Odisha State Board BSE Odisha 10th Class History Notes Chapter 18 କୃଷିର ବିକାଶ will enable students to study smartly.
BSE Odisha Class 10 History Notes Chapter 18 କୃଷିର ବିକାଶ
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
→ କୃଷିର ବିକାଶ:
- କୃଷି ଓଡ଼ିଶାର ଅଧିକାଂଶ ଲୋକଙ୍କର ପ୍ରମୁଖ ଜୀବି କା ହୋଇଥିବାରୁ ସ୍ଵାଧୀନତା ପରର ସରକାରଙ୍କ ପ୍ରଧାନ କାର୍ଯ୍ୟ ଥିଲା ଜମିରେ ପ୍ରକୃତରେ କୃଷିକାର୍ଯ୍ୟ କରୁଥିବା ଚାଷୀକୁ ସ୍ଵତ୍ଵାଧୁକାର ପ୍ରଦାନ ।
- ଏହି ସମସ୍ୟା ସମାଧାନ କ୍ଷେତ୍ରରେ ଚିରସ୍ଥାୟୀ ବନ୍ଦୋବସ୍ତ ସମୟରୁ ପ୍ରଚଳିତ ଜମିଦାରୀ ପ୍ରଥା ପ୍ରଧାନ ପ୍ରତିବନ୍ଧକ ଥିଲା ।
- ଏଥିପାଇଁ ହରେକୃଷ୍ଣ ମହତାବ ଜମିଦାରୀ ପ୍ରଥା ଉଚ୍ଛେଦ ପାଇଁ ଓଡ଼ିଶା ବିଧାନସଭାରେ ଏକ ବିଧେୟକ ଆଗତ କରିଥିଲେ ଏବଂ ଷଷ୍ଠ ଦଶକରେ ଜମିଦାରୀ ଉଚ୍ଛେଦ ଆଇନ କାର୍ଯ୍ୟକାରୀ ହେଲା ।
- ଚିରସ୍ଥାୟୀ ବନ୍ଦୋବସ୍ତ ଲର୍ଡ଼ କର୍ଡୱାଲିସ୍ଙ୍କଦ୍ୱାରା ୧୭୯୩ ମସିହାରେ ଆରମ୍ଭ କରାଯାଇଥିଲା । ଏହି ବନ୍ଦୋବସ୍ତ ଖସଡ଼ା ପ୍ରସ୍ତୁତ କରିଥିଲେ ସାର୍ ଜନ୍ ସୋର୍ ।
- ୧୯୫୫ ମସିହାରୁ ଭୂଦାନ ଆନ୍ଦୋଳନରେ ସଂଗୃହୀତ ଜମି ଚାଷୀମାନଙ୍କ ମଧ୍ୟରେ ବାଣ୍ଟି ଦିଆଗଲା । ଆଦିବାସୀ କୃଷକମାନଙ୍କ ଜମି ଯେପରି ଅଣଆଦିବାସୀମାନେ ନେଇନଯାଆନ୍ତି ସେଥ୍ପାଇଁ ବ୍ୟବସ୍ଥା କରାଗଲା ।
- ଭୂଦାନ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ଆଚାର୍ଯ୍ୟ ବିନୋବା ଭାବେ । ତାଙ୍କ ମୂଳନାମ ଥିଲା ବିନାୟକ ନରହରି ଭାବେ ।
- ୧୯୪୭ ମସିହାରେ ଏକ ଆଇନ ବଳରେ ଗ୍ରାମ ମହାଜନଙ୍କ ଏକଚାଟିଆ ଅର୍ଥ କାରବାର ନିୟନ୍ତ୍ରିତ ହେଲା ଓ ୧୯୪୮ ମସିହାରେ ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ କରାଗଲା ।
- ୧୯୪୮ ମସିହାରେ ରାଜ୍ୟ ସମବାୟ ବ୍ୟାଙ୍କ ପ୍ରତିଷ୍ଠିତ ହେଲା । ସମବାୟ ସଂସ୍ଥା ଜରିଆରେ କୃଷକମାନଙ୍କୁ ସ୍ଵଳ୍ପ ସୁଧରେ ଋଣ ଦିଆଗଲା ।
- ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ କ୍ଷତିଗ୍ରସ୍ତ ହେଲେ କୃଷକମାନଙ୍କୁ ‘ତକାଭି’ ଋଣ ପ୍ରଦାନ କରାଗଲା । ସରକାର ‘ଅଧ୍ଵ ଖାଦ୍ୟଶସ୍ୟ ଉତ୍ପାଦନ କର’ ନାମକ ଯୋଜନାରେ ପତିତ ଜମିକୁ ଚାଷୋପଯୋଗୀ କଲେ ।
- ଜଳସେଚନ ପାଇଁ ପୋଖରୀ ଖୋଳାଗଲା, ପୋତି ହୋଇପଡ଼ିଥିବା ପୋଖରୀର ପୁନରୁଦ୍ଧାର ହେଲା, ନୂଆ ଜଳାଶୟ ଖନନ ହେଲା, କୃଷକମାନଙ୍କ ହଳ, ଲଙ୍ଗଳ ଓ ବଳଦ, ରିହାତି ଦରରେ ସାର ଓ ବିହନ ଯୋଗାଇ ଦିଆଗଲା ।
- ଓଡ଼ିଶା ସରକାର ଏକ କୃଷି ମହାବିଦ୍ୟାଳୟ ଓ ପରେ ଏକ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
- ଫଳଚାଷ ପାଇଁ ଅନୁଗୁଳ, ପଟ୍ଟାଙ୍ଗୀ ଓ ଜି. ଉଦୟଗିରିରେ କେନ୍ଦ୍ରମାନ ସ୍ଥାପନ କରାଯାଇ ଫଳଗଛ ଚାରା ଓ କଲମୀ ଫଳଚାଷୀମାନଙ୍କୁ ଯୋଗାଇ ଦିଆଗଲା ।
- ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ କାମଧନ୍ଦା ଯୋଗାଇ ଦେବାପାଇଁ ସରକାର ‘ଟେଣ୍ଟ୍ ରିଲିଫ୍’ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କଲେ । ଏହି ଯୋଜନାରେ ଗାଁଗହଳିରେ ଲୋକମାନଙ୍କୁ ରାସ୍ତାଘାଟ ତିଆରି, ପୋଖରୀ ଖୋଳା କାମରେ ଶ୍ରମଦାନ ବଦଳରେ ଅର୍ଥ ବା ଖାଦ୍ୟଶସ୍ୟ ପ୍ରଦାନ କରାଯାଏ ।
→ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ:
- ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ଓଡ଼ିଶାରେ ସର୍ବବୃହତ୍ ବହୁମୁଖୀ ଯୋଜନା ଥିଲା କେନ୍ଦ୍ରୀୟ ଜଳ ଆୟୋଗଦ୍ଵାରା କାର୍ଯ୍ୟକାରୀ ହୋଇଥିବା । ହୀରାକୁଦ ନଦୀବନ୍ଧ ଯୋଜନା ।
- ଏହି ଯୋଜନାର ତିନୋଟି ଉଦ୍ଦେଶ୍ୟ ଥିଲା – (i) ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ, (ii) ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ଜଳସେଚନ ଓ (iii) ଜଳ ବିଦ୍ୟୁତ୍ ଉତ୍ପାଦନ ।
- ୧୯୪୮ ମସିହାରେ ଏହାର କାମ ଆରମ୍ଭ ହୋଇ ୧୯୫୬ ମସିହାରେ ଏହାର କାର୍ଯ୍ୟ ସମାପ୍ତ ହୋଇଥିଲା ।
- ଏତଦ୍ବ୍ୟତୀତ ଆନ୍ଧ୍ରପ୍ରଦେଶ ସହଯୋଗରେ ମାଛକୁଣ୍ଡ ଯୋଜନା, କୋରାପୁଟର ଅପରକୋଲାବ ଯୋଜନା, ଇନ୍ଦ୍ରାବତୀ ଯୋଜନା, ରେଙ୍ଗାଲି ଓ ଭୀମକୁଣ୍ଡ ଯୋଜନା ଓଡ଼ିଶାରେ ଜଳସେଚନ କ୍ଷେତ୍ରରେ ସହାୟକ ହୋଇଛି ।
→ ଗୋପାଳନ, ମତ୍ସ୍ୟଚାଷ ଓ କୁକୁଡ଼ା ପାଳନର ସୁବ୍ୟବସ୍ଥା:
- ଗୋପାଳନ, ମତ୍ସ୍ୟଚାଷ, କୁକୁଡ଼ା ପାଳନ ପ୍ରଭୃତି କାର୍ଯ୍ୟକୁ ମଧ୍ଯ ଓଡ଼ିଶା ସରକାର ପ୍ରୋତ୍ସାହନ ଯୋଗାଉଛନ୍ତି ।
- ରୋଗରୁ ରକ୍ଷା କରିବାପାଇଁ ୧୯୪୯ ମସିହାରେ ଏକ ଆଇନ ପ୍ରଣୀତ ହୋଇଛି ।
- ମହାନଦୀ, ଧାମରା, ସୁବର୍ଣ୍ଣରେଖା ଓ ଚିଲିକାର ମତ୍ସ୍ୟଜୀବୀମାନଙ୍କୁ ପ୍ରୋତ୍ସାହନ ଦିଆଯାଇଛି, ମାଛ ସଂରକ୍ଷଣ ପାଇଁ ମାଛଧରା କେନ୍ଦ୍ର ନିକଟରେ ବରଫ କଳ ପ୍ରତିଷ୍ଠା କରାଯାଇଛି ଓ ଧୀବରମାନଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରାଯାଇଛି ।
→ କୃଷିର ବିକାଶ ପାଇଁ ସୁବ୍ୟବସ୍ଥା:
- ବନ୍ୟା, ମରୁଡ଼ି, ବାତ୍ୟା ଭଳି ସମସ୍ୟା ପ୍ରପୀଡ଼ିତ କୃଷକମାନଙ୍କୁ ସୁରକ୍ଷା ପ୍ରଦାନ, ଉତ୍ପାଦିତ କୃଷିଜାତ ଦ୍ରବ୍ୟର ସଠିକ୍ ମୂଲ୍ୟରେ ବିକ୍ରୟ ବ୍ୟବସ୍ତା ଓ କୃଷିର ଉନ୍ନତି ପାଇଁ ରାଜ୍ୟ ସରକାର କେତେକ ପଦକ୍ଷେପ ନେଇଛନ୍ତି ।
- କୃଷିର ବିକାଶ ପାଇଁ କୃଷିବିଭାଗ ଅଧୀନରେ ୪ଟି ନିର୍ଦ୍ଦେଶାଳୟ ଅଛି; ଯଥା – (i) କୃଷି ଓ ଖାଦ୍ୟଶସ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, (ii) ଉଦ୍ୟାନ କୃଷି ନିର୍ଦେଶାଳୟ, (iii) ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟ, (iv) ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ।
- ମତ୍ସ୍ୟ ସମ୍ପଦର ବିକାଶ ପାଇଁ ମତ୍ସ୍ୟପାଳନ ନିର୍ଦ୍ଦେଶାଳୟ, ପଶୁସମ୍ପଦର ଉନ୍ନତି ପାଇଁ ପଶୁଧନ ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି ।
- ଏହା ବ୍ୟତୀତ ଓଡ଼ିଶା ରାଜ୍ୟ ବିହନ ନିଗମ, ଓଡ଼ିଶା କୃଷି ଶିଳ୍ପ ନିଗମ, କୃଷି ସମ୍ପ୍ରସାରଣ ପରିଚାଳନା ପ୍ରତିଷ୍ଠାନ, ଓଡ଼ିଶା କାଜୁ ଉନ୍ନୟନ ନିଗମ, ଓଡ଼ିଶା କୃଷି କ୍ରମୋନ୍ନତି ଓ ବିନିଯୋଗ ନିଗମ ପ୍ରଭୃତି କୃଷିର ବିକାଶ ପାଇଁ କାର୍ଯ୍ୟ କରୁଛି ।
- ଓଡ଼ିଶା କୃଷି ବୈଷୟିକ ବିଶ୍ଵବିଦ୍ୟାଳୟ ଓ କୃଷି ବିଭାଗ ଅଧୀନସ୍ଥ ପ୍ରଶିକ୍ଷଣ ପ୍ରତିଷ୍ଠାନଗୁଡ଼ିକ କୃଷକମାନଙ୍କୁ ପ୍ରଶିକ୍ଷଣ ଏବଂ ଦିଗ୍ଦର୍ଶନ ଦେବା ନିମନ୍ତେ କାର୍ଯ୍ୟ କରୁଛନ୍ତି ।
- କଟକରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, କୌଶଲ୍ୟାଗଙ୍ଗଠାରେ ମଧୁରଜଳ ମତ୍ସ୍ୟଚାଷ କେନ୍ଦ୍ର ଓ ସାକ୍ଷୀଗୋପାଳଠାରେ ନାରିକେଳ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।
- ୧୯୭୬ ମସିହାରୁ ଅନେକ କୃଷି ବିଜ୍ଞାନ କେନ୍ଦ୍ର ଓଡ଼ିଶାରେ ପ୍ରତିଷ୍ଠା କରାଯାଇଛି ।
- ‘ଅଭାବୀ ବିକ୍ରି’ ସମସ୍ୟାରୁ ରକ୍ଷା ପାଇବାପାଇଁ ସରକାର ସିଧାସଳଖ କୃଷକମାନଙ୍କଠାରୁ ଧାନ ସଂଗ୍ରହର ବ୍ୟବସ୍ଥା କରିଛନ୍ତି ।
- ଉତ୍ପାଦିତ ଦ୍ରବ୍ୟ ଠିକ୍ ମୂଲ୍ୟରେ ବିକ୍ରି ହୋଇ ନ ପାରିବାକୁ ‘ଅଭାବୀ ବିକ୍ରି’ କୁହାଯାଏ ।
ଐତିହାସିକ ଘଟଣାବଳୀ ଓ ସମୟ
୧୯୪୭ ଖ୍ରୀ.ଅ. – ଏକ ଆଇନ ବଳରେ ଗ୍ରାମ ମହାଜନଙ୍କ ଏକଚାଟିଆ ଅର୍ଥ କାରବାର ନିୟନ୍ତ୍ରଣ ।
୧୯୪୮ ଖ୍ରୀ.ଅ. – ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ ଓ ସମବାୟ ବ୍ୟାଙ୍କ ପ୍ରତିଷ୍ଠା ।
୧୯୪୯ ଖ୍ରୀ.ଅ. – ପଶୁମାନଙ୍କୁ ସଂକ୍ରାମକ ରୋଗରୁ ରକ୍ଷା କରିବାପାଇଁ ସରକାରଙ୍କଦ୍ବାରା ଏକ ଆଇନ ପ୍ରଣୟନ ।
୧୯୫୫ ଖ୍ରୀ.ଅ. – ଭୂଦାନ ଆନ୍ଦୋଳନରେ ସଂଗୃହୀତ ଜମି ଚାଷୀମାନଙ୍କ ମଧ୍ୟରେ ବାଣ୍ଟନ ।
୧୯୫୬ ଖ୍ରୀ.ଅ. – ହୀରାକୁଦ ନଦୀବନ୍ଧ ଯୋଜନାର ନିର୍ମାଣ କାର୍ଯ୍ୟ ସମାପ୍ତି ।
୧୯୭୬ ଖ୍ରୀ.ଅ. – ଗୋତି ପ୍ରଥା ଉଚ୍ଛେଦ ଆଇନ ବଳରେ ଗୋତି ପ୍ରଥା ସମ୍ପୂର୍ଣ୍ଣ ଭାବେ ଲୋପ ।
୧୯୭୬ ଖ୍ରୀ.ଅ. – ଓଡ଼ିଶାରେ ଅନେକ କୃଷିବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ।