Odisha State Board BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ Important Questions and Answers.
BSE Odisha Class 10 History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ
Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।
୧। ମିଶ୍ରଣ ପୂର୍ବରୁ ଓଡ଼ିଶାରେ କେତୋଟି କେଉଁ କେଉଁ ଶ୍ରେଣୀର ଗଡ଼ଜାତ ରାଜ୍ୟ ଥିଲା ? ସେଗୁଡ଼ିକର ରାଜନୈତିକ ସ୍ଥିତି କିପରି ଥୁଲା ?
Answer:
- ମିଶ୍ରଣ ପୂର୍ବରୁ ଓଡ଼ିଶାରେ ଆୟତନ ଦୃଷ୍ଟିରୁ ‘କ’, ‘ଖ’ ଓ ‘ଗ’ ଶ୍ରେଣୀର ମୋଟ ୨୬ଟି ଗଡ଼ଜାତ ରାଜ୍ୟ ଥିଲା ।
- ‘କ’ ଶ୍ରେଣୀଭୁକ୍ତ ୧୧ଟି, ‘ଖ’ ଶ୍ରେଣୀଭୁକ୍ତ ୧୨ଟି ଓ ‘ଗ’ ଶ୍ରେଣୀଭୁକ୍ତ ୩ଟି ଗଡ଼ଜାତ ରାଜ୍ୟ ଥିଲା ।
- ଏହି ଦେଶୀୟ ରାଜ୍ୟଗୁଡ଼ିକ ବ୍ରିଟିଶ୍ ସର୍ବୋଚ୍ଚ ଶକ୍ତିର ଛତ୍ରଛାୟାତଳେ ସୁରକ୍ଷିତ ଥିଲା । ଏଥ୍ ମଧ୍ୟରୁ ଅଧିକାଂଶ ଦେଶୀୟ ରାଜ୍ୟର ଶାସନ ପଦ୍ଧତି ତଥା ସାମାଜିକ ଓ ଆର୍ଥନୀତିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିଲା ।
- ଗଡ଼ଜାତ ପ୍ରଜାମାନେ କୁଶାସନର ଶିକାର ହୋଇ ଦୁଃଖ ଓ ନୈରାଶ୍ୟ ମଧ୍ଯରେ କାଳାତିପାତ କରୁଥିଲେ । ସେମାନଙ୍କର ନିଜସ୍ଵ ସମସ୍ୟା ଏତେ ଅଧିକ ଥିଲା ଯେ ଜାତୀୟ ସ୍ଵାଧୀନତା ସଂଗ୍ରାମର ବାର୍ତ୍ତା ମଧ୍ୟ ସେମାନଙ୍କୁ ପ୍ରଭାବିତ କରିପାରି ନଥିଲା ।
- ଏହାଛଡ଼ା ଦେଶୀୟ ରାଜ୍ୟମାନଙ୍କରେ ବେଠି, ବେଗାରୀ, ମାଗଣ, ରସଦ, ଭେଟି ପ୍ରଭୃତି ପ୍ରଜାମାରଣ ପ୍ରଥା ପ୍ରଚଳିତ ଥିଲା; ଯାହାକି ପ୍ରଜାମାନଙ୍କ ଦୁଃଖକୁ ବହୁଗୁଣିତ କରିଥିଲେ ।
୨। ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ଫଳାଫଳ ଉଲ୍ଲେଖ କର ।
Answer:
- ଓଡ଼ିଶା ପ୍ରଦେଶ ସହିତ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ପରେ ଓଡ଼ିଶାର ଗଣତାନ୍ତ୍ରିକ ପ୍ରକ୍ରିୟା ଗଡ଼ଜାତ ରାଜ୍ୟମାନଙ୍କୁ ସଂପ୍ରସାରିତ ହେଲା ।
- ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶା ବିଧାନସଭାରେ ଆଉ ୩୧ଟି ଆସନ ସଂଯୁକ୍ତ ହେଲା । ଓଡ଼ିଶା ବିଧାନସଭାରେ ନିର୍ବାଚିତ ସଭ୍ୟ ସଂଖ୍ୟା ବୃଦ୍ଧିପାଇ ୯୧ ହେଲା ।
- ୧୯୪୯ ମସିହା ଅକ୍ଟୋବର ୧୦ ତାରିଖରେ ଏ ସମସ୍ତ ସଦସ୍ୟକୁ ନେଇ ଓଡ଼ିଶା ବିଧାନସଭାର ଅଧ୍ଵବେଶନ ନୂଆ ରାଜଧାନୀ ଭୁବନେଶ୍ଵରରେ ଅନୁଷ୍ଠିତ ହେଲା ।
- ଗଡ଼ଜାତ ପ୍ରଜାମାନଙ୍କୁ ସ୍ବାଧୀନତାର ସ୍ବାଦ ଚଖାଇବାପାଇଁ ଗଡ଼ଜାତ ଶାସନ ବ୍ୟବସ୍ଥାକୁ ପ୍ରାଦେଶିକ ଶାସନ ଅନୁରୂପ କରିବାର ପ୍ରଚେଷ୍ଟା ଆରମ୍ଭ ହେଲା । ଗଡ଼ଜାତଗୁଡ଼ିକ ସାମିଲ କରି ଓଡ଼ିଶାର ଜିଲ୍ଲାଗୁଡ଼ିକୁ ପୁନର୍ଗଠନ କରି ତେରଟି ଜିଲ୍ଲାର ସୃଷ୍ଟି କରାଗଲା । ସମୟକ୍ରମେ ପ୍ରଜା ଆନ୍ଦୋଳନ ପ୍ରଶମିତ ହୋଇଗଲା ।
- ଗଡ଼ଜାତ ଅଞ୍ଚଳର ରାଜା ଓ ପ୍ରଜା ଉଭୟ ଏହି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯୋଗଦାନ କଲେ । ଓଡ଼ିଶାର ପ୍ରାକୃତିକ ସମ୍ପଦର ଠିକ୍ ବିନିଯୋଗ ହୋଇପାରିଲା । ଦେଶୀୟ ରାଜ୍ୟଗୁଡ଼ିକର ଓଡ଼ିଶା ସହିତ ମିଶ୍ରଣ ପରେ ଓଡ଼ିଆମାନଙ୍କ ମଧ୍ୟରେ ଐକ୍ୟ ଏବଂ ଉତ୍ସାହ ପରିଲକ୍ଷିତ ହେଲା ।
କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।
୧। ମିଶ୍ରଣ ପୂର୍ବରୁ ଓଡ଼ିଆ ଭାଷାଭାଷୀ ଗଡ଼ଜାତମାନଙ୍କର ସଂଖ୍ୟା କେତେ ଥିଲା ? ସେମାନଙ୍କୁ କେଉଁ ଦୃଷ୍ଟିରୁ ବିଚାର କରି କେତେଗୋଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା ?
Answer:
- ମିଶ୍ରଣ ପୂର୍ବରୁ ଓଡ଼ିଶା ସୀମା ସହ ମିଶି ରହିଥିବା ଓଡିଆ ଭାଷାଭାଷୀ ଗଡ଼ଜାତମାନଙ୍କର ସଂଖ୍ୟା ଥିଲା ଛବିଶ ।
- ସେମାନଙ୍କୁ ଆୟତନ ଦୃଷ୍ଟିରୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା ।
- ସେଗୁଡ଼ିକ ହେଲା – ‘କ’, ‘ଖ’ ଓ ‘ଗ’ ଶ୍ରେଣୀଭୁକ୍ତ ଗଡ଼ଜାତ ରାଜ୍ୟ ।
୨। କେବେ ମହତାବ ଓଡ଼ିଶା ଗଡ଼ଜାତ ରାଜାମାନଙ୍କର ସମ୍ମିଳନୀ ଡାକିଥିଲେ ଏବଂ ସମ୍ମିଳନୀରେ ମହତାବ କି ପ୍ରକାର ଯୁକ୍ତି ଉପସ୍ଥାପନ କରିଥିଲେ ? ଏହାରା ଫଳାଫଳ କ’ଣ ହୋଇଥିଲା ?
Answer:
- ୧୯୪୭ ଅକ୍ଟୋବର ୧୬ ତାରିଖରେ ମହତାବ ଓଡ଼ିଶା ଗଡ଼ଜାତ ରାଜାମାନଙ୍କର ସମ୍ମିଳନୀ ସମ୍ବଲପୁରଠାରେ ଡାକିଥିଲେ ।
- ଓଡ଼ିଶାର ଶାନ୍ତିଶୃଙ୍ଖଳା, ପ୍ରଶାସନିକ ସୁବିଧା ଓ ସାମୂହିକ ପ୍ରଗତି ପାଇଁ ଦେଶୀୟ ରାଜ୍ୟଗୁଡ଼ିକ ଓଡ଼ିଶା ପ୍ରଦେଶ ସହିତ ମିଶିଯିବା ଉଚିତ ବୋଲି ମହତାବ ଯୁକ୍ତି ଉପସ୍ଥାପନ କରିଥିଲେ ।
- ଓଡ଼ିଶା ସହିତ ମିଶିଯିବାକୁ ମହତାବଙ୍କର ନିବେଦନ ପ୍ରତି ରାଜାମାନେ କର୍ଣ୍ଣପାତ କଲେ ନାହିଁ ।
୩ । ଦେଶୀୟ ରାଜ୍ୟମାନଙ୍କରେ ପ୍ରଜାମାନେ କିପରି ଜୀବନ ଅତିବାହିତ କରୁଥିଲେ ?
Answer:
- ତତ୍କାଳୀନ ଦେଶୀୟ ରାଜ୍ୟଗୁଡ଼ିକରେ ଶାସନ ପଦ୍ଧତି ତଥା ଆଭ୍ୟନ୍ତରୀଣ ସାମାଜିକ ଓ ଆର୍ଥନୀତିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିଲା । କୁଶାସନର ମାତ୍ରା ବହୁ ପରିମାଣରେ ବୃଦ୍ଧି ପାଇଥିଲା ।
- ଫଳରେ ଗଡ଼ଜାତର ପ୍ରଜାମାନେ ଅତି ଦୁଃଖ ଓ ହତାଶା ମଧ୍ୟରେ କାଳାତିପାତ କରୁଥିଲେ ।
- ରାଜା, ରାଜପ୍ରତିନିଧ୍ଵ ଓ ରାଜକର୍ମଚାରୀମାନେ ବିଭିନ୍ନ ଭାବରେ ପ୍ରଜାମାନଙ୍କୁ ଶାରୀରିକ ଓ ଆର୍ଥିକ ଶୋଷଣ କରୁଥିଲେ ।
୪। ତତ୍କାଳୀନ ଦେଶୀୟ ରାଜ୍ୟମାନଙ୍କର ପ୍ରଚଳିତ ପ୍ରଜାମାରଣ ପ୍ରଥାଗୁଡ଼ିକର ନାମ ଲେଖ ଓ ତନ୍ମଧ୍ୟରୁ ଅତି ଲଜ୍ଜାଜନକ ପ୍ରଥାଟି କ’ଣ ଥିଲା ବୁଝାଅ ।
Answer:
- ତତ୍କାଳୀନ ଗଡ଼ଜାତ ବା ଦେଶୀୟ ରାଜ୍ୟଗୁଡ଼ିକରେ ମୁଖ୍ୟତଃ ପାଞ୍ଚପ୍ରକାର ପ୍ରଜାମାରଣ ପ୍ରଥା ପ୍ରଚଳିତ ଥିଲା ।
- ସେଗୁଡ଼ିକ ହେଲା – ବେଠି, ବେଗାରୀ, ମାଗଣ, ରସଦ ଓ ଭେଟି ଇତ୍ୟାଦି ।
- ତନ୍ମଧ୍ୟରୁ ଅତିଶୟ ଅମାନବିକ ଓ ଲଜ୍ଜାଜନକ ପ୍ରଥାଟି ହେଲା ‘ବେଗାରୀ’ । ଏହି ପ୍ରଥା ଅନୁସାରେ, ରାଜା ବା ରାଜକର୍ମଚାରୀମାନଙ୍କୁ ଗୋଟିଏ ଶିବିରରୁ ଅନ୍ୟ ଶିବିରକୁ ପ୍ରଜାମାନେ ବିନା ପାଉଣାରେ ପାଲିଙ୍କି ବା ସବାରୀରେ ବୋହି ନେଉଥିଲେ ।
୫। ତତ୍କାଳୀନ ଗଡ଼ଜାତ ଶାସନ ବିରୋଧରେ ସଂଘଟିତ ପ୍ରଜା ଆନ୍ଦୋଳନଗୁଡ଼ିକ ମଧ୍ୟରୁ କେତେକର ଦୃଷ୍ଟାନ୍ତ ଦିଅ ।
Answer:
- ଓଡିଶାର ଗଡ଼ଜାତ ଅଞ୍ଚଳମାନଙ୍କରେ ଚାଲିଥିବା କୁଶାସନ, ଶୋଷଣ ଓ ଅତ୍ୟାଚାର ବିରୋଧରେ ପ୍ରଜାମାନେ ସର୍ବପ୍ରଥମେ ୧୯୨୨ ମସିହାରେ ଢେଙ୍କାନାଳରେ ସଙ୍ଗଠିତ ହୋଇ ସ୍ଵର ଉତ୍ତୋଳନ କରିବାକୁ ଆରମ୍ଭ କଲେ ।
- ପରେ ୧୯୨୮ ମସିହାରେ ଓଡ଼ିଶାର ନୀଳଗିରିରେ ପ୍ରଜାମାନେ ବିଦ୍ରୋହ କଲେ ।
- ତତ୍ପରେ ୧୯୩୦ ମସିହାରେ ବୌଦରେ ଓ ୧୯୩୨ ମସିହାରେ ତାଳଚେରରେ ପ୍ରଜା ଆନ୍ଦୋଳନ ଆରମ୍ଭ ହେଲା ।
୬। ଓଡ଼ିଶା ଗଡ଼ଜାତ ତଦନ୍ତ କମିଟି କାହିଁକି ଓ କାହା ଅଧ୍ଯକ୍ଷତାରେ ପୁନର୍ଗଠିତ ହୋଇଥିଲା ? ଏହି କମିଟିରେ ଅନ୍ୟ କେଉଁମାନେ ଅନ୍ତର୍ଭୁକ୍ତ ଥିଲେ ?
Answer:
- ଓଡ଼ିଆ ଭାଷାଭାଷୀ ଗଡ଼ଜାତମାନଙ୍କର ପ୍ରଚଳିତ ଶାସନ ବ୍ୟବସ୍ଥାର କାର୍ଯ୍ୟକାରିତା ସମ୍ବନ୍ଧରେ ତଦନ୍ତ କରିବାପାଇଁ ୧୯୩୮ ମସିହାରେ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟି ପୁନର୍ଗଠିତ ହୋଇଥିଲା ।
- ଏହାର ଅଧ୍ୟକ୍ଷ ରହିଲେ ହରେକୃଷ୍ଣ ମହତାବ ଓ ସମ୍ପାଦକ ଥିଲେ ସାରଙ୍ଗଧର ଦାସ ।
- ଏହି ତଦନ୍ତ କମିଟିର ଅନ୍ୟ ଦୁଇଜଣ ସଭ୍ୟ ଅନ୍ତର୍ଭୁକ୍ତ ଥିଲେ । ସେମାନଙ୍କର ନାମ ହେଲା – ଲାଲ୍ମୋହନ ପଟ୍ଟନାୟକ ଓ ବଳବନ୍ତରାୟ ମେହେଟ୍ଟା ।
ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।
୧। କଟକ ସମ୍ମିଳନୀରେ କେତେ ଜଣ ଗଡ଼ଜାତ ରାଜା ଉପସ୍ଥିତ ଥିଲେ ଓ କେଉଁମାନେ ଉପସ୍ଥିତ ନ ଥିଲେ ?
Answer:
- କଟକ ସମ୍ମିଳନୀ ‘ଖ’ ଓ ‘ଗ’ ଶ୍ରେଣୀର ୧୫ ଜଣ ଗଡ଼ଜାତ ରାଜାଙ୍କ ମଧ୍ୟରୁ ୧୨ ଜଣ ଉପସ୍ଥିତ ଥିଲେ ।
- ଏହି ସମ୍ମିଳନୀରେ ଆଠମଲ୍ଲିକ, ବଣାଇ ଓ ତିଗିରିଆର ରାଜା ଉପସ୍ଥିତ ନ ଥିଲେ ।
୨। ଓଡ଼ିଶା ସହ ଗଡ଼ଜାତ ମିଶ୍ରଣ ପ୍ରକ୍ରିୟାରେ ମହତାବଙ୍କ ଭୂମିକାକୁ ପ୍ରଶଂସା କରି ସର୍ଦାର ପଟେଲ୍ କ’ଣ କହିଥିଲେ ?
Answer:
କରି ସର୍ଦାର ପଟେଲ କହିଥିଲେ – ‘ମୁଁ କରିଛି ଏବଂ ମୁଁ ଅଧିକ ଖୁସି ଏଇଥପାଇଁ ଯେ ହେବାକୁ ପଥପ୍ରଦର୍ଶନ କରିପାରିଲା ।’’ ଓଡ଼ିଶା ସହ ଗଡ଼ଜାତ ମିଶ୍ରଣ ପ୍ରକ୍ରିୟାରେ ମହତାବଙ୍କର ଭୂମିକାକୁ ପ୍ରଶଂସା ଖୁସି ଯେ ମୁଁ ମହତାବଙ୍କର ସ୍ବପ୍ନକୁ ସାକାର କରିବାରେ ତାଙ୍କୁ ସାହାଯ୍ୟ ଓଡ଼ିଶା ଭଳି ଏକ ପଛୁଆ ରାଜ୍ୟ ଅବଶିଷ୍ଟ ଭାରତକୁ ତା’ର ଅନୁଗାମୀ
୩ । କେବେ ମୟୂରଭଞ୍ଜର ରାଜା ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କରିଲେ ଏବଂ କେବେ ମୟୂରଭଞ୍ଜ ଓଡ଼ିଶା ସହ ମିଶିଥୁଲା ?
Answer:
- ୧୯୪୮ ଅକ୍ଟୋବର ୧୭ ତାରିଖ ଦିନ ମୟୂରଭଞ୍ଜର ରାଜା ମିଶ୍ରଣ ଚୁକ୍ତିରେ ସ୍ବାକ୍ଷର କରିଥିଲେ ।
- ୧୯୪୯ ମସିହା ଜାନୁୟାରୀ ୧ ତାରିଖ ଦିନ ମୟୂରଭଞ୍ଜ ଓଡ଼ିଶା ସହିତ ମିଶିଥିଲା ।
୪। ମହତାବଙ୍କ ଗଡ଼ଜାତ ମିଶ୍ରଣ ପ୍ରସ୍ତାବଟିକୁ ରାଜାମାନେ କିପରି ବିଚାର କଲେ ?
Answer:
- ମହତାବ ଦୁଇଥର ଗଡ଼ଜାତ ରାଜାମାନଙ୍କୁ ମିଶ୍ରଣ ବିଷୟରେ ଚିଠି ଲେଖୁଥିଲେ; ମାତ୍ର ସେମାନେ ଏହି ମିଶ୍ରଣ ପ୍ରସ୍ତାବକୁ ପସନ୍ଦ କଲେ ନାହିଁ; ବରଂ ସେମାନେ ପ୍ରକାଶ୍ୟରେ ଏହାର ବିରୋଧ କଲେ ।
- ପ୍ରକୃତପକ୍ଷେ, ‘ମିଶ୍ରଣ’ ଶବ୍ଦଟି ଓଡ଼ିଶା ଗଡ଼ଜାତ ରାଜାମାନଙ୍କ ପାଇଁ ‘ଶ୍ରୁତିକଟୁ’ ଥିଲା ।
୫। କେବେ କେତୋଟି ଗଡ଼ଜାତର ଶାସନଭାର ଭାରତ ସରକାର ଓଡ଼ିଶାର ପ୍ରାଦେଶିକ ସରକାରଙ୍କୁ ହସ୍ତାନ୍ତର କରିଥିଲେ ? କେବେ ଏସବୁ ଗଡ଼ଜାତ ରାଜ୍ୟ ଓଡ଼ିଶା ସହ ମିଶିଗଲା ?
Answer:
- ୧୯୪୭ ଡିସେମ୍ବର ୨୩ରେ ଭାରତ ସରକାର ଚବିଶଟି ଗଡ଼ଜାତର ଶାସନଭାର ଓଡ଼ିଶାର ପ୍ରାଦେଶିକ ସରକାରଙ୍କୁ ହସ୍ତାନ୍ତର କଲେ ।
- ୧୯୪୮ ମସିହା ଜାନୁୟାରୀ ୧ ତାରିଖଠାରୁ ଓଡ଼ିଆ ଭାଷାଭାଷୀ ଚବିଶଟି ଗଡ଼ଜାତ ଓଡ଼ିଶା ପ୍ରଦେଶ ସହିତ ମିଶିଗଲା ।
୬। କେଉଁଠାରୁ ଭାରତରେ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟାର ଆରମ୍ଭ ହୋଇଥିଲା ଏବଂ କେଉଁ ଦେଶୀୟ ରାଜ୍ୟ ଦଖଲ ପରେ ମିଶ୍ରଣ ପ୍ରକ୍ରିୟାର ଯବନିକା ପତନ ହୋଇଥିଲା ?
Answer:
- ଓଡ଼ିଶାର ନୀଳଗିରିରୁ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
- ହାଇଦ୍ରାବାଦ ଦଖଲ ପରେ ଏହି ପ୍ରକ୍ରିୟାର ଯବନିକା ପତନ ହୋଇଥିଲା ।
୭। କିଏ ହରେକୃଷ୍ଣ ମହତାବଙ୍କୁ ‘‘ପର୍ଶୁରାମ’’ ଆଖ୍ୟା ଦେଇଥିଲେ ? ପ୍ରକୃତରେ ପର୍ଶୁରାମ କିଏ ଥିଲେ ?
Answer:
- କଳାହାଣ୍ଡିର ମହାରାଜ ହରେକୃଷ୍ଣ ମହତାବଙ୍କୁ ‘ପର୍ଶୁରାମ’ ଆଖ୍ୟା ଦେଇଥିଲେ ।
- ପ୍ରକୃତରେ ‘ପର୍ଶୁରାମ’ ଥିଲେ ଜଣେ ବ୍ରାହ୍ମଣ ତଥା ପୌରାଣିକ ମହାନାୟକ । ସେ ଧରାପୃଷ୍ଠରୁ କ୍ଷତ୍ରିୟମାନଙ୍କୁ ନିପାତ କରିବାପାଇଁ ଅସ୍ତ୍ରଧାରଣ କରିଥିଲେ ।
Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. ଗଡ଼ଜାତ ପ୍ରଜାମାନଙ୍କୁ କେଉଁମାନେ ଶୋଷଣ କରୁଥିଲେ ?
Answer:
ରାଜା, ରାଜପ୍ରତିନିଧ୍ଵ ଓ ରାଜ କର୍ମଚାରୀମାନେ ବିଭିନ୍ନ ଭାବରେ ପ୍ରଜାମାନଙ୍କୁ ଶୋଷଣ କରୁଥିଲେ ।
2. ‘ମାଗଣ’ ଅର୍ଥ କ’ଣ ?
Answer:
ରାଜକୀୟ ବିବାହ ଓ ଅନ୍ୟାନ୍ୟ ଉତ୍ସବ ସମୟରେ ପ୍ରଜାମାନେ ଅର୍ଥ ଓ ଦ୍ରବ୍ଯ ଆକାରରେ ରାଜାଙ୍କୁ ଉପହାର ପ୍ରଦାନକୁ ମାଗଣ କୁହାଯାଉଥିଲା ।
3. ଢେଙ୍କାନାଳରେ ପ୍ରଜା ଆନ୍ଦୋଳନ କେବେ ଓ କ’ଣ ପାଇଁ ଆରମ୍ଭ ହୋଇଥିଲା ?
Answer:
ଓଡ଼ିଶାର ଗଡ଼ଜାତରେ ଚାଲୁଥିବା କୁଶାସନ, ଶୋଷଣ, ଅତ୍ୟାଚାର ବିରୋଧରେ ଢେଙ୍କାନାଳରେ ୧୯୨୨ ମସିହାରେ ପ୍ରଜା ଆନ୍ଦୋଳନ ଆରମ୍ଭ ହୋଇଥିଲା ।
4. ଓଡ଼ିଶାର ଗଡ଼ଜାତ ପ୍ରଜା ଆନ୍ଦୋଳନକୁ ଭାରତୀୟ ଜାତୀୟ କଂଗ୍ରେସ କେବେ ସମର୍ଥନ ପ୍ରଦାନ କରିଥିଲା ?
Answer:
୧୯୩୭ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଗଡ଼ଜାତ ପ୍ରଜା ଆନ୍ଦୋଳନକୁ ସମର୍ଥନ ପ୍ରଦାନ କରିଥିଲା ।
5. ମୟୂରଭଞ୍ଜର ମହାରାଜା କେବେ ମିଶ୍ରଣ ଚୁକ୍ତିରେ ସ୍ବାକ୍ଷର କରିଥିଲେ ?
Answer:
୧୯୪୮ ଅକ୍ଟୋବର ୧୭ ତାରିଖ ଦିନ ମୟୂରଭଞ୍ଜର ମହାରାଜା ମିଶ୍ରଣ ଚୁକ୍ତିରେ ସ୍ବାକ୍ଷର କରିଥିଲା ।
B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
1. ଘନଶ୍ୟାମ ମହାନ୍ତିଙ୍କ ରଚିତ କବିତା ପୁସ୍ତକର ନାମ କ’ଣ ଥିଲା ?
Answer:
ଦଶହରା ଭେଟି
2. ୧୯୪୯ ଜାନୁୟାରୀ ୧ ତାରିଖରେ କେଉଁ ଗଡ଼ଜାତ ଓଡ଼ିଶା ରାଜ୍ୟ ସହିତ ମିଶିଥିଲା ?
Answer:
ମୟୂରଭଞ୍ଜ
3. କଟକ ସମ୍ମିଳନୀକୁ ଗଡ଼ଜାତ ରାଜାମାନଙ୍କୁ ନିମନ୍ତ୍ରଣ କରିବା ଦାୟିତ୍ଵ କାହାକୁ ଦିଆଯାଇଥିଲା ?
Answer:
ଭି.ପି. ମେନନ
4. ସ୍ବାଧୀନ ଭାରତ ସହ ପ୍ରଥମେ କେଉଁ ଦେଶୀୟ ରାଜ୍ୟର ମିଶ୍ରଣ ଘଟିଥିଲା ?
Answer:
ନାଳଟିରି
5. କଟକ ସମ୍ମିଳନୀରେ ‘ଖ’ ଓ ‘ଗ’ ଶ୍ରେଣୀର କେତେ ଜଣ ରାଜା ଯୋଗ ଦେଇଥିଲେ ?
Answer:
୧୨ ଜଣ
6. ଓଡ଼ିଶା ସରକାରଙ୍କ ତରଫରୁ କିଏ ନୀଳଗିରି ଦଖଲ କାର୍ଯ୍ୟ କିଏ ପରିଚାଳନା କରିଥିଲେ ?
Answer:
ମନ୍ତ୍ରୀ ନବକୃଷ୍ଣ ଚୌଧୁରୀ
7. କେଉଁମାନଙ୍କଦ୍ୱାରା ‘ପୂର୍ବାଞ୍ଚଳ ଗଡ଼ଜାତ ସଂଘ’ ଗଠିତ ହୋଇଥିଲା ?
Answer:
ଓଡ଼ିଶା ଓ ଛତିଶଗଡ଼ର ଅଣଚାଳିଶଟି ଦେଶୀୟ ରାଜ୍ୟର ରାଜାଙ୍କଦ୍ୱାରା
8. ‘ପ୍ୟାଥୋଲର୍ଜି ଅଫ୍ ପ୍ରିନ୍ସ’ ପୁସ୍ତକର ଲେଖକ କିଏ ଥିଲେ ?
Answer:
କହ୍ନେଇଲାଲ ଚୌବେ
9. ଓଡ଼ିଶାର ଗଡଜାତରେ ଚାଲୁଥିବା କୁଶାସନ, ଶୋଷଣ, ଅତ୍ୟାଚାର ବିରୋଧରେ ଗଡଜାତ ପ୍ରଜାମାନେ କେବେ ସ୍ଵର ଉତ୍ତୋଳନ କରିବା ଆରମ୍ଭ କରିଥିଲେ ?
Answer:
୧୯୨୨
10. ଗଡ଼ଜାତ ରାଜ୍ୟଗୁଡ଼ିକ ଅବସ୍ଥାକୁ ଆଧାର କରି ରଚିତ ‘ଭୁଲିବୁ ନାହିଁ’ କବିତା ପୁସ୍ତକର ରଚୟିତା କିଏ ?
Answer:
ବ୍ରଜକିଶୋର ଧଳ
11. ନୀଳଗିରିର ରାଜା କେଉଁମାନଙ୍କୁ ପୋଲିସ୍ବାହିନୀରେ ନିଯୁକ୍ତି ଦେଲେ ?
Answer:
ଗୁର୍ଖାମାନଙ୍କୁ
12. ଓଡ଼ିଶା ଗଡଜାତ ତଦନ୍ତ କମିଟିକୁ କେବେ ପୁନର୍ଗଠିତ କରାଯାଇଥିଲା ?
Answer:
୧୯୩୮
13. ବଳବନ୍ତରାୟ ମେହେଟ୍ଟା କେଉଁ କମିଟିର ଅନ୍ୟତମ ସଦସ୍ୟ ଥିଲେ ?
Answer:
ପୁନର୍ଗଠିତ ଗଡ଼ଜାତ ତଦନ୍ତ କମିଟି
14. ଭାରତ ସରକାର କେବେ ଷଢ଼େଇକଳା ଓ ଖରସୁଆଁ ଗଡ଼ଜାତକୁ ଓଡ଼ିଶାରୁ କାଢ଼ି ନେଇ ବିହାରରେ ମିଶାଇ ଦେଇଥିଲେ ?
Answer:
୧୯୪୮ ମେ’ ୧୮
15. ଗଡ଼ଜାତ ମିଶ୍ରଣ ପ୍ରସ୍ତାବର ବିରୋଧ କରି କଳାହାଣ୍ଡିର ମହାରାଜା କାହାକୁ ‘ପର୍ଶୁରାମ’ ଆଖ୍ୟା ଦେଇଥିଲେ ?
Answer:
ହରେକୃଷ୍ଣ ମହତାବ
16. ଓଡ଼ିଶା ସହ ମିଶ୍ରଣ ସମୟରେ ନୀଳଗିରି ଜନସଂଖ୍ୟା କେତେ ଥିଲା ?
Answer:
୭୩, ୧୦୯
17. ନୀଳଗିରି ଗଡ଼ଜାତ ଦଖଲ କାର୍ଯ୍ୟ ଚାଲିଥିବାବେଳେ ହରେକୃଷ୍ଣ ମହତାବ କେଉଁଠାରେ ଥିଲେ ?
Answer:
ଦିଲ୍ଲୀରେ
18. ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶା ବିଧାନସଭାର ସଭ୍ୟସଂଖ୍ୟା ୬୦ରୁ ବଢ଼ି କେତେ ହେଲା ?
Answer:
୯୧
19. ହରେକୃଷ୍ଣ ମହତାବ କେବେ ଷ୍ଟାଫୋର୍ଡ଼ କ୍ରିପସ୍ଙ୍କୁ ସାକ୍ଷାତ କରିଥିଲେ ?
Answer:
୧୯୪୨
20. କଳାହାଣ୍ଡିର ମହାରାଜାଙ୍କ ପାଇଁ କାହା ସ୍ବତନ୍ତ୍ର ଟ୍ରେନ୍ କଟକ ରେଳଷ୍ଟେସନରେ ଘଣ୍ଟାଏ ଅପେକ୍ଷା କରିଥିଲା ?
Answer:
ସର୍ଦ୍ଦାର ପଟେଲ
C. ଶୂନ୍ୟସ୍ଥାନ ପୂରଣ କର ।
1. ଦେଶୀୟ ରାଜ୍ୟ ମିଶ୍ରଣ ଚୁକ୍ତିରେ ______________ ଙ୍କ ସ୍ବାକ୍ଷର ପାଇଁ ପଟେଲଙ୍କ ସ୍ୱତନ୍ତ୍ର ଟ୍ରେନ୍ କଟକ ରେଳ ଷ୍ଟେସନରେ ଘଣ୍ଟାଏ ଅପେକ୍ଷା କରିଥିଲା ।
Answer:
କଳାହାଣ୍ଡି ରାଜା
2. ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକ ________________ ତାରିଖରେ ଓଡ଼ିଶା ପ୍ରଦେଶ ସହିତ ମିଶିଗଲା ।
Answer:
୧୯୪୮ ଜାନୁଆରୀ ୧
3. ଓଡ଼ିଶାର ମୋଟ ୨୬ଟି ଗଡ଼ଜାତ ରାଜ୍ୟ ମଧ୍ୟରୁ ______________ ଟି ଗଡ଼ଜାତ ଓଡ଼ିଶା ପ୍ରଦେଶ ସହିତ ମିଶିଥିଲେ ।
Answer:
୨୪
4. ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ________________ ତାରିଖରେ ଓଡ଼ିଶା ପ୍ରଦେଶ ସହିତ ମିଶିଥିଲା ।
Answer:
୧୯୪୯ ଜାନୁଆରୀ ୧
5. ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ପରେ ଓଡ଼ିଶା ବିଧାନସଭାର ଅଧିବେଶନ ନୂତନ ରାଜଧାନୀ ଭୁବନେଶ୍ୱରରେ _______________ ଅନୁଷ୍ଠିତ ହୋଇଥଲା ।
Answer:
୧୯୪୯ ଅକ୍ଟୋବର ୧୦
6. ଢେଙ୍କାନାଳରେ ପ୍ରଜା ଆନ୍ଦୋଳନ ______________ ମସିହାରେ ଆରମ୍ଭ ହୋଇଥିଲା ।
Answer:
୧୯୨୨
7. ______________ ମସିହାରେ ନୀଳଗିରିରେ ପ୍ରଜା ବିଦ୍ରୋହ ଆରମ୍ଭ ହୋଇଥିଲା ।
Answer:
୧୯୨୮
8. ____________ ମସିହାରେ ବୌଦରେ ପ୍ରଜା ଆନ୍ଦୋଳନ ଆରମ୍ଭ ହୋଇଥିଲା ।
Answer:
୧୯୩୦
9. ଗଡ଼ଜାତଗୁଡିକ ସାମିଲକରି ଓଡ଼ିଶାର ଜିଲ୍ଲାଗୁଡ଼ିକୁ ପୁର୍ନଗଠନ କରି _______________ ଟି ଜିଲ୍ଲା ସୃଷ୍ଟି କରାଯାଇଥିଲା ।
Answer:
୧୩
10. ଗଡ଼ଜାତମାନଙ୍କରେ ଗୋଟିଏ ଶିବିରରୁ ଅନ୍ୟ ଶିବିରକୁ ରାଜା ବା ରାଜକର୍ମଚାରୀମାନଙ୍କୁ ବିନା ପାଉଣାରେ ପାଲିଙ୍କି ବା ସବାରୀରେ ବୋହିବା ପ୍ରଥାକୁ _____________ କୁହାଯାଉଥିଲା ।
Answer:
ବେଗାରୀ
11. ରାଜକୀୟ ବିବାହ ଓ ଅନ୍ୟାନ୍ୟ ଉତ୍ସବ ସମୟରେ ପ୍ରଜାମାନେ ଅର୍ଥ ଓ ଦ୍ରବ୍ୟ ଆକାରରେ ଉପହାର ଦେବା ପ୍ରଥାକୁ _______________ କୁହାଯାଉଥିଲା ।
Answer:
ମାଗଣ
12. ଗଡ଼ଜାତ ରାଜା ଓ ରାଜକର୍ମଚାରୀମାନଙ୍କ ମଫସଲ ଗସ୍ତ ସମୟରେ ସେମାନଙ୍କ ଶିବିରରେ ମାଗଣା ଖାଦ୍ୟପେୟର ବନ୍ଦୋବସ୍ତ କରିବା ପ୍ରଥାକୁ _____________ କୁହାଯାଉଥିଲା ।
Answer:
ରସଦ
13. ଗଡ଼ଜାତ ରାଜ୍ୟମାନଙ୍କରେ ଚାଲିଥିବା କୁଶାସନ ବିରୁଦ୍ଧରେ ସର୍ବପ୍ରଥମେ _____________ ରାଜ୍ୟରେ ପ୍ରଜା ଆନ୍ଦୋଳନ ଆରମ୍ଭ ହୋଇଥିଲା ।
Answer:
ଢେଙ୍କାନାଳ
14. ୧୯୩୮ ମସିହାରେ _____________ ଙ୍କ ନେତୃତ୍ୱରେ ନୀଳଗିରିରେ ପ୍ରଜାମଣ୍ଡଳ ଗଠିତ ହୋଇଥିଲା ।
Answer:
ସାରଙ୍ଗଧର ଦାସ
15. ଓଡ଼ିଶାର ଗଡ଼ଜାତମାନଙ୍କର ଶାସନ ବ୍ୟବସ୍ଥା କାର୍ଯ୍ୟକାରିତାର ତଦନ୍ତ କରିବାପାଇଁ 1938 ମସିହାରେ ଗଠିତ ତଦନ୍ତ କମିଟିର _____________ ଅଧ୍ୟକ୍ଷ ରହିଥିଲେ ।
Answer:
ହରେକୃଷ୍ଣ ମହତାବ
16. ଗଡ଼ଜାତ ରାଜ୍ୟମାନଙ୍କରେ ପର୍ବପର୍ବାଣି ବା ବିବାହ ସମୟରେ ରାଜଉଆସକୁ ଉପହାର ପଠାଇବା ପ୍ରଥାକୁ _____________ କୁହାଯାଉଥିଲା ।
Answer:
ଭେଟି
17. ଓଡ଼ିଶା ସରକାର ______________ ତାରିଖରେ ନୀଳଗିରି ରାଜ୍ୟକୁ ଦଖଲ କରିଥିଲେ ।
Answer:
୧୯୪୭ ନଭେମ୍ବର ୧୪
18. ୧୯୪୯ ମସିହା ଅକ୍ଟୋବର ୧୦ ତାରିଖରେ ଓଡ଼ିଶା ବିଧାନସଭାର ଅଧିବେଶନ _______________ ଠାରେ ଅନୁଷିତ ହୋଇଥିଲା ।
Answer:
ପୁରୀ
19. ୧୯୪୭ ଡିସେମ୍ବର ୧୩ ତାରିଖରେ ସର୍ଦ୍ଦାର ପଟେଲ, ଭି.ପି. ମେନନ ଓ ଅନ୍ୟ କେତେକ କେନ୍ଦ୍ର ସରକାରଙ୍କ ଉଚ୍ଚପଦସ୍ଥ _____________ ସ୍ଥାନରେ ପହଞ୍ଚିଲେ ।
Answer:
ଭୁବନେଶ୍ଵର
D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (x) ଚିହ୍ନ ଦିଅ ।
1. ରଣପୁର ‘ଗ’ ଶ୍ରେଣୀର ଗଡ଼ଜାତ ଥିଲା ।
Answer:
✓
2. ରାଜକର୍ମଚାରୀମାନଙ୍କୁ ପାଲିଙ୍କିରେ ବୋହିନେବାକୁ ବେଠି କୁହାଯାଏ ।
Answer:
x
3. ରାଜାଙ୍କ କର୍ମଚାରୀଙ୍କୁ ମଫସଲ ଗସ୍ତରେ ଥିବାବେଳେ ମାଗଣାରେ ଖାଦ୍ୟପେୟ ପ୍ରଦାନକୁ ମାଗଣ କୁହାଯାଉଥିଲା ।
Answer:
x
4. ଦଶହରା ଭେଟି ପୁସ୍ତକ ବ୍ରଜକିଶୋର ଧଳ ଲେଖୁଥିଲେ ।
Answer:
x
5. ଓଡ଼ିଶାରେ ଗଡ଼ଜାତରେ ଚାଲିଥିବା କୁଶାସନ, ଶୋଷଣ ଅତ୍ୟାଚାର ବିରୋଧରେ ଗଡ଼ଜାତ ପ୍ରଜାମାନେ ୧୯୨୩ ମସିହାରେ ଢେଙ୍କାନାଳରେ ଆରମ୍ଭ ହୋଇଥିଲା ।
Answer:
x
6. ଓଡ଼ିଶା ଗଡ଼ଜାତ ପ୍ରଜା ସମ୍ମିଳନୀର ପ୍ରଥମ ଅଧିବେଶନରେ ଭୁବନାନନ୍ଦ ଦାସ ସଭାପତିତ୍ୱ କରିଥିଲେ ।
Answer:
✓
7. କଟକରେ ଅନଷ୍ଠିତ ହୋଇଥବା ଦ୍ଵିତୀୟ ପଜା ସମ୍ମିଳନୀରେ ସଭାପତିତ କରିଥିଲେ ସାରଙ୍ଗଧର ଦାସ ।
Answer:
x
8. ଭାରତୀୟ ଜାତୀୟ କଂଗ୍ରେସ ୧୯୩୭ ମସିହାରେ ଗଡ଼ଜାତ ଆନ୍ଦୋଳନକୁ ସମର୍ଥନ କରିଥିଲା ।
Answer:
✓
9. ୧୯୩୭ ମସିହାରେ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟି ପୁନର୍ଗଠିତ ହୋଇଥିଲା ।
Answer:
x
10. ହରେକୃଷ୍ଣ ମହତାବ ଗଡ଼ଜାତ ମିଶ୍ରଣ ସମ୍ବନ୍ଧରେ ସାର୍ ଷ୍ଟାଫୋର୍ଡ଼ କ୍ରିପସ୍ଙ୍କୁ ୧୯୪୨ରେ ସାକ୍ଷାତ କରିଥିଲେ ।
Answer:
✓
11. ୧୯୪୬ ଏପ୍ରିଲ ୬ରେ ମହତାବ କ୍ୟାବିନେଟ୍ ମିଶନକୁ ସାକ୍ଷାତ କରିଥିଲେ ।
Answer:
✓
12. ମୟୂରଭଞ୍ଜର ମହାରାଜା ହରେକୃଷ୍ଣ ମହତାବଙ୍କୁ ‘ପର୍ଶୁରାମ’ ଆଖ୍ୟା ଦେଇଥିଲେ ।
Answer:
x
13. ପର୍ଶୁରାମ ଜାତିର ବ୍ରାହ୍ମଣ ଥିଲେ ।
Answer:
✓
14. ଧରାପୃଷ୍ଠରୁ କ୍ଷତ୍ରିୟମାନଙ୍କୁ ନିପାତ କରିବାପାଇଁ ସେ ଅସ୍ତ୍ର ଧାରଣ କରିଥିଲେ ।
Answer:
✓
15. ନୀଳଗିରିର ଜନସଂଖ୍ୟାର ୨୦ ପ୍ରତିଶତ ଲୋକ ଥିଲେ ଜନଜାତି ।
Answer:
x
16. ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶା ବିଧାନସଭାର ସଭ୍ୟ ସଂଖ୍ୟା ୬୦ ରୁ ବଢ଼ି ୯୧ ହେଲା ।
Answer:
✓
E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।