
ଭୁଲ୍ ।
ଠିକ୍ – ଲୁଣର ଚାହିଦା ଅସ୍ଥିତିସ୍ଥାପକ ।

9. ଅତ୍ୟଧିକ ଦରଯୁକ୍ତ ଦ୍ରବ୍ୟର ଚାହିଦା ଅଧ୍ବକ ସ୍ଥିତିସ୍ଥାପକ ।
Answer:
ଭୁଲ୍ ।
ଠିକ୍ – ଅତ୍ୟଧ୍ଵ ଦରଯୁକ୍ତ ଦ୍ରବ୍ୟର ଚାହିଦା କମ୍ ସ୍ଥିତିସ୍ଥାପକ ।

10. ଗିଫେନ୍ ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଚାହିଦା ହ୍ରାସ ପାଏ ।
Answer:
ଭୁଲ୍ ।
ଠିକ୍ – ଗିଫେନ୍ ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଚାହିଦା ବୃଦ୍ଧି ପାଏ ।

11. ଚାହିଦା ସୂତ୍ର ଅଧୀନରେ ଚାହିଦାକୁ ଦାମ୍ର କାରଣ ରୂପେ ବିବେଚନା କରାଯାଏ ।
Answer:
ଭୁଲ୍ ।
ଠିକ୍ – ଚାହିଦା ସୂତ୍ର ଅଧୀନରେ ଦାମ୍‌ ଚାହିଦାର କାରଣ ରୂପେ ବିବେଚନା କରାଯାଏ ।

12. ପରିପୂରକ ଦ୍ରବ୍ୟ ସ୍ଥଳେ ଅନ୍ୟ ଦ୍ରବ୍ୟର ଦାମ୍‌ରେ ହାସ, ଦ୍ରବ୍ୟଟିର ଚାହିଦାରେ ହ୍ରାସ ଘଟାଇଥାଏ ।
Answer:
ଭୁଲ୍ ।
ଠିକ୍ – ପରିପୂରକ ଦ୍ରବ୍ୟ ସ୍ଥଳେ ଅନ୍ୟ ଦ୍ରବ୍ୟର ଦାମ୍‌ରେ ହ୍ରାସ, ଦ୍ରବ୍ୟଟିର ଚାହିଦାରେ ବୃଦ୍ଧି ଘଟାଇଥାଏ ।

13. ଚାହିଦା ରେଖା ନିମ୍ନକୁ, ଦକ୍ଷିଣରୁ ବାମକୁ ଗତି କରିଥାଏ ।
Answer:
ଭୁଲ୍ ।
ଠିକ୍ – ଚାହିଦା ରେଖା ନିମ୍ନକୁ, ବାମରୁ ଦକ୍ଷିଣକୁ ଗତି କରିଥାଏ ।

14. ଚାହିଦାକୁ ପ୍ରଭାବିତ କରୁଥିବା ଉପାଦାନଗୁଡ଼ିକ ମଧ୍ୟରୁ କେବଳ ଦାମ୍‌ର ପରିବର୍ତ୍ତନରେ ଗୋଟିଏ ଚାହିଦା ରେଖାରୁ ଅନ୍ୟ ରେଖାକୁ ଗତି ସମ୍ଭବ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ଚାହିଦାକୁ ପ୍ରଭାବିତ କରୁଥିବା ଉପାଦାନଗୁଡ଼ିକ ମଧ୍ୟରୁ କେବଳ ଦାମ୍‌ର ପରିବର୍ତ୍ତନରେ ଗୋଟିଏ ଚାହିଦା ରେଖାର ଏକ ବିନ୍ଦୁରୁ ଅନ୍ୟ ବିନ୍ଦୁକୁ ଗତି ସମ୍ଭବ ହୋଇଥାଏ ।

15. ଚାହିଦାର ସ୍ଥିତିସ୍ଥାପକତା, ଦାମ୍ ପ୍ରତି ଚାହିଦାର ସମ୍ବେଦନଶୀଳତାକୁ ବିଶ୍ଳେଷଣ କରେ ।
Answer:
ଠିକ୍ ।

16. ଭୂମି ପ୍ରତି ଲମ୍ବ ଚାହିଦା ରେଖା ଅସୀମ ସ୍ଥିତିସ୍ଥାପକତା ପ୍ରଦର୍ଶନ କରେ ।
Answer:
ଭୁଲ୍ ।
ଠିକ୍ – ଭୂମି ପ୍ରତି ଲମ୍ବ ଚାହିଦା ରେଖା ଶୂନ୍ୟ ସ୍ଥିତିସ୍ଥାପକତା ପ୍ରଦର୍ଶନ କରେ ।

17. ଚାହିଦା ରେଖା ଏକ ସରଳରେଖା ହେଲେ ଏହାର ନିମ୍ନ ବିନ୍ଦୁରେ ଚାହିଦାର ସ୍ଥିତିସ୍ଥାପକତ। ଅସୀମ ।
Answer:
ଭୁଲ୍ ।
ଠିକ୍ – ଚାହିଦା ରେଖା ଏକ ସରଳରେଖା ହେଲେ ଏହାର ନିମ୍ନ ବିନ୍ଦୁରେ ଚାହିଦାର ସ୍ଥିତିସ୍ଥାପକତା ଶୂନ ଅଟେ ।

18. ଯଦି ଏକ ଚାହିଦା କମ୍ ସମୟ ବ୍ୟବଧାନରେ ବାରମ୍ବାର ସୃଷ୍ଟି ହୁଏ, ତେବେ ତା’ର ସ୍ଥିତିସ୍ଥାପକତା କମ୍ ହୋଇଥାଏ ।
Answer:
ଠିକ୍ ।

19. ଚାହିଦା ଲେଖା ସରଳରେଖା ହେଲେ ଏହାର ମଧ୍ୟ ବିନ୍ଦୁ ଓ ଊର୍ଦୁବିନ୍ଦୁ ମଧ୍ୟରେ ଚାହିଦାର ସ୍ଥିତିସ୍ଥାପକତା । ଠାରୁ ଅଧିକ ।
Answer:
ଠିକ୍ ।

20. ଦାମ୍ ହ୍ରାସ ଘଟିଲେ ଯଦି ଦ୍ରବ୍ୟ ପ୍ରତି ଖର୍ଚ୍ଚ ପରିମାଣ ବୃଦ୍ଧି ପାଏ, ତେବେ ଚାହିଦାର ସ୍ଥିତିସ୍ଥାପକତା 1 ଠାରୁ କମ୍ ।
Answer:
ଭୁଲ୍ ।
ଠିକ୍ – ଦାମ୍ ହ୍ରାସ ଘଟିଲେ ଯଦି ଦ୍ରବ୍ୟ ପ୍ରତି ଖର୍ଜ ପରିମାଣ ବୃଦ୍ଧି ପାଏ, ତେବେ ଚାହିଦାର ସ୍ଥିତିସ୍ଥାପକତା । ଠାରୁ ଅଧିକ ।

21. ଯଦି ଦାମ୍‌ର ପରିବର୍ତ୍ତନରେ ଦ୍ରବ୍ୟ ପ୍ରତି ଖର୍ଚ୍ଚ ପରିମାଣ ଅପରିବର୍ତିତ ରହେ, ତେବେ ସ୍ଥିତିସ୍ଥାପକତାକୁ ସମ୍ପୂର୍ଣ୍ଣ ଅନମନୀୟ ବୋଲି କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଯଦି ଦାମ୍‌ର ପରିବର୍ତ୍ତନ ଦ୍ରବ୍ୟ ପ୍ରତି ଖର୍ଜ ପରିମାଣ ଅପରିବର୍ତ୍ତିତ ରହେ, ତେବେ ସ୍ଥିତିସ୍ଥାପକତା । ସଙ୍ଗେ ସମାନ ।

22. ଦ୍ରବ୍ୟର ବିବିଧ ବ୍ୟବହାର ସ୍ଥଳେ ଚାହିଦାର ସ୍ଥିତିସ୍ଥାପକତା କମ୍ ଅଟେ ।
Answer:
ଭୁଲ୍ ।
ଠିକ୍ – ଦ୍ରବ୍ୟର ବିବିଧ ବ୍ୟବହାର ସ୍ଥଳେ ଚାହିଦାର ସ୍ଥିତିସ୍ଥାପକତା ଅଧ୍ୟକ ଅଟେ ।

23. ସିଗାରେଟ୍‌ର ଚାହିଦା ଅଧ୍ଵ ସ୍ଥିତିସ୍ଥାପକ ହୁଏ ।
Answer:
ଭୁଲ୍ ।
ଠିକ୍ – ସିଗାରେଟ୍‌ର ଚାହିଦା କମ୍ ସ୍ଥିତିସ୍ଥାପକ ହୁଏ ।

24. ବିଦ୍ୟୁତ ଶକ୍ତିର ଚାହିଦା ଶିଳ୍ପକ୍ଷେତ୍ରରେ ଅଧ୍ଵ ସ୍ଥିତିସ୍ଥାପକତା ବିଶିଷ୍ଟ ।
Answer:
ଭୁଲ୍ ।
ଠିକ୍ – ବିଦ୍ୟୁତ୍ ଶକ୍ତିର ଚାହିଦା ଶିଳ୍ପକ୍ଷେତ୍ରରେ କମ୍ ସ୍ଥିତିସ୍ଥାପକତା ବିଶିଷ୍ଟ ।

25. ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା କ୍ଷେତ୍ରରେ ଚାହିଦା ରେଖା ବାମରୁ ଡାହାଣକୁ ନିମ୍ନଗାମୀ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା କ୍ଷେତ୍ରରେ ଚାହିଦା ରେଖା ଆନୁଭୂମିକ ହୋଇଥାଏ ।

26. କୌଣସି ଦ୍ରବ୍ୟର ଦାମ ବୃଦ୍ଧି ହେଲେ ଚାହିଦାର ପରିମାଣ ବୃଦ୍ଧି ପାଏ ।
Answer:
ଭୁଲ୍ ।
ଠିକ୍ – କୌଣସି ଦ୍ରବ୍ୟର ଦାମ୍ ବୃଦ୍ଧିହେଲେ, ଚାହିଦାର ପରିମାଣ ହ୍ରାସ ପାଏ ।

CHSE Odisha Class 12 Economics Chapter 5 Objective Questions in Odia Medium

27. ଚାହିଦା ସୂତ୍ର ଅନୁସାରେ ଦ୍ରବ୍ୟର ଦାମ୍ ଓ ଚାହିଦାର ପରିମାଣ ମଧ୍ଯରେ ପ୍ରତ୍ୟକ୍ଷ ସମ୍ପର୍କ ରହିଛି ।
Answer:
ଭୁଲ୍ ।
ଠିକ୍ – ଚାହିଦା ସୂତ୍ର ଅନୁସାରେ ଦ୍ରବ୍ୟର ଦାମ୍ ଓ ଚାହିଦାର ପରିମାଣ ମଧ୍ଯରେ ପରୋକ୍ଷ ସମ୍ପର୍କ ରହିଛି ।

28. ଦ୍ରବ୍ୟ ପାଇଁ ଅଭିଳାଷ ଓ କ୍ରୟ କ୍ଷମତା ଏକାଠି ହେଲେ ଚାହିଦା ସୃଷ୍ଟି ହୁଏ ।
Answer:
ଠିକ୍

29. ଆୟ ବୃଦ୍ଧି ଘଟିଲେ ନିକୃଷ୍ଟ ଦ୍ରବ୍ୟର ଚାହିଦା ବୃଦ୍ଧି ଘଟେ ।
Answer:
ଭୁଲ୍ ।
ଠିକ୍ – ଆୟ ବୃଦ୍ଧି ଘଟିଲେ ନିକୃଷ୍ଟ ଦ୍ରବ୍ୟର ଚାହିଦା ହ୍ରାସ ପାଏ ।

30. ଚାହିଦା ସୂଚୀ ଓ ଚାହିଦା ରେଖା ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରିଥା’ନ୍ତି ।
Answer:
ଭୁଲ୍ ।
ଠିକ୍ – ଚାହିଦା ସୂଚୀ ଓ ଚାହିଦା ଲେଖା ସମାନ ତଥ୍ୟ ପ୍ରଦାନ କରିଥା’ନ୍ତି ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଚାହିଦା କହିଲେ କ’ଣ ବୁଝ ?
Answer:
ଚାହିଦା କହିଲେ ଦ୍ରବ୍ୟ ପ୍ରାପ୍ତିର ଇଚ୍ଛା ସହିତ କ୍ରୟ ସାମର୍ଥ୍ୟ ଏବଂ ଅର୍ଥତ୍ୟାଗର ସମ୍ମତିକୁ ବୁଝାଏ ।

2. ଅଭାବ ଓ ଚାହିଦା ମଧ୍ଯରେ ସମ୍ପର୍କ କ’ଣ ?
Answer:
ଅଭାବ ସହିତ କ୍ରୟ ସାମର୍ଥ୍ୟ ଏବଂ ଅର୍ଥତ୍ୟାଗ ଲାଗି ସମ୍ମତି ଯୋଗହେଲେ ଚାହିଦା ହେବ ।

3. ଅନ୍ୟାନ୍ୟ ଉପାଦାନଗୁଡ଼ିକ ସ୍ଥିର ରହି ଆୟର ବୃଦ୍ଧି ଘଟିଲେ ଚାହିଦା କିପରି ପ୍ରଭାବିତ ହୁଏ ?
Answer:
ଅନ୍ୟାନ୍ୟ ଉପାଦାନଗୁଡ଼ିକ ସ୍ଥିର ରହି ଆୟର ବୃଦ୍ଧି ଘଟିଲେ ଚାହିଦାର ବୃଦ୍ଧି ଘଟେ ।

4. କେଉଁ ଦ୍ରବ୍ୟ କ୍ଷେତ୍ରରେ ଅନ୍ୟ ଦ୍ରବ୍ୟଗୁଡ଼ିକର ଦାମ୍ ହ୍ରାସ ଘଟି କୌଣସି ଏକ ଦ୍ରବ୍ୟର ଚାହିଦା ହ୍ରାସ ପାଇଥାଏ ?
Answer:
ପ୍ରତିସ୍ଥାପକ ଦ୍ରବ୍ୟ କ୍ଷେତ୍ରରେ ଅନ୍ୟ ଦ୍ରବ୍ୟଗୁଡ଼ିକର ଦାମ୍ ହ୍ରାସ ଘଟି କୌଣସି ଏକ ଦ୍ରବ୍ୟର ଚାହିଦାରେ ହ୍ରାସ ଘଟିଥାଏ ।

5. ଚାହିଦା ଏବଂ ଦାମ୍ ମଧ୍ଯରେ କେଉଁଭଳି ଗତି ପ୍ରଦର୍ଶନ କରେ ?
Answer:
ଚାହିଦା ସୂତ୍ର, ଚାହିଦା ଏବଂ ଦାମ୍ ମଧ୍ୟରେ ବିପରୀତ ଗତି ପ୍ରଦର୍ଶନ କରେ ।

6. ଚାହିଦା ସୂତ୍ରର ସାରଣୀକ ଉପସ୍ଥାପନକୁ କ’ଣ କୁହାଯାଏ ?
Answer:
ଚାହିଦା ସୂତ୍ରର ସାରଣୀକ ଉପସ୍ଥାପନକୁ ଚାହିଦା ଅନୁସୂଚୀ କୁହାଯାଏ ।

7. ଚାହିଦା ରେଖାର ଗତି କିପରି ?
Answer:
ଚାହିଦା ରେଖାର ବାମରୁ ଡାହାଣକୁ ନିମ୍ନାଭିମୁଖୀ ଅଟେ ।

8. ନିକୃଷ୍ଟ ଦ୍ରବ୍ୟ ସ୍ଥଳେ ଚାହିଦା ସୂତ୍ର ସତ୍ୟ କି ?
Answer:
ନିକୃଷ୍ଟ ଦ୍ରବ୍ୟ ସ୍ଥଳେ ଚାହିଦା ସୂତ୍ରରେ ବ୍ୟତିକ୍ରମ ଦେଖାଯାଏ ।

9. ଚାହିଦା-ରେଖା ବାମରୁ ଡାହାଣକୁ ନିମ୍ନଗାମୀ ହେବାର ଗୋଟିଏ କାରଣ ଦର୍ଶାଅ ।
Answer:
ଚାହିଦା ରେଖା ବାମରୁ ଡାହାଣକୁ ନିମ୍ନଗାମୀ ହେବାର ଏକ କାରଣ ହେଲା, କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରର ପ୍ରଭାବ ।

10. ବ୍ୟକ୍ତି ଓ ବଜାର ଚାହିଦା ଅନୁସୂଚୀ ମଧ୍ୟରେ ପାର୍ଥକ୍ୟ କ’ଣ ?
Answer:
ବ୍ୟକ୍ତି ଚାହିଦା ଅନୁସୂଚୀ, ବଜାର ଚାହିଦା ଅନୁସୂଚୀର ଏକ ଅଂଶବିଶେଷ ।

CHSE Odisha Class 12 Economics Chapter 5 Objective Questions in Odia Medium

11. କେଉଁ ଉପାଦାନର ପ୍ରଭାବରେ ଚାହିଦା ସଙ୍କୁଚିତ ଓ ପ୍ରସାରିତ ହୁଏ ?
Answer:
କେବଳ ଦାମ୍ର ପ୍ରଭାବରେ ଚାହିଦା ସଙ୍କୁଚିତ ଓ ପ୍ରସାରିତ ହୁଏ ।

12. ଚାହିଦାର ବୃଦ୍ଧି ବା ହ୍ରାସ କେଉଁ କାରଣରୁ ସଙ୍ଗଠିତ ହୁଏ ?
Answer:
ଦାମ୍ ପରିବର୍ତ୍ତେ ଚାହିଦାକୁ ପ୍ରଭାବିତ କରୁଥ‌ିବା ଅନ୍ୟାନ୍ୟ ଉପାଦାନଗୁଡ଼ିକ ମଧ୍ୟରୁ କୌଣସିଟିର ପରିବର୍ତ୍ତନ ଚାହିଦାର ବୃଦ୍ଧି ବା ହ୍ରାସ ଘଟାଇଥାଏ ।

13. ଦାମ୍ ପରିବର୍ତ୍ତନରେ ଚାହିଦା ରେଖାର ଏକ ବିନ୍ଦୁରୁ ସେହି ରେଖାର ଅନ୍ୟ ଏକ ବିନ୍ଦୁକୁ ଗତି କରିବାକୁ କ’ଣ କୁହାଯାଏ ?
Answer:
ଚାହିଦା ରେଖାର ଏକ ବିନ୍ଦୁରୁ ସେହି ରେଖାର ଅନ୍ୟ ଏକ ବିନ୍ଦୁକୁ ଗତି କରିବାକୁ ଦାମ୍ ପରିବର୍ତ୍ତନରେ ଚାହିଦାର ସଙ୍କୋଚନ ବା ପ୍ରସାରଣ କୁହାଯାଏ ।

14. ଦାମ୍ ପରିବର୍ତ୍ତେ ଅନ୍ୟକୌଣସି ଉପାଦାନର ପରିବର୍ତ୍ତନଯୋଗୁଁ ଚାହିଦାର ପରିବର୍ତ୍ତନକୁ କ’ଣ କୁହାଯାଏ ?
Answer:
ଦାମ୍ ପରିବର୍ତ୍ତେ ଅନ୍ୟକୌଣସି ଉପାଦାନର ପରିବର୍ତ୍ତନ ଯୋଗୁଁ ଚାହିଦାର ପରିବର୍ତ୍ତନକୁ ଚାହିଦାର ହ୍ରାସ ବା ବୃଦ୍ଧି କୁହାଯାଏ ।

15. ଚାହିଦାର ସ୍ଥିତିସ୍ଥାପକତା ମାପ କରିବାର ସୂତ୍ରଟି ଲେଖ ।
Answer:
ଚାହିଦାର ସ୍ଥିତିସ୍ଥାପକତା = \(\frac{ଚାହିଦା ପରିମାଣରେ ଶତକଡ଼ା ପରିବର୍ତ୍ତନ}{ଦରରେ ଶତକଡ଼ା ପରିବର୍ତ୍ତନ}\)

16. ଚାହିଦାର ସ୍ଥିତିସ୍ଥାପକତା କ’ଣ ?
Answer:
ଚାହିଦାର ସ୍ଥିତିସ୍ଥାପକତା କହିଲେ ଚାହିଦାର ଦାମ୍ ପରିବର୍ତ୍ତନ ପ୍ରତି ସମ୍ବେଦନଶୀଳ ଅବସ୍ଥାର ବିଶ୍ଳେଷଣକୁ ବୁଝାଏ ।

17. ଚାହିଦାର କେତେବେଳେ ସମ୍ପୂର୍ଣ୍ଣ ଅନମନୀୟ ସ୍ଥିତିସ୍ଥାପ ତା ଦେଖାଯାଏ ?
Answer:
ଚାହିଦା ଯେତେବେଳେ ଦାମ୍‌ର ପରିବର୍ତ୍ତନ ପ୍ରତି ସମ୍ବେଦନଶୀଳ ନୁହେଁ, ସେତେବେଳେ ଚାହିଦାର ସ୍ଥିତିସ୍ଥାପକତାକୁ ସମ୍ପୂର୍ଣ୍ଣ ଅନମନୀୟ ବୋଲି କୁହାଯାଏ ।

18. ଚାହିଦାର ସମ୍ପୂର୍ଣ୍ଣ ଅନମନୀୟ ସ୍ଥିତିସ୍ଥାପକତା ସ୍ଥଳେ ଚାହିଦାର ସ୍ଥିତିସ୍ଥାପକତା କେତେ ?
Answer:
ଚାହିଦାର ସମ୍ପୂର୍ଣ୍ଣ ଅନମନୀୟ ସ୍ଥିତିସ୍ଥାପକତା ସ୍ଥଳେ ଚାହିଦାର ସ୍ଥିତିସ୍ଥାପକତା ଶୂନ୍ୟ (ed = 0) ଅଟେ ।

19. କେତେବେଳେ ଚାହିଦାର ସ୍ଥିତିସ୍ଥାପକତାକୁ । ଠାରୁ ଅଧ‌ିକ ବୋଲି ବିଚାର କରାଯାଏ ?
Answer:
ଯେତେବେଳେ ଦାମ୍ର ଆନୁପାତିକ ପରିବର୍ତ୍ତନଠାରୁ ଚାହିଦାର ଆନୁପାତିକ ପରିବର୍ତ୍ତନ ଅଧ୍ଯକ ହୁଏ, ସେତେବେଳେ ଚାହିଦାର ସ୍ଥିତିସ୍ଥାପକତା 1 ଠାରୁ ଅଧିକ ହୁଏ ।

20. 10% ଦାମ୍ ହ୍ରାସ ଘଟି ଚାହିଦାର ସମ୍ପ୍ରସାରଣ 8% ଘଟିଲେ ସ୍ଥିତିସ୍ଥାପକତାକୁ କେଉଁ ପ୍ରକାରର ବୋଲି କୁହାଯାଏ ?
Answer:
ଯେହେତୁ ଦାମ୍‌ର ଆନୁପାତିକ ପରିବର୍ତ୍ତନଠାରୁ ଚାହିଦାର ଆନୁପାତିକ ପରିବର୍ତ୍ତନ କମ୍ ଅଟେ, ସେତେବେଳେ ଚାହିଦାର ସ୍ଥିତିସ୍ଥାପକତା 1 ଠାରୁ କମ୍ (ed < 1) ବୋଲି କୁହାଯାଏ ।

21. ଚାହିଦାର ଅସୀମ ସ୍ଥିତିସ୍ଥାପକତା କ’ଣ ?
Answer:
ଯେତେବେଳେ ଦାମ୍‌ ସାମାନ୍ୟ ପରିବର୍ତ୍ତନରେ ଚାହିଦା ଅସୀମ ହୋଇଥାଏ, ଏହାକୁ ଚାହିଦାର ଅସୀମ ସ୍ଥିତିସ୍ଥାପକତା (ed = ∞) କୁହାଯାଏ ।

22. କେତେବେଳେ ଚାହିଦାର ସ୍ଥିତିସ୍ଥାପକତାକୁ 1 ବୋଲି ବିବେଚନା କରାଯାଏ ?
Answer:
ଯେତେବେଳେ ଉଭୟ ଦାମ୍ ଏବଂ ଚାହିଦାର ପରିବର୍ତ୍ତନ ସମାନୁପାତିକ ହୁଏ, ସେତେବେଳେ ଚାହିଦାର ସ୍ଥିତିସ୍ଥାପକତାକୁ ବୋଲି ବିବେଚନା କରାଯାଏ ।

23. ଯେତେବେଳେ ଦ୍ରବ୍ୟର ଦାମ୍‌ରେ ହ୍ରାସ ବା ବୃଦ୍ଧି ଦ୍ରବ୍ୟ ପ୍ରତି ଖର୍ଚ୍ଚ ପରିମାଣକୁ ପ୍ରଭାବିତ କରେ ନାହିଁ, ସେତେବେଳେ ଚାହିଦାର ସ୍ଥିତିସ୍ଥାପକତା କେତେ ?
Answer:
ଯେତେବେଳେ ଦ୍ରବ୍ୟର ଦାମ୍‌ରେ ହ୍ରାସ ବା ବୃଦ୍ଧି ଦ୍ରବ୍ୟ ପ୍ରତି ଖର୍ଚ୍ଚ ପରିମାଣକୁ ପ୍ରଭାବିତ କରେ ନାହିଁ, ସେତେବେଳେ ଚାହିଦାର ସ୍ଥିତିସ୍ଥାପକତା । ସଙ୍ଗେ ସମାନ ।

24. ଯଦି ଦ୍ରବ୍ୟ ପ୍ରତି ଖର୍ଚ୍ଚ ପରିମାଣ ଦରର ହ୍ରାସ ଘଟିଲେ କମେ ଓ ଦରର ବୃଦ୍ଧି ଘଟିଲେ ବଢ଼େ, ତେବେ ସ୍ଥିତିସ୍ଥାପକତାକୁ କ’ଣ ବୋଲି କୁହାଯାଏ ?
Answer:
ଯଦି ଦ୍ରବ୍ୟ ପ୍ରତି ଖର୍ଚ୍ଚ ପରିମାଣ ଦରର ହ୍ରାସ ଘଟିଲେ କମେ ଓ ଦରର ବୃଦ୍ଧି ଘଟିଲେ ବଢ଼େ, ତେବେ ଚାହିଦାର ସ୍ଥିତିସ୍ଥାପକତା ଏକଠାରୁ କମ୍ ।

25. ଯଦି ଦ୍ରବ୍ୟ ପ୍ରତି ଖର୍ଚ୍ଚ ପରିମାଣ ଦାମ୍ ହ୍ରାସ ଘଟିଲେ ବଢ଼େ ଓ ଦାମ୍‌ର ବୃଦ୍ଧି ଘଟିଲେ କମେ, ସ୍ଥିତିସ୍ଥାପକତାକୁ କ’ଣ ବୋଲି କୁହାଯାଏ?
Answer:
ଯଦି ଦ୍ରବ୍ୟ ପ୍ରତି ଖର୍ଚ୍ଚ ପରିମାଣ ଦାମ୍ ହ୍ରାସ ଘଟିଲେ ବଢ଼େ ଓ ଦାମ୍‌ର ବୃଦ୍ଧି ଘଟିଲେ କମେ, ତେବେ ଚାହିଦାର ସ୍ଥିତିସ୍ଥାପକତା ଏକଠାରୁ କମ୍ ।

26. ଅତ୍ୟାବଶ୍ୟକ ଦ୍ରବ୍ୟ ସ୍ଥଳେ ଚାହିଦାର ସ୍ଥିତିସ୍ଥାପକତା କିପରି ?
Answer:
ଅତ୍ୟାବଶ୍ୟକ ଦ୍ରବ୍ୟ ସ୍ଥଳେ ଚାହିଦାର ସ୍ଥିତିସ୍ଥାପକତା କମ୍ ।

27. ପ୍ରତିସ୍ଥାପନକ୍ଷମ ଦ୍ରବ୍ୟ ଚା’ ଓ କଫି ସ୍ଥଳେ କୌଣସିଟିର ଦର ପରିବର୍ତ୍ତନ ହେଲେ ଚାହିଦାର ସ୍ଥିତିସ୍ଥାପକତା କିପରି ପରିବର୍ତ୍ତନ ହୁଏ ?
Answer:
ପ୍ରତିସ୍ଥାପନକ୍ଷମ ଦ୍ରବ୍ୟ ଚା’ ଓ କଫି ସ୍ଥଳେ କୌଣସିଟିର ଦର ପରିବର୍ଭନ ହେଲେ ଚାହିଦାର ସ୍ଥିତିସ୍ଥାପକତା ଅଧ୍ୟକ ହୋଇଥାଏ ।

28. ବିବିଧ ବ୍ୟବହାରକ୍ଷମ ଦ୍ରବ୍ୟଗୁଡ଼ିକ ସ୍ଥଳେ ଚାହିଦାର ସ୍ଥିତିସ୍ଥାପକତା କିପରି ?
Answer:
ବିବିଧ ବ୍ୟବହାରକ୍ଷମ ଦ୍ରବ୍ୟଗୁଡ଼ିକ ସ୍ଥଳେ ଚାହିଦାର ସ୍ଥିତିସ୍ଥାପକତା ଅଧ୍ଵ ହୋଇଥାଏ ।

29. ଦ୍ରବ୍ୟର ଅତି ଉଚ୍ଚ ଦର ବା ଅତି କମ୍ ଦର ସ୍ଥଳେ ଚାହିଦାର ସ୍ଥିତିସ୍ଥାପକତା କିପରି ପ୍ରକାଶ କରାଯାଏ ?
Answer:
ଦ୍ରବ୍ୟର ଅତି ଉଚ୍ଚ ଦର ବା ଅତି କମ୍ ଦର ସ୍ଥଳେ ଚାହିଦାର ସ୍ଥିତିସ୍ଥାପକତା କମ୍ ହୋଇଥାଏ ।

30. ଯଦି କୌଣସି ଦ୍ରବ୍ୟ ପ୍ରତି ଆୟର ଏକ କ୍ଷୁଦ୍ର ଅଂଶ ବ୍ୟୟ ହୋଇଥାଏ, ତେବେ ଦ୍ରବ୍ୟ ପ୍ରତି ଚାହିଦାର ସ୍ଥିତିସ୍ଥାପକତା କିପରି ହୁଏ ?
Answer:
ଯଦି କୌଣସି ଦ୍ରବ୍ୟ ପ୍ରତି ଆୟର ଏକ କ୍ଷୁଦ୍ର ଅଂଶ ବ୍ୟୟ ହୋଇଥାଏ, ତେବେ ଦ୍ରବ୍ୟ ପ୍ରତି ଚାହିଦାର ସ୍ଥିତିସ୍ଥାପକତା କମ୍ ହୋଇଥାଏ ।

31. ଯେଉଁ ଦ୍ରବ୍ୟ ସ୍ଥଳେ ସୀମାନ୍ତ ଉପଯୋଗିତାର ଦ୍ରୁତ ହ୍ରାସ୍ ପରିଲକ୍ଷିତ ହୁଏ, ସେହି ଦ୍ରବ୍ୟର ଚାହିଦାର ସ୍ଥିତିସ୍ଥାପକତା କିପରି ?
Answer:
ଯେଉଁ ଦ୍ରବ୍ୟ ସ୍ଥଳେ ସୀମାନ୍ତ ଉପଯୋଗିତାର ଦ୍ରୁତ ହ୍ରାସ ପରିଲକ୍ଷିତ ହୁଏ, ସେହି ଦ୍ରବ୍ୟର ଚାହିଦାର ସ୍ଥିତିସ୍ଥାପକତା କମ୍ ହୋଇଥାଏ ।

CHSE Odisha Class 12 Economics Chapter 5 Objective Questions in Odia Medium

32. ଚାହିଦାର ସଂକୋଚନ ଓ ସମ୍ପ୍ରସାରଣ କହିଲେ କ’ଣ ବୁଝାଏ ?
Answer:
ଅପରିବର୍ତ୍ତନୀୟ ପରିସ୍ଥିତିରେ ଦ୍ରବ୍ୟର ଦାମ୍ ବୃଦ୍ଧି ଘଟିଲେ ଚାହିଦାର ସଂକୋଚନ ଓ ଦାମ୍ ହ୍ରାସ ପାଇଲେ ଚାହିଦାର ସମ୍ପ୍ରସାରଣ ଘଟିଥାଏ।

33. କେଉଁ ଦ୍ରବ୍ୟ କ୍ଷେତ୍ରରେ ଚାହିଦା ସୂତ୍ର କାର୍ଯ୍ୟ କରି ନଥାଏ ?
Answer:
ଗିଫେନ୍ ଦ୍ରବ୍ୟ ବା ନିକୃଷ୍ଟ ଦ୍ରବ୍ୟ କ୍ଷେତ୍ରରେ ଚାହିଦା ସୂତ୍ର କାର୍ଯ୍ୟ କରି ନଥାଏ ।

34. ହୀରାର ମୂଲ୍ୟ ବୃଦ୍ଧି ଘଟିଲେ ଏହାର ଚାହିଦା କ’ଣ ହୁଏ ?
Answer:
ହୀରାର ମୂଲ୍ୟ ବୃଦ୍ଧି ଘଟିଲେ ଏହାର ଚାହିଦା ବୃଦ୍ଧି ପାଏ ।

35. ଚାହିଦାର ସଙ୍କୋଚନ ଓ ସମ୍ପ୍ରସାରଣ କହିଲେ କ’ଣ ବୁଝାଏ ?
Answer:
ଅପରିବର୍ତ୍ତନୀୟ ପରିସ୍ଥିତିରେ ଦ୍ରବ୍ୟର ଦାମ୍ ବୃଦ୍ଧି ଘଟିଲେ ଚାହିଦା ସଙ୍କୋଚନ ଓ ଦାମ୍ ହ୍ରାସ ପାଇଲେ ଚାହିଦାର ସମ୍ପ୍ରସାରଣ ଘଟିଥାଏ ।

BSE Odisha 8th Class Odia Solutions Chapter 13 ଦଶହରା ଭେଟି

Odisha State Board BSE Odisha 8th Class Odia Solutions Chapter 13 ଦଶହରା ଭେଟି Textbook Exercise Questions and Answers.

BSE Odisha Class 8 Odia Solutions Chapter 13 ଦଶହରା ଭେଟି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଆସ, କଥାବର୍ଷା ହେବା ।
(କ) ଗଳ୍ପଟିରେ କେଉଁ ସମୟର କଥା କୁହାଯାଇଛି ?
Answer:
ଗଳ୍ପଟିରେ ଅଶିଣ ମାସ ଦୁର୍ଗାପୂଜା ବା ବିଜୟାଦଶମୀର ସକାଳ କଥା କୁହାଯାଇଛି ।

BSE Odisha 8th Class Odia Solutions Chapter 13 ଦଶହରା ଭେଟି

(ଖ) ସୁନନ୍ଦାଙ୍କୁ ଉପହାର ଦେବା ପାଇଁ ତାଙ୍କ ସ୍ୱାମୀ କାହିଁକି ଭାବିଥିଲେ ?
Answer:
ଦୁର୍ଗାପୂଜା ଅବସରରେ ସୁନନ୍ଦାଙ୍କୁ ଉପହାର ଦେବାପାଇଁ ତାଙ୍କ ସ୍ଵାମୀ ଭାବିଥିଲେ ।

(ଗ) ଲେଖକଙ୍କ କୋଠରିରେ ଥ‌ିବା କେଉଁ ଛବିଗୁଡ଼ିକୁ ଦେଖ୍ ସୁନନ୍ଦା ଭୟ କରୁଥିଲେ ?
Answer:
ସୁନନ୍ଦାଙ୍କ ସ୍ଵାମୀ ସାତ ଆଠ ଦିନ ତଳେ ଖବରକାଗଜରୁ କାଟି, ବଡ଼ ବଡ଼ ପେଷ୍ଟବୋର୍ଡ଼ରେ ଲଗାଇଥିବା ଛବିଗୁଡ଼ିକ ଦେଖି ସୁନନ୍ଦା ଭୟ କରୁଥିଲେ ।

(ଘ) କେଉଁମାନଙ୍କୁ ନିମନ୍ତ୍ରଣ କରିବାକୁ ସୁନନ୍ଦା ଲେଖକଙ୍କୁ କହିଥିଲେ ?
Answer:
ନୂଆ ସବ୍‌ଜଜ୍ ପ୍ରେମରାଜବାବୁ, ତାଙ୍କ ସ୍ତ୍ରୀ ଚାନ୍ଦିନୀ ଓ ତାଙ୍କର ପୁଅଝିଅ, ପ୍ଲିଡ଼ର, ବଙ୍କିମବାବୁ, ଜୋସେଫ୍ ରାଉତ ଓ ତାଙ୍କ ସ୍ତ୍ରୀ ଈଭ ରାଉତ, ଚରଣ କିଙ୍କରବାବୁଙ୍କୁ ନିମନ୍ତ୍ରଣ କରିବାକୁ ସୁନନ୍ଦା ଲେଖକଙ୍କୁ କହିଥିଲେ ।

(ଙ) ଉପହାରରୂପେ କେଉଁ କେଉଁ ଜିନିଷ ପାଇବାପାଇଁ ସୁନନ୍ଦା ଇଚ୍ଛା ପ୍ରକାଶ କରିଥିଲେ ?
Answer:
ଉପହାରରୂପେ ଗୋଟିଏ ରେଡ଼ିଓ, ଗୋଟିଏ ସେଟ୍ ଇଭିନିଂ ଇନ୍ ପ୍ୟାରିସ୍, ଦୁଇଖଣ୍ଡ ଦାମିକିଆ ଶାଢ଼ି ସୁନନ୍ଦା ଇଚ୍ଛା ପ୍ରକାଶ କରିଥିଲେ ।

Question ୨।
ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇ ବା ତିନୋଟି ବାକ୍ୟରେ ଲେଖୁବା
(କ) ସୁନନ୍ଦା ଓ ଲେଖକଙ୍କ ମଧ୍ୟରେ କି ପାର୍ଥକ୍ୟ ରହିଥିଲା ?
Answer:
ସୁନନ୍ଦା ଧନୀଘରର ଝିଅ ହିସାବରେ, ସ୍ବାମୀଙ୍କୁ ଆର୍ଥିକ ସାହାଯ୍ୟ କରିଥିଲେ ବି, ତାଙ୍କ ମନରେ ଅହଂଭାବ ଲୁଚି ରହିଥିଲା ଓ ସେ ଥିଲେ କାବ୍ୟକବିତା ଅନୁରାଗୀ । ମାତ୍ର ଲେଖକ ଥିଲେ ଦରଦୀ, ମାନବବାଦୀ, ବାସ୍ତବବାଦୀ ଓ ଭାବପ୍ରବଣତାହୀନ । ସୁନନ୍ଦାଙ୍କୁ ଲେଖକ ଗୁରୁତ୍ଵ ଦେଉଥିଲାବେଳେ, ସୁନନ୍ଦା ନିଜ ଉପରେ ଗୁରୁତ୍ଵ ଦେଉଥିଲେ ।

(ଖ) ଦୁଃଖ୍ମାଆ ରମୁକୁ କାହିଁକି ଚିନି ମାଗୁଥିଲା ?
Answer:
ଦୁଃଖୀ ଅଭାବୀ ଦୁଃଖିଆମାଆର ରହିଛି କୁନି ପୁଅଟିଏ, ଯାହାକୁ ସେ ଦୁଧ ଟିକେ ପିଇବାକୁ ଦେଇପାରେ ନାହିଁ । ଖାଲି ପାଣିରେ ଚିନି ଦେଇ ତା’ କଅଁଳା ଛୁଆଟାକୁ ହାପୁଡ଼ାଇ ଦିଏ । ଚିନି ନ ଥ‌ିବାରୁ, ସେଇ ଛୁଆକୁ ପିଆଇବା ପାଇଁ ଦୁଃଖିଆ ମା’ ରମୁକୁ ଚିନି ଟିକେ ମାଗିଥିଲା ।

(ଗ) ବଜାରକୁ ଗଲାବେଳେ ସୁନନ୍ଦା କ’ଣ ଦେଖ‌ିଲେ ?
Answer:
ବଜାରକୁ ଯାଉଥ‌ିବାବେଳେ ରାଜପଥ କଡ଼ରେ ଜଣେ ମାଗନ୍ତା ଶିଶୁ କୁକୁର ବାନ୍ତିଗୁଡ଼ାକ ଚାଟୁଥିବାର ସୁନନ୍ଦା ଦେଖିଲେ । ସେହି ନିକଟରେ ପିଲାର ମାଆ ଛିଡ଼ା ହୋଇ, କେବଳ ତାକୁ ବାଲୁବାଲୁ କରି ଅନାଇଥର ଦୃଶ୍ୟ ମଧ୍ୟ ସୁନନ୍ଦା ଦେଖିଥ୍ ଲେ ।

(ଘ) ଶାଢ଼ି ଓ ଜିନିଷପତ୍ର କିଣିବାକୁ ସୁନନ୍ଦା କାହିଁକି ମନା କଲେ ?
Answer:
ମାଗନ୍ତା ପିଲାର କୁକୁର ବାନ୍ତିଗୁଡ଼ାକ ଚାଟି ଖାଇବାର ଦୃଶ୍ୟ, ଅନାହାରୀ ମାଆର ନର୍ଦ୍ଦମାରୁ ଅଇଁଠା ଖଲିପତ୍ର ସାଉଁଟିବାର ଦୃଶ୍ୟ, ଗଳି ରାସ୍ତାକଡ଼ରେ ଦୁଧ ଟୋପେ ନ ପାଇ ମା’ କୋଳରେ ଶିଶୁ ଢଳି ପଡ଼ିବାର ପ୍ରସଙ୍ଗ ଜାଣିବା ପରେ ସୁନନ୍ଦାଙ୍କ ହୃଦୟ କରୁଣାରେ ଭରିଯାଇଥିଲା । ସେହିପରି ସେବକଙ୍କଠାରୁ ଅନାହାର, ମହାମାରୀରେ ମଫସଲରେ ଅଖାଦ୍ୟ ଖାଇ ପଟାଳି ପଟାଳି ଲୋକ ମରୁଥିବାର କଥା ଶୁଣି ତାଙ୍କ ମନରେ ପରିବର୍ତ୍ତନ ଆସିଥିଲା । ସେହିସବୁ ଲୋକଙ୍କ ପାଇଁ ମନରେ ଦୟା ଆସିଥିବାରୁ, ସୁନନ୍ଦା ଦଶହରା ମଉଜ ଉପଲକ୍ଷେ ଶାଢ଼ି ଓ ଜିନିଷପତ୍ର କିଣିବାକୁ ସ୍ବାମୀଙ୍କୁ ମନା କରିଥିଲେ ।

BSE Odisha 8th Class Odia Solutions Chapter 13 ଦଶହରା ଭେଟି

(ଙ) ‘ସୁନନ୍ଦା-ଭୋଜନାଳୟ’ କାହିଁକି ଖୋଲା ଯାଇଥିଲା ?
Answer:
ଗାଳ୍ପିକଙ୍କ ସହ ରାସ୍ତାରେ ଗଲାବେଳେ ଖାଦ୍ୟ ପାଇଁ ବୁଭୁକ୍ଷୁ ଲୋକମାନଙ୍କ ଯନ୍ତ୍ରଣା ଓ ଖାଦ୍ୟ ବିନା ଲୋକମାନଙ୍କ ମୃତ୍ୟୁର ବୀଭତ୍ସ ଦୃଶ୍ୟ ଦେଖି ସୁନନ୍ଦାଙ୍କ ହୃଦୟ ତରଳି ଯାଇଥିଲା । ସେହି ବୁଭୁକ୍ଷୁମାନଙ୍କୁ ମୁଠାଏ ଦାନା ଯୋଗାଇ ଦେବାପାଇଁ ଓ ପ୍ରତି ସଞ୍ଜରେ ପାଞ୍ଚ ଶହରୁ ଅଧ୍ଵ ଭିକାରି ଭିକାରୁଣୀ ମୁହଁରେ ଦାନା ଦେବା ପାଇଁ ସୁନନ୍ଦା ଭୋଜନାଳୟ ଖୋଲା ଯାଇଥିଲା ।

Question ୩ ।
ତଳେ ଦିଆଯାଇଥ‌ିବା ଉକ୍ତିଗୁଡ଼ିକୁ ସରଳ ଭାଷାରେ ବୁଝାଇ ଲେଖୁବା ।
(କ) ସେହି ସଙ୍ଗୀତ ଆଜି ବି ମୋର ପ୍ରାଣକୁ ମଧୁଛନ୍ଦରେ ଉଥଳ କରେ, ଯେତେବେଳେ ମୁଁ ତାଙ୍କର ହାସଦୀପ୍ତ ତୃପ୍ତମୁଖ ଉପରେ ନେତ୍ରପାତ କରେ ।
Answer:
ଉକ୍ତ ଗତାଂଶଟି ଗାଳ୍ପିକ ରାଜକିଶୋର ରାୟଙ୍କ, ମାନବିକ ମୂଲ୍ୟବୋଧର ଗଳ୍ପ ‘ଦଶହରା ଭେଟି’ର ଏକ ଉଲ୍ଲେଖଯୋଗ୍ୟ ପ୍ରସଙ୍ଗ । ଏଥିରେ ଲେଖକଙ୍କ ମନରେ ପତ୍ନୀ ସୁନନ୍ଦାଙ୍କ ପ୍ରତି ରହିଥ‌ିବା ଆବେଗାତ୍ମକ ଭାବକୁ ସୁନ୍ଦର ଭାବରେ ସୂଚ।ଯାଇଅଛିା
ଲେଖକ ଦୀର୍ଘ କୋଡ଼ିଏ ବର୍ଷତଳେ ସୁନନ୍ଦାଙ୍କୁ ବିଦାହ କରିଛନ୍ତି । ସୁନନ୍ଦାର ରୂପକୁ ନେଇ ତାଙ୍କ ମନରେ ଦେଖା ଦେଇଛି ଆନନ୍ଦ ଭାବ । ସେହି ରୂପଶୋଭାକୁ ନେଇ ତାଙ୍କ ମନରେ ଗୁଞ୍ଜରିତ ହୋଇଛି ସଙ୍ଗୀତର ସ୍ବର । ସେହି ସ୍ଵର ଦୀର୍ଘଦିନ ପରେ ବି ବେସୁରା ହୋଇନାହିଁ । ବରଂ କୋଡ଼ିଏ ବର୍ଷ ପରେ ସେହି ସୁମଧୁର ଭାବ ଲେଖକଙ୍କ ପ୍ରାଣକୁ ତରଙ୍ଗାୟିତ କରେ । ସୁନନ୍ଦାର ହସହସ ମୁହଁକୁ ଦେଖିଲେ, ଲେଖକଙ୍କ ମନରେ ସୃଷ୍ଟି ହୁଏ ଆନନ୍ଦ, ଉତ୍‌ଫୁଲ୍ଲିତ ଚିନ୍ତାଧାରା । ସୁନନ୍ଦା ପ୍ରତି ଲେଖକଙ୍କ ମନରେ ରହିଥ‌ିବା ଭଲ ପାଇବାକୁ, ଗାଳ୍ପିକ ସୁନ୍ଦର ଭାବରେ ସୂଚାଇ ଅଛନ୍ତି ।

(ଖ) ‘ତୁମର ପରିତୃପ୍ତି ପାଇଁ ମୋର ଏତେ ଦିନର ଦାନ – ବୃକ୍ଷରେ ଗୋଟିଏ ମାତ୍ର କୀଟ ମୁଁ ଛାଡ଼ିଦେଇ ପାରେନା ।’
Answer:
ଆଲୋଚ୍ୟ ଗତାଂଶଟି ଗାଳ୍ପିକ ରାଜକିଶୋର ରାୟଙ୍କ ‘ଦଶହରା ଭେଟି’ର ଏକ ମୂଲ୍ୟବାନ୍ ପ୍ରସଙ୍ଗ । ଏଥ‌ିରେ ଲେଖକଙ୍କ ମନରେ ପତ୍ନୀ ସୁନନ୍ଦାଙ୍କ ପ୍ରତି ରହିଥ‌ିବା ଅହେତୁକ ଭଲ ପାଇବାକୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ।

ଲେଖକ ବିବାହ କରିଛନ୍ତି ସୁନନ୍ଦାକୁ ଦୀର୍ଘ କୋଡ଼ିଏ ବର୍ଷତଳୁ । ସୁନନ୍ଦା ଧନୀର କନ୍ୟା ଭିତରେ ସାମାନ୍ୟ ଅଂହକୁ, ସେ ସହିପାରନ୍ତି ନାହିଁ । ତଥାପି କୌଣସି ସମୟରେ ସୁନନ୍ଦା ମନଦୁଃଖ ହେଲାଭଳି ପ୍ରତିବାଦ କରନ୍ତି ନାହିଁ । ଲେଖକ ସୁନନ୍ଦା ପାଇଁ ଅନେକ କିଛି କଲାପରେ ମଧ୍ୟ ତାଙ୍କର ମନୋଭାବକୁ ବଦଳାଇ ପାରନାହାନ୍ତି । ବିଜୟା ଦଶମୀର ସୁନ୍ଦର ସୁଖକର ପ୍ରଭାତରେ ସୁନନ୍ଦା ନିଜ କୋଠରିଟିକୁ ଝାଡ଼ି ସଫାକରି ଭଲ ଭାବରେ ସଜାଇ ଦେଇଛନ୍ତି । ମାତ୍ର ସ୍ଵାମୀଙ୍କର କୋଠରିକୁ ସଜାଇବାକୁ ଚାହିଁ ନାହାନ୍ତି । କାରଣ ସ୍ଵାମୀଙ୍କ କୋଠରିରେ ଟଙ୍ଗା ଯାଇଥବା ଚିତ୍ରକୁ ସେ ସହ୍ୟ କରିପାରନ୍ତି ନାହିଁ । ବରଂ ସେହିସବୁ ଚିତ୍ର ଦେଖିଲେ ସୁନନ୍ଦାଙ୍କ ମନରେ ଭୟ ଆସେ । ସୁନନ୍ଦାଙ୍କ ଏଭଳି ଚିନ୍ତାଧାରାକୁ ଲେଖକ ବଦଳାଇ ଦେବାକୁ ଚାହିଁଛନ୍ତି । ଯେଉଁ ଚିତ୍ର ସୁନନ୍ଦାଙ୍କ ମନରେ ଭୟ ସୃଷ୍ଟିକାରୀ, ତାହାକୁ ସେ ଖୋଲି ଦେବାକୁ କହିଛନ୍ତି । କାରଣ ସୁନନ୍ଦାର ପରିତୃପ୍ତି ପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ ହୋଇଛନ୍ତି । ସୁନନ୍ଦା ମନରେ ଖୁସି ସୃଷ୍ଟି କରିବାକୁ ଲେଖକ ସବୁବେଳେ ଆଗ୍ରହ ପ୍ରକାଶ କରିଛନ୍ତି । ସୂଚନାତ୍ମକ ଭାବେ କହିଛନ୍ତି, ଯେଉଁ ଦାନ-ବୃକ୍ଷକୁ ସେ ଏତେଦିନ ଧରି ଯତ୍ନର ସହିତ ରଖିଛନ୍ତି, ସେଥୁରେ ସାମାନ୍ୟ କୀଟଟିଏ ବସିବାକୁ ଅନୁମତି ନେଇପାରିବେ ନାହିଁ । ସୁନନ୍ଦାଙ୍କ ପ୍ରତି ଲେଖକଙ୍କ ମନରେ ରହିଥ‌ିବା ଭାବ ଏହି ଉକ୍ତି ମାଧ୍ୟମରେ ସୁନ୍ଦର ଭାବେ ପ୍ରକାଶ ପାଇଛି ।

Question ୪ ।
ତଳେ କେତେଗୁଡ଼ିଏ ଶବ୍ଦ ଦିଆଯାଇଛି, ଡାହାଣ ପାଖ କୋଠରିରେ ତାହାର ଅର୍ଥ ଦିଆଯାଇଛି । ଠିକ୍ ଅର୍ଥ ବାଛି ସେହି ଶବ୍ଦ ନିକଟରେ ଲେଖୁ ବା।
ଲାଉ ଖୋଳରେ ତିଆରି ଭିକ୍ଷାପାତ୍ର, ଇସାରା, ମନୋଯୋଗ, ପ୍ରକଟ ହେବା, କଞ୍ଚା, ଅସ୍ଥିର
ଆପଜ୍ୱ ____________
ଥାଳ ____________
ଇଙ୍ଗିତ ____________
ଉଥଳ ____________
ଅଭିନିବେଶ ____________
Answer:
ଆପଜ୍ୱ- କଞ୍ଚା
ଥାଳ – ଲାଉ ଖୋଳରେ ତିଆରି ଭିକ୍ଷାପାତ୍ର
ଇଙ୍ଗିତ – ଇସାରା
ଉଥଳ – ଅସ୍ଥିର
ଅଭିନିବେଶ – ମନୋଯୋଗ

BSE Odisha 8th Class Odia Solutions Chapter 13 ଦଶହରା ଭେଟି

Question ୫ ।
‘କ’ ସ୍ତମ୍ଭରେ କେତୋଟି ଶବ୍ଦ, ‘ଖ’ ସ୍ତରେ ସେହି ଶବ୍ଦ ସମ୍ପର୍କିତ ବାକ୍ୟ ଓ ‘ଗ’ ସ୍ତମ୍ଭରେ ସେହି ଶବ୍ଦର ଅର୍ଥ ରହିଛି । ଆସ ‘କ’ ଓ ‘ଖ’ ସ୍ତମ୍ଭକୁ ମିଶାଇବା ପରେ ‘ଗ’ ସ୍ତମ୍ଭରୁ ଅର୍ଥ ଖୋଜି ପୁଣି ଥରେ ଶବ୍ଦ, ଅର୍ଥ ସହ ବାକ୍ୟଟିକୁ ଲେଖୁବା ।

‘କ’ଶବ୍ଦ ‘ଖ’ (ବାକ୍ୟ) ‘ଗ’ ଅର୍ଥ
ଅଳାକ ଏହି ଅଳୀକ ସଂସାର ମାୟାପୂର୍ଣ୍ଣ ସତେଚ୍ଚ
ଅମ୍ଳାନ ଶିଶୁଟିର ଅମ୍ଳାନ ମୁଖଟିକୁ ଦେଖ୍ ଖୁସି ହେଲି ରାଶି
ତିଳ ପ୍ରଭୁ ଗଣେଶଙ୍କର ତିଳରେ ତିଆରି ଲଡୁ ପ୍ରିୟ ବିହ୍ଵଳ
ଆତ୍ମହରା କାଶ୍ମୀରର ଦୃଶ୍ୟ ଦେଖୁ ମହେଶ ଆତ୍ମହରା ହୋଇଗଲେ ନିଜକୁ ଭୁଲି ଯିବା
ଅଭିଭୂତ ମୁଖ୍ୟମନ୍ତ୍ରୀଙ୍କ ଆତିଥ୍ୟରେ ଅତିଥୁ ଅଭିଭୂତ ହୋଇଗଲେ ମିଥ୍ୟା

Answer:

‘କ’ ଶବ୍ଦ ‘ଖ’ (ବାକ୍ୟ) ‘ଗ’ ଅର୍ଥ
ଅଳାକ ଏହି ଅଳୀକ ସଂସାର ମାୟାପୂର୍ଣ୍ଣ ମିଥ୍ୟା
ଅମ୍ଳାନ ଶିଶୁଟିର ଅମ୍ଳାନ ମୁଖଟିକୁ ଦେଖ୍ ଖୁସି ହେଲି ସତେଚ୍ଚ
ତିଳ ପ୍ରଭୁ ଗଣେଶଙ୍କର ତିଳରେ ତିଆରି ଲଡୁ ପ୍ରିୟ ରାଶି
ଆତ୍ମହରା କାଶ୍ମୀରର ଦୃଶ୍ୟ ଦେଖୁ ମହେଶ ଆତ୍ମହରା ହୋଇଗଲେ ନିଜକୁ ଭୁଲି ଯିବା
ଅଭିଭୂତ ମୁଖ୍ୟମନ୍ତ୍ରୀଙ୍କ ଆତିଥ୍ୟରେ ଅତିଥୁ ଅଭିଭୂତ ହୋଇଗଲେ ବିହ୍ଵଳ

ଶବ୍ଦ, ଅର୍ଥ ସହ ବାକ୍ୟ :
ଅଳୀକ – ମିଥ୍ୟା – ଏହି ଅଳୀକ ସଂସାର ମାୟାପୂର୍ଣ୍ଣ ।
ଅମ୍ଳାନ – ସତେଜ – ଶିଶୁଟିର ଅମ୍ଳାନ ମୁଖଟିକୁ ଦେଖ୍ ଖୁସି ହେଲି ।
ତିଳ – ରାଶି – ପ୍ରଭୁ ଗଣେଶଙ୍କର ତିଳରେ ତିଆରି ଲଡ଼ୁ ପ୍ରିୟ ।
ଆତ୍ମହରା – ନିଜକୁ ଭୁଲିଯିବା – କାଶ୍ମୀରର ଦୃଶ୍ୟ ଦେଖ୍ ମହେଶ ଆତ୍ମହରା ହୋଇଗଲେ ।
ଅଭିଭୂତ – ବିହ୍ଵଳ – ମୁଖ୍ୟମନ୍ତ୍ରୀଙ୍କ ଆତିଥ୍ୟରେ ଅତିଥୁ ଅଭିଭୂତ ହୋଇଗଲେ ।

Question ୬ ।
ଯେପରି ‘ମୁକ୍ତ’ ଶବ୍ଦ ସହ ‘ମାୟା’ ମିଶି ‘ମାୟାମୁକ୍ତ’ ହେଲା, ସେହିପରି ଦିଆଯାଇଥ‌ିବା ଶବ୍ଦଗୁଡ଼ିକରୁ ଉପଯୁକ୍ତ ଶବ୍ଦ ବାଛି ନୂଆ ଶବ୍ଦଗୁଡ଼ିକ କ’ଣ ହେବ, ଲେଖୁବା ।
ଘର, ଲୋଭ, ଶାପ, ଧୀର, ଦୁର୍ନୀତି, ଋଣ, ଶୋଷଣ, ଚିଠି, ପାପ, କଟକ, ଗବାକ୍ଷ

  • ଲୋଭମୁକ୍ତ
  • ଶାମୁକ୍ତ
  • ଦୁର୍ନୀତିମୁକ୍ତ
  • ଋଣମୁକ୍ତ
  • ଶୋଷଣମୁକ୍ତ
  • ପାପମୁକ୍ତ

Question ୭ ।
‘ନେତ୍ରପାତ’ ପରି ତଳେ କେତେଗୁଡ଼ିଏ ଶବ୍ଦ ଦିଆଯାଇଛି । ସେହି ଶବ୍ଦଗୁଡ଼ିକୁ ନେଇ ବାକ୍ୟଗଠନ କରିବା । (ପ୍ରଶ୍ନ ସହ ଉତ୍ତର)

ବୃଷ୍ଟିପାତ – ଶ୍ରାବଣ ମାସରେ ଅଧ୍ୱ ବୃଷ୍ଟିପାତ ହୋଇଥାଏ ।
ରକ୍ତପାତ କା – ଯୁଦ୍ଧର ରକ୍ତପାତ ଅଶୋକଙ୍କ ମନୋଭାବକୁ ବଦଳାଇ ଦେଇଥିଲା ।
କରକାପାତ – କରକାପାତ ଫସଲ ନଷ୍ଟ କରିଦିଏ ।
ତୃଷ୍ଟିପାତ – କାହାରି ଧନ ଉପରେ ଅଯଥା ଦୃଷ୍ଟିପାତ କର ନାହିଁ ।
କର୍ଣ୍ଣପାତ – ଖଳ ଲୋକମାନେ ଅନ୍ୟର କଥାକୁ କର୍ଣ୍ଣପାତ କରିଥା’ନ୍ତି ।

Question ୮।
ତଳେ ଦିଆଯାଇଥ‌ିବା ଅନୁଚ୍ଛେଦଟି ପଢ଼ି କେତୋଟି ପ୍ରଶ୍ନ ଦିଆରି କରିବା ।
ସୁନନ୍ଦାର ବେପଥୁ ହାତ ବଢ଼ାଇ ଦେଲା କୋଡ଼ିଏଟି ଟଙ୍କା, ଆଖୁର ପାଣିରେ ତାଙ୍କର ଆଖ୍ ଦୁଇଟି ସେତେବେଳକୁ ବୁଡ଼ି ଯାଇଥିଲା । ଏଭଳି ଭାବପ୍ରବଣା ମାଆଙ୍କୁ ଦେଖୁ ସେବକଟି ବୋଧହୁଏ ସଙ୍କୁଚିତ ନ ହୋଇ କହିଲା – ମାଆ, ଏ ଜାତି ଅଭିଶପ୍ତ । କେବେ ଶୁଣିଛନ୍ତି, ନ ଖାଇ ଭୋକ ଉପାସରେ କେଉଁ ଜାତି ମରିଛି ? ମଫସଲର କାହାଣୀ ନ ଶୁଣିବା ହିଁ ଭଲ । ପଟାଳି ପରେ ପଟାଳି, କେବେ ଅନାହାର ନୁହେଁ ମହାମାରୀ, ମାଲେରିଆ, ଅଖାଦ୍ୟ ଖାଇଲେ ପିଣ୍ଡ ରହିବ ତ ମାଆ ? ମୁଁ ଯାଏ ଧନ୍ୟବାଦ …….. ରାମ ନାମ ସତ୍ୟ ହେ ………. ।
ପ୍ରଶ୍ନ-
(କ) ସୁନନ୍ଦାର ବେପଥୁ ହାତ କେତେ ଟଙ୍କା ବଢ଼ାଇ ଦେଇଥୁଲା ?
(ଖ) କାହାର ବେପଥୁ ହାତ କୋଡ଼ିଏ ଟଙ୍କା ବଢ଼ାଇ ଦେଇଥୁଲା ?
(ଗ) କାହାର ଆଖିର ପାଣିରେ ଆଖି ଦୁଇଟି ବୁଡ଼ି ଯାଇଥିଲା ?
(ଘ) ସେବକଟି କାହିଁକି ସଙ୍କୁଚିତ ନ ହୋଇ କହିଥିଲା ?
(ଙ) ସେବକଟି ସଙ୍କୁଚିତ ନ ହୋଇ କ’ଣ କହିଥିଲା ?
(ଚ) ମଫସଲର କାହାଣୀ କିପରି ଥିଲା ?
(ଛ) କେଉଁ ସମୟରେ ‘ରାମ ନାମ ସତ୍ୟ ହେ’ କୁହାଯାଇଥାଏ ?
(ଜ) କିଏ ‘ରାମ ନାମ ସତ୍ୟ ହେ’ ବୋଲି କହିଥିଲା ?

Question ୯ ।
ଶବ୍ଦଗୁଡ଼ିକର ବନାନ୍ ଠିକ୍ କରି ଲେଖିବା ।
ବୁଭୂକ୍ଷା _____________
ଆଦ୍ର _____________
ଉପାଷ _____________
ଣନ୍ୟାସି _____________
ଅର୍ଣ୍ଣପୂର୍ଣ୍ଣା _____________
ଉର୍ଦ୍ଧ୍ବ _____________
ଗବାକ୍ଷ _____________
ବତ୍କୃତା _____________
ଅନ୍ତର୍ଯ୍ୟାମି _____________
ମୁର୍ତ୍ତି _____________
Answer:
ବୁଭୂକ୍ଷା – ବୁଭୁକ୍ଷା
ଆଦ୍ର – ଆର୍ଦ୍ର
ଉପାଷ – ଉପାସ
ଣନ୍ୟାସି – ସନ୍ନ୍ୟାସୀ
ଅର୍ଣ୍ଣପୂର୍ଣ୍ଣା – ଅନ୍ନପୂର୍ଣ୍ଣା
ଉର୍ଦ୍ଧ୍ବ – ଊର୍ଦ୍ଧ୍ବ
ଗବାକ୍ଷ – ଗବାକ୍ଷ
ବତ୍କୃତା – ବକ୍ତୃତା
ଅନ୍ତର୍ଯ୍ୟାମି – ଅନ୍ତର୍ଯ୍।ମୀ
ମୁର୍ତ୍ତି – ମୂର୍ତ୍ତି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
‘ଦଶହରା ଭେଟି’ ଗଳ୍ପଟି କେଉଁ ଗଳ୍ପ ସଂକଳନରୁ ସଂଗୃହୀତ ? ଏହି ଗଳ୍ପର ମର୍ମବାଣୀ କ’ଣ ?
Answer:
‘ଦଶହରା ଭେଟି’ ଗଳ୍ପଟି ରାଜକିଶୋର ରାୟଙ୍କ ବହୁଚର୍ଚ୍ଚିତ ଗଳ୍ପ ସଂକଳନ ‘ଅଶୋକ ଚକ୍ର’ରୁ ସଂଗୃହୀତ । ଏହି ଗଳ୍ପରେ ମାନବିକ ସମ୍ବେଦନା ଓ ମୂଲ୍ୟବୋଧର ମହତ୍ତ୍ଵ ପ୍ରକାଶିତ ହୋଇଛି । ପ୍ରତ୍ୟେକ ମଣିଷଠାରେ ଏକ ସମ୍ବେଦନଶୀଳ ସମବ୍ୟଥୀ ବିବେକ ଥାଏ । କରୁଣ ଓ ଦୁଃଖପୂର୍ଣ ଦୃଶ୍ୟ, ଘଟଣା, ଅବସ୍ଥା ତା’ର ହୃଦୟକୁ ବିଗଳିତ କରିଥାଏ । ନିଷ୍ଠୁରତା ଓ କଠିନତାର ଆବରଣଗୁଡ଼ିକ ସ୍ନେହ, କରୁଣା ଓ ସହାନୁଭୂତିରେ ତରଳିଯାଏ । ମଣିଷର ହୃଦୟ ଦୁଃଖୀ ମଣିଷମାନଙ୍କ ହୃଦୟ ସହିତ ଯୋଡ଼ି ହୋଇଯାଏ । ଏହି ମହତ୍ତର ସତ୍ୟକୁ ଆଧାର କରି ଗାଳ୍ପିକ ‘ଦଶହରା ଭେଟି’ ଗଳ୍ପଟିକୁ ରଚନା କରିଛନ୍ତି ।

BSE Odisha 8th Class Odia Solutions Chapter 13 ଦଶହରା ଭେଟି

Question ୨।
ଲେଖକଙ୍କ ରୁମ୍‌ରେ ଟଙ୍ଗା ଯାଇଥିବା ଛବିଗୁଡ଼ିକ ପ୍ରତି ସୁନନ୍ଦାଙ୍କ ମନୋଭାବ କ’ଣ ଥିଲା ?
Answer:
ଲେଖକଙ୍କ ରୁମ୍‌ରେ ଉତ୍କଳମଣି, ଗୌତମବୁଦ୍ଧ, ଦୀନବନ୍ଧୁ, ନିଉଟନ୍, ଭର୍‌ଜିନ୍ ମେରୀ, ଶିବାଜୀଙ୍କ ଛବି ଟଙ୍ଗାଯାଇଥିଲା । ଏସବୁ ଛବି ସୁନନ୍ଦାଙ୍କୁ ଭଲ ଲାଗିନଥିଲା । କାରଣ ଉତ୍କଳମଣି, ମହାତ୍ମାଗାନ୍ଧୀ, ବୁଦ୍ଧ, ଦୀନବନ୍ଧୁ ପ୍ରମୁଖ ଯେ ମଣିଷ ଜଗତର ଦୁଃଖସୁଖରେ ସମଭାଗୀ ଥିଲେ ଏକଥା ସୁନନ୍ଦାଙ୍କୁ ଜଣା ନଥିଲା । ଲେଖକ ସୁନନ୍ଦାଙ୍କୁ ଗୋପବନ୍ଧୁଙ୍କ ମାନବ ଦରଦୀ ହୃଦୟ, ଗୌତମଙ୍କ ଅମୃତତ୍ତ୍ଵ, ଦୀନବନ୍ଧୁଙ୍କ ମହାଭାରତୀୟ ପ୍ରେମ ବିଷୟରେ ଶୁଣାଇଛନ୍ତି । ଏଗୁଡ଼ିକ ବହୁ ବର୍ଷଧରି ଲେଖକଙ୍କ କୋଠରି ମଣ୍ଡନ କରୁଥିଲେ ସେସବୁ ସୁନନ୍ଦା ପାଇଁ ଭୟର କାରଣ ହୋଇଛି । ସେଗୁଡ଼ିକ କୋଠରିରୁ ବାହାର କରିଦେବା ପାଇଁ ସେ ଲେଖକଙ୍କୁ କହିଛନ୍ତି । ସୁନନ୍ଦାଙ୍କ ମନୋଭାବ ବସ୍ତୁବାଦୀ ଥିଲା । ତେଣୁ ସେ ଛବିଗୁଡ଼ିକର ମହତ୍ତ୍ବ ବୁଝିପାରୁ ନଥିଲେ ।

Question ୩ ।
ସହରର ଗଳି ରାସ୍ତାର କେଉଁସବୁ ଦୃଶ୍ୟ ସୁନନ୍ଦାଙ୍କ ହୃଦୟକୁ ତରଳାଇ ଦେଇଥିଲା ?
ଉ–
ସହରର ଗଳି ରାସ୍ତାରେ ସୁନନ୍ଦା ଦେଖୁଥିଲା ଯେ ଜଣେ ପାଞ୍ଚବର୍ଷର ଭୋକିଲା ଶିଶୁ କୁକୁର ବାନ୍ତିରୁ ଭାତ ବାଛି ଖାଉଛି । ପିଲାଟିର ମା’ ନିର୍ବିକାର ଭାବେ କିଛି ଦୂରରେ ଛିଡ଼ା ହୋଇଛି । ଅଇଁଠା ଖଲିରୁ କିଛି ବି ବଳକା ଖାଦ୍ୟ ନପାଇ ତା’ ମାଆ ହତାଶ ଚାହାଣୀରେ ଚାହିଁ ରହିଛି । ଗଳ୍ପନାୟିକାଙ୍କର ହୃଦ୍‌ବୋଧ ହୋଇଛି ଯେ ସହରର ଗଳିରାସ୍ତାରେ ବି ଭୋକର, ଅଭାବର ବୀଭତ୍ସ ଲୀଳା ଭରି ରହିଛି । ସେ ଶୁଣିଛନ୍ତି ଯେ ଦୁଇମାସର ପିଲା କ୍ଷୀର ଟୋପେ ମୁହଁରେ ଦେବାକୁ ପାଇନି । ମାଆ ତାକୁ ମୁନ୍ଦେ ପେଜ ପିଆଇ ଦେବାରୁ ସେ ଆଖ୍ କାନ ଖୋସି ମାଆ କୋଳରେ ଟଳିପଡ଼ିଛି । ଏସବୁ କଥା ତାଙ୍କ ହୃଦୟର କଠିନତାକୁ ସଂପୂର୍ଣ୍ଣରୂପେ ତରଳାଇ ଦେଇଛି । ଏପରିକି ତାଙ୍କର ବରାଦ ମୁତାବକ ଉପହାର ସାମଗ୍ରୀ କିଣିବାପାଇଁ ସେ ଲେଖକଙ୍କୁ ବାରଣ କରିଛନ୍ତି ।

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
‘ଦଶହରା ଭେଟି’ ଗଳ୍ପଟି କେଉଁ ଗଳ୍ପ ସଂକଳନରୁ ସଂଗୃହୀତ ? ଏହି ଗଳ୍ପର ମର୍ମବାଣୀ କ’ଣ ?
Answer:
‘ଦଶହରା ଭେଟି’ ଗଳ୍ପଟି ରାଜକିଶୋର ରାୟଙ୍କ ବହୁଚର୍ଚ୍ଚିତ ଗଳ୍ପ ସଂକଳନ ‘ଅଶୋକ ଚକ୍ର’ରୁ ସଂଗୃହୀତ । ଏହି ଗଳ୍ପରେ ମାନବିକ ସମ୍ବେଦନା ଓ ମୂଲ୍ୟବୋଧର ମହତ୍ତ୍ଵ ପ୍ରକାଶିତ ହୋଇଛି । ପ୍ରତ୍ୟେକ ମଣିଷଠାରେ ଏକ ସମ୍ବେଦନଶୀଳ ସମବ୍ୟଥୀ ବିବେକ ଥାଏ । କରୁଣ ଓ ଦୁଃଖପୂର୍ଣ୍ଣ ଦୃଶ୍ୟ, ଘଟଣା, ଅବସ୍ଥା ତା’ର ହୃଦୟକୁ ବିଗଳିତ କରିଥାଏ । ନିଷ୍ଠୁରତା ଓ କଠିନତାର ଆବରଣଗୁଡ଼ିକ ସ୍ନେହ, କରୁଣା ଓ ସହାନୁଭୂତିରେ ତରଳିଯାଏ । ମଣିଷର ହୃଦୟ ଦୁଃଖୀ ମଣିଷମାନଙ୍କ ହୃଦୟ ସହିତ ଯୋଡ଼ି ହୋଇଯାଏ । ଏହି ମହତ୍ତର ସତ୍ୟକୁ ଆଧାର କରି ଗାଳ୍ପିକ ‘ଦଶହରା ଭେଟି’ ଗଳ୍ପଟିକୁ ରଚନା କରିଛନ୍ତି ।

Question ୨।
ଲେଖକଙ୍କ ରୁମ୍‌ରେ ଟଙ୍ଗା ଯାଇଥିବା ଛବିଗୁଡ଼ିକ ପ୍ରତି ସୁନନ୍ଦାଙ୍କ ମନୋଭାବ କ’ଣ ଥିଲା ?
Answer:
ଲେଖକଙ୍କ ରୁମ୍‌ରେ ଉତ୍କଳମଣି, ଗୌତମବୁଦ୍ଧ, ଦୀନବନ୍ଧୁ, ନିଉଟନ୍, ଭର୍‌ଜିନ୍ ମେରୀ, ଶିବାଜୀଙ୍କ ଛବି ଟଙ୍ଗାଯାଇଥିଲା । ଏସବୁ ଛବି ସୁନନ୍ଦାଙ୍କୁ ଭଲ ଲାଗିନଥିଲା । କାରଣ ଉତ୍କଳମଣି, ମହାତ୍ମାଗାନ୍ଧୀ, ବୁଦ୍ଧ, ଦୀନବନ୍ଧୁ ପ୍ରମୁଖ ଯେ ମଣିଷ ଜଗତର ଦୁଃଖସୁଖରେ ସମଭାଗୀ ଥିଲେ ଏକଥା ସୁନନ୍ଦାଙ୍କୁ ଜଣା ନଥିଲା । ଲେଖକ ସୁନନ୍ଦାଙ୍କୁ ଗୋପବନ୍ଧୁଙ୍କ ମାନବ ଦରଦୀ ହୃଦୟ, ଗୌତମଙ୍କ ଅମୃତତ୍ଵ, ଦୀନବନ୍ଧୁଙ୍କ ମହାଭାରତୀୟ ପ୍ରେମ ବିଷୟରେ ଶୁଣାଇଛନ୍ତି । ଏଗୁଡ଼ିକ ବହୁ ବର୍ଷଧରି ଲେଖକଙ୍କ କୋଠରି ମଣ୍ଡନ କରୁଥିଲେ ସେସବୁ ସୁନନ୍ଦା ପାଇଁ ଭୟର କାରଣ ହୋଇଛି । ସେଗୁଡ଼ିକ କୋଠରିରୁ ବାହାର କରିଦେବା ପାଇଁ ସେ ଲେଖକଙ୍କୁ କହିଛନ୍ତି । ସୁନନ୍ଦାଙ୍କ ମନୋଭାବ ବସ୍ତୁବାଦୀ ଥିଲା । ତେଣୁ ସେ ଛବିଗୁଡ଼ିକର ମହତ୍ତ୍ବ ବୁଝିପାରୁ ନଥିଲେ ।

Question ୩ ।
ସହରର ଗଳି ରାସ୍ତାର କେଉଁସବୁ ଦୃଶ୍ୟ ସୁନନ୍ଦାଙ୍କ ହୃଦୟକୁ ତରଳାଇ ଦେଇଥିଲା ?
Answer:
ସହରର ଗଳି ରାସ୍ତାରେ ସୁନନ୍ଦା ଦେଖୁଥିଲା ଯେ ଜଣେ ପାଞ୍ଚବର୍ଷର ଭୋକିଲା ଶିଶୁ କୁକୁର ବାନ୍ତିରୁ ଭାତ ବାଛି ଖାଉଛି । ପିଲାଟିର ମା’ ନିର୍ବିକାର ଭାବେ କିଛି ଦୂରରେ ଛିଡ଼ା ହୋଇଛି । ଅଇଁଠା ଖଲିରୁ କିଛି ବି ବଳକା ଖାଦ୍ୟ ନପାଇ ତା’ ମାଆ ହତାଶ ଚାହାଣୀରେ ଚାହିଁ ରହିଛି । ଗଳ୍ପନାୟିକାଙ୍କର ହୃଦ୍‌ବୋଧ ହୋଇଛି ଯେ ସହରର ଗଳିରାସ୍ତାରେ ବି ଭୋକର, ଅଭାବର ବୀଭତ୍ସ ଲୀଳା ଭରି ରହିଛି । ସେ ଶୁଣିଛନ୍ତି ଯେ ଦୁଇମାସର ପିଲା କ୍ଷୀର ଟୋପେ ମୁହଁରେ ଦେବାକୁ ପାଇନି । ମାଆ ତାକୁ ମୁନ୍ଦେ ପେଜ ପିଆଇ ଦେବାରୁ ସେ ଆଖ୍ କାନ ଖୋସି ମାଆ କୋଳରେ ଟଳିପଡ଼ିଛି । ଏସବୁ କଥା ତାଙ୍କ ହୃଦୟର
ଲେଖକଙ୍କୁ ବାରଣ କରିଛନ୍ତି ।

ଗାଳ୍ପକ ପରିଚୟ 

ଓଡ଼ିଆ କ୍ଷୁଦ୍ରଗଳ୍ପ ଆକାଶରେ ଗାଳ୍ପିକ ରାଜକିଶୋର ରାୟ ସ୍ୱତନ୍ତ୍ର ଆଭା ପ୍ରକଟକାରୀ ନକ୍ଷତ୍ର । ପୁରୀ ଜିଲ୍ଲାର ଛତାବର ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୪୦ରୁ ୧୯୮୦ ମସିହା ପର୍ଯ୍ୟନ୍ତ ସେ ଓଡ଼ିଆ ଭାଷାରେ ଆଦର୍ଶ ଓ ସୌନ୍ଦର୍ଯ୍ୟକୁ ନେଇ ସୁନ୍ଦର ଗଳ୍ପ ରଚନା କରିଛନ୍ତି । ଜଣେ ଆଦର୍ଶବାଦୀ ଭାବୁକ କଥାଶିଳ୍ପୀ ଭାବରେ ସେ ବେଶ୍ ଜନପ୍ରିୟ ।

ରାଜକିଶୋର ରାୟ ତାଙ୍କ କର୍ମମୟ ଜୀବନ କ୍ଷେତ୍ରରେ ଯେପରି ଶାନ୍ତ ସମାହିତ, ଗଳ୍ପରଚନା କ୍ଷେତ୍ରରେ ସେହିପରି ସହୃଦୟ ଓ ଭାବପ୍ରବଣ । ଦୈନନ୍ଦିନ ଜୀବନର ପରିଚିତ ଘଟଣା ଓ ଅନୁଭବକୁ ସେ ନାଟକୀୟ ଭଙ୍ଗୀରେ ବିଚିତ୍ର ଆବେଦନରେ ଗଳ୍ପରୂପ ଦେବାରେ ସିଦ୍ଧହସ୍ତ । ‘ନୀଳ ଲହରୀ’, ‘ଜୟଶଙ୍ଖ’, ‘ମନର ମୃଣାଳ’, ‘ବିକଚ ଶତଦଳ’, ‘ଅଶୋକଚକ୍ର’, ‘ଆଦିପୁରୁଷ’, ‘ମଧ୍ୟାହ୍ନର ମରୁପଥେ’, ‘ପଙ୍କ ଚନ୍ଦନ’, ‘ଜୀବନ ସଙ୍ଗୀତ’, ‘ଦୁର୍ବଳ ଦେବାଳୟ’ ଓ ‘ଭାବବନ୍ଧନ’ ପ୍ରଭୃତି ତାଙ୍କର ଜନପ୍ରିୟ ଗଳ୍ପ ସଂକଳନ ।

ଗଳ୍ପର ପୃଷ୍ଠଭୂମି 

ଆଲୋଚ୍ୟ ଗଳ୍ପଟି ଗାଳ୍ପିକଙ୍କ ବହୁଚର୍ଚ୍ଚିତ ଗଳ୍ପ ସଂକଳନ ‘ଅଶୋକଚକ୍ର ‘ରୁ ସଂଗୃହୀତ । ଏହି ଗଳ୍ପରେ ମାନବିକ ସମ୍ବେଦନା ଓ ମୂଲ୍ୟବୋଧର ମହତ୍ତ୍ବ ପ୍ରକାଶ ପାଇଛି । ପ୍ରତ୍ୟେକ ମଣିଷର ଏକ ସମ୍ବେଦନଶୀଳ ସମବ୍ୟର୍ଥୀ ବିବେକ ଥାଏ । କରୁଣ ଓ ଦୁଃଖପୂର୍ଣ୍ଣ ଦୃଶ୍ୟ, ଘଟଣା, ଅବସ୍ଥା ଦେଖୁ ସେହି ବିବେକଟି ତରଳି ଯାଏ । ନିଷ୍ଠୁର ତାର, କଠିନତାର ଆବରଣଗୁଡ଼ିକ ସ୍ନେହ, କରୁଣା ଓ ସହାନୁଭୂତିରେ ତରଳିଯାଏ । ମଣିଷର ହୃଦୟ ଅନ୍ୟ ଜଣେ ଦୁଃଖୀ ମଣିଷର ହୃଦୟ ସହିତ ଯୋଡ଼ି ହୋଇଯାଏ । ହୃଦୟ ପରିବର୍ତ୍ତନର ଅପୂର୍ବ ଦୃଷ୍ଟାନ୍ତ ଭାବରେ ଏହି ଗଳ୍ପଟି ପାଠକଙ୍କୁ ମୁଗ୍ଧ କରିଥାଏ । ମୋଟ ଉପରେ ଅଶ୍ରୁଳ ଓ ଅଭାବମୟ ଅବସ୍ଥାର ଦୃଶ୍ୟ ମଣିଷ ହୃଦୟରେ ଦୟାର୍ଦ୍ର ଭାବ ସୃଷ୍ଟିକରେ – ଏହି ସତ୍ୟକୁ ଆଲୋଚ୍ୟ ଗଳ୍ପରେ ସୁନନ୍ଦା ଚରିତ୍ର ମାଧ୍ୟମରେ ଗାଳ୍ପିକ କଥାରୂପ ଦେଇଛନ୍ତି ।

ଗଳ୍ପର ସାରକଥା 

ଗାଳ୍ପିକ ସ୍ଵୟଂ ଏହି ଗଳ୍ପର ଗଳ୍ପନାୟକ । ପ୍ରଥମ ପୁରୁଷ କଥନଶୈଳୀରେ ଏହି ଗଳ୍ପଟି ରଚିତ । ଗଳ୍ପନାୟକଙ୍କ ପତ୍ନୀ ସୁନନ୍ଦା । ଅପକ୍ବ ବୟସରେ (ଅର୍ଥାତ୍ ବିବାହ ଜୀବନର ଭାର ବୋହିବାର ଦକ୍ଷତା ଆସିବାର ବହୁପୂର୍ବର ତରୁଣ ଅବସ୍ଥା) ସୁନନ୍ଦାଙ୍କ ସହିତ ଗଳ୍ପନାୟକଙ୍କର ବିବାହ ହୋଇଯାଇଛି । ପତି ଭାବରେ ତାଙ୍କ ପାଖରୁ ଗଳ୍ପନାୟକ ଯାହା ଚାହାଁନ୍ତି ସେ ସବୁ ପୂରଣ କରନ୍ତି । ମାତ୍ର ତାଙ୍କର ସ୍ନେହ, ପ୍ରେମ, ଶ୍ରଦ୍ଧାରେ ଧନୀ ଦୁଲାଳୀର ଯେଉଁ ସାମାନ୍ୟ ଅହଂଟିଏ ଲୁଚି ରହିଥାଏ ତାହାକୁ ଗଳ୍ପନାୟକଙ୍କ ସ୍ବାମୀପଣ ଖୁବ୍ ଗୋଟେ ଯନ୍ତ୍ରଣା ଭିତରେ ସହ୍ୟ କରିଥାଏ । ସୁନନ୍ଦା କାବ୍ୟକବିତାର ପ୍ରେୟସୀ ଓ କଳ୍ପନାବାଦୀ । ମାତ୍ର ଗଳ୍ପନାୟକ ତାଙ୍କର ବିପରୀତ ଗୁଣଧାରୀ ଅର୍ଥାତ୍ ବାସ୍ତବବାଦୀ । ତାଙ୍କ ପାଇଁ ଜନ୍ମ ମୃତ୍ୟୁ, ଜୀବନ ମରଣ ସବୁ ସମାନ ।

BSE Odisha 8th Class Odia Solutions Chapter 13 ଦଶହରା ଭେଟି

କୋଡ଼ିଏ ବର୍ଷ ତଳର ଅଶିଣ ସକାଳର ସୁନନ୍ଦା ଏବଂ ବିବାହର କୋଡ଼ିଏ ବର୍ଷ ପରର ସୁନନ୍ଦା ଭିନ୍ନ । ମାତ୍ର ଗାଳ୍ପିକଙ୍କ ଅନ୍ତଃମାନସ କୋଡ଼ିଏ ବର୍ଷ ତଳର ଶ୍ରୀମୟୀ ସୁନନ୍ଦାକୁ ଖୋଜିଥାଏ । ଗାଳ୍ପିକଙ୍କ ମତରେ ସୁନନ୍ଦା ପାଇଁ ଅନେକ କିଛି କରିବା ସତ୍ତ୍ବେ ବି ସୁନନ୍ଦାର ତାଙ୍କ ପ୍ରତି ମନୋଭାବ ବଦଳି ପାରିନାହିଁ । କୌଣସି ବିଜୟା ଦଶମୀର ସୁନ୍ଦର ସୁଖକର ପ୍ରଭାତରେ ସୁନନ୍ଦା ନିଜ କୋଠରିଟିକୁ ସଜାଇବାରେ ଲାଗିଛନ୍ତି । ସ୍ଵାମୀଙ୍କ ରୁମ୍ ସଜାଇବାକୁ ତାଙ୍କର ଇଚ୍ଛା ଥିଲେ ବି ସେଠାରେ ଟଙ୍ଗା ଯାଇଥିବା ଛବିଗୁଡ଼ିକ ତାଙ୍କୁ ଭୟଙ୍କର ଅସୁଖ ଲାଗିଛନ୍ତି । ତେଣୁ ସେ ରୁମ୍ ସଫା କରିପାରି ନଥ‌ିବା କଥା କହିଛନ୍ତି । ଗଳ୍ପନାୟକ ସୁନନ୍ଦାଙ୍କୁ ସ୍ୱୟଂ ରୁଚିକର ଲାଗୁ ନ ଥ‌ିବାରୁ ତାଙ୍କ ରୁମ୍ ଓ ରୁମ୍ରେ ଥ‌ିବା ଉତ୍କଳମଣି, ଗୌତମ ବୁଦ୍ଧ, ଦୀନବନ୍ଧୁ ପ୍ରମୁଖଙ୍କ ଛବିଗୁଡ଼ିକ ତାଙ୍କର ପ୍ରିୟ ହେବନି – ଏକଥା ଗନ।ୟକଙ୍କୁ ବ୍ବକଣା ।

ଗଳ୍ପନାୟକଙ୍କ ରୁମ୍‌ରେ ଟଙ୍ଗାଯାଇଥିବା ଉତ୍କଳମଣି, ଗୌତମବୁଦ୍ଧ, ଦୀନବନ୍ଧୁ, ନିଉଟନ, ଭରଜିନ୍ ମେରୀ, ଶିବାଜୀ ପ୍ରଭୃତିଙ୍କ ଛବି ସୁନନ୍ଦାଙ୍କୁ ଭଲ ଲାଗି ନ ଥିଲା । ମାତ୍ର ସେହି ଉତ୍କଳମଣି, ଗାନ୍ଧୀ, ବୁଦ୍ଧ, ଦୀନବନ୍ଧୁ ପ୍ରମୁଖ ଯେ ମଣିଷ ଜଗତର ଦୁଃଖସୁଖରେ ସମଭାଗୀ ଥିଲେ ଏକଥା ତାଙ୍କୁ ଜଣାନଥିଲା । ଗଳ୍ପନାୟକ ସୁନନ୍ଦାଙ୍କୁ ଗୋପବନ୍ଧୁଙ୍କ ମାନବଦରଦୀ ହୃଦୟ, ଗୌତମଙ୍କ ଅମୃତତ୍ତ୍ଵ, ଦୀନବନ୍ଧୁଙ୍କ ମହାଭାରତୀୟ ପ୍ରେମ ବିଷୟରେ ଶୁଣାଇଛନ୍ତି । ସେସବୁ ଛବି ବହୁବର୍ଷ ହେବ ଗଳ୍ପନାୟକଙ୍କ କୋଠରି ମଣ୍ଡନ କରିବା କଥା ସୁନନ୍ଦା ଜାଣନ୍ତି । ତଥାପି ଯେଉଁ ଛବିଗୁଡ଼ିକ ସୁନନ୍ଦାଙ୍କ ପାଇଁ ଭୟର କାରଣ ହୋଇଛି, ସେଗୁଡ଼ିକୁ କୋଠରିରୁ ବାହାର କରିଦେବାକୁ ଗଳ୍ପନାୟକ କହିଛନ୍ତି । ସୁନନ୍ଦା କିନ୍ତୁ ସାତ ଆଠଦିନ ତଳେ ଖବରକାଗଜରୁ କଟାଯାଇ ବଡ଼ ବଡ଼ ପେଷ୍ଟବୋର୍ଡ଼ରେ ଲଗାଯାଇଥିବା ଛବିଗୁଡ଼ିକ କ’ଣ ବାସ୍ତବ ବୋଲି ପଚାରିଛନ୍ତି । ସେସବୁ ଛବିଗୁଡ଼ିକର ମହତ୍ତ୍ବ ସୁନନ୍ଦାଙ୍କ ପାଖରେ କିଛି ନାହିଁ ବୋଲି ଜାଣିପାରି ଗଳ୍ପନାୟକ ତାଙ୍କୁ କି ଦଶହରା ଭେଟି ଦେବେ ବୋଲି ପଚାରିଛନ୍ତି । ଏଥ‌ିରେ ସୁନନ୍ଦା ଉତ୍ଫୁଲ୍ଲ ହୋଇଉଠିଛନ୍ତି । ଏଥୁରୁ ସୁନନ୍ଦାଙ୍କ ବସ୍ତୁବାଦୀ ମାନସିକତାର ପରିଚୟ ମିଳିଥାଏ ।

ଦଶହରା ଅବକାଶରେ ରେଡ଼ିଓଠାରୁ ଶାଢ଼ି କିଣିବା ପର୍ଯ୍ୟନ୍ତ ନାନା ବରାଦ ସୁନନ୍ଦା ଦେଇଛନ୍ତି । ସନ୍ଧ୍ୟାରେ ପ୍ରିୟଜନମାନଙ୍କୁ ଆତିଥ୍ୟ ପ୍ରଦାନ ପାଇଁ ପେସ୍ତା, ଅଙ୍ଗୁର, ବାଦାମ ଓ କ୍ୱାଶ୍ ଇତ୍ୟାଦି ଆଣିବାକୁ କହିଛନ୍ତି । ସବ୍‌ଜଜ୍ ପ୍ରେମରାଜ୍‌ବାବୁଙ୍କଠାରୁ ପୁପୁ, ମିନା, ବଙ୍କିମବାବୁ, ଜୋସେଫ୍, ଈଭ ରାଉତଙ୍କ ପର୍ଯ୍ୟନ୍ତ ଅନେକ ଅତିଥିଙ୍କୁ ନିମନ୍ତ୍ରଣ କରିବାର ତାଲିକାଟିଏ ସୁନନ୍ଦା ଦେଇଛନ୍ତି ।

ଏହି ସମୟରେ ଚାକର ରମୁ ଦୁଃଖୁ ମାଆ ତା’ ମାସକର ଛୁଆଟିକୁ କ୍ଷୀର ଖୁଆଇବାପାଇଁ ଚିନି ଟିକିଏ ମାଗୁଛି ବୋଲି ସୁନନ୍ଦାଙ୍କୁ କହିଛି । ମାତ୍ର ସୁନନ୍ଦା ଅତି ନିଷ୍ଠୁର ଢଙ୍ଗରେ ‘ନା, ଚିନି ନାହିଁ”’ ବୋଲି କହି ମନା କରି ଦେଇଛନ୍ତି । ମାତ୍ର ଗଳ୍ପନାୟକ ଦୁଃଖୁ ମାଆ ପ୍ରତି ସମ୍ବେଦନଶୀଳ ହୋଇପଡ଼ିଛନ୍ତି । ସେ ତା’ର ଛୁଆକୁ ଦୁଧ ଅଭାବରେ ଚିନିପାଣି ପିଆଇବା କଥା ଶୁଣି ତା’ର ଛୁଆ ବଡ଼ ହେବାଯାଏ ନିତି ଗାଈ ଦୁଧ ଘରୁ ନେଇଯିବାକୁ କହିଛନ୍ତି । କୌଣସି ପ୍ରକାରେ ତା’ ପିଲାଟା ବଞ୍ଚିଯାଉ ବୋଲି ସୁନନ୍ଦାକୁ ବୁଝାଇଛନ୍ତି । ଏହାପରେ ସୁନନ୍ଦାଙ୍କୁ ତାଙ୍କ ମନ ପସନ୍ଦର ଜିନିଷ କିଣିବାପାଇଁ ତାଙ୍କ ସହ ବଜାର ଯିବାକୁ ଆମନ୍ତ୍ରଣ କରିଛନ୍ତି ।

ଡ୍ରାଇଭରକୁ ଦଶହରା ବୁଲିବାପାଇଁ ଘରକୁ ପଠାଇ ଦେଇଥିବାରୁ ଗଳ୍ପନାୟକ ପତ୍ନୀ ସୁନନ୍ଦାଙ୍କ ସହିତ ଚାଲିଚାଲି ବଜାର କରିବାକୁ ବାହାରି ଯାଇଛନ୍ତି । ଦଶହରାର ଚାକଚକ୍ୟପୂର୍ଣ୍ଣ ସଜ୍ଜା ଭିତରେ ସହରଟା ଐନ୍ଦ୍ରଜାଲିକ ଶୋଭାରେ ମନ ମୋହି ନେଉଛି । ସ୍ଵାମୀ ସ୍ତ୍ରୀ ଦୁହେଁ ପାଖାପାଖ୍ ଚାଲିଚାଲି ଯାଉଛନ୍ତି । କୁକୁର ବାନ୍ତିରୁ ଭାତ ବାଛି ଖାଉଥ‌ିବା ଗୋଟିଏ ମାଗନ୍ତା ଭୋକିଲା ଶିଶୁକୁ ଦେଖୁ

ସୁନନ୍ଦା− ‘ଇଂ……ଇଲୋ, କେଡ଼େ ଅସନା ପିଲାଟେ ମ’ ବୋଲି ଚିତ୍କାର କରିଛନ୍ତି । ପାଞ୍ଚବର୍ଷର ଅସ୍ଥିକଙ୍କାଳସାର ମଣିଷ ପିଲାଟିର କିଛି ଦୂରରେ ତା’ର ମାଆ ନିର୍ବିକାରଭାବେ ଛିଡ଼ା ହୋଇଛି । ଏ ଦୃଶ୍ୟ ଦେଖ୍ ସୁନନ୍ଦାଙ୍କ ମୁଣ୍ଡ ଘୂରି ଯାଇଛି । ଗୋଟିଏ ପଟରେ ମାଗନ୍ତା ପିଲାର କୁକୁର ବାନ୍ତିରୁ ଭାତ ବାଛି ଖାଇବାର କରୁଣ ବୀଭତ୍ସ ଦୃଶ୍ୟ ଓ ଅନ୍ୟପଟରେ ନର୍ଦ୍ଦମାରେ ପଡ଼ିଥିବା ଅଇଁଠା ଖଲିରୁ କିଛି ବି ବଳକା ଖାଦ୍ୟ ନପାଇ ତା’ ମାଆର ହତାଶ ଚାହାଁଣି ଗଳ୍ପନାୟକଙ୍କୁ ବିବ୍ରତ କରିଦେଇଛି । ଯେତେବେଳେ ମାଆଟି ରାକ୍ଷସୀ ପରି ଧାଇଁ ଆସି ପିଲାଟିକୁ ତଳକୁ ଠେଲି କୁକୁର ବାନ୍ତିକୁ ଶୋଷି ନେଲା – ସେତେବେଳେ ଏ ଦୃଶ୍ୟ ଗଳ୍ପନାୟକଙ୍କ ହୃଦୟକୁ ବିଦାରି ଦେଇଛି । ସ୍ତ୍ରୀଙ୍କ ଡାକରେ ରେଡ଼ିଓ କିଣିବାକୁ ଗଳ୍ପନାୟକ ରାଜପଥ ଛାଡ଼ି ସହରର ଏକ ଗଳି ରାସ୍ତାରେ ଯାଇଛନ୍ତି ।

ସହରର ଗଳିରାସ୍ତାରେ ବି ଭୋକର, ଅଭାବର ବୀଭତ୍ସ ଲୀଳା ଭରି ରହିଛି । ଗଳ୍ପନାୟକ ରାସ୍ତାରେ ଯାଉଯାଉ ଶୁଣିବାକୁ ପାଇଛନ୍ତି ଜଣଙ୍କର ଦୁଇମାସର ପିଲା ମାସେ ହେଲା କ୍ଷୀର ଟୋପେ ମୁହଁରେ ଦେଇନି । ତା’ ମାଆ ତାକୁ ପେଜ ମୁନ୍ଦେ ପିଆଇ ଦେବାରୁ ସେ ମା’ କୋଳରେ ଆଖ୍ କାନ ଖୋଷି ଢଳିପଡ଼ିଲା । ସବୁଠି ଜୀବନ ବଞ୍ଚିବାର କରୁଣ ଦୃଶ୍ୟ । ଏହି ଦୃଶ୍ୟସବୁରୁ ମୁକ୍ତି ପାଇବାପାଇଁ ଗଳ୍ପନାୟକ ଆଗକୁ ଆଗକୁ ମାଡ଼ି ଚାଲିଯାଉଥ‌ିବା ବେଳେ ସୁନନ୍ଦା ପଛରୁ ତାଙ୍କର ହାତ ଧରି ଡାକିଛି । ଶାଢ଼ି, ରେଡ଼ିଓ, ଅଙ୍ଗୁର, ପେନ୍ଥା – କିଛି ବି କିଣିବାକୁ ଆଉ ତାଙ୍କର ଇଚ୍ଛା ନାହିଁ । ଅଭାବ କ’ଣ ଜାଣି ନଥ‌ିବା ଓ ସହରରେ ଭାବର ମହଲ ଭିତରେ ଥ‌ିବା ସୁନନ୍ଦା ଯେତେବେଳେ ସହରର ରାଜପଥଠୁଁ ଗଳିରାସ୍ତାଯାଏ ସବୁଠି ଭୋକର, ଅଭାବର କରୁଣ ଦୃଶ୍ୟ ଦେଖୁଛନ୍ତି, ସେତେବେଳେ ତାଙ୍କର ବିଳାସୀ ହୃଦୟ ତରଳିଯାଇଛି । ଆଖୁ ଅନ୍ୟର ଦୁଃଖରେ ଛଳଛଳ ହୋଇଉଠିଛି । ଗାଳ୍ପିକ ସୁନନ୍ଦାଙ୍କ ଅନିଚ୍ଛାସତ୍ତ୍ବେ ଗୋଟିଏ ଟାକ୍‌ସି ଅଟକାଇ ସେଥ‌ିରେ ସୁନନ୍ଦାଙ୍କୁ ବସାଇ ବଙ୍ଗଳାକୁ ଯିବାକୁ ବାହାରିପଡ଼ିଲେ ।

ଏହି ସମୟରେ ନିଶୂଳ ଶବସଂସ୍କାର ସମିତିର ସେବକମାନେ ‘ରାମନାମ ସତ୍ୟ ହେ’ ଡାକ ଦେଇ ଗୋଟିଏ ଶବକୁ ବୋହି ନେଉଛନ୍ତି । ଶବ ସଂସ୍କାର ପାଇଁ ଜଣେ ସେବକ ହାତପାତି ସାହାଯ୍ୟ ମାଗିବାରୁ ସୁନନ୍ଦା ତାଙ୍କୁ ଏକାଥରକେ କୋଡ଼ିଏ ଟଙ୍କା ବଢ଼ାଇ ଦେଇଛନ୍ତି । ସେବକଟିଠାରୁ ସେ ଶୁଣିଛନ୍ତି ମହାମାରୀ, ମ୍ୟାଲେରିଆ ଓ ଭୋକ ଉପାସରେ ମଣିଷ ଜାତିଟା ଗାଁରୁ ସହର ଯାଏ – କେବଳ ଦୁର୍ଦ୍ଦଶା ଭୋଗି ମରି ଚାଲିଛି । ସେବକଟି ଟଙ୍କା ନେଇ କୋକେଇ କାନ୍ଧେଇଲା ବେଳକୁ ଗଳ୍ପନାୟକ ଟାକ୍‌ସିକୁ ଶାଢ଼ି ଦୋକାନ ଆଡ଼େ ଯିବାକୁ କହିଛନ୍ତି । ମାତ୍ର ସେତେବେଳକୁ ସୁନନ୍ଦାଙ୍କର ହୃଦୟ ଉଚ୍ଛସିତ କୋହରେ ଭରି ଉଠିଛି । ସେ କାକୁସ୍ଥ କଣ୍ଠରେ କହିଛନ୍ତି – ମତେ କ୍ଷମା କର । ପୋଡ଼ିଯାଉ ସେ ନିମନ୍ତ୍ରଣ । ମୋ ରାଣ ଖାଅ, ତୁମ ରୁମରେ ଯେଉଁ ଏଭଳି ଦୁଃଖୀ ଭୋକୀ ଶୋଷୀଙ୍କର ଛବି ରହିଛି, ସେସବୁ ଆଜିଠାରୁ ମୋ ଘରେ ରହିବ ।

BSE Odisha 8th Class Odia Solutions Chapter 13 ଦଶହରା ଭେଟି

ସୁନନ୍ଦା ବଦଳି ଯାଇଛନ୍ତି । ତାଙ୍କ ହୃଦୟରେ ପରିବର୍ତ୍ତନ ଆସିଛି । ଶାଢ଼ି, ରେଡ଼ିଓ ଆଦି ଉପହାର କିଣିବାପାଇଁ ଆଣିଥିବା ସାତଶହ ଟଙ୍କାରେ ଗଳିପଥରେ ଭୋକିଲା ହୋଇ ପଡ଼ି ଥିବା ଦୁଃଖ୍ରଙ୍କୀଙ୍କ ଖାଇବା ପିଇବାପାଇଁ ଦେବାକୁ ଗଳ୍ପନାୟକଙ୍କୁ ସେ ଅନୁରୋଧ କରିଛନ୍ତି । ଅଭାବ ପଡ଼ିଲେ ଆଉ ଟଙ୍କା ଆଣି ଦଶହରାରେ ଭୋକିଲାଙ୍କ ଭୋଜନ ବ୍ୟବସ୍ଥା କରିବାକୁ ସେ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ବୋଲି ଭାବିଛନ୍ତି । ଏ ଘଟଣା ପରଠାରୁ ସୁନନ୍ଦା ବିଳାସୀ ଜୀବନ ଛାଡ଼ି ଦେଇଛନ୍ତି । ଆରମ୍ଭ ହୋଇଛି ଦରିଦ୍ରନାରାୟଣ ସେବା । ‘ସୁନନ୍ଦା ଭୋଜନାଳୟ’ ପ୍ରତିଷ୍ଠା କରି ସେ ପ୍ରତି ସଞ୍ଜରେ ପାଞ୍ଚଶହରୁ ଅଧ୍ଵ ଭିକାରୀ ଭିକାରୁଣୀଙ୍କ ମୁହଁରେ ଦାନା ଦିଅନ୍ତି । ଏମାନଙ୍କ ପାଇଁ ନିଜେ ସୁନନ୍ଦା ଅନ୍ନପୂର୍ଣ୍ଣା ସାଜି ରୋଷେଇ କରନ୍ତି । ଗାଳ୍ପିକ ସୁନନ୍ଦାଙ୍କ ପରି ଭୋକିଲାଙ୍କ ହୃଦୟ ବୁଝି ପାରୁଥିବା ପତ୍ନୀଙ୍କୁ ପାଇଥିବାରୁ ନିଜ ଜୀବନକୁ ସାର୍ଥକ ମଣିଛନ୍ତି ।

ସୂଚନା ଓ କଠିନ ଶବ୍ଦାର୍ଥ:

  • ଅପକ୍ୱ – କଞ୍ଚା/ବୁଝିବା ଓ ଦାୟିତ୍ଵ ନେବା ଭଳି ବୟସ ହେ।ଇନଥ୍ ବ।
  • ଉଥଳ – ତରଙ୍ଗାୟିତ
  • ପାସଙ୍ଗ – ସମାନ ବା ତୁଳନାଯୋଗ୍ୟ ନୁହେଁ
  • ଅମ୍ଳାନ – ଯାହା ମଳିନ ନୁହେଁ / ସତେକ
  • ସେର – ପୂର୍ବରୁ ଶସ୍ୟ ଓ ତରଳ ପଦାର୍ଥ ମାପ ପାଇଁ ବ୍ୟବହୃତ ମାପପାତ୍ର, ଯାହାକି ବର୍ତ୍ତମାନର ଏକ କିଲୋଗ୍ରାମ୍‌ ଠାରୁ ଅଧିକ
  • ଆଳ – ବାହାନା / ଚଛଳନା
  • ଗବାକ୍ଷ – ଝରକା
  • ରିସ୍।ରିତ – ପ୍ରସାରିତ
  • ଉଚ୍ଛ୍ଵସିତ – ଆନନ୍ଦକର/ବିଭୋର
  • ତୁଙ୍ଗ – ଖୁବ୍ ଉଚ୍ଚ
  • ତିଳ – ରାଶି / ଖସା / ଅତି ଛୋଟ
  • ପ୍ରେୟସୀ – ପ୍ରିୟତମା / ଅତି ପ୍ରିୟ
  • ଅଭିନିବେଶ – ଏକାଗ୍ରତା
  • ଅଭିଭୂତ – ବିହ୍ବଳ
  • ପଟାଳି – ପର୍ଯ୍ୟାୟ / ସ୍ତର
  • ଇଙ୍ଗିତ – ସଙ୍କେତ / ସୂଚନା / ନିର୍ଦ୍ଦେଶ
  • ଅଳୀକ – ମିଥ୍ୟା
  • ଆତ୍ମହରା – ନିଜକୁ ଭୁଲିଯିବା
  • କ୍ଳେଦ – କାଦୁଅ
  • ବୁଭୁକ୍ଷା – ଭୋକ ଅବସ୍ଥା / ପ୍ରବଳ କ୍ଷୁଧା
  • ହୁଦା – ପଦବୀସୂଚକ ଧାତୁ ଚିହ୍ନ
  • ବେପଥୁ – କମ୍ପିତ / ଥରିଲା ଥରିଲା
  • ନେତ୍ର ପାତ – ଆଖି ପଡ଼ିବା/ଆଖି ପକାଇବା
  • ମାୟାମୁକ୍ତ – କୌଣସି ପ୍ରକାର ଆସକ୍ତି ନ ଥ‌ିବା
  • ଢେ।କେ – ଥରକରେ ଗିଳିପାରିବା ଭଳି

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

Odisha State Board CHSE Odisha Class 12 Political Science Solutions Chapter 4 ଭାରତରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା Long Answer Questions Part-2

CHSE Odisha 12th Class Political Science Chapter 4 Long Answer Questions in Odia Medium Part-2

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ପଞ୍ଚାୟତ ସମିତିର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ରାଜ୍ୟର ପ୍ରତି ଜିଲ୍ଲା କେତୋଟି ବ୍ଲକ୍‌କୁ ନେଇ ଗଠିତ ଏବଂ ପ୍ରତି ବ୍ଲକ୍‌ରେ ଗୋଟିଏ ପଞ୍ଚାୟତ ସମିତି ଥାଏ । ଓଡ଼ିଶାରେ ୩୧୪ଟି ପଞ୍ଚାୟତ ସମିତି ଅଛି । ପ୍ରତି ବ୍ଲକ୍‌ରେ ୧୦ରୁ ୧୫ଗୋଟି ଗ୍ରାମପଞ୍ଚାୟତ ଥାଏ ।

ଗଠନ – ପଞ୍ଚାୟତ ସମିତି ପଞ୍ଚାୟତିରାଜ ବ୍ୟବସ୍ଥାର ମଧ୍ଯମ ସୋପାନ । ଏହା ସରକାରୀ ଓ ବେସରକାରୀ ସଭ୍ୟଙ୍କୁ ନେଇ ଗଠିତ । ବେସରକାରୀ ସଭ୍ୟଙ୍କର ଭୋଟ ଦେବା ଅଧିକାର ଥାଏ; କିନ୍ତୁ ପଞ୍ଚାୟତ ସମିତିର ସରକାରୀ ସଭ୍ୟଙ୍କ ଭୋଟ ଦେବା ଅଧିକାର ନଥାଏ ।
ପଞ୍ଚାୟତ ସମିତିର ବେସରକାରୀ ସଭ୍ୟମାନେ ହେଲେ –

  • ସମିତି ସଭ୍ୟ,
  • ଯେଉଁ ଗ୍ରାମପଞ୍ଚାୟତମାନଙ୍କୁ ନେଇ ପଞ୍ଚାୟତ ସମିତି ଗଠିତ ସେହିସବୁ ଗ୍ରାମପଞ୍ଚାୟତର ସରପଞ୍ଚମାନେ,
  • ପଞ୍ଚାୟତ ସମିତିର ଅଧ୍ଯକ୍ଷ ଓ ଉପାଧ୍ୟକ୍ଷ,
  • ବ୍ଲକ୍ ମଧ୍ୟରେ ଥିବା ୨୦ ହଜାରରୁ କମ୍ ଲୋକସଂଖ୍ୟା ବିଶିଷ୍ଟ ପୌରସଂସ୍ଥା ବା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ,
  • ଯେଉଁ ବିଧାୟକ ଓ ଲୋକସଭା ସଦସ୍ୟଙ୍କ ନିର୍ବାଚନମଣ୍ଡଳୀ ଭିତରେ ବ୍ଲକ୍‌ ଅନ୍ତର୍ଭୁକ୍ତ ସେହି ବିଧାୟକ ଓ ଲୋକସଭା ସଦସ୍ୟ । ସରକାରୀ ସଭ୍ୟଙ୍କ ତାଲିକା –
    (i) ବି.ଡ଼ି.ଓ.,
    (ii) ବ୍ଲକ୍‌ସ୍ତରୀୟ ଅନ୍ୟ ଅଫିସର ଯଦିଓ ଅଫିସରମାନଙ୍କର

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ଅଧ୍ୟକ୍ଷ – ପଞ୍ଚାୟତ ସମିତିର ଅଧ୍ଯକ୍ଷ ସମିତି ସଭ୍ୟଙ୍କଦ୍ବାରା ନିର୍ବାଚିତ ହୁଅନ୍ତି । ଯଦିଓ ଏହା ପୂର୍ବରୁ ସେ ସରପଞ୍ଚ ଓ ୱାର୍ଡ଼ମେମ୍ବରମାନଙ୍କଦ୍ବାରା ନିର୍ବାଚିତ ହେଉଥିଲେ । ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଉପାଧ୍ୟକ୍ଷ ଦାୟିତ୍ଵ ତୁଲାଇଥା’ନ୍ତି ଓ ସେ ମଧ୍ୟ ସମାନ ପ୍ରକ୍ରିୟାରେ ନିର୍ବାଚିତ ହୁଅନ୍ତି । ଏହାଛଡ଼ା ଅଧ୍ଯକ୍ଷ ତାଙ୍କୁ ଯେଉଁସବୁ କାର୍ଯ୍ୟ ଦିଅନ୍ତି ଉପାଧ୍ୟକ୍ଷ ସେହିସବୁ କାର୍ଯ୍ୟ କରନ୍ତି । ଅଧ୍ୟକ୍ଷଙ୍କ ନିର୍ବାଚନର ଦୁଇ ବର୍ଷ ମଧ୍ୟରେ ତାଙ୍କ ବିରୋଧରେ ଅନାସ୍ନା ପ୍ରସ୍ତାବ ଆଗତ କରାଯାଇପାରିବ ନାହିଁ । ଯଦି ଥରେ ଅନାସ୍ଥା ପ୍ରସ୍ତାବ ନାକଚ ହୁଏ ତା’ହେଲେ ତାହାର ବର୍ଷକ ମଧ୍ୟରେ ଆଉ ଏକ ଅନାସ୍ଥା ପ୍ରସ୍ତାବ ଆସିପାରିବ ନାହିଁ ।

ଅଧ୍ଯକ୍ଷଙ୍କ ବିରୁଦ୍ଧରେ ଅର୍ଦ୍ଧାଧିକ ସଭ୍ୟଙ୍କ ସମର୍ଥନରେ ଯଦି ଅନାସ୍ଥା ପ୍ରସ୍ତାବ ଗୃହୀତ ହୁଏ ତା’ହେଲେ ସେ ଇସ୍ତଫା ଦିଅନ୍ତି । ସେ ସମିତିର କାର୍ଯ୍ୟପାଳିକା ମୁଖ୍ୟ । ସେ ପଞ୍ଚାୟତ ସମିତିର ବୈଠକ ଆହ୍ବାନ କରନ୍ତି ଓ ଏଥିରେ ଅଧ୍ୟକ୍ଷତା କରନ୍ତି । ସମିତି ନେଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରନ୍ତି । ସମସ୍ତ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ସେ ତଦାରଖ କରନ୍ତି । ବ୍ଲକ୍ ଅଫିସରମାନଙ୍କ ଗୁପ୍ତ ପଞ୍ଜିକା ଲେଖନ୍ତି । ଅଧ୍ଯକ୍ଷ ଓ ଉପାଧ୍ୟକ୍ଷଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଅନ୍ୟଜଣେ ମହିଳା ହୋଇଥା’ନ୍ତି ।

ସଂରକ୍ଷିତ ବ୍ୟବସ୍ଥା:
ସମ୍ବିଧାନର ୭୩ ତମ ସଂଶୋଧନ ବ୍ୟବସ୍ଥା ଅନୁସାରେ ଆଦିବାସୀ, ହରିଜନଙ୍କ ପାଇଁ ୩୦% ସ୍ଥାନ ଓ ମହିଳାଙ୍କପାଇଁ ସ୍ଥାନ ସଂରକ୍ଷିତ ରୁହେ ।

କାର୍ଯ୍ୟକାଳ:
ସାଧାରଣତଃ ଏହାର କାର୍ଯ୍ୟକାଳ ୫ ବର୍ଷ । ସରକାର ଏହାକୁ ଭାଙ୍ଗି ଦେଇ ଛଅମାସ ମଧ୍ୟରେ ସାନି ନିର୍ବାଚନ କରାଇପାରନ୍ତି ।

କାର୍ଯ୍ୟାବଳୀ :

  • ବ୍ଲକ୍ ସ୍ତରରେ ଚାଲିଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଯୋଜନା, ସମ୍ପାଦନା ଓ ତଦାରଖ,
  • ବ୍ଲକ୍‌ରେ ପ୍ରାଥମିକ ଶିକ୍ଷାର ନିୟନ୍ତ୍ରଣ,
  • ଗ୍ରାମପଞ୍ଚାୟତଗୁଡ଼ିକର କାର୍ଯ୍ୟ ତଦାରଖ ଓ ସଂଯୋଜନା,
  • ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ,
  • ଗ୍ରାମପଞ୍ଚାୟତର ବଜେଟ୍ ମଞ୍ଜୁରୀ,
  • ରଣ ସଂଗ୍ରହ,
  • ପଞ୍ଚାୟତ ସମିତି କର୍ମଚାରୀଙ୍କ ପାଇଁ ନିୟମ ପ୍ରଣୟନ,
  • ପଞ୍ଚାୟତ ସମିତିର ବଜେଟ୍ ଅନୁମୋଦନ ଇତ୍ୟାଦି ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ରାଜସ୍ବ ପନ୍ଥା :

  • ସରକାରଙ୍କ ଅନୁଦାନ,
  • ଗ୍ରାମ୍ୟ ଉନ୍ନୟନ ଯୋଜନାରେ ବିଶେଷ ଅନୁଦାନ,
  • ଏହା ଅଧୀନରେ ଥିବା ଦେବୋତ୍ତର ଓ ଅନ୍ୟାନ୍ୟ ଟ୍ରଷ୍ଟରୁ ଆୟ,
  • ରାଜ୍ୟ ସରକାରଙ୍କ ପୂର୍ବ ଅନୁମୋଦନ କ୍ରମେ ସଂଗୃହୀତ ଋଣ ।

ସରକାରଙ୍କ ନିୟନ୍ତ୍ରଣ :

  • ଜିଲ୍ଲାପାଳ ପଞ୍ଚାୟତ ସମିତି ପରିଦର୍ଶନ କରିପାରିବେ ଓ ତା’ର ରେକର୍ଡ଼ପତ୍ର ତଦାରଖ କରିପାରିବେ । ସେ ତାଙ୍କର ମନୋନୀତ ବ୍ୟକ୍ତିଙ୍କୁ ଏଥିପାଇଁ ପଠାଇପାରିବେ ।
  • ଯଦି ପଞ୍ଚାୟତ ସମିତିର କୌଣସି ନିଷ୍ପତ୍ତି ରାଜ୍ୟ ଆଇନ ବିରୋଧରେ ଯାଏ ତା’ହେଲେ ସରକାର ତାକୁ ନାକଚ କରିପାରିବେ ।
  • ଯଦି ପଞ୍ଚାୟତ ସମିତିର ଅଧ୍ୟକ୍ଷ କ୍ଷମତାର ଅପବ୍ୟବହାର କରିବାର ଜଣାଯାଏ ତା’ହେଲେ ସରକାର ତାଙ୍କୁ ପଦଚ୍ୟୁତ କରିପାରିବେ ।
  • ସରକାର ପଞ୍ଚାୟତ ସମିତିକୁ ଭାଙ୍ଗିଦେଇ ପାରିବେ ।

୨ । ଜିଲ୍ଲା ପରିଷଦର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ପଞ୍ଚାୟତିରାଜ ସଂଗଠନର ସର୍ବୋଚ୍ଚ ସୋପାନ ରୂପେ ଜିଲ୍ଲା ପରିଷଦ ୧୯୬୧ ମସିହାଠାରୁ ଓଡ଼ିଶାର ୧୩ ଗୋଟି ଜିଲ୍ଲାରେ କାର୍ଯ୍ୟାରମ୍ଭ କରିଥିଲା । କିନ୍ତୁ ୧୯୬୮ ମସିହାରୁ ଏହି ସଂସ୍ଥାର ଉଚ୍ଛେଦ କରାଯାଇ ଜିଲ୍ଲା ପରାମର୍ଶଦାତା ପରିଷଦ ଗଠନ କରାଗଲା । ମାତ୍ର ୧୯୯୩ ମସିହାଠାରୁ ପୁନଶ୍ଚ ଜିଲ୍ଲା ପରିଷଦ ସଂସ୍ଥା ଗଠନ କରାଯାଇଥିବାରୁ ଓଡ଼ିଶାର ୩୦ ଗୋଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠିତ ହୋଇଛି ।
ଗଠନ –
(a) ବେସରକାରୀ ସଦସ୍ୟ :

  • ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ବା ପଞ୍ଚାୟତ ସମିତିରୁ ନିର୍ବାଚିତ ୨ ଜଣ ପ୍ରତିନିଧ୍ଵ ।
  • ଜିଲ୍ଲାର ସମସ୍ତ ସଂସଦ ସଭ୍ୟ ଓ ବିଧାନସଭା ସଦସ୍ୟ ପଦୋଚିତ ସଦସ୍ୟତା ଗ୍ରହଣ କରନ୍ତି ।
  • ପଞ୍ଚାୟତ ସମିତି, ପୌରସଂସ୍ଥା ଓ ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ ପଦୋଚିତ ସଦସ୍ୟତା ପ୍ରାପ୍ତ ହୁଅନ୍ତି ।
  • କେନ୍ଦ୍ର ସମବାୟ ସମିତିର ଚେୟାରମ୍ୟାନ୍ ଏବଂ ବନ୍ଧକ ସମ୍ପତ୍ତିର ଚେୟାରମ୍ୟାନ୍ ପଦୋଚିତ ସଦସ୍ୟ ଅଟନ୍ତି ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

(b) ସରକାରୀ ସଦସ୍ୟ :

  • ସରକାରଙ୍କ ଜିଲ୍ଲାସ୍ତରୀୟ ଅଧିକାରୀ
  • ଉପ-ଜିଲ୍ଲାପାଳ
  • ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ପ୍ରକଳ୍ପ ଅଧିକାରୀ
  • ଜିଲ୍ଲା ଉନ୍ନୟନ ଅଧିକାରୀ

ଚେୟାରମ୍ୟାନ୍ :
ଜିଲ୍ଲା ପରିଷଦର ବେସରକାରୀ ସଦସ୍ୟ ବା ପ୍ରତ୍ୟକ୍ଷଭାବେ ନିର୍ବାଚିତ ସଦସ୍ୟଙ୍କ ଭିତରୁ ଜଣେ ଚେୟାରମ୍ୟାନ୍ ଓ ଅନ୍ୟ ଜଣେ ଭାଇସ୍ ଚେୟାରମ୍ୟାନ୍ ବା ଉପାଧ୍ୟକ୍ଷ ରୂପେ ସେମାନଙ୍କଦ୍ଵାରା ନିର୍ବାଚିତ ହୋଇଥା’ନ୍ତି । ଓଡ଼ିଶା ଜିଲ୍ଲା ପରିଷଦ ଆଇନ, ୧୯୯୧ ଅନୁସାରେ ଜିଲ୍ଲାପାଳ ପରିଷଦର କାର୍ଯ୍ୟକାରୀ ଅଧିକାରୀ ହିସାବରେ ଓ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ପ୍ରକଳ୍ପ ଅଧିକାରୀ ସମ୍ପାଦକ ରୂପେ କାର୍ଯ୍ୟ ନିର୍ବାହ କରିଥା’ନ୍ତି । ଓଡ଼ିଶାରେ ବର୍ତ୍ତମାନ ୧୦ଟି ଚେୟାରମ୍ୟାନ୍ ପଦ ମହିଳା ଓ ୬ଟି ପଦ ତଫସିଲଭୁକ୍ତ ଉପଜାତିଙ୍କ ପାଇଁ ସଂରକ୍ଷିତ ରହିଛି ।

କାର୍ଯ୍ୟକାଳ :
ଜିଲ୍ଲା ପରିଷଦର ସାଧାରଣ କାର୍ଯ୍ୟକାଳ ପାଞ୍ଚବର୍ଷ । ସରକାର ଏହାକୁ କାର୍ଯ୍ୟକାଳ ମଧ୍ଯରେ ଭାଙ୍ଗି ଦେଇପାରିବେ ।

ବୈଠକ :
ବର୍ଷକୁ ଅନ୍ତତଃ ତିନିଥର ବୈଠକ ବସିବ । ଏହାର କାର୍ଯ୍ୟ ପରିଚାଳନା ନିୟମ ସରକାର ପ୍ରଣୟନ କରିଥା’ନ୍ତି ।

ଜିଲ୍ଲା ପରିଷଦର ସମିତି ବ୍ୟବସ୍ଥା :
ଜିଲ୍ଲା ପରିଷଦ ସାଧାରଣତଃ ସମିତିମାନଙ୍କ ଜରିଆରେ କାର୍ଯ୍ୟ ନିର୍ବାହ କରିଥାଏ । ସମିତି ପ୍ରଥା ପରିଷଦର ବ୍ୟାପାର ପରିଚାଳନା ପାଇଁ ଏକ ଦକ୍ଷ ଉପାୟ ଅଟେ । ଏହାର କେତେକ ସଭ୍ୟଙ୍କୁ ନେଇ ଚେୟାରମ୍ୟାନ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ସମିତି ଗଠନ କରିଥା’ନ୍ତି । ସେହି ସମିତି ଏକ ନିର୍ଦ୍ଦିଷ୍ଟ ବିଷୟରେ ଅନୁସନ୍ଧାନ କରି ତଥ୍ୟ ଓ ପ୍ରସ୍ତାବ ଉପସ୍ଥାପନ କରିଥାଏ । ଜିଲ୍ଲା ପରିଷଦର କାର୍ଯ୍ୟ ପରିସର ବ୍ୟାପକ ହୋଇଥିବାରୁ ସମିତି ପ୍ରଥାର ଗୁରୁତ୍ଵ ଯଥେଷ୍ଟ ଅଧୁକ ଅଟେ । ସମିତି ଜରିଆରେ ବିଭିନ୍ନ ବିଷୟର ଉପଯୁକ୍ତ ବିଚାର ସମ୍ଭବ ହୋଇଥାଏ । ଜିଲ୍ଲା ପରିଷଦର ନିମ୍ନଲିଖୁତ ବିଷୟରେ ସ୍ଥାୟୀ ସମିତି (Standing Committee) ରହିଥାଏ; ଯଥା –

  • ଗୋଷ୍ଠୀ ଉନ୍ନୟନ,
  • କୃଷି-ସମବାୟ, ଜଳସେଚନ, ଶକ୍ତି ଓ ଗୋପାଳନ,
  • ଶିଳ୍ପ,
  • ଶିକ୍ଷା ଓ ସମାଜ କଲ୍ୟାଣ,
  • ଅର୍ଥ ଓ ରାଜସ୍ଵ,
  • ଜନସ୍ବାସ୍ଥ୍ୟ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ଜିଲ୍ଲା ପରିଷଦର କାର୍ଯ୍ୟାବଳୀ :
ବର୍ତ୍ତମାନର ଜିଲ୍ଲା ପରିଷଦମାନଙ୍କର ବାସ୍ତବ କାର୍ଯ୍ୟାବଳୀ ଓ ମେହେଟ୍ଟା ସମିତିର ସୁପାରିସକୁ ବିଚାରକୁ ନେଲେ ଏଥିରେ ଅନେକ ବ୍ୟତିକ୍ରମ ପରିଦୃଷ୍ଟ ହୋଇଥାଏ । ମେହେଟ୍ଟା ସମିତି ଜିଲ୍ଲା ପରିଷଦକୁ ସମ୍ପୂର୍ଣ ଭାବେ ଏକ ସମନ୍ଵୟକାରୀ ସଂସ୍ଥା ଭାବେ କାର୍ଯ୍ୟ କରିବାକୁ ମତ ଦେଇଥିଲା । କମିଟିର ଯୁକ୍ତି ଥିଲା ଯେ କାର୍ଯ୍ୟପାଳିକା ଦାୟିତ୍ବରେ ପରିଷଦ ବ୍ୟସ୍ତ ରହିଲେ ତାହା ନିରପେକ୍ଷତା ଓ ଦକ୍ଷତାର ସହ ସଂଯୋଗ ରକ୍ଷାକାରୀ ଅନୁଷ୍ଠାନ ରୂପେ ନିଜର କାର୍ଯ୍ୟ ସମ୍ପାଦନ କରିପାରିବ ନାହିଁ । କିନ୍ତୁ ରାଜ୍ୟ ସରକାରମାନେ ଜିଲ୍ଲା ପରିଷଦ ଆଇନ ପ୍ରଣୟନ କରି କେତେକ କାର୍ଯ୍ୟପାଳିକା କ୍ଷମତା ସହ ସମନ୍ଵୟ ଦାୟିତ୍ଵ ଏହି ପରିଷଦ ଉପରେ ଅର୍ପଣ କରିଛନ୍ତି । ନିମ୍ନରେ ଜିଲ୍ଲା ପରିଷଦର ତତ୍ତ୍ୱାବଧାନ, କାର୍ଯ୍ୟପାଳିକା, ସମନ୍ଵୟ ରକ୍ଷା ଓ ଉପଦେଶାତ୍ମକ କାର୍ଯ୍ୟ ସମ୍ପର୍କରେ ସୂଚନା ଦିଆଯାଇଛି ।

(a) ତତ୍ତ୍ଵାବଧାନ (Supervisory) କ୍ଷମତା :

  • ଜିଲ୍ଲା ପରିଷଦ ପଞ୍ଚାୟତ ସମିତିର ବାର୍ଷିକ ଆୟବ୍ୟୟର ଅଟକଳର ନିରୀକ୍ଷା ଓ ଅନୁମୋଦନ କରିଥାଏ ।
  • ଏହା ପଞ୍ଚାୟତ ସମିତିଗୁଡ଼ିକର କ୍ଷମତା ବୃଦ୍ଧି ପାଇଁ ପ୍ରଶାସନିକ ନିର୍ଦ୍ଦେଶନାମା ଜାରି କରିଥାଏ, ଯାହାକି
  • ପଞ୍ଚାୟତ ସମିତିଠାରୁ ଯେକୌଣସି ନଥୁପତ୍ର ବା ତଥ୍ୟ ମାଗି ପାରିବାର କ୍ଷମତା ପରିଷଦର ଅଛି ।
  • ରାଜ୍ୟ ସରକାରଙ୍କ ସମର୍ଥନ ସହ ଏହା ପଞ୍ଚାୟତର ପ୍ରଶାସନିକ କାର୍ଯ୍ୟ ଉପରେ ନିୟନ୍ତ୍ରଣ ଓ କର୍ତ୍ତୃତ୍ଵ ଜାରି କରିପାରେ ।

(b) ସମନ୍ବୟ ବା ସଂଯୋଗ ରକ୍ଷାକାରୀ (Co-ordination) କାର୍ଯ୍ୟ :

  • ପଞ୍ଚାୟତ ସମିତିର ବିକାଶମୂଳକ ଯୋଜନାଗୁଡ଼ିକର ସମନ୍ଵୟ ରକ୍ଷା ।
  • ଏକାଧିକ ପଞ୍ଚାୟତ ସମିତି ମଧ୍ୟରେ କାର୍ଯ୍ୟକାରୀ ହେଉଥ‌ିବା ସମଜାତୀୟ କାର୍ଯ୍ୟର ସମନ୍ଵୟ ରକ୍ଷା ।
  • ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନକୁ ଅଧୀନସ୍ଥ ପଞ୍ଚାୟତ ସମିତିମାନଙ୍କ ମଧ୍ୟରେ ବଣ୍ଟନ ।
  • ପଞ୍ଚାୟତିରାଜ ସଂଗଠନକୁ ରାଜ୍ୟ ଓ ପ୍ରଶାସନ ସହ ସଂଯୋଜିତ କରିବା ।
  • ସରକାରୀ କର୍ମଚାରୀ ଗୋଷ୍ଠୀ ଓ ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟଧାରା ମଧ୍ଯରେ ସଂଯୋଗ ସ୍ଥାପନ ।

(c) କାର୍ଯ୍ୟପାଳିକା (Executive) କାର୍ଯ୍ୟ :

  • ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏହା ଜିଲ୍ଲାର ଯେକୌଣସି ଉନ୍ନୟନମୂଳକ ଯୋଜନାର କାର୍ଯ୍ୟପାଳିକା କ୍ଷେତ୍ରରେ ନିୟନ୍ତ୍ରଣ ଜାରି କରିପାରେ ।
  • ପଶୁପାଳନ, ମତ୍ସ୍ୟଚାଷ ଓ ଯୋଗାଯୋଗ କ୍ଷେତ୍ରରେ ରାଜ୍ୟ ସରକାର ଜିଲ୍ଲା ପରିଷଦକୁ ସ୍ବତନ୍ତ୍ର ଦାୟିତ୍ଵ ହୋଇଥା’ନ୍ତି ।
  • ଏହା ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତିମାନଙ୍କ ମଧ୍ୟରେ ଘଟୁଥିବା ବିବାଦ ତଥା ବିନିମୟ କାର୍ଯ୍ୟକୁ ଜିଲ୍ଲାପାଳ ଓ ରାଜସ୍ୱ କମିଶନରଙ୍କୁ ଜଣାଇଥାଏ ।
  • ଏହା ଜିଲ୍ଲାର ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାମାନଙ୍କ କାର୍ଯ୍ୟାବଳୀ ସମ୍ବନ୍ଧରେ ପରିସଂଖ୍ୟାନ ଓ ତଥ୍ୟ ସଂଗ୍ରହ କରେ ।
  • ଏହା ରାଜ୍ୟ ସରକାରଙ୍କଦ୍ବାରା ଅର୍ପିତ ଯେକୌଣସି ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦନ କରିଥାଏ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

(d) ଉପଦେଶାତ୍ମକ (Advisory) କାର୍ଯ୍ୟ :

  • ଜିଲ୍ଲାର ସମସ୍ତ ବିକାଶମୂଳକ ଯୋଜନାର ପ୍ରଣୟନ ଓ ରୂପାୟନ ପାଇଁ ସରକାରଙ୍କୁ ଉପଦେଶ ପ୍ରଦାନ ।
  • ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତମାନଙ୍କ ମଧ୍ୟରେ କାର୍ଯ୍ୟ ବଣ୍ଟନ ପାଇଁ ସରକାରଙ୍କୁ ଉପଦେଶ ପ୍ରଦାନ ।
  • ଜିଲ୍ଲା ପରିଷଦ ପଞ୍ଚାୟତ ସମିତିକୁ ତାହାର କାର୍ଯ୍ୟ କ୍ଷେତ୍ରରେ ଉପଦେଶ ଦେଇଥାଏ ।

ଏଣୁ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ସଙ୍ଗଠନରେ ସୁଦକ୍ଷ ସମନ୍ବୟ ଓ ନିୟନ୍ତ୍ରଣ ରକ୍ଷାପାଇଁ ପରିଷଦର ଗୁରୁ ଦାୟିତ୍ଵ ରହିଛି । ପରିଷଦ ତାହାର ସମନ୍ବୟ ଓ ପରିଦର୍ଶନ କାର୍ଯ୍ୟକୁ କର୍ତ୍ତୃତ୍ଵ ଜାରି ଭୂମିକାରେ ପରିବର୍ତ୍ତନ କରିବା ଉଚିତ ନୁହେଁ । ଏହା ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଉତ୍ସାହିତ କରିବା ଉଚିତ । ଗ୍ରାମ୍ୟ ଜୀବନକୁ ସରସ, ସୁନ୍ଦର, ଦକ୍ଷ ଓ ପୂର୍ଣ୍ଣାଙ୍ଗ କରିବାପାଇଁ ପରିଷଦ କ୍ଷମତା ବିକେନ୍ଦ୍ରୀକରଣ ନୀତିକୁ ସମୁଚିତ ପୃଷ୍ଠପୋଷକତା ଦେବା ବାଞ୍ଛନୀୟ । କିନ୍ତୁ ବିଧାନମଣ୍ଡଳ ଓ ସଂସଦର ସଦସ୍ୟମାନଙ୍କୁ ପରିଷଦର ସଦସ୍ୟଭାବେ ଗ୍ରହଣ କରାଯିବା ଫଳରେ ରାଜନୀତିର କୁ-ପ୍ରଭାବ ଏହି ସଂସ୍କାର କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ପଡ଼ୁଛି ।

ପୁନଶ୍ଚ, ଜିଲ୍ଲାପାଳଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳତା ଓ ଚାପ ହେତୁ ଏହି ସଂସ୍ଥାର ସ୍ଵାଧୀନ ଓ ଗଣତାନ୍ତ୍ରିକ କାର୍ଯ୍ୟ ସମ୍ପାଦନ ବାଧାପ୍ରାପ୍ତ ହେଉଛି । ବଳବନ୍ତରାୟ ମେହେଟ୍ଟା ସମିତି ଜିଲ୍ଲା ସ୍ତରୀୟ ସମସ୍ତ ବୈଷୟିକ ଓ ପ୍ରଶାସନିକ ମୁଖ୍ୟମାନଙ୍କୁ ଜିଲ୍ଲା ପରିଷଦର ପୂର୍ଣାଙ୍ଗ ସଭ୍ୟ ହିସାବରେ ଗ୍ରହଣ କରିବାର ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହି ପରିଷଦକୁ ଅଧ‌ିକ ଗଣତାନ୍ତ୍ରିକ ଓ ପ୍ରତିନିଧୁତ୍ଵସମ୍ପନ୍ନ କରିବାପାଇଁ ଲୋକ ପ୍ରତିନିଧୁମାନଙ୍କୁ ଅଧିକ ସଂଖ୍ୟାରେ ଏହାର ପୂର୍ଣ୍ଣାଙ୍ଗ ସଭ୍ୟ ହିସାବରେ ଗ୍ରହଣ କରାଯାଇଛି ।

୩ । ଓଡ଼ିଶାରେ କାର୍ଯ୍ୟ କରୁଥିବା ପଞ୍ଚାୟତିରାଜ ବ୍ୟବସ୍ଥାର ସ୍ବରୂପ, ସମସ୍ୟା ଓ ସମସ୍ୟା ନିରାକରଣର ପଦ୍ଧତି ସମ୍ବନ୍ଧରେ ଆଲୋଚନା କର ।
Answer:
ଲର୍ଡ଼ ରିପନ୍‌ଙ୍କୁ ଭାରତରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାର ଜନକ ଭାବେ ଗ୍ରହଣ କରାଯାଇଥାଏ । ପୌର ଓ ଗ୍ରାମ୍ୟ ପ୍ରଶାସନର ଉନ୍ନତି ନିମନ୍ତେ ଜିଲ୍ଲା ବୋର୍ଡ଼ ଓ ଲୋକାଲ ବୋର୍ଡ଼ ପ୍ରତିଷ୍ଠିତ ହେଲା । ୧୮୮୭ ମସିହା ଏପ୍ରିଲ ମାସରେ ଓଡ଼ିଶାରେ କଟକ ଜିଲ୍ଲାବୋର୍ଡ଼, ଯାଜପୁର ଓ କେନ୍ଦ୍ରାପଡ଼ା ଲୋକାଲ୍ ବୋର୍ଡ଼ ପ୍ରତିଷ୍ଠା କରାଗଲା । ଏହି ସ୍ଵାୟତ୍ତ ଶାସନ ସଂସ୍ଥାମାନଙ୍କର ତିନି-ଚତୁର୍ଥାଂଶ ସଭ୍ୟ ନିର୍ବାଚିତ ଏବଂ ଅନ୍ୟ ସମସ୍ତ ସଭ୍ୟ ଜିଲ୍ଲାପାଳଙ୍କଦ୍ଵାରା ମନୋନୀତ ହୋଇଥିଲେ । ଗ୍ରାମ୍ୟ ବିକାଶ ସମ୍ପୂର୍ଣ୍ଣଭାବେ ବୋର୍ଡ଼ମାନଙ୍କର ଅନୁଦାନ ଉପରେ ନିର୍ଭର କରୁଥିଲା । ୧୯୦୯ ମସିହାରେ ରାଜକୀୟ ଆୟୋଗ ଅନୁମୋଦନ କଲେ ଯେ, “ ଗ୍ରାମ୍ୟ ସ୍ଵାୟତ୍ତ ଶାସନ ସଂସ୍ଥା ଶାସନର ଅଂଶ ହିସାବରେ ରହିବ ଏବଂ ପ୍ରତ୍ୟେକ ଗ୍ରାମ ଗୋଟିଏ ପଞ୍ଚାୟତ ହେବ ।” ୧୯୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେଲା ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ଓଡ଼ିଶାରେ ୧୯୪୮ ମସିହା ପର୍ଯ୍ୟନ୍ତ ଏହି ପୁରୁଣା ଢାଞ୍ଚା ପ୍ରଚଳିତ ରହିଥିଲା । ଓଡ଼ିଶାରେ ପଞ୍ଚାୟତିରାଜର ଆରମ୍ଭ ୧୯୪୮ ମସିହାରେ ହୋଇଥିଲା । ସେହି ବର୍ଷ ଗ୍ରାମପଞ୍ଚାୟତଗୁଡ଼ିକ ନିଜର କାର୍ଯ୍ୟାରମ୍ଭ କରିଥିଲେ । ୧୯୫୨ ମସିହାଠାରୁ ଗୋଷ୍ଠୀ ଉନ୍ନୟନ ଯୋଜନା ଓ ୧୯୫୩ ମସିହାଠାରୁ ଜାତୀୟ ସଂପ୍ରସାରଣ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ହେଲା । କିନ୍ତୁ ବର୍ତ୍ତମାନର ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ପଦ୍ଧତି ୧୯୫୭ ମସିହାରେ ବଳବନ୍ତରାୟ ମେହେଟ୍ଟା କମିଟିର ସୁପାରିସ ଭିଭିରେ ପ୍ରଚଳନ କରାଯାଇଛି । ମେହେଟ୍ଟା କମିଟିର ସୁପାରିସ ଅନୁଯାୟୀ ୧୯୫୯ ମସିହାରେ ଓଡ଼ିଶା ପଞ୍ଚାୟତ ସମିତି ଜିଲ୍ଲା ପରିଷଦ ଆଇନ ପ୍ରଣୟନ କରାଯାଇଥିଲା । ଓଡ଼ିଶାର ରାଜ୍ୟପାଳ ୧୯୬୦ ମସିହା ଫେବୃୟାରୀ ୧୫ ତାରିଖରେ ଏହି ଆଇନକୁ ସ୍ବୀକୃତି ପ୍ରଦାନ କରିଥିଲେ ।

ନୂତନ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ୧୯୬୧ ମସିହା ଜାନୁୟାରୀ ୨୬ ତାରିଖ ଦିନ ପ୍ରଚଳିତ ହେଲା । ମେହେଟ୍ଟା କମିଟିର ସୁପାରିସ ଅନୁସାରେ ୧୯୬୪ ମସିହାରେ ଗ୍ରାମପଞ୍ଚାୟତ ଗଠିତ ହେଲା ଏବଂ ସେହି ବର୍ଷ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ପ୍ରବର୍ତ୍ତିତ ହେଲା । ଏହି ବ୍ୟବସ୍ଥାର ଶିଖରରେ ଜିଲ୍ଲା ପରିଷଦ, ମଧ୍ୟବର୍ତୀ ସୋପାନରେ ପଞ୍ଚାୟତ ସମିତି ଓ ନିମ୍ନ ସୋପାନରେ ଗ୍ରାମ ପଞ୍ଚାୟତ ଅବସ୍ଥିତ । ୧୯୬୮ ମସିହାରେ ଓଡ଼ିଶାରେ ଜିଲ୍ଲା ପରିଷଦକୁ ଉଚ୍ଛେଦ କରାଯାଇ ତା’ ସ୍ଥାନରେ ଜିଲ୍ଲା ଉପଦେଷ୍ଟା ପରିଷଦ (District Advisory Council) ଗଠନ କରାଗଲା । ପଞ୍ଚାୟତିରାଜ ପରିଚାଳନା ଏବଂ ଉନ୍ନତିବିଧାନ କାର୍ଯ୍ୟ ୧୯୬୪ ମସିହାରେ ଓଡ଼ିଶା ସରକାରଙ୍କ ଗୋଷ୍ଠୀ ଉନ୍ନୟନ ବିଭାଗ (Community Development Department) କୁ ଦିଆଗଲା ।

ଓଡ଼ିଶାରେ ପଞ୍ଚାୟତିରାଜ ଅନୁଷ୍ଠାନର କ୍ରମବିବର୍ତ୍ତନର ଇତିହାସରେ ୧୯୪୮ ମସିହାର ଗ୍ରାମପଞ୍ଚାୟତ ଆଇନ, ୧୯୫୯ ମସିହାର ଓଡ଼ିଶା ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଆଇନ ଓ ୧୯୬୪ ମସିହାର ଓଡ଼ିଶା ପଞ୍ଚାୟତ ଆଇନ ଇତ୍ୟାଦି ଉଲ୍ଲେଖନୀୟ ମାଇଲଖୁଣ୍ଟ ଅଟେ । ଓଡ଼ିଶାରେ ପଞ୍ଚାୟତିରାଜ ସଙ୍ଗଠନ ଗ୍ରାମ, ଗ୍ରାମଶାସନ, ଗ୍ରାମସଭା, ପଲ୍ଲୀସଭା, ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ଉନ୍ନୟନ ପରିଷଦକୁ ନେଇ ଗଠିତ ହୋଇଛି । ପ୍ରତ୍ୟେକ ଗ୍ରାମ ଶାସନର ଜନସଂଖ୍ୟା ୨,୦୦୦ରୁ ୧୦,୦୦୦ ମଧ୍ଯରେ ହୋଇଥାଏ । ପ୍ରତ୍ୟେକ ଗ୍ରାମ ଶାସନରେ ରାଜ୍ୟ ସରକାରଙ୍କଦ୍ଵାରା ଏକ ପଲ୍ଲୀସଭା ଗଠନ କରାଯାଇଥାଏ ।

୧୯୫୦ ମସିହାର ଲୋକ ପ୍ରତିନିଧ୍ଵ ଆଇନ ଅନୁଯାୟୀ ତାଲିକାଭୂକ୍ତ ଗ୍ରାମର ପ୍ରତ୍ୟେକ ଲୋକଙ୍କୁ ନେଇ ଗୋଟିଏ ଗ୍ରାମ ସଭା ବା ଶାସନ ଗଠନ କରାଯାଇଥାଏ । ଏହି ସଂସ୍ଥା ଗ୍ରାମ ଶାସନର ଉନ୍ନୟନମୂଳକ ଯୋଜନା ପାଇଁ ଗ୍ରାମପଞ୍ଚାୟତକୁ ସୁପାରିସ କରିଥାଏ । ଗ୍ରାମ ଶାସନର କାର୍ଯ୍ୟନିର୍ବାହୀ ସଂସ୍ଥା ହେଉଛି ଗ୍ରାମପଞ୍ଚାୟତ । ଏହା ପାଞ୍ଚବର୍ଷ ପାଇଁ ଗଠିତ ହୋଇଥାଏ । କେତେକ ଗ୍ରାମପଞ୍ଚାୟତକୁ ନେଇ ଗୋଟିଏ ପଞ୍ଚାୟତ ସମିତି ଗଠନ କରାଯାଇଥାଏ । ଏହି ସଂସ୍ଥାରେ ଲୋକ ପ୍ରତିନିଧ୍ୟ ଓ ସରକାରୀ କର୍ମଚାରୀମାନେ ନିଜ ମଧ୍ୟରେ ସଂଯୋଗ ପ୍ରତିଷ୍ଠା କରି କାର୍ଯ୍ୟ ନିର୍ବାହ କରିଥା’ନ୍ତି ।

ଓଡ଼ିଶାରେ ପଞ୍ଚାୟତିରାଜର ଲକ୍ଷ୍ୟ :
ପଞ୍ଚାୟତିରାଜ ସଙ୍ଗଠନ ନିର୍ଦ୍ଦେଶମୂଳକ ରାଷ୍ଟ୍ରନୀତି ମଧ୍ୟରୁ ଅନ୍ୟତମ ନିର୍ଦ୍ଦେଶ । ପଞ୍ଚାୟତିରାଜ ହେଉଛି ଏକ ଗାନ୍ଧିବାଦୀ ପରିକଳ୍ପନା । ଏହା ଗଣତନ୍ତ୍ରକୁ ପ୍ରାଥମିକ ସ୍ତରରୁ ମଜଭୁତ ଏବଂ ତାଲିମ କରାଇବାପାଇଁ ଅଭିପ୍ରେତ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ଓଡ଼ିଶାରେ ପଞ୍ଚାୟତିରାଜର ଆଭିମୁଖ୍ୟ ନିମ୍ନମତେ ପ୍ରକାଶ କରାଯାଇପାରେ –

  • ପଞ୍ଚାୟତିରାଜ ଲୋକମାନଙ୍କୁ ସ୍ୱାୟତ୍ତ ଶାସନ କ୍ଷେତ୍ରରେ ଶିକ୍ଷା ଦିଏ । ଜନସାଧାରଣଙ୍କ ମଧ୍ୟରେ ଏହା ନାଗରିକ ଭାବନା ସୃଷ୍ଟି କରେ । ସ୍ଥାନୀୟ ପ୍ରଶାସନରେ ଗ୍ରାମବାସୀମାନଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣଦ୍ବାରା ଏହା ଆତ୍ମନିର୍ଭରଶୀଳତା ଏବଂ ସ୍ବ-ଶିକ୍ଷା ପାଇଁ ସହାୟକ ହୋଇଥାଏ ।
  • ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ପଞ୍ଚାୟତିରାଜର ଦ୍ଵିତୀୟ ଲକ୍ଷ୍ୟ ଅଟେ । ଏହା ଗଣତନ୍ତ୍ରକୁ ମୂଳସ୍ତରରୁ ଶକ୍ତିଶାଳୀ କରିବାପାଇଁ ଚେଷ୍ଟା କରେ ।
  • ପଞ୍ଚାୟତିରାଜ ପ୍ରଶାସନିକ ଢାଞ୍ଚାରେ ପରିବର୍ତ୍ତନ ପାଇଁ ଚେଷ୍ଟା କରେ । ସର୍ବଭାରତୀୟ ସେବା ସଂସ୍ଥାଗୁଡ଼ିକ ଶାସନ କାର୍ଯ୍ୟରେ କାଗଜ ଚାଷ, ନୀତି ନିଷ୍ପତ୍ତିରେ ବିଳମ୍ବ ଏବଂ ଅଯଥା ମନ୍ଥର ଗତି ଆଣିଥା’ନ୍ତି । ପଞ୍ଚାୟତିରାଜ ଲୋକପ୍ରିୟ ପ୍ରତିନିଧୂମୂଳକ ସରକାର ପ୍ରତିଷ୍ଠା କରି ଉପରୋକ୍ତ ତ୍ରୁଟି ସଂଶୋଧନ କରିଥାଏ ।
  • ପଞ୍ଚାୟତିରାଜ ଗ୍ରାମ୍ୟ ଜୀବନରେ ଆମୂଳଚୂଳ ପରିବର୍ତ୍ତନ ଏବଂ ଉନ୍ନତି ଆଣିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଗ୍ରାମ୍ୟ ପୁନର୍ଗଠନ ପଞ୍ଚାୟତିରାଜର ସର୍ବଶ୍ରେଷ୍ଠ ଲକ୍ଷ୍ୟ ଅଟେ ।
  • ପଞ୍ଚାୟତିରାଜ ସ୍ଥାନୀୟ ନେତୃତ୍ୱ ସୃଷ୍ଟି କରେ । ସ୍ଥାନୀୟ ସମସ୍ୟାଗୁଡ଼ିକ ସ୍ଥାନୀୟ ପ୍ରତିନିଧୁମାନଙ୍କ ଜରିଆରେ ଶୀଘ୍ର ସମାହିତ ହୋଇଥାଏ ।

ଓଡ଼ିଶାରେ ପଞ୍ଚାୟତିରାଜର ବାସ୍ତବ ରୂପାୟନ – ଓଡ଼ିଶାରେ ପଞ୍ଚାୟତିରାଜର ବାସ୍ତବ ରୂପାୟନ ନିମ୍ନମତେ ।

ଆଲୋଚିତ ହୋଇଥାଏ :
ଗ୍ରାମପଞ୍ଚାୟତ : ପ୍ରାଥମିକ ସ୍ତର (Gram Panchayat – the First Tire) : ପଞ୍ଚାୟତିରାଜର ପ୍ରାଥମିକ ସ୍ତରରେ ଗ୍ରାମପଞ୍ଚାୟତ ଅବସ୍ଥିତ । ଗୋଟିଏ ଗ୍ରାମପଞ୍ଚାୟତ ଗୋଟିଏ ଗ୍ରାମ ବା ଲଗାଲଗି ରହିଥିବା ଏକାଧିକ ଗ୍ରାମକୁ ନେଇ ଗଠିତ ହୋଇଥାଏ । ସମସ୍ତ ନାବାଳକ ନାଗରିକମାନେ ଗ୍ରାମପଞ୍ଚାୟତର ସଦସ୍ୟ ଅଟନ୍ତି । ଗ୍ରାମପଞ୍ଚାୟତର କାର୍ଯ୍ୟାଳୟ ଗ୍ରାମର ସୀମା ମଧ୍ୟରେ ଅବସ୍ଥିତ ହୋଇଥାଏ । ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଗୋଟିଏ ଲେଖାଏଁ ପଲ୍ଲୀସଭା ଥାଏ । ଏହା ଗ୍ରାମର ଉନ୍ନୟନ ଯୋଜନା ସମ୍ପର୍କରେ ଗ୍ରାମପଞ୍ଚାୟତକୁ ସୁପାରିସ ପ୍ରଦାନ କରେ । ଗ୍ରାମସଭା ଗ୍ରାମପଞ୍ଚାୟତର ସାଧାରଣ କାର୍ଯ୍ୟକାରିଣୀ ସଭା; କିନ୍ତୁ ଗ୍ରାମପଞ୍ଚାୟତ ଗ୍ରାମସଭାର କାର୍ଯ୍ୟନିର୍ବାହୀ ଅଙ୍ଗ ଓ ଏହା ସରପଞ୍ଚ, ନାଏବ ସରପଞ୍ଚ ଏବଂ ଅନ୍ୟ ପଞ୍ଚ (ୱାର୍ଡ଼ ସଭ୍ୟ)ଙ୍କୁ ନେଇ ଗଠିତ ହୋଇଥାଏ । ସ୍ଥଳବିଶେଷରେ କାର୍ଯ୍ୟନିର୍ବାହୀ ଅଙ୍ଗର ସଦସ୍ୟଙ୍କ ସଂଖ୍ୟା ୧୩ରୁ ୨୫ ମଧ୍ୟରେ ସୀମିତ ରହେ ।

ସରପଞ୍ଚ ପ୍ରତ୍ୟକ୍ଷ ନିର୍ବାଚନ ପଦ୍ଧତିରେ ନିର୍ବାଚିତ ହୁଅନ୍ତି । ଏହି କାର୍ଯ୍ୟନିର୍ବାହୀ ସଂସ୍ଥାର କାର୍ଯ୍ୟକାଳ ୫ ବର୍ଷ । ନାଏବ ସରପଞ୍ଚ ୱାର୍ଡ଼ ସଦସ୍ୟମାନଙ୍କଦ୍ୱାରା ନିର୍ବାଚିତ ହୁଅନ୍ତି । ସାଧାରଣ କାର୍ଯ୍ୟକାରିଣୀ ଅଙ୍ଗ ଭାବେ ଗ୍ରାମସଭା ବାର୍ଷିକ ଆୟବ୍ୟୟ ବିବରଣୀ ତନଖୁ କରେ, ଗ୍ରାମପଞ୍ଚାୟତର ଅଡ଼ିଟ୍ ଯାଞ୍ଚ କରେ, ପୂର୍ବ ବର୍ଷର ପ୍ରଶାସନିକ ରିପୋର୍ଟକୁ ପରୀକ୍ଷା କରେ ଏବଂ ଆଗାମୀ ବର୍ଷ ପାଇଁ କି କି କାର୍ଯ୍ୟ ହାତକୁ ନିଆଯିବ, ତାହାର ଚିଠା ପ୍ରସ୍ତୁତ କରେ । ଏହା ମଧ୍ୟ କରଧାର୍ଯ୍ୟ ପ୍ରସ୍ତାବ ଉପରେ ନିଷ୍ପତ୍ତି ନେଇଥାଏ । ଗ୍ରାମପଞ୍ଚାୟତ ସ୍ଵାସ୍ଥ୍ୟରକ୍ଷା, ଜନସ୍ଵାସ୍ଥ୍ୟ, ରାସ୍ତା ଆଲୋକ, ଗ୍ରାମ୍ୟ ରାସ୍ତାର ରକ୍ଷଣାବେକ୍ଷଣ, ଜନ୍ମ ମୃତ୍ୟୁର ହିସାବ, ଶିଶୁମଙ୍ଗଳ କେନ୍ଦ୍ର ସ୍ଥାପନ, କୃଷି ବିକାଶ, ଗୋସମ୍ପଦର ଉନ୍ନୟନ, ସାଧାରଣ କୋଠାବାଡ଼ି ନିର୍ମାଣ, ଗଡ଼ିଆ ଖନନ, ଲାଇବ୍ରେରୀ ବ୍ୟବସ୍ଥା, ପରିବାର କଲ୍ୟାଣ ଯୋଜନାର ପ୍ରଚାର, କୁଟୀରଶିଳ୍ପର ବିକାଶ, ସମବାୟ ଭଣ୍ଡାର ନିର୍ମାଣ ଏବଂ ସମବାୟ ଚାଷ ସଙ୍ଗଠନ ଆଦି କାର୍ଯ୍ୟନିର୍ବାହ କରିଥାଏ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ପଞ୍ଚାୟତ ସମିତି : ମାଧ୍ୟମିକ ସ୍ତର (Panchayat Samiti the Second Tier): ପଞ୍ଚାୟତିରାଜର ମାଧ୍ୟମିକ ସ୍ତରରେ ପଞ୍ଚାୟତି ସମିତି ଅବସ୍ଥିତ । ଏହା ପ୍ରତି ବ୍ଲକ୍‌ରେ କାର୍ଯ୍ୟ କରେ । ଗ୍ରାମପଞ୍ଚାୟତର ସରପଞ୍ଚ ଓ ନିର୍ବାଚିତ ସମିତି ସଭ୍ୟ ତଫସିଲଭୁକ୍ତ ଜାତି ଓ ଉପଜାତି ଏବଂ ମହିଳାମାନଙ୍କ ମଧ୍ୟରୁ ଅତିରିକ୍ତ ନିର୍ବାଚିତ ସଭ୍ୟ, ସମବାୟ ସମିତିଗୁଡ଼ିକର ପ୍ରତିନିଧ୍ୟ, ବ୍ଲକ୍‌ର ସୀମା ମଧ୍ୟରେ ନିର୍ବାଚିତ ହୋଇଥିବା ବିଧାନସଭାର ସଦସ୍ୟ ଏବଂ ପାର୍ଲିଆମେଣ୍ଟ ସଭ୍ୟ ପଞ୍ଚାୟତ ସମିତିର ସଦସ୍ୟ ଅଟନ୍ତି । ସମିତିର ଚେୟାରମ୍ୟାନ୍ ଜଣେ ବେସରକାରୀ ସଭ୍ୟ ହୋଇଥାଆନ୍ତି । ସେ ସମସ୍ତ ସମିତି ସଭ୍ୟଙ୍କଦ୍ବାରା ସେମାନଙ୍କ ମଧ୍ୟରୁ ନିର୍ବାଚିତ ହୋଇଥା’ନ୍ତି ।

ବି.ଡ଼ି.ଓ. ସମିତିର ଏକ୍‌ଜିକ୍ୟୁଟିଭ୍ ଅଫିସର ଅଟନ୍ତି । ସେ ଓଡ଼ିଶା ପ୍ରଶାସନିକ ସେବାସଂସ୍ଥାର ଜଣେ ସଦସ୍ୟ ଅଟନ୍ତି ଏବଂ ସରକାରଙ୍କଦ୍ବାରା ନିଯୁକ୍ତି ପାଇଥା’ନ୍ତି । ବିଭିନ୍ନ କ୍ଷେତ୍ରରେ ସଂପ୍ରସାରଣ ଅଧିକାରୀମାନେ ତାଙ୍କୁ ସାହାଯ୍ୟ କରନ୍ତି । ସମିତି ନିଜ ସୀମାରେଖା ମଧ୍ଯରେ ଉନ୍ନୟନ କାର୍ଯ୍ୟ ନିର୍ବାହ କରେ । ବିକାଶମୂଳକ କାର୍ଯ୍ୟ ପ୍ରସ୍ତୁତି ଏବଂ ତାହାର ରୂପାୟନ ସମିତି କରିଥାଏ । ଗୋଷ୍ଠୀ ଉନ୍ନୟନ ଯୋଜନାକୁ କାର୍ଯ୍ୟକାରୀ କରିବା ସମିତିର ଦାୟିତ୍ଵ । ସ୍ୱାସ୍ଥ୍ୟ, ଶିକ୍ଷା, ସ୍ଵାସ୍ଥ୍ୟରକ୍ଷା, ଯୋଗାଯୋଗ ଇତ୍ୟାଦିର ଉନ୍ନତି ପାଇଁ ସମିତି ଚେଷ୍ଟା କରେ । ପଞ୍ଚାୟତଗୁଡ଼ିକୁ ପରିଦର୍ଶନ କରିବା ସହିତ ସେମାନଙ୍କର ବଜେଟ୍ ଯାଞ୍ଚ ଏବଂ ସ୍ଵୀକୃତି ସମିତି ଦେଇଥାଏ ।

ଜିଲ୍ଲା ପରିଷଦ : ସର୍ବୋଚ୍ଚ ସ୍ତର (Zilla Parishad – the Third Tier) : ଜିଲ୍ଲା ପରିଷଦ ପଞ୍ଚାୟତିରାଜର ସର୍ବୋଚ୍ଚ ସ୍ତରରେ କାର୍ଯ୍ୟ କରେ । ଏହା ପଞ୍ଚାୟତିରାଜ ସଙ୍ଗଠନର ତୃତୀୟ ଏବଂ ଶେଷ ସ୍ତର । ୧୯୬୮ ମସିହାରେ ଓଡ଼ିଶାରେ ଜିଲ୍ଲା ପରିଷଦକୁ ଲୋପ କରି ଦିଆଗଲା । ତାହା ସ୍ଥାନରେ ଜିଲ୍ଲା ଉପଦେଷ୍ଟା କମିଟି (District Advisory Council) ଗଠନ କରାଗଲା । ୧୯୯୩ ମସିହାରୁ ପୁଣି ଜିଲ୍ଲା ପରିଷଦ ବ୍ୟବସ୍ଥା କାର୍ଯ୍ୟ କଲା । ପଞ୍ଚାୟତ ସମିତିଗୁଡ଼ିକର ଚେୟାରମ୍ୟାନ୍ ପ୍ରତି ବ୍ଲକ୍‌ରୁ ନିର୍ବାଚିତ ଦୁଇଜଣ ସଭ୍ୟ, ମ୍ୟୁନିସିପାଲଟିର ଚେୟାରମ୍ୟାନ, କେନ୍ଦ୍ର ସମବାୟ ବ୍ୟାଙ୍କ୍ ଏବଂ ଜିଲ୍ଲା ଉନ୍ନୟନ ବ୍ୟାଙ୍କର ସଭାପତି, ଜିଲ୍ଲାର ବିଧାନସଭା ସଦସ୍ୟ ଏବଂ ପାର୍ଲିଆମେଣ୍ଟ ସଭ୍ୟ, ମହିଳା ସମେତ ଦୁର୍ବଳ ଶ୍ରେଣୀ ପ୍ରତିନିଧୁଙ୍କୁ ନେଇ ଜିଲ୍ଲା ପରିଷଦ ଗଠିତ ହୋଇଥାଏ ।

ଜିଲ୍ଲା କଲେକ୍ଟର ଏହି ପରିଷଦର ଜଣେ ସକ୍ରିୟ ସରକାରୀ ସଭ୍ୟ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଏହାର ସମ୍ପାଦକ ରୂପେ କାର୍ଯ୍ୟ କରନ୍ତି । ଜିଲ୍ଲା ପରିଷଦ ମୁଖ୍ୟତଃ ଗୋଟିଏ ସମନ୍ଵୟକାରୀ ସଂସ୍ଥା । ଏହା ପଞ୍ଚାୟତ ସମିତିମାନଙ୍କ ଉପରେ ପରିଦର୍ଶନ କରେ ଏବଂ ନିୟନ୍ତ୍ରଣ ରକ୍ଷା କରେ । ଉନ୍ନୟନମୂଳକ କାର୍ଯ୍ୟର ରୂପାୟନ ପାଇଁ ସରକାରଙ୍କୁ ଉପଦେଶ ପ୍ରଦାନ କରେ, ଜିଲ୍ଲା ଉପଦେଷ୍ଟା କମିଟି କ୍ଷୁଦ୍ର କ୍ଷୁଦ୍ର କମିଟି ଗଠନ କରି ବିଭିନ୍ନ ବିଷୟର ପୁଙ୍ଖାନୁପୁଙ୍ଖ ପର୍ଯ୍ୟାଲୋଚନା କରିଥାଏ ।

ଓଡ଼ିଶାରେ ପଞ୍ଚାୟତିରାଜର ସଫଳତା :
ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ଆଂଶିକ ଭାବରେ ସଫଳ ହୋଇଛି । ଅନେକ କ୍ଷେତ୍ରରେ ଏହା ଅବସ୍ଥାର ଉନ୍ନତି ଘଟାଇ ପାରିଛି । ଗ୍ରାମ୍ୟ ପୁନର୍ଗଠନରେ ଏହା ପ୍ରମୁଖ ଅଂଶ ଗ୍ରହଣ କରିଛି । ନିମ୍ନଲିଖୂ କ୍ଷେତ୍ରରେ ଏହି ସଂଗଠନର ସଫଳତାକୁ ପରୀକ୍ଷା କରାଯାଇପାରେ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

  • ସବୁଜ ବିପ୍ଳବ (Green Revolution) – ପଞ୍ଚାୟତିରାଜ ସଙ୍ଗଠନ ମାଧ୍ୟମରେ କୃଷି ଉପରେ ନିର୍ଭରଶୀଳ ଭାରତୀୟମାନଙ୍କୁ କୃଷି ଉତ୍ପାଦନ ବୃଦ୍ଧି ଓ ବୈଜ୍ଞାନିକ ପ୍ରଣାଳୀରେ ଚାଷ ଇତ୍ୟାଦି ପାଇଁ ଆବଶ୍ୟକୀୟ ସୁଯୋଗ ପ୍ରଦାନ କରାଯାଉଛି । ଜଳସେଚନର ସୁଯୋଗ ଅଧିକରୁ ଅଧ‌ିକ ଚାଷଜମିକୁ ଯୋଗାଇ ଦିଆଯାଉଛି । ପଞ୍ଚାୟତ ସମିତି ସ୍ତରରେ କୃଷି ସଂପ୍ରସାରଣ ଅଧିକାରୀମାନେ ଗ୍ରାମ୍ୟ କୃଷି କର୍ମଚାରୀମାନଙ୍କର ଅଧୁନାୟକ ହିସାବରେ କାର୍ଯ୍ୟ କରି ସରକାରଙ୍କର କୃଷି ପାଇଁ ଉନ୍ନୟନମୂଳକ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରୁଛନ୍ତି ।
  • ଉନ୍ନୟନମୂଳକ କାର୍ଯ୍ୟକ୍ରମ (Development Activities) – ଗ୍ରାମ ଲୋକମାନଙ୍କ ମଧ୍ୟରେ ଉନ୍ନୟନ କାର୍ଯ୍ୟକ୍ରମ ସଚେତନଶୀଳ ଭାବ ଉଦ୍ରେକ କରି ସେମାନଙ୍କ ସହଯୋଗ ସହ ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ କାର୍ଯ୍ୟକାରୀ କରିବାରେ ପଞ୍ଚାୟତିରାଜ ସଙ୍ଗଠନ ମୁଖ୍ୟ ଦାୟିତ୍ଵ ବହନ କରିଛି । ଗ୍ରାମର ଅର୍ଥନୈତିକ ଅବସ୍ଥାରେ ଉନ୍ନତି ଘଟିଛି ।
  • ଶସ୍ତା ଓ ତ୍ବରାନ୍ବିତ ନ୍ୟାୟ (Cheap and Speedy Justice) – ଗ୍ରାମପଞ୍ଚାୟତଗୁଡ଼ିକ ଲୋକମାନଙ୍କୁ ସହଜରେ ଶସ୍ତା ଓ ତ୍ଵରାନ୍ଧିତ ପ୍ରକ୍ରିୟାରେ ନ୍ୟାୟ ପ୍ରଦାନ କରୁଛନ୍ତି । ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ପନ୍ଥା ନିର୍ଦ୍ଧାରଣ କରାଯାଉଛି । ଗ୍ରାମପଞ୍ଚାୟତ ଉପରେ ଲୋକମାନଙ୍କର ଗଭୀର ଆସ୍ଥା ରହିଛି ।
  • ଦୁର୍ବଳ ଶ୍ରେଣୀର ଉନ୍ନତି (Welfare of Weaker Sections) – ଦୁର୍ବଳ ଶ୍ରେଣୀ, ହରିଜନ ଓ ମହିଳା ଇତ୍ୟାଦିଙ୍କର ଉନ୍ନତି ପାଇଁ ଓ ସେମାନଙ୍କୁ ଶୋଷଣରୁ ମୁକ୍ତ କରିବାପାଇଁ ସରକାରଙ୍କ ଯୋଜନାଗୁଡ଼ିକୁ ଏହି ସଂସ୍ଥା କାର୍ଯ୍ୟକାରୀ କରୁଛି । ଇନ୍ଦିରା ଆବାସ ଯୋଜନା, ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଜବାହାର ରୋଜଗାର ଯୋଜନା ଆଦି ଏହା ମାଧ୍ୟମରେ ସଫଳଭାବେ କାର୍ଯ୍ୟ କରୁଛି ।
  • ରାଜନୈତିକ ଶିକ୍ଷା ଓ ସାମାଜିକ ପରିବର୍ତ୍ତନ (Political education and Social change) – ପଞ୍ଚାୟତିରାଜ ସଙ୍ଗଠନ ଗ୍ରାମ୍ୟ ଲୋକମାନଙ୍କ ମଧ୍ୟରେ ରାଜନୈତିକ ସଚେତନଶୀଳଭାବ ଉଦ୍ରେକ କରିଥାଏ । ଏହି ସଙ୍ଗଠନ ନିର୍ବାଚନ ପାଇଁ ରାଜନୈତିକ ଶିକ୍ଷା ପ୍ରଦାନ କରିଥାଏ । ଏହା ଭାରତୀୟ ସମାଜରେ ପ୍ରଚଳିତ କୁ-ବ୍ୟବସ୍ଥାକୁ ଅନେକାଂଶରେ ସଂଶୋଧନ କରିଛି ।

ଓଡ଼ିଶାରେ ପଞ୍ଚାୟତିରାଜର ସମସ୍ୟା – ଓଡ଼ିଶାରେ ପଞ୍ଚାୟତିରାଜ ସମସ୍ୟା ଜଡ଼ିତ ଅଟେ । ଯଦିଓ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ପରୀକ୍ଷା କେତେଗୋଟି ସଫଳତା ଆଣିଦେଇଛି ତଥାପି ତାହା ସେତେ ଉଲ୍ଲେଖନୀୟ ହୋଇପାରି ନାହିଁ । ଏହାର ମୂଳରେ ଅନେକ କାରଣ ବିଦ୍ୟମାନ । ପ୍ରଧାନତଃ, ଓଡ଼ିଶାରେ ପଞ୍ଚାୟତିରାଜ ଆର୍ଥିକ ଅସ୍ବଚ୍ଛତାର ଶିକାର ହୋଇଥାଏ । ଏହା ସହିତ ଅତ୍ୟଧିକ ସରକାରୀ ନିୟନ୍ତ୍ରଣ ଏବଂ ରାଜନୀତିକରଣ ପଞ୍ଚାୟତିରାଜର କେତୋଟି ଦିଗ । ପଞ୍ଚାୟତିରାଜର ସମସ୍ୟାଗୁଡ଼ିକ ନିମ୍ନରେ ଦିଆଗଲା –

ଆର୍ଥିକ ସମସ୍ୟା (Problem of Finance) – ପ୍ରଥମ ଦୃଷ୍ଟିରେ ଆର୍ଥିକ ଦୁରାବସ୍ଥା ପଞ୍ଚାୟତିରାଜର ପ୍ରଧାନ ସମସ୍ୟା ଅଟେ । ଅର୍ଥ ହିଁ ସମସ୍ତ ଅନର୍ଥର ମୂଳ । ପଞ୍ଚାୟତିରାଜ ଅନୁଷ୍ଠାନମାନ ଆର୍ଥିକ ସ୍ଵଳ୍ପତାରେ ଆକ୍ରାନ୍ତ ହୋଇଥା’ନ୍ତି । କର ଓ ସେସୂର୍ଯ୍ୟ ଏବଂ ଆଦାୟ କ୍ଷେତ୍ରରେ ସେମାନେ ସୀମିତ କ୍ଷମତା ଉପଭୋଗ କରିଥା’ନ୍ତି । ରାଜ୍ୟ ସରକାର ମଧ୍ୟ ସେମାନଙ୍କୁ ଯେଉଁ ଅର୍ଥ ଦାନ କରନ୍ତି ତାହା ନଗଣ୍ୟ ଅଟେ । ଏହା ଫଳରେ ଓଡ଼ିଶା ସରକାରଙ୍କ ଉପରେ ପଞ୍ଚାୟତିରାଜ ସଂସ୍ଥାମାନଙ୍କର ନିର୍ଭରଶୀଳତା ବୃଦ୍ଧି ପାଇ ଚାଲିଛି । ଆର୍ଥିକ ଦୁର୍ଗତିରେ ଅନ୍ୟତମ କାରଣ ହେଲା – ଅର୍ଥ ଆତ୍ମସାତ୍ । ଉପଯୁକ୍ତ ଆର୍ଥିକ ଅସୁସ୍ଥତା ଓଡ଼ିଶାରେ ପଞ୍ଚାୟତିରାଜର କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରେ ।

ଅତ୍ୟଧ୍ବକ ସରକାରୀ ନିୟନ୍ତ୍ରଣ (Excessive Governmental Control) – କେନ୍ଦ୍ରୀକରଣ ପ୍ରବୃତ୍ତି ପ୍ରତ୍ୟେକ ଗଣତାନ୍ତ୍ରିକ ଶାସନ ପଦ୍ଧତିର ଲକ୍ଷଣ । ଓଡ଼ିଶାରେ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ନୀତି ଏକ ଘୋଷଣା ମାତ୍ର । ଏହାର ବାସ୍ତବତା ଖୁବ୍ କମ୍ ଅଟେ । ସ୍ଥାନୀୟ ସଂସ୍ଥାମାନେ ଅତ୍ୟଧିକ ସରକାରୀ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣର ଭାରରେ ବୁଡ଼ିଯା’ନ୍ତି । ପଞ୍ଚାୟତିରାଜ ଶାସନ କ୍ଷେତ୍ରରେ ସରକାରଙ୍କ ହସ୍ତକ୍ଷେପ ନୀତି ସ୍ୱାୟତ୍ତ ଶାସନ ଅନୁଷ୍ଠାନମାନଙ୍କର ସ୍ବାଧୀନତାକୁ ନଷ୍ଟ କରେ । ଏହା ସ୍ଥାନୀୟ ସଂସ୍ଥାମାନଙ୍କର ଉପଯୁକ୍ତ ପ୍ରଗତି ଆଣିପାରେ ନାହିଁ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ରାଜନୀତିକରଣ (Politicisation) – ଓଡ଼ିଶାରେ ପଞ୍ଚାୟତିରାଜର ଅସ୍ଥିମଜ୍ଜାରେ ଦୁଃସ୍ଥ ରାଜନୀତି ପ୍ରବେଶ କରିଯାଇଛି । ଏହା ପଞ୍ଚାୟତିରାଜ ସଂସ୍ଥାମାନଙ୍କରେ ରାଜନୀତିକ ହସ୍ତକ୍ଷେପ ସମସ୍ୟା ସୃଷ୍ଟି କରିଛି । ରାଜନୀତିକ ଦଳମାନେ ଏହିସବୁ ସଂସ୍ଥାମାନଙ୍କୁ ସେମାନଙ୍କର ଦଳୀୟ ସ୍ଵାର୍ଥ ସାଧନ ପାଇଁ ଅସ୍ତ୍ର କରନ୍ତି । ଦଳୀୟ ରାଜନୀତି, ସଂଘର୍ଷ ଓ କନ୍ଦଳ ସ୍ଵାୟତ୍ତ ଶାସନ ସଂସ୍ଥାମାନଙ୍କର ନିରପେକ୍ଷ କାର୍ଯ୍ୟକାରିତାକୁ ନଷ୍ଟ କରେ । ଦଳୀୟ କୁପ୍ରଭାବ, ସଂକୀର୍ଣ୍ଣ ଆଞ୍ଚଳିକତାବାଦ ଏବଂ ଦୁର୍ଗତି ପଞ୍ଚାୟତିରାଜକୁ ଅଧ୍ଵନମିତ କରୁଛି ।

ଅନିୟମିତ ନିର୍ବାଚନ (Irregular Election) – ଗଣତନ୍ତ୍ର ଏବଂ ନିର୍ବାଚନ ପରସ୍ପର ବନ୍ଧୁ ଅଟନ୍ତି । ପଞ୍ଚାୟତିରାଜ ଭଳି ପ୍ରତିନିଧୁମୂଳକ ଶାସନ ବ୍ୟବସ୍ଥା ସମୟାନୁଯାୟୀ ନିର୍ବାଚନଦ୍ଵାରା ତିଷ୍ଠି ରହେ, କିନ୍ତୁ ଓଡ଼ିଶାରେ ଏହି ନିର୍ବାଚନ ନିୟମିତ ସମୟରେ ହୁଏ ନାହିଁ । ନିର୍ବାଚନକୁ ରାଜନୀତିକ କାରଣରୁ ସ୍ଥଗିତ ରଖାଯାଏ । ନିର୍ଦ୍ଦିଷ୍ଟ ସମୟରେ ନିର୍ବାଚନ କରିବାର କ୍ଵଚିତ୍ ଆଗ୍ରହ ପ୍ରକାଶ କରନ୍ତି । ଏପରିକି ୯ ବର୍ଷ ପରେ ପଞ୍ଚାୟତ ନିର୍ବାଚନ କରାଇବାର ଉଦାହରଣ ରହିଛି ।

ପ୍ରଶାସନିକ ସମସ୍ୟା (Problem of Administration) – ପଞ୍ଚାୟତିରାଜର ଲୋକ ପ୍ରତିନିଧି ଏବଂ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ବିବାଦ ଉପୁଜିଥାଏ । ଉଭୟ ଉପାଦାନ ମଧ୍ଯରେ ସମ୍ପର୍କ ଖରାପ ଆଡ଼କୁ ଗତିକରିବା ଫଳରେ ପଞ୍ଚାୟତିରାଜର ସଫଳତା ଆସିପାରେ ନାହିଁ । ସରକାରୀ କର୍ମଚାରୀମାନେ ସେମାନଙ୍କ ଜ୍ଞାନ ଏବଂ ପଦବୀର ଗର୍ବ ସୃଷ୍ଟି କରନ୍ତି । ଏହା ଫଳରେ ସେମାନେ ପ୍ରତିନିଧିମାନଙ୍କ ଉପରେ ପ୍ରାଧାନ୍ୟ ଜାହିର କରିବାକୁ ଆଗ୍ରହ ପ୍ରକାଶ କରନ୍ତି । ଏହା ଉଭୟଙ୍କ ମଧ୍ୟରେ ସଂଘର୍ଷର କାରଣ ହୋଇଥାଏ । ସରକାରୀ କର୍ମଚାରୀମାନଙ୍କୁ ପ୍ରୋତ୍ସାହନ ଏବଂ ପଦୋନ୍ନତିର ଅଭାବ, ସରକାରୀ କର୍ମଚାରୀଙ୍କ ପ୍ରଶାସନିକ ଚିନ୍ତାଧାରାରେ ପରିବର୍ତ୍ତନର ଆବଶ୍ୟକତା ଇତ୍ୟାଦି ଶାସନଗତ ସମସ୍ୟା ଅଟେ ।

ସାଙ୍ଗଠନିକ ସମସ୍ୟା (Problem of Organisation) – ଓଡ଼ିଶାରେ ପଞ୍ଚାୟତିରାଜ ସାଙ୍ଗଠନିକ ତ୍ରୁଟିର ଶିକାର ହୋଇଥାଏ । ସର୍ବନିମ୍ନ ସ୍ତରରେ ଶାସନର ଏକକ କ’ଣ ହେବା ଉଚିତ; ଗୋଟିଏ ଗ୍ରାମ ବା କେତେଗୁଡ଼ିଏ ଗ୍ରାମକୁ ନେଇ ଗୋଟିଏ ଗ୍ରାମସଭା ଗଠନ କରାଯିବ କି; ସମିତିର କର୍ତ୍ତୃତ୍ଵ ସୀମା ବୃହତ୍ ହେବ ନା କ୍ଷୁଦ୍ରତର ହେବ; ସରକାରୀ କର୍ମଚାରୀମାନେ ଏହି ସ୍ଵାୟତ୍ତ ଶାସନ ସଂସ୍ଥାରେ ନିୟୋଜିତ ହେବେ କି; ଏହିସବୁ ପ୍ରଶ୍ନମାନ ପଞ୍ଚାୟତିରାଜର ସାଙ୍ଗଠନିକ ସମସ୍ୟା ସୃଷ୍ଟି କରିଥାଏ ।

ଜାତିଆଣ ସମସ୍ୟା (Problem of Casteism) – ପଞ୍ଚାୟତ ନିର୍ବ।ଚନଗୁଡ଼ିକ ଆଞ୍ଚଳିକତା ଏବଂ ଜାତିଆଣ ଭାବନା ସୃଷ୍ଟି କରେ । ନିର୍ବାଚନ ପ୍ରଚାର ମାଧ୍ୟମରେ ଜାତି, ବର୍ଣ୍ଣ, ଧର୍ମର ସମସ୍ତ ଦୁଃଖଦାୟକ କୁଚିତ୍ର ବାହାରକୁ ପ୍ରକାଶ ପାଏ । ଏହି ନଷ୍ଟକାରୀ ପ୍ରଭାବ ଫଳରେ ଗ୍ରାମ୍ୟ ଜୀବନ ଲୀନ ହୋଇଯାଏ ।

ନିରକ୍ଷରତା (Illiteracy) – ନିରକ୍ଷରତା ପଞ୍ଚାୟତିରାଜ ସମସ୍ୟାର ସର୍ବୋପରି ବିଦ୍ୟମାନ । ସ୍ଥାନୀୟ ସ୍ଵାୟତ୍ତ ଶାସନ ଗଣତାନ୍ତ୍ରିକ ଶିକ୍ଷା ପ୍ରଦାନ କରେ । ଶିକ୍ଷିତ ବ୍ୟକ୍ତି ଏବଂ ନାଗରିକମାନେ ଗଣତନ୍ତ୍ରକୁ ମଜଭୁତ କରନ୍ତି । ଗଣତନ୍ତ୍ର ଏବଂ ନିରକ୍ଷରତା ଦୁଇଟି ପରସ୍ପର ବିରୋଧୀ ଶକ୍ତି ଅଟନ୍ତି । ଅଜ୍ଞତା ନାଗରିକ ଭାବନାର ଭୃଣ ହତ୍ୟା କରେ । ଏହା ଲୋକମାନଙ୍କୁ ସେମାନଙ୍କ ଜାତି ଏବଂ ଶ୍ରେଣୀ ଭାବନାରୁ ମୁକ୍ତ କରିପାରେ ନାହିଁ । ଏହା ଓଡ଼ିଶାରେ ପଞ୍ଚାୟତିରାଜର କାର୍ଯ୍ୟକାରିତାକୁ ଶିଥୁଳ କରିଦିଏ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ସାଧାରଣ ଅର୍ଥରେ ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାରେ ବିଳମ୍ବ, ଅତ୍ୟଧିକ ବାହ୍ୟାଡ଼ମ୍ବର, କାଗଜ ଚାଷ ଏବଂ କ୍ଷମତାର କେନ୍ଦ୍ରୀକରଣ ଦେଖାଯାଇଥାଏ । ପ୍ରଶାସନ ଏକ ଯନ୍ତ୍ରଚାଳିତ ଯାନ ଭଳି କାର୍ଯ୍ୟ କରେ । ଏହା ଲୋକମାନଙ୍କର ଉଦ୍ୟୋଗ ଏବଂ ଉତ୍ସାହକୁ ନଷ୍ଟ କରେ । ଏଥ୍‌ସହିତ ସ୍ଵାୟତ୍ତ ଶାସନ ବ୍ୟବସ୍ଥା ନିରୁତ୍ସାହିତ ହୁଏ । ଦୁଗ୍ଧ ରାଜନୀତି ମଧ୍ୟ ପଞ୍ଚାୟତିରାଜର ସମସ୍ୟା ପାଇଁ ଦାୟୀ । କ୍ରମବର୍ଦ୍ଧମାନ ଗୋଷ୍ଠୀ କନ୍ଦଳ ଏବଂ ହିଂସା ରାଜନୀତିର ଜାରଜ ସନ୍ତାନ ଅଟନ୍ତି, ଯେଉଁମାନେ ରାଜ୍ୟରେ ସ୍ଵାୟତ୍ତ ଶାସିତ ଅନୁଷ୍ଠାନମାନଙ୍କ ଉପରେ ଅତି ଦୁର୍ଭାଗ୍ୟଜନକ କୁପ୍ରଭାବ ପକାଇଥା’ନ୍ତି ।

ସମାଧାନର ପନ୍ଥା :
ଓଡ଼ିଶାରେ ପଞ୍ଚାୟତିରାଜ ସଂସ୍ଥା ସମସ୍ୟା ଜର୍ଜରିତ ହୋଇଥିଲେ ମଧ୍ୟ ଏହାର ସମାଧାନ ଏକ ଦୁରୂହ ବ୍ୟାପାର ନୁହେଁ । ନିମ୍ନଲିଖୂତ ପଦକ୍ଷେପ ଗ୍ରହଣ କଲେ ଏହି ସମସ୍ୟାଗୁଡ଼ିକର ସହଜ ସମାଧାନ ସମ୍ଭବପର ହୋଇପାରିବ । ପ୍ରଥମତଃ, ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ସମୟ ଓ ଆବଶ୍ୟକତାର ପରିବର୍ତ୍ତନ ସହିତ ପରିବର୍ତ୍ତିତ ହୋଇପାରିଲେ ଏହା ନୂତନ ଆହ୍ଵାନର ସମ୍ମୁଖୀନ ହୋଇପାରିବ । ଗ୍ରାମ୍ୟ ସ୍ୱାୟତ୍ତ ଶାସନର ଢାଞ୍ଚାରେ ଏହି ଅନୁଷ୍ଠାନର ପରିବର୍ତ୍ତନ ଆବଶ୍ୟକ । ଲୋକ ପ୍ରତିନିଧ‌ିମାନଙ୍କୁ ଅଧ‌ିକ ଅଂଶଗ୍ରହଣ ସୁଯୋଗ ପ୍ରଦାନ କରାଯିବା ଆବଶ୍ୟକ । ନିୟମିତ ନିର୍ବାଚନ ହେବା, ନିର୍ବାଚନକୁ ନିରପେକ୍ଷ କରିବା, ଦଳୀୟ ରାଜନୀତିର କୁପ୍ରଭାବରୁ ଏହାକୁ ମୁକ୍ତ ରଖୁବା ଇତ୍ୟାଦି ବ୍ୟବସ୍ଥା ଗ୍ରହଣ କରାଯିବା ବିଧେୟ ।

ଅତ୍ୟଧିକ ସରକାରୀ ନିୟନ୍ତ୍ରଣରୁ ଏହାକୁ ମୁକ୍ତ କରି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏହାକୁ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରାଯିବା ଉଚିତ । ଦ୍ଵିତୀୟତଃ, ପଞ୍ଚାୟତିରାଜ ସଂସ୍ଥା ଆର୍ଥିକ ଦୁରବସ୍ଥାର ଶିକାର ହୋଇଥିବାରୁ ଏହାର ନିରାକରଣ ଏବଂ ଅଧିକ ବିତ୍ତ ସଂଗ୍ରହ ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯିବା ଉଚିତ । ନୂତନ କର ଧାର୍ଯ୍ୟ, ପ୍ରଚଳିତ କରଗୁଡ଼ିକର ବୃଦ୍ଧି, ଆଦାୟ ପାଇଁ ସୁସୁ ବ୍ୟବସ୍ଥା ଗ୍ରହଣ ଓ ଉଦାର ସରକାରୀ ଅନୁଦାନ ଜରିଆରେ ପଞ୍ଚାୟତିରାଜର ଆର୍ଥିକ ଉନ୍ନତିବିଧାନ କରାଯାଇପାରିବ । ତୃତୀୟତଃ, ସରକାର ଅତ୍ୟଧ‌ିକ ନିୟନ୍ତ୍ରଣ ଜାରି ନ କରି ଅଧିକ ସ୍ଵାଧୀନତାର ସହ ଗଣତାନ୍ତ୍ରିକ ପ୍ରକ୍ରିୟାରେ କାର୍ଯ୍ୟ ସମ୍ପାଦନ ପାଇଁ ପ୍ରଗତିବାଦୀ, କୋହଳ ସହଯୋଗଭିଭିକ ଚିନ୍ତାଧାରା ପୋଷଣ କରିବା ଉଚିତ ।

ଏହାଦ୍ଵାରା ସ୍ଵାୟତ୍ତ ଶାସନ ସଂସ୍ଥାଗୁଡ଼ିକ ଗ୍ରାମ୍ୟ ବିକାଶ କ୍ଷେତ୍ରରେ ନୂତନ ଉନ୍ମାଦନା ସୃଷ୍ଟି କରିପାରିବେ ଓ ଗଣତନ୍ତ୍ରର ଭିତ୍ତିଭୂମି ଦୃଢ଼ ହୋଇପାରିବ । ଚତୁର୍ଥତଃ, ପଞ୍ଚାୟତିରାଜ ସଂସ୍ଥାମାନେ ରାଜନୀତିର କୁପ୍ରଭାବରୁ ନିଜକୁ ମୁକ୍ତ ରଖୁ ନ ପାରି ଦୁର୍ନୀତିଗ୍ରସ୍ତ ଓ ଅପଖ୍ୟାତି ସଂପନ୍ନ ହୋଇଯାଉଛନ୍ତି । ସେମାନେ ନିଜର ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇଯାଉଛନ୍ତି । ଏଣୁ ସରକାର ବୈଧାନିକ ଉପାୟରେ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ରାଜନୀତିର ପ୍ରବେଶକୁ ପ୍ରତିରୋଧ କରିବା ଉଚିତ । ଏଥପାଇଁ ଏହି ସଂସ୍ଥା ସହ ସମ୍ପୃକ୍ତ ଉଭୟ ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧୁମାନଙ୍କ ପାଇଁ ସ୍ବତନ୍ତ୍ର ଆଚରଣ ବିଧ୍ଵ (Code of conduct) ରହିବା ବାଞ୍ଛନୀୟ । ପଞ୍ଚମତଃ, ସରକାରୀ କର୍ମଚାରୀମାନଙ୍କର ଦକ୍ଷତା, ସାଧୁତା, ଚରିତ୍ରବତ୍ତା ଇତ୍ୟାଦି ଉପରେ ପଞ୍ଚାୟତିରାଜ ସଂଗଠନର ସଫଳତା ପୂର୍ଣ୍ଣମାତ୍ରାରେ ନିର୍ଭରଶୀଳ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ଏଣୁ ଏହି କର୍ମଚାରୀଗୋଷ୍ଠୀଙ୍କୁ ସାଧୁତାର ସହ କାର୍ଯ୍ୟ ସଂପାଦନର ସୁଯୋଗ ପ୍ରଦାନ କଲେ ପଞ୍ଚାୟତିରାଜ ସଂସ୍ଥାର ମୌଳିକ ଲକ୍ଷ୍ୟ ସାଧ୍ୟ ହୋଇପାରିବ । ଷଷ୍ଠତଃ ଶିକ୍ଷା ସମସ୍ତ ରୋଗର ମହୌଷଧ । ଏହା ସଫଳତାର ମୁଖ୍ୟ ଚାବିକାଠି ଅଟେ । ଶିକ୍ଷାର ପ୍ରସାର ଲୋକମାନଙ୍କର ଅଜ୍ଞତା, ଅନଗ୍ରସରତା ଓ ରକ୍ଷଣଶୀଳତା ମନୋଭାବ ଦୂର କରିଥାଏ । ଏହି ଲୋକମାନେ ହିଁ ପଞ୍ଚାୟତିରାଜ ସଙ୍ଗଠନକୁ ଠିକ୍ ଭାବରେ ପରିଚାଳନା କରିଥା’ନ୍ତି । ପଞ୍ଚାୟତିରାଜର ସର୍ବଶ୍ରେଷ୍ଠ ସୁରକ୍ଷା ଜନସାଧାରଣଙ୍କ ଚରିତ୍ର ଉପରେ ନିର୍ଭର କରିଥାଏ । (The best defence of Panchayati Raj institutions lies on the character of the people.)

ସଂକ୍ଷେପରେ, ପ୍ରଫେସର ଇକ୍‌ବଲ ନାରାୟଣଙ୍କ ଭାଷାରେ କହିଲେ ପଞ୍ଚାତିରାଜ ସମସ୍ୟାର ପ୍ରତିକାର କ୍ଷେତ୍ରରେ “ ଲୋକମାନଙ୍କର ଶିକ୍ଷାର ଉତ୍ତରୋତ୍ତର ଉନ୍ନତି ଓ ବିଜ୍ଞତା ବୃଦ୍ଧିହିଁ ସର୍ବଶ୍ରେଷ୍ଠ ପ୍ରତିକାର ଅଟେ ।” ଗୋଷ୍ଠୀ ଉନ୍ନୟନ ଯୋଜନାକୁ ଭାରତରେ ଉନ୍ନୟନ କାର୍ଯ୍ୟକ୍ରମର ସଫଳ ରୂପାୟନ କ୍ଷେତ୍ରରେ ଏକ “ ନୀରବ ବିପ୍ଳବ” (Silent Revolution) ଆଖ୍ୟା ଦିଆଯାଇଥିଲା । ଏହାର ଦୋଷତ୍ରୁଟିକୁ ସଂଶୋଧନ କରି ଏହାକୁ ଏକ ଜନଆନ୍ଦୋଳନରେ ପରିଣତ କରିବାପାଇଁ ଆରମ୍ଭ କରାଯାଇଥିବା ପଞ୍ଚାୟତିରାଜ ବ୍ୟବସ୍ଥା ଭାରତରେ ସାମାଜିକ ଓ ରାଜନୈତିକ ବିପ୍ଳବ ଆରମ୍ଭ କରିଛି । ଆଜି ଭାରତରେ ଲୋକପ୍ରତିନିଧ୍ଵ ଓ ଭୋଟଦାତାଙ୍କ ମଧ୍ୟରେ ଥିବା ଦୂରତ୍ଵହିଁ ଗଣତନ୍ତ୍ର ପ୍ରତି ପ୍ରଧାନ ବିପଦ ଅଟେ । ଏହି ବିପଦର ଉପଯୁକ୍ତ ମୁକାବିଲା “ ପଞ୍ଚାୟତିରାଜ ହିଁ କରିପାରିବ” ବୋଲି ଏସ୍.ସି. ଜୈନ ଦୃଢ଼ ମତବ୍ୟକ୍ତ କରିଛନ୍ତି ।

୪ । ନିଗମ (Corporation) ର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ବର୍ତ୍ତମାନ ଭାରତରେ ୩୨ରୁ ଅଧ‌ିକ ନିଗମ ଅଛି । ଓଡ଼ିଶାରେ ତିନୋଟି ନିଗମ ଅଛି ଯାହାକି ରାଉରକେଲା, କଟକ ଏବଂ ଭୁବନେଶ୍ଵରରେ ଅବସ୍ଥିତ । ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ଥିଲେ କର୍ପୋରେସନ୍ (ନିଗମ) ଗଠିତ ହୁଏ । ଏହା ନଗର ଶାସନର ଶୀର୍ଷ ଅନୁଷ୍ଠାନ ଅଟେ । ମ୍ୟୁନିସିପାଲଟିମାନଙ୍କଠାରୁ କର୍ପୋରେସନ୍‌ମାନେ ଅଧିକ ସ୍ବାତନ୍ତ୍ର୍ୟ ଉପଭୋଗ କରନ୍ତି ଏବଂ ସେମାନଙ୍କର କ୍ଷମତା ପରିସର ଅଧ‌ିକ ହୋଇଥାଏ ।

ବୈଶିଷ୍ଟ୍ୟ :

  • ଏହା ବିଧାନସଭାରେ ପ୍ରଣୀତ ଆଇନଦ୍ଵାରା ଗଠିତ ହୋଇଥାଏ ।
  • ଏକ ଲକ୍ଷରୁ ଊର୍ଦ୍ଧ୍ଵ ଜନସଂଖ୍ୟା ଥିବା ମହାନଗରୀ ପାଇଁ ଏହା ପ୍ରତିଷ୍ଠା ହୋଇଥାଏ ।
  • ଏକ ଆଇନସିଦ୍ଧ ଅନୁଷ୍ଠାନ ହିସାବରେ ଟିକସ ବସାଇବା କ୍ଷମତା ପାଇଥାଏ ।
  • ଏହାର ନିଜର ସମ୍ପତ୍ତି ଓ ବ୍ୟବସାୟ ରହିଥାଏ ।
  • କର୍ପୋରେସନ୍ ଅଧ୍ୟକ୍ଷଙ୍କୁ ମେୟର କୁହାଯାଏ ଏବଂ କାର୍ଯ୍ୟକାରୀ ଅଫିସରଙ୍କୁ କମିଶନର କୁହାଯାଏ ।
  • ରାଜ୍ୟ ସରକାରଙ୍କ ଅନୁମତି ନେଇ ଏବଂ ସରକାରଙ୍କୁ ମଧ୍ୟସ୍ଥି ରଖୁ କର୍ପୋରେସନ୍ ସାଧାରଣ ଲୋକଙ୍କଠାରୁ ଋଣ ଗ୍ରହଣ କରିବ ।
  • କର୍ପୋରେସନ୍‌ମାନଙ୍କରେ ବିଲାତ ଢାଞ୍ଚା ଅନୁସାରେ ମେୟର, ଏଲ୍‌ରମେନ୍ ଏବଂ କାଉନସିଲରମାନେ ନିର୍ବାଚିତ ହୋଇଥା’ନ୍ତି । ଓଡ଼ିଶାରେ କେବଳ ନିଗମପାଳ ଅଛନ୍ତି ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

କାର୍ଯ୍ୟକାଳ :
କର୍ପୋରେସନ୍‌ର ମେୟର ଏବଂ ନିର୍ବାଚିତ ବ୍ୟକ୍ତିମାନଙ୍କର କାର୍ଯ୍ୟକାଳ ୫ ବର୍ଷ । ସରକାର ଏହାକୁ ଭାଙ୍ଗି ଦେଇ ସାନି ନିର୍ବାଚନର ବ୍ୟବସ୍ଥା ପର୍ଯ୍ୟନ୍ତ ନିଜେ ପରିଚାଳନା କରିପାରନ୍ତି ।

ସାଂଗଠନିକ ବ୍ୟବସ୍ଥା :
ସହରକୁ କେତେକ କାଉନ୍‌ସିଲରେ ବିଭକ୍ତ କରାଯାଇ ପ୍ରତ୍ୟେକରୁ ଜଣେ ଲେଖାଏଁ କାଉନ୍ସିଲର ପ୍ରତ୍ୟକ୍ଷଭାବେ ନିର୍ବାଚିତ ହୋଇଥା’ନ୍ତି । କାଉନ୍ସିଲରମାନଙ୍କଦ୍ୱାରା ନିର୍ବାଚିତ ମେୟର ଓ ଉପମେୟର ରହିଥାଆନ୍ତି । ଭୋଟରମାନଙ୍କଦ୍ବାରା ନିର୍ବାଚିତ ପ୍ରତ୍ୟେକ ୱାର୍ଡ଼ର ପ୍ରତିନିଧିଙ୍କୁ ନେଇ ଗଠିତ କର୍ପୋରେସନ୍ କାଉନ୍‌ସିଲ୍ ପ୍ରତିଷ୍ଠିତ ହୋଇଥାଏ । କାଉନ୍‌ସିଲ୍‌ଦ୍ବାରା ନିଯୁକ୍ତ ସ୍ଥାୟୀ କମିଟିମାନ ବିଭିନ୍ନ ବିଷୟ ପାଇଁ ଗଠିତ ହୋଇଥାଏ । କାର୍ଯ୍ୟନିର୍ବାହୀ ଅଧ୍ବକାରୀ ବା କମିଶନରଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦିଅନ୍ତି । ଅନାସ୍ଥା ପ୍ରସ୍ତାବ ଗ୍ରହଣଦ୍ବାରା ମେୟର ଓ ଉପମେୟରଙ୍କୁ ପଦଚ୍ୟୁତ କରାଯାଇପାରେ ।

କାର୍ଯ୍ୟ :

  • ପାନୀୟ ଜଳଯୋଗାଣ, ପାଣିଟାଙ୍କି ନିର୍ମାଣ ଓ ରକ୍ଷଣାବେକ୍ଷଣ
  • ବିଜୁଳି ଯୋଗାଣ ଓ ରାସ୍ତା ବିଦ୍ୟୁତୀକରଣ
  • ଜନସ୍ବାସ୍ଥ୍ୟର ବିକାଶ, ଅଳିଆ ଓ ଆବର୍ଜନା ସଫା ପାଇଁ ନାଳୀ ନିର୍ମାଣ
  • ଯାନବାହନ ପରିଚାଳନା ଓ ନିୟନ୍ତ୍ରଣ
  • ମାତୃମଙ୍ଗଳ ଓ ଶିଶୁମଙ୍ଗଳ କେନ୍ଦ୍ର ପ୍ରତିଷ୍ଠା
  • ହାଟ ଓ କଂସେଇଖାନା ପ୍ରତିଷ୍ଠା
  • ଶିକ୍ଷାର ପ୍ରସାର ଓ ପରିଚାଳନା ।

ଇଚ୍ଛାଧୀନ କାର୍ଯ୍ୟ :

  • ସର୍ବସାଧାରଣ ପୁସ୍ତକାଗାର, ଯାଦୁଘର, ପାର୍କ ଓ ରଙ୍ଗମଞ୍ଚ ନିର୍ମାଣ ଓ ପରିଚାଳନା
  • ବିବାହର ତାଲିକା ରଖୁବା ଓ ଜନଗଣନା କରିବା
  • ବିଶ୍ରାମଗୃହ, ଅନାଥାଶ୍ରମ ନିର୍ମାଣ ଓ ପରିଚାଳନା
  • ପଥପାର୍ଶ୍ବରେ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ।

୫ । ମ୍ୟୁନିସିପାଲିଟି (ବା) ନଗରପାଳିକା କିମ୍ବା ବିଜ୍ଞାପିତ ଅଞ୍ଚଳ ପରିଷଦ (N.A.C.) ର ଗଠନ ଓ କାର୍ଯ୍ୟ ଆଲୋଚନା କର ।
Answer:
ଓଡ଼ିଶାରେ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ତିନିଗୋଟି ଅନୁଷ୍ଠାନ; ଯଥା — ନିଗମ, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି । ୧୯୫୦ ମସିହାର ମ୍ୟୁନିସିପାଲିଟି ଆଇନର କେତେକ ପରିବର୍ତ୍ତନ ହୋଇ ୩୧ଟି ମ୍ୟୁନିସିପାଲିଟି ଏବଂ ୭୬ଟି N.A.C. ରହିଛି । ଯେଉଁ ସହରରେ ୧୦ ହଜାରରୁ ଅଧିକ ବାସିନ୍ଦା ରହନ୍ତି ସେଠାରେ ମ୍ୟୁନିସିପାଲିଟି ଥାଏ ଏବଂ ଯେଉଁଠାରେ ୫ ହଜାରରୁ ଅଧ୍ଵକ ବାସିନ୍ଦା ରହନ୍ତି ସେଠାରେ N.A.C. ଥାଏ ଓ ୧ ଲକ୍ଷରୁ ଊର୍ଦ୍ଧ୍ଵ ବାସିନ୍ଦା ଥିବା ସହରରେ ନିଗମ ପ୍ରତିଷ୍ଠା କରାଯାଇଛି ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ଗଠନ – ପ୍ରତି ମ୍ୟୁନିସିପାଲିଟିର ପରିଚାଳନା ପାଇଁ ଗୋଟିଏ ଗୋଟିଏ ମ୍ୟୁନିସିପାଲିଟି କାଉନ୍‌ସିଲ୍ ଥାଏ । ଏହି କାଉନ୍ସିଲ ସଦସ୍ୟମାନେ ସହରର ବିଭିନ୍ନ ୱାର୍ଡ଼ରୁ ନିର୍ବାଚିତ ହୋଇଥାଆନ୍ତି । ଅନ୍ତତଃ ୧୧ ଜଣ ଓ ସର୍ବାଧ‌ିକ ୩୦ ଜଣ କାଉନସିଲ୍‌ର ସଦସ୍ୟ ରହିପାରିବେ । ଏହାର କାର୍ଯ୍ୟକାଳ ୫ ବର୍ଷ । ସରକାର ଇଚ୍ଛାକଲେ ସୁପରିଚାଳନା ପାଇଁ ମ୍ୟୁନିସିପାଲିଟିର ପରିଚାଳନା ନିଜ ହାତକୁ ନେଇ ସାନି ନିର୍ବାଚନ କରନ୍ତି । କାଉନ୍ସିଲରମାନଙ୍କଦ୍ୱାରା ଚେୟାରମ୍ୟାନ୍ ନିର୍ବାଚିତ ହୁଅନ୍ତି ଏବଂ ଯେତେବେଳେ ଅନ୍ୟୁନ ଦୁଇ-ତୃତୀୟାଂଶ ସଭ୍ୟଙ୍କର ଆସ୍ଥା ହରାନ୍ତି ସେତେବେଳେ ସେ ତାଙ୍କ ପଦରୁ ଇସ୍ତଫା ଦିଅନ୍ତି ।

ତାଙ୍କୁ ସାହାଯ୍ୟ କରିବାପାଇଁ ଜଣେ ଭାଇସ୍-ଚେୟାରମ୍ୟାନ୍ ବା ଉପାଧ୍ୟକ୍ଷ ହୁଅନ୍ତି । ଏଠାରେ ମଧ୍ୟ ପଞ୍ଚାୟତିରାଜ ବ୍ୟବସ୍ଥା ଭଳି ମହିଳାମାନଙ୍କ ପାଇଁ ୩୦% ସ୍ଥାନ ସଂରକ୍ଷଣ ଥାଏ । ମ୍ୟୁନିସିପାଲିଟିର ଦୈନିକ କାର୍ଯ୍ୟ ପରିଚାଳନା ପାଇଁ ଜଣେ ଏକ୍‌ଜିକ୍ୟୁଟିଭ୍ ଅଫିସର ନିଯୁକ୍ତ ହୋଇଥା’ନ୍ତି । ଜଣେ ସ୍ଵାସ୍ଥ୍ୟ ଅଫିସର ଓ ଜଣେ ଇଞ୍ଜିନିୟର୍ ମଧ୍ୟ ନିଯୁକ୍ତି ପାଇ କାର୍ଯ୍ୟ କରନ୍ତି । କାଉନ୍ସିଲ ନିଜର ବଜେଟ୍ ପାସ୍ କରନ୍ତି ଓ ସରକାରଙ୍କଠାରୁ ଋଣ କରିପାରନ୍ତି । ଅଧ୍ଯକ୍ଷ ଓ ଉପାଧ୍ୟକ୍ଷଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ହୁଅନ୍ତି ।

କାର୍ଯ୍ୟ :
ବାଧ୍ୟତାମୂଳକ :
ଏଠାରେ ଗମନାଗମନର ସୁବିଧା ପାଇଁ ରାସ୍ତାଗୁଡ଼ିକର ନିର୍ମାଣ, ରକ୍ଷଣାବେକ୍ଷଣ ଓ ଉନ୍ନତି, ସଂକ୍ରାମକ ରୋଗର ପ୍ରତିଷେଧକ ବ୍ୟବସ୍ଥା ଆଦି ଗ୍ରହଣ କରାଯାଏ । ଆବର୍ଜନା ନିଷ୍କାସନ ପାଇଁ ନାଳନର୍ଦ୍ଦମା ଓ କମ୍ପୋଷ୍ଟ ଖାତ ଖନନ, ପ୍ରାଥମିକ ଶିକ୍ଷାର ପ୍ରସାର ଓ ବିଶୁଦ୍ଧ ପାନୀୟ ଜଳଯୋଗାଣ, ଶ୍ମଶାନ ପରିଚାଳନା ଓ ଅଗ୍ନି ସେବାଶମ କାର୍ଯ୍ୟକ୍ରମ, ଜନ୍ମ ମୃତ୍ୟୁ ତାଲିକା ପ୍ରସ୍ତୁତି, ସାଧାରଣ ସ୍ଵାସ୍ଥ୍ୟ ଆଦି କ୍ଷେତ୍ରରେ ମଧ୍ୟ ଏହା କାର୍ଯ୍ୟ ସମ୍ପାଦନ କରିଥାଏ ।

ଇଚ୍ଛାଧୀନ :
ଇଚ୍ଛାଧୀନ କାର୍ଯ୍ୟଗୁଡ଼ିକ ପରିଷଦର ଆର୍ଥିକ ସ୍ଥିତି ଉପରେ ନିର୍ଭର କରେ । ନିମ୍ନଲିଖୁତ କାର୍ଯ୍ୟମାନ ଇଚ୍ଛାଧୀନ କାର୍ଯ୍ୟର ପରିସରଭୁକ୍ତ ।

  • ଗମନାଗମନ ଓ ପରିବହନର ସୁବିଧାପାଇଁ ଟାଉନ୍ ବସ୍ ଚଳାଚଳ ।
  • ଆମୋଦପ୍ରମୋଦ ପାଇଁ ପାର୍କ, ପାଠାଗାର ଓ କ୍ରୀଡ଼ାର ବ୍ୟବସ୍ଥା ।
  • ମାଧ୍ୟମିକ ଓ ଉଚ୍ଚତର ଶିକ୍ଷାର ପ୍ରସାର ।
  • ଆଲୋକ ଓ ପ୍ରମୋଦ ବ୍ୟବସ୍ଥା ।
  • ସୁଲଭ ଶୌଚାଳୟ ଏବଂ ରଙ୍ଗମଞ୍ଚ, ସଂଗ୍ରହାଳୟ ପ୍ରତିଷ୍ଠା ଇତ୍ୟାଦି ।

ସରକାରୀ ନିୟନ୍ତ୍ରଣ :
ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଶୃଙ୍ଖଳିତ କରିବା, ବ୍ୟତିବିଚ୍ୟୁତି ସୁଧାରିବାପାଇଁ ସରକାର ନିୟନ୍ତ୍ରଣ ଜାରିକରନ୍ତି । ସରକାର କୈଫିୟତ ମାଗିପାରିବେ, ଅନୁଦାନ ବନ୍ଦ କରିପାରିବେ ଓ ଆବଶ୍ୟକ ହେଲେ ସରକାର ପୌର ପରିଷଦକୁ ଭାଙ୍ଗି ଏହାର ପରିଚାଳନା ଭାର ନିଜ ହାତକୁ ନେଇପାରନ୍ତି । ନଗରପାଳିକାର ସମସ୍ତ ହିସାବ ସରକାରୀ ଅଡ଼ିଟ୍‌ର ଅନ୍ତର୍ଭୁକ୍ତ ଅଟେ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ଆୟର ସୂତ୍ର :
ମ୍ୟୁନିସିପାଲିଟି ଟିକସ, ଫି, ଫାଇନ୍, ସରକାରୀ ଅନୁଦାନ, ଋଣ ଆଦି ସୂତ୍ରରୁ ଆୟ କରିଥାଏ । ୧୯୬୩ ମସିହାର ବିଶ୍ବନାଥ ଦାସ କମିଟିଙ୍କ ସୁପାରିସ ଅନୁସାରେ ଓଡ଼ିଶାରେ ନଗର ଉନ୍ନୟନ ବିଭାଗ ଗଠନ କରାଯାଇଛି । ନଗରପାଳିକାର ସବୁକାର୍ଯ୍ୟ ତଦାରଖ କରିବାପାଇଁ ବିଭାଗର ନିର୍ଦ୍ଦେଶକଙ୍କୁ ଦାୟିତ୍ବ ଦିଆଯାଇଛି । ସ୍ଵାୟତ୍ତ ଶାସନ ସଂସ୍ଥାର ସଫଳତା ଉପରେ ଗଣତନ୍ତ୍ରର ଭବିଷ୍ୟତ ନିର୍ଭର କରେ ।

BSE Odisha 8th Class Maths Notes Algebra Chapter 4 ଉତ୍ପାଦକୀକରଣ

Odisha State Board BSE Odisha 8th Class Maths Notes Algebra Chapter 4 ଉତ୍ପାଦକୀକରଣ will enable students to study smartly.

BSE Odisha Class 8 Maths Notes Algebra Chapter 4 ଉତ୍ପାଦକୀକରଣ

→ ଉପକ୍ରମଣିକା (Introduction) :
ଗଣନ ସଂଖ୍ୟା ବା ସ୍ଵାଭାବିକ ସଂଖ୍ୟାକୁ କେତେକ ମୌଳିକ ସଂଖ୍ୟାର ଗୁଣନୀୟକ ଭାବେ ପରିଣତ କରିବାର ପ୍ରଣାଳୀକୁ ଉତ୍ପାଦକୀକରଣ କୁହାଯାଏ ।

→ ଉତ୍ପାଦକ ଏବଂ ଉତ୍ପାଦକୀକରଣ (Factors and Factorisation):
ସହ ସମାନ ହେଲେ, ଉକ୍ତ ସଂଖ୍ୟା ଏବଂ ଉତ୍ପନ୍ନ ରାଶିମାନଙ୍କୁ ଦତ୍ତ ରାଶିର ଗୋଟିଏ ଗୋଟିଏ ଉତ୍ପାଦକ କୁହାଯାଏ ।

ଉଦାହରଣ : 3xy = 3 × x × x × y
ଏଠାରେ 3xy ର 3, x, x ଏବଂ y ଗୋଟିଏ ଗୋଟିଏ ଗୁଣନୀୟକ ବା ଉତ୍ପାଦକ ।

ଉଦାହରଣ : 30 = 1 × 30 = 2 × 15 = 3 × 10 = 5 × 6 = 2 × 3 × 5
(i) କୌଣସି ମୌଳିକ ସଂଖ୍ୟାକୁ ଅନନ୍ୟ ଭାବେ କେତେକ ମୌଳିକ ସଂଖ୍ୟାର ଗୁଣନୀୟକ ଭାବେ ପ୍ରକାଶ କରାଯାଏ; ଅର୍ଥାତ୍ 30 = 2 × 3 × 5
(ii) ଉତ୍ପାଦକୀକରଣ ଏକ ପ୍ରକ୍ରିୟା, ଯେଉଁଥରେ ଦତ୍ତ ବୀଜଗାଣିତିକ ରାଶିକୁ କେବଳ ମୌଳିକ ସଂଖ୍ୟା ବା ମୌଳିକ

→ ବଣ୍ଟନ ନିୟମ ବ୍ୟବହାର କରି ଉତ୍ପାଦକ ବିଶ୍ଳେଷଣ :
(i) ପରିମେୟ ସଂଖ୍ୟା ସେଟ୍‌ରେ ବଣ୍ଟନ ନିୟମଟି ହେଲା –
x (a + b) = xa + bx ବା xa + xb = x (a + b)
ଏଠାରେ x (a + b) ପରିପ୍ରକାଶର x ଏକ ଉତ୍ପାଦକ ଓ a + b ଅନ୍ୟ ଏକ ଉତ୍ପାଦକ ।

(ii) ବଣ୍ଟନ ନିୟମ ଦୁଇରୁ ଅଧୂକ ପଦବିଶିଷ୍ଟ ରାଶି ପାଇଁ ମଧ୍ୟ ପ୍ରଯୁଜ୍ୟ ।
xa + xb + xc = x(a + b + c)

BSE Odisha 8th Class Maths Notes Algebra Chapter 4 ଉତ୍ପାଦକୀକରଣ

ମନେରଖ :

  • ପଦମାନଙ୍କର କୌଣସି ସାଧାରଣ ଗୁଣନୀୟକ ନଥିଲେ, ଏ ପ୍ରଣାଳୀ ପ୍ରଯୁଜ୍ୟ ହେବ ନାହିଁ ।
  • ଦ୍ବିପଦ, ତ୍ରିପଦ ବା ବହୁପଦ ବିଶିଷ୍ଟ ରାଶି ମଧ୍ୟ ଗୁଣନୀୟକ ହୋଇପାରେ ।
  • ସାଧାରଣ ଗୁଣନୀୟକ, ଗୋଟିଏ ସଂଖ୍ୟା ବା ବୀଜଗାଣିତିକ ସଂକେତ; ଯଥା – a, b, c, x, y, z ଇତ୍ୟାଦି ହୋଇପାରେ ।

ଉଦାହରଣ :
4x + 8 କୁ ଉତ୍ପାଦକରେ ବିଶ୍ଳେଷଣ କର ।
ସମାଧାନ :
4x + 8 = 4 (x + 2)

ଉଦାହରଣ :
x²yx + xy²z + xyz² କୁ ଉତ୍ପାଦକରେ ବିଶ୍ଳେଷଣ କର ।
ସମାଧାନ :
x²yx + xy²z + xyz² = x × y × z (x + y + z) = xyz (x + y + z)

→ ପଦଗୁଡ଼ିକୁ ଦୁଇ ବା ତତୋଽଧ୍ଵକ ଭାଗରେ ବିଭକ୍ତ କରି ଉତ୍ପାଦକ ନିର୍ଣ୍ଣୟ (Factorisation by grouping method) :
ବୀଜଗାଣିତିକ ପରିପ୍ରକାଶକୁ ଏପରି ଦୁଇ ବା ତତୋଽଧ୍ଵ ଭାଗରେ ବିଭକ୍ତ କରାଯିବ, ଯେପରି ପ୍ରତ୍ୟେକ ଆବଶ୍ୟକସ୍ଥଳେ ପଦଗୁଡ଼ିକୁ ପୁନଃସଜିକରଣ କରାଯାଇ ଉତ୍ପାଦକ ନିର୍ଣ୍ଣୟ କରିବାକୁ ହେବ ।

ଉଦାହରଣ :
x² – xy – xz + yz ର ଉତ୍ପାଦକ ବିଶ୍ଳେଷଣ କର ।
ସମାଧାନ :
x² – xy – xz + yz = x(x – y) – z (x – y) = (x – y) (x – z)

→ ଦ୍ଵିଘାତ ପଲିନୋମିଆଲର ଉତ୍ପାଦକୀକରଣ ପ୍ରଣାଳୀ :
ଦ୍ଵିଘାତ ପଲିନୋମିଆଲର ସାଧାରଣ ରୂପ ହେଉଛି x² + px + q ।
ଏହାର ମଧ୍ୟମ ପଦ px କୁ ଯେଉଁଥରେ x ଚଳରାଶି ଓ p ସହଗ ଏବଂ ଉଭୟ p ଓ q ପ୍ରତ୍ୟେକ ଧ୍ରୁବକ ପଦ ।
(i) ଦ୍ବିଘାତ ପରିପ୍ରକାଶକୁ ଅଜ୍ଞାତ ରାଶିର ଘାତର ଅଧଃକ୍ରମରେ ସଜାଇ ରଖୁବାକୁ ହେବ ।
(ii) ଏପରି ଦୁଇଟି ସଂଖ୍ୟା ନିର୍ଣ୍ଣୟ କରିବାକୁ ହେବ, ଯାହାର ଯୋଗଫଳ ମଧ୍ୟମ ପଦର ସହଗ ସହ ସମାନ ଓ ଗୁଣଫଳ ତୃତୀୟ ପଦ ସହ ସମାନ ହେବ ।
(iii) ଏହାପରେ ମଧ୍ୟମ ପଦଟିକୁ ଆବଶ୍ୟକତା ଅନୁଯାୟୀ ଦୁଇଟି ପଦରେ ପ୍ରକାଶ କରିହେବ ।
(iv) ବର୍ତ୍ତମାନ ଚାରିପଦ ବିଶିଷ୍ଟ ରାଶିକୁ ଉତ୍ପାଦକରେ ବିଶ୍ଳେଷଣ କରିବା ।

ଉଦାହରଣ :
ଉତ୍ପାଦକରେ ବିଶ୍ଳେଷଣ କର ।
(i) x² + 5x + 6
(ii) x² – 5x + 6
ସମାଧାନ :
(i) x² + 5x + 6 କୁ x² + px + q ରେ ପ୍ରକାଶକଲେ p = 5 ଓ q = 6 ହେବ ।
5 କୁ ଦୁଇଟି ପଦରେ ଭାଙ୍ଗିବାକୁ ହେବ, ଯେପରି ଏହାର ଯୋଗଫଳ 5 ଓ ଗୁଣଫଳ 6 ହେବ ।
ଏଠାରେ ଗୁଣଫଳ ଧନାତ୍ମକ ହୋଇଥିବାରୁ, ଯୋଗ ବା ମିଶାଣଫଳ ମଧ୍ୟ ଧନାତ୍ମକ ।
x² + 5x + 6 = x² + (3 + 2)x + 3 × 2
= x² + 3x + 2x + 6 = x(x + 3) + 2(x + 3) = (x + 3) (x + 2)

(ii) x² – 5x + 6 ଏଠାରେ p = -5 ଓ q = 6
x² + (-5)x + 6 = x² + {(3) + (-2) }x + (-3)(-2) = x² – 3x – 2x + 6
= x(x – 3) – 2(x – 3) = (x – 3) (x – 2)

BSE Odisha 8th Class Maths Notes Algebra Chapter 4 ଉତ୍ପାଦକୀକରଣ

ମନେରଖ :
BSE Odisha 8th Class Maths Notes Algebra Chapter 4 ଉତ୍ପାଦକୀକରଣ - 1

→ ବିଭିନ୍ନ ଅଭେଦ ସାହାଯ୍ୟରେ ଉତ୍ପାଦକ ନିର୍ଣ୍ଣୟ (Factorisation using different Identities) :
ଉତ୍ପାଦକ ବିଶ୍ଳେଷଣରେ ଆବଶ୍ୟକ ଅଭେଦାବଳୀ ନିମ୍ନରେ ଦତ୍ତ ଅଛି ।
(i) a² + 2ab + b² = (a + b)²
(ii) a² – 2ab + b² =(a – b)²
(iii) a² – b² = (a + b)(a – b)
(iv) a² + b² + c² + 2ab + 2bc + 2ca = (a + b + c)²
(v) a² + b² + c² – 2ab – 2bc + 2ca = (a – b + c)²
(vi) a² + b² + c² + 2ab – 2bc – 2ca = (a + b – c)²
(vii) a² + b² + c² – 2ab + 2bc – 2ca = (a – b – c)²

CHSE Odisha Class 12 Political Science Chapter 4 Long Answer Questions in Odia Medium Part-1

Odisha State Board CHSE Odisha Class 12 Political Science Solutions Chapter 4 ଭାରତରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା Long Answer Questions Part-1

CHSE Odisha 12th Class Political Science Chapter 4 Long Answer Questions in Odia Medium Part-1

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ଉଦ୍ଦେଶ୍ୟ ଓ ଆବଶ୍ୟକତା ଆଲୋଚନା କର ।
Answer:
ସ୍ଥାନୀୟ ସ୍ୱାୟତ୍ତ ଶାସନ ଏକ ରାଜନୈତିକ ବ୍ୟବସ୍ଥା ଯାହା ମାଧ୍ୟମରେ କେନ୍ଦ୍ରୀୟ ବା ପ୍ରାଦେଶିକ ବ୍ୟବସ୍ଥାପିକାଦ୍ବାରା ହସ୍ତାନ୍ତରିତ ବା ଅର୍ପିତ କ୍ଷମତାର ପରିସର ମଧ୍ୟରେ ସ୍ଥାନୀୟ ବ୍ୟାପାରସମୂହକୁ ଲୋକମାନଙ୍କର ନିର୍ବାଚିତ ପ୍ରତିନିଧୁମାନଙ୍କ ଦ୍ବାରା ପରିଚାଳନା କରାଯାଇଥାଏ । ଏଣୁ ରାଷ୍ଟ୍ର ଅନୁମୋଦିତ ଢାଞ୍ଚାରେ କ୍ଷୁଦ୍ର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସ୍ଥାନୀୟ ବ୍ୟାପାର ପରିଚାଳନାକୁ ସ୍ଥାନୀୟ ସ୍ଵାୟତ୍ତ ଶାସନ ବ୍ୟବସ୍ଥା କୁହାଯାଏ । ଏହା କେନ୍ଦ୍ର ବା ରାଜ୍ୟ ସରକାରୀ କର୍ମଚାରୀମାନଙ୍କଦ୍ୱାରା ପରିଚାଳିତ ସ୍ଥାନୀୟ ଅଞ୍ଚଳର ଶାସନକୁ ସୂଚିତ କରେ ନାହିଁ ବରଂ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କଦ୍ୱାରା ନିର୍ବାଚିତ ପ୍ରତିନିଧୁମାନଙ୍କଦ୍ୱାରା ପରିଚାଳିତ ଓ ନିୟନ୍ତ୍ରିତ ଶାସନକୁ ସ୍ଥାନୀୟ ସ୍ନାୟର ଶାସନ କୁହାଯାଏ ।

ରାଷ୍ଟ୍ର ମଧ୍ୟରେ ଏକ ସୀମିତ ସ୍ଥାନୀୟ ଅଞ୍ଚଳ, କେନ୍ଦ୍ରୀୟ ବା ପ୍ରାଦେଶିକ ବ୍ୟବସ୍ଥାପିକାଦ୍ଵାରା ଅର୍ପିତ ସ୍ଥାନୀୟ କ୍ଷମତା ବା କର୍ତ୍ତୃତ୍ଵ, ସ୍ଥାନୀୟ ଅଞ୍ଚଳର ସ୍ଵାର୍ଥସାଧନ, ସ୍ଥାନୀୟ ଅଞ୍ଚଳରେ ଟିକସ ଧାର୍ଯ୍ୟ ଆଦି ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ଉପାଦାନ ଅଟେ । ଗଣତନ୍ତ୍ରର ବାସ୍ତବ ଉପଯୋଗିତା ଦୃଷ୍ଟିରୁ କ୍ଷମତା ବିକେନ୍ଦ୍ରୀକରଣ ସୂତ୍ର ଉପରେ ଆଧାରିତ ଏହି ସ୍ଥାନୀୟ ସ୍ଵାୟତ୍ତ ଶାସନ ବ୍ୟବସ୍ଥାର ଗୁରୁତ୍ଵ ରହିଛି । ଗଣତନ୍ତ୍ର ବର୍ତ୍ତମାନର ସର୍ବୋତ୍କୃଷ୍ଟ ଶାସନ ବ୍ୟବସ୍ଥା ଅଟେ । ଏହା ଲୋକମାନଙ୍କୁ ସ୍ଵତନ୍ତ୍ରତା, ସମାନତା, ନ୍ୟାୟ ପ୍ରଦାନ କରିଥାଏ । କିନ୍ତୁ କୌଣସି ରାଜନୈତିକ ବ୍ୟବସ୍ଥା ସ୍ଵୟଂ-କାର୍ଯ୍ୟକ୍ଷମ ହୋଇପାରୁ ନଥିବାରୁ ଏହାର ସଫଳତା ଏହି ବ୍ୟବସ୍ଥାଧୀନ ଲୋକମାନଙ୍କର ଚରିତ୍ର, ସଚେତନଶୀଳତା, ସାଧୁତା, ଉତ୍ସର୍ଗୀକୃତ କାର୍ଯ୍ୟ ଆଦି ଉପରେ ନିର୍ଭର କରେ ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ଗଣତନ୍ତ୍ର ଜୀବନଧାରାର ଏକ ପ୍ରକ୍ରିୟା ହିସାବରେ ଏକ ଗଣତାନ୍ତ୍ରିକ ଶାସନ ରୂପରେ ସ୍ଥାନୀୟ ସାୟର ଶାସନ ଏହାର ଭିଭିକୁ ପ୍ରତିଷ୍ଠା କରିଥାଏ । ଏଣୁ ରାଜନୈତିକ ତାଲିମପ୍ରାପ୍ତ ସଚେତନଶୀଳ ନାଗରିକ ଗଣତନ୍ତ୍ରର ସଫଳତା ପାଇଁ ଅନ୍ୟତମ ସର୍ଭ ଅଟେ । ଏହି ପ୍ରକ୍ରିୟା ଶାସନର ସର୍ବନିମ୍ନ ସୋପାନରୁ ଆରମ୍ଭ ହେବା ବିଧେୟ । କ୍ଷମତା ଓ ଦାୟିତ୍ବର ବିକେନ୍ଦ୍ରୀକରଣ ହେବା ଆବଶ୍ୟକ । ଗ୍ରାମ କ୍ଷମତାର ପ୍ରାଥମିକ ସ୍ତର ହେବା ଉଚିତ । ଜାତୀୟ ସ୍ତରରେ ଗଣତନ୍ତ୍ରର ଏନ୍ତୁଡ଼ିଶାଳରୂପେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପରିଚିତ । ଲର୍ଡ଼ ବ୍ରାଇସିଙ୍କ ମତରେ, ଗଣତନ୍ତ୍ରର ସଫଳତା ପାଇଁ ଏହା ସର୍ବୋତ୍କୃଷ୍ଟ ବିଦ୍ୟାଳୟ ଓ ସର୍ଭ ଅଟେ । ଫରାସୀ ଲେଖକ ଡି. ଟକେଭେଲି ସ୍ଥାନୀୟ ସ୍ୱାୟତ୍ତ ଶାସନକୁ ଏକ ସ୍ବାଧୀନ ଗଣତାନ୍ତ୍ରିକ ରାଷ୍ଟ୍ରର ଶକ୍ତିର ଆଧାର ରୂପେ ସୂଚିତ କରିଛନ୍ତି ।
ସ୍ଥାନୀୟ ସ୍ବାୟତ୍ତ ଶାସନ ବ୍ୟବସ୍ଥାର ଆବଶ୍ୟକତା ଓ ଗୁରୁତ୍ଵ :

  • ଗଣତାନ୍ତ୍ରିକ ଶିକ୍ଷା ପ୍ରଦାନ କରି ରାଜନୈତିକ ସଚେତନଶୀଳତା ସୃଷ୍ଟି କରେ – ଏହା ଲୋକମାନଙ୍କୁ ସାଧାରଣ ସ୍ଵାର୍ଥ ହାସଲ ପାଇଁ ଯୁକ୍ତିଯୁକ୍ତ, ସନ୍ତୁଳନ, ସାମାଜିକ ଆବଶ୍ୟକତା, କୌଶଳ ଆଦି ଉପାଦାନର ପ୍ରୟୋଗ କରିବା ମାଧ୍ୟମରେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିବା ସମ୍ପର୍କରେ ଶିକ୍ଷା ଦେଇଥାଏ । ଏହା ଆଞ୍ଚଳିକ ବିଷୟ ପ୍ରତି ଗର୍ବଭାବ ଶିକ୍ଷାଦିଏ ଯାହା ପରବର୍ତ୍ତୀ ବୃହତ୍ତର କ୍ଷେତ୍ରରେ ଜାତୀୟ ଅଂଶଗ୍ରହଣ ମାଧ୍ୟମରେ ଏକ ସୁସ୍ଥ ଲୋକହିତକାରୀ ଶାସନ ବ୍ୟବସ୍ଥାର ମୂଳଦୁଆ ଦୃଢ଼ କରିପାରେ ।
  • ନାଗରିକ ଚେତନା ଜାଗ୍ରତ କରେ – ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଏପରି ଏକ ପରିବେଶ ସୃଷ୍ଟି କରେ ଯାହାଦ୍ଵାରା ନାଗରିକମାନେ ସେମାନଙ୍କର ଅଧିକାର, କର୍ଭବ୍ୟ ଆଦି ସମ୍ପର୍କରେ ଅବଗତ ହୋଇଥା’ନ୍ତି । ଲୋକମାନେ ପ୍ରଶାସନକୁ ଅତି ନିକଟରୁ ଦେଖ‌ିବାକୁ ପାଆନ୍ତି ଏବଂ ସେମାନଙ୍କର ସମସ୍ୟାବଳୀର ସମାଧାନ ଲାଗି ପଥ ପରିଷ୍କାର ହୋଇଥାଏ । ଏହାର ପ୍ରଭାବରେ ଜନସାଧାରଣ ନିଜ ସ୍ବାର୍ଥକୁ ତ୍ୟାଗ କରି ଜାତୀୟ ସ୍ଵାର୍ଥସାଧନ ପାଇଁ କାର୍ଯ୍ୟ କରିଥା’ନ୍ତି ।
  • ଜନସାଧାରଣଙ୍କୁ ରାଜନୈତିକ ବ୍ୟବସ୍ଥା ପ୍ରତି ଆକୃଷ୍ଟ କରେ – ସ୍ଥାନୀୟ ସଂସ୍ଥାଗୁଡ଼ିକ ନିର୍ଦ୍ଧାରିତ ଅଞ୍ଚଳରେ କାର୍ଯ୍ୟ କରିଥା’ନ୍ତି ଏବଂ ସ୍ଥାନୀୟ ଉଦ୍ୟମରେ ଆଞ୍ଚଳିକ ସମସ୍ୟାର ସମାଧାନ କରିଥା’ନ୍ତି । ଏହା ସ୍ଥାନୀୟ ଜନସାଧାରଣ ଓ ପ୍ରାଦେଶିକ ସରକାର ମଧ୍ୟରେ ଯୋଗସୂତ୍ର ସ୍ଥାପନ କରେ । ଏହା କ୍ଷମତାର ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରେ । ଏହାଫଳରେ ଜନସାଧାରଣ ରାଜନୈତିକ ବ୍ୟବସ୍ଥା ପ୍ରତି ଆକୃଷ୍ଟ ହୁଅନ୍ତି ।
  • ଲୋକମାନଙ୍କ ପାଇଁ ସ୍ଵତନ୍ତ୍ରତାର ବୃହତ୍ତର କ୍ଷେତ୍ର ସୃଷ୍ଟି – ସ୍ଥାନୀୟ ଶାସନ ଲୋକମାନଙ୍କର ସ୍ବତନ୍ତ୍ରତାକୁ ପ୍ରଶସ୍ତ କରେ । ଅମଲାତନ୍ତ୍ରର ପ୍ରଭାବ ଓ ନିୟନ୍ତ୍ରଣରୁ ମୁକ୍ତ ହୋଇ ଲୋକମାନେ ନିଜେ ସାମୂହିକ ପ୍ରଚେଷ୍ଟା କ୍ରମେ ସମସ୍ୟାର ସମାଧାନ କରିଥା’ନ୍ତି । ବ୍ୟକ୍ତି ସ୍ୱତନ୍ତ୍ରତା ପାଇଁ ବ୍ୟକ୍ତି ସର୍ବଦା ଶାଶ୍ୱତ ଜାଗୃତି ରଖୁବା ଆବଶ୍ୟକ । ଏହି ଜାଗୃତି ସୃଷ୍ଟି ପାଇଁ ସ୍ଥାନୀୟ ଶାସନ ତାଲିମକେନ୍ଦ୍ର ରୂପେ କାର୍ଯ୍ୟ କରେ । ଏଣୁ ଏହା ଗଣତନ୍ତ୍ରକୁ ଅଧ‌ିକ ଗଣତାନ୍ତ୍ରିକ କରିଥାଏ ।
  • ପ୍ରଶାସନିକ ଦକ୍ଷତା ବୃଦ୍ଧି – ଆଧୁନିକ ଜନମଙ୍ଗଳ ରାଷ୍ଟ୍ରରେ ଯୋଜନା ଓ କାର୍ଯ୍ୟକ୍ରମ କେନ୍ଦ୍ରୀକରଣ ନୀତିରେ ପ୍ରସ୍ତୁତ ହେଉଥିଲେ ମଧ୍ୟ ସଫଳତା ଓ ବାସ୍ତବ ଉପଯୋଗିତା ଦୃଷ୍ଟିରୁ ଏହାର ପ୍ରୟୋଗ ବିକେନ୍ଦ୍ରୀକରଣ ନୀତିରେ ହେବା ଆବଶ୍ୟକ । ଜନ ଅଂଶଗ୍ରହଣ ମାଧ୍ୟମରେ ସ୍ଥାନୀୟ ସ୍ତରରେ ଏହାର ପ୍ରୟୋଗ ପ୍ରଶାସନିକ ଦକ୍ଷତା ବୃଦ୍ଧି କରେ ଓ ଶାସନ ନୀତିର ସଫଳତା ଆଣିଦିଏ । କେନ୍ଦ୍ରୀୟ ପ୍ରଶାସନ ଅତ୍ୟଧ୍ଵକ ଶାସନ ଭାରରୁ ମୁକ୍ତ ହୁଏ । ଏହାଫଳରେ କେନ୍ଦ୍ରୀୟ ଶାସନ ମୌଳିକ ଶାସନନୀତି ଓ କାର୍ଯ୍ୟକ୍ରମ ନିର୍ଦ୍ଧାରଣରେ ଅଧ‌ିକ ମନୋନିବେଶ କରିବାର ସୁଯୋଗ ପାଏ ।

CHSE Odisha Class 12 Political Science Chapter 4 Long Answer Questions in Odia Medium

  • କେନ୍ଦ୍ରୀୟ ଓ ପ୍ରାଦେଶିକ ଶାସନର ଅପବ୍ୟବହାର ବିରୁଦ୍ଧରେ ପ୍ରତିଷେଧକ ବ୍ୟବସ୍ଥା – ଏହା କେନ୍ଦ୍ରୀୟ ଓ ପ୍ରାଦେଶିକ ଶାସନର କ୍ଷମତାର ଅପବ୍ୟବହାରକୁ ରୋକିବା ଦିଗରେ ଏକ ଶକ୍ତିଶାଳୀ କ୍ଷେତ୍ର ଅଟେ । ଏହା ସେମାନଙ୍କ ମନମୁଖୀ ଶାସନକୁ ପ୍ରତିରୋଧ କରେ । ଶାସନର ସର୍ବନିମ୍ନ ସୋପାନ ହିସାବରେ ସ୍ଥାନୀୟ ଶାସନକୁ କେନ୍ଦ୍ରୀୟ ଶାସନ ଉପେକ୍ଷା କରିପାରେ ନାହିଁ । ଏହା ଏକ ଚାପଗୋଷ୍ଠୀର ଭୂମିକା ଗ୍ରହଣ କରେ । ଏହା କେନ୍ଦ୍ରୀୟ ତଥା ପ୍ରାଦେଶିକ ଶାସନକୁ ଦିଗ୍‌ଦର୍ଶନ ଓ ସମର୍ଥନ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଜନସ୍ବାର୍ଥ ବିରୋଧୀ କାର୍ଯ୍ୟକ୍ରମକୁ ବିଫଳ କରି ଗଣତନ୍ତ୍ରକୁ ଦୃଢ଼ କରିଥାଏ ।
  • ନବ-ଏକଚ୍ଛତ୍ରବାଦ (New Despotism) ର ସୁସ୍ଥ ପ୍ରତିରୋଧ – ବର୍ତ୍ତମାନ ଆଇନ ପ୍ରଣୟନ, ଆଇନର ପ୍ରୟୋଗ ଓ ଶାସନ କ୍ଷେତ୍ରରେ ଅମଲାତନ୍ତ୍ରର ପ୍ରାଧାନ୍ୟକୁ ଲର୍ଡ଼ ହିୱାର୍ଟ ‘ନବ-ଏକଚ୍ଛତ୍ରବାଦ’ର ଆଖ୍ୟା ଦେଇଛନ୍ତି । ଏହା ବ୍ୟକ୍ତି ସ୍ଵତନ୍ତ୍ରତାକୁ କ୍ଷୁଣ୍ଣ କରୁଛି । ଏଣୁ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ଅମଲାତନ୍ତ୍ରକୁ ନେତୃତ୍ଵ ନ ଦେଇ ଜନ ଅଂଶଗ୍ରହଣ ମାଧ୍ୟମରେ ଏହା ସଂପାଦନ କରିବା ଅଧ୍ଵକ ଗଣତାନ୍ତ୍ରିକ ଓ ସଫଳତା-ନିର୍ଣ୍ଣାୟକ ହୋଇଥାଏ । ସ୍ଥାନୀୟ ଲୋକପ୍ରତିନିଧୁମାନଙ୍କ ଚାପରେ ଅମଲାତନ୍ତ୍ର ସ୍ଵେଚ୍ଛାଚାରୀ ହୋଇପାରନ୍ତି ନାହିଁ କିମ୍ବା ଜନମତକୁ ଭ୍ରୁକ୍ଷେପ କରିପାରନ୍ତି ନାହିଁ । ତେଣୁ ସ୍ଥାନୀୟ ଶାସନ ଅମଲାତନ୍ତ୍ରର ନବ-ଏକଚ୍ଛତ୍ରବାଦକୁ ପ୍ରତିରୋଧ କରିପାରେ ।
  • ସ୍ଥାନୀୟ ଅଭିଜ୍ଞତା ଓ ଲୋକଶକ୍ତିର ପୂର୍ଣ୍ଣ ବିନିଯୋଗ – ସ୍ଥାନୀୟ ଶାସନରେ ସ୍ଥାନୀୟ ଲୋକମାନଙ୍କୁ ଅଣ-ରାଜନୈତିକ ପ୍ରକୃତିସମ୍ପନ୍ନ ସ୍ଥାନୀୟ ଅଭିଜ୍ଞତାଯୁକ୍ତ ନେତୃତ୍ବ ବଳରେ ଲୋକଶକ୍ତିର ପୂର୍ଣ୍ଣ ବିନିଯୋଗଦ୍ଵାରା ସ୍ଥାନୀୟ ସମସ୍ୟାର ସମାଧାନ ସମ୍ଭବ ହୋଇପାରେ । ସର୍ବସାଧାରଣ ସେବାରେ ଏହି ସ୍ଥାନୀୟ ଅଭିଜ୍ଞତାର ବିନିଯୋଗ ପ୍ରଶାସନକୁ ଦକ୍ଷ ଓ ଲୋକାଭିମୁଖୀ କରାଇଥାଏ ।
  • ଦଳୀୟ କୁପ୍ରଭାବରୁ ମୁକ୍ତ ଓ ସାମାଜିକ ସଂହତି ପ୍ରତିଷ୍ଠାର ମାଧ୍ୟମ – ଜାତୀୟ ଓ ପ୍ରାଦେଶିକ ଶାସନ ଦଳୀୟ ରାଜନୀତିଦ୍ଵାରା ପ୍ରଭାବିତ ଓ ନିୟନ୍ତ୍ରିତ ହୋଇଥାଏ । ଜାତୀୟ ସ୍ଵାର୍ଥ ଉପରେ ସଂକୀର୍ଷ ଦଳୀୟ ସ୍ଵାର୍ଥ ପ୍ରାଧାନ୍ୟ ବିସ୍ତାର କରେ । କିନ୍ତୁ ସ୍ଥାନୀୟ ଶାସନ ଦଳୀୟ ରାଜନୀତିର କୁପ୍ରଭାବରୁ ଅନେକାଂଶରେ ମୁକ୍ତ ଥାଏ । ଏହା ରାଜନୀତିର ବଳୟ ଭିତରୁ ବାହାରି ସ୍ଥାନୀୟ ସମସ୍ୟାର ସମାଧାନ ଉପରେ ଗୁରୁତ୍ଵ ଦେଇଥାଏ । ଏହା ଜନସମ୍ପର୍କ, ଜନମତର ସମର୍ଥନ, ସହଯୋଗ ଆଦି ଭିତ୍ତି ଉପରେ ଉନ୍ନତ ସାମାଜିକ ସମ୍ପର୍କ ପ୍ରତିଷ୍ଠା କରିଥାଏ । ଏହା ଗଣତନ୍ତ୍ରର ସଫଳତା ଓ ଜାତୀୟ ସଂହତିର ଲକ୍ଷ୍ୟ ହାସଲ ପାଇଁ ସାହାଯ୍ୟ କରେ ।
  • ପରୀକ୍ଷା କେନ୍ଦ୍ର ସୃଷ୍ଟି – ଜାତୀୟ ଓ ପ୍ରାଦେଶିକ ସ୍ତରରେ ପ୍ରସ୍ତୁତ ବିଭିନ୍ନ ନୀତିର ପ୍ରୟୋଗ ପାଇଁ ସ୍ଥାନୀୟ ଶାସନ ପରୀକ୍ଷା କେନ୍ଦ୍ର ସୃଷ୍ଟି କରେ । କେତେକ ସ୍ଥାନୀୟ ଶାସନ ଅଞ୍ଚଳରେ ଏହା ପ୍ରୟୋଗ ଫଳରେ ଦୋଷ-ତ୍ରୁଟି ଆଦି ଲକ୍ଷ୍ୟ କରାଯାଏ ଏବଂ ସେହି ସ୍ତରରେ ସଫଳତା ଲାଭ କଲେ ଏହାକୁ ସାର୍ବଜନୀନ କରାଯାଇଥାଏ । ଏଣୁ ସଂଘୀୟ ଏବଂ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହାର ଗୁରୁତ୍ଵ ଯଥେଷ୍ଟ ଅଧ୍ଵ । ଗୋଟିଏ ସ୍ଥାନର ଅଭିଜ୍ଞତାକୁ ଅନ୍ୟ ସ୍ଥାନରେ ସଦୁପଯୋଗ କରାଯାଇପାରେ ।

CHSE Odisha Class 12 Political Science Chapter 4 Long Answer Questions in Odia Medium

  • ସ୍ଥାନୀୟ ଲୋକମାନଙ୍କୁ ରାଜ୍ୟ ନେତୃତ୍ବର ନିକଟବର୍ତ୍ତୀ କରିଥାଏ ଓ ନେତୃତ୍ବ ତାଲିମ ଦେଇଥାଏ – ସ୍ଥାନୀୟ ଶାସନ ବ୍ୟବସ୍ଥା ଆଞ୍ଚଳିକ ସ୍ତରରେ ନେତୃତ୍ଵ ସୃଷ୍ଟି କରେ ଏବଂ ସ୍ଥାନୀୟ ସଂସ୍ଥାର ନେତୃତ୍ଵରେ ଜୀବନ ଆରମ୍ଭ କରିଥିବା ନେତାମାନେ ଭବିଷ୍ୟତରେ ରାଜ୍ୟ ଓ ଜାତୀୟ ସ୍ତରୀୟ ନେତୃତ୍ଵ ନେଇଥା’ନ୍ତି । ସ୍ଥାନୀୟ ସଂସ୍ଥାର ନିର୍ବାଚନରୁ ଲୋକମାନଙ୍କର ନିର୍ବାଚନ ପ୍ରତି ଆଚରଣ ଓ ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ଦଳ ପ୍ରତି ଥିବା ମନୋଭାବର ପ୍ରମାଣ ମିଳେ । ସ୍ଥାନୀୟ ଶାସନ ଲୋକମାନଙ୍କର ରାଜନୈତିକ ଚେତନା ଜାଗ୍ରତ କରେ । ଏହା ସ୍ଥାନୀୟ ଜନସାଧାରଣଙ୍କୁ ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତାମାନଙ୍କ ସଂସ୍ପର୍ଶରେ ଆସିବାକୁ ସୁଯୋଗ ଦେଇଥାଏ । ଏହି ସମସ୍ତ ଗୁରୁତ୍ଵର ବିଶ୍ଳେଷଣରୁ ଏହା ସ୍ପଷ୍ଟ ହୁଏ ଯେ ସ୍ଥାନୀୟ ଶାସନ ଗଣତାନ୍ତ୍ରିକ ସରକାରକୁ ସ୍ଥାୟିତ୍ଵ ପ୍ରଦାନ ଓ ଦକ୍ଷତାଯୁକ୍ତ କରିଥାଏ । ଏହା ଗଣତାନ୍ତ୍ରିକ ଶାସନକୁ ଅଧ୍ଯକ ଦାୟିତ୍ଵଶୀଳ ଓ ଲୋକାଭିମୁଖୀ କରାଇଥାଏ । ଏହା ଲୋକମାନଙ୍କୁ ପ୍ରଶାସନ ରୂପକ କଳା ସମ୍ପର୍କରେ ତାଲିମ ପ୍ରଦାନ କରେ । ବର୍ତ୍ତମାନର ଗଣତାନ୍ତ୍ରିକ ବ୍ୟବସ୍ଥାରେ କ୍ଷମତା ବିକେନ୍ଦ୍ରୀକରଣର ପରିସ୍ଫୁଟନ ଘଟାଇଥିବା ସ୍ଥାନୀୟ ସ୍ଵାୟତ୍ତ ଶାସନର ଗୁରୁତ୍ଵ ବୃଦ୍ଧି ପାଉଛି ।

୨ । ଭାରତରେ ପଞ୍ଚାୟତିରାଜ ବ୍ୟବସ୍ଥାର କ୍ରମବିକାଶ ଧାରା ଆଲୋଚନା କର ।
Answer:
ବର୍ତ୍ତମାନ ଭାରତରେ କାର୍ଯ୍ୟ କରୁଥିବା ପଞ୍ଚାୟତିରାଜ ବ୍ୟବସ୍ଥାର ଇତିହାସ ପ୍ରାଚୀନ ଭାରତର ଇତିହାସର ସମସାମୟିକ ଅଟେ । ଇତିହାସର କ୍ରମବିବର୍ତ୍ତନର ଧାରା ଦେଇ ଏହା ଆଜି ସୁସଂଯତ ଓ ସୁବିନ୍ୟସ୍ତ । ଇତିହାସର କଷଟି ପଥରରେ ଏହାର ଆବଶ୍ୟକତା ପରୀକ୍ଷିତ ଓ ଏହା ଆଜି ସର୍ବଜନ ଆଦୃତ ବ୍ୟବସ୍ଥାରେ ପରିଣତ ହୋଇଛି । ପ୍ରାଚୀନ ଭାରତର ଇତିହାସକୁ ଅନୁଧ୍ୟାନ କଲେ ଉଭୟ ଐତିହାସିକ ଓ ବ୍ୟାବହାରିକ ଦୃଷ୍ଟିରୁ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ଗୁରୁତ୍ଵ ରହିଥିଲା ବୋଲି ସ୍ଵତଃ ପ୍ରମାଣିତ ହୁଏ । ହିନ୍ଦୁ ସଂସ୍କୃତିର ଅଖଣ୍ଡତା, ସ୍ଵାଧୀନତା ଓ ବ୍ୟକ୍ତିତ୍ବ ବା ନିଜତ୍ଵକୁ ସଂରକ୍ଷିତ କରିବା ଦିଗରେ ଏକ ବ୍ୟାପକ ଧରଣର ସ୍ଥାନୀୟ ସରକାର-ବ୍ୟବସ୍ଥା ହିଁ ଅଧ‌ିକ ଭାବରେ ଦାୟୀ ବୋଲି ଆମେ ବିବେଚନା କରୁ ।

ଗଣତନ୍ତ୍ରର ବାତାବରଣ ମଧ୍ୟରେ ସ୍ଥାନୀୟ ସ୍ଵାୟତ୍ତ ସରକାର ଏକ ମୌଳିକ ସଙ୍ଗଠନରେ ପରିଣତ ହୋଇଯାଇଛି । ଏହାର ଗୁରୁତ୍ଵ ଉପରେ ଡବ୍ଲ୍ୟୁ.ଏ. ରବସନ୍ (W.A. Robson) ଙ୍କ ପ୍ରଦତ୍ତ ମତ ପ୍ରଣିଧାନଯୋଗ୍ୟ । ତାଙ୍କ ମତରେ,“ ସୀମିତ ଭୂଖଣ୍ଡ ମଧ୍ଯରେ ସ୍ଵାୟତ୍ତ ସରକାର ସ୍ଥାନୀୟ ଜନସାଧାରଣଙ୍କୁ ଆଞ୍ଚଳିକ ସମସ୍ୟାଗୁଡ଼ିକର ଯତ୍ନ ନେବା ସକାଶେ ପ୍ରତିନିସ୍‌ ବାଛିବା ନିମିତ୍ତ ସାମର୍ଥ୍ୟ ପ୍ରଦାନ କରିଥାଏ ।” ଜନସ୍ୱାସ୍ଥ୍ୟ, ଶିକ୍ଷା, ସାଧାରଣ କଲ୍ୟାଣ ପ୍ରଭୃତି ମୌଳିକ ପ୍ରୟୋଜନ ଏବଂ ସ୍ଥାନୀୟ ସ୍ଵାର୍ଥସିଦ୍ଧି ନିମିତ୍ତ ସ୍ଥାନୀୟ ସଂସ୍ଥା ମାଧ୍ୟମରେ ଗଣତାନ୍ତ୍ରିକ କ୍ଷମତାର ବିକେନ୍ଦ୍ରୀକରଣ ସମ୍ଭବ ହୋଇଥାଏ । ଜାତୀୟ ପୁନର୍ଗଠନର ବିବିଧ କାର୍ଯ୍ୟ ଏହି ଶାସନ ସଂସ୍ଥାର ସହଯୋଗ, ସହାୟତା ଏବଂ ସମର୍ଥନ ମାଧ୍ୟମରେ ସମାହିତ ହୋଇଥାଏ ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ଏହି ସଂସ୍ଥାର ଗୁରୁତ୍ଵ ସମ୍ପର୍କରେ ଭି.ଭି. ରାଓ ଓ ଏନ୍. ହଜାରିକା ତାଙ୍କର ‘ଭାରତରେ ସ୍ଵାୟତ୍ତ ଶାସନ ବ୍ୟବସ୍ଥା” (Local-Self Government in India) ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ ଏହା ବ୍ୟକ୍ତିର ମୌଳିକ ଅଧିକାରର ସୁରକ୍ଷା କରିବା ସଙ୍ଗେ ସଙ୍ଗେ ସୁନାଗରିକତା ଏବଂ ନିଃସ୍ବାର୍ଥପର ହେବା ସମ୍ପର୍କରେ ଶିକ୍ଷା ପ୍ରଦାନ କରି ଏକ ଉତ୍ତମ ମାଧ୍ୟମ ରୂପେ କାର୍ଯ୍ୟ କରିଥାଏ । ସ୍ନେହ, ପ୍ରୀତି ଇତ୍ୟାଦି ଦିବ୍ୟଗୁଣ ପ୍ରଥମେ ପରିବାରରୁ ଆରମ୍ଭ ହେବା ଭଳି ପ୍ରାଥମିକ ସ୍ତରରେ ସ୍ୱାୟତ୍ତ ଶାସନରେ ଅଂଶଗ୍ରହଣ କରି ବ୍ୟକ୍ତି ଗଣତାନ୍ତ୍ରିକ ଜୀବନଯାପନ ନିମିତ୍ତ ନାଗରିକତା ଓ ରାଜନୈତିକ ଶିକ୍ଷା ପାଇଥାଏ । ଜାତୀୟ ଐକ୍ୟ ଓ ସଂହତି ପ୍ରତିଷ୍ଠା ଓ ସୁରକ୍ଷା ଦିଗରେ ନାଗରିକମାନଙ୍କୁ ଅଂଶଗ୍ରହଣ କରିବାର ସୁବର୍ଣ୍ଣ ସୁଯୋଗ ଏହି ବ୍ୟବସ୍ଥା ମାଧ୍ୟମରେ ଯୋଗାଇ ଦିଆଯାଇଥାଏ ।

ଏଣୁ ଏହା ପୃଥିବୀର ବିଭିନ୍ନ ଦେଶରେ ବିଭିନ୍ନ ରୂପ ନେଇ କାର୍ଯ୍ୟ କରୁଛି ଓ ପ୍ରତ୍ୟେକ ଦେଶର ପ୍ରିୟ ବ୍ୟବସ୍ଥା ରୂପେ ସୂଚିତ ହୋଇଛି । ଅଧୁନାତମ ପୃଥିବୀରେ କାର୍ଯ୍ୟ କରୁଥିବା ସ୍ଵାୟତ୍ତ ଶାସନ ବ୍ୟବସ୍ଥାକୁ ମୁଖ୍ୟତଃ ପାଞ୍ଚଭାଗରେ ବିଭକ୍ତ କରାଯାଇଥାଏ, ଯଥା –

  • ଐକକେନ୍ଦ୍ରୀୟ (Unitary),
  • ବିକେନ୍ଦ୍ରୀୟ (Decentralised),
  • ନେପୋଲିଓ ଢାଞ୍ଚାରେ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା (Nepoleonic perfect)
  • କମ୍ୟୁନିଷ୍ଟ ରାଷ୍ଟ୍ରର ସଂଘୀୟ ବିକେନ୍ଦ୍ରୀକରଣ ବ୍ୟବସ୍ଥା (Federal Decentralisation in Communist Countries) ଓ
  • ଉତ୍ତର ଔପନିବେଶିକ ବ୍ୟବସ୍ଥା (Post Colonial system) । ଭାରତରେ ଦ୍ଵିତୀୟ ପ୍ରକାରର ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପରିଦୃଷ୍ଟ ହୁଏ ଏବଂ ଏହା ସାଧାରଣତଃ ଦୁଇ ସ୍ତରବିଶିଷ୍ଟ, ଯଥା (a) ଗ୍ରାମ୍ୟ ଓ (b) ପୌର ।

1. ଭାରତରେ ଏହି ବ୍ୟବସ୍ଥାର ଅତୀତ ପରମ୍ପରା – ବେଦ ଭାରତର ପ୍ରାଚୀନତମ ଗ୍ରନ୍ଥ ଅଟେ । ଋଗ୍‌ବେଦରେ ନଗରର ଶାସନମୁଖ୍ୟ ବା ପୁରପତିଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି । ବେଦ ହିଁ ପ୍ରାଚୀନ ଭାରତର ଉଭୟ ପୌର ଓ ଗ୍ରାମ୍ୟ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା କାର୍ଯ୍ୟ କରୁଥିବାର ପ୍ରମାଣ ଦେଇଥାଏ । ପରବର୍ତ୍ତୀ ସ୍ଵାୟତ୍ତ ଶାସନ ବିଷୟକ ବର୍ଣ୍ଣନା “ମନୁ ସଂହିତା”ରୁ ମିଳିଥାଏ । ମନୁଙ୍କୁ ବେଦର ପରବର୍ତ୍ତୀ ସାମାଜିକ ନୀତିଶାସ୍ତ୍ରର ପ୍ରଣୟନକର୍ତ୍ତା ରୂପେ ଗ୍ରହଣ କରାଯାଇଥାଏ । ମନୁ ସଂହିତା ଅନୁଯାୟୀ ପ୍ରତ୍ୟେକ ସହରରେ ସମସ୍ତ ବିଷୟ ସମାଧାନ ନିମିତ୍ତ “ ସର୍ବାର୍ଥ ଚିନ୍ତକ” (Sarbartha Chintaka) ନାମରେ ଜଣେ ଅଧୁରକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା । ମନୁଙ୍କ ସମୟରେ ଗ୍ରାମ୍ୟ ପ୍ରଶାସନିକ କର୍ମଚାରୀ ସରକାରୀ କର୍ମଚାରୀଭାବେ ଗଣ୍ୟ ହେଲେ ।

ଭାରତରେ ଏହି ବ୍ୟବସ୍ଥାର କ୍ରମବିକାଶର ପରବର୍ତ୍ତୀ ଚିତ୍ର କୌଟିଲ୍ୟଙ୍କ “ ଅର୍ଥଶାସ୍ତ୍ର ” ରୁ ମିଳିଥାଏ । ଅର୍ଥଶାସ୍ତ୍ରରେ ଗ୍ରାମ୍ୟ ସଙ୍ଗଠନ ଓ ପରିଚାଳନା ନିମିତ୍ତ ସରକାରୀ ଅଧ୍ଵରକ୍ଷକଙ୍କର ଦାୟିତ୍ଵ ବିଷୟରେ ଉଲ୍ଲେଖ ରହିଛି । ଅର୍ଥଶାସ୍ତ୍ରର ବ୍ୟବସ୍ଥା ଅନୁଯାୟୀ ରାଜା ପ୍ରତି ଆଠଶହ ଗ୍ରାମ ମଧ୍ଯରେ ଗୋଟିଏ ‘ସ୍ଥାନୀୟମ’, ଚାରିଶହ ଗ୍ରାମ ମଧ୍ୟରେ ‘ଦ୍ରୋଣମୁଖ’, ଦୁଇଶହ ଗ୍ରାମ ମଧ୍ୟରେ ଗୋଟିଏ ‘କର୍କଟିକା’ ଏବଂ ପ୍ରତି ଦଶଟି ଗ୍ରାମ ମଧ୍ୟରେ ଏକ ‘ସଂଗ୍ରହଣମ୍’ ସ୍ଥାପନ କରିବାର ଯେଉଁ ନିର୍ଦ୍ଦେଶ ରହିଛି ତାହା ଏହି ବ୍ୟବସ୍ଥାର ଅତୀତ ସ୍ଥିତିକୁ ସୂଚିତ କରିଥାଏ । ଏତଦ୍‌ବ୍ୟତୀତ ପରବର୍ତ୍ତୀ ପର୍ଯ୍ୟାୟରେ ମେଘାସ୍ଥିନିସ୍କଙ୍କ ବିବରଣୀ ମଧ୍ଯ ମଗଧର ରାଜଧାନୀ ପାଟଳୀପୁତ୍ରର ଶାସନ ଏକ ପୌର ପରିଷଦଦ୍ଵାରା ପରିଚାଳିତ ହେଉଥିଲା ବୋଲି ସୂଚନା ଦେଇଥାଏ । ତେଣୁ ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ମଧ୍ଯ ଏହାର ସ୍ଥିତି ରହିଥିଲା ବୋଲି ସ୍ପଷ୍ଟ ପ୍ରମାଣ ମିଳୁଛି ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ଚୋଳ, ପଲ୍ଲବ, ପାଣ୍ଡ୍ଯ ଓ ବିଜୟନଗରମ୍ ଇତ୍ୟାଦି ରାଜ୍ୟରେ ରାଜାଙ୍କ ରାଜତ୍ଵ ସମୟରେ ସଭା, ସମିତି, ଅର୍ସ (Urs), ନାଡୁ (Nadu), ମଣ୍ଡଳମ୍ (Mandalam) ଇତ୍ୟାଦି ସଙ୍ଗଠନ ସ୍ଵାୟତ୍ତ ଶାସନ ବ୍ୟବସ୍ଥାର ପ୍ରମାଣ ଦେଇଥାଏ । ଗ୍ରାମାଞ୍ଚଳରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ସ୍ଥିତି ସମ୍ପର୍କରେ ଅନେକ ପ୍ରମାଣ ଅଛି । ଚୋଳ ସମ୍ରାଟ ପ୍ରଥମ ପ୍ରଭୃତକ (Pravtaka – 1) ଙ୍କ ସମୟରେ ୯୧୯ ଓ ୯୨୧ ଖ୍ରୀ.ଅ.ର ଉତ୍ତରମେରୁ ଅଭିଲେଖ (Uttarameru Inscription) ରେ ଗ୍ରାମଗୁଡ଼ିକ ଅନେକ ସମିତିଦ୍ଵାରା ଶାସିତ ହେଉଥିଲା ବୋଲି ଉଲ୍ଲେଖ ରହିଛି । ଉତ୍ତର ଭାରତରେ ଏହି ଗ୍ରାମ୍ୟସ୍ତରୀୟ ମୁଖୁଆମାନଙ୍କୁ ‘ଗ୍ରାମିକ’ ବା ‘ଗ୍ରାମୋୟକ’ କୁହାଯାଉଥିଲାବେଳେ ଦାକ୍ଷିଣାତ୍ୟର ପୂର୍ବାଞ୍ଚଳରେ ‘ମୁନୁଣ୍ଡା’ ନାମରେ, ମହାରାଷ୍ଟ୍ରରେ ‘ଗ୍ରାମକୁଟ’ ବା ‘ପୋଟ୍ଟକିଳା’ ନାମରେ, କର୍ଣାଟକରେ ‘ଗୌଣ୍ଡା’ ନାମରେ ଏବଂ ଉତ୍ତରପ୍ରଦେଶରେ ‘ମହାରକ’ ବା ‘ମହାନ୍ତକ’ ନାମରେ ସେମାନେ ପରିଚିତ ଥିଲେ ।

ଭାରତରେ ମୋଗଲ ଓ ମରହଟ୍ଟା ରାଜତ୍ଵ ସମୟରେ ପୌର ଶାସନ ସଂସ୍ଥା କାର୍ଯ୍ୟ କରୁଥିଲା । ‘କଟୁଆଳ’ ନାମକ କର୍ମଚାରୀ ଏହି ପୌର ଶାସନକୁ ପରିଚାଳନା କରୁଥିଲେ । ଏହି ବିଷୟ ‘ଆଇନ-ଇ-ଆକବରୀ’ ନାମକ ପୁସ୍ତକରେ ବର୍ଣ୍ଣିତ ହୋଇଛି । ମୁସଲମାନ ରାଜତ୍ଵ ସମୟରେ ଜାଗିର ବ୍ୟବସ୍ଥାର ପ୍ରଚଳନ କରାଯାଇ ‘ମାଲ୍‌ଗୁଜାରସ୍’ (Malguzars) ମାନଙ୍କଦ୍ବାରା ରାଜସ୍ୱ ଆଦାୟ ବ୍ୟବସ୍ଥା କରାଯାଇଥିଲା ଓ ଏହି ସମୟରେ ପଞ୍ଚାୟତ ବ୍ୟବସ୍ଥାର ବିପର୍ଯ୍ୟୟ ଘଟିଥିଲା । ପଞ୍ଚାୟତର କ୍ଷମତାକୁ ଜମିଦାର ଓ ସରକାରୀ କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇ ପଞ୍ଚାୟତ ବ୍ୟବସ୍ଥାର ସ୍ଥିତିକୁ ଦୁର୍ବଳ କରି ଦିଆଗଲା ।

2. ବ୍ରିଟିଶ୍ ଶାସନାଧୀନ ଭାରତରେ ଏହାର ସ୍ଥିତି – ଭାରତରେ ଗ୍ରାମ୍ୟସ୍ତରୀୟ ସ୍ଵାୟତ୍ତ ଶାସନ ବ୍ୟବସ୍ଥା ବା ଗ୍ରାମପଞ୍ଚାୟତର ବିକାଶ ଇଷ୍ଟ-ଇଣ୍ଡିଆ କମ୍ପାନୀ ତଥା ବ୍ରିଟିଶ୍ ସରକାରଙ୍କର ଶାସନ ସମୟରେ ଯଥେଷ୍ଟ ଭାବରେ ହୋଇପାରିନଥିଲା । ଇଷ୍ଟ-ଇଣ୍ଡିଆ କମ୍ପାନୀଠାରୁ କ୍ଷମତା ବ୍ରିଟିଶ୍ ସରକାର ହାତକୁ ଗଲା ପରଠାରୁ ଏହି ସ୍ଵାୟତ୍ତ ଶାସନ ବ୍ୟବସ୍ଥାର କ୍ରମବିକାଶର ଧାରା ତ୍ୱରାନ୍ବିତ ହୋଇଥିଲା ଓ ସେ ଦ୍ଵିତୀୟ ଜେମ୍‌ସଙ୍କଠାରୁ ମାନ୍ଦ୍ରାଜ ସହରରେ ନିଗମ ପ୍ରତିଷ୍ଠା ନିମନ୍ତେ ଅନୁମତି ପାଇଥିଲେ । ୧୬୮୮ ମସିହା ସେପ୍ଟେମ୍ବର ୨୮ ତାରିଖରେ ପ୍ରଥମ ପୌର ନିଗମ ତା’ର କାର୍ଯ୍ୟ ଆରମ୍ଭ କରିଥିଲା । ୧୭୨୬ ମସିହାରେ ପୌର ନିଗମର କ୍ଷମତା ପରିସରକୁ ବୃଦ୍ଧି କରାଯାଇଥିଲା ।

୧୭୯୩ ମସିହାର ଚାର୍ଟର ଆଇନ ବଳରେ ମାନ୍ଦ୍ରାଜ, କଲିକତା ଏବଂ ବମ୍ବେ ପ୍ରଭୃତି ତିନିଗୋଟି ପ୍ରେସିଡ଼େନ୍ସୀ ସହରରେ ପୌର ଶାସନ ପ୍ରବର୍ଣିତ ହେଲା । ମାତ୍ର ୧୮୫୮ ମସିହା ପର୍ଯ୍ୟନ୍ତ ଭାରତର ଶାସନ ବ୍ୟବସ୍ଥା ଇଷ୍ଟ-ଇଣ୍ଡିଆ କମ୍ପାନୀଦ୍ଵାରା ପରିଚାଳିତ ହୋଇଥିଲା ଓ ଉପରିଲିଖୂତ ବ୍ୟବସ୍ଥା ସତ୍ତ୍ଵେ ଏହି ସ୍ୱାୟତ୍ତ ଶାସନ ପରମ୍ପରା କେବଳ ନାମକୁ ମାତ୍ର ଭାବରେ ଭାରତରେ ବଞ୍ଚ୍ ରହିଥିଲା । ୧୮୩୦ ମସିହାରେ ସାର୍ ଚାର୍ଲସ୍‌ ମେଟ୍‌ଫ (Charles Metcalf) ଭାରତର ଗ୍ରାମ ସମାଜଗୁଡ଼ିକୁ ‘କ୍ଷୁଦ୍ର ସାଧାରଣତନ୍ତ୍ର’ (Little Republic) ରୂପେ ନାମିତ କରି ଏହି ସଙ୍ଗଠନର ଗୁରୁତ୍ଵ ସମ୍ପର୍କରେ ମତ ଦେଇଥିଲେ । ଏହାପରେ ୧୮୪୨ ମସିହାରେ ବିଧ୍ଵବଦ୍ଧ ଭାବେ ପୌର ସମିତି ଗଠନ ପାଇଁ ପ୍ରଥମ ଆଇନ ବଙ୍ଗଳାର ପ୍ରାଦେଶିକ ସରକାରଙ୍କ ଆଇନ ନମ୍ବର ୧୦ ମାଧ୍ୟମରେ ପ୍ରଣୀତ ହେଲା ।

BSE Odisha

ଏହି ଆଇନ ଏହାକୁ ଏକ ଇଚ୍ଛାଧୀନ ବିଷୟରେ ପରିଣତ କରିଥିବାରୁ ଲୋକପ୍ରିୟତା ଅର୍ଜନ କରିପାରିନଥିଲା । ୧୮୫୮ ବିଦ୍ରୋହ ପରେ ଇଷ୍ଟଇଣ୍ଡିଆ କମ୍ପାନୀଠାରୁ ବ୍ରିଟିଶ ରାଣୀଙ୍କୁ ଶାସନ କ୍ଷମତା ହସ୍ତାନ୍ତରିତ ହେଲା । ଇଷ୍ଟଇଣ୍ଡିଆ କମ୍ପାନୀର ମୂଳ ଉଦ୍ଦେଶ୍ୟ ଥିଲା ବାଣିଜ୍ୟ ବ୍ୟବସାୟ; କିନ୍ତୁ ବ୍ରିଟିଶ୍ ପାର୍ଲିଆମେଣ୍ଟଦ୍ୱାରା ଶାସନ ପରିଚାଳିତ ହେବାରୁ ଏହାର ଉଦ୍ଦେଶ୍ୟ କେବଳ ‘ଶାସନ’ରେ ହିଁ ପର୍ଯ୍ୟବସିତ ହେଲା । ଏହା ଫଳରେ ୧୮୬୦ ଠାରୁ ୧୮୭୦ ମଧ୍ୟରେ ମୁଖ୍ୟତଃ ଦୁଇଟି ଆଇନ – (୧୮୬୭ରେ ମାନ୍ଦ୍ରାଜ ଓ ୧୮୬୮ରେ କଲିକତାରେ ନିଗମ (Corporation) ପ୍ରତିଷ୍ଠା ସଂକ୍ରାନ୍ତୀୟ) ମାଧ୍ୟମରେ ଶାସନ ପ୍ରତି ଜନସମର୍ଥନ ବୃଦ୍ଧି ପାଇଁ ବ୍ରିଟିଶ୍ ସରକାର ସ୍ଵାୟତ୍ତ ଶାସନକୁ ପୁନଃ ପ୍ରତିଷ୍ଠିତ କଲେ । ୧୮୭୦ ମସିହାରେ ସ୍ଵାୟତ୍ତ ଶାସନ ବ୍ୟବସ୍ଥାର କ୍ରମବିକାଶର ଗତି ଅଧ‌ିକ ତ୍ବରାନ୍ବିତ ହେଲା ।

ଉକ୍ତ ବର୍ଷ ଲର୍ଡ଼ ମେୟୋ (Lord Mayo) ଙ୍କ ପ୍ରସ୍ତାବ ଫଳରେ ରାଜନୈତିକ କ୍ଷମତାର ବିକେନ୍ଦ୍ରୀକରଣଦ୍ବାରା ସ୍ଵାୟତ୍ତ ଶାସନର ଆଧୁନିକୀକରଣ ସମ୍ଭବପର ହୋଇପାରିଥିଲା । ଶିକ୍ଷାର ବିକାଶ ଓ ପାଶ୍ଚାତ୍ୟ ସଭ୍ୟତାର ପ୍ରତିଫଳନ ଭାରତୀୟମାନଙ୍କ ଉପରେ ପଡ଼ିବାରୁ ସ୍ଵାୟତ୍ତ ଶାସନ ବ୍ୟବସ୍ଥାର ଉନ୍ନତି ପାଇଁ ବ୍ରିଟିଶ୍ ସରକାର ବାଧ୍ୟ ହୋଇଥିଲେ । ୧୮୨୨ ମସିହାରେ ଲର୍ଡ଼ ରିପନଙ୍କର ଶାସନ ସଂସ୍କାରଦ୍ୱାରା ଭାରତୀୟମାନଙ୍କର ସ୍ଵାୟତ୍ତ ଶାସନ ସମ୍ପର୍କୀୟ କ୍ରମବର୍ଦ୍ଧିଷ୍ଣୁ ଆଶା ଓ ଆକାଂକ୍ଷା ପୂରଣ ହେଲା ଏବଂ ତାଙ୍କୁ ସାଧାରଣତଃ ଆଧୁନିକ ଭାରତର ସ୍ଵାୟତ୍ତ ଶାସନ ବ୍ୟବସ୍ଥାର ଜନକ ରୂପେ ଅଭିହିତ କରାଯାଇଥାଏ । ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଇତିହାସରେ ଅନ୍ୟ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଘଟଣା ହେଉଛି ୧୯୦୭ ମସିହାର ବିକେନ୍ଦ୍ରୀକରଣ ସମ୍ବନ୍ଧୀୟ ରୟାଲ କମିଶନଙ୍କର ପ୍ରସ୍ତାବ (Royal Commission on Decentralisation, 1907) ଓ ୧୯୦୯ ମସିହାର ଏହି ସମ୍ପର୍କୀୟ ଘୋଷଣାନାମା ।

ଏହି ନୀତି ଫଳରେ କେବଳ ଗ୍ରାମମାନଙ୍କୁ ସ୍ୱାୟତ୍ତ ଶାସନ କ୍ଷମତା ପ୍ରଦାନ କରିବାପାଇଁ ଓ ପ୍ରତ୍ୟେକ ଗ୍ରାମରେ ପଞ୍ଚାୟତ ଓ ସହରରେ ପୌରସଂସ୍ଥା ପ୍ରତିଷ୍ଠା ପାଇଁ ବ୍ୟବସ୍ଥା କରାଗଲା । ଏହି ସ୍ଵାୟତ୍ତ ଶାସନ ସଂସ୍ଥାରେ ସଂଖ୍ୟାତ୍ମକ ନିର୍ବାଚିତ ସଭ୍ୟ ରହିବା ଉଚିତ ବୋଲି ମତପ୍ରକାଶ ପାଇଲା ଓ ଏହାକୁ ନିର୍ଦ୍ଦିଷ୍ଟ କ୍ଷମତା ପ୍ରଦାନ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରାଗଲା । ୧୯୦୯ର ଏହି ବ୍ୟବସ୍ଥା ଉପଯୁକ୍ତ ଦୃଷ୍ଟି ଆକର୍ଷଣ କରିପାରିଲା ନାହିଁ । ମାତ୍ର ୧୯୧୯ ମସିହାରେ ଭାରତ ଶାସନ ଆଇନ ସ୍ଵାୟତ୍ତ ଶାସନ ଦିଗରେ ସ୍ବତନ୍ତ୍ର ବିଧ୍ଵବ୍ୟବସ୍ଥା ପ୍ରଚଳନ କଲା । ଏହି ଆଇନର ବ୍ୟବସ୍ଥା ଅନୁଯାୟୀ ୮ (ଆଠ) ଗୋଟି ପ୍ରାଦେଶିକ ସରକାର ସ୍ନାୟତ୍ତ ଶାସନ ନିମିତ୍ତ ବିଭିନ୍ନ ଆଇନ ପ୍ରଣୟନ କଲେ ।

୧୯୩୫ର ଭାରତ ଶାସନ ଆଇନଦ୍ଵାରା ପ୍ରାଦେଶିକ ସରକାରମାନଙ୍କୁ ସ୍ବତନ୍ତ୍ର କ୍ଷମତା ଦିଆଗଲା ଓ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ପ୍ରାଦେଶିକ ସରକାରଙ୍କ କ୍ଷମତା ପରିସରଭୁକ୍ତ କରାଗଲା । ୧୯୩୮ ମସିହାରେ ଭାରତର ତଦାନୀନ୍ତନ ସ୍ଵାୟତ୍ତ ଶାସନ ବିଭାଗର ମନ୍ତ୍ରୀ ଡକ୍ଟର ଡି.ପି. ମିଶ୍ରଙ୍କର ପ୍ରସ୍ତାବ ଓ ଯୋଜନା ଅନୁଯାୟୀ ସ୍ଵାୟତ୍ତ ଶାସନ ବ୍ୟବସ୍ଥାର ପୁନର୍ଗଠନ ପାଇଁ କେତେକ ପଦକ୍ଷେପ ନିଆଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମ ସତ୍ତ୍ଵେ, ଭାରତରେ ସ୍ଵାୟର ବ୍ୟବସ୍ଥା ଦେଶରେ ସ୍ଵାୟତ୍ତ ଶାସନ ସଂସ୍କାର ପାଇଁ ଅଭିପ୍ରେତ ନ ହୋଇ ବ୍ରିଟିଶ୍ ସରକାରଙ୍କର ଉଦ୍ଦେଶ୍ୟ ପୂରଣ ନିମିତ୍ତ କାର୍ଯ୍ୟ କରିବାରୁ, ଏହି ବ୍ୟବସ୍ଥାର ଲକ୍ଷ୍ୟ ପୂରଣ ନ ହେବା ସଙ୍ଗେ ସଙ୍ଗେ ଏହାର ସ୍ଥିତି ସେତେ ମଜଭୁତ ହୋଇପାରି ନଥିଲା ।

3. ସ୍ବାଧୀନତୋତ୍ତର ଭାରତରେ ଏହାର ସ୍ଥିତି ଓ ପ୍ରକୃତି :
୧୯୫୦ ମସିହାରେ ସ୍ଵାଧୀନ ଭାରତର ନୂତନ ସମ୍ବିଧାନ କାର୍ଯ୍ୟକାରୀ ହେଲା । ନୂତନ ସମ୍ବିଧାନର ଚତୁର୍ଥ ଖଣ୍ଡର ରାଷ୍ଟ୍ର ନିୟାମକ ତତ୍ତ୍ଵ (Directive Principles of State Policy) ସମ୍ପର୍କୀୟ ବିଷୟର ୪୦ ଧାରା ଅନୁଯାୟୀ ରାଷ୍ଟ୍ର ଗ୍ରାମପଞ୍ଚାୟତର ସଙ୍ଗଠନ ପାଇଁ ପଦକ୍ଷେପ ନେବା ଓ ଏହାକୁ ଉପଯୁକ୍ତ କ୍ଷମତା ପ୍ରଦାନ କରି ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ଏକ ଅଙ୍ଗ ରୂପେ କାର୍ଯ୍ୟ କରିବାର ସମସ୍ତ ସୁବିଧା ଯୋଗାଇଦେବା ନିମନ୍ତେ ସ୍ବାୟତ୍ତ ଶାସନ ବ୍ୟବସ୍ଥାକୁ ରାଜ୍ୟ ସରକାରଙ୍କର କ୍ଷମତା ପରିସରଭୁକ୍ତ କରାଯାଇଛି । ବିଭିନ୍ନ ଆଇନ ପ୍ରଣୟନ ମାଧ୍ୟମରେ ସମ୍ବିଧାନର ଏହି ନୀତିକୁ କାର୍ଯ୍ୟକାରୀ କରିବାର ବ୍ୟବସ୍ଥା କରାଯାଇଛି । ଗଣତନ୍ତ୍ରର ମୂଳମନ୍ତ୍ର ଅନୁଯାୟୀ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଲୌକିକ ନିର୍ବାଚିତ ସରକାର ପ୍ରତିଷ୍ଠାର ଲକ୍ଷ୍ୟ ରଖାଯାଇଛି ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ସାର୍ବକାଳୀନ ସାବାଳକ ଭୋଟ ପ୍ରଥା (Universal Adult Franchise) ର ଅବଲମ୍ବନରେ ପଞ୍ଚାୟତ ସଂସ୍ଥାର ନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ୧୯୫୨ ମସିହା ଅକ୍ଟୋବର ୨ ତାରିଖ ଦିନ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ (Community Development Programme) ଓ ୧୯୫୩ ମସିହା ଅକ୍ଟୋବର ୨ ତାରିଖ ଦିନ ଜାତୀୟ ସଂପ୍ରସାରଣ ଯୋଜନା (National Extension Service) କାର୍ଯ୍ୟକାରୀ କରାଗଲା । ମାତ୍ର କେତେକ ସଙ୍ଗଠନଜନିତ ତ୍ରୁଟି ପାଇଁ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ ସେତେମାତ୍ରାରେ ସଫଳ ହୋଇପାରିଲା ନାହିଁ । ତେଣୁ ଏହି ଦୋଷତ୍ରୁଟିର ଅନୁଧ୍ୟାନ କରି ସଂଶୋଧନର ପନ୍ଥା ବାହାର କରିବାପାଇଁ ୧୯୫୭ ମସିହା ଜାନୁୟାରୀ ମାସରେ ଜାତୀୟ ଉନ୍ନୟନ ପରିଷଦ (National Development Council) ର ଯୋଜନା ସଂକ୍ରାନ୍ତୀୟ ସମିତି ତତ୍କାଳୀନ ସଂସଦ ସଭ୍ୟ (M.P.) ବଳବନ୍ତରାୟ ମେହେଟ୍ଟାଙ୍କ ଅଧ୍ୟକ୍ଷତାରେ ଏକ କମିଟି ନିଯୁକ୍ତ କରିଥିଲେ ।

ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ ଓ ଜାତୀୟ ସମ୍ପ୍ରସାରଣ ଯୋଜନାର କାର୍ଯ୍ୟ ସମ୍ବନ୍ଧରେ ଅନୁଧ୍ୟାନ କରି ବଳବନ୍ତରାୟ ମେହେଟ୍ଟା କମିଟି ଏହାର ଦକ୍ଷତା ବୃଦ୍ଧି ପାଇଁ ମତାମତ ସହ ରିପୋର୍ଟକୁ ୧୯୫୭ ମସିହା ନଭେମ୍ବର ମାସରେ ଜାତୀୟ ଉନ୍ନୟନ ପରିଷଦକୁ ଦେଇଥିଲେ । ଏହି ରିପୋର୍ଟରେ ‘ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ’ (Democratic Decentralisation) ବ୍ୟବସ୍ଥାର ରୂପରେଖ ନିର୍ଣ୍ଣୟ କରାଗଲା । ଏଠାରେ ଏକ ‘ତ୍ରି-ସ୍ତରୀୟ’ (Three-lier system) ବ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଗଲା । ପିରାମିଡ୍ ଆକୃତିର ଏହି ତ୍ରି-ସ୍ତରୀୟ ବ୍ୟବସ୍ଥାର ନିମ୍ନ ସୋପାନରେ ଗ୍ରାମପଞ୍ଚାୟତ, ମଧ୍ୟ ସୋପାନରେ ପଞ୍ଚାୟତ ସମିତି ଓ ସର୍ବୋଚ୍ଚ ସୋପାନରେ ଜିଲ୍ଲା ପରିଷଦ ସ୍ଥାପନାର ବ୍ୟବସ୍ଥା କରାଗଲା । ଏହା ଫଳରେ ଗଣତାନ୍ତ୍ରିକ ପ୍ରକ୍ରିୟାର ସ୍ରୋତ ନିମ୍ନ ସ୍ତରରୁ ସର୍ବୋଚ୍ଚ ଶିଖରକୁ ପ୍ରବାହିତ ହେଲା ।

ଜନ ସମର୍ଥନ ଉପରେ ଶାସନ ବ୍ୟବସ୍ଥା ପର୍ଯ୍ୟବସିତ ହେଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏହି ‘ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ବ୍ୟବସ୍ଥା’ର ସରଳୀକୃତ ନାମକରଣ କରି ଏହାକୁ ‘ପଞ୍ଚାୟତିରାଜ’ (Panchayati Raj) ରୂପେ ଅଭିହିତ କରିଥିଲେ । ଏହି ବ୍ୟବସ୍ଥା ମାଧ୍ୟମରେ ଗ୍ରାମ୍ୟ ପୁନର୍ଗଠନର ମହାନ୍ ଲକ୍ଷ୍ୟ ସାଧୁତ ହୋଇପାରିବ ବୋଲି ସର୍ବସମ୍ମତ ମତପ୍ରକାଶ ପାଇଥାଏ । ଗାନ୍ଧିଜୀଙ୍କର ‘ଗ୍ରାମ୍ୟ ସାଧାରଣତନ୍ତ୍ର’ (Village Republic) ନୀତିର ଏହା ବାସ୍ତବ ପ୍ରତିଫଳନ ଅଟେ ।

ଗାନ୍ଧିଜୀଙ୍କ ମତରେ, “ ଗ୍ରାମପଞ୍ଚାୟତ ପାଇଁ ଅଧିକ କ୍ଷମତାର ବନ୍ଦୋବସ୍ତ କରିବା ଅର୍ଥ ଜନସାଧାରଣଙ୍କର ଅଧ୍ଵକ ମଙ୍ଗଳ କରିବା ।” ଏହି ବ୍ୟବସ୍ଥା କେବଳ ଗଣତାନ୍ତ୍ରିକ କାର୍ଯ୍ୟକଳାପର ପ୍ରଶିକ୍ଷଣ କେନ୍ଦ୍ର ରୂପେ କାର୍ଯ୍ୟ କରୁନାହିଁ, ବରଂ ପଞ୍ଚବାର୍ଷିକ ଯୋଜନାର ସଫଳ ରୂପାୟନର ଗୁରୁଦାୟିତ୍ଵ ମଧ୍ୟ ବହନ କରିଛି । ଅତଏବ ହରପ୍‌ପା ଓ ମହେଞ୍ଜୋଦାରୋ ସଭ୍ୟତାର ଇତିହାସ ପରି ଏହି ସ୍ଵାୟତ୍ତ ଶାସନ ବ୍ୟବସ୍ଥାର ଇତିହାସ ବା କ୍ରମ ବିକାଶର ଧାରା ଅତୀବ ପୁରାତନ ଅଟେ । ସମୟର କଷଟି ପଥରରେ ଏହାର ଆବଶ୍ୟକତା ବାରମ୍ବାର ପରୀକ୍ଷିତ ଓ ପ୍ରମାଣିତ ହୋଇଛି । ସଭ୍ୟତାର ଗତିଶୀଳ ପ୍ରକୃତି ସହ ଏହା ପାଦ ମିଳାଇ ଆଜିର ‘ପଞ୍ଚାୟତିରାଜ’ ପର୍ଯ୍ୟାୟରେ ପହଞ୍ଚିଛି ।

୩ । ବଳବନ୍ତ ରାୟ ମେହେଟ୍ଟା ସମିତିର ସୁପାରିସର ଏକ ବିଶ୍ଳେଷଣାତ୍ମକ ଅଧ୍ୟୟନ କର ।
Answer:
ଅଧୁନାତନ ଭାରତରେ ପ୍ରଚଳିତ ଗ୍ରାମ୍ୟ ସ୍ଵାୟତ୍ତ ଶାସନ ବ୍ୟବସ୍ଥା ବଳବନ୍ତରାୟ ମେହେଟ୍ଟା ସମିତିର ସୁପାରିସ ଅନୁଯାୟୀ ଏକ ତ୍ରି-ସ୍ତରୀୟ ବ୍ୟବସ୍ଥା ରୂପେ କାର୍ଯ୍ୟ କରୁଅଛି । ଏହି ସମିତି ଜାତୀୟ ଉନ୍ନୟନ ପରିଷଦ (National Development Council)ର ଯୋଜନା ପ୍ରକଳ୍ପ ସମିତି (Committee on Plan Projects) ଦ୍ବାରା ୧୯୫୭ ମସିହା ଜାନୁୟାରୀ ମାସରେ ନିଯୁକ୍ତ ହୋଇଥିଲା । ବଳବନ୍ତରାୟ ମେହେଟ୍ଟା ସେହି ସମୟରେ ସଂସଦର ସଭ୍ୟ ଥିଲେ ଓ ପରେ ଗୁଜରାଟର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ । ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଘାଟୀ ଅଞ୍ଚଳ ପରିଦର୍ଶନ କରୁଥ‌ିବା ପରିସ୍ଥିତିରେ ଉଡ଼ାଜାହାଜ ଦୁର୍ଘଟଣାରେ ସେ ପ୍ରାଣ ବିସର୍ଜନ କରିଥିଲେ । କିନ୍ତୁ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣର ଯେଉଁ ପ୍ରକ୍ରିୟା ସେ ଆରମ୍ଭ କରିଥିଲେ ଆଜି ସେଇଥପାଇଁ ସେ ଅବିସ୍ମରଣୀୟ ହୋଇଯାଇଛନ୍ତି ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ଗଣତନ୍ତ୍ରକୁ ବାସ୍ତବ ଓ ବଳିଷ୍ଠ କରିବାପାଇଁ ସେ ଯେଉଁ ସୁପାରିସ କରିଥିଲେ ଆଜି ତାହା ଅଧ୍ୟୟନ, ଆଲୋଚନାର ସୀମା ମଧ୍ୟରେ ନ ରହି ସମୟର କଷଟି ପଥରରେ ପରୀକ୍ଷିତ ଓ ପ୍ରଶଂସିତ ହୋଇସାରିଛି । ତାହା ଆଜି ସମୟ, ସ୍ଥାନ ଓ ପରିବେଶର ବଳୟ ମଧ୍ୟରେ ସୀମାବଦ୍ଧ ନ ହୋଇ ରାଜନୈତିକ ବ୍ୟବସ୍ଥାର ସ୍ଥିତି, କାର୍ଯ୍ୟକାରିତା ଓ ସଫଳତା କ୍ଷେତ୍ରରେ ଏକ ଆବଶ୍ୟକୀୟ ସର୍ଗ ହୋଇସାରିଛି । ସମ୍ବିଧାନର ରାଷ୍ଟ୍ର ନିୟାମକ ତତ୍ତ୍ଵର ୪୦ ଧାରାରେ ବର୍ଣ୍ଣିତ ଗ୍ରାମପଞ୍ଚାୟତର ସଂଗଠନକୁ ବାସ୍ତବତାର ସ୍ପର୍ଶ ଦେଇ ସ୍ଥାନୀୟ ସ୍ଵାୟତ୍ତ ଶାସନର ଲମ୍ବା ଇତିହାସ ସହିତ ପାଦମିଳାଇ ଚାଲିବାପାଇଁ ଭାରତ ସରକାର ଏହିପରି ଏକ ଗାନ୍ଧିବାଦୀ ଚିନ୍ତାଧାରାକୁ ୧୯୫୨ ମସିହା ଅକ୍ଟୋବର ୨ ତାରିଖର ଗାନ୍ଧି ଦିବସରେ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ (Community Development Programme) ରୂପରେ କାର୍ଯ୍ୟକାରୀ କଲେ ।

ଏହାର କାର୍ଯ୍ୟକାରିତା ପାଇଁ ୧୯୫୩ ମସିହା ଅକ୍ଟୋବର ୨ ତାରିଖ ଦିନ ଜାତୀୟ ସଂପ୍ରସାରଣ ସେବା (National Extension Service) ପ୍ରଚଳନ କରାଗଲା । କିନ୍ତୁ ୧୯୫୭ ମସିହା ଜାନୁୟାରୀ ମାସ ମଧ୍ୟରେ ଏହି ଯୋଜନାରୁ ଆବଶ୍ୟକୀୟ ସୁଫଳ ନ ମିଳିବାରୁ ଏହି ପ୍ରକଳ୍ପ ଉପରେ ଅନୁଧ୍ୟାନ କରିବାପାଇଁ ବଳବନ୍ତରାୟ ମେହେଟ୍ଟାଙ୍କ ଅଧ୍ୟକ୍ଷତାରେ ଏକ ସମିତି ନିଯୁକ୍ତ କରାଯାଇଥିଲା । ଏହି ସମିତିର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମର ସଙ୍ଗଠନ ଓ କାର୍ଯ୍ୟକାରିତାକୁ ଅଧ୍ୟୟନ କରି ଏହାର ସଫଳତା ପାଇଁ ନୀତି ଓ ପଦ୍ଧତି ସୁପାରିସ କରିବା । ଏହି ସୁପାରିସ ମୁଖ୍ୟତଃ ଗ୍ରାମ୍ୟ ସ୍ୱାୟତ୍ତ ଶାସନ ସଂସ୍ଥାର ଅର୍ଥନୈତିକ ବିକାଶ ଓ ପ୍ରଶାସନିକ ଦକ୍ଷତା ବୃଦ୍ଧି ଦିଗରେ ନିର୍ଦ୍ଦେଶିତ ହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ।

ଭକ୍ତ ସମିତିର ଲକ୍ଷ୍ୟ ଓ ଦୃଷ୍ଟିକୋଣ – ଉକ୍ତ ସମିତିର ନିମ୍ନଲିଖୁତ ଦୃଷ୍ଟିକୋଣ ଓ ଲକ୍ଷ୍ୟ ରହିଥିଲା, ଯଥା –

  • ବିଭିନ୍ନ କାର୍ଯ୍ୟକ୍ଷେତ୍ର ନିମିତ୍ତ କାର୍ଯ୍ୟସୂଚୀ ଓ ଅଗ୍ରାଧିକାର ତାଲିକା ପ୍ରସ୍ତୁତି ।
  • କୃଷିଜାତ ଆମଦାନୀ ବୃଦ୍ଧି କ୍ଷେତ୍ରରେ ସଘନ କାର୍ଯ୍ୟକ୍ରମ ଗ୍ରହଣ ।
  • ଗୋଷ୍ଠୀ ପ୍ରକଳ୍ପ ପ୍ରଶାସନିକ ସଂସ୍ଥା ଓ ଅନ୍ୟ ରାଜ୍ୟ ସରକାରୀ ସଂସ୍ଥା ମଧ୍ୟରେ ସମନ୍ଵୟ ପ୍ରତିଷ୍ଠା ।
  • ଗୋଷ୍ଠୀ ପ୍ରକଳ୍ପ ଓ ଜାତୀୟ ସଂପ୍ରସାରଣ ସେବାରେ ନିଯୁକ୍ତ କର୍ମଚାରୀମାନଙ୍କର ଆବଶ୍ୟକତାର ମୂଲ୍ୟାଙ୍କନ ଏବଂ କାର୍ଯ୍ୟକ୍ରମର ବିସ୍ତାର ଓ ସଫଳତା ପାଇଁ ତଥା କ୍ରମବର୍ଦ୍ଧିଷ୍ଣୁ ଆବଶ୍ୟକତା ଦୃଷ୍ଟିରୁ ସୁଷମ ତାଲିକା ବ୍ୟବସ୍ଥା ଗ୍ରହଣ ।
  • ଗ୍ରାମାଞ୍ଚଳରେ ଅର୍ଥନୈତିକ ଓ ସାମାଜିକ ସ୍ଥିତିର ଅଭିବୃଦ୍ଧି ଦିଗରେ ସ୍ଥାନୀୟ ସଂଗଠନ ଓ ଉଦ୍ୟୋଗ କାର୍ଯ୍ୟର ସଫଳତାର ମୂଲ୍ୟାଙ୍କନ ।
  • ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ ଓ ଜାତୀୟ ସଂପ୍ରସାରଣ ସେବାଦ୍ବାରା ହେବାକୁ ଥିବା କାର୍ଯ୍ୟର ସଫଳତା ପାଇଁ କମିଟିର ସୁପାରିସ ପ୍ରଦାନ ।
  • ଉକ୍ତ କାର୍ଯ୍ୟକ୍ରମର ଅର୍ଥନୈତିକ ଅଭିବୃଦ୍ଧି ଓ ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକୀୟ ପଦକ୍ଷେପ ବା ପଦ୍ଧତି ଗ୍ରହଣ ପାଇଁ ସୁପାରିସ ପ୍ରଦାନ ।

ବଳବନ୍ତରାୟ ମେହେଟ୍ଟା ସମିତି ଉପମ୍ପୃକ୍ତ ଦୃଷ୍ଟିକୋଣରୁ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମକୁ ବ୍ୟବଚ୍ଛେଦ କରି ଏଥୁରେ ଥବା ଦୋଷତ୍ରୁଟିର ସଂଶୋଧନ ପାଇଁ ଦେଇଥିବା ଅସ୍ତିସୂଚକ ସୁପାରିସ ୧୯୫୮ ମସିହାରେ ଜାତୀୟ ଉନ୍ନୟନ ପରିଷଦଦ୍ଵାରା ଅନୁମୋଦିତ ହୋଇଥିଲା ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ମେହେଟ୍ଟା ସମିତିର ପରୀକ୍ଷା-ନିରୀକ୍ଷାର ସୂତ୍ର :
ମେହେଟ୍ଟା ସମିତି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମର ବିଫଳତା ଉପରେ ଆଲୋକପାତ କରିଥିଲା । ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ ଜନ ସମର୍ଥନର ଅଭାବ ଏହାର ମୁଖ୍ୟ କାରଣ ବୋଲି କାର୍ଯ୍ୟକାରୀ ସିଦ୍ଧାନ୍ତ ତିଆରି କରାଯାଇଥିଲା । ଗଣତନ୍ତ୍ର, ରାଜନୈତିକ ବ୍ୟବସ୍ଥା ଇତ୍ୟାଦିର ସଫଳ କାର୍ଯ୍ୟକାରିତା କ୍ଷେତ୍ରରେ ଜନ ଉଦ୍ୟୋଗ, ସହଯୋଗ ଓ ସମର୍ଥନର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଗଣତାନ୍ତ୍ରିକ ଶାସନରେ ଶାସନକୁ ଲୋକଙ୍କ ଉପରେ ଲଦି ନ ଦେଇ, ଲୋକମାନଙ୍କୁ ନିଜେ ନିଜ ପାଇଁ ଶାସନ ନୀତି ପ୍ରଣୟନ ଓ କାର୍ଯ୍ୟକାରୀ କରିବାପାଇଁ ପୂର୍ଣ ସୁଯୋଗ ପ୍ରଦାନ କରାଯିବା ଉଚିତ ଏବଂ ଏ ଦିଗରେ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ ଏକ ଅସ୍ତିସୂଚକ ପଦକ୍ଷେପ ଅଟେ ।

କିନ୍ତୁ କର୍ମଚାରୀ, ଅଣକର୍ମଚାରୀଙ୍କ ମଧ୍ୟରେ ତିକ୍ତ ସମ୍ପର୍କ, ଅଣକର୍ମଚାରୀମାନଙ୍କର ଗ୍ରାମ୍ୟ ଲୋକମାନଙ୍କ ସହ ଅଣସହୃଦୟ ସମ୍ପର୍କ, ଅଣ-କର୍ମଚାରୀମାନଙ୍କ ମଧ୍ୟରେ ଦଳଗତ ମନୋଭାବ, ଦ୍ଵୈତ ନିୟନ୍ତ୍ରଣ ବ୍ୟବସ୍ଥା, ଦୁର୍ନୀତି, ନାଲିଫିତାର ପ୍ରଭାବ ଇତ୍ୟାଦି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମର ବିଫଳତା ପାଇଁ ଦାୟୀ ବୋଲି ଉକ୍ତ ସମିତି ମତ ଦେଇଥୁଲା । ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଆତ୍ମବିଶ୍ଵାସ, ଆତ୍ମନିର୍ଭରଶୀଳତା, ଆତ୍ମସାହାଯ୍ୟ ଇତ୍ୟାଦିର ମୂଳମନ୍ତ୍ରରେ ଲୋକମାନଙ୍କୁ ଦୀକ୍ଷିତ କରିବା । ନିଜର ଉନ୍ନତି ଓ ମୁକ୍ତିର ବାଟ ନିଜେ ଖୋଜି ବାହାର କରିବାପାଇଁ ଲୋକମାନଙ୍କ ମଧ୍ୟରେ ଏହା ଏକ ପ୍ରେରଣାର ଉତ୍ସ ସୃଷ୍ଟି କରିବାର ସିଦ୍ଧାନ୍ତ ନେଇଥୁଲା, ଯାହା ପ୍ରକୃତରେ ସମ୍ଭବ ହୋଇନଥିଲା । ଲୋକମାନଙ୍କୁ ଆତ୍ମନିର୍ଭରଶୀଳତାର ମନ୍ତ୍ରରେ ଦୀକ୍ଷିତ କରିବା ପରିବର୍ତ୍ତେ ସେମାନେ ସରକାରୀ ସଙ୍ଗଠନଙ୍କର ଉଦ୍ୟୋଗ, ପ୍ରଭାବ ଓ ଦକ୍ଷତାର ଦୟାର ପାତ୍ର ହୋଇଯାଇଥିଲେ ।

ଉକ୍ତ ସମିତି ନିଜର ବିବରଣୀ ପତ୍ରରେ ଉଲ୍ଲେଖ କରିଥିଲେ, “ଗୋଷ୍ଠୀ ଉନ୍ନୟନ ଓ ଜାତୀୟ ସଂପ୍ରସାରଣ ସେବାର ସବୁଠାରୁ ନ୍ୟୁନତମ ସଫଳତା ମଧ୍ଯରେ ଜନ ଉଦ୍ୟୋଗର ସୃଷ୍ଟି ହେଉଛି ଅନ୍ୟତମ । ଗ୍ରାମପଞ୍ଚାୟତଠାରୁ ଆରମ୍ଭ କରି ଉଚ୍ଚତର ଅନୁଷ୍ଠାନଗୁଡ଼ିକ ନିଜ କାର୍ଯ୍ୟ ସଂପାଦନାରେ ମନୋନିବେଶ କରୁ ନ ଥିବାରୁ ଆମେ ଦେଖୁବାକୁ ପାଇଛୁ । ସ୍ଥାନୀୟ ପ୍ରଚେଷ୍ଟା ନିମନ୍ତେ କାମଚଳା, ମନୋନୀତ ସଭ୍ୟ ବିଶିଷ୍ଟ ସଙ୍ଗଠନଗୁଡ଼ିକ ଉପଦେଶାତ୍ମକ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଏହି ସଙ୍ଗଠନଗୁଡ଼ିକର ସ୍ଥାୟିତ୍ଵ, କିମ୍ବା ନିଷ୍ଠା ନାହିଁ କିମ୍ବା ଗ୍ରାମାଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ପ୍ରଗତି ପାଇଁ ଆବଶ୍ୟକୀୟ ନେତୃତ୍ଵ ଯୋଗାଇଦେବା ନିମନ୍ତେ ସେମାନଙ୍କର ସାମର୍ଥ୍ୟ ନାହିଁ ।” ସଂକ୍ଷେପରେ କହିଲେ ଗୋଷ୍ଠୀ ଉନ୍ନୟନ ଯୋଜନା ଆଞ୍ଚଳିକ ଉଦ୍ୟୋଗ ବିନା ବିଫଳ ହୋଇଥିଲା ଓ ଲୋକମାନଙ୍କୁ ସେମାନଙ୍କର ସାମର୍ଥ୍ୟର ପ୍ରକୃତ ଓ ଯଥାଯଥ ଉପଯୋଗ ପାଇଁ ଏହା ସାହାଯ୍ୟ କରିପାରି ନଥିଲା ।

ମେହେଟ୍ଟା ସମିତିର ସୁପାରିସ :
ଏମ୍. ଭି. ମାଥୁର ଓ ସହଯୋଗୀମାନଙ୍କ ମତରେ, “ ବଳବନ୍ତରାୟ ମେହେଟ୍ଟାଙ୍କ ଅଧ୍ୟାନାୟକତ୍ଵରେ ଗଠିତ ଅଧ୍ୟୟନକାରୀ ଦଳ ଭାରତର ଗ୍ରାମାଞ୍ଚଳକୁ କ୍ଷମତା ତଥା ଶାସନକଳର ବିକେନ୍ଦ୍ରୀକରଣ ମାଧ୍ୟମରେ ଏକ ନୂତନ ରୂପରେଖ ଦେବାର ଲକ୍ଷ୍ୟ ରଖୁଥିଲା ।” ମେହେଟ୍ଟା ସମିତିର ସୁପାରିସ ବିଶ୍ଳେଷଣ କଲେ ମୁଖ୍ୟତଃ ଏହାର ଦୁଇଗୋଟି ଦିଗ ପ୍ରତି ଦୃଷ୍ଟି ପଡ଼ିଥାଏ । ପ୍ରଥମତଃ ତାତ୍ତ୍ଵିକ ଓ ଦ୍ବିତୀୟତଃ ଆନୁଷ୍ଠାନିକ ବା ସାଙ୍ଗଠନିକ ।

(a) ତାନ୍ତ୍ରିକ ଦିଗ – ମେହେଟ୍ଟା ସମିତିର ସୁପାରିସରେ ‘ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ’ (Democratic Decentralisation) ସଂପର୍କୀୟ ମତ ପ୍ରକାଶ ପାଇଥିଲା । ଭାରତ ଏକ ଗ୍ରାମବହୁଳ ରାଷ୍ଟ୍ର ହୋଇଥିବାରୁ ଗ୍ରାମର ଉନ୍ନତି ଓ କଲ୍ୟାଣ ନ ହୋଇପାରିଲେ ଗଣତନ୍ତ୍ରର ଭିଭିଭୂମି ଦୁର୍ବଳ ହୋଇଯିବ ବୋଲି ମତପୋଷଣ କରାଯାଇଥିଲା । ଲୋକମାନଙ୍କର ଅଂଶଗ୍ରହଣର ଭିତ୍ତିଭୂମି ଉପରେ ଗଣତାନ୍ତ୍ରିକ ଶାସନର ସୌଧ ଦଣ୍ଡାୟମାନ । ଏଣୁ ଲୋକମାନଙ୍କୁ ଶାସନର ଅତି ନିମ୍ନସ୍ତରରୁ ଅଂଶଗ୍ରହଣର ସୁଯୋଗ ପ୍ରଦାନ କରାଯିବା ଉଚିତ । ଶାସନ ସଂକ୍ରାନ୍ତୀୟ ସମସ୍ତ ନିଷ୍ପତ୍ତି ଉପର ସ୍ତରରୁ ନିଆ ନଯାଇ ବିଭିନ୍ନ ସ୍ତରରେ ବିଭିନ୍ନ ପର୍ଯ୍ୟାୟରେ ନିଆଯିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା । ରାଜନୈତିକ ବ୍ୟବସ୍ଥା ଓ ଗଣତନ୍ତ୍ରର ସ୍ଥିତି ଓ କାର୍ଯ୍ୟକାରିତା ପାଇଁ ଏହାର ଯଥେଷ୍ଟ ଗୁରୁତ୍ଵ ରହିଛି ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ଏହାକୁ ପ୍ରକୃତ କ୍ଷେତ୍ରରେ ପ୍ରୟୋଗ କରିବାପାଇଁ ‘ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ’ର ସୂତ୍ର ବାହାର କରାଯାଇଥିଲା । ଅଧ୍ୟାପକ ସିଲିଙ୍କ ମତରେ ଗଣତନ୍ତ୍ର କହିଲେ ଏପରି ଏକ ଶାସନ ବ୍ୟବସ୍ଥାକୁ ବୁଝାଏ ଯେଉଁଥରେ ପ୍ରତ୍ୟେକ ଲୋକଙ୍କର ସମାନ ଅଂଶ ଥାଏ । ଗ୍ରୀକ୍ ନଗର-ରାଜ୍ୟମାନଙ୍କ କ୍ଷେତ୍ରରେ ଜନସଂଖ୍ୟା ଯଥେଷ୍ଟ କମ୍ ଥିବାରୁ ଓ ରାଷ୍ଟ୍ରର କାର୍ଯ୍ୟ ପରିସର ସୀମିତ ଥିବାରୁ ଲୋକମାନେ ଶାସନ କ୍ଷେତ୍ରରେ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ କରିପାରୁଥିଲେ ଓ ସେହି ଶାସନ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଗଣତନ୍ତ୍ର (Direct Democracy) କୁହାଯାଉଥିଲା । କିନ୍ତୁ ଜନସଂଖ୍ୟା ଓ ରାଷ୍ଟ୍ରର କାର୍ଯ୍ୟ ପରିସରରେ ବୃଦ୍ଧି ହେତୁ ଲୋକମାନଙ୍କର ଅଂଶଗ୍ରହଣ ପରୋକ୍ଷ ହୋଇଯାଇଛି । ଲୋକମାନେ ସେମାନଙ୍କଦ୍ୱାରା ନିର୍ବାଚିତ ପ୍ରତିନିଧୁମାନଙ୍କ ମାଧ୍ୟମରେ ଶାସନକାର୍ଯ୍ୟ ପରିଚାଳନା କରୁଛନ୍ତି । ଏହି ବ୍ୟବସ୍ଥାକୁ ପରୋକ୍ଷ ବା ପ୍ରତିନିଧୁମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥା (Indirect or Representative Democracy) କୁହାଯାଇଛି ।

ଏହି ଦ୍ଵିତୀୟ ପ୍ରକାରର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକମାନଙ୍କର ଅଂଶଗ୍ରହଣକୁ ଅଧିକ ଜୀବନ୍ତ ଓ ବାସ୍ତବ କରିବାପାଇଁ ଲୋକମାନଙ୍କୁ ନିର୍ବାଚନ କ୍ଷେତ୍ରରେ ଅବାଧ ସ୍ଵତନ୍ତ୍ରତା ଓ ନିର୍ବାଚନ ପରେ ଶାସନକଳ ଉପରେ ସଜାଗ ନଜର ରଖୁବାର ତଥା ନିର୍ବାଚିତ ପ୍ରତିନିଧୁମାନଙ୍କୁ ନିୟନ୍ତ୍ରଣ କରିବାର ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯିବା ଉଚିତ । ଅନ୍ୟପକ୍ଷରେ, କ୍ଷମତା ଗୋଟିଏ ଅନୁଷ୍ଠାନ ବା ବ୍ୟକ୍ତିବିଶେଷଙ୍କ ହସ୍ତରେ କେନ୍ଦ୍ରୀଭୂତ ନ ହୋଇ ଶାସନକଳର ବିଭିନ୍ନ ପର୍ଯ୍ୟାୟଦ୍ଵାରା ବ୍ୟବହୃତ ହେବା ଉଚିତ । ଆଞ୍ଚଳିକ ସ୍ତରଠାରୁ କ୍ଷମତାର ଊର୍ଦ୍ଧ୍ୱମୁଖୀ ପ୍ରବାହ ଆରମ୍ଭ ହେବାସହ ଉପର ସ୍ତରରୁ କ୍ଷମତାର ନିମ୍ନମୁଖୀ ପ୍ରବାହ ଜାରି ରହିବା ଉଚିତ । ଏହାଫଳରେ ଲୋକମାନଙ୍କ ମଧ୍ୟରେ ଦାୟିତ୍ବବୋଧ ଭାବର ସଂଚଳନ ଘଟିଥାଏ । ବିକେନ୍ଦ୍ରୀକରଣର ଅର୍ଥ ନୁହେଁ କ୍ଷମତାର ହସ୍ତାନ୍ତର । କ୍ଷମତାର ହସ୍ତାନ୍ତର (Delegation of Power) କ୍ଷେତ୍ରରେ କ୍ଷମତା ବ୍ୟବହାରକାରୀ ଅନୁଷ୍ଠାନ ମଧ୍ୟରେ ସମ୍ପୂର୍ଣ୍ଣ ଦାୟିତ୍ବବୋଧ ଭାବ ଜାଗ୍ରତ ହୁଏ ନାହିଁ ।

କିନ୍ତୁ କ୍ଷମତାର ବିକେନ୍ଦ୍ରୀକରଣ (Decentralisation of Power) ନୀତି କ୍ଷମତା ବ୍ୟବହାରକାରୀ ଶାସନର ବିଭିନ୍ନ ସ୍ତର ମଧ୍ଯରେ ଦାୟିତ୍ବବୋଧ ଭାବର ବୀଜ ବପନ କରି ଏହାକୁ ଶକ୍ତିଶାଳୀ ଦ୍ରୁମରେ ପରିଣତ ହେବାପାଇଁ ସାହାଯ୍ୟ କରିଥାଏ । ଏହି ନୀତିର ସଫଳ ରୂପାୟନ ଘଟିଲେ ଶାସନ ବ୍ୟବସ୍ଥା ପ୍ରତି ଲୋକମାନଙ୍କର ଆନୁଗତ୍ୟର ଧାରା ସୃଷ୍ଟ ଓ ସ୍ବତଃସ୍ଫୁର୍ର ହୋଇଥାଏ । ସମାଜର ଉନ୍ନତି ଦାୟିତ୍ବବୋଧ ଓ କ୍ଷମତା ବ୍ୟତୀତ ସମ୍ଭବ ନୁହେଁ । ଆଞ୍ଚଳିକ ସ୍ଵାର୍ଥ, ଆଗ୍ରହ, ତତ୍ତ୍ଵାବଧାନ ଓ ଯତ୍ନ ଫଳରେ ପ୍ରତିନିଧୂମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥାର ସଫଳତା ଦିଗରେ ଅଗ୍ରସର ହେବ । ଏଣୁ ବଳବନ୍ତରାୟ ମେହେଟ୍ଟା ସମିତି ଉପଯୁକ୍ତ କ୍ଷମତାସମ୍ପନ୍ନ ନିର୍ବାଚିତ ଆଞ୍ଚଳିକ ସଙ୍ଗଠନର ସ୍ଥାପନା ପାଇଁ ସୁପାରିସ କରିଥିଲା ।

(b) ଆନୁଷ୍ଠାନିକ ବା ସାଙ୍ଗଠନିକ ଦିଗ – ମେହେଟ୍ଟା ସମିତି କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ଏକ ତ୍ରି-ସ୍ତରୀୟ ବ୍ୟବସ୍ଥାର ରୂପରେଖ ନିର୍ଣ୍ଣୟ କରିଥିଲା । ଗ୍ରାମପଞ୍ଚାୟତକୁ ଶାସନର ଉପର ସ୍ତରରେ ଥିବା ସଙ୍ଗଠନ ସହ ସଂଯୋଗ କରିବାର ପ୍ରୟାସ କରାଯାଇଥିଲା । ଏହି ସୁପାରିସକୁ ବର୍ତ୍ତମାନର ପଞ୍ଚାୟତିରାଜ ବ୍ୟବସ୍ଥାର ଜନ୍ମଦାତ୍ରୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଗ୍ରାମାଞ୍ଚଳ ଲୋକମାନଙ୍କୁ ଶାସନର ସର୍ବନିମ୍ନ ସୋପାନର ଅନ୍ତର୍ଭୁକ୍ତ କରିବାର ସୁଚିନ୍ତିତ, ସୁସଂଯତ ଯୋଜନା ଏଥିରେ ସନ୍ନିବେଶିତ ହୋଇଛି । ଏହି ତ୍ରି-ସ୍ତରୀୟ ବ୍ୟବସ୍ଥା ଏକ ପିରାମିଡ୍ ଆକୃତି ବିଶିଷ୍ଟ ଅଟେ । ଏହାର ଭୂମି ସ୍ତରରେ ଗ୍ରାମ- ପଞ୍ଚାୟତ, ମଧ୍ୟଭାଗରେ ପଞ୍ଚାୟତ ସମିତି ଓ ଶିଖର ପ୍ରଦେଶରେ ଜିଲ୍ଲା ପରିଷଦ ଅବସ୍ଥିତ । ଭୂମିର ଲମ୍ବ, ମଧ୍ୟଭାଗ, ଓ ଶିଖର ପ୍ରଦେଶର ଲମ୍ବଠାରୁ ଅଧିକ ହୋଇଥିବାରୁ ଏହା ସୂଚିତ କରେ ଯେ ଗ୍ରାମପଞ୍ଚାୟତମାନଙ୍କର ସଂଖ୍ୟା ପଞ୍ଚାୟତ ସମିତିଠାରୁ ଅଧ‌ିକ ଅଟେ ।

କେତେଗୁଡ଼ିଏ ଗ୍ରାମକୁ ନେଇ ଏକ ଗ୍ରାମପଞ୍ଚାୟତ ଗଠିତ ହୁଏ ଏବଂ କେତେଗୁଡ଼ିଏ ଗ୍ରାମପଞ୍ଚାୟତକୁ ନେଇ ଏକ ପଞ୍ଚାୟତ ସମିତି ଗଠିତ ହୁଏ ଏବଂ କେତେଗୁଡ଼ିଏ ପଞ୍ଚାୟତ ସମିତିକୁ ନେଇ ଏକ ଜିଲ୍ଲା ପରିଷଦ ଗଠିତ ହୁଏ । ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ମେହେଟ୍ଟା କମିଟି ମଧ୍ୟବର୍ତୀ ସୋପାନରେ ପଞ୍ଚାୟତ ସମିତ ସଙ୍ଗଠନ ପାଇଁ ସୁପାରିସ କରିଥିଲେ । ସମିତିର ମତରେ ଏହିପରି ଏକ ସଙ୍ଗଠନର ଗୁରୁତ୍ଵ ଯଥେଷ୍ଟ ରହିଛି କାରଣ ଏହା ଅତ୍ୟଧୁକ ବା ଅତି କମ୍ କ୍ଷମତାର ଅଧିକାରୀ ନୁହେଁ କିମ୍ବା ସେହିପରି ଦାୟିତ୍ବ ସମ୍ପାଦନ କରେ ନାହିଁ । ଏହା ଗୋଟିଏ ଗ୍ରାମପଞ୍ଚାୟତ ପରି ଖୁବ୍ କମ୍ କ୍ଷମତା ଓ ଦାୟିତ୍ଵ ପରିସର କିମ୍ବା ଗୋଟିଏ ଜିଲ୍ଲା ପରିଷଦ ପରି ଖୁବ୍ ବେଶି କ୍ଷମତା ଓ ଦାୟିତ୍ଵ ପରିସର ବହନ କରେ ନାହିଁ । ଏହି ସମିତି ଉକ୍ତ ତିନି ସ୍ତର ବିଶିଷ୍ଟ ସଙ୍ଗଠନର ରୂପରେଖ ନିମ୍ନମତେ ନିର୍ଦ୍ଧାରଣ କରିଥିଲେ ।

CHSE Odisha Class 12 Political Science Chapter 4 Long Answer Questions in Odia Medium

1. ଗ୍ରାମ ପଞ୍ଚାୟତ – ଏହି ସଙ୍ଗଠନର ସର୍ବନିମ୍ନ, ମୌଳିକ ଓ ପ୍ରାଥମିକ ସ୍ତର ରୂପେ ଗ୍ରାମପଞ୍ଚାୟତ କାର୍ଯ୍ୟ କରିଥାଏ । ୨୦୦୦ରୁ ୬୦୦୦ ଲୋକସଂଖ୍ୟାକୁ ନେଇ ଗୋଟିଏ ଗ୍ରାମପଞ୍ଚାୟତ ଗଠିତ ହୁଏ । ଏହା କେତେଗୁଡ଼ିଏ ୱାର୍ଡ଼ରେ ବିଭକ୍ତ ହୋଇଥାଏ । ଗୋଟିଏ ଗ୍ରାମପଞ୍ଚାୟତରେ ସର୍ବନିମ୍ନ ୧୧ଟି ଓ ସର୍ବୋଚ୍ଚ ୨୫ଟି ୱାର୍ଡ ରହିଥାଏ । ପ୍ରତ୍ୟେକ ୱାର୍ଡ଼ରୁ ଜଣେ ଲେଖାଏଁ ସଭ୍ୟ ବା ପଞ୍ଚ ନିର୍ବାଚିତ ହୋଇଥା’ନ୍ତି । ସେହି ପଞ୍ଚମାନଙ୍କ ମଧ୍ୟରେ ମୁଖ୍ୟଭାବେ ସରପଞ୍ଚ କାର୍ଯ୍ୟ କରନ୍ତି ଓ ସେ ଜନସାଧାରଣଙ୍କଦ୍ବାରା ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୁଅନ୍ତି । ସରପଞ୍ଚଙ୍କୁ ସାହାଯ୍ୟ କରିବାପାଇଁ ଜଣେ ନାଏବ ସରପଞ୍ଚ ଥାଆନ୍ତି ଓ ୱାର୍ଡ଼ମେମ୍ବରମାନେ ତାଙ୍କୁ ନିର୍ବାଚିତ କରିଥା’ନ୍ତି । ଗ୍ରାମ ପଞ୍ଚାୟତର ପ୍ରଧାନ କାର୍ଯ୍ୟପାଳିକା, ପରିଚାଳକ ରୂପେ ସରପଞ୍ଚଙ୍କର ଗୁରୁ ଦାୟିତ୍ଵ ରହିଛି । ଗ୍ରାମପଞ୍ଚାୟତର କାର୍ଯ୍ୟଧାରା ଦ୍ବିବିଧ, ଯଥା –

  • ବାଧ୍ୟତାମୂଳକ ଓ
  • ଇଚ୍ଛାଧୀନ ।

ଗ୍ରାମ୍ୟ ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ, ପ୍ରାଥମିକ ଓ ପ୍ରୌଢ଼ଶିକ୍ଷା, ଯାତ୍ରା, ପର୍ବ, ହାଟ, ମେଳା ଆଦି ନିୟନ୍ତ୍ରଣ, କୃଷି, ଭୂସଂରକ୍ଷଣ, ବିଭିନ୍ନ ମହାମାରୀ ରୋଗ ପାଇଁ ପ୍ରତିଷେଧକ ବ୍ୟବସ୍ଥା, ପାଇଖାନା, ନର୍ଦ୍ଦମା ଇତ୍ୟାଦି ନିର୍ମାଣ ଓ ମରାମତି ଇତ୍ୟାଦି ଏହାର ବାଧ୍ୟତାମୂଳକ କାର୍ଯ୍ୟର ଅଧୀନ ହୋଇଥିବାବେଳେ ସରକାରଙ୍କର ଅନୁମୋଦନ ସହ ବୃକ୍ଷରୋପଣ, ପଶୁପାଳନ, ସମବାୟ ପ୍ରସାର, କୁଟୀରଶିଳ୍ପ ପ୍ରସାର, କ୍ଲବ୍ ଓ ଆମୋଦପ୍ରମୋଦ ବ୍ୟବସ୍ଥା, ଗ୍ରାମ୍ୟ ପାଠଶାଳାର ପରିଚାଳନା ଇତ୍ୟାଦିକୁ ଇଚ୍ଛାଧୀନ କାର୍ଯ୍ୟରୂପେ ଏହା ସମ୍ପାଦନ କରିଥାଏ ।

ଏହାର ପାଣ୍ଠି ବା ଆୟ ମୁଖ୍ୟତଃ ଟିକସ ଆଦାୟ, କାଞ୍ଜିଆହୁଦା, ହାଟ ଇତ୍ୟାଦିରୁ ଆୟ, ପଞ୍ଚାୟତସ୍ଥ ପୋଖରୀ, କେନାଲ, ଜଙ୍ଗଲ ଇତ୍ୟାଦିରୁ ଆୟ, ସରକାରୀ ଅନୁଦାନ ଓ ଜନସାଧାରଣଙ୍କଠାରୁ ମିଳିଥିବା ଦାନ ଇତ୍ୟାଦି ଉପରେ ନିର୍ଭର କରିଥାଏ । ସରକାରଙ୍କର ପଞ୍ଚାୟତ ଉପରେ ନିୟନ୍ତ୍ରଣ ରହିଛି । ସରକାର ପଞ୍ଚାୟତକୁ ଭାଙ୍ଗି ଦେଇପାରିବେ ବା ନୂଆ ପଞ୍ଚାୟତ ଗଠନକୁ ସ୍ଥଗିତ ରଖୂପାରିବେ । ଜିଲ୍ଲାପାଳଙ୍କ ଆଦେଶରେ ଓ ବିଭାଗୀୟ ଅଧିକାରୀଙ୍କ ସୁପାରିସ କ୍ରମେ ସରପଞ୍ଚ ପଦଚ୍ୟୁତ ହୋଇଥା’ନ୍ତି । ଏହି ସ୍ତର ଗାନ୍ଧିଜୀଙ୍କର ଗ୍ରାମ୍ୟ ସ୍ଵରାଜ୍ୟ ପ୍ରତିଷ୍ଠାର ଲକ୍ଷ୍ୟ ପୂରଣ କରିବ ବୋଲି ମେହେଟ୍ଟା ସମିତି ଆଶୀ ପ୍ରକାଶ କରିଥିଲେ ।

2. ପଞ୍ଚାୟତ ସମିତି – ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ସମ୍ପର୍କୀୟ ତ୍ରି-ସ୍ତରୀୟ ବ୍ୟବସ୍ଥାର ଏହା ମଧ୍ୟବର୍ତ୍ତୀ ସୋପାନରେ ଅବସ୍ଥିତ । ଏହାର ସ୍ଥିତି ଓ କାର୍ଯ୍ୟକାରିତା ଉପରେ ମେହେଟ୍ଟା ସମିତି ଯଥେଷ୍ଟ ଗୁରୁତ୍ବ ଆରୋପ କରିଥିଲେ । ଗୋଟିଏ ଜିଲ୍ଲାକୁ କେତେଗୁଡ଼ିଏ ପଞ୍ଚାୟତ ସମିତିରେ ବିଭକ୍ତ କରାଯାଇଛି ଓ ପ୍ରତ୍ୟେକ ପଞ୍ଚାୟତ ସମିତି କେତେଗୁଡ଼ିଏ ଗ୍ରାମପଞ୍ଚାୟତକୁ ନେଇ ଗଠିତ ହୋଇଥାଏ । ପଞ୍ଚାୟତ ସମିତିର ଅଧ୍ୟକ୍ଷ ସାବାଳକ ଭୋଟଦ୍ଵାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥା’ନ୍ତି । ତାଙ୍କୁ କାର୍ଯ୍ୟରେ ସହାୟତା କରିବାପାଇଁ ଜଣେ ଉପାଧ୍ୟକ୍ଷ ବା ଭାଇସ୍-ଚେୟାରମ୍ୟାନ୍ ରହିଥା’ନ୍ତି । ଅଧ୍ଯକ୍ଷ ପଞ୍ଚାୟତ ସମିତିର ମୁଖ୍ୟ ପରିଚାଳକ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ (B.D.O.) ଏହାର ମୁଖ୍ୟ ନିର୍ବାହୀ ଅଧିକାରୀ (Executive Officer) ଅଟନ୍ତି । ଏହା ନିଜ ଅଧୀନରେ ଥ‌ିବା ପଞ୍ଚାୟତଗୁଡ଼ିକର କାର୍ଯ୍ୟ ତଦାରଖ କରିଥାଏ ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ଏହା ପଞ୍ଚାୟତ ବଜେଟ୍‌କୁ ଅନୁମୋଦନ କରିବା, ନିଜର ବଜେଟ୍ ଗୃହୀତ କରିବା, ପ୍ରାଥମିକ ଶିକ୍ଷାର ନିୟନ୍ତ୍ରଣ, ବିଭିନ୍ନ ରୋଗ ପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା, ରାସ୍ତାଘାଟ, ଶିକ୍ଷା, ସ୍ଵାସ୍ଥ୍ୟ ଆଦି ସର୍ବାଙ୍ଗୀନ ଉନ୍ନତି କରିବା ତଥା ସରକାରଙ୍କର ନିର୍ଦ୍ଧାରିତ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ କରିଥାଏ । ସରକାରୀ ସାହାଯ୍ୟ, ଗ୍ରାମଗୋଷ୍ଠୀ ଯୋଜନାଜନିତ ସାହାଯ୍ୟ, ପଞ୍ଚାୟତରୁ ଆଦାୟ କରାଯାଉଥିବା ଟିକସର ଅଂଶବିଶେଷ, ବ୍ୟବସାୟ ଓ ଟ୍ରଷ୍ଟ ସମ୍ପଭିରୁ ଆୟ, ଜନସାଧାରଣଙ୍କଠାରୁ ମିଳୁଥିବା ଦାନ ଇତ୍ୟାଦି ଆୟସୂତ୍ର ପଞ୍ଚାୟତ ସମିତିର ରହିଛି । ଏହା ଉପରେ ସରକାରୀ ନିୟନ୍ତ୍ରଣ ରହିଛି । ଏହାଦ୍ଵାରା ପ୍ରଣୀତ ଆଇନ ରାଜ୍ୟ ସାଧାରଣ ଆଇନର ବିରୋଧ କଲେ ସରକାର ଏହାକୁ ନାକଚ କରିଦେଇପାରିବେ । କ୍ଷମତା ଅପବ୍ୟବହାର ହେତୁ ଅଧ୍ୟକ୍ଷଙ୍କୁ ପଦଚ୍ୟୁତ କରାଯାଇପାରେ ଏବଂ ଏପରିକି ସମିତିକୁ ଭାଙ୍ଗି ଦେଇ ସରକାର ନିଜ ହାତକୁ କ୍ଷମତା ମଧ୍ୟ ନେଇ ଯାଇପାରନ୍ତି ।

3. ଜିଲ୍ଲା ପରିଷଦ – ଏହା କ୍ଷମତା ବିକେନ୍ଦ୍ରୀକରଣ ନୀତିଦ୍ଵାରା ସୂଚିତ ତ୍ରି-ସ୍ତରୀୟ ବ୍ୟବସ୍ଥାର ସର୍ବୋଚ୍ଚ ଶିଖରରେ ଦଣ୍ଡାୟମାନ । ଏହାର ସଭ୍ୟପଦ ପାଇଁ ସ୍ଵତନ୍ତ୍ର ନିର୍ବାଚନ କରାଯାଏ ନାହିଁ । ନିଜ ନିଜ ପଦମର୍ଯ୍ୟାଦା ବଳରେ ଏହାର ସଭ୍ୟମାନେ ଉକ୍ତ ପଦ ଗ୍ରହଣ କରିଥା’ନ୍ତି । ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଜିଲ୍ଲାର ପ୍ରତ୍ୟେକ ରାଜ୍ୟ ବ୍ୟବସ୍ଥାପକ ସଭାର ଓ କେନ୍ଦ୍ରୀୟ ସଂସଦର ସଦସ୍ୟ, ପ୍ରତ୍ୟେକ ଜିଲ୍ଲାସ୍ତରୀୟ ବୈଷୟିକ ମୁଖ୍ୟ ଇତ୍ୟାଦି ଏହାର ସଦସ୍ୟରୂପେ ରହିଥା’ନ୍ତି । ଜିଲ୍ଲାପାଳ ଉକ୍ତ ପରିଷଦର ଅଧ୍ୟକ୍ଷ ଓ ତାଙ୍କ ଅଧୀନସ୍ଥ ଜଣେ ଅଧିକାରୀ ଏହାର ସମ୍ପାଦକ ରୂପେ ଦାୟିତ୍ଵ ସମ୍ପାଦନ କରନ୍ତି । ମେହେଟ୍ଟା ସମିତି ଏହି ସଙ୍ଗଠନକୁ କୌଣସି ପ୍ରଶାସନିକ କାର୍ଯ୍ୟ ଦେଇନାହାନ୍ତି । ଜିଲ୍ଲାର ବିଭିନ୍ନ ସଙ୍ଗଠନ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା ଏହାର ମୁଖ୍ୟ ଅଟେ ।

ଜିଲ୍ଲା ପରିଷଦ ଲୋକମାନଙ୍କ ସହ ସମ୍ପର୍କ ପ୍ରତିଷ୍ଠା ନ କରି ସରକାରୀ କର୍ମଚାରୀ ଓ ସରକାରଙ୍କ ସହ ସମ୍ପର୍କ ସ୍ଥାପନ କରନ୍ତି । ଏହା ପଞ୍ଚାୟତ ସମିତିର ବଜେଟ୍‌କୁ ଅନୁମୋଦନ କରେ, ସରକାରଙ୍କଠାରୁ ବିଭିନ୍ନ ଯୋଜନା ବାବଦରେ ପ୍ରାପ୍ୟ ଅନୁଦାନକୁ ବିଭିନ୍ନ ପଞ୍ଚାୟତ ସମିତି ମଧ୍ୟରେ ବଣ୍ଟନ କରେ । ପଞ୍ଚାୟତ ସମିତିର ଯୋଜନାଗୁଡ଼ିକୁ ଏହା ବିଶ୍ଳେଷଣ କରି ଜିଲ୍ଲା ଯୋଜନା ପ୍ରଣୟନ କରିଥାଏ । ଏତଦ୍‌ବ୍ୟତୀତ ସମିତିର କର୍ମଚାରୀଙ୍କ ପ୍ରତି ଦଣ୍ଡବିଧାନ ଓ ସମିତି କାର୍ଯ୍ୟର ତତ୍ତ୍ଵାବଧାନ ମଧ୍ୟ ଏହାର କାର୍ଯ୍ୟ ପରିସରଭୁକ୍ତ ଅଟେ । ଜିଲ୍ଲା ପରିଷଦର କୌଣସି ଉନ୍ନତିମୂଳକ କାର୍ଯ୍ୟ ପ୍ରତ୍ୟକ୍ଷଭାବେ ସମ୍ପାଦନ କରିବାର ଦାୟିତ୍ଵ ନ ଥିବାରୁ ଏହାର କୌଣସି ପାଣ୍ଠି ବା ଆୟପନ୍ଥା ନାହିଁ ଓ ମେହେଟ୍ଟା ସମିତିର ସୁପାରିସ ଏ ସମ୍ପର୍କରେ ସେଥ‌ିପାଇଁ ସମ୍ପୂର୍ଣ ନୀରବ ଅଟେ ।

ଅନ୍ୟାନ୍ୟ ବିବିଧ ସୁପାରିସ – ମେହେଟ୍ଟା ସମିତି ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାର ନିର୍ବାଚନରେ ରାଜନୈତିକ ଦଳମାନଙ୍କର ଅଂଶଗ୍ରହଣକୁ ନାପସନ୍ଦ କରିଥିଲେ । ଏହାର କୁପ୍ରଭାବ ଓ ଜାତିଆଣ ଭାବ, ଦଳୀୟ ମନୋଭାବ ଇତ୍ୟାଦି ଲୋକମାନଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରୁଥିବାରୁ ଏହାର ପ୍ରଭାବରୁ ମୁକ୍ତ ହେବାପାଇଁ ସେ ସର୍ବସମ୍ମତ ମତ ଭିଭିରେ ନିର୍ବାଚନ କରିବାପାଇଁ କିମ୍ବା ଅନ୍ୟ କୌଣସି ଗଣତାନ୍ତ୍ରିକ ସମାଧାନ ସୂତ୍ର ବାହାର କରିବାପାଇଁ ଏହା ସରକାରଙ୍କୁ ସୁପାରିସ କରିଥିଲା । ଦ୍ଵିତୀୟତଃ, ପଞ୍ଚାୟତଦ୍ବାରା ଧାର୍ଯ୍ୟ ଟିକସ ଲୋକମାନେ ଦେଉ ନଥିବାରୁ ଉକ୍ତ ସଙ୍ଗଠନଗୁଡ଼ିକ ଆର୍ଥିକ ଦୂରବସ୍ଥାର ଶିକାର ହୋଇଥା’ନ୍ତି । ଏହି ସମସ୍ୟାର ସମାଧାନ ପାଇଁ ମେହେଟ୍ଟା ସମିତି ସୁପାରିସ କରିଥିଲା

ଯେ ଯେଉଁ ବ୍ୟକ୍ତି ନିର୍ଦ୍ଧାରିତ ଟିକସ ଦେବ ନାହିଁ ଉକ୍ତ ବ୍ୟକ୍ତିଙ୍କର ଭୋଟଦାନ କ୍ଷମତା କିମ୍ବା ସଙ୍ଗଠନର ସଭ୍ୟ ହୋଇ ରହିବାର କ୍ଷମତାକୁ ରଦ୍ଦ କରିବାପାଇଁ ସ୍ଵତନ୍ତ୍ର ଆଇନ ସରକାର ପ୍ରଣୟନ କରିବା ଉଚିତ । ତୃତୀୟତଃ, ଗ୍ରାମ୍ୟ ପ୍ରଶାସନ ଏକ ଜଟିଳ ପ୍ରକ୍ରିୟା ହୋଇଥିବାରୁ ଓ ଏହାର ସଫଳତା ଉପରେ ଶାସନର ସଫଳତା, ସ୍ଥିରତା ଓ ଦୃଢ଼ତା ନିର୍ଭର କରୁଥିବାରୁ ଏହି ସଙ୍ଗଠନ ସହ ସମ୍ପୃକ୍ତ ପ୍ରତ୍ୟେକ ସଭ୍ୟଙ୍କ ପାଇଁ ବିଶେଷତଃ ନିର୍ବାଚିତ ପ୍ରତିନିଧୁମାନଙ୍କ ପାଇଁ ସ୍ବତନ୍ତ୍ର ତାଲିମର ବ୍ୟବସ୍ଥା ପ୍ରଣୀତ ହେବା ଉଚିତ । ଏହା ଫଳରେ ନିର୍ବାଚିତ ପ୍ରତିନିଧୁମାନେ ସଫଳତା ଓ ଦକ୍ଷତାର ସହ ନିଜର କାର୍ଯ୍ୟ ସମ୍ପାଦନ କରିପାରିବେ ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ମେହେଟ୍ଟା ସମିତି ସୁପାରିସର ମୂଲ୍ୟାଙ୍କନ – ଭାରତରେ ଗ୍ରାମ୍ୟ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା କ୍ଷେତ୍ରରେ ମେହେଟ୍ଟା ଯୋଜନାର ଏକ ଐତିହାସିକ ଗୁରୁତ୍ଵ ରହିଛି । ଗ୍ରାମ୍ୟ ଗଣତନ୍ତ୍ର ଓ ଉନ୍ନତିର ଭାରତୀୟ ଚିନ୍ତାଧାରା କ୍ଷେତ୍ରରେ ଏହାର ପ୍ରଭାବ ଅଧିକ ମହତ୍ତ୍ଵପୂର୍ଣ୍ଣ ଅଟେ । ଏହାକୁ ପଞ୍ଚାୟତିରାଜ ସଙ୍ଗଠନର ‘ବ୍ଲୁ-ପ୍ରିଣ୍ଟ’ ବା ‘ବାଇବେଲ’ କୁହାଯାଇଥାଏ । ‘ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ’ ବ୍ୟବସ୍ଥାର ସରଳୀକୃତ ନାମକରଣ କରିବାକୁ ଯାଇ ଜବାହରଲାଲ ନେହେରୁ ଏହାକୁ ‘ପଞ୍ଚାୟତିରାଜ’ ରୂପେ ନାମିତ କରିଥିଲେ । ଏହାର ଉପାଦେୟତାଗୁଡ଼ିକୁ ନିମ୍ନମତେ ଆଲୋଚନା କରାଯାଇପାରେ । ପ୍ରଥମତଃ, ଏହା ଏକ ଗଣତାନ୍ତ୍ରିକ ଚିନ୍ତାଧାରା ଅଟେ । ଗ୍ରାମ୍ୟ ଲୋକମାନଙ୍କର ରାଜନୈତିକ ଦକ୍ଷତା, ଗଣତାନ୍ତ୍ରିକ ସ୍ଵୟଂଶାସନ ପାଇଁ ଆବଶ୍ୟକୀୟ ସାମର୍ଥ୍ୟ ଇତ୍ୟାଦି ଉପରେ ଏହା ଯଥେଷ୍ଟ ଗୁରୁତ୍ଵ ସ୍ଥାପନ କରିଛି ।

ଡକ୍ଟର ଆମ୍ବେଦକର ଭାରତୀୟ ଗ୍ରାମ୍ୟ ବ୍ୟବସ୍ଥାକୁ ଆଞ୍ଚଳିକତାବାଦ, ଅଜ୍ଞତା, ସଂକୀର୍ଣ୍ଣତା ଓ ସାଂପ୍ରଦାୟିକତାର ମହାମାରୀର ଶିକାର ହୋଇଥିବା ଅନୁଷ୍ଠାନ ରୂପେ ଚିତ୍ରିତ କରିଥିଲେ । ମାତ୍ର ଏହି ଚିନ୍ତାଧାରା ସମ୍ପୂର୍ଣ୍ଣ ଭ୍ରାନ୍ତ ବୋଲି ମେହେଟ୍ଟା ସମିତି ପ୍ରମାଣିତ କରିଛନ୍ତି । ଗ୍ରାମ୍ୟ ପ୍ରଗତିର ସମସ୍ତ ଦାୟିତ୍ଵ ଏହା ଗ୍ରାମ୍ୟ ଅଧ୍ଵବାସୀ, ସଙ୍ଗଠନ ଓ ପ୍ରତିନିଧୁମାନଙ୍କ ଉପରେ ନ୍ୟସ୍ତ କରିଛି । ଦ୍ଵିତୀୟତଃ, ଏହା ସମ୍ବିଧାନର ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣିତ ରାଷ୍ଟ୍ର ନିୟାମକ ତତ୍ତ୍ଵର ୪୦ ଧାରାରେ ସୂଚିତ ଗ୍ରାମପଞ୍ଚାୟତର ସଙ୍ଗଠନ ରୂପକ ଲକ୍ଷ୍ୟକୁ ସ୍ଵୀକାର କରିଛି ବା ବାସ୍ତବତାର ସ୍ପର୍ଶ ଦେଇଛି । ତୃତୀୟତଃ, ଭାରତ ଭଳି ଏକ ବିକାଶଶୀଳ ଦେଶରେ ସ୍ଵାୟତ୍ତ ଶାସନ ବ୍ୟବସ୍ଥାକୁ ସଫଳତାର ସହ କାର୍ଯ୍ୟ କରିବାର ସୁଯୋଗ ଦେବାପାଇଁ ଏହା ବୈପ୍ଳବିକ ପଦକ୍ଷେପ ନେଇଛି ।

ଏହା ବିକାଶଶୀଳ ଦେଶମାନଙ୍କରେ ଜାତି- ଗଠନ (Nation-building) ର ତତ୍ତ୍ବ ଓ ବାସ୍ତବ କାର୍ଯ୍ୟକାରିତା କ୍ଷେତ୍ରରେ ତଥା ଗ୍ରାମ୍ୟ ଅର୍ଥନୈତିକ ପ୍ରଗତି ପାଇଁ ଏକ ଅସ୍ତିସୂଚକ ପଦକ୍ଷେପ ରୂପେ କାର୍ଯ୍ୟ କରୁଛି । ଚତୁର୍ଥତଃ, ଏହା କେବଳ ଆଦର୍ଶକୁ ସୂଚିତ କରେ ନାହିଁ ବରଂ ଏହି ଆଦର୍ଶର ସଫଳ କାର୍ଯ୍ୟକାରିତା ପାଇଁ ଉଚିତ ପଦକ୍ଷେପର ପଥପ୍ରଦର୍ଶକ ମଧ୍ୟ ଅଟେ । ଏହା ଏକ ପ୍ରଗତିଶୀଳ, ବାସ୍ତବ, ଯୁଗୋପଯୋଗୀ ସିଦ୍ଧାନ୍ତ ଅଟେ ଓ ଏହାର ସଫଳ ବିନ୍ୟାସ ଉପରେ ରାଜନୈତିକ ବ୍ୟବସ୍ଥାର ସଫଳତା ଓ ଗଣତାନ୍ତ୍ରିକ ଶାସନର ଭବିଷ୍ୟତ ନିର୍ଭର କରେ । ଉପରୋକ୍ତ ସୁଗୁଣର ଅଧିକାରୀ ଏହି ସୁପାରିସସମୂହ ମଧ୍ୟ କେତେକ ଦୃଷ୍ଟିରୁ ସମାଲୋଚନାର ଶିକାର ହୋଇଥାନ୍ତି ।

ପ୍ରଥମତଃ, ଏକ ମଧ୍ୟବର୍ତ୍ତୀ ସୋପାନ ରୂପେ ପଞ୍ଚାୟତ ସମିତିକୁ ମର୍ଯ୍ୟାଦା ପ୍ରଦାନ ଯୁକ୍ତିଯୁକ୍ତ ନୁହେଁ, କାରଣ ଏହା ଗ୍ରାମପଞ୍ଚାୟତର କ୍ଷମତାକୁ ଅଯଥା ସଙ୍କୁଚିତ କରିଥାଏ । ଦ୍ଵିତୀୟତଃ, ପରୋକ୍ଷ ନିର୍ବାଚନ ପଦ୍ଧତିରେ ପଞ୍ଚାୟତ ସମିତିର ଗଠନ, ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣର ମୂଳ ଲକ୍ଷ୍ୟକୁ ନଷ୍ଟ କରିଥାଏ । ଏହି ସଙ୍ଗଠନର ସର୍ବୋଚ୍ଚ ଶିଖରରେ ଅବସ୍ଥିତ ଜିଲ୍ଲା ପରିଷଦର ଗଠନ, କାର୍ଯ୍ୟ ପରିସର ତଥା ପ୍ରଥମ ଦୁଇବର୍ଷ ପାଇଁ ପଞ୍ଚାୟତ ସମିତିର ଅଧ୍ଯକ୍ଷ ହିସାବରେ ଉପ-ମଣ୍ଡଳୀୟ ଅଧିକାରୀ (Sub-Divisional Officer) ଙ୍କ କାର୍ଯ୍ୟ ଇତ୍ୟାଦି ଅଗଣତାନ୍ତ୍ରିକ ଉପାଦାନ ଅଟନ୍ତି । ତୃତୀୟତଃ, ଉକ୍ତ ତ୍ରି- ସ୍ତରୀୟ ବ୍ୟବସ୍ଥାରେ ପାରସ୍ପରିକ ସମ୍ପର୍କର ଭିତ୍ତିଭୂମି ଦୁର୍ବଳ ଅଟେ । ଜିଲ୍ଲା ପରିଷଦରୁ ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ନିମ୍ନାଭିମୁଖୀ ସମ୍ପର୍କର ଗତି ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ନୀତିର ପରିପନ୍ଥୀ ଅଟେ ।

ଏହା ଗ୍ରାମପଞ୍ଚାୟତଠାରୁ ଜିଲ୍ଲା ପରିଷଦ ଦିଗରେ ଊର୍ଦ୍ଧ୍ୱମୁଖୀ ଗତି କରିବା ଉଚିତ ଥିଲା । ଚତୁର୍ଥତଃ, ଏହି ସଙ୍ଗଠନର ସରକାରୀ କର୍ମଚାରୀଙ୍କ ଉପରେ ରାଜନୈତିକ ନିୟନ୍ତ୍ରଣ ନାହିଁ । ପଞ୍ଚାୟତ ସମିତି ସ୍ତରରେ ଥିବା ପ୍ରଶାସନିକ ଓ ବୈଷୟିକ କର୍ମଚାରୀମାନେ ସରକାରୀ କଳର ନିୟନ୍ତ୍ରଣରେ ରହିଥା’ନ୍ତି । ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ନୀତିର ରୂପାୟନ ପାଇଁ ଅଭିପ୍ରେତ ଏକ ସଙ୍ଗଠନରେ କର୍ମଚାରୀ ଓ ଲୋକ ରହିଥା’ନ୍ତି । ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ନୀତିର ରୂପାୟନ ପାଇଁ ଅଭିପ୍ରେତ ଏକ ସଙ୍ଗଠନରେ କର୍ମଚାରୀ ଓ ଲୋକ ପ୍ରତିନିଧୁମାନଙ୍କ ମଧ୍ୟରେ ଏ ପ୍ରକାର ସମ୍ପର୍କ ନିଶ୍ଚିତ ଭାବରେ ଗଣତାନ୍ତ୍ରିକ ଓ ଯୁକ୍ତିଯୁକ୍ତ ନୁହେଁ । ଏହାଫଳରେ କର୍ମଚାରୀମାନେ ଦାୟିତ୍ଵସମ୍ପନ୍ନ ଭାବେ ସେମାନଙ୍କର କାର୍ଯ୍ୟ ସମାପନ କରନ୍ତି ନାହିଁ ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ପଞ୍ଚମତଃ, ଏହି ସଙ୍ଗଠନର ବିଭିନ୍ନ ସ୍ତରର କ୍ଷମତା ପରିସର ଯୁକ୍ତିଯୁକ୍ତ ଓ ଯଥାର୍ଥ ଭାବେ ନିର୍ଦ୍ଧାରିତ ହୋଇନାହିଁ । ଏହି ଯୋଜନାରେ ସ୍ଥାନୀୟ ସ୍ୱାୟତ୍ତ ଶାସନ କାର୍ଯ୍ୟ ସହ ଉନ୍ନୟନ କାର୍ଯ୍ୟକୁ ଏକାଠି ମିଶାଇ ଦିଆଯାଇଛି, ଯାହାକି ଯଥାର୍ଥ ନୁହେଁ । ଆର୍ଥିକ ସ୍ଵଚ୍ଛଳତାକୁ ବିଚାରକୁ ନ ନେଇ ଏହି କାର୍ଯ୍ୟ ବଣ୍ଟନ କରାଯାଇଛି । ନ୍ୟାୟ – ପଞ୍ଚାୟତର ଗଠନ କାର୍ଯ୍ୟକାରିତା ମଧ୍ଯ ତ୍ରୁଟିଯୁକ୍ତ ଅଟେ । ଜିଲ୍ଲା ପରିଷଦକୁ ସଂଯୋଜନାର ଦାୟିତ୍ଵ ଦିଆଯାଇଥିଲେ ମଧ୍ୟ ଏହାର ପ୍ରଶାସନିକ କ୍ଷମତା ନାହିଁ ବୋଲି କୁହାଯିବା ଯୁକ୍ତିଯୁକ୍ତ ନୁହେଁ ।

ଷଷ୍ଠତଃ, ସରକାର ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତିକୁ ଭାଙ୍ଗି ଦେଇ ଏହାର କାର୍ଯ୍ୟ ନିଜେ ସମ୍ପାଦନ କରିବାର ବ୍ୟବସ୍ଥା ନିଶ୍ଚିତ ଭାବରେ ଗଣତାନ୍ତ୍ରିକ ନୁହେଁ ଓ ମେହେଟ୍ଟା ସୁପାରିସର ବିରୁଦ୍ଧାଚରଣ କରୁଛି । ଉପରୋକ୍ତ ସମାଲୋଚନା ଭିତ୍ତିହୀନ ନୁହେଁ । ଏହାର ଯଥାର୍ଥତା ପଞ୍ଚାୟତିରାଜ ବ୍ୟବସ୍ଥାର ମୂଲ୍ୟାଙ୍କନରୁ ହିଁ ସ୍ପଷ୍ଟ ହୋଇଥାଏ । ମାତ୍ର ଗଣତନ୍ତ୍ରକୁ ବାସ୍ତବ ଓ ବଳିଷ୍ଠ କରିବା ଦିଗରେ ଏହା ଏକ ବଳିଷ୍ଠ ବୈପ୍ଳବିକ ପଦକ୍ଷେପ ଅଟେ । ଏହାକୁ ଦକ୍ଷତା ଓ ସାଧୁତାର ସହ ପ୍ରୟୋଗ କରାଗଲେ ଗ୍ରାମ୍ୟ ପ୍ରଗତି ଦିଗରେ ଏକ ନୂତନ ଯୁଗର ଅୟମାରମ୍ଭ ହେବା ଅନସ୍ବୀକାର୍ଯ୍ୟ ।

୪ । ଗ୍ରାମପଞ୍ଚାୟତର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ପଞ୍ଚାୟତିରାଜ ସଂସ୍କାର ନିମ୍ନ ସୋପାନରେ ଗ୍ରାମପଞ୍ଚାୟତ ଅବସ୍ଥିତ । ଗ୍ରାମପଞ୍ଚାୟତରେ ଗଣତନ୍ତ୍ର ଖୁବ୍ ପ୍ରତ୍ୟକ୍ଷଭାବରେ କାର୍ଯ୍ୟକାରୀ ହୋଇଥାଏ । ପ୍ରତ୍ୟକ୍ଷ ଗଣତନ୍ତ୍ରର ଏହା ଏକ ନିଚ୍ଛକ ନିଦର୍ଶନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କେତେକ ଗ୍ରାମକୁ ନେଇ ଗ୍ରାମ ଶାସନ ଗଠିତ । ଗୋଟିଏ ଗ୍ରାମପଞ୍ଚାୟତ ସାଧାରଣତଃ ଏକାଧ୍ଵ ୱାର୍ଡ଼ରେ ବିଭକ୍ତ ହୋଇଥାଏ । ଗୋଟିଏ ଗ୍ରାମ ଶାସନରେ ୧୧ରୁ ୨୫ ପର୍ଯ୍ୟନ୍ତ ୱାର୍ଡ଼ ରହିପାରେ । ଅନ୍ୟ ଭାଷାରେ କହିବାକୁ ଗଲେ କୌଣସି ଗ୍ରାମ ଶାସନ ୧୧ଟି ୱାର୍ଡ଼ରୁ କମ୍ କିମ୍ବା ୨୫ଟି ୱାର୍ଡ଼ରୁ ଅର୍ଥିକ ହୋଇପାରିବ ନାହି । ସାଧାରଣତଃ ଗୋଟିଏ ଗ୍ରାମ ଶାସନର ଜନସଂଖ୍ୟା ଦୁଇ ହଜାରରୁ ଛ’ ହଜାର । ଗ୍ରାମପଞ୍ଚାୟତ ଗ୍ରାମ ଶାସନର କାର୍ଯ୍ୟପାଳିକା । ଗ୍ରାମ ଶାସନରେ ବିଭିନ୍ନ ୱାର୍ଡ଼ରୁ ନିର୍ବାଚିତ ୱାର୍ଡ଼ମେମ୍ବରମାନଙ୍କୁ ନେଇ ଗ୍ରାମପଞ୍ଚାୟତ ଗଠିତ । ୱାର୍ଡ଼ମେମ୍ବରଙ୍କୁ ପଞ୍ଚ ମଧ୍ୟ କୁହାଯାଏ ।

ପଞ୍ଚ, ନାଏବ ସରପଞ୍ଚ ଓ ସରପଞ୍ଚଙ୍କୁ ନେଇ ଗ୍ରାମପଞ୍ଚାୟତ ଗଠିତ । ଓଡ଼ିଶାରେ ୬,୨୩୪ଟି ଗ୍ରାମପଞ୍ଚାୟତ ଓ ୮୭,୫୫୨ଟି ୱାର୍ଡ ରହିଛି । ସରପଞ୍ଚ ଗ୍ରାମପଞ୍ଚାୟତର ମୁଖ୍ୟ । ତାଙ୍କୁ ସହାୟତା କରିବାପାଇଁ ଜଣେ ନାଏବ ସରପଞ୍ଚ ଓ ସମ୍ପାଦକ ରହନ୍ତି । ସରପଞ୍ଚଙ୍କ ଅନୁପସ୍ଥିତିରେ ନାଏବ ସରପଞ୍ଚ ତାଙ୍କର କାର୍ଯ୍ୟ ତୁଲାଇଥା’ନ୍ତି । ସରପଞ୍ଚ ପ୍ରତ୍ୟକ୍ଷଭାବେ ପଞ୍ଚାୟତ ଭୋଟରଙ୍କଦ୍ଵାରା ନିର୍ବାଚିତ ହୁଅନ୍ତି । ନାଏବ ସରପଞ୍ଚ ୱାର୍ଡ଼ମେମ୍ବରଙ୍କଦ୍ବାରା ସେମାନଙ୍କ ମଧ୍ୟରୁ ନିର୍ବାଚିତ ହୋଇଥା’ନ୍ତି । ସମ୍ବିଧାନର ୭୩ତମ ସମ୍ବିଧାନ ସଂଶୋଧନ ଅନୁସାରେ ଶତକଡ଼ା ୩୦ ଭାଗ ସ୍ଥାନ ମହିଳା ଓ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଆଦିବାସୀ ଓ ହରିଜନମାନଙ୍କ ପାଇଁ ସ୍ଥାନ ସଂରକ୍ଷିତ ଥାଏ । ସରପଞ୍ଚ ପୁରୁଷ ହେଲେ ନାଏବ ସରପଞ୍ଚ ମହିଳା ହୋଇଥା’ନ୍ତି ।

ସରପଞ୍ଚଙ୍କ ଯୋଗ୍ୟତା :

  • ତାଙ୍କୁ ଅନ୍ତତଃ ୨୧ ବର୍ଷ ହୋଇଥିବ ।
  • ପଞ୍ଚାୟତ ଭୋଟ ତାଲିକାରେ ତାଙ୍କର ନାମ ଧ୍ରୁବ ।
  • ନିର୍ବାଚନ ଆଇନଦ୍ଵାରା ସେ ଦଣ୍ଡିତ ହୋଇ ନ ଥିବେ ।
  • ସେ କୁଷ୍ଠ କିମ୍ବା ଯକ୍ଷ୍ମାଦ୍ବାରା ଆକ୍ରାନ୍ତ ହୋଇ ନ ଥ‌ିବେ |
  • ସେ ଦେବାଳିଆ ହୋଇ ନ ଥିବେ ।

CHSE Odisha Class 12 Political Science Chapter 4 Long Answer Questions in Odia Medium

  • ନୈତିକ ବିଚ୍ୟୁତି ପାଇଁ ଅଦାଲତ ତାଙ୍କୁ ଅପରାଧୀ ବୋଲି ଘୋଷଣା କରି ନ ଥିବେ ଏବଂ ଛ’ ମାସରୁ ଅଧିକ କାଳ କାରାଦଣ୍ଡ ଦେଇ ନ ଥ‌ିବେ ।
  • ସେ ପଞ୍ଚାୟତର ୱାର୍ଡମେମ୍ବର ହୋଇ ନ ଥିବେ ।
  • ସରକାରଙ୍କ ବେତନଭୋଗୀ କର୍ମଚାରୀ ହୋଇ ନ ଥିବେ
  • ପଞ୍ଚାୟତର ସମସ୍ତ ପ୍ରାପ୍ୟ ସେ ପୈଠ କରିଥିବେ ।
  • ସେ ଲେଖୁପଢ଼ି ପାରୁଥିବେ ।

ସରପଞ୍ଚଙ୍କ କାର୍ଯ୍ୟାବଳୀ – ସରପଞ୍ଚ ଗ୍ରାମପଞ୍ଚାୟତର ବୈଠକ ଆହ୍ବାନ କରନ୍ତି ଓ ସେଥୁରେ ଅଧ୍ଯକ୍ଷତା କରନ୍ତି । ଗ୍ରାମସଭାକୁ ସେ ପରିଚାଳନା କରନ୍ତି । ପଞ୍ଚାୟତ ଆଇନକୁ ସେ କାର୍ଯ୍ୟକାରୀ କରନ୍ତି । ପଞ୍ଚାୟତ କର୍ମଚାରୀଙ୍କୁ ସେ ନିୟନ୍ତ୍ରଣ କରନ୍ତି । ତାଙ୍କ ନିଷ୍ପଭିଦ୍ଵାରା ଯଦି ପଞ୍ଚାୟତରେ ଆଇନଶୃଙ୍ଖଳାର ଜଟିଳ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥାଏ, ତେବେ ସେ ଏହି ବିଷୟଟି ସର୍‌କଲେକ୍ଟରଙ୍କୁ ଜଣାଇବା ଉଚିତ । ସେ ପଞ୍ଚାୟତର ସମ୍ପତ୍ତି ଓ ନଥପତ୍ର ରକ୍ଷଣାବେକ୍ଷଣ କରନ୍ତି ।

ବହିଷ୍କାର – ସରପଞ୍ଚ ଓ ନାଏବ ସରପଞ୍ଚ ୫ ବର୍ଷ ପାଇଁ ନିର୍ବାଚିତ ହୋଇଥା’ନ୍ତି । କିନ୍ତୁ କାର୍ଯ୍ୟକାଳ ସରିବା ପୂର୍ବରୁ ଯଦି ଗ୍ରାମପଞ୍ଚାୟତର ଦୁଇ-ତୃତୀୟାଂଶ ସଭ୍ୟଙ୍କଦ୍ବାରା ସେମାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଗୃହୀତ ହୁଏ, ସେମାନେ ତାଙ୍କର ପଦତ୍ୟାଗ କରିବାପାଇଁ ବାଧ୍ୟ ହୁଅନ୍ତି । ଯଦି ୱାର୍ଡ଼ମେମ୍ବରମାନେ ଭାବନ୍ତି ଯେ ସରପଞ୍ଚ ବା ନାଏବ ସରପଞ୍ଚ ଦୁର୍ନୀତିଗ୍ରସ୍ତ ବା ଅପାରଗ ଅଟନ୍ତି ତେବେ ସେମାନେ ସରପଞ୍ଚ ବା ନାଏବ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରିବେ ।

କାର୍ଯ୍ୟାବଳୀ – ଗ୍ରାମପଞ୍ଚାୟତର କାର୍ଯ୍ୟାବଳୀଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ । କେତେକ କାର୍ଯ୍ୟ ବାଧ୍ୟତାମୂଳକ ଓ ଅନ୍ୟ କେତେକ କାର୍ଯ୍ୟକୁ ଇଚ୍ଛାଧୀନ କୁହାଯାଏ । ଗ୍ରାମପଞ୍ଚାୟତ ଆଇନ ଅନୁସାରେ ୨୨ଟି ବାଧ୍ୟତାମୂଳକ ଓ ୨୫ଟି ଇଚ୍ଛାଧୀନ କାର୍ଯ୍ୟ ରହିଛି ।

ବାଧ୍ୟତାମୂଳକ କାର୍ଯ୍ୟ :

  • ଗ୍ରାମ୍ୟ ରାସ୍ତାର ନିର୍ମାଣ ଓ ରକ୍ଷଣାବେକ୍ଷଣ ।
  • ଗ୍ରାମରେ ପୋଖରୀ ଓ ନଳକୂପ ଖନନ ।
  • ପଞ୍ଚାୟତ ସମ୍ପତ୍ତିର ରକ୍ଷଣାବେକ୍ଷଣ ।
  • ଗ୍ରାମ୍ୟ ପରିମଳ ବ୍ୟବସ୍ଥାର ସୁପରିଚାଳନା ।
  • ହାଟ ବଜାରର ନିୟନ୍ତ୍ରଣ ।
  • କୃଷିର ଉନ୍ନତି ଓ ମୃତ୍ତିକା ସଂରକ୍ଷଣ ବ୍ୟବସ୍ଥା ଇତ୍ୟାଦି ।
  • ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ଇତ୍ୟାଦି ।
  • ‘ଜବାହାର ରୋଜଗାର ଯୋଜନା’, ‘ନିଶ୍ଚିତ କର୍ମନିଯୁକ୍ତି ଯୋଜନା’, ‘ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା’ ଆଦି କାର୍ଯ୍ୟକାରୀ କରାଇବା ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ଇଚ୍ଛାଧୀନ କାର୍ଯ୍ୟ :

  • ଗ୍ରାମ ରାସ୍ତା କଡ଼ରେ ବୃକ୍ଷରୋପଣ
  • ଗାଁରେ ପାଠାଗାର ପ୍ରତିଷ୍ଠା
  • ଗ୍ରାମ୍ୟ ମାତୃମଙ୍ଗଳ ସମିତି ପ୍ରତିଷ୍ଠା
  • ସମବାୟ ସମିତିର ବିକାଶ
  • ଗୋଶାଳା ଓ ଗୋ-ଫାର୍ମ ପ୍ରତିଷ୍ଠା
  • ଚିତ୍ତବିନୋଦନ କେନ୍ଦ୍ର ପ୍ରତିଷ୍ଠା

ଗ୍ରାମପଞ୍ଚାୟତ ଏକ ଅଦାଲତ ପଞ୍ଚାୟତ ବା ନ୍ୟାୟ ପଞ୍ଚାୟତ ପ୍ରତିଷ୍ଠା କରି ଛୋଟ ଛୋଟ ମାମଲାଗୁଡ଼ିକୁ ବିଚାର କରିପାରିବ । ଅଦାଲତ ପଞ୍ଚାୟତରୁ ଗ୍ରାମବାସୀମାନେ ବିନା ଖର୍ଚ୍ଚରେ ଶୀଘ୍ର ନ୍ୟାୟ ପାଇପାରିବେ । ଛୋଟ ଛୋଟ ଫୌଜଦାରୀ ମୋକଦ୍ଦମା ମଧ୍ୟ ବିଚାର କରି ଅପରାଧୀକୁ ଏକଶହ ଟଙ୍କା ଜୋରିମାନା ପକାଇବା ପାଇଁ ଏହି ସଂସ୍ଥାର କ୍ଷମତା ଅଛି । ମାତ୍ର ଏପର୍ଯ୍ୟନ୍ତ ଏହା ଓଡ଼ିଶାରେ ପ୍ରତିଷ୍ଠା ହୋଇନାହିଁ ।

ଗ୍ରାମ ପଞ୍ଚାୟତର ଆୟର ଉତ୍ସ :

  • ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁଦାନ ।
  • ନିଜସ୍ଵ ସୂତ୍ରରୁ ବିଭିନ୍ନ ଟିକସ ଓ ଜୋରିମାନା ଆଦାୟ ।
  • ହାଟ ଓ ଘାଟର ନିଲାମରୁ ଆଦାୟ ଅର୍ଥ ।
  • ଗ୍ରାମପଞ୍ଚାୟତ ନିୟନ୍ତ୍ରଣାଧୀନ ସଂପଭିରୁ ପ୍ରାପ୍ତ ଆୟ ।
  • ସରକାରଙ୍କ ଅନୁମତି ସହ ଋଣ ଉଠାଣ ।

ଗ୍ରାମପଞ୍ଚାୟତ ସ୍ଵାୟତ୍ତ ଶାସନ ସଂସ୍ଥାର ସର୍ବନିମ୍ନ ସୋପାନ ଅଟେ । ଗ୍ରାମ୍ୟ ଗଣତନ୍ତ୍ରର ଚରମ ପରିପ୍ରକାଶ ଏହି ସଂସ୍ଥା ମାଧ୍ୟମରେ ସମ୍ଭବ ହୋଇଥାଏ । ଗ୍ରାମ୍ୟ ବ୍ୟବସ୍ଥାକୁ ଆତ୍ମନିର୍ଭରଶୀଳ କରିବାର ଲକ୍ଷ୍ୟ ନେଇ ଗୋଷ୍ଠୀ ଉନ୍ନୟନ ଯୋଜନା ଆରମ୍ଭ କରାଯାଇଥିଲା । ମାତ୍ର ଆଜି ପର୍ଯ୍ୟନ୍ତ ଅର୍ଥାତ୍ ପଞ୍ଚାୟତିରାଜର ସଂଶୋଧ ନୂତନ ସଂସ୍କରଣରେ ମଧ୍ୟ ଏହି ଲକ୍ଷ୍ୟ ସାଧ୍ୟ ହୋଇପାରିନାହିଁ । ଗ୍ରାମର ଲୋକଙ୍କର ନିରକ୍ଷରତା ଓ ଦାରିଦ୍ର୍ୟ ଏବଂ ଗ୍ରାମପଞ୍ଚାୟତର ପାଣ୍ଡିର ସ୍ଵଚ୍ଛତା ଓ ରାଜନୈତିକ ଦଳ ଓ ରାଜନୀତିର କୁପ୍ରଭାବ, ହସ୍ତକ୍ଷେପ, ସରକାରୀ କର୍ମଚାରୀ ଓ ନିର୍ବାଚିତ ଲୋକପ୍ରତିନିଧୁମାନଙ୍କ ମଧ୍ୟରେ କନ୍ଦଳ ଇତ୍ୟାଦି ଏହାର ଲକ୍ଷ୍ୟ ହାସଲ ପଥରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାମର ଲୋକମାନଙ୍କ ମଧ୍ୟରେ ଗୋଷ୍ଠୀ ସଚେତନତା ପୂର୍ଣ୍ଣମାତ୍ରାରେ ବିକାଶ ଲାଭ କରିପାରିନାହିଁ ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ଗ୍ରାମପଞ୍ଚାୟତକୁ ଦେଶର ଗଣତାନ୍ତ୍ରିକ ଜୀବନରେ ପ୍ରାଥମିକ ବିଦ୍ୟାଳୟରୂପେ ଗଣନା କରାଯାଇଥାଏ । ୭୩ତମ ସମ୍ବିଧାନ ସଂଶୋଧନ ଆଇନ ମାଧ୍ୟମରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ଗ୍ରାମପଞ୍ଚାୟତ ସଂଗଠନର ସ୍ଥିତି ଓ ମର୍ଯ୍ୟାଦା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଛି । ଏହାର ନିର୍ବାଚନ ରାଜ୍ୟ ନିର୍ବାଚନ ଆୟୋଗ ଦ୍ବାରା ପ୍ରତି ପାଞ୍ଚବର୍ଷରେ ଥରେ ନିୟମିତ ଭାବେ ହେବାର ଓ ଏହାର ଅନୁଦାନ ବ୍ୟବସ୍ଥା ରାଜ୍ୟ ଅର୍ଥ ଆୟୋଗଦ୍ଵାରା ସ୍ଥିରୀକୃତ ହେବାର ବ୍ୟବସ୍ଥା ରହିଛି । ଗ୍ରାମପଞ୍ଚାୟତର ଦକ୍ଷତାପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ଉପରେ ପଞ୍ଚାୟତିରାଜ ବ୍ୟବସ୍ଥା ଓ ସର୍ବୋପରି ଭାରତରେ ଗଣତନ୍ତ୍ରର ସଫଳତା ନିର୍ଭର କରେ ।