Odisha State Board BSE Odisha 10th Class History Notes Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ will enable students to study smartly.
BSE Odisha Class 10 History Notes Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
→ ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀ :
- ପୃଥିବୀ ଇତିହାସ ପୃଷ୍ଠାରେ ଉଲ୍ଲିଖ୍ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଭାରତର ମହାନ୍ ଜନନାୟକ ତଥା ସ୍ଵାଧୀନତା ଆନ୍ଦୋଳନର କର୍ଣ୍ଣଧାର ମହାତ୍ମା ଗାନ୍ଧି ଅନ୍ୟତମ ।
ସଂକ୍ଷିପ୍ତ ପରିଚୟ:
ପୂରା ନାମ : ମୋହନଦାସ କରମଚାନ୍ଦ ଚାନ୍ଧି
ଜନ୍ମ ତାରିଖ : ଅକ୍ଟୋବର ୨, ୧୮୬୯
ଜନ୍ମସ୍ଥାନ : ପୋରବନ୍ଦର (ଗୁଜରାଟ)
ବିବାହ : ୧୮୮୨ ଖ୍ରୀଷ୍ଟାବ୍ଦ
ପତ୍ନୀଙ୍କ ନାମ : କସ୍ତୁରବା ଗାନ୍ଧି (ଶ୍ରଦ୍ଧାନାମ – ବା)
ଇଂଲଣ୍ଡ ଯାତ୍ରା : : ୧୮୮୮ ଅକ୍ଟୋବର
ଆଇନ ଶିକ୍ଷା ସମାପ୍ତି : ୧୮୯୧ ଜୁନ୍
ଆଇନ ବ୍ୟବସାୟ ଆରମ୍ଭ : ୧୮୯୫ ଜୁନ୍ (ରାଜକୋଟ ଓ ବମ୍ବେଠାରେ)
→ ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କ କାର୍ଯ୍ୟାବଳୀ :
- ଦାଦା ଅବଦୁଲ୍ଲା ନାମକ ଜଣେ ଭାରତୀୟ ମୁସଲମାନ ବ୍ୟବସାୟୀଙ୍କ ମୋକଦ୍ଦମା ଲଢ଼ିବାପାଇଁ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାର ନାଟାଲ୍ ନାମକ ସ୍ଥାନକୁ ଯାଇଥିଲେ ।
- ସେଠାରେ କୃଷ୍ଣକାୟ ଆଫ୍ରିକୀୟଙ୍କ ସହ ପ୍ରବାସୀ ଭାରତୀୟମାନେ ଶ୍ୱେତାଙ୍ଗ ଇଂରେଜମାନଙ୍କ ବର୍ଣ୍ଣବୈଷମ୍ୟ ନୀତି ଯୋଗୁଁ ବିଭିନ୍ନ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ ।
- ସେଠାକାର ଭାରତୀୟମାନଙ୍କର ଭୋଟଦାନ ଅଧିକାର ନ ଥିଲା, ସେମାନଙ୍କୁ ନାମ ପଞ୍ଜୀକରଣ କରି ନିର୍ବାଚନ କର ଦେବାକୁ ହେଉଥୁଲା, ଅସ୍ବାସ୍ଥ୍ୟକର ପରିବେଶରେ ବସବାସ କରିବାକୁ ପଡୁଥିଲା ।
- ଭାରତୀୟମାନେ ରେଳଗାଡ଼ିର ପ୍ରଥମ ଶ୍ରେଣୀ ବା ଦ୍ୱିତୀୟ ଶ୍ରେଣୀ କୋଠରିରେ ଯାତ୍ରା କରିପାରୁ ନ ଥିଲେ, ସେମାନଙ୍କୁ ଶ୍ବେତାଙ୍ଗମାନେ ‘କୁଲି’ ବୋଲି ସମ୍ବୋଧନ କରୁଥିଲେ ।
- ଏକଦା ଗାନ୍ଧିଜୀ ରେଳଗାଡ଼ିରେ ପ୍ରଥମ ଶ୍ରେଣୀରେ ଯାତ୍ରା କରୁଥିବାବେଳେ ଶ୍ଵେତାଙ୍କ ସହଯାତ୍ରୀଙ୍କ ଅଭିଯୋଗକ୍ରମେ ରେଳଗାଡ଼ିର ଗାର୍ଡ଼ ଓ ପୋଲିସ୍ ଏକ ଷ୍ଟେସନରେ ତାଙ୍କୁ ତାଙ୍କ ଜିନିଷପତ୍ର ସହ ବାହାରକୁ ଠେଲି ଦେଇଥିଲେ ।
- ଜନସାଧାରଣଙ୍କୁ ସଚେତନ କରିବାପାଇଁ ଗାନ୍ଧିଜୀ ୧୮୯୪ ମସିହାରେ ‘ନାଟାଲ୍ ଭାରତୀୟ କଂଗ୍ରେସ’ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ କରିଥିଲେ ଓ ‘ଇଣ୍ଡିଆନ୍ ଓପିନିଅନ୍’ ନାମକ ଏକ ସମ୍ବାଦପତ୍ରିକା ପ୍ରକାଶ କରିଥିଲେ ।
- ୧୯୦୬ ମସିହାରେ ଦକ୍ଷିଣ ଆଫ୍ରିକା ସରକାର ଆଇନ ପ୍ରଣୟନ କରି ପ୍ରତ୍ୟେକ ଭାରତୀୟଙ୍କୁ ନିଜ ଅଙ୍ଗୁଳି ଛାପିଥିବା ପ୍ରମାଣପତ୍ର ସବୁ ସମୟରେ ବହନ କରିବା ବାଧ୍ୟତାମୂଳକ କରିଦେଲେ ।
- ଗାନ୍ଧିଜୀ ଏହି ଆଇନ ବିରୋଧରେ ଆନ୍ଦୋଳନ କଲେ ଏବଂ ସତ୍ୟାଗ୍ରହ ଅସ୍ତ୍ର ପ୍ରୟୋଗ କଲେ । ଏଥିପାଇଁ ଗାନ୍ଧିଜୀଙ୍କୁ ଜୋହାନେସବର୍ଗ ଥାଏଟର୍ରେ ବନ୍ଦୀ କରି ରଖାଗଲା ।
- ୧୯୦୮ରେ ପ୍ରଣୀତ ଦେଶାନ୍ତର ଗମନ ନିଷେଧ ଆଇନର ବିରୋଧ କରି ଅଧିକାଂଶ ଭାରତୀୟ ନାଟାଲ୍ ସୀମା ପାର ହୋଇ ଟ୍ରାନ୍ସଭାଲ୍ ଗଲେ ଓ ଗିରଫ ହେଲେ । ଗାନ୍ଧିଜୀଙ୍କୁ ମଧ୍ୟ ବନ୍ଦୀ କରାଗଲା ।
- ୧୯୦୮ରେ ପ୍ରଣୀତ ଦେଶାନ୍ତର ଗମନ ନିଷେଧ ଆଇନର ବିରୋଧ କରି ଅଧିକାଂଶ ଭାରତୀୟ ନାଟାଲ୍ ସୀମା ପାର ହୋଇ ଟ୍ରାନ୍ସଭାଲ୍ ଗଲେ ଓ ଗିରଫ ହେଲେ । ଗାନ୍ଧିଜୀଙ୍କୁ ମଧ୍ୟ ବନ୍ଦୀ କରାଗଲା ।
- ୧୯୧୩ ମାର୍ଚ୍ଚ ୧୪ରେ ଦକ୍ଷିଣ ଆଫ୍ରିକା ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶରେ ଖ୍ରୀଷ୍ଟିଆନ୍ ରୀତିରେ ହୋଇନଥିବା ଓ ଅଣପଞ୍ଜୀକୃତ ଭାରତୀୟମାନଙ୍କ ବିବାହର ସ୍ବୀକୃତି ପ୍ରତ୍ୟାହାର କରାଗଲା ।
- ଗାନ୍ଧିଜୀ ଏହି ଆଇନ ବିରୋଧରେ ଆନ୍ଦୋଳନ କଲେ ଓ ଇଂରେଜ ସରକାର ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲେ ।
- ୧୯୧୫ ଜାନୁୟାରୀ ୧୫ ତାରିଖରେ ଗାନ୍ଧିଜୀ ଭାରତକୁ ଫେରି ଆସିଥିଲେ । ନିଜର ରାଜନୈତିକ ଗୁରୁ ଗୋପାଳକୃଷ୍ଣ ଗୋଙ୍କ ଉପଦେଶ ଅନୁସାରେ ରାଜନୀତିରୁ ଦୂରେଇ ଯାଇ ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ ।
- ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କ ମହାନ୍ ନୀତି ପାଇଁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ତାଙ୍କୁ ‘ମହାତ୍ମା’ ଆଖ୍ୟା ଦେଇଥିଲେ ।
- ପ୍ରାରମ୍ଭିକ ସ୍ତରରେ ତାଙ୍କଦ୍ୱାରା ଭାରତରେ ସଙ୍ଗଠିତ କେତେକ ଆନ୍ଦୋଳନ ସଫଳତା ଲାଭ କରିଥିଲା ।
→ ଚମ୍ପାରନ୍ ଆନ୍ଦୋଳନ (୧୯୧୭) :
- ଏହି ଆନ୍ଦୋଳନ ଭାରତରେ ଗାନ୍ଧିଜୀଙ୍କଦ୍ବାରା ସଙ୍ଗଠିତ ପ୍ରଥମ ଆନ୍ଦୋଳନ ଥିଲା
- ବିହାରର ଚମ୍ପାରନ୍ ଜିଲ୍ଲାରେ ଇଂରେଜ ବୃକ୍ଷରୋପଣକାରୀଙ୍କଦ୍ବାରା ଚାଷୀମାନଙ୍କୁ ଜମିର କୋଡ଼ିଏ ଭାଗରୁ ତିନିଭାଗ ଅଞ୍ଚଳରେ ନୀଳ ଉତ୍ପାଦନ କରିବାକୁ ବାଧ୍ୟ କରାଯାଉଥିଲା । ବେଆଇନ ଟିକସ ମଧ୍ୟ ଆଦାୟ କରାଯାଉଥିଲା ।
- ରାଜକୁମାର ଶୁକ୍ଳ ନାମକ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତ୍ରଣକ୍ରମେ ଗାନ୍ଧିଜୀ ୧୯୧୭ ମସିହା ଏପ୍ରିଲ୍ ମାସରେ ମୋତିହାରିରେ ପହଞ୍ଚିଲେ । ଏହି ଆନ୍ଦୋଳନର ନେତୃତ୍ଵ ନେଇ ସେ ସଫଳତା ହାସଲ କରିଥିଲେ ।
- ତିନିକାଠିଆ ବ୍ୟବସ୍ଥା ଉଚ୍ଛେଦ ହେଲା ଏବଂ ବେଆଇନ ଭାବେ ଆଦାୟ ଅର୍ଥର ଶତକଡ଼ା ପଚିଶ ଭାଗ ଚାଷୀମାନଙ୍କୁ ଫେରାଇ ଦିଆଗଲା । ଏହା ଥିଲା ଗାନ୍ଧିଜୀଙ୍କ ନେତୃତ୍ଵରେ ପ୍ରଥମ ସଫଳ ଅହିଂସ ଆନ୍ଦୋଳନ ।
- ତିନିକାଠିଆ ବ୍ୟବସ୍ଥା – ଏହି ବ୍ୟବସ୍ଥାରେ ବିହାରର ଚମ୍ପାରନ୍ ଜିଲ୍ଲାରେ ଚାଷୀମାନଙ୍କୁ ଜମିର କୋଡ଼ିଏ ଭାଗରୁ ତିନି ଭାଗ ଅଞ୍ଚଳରେ ନୀଳ ଉତ୍ପାଦନ କରିବାପାଇଁ ଇଂରେଜ ବୃକ୍ଷ ରୋପଣକାରୀମାନଙ୍କଦ୍ବାରା ବାଧ କରାଯାଇ ସେମାନଙ୍କଦ୍ୱାରା ନିର୍ଦ୍ଧାରିତ ଦରରେ ତାଙ୍କୁ ବିକ୍ରୟ କରିବାକୁ ପଡୁଥିଲା
→ ଖେଡ଼ା ଆନ୍ଦୋଳନ (୧୯୧୮) :
- ତତ୍କାଳୀନ ରାଜସ୍ୱ ବିଭାଗର ଏକ ନିୟମ ଅନୁଯାୟୀ ଜମିର ସ୍ଵାଭାବିକ ଉତ୍ପାଦନର ଏକ ଚତୁର୍ଥାଂଶରୁ କମ୍ ପରିମାଣରେ ଶସ୍ୟ ଉତ୍ପାଦନ ହେଲେ ଚାଷୀମାନଙ୍କର ରାଜସ୍ୱ ଦେୟ ପରିମାଣ କୋହଳ କରାଯିବାର ବ୍ୟବସ୍ଥା ଥିଲା; କିନ୍ତୁ ୧୯୧୮ ମସିହାରେ ଦୁର୍ଭିକ୍ଷ ସମୟରେ ଖେଡ଼ା ଜିଲ୍ଲାରେ ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲେ
ମଧ୍ୟ ଇଂରେଜ କର୍ମଚାରୀମାନେ ଚାଷୀମାନଙ୍କୁ ସମ୍ପୂର୍ଣ୍ଣ ରାଜସ୍ୱ ଦେବାକୁ ବାଧ୍ୟ କରିଥିଲେ । - ଗାନ୍ଧିଜୀ ଏହା ବିରୋଧରେ ଚାଷୀମାନଙ୍କୁ ସଙ୍ଗଠିତ କରି ସତ୍ୟାଗ୍ରହ କଲେ, ଖଜଣା ଦେୟକୁ ପ୍ରତ୍ୟାଖ୍ୟାନ କଲେ ।
- ଶେଷରେ ଇଂରେଜ ସରକାର ବାଧ୍ୟତାମୂଳକ ରାଜସ୍ୱ ଆଦାୟରୁ ନିବୃତ୍ତ ହେଲେ; କିନ୍ତୁ ସାମର୍ଥ୍ୟ ଥିବା ଚାଷୀମାନଙ୍କଠାରୁ ଏହା ଆଦାୟ କରିଥିଲେ ।
- ଏହି ଆନ୍ଦୋଳନରେ ଇନ୍ଦୁଲାଲ ଯାଞ୍ଜିକ୍ ଗାନ୍ଧିଜୀଙ୍କୁ ସହଯୋଗ କରିଥିଲେ ।
- ଖେଡ଼ା ଜିଲ୍ଲାର ଅଧ୍ୟାବାସୀ ତଥା ଅହମ୍ମଦାବାଦର ବିଶିଷ୍ଟ ଆଇନଜୀବୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏହି ଖେଡ଼ା ଆନ୍ଦୋଳନରେ ସଫଳତାରେ ପ୍ରଭାବିତ ହୋଇ ଗାନ୍ଧିଜୀଙ୍କର ଜଣେ ପ୍ରଧାନ ଅନୁଗାମୀ ହୋଇଗଲେ ।
→ ଅହମ୍ମଦାବାଦ୍ ଲୁଗା କାରଖାନା ଆନ୍ଦୋଳନ :
- ତତ୍କାଳୀନ ରାଜସ୍ୱ ବିଭାଗର ଏକ ନିୟମ ଅନୁଯାୟୀ ଜମିର ସ୍ଵାଭାବିକ ଉତ୍ପାଦନର ଏକ ଚତୁର୍ଥାଂଶରୁ କମ୍ ସ୍ଵତନ୍ତ୍ର ଭତ୍ତା ପ୍ରତ୍ୟାହାର କରିନେବାରୁ ଶ୍ରମିକ ଓ ମାଲିକମାନଙ୍କ ମଧ୍ୟରେ କଳହର ସୂତ୍ରପାତ ହୋଇଥିଲା ।
- ଜିଲ୍ଲାପାଳଙ୍କ ଅନୁରୋଧରେ ଗାନ୍ଧିଜୀ ଏକ ଟ୍ରିବ୍ୟୁନାଲ ନିଯୁକ୍ତ କରି ସମସ୍ୟା ସମାଧାନ ପାଇଁ ଉଦ୍ୟମ କଲେ । କିନ୍ତୁ ମାଲିକମାନେ ଏଥୁ ଓହରି ଯିବାରୁ ଗାନ୍ଧିଜୀ ଶ୍ରମିକମାନଙ୍କୁ ଅହିଂସ ଉପାୟରେ ଆନ୍ଦୋଳନ କରିବାକୁ ପ୍ରବର୍ତ୍ତାଇ ନିଜେ ଅନଶନ ଆରମ୍ଭ କଲେ ।
- କଳକାରଖାନାର ମାଲିକମାନେ ଏହି ଆନ୍ଦୋଳନରେ ଭୟଭୀତ ହୋଇ ଶ୍ରମିକମାନଙ୍କ ମଜୁରି ପଞ୍ଚତିରିଶ ଭାଗ ବୃଦ୍ଧି କରିବାପାଇଁ ସମ୍ମତି ପ୍ରଦାନ କରିଥିଲେ ।
- ଏହି ଆନ୍ଦୋଳନଦ୍ଵାରା ଗାନ୍ଧିଜୀ ଜନସାଧାରଣଙ୍କ ମନରେ ‘ସତ୍ୟାଗ୍ରହ’ ପ୍ରତି ଆଗ୍ରହ, ଶ୍ରଦ୍ଧା ଓ ସମ୍ମାନ ଆଣିପାରିଥିଲେ ।
- ‘ପ୍ଲେଗ୍ ବୋନସ୍’’ – ଗୁଜରାଟର ଅହମ୍ମଦାବାଦ୍ୱାରେ ଥିବା ଲୁଗାକଳଗୁଡ଼ିକର ମାଲିକମାନେ ପ୍ଲେଟ୍ ମହାମାରୀ ପାଇଁ ଶ୍ରମିକମାନଙ୍କୁ ଦେଉଥୁବା ସ୍ବତନ୍ତ୍ର ଭତ୍ତାକୁ ପ୍ଲେଗ୍ ବୋନସ୍ କୁହାଯାଉଥିଲା ।
→ ରାଓଲାତ୍ ଆଇନ ବିରୋଧରେ ଆନ୍ଦୋଳନ (୧୯୧୯) :
- ୧୯୧୯ ମସିହାରେ ଇଂରେଜ ସରକାରଙ୍କଦ୍ଵାରା ପ୍ରଣୀତ ରାଓଲାତ୍ ଆଇନ ବିରୋଧୀ ଆନ୍ଦୋଳନ ଥିଲା ଗାନ୍ଧିଜୀଙ୍କ ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ ।
- ପ୍ରଥମ ବିଶ୍ବଯୁଦ୍ଧରେ ଇଂରେଜ ଓ ମିତ୍ରଶକ୍ତିକୁ ବିପୁଳ ସାହାଯ୍ୟ ଓ ସମର୍ଥନ ଦେଇଥିବା ଭାରତୀୟମାନେ ଯୁଦ୍ଧ ପରେ ରାଜନୀତିକ ଦାବିଗୁଡ଼ିକ ହାସଲ କରିନପାରି ନିରାଶ ହୋଇଥିଲେ । ତେଣୁ ସାମ୍ଭାବ୍ୟ ବିଦ୍ରୋହ ଆଶଙ୍କାରେ ଇଂରେଜ ବିଚାରପତି ରାଓଲାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ କଠୋର ଆଇନ ପ୍ରଣୟନ କରାଯାଇଥିଲା ।
- ଏହି ଆଇନ ବଳରେ ଇଂରେଜ ସରକାର ଯେ କୌଣସି ଭାରତୀୟଙ୍କୁ ଗିରଫ କରି ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିପାରିବାର ବ୍ୟବସ୍ଥା ଥିଲା । ୧୯୧୯ ମସିହା ମାର୍ଚ୍ଚ ୧୮ ତାରିଖରେ ଏହି ଆଇନ ଗୃହୀତ ହୋଇଥିଲା । ଗାନ୍ଧିଜୀ ଏହି ଆଇନ ବିରୋଧରେ ଏକ ଗଣ ସତ୍ୟାଗ୍ରହ ପାଇଁ ଆହ୍ୱାନ କରିଥିଲେ ।
- ଗାନ୍ଧିଜୀ ଏହି ଆଇନ ବିରୋଧରେ ଏକ ଗଣ ସତ୍ୟାଗ୍ରହ ପାଇଁ ଆହ୍ବାନ କରିଥିଲେ ।
- ଶ୍ରୀମତୀ ଆନିବେଶାନ୍ତ, ସୁରେନ୍ଦ୍ରନାଥ ବାନାର୍ଜୀ, ଦିନ୍ସ ଏଦୁଲ୍ ୱାଚା, ତେଗ୍ ବାହାଦୂର ସାହୁ ଓ ଶ୍ରୀନିବାସ ଶାସ୍ତ୍ରୀଙ୍କ ନେତାଗଣ ଗାନ୍ଧିଜୀଙ୍କ ସତ୍ୟାଗ୍ରହକୁ ବିରୋଧ କରିଥିଲେ ।
- ୧୯୧୯ ମସିହା ଏପ୍ରିଲ୍ ୬ ତାରିଖ ଦିନ ଦେଶବ୍ୟାପୀ ହରତାଳ ପାଳନ କରାଯାଇଥିଲା । ୧୯୧୯ ଏପ୍ରିଲ୍ ୯ ତାରିଖରେ ଗାନ୍ଧିଜୀଙ୍କୁ ଗିରଫ କରାଯାଇ ପରେ ଛାଡ଼ି ଦିଆଯାଇଥିଲା ।
- ୧୯୧୯ ମସିହା ମାର୍ଚ୍ଚ ୨୦ ତାରିଖରେ ଦିଲ୍ଲୀରେ ରାଓଲାତ୍ ଆଇନ ବିରୋଧରେ ହିନ୍ଦୁ ଓ ମୁସଲମାନମାନଙ୍କ ଏକ ଶୋଭାଯାତ୍ରା ଉପରେ ପୋଲିସ୍ ଗୁଳିବର୍ଷଣ କରିଥିଲା ।
→ ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡ :
- ଅମୃତସରର ଜାଲିଆନାଓ୍ବାଲାବାଗ୍ଠାରେ ୧୯୧୯ ମସିହା ଏପ୍ରିଲ୍ ୧୩ ତାରିଖରେ ବହୁସଂଖ୍ୟକ ଲୋକ ଦୁଇ ସ୍ଥାନୀୟ ନେତା ଡ. ସତ୍ୟପାଲ ଓ ଡ. ସଇଫୁଦ୍ଦିନ କିଲୁଦଙ୍କ ଗିରଫର ପ୍ରତିବାଦ ଓ ବୈଶାଖୀ ଉତ୍ସବ ପାଳନ ପାଇଁ ଏକ ସଭାରେ ଏକତ୍ରିତ ହୋଇଥିଲେ ।
- ସହରରେ ସଭାସମିତି କରାଯିବା ଉପରେ ସରକାରଙ୍କଦ୍ଵାରା ପୂର୍ବଦିନ ଘୋଷିତ ନିଷେଧାଜ୍ଞା ବିଷୟରେ ଜନସାଧାରଣ ଅବଗତ ନ ଥିଲେ ।
- ସଭା ଚାଲିଥିବାବେଳେ ଅମୃତସରର ସାମରିକ ମୁଖ୍ୟ ଜେନେରାଲ ଡାୟାର ହଠାତ୍ ଦଳେ ସୈନ୍ୟଙ୍କ ସହ ପହଞ୍ଚି ବିନା ସତର୍କ ସୂଚନାରେ ନିରସ୍ତ୍ର ଓ ନିରୀହ ଲୋକମାନଙ୍କ ଉପରକୁ ଗୁଳିବର୍ଷଣ କରିଥିଲେ; ଫଳରେ ଅନେକ ଲୋକ ମୃତାହତ ହେଲେ ।
- ସରକାରୀ ହିସାବ ଅନୁଯାୟୀ ୩୭୯ ଜଣ ମୃତ ଓ ୧୨୦୦ ଜଣ ଆହତ ହୋଇଥିଲେ । ମାତ୍ର ଗାନ୍ଧିଜୀଙ୍କ ନିର୍ଦ୍ଦେଶରେ ହୋଇଥିବା ତଦନ୍ତ ଅନୁସାରେ ମୃତକଙ୍କ ସଂଖ୍ୟା ୧୨୦୦ ଓ ଆହତଙ୍କ ସଂଖ୍ୟା ୩୬୦୦ ଥିଲା ।
- ଏହି ବର୍ବରୋଚିତ ହତ୍ୟାକାଣ୍ଡ ସାରା ବିଶ୍ୱକୁ ଚକିତ କରିଦେଇଥିଲା ।
- ଇଂରେଜ ସରକାରଙ୍କର ଏହି ହତ୍ୟାକାଣ୍ଡର ପ୍ରତିବାଦରେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ‘ନାଇଟ୍’ ପଦ ଓ ଗାନ୍ଧିଜୀ ‘କାଇଜର-ଇ-ହିନ୍ଦୁ’ ଉପାଧ୍ ପ୍ରତ୍ୟାଖ୍ୟାନ କରିଥିଲେ ।
- ‘ସାର୍’ ଉପାଧ୍ – କୌଣସି ବ୍ୟକ୍ତିର ମହତ୍ ଗୁଣ ବା ରାଜ ସେବା ବା ସାମାଜିକ କ୍ଷେତ୍ରରେ ଅସାଧାରଣ ବୀରତ୍ୱ ପାଇଁ ଇଂରେଜ ସରକାରଙ୍କଦ୍ଵାରା ପ୍ରଦତ୍ତ ନାଇଟ୍ ପଦପ୍ରାପ୍ତ ବ୍ୟକ୍ତିଙ୍କୁ ‘ସାର୍’ କୁହାଯାଉଥିଲା ।
- ‘‘କାଇଜର୍-ଇ-ହିନ୍ଦ୍’’ ର ଅର୍ଥ ‘ହିନ୍ଦୁସ୍ଥାନର ସମ୍ରାଟ’’ । ଏହା ଇଂରେଜ ସରକାରଙ୍କଦ୍ବାରା ଗାନ୍ଧିଜୀଙ୍କୁ ତାଙ୍କ ଅସାଧାରଣ ନେତୃତ୍ଵର ସ୍ଵୀକୃତିରୂପେ ପ୍ରଦାନ କରାଯାଇଥିଲା ।
ଐତିହାସିକ ଘଟଣାବଳୀ ଓ ସମୟ:
୧୮୬୯ ଖ୍ରୀ.ଅ. – (ଅକ୍ଟୋବର ୨) ମୋହନଦାସ କରମଚାନ୍ଦ ଗାନ୍ଧିଙ୍କ ଜନ୍ମ ।
୧୮୮୨ ଖ୍ରୀ.ଅ. – ଗାନ୍ଧିଜୀଙ୍କର କସ୍ତୁରବାଙ୍କ ସହ ବିବାହ ।
୧୮୮୮ ଖ୍ରୀ.ଅ. – (ଅକ୍ଟୋବର) ଗାନ୍ଧିଜୀଙ୍କର ବାରିଷ୍ଟରୀ ପଢ଼ିବାପାଇଁ ଇଂଲଣ୍ଡ ଯାତ୍ରା ।
୧୮୯୧ ଖ୍ରୀ.ଅ. – (ଜୁନ୍) ବାରିଷ୍ଟର ଭାବେ ରାଜକୋଟ ଓ ବମ୍ବେଠାରେ ଗାନ୍ଧିଜୀଙ୍କର ଆଇନ ବ୍ୟବସାୟ ଆରମ୍ଭ ।
୧୮୯୪ ଖ୍ରୀ.ଅ. – ଗାନ୍ଧିଜୀଙ୍କଦ୍ବାରା ଦକ୍ଷିଣ ଆଫ୍ରିକାରେ ‘‘ନାଟାଲ୍ ଭାରତୀୟ କଂଗ୍ରେସ’’ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ ।
୧୯୦୬ ଖ୍ରୀ.ଅ. – ଦକ୍ଷିଣ ଆଫ୍ରିକାରେ ଭାରତୀୟମାନେ ନିଜର ଅଙ୍ଗୁଳି ଛାପ ଥିବା ପଞ୍ଜୀକୃତ ପ୍ରମାଣପତ୍ରକୁ ସବୁ ସମୟରେ ନିଜ ସହିତ ବହନ କରିବାପାଇଁ ଆଇନ ପ୍ରଣୟନ ।
୧୯୦୮ ଖ୍ରୀ.ଅ. – (ଅଗଷ୍ଟ) ନାଟାଲ୍ ସୀମା ପାର ହୋଇ ଗାନ୍ଧିଜୀଙ୍କ ଟ୍ରାନ୍ସଭାଲ ଗମନ ଓ ଗିରଫ ।
୧୯୧୩ ଖ୍ରୀ.ଅ. – (ମାର୍ଚ୍ଚ ୧୪) ଦକ୍ଷିଣ ଆଫ୍ରିକାର ଉଚ୍ଚତମ ନ୍ୟାୟାଳୟଦ୍ବାରା ଖ୍ରୀଷ୍ଟିଆନ୍ ରୀତି ଅନୁସାରେ ସମ୍ପାଦିତ ଓ ପଞ୍ଜୀକରଣ ହୋଇ ନଥିବା ଭାରତୀୟମାନଙ୍କର ବିବାହର ସ୍ଵୀକୃତି ପ୍ରତ୍ୟାହାର ।
୧୯୧୫ ଖ୍ରୀ.ଅ. – (ଜାନୁୟାରୀ ୯) ଗାନ୍ଧିଜୀଙ୍କର ଦକ୍ଷିଣ ଆଫ୍ରିକାରୁ ଭାରତକୁ ପ୍ରତ୍ୟାବର୍ତ୍ତନ ।
୧୯୧୬ ଖ୍ରୀ.ଅ. – ଅହମ୍ମଦାବାଦରେ ସାବରମତୀ ନଦୀକୂଳରେ ଗାନ୍ଧିଜୀଙ୍କଦ୍ବାରା ଏକ ଆଶ୍ରମ ପ୍ରତିଷ୍ଠା ।
୧୯୧୭ ଖ୍ରୀ.ଅ. – (ଏପ୍ରିଲ୍) ଚମ୍ପାରନ୍ ଆନ୍ଦୋଳନ ପାଇଁ ଚମ୍ପାରନ୍ ଜିଲ୍ଲାର ସଦର ମହକୁମା ମୋତିହାରିରେ ଗାନ୍ଧିଜୀଙ୍କ ପଦାର୍ପଣ ।
୧୯୧୮ ଖ୍ରୀ.ଅ. – ଗୁଜରାଟର ଖେଡ଼ା ଆନ୍ଦୋଳନ ସଂଘଟିତ ।
୧୯୧୯ ଖ୍ରୀ.ଅ. – ରାଓଲାତ୍ ଆଇନ ବିରୋଧରେ ଗାନ୍ଧିଜୀଙ୍କ ଆନ୍ଦୋଳନ ।
୧୯୧୯ ଖ୍ରୀ.ଅ. – (ମାର୍ଚ୍ଚ ୧୮) ରାଓଲାତ୍ ଆଇନ ଗୃହୀତ ।
୧୯୧୯ ଖ୍ରୀ.ଅ. – (ଏପ୍ରିଲ୍ ୧୩) ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ ସଂଘଟିତ ।
୧୯୧୯ ଖ୍ରୀ.ଅ. – (ଏପ୍ରିଲ୍ ୧୮) ଗାନ୍ଧିଜୀଙ୍କଦ୍ବାରା ରାଓଲାତ୍ ଆଇନବିରୋଧୀ ଆନ୍ଦୋଳନ ପ୍ରତ୍ୟାହୃତ ।