Odisha State Board BSE Odisha 10th Class History Important Questions Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ Important Questions and Answers.
BSE Odisha Class 10 History Important Questions Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ
Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।
1. ଓଡ଼ିଆ ଭାଷା ଆନ୍ଦୋଳନରେ ସମ୍ବଲପୁରବାସୀମାନଙ୍କର ଭୂମିକା କ’ଣ ଥିଲା ?
Answer:
- ୧୮୯୫ ମସିହା ଜାନୁଆରୀ ୧୫ ତାରିଖରେ କେନ୍ଦ୍ରୀୟ ପ୍ରଦେଶର ମୁଖ୍ୟ କମିଶନର ସାର୍ ଆଣ୍ଡ୍ରାଫ୍ରେଜର ସମ୍ବଲପୁର କୋର୍ଟ କଚେରୀମାନଙ୍କରୁ ଓଡ଼ିଆ ଭାଷା ଉଚ୍ଛେଦ କରି ହିନ୍ଦୀ ଭାଷା ପ୍ରଚଳନ କରିଥିଲେ ।
- ନୀଳମଣି ବିଦ୍ୟାରମୂଙ୍କ ସମ୍ପାଦନାରେ ପ୍ରକାଶିତ ‘ସମ୍ବଲପୁର ହିତୈଷିଣୀ’ ପତ୍ରିକାରେ ଏହାକୁ ସମାଲୋଚନା କରାଯାଇଥିଲା ।
- ସମ୍ବଲପୁର ଅଞ୍ଚଳର ଧରଣୀଧର ମିଶ୍ର, ମଦନମୋହନ ମିଶ୍ର, ବ୍ରଜମୋହନ ପଟ୍ଟନାୟକ ଓ ବଳଭଦ୍ର ସୂପକାର ପ୍ରଭୃତି ସଚେତନ ନାଗରିକମାନେ ଓଡ଼ିଆ ଭାଷା ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ ।
- ୧୯୦୧ ମସିହା ଅଗଷ୍ଟ ମାସରେ ସିମଳାଠାରେ ଲର୍ଡ଼ କର୍ଜନଙ୍କୁ ସମ୍ବଲପୁରର ନେତୃସ୍ଥାନୀୟ ବ୍ୟକ୍ତିମାନେ ଏହି ମର୍ମରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
- ଏହି ଦାବିଗୁଡ଼ିକୁ ବିଚାର କରିବାକୁ ଲର୍ଡ କର୍ଜନ ପ୍ରତିଶ୍ରୁତି ଦେଇଥିଲେ ଏବଂ ସେ ସମ୍ପର୍କରେ ସାର୍ ଆଣ୍ଡ୍ରାଫ୍ରେଜରକୁ ପତ୍ର ଲେଖିଲେ ।
2. ପୂର୍ଣ୍ଣାଙ୍ଗ ଓଡ଼ିଶାର ସ୍ଵପ୍ନକୁ ସାକାର କରିବାପାଇଁ ମଧୁବାବୁଙ୍କ ଆନ୍ତରିକ ଉଦ୍ୟମ ଉଲ୍ଲେଖ କର ।
Answer:
- ପୂର୍ଣାଙ୍ଗ ଓଡ଼ିଶାର ସ୍ବପ୍ନକୁ ସାକାର କରିବାପାଇଁ ମଧୁବାବୁ ୧୯୦୭ରେ ଇଂଲଣ୍ଡ ଯାତ୍ରା କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ନିମନ୍ତେ ଭାରତ ଶାସନ ସହିତ ସମ୍ପୃକ୍ତ କର୍ମକର୍ତ୍ତାଙ୍କୁ ପ୍ରବର୍ତ୍ତାଇ ଥିଲେ ।
- ବିହାର ଓଡ଼ିଶା ପ୍ରାଦେଶିକ ଲେନିସ୍ଲେଟିଭ କାଉନ୍ସିଲର ସଭ୍ୟ ଭାବେ ମଧୁବାବୁ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ ।
- ୧୯୧୨ ଏପ୍ରିଲ୍ ୬ ଓ ୭ ତାରିଖରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନରେ ବିହାର-ଓଡ଼ିଶା ପ୍ରଦେଶ ଗଠନକୁ ମଧୁବାବୁ ବିରୋଧ କରିଥିଲେ ।
- ୧୯୧୭ ଡିସେମ୍ବର ୧୧ରେ ଉତ୍କଳ ସମ୍ମିଳନୀ ତରଫରୁ ମଧୁବାବୁଙ୍କ ନେତୃତ୍ୱରେ ସାତଜଣ ସଭ୍ୟ ବିଶିଷ୍ଟ ଏକ କମିଟି କଲିକତାଠାରେ ମଣ୍ଟେଗୁ ଓ ଚେମ୍ସଫୋର୍ଡଙ୍କୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ମିଶ୍ରଣ ସମ୍ପର୍କରେ ଏକ ଦାବିପତ୍ର ଦେଇଥିଲେ ।
- ମଧୁବାବୁଙ୍କ ଦୀର୍ଘଦିନର ଆନ୍ତରିକ ଉଦ୍ୟମ ଓ ଅନ୍ୟ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ସହଯୋଗ ଫଳରେ ସ୍ଵତନ୍ତ୍ର ଓଡ଼ିଶା ଗଠନ ସ୍ବପ୍ନ ସାକାର ହୋଇପାରିଥିଲା ।
3. ମଣ୍ଡେଗୁ-ଚେମସ୍କୋର୍ଡ଼ ଶାସନ ଖସଡ଼ା କେବେ ଓ କାହିଁକି ପ୍ରସ୍ତୁତ ହେଲା ଓ ଏହା ଓଡ଼ିଶାବାସୀଙ୍କ ମନରେ କାହିଁକି ଦୁଃଖ ଦେଇଥୁଲା ?
Answer:
- ୧୯୧୭ ମସିହାରେ ଭାରତ ସଚିବ ଇ.ଏସ୍. ମଣ୍ଡେଗୁ ଭାରତରେ ସ୍ୱାୟତ୍ତ ଶାସନର ବିକାଶ ନିମନ୍ତେ ବଡ଼ଲାଟ୍ ଲର୍ଡ଼ ଚେମ୍ସଫୋର୍ଡ଼ଙ୍କ ସହିତ ଆଲୋଚନା କରିବାପାଇଁ ଭାରତ ଆସିଥିଲେ ।
- ୧୯୧୭ ଡିସେମ୍ବର ୧୧ ରେ ‘ଉତ୍କଳ ସମ୍ମିଳନୀ’ ତରଫରୁ ମଧୁବାବୁଙ୍କ ନେତୃତ୍ୱରେ ସାତଜଣ ସଭ୍ୟ ବିଶିଷ୍ଟ ଏକ କମିଟି କଲିକତାଠାରେ ମଣ୍ଟେଗୁ ଓ ଚେମ୍ସଫୋର୍ଡ଼ଙ୍କୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ମିଶ୍ରଣ ସମ୍ପର୍କରେ ଏକ ଦାବିପତ୍ର ଦେଇଥିଲେ ।
- କିନ୍ତୁ ୧୯୧୮ରେ ପ୍ରସ୍ତୁତ ମଣ୍ଟେଗୁ ଚେମ୍ସଫୋର୍ଡ଼ ଖସଡ଼ାରେ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଏକତ୍ରୀକରଣ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଶାସନ ଯୋଜନା ନଥିଲା ।
- ୧୯୧୯ ଭାରତ ଆଇନରେ ମଧ୍ୟ ଓଡ଼ିଆମାନଙ୍କ ପାଇଁ କୌଣସି ସୁବିଧା ରଖାଯାଇନଥିଲା ।
- ଏହା ଓଡ଼ିଶାବାସୀଙ୍କ ମନରେ ଦୁଃଖ ଦେଇଥିଲା ।
କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।
1. ସିହ୍ନା ପ୍ରସ୍ତାବ କିଏ, କେବେ ଆଗତ କରିଥିଲେ ? କେଉଁମାନେ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ?
Answer:
- ୧୯୨୦ ଫେବୃୟାରୀ ୨୦ରେ କେନ୍ଦ୍ରରେ ସମ୍ରାଟଙ୍କ ବିଧାୟକ ପରିଷଦରେ ‘ସିହ୍ନା ପ୍ରସ୍ତାବ’ ସଚ୍ଚିଦାନନ୍ଦ ସିହ୍ନା ଆଗତ କରିଥିଲେ ।
- ବଙ୍ଗ, ମାନ୍ଦ୍ରାଜ ଓ କେନ୍ଦ୍ରୀୟ ପ୍ରଦେଶରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ବିହାର-ଓଡ଼ିଶା ପ୍ରଦେଶର ଓଡ଼ିଶା ଡ଼ିଭିଜନରେ ମିଶାଇ ଦିଆଯାଉ ବୋଲି ପ୍ରସ୍ତାବ ଦେଇଥିଲେ ।
- କିନ୍ତୁ ବଙ୍ଗ, ମାନ୍ଦ୍ରାଜ ଓ କେନ୍ଦ୍ରୀୟ ପ୍ରଦେଶ ସରକାର ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ।
2. ଫିଲିପ୍-ଡଫ୍ କମିଟି କେବେ ଓ କ’ଣ ପାଇଁ ଗଠିତ ହୋଇଥିଲା ? ଏଥିରେ କେଉଁମାନେ ସଦସ୍ୟ ଥିଲେ ?
Answer:
- ୧୯୨୪ ମସିହାର ଶେଷ ଭାଗରେ ଫିଲିପ୍-ଡଫ୍ କମିଟି ଗଠିତ ହୋଇଥିଲା ।
- ଗଞ୍ଜାମର ଓଡ଼ିଶାରେ ମିଶ୍ରଣ ଦାବିରେ ଯଥାର୍ଥତା ଅନୁଧ୍ୟାନ କରିବାପାଇଁ ଏହି କମିଟି ଗଟନ କରାଯାଇଥିଲା ।
- ଏହି କମିଟିର ସଦସ୍ୟ ଥିଲେ ଗଡ଼ଜାତ ରାଜ୍ୟ ସମୂହର ପଲିଟିକାଲ୍ ଏଜେଣ୍ଟ ସି. ଏଲ୍. ଫିଲିପ୍ ଓ ମାନ୍ଦ୍ରାଜ ପ୍ରେସିଡ଼େନ୍ସିର ବେଲା ଜିଲ୍ଲାର ଜିଲ୍ଲାପାଳ ଏ.ସି.ଡଫ୍ ।
3. ଅଟଲି ସବ୍ କମିଟି କ’ଣ ପାଇଁ ଓ କାହା ଅଧ୍ଯକ୍ଷତାରେ ଗଠିତ ହୋଇଥିଲା ? ଏହାର ସୁପାରିଶ କାହିଁକି କାର୍ଯ୍ୟକାରୀ ହୋଇପାରି ନଥିଲା ?
Answer:
- ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସମ୍ପର୍କରେ ମତାମତ ଦେବାପାଇଁ ଅଟଲି ସବ୍ କମିଟି ଗଠିତ ହୋଇଥିଲା ।
- ଏହାର ଅଧ୍ୟକ୍ଷ ଥିଲେ ସାଇମନ କମିଶନର ଅନ୍ୟତମ ସଦସ୍ୟ ସି.ଆର୍. ଅଟଲି ।
- ଏହାର ସୁପାରିସ ମାନ୍ଦ୍ରାଜ ସରକାରଙ୍କ ବିରୋଧ ଯୋଗୁଁ କାର୍ଯ୍ୟକାରୀ ହୋଇପାରି ନଥିଲା ।
4. ପ୍ରଥମ ଗୋଲଟେବୁଲ ବୈଠକରେ କୃଷ୍ଣଚନ୍ଦ୍ର ଗଜପତିଙ୍କର ତିନିଗୋଟି ମୁଖ୍ୟ କାର୍ଯ୍ୟ କ’ଣ ଥିଲା ?
Answer:
- ପ୍ରଥମତଃ କୃଷ୍ଣଚନ୍ଦ୍ର ଗଜପତି ‘ଓଡ଼ିଆମାନଙ୍କ ଦାବି ଓ ଯୁକ୍ତି’ ନାମକ ଏକ ପୁସ୍ତିକା ପ୍ରଥମ ଗୋଲଟେବୁଲ ବୈଠକରେ ପ୍ରତିନିଧିମାନଙ୍କୁ ବିତରଣ କରିଥିଲେ ।
- ଦ୍ଵିତୀୟତଃ ୧୯୩୧ ଜାନୁଆରୀ ୧୬ ତାରିଖରେ ସେ ଏକ ଐତିହାସିକ ଭାଷଣ ମାଧ୍ୟମରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଯୌକ୍ତିକତା ଉପସ୍ଥାପିତ କରିଥିଲେ ।
- ତୃତୀୟତଃ ସେ ଇଂଲଣ୍ଡର ଭାରତ ସଚିବ ସାମୁଏଲ ହୋରଙ୍କୁ ଲଣ୍ଡନଠାରେ ସାକ୍ଷାତ କରି ଓଡ଼ିଆମାନଙ୍କର ଦାବି ସମ୍ପର୍କରେ ଅବଗତ କରାଇଥିଲେ ।
5. ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ କିଏ ଘୋଷଣା କରିଥିଲେ ? ଏ ସମ୍ପର୍କିତ ଶ୍ବେତପତ୍ର କେବେ ପ୍ରକାଶ ପାଇଥିଲା ଓ ଏଥିରେ କ’ଣ ଉଲ୍ଲେଖ କରାଯାଇଥିଲା ?
Answer:
- ଭାରତ ସଚିବ ସାମୁଏଲ୍ ହୋର୍ ଏକ ପୃଥକ୍ ଓଡ଼ିଶା ପ୍ରଦେଶ ଗଠନର ଘୋଷଣା କରିଥିଲେ ।
- ତୃତୀୟ ଗୋଲଟେବୁଲ ବୈଠକ ପରେ ୧୯୩୩ ମାର୍ଚ୍ଚ ୧୭ରେ ଏ ସମ୍ପର୍କିତ ଶ୍ବେତପତ୍ର ପ୍ରକାଶ ପାଇଥିଲା ।
- ଏଥୁରେ ଓଡ଼ିଶା ଏକ ରାଜ୍ୟପାଳ ଶାସିତ ପୂର୍ଣାଙ୍ଗ ପ୍ରଦେଶ ରୂପେ ଗଠିତ ହେବ ବୋଲି ଉଲ୍ଲେଖ କରାଯାଇଥିଲା ।
6. ମିଳିତ ସଂସଦୀୟ କମିଟି କେବେ ଓ କେଉଁମାନଙ୍କୁ ନେଇ ଗଠିତ ହୋଇଥିଲା ? ଏହାର ଅଧ୍ୟକ୍ଷ କିଏ ଥିଲେ ? ଏହାଦ୍ଵାରା ଓଡ଼ିଶାର କ୍ଷେତ୍ରଫଳକୁ କେତେ ବର୍ଗ ମାଇଲ୍କୁ ବୃଦ୍ଧି କରାଯାଇଥିଲା ?
Answer:
- ୧୯୩୩ ମସିହା ଏପ୍ରିଲ ମାସରେ ବ୍ରିଟିଶ ପାର୍ଲିଆମେଣ୍ଟର ଉଭୟ ଗୃହର ୧୬ ଜଣ ସଦସ୍ୟଙ୍କୁ ନେଇ ମିଳିତ ସଂସଦୀୟ କମିଟି ଗଠିତ ହୋଇଥିଲା ।
- ଏହାର ଅଧ୍ୟକ୍ଷ ଥିଲେ ଲର୍ଡ଼ ଲିନ୍ଲିଥ୍ ।
- ଏହାଦ୍ଵାରା ଓଡ଼ିଶାର କ୍ଷେତ୍ରଫଳ ୩୨,୬୯୫ ବର୍ଗମାଇଲକୁ ବୃଦ୍ଧି କରାଯାଇଥିଲା ।
ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।
1. ଇଂରେଜମାନେ କେବେ ଗଞ୍ଜାମ ଅଞ୍ଚଳକୁ ଅଧିକାର କଲେ ଓ କାହା ସହିତ ମିଶାଇ ଦେଇଥିଲେ ?
Answer:
- ୧୭୫୯ ମସିହାରେ ଇଂରେଜମାନେ ଗଞ୍ଜାମ ଅଞ୍ଚଳକୁ ଅଧିକାର କରିଥିଲେ ।
- ସେମାନେ ଏହାକୁ ମାଡ୍ରାସ ପ୍ରେସିଡ଼େନ୍ସିରେ ମିଶାଇ ଦେଇଥିଲେ ।
2. କିଏ କେବେ ବଙ୍ଗଳା ଭାଷାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ କରିଥିଲେ ?
Answer:
- କଟକର ତତକାଳୀନ କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ କରିଥିଲେ ।
- ସେ ୧୮୪୯ ମସିହାରେ ଏହା କରିଥିଲେ ।
3. ଗଞ୍ଜାମ ଅଞ୍ଚଳକୁ ଓଡ଼ିଶାରେ ମିଶାଇବାପାଇଁ କେଉଁ ସଂଗଠନ ଗଠନ କରାଯାଇଥିଲା ? ଏହାର କାର୍ଯ୍ୟ କ’ଣ ଥିଲା ?
Answer:
- ଗଞ୍ଜାମ ଅଞ୍ଚଳକୁ ଓଡ଼ିଶାରେ ମିଶାଇବାପାଇଁ ‘ଗଞ୍ଜାମ ଉତ୍କଳ ହିତବାଦିନୀ ସଭା’ ନାମକ ଏକ ସଂଗଠନ ଗଠନ କରାଯାଇଥ୍ଲା
- ଗଞ୍ଜାମ ଅଞ୍ଚଳକୁ ମାଡ୍ରାସ ପ୍ରେସିଡ଼େନ୍ସି ଅଧୀନରୁ ଆଣି ଓଡ଼ିଶାରେ ମିଶାଇବା ପାଇଁ ଏହି ସଂଗଠନ ଦାବି ଉପସ୍ଥାପନ କରିଥିଲା ।
4. ସାର୍ ଆଣ୍ଡ୍ରାଫ୍ରେଜର କିଏ ? ତାଙ୍କୁ ସମ୍ବଲପୁରବାସୀ କାହିଁକି ମନେ ରଖୁଛନ୍ତି ?
Answer:
- ସାର୍ ଆଣ୍ଡ୍ରାଫ୍ରେଜର କେନ୍ଦ୍ରୀୟ ପ୍ରଦେଶର ମୁଖ୍ୟ କମିଶନର ଥିଲେ ।
- ସେ ୧୮୯୫ ଜାନୁଆରୀ ୧୫ ରେ ସମ୍ବଲପୁର କୋର୍ଟ କଚେରୀରୁ ଓଡ଼ିଆ ଭାଷା ଉଚ୍ଛେଦ କରି ହିନ୍ଦୀ ଭାଷା ପ୍ରଚଳନ କରିଥିବାରୁ ତାଙ୍କୁ ସମ୍ବଲପୁରବାସୀ ମନେ କରିଛନ୍ତି ।
5. ବିହାର-ଓଡ଼ିଶା ନାମକ ଏକ ନୂତନ ପ୍ରଦେଶ କେବେ ଗଠିତ ହେଲା ? ଏହାକୁ ଓଡ଼ିଆମାନେ ଗ୍ରହଣ କରିଥିଲେ କି ?
Answer:
- ୧୯୧୨ ଅଗଷ୍ଟ ୧ ତାରିଖରେ ଗଠିତ ହୋଇଥିଲା ବିହାର-ଓଡ଼ିଶା ନୂତନ ପ୍ରଦେଶ ।
- ଏହାକୁ ଓଡ଼ିଆମାନେ ଗ୍ରହଣ କରିନଥିଲେ ।
6. ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧୂବେଶନ କେଉଁଠାରେ ବସିଥିଲା ? ଏଥରେ ମଧୁବାବୁ କାହାକୁ ବିରୋଧ କଲେ ?
Answer:
- ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନ ବ୍ରହ୍ମପୁରଠାରେ ବସିଥିଲା ।
- ଏଥରେ ମଧୁବାବୁ ବିହାର-ଓଡ଼ିଶା ପ୍ରଦେଶ ଗଠନକୁ ବିରୋଧ କରିଥିଲେ ।
7. ଭାରତର କେଉଁ ପୂର୍ବତନ ବଡ଼ଲାଟ୍ କେଉଁଠାରେ ବିହାର-ଓଡ଼ିଶା ପ୍ରଦେଶ ଗଠନକୁ ସମାଲୋଚନା କରିଥିଲେ ?
Answer:
- ଭାରତର ପୂର୍ବତନ ବଡ଼ଲାଟ ଲର୍ଡ଼ କର୍ଜନ ବିହାର-ଓଡ଼ିଶା ନୂତନ ପ୍ରଦେଶ ଗଠନକୁ ସମାଲୋଚନା କରିଥିଲେ ।
- ସେ ୧୯୧୨ ମସିହା ଫେବୃୟାରୀ ୧ ତାରିଖରେ ଇଂଲଣ୍ଡର ଲର୍ଡ଼ ସଭାରେ ଏହା କରିଥିଲେ ।
8. ଭାରତ ସଚିବ ଇ.ଏସ୍. ମଣ୍ଡେଗୁ କେବେ ଓ କାହିଁକି ଭାରତ ଆସିଥିଲେ ?
Answer:
- ଭାରତ ସଚିବ ଇ.ଏସ୍. ମଣ୍ଟେଗୁ ୧୯୧୭ ମସିହାରେ ଭାରତ ଆସିଥିଲେ ।
- ଭାରତରେ ସ୍ୱାୟତ୍ତ ଶାସନର ବିକାଶ ନିମନ୍ତେ ବଡଲାଟ୍ ଲର୍ଡ ଚେମ୍ପୋର୍ଡ଼ଙ୍କ ସହିତ ଆଲୋଚନା କରିବାପାଇଁ ସେ ଭାରତ ଆସିଥିଲେ ।
9. ବିଶ୍ଵନାଥ କର ଓ ଶଶିଭୂଷଣ ରଥ କେଉଁ ପରିଷଦର ସଦସ୍ୟ ଥିଲେ ?
Answer:
- ୧୯୨୧ ମସିହାରେ ବିହାର-ଓଡ଼ିଶା ବିଧାନ ପରିଷଦର ସଦସ୍ୟ ଥିଲେ ବିଶ୍ବନାଥ କର ।
- ସେହି ସମୟରେ ମାନ୍ଦ୍ରାଜ ବିଧାନ ପରିଷଦର ସଦସ୍ୟ ଥିଲେ ଶଶିଭୂଷଣ ରଥ ।
10. ସାଇମନ କମିଶନକୁ ଭାରତରେ କେଉଁମାନେ ବିରୋଧ କରିଥିଲେ ଓ କେଉଁମାନେ ତାଙ୍କୁ ସ୍ବାଗତ କରିଥିଲେ ?
Answer:
- ସାଇମନ କମିଶନକୁ ଭାରତୀୟ କଂଗ୍ରେସ ଓ ଓଡ଼ିଶା ପ୍ରାଦେଶିକ କଂଗ୍ରେସ ବିରୋଧ କରୁଥିଲେ ।
- କିନ୍ତୁ ଉତ୍କଳ-ସମ୍ମିଳନୀର ସଭ୍ୟମାନେ ପାଟନାଠାରେ କମିଶନକୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
Objective Type Questions with Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. ଅଟଲି ସବ୍ କମିଟିର ସୁପାରିସ କ’ଣ ଥିଲା ?
Answer:
ଅଟଲି ସବ୍ କମିଟିର ସୁପାରିସ ଥିଲା ଯେ– ‘ଓଡ଼ିଆମାନଙ୍କର ଦାବି ଯୁକ୍ତିଯୁକ୍ତ ଏବଂ ସ୍ବତନ୍ତ୍ର ସାର୍ବଜନୀନ ମତ’ ।
2. ପ୍ରଥମ ଗୋଲଟେବୁଲ ବୈଠକ କେବେ ଆରମ୍ଭ ହୋଇ କେବେ ଶେଷ ହୋଇଥିଲା ?
Answer:
ପ୍ରଥମ ଗୋଲଟେବୁଲ ବୈଠକ ଲଣ୍ଡନରେ ୧୯୩୦ ମସିହା ନଭେମ୍ବର ୧୨ ରୁ ଆରମ୍ଭ ହୋଇ ୧୯୩୧ ମସିହା ଜାନୁଆରୀ ୧୯ରେ ଶେଷ ହୋଇଥିଲା ।
3. ପ୍ରଥମ ଗୋଲଟେବୁଲ ବୈଠକ ସମୟରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ କିଏ ଥିଲେ ?
Answer:
ପ୍ରଥମ ଗୋଲଟେବୁଲ ବୈଠକ ସମୟରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଥିଲେ ଇଉନ୍ଷ୍ଟନ୍ ଚର୍ଚ୍ଚିଲ ।
4. ଜାତୀୟ କଂଗ୍ରେସର କରାଚୀ ଅଧୂବେଶନ କେବେ ଅନୁଷ୍ଠିତ ହୋଇଥଲା?
Answer:
ଜାତୀୟ କଂଗ୍ରେସର କରାଚୀ ଅଧୂବେଶନ ୧୯୩୧ ମସିହା ମାର୍ଚ୍ଚ ୨୯ ତାରିଖରେ ଅନୁଷ୍ଠିତ ହୋଇଥିଲା ।
5. ଓଡ଼ିଶା ପାଇଁ କେବେ ଏକ ସୀମା ନିର୍ଦ୍ଧାରଣ କମିଟି ଗଠନ କରାଯାଇଥିଲା ?
Answer:
୧୯୩୧ ମସିହା ସେପ୍ଟେମ୍ବର ୧୩ ତାରିଖରେ ଓଡ଼ିଶା ପାଇଁ ଏକ ସୀମା ନିର୍ଦ୍ଧାରଣ କମିଟି ଗଠନ କରାଯାଇଥିଲା ।
6. ଉତ୍କଳ ସମ୍ମିଳନୀର ଜରୁରୀ ଅଧ୍ଵବେଶନ କେବେ ଅନୁଷ୍ଠିତ ହୋଇଥିଲା ?
Answer:
ଉତ୍କଳ ସମ୍ମିଳନୀର ଜରୁରୀ ଅଧିବେଶନ ଲକ୍ଷ୍ମୀଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ୧୯୩୨ ମସିହା ଅଗଷ୍ଟ ୨୧ରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଥିଲା ।
7. ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ପ୍ରକାଶିତ ଶ୍ଵେତପତ୍ରରେ କ’ଣ ଉଲ୍ଲେଖ କରାଯାଇଥିଲା ?
Answer:
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ପ୍ରକାଶିତ ଶ୍ଵେତପତ୍ରରେ ଓଡ଼ିଶା ଏକ ରାଜ୍ୟପାଳ ଶାସିତ ପୂର୍ଣାଙ୍ଗ ପ୍ରଦେଶ ରୂପେ ଗଠିତ ହେବ ବୋଲି ଉଲ୍ଲେଖ କରାଯାଇଥିଲା ।
8. ଉତ୍କଳ ସମ୍ମିଳନୀର ତ୍ରୟୋବିଂଶ ଅବେଶନ କେଉଁଠାରେ ବସିଥିଲା ?
Answer:
୧୯୩୪ ମସିହା ଫେବୃୟାରୀ ୧୧ ତାରିଖରେ ମଧୁସୂଦନ ପାଣିଗ୍ରାହୀଙ୍କ ସଭାପତିତ୍ବରେ କଟକଠାରେ ଉତ୍କଳ ସମ୍ମିଳନୀର ତ୍ରୟୋବିଂଶ ଅଧିବେଶନ ବସିଥିଲା ।
9. ୧୯୩୩ ମସିହାରେ ଗଠିତ ‘ମିଳିତ ସଂସଦୀୟ କମିଟି’ କାହା ଅଧ୍ଯକ୍ଷତାରେ ଗଠିତ ହୋଇଥିଲା ?
Answer:
୧୯୩୩ ଏପ୍ରିଲ ମାସରେ ଲର୍ଡ଼ ଲିନ୍ଲିଷ୍ଟୋଙ୍କ ଅଧ୍ୟକ୍ଷତାରେ ‘ମିଳିତ ସଂସଦୀୟ କମିଟି’ ଗଠିତ ହୋଇଥିଲା ।
10. ୧୯୩୪ ମସିହାରେ ଓଡ଼ିଶାର କ୍ଷେତ୍ରଫଳ କେତେ ବର୍ଗ ମାଇଲକୁ ବୃଦ୍ଧି ପାଇଥିଲା ?
Answer:
୧୯୩୪ ମସିହାରେ ପ୍ରକାଶିତ ଶ୍ଵେତପତ୍ରରେ ଓଡ଼ିଶାର କ୍ଷେତ୍ରଫଳ ୨୧, ୫୫୫ ବର୍ଗ ମାଇଲରୁ ବୃଦ୍ଧି ପାଇ ୩୨,୬୯୫ ବର୍ଗ ମାଇଲ୍ ହୋଇଥିଲା ।
11. ୧୯୩୫ ମସିହା ଭାରତ ଶାସନ ଆଇନର କେଉଁ ଧାରାଟି ଓଡ଼ିଶା ପାଇଁ ଉଦ୍ଦିଷ୍ଟ ଥିଲା ?
Answer:
୧୯୩୫ ମସିହା ଭାରତ ଶାସନ ଆଇନର ୨୮୯ ଧାରାଟି ଓଡ଼ିଶା ପାଇଁ ଉଦ୍ଦିଷ୍ଟ ଥିଲା ।
12. ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ଭାବେ କେବେ ଆତ୍ମପ୍ରକାଶ କରିଥିଲା ?
Answer:
୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଭାବେ ଆତ୍ମପ୍ରକାଶ କରିଥିଲା ।
13. ଇଂରେଜମାନେ କେଉଁ ନୀତିଦ୍ୱାରା ସମ୍ବଲପୁର ଦଖଲ କରିଥିଲେ ?
Answer:
୧୮୪୯ ମସିହାରେ ‘ରଜସ୍ବତ୍ୱ ଲୋପନୀତି’ଦ୍ଵାରା ଇଂରେଜମାନେ ସମ୍ବଲପୁର ଦଖଲ କରିଥିଲେ ।
14. ଓଡ଼ିଆ ଏକ ସ୍ଵତନ୍ତ୍ର ଭାଷା ନୁହେଁ ବୋଲି କିଏ ମତ ପ୍ରକାଶ କରିଥିଲେ ?
Answer:
ବଙ୍ଗର ବିଶିଷ୍ଟ ଐତିହାସିକ ରାଜେନ୍ଦ୍ର ଲାଲ ମିତ୍ର ଓ ଅନ୍ୟମାନେ ଏହି ମତ ପ୍ରକାଶ କରିଥିଲେ ।
15. ‘ସମ୍ବଲପୁର ହିତୈଷିଣୀ’ ପତ୍ରିକାର ସମ୍ପାଦକ କିଏ ଥିଲେ ?
Answer:
‘ସମ୍ବଲ ହିତୈଷିଣୀ’ ପତ୍ରିକାର ସମ୍ପାଦକ ଥିଲେ ନୀଳମଣି ବିଦ୍ୟାରମ୍ଭ ।
B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
1. ସମ୍ବଲପୁରକୁ ଇଂରେଜମାନେ ଯେଉଁ ନୀତିଦ୍ୱାରା ଅସ୍କୋର କରିଥିଲେ ।
Answer:
ରାଜସ୍ବତ୍ୱ ଲୋପନୀତି
2. ଓଡ଼ିଆ ଭାଷାର ସୁରକ୍ଷା ପାଇଁ ହୋଇଥିବା ଆନ୍ଦୋଳନ ।
Answer:
ଭାଷା ଆନ୍ଦୋଳନ
3. ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ।
Answer:
ଉତ୍କଳ ଦୀପିକା
4. ବ୍ୟାସକବି ହିସାବରେ କିଏ ଖ୍ୟାତି ଅର୍ଜନ କରିଥିଲେ ?
Answer:
ଫକୀରମୋହନ ସେନାପତି
5. ସମ୍ବଲପୁରରୁ ପ୍ରକାଶିତ ହେଉଥିବା ପତ୍ରିକା ।
Answer:
ସମ୍ବଲପୁର ହିତୈଷିଣୀ
6. ୧୯୦୩ ଡିସେମ୍ବରରେ ପ୍ରକାଶ ପାଇଥିବା ସର୍କୁଲାର ।
Answer:
ରିସ୍ଲେ ସର୍କୁଲାର
7. ପୂର୍ଣ୍ଣାଙ୍ଗ ଓଡ଼ିଶାର ସ୍ବପ୍ନକୁ ସାକାର କରିଥିବା ‘ସଂଗଠନ’ ।
Answer:
ଉତ୍କଳ ସମ୍ମିଳନୀ
8. ଗଞ୍ଜାମକୁ ଓଡ଼ିଶାରେ ମିଶାଇବାପାଇଁ ଦାବିର ବିଚାର ପାଇଁ ଗଠିତ କମିଟି ।
Answer:
ଫିଲିପ୍ ଡପ୍ କମିଟି
9. ୧୯୨୮ ମସିହାରେ ଭାରତକୁ ଆସିଥ୍ ଏକ କମିଶନ ।
Answer:
ସାଇମନ କମିଶନ
10. ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ସମ୍ପର୍କରେ ମତାମତ ଦେବାପାଇଁ ଗଠିତ କମିଟି ।
Answer:
ଅଟ୍ଲି ସବ୍ କମିଟି
11. ପ୍ରଥମ ଗୋଲଟେବୁଲ ବୈଠକରେ ବିତରଣ କରାଯାଇଥିବା ପୁସ୍ତିକା ।
Answer:
ଓଡ଼ିଆମାନଙ୍କ ଦାବି ଓ ଯୁକ୍ତି
12. ଓଡ଼ିଶା ଏକ ରାଜ୍ୟପାଳ ଶାସିତ ପୂର୍ଣାଙ୍ଗ ପ୍ରଦେଶ ରୂପେ ଗଠିତ ହେବ ବୋଲି କେଉଁଥିରେ ପ୍ରକାଶ ପାଇଥିଲା ?
Answer:
ଶ୍ଵେତପତ୍ର
13. ଉତ୍କଳ ସମ୍ମିଳନୀର ତ୍ରୟୋବିଂଶ ଅଧିବେଶନ ଅନୁଷ୍ଠିତ ହୋଇଥିବା ସ୍ଥାନ ।
Answer:
କଟକ
14. ୧୬ ଜଣ ସଦସ୍ୟଙ୍କୁ ନେଇ ଲର୍ଡ ଲିନ୍ଲିଥଗୋଙ୍କ ଅଧ୍ଯକ୍ଷତାରେ ଗଠିତ କମିଟି
Answer:
ମିଳିତ ସଂସଦୀୟ କମିଟି
15. ୧୯୩୫ ମସିହାରେ ଇଂରେଜ ସରକାରଦ୍ୱାରା ପ୍ରଣୀତ ଆଇନ ।
Answer:
ଭାରତ ଶାସନ ଆଇନ
C. ଶୂନ୍ୟସ୍ଥାନ ପୂରଣ କର ।
1. ଓଡ଼ିଶାର _______ ରାଜ୍ୟଗୁଡ଼ିକ ଇଂରେଜମାନଙ୍କର ପରୋକ୍ଷ ଶାସନାଧୀନ ଥିଲା ।
Answer:
ଗଡ଼ଜାତ
2. ୧୭୫୯ ମସିହାରେ ଇଂରେଜମାନେ ଓଡ଼ିଶାର _______ ଅଞ୍ଚଳକୁ ଅତ୍କାର କରିଥିଲେ ।
Answer:
ଗଞ୍ଜାମ
3. ରାଜସ୍ବତ୍ୱ ଲୋପନୀତିଦ୍ୱାରା ଇଂରେଜମାନେ ଓଡ଼ିଶାର ________ ଅଞ୍ଚଳକୁ ଅଧିକାର କରିଥିଲେ ।
Answer:
ସମ୍ବଲପୁର
4.୧୮୪୯ରେ ବଙ୍ଗଳା ଭାଷାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ କରିଥିଲେ କଟକର ତତ୍କାଳୀନ ________ ।
Answer:
କଲେକ୍ଟର
5. ରାଜେନ୍ଦ୍ର ଲାଲ ମିତ୍ର ଥୁଲେ ବଙ୍ଗର ଜଣେ ବିଶିଷ୍ଟ ________ ।
Answer:
ଐତିହାସିକ
6. ସମୃଲପୁର କୋଟ କଚେରାରେ ________ ହିନ୍ଦୀ ଭାଷା ପ୍ରଚଳନ କରିଥିଲେ ।
Answer:
ସାର୍ ଆଣ୍ଡ୍ରାଫ୍ରେଜର
7. ଗଙ୍ଗାଧର ମେହେରଙ୍କୁ ______ କବି ଭାବରେ ଆଖ୍ୟା ଦିଆଯାଇଛି ।
Answer:
ସ୍ବଭାବ
8. ମଧୁବାବୁ ________ ଠାରେ ବଡ଼ଲାଟ୍ ଲର୍ଡ଼ କର୍ଜନଙ୍କୁ ସାକ୍ଷାତ କରିଥିଲେ ।
Answer:
ସିମଳା
9. ରିସ୍ଲେ ସର୍କୁଲାର ______ ମସିହାରେ ପ୍ରକାଶ ପାଇଥିଲା ।
Answer:
୧୯୦୩
10. ଲର୍ଡ଼ ଆମ୍ପୁଥୁଲ୍ _______ ର ଗଭର୍ଣ୍ଣର ଥିଲେ ।
Answer:
ମାନ୍ଦ୍ରାଜ
11. ମାନ୍ଦ୍ରାଜର ମୁଖ୍ୟ ଶାସନ ସଚିବ ଥିଲେ ______ ।
Answer:
ଏମ୍ ହାମରିକ୍
12. __________ ମସିହାରେ ଲର୍ଡ଼ ହାଡ଼ିଞ ପୂର୍ବାଞ୍ଚଳ ରାଜ୍ଯସୀମା ପରିବର୍ତ୍ତନ ପାଇଁ ଘୋଷଣା କରିଥିଲେ ।
Answer:
୧୯୧୧
13. ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନ ________ ଠାରେ ବସିଥିଲା ।
Answer:
ବ୍ରହ୍ମପୁର
14. ବିକ୍ରମଦେବ ବର୍ମା ________ ର ରାଜା ଥିଲେ ।
Answer:
ଜୟପୁର
15. ଏକ ପୃଥକ୍ ଓଡ଼ିଶା ପ୍ରଦେଶ ଗଠନ ବିଷୟରେ ___________ ଘୋଷଣା କରିଥିଲେ ।
Answer:
ସାମୁଏଲ ହୋର
D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (×) ଚିହ୍ନ ଦିଅ ।
1. ୧୯୧୯ ମସିହାରେ ଉତ୍କଳ ସମ୍ମିଳନୀର ଅଧିବେଶନ ପୁରୀଠାରେ ବସିଥିଲା ।
2. ରାଜେନ୍ଦ୍ର ଭଞ୍ଜଦେଓ କନିକାର ରାଜା ଥିଲେ ।
3. ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧ୍ଵବେଶନ ୧୯୧୪ ମସିହାରେ ବସିଥିଲା ।
4. ୧୯୧୯ ଭାରତ ଆଇନରେ ଓଡ଼ିଆମାନଙ୍କ ପାଇଁ କୌଣସି ସୁବିଧା ରଖାଯାଇନଥିଲା ।
5. ସମ୍ରାଟଙ୍କ ବିଧାୟକ ପରିଷଦରେ ସିହ୍ନା ପ୍ରସ୍ତାବ ୧୯୨୧ ମସିହାରେ ଆଗତ କରାଯାଇଥିଲେ ।
6. ମାନ୍ଦ୍ରାଜ ବିଧାନ ପରିଷଦର ସଭ୍ୟ ଥିଲେ ଶଶିଭୂଷଣ ରଥ ।
7. ୧୯୨୫ ମସିହାର ଶେଷ ଭାଗରେ ଫିଲପ-ଡଫ୍ କମିଟି ଗଠନ କରାଯାଇଥିଲା ।
8. ମାନ୍ଦ୍ରାଜ ସରକାର ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ଘୋର ବିରୋଧ କରୁଥିଲେ ।
9. ସାଇମନ କମିଶନ ୧୯୨୯ ମସିହାରେ ଭାରତରେ ପଦାର୍ପଣ କରିଥିଲା ।
10. କେନ୍ଦ୍ରୀୟ ବିଧାୟକ ସଭାର ସଦସ୍ୟ ଥିଲେ ଡକ୍ଟର ସୁରୱାର୍ଦ୍ଦି ।
11. ପ୍ରଥମ ଗୋଲଟେବୁଲ ବୈଠକରେ ମଧୁବାବୁ ଯୋଗ ଦେଇଥିଲେ ।
12. ବର୍ତ୍ତମାନ କରାଚୀ ପାକିସ୍ତାନରେ ଅବସ୍ଥିତ ।
13. ୧୯୩୧ରେ ଗଠିତ ସୀମା ନିର୍ଦ୍ଧାରଣ କମିଟିରେ ତିନିଜଣ ସଦସ୍ୟ ଥିଲେ ।
14. ୧୯୩୪ ମସିହାରେ କୃଷ୍ଣଚନ୍ଦ୍ର ଗଜପତି ପରଲୋକ ଗମନ କରିଥିଲେ
15. ବ୍ରିଟିଶ ପାର୍ଲାମେଣ୍ଟର ୧୬ ଜଣ ସଦସ୍ୟଙ୍କୁ ନେଇ ମିଳିତ ସଂସଦୀୟ କମିଟି ଗଠିତ ହୋଇଥିଲା ।
Answer:
1. ✓
2. ✓
3. x
4. ✓
5. ×
6. ✓
7. x
8. ✓
9. x
10. ✓
11. x
12. ✓
13. ✓
14. x
15. ✓
E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।