Odisha State Board BSE Odisha 10th Class History Notes Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ will enable students to study smartly.
BSE Odisha Class 10 History Notes Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:
→ ଉପକ୍ରମ :
- ୧୯୪୭ର ଭାରତ ସ୍ୱାଧୀନତା ଆଇନ ଭାରତ କିମ୍ବା ପାକିସ୍ତାନକୁ ପୂର୍ଣ୍ଣ ରାଷ୍ଟ୍ରରେ ପରିଣତ କରିପାରି ନଥିଲା ।
- ଅଖଣ୍ଡ ଭାରତର ଶତକଡ଼ା ୬୦ ଭାଗ ଇଂରେ ଜମାନ ଙ୍କ ଦ୍ଵାରା ଶାସିତ ହେଉଥିଲାବେଳେ ଅନ୍ୟ ୪୨ ପ୍ରତିଶତ ଭୂଭାଗ ଛୋଟ ବଡ଼ ଶହ ଶହ ଦେଶୀୟ ରାଜାମାନଙ୍କ ଶାସିତ ହେଉଥିଲା ।
- ୧୮୫୮ ମସିହା ପରଠାରୁ ଭାରତର ମୁଖ୍ୟ ବ୍ରିଟିଶ୍ ଶାସକଙ୍କୁ ଭାଇସ୍ୟ କୁହାଗଲା । ସେ ବ୍ରିଟେନ୍ ରାଣୀ|ରାଜାଙ୍କ ପ୍ରତିନିଧ୍ ଭାବରେ କାର୍ଯ୍ୟ କରୁଥିଲେ ।
- ୧୯୪୭ର ଭାରତ ସ୍ଵାଧୀନତା ଆଇନ ଅନୁଯାୟୀ ଏହି ଦେଶୀୟ ରାଜ୍ୟମାନେ ସ୍ବାଧୀନ ହୋଇଗଲେ । ସେମାନେ ଇଚ୍ଛାନୁସାରେ ଭାରତ କିମ୍ବା ପାକିସ୍ତାନରେ ମିଶିଯାଇ ପାରିବେ ଅଥବା ସ୍ଵାଧୀନ ରହିପାରିବେ ବୋଲି ଆଇନରେ ବ୍ୟବସ୍ଥା ଥିଲା ଯାହା ରାଜନୀତିକ ଦୃଷ୍ଟିକୋଣରୁ ଅବାସ୍ତବ ଥିଲା ।
- ଏପରି ସମସ୍ୟାକୁ ଦୃଷ୍ଟିରେ ରଖ୍ ଭାରତ ସରକାର ୧୯୪୭ ଜୁନ୍ ୨୭ ତାରିଖରେ ଦେଶୀୟ ରାଜ୍ୟ ବିଭାଗ ସୃଷ୍ଟି କଲେ । ଏହି ବିଭାଗର ମନ୍ତ୍ରୀ ହେଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ଶାସନ ସଚିବ ହେଲେ ଭି. ପି. ମେନନ ।
- ୧୯୪୭ ମସିହା ଜୁଲାଇ ୯ ତାରିଖରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ଦେଶୀୟ ରାଜ୍ୟ ବିଭାଗର ଦାୟିତ୍ବରେ ଥିବା ମନ୍ତ୍ରୀ ସର୍ଦ୍ଦାର ପଟେଲ ଭାରତର ଗଭର୍ଣ୍ଣର ଜେନେରାଲ ଲର୍ଡ଼ ମାଉଣ୍ଟବ୍ୟାଟେନଙ୍କ ଦେଶୀୟ ରାଜ୍ୟଗୁଡ଼ିକର ଶାସକମାନଙ୍କ ଠିକ୍ ଉପଦେଶ ଦେଇ ସେମାନଙ୍କୁ ଭାରତ ସହିତ ମିଶିଯାଇ ଏକ ସଂଘୀୟ ବ୍ୟବସ୍ଥାରେ ଅନୁବନ୍ଧିତ କରିବାକୁ ଅନୁରୋଧ କଲେ । ମହାତ୍ମା ଗାନ୍ଧି ଭାରତ ଯେପରି ଶତଧା ବିଭକ୍ତ ନ ହୁଏ ସେଥ୍ୟପ୍ରତି ଦୃଷ୍ଟି ହେବାକୁ ମାଉଣ୍ଟବ୍ୟାଟେନ୍ଙ୍କୁ ଅନୁରୋଧ କଲେ ।
→ ଦେଶୀୟ ରାଜ୍ୟ ମିଶ୍ରଣ ପାଇଁ ମାଉଣ୍ଟବ୍ୟାଟେନ୍ଙ୍କ ଉଦ୍ୟମ :
- ୧୯୪୭ ମସିହା ଜୁଲାଇ ୨୫ ତାରିଖରେ ଲର୍ଡ଼ ମାଉଣ୍ଟବ୍ୟାଟେନ୍ ‘ରାଜନ୍ୟମଣ୍ଡଳୀ’ର ଏକ ବୈଠକ ଡକାଇ ଦେଶୀୟ ରାଜ୍ୟଗୁଡ଼ିକର ଶାସକମାନଙ୍କୁ ସ୍ପଷ୍ଟ ସୂଚନା ଦେଲେ ଯେ ସେମାନେ ନିଜ ନିଜ ରାଜ୍ୟର ସୀମାକୁ ଲାଗିଥିବା ଦେଶ ଭାରତ କିମ୍ବା ପାକିସ୍ତାନ ସହିତ ମିଶିଯିବା ବିଧେୟ ।
- କାରଣସ୍ୱରୂପ ମାଉଣ୍ଟବ୍ୟାଟେନ୍ ଦର୍ଶାଇଲେ ଯେ ଦେଶୀୟ ରାଜ୍ୟର ପ୍ରଜାମାନେ ସେମାନଙ୍କର ସାମଗ୍ରିକ ଉନ୍ନତି ଚାହାନ୍ତି ଓ ନବଗଠିତ ସ୍ଵାଧୀନ ରାଷ୍ଟ୍ର ସହିତ ମିଶି ସେମାନଙ୍କର ଭବିଷ୍ୟତ ସମୃଦ୍ଧି ଇଚ୍ଛା କରନ୍ତି ।
→ ପଟେଲ ଓ ମେନନ ପ୍ରସ୍ତୁତ ‘ମିଳନ ପତ୍ର’ :
- ଭାରତର ଦେଶୀୟ ରାଜ୍ୟ ବିଭାଗ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ଶାସନ ସଚିବ ଭି.ପି. ମେନନଙ୍କ ଉଦ୍ୟମରେ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ପାଇଁ କେତେକ ସର୍ତ୍ତାବଳୀ ସମ୍ବଳିତ ‘ମିଳନ ପତ୍ର’ ବା ‘ଇନ୍ଷ୍ଟ୍ରମେଣ୍ଟ ଅଫ୍ ଆକ୍ସେସନ’’ ପ୍ରସ୍ତୁତ କରାଯାଇଥିଲା । ଏହା ଥିଲା ଏକ ବୈଧାନିକ ବା ଆଇନ ଅନୁମୋଦିତ ଦସ୍ତାବିଜ୍ । ଏଥିରେ ସ୍ଵାକ୍ଷରକାରୀଦ୍ୱୟ ଥିଲେ ‘ଭାରତ ସରକାର ଓ ଦେଶୀୟ ରାଜ୍ୟର ଶାସକ ’ ।
- ଦେଶୀୟ ରାଜ୍ୟମାନେ ଯେଉଁ ସର୍ଭରେ ଭାରତ ସରକାରଙ୍କ ସହ ସମ୍ପର୍କ ସ୍ଥାପନ କରିବେ ସେ ସମ୍ବନ୍ଧରେ ପଟେଲ ଓ ମେନନ ଏକ ମିଳନପତ୍ର ପ୍ରସ୍ତୁତ କରିଥିଲେ । ଏହି ସର୍ଭେ ଅନୁସାରେ, ଦେଶୀୟ ରାଜ୍ୟମାନେ ସେମାନଙ୍କର ତିନିଗୋଟି କ୍ଷମତା ଭାରତ ସରକାରଙ୍କୁ ହସ୍ତାନ୍ତର କରିବେ । ସେଗୁଡ଼ିକ ହେଲା- ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଯୋଗାଯୋଗ ।
- କ୍ଷମତା ହନ୍ତାନ୍ତର ପରେ ଦେଶୀୟ ରାଜାମାନେ ସ୍ବାଧୀନ ଭାବେ ରାଜ୍ୟ ଶାସନ କରିପାରିବେ ବୋଲି ମିଳନ ପତ୍ରରେ ଉଲ୍ଲେଖ ଥିଲା ।
→ ମିଳନ ପତ୍ରରେ ସ୍ଵାକ୍ଷର ତଥା ଭାରତରେ ମିଶ୍ରଣ :
- ମାଉଣ୍ଟବ୍ୟାଟେନ୍ଙ୍କ ଭାଷଣରେ ଓ ସର୍ଦାର ପଟେଲଙ୍କ ଉଦ୍ୟମରେ ଅଳ୍ପ କେତୋଟିକୁ ଛାଡ଼ିଦେଲେ ପ୍ରାୟ ସମସ୍ତ ଦେଶୀୟ ରାଜ୍ୟ ମିଳନ ପତ୍ରରେ ସ୍ବାକ୍ଷର କରିଥିଲେ ।
- ୧୯୪୮ ମସିହା ମାର୍ଚ୍ଚ ମାସରେ କେନ୍ଦ୍ରୀୟ ଭାରତର ‘ପିପ୍ଲୋଦା’ ଏହି ମିଳନପତ୍ରରେ ସ୍ଵାକ୍ଷର କଲେ ଓ ଭାରତ ସହ ମିଶିଗଲା । ଯୋଧପୁରର ରାଜା ‘ହନ୍ବନ୍ତସିଂହ’ ପାକିସ୍ତାନ ସହ ମିଶିଯିବାର ମଥୁଧା କରୁଥିଲେ ହେଁ ଅନେକ ବୁଝାସୁଝା କରିବାପରେ ସେ ଭାରତ ସହିତ ମିଳନ ପତ୍ରରେ ସ୍ଵାକ୍ଷର କଲେ । ଜୁନାଗଡ଼ର ମୁସଲିମ୍ ନୱାବ ସେଠାକାର ଗଣଭୋଟରେ ଅସଫଳ ହୋଇ ସପରିବାର ପାକିସ୍ତାନ ପଳାୟନ କରିଥିଲେ; ଫଳରେ ଜୁନାଗଡ଼ ରାଜ୍ୟ ଭାରତ ସହ ମିଶିଗଲା ।
- ଜାମ୍ମୁ ଓ କାଶ୍ମୀରର ମହାରାଜା ହରି ସିଂହ କାଶ୍ମୀରକୁ ସ୍ଵାଧୀନ ରଖୁବାକୁ ମତପୋଷଣ କରୁଥିଲେ ହେଁ ସେଠାକାର ଜନପ୍ରିୟ ନେତା ଶେଖ୍ ଅବଦୁଲ୍ଲା ଏହାକୁ ପ୍ରତ୍ୟାଖ୍ୟାନ କଲେ ।
- କାଶ୍ମୀର ଉପରେ ଲୋଲୁପ ଦୃଷ୍ଟି ପକାଇଥବା ପାକିସ୍ତାନର ପ୍ରରୋଚନା ଓ ସାହାଯ୍ୟରେ ଉତ୍ସାହିତ ହୋଇ କାଶ୍ମୀରର ଅନେକ ଅଞ୍ଚଳ ଦଖଲ କରିନେଇ ଆଜାଦ୍ କାଶ୍ମୀର ଗଠନ କଲେ ।
- ସେମାନେ ଶ୍ରୀନଗର ଆଡ଼କୁ ଅଗ୍ରସର ହେବାବେଳେ ପାକିସ୍ତାନର ନିୟମିତ ସୈନ୍ୟମାନେ ସେମାନଙ୍କ ସହ ଆକ୍ରମଣରେ ଭାଗ ନେଇଥିଲେ । ଏହା ଥିଲା ପାକିସ୍ତାନର ‘ଅପରେସନ୍ ଗୁଲମାର୍ଗ’ର ଅଂଶବିଶେଷ ଯାହା କାଶ୍ମୀର ଦଖଲ ନିମନ୍ତେ ଅଭିପ୍ରେତ ଥିଲା ।
- ଅନନ୍ୟାପାୟ ହୋଇ ହରି ସିଂହ ଭାରତର ସାମରିକ ସହାୟତା ପ୍ରାପ୍ତି ନିମନ୍ତେ ମିଳନ ପତ୍ରରେ ସ୍ଵାକ୍ଷର କଲା । ଫଳତଃ ଜାମ୍ମୁ ଓ କାଶ୍ମୀର ବୈଧାନିକ ଭାବେ ଭାରତର ଏକ ଅଂଶ ହୋଇଗଲା ।
- ଭାରତୀୟ ସମ୍ବିଧାନକୁ ଜାମ୍ମୁ ଓ କାଶ୍ମୀର ଗ୍ରହଣ କରିନେଲେ ।
- ହିନ୍ଦୁବହୁଳ ହାଇଦ୍ରାବାଦର ଶାସକ ନିଜାମ ଓସ୍ମାନ ଅଲ୍ଲୀ ଖାଁ ପ୍ରଥମେ ସ୍ଵାଧୀନ ରହିବାକୁ ଚାହିଁଲେ ଓ ସୟଦ କାଶିମ୍ ରଜଭିଙ୍କ ନେତୃତ୍ବରେ ‘ରଜାକର’ ନାମକ ଏକ ସଶସ୍ତ୍ର ସଙ୍ଗଠନ ନିଜାମଙ୍କୁ ସମର୍ଥନ କଲେ । ନିଜାମ୍ଙ୍କ ଭାରତ ବିରୋଧୀ କାର୍ଯ୍ୟରେ ସର୍ଦାର ପଟେଲ କ୍ଷୁବ୍ଧହୋଇ ହାଇଦ୍ରାବାଦ ଉପରେ ‘ଅପରେସନ୍ ପୋଲୋ’ ନାମକ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଏହା ୧୯୪୮ ମସିହା ସେପ୍ଟେମ୍ବର ୧୩ରୁ ୧୮ ତାରିଖ ମଧ୍ୟରେ ଭାରତୀୟ ସୈନ୍ୟବାହିନୀର ଅକ୍ତିଆରକୁ ଆସିଲା । ପରିଶେଷରେ ୧୯୪୯ ମସିହା ନଭେମ୍ବର ମାସରେ ହାଇଦ୍ରାବାଦର ନିଜାମ ମିଳନ ପତ୍ରରେ ସ୍ଵାକ୍ଷର କଲେ ।
→ ଅଧୁମିଳନରୁ ଅଧୂମିଶ୍ରଣ :
- ସ୍ଵାଧୀନତା ପ୍ରାପ୍ତି ପରେ ଭାରତ ସରକାରଙ୍କର ଦାୟିତ୍ଵ ହେଲା ଭାରତ ଜନସାଧାରଣଙ୍କୁ ସ୍ଵାଧୀନତାର ସୁଫଳ ପ୍ରଦାନ କରିବା ସହ ସମ୍ପୂର୍ଣ ଭାରତବର୍ଷକୁ ଏକତ୍ରିତ କରି ଏକ ଶକ୍ତିଶାଳୀ, ସାର୍ବଭୌମ ରାଷ୍ଟ୍ରରେ ପରିଣତ କରିବା ।
- ଭାରତୀୟ ନେତୃବୃନ୍ଦ ତଥା ଜନସାଧାରଣ ଅନୁଭବ କଲେ ଯେ ସ୍ଵାଧୀନ ଭାରତ ଭିତରେ ଯଦି ପାଞ୍ଚଶହରୁ ଊର୍ଦ୍ଧ୍ବ ଦେଶୀୟ ରାଜାମାନେ ନିଜ ନିଜର ପୃଥକ୍ ଓ ସ୍ଵାଧୀନ ରାଜନୈତିକ ସ୍ଥିତି ବଜାୟ ରଖନ୍ତି; ତେବେ ଭବିଷ୍ୟତରେ ଲକ୍ଷ୍ୟ ପୂରଣ ହେବା ଏତେ ସହଜ ହେବ ନାହିଁ ।
- ଦେଶୀୟ ରାଜ୍ୟମାନଙ୍କର ଶାସକ ତଥା ରାଜାମାନଙ୍କ ବିରୋଧରେ ‘ପ୍ରଜାମଣ୍ଡଳ’ଗୁଡ଼ିକ ଦୃଢ଼ ସ୍ବର ଉତ୍ତୋଳନ କରିବାକୁ ସକ୍ରିୟ ହୋଇଉଠିଲେ । କେନ୍ଦ୍ର ସରକାର ଓ କଂଗ୍ରେସ ନେତୃବୃନ୍ଦ ଏପରି ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁଲେ ନାହିଁ ।
- ପ୍ରଜାମଣ୍ଡଳ କହିଲେ ସାଧାରଣତଃ ଦେଶୀୟ ରାଜ୍ୟମାନଙ୍କରେ ବସବାସ କରୁଥିବା ଚିରଅବହେଳିତ ଓ ପ୍ରପୀଡ଼ିତ ନିରୀହ ପ୍ରଜାମାନଙ୍କର ଏକ ବଳିଷ୍ଠ ସଙ୍ଗଠନକୁ ବୁଝାଯାଏ ।
- ମିଳନ ପତ୍ର ଅନୁସାରେ କେବଳ ତିନିଗୋଟି କ୍ଷମତା ବ୍ୟତିରେକ ଦେଶୀୟ ରାଜାମାନଙ୍କୁ ସ୍ବତନ୍ତ୍ର ସ୍ଥିତି ପ୍ରଦାନ କରିବାକୁ ଭାରତ ସରକାର ଅନୁବନ୍ଧିତ ଥିଲେ । ମାତ୍ର ଭାରତ ସରକାର ସମ୍ପୂର୍ଣ୍ଣ ମିଶ୍ରଣ ହିଁ ଦେଶୀୟ ରାଜ୍ୟ ସମସ୍ୟାର ଏକମାତ୍ର ସମାଧାନ ବୋଲି ଅନୁଭବ କଲେ ।
- ଦେଶୀୟ ରାଜ୍ୟମାନଙ୍କରେ ପ୍ରଜା ଆନ୍ଦୋଳନ ଏ ଦିଗରେ ସରକାରଙ୍କୁ ଉତ୍ସାହିତ କଲେ ।
- ଦେଶ ରାଜ୍ୟଗୁଡ଼ିକୁ ସର୍ବାନ୍ତକରଣରେ ଭାରତ ସହିତ ମିଶ୍ରଣ ପାଇଁ କ୍ଷେତ୍ର ପ୍ରସ୍ତୁତ ହେଲା ।
- ସ୍ଵାଧୀନତା ପ୍ରାପ୍ତିଠାରୁ ୧୯୫୦ ମସିହା ପର୍ଯ୍ୟନ୍ତ ଭାରତ ସରକାର ସମସ୍ତ ଦେଶୀୟ ରାଜ୍ୟଗୁଡ଼ିକୁ ଭାରତ ସହିତ ସର୍ବାନ୍ତକରଣରେ ମିଶ୍ରଣ କରି ସମଗ୍ର ଭାରତବାସୀଙ୍କୁ ଗୋଟିଏ ଗଣତାନ୍ତ୍ରିକ ସମ୍ବିଧାନର ପରିସ୍ ଭିତରକୁ ଆଣିବା ଦିଗରେ କାର୍ଯ୍ୟ କଲେ ।
- ଏହି କାର୍ଯ୍ୟରେ ନେତୃତ୍ବ ନେଇଥିଲେ ଭାରତ ସରକାରଙ୍କର ତତ୍କାଳୀନଗୃହ ଓ ଦେଶୀୟ ରାଜ୍ୟସମୂହ ଦାୟିତ୍ବରେ ଥିବା କେନ୍ଦ୍ରମନ୍ତ୍ରୀ ସର୍ଦାର ବଲ୍ଲଭଭାଇ ପଟେଲ । ଏହି କାର୍ଯ୍ୟକ୍ରମରେ ଦେଶୀୟ ରାଜ୍ୟସମୂହ ବିଭାଗର ପ୍ରମୁଖ ସଚିବ ଭି.ପି. ମେନନଙ୍କର ଭୂମିକା ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଥିଲା ।
- ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟରେ ଓଡ଼ିଶାର ତତ୍କାଳୀନ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
→ ସମ୍ପୂର୍ଣ୍ଣ ମିଶ୍ରଣ ସପକ୍ଷରେ ପଟେଲ ଓ ମେନନ୍ଙ୍କ କେତେକ ଯୁକ୍ତି :
- ପ୍ରଥମେ ଛୋଟ ଛୋଟ ଦେଶୀୟ ରାଜ୍ୟମାନଙ୍କୁ ଭାରତ ସହିତ ସର୍ବାନ୍ତକରଣରେ ମିଶାଇ ଦେବାପାଇଁ ଭାରତ ସରକାର ସ୍ଥିର କଲେ । ଏପରି ପୂର୍ଣ ମିଶ୍ରଣ ସପକ୍ଷରେ ସର୍ଦାର ପଟେଲ ଓ ଭି.ପି. ମେନନ କେତେକ ଯୁକ୍ତି ଉପସ୍ଥାପନ କରିଥିଲେ । ସେଗୁଡ଼ିକ ହେଲା –
(i) ଦେଶୀୟ ରାଜ୍ୟସବୁ ଭାରତ ସହ ମିଶ୍ରଣ ନହେଲେ ସେଗୁଡ଼ିକର ଆର୍ଥିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ।
(ii) ଦେଶୀୟ ରାଜ୍ୟମାନଙ୍କରେ ଗଣତନ୍ତ୍ର ପରିବର୍ତ୍ତେ ରାଜତନ୍ତ୍ର ଶାସନ ଚାଲିଲେ, ସେଠାକାର ପ୍ରଜାମାନେ ବିଦ୍ରୋହ କରିବେ ଓ ଅରାଜକତା ବ୍ୟାପିଯିବ ।
(iii) ଅର୍ଥବ୍ୟବସ୍ଥା ଦୃଷ୍ଟିରୁ ଅତ୍ୟନ୍ତ ଦୁର୍ବଳ ଥିବା ଦେଶୀୟ ରାଜ୍ୟମାନେ ସ୍ବାଧୀନ ଭାବରେ କୌଣସି ଜନହିତକର କାର୍ଯ୍ୟ କରିପାରିବେ ନାହିଁ ।
(iv) ଭାରତ ଭିତରେ ଅବାଧ ବାଣିଜ୍ୟ ବ୍ୟବସାୟ ବାଧାପ୍ରାପ୍ତ ହେବ ।
(v) ଅପରାଧୀମାନଙ୍କୁ ଦମନ କରିବା ସମ୍ଭବ ହେବ ନାହିଁ; କାରଣ ସେମାନେ ଦେଶୀୟ ରାଜ୍ୟମାନଙ୍କରେ ଆତ୍ମଗୋପନ କରିବେ ।
(vi) ଏକ ପୂର୍ଣ୍ଣାଙ୍ଗ ରାଜନୀତିକ ଭାରତ ଗଠିତ ନ ହୋଇପାରିବାଦ୍ୱାରା ଭାରତୀୟ ଜାତୀୟତା ନାନା ପ୍ରକାରରେ ପ୍ରତିହତ ହେବ ।
(vii) ସ୍ଵାଧୀନ ଭାରତର ସୁଫଳ ଦେଶବାସୀଙ୍କୁ ସମ୍ପୂର୍ଣ୍ଣଭାବେ ମିଳିପାରିବ ନାହିଁ ।
→ ଅଧୁଗ୍ରହଣ ପ୍ରକ୍ରିୟା :
- ନେହେରୁ ଓ ପଟେଲ ଅଧିଗ୍ରହଣ କାର୍ଯ୍ୟକୁ ମାଉଣ୍ଟବ୍ୟାଟେନ୍ଙ୍କ କାର୍ଯ୍ୟକାଳ ସମାପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖୁବାକୁ ଚାହୁଁଥିଲେ । ମାତ୍ର ଓଡ଼ିଶାର ନୀଳଗିରିରେ ଜନଜାତି ଆନ୍ଦୋଳନ ଏହି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥିଲା ।
- ବସ୍ତୁତଃ ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟ ଓଡ଼ିଶାରୁ ହିଁ ଆରମ୍ଭ ହୋଇଥିଲା ।
- ୧୯୪୭ ଡିସେମ୍ବରରେ ପୂର୍ବ ଭାରତ ଏଜେନ୍ସି ଓ ଛତିଶଗଡ଼ ଏଜେନ୍ସି ଅଧୀନସ୍ଥ ଦେଶୀୟ ରାଜାମାନେ ମିଶ୍ରଣ ଚୁକ୍ତିରେ ସ୍ବାକ୍ଷର କରି ୧୯୪୮ ଜାନୁୟାରୀ ୧ରୁ ଓଡ଼ିଶା, ମଧ୍ୟପ୍ରଦେଶ ଓ ବିହାର ସହ ମିଶିଗଲେ ।
- ସେହି ବର୍ଷ ଗୁଜରାଟ ଓ ଦକ୍ଷିଣରେ ଥିବା ୬୬ଟି ଦେଶୀୟ ରାଜ୍ୟ ଏବଂ କୋହ୍ଲାପୁର ଓ ବରୋଦା ଭଳି ଦୁଇଟି ବଡ଼ ରାଜ୍ୟ ବମ୍ବେ ସହ ମିଶିଗଲେ ।
- ସେତେବେଳର ମାନ୍ଦ୍ରାଜ, ପୂର୍ବ ପଞ୍ଜାବ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଓ ଆସାମ ସହ ଅନେକ ଛୋଟବଡ଼ ରାଜ୍ୟ ମିଶିଗଲେ । ପଞ୍ଜାବର ପାର୍ବତ୍ୟ ରାଜ୍ୟ ଏଜେନ୍ସିର ୩୦ଟି ରାଜ୍ୟକୁ ନେଇ ହିମାଚଳ ପ୍ରଦେଶ ଗଠିତ ହେଲା ।
→ ମିଶ୍ରଣ ଚୁକ୍ତିର ସର୍ଭାବଳୀ :
- ‘ମିଶ୍ରଣ ଚୁକ୍ତି’ (Merger Agreement)ର ସର୍ଭେ ଅନୁସାରେ ଏହି ଚୁକ୍ତି ଗ୍ରହଣକାରୀ ଦେଶୀୟ ରାଜ୍ୟମାନଙ୍କର ରାଜାମାନେ ସେମାନଙ୍କର ଶାସନଗତ ସମସ୍ତ କ୍ଷମତା ସମ୍ପୂର୍ଣ୍ଣରୂପେ ଭାରତ ସରକାରଙ୍କୁ ହସ୍ତାନ୍ତର କଲେ । ଏହା ବଦଳରେ ସେମାନଙ୍କ ପାଇଁ ‘ବାର୍ଷିକ ପେନ୍ସନ୍’ ବ୍ୟବସ୍ଥା କରାଗଲା । ଏହାକୁ ରାଜାଙ୍କ ହାତପାଣ୍ଠି ବୋଲି କୁହାଗଲା । ଏହି ପାଣ୍ଠି ରାଜ୍ୟରୁ ସଂଗୃହୀତ ରାଜସ୍ଵ ଭିଭିରେ ସ୍ଥିରୀକୃତ ହେଲା ।
- ଏହି ରାଜାମାନଙ୍କର ବ୍ୟକ୍ତିଗତ ସମ୍ପତ୍ତି, ରାଜପ୍ରାସାଦ ତଥା ‘ପଦପଦବୀ’ ସେମାନଙ୍କ ପାଇଁ ସୁରକ୍ଷିତ ରହିବାର ସର୍ଭ ରହିଲା । ଏତଦ୍ବ୍ୟତୀତ ଏଗୁଡ଼ିକ ବଂଶାନୁକ୍ରମିକ ଭାବେ ସେମାନଙ୍କର ବଂଶଧରମାନେ ଭୋଗଦଖଲ କରିବାର ବ୍ୟବସ୍ଥା କରାଗଲା ।
- ଏହି ମିଶ୍ରଣ ଚୁକ୍ତିର ଅନ୍ୟନାମ ଥିଲା ‘ମିଶ୍ରଣ ଅଙ୍ଗୀକାର ପତ୍ର’ ।
- ୧୯୪୮ ମସିହା ଜାନୁୟାରୀରେ କଟିହାର ଉପଦ୍ୱୀପର ୨୨୨ଟି ରାଜ୍ୟକୁ ମିଶାଇ ସୌରାଷ୍ଟ୍ର ରାଜ୍ୟ ସଂଘ ଗଠିତ ହେଲା ଏବଂ ମେ’ ମାସରେ ଗୋୱାଲିୟର, ଇନ୍ଦୋର ଓ ୧୮ଟି ଛୋଟ ରାଜ୍ୟକୁ ମଧ୍ୟ ଭାରତ ଆତ୍ମପ୍ରକାଶ କଲା ।
- ୧୯୪୮ ଜୁଲାଇରେ ପଟିଆଲା, କପୁରତାଲା, ଜିନ୍ଦ, ନାଭା, ଫରିଦକୋଟ, ମାଲେରକୋଟଲା, ନଲାରଗଡ଼ ଓ କଳସିଆକୁ ନେଇ ପଞ୍ଜାବ ରାଜ୍ୟ ସଂଘ ଗଠିତ ହେଲା ।
- ୧୯୪୯ ମେ ମାସରେ ଅନେକ ଦେଶୀୟ ରାଜ୍ୟକୁ ସମ୍ମିଳିତ କରି ରାଜସ୍ଥାନ ମିଳିତ ପ୍ରଦେଶ ସୃଷ୍ଟି ହେଲା ।
- ତ୍ରିବାଙ୍କୁଡ଼, କୋଚିନ୍ ୧୯୪୯ରେ ‘ମିଶ୍ରଣ ଅଙ୍ଗୀକାର’ ପତ୍ରରେ ସ୍ଵାକ୍ଷର କଲେ ।
- କେବଳ କାଶ୍ମୀର, ମହୀଶୂର ଓ ହାଇଦ୍ରାବାଦ କୌଣସି ଚୁକ୍ତିପତ୍ରରେ ସ୍ବାକ୍ଷର କରିନଥିଲେ ।
→ ଗଣତନ୍ତ୍ରୀକରଣ :
- ସମସ୍ତ ଦେଶୀୟ ରାଜ୍ୟଗୁଡ଼ିକ ଭାରତ ଶାସନରେ ମିଶ୍ରଣ ହେବାପରେ, ଏସବୁ ଅଞ୍ଚଳରେ ଗଣତନ୍ତ୍ର ପ୍ରତିଷ୍ଠା ହେଲା । ସେଠାକାର ପ୍ରଜାମାନଙ୍କୁ ସୁଶାସନ ପ୍ରଦାନ ନିମନ୍ତେ ସ୍ବାଧୀନ ଭାରତର ପ୍ରାଦେଶିକ ସରକାରମାନେ ଉପଯୁକ୍ତ ବ୍ୟବସ୍ଥାମାନ ଗ୍ରହଣ କଲେ ।
- ସମୟାନୁକ୍ରମେ, ଦେଶୀୟ ରାଜ୍ୟର ପ୍ରଜାମାନେ ମହାଭାରତୀୟ ଜାତୀୟ ସ୍ରୋତରେ ସାମିଲ ହୋଇଗଲେ । ଗଣତନ୍ତ୍ରୀକରଣ ସହିତ ଦେଶୀୟ ରାଜ୍ୟଗୁଡ଼ିକୁ ସମୟକ୍ରମେ ଭାରତୀୟ ସମ୍ବିଧାନ ପରିସରଭୁକ୍ତ କରାଗଲା ।
- ୧୯୫୬ ମସିହାରେ ଭାରତରେ ‘ରାଜ୍ୟ ପୁନର୍ଗଠନ ଆଇନ’ଦ୍ଵାରା ସେହିସବୁ ଦେଶୀୟ ରାଜ୍ୟମାନଙ୍କୁ ଭାରତ ଶାସିତ ରାଜ୍ୟମାନଙ୍କ ସହ ଅନ୍ତର୍ଭୁକ୍ତ କରି ଦିଆଗଲା ।
- ଏହିସବୁ ଦେଶୀୟ ରାଜ୍ୟଗୁଡ଼ିକର ଭାରତ ସହିତ ‘ମିଶ୍ରଣ ପ୍ରକ୍ରିୟା ତଥା ଗଣତନ୍ତ୍ରୀକରଣ’ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ରାଜନୀତିକ ବିଚକ୍ଷଣତା ଓ ଉନ୍ନତ କୂଟନୈତିକ ପାରଦର୍ଶିତା ବେଶ୍ ସହାୟକ ହୋଇଥିଲା l ତାଙ୍କର ବଳିଷ୍ଠ ଦୃଢ଼ ପଦକ୍ଷେପଗୁଡ଼ିକ ବଳରେ ସେ ସମଗ୍ର ଭାରତକୁ ଏକତ୍ରିତ କରିବାରେ ସଫଳ ହୋଇଥିଲେ । ଏଣୁ ସର୍ଦାର ପଟେଲଙ୍କୁ ଯଥାର୍ଥରେ ‘ଭାରତର ବିସ୍ମାର୍କ’ ତଥା ‘ଲୌହ ମାନବ’ ଭାବେ ଆଖ୍ୟାୟିତ କରାଯାଇଛି ।
- ଜର୍ମାନୀର ଶାସକ ଅଟୋଭନ୍ ବିସ୍ମାର୍କ ଜର୍ମାନ୍ ଜାତିର ଲୋକମାନଙ୍କୁ ଏକତ୍ର କରି ଇଉରୋପ ମହାଦେଶରେ ଜର୍ମାନୀ ରାଷ୍ଟ୍ର ଗଠନ କରିଥିଲେ । ଠିକ୍ ସେହିପରି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାରତର ତତ୍କାଳୀନ ଦେଶୀୟ ରାଜ୍ୟଗୁଡ଼ିକୁ ଭାରତରେ ମିଶ୍ରଣ କରିବାରେ ସଫଳ ହୋଇଥିବାରୁ ତାଙ୍କୁ ‘ଭାରତର ବିସ୍ଫୋମାର୍କ’ କୁହାଯାଏ । ତାଙ୍କର ବଳିଷ୍ଠ ନେତୃତ୍ୱ ତଥା ଦୃଢ଼ ବ୍ୟକ୍ତିତ୍ବ ପାଇଁ ତାଙ୍କୁ ‘ଲୌହ ମାନବ’ ଆଖ୍ୟା ଦିଆଯାଇଛି ।
ଐତିହାସିକ ଘଟଣାବଳୀ ଓ ସମୟ:
୧୯୪୭ ଖ୍ରୀ.ଅ. (ଜୁନ୍ ୨୭) – ଭାରତ ସରକାରଙ୍କ ଅଧୀନରେ ଦେଶୀୟ ରାଜ୍ୟ ବିଭାଗ ସୃଷ୍ଟି ।
୧୯୪୭ ଖ୍ରୀ.ଅ. (ଜୁଲାଇ ୯) – ଜବାହରଲାଲ ନେହେରୁ ଓ ସର୍ଦାର ପଟେଲଙ୍କଦ୍ଵାରା ମାଉଣ୍ଟବ୍ୟାଟେନ୍ଙ୍କୁ ଦେଶୀୟ ରାଜ୍ୟଗୁଡ଼ିକୁ ଏକ ସଂଘୀୟ ବ୍ୟବସ୍ଥାରେ ଅନୁବନ୍ଧିତ ହେବାକୁ ବ୍ୟବସ୍ଥା କରିବାକୁ ଅନୁରୋଧ ।
୧୯୪୭ ଖ୍ରୀ.ଅ. (ଜୁଲାଇ ୨୫) – ଗଭର୍ଣ୍ଣର ଜେନେରାଲ ମାଉଣ୍ଟବ୍ୟାଟେନ୍ ‘ରାଜନ୍ୟମଣ୍ଡଳୀ’ର ଏକ ବୈଠକ ଡକାଇ ସେମାନଙ୍କୁ ସାମ୍ପ୍ରତିକ ସ୍ଥିତି ବିଷୟରେ ସୂଚନା ପ୍ରଦାନ ।
୧୯୪୮ ଖ୍ରୀ.ଅ. (ମାର୍ଚ୍ଚ) – କେନ୍ଦ୍ରୀୟ ଭାରତର ପିପ୍ଲୋଦାର ମିଳନ ପତ୍ରରେ ସ୍ବାକ୍ଷର ।
୧୯୪୮ ଖ୍ରୀ.ଅ. (ସେପ୍ଟେମ୍ବର ୧୩ରୁ ୧୮) – ହାଇଦ୍ରାବାଦ ଉପରେ ‘ଅପରେସନ୍ ପୋଲୋ’ ନାମକ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ଭାରତୀୟ ସୈନ୍ୟବାହିନୀଦ୍ୱାରା ହାଇଦ୍ରାବାଦ ଦଖଲ ।
୧୯୪୯ ଖ୍ରୀ.ଅ. (ନଭେମ୍ବର) – ହାଇଦ୍ରାବାଦର ନିଜାମ ତାଙ୍କର ‘ମିଳନପତ୍ର’ରେ ସ୍ବାକ୍ଷର ।
୧୯୪୭ ଖ୍ରୀ.ଅ. (ଡିସେମ୍ବର) – ପୂର୍ବ ଭାରତ ଏଜେନ୍ସି ଓ ଛତିଶଗଡ଼ ଏଜେନ୍ସି ଅଧୀନସ୍ଥ ସମସ୍ତ ଦେଶୀୟ ରାଜାମାନଙ୍କର ମିଶ୍ରଣ ଚୁକ୍ତିରେ ସ୍ବାକ୍ଷର ।
୧୯୪୮ ଖ୍ରୀ.ଅ. (ଜାନୁଆରୀ ୧) – ପୂର୍ବ ଭାରତ ଏଜେନ୍ସି ଓ ଛତିଶଗଡ଼ ଏଜେନ୍ସି ଅଧୀନସ୍ଥ ସମସ୍ତ ଦେଶୀୟ ରାଜାମାନଙ୍କର ମିଶ୍ରଣ ଚୁକ୍ତିରେ ସ୍ବାକ୍ଷର ।
୧୯୪୮ ଖ୍ରୀ.ଅ. (ଜାନୁଆରୀ) – ସର୍ଦ୍ଦାର ପଟେଲଙ୍କଦ୍ଵାରା ‘କଟିହାର ଉପଦ୍ୱୀପ’ର ୨୨୨ଟି ଦେଶୀୟ ରାଜ୍ୟକୁ ମିଶାଇ ‘ସୌରାଷ୍ଟ୍ର ଦେଶୀୟ ରାଜ୍ୟସଂଘ’ ଗଠନ ।
୧୯୪୮ ଖ୍ରୀ.ଅ. (ମେ) – ଗୋୱାଲିଅର ଓ ଇନ୍ଦୋର ପ୍ରଭୃତି ୧୮ଟି ଛୋଟ ଛୋଟ ରାଜ୍ୟକୁ ନେଇ ‘ମଧ୍ୟ ଭାରତ’ ସୃଷ୍ଟି ।
୧୯୪୮ ଖ୍ରୀ.ଅ. (ଜୁଲାଇ) – ପଟିଆଲା, କପୁରତାଲା, ଜିନ୍ଦ, ନାଭା, ଫରିଦକୋଟ, ମାଲେରକୋଟଲା, ନଲାରଗଡ଼ ଓ କଳସିଆକୁ ନେଇ ‘ପୂର୍ବ ପଞ୍ଜାବ ରାଜ୍ୟସଂଘ’ ପ୍ରତିଷ୍ଠା ।
୧୯୪୯ ଖ୍ରୀ.ଅ. (ମେ) – ଅନେକ ଦେଶୀୟ ରାଜ୍ୟ ମିଶି ‘ରାଜସ୍ଥାନ ମିଳିତ ପ୍ରଦେଶ’ ସୃଷ୍ଟି ।
୧୯୪୯ ଖ୍ରୀ.ଅ. (ମଧ୍ୟଭାଗ) – ତ୍ରିବାଙ୍କୁଡ଼ ଓ କୋଚିନ୍ର ‘ମିଶ୍ରଣ ଅଙ୍ଗୀକାରପତ୍ର’’ରେ ସ୍ବାକ୍ଷର ।
୧୯୫୬ ଖ୍ରୀ.ଅ. – ରାଜ୍ୟ ପୁନର୍ଗଠନ ଆଇନଦ୍ୱାରା ଦେଶୀୟ ରାଜ୍ୟଗୁଡ଼ିକର ବିଭିନ୍ନ ରାଜ୍ୟମାନଙ୍କ ସହିତ ମିଶ୍ରଣ ।